or_tn/1co/09/intro.md

3.9 KiB

୧କରିନ୍ଥୀୟ ୦୯ ପର୍ବ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଏବଂ ରୂପ ରେଖା

ଏହି ଅଧ୍ୟାୟରେ ପାଉଲ ନିଜର ଆତ୍ମରକ୍ଷା କରୁଛନ୍ତି । କେତେକ ଲୋକ ଦାବୀ କରନ୍ତି ଯେ ସେ ମଣ୍ଡଳୀରୁ ଅର୍ଥଲାଭ କରିବା ପାଇଁ ଚେଷ୍ଟା କରୁଥିଲେ ।

ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତ ଗୁଡିକ

ମଣ୍ଡଳୀରୁ ଅର୍ଥ ଉପାର୍ଜନ କରିବା

ଲୋକମାନେ ପାଉଲଙ୍କ ଉପରେ ଆରୋପ ଲଗାଇଥିଲେ ଯେ ସେ ମଣ୍ଡଳୀରୁ କେବଳ ଅର୍ଥ ଚାହୁଁଛନ୍ତି । ପାଉଲ ଉତ୍ତର ଦେଇ କହିଲେ ଯେ ମଣ୍ଡଳୀରୁ ଅର୍ଥ ପାଇବା ପାଇଁ ତାଙ୍କର ଅଧିକାର ଅଛି । ପୁରାତନ ନିୟମ ଶିକ୍ଷା ଦିଏ ଯେ ଯେଉଁ ଲୋକମାନେ କାର୍ଯ୍ୟ କରନ୍ତି ସେମାନେ ଜୀବନ ନିର୍ବାହ ନିମନ୍ତେ ତାଙ୍କର କାର୍ଯ୍ୟରୁ ବେତନ ପାଇବେ । ସେ ଏବଂ ବର୍ଣ୍ଣବା ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କର ଏହି ଅଧିକାରକୁ କେବେ ହେଁ ବ୍ୟବହାର କରିନାହାଁନ୍ତି ଏବଂ ସେମାନେ ନିଜେ ପରିଶ୍ରମ କରି ତାଙ୍କର ଆବଶ୍ୟକତା ପୁରଣ କରୁଥିଲେ ।

ଏହି ଅଧ୍ୟାୟର ଗୁରୁତ୍ତ୍ବପୂର୍ଣ୍ଣ ଅଳଙ୍କାର

ରୂପକ

ପାଉଲ ଏହି ଅଧ୍ୟାୟରେ ଅନେକ ରୂପକ ବ୍ୟବହାର କରିଛନ୍ତି । ଏହି ରୂପକଗୁଡିକ ଜଟିଳ ସତ୍ୟ ବିଷୟରେ ଶିକ୍ଷା ଦିଅନ୍ତି । (ଦେଖ:rc://*/ta/man/translate/figs-metaphor)

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବ୍ୟ ଅନୁବାଦ ସମ୍ପର୍କୀୟ କଠିନତା

ପୃଷ୍ଠଭୂମି ସ୍ଥାପନ କରିବା

ଏହି ଅନୁଚ୍ଛେଦ ଗୁରୁତ୍ତ୍ବପୂର୍ଣ୍ଣ ଅଟେ କାରଣ ପାଉଲ ବିଭିନ୍ନ ଶ୍ରୋତାମାନଙ୍କ ନିକଟରେ ସୁସମାଚାର ପ୍ରଚାରକୁ ପରିପ୍ରେକ୍ଷୀମୂଳକ କରୁଛନ୍ତି । ଏହାର ଅର୍ଥ ଏହା ଯେ ପାଉଲ ନିଜକୁ ଓ ସୁସମାଚାରକୁ ବୁଝିପାରିବା ପରି କହୁଥିଲେ ଯେପରି ଶ୍ରୋତାମାନେ ତାହା ବିନା ପ୍ରତିବନ୍ଧକରେ ଗ୍ରହଣ କରି ପାରିବେ । ଅନୁବାଦକ ଯଥାସମ୍ଭବ ଏହି “ସଂପୃକ୍ତ ପରିସ୍ଥିତି ଅନୁସାରେ” ଦିଗକୁ ସୁରକ୍ଷିତ ରଖିବା ନିମନ୍ତେ ଯତ୍ନ କରିବା ଆବଶ୍ୟକ । (ଦେଖ:rc://*/tw/dict/bible/kt/goodnews)

ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନଗୁଡିକ

ପାଉଲ ଏହି ଅଧ୍ୟାୟରେ ଅନେକ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନଗୁଡିକ ବ୍ୟବହାର କରିଛନ୍ତି I ସେ କରିନ୍ଥୀୟମାନଙ୍କୁ ଶିକ୍ଷା ଦେବା ସମୟରେ ମହତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବା ପାଇଁ ସେଗୁଡିକୁ ବ୍ୟବହାର କରିଛନ୍ତି । (ଦେଖ: rc://*/ta/man/translate/figs-rquestion)