or_tn/1co/08/01.md

4.4 KiB

General Information:

ଆମ୍ଭେମାନେ ଅର୍ଥାତ ପାଉଲ ଏବଂ ଯଦିଓ ସେ ନିର୍ଦ୍ଧିଷ୍ଟ ଭାବରେ କରିନ୍ଥୀୟ ବିଶ୍ବାସୀମାନଙ୍କୁ ଲେଖୁଛନ୍ତି, ତଥାପି ସେମାନେ ଏବଂ ସମସ୍ତ ବିଶ୍ବାସୀମାନେ ଏଥିରେ ଅନ୍ତର୍ଭୁକ୍ତ । (ଦେଖ:rc://*/ta/man/translate/figs-inclusive)

Connecting Statement:

ପାଉଲ ବିଶ୍ବାସୀମାନଙ୍କୁ ସ୍ମରଣ କରିଦେଉଛନ୍ତି ଯେ ଯଦିଓ ଦେବତାମାନଙ୍କର କୌଣସି ଶକ୍ତି ନାହିଁ, ତଥାପି ବିଶ୍ବାସୀମାନଙ୍କୁ ସାବଧାନ ରହିବା ଉଚିତ୍ ଯେ ସେମାନେ ଯେପରି ଦୁର୍ବଳ ବିଶ୍ବାସୀମାନଙ୍କୁ ପ୍ରଭାବିତ ନ କରିବେ ଯେଉଁମାନେ ଭାବି ପାରନ୍ତି ଯେ ସେମାନେ ଦେବତାମାନଙ୍କ ବିଷୟରେ ମନଯୋଗୀ ଅଟନ୍ତି । ସେ ବିଶ୍ବାସୀମାନଙ୍କୁ କହନ୍ତି ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସୀମାନଙ୍କର ଯେଉଁ ସ୍ବତନ୍ତ୍ରତା ଅଛି ସେ ବିଷୟରେ ସେମାନେ ସାବଧାନ ରହନ୍ତୁ ।

Now about

କରିନ୍ଥୀୟମାନେ ତାଙ୍କୁ ପଚାରିଥିବା ପରବର୍ତ୍ତୀ ପ୍ରଶ୍ନ ବିଷୟରେ ଆଲୋଚନା କରିବା ନିମନ୍ତେ ପାଉଲ ଏହି ବାକ୍ୟଟି ବ୍ୟବହାର କରନ୍ତି ।

food sacrificed to idols

ଅନ୍ୟଜାତିର ଉପାସକମାନେ ସେମାନଙ୍କର ଦେବତାମାନଙ୍କୁ ଶସ୍ୟ, ମାଛ, କୁକୁଡା, ଓ ମାଂସ ଉତ୍ସର୍ଗ କରୁଥିଲେ । ଯାଜକ ତହିଁର କିଛି ଅଂଶ ବେଦୀ ଉପରେ ଦଗ୍ଧ କରୁଥିଲେ । ପାଉଲ ଅବଶିଷ୍ଟ ଅଂଶର କଥା କହୁଛନ୍ତି, ଯାହା ଖାଇବା ପାଇଁ ବା ବଜାରରେ ବିକ୍ରି କରିବା ପାଇଁ ଯାଜକ ଉପାସକମାନଙ୍କୁ ଫେରାଇ ଦେଉଥିଲେ ।

Knowledge puffs up

ଜ୍ଞାନ ଲୋକମାନଙ୍କୁ ଫୁଲାଇ ଦେଇଥାଏ । ଏଠାରେ ""ଫୁଲାଇ ଦେବା"" ଏକ ରୂପକ ଅଟେ ଯାହା ଜଣେ ବ୍ୟକ୍ତିକୁ ଗର୍ବିତ କରିଥାଏ । ଏଠାରେ ଗୁଣବାଚକ ବିଷେଶ୍ୟ ""ଜ୍ଞାନ"" କୁ କ୍ରିୟାବାଚକ ""ଜାଣିବା"" ସହିତ ପ୍ରକାଶ କରାଯାଇ ପାରିବ I ବିକଳ୍ପ ଅନୁବାଦ:""ଜ୍ଞାନ ଲୋକମାନଙ୍କଠାରେ ଅହଂକାର ଜନ୍ମାଏ"" ବା “ଯେଉଁ ଲୋକମାନେ ଭାବନ୍ତି ଯେ ସେମାନେ ବହୁତ ଜାଣନ୍ତି ସେମାନେ ଗର୍ବ କରନ୍ତି""(ଦେଖ:rc://*/ta/man/translate/figs-metaphor)

but love builds up

ଗୁଣବାଚକ ବିଷେଶ୍ୟ ""ପ୍ରେମ""କୁ କ୍ରିୟାବାଚକ ଭାବରେ ପ୍ରକାଶ କରାଯାଇ ପାରିବ । ବିକଳ୍ପ ଅନୁବାଦ: ""କିନ୍ତୁ ଆମ୍ଭେମାନେ ଯେତେବେଳେ ଲୋକମାନଙ୍କୁ ପ୍ରେମ କରୁ, ଆମ୍ଭେମାନେ ସେମାନଙ୍କୁ ନିର୍ମାଣ କରିଥାଉ"" (ଦେଖ: rc://*/ta/man/translate/figs-abstractnouns)

love builds up

ଲୋକମାନଙ୍କୁ ନିର୍ମାଣ କରିବାର ଅର୍ଥ ସେମାନଙ୍କୁ ବିଶ୍ବାସରେ ପରିପକ୍ବ ଏବଂ ଦୃଢ଼ ହେବାରେ ସାହାଯ୍ୟ କରିବା । ବିକଳ୍ପ ଅନୁବାଦ: ""ପ୍ରେମ ଲୋକମାନଙ୍କୁ ସୁଦୃଢ଼ କରେ"" ବା ""ଯେତେବେଳେ ଆମ୍ଭେମାନେ ଲୋକମାନଙ୍କୁ ପ୍ରେମ କରୁ ଆମ୍ଭେମାନେ ସେମାନଙ୍କୁ ସୁଦୃଢ଼ କରୁ"" (ଦେଖ: rc://*/ta/man/translate/figs-metaphor)