or_tn/1co/07/intro.md

17 lines
2.9 KiB
Markdown

# ୧କରିନ୍ଥୀୟ ୦୭ ପର୍ବ ସାଧାରଣ ଟିପ୍ପଣୀ
## ଗଠନ ପ୍ରଣାଳୀ ଏବଂ ରୂପରେଖା
କରିନ୍ଥୀୟମାନେ ହୁଏତ କେତେକ ପ୍ରଶ୍ନ ପଚାରିଥାଇପାରନ୍ତି ସେଥିପାଇଁ ପାଉଲ ପର୍ଯ୍ୟାୟକ୍ରମେ ସେହି ପ୍ରଶ୍ନଗୁଡିକର ଉତ୍ତର ଦେଉଛନ୍ତି । ପ୍ରଥମ ପ୍ରଶ୍ନ ହେଉଛି ବିବାହ ବିଷୟରେ । ଦ୍ବିତୀୟ ପ୍ରଶ୍ନ ହେଉଛି ସ୍ବାଧିନତା ପ୍ରାପ୍ତି ନିମନ୍ତେ ଚେଷ୍ଟା କରୁଥିବା ଏକ କ୍ରୀତଦାସ ବିଷୟରେ, ଜଣେ ଅଣଯିହୁଦୀ ବ୍ୟକ୍ତି ଯିହୁଦୀ ହେବା ବିଷୟରେ, ବା ଜଣେ ଯିହୁଦୀ ବ୍ୟକ୍ତି ଅଣଯିହୁଦୀ ହେବା ବିଷୟରେ ।
## ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
ଛାଡପତ୍ର
ପାଉଲ କହନ୍ତି ଯେ ବିବାହିତ ଖ୍ରୀଷ୍ଟିୟାନମାନେ ଛାଡପତ୍ର ଦେବ ଉଚିତ୍ ନୁହେଁ । ଜଣେ ଅବିଶ୍ବାସୀକୁ ବିବାହ କରିଥିବା ଖ୍ରୀଷ୍ଟିୟାନ ନିଜର ପତି ବା ପତ୍ନୀକୁ ପରିତ୍ୟାଗ କରିବା ଉଚିତ୍ ନୁହେଁ । ଯଦି ଅବିଶ୍ବାସୀ ପତି ବା ପତ୍ନୀ ପରିତ୍ୟାଗ କରନ୍ତି, ତେବେ ତାହା ପାପ ନୁହେଁ । ପାଉଲ ଉପଦେଶ ଦେଉଛନ୍ତି ଯେ, କଷ୍ଟକର ସମୟ ହେତୁ ଏବଂ ଯୀଶୁଙ୍କ ଆଗମନର ସମୟ ନିକଟ ହୋଇଥିବାରୁ, ଅବିବାହିତ ହୋଇ ରହିବା ଗ୍ରହଣୀୟ ଅଟେ । (ଦେଖ: [[rc://*/tw/dict/bible/kt/believe]] ଏବଂ [[rc://*/tw/dict/bible/kt/sin]] )
## ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ଅଳଙ୍କାରଗୁଡ଼ିକ
## ଶ୍ରୁତିମଧୁର ବାକ୍ୟ
ପାଉଲ ଯୌନ ସମ୍ପର୍କକୁ ସୂଚିତ କରିବା ପାଇଁ କେତେକ ଶ୍ରୁତିମଧୁର ବାକ୍ୟ ସତର୍କତାର ସହିତ ବ୍ୟବହାର କରିଛନ୍ତି । ଏହା ଅନେକ ସମୟରେ ସମ୍ବେଦନଶୀଳ ଆଲୋଚ୍ୟ ବିଷୟ ଅଟେ । କେତେକ ସଂସ୍କୃତିରେ ଲୋକେ ଏହି ବିଷୟଗୁଡ଼ିକ ଉପରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରିବାକୁ ଇଛା କରନ୍ତି ନାହିଁ । (ଦେଖ: [[rc://*/ta/man/translate/figs-euphemism]] )