or_tn/1co/06/intro.md

2.4 KiB

୧ କରିନ୍ଥୀୟ ୦୬ ପର୍ବ ସାଧାରଣ ଟିପ୍ପଣୀ

ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ

ମକଦ୍ଦମା

ପାଉଲ ଶିକ୍ଷା ଦିଅନ୍ତି ଯେ ଜଣେ ଖ୍ରୀଷ୍ଟିୟାନ ଅନ୍ୟ ଜଣେ ଖ୍ରୀଷ୍ଟିୟାନକୁ ନ୍ୟାୟାଳୟର ଅଣ-ଖ୍ରୀଷ୍ଟିୟାନ ବିଚାରପତିଙ୍କ ଆଗରେ ଠିଆ କରିବା ଉଚିତ୍ ନୁହେଁ । ଏହାଠାରୁ ପ୍ରତାରିତ ହେବା ଭଲ । ଖ୍ରୀଷ୍ଟିୟାନମାନେ ଦୂତମାନଙ୍କର ବିଚାର କରିବେ, ସେଥିପାଇଁ ସେମାନେ ନିଜ ଭିତରେ ଥିବା ସମସ୍ୟାଗୁଡିକର ସମାଧାନ କରିବା ନିମନ୍ତେ ସକ୍ଷମ ହେବା ଆବଶ୍ୟକ । ଆଉ ଜଣେ ବିଶ୍ବାସୀକୁ ପ୍ରତାରଣା କରିବା ପାଇଁ ଅଦାଲତର ବ୍ୟବହାର କରିବା ଅତି ମନ୍ଦ ଅଟେ । (ଦେଖ:rc://*/tw/dict/bible/kt/judge)

ଏହି ଅଧାୟର ଗୁରୁତ୍ତ୍ବପୂର୍ଣ୍ଣ ଅଳଙ୍କାରଗୁଡ଼ିକ

ରୂପକ

ପବିତ୍ର ଆତ୍ମାଙ୍କ ମନ୍ଦିର ଏକ ଗୁରୁତ୍ବପୂର୍ଣ୍ଣ ରୁପକ ଅଟେ । ଏହା ସେହି ସ୍ଥାନକୁ ଦର୍ଶାଏ ଯେଉଁଠି ପବିତ୍ର ଆତ୍ମା ରୁହନ୍ତି ଏବଂ ଯେଉଁଠି ତାଙ୍କର ଆରାଧନା କରାଯାଏ । ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ କୁହାଯାଉଥିବା ପ୍ରଶ୍ନଗଡ଼ିକ ପାଉଲ ଏହି ଅଧ୍ୟାୟରେ ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଧିଷ୍ଟ ଅନେକ ପ୍ରଶ୍ନ ବ୍ୟବହାର କରିଛନ୍ତି । ସେ କରିନ୍ଥୀୟମାନଙ୍କୁ ଶିକ୍ଷା ଦେଉଥିବା ସମୟରେ କେତେକ ଗୁରୁତ୍ତ୍ବପୂର୍ଣ୍ଣ ବିଷୟକୁ ଜୋର୍ ଦେବା ନିମନ୍ତେ ତାହା କରିଛନ୍ତି । (See: rc://*/ta/man/translate/ figs-rquestion)