or_tn/1ti/05/22.md

12 lines
2.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Place hands
ହସ୍ତାର୍ପଣ କରିବା ଗୋଟିଏ ଉତ୍ସବ, ଯେଉଁଥିରେ ମଣ୍ଡଳୀର ଜଣେ ବା ତହିଁରୁ ଅଧିକ ନେତାମାନେ ଲୋକମାନଙ୍କ ଉପରେ ହସ୍ତ ଦେଇ ପ୍ରାର୍ଥନା କରନ୍ତି, ଯେପରିକି ଈଶ୍ବର ସେମାନଙ୍କୁ ଈଶ୍ବରଙ୍କର ସନ୍ତୋଷ ଯୋଗ୍ୟ ସେବାକରିବା ନିମନ୍ତେ ସକ୍ଷମ କରିବେ I ଖ୍ରୀଷ୍ଟିୟ ସମ୍ପ୍ରଦାୟର ସେବା କରିବାପାଇଁ ତାହାକୁ ଆନୁଷ୍ଠାନିକ ଭାବରେ ପୃଥକ୍ କରିବା ପୂର୍ବରୁ ସେହି ଲୋକଟି ଉତ୍ତମ ଚରିତ୍ର ଦେଖାଇବା ପର୍ଯ୍ୟନ୍ତ ତୀମଥିଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର I
# Do not share in the sins of another person
ପାଉଲ ଜଣକର ପାପ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଅନ୍ୟମାନଙ୍କ ସହିତ ବଣ୍ଟାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ଜଣେ ବ୍ୟକ୍ତିର ପାପରେ ସହଭାଗୀ ହୁଅ ନାହିଁ” କିମ୍ବା ""ଅନ୍ୟ ଜଣେ ବ୍ୟକ୍ତି ପାପ କରୁଥିଲେ ତହିଁରେ ଅଂଶ ଗ୍ରହଣ କର ନାହିଁ” (ଦେଖ: [[rc://*/ta/man/translate/figs-metaphor]])
# Do not share in the sins of another person
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯଦି ତୀମଥି ପାପରେ ଦୋଷୀ ଜଣକୁ ମଣ୍ଡଳୀର କାର୍ଯ୍ୟପାଇଁ ମନୋନୀତ କରନ୍ତି, ତେବେ ସେହି ଲୋକର ପାପପାଇଁ ଈଶ୍ବର ତୀମଥିଙ୍କୁ ଦାୟୀ କରିବେ କିମ୍ବା ) ତୀମଥି ଅନ୍ୟମାନଙ୍କୁ ଯେଉଁ ପାପ କରୁଥିବା ଦେଖିଛନ୍ତି, ସେ ନିଜେ ସେହି ପାପ କରିବା ଉଚିତ ନୁହେଁ I