or_tn/1pe/04/intro.md

21 lines
2.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# ୧ ପିତର ୦୪ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
କେତେକ ଅନୁବାଦ ସହଜରେ ପାଠ କରିବା ପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ପୁରାତନ ନିୟମରୁ ଉଦ୍ଧୃତ କରାଯାଇଥିବା କବିତା କ୍ଷେତ୍ରରେ ୪:୧୮ ପଦରେ ତାହା କରୁଅଛି I
## ଏହି ଅଧ୍ୟାୟର ବିଶେଷ ଧାରଣା
### ଈଶ୍ବର ପରାୟଣତା ବିହୀନ ବିଜାତିଗଣ
ଏହି ଅନୁଚ୍ଛେଦଟି ଯେଉଁମାନେ ଯିହୂଦୀ ନୁହନ୍ତି ସେପରି ଈଶ୍ବର ପରାୟଣତା ବିହୀନ ଲୋକମାନଙ୍କୁ ବୁଝାଇବାପାଇଁ “ବିଜାତି” ଶବ୍ଦ ବ୍ୟବହାର କରିଥାଏ I ଏହା ଖ୍ରୀଷ୍ଟିୟାନ ହୋଇଥିବା ବିଜାତିମାନଙ୍କୁ ସାମିଲ କରେ ନାହିଁ I “କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା” ଭଳି କାର୍ଯ୍ୟଗୁଡିକ ଈଶ୍ବର ପରାୟଣତା ବିହୀନ ବିଜାତିମାନଙ୍କୁ ପ୍ରକାଶ କରେ I (ଦେଖ: [[rc://*/tw/dict/bible/kt/godly]])
### ସାକ୍ଷ୍ୟମର
ଏହା ସ୍ପଷ୍ଟ ଯେ ସେମାନଙ୍କର ବିଶ୍ବାସ ନିମନ୍ତେ ଘୋର ତାଡନା ଓ ମୃତ୍ୟୁଭୋଗର ସମ୍ମୁଖୀନ ହେଉଥିବା ଅନେକ ଖ୍ରୀଷ୍ଟିୟାନମାନଙ୍କୁ ପିତର କହୁଛନ୍ତି I
## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
### “ଏହା ହେଉ” ଓ “କେହି ନ କରୁ” ଓ “ସେ କରୁ” ଓ ସେମାନେ କରନ୍ତୁ”
ସେ ଆପଣା ପାଠକମାନଙ୍କୁ କଅଣ କରିବାକୁ ଚାହୁଁଛନ୍ତି, ତାହା କହିବାକୁ ପିତର ଏହି ବାକ୍ୟାଂଶଗୁଡିକୁ ବ୍ୟବହାର କରୁଛନ୍ତି I ସେଗୁଡିକ ଆଜ୍ଞା ସଦୃଶ ଅଟନ୍ତି, କାରଣ ସେ ଆପଣା ପାଠକମାନଙ୍କୁ ସେଗୁଡିକୁ ମାନିବାପାଇଁ କହୁଛନ୍ତି I କିନ୍ତୁ ସତେ ଯେପରି ସେ ଜଣକୁ କହୁଛନ୍ତି ଯାହା ସେ ସମସ୍ତେ କରନ୍ତୁ ବୋଲି ଚାହୁଁଛନ୍ତି I