# ୧ ପିତର ୦୪ ସାଧାରଣ ସୂଚନା ## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ କେତେକ ଅନୁବାଦ ସହଜରେ ପାଠ କରିବା ପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ପୁରାତନ ନିୟମରୁ ଉଦ୍ଧୃତ କରାଯାଇଥିବା କବିତା କ୍ଷେତ୍ରରେ ୪:୧୮ ପଦରେ ତାହା କରୁଅଛି I ## ଏହି ଅଧ୍ୟାୟର ବିଶେଷ ଧାରଣା ### ଈଶ୍ବର ପରାୟଣତା ବିହୀନ ବିଜାତିଗଣ ଏହି ଅନୁଚ୍ଛେଦଟି ଯେଉଁମାନେ ଯିହୂଦୀ ନୁହନ୍ତି ସେପରି ଈଶ୍ବର ପରାୟଣତା ବିହୀନ ଲୋକମାନଙ୍କୁ ବୁଝାଇବାପାଇଁ “ବିଜାତି” ଶବ୍ଦ ବ୍ୟବହାର କରିଥାଏ I ଏହା ଖ୍ରୀଷ୍ଟିୟାନ ହୋଇଥିବା ବିଜାତିମାନଙ୍କୁ ସାମିଲ କରେ ନାହିଁ I “କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା” ଭଳି କାର୍ଯ୍ୟଗୁଡିକ ଈଶ୍ବର ପରାୟଣତା ବିହୀନ ବିଜାତିମାନଙ୍କୁ ପ୍ରକାଶ କରେ I (ଦେଖ: [[rc://*/tw/dict/bible/kt/godly]]) ### ସାକ୍ଷ୍ୟମର ଏହା ସ୍ପଷ୍ଟ ଯେ ସେମାନଙ୍କର ବିଶ୍ବାସ ନିମନ୍ତେ ଘୋର ତାଡନା ଓ ମୃତ୍ୟୁଭୋଗର ସମ୍ମୁଖୀନ ହେଉଥିବା ଅନେକ ଖ୍ରୀଷ୍ଟିୟାନମାନଙ୍କୁ ପିତର କହୁଛନ୍ତି I ## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ ### “ଏହା ହେଉ” ଓ “କେହି ନ କରୁ” ଓ “ସେ କରୁ” ଓ ସେମାନେ କରନ୍ତୁ” ସେ ଆପଣା ପାଠକମାନଙ୍କୁ କଅଣ କରିବାକୁ ଚାହୁଁଛନ୍ତି, ତାହା କହିବାକୁ ପିତର ଏହି ବାକ୍ୟାଂଶଗୁଡିକୁ ବ୍ୟବହାର କରୁଛନ୍ତି I ସେଗୁଡିକ ଆଜ୍ଞା ସଦୃଶ ଅଟନ୍ତି, କାରଣ ସେ ଆପଣା ପାଠକମାନଙ୍କୁ ସେଗୁଡିକୁ ମାନିବାପାଇଁ କହୁଛନ୍ତି I କିନ୍ତୁ ସତେ ଯେପରି ସେ ଜଣକୁ କହୁଛନ୍ତି ଯାହା ସେ ସମସ୍ତେ କରନ୍ତୁ ବୋଲି ଚାହୁଁଛନ୍ତି I