translationCore-Create-BCS_.../Stage 1/or_tn_66-JUD.tsv

32 KiB
Raw Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
2JUDfrontintroxh5n0# ଯିହୂଦା ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ

### ଯିହୂଦା ପୁସ୍ତକର ରୂପରେଖ

1. ପରିଚୟ (୧:୧-)
1. ଭଣ୍ଡ ଶିକ୍ଷକ ବିରୁଦ୍ଧରେ ସତର୍କ ବାଣୀ (୧:୩-୪)
1. ପୁରାତନ ନିୟମର ଦୃଷ୍ଟାନ୍ତ (୧:୫-୧୬)
1. ଉପଯୁକ୍ତ ପ୍ରତ୍ୟୁତ୍ତର (୧:୧୭-୨୩)
1. ଈଶ୍ବରଙ୍କ ପ୍ରତି ପ୍ରଶଂସା (୧:୨୪-୨୫)

### ଯିହୂଦା ପୁସ୍ତକକୁ କିଏ ଲେଖିଥିଲେ?

ଲେଖକ ଆପଣାକୁ ଯାକୁବଙ୍କ ଭାଇ ବୋଲି କହୁଛନ୍ତି I ଉଭୟ ଯିହୂଦା ଓ ଯାକୁବ ଯୀଶୁଙ୍କର ଭାଇ ଥିଲେ I ଏହି ପତ୍ର କୌଣସି ନିର୍ଦ୍ଦିଷ୍ଟ ମଣ୍ଡଳୀକୁ ଲେଖାହୋଇଥିଲା କି ନାହିଁ, ଏହା ଜଣାପଡ଼େ ନାହିଁ I

### ଯିହୂଦା ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ଯିହୂଦା ଭଣ୍ଡ ଶିକ୍ଷକମାନଙ୍କ ବିରୁଦ୍ଧରେ ସତର୍କ କରାଇବାପାଇଁ ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖିଥିଲେ I ଯିହୂଦା ବାରମ୍ବାର ପୁରାତନ ନିୟମକୁ ଉଲ୍ଲେଖ କରିଛନ୍ତି I ଏହା ସୂଚାଇପାରେ ଯେ ଯିହୂଦା ଯିହୂଦୀ ଖ୍ରୀଷ୍ଟିୟାନ ଶ୍ରୋତାମାନଙ୍କୁ ଲେଖିଥିଲେ I ଏହି ପତ୍ର ଓ ପିତର ପୁସ୍ତକର ବିଷୟବସ୍ତୁ ଏକାପରି ଅଟେ I ଉଭୟ ପୁସ୍ତକ ଦୂତ, ସଦୋମ ଓ ଗମୋରା ଏବଂ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ କହେ I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ “ ଯିହୂଦା” ବୋଲି କହିପାରନ୍ତି I କିମ୍ବା ସେମାନେ “ଯିହୂଦାଙ୍କ ପତ୍ର” କିଅବା “ଯିହୂଦା ଲେଖିଥିବା ପ୍ରଥମ ପତ୍ର”ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://en/ta/man/translate/translate-names]])

## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

### ଯିହୂଦା କେଉଁମାନଙ୍କ ବିରୁଦ୍ଧରେ କହୁଛନ୍ତି?

ଏହା ସମ୍ଭବ ଯେ ଯେଉଁମାନଙ୍କ ବିରୁଦ୍ଧରେ ଯିହୂଦା ଲେଖିଥିଲେ, ସେମାନେ ବିଶେଷ ଜ୍ଞାନବାଦୀ (Gnostics) ଥିଲେ I ଏହି ଶିକ୍ଷକମାନେ ସେମାନଙ୍କ ନିଜର ଲାଭପାଇଁ ଶାସ୍ତ୍ରର ଶିକ୍ଷାକି ବିକୃତ କରୁଥିଲେ I ସେମାନେ କାମୁକତାରେ ଜୀବନ କାଟୁଥିଲେ ଓ ସେହି ପ୍ରକାର ଜୀବନ କାଟିବାକୁ ଅନ୍ୟମାନଙ୍କୁ ଶିକ୍ଷା ଦେଉଥିଲେ I

3JUD11ek3qfigs-you0General Information:ଯିହୂଦା ଏହି ପତ୍ରର ଲେଖକ ଭାବରେ ଆପଣାକୁ ପ୍ରକାଶ କରନ୍ତି ଓ ଆପଣା ପାଠକମାନଙ୍କୁ ନମସ୍କାର ଜଣାଉଛନ୍ତି I ସେ ସମ୍ଭବତଃ ଯୀଶୁଙ୍କର ଭାଇ ଥିଲେ I ନୂତନ ନିୟମରେ ଆଉ ଦୁଇଜଣ ଯିହୂଦାଙ୍କ ବିଷୟ ଉଲ୍ଲେଖ ଅଛି I ଏହି ପତ୍ରରେ “ତୁମ୍ଭେମାନେ” ଶବ୍ଦ ଯିହୂଦା ଲେଖୁଥିବା ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଓ ଏହା ସବୁବେଳେ ବହୁବଚନ ଅଟେ I
4JUD11npc3translate-namesἸούδας, Ἰησοῦ Χριστοῦ δοῦλος1Jude, a servant ofଯିହୂଦା ଯାକୁବଙ୍କ ଭାଇ ଥିଲେ I ବିକଳ୍ପ ଅନୁବାଦ: “ମୁଁ ଯିହୂଦା, ଜଣେ ଦାସ” (ଦେଖ: [[rc://en/ta/man/translate/translate-names]])
5JUD11m3v1ἀδελφὸς ... Ἰακώβου1brother of Jamesଯାକୁବ ଓ ଯିହୂଦା ଯୀଶୁଙ୍କର ଭାଇ ଥିଲେ I
6JUD12r5aefigs-abstractnounsἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη1May mercy and peace and love be multiplied to youଦୟା, ଶାନ୍ତି ଓ ପ୍ରେମ ତୁମ୍ଭମାନଙ୍କ ମଧ୍ୟରେ ବହୁଳରୂପେ ବୃଦ୍ଧି ହେଉ I ଏହି ଚିନ୍ତାଧାରାଗୁଡିକ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ କିଛି ପଦାର୍ଥ, ଯାହା ଆକାରରେ ଓ ସଂଖ୍ୟାରେ ବୃଦ୍ଧିପାଇବ I ଗୁଣବାଚକ ବିଶେଷ୍ୟ “ଦୟା,” ”ଶାନ୍ତି,” ଓ ପ୍ରେମ”କୁ ଏଡାଇବାପାଇଁ ଏହାକୁ ଅନ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ପ୍ରତି ଦୟାଳୁ ହେଉଥାନ୍ତୁ, ଯେପରି ତୁମ୍ଭେମାନେ ଶାନ୍ତିପୂର୍ଣ୍ଣଭାବରେ ବାସ କରିବ ଓ ପରସ୍ପରକୁ ଅଧିକରୁ ଅଧିକ ପ୍ରେମ କରିବ I (ଦେଖ: [[rc://en/ta/man/translate/figs-abstractnouns]]) JUD 1 3 kjk6figs-inclusive 0 General Information: ଏହି ପତ୍ରରେ “ଆମ୍ଭମାନଙ୍କ” ଶବ୍ଦ ଉଭୟ ଯିହୂଦା ଓ ବିଶ୍ବାସୀମାନଙ୍କୁ ସାମିଲ କରେ I (ଦେଖ: [[rc://en/ta/man/translate/figs-inclusive]]) JUD 1 3 yfa8 0 Connecting Statement: ଯିହୂଦା ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖିବାର କାରଣ କହୁଛନ୍ତି I JUD 1 3 mi3w τῆς κοινῆς ἡμῶν σωτηρίας 1 our common salvation ଆମ୍ଭେମାନେ ପାଇଥିବା ସାଧାରଣ ପରିତ୍ରାଣ
7JUD13si1uἀνάγκην ἔσχον γράψαι1I had to writeମୁଁ ଲେଖିବାକୁ ଏକ ବଡ ଆବଶ୍ୟକ ମନେ କଲି କିମ୍ବା “ମୁଁ ଲେଖିବାକୁ ବଡ ଜରୁରୀ ମନେ କଲି”
8JUD13yyf4παρακαλῶν ἐπαγωνίζεσθαι τῇ ... πίστει1to exhort you to struggle earnestly for the faithସତ୍ୟ ଶିକ୍ଷାର ପକ୍ଷ ନେବାକୁ ଉତ୍ସାହିତ କରିବା ନିମନ୍ତେ
9JUD13j67uἅπαξ1once for allପରିଶେଷରେ ଓ ସମ୍ପୂର୍ଣ୍ଣ ଭାବରେ
10JUD14v94iπαρεισέδυσαν γάρ τινες ἄνθρωποι1For certain men have slipped in secretly among youକରଣ କେତେକ ଲୋକ ବିଶ୍ବାସୀମାନଙ୍କ ମଧ୍ୟକୁ ସେମାନଙ୍କର ଧ୍ୟାନ ନ ଥାଇ ପ୍ରବେଶ କରିଅଛନ୍ତି
11JUD14wwz3figs-activepassiveοἱ ... προγεγραμμένοι εἰς ... τὸ κρίμα1men who were marked out for condemnationଏହାକୁ କର୍ତ୍ତୃବାଚ୍ୟରେ ମଧ୍ୟ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ଲୋକମାନଙ୍କୁ ଈଶ୍ବର ଦଣ୍ଡ ଦେବାକୁ ମନୋନୀତ କରିଥିଲେ” (ଦେଖ: [[rc://en/ta/man/translate/figs-activepassive]])
12JUD14c642figs-metaphorτὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν1who have changed the grace of our God into sensualityଈଶ୍ବରଙ୍କ ଅନୁଗ୍ରହ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା କିଛି ଜିନିଷ, ଯାହାକୁ ଅନ୍ୟ କିଛି ଅତି ମନ୍ଦ ବିଷୟରେ ପରିଣତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ଶିକ୍ଷା ଦିଅନ୍ତି ଯେ ଈଶ୍ବରଙ୍କ ଅନୁଗ୍ରହ ଯୌନଗତ ପାପରେ ଜୀବନ କାଟିବାକୁ ଅନୁମତି ଦିଏ” (ଦେଖ: [[rc://en/ta/man/translate/figs-metaphor]])
13JUD14ws1bτὸν μόνον Δεσπότην καὶ Κύριον ἡμῶν, Ἰησοῦν Χριστὸν, ἀρνούμενοι1deny our only Master and Lord, Jesus Christସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନେ ଶିକ୍ଷା ଦିଅନ୍ତି ଯେ ସେ ଈଶ୍ବର ନୁହନ୍ତି କିମ୍ବା ) ଏହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ମାନନ୍ତି ନାହିଁ I
14JUD15fa5e0Connecting Statement:ଯିହୂଦା ଅତୀତରେ ପ୍ରଭୁଙ୍କର ବାଧ୍ୟ ହୋଇ ନ ଥିବା ଲୋକମାନଙ୍କର ଦୃଷ୍ଟାନ୍ତ ଦେଉଛନ୍ତି I
15JUD15f4mmἸησοῦς λαὸν ἐκ γῆς Αἰγύπτου σώσας1Jesus saved a people out of the land of Egyptପ୍ରଭୁ ବହୁକାଳ ପୂର୍ବେ ଇଶ୍ରାୟେଲୀୟ ମାନଙ୍କୁ ମିସର ଦେଶରୁ ଉଦ୍ଧାର କରିଥିଲେ
16JUD16pt1kτὴν ἑαυτῶν ἀρχὴν1their own position of authorityଯେଉଁ ଦାୟିତ୍ବ ଈଶ୍ବର ସେମାନଙ୍କୁ ସମର୍ପଣ କରିଥିଲେ
17JUD16s3cnδεσμοῖς ἀϊδίοις ὑπὸ ζόφον τετήρηκεν1God has kept them in everlasting chains, in utter darknessଈଶ୍ବର ଏହି ଦୂତମାନଙ୍କୁ ଏକ ଅନ୍ଧକାରମୟ ବନ୍ଧନରେ ରଖିଅଛନ୍ତି, ଯେଉଁଠାରୁ ସେମାନେ କଦାପି ରକ୍ଷା ପାଇବେ ନାହିଁ
18JUD16s1j9figs-metonymyζόφον1utter darknessଏଠାରେ “ଅନ୍ଧକାର” ରୂପକ ଭାବରେ ମୃତମାନଙ୍କର ସ୍ଥାନ ବା ନରକକୁ ବୁଝାଏ I ବିକଳ୍ପ ଅନୁବାଦ: “ନରକର ଘୋର ଅନ୍ଧକାରରେ” (ଦେଖ: [[rc://en/ta/man/translate/figs-metonymy]])
19JUD16ccz6μεγάλης ἡμέρας1the great dayଶେଷ ଦିନରେ ଯେତେବେଳେ ଈଶ୍ବର ସମସ୍ତଙ୍କ ବିଚାର କରିବେ
20JUD17yn36figs-metonymyαἱ περὶ αὐτὰς πόλεις1the cities around themଏଠାରେ “ନଗର” ସେଗୁଡିକରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-metonymy]])
21JUD17r3e9τὸν ὅμοιον τρόπον τούτοις ἐκπορνεύσασαι1also indulged themselvesସଦୋମ ଓ ଗମୋରାର ଯୌନଗତ ପାପସବୁ ଦୂତମାନଙ୍କ ମନ୍ଦ ମାର୍ଗ ସଦୃଶ ଏକା ପ୍ରକାର ବିଦ୍ରୋହର ପରିଣାମ ଥିଲା I
22JUD17pi4tδεῖγμα ... δίκην ὑπέχουσαι1as examples of those who suffer the punishmentସଦୋମ ଓ ଗମୋରାର ଲୋକମାନଙ୍କ ବିନାଶ ଈଶ୍ବରଙ୍କୁ ଅଗ୍ରାହ୍ୟ କରୁଥିବା ସମସ୍ତ ଲୋକଙ୍କ ପରିଣାମର ଏକ ଦୃଷ୍ଟାନ୍ତ ଅଟେ I
23JUD18ujs2οὗτοι ἐνυπνιαζόμενοι1these dreamersଯେଉଁ ଲୋକମାନେ ଈଶ୍ବରଙ୍କ ଅବାଧ୍ୟ ହୁଅନ୍ତି, କାରଣ ସମ୍ଭବତଃ ସେମାନେ ସେମାନଙ୍କୁ ସେସବୁ କରିବାକୁ ଅଧିକାର ଦେବା ସମ୍ବନ୍ଧୀୟ ଦର୍ଶନ ଦେଖିଛନ୍ତି ବୋଲି ଦାବୀ କରରୁଥିଲେ
24JUD18ez4lfigs-metaphorσάρκα μὲν μιαίνουσιν1pollute their bodiesରୂପକଟି କହେ ଯେ ସେମାନଙ୍କ ପାପ ସେମାନଙ୍କ ଶରୀରକୁ ଅର୍ଥାତ୍, ସେମାନଙ୍କ କାର୍ଯ୍ୟକୁ ଅଗ୍ରହଣୀୟ କରିଦିଏ, ଯେପରି ଆବର୍ଜନା ଗୋଟିଏ ଝରଣାର ଜଳକୁ ପାନକରିବା ନିମନ୍ତେ ଅଯୋଗ୍ୟ କରିଥାଏ I (ଦେଖ: [[rc://en/ta/man/translate/figs-metaphor]])
25JUD18e73kβλασφημοῦσιν1say slanderous thingsନିନ୍ଦା କଥା କହନ୍ତି
26JUD18pn3jδόξας1glorious onesଏହା ଦୂତଗଣ ସଦୃଶ ଆତ୍ମିକ ପ୍ରାଣୀକୁ ବୁଝାଏ I
27JUD19rmg90General Information:ବିଲିୟାମ ଜଣେ ଭାବବାଦୀ ଥିଲେ, ଯେ କି ଜଣେ ଶତ୍ରୁ ନିମନ୍ତେ ଇଶ୍ରାୟେଲକୁ ଅଭିଶାପ ଦେବାକୁ ମନା କରିଥିଲେ, କିନ୍ତୁ ସେହି ଶତ୍ରୁମାନଙ୍କୁ ଲୋକମାନଙ୍କୁ ଆଣି ଅବିଶ୍ବାସୀମାନଙ୍କ ସହିତ ବିବାହ କରିବାକୁ ଓ ପ୍ରତିମା ପୂଜକ ହେବାକୁ ଶିକ୍ଷା ଦେଇଥିଲେ I କୋରହ ଇଶ୍ରାୟେଲର ଜଣେ ଲୋକ ଥିଲେ, ଯେ କି ମୋଶାଙ୍କ ନେତୃତ୍ବ ଓ ହାରୋଣଙ୍କ ଯାଜକ ପଦ ବିରୁଦ୍ଧରେ ବିଦ୍ରୋହ କରିଥିଲା I
28JUD19uzj1οὐκ ἐτόλμησεν ... ἐπενεγκεῖν1did not dare to bringଆପଣାକୁ ନିୟନ୍ତ୍ରଣ କରିଥିଲେ I ସେ ଆଣି ନ ଥିଲେ କିମ୍ବା “ଆଣିବାକୁ ଇଚ୍ଛା କରି ନ ଥିଲେ”
29JUD19kib4κρίσιν ... βλασφημίας1a slanderous judgmentଏକ ମନ୍ଦ କଥା କହିଥିବା ବିଚାର କିମ୍ବା “ଏକ ମନ୍ଦ ବିଚାର”
30JUD19v9fhκρίσιν ἐπενεγκεῖν βλασφημίας1bring a slanderous judgment againstମନ୍ଦ, ଅସତ୍ୟ କଥା କହନ୍ତି
31JUD110h6sqοὗτοι1these peopleଅଧାର୍ମିକ ଲୋକମାନେ
32JUD110fjm5ὅσα μὲν οὐκ οἴδασιν1whatever they do not understandଯାହାର ଅର୍ଥ ସେମାନେ ଜାଣନ୍ତି ନାହିଁ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସେମାନେ ବୁଝୁ ନ ଥିବା ସବୁ ଉତ୍ତମ ବିଷୟ “ କିମ୍ବା ) “ସେମାନେ ବୁଝୁ ନ ଥିବା ଗୌରବମୟ ବିଷୟସବୁ” ([ଯିହୂଦା ୧:୮](../01/08.md)) JUD 1 11 j3g9figs-metaphor τῇ ὁδῷ τοῦ Κάϊν ἐπορεύθησαν 1 walked in the way of Cain ଏଠାରେ “ପଥରେ ଚାଲିଅଛନ୍ତି” ଗୋଟିଏ ରୂପକ, ଯାହାର ଅର୍ଥ “ସେହିପରି ଜୀବନ ଯାପନ କରିବା I” ବିକଳ୍ପ ଅନୁବାଦ: “କୟିନ ଯେପରି ଜୀବନ ଯାପନ କରୁଥିଲେ, ସେପରି ଜୀବନ ଯାପନ କଲେ” (ଦେଖ: [[rc://en/ta/man/translate/figs-metaphor]]) JUD 1 12 s4az 0 Connecting Statement: ଅଧାର୍ମିକ ଲୋକମାନଙ୍କୁ ବର୍ଣ୍ଣନା କରିବାପାଇଁ ଯିହୂଦା ରୂପକର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ସେମାନଙ୍କ ମଧ୍ୟରେ ଥିବା ସମୟରେ ଏହି ଲୋକମାନଙ୍କୁ କିପରି ଚିହ୍ନିବାକୁ ହେବ, ସେ ବିଷୟରେ ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି I JUD 1 12 r875 οὗτοί εἰσιν οἱ 1 These are the ones “ସେମାନେ” ଶବ୍ଦ [ଯିହୂଦା ୧:୪](../01/04.md)ର “ଅଧାର୍ମିକ ଲୋକମାନଙ୍କୁ” ବୁଝାଏ I JUD 1 12 e25dfigs-metaphor σπιλάδες 1 hidden reefs ପ୍ରବାଳ ଶ୍ରେଣୀ ହେଉଛି ସମୁଦ୍ରରେ ଜଳପତ୍ତନର ଅଳ୍ପ ତଳେ ରହିଥିବା ବୃହତ୍ କାୟ ପ୍ରସ୍ତର ଅଟେ I ଯେହେତୁ ନାବିକମାନେ ସେସବୁକୁ ଦେଖିପାରନ୍ତି ନାହିଁ, ସେଗୁଡିକ ଅତି ବିପଜ୍ଜନକ ଅଟେ I ଏହି ପ୍ରସ୍ତରଗୁଡିକରେ ଧକ୍କା ପାଇଲେ ଜାହଜଗୁଡିକ ସହଜରେ ଧ୍ବଂସ ପାଇଥାଏ I (ଦେଖ: [[rc://en/ta/man/translate/figs-metaphor]]) JUD 1 12 zk57figs-metaphor δὶς ἀποθανόντα ἐκριζωθέντα 1 twice dead, torn up by the roots ମୂଳରୁ ଉତ୍ପାଟିତ ହୋଇଥିବା ବୃକ୍ଷ ମୃତ୍ୟୁର ରୂପକ ଅଟେ I (ଦେଖ: [[rc://en/ta/man/translate/figs-metaphor]]) JUD 1 12 t28pfigs-metaphor ἐκριζωθέντα 1 torn up by the roots ମୂଳରୁ ସମ୍ପୂର୍ଣ୍ଣଭାବରେ ଉତ୍ପାଟିତ ହୋଇଥିବା ବୃକ୍ଷ ସଦୃଶ, ଅଧାର୍ମିକ ଲୋକମାନେ ଜୀବନର ଉତ୍ସ ଯେ ଈଶ୍ବର, ତାହାଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି I (ଦେଖ: [[rc://en/ta/man/translate/figs-metaphor]]) JUD 1 13 e4rmfigs-metaphor κύματα ἄγρια θαλάσσης 1 violent waves in the sea ଯେପରି ପ୍ରଚଣ୍ଡ ବାୟୁରେ ସମୁଦ୍ରର ତରଙ୍ଗସବୁ ଚାଳିତ ହୁଅନ୍ତି, ସେପରି ଅଧାର୍ମିକ ଲୋକମାନେ ସହଜରେ ଅନେକ ଦିଗକୁ ଚାଳିତ ହୋଇଯାନ୍ତି I (ଦେଖ: [[rc://en/ta/man/translate/figs-metaphor]]) JUD 1 13 fgr9figs-metaphor ἐπαφρίζοντα τὰς ἑαυτῶν αἰσχύνας 1 foaming out their own shame ଯେପରି ବାୟୁ ଉତ୍ତାଳ ତରଙ୍ଗରୁ ମଇଳାଯୁକ୍ତ ଫେଣ ଉଦ୍ଗାର କରାଇଥାଏ–ସେପରି ଏହି ଲୋକମାନେ, ସେମାନଙ୍କ ଭ୍ରାନ୍ତ ଶିକ୍ଷା ଓ କର୍ମ ଦ୍ବାରା, ଆପଣାମାନଙ୍କୁ ଲଜ୍ଜା ଦିଅନ୍ତି I ବିକଳ୍ପ ଅନୁବାଦ: “ଆଉ ଯେପରି ତରଙ୍ଗସବୁ ଫେଣ ଓ ମଇଳା ଆଣନ୍ତି, ଏହି ଲୋକମାନେ ସେମାନଙ୍କ ଲଜ୍ଜା ସହିତ ଅନ୍ୟମାନଙ୍କୁ କଳୁଷିତ କରନ୍ତି” (ଦେଖ: [[rc://en/ta/man/translate/figs-metaphor]]) JUD 1 13 r6rjfigs-metaphor ἀστέρες πλανῆται 1 They are wandering stars ପ୍ରାଚୀନ କାଳରେ ଯେଉଁମାନେ ତାରାଗଣର ଅଧ୍ୟୟନ କରୁଥିଲେ, ସେମାନେ ଜାଣିବାକୁ ପାଇଥିଲେ ଯେ ତାରାଗଣ ଯେପରି ବୁଲନ୍ତି, ଆମ୍ଭେମାନେ ଯାହାକୁ ଗ୍ରହ ବୋଲି କହୁ, ସେସବୁ ବୁଲନ୍ତି ନାହିଁ I ବିକଳ୍ପ ଅନୁବାଦ: “ସେମାନେ ଭ୍ରମଣ’କାରୀ ତାରାଗଣ ସଦୃଶ” (ଦେଖ: [[rc://en/ta/man/translate/figs-metaphor]]) JUD 1 13 djm4figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଏଠାରେ “ଅନ୍ଧକାର” ରୂପକଭାବରେ ମୃତମାନଙ୍କର ସ୍ଥାନ ବା ନରକକୁ ବୁଝାଏ I ଏଠାରେ “ଘୋର ଅନ୍ଧକାର” ଗୋଟିଏ ରୂଢ଼ି, ଯାହାର ଅର୍ଥ ଅତିଶୟ ଅନ୍ଧାର I” “ରଖାଯାଇଅଛି” ଶବ୍ଦଟିକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଈଶ୍ବର ସେମାନଙ୍କୁ ଚିରକାଳ ନିମନ୍ତେ ନିରାଶ ଓ ଅନ୍ଧକାରରେ ନିକ୍ଷେପ କରିବେ” (ଦେଖ: [[rc://en/ta/man/translate/figs-metonymy]] ଓ [[rc://en/ta/man/translate/figs-idiom]] ଓ [[rc://en/ta/man/translate/figs-activepassive]]) JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯଦି ଆଦମଙ୍କୁ ପ୍ରଥମ ପୁରୁଷ ବୋଲି ଗଣନା କରାଯାଏ, ହନୋକ ସପ୍ତମ ଅଟନ୍ତି I ଯଦି ଆଦମଙ୍କ ପୁତ୍ରଙ୍କୁ ପ୍ରଥମ ବୋଲି ଗଣନା କରାଯିବ, ହନୋକ ହିସାବରେ ଷଷ୍ଠ ହେବେ I JUD 1 14 lu2y ἰδοὺ 1 Look ଶୁଣ କିମ୍ବା “ମୁଁ କହିବାକୁ ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅ”
33JUD115bl4qποιῆσαι κρίσιν κατὰ1to execute judgment onବିଚାରବାଣୀ ଶୁଣାଇବାକୁ କିମ୍ବା “ବିଚାର କରିବାକୁ”
34JUD116zs28γογγυσταί μεμψίμοιροι1grumblers, complainersଯେଉଁ ଲୋକମାନେ ବାଧ୍ୟ ହେବାକୁ ଚାହାନ୍ତି ନାହିଁ ଓ ଐଶ୍ବରିକ ଅଧିକାର ବିରୁଦ୍ଧରେ କହନ୍ତି I “ବଚସାକାରୀମାନେ” ଧୀର ସ୍ବରରେ କହିଥାନ୍ତି, କିନ୍ତୁ “ଅଭିଯୋଗକାରୀମାନେ” ପ୍ରକାଶ୍ୟରେ କହନ୍ତି I
35JUD116eaf2λαλεῖ ὑπέρογκα1loud boastersଆପଣା ଆପଣାକୁ ପ୍ରଶଂସା କରନ୍ତି, ଯେପରି ଅନ୍ୟମାନେ ଶୁଣିପାରିବେ
36JUD116j8rhθαυμάζοντες πρόσωπα1flatter othersଅନ୍ୟମାନଙ୍କୁ ମିଥ୍ୟା ପ୍ରଶଂସା କରନ୍ତି
37JUD118w1mxfigs-metaphorκατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν1will follow their own ungodly desiresଏହି ଲୋକମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନଙ୍କ ଅଭିଳାଷଗୁଡିକ ରାଜା ସଦୃଶ ସେମାନଙ୍କ ଉପରେ ରାଜତ୍ବ କରନ୍ତି I ବିକଳ୍ପ ଅନୁବାଦ: “ସେମାନେ ଚାହୁଁଥିବା ମନ୍ଦ କାର୍ଯ୍ୟସବୁ କରି ଈଶ୍ବରଙ୍କ ଅଗୌରବ କରିବା କଦାପି ତ୍ୟାଗ କରୁନାହାନ୍ତି “ (ଦେଖ: [[rc://en/ta/man/translate/figs-metaphor]])
38JUD118j5m4figs-metaphorκατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν1will follow their own ungodly desiresଅଧାର୍ମିକ ଅଭିଳାଷ ଗୁଡିକ ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡିକ ଗୋଟିଏ ପଥ ଯାହା ଜଣେ ଅବଲମ୍ବନ କରିପାରିବ I (ଦେଖ: [[rc://en/ta/man/translate/figs-metaphor]])
39JUD119r28jοὗτοί εἰσιν1It is theseଏହି ପରିହାସକମାନେ କିମ୍ବା “ଏ ସେହି ପରିହାସକମାନେ”
40JUD119ba6ufigs-metaphorψυχικοί1are worldlyଅନ୍ୟ ଅଧାର୍ମିକ ଲୋକମାନଙ୍କ ପରି ଭାବନ୍ତି, ଅବିଶ୍ବାସୀମାନେ ଗୁରୁତ୍ବ ଦେଉଥିବା ବିଷୟସବୁକୁ ଗୁରୁତ୍ବ ଦିଅନ୍ତି (ଦେଖ: [[rc://en/ta/man/translate/figs-metaphor]])
41JUD119qn4pΠνεῦμα μὴ ἔχοντες1they do not have the Spiritପବିତ୍ର ଆତ୍ମା ବିଷୟରେ କୁହାଯାଏ ଯେ ସତେ ଯେପରି ସେ କିଛି ଜିନିଷ, ଯାହାକୁ ଲୋକେ ଅଧିକାର କରିପାରିବେ I ବିକଳ୍ପ ଅନୁବାଦ: “ଆତ୍ମା ସେମାନଙ୍କ ମଧ୍ୟରେ ନାହାନ୍ତି”
42JUD120e3ga0Connecting Statement:ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନେ କିପରି ଜୀବନ ଯାପନ କରିବା ଉଚିତ ଓ ସେମାନେ କିପରି ଅନ୍ୟମାନଙ୍କୁ ବ୍ୟବହାର କରିବା ଉଚିତ I
43JUD120xm93ὑμεῖς δέ, ἀγαπητοί1But you, belovedହେ ପ୍ରିୟମାନେ. ସେମାନଙ୍କ ପରି ହୁଅ ନାହିଁ I ତା’ ପରିବର୍ତ୍ତେ
44JUD120cc68figs-metaphorἐποικοδομοῦντες ἑαυτοὺς1build yourselves upଈଶ୍ବରଙ୍କଠାରେ ଭରସା କରିବାକୁ ଅଧିକଭାବରେ ସମର୍ଥ ହେବା ଓ ତାହାଙ୍କର ବାଧ୍ୟହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ଗୃହ ନିର୍ମାଣ କରିବାର ପ୍ରକ୍ରିୟା I (ଦେଖ: [[rc://en/ta/man/translate/figs-metaphor]])
45JUD121zd2cfigs-metaphorἑαυτοὺς ἐν ἀγάπῃ Θεοῦ τηρήσατε1Keep yourselves in God's loveଈଶ୍ବରଙ୍କ ପ୍ରେମ ପାଇବାକୁ ସକ୍ଷମହୋଇ ରହିବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ନିଜକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖୁଛି I (ଦେଖ: [[rc://en/ta/man/translate/figs-metaphor]])
46JUD121s6w6προσδεχόμενοι1wait forଆଗ୍ରହର ସହିତ ଅପେକ୍ଷା କରୁଅଛୁ
47JUD121p3bwfigs-metonymyτὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον1the mercy of our Lord Jesus Christ that brings you eternal lifeଏଠାରେ “ଦୟା” ସ୍ବୟଂ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯେ କି ତାହାଙ୍କ ସହିତ ବିଶ୍ବାସୀମାନଙ୍କୁ ଅନନ୍ତକାଳ ବାସ କରିବାକୁ ଦେଇ ଆପଣା ଦୟା ଦେଖାଇବେ I (ଦେଖ: [[rc://en/ta/man/translate/figs-metonymy]])
48JUD122wbr5οὓς ... διακρινομένους1those who doubtଯୀଶୁ ଈଶ୍ବର ବୋଲି ଯେଉଁମାନେ ଏପର୍ଯ୍ୟନ୍ତ ବିଶ୍ବାସ କରନ୍ତି ନାହିଁ
49JUD123wkj9figs-metaphorἐκ πυρὸς ἁρπάζοντες1snatching them out of the fireଚିତ୍ରଟି ହେଉଛି ଯେ ସେମାନେ ଦଗ୍ଧ ହେବାକୁ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କୁ ଅଗ୍ନିରୁ ଟାଣିଆଣିବା I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ବିହୀନ ହୋଇ ମୃତ୍ୟୁଭୋଗ କରିବାଠାରୁ ସେମାନଙ୍କୁ ରକ୍ଷା କରିବାକୁ ସେମାନଙ୍କ ନିମନ୍ତେ ଯାହା ଆବଶ୍ୟକ, ତାହା କରିବା I ଏହା ସେମାନଙ୍କୁ ଟାଣିଆଣିବା ସଦୃଶ” (ଦେଖ: [[rc://en/ta/man/translate/figs-metaphor]])
50JUD123ign7οὓς ... ἐλεᾶτε ἐν φόβῳ1To others be merciful with fearଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅ, କିନ୍ତୁ ସେମାନେ ଯେ ପ୍ରକାରେ ପାପ କଲେ, ସେପରି କରିବାକୁ ଭୟଭୀତ ହୁଅ
51JUD123u4pxfigs-hyperboleμισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα1Hate even the garment stained by the fleshଯିହୂଦା ଆପଣା ପାଠକମାନଙ୍କୁ ସତର୍କ କରାଇବାପାଇଁ ଅତିରଞ୍ଜନ କରୁଛନ୍ତି ଯେ ସେମାନେ ସେହି ପାପୀମାନଙ୍କ ସଦୃଶ ହୋଇଯିବେ I ବିକଳ୍ପ ଅନୁବାଦ: “ସେମାନଙ୍କୁ ଏପରି ବ୍ୟବହାର କର ଯେ ସତେ ଯେପରି ସେମାନଙ୍କ ବସ୍ତ୍ର ସ୍ପର୍ଶ କରିବା ଦ୍ବାରା ତୁମ୍ଭେମାନେ ପାପର ଦୋଷୀ ହୋଇଯାଇପାର” (ଦେଖ: [[rc://en/ta/man/translate/figs-hyperbole]])
52JUD124r3jx0Connecting Statement:ଯିହୂଦା ଆଶୀର୍ବାଦ ସହ ଶେଷ କରୁଛନ୍ତି
53JUD124w1dcfigs-metaphorστῆσαι κατενώπιον τῆς δόξης αὐτοῦ1to cause you to stand before his glorious presenceତାହାଙ୍କ ଗୌରବ ଦିପ୍ତୀମୟ ଆଲୋକ ସଦୃଶ, ଯାହା ତାହାଙ୍କର ମହାନତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆଉ ତାହାଙ୍କ ଗୌରବକୁ ଉପଭୋଗ ଓ ଉପାସନା କରିବାକୁ ତୁମ୍ଭମାନଙ୍କୁ ଦେବେ” (ଦେଖ: [[rc://en/ta/man/translate/figs-metaphor]])
54JUD124gq9efigs-metaphorτῆς δόξης αὐτοῦ ἀμώμους ἐν1glorious presence without blemish and withଏଠାରେ ପାପ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଜଣକ ଶରୀରରେ ମଇଳା ବା ଗୋଟିଏ କଳଙ୍କ ସଦୃଶ I ବିକଳ୍ପ ଅନୁବାଦ: “ଗୌରବମୟ ଉପସ୍ଥିତି, ଯେଉଁଠାରେ ତୁମ୍ଭେମାନେ ପାପରହିତ ହେବ” (ଦେଖ: [[rc://en/ta/man/translate/figs-metaphor]])
55JUD125a3uaμόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν1to the only God our Savior through Jesus Christ our Lordଏକମାତ୍ର ଈଶ୍ବରଙ୍କୁ, ଯେ କି ଯୀଶୁଖ୍ରୀଷ୍ଟଙ୍କ କର୍ମ ସକାଶୁ ଆମ୍ଭମାନଙ୍କୁ ଉଦ୍ଧାର କଲେ I ଏହା ଗୁରୁତ୍ବ ଦେଉଛି ଯେ ପିତା ଈଶ୍ବର ଓ ପୁତ୍ର ମଧ୍ୟ ତ୍ରାଣକର୍ତ୍ତା ଅଟନ୍ତି I JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଈଶ୍ବରଙ୍କ ଗୌରବ ସର୍ବଦା ଥିଲା, ବର୍ତ୍ତମାନ ଅଛି ଓ ସର୍ବଦା ଗୌରବ, ନିରଙ୍କୁଶ ନେତୃତ୍ବ ଓ ସମସ୍ତ ବିଷୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ I