Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-30 15:29:12 +00:00
parent c1a810c069
commit 0cdedad40e
1 changed files with 10 additions and 1 deletions

View File

@ -489,4 +489,13 @@ front:intro ku3t οἱ δοκοῦντες 1 ଆପଣ [2:2](../02/02.md). ର
2:16 y3tl rc://*/ta/man/translate/figs-gendernotations ἄνθρωπος 1 ଯଦିଓ **ମନୁଷ୍ୟ** ଶବ୍ଦ ପୁରୁଷୋ ବାଚକ ଅଟେ, ପାଉଲ ଏଠାରେ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ବ୍ୟକ୍ତି” କିମ୍ବା “ମନୁଷ୍ୟ”
2:16 xhx3 rc://*/ta/man/translate/figs-activepassive οὐ δικαιοῦται ἄνθρωπος & δικαιωθῶμεν & δικαιωθήσεται 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର କୌଣସି ମନୁଷ୍ୟକୁ ନ୍ୟାୟ ଦିଅନ୍ତି ନାହିଁ… ଈଶ୍ଵର ହୁଏତ ଆମ୍ଭମାନଙ୍କୁ ନ୍ୟାୟ ପ୍ରଦାନ କରିପାରନ୍ତି… ଈଶ୍ଵର ନ୍ୟାୟ କରିବେ”
2:16 s2ys rc://*/ta/man/translate/figs-possession ἔργων νόμου -1 ପାଉଲ କେଉଁ ପ୍ରକାରର **କାର୍ଯ୍ୟ** ବିଷୟରେ ବର୍ଣ୍ଣନା କରୁଛନ୍ତି, ତାହା ବର୍ଣ୍ଣନା କରିବା ପାଇଁ ସେ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରୁଛନ୍ତି । ସେ ବିଶେଷ ଭାବରେ ମୋଶାଙ୍କ ବ୍ୟବସ୍ଥାର କାର୍ଯ୍ୟଗୁଡ଼ିକ ବିଷୟରେ କହୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଆପଣଙ୍କର ପାଠକମାନଙ୍କ ପାଇଁ ସମ୍ପର୍କକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ମୋଶାଙ୍କ ବ୍ୟବସ୍ଥାରେ ଯାହା ଆଦେଶ ଦିଆଯାଇଛି, ତାହା କରିବା… ମୋଶାଙ୍କ ବ୍ୟବସ୍ଥାରେ ଆଦେଶ ଦିଆଯାଇଥିବା କାର୍ଯ୍ୟ କରିବା… ମୋଶାଙ୍କ ବ୍ୟବସ୍ଥାରେ ଆଦେଶ ଦିଆଯାଇଥିବା କାର୍ଯ୍ୟ କରିବା”
2:16 purc rc://*/ta/man/translate/figs-abstractnouns ἔργων νόμου -1
2:16 purc rc://*/ta/man/translate/figs-abstractnouns ἔργων νόμου -1 ଯଦି ଆପଣଙ୍କର ଭାଷା **କାର୍ଯ୍ୟ** ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୁଖଗତ ବାକ୍ୟାଂଶରେ କିମ୍ବା ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହାକି ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: "ବ୍ୟବସ୍ଥା ପାଳନ କରିବା ... ବ୍ୟବସ୍ଥା ଯାହା କହେ ତାହା କରିବା ... ବ୍ୟବସ୍ଥା ପାଳନ କରିବା"
2:16 xgjs rc://*/ta/man/translate/grammar-collectivenouns νόμου & νόμου & νόμου 1 ଏଠାରେ, **ବ୍ୟବସ୍ଥା** ଏକବଚନ ବିଶେଷ୍ୟ ଯାହାକି ବ୍ୟବସ୍ଥାର ଏକ ଗୋଷ୍ଠୀକୁ ବୁଝାଏ ଯାହା ଈଶ୍ବର ମୋଶାଙ୍କୁ ନିର୍ଦ୍ଦେଶ ଦେଇ ଇସ୍ରାଏଲକୁ ଦେଇଥିଲେ । ଯଦି ଆପଣଙ୍କର ଭାଷା ସେହିଭଳି ଏକବଚନ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ରୋମୀୟ: 2:12](../rom/02/12.md) ରେ ଆପଣ **ବ୍ୟବସ୍ଥାର** ବାକ୍ୟକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବ୍ୟବସ୍ଥା… ଈଶ୍ବରଙ୍କ ବ୍ୟବସ୍ଥା… ଈଶ୍ଵରଙ୍କ ବ୍ୟବସ୍ଥା” କିମ୍ବା “ଈଶ୍ବର ମୋଶାଙ୍କୁ ଦେଇଥିବା ବ୍ୟବସ୍ଥା… ଈଶ୍ବର ମୋଶାଙ୍କୁ ଦେଇଥିବା ବ୍ୟବସ୍ଥା… ଈଶ୍ବର ମୋଶାଙ୍କୁ ଦେଇଥିବା ବ୍ୟବସ୍ଥାଗୁଡ଼ିକ”
2:16 ncnt rc://*/ta/man/translate/grammar-connect-exceptions ἐὰν μὴ 1 ଯଦି ଏହା ଆପଣଙ୍କ ଭାଷାରେ ଦେଖାଯିବ ଯେ ପାଉଲ ଏଠାରେ ଏକ ବିବୃତ୍ତି ଦେଉଛନ୍ତି ଏବଂ ତା’ପରେ ଏହାକୁ ବିରୋଧ କରୁଛନ୍ତି, ଆପଣ ଏକ ବ୍ୟତିକ୍ରମ ବାକ୍ୟାଂଶ ବ୍ୟବହାର ନକରିବାକୁ ଏହାକୁ ପୁନଃ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ବରଂ, କେବଳ”
2:16 iivr rc://*/ta/man/translate/figs-abstractnouns πίστεως -1 ଯଦି ଆପଣଙ୍କର ଭାଷା **ବିଶ୍ଵାସର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ବିଶ୍ଵାସରେ ପ୍ରକାଶ କରିପାରିବେ, କିମ୍ବା ଆପଣା ଅନ୍ୟ ଭାଷାରେ ଅର୍ଥ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ ।
2:16 q4iw rc://*/ta/man/translate/figs-exclusive ἡμεῖς & δικαιωθῶμεν 1 ଯେତେବେଳେ ପାଉଲ **ଆମ୍ଭେମାନେ** କୁହନ୍ତି ଏହା ସୂଚାଇପାରେ: (1) ଯଦି ପାଉଲ ତଥାପି ପିତରଙ୍କୁ ସମ୍ବୋଧିତ କରୁଛନ୍ତି । ଯଦି ଆପଣ ସ୍ଥିର କରନ୍ତି ଯେ ଏହି ପଦଟି [2:14](../02/14.md) ରେ ଆରମ୍ଭ ହୋଇଥିବା ଉଦ୍ଧୃତିର ଏକ ଅବିରାମ ଅଟେ, ତେବେ **ଆମ୍ଭେମାନେ** ଉଭୟ ଥର ଅନ୍ତର୍ଭୂକ୍ତ କରେ ଯେ ଏହା ଏହି ପଦରେ ଉଲ୍ଲେଖ ଅଛି, କାରଣ ପାଉଲ ତଥାପି ପିତରଙ୍କୁ ସମ୍ବୋଧିତ କରୁଛନ୍ତି ଏବଂ ଆନ୍ତିୟଖିଆରେ ପିତର ଏବଂ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିବେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ବାକ୍ୟଗୁଡ଼ିକୁ ସ୍ପଷ୍ଟ କରିବାକୁ ଆବଶ୍ୟକ କରିପାରେ । (2) ଯଦି ଆପଣ ସ୍ଥିର କରନ୍ତି ଯେ ପାଉଲ ତାଙ୍କ ବାକ୍ୟର ଉଦ୍ଧୃତି [2:14](../02/14.md) ରେ ଶେଷ କରନ୍ତି, ବହିର୍ଭୂତ ଅଟେ ।
2:16 nzcb rc://*/ta/man/translate/grammar-connect-logic-goal ἵνα 1 ଏଠାରେ **ଯେପରି** ବାକ୍ୟାଂଶ ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରେ । ପାଉଲ ଯେଉଁ ଉଦ୍ଦେଶ୍ୟ ପାଇଁ ସେ ଏବଂ ଅନ୍ୟ ଯିହୁଦୀ ବିଶ୍ଵାସୀମାନେ **ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ଵାସ କରିଥିଲେ**, ତାହା ଉପସ୍ଥାପନ କରୁଛନ୍ତି, **ଯାହା ଦ୍ବାରା** ସେମାନେ **ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ହୋଇପାରିବେ** । ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯାହା କାରଣରୁ”
2:16 gp4w rc://*/ta/man/translate/grammar-connect-logic-result ὅτι ἐξ ἔργων νόμου, οὐ δικαιωθήσεται πᾶσα σάρξ 1 ଏଠାରେ, କୈଫା ଏବଂ ଅନ୍ୟ ଯିହୁଦୀ ବିଶ୍ଵାସୀମାନେ **ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ଵାସ କରିବାର **କାରଣ** ପୁନଃ- ପରିଚିତ କରାଏ । ସେମାନେ **ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ** କାରଣ **ବ୍ୟବସ୍ଥା ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ହେବ ନାହିଁ**। **ବ୍ୟବସ୍ଥାର କାର୍ଯ୍ୟ ଦ୍ଵାରା** ଏହି ବାକ୍ୟଟି କୌଣସି ମନୁଷ୍ୟକୁ ସାମାନ୍ୟ ଭିନ୍ନ ଶବ୍ଦରେ ପୁନରାବୃତ୍ତି କରିବାକୁ ଯଥାର୍ଥ ହେବ ନାହିଁ । ଯଦି ପରିଣାମ ପରେ ଏହାର କାରଣ ପୁନଃ ପରିଚିତ କରାଇବା ଆପଣଙ୍କ ଭାଷାରେ ସ୍ଵାଭାବିକ ନୁହେଁ, ତେବେ ଆପଣ ପରିଣାମକୁ ପୁନଃ ପରିଚିତ କରାଇପାରିବେ ଏବଂ ପୁନଃ- କହିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ଵାସ କରିଥିଲୁ କାରଣ କୌଣସି ମନୁଷ୍ୟ ବ୍ୟବସ୍ଥାର କାର୍ଯ୍ୟ ଦ୍ୱାରା ଧାର୍ମିକ ହେବ ନାହିଁ”
2:16 ctbj rc://*/ta/man/translate/figs-extrainfo οὐ & ἄνθρωπος & πᾶσα σάρξ 1 ଏଠାରେ **ମନୁଷ୍ୟ** ଏବଂ **ଶରୀର** ଉଭୟ ଶବ୍ଦ ସାଧାରଣ ଲୋକମାନଙ୍କୁ ବୁଝାଏ ଏବଂ ସମସ୍ତ ଲୋକଙ୍କୁ ତଥା ଉଭୟ ଯିହୁଦୀ ଏବଂ ଅଣଯିହୂଦୀ ଲୋକଙ୍କୁ ଅନ୍ତର୍ଭୁକ୍ତ କରେ ଏବଂ ସମସ୍ତ ବୟସ ଏବଂ ଜାତିର ଲୋକମାନଙ୍କୁ ସୂଚାଏ । **କୌଣସି ମନୁଷ୍ୟ** ଏବଂ **କୌଣସି ଶରୀର** ସମସ୍ତ ଲୋକମାନଙ୍କୁ ବୁଝାଏ, ଉଭୟ ଯିହୁଦୀ ଏବଂ ଅଣଯିହୂଦୀ ଲୋକଙ୍କୁ ବାଦ ଦିଏ ନାହିଁ । ପାଉଲ ଦୁଇଟି ଭିନ୍ନ ଉପାୟରେ ସମାନ କଥା କହୁଛନ୍ତି ଯେ ବ୍ୟବସ୍ଥା ପାଳନ କରି କୌଣସି ବ୍ୟକ୍ତି, ଯିହୁଦୀ କିମ୍ବା ଅଣଯିହୂଦୀ ଧାର୍ମିକ ହୋଇପାରିବେ ନାହିଁ। ଯେହେତୁ ପାଉଲ ଏହି ପର୍ଯ୍ୟାୟରେ ଏହି ସତ୍ୟକୁ ବ୍ୟାଖ୍ୟା କରିଛନ୍ତି, ତେଣୁ ଆପଣ ଏହାର ଅର୍ଥକୁ ଏଠାରେ ଅଧିକ ବ୍ୟାଖ୍ୟା କରିବାର ଆବଶ୍ୟକତା ନାହିଁ, କିନ୍ତୁ “ମନୁଷ୍ୟ” ଏବଂ “ଶରୀର” ଶବ୍ଦର ଅନୁବାଦ କରିବା ସମୟରେ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିବାକୁ ନିଶ୍ଚିତ କରନ୍ତୁ ଯାହା ସୂଚାଏ ଯେ ଏହି ଶବ୍ଦଗୁଡ଼ିକ ସମସ୍ତ ଲୋକମାନଙ୍କୁ ସୂଚାଏ ।
2:17 gf9q rc://*/ta/man/translate/grammar-connect-words-phrases δὲ 1 ଏଠାରେ ପାଉଲ **କିନ୍ତୁ** ଶବ୍ଦ ବ୍ୟବହାର କରି ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ୱାରା ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ ବରଂ ଧାର୍ମିକତ ହେବାକୁ ପ୍ରକାଶ କରନ୍ତି । ଏଠାରେ, ପାଉଲ ବିଶ୍ଵାସ ଦ୍ୱାରା ଧାର୍ମିକ ହେବାର ଏକ ସମ୍ଭାବ୍ୟ ଆପତ୍ତିର ଆଶା କରୁଛନ୍ତି ଏବଂ ଉତ୍ତର ଦେଉଛନ୍ତି । ଶବ୍ଦ **କିନ୍ତୁ** ଏହାକୁ ପରିଚିତ କରାଏ । ଏହା କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ।
2:17 gtu7 rc://*/ta/man/translate/grammar-connect-condition-fact εἰ 1 ପାଉଲ ଏପରି କହୁଛନ୍ତି ଯେପରି ଏହା ଏକ ଉପକଳ୍ପିତ ସମ୍ଭାବନା, କିନ୍ତୁ ତାଙ୍କର ଅର୍ଥରେ ଏହା ପ୍ରକୃତରେ ସତ ଅଟେ । ଯଦି ଆପଣଙ୍କର ଭାଷା କିଛି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ବିସ୍ଷକଜ୍ ଏହିପରି ପ୍ରକାଶ କରେ ନାହିଁ, ଏବଂ ଯଦି ଆପଣଙ୍କର ପାଠକମାନେ ଭୁଲ ବୁଝିପାରନ୍ତି ଏବଂ ଭାବନ୍ତି ଯେ ପାଉଲ ଯାହା କହୁଛନ୍ତି ତାହା ନିଶ୍ଚିତ ନୁହେଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ଦୃଢ଼ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସେହିଦିନଠାରୁ ଏପର୍ଯ୍ୟନ୍ତ”

Can't render this file because it contains an unexpected character in line 71 and column 1453.