or_ulb/14-2CH.usfm

1455 lines
353 KiB
Plaintext
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

\id 2CH - Odia Old Version Revision
\ide UTF-8
\rem Copyright Information: Creative Commons Attribution- ShareAlike 4.0 License
\h ଦ୍ବିତୀୟ ବଂଶାବଳୀ
\toc1 ବଂଶାବଳୀର ଦ୍ବିତୀୟ ପୁସ୍ତକ
\toc2 ଦ୍ବିତୀୟ ବଂଶାବଳୀ
\toc3 2ch
\mt1 ବଂଶାବଳୀର ଦ୍ୱିତୀୟ ପୁସ୍ତକ
\s5
\c 1
\s ଗିବୀୟୋନ୍‍ରେ ଶଲୋମନଙ୍କ ପ୍ରାର୍ଥନା
\p
\v 1 ଏଥିଉତ୍ତାରେ ଦାଉଦଙ୍କର ପୁତ୍ର ଶଲୋମନ ଆପଣା ରାଜ୍ୟରେ ଦୃଢ଼ୀକୃତ ହେଲେ, ପୁଣି ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ହୋଇ ତାଙ୍କୁ ଅତିଶୟ ମହାନ୍ କଲେ।
\s5
\v 2 ପୁଣି ଶଲୋମନ ସମଗ୍ର ଇସ୍ରାଏଲକୁ, ସହସ୍ର ଓ ଶତପତିମାନଙ୍କୁ, ବିଚାରକର୍ତ୍ତୃଗଣକୁ ଓ ସମୁଦାୟ ଇସ୍ରାଏଲ ମଧ୍ୟରେ ପିତୃବଂଶର ପ୍ରଧାନ ପ୍ରତ୍ୟେକ ଅଧିପତିଙ୍କୁ ଆଜ୍ଞା ଦେଲେ।
\v 3 ତହୁଁ ଶଲୋମନ ଓ ତାଙ୍କ ସଙ୍ଗେ ସମଗ୍ର ସମାଜ ଗିବୀୟୋନ୍‍ସ୍ଥିତ ଉଚ୍ଚସ୍ଥଳୀକୁ ଗଲେ; କାରଣ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ପ୍ରାନ୍ତରରେ ନିର୍ମିତ ପରମେଶ୍ୱରଙ୍କ ସମାଗମ-ତମ୍ବୁ ସେଠାରେ ଥିଲା।
\v 4 ମାତ୍ର ଦାଉଦ କିରୀୟଥ୍‍-ଯିୟାରୀମ୍‍ଠାରୁ ପରମେଶ୍ୱରଙ୍କ ସିନ୍ଦୁକ ନିମନ୍ତେ ଆପଣାର ପ୍ରସ୍ତୁତ ସ୍ଥାନକୁ ତାହା ଆଣିଥିଲେ, କାରଣ ସେ ତହିଁ ନିମନ୍ତେ ଯିରୂଶାଲମରେ ଏକ ତମ୍ବୁ ସ୍ଥାପନ କରିଥିଲେ।
\v 5 ଆଉ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ଯେଉଁ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କରିଥିଲା, ତାହା ସେଠାସ୍ଥିତ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ଥିଲା; ପୁଣି ଶଲୋମନ ଓ ସମାଜ ତହିଁ ନିକଟରେ ଅନ୍ୱେଷଣ କଲେ।
\s5
\v 6 ପୁଣି, ଶଲୋମନ ସେଠାକୁ, ସମାଗମ-ତମ୍ବୁ ନିକଟସ୍ଥ ସଦାପ୍ରଭୁଙ୍କ ସମ୍ମୁଖବର୍ତ୍ତୀ ପିତ୍ତଳମୟ ଯଜ୍ଞବେଦିକୁ ଯାଇ ତହିଁ ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ।
\s ଜ୍ଞାନ ନିମନ୍ତେ ଶଲୋମନଙ୍କ ପ୍ରାର୍ଥନା
\p
\v 7 ସେହି ରାତ୍ରି ପରମେଶ୍ୱର ଶଲୋମନଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭକୁ କ’ଣ ଦେବା, ତାହା ମାଗ।
\s5
\v 8 ତହିଁରେ ଶଲୋମନ ପରମେଶ୍ୱରଙ୍କୁ କହିଲେ, “ତୁମ୍ଭେ ମୋ’ ପିତା ଦାଉଦଙ୍କ ପ୍ରତି ମହାଦୟା ପ୍ରକାଶ କରିଅଛ ଓ ତାଙ୍କର ପଦରେ ମୋତେ ରାଜା କରିଅଛ।
\v 9 ଏବେ, ହେ ସଦାପ୍ରଭୁ ପରମେଶ୍ୱର, ମୋ’ ପିତା ଦାଉଦଙ୍କ ପ୍ରତି ତୁମ୍ଭର ପ୍ରତିଜ୍ଞା ସ୍ଥିରୀକୃତ ହେଉ; କାରଣ ତୁମ୍ଭେ ପୃଥିବୀର ଧୂଳି ତୁଲ୍ୟ ବହୁସଂଖ୍ୟକ ଏକ ଗୋଷ୍ଠୀ ଉପରେ ମୋତେ ରାଜା କରିଅଛ।
\v 10 ମୁଁ ଯେପରି ଏହି ଲୋକମାନଙ୍କ ସମ୍ମୁଖରେ ବାହାରେ ଯିବାକୁ ଭିତରେ ଆସିବାକୁ ପାରିବି, ଏଥିପାଇଁ ମୋତେ ଜ୍ଞାନ ଓ ବୁଦ୍ଧି ଦିଅ; କାରଣ ଏପରି ବୃହତ୍ ତୁମ୍ଭର ଏହି ଗୋଷ୍ଠୀକି କିଏ ବିଚାର କରି ପାରିବ ?”
\v 11 ତହିଁରେ ପରମେଶ୍ୱର ଶଲୋମନଙ୍କୁ କହିଲେ, “ତୁମ୍ଭେ ଧନ, ସମ୍ପତ୍ତି, କି ସମ୍ଭ୍ରମ, କିଅବା ତୁମ୍ଭ ଘୃଣାକାରୀମାନଙ୍କ ପ୍ରାଣ, ଅଥବା ଦୀର୍ଘାୟୁ ହିଁ ମାଗି ନାହଁ; ମାତ୍ର ଆମ୍ଭେ ଆପଣାର ଯେଉଁ ଲୋକମାନଙ୍କ ଉପରେ ତୁମ୍ଭକୁ ରାଜା କରିଅଛୁ, ସେମାନଙ୍କ ବିଚାର କରିବା ନିମନ୍ତେ ଆପଣା ପାଇଁ ଜ୍ଞାନ ବୁଦ୍ଧି ମାଗିଅଛ;
\s5
\v 12 ଏଣୁ ଏହି କଥା ତୁମ୍ଭର ହୃଦ୍‍ଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା; ପୁଣି ଆମ୍ଭେ ତୁମ୍ଭକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ, ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇ ନାହିଁ, କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ।”
\s ରାଜା ଶଲୋମନଙ୍କୁ ସମ୍ପତ୍ତି ପ୍ରଦାନ
\p
\v 13 ତହୁଁ ଶଲୋମନ ଗିବୀୟୋନ୍‍ସ୍ଥିତ ଉଚ୍ଚସ୍ଥଳୀର ଯାତ୍ରାରୁ ଓ ସମାଗମ-ତମ୍ବୁ ସମ୍ମୁଖରୁ ଯିରୂଶାଲମକୁ ଆସିଲେ; ଆଉ ସେ ଇସ୍ରାଏଲ ଉପରେ ରାଜ୍ୟ କଲେ।
\s5
\v 14 ଏଉତ୍ତାରେ ଶଲୋମନ ରଥ ଓ ଅଶ୍ୱାରୋହୀମାନଙ୍କୁ ସଂଗ୍ରହ କଲେ; ତାଙ୍କର ଏକ ହଜାର ଚାରି ଶହ ରଥ ଓ ବାର ହଜାର ଅଶ୍ୱାରୋହୀ ଥିଲେ; ସେମାନଙ୍କୁ ସେ ରଥ-ନଗରମାନରେ ଓ ରାଜାଙ୍କ ନିକଟରେ ଯିରୂଶାଲମରେ ରଖିଲେ।
\v 15 ପୁଣି ରାଜା ଯିରୂଶାଲମରେ ରୂପା ଓ ସୁନାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ କାଷ୍ଠକୁ ତଳ ଭୂମିସ୍ଥ ଡିମ୍ବିରି ବୃକ୍ଷ ପରି କଲେ।
\v 16 ଆଉ ଶଲୋମନଙ୍କର ଅଶ୍ୱସବୁ ମିସରରୁ ଅଣାଗଲା; ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ।
\v 17 ଆଉ ମିସରରୁ କ୍ରୀତ ଓ ଆନୀତ ଏକ ଏକ ରଥର ମୂଲ୍ୟ ଛଅ ଶହ ଶେକଲ
\f +
\fr 1:17
\ft ପ୍ରାୟ ଛଅ କିଲୋ ଛଅ ଶହ ଗ୍ରାମ୍
\f* ରୌପ୍ୟ ମୁଦ୍ରା ଓ ଏକ ଏକ ଅଶ୍ୱର ମୂଲ୍ୟ ଏକ ଶହ ପଚାଶ ଶେକଲ
\f +
\fr 1:17
\ft ପ୍ରାୟ ଏକ କିଲୋ ସାତ ଶହ ଗ୍ରାମ୍
\f* ରୌପ୍ୟ ମୁଦ୍ରା ଥିଲା; ଏହିରୂପେ ସେମାନଙ୍କ ଦ୍ୱାରା ହିତ୍ତୀୟ ଓ ଅରାମୀୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେହିସବୁ ଅଣାଯିବାର ରୀତି ଥିଲା।
\s5
\c 2
\s ମନ୍ଦିର ନିର୍ମାଣ ନିମନ୍ତେ ବିଭିନ୍ନ ପ୍ରସ୍ତୁତି
\p
\v 1 ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଏକ ଗୃହ ଓ ଆପଣା ରାଜ୍ୟ ପାଇଁ ଏକ ଗୃହ ନିର୍ମାଣ କରିବାକୁ ମନସ୍ଥ କଲେ।
\v 2 ପୁଣି ଶଲୋମନ ଭାରବହନାର୍ଥେ ସତୁରି ହଜାର ଲୋକ ଓ ପର୍ବତରେ ଅଶୀ ହଜାର କଟାଳି ଲୋକ ଓ ସେମାନଙ୍କ କାର୍ଯ୍ୟର ତତ୍ତ୍ୱାବଧାରଣ ନିମନ୍ତେ ତିନି ହଜାର ଛଅ ଶହ ଲୋକ ନିଯୁକ୍ତ କଲେ।
\v 3 ଆଉ ଶଲୋମନ ସୋରର ରାଜା ହୂରମ୍‍ ନିକଟକୁ ଲୋକ ପଠାଇ କହିଲେ, “ଆପଣ ମୋ’ ପିତା ଦାଉଦଙ୍କ ପ୍ରତି ଯେପରି ବ୍ୟବହାର କରିଥିଲେ ଓ ତାଙ୍କ ବସତି-ଗୃହର ନିର୍ମାଣ ନିମନ୍ତେ ଏରସ କାଷ୍ଠ ପଠାଇଥିଲେ, ସେହିପରି ମୋ’ ପ୍ରତି ବ୍ୟବହାର କରନ୍ତୁ।
\s5
\v 4 ଦେଖନ୍ତୁ, ମୁଁ ସଦାପ୍ରଭୁ ମୋ’ ପରମେଶ୍ୱରଙ୍କ ନାମ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହାଙ୍କ ସମ୍ମୁଖରେ ସୁଗନ୍ଧି ଧୂପ ଜ୍ୱଳାଇବା ପାଇଁ ଓ ନିତ୍ୟ ଦର୍ଶନୀୟ ରୁଟି ପାଇଁ, ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ, ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିରୂପିତ ପର୍ବସବୁରେ ହୋମବଳି ନିମନ୍ତେ ତାହା ମୁଁ ପ୍ରତିଷ୍ଠା କରିବି। ଏହା ଇସ୍ରାଏଲ ପ୍ରତି ନିତ୍ୟ ଏକ ବିଧି ଅଟେ।
\v 5 ଆଉ ମୁଁ ଯେଉଁ ଗୃହ ନିର୍ମାଣ କରିବି, ତାହା ବୃହତ୍ ହେବ; କାରଣ ସମସ୍ତ ଦେବତାଠାରୁ ଆମ୍ଭମାନଙ୍କ ପରମେଶ୍ୱର ମହାନ୍ ଅଟନ୍ତି।
\s5
\v 6 ମାତ୍ର ତାହାଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ କିଏ ସମର୍ଥ ? ଯେହେତୁ ସ୍ୱର୍ଗ ଓ ସ୍ୱର୍ଗର ସ୍ୱର୍ଗ ହିଁ ତାହାଙ୍କୁ ଧାରଣ କରି ନ ପାରେ; ତେବେ ମୁଁ କିଏ ଯେ, ତାହାଙ୍କ ପାଇଁ ଗୃହ ନିର୍ମାଣ କରିବି ? କେବଳ ତାହାଙ୍କ ସମ୍ମୁଖରେ ଧୂପ ଜ୍ୱଳାଇବା ପାଇଁ ତାହା କରିବି।
\v 7 ଏହେତୁ ମୋ’ ପିତା ଦାଉଦଙ୍କ ଦ୍ୱାରା ନିଯୁକ୍ତ ଯେଉଁ ନିପୁଣ ଲୋକମାନେ ଯିହୁଦାରେ ଓ ଯିରୂଶାଲମରେ ମୋ’ ନିକଟରେ ଅଛନ୍ତି, ସେମାନଙ୍କ ସଙ୍ଗେ ସୁନା, ରୂପା, ପିତ୍ତଳ, ଲୁହା, ଧୂମ୍ର, ସିନ୍ଦୂର ଓ ନୀଳସୂତ୍ରର କର୍ମରେ ଓ ସର୍ବପ୍ରକାର ଖୋଦନ-କର୍ମରେ ନିପୁଣ ଏକ ଲୋକକୁ ମୋ’ ନିକଟକୁ ପଠାଉନ୍ତୁ।
\s5
\v 8 ଆହୁରି ଲିବାନୋନରୁ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ଚନ୍ଦନ କାଷ୍ଠ ମୋ’ ନିକଟକୁ ପଠାଉନ୍ତୁ; କାରଣ ମୁଁ ଜାଣେ, ଆପଣଙ୍କ ଦାସମାନେ ଲିବାନୋନରେ କାଷ୍ଠ କାଟିବାରେ ନିପୁଣ;
\v 9 ଆଉ ଦେଖନ୍ତୁ, ମୋ’ ଦାସମାନେ ମଧ୍ୟ ପ୍ରଚୁର କାଷ୍ଠ ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ଦାସମାନଙ୍କ ସଙ୍ଗେ ରହିବେ; ଯେହେତୁ ମୁଁ ଯେଉଁ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହା ଆଶ୍ଚର୍ଯ୍ୟ ଓ ବୃହତ୍ ହେବ।
\v 10 ଆଉ ଦେଖନ୍ତୁ, ମୁଁ ଆପଣଙ୍କ ଦାସ କାଠକଟାଳୀମାନଙ୍କୁ କୋଡ଼ିଏ ହଜାର ମହଣ ମଳା ଗହମ ଓ କୋଡ଼ିଏ ହଜାର ମହଣ ଯବ ଓ କୋଡ଼ିଏ ହଜାର ମହଣ ଦ୍ରାକ୍ଷାରସ ଓ କୋଡ଼ିଏ ହଜାର ମହଣ ତୈଳ ଦେବି।”
\s5
\v 11 ତହିଁରେ ସୋରର ରାଜା ହୂରମ୍‍ ଶଲୋମନଙ୍କ ନିକଟକୁ ଏହି ଉତ୍ତର ଲେଖି ପଠାଇଲା, ସଦାପ୍ରଭୁ ଆପଣା ଲୋକମାନଙ୍କୁ ପ୍ରେମ କରନ୍ତି, ଏହେତୁ ସେମାନଙ୍କ ଉପରେ ସେ ତୁମ୍ଭକୁ ରାଜା କରିଅଛନ୍ତି।
\v 12 ହୂରମ୍‍ ଆହୁରି କହିଲା, ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ସଦାପ୍ରଭୁଙ୍କ ନିମନ୍ତେ ଏକ ଗୃହ ଓ ଆପଣା ରାଜ୍ୟ ନିମନ୍ତେ ଏକ ଗୃହ ନିର୍ମାଣ କରିବା ପାଇଁ ଦାଉଦ ରାଜାଙ୍କୁ ବୁଦ୍ଧି ଓ ବିବେଚନାବିଶିଷ୍ଟ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି।
\s5
\v 13 ଏବେ ମୁଁ ମୋ’ ପିତା ହୂରମ୍‍ଙ୍କର ଏକ ଜଣ ନିପୁଣ ବୁଦ୍ଧିମାନ ଲୋକ ପଠାଇଲି,
\v 14 ସେ ଦାନ୍‍ ବଂଶୀୟା ଏକ ସ୍ତ୍ରୀର ପୁତ୍ର, ତାହାର ପିତା ସୋରୀୟ ଲୋକ ଥିଲା, ସେ ସୁନା, ରୂପା, ପିତ୍ତଳ, ଲୁହା, ପ୍ରସ୍ତର, କାଷ୍ଠ ଓ ଧୂମ, ନୀଳ, କ୍ଷୌମ ଓ ସିନ୍ଦୂରବର୍ଣ୍ଣ ସୂତ୍ରର କାର୍ଯ୍ୟରେ, ମଧ୍ୟ ସର୍ବପ୍ରକାର ଖୋଦନ କାର୍ଯ୍ୟ ଓ ସର୍ବ ପ୍ରକାର କଳ୍ପନାର କାର୍ଯ୍ୟ କରିବାକୁ ନିପୁଣ; ତାହାକୁ ଆପଣଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ଓ ଆପଣଙ୍କ ପିତା ମୋ’ ପ୍ରଭୁ ଦାଉଦଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ସ୍ଥାନ ଦିଆଯାଉ।
\s5
\v 15 ଏହେତୁ ମୋ’ ପ୍ରଭୁ ଯେଉଁ ଗହମ ଓ ଯବ, ତୈଳ ଓ ଦ୍ରାକ୍ଷାରସ ବିଷୟ କହିଅଛନ୍ତି, ତାହା ସେ ଆପଣା ଦାସମାନଙ୍କ ନିକଟକୁ ପଠାଇ ଦେଉନ୍ତୁ;
\v 16 ତହିଁରେ ଆପଣଙ୍କ ଯେତେ କାଷ୍ଠ ପ୍ରୟୋଜନ ହେବ, ତାହା ଆମ୍ଭେମାନେ ଲିବାନୋନରୁ କାଟିବୁ; ଆଉ ଆମ୍ଭେମାନେ ଭେଳା ବାନ୍ଧି ସମୁଦ୍ର ପଥରେ ଯାଫୋରେ ଆପଣଙ୍କ ନିକଟରେ ପହଞ୍ଚାଇ ଦେବୁ; ତହୁଁ ଆପଣ ତାହା ଯିରୂଶାଲମକୁ ନେଇ ଯିବେ।
\v 17 ଏଥିଉତ୍ତାରେ ଶଲୋମନ ଆପଣା ପିତା ଦାଉଦଙ୍କର କୃତ ଗଣନା ଉତ୍ତାରେ ଇସ୍ରାଏଲ ଦେଶରେ ପ୍ରବାସକାରୀ ବିଦେଶୀ ସମସ୍ତଙ୍କୁ ଗଣନା କଲେ; ତହିଁରେ ଏକ ଲକ୍ଷ ତେପନ ହଜାର ଛଅ ଶହ ଲୋକ ମିଳିଲେ।
\v 18 ତହୁଁ ସେ ସେମାନଙ୍କ ମଧ୍ୟରୁ ଭାର ବହିବା ପାଇଁ ସତୁରି ହଜାର ଲୋକ ଓ ପର୍ବତରେ ଅଶୀ ହଜାର କଟାଳି ଲୋକ ଓ ଲୋକମାନଙ୍କୁ କାର୍ଯ୍ୟ କରାଇବା ପାଇଁ ତିନି ହଜାର ଛଅ ଶହ କାର୍ଯ୍ୟଶାସକଙ୍କୁ ନିଯୁକ୍ତ କଲେ।
\s5
\c 3
\s ମନ୍ଦିର ନିର୍ମାଣ ଆରମ୍ଭ
\p
\v 1 ଏଥିଉତ୍ତାରେ ଶଲୋମନ ଯିରୂଶାଲମସ୍ଥ ମୋରୀୟା ପର୍ବତରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ କରିବାକୁ ଆରମ୍ଭ କଲେ, ସେହି ସ୍ଥାନରେ ସଦାପ୍ରଭୁ ତାଙ୍କର ପିତା ଦାଉଦଙ୍କୁ ଦର୍ଶନ ଦେଇଥିଲେ, ଦାଉଦ ଯିବୂଷୀୟ ଅରଣନ ଖଳାରେ ଯେଉଁ ସ୍ଥାନ ନିରୂପଣ କରିଥିଲେ, ସେହିଠାରେ ସେ ତାହା ପ୍ରସ୍ତୁତ କଲେ।
\v 2 ପୁଣି ସେ ଆପଣା ରାଜତ୍ଵର ଚତୁର୍ଥ ବର୍ଷର ଦ୍ୱିତୀୟ ମାସର ଦ୍ୱିତୀୟ ଦିନରେ ନିର୍ମାଣ କରିବାକୁ ଆରମ୍ଭ କଲେ।
\v 3 ଶଲୋମନ ପରମେଶ୍ୱରଙ୍କ ଗୃହ ନିର୍ମାଣ ନିମନ୍ତେ ଯେଉଁ ମୂଳଦୁଆ ସ୍ଥାପନ କଲେ, ତାହା ଏହି ହସ୍ତର ପ୍ରାଚୀନ ପରିମାଣାନୁସାରେ ଦୈର୍ଘ୍ୟ ଷାଠିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଥିଲା।
\s5
\v 4 ପୁଣି ଗୃହର ସମ୍ମୁଖସ୍ଥ ବାରଣ୍ଡାର ଦୈର୍ଘ୍ୟ ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଓ ଉଚ୍ଚତା ଶହେ କୋଡ଼ିଏ ହାତ ଥିଲା; ଆଉ ସେ ତହିଁର ଭିତର ଭାଗ ଶୁଦ୍ଧ ସୁବର୍ଣ୍ଣରେ ମଡ଼ାଇଲେ।
\v 5 ପୁଣି ସେ ଉତ୍ତମ ସ୍ୱର୍ଣ୍ଣମଣ୍ଡିତ ଦେବଦାରୁ କାଷ୍ଠରେ ବୃହତ୍ ଗୃହ ଆଚ୍ଛାଦନ କଲେ ଓ ତହିଁ ଉପରେ ଖର୍ଜ୍ଜୁର ବୃକ୍ଷ ଓ ଜଞ୍ଜିରର ଆକୃତି କଲେ।
\s5
\v 6 ପୁଣି ସେ ଶୋଭା ନିମନ୍ତେ ଗୃହକୁ ବହୁମୂଲ୍ୟ ପ୍ରସ୍ତରରେ ଭୂଷିତ କଲେ; ସେହି ସ୍ୱର୍ଣ୍ଣ ପର୍ବୟିମ ଦେଶର ସ୍ୱର୍ଣ୍ଣ ଥିଲା।
\v 7 ମଧ୍ୟ ଗୃହ, କଡ଼ି, ଚଉକାଠ ଓ ତହିଁର କାନ୍ଥ ଓ ତହିଁର କବାଟସବୁ ସେ ସୁବର୍ଣ୍ଣରେ ମଡ଼ାଇଲେ; ଆଉ କାନ୍ଥରେ କିରୂବାକୃତି ଖୋଦାଇଲେ।
\s5
\v 8 ପୁଣି ସେ ମହାପବିତ୍ର ଗୃହ ନିର୍ମାଣ କଲେ; ତହିଁର ଦୈର୍ଘ୍ୟ ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଓ ତହିଁର ପ୍ରସ୍ଥ କୋଡ଼ିଏ ହାତ ଥିଲା; ଆଉ ସେ ଛଅ ଶହ ତାଳନ୍ତ ଉତ୍ତମ ସୁବର୍ଣ୍ଣରେ ତାହା ମଡ଼ାଇଲେ।
\v 9 ଆଉ କଣ୍ଟାର ପରିମାଣ ପଚାଶ ଶେକଲ ସ୍ୱର୍ଣ୍ଣ ଥିଲା, ପୁଣି ସେ ଉପର କୋଠରିମାନ ସୁବର୍ଣ୍ଣରେ ମଡ଼ାଇଲେ।
\s5
\v 10 ଆଉ ସେ ମହାପବିତ୍ର ଗୃହରେ ପିତୁଳା କର୍ମର ଦୁଇ କିରୂବ ନିର୍ମାଣ କଲେ ଓ ସେମାନେ ତାହା ସୁବର୍ଣ୍ଣରେ ମଡ଼ାଇଲେ।
\v 11 ଏହି କିରୂବମାନଙ୍କର ପକ୍ଷ କୋଡ଼ିଏ ହାତ ଦୀର୍ଘ ଥିଲା; ଏକ କିରୂବର ପକ୍ଷ ପାଞ୍ଚ ହାତ ଥାଇ ଗୃହର କାନ୍ଥକୁ ସ୍ପର୍ଶ କଲା ଓ ଅନ୍ୟ ପକ୍ଷ ସେହିପରି ପାଞ୍ଚ ହାତ ଥାଇ ଅନ୍ୟ କିରୂବର ପକ୍ଷକୁ ସ୍ପର୍ଶ କଲା।
\v 12 ଅନ୍ୟ କିରୂବର ପକ୍ଷ ପାଞ୍ଚ ହାତ ଥାଇ ଗୃହର କାନ୍ଥକୁ ସ୍ପର୍ଶ କଲା ଓ ଅନ୍ୟ ପକ୍ଷ ମଧ୍ୟ ପାଞ୍ଚ ହାତ ଥାଇ ଅନ୍ୟ କିରୂବର ପକ୍ଷକୁ ଲାଗିଲା।
\s5
\v 13 ଏହି କିରୂବମାନଙ୍କର ପକ୍ଷ କୋଡ଼ିଏ ହାତ ବିସ୍ତାରିତ ଥିଲା; ସେମାନେ ଚରଣରେ ଠିଆ ହେଲେ ଓ ସେମାନଙ୍କର ମୁଖ ଗୃହ ଆଡ଼କୁ ଥିଲା।
\v 14 ପୁଣି ସେ ନୀଳ ଓ ଧୂମ୍ର ଓ ସିନ୍ଦୂରବର୍ଣ୍ଣ ଓ କ୍ଷୌମସୂତ୍ରର ବିଚ୍ଛେଦବସ୍ତ୍ର ପ୍ରସ୍ତୁତ କରି ତହିଁ ଉପରେ କିରୂବଗଣର ଆକୃତି କଲେ।
\v 15 ଆହୁରି ସେ ଗୃହ ସମ୍ମୁଖରେ ପଞ୍ଚତିରିଶ ହାତ ଉଚ୍ଚ ଦୁଇ ସ୍ତମ୍ଭ ନିର୍ମାଣ କଲେ ଓ ସେହି ପ୍ରତ୍ୟେକର ଉପରିସ୍ଥ ମୁଣ୍ଡାଳି ପାଞ୍ଚ ହାତ ଥିଲା।
\v 16 ଆଉ ସେ ଗର୍ଭଗାରରେ ଜଞ୍ଜିର ନିର୍ମାଣ କରି ସେହି ସ୍ତମ୍ଭ ଉପରେ ରଖିଲେ ଓ ଏକ ଶହ ଡାଳିମ୍ବ ଆକୃତି କରି ସେହି ଜଞ୍ଜିର ଉପରେ ରଖିଲେ।
\v 17 ଆଉ ସେ ମନ୍ଦିର ସମ୍ମୁଖରେ ସେହି ଦୁଇ ସ୍ତମ୍ଭକୁ ଦକ୍ଷିଣ ପାର୍ଶ୍ଵରେ ଏକ ଓ ବାମ ପାର୍ଶ୍ଵରେ ଏକ କରି ସ୍ଥାପନ କଲେ; ଆଉ ଦକ୍ଷିଣ ପାର୍ଶ୍ଵସ୍ଥ ସ୍ତମ୍ଭର ନାମ ଯାଖୀନ୍‍ ଓ ବାମ ପାର୍ଶ୍ଵସ୍ଥ ସ୍ତମ୍ଭର ନାମ ବୋୟସ୍‍ ରଖିଲେ।
\s5
\c 4
\s ମନ୍ଦିରର ଉପକରଣ
\p
\v 1 ଆହୁରି ସେ ଏକ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କଲେ, ତହିଁର ଦୈର୍ଘ୍ୟ କୋଡ଼ିଏ ହାତ ଓ ତହିଁର ପ୍ରସ୍ଥ କୋଡ଼ିଏ ହାତ ଓ ତହିଁର ଉଚ୍ଚତା ଦଶ ହାତ।
\v 2 ମଧ୍ୟ ସେ ଛାଞ୍ଚରେ ଢଳା ଗୋଲାକାର ସମୁଦ୍ରରୂପ ପାତ୍ର ନିର୍ମାଣ କଲେ, ତାହା ଫନ୍ଦଠାରୁ ଫନ୍ଦ ପର୍ଯ୍ୟନ୍ତ ଦଶ ହାତ ଓ ତହିଁର ଉଚ୍ଚତା ପାଞ୍ଚ ହାତ; ଆଉ ତହିଁର ପରିଧି ତିରିଶ ହାତ ଥିଲା।
\v 3 ତହିଁ ତଳେ ବଳଦମାନର ଆକୃତି ଥିଲା, ସେମାନେ ତହିଁର ଚତୁର୍ଦ୍ଦିଗ ଘେରିଲେ, ଦଶ ହାତ ଲେଖାଏଁ ଥାଇ ସମୁଦ୍ରରୂପ ପାତ୍ର ବେଷ୍ଟନ କଲେ। ସେହି ବଳଦମାନ ଦୁଇ ଧାଡ଼ିରେ ଥିଲେ, ସମୁଦ୍ରରୂପ ପାତ୍ର ଢଳାଯିବା ସମୟରେ ତାହାସବୁ ଢଳା ଯାଇଥିଲେ।
\s5
\v 4 ସେହି ପାତ୍ର ବାର ଗୋରୁ ଉପରେ ସ୍ଥାପିତ ଥିଲା, ତିନିର ମୁଖ ଉତ୍ତରକୁ ଓ ତିନିର ମୁଖ ପଶ୍ଚିମକୁ ଓ ତିନିର ମୁଖ ଦକ୍ଷିଣକୁ ଓ ତିନିର ମୁଖ ପୂର୍ବକୁ ଥିଲା; ପୁଣି ସମୁଦ୍ରରୂପ ପାତ୍ର ସେମାନଙ୍କ ଉପରେ ଅବସ୍ଥାପିତ ଓ ସେମାନଙ୍କ ପଶ୍ଚାଦ୍‍ଭାଗସବୁ ଭିତରକୁ ଥିଲା।
\v 5 ସେହି ପାତ୍ର ଚାରି ଅଙ୍ଗୁଳି ମୋଟ; ତହିଁର ଫନ୍ଦ ତାଟିଆର ଫନ୍ଦ ପରି ନିର୍ମିତ; କଇଁଫୁଲ ତୁଲ୍ୟ ଥିଲା; ତାହା ତିନି ହଜାର ମହଣ ଧରିଲା।
\v 6 ଆହୁରି ସେ ଦଶ ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ ଓ ପ୍ରକ୍ଷାଳନାର୍ଥେ ପାଞ୍ଚୋଟି ଦକ୍ଷିଣ ଭାଗରେ ଓ ପାଞ୍ଚୋଟି ବାମ ଭାଗରେ ରଖିଲେ; ସେମାନେ ହୋମବଳି ସମ୍ବନ୍ଧୀୟ ସାମଗ୍ରୀ ସେସବୁରେ ପ୍ରକ୍ଷାଳନ କଲେ; ମାତ୍ର ସମୁଦ୍ରରୂପ ପାତ୍ର ଯାଜକମାନଙ୍କର ସ୍ନାନାର୍ଥେ ଥିଲା।
\s5
\v 7 ଆଉ ସେ ଦୀପବୃକ୍ଷ ବିଷୟକ ବିଧାନାନୁସାରେ ଦଶ ସୁବର୍ଣ୍ଣମୟ ଦୀପବୃକ୍ଷ ନିର୍ମାଣ କଲେ; ଆଉ ପାଞ୍ଚୋଟି ଦକ୍ଷିଣ ଭାଗରେ ଓ ପାଞ୍ଚୋଟି ବାମ ଭାଗରେ ମନ୍ଦିରରେ ସ୍ଥାପନ କଲେ।
\v 8 ଆହୁରି ସେ ଦଶ ମେଜ ନିର୍ମାଣ କରି ମନ୍ଦିରର ଦକ୍ଷିଣ ଭାଗରେ ପାଞ୍ଚୋଟି ଓ ବାମ ଭାଗରେ ପାଞ୍ଚୋଟି ରଖିଲେ। ପୁଣି, ସେ ଏକ ଶତ ସୁବର୍ଣ୍ଣ କୁଣ୍ଡ ନିର୍ମାଣ କଲେ।
\s5
\v 9 ଆହୁରି ସେ ଯାଜକମାନଙ୍କର ପ୍ରାଙ୍ଗଣ ଓ ବୃହତ୍ ପ୍ରାଙ୍ଗଣ ଓ ପ୍ରାଙ୍ଗଣ-ଦ୍ୱାର ନିର୍ମାଣ କଲେ, ଆଉ ତହିଁର କବାଟସବୁ ପିତ୍ତଳରେ ମଡ଼ାଇଲେ।
\v 10 ପୁଣି ସେ ପୂର୍ବଦିଗସ୍ଥ ଗୃହର ଡାହାଣ ପାଖରେ ଦକ୍ଷିଣ ଆଡ଼କୁ ସମୁଦ୍ରରୂପ ପାତ୍ର ସ୍ଥାପନ କଲେ।
\s5
\v 11 ଆଉ ହୂରମ୍‍ ପାତ୍ର ଓ କୋଦାଳ ଓ କୁଣ୍ଡସବୁ ନିର୍ମାଣ କଲା। ଏହିରୂପେ ହୂରମ୍‍ ପରମେଶ୍ୱରଙ୍କ ଗୃହରେ ଶଲୋମନ ରାଜାଙ୍କ ନିମନ୍ତେ ଆପଣା କରିବା କାର୍ଯ୍ୟ ସମାପ୍ତ କଲା।
\v 12 ଅର୍ଥାତ୍‍, ଦୁଇ ସ୍ତମ୍ଭ ଓ ସେହି ସ୍ତମ୍ଭ ଉପରିସ୍ଥ ଗୋଲାକାର ଓ ଦୁଇ ମୁଣ୍ଡାଳି ଓ ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ଦୁଇ ଜାଲିକର୍ମ
\v 13 ଓ ସେହି ଦୁଇ ଜାଲିକର୍ମ ନିମନ୍ତେ ଚାରି ଶହ ଡାଳିମ୍ବ; ଅର୍ଥାତ୍‍, ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ପ୍ରତ୍ୟେକ ଜାଲିକର୍ମ ପାଇଁ ଦୁଇ ଦୁଇ ଧାଡ଼ି ଡାଳିମ୍ବ କଲା।
\s5
\v 14 ଆହୁରି ସେ ବୈଠିକିମାନ ନିର୍ମାଣ କଲା ଓ ସେ ବୈଠିକି ଉପରିସ୍ଥ ପ୍ରକ୍ଷାଳନ ପାତ୍ର ନିର୍ମାଣ କଲା;
\v 15 ଏକ ସମୁଦ୍ରରୂପ ପାତ୍ର ଓ ତହିଁ ତଳସ୍ଥ ବାର ଗୋରୁ
\v 16 ମଧ୍ୟ ତାହାର ପିତା ହୂରମ୍‍ ଶଲୋମନ ରାଜାଙ୍କ ନିମନ୍ତେ ସଦାପ୍ରଭୁଙ୍କ ଗୃହ ପାଇଁ ଉଜ୍ଜ୍ୱଳ ପିତ୍ତଳରେ ହାଣ୍ଡି ଓ କୋଦାଳ ଓ ତ୍ରିଶୂଳ ଓ ତହିଁର ସକଳ ପାତ୍ର ନିର୍ମାଣ କଲା।
\s5
\v 17 ରାଜା ଯର୍ଦ୍ଦନ-ପଦାରେ ସୁକ୍‍କୋତ ଓ ସରେଦା ମଧ୍ୟସ୍ଥିତ ଚିକ୍‍କଣ ଭୂମିରେ ତାହାସବୁ ଢଳାଇଲେ।
\v 18 ଏହି ପ୍ରକାରେ ଶଲୋମନ ଅତି ବହୁଳ ରୂପେ ଏହିସବୁ ପାତ୍ର ନିର୍ମାଣ କଲେ; ପିତ୍ତଳର ପରିମାଣ ଜଣାଯାଇ ପାରିଲା ନାହିଁ।
\s5
\v 19 ପୁଣି ଶଲୋମନ ପରମେଶ୍ୱରଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ, ମଧ୍ୟ ସ୍ୱର୍ଣ୍ଣମୟ ଯଜ୍ଞବେଦି ଓ ଦର୍ଶନୀୟ ରୁଟି ରଖିବାର ମେଜ;
\v 20 ଆଉ ବିଧିମତେ ଗର୍ଭାଗାର ସମ୍ମୁଖରେ ଜ୍ୱଳାଇବା ନିମନ୍ତେ ନିର୍ମଳ ସ୍ୱର୍ଣ୍ଣମୟ ଦୀପବୃକ୍ଷ ଓ ତହିଁର ପ୍ରଦୀପସକଳ
\v 21 ଓ ସ୍ୱର୍ଣ୍ଣମୟ ପୁଷ୍ପ, ପ୍ରଦୀପ ଓ ଚିମୁଟାସବୁ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କଲେ;
\v 22 ଆଉ କତୁରୀ ଓ କୁଣ୍ଡ ଓ ଚାମଚ ଓ ଅଙ୍ଗାରଧାନୀଗୁଡିକ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ; ପୁଣି ଗୃହର ପ୍ରବେଶାର୍ଥକ ମହାପବିତ୍ର ସ୍ଥାନର ଭିତର ଦ୍ୱାର ଓ ଗୃହର, ଅର୍ଥାତ୍‍, ମନ୍ଦିରର ଦ୍ୱାରସବୁ ସୁବର୍ଣ୍ଣର ଥିଲା।
\s5
\c 5
\p
\v 1 ଏହିରୂପେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଶଲୋମନଙ୍କର କୃତ ସମସ୍ତ କାର୍ଯ୍ୟ ସମାପ୍ତ ହେଲା। ପୁଣି ଶଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରୀକୃତ ଦ୍ରବ୍ୟସବୁ, ଅର୍ଥାତ୍‍, ରୂପା, ସୁନା ଓ ସମସ୍ତ ସାମଗ୍ରୀ ଭିତରକୁ ଆଣି ପରମେଶ୍ୱରଙ୍କ ଗୃହର ଭଣ୍ଡାରରେ ରଖିଲେ।
\s ନିୟମ-ସିନ୍ଦୁକ ମନ୍ଦିରକୁ ଆନୀତ
\p
\s5
\v 2 ତହୁଁ ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଓ ବଂଶୀୟ ପ୍ରଧାନ ସମସ୍ତଙ୍କୁ, ଇସ୍ରାଏଲ ସନ୍ତାନଗଣର ପିତୃବଂଶାଧିପତିମାନଙ୍କୁ ଯିରୂଶାଲମରେ ଏକତ୍ର କଲେ।
\v 3 ତହିଁରେ ସପ୍ତମ ମାସର ପର୍ବ ସମୟରେ ସମସ୍ତ ଇସ୍ରାଏଲ ଲୋକ ରାଜାଙ୍କ ନିକଟରେ ଏକତ୍ର ହେଲେ।
\s5
\v 4 ପୁଣି ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହୁଅନ୍ତେ, ଲେବୀୟମାନେ ସିନ୍ଦୁକ ଉଠାଇଲେ।
\v 5 ପୁଣି ସେମାନେ ସିନ୍ଦୁକ ଓ ସମାଗମ-ତମ୍ବୁ ଓ ତମ୍ବୁସ୍ଥିତ ସମସ୍ତ ପବିତ୍ର ପାତ୍ର ଆଣିଲେ; ଲେବୀୟ ଯାଜକମାନେ ତାହାସବୁ ଆଣିଲେ।
\v 6 ଆଉ ଶଲୋମନ ରାଜା ଓ ତାଙ୍କ ନିକଟରେ ଏକତ୍ରିତ ଇସ୍ରାଏଲର ସମଗ୍ର ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ଥାଇ ଏତେ ପରିମାଣରେ ମେଷ ଓ ଗୋରୁ ବଳିଦାନ କଲେ, ଯେ ତାହାସବୁ ଅସଂଖ୍ୟ ଓ ଅଗଣ୍ୟ ଥିଲା।
\s5
\v 7 ତହୁଁ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତହିଁର ସ୍ଥାନକୁ, ଅର୍ଥାତ୍‍, ଗୃହର ଗର୍ଭାଗାର, ମହାପବିତ୍ର ସ୍ଥାନ, କିରୂବଦ୍ୱୟର ପକ୍ଷ ତଳକୁ ଆଣିଲେ।
\v 8 ସେହି କିରୂବମାନେ ସିନ୍ଦୁକ-ସ୍ଥାନ ଉପରେ ପକ୍ଷ ବିସ୍ତାର କରିଥିଲେ ଓ କିରୂବମାନେ ଉର୍ଦ୍ଧ୍ୱରୁ ସିନ୍ଦୁକ ଓ ତହିଁର ସାଙ୍ଗୀ ଆଚ୍ଛାଦନ କଲେ।
\s5
\v 9 ପୁଣି ସେହି ସାଙ୍ଗୀ ଏତେ ଲମ୍ବ ଥିଲା ଯେ, ତହିଁର ଅଗ୍ରଭାଗ ଗର୍ଭାଗାର ସମ୍ମୁଖରେ ସିନ୍ଦୁକଠାରୁ ଦେଖାଗଲା; ମାତ୍ର ବାହାରକୁ ଦେଖାଗଲା ନାହିଁ; ଆଜି ପର୍ଯ୍ୟନ୍ତ ତାହା ସେହି ସ୍ଥାନରେ ଅଛି।
\v 10 ଇସ୍ରାଏଲ ସନ୍ତାନଗଣ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କରିବା ସମୟରେ ମୋଶା ହୋରେବ ନିକଟରେ ଯେଉଁ ଦୁଇ ପ୍ରସ୍ତର-ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତାହା ବ୍ୟତୀତ ତହିଁରେ ଆଉ କିଛି ନ ଥିଲା।
\s5
\v 11 ଉପସ୍ଥିତ ଯାଜକ ସମସ୍ତେ ଆପଣାମାନଙ୍କୁ ପବିତ୍ର କରିଥିଲେ ଓ ଆପଣା ଆପଣା ପାଳିର କର୍ମ କରୁ ନ ଥିଲେ।
\v 12 ମଧ୍ୟ ଲେବୀୟ ଗାୟକ ସମସ୍ତେ, ଅର୍ଥାତ୍‍, ଆସଫ, ହେମନ, ଯିଦୂଥୂନ୍‍ ଓ ସେମାନଙ୍କ ପୁତ୍ର ଓ ଭାତ୍ରୁଗଣ କ୍ଷୌମବସ୍ତ୍ର ପିନ୍ଧି କରତାଳ ଓ ନେବଲ ଓ ବୀଣା ଧରି ଯଜ୍ଞବେଦିର ପୂର୍ବ ଦିଗରେ ଠିଆ ହୋଇଥିଲେ ଓ ସେମାନଙ୍କ ସଙ୍ଗେ ତୂରୀବାଦକ ଏକ ଶହ କୋଡ଼ିଏ ଜଣ ଯାଜକ ଥିଲେ; ତହୁଁ ଯାଜକମାନେ ପବିତ୍ର ସ୍ଥାନରୁ ବାହାର ହୋଇ ଆସନ୍ତେ,
\v 13 ସେହି ତୂରୀବାଦକ ଓ ଗାୟକ ସମସ୍ତେ ଏକସ୍ୱରରେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ କରିବାକୁ ଏକ ହୁଅନ୍ତେ, ପୁଣି ସଦାପ୍ରଭୁ ମଙ୍ଗଳମୟ, କାରଣ ତାହାଙ୍କର କରୁଣା ସଦାକାଳସ୍ଥାୟୀ, ଏହା ବୋଲି ସେମାନେ ତୂରୀ ଓ କରତାଳ ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚୈଃସ୍ୱରରେ ତାହାଙ୍କର ପ୍ରଶଂସାଧ୍ୱନି କରନ୍ତେ, ସେହି ଗୃହ, ଅର୍ଥାତ୍‍, ସଦାପ୍ରଭୁଙ୍କ ଗୃହ ଏକ ମେଘରେ ଏରୂପ ପରିପୂର୍ଣ୍ଣ ହେଲା
\v 14 ଯେ, ଯାଜକମାନେ ସେହି ମେଘ ସକାଶୁ ପରିଚର୍ଯ୍ୟା କରିବାକୁ ଠିଆ ହୋଇ ପାରିଲେ ନାହିଁ; କାରଣ ସଦାପ୍ରଭୁଙ୍କ ପ୍ରତାପ ପରମେଶ୍ୱରଙ୍କ ଗୃହକୁ ପରିପୂର୍ଣ୍ଣ କଲା।
\s5
\c 6
\s ସମାଜକୁ ଶଲୋମନଙ୍କ ଆଶୀର୍ବାଦ
\p
\v 1 ତହୁଁ ଶଲୋମନ କହିଲେ, ସଦାପ୍ରଭୁ ନିବିଡ଼ ମେଘରେ ବାସ କରିବେ ବୋଲି କହିଅଛନ୍ତି।
\v 2 ମାତ୍ର ମୁଁ ତୁମ୍ଭ ପାଇଁ ଏକ ବାସଗୃହ ଓ ତୁମ୍ଭର ସଦାକାଳ ବାସ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିଅଛି।
\v 3 ତହୁଁ ରାଜା ମୁଖ ଫେରାଇ ଇସ୍ରାଏଲର ସମଗ୍ର ସମାଜକୁ ଆଶୀର୍ବାଦ କଲେ; ପୁଣି ଇସ୍ରାଏଲର ସମଗ୍ର ସମାଜ ଠିଆ ହେଲେ।
\s5
\v 4 ଆଉ ସେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ସେ ଆପଣା ମୁଖରେ ମୋ’ ପିତା ଦାଉଦଙ୍କୁ ଏହି କଥା କହିଥିଲେ ଓ ଆପଣା ହସ୍ତରେ ତାହା ସଫଳ କରିଅଛନ୍ତି, ଯଥା,
\v 5 ଆମ୍ଭେ ଆପଣା ଲୋକମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ଦିନଠାରୁ ଆମ୍ଭ ନାମ ସ୍ଥାପନାର୍ଥେ ଗୃହ ନିର୍ମାଣ କରିବା ପାଇଁ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ କୌଣସି ନଗର ମନୋନୀତ କରି ନାହୁଁ; କିଅବା ଆମ୍ଭ ଲୋକ ଇସ୍ରାଏଲର ଅଗ୍ରଣୀ ହେବା ପାଇଁ କୌଣସି ଲୋକ ମନୋନୀତ କରି ନାହୁଁ;
\v 6 ମାତ୍ର ଆମ୍ଭେ ଆପଣା ନାମ ସ୍ଥାପନାର୍ଥେ ଯିରୂଶାଲମକୁ ମନୋନୀତ କରିଅଛୁ ଓ ଆମ୍ଭ ଲୋକ ଇସ୍ରାଏଲର ଅଧ୍ୟକ୍ଷ ହେବା ପାଇଁ ଦାଉଦଙ୍କୁ ମନୋନୀତ କରିଅଛୁ।
\s5
\v 7 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବାକୁ ମୋ’ ପିତା ଦାଉଦଙ୍କର ମନସ୍ଥ ଥିଲା।
\v 8 ମାତ୍ର ସଦାପ୍ରଭୁ ମୋ’ ପିତା ଦାଉଦଙ୍କୁ କହିଲେ, ଆମ୍ଭ ନାମ ଉଦ୍ଦେଶ୍ୟରେ ଏକ ଗୃହ ନିର୍ମାଣ କରିବାକୁ ତୁମ୍ଭର ମନସ୍ଥ ଅଛି, ତୁମ୍ଭର ଏହି ମନସ୍ଥ କରିବା ଉତ୍ତମ;
\v 9 ତଥାପି ତୁମ୍ଭେ ସେହି ଗୃହ ନିର୍ମାଣ କରିବ ନାହିଁ; ମାତ୍ର ତୁମ୍ଭ ଔରସଜାତ ତୁମ୍ଭ ପୁତ୍ର ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ।
\s5
\v 10 ପୁଣି ସଦାପ୍ରଭୁ ଆପଣାର ଉକ୍ତ ଏହି କଥା ସଫଳ କରିଅଛନ୍ତି; କାରଣ ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ମୁଁ ଆପଣା ପିତା ଦାଉଦଙ୍କ ପଦରେ ଉତ୍ପନ୍ନ ଓ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ସେହି ଗୃହ ନିର୍ମାଣ କଲେ।
\v 11 ଆଉ ମୁଁ ତହିଁରେ ଇସ୍ରାଏଲ ସନ୍ତାନଗଣ ସହିତ ସଦାପ୍ରଭୁଙ୍କ କୃତ ନିୟମର ଆଧାର-ସିନ୍ଦୁକ ସ୍ଥାପନ କରିଅଛି।”
\s ଶଲୋମନଙ୍କ ମନ୍ଦିର ଉତ୍ସର୍ଗର ପ୍ରାର୍ଥନା
\p
\s5
\v 12 ଏଥିଉତ୍ତାରେ ସେ ଇସ୍ରାଏଲର ସମସ୍ତ ସମାଜ ସାକ୍ଷାତରେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଆପଣା ହସ୍ତ ବିସ୍ତାର କରି ଠିଆ ହେଲେ;
\v 13 କାରଣ ଶଲୋମନ ପାଞ୍ଚ ହାତ ଦୀର୍ଘ ଓ ପାଞ୍ଚ ହାତ ପ୍ରସ୍ଥ ଓ ତିନି ହାତ ଉଚ୍ଚ ଏକ ପିତ୍ତଳମୟ ମଞ୍ଚ ନିର୍ମାଣ କରି ପ୍ରାଙ୍ଗଣର ମଧ୍ୟସ୍ଥଳରେ ରଖିଥିଲେ; ଆଉ ସେ ତହିଁ ଉପରେ ଠିଆ ହୋଇ ସମସ୍ତ ଇସ୍ରାଏଲର ସମାଜ ସମ୍ମୁଖରେ ଆଣ୍ଠୁ ପାତି ସ୍ୱର୍ଗ ଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ,
\s5
\v 14 “ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ସ୍ୱର୍ଗରେ କିଅବା ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ; ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତଃକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ;
\v 15 ତୁମ୍ଭେ ଆପଣା ଦାସ ମୋ’ ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲ, ତାହା ପାଳନ କରିଅଛ; ହଁ, ତୁମ୍ଭେ ଆପଣା ମୁଖରେ କହିଥିଲ, ପୁଣି ଆଜି ଆପଣା ହସ୍ତରେ ତାହା ସଫଳ କରିଅଛ।
\s5
\v 16 ତୁମ୍ଭେ ମୋ’ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ତୁମ୍ଭେ ଆମ୍ଭ ସମ୍ମୁଖରେ ଯେପରି ଗମନାଗମନ କରିଅଛ, ସେହିପରି ତୁମ୍ଭ ସନ୍ତାନମାନେ ଯେବେ ଆମ୍ଭ ବ୍ୟବସ୍ଥାନୁସାରେ ଗମନାଗମନ କରିବାକୁ ଆପଣା ଆପଣା ପଥରେ କେବଳ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ଆମ୍ଭ ଦୃଷ୍ଟିରେ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ; ଏହେତୁ ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣାର ସେହି ପ୍ରତିଜ୍ଞା ସଫଳ କର।
\v 17 ଏହେତୁ ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭ ଦାସ ଦାଉଦଙ୍କ ପ୍ରତି ଉକ୍ତ ତୁମ୍ଭର ବାକ୍ୟ ଦୃଢ଼ ହେଉ।
\s5
\v 18 ମାତ୍ର ପରମେଶ୍ୱର କ’ଣ ପୃଥିବୀରେ ମନୁଷ୍ୟମାନଙ୍କ ସଙ୍ଗରେ ନିତାନ୍ତ ବାସ କରିବେ ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର (ଉପରିସ୍ଥ) ସ୍ୱର୍ଗ ତୁମ୍ଭଙ୍କୁ ଧାରଣ କରି ନ ପାରେ; ତେବେ ଆମ୍ଭ ନିର୍ମିତ ଏହି ଗୃହ କ’ଣ ପାରିବ ?
\v 19 ତଥାପି ହେ ସଦାପ୍ରଭୁ, ମୋର ପରମେଶ୍ୱର, ତୁମ୍ଭ ଦାସ ତୁମ୍ଭ ସମ୍ମୁଖରେ ଯେଉଁ କାକୂକ୍ତି ଓ ପ୍ରାର୍ଥନା ନିବେଦନ କରୁଅଛି, ତାହା ଶୁଣିବା ପାଇଁ ତୁମ୍ଭେ ଆପଣା ଦାସର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର;
\v 20 ତୁମ୍ଭେ ଯେଉଁ ସ୍ଥାନରେ ଆପଣା ନାମ ସ୍ଥାପନ କରିବ ବୋଲି କହିଅଛ, ସେହି ସ୍ଥାନ, ଅର୍ଥାତ୍‍, ଏହି ଗୃହ ପ୍ରତି ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ; ଏହି ସ୍ଥାନ ଅଭିମୁଖରେ ତୁମ୍ଭର ଦାସ ଯାହା ପ୍ରାର୍ଥନା କରିବ, ତାହା ଶୁଣ।
\s5
\v 21 ପୁଣି ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଓ ତୁମ୍ଭ ଲୋକ ଇସ୍ରାଏଲ ପ୍ରାର୍ଥନା କଲେ, ତୁମ୍ଭେ ସେମାନଙ୍କ ବିନତିରେ ମନୋଯୋଗ କର; ହଁ, ତୁମ୍ଭେ ଆପଣା ନିବାସ-ସ୍ଥାନ ସ୍ୱର୍ଗରୁ ତାହା ଶୁଣ ଓ ଶୁଣି କ୍ଷମା କର।
\s5
\v 22 କେହି ଆପଣା ପ୍ରତିବାସୀ ବିରୁଦ୍ଧରେ ପାପ କଲେ, ଯେବେ ତାହାକୁ ଶପଥ କରାଇବା ପାଇଁ ଶପଥ ନିରୂପିତ ହୁଏ ଓ ସେ ଆସି ଏହି ଗୃହସ୍ଥିତ ତୁମ୍ଭ ଯଜ୍ଞବେଦି ସମ୍ମୁଖରେ ଶପଥ କରେ;
\v 23 ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣି ନିଷ୍ପତ୍ତି କର ଓ ଆପଣା ଦାସମାନଙ୍କର ବିଚାର କରି ଦୋଷୀର କର୍ମଫଳ ତାହାର ନିଜ ମସ୍ତକରେ ବର୍ତ୍ତାଇବା ପାଇଁ ଦୋଷୀକୁ ପ୍ରତିଫଳ ଦିଅ; ପୁଣି ଧାର୍ମିକକୁ ତାହାର ଧାର୍ମିକତା ପ୍ରମାଣେ ଫଳ ଦେବା ପାଇଁ ଧାର୍ମିକ କର।
\s5
\v 24 ପୁଣି ତୁମ୍ଭ ଲୋକ ଇସ୍ରାଏଲ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଶତ୍ରୁ ସମ୍ମୁଖରେ ପରାସ୍ତ ହେଲେ ଯେବେ ପୁନର୍ବାର ଫେରି ତୁମ୍ଭ ନାମ ସ୍ୱୀକାର କରନ୍ତି ଓ ଏହି ଗୃହରେ ତୁମ୍ଭ ନିକଟରେ ପ୍ରାର୍ଥନା ଓ ବିନତି କରନ୍ତି;
\v 25 ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ ଓ ଆପଣା ଲୋକ ଇସ୍ରାଏଲର ପାପ କ୍ଷମା କର, ପୁଣି ସେମାନଙ୍କୁ ଓ ସେମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ, ସେଠାକୁ ପୁନର୍ବାର ସେମାନଙ୍କୁ ଆଣ।
\s5
\v 26 ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଯେବେ ଆକାଶ ରୁଦ୍ଧ ହୋଇ ବୃଷ୍ଟି ନ ହୁଏ, ତେବେ ତୁମ୍ଭେ ସେମାନଙ୍କୁ କ୍ଳେଶ ଦେବା ବେଳେ, ଯେବେ ସେମାନେ ଏହି ସ୍ଥାନ ଅଭିମୁଖରେ ପ୍ରାର୍ଥନା କରନ୍ତି ଓ ତୁମ୍ଭ ନାମ ସ୍ୱୀକାର କରି ଆପଣା ଆପଣା ପାପରୁ ଫେରନ୍ତି;
\v 27 ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ସେମାନଙ୍କର ଗନ୍ତବ୍ୟ ସତ୍‍ପଥ ବିଷୟରେ ଶିକ୍ଷା ଦେଇ ଆପଣା ଦାସମାନଙ୍କର ଓ ଆପଣା ଲୋକ ଇସ୍ରାଏଲର ପାପ କ୍ଷମା କର; ପୁଣି ତୁମ୍ଭ ଲୋକମାନଙ୍କ ଅଧିକାରାର୍ଥେ ଦତ୍ତ ତୁମ୍ଭ ଦେଶ ଉପରେ ବୃଷ୍ଟି କର।
\s5
\v 28 ଯଦି ଦେଶରେ ଦୁର୍ଭିକ୍ଷ ହୁଏ, କିମ୍ବା ମହାମାରୀ ହୁଏ, ଶସ୍ୟର ଶୋଷ କି ମ୍ଳାନି, କିଅବା ପଙ୍ଗପାଳ ବା କୀଟ ହୁଏ; କିମ୍ବା ଯଦି ସେମାନଙ୍କ ଶତ୍ରୁଗଣ ସେମାନଙ୍କ ଦେଶସ୍ଥ ନଗର ସମୂହରେ ସେମାନଙ୍କୁ ଅବରୋଧ କରନ୍ତି; କୌଣସି ମାରୀ କି କୌଣସି ରୋଗ ଘଟେ;
\v 29 ତେବେ ଆପଣା ଆପଣା ପୀଡ଼ା ଓ ଦୁଃଖ ଜାଣି କୌଣସି ଲୋକ କିଅବା ତୁମ୍ଭର ସମଗ୍ର ଇସ୍ରାଏଲ ଲୋକ ଏହି ଗୃହ ଆଡ଼େ ହସ୍ତ ବିସ୍ତାର କରି କୌଣସି ପ୍ରାର୍ଥନା କି ବିନତି କଲେ,
\v 30 ତୁମ୍ଭେ ଆପଣା ନିବାସ-ସ୍ଥାନ ସ୍ୱର୍ଗରୁ ତାହା ଶ୍ରବଣ କରି କ୍ଷମା କର, ଆଉ ପ୍ରତ୍ୟେକ ମନୁଷ୍ୟର ଅନ୍ତଃକରଣ ଜାଣି ତାହାର ସକଳ ଗତି ଅନୁସାରେ ପ୍ରତିଫଳ ଦିଅ, କାରଣ ତୁମ୍ଭେ, କେବଳ ତୁମ୍ଭେ ହିଁ ମନୁଷ୍ୟ-ସନ୍ତାନଗଣର ଅନ୍ତଃକରଣ ଜାଣୁଅଛ।
\v 31 ତାହାହେଲେ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ, ତହିଁରେ ସେମାନଙ୍କ ବସତିର ସମସ୍ତ ଦିନ ତୁମ୍ଭ ପଥରେ ଚାଲିବା ପାଇଁ ସେମାନେ ତୁମ୍ଭଙ୍କୁ ଭୟ କରିବେ।
\s5
\v 32 ଆହୁରି ଯେ ତୁମ୍ଭ ଇସ୍ରାଏଲ ଲୋକର ମଧ୍ୟବର୍ତ୍ତୀ ନୁହେଁ, ଏପରି କୌଣସି ବିଦେଶୀ ଯେବେ ତୁମ୍ଭର ମହାନାମ ଓ ତୁମ୍ଭର ବଳବାନ ହସ୍ତ ଓ ତୁମ୍ଭର ବିସ୍ତୀର୍ଣ୍ଣ ବାହୁ ସକାଶୁ ଦୂର ଦେଶରୁ ଆସେ ଓ ଆସି ଏହି ଗୃହ ଆଡ଼େ ପ୍ରାର୍ଥନା କରେ;
\v 33 ତେବେ ତୁମ୍ଭେ ଆପଣା ନିବାସ-ସ୍ଥାନ ସ୍ୱର୍ଗରୁ ତାହା ଶୁଣ ଓ ସେ ବିଦେଶୀ ତୁମ୍ଭ ନିକଟରେ ଯାହା ଯାହା ପ୍ରାର୍ଥନା କରେ, ତଦନୁସାରେ ତାହା ପ୍ରତି କର; ତହିଁରେ ତୁମ୍ଭ ଇସ୍ରାଏଲ ଲୋକ ତୁଲ୍ୟ ତୁମ୍ଭଙ୍କୁ ଭୟ କରିବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତୁମ୍ଭ ନାମ ଜ୍ଞାତ ହେବେ ଓ ଆମ୍ଭ ନିର୍ମିତ ଏହି ଗୃହ ତୁମ୍ଭ ନାମରେ ଖ୍ୟାତ ବୋଲି ଜାଣିବେ।
\s5
\v 34 ତୁମ୍ଭେ ଆପଣା ଲୋକମାନଙ୍କୁ ଯେକୌଣସି ଆଡ଼େ ପଠାଇଲେ, ଯେବେ ସେମାନେ ଆପଣା ଶତ୍ରୁଗଣ ସଙ୍ଗେ ଯୁଦ୍ଧ କରିବାକୁ ବାହାରେ ଯାଇ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋ’ ନିର୍ମିତ ଏହି ଗୃହ ଆଡ଼େ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି,
\v 35 ତେବେ ତୁମ୍ଭେ ସ୍ୱର୍ଗରୁ ସେମାନଙ୍କର ପ୍ରାର୍ଥନା ଓ ବିନତି ଶୁଣି ସେମାନଙ୍କର ବିଚାର ନିଷ୍ପତ୍ତି କର।
\s5
\v 36 ଯେବେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି (କାରଣ ଏପରି କୌଣସି ମନୁଷ୍ୟ ନାହିଁ ଯେ ପାପ କରେ ନାହିଁ), ଆଉ ତୁମ୍ଭେ ସେମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ସେମାନଙ୍କୁ ଶତ୍ରୁର ହସ୍ତରେ ସମର୍ପଣ କଲେ, ଯେବେ ସେମାନେ ସେମାନଙ୍କୁ ବନ୍ଦୀ କରି ଦୂରସ୍ଥ କିମ୍ବା ନିକଟସ୍ଥ ଦେଶକୁ ନେଇଯା’ନ୍ତି;
\v 37 ତଥାପି ସେମାନେ ଯେଉଁ ଦେଶକୁ ବନ୍ଦୀ ରୂପେ ନୀତ ହୁଅନ୍ତି, ସେହି ସ୍ଥାନରେ ଯେବେ ସେମାନେ ମନେ ମନେ ବିବେଚନା କରି ପୁନର୍ବାର ଫେରନ୍ତି ଓ ଆପଣାମାନଙ୍କ ବନ୍ଦୀତ୍ୱ ଦେଶରେ ତୁମ୍ଭ ନିକଟରେ ବିନତି କରି କହନ୍ତି, ଆମ୍ଭେମାନେ ପାପ କରିଅଛୁ ଓ ବିପଥଗାମୀ ଓ ଦୁଷ୍ଟପଣ କରିଅଛୁ;
\v 38 ଶତ୍ରୁଗଣ ସେମାନଙ୍କୁ ଯେଉଁ ଦେଶକୁ ବନ୍ଦୀ କରି ନେଇ ଯାଇଅଛନ୍ତି, ଆପଣାମାନଙ୍କର ସେହି ବନ୍ଦୀତ୍ୱ ଦେଶରେ ଥାଇ ଯେବେ ସେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତୁମ୍ଭ ପ୍ରତି ଫେରନ୍ତି, ପୁଣି ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ, ଆପଣାମାନଙ୍କର ସେହି ଦେଶ ଆଡ଼େ, ପୁଣି ତୁମ୍ଭ ମନୋନୀତ ନଗର ଓ ତୁମ୍ଭ ନାମ ନିମନ୍ତେ ଆମ୍ଭର ନିର୍ମିତ ଗୃହ ଆଡ଼େ ମୁଖ କରି ପ୍ରାର୍ଥନା କରନ୍ତି;
\v 39 ତେବେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରୁ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣ ଓ ସେମାନଙ୍କର ବିଚାର ନିଷ୍ପତ୍ତି କର; ଆଉ ତୁମ୍ଭ ବିରୁଦ୍ଧରେ ପାପକାରୀ ଆପଣା ଲୋକମାନଙ୍କୁ କ୍ଷମା କର।
\v 40 ଏବେ, ହେ ମୋହର ପରମେଶ୍ୱର, ମୁଁ ବିନୟ କରୁଅଛି, ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରାଯାଏ, ତହିଁ ପ୍ରତି ତୁମ୍ଭର ଚକ୍ଷୁ ମୁକ୍ତ ଓ ତୁମ୍ଭର କର୍ଣ୍ଣ ନିବିଷ୍ଟ ଥାଉ।
\v 41 ଏଣୁ ଏବେ, ହେ ସଦାପ୍ରଭୁ, ପରମେଶ୍ୱର, ଉଠ, ତୁମ୍ଭେ ଓ ତୁମ୍ଭର ଶକ୍ତିରୂପ ସିନ୍ଦୁକ ଆପଣା ବିଶ୍ରାମ ସ୍ଥାନକୁ ଗମନ କର; ହେ ସଦାପ୍ରଭୁ, ପରମେଶ୍ୱର, ତୁମ୍ଭର ଯାଜକମାନେ ପରିତ୍ରାଣରୂପ ବସ୍ତ୍ର ପରିଧାନ କରନ୍ତୁ ଓ ତୁମ୍ଭର ସାଧୁମାନେ ମଙ୍ଗଳରେ ଆନନ୍ଦ କରନ୍ତୁ।
\v 42 ହେ ସଦାପ୍ରଭୁ, ପରମେଶ୍ୱର, ଆପଣା ଅଭିଷିକ୍ତର ମୁଖ ଫେରାଇ ନ ଦିଅ; ଆପଣା ଦାସ ଦାଉଦଙ୍କ ପ୍ରତି ଦୟାସବୁ ସ୍ମରଣ କର।”
\s5
\c 7
\s ସ୍ୱର୍ଗୀୟ ଅଗ୍ନି
\p
\v 1 ଶଲୋମନ ପ୍ରାର୍ଥନା କରିବାର ସମାପ୍ତ କରନ୍ତେ, ଆକାଶରୁ ଅଗ୍ନି ଓହ୍ଲାଇ ଆସି ହୋମ ଓ ବଳିଦାନ ସବୁକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା।
\v 2 ଏଣୁ ଯାଜକମାନେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରି ପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା।
\v 3 ଆଉ ଅଗ୍ନି ଓହ୍ଲାଇବା ବେଳେ ଓ ଗୃହ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କରିବା ବେଳେ ସମଗ୍ର ଇସ୍ରାଏଲ ସନ୍ତାନ ତାହା ଦେଖିଲେ ଓ ସେମାନେ ଚଟାଣ ଉପରେ ଭୂମିରେ ମୁହଁମାଡ଼ି ପଡ଼ି ପ୍ରଣାମ କଲେ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କରି କହିଲେ, “ସେ ମଙ୍ଗଳମୟ, ତାହାଙ୍କର କରୁଣା ସଦାକାଳସ୍ଥାୟୀ।”
\s ମନ୍ଦିର ଉତ୍ସର୍ଗୀକରଣ
\p
\s5
\v 4 ତହୁଁ ରାଜା ଓ ସମଗ୍ର ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ବଳି ଉତ୍ସର୍ଗ କଲେ।
\v 5 ପୁଣି ଶଲୋମନ ରାଜା ବାଇଶ ହଜାର ଗୋରୁ ଓ ଏକ ଲକ୍ଷ କୋଡ଼ିଏ ହଜାର ମେଷ ବଳିଦାନ କଲେ। ଏହିରୂପେ ରାଜା ଓ ସମସ୍ତ ଲୋକ ପରମେଶ୍ୱରଙ୍କ ଗୃହ ପ୍ରତିଷ୍ଠା କଲେ।
\v 6 ଆଉ ଯାଜକମାନେ ଆପଣା ଆପଣା ପଦ ଅନୁସାରେ ଠିଆ ହେଲେ; ଦାଉଦ ଲେବୀୟମାନଙ୍କ ପରିଚର୍ଯ୍ୟାକ୍ରମେ ପ୍ରଶଂସାଗାନ କରିବା ସମୟରେ, ସଦାପ୍ରଭୁଙ୍କ କରୁଣା ସଦାକାଳସ୍ଥାୟୀ ବୋଲି ତାହାଙ୍କର ଧନ୍ୟବାଦ କରିବା ପାଇଁ ଦାଉଦ ରାଜା ଯେଉଁସବୁ ବାଦ୍ୟଯନ୍ତ୍ର ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କର ସେହିସବୁ ବାଦ୍ୟଯନ୍ତ୍ର ଘେନି ଲେବୀୟମାନେ ମଧ୍ୟ ଠିଆ ହେଲେ; ପୁଣି ଯାଜକମାନେ ସେମାନଙ୍କ ସମ୍ମୁଖରେ ତୂରୀ ବଜାଇଲେ; ଆଉ ସମଗ୍ର ଇସ୍ରାଏଲ ଠିଆ ହେଲେ।
\s5
\v 7 ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହ ସମ୍ମୁଖସ୍ଥିତ ପ୍ରାଙ୍ଗଣର ମଧ୍ୟଦେଶ ପବିତ୍ର କଲେ; କାରଣ ସେ ସେଠାରେ ହୋମବଳି ଓ ମଙ୍ଗଳାର୍ଥକ ବଳିର ମେଦ ଉତ୍ସର୍ଗ କଲେ; ଯେହେତୁ ଶଲୋମନ ନିର୍ମିତ ପିତ୍ତଳମୟ ଯଜ୍ଞବେଦି, ହୋମବଳି ଓ ଭକ୍ଷ୍ୟ-ନୈବେଦ୍ୟ ଓ ମେଦକୁ ଧରି ପାରିଲା ନାହିଁ।
\s5
\v 8 ଏହିରୂପେ ସେସମୟରେ ଶଲୋମନ ଓ ତାଙ୍କ ସଙ୍ଗେ ହମାତ୍‍ର ପ୍ରବେଶ-ସ୍ଥାନଠାରୁ ମିସରର ନଦୀ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲର ମହାସମାଜ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ କଲେ।
\v 9 ପୁଣି ଅଷ୍ଟମ ଦିନରେ ସେମାନେ ମହାସଭା କଲେ; କାରଣ ସେମାନେ ସାତ ଦିନ ଯଜ୍ଞବେଦିର ପ୍ରତିଷ୍ଠା ଓ ସାତ ଦିନ ଉତ୍ସବ କଲେ।
\v 10 ଆଉ ସେ ସପ୍ତମ ମାସର ତେଇଶ ଦିନରେ ଲୋକମାନଙ୍କୁ ସେମାନଙ୍କ ତମ୍ବୁକୁ ବିଦାୟ କଲେ; ସଦାପ୍ରଭୁ ଦାଉଦଙ୍କ ପ୍ରତି ଓ ଶଲୋମନଙ୍କ ପ୍ରତି ଓ ଆପଣା ଲୋକ ଇସ୍ରାଏଲ ପ୍ରତି ଯେଉଁ ମଙ୍ଗଳ ଦେଖାଇଥିଲେ, ତହିଁ ସକାଶୁ ସେମାନେ ଆନନ୍ଦିତ ଓ ହୃଷ୍ଟଚିତ୍ତ ହେଲେ।
\s ଈଶ୍ୱରଙ୍କ ପ୍ରତିଜ୍ଞା
\p
\s5
\v 11 ଏହିରୂପେ ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ସମାପ୍ତ କଲେ; ପୁଣି ସଦାପ୍ରଭୁଙ୍କ ଗୃହରେ ଓ ଆପଣା ଗୃହରେ ଯାହା ଯାହା କରିବା ପାଇଁ ଶଲୋମନଙ୍କର ମନକୁ ଆସିଲା, ତାହାସବୁ ସେ କୁଶଳରେ ସାଧନ କଲେ।
\v 12 ଏଥିଉତ୍ତାରେ ସଦାପ୍ରଭୁ ଶଲୋମନଙ୍କୁ ରାତ୍ରିରେ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଏହି ସ୍ଥାନକୁ ବଳିଦାନର ଗୃହ ରୂପେ ଆପଣା ପାଇଁ ମନୋନୀତ କଲୁ।
\s5
\v 13 ଆମ୍ଭେ ବୃଷ୍ଟି ନୋହିବା ପାଇଁ ଆକାଶ ରୁଦ୍ଧ କଲେ, କିଅବା ଦେଶ ବିନାଶ କରିବା ପାଇଁ ପଙ୍ଗପାଳମାନଙ୍କୁ ଆଜ୍ଞା ଦେଲେ, ଅଥବା ଆମ୍ଭେ ଆପଣା ଲୋକମାନଙ୍କ ମଧ୍ୟକୁ ମହାମାରୀ ପଠାଇଲେ,
\v 14 ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା।
\v 15 ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରାଯାଏ, ତହିଁ ପ୍ରତି ଆମ୍ଭର ଚକ୍ଷୁ ମୁକ୍ତ ଓ ଆମ୍ଭର କର୍ଣ୍ଣ ନିବିଷ୍ଟ ଥିବ।
\s5
\v 16 କାରଣ ଏହି ଗୃହରେ ଆମ୍ଭର ନାମ ଅନନ୍ତ କାଳ ରହିବା ପାଇଁ ଆମ୍ଭେ ତାହା ମନୋନୀତ ଓ ପବିତ୍ର କଲୁ; ଆଉ, ଏହି ସ୍ଥାନ ପ୍ରତି ଆମ୍ଭର ଚକ୍ଷୁ ଓ ଆମ୍ଭର ଚିତ୍ତ ନିରନ୍ତର ଥିବ।
\v 17 ପୁଣି ତୁମ୍ଭ ପିତା ଦାଉଦ ଯେପରି ଚାଲିଲେ, ସେପରି ଯେବେ ତୁମ୍ଭେ ଆମ୍ଭ ସମ୍ମୁଖରେ ଚାଲିବ ଓ ଆମ୍ଭେ ତୁମ୍ଭକୁ ଯେସବୁ ଆଜ୍ଞା ଦେଇଅଛୁ, ତଦନୁସାରେ କରିବ, ପୁଣି ଆମ୍ଭର ବିଧି ଓ ଶାସନସବୁ ପାଳନ କରିବ;
\v 18 ତେବେ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ କରିବା ପାଇଁ ତୁମ୍ଭ ସମ୍ବନ୍ଧୀୟ ଲୋକର ଅଭାବ ନୋହିବ ବୋଲି ଯେଉଁ ନିୟମ ଆମ୍ଭେ ତୁମ୍ଭ ପିତା ଦାଉଦ ସଙ୍ଗେ କରିଅଛୁ, ତଦନୁସାରେ ଆମ୍ଭେ ତୁମ୍ଭର ରାଜସିଂହାସନ ସ୍ଥିର କରିବା।
\s5
\v 19 ମାତ୍ର ଯେବେ ତୁମ୍ଭେମାନେ ବିମୁଖ ହେବ ଓ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭର ସ୍ଥାପିତ ବିଧି ଓ ଆଜ୍ଞାସବୁ ପରିତ୍ୟାଗ କରିବ, ପୁଣି ଯାଇ ଅନ୍ୟ ଦେବଗଣକୁ ସେବା ଓ ପ୍ରଣାମ କରିବ;
\v 20 ତେବେ ଆମ୍ଭେ ସେମାନଙ୍କୁ ଦତ୍ତ ଆମ୍ଭ ଦେଶରୁ ସମୂଳେ ଉତ୍ପାଟନ କରିବା; ପୁଣି ଆମ୍ଭ ନାମ ନିମନ୍ତେ ଏହି ଯେଉଁ ଗୃହକୁ ଆମ୍ଭେ ପବିତ୍ର କରିଅଛୁ, ତାହା ଆମ୍ଭ ଦୃଷ୍ଟିରୁ ଦୂର କରିବା ଓ ସକଳ ଗୋଷ୍ଠୀ ମଧ୍ୟରେ ଗଳ୍ପ ଓ ଉପହାସର ବିଷୟ କରିବା।
\v 21 ଆଉ, ଏହି ଯେ ଗୃହ ଏଡ଼େ ଉଚ୍ଚ ହୋଇଅଛି, ତହିଁ ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ ପଚାରିବେ, ଏହି ଦେଶ ଓ ଗୃହ ପ୍ରତି ସଦାପ୍ରଭୁ କାହିଁକି ଏପରି କଲେ ?
\v 22 ତହିଁରେ ଲୋକେ ଉତ୍ତର କରି କହିବେ, “ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ଯେଉଁ ପରମେଶ୍ୱର ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ତାହାଙ୍କୁ ସେମାନେ ପରିତ୍ୟାଗ କରି ଅନ୍ୟ ଦେବଗଣକୁ ଅବଲମ୍ବନ କଲେ ଓ ସେମାନଙ୍କୁ ପ୍ରଣାମ କରି ସେବା କଲେ; ଏହେତୁ ସେ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ବର୍ତ୍ତାଇ ଅଛନ୍ତି।”
\s5
\c 8
\s ଶଲୋମନଙ୍କ କୃତୀତ୍ୱ
\p
\v 1 ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ଆପଣା ଗୃହ କୋଡ଼ିଏ ବର୍ଷ ମଧ୍ୟରେ ନିର୍ମାଣ କଲେ।
\v 2 ତହିଁ ଉତ୍ତାରେ ହୂରମ୍‍ ଶଲୋମନଙ୍କୁ ଯେଉଁ ଯେଉଁ ଦେଇଥିଲା, ସେସବୁ ଶଲୋମନ ନିର୍ମାଣ କରି ତହିଁରେ ଇସ୍ରାଏଲ ସନ୍ତାନଗଣକୁ ବାସ କରାଇଲେ।
\s5
\v 3 ଏଥିଉତ୍ତାରେ ଶଲୋମନ ହମାତ୍‍-ସୋବାକୁ ଯାଇ ତାହା ପରାସ୍ତ କଲେ।
\v 4 ପୁଣି ସେ ପ୍ରାନ୍ତରରେ ତଦ୍‍ମୋର ନଗର ଓ ହମାତ୍ତରେ ଭଣ୍ଡାର-ନଗରସବୁ ନିର୍ମାଣ କଲେ।
\s5
\v 5 ଆହୁରି ସେ ଉପରିସ୍ଥ ବେଥ୍-ହୋରଣ ଓ ନୀଚସ୍ଥ ବେଥ୍-ହୋରଣ, ପ୍ରାଚୀରବେଷ୍ଟିତ ଏହି ଦୁଇ ନଗର, ପ୍ରାଚୀର, ଦ୍ୱାର ଓ ଅର୍ଗଳ ସମେତ ନିର୍ମାଣ କଲେ;
\v 6 ଆଉ ବାଲତ୍‍ ଓ ଶଲୋମନଙ୍କର ସମସ୍ତ ଭଣ୍ଡାର ନଗର ଓ ଆପଣାର ରଥମାନଙ୍କ ନିମନ୍ତେ ସମସ୍ତ ନଗର ଓ ଆପଣାର ଅଶ୍ୱାରୂଢ଼ମାନଙ୍କ ନିମନ୍ତେ ସମସ୍ତ ନଗର, ପୁଣି ଯିରୂଶାଲମରେ ଓ ଲିବାନୋନରେ ଓ ଆପଣା ଅଧିକୃତ ଦେଶର ସର୍ବତ୍ର ଆପଣାର ସନ୍ତୋଷାର୍ଥେ ଯାହା ଯାହା ନିର୍ମାଣ କରିବାକୁ ଶଲୋମନ ଇଚ୍ଛା କଲେ, ତାହାସବୁ ସେ ନିର୍ମାଣ କଲେ।
\s5
\v 7 ଯେଉଁମାନେ ଇସ୍ରାଏଲ ସନ୍ତାନ ନୁହନ୍ତି, ଏପରି ଯେସବୁ ହିତ୍ତୀୟ ଓ ଇମୋରୀୟ ଓ ପରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ଲୋକ ଅବଶିଷ୍ଟ ରହିଥିଲେ,
\v 8 ସେମାନଙ୍କ ଉତ୍ତାରେ ଦେଶରେ ଅବଶିଷ୍ଟ ସେମାନଙ୍କର ଯେଉଁ ସନ୍ତାନଗଣକୁ ଇସ୍ରାଏଲ ସନ୍ତାନଗଣ ବିନାଶ କରି ନ ଥିଲେ, ସେମାନଙ୍କ ମଧ୍ୟରୁ ଆଜିଯାଏ ବେଠିକର୍ମ କରିବା ପାଇଁ ଶଲୋମନ ଦାସ ସଂଗ୍ରହ କଲେ।
\s5
\v 9 ମାତ୍ର ଶଲୋମନ ଆପଣା କର୍ମ ପାଇଁ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ କାହାକୁ ଦାସ କଲେ ନାହିଁ; ସେମାନେ ଯୋଦ୍ଧା ଓ ପ୍ରଧାନ ସେନାପତି, ପୁଣି ତାଙ୍କର ରଥ ଓ ଅଶ୍ୱାରୋହୀମାନଙ୍କର ଅଧ୍ୟକ୍ଷ ହୋଇଥିଲେ।
\v 10 ଆଉ ଏମାନଙ୍କ ମଧ୍ୟରୁ ଦୁଇ ଶହ ପଚାଶ ଜଣ ଶଲୋମନ ରାଜାଙ୍କର ପ୍ରଧାନ ଅଧ୍ୟକ୍ଷ ଥିଲେ, ଏମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ।
\s5
\v 11 ଏଉତ୍ତାରେ ଶଲୋମନ ଫାରୋର କନ୍ୟା ନିମନ୍ତେ ଯେଉଁ ଗୃହ ନିର୍ମାଣ କରିଥିଲେ, ସେହି ଗୃହକୁ ଦାଉଦ ନଗରରୁ ତାହାକୁ ଆଣିଲେ; କାରଣ ସେ କହିଲେ, ଆମ୍ଭର ଭାର୍ଯ୍ୟା ଇସ୍ରାଏଲର ରାଜା ଦାଉଦଙ୍କର ଗୃହରେ ବାସ କରିବ ନାହିଁ, ଯେହେତୁ ଯେଉଁ ଯେଉଁ ସ୍ଥାନକୁ ସଦାପ୍ରଭୁଙ୍କ ସିନ୍ଦୁକ ଆସିଅଛି, ସେସବୁ ସ୍ଥାନ ପବିତ୍ର।
\s5
\v 12 ତହୁଁ ଶଲୋମନ ବାରଣ୍ଡା ସମ୍ମୁଖରେ ସଦାପ୍ରଭୁଙ୍କର ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ, ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କଲେ;
\v 13 ସେ ମୋଶାଙ୍କର ଆଜ୍ଞା ପ୍ରମାଣେ ବିଶ୍ରାମବାରରେ, ଅମାବାସ୍ୟାରେ ଓ ବର୍ଷକେ ତିନି ଥର ନିରୂପିତ ପର୍ବରେ, ଅର୍ଥାତ୍‍, ତାଡ଼ିଶୂନ୍ୟ ରୁଟିର ପର୍ବରେ, ସପ୍ତାହର ପର୍ବରେ ଓ ତମ୍ବୁବାସ ପର୍ବରେ ପ୍ରତି ଦିବସର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ବଳି ଉତ୍ସର୍ଗ କଲେ।
\s5
\v 14 ଆଉ, ସେ ଆପଣା ପିତା ଦାଉଦଙ୍କର ବିଧାନାନୁସାରେ ଯାଜକମାନଙ୍କ ସେବାକର୍ମାର୍ଥେ ସେମାନଙ୍କର ପାଳି ନିରୂପଣ କଲେ ଓ ପ୍ରତି ଦିବସର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ପ୍ରଶଂସା ଓ ଯାଜକମାନଙ୍କ ସମ୍ମୁଖରେ ପରିଚର୍ଯ୍ୟା କରିବା ନିମନ୍ତେ ଲେବୀୟମାନଙ୍କୁ ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ କଲେ; ମଧ୍ୟ ଦ୍ୱାରପାଳମାନଙ୍କୁ ସେମାନଙ୍କ ପାଳି ଅନୁସାରେ ପ୍ରତ୍ୟେକ ଦ୍ୱାରରେ ନିଯୁକ୍ତ କଲେ; କାରଣ ପରମେଶ୍ୱରଙ୍କ ଲୋକ ଦାଉଦ ସେପରି ଆଜ୍ଞା କରିଥିଲେ।
\v 15 ଆଉ ସେମାନେ କୌଣସି ବିଷୟରେ ଅବା ଭଣ୍ଡାର ବିଷୟରେ ଯାଜକମାନଙ୍କ ପ୍ରତି ଓ ଲେବୀୟମାନଙ୍କ ପ୍ରତି ରାଜାଙ୍କର ଆଜ୍ଞା ଅନ୍ୟଥା କଲେ ନାହିଁ।
\s5
\v 16 ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ସ୍ଥାପନ ଦିନକୁ ଓ ତହିଁର ସମାପ୍ତି ପର୍ଯ୍ୟନ୍ତ ଶଲୋମନଙ୍କର ସମସ୍ତ କାର୍ଯ୍ୟ ପ୍ରସ୍ତୁତ ହୋଇଥିଲା। ଏହିରୂପେ ସଦାପ୍ରଭୁଙ୍କ ଗୃହ ସମ୍ପୂର୍ଣ୍ଣ ହେଲା।
\v 17 ସେତେବେଳେ ଶଲୋମନ ଇଦୋମ୍‍ ଦେଶର ସମୁଦ୍ରତୀରସ୍ଥ ଇତ୍‍ସିୟୋନ-ଗେବରକୁ ଓ ଏଲତକୁ ଗଲେ।
\v 18 ତହୁଁ ହୂରମ୍‍ ଆପଣା ଦାସମାନଙ୍କ ହସ୍ତରେ ତାଙ୍କ ନିକଟକୁ ଜାହାଜ ଓ ସାମୁଦ୍ରିକ କାର୍ଯ୍ୟ ଜାଣିଥିବା ଦାସମାନଙ୍କୁ ପଠାଇଲା; ପୁଣି ସେମାନେ ଶଲୋମନଙ୍କର ଦାସମାନଙ୍କ ସଙ୍ଗେ ଓଫୀରକୁ ଯାଇ ସେଠାରୁ ଶଲୋମନ ରାଜାଙ୍କ ନିକଟକୁ ଚାରି ଶହ ପଚାଶ ତାଳନ୍ତ ସୁନା ଆଣିଲେ।
\s5
\c 9
\s ଶିବା ଦେଶର ରାଣୀଙ୍କ ପରିଦର୍ଶନ
\p
\v 1 ଏଥିଉତ୍ତାରେ ଶିବା ଦେଶର ରାଣୀ ଶଲୋମନଙ୍କର ସୁଖ୍ୟାତି ଶୁଣି ନିଗୂଢ଼ ପ୍ରଶ୍ନ ଦ୍ୱାରା ଯିରୂଶାଲମରେ ଶଲୋମନଙ୍କର ପରୀକ୍ଷା କରିବା ପାଇଁ ସୁଗନ୍ଧି ଦ୍ରବ୍ୟ ଓ ବିସ୍ତର ସୁବର୍ଣ୍ଣ ଓ ମଣିବାହକ ଉଷ୍ଟ୍ରଗଣ ସଙ୍ଗେ ନେଇ ମହାସମାରୋହରେ ଆସିଲା; ପୁଣି ସେ ଶଲୋମନଙ୍କ ନିକଟକୁ ଆସି ଆପଣା ମନରେ ଯାହା ଯାହା ଥିଲା, ସେସବୁ ବିଷୟରେ ତାଙ୍କ ସଙ୍ଗେ କଥାବାର୍ତ୍ତା କଲା।
\v 2 ତହିଁରେ ଶଲୋମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର କଲେ ଓ ଶଲୋମନଙ୍କର ବୋଧାଗମ୍ୟ କୌଣସି ବିଷୟ ନ ଥିଲା, ଯାହା ସେ ତାହାକୁ କହିଲେ ନାହିଁ।
\s5
\v 3 ପୁଣି ଶିବାର ରାଣୀ ଶଲୋମନଙ୍କର ଜ୍ଞାନ ଓ ତାଙ୍କ ନିର୍ମିତ ଗୃହ
\v 4 ଓ ତାଙ୍କର ମେଜର ଖାଦ୍ୟଦ୍ରବ୍ୟ ଓ ତାଙ୍କର ଭୃତ୍ୟମାନଙ୍କର ଆସନ ଓ ତାଙ୍କର ମନ୍ତ୍ରୀମାନଙ୍କର ସେବା ଓ ସେମାନଙ୍କର ବସ୍ତ୍ର ଓ ତାଙ୍କର ପାତ୍ରବାହକଗଣ ଓ ସେମାନଙ୍କର ବସ୍ତ୍ର ଓ ସଦାପ୍ରଭୁଙ୍କ ଗୃହକୁ ଉଠିଯିବା ପାଇଁ ତାହାର ପାବଚ୍ଛ, ଏହିସବୁ ଦେଖି ହତଜ୍ଞାନ ହେଲା।
\s5
\v 5 ତହୁଁ ସେ ରାଜାଙ୍କୁ କହିଲା, “ଆମ୍ଭେ ଆପଣା ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ଓ ଆପଣଙ୍କ ଜ୍ଞାନ ବିଷୟରେ ଯେଉଁ ସମ୍ବାଦ ପାଇଥିଲୁ, ତାହା ସତ୍ୟ।
\v 6 ତଥାପି ଆମ୍ଭେ ଆସି ଆପଣା ଚକ୍ଷୁରେ ନ ଦେଖିବା ଯାଏ ଲୋକମାନଙ୍କର କଥା ବିଶ୍ୱାସ କଲୁ ନାହିଁ; ଆଉ ଦେଖନ୍ତୁ, ଆପଣଙ୍କ ଜ୍ଞାନର ଅର୍ଦ୍ଧେକ ମାହାତ୍ମ୍ୟ ଆମ୍ଭକୁ କୁହାଯାଇ ନଥିଲା; ଆମ୍ଭ ଶୁଣିବାର ଅପେକ୍ଷା ଆପଣଙ୍କ ସୁଖ୍ୟାତି ଅଧିକ।
\s5
\v 7 ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କର ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଠିଆ ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି।
\v 8 ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ଯେ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହୋଇ ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ପକ୍ଷରେ ରାଜା ହେବାକୁ ଆପଣା ସିଂହାସନରେ ଆପଣଙ୍କୁ ବସାଇ ଅଛନ୍ତି; ଯେଣୁ ଆପଣଙ୍କ ପରମେଶ୍ୱର ଇସ୍ରାଏଲକୁ ଅନନ୍ତ କାଳସ୍ଥାୟୀ କରିବା ନିମନ୍ତେ ସେମାନଙ୍କୁ ପ୍ରେମ କରନ୍ତି; ଏହି ହେତୁରୁ ବିଚାର ଓ ନ୍ୟାୟ କରିବାକୁ ସେ ସେମାନଙ୍କ ଉପରେ ଆପଣଙ୍କୁ ରାଜା କଲେ।”
\s5
\v 9 ଏଉତ୍ତାରେ ସେ ରାଜାଙ୍କୁ ଏକ ଶହ କୋଡ଼ିଏ ତାଳନ୍ତ ସୁନା ଓ ଅତି ବିସ୍ତର ସୁଗନ୍ଧି ଦ୍ରବ୍ୟ ଓ ମଣି ଦେଲା; ଶିବାର ରାଣୀ ଶଲୋମନ ରାଜାଙ୍କୁ ଯେଉଁ ପ୍ରକାର ସୁଗନ୍ଧି ଦ୍ରବ୍ୟ ଦେଲା, ସେପ୍ରକାର ସୁଗନ୍ଧି ଦ୍ରବ୍ୟ ଆଉ ନ ଥିଲା।
\s5
\v 10 ପୁଣି ହୂରମ୍‍ର ଯେଉଁ ଦାସମାନେ ଓ ଶଲୋମନଙ୍କର ଯେଉଁ ଦାସମାନେ ଓଫୀରରୁ ସୁବର୍ଣ୍ଣ ଆଣିଲେ, ସେମାନେ ମଧ୍ୟ ଚନ୍ଦନ କାଷ୍ଠ ଓ ମଣି ଆଣିଲେ।
\v 11 ଆଉ ରାଜା ସେହି ଚନ୍ଦନ କାଷ୍ଠ ଦ୍ୱାରା ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ପାଇଁ ସୋପାନ ଓ ଗାୟକମାନଙ୍କ ନିମନ୍ତେ ବୀଣା ଓ ନେବଲ ପ୍ରସ୍ତୁତ କଲେ; ଏପରି ଚନ୍ଦନ କାଷ୍ଠ ପୂର୍ବରେ ଯିହୁଦା ଦେଶରେ ଦେଖାଯାଇ ନ ଥିଲା।
\v 12 ପୁଣି ଶିବାର ରାଣୀ ଯାହା ଯାହା ମାଗିଲା, ତାହାର ମନୋବାଞ୍ଛାନୁସାରେ ଶଲୋମନ ରାଜା ତାହାସବୁ ତାହାକୁ ଦେଲେ, (ତାହା ଛଡ଼ା ରାଜାଙ୍କ ନିକଟକୁ ତାହାର ଆନୀତ ଦ୍ରବ୍ୟର ପ୍ରତିଦାନ କଲେ) ଏଥିଉତ୍ତାରେ ରାଣୀ ଓ ତାହାର ଦାସମାନେ ଫେରି ଆପଣା ଦେଶକୁ ଗଲେ।
\s ରାଜା ଶଲୋମନଙ୍କ ଧନସମ୍ପତ୍ତି
\p
\s5
\v 13 ବର୍ଷକ ମଧ୍ୟରେ ଶଲୋମନଙ୍କ ନିକଟକୁ ଛଅ ଶହ ଛଷଠି ତାଳନ୍ତ
\f +
\fr 9:13
\ft ପ୍ରାୟ , କିଲୋ ସୁନା
\f* ପରିମିତ ସୁନା ଆସେ;
\v 14 ତାହା ଛଡ଼ା ପାଇକର ଓ ବଣିକମାନେ ସୁନା ଆଣିଲେ; ପୁଣି ଆରବୀୟ ସମସ୍ତ ରାଜା ଓ ଦେଶାଧ୍ୟକ୍ଷମାନେ ଶଲୋମନଙ୍କ ନିକଟକୁ ସୁନା ଓ ରୂପା ଆଣିଲେ।
\s5
\v 15 ତହିଁରେ ଶଲୋମନ ରାଜା ପିଟାସୁନାରେ ଦୁଇ ଶହ ବଡ଼ ଢ଼ାଲ ପ୍ରସ୍ତୁତ କଲେ; ପ୍ରତ୍ୟେକ ଢାଳରେ ଛଅ ଶହ ଶେକଲ
\f +
\fr 9:15
\ft ପ୍ରାୟ ଛଅ କିଲୋ ଛଅ ଶହ ଗ୍ରାମ୍
\f* ସୁନା ଲାଗିଲା।
\v 16 ପୁଣି, ସେ ପିଟାସୁନାରେ ତିନି ଶହ ଢାଲ ପ୍ରସ୍ତୁତ କଲେ; ପ୍ରତ୍ୟେକ ଢାଲରେ ତିନି ମିନାସ୍
\f +
\fr 9:16
\ft ଏକ ମିନାର ଓଜନ ପ୍ରାୟ ଛଅ ଶହ ଗ୍ରାମ୍ ଅଟେ, ତ ତିନି ମିନାର ପରିମାଣ ପ୍ରାୟ ଏକ କିଲୋ ଆଠ ଶହ ଗ୍ରାମ୍ ଅଟେ
\f* ସୁନା ଲାଗିଲା; ଆଉ, ରାଜା ଲିବାନୋନ ଅରଣ୍ୟ-ଗୃହରେ ତାହାସବୁ ରଖିଲେ।
\s5
\v 17 ଆହୁରି, ରାଜା ହସ୍ତୀଦନ୍ତର ଗୋଟିଏ ବୃହତ୍ ସିଂହାସନ ନିର୍ମାଣ କରି ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ।
\v 18 ସେହି ସିଂହାସନରେ ଏକ ସ୍ୱର୍ଣ୍ଣମୟ ପାଦପୀଠ ସହିତ ଛଅ ପାହାଚ ସିଂହାସନ ସଂଯୁକ୍ତ ହୋଇଥିଲା, ଆଉ ଆସନର ଦୁଇ ପାର୍ଶ୍ଵରେ ଦୁଇ ହସ୍ତାବଲମ୍ବନ ଥିଲା ଓ ସେହି ହସ୍ତାବଲମ୍ବନ ନିକଟରେ ଦୁଇ ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ।
\s5
\v 19 ସେହି ଛଅ ପାହାଚ ଉପରେ ଦୁଇପାଖେ ବାର ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ; ଏରୂପ ସିଂହାସନ କୌଣସି ରାଜ୍ୟରେ ପ୍ରସ୍ତୁତ ନୋହିଲା।
\v 20 ଶଲୋମନ ରାଜାଙ୍କର ପାନପାତ୍ରସବୁ ସୁନାର ଥିଲା ଓ ଲିବାନୋନ ଅରଣ୍ୟ-ଗୃହର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା; ଶଲୋମନଙ୍କ ସମୟରେ ରୂପା କିଛି ବୋଲି ଗଣା ନୋହିଲା।
\v 21 କାରଣ ହୂରମ୍‍ର ଦାସମାନଙ୍କ ସଙ୍ଗେ ରାଜାଙ୍କର ତର୍ଶୀଶ୍‍ଗାମୀ ଜାହାଜମାନ ଥିଲେ; ସେହି ତର୍ଶୀଶ୍‍ର ଜାହାଜମାନ ତିନି ବର୍ଷରେ ଥରେ ସୁନା ଓ ରୂପା ଓ ହସ୍ତୀଦନ୍ତ, ପୁଣି ବାନର ଓ ମୟୂର ନେଇ ଆସନ୍ତି।
\s5
\v 22 ଏହିରୂପେ ଶଲୋମନ ରାଜା ଐଶ୍ୱର୍ଯ୍ୟରେ ଓ ଜ୍ଞାନରେ ପୃଥିବୀସ୍ଥ ସମସ୍ତ ରାଜାଙ୍କ ଅପେକ୍ଷା ମହାନ୍ ହେଲେ।
\v 23 ଆଉ ପରମେଶ୍ୱର ଶଲୋମନଙ୍କର ହୃଦୟରେ ଯେଉଁ ଜ୍ଞାନ ଦେଇଥିଲେ, ତହିଁର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତ ରାଜା ତାଙ୍କର ସାକ୍ଷାତ କରିବାକୁ ଚାହିଁଲେ।
\v 24 ପୁଣି, ପ୍ରତ୍ୟେକ ଲୋକ ନିରୂପଣାନୁସାରେ ବର୍ଷକୁ ବର୍ଷ ଆପଣା ଆପଣାର ଭେଟୀ ରୂପେ ରୂପାପାତ୍ର ଓ ସୁନାପାତ୍ର ଓ ବସ୍ତ୍ର, ଅସ୍ତ୍ରଶସ୍ତ୍ର ଓ ସୁଗନ୍ଧି ଦ୍ରବ୍ୟ, ଅଶ୍ୱ ଓ ଖଚର ଆଣିଲେ।
\s5
\v 25 ଆଉ ଶଲୋମନଙ୍କର ଅଶ୍ୱ ଓ ରଥ ନିମନ୍ତେ ଚାରି ହଜାର ଶାଳା ଥିଲା ଓ ବାର ହଜାର ଅଶ୍ୱାରୂଢ଼ ଥିଲେ, ଏସବୁକୁ ସେ ରଥ ନଗରମାନରେ ଓ ଯିରୂଶାଲମରେ ରାଜାଙ୍କ ନିକଟରେ ରଖିଲେ।
\v 26 ଆଉ, ସେ (ଫରାତ୍‍) ନଦୀଠାରୁ ପଲେଷ୍ଟୀୟମାନଙ୍କର ଦେଶ ଓ ମିସରର ସୀମା ପର୍ଯ୍ୟନ୍ତ ସମସ୍ତ ରାଜା ଉପରେ ରାଜତ୍ୱ କଲେ।
\s5
\v 27 ପୁଣି ରାଜା ଯିରୂଶାଲମରେ ରୂପାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ କାଷ୍ଠକୁ ତଳଭୂମିସ୍ଥ ଡିମ୍ବିରି ବୃକ୍ଷ ପରି କଲେ।
\v 28 ଆଉ ଲୋକମାନେ ମିସରରୁ ଓ ସମସ୍ତ ଦେଶରୁ ଶଲୋମନଙ୍କ ପାଇଁ ଅଶ୍ୱ ଆଣିଲେ।
\s ଶଲୋମନଙ୍କର ରାଜତ୍ୱର ବିବରଣୀ
\p
\v 29 ଶଲୋମନଙ୍କର ଅବଶିଷ୍ଟ ବୃତ୍ତାନ୍ତ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ନାଥନ ଭବିଷ୍ୟଦ୍‍ବକ୍ତାଙ୍କର ଇତିହାସ ପୁସ୍ତକରେ ଓ ଶୀଲୋନୀୟ ଅହୀୟର ଭବିଷ୍ୟଦ୍‍-ବାକ୍ୟରେ ଓ ନବାଟର ପୁତ୍ର ଯାରବୀୟାମ୍‍ଙ୍କ ବିଷୟକ ଇଦ୍ଦୋ ଦର୍ଶକର ଦର୍ଶନ ମଧ୍ୟରେ କ’ଣ ଲେଖା ନାହିଁ ?
\v 30 ଶଲୋମନ ଯିରୂଶାଲମରେ ଚାଳିଶ ବର୍ଷ କାଳ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ।
\v 31 ପୁଣି ଶଲୋମନ ଆପଣା ପିତୃଲୋକଙ୍କ ସହିତ ଶୟନ କରି ଆପଣା ପିତା ଦାଉଦଙ୍କର ନଗରରେ କବର ପ୍ରାପ୍ତ ହେଲେ; ତହୁଁ ତାଙ୍କର ପୁତ୍ର ରିହବୀୟାମ ତାଙ୍କର ପଦରେ ରାଜ୍ୟ କଲେ।
\s5
\c 10
\s ଉତ୍ତରସ୍ଥ ଗୋଷ୍ଠୀବର୍ଗଙ୍କ ବିଦ୍ରୋହ
\p
\v 1 ଏଥିଉତ୍ତାରେ ରିହବୀୟାମ ଶିଖିମକୁ ଗଲେ; କାରଣ ସମୁଦାୟ ଇସ୍ରାଏଲ ତାଙ୍କୁ ରାଜା କରିବା ନିମନ୍ତେ ଶିଖିମରେ ଉପସ୍ଥିତ ହୋଇଥିଲେ।
\v 2 ଏଥି ମଧ୍ୟରେ ନବାଟର ପୁତ୍ର ଯାରବୀୟାମ୍‍, ଯେ ଶଲୋମନ ରାଜାଙ୍କ ଛାମୁରୁ ପଳାଇ ମିସରରେ ଥିଲେ, ସେହି ଯାରବୀୟାମ୍‍ ସମ୍ବାଦ ପାଇ ମିସରରୁ ଫେରି ଆସିଲେ।
\s5
\v 3 ଆଉ, ଲୋକମାନେ ତାଙ୍କୁ ଡକାଇ ପଠାଇଲେ; ତହିଁରେ ଯାରବୀୟାମ୍‍ ଓ ସମଗ୍ର ଇସ୍ରାଏଲ ଆସି ରିହବୀୟାମଙ୍କୁ ଏହି କଥା କହିଲେ;
\v 4 “ଆପଣଙ୍କ ପିତା ଆମ୍ଭମାନଙ୍କ ଯୁଆଳି ଅସହ୍ୟ କରିଥିଲେ; ଏହେତୁ ଆପଣଙ୍କ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଅସହ୍ୟ ଦାସ୍ୟକର୍ମର ଭାର ଓ ଭାରୀ ଯୁଆଳି ଦେଇଥିଲେ, ତାହା ଆପଣ ହାଲୁକା କରନ୍ତୁ; ତହିଁରେ ଆମ୍ଭେମାନେ ଆପଣଙ୍କର ସେବା କରିବୁ।”
\v 5 ତହୁଁ ସେ ସେମାନଙ୍କୁ କହିଲେ, “ତିନି ଦିନ ଉତ୍ତାରେ ପୁନର୍ବାର ଆମ୍ଭ ନିକଟକୁ ଆସ” ତହିଁରେ ଲୋକମାନେ ଚାଲିଗଲେ।
\s5
\v 6 ଏଉତ୍ତାରେ ରିହବୀୟାମ ରାଜା ଆପଣା ପିତା ଶଲୋମନଙ୍କର ଜୀବିତ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଠିଆ ହେଉଥିଲେ, ସେମାନଙ୍କ ସହିତ ପରାମର୍ଶ କରି କହିଲେ, “ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ମୋତେ କି ପରାମର୍ଶ ଦେଉଅଛ ?”
\v 7 ତେବେ ସେମାନେ ତାଙ୍କୁ କହିଲେ, “ଯେବେ ତୁମ୍ଭେ ଏହି ଲୋକମାନଙ୍କ ପ୍ରତି ଦୟାଳୁ ହୋଇ ସେମାନଙ୍କୁ ସନ୍ତୁଷ୍ଟ କରିବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।”
\s5
\v 8 ମାତ୍ର ସେ ସେହି ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ଯେଉଁ ଯୁବାମାନେ ତାଙ୍କ ସଙ୍ଗେ ବଢ଼ି ତାଙ୍କ ସମ୍ମୁଖରେ ଠିଆ ହେଉଥିଲେ, ସେମାନଙ୍କ ସଙ୍ଗେ ପରାମର୍ଶ କଲେ।
\v 9 ପୁଣି, ସେ ସେମାନଙ୍କୁ କହିଲେ, “ଏହି ଲୋକମାନେ ଆମ୍ଭକୁ କହୁଅଛନ୍ତି, ତୁମ୍ଭ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଯୁଆଳି ଥୋଇଅଛନ୍ତି, ତାହା ହାଲୁକା କର; ସେମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ଆମ୍ଭକୁ କି ପରାମର୍ଶ ଦେଉଅଛ” ?
\s5
\v 10 ତହିଁରେ ତାଙ୍କ ସଙ୍ଗେ ବଢ଼ିଥିବା ଯୁବାମାନେ ତାଙ୍କୁ କହିଲେ, “ତୁମ୍ଭ ପିତା ଆମ୍ଭମାନଙ୍କ ଯୁଆଳି ଭାରୀ କରିଅଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର ବୋଲି କହୁଛନ୍ତି ଏହି ଯେଉଁ ଲୋକମାନେ, ସେମାନଙ୍କୁ ତୁମ୍ଭେ ଏପରି କହିବ, ମୋହର କନିଷ୍ଠ ଅଙ୍ଗୁଳି ମୋହର ପିତାଙ୍କ କଟିଠାରୁ ମୋଟା।
\v 11 ଏଥିପାଇଁ ମୋର ପିତା ଯେଉଁ ଭାରୀ ଯୁଆଳି ତୁମ୍ଭମାନଙ୍କ ଉପରେ ଥୋଇଅଛନ୍ତି, ମୁଁ ତାହା ଆହୁରି ଭାରୀ କରିବି; ମୋର ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।”
\s5
\v 12 ଏଥିରେ ତୃତୀୟ ଦିନରେ ମୋ’ ନିକଟକୁ ପୁଣି ଆସ ବୋଲି ରାଜା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯାରବୀୟାମ୍‍ ଓ ସମସ୍ତ ଲୋକ ତୃତୀୟ ଦିନ ରିହବୀୟାମଙ୍କ ନିକଟକୁ ଆସିଲେ
\v 13 ତହିଁରେ ରାଜା ସେମାନଙ୍କୁ କଟୁ ଉତ୍ତର ଦେଲେ। ପୁଣି ରିହବୀୟାମ ରାଜା ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି
\v 14 ସେହି ଯୁବାମାନଙ୍କ ମନ୍ତ୍ରଣାନୁସାରେ ସେମାନଙ୍କୁ ଏହି କଥା କହିଲେ, “ମୋହର ପିତା ତୁମ୍ଭମାନଙ୍କ ଯୁଆଳି ଭାରୀ କରିଥିଲେ, ମାତ୍ର ମୁଁ ତାହା ଆହୁରି ଭାରୀ କରିବି; ମୋ’ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।”
\s5
\v 15 ଏରୂପେ ରାଜା ଲୋକମାନଙ୍କ କଥା ଶୁଣିଲେ ନାହିଁ; କାରଣ ସଦାପ୍ରଭୁ ଶୀଲୋନୀୟ ଅହୀୟ ହାତରେ ନବାଟର ପୁତ୍ର ଯାରବୀୟାମଙ୍କୁ ଯାହା କହିଥିଲେ, ଆପଣାର ସେହି କଥା ସଫଳ କରିବା ନିମନ୍ତେ ଏହା ପରମେଶ୍ୱରଙ୍କ ଆଡ଼ୁ ଘଟିଲା।
\s5
\v 16 ଯେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ, ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର କେଉଁ ଅଂଶ ଅଛି ? ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର କୌଣସି ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଯାଅ; ହେ ଦାଉଦ, ତୁମ୍ଭେ ଏବେ ଆପଣା ନିଜ ଘର କଥା ବୁଝ। ତହୁଁ ଇସ୍ରାଏଲ ଲୋକ ସମସ୍ତେ ଆପଣା ଆପଣା ତମ୍ବୁକୁ ଚାଲିଗଲେ
\v 17 ତଥାପି ଇସ୍ରାଏଲର ଯେଉଁ ସନ୍ତାନମାନେ ଯିହୁଦାର ନାନା ନଗରରେ ବାସ କଲେ, ସେମାନଙ୍କ ଉପରେ ରିହବୀୟାମ ରାଜ୍ୟ କଲେ।”
\v 18 ଏଥିଉତ୍ତାରେ ରିହବୀୟାମ ରାଜା ବେଠିକର୍ମାଧ୍ୟକ୍ଷ ହଦୋରାମକୁ ପଠାଇଲେ; ମାତ୍ର ଇସ୍ରାଏଲ ସନ୍ତାନମାନେ ତାହାକୁ ପ୍ରସ୍ତରାଘାତ କରନ୍ତେ, ସେ ମଲା। ତହିଁରେ ରିହବୀୟାମ ରାଜା ଯିରୂଶାଲମକୁ ପଳାଇବା ପାଇଁ ଶୀଘ୍ର ରଥ ଉପରେ ଚଢ଼ିଲେ।
\v 19 ଏହିରୂପେ ଇସ୍ରାଏଲ ଆଜି ପର୍ଯ୍ୟନ୍ତ ଦାଉଦ-ବଂଶର ବିଦ୍ରୋହୀ ହେଲେ।
\s5
\c 11
\s ଶମୟୀୟଙ୍କ ଭାବବାଣୀ
\p
\v 1 ଏଉତ୍ତାରେ ରିହବୀୟାମ ଯିରୂଶାଲମରେ ଉପସ୍ଥିତ ହୁଅନ୍ତେ, ସେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରି ରିହବୀୟାମଙ୍କ ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଯିହୁଦା ଓ ବିନ୍ୟାମୀନ୍ ବଂଶର ଏକ ଲକ୍ଷ ଅଶୀ ହଜାର ବଚ୍ଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ।
\s5
\v 2 ମାତ୍ର ପରମେଶ୍ୱରଙ୍କ ଲୋକ ଶମୟୀୟ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
\v 3 ଯିହୁଦାର ରାଜା ଶଲୋମନଙ୍କ ପୁତ୍ର ରିହବୀୟାମଙ୍କୁ, ପୁଣି ଯିହୁଦା ଓ ବିନ୍ୟାମୀନ୍ ନିବାସୀ ସମସ୍ତ ଇସ୍ରାଏଲକୁ କୁହ,
\v 4 “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାତ୍ରା କରିବ ନାହିଁ, କିଅବା ଆପଣା ଭ୍ରାତୃଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ; ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ; କାରଣ ଏହି କାର୍ଯ୍ୟ ଆମ୍ଭ ଆଡ଼ୁ ହୋଇଅଛି,” ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ଯାରବୀୟାମ୍‍ ବିରୁଦ୍ଧରେ ଯାତ୍ରା କରିବାରୁ ଫେରିଲେ।
\s5
\v 5 ଏଉତ୍ତାରେ ରିହବୀୟାମ ଯିରୂଶାଲମରେ ବାସ କରି ରକ୍ଷା ନିମିତ୍ତ ଯିହୁଦା ଦେଶରେ ନଗରମାନ ନିର୍ମାଣ କଲେ।
\v 6 ସେ ବେଥଲିହିମ, ଐଟମ୍‍, ତକୋୟ,
\v 7 ବେଥ୍-ସୁର, ସୋଖୋ, ଅଦୁଲ୍ଲମ,
\v 8 ଗାଥ୍‍, ମାରେଶା, ସୀଫ୍,
\v 9 ଅଦୋରୟୀମ୍‍, ଲାଖୀଶ୍‍, ଅସେକା,
\v 10 ସରାୟ, ଅୟାଲୋନ୍‍, ହିବ୍ରୋଣ, ଯିହୁଦାର ଓ ବିନ୍ୟାମୀନ୍‍ର ମଧ୍ୟବର୍ତ୍ତୀ ଏହି ପ୍ରାଚୀରବେଷ୍ଟିତ ନଗରସବୁ ନିର୍ମାଣ କଲେ।
\s5
\v 11 ଆଉ, ସେ ସକଳ ଦୁର୍ଗ ଦୃଢ଼ କରି ତହିଁ ମଧ୍ୟରେ ସେନାପତିମାନଙ୍କୁ ଓ ଖାଦ୍ୟ ଦ୍ରବ୍ୟ, ପୁଣି ତୈଳ ଓ ଦ୍ରାକ୍ଷାରସ ରଖିଲେ।
\v 12 ଆଉ, ପ୍ରତ୍ୟେକ ନଗରରେ ସେ ଢାଲ ଓ ବର୍ଚ୍ଛା ରଖିଲେ, ପୁଣି ନଗରସବୁକୁ ଅତିଶୟ ଦୃଢ଼ କଲେ ଆଉ ଯିହୁଦା ଓ ବିନ୍ୟାମୀନ୍ ତାଙ୍କର ପକ୍ଷ ହେଲେ।
\s ଯିହୁଦାକୁ ଯାଜକ ଓ ଲେବୀୟମାନଙ୍କର ଆଗମନ
\p
\s5
\v 13 ଆହୁରି, ସମୁଦାୟ ଇସ୍ରାଏଲର ମଧ୍ୟବର୍ତ୍ତୀ ଯାଜକ ଓ ଲେବୀୟମାନେ ଆପଣା ଆପଣା ସମସ୍ତ ଅଞ୍ଚଳରୁ ଆସି ତାଙ୍କ ନିକଟରେ ଉପସ୍ଥିତ ହେଲେ।
\v 14 କାରଣ ଲେବୀୟମାନେ ଆପଣା ଆପଣା (ନଗରର) ତଳିଭୂମି ଓ ଆପଣା ଆପଣା ଅଧିକାର ତ୍ୟାଗ କରି ଯିହୁଦା ଓ ଯିରୂଶାଲମକୁ ଆସିଲେ; ଯେହେତୁ ଯାରବୀୟାମ୍‍ ଓ ତାଙ୍କର ପୁତ୍ରଗଣ ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାଜକର କାର୍ଯ୍ୟ କରିବାକୁ ନ ଦେଇ ତଡ଼ି ଦେଇଥିଲେ।
\v 15 ପୁଣି, ସେ ଉଚ୍ଚସ୍ଥଳୀସକଳର ଓ ଛାଗ ଦେବତାମାନଙ୍କର ଓ ସ୍ୱର୍ଣ୍ଣନିର୍ମିତ ଗୋବତ୍ସସକଳର ନିମନ୍ତେ ଆପଣାର ଯାଜକ ନିଯୁକ୍ତ କଲେ।
\s5
\v 16 ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଯେଉଁମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଅନ୍ୱେଷଣ କରିବା ପାଇଁ ଆପଣା ଆପଣା ମନ ନିବିଷ୍ଟ କଲେ, ସେମାନେ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲେବୀୟମାନଙ୍କ ପଶ୍ଚାତ୍‍ ଯିରୂଶାଲମକୁ ଆସିଲେ।
\v 17 ଏହିରୂପେ ସେମାନେ ଯିହୁଦାର ରାଜ୍ୟ ଦୃଢ଼ କଲେ, ପୁଣି ଶଲୋମନଙ୍କର ପୁତ୍ର ରିହବୀୟାମଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ବଳବାନ କଲେ; କାରଣ ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ଦାଉଦଙ୍କର ଓ ଶଲୋମନଙ୍କର ପଥରେ ଚାଲିଲେ।
\s ରିହବୀୟାମଙ୍କ ପରିବାର
\p
\s5
\v 18 ପୁଣି, ରିହବୀୟାମ ମହଲତ୍‍ ନାମ୍ନୀ ଏକ ଭାର୍ଯ୍ୟା ଗ୍ରହଣ କଲେ, ସେ ଦାଉଦଙ୍କର ପୁତ୍ର ଯିରେମୋତ୍‍ର ଓ ଯିଶୀର ପୁତ୍ର ଇଲୀୟାବ୍‍ର କନ୍ୟା ଅବୀହୟିଲର କନ୍ୟା ଥିଲା;
\v 19 ସେ ତାଙ୍କ ଔରସରେ ଯିୟୂଶ୍‍ ଓ ଶେମରୀୟ ଓ ସହମ ନାମକ ପୁତ୍ରମାନଙ୍କୁ ଜାତ କଲା
\s5
\v 20 ଏଥିଉତ୍ତାରେ ରିହବୀୟାମ ଅବଶାଲୋମର କନ୍ୟା ମାଖାକୁ ବିବାହ କଲେ; ସେ ସ୍ତ୍ରୀ ତାଙ୍କ ଔରସରେ ଅବୀୟ ଓ ଅତ୍ତୟ ଓ ସୀଷ ଓ ଶଲୋମୀତ୍‍କୁ ଜାତ କଲା।
\v 21 ରିହବୀୟାମ ଆପଣାର ସବୁ ପତ୍ନୀ ଓ ଉପପତ୍ନୀ ଅପେକ୍ଷା ଅବଶାଲୋମର କନ୍ୟା ମାଖାକୁ ଅଧିକ ପ୍ରେମ କଲେ; ସେ ଅଠର ପତ୍ନୀ ଓ ଷାଠିଏ ଉପପତ୍ନୀ ଗ୍ରହଣ କଲେ ଓ ଅଠାଇଶ ପୁତ୍ର ଓ ଷାଠିଏ କନ୍ୟା ଜାତ କଲେ।
\s5
\v 22 ପୁଣି ରିହବୀୟାମ ମାଖାର ପୁତ୍ର ଅବୀୟକୁ ପ୍ରଧାନ ଓ ତାହାର ଭ୍ରାତୃଗଣ ମଧ୍ୟରେ ଅଧିପତି କଲେ; କାରଣ ତାହାକୁ ରାଜା କରିବା ପାଇଁ ତାଙ୍କର ମନ ଥିଲା।
\v 23 ଆଉ, ସେ ବୁଦ୍ଧିର କାର୍ଯ୍ୟ କରି ଆପଣାର ପୁତ୍ରମାନଙ୍କୁ ଯିହୁଦା ଓ ବିନ୍ୟାମୀନ୍ ଦେଶର ସର୍ବତ୍ର ପ୍ରତ୍ୟେକ ପ୍ରାଚୀର ବେଷ୍ଟିତ ନଗରରେ ଛିନ୍ନଭିନ୍ନ କରି ରଖିଲେ; ଆଉ ସେ ସେମାନଙ୍କୁ ପ୍ରଚୁର ଖାଦ୍ୟ ଦ୍ରବ୍ୟ ଦେଲେ ପୁଣି ସେମାନଙ୍କ ନିମନ୍ତେ ଅନେକ ଭାର୍ଯ୍ୟା ଖୋଜିଲେ।
\s5
\c 12
\s ଯିହୁଦା ଉପରେ ମିସରର ଆକ୍ରମଣ
\p
\v 1 ଏଥିଉତ୍ତାରେ ରିହବୀୟାମଙ୍କର ରାଜ୍ୟ ସୁସ୍ଥିର ଓ ସେ ବଳବାନ ହୁଅନ୍ତେ, ସେ ଓ ତାଙ୍କ ସଙ୍ଗେ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ବ୍ୟବସ୍ଥା ପରିତ୍ୟାଗ କଲେ।
\s5
\v 2 ଆଉ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରିବାରୁ ରିହବୀୟାମ ରାଜାଙ୍କ ରାଜତ୍ଵର ପଞ୍ଚମ ବର୍ଷରେ ମିସରର ରାଜା ଶୀଶକ୍‍ ଯିରୂଶାଲମ ବିରୁଦ୍ଧରେ ଆସିଲା;
\v 3 ତାହା ସଙ୍ଗେ ବାର ଶହ ରଥ, ଷାଠିଏ ହଜାର ଅଶ୍ୱାରୂଢ଼ ଥିଲେ ଓ ତାହା ସଙ୍ଗେ ମିସରରୁ ଅସଂଖ୍ୟ ଲୂବୀୟ ଓ ସୁକ୍‍କୀୟ ଓ କୂଶୀୟ ଲୋକ ଆସିଲେ।
\v 4 ପୁଣି, ସେ ଯିହୁଦାର ପ୍ରାଚୀରବେଷ୍ଟିତ ନଗରସବୁ ହସ୍ତଗତ କରି ଯିରୂଶାଲମ ପର୍ଯ୍ୟନ୍ତ ଆସିଲା।
\s5
\v 5 ତହିଁରେ ଶମୟୀୟ ଭବିଷ୍ୟଦ୍‍ବକ୍ତା, ଶୀଶକ୍‍ ସକାଶୁ ଯିରୂଶାଲମରେ ଏକତ୍ରିତ ରିହବୀୟାମ ଓ ଯିହୁଦାର ଅଧିପତିମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଅଛ, ଏହେତୁ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କୁ ଶୀଶକ୍‍ ହସ୍ତରେ ଛାଡ଼ି ଦେଲୁ।”
\v 6 ସେତେବେଳେ ଇସ୍ରାଏଲର ଅଧିପତିମାନେ ଓ ରାଜା ଆପଣାମାନଙ୍କୁ ନମ୍ର କଲେ ଓ କହିଲେ, “ସଦାପ୍ରଭୁ ଧର୍ମମୟ।”
\s5
\v 7 ତହୁଁ ସେମାନେ ଆପଣାମାନଙ୍କୁ ନମ୍ର କରିଅଛନ୍ତି, ଏହା ସଦାପ୍ରଭୁ ଦେଖନ୍ତେ, ଶମୟୀୟ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; ସେମାନେ ଆପଣମାନଙ୍କୁ ନମ୍ର କରିଅଛନ୍ତି; ଆମ୍ଭେ ସେମାନଙ୍କୁ ବିନାଶ କରିବା ନାହିଁ; ମାତ୍ର ଆମ୍ଭେ ସେମାନଙ୍କୁ କିଛି ସାହାଯ୍ୟ ପ୍ରଦାନ କରିବା ଓ ଶୀଶକ୍‍ର ହସ୍ତ ଦ୍ୱାରା ଯିରୂଶାଲମ ଉପରେ ଆମ୍ଭର କୋପ ଢଳା ଯିବ ନାହିଁ।
\v 8 ତଥାପି ଯେପରି ସେମାନେ ଆମ୍ଭର ସେବା ଓ ନାନା ଦେଶୀୟ ରାଜ୍ୟର ସେବା ଅନୁଭବ କରିବେ, ଏଥିପାଇଁ ସେମାନେ ତାହାର ଦାସ ହେବେ।
\s5
\v 9 ଏଉତ୍ତାରେ ମିସରର ରାଜା ଶୀଶକ୍‍ ଯିରୂଶାଲମ ପ୍ରତିକୂଳରେ ଆସି ସଦାପ୍ରଭୁଙ୍କ ଗୃହର ସଞ୍ଚିତ ଧନ ଓ ରାଜଗୃହର ସଞ୍ଚିତ ଧନ ନେଇଗଲା; ସେ ସବୁ ନେଇଗଲା; ସେ ଶଲୋମନଙ୍କର ନିର୍ମିତ ସୁବର୍ଣ୍ଣ ଢାଲ ସବୁ ହିଁ ନେଇଗଲା।
\v 10 ତହୁଁ ରିହବୀୟାମ ରାଜା ସେହିସବୁର ପରିବର୍ତ୍ତେ ପିତ୍ତଳ ଢାଲ ନିର୍ମାଣ କରି ରାଜଗୃହର ଦ୍ୱାରପାଳ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କ ହସ୍ତରେ ସମର୍ପଣ କଲେ।
\s5
\v 11 ଆଉ ରାଜା ଯେତେଥର ସଦାପ୍ରଭୁଙ୍କ ଗୃହକୁ ଗଲେ, ସେତେଥର ପ୍ରହରୀମାନେ ଆସି ତାହା ନେଇଗଲେ, ପୁଣି ତାହାସବୁ ପ୍ରହରୀଶାଳାକୁ ଫେରାଇ ଆଣିଲେ।
\v 12 ଆଉ, ସେ ଆପଣାକୁ ନମ୍ର କରନ୍ତେ, ତାଙ୍କ ଉପରୁ ସଦାପ୍ରଭୁଙ୍କ କୋପ ନିବୃତ୍ତ ହେଲା, ତହିଁରେ ସେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ନାହିଁ; ଆହୁରି ଯିହୁଦା ଦେଶ ମଧ୍ୟରେ ସଦ୍‍ଭାବ ଦେଖାଗଲା।
\s ରିହବୀୟାମଙ୍କ ରାଜତ୍ୱର ସଂକ୍ଷିପ୍ତ ଇତିହାସ
\p
\s5
\v 13 ଏହିରୂପେ ରିହବୀୟାମ ଯିରୂଶାଲମରେ ଆପଣାକୁ ବଳବାନ କରି ରାଜତ୍ୱ କଲେ; ରିହବୀୟାମ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଏକଚାଳିଶ ବର୍ଷ ବୟସ୍କ ହୋଇଥିଲେ, ଆଉ ସଦାପ୍ରଭୁ ଆପଣା ନାମ ସ୍ଥାପନାର୍ଥେ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଯେଉଁ ନଗର ମନୋନୀତ କରିଥିଲେ, ସେହି ଯିରୂଶାଲମ ନଗରରେ ସେ ସତର ବର୍ଷ ରାଜତ୍ୱ କଲେ; ତାଙ୍କ ମାତାର ନାମ ନୟମା, ସେ ଅମ୍ମୋନ ଦେଶୀୟା ଥିଲା।
\v 14 ପୁଣି ସେ ସଦାପ୍ରଭୁଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ମନ ନିବିଷ୍ଟ ନ କରିବାରୁ କୁକର୍ମ କଲା।
\v 15 ଏହି ରିହବୀୟାମଙ୍କ କର୍ମର ବୃତ୍ତାନ୍ତ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ବଂଶାବଳୀ କ୍ରମେ ଶମୟୀୟ ଭବିଷ୍ୟଦ୍‍ବକ୍ତାର ଓ ଇଦ୍ଦୋ ଦର୍ଶକର ଇତିହାସ-ପୁସ୍ତକରେ କ’ଣ ଲେଖା ନାହିଁ ? ରିହବୀୟାମ ଓ ଯାରବୀୟାମ୍‍ ମଧ୍ୟରେ ସର୍ବଦା ଯୁଦ୍ଧ ଚାଲିଲା।
\v 16 ଏଉତ୍ତାରେ ରିହବୀୟାମ ମୃତ୍ୟୁବରଣ କଲେ ଓ ଦାଉଦ-ନଗରରେ କବର ପ୍ରାପ୍ତ ହେଲେ; ତହୁଁ ତାଙ୍କର ପୁତ୍ର ଅବୀୟ ତାଙ୍କ ପଦରେ ରାଜ୍ୟ କଲେ।
\s5
\c 13
\s ଅବୀୟଙ୍କ ସହ ଯାରବୀୟାମ୍‍ଙ୍କ ଯୁଦ୍ଧ
\p
\v 1 ଯାରବୀୟାମ୍‍ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ଅବୀୟ ଯିହୁଦା ଉପରେ ରାଜତ୍ଵ କରିବାକୁ ଆରମ୍ଭ କଲେ।
\v 2 ସେ ଯିରୂଶାଲମରେ ତିନି ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ମୀଖାୟ, ସେ ଗିବୀୟା ନିବାସୀ ଊରୀୟେଲର କନ୍ୟା ଥିଲେ। ପୁଣି ଅବୀୟ ଓ ଯାରବୀୟାମ୍‍ ମଧ୍ୟରେ ଯୁଦ୍ଧ ଚାଲିଲା।
\v 3 ଅବୀୟ ଚାରି ଲକ୍ଷ ବଚ୍ଛା ବିକ୍ରମଶାଳୀ ସୈନ୍ୟ ସଙ୍ଗେ ମିଶି ଯୁଦ୍ଧ କଲେ ଓ ଯାରବୀୟାମ୍‍ ଆଠ ଲକ୍ଷ ବଚ୍ଛା ମହାବିକ୍ରମଶାଳୀ ଲୋକ ନେଇ ତାଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲା।
\s5
\v 4 ତହିଁରେ ଅବୀୟ ଇଫ୍ରୟିମର ପର୍ବତମୟ ଦେଶସ୍ଥ ସୀମାରୟମ୍‍ ପର୍ବତରେ ଠିଆ ହୋଇ କହିଲେ, “ହେ ଯାରବୀୟାମ୍‍ ଓ ସମଗ୍ର ଇସ୍ରାଏଲ ଲୋକ, ମୋ’ କଥା ଶୁଣ;
\v 5 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯେ ଲବଣର ନିୟମ ଦ୍ୱାର ଇସ୍ରାଏଲର ରାଜତ୍ୱ ଚିରକାଳ ନିମନ୍ତେ ଦାଉଦଙ୍କୁ, ଅର୍ଥାତ୍‍, ତାଙ୍କୁ ଓ ତାଙ୍କ ସନ୍ତାନଗଣକୁ ଦେଇଅଛନ୍ତି, ଏହା କ’ଣ ତୁମ୍ଭମାନଙ୍କର ଜାଣିବା ଉଚିତ ନୁହେଁ ?
\s5
\v 6 ତଥାପି ଦାଉଦଙ୍କର ପୁତ୍ର ଶଲୋମନଙ୍କ ଦାସ ଯେ ନବାଟର ପୁତ୍ର ଯାରବୀୟାମ୍‍, ସେ ଉଠି ଆପଣା ପ୍ରଭୁର ବିଦ୍ରୋହୀ ହୋଇଅଛି।”
\v 7 ପୁଣି ଦୁଷ୍ଟ ଓ ଅସାର ଲୋକମାନେ ତାହା ପକ୍ଷରେ ଏକତ୍ର ହୋଇ ଶଲୋମନଙ୍କର ପୁତ୍ର, ରିହବୀୟାମଙ୍କ ପ୍ରତିକୂଳରେ ଆପଣମାନଙ୍କୁ ବଳିଷ୍ଠ କଲେ; ସେହି ସମୟରେ ରିହବୀୟାମ ଯୁବା ଓ କୋମଳାନ୍ତଃକରଣ ଥିଲେ ଓ ସେମାନଙ୍କର ପ୍ରତିବାଧା କରି ପାରିଲେ ନାହିଁ।
\s5
\v 8 ଆଉ, ଏବେ ତୁମ୍ଭେମାନେ ଦାଉଦ-ସନ୍ତାନଗଣର ହସ୍ତାଧୀନ ସଦାପ୍ରଭୁଙ୍କ ରାଜ୍ୟର ପ୍ରତିବାଧା କରିବାକୁ ମାନସ କରୁଅଛ; ପୁଣି ତୁମ୍ଭେମାନେ ଲୋକସମୂହ ଓ ତୁମ୍ଭମାନଙ୍କର ଦେବତା ହେବା ପାଇଁ ଯାରବୀୟାମ୍‍ ନିର୍ମିତ ସ୍ୱର୍ଣ୍ଣମୟ ଗୋବତ୍ସ ତୁମ୍ଭମାନଙ୍କ ସଙ୍ଗେ ଅଛି।
\v 9 ତୁମ୍ଭେମାନେ କି ସଦାପ୍ରଭୁଙ୍କ ଯାଜକ ହାରୋଣଙ୍କର ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ତଡ଼ିଦେଇ ଅନ୍ୟ ଦେଶସ୍ଥ ଗୋଷ୍ଠୀମାନଙ୍କ ରୀତି ଅନୁସାରେ ଆପଣମାନଙ୍କ ପାଇଁ ଯାଜକ ନିଯୁକ୍ତ କରି ନାହଁ ? ଏଣୁ ଯେକେହି ଆପଣାର ପଦ-ନିଯୋଗାର୍ଥେ ଏକ ଗୋବତ୍ସ ଓ ସାତ ମେଷ ନେଇ ଆସେ, ସେ ଏହି ଅନୀଶ୍ୱରମାନଙ୍କର ଯାଜକ ହୋଇପାରେ।
\s5
\v 10 ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି ଓ ଆମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରି ନାହୁଁ; ପୁଣି ସଦାପ୍ରଭୁଙ୍କ ପରିଚର୍ଯ୍ୟାକାରୀ ହାରୋଣ-ସନ୍ତାନଗଣ ଆମ୍ଭମାନଙ୍କର ଯାଜକ ଅଛନ୍ତି ଓ ଲେବୀୟମାନେ ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି;
\v 11 ସେମାନେ ପ୍ରତି ପ୍ରଭାତରେ ଓ ପ୍ରତି ସନ୍ଧ୍ୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ସୁଗନ୍ଧି ଧୂପ ଦଗ୍ଧ କରୁଅଛନ୍ତି; ସେମାନେ ପବିତ୍ର ମେଜ ଉପରେ ଦର୍ଶନୀୟ ରୁଟି ଓ ପ୍ରତି ସନ୍ଧ୍ୟାରେ ଜ୍ୱଳାଇବା ପାଇଁ ପ୍ରଦୀପ ସହିତ ସ୍ୱର୍ଣ୍ଣମୟ ଦୀପବୃକ୍ଷ ସଜାନ୍ତି; କାରଣ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷଣୀୟ ରକ୍ଷା କରୁଅଛୁ; ମାତ୍ର ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିଅଛ।
\s5
\v 12 ଆଉ ଦେଖ, ପରମେଶ୍ୱର ଆମ୍ଭମାନଙ୍କର ମସ୍ତକ ସ୍ୱରୂପ ଅଛନ୍ତି ଓ ତାହାଙ୍କ ଯାଜକମାନେ ତୁମ୍ଭମାନଙ୍କ ପ୍ରତିକୂଳରେ ରଣତୂରୀ ବଜାଇବା ପାଇଁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି। ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତିକୂଳରେ ଯୁଦ୍ଧ ନ କର; କାରଣ ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ।”
\s5
\v 13 ତଥାପି ଯାରବୀୟାମ୍‍ ସେମାନଙ୍କ ଆକ୍ରମଣାର୍ଥେ ପଶ୍ଚାଦ୍ଦିଗରେ ଗୋପନରେ ସୈନ୍ୟ ରଖିଲେ; ଏଣୁ ଲୋକମାନେ ଯିହୁଦାର ଆଗରେ ଓ ସେହି ଗୁପ୍ତ ଦଳ ସେମାନଙ୍କ ପଛରେ ରହିଲେ।
\v 14 ତହିଁରେ ଯିହୁଦା ପଛକୁ ଅନାନ୍ତେ, ଦେଖ, ସେମାନଙ୍କ ଆଗରେ ଓ ପଛରେ ଯୁଦ୍ଧ; ତହୁଁ ସେମାନେ ସଦାପ୍ରଭୁଙ୍କ ନିକଟରେ ଡାକ ପକାଇଲେ ଓ ଯାଜକମାନେ ତୂରୀଧ୍ୱନି କଲେ।
\v 15 ସେତେବେଳେ ଯିହୁଦାର ଲୋକମାନେ ସିଂହନାଦ କଲେ; ଆଉ ଯିହୁଦାର ଲୋକମାନେ ସିଂହନାଦ କରିବା ସମୟରେ ପରମେଶ୍ୱର ଅବୀୟ ଓ ଯିହୁଦାର ସମ୍ମୁଖରେ ଯାରବୀୟାମଙ୍କୁ ଓ ସମସ୍ତ ଇସ୍ରାଏଲକୁ ଆଘାତ କଲେ।
\s5
\v 16 ତହିଁରେ ଇସ୍ରାଏଲ ସନ୍ତାନଗଣ ଯିହୁଦା ସମ୍ମୁଖରୁ ପଳାଇଲେ ଓ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ।
\v 17 ତହୁଁ ଅବୀୟ ଓ ତାଙ୍କର ଲୋକମାନେ ମହାସଂହାରରେ ସେମାନଙ୍କୁ ବଧ କଲେ; ଏଥିରେ ଇସ୍ରାଏଲର ପାଞ୍ଚ ଲକ୍ଷ ବଚ୍ଛା ଲୋକ ହତ ହୋଇ ପଡ଼ିଲେ।
\v 18 ଏହିରୂପେ ସେହି ସମୟରେ ଇସ୍ରାଏଲ ସନ୍ତାନମାନେ ଅବନତ ହେଲେ ଓ ଯିହୁଦାର ସନ୍ତାନମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଉପରେ ନିର୍ଭର ରଖିବାରୁ ଜୟଯୁକ୍ତ ହେଲେ।
\v 19 ଏଉତ୍ତାରେ ଅବୀୟ ଯାରବୀୟାମ୍‍ଙ୍କର ପଛେ ପଛେ ଗୋଡ଼ାଇ ତାଙ୍କର କେତେକ ନଗର, ଅର୍ଥାତ୍‍, ବେଥେଲ୍‍ ଓ ତହିଁର ଉପନଗର, ଯିଶାନା ଓ ତହିଁର ଉପନଗର, ପୁଣି ଇଫ୍ରୋଣ ଓ ତହିଁର ଉପନଗରସକଳ ହସ୍ତଗତ କରି ନେଲେ।
\v 20 ପୁଣି ଅବୀୟର ଜୀବନ କାଳଯାଏ ଯାରବୀୟାମ୍‍ ଆଉ ବଳ ପାଇ ପାରିଲେ ନାହିଁ; ଏଉତ୍ତାରେ ସଦାପ୍ରଭୁ ତାଙ୍କୁ ଆଘାତ କରନ୍ତେ, ସେ ମଲେ।
\v 21 ମାତ୍ର ଅବୀୟ ବେଳକୁ ବେଳ ବଳବାନ ହୋଇ ଉଠିଲେ, ପୁଣି ଚଉଦ ଭାର୍ଯ୍ୟା ବିବାହ କରି ବାଇଶ ପୁତ୍ର ଓ ଷୋହଳ କନ୍ୟା ଜାତ କଲେ।
\v 22 ଏହି ଅବୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା ଓ ତାଙ୍କର ଉକ୍ତି ଇଦ୍ଦୋ ଭବିଷ୍ୟଦ୍‍ବକ୍ତାର ଟୀକାଗ୍ରନ୍ଥରେ ଲିଖିତ ଅଛି।
\s5
\c 14
\s ଯିହୂଦାର ରାଜା ଆସା
\p
\v 1 ଏଥିଉତ୍ତାରେ ଅବୀୟଙ୍କ ମୃତ୍ୟୁ ପରେ, ଲୋକମାନେ ଦାଉଦ ନଗରରେ ତାଙ୍କୁ କବର ଦେଲେ, ଆଉ ତାଙ୍କର ପୁତ୍ର ଆସା ତାଙ୍କ ପଦରେ ରାଜ୍ୟ କଲେ। ଏହାଙ୍କ ଅଧିକାର ସମୟରେ ଦେଶ ଦଶ ବର୍ଷ ସୁସ୍ଥିର ରହିଲା।
\v 2 ପୁଣି ଆସା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ କର୍ମ କଲେ;
\v 3 କାରଣ ସେ ଅନ୍ୟ (ଦେବଗଣର) ଯଜ୍ଞବେଦି ଓ ଉଚ୍ଚସ୍ଥଳୀସକଳ ଦୂର କଲେ ଓ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିସକଳ ଛେଦନ କଲେ;
\v 4 ଆଉ ସେ ଯିହୁଦାର ଲୋକମାନଙ୍କୁ ସେମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ, ପୁଣି ବ୍ୟବସ୍ଥା ଓ ଆଜ୍ଞା ପ୍ରତିପାଳନ କରିବାକୁ ଆଦେଶ ଦେଲେ।
\s5
\v 5 ଆହୁରି, ସେ ଯିହୁଦାର ସମସ୍ତ ନଗରରୁ ଉଚ୍ଚସ୍ଥଳୀ ଓ ସୂର୍ଯ୍ୟ-ପ୍ରତିମାସବୁ ଦୂର କଲେ ଓ ତାଙ୍କ ସମ୍ମୁଖରେ ରାଜ୍ୟ ସୁସ୍ଥିର ହେଲା।
\v 6 ପୁଣି, ସେ ଯିହୁଦା ଦେଶରେ କେତେକ ପ୍ରାଚୀର-ବେଷ୍ଟିତ ନଗର ନିର୍ମାଣ କଲେ; କାରଣ ସେହି କେତେକ ବର୍ଷ ଦେଶ ସୁସ୍ଥିର ଥିଲା ଓ ତାଙ୍କୁ ଯୁଦ୍ଧ କରିବାକୁ ନୋହିଲା; ଯେହେତୁ ସଦାପ୍ରଭୁ ତାଙ୍କୁ ବିଶ୍ରାମ ଦେଇଥିଲେ।
\s5
\v 7 ଏହେତୁ ସେ ଯିହୁଦାକୁ କହିଲେ, ଆସ, ଆମ୍ଭେମାନେ ଏହିସବୁ ନଗର ନିର୍ମାଣ କରି ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଓ ଦୁର୍ଗ, ଦ୍ୱାର ଓ ଅର୍ଗଳ ପ୍ରସ୍ତୁତ କରୁ; ଦେଶ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ସମ୍ମୁଖରେ ଅଛି, ଯେହେତୁ ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ଅନ୍ୱେଷଣ କରିଅଛୁ; ଆମ୍ଭେମାନେ ତାହାଙ୍କର ଅନ୍ୱେଷଣ କରିଅଛୁ ଓ ସେ ଆମ୍ଭମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଇଅଛନ୍ତି। ତହୁଁ ସେମାନେ ନଗର ନିର୍ମାଣ କରି କୃତକାର୍ଯ୍ୟ ହେଲେ।
\v 8 ଏହି ଆସାଙ୍କର ଯିହୁଦା ମଧ୍ୟରୁ ତିନି ଲକ୍ଷ ଢାଲ ଓ ବର୍ଚ୍ଛାଧାରୀ ଓ ବିନ୍ୟାମୀନ୍ ମଧ୍ୟରୁ ଦୁଇ ଲକ୍ଷ ଅଶୀ ହଜାର ଢାଲ ଓ ଧନୁର୍ଦ୍ଧାରୀ, ଏକ ସୈନ୍ୟଦଳ ଥିଲେ; ଏସମସ୍ତେ ମହାବିକ୍ରମଶାଳୀ ଲୋକ ଥିଲେ।
\s5
\v 9 ଏଉତ୍ତାରେ କୂଶ ଦେଶୀୟ ସେରହ ଦଶ ଲକ୍ଷ ସୈନ୍ୟ ଓ ତିନି ଶହ ରଥ ନେଇ ସେମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିଲା; ସେ ମାରେଶା ପର୍ଯ୍ୟନ୍ତ ଆସିଲା।
\v 10 ସେତେବେଳେ ଆସା ତାହାକୁ ଭେଟିବାକୁ ଯାଆନ୍ତେ, ସେମାନେ ମାରେଶା ନିକଟସ୍ଥ ସଫାଥା ଉପତ୍ୟକାରେ ଯୁଦ୍ଧ ସଜାଇଲେ।
\v 11 ଏଥିରେ ଆସା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ଡାକ ପକାଇ କହିଲେ, “ସଦାପ୍ରଭୁ, ବଳବାନ ଓ ବଳହୀନ ଲୋକ ମଧ୍ୟରେ ସାହାଯ୍ୟ କରିବାକୁ ତୁମ୍ଭ ଭିନ୍ନ ଆଉ କେହି ନାହାନ୍ତି; ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କର ସାହାଯ୍ୟ କର; କାରଣ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁଅଛୁ ଓ ତୁମ୍ଭ ନାମରେ ଏହି ଜନତା ପ୍ରତିକୂଳରେ ଆସିଅଛୁ। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ; ମନୁଷ୍ୟ ତୁମ୍ଭ ପ୍ରତିକୂଳରେ ଜୟଯୁକ୍ତ ନ ହେଉ।”
\s5
\v 12 ଏଥିରେ ସଦାପ୍ରଭୁ ଆସା ସମ୍ମୁଖରେ ଓ ଯିହୁଦା ସମ୍ମୁଖରେ କୂଶୀୟମାନଙ୍କୁ ଆଘାତ କଲେ; ତହୁଁ କୂଶୀୟମାନେ ପଳାୟନ କଲେ।
\v 13 ଏଉତ୍ତାରେ ଆସା ଓ ତାଙ୍କ ସଙ୍ଗୀ ଲୋକମାନେ ଗରାର ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ; ତହିଁରେ କୂଶୀୟମାନଙ୍କର ଏତେ ଲୋକ ମାରା ପଡ଼ିଲେ ଯେ, ସେମାନେ ଆଉ ସବଳ ହୋଇ ଉଠି ପାରିଲେ ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ସୈନ୍ୟ ସମ୍ମୁଖରେ ବିନଷ୍ଟ ହେଲେ; ଏଣୁ ଯିହୁଦା-ଲୋକମାନେ ଅପାର ଲୁଟଦ୍ରବ୍ୟ ବହିନେଲେ।
\v 14 ଆଉ, ସେମାନେ ଗରାରର ଚତୁର୍ଦ୍ଦିଗସ୍ଥ ନଗରସବୁ ଆଘାତ କଲେ; କାରଣ ସଦାପ୍ରଭୁଙ୍କ ଭୟ ସେହିସବୁ ନଗର ଉପରେ ଉପସ୍ଥିତ ହେଲା; ପୁଣି ସେମାନେ ସମସ୍ତ ନଗର ଲୁଟ କଲେ; କାରଣ ତହିଁ ମଧ୍ୟରେ ଅନେକ ଲୁଟଦ୍ରବ୍ୟ ଥିଲା।
\v 15 ମଧ୍ୟ ସେମାନେ ପଶୁପଲର ତମ୍ବୁସବୁ ଆଘାତ କଲେ, ଆଉ ବିସ୍ତର ମେଷ ଓ ଓଟ ନେଇ ଯିରୂଶାଲମକୁ ଫେରି ଗଲେ।
\s5
\c 15
\s ଆସାଙ୍କ ଧାର୍ମିକ ସଂସ୍କାର
\p
\v 1 ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ଓଦେଦ୍‍ର ପୁତ୍ର ଅସରୀୟ ଉପରେ ଅଧିଷ୍ଠାନ କଲେ;
\v 2 ତହୁଁ ସେ ଆସାଙ୍କ ସହିତ ସାକ୍ଷାତ କରିବାକୁ ଯାଇ ତାଙ୍କୁ କହିଲା, “ହେ ଆସା ଓ ସମଗ୍ର ଯିହୁଦା ଓ ବିନ୍ୟାମୀନ୍, ତୁମ୍ଭେମାନେ ମୋ’ କଥା ଶୁଣ; ତୁମ୍ଭେମାନେ ସଦାପ୍ରଭୁଙ୍କ ସଙ୍ଗେ ଥିବା ଯାଏ ସେ ତୁମ୍ଭମାନଙ୍କ ସଙ୍ଗେ ଅଛନ୍ତି; ଯଦି ତୁମ୍ଭେମାନେ ତାହାଙ୍କ ଅନ୍ୱେଷଣ କରିବ, ତେବେ ତୁମ୍ଭେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯଦି ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିବ, ତେବେ ସେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ।
\s5
\v 3 ଇସ୍ରାଏଲ ବହୁ କାଳ ପର୍ଯ୍ୟନ୍ତ ସତ୍ୟ ପରମେଶ୍ୱର-ବିହୀନ ଓ ଶିକ୍ଷାଦାୟୀ-ଯାଜକବିହୀନ ଓ ବ୍ୟବସ୍ଥାବିହୀନ ହୋଇଥିଲେ।
\v 4 ମାତ୍ର ସେମାନେ ଆପଣାମାନଙ୍କ ଦୁର୍ଦ୍ଦଶା ସମୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ଫେରି ତାହାଙ୍କର ଅନ୍ୱେଷଣ କରନ୍ତେ, ତାହାଙ୍କର ଉଦ୍ଦେଶ୍ୟ ପାଇଲେ।
\v 5 ସେହି ସମୟରେ ବାହାରେ ଯିବା ଓ ଭିତରେ ଆସିବା ଲୋକର କିଛି ଶାନ୍ତି ନ ଥିଲା, ମାତ୍ର ଦେଶର ନିବାସୀ ସମସ୍ତେ ମହାତ୍ରାସଯୁକ୍ତ ଥିଲେ।
\s5
\v 6 ପୁଣି ସେମାନେ ଗୋଷ୍ଠୀ ବିରୁଦ୍ଧରେ ଗୋଷ୍ଠୀ ଓ ନଗର ବିରୁଦ୍ଧରେ ନଗର ଭିନ୍ନ ହୋଇଥିଲେ; କାରଣ ପରମେଶ୍ୱର ସର୍ବ ପ୍ରକାର ସଂକଟ ଦ୍ୱାରା ସେମାନଙ୍କୁ ତ୍ରାସଯୁକ୍ତ କରିଥିଲେ।
\v 7 ମାତ୍ର ତୁମ୍ଭେମାନେ ବଳବାନ ହୁଅ ଓ ଆପଣାମାନଙ୍କ ହସ୍ତ ଶିଥିଳ ହେବାକୁ ନ ଦିଅ; କାରଣ ତୁମ୍ଭମାନଙ୍କ କର୍ମ ପୁରସ୍କୃତ ହେବ।”
\s5
\v 8 ଏଥିରେ ଆସା ଏହିସବୁ କଥା ଓ ଓଦେଦ୍‍ ଭବିଷ୍ୟଦ୍‍ବକ୍ତାର ଭବିଷ୍ୟତ୍‍ ବାକ୍ୟ ଶୁଣନ୍ତେ, ସାହସ ପାଇଲେ, ପୁଣି ଯିହୁଦା ଓ ବିନ୍ୟାମୀନ୍‍ର ସମୁଦାୟ ଦେଶରୁ ଓ ଇଫ୍ରୟିମର ପର୍ବତମୟ ଦେଶରେ ହସ୍ତଗତ କରିଥିବା ନଗରସବୁରୁ ଘୃଣାଯୋଗ୍ୟ ବସ୍ତୁସବୁ ଦୂର କଲେ; ଆଉ ସଦାପ୍ରଭୁଙ୍କ ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦି ପୁନର୍ବାର ସଜାଡ଼ିଲେ।
\v 9 ଏଉତ୍ତାରେ ସେ ସମୁଦାୟ ଯିହୁଦା ଓ ବିନ୍ୟାମୀନ୍ ଲୋକଙ୍କୁ, ପୁଣି ଇଫ୍ରୟିମ ଓ ମନଃଶି ଓ ଶିମୀୟୋନ ମଧ୍ୟରୁ ସେମାନଙ୍କ ସହିତ ପ୍ରବାସକାରୀ ଲୋକମାନଙ୍କୁ ଏକତ୍ର କଲେ; କାରଣ ଇସ୍ରାଏଲ ମଧ୍ୟରୁ ଅନେକେ ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ଅଛନ୍ତି ବୋଲି ଦେଖି ତାଙ୍କ ସପକ୍ଷ ହୋଇଥିଲେ।
\s5
\v 10 ଏହେତୁ ଆସାଙ୍କ ରାଜତ୍ଵର ପନ୍ଦର ବର୍ଷର ତୃତୀୟ ମାସରେ ଲୋକମାନେ ଯିରୂଶାଲମରେ ଏକତ୍ରିତ ହେଲେ।
\v 11 ଆଉ, ସେହି ଦିନ ସେମାନେ ଆପଣାମାନଙ୍କର ଆନୀତ ଲୁଟଦ୍ରବ୍ୟ ମଧ୍ୟରୁ ସାତ ଶହ ଗୋରୁ ଓ ସାତ ହଜାର ମେଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ
\s5
\v 12 ପୁଣି ସେମାନେ ଆପଣା ଆପଣା ସର୍ବାନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କର ଅନ୍ୱେଷଣ କରିବାକୁ,
\v 13 ଆଉ ସାନ କି ବଡ଼, ପୁରୁଷ କି ସ୍ତ୍ରୀ, ଯେକେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଅନ୍ୱେଷଣ ନ କରିବ, ତାହାର ପ୍ରାଣଦଣ୍ଡ ହେବ ବୋଲି ନିୟମ କଲେ।
\s5
\v 14 ଆହୁରି ସେମାନେ ଉଚ୍ଚୈଃସ୍ୱରରେ ଜୟଧ୍ୱନି କରି ତୂରୀ ଓ ଶୃଙ୍ଗ ବଜାଇ ସଦାପ୍ରଭୁଙ୍କ ନିକଟରେ ଶପଥ କଲେ।
\v 15 ତହିଁରେ ସମଗ୍ର ଯିହୁଦା ସେହି ଶପଥରେ ଆନନ୍ଦ କଲେ; କାରଣ ସେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ସହିତ ଶପଥ କରିଥିଲେ ଓ ଆପଣା ଆପଣାର ସମ୍ପୂର୍ଣ୍ଣ ଇଚ୍ଛାରେ ତାହାଙ୍କର ଅନ୍ୱେଷଣ କଲେ, ଏଣୁ ସେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇଲେ; ପୁଣି ସଦାପ୍ରଭୁ ସେମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ।
\s5
\v 16 ମଧ୍ୟ ଆସା ରାଜାଙ୍କର ମାତାମହୀ ମାଖା ଆଶେରା ଦେବୀ ରୂପେ ଏକ ଘୃଣାଯୋଗ୍ୟ ପ୍ରତିମା ନିର୍ମାଣ କରିଥିବାରୁ ସେ ତାହାକୁ ରାଣୀପଦରୁ ଚ୍ୟୁତ କଲେ ଓ ଆସା ତାହାର ସେହି ପ୍ରତିମା ଛେଦନ କରି ଚୂର୍ଣ୍ଣ କଲେ ଓ କିଦ୍ରୋଣ ନଦୀ ନିକଟରେ ତାହା ପୋଡ଼ି ପକାଇଲେ।
\v 17 ମାତ୍ର ଉଚ୍ଚସ୍ଥଳୀସକଳ ଇସ୍ରାଏଲ ମଧ୍ୟରୁ ଦୂରୀକୃତ ନୋହିଲା; ତଥାପି ଆସାଙ୍କର ଯାବଜ୍ଜୀବନ ତାଙ୍କର ଅନ୍ତଃକରଣ ସିଦ୍ଧ ଥିଲା।
\v 18 ଆଉ ସେ ଆପଣା ପିତାଙ୍କର ପ୍ରତିଷ୍ଠିତ ବସ୍ତୁସବୁ ଓ ନିଜର ପ୍ରତିଷ୍ଠିତ ରୂପା ଓ ସୁନା ଓ ପାତ୍ରସବୁ ପରମେଶ୍ୱରଙ୍କ ଗୃହକୁ ଆଣିଲେ।
\v 19 ପୁଣି, ଆସାଙ୍କ ରାଜତ୍ଵର ପଞ୍ଚତିରିଶ ବର୍ଷ ପର୍ଯ୍ୟନ୍ତ ଆଉ ଯୁଦ୍ଧ ହେଲା ନାହିଁ।
\s5
\c 16
\s ଇସ୍ରାଏଲ ସହ ବିବାଦ
\p
\v 1 ଯିହୁଦାର ରାଜା ଆସାଙ୍କ ନିକଟକୁ କାହାରିକୁ ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାଶା, ଆସାଙ୍କ ରାଜତ୍ଵର ଛତିଶ ବର୍ଷରେ ଯିହୁଦା ବିରୁଦ୍ଧରେ ଯାତ୍ରା କରି ରାମା ନଗର ଦୃଢ଼ କଲେ।
\s5
\v 2 ତହିଁରେ ଆସା ସଦାପ୍ରଭୁଙ୍କର ଗୃହ ଓ ରାଜଗୃହର ଭଣ୍ଡାରରୁ ରୂପା ଓ ସୁନା ଆଣି ଦମ୍ମେଶକ ନିବାସୀ ଅରାମୀୟ ରାଜା ବିନ୍‍ହଦଦ୍‍ ନିକଟକୁ ପଠାଇ ଏହି କଥା କହିଲେ,
\v 3 “ମୋ’ ପିତା ଓ ତୁମ୍ଭ ପିତାଙ୍କ ମଧ୍ୟରେ ଯେପରି ନିୟମ ଥିଲା, ସେହିପରି ତୁମ୍ଭ ମୋ’ ମଧ୍ୟରେ ଅଛି; ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନା ପଠାଇଅଛି; ଯାଅ, ଇସ୍ରାଏଲର ରାଜା ବାଶା ସଙ୍ଗେ ତୁମ୍ଭର ଯେଉଁ ନିୟମ ଅଛି, ତାହା ଭାଙ୍ଗି ଦିଅ, ତହିଁରେ ସେ ମୋ’ ନିକଟରୁ ପ୍ରସ୍ଥାନ କରିବ।”
\s5
\v 4 ଏଥିରେ ବିନ୍‍ହଦଦ୍‍ ଆସା ରାଜାଙ୍କର କଥାରେ ମନୋଯୋଗ କରି ଆପଣା ସେନାପତିମାନଙ୍କୁ ଇସ୍ରାଏଲ ନଗର ବିରୁଦ୍ଧରେ ପଠାଇଲା; ତହୁଁ ସେମାନେ ଇୟୋନ୍‍ ଓ ଦାନ୍‍ ଓ ଆବେଲ୍‍-ମୟିମ୍‍ ଓ ନପ୍ତାଲିରେ ସମସ୍ତ ଭଣ୍ଡାର ନଗର ପରାସ୍ତ କଲେ।
\v 5 ତହିଁରେ ବାଶା ଏହି କଥା ଶୁଣି ରାମା ନଗର ଦୃଢ଼କରଣରୁ କ୍ଷାନ୍ତ ହୋଇ ଆପଣା କାର୍ଯ୍ୟ ସ୍ଥଗିତ ରଖିଲା।
\v 6 ତେବେ ଆସା ରାଜା ସମଗ୍ର ଯିହୁଦାର ଲୋକଙ୍କୁ ନେଲେ; ପୁଣି ବାଶା ଯେଉଁ ପ୍ରସ୍ତର ଓ କାଷ୍ଠରେ ରାମା ନଗର ନିର୍ମାଣ କରିଥିଲା, ତାହାସବୁ ସେମାନେ ବହି ନେଇଗଲେ; ଆଉ ତଦ୍ଦ୍ୱାରା ସେ ଗେବା ଓ ମିସ୍ପା ନଗର ଦୃଢ଼ କଲେ।
\s5
\v 7 ସେସମୟରେ ହନାନି ଦର୍ଶକ ଯିହୁଦାର ରାଜା ଆସାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର ନ କରି ଅରାମୀୟ ରାଜା ଉପରେ ନିର୍ଭର କଲ, ଏହେତୁ ଅରାମୀୟ ରାଜ୍ୟର ସୈନ୍ୟ ତୁମ୍ଭ ହସ୍ତରୁ ବଞ୍ଚିଗଲେ।
\v 8 କୂଶୀୟ ଓ ଲୂବୀୟମାନେ ଅପାର ଅପାର ରଥ ଓ ଅଶ୍ୱାରୂଢ଼ ସହିତ କି ଏକ ମହାସୈନ୍ୟ ନ ଥିଲେ ? ତଥାପି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବାରୁ ସେ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲେ।
\s5
\v 9 କାରଣ ସଦାପ୍ରଭୁଙ୍କ ପ୍ରତି ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ, ସେମାନଙ୍କ ସପକ୍ଷରେ ଆପଣାକୁ ବଳବାନ ଦେଖାଇବା ପାଇଁ ତାହାଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଏଣେତେଣେ ଦୌଡ଼ଇ। ଏ ବିଷୟରେ ତୁମ୍ଭେ ଅଜ୍ଞାନର କାର୍ଯ୍ୟ କରିଅଛ; ଏଣୁ ଏହି ସମୟଠାରୁ ତୁମ୍ଭ ପ୍ରତି ଯୁଦ୍ଧ ଘଟିବ।”
\v 10 ସେତେବେଳେ ଆସା ସେହି ଦର୍ଶକ ପ୍ରତି କ୍ରୁଦ୍ଧ ହୋଇ ତାହାକୁ କାରାଗାରରେ ରଖିଲେ; କାରଣ ଏହି କଥା ସକାଶୁ ସେ ତାହା ଉପରେ କୋପାନ୍ୱିତ ହୋଇଥିଲେ। ଆଉ, ସେହି ସମୟରେ ଆସା କେତେକ ଲୋକ ପ୍ରତି ଅତ୍ୟାଚାର କଲେ।
\s ଆସାଙ୍କ ରାଜତ୍ୱର ସମାପ୍ତି
\p
\s5
\v 11 ଦେଖ, ଏହି ଆସାଙ୍କର ଆଦ୍ୟନ୍ତ କ୍ରିୟାର ବୃତ୍ତାନ୍ତ ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ-ପୁସ୍ତକରେ ଲେଖା ଅଛି।
\v 12 ଆସା ଆପଣା ରାଜତ୍ଵର ଅଣଚାଳିଶ ବର୍ଷରେ ପାଦରୋଗଗ୍ରସ୍ତ ହେଲେ; ତାଙ୍କର ରୋଗ ଅତିଶୟ ହୋଇଥିଲା; ତଥାପି ରୋଗ ସମୟରେ ସେ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ ନାହିଁ, ମାତ୍ର ବୈଦ୍ୟମାନଙ୍କର ଅନ୍ୱେଷଣ କଲେ।
\s5
\v 13 ଆଉ ଆସା ଆପଣା ରାଜତ୍ଵର ଏକଚାଳିଶ ବର୍ଷରେ ପ୍ରାଣତ୍ୟାଗ କରି ଆପଣା ପିତୃଗଣ ସହିତ କବର ପ୍ରାପ୍ତ ହେଲେ।
\v 14 ଆଉ ସେ ଦାଉଦ-ନଗରରେ ଆପଣା ପାଇଁ ଯେଉଁ କବର ଖୋଳିଥିଲେ, ତାଙ୍କର ସେହି କବରରେ ଲୋକମାନେ ତାଙ୍କୁ କବର ଦେଲେ ଓ ଗନ୍ଧବଣିକର ପ୍ରକ୍ରିୟାରେ ପ୍ରସ୍ତୁତ ନାନା ପ୍ରକାର ସୁଗନ୍ଧି ଦ୍ରବ୍ୟରେ ପୂର୍ଣ୍ଣ ଶଯ୍ୟାରେ ତାଙ୍କୁ ଶୁଆଇଲେ ଓ ତାଙ୍କ ନିମନ୍ତେ ସେମାନେ ଅତି ବଡ଼ ଦାହ କଲେ।
\s5
\c 17
\s ଯିହୁଦାର ରାଜା ଯିହୋଶାଫଟ୍‍
\p
\v 1 ଏଥିଉତ୍ତାରେ ତାଙ୍କର ପୁତ୍ର ଯିହୋଶାଫଟ୍‍ ତାଙ୍କର ପଦରେ ରାଜ୍ୟ କରି ଇସ୍ରାଏଲ ବିରୁଦ୍ଧରେ ଆପଣାକୁ ବଳବାନ କଲେ।
\v 2 ପୁଣି ସେ ଯିହୁଦାର ସକଳ ପ୍ରାଚୀରବେଷ୍ଟିତ ନଗରରେ ସୈନ୍ୟ ରଖିଲେ, ଆଉ ଯିହୁଦା ଦେଶରେ ଓ ତାଙ୍କର ପିତା ଆସାଙ୍କର ହସ୍ତଗତ ଇଫ୍ରୟିମର ସକଳ ନଗରରେ ପ୍ରହରୀ ଦଳ ସ୍ଥାପନ କଲେ।
\s5
\v 3 ଆଉ, ଯିହୋଶାଫଟ୍‍ ଆପଣା ପୂର୍ବପୁରୁଷ ଦାଉଦଙ୍କର ପ୍ରଥମ ଆଚରଣରୂପ ପଥରେ ଗମନ କରି ବାଲ୍‍ଦେବଗଣର ଅନ୍ୱେଷଣ ନ କରିବାରୁ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ;
\v 4 ପୁଣି, ସେ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ତାହାଙ୍କ ଆଜ୍ଞାଗୁଡିକୁ ପାଳନ କଲେ, ଓ ଇସ୍ରାଏଲର କର୍ମାନୁଯାୟୀ କଲେ ନାହିଁ।
\s5
\v 5 ଏହେତୁ ସଦାପ୍ରଭୁ ତାଙ୍କର ହସ୍ତରେ ରାଜ୍ୟ ଦୃଢ଼ କଲେ ଓ ସମଗ୍ର ଯିହୁଦା ଯିହୋଶାଫଟ୍‍ଙ୍କ ନିକଟକୁ ଦର୍ଶନୀ ଆଣିଲେ; ତହିଁରେ ସେ ଅତିଶୟ ଧନ ଓ ସମ୍ଭ୍ରମ ପାଇଲେ।
\v 6 ପୁଣି, ତାଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କ ପଥରେ ଉନ୍ନତ ହେଲା; ଆହୁରି ସେ ଯିହୁଦା ମଧ୍ୟରୁ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତିସବୁ ଦୂର କଲେ।
\s5
\v 7 ମଧ୍ୟ ସେ ଆପଣା ରାଜତ୍ଵର ତୃତୀୟ ବର୍ଷରେ ଯିହୁଦାର ନଗରସବୁରେ ଶିକ୍ଷା ଦେବା ପାଇଁ ଆପଣା ଅଧିପତିମାନଙ୍କୁ, ଅର୍ଥାତ୍‍, ବିନ୍‍ହୟିଲ, ଓବଦୀୟ, ଜିଖରୀୟ, ନଥନେଲ ଓ ମୀଖାୟକୁ ପଠାଇଲେ;
\v 8 ଆଉ ସେମାନଙ୍କ ସଙ୍ଗେ ଲେବୀୟମାନଙ୍କୁ, ଅର୍ଥାତ୍‍, ଶମୟୀୟ, ନଥନୀୟ, ସବଦୀୟ, ଅସାହେଲ, ଶମୀରାମୋତ୍‍, ଯିହୋନାଥନ୍‍, ଅଦୋନୀୟ, ଟୋବୀୟ ଓ ଟୋବଦୋନୀୟ, ଏହି ଲେବୀୟମାନଙ୍କୁ ଓ ସେମାନଙ୍କ ସଙ୍ଗେ ଇଲୀଶାମା ଓ ଯିହୋରାମ୍‍ ଯାଜକକୁ ପଠାଇଲେ।
\v 9 ତହିଁରେ ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା-ପୁସ୍ତକ ସଙ୍ଗରେ ନେଇ ଯିହୁଦା ଦେଶରେ ଶିକ୍ଷା ଦେଲେ; ଆଉ, ସେମାନେ ଯିହୁଦାର ସକଳ ନଗରରେ ଭ୍ରମଣ କରି ଲୋକମାନଙ୍କ ମଧ୍ୟରେ ଶିକ୍ଷା ଦେଲେ।
\s5
\v 10 ତହୁଁ ଯିହୁଦାର ଚତୁର୍ଦ୍ଦିଗସ୍ଥ ଦେଶର ସକଳ ରାଜ୍ୟରେ ସଦାପ୍ରଭୁଙ୍କ ଆଡ଼ୁ ଭୟ ଉପସ୍ଥିତ ହେଲା, ଏଣୁ ସେମାନେ ଯିହୋଶାଫଟ୍‍ଙ୍କ ପ୍ରତିକୂଳରେ ଯୁଦ୍ଧ କଲେ ନାହିଁ।
\v 11 ପୁଣି, କେତେକ ପଲେଷ୍ଟୀୟ ଲୋକ ଯିହୋଶାଫଟ୍‍ଙ୍କ ନିକଟକୁ ଦର୍ଶନୀ ଓ କର ନିମନ୍ତେ ରୂପା ଆଣିଲେ; ଆରବୀୟମାନେ ମଧ୍ୟ ତାଙ୍କ ନିକଟକୁ ପଲ ପଲ କରି ସାତ ହଜାର ସାତ ଶହ ମେଷ ଓ ସାତ ହଜାର ସାତ ଶହ ଛାଗ ଆଣିଲେ।
\s5
\v 12 ତହିଁରେ ଯିହୋଶାଫଟ୍‍ ବେଳକୁ ବେଳ ଅତି ମହାନ୍ ହୋଇ ଉଠିଲେ ଓ ସେ ଯିହୁଦା ଦେଶରେ ଦୁର୍ଗ ଓ ଭଣ୍ଡାର-ନଗରମାନ ନିର୍ମାଣ କଲେ।
\v 13 ଆଉ, ଯିହୁଦାର ସବୁ ନଗରରେ ତାଙ୍କର ଅନେକ କର୍ମ ଥିଲା ଓ ଯିରୂଶାଲମରେ ଯୋଦ୍ଧା, ମହାବିକ୍ରମଶାଳୀ ଲୋକ ଥିଲେ।
\s5
\v 14 ଆପଣା ଆପଣା ପିତୃବଂଶାନୁସାରେ ସେମାନଙ୍କର ସଂଖ୍ୟା ଏହି; ଯିହୁଦାର ସହସ୍ରପତିମାନଙ୍କ ମଧ୍ୟରେ ଅଦ୍ନହ ସେନାପତି ଥିଲା ଓ ତାହା ସଙ୍ଗରେ ତିନି ଲକ୍ଷ ମହାବିକ୍ରମଶାଳୀ ଲୋକ ଥିଲେ।
\v 15 ତାହା ଉତ୍ତାରେ ଯିହୋହାନନ୍‍ ସେନାପତି ଥିଲା, ତାହା ସଙ୍ଗରେ ଦୁଇ ଲକ୍ଷ ଅଶୀ ହଜାର ଲୋକ ଥିଲେ।
\v 16 ପୁଣି, ତାହା ଉତ୍ତାରେ ସିଖ୍ରିର ପୁତ୍ର ଅମସୀୟ, ସେ ସ୍ୱେଚ୍ଛାରେ ଆପଣାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲା; ତାହା ସଙ୍ଗରେ ଦୁଇ ଲକ୍ଷ ମହାବିକ୍ରମଶାଳୀ ଲୋକ ଥିଲେ;
\v 17 ପୁଣି, ବିନ୍ୟାମୀନ୍ ମଧ୍ୟରୁ ଇଲୀୟାଦା, ସେ ମହାବିକ୍ରମଶାଳୀ ଲୋକ ଥିଲା ଓ ତାହା ସଙ୍ଗରେ ଦୁଇ ଲକ୍ଷ ଧନୁର୍ଦ୍ଧାରୀ ଓ ଢାଲଧାରୀ ଲୋକ ଥିଲେ;
\v 18 ଆଉ ତାହା ଉତ୍ତାରେ ଯିହୋଷାବଦ୍‍ ଓ ତାହା ସଙ୍ଗରେ ଯୁଦ୍ଧାର୍ଥେ ପ୍ରସ୍ତୁତ ଏକ ଲକ୍ଷ ଅଶୀ ହଜାର ଲୋକ ଥିଲେ।
\v 19 ରାଜା ଯିହୁଦାର ସର୍ବତ୍ର ପ୍ରାଚୀରବେଷ୍ଟିତ ନଗରମାନରେ ଯେଉଁମାନଙ୍କୁ ରଖିଥିଲେ, ସେମାନଙ୍କ ଛଡ଼ା ଏମାନେ ରାଜାଙ୍କର ସେବା କଲେ।
\s5
\c 18
\s ଯିହୋଶାଫଟ୍‍ ଓ ଆହାବଙ୍କ ମୈତ୍ରୀ
\p
\v 1 ଏହିରୂପେ ଯିହୋଶାଫଟ୍‍ ଅତିଶୟ ଧନବାନ୍ ଓ ସମ୍ଭ୍ରାନ୍ତ ହେଲେ; ପୁଣି ସେ ଆହାବଙ୍କ ସଙ୍ଗେ କୁଟୁମ୍ବିତା କଲେ।
\v 2 ଆଉ, କେତେକ ବର୍ଷ ଉତ୍ତାରେ ସେ ଶମରୀୟା ଦେଶରେ ଆହାବଙ୍କୁ ଦର୍ଶନ କରିବାକୁ ଗଲେ। ତହିଁରେ ଆହାବ ତାଙ୍କ ନିମନ୍ତେ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ ଅନେକ ମେଷ ଓ ବଳଦ ମାରିଲେ ଓ ଆପଣା ସଙ୍ଗେ ରାମୋତ୍‍-ଗିଲୀୟଦକୁ ଯିବା ପାଇଁ ତାଙ୍କୁ ମଣାଇଲେ।
\v 3 ଇସ୍ରାଏଲର ରାଜା ଆହାବ ଯିହୁଦାର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ତୁମ୍ଭେ କି ମୋ’ ସଙ୍ଗେ ରାମୋତ୍‍-ଗିଲୀୟଦକୁ ଯିବ” ତହିଁରେ ସେ ଉତ୍ତର କଲେ, “ମୁଁ ତୁମ୍ଭ ପରି ଓ ମୋର ଲୋକ ତୁମ୍ଭର ଲୋକ ପରି; ଆମ୍ଭେମାନେ ଯୁଦ୍ଧରେ ତୁମ୍ଭର ସଙ୍ଗୀ ହେବୁ।”
\s5
\v 4 ଆହୁରି ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କୁ କହିଲେ, “ବିନୟ କରୁଅଛି, ଆଜି ସଦାପ୍ରଭୁଙ୍କ ବାକ୍ୟ ପଚାର।”
\v 5 ତେବେ ଇସ୍ରାଏଲର ରାଜା ଭବିଷ୍ୟଦ୍‍ବକ୍ତାମାନଙ୍କର ଚାରି ଶହ ଲୋକଙ୍କୁ ଏକତ୍ରିତ କରି ସେମାନଙ୍କୁ ପଚାରିଲେ; ଆମ୍ଭେମାନେ କ’ଣ ଯୁଦ୍ଧ କରିବା ପାଇଁ ରାମୋତ୍‍-ଗିଲୀୟଦକୁ ଯିବା, କିଅବା ମୁଁ କ୍ଷାନ୍ତ ହେବି ? ତହିଁରେ ସେମାନେ କହିଲେ, “ଯାଉନ୍ତୁ, କାରଣ ପରମେଶ୍ୱର ତାହା ରାଜାଙ୍କ ହସ୍ତରେ ସମର୍ପଣ କରିବେ।”
\s5
\v 6 ମାତ୍ର ଯିହୋଶାଫଟ୍‍ କହିଲେ, “ଏମାନଙ୍କ ଛଡ଼ା ଆମ୍ଭେମାନେ ଯାହାକୁ ପଚାରି ପାରୁ, ସଦାପ୍ରଭୁଙ୍କର ଏପରି ଭବିଷ୍ୟଦ୍‍ବକ୍ତା କେହି କି ଏଠାରେ ନାହିଁ ?”
\v 7 ତହିଁରେ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ଆଉ ଜଣେ ଅଛି, ତାହା ଦ୍ୱାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରିପାରୁ; ମାତ୍ର ମୁଁ ତାହାକୁ ଘୃଣା କରେ; କାରଣ ସେ ମୋ’ ବିଷୟରେ କେବେ ମଙ୍ଗଳର ନୁହେଁ, ମାତ୍ର ସବୁବେଳେ ଅମଙ୍ଗଳର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରେ; ସେ ଇମ୍ଲର ପୁତ୍ର ମୀଖାୟ,” ତହିଁରେ ଯିହୋଶାଫଟ୍‍ କହିଲେ, “ରାଜା ଏପରି ନ କହନ୍ତୁ।”
\v 8 ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷକୁ ଡାକି କହିଲେ, “ଇମ୍ଲର ପୁତ୍ର ମୀଖାୟକୁ ଶୀଘ୍ର ଆଣ।”
\s5
\v 9 ଏଥି ମଧ୍ୟରେ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍‍ ଆପଣା ଆପଣା ରାଜବସ୍ତ୍ର ପିନ୍ଧି ଆପଣା ଆପଣା ସିଂହାସନରେ ବସିଥିଲେ, ସେମାନେ ଶମରୀୟାର ଦ୍ୱାର-ପ୍ରବେଶ ସ୍ଥାନ ନିକଟସ୍ଥ ମେଲାରେ ବସିଥିଲେ; ଆଉ ସମସ୍ତ ଭବିଷ୍ୟଦ୍‍ବକ୍ତା ସେମାନଙ୍କ ସମ୍ମୁଖରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରୁଥିଲେ,
\v 10 ଆଉ କନାନାର ପୁତ୍ର ସିଦିକୀୟ ଲୌହମୟ ଶୃଙ୍ଗମାନ ନିର୍ମାଣ କରି କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ଦ୍ୱାରା ଆପଣ ଅରାମୀୟମାନଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଭୁସି ପକାଇବେ।”
\v 11 ତହିଁରେ ସବୁ ଭବିଷ୍ୟଦ୍‍ବକ୍ତା ତଦ୍ରୂପ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲେ, “ରାମୋତ୍‍-ଗିଲୀୟଦକୁ ଯାଉନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ; କାରଣ ସଦାପ୍ରଭୁ ତାହା ମହାରାଜାଙ୍କ ହସ୍ତରେ ସମର୍ପଣ କରିବେ।”
\s5
\v 12 ପୁଣି, ଯେଉଁ ଦୂତ ମୀଖାୟକୁ ଡାକିବାକୁ ଯାଇଥିଲା, ସେ ତାହାକୁ କହିଲା, “ଦେଖ, ଭବିଷ୍ୟଦ୍‍ବକ୍ତାମାନଙ୍କର ବାକ୍ୟ ଏକ ମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଅଛି; ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭ ବାକ୍ୟ ସେମାନଙ୍କ ବାକ୍ୟ ତୁଲ୍ୟ ହେଉ ଓ ତୁମ୍ଭେ ମଙ୍ଗଳର କଥା କୁହ।”
\v 13 ତହୁଁ ମୀଖାୟ କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଯାହା ମୋ’ ପରମେଶ୍ୱର କହିବେ, ତାହା ହିଁ ମୁଁ କହିବି।”
\v 14 ଏଉତ୍ତାରେ ମୀଖାୟ ରାଜାଙ୍କ ନିକଟକୁ ଆସନ୍ତେ, ରାଜା ତାହାକୁ କହିଲେ, “ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବା ପାଇଁ ରାମୋତ୍‍-ଗିଲୀୟଦକୁ ଯିବା, କିଅବା ମୁଁ କ୍ଷାନ୍ତ ହେବି ?” ତହୁଁ ସେ କହିଲା, “ଯାଉନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ; ସେମାନେ ଆପଣମାନଙ୍କ ହସ୍ତରେ ସମର୍ପିତ ହେବେ।”
\s5
\v 15 ଏଥିରେ ରାଜା ତାହାକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନା ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେ ଥର ତୁମ୍ଭକୁ ଶପଥ କରାଇବି।”
\v 16 ତହିଁରେ ସେ କହିଲା, “ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷପଲ ତୁଲ୍ୟ ପର୍ବତମାନରେ ଛିନ୍ନଭିନ୍ନ ଦେଖିଲି; ଆଉ ସଦାପ୍ରଭୁ କହିଲେ, ଏମାନଙ୍କର ସ୍ୱାମୀ ନାହିଁ; ଏମାନେ ପ୍ରତ୍ୟେକେ କୁଶଳରେ ଆପଣା ଆପଣା ଗୃହକୁ ଫେରି ଯାଉନ୍ତୁ।”
\s5
\v 17 ତହୁଁ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ଏ ମୋ’ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବ ନାହିଁ ବୋଲି କି ମୁଁ ତୁମ୍ଭକୁ କହି ନାହିଁ ?”
\v 18 ପୁଣି ମୀଖାୟ କହିଲା, “ଏହେତୁ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟକୁ ଉଭା ହେବାର ଦେଖିଲି।”
\s5
\v 19 ତହିଁରେ ସଦାପ୍ରଭୁ କହିଲେ, “ଇସ୍ରାଏଲର ରାଜା ଆହାବ ଯେପରି ରାମୋତ୍‍-ଗିଲୀୟଦକୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସୁଲାଇବ ? ତହିଁରେ ଜଣେ ଏପ୍ରକାର ଓ ଅନ୍ୟ ଜଣ ସେପ୍ରକାର କହିଲେ।
\s5
\v 20 ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, “ମୁଁ ତାହାକୁ ଫୁସୁଲାଇବି।” ତହୁଁ ସଦାପ୍ରଭୁ ତାହାକୁ କହିଲେ, “କାହିଁରେ ?”
\v 21 ସେ କହିଲା, “ମୁଁ ଯାଇ ତାହାର ସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ହେବି” ତେବେ ସେ କହିଲେ, “ତୁମ୍ଭେ ତାହାକୁ ଫୁସୁଲାଇବ, ମଧ୍ୟ କୃତକାର୍ଯ୍ୟ ହେବ; ଯାଅ, ସେପରି କର।
\s5
\v 22 ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଏସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି; ପୁଣି ସଦାପ୍ରଭୁ ତୁମ୍ଭ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି।”
\s5
\v 23 ସେତେବେଳେ କନାନାର ପୁତ୍ର ସିଦିକୀୟ ନିକଟକୁ ଆସି ମୀଖାୟର ଗାଲରେ ଚାପୁଡ଼ା ମାରି କହିଲା, “ସଦାପ୍ରଭୁଙ୍କ ଆତ୍ମା ତୋତେ କହିବା ପାଇଁ ମୋ’ଠାରୁ କେଉଁ ବାଟେ ଗଲେ ?”
\v 24 ତହିଁରେ ମୀଖାୟ କହିଲା, “ଦେଖ, ଯେଉଁ ଦିନ ତୁମ୍ଭେ ଆପଣାକୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରିକୁ ଯିବ, ସେହି ଦିନ ତାହା ଜାଣିବ।”
\s5
\v 25 ପୁଣି ଇସ୍ରାଏଲର ରାଜା କହିଲେ, “ମୀଖାୟକୁ ଧରି ପୁନର୍ବାର ନଗରାଧ୍ୟକ୍ଷ ଆମୋନ୍‍ ଓ ରାଜପୁତ୍ର ଯୋୟାଶ୍‍ ନିକଟକୁ ନେଇ ଯାଅ;”
\v 26 ପୁଣି କୁହ, ରାଜା ଏହି କଥା କହନ୍ତି, “ଏହାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରି ଆସିବା ପର୍ଯ୍ୟନ୍ତ ତାହାକୁ ଦୁଃଖରୂପ ଅନ୍ନ ଓ ଦୁଃଖରୂପ ଜଳ ଖୁଆଅ।”
\v 27 ତହିଁରେ ମୀଖାୟ କହିଲା, “ଯେବେ ତୁମ୍ଭେ କୌଣସି ରୂପେ କୁଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋ’ ଦ୍ୱାରା କହି ନାହାନ୍ତି। ଆହୁରି ସେ କହିଲା, ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ।”
\s ଆହାବଙ୍କ ପରାଜୟ ଓ ମୃତ୍ୟୁୁ
\p
\s5
\v 28 ଏଥିଉତ୍ତାରେ ଇସ୍ରାଏଲର ରାଜା ଓ ଯିହୁଦାର ଯିହୋଶାଫଟ୍‍ ରାଜା ରାମୋତ୍‍-ଗିଲୀୟଦକୁ ଗଲେ।
\v 29 ପୁଣି, ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ମୁଁ ଛଦ୍ମବେଶ ଧରି ଯୁଦ୍ଧକୁ ଯିବି; ମାତ୍ର ତୁମ୍ଭେ ଆପଣା ରାଜବସ୍ତ୍ର ପିନ୍ଧ।” ତହୁଁ ଇସ୍ରାଏଲର ରାଜା ଛଦ୍ମବେଶ ଧରିଲେ ଓ ସେମାନେ ଯୁଦ୍ଧକୁ ଗଲେ।
\v 30 ମାତ୍ର ଅରାମର ରାଜା ଆପଣାର ରଥାଧ୍ୟକ୍ଷମାନଙ୍କୁ ଆଜ୍ଞା କରି କହିଥିଲା, “ତୁମ୍ଭେମାନେ କେବଳ ଇସ୍ରାଏଲର ରାଜା ଛଡ଼ା ସାନ କି ବଡ଼ କାହା ସଙ୍ଗେ ଯୁଦ୍ଧ ନ କର।”
\s5
\v 31 ଏଣୁ ରଥାଧ୍ୟକ୍ଷମାନେ ଯିହୋଶାଫଟ୍‍ଙ୍କୁ ଦେଖି କହିଲେ, “ଏ ଇସ୍ରାଏଲର ରାଜା।” ତେଣୁ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କରିବା ପାଇଁ ତାଙ୍କ ଆଡ଼କୁ ଫେରିଲେ; ମାତ୍ର ଯିହୋଶାଫଟ୍‍ ଡାକ ପକାଇଲେ ଓ ସଦାପ୍ରଭୁ ତାଙ୍କର ସାହାଯ୍ୟ କଲେ; ଆଉ ପରମେଶ୍ୱର ସେମାନଙ୍କୁ ତାଙ୍କ ନିକଟରୁ ଫେରି ଯିବା ପାଇଁ ପ୍ରବର୍ତ୍ତାଇଲେ।
\v 32 ତହୁଁ ସେ ଇସ୍ରାଏଲର ରାଜା ନୁହନ୍ତି ବୋଲି ରଥାଧ୍ୟକ୍ଷମାନେ ଦେଖି ତାଙ୍କୁ ଗୋଡ଼ାଇବାରୁ କ୍ଷାନ୍ତ ହେଲେ।
\s5
\v 33 ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ସାଞ୍ଜୁଆର ଯୋଡ଼ ମଧ୍ୟରେ ଇସ୍ରାଏଲ-ରାଜାଙ୍କୁ ଆଘାତ କଲା; ତେଣୁ ସେ ଆପଣା ସାରଥିକୁ କହିଲେ, “ତୁମ୍ଭେ ଆପଣା ହାତ ଫେରାଇ ସୈନ୍ୟ ମଧ୍ୟରୁ ମୋତେ ନେଇଯାଅ; କାରଣ ମୁଁ ଅତିଶୟ ଆଘାତ ପାଇଲି।”
\v 34 ସେହି ଦିନ ଯୁଦ୍ଧ ପ୍ରବଳ ହେଲା; ତଥାପି ଇସ୍ରାଏଲର ରାଜା ଆପଣା ରଥରେ ସନ୍ଧ୍ୟା ପର୍ଯ୍ୟନ୍ତ ଅରାମୀୟମାନଙ୍କ ସମ୍ମୁଖରେ ଆପଣାକୁ ଠିଆ କରି ରଖିଲେ; ପୁଣି, ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସେ ମଲେ।
\s5
\c 19
\s ଯିହୋଶାଫଟ୍‍ଙ୍କ ସଂସ୍କାର
\p
\v 1 ଏଉତ୍ତାରେ ଯିହୁଦାର ରାଜା ଯିହୋଶାଫଟ୍‍ ଯିରୂଶାଲମକୁ ଆପଣା ଗୃହକୁ କୁଶଳରେ ଫେରିଗଲେ।
\v 2 ପୁଣି ହନାନିର ପୁତ୍ର ଯେହୂ ଦର୍ଶକ ତାଙ୍କୁ ଭେଟିବାକୁ ବାହାରକୁ ଯାଇ ଯିହୋଶାଫଟ୍‍ ରାଜାଙ୍କୁ କହିଲା, “ଦୁଷ୍ଟମାନଙ୍କର ସାହାଯ୍ୟ କରିବା, ପୁଣି ଯେଉଁମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି, ସେମାନଙ୍କୁ ପ୍ରେମ କରିବା କି ତୁମ୍ଭର କର୍ତ୍ତବ୍ୟ ? ଏହି କାର୍ଯ୍ୟ ହେତୁ ସଦାପ୍ରଭୁଙ୍କଠାରୁ ତୁମ୍ଭ ଉପରେ କୋପ ଉପସ୍ଥିତ।
\v 3 ତଥାପି ତୁମ୍ଭେ ଯେ ଦେଶରୁ ଆଶେରା ମୂର୍ତ୍ତି ଦୂର କରି ଦେଇଅଛ ଓ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ମନ ନିବେଶ କରିଅଛ, ଏଥିରେ ତୁମ୍ଭଠାରେ କୌଣସି କୌଣସି ସଦ୍‍ଭାବ ପ୍ରକାଶ ପାଇଅଛି।”
\s5
\v 4 ପୁଣି ଯିହୋଶାଫଟ୍‍ ଯିରୂଶାଲମରେ ବାସ କଲେ; ଆଉ ସେ ପୁନର୍ବାର ବେର୍‍ଶେବାଠାରୁ ଇଫ୍ରୟିମର ପର୍ବତମୟ ଦେଶ ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ଗତାୟାତ କରି ସଦାପ୍ରଭୁ ସେମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତି ସେମାନଙ୍କୁ ଫେରାଇ ଆଣିଲେ।
\v 5 ଆଉ, ସେ ଦେଶର ସର୍ବତ୍ର ଯିହୁଦାର ପ୍ରାଚୀରବେଷ୍ଟିତ ନଗର ସମୂହରେ ନଗରକୁ ନଗର ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ।
\s5
\v 6 ଓ ସେହି ବିଚାରକର୍ତ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା କର, ତାହା ବିବେଚନା କର; କାରଣ ତୁମ୍ଭେମାନେ ମନୁଷ୍ୟ ନିମନ୍ତେ ନୁହେଁ, ମାତ୍ର ସଦାପ୍ରଭୁଙ୍କ ନିମନ୍ତେ ବିଚାର କରୁଅଛ; ପୁଣି ବିଚାରରେ ସେ ତୁମ୍ଭର ସହାୟ ଅଟନ୍ତି।
\v 7 ଏହେତୁ ସଦାପ୍ରଭୁଙ୍କ ଭୟ ତୁମ୍ଭମାନଙ୍କ ଉପରେ ଅଧିଷ୍ଠିତ ହେଉ; ସାବଧାନ ହୋଇ ତାହା କର; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଅଧର୍ମ କି ମୁଖାପେକ୍ଷା କି ଲାଞ୍ଚ ଗ୍ରହଣ କରିବାର ନାହିଁ।”
\s5
\v 8 ଆହୁରି, ଯିହୋଶାଫଟ୍‍ ଯିରୂଶାଲମରେ ସଦାପ୍ରଭୁଙ୍କ ପକ୍ଷରେ ବିଚାର ଓ ବିବାଦ ଭଞ୍ଜନ କରିବା ନିମନ୍ତେ, ଲେବୀୟମାନଙ୍କ ଓ ଯାଜକମାନଙ୍କ ଓ ଇସ୍ରାଏଲର ପିତୃବଂଶର ପ୍ରଧାନମାନଙ୍କ ମଧ୍ୟରୁ ଲୋକ ନିଯୁକ୍ତ କଲେ। ତହୁଁ ସେମାନେ ଯିରୂଶାଲମକୁ ଫେରିଗଲେ।
\v 9 ପୁଣି, ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଭୟରେ ବିଶ୍ୱସ୍ତ ରୂପେ ଓ ସିଦ୍ଧ ଅନ୍ତଃକରଣରେ ଏହିପରି କର।
\s5
\v 10 ପୁଣି, ଆପଣା ଆପଣା ନଗରବାସୀ ତୁମ୍ଭମାନଙ୍କ ଭ୍ରାତୃଗଣ ଦ୍ୱାରା ରକ୍ତପାତ ଓ ରକ୍ତପାତ ମଧ୍ୟରେ, ବ୍ୟବସ୍ଥା ଓ ଆଜ୍ଞା, ବିଧି ଓ ଶାସନ ମଧ୍ୟରେ କୌଣସି ବିବାଦ କୌଣସି ସମୟରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲେ ଯେପରି ସେମାନେ ସଦାପ୍ରଭୁଙ୍କ ପ୍ରତି ଦୋଷୀ ନୋହିବେ, ଆଉ ତୁମ୍ଭମାନଙ୍କ ଓ ତୁମ୍ଭମାନଙ୍କ ଭ୍ରାତୃଗଣ ଉପରେ କୋପ ନ ବର୍ତ୍ତିବ, ଏଥିପାଇଁ ତୁମ୍ଭେମାନେ ସେମାନଙ୍କୁ ଚେତନା ଦେବ; ଏହା କଲେ, ତୁମ୍ଭେମାନେ ଦୋଷୀ ନୋହିବ।
\s5
\v 11 ଆଉ ଦେଖ, ସଦାପ୍ରଭୁଙ୍କ ସମସ୍ତ ବିଷୟରେ ପ୍ରଧାନ ଯାଜକ ଅମରୀୟ, ପୁଣି ରାଜାଙ୍କର ସମସ୍ତ ବିଷୟରେ ଇଶ୍ମାୟେଲର ପୁତ୍ର ଯିହୁଦା-ବଂଶାଧ୍ୟକ୍ଷ ସବଦୀୟ ତୁମ୍ଭମାନଙ୍କ ଉପରେ ନିଯୁକ୍ତ ଅଛନ୍ତି; ମଧ୍ୟ ଲେବୀୟମାନେ ତୁମ୍ଭମାନଙ୍କ ସମ୍ମୁଖରେ ଶାସନକର୍ତ୍ତା ହେବେ। ସାହସିକ ହୋଇ କର୍ମ କର ଓ ସଦାପ୍ରଭୁ ସୁଜନର ସହବର୍ତ୍ତୀ ହେଉନ୍ତୁ।”
\s5
\c 20
\s ଯିହୋଶାଫଟ୍‍ଙ୍କ ପ୍ରାର୍ଥନା
\p
\v 1 ଏଥିଉତ୍ତାରେ ମୋୟାବ-ସନ୍ତାନଗଣ ଓ ଅମ୍ମୋନ ସନ୍ତାନଗଣ ଓ ସେମାନଙ୍କ ସଙ୍ଗେ ଅମ୍ମୋନୀୟ କେତେକ ଲୋକ ଯିହୋଶାଫଟ୍‍ଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିଲେ।
\v 2 ଏଥିରେ କେତେକ ଲୋକ ଯିହୋଶାଫଟ୍‍ଙ୍କୁ ସମ୍ବାଦ ଦେଇ କହିଲେ, “ସମୁଦ୍ର ସେପାରିସ୍ଥ ଅରାମ ଦେଶରୁ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଅଛନ୍ତି; ଆଉ ଦେଖନ୍ତୁ, ସେମାନେ ହତ୍‍-ସସୋନ୍‍-ତାମରରେ ଅଛନ୍ତି, (ଏହାକୁ ଐନଗଦୀ କହନ୍ତି)।”
\s5
\v 3 ତହିଁରେ ଯିହୋଶାଫଟ୍‍ ଭୀତ ହୋଇ ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ; ପୁଣି ଯିହୁଦାର ସର୍ବତ୍ର ଉପବାସ ଘୋଷଣା କରାଇଲେ।
\v 4 ଆଉ, ଯିହୁଦାର ଲୋକମାନେ ସଦାପ୍ରଭୁଙ୍କର ସାହାଯ୍ୟ ମାଗିବା ପାଇଁ ଆପଣାମାନଙ୍କୁ ଏକତ୍ର କଲେ; ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ଯିହୁଦାର ସମୁଦାୟ ନଗରରୁ ଲୋକମାନେ ଆସିଲେ।
\s5
\v 5 ଆଉ, ଯିହୋଶାଫଟ୍‍ ନୂତନ ପ୍ରାଙ୍ଗଣ ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଗୃହରେ ଯିହୁଦାର ଓ ଯିରୂଶାଲମର ସମାଜ ମଧ୍ୟରେ ଠିଆ ହେଲେ;
\v 6 ଆଉ ସେ କହିଲେ, “ହେ ସଦାପ୍ରଭୁ, ଆମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ତୁମ୍ଭେ କ’ଣ ସ୍ୱର୍ଗସ୍ଥ ପରମେଶ୍ୱର ନୁହଁ ? ତୁମ୍ଭେ କ’ଣ ଗୋଷ୍ଠୀମାନଙ୍କ ସମୁଦାୟ ରାଜ୍ୟର କର୍ତ୍ତା ନୁହଁ ? ପୁଣି, ତୁମ୍ଭ ହସ୍ତରେ ଶକ୍ତି ଓ ପରାକ୍ରମ ଅଛି, ଏଣୁ ତୁମ୍ଭର ପ୍ରତିବାଧା କରିବାକୁ କେହି ସମର୍ଥ ନୁହେଁ।
\v 7 ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କ’ଣ ଆପଣା ଲୋକ ଇସ୍ରାଏଲ ସମ୍ମୁଖରେ ଏହି ଦେଶ ନିବାସୀମାନଙ୍କୁ ତଡ଼ିଦେଇ ଅନନ୍ତ କାଳ ନିମନ୍ତେ ଆପଣା ମିତ୍ର ଅବ୍ରହାମ-ବଂଶକୁ ତାହା ଦେଇ ନାହଁ ?
\s5
\v 8 ଆଉ, ସେମାନେ ତହିଁରେ ବାସ କରି ତନ୍ମଧ୍ୟରେ ତୁମ୍ଭ ନାମ ନିମନ୍ତେ ଏକ ଧର୍ମଧାମ ନିର୍ମାଣ କରିଅଛନ୍ତି,
\v 9 ଯେବେ ଆମ୍ଭମାନଙ୍କ ପ୍ରତି ଅମଙ୍ଗଳ, ଖଡ୍ଗ, ଦଣ୍ଡ, କି ମହାମାରୀ, କି ଦୁର୍ଭିକ୍ଷ ଉପସ୍ଥିତ ହେବ, ତେବେ ଆମ୍ଭେମାନେ ଏହି ଗୃହ ସମ୍ମୁଖରେ ଓ ତୁମ୍ଭ ସମ୍ମୁଖରେ ଠିଆ ହେବୁ, କାରଣ ତୁମ୍ଭ ନାମ ଏହି ଗୃହରେ ଅଛି, ଆଉ ଆମ୍ଭେମାନେ ଆପଣା ସଙ୍କଟ କାଳରେ ତୁମ୍ଭ ନିକଟରେ ପ୍ରାର୍ଥନା କରିବୁ, ତହିଁରେ ତୁମ୍ଭେ ଶୁଣି ଉଦ୍ଧାର କରିବ।
\s5
\v 10 ଏବେ ଅମ୍ମୋନର ଓ ମୋୟାବର ଓ ସେୟୀର-ପାର୍ବତୀୟ ସନ୍ତାନଗଣକୁ ଦେଖ, ଇସ୍ରାଏଲ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ଏହି ଲୋକମାନଙ୍କୁ ଆକ୍ରମଣ କରିବା ପାଇଁ ତୁମ୍ଭେ ସେମାନଙ୍କୁ ଦେଲ ନାହିଁ, ମାତ୍ର ସେମାନେ ଏହି ଲୋକମାନଙ୍କ ନିକଟରୁ ଅନ୍ୟ ପଥରେ ଯାଇ ଏମାନଙ୍କୁ ବିନାଶ କଲେ ନାହିଁ।
\v 11 ଦେଖ, ଏମାନେ ଆମ୍ଭମାନଙ୍କ ଭୋଗାର୍ଥେ ଦତ୍ତ ତୁମ୍ଭ ଅଧିକାରରୁ ତଡ଼ିଦେବା ପାଇଁ ଆସି କିପରି ଆମ୍ଭମାନଙ୍କର ଅପକାର କରୁଅଛନ୍ତି।
\s5
\v 12 ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କ’ଣ ଏମାନଙ୍କର ବିଚାର କରିବ ନାହିଁ ? କାରଣ ଆମ୍ଭମାନଙ୍କ ପ୍ରତିକୂଳରେ ଆଗତ ଏହି ବୃହତ୍ ଦଳ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ପରାକ୍ରମ ନାହିଁ; ଅଥବା କଅଣ କରିବାକୁ ହେବ, ଏହା ଆମ୍ଭେମାନେ ଜାଣୁ ନାହୁଁ; କେବଳ ତୁମ୍ଭ ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ଅଛି।”
\v 13 ଏଥିରେ ସମଗ୍ର ଯିହୁଦା ଆପଣାମାନଙ୍କ ଶିଶୁ, ଭାର୍ଯ୍ୟା ଓ ସନ୍ତାନସନ୍ତତି ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲେ।
\s5
\v 14 ତେବେ ସମାଜ ମଧ୍ୟରେ ଆସଫ-ବଂଶଜାତ ମତ୍ତନୀୟର ବୃଦ୍ଧ ପ୍ରପୌତ୍ର, ଯିୟୀୟେଲ୍‍ର ପ୍ରପୌତ୍ର, ବନାୟର ପୌତ୍ର, ଜିଖରୀୟର ପୁତ୍ର ଯହସୀୟେଲ ନାମକ ଏକ ଲେବୀୟ ଲୋକ ଉପରେ ସଦାପ୍ରଭୁଙ୍କର ଆତ୍ମା ଅଧିଷ୍ଠିତ ହେଲେ।
\v 15 ତହୁଁ ସେ କହିଲେ, “ହେ ସମଗ୍ର ଯିହୁଦା ଓ ଯିରୂଶାଲମ ନିବାସୀଗଣ, ତୁମ୍ଭେମାନେ, ଆଉ ହେ ମହାରାଜ ଯିହୋଶାଫଟ୍‍, ତୁମ୍ଭେ ଶୁଣ; ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି କଥା କହନ୍ତି, ଏହି ମହାଜନତା ସକାଶୁ ତୁମ୍ଭେମାନେ ଭୟ ନ କର, କି ନିରାଶ ନ ହୁଅ; କାରଣ ଏହି ଯୁଦ୍ଧ ତୁମ୍ଭମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର।
\s5
\v 16 କାଲି ତୁମ୍ଭେମାନେ ସେମାନଙ୍କ ପ୍ରତିକୂଳରେ ଯାଅ; ଦେଖ, ସେମାନେ ସୀସ୍‍ ଘାଟୀ ଦେଇ ଆସୁଅଛନ୍ତି; ତୁମ୍ଭେମାନେ ଯିରୁୟେଲ୍‍ ପ୍ରାନ୍ତର ସମ୍ମୁଖସ୍ଥ ଉପତ୍ୟକାର ପ୍ରାନ୍ତ ଭାଗରେ ସେମାନଙ୍କୁ ପାଇବ।
\v 17 ଏ ଯୁଦ୍ଧରେ ଯୁଦ୍ଧ କରିବାକୁ ତୁମ୍ଭମାନଙ୍କର ଆବଶ୍ୟକ ହେବ ନାହଁ; ହେ ଯିହୁଦା ଓ ଯିରୂଶାଲମ, ଆପଣାମାନଙ୍କୁ ସଜାଅ, ତୁମ୍ଭେମାନେ ସୁସ୍ଥିର ହୁଅ ଓ ତୁମ୍ଭମାନଙ୍କ ସହବର୍ତ୍ତୀ ସଦାପ୍ରଭୁ କିପରି ଉଦ୍ଧାର କରିବେ, ତାହା ଦେଖ; ଭୟ କର ନାହିଁ, କି ନିରାଶ ହୁଅ ନାହିଁ; କାଲି ସେମାନଙ୍କ ପ୍ରତିକୂଳରେ ଯାଅ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛନ୍ତି।”
\s5
\v 18 ତହିଁରେ ଯିହୋଶାଫଟ୍‍ ମସ୍ତକ ନତ କରି ଭୂମିଷ୍ଠ ହେଲେ; ଆଉ ସମସ୍ତ ଯିହୁଦା ଓ ଯିରୂଶାଲମ ନିବାସୀମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମୁହଁ ମାଡ଼ି ସଦାପ୍ରଭୁଙ୍କୁ ପ୍ରଣାମ କଲେ।
\v 19 ପୁଣି କହାତୀୟ-ସନ୍ତାନଗଣର ଓ କୋରହ ସନ୍ତାନନଗଣର ଲେବୀୟମାନେ ଅତି ଉଚ୍ଚୈଃସ୍ୱରରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା କରିବା ନିମନ୍ତେ ଠିଆ ହେଲେ।
\s5
\v 20 ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠି ତକୋୟ ପ୍ରାନ୍ତର ଆଡ଼କୁ ବାହାରି ଗଲେ; ଆଉ, ସେମାନେ ଯିବା ସମୟରେ ଯିହୋଶାଫଟ୍‍ ଠିଆହୋଇ କହିଲେ, “ହେ ଯିହୁଦା, ହେ ଯିରୂଶାଲମ ନିବାସୀଗଣ, ମୋ’ କଥା ଶୁଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ ସ୍ଥିରୀକୃତ ହେବ ତାହାଙ୍କ ଭବିଷ୍ୟଦ୍‍ବକ୍ତାମାନଙ୍କୁ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ କୃତକାର୍ଯ୍ୟ ହେବ।”
\v 21 ପୁଣି ସେ ଲୋକମାନଙ୍କ ସହିତ ପରାମର୍ଶ କଲା ଉତ୍ତାରେ ସୈନ୍ୟଶ୍ରେଣୀର ଆଗେ ଆଗେ ସେମାନଙ୍କ ଗମନ କାଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ ଓ ଧର୍ମସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କର, ଯେହେତୁ ତାହାଙ୍କର କରୁଣା ସଦାକାଳ ସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତ କଲେ।
\s5
\v 22 ଆଉ, ସେମାନେ ଗାୟନ ଓ ପ୍ରଶଂସା କରିବାକୁ ଆରମ୍ଭ କରନ୍ତେ, ଯିହୁଦାର ପ୍ରତିକୂଳରେ ଆଗତ ଅମ୍ମୋନର ଓ ମୋୟାବର ଓ ସେୟୀର-ପାର୍ବତୀୟ ସନ୍ତାନଗଣ ବିରୁଦ୍ଧରେ ଗୁପ୍ତରେ ଛକି ବସିବା ପାଇଁ ସଦାପ୍ରଭୁ ଲୋକ ନିଯୁକ୍ତ କଲେ; ତହିଁରେ ସେମାନେ ପରାସ୍ତ ହେଲେ।
\v 23 କାରଣ ଅମ୍ମୋନର ଓ ମୋୟାବର ସନ୍ତାନଗଣ ସେୟୀର-ପର୍ବତ ନିବାସୀମାନଙ୍କୁ ନିଃଶେଷ ରୂପେ ବଧ ଓ ବିନାଶ କରିବାକୁ ସେମାନଙ୍କ ପ୍ରତିକୂଳରେ ଉଠିଲେ; ଆଉ ସେମାନେ ସେୟୀର ନିବାସୀମାନଙ୍କୁ ଉଚ୍ଛିନ୍ନ କଲା ଉତ୍ତାରେ ପ୍ରତି ଜଣ ଏକ ଆରେକକୁ ବିନାଶ କରିବା ପାଇଁ ସାହାଯ୍ୟ କଲେ।
\s ଈଶ୍ୱରଙ୍କ ଉଦ୍ଧାର
\p
\s5
\v 24 ଏଥିଉତ୍ତାରେ ଯିହୁଦାର ଲୋକମାନେ ପ୍ରାନ୍ତରସ୍ଥ ପ୍ରହରୀ-ଦୁର୍ଗରେ ଉପସ୍ଥିତ ହୋଇ ଲୋକଗହଳ ପ୍ରତି ଅନାଇଲେ ଆଉ ଦେଖ, ସେମାନେ ମୃତ-ଶରୀର ହୋଇ ଭୂମିରେ ପଡ଼ିଅଛନ୍ତି, ପୁଣି କେହି ବଞ୍ଚି ନାହାନ୍ତି।
\s5
\v 25 ତହିଁରେ ଯିହୋଶାଫଟ୍‍ ଓ ତାଙ୍କର ଲୋକମାନେ ସେମାନଙ୍କଠାରୁ ଲୁଟଦ୍ରବ୍ୟ ନେବା ପାଇଁ ଆସନ୍ତେ, ସେମାନଙ୍କ ମଧ୍ୟରେ ବିସ୍ତର ସମ୍ପତ୍ତି ଓ ଶବ ଓ ବହୁମୂଲ୍ୟ ରତ୍ନ ଦେଖିଲେ, ତାହାସବୁ ସେମାନେ ଆପଣାମାନଙ୍କ ପାଇଁ କାଢ଼ି ନେଲେ, ତାହା ସେମାନଙ୍କର ବୋହି ନେଇ ପାରିବା ଅପେକ୍ଷା ଅଧିକ ଥିଲା; ସେହି ଲୁଟ ଦ୍ରବ୍ୟ ଏତେ ଅଧିକ ଥିଲା ଯେ, ତାହା ବହି ନେବା ପାଇଁ ସେମାନଙ୍କୁ ତିନି ଦିନ ଲାଗିଲା।
\v 26 ତହୁଁ ଚତୁର୍ଥ ଦିନ ସେମାନେ ବରାଖା-ଉପତ୍ୟକାରେ ଏକତ୍ରିତ ହେଲେ; କାରଣ ସେଠାରେ ସେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କଲେ; ଏହେତୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନାମ ବରାଖା-ଉପତ୍ୟକା ହୋଇଅଛି।
\s5
\v 27 ଏଉତ୍ତାରେ ଯିହୁଦା ଓ ଯିରୂଶାଲମର ପ୍ରତ୍ୟେକ ଲୋକ ଓ ସେମାନଙ୍କ ଅଗ୍ରଗାମୀ ଯିହୋଶାଫଟ୍‍ ଆନନ୍ଦରେ ପୁନର୍ବାର ଯିରୂଶାଲମକୁ ଯିବା ପାଇଁ ଫେରିଲେ; କାରଣ ସଦାପ୍ରଭୁ ସେମାନଙ୍କ ଶତ୍ରୁଗଣ ଉପରେ ସେମାନଙ୍କୁ ଆନନ୍ଦିତ କରିଥିଲେ।
\v 28 ଆଉ, ସେମାନେ ନେବଲ ଓ ବୀଣା ଓ ତୂରୀ ବଜାଇ ଯିରୂଶାଲମକୁ ଆସି ସଦାପ୍ରଭୁଙ୍କ ଗୃହକୁ ଗଲେ।
\s5
\v 29 ତହିଁରେ ସଦାପ୍ରଭୁ ଇସ୍ରାଏଲର ଶତ୍ରୁମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିଅଛନ୍ତି, ଏହି କଥା ଶୁଣି ନାନା ଦେଶୀୟ ସମସ୍ତ ରାଜ୍ୟ ଉପରେ ପରମେଶ୍ୱରଙ୍କ ଭୟ ଉପସ୍ଥିତ ହେଲା।
\v 30 ଏହିରୂପେ ଯିହୋଶାଫଟ୍‍ଙ୍କର ରାଜ୍ୟ ସୁସ୍ଥିର ହେଲା; କାରଣ ତାଙ୍କର ପରମେଶ୍ୱର ତାଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ।
\s ଯିହୋଶାଫଟ୍‍ଙ୍କ ରାଜତ୍ୱର ସମାପ୍ତି
\p
\s5
\v 31 ଯିହୋଶାଫଟ୍‍ ଯିହୁଦା ଉପରେ ରାଜ୍ୟ କଲେ; ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଞ୍ଚତିରିଶ ବର୍ଷ ବୟସ୍କ ହୋଇଥିଲେ ଓ ଯିରୂଶାଲମରେ ପଚିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଅସୂବା, ଯେ ଶିଲ୍‍ହିର କନ୍ୟା ଥିଲେ।
\v 32 ଯିହୋଶାଫଟ୍‍ ଆପଣା ପିତା ଆସାଙ୍କର ପଥରେ ଚାଲିଲେ ଓ ତହିଁରୁ ବିମୁଖ ନୋହି ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
\v 33 ତଥାପି ଉଚ୍ଚସ୍ଥଳୀସକଳ ଦୂରୀକୃତ ନୋହିଲା; କିଅବା ଲୋକମାନେ ସେତେବେଳେ ହେଁ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ପ୍ରତି ଆପଣା ଆପଣା ଅନ୍ତଃକରଣ ନିବିଷ୍ଟ କଲେ ନାହିଁ।
\s5
\v 34 ଏହି ଯିହୋଶାଫଟ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତର ଆଦ୍ୟନ୍ତ କଥା, ଦେଖ, ଇସ୍ରାଏଲ-ରାଜାବଳୀ ପୁସ୍ତକର ଅନ୍ତର୍ଗତ ହନାନିର ପୁତ୍ର ଯେହୂର ଇତିହାସ-ପୁସ୍ତକରେ ଲେଖାଅଛି।
\s5
\v 35 ଏଥିଉତ୍ତାରେ ଯିହୁଦାର ରାଜା ଯିହୋଶାଫଟ୍‍ ଇସ୍ରାଏଲର ରାଜା ଅହସୀୟଙ୍କ ସଙ୍ଗେ ମିଶିଲେ; ଅହସୀୟ ଅତି ଦୁରାଚାରୀ ଥିଲେ;
\v 36 ଯିହୋଶାଫଟ୍‍ ତର୍ଶୀଶ୍‍କୁ ଯିବାର ଜାହାଜ ନିର୍ମାଣ କରିବା ପାଇଁ ତାଙ୍କ ସଙ୍ଗେ ମିଶିଲେ; ଆଉ ସେମାନେ ଇତ୍‍ସିୟୋନ-ଗେବରରେ ଜାହାଜମାନ ନିର୍ମାଣ କଲେ।
\v 37 ସେତେବେଳେ ମାରେଶା-ନିବାସୀ ଦୋଦବାହୁର ପୁତ୍ର ଇଲୀୟେଜର ଯିହୋଶାଫଟ୍‍ଙ୍କ ବିରୁଦ୍ଧରେ ଏହି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲା, ତୁମ୍ଭେ ଅହସୀୟ ସଙ୍ଗେ ମିଶିଅଛ, ଏହେତୁ ସଦାପ୍ରଭୁ ତୁମ୍ଭର କର୍ମସବୁ ବିନାଶ କରିଅଛନ୍ତି। ତହିଁରେ ସେହିସବୁ ଜାହାଜ ଭାଙ୍ଗିଗଲା ଓ ତର୍ଶୀଶ୍‍କୁ ଯାଇ ପାରିଲା ନାହିଁ।
\s5
\c 21
\p
\v 1 ଏଥିଉତ୍ତାରେ ଯିହୋଶାଫଟ୍‍ ମୃତ୍ୟୁବରଣ କଲେ ଓ ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସଙ୍ଗେ କବର ପାଇଲେ; ତହୁଁ ତାଙ୍କର ପୁତ୍ର ଯିହୋରାମ୍‍ ତାଙ୍କର ପଦରେ ରାଜ୍ୟ କଲେ।
\s ଯିହୁଦାର ରାଜା ଯିହୋରାମ୍‍
\p
\v 2 ଯିହୋଶାଫଟ୍‍ଙ୍କ ଔରସଜାତ ଅସରୀୟ, ଯିହୀୟେଲ, ଜିଖରୀୟ, ଅସରୀୟାହ, ମୀଖାୟେଲ ଓ ଶଫଟୀୟ ତାଙ୍କର ଭାଇ ଥିଲେ; ଏସମସ୍ତେ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କର ପୁତ୍ର ଥିଲେ।
\v 3 ପୁଣି, ସେମାନଙ୍କର ପିତା ସେମାନଙ୍କୁ ମହାସମ୍ପତ୍ତି, ରୂପା ଓ ସୁନା ଓ ବହୁମୂଲ୍ୟ ଦ୍ରବ୍ୟ ଓ ଯିହୁଦାଦେଶସ୍ଥ ପ୍ରାଚୀରବେଷ୍ଟିତ ନଗର ଦାନ କଲେ; ମାତ୍ର ଯିହୋରାମ୍‍ ଜ୍ୟେଷ୍ଠ ହେବାରୁ ତାଙ୍କୁ ରାଜ୍ୟ ଦେଲେ।
\s5
\v 4 ଏହି ଯିହୋରାମ୍‍ ଆପଣା ପିତାଙ୍କର ରାଜ୍ୟରେ ଅଧିଷ୍ଟିତ ହୋଇ ଆପଣାକୁ ବଳବାନ କରନ୍ତେ, ଆପଣାର ସମସ୍ତ ଭ୍ରାତାଙ୍କୁ, ମଧ୍ୟ ଇସ୍ରାଏଲର କେତେକ ଅଧିପତିଙ୍କୁ ଖଡ୍ଗରେ ବଧ କଲେ।
\v 5 ଯିହୋରାମ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଆଠ ବର୍ଷ ରାଜ୍ୟ କଲେ।
\s5
\v 6 ପୁଣି ସେ ଆହାବଙ୍କର ବଂଶ ତୁଲ୍ୟ ଇସ୍ରାଏଲର ରାଜାମାନଙ୍କ ପଥରେ ଗମନ କଲେ; କାରଣ ସେ ଆହାବଙ୍କର କନ୍ୟାକୁ ବିବାହ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
\v 7 ତଥାପି ସଦାପ୍ରଭୁ ଦାଉଦଙ୍କ ସଙ୍ଗେ ଯେଉଁ ନିୟମ କରିଥିଲେ, ତହିଁ ସକାଶୁ, ପୁଣି ତାଙ୍କୁ ଓ ତାଙ୍କର ସନ୍ତାନଗଣକୁ ନିତ୍ୟ ଏକ ପ୍ରଦୀପ ଦେବାକୁ ଯେଉଁ ପ୍ରତିଜ୍ଞା କରିଥିଲେ, ତଦନୁସାରେ ଦାଉଦ-ବଂଶକୁ ବିନାଶ କରିବା ପାଇଁ ସମ୍ମତ ନୋହିଲେ।
\s5
\v 8 ତାଙ୍କ ସମୟରେ ଇଦୋମୀୟ ଲୋକମାନେ ଯିହୁଦାର ଅଧୀନତାର ବିଦ୍ରୋହୀ ହୋଇ ଆପଣାମାନଙ୍କ ଉପରେ ଏକ ରାଜା କଲେ।
\v 9 ତହିଁରେ ଯିହୋରାମ୍‍ ଆପଣା ସେନାପତିମାନଙ୍କୁ ଓ ଆପଣା ସଙ୍ଗେ ସମସ୍ତ ରଥ ନେଇ ଯାତ୍ରା କଲେ; ପୁଣି ସେ ରାତ୍ରିକାଳେ ଉଠି ଆପଣାର ଚତୁର୍ଦ୍ଦିଗବେଷ୍ଟିତ ଇଦୋମୀୟମାନଙ୍କୁ ଓ ରଥାଧ୍ୟକ୍ଷମାନଙ୍କୁ ସଂହାର କଲେ।
\v 10 ଏହିରୂପେ ଇଦୋମ ଆଜି ପର୍ଯ୍ୟନ୍ତ ଯିହୁଦାର ଅଧୀନତାର ବିଦ୍ରୋହୀ ହେଲା; ସେହି ସମୟରେ ମଧ୍ୟ ଲିବ୍‍ନା ତାହାର ଅଧୀନତାର ବିଦ୍ରୋହୀ ହେଲା; ଯେହେତୁ ସେ ସଦାପ୍ରଭୁ ଆପଣା ପିତୃଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ।
\s5
\v 11 ଆହୁରି, ସେ ଯିହୁଦାର ନାନା ପର୍ବତରେ ଉଚ୍ଚସ୍ଥଳୀ ନିର୍ମାଣ କଲେ ଓ ଯିରୂଶାଲମ-ନିବାସୀମାନଙ୍କୁ ବ୍ୟଭିଚାର କରାଇଲେ ଓ ଯିହୁଦାକୁ ବିପଥରେ ନେଲେ।
\s5
\v 12 ଏଉତ୍ତାରେ ତାଙ୍କ ନିକଟକୁ ଏଲୀୟ ଭବିଷ୍ୟଦ୍‍ବକ୍ତାଙ୍କଠାରୁ ଏକ ପତ୍ର ଆସିଲା, ଯଥା, ସଦାପ୍ରଭୁ ତୁମ୍ଭ ପିତା ଦାଉଦର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଆପଣା ପିତା ଯିହୋଶାଫଟ୍‍ର ପଥରେ କିଅବା ଯିହୁଦାର ରାଜା ଆସାର ପଥରେ ଗମନ କରି ନାହଁ;
\v 13 ମାତ୍ର ଇସ୍ରାଏଲର ରାଜାମାନଙ୍କ ପଥରେ ଗମନ କରିଅଛ, ପୁଣି ଆହାବର ବଂଶ ତୁଲ୍ୟ ଯିହୁଦାକୁ ଓ ଯିରୂଶାଲମ ନିବାସୀମାନଙ୍କୁ ବ୍ୟଭିଚାର କରାଇଅଛ, ମଧ୍ୟ ତୁମ୍ଭଠାରୁ ଉତ୍ତମ ତୁମ୍ଭ ପିତୃବଂଶର ଭ୍ରାତୃଗଣକୁ ବଧ କରିଅଛ;
\v 14 ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଲୋକମାନଙ୍କୁ ଓ ତୁମ୍ଭ ସନ୍ତାନଗଣକୁ ଓ ତୁମ୍ଭ ପତ୍ନୀମାନଙ୍କୁ ଓ ତୁମ୍ଭ ସମସ୍ତ ସମ୍ପତ୍ତିକୁ ମହାଘାତରେ ସଂହାର କରିବେ।
\v 15 ପୁଣି, ତୁମ୍ଭେ ଅନ୍ତ୍ରପୀଡ଼ାରେ ମହାପୀଡ଼ିତ ହେବ, ଶେଷରେ ସେହି ପୀଡ଼ା ସକାଶୁ ତୁମ୍ଭ ଅନ୍ତ୍ର ଦିନକୁ ଦିନ ବାହରି ପଡ଼ିବ।
\s5
\v 16 ଏଥିଉତ୍ତାରେ ସଦାପ୍ରଭୁ ଯିହୋରାମ୍‍ଙ୍କର ପ୍ରତିକୂଳରେ ପଲେଷ୍ଟୀୟ ଓ କୂଶୀୟମାନଙ୍କ ନିକଟସ୍ଥ ଆରବୀୟମାନଙ୍କ ମନକୁ ଉତ୍ତେଜିତ କଲେ।
\v 17 ତହିଁରେ ସେମାନେ ଯିହୁଦାର ପ୍ରତିକୂଳରେ ଆସି ତାହା ଭାଙ୍ଗି ତହିଁ ମଧ୍ୟରେ ପ୍ରବେଶ କଲେ ଓ ରାଜଗୃହରେ ପ୍ରାପ୍ତ ସକଳ ସମ୍ପତ୍ତି, ମଧ୍ୟ ପୁତ୍ରଗଣକୁ ଓ ପତ୍ନୀଗଣକୁ ନେଇଗଲେ; ତହିଁରେ ତାଙ୍କର କନିଷ୍ଠ ପୁତ୍ର ଯିହୋୟାହସ୍‍ ବ୍ୟତୀତ ଆଉ ତାଙ୍କର ଗୋଟିଏ ପୁତ୍ର ଅବଶିଷ୍ଟ ରହିଲା ନାହିଁ।
\s5
\v 18 ଏସବୁର ଉତ୍ତାରେ ସଦାପ୍ରଭୁ ତାଙ୍କୁ ଅସାଧ୍ୟ ଅନ୍ତ୍ରବ୍ୟାଧିରେ ଆଘାତ କଲେ।
\v 19 ତହିଁରେ ସମୟାନୁକ୍ରମେ ଦୁଇ ବର୍ଷ ଶେଷରେ ସେହି ପୀଡ଼ା ସକାଶୁ ତାଙ୍କର ଅନ୍ତ୍ର ବାହାରି ପଡ଼ିଲା ଓ ସେ ଉତ୍କଟ ପୀଡ଼ାରେ ମଲେ। ତହୁଁ ତାଙ୍କର ଲୋକମାନେ ତାଙ୍କର ପିତୃଗଣର ଦାହ ଅନୁଯାୟୀ ତାଙ୍କ ପାଇଁ ଦାହ କଲେ ନାହିଁ।
\v 20 ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଆଠ ବର୍ଷ ରାଜ୍ୟ କଲେ ଓ ସେ ପ୍ରିୟପାତ୍ର ନ ହୋଇ ମଲେ; ଆଉ ଲୋକମାନେ ତାଙ୍କୁ ଦାଉଦ-ନଗରରେ କବର ଦେଲେ, ମାତ୍ର ରାଜାମାନଙ୍କ କବରରେ ନୁହେଁ।
\s5
\c 22
\s ଯିହୁଦାର ରାଜା ଅହସୀୟ
\p
\v 1 ଏଥିଉତ୍ତାରେ ଯିରୂଶାଲମ ନିବାସୀମାନେ ତାଙ୍କର କନିଷ୍ଠ ପୁତ୍ର ଅହସୀୟଙ୍କୁ ତାଙ୍କ ପଦରେ ରାଜା କଲେ; କାରଣ ଆରବୀୟମାନଙ୍କ ସହିତ ଯେଉଁ ଲୋକଦଳ ଛାଉଣିକୁ ଆସିଥିଲେ, ସେମାନେ ଜ୍ୟେଷ୍ଠ ସମସ୍ତଙ୍କୁ ବଧ କରିଥିଲେ। ଏହେତୁ ଯିହୁଦାର ରାଜା ଯିହୋରାମ୍‍ଙ୍କର ପୁତ୍ର ଅହସୀୟ ରାଜ୍ୟ କଲେ।
\v 2 ଅହସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବୟାଳିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏକ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ଅଥଲୀୟା, ସେ ଅମ୍ରିରର କନ୍ୟା ଥିଲେ।
\v 3 ଅହସୀୟ ଆହାବ-ବଂଶର ପଥରେ ଗମନ କଲେ; କାରଣ ଦୁଷ୍କର୍ମ କରିବା ପାଇଁ ତାଙ୍କର ମାତା ତାଙ୍କର ମନ୍ତ୍ରଣାଦାୟିନୀ ଥିଲେ।
\s5
\v 4 ତହିଁରେ ସେ ଆହାବ-ବଂଶ ଅନୁଯାୟୀ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; କାରଣ ତାଙ୍କର ପିତାଙ୍କ ମୃତ୍ୟୁୁ ଉତ୍ତାରେ ସେମାନେ ତାଙ୍କ ବିନାଶାର୍ଥେ ତାଙ୍କର ପରାମର୍ଶଦାତା ଥିଲେ।
\v 5 ମଧ୍ୟ ସେ ସେମାନଙ୍କ ପରାମର୍ଶନୁସାରେ ଚାଲିଲେ, ପୁଣି ସେ ଇସ୍ରାଏଲର ରାଜା ଆହାବଙ୍କର ପୁତ୍ର ଯିହୋରାମ୍‍ଙ୍କ ସଙ୍ଗେ ରାମୋତ୍‍-ଗିଲୀୟଦରେ ଅରାମର ରାଜା ହସାୟେଲ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ; ତହିଁରେ ଅରାମୀୟମାନେ ଯୋରାମ୍‍ଙ୍କୁ କ୍ଷତବିକ୍ଷତ କଲେ।
\s5
\v 6 ଏଣୁ ସେ ଅରାମର ରାଜା ହସାୟେଲ ପ୍ରତିକୂଳରେ ଯୁଦ୍ଧ କରିବା ବେଳେ ରାମାରେ ଯେଉଁ ଆଘାତ ପାଇଥିଲେ, ତହିଁରୁ ଆରୋଗ୍ୟ ପାଇବା ନିମନ୍ତେ ଯିଷ୍ରିୟେଲକୁ ଫେରିଗଲେ। ପୁଣି, ଆହାବଙ୍କର ପୁତ୍ର ଯିହୋରାମ୍‍ ପୀଡ଼ିତ ହେବା ସକାଶୁ ଯିହୁଦାର ରାଜା ଯିହୋରାମ୍‍ଙ୍କର ପୁତ୍ର ଅସରୀୟ ଯିଷ୍ରିୟେଲରେ ତାଙ୍କୁ ଦେଖିବାକୁ ଗଲେ।
\s5
\v 7 ଅହସୀୟ ଯୋରାମ୍‍ଙ୍କ ନିକଟକୁ ଯିବା ସକାଶୁ ପରମେଶ୍ୱରଙ୍କ ଆଡ଼ୁ ତାଙ୍କର ବିନାଶ ଘଟିଲା; କାରଣ ଆହାବ ବଂଶକୁ ଉଚ୍ଛିନ୍ନ କରିବା ପାଇଁ ସଦାପ୍ରଭୁ ନିମ୍‍ଶିର ପୁତ୍ର ଯେଉଁ ଯେହୂଙ୍କୁ ଅଭିଷିକ୍ତ କରିଥିଲେ, ତାଙ୍କର ପ୍ରତିକୂଳରେ ସେ ଆସି ଯୋରାମ୍‍ଙ୍କ ସଙ୍ଗେ ଗଲେ।
\v 8 ତହିଁରେ ଯେହୂ ଆହାବ-ବଂଶ ଉପରେ ଦଣ୍ଡାଜ୍ଞା ସଫଳ କରିବା ବେଳେ ସେ ଯିହୁଦାର ଅଧିପତିମାନଙ୍କୁ ଓ ଅହସୀୟଙ୍କର ପରିଚର୍ଯ୍ୟାକାରୀ ଅହସୀୟଙ୍କର ଭ୍ରାତୃପୁତ୍ରଗଣକୁ ପାଇ ବଧ କଲେ।
\s5
\v 9 ଏସମୟରେ ଅହସୀୟ ଶମରୀୟାରେ ଲୁଚିଥିଲେ, ତହିଁରେ ଯେହୂ ତାଙ୍କର ଅନ୍ୱେଷଣ କରନ୍ତେ, ଲୋକମାନେ ତାଙ୍କୁ ଧରି ଯେହୂଙ୍କ ନିକଟକୁ ଆଣି ତାଙ୍କୁ ବଧ କଲେ; ପୁଣି ଲୋକମାନେ ତାଙ୍କୁ କବର ଦେଲେ, କାରଣ ସେମାନେ କହିଲେ, ଯେଉଁ ଯିହୋଶାଫଟ୍‍ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ, ଏ ତାଙ୍କର ସନ୍ତାନ। ଏଉତ୍ତାରେ ଅହସୀୟଙ୍କ ବଂଶ ରାଜ୍ୟ ରଖିବାକୁ ସମର୍ଥ ହେଲେ ନାହିଁ।
\s ଯିହୁଦାର ରାଣୀ ଅଥଲୀୟା
\p
\s5
\v 10 ଏଥି ମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ଯିହୁଦା-ଗୋଷ୍ଠୀର ସମସ୍ତ ରାଜବଂଶ ବିନାଶ କଲେ।
\v 11 ମାତ୍ର ରାଜାଙ୍କର କନ୍ୟା ଯିହୋଶାବତ୍‍ ଅହସୀୟଙ୍କର ପୁତ୍ର ଯୋୟାଶ୍‍ଙ୍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାଙ୍କୁ ଚୋରାଇ ନେଇ ତାଙ୍କୁ ଓ ତାଙ୍କର ଧାତ୍ରୀକୁ ଶୟନାଗାରରେ ରଖିଲା। ଏହିରୂପେ ଯିହୋୟାଦା ଯାଜକର ଭାର୍ଯ୍ୟା, ଯିହୋରାମ୍‍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶାବତ୍‍, ଅଥଲୀୟାଙ୍କଠାରୁ ତାଙ୍କୁ ଲୁଚାଇଲା, ତେଣୁ ସେ ତାଙ୍କୁ ବଧ କରି ପାରିଲେ ନାହିଁ।
\v 12 ଏଉତ୍ତାରେ ଯୋୟାଶ୍‍ ସେମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ଗୃହରେ ଛଅ ବର୍ଷ ରହିଲେ; ପୁଣି ଅଥଲୀୟା ଦେଶରେ ରାଜ୍ୟ କଲେ।
\s5
\c 23
\s ଅଥଲୀୟାଙ୍କ ବିରୁଦ୍ଧରେ ବିଦ୍ରୋହ
\p
\v 1 ଏଥିଉତ୍ତାରେ ସପ୍ତମ ବର୍ଷରେ ଯିହୋୟାଦା ଆପଣାକୁ ବଳବାନ କରି ଯିରୋହମର ପୁତ୍ର ଅସରୀୟ ଓ ଯିହୋହାନନ୍‍ର ପୁତ୍ର ଇଶ୍ମାୟେଲ, ଓବେଦ୍‍ର ପୁତ୍ର ଅସରୀୟ ଓ ଅଦାୟାର ପୁତ୍ର ମାସେୟ ଓ ସିଖ୍ରିର ପୁତ୍ର ଇଲୀଶାଫଟ୍‍, ଏହି ଶତପତିମାନଙ୍କୁ ଆପଣା ସଙ୍ଗେ ନିୟମରେ ଆବଦ୍ଧ କଲା।
\v 2 ତହିଁରେ ସେମାନେ ଯିହୁଦାର ଚାରିଆଡ଼େ ଭ୍ରମଣ କରି ଯିହୁଦାର ସମସ୍ତ ନଗରରୁ ଲେବୀୟମାନଙ୍କୁ ଓ ଇସ୍ରାଏଲର ପିତୃବଂଶର ପ୍ରଧାନମାନଙ୍କୁ ଏକତ୍ର କଲେ, ତହୁଁ ସେମାନେ ଯିରୂଶାଲମକୁ ଆସିଲେ।
\v 3 ଏଉତ୍ତାରେ ସମଗ୍ର ସମାଜ ପରମେଶ୍ୱରଙ୍କ ଗୃହରେ ରାଜାଙ୍କ ସଙ୍ଗେ ନିୟମ କଲେ। ପୁଣି ଯିହୋୟାଦା ସେମାନଙ୍କୁ କହିଲା, ଦେଖ, ଦାଉଦଙ୍କର ସନ୍ତାନଗଣ ବିଷୟରେ ସଦାପ୍ରଭୁ ଯାହା କହିଅଛନ୍ତି, ତଦନୁସାରେ ରାଜପୁତ୍ର ରାଜ୍ୟ କରିବେ।
\s5
\v 4 ତୁମ୍ଭେମାନେ ଏହି କର୍ମ କରିବ; ତୁମ୍ଭମାନଙ୍କ ମଧ୍ୟରୁ ଯେଉଁ ଯାଜକମାନେ ଓ ଲେବୀୟମାନେ ବିଶ୍ରାମବାରରେ ଆସନ୍ତି, ସେମାନଙ୍କର ତୃତୀୟାଂଶ ଦ୍ୱାରପାଳ ହେବେ।
\v 5 ଓ ତୃତୀୟାଂଶ ରାଜଗୃହରେ ରହିବେ ଓ ତୃତୀୟାଂଶ ଭିତ୍ତିମୂଳ-ଦ୍ୱାରରେ ରହିବେ; ଆଉ ସମଗ୍ର ଲୋକ ସଦାପ୍ରଭୁଙ୍କ ଗୃହର ନାନା ପ୍ରାଙ୍ଗଣରେ ରହିବେ।
\s5
\v 6 ମାତ୍ର ଯାଜକମାନଙ୍କର ଓ ପରିଚର୍ଯ୍ୟାକାରୀ ଲେବୀୟମାନଙ୍କର ବ୍ୟତୀତ ଆଉ କାହାକୁ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରିବାକୁ ଦିଅ ନାହିଁ; ସେମାନେ ପବିତ୍ର, ଏଥିପାଇଁ ସେମାନେ ପ୍ରବେଶ କରିବେ; ମାତ୍ର ସମଗ୍ର ଲୋକ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କରିବେ।
\v 7 ପୁଣି ଲେବୀୟମାନଙ୍କର ପ୍ରତ୍ୟେକେ ଆପଣା ଆପଣା ହାତରେ ଆପଣା ଆପଣା ଅସ୍ତ୍ର ଧରି ରାଜାଙ୍କୁ ଚତୁର୍ଦ୍ଦିଗରେ ବେଷ୍ଟନ କରିବେ; ଆଉ ଯେକେହି ଗୃହ ଭିତରକୁ ଆସେ, ସେ ହତ ହେଉ; ପୁଣି ରାଜା ଭିତରକୁ ଆସିବା ବେଳେ ଓ ବାହାରକୁ ଯିବା ବେଳେ ତୁମ୍ଭେମାନେ ତାଙ୍କ ସଙ୍ଗେ ଥାଅ।
\s5
\v 8 ତହୁଁ ଲେବୀୟମାନେ ଓ ସମଗ୍ର ଯିହୁଦା, ଯିହୋୟାଦା ଯାଜକର ଆଜ୍ଞା ପ୍ରମାଣେ ସମସ୍ତ କର୍ମ କଲେ; ପୁଣି ସେମାନେ ପ୍ରତ୍ୟେକେ ବିଶ୍ରାମବାରରେ ଅନ୍ତର୍ଗାମୀ ଓ ବିଶ୍ରାମବାରରେ ବହିର୍ଗାମୀ ଆପଣା ଆପଣା ଲୋକଙ୍କୁ ନେଲେ; କାରଣ ଯିହୋୟାଦା ଯାଜକ ଲୋକମାନଙ୍କୁ ପାଳିରୁ ବିଦାୟ କରି ନ ଥିଲା।
\v 9 ଆଉ, ଦାଉଦ ରାଜାଙ୍କର ଯେଉଁ ବର୍ଚ୍ଛା ଓ ଢାଲ ଓ ଚର୍ମ ପରମେଶ୍ୱରଙ୍କ ଗୃହରେ ଥିଲା, ତାହାସବୁ ଯିହୋୟାଦା ଯାଜକ ଶତପତିମାନଙ୍କୁ ଦେଲା।
\s5
\v 10 ଆଉ, ସେ ସମସ୍ତ ଲୋକଙ୍କୁ, ସ୍ୱହସ୍ତରେ ଅସ୍ତ୍ରଧାରୀ ପ୍ରତି ଜଣକୁ ଗୃହର ଦକ୍ଷିଣ ପାର୍ଶ୍ଵର ବାମ ପାର୍ଶ୍ଵ ପର୍ଯ୍ୟନ୍ତ ଯଜ୍ଞବେଦି ଓ ଗୃହ ନିକଟରେ ରାଜାଙ୍କର ଚତୁର୍ଦ୍ଦିଗରେ ସ୍ଥାପନ କଲା।
\v 11 ତହୁଁ ସେମାନେ ରାଜପୁତ୍ରଙ୍କୁ ବାହାରକୁ ଆଣି ତାଙ୍କ ମସ୍ତକରେ ମୁକୁଟ ପିନ୍ଧାଇ ଓ ସାକ୍ଷ୍ୟପୁସ୍ତକ ଦେଇ ତାଙ୍କୁ ରାଜା କଲେ; ପୁଣି ଯିହୋୟାଦା ଓ ତାହାର ପୁତ୍ରମାନେ ତାଙ୍କୁ ଅଭିଷେକ କଲେ; ତହୁଁ ସେମାନେ କହିଲେ, ରାଜା ଚିରଜୀବୀ ହେଉନ୍ତୁ।
\s5
\v 12 ଏଥିରେ ଅଥଲୀୟା ଲୋକମାନଙ୍କ ଦୌଡ଼ା ଦୌଡ଼ିର ଓ ରାଜାଙ୍କର ପ୍ରଶଂସା କରିବାର କୋଳାହଳ ଶୁଣି ସଦାପ୍ରଭୁଙ୍କ ଗୃହକୁ ଲୋକମାନଙ୍କ କତିକି ଆସିଲେ;
\v 13 ଆଉ, ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ଦ୍ୱାର-ପ୍ରବେଶ ସ୍ଥାନରେ ଆପଣା ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଅଛନ୍ତି ଓ ତୂରୀ ଅଛି; ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୂରୀ ବଜାଉ ଅଛନ୍ତି; ମଧ୍ୟ ଗାୟକମାନେ ବାଦ୍ୟଯନ୍ତ୍ର ବଜାଇ ପ୍ରଶଂସାଗାନ କରୁଅଛନ୍ତି। ଏଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି ରାଜଦ୍ରୋହ, ରାଜଦ୍ରୋହ ବୋଲି ଡାକ ପକାଇଲେ।
\s5
\v 14 ତହିଁରେ ଯିହୋୟାଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତପତିମାନଙ୍କୁ ବାହାରକୁ ଆଣି କହିଲା, ସୈନ୍ୟଶ୍ରେଣୀ ମଧ୍ୟଦେଇ ଏହାକୁ ବାହାରକୁ ନେଇଯାଅ ଓ ଯେକେହି ତାହାର ପଶ୍ଚାଦ୍‍ଗାମୀ ହୁଏ, ସେ ଖଡ୍ଗରେ ହତ ହେଉ; କାରଣ ଯାଜକ କହିଲା, ସଦାପ୍ରଭୁଙ୍କ ଗୃହ ଭିତରେ ତାହାକୁ ବଧ କର ନାହିଁ।
\v 15 ତହୁଁ ଲୋକମାନେ ତାଙ୍କ ପାଇଁ ପଥ ଛାଡ଼ନ୍ତେ, ସେ ରାଜଗୃହର ଅଶ୍ୱଦ୍ୱାରର ପ୍ରବେଶ ସ୍ଥାନକୁ ଗଲେ; ଆଉ ସେଠାରେ ସେମାନେ ତାଙ୍କୁ ବଧ କଲେ।
\s ଯିହୋୟାଦା କରିଥିବା ସଂସ୍କାର
\p
\s5
\v 16 ଏଥିଉତ୍ତାରେ ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ଆପଣାର, ପୁଣି ସମଗ୍ର ଲୋକଙ୍କର ଓ ରାଜାଙ୍କର ମଧ୍ୟରେ ଏକ ନିୟମ କଲା।
\v 17 ଏଉତ୍ତାରେ ସମଗ୍ର ଲୋକ ବାଲ୍‍-ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ, ସେମାନେ ତାହାର ଯଜ୍ଞବେଦି ଓ ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଯଜ୍ଞବେଦି ସମ୍ମୁଖରେ ବାଲ୍‍ର ଯାଜକ ମତ୍ତନକୁ ବଧ କଲେ।
\s5
\v 18 ଆଉ, ଦାଉଦଙ୍କର ବିଧାନମତେ ଆନନ୍ଦ ଓ ଗାନ ସହିତ ମୋଶାଙ୍କ ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଦାଉଦ ଯେଉଁ ଲେବୀୟ ଯାଜକମାନଙ୍କୁ ସଦାପ୍ରଭୁଙ୍କ ଗୃହରେ ବିଭାଗ କରିଥିଲେ, ସେମାନଙ୍କ ହସ୍ତାଧୀନରେ ଯିହୋୟାଦା ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କାର୍ଯ୍ୟ ସ୍ଥାପନ କଲା।
\v 19 ଆଉ, କୌଣସି ବିଷୟରେ ଅଶୁଚି କୌଣସି ଲୋକ ଯେପରି ପ୍ରବେଶ କରି ନ ପାରେ, ଏଥିପାଇଁ ସେ ସଦାପ୍ରଭୁଙ୍କ ଗୃହର ଦ୍ୱାରସବୁରେ ଦ୍ୱାରପାଳମାନଙ୍କୁ ନିଯୁକ୍ତ କଲା।
\s5
\v 20 ଏଥିଉତ୍ତାରେ ସେ ଶତପତିମାନଙ୍କୁ ଓ କୁଳୀନମାନଙ୍କୁ ଓ ଲୋକମାନଙ୍କର ଶାସନକର୍ତ୍ତାମାନଙ୍କୁ ଓ ଦେଶର ସମଗ୍ର ଲୋକଙ୍କୁ ନେଇ ରାଜାଙ୍କୁ ସଦାପ୍ରଭୁଙ୍କ ଗୃହକୁ ଆଣିଲା; ଆଉ, ସେମାନେ ଉପର ଦ୍ୱାର ଦେଇ ରାଜଗୃହକୁ ଆସି ରାଜସିଂହାସନରେ ରାଜାଙ୍କୁ ବସାଇଲେ।
\v 21 ସେତେବେଳେ ଦେଶର ସମସ୍ତ ଲୋକ ଆନନ୍ଦ କଲେ ଓ ନଗର ସୁସ୍ଥିର ହେଲା; ଆଉ, ସେମାନେ ଅଥଲୀୟାଙ୍କୁ ଖଡ୍ଗରେ ବଧ କଲେ।
\s5
\c 24
\s ଯୋୟାଶ୍‍ ରାଜାଙ୍କ ମନ୍ଦିରର ମରାମତି
\p
\v 1 ଯୋୟାଶ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ସାତ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଚାଳିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ସିବୀୟା, ଯେ ବେର୍‍ଶେବା ନିବାସିନୀ ଥିଲେ।
\v 2 ପୁଣି, ଯିହୋୟାଦା ଯାଜକର ଜୀବନଯାଏ ଯୋୟାଶ୍‍ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
\v 3 ଯିହୋୟାଦା ତାଙ୍କୁ ଦୁଇ କନ୍ୟା ବିବାହ କରାଇଲେ ଓ ତାଙ୍କର ପୁତ୍ର କନ୍ୟା ଜାତ ହେଲେ।
\s5
\v 4 ଏଥିଉତ୍ତାରେ ସଦାପ୍ରଭୁଙ୍କ ଗୃହର ମରାମତି କରିବାକୁ ଯୋୟାଶ୍‍ଙ୍କର ମନ ହେଲା।
\v 5 ତହିଁରେ ସେ ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଏକତ୍ର କରି କହିଲେ, ତୁମ୍ଭେମାନେ ଯିହୁଦାର ସମସ୍ତ ନଗରକୁ ଯାଅ ଓ ବର୍ଷକୁ ବର୍ଷ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ଦୃଢ଼ କରିବା ନିମନ୍ତେ ସମଗ୍ର ଇସ୍ରାଏଲ ନିକଟରୁ ମୁଦ୍ରା ସଂଗ୍ରହ କର, ଏବଂ ଏହି କାର୍ଯ୍ୟ ଶୀଘ୍ର କର। ତଥାପି ଲେବୀୟମାନେ ତାହା ଶୀଘ୍ର କଲେ ନାହିଁ।
\s5
\v 6 ଏଥିରେ ରାଜା ପ୍ରଧାନ ଯିହୋୟାଦାକୁ ଡାକି କହିଲେ, ସାକ୍ଷ୍ୟ-ତମ୍ବୁ ନିମନ୍ତେ ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ ମଣ୍ଡଳୀ ଦ୍ୱାରା ଯେଉଁ କର ନିରୂପିତ ହୋଇଅଛି, ତାହା ତୁମ୍ଭେ ଯିହୁଦା ଓ ଯିରୂଶାଲମରୁ ଆଣିବା ପାଇଁ କାହିଁକି ଲେବୀୟମାନଙ୍କୁ ଆଦେଶ କରି ନାହଁ ?
\v 7 କାରଣ ସେହି ଦୁଷ୍ଟା ସ୍ତ୍ରୀ ଅଥଲୀୟାର ପୁତ୍ରମାନେ ପରମେଶ୍ୱରଙ୍କ ଗୃହ ଭଗ୍ନ କରିଥିଲେ; ମଧ୍ୟ ସଦାପ୍ରଭୁଙ୍କ ଗୃହର ସମସ୍ତ ପବିତ୍ରୀକୃତ ବସ୍ତୁ ବାଲ୍‍ ଦେବଗଣକୁ ଦେଲେ।
\s5
\v 8 ରାଜା ଏହିପରି ଆଜ୍ଞା କରନ୍ତେ, ସେମାନେ ଏକ ସିନ୍ଦୁକ ନିର୍ମାଣ କରି ବାହାରେ ସଦାପ୍ରଭୁଙ୍କ ଗୃହର ଦ୍ୱାର ନିକଟରେ ରଖିଲେ।
\v 9 ଆଉ, ପରମେଶ୍ୱରଙ୍କ ସେବକ ମୋଶା ପ୍ରାନ୍ତରରେ ଇସ୍ରାଏଲ ଉପରେ ଯେଉଁ କର ବସାଇଥିଲେ, ତାହା ସଦାପ୍ରଭୁଙ୍କ ନିମନ୍ତେ ଆଣିବା ପାଇଁ ସେମାନେ ଯିହୁଦା ଓ ଯିରୂଶାଲମରେ ଘୋଷଣା କରାଇଲେ।
\v 10 ଏଥିରେ ଅଧିପତି ସମସ୍ତେ ଓ ସମଗ୍ର ଲୋକ ଆନନ୍ଦ କଲେ ଓ ସେମାନେ ସମାପ୍ତ ନ କରିବା ପର୍ଯ୍ୟନ୍ତ ଆଣି ସିନ୍ଦୁକରେ ପକାଇଲେ।
\s5
\v 11 ତହୁଁ ଏପରି ହେଲା ଯେ, ଯେଉଁ ସମୟରେ ସିନ୍ଦୁକ ଲେବୀୟମାନଙ୍କ ହସ୍ତ ଦ୍ୱାରା ରାଜାଙ୍କ ନିରୂପିତ ସ୍ଥାନକୁ ଅଣାଗଲା ଓ ତହିଁରେ ବହୁତ ମୁଦ୍ରା ଅଛି ବୋଲି ସେମାନେ ଦେଖିଲେ, ସେତେବେଳେ ରାଜାଙ୍କର ଲେଖକ ଓ ପ୍ରଧାନ ଯାଜକର କର୍ମଚାରୀ ଆସି ସିନ୍ଦୁକ ଖାଲି କଲେ, ଆଉ ତାହା ନେଇ ପୁନର୍ବାର ସ୍ୱସ୍ଥାନରେ ରଖିଲେ। ଏହିରୂପେ ସେମାନେ ପ୍ରତିଦିନ କଲେ ଓ ପ୍ରଚୁର ମୁଦ୍ରା ସଂଗ୍ରହ କଲେ।
\v 12 ଆଉ, ରାଜା ଓ ଯିହୋୟାଦା ସଦାପ୍ରଭୁଙ୍କ ଗୃହର ସେବାକର୍ମକାରୀମାନଙ୍କୁ ତାହା ଦେଲେ; ତହିଁରେ ସେମାନେ ସଦାପ୍ରଭୁଙ୍କ ଗୃହର ମରାମତି ନିମନ୍ତେ ରାଜମିସ୍ତ୍ରୀ ଓ ସୂତ୍ରଧରମାନଙ୍କୁ, ମଧ୍ୟ ସଦାପ୍ରଭୁଙ୍କ ଗୃହ ଦୃଢ଼ କରିବା ନିମନ୍ତେ ଲୌହ ଓ ପିତ୍ତଳ କର୍ମକାରୀମାନଙ୍କୁ ବେତନ ଦେଇ ନିଯୁକ୍ତ କଲେ।
\s5
\v 13 ଏହିରୂପେ କର୍ମକାରୀମାନେ କାର୍ଯ୍ୟ କଲେ ଓ ସେମାନଙ୍କ ଦ୍ୱାରା କାର୍ଯ୍ୟ ସିଦ୍ଧ ହେଲା, ଆଉ ସେମାନେ ପରମେଶ୍ୱରଙ୍କ ଗୃହ ପୂର୍ବାବସ୍ଥାରେ ସ୍ଥାପନ କରି ତାହା ଦୃଢ଼ କଲେ।
\v 14 ପୁଣି, ସେମାନେ କାର୍ଯ୍ୟ ସମାପ୍ତ କରନ୍ତେ, ରାଜାଙ୍କର ଓ ଯିହୋୟାଦାର ସମ୍ମୁଖକୁ ଅବଶିଷ୍ଟ ମୁଦ୍ରା ଆଣିଲେ, ତଦ୍ଦ୍ୱାରା ସଦାପ୍ରଭୁଙ୍କ ଗୃହ ନିମନ୍ତେ ନାନା ପାତ୍ର, ଅର୍ଥାତ୍‍, ପରିଚର୍ଯ୍ୟାର୍ଥକ ଓ ବଳିଦାନାର୍ଥକ ପାତ୍ର, ପୁଣି ଚାମଚ ଓ ସ୍ୱର୍ଣ୍ଣମୟ ଓ ରୌପ୍ୟମୟ ପାତ୍ର ନିର୍ମାଣ କରାଗଲା। ଆଉ, ସେମାନେ ଯିହୋୟାଦାର ଜୀବନଯାଏ ସଦାପ୍ରଭୁଙ୍କ ଗୃହରେ ନିତ୍ୟ ହୋମବଳି ଉତ୍ସର୍ଗ କଲେ।
\s ଯୋୟାଶ୍‍ଙ୍କ ବିଶ୍ୱାସଘାତକତା
\p
\s5
\v 15 ମାତ୍ର ଯିହୋୟାଦା ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ମଲା; ମରଣ ସମୟରେ ତାହାର ବୟସ ଏକ ଶହ ତିରିଶ ବର୍ଷ ହୋଇଥିଲା
\v 16 ପୁଣି ଲୋକମାନେ ଦାଉଦ-ନଗରରେ ରାଜାମାନଙ୍କ ମଧ୍ୟରେ ତାହାକୁ କବର ଦେଲେ, କାରଣ ସେ ଇସ୍ରାଏଲ ମଧ୍ୟରେ, ଆଉ ପରମେଶ୍ୱର ଓ ତାହାଙ୍କ ଗୃହ ବିଷୟରେ ଉତ୍ତମ କର୍ମ କରିଥିଲା।
\s5
\v 17 ଯିହୋୟାଦାର ମରଣ ଉତ୍ତାରେ ଯିହୁଦାର ଅଧିପତିମାନେ ଆସି ରାଜାଙ୍କୁ ପ୍ରଣାମ କଲେ। ତହିଁରେ ରାଜା ସେମାନଙ୍କ କଥାରେ ମନୋଯୋଗ କଲେ।
\v 18 ଏଉତ୍ତାରେ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଗୃହ ପରିତ୍ୟାଗ କରି ଆଶେରା ମୂର୍ତ୍ତି ଓ ପ୍ରତିମାଗଣର ସେବା କଲେ; ତହିଁରେ ସେମାନଙ୍କର ଏହି ଅପରାଧ ସକାଶୁ ଯିହୁଦା ଓ ଯିରୂଶାଲମ ଉପରେ କୋପ ଉପସ୍ଥିତ ହେଲା।
\v 19 ତଥାପି ସଦାପ୍ରଭୁଙ୍କ ନିକଟକୁ ପୁନର୍ବାର ସେମାନଙ୍କୁ ଆଣିବା ପାଇଁ ସେ ଭବିଷ୍ୟଦ୍‍ବକ୍ତାମାନଙ୍କୁ ପଠାଇଲେ; ତହିଁରେ ସେମାନେ ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଲେ। ମାତ୍ର ସେମାନେ କର୍ଣ୍ଣ ଦେବାକୁ ସମ୍ମତ ନୋହିଲେ।
\s5
\v 20 ଏଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ଯିହୋୟାଦା ଯାଜକର ପୁତ୍ର ଜିଖରୀୟ ଉପରେ ଅଧିଷ୍ଠାନ କଲେ, ତହିଁରେ ସେ ଲୋକମାନଙ୍କ ମଧ୍ୟରେ ଉଚ୍ଚ ସ୍ଥାନରେ ଠିଆ ହୋଇ ସେମାନଙ୍କୁ କହିଲା, ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କର ଆଜ୍ଞାସବୁ ଲଙ୍ଘନ କରୁଅଛ ? ଏଥିରେ କୃତକାର୍ଯ୍ୟ ନୋହିବ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିବାରୁ ସେ ମଧ୍ୟ ତୁମ୍ଭମାନଙ୍କୁ ପରିତ୍ୟାଗ କରିଅଛନ୍ତି।
\v 21 ତହିଁରେ ସେମାନେ ତାହା ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ରାଜାଜ୍ଞାରେ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ତାହାକୁ ପ୍ରସ୍ତରାଘାତ କଲେ।
\v 22 ଏହିରୂପେ, ତାହାର ପିତା ଯିହୋୟାଦା ଯୋୟାଶ୍‍ ରାଜାଙ୍କ ପ୍ରତି ଯେଉଁ ଦୟା ପ୍ରକାଶ କରିଥିଲା, ତାହା ସ୍ମରଣ ନ କରି ସେ ତାହାର ପୁତ୍ରକୁ ବଧ କଲେ। ପୁଣି, ସେ ମରଣ କାଳରେ କହିଲା, ସଦାପ୍ରଭୁ ଏଥି ପ୍ରତି ଦୃଷ୍ଟିପାତ କରନ୍ତୁ ଓ ତହିଁର ପରିଶୋଧ ନେଉନ୍ତୁ।
\s ଯୋୟାଶ୍‍ଙ୍କ ଶାସନର ଅବସାନ
\p
\s5
\v 23 ଏଥିଉତ୍ତାରେ ବର୍ଷ ଶେଷରେ ଅରାମୀୟ ସୈନ୍ୟ ତାଙ୍କର ପ୍ରତିକୂଳରେ ଆସିଲେ; ପୁଣି ସେମାନେ ଯିହୁଦା ଓ ଯିରୂଶାଲମକୁ ଆସି ଲୋକମାନଙ୍କ ମଧ୍ୟରୁ ସେମାନଙ୍କ ସମସ୍ତ ଅଧିପତିଙ୍କୁ ବିନାଶ କଲେ ଓ ସେମାନଙ୍କଠାରୁ ସକଳ ଲୁଟ ଦ୍ରବ୍ୟ ନେଇ ଦମ୍ମେଶକର ରାଜା ନିକଟକୁ ପଠାଇଲେ।
\v 24 ଅରାମୀୟ ସୈନ୍ୟ ଅଳ୍ପ ଲୋକଦଳ ନେଇ ଆସିଥିଲେ; ତଥାପି ସଦାପ୍ରଭୁ ସେମାନଙ୍କ ହସ୍ତରେ ମହାସୈନ୍ୟଦଳକୁ ସମର୍ପଣ କଲେ, କାରଣ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ। ଏହିରୂପେ ସେମାନେ ଯୋୟାଶ୍‍ଙ୍କ ଉପରେ ଦଣ୍ଡାଜ୍ଞା ସଫଳ କଲେ।
\s5
\v 25 ଆଉ, ସେମାନେ ତାଙ୍କ ନିକଟରୁ ପ୍ରସ୍ଥାନ କଲା ଉତ୍ତାରେ ତାଙ୍କର ନିଜ ଦାସମାନେ ଯିହୋୟାଦା ଯାଜକର ପୁତ୍ରମାନଙ୍କ ରକ୍ତପାତ ସକାଶୁ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କର ଶଯ୍ୟାରେ ତାଙ୍କୁ ବଧ କରନ୍ତେ, ସେ ମଲେ, କାରଣ ଅରାମୀୟ ସୈନ୍ୟ ତାଙ୍କୁ ମହାପୀଡ଼ିତାବସ୍ଥାରେ ଛାଡ଼ି ଯାଇଥିଲେ; ତହିଁରେ ଲୋକମାନେ ତାଙ୍କୁ ଦାଉଦ-ନଗରରେ କବର ଦେଲେ, ମାତ୍ର ରାଜାମାନଙ୍କ କବରରେ କବର ଦେଲେ ନାହିଁ।
\v 26 ଅମ୍ମୋନୀୟା ଶିମୀୟତର ପୁତ୍ର ସାବଦ୍‍ ଓ ମୋୟାବ ବଂଶୀୟା ଶିମ୍ରୀତର ପୁତ୍ର ଯିହୋଷାବଦ୍‍, ଏମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ।
\s5
\v 27 ତାଙ୍କ ପୁତ୍ରମାନଙ୍କ କଥା ଓ ତାଙ୍କ ଉପରେ ଥିବା ଭାରର ଗୁରୁତ୍ୱ ଓ ପରମେଶ୍ୱରଙ୍କ ଗୃହର ପୁନଃନିର୍ମାଣ ବିବରଣ, ଦେଖ, ଏସବୁ ରାଜାବଳୀ ପୁସ୍ତକର ଟୀକାରେ ଲିଖିତ ଅଛି। ଏଉତ୍ତାରେ ତାଙ୍କର ପୁତ୍ର ଅମତ୍‍ସୀୟ ତାଙ୍କ ପଦରେ ରାଜ୍ୟ କଲେ।
\s5
\c 25
\s ଯିହୁଦାର ରାଜା ଅମତ୍‍ସୀୟ
\p
\v 1 ଅମତ୍‍ସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିହୋୟଦ୍ଦନ୍‍, ସେ ଯିରୂଶାଲମ ନିବାସିନୀ ଥିଲେ।
\v 2 ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ମାତ୍ର ସିଦ୍ଧ ଅନ୍ତଃକରଣରେ କଲେ ନାହିଁ।
\s5
\v 3 ତାଙ୍କର ରାଜ୍ୟ ସୁସ୍ଥିର ହୁଅନ୍ତେ, ସେ ତାଙ୍କର ପିତା ରାଜାଙ୍କର ହତ୍ୟାକାରୀ ଆପଣା ଦାସମାନଙ୍କୁ ବଧ କଲେ।
\v 4 ତଥାପି ସେ ସେମାନଙ୍କ ସନ୍ତାନଗଣକୁ ବଧ କଲେ ନାହିଁ; ମାତ୍ର ସନ୍ତାନଗଣ ପାଇଁ ପିତୃଗଣର ପ୍ରାଣଦଣ୍ଡ ହେବ ନାହିଁ, କିଅବା ପିତୃଗଣ ପାଇଁ ସନ୍ତାନଗଣର ପ୍ରାଣଦଣ୍ଡ ହେବ ନାହିଁ, କିନ୍ତୁ ପ୍ରତ୍ୟେକ ଲୋକ ନିଜ ପାପ ଲାଗି ମୃତ୍ୟୁୁ ଭୋଗ କରିବ; ମୋଶାଙ୍କର ବ୍ୟବସ୍ଥା-ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ଏହି ଆଜ୍ଞା ପ୍ରମାଣେ କର୍ମ କଲେ।
\s ଅମତ୍‍ସୀୟଙ୍କ ବିଜୟ
\p
\s5
\v 5 ଆହୁରି, ଅମତ୍‍ସୀୟ ଯିହୁଦା ବଂଶକୁ ଏକତ୍ର କଲେ, ପୁଣି ସମସ୍ତ ଯିହୁଦା ଓ ବିନ୍ୟାମୀନ୍‍ର ପିତୃବଂଶାନୁସାରେ ସହସ୍ରପତି ଓ ଶତପତିମାନଙ୍କ ଅଧୀନରେ ସେମାନଙ୍କୁ ଶ୍ରେଣୀବଦ୍ଧ କଲେ; ପୁଣି, ସେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲୋକମାନଙ୍କୁ ଗଣନା କରନ୍ତେ, ବର୍ଚ୍ଛା ଓ ଢାଲ ଧରି ଯୁଦ୍ଧକୁ ଯିବାକୁ ସମର୍ଥ ତିନି ଲକ୍ଷ ବଛା ଲୋକ ପାଇଲେ।
\v 6 ମଧ୍ୟ ସେ ଏକ ଶହ ତାଳନ୍ତ ରୂପା ବେତନ ଦେଇ ଇସ୍ରାଏଲ ମଧ୍ୟରୁ ଏକ ଲକ୍ଷ ମହାବିକ୍ରମଶାଳୀ ଲୋକଙ୍କୁ ନିଯୁକ୍ତ କଲେ।
\s5
\v 7 ମାତ୍ର ପରମେଶ୍ୱରଙ୍କର ଏକ ଲୋକ ତାଙ୍କ ନିକଟକୁ ଆସି କହିଲେ, ହେ ରାଜନ୍‍, ଇସ୍ରାଏଲର ସୈନ୍ୟ ଆପଣଙ୍କ ସଙ୍ଗରେ ନ ଯାଉନ୍ତୁ; କାରଣ ସଦାପ୍ରଭୁ ଇସ୍ରାଏଲ ସଙ୍ଗରେ, ଅର୍ଥାତ୍‍, ଇଫ୍ରୟିମର ସମସ୍ତ ସନ୍ତାନ ସଙ୍ଗରେ ନାହାନ୍ତି।
\v 8 ମାତ୍ର ଯେବେ ଆପଣ ଯିବେ, ତେବେ ସାହସରେ କାର୍ଯ୍ୟ କରନ୍ତୁ, ଯୁଦ୍ଧ କରିବାକୁ ବଳବାନ ହେଉନ୍ତୁ; ପରମେଶ୍ୱର ଶତ୍ରୁ ସମ୍ମୁଖରେ ଆପଣଙ୍କୁ ନିପାତ କରିବେ, କାରଣ ସାହାଯ୍ୟ କରିବାକୁ ଓ ନିପାତ କରିବାକୁ ପରମେଶ୍ୱରଙ୍କ ଶକ୍ତି ଅଛି।
\s5
\v 9 ତହିଁରେ ଅମତ୍‍ସୀୟ ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, ଭଲ, ମାତ୍ର ମୁଁ ଇସ୍ରାଏଲ-ସୈନ୍ୟକୁ ଯେଉଁ ଏକ ଶହ ତାଳନ୍ତ
\f +
\fr 25:9
\ft ପ୍ରାୟ ୩,୩୦୦ କିଲୋ ରୂପା
\f* ରୂପା ଦେଇଅଛି, ତହିଁ ପାଇଁ ଆମ୍ଭେମାନେ କ’ଣ କରିବା ? ଏଥିରେ ପରମେଶ୍ୱରଙ୍କ ଲୋକ ଉତ୍ତର କଲେ; ସଦାପ୍ରଭୁ ତୁମ୍ଭକୁ ତହିଁରୁ ଅତି ଅଧିକ ଦେବାକୁ ସମର୍ଥ ଅଟନ୍ତି।
\v 10 ତହୁଁ ଅମତ୍‍ସୀୟ ଇଫ୍ରୟିମରୁ ଆପଣା ନିକଟକୁ ଆଗତ ସୈନ୍ୟଦଳକୁ ସେମାନଙ୍କ ଗୃହକୁ ପୁନର୍ବାର ଯିବା ପାଇଁ ପୃଥକ କଲେ; ଏଣୁ ଯିହୁଦା ପ୍ରତିକୂଳରେ ସେମାନଙ୍କର କ୍ରୋଧ ଅତି ପ୍ରଜ୍ୱଳିତ ହେଲା ଓ ସେମାନେ ପ୍ରଚଣ୍ଡ କ୍ରୋଧରେ ଗୃହକୁ ଫେରିଗଲେ।
\s5
\v 11 ଏଉତ୍ତାରେ ଅମତ୍‍ସୀୟ ସାହସିକ ହୋଇ ଆପଣା ଲୋକଙ୍କୁ କଢ଼ାଇ ନେଇ ଲବଣ ଉପତ୍ୟକାକୁ ଗଲେ ଓ ସେୟୀର-ସନ୍ତାନଗଣର ଦଶ ସହସ୍ର ଲୋକଙ୍କୁ ବଧ କଲେ।
\v 12 ପୁଣି, ଯିହୁଦା ସନ୍ତାନମାନେ ଅନ୍ୟ ଦଶ ସହସ୍ର ଲୋକଙ୍କୁ ଜୀବିତ ବନ୍ଦୀ କରି ନେଇଗଲେ ଓ ସେମାନଙ୍କୁ ଶୈଳଶିଖରକୁ ନେଇ ସେଠାରୁ ସେମାନଙ୍କୁ ତଳେ ପକାଇଦେଲେ, ତହିଁରେ ସେ ସମସ୍ତେ ଚୂର୍ଣ୍ଣ ହୋଇଗଲେ।
\s5
\v 13 ମାତ୍ର ଅମତ୍‍ସୀୟ ଯେଉଁ ସେନାମାନଙ୍କୁ ଆପଣା ସଙ୍ଗେ ଯୁଦ୍ଧକୁ ଯିବା ପାଇଁ ଉପଯୁକ୍ତ ମନେ ନ କରି ଫେରାଇ ଦେଇଥିଲେ, ସେମାନେ ଶମରୀୟାଠାରୁ ବେଥ୍-ହୋରଣ ପର୍ଯ୍ୟନ୍ତ ପଡ଼ି ଯିହୁଦାର ନଗରସବୁ ଆକ୍ରମଣ କଲେ ଓ ତିନି ସହସ୍ର ଲୋକଙ୍କୁ ବଧ କରି ବହୁତ ଲୁଟ ଦ୍ରବ୍ୟ ନେଲେ।
\s ଅମତ୍‍ସୀୟଙ୍କ ଦେବପୂଜା
\p
\s5
\v 14 ଅମତ୍‍ସୀୟ ଇଦୋମୀୟମାନଙ୍କୁ ସଂହାର କରି ଫେରି ଆସିଲା ଉତ୍ତାରେ ସେ ସେୟୀର-ସନ୍ତାନମାନଙ୍କ ଦେବଗଣକୁ ଆଣି ଆପଣାର ଦେବତା ହେବା ପାଇଁ ସ୍ଥାପନ କଲେ, ସେମାନଙ୍କ ସମ୍ମୁଖରେ ପ୍ରଣାମ କରି ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ।
\v 15 ଏହେତୁ ଅମତ୍‍ସୀୟଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ତାଙ୍କ ନିକଟକୁ ଏକ ଭବିଷ୍ୟଦ୍‍ବକ୍ତା ପଠାଇଲେ, ଯେ ତାଙ୍କୁ କହିଲା, ଯେଉଁ ଦେବଗଣ ଆପଣା ଲୋକମାନଙ୍କୁ ଆପଣଙ୍କ ହସ୍ତରୁ ଉଦ୍ଧାର କଲେ ନାହିଁ, ଆପଣ କାହିଁକି ସେହି ଲୋକମାନଙ୍କ ଦେବଗଣର ଅନ୍ୱେଷଣ କରୁଅଛନ୍ତି ?
\s5
\v 16 ସେ ତାଙ୍କୁ ଏହି କଥା କହିବା ବେଳେ, ରାଜା ତାହାକୁ କହିଲେ, ଆମ୍ଭେମାନେ କ’ଣ ତୁମ୍ଭକୁ ରାଜମନ୍ତ୍ରୀ କରିଅଛୁ ? କ୍ଷାନ୍ତ ହୁଅ ! କାହିଁକି ମାଡ଼ ଖାଇବ ? ଏଥିରେ ଭବିଷ୍ୟଦ୍‍ବକ୍ତା କ୍ଷାନ୍ତ ହୋଇ କହିଲା, ମୁଁ ଜାଣେ, ପରମେଶ୍ୱର ଆପଣଙ୍କୁ ବିନାଶ କରିବା ପାଇଁ ସ୍ଥିର କରିଅଛନ୍ତି, କାରଣ ଆପଣ ଏହା କରିଅଛନ୍ତି ଓ ମୋ’ ପରାମର୍ଶରେ କର୍ଣ୍ଣପାତ କରି ନାହାନ୍ତି।
\s ଇସ୍ରାଏଲ ଦ୍ୱାରା ପରାଜିତ
\p
\s5
\v 17 ଏଥିଉତ୍ତାରେ ଯିହୁଦାର ରାଜା ଅମତ୍‍ସୀୟ ପରାମର୍ଶ ନେଇ ଯେହୂଙ୍କର ପୌତ୍ର, ଯିହୋୟାହସ୍‍ଙ୍କର ପୁତ୍ର, ଇସ୍ରାଏଲର ରାଜା ଯୋୟାଶ୍‍ଙ୍କ ନିକଟକୁ ଲୋକ ପଠାଇ କହିଲେ, ଆସ, ଆମ୍ଭେମାନେ ପରସ୍ପର ମୁଖ ଦେଖାଦେଖି ହେବା।
\s5
\v 18 ତହିଁରେ ଇସ୍ରାଏଲର ରାଜା ଯୋୟାଶ୍‍ ଯିହୁଦାର ରାଜା ଅମତ୍‍ସୀୟଙ୍କ ନିକଟକୁ ଲୋକ ପଠାଇ କହିଲେ, ଲିବାନୋନର କଣ୍ଟକ ଲତା ଲିବାନୋନର ଏରସ ବୃକ୍ଷ ନିକଟକୁ କହି ପଠାଇଲା, ତୁମ୍ଭ କନ୍ୟାକୁ ମୋ’ ପୁତ୍ର ସଙ୍ଗେ ବିବାହ ଦିଅ; ଏଥିମଧ୍ୟରେ ଲିବାନୋନର ଏକ ବନ୍ୟ ପଶୁ ନିକଟ ଦେଇ ଯାଉ ଯାଉ ସେହି କଣ୍ଟକ ଲତାକୁ ଦଳି ପକାଇଲା।
\v 19 ଦେଖ, ତୁମ୍ଭେ ଇଦୋମକୁ ପରାସ୍ତ କରିଅଛ ବୋଲି କହୁଅଛ; ତେଣୁ ଦର୍ପ କରିବା ପାଇଁ ତୁମ୍ଭ ମନ ତୁମ୍ଭକୁ ପ୍ରବୃତ୍ତି ଦେଉଅଛି; ଏବେ ଆପଣା ଘରେ ଥାଅ, ଆପଣାର ଅମଙ୍ଗଳ ପାଇଁ କାହିଁକି ବିରୋଧ କରିବ ? ପୁଣି ତୁମ୍ଭେ ଓ ତୁମ୍ଭ ସଙ୍ଗେ ଯିହୁଦା, ଦୁହେଁ କାହିଁକି ପତିତ
\f +
\fr 25:19
\fq ପତିତ
\ft ମରିବ
\f* ହେବ ?
\s5
\v 20 ମାତ୍ର ଅମତ୍‍ସୀୟ ଶୁଣିଲେ ନାହିଁ; କାରଣ ଲୋକମାନେ ଇଦୋମୀୟ ଦେବଗଣର ଅନ୍ୱେଷଣ କରିବା ହେତୁରୁ ପରମେଶ୍ୱର ଯେପରି ସେମାନଙ୍କ ଶତ୍ରୁଗଣ ହସ୍ତରେ ସେମାନଙ୍କୁ ସମର୍ପଣ କରିବେ, ଏଥିପାଇଁ ତାହାଙ୍କ ଆଡ଼ୁ ଏହି ଘଟଣା ହେଲା।
\v 21 ତହୁଁ ଇସ୍ରାଏଲର ରାଜା ଯୋୟାଶ୍‍ ଗଲେ; ଆଉ ଯିହୁଦାର ଅଧିକାରସ୍ଥ ବେଥ୍-ଶେମଶରେ ସେ ଓ ଯିହୁଦାର ରାଜା ଅମତ୍‍ସୀୟ ପରସ୍ପର ମୁଖ ଦେଖାଦେଖି ହେଲେ।
\v 22 ଏଥିରେ ଇସ୍ରାଏଲ ସମ୍ମୁଖରେ ଯିହୁଦା ପରାସ୍ତ ହେଲା, ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ପଳାଇଲେ।
\s5
\v 23 ଆଉ, ଇସ୍ରାଏଲର ରାଜା ଯୋୟାଶ୍‍ ବେଥ୍-ଶେମଶରେ ଯିହୋୟାହସ୍‍ଙ୍କର ପୌତ୍ର, ଯୋୟାଶ୍‍ଙ୍କର ପୁତ୍ର, ଯିହୁଦାର ରାଜା ଅମତ୍‍ସୀୟଙ୍କୁ ଧରି ଯିରୂଶାଲମକୁ ଆଣିଲେ ଓ ଇଫ୍ରୟିମର ନଗର-ଦ୍ୱାରଠାରୁ କୋଣର ଦ୍ୱାର ପର୍ଯ୍ୟନ୍ତ ଯିରୂଶାଲମର ଚାରି ଶହ ହାତ ପ୍ରାଚୀର ଭାଙ୍ଗି ପକାଇଲେ।
\v 24 ପୁଣି, ପରମେଶ୍ୱରଙ୍କ ଗୃହରେ ଓବେଦ୍‍-ଇଦୋମର ଅଧୀନରେ ପ୍ରାପ୍ତ ସକଳ ସୁବର୍ଣ୍ଣ ଓ ରୌପ୍ୟ ଓ ସକଳ ପାତ୍ର ଓ ରାଜଗୃହର ଧନ, ମଧ୍ୟ ବନ୍ଧକ ଥିବା ଲୋକମାନଙ୍କୁ ନେଇ ଶମରୀୟାକୁ ଫେରିଗଲେ।
\s5
\v 25 ଇସ୍ରାଏଲର ରାଜା ଯିହୋୟାହସ୍‍ଙ୍କର ପୁତ୍ର ଯୋୟାଶ୍‍ଙ୍କର ମୃତ୍ୟୁୁ ଉତ୍ତାରେ ଯିହୁଦାର ରାଜା ଯୋୟାଶ୍‍ଙ୍କର ପୁତ୍ର ଅମତ୍‍ସୀୟ ପନ୍ଦର ବର୍ଷ ବଞ୍ଚିଲେ।
\v 26 ଏହି ଅମତ୍‍ସୀୟଙ୍କର ଅବଶିଷ୍ଟ କ୍ରିୟାର ଆଦ୍ୟନ୍ତ ବୃତ୍ତାନ୍ତ କ’ଣ ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ-ପୁସ୍ତକରେ ଲେଖା ନାହିଁ ?
\s5
\v 27 ଅମତ୍‍ସୀୟ ସଦାପ୍ରଭୁଙ୍କ ଅନୁଗମନରୁ ବିମୁଖ ହେବା ସମୟଠାରୁ ଲୋକମାନେ ଯିରୂଶାଲମରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ; ତହିଁରେ ସେ ଲାଖୀଶ୍‍କୁ ପଳାଇଲେ; ମାତ୍ର ସେମାନେ ତାଙ୍କ ପଛେ ଲାଖୀଶ୍‍କୁ ଲୋକ ପଠାଇ ସେଠାରେ ତାଙ୍କୁ ବଧ କଲେ।
\v 28 ପୁଣି, ସେମାନେ ଅଶ୍ୱମାନଙ୍କ ଉପରେ ତାଙ୍କୁ ଆଣି ଯିହୁଦା-ନଗରରେ ତାଙ୍କର ପିତୃଗଣ ସହିତ ତାଙ୍କୁ କବର ଦେଲେ।
\s5
\c 26
\s ଯିହୁଦାର ରାଜା ଉଷୀୟ
\p
\v 1 ଏଥିଉତ୍ତାରେ ଯିହୁଦାର ଲୋକ ସମସ୍ତେ ଷୋଳ ବର୍ଷ ବୟସ୍କ ଉଷୀୟଙ୍କୁ ନେଇ ତାଙ୍କର ପିତା ଅମତ୍‍ସୀୟଙ୍କର ପଦରେ ତାଙ୍କୁ ରାଜା କଲେ।
\v 2 ରାଜାଙ୍କ ମୃତ୍ୟୁ ପରେ ଉଷୀୟ ଏଲତ୍‍-ନଗର ଦୃଢ଼ କରି ତାହା ପୁନର୍ବାର ଯିହୁଦାର ଅଧୀନକୁ ଆଣିଲେ।
\v 3 ଉଷୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଷୋଳ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ବାବନ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଯିଖଲୀୟା, ସେ ଯିରୂଶାଲମ ନିବାସିନୀ ଥିଲେ।
\s5
\v 4 ପୁଣି, ସେ ଆପଣା ପିତା ଅମତ୍‍ସୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
\v 5 ଆଉ, ପରମେଶ୍ୱରୀୟ ଦର୍ଶନ ସମ୍ବନ୍ଧରେ ବୁଦ୍ଧିମାନ ଜିଖରୀୟର ସମୟରେ ସେ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣାକୁ ନିବିଷ୍ଟ କଲେ ଓ ସେ ଯେତେ ସମୟ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ, ସେତେ ସମୟ ପର୍ଯ୍ୟନ୍ତ ପରମେଶ୍ୱର ତାଙ୍କୁ କୃତକାର୍ଯ୍ୟ ହେବାକୁ ଦେଲେ।
\s5
\v 6 ପୁଣି, ସେ ଯାଇ ପଲେଷ୍ଟୀୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କଲେ; ଆଉ ଗାଥ୍‍-ନଗରର ପ୍ରାଚୀର ଓ ଯବ୍‍ନିର ପ୍ରାଚୀର ଓ ଅସ୍‍ଦୋଦର ପ୍ରାଚୀର ଭାଙ୍ଗି ପକାଇଲେ; ପୁଣି ଅସ୍‍ଦୋଦ ଦେଶରେ ଓ ପଲେଷ୍ଟୀୟମାନଙ୍କ ମଧ୍ୟରେ ନାନା ନଗର ନିର୍ମାଣ କଲେ
\v 7 ଆହୁରି, ପରମେଶ୍ୱର ପଲେଷ୍ଟୀୟମାନଙ୍କ ପ୍ରତିକୂଳରେ ଓ ଗୁରୁବାଲ୍‍-ନିବାସୀ ଆରବୀୟମାନଙ୍କ ଓ ମିୟୂନୀୟମାନଙ୍କ ପ୍ରତିକୂଳରେ ତାଙ୍କର ସାହାଯ୍ୟ କଲେ।
\v 8 ପୁଣି, ଅମ୍ମୋନୀୟମାନେ ଉଷୀୟଙ୍କୁ ଦର୍ଶନୀ ଦେଲେ ଓ ତାଙ୍କର ନାମ ମିସରର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେଲା; କାରଣ ସେ ବେଳକୁ ବେଳ ବଳିଷ୍ଠ ହେଲେ।
\s5
\v 9 ଆହୁରି, ଉଷୀୟ ଯିରୂଶାଲମର କୋଣ-ଦ୍ୱାରରେ ଓ ଉପତ୍ୟକା-ଦ୍ୱାରରେ ଓ ପ୍ରାଚୀର-କୋଣରେ ଦୁର୍ଗ ନିର୍ମାଣ କରି ତାହାସବୁ ଦୃଢ କଲେ।
\v 10 ପୁଣି, ସେ ପ୍ରାନ୍ତରରେ ଦୁର୍ଗମାନ ନିର୍ମାଣ କଲେ, ମଧ୍ୟ ତଳଭୂମିରେ ଓ ସମଭୂମିରେ ତାଙ୍କର ବହୁତ ପଶୁ ଥିବାରୁ ଅନେକ କୂପ ଖୋଳିଲେ; ଆଉ, ପର୍ବତରେ ଓ ଫଳବତ୍‍ କ୍ଷେତ୍ରରେ ତାଙ୍କର କୃଷକ ଓ ଦ୍ରାକ୍ଷା-କୃଷକଗଣ ଥିଲେ; କାରଣ ସେ କୃଷିପ୍ରିୟ ଥିଲେ।
\s5
\v 11 ଆହୁରି, ଉଷୀୟଙ୍କର ଯୁଦ୍ଧକାରୀ ସୈନ୍ୟସାମନ୍ତ ଥିଲେ, ସେମାନେ ରାଜାଙ୍କର ହନାନୀୟ ନାମକ ଏକ ସେନାପତିର ଅଧୀନରେ ଯିୟୀୟେଲ୍‍ ଲେଖକର ଓ ମାସେୟ ଶାସନକର୍ତ୍ତାର ଗଣିତ ସଂଖ୍ୟାନୁସାରେ ଦଳ ଦଳ ହୋଇ ଯୁଦ୍ଧ କରିବାକୁ ଯାତ୍ରା କଲେ।
\v 12 ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକଙ୍କର ସମୁଦାୟ ସଂଖ୍ୟା ଦୁଇ ହଜାର ଛଅ ଶହ ଥିଲା।
\v 13 ପୁଣି, ସେମାନଙ୍କ ହସ୍ତାଧୀନରେ ତିନି ଲକ୍ଷ ସାତ ହଜାର ପାଞ୍ଚ ଶହ ଶିକ୍ଷିତ ସୈନ୍ୟ ଥିଲେ, ଏମାନେ ଶତ୍ରୁ ବିରୁଦ୍ଧରେ ରାଜାଙ୍କର ସାହାଯ୍ୟ ନିମନ୍ତେ ଅତି ପରାକ୍ରମରେ ଯୁଦ୍ଧ କଲେ।
\s5
\v 14 ପୁଣି, ଉଷୀୟ ସେହି ସମସ୍ତ ସୈନ୍ୟଦଳ ନିମନ୍ତେ ଢାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟିଣୀ ପଥର ପ୍ରସ୍ତୁତ କଲେ।
\v 15 ଆଉ, ସେ ଯିରୂଶାଲମରେ ଶିଳ୍ପକାରମାନଙ୍କ କଳ୍ପିତ ଯନ୍ତ୍ର ପ୍ରସ୍ତୁତ କରି ତଦ୍ଦ୍ୱାରା ତୀର ଓ ବଡ଼ ବଡ଼ ପଥର ନିକ୍ଷେପ କରିବା ନିମନ୍ତେ ତାହାସବୁ ଦୁର୍ଗ ସବୁରେ ଓ ପ୍ରାଚୀର-ଚୂଡ଼ାରେ ରଖିଲେ ପୁଣି, ତାଙ୍କର ନାମ ବହୁ ଦୂର ବ୍ୟାପ୍ତ ହେଲା; କାରଣ ସେ ବଳିଷ୍ଠ ହେବା ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ରୂପେ ସାହାଯ୍ୟ ପ୍ରାପ୍ତ ହେଲେ।
\s ଉଷୀୟଙ୍କ ଅହଂକାର ଏବଂ ଦଣ୍ଡ
\p
\s5
\v 16 ମାତ୍ର ସେ ବଳବାନ ହୁଅନ୍ତେ, ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା, ତହୁଁ ସେ ଦୁରାଚରଣ କରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ; କାରଣ ସେ ଧୂପବେଦିରେ ଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।
\v 17 ତହିଁରେ ଅସରୀୟ ଯାଜକ ଓ ତାହା ସଙ୍ଗେ ସଦାପ୍ରଭୁଙ୍କର ଅଶୀ ଜଣ ପରାକ୍ରାନ୍ତ ଯାଜକ ତାଙ୍କର ପଛେ ପଛେ ଗଲେ;
\v 18 ପୁଣି, ସେମାନେ ଉଷୀୟ ରାଜାଙ୍କୁ ନିବାରଣ କରି ତାଙ୍କୁ କହିଲେ, ହେ ଉଷୀୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଆପଣଙ୍କର ଅଧିକାର ନାହିଁ, ମାତ୍ର ହାରୋଣଙ୍କର ସନ୍ତାନ ଯେଉଁ ଯାଜକମାନେ ଧୂପ ଜ୍ୱଳାଇବା ପାଇଁ ପବିତ୍ରୀକୃତ ହୋଇଅଛନ୍ତି, ସେମାନଙ୍କର ଅଧିକାର ଅଟେ; ପବିତ୍ର ସ୍ଥାନରୁ ବାହାରି ଯାଉନ୍ତୁ; ଆପଣ ସତ୍ୟ-ଲଙ୍ଘନ କରିଅଛନ୍ତି; ଏହା ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଆପଣଙ୍କ ଗୌରବାର୍ଥେ ହେବ ନାହିଁ।
\s5
\v 19 ସେତେବେଳେ ଉଷୀୟ କୋପାନ୍ୱିତ ହେଲେ; ପୁଣି ଧୂପ ଜ୍ୱଳାଇବା ନିମନ୍ତେ ତାଙ୍କର ହସ୍ତରେ ଧୂପାଚି ଥିଲା; ପୁଣି ସେ ଯାଜକମାନଙ୍କ ପ୍ରତି କୋପାନ୍ୱିତ ଥାଉ ଥାଉ ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କ ସାକ୍ଷାତରେ ଧୂପବେଦି ନିକଟରେ ତାଙ୍କର କପାଳରେ କୁଷ୍ଠ ପ୍ରକାଶ ପାଇଲା।
\v 20 ତହିଁରେ ପ୍ରଧାନ ଯାଜକ ଅସରୀୟ ଓ ଅନ୍ୟ ସକଳ ଯାଜକ ତାଙ୍କୁ ଅନାନ୍ତେ, ଦେଖ, ତାଙ୍କର କପାଳରେ କୁଷ୍ଠ ହୋଇଅଛି, ତହୁଁ ସେମାନେ ଶୀଘ୍ର ତାଙ୍କୁ ସେଠାରୁ ତଡ଼ି ଦେଲେ; ମଧ୍ୟ ସେ ଆପେ ବାହାରି ଯିବା ପାଇଁ ଚଞ୍ଚଳ ହେଲେ, କାରଣ ସଦାପ୍ରଭୁ ତାଙ୍କୁ ଆଘାତ କରିଥିଲେ।
\s5
\v 21 ତହିଁରେ ଉଷୀୟ ରାଜା ଆପଣା ମରଣ ଦିନ ପର୍ଯ୍ୟନ୍ତ କୁଷ୍ଠୀ ହୋଇ ପୃଥକ୍‍ ଗୃହରେ ବାସ କଲେ; କାରଣ ସେ ସଦାପ୍ରଭୁଙ୍କ ଗୃହରୁ ଉଚ୍ଛିନ୍ନ ହେଲେ; ତହୁଁ ତାଙ୍କର ପୁତ୍ର ଯୋଥମ୍‍ ରାଜଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଚାର କଲେ।
\s5
\v 22 ଏହି ଉଷୀୟଙ୍କର ଆଦ୍ୟନ୍ତ ଅବଶିଷ୍ଟ ବୃତ୍ତାନ୍ତ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ଲେଖିଲେ।
\v 23 ଏହିରୂପେ ଉଷୀୟ ମୃତ୍ୟୁବରଣ କଲେ; ତହିଁରେ ଲୋକମାନେ ତାଙ୍କର ପିତୃଗଣ ସହିତ ରାଜାମାନଙ୍କ କବର କ୍ଷେତ୍ରରେ ତାଙ୍କୁ କବର ଦେଲେ; କାରଣ ସେମାନେ କହିଲେ, ସେ କୁଷ୍ଠୀ; ତହୁଁ ତାଙ୍କର ପୁତ୍ର ଯୋଥମ୍‍ ତାଙ୍କର ପଦରେ ରାଜ୍ୟ କଲେ।
\s5
\c 27
\s ଯିହୁଦାର ରାଜା ଯୋଥମ୍‍
\p
\v 1 ଯୋଥମ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିରୁଶା, ଯେ ସାଦୋକର କନ୍ୟା ଥିଲେ।
\v 2 ପୁଣି, ସେ ଆପଣା ପିତା ଉଷୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ; ତଥାପି ସେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କଲେ ନାହିଁ। ଆଉ, ଲୋକମାନେ ସେସମୟରେ ହେଁ ଦୁରାଚରଣ କଲେ।
\s5
\v 3 ସେ ସଦାପ୍ରଭୁଙ୍କ ଗୃହର ଉପର ଦ୍ୱାର ଦୃଢ଼ କଲେ, ପୁଣି ଓଫଲର ପ୍ରାଚୀର ଉପରେ ଅନେକ ସ୍ଥାନ ନିର୍ମାଣ କଲେ।
\v 4 ଆହୁରି, ସେ ଯିହୁଦାର ପର୍ବତମୟ ଦେଶରେ ନାନା ନଗର ଓ ବନରେ ଗଡ଼ ଓ ଦୁର୍ଗସବୁ ନିର୍ମାଣ କଲେ।
\s5
\v 5 ମଧ୍ୟ ସେ ଅମ୍ମୋନ-ସନ୍ତାନଗଣର ରାଜା ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ; ତହିଁରେ ଅମ୍ମୋନ ସନ୍ତାନଗଣ ସେହି ବର୍ଷ ତାଙ୍କୁ ଏକ ଶହ ତାଳନ୍ତ
\f +
\fr 27:5
\ft ପ୍ରାୟ ତିନି ହଜାର ତିନିଶହ କିଲୋ
\f* ରୂପା ଓ ଦଶ ସହସ୍ର ମହଣ ଗହମ ଓ ଦଶ ସହସ୍ର ମହଣ ଯବ ଦେଲେ। ଅମ୍ମୋନ ସନ୍ତାନଗଣ ଦ୍ୱିତୀୟ ଓ ତୃତୀୟ ବର୍ଷ ମଧ୍ୟ ସେତିକି ତାଙ୍କୁ ଦେଲେ।
\s5
\v 6 ଏହିରୂପେ ଯୋଥମ୍‍ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ସମ୍ମୁଖରେ ଆପଣା ପଥ ସଜାଡ଼ିବାରୁ ପରାକ୍ରାନ୍ତ ହେଲେ।
\v 7 ଏହି ଯୋଥମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସକଳ ଯୁଦ୍ଧ ଓ ତାଙ୍କର ଆଚରଣ ବିଷୟ, ଦେଖ, ଇସ୍ରାଏଲର ଓ ଯିହୁଦାର ରାଜାମାନଙ୍କ ପୁସ୍ତକରେ ଲେଖାଅଛି।
\s5
\v 8 ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ।
\v 9 ପୁଣି, ଯୋଥମ୍‍ଙ୍କ ମୃତ୍ୟୁ ପରେ, ଲୋକମାନେ ଦାଉଦ-ନଗରରେ ତାଙ୍କୁ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆହସ୍‌ ତାଙ୍କର ପଦରେ ରାଜ୍ୟ କଲେ।
\s5
\c 28
\s ଯିହୁଦାର ରାଜା ଆହସ୍‍
\p
\v 1 ଆହସ୍‌ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ କୋଡ଼ିଏ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ। ପୁଣି, ସେ ଆପଣା ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ନାହିଁ।
\v 2 ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପଥରେ ଚାଲିଲେ, ମଧ୍ୟ ବାଲ୍‍ ଦେବଗଣ ଉଦ୍ଦେଶ୍ୟରେ ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କଲେ।
\s5
\v 3 ଆହୁରି, ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଧୂପ ଜ୍ୱଳାଇଲେ ଓ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରିଥିଲେ, ସେମାନଙ୍କର ଘୃଣାଯୋଗ୍ୟ ବ୍ୟବହାରାନୁସାରେ ସେ ଆପଣା ସନ୍ତାନଗଣକୁ ଅଗ୍ନିରେ ଦଗ୍ଧ କଲେ।
\v 4 ପୁଣି, ସେ ଉଚ୍ଚସ୍ଥଳୀରେ ଓ ପର୍ବତ ଉପରେ ଓ ପ୍ରତ୍ୟେକ ହରିଦ୍‍ବର୍ଣ୍ଣ ବୃକ୍ଷତଳେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
\s5
\v 5 ଏହେତୁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଅରାମ ରାଜାର ହସ୍ତରେ ତାଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ତାଙ୍କୁ ପରାସ୍ତ କଲେ ଓ ତାଙ୍କର ଅସଂଖ୍ୟ ଲୋକଙ୍କୁ ବନ୍ଦୀ କରି ଦମ୍ମେଶକକୁ ନେଇଗଲେ। ମଧ୍ୟ ସେ ଇସ୍ରାଏଲ-ରାଜାଙ୍କର ହସ୍ତରେ ସମର୍ପିତ ହୁଅନ୍ତେ, ସେ ତାଙ୍କୁ ମହାସଂହାରରେ ପରାସ୍ତ କଲେ।
\v 6 କାରଣ ରମଲୀୟର ପୁତ୍ର ପେକହ ଯିହୁଦାରେ ଏକ ଲକ୍ଷ କୋଡ଼ିଏ ହଜାର ବିକ୍ରମଶାଳୀ ଲୋକଙ୍କୁ ଏକ ଦିନରେ ବଧ କଲା; ଯେଣୁ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ।
\s5
\v 7 ପୁଣି, ସିଖ୍ରି ନାମରେ ଇଫ୍ରୟିମୀୟ ଏକ ବିକ୍ରମଶାଳୀ ଲୋକ ରାଜପୁତ୍ର ମାସେୟକୁ ଓ ଗୃହାଧ୍ୟକ୍ଷ ଅସ୍ରୀକାମକୁ ଓ ରାଜାଙ୍କର ଦ୍ୱିତୀୟ (ସ୍ଥାନୀୟ) ଇଲ୍‍କାନାକୁ ବଧ କଲା।
\v 8 ଆଉ, ଇସ୍ରାଏଲ ସନ୍ତାନମାନେ ଆପଣାମାନଙ୍କ ଭ୍ରାତୃଗଣର ସ୍ତ୍ରୀ, ପୁତ୍ର ଓ କନ୍ୟା, ଦୁଇ ଲକ୍ଷ ପ୍ରାଣୀକୁ ବନ୍ଦୀ କରି ନେଇଗଲେ, ମଧ୍ୟ ସେମାନଙ୍କଠାରୁ ବହୁତ ଲୁଟ ଦ୍ରବ୍ୟ ନେଲେ ଓ ସେହି ଲୁଟ ଦ୍ରବ୍ୟସବୁ ଶମରୀୟାକୁ ଆଣିଲେ।
\s5
\v 9 ମାତ୍ର ସେଠାରେ ଓଦେଦ୍‍ ନାମରେ ସଦାପ୍ରଭୁଙ୍କର ଜଣେ ଭବିଷ୍ୟଦ୍‍ବକ୍ତା ଥିଲେ; ସେ ଶମରୀୟାକୁ ଆଗତ ସୈନ୍ୟଦଳ ସଙ୍ଗେ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ କହିଲା, ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ଯିହୁଦା ପ୍ରତି କୋପାନ୍ୱିତ ହେବାରୁ ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ, ଆଉ ତୁମ୍ଭେମାନେ ଗଗନସ୍ପର୍ଶୀ କ୍ରୋଧାଗ୍ନି ଦ୍ୱାରା ସେମାନଙ୍କୁ ବଧ କରିଅଛ।
\v 10 ଆଉ, ଏବେ ତୁମ୍ଭେମାନେ ଯିହୁଦାର ଓ ଯିରୂଶାଲମର ସନ୍ତାନସନ୍ତତିଗଣକୁ ଆପଣାମାନଙ୍କର ବନ୍ଧାଦାସ ଓ ବନ୍ଧାଦାସୀ କରି ରଖିବାକୁ ମନସ୍ଥ କରୁଅଛ; ମାତ୍ର ତୁମ୍ଭମାନଙ୍କ ମଧ୍ୟରେ କ’ଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସ୍ୱକୃତ ଅପରାଧ ନାହିଁ ?
\v 11 ଏହେତୁ ଏବେ ଆମ୍ଭ କଥା ଶୁଣ, ଆଉ ତୁମ୍ଭେମାନେ ଆପଣାମାନଙ୍କ ଭ୍ରାତୃଗଣ ମଧ୍ୟରୁ ଯେଉଁମାନଙ୍କୁ ବନ୍ଦୀ କରି ଆଣିଅଛ, ସେମାନଙ୍କୁ ଫେରି ପଠାଇ ଦିଅ; କାରଣ ତୁମ୍ଭମାନଙ୍କ ଉପରେ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ରହିଅଛି।
\s5
\v 12 ଏଥିରେ ଯିହୋହାନନ୍‍ର ପୁତ୍ର ଅସରୀୟ, ମଶିଲ୍ଲୋମୋତ୍‍ର ପୁତ୍ର ବେରିଖୀୟ ଓ ଶଲ୍ଲୁମ୍‍ର ପୁତ୍ର ଯିହିଷ୍କିୟ ଓ ହଦ୍‍ଲୟର ପୁତ୍ର ଅମାସା, ଏହି କେତେକ ଇଫ୍ରୟିମ-ସନ୍ତାନଗଣର ପ୍ରଧାନ ଲୋକ ଯୁଦ୍ଧରୁ ଆଗତ ଲୋକମାନଙ୍କ ବିରୁଦ୍ଧରେ ଠିଆ ହୋଇ ସେମାନଙ୍କୁ କହିଲେ,
\v 13 “ତୁମ୍ଭେମାନେ ବନ୍ଦୀମାନଙ୍କୁ ଏହି ସ୍ଥାନକୁ ଆଣିବ ନାହିଁ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ଆମ୍ଭମାନଙ୍କୁ ଆହୁରି ଅପରାଧଗ୍ରସ୍ତ କରିବା ପାଇଁ ଆମ୍ଭମାନଙ୍କର ପାପ ଓ ଅପରାଧସକଳର ବୃଦ୍ଧି କରିବାକୁ ମନସ୍ଥ କରୁଅଛ; ଆମ୍ଭମାନଙ୍କର ଭାରୀ ଅପରାଧ ହୋଇଅଛି ଓ ଇସ୍ରାଏଲ ଉପରେ ପ୍ରଚଣ୍ଡ କ୍ରୋଧ ରହିଅଛି।”
\s5
\v 14 ତହିଁରେ ଅସ୍ତ୍ରଧାରୀ ଲୋକମାନେ ସେହି ବନ୍ଦୀମାନଙ୍କୁ ଓ ସକଳ ଲୁଟିତ ଦ୍ରବ୍ୟ ଅଧିପତିମାନଙ୍କର ଓ ସମଗ୍ର ସମାଜର ସମ୍ମୁଖରେ ରଖିଲେ।
\v 15 ତହିଁରେ ପୂର୍ବୋକ୍ତ ଲୋକମାନେ ଉଠି ବନ୍ଦୀମାନଙ୍କୁ ନେଲେ ଓ ଲୁଟିତ ଦ୍ରବ୍ୟ ନେଇ ସେମାନଙ୍କ ମଧ୍ୟରେ ସମସ୍ତ ବସ୍ତ୍ରହୀନ ଲୋକଙ୍କୁ ବସ୍ତ୍ର ଓ ପାଦୁକା ପିନ୍ଧାଇଲେ ଓ ସେମାନଙ୍କୁ ଭୋଜନ ପାନ କରିବାକୁ ଦେଇ ତୈଳ ମର୍ଦ୍ଦନ କଲେ ଓ ସେମାନଙ୍କ ମଧ୍ୟରୁ ଦୁର୍ବଳ ସମସ୍ତଙ୍କୁ ଗର୍ଦ୍ଦଭରେ ଚଢ଼ାଇ ଖର୍ଜ୍ଜୁରପୁର ଯିରୀହୋକୁ ସେମାନଙ୍କ ଭ୍ରାତୃଗଣ ନିକଟକୁ ନେଇଗଲେ; ଏଥିଉତ୍ତାରେ ସେମାନେ ଶମରୀୟାକୁ ଫେରି ଆସିଲେ।
\s ଅଶୂରୀୟ ରାଜାମାନଙ୍କ ନିକଟରେ ଆହସ୍‍ଙ୍କର ସାହାଯ୍ୟ ଭିକ୍ଷା
\p
\s5
\v 16 ସେହି ସମୟରେ ଆହସ୍‌ ରାଜା ଆପଣାର ସାହାଯ୍ୟ ପାଇଁ ଅଶୂରୀୟ ରାଜାମାନଙ୍କ ନିକଟକୁ ଲୋକ ପଠାଇଲେ।
\v 17 କାରଣ ଇଦୋମୀୟ ଲୋକମାନେ ପୁନର୍ବାର ଯିହୁଦା ଦେଶକୁ ଆସି ପରାସ୍ତ କରି ଅନେକଙ୍କୁ ବନ୍ଦୀ କରି ନେଇ ଯାଇଥିଲେ।
\v 18 ପଲେଷ୍ଟୀୟମାନେ ମଧ୍ୟ ତଳଭୂମିର ଓ ଯିହୁଦା-ଦକ୍ଷିଣାଞ୍ଚଳର ନଗରମାନ ଆକ୍ରମଣ କରି ବେଥ୍-ଶେମଶ ଓ ଅୟାଲୋନ୍‍ ଓ ଗଦେରୋତ୍‍, ପୁଣି ସୋଖୋ ଓ ତହିଁର ଉପନଗର, ତିମ୍ନା ଓ ତହିଁର ଉପନଗର, ଗିମ୍‍ସୋ ଓ ତହିଁର ଉପନଗରସକଳ ହସ୍ତଗତ କରି ସେଠାରେ ବାସ କରୁଥିଲେ।
\s5
\v 19 କାରଣ ଇସ୍ରାଏଲର ରାଜା ଆହସ୍‌ଙ୍କ ସକାଶୁ ସଦାପ୍ରଭୁ ଯିହୁଦାକୁ ଖର୍ବ କଲେ; ଯେଣୁ ସେ ଯିହୁଦା ମଧ୍ୟରେ ସ୍ୱେଚ୍ଛାଚାର କରି ସଦାପ୍ରଭୁଙ୍କ ବିରୁଦ୍ଧରେ ନିତାନ୍ତ ସତ୍ୟ-ଲଙ୍ଘନ କରିଥିଲେ।
\v 20 ଏଥିଉତ୍ତାରେ ଅଶୂରର ରାଜା ତିଗ୍ଲତ୍‍-ପିଲ୍‍ନେଷର ତାଙ୍କ ନିକଟକୁ ଆସିଲା, ମାତ୍ର ତାଙ୍କୁ ବଳ ନ ଦେଇ କ୍ଳେଶ ଦେଲା।
\v 21 କାରଣ ଆହସ୍‌ ସଦାପ୍ରଭୁଙ୍କ ଗୃହରୁ ଓ ରାଜାଙ୍କର ଓ ଅଧିପତିମାନଙ୍କ ଗୃହରୁ ଧନ ହରଣ କରି ଅଶୂରର ରାଜାଙ୍କୁ ଦେଲେ; ମାତ୍ର ତଦ୍ଦ୍ୱାରା ତାଙ୍କର ସାହାଯ୍ୟ ହେଲା ନାହିଁ।
\s ଆହସ୍‍ଙ୍କ ଦେବପୂଜା
\p
\s5
\v 22 ପୁଣି, ସେହି ଆହସ୍‌ ରାଜା ଆପଣାର କ୍ଳେଶ ସମୟରେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆହୁରି ସତ୍ୟ-ଲଙ୍ଘନ କଲେ।
\v 23 କାରଣ ଯେଉଁ ଦମ୍ମେଶକୀୟ ଦେବଗଣ ତାଙ୍କୁ ପରାସ୍ତ କରିଥିଲେ, ସେମାନଙ୍କ ଉଦ୍ଦେଶ୍ୟରେ ସେ ବଳିଦାନ କଲେ; ଆଉ ସେ କହିଲେ, ଅରାମୀୟ ରାଜାମାନଙ୍କ ଦେବଗଣ ସେମାନଙ୍କର ସାହାଯ୍ୟ କରିଅଛନ୍ତି, ଏହେତୁ ମୁଁ ସେମାନଙ୍କ ନିକଟରେ ବଳିଦାନ କରିବି, ତହିଁରେ ସେମାନେ ମୋହର ସାହାଯ୍ୟ କରିବେ। ମାତ୍ର ସେମାନେ ତାଙ୍କର ଓ ସମଗ୍ର ଇସ୍ରାଏଲର ବିନାଶର କାରଣ ହେଲେ।
\s5
\v 24 ଏଉତ୍ତାରେ ଆହସ୍‌ ପରମେଶ୍ୱରଙ୍କ ଗୃହର ପାତ୍ରସକଳ ଏକତ୍ର କଲେ ଓ ପରମେଶ୍ୱରଙ୍କ ଗୃହର ସେହି ପାତ୍ରସବୁ କାଟି ଖଣ୍ଡ ଖଣ୍ଡ କଲେ ଓ ସଦାପ୍ରଭୁଙ୍କ ଗୃହର କବାଟସବୁ ବନ୍ଦ କଲେ; ପୁଣି ସେ ଯିରୂଶାଲମର ପ୍ରତ୍ୟେକ କୋଣରେ ଆପଣା ପାଇଁ ଯଜ୍ଞବେଦି ନିର୍ମାଣ କଲେ।
\v 25 ଆହୁରି, ସେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଯିହୁଦାର ପ୍ରତ୍ୟେକ ନଗରରେ ଉଚ୍ଚସ୍ଥଳୀ ନିର୍ମାଣ କଲେ ଓ ସଦାପ୍ରଭୁ ତାଙ୍କର ପିତୃଗଣଙ୍କର ପରମେଶ୍ୱରଙ୍କୁ ବିରକ୍ତ କଲେ।
\s5
\v 26 ତାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ଆଦ୍ୟନ୍ତସକଳ ଆଚରଣ, ଦେଖ, ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ପୁସ୍ତକରେ ଲେଖାଅଛି।
\v 27 ଏଉତ୍ତାରେ ଆହସ୍‌ଙ୍କ ମୃତ୍ୟୁ ପରେ, ଲୋକମାନେ ଯିରୂଶାଲମରେ, ନଗର ମଧ୍ୟରେ ତାଙ୍କୁ କବର ଦେଲେ; କାରଣ ସେମାନେ ତାଙ୍କୁ ଇସ୍ରାଏଲର ରାଜାମାନଙ୍କ କବରକୁ ଆଣିଲେ ନାହିଁ; ତହିଁ ଉତ୍ତାରେ ତାଙ୍କର ପୁତ୍ର ହିଜକୀୟ ତାଙ୍କର ପଦରେ ରାଜ୍ୟ କଲେ।
\s5
\c 29
\s ଯିହୁଦାର ରାଜା ହିଜକୀୟ
\p
\v 1 ହିଜକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଅବୀୟ, ଯେ ଜିଖରୀୟର କନ୍ୟା ଥିଲେ।
\v 2 ପୁଣି, ସେ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
\s ମନ୍ଦିରର ପବିତ୍ରୀକରଣ
\p
\s5
\v 3 ସେ ଆପଣା ରାଜତ୍ଵର ପ୍ରଥମ ବର୍ଷର ପ୍ରଥମ ମାସରେ ସଦାପ୍ରଭୁଙ୍କ ଗୃହର କବାଟସବୁ ଫିଟାଇ ସେସବୁର ମରାମତି କଲେ।
\v 4 ପୁଣି, ସେ ଯାଜକ ଓ ଲେବୀୟମାନଙ୍କୁ ଆଣି ପୂର୍ବଦିଗ ଛକରେ ଏକତ୍ର କରି ସେମାନଙ୍କୁ କହିଲେ,
\v 5 “ହେ ଲେବୀୟମାନେ, ତୁମ୍ଭେମାନେ ମୋ’ କଥା ଶୁଣ; ଏବେ ଆପଣାମାନଙ୍କୁ ପବିତ୍ର କର ଓ ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଗୃହ ପବିତ୍ର କରି ସେହି ପବିତ୍ର ସ୍ଥାନରୁ ଅଶୁଚିତା ଦୂର କର।
\s5
\v 6 କାରଣ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ସତ୍ୟ-ଲଙ୍ଘନ କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କରିଅଛନ୍ତି ଓ ତାହାଙ୍କୁ ପରିତ୍ୟାଗ କରି ସଦାପ୍ରଭୁଙ୍କ ଆବାସରୁ ବିମୁଖ ହୋଇ ତାହାଙ୍କ ପ୍ରତି ଆପଣା ପିଠି ଦେଖାଇ ଅଛନ୍ତି।
\v 7 ଆହୁରି, ସେମାନେ ବାରଣ୍ଡାର କବାଟସବୁ ବନ୍ଦ କରି ପ୍ରଦୀପସବୁ ଲିଭାଇ ଦେଇଅଛନ୍ତି ଓ ସେହି ପବିତ୍ର ସ୍ଥାନରେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ନାହାନ୍ତି, କିଅବା ହୋମବଳି ଉତ୍ସର୍ଗ କରି ନାହାନ୍ତି।
\s5
\v 8 ଏହେତୁ ଯିହୁଦା ଓ ଯିରୂଶାଲମ ଉପରେ ସଦାପ୍ରଭୁଙ୍କ କୋପ ଉପସ୍ଥିତ ହେଲା, ପୁଣି ତୁମ୍ଭେମାନେ ସ୍ୱଚକ୍ଷୁରେ ଦେଖୁଅଛ ଯେ, ସେ ସେମାନଙ୍କୁ ଏଣେତେଣେ ଚାଳିତ ହେବା ପାଇଁ, ଆଶଙ୍କାର ଓ ଶୀସ୍‍ର ବିଷୟ କରିବା ପାଇଁ ସମର୍ପଣ କରିଅଛନ୍ତି।
\v 9 କାରଣ ଦେଖ, ତହିଁ ସକାଶୁ ଆମ୍ଭମାନଙ୍କ ପିତୃଗଣ ଖଡ୍ଗରେ ପଡ଼ିଅଛନ୍ତି ଓ ଆମ୍ଭମାନଙ୍କ ପୁତ୍ର କନ୍ୟା ଓ ଆମ୍ଭମାନଙ୍କ ଭାର୍ଯ୍ୟାଗଣ ବନ୍ଦୀ ହୋଇଅଛନ୍ତି।
\s5
\v 10 ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧ ଯେପରି ଆମ୍ଭମାନଙ୍କ ଉପରୁ ନିବୃତ୍ତ ହେବ, ଏଥିପାଇଁ ତାହାଙ୍କ ସଙ୍ଗେ ଏକ ନିୟମ କରିବାକୁ ମୋ’ ମନରେ ଅଛି।
\v 11 ହେ ମୋହର ପୁତ୍ରମାନେ, ଏବେ ହେଳା କର ନାହିଁ; କାରଣ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବା ପାଇଁ, ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ତୁମ୍ଭେମାନେ ଯେପରି ତାହାଙ୍କର ପରିଚାରକ ହେବ ଓ ଧୂପ ଜ୍ୱଳାଇବ, ଏଥିପାଇଁ ସେ ତୁମ୍ଭମାନଙ୍କୁ ମନୋନୀତ କରିଅଛନ୍ତି।
\s5
\v 12 ଏଥିରେ କହାତୀୟ ସନ୍ତାନଗଣ ମଧ୍ୟରୁ ଅମାସୟର ପୁତ୍ର ମାହତ୍‍ ଓ ଅସରୀୟର ପୁତ୍ର ଯୋୟେଲ, ଆଉ ମରାରି ସନ୍ତାନଗଣ ମଧ୍ୟରୁ ଅବ୍‍ଦିର ପୁତ୍ର କୀଶ୍‍ ଓ ଯିହଲିଲେଲର ପୁତ୍ର ଅସରୀୟ, ପୁଣି ଗେର୍ଶୋନୀୟମାନଙ୍କ ମଧ୍ୟରୁ ସିମ୍ମର ପୁତ୍ର ଯୋୟାହ ଓ ଯୋୟାହର ପୁତ୍ର ଏଦନ,
\v 13 ଆଉ, ଇଲୀଶାଫନ୍‍ର ସନ୍ତାନମାନଙ୍କ ମଧ୍ୟରୁ ଶିମ୍ରି ଓ ଯିୟୀୟେଲ୍‍
\f +
\fr 29:13
\fq ଯିୟୀୟେଲ୍‍
\ft କିମ୍ବା ଯୀଓୟେଲ୍‍
\f* ଓ ଆସଫର ସନ୍ତାନମାନଙ୍କ ମଧ୍ୟରୁ ଜିଖରୀୟ ଓ ମତ୍ତନୀୟ
\v 14 ଓ ହେମନର ସନ୍ତାନମାନଙ୍କ ମଧ୍ୟରୁ ଯିହୀୟେଲ ଓ ଶିମୀୟି ଓ ଯିଦୂଥୂନର ସନ୍ତାନମାନଙ୍କ ମଧ୍ୟରୁ ଶମୟୀୟ ଓ ଉଷୀୟେଲ, ଏହିସବୁ ଲେବୀୟ ଲୋକ ଉଠିଲେ।
\s5
\v 15 ପୁଣି, ସେମାନେ ଆପଣା ଭ୍ରାତୃଗଣକୁ ଏକତ୍ର କରି ଆପଣା ଆପଣାକୁ ପବିତ୍ର କଲେ ଓ ରାଜାଜ୍ଞାନୁସାରେ ସଦାପ୍ରଭୁଙ୍କ ବାକ୍ୟମତେ ସଦାପ୍ରଭୁଙ୍କ ଗୃହ ଶୁଚି କରିବାକୁ ଭିତରକୁ ଗଲେ।
\v 16 ପୁଣି, ଯାଜକମାନେ ସଦାପ୍ରଭୁଙ୍କ ଗୃହର ଅନ୍ତର୍ଭାଗକୁ ଶୁଚି କରିବା ପାଇଁ ଗଲେ, ପୁଣି ସଦାପ୍ରଭୁଙ୍କ ମନ୍ଦିରରେ ଯେସବୁ ଅଶୁଚି ବସ୍ତୁ ପାଇଲେ, ତାହା ବାହାର କରି ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣକୁ ଆଣିଲେ ଆଉ, ଲେବୀୟମାନେ ତାହା ସଂଗ୍ରହ କରି ବାହାରକୁ କିଦ୍ରୋଣ ନଦୀକୁ ବହି ନେଇଗଲେ।
\v 17 ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ପବିତ୍ର କରିବାକୁ ଆରମ୍ଭ କଲେ ଓ ମାସର ଅଷ୍ଟମ ଦିନରେ ସେମାନେ ସଦାପ୍ରଭୁଙ୍କ ବାରଣ୍ଡାକୁ ଆସିଲେ; ପୁଣି ଆଠ ଦିନ ମଧ୍ୟରେ ସେମାନେ ସଦାପ୍ରଭୁଙ୍କ ଗୃହ ପବିତ୍ର କଲେ; ଆଉ ସେମାନେ ପ୍ରଥମ ମାସର ଷୋଡ଼ଶ ଦିନରେ ସମାପ୍ତ କଲେ।
\s ମନ୍ଦିରର ପୁନଃ ଉତ୍ସର୍ଗୀକରଣ
\p
\s5
\v 18 ତହୁଁ ସେମାନେ ରାଜଗୃହ ଭିତରକୁ ହିଜକୀୟ ରାଜାଙ୍କ ନିକଟକୁ ଯାଇ କହିଲେ, ଆମ୍ଭେମାନେ ସଦାପ୍ରଭୁଙ୍କର ସମୁଦାୟ ଗୃହ ଓ ହୋମବଳିର ଯଜ୍ଞବେଦି ଓ ତହିଁର ପାତ୍ରସକଳ, ଦର୍ଶନୀୟ ରୁଟିର ମେଜ ଓ ତହିଁର ପାତ୍ରସକଳ ଶୁଚି କରିଅଛୁ।
\v 19 ଆହୁରି, ଆହସ୍‌ ରାଜା ଆପଣା ରାଜତ୍ୱ ସମୟରେ ସତ୍ୟ-ଲଙ୍ଘନ କରି ଯେ ଯେ ପାତ୍ର ପକାଇ ଦେଇଥିଲେ, ତାହାସବୁ ଆମ୍ଭେମାନେ ପ୍ରସ୍ତୁତ କରି ପବିତ୍ର କରିଅଛୁ; ଆଉ ଦେଖନ୍ତୁ, ତାହାସବୁ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଅଛି।
\s5
\v 20 ତହିଁ ଉତ୍ତାରେ ହିଜକୀୟ ରାଜା ପ୍ରତ୍ୟୁଷରେ ଉଠି ନଗରର ଅଧିପତିମାନଙ୍କୁ ଏକତ୍ର କରି ସଦାପ୍ରଭୁଙ୍କ ଗୃହକୁ ଗଲେ।
\v 21 ପୁଣି, ସେମାନେ ରାଜ୍ୟ ନିମନ୍ତେ ଓ ଧର୍ମଧାମ ନିମନ୍ତେ ଓ ଯିହୁଦା ନିମନ୍ତେ ପାପାର୍ଥକ ବଳି ରୂପେ ସାତ ବୃଷ ଓ ସାତ ମେଷ ଓ ସାତ ମେଷଶାବକ ଓ ସାତ ଛାଗ ଆଣିଲେ। ତହିଁରେ ସେ ହାରୋଣ-ସନ୍ତାନ ଯାଜକମାନଙ୍କୁ ସଦାପ୍ରଭୁଙ୍କ ଯଜ୍ଞବେଦିରେ ତାହାସବୁ ଉତ୍ସର୍ଗ କରିବାକୁ ଆଜ୍ଞା କଲେ।
\s5
\v 22 ତେଣୁ ବୃଷସବୁ ବଧ କରାଯା’ନ୍ତେ, ଯାଜକମାନେ ରକ୍ତ ଗ୍ରହଣ କରି ବେଦି ଉପରେ ସେଚନ କଲେ; ପୁଣି ମେଷ ବଧ କରାଯା’ନ୍ତେ, ସେମାନେ ଯଜ୍ଞବେଦି ଉପରେ ରକ୍ତ ସେଚନ କଲେ; ଆହୁରି, ମେଷଶାବକ ବଧ କରାଯା’ନ୍ତେ, ସେମାନେ ଯଜ୍ଞବେଦି ଉପରେ ରକ୍ତ ସେଚନ କଲେ।
\v 23 ଏଉତ୍ତାରେ ସେମାନେ ପାପାର୍ଥକ ବଳିରୂପ ଛାଗସକଳ ରାଜା ଓ ସମାଜ ସାକ୍ଷାତରେ ନିକଟକୁ ଆଣିଲେ; ତହିଁରେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ;
\v 24 ତହୁଁ ସମଗ୍ର ଇସ୍ରାଏଲ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଯାଜକମାନେ ସେସବୁ ବଧ କରି ଯଜ୍ଞବେଦି ଉପରେ ସେମାନଙ୍କ ରକ୍ତ ଦ୍ୱାରା ପାପାର୍ଥକ ବଳି କଲେ; କାରଣ ସମଗ୍ର ଇସ୍ରାଏଲ ନିମନ୍ତେ ହୋମବଳି ଓ ପାପାର୍ଥକ ବଳି ଉତ୍ସର୍ଗ କରିବାକୁ ରାଜା ଆଜ୍ଞା ଦେଇଥିଲେ।
\s5
\v 25 ଆଉ, ସେ ଦାଉଦଙ୍କର ଓ ରାଜାଙ୍କର ଦର୍ଶକ ଗାଦ୍‍ର ଓ ନାଥନ ଭବିଷ୍ୟଦ୍‍ବକ୍ତାଙ୍କର ଆଜ୍ଞାନୁସାରେ କରତାଳ ଓ ନେବଲ ଓ ବୀଣାଧାରୀ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଗୃହରେ ସ୍ଥାପନ କଲେ; କାରଣ ସଦାପ୍ରଭୁ ଆପଣା ଭବିଷ୍ୟଦ୍‍-ବକ୍ତାମାନଙ୍କ ଦ୍ୱାରା ଏହି ଆଜ୍ଞା କରିଥିଲେ।
\v 26 ଏହେତୁ ଲେବୀୟମାନେ ଦାଉଦଙ୍କର ବାଦ୍ୟଯନ୍ତ୍ର ଓ ଯାଜକମାନେ ତୂରୀ ନେଇ ଠିଆ ହେଲେ।
\s5
\v 27 ଏଉତ୍ତାରେ ଯଜ୍ଞବେଦି ଉପରେ ହୋମବଳି ଉତ୍ସର୍ଗ କରିବାକୁ ହିଜକୀୟ ଆଜ୍ଞା କଲେ। ଯେତେବେଳେ ହୋମବଳି ଆରମ୍ଭ ହେଲା, ସେତେବେଳେ ତୂରୀ ଓ ଇସ୍ରାଏଲର ରାଜା ଦାଉଦଙ୍କର ବାଦ୍ୟଯନ୍ତ୍ର ସହିତ ସଦାପ୍ରଭୁଙ୍କ ଗୀତ ମଧ୍ୟ ଆରମ୍ଭ ହେଲା।
\v 28 ତହିଁରେ ସମଗ୍ର ସମାଜ ପ୍ରଣାମ କଲେ ଓ ଗାୟକମାନେ ଗାନ କଲେ ଓ ତୂରୀବାଦକମାନେ ତୂରୀ ବଜାଇଲେ; ହୋମବଳିଦାନର ସମାପ୍ତି ପର୍ଯ୍ୟନ୍ତ ଏସବୁ ହେଲା।
\s5
\v 29 ପୁଣି, ସେମାନେ ବଳିଦାନ ସମାପ୍ତ କରନ୍ତେ, ରାଜା ଓ ତାଙ୍କ ସଙ୍ଗେ ଉପସ୍ଥିତ ଲୋକ ସମସ୍ତେ ମୁହଁ ମାଡ଼ି ପଡ଼ି ପ୍ରଣାମ କଲେ।
\v 30 ଆହୁରି, ହିଜକୀୟ ରାଜା ଓ ଅଧିପତିମାନେ ଦାଉଦଙ୍କର ଓ ଆସଫ ଦର୍ଶକର ବାକ୍ୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କରିବାକୁ ଲେବୀୟମାନଙ୍କୁ ଆଜ୍ଞା କଲେ ତହୁଁ ସେମାନେ ଆନନ୍ଦରେ ପ୍ରଶଂସାଗାନ କଲେ ଓ ମସ୍ତକ ନତ କରି ପ୍ରଣାମ କଲେ।
\s5
\v 31 ସେତେବେଳେ ହିଜକୀୟ ଉତ୍ତର କରି କହିଲେ, ଏବେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କୁ ପ୍ରତିଷ୍ଠା କରିଅଛ, ନିକଟକୁ ଆସ ଓ ସଦାପ୍ରଭୁଙ୍କ ଗୃହକୁ ବଳି ଓ ପ୍ରଶଂସାର୍ଥକ ଉପହାର ଆଣ। ତହିଁରେ ସମାଜ ବଳି ଓ ପ୍ରଶଂସାର୍ଥକ ଉପହାର ଆଣିଲେ ଓ ଯେତେ ଲୋକର ମନରେ ପ୍ରବୃତ୍ତି ଜନ୍ମିଲା, ସେମାନେ ହୋମବଳି ଆଣିଲେ।
\s5
\v 32 ସମାଜ ଯେଉଁ ହୋମବଳି ଆଣିଲେ, ତହିଁର ସଂଖ୍ୟା, ଯଥା, ସତୁରି ବୃଷ ଓ ଏକ ଶହ ମେଷ ଓ ଦୁଇ ଶହ ମେଷଶାବକ, ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ବଳି।
\v 33 ପୁଣି ଛଅ ଶହ ବୃଷ ଓ ତିନି ସହସ୍ର ମେଷ ପବିତ୍ରୀକୃତ ହେଲେ।
\s5
\v 34 ମାତ୍ର ଯାଜକମାନେ ଅଳ୍ପସଂଖ୍ୟକ ଥିବାରୁ ସେମାନେ ହୋମାର୍ଥକ ସକଳ ପଶୁର ଚର୍ମ କାଢ଼ି ପାରିଲେ ନାହିଁ। ଏଣୁ କାର୍ଯ୍ୟ ସମାପ୍ତ ନ ହେବା ପର୍ଯ୍ୟନ୍ତ ଓ ଯାଜକମାନେ ଆପଣାମାନଙ୍କୁ ପବିତ୍ର ନ କରିବା ପର୍ଯ୍ୟନ୍ତ ସେମାନଙ୍କ ଭ୍ରାତା ଲେବୀୟମାନେ ସେମାନଙ୍କର ସାହାଯ୍ୟ କଲେ; କାରଣ ଲେବୀୟମାନେ ଆପଣାମାନଙ୍କୁ ପବିତ୍ର କରିବା ପାଇଁ ଯାଜକମାନଙ୍କ ଅପେକ୍ଷା ଅଧିକ ସିଦ୍ଧମନା ଥିଲେ।
\s5
\v 35 ଆହୁରି ହୋମବଳି, ମଙ୍ଗଳାର୍ଥକ ବଳିର ମେଦ ଓ ପ୍ରତ୍ୟେକ ହୋମବଳିର ପେୟ-ନୈବେଦ୍ୟ ପ୍ରଚୁର ହୋଇଥିଲା। ଏହିରୂପେ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ ସୁଧାରାମତେ ସ୍ଥାପିତ ହେଲା।
\v 36 ଆଉ, ପରମେଶ୍ୱର ଲୋକମାନଙ୍କ ନିମନ୍ତେ ଏହାସବୁ ପ୍ରସ୍ତୁତ କରିଥିବାରୁ ହିଜକୀୟ ଓ ସମସ୍ତ ଲୋକ ଆନନ୍ଦ କଲେ; କାରଣ ଏହି କାର୍ଯ୍ୟ ଅକସ୍ମାତ୍‍ ସାଧିତ ହେଲା।
\s5
\c 30
\s ନିସ୍ତାର ପର୍ବ ପାଳନ
\p
\v 1 ଏଥିଉତ୍ତାରେ ଲୋକମାନେ ଯେପରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବା ପାଇଁ ଯିରୂଶାଲମକୁ ସଦାପ୍ରଭୁଙ୍କ ଗୃହକୁ ଆସିବେ, ଏଥିପାଇଁ ହିଜକୀୟ ସମଗ୍ର ଇସ୍ରାଏଲ ଓ ଯିହୁଦା ନିକଟକୁ ଲୋକ ପଠାଇଲେ, ପୁଣି ଇଫ୍ରୟିମ୍ ଓ ମନଃଶି ନିକଟକୁ ମଧ୍ୟ ପତ୍ର ଲେଖିଲେ।
\v 2 କାରଣ ରାଜା, ତାଙ୍କର ଅଧିପତିମାନେ ଓ ଯିରୂଶାଲମସ୍ଥ ସମଗ୍ର ସମାଜ ଦ୍ୱିତୀୟ ମାସରେ ନିସ୍ତାର ପର୍ବ ପାଳନ କରିବା ପାଇଁ ମନ୍ତ୍ରଣା କରିଥିଲେ।
\v 3 କାରଣ ଯଥେଷ୍ଟ ସଂଖ୍ୟକ ଯାଜକ ଆପଣାମାନଙ୍କୁ ପବିତ୍ର କରି ନ ଥିବାରୁ, କିଅବା ଲୋକମାନେ ଯିରୂଶାଲମରେ ଏକତ୍ରିତ ହୋଇ ନ ଥିବାରୁ ସେସମୟରେ ସେମାନେ ତାହା ପାଳନ କରି ପାରି ନ ଥିଲେ।
\s5
\v 4 ଏ ବିଷୟ ରାଜାଙ୍କର ଓ ସମଗ୍ର ସମାଜର ଦୃଷ୍ଟିରେ ଯଥାର୍ଥ ବୋଧ ହେଲା।
\v 5 ଏଣୁ ଲୋକମାନେ ଯେପରି ଯିରୂଶାଲମରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବାକୁ ଆସିବେ, ଏଥିପାଇଁ ସେମାନେ ବେର୍‍ଶେବା ଠାରୁ ଦାନ୍‍ ପର୍ଯ୍ୟନ୍ତ ଇସ୍ରାଏଲର ସର୍ବତ୍ର ଏହା ଘୋଷଣା କରିବାକୁ ସ୍ଥିର କଲେ। କାରଣ ସେମାନେ ଲିଖନାନୁସାରେ ଏରୂପ ବହୁସଂଖ୍ୟକ ହୋଇ ପାଳନ କରି ନ ଥିଲେ।
\s5
\v 6 ତହିଁରେ ଦୂତମାନେ ରାଜା ଓ ତାଙ୍କର ଅଧିପତିମାନଙ୍କଠାରୁ ପତ୍ର ନେଇ ଇସ୍ରାଏଲ ଓ ଯିହୁଦାର ସର୍ବତ୍ର ଗମନ କରି ରାଜାଜ୍ଞାନୁସାରେ ଏହି କଥା କହିଲେ, “ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ଅବ୍ରହାମର ଓ ଇସ୍‍ହାକର ଓ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରତି ପୁନର୍ବାର ଫେର, ତହିଁରେ ସେ ଅଶୂର-ରାଜାଗଣ ହସ୍ତରୁ ରକ୍ଷିତ ତୁମ୍ଭମାନଙ୍କ ଅବଶିଷ୍ଟାଂଶ ପ୍ରତି ଫେରିବେ।
\s5
\v 7 ଆଉ, ତୁମ୍ଭେମାନେ ଆପଣାମାନଙ୍କ ପିତୃଗଣ ଓ ଭ୍ରାତୃଗଣ ତୁଲ୍ୟ ନ ହୁଅ, ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ, ତେଣୁ ତୁମ୍ଭେମାନେ ଦେଖୁଅଛ ଯେ, ସେ ସେମାନଙ୍କୁ ବିନାଶରେ ସମର୍ପଣ କଲେ।
\v 8 ତୁମ୍ଭେମାନେ ଆପଣାମାନଙ୍କ ପିତୃଲୋକଙ୍କ ତୁଲ୍ୟ ଶକ୍ତଗ୍ରୀବ ନ ହୁଅ; ମାତ୍ର ତୁମ୍ଭମାନଙ୍କ ଉପରୁ ତାହାଙ୍କର ପ୍ରଚଣ୍ଡ କ୍ରୋଧ ଯେପରି ନିବୃତ୍ତ ହେବ, ଏଥିପାଇଁ ଆପଣାମାନଙ୍କୁ ସଦାପ୍ରଭୁଙ୍କର ବଶୀଭୂତ କର ଓ ସେ ଚିରକାଳ ନିମନ୍ତେ ଯେଉଁ ସ୍ଥାନ ପବିତ୍ର କରିଅଛନ୍ତି, ତାହାଙ୍କର ସେହି ଧର୍ମଧାମରେ ପ୍ରବେଶ କରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ସେବା କର।
\v 9 କାରଣ ତୁମ୍ଭେମାନେ ଯେବେ ପୁନର୍ବାର ସଦାପ୍ରଭୁଙ୍କ ପ୍ରତି ଫେରିବ, ତେବେ ତୁମ୍ଭମାନଙ୍କ ଭ୍ରାତୃଗଣ ଓ ସନ୍ତାନଗଣ ଯେଉଁମାନଙ୍କ ଦ୍ୱାରା ବନ୍ଦୀ ରୂପେ ନୀତ ହୋଇଅଛନ୍ତି, ସେମାନଙ୍କ ଦୃଷ୍ଟିରେ ଦୟାପ୍ରାପ୍ତ ହେବେ ଓ ପୁନର୍ବାର ଏହି ଦେଶକୁ ଆସିବେ; ଯେଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର କୃପାମୟ ଓ ଦୟାଳୁ ଅଟନ୍ତି, ଯେବେ ତୁମ୍ଭେମାନେ ତାହାଙ୍କ ପ୍ରତି ଫେରିବ, ତେବେ ସେ ତୁମ୍ଭମାନଙ୍କଠାରୁ ଆପଣା ମୁଖ ଫେରାଇବେ ନାହିଁ।”
\s5
\v 10 ତହୁଁ ଦୂତମାନେ ଇଫ୍ରୟିମ ଓ ମନଃଶି ଦେଶ ଦେଇ ସବୂଲୂନ ପର୍ଯ୍ୟନ୍ତ ନଗରକୁ ନଗର ଗମନ କଲେ; ମାତ୍ର ଲୋକମାନେ ସେମାନଙ୍କୁ ଉପହାସ କରି ବିଦ୍ରୂପ କଲେ।
\v 11 ତଥାପି ଆଶେରର ଓ ମନଃଶିର ଓ ସବୂଲୂନର କେତେକ ଲୋକ ଆପଣାମାନଙ୍କୁ ନମ୍ର କରି ଯିରୂଶାଲମକୁ ଆସିଲେ।
\v 12 ମଧ୍ୟ ସଦାପ୍ରଭୁଙ୍କ ବାକ୍ୟାନୁସାରେ ରାଜାଙ୍କର ଓ ଅଧିପତିମାନଙ୍କର ଆଜ୍ଞା ପାଳନ କରିବା ପାଇଁ ଯିହୁଦାର ଲୋକମାନଙ୍କୁ ଏକଚିତ୍ତ ହେବାକୁ ପରମେଶ୍ୱରଙ୍କ ହସ୍ତ ସେମାନଙ୍କ ମଧ୍ୟରେ ବିଦ୍ୟମାନ ହେଲା।
\s5
\v 13 ତହୁଁ ଦ୍ୱିତୀୟ ମାସରେ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କରିବା ପାଇଁ ଅନେକ ଲୋକର ଅତି ମହାସମାଜ ଯିରୂଶାଲମରେ ଏକତ୍ରିତ ହେଲେ।
\v 14 ପୁଣି, ସେମାନେ ଉଠି ଯିରୂଶାଲମସ୍ଥ ଯଜ୍ଞବେଦି ସବୁ ଦୂର କଲେ ଓ ଧୂପଦାହାର୍ଥକ ଯଜ୍ଞବେଦିସବୁ ଦୂର କରି କିଦ୍ରୋଣ ନଦୀରେ ନିକ୍ଷେପ କଲେ।
\v 15 ଏଉତ୍ତାରେ ସେମାନେ ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନରେ ନିସ୍ତାର ପର୍ବର ବଳି ବଧ କଲେ; ତହିଁରେ ଯାଜକମାନେ ଓ ଲେବୀୟମାନେ ଲଜ୍ଜିତ ହୋଇ ଆପଣାମାନଙ୍କୁ ପବିତ୍ର କଲେ ଓ ସଦାପ୍ରଭୁଙ୍କ ଗୃହକୁ ହୋମବଳି ଆଣିଲେ।
\s5
\v 16 ଆଉ, ସେମାନେ ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାନୁସାରେ ଶ୍ରେଣୀକ୍ରମେ ଆପଣା ଆପଣା ସ୍ଥାନରେ ଠିଆ ହେଲେ; ଯାଜକମାନେ ଲେବୀୟମାନଙ୍କ ହସ୍ତରୁ ରକ୍ତ ଗ୍ରହଣ କରି ସେଚନ କଲେ।
\v 17 କାରଣ ସମାଜ ମଧ୍ୟରେ ଅନେକ ଲୋକ ଆପଣାମାନଙ୍କୁ ପବିତ୍ର କରି ନ ଥିଲେ; ଏହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବାକୁ ପ୍ରତ୍ୟେକ ଅଶୁଚି ଲୋକ ନିମନ୍ତେ ନିସ୍ତାର ପର୍ବର ବଳି ବଧ କରିବାର ଭାର ଲେବୀୟମାନଙ୍କ ଉପରେ ଥିଲା।
\s5
\v 18 ଅସଂଖ୍ୟ ଲୋକ, ଅର୍ଥାତ୍‍, ଇଫ୍ରୟିମ ଓ ମନଃଶି, ଇଷାଖର ଓ ସବୂଲୂନ ମଧ୍ୟରୁ ଅନେକେ ଆପଣାମାନଙ୍କୁ ଶୁଚି କରି ନ ଥିଲେ, ତଥାପି ସେମାନେ ଲେଖାର ବିପରୀତରେ ନିସ୍ତାର ପର୍ବର ବଳି ଭୋଜନ କଲେ। କାରଣ ହିଜକୀୟ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରି ଏହା କହିଥିଲେ,
\v 19 ଯେକେହି ପରମେଶ୍ୱରଙ୍କର, ସଦାପ୍ରଭୁ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଅନ୍ତଃକରଣ ନିବିଷ୍ଟ କରେ, ସେ ଧର୍ମଧାମର ଶୌଚବିଧି ଅନୁସାରେ ଶୁଚି ନୋହିଲେ ହେଁ ମଙ୍ଗଳମୟ ସଦାପ୍ରଭୁ ତାହାକୁ କ୍ଷମା କରନ୍ତୁ।
\v 20 ପୁଣି, ସଦାପ୍ରଭୁ ହିଜକୀୟଙ୍କର ବାକ୍ୟରେ କର୍ଣ୍ଣପାତ କଲେ ଓ ଲୋକମାନଙ୍କୁ ସୁସ୍ଥ କଲେ।
\s5
\v 21 ଏହିରୂପେ ଯିରୂଶାଲମରେ ଉପସ୍ଥିତ ଇସ୍ରାଏଲ ସନ୍ତାନଗଣ ମହାନନ୍ଦରେ ସାତ ଦିନ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ; ପୁଣି ଲେବୀୟମାନେ ଓ ଯାଜକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଚ୍ଚ ବାଦ୍ୟ ଧ୍ୱନିରେ ଗାନ କରି ପ୍ରତି ଦିନ ସଦାପ୍ରଭୁଙ୍କର ପ୍ରଶଂସା କଲେ।
\v 22 ଆଉ, ଯେଉଁ ସକଳ ଲେବୀୟ ଲୋକ ସଦାପ୍ରଭୁଙ୍କ ସେବାକାର୍ଯ୍ୟରେ ସୁଦକ୍ଷ ଥିଲେ, ସେମାନଙ୍କୁ ହିଜକୀୟ ଚିତ୍ତ ପ୍ରବୋଧକ କଥା କହିଲେ। ତହୁଁ ସେମାନେ ପର୍ବର ସାତ ଦିନସାରା ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଭୋଜନ କଲେ ଓ ସଦାପ୍ରଭୁ ସେମାନଙ୍କ ପୈତୃକ ପରମେଶ୍ୱରଙ୍କ ନିକଟରେ ସ୍ୱୀକାର କଲେ।
\s5
\v 23 ଏଉତ୍ତାରେ ଆଉ ସାତ ଦିନ ପାଳନ କରିବା ପାଇଁ ସମଗ୍ର ସମାଜ ପରାମର୍ଶ କଲେ; ପୁଣି, ସେମାନେ ସେହି ସାତ ଦିନ ଆନନ୍ଦରେ ପାଳନ କଲେ।
\v 24 ଏଣୁ ଯିହୁଦାର ରାଜା ହିଜକୀୟ ଉପହାର ନିମନ୍ତେ ସମାଜକୁ ଏକ ସହସ୍ର ବୃଷ ଓ ସାତ ସହସ୍ର ମେଷ ଦେଲେ; ଆଉ, ଅଧିପତିମାନେ ସମାଜକୁ ଏକ ସହସ୍ର ବୃଷ ଓ ଦଶ ସହସ୍ର ମେଷ ଦେଲେ; ପୁଣି ଯାଜକମାନଙ୍କ ମଧ୍ୟରୁ ଅନେକେ ଆପଣାମାନଙ୍କୁ ପବିତ୍ର କଲେ।
\s5
\v 25 ପୁଣି, ଯାଜକ ଓ ଲେବୀୟମାନଙ୍କ ସହିତ ଯିହୁଦାର ସମଗ୍ର ସମାଜ ଓ ଇସ୍ରାଏଲ ମଧ୍ୟରୁ ଆଗତ ସମଗ୍ର ସମାଜ, ପୁଣି ଇସ୍ରାଏଲ ଦେଶରୁ ଆଗତ ଓ ଯିହୁଦା ନିବାସୀ ବିଦେଶୀଗଣ ଆନନ୍ଦ କଲେ।
\v 26 ଏହିରୂପେ ଯିରୂଶାଲମରେ ମହାନନ୍ଦ ହେଲା; କାରଣ ଇସ୍ରାଏଲର ରାଜା ଦାଉଦଙ୍କର ପୁତ୍ର ଶଲୋମନଙ୍କ ସମୟଠାରୁ ଯିରୂଶାଲମରେ ଏପରି ଆଉ ହୋଇ ନ ଥିଲା।
\v 27 ଏଉତ୍ତାରେ ଲେବୀୟ ଯାଜକମାନେ ଉଠି ଲୋକମାନଙ୍କୁ ଆଶୀର୍ବାଦ କଲେ; ପୁଣି ସେମାନଙ୍କ ରବରେ ମନୋଯୋଗ କରାଗଲା ଓ ସେମାନଙ୍କ ପ୍ରାର୍ଥନା ତାହାଙ୍କ ପବିତ୍ର ବାସସ୍ଥାନ ସ୍ୱର୍ଗ ପର୍ଯ୍ୟନ୍ତ ପ୍ରବେଶ କଲା।
\s5
\c 31
\s ଯାଜକ ଓ ଲେବୀୟଙ୍କ ପାଳି ନିରୂପଣ
\p
\v 1 ଏହିସବୁ ସମାପ୍ତ ହେଲା ଉତ୍ତାରେ ଉପସ୍ଥିତ ସମଗ୍ର ଇସ୍ରାଏଲ ଯିହୁଦାର ନଗରମାନଙ୍କୁ ଯାଇ ସ୍ତମ୍ଭସବୁ ଭାଙ୍ଗି ପକାଇଲେ ଓ ଆଶେରାମୂର୍ତ୍ତିମାନ କାଟି ପକାଇଲେ, ପୁଣି ନିଃଶେଷରେ ବିନାଶ ନ କରିବା ପର୍ଯ୍ୟନ୍ତ ସମସ୍ତ ଯିହୁଦା ଓ ବିନ୍ୟାମୀନ୍ ମଧ୍ୟରୁ, ଆହୁରି ଇଫ୍ରୟିମ ଓ ମନଃଶିରେ ସ୍ଥିତ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ। ତହୁଁ ଇସ୍ରାଏଲ ସନ୍ତାନଗଣର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ଓ ନଗରକୁ ଫେରି ଗଲେ।
\s5
\v 2 ଆଉ, ହିଜକୀୟ ଯାଜକମାନଙ୍କର ଓ ଲେବୀୟମାନଙ୍କର ପାଳିକ୍ରମେ ପାଳି ନିରୂପଣ କଲେ, ହୋମାର୍ଥକ ଓ ମଙ୍ଗଳାର୍ଥକ ବଳିଦାନ, ପରିଚର୍ଯ୍ୟା ଓ ସଦାପ୍ରଭୁଙ୍କ ଛାଉଣିର ଦ୍ୱାରସମୂହରେ ଧନ୍ୟବାଦ ଓ ପ୍ରଶଂସା କରିବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କର ପ୍ରତି ଜଣକୁ ତାହାର ସେବାନୁସାରେ ନିଯୁକ୍ତ କଲେ।
\v 3 ମଧ୍ୟ ସେ ସଦାପ୍ରଭୁଙ୍କ ବ୍ୟବସ୍ଥାର ଲିଖନାନୁସାରେ ହୋମବଳି ନିମନ୍ତେ, ଅର୍ଥାତ୍‍, ପ୍ରଭାତୀୟ ଓ ସାୟଂକାଳୀନ ହୋମବଳି ନିମନ୍ତେ, ପୁଣି ବିଶ୍ରାମବାର ଓ ଅମାବାସ୍ୟା ଓ ନିରୂପିତ ପର୍ବାଦିର ହୋମବଳି ନିମନ୍ତେ ରାଜ ସମ୍ପତ୍ତିରୁ ଦେୟ ଅଂଶ ନିରୂପଣ କଲେ।
\s5
\v 4 ଆହୁରି, ଯେପରି ଯାଜକଗଣ ଓ ଲେବୀୟଗଣ ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଆସକ୍ତ ରହିବେ, ଏଥିପାଇଁ ସେ ସେମାନଙ୍କୁ ସେମାନଙ୍କର ଅଂଶ ଦେବା ନିମନ୍ତେ ଯିରୂଶାଲମ ନିବାସୀ ଲୋକମାନଙ୍କୁ ଆଜ୍ଞା କଲେ।
\v 5 ପୁଣି, ଏହି ଆଜ୍ଞା ଘୋଷିତ ହେବାକ୍ଷଣେ ଇସ୍ରାଏଲ ସନ୍ତାନନଗଣ ପ୍ରଚୁର ରୂପେ ପ୍ରଥମଜାତ ଶସ୍ୟ, ଦ୍ରାକ୍ଷାରସ, ତୈଳ, ମଧୁ ଓ କ୍ଷେତ୍ରୋତ୍ପନ୍ନ ସକଳ ଦ୍ରବ୍ୟ ଆଣିଲେ; ଆଉ ସେମାନେ ପ୍ରଚୁର ରୂପେ ସକଳ ଦ୍ରବ୍ୟର ଦଶମାଂଶ ଆଣିଲେ।
\s5
\v 6 ପୁଣି, ଯିହୁଦାର ନଗର ସମୂହରେ ବାସକାରୀ ଇସ୍ରାଏଲ ଓ ଯିହୁଦାର ସନ୍ତାନମାନେ ମଧ୍ୟ ଗୋମେଷର ଦଶମାଂଶ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ପବିତ୍ର ଦ୍ରବ୍ୟାଦିର ଦଶମାଂଶ ଆଣି ରାଶି ରାଶି କରି ଥୋଇଲେ।
\v 7 ତୃତୀୟ ମାସରେ ସେମାନେ ସେହି ରାଶି କରିବାକୁ ଆରମ୍ଭ କରି ସପ୍ତମ ମାସରେ ତାହା ସମାପ୍ତ କଲେ।
\v 8 ଏଉତ୍ତାରେ ହିଜକୀୟ ଓ ଅଧିପତିମାନେ ସେହି ରାଶି ଦେଖିବାକୁ ଆସି ସଦାପ୍ରଭୁଙ୍କର ଓ ତାହାଙ୍କ ଲୋକ ଇସ୍ରାଏଲର ଧନ୍ୟବାଦ କଲେ।
\s5
\v 9 ସେତେବେଳେ ହିଜକୀୟ ସେହି ସକଳ ରାଶି ବିଷୟରେ ଯାଜକ ଓ ଲେବୀୟମାନଙ୍କୁ ପଚାରନ୍ତେ,
\v 10 ସାଦୋକ ବଂଶୀୟ ପ୍ରଧାନ ଯାଜକ ଅସରୀୟ ତାଙ୍କୁ ଉତ୍ତର କରି କହିଲା, ଲୋକମାନେ ସଦାପ୍ରଭୁଙ୍କ ଗୃହକୁ ଉପହାର ଆଣିବା ପାଇଁ ଆରମ୍ଭ କରିବା ସମୟଠାରୁ ଆମ୍ଭେମାନେ ଭୋଜନ କରିଅଛୁ ଓ ତୃପ୍ତ ହୋଇଅଛୁ ଓ ପ୍ରଚୁର ଅବଶିଷ୍ଟ ରଖିଅଛୁ; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ଆଶୀର୍ବାଦ କରିଅଛନ୍ତି; ତେଣୁ ଯାହା ଅବଶିଷ୍ଟ ରହିଅଛି, ତାହା ଏହି ବୃହତ୍ ଦ୍ରବ୍ୟରାଶି।
\v 11 ତହିଁରେ ହିଜକୀୟ ସଦାପ୍ରଭୁଙ୍କ ଗୃହରେ କେତେକ କୋଠରି ପ୍ରସ୍ତୁତ କରିବାକୁ ଆଜ୍ଞା କଲେ; ତହୁଁ ସେମାନେ ତାହା ପ୍ରସ୍ତୁତ କଲେ।
\v 12 ଏଉତ୍ତାରେ ଲୋକମାନେ ବିଶ୍ୱସ୍ତ ରୂପେ ଉପହାର, ଦଶମାଂଶ ଓ ପବିତ୍ରୀକୃତ ଦ୍ରବ୍ୟ ଆଣିଲେ; ଆଉ ତହିଁ ଉପରେ ଲେବୀୟ କୋନାନୀୟ ଅଧ୍ୟକ୍ଷ ଥିଲା ଓ ତାହାର ଭାଇ ଶିମୀୟି ଦ୍ୱିତୀୟ ଥିଲା।
\v 13 ପୁଣି, ଯିହୀୟେଲ ଓ ଅସସୀୟ, ନହତ୍‍, ଅସାହେଲ, ଯିରେମୋତ୍‍, ଯୋଷାବଦ୍‍, ଇଲୀୟେଲ୍‍, ଯିଷ୍ମଖୀୟ, ମାହତ୍‍, ବନାୟ, ଏମାନେ ହିଜକୀୟ ରାଜାଙ୍କର ଓ ପରମେଶ୍ୱରଙ୍କ ଗୃହାଧ୍ୟକ୍ଷ ଅସରୀୟର ନିଯୁକ୍ତି ଦ୍ୱାରା କୋନାନୀୟ ଓ ତାହାର ଭ୍ରାତା ଶିମୀୟିର ହସ୍ତାଧୀନରେ କାର୍ଯ୍ୟଶାସକ ଥିଲେ।
\s5
\v 14 ଆଉ, ଲେବୀୟ ଯିମ୍ନାର ପୁତ୍ର କୋରି, ଯେ ପୂର୍ବ ଦିଗ ଦ୍ୱାରପାଳ ଥିଲା, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଓ ମହାପବିତ୍ର ବସ୍ତୁ ବିତରଣ କରିବା ପାଇଁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଉପରେ ନିଯୁକ୍ତ ହେଲା।
\v 15 ପୁଣି, ତାହାର ଅଧୀନରେ ଏଦନ, ମିନ୍ୟାମୀନ, ଯେଶୂୟ, ଶମୟୀୟ, ଅମରୀୟ ଓ ଶଖନୀୟ, ଏମାନେ ଯାଜକମାନଙ୍କ ନାନା ନଗରରେ ଆପଣାମାନଙ୍କର ସାନ ବଡ଼ ଭାଇମାନଙ୍କୁ ପାଳି ଅନୁସାରେ ଦେବା ପାଇଁ ଆପଣା ଆପଣା ନିରୂପିତ ପଦରେ ରହିଲେ;
\s5
\v 16 ସେମାନଙ୍କ ବ୍ୟତୀତ ଯେଉଁମାନେ ପ୍ରତିଦିନର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ପାଳିକ୍ରମେ ଆପଣା ଆପଣା ରକ୍ଷଣୀୟ ସେବା ନିମନ୍ତେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କଲେ, ଏପରି ତିନି ବର୍ଷ ଓ ତତୋଧିକ ବୟସ୍କ ପୁରୁଷ ବଂଶାବଳୀ କ୍ରମେ ଗଣିତ ହୋଇଥିଲେ;
\s5
\v 17 ଆଉ, ଆପଣା ଆପଣା ପିତୃବଂଶାନୁସାରେ ଯାଜକମାନେ, ପୁଣି କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନେ ବଂଶାବଳୀ କ୍ରମେ ସେମାନଙ୍କ ରକ୍ଷଣୀୟ ଓ ପାଳି ଅନୁସାରେ ଗଣିତ ହୋଇଥିଲେ;
\v 18 ପୁଣି ସମଗ୍ର ସମାଜ ମଧ୍ୟରେ ଲୋକମାନଙ୍କର ଶିଶୁ, ଭାର୍ଯ୍ୟା ଓ ପୁତ୍ର କନ୍ୟାମାନେ ବଂଶାବଳୀ କ୍ରମେ ଗଣିତ ହୋଇଥିଲେ; କାରଣ ସେମାନେ ଆପଣା ଆପଣା ନିରୂପିତ କାର୍ଯ୍ୟରେ ପବିତ୍ରତାରେ ଆପଣାମାନଙ୍କୁ ପବିତ୍ର କଲେ;
\v 19 ମଧ୍ୟ ହାରୋଣଙ୍କର ଯେଉଁ ସନ୍ତାନ-ଯାଜକମାନେ ଆପଣା ଆପଣା ନଗରସ୍ଥ ତଳିଭୂମିର କ୍ଷେତ୍ରରେ ବାସ କଲେ, ସେମାନଙ୍କ ପ୍ରତ୍ୟେକ ନଗରରେ ଯାଜକମାନଙ୍କ ମଧ୍ୟରେ ସମସ୍ତ ପୁରୁଷଙ୍କୁ ଓ ଲେବୀୟମାନଙ୍କ ମଧ୍ୟରେ ବଂଶାବଳୀ କ୍ରମେ ଗଣିତ ସମସ୍ତଙ୍କୁ ଅଂଶ ଦେବା ପାଇଁ ଲୋକେ ନାମରେ ନିର୍ଣ୍ଣୀତ ହେଲେ।
\s5
\v 20 ହିଜକୀୟ ଯିହୁଦାର ସର୍ବତ୍ର ଏପ୍ରକାର କଲେ; ପୁଣି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ଓ ବିଶ୍ୱସ୍ତତାର କର୍ମ କଲେ।
\v 21 ଆଉ, ସେ ଆପଣା ପରମେଶ୍ୱରଙ୍କର ଅନ୍ୱେଷଣ କରିବା ନିମନ୍ତେ ପରମେଶ୍ୱରଙ୍କ ଗୃହର ସେବାକାର୍ଯ୍ୟ, ପୁଣି ବ୍ୟବସ୍ଥା ଓ ଆଜ୍ଞା ସମ୍ବନ୍ଧରେ ଯେ ଯେ କାର୍ଯ୍ୟ ଆରମ୍ଭ କଲେ, ତାହାସବୁ ଆପଣା ସର୍ବାନ୍ତଃକରଣ ସହିତ କରି କୃତକାର୍ଯ୍ୟ ହେଲେ।
\s5
\c 32
\s ଅଶୂରୀୟଙ୍କ ଯିରୂଶାଲମ ଆକ୍ରମଣ
\p
\v 1 ଏହି ସକଳ ଘଟଣା ଓ ଏହି ବିଶ୍ୱସ୍ତତାର କର୍ମ ଉତ୍ତାରେ ଅଶୂରର ରାଜା ସନ୍‍‌‌ହେରୀବ ଆସି ଯିହୁଦାରେ ପ୍ରବେଶ କଲା ଓ ପ୍ରାଚୀରବେଷ୍ଟିତ ନଗର ବିରୁଦ୍ଧରେ ଛାଉଣି ସ୍ଥାପନ କରି ତାହାସବୁ ଆପଣା ପାଇଁ ଲାଭ କରିବାକୁ ବିଚାର କଲା।
\s5
\v 2 ପୁଣି, ସନ୍‍‌‌ହେରୀବ ଆସିଅଛି ଓ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ମନସ୍ଥ କରିଅଛି, ହିଜକୀୟ ଏହା ଦେଖନ୍ତେ,
\v 3 ସେ ନଗରର ବହିଃସ୍ଥିତ ନିର୍ଝରସବୁ ବନ୍ଦ କରିବା ପାଇଁ ଆପଣାର ଅଧିପତି ଓ ବଳବାନ ଲୋକଙ୍କ ସହିତ ମନ୍ତ୍ରଣା କଲେ; ଆଉ, ସେମାନେ ତାଙ୍କର ସାହାଯ୍ୟ କଲେ।
\v 4 ଏଣୁ ଅଶୂର-ରାଜାଗଣ ଆସି କାହିଁକି ଅନେକ ଜଳ ପାଇବେ ? ଏହା କହି ଅସଂଖ୍ୟ ଲୋକ ଏକତ୍ରିତ ହୋଇ ସମସ୍ତ ଝର ଓ ଦେଶମଧ୍ୟବାହୀ ସ୍ରୋତ ବନ୍ଦ କଲେ।
\s5
\v 5 ପୁଣି, ସେ ସାହସ ବାନ୍ଧି ସମସ୍ତ ଭଗ୍ନ ପ୍ରାଚୀର ନିର୍ମାଣ କରି ଦୁର୍ଗ ସମାନ ଓ ବହିଃସ୍ଥିତ ଅନ୍ୟ ପ୍ରାଚୀର ସମାନ ଉଚ୍ଚ କଲେ ଓ ଦାଉଦ-ନଗରସ୍ଥ ମିଲ୍ଲୋ ଦୃଢ଼ କଲେ, ଆଉ ପ୍ରଚୁର ଅସ୍ତ୍ର ଓ ଢ଼ାଲ ପ୍ରସ୍ତୁତ କଲେ।
\s5
\v 6 ଆଉ, ସେ ଲୋକମାନଙ୍କ ଉପରେ ସେନାପତି ନିଯୁକ୍ତ କଲେ ଓ ନଗର-ଦ୍ୱାର ଛକରେ ଆପଣା ନିକଟରେ ସେମାନଙ୍କୁ ଏକତ୍ର କରି ସେମାନଙ୍କୁ ଚିତ୍ତ ପ୍ରବୋଧକ ବାକ୍ୟ କହିଲେ,
\v 7 “ବଳବାନ ଓ ସାହସିକ ହୁଅ, ଅଶୂରର ରାଜା ଓ ତାହାର ସଙ୍ଗୀ ସମସ୍ତ ଜନତା ସକାଶୁ ଭୀତ କି ନିରାଶ ହୁଅ ନାହିଁ; କାରଣ ତାହାର ସହାୟ ଅପେକ୍ଷା ଆମ୍ଭମାନଙ୍କ ସହାୟ ମହାନ୍;
\v 8 ମାଂସର ବାହୁ ତାହାର ସହାୟ; ମାତ୍ର ଆମ୍ଭମାନଙ୍କର ସାହାଯ୍ୟ କରିବାକୁ ଓ ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବାକୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ସହାୟ ଅଛନ୍ତି। ଏଥିରେ ଲୋକମାନେ ଯିହୁଦା-ରାଜା ହିଜକୀୟଙ୍କ ବାକ୍ୟରେ ନିର୍ଭର ରଖିଲେ।
\s5
\v 9 ଏଥିଉତ୍ତାରେ ଅଶୂରର ରାଜା ସନ୍‍‌‌ହେରୀବ ଓ ତାହା ସଙ୍ଗେ ତାହାର ସୈନ୍ୟସାମନ୍ତ ଲାଖୀଶ୍‍ ନଗର ସମ୍ମୁଖରେ ଥିବା ବେଳେ ସେ ଯିରୂଶାଲମକୁ ଯିହୁଦାର ରାଜା ହିଜକୀୟଙ୍କ ନିକଟକୁ ଓ ଯିରୂଶାଲମରେ ଉପସ୍ଥିତ ସମଗ୍ର ଯିହୁଦା ନିକଟକୁ ଆପଣା ଦାସଗଣ ପଠାଇ କହିଲା,
\v 10 ଅଶୂରର ରାଜା ସନ୍‍‌‌ହେରୀବ ଏହି କଥା କହନ୍ତି, ତୁମ୍ଭେମାନେ କାହିଁରେ ନିର୍ଭର ରଖି ଅବରୋଧ କାଳରେ ଯିରୂଶାଲମରେ ରହୁଅଛ ?
\s5
\v 11 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଅଶୂର-ରାଜାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି ଦୁର୍ଭିକ୍ଷରେ ଓ ତୃଷାରେ ମରିବା ପାଇଁ ତୁମ୍ଭମାନଙ୍କୁ ସମର୍ପି ଦେବାକୁ କ’ଣ ହିଜକୀୟ ମଣାଉ ନାହାନ୍ତି ?
\v 12 ଏହି ହିଜକୀୟ ତାହାଙ୍କ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଦୂର କରି ଯିହୁଦା ଓ ଯିରୂଶାଲମକୁ ଆଜ୍ଞା କରି କି କହି ନାହାନ୍ତି, ତୁମ୍ଭେମାନେ ଏକ ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ ଓ ତହିଁ ଉପରେ ଧୂପ ଜ୍ୱଳାଇବ ?
\s5
\v 13 ମୁଁ ଓ ମୋ’ ପିତୃଲୋକମାନେ ଏହିସବୁ ଦେଶର ଲୋକମାନଙ୍କ ପ୍ରତି ଯାହା କରିଅଛୁ, ତାହା କି ତୁମ୍ଭେମାନେ ଜାଣ ନାହିଁ ? ସେହିସବୁ ଦେଶସ୍ଥ ଗୋଷ୍ଠୀମାନଙ୍କ ଦେବଗଣ କି କୌଣସି ରୂପେ ଆମ୍ଭ ହସ୍ତରୁ ଆପଣା ଆପଣା ଦେଶ ଉଦ୍ଧାର କରି ପାରିଲେ ?
\v 14 ମୋ’ ପିତୃଲୋକମାନେ ଯେଉଁ ଗୋଷ୍ଠୀମାନଙ୍କୁ ନିଃଶେଷରେ ବିନାଶ କଲେ, ସେମାନଙ୍କ ଦେବଗଣ ମଧ୍ୟରୁ କିଏ ଆପଣା ଲୋକଙ୍କୁ ମୋ’ ହସ୍ତରୁ ଉଦ୍ଧାର କରି ପାରିଅଛି ଯେ, ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ମୋ’ ହସ୍ତରୁ ଉଦ୍ଧାର କରି ପାରିବେ ?
\v 15 ଏହେତୁ ହିଜକୀୟ ତୁମ୍ଭମାନଙ୍କୁ ନ ଭୁଲାଉ, କି ଏରୂପ ନ ମଣାଉ, କିଅବା ତୁମ୍ଭେମାନେ ତାହାକୁ ବିଶ୍ୱାସ କର ନାହିଁ; କାରଣ କୌଣସି ଦେଶର କି ରାଜ୍ୟର ଦେବତା ଆପଣା ଲୋକମାନଙ୍କୁ ମୋ’ ହସ୍ତରୁ ଓ ମୋ’ ପିତୃଲୋକଙ୍କ ହସ୍ତରୁ ଉଦ୍ଧାର କରି ପାରି ନାହିଁ; ତେବେ ତୁମ୍ଭମାନଙ୍କ ପରମେଶ୍ୱର କି ତୁମ୍ଭମାନଙ୍କୁ ମୋ’ ହସ୍ତରୁ ଉଦ୍ଧାର କରି ପାରିବେ ?
\s5
\v 16 ପୁଣି, ତାହାର ଦାସମାନେ ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତାହାଙ୍କ ଦାସ ହିଜକୀୟଙ୍କ ବିରୁଦ୍ଧରେ ଆହୁରି ଅନେକ କଥା କହିଲେ।
\v 17 ମଧ୍ୟ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ନିନ୍ଦା କରିବାକୁ ଓ ତାହାଙ୍କ ବିରୁଦ୍ଧରେ କଥା କହିବାକୁ ଏହିପରି ପତ୍ରମାନ ଲେଖିଲା, ଯଥା, ନାନା ଦେଶୀୟ ଲୋକମାନଙ୍କ ଦେବଗଣ ଯେପରି ଆପଣା ଲୋକମାନଙ୍କୁ ମୋ’ ହସ୍ତରୁ ଉଦ୍ଧାର କରି ନାହାନ୍ତି, ସେପରି ହିଜକୀୟର ପରମେଶ୍ୱର ଆପଣା ଲୋକମାନଙ୍କୁ ମୋ’ ହସ୍ତରୁ ଉଦ୍ଧାର କରିବେ ନାହିଁ।
\s5
\v 18 ଆଉ, ଯିରୂଶାଲମର ଯେଉଁ ଲୋକମାନେ ପ୍ରାଚୀର ଉପରେ ଥିଲେ, ସେମାନଙ୍କୁ ଭୟାର୍ତ୍ତ ଓ ବ୍ୟାକୁଳ କରି ନଗର ହସ୍ତଗତ କରିବା ପାଇଁ ସେମାନେ ଯିହୁଦୀୟ ଭାଷାରେ ଉଚ୍ଚୈଃସ୍ୱରରେ ଡାକି କହିଲେ।
\v 19 ଆଉ, ପୃଥିବୀସ୍ଥ ନାନା ଗୋଷ୍ଠୀୟମାନଙ୍କର ମନୁଷ୍ୟ ହସ୍ତକୃତ ଦେବଗଣ ବିରୁଦ୍ଧରେ କଥା କହିବା ତୁଲ୍ୟ ସେମାନେ ଯିରୂଶାଲମର ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିଲେ।
\s ସଦାପ୍ରଭୁଙ୍କ ଉଦ୍ଧାର
\p
\s5
\v 20 ଏଥିରେ ହିଜକୀୟ ରାଜା ଓ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ଏସକାଶୁ ପ୍ରାର୍ଥନା କରି ସ୍ୱର୍ଗ ଆଡ଼େ ଡାକ ପକାଇଲେ।
\v 21 ତହିଁରେ ସଦାପ୍ରଭୁ ଏକ ଦୂତ ପ୍ରେରଣ କରି ଅଶୂର ରାଜାର ଛାଉଣି ମଧ୍ୟରେ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ, ଆଉ ପ୍ରଧାନ ଓ ସେନାପତିମାନଙ୍କୁ ଉଚ୍ଛିନ୍ନ କଲେ। ତହିଁରେ ସେ ଲଜ୍ଜିତମୁଖ ହୋଇ ଆପଣା ଦେଶକୁ ଫେରିଗଲା। ତହିଁ ଉତ୍ତାରେ ସେ ଆପଣା ଦେବ-ମନ୍ଦିରକୁ ଆସନ୍ତେ, ତାହାର କେତେକ ଔରସଜାତ ସେଠାରେ ତାହାକୁ ଖଡ୍ଗରେ ବଧ କଲେ।
\s5
\v 22 ଏହିରୂପେ ସଦାପ୍ରଭୁ ହିଜକୀୟଙ୍କୁ ଓ ଯିରୂଶାଲମ ନିବାସୀମାନଙ୍କୁ ଅଶୂରର ରାଜା ସନ୍‍‌‌ହେରୀବ ହସ୍ତରୁ ଓ ଅନ୍ୟ ସମସ୍ତଙ୍କ ହସ୍ତରୁ ଉଦ୍ଧାର କଲେ, ପୁଣି ଚତୁର୍ଦ୍ଦିଗରୁ ସେମାନଙ୍କୁ ପଥ ଦେଖାଇଲେ।
\v 23 ତହିଁରେ ଅନେକେ ଯିରୂଶାଲମକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ ଓ ଯିହୁଦାର ରାଜା ହିଜକୀୟଙ୍କ ନିକଟକୁ ବହୁମୂଲ୍ୟ ପଦାର୍ଥ ଆଣିଲେ; ତହୁଁ ସେ ସେହି ସମୟଠାରୁ ସମଗ୍ର ଗୋଷ୍ଠୀର ଦୃଷ୍ଟିରେ ଉନ୍ନତ ହେଲେ।
\s ହିଜକୀୟଙ୍କ ଅହଂକାର ଓ କୃତୀତ୍ୱ
\p
\s5
\v 24 ସେହି ସମୟରେ ହିଜକୀୟଙ୍କୁ ସାଂଘାତିକ ପୀଡ଼ା ହୋଇଥିଲା; ପୁଣି ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କୁ ଉତ୍ତର ଓ ଏକ ଚିହ୍ନ ଦେଲେ।
\v 25 ମାତ୍ର ହିଜକୀୟ ଆପଣା ପ୍ରତି କୃତ ମଙ୍ଗଳ ଅନୁସାରେ ପ୍ରତିଦାନ କଲେ ନାହିଁ; କାରଣ ତାଙ୍କର ଅନ୍ତଃକରଣ ଗର୍ବିତ ହେଲା; ଏହେତୁ ତାଙ୍କ ଉପରେ, ପୁଣି ଯିହୁଦା ଓ ଯିରୂଶାଲମ ଉପରେ କୋପ ଉପସ୍ଥିତ ହେଲା।
\v 26 ତଥାପି ଆପଣା ଅନ୍ତଃକରଣର ଗର୍ବ ସକାଶୁ ହିଜକୀୟ ଓ ଯିରୂଶାଲମ ନିବାସୀମାନେ ଆପଣାମାନଙ୍କୁ ନମ୍ର କଲେ, ତେଣୁ ହିଜକୀୟଙ୍କର ସମୟରେ ସେମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉପସ୍ଥିତ ହେଲା ନାହିଁ।
\s5
\v 27 ଆଉ, ହିଜକୀୟଙ୍କର ଅତି ପ୍ରଚୁର ସମ୍ପଦ ଓ ସମ୍ଭ୍ରମ ଥିଲା ପୁଣି, ସେ ରୂପା, ସୁନା, ବହୁମୂଲ୍ୟ ପ୍ରସ୍ତର, ସୁଗନ୍ଧି ଦ୍ରବ୍ୟ, ଢାଲ ଓ ସର୍ବପ୍ରକାର ମନୋହର ପାତ୍ର ନିମନ୍ତେ ଭଣ୍ଡାର ପ୍ରସ୍ତୁତ କଲେ;
\v 28 ମଧ୍ୟ ଉତ୍ପନ୍ନ ଶସ୍ୟ ଓ ଦ୍ରାକ୍ଷାରସ ଓ ତୈଳ ନିମନ୍ତେ ଭଣ୍ଡାର, ପୁଣି ସର୍ବପ୍ରକାର ପଶୁ ନିମନ୍ତେ ଶାଳା ଓ ମେଷପଲ ନିମନ୍ତେ ଖୁଆଡ଼ ପ୍ରସ୍ତୁତ କଲେ।
\v 29 ଆହୁରି, ସେ ଆପଣା ନିମନ୍ତେ ନାନା ନଗର ଓ ଗୋମେଷାଦି ପ୍ରଚୁର ପଶୁଧନ ଆୟୋଜନ କଲେ; କାରଣ ପରମେଶ୍ୱର ତାଙ୍କୁ ବହୁତ ବହୁତ ସମ୍ପତ୍ତି ଦେଇଥିଲେ।
\s5
\v 30 ଏହି ହିଜକୀୟ ମଧ୍ୟ ଗୀହୋନସ୍ଥିତ ଉଚ୍ଚତର ଜଳଝର ବନ୍ଦ କରି ତାହା ସଳଖ ପଥରେ ଦାଉଦ-ନଗରର ପଶ୍ଚିମ ପାର୍ଶ୍ଵକୁ ଆଣିଲେ। ପୁଣି, ହିଜକୀୟ ଆପଣାର ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟ ହେଲେ।
\v 31 ତଥାପି ଦେଶରେ ଯେଉଁ ଅଦ୍ଭୁତ କାର୍ଯ୍ୟ ହୋଇଥିଲା, ତହିଁର ବିବରଣ ପଚାରିବା ନିମିତ୍ତ ତାଙ୍କ ନିକଟକୁ ବାବିଲୀୟ ଅଧିପତିମାନଙ୍କ ପ୍ରେରିତ ଦୂତମାନଙ୍କ କାର୍ଯ୍ୟ ସମ୍ବନ୍ଧରେ ଯେପରି ସେ ଆପଣା ଅନ୍ତଃକରଣର ସମସ୍ତ ଭାବ ଜାଣି ପାରିବେ, ଏଥିପାଇଁ ପରମେଶ୍ୱର ତାଙ୍କର ପରୀକ୍ଷା ନେବା ସକାଶେ ତାଙ୍କୁ ଛାଡ଼ି ଦେଲେ।
\s5
\v 32 ଏହି ହିଜକୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସୁକ୍ରିୟା, ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକ ଅନ୍ତର୍ଗତ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତାର ଦର୍ଶନ ପୁସ୍ତକରେ ଲେଖାଅଛି।
\v 33 ଏଥିଉତ୍ତାରେ ହିଜକୀୟ ମୃତ୍ୟୁବରଣ କଲେ, ତହିଁରେ ଲୋକମାନେ ଦାଉଦ-ସନ୍ତାନଗଣର କବର ସ୍ଥାନର ଊର୍ଦ୍ଧ୍ୱଗାମୀ ପଥ ପାର୍ଶ୍ୱରେ ତାଙ୍କୁ କବର ଦେଲେ; ପୁଣି, ତାଙ୍କର ମରଣ ସମୟରେ ସମଗ୍ର ଯିହୁଦା ଓ ଯିରୂଶାଲମ ନିବାସୀମାନେ ତାଙ୍କର ସମ୍ମାନ କଲେ। ତହୁଁ ତାଙ୍କର ପୁତ୍ର ମନଃଶି ତାଙ୍କର ପଦରେ ରାଜ୍ୟ କଲେ।
\s5
\c 33
\s ଯିହୁଦାର ରାଜା ମନଃଶି
\p
\v 1 ମନଃଶି ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ପଞ୍ଚାବନ ବର୍ଷ ରାଜ୍ୟ କଲେ।
\v 2 ପୁଣି, ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
\v 3 କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ଭାଙ୍ଗି ପକାଇଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ସେ ବାଲ୍‍ଦେବଗଣ ନିମନ୍ତେ ଯଜ୍ଞବେଦି ପ୍ରସ୍ତୁତ କଲେ ଓ ଆଶେରା ମୂର୍ତ୍ତ ନିର୍ମାଣ କଲେ ଓ ଆକାଶସ୍ଥ ସକଳ ବାହିନୀକୁ ପୂଜା କରି ସେମାନଙ୍କର ସେବା କଲେ।
\s5
\v 4 ପୁଣି, ଯିରୂଶାଲମରେ ଆମ୍ଭର ନାମ ସଦାକାଳ ସ୍ଥାପିତ ହେବ ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ।
\v 5 ଆହୁରି, ସେ ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ଯଜ୍ଞବେଦି ନିର୍ମାଣ କଲେ।
\v 6 ମଧ୍ୟ ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଆପଣା ସନ୍ତାନସନ୍ତତିମାନଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ; ଆଉ, ସେ ଶୁଭାଶୁଭ କହିବାର ବିଦ୍ୟା ଓ ଗଣକତା ବ୍ୟବହାର କଲେ ଓ ମାୟାକର୍ମ କଲେ, ପୁଣି ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ବ୍ୟବହାର କଲେ; ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।
\s5
\v 7 ଆଉ, ସେ ଆପଣା ନିର୍ମିତ ଦେବତାର ଖୋଦିତ-ପ୍ରତିମା ପରମେଶ୍ୱରଙ୍କ ଗୃହରେ ସ୍ଥାପନ କଲେ; ସେହି ଗୃହ ବିଷୟରେ ପରମେଶ୍ୱର ଦାଉଦଙ୍କୁ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ, ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଯିରୂଶାଲମରେ ଆମ୍ଭେ ଆପଣା ନାମ ସଦାକାଳ ସ୍ଥାପନ କରିବା;
\v 8 ପୁଣି, ଆମ୍ଭେ ସେମାନଙ୍କୁ ଯେସମସ୍ତ ଆଜ୍ଞା ଦେଇଅଛୁ, ଅର୍ଥାତ୍‍, ମୋଶାର ହସ୍ତ ଦ୍ୱାରା ଯେସମସ୍ତ ବ୍ୟବସ୍ଥା, ବିଧି ଓ ବିଧାନ ଦେଇଅଛୁ, କେବଳ ତଦନୁସାରେ କର୍ମ କରିବା ପାଇଁ ଯେବେ ସେମାନେ ମନୋଯୋଗୀ ହେବେ, ତେବେ ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିମନ୍ତେ ଯେଉଁ ଦେଶ ନିରୂପଣ କରିଅଛୁ, ତହିଁରୁ ଇସ୍ରାଏଲର ପାଦକୁ ଆଉ ସ୍ଥାନାନ୍ତରିତ କରିବା ନାହିଁ।
\v 9 ମାତ୍ର ମନଃଶି ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କୁ ବିପଥଗାମୀ କରାଇଲେ, ତହିଁରେ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ କ୍ରିୟା ଅପେକ୍ଷା ସେମାନେ ଅଧିକ କୁକ୍ରିୟା କଲେ।
\s ମନଃଶିଙ୍କ ଅନୁତାପ
\p
\s5
\v 10 ତହୁଁ ସଦାପ୍ରଭୁ ମନଃଶି ଓ ତାଙ୍କର ଲୋକମାନଙ୍କୁ ନାନା କଥା କହିଲେ, ମାତ୍ର ସେମାନେ କିଛି ମନୋଯୋଗ କଲେ ନାହିଁ।
\v 11 ଏହେତୁ ସଦାପ୍ରଭୁ ସେମାନଙ୍କ ପ୍ରତିକୂଳରେ ଅଶୂରୀୟ ରାଜାର ସେନାପତିମାନଙ୍କୁ ଆଣିଲେ, ତହିଁରେ ସେମାନେ ମନଃଶିଙ୍କୁ ବେଡ଼ିରେ ଧରି ଶିକୁଳିରେ ବାନ୍ଧି ବାବିଲ୍‍କୁ ନେଇଗଲେ।
\s5
\v 12 ପୁଣି, ସେ ଦୁଃଖରେ ଥିବା ବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ଛାମୁରେ ଆପଣାକୁ ଅତିଶୟ ନମ୍ର କଲେ।
\v 13 ଆଉ, ସେ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କ ପ୍ରତି ପ୍ରସନ୍ନ ହେଲେ ଓ ତାଙ୍କର ନିବେଦନ ଶୁଣି ତାଙ୍କୁ ପୁନର୍ବାର ତାଙ୍କର ରାଜ୍ୟ ଯିରୂଶାଲମକୁ ଆଣିଲେ। ସେତେବେଳେ ମନଃଶି ଜାଣିଲେ ଯେ, ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
\s5
\v 14 ଏଥିଉତ୍ତାରେ ସେ ଗୀହୋନର ପଶ୍ଚିମ ପାର୍ଶ୍ଵରେ ଉପତ୍ୟକା ମଧ୍ୟରେ ମତ୍ସ୍ୟ ଦ୍ୱାରର ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ଦାଉଦ-ନଗରର ବାହାର-ପ୍ରାଚୀର ନିର୍ମାଣ କଲେ; ଆଉ, ସେ ଓଫଲର ଚତୁର୍ଦ୍ଦିଗ ବେଷ୍ଟନ କରି ପ୍ରାଚୀର ଅତି ଉଚ୍ଚ କଲେ ଓ ଯିହୁଦାର ପ୍ରାଚୀରବେଷ୍ଟିତ ନଗର ସମୂହରେ ବିକ୍ରମୀ ସେନାପତିମାନଙ୍କୁ ନିଯୁକ୍ତ କଲେ।
\v 15 ଆଉ, ସେ ଅନ୍ୟ ଦେବଗଣକୁ ଓ ସଦାପ୍ରଭୁଙ୍କ ଗୃହସ୍ଥିତ ପ୍ରତିମାକୁ ଦୂର କଲେ ଓ ସେ ସଦାପ୍ରଭୁଙ୍କ ଗୃହର ପର୍ବତରେ ଓ ଯିରୂଶାଲମରେ ଆପଣାର ନିର୍ମିତ ସମସ୍ତ ଯଜ୍ଞବେଦି ନଗରର ବାହାରେ ପକାଇ ଦେଲେ।
\s5
\v 16 ପୁଣି, ସେ ସଦାପ୍ରଭୁଙ୍କ ଯଜ୍ଞବେଦି ନିର୍ମାଣ କରି ତହିଁ ପରେ ମଙ୍ଗଳାର୍ଥକ ଓ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସେବା କରିବା ପାଇଁ ଯିହୁଦାକୁ ଆଜ୍ଞା କଲେ।
\v 17 ତଥାପି ଲୋକମାନେ ଉଚ୍ଚସ୍ଥଳୀରେ ବଳିଦାନ କଲେ, ମାତ୍ର ତାହା କେବଳ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ କଲେ।
\s5
\v 18 ଏହି ମନଃଶିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ଆପଣା ପରମେଶ୍ୱରଙ୍କ ନିକଟରେ ତାଙ୍କର ପ୍ରାର୍ଥନା ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ତାଙ୍କ ପ୍ରତି ଉକ୍ତ ଦର୍ଶକମାନଙ୍କ ବାକ୍ୟ, ଏହିସବୁ ଇସ୍ରାଏଲର ରାଜାମାନଙ୍କ ଇତିହାସରେ ଲିଖିତ ଅଛି।
\v 19 ମଧ୍ୟ ତାଙ୍କର ପ୍ରାର୍ଥନା ଓ ପରମେଶ୍ୱର ତାଙ୍କ ପ୍ରତି କିପରି ପ୍ରସନ୍ନ ହେଲେ ଓ ତାଙ୍କର ସକଳ ପାପ ଓ ସତ୍ୟ-ଲଙ୍ଘନ ଓ ସେ ଆପଣାକୁ ନମ୍ର କରିବା ପୂର୍ବେ ଯେଉଁ ଯେଉଁ ସ୍ଥାନରେ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଆଉ ଆଶେରା ମୂର୍ତ୍ତି ଓ ଖୋଦିତ-ପ୍ରତିମା ସ୍ଥାପନ କରିଥିଲେ; ଦେଖ, ତାହାସବୁ ହୋଶେୟର ପୁସ୍ତକରେ ଲିଖିତ ଅଛି।
\v 20 ଏଥିଉତ୍ତାରେ ମନଃଶିଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ତାଙ୍କର ନିଜ ଗୃହରେ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆମୋନ୍‍ ତାଙ୍କର ପଦରେ ରାଜ୍ୟ କଲେ।
\s ଯିହୁଦାର ରାଜା ଆମୋନ୍‍
\p
\s5
\v 21 ଆମୋନ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାଇଶ ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ଦୁଇ ବର୍ଷ ରାଜ୍ୟ କଲେ।
\v 22 ପୁଣି, ସେ ଆପଣା ପିତା ମନଃଶିଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ଆମୋନ୍‍ ଆପଣା ପିତା ମନଃଶିଙ୍କ ନିର୍ମିତ ସକଳ ଖୋଦିତ-ପ୍ରତିମା ଉଦ୍ଦେଶ୍ୟରେ ବଳିଦାନ କରି ସେମାନଙ୍କର ସେବା କଲେ।
\v 23 ପୁଣି, ତାଙ୍କର ପିତା ମନଃଶି ଯେପରି ଆପଣାକୁ ନମ୍ର କରିଥିଲେ, ସେ ସଦାପ୍ରଭୁଙ୍କ ଛାମୁରେ ଆପଣାକୁ ସେପରି ନମ୍ର କଲେ ନାହିଁ; ମାତ୍ର ଏହି ଆମୋନ୍‍ ଅଧିକ ଅଧିକ ଅପରାଧ କଲେ।
\s5
\v 24 ଏଉତ୍ତାରେ ତାଙ୍କର ଦାସମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କର ନିଜ ଗୃହରେ ତାଙ୍କୁ ବଧ କଲେ।
\v 25 ମାତ୍ର ଯେଉଁମାନେ ଆମୋନ୍‍ ରାଜାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ, ସେସମସ୍ତଙ୍କୁ ଦେଶସ୍ଥ ଲୋକମାନେ ବଧ କଲେ; ଆଉ, ଦେଶର ଲୋକମାନେ ତାଙ୍କର ପଦରେ ତାଙ୍କର ପୁତ୍ର ଯୋଶୀୟଙ୍କୁ ରାଜା କଲେ।
\s5
\c 34
\s ଯିହୁଦାର ରାଜା ଯୋଶୀୟ
\p
\v 1 ଯୋଶୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ଥିଲେ; ଆଉ ସେ ଯିରୂଶାଲମରେ ଏକତିରିଶ ବର୍ଷ ରାଜ୍ୟ କଲେ।
\v 2 ପୁଣି, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ପଥରେ ଚାଲିଲେ, ଆଉ, ଦକ୍ଷିଣରେ କି ବାମରେ ଫେରିଲେ ନାହିଁ।
\v 3 ତାହାଙ୍କ ରାଜତ୍ଵର ଅଷ୍ଟମ ବର୍ଷରେ ସେ ଅଳ୍ପ ବୟସ୍କ ଥାଉ ଥାଉ ଆପଣା ପୂର୍ବପୁରୁଷ ଦାଉଦଙ୍କର ପରମେଶ୍ୱରଙ୍କୁ ଅନ୍ୱେଷଣ କରିବାକୁ ଆରମ୍ଭ କଲେ ଓ ସେ ଦ୍ୱାଦଶ ବର୍ଷରେ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତି ଓ ଖୋଦିତ-ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାରୁ ଯିହୁଦା ଓ ଯିରୂଶାଲମକୁ ଶୁଚି କରିବାକୁ ଲାଗିଲେ।
\s5
\v 4 ପୁଣି, ଲୋକମାନେ ତାଙ୍କ ସାକ୍ଷାତରେ ବାଲ୍‍ଦେବଗଣର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ, ଆଉ ସେ ତହିଁ ଉପରେ ସ୍ଥାପିତ ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇଲେ ଓ ଆଶେରା ମୂର୍ତ୍ତି, ଖୋଦିତ-ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାସବୁ ଭାଙ୍ଗି ଚୂର୍ଣ୍ଣ କରି ସେସବୁର ଉଦ୍ଦେଶ୍ୟରେ ବଳିଦାନକାରୀ ଲୋକମାନଙ୍କ କବର ଉପରେ ତାହା ବିଞ୍ଚିଲେ।
\v 5 ଆଉ, ସେମାନଙ୍କ ଯଜ୍ଞବେଦି ଉପରେ ଯାଜକମାନଙ୍କ ଅସ୍ଥି ଦଗ୍ଧ କରି ଯିହୁଦା ଓ ଯିରୂଶାଲମକୁ ଶୁଚି କଲେ।
\s5
\v 6 ସେ ମନଃଶି ଓ ଇଫ୍ରୟିମ ଓ ଶିମୀୟୋନର ନଗର ସମୂହରେ ନପ୍ତାଲି ପର୍ଯ୍ୟନ୍ତ କାନ୍ଥଡ଼ାର ଚତୁର୍ଦ୍ଦିଗରେ ଏହି ପ୍ରକାର କଲେ।
\v 7 ଆଉ, ସେ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି ଓ ଖୋଦିତ-ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଇସ୍ରାଏଲ ଦେଶର ସର୍ବତ୍ର ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇ ଯିରୂଶାଲମକୁ ଫେରି ଆସିଲେ।
\s ବ୍ୟବସ୍ଥା ପୁସ୍ତକର ପୁନଃରୁଦ୍ଧାର
\p
\s5
\v 8 ଏଥିଉତ୍ତାରେ ସେ ଆପଣା ରାଜତ୍ଵର ଅଠର ବର୍ଷରେ ଦେଶ ଓ ଗୃହ ଶୁଚି କଲା ଉତ୍ତାରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଗୃହର ମରାମତି ନିମନ୍ତେ ଅତ୍‍ସଲୀୟର ପୁତ୍ର ଶାଫନ୍‍କୁ ଓ ନଗରାଧ୍ୟକ୍ଷ ମାସେୟକୁ ଓ ଯୋୟାହସର ପୁତ୍ର ଯୋୟାହ ଇତିହାସ ଲେଖକକୁ ପଠାଇଲେ।
\v 9 ତହୁଁ ସେମାନେ ହିଲ୍‍କୀୟ ମହାଯାଜକ ନିକଟକୁ ଆସି ଲେବୀୟ ଦ୍ୱାରପାଳମାନଙ୍କ ଦ୍ୱାରା ମନଃଶି ଓ ଇଫ୍ରୟିମ ଓ ସମଗ୍ର ଇସ୍ରାଏଲର ଅବଶିଷ୍ଟାଂଶ, ପୁଣି ସମଗ୍ର ଯିହୁଦା ଓ ବିନ୍ୟାମୀନ୍ ଓ ଯିରୂଶାଲମ ନିବାସୀମାନଙ୍କ ହସ୍ତରୁ ସଂଗୃହୀତ ପରମେଶ୍ୱରଙ୍କ ଗୃହକୁ ଆନୀତ ସକଳ ମୁଦ୍ରା ତାହା ନିକଟରେ ସମର୍ପଣ କଲେ।
\s5
\v 10 ଆଉ, ସେମାନେ ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ତାହା ସମର୍ପି ଦେଲେ; ପୁଣି ସଦାପ୍ରଭୁଙ୍କ ଗୃହର କର୍ମକାରୀମାନେ ସେହି ଗୃହର ଜୀର୍ଣ୍ଣସଂସ୍କାର ଓ ପୁନଃନିର୍ମାଣ ନିମନ୍ତେ ତାହା ଦେଲେ;
\v 11 ଅର୍ଥାତ୍‍, ଯିହୁଦା-ରାଜାଗଣ ଯେସକଳ ଗୃହ ବିନାଶ କରିଥିଲେ, ତହିଁ ନିମନ୍ତେ ଖୋଦିତ-ପ୍ରସ୍ତର ଓ ବରଗା ଓ କଡ଼ିକାଷ୍ଠ କିଣିବା ପାଇଁ ତାହା ସୂତ୍ରଧର ଓ ଗାନ୍ଥକମାନଙ୍କୁ ଦେଲେ।
\s5
\v 12 ଆଉ, ଲୋକମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ; ମରାରି-ସନ୍ତାନଗଣ ମଧ୍ୟରୁ ଯହତ୍‍ ଓ ଓବଦୀୟ, ଏହି ଲେବୀୟମାନେ ସେମାନଙ୍କର ତତ୍ତ୍ୱାବଧାରକ ଥିଲେ; ପୁଣି, କହାତ-ସନ୍ତାନଗଣର ମଧ୍ୟରୁ ଜିଖରୀୟ ଓ ମଶୁଲ୍ଲମ୍‍ ଓ ଅନ୍ୟ ଲେବୀୟମାନେ, ଅର୍ଥାତ୍‍, ବାଦ୍ୟ ବଜାଇବାକୁ ନିପୁଣ ସମସ୍ତ ଲୋକ କର୍ମ ଚଳାଇବାକୁ ନିଯୁକ୍ତ ଥିଲେ।
\v 13 ଆହୁରି, ସେମାନେ ଭାରବାହକମାନଙ୍କର ତତ୍ତ୍ୱାବଧାରକ ଓ କର୍ମ ଚଳାଇବା ପାଇଁ ସର୍ବପ୍ରକାର ସେବାକାର୍ଯ୍ୟକାରୀମାନଙ୍କ ଉପରେ ନିଯୁକ୍ତ ଥିଲେ; ପୁଣି, ଲେବୀୟମାନଙ୍କ ମଧ୍ୟରୁ ଲେଖକ, କାର୍ଯ୍ୟଶାସକ ଓ ଦ୍ୱାରପାଳ ଥିଲେ।
\s5
\v 14 ପୁଣି, ସେମାନେ ସଦାପ୍ରଭୁଙ୍କ ଗୃହକୁ ଆନୀତ ମୁଦ୍ରା ବାହାର କରି ଆଣିଲା ବେଳେ ହିଲ୍‍କୀୟ ଯାଜକ ମୋଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କ ବ୍ୟବସ୍ଥା-ପୁସ୍ତକ ପାଇଲା।
\v 15 ତହିଁରେ ହିଲ୍‍କୀୟ ଶାଫନ୍‍ ଲେଖକକୁ ଉତ୍ତର କରି କହିଲା, “ମୁଁ ସଦାପ୍ରଭୁଙ୍କ ଗୃହରେ ବ୍ୟବସ୍ଥା-ପୁସ୍ତକ ପାଇଅଛି।” ପୁଣି ହିଲ୍‍କୀୟ ଶାଫନ୍‍କୁ ସେହି ପୁସ୍ତକ ଦେଲା।
\v 16 ଆଉ, ଶାଫନ୍‍ ରାଜାଙ୍କ ନିକଟକୁ ସେହି ପୁସ୍ତକ ନେଇଗଲା, ଆହୁରି ରାଜାଙ୍କ ନିକଟକୁ ପୁନର୍ବାର ସମ୍ବାଦ ନେଇ କହିଲା, ଆପଣଙ୍କ ଦାସମାନଙ୍କ ପ୍ରତି ଅର୍ପିତ ସମସ୍ତ କାର୍ଯ୍ୟ ସେମାନେ କରୁଅଛନ୍ତି।
\s5
\v 17 ପୁଣି, ସେମାନେ ସଦାପ୍ରଭୁଙ୍କ ଗୃହରେ ଥିବା ମୁଦ୍ରା କାଢ଼ି ନେଇ ତତ୍ତ୍ୱାବଧାରକମାନଙ୍କ ହସ୍ତରେ ଓ କର୍ମକାରୀମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।
\v 18 ଆହୁରି, ଶାଫନ୍‍ ଲେଖକ ରାଜାଙ୍କୁ ଜଣାଇ କହିଲା, ହିଲ୍‍କୀୟ ଯାଜକ ଆମ୍ଭକୁ ଖଣ୍ଡେ ପୁସ୍ତକ ଦେଇଅଛନ୍ତି ଆଉ, ଶାଫନ୍‍ ରାଜାଙ୍କ ସାକ୍ଷାତରେ ତହିଁରୁ ପାଠ କଲା।
\v 19 ଏଥିରେ ରାଜା ସେହି ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ଆପଣା ବସ୍ତ୍ର ଚିରିଲେ।
\s5
\v 20 ପୁଣି, ରାଜା ହିଲ୍‍କୀୟକୁ ଓ ଶାଫନ୍‍ର ପୁତ୍ର ଅହୀକାମ୍‍କୁ ଓ ମୀଖାର ପୁତ୍ର ଅବ୍‍ଦୋନ୍‍କୁ
\f +
\fr 34:20
\fq ମୀଖାର ପୁତ୍ର ଅବ୍‍ଦୋନ୍‍କୁ
\ft କିମ୍ବା ମୀଖାୟର ପୁତ୍ର ଅକ୍‍‌‌ବୋର
\f* ଓ ଶାଫନ୍‍ ଲେଖକକୁ ଓ ରାଜାର ଦାସ ଅସାୟକୁ ଆଜ୍ଞା କରି କହିଲେ,
\v 21 ତୁମ୍ଭେମାନେ ଯାଇ ମୋ’ ନିମନ୍ତେ, ପୁଣି ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଅବଶିଷ୍ଟ ଲୋକଙ୍କ ନିମନ୍ତେ ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ସଦାପ୍ରଭୁଙ୍କୁ ପଚାର; କାରଣ ଆମ୍ଭମାନଙ୍କ ପିତୃଲୋକମାନେ ଏହି ପୁସ୍ତକର ସକଳ ଲିଖନାନୁସାରେ କର୍ମ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟ ପାଳନ ନ କରିବାରୁ ଆମ୍ଭମାନଙ୍କ ଉପରେ ସଦାପ୍ରଭୁଙ୍କର ମହାକୋପ ବର୍ଷିଅଛି।
\s ହୁଲ୍‍ଦାଙ୍କ ଭାବବାଣୀ
\p
\s5
\v 22 ତହିଁରେ ହିଲ୍‍କୀୟ ଓ ରାଜାଜ୍ଞାପ୍ରାପ୍ତ ଲୋକମାନେ ହସ୍ରର ପୌତ୍ର ତୋଖତର ପୁତ୍ର ଶଲ୍ଲୁମ୍‍ ନାମକ ବସ୍ତ୍ରାଗାରରକ୍ଷକର ଭାର୍ଯ୍ୟା ହୁଲ୍‍ଦା ଭବିଷ୍ୟଦ୍‍ବକ୍ତ୍ରୀ ନିକଟକୁ ଗଲେ; ସେ ଯିରୂଶାଲମର ଦ୍ୱିତୀୟ ବିଭାଗରେ ବାସ କରୁଥିଲା, ପୁଣି ସେମାନେ ତାହାକୁ ସେହି ଭାବର କଥା କହିଲେ।
\s5
\v 23 ତହିଁରେ ସେ ସେମାନଙ୍କୁ ଉତ୍ତର କଲା, “ସଦାପ୍ରଭୁ” ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ କତିକି ପଠାଇଲା, ତାହାକୁ କୁହ,
\v 24 ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନେ ଯିହୁଦାର ରାଜା ସାକ୍ଷାତରେ ଯେଉଁ ପୁସ୍ତକ ପାଠ କରିଅଛନ୍ତି, ତହିଁରେ ଲିଖିତ ସକଳ ଅଭିଶାପ ଘଟାଇବା।
\v 25 କାରଣ ସେମାନେ ଆପଣାମାନଙ୍କ ହସ୍ତକୃତ ସକଳ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଅଛନ୍ତି; ଏହେତୁ ଏହି ସ୍ଥାନ ଉପରେ ଆମ୍ଭର କୋପାନଳ ବର୍ଷିଅଛି ଓ ତାହା ନିର୍ବାଣ ନୋହିବ।
\s5
\v 26 ମାତ୍ର ସଦାପ୍ରଭୁଙ୍କୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଲା ଯେ ଯିହୁଦାର ରାଜା, ତାହାକୁ ତୁମ୍ଭେମାନେ କହିବ, ତୁମ୍ଭର ଶୁଣିବା ବାକ୍ୟ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
\v 27 ଏହି ସ୍ଥାନ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଉକ୍ତ ପରମେଶ୍ୱରଙ୍କ ବାକ୍ୟ ଶୁଣିବାମାତ୍ରେ ତୁମ୍ଭର ଅନ୍ତଃକରଣ କୋମଳ ହେଲା ଓ ତୁମ୍ଭେ ତାହାଙ୍କ ସାକ୍ଷାତରେ ଆପଣାକୁ ନମ୍ର କଲ; ଏଣୁ ତୁମ୍ଭେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବାରୁ ଓ ଆପଣା ବସ୍ତ୍ର ଚିରି ଆମ୍ଭ ସାକ୍ଷାତରେ ରୋଦନ କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ମଧ୍ୟ ତୁମ୍ଭ କଥା ଶୁଣିଲୁ।
\v 28 ଦେଖ, ଆମ୍ଭେ ତୁମ୍ଭର ପିତୃଲୋକମାନଙ୍କ ନିକଟରେ ତୁମ୍ଭକୁ ସଂଗ୍ରହ କରିବା, ଆଉ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଯେଉଁ ଯେଉଁ ଅମଙ୍ଗଳ ଘଟାଇବା, ତାହାସବୁ ତୁମ୍ଭର ଚକ୍ଷୁ ଦେଖିବ ନାହିଁ। ଏଥିଉତ୍ତାରେ ସେମାନେ ପୁନର୍ବାର ରାଜା ନିକଟକୁ ସମାଚାର ଆଣିଲେ।
\s5
\v 29 ଏଥିଉତ୍ତାରେ ରାଜା ଲୋକ ପଠାଇ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଏକତ୍ର କଲେ।”
\v 30 ପୁଣି, ରାଜା ସଦାପ୍ରଭୁଙ୍କ ଗୃହକୁ ଗମନ କଲେ, ଆଉ ଯିହୁଦାର ସମସ୍ତ ଲୋକ ଓ ଯିରୂଶାଲମ ନିବାସୀମାନେ ଓ ଯାଜକମାନେ ଓ ଲେବୀୟମାନେ ଓ ବଡ଼ ସାନ ସମସ୍ତ ଲୋକ ଗମନ କଲେ; ତହୁଁ ସେ ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ନିୟମ-ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ।
\s5
\v 31 ପୁଣି, ରାଜା ଆପଣା ସ୍ଥାନରେ ଠିଆ ହୋଇ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ଓ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଆଜ୍ଞା ଓ ସାକ୍ଷ୍ୟ କଥା ଓ ବିଧି ପାଳନ କରି ଏହି ପୁସ୍ତକ-ଲିଖିତ ନିୟମ ବାକ୍ୟ ସଫଳ କରିବାକୁ ସଦାପ୍ରଭୁଙ୍କ ସାକ୍ଷାତରେ ନିୟମ କଲେ।
\v 32 ଆଉ, ଯିରୂଶାଲମର ଓ ବିନ୍ୟାମୀନ୍‍ର ଯେତେ ଲୋକ ବିଦ୍ୟମାନ ଥିଲେ, ସେ ସମସ୍ତଙ୍କୁ ସେହି ନିୟମରେ ସେ ସମ୍ମତ କରାଇଲେ। ତହିଁରେ ଯିରୂଶାଲମ ନିବାସୀମାନେ ପରମେଶ୍ୱରଙ୍କର, ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ନିୟମାନୁସାରେ କର୍ମ କଲେ।
\s5
\v 33 ପୁଣି, ଯୋଶୀୟ ଇସ୍ରାଏଲ ସନ୍ତାନଗଣର ଅଧିକୃତ ସମସ୍ତ ଦେଶରୁ ଘୃଣାଯୋଗ୍ୟ ସକଳ ବିଷୟ ଦୂର କଲେ ଓ ଇସ୍ରାଏଲ ମଧ୍ୟରେ ବିଦ୍ୟମାନ ସମସ୍ତ ଲୋକଙ୍କୁ ସେବା, ଅର୍ଥାତ୍‍, ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ସେବା କରାଇଲେ। ସେମାନେ ତାଙ୍କର ଜୀବନ ଯାଏ ସଦାପ୍ରଭୁ ସେମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଅନୁଗମନରୁ କ୍ଷାନ୍ତ ନୋହିଲେ।
\s5
\c 35
\s ଯୋଶୀୟଙ୍କ ନିସ୍ତାର ପର୍ବ ପାଳନ
\p
\v 1 ଏଥିଉତ୍ତାରେ ଯୋଶୀୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯିରୂଶାଲମରେ ନିସ୍ତାର ପର୍ବ ପାଳନ କଲେ ଓ ଲୋକମାନେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ନିସ୍ତାର ପର୍ବର ବଳି ବଧ କଲେ।
\v 2 ପୁଣି, ସେ ଯାଜକମାନଙ୍କୁ ସେମାନଙ୍କ ରକ୍ଷଣୀୟ ସ୍ଥାନରେ ନିଯୁକ୍ତ କଲେ ଓ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ କରିବାକୁ ସେମାନଙ୍କୁ ସାହସ ଦେଲେ।
\s5
\v 3 ପୁଣି, ଯେଉଁ ଲେବୀୟମାନେ ସମଗ୍ର ଇସ୍ରାଏଲକୁ ଶିକ୍ଷା ଦେଲେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହୋଇଥିଲେ, ସେମାନଙ୍କୁ ସେ କହିଲେ, “ଇସ୍ରାଏଲର ରାଜା ଦାଉଦଙ୍କର ପୁତ୍ର ଶଲୋମନଙ୍କର ନିର୍ମିତ ଗୃହ ମଧ୍ୟରେ ପବିତ୍ର ସିନ୍ଦୁକ ରଖ; ତୁମ୍ଭମାନଙ୍କ ସ୍କନ୍ଧରେ ଆଉ ଭାର ରହିବ ନାହିଁ; ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଓ ତାହାଙ୍କ ଲୋକ ଇସ୍ରାଏଲର ସେବା କର।
\v 4 ପୁଣି, ଇସ୍ରାଏଲର ରାଜା ଦାଉଦଙ୍କର ଲିଖନାନୁସାରେ ଓ ତାଙ୍କର ପୁତ୍ର ଶଲୋମନଙ୍କର ଲିଖନାନୁସାରେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶାନୁସାରେ ପାଳି ଅନୁକ୍ରମେ ଆପଣାମାନଙ୍କୁ ପ୍ରସ୍ତୁତ କର।
\s5
\v 5 ଆଉ, ଲୋକମାନଙ୍କ ସନ୍ତାନଗଣର, ଅର୍ଥାତ୍‍, ତୁମ୍ଭମାନଙ୍କ ଭ୍ରାତୃଗଣର ପିତୃବଂଶୀୟ ବିଭାଗାନୁସାରେ ପବିତ୍ର ସ୍ଥାନରେ ଠିଆ ହୁଅ ଓ ଲେବୀୟମାନଙ୍କର ପ୍ରତ୍ୟେକ ପିତୃବଂଶ ପାଇଁ ଏକ ଏକ ଅଂଶ ହେଉ।
\v 6 ପୁଣି, ନିସ୍ତାର ପର୍ବର ବଳି ବଧ କର ଓ ଆପଣାମାନଙ୍କୁ ପବିତ୍ର କର ଓ ମୋଶାଙ୍କ ହସ୍ତରେ (ଦତ୍ତ) ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ କର୍ମ କରିବା ନିମନ୍ତେ ଆପଣାମାନଙ୍କ ଭ୍ରାତୃଗଣ ପାଇଁ ପ୍ରସ୍ତୁତ ହୁଅ।”
\s5
\v 7 ଏଉତ୍ତାରେ ଯୋଶୀୟ ଲୋକମାନଙ୍କ ସନ୍ତାନଗଣର ଉପସ୍ଥିତ ସମସ୍ତଙ୍କୁ କେବଳ ନିସ୍ତାର ପର୍ବର ବଳି ନିମନ୍ତେ ପଲ ମଧ୍ୟରୁ ତିରିଶ ହଜାର ପର୍ଯ୍ୟନ୍ତ ମେଷଶାବକ ଓ ଛାଗବତ୍ସ ଓ ତିନି ହଜାର ବୃଷ ଦେଲେ; ଏହିସବୁ ରାଜସମ୍ପତ୍ତିରୁ ଦିଆଗଲା।
\v 8 ପୁଣି, ତାଙ୍କର ଅଧିପତିମାନେ ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଦାନ କଲେ। ହିଲ୍‍କିୟ ଓ ଜିଖରୀୟ ଓ ଯିହୀୟେଲ, ପରମେଶ୍ୱରଙ୍କ ଗୃହର ଏହି ଅଧ୍ୟକ୍ଷମାନେ ନିସ୍ତାର ପର୍ବର ବଳି ନିମନ୍ତେ ଯାଜକମାନଙ୍କୁ ଦୁଇ ହଜାର ଛଅ ଶହ ମେଷାଦିର ବତ୍ସ ଓ ତିନି ଶହ ବୃଷ ଦେଲେ।
\v 9 ମଧ୍ୟ କୋନାନୀୟ ଓ ଶମୟୀୟ ଓ ନଥନେଲ ନାମକ ତାହାର ଭାଇମାନେ, ଆଉ ହଶବୀୟ ଓ ଯିୟୀୟେଲ୍‍ ଓ ଯୋଷାବଦ୍‍, ଏହି ଲେବୀୟ ପ୍ରଧାନମାନେ ନିସ୍ତାର ପର୍ବର ବଳି ନିମନ୍ତେ ଲେବୀୟମାନଙ୍କୁ ପାଞ୍ଚ ସହସ୍ର ମେଷାଦିର ବତ୍ସ ଓ ପାଞ୍ଚ ଶହ ବୃଷ ଦେଲେ।
\s5
\v 10 ଏହିରୂପେ କର୍ମର ଆୟୋଜନ ହୁଅନ୍ତେ, ରାଜାଜ୍ଞାନୁସାରେ ଯାଜକମାନେ ଆପଣା ଆପଣା ସ୍ଥାନରେ ଓ ଲେବୀୟମାନେ ଆପଣା ଆପଣା ପାଳି ଅନୁସାରେ ଠିଆ ହେଲେ।
\v 11 ପୁଣି, ନିସ୍ତାର ପର୍ବର ବଳିସବୁ ବଧ କରାଯା’ନ୍ତେ, ଯାଜକମାନେ ସେମାନଙ୍କ ହସ୍ତରୁ ରକ୍ତ ନେଇ ସେଚନ କଲେ ଓ ଲେବୀୟମାନେ ସେସବୁର ଚର୍ମ କାଢ଼ିଲେ।
\v 12 ଆଉ, ମୋଶାଙ୍କ ପୁସ୍ତକର ଲିଖନାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗକରଣାର୍ଥେ ଲୋକମାନଙ୍କ ସନ୍ତାନମାନଙ୍କୁ ସେମାନଙ୍କ ପିତୃବଂଶୀୟ ବିଭାଗାନୁସାରେ ଦେବା ପାଇଁ ସେମାନେ ହୋମବଳି ଉଠାଇ ନେଲେ, ଆଉ ସେମାନେ ବୃଷମାନଙ୍କୁ ସେହିପରି କଲେ।
\s5
\v 13 ଏଉତ୍ତାରେ ସେମାନେ ବିଧାନାନୁସାରେ ନିସ୍ତାର ପର୍ବର ବଳି ଅଗ୍ନିରେ ପାକ କଲେ; ଆଉ, ସେମାନେ ଅନ୍ୟାନ୍ୟ ପବିତ୍ର ବଳି ହାଣ୍ଡିରେ ଓ ହଣ୍ଡାରେ ଓ କରେଇରେ ସିଦ୍ଧ କଲେ ଓ ଲୋକମାନଙ୍କ ସନ୍ତାନଗଣ ନିକଟକୁ ତାହାସବୁ ଶୀଘ୍ର ନେଇ ପରିବେଷଣ କଲେ।
\v 14 ଏଥିଉତ୍ତାରେ ସେମାନେ ଆପଣାମାନଙ୍କ ପାଇଁ ଓ ଯାଜକମାନଙ୍କ ପାଇଁ ପ୍ରସ୍ତୁତ କଲେ; କାରଣ ହାରୋଣ ସନ୍ତାନ ଯାଜକମାନେ ହୋମବଳି ଓ ମେଦ ଉତ୍ସର୍ଗ କରିବାରେ ରାତ୍ରି ପର୍ଯ୍ୟନ୍ତ ବ୍ୟସ୍ତ ଥିଲେ; ଏହେତୁ ଲେବୀୟମାନେ ଆପଣାମାନଙ୍କ ପାଇଁ ଓ ହାରୋଣ-ସନ୍ତାନ ଯାଜକମାନଙ୍କ ପାଇଁ ପ୍ରସ୍ତୁତ କଲେ।
\s5
\v 15 ପୁଣି, ଦାଉଦଙ୍କର ଓ ଆସଫର ଓ ହେମନର ଓ ରାଜଦର୍ଶକ ଯିଦୂଥୂନର ଆଜ୍ଞାନୁସାରେ, ଆସଫ-ସନ୍ତାନ ଗାୟକମାନେ ଆପଣା ଆପଣା ସ୍ଥାନରେ ଥିଲେ ଓ ପ୍ରତ୍ୟେକ ଦ୍ୱାରରେ ଦ୍ୱାରପାଳମାନେ ଥିଲେ; ଆପଣା ଆପଣା ସେବାକାର୍ଯ୍ୟରୁ ସେମାନଙ୍କର ଯିବାର ଆବଶ୍ୟକ ହେଲା ନାହିଁ, କାରଣ ସେମାନଙ୍କ ଲେବୀୟ ଭାଇମାନେ ସେମାନଙ୍କ ପାଇଁ ପ୍ରସ୍ତୁତ କଲେ।
\s5
\v 16 ଏହିରୂପେ ଯୋଶୀୟ ରାଜାଙ୍କର ଆଜ୍ଞାନୁସାରେ ନିସ୍ତାର ପର୍ବ ପାଳନାର୍ଥେ ଓ ସଦାପ୍ରଭୁଙ୍କ ଯଜ୍ଞବେଦିରେ ହୋମବଳି ଉତ୍ସର୍ଗକରଣାର୍ଥେ ସେହି ଦିନ ସଦାପ୍ରଭୁଙ୍କ ସେବାର୍ଥକ ସକଳର ଆୟୋଜନ ହେଲା।
\v 17 ଏଣୁ ଉପସ୍ଥିତ ଇସ୍ରାଏଲ ସନ୍ତାନମାନେ ସେହି ସମୟରେ ସାତ ଦିନ ନିସ୍ତାର ପର୍ବ ଓ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ।
\s5
\v 18 ପୁଣି, ଶାମୁୟେଲ ଭବିଷ୍ୟଦ୍‍ବକ୍ତାଙ୍କର ଦିନଠାରୁ ଇସ୍ରାଏଲ ମଧ୍ୟରେ ଏପ୍ରକାର ନିସ୍ତାର ପର୍ବ ପ୍ରତିପାଳିତ ହୋଇ ନ ଥିଲା; କିଅବା ଯୋଶୀୟ ଓ ଯାଜକମାନେ ଓ ଲେବୀୟମାନେ, ପୁଣି ଉପସ୍ଥିତ ସମଗ୍ର ଯିହୁଦା ଓ ଇସ୍ରାଏଲ ଓ ଯିରୂଶାଲମ ନିବାସୀମାନେ ଯେପରି ନିସ୍ତାର ପର୍ବ ପାଳନ କଲେ, ସେପରି ଇସ୍ରାଏଲର କୌଣସି ରାଜା କରି ନାହାନ୍ତି।
\v 19 ଯୋଶୀୟଙ୍କର ରାଜତ୍ୱର ଅଠର ବର୍ଷରେ ଏହି ନିସ୍ତାର ପର୍ବ ପ୍ରତିପାଳିତ ହେଲା।
\s ରାଜା ଯୋଶୀୟଙ୍କର ରାଜତ୍ୱର ସମାପ୍ତି
\p
\s5
\v 20 ଏହିସବୁର ଉତ୍ତାରେ, ଅର୍ଥାତ୍‍, ଯୋଶୀୟ ମନ୍ଦିର ପ୍ରସ୍ତୁତ କରି ସାରିଲା ଉତ୍ତାରେ ମିସରର ରାଜା ନଖୋ ଫରାତ୍‍ ନଦୀ ନିକଟସ୍ଥ କର୍କମୀଶ୍‍ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲା; ତହୁଁ ଯୋଶୀୟ ତାହା ବିରୁଦ୍ଧରେ ଗଲେ;
\v 21 ମାତ୍ର ସେ ତାଙ୍କ ନିକଟକୁ ଦୂତ ପଠାଇ କହିଲା, “ହେ ଯିହୁଦାର ରାଜନ୍‍, ତୁମ୍ଭ ସଙ୍ଗେ ମୋହର କ’ଣ କରିବାର ଅଛି ? ମୁଁ ଆଜି ତୁମ୍ଭ ବିରୁଦ୍ଧରେ ଆସି ନାହିଁ, ମାତ୍ର ଯେଉଁ ବଂଶ ସଙ୍ଗେ ମୋହର ଯୁଦ୍ଧ ଅଛି, ତାହା ବିରୁଦ୍ଧରେ ଆସିଅଛି; ଆଉ ପରମେଶ୍ୱର ଶୀଘ୍ର କରିବା ପାଇଁ ମୋତେ ଆଜ୍ଞା କରିଅଛନ୍ତି; ମୋହର ସହବର୍ତ୍ତୀ ପରମେଶ୍ୱର ଯେପରି ତୁମ୍ଭକୁ ବିନାଶ ନ କରନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କଠାରୁ ନିରସ୍ତ ହୁଅ;”
\s5
\v 22 ତଥାପି ଯୋଶୀୟ ତାହାଠାରୁ ବିମୁଖ ହେବାକୁ ସମ୍ମତ ନୋହିଲେ, ମାତ୍ର ତାହା ସଙ୍ଗେ ଯୁଦ୍ଧ କରିବା ପାଇଁ ଛଦ୍ମବେଶ ଧାରଣ କଲେ, ଆଉ ପରମେଶ୍ୱରଙ୍କ ମୁଖ ନିର୍ଗତ ନଖୋର ବାକ୍ୟରେ ମନୋଯୋଗ ନ କରି ମଗିଦ୍ଦୋ ଉପତ୍ୟକାରେ ଯୁଦ୍ଧ କରିବା ପାଇଁ ଉପସ୍ଥିତ ହେଲେ।
\s5
\v 23 ଏଥିଉତ୍ତାରେ ଧନୁର୍ଦ୍ଧରମାନେ ଯୋଶୀୟ ରାଜାଙ୍କୁ ତୀର ମାରିଲେ; ତହିଁରେ ରାଜା ଆପଣା ଦାସମାନଙ୍କୁ କହିଲେ, ମୋତେ ନେଇଯାଅ, ମୁଁ ଅତ୍ୟନ୍ତ ଆହତ ହୋଇଅଛି।
\v 24 ତହୁଁ ତାଙ୍କର ଦାସମାନେ ସେହି ରଥରୁ ତାଙ୍କୁ ନେଇ ତାଙ୍କର ଦ୍ୱିତୀୟ ରଥରେ ଚଢ଼ାଇ ଯିରୂଶାଲମକୁ ଆଣିଲେ; ଆଉ ସେ ମଲେ ଓ ଆପଣା ପିତୃଲୋକଙ୍କର କବରରେ କବର ପାଇଲେ। ଏଥିରେ ଯୋଶୀୟଙ୍କ ଲାଗି ସମଗ୍ର ଯିହୁଦା ଓ ଯିରୂଶାଲମ ଶୋକ କଲେ।
\s5
\v 25 ପୁଣି, ଯିରିମୀୟ ଯୋଶୀୟଙ୍କ ଲାଗି ବିଳାପ କଲେ; ଆଉ ଗାୟକ ଓ ଗାୟିକା ସମସ୍ତେ ଆପଣା ଆପଣା ବିଳାପରେ ଯୋଶୀୟଙ୍କ ବିଷୟ ଆଜି ପର୍ଯ୍ୟନ୍ତ ଉଲ୍ଲେଖ କରନ୍ତି; ଲୋକମାନେ ଇସ୍ରାଏଲ ମଧ୍ୟରେ ଏହା ଏକ ପାଳନୀୟ ବିଧି କଲେ; ଆଉ ଦେଖ, ତାହା ବିଳାପ-ସଂହିତାରେ ଲିଖିତ ଅଛି।
\v 26 ଏହି ଯୋଶୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସଦାପ୍ରଭୁଙ୍କ ବ୍ୟବସ୍ଥାର ଲିଖନାନୁଯାୟୀ ତାଙ୍କର ସୁକର୍ମ
\v 27 ଓ ତାଙ୍କର ଆଦ୍ୟନ୍ତ କ୍ରିୟାସକଳ, ଦେଖ, ଇସ୍ରାଏଲ ଓ ଯିହୁଦା-ରାଜାଗଣର ଇତିହାସ-ପୁସ୍ତକରେ ଲିଖିତ ଅଛି।
\s5
\c 36
\s ଯିହୁଦାର ପତନ
\p
\v 1 ଏଥିଉତ୍ତାରେ ଦେଶର ଲୋକମାନେ ଯୋଶୀୟଙ୍କର ପୁତ୍ର ଯିହୋୟାହସ୍‌ଙ୍କୁ ନେଇ ତାଙ୍କର ପିତାଙ୍କ ପଦରେ ତାଙ୍କୁ ଯିରୂଶାଲମରେ ରାଜା କଲେ।
\v 2 ଯିହୋୟାହସ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ତେଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ରାଜ୍ୟ କଲେ।
\s5
\v 3 ଏଥିଉତ୍ତାରେ ମିସରର ରାଜା ଯିରୂଶାଲମରେ ତାଙ୍କୁ ପଦଚ୍ୟୁତ କରି ଦେଶ ଉପରେ ଏକ ଶହ ତାଳନ୍ତ ରୂପା
\f +
\fr 36:3
\ft ୩,୩୦୦ କିଲୋଗ୍ରାମ୍ ରୂପା
\f* ଓ ଏକ ତାଳନ୍ତ ସୁନା
\f +
\fr 36:3
\ft ୩୩ କିଲୋଗ୍ରାମ୍ ସୁନା
\f* ଅର୍ଥଦଣ୍ଡ ନିର୍ଦ୍ଧାରଣ କଲା।
\v 4 ଆହୁରି, ମିସରର ରାଜା ତାଙ୍କର ଭ୍ରାତା ଇଲିୟାକୀମ୍‍ଙ୍କୁ ଯିହୁଦା ଓ ଯିରୂଶାଲମ ଉପରେ ରାଜା କଲା ଓ ତାଙ୍କର ନାମ ବଦଳାଇ ଯିହୋୟାକୀମ୍‍ ରଖିଲା, ପୁଣି ନଖୋ ତାଙ୍କର ଭ୍ରାତା ଯିହୋୟାହସ୍‍ଙ୍କୁ ଧରି ମିସରକୁ ନେଇଗଲା।
\s5
\v 5 ଯିହୋୟାକୀମ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ; ପୁଣି, ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କଲେ।
\v 6 ତାଙ୍କ ବିରୁଦ୍ଧରେ ବାବିଲର ରାଜା ନବୂଖଦ୍‍ନିତ୍ସର ଆସି ବାବିଲକୁ ନେଇ ଯିବା ନିମନ୍ତେ ତାଙ୍କୁ ଶିକୁଳିରେ ବାନ୍ଧିଲା।
\v 7 ନବୂଖଦ୍‍ନିତ୍ସର ମଧ୍ୟ ସଦାପ୍ରଭୁଙ୍କ ଗୃହର କେତେକ ପାତ୍ର ବାବିଲକୁ ନେଇ ଯାଇ ବାବିଲସ୍ଥିତ ଆପଣା ମନ୍ଦିରରେ ରଖିଲା।
\s5
\v 8 ଏହି ଯିହୋୟାକୀମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କୃତ ଓ ତାଙ୍କ ମଧ୍ୟରେ ପ୍ରାପ୍ତ ଘୃଣାଯୋଗ୍ୟ କ୍ରିୟାସକଳ, ଦେଖ, ଇସ୍ରାଏଲର ଓ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି; ଏଉତ୍ତାରେ ତାଙ୍କର ପୁତ୍ର ଯିହୋୟାଖୀନ୍‍ ତାଙ୍କର ପଦରେ ରାଜ୍ୟ କଲେ।
\s5
\v 9 ଯିହୋୟାଖୀନ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ଦଶ ଦିନ ରାଜ୍ୟ କଲେ; ଆଉ, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
\v 10 ପୁଣି, ବର୍ଷର ପରିବର୍ତ୍ତନ ସମୟରେ ନବୂଖଦ୍‍ନିତ୍ସର ରାଜା ଲୋକ ପଠାଇ ତାଙ୍କୁ ଓ ତାଙ୍କ ସଙ୍ଗେ ସଦାପ୍ରଭୁଙ୍କ ଗୃହର ମନୋହର ପାତ୍ରସବୁ ବାବିଲକୁ ଆଣିଲା ଓ ତାଙ୍କର ଭାଇ ସିଦିକୀୟଙ୍କୁ ଯିହୁଦା ଓ ଯିରୂଶାଲମ ଉପରେ ରାଜା କଲା।
\s5
\v 11 ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଏକୋଇଶ୍‍ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ;
\v 12 ପୁଣି, ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କଲେ; ସେ ସଦାପ୍ରଭୁଙ୍କ ମୁଖ ନିର୍ଗତ ବାକ୍ୟର ପ୍ରକାଶକ ଯିରିମୀୟ ଭବିଷ୍ୟଦ୍‍ବକ୍ତା ସମ୍ମୁଖରେ ଆପଣାକୁ ନମ୍ର କଲେ ନାହିଁ।
\s5
\v 13 ମଧ୍ୟ ଯେଉଁ ନବୂଖଦ୍‍ନିତ୍ସର ରାଜା ତାଙ୍କୁ ପରମେଶ୍ୱରଙ୍କ ନାମରେ ଶପଥ କରାଇଥିଲା, ସେ ତାହାର ବିଦ୍ରୋହୀ ହେଲେ; ଆଉ ସେ ଆପଣା ଗ୍ରୀବା ଶକ୍ତ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ଫେରିବାକୁ ଆପଣା ହୃଦୟ କଠିନ କଲେ।
\v 14 ଆହୁରି, ଯାଜକମାନଙ୍କର ପ୍ରଧାନ ସମସ୍ତେ ଓ ଲୋକମାନେ ଅନ୍ୟ ଦେଶୀୟମାନଙ୍କ ସକଳ ଘୃଣାଯୋଗ୍ୟ କ୍ରିୟାନୁସାରେ ଅତିଶୟ ଅପରାଧ କଲେ; ପୁଣି, ସଦାପ୍ରଭୁ ଯିରୂଶାଲମରେ ଯେଉଁ ଗୃହ ପବିତ୍ର କରିଥିଲେ, ତାହାଙ୍କର ସେହି ଗୃହ ଅଶୁଚି କଲେ।
\s5
\v 15 ତଥାପି ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ଆପଣା ଦୂତଗଣ ଦ୍ୱାରା ସେମାନଙ୍କ ନିକଟକୁ କହି ପଠାଇଲେ, ସେ ଆପଣା ଲୋକମାନଙ୍କ ପ୍ରତି ଓ ଆପଣା ନିବାସ-ସ୍ଥାନ ପ୍ରତି ଦୟା ବହିବାରୁ ପ୍ରତ୍ୟୁଷରେ ଉଠି ପଠାଇଲେ;
\v 16 ମାତ୍ର ସେମାନେ ପରମେଶ୍ୱରଙ୍କ ଦୂତଗଣକୁ ପରିହାସ କଲେ, ତାହାଙ୍କର ବାକ୍ୟ ତୁଚ୍ଛ କଲେ ଓ ତାହାଙ୍କ ଭବିଷ୍ୟଦ୍‍ବକ୍ତାଗଣକୁ ବିଦ୍ରୂପ କଲେ; ଏଣୁ ଆପଣା ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉତ୍‍ଥିତ ହେଲା, ଶେଷରେ ଆଉ ପ୍ରତିକାର ନୋହିଲା।
\s ଯିରୂଶାଲମ ଅଧିକୃତ ଏବଂ ଦଗ୍ଧ
\p
\s5
\v 17 ଏନିମନ୍ତେ ସେ କଲ୍‍ଦୀୟମାନଙ୍କ ରାଜାକୁ ସେମାନଙ୍କ ପ୍ରତିକୂଳରେ ଆଣନ୍ତେ, ସେ ସେମାନଙ୍କ ଯୁବାମାନଙ୍କୁ ସେମାନଙ୍କ ଧର୍ମଧାମରେ ଖଡ୍ଗ ଦ୍ୱାରା ବଧ କଲା, ପୁଣି ଯୁବା କି ଯୁବତୀ, ବୃଦ୍ଧ କି ଜରାଜୀର୍ଣ୍ଣ, କାହାରିକୁ ଦୟା କଲା ନାହିଁ; ପରମେଶ୍ୱର ତାହା ହସ୍ତରେ ସମସ୍ତଙ୍କୁ ସମର୍ପି ଦେଲେ।
\s5
\v 18 ଆଉ, ପରମେଶ୍ୱରଙ୍କ ଗୃହର ବଡ଼ ସାନ ସମସ୍ତ ପାତ୍ର ଓ ସଦାପ୍ରଭୁଙ୍କ ଗୃହର ଧନ, ପୁଣି ରାଜାଙ୍କର ଓ ତାଙ୍କ ଅଧିପତିମାନଙ୍କ ଧନ, ଏହିସବୁ ବାବିଲକୁ ନେଇଗଲା।
\v 19 ପୁଣି, ସେମାନେ ପରମେଶ୍ୱରଙ୍କ ଗୃହ ଦଗ୍ଧ କଲେ ଓ ଯିରୂଶାଲମର ପ୍ରାଚୀର ଭଗ୍ନ କଲେ ଓ ତହିଁର ଅଟ୍ଟାଳିକାସବୁ ଅଗ୍ନିରେ ଦଗ୍ଧ କରି ସେଠାରେ ଥିବା ମନୋହର ପାତ୍ରସବୁ ବିନାଶ କଲେ।
\s5
\v 20 ପୁଣି, ସେ ଖଡ୍ଗରୁ ବଞ୍ଚିବା ଲୋକମାନଙ୍କୁ ବାବିଲକୁ ନେଇଗଲା; ତହିଁରେ ପାରସିକ ରାଜ୍ୟ ସ୍ଥାପନ ପର୍ଯ୍ୟନ୍ତ ସେମାନେ ତାହାର ଓ ତାହାର ସନ୍ତାନଗଣର ଦାସ ହୋଇ ରହିଲେ;
\v 21 ଦେଶ ଆପଣାର ନାନା ବିଶ୍ରାମ ଭୋଗ କରିବା ପର୍ଯ୍ୟନ୍ତ ଯିରିମୀୟର ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳ ହେବା ନିମନ୍ତେ ଏହା ଘଟିଲା; କାରଣ ସତୁରି ବର୍ଷ ପୂର୍ଣ୍ଣକରଣାର୍ଥେ ଦେଶ ଉଚ୍ଛିନ୍ନ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ବିଶ୍ରାମ ପାଳନ କଲା।
\s କୋରସ୍‍ଙ୍କ ଆଦେଶ
\p
\s5
\v 22 ଯିରିମୀୟଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍‍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍‍ର ମନରେ ପ୍ରବୃତ୍ତି ଜନ୍ମାନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା,
\v 23 ପାରସ୍ୟର ରାଜା କୋରସ୍‍ ଏହା କହନ୍ତି, “ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି; ଆଉ, ସେ ଯିହୁଦା ଦେଶସ୍ଥ ଯିରୂଶାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ, ଆମ୍ଭକୁ ଆଜ୍ଞା କରିଅଛନ୍ତି। ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ସଦାପ୍ରଭୁ ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯାତ୍ରା କରୁ।