or_ulb/05-DEU.usfm

1712 lines
393 KiB
Plaintext

\id DEU - Odia Old Version Revision
\ide UTF-8
\rem Copyright information: Creative Commons Attribution-ShareAlike 4.0 License
\h ଦ୍ୱିତୀୟ ବିବରଣ
\toc1 ଦ୍ୱିତୀୟ ବିବରଣ ପୁସ୍ତକ
\toc2 ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ
\toc3 deu
\mt1 ଦ୍ୱିତୀୟ ବିବରଣ
\mt2 ଅର୍ଥାତ୍
\mt2 ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ
\s5
\c 1
\s ହୋରେବ ତ୍ୟାଗ କରିବାକୁ ଆଦେଶ
\p
\v 1 ପାରଣ ଓ ତୋଫଲ ଓ ଲାବନ ଓ ହତ୍‍ସେରୋତ ଓ ଦୀଷାହବର ମଧ୍ୟସ୍ଥାନରେ ସୂଫ ସମ୍ମୁଖସ୍ଥିତ ପଦାରେ, ଅର୍ଥାତ୍‍, ଯର୍ଦ୍ଦନର ପୂର୍ବପାରିସ୍ଥିତ ପ୍ରାନ୍ତରରେ ମୋଶା ସମୁଦାୟ ଇସ୍ରାଏଲଙ୍କୁ ଏହିସବୁ କଥା କହିଲେ,
\v 2 “ସେୟୀର ପର୍ବତ ଦେଇ ହୋରେବଠାରୁ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଏଗାର ଦିନର ଯାତ୍ରା ଅଟେ।”
\s5
\v 3 ସଦାପ୍ରଭୁ ଯେଉଁ ଯେଉଁ କଥା ଇସ୍ରାଏଲ ସନ୍ତାନଗଣକୁ କହିବା ପାଇଁ ମୋଶାଙ୍କୁ ଆଜ୍ଞା ଦେଇଥିଲେ, ତଦନୁସାରେ ମୋଶା ଚାଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନରେ ସେମାନଙ୍କୁ କହିଲେ,
\v 4 “ହିଷ୍‍ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ଅଷ୍ଟାରୋତ୍‍ ନିବାସୀ ବାଶନର ରାଜା ଓଗ୍‍କୁ ଇଦ୍ରିୟୀରେ ସଂହାର କଲା ଉତ୍ତାରେ
\s5
\v 5 ଯର୍ଦ୍ଦନର ପୂର୍ବପାରସ୍ଥିତ ମୋୟାବ ଦେଶରେ ମୋଶା ଏହି ବ୍ୟବସ୍ଥା ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ।
\v 6 ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ ଆମ୍ଭମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ପର୍ବତରେ ଯଥେଷ୍ଟ କାଳ ବାସ କରିଅଛ;
\s5
\v 7 ଏବେ ଫେରି ଇମୋରୀୟମାନଙ୍କ ପର୍ବତମୟ ଦେଶ ଓ ତନ୍ନିକଟବର୍ତ୍ତୀ ପଦା ଓ ପର୍ବତ ଓ ତଳଭୂମି ଓ ଦକ୍ଷିଣ ପ୍ରଦେଶ ଓ ସମୁଦ୍ରତୀର ଇତ୍ୟାଦି କିଣାନୀୟମାନଙ୍କ ସମସ୍ତ ଦେଶ ଓ ଲିବାନୋନ ଦେଇ ମହାନଦୀ ଫରାତ୍‍ ପର୍ଯ୍ୟନ୍ତ ଯାତ୍ରା କର।
\v 8 ଦେଖ, ଆମ୍ଭେ ତୁମ୍ଭମାନଙ୍କ ଆଗରେ ଏହି ଦେଶ ସମର୍ପଣ କରିଅଛୁ; ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମକୁ ଓ ଇସ୍‍ହାକକୁ ଓ ଯାକୁବକୁ ଓ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଥିଲେ, ତୁମ୍ଭେମାନେ ସେହି ଦେଶକୁ ଯାଇ ତାହା ଅଧିକାର କର।”
\s ବିଚାରକର୍ତ୍ତାଙ୍କ ନିଯୁକ୍ତି
\p
\s5
\v 9 ପୁଣି ସେସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, “ମୁଁ ଏକାକୀ ତୁମ୍ଭମାନଙ୍କ ଭାର ବହିବାକୁ ଅସମର୍ଥ;
\v 10 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ବୃଦ୍ଧି କରିଅଛନ୍ତି, ଏଣୁ ଦେଖ, ତୁମ୍ଭେମାନେ ଆଜି ଆକାଶର ତାରାଗଣ ତୁଲ୍ୟ ବହୁସଂଖ୍ୟକ ହୋଇଅଛ।
\v 11 ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କୁ ତହିଁର ସହସ୍ର ଗୁଣ କରନ୍ତୁ ଓ ସେ ଯେରୂପ ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ତଦ୍ରୂପ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ।
\s5
\v 12 ମୁଁ କିପରି ଏକାକୀ ତୁମ୍ଭମାନଙ୍କର ଏତେ ବୋଝ ଓ ଭାର ଓ ବିବାଦ ସହ୍ୟ କରି ପାରିବି ?
\v 13 ତୁମ୍ଭେମାନେ ଆପଣା ଆପଣା ବଂଶାନୁସାରେ ଜ୍ଞାନୀ ଓ ବୁଦ୍ଧିମାନ ଓ ବିଖ୍ୟାତ ଲୋକମାନଙ୍କୁ ମନୋନୀତ କର, ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ଉପରେ ପ୍ରଧାନ ରୂପେ ନିଯୁକ୍ତ କରିବି।
\v 14 ଏଥିରେ ତୁମ୍ଭେମାନେ ମୋତେ ଉତ୍ତର ଦେଇ କହିଲ, “ତୁମ୍ଭେ ଯାହା କହିଲ, ତାହା ଆମ୍ଭମାନଙ୍କର କରିବା ଭଲ।”
\s5
\v 15 ତହୁଁ ମୁଁ ତୁମ୍ଭମାନଙ୍କ ବଂଶ ଅନୁସାରେ ପ୍ରଧାନ, ଜ୍ଞାନୀ ଓ ବିଖ୍ୟାତ ଲୋକମାନଙ୍କୁ ନେଇ ତୁମ୍ଭମାନଙ୍କ ବଂଶାନୁସାରେ ତୁମ୍ଭମାନଙ୍କ ଉପରେ ପ୍ରଧାନ, ସହସ୍ରପତି, ଶତପତି, ପଚାଶତପତି, ଦଶପତି ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କଲି।
\v 16 ପୁଣି ମୁଁ ସେ ସମୟରେ ତୁମ୍ଭମାନଙ୍କର ବିଚାରକର୍ତ୍ତୃଗଣକୁ ଆଜ୍ଞା ଦେଇ କହିଲି, “ତୁମ୍ଭେମାନେ ଆପଣା ଆପଣା ଭାଇମାନଙ୍କ ମଧ୍ୟରେ ବିବାଦ ଶୁଣ, ପୁଣି ମନୁଷ୍ୟ ଓ ତାହାର ଭାଇ ଓ ତାହାର ସହବାସୀ ବିଦେଶୀ ମଧ୍ୟରେ ଯଥାର୍ଥ ବିଚାର କର।
\s5
\v 17 ତୁମ୍ଭେମାନେ ବିଚାରରେ କାହାରି ମୁଖାପେକ୍ଷା କରିବ ନାହିଁ; ତୁମ୍ଭେମାନେ ସାନ ଓ ବଡ଼ ଲୋକର କଥା ସମଭାବରେ ଶୁଣିବ; ତୁମ୍ଭେମାନେ ମନୁଷ୍ୟର ମୁଖକୁ ଭୟ କରିବ ନାହିଁ; କାରଣ ବିଚାର ପରମେଶ୍ୱରଙ୍କର ଅଟେ; ପୁଣି ଯେଉଁ କଥା ତୁମ୍ଭମାନଙ୍କ ପ୍ରତି କଠିନ ହୁଏ, ତାହା ତୁମ୍ଭେମାନେ ମୋ’ ନିକଟକୁ ଆଣିବ, ମୁଁ ତାହା ଶୁଣିବି।”
\v 18 ପୁଣି ମୁଁ ସେସମୟରେ ତୁମ୍ଭମାନଙ୍କର ସମସ୍ତ କର୍ତ୍ତବ୍ୟ କର୍ମ ବିଷୟ ଆଜ୍ଞା ଦେଇଥିଲି।
\s କିଣାନରେ ପ୍ରବେଶ କରିବାକୁ ଅସମ୍ମତ
\p
\s5
\v 19 ଏଥିଉତ୍ତାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଆମ୍ଭେମାନେ ହୋରେବଠାରୁ ଯାତ୍ରା କଲୁ, ପୁଣି ଇମୋରୀୟମାନଙ୍କ ପର୍ବତମୟ ଦେଶକୁ ଯିବା ପଥରେ ତୁମ୍ଭେମାନେ ଯେଉଁ ବିସ୍ତୀର୍ଣ୍ଣ ଓ ଭୟଙ୍କର ପ୍ରାନ୍ତର ଦେଖିଲ, ତହିଁର ମଧ୍ୟ ଦେଇ ଯାଇ କାଦେଶ-ବର୍ଣ୍ଣେୟରେ ପହଞ୍ଚିଲୁ।
\s5
\v 20 ଏଉତ୍ତାରେ ମୁଁ ତୁମ୍ଭମାନଙ୍କୁ କହିଲି, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଇମୋରୀୟମାନଙ୍କର ଯେଉଁ ପର୍ବତମୟ ଦେଶ ଦେବେ, ସେଠାରେ ତୁମ୍ଭେମାନେ ଉପସ୍ଥିତ ହୋଇଅଛ।
\v 21 ଦେଖ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ଆଗରେ ସେହି ଦେଶ ସମର୍ପଣ କରିଅଛନ୍ତି; ସଦାପ୍ରଭୁ ଆପଣା ପୈତୃକ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ଯାଇ ତାହା ଅଧିକାର କର; ଭୟ କର ନାହିଁ, କିଅବା ନିରାଶ ହୁଅ ନାହିଁ।”
\s5
\v 22 ତହିଁରେ ତୁମ୍ଭେମାନେ ପ୍ରତ୍ୟେକେ ଆମ୍ଭ ନିକଟକୁ ଆସି କହିଲ, “ଆମ୍ଭେମାନେ ଆପଣାମାନଙ୍କ ଆଗେ ଲୋକ ପଠାଉ, ତହିଁରେ ସେମାନେ ଆମ୍ଭମାନଙ୍କ ନିମନ୍ତେ ଦେଶ ଅନୁସନ୍ଧାନ କରି ଆମ୍ଭମାନଙ୍କୁ କେଉଁ ପଥ ଦେଇ ଯିବାକୁ ହେବ ଓ କେଉଁ କେଉଁ ନଗରରେ ଉପସ୍ଥିତ ହେବାକୁ ହେବ, ତହିଁର ସମ୍ବାଦ ଆମ୍ଭମାନଙ୍କ ନିକଟକୁ ଆଣନ୍ତୁ।
\v 23 ତେବେ ଆମ୍ଭେ ଏହି କଥାରେ ସନ୍ତୁଷ୍ଟ ହେଲୁ, ପୁଣି ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକ ବଂଶ ନିମନ୍ତେ ଜଣେ ଲେଖାଏଁ ବାର ଜଣଙ୍କୁ ନେଲୁ।
\v 24 ତହୁଁ ସେମାନେ ଗମନ କରି ପର୍ବତ ପାର ହୋଇ ଇଷ୍କୋଲ ଉପତ୍ୟକାରେ ପହଞ୍ଚି ଦେଶର ଅନୁସନ୍ଧାନ କଲେ।
\s5
\v 25 ଆଉ ସେମାନେ ହସ୍ତରେ ସେହି ଦେଶର କିଛି କିଛି ଫଳ ଘେନି ଆମ୍ଭମାନଙ୍କ ନିକଟକୁ ଆଣିଲେ ଓ ଆମ୍ଭମାନଙ୍କୁ ସମ୍ବାଦ ଦେଇ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତାହା ଏକ ଉତ୍ତମ ଦେଶ।”
\s5
\v 26 ତଥାପି ତୁମ୍ଭେମାନେ ଯିବାକୁ ସମ୍ମତ ହେଲ ନାହିଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାର ବିଦ୍ରୋହାଚରଣ କଲ।
\v 27 ପୁଣି ତୁମ୍ଭେମାନେ ଆପଣା ଆପଣା ତମ୍ବୁରେ ବଚସା କରି କହିଲ, “ସଦାପ୍ରଭୁ ଆମ୍ଭମାନଙ୍କୁ ଘୃଣା କରିବା ସକାଶୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବା ନିମନ୍ତେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣି ଅଛନ୍ତି।
\v 28 ଆମ୍ଭେମାନେ କେଉଁଠାକୁ ଯିବା ? ସେହି ଲୋକମାନେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ବଳବାନ ଓ ଉଚ୍ଚ; ନଗରମାନ ବୃହତ୍‍ ଓ ଗଗନସ୍ପର୍ଶୀ ପ୍ରାଚୀର-ବେଷ୍ଟିତ ଆହୁରି ସେହି ସ୍ଥାନରେ ଆମ୍ଭେମାନେ ଅନାକୀୟମାନଙ୍କ ସନ୍ତାନଗଣକୁ ଦେଖିଅଛୁ, ଏହି କଥା କହି ଆମ୍ଭମାନଙ୍କ ଭ୍ରାତୃଗଣ ଆମ୍ଭମାନଙ୍କର ମନୋଭଙ୍ଗ କରିଅଛନ୍ତି।
\s5
\v 29 ତେବେ ମୁଁ ତୁମ୍ଭମାନଙ୍କୁ କହିଲି, “ଭୟଯୁକ୍ତ ହୁଅ ନାହିଁ, କି ସେମାନଙ୍କ ସକାଶୁ ଭୟ କର ନାହିଁ।”
\v 30 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର, ଯେ ତୁମ୍ଭମାନଙ୍କ ଆଗେ ଆଗେ ଗମନ କରୁଅଛନ୍ତି, ସେ ମିସରରେ ଓ ପ୍ରାନ୍ତରରେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କ ନିମନ୍ତେ ଯେସମସ୍ତ କାର୍ଯ୍ୟ କଲେ, ତଦନୁସାରେ ସେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ।
\v 31 ଯେହେତୁ ପ୍ରାନ୍ତରରେ ତୁମ୍ଭେ ଦେଖିଅଛ ଯେ, ମନୁଷ୍ୟ ଆପଣା ପୁତ୍ରକୁ ବହିବା ପରି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଏହି ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗମନର ସମସ୍ତ ପଥରେ ତୁମ୍ଭକୁ କିପରି ବହିଅଛନ୍ତି।”
\s5
\v 32 ତଥାପି ଏହି ବିଷୟ ସକାଶେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲ ନାହିଁ !
\v 33 ସେ ତୁମ୍ଭମାନଙ୍କ ଛାଉଣି ସ୍ଥାପନ କରିବାର ସ୍ଥାନ ଅନ୍ୱେଷଣ କରିବା ପାଇଁ ରାତ୍ରିରେ ଅଗ୍ନି ଦ୍ୱାରା ଓ ଦିବସରେ ମେଘ ଦ୍ୱାରା ତୁମ୍ଭମାନଙ୍କର ଗନ୍ତବ୍ୟ ପଥ ଦେଖାଇବାକୁ ପଥରେ ତୁମ୍ଭମାନଙ୍କ ଆଗେ ଆଗେ ଗମନ କଲେ।
\s ଇସ୍ରାଏଲର ବିଦ୍ରୋହର ଦଣ୍ଡ
\p
\s5
\v 34 ପୁଣି ସଦାପ୍ରଭୁ ତୁମ୍ଭମାନଙ୍କ ବାକ୍ୟର ରବ ଶୁଣି ରାଗିଲେ ଓ ଶପଥ କରି କହିଲେ,
\v 35 “ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଅଛୁ, ନିଶ୍ଚୟ ଏହି ଦୁଷ୍ଟ ବଂଶୀୟ ମନୁଷ୍ୟମାନଙ୍କ ମଧ୍ୟରୁ କୌଣସି ଲୋକ ସେହି ଉତ୍ତମ ଦେଶ ଦେଖି ପାରିବ ନାହିଁ,
\v 36 କେବଳ ଯିଫୁନ୍ନିର ପୁତ୍ର କାଲେବ ତାହା ଦେଖିବ ପୁଣି ସେ ଯେଉଁ ଭୂମିରେ ପଦାର୍ପଣ କରିଅଛି, ସେହି ଭୂମି ଆମ୍ଭେ ତାହାକୁ ଓ ତାହାର ସନ୍ତାନଗଣକୁ ଦେବା; କାରଣ ସେ ସଦାପ୍ରଭୁଙ୍କର ସମ୍ପୂର୍ଣ୍ଣ ଅନୁଗତ ଲୋକ।”
\s5
\v 37 ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ସକାଶୁ ମୋ’ ପ୍ରତି କ୍ରୋଧ କରି କହିଲେ, “ତୁମ୍ଭେ ମଧ୍ୟ ସେହି ସ୍ଥାନରେ ପ୍ରବେଶ କରିବ ନାହିଁ,
\v 38 ତୁମ୍ଭର ପରିଚାରକ ନୂନର ପୁତ୍ର ଯିହୋଶୂୟ ସେହି ସ୍ଥାନରେ ପ୍ରବେଶ କରିବ ତୁମ୍ଭେ ତାହାକୁ ସାହସ ଦିଅ ଯେହେତୁ ସେ ଇସ୍ରାଏଲକୁ ତାହା ଅଧିକାର କରାଇବ।
\s5
\v 39 ଆହୁରି ତୁମ୍ଭମାନଙ୍କର ବାଳକମାନେ, ଯେଉଁମାନେ ଲୁଟିତ ହେବେ ବୋଲି ତୁମ୍ଭେମାନେ କହିଥିଲ ଓ ତୁମ୍ଭମାନଙ୍କର ସନ୍ତାନମାନେ, ଯେଉଁମାନେ ଆଜି ପର୍ଯ୍ୟନ୍ତ ଭଲ ମନ୍ଦର ଜ୍ଞାନ ପାଇ ନାହାନ୍ତି, ସେମାନେ ସେହି ସ୍ଥାନରେ ପ୍ରବେଶ କରିବେ; ପୁଣି ଆମ୍ଭେ ସେମାନଙ୍କୁ ସେହି ଦେଶ ଦେବା ଓ ସେମାନେ ତାହା ଅଧିକାର କରିବେ।
\v 40 ମାତ୍ର ତୁମ୍ଭେମାନେ ବାହୁଡ଼ି ସୂଫ ସାଗର ପଥ ଦେଇ ପ୍ରାନ୍ତରକୁ ଯାତ୍ରା କର।”
\s5
\v 41 ଏଥିରେ ତୁମ୍ଭେମାନେ ଉତ୍ତର କରି ମୋତେ କହିଲ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ ତଦନୁସାରେ ଉଠି ଯାଇ ଯୁଦ୍ଧ କରିବୁ।” ପୁଣି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଯୁଦ୍ଧାସ୍ତ୍ର ବାନ୍ଧି ପର୍ବତ ଆରୋହଣ କରିବାକୁ ବ୍ୟଗ୍ର ହେଲ।
\v 42 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ସେମାନଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟବର୍ତ୍ତୀ ନାହୁଁ, ଏଣୁ ତୁମ୍ଭେମାନେ ଆରୋହଣ କର ନାହିଁ, କିଅବା ଯୁଦ୍ଧ କର ନାହିଁ; କଲେ ଶତ୍ରୁମାନଙ୍କ ସମ୍ମୁଖରେ ଆହତ ହେବ।”
\s5
\v 43 ତହୁଁ ମୁଁ ତୁମ୍ଭମାନଙ୍କୁ ସେହି କଥା କହିଲି, ପୁଣି ତୁମ୍ଭେମାନେ ଶୁଣିଲ ନାହିଁ; ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କଲ ଓ ଦୁଃସାହସୀ ହେଲ, ଆଉ ପର୍ବତ ଦେଶକୁ ଆକ୍ରମଣ କଲ।
\v 44 କିନ୍ତୁ ସେହି ପର୍ବତବାସୀ ଇମୋରୀୟ ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ବାହାର ହୋଇ ମହୁମାଛି ପରି ତୁମ୍ଭମାନଙ୍କୁ ତଡ଼ି ସେୟୀରରେ ହର୍ମା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ।
\s5
\v 45 ତେବେ ତୁମ୍ଭେମାନେ ଫେରି ଆସି ସଦାପ୍ରଭୁଙ୍କ ଛାମୁରେ ରୋଦନ କଲ; ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ରବରେ ମନୋଯୋଗ କଲେ ନାହିଁ, କିଅବା ତୁମ୍ଭମାନଙ୍କ ପ୍ରତି କର୍ଣ୍ଣପାତ କଲେ ନାହିଁ।
\v 46 ତହିଁରେ ତୁମ୍ଭେମାନେ କାଦେଶରେ ବାସ କରି ସେହି ସ୍ଥାନରେ ବହୁ ବର୍ଷ ରହିଲ।
\s5
\c 2
\s ପ୍ରାନ୍ତରର ସମୟ
\p
\v 1 ଏଥିଉତ୍ତାରେ ମୋ’ ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମ୍ଭେମାନେ ଫେରି ସୂଫ ସାଗର ପଥ ଦେଇ ପ୍ରାନ୍ତର ଆଡ଼େ ଯାତ୍ରା କଲୁ; ପୁଣି ସେୟୀର ପର୍ବତ ବୁଲି ଆସିବାକୁ ଆମ୍ଭମାନଙ୍କୁ ଅନେକ ଦିନ ଲାଗିଲା।
\v 2 ତହୁଁ ସଦାପ୍ରଭୁ ମୋତେ କହିଲେ,
\v 3 “ତୁମ୍ଭେମାନେ ଯଥେଷ୍ଟ ସମୟଏହି ପର୍ବତ ବୁଲିଅଛ; ଏବେ ଉତ୍ତର ଦିଗକୁ ଫେର।
\s5
\v 4 ତୁମ୍ଭେ ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ‘ସେୟୀର ନିବାସୀ ତୁମ୍ଭମାନଙ୍କ ଭ୍ରାତୃଗଣର, ଅର୍ଥାତ୍‍, ଏଷୌ ସନ୍ତାନଗଣର ସୀମା ଦେଇ ତୁମ୍ଭମାନଙ୍କୁ ଯିବାକୁ ହେବ; ତହିଁରେ ସେମାନେ ଭୀତ ହେବେ; ଏଣୁ ତୁମ୍ଭେମାନେ ଅତି ସାବଧାନ ହୁଅ।
\v 5 ସେମାନଙ୍କ ସହିତ ଯୁଦ୍ଧ କର ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦେଶରୁ କିଛି ଦେବା ନାହିଁ। ଏକ ପାଦ ପରିମିତ ଭୂମି ହିଁ ଦେବା ନାହିଁ; ଯେହେତୁ ଆମ୍ଭେ ଏଷୌକୁ ଅଧିକାରାର୍ଥେ ସେୟୀର ପର୍ବତ ଦେଇଅଛୁ।
\s5
\v 6 ତୁମ୍ଭେମାନେ ରୂପା (ଟଙ୍କା) ଦେଇ ସେମାନଙ୍କଠାରୁ ଅନ୍ନ କିଣି ଭୋଜନ କରିବ ଓ ରୂପା ଦେଇ ଜଳ କିଣି ପାନ କରିବ।
\v 7 କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭଙ୍କୁ ଆଶୀର୍ବାଦ କରିଅଛନ୍ତି; ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ତୁମ୍ଭ ଯିବାର ଜାଣିଅଛନ୍ତି; ଏହି ଚାଳିଶ ବର୍ଷସାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହୋଇଅଛନ୍ତି; ତୁମ୍ଭର କିଛି ଅଭାବ ହୋଇ ନାହିଁ।’”
\s5
\v 8 ଏଉତ୍ତାରେ ଆମ୍ଭେମାନେ ସେୟୀର ନିବାସୀ ଆପଣା ଭ୍ରାତୃଗଣ ଏଷୌ-ସନ୍ତାନମାନଙ୍କ ନିକଟ ଦେଇ ଏଲତ୍‍ ଓ ଇତ୍‍ସିୟୋନ-ଗେବର ପଦାଭୂମିର ପଥଠାରୁ ଯାତ୍ରା କଲୁ। ତହୁଁ ଆମ୍ଭେମାନେ ଫେରି ମୋୟାବ-ପ୍ରାନ୍ତର ପଥ ଦେଇ ଯାତ୍ରା କଲୁ।
\s5
\v 9 ତହିଁରେ ସଦାପ୍ରଭୁ ମୋତେ କହିଲେ, “ମୋୟାବକୁ କ୍ଳେଶ ଦିଅ ନାହିଁ, ଅବା ସେମାନଙ୍କ ସହିତ ଯୁଦ୍ଧ କର ନାହିଁ; କାରଣ ଆମ୍ଭେ ତୁମ୍ଭକୁ ଅଧିକାରାର୍ଥେ ସେମାନଙ୍କ ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ଆର ନଗର ଅଧିକାରାର୍ଥେ ଦେଇଅଛୁ।”
\s5
\v 10 (ପୂର୍ବେ ସେହି ସ୍ଥାନରେ ଏମୀୟ ଲୋକମାନେ ବାସ କରୁଥିଲେ, ସେମାନେ ବଳବାନ ଓ ଅନେକ ଓ ଅନାକୀୟମାନଙ୍କ ପରି ଉଚ୍ଚ ଥିଲେ।
\v 11 ଅନାକୀୟମାନଙ୍କ ତୁଲ୍ୟ ସେମାନେ ମଧ୍ୟ ରଫାୟୀୟମାନଙ୍କ
\f +
\fr 2:11
\ft ଅର୍ଥାତ୍ ମହାବୀରଗଣ
\f* ମଧ୍ୟରେ ଗଣିତ ଥିଲେ, ମାତ୍ର ମୋୟାବୀୟ ଲୋକମାନେ ସେମାନଙ୍କୁ ଏମୀୟ ବୋଲି କହିଲେ।
\s5
\v 12 ପୁଣି ପୂର୍ବେ ହୋରୀୟ ଲୋକମାନେ ସେୟୀରରେ ବାସ କଲେ, ମାତ୍ର ଏଷୌର ସନ୍ତାନଗଣ ସେମାନଙ୍କୁ ଅଧିକାର ଚ୍ୟୁତ କଲେ ଓ ଆପଣାମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ; ଯେରୂପେ ଇସ୍ରାଏଲ ସଦାପ୍ରଭୁଙ୍କ ଦତ୍ତ ଆପଣା ଅଧିକାର-ଭୂମିରେ କଲେ)।
\s5
\v 13 “ଏବେ ତୁମ୍ଭେମାନେ ଉଠ ଓ ସେରଦ୍‍ ନଦୀ ପାର ହୁଅ।” ତହିଁରେ ଆମ୍ଭେମାନେ ସେରଦ୍‍ ନଦୀ ପାର ହେଲୁ।
\v 14 କାଦେଶ-ବର୍ଣ୍ଣେୟଠାରୁ ସେରଦ୍‍ ନଦୀ ପାର ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଅଠତିରିଶ ବର୍ଷ ଲାଗିଲା, ସେହି ସମୟରେ ସଦାପ୍ରଭୁଙ୍କ ଶପଥ ଅନୁସାରେ ଛାଉଣି ମଧ୍ୟରୁ ସେହି ପିଢ଼ିର ସମସ୍ତ ଯୋଦ୍ଧାଗଣର ମୃତ୍ୟୁ ହୋଇଥିଲେ।
\v 15 କାରଣ ଛାଉଣି ମଧ୍ୟରୁ ସେମାନଙ୍କୁ ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ହସ୍ତ ଥିଲା।
\s5
\v 16 ଏହିରୂପେ ସେହି ସମସ୍ତ ଯୋଦ୍ଧା ମରି ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେଲା ଉତ୍ତାରେ
\v 17 ସଦାପ୍ରଭୁ ମୋତେ କହିଲେ,
\v 18 “ଆଜି ତୁମ୍ଭକୁ ମୋୟାବର ସୀମା ଆର ଦେଇ ଯିବାକୁ ହେବ;
\v 19 ପୁଣି ତୁମ୍ଭେ ଅମ୍ମୋନ-ସନ୍ତାନଗଣର ସମ୍ମୁଖରେ ଉପସ୍ଥିତ ହେଲେ ସେମାନଙ୍କୁ କ୍ଳେଶ ଦିଅ ନାହିଁ, କି ସେମାନଙ୍କ ସଙ୍ଗେ ଯୁଦ୍ଧ କର ନାହିଁ, କାରଣ ଆମ୍ଭେ ଅଧିକାରାର୍ଥେ ତୁମ୍ଭକୁ ଅମ୍ମୋନ-ସନ୍ତାନଗଣର ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ତାହା ଅଧିକାର କରିବା ପାଇଁ ଦେଇଅଛୁ।
\s5
\v 20 (ସେହି ଦେଶ ମଧ୍ୟ ରଫାୟୀୟମାନଙ୍କ ଦେଶ ବୋଲି ଗଣିତ; ପୂର୍ବେ ରଫାୟୀୟମାନେ ସେଠାରେ ବାସ କରୁଥିଲେ; ମାତ୍ର ଅମ୍ମୋନୀୟମାନେ ସେମାନଙ୍କୁ ସମ୍‍ସୁମ୍ମୀୟ ବୋଲି କହିଲେ;
\v 21 ସେମାନେ ବଳବାନ ଓ ଅନେକ ଓ ଅନାକୀୟମାନଙ୍କ ପରି ଉଚ୍ଚ ଲୋକ ଥିଲେ; ମାତ୍ର ସଦାପ୍ରଭୁ ଅମ୍ମୋନୀୟମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କଲେ; ପୁଣି ସେମାନେ ସେମାନଙ୍କୁ ଅଧିକାର ଚ୍ୟୁତ କରି ସେମାନଙ୍କ ସ୍ଥାନରେ ବସତି କଲେ।
\v 22 ସେ ସେୟୀର ନିବାସୀ ଏଷୌ-ସନ୍ତାନଗଣ ନିମନ୍ତେ ସେହି ରୂପ କର୍ମ କରିଥିଲେ, ଅର୍ଥାତ୍‍, ସେମାନଙ୍କ ସମ୍ମୁଖରୁ ହୋରୀୟମାନଙ୍କୁ ବିନଷ୍ଟ କଲେ, ତହିଁରେ ଏଷୌ-ସନ୍ତାନଗଣ ସେମାନଙ୍କୁ ଅଧିକାର ଚ୍ୟୁତ କରି ଆଜି ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କରୁଅଛନ୍ତି।
\s5
\v 23 ପୁଣି କପ୍ତୋରରୁ ଆଗତ କପ୍ତୋରୀୟ ଲୋକମାନେ ଘସା ପର୍ଯ୍ୟନ୍ତ ଗ୍ରାମମାନଙ୍କରେ ବାସକାରୀ ଅବ୍ବୀୟମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ)।
\s5
\v 24 “ତୁମ୍ଭେମାନେ ଉଠ ଓ ଯାତ୍ରା କରି ଅର୍ଣ୍ଣୋନ ଉପତ୍ୟକା ପାର ହୁଅ; ଦେଖ, ଆମ୍ଭେ ହିଷ୍‍ବୋନର ରାଜା ଇମୋରୀୟ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତାହା ଅଧିକାର କରିବାକୁ ଆରମ୍ଭ କର ଓ ତାହା ସଙ୍ଗେ ଯୁଦ୍ଧ କର।
\v 25 ଆଜି ଆମ୍ଭେ ସମସ୍ତ ଆକାଶମଣ୍ଡଳର ଅଧଃସ୍ଥିତ ଲୋକମାନଙ୍କ ମନରେ ତୁମ୍ଭ ବିଷୟକ ଆଶଙ୍କା ଓ ଭୟ ଜନ୍ମାଇବାକୁ ଆରମ୍ଭ କରିବା, ସେମାନେ ତୁମ୍ଭ ବିଷୟର ସମ୍ବାଦ ଶୁଣିଲେ ତୁମ୍ଭ ସକାଶୁ କମ୍ପିତ ଓ ବ୍ୟଥିତ ହେବେ।”
\s ସୀହୋନର ପରାଜୟ
\p
\s5
\v 26 ଆଉ ମୁଁ କଦେମୋତ୍‍ ପ୍ରାନ୍ତରରୁ ହିଷ୍‍ବୋନର ରାଜା ସୀହୋନ ନିକଟକୁ ବାର୍ତ୍ତାବହମାନଙ୍କ ଦ୍ୱାରା ଏହି ଶାନ୍ତିସୂଚକ ବାକ୍ୟ କହି ପଠାଇଲି,
\v 27 “ତୁମ୍ଭ ଦେଶ ଦେଇ ମୋତେ ଯିବାକୁ ଦିଅ, ମୁଁ ବାଟେ ବାଟେ ଯିବି, ଦକ୍ଷିଣରେ କି ବାମରେ ଫେରିବି ନାହିଁ।
\s5
\v 28 ସେୟୀର ନିବାସୀ ଏଷୌ-ସନ୍ତାନଗଣ ଓ ଆର ନିବାସୀ ମୋୟାବୀୟ ଲୋକମାନେ ମୋ’ ପ୍ରତି ଯେରୂପ କଲେ, ତଦ୍ରୂପ ତୁମ୍ଭେ କର;
\v 29 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ଆମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେପର୍ଯ୍ୟନ୍ତ ସେହି ଦେଶରେ ଉପସ୍ଥିତ ନ ହେଉ, ସେପର୍ଯ୍ୟନ୍ତ ତୁମ୍ଭେ ରୂପା ନେଇ ମୋତେ ଭୋଜନର ଅନ୍ନ ଦିଅ ଓ ରୂପା ନେଇ ପିଇବାର ଜଳ ଦିଅ ମୁଁ କେବଳ ଆପଣା ପାଦ ଦେଇ ପାର ହୋଇଯିବି।”
\s5
\v 30 ମାତ୍ର ହିଷ୍‍ବୋନର ରାଜା ସୀହୋନ ଆପଣା ଦେଶ ମଧ୍ୟଦେଇ ଯିବା ପାଇଁ ଆମ୍ଭମାନଙ୍କୁ ଅନୁମତି ଦେଲା ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତରେ ଆଜିର ନ୍ୟାୟ ତାହାକୁ ସମର୍ପଣ କରିବା ପାଇଁ ତାହାର ମନ କଠିନ କଲେ ଓ ତାହାର ହୃଦୟ ଶକ୍ତ କଲେ।
\v 31 ପୁଣି ସଦାପ୍ରଭୁ ମୋତେ କହିଲେ, “ଦେଖ, ଆମ୍ଭେ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ଆଗରେ ସମର୍ପଣ କରିବାକୁ ପ୍ରବୃତ୍ତ ହେଲୁଣି ତୁମ୍ଭେ ତାହାର ଦେଶ ଅଧିକାର କରିବାକୁ ପ୍ରବୃତ୍ତ ହୁଅ।”
\s5
\v 32 ସେତେବେଳେ ସୀହୋନ, ସେ ଓ ତାହାର ସମସ୍ତ ପ୍ରଜା ଆମ୍ଭମାନଙ୍କ ବିରୁଦ୍ଧରେ ବାହାରି ଯହସରେ ଯୁଦ୍ଧ କରିବାକୁ ଆସିଲେ।
\v 33 ତେବେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ଆଗରେ ତାହାକୁ ସମର୍ପଣ କଲେ; ତହିଁରେ ଆମ୍ଭେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ବଧ କଲୁ।
\s5
\v 34 ଆଉ ସେହି ସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କରି ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି-ନଗର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ; ଆମ୍ଭେମାନେ କାହାକୁ ହିଁ ବଞ୍ଚାଇ ରଖିଲୁ ନାହିଁ।
\v 35 କେବଳ ପଶୁଗଣକୁ ଓ ଯେ ଯେ ନଗର ହସ୍ତଗତ କରିଥିଲୁ, ତହିଁର ଲୁଟିତ ଦ୍ରବ୍ୟସବୁକୁ ଆମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲୁ।
\s5
\v 36 ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗରଠାରୁ ଗିଲୀୟଦ ପର୍ଯ୍ୟନ୍ତ ଏକ ନଗର ହିଁ ଆମ୍ଭମାନଙ୍କ ଶକ୍ତିର ଅତିରିକ୍ତ ନ ଥିଲା; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ଆଗରେ ସମଗ୍ର ସମର୍ପଣ କଲେ।
\v 37 କେବଳ ଅମ୍ମୋନ-ସନ୍ତାନମାନଙ୍କ ଦେଶ, ଅର୍ଥାତ୍‍, ଯବ୍ବୋକ୍‍ ନଦୀର ପାର୍ଶ୍ଵସ୍ଥ ପ୍ରଦେଶ ଓ ପର୍ବତମୟ ସକଳ ନଗର ପ୍ରଭୃତି ଯେଉଁ ଦେଶ ବିଷୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ନିଷେଧ କରିଥିଲେ; ତହିଁ ନିକଟରେ ତୁମ୍ଭେ ଉପସ୍ଥିତ ହେଲ ନାହିଁ।
\s5
\c 3
\s ଓଗ୍‍ର ପରାଜୟ
\p
\v 1 ଏଉତ୍ତାରେ ଆମ୍ଭେମାନେ ଫେରି ବାଶନର ପଥ ଦେଇ ଗମନ କଲୁ; ତହିଁରେ ବାଶନର ରାଜା ଓଗ୍‍ ଅାସି ଅାକ୍ରମଣ କଲେ, ପୁଣି ସେ ଓ ତାହାର ସମସ୍ତ ପ୍ରଜା ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଇଦ୍ରିୟୀକୁ ଆସିଲେ।
\v 2 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ତାହାକୁ ଭୟ କର ନାହିଁ; କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତୁମ୍ଭେ ଯେପରି ହିଷ୍‍ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନ ପ୍ରତି କରିଅଛ, ସେପରି ତାହା ପ୍ରତି ମଧ୍ୟ କରିବ।
\s5
\v 3 ଏହିରୂପେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ମଧ୍ୟ ବାଶନ-ରାଜା ଓଗ୍‍କୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ; ତହିଁରେ ଆମ୍ଭେମାନେ ତାହାକୁ ଏପରି ପରାଜୟ କଲୁ ଯେ, ତାହାର କେହି ଅବଶିଷ୍ଟ ରହିଲା ନାହିଁ।
\v 4 ସେସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କଲୁ, ସେମାନଙ୍କଠାରୁ ଯାହା ହସ୍ତଗତ ନ କଲୁ, ଏପରି ଗୋଟିଏ ନଗର ରହିଲା ନାହିଁ; ଷାଠିଏ ନଗର, ଅର୍ଗୋବର ସମସ୍ତ ଅଞ୍ଚଳ, ଅର୍ଥାତ୍‍, ବାଶନସ୍ଥ ଓଗ୍‍ର ରାଜ୍ୟ (ହସ୍ତଗତ କଲୁ)।
\s5
\v 5 ସେହିସବୁ ନଗର ଉଚ୍ଚ ପ୍ରାଚୀର ଓ ଦ୍ୱାର ଓ ଅର୍ଗଳରେ ସୁରକ୍ଷିତ ଥିଲା; ତାହା ଛଡ଼ା ଅନେକ ପ୍ରାଚୀରହୀନ ନଗର ଥିଲା।
\v 6 ଆମ୍ଭେମାନେ ହିଷ୍‍ବୋନ-ରାଜା ସୀହୋନ ପ୍ରତି ଯେରୂପ କରିଥିଲୁ, ସେରୂପ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ, ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି ନଗର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ।
\v 7 ମାତ୍ର ଆମ୍ଭେମାନେ ସମସ୍ତ ପଶୁ ଓ ନଗରର ଲୁଟିତ ଦ୍ରବ୍ୟାଦି ଆପଣାମାନଙ୍କ ନିମନ୍ତେ ଲୁଟ ସ୍ୱରୂପେ ଗ୍ରହଣ କଲୁ।
\s5
\v 8 ସେହି ସମୟରେ ଆମ୍ଭେମାନେ ଯର୍ଦ୍ଦନର ପୂର୍ବପାରିସ୍ଥ ଇମୋରୀୟମାନଙ୍କ ଦୁଇ ରାଜାଙ୍କର ହସ୍ତରୁ ଅର୍ଣ୍ଣୋନ-ଉପତ୍ୟକାଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲୁ।
\v 9 (ସୀଦୋନୀୟମାନେ ସେହି ହର୍ମୋଣ ପର୍ବତକୁ ସିରିୟୋନ କହନ୍ତି ଓ ଇମୋରୀୟମାନେ ତାହାକୁ ସନୀର୍‍ କହନ୍ତି)।
\v 10 ଆମ୍ଭେମାନେ ସମଭୂମିର ସମସ୍ତ ନଗର ଓ ସଲଖା ଓ ଇଦ୍ରିୟୀ ପର୍ଯ୍ୟନ୍ତ ସମସ୍ତ ଗିଲୀୟଦ ଓ ସମସ୍ତ ବାଶନ, ଅର୍ଥାତ୍‍, ବାଶନସ୍ଥିତ ଓଗ୍‍ ରାଜ୍ୟର ସମସ୍ତ ନଗର ହସ୍ତଗତ କଲୁ।
\s5
\v 11 (ଅବଶିଷ୍ଟ ରଫାୟୀୟମାନଙ୍କ ମଧ୍ୟରୁ କେବଳ ବାଶନ-ରାଜା ଓଗ୍‍ ଅବଶିଷ୍ଟ ରହିଲା, ଦେଖ, ତାହାର ଖଟ ଲୌହମୟ ଖଟ; ତାହା କି ଅମ୍ମୋନ-ସନ୍ତାନଗଣର ରବ୍ବାରେ ନାହିଁ ? ମନୁଷ୍ୟ-ହସ୍ତର ପରିମାଣାନୁସାରେ ତାହା ଲମ୍ବାରେ ନଅ ହାତ ଓ ଓସାରରେ ଚାରି ହାତ)।
\s5
\v 12 ଏହି ସମୟରେ ଆମ୍ଭେମାନେ ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ସେହି ସମସ୍ତ ଦେଶ ଅଧିକାର କଲୁ; ତହିଁରେ ମୁଁ ଗିଲୀୟଦର ପର୍ବତମୟ ଦେଶର ଅର୍ଦ୍ଧେକ ଓ ତହିଁର ନଗରସବୁ ରୁବେନୀୟମାନଙ୍କୁ ଓ ଗାଦୀୟମାନଙ୍କୁ ଦେଲି।
\v 13 ପୁଣି ମୁଁ ଗିଲୀୟଦର ଅବଶିଷ୍ଟ ଅଂଶ ଓ ସମସ୍ତ ବାଶନ, ଅର୍ଥାତ୍‍, ଓଗ୍‍ର ରାଜ୍ୟ, ବିଶେଷରେ ସମୁଦାୟ ବାଶନ ସହିତ ଅର୍ଗୋବର ସମସ୍ତ ଅଞ୍ଚଳ ମନଃଶିର ଅର୍ଦ୍ଧ ବଂଶକୁ ଦେଲି (ତାହା ରଫାୟୀୟ ଦେଶ ବୋଲି ବିଖ୍ୟାତ।
\s5
\v 14 ମନଃଶିର ପୁତ୍ର ଯାୟୀର, ଗଶୂରୀୟ ଓ ମାଖାଥୀୟ ସୀମା ପର୍ଯ୍ୟନ୍ତ ଅର୍ଗୋବର ସମସ୍ତ ଅଞ୍ଚଳ ହସ୍ତଗତ କରି ଆପଣା ନାମାନୁସାରେ ଆଜି ପର୍ଯ୍ୟନ୍ତ ବାଶନ ଦେଶର ସେହି ସମସ୍ତ ସ୍ଥାନର ନାମ ହବୋତ୍‍-ଯାୟୀର
\f +
\fr 3:14
\ft ଅର୍ଥାତ୍ ଯାୟୀରର ବାସସ୍ଥାନ
\f* ରଖିଲା)।
\s5
\v 15 ପୁଣି ମୁଁ ମାଖୀରକୁ ଗିଲୀୟଦ ଦେଲି।
\v 16 ଆଉ ଗିଲୀୟଦଠାରୁ ଅର୍ଣ୍ଣୋନ-ଉପତ୍ୟକା, ଅର୍ଥାତ୍‍, ଉପତ୍ୟକାର ମଧ୍ୟସ୍ଥାନ ଓ ତହିଁର ସୀମା ସମେତ, ପୁଣି ସେହିଠାରୁ ଅମ୍ମୋନ-ସନ୍ତାନଗଣର ସୀମା ଯବ୍ବୋକ୍‍ ନଦୀ ପର୍ଯ୍ୟନ୍ତ;
\s5
\v 17 ଆଉ କିନ୍ନେରତ୍‍ଠାରୁ ପାଦଭୂମିସ୍ଥ ସମୁଦ୍ର, ଅର୍ଥାତ୍‍, ପିସ୍‍ଗାର ଅଧଃସ୍ଥିତ ଲବଣ ସମୁଦ୍ର ପର୍ଯ୍ୟନ୍ତ ପୂର୍ବ ଦିଗବର୍ତ୍ତୀ ପଦାଭୂମି ଓ ଯର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଦେଲି।
\s5
\v 18 ଏଥିଉତ୍ତାରେ ମୁଁ ସେହି ସମୟରେ ତୁମ୍ଭମାନଙ୍କୁ ଆଜ୍ଞା ଦେଇ କହିଲି, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭମାନଙ୍କୁ ଏହି ଦେଶ ଦେଇ ଅଛନ୍ତି; ତୁମ୍ଭମାନଙ୍କ ମଧ୍ୟରୁ ସମସ୍ତ ବୀରପୁରୁଷ ସସଜ୍ଜ ହୋଇ ତୁମ୍ଭମାନଙ୍କ ଭ୍ରାତୃଗଣ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପାର ହୋଇଯିବେ।
\s5
\v 19 ମାତ୍ର ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ନଗର ଦେଇଅଛି, ସେହିସବୁ ନଗରରେ ତୁମ୍ଭମାନଙ୍କ ଭାର୍ଯ୍ୟା ଓ ବାଳକଗଣ ଓ ପଶୁମାନେ ବାସ କରିବେ; କାରଣ ମୁଁ ଜାଣେ, ତୁମ୍ଭମାନଙ୍କର ଅନେକ ପଶୁ ଅଛି।
\v 20 ଏଉତ୍ତାରେ ସଦାପ୍ରଭୁ ତୁମ୍ଭମାନଙ୍କ ଭ୍ରାତୃଗଣକୁ ତୁମ୍ଭମାନଙ୍କ ତୁଲ୍ୟ ବିଶ୍ରାମ ଦେଲେ ଓ ଯର୍ଦ୍ଦନର ସେପାରିରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ସେମାନଙ୍କୁ ଦେବେ, ସେମାନେ ମଧ୍ୟ ସେହି ଦେଶ ଅଧିକାର କଲେ ତୁମ୍ଭେମାନେ ପ୍ରତ୍ୟେକେ ମୋହର ଦତ୍ତ ଆପଣା ଆପଣା ଅଧିକାରକୁ ଫେରିଯିବ।”
\s5
\v 21 ଆଉ ମୁଁ ସେହି ସମୟରେ ଯିହୋଶୂୟଙ୍କୁ ଆଜ୍ଞା ଦେଇ କହିଲି, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଏହି ଦୁଇ ରାଜାଙ୍କ ପ୍ରତି ଯାହା କରିଅଛନ୍ତି, ତୁମ୍ଭେ ତାହା ସ୍ୱଚକ୍ଷୁରେ ଦେଖିଅଛ; ତୁମ୍ଭେ ପାର ହୋଇ ଯେଉଁ ଯେଉଁ ରାଜ୍ୟ ବିରୁଦ୍ଧରେ ଯାଉଅଛ, ସେସବୁ ରାଜ୍ୟ ପ୍ରତି ସଦାପ୍ରଭୁ ତଦ୍ରୂପ କରିବେ।
\v 22 ତୁମ୍ଭେମାନେ ସେମାନଙ୍କୁ ଭୟ କରିବ ନାହିଁ; କାରଣ ଯେ ତୁମ୍ଭମାନଙ୍କ ସପକ୍ଷରେ ଯୁଦ୍ଧ କରନ୍ତି, ସେହି ସଦାପ୍ରଭୁ ତ ତୁମ୍ଭମାନଙ୍କ ପରମେଶ୍ୱର ଅଟନ୍ତି।”
\s କିଣାନରେ ମୋଶାଙ୍କୁ ନିଷେଧ
\p
\s5
\v 23 ସେହି ସମୟରେ ମୁଁ ସଦାପ୍ରଭୁଙ୍କୁ ବିନତି କରି କହିଲି,
\v 24 “ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ଦାସ ନିକଟରେ ଆପଣା ମହିମା ଓ ବଳବାନ ହସ୍ତ ପ୍ରକାଶ କରିବାକୁ ଆରମ୍ଭ କରିଅଛ; ତୁମ୍ଭର କ୍ରିୟା ତୁଲ୍ୟ ଓ ତୁମ୍ଭର ପରାକ୍ରାନ୍ତ କର୍ମ ତୁଲ୍ୟ ଯେ କରିପାରେ, ସ୍ୱର୍ଗରେ କି ମର୍ତ୍ତ୍ୟରେ ଏପରି ଆଉ କିଏ ଅଛି ?
\v 25 ମୁଁ ବିନୟ କରୁଅଛି, ମୋତେ ସେପାରିକି ଯିବାକୁ ଓ ଯର୍ଦ୍ଦନର ସେପାରିସ୍ଥିତ ସେହି ଉତ୍ତମ ଦେଶ, ସେହି ରମଣୀୟ ପର୍ବତ ଓ ଲିବାନୋନ ଦେଖିବାକୁ ଦିଅ।”
\s5
\v 26 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ସକାଶୁ ମୋ’ ଉପରେ କ୍ରୋଧ କଲେ ଓ ମୋ’ କଥା ଶୁଣିଲେ ନାହିଁ; ଆଉ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭର ଯଥେଷ୍ଟ ହେଲାଣି ଏ ବିଷୟରେ ଆମ୍ଭକୁ ଆଉ କୁହ ନାହିଁ।
\v 27 ପିସ୍‍ଗାର ଶୃଙ୍ଗକୁ ଚଢ଼ି ଯାଅ, ଆଉ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ ଓ ପୂର୍ବ ଆଡ଼େ ଅନାଇ ଦେଖ ଓ ଆପଣା ଚକ୍ଷୁରେ ତାହା ନିରୀକ୍ଷଣ କର; କାରଣ ତୁମ୍ଭେ ଏହି ଯର୍ଦ୍ଦନ ପାର ହେବ ନାହିଁ।
\s5
\v 28 ମାତ୍ର ଯିହୋଶୂୟକୁ ଆଜ୍ଞା ଦିଅ ଓ ତାହାକୁ ସାହସ ଦିଅ ଓ ତାହାକୁ ବଳବାନ କରାଅ; କାରଣ ସେ ଏହି ଲୋକମାନଙ୍କର ଆଗେ ଆଗେ ପାର ହୋଇଯିବ; ପୁଣି ତୁମ୍ଭେ ଯେଉଁ ଦେଶ ଦେଖିବ, ତାହା ସେ ସେମାନଙ୍କୁ ଅଧିକାର କରାଇବ।
\v 29 ଏହିରୂପେ ଆମ୍ଭେମାନେ ବେଥ୍-ପିୟୋର ସମ୍ମୁଖସ୍ଥିତ ଉପତ୍ୟକାରେ ବାସ କଲୁ।
\s5
\c 4
\s ଆଜ୍ଞାବହ ହେବା ନିମନ୍ତେ ନିର୍ଦ୍ଦେଶ
\p
\v 1 ଏବେ ହେ ଇସ୍ରାଏଲ, ମୁଁ ଯେଉଁ ଯେଉଁ ବିଧି ଓ ଶାସନ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର; ତାହା କଲେ ତୁମ୍ଭେମାନେ ବଞ୍ଚିବ ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବ।
\v 2 ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଅଛି, ସେହି ବାକ୍ୟରେ ତୁମ୍ଭେମାନେ କିଛି ମିଶାଇବ ନାହିଁ, କିଅବା ତହିଁରୁ କିଛି ଊଣା କରିବ ନାହିଁ, ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁଅଛି, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ସେହିସବୁ ଆଜ୍ଞା ପାଳନ କର।
\s5
\v 3 ବାଲ୍‍-ପିୟୋର ବିଷୟରେ ସଦାପ୍ରଭୁ ଯାହା କଲେ, ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଅଛି; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବାଲପିୟୋରର ପଶ୍ଚାଦ୍‍ଗାମୀ ସମସ୍ତ ଲୋକଙ୍କୁ ତୁମ୍ଭ ମଧ୍ୟରୁ ବିନଷ୍ଟ କରିଅଛନ୍ତି।
\v 4 ମାତ୍ର ତୁମ୍ଭେମାନେ ଯେତେ ଲୋକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆସକ୍ତ ହେଲ, ତୁମ୍ଭମାନଙ୍କର ସେହି ପ୍ରତ୍ୟେକ ଜଣ ଆଜି ପର୍ଯ୍ୟନ୍ତ ଜୀବିତ ଅଛ।
\s5
\v 5 ଦେଖ, ସଦାପ୍ରଭୁ ମୋହର ପରମେଶ୍ୱର ମୋତେ ଯେପରି ଆଜ୍ଞା ଦେଲେ, ମୁଁ ତୁମ୍ଭମାନଙ୍କୁ ସେପରି ବିଧି ଓ ଶାସନ ଶିକ୍ଷା ଦେଇଅଛି; ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁ ମଧ୍ୟରେ ତୁମ୍ଭମାନଙ୍କୁ ସେହିପରି ବ୍ୟବହାର କରିବାକୁ ହେବ।
\v 6 ଏଣୁ ତୁମ୍ଭେମାନେ ତାହାସବୁ ପାଳନ କର; କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମ୍ଭମାନଙ୍କର ଜ୍ଞାନ ଓ ବୁଦ୍ଧି ସ୍ୱରୂପ ହେବ; ସେମାନେ ଏହିସବୁ ବିଧି ଶୁଣି କହିବେ, ଏହି ମହାଗୋଷ୍ଠୀ ନିତାନ୍ତ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ ଅଟନ୍ତି।
\s5
\v 7 ଯେହେତୁ ଆମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରୁ, ସେସମୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେପରି ଆଉ କେଉଁ ମହାଗୋଷ୍ଠୀର ପରମେଶ୍ୱର ସେମାନଙ୍କର ନିକଟବର୍ତ୍ତୀ ହୁଅନ୍ତି ?
\v 8 ପୁଣି ମୁଁ ଆଜି ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ସମସ୍ତ ବ୍ୟବସ୍ଥା ଦେଉଅଛି, ତାହା ତୁଲ୍ୟ ଯଥାର୍ଥ ବିଧି ଓ ଶାସନ ଆଉ କେଉଁ ମହାଗୋଷ୍ଠୀର ଅଛି ?
\s5
\v 9 କେବଳ ନିଜ ବିଷୟରେ ସାବଧାନ ହୁଅ ଓ ନିଜ ପ୍ରାଣକୁ ଯତ୍ନପୂର୍ବକ ରକ୍ଷା କର, ନୋହିଲେ ଯାହା ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ତୁମ୍ଭେ ପାସୋରି ଯିବ ଓ ତାହା ଜୀବନ ସାରା ତୁମ୍ଭ ହୃଦୟରୁ ଲୋପ ପାଇବ; ମାତ୍ର ତୁମ୍ଭେ ଆପଣା ପୁତ୍ର ପୌତ୍ରମାନଙ୍କୁ ତାହା ଶିଖାଅ।
\v 10 ଯେଉଁ ଦିନ ତୁମ୍ଭେ ହୋରେବରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଛାମୁରେ ଠିଆ ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ର କର, ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା ତହିଁରେ ସେମାନେ ପୃଥିବୀରେ ଜୀବନ ସାରା ଆମ୍ଭଙ୍କୁ ଭୟ କରିବାକୁ ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।”
\s5
\v 11 ତହୁଁ ତୁମ୍ଭେମାନେ ନିକଟବର୍ତ୍ତୀ ହୋଇ ପର୍ବତ ତଳେ ଠିଆ ହେଲ; ସେହି ସମୟରେ ସେହି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧାରରେ ବ୍ୟାପ୍ତ ହୋଇ ଗଗନର ମଧ୍ୟ ପର୍ଯ୍ୟନ୍ତ ଅଗ୍ନିରେ ଜ୍ୱଳିଲା।
\v 12 ସେତେବେଳେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ପ୍ରତି କଥା କହିଲେ, “ତୁମ୍ଭେମାନେ ବାକ୍ୟର ଶବ୍ଦ ଶୁଣିଲ, ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ, ତୁମ୍ଭେମାନେ କେବଳ ଶବ୍ଦ ଶୁଣିଲ।”
\s5
\v 13 ପୁଣି ସେ ଆପଣାର ଯେଉଁ ନିୟମ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଆଦେଶ କଲେ, ଆପଣାର ସେହି ନିୟମର ଦଶ ଆଜ୍ଞା ତୁମ୍ଭମାନଙ୍କ ପ୍ରତି ପ୍ରକାଶ କଲେ; ଆଉ ସେ ଦୁଇ ପଥର ପଟାରେ ତାହା ଲେଖିଲେ।
\v 14 ସଦାପ୍ରଭୁ ସେହି ସମୟରେ ମୋତେ ଆଜ୍ଞା ଦେଲେ ବିଧି ଓ ଶାସନସକଳ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ଯେପରି ଦେଶ ଅଧିକାର କଲା ପରେ ସେସବୁ ପାଳନ କରିବ।
\s ପ୍ରତିମା ପୂଜା ନିଷେଧ
\p
\s5
\v 15 ଏନିମନ୍ତେ ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ସାବଧାନ ହୁଅ; କାରଣ ଯେଉଁ ଦିନ ସଦାପ୍ରଭୁ ହୋରେବରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ କଥା କହିଲେ, ସେଦିନ ତୁମ୍ଭେମାନେ କୌଣସି ମୂର୍ତ୍ତି ଦେଖିଲ ନାହିଁ।
\v 16 (ସାବଧାନ), ନୋହିଲେ ତୁମ୍ଭେମାନେ ଆପଣାମାନଙ୍କୁ ଭ୍ରଷ୍ଟ କରି ପୁରୁଷର କି ସ୍ତ୍ରୀର ମୂର୍ତ୍ତି,
\v 17 କି ପୃଥିବୀସ୍ଥ କୌଣସି ପଶୁର ମୂର୍ତ୍ତି, କି ଆକାଶରେ ଉଡ଼ନ୍ତା କୌଣସି ପକ୍ଷୀର ମୂର୍ତ୍ତି,
\v 18 କି ଭୂଚର କୌଣସି ଉରୋଗାମୀ ଜନ୍ତୁର ମୂର୍ତ୍ତି, କି ଭୂମିର ନୀଚସ୍ଥ ଜଳଚର କୌଣସି ଜନ୍ତୁର ମୂର୍ତ୍ତି କରି ଆପଣାମାନଙ୍କ ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ।
\s5
\v 19 କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁମାନଙ୍କୁ ସମୁଦାୟ ଆକାଶମଣ୍ଡଳର ଅଧଃସ୍ଥିତ ସମସ୍ତ ଦେଶୀୟ ଲୋକମାନଙ୍କ ନିମନ୍ତେ ନିଯୁକ୍ତ କରିଅଛନ୍ତି, ଏପରି ସୂର୍ଯ୍ୟ ଓ ଚନ୍ଦ୍ର ଓ ତାରା ପ୍ରଭୃତି ଆକାଶର ସମସ୍ତ ବାହିନୀ ପ୍ରତି ଉର୍ଦ୍ଧ୍ବ ଦୃଷ୍ଟି କରି ଅନାଇଲେ ଭ୍ରାନ୍ତ ହୋଇ ତୁମ୍ଭେମାନେ ସେମାନଙ୍କୁ ପ୍ରଣାମ କରିବ ଓ ସେବା କରିବ।
\v 20 ମାତ୍ର ତୁମ୍ଭେମାନେ ଆଜି ଦିନ ପରି ଯେପରି ସଦାପ୍ରଭୁଙ୍କ ଅଧିକାରର ଲୋକ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଗ୍ରହଣ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଲୁହା-ଭାଟି ସ୍ୱରୂପ ମିସରରୁ ଉଦ୍ଧାର କରି ଆଣିଅଛନ୍ତି।
\s5
\v 21 ଆହୁରି ସଦାପ୍ରଭୁ ତୁମ୍ଭମାନଙ୍କ ସକାଶେ ମୋ’ ଉପରେ କ୍ରୋଧ କଲେ। ପୁଣି, ମୁଁ ଯେପରି ଯର୍ଦ୍ଦନ ପାର ହୋଇ ନ ଯିବି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ସେହି ଉତ୍ତମ ଦେଶରେ ମୁଁ ପ୍ରବେଶ ନ କରିବି, ଏଥିପାଇଁ ଶପଥ କଲେ।
\v 22 ଏଣୁ ଏହି ଦେଶରେ ମୁଁ ମରିବି, ମୁଁ ଯର୍ଦ୍ଦନ ପାର ହୋଇ ଯିବି ନାହିଁ; ମାତ୍ର ତୁମ୍ଭେମାନେ ପାର ହୋଇଯିବ ଓ ସେହି ଉତ୍ତମ ଦେଶ ଅଧିକାର କରିବ।
\s5
\v 23 ତୁମ୍ଭେମାନେ ଆପଣାମାନଙ୍କ ବିଷୟରେ ସାବଧାନ ହୁଅ, ନୋହିଲେ ତୁମ୍ଭମାନଙ୍କ ସହିତ ସ୍ଥିରୀକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ ତୁମ୍ଭେମାନେ ପାସୋରି ଯିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିଷିଦ୍ଧ କୌଣସି ବସ୍ତୁର ପ୍ରତିମୂର୍ତ୍ତିବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ।
\v 24 କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଗ୍ରାସକାରୀ ଅଗ୍ନି, ସ୍ୱଗୌରବ-ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟନ୍ତି।
\s5
\v 25 ତୁମ୍ଭେ ସେହି ଦେଶରେ ପୁତ୍ର ପୌତ୍ରଗଣକୁ ଜନ୍ମ ଦେଇ ବହୁ କାଳ ବାସ କଲା ଉତ୍ତାରେ ଯେବେ ତୁମ୍ଭେମାନେ ଆପଣାମାନଙ୍କୁ ଭ୍ରଷ୍ଟ କରି କୌଣସି ବସ୍ତୁର ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ କ୍ରୁଦ୍ଧ କରାଇବା ପାଇଁ ତାହାଙ୍କ ସାକ୍ଷାତରେ ଦୁଷ୍କର୍ମ କରିବ।
\v 26 ତେବେ ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି, ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରୁ ଶୀଘ୍ର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହେବ; ତୁମ୍ଭେମାନେ ତହିଁ ମଧ୍ୟରେ ଦୀର୍ଘାୟୁ ପାଇବ ନାହିଁ, ମାତ୍ର ନିର୍ମୂଳରେ ଉଚ୍ଛିନ୍ନ ହେବ।
\s5
\v 27 ପୁଣି ସଦାପ୍ରଭୁ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବେ; ପୁଣି ଯେଉଁ ସ୍ଥାନକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ନେଇ ଯିବେ, ସେହି ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭେମାନେ ଅଳ୍ପସଂଖ୍ୟକ ହୋଇ ଅବଶିଷ୍ଟ ରହିବ।
\v 28 ଆଉ ସେହି ସ୍ଥାନରେ ତୁମ୍ଭେମାନେ ମନୁଷ୍ୟର ହସ୍ତକୃତ କାଷ୍ଠମୟ ଓ ପ୍ରସ୍ତରମୟ, ପୁଣି ଯେଉଁମାନେ ଦେଖନ୍ତି ନାହିଁ, କି ଶୁଣନ୍ତି ନାହିଁ, କି ଭୋଜନ କରନ୍ତି ନାହିଁ, କି ଆଘ୍ରାଣ କରନ୍ତି ନାହିଁ, ଏପରି ଦେବଗଣର ସେବା କରିବ।
\s5
\v 29 ମାତ୍ର ସେହି ସ୍ଥାନରୁ ଯେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅନ୍ୱେଷଣ କରିବ, ତେବେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଅନ୍ୱେଷଣ କଲେ, ତାହାଙ୍କର ଉଦ୍ଦେଶ୍ୟ ପାଇବ।
\s5
\v 30 ଯେତେବେଳେ ତୁମ୍ଭେ ସଙ୍କଟରେ ପଡ଼ିବ ଓ ଏହି ସମସ୍ତ ତୁମ୍ଭ ଉପରେ ଘଟିବ, ସେହି ଶେଷ କାଳରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପ୍ରତି ଫେରିବ ଓ ତାହାଙ୍କ ରବ ଶୁଣିବ।
\s ସଦାପ୍ରଭୁ ହିଁ ପରମେଶ୍ୱର
\p
\v 31 ଯେହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଦୟାଳୁ ପରମେଶ୍ୱର ଅଟନ୍ତି; ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ, କି ତୁମ୍ଭକୁ ବିନଷ୍ଟ କରିବେ ନାହିଁ, କିଅବା ଶପଥ ଦ୍ୱାରା ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ କରିଅଛନ୍ତି, ତାହା ପାସୋରିବେ ନାହିଁ।
\s5
\v 32 ପରମେଶ୍ୱର ମନୁଷ୍ୟକୁ ପୃଥିବୀରେ ସୃଷ୍ଟି କରିବା ଦିନାବଧି ତୁମ୍ଭ ପୂର୍ବେ ଗତ କାଳକୁ ଓ ଆକାଶମଣ୍ଡଳର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ପଚାର, ଏହି ମହାକାର୍ଯ୍ୟ ତୁଲ୍ୟ କି ଆଉ କୌଣସି କାର୍ଯ୍ୟ ଅଛି, ଅବା ଏପ୍ରକାର କି ଶୁଣା ଯାଇଅଛି ?
\v 33 ଆଉ ତୁମ୍ଭେ ଯେପରି ଶୁଣିଅଛ, ସେପରି କି ଅନ୍ୟ କୌଣସି ଦେଶୀୟ ଲୋକେ ପରମେଶ୍ୱରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଅଛନ୍ତି ?
\s5
\v 34 କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ମିସରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ସକଳ କର୍ମ କରିଅଛନ୍ତି, କି ତଦନୁସାରେ ପରୀକ୍ଷାସିଦ୍ଧ ପ୍ରମାଣ ଦ୍ୱାରା, ଚିହ୍ନ ଦ୍ୱାରା, ଆଶ୍ଚର୍ଯ୍ୟ କର୍ମ ଦ୍ୱାରା, ଯୁଦ୍ଧ ଦ୍ୱାରା, ପରାକ୍ରାନ୍ତ ହସ୍ତ ଦ୍ୱାରା, ବିସ୍ତାରିତ ବାହୁ ଦ୍ୱାରା ଓ ଭୟଙ୍କର ମହାକର୍ମ ଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।
\s5
\v 35 ଏସବୁ ତୁମ୍ଭ ପ୍ରତି ପ୍ରକାଶିତ ହେଲା, ଯେପରି ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତାହାଙ୍କ ତୁଲ୍ୟ ଆଉ କେହି ନାହିଁ।
\v 36 ସେ ଉପଦେଶ ଦେବା ନିମନ୍ତେ ସ୍ୱର୍ଗରୁ ତୁମ୍ଭକୁ ଆପଣା ରବ ଶୁଣାଇଲେ ଓ ପୃଥିବୀରେ ତୁମ୍ଭକୁ ଆପଣା ମହା ଅଗ୍ନି ଦେଖାଇଲେ, ତୁମ୍ଭେ ଅଗ୍ନି ମଧ୍ୟରୁ ତାହାଙ୍କର ବାକ୍ୟ ଶୁଣିଲ।
\s5
\v 37 ସେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ସ୍ନେହ କରିବାରୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ହିଁ ମନୋନୀତ କଲେ,
\v 38 ପୁଣି ସେ ତୁମ୍ଭଠାରୁ ଅଧିକ ବଳବାନ ଓ ବହୁସଂଖ୍ୟକ ଅନ୍ୟ ଦେଶୀୟ ଲୋକମାନଙ୍କୁ ତୁମ୍ଭ ଆଗରୁ ତଡ଼ିଦେଇ ସେମାନଙ୍କ ଦେଶରେ ତୁମ୍ଭକୁ ପ୍ରବେଶ କରାଇ ଆଜି ଦିନ ତୁଲ୍ୟ ଅଧିକାରାର୍ଥେ ତାହା ତୁମ୍ଭକୁ ଦେବା ପାଇଁ ଆପଣା ଶ୍ରୀମୁଖ ଓ ମହାପରାକ୍ରମ ଦ୍ୱାରା ମିସର ଦେଶରୁ ବାହାର କରି ଆଣିଲେ।
\s5
\v 39 ଏନିମନ୍ତେ ତୁମ୍ଭେ ଆଜି ଏହା ଜ୍ଞାତ ହୁଅ ଓ ଆପଣା ହୃଦୟରେ ଏହା ବିବେଚନା କର, ଉର୍ଦ୍ଧ୍ୱସ୍ଥ ସ୍ୱର୍ଗରେ ଓ ଅଧଃସ୍ଥ ପୃଥିବୀରେ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି, ଅନ୍ୟ କେହି ନାହାନ୍ତି।
\v 40 ପୁଣି ଯେପରି ତୁମ୍ଭର ମଙ୍ଗଳ ଓ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ମଙ୍ଗଳ ହୁଏ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସଦାକାଳ ନିମନ୍ତେ ତୁମ୍ଭକୁ ଯେଉଁ ଭୂମି ଦିଅନ୍ତି, ତହିଁ ଉପରେ ଯେପରି ତୁମ୍ଭର ଦୀର୍ଘ ପରମାୟୁ ହୁଏ, ଏଥିପାଇଁ ମୁଁ ତାହାଙ୍କର ଯେଉଁ ଯେଉଁ ବିଧି ଓ ଆଜ୍ଞା ଆଜି ତୁମ୍ଭକୁ ଆଦେଶ କରୁଅଛି, ତାହା ପାଳନ କର।
\s ଆଶ୍ରୟ ନଗରସମୂହ
\p
\s5
\v 41 ଏଥିଉତ୍ତାରେ ମୋଶା ହତ୍ୟାକାରୀର ଆଶ୍ରୟ ନିମନ୍ତେ ଯର୍ଦ୍ଦନର ସୂର୍ଯ୍ୟୋଦୟ ଦିଗସ୍ଥିତ କୂଳରେ ତିନୋଟି ନଗର ନିର୍ଣ୍ଣୟ କଲେ।
\v 42 ଯେପରି କେହି ଆପଣା ପ୍ରତିବାସୀକୁ ପୂର୍ବେ ହିଂସା ନ କରି ଅଜ୍ଞାତସାରରେ ବଧ କଲେ, ସେ ତହିଁ ମଧ୍ୟରୁ କୌଣସି ଏକ ନଗରକୁ ପଳାଇ ବଞ୍ଚି ପାରେ।
\v 43 ଯଥା, ରୁବେନୀୟମାନଙ୍କ ନିମନ୍ତେ ପଦାଭୂମିସ୍ଥିତ ପ୍ରାନ୍ତରରେ ବେତ୍‍ସର; ପୁଣି ଗାଦୀୟମାନଙ୍କ ନିମନ୍ତେ ଗିଲୀୟଦରେ ରାମୋତ୍‍ ଆଉ ମନଃଶିୟମାନଙ୍କ ନିମନ୍ତେ ବାଶନରେ ଗୋଲନ୍‍।
\s ବ୍ୟବସ୍ଥାର ଉପସ୍ଥାପନ
\p
\s5
\v 44 ଏଥିଉତ୍ତାରେ ମୋଶା ଇସ୍ରାଏଲ ସନ୍ତାନଗଣର ସମ୍ମୁଖରେ ଏହି ବ୍ୟବସ୍ଥା ସ୍ଥାପନ କଲେ;
\v 45 ଅର୍ଥାତ୍‍, ମିସରରୁ ବାହାର ହୋଇ ଆସିବା ସମୟରେ ମୋଶା ଯର୍ଦ୍ଦନ-ପୂର୍ବପାରିରେ ବେଥ୍-ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ହିଷ୍‍ବୋନ ନିବାସୀ ଇମୋରୀୟ ରାଜା ସୀହୋନର ଦେଶରେ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହିସବୁ ପ୍ରମାଣ-ବାକ୍ୟ ଓ ବିଧି ଓ ଶାସନ ଦେଲେ।
\v 46 କାରଣ ମିସରରୁ ବାହାର ହୋଇ ଆସିବା ସମୟରେ ମୋଶା, ଇସ୍ରାଏଲ ସନ୍ତାନଗଣ ସେହି ରାଜାକୁ ବଧ କରି ତାହାର ଓ ବାଶନର ରାଜା ଓଗ୍‍ର,
\s5
\v 47 ଯର୍ଦ୍ଦନ-ପୂର୍ବଦିଗସ୍ଥ ଇମୋରୀୟମାନଙ୍କ ଏହି ଦୁଇ ରାଜାର ଦେଶ,
\v 48 ଅର୍ଥାତ୍‍, ଅର୍ଣ୍ଣୋନ ଉପତ୍ୟକା-ନିକଟସ୍ଥ ଅରୋୟେର ଅବଧି ସିୟୋନ, ଅର୍ଥାତ୍‍, ହର୍ମୋଣ ନାମକ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ,
\v 49 ପୁଣି ଅସ୍‍ଦୋଦ-ପିସ୍‍ଗାର ଅଧଃସ୍ଥିତ ସମତଳ ଭୂମିର ସମୁଦ୍ର ପର୍ଯ୍ୟନ୍ତ ଯର୍ଦ୍ଦନ-ପୂର୍ବପାରିସ୍ଥିତ ସମସ୍ତ ପଦାଭୂମି ଅଧିକାର କରିଥିଲେ।
\s5
\c 5
\s ଦଶ ଆଜ୍ଞା
\p
\v 1 ତହୁଁ ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି କହିଲେ, “ହେ ଇସ୍ରାଏଲ, ମୁଁ ତୁମ୍ଭମାନଙ୍କ ଶିକ୍ଷାର୍ଥେ, ରକ୍ଷାର୍ଥେ ଓ ପାଳନାର୍ଥେ ଆଜି ତୁମ୍ଭମାନଙ୍କ କର୍ଣ୍ଣ-ଗୋଚରରେ ଯେଉଁସବୁ ବିଧି ଓ ଶାସନ କହୁଅଛି, ତହିଁରେ ମନୋଯୋଗ କର।
\v 2 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ହୋରେବରେ ଆମ୍ଭମାନଙ୍କ ସହିତ ଗୋଟିଏ ନିୟମ କଲେ।
\v 3 ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସେହି ନିୟମ କଲେ ନାହିଁ; ମାତ୍ର ଆଜି ଏହି ସ୍ଥାନରେ ଜୀବିତ ଅଟୁ ଯେ ଆମ୍ଭେମାନେ, ଆମ୍ଭ ସମସ୍ତଙ୍କ ସହିତ ତାହା କଲେ
\s5
\v 4 ସଦାପ୍ରଭୁ ପର୍ବତରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ ମୁଖାମୁଖୀ କଥା କହିଲେ।
\v 5 ସେହି ସମୟରେ ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ୟ ଜ୍ଞାତ କରାଇବା ନିମନ୍ତେ ସେହି ସ୍ଥାନରେ ସଦାପ୍ରଭୁଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଠିଆ ହେଲି; କାରଣ ତୁମ୍ଭେମାନେ ଅଗ୍ନି ସକାଶୁ ଭୀତ ହେବାରୁ ପର୍ବତ ଆରୋହଣ କଲ ନାହିଁ; ତାହାଙ୍କର ବାକ୍ୟ ଏହି, ଯଥା,
\v 6 ଯେ ତୁମ୍ଭଙ୍କୁ ଦାସ୍ୟଗୃହ ସ୍ୱରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ।
\s5
\v 7 ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ।
\v 8 ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; ଉପରିସ୍ଥ ସ୍ୱର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି (ବସ୍ତୁର) ପ୍ରତିମୂର୍ତ୍ତି (ନିର୍ମାଣ କରିବ ନାହିଁ)।
\s5
\v 9 ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ; କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ-ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା;
\v 10 ମାତ୍ର ଯେଉଁମାନେ ଆମ୍ଭଙ୍କୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର (ପୁରୁଷ) ପର୍ଯ୍ୟନ୍ତ ଦୟାକାରୀ।
\s5
\v 11 ତୁମ୍ଭେ ମିଥ୍ୟାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ନାମ ନେବ ନାହିଁ; ଯେହେତୁ ଯେକେହି ମିଥ୍ୟାରେ ତାହାଙ୍କ ନାମ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ।
\s5
\v 12 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାନୁସାରେ ବିଶ୍ରାମଦିନ ପାଳନ କରି ପବିତ୍ର କର।
\v 13 ତୁମ୍ଭେ ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ;
\v 14 ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ତୁମ୍ଭର ଦାସୀ, ତୁମ୍ଭର ଗୋରୁ, କି ତୁମ୍ଭର ଗର୍ଦ୍ଦଭ, ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗର-ଦ୍ୱାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ; ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭ ପରି ବିଶ୍ରାମ କରିବେ।
\s5
\v 15 ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ଦାସ ହୋଇଥିଲ, ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସେଠାରୁ ତୁମ୍ଭକୁ ବାହାର କରି ଆଣିଲେ; ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଶ୍ରାମଦିନ ପାଳନାର୍ଥେ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି।
\s5
\v 16 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ଆପଣା ପିତାଙ୍କୁ ଓ ଆପଣା ମାତାଙ୍କୁ ସମାଦର କର; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ଓ ମଙ୍ଗଳ ହେବ।
\s5
\v 17 ତୁମ୍ଭେ ନରହତ୍ୟା କରିବ ନାହିଁ।
\v 18 କିଅବା ତୁମ୍ଭେ ବ୍ୟଭିଚାର କରିବ ନାହିଁ।
\v 19 କିଅବା ତୁମ୍ଭେ ଚୋରି କରିବ ନାହିଁ।
\v 20 କିଅବା ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ।
\s5
\v 21 କିଅବା ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ; କିଅବା ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କି ତାହାର କ୍ଷେତ୍ର, ତାହାର ଦାସ, କି ତାହାର ଦାସୀ, ତାହାର ଗୋରୁ, କି ତାହାର ଗର୍ଦ୍ଦଭ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।
\s5
\v 22 ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧାର ମଧ୍ୟରୁ ତୁମ୍ଭମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚୈଃସ୍ୱରରେ କହିଲେ, “ଆଉ କିଛି କହିଲେ ନାହିଁ। ତହୁଁ ସେ ଏହି ସମସ୍ତ କଥା ଦୁଇଖଣ୍ଡ ପ୍ରସ୍ତର ପଟାରେ ଲେଖି ମୋତେ ସମର୍ପଣ କଲେ ।”
\s5
\v 23 ମାତ୍ର ପର୍ବତ ଅଗ୍ନିରେ ଜ୍ୱଳିବା ସମୟରେ ତୁମ୍ଭେମାନେ ଅନ୍ଧକାର ମଧ୍ୟରୁ ରବ ଶୁଣି, ତୁମ୍ଭେମାନେ ଅର୍ଥାତ୍‍, ତୁମ୍ଭମାନଙ୍କ ବଂଶାଧ୍ୟକ୍ଷ ଓ ପ୍ରାଚୀନମାନେ, ମୋ’ ନିକଟକୁ ଆସିଲ;
\v 24 ପୁଣି, ତୁମ୍ଭେମାନେ କହିଲ, “ଦେଖ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ଆପଣା ପ୍ରତାପ ଓ ମହିମା ପ୍ରକାଶ କରିଅଛନ୍ତି, ଆଉ ଆମ୍ଭେମାନେ ଅଗ୍ନି ମଧ୍ୟରୁ ତାହାଙ୍କ ରବ ଶୁଣିଅଛୁ; ଆମ୍ଭେମାନେ ଆଜି ଦେଖିଅଛୁ ଯେ, ପରମେଶ୍ୱର ମନୁଷ୍ୟ ସହିତ କଥା କହିଲେ ସୁଦ୍ଧା ସେ ବଞ୍ଚିପାରେ।”
\s5
\v 25 ମାତ୍ର ଆମ୍ଭେମାନେ ଏବେ କାହିଁକି ମରିବା ? କାରଣ ଏହି ମହା-ଅଗ୍ନି ଆମ୍ଭମାନଙ୍କୁ ଗ୍ରାସ କରିବ; ଆମ୍ଭେମାନେ ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବ ଆଉ ଥରେ ଶୁଣିବା, ତେବେ ଆମ୍ଭେମାନେ ମରିଯିବା।
\v 26 କାରଣ ଆମ୍ଭେମାନେ ଯେପରି ଜୀବିତ ପରମେଶ୍ୱରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଅଛୁ, ପ୍ରାଣୀମାନଙ୍କ ମଧ୍ୟରେ କିଏ ଏପରି ହୋଇଅଛି ?
\v 27 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା କହିବେ, ତୁମ୍ଭେ ନିକଟକୁ ଯାଇ ତାହା ଶୁଣ; ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ଯାହା କହିବେ, ସେସମସ୍ତ କଥା ତୁମ୍ଭେ ଆମ୍ଭମାନଙ୍କୁ କୁହ; ଆମ୍ଭେମାନେ ତାହା ଶୁଣି ପାଳନ କରିବା।
\s5
\v 28 ତୁମ୍ଭେମାନେ ଯେତେବେଳେ ମୋତେ ଏହି କଥା କହିଲ, “ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସେହି ବାକ୍ୟର ରବ ଶୁଣି ମୋତେ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା କହିଅଛନ୍ତି, ଆମ୍ଭେ ସେହି ବାକ୍ୟର ରବ ଶୁଣିଅଛୁ; ସେମାନେ ଯାହା କହିଅଛନ୍ତି, ତାହା ଭଲ କହିଅଛନ୍ତି।
\v 29 ଆହା, ଯେପରି ସେମାନଙ୍କର ଓ ସେମାନଙ୍କ ସନ୍ତାନଗଣର ଅନନ୍ତକାଳସ୍ଥାୟୀ ମଙ୍ଗଳ ହୁଏ, ଏଥିପାଇଁ ସର୍ବଦା ଆମ୍ଭଙ୍କୁ ଭୟ କରିବାକୁ ଓ ଆମ୍ଭ ଆଜ୍ଞାସବୁ ପାଳନ କରିବାକୁ ଯେବେ ସେମାନଙ୍କର ଏପରି ହୃଦୟ ହୁଅନ୍ତା !
\v 30 ତୁମ୍ଭେ ଯାଇ ସେମାନଙ୍କୁ କୁହ ଯେ, ତୁମ୍ଭେମାନେ ଆପଣା ଆପଣା ତମ୍ବୁକୁ ଫେରି ଯାଅ।
\s5
\v 31 ମାତ୍ର ତୁମ୍ଭେ ଏହି ସ୍ଥାନରେ ଆମ୍ଭ ନିକଟରେ ଠିଆ ହୁଅ, ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଯେଉଁ ଦେଶ ଦେବା, ସେହି ଦେଶରେ ସେମାନେ ପାଳନ କରିବା ପାଇଁ ତୁମ୍ଭେ ଯେଉଁ ବିଧି ଓ ଆଜ୍ଞା ଓ ଶାସନ ସେମାନଙ୍କୁ ଶିଖାଇବ ତାହାସବୁ ଆମ୍ଭେ ତୁମ୍ଭକୁ କହିବା।
\s5
\v 32 ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେପରି ଆଜ୍ଞା ଦେଇଅଛନ୍ତି, ତଦନୁସାରେ ପାଳନ କରିବା ପାଇଁ ମନୋଯୋଗ କରିବ; ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ।
\v 33 ଯେପରି ତୁମ୍ଭେମାନେ ବଞ୍ଚିବ ଓ ତୁମ୍ଭମାନଙ୍କର ମଙ୍ଗଳ ହେବ, ପୁଣି ଯେଉଁ ଦେଶ ତୁମ୍ଭେମାନେ ଅଧିକାର କରିବ, ତହିଁରେ ଯେପରି ତୁମ୍ଭମାନଙ୍କର ଦୀର୍ଘ ପରମାୟୁ ହେବ, ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଯେଉଁ ପଥରେ ଚାଲିବାକୁ ଆଜ୍ଞା ଦେଇଅଛନ୍ତି, ସେହି ସମସ୍ତ ପଥରେ ଚାଲ।
\s5
\c 6
\s ମହାନ୍‍ ଆଜ୍ଞା
\p
\v 1 ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମ୍ଭମାନଙ୍କ ପାଳନାର୍ଥେ ଏହିସବୁ ଆଜ୍ଞା ଓ ବିଧି ଓ ଶାସନ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆଜ୍ଞା ଦେଇଅଛନ୍ତି।
\v 2 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ସକଳ ବିଧି ଓ ଆଜ୍ଞା ମୁଁ ଆଦେଶ କରେ, ତୁମ୍ଭେ ଯାବଜ୍ଜୀବନ ପୁତ୍ରପୌତ୍ରାଦିକ୍ରମେ ତାହା ପାଳନ କରିବା ପାଇଁ ତାଙ୍କୁ ଭୟ କଲେ, ତୁମ୍ଭର ଦୀର୍ଘାୟୁ ହେବ।
\s5
\v 3 ଏହେତୁ ହେ ଇସ୍ରାଏଲ, ଶୁଣ ଓ ତାହା ପାଳନ କରିବାକୁ ମନୋଯୋଗ କର; ତହିଁରେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭକୁ ଯେରୂପ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଅତିଶୟ ବର୍ଦ୍ଧିଷ୍ଣୁ ହେବ।
\s5
\v 4 ହେ ଇସ୍ରାଏଲ, ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି।
\v 5 ଏନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ।
\s5
\v 6 ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ।
\v 7 ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ ଓ ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କ ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ।
\s5
\v 8 ଆଉ ତୁମ୍ଭେ ଚିହ୍ନ ସ୍ୱରୂପ ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ।
\v 9 ଆହୁରି ତୁମ୍ଭେ ଆପଣା ଗୃହଦ୍ୱାର ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ।
\s ଅନାଜ୍ଞାବହତା ବିରୁଦ୍ଧରେ ଚେତାବନୀ
\p
\s5
\v 10 ତୁମ୍ଭ ପୂର୍ବପୁରୁଷ ଅବ୍ରହାମ, ଇସ୍‍ହାକ ଓ ଯାକୁବ ନିକଟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭକୁ ଉପସ୍ଥିତ କରାଇଲା ଉତ୍ତାରେ ତୁମ୍ଭେ ଯାହା ନିର୍ମାଣ କରି ନାହଁ, ଏପରି ବୃହତ ଓ ସୁନ୍ଦର ନଗର,
\v 11 ଆଉ ଯାହା ତୁମ୍ଭେ ପୂର୍ଣ୍ଣ କରି ନାହଁ, ଏପରି ସକଳ ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ ଓ ଯାହା ତୁମ୍ଭେ ଖୋଳିଲ ନାହିଁ, ଏପରି ଖୋଦିତ କୂପ, ଯାହା ରୋପଣ କଲ ନାହିଁ, ଏପରି ଦ୍ରାକ୍ଷାକ୍ଷେତ୍ର ଓ ଜୀତବୃକ୍ଷ ପାଇ ଯେତେବେଳେ ତୁମ୍ଭେ ଭୋଗ କରି ତୃପ୍ତ ହେବ,
\v 12 ସେତେବେଳେ ସାବଧାନ, ଯେ ତୁମ୍ଭକୁ ଦାସ୍ୟଗୃହରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ସେହି ସଦାପ୍ରଭୁଙ୍କୁ ପାସୋର ନାହିଁ।
\s5
\v 13 ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବ ଓ ତୁମ୍ଭେ ତାହାଙ୍କର ସେବା କରିବ ଓ ତାହାଙ୍କ ନାମରେ ଶପଥ କରିବ।
\v 14 ତୁମ୍ଭେମାନେ ଅନ୍ୟ ଦେବଗଣର, ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ଲୋକଙ୍କ ଦେବଗଣର ପଶ୍ଚାଦ୍‍ଗାମୀ ହେବ ନାହିଁ;
\v 15 ହେଲେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ କ୍ରୋଧ ତୁମ୍ଭ ପ୍ରତିକୂଳରେ ପ୍ରଜ୍ୱଳିତ ହେବ ଓ ସେ ଭୂମଣ୍ଡଳରୁ ତୁମ୍ଭକୁ ବିନାଶ କରିବେ; କାରଣ ତୁମ୍ଭ ମଧ୍ୟବର୍ତ୍ତୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟନ୍ତି।
\s5
\v 16 ତୁମ୍ଭେମାନେ ମଃସାରେ ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପରୀକ୍ଷା କରିଥିଲ, ସେପରି ତାହାଙ୍କୁ ପରୀକ୍ଷା କରିବ ନାହିଁ।
\v 17 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଆଦିଷ୍ଟ ସମସ୍ତ ଆଜ୍ଞା, ତାହାଙ୍କ ପ୍ରମାଣ-ବାକ୍ୟ ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ।
\s5
\v 18 ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ନ୍ୟାୟ ଓ ଉତ୍ତମ, ତୁମ୍ଭେ ତାହା କରିବ; ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ସଦାପ୍ରଭୁ ଆପଣା ବାକ୍ୟାନୁସାରେ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଦୂର କରିବା ପାଇଁ,
\v 19 ଯେଉଁ ଦେଶ ବିଷୟରେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ତୁମ୍ଭେ ସେହି ଉତ୍ତମ ଦେଶରେ ପ୍ରବେଶ କରି ତାହା ଅଧିକାର କରିବ।
\s5
\v 20 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ସକଳ ପ୍ରମାଣ-ବାକ୍ୟ ଓ ବିଧି ଓ ଶାସନ ଦେଇଅଛନ୍ତି, ସେସବୁର ଅଭିପ୍ରାୟ କଅଣ ଏହା ଭବିଷ୍ୟତ କାଳରେ ତୁମ୍ଭର ସନ୍ତାନ ତୁମ୍ଭକୁ ପଚାରିଲେ,
\v 21 ତୁମ୍ଭେ ଆପଣା ସନ୍ତାନକୁ କହିବ, ଆମ୍ଭେମାନେ ମିସରରେ ଫାରୋର ବନ୍ଧାଦାସ ଥିଲୁ; ପୁଣି ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ;
\v 22 ଆଉ ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତରେ ମିସର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଳେଶଦାୟକ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ଦେଖାଇଲେ।
\v 23 ପୁଣି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲେ, ସେ ଦେଶରେ ସେ ଆମ୍ଭମାନଙ୍କୁ ପହଞ୍ଚାଇ ତାହା ଦେବା ନିମନ୍ତେ ମିସରରୁ ବାହାର କରି ଆଣିଲେ।
\s5
\v 24 ପୁଣି ସଦାପ୍ରଭୁ ଆଜି ଦିନ ତୁଲ୍ୟ ଯେପରି ଆମ୍ଭମାନଙ୍କୁ ଜୀବିତ ରଖିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ୟ ମଙ୍ଗଳ ନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ।
\v 25 ଆଉ ଯେବେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତାହାଙ୍କ ଆଜ୍ଞାନୁସାରେ ଏହି ସମସ୍ତ ଆଜ୍ଞା ପାଳନ କରିବାକୁ ମନୋଯୋଗ କରିବା, ତେବେ ତାହା ଆମ୍ଭମାନଙ୍କ ନିମନ୍ତେ ଧାର୍ମିକତା ହେବ।
\s5
\c 7
\s ସଦାପ୍ରଭୁଙ୍କ ମନୋନୀତ ଗୋଷ୍ଠୀ
\p
\v 1 ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରବେଶ କରାଇବେ ଓ ତୁମ୍ଭ ସାକ୍ଷାତରୁ ନାନା ଗୋଷ୍ଠୀୟ ଲୋକମାନଙ୍କୁ, ହିତ୍ତୀୟ, ଗିର୍ଗାଶୀୟ, ଇମୋରୀୟ, କିଣାନୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ, ତୁମ୍ଭଠାରୁ ମହାନ୍ ଓ ବଳବାନ ଏହି ସାତ ଗୋଷ୍ଠୀଙ୍କୁ ଦୂର କରିବେ;
\s5
\v 2 ପୁଣି ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ ଓ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ; ସେତେବେଳେ ତୁମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବ; ତୁମ୍ଭେ ସେମାନଙ୍କ ସହିତ କୌଣସି ନିୟମ କରିବ ନାହିଁ, କିଅବା ସେମାନଙ୍କ ପ୍ରତି ଦୟା ପ୍ରକାଶ କରିବ ନାହିଁ।
\v 3 ଅଥବା ତୁମ୍ଭେ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ କରିବ ନାହିଁ; ତୁମ୍ଭେ ତାହାର ପୁତ୍ରକୁ ଆପଣା କନ୍ୟା ଦେବ ନାହିଁ, ଅବା ଆପଣା ପୁତ୍ର ନିମନ୍ତେ ତାହାର କନ୍ୟା ଗ୍ରହଣ କରିବ ନାହିଁ।
\s5
\v 4 କାରଣ ସେ ତୁମ୍ଭ ପୁତ୍ରକୁ ଆମ୍ଭ ଅନୁସରଣରୁ ଫେରାଇବ, ତହିଁରେ ସେମାନେ ଅନ୍ୟ ଦେବଗଣର ସେବା କରିବେ ତାହା ହେଲେ, ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ ଓ ସେ ତୁମ୍ଭକୁ ଶୀଘ୍ର ବିନାଶ କରିବେ।
\v 5 ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ ବ୍ୟବହାର କରିବ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ହାଣି ପକାଇବ, ପୁଣି ସେମାନଙ୍କ ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ।
\s5
\v 6 କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ; ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଅଛନ୍ତି।
\s5
\v 7 ତୁମ୍ଭେମାନେ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକ ସଂଖ୍ୟକ ଥିଲ ବୋଲି ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ସ୍ନେହ ରଖିଲେ ନାହିଁ କି ତୁମ୍ଭମାନଙ୍କୁ ମନୋନୀତ କଲେ ନାହିଁ, କାରଣ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଅଳ୍ପସଂଖ୍ୟକ ଥିଲ।
\v 8 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନେହ କରିବାରୁ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଚ୍ଛୁକ ହେବାରୁ ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ତୁମ୍ଭମାନଙ୍କୁ ବାହାର କରି ଆଣିଅଛନ୍ତି ଓ ଦାସ୍ୟଗୃହରୁ, ମିସରର ରାଜା ଫାରୋର ହସ୍ତରୁ ତୁମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି।
\s5
\v 9 ଏହେତୁ ଜାଣ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର, କେବଳ ସେ ପରମେଶ୍ୱର ଅଟନ୍ତି; ସେ ବିଶ୍ୱସନୀୟ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପିଢ଼ି ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି।
\v 10 ପୁଣି ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି, ସେମାନଙ୍କୁ ସଂହାର କରିବା ନିମନ୍ତେ ସେ ସେମାନଙ୍କ ସମ୍ମୁଖରେ ପରିଶୋଧ କରନ୍ତି; ଯେ ତାହାଙ୍କୁ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ, ସେ ତାହାର ସମ୍ମୁଖରେ ପରିଶୋଧ କରିବେ।
\v 11 ଏ ନିମନ୍ତେ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା ଦେଉଅଛି, ତାହା ମାନ୍ୟ କରି ପାଳନ କରିବ।
\s ଆଜ୍ଞାବହତାର ଆଶୀର୍ବାଦ
\p
\s5
\v 12 ତୁମ୍ଭେମାନେ ଏହି ସକଳ ଶାସନ ଶୁଣି, ମାନି ଓ ପାଳନ କରିବାରୁ ଏପରି ହେବ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ ଓ ଦୟା ବିଷୟରେ ଶପଥ କରିଅଛନ୍ତି, ସେ ତାହା ତୁମ୍ଭ ପକ୍ଷରେ ରକ୍ଷା କରିବେ।
\v 13 ପୁଣି ସେ ତୁମ୍ଭକୁ ସ୍ନେହ କରିବେ, ତୁମ୍ଭକୁ ଆଶୀର୍ବାଦ କରିବେ ଓ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ; ମଧ୍ୟ ସେ ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭ ଗର୍ଭଫଳ, ତୁମ୍ଭ ଭୂମିଫଳ, ତୁମ୍ଭ ଶସ୍ୟ, ତୁମ୍ଭ ଦ୍ରାକ୍ଷାରସ, ତୁମ୍ଭ ତୈଳ, ତୁମ୍ଭ ଗୋରୁମାନଙ୍କ ବତ୍ସ ଓ ତୁମ୍ଭ ପଲର ଶାବକ, ଏହି ସମସ୍ତଙ୍କୁ ଆଶୀର୍ବାଦ କରିବେ।
\s5
\v 14 ତୁମ୍ଭେ ସମସ୍ତ ଲୋକଙ୍କ ଅପେକ୍ଷା ଅଧିକ ଆଶୀର୍ବାଦ ପାଇବ; ତୁମ୍ଭମାନଙ୍କ ମଧ୍ୟରେ ପୁରୁଷ କି ସ୍ତ୍ରୀ କିଅବା ତୁମ୍ଭମାନଙ୍କ ପଶୁଗଣ ମଧ୍ୟରେ କେହି ନିଃସନ୍ତାନ ହେବେ ନାହିଁ।
\v 15 ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ; ଆଉ ତୁମ୍ଭେ ଯେଉଁ ସବୁ ମିସ୍ରୀୟ ମନ୍ଦ-ବ୍ୟାଧି ଜାଣିଅଛ, ତାହା ସେ ତୁମ୍ଭ ଉପରେ ବର୍ତ୍ତାଇବେ ନାହିଁ, ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେହି ସମସ୍ତଙ୍କ ଉପରେ ତାହା ବର୍ତ୍ତାଇବେ।
\s5
\v 16 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସେମାନଙ୍କୁ ଗ୍ରାସ କରିବ; ତୁମ୍ଭର ଚକ୍ଷୁ ସେମାନଙ୍କୁ ଦୟା କରିବ ନାହିଁ; କିଅବା ତୁମ୍ଭେ ସେମାନଙ୍କ ଦେବଗଣକୁ ସେବା କରିବ ନାହିଁ, କାରଣ ତାହା ତୁମ୍ଭର ଫାନ୍ଦ ସ୍ୱରୂପ ହେବ।
\s5
\v 17 ଯେବେ ତୁମ୍ଭେ ଆପଣା ମନେ ମନେ କହିବ, ଏହି ଗୋଷ୍ଠୀୟ ଲୋକମାନେ ଆମ୍ଭଠାରୁ ଅଧିକ; ଆମ୍ଭେ କିପରି ସେମାନଙ୍କୁ ଅଧିକାରଚ୍ୟୁତ କରି ପାରିବା ? ତଥାପି ତୁମ୍ଭେ ସେମାନଙ୍କଠାରୁ ଭୀତ ହେବ ନାହିଁ।
\v 18 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଫାରୋ ଓ ସମସ୍ତ ମିସର ପ୍ରତି ଯେଉଁ ଯେଉଁ କର୍ମ କରିଅଛନ୍ତି;
\v 19 ତୁମ୍ଭେ ନିଜ ଆଖିରେ ଯେଉଁ ମହା ମହା ପରଖ ଦେଖିଅଛ, ଯେଉଁ ଯେଉଁ ଚିହ୍ନ, ଆଶ୍ଚର୍ଯ୍ୟ କ୍ରିୟା, ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ବାହାର କରି ଆଣିଅଛନ୍ତି, ତାହାସବୁ ଉତ୍ତମ ରୂପେ ସ୍ମରଣ କରିବ। ତୁମ୍ଭେ ଯେଉଁମାନଙ୍କୁ ଭୟ କରୁଅଛ, ସେସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହିପରି କରିବେ।
\s5
\v 20 ଆହୁରି ଯେଉଁମାନେ ଅବଶିଷ୍ଟ ରହିବେ ଓ ଆପଣାମାନଙ୍କୁ ଲୁଚାଇ ରଖିବେ, ସେମାନେ ତୁମ୍ଭ ସମ୍ମୁଖରୁ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କ ମଧ୍ୟକୁ ବିରୁଡ଼ି
\f +
\fr 7:20
\ft କିଅବା ମହାମାରୀ
\f* ପଠାଇବେ।
\v 21 ତୁମ୍ଭେ ସେମାନଙ୍କଠାରୁ ଭୟଯୁକ୍ତ ହେବ ନାହିଁ, କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ, ସେ ମହାନ୍ ଓ ଭୟଙ୍କର ପରମେଶ୍ୱର ଅଟନ୍ତି।
\v 22 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢ଼ି ଦେବେ; ତୁମ୍ଭେ ସେମାନଙ୍କୁ ଏକାବେଳେ ବିନାଶ କରିବ ନାହିଁ, କଲେ ବନ ପଶୁମାନେ ତୁମ୍ଭ ପ୍ରତିକୂଳରେ ବଢ଼ି ଉଠିବେ।
\s5
\v 23 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଆଗରେ ସେମାନଙ୍କୁ ସମର୍ପଣ କରିବେ ଓ ସେମାନେ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ମହାବ୍ୟାକୁଳତାରେ ବ୍ୟାକୁଳ କରିବେ।
\v 24 ଆଉ ସେ ସେମାନଙ୍କ ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ତହିଁରେ ତୁମ୍ଭେ ଆକାଶମଣ୍ଡଳର ତଳୁ ସେମାନଙ୍କ ନାମ ଲୋପ କରିବ; ତୁମ୍ଭେ ସେମାନଙ୍କୁ ବିନାଶ କରିବା ପର୍ଯ୍ୟନ୍ତ କେହି ତୁମ୍ଭ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହେବ ନାହିଁ।
\s5
\v 25 ତୁମ୍ଭେମାନେ ସେମାନଙ୍କ ଦେବଗଣର ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ; ତୁମ୍ଭେ ଯେପରି ଫାନ୍ଦରେ ନ ପଡ଼ିବ, ଏଥିପାଇଁ ସେହିସବୁରେ ଥିବା ରୂପା କି ସୁନା ପ୍ରତି ଲୋଭ କରିବ ନାହିଁ, କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ, କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣିତ ବସ୍ତୁ;
\v 26 ପୁଣି ତୁମ୍ଭେ ସେହି ଘୃଣିତ ବସ୍ତୁ ଆପଣା ଗୃହକୁ ଆଣିବ ନାହିଁ, ଆଣିଲେ ତାହା ତୁଲ୍ୟ ବର୍ଜିତ ହେବ; ତୁମ୍ଭେ ତାହା ଅତିଶୟ ଘୃଣା କରିବ ଓ ଅତିଶୟ ତୁଚ୍ଛଜ୍ଞାନ କରିବ; ଯେହେତୁ ତାହା ବର୍ଜନୀୟ ବସ୍ତୁ।
\s5
\c 8
\s ସଦାପ୍ରଭୁଙ୍କୁ ସ୍ମରଣ କର
\p
\v 1 ଆଜି ମୁଁ ତୁମ୍ଭକୁ ଯେଉଁ ସମସ୍ତ ଆଜ୍ଞା ଦେଉଅଛି, ତାହାସବୁ ତୁମ୍ଭେମାନେ ମନୋଯୋଗ କରି ପାଳନ କରିବ, ତହିଁରେ ତୁମ୍ଭେମାନେ ବଞ୍ଚିବ ଓ ବର୍ଦ୍ଧିଷ୍ଣୁ ହେବ, ଆଉ ସଦାପ୍ରଭୁ ଯେଉଁ ଦେଶ ବିଷୟରେ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ପ୍ରବେଶ କରି ତାହା ଅଧିକାର କରିବ।
\v 2 ପୁଣି ତୁମ୍ଭେ ତାହାଙ୍କ ଆଜ୍ଞା ପାଳନ କରିବ କି ନାହିଁ, ଏ ବିଷୟରେ ତୁମ୍ଭର ପରୀକ୍ଷା ନେବା ପାଇଁ, ତୁମ୍ଭର ମାନସ ଜାଣିବା ପାଇଁ ଓ ତୁମ୍ଭକୁ ନମ୍ର କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଚାଳିଶ ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭକୁ ଯେଉଁ ସକଳ ପଥରେ ଗମନ କରାଇଅଛନ୍ତି, ତାହା ସ୍ମରଣ କର।
\s5
\v 3 ଆଉ ମନୁଷ୍ୟ ଯେ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ଯାହା ନିର୍ଗତ ହୁଏ, ତହିଁରେ ହିଁ ବଞ୍ଚେ, ଏହା ତୁମ୍ଭକୁ ଜଣାଇବା ପାଇଁ ସେ ତୁମ୍ଭକୁ ନମ୍ର, କ୍ଷୁଧିତ କରି ତୁମ୍ଭର ଅଜ୍ଞାତ ଓ ତୁମ୍ଭ ପୂର୍ବପୁରୁଷଗଣର ଅଜ୍ଞାତ ମାନ୍ନା ଦେଇ ପ୍ରତିପାଳନ କରିଅଛନ୍ତି।
\s5
\v 4 ଏହି ଚାଳିଶ ବର୍ଷସାରା ତୁମ୍ଭ ଶରୀରରେ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ତୁମ୍ଭର ପାଦ ଫୁଲିଲା ନାହିଁ।
\v 5 ପୁଣି ମନୁଷ୍ୟ ଯେପରି ଆପଣା ପୁତ୍ରକୁ ଶାସନ କରେ, ତଦ୍ରୂପ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଶାସନ କରନ୍ତି, ଏହା ତୁମ୍ଭେ ଆପଣା ମନରେ ବିବେଚନା କରିବ।
\v 6 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞା ପାଳନ କରି ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କୁ ଭୟ କରିବ।
\s5
\v 7 କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଏକ ଉତ୍ତମ ଦେଶକୁ ନେଇ ଯାଉଅଛନ୍ତି; ତାହା ସମସ୍ଥଳୀ ଓ ପର୍ବତରେ ପ୍ରବାହିତ ସ୍ରୋତ ଓ ନିର୍ଝର ଓ ଜଳାଶୟର ଦେଶ;
\v 8 ସେହି ଦେଶ ଗହମ, ଯବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମୟ ସେହି ଦେଶ ଜୀତ ତୈଳ ଓ ମଧୁମୟ;
\s5
\v 9 ସେହି ଦେଶରେ ତୁମ୍ଭେ ଅଭାବ ବିନା ଆହାର ଭୋଜନ କରିବ, ସେଠାରେ ତୁମ୍ଭର କୌଣସି ବିଷୟର ଅଭାବ ହେବ ନାହିଁ; ସେହି ଦେଶର ପଥର ଲୁହା ଓ ତୁମ୍ଭେ ତହିଁର ପର୍ବତରୁ ପିତ୍ତଳ ଖୋଳି ପାରିବ।
\v 10 ଆଉ ତୁମ୍ଭେ ଭୋଜନ କରି ତୃପ୍ତ ହେବ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁ ସକାଶୁ ତାହାଙ୍କର ଧନ୍ୟବାଦ କରିବ।
\s5
\v 11 ସାବଧାନ, ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି, ତାହା ପାଳନ ନ କରି ଯେପରି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପାସୋରି ନ ଯାଅ।
\v 12 ନୋହିଲେ ତୁମ୍ଭେ ଭୋଜନ କରି ତୃପ୍ତ ହେଲେ ଓ ଉତ୍ତମ ଗୃହ ନିର୍ମାଣ କରି ତହିଁରେ ବାସ କଲେ,
\s5
\v 13 ପୁଣି ତୁମ୍ଭର ଗୋମେଷାଦି ପଲ ବୃଦ୍ଧି ପାଇଲେ, ତୁମ୍ଭର ରୂପା ଓ ସୁନା ପ୍ରଚୁର ହେଲେ ଓ ତୁମ୍ଭର ଯାହା ଅଛି, ତାହାସବୁ ବୃଦ୍ଧି ପାଇଲେ,
\v 14 ତୁମ୍ଭର ଅନ୍ତଃକରଣ ଅହଙ୍କାରୀ ହେବ, ପୁଣି ଯେ ମିସର ଦେଶରୁ, ଦାସ୍ୟଗୃହରୁ ତୁମ୍ଭକୁ ବାହାର କରି ଆଣିଲେ,
\s5
\v 15 ଯେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ଜ୍ୱାଳାଦାୟୀ ସର୍ପ ଓ ବିଚ୍ଛା, ପୁଣି ନିର୍ଜଳ ଶୁଷ୍କ ଭୂମି ଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ପ୍ରାନ୍ତର ଦେଇ ତୁମ୍ଭକୁ ଗମନ କରାଇଲେ; ଯେ ତୁମ୍ଭ ନିମନ୍ତେ ଚକ୍‍ମକି-ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ;
\v 16 ଯେ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ମାନ୍ନା ଦ୍ୱାରା ପ୍ରାନ୍ତରରେ ତୁମ୍ଭକୁ ପ୍ରତିପାଳନ କଲେ, ଏପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ତୁମ୍ଭେ ପାସୋରି ଯିବ।
\v 17 ପୁଣି ତୁମ୍ଭେ ଆପଣା ମନେ ମନେ କହିବ, ଆମ୍ଭର ପରାକ୍ରମ ଓ ବାହୁବଳ ଏହିସବୁ ଐଶ୍ୱର୍ଯ୍ୟ ଲାଭ କରିଅଛି।
\s5
\v 18 ମାତ୍ର ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସ୍ମରଣ କରିବ, କାରଣ ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଆପଣାର ଯେଉଁ ନିୟମ ବିଷୟରେ ଶପଥ କରିଥିଲେ, ତାହା ସେ ଆଜି ଦିନ ପରି ସ୍ଥିର କରିବା ପାଇଁ ତୁମ୍ଭକୁ ଐଶ୍ୱର୍ଯ୍ୟ ପାଇବାର ସାମର୍ଥ୍ୟ ଦେଲେ।
\v 19 ଆଉ ଯେବେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପାସୋରିବ, ଅନ୍ୟ ଦେବତାଗଣର ପଶ୍ଚାଦ୍‍ଗାମୀ ହୋଇ ସେମାନଙ୍କ ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ, ତେବେ ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ଆଜି ଏହି ସାକ୍ଷ୍ୟ ଦେଉଅଛି ଯେ, ତୁମ୍ଭେମାନେ ନିତାନ୍ତ ବିନଷ୍ଟ ହେବ।
\v 20 ତୁମ୍ଭମାନଙ୍କ ସମ୍ମୁଖରେ ସଦାପ୍ରଭୁ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ବିନାଶ କରନ୍ତି, ସେମାନଙ୍କ ପରି ତୁମ୍ଭେମାନେ ବିନଷ୍ଟ ହେବ; କାରଣ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ ଅବଧାନ ନ କଲେ ତୁମ୍ଭମାନଙ୍କୁ ଏହା ଘଟିବ।
\s5
\c 9
\s ଲୋକମାନଙ୍କର ଅବାଧ୍ୟତା
\p
\v 1 ହେ ଇସ୍ରାଏଲ, ଶୁଣ ତୁମ୍ଭେ ଆପଣାଠାରୁ ଅଧିକ ପ୍ରବଳ ଓ ବଳବାନ ଗୋଷ୍ଠୀୟ ଲୋକମାନଙ୍କୁ, ଆଉ ପ୍ରାଚୀର ବେଷ୍ଟିତ ବୃହତ ଓ ଗଗନସ୍ପର୍ଶୀ ନଗରମାନଙ୍କୁ ଅଧିକାର କରିବା ପାଇଁ ଆଜି ଯର୍ଦ୍ଦନ ପାର ହୋଇ ଯାଉଅଛ;
\v 2 ସେହି ଲୋକମାନେ ଅନାକୀୟମାନଙ୍କ ସନ୍ତାନ, ବଳବାନ ଓ ଲମ୍ବା, ତୁମ୍ଭେ ସେମାନଙ୍କୁ ଜାଣୁଅଛ, ପୁଣି ସେମାନଙ୍କ ବିଷୟରେ ଏହା କୁହାଯିବାର ତୁମ୍ଭେ ଶୁଣିଅଛ ଯେ, ଅନାକର ସନ୍ତାନମାନଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ ?
\s5
\v 3 ଏଣୁ ଆଜି ଜ୍ଞାତ ହୁଅ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱୟଂ ଗ୍ରାସକାରୀ ଅଗ୍ନି ସ୍ୱରୂପ ହୋଇ ତୁମ୍ଭ ଆଗେ ଆଗେ ଗମନ କରୁଅଛନ୍ତି; ସେ ସେମାନଙ୍କୁ ସଂହାର କରିବେ ଓ ସେମାନଙ୍କୁ ତୁମ୍ଭ ସମ୍ମୁଖରେ ନତ କରିବେ; ତହିଁରେ ତୁମ୍ଭ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭେ ସେମାନଙ୍କୁ ତଡ଼ି ଦେବ ଓ ସେମାନଙ୍କୁ ଶୀଘ୍ର ବିନାଶ କରିବ।
\s5
\v 4 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେଲା ଉତ୍ତାରେ ତୁମ୍ଭେ ଆପଣା ମନେ ମନେ କହିବ ନାହିଁ ଯେ, ଆମ୍ଭ ଧାର୍ମିକତା ସକାଶୁ ସଦାପ୍ରଭୁ ଆମ୍ଭକୁ ଏହି ଦେଶ ଅଧିକାର କରଣାର୍ଥେ ଆଣିଅଛନ୍ତି; ଯେହେତୁ ସେହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ସକାଶୁ ସଦାପ୍ରଭୁ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ।
\s5
\v 5 ତୁମ୍ଭେ ଆପଣା ଧାର୍ମିକତା ଅବା ହୃଦୟର ସରଳତା ସକାଶୁ ସେମାନଙ୍କ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନୁହେଁ ମାତ୍ର ସେହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ସକାଶୁ, ଆଉ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କୁ, ଇସ୍‍ହାକଙ୍କୁ ଓ ଯାକୁବଙ୍କୁ ଶପଥପୂର୍ବକ ଯେଉଁ ବାକ୍ୟ କହିଥିଲେ, ତାହା ସଫଳ କରିବା ପାଇଁ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ।
\s5
\v 6 ଏନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଧାର୍ମିକତା ସକାଶୁ ତୁମ୍ଭକୁ ଏହି ଉତ୍ତମ ଦେଶ ଅଧିକାର କରିବାକୁ ଦେଉ ନାହାନ୍ତି, ଏହା ଜ୍ଞାତ ହୁଅ ଯେହେତୁ ତୁମ୍ଭେ ଶକ୍ତଗ୍ରୀବ ଲୋକ।
\s5
\v 7 ତୁମ୍ଭେ ଏହି ପ୍ରାନ୍ତର ମଧ୍ୟରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ କିପରି କ୍ରୁଦ୍ଧ କରାଇଅଛ, ତାହା ସ୍ମରଣ କର, ତୁମ୍ଭେ ତାହା ପାସୋର ନାହିଁ; ତୁମ୍ଭେ ମିସର ଦେଶରୁ ବାହାର ହେବା ଦିନଠାରୁ ଏହି ସ୍ଥାନକୁ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇଅଛ।
\v 8 ମଧ୍ୟ ତୁମ୍ଭେମାନେ ହୋରେବରେ ସଦାପ୍ରଭୁଙ୍କୁ କ୍ରୁଦ୍ଧ କରାଇଲ, ତହିଁରେ ସଦାପ୍ରଭୁ କ୍ରୋଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ୟତ ହେଲେ।
\s5
\v 9 ଯେତେବେଳେ ମୁଁ ପ୍ରସ୍ତରଦ୍ୱୟ, ଅର୍ଥାତ୍‍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ କୃତ ନିୟମର ଦୁଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକୁ ଗଲି, ସେତେବେଳେ ମୁଁ ପର୍ବତରେ ଚାଳିଶ ଦିନ ଓ ଚାଳିଶ ରାତ୍ରି ରହିଲି; ମୁଁ ଅନ୍ନ ଭୋଜନ କିଅବା ଜଳ ପାନ କଲି ନାହିଁ,
\v 10 ସେସମୟରେ ସଦାପ୍ରଭୁ ମୋତେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ସେହି ଦୁଇ ପ୍ରସ୍ତର ଫଳକ ଦେଲେ; ପୁଣି ପର୍ବତରେ ସମାଜ-ଦିନରେ ଅଗ୍ନି ମଧ୍ୟରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଯାହା ଯାହା କହିଥିଲେ, ସେହି ସକଳ ବାକ୍ୟ ପ୍ରମାଣେ ତହିଁରେ ଲେଖା ଯାଇଥିଲା।
\s5
\v 11 ଆଉ ଚାଳିଶ ଦିନ ଓ ଚାଳିଶ ରାତ୍ରିର ଶେଷରେ ସଦାପ୍ରଭୁ ସେହି ଦୁଇ ପ୍ରସ୍ତର ଫଳକ, ଅର୍ଥାତ୍‍, ନିୟମର ଫଳକ ମୋତେ ଦେଲେ।
\v 12 ପୁଣି ସଦାପ୍ରଭୁ ମୋତେ କହିଲେ, “ଉଠ, ଏ ସ୍ଥାନରୁ ଶୀଘ୍ର ଓହ୍ଲାଇ ଯାଅ କାରଣ ତୁମ୍ଭେ ଯେଉଁମାନଙ୍କୁ ମିସରରୁ ବାହାର କରି ଆଣିଅଛ, ତୁମ୍ଭର ସେହି ଲୋକମାନେ ଆପଣାମାନଙ୍କୁ ଭ୍ରଷ୍ଟ କରିଅଛନ୍ତି; ଆମ୍ଭେ ସେମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଲୁ, ତହିଁରୁ ସେମାନେ ଶୀଘ୍ର ବିମୁଖ ହୋଇଅଛନ୍ତି; ସେମାନେ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଏକ ପ୍ରତିମା ନିର୍ମାଣ କରିଅଛନ୍ତି।”
\s ସୁବର୍ଣ୍ଣ ବାଛୁରି
\p
\s5
\v 13 ଆହୁରି ସଦାପ୍ରଭୁ ମୋତେ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି, ଆଉ ଦେଖ, ଏମାନେ ପ୍ରକୃତରେ ଶକ୍ତଗ୍ରୀବ ଲୋକ ଅଟନ୍ତି।”
\v 14 ଆମ୍ଭଙ୍କୁ ଛାଡ଼ି ଦିଅ, ତହିଁରେ ଆମ୍ଭେ ସେମାନଙ୍କୁ ବିନାଶ କରିବା ଓ ଆକାଶମଣ୍ଡଳ ତଳୁ ସେମାନଙ୍କ ନାମ ଲୋପ କରିବା; ମାତ୍ର ଆମ୍ଭେ ତୁମ୍ଭଠାରୁ ସେମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଓ ଏକ ମହାନ୍ ଗୋଷ୍ଠୀ ଉତ୍ପନ୍ନ କରିବା।
\s5
\v 15 ତହିଁରେ ମୁଁ ଫେରି ପର୍ବତ ତଳକୁ ଆସିଲି, ଆଉ ପର୍ବତ ଅଗ୍ନିରେ ଜ୍ୱଳୁଥିଲା; ଆଉ ନିୟମର ସେହି ଦୁଇ ପ୍ରସ୍ତର ଫଳକ ମୋହର ଦୁଇ ହସ୍ତରେ ଥିଲା।
\v 16 ତହୁଁ ମୁଁ ଅନାଇଲି, ଆଉ ଦେଖ, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତିକୂଳରେ ପାପ କରିଥିଲ; ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଏକ ବାଛୁରି ନିର୍ମାଣ କରିଥିଲ, ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଇଥିଲେ, ତୁମ୍ଭେମାନେ ଶୀଘ୍ର ତହିଁରୁ ବିମୁଖ ହୋଇଥିଲ।
\s5
\v 17 ଏଥିରେ ମୁଁ ସେହି ଦୁଇ ପ୍ରସ୍ତର ଫଳକ ଧରି ଆପଣା ଦୁଇ ହସ୍ତରୁ ଫିଙ୍ଗି ଦେଲି ଓ ତୁମ୍ଭମାନଙ୍କ ସାକ୍ଷାତରେ ତାହା ଭାଙ୍ଗିଲି।
\v 18 ପୁଣି ତୁମ୍ଭେମାନେ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ ଦୁଷ୍କର୍ମ କରି ଯେଉଁ ପାପ କରିଥିଲ, ତୁମ୍ଭମାନଙ୍କର ସେହି ସମସ୍ତ ପାପ ସକାଶୁ ମୁଁ ପୂର୍ବ ଥର ପରି ଚାଳିଶ ଦିନ ଓ ଚାଳିଶ ରାତ୍ରି ସଦାପ୍ରଭୁଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ି ରହିଲି; ମୁଁ ଅନ୍ନ ଭୋଜନ କି ଜଳ ପାନ କଲି ନାହିଁ।
\s5
\v 19 କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ କ୍ରୋଧ କଲେ, ସେହି କୋପ ଓ ପ୍ରଚଣ୍ଡତା ଆଗରେ ମୁଁ ଭୀତ ହେଲି। ମାତ୍ର ସଦାପ୍ରଭୁ ସେହି ଥର ମଧ୍ୟ ମୋ’ ପ୍ରତି କର୍ଣ୍ଣପାତ କଲେ।
\v 20 ଆଉ ସଦାପ୍ରଭୁ ହାରୋଣଙ୍କୁ ବିନାଶ କରିବା ପାଇଁ ଅତିଶୟ କୋପ କଲେ; ମୁଁ ସେସମୟରେ ମଧ୍ୟ ହାରୋଣଙ୍କ ପାଇଁ ପ୍ରାର୍ଥନା କଲି।
\s5
\v 21 ପୁଣି ମୁଁ ତୁମ୍ଭମାନଙ୍କ ପାପ ସ୍ୱରୂପ, ଅର୍ଥାତ୍‍, ସେହି ଯେଉଁ ବାଛୁରି ତୁମ୍ଭେମାନେ ନିର୍ମାଣ କରିଥିଲ, ତାହା ନେଇ ଅଗ୍ନିରେ ଦଗ୍ଧ କଲି ଓ ତାହା ଧୂଳି ପରି ସୂକ୍ଷ୍ମ ହେବା ପର୍ଯ୍ୟନ୍ତ ପେଷି ଚୂର୍ଣ୍ଣ କଲି; ତହୁଁ ମୁଁ ତହିଁର ଧୂଳି ପର୍ବତ ନିର୍ଗତ ଜଳସ୍ରୋତରେ ନିକ୍ଷେପ କଲି।
\s5
\v 22 ପୁଣି ତୁମ୍ଭେମାନେ ତବୀୟେରାରେ, ମଃସାରେ ଓ କିବ୍ରୋତ୍‍-ହତ୍ତାବାରେ ସଦାପ୍ରଭୁଙ୍କୁ କ୍ରୁଦ୍ଧ କରାଇଲ।
\v 23 ତହିଁ ଉତ୍ତାରେ ସଦାପ୍ରଭୁ ଯେଉଁ ସମୟରେ କାଦେଶ-ବର୍ଣ୍ଣେୟଠାରୁ ତୁମ୍ଭମାନଙ୍କୁ ପଠାଇ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତୁମ୍ଭେମାନେ ଉଠି ଯାଇ ତାହା ଅଧିକାର କର; ସେସମୟରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାର ବିଦ୍ରୋହାଚାରୀ ହେଲ ଓ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, କିଅବା ତାହାଙ୍କ ରବ ଶୁଣିଲ ନାହିଁ।”
\v 24 ମୁଁ
\f +
\fr 9:24
\ft ସଦାପ୍ରଭୁ
\f* ତୁମ୍ଭମାନଙ୍କୁ ଜାଣିବା ଦିନଠାରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇ ଆସିଅଛ।
\s5
\v 25 ଏହିରୂପେ ମୋହର ମୁହଁ ମାଡ଼ି ପଡ଼ିବାର ଚାଳିଶ ଦିନ ଓ ଚାଳିଶ ରାତ୍ରି ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ପୂର୍ବଥର ପରି ମୁହଁ ମାଡ଼ି ପଡ଼ି ରହିଲି; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ।
\v 26 ପୁଣି ମୁଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲି, “ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ଲୋକଙ୍କୁ ଓ ଆପଣା ଅଧିକାରକୁ ବିନାଶ କର ନାହିଁ, ତୁମ୍ଭେ ଆପଣା ମହିମାରେ ସେମାନଙ୍କୁ ମୁକ୍ତ କରିଅଛ, ତୁମ୍ଭେ ସେମାନଙ୍କୁ ବଳବାନ ହସ୍ତ ଦ୍ୱାରା ମିସରରୁ ବାହାର କରି ଆଣିଅଛ।
\s5
\v 27 ଅବ୍ରହାମ, ଇସ୍‍ହାକ ଓ ଯାକୁବ, ତୁମ୍ଭର ଏହି ଦାସମାନଙ୍କୁ ସ୍ମରଣ କର; ଏହି ଲୋକମାନଙ୍କ ଅବାଧ୍ୟତା ପ୍ରତି, କି ସେମାନଙ୍କ ଦୁଷ୍ଟତା ପ୍ରତି, କିଅବା ସେମାନଙ୍କ ପାପ ପ୍ରତି ଦୃଷ୍ଟି କର ନାହିଁ।
\v 28 କେଜାଣି, ତୁମ୍ଭେ ଆମ୍ଭମାନଙ୍କୁ ଯେଉଁଠାରୁ ବାହାର କରି ଆଣିଅଛ, ସେହି ଦେଶର ଲୋକେ କହିବେ, ସଦାପ୍ରଭୁ ଏମାନଙ୍କୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ, ସେଠାକୁ ସେମାନଙ୍କୁ ନେଇ ଯାଇ ନ ପାରିବାରୁ ଓ ସେମାନଙ୍କୁ ଘୃଣା କରିବାରୁ ଏହି ପ୍ରାନ୍ତରରେ ବଧ କରିବା ପାଇଁ ବାହାର କରି ଆଣିଅଛନ୍ତି।
\v 29 ତଥାପି ସେମାନେ ତ ତୁମ୍ଭର ଲୋକ ଓ ତୁମ୍ଭର ଅଧିକାର, ତୁମ୍ଭେ ସେମାନଙ୍କୁ ଆପଣା ମହାଶକ୍ତି ଓ ବିସ୍ତାରିତ ବାହୁ ଦ୍ୱାରା ବାହାର କରି ଆଣିଅଛ।
\s5
\c 10
\s ନୂତନ ପ୍ରସ୍ତର ଫଳକ
\p
\v 1 ସେହି ସମୟରେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ପ୍ରଥମ ପରି ଦୁଇ ପ୍ରସ୍ତର ଫଳକ ଖୋଳି ପର୍ବତ ଉପରେ ଆମ୍ଭ ନିକଟକୁ ଆସ, ପୁଣି ଆପଣା ପାଇଁ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କର।”
\v 2 ଆଉ ତୁମ୍ଭେ ଯେଉଁ ପ୍ରଥମ ପ୍ରସ୍ତର ଫଳକ ଭାଙ୍ଗିଲ, ତହିଁରେ ଯେଉଁ ଯେଉଁ ବାକ୍ୟ ଥିଲା, ତାହା ଆମ୍ଭେ ଏହି ପ୍ରସ୍ତର ଫଳକରେ ଲେଖିବା, ପୁଣି ତୁମ୍ଭେ ତାହା ଏହି ସିନ୍ଦୁକରେ ରଖିବ।
\s5
\v 3 ତହୁଁ ମୁଁ ଶିଟୀମ୍‍ କାଷ୍ଠରେ ଏକ ସିନ୍ଦୁକ ନିର୍ମାଣ କଲି ଓ ପ୍ରଥମ ପରି ଦୁଇ ପ୍ରସ୍ତର ଫଳକ ଖୋଳିଲି, ଆଉ ସେହି ଦୁଇ ପ୍ରସ୍ତର ଫଳକ ହସ୍ତରେ ନେଇ ପର୍ବତ ଉପରକୁ ଗଲି।
\v 4 ଏଥିଉତ୍ତାରେ ସଦାପ୍ରଭୁ ପର୍ବତରେ ସମାଜ-ଦିନରେ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା ତୁମ୍ଭମାନଙ୍କୁ କହିଥିଲେ, ସେ ତାହା ପ୍ରଥମ ଲେଖାନୁସାରେ ସେହି ପ୍ରସ୍ତର ଫଳକରେ ଲେଖିଲେ; ତହୁଁ ସଦାପ୍ରଭୁ ତାହା ମୋତେ ଦେଲେ।
\s5
\v 5 ଏଉତ୍ତାରେ ମୁଁ ମୁଖ ଫେରାଇ ପର୍ବତରୁ ଓହ୍ଲାଇଲି ଓ ମୋହର ନିର୍ମିତ ସିନ୍ଦୁକରେ ସେହି ଦୁଇ ପ୍ରସ୍ତର ଫଳକ ରଖିଲି; ଆଉ ମୋ’ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାହା ସେହି ସ୍ଥାନରେ ରହିଅଛି।
\s5
\v 6 (ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ବେରୋତ୍‍-ବନେୟା-କନଠାରୁ
\f +
\fr 10:6
\ft ଅର୍ଥାତ୍ ବେରୋତ୍‍-ବନେୟା-କନ ଲୋକମାନଙ୍କ କୂପଠାରୁ
\f* ମୋଷେରୋତକୁ ଯାତ୍ରା କଲେ, ସେ ସ୍ଥାନରେ ହାରୋଣ ମଲେ ଓ ସେହି ସ୍ଥାନରେ ସେ କବର ପାଇଲେ; ପୁଣି ତାଙ୍କର ପୁତ୍ର ଇଲୀୟାସର ତାଙ୍କ ପଦରେ ଯାଜକ କର୍ମ କଲା।
\v 7 ସେଠାରୁ ସେମାନେ ଗୁଦ୍‍ଗୋଦାକୁ ଯାତ୍ରା କଲେ ଓ ଗୁଦ୍‍ଗୋଦାରୁ ଜଳସ୍ରୋତମୟ ଦେଶ ଯଟ୍‍ବାଥାକୁ ଯାତ୍ରା କଲେ।
\s5
\v 8 ସେହି ସମୟରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିବା ପାଇଁ, ସଦାପ୍ରଭୁଙ୍କ ସେବା କର୍ମ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀୟମାନଙ୍କୁ ପୃଥକ କରିଅଛନ୍ତି।
\v 9 ଏନିମନ୍ତେ ଲେବୀର ଆପଣା ଭ୍ରାତୃଗଣ ମଧ୍ୟରେ କୌଣସି ଅଂଶ କି ଅଧିକାର ନାହିଁ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତାହାକୁ ଯାହା କହିଅଛନ୍ତି, ତଦନୁସାରେ ସଦାପ୍ରଭୁ ହିଁ ତାହାର ଅଧିକାର ଅଟନ୍ତି)।
\s5
\v 10 ପ୍ରଥମ ଥର ପରି ମୁଁ ଚାଳିଶ ଦିନ ଓ ଚାଳିଶ ରାତ୍ରି ପର୍ବତରେ ରହିଲି; ପୁଣି ସେହି ଥର ମଧ୍ୟ ସଦାପ୍ରଭୁ ମୋ’ ପ୍ରତି କର୍ଣ୍ଣପାତ କଲେ; ସଦାପ୍ରଭୁ ତୁମ୍ଭକୁ ବିନାଶ କରିବା ପାଇଁ ସମ୍ମତ ହେଲେ ନାହିଁ,
\v 11 ଏଥିଉତ୍ତାରେ ସଦାପ୍ରଭୁ ମୋତେ କହିଲେ, ଉଠ, ଯାତ୍ରା ନିମନ୍ତେ ଲୋକମାନଙ୍କର ଅଗ୍ରଗାମୀ ହୁଅ; ପୁଣି ଆମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ନିମନ୍ତେ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛୁ, ସେମାନେ ସେହି ଦେଶରେ ପ୍ରବେଶ କରି ତାହା ଅଧିକାର କରିବେ।
\s ହୃଦୟର ସୁନ୍ନତିକରଣ
\p
\s5
\v 12 ଏବେ ହେ ଇସ୍ରାଏଲ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବାର, ତାହାଙ୍କ ସକଳ ପଥରେ ଗମନ କରିବାର ଓ ତାହାଙ୍କୁ ପ୍ରେମ କରିବାର, ପୁଣି ଆପଣାର ସମସ୍ତ ଅନ୍ତଃକରଣ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସେବା କରିବାର,
\v 13 ଆଉ ଆଜି ମୁଁ ତୁମ୍ଭର ହିତ ନିମନ୍ତେ ସଦାପ୍ରଭୁଙ୍କ ଯେଉଁ ଯେଉଁ ଆଜ୍ଞା ଓ ବିଧି ତୁମ୍ଭମାନଙ୍କୁ ଦେଉଅଛି, ସେସମସ୍ତ ପାଳନ କରିବାର, ଏସବୁ ଛଡ଼ା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭଠାରୁ ଆଉ କଅଣ ଚାହାନ୍ତି ?
\s5
\v 14 ଦେଖ, ଆକାଶମଣ୍ଡଳ ଓ ତହିଁ ଉପରିସ୍ଥ ସ୍ୱର୍ଗ, ପୁଣି ପୃଥିବୀ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅଟେ।
\v 15 କେବଳ ତୁମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ସ୍ନେହ କରିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥିବାରୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆଜି ଦିନ ପରି ସେ ସର୍ବଗୋଷ୍ଠୀୟ ଲୋକମାନଙ୍କଠାରୁ ମନୋନୀତ କଲେ।
\s5
\v 16 ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ହୃଦୟର ଅଗ୍ରଚର୍ମ ସୁନ୍ନତ କର, ଆଉ ଶକ୍ତଗ୍ରୀବ ହୁଅ ନାହିଁ।
\v 17 କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ, ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର ଅଟନ୍ତି, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।
\s5
\v 18 ସେ ପିତୃହୀନ, ବିଧବାର ବିଚାର ନିଷ୍ପତ୍ତି କରନ୍ତି ଓ ବିଦେଶୀକୁ ଅନ୍ନ ଓ ବସ୍ତ୍ର ଦେଇ ପ୍ରେମ କରନ୍ତି।
\v 19 ଏଥିପାଇଁ ତୁମ୍ଭେମାନେ ବିଦେଶୀକୁ ପ୍ରେମ କର, କାରଣ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ।
\s5
\v 20 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ; ତାହାଙ୍କର ତୁମ୍ଭେ ସେବା କରିବ ଓ ତାହାଙ୍କଠାରେ ତୁମ୍ଭେ ଆସକ୍ତ ହେବ, ପୁଣି ତାହାଙ୍କ ନାମରେ ତୁମ୍ଭେ ଶପଥ କରିବ।
\v 21 ସେ ତୁମ୍ଭର ପ୍ରଶଂସାର ଯୋଗ୍ୟ, ପୁଣି ସେ ତୁମ୍ଭର ପରମେଶ୍ୱର ଅଟନ୍ତି, ତୁମ୍ଭର ଚକ୍ଷୁ ଯାହା ଯାହା ଦେଖିଅଛି, ସେହିସବୁ ମହତ୍ ଓ ଭୟଙ୍କର କର୍ମ ସେ ତୁମ୍ଭ ନିମନ୍ତେ କରିଅଛନ୍ତି।
\s5
\v 22 ତୁମ୍ଭ ପୂର୍ବପୁରୁଷମାନେ ସତୁରି ପ୍ରାଣୀ ସହିତ ମିସରକୁ ଯାଇଥିଲେ; ମାତ୍ର ଏବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆକାଶମଣ୍ଡଳର ତାରାଗଣ ପରି ତୁମ୍ଭକୁ ବହୁସଂଖ୍ୟକ କରିଅଛନ୍ତି।
\s5
\c 11
\s ସଦାପ୍ରଭୁଙ୍କୁ ପ୍ରେମ ଓ ସେବା
\p
\v 1 ଏହେତୁ ତୁମ୍ଭେ ସବୁବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବ ଓ ତାହାଙ୍କ ରକ୍ଷଣୀୟ ଓ ବିଧି ଓ ଶାସନ ଓ ଆଜ୍ଞାସକଳ ପାଳନ କରିବ।
\s5
\v 2 ପୁଣି ଆଜିଠାରୁ ଜ୍ଞାନବାନ ହୁଅ କାରଣ ମୁଁ ତୁମ୍ଭମାନଙ୍କ ବାଳକମାନଙ୍କୁ କହୁ ନାହିଁ, ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ କୃତ ଶାସ୍ତି ଜାଣି ନାହାନ୍ତି, ତାହାଙ୍କ ମହିମା, ତାହାଙ୍କ ବଳବାନ ହସ୍ତ ଓ ବିସ୍ତାରିତ ବାହୁ,
\v 3 ପୁଣି ତାହାଙ୍କ ଚିହ୍ନସକଳ, ମିସର ମଧ୍ୟରେ ମିସରର ରାଜା ଫାରୋଙ୍କ ପ୍ରତି ଓ ତାଙ୍କର ସମୁଦାୟ ଦେଶ ପ୍ରତି କୃତ ତାହାଙ୍କର କର୍ମ;
\s5
\v 4 ପୁଣି ମିସ୍ରୀୟ ସୈନ୍ୟ, ସେମାନଙ୍କ ଅଶ୍ୱ ଓ ସେମାନଙ୍କ ରଥ ପ୍ରତି ଯାହା ସେ କଲେ; ସେମାନେ ତୁମ୍ଭମାନଙ୍କୁ ଗୋଡ଼ାଇବା ବେଳେ ସେ ଯେଉଁ ପ୍ରକାରେ ସୂଫ ସାଗରର ଜଳ ସେମାନଙ୍କ ଉପରେ ବୁହାଇଲେ ଓ ସଦାପ୍ରଭୁ ଯେରୂପେ ସେମାନଙ୍କୁ ଆଜିଯାଏ ନଷ୍ଟ କରିଅଛନ୍ତି;
\v 5 ପୁଣି ଏହି ସ୍ଥାନରେ ତୁମ୍ଭମାନଙ୍କ ଆଗମନ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପ୍ରତି ପ୍ରାନ୍ତରରେ ସେ ଯାହା ଯାହା କରିଅଛନ୍ତି;
\s5
\v 6 ଆଉ ରୁବେନ୍‍ର ପୁତ୍ର ଇଲୀୟାବ୍‍ର ସନ୍ତାନ ଦାଥନ ଓ ଅବୀରାମ୍ ପ୍ରତି ଯାହା ସେ କରିଅଛନ୍ତି; ପୃଥିବୀ ଯେରୂପେ ଆପଣା ମୁଖ ବିସ୍ତାର କରି ସମସ୍ତ ଇସ୍ରାଏଲ ମଧ୍ୟବର୍ତ୍ତୀ ସେମାନଙ୍କୁ, ସେମାନଙ୍କ ପରିଜନବର୍ଗଙ୍କୁ, ସେମାନଙ୍କ ତମ୍ବୁ ଓ ସେମାନଙ୍କ ପଶ୍ଚାଦ୍‍ବର୍ତ୍ତୀ ସମସ୍ତ ପ୍ରାଣୀକୁ ଗ୍ରାସ କଲା, ଏହି ସମସ୍ତ ସେମାନେ ଦେଖି ନାହାନ୍ତି;
\v 7 ମାତ୍ର ତୁମ୍ଭମାନଙ୍କର ଚକ୍ଷୁ ସଦାପ୍ରଭୁଙ୍କ କୃତ ସକଳ ମହାକର୍ମ ଦେଖିଅଛି।
\s5
\v 8 ଏଥିପାଇଁ ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ସବୁ ଆଜ୍ଞା ପାଳନ କରିବ; ତହିଁରେ ତୁମ୍ଭେମାନେ ବଳବାନ ହେବ, ପୁଣି ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ତହିଁରେ ପ୍ରବେଶ କରି ଅଧିକାର କରିବ;
\v 9 ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଓ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରେ ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇ ପାରିବ।
\s5
\v 10 ତୁମ୍ଭେମାନେ ଯେଉଁ ମିସର ଦେଶରୁ ବାହାର ହୋଇ ଆସିଲ, ସେଠାରେ ବୀଜ ବୁଣି ଶାକ-ଉଦ୍ୟାନ ତୁଲ୍ୟ ପାଦ ଦ୍ୱାରା ଜଳ ସେଚନ କରୁଥିଲ; ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ସେପରି ନୁହେଁ।
\v 11 ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ତାହା ପର୍ବତ ଓ ସମସ୍ଥଳୀମୟ ଦେଶ, ପୁଣି ତାହା ଆକାଶରୁ ବୃଷ୍ଟିଜଳ ପାନ କରେ;
\v 12 ସେହି ଦେଶ ବିଷୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମନୋଯୋଗ କରନ୍ତି; ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ।
\s5
\v 13 ଆଉ ତୁମ୍ଭେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କୁ ସେବା କରିବାକୁ ଆଜି ଆମ୍ଭେ ଯେଉଁ ଆଜ୍ଞା ଦେଉଅଛୁ, ତାହା ଯଦି ଯତ୍ନପୂର୍ବକ ଶୁଣିବ;
\v 14 ତେବେ ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭ ଦେଶରେ ବୃଷ୍ଟି, ଅର୍ଥାତ୍‍, ଆଦ୍ୟବୃଷ୍ଟି ଓ ଶେଷବୃଷ୍ଟି ପ୍ରଦାନ କରିବା, ତହିଁରେ ତୁମ୍ଭେ ଆପଣା ଶସ୍ୟ, ଆପଣା ଦ୍ରାକ୍ଷାରସ ଓ ଆପଣା ତୈଳ ସଂଗ୍ରହ କରି ପାରିବ।
\v 15 ପୁଣି ଆମ୍ଭେ ତୁମ୍ଭ ପଶୁଗଣ ନିମନ୍ତେ ତୁମ୍ଭ କ୍ଷେତ୍ରରେ ତୃଣ ଦେବା, ଆଉ ତୁମ୍ଭେ ଭୋଜନ କରି ତୃପ୍ତ ହେବ।
\s5
\v 16 ଆପଣା ଆପଣା ବିଷୟରେ ସାବଧାନ ହୁଅ, ନୋହିଲେ ତୁମ୍ଭମାନଙ୍କ ଅନ୍ତଃକରଣ ଭ୍ରାନ୍ତ ହେବ, ପୁଣି ତୁମ୍ଭେମାନେ ବିମୁଖ ହୋଇ ଅନ୍ୟ ଦେବତାମାନଙ୍କର ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ;
\v 17 ତାହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ, ପୁଣି ସେ ଆକାଶ ରୁଦ୍ଧ କଲେ ବୃଷ୍ଟି ହେବ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ, ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଅଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ଉଚ୍ଛିନ୍ନ ହେବ।
\s5
\v 18 ଏହେତୁ ତୁମ୍ଭେମାନେ ମୋହର ଏହି ସକଳ ବାକ୍ୟ ଆପଣା ଆପଣା ହୃଦୟରେ ଓ ଆପଣା ଆପଣା ପ୍ରାଣରେ ରଖିବ; ପୁଣି ତୁମ୍ଭେମାନେ ଚିହ୍ନ ସ୍ୱରୂପେ ଆପଣା ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭମାନଙ୍କ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ।
\v 19 ଆଉ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ, ତୁମ୍ଭେ ଶୋଇବା ବେଳେ ଓ ଉଠିବା ବେଳେ ଏହିସବୁ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନଗଣକୁ ଶିକ୍ଷା ଦେବ।
\s5
\v 20 ଆଉ ତୁମ୍ଭେ ଆପଣା ଗୃହ ଦ୍ୱାରର ଚଉକାଠରେ ଓ ଆପଣା ବାହାର ଦ୍ୱାରରେ ତାହା ଲେଖି ରଖିବ।
\v 21 ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭମାନଙ୍କ ଅବସ୍ଥିତି କାଳ ଓ ତୁମ୍ଭମାନଙ୍କ ସନ୍ତାନଗଣର ଅବସ୍ଥିତି କାଳ ଭୂମଣ୍ଡଳ ଉପରେ ଆକାଶମଣ୍ଡଳର ଅବସ୍ଥିତି କାଳ ତୁଲ୍ୟ ହେବ।
\s5
\v 22 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ସମସ୍ତ ପଥରେ ଚାଲିବାକୁ ଓ ତାହାଙ୍କଠାରେ ଦୃଢ଼ ରୂପେ ଆସକ୍ତ ହେବାକୁ ଏହି ଯେଉଁ ସମସ୍ତ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ପାଳନ କରିବାକୁ ଦେଉଅଛି, ତାହାସବୁ ଯଦି ତୁମ୍ଭେମାନେ ଯତ୍ନପୂର୍ବକ ମାନ୍ୟ କରିବ;
\v 23 ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ଏହିସବୁ ଗୋଷ୍ଠୀୟ ଲୋକମାନଙ୍କୁ ତଡ଼ି ଦେବେ; ପୁଣି ତୁମ୍ଭେମାନେ ଆପଣାମାନଙ୍କଠାରୁ ଅଧିକ ପ୍ରବଳ ଓ ବଳବାନ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବ।
\s5
\v 24 ଯେଉଁ ଯେଉଁଠାରେ ତୁମ୍ଭମାନଙ୍କ ତଳିପା ପଡ଼ିବ, ସେ ପ୍ରତ୍ୟେକ ସ୍ଥାନ ତୁମ୍ଭମାନଙ୍କର ହେବ; ପ୍ରାନ୍ତର ଓ ଲିବାନୋନଠାରୁ ନଦୀ, ଅର୍ଥାତ୍‍, ଫରାତ୍‍ ନଦୀଠାରୁ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ।
\v 25 ତୁମ୍ଭମାନଙ୍କ ସମ୍ମୁଖରେ କୌଣସି ମନୁଷ୍ୟ ଛିଡ଼ା ହେବାକୁ ସମର୍ଥ ହେବ ନାହିଁ; ତୁମ୍ଭେମାନେ ଯେଉଁ ଯେଉଁ ଦେଶରେ ପାଦ ପକାଇବ, ସେହି ସମସ୍ତ ଦେଶରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ବାକ୍ୟାନୁସାରେ ତୁମ୍ଭମାନଙ୍କ ବିଷୟକ ଆଶଙ୍କା ଓ ତୁମ୍ଭମାନଙ୍କ ବିଷୟକ ଭୟ ଉପସ୍ଥିତ କରାଇବେ।
\s5
\v 26 ଦେଖ, ଆଜି ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଆଶୀର୍ବାଦ ଓ ଅଭିଶାପ ରଖୁଅଛି।
\v 27 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ଆଜି ମୁଁ ତୁମ୍ଭମାନଙ୍କୁ ଦେଉଅଛି, ତାହାସବୁ ଯଦି ଶୁଣିବ, ତେବେ ଆଶୀର୍ବାଦ।
\v 28 ମାତ୍ର ଯଦି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ନ ଶୁଣିବ ଓ ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା କରୁଅଛି, ତହିଁରୁ ବାହୁଡ଼ି ତୁମ୍ଭମାନଙ୍କ ଅଜ୍ଞାତ ଅନ୍ୟ ଦେବତାଗଣର ପଶ୍ଚାଦ୍‍ଗମନ କରିବ, ତେବେ ଅଭିଶାପ।
\s5
\v 29 ଆଉ ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସମୟରେ ତୁମ୍ଭକୁ ପ୍ରବେଶ କରାଇବେ, ସେହି ସମୟରେ ତୁମ୍ଭେ ଗରିଷୀମ ପର୍ବତରେ ସେହି ଆଶୀର୍ବାଦ ଓ ଏବଲ ପର୍ବତରେ ସେହି ଅଭିଶାପ ରଖିବ।
\v 30 ସେହି ଦୁଇ ପର୍ବତ କି ଯର୍ଦ୍ଦନର ସେପାରି ସୂର୍ଯ୍ୟାସ୍ତ ପଥ ପ୍ରାନ୍ତରେ ଗିଲ୍‍ଗଲ୍‍ ସମ୍ମୁଖସ୍ଥ ପଦା ନିବାସୀ କିଣାନୀୟମାନଙ୍କ ଦେଶରେ ମୋରିର ଅଲୋନ ତୋଟା ନିକଟରେ ନାହିଁ ?
\s5
\v 31 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇଯିବ, ପୁଣି ତୁମ୍ଭେମାନେ ତାହା ଅଧିକାର କରିବ ଓ ତହିଁରେ ବାସ କରିବ।
\v 32 ଏନିମନ୍ତେ ମୁଁ ଆଜି ତୁମ୍ଭମାନଙ୍କ ସମ୍ମୁଖରେ ଯେଉଁ ଯେଉଁ ବିଧି ଓ ଶାସନ ରଖିଲି, ସେସବୁ ମାନ୍ୟ କରି ପାଳନ କରିବ।
\s5
\c 12
\s ଈଶ୍ୱରଙ୍କ ମନୋନୀତ ଉପାସନା ସ୍ଥଳ
\p
\v 1 ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାର ନିମନ୍ତେ ଦେଇଅଛନ୍ତି, ସେହି ଦେଶରେ ତୁମ୍ଭମାନଙ୍କର ଏହି ପୃଥିବୀରେ ଜୀବିତ ଥିବା ସମସ୍ତ ଦିନ ଯେଉଁ ସକଳ ବିଧି ଓ ଶାସନ ମାନ୍ୟ କରି ପାଳନ କରିବାକୁ ହେବ, ତାହା ଏହି।
\v 2 ତୁମ୍ଭେମାନେ ଯେଉଁ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବ, ସେମାନେ ଉଚ୍ଚ ପର୍ବତଗଣ ଉପରେ, ଉପ-ପର୍ବତସମୂହ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନରେ ଆପଣା ଆପଣା ଦେବତାମାନଙ୍କୁ ପୂଜା କଲେ, ସେହି ସକଳ ସ୍ଥାନ ନିଶ୍ଚୟ ବିନଷ୍ଟ କରିବ।
\s5
\v 3 ଆଉ, ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ, ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ଅଗ୍ନିରେ ଦଗ୍ଧ କରିବ; ପୁଣି ତୁମ୍ଭେମାନେ ସେମାନଙ୍କ ଖୋଦିତ ଦେବ ପ୍ରତିମାମାନଙ୍କୁ ହାଣି ପକାଇବ; ଆଉ ତୁମ୍ଭେମାନେ ସେହି ସ୍ଥାନରୁ ସେମାନଙ୍କ ନାମ ଲୋପ କରିବ।
\v 4 ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ସେରୂପ କରିବ ନାହିଁ।
\s5
\v 5 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ରଖିବା ନିମନ୍ତେ ତୁମ୍ଭମାନଙ୍କ ସମସ୍ତ ବଂଶ ମଧ୍ୟରୁ ଯେଉଁ ସ୍ଥାନ ମନୋନୀତ କରିବେ, ତାହାଙ୍କ ସେହି ନିବାସ ସ୍ଥାନ ତୁମ୍ଭେମାନେ ଅନ୍ୱେଷଣ କରିବ ଓ ସେହି ସ୍ଥାନକୁ ତୁମ୍ଭେ ଯିବ;
\v 6 ପୁଣି ତୁମ୍ଭେମାନେ ସେହି ସ୍ଥାନକୁ ଆପଣା ଆପଣା ହୋମ ନୈବେଦ୍ୟ, ଆପଣା ଆପଣା ବଳିଦାନ, ଆପଣା ଆପଣା ଦଶମାଂଶ, ଆପଣା ଆପଣା ହସ୍ତର ଉତ୍ତୋଳନୀୟ ଉପହାର, ଆପଣା ଆପଣା ମାନତ ଦ୍ରବ୍ୟ, ଆପଣା ଆପଣା ସ୍ଵେଚ୍ଛାଦତ୍ତ ନୈବେଦ୍ୟ ଓ ଆପଣା ଆପଣା ଗୋମେଷଦି ପଲର ପ୍ରଥମଜାତ ସମସ୍ତଙ୍କୁ ଆଣିବ;
\s5
\v 7 ପୁଣି ସେହି ସ୍ଥାନରେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଯେଉଁ ବିଷୟରେ ତୁମ୍ଭକୁ ଆଶୀର୍ବାଦ କରିଅଛନ୍ତି, ଏପରି ଯେକୌଣସି ବିଷୟରେ ତୁମ୍ଭେମାନେ ହାତ ଦେବ, ତହିଁରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ପରିବାର ଆନନ୍ଦ କରିବ।
\s5
\v 8 ଯାହାର ଦୃଷ୍ଟିରେ ଯାହା ଭଲ, ଏପରି କାର୍ଯ୍ୟ ଆମ୍ଭେମାନେ ପ୍ରତ୍ୟେକେ ଆଜି ଏ ସ୍ଥାନରେ କରୁଅଛୁ, ସେହିପରି ତୁମ୍ଭେମାନେ କରିବ ନାହିଁ।
\v 9 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ଯେଉଁ ବିଶ୍ରାମ ଓ ଅଧିକାର ଦେବେ, ତହିଁରେ ତୁମ୍ଭେମାନେ ଏ ପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହଁ।
\s5
\v 10 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ଅଧିକାର କରାଇବେ, ସେଠାକୁ ଯେତେବେଳେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇଯିବ ଓ ତହିଁରେ ବାସ କରିବ, ଆଉ ସେ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଠାରୁ ତୁମ୍ଭମାନଙ୍କୁ ବିଶ୍ରାମ ଦେଲେ ତୁମ୍ଭେମାନେ ଯେତେବେଳେ ନିର୍ଭୟରେ ବାସ କରିବ;
\v 11 ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନକୁ ତୁମ୍ଭେମାନେ ମୋହର ଆଜ୍ଞାନୁସାରେ ଆପଣା ଆପଣା ହୋମ-ନୈବେଦ୍ୟ ଓ ଆପଣା ଆପଣା ବଳିଦାନ, ଆପଣା ଆପଣା ଦଶମାଂଶ, ଆପଣା ଆପଣା ହସ୍ତର ଉତ୍ତୋଳନୀୟ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନାସିବାର ତୁମ୍ଭମାନଙ୍କ ସକଳ ମନୋନୀତ ମାନତ ଆଣିବ।
\s5
\v 12 ଆଉ ତୁମ୍ଭେମାନେ, ତୁମ୍ଭମାନଙ୍କ ପୁତ୍ରଗଣ, ତୁମ୍ଭମାନଙ୍କ କନ୍ୟାଗଣ, ତୁମ୍ଭମାନଙ୍କ ଦାସଗଣ ଓ ତୁମ୍ଭମାନଙ୍କ ଦାସୀଗଣ, ପୁଣି ତୁମ୍ଭମାନଙ୍କ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକର କୌଣସି ଅଂଶ କି ଅଧିକାର ତୁମ୍ଭମାନଙ୍କ ମଧ୍ୟରେ ନ ଥିବା ସକାଶୁ ସେ ଏବଂ ତୁମ୍ଭେ ସମସ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।
\s5
\v 13 ଆପଣା ବିଷୟରେ ସାବଧାନ ହୁଅ, ଯେଉଁ ପ୍ରତ୍ୟେକ ସ୍ଥାନ ତୁମ୍ଭେ ଦେଖିବ, ଯେପରି ସେସବୁ ସ୍ଥାନରେ ଆପଣା ହୋମବଳି ଉତ୍ସର୍ଗ ନ କର।
\v 14 ମାତ୍ର ସଦାପ୍ରଭୁ ତୁମ୍ଭ ବଂଶ ମଧ୍ୟରୁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ଆପଣା ହୋମବଳିଦାନାଦି ଉତ୍ସର୍ଗ କରିବ ଓ ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରୁଅଛୁ, ତାହାସବୁ ସେଠାରେ କରିବ।
\s5
\v 15 ତଥାପି ତୁମ୍ଭେ ଆପଣା ପ୍ରାଣର ବାଞ୍ଛାମତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଆଶୀର୍ବାଦ ଅନୁସାରେ ଆପଣାର ସମସ୍ତ ନଗରଦ୍ୱାର ଭିତରେ ପଶୁ ବଧ କରି ମାଂସ ଭୋଜନ କରି ପାରିବ; ଶୁଚି ଓ ଅଶୁଚି ଲୋକ, କୃଷ୍ଣସାର ଓ ହରିଣର ମାଂସ ତୁଲ୍ୟ ତାହା ଭୋଜନ କରି ପାରିବେ।
\v 16 କେବଳ ତୁମ୍ଭେମାନେ ରକ୍ତ ଭୋଜନ କରିବ ନାହିଁ; ତୁମ୍ଭେ ଜଳ ତୁଲ୍ୟ ତାହା ଭୂମିରେ ଢାଳି ଦେବ।
\s5
\v 17 ତୁମ୍ଭେ ଆପଣା ଶସ୍ୟର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ, କି ଗୋମେଷାଦିର ପ୍ରଥମଜାତ, କିଅବା ତୁମ୍ଭ ମନାସିବାର ମାନତ-ଦ୍ରବ୍ୟ କି ତୁମ୍ଭ ସ୍ଵେଚ୍ଛାଦତ୍ତ ନୈବେଦ୍ୟ କି ତୁମ୍ଭ ହସ୍ତର ଉତ୍ତୋଳନୀୟ ଉପହାର, ଆପଣା ନଗରଦ୍ୱାର ମଧ୍ୟରେ ଭୋଜନ କରି ପାରିବ ନାହିଁ।
\s5
\v 18 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ତାହା ଭୋଜନ କରିବ, ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ ଓ ତୁମ୍ଭ ନଗରଦ୍ୱାର ମଧ୍ୟବର୍ତ୍ତୀ ଲେବୀୟ ଲୋକ (ତାହା ଭୋଜନ କରିବ) ଯେସମସ୍ତ ବିଷୟରେ ତୁମ୍ଭେ ହାତ ଦେବ, ତହିଁରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।
\v 19 ତୁମ୍ଭେ ଆପଣା ବିଷୟରେ ସାବଧାନ ହୁଅ, ଯେପରି ତୁମ୍ଭେ ଆପଣା ଭୂମିରେ ବଞ୍ଚିଥିବା ଯାଏ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ।
\s5
\v 20 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେରୂପ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସେ ଯେତେବେଳେ ତୁମ୍ଭ ସୀମା ବିସ୍ତାର କରିବେ, ପୁଣି ମାଂସ ଭୋଜନ କରିବାକୁ ତୁମ୍ଭର ବାଞ୍ଛା ହୁଅନ୍ତେ, ତୁମ୍ଭେ କହିବ, ଆମ୍ଭେ ମାଂସ ଭୋଜନ କରିବା, ସେତେବେଳେ ତୁମ୍ଭେ ଆପଣା ପ୍ରାଣର ବାଞ୍ଛାନୁସାରେ ମାଂସ ଭୋଜନ କରି ପାରିବ।
\s5
\v 21 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ରଖିବା ନିମନ୍ତେ ଯେଉଁ ସ୍ଥାନ ମନୋନୀତ କରିବେ, ତାହା ଯଦି ତୁମ୍ଭ ନିକଟରୁ ବହୁତ ଦୂର ହୁଏ, ତେବେ ତୁମ୍ଭେ ସଦାପ୍ରଭୁଙ୍କ ଦତ୍ତ ଗୋମେଷାଦି ପଲରୁ ପଶୁ ନେଇ ଆମ୍ଭ ଆଜ୍ଞାମତେ ବଧ କରି ଆପଣା ପ୍ରାଣର ବାଞ୍ଛାନୁସାରେ ନଗରଦ୍ୱାର ଭିତରେ ଭୋଜନ କରି ପାରିବ।
\v 22 ଯେପରି କୃଷ୍ଣସାର ମୃଗ ଓ ହରିଣ ଭୋଜନ କରାଯାଏ, ସେହିପରି ତାହା ଭୋଜନ କରିବ; ଶୁଚି ଓ ଅଶୁଚି ଲୋକ ସମାନ ରୂପେ ଭୋଜନ କରିବେ।
\s5
\v 23 କେବଳ ରକ୍ତ ଭୋଜନ ନ କରିବା ବିଷୟରେ ସତର୍କ ହୁଅ, କାରଣ ରକ୍ତ ହିଁ ପ୍ରାଣ ଅଟେ; ଆଉ ମାଂସ ସହିତ ପ୍ରାଣ ଭୋଜନ କରିବ ନାହିଁ।
\v 24 ତୁମ୍ଭେ ତାହା ଭୋଜନ କରିବ ନାହିଁ ତୁମ୍ଭେ ଜଳ ତୁଲ୍ୟ ଭୂମିରେ ତାହା ଢାଳି ଦେବ।
\v 25 ତୁମ୍ଭେ ତାହା ଭୋଜନ କରିବ ନାହିଁ ତହିଁରେ ତୁମ୍ଭେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ତୁମ୍ଭର ଓ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ମଙ୍ଗଳ ହେବ।
\s5
\v 26 ମାତ୍ର ତୁମ୍ଭେ ଆପଣା ପବିତ୍ର ବସ୍ତୁ ଓ ମାନତ ବସ୍ତୁ ଘେନି ସଦାପ୍ରଭୁଙ୍କ ମନୋନୀତ ସ୍ଥାନକୁ ଯିବ।
\v 27 ପୁଣି ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ମାଂସ ଓ ରକ୍ତ ସମେତ ଆପଣା ହୋମବଳି ଉତ୍ସର୍ଗ କରିବ, ଆଉ ତୁମ୍ଭ ବଳିଦାନାଦିର ରକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଢଳାଯିବ, ତହୁଁ ତୁମ୍ଭେ ସେହି ମାଂସ ଭୋଜନ କରିବ।
\s5
\v 28 ମୁଁ ତୁମ୍ଭକୁ ଏହି ଯେଉଁ ସକଳ କଥା ଆଜ୍ଞା ଦେଉଅଛି, ତାହା ମନୋଯୋଗ କରି ଶୁଣ, ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଉତ୍ତମ ଓ ଯଥାର୍ଥ, ତାହା କଲେ ତୁମ୍ଭର ଓ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ଯୁଗାନୁକ୍ରମେ ମଙ୍ଗଳ ହେବ।
\s ପ୍ରତିମା ପୂଜା ବିରୁଦ୍ଧରେ ଚେତାବନୀ
\p
\s5
\v 29 ତୁମ୍ଭେ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବାକୁ ଯାଉଅଛ, ସେମାନଙ୍କୁ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କରିବେ ଓ ତୁମ୍ଭେ ସେମାନଙ୍କୁ ଅଧିକାର କରି ସେମାନଙ୍କ ଦେଶରେ ବାସ କରିବ;
\v 30 ସେତେବେଳେ ସେମାନେ ତୁମ୍ଭ ସମ୍ମୁଖରେ ବିନଷ୍ଟ ହେଲା ଉତ୍ତାରେ ତୁମ୍ଭେ ଯେପରି ସେମାନଙ୍କ ପଶ୍ଚାଦ୍‍ଗାମୀ ହେବା ପାଇଁ ଫାନ୍ଦରେ ନ ପଡ଼; ପୁଣି ‘ଏହି ଗୋଷ୍ଠୀୟ ଲୋକମାନେ କିପରି ଆପଣା ଆପଣା ଦେବତାଗଣର ସେବା କରନ୍ତି ? ଆମ୍ଭେ ମଧ୍ୟ ସେହିପରି କରିବା, ଏହା କହି ଯେପରି ସେମାନଙ୍କ ଦେବତାଗଣର ଅନ୍ୱେଷଣ ନ କର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ।
\s5
\v 31 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ତଦ୍ରୂପ କରିବ ନାହିଁ; କାରଣ ସଦାପ୍ରଭୁ ଯାହା ଘୃଣା କରନ୍ତି; ଏପରି ସମଗ୍ର ଘୃଣ୍ୟ କର୍ମ ସେମାନେ ଆପଣା ଆପଣା ଦେବତାଗଣର ଉଦ୍ଦେଶ୍ୟରେ କରିଅଛନ୍ତି; ମଧ୍ୟ ସେମାନେ ଆପଣା ଆପଣା ଦେବତାଗଣ ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର ଓ ଆପଣା ଆପଣା କନ୍ୟାଗଣକୁ ମଧ୍ୟ ଅଗ୍ନିରେ ଦଗ୍ଧ କରନ୍ତି।
\v 32 ମୁଁ ଯାହା ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହାସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ; ତୁମ୍ଭେ ତହିଁରେ ଯୋଗ କରିବ ନାହିଁ କି ତହିଁରୁ ଊଣା କରିବ ନାହିଁ।
\s5
\c 13
\p
\v 1 ଯଦି ତୁମ୍ଭ ମଧ୍ୟରେ କୌଣସି ଭବିଷ୍ୟଦ୍‍ବକ୍ତା ଅବା କୌଣସି ସ୍ୱପ୍ନଦର୍ଶକ ଉଠେ, ପୁଣି ସେ କୌଣସି ଚିହ୍ନ କି ଆଶ୍ଚର୍ଯ୍ୟକର୍ମ ନିରୂପଣ କରେ,
\v 2 ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସଫଳ ହେଲେ, ତୁମ୍ଭେ ଯେଉଁମାନଙ୍କୁ ଜାଣି ନାହଁ, ଏପରି ଅନ୍ୟ ଦେବତାଗଣ ବିଷୟରେ କହେ, ଆସ, ଆମ୍ଭେମାନେ ସେମାନଙ୍କ ପଶ୍ଚାଦ୍‍ଗାମୀ ହେବା ଓ ସେମାନଙ୍କ ସେବା କରିବା;
\v 3 ତେବେ ତୁମ୍ଭେ ସେହି ଭବିଷ୍ୟଦ୍‍ବକ୍ତାର କି ସ୍ୱପ୍ନଦର୍ଶକର କଥା ଶୁଣିବ ନାହିଁ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରୁଅଛ କି ନାହିଁ; ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି।
\s5
\v 4 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍‍ଗମନ କରିବ, ତାହାଙ୍କୁ ଭୟ କରିବ, ତାହାଙ୍କ ଆଜ୍ଞାସବୁ ପାଳନ କରିବ, ତାହାଙ୍କ ରବରେ ଅବଧାନ କରିବ ଓ ତାହାଙ୍କ ସେବା କରିବ, ଆଉ ତାହାଙ୍କଠାରେ ଆସକ୍ତ ହେବ।
\v 5 ସେହି ଭବିଷ୍ୟଦ୍‍ବକ୍ତାର କି ସ୍ୱପ୍ନଦର୍ଶକର ପ୍ରାଣଦଣ୍ଡ ହେବ; କାରଣ ଯେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ ଓ ଦାସ୍ୟଗୃହରୁ ତୁମ୍ଭକୁ ମୁକ୍ତ କଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ପଥରେ ଗମନ କରିବା ନିମନ୍ତେ ତୁମକୁ ଆଜ୍ଞା ଦେଇଅଛନ୍ତି, ତହିଁରୁ ଭୁଲାଇ ନେଇ ଯିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତିକୂଳରେ ସେ ବିଦ୍ରୋହର କଥା କହିଅଛି। ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତାକୁ ଉଚ୍ଛିନ୍ନ କରିବ।
\s5
\v 6 ଆଉ ତୁମ୍ଭର କି ତୁମ୍ଭ ପୂର୍ବପୁରୁଷମାନଙ୍କର ଅଜ୍ଞାତ କୌଣସି ଦେବତା, ଅର୍ଥାତ୍‍, ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ନିକଟବର୍ତ୍ତୀ ବା ତୁମ୍ଭଠାରୁ ଦୂରବର୍ତ୍ତୀ, ପୃଥିବୀର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ମଧ୍ୟରେ ଯେ କୌଣସି ଗୋଷ୍ଠୀର ଯେ କୌଣସି ଦେବତା ହେଉ,
\v 7 ତାହା ବିଷୟରେ ତୁମ୍ଭକୁ ଭୁଲାଇ ଯେବେ ତୁମ୍ଭ ମାତୃପୁତ୍ର ଭ୍ରାତା, କି ତୁମ୍ଭ ପୁତ୍ର, କି ତୁମ୍ଭ କନ୍ୟା, କି ତୁମ୍ଭ ବକ୍ଷଃସ୍ଥାୟିନୀ ଭାର୍ଯ୍ୟା, କିଅବା ତୁମ୍ଭ ପ୍ରାଣ ସମାନ ମିତ୍ର ଗୋପନରେ କହେ, ଚାଲ, ଆମ୍ଭେମାନେ ଅନ୍ୟ ଦେବତାଗଣର ସେବା କରୁ;
\s5
\v 8 ତେବେ ତୁମ୍ଭେ ସେହି ଲୋକର କଥାରେ ସମ୍ମତ ହେବ ନାହିଁ, କି ତାହାର କଥା ଶୁଣିବ ନାହିଁ; କିଅବା ତାହା ପ୍ରତି ଚକ୍ଷୁ ଲଜ୍ଜା କରିବ ନାହିଁ, ଅବା ତାହାକୁ ଦୟା କରିବ ନାହିଁ, କି ତାହାକୁ ଲୁଚାଇ ରଖିବ ନାହିଁ।
\v 9 ମାତ୍ର ତୁମ୍ଭେ ନିଶ୍ଚୟ ତାହାକୁ ବଧ କରିବ; ତାହାକୁ ବଧ କରିବା ପାଇଁ ତୁମ୍ଭ ହସ୍ତ ପ୍ରଥମେ ତାହା ଉପରେ ଉଠିବ, ତହିଁ ଉତ୍ତାରେ ସମସ୍ତ ଲୋକଙ୍କ ହସ୍ତ ଉଠିବ।
\s5
\v 10 ତାହାର ମରଣ ପର୍ଯ୍ୟନ୍ତ ତାହାକୁ ପ୍ରସ୍ତରାଘାତ କରିବ; ଯେହେତୁ ଯେ ତୁମ୍ଭକୁ ଦାସ୍ୟଗୃହରୂପ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରୁ ଭୁଲାଇ ନେବା ପାଇଁ ସେ ଚେଷ୍ଟା କଲା।
\v 11 ତହିଁରେ ସମୁଦାୟ ଇସ୍ରାଏଲ ତାହା ଶୁଣିବେ ଓ ଭୟ କରିବେ, ପୁଣି ତୁମ୍ଭ ମଧ୍ୟରେ ଆଉ ଏପରି ଦୁଷ୍ଟତା କରିବେ ନାହିଁ।
\s5
\v 12 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ବାସ କରିବା ନିମନ୍ତେ ଯେଉଁ ଯେଉଁ ନଗର ଦେବେ, ତହିଁର କୌଣସି ଏକ ନଗର ବିଷୟରେ ଯେବେ ତୁମ୍ଭେ ଶୁଣିବ,
\v 13 ଯେ କେତେକ ଦୁଷ୍ଟ ଲୋକ ତୁମ୍ଭ ମଧ୍ୟରୁ ବାହାରି, ଚାଲ, ଆମ୍ଭେମାନେ ଅନ୍ୟ ଦେବତାଗଣର ସେବା କରୁ, ତୁମ୍ଭମାନଙ୍କ ଅଜ୍ଞାତ ଦେବତାଗଣ ବିଷୟରେ ଏହା କହି ସେମାନଙ୍କ ନଗର ନିବାସୀମାନଙ୍କୁ ଭୁଲାଇ ନେଇଅଛନ୍ତି;
\v 14 ତେବେ ତୁମ୍ଭେ ବୁଝିବ ଓ ଖୋଜିବ ଓ ଭଲ ରୂପେ ପଚାରିବ ଆଉ ଦେଖ, ଯେବେ ତାହା ସତ୍ୟ, ପୁଣି କଥା ନିଶ୍ଚିତ ହୁଏ ଯେ, ତୁମ୍ଭ ମଧ୍ୟରେ ଏରୂପ ଘୃଣ୍ୟକର୍ମ କରାଯାଇଅଛି;
\s5
\v 15 ତେବେ ତୁମ୍ଭେ ନିଶ୍ଚୟ ସେହି ନଗର ନିବାସୀମାନଙ୍କୁ ଖଡ୍ଗଧାରରେ ଆଘାତ କରିବ, ପୁଣି ନଗର, ତହିଁ ମଧ୍ୟସ୍ଥିତ ସମୁଦାୟ ଓ ତହିଁର ପଶୁମାନଙ୍କୁ ଖଡ୍ଗଧାରରେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କରିବ;
\v 16 ଆଉ ତୁମ୍ଭେ ତହିଁର ଲୁଟିତ ଦ୍ରବ୍ୟସବୁ ତହିଁର ଛକ ମଧ୍ୟରେ ସଂଗ୍ରହ କରି ସେହି ନଗର ଓ ସେହି ସମସ୍ତ ଦ୍ରବ୍ୟ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବ, ପୁଣି ତାହା ଅନନ୍ତକାଳୀନ ଢିପି ହେବ; ତାହା ପୁନର୍ବାର ନିର୍ମିତ ହେବ ନାହିଁ।
\s5
\v 17 ଆଉ ସେହି ବର୍ଜିତ ଦ୍ରବ୍ୟର କିଛି ହିଁ ତୁମ୍ଭ ହସ୍ତରେ ଲାଗିବ ନାହିଁ; ତହିଁରେ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ଫେରି ତୁମ୍ଭ ପ୍ରତି କରୁଣା କରିବେ;
\v 18 ପୁଣି ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ତୁମ୍ଭକୁ କହୁଅଛି, ତୁମ୍ଭେ ଯେବେ ତାହାଙ୍କ ରବରେ ଅବଧାନ କରି ସେହି ସକଳ ଆଜ୍ଞା ପାଳନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କରିବ, ତେବେ ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ତୁମ୍ଭ ପ୍ରତି କୃପା କରି ତୁମ୍ଭକୁ ବୃଦ୍ଧି କରିବେ।
\s5
\c 14
\s ନିଷିଦ୍ଧ ଶୋକ ପ୍ରକାଶ
\p
\v 1 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ ଅଟ; ତୁମ୍ଭେମାନେ ମୃତ ଲୋକମାନଙ୍କ ନିମନ୍ତେ ଆପଣା ଆପଣା ଶରୀରରେ କଟାକଟି କରିବ ନାହିଁ, କିଅବା ଆପଣାମାନଙ୍କ ଭ୍ରୂଲତାର ମଧ୍ୟସ୍ଥଳ କ୍ଷୌର କରିବ ନାହିଁ।
\v 2 କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ, ପୁଣି ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି।
\s ଶୁଚି ଓ ଅଶୁଚି ଖାଦ୍ୟ
\p
\s5
\v 3 ତୁମ୍ଭେ କୌଣସି ଘୃଣାଯୋଗ୍ୟ ଦ୍ରବ୍ୟ ଭୋଜନ କରିବ ନାହିଁ।
\v 4 ଏହି ସକଳ ପଶୁ ତୁମ୍ଭେମାନେ ଭୋଜନ କରିବ ଯଥା,
\v 5 ଗୋରୁ, ମେଷ, ଛେଳି, ହରିଣ, କୃଷ୍ଣସାର ମୃଗ, ବନଗୋରୁ, ବନଛାଗ, ଗବୟ, ବାହୁଟିଆ ହରିଣ ଓ ଚମୂରୁ,
\s5
\v 6 ପଶୁଗଣ ମଧ୍ୟରୁ ଯେତେ ପଶୁ ବିଭକ୍ତ-ଖୁରା, ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ।
\v 7 ମାତ୍ର ଯେଉଁମାନେ ପାକୁଳି କରନ୍ତି, ଅବା ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ଅଟନ୍ତି, ସେମାନଙ୍କ ମଧ୍ୟରୁ ଏହିସବୁ ଭୋଜନ କରିବ ନାହିଁ ଯଥା, ଓଟ, ଠେକୁଆ ଓ ଶାଫନ୍‍ ପଶୁ, କାରଣ ସେମାନେ ପାକୁଳି କରନ୍ତି, ମାତ୍ର ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ନୁହନ୍ତି, ସେମାନେ ତୁମ୍ଭମାନଙ୍କ ନିମନ୍ତେ ଅଶୁଚି ଅଟନ୍ତି;
\s5
\v 8 ପୁଣି ଶୂକର, ଯେହେତୁ ସେ ବିଭକ୍ତ ଖୁରାବିଶିଷ୍ଟ, ମାତ୍ର ପାକୁଳି କରେ ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ଅଟେ; ତୁମ୍ଭେମାନେ ସେମାନଙ୍କ ମାଂସ ଭୋଜନ କରିବ ନାହିଁ ଓ ସେମାନଙ୍କ ଶବ ସ୍ପର୍ଶ କରିବ ନାହିଁ।
\s5
\v 9 ଜଳଜନ୍ତୁ ମଧ୍ୟରୁ ଏହିସବୁ ତୁମ୍ଭେମାନେ ଭୋଜନ କରିବ; ଯାହାର ଡେଣା ଓ କାତି ଅଛି, ତାହା ତୁମ୍ଭେମାନେ ଭୋଜନ କରିବ;
\v 10 ପୁଣି ଯାହାର ଡେଣା ଓ କାତି ନାହିଁ, ତାହା ତୁମ୍ଭେମାନେ ଭୋଜନ କରିବ ନାହିଁ; ତାହା ତୁମ୍ଭମାନଙ୍କ ନିମନ୍ତେ ଅଶୁଚି ଅଟେ।
\s5
\v 11 ତୁମ୍ଭେମାନେ ସବୁ ପ୍ରକାର ଶୁଚି ପକ୍ଷୀ ଭୋଜନ କରିପାର,
\v 12 ମାତ୍ର ଏହିସବୁ ଭୋଜନ କରିବ ନାହିଁ, ଯଥା, ଉତ୍କ୍ରୋଶ ଓ ଶାଗୁଣା ଓ ବାଜ ଜାତୀୟ ପକ୍ଷୀ;
\v 13 ବାଜପକ୍ଷୀ ଓ ଚିଲ ଓ ଆପଣା ଆପଣା ଜାତି ଅନୁସାରେ ବାଜ
\s5
\v 14 ଓ ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରା କାଉ;
\v 15 ପୁଣି ଉଷ୍ଟ୍ରପକ୍ଷୀ, ତାମସ ପକ୍ଷୀ (ପେଚା), ସମୁଦ୍ର ଚିଲ ଓ ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ;
\v 16 ଆଉ କୋଷପକ୍ଷୀ ଓ ବଗ ଓ ଦୀର୍ଘ-ଗଳ ହଂସ;
\v 17 ପାଣିଭେଳା ଓ ଶାଗୁଣା ଓ ପାଣିକୁଆ
\s5
\v 18 ଓ ବଗ ଓ ଆପଣା ଆପଣା ଜାତି ଅନୁସାରେ କଙ୍କ, ଟିଟ୍ଟିଭ ଓ ବାଦୁଢ଼ି;
\v 19 ପୁଣି ଗମନକାରୀ ପକ୍ଷବାନ ଜନ୍ତୁସକଳ ତୁମ୍ଭମାନଙ୍କ ପ୍ରତି ଅଶୁଚି ଅଟନ୍ତି; ସେଗୁଡିକୁ ଭୋଜନ କରିବ ନାହିଁ।
\v 20 ତୁମ୍ଭେମାନେ ସମସ୍ତ ଶୁଚି ପକ୍ଷୀକୁୁ ଭୋଜନ କରି ପାରିବ।
\s5
\v 21 ତୁମ୍ଭେମାନେ ସ୍ୱୟଂମୃତ କୌଣସି ପ୍ରାଣୀର ମାଂସ ଭୋଜନ କରିବ ନାହିଁ; ତୁମ୍ଭେ ଆପଣା ନଗରଦ୍ୱାରବର୍ତ୍ତୀ କୌଣସି ବିଦେଶୀକୁ ତାହା ଭୋଜନାର୍ଥେ ଦେଇ ପାର; ଅବା ତୁମ୍ଭେ କୌଣସି ବିଦେଶୀ ନିକଟରେ ତାହା ବିକ୍ରୟ କରି ପାର; କାରଣ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ। ତୁମ୍ଭେ ଛାଗବତ୍ସକୁ ତାହାର ମାତାର ଦୁଗ୍ଧରେ ପାକ କରିବ ନାହିଁ।
\s ଦଶମାଂଶର ନିୟମ
\p
\s5
\v 22 ତୁମ୍ଭେ ପ୍ରତି ବର୍ଷ ଆପଣା କ୍ଷେତ୍ରରୁ ଉତ୍ପନ୍ନ ବୀଜର ଦଶମାଂଶ ଅବଶ୍ୟ ପୃଥକ କରିବ।
\v 23 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ବାସ କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର ଓ ଆପଣା ତୈଳର ଦଶମାଂଶ ଓ ଆପଣା ଗୋମେଷାଦି ପଲର ପ୍ରଥମଜାତମାନଙ୍କୁ ତାହାଙ୍କ ସମ୍ମୁଖରେ ଭୋଜନ କରିବ; ଏହିରୂପେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା ପାଇବ।
\s5
\v 24 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବା ବେଳେ ଯଦି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିବେ, ତାହା ତୁମ୍ଭଠାରୁ ଅତିରିକ୍ତ ଦୂର ହୁଏ, ତେଣୁ ସେହି ପଥ ତୁମ୍ଭ ପ୍ରତି ଅତିରିକ୍ତ ଦୀର୍ଘ ହେବା ସକାଶୁ ତୁମ୍ଭେ ସେହି ଦ୍ରବ୍ୟ ବୋହି ନେବା ପାଇଁ ଅସମର୍ଥ ହୁଅ;
\v 25 ତେବେ ତୁମ୍ଭେ ତାହା ଟଙ୍କା କରି ସେହି ଟଙ୍କା ବାନ୍ଧି ଆପଣା ହାତରେ ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନକୁ ଯିବ।
\s5
\v 26 ପୁଣି ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ, ଗୋରୁ, କି ମେଷ, କି ଦ୍ରାକ୍ଷାରସ, କି ମଦ୍ୟ, କିଅବା ଯାହା କିଛି ତୁମ୍ଭ ପ୍ରାଣ ତୁମ୍ଭଠାରୁ ଚାହେଁ, ତହିଁ ପାଇଁ ତୁମ୍ଭେ ସେହି ଟଙ୍କା ଦେବ, ପୁଣି ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରି ତୁମ୍ଭେ ଓ ତୁମ୍ଭ ପରିବାର ଆନନ୍ଦ କରିବ;
\v 27 ଆଉ ତୁମ୍ଭେ ଆପଣା ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ; କାରଣ ସେ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ପାଇ ନାହିଁ।
\s5
\v 28 ପ୍ରତି ତୃତୀୟ ବର୍ଷର ଶେଷରେ ତୁମ୍ଭେ ସେହି ବର୍ଷରେ ଉତ୍ପନ୍ନ ଆପଣା ଶସ୍ୟାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗରଦ୍ୱାର ଭିତରେ ସଞ୍ଚୟ କରି ରଖିବ;
\v 29 ଆଉ ଲେବୀୟ ଲୋକ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ନ ପାଇବାରୁ ସେ ଓ ତୁମ୍ଭ ନଗରଦ୍ୱାରରେ ଥିବା ବିଦେଶୀ ଓ ପିତୃହୀନ ଓ ବିଧବା, ଏମାନେ ଆସି ଭୋଜନ କରି ତୃପ୍ତ ହେବେ; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।
\s5
\c 15
\s ସପ୍ତମ (ବିଶ୍ରାମ) ବର୍ଷ
\p
\v 1 ପ୍ରତି ସାତ ବର୍ଷର ଶେଷରେ ତୁମ୍ଭେ ଋଣ କ୍ଷମା କରିବ।
\v 2 ଋଣକ୍ଷମାର ବ୍ୟବସ୍ଥା ଏହି ଯେ ପ୍ରତ୍ୟେକ ମହାଜନ ଆପଣା ପ୍ରତିବାସୀକୁୁ ଯେଉଁ ଋଣ ଦେଇଥାଏ, ତାହା ସେ କ୍ଷମା କରିବ; ସେ ଆପଣା ପ୍ରତିବାସୀ ଓ ଆପଣା ଭାଇଠାରୁ ଋଣ ଆଦାୟ କରିବ ନାହିଁ; କାରଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଋଣକ୍ଷମାର ଘୋଷଣା ହୋଇଅଛି।
\v 3 ତୁମ୍ଭେ ବିଦେଶୀଠାରୁ ତାହା ଆଦାୟ କରି ପାରିବ; ମାତ୍ର ତୁମ୍ଭ ଭାଇଠାରେ ତୁମ୍ଭର ଯାହା କିଛି ଅଛି, ତୁମ୍ଭର ହସ୍ତ ତାହା କ୍ଷମା କରିବ।
\s5
\v 4 ତଥାପି ତୁମ୍ଭ ମଧ୍ୟରେ କେହି ଦରିଦ୍ର ହେବ ନାହିଁ; କାରଣ ଆଜି ମୁଁ ତୁମ୍ଭକୁ ଯେଉଁ ସମସ୍ତ ଆଜ୍ଞା ପାଳିବାକୁ ଆଦେଶ ଦେଉଅଛି, ଯେବେ ତୁମ୍ଭେ କେବଳ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ରବ ଯତ୍ନପୂର୍ବକ ଶୁଣିବ;
\v 5 ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାର କରିବା ପାଇଁ ତୁମ୍ଭକୁ ଯେଉଁ ଦେଶ ଦେଇଅଛନ୍ତି, ସେଠାରେ ସେ ନିଶ୍ଚୟ ତୁମ୍ଭକୁ ଆଶୀର୍ବାଦ କରିବେ।
\v 6 ପୁଣି ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ କରିବ ନାହିଁ; ଆଉ ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କରିବ, ମାତ୍ର ସେମାନେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବେ ନାହିଁ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଆପଣା ପ୍ରତିଜ୍ଞାନୁସାରେ ତୁମ୍ଭକୁ ଆଶୀର୍ବାଦ କରିବେ।
\s5
\v 7 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭର ସେହି ଦେଶସ୍ଥିତ କୌଣସି ନଗର ଦ୍ୱାରରେ ଯେବେ ତୁମ୍ଭ ଭାଇମାନଙ୍କ ମଧ୍ୟରେ କେହି ଦରିଦ୍ର ଥାଏ, ତେବେ ତୁମ୍ଭେ ଆପଣା ହୃଦୟ କଠିନ କରିବ ନାହିଁ, କିଅବା ଆପଣା ଦରିଦ୍ର ଭାଇ ପ୍ରତି ଆପଣା ହସ୍ତ ରୁଦ୍ଧ କରିବ ନାହିଁ;
\v 8 ମାତ୍ର ତୁମ୍ଭେ ତାହା ପ୍ରତି ନିଶ୍ଚୟ ଆପଣା ହସ୍ତ ମୁକ୍ତ କରିବ, ପୁଣି ଯାହା ସେ ଚାହେଁ, ତାହାର ପ୍ରୟୋଜନାନୁସାରେ ତୁମ୍ଭେ ତାହା ଯଥେଷ୍ଟ ରୂପେ ତାହାକୁ ନିଶ୍ଚୟ ଋଣ ଦେବ।
\s5
\v 9 ସପ୍ତମ ବର୍ଷ, ଋଣକ୍ଷମାର ବର୍ଷ ନିକଟବର୍ତ୍ତୀ, ଏହା କହି ଯେପରି ତୁମ୍ଭ ହୃଦୟରେ ମନ୍ଦ ଚିନ୍ତା ନ ହୁଏ ଓ ତୁମ୍ଭ ଦରିଦ୍ର ଭାଇ ପ୍ରତି ତୁମ୍ଭର କୁଦୃଷ୍ଟି ହେବା ସକାଶୁ ତୁମ୍ଭେ ତାହାକୁ କିଛି ନ ଦିଅ, ଏ ବିଷୟରେ ସାବଧାନ ହୁଅ; କାରଣ ସେ ତୁମ୍ଭ ପ୍ରତିକୂଳରେ ସଦାପ୍ରଭୁଙ୍କୁ ଡାକ ପକାଇଲେ, ତୁମ୍ଭର ପାପ ହେବ।
\v 10 ତୁମ୍ଭେ ତାହାକୁ ଅବଶ୍ୟ ଦେବ, ପୁଣି ତାହାକୁ ଦେବା ବେଳେ ତୁମ୍ଭର ହୃଦୟ ଦୁଃଖିତ ହେବ ନାହିଁ; କାରଣ ସେହି କର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ କର୍ମରେ ଓ ତୁମ୍ଭେ ଯେଉଁ ଯେଉଁ ବିଷୟରେ ହାତ ଦିଅ, ସେସବୁରେ ତୁମ୍ଭକୁ ଆଶୀର୍ବାଦ କରିବେ।
\s5
\v 11 କାରଣ ଦେଶରୁ ଦରିଦ୍ରମାନେ କେବେ ହେଁ ଲୋପ ପାଇବେ ନାହିଁ; ଏନିମନ୍ତେ ମୁଁ ତୁମ୍ଭକୁ ଆଜ୍ଞା ଦେଇ କହୁଅଛି, ତୁମ୍ଭେ ନିଶ୍ଚୟ ଆପଣା ଦେଶସ୍ଥ ଭାଇ ପ୍ରତି, ଆପଣା ଦୁଃଖୀ ପ୍ରତି ଓ ଆପଣା ଦୀନହୀନ ପ୍ରତି ଆପଣା ହସ୍ତ ମୁକ୍ତ କରିବ।
\s5
\v 12 ଯେବେ ତୁମ୍ଭ ଭାଇ, କୌଣସି ଏବ୍ରୀୟ ପୁରୁଷ, କି ଏବ୍ରୀୟା ସ୍ତ୍ରୀ, ତୁମ୍ଭ ନିକଟରେ ବିକାଯାଏ ଓ ଛଅ ବର୍ଷ ତୁମ୍ଭର ସେବା କରେ; ତେବେ ସପ୍ତମ ବର୍ଷରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ କରିବ।
\v 13 ମାତ୍ର ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ କରିବା ବେଳେ ଖାଲି ହାତରେ ଯିବାକୁ ଦେବ ନାହିଁ।
\v 14 ତୁମ୍ଭେ ଆପଣା ପଲରୁ, ଆପଣା ଖଳାରୁ ଓ ଆପଣା ଦ୍ରାକ୍ଷାଯନ୍ତ୍ରରୁ ତାହାକୁ ଉଦାର ଭାବରେ ଯଥେଷ୍ଟ ଦାନ ଦେବ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବା ଅନୁସାରେ ତାହାକୁ ଦାନ କରିବ।
\s5
\v 15 ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ବନ୍ଧାଦାସ ହୋଇଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମୁକ୍ତ କଲେ; ଏନିମନ୍ତେ ମୁଁ ଆଜି ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।
\v 16 ମାତ୍ର ତୁମ୍ଭ ନିକଟରେ ସୁଖରେ ରହିବାରୁ ସେ ଯଦି ତୁମ୍ଭକୁ ଓ ତୁମ୍ଭ ପରିବାରକୁ ସ୍ନେହ କରି କହେ, ମୁଁ ତୁମ୍ଭକୁ ଛାଡ଼ି ଯିବି ନାହିଁ;
\v 17 ତେବେ ତୁମ୍ଭେ ଏକ ବିନ୍ଧଣୀ ନେଇ କବାଟରେ ତାହାର କର୍ଣ୍ଣ ବିନ୍ଧିବ, ତହିଁରେ ସେ ସଦାସର୍ବଦା ତୁମ୍ଭର ଦାସ ହୋଇ ରହିବ। ପୁଣି ତୁମ୍ଭେ ଆପଣା ଦାସୀ ପ୍ରତି ମଧ୍ୟ ତଦ୍ରୂପ କରିବ।
\s5
\v 18 ତୁମ୍ଭେ ତାହାକୁ ମୁକ୍ତ କରି ବିଦାୟ କରିବା ବେଳେ ଏହା ତୁମ୍ଭ ଦୃଷ୍ଟିରେ କଠିନ ବୋଧ ନ ହେଉ; କାରଣ ସେ ଛଅ ବର୍ଷ ପର୍ଯ୍ୟନ୍ତ ଏକ ବେତନଜୀବୀର ଦ୍ୱିଗୁଣ ବେତନର ଦାସ୍ୟକର୍ମ କରିଅଛି; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସକଳ କାର୍ଯ୍ୟରେ ତୁମ୍ଭକୁ ଆଶୀର୍ବାଦ କରିବେ।
\s ଗୋମେଷାଦିର ପ୍ରଥମଜାତ
\p
\s5
\v 19 ତୁମ୍ଭେ ଆପଣା ଗୋରୁପଲରୁ ଓ ମେଷପଲରୁ ଉତ୍ପନ୍ନ ସମସ୍ତ ପ୍ରଥମଜାତ ପୁଂପଶୁକୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବ; ତୁମ୍ଭେ ଆପଣା ଗୋରୁର ପ୍ରଥମଜାତ ଦ୍ୱାରା କୌଣସି କର୍ମ କରିବ ନାହିଁ, କିଅବା ଆପଣା ମେଷପଲର ପ୍ରଥମଜାତର ଲୋମ ଛେଦ କରିବ ନାହିଁ,
\v 20 ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ଓ ତୁମ୍ଭ ପରିବାର ପ୍ରତି ବର୍ଷ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତାହା ଭୋଜନ କରିବ।
\v 21 ଯଦି ତହିଁରେ କୌଣସି ଖୁଣ ଥାଏ, ସେହି ପଶୁ ଯଦି ଛୋଟା କି ଅନ୍ଧ କି ଅନ୍ୟ କୌଣସି ପ୍ରକାର ମନ୍ଦଖୁଣଯୁକ୍ତ ଥାଏ, ତେବେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତାହାକୁ ବଳିଦାନ କରିବ ନାହିଁ।
\s5
\v 22 ତୁମ୍ଭେ ଆପଣା ନଗରଦ୍ୱାର ମଧ୍ୟରେ ତାହା ଭୋଜନ କରିବ; ଶୁଚି କି ଅଶୁଚି ଲୋକ ସମାନ ରୂପେ କୃଷ୍ଣସାର ଓ ହରିଣର ମାଂସ ତୁଲ୍ୟ ତାହା ଭୋଜନ କରିବେ।
\v 23 କେବଳ ତୁମ୍ଭେ ତାହାର ରକ୍ତ ଭୋଜନ କରିବ ନାହିଁ, ତୁମ୍ଭେ ଜଳ ପରି ତାହା ଭୂମିରେ ଢାଳି ଦେବ।
\s5
\c 16
\s ନିସ୍ତାର ପର୍ବ
\p
\v 1 ଆବୀବ୍‍ ମାସକୁ ମାନ୍ୟ କର ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କର; କାରଣ ଆବୀବ୍‍ ମାସରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ରାତ୍ରି କାଳରେ ମିସରରୁ ବାହାର କରି ଆଣିଲେ।
\v 2 ପୁଣି ସଦାପ୍ରଭୁ ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋମେଷାଦି ପଲରୁ ନିସ୍ତାରପର୍ବୀୟ ବଳିଦାନ କରିବ।
\s5
\v 3 ତୁମ୍ଭେ ତାହା ସହିତ ତାଡ଼ିଯୁକ୍ତ କିଛି ଭୋଜନ କରିବ ନାହିଁ; ତୁମ୍ଭେ ସାତ ଦିନ ପର୍ଯ୍ୟନ୍ତ ତାହା ସହିତ ତାଡ଼ିଶୂନ୍ୟ, ଅର୍ଥାତ୍‍, ଦୁଃଖରୂପ ରୁଟି ଭୋଜନ କରିବ; କାରଣ ତୁମ୍ଭେ ତରତର ହୋଇ ମିସରରୁ ବାହାର ହୋଇଥିଲ; ଏଣୁ ତୁମ୍ଭେ ଯାବଜ୍ଜୀବନ ମିସର ଦେଶରୁ ଆପଣା ବାହାରିବାର ଦିନ ସ୍ମରଣ କରିବ।
\v 4 ପୁଣି ସାତ ଦିନ ତୁମ୍ଭର ସମସ୍ତ ଅଞ୍ଚଳରେ ତାଡ଼ି ଦେଖା ନ ଯାଉ ଅବା ପ୍ରଥମ ଦିନର ସନ୍ଧ୍ୟା ବେଳେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ରାତ୍ରିଯାକ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ।
\s5
\v 5 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଯେଉଁ ନଗରଦ୍ୱାର ଦେବେ, ତହିଁର କୌଣସି ଦ୍ୱାର ମଧ୍ୟରେ ତୁମ୍ଭେ ନିସ୍ତାରପର୍ବୀୟ ବଳିଦାନ କରି ପାରିବ ନାହିଁ।
\v 6 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସନ୍ଧ୍ୟା ସମୟରେ, ସୂର୍ଯ୍ୟାସ୍ତ ବେଳେ ତୁମ୍ଭେ ମିସରରୁ ବାହାରିବା ଋତୁରେ ନିସ୍ତାରପର୍ବୀୟ ବଳିଦାନ କରିବ।
\s5
\v 7 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ତାହା ପାକ କରି ଭୋଜନ କରିବ; ତହୁଁ ତୁମ୍ଭେ ପ୍ରାତଃକାଳରେ ଆପଣା ତମ୍ବୁକୁ ଫେରିଯିବ।
\v 8 ତୁମ୍ଭେ ଛଅ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ, ପୁଣି ସପ୍ତମ ଦିନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମହାସଭା ହେବ; ତହିଁରେ ତୁମ୍ଭେ କୌଣସି କାର୍ଯ୍ୟ କରିବ ନାହିଁ।
\s ଶସ୍ୟ ଉତ୍ସର୍ଗ ଉତ୍ସବ
\p
\s5
\v 9 ତୁମ୍ଭେ ଆପଣା ପାଇଁ ସାତ ସପ୍ତାହ ଗଣନା କରିବ; ତୁମ୍ଭେ କ୍ଷେତ୍ରସ୍ଥିତ ଶସ୍ୟରେ ଦାଆ ଲଗାଇବାକୁ ଆରମ୍ଭ କରିବା ସମୟାବଧି ସାତ ସପ୍ତାହ ଗଣନା କରିବାକୁ ଆରମ୍ଭ କରିବ।
\v 10 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଶୀର୍ବାଦ ଅନୁସାରେ ତୁମ୍ଭେ ପ୍ରଚୁର ପରିମାଣରେ ଆପଣା ହସ୍ତର ସ୍ଵେଚ୍ଛାଦତ୍ତ ଉପହାର ଦେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସପ୍ତାହ ସମୂହର ଉତ୍ସବ ପାଳନ କରିବ;
\s5
\v 11 ଆଉ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ; ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ ଓ ତୁମ୍ଭ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ ଓ ତୁମ୍ଭ ମଧ୍ୟରେ ଥିବା ବିଦେଶୀୟ ଲୋକ ଓ ପିତୃହୀନ ଓ ବିଧବା (ତୁମ୍ଭେ) ସମସ୍ତେ ଆନନ୍ଦ କରିବ।
\v 12 ପୁଣି ତୁମ୍ଭେ ଯେ ମିସରରେ ବନ୍ଧାଦାସ ହୋଇଥିଲ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋଯୋଗ କରି ପାଳନ କରିବ।
\s ପତ୍ରକୁଟୀର ପର୍ବ
\p
\s5
\v 13 ତୁମ୍ଭେ ଆପଣା ଶସ୍ୟମର୍ଦ୍ଦନ ସ୍ଥାନରୁ ଓ ଆପଣା ଦ୍ରାକ୍ଷାଯନ୍ତ୍ରରୁ ସଂଗ୍ରହ କଲା ଉତ୍ତାରେ ସାତ ଦିନ ପତ୍ରକୁଟୀର ପର୍ବ ପାଳନ କରିବ;
\v 14 ଆଉ ଆପଣା ଉତ୍ସବ ସମୟରେ ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ, ତୁମ୍ଭ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ, ବିଦେଶୀ, ପିତୃହୀନ ଓ ବିଧବା, (ତୁମ୍ଭେ) ସମସ୍ତେ ଆନନ୍ଦ କରିବ।
\s5
\v 15 ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ସାତଦିନ ଉତ୍ସବ ପାଳନ କରିବ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟରେ ଓ ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ; ପୁଣି ତୁମ୍ଭେ ସର୍ବତୋଭାବେ ଆନନ୍ଦିତ ହେବ।
\s5
\v 16 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତାହାଙ୍କ ସମ୍ମୁଖରେ ବର୍ଷକେ ତିନି ଥର ତୁମ୍ଭର ପୁରୁଷ ସମସ୍ତେ ତାଡ଼ିଶୂନ୍ୟ ରୁଟିର ପର୍ବ ସମୟରେ, ସପ୍ତାହ ସମୂହର ପର୍ବ ସମୟରେ ଓ ପତ୍ରକୁଟୀର ପର୍ବ ସମୟରେ ଦେଖା ଦେବେ; ମାତ୍ର ସେମାନେ ଖାଲି ହାତରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେଖା ଦେବେ ନାହିଁ।
\v 17 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଦତ୍ତ ଆଶୀର୍ବାଦ ଅନୁସାରେ ତୁମ୍ଭର ପ୍ରତ୍ୟେକ ଜଣ ଆପଣା ସାଧ୍ୟ ପ୍ରମାଣେ ଦେବ।
\s ନ୍ୟାୟର ଶାସନ
\p
\s5
\v 18 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶାନୁସାରେ ତୁମ୍ଭକୁ ଯେଉଁ ସମସ୍ତ ନଗର ଦେବେ, ତହିଁର ଦ୍ୱାର ମଧ୍ୟରେ ତୁମ୍ଭେ ଆପଣା ପାଇଁ ବିଚାରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରିବ; ପୁଣି ସେମାନେ ନ୍ୟାୟ-ବିଚାରରେ ଲୋକମାନଙ୍କର ବିଚାର କରିବେ।
\v 19 ତୁମ୍ଭେ ଅନ୍ୟାୟ ବିଚାର କରିବ ନାହିଁ; ତୁମ୍ଭେ ମନୁଷ୍ୟର ମୁଖାପେକ୍ଷା କରିବ ନାହିଁ; କିଅବା ତୁମ୍ଭେ ଲାଞ୍ଚ ନେବ ନାହିଁ; କାରଣ ଲାଞ୍ଚ ଜ୍ଞାନୀମାନଙ୍କର ଚକ୍ଷୁ ଅନ୍ଧ କରେ ଓ ଧାର୍ମିକମାନଙ୍କ ବାକ୍ୟ ଅନ୍ୟଥା କରେ।
\v 20 ଯାହା ସର୍ବତୋଭାବେ ଯଥାର୍ଥ, ତୁମ୍ଭେ ତହିଁର ଅନୁଗାମୀ ହୁଅ, ତହିଁରେ ତୁମ୍ଭେ ବଞ୍ଚିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଦେଶ ଦିଅନ୍ତି, ତାହା ଅଧିକାର କରିବ।
\s ନିଷିଦ୍ଧ ଉପାସନା
\p
\s5
\v 21 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ଯେଉଁ ଯଜ୍ଞବେଦି ନିର୍ମାଣ କରିବ, ତହିଁ ନିକଟରେ ଆଶେରାର ମୂର୍ତ୍ତି ବୋଲି କୌଣସି ପ୍ରକାର କାଷ୍ଠ ସ୍ଥାପନ କରିବ ନାହିଁ।
\v 22 କିଅବା ତୁମ୍ଭେ ଆପଣା ପାଇଁ କୌଣସି ସ୍ତମ୍ଭ ଉତ୍‍ଥାପନ କରିବ ନାହିଁ; ଏହା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଘୃଣା କରନ୍ତି।
\s5
\c 17
\p
\v 1 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ କୌଣସି ପ୍ରକାର ଖୁନ୍ତ କି ମନ୍ଦତା ବିଶିଷ୍ଟ ଗୋରୁ କି ମେଷ ବଳିଦାନ କରିବ ନାହିଁ; କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ଘୃଣିତ ବସ୍ତୁ ଅଟେ।
\s5
\v 2 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଯେଉଁ ନଗର ଦିଅନ୍ତି, ତହିଁର କୌଣସି ନଗରଦ୍ୱାର ମଧ୍ୟରେ ଯଦି କୌଣସି ପୁରୁଷ କି ସ୍ତ୍ରୀ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିୟମ ଲଙ୍ଘନ କରି ତାହାଙ୍କ ଦୃଷ୍ଟିରେ କୁକର୍ମ କରୁଥିବାର ଦେଖାଯାଏ
\v 3 ଓ ମୋହର ଆଜ୍ଞା ବିରୁଦ୍ଧରେ ସେ ଯାଇ ଅନ୍ୟ ଦେବତାଗଣର ସେବା କରିଥାଏ ଓ ସେମାନଙ୍କ, କି ସୂର୍ଯ୍ୟ, କି ଚନ୍ଦ୍ର, କି କୌଣସି ଆକାଶୀୟ ବାହିନୀକୁୁ ପୂଜା କରିଥାଏ;
\v 4 ତେବେ, ତାହା ତୁମ୍ଭକୁ କୁହାଗଲେ ଓ ତୁମ୍ଭେ ତାହା ଶୁଣିଲେ, ତାହା ଭଲ ରୂପେ ବୁଝିବ; ଆଉ ଦେଖ, ଯଦି ତାହା ସତ୍ୟ, ପୁଣି କଥା ନିଶ୍ଚିତ ହୁଏ ଯେ, ଇସ୍ରାଏଲ ମଧ୍ୟରେ ଏରୂପ ଘୃଣ୍ୟ କର୍ମ କରାଯାଇଅଛି;
\s5
\v 5 ତେବେ ଯେଉଁ ପୁରୁଷ କି ଯେଉଁ ସ୍ତ୍ରୀ ସେହି କୁକର୍ମ କରିଅଛି, ତୁମ୍ଭେ ସେହି ପୁରୁଷକୁ କି ସେହି ସ୍ତ୍ରୀକୁ ନଗରଦ୍ୱାର ନିକଟକୁ ବାହାର କରି ଆଣିବ; ଆଉ ତୁମ୍ଭେ ସେମାନଙ୍କର ମରଣ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରସ୍ତରାଘାତ କରିବ।
\v 6 ପ୍ରାଣଦଣ୍ଡଯୋଗ୍ୟ ବ୍ୟକ୍ତି ଦୁଇ ସାକ୍ଷୀର ବା ତିନି ସାକ୍ଷୀର ମୁଖ ଦ୍ୱାରା ହତ ହେବ; ଏକ ସାକ୍ଷୀର ମୁଖ ଦ୍ୱାରା ତାହାର ପ୍ରାଣଦଣ୍ଡ ହେବ ନାହିଁ।
\v 7 ତାହାର ପ୍ରାଣଦଣ୍ଡ କରିବା ପାଇଁ ତାହା ଉପରେ ପ୍ରଥମେ ସାକ୍ଷୀମାନଙ୍କର ହସ୍ତ, ତହିଁ ଉତ୍ତାରେ ସମସ୍ତ ଲୋକଙ୍କର ହସ୍ତ ଉଠିବ। ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।
\s ଯାଜକ ଓ ବିଚାରକର୍ତ୍ତାଙ୍କ ଦ୍ୱାରା ବିଚାର
\p
\s5
\v 8 ତୁମ୍ଭ ନଗରଦ୍ୱାର ଭିତରେ, ରକ୍ତପାତ ଓ ରକ୍ତପାତ ମଧ୍ୟରେ, ବିବାଦ ଓ ବିବାଦ ମଧ୍ୟରେ ପୁଣି ଆଘାତ ଓ ଆଘାତ ମଧ୍ୟରେ ବିରୋଧ ଉଠିଲେ, ଯଦି ତହିଁର ବିଚାର ତୁମ୍ଭ ପ୍ରତି ଅତି କଠିନ ବୋଧ ହୁଏ; ତେବେ ତୁମ୍ଭେ ଉଠି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନକୁ ଯିବ;
\v 9 ପୁଣି ତୁମ୍ଭେ ଲେବୀୟ ଯାଜକମାନଙ୍କ ନିକଟକୁ ଓ ସେହି ସମୟର ବିଚାରକର୍ତ୍ତାଙ୍କ ନିକଟକୁ ଯିବ; ଆଉ ତୁମ୍ଭେ ବୁଝିବ; ତହିଁରେ ସେମାନେ ତୁମ୍ଭକୁ ବିଚାରର ନିଷ୍ପତ୍ତି ଜଣାଇବେ;
\s5
\v 10 ତହୁଁ ସଦାପ୍ରଭୁଙ୍କ ମନୋନୀତ ସ୍ଥାନରୁ ସେମାନେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତହିଁର ମର୍ମ ଅନୁସାରେ ତୁମ୍ଭେ କର୍ମ କରିବ ଓ ସେମାନେ ତୁମ୍ଭକୁ ଯାହା ଶିଖାଇବେ, ତୁମ୍ଭେ ତଦନୁସାରେ କରିବାକୁ ମନୋଯୋଗ କରିବ।
\v 11 ବ୍ୟବସ୍ଥାର ମର୍ମ ଅନୁସାରେ ସେମାନେ ତୁମ୍ଭକୁ ଯାହା ଶିଖାଇବେ ଓ ବିଚାରର ନିଷ୍ପତ୍ତି ବିଷୟରେ ସେମାନେ ତୁମ୍ଭକୁ ଯାହା କହିବେ, ତୁମ୍ଭେ ତଦନୁସାରେ କରିବ; ସେମାନେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତହିଁର ଦକ୍ଷିଣକୁ କି ବାମକୁ ଫେରିବ ନାହିଁ।
\s5
\v 12 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ସେବା କରିବା ପାଇଁ ସେହି ସ୍ଥାନରେ ଠିଆ ହେବା ଯାଜକର କି ବିଚାରକର୍ତ୍ତାର ବାକ୍ୟରେ କର୍ଣ୍ଣପାତ ନ କରି ଯେଉଁ ଲୋକ ଦୁଃସାହସରେ କର୍ମ କରେ, ସେହି ଲୋକ ହତ ହେବ; ପୁଣି ତୁମ୍ଭେ ଇସ୍ରାଏଲ ମଧ୍ୟରୁ ଏହି ଦୁଷ୍ଟତା ଦୂର କରିବ।
\v 13 ତହିଁରେ ସମସ୍ତ ଲୋକ ତାହା ଶୁଣି ଭୟ କରିବେ ଓ ଦୁଃସାହସରେ ଆଉ କର୍ମ କରିବେ ନାହିଁ।
\s ରାଜାଙ୍କ ସମ୍ପର୍କରେ ବ୍ୟବସ୍ଥା
\p
\s5
\v 14 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ଯେତେବେଳେ ତୁମ୍ଭେ ତହିଁରେ ପ୍ରବେଶ କରି ତାହା ଅଧିକାର କରିବ ଓ ତହିଁ ମଧ୍ୟରେ ବାସ କରିବ; ଆଉ ଆମ୍ଭର ଚତୁର୍ଦ୍ଦିଗସ୍ଥିତ ସକଳ ଗୋଷ୍ଠୀୟମାନଙ୍କ ପରି ଆମ୍ଭେ ମଧ୍ୟ ଆପଣା ଉପରେ ଏକ ରାଜା ନିଯୁକ୍ତ କରିବା, ଯେବେ ଏହି କଥା କହିବ;
\v 15 ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯାହାକୁ ମନୋନୀତ କରିବେ, ତାହାକୁ ହିଁ ତୁମ୍ଭେ ଆପଣା ଉପରେ ରାଜା କରିବ; ତୁମ୍ଭେ ଆପଣା ଭ୍ରାତୃଗଣ ମଧ୍ୟରୁ ଜଣକୁ ଆପଣା ଉପରେ ରାଜା କରି ନିଯୁକ୍ତ କରିବ; ଯେ ତୁମ୍ଭର ଭ୍ରାତା ନୁହେଁ, ଏପରି ବିଦେଶୀୟ ବ୍ୟକ୍ତିକୁୁ ରାଜା କରି ପାରିବ ନାହିଁ।
\s5
\v 16 ମାତ୍ର ସେ ରାଜା ଆପଣା ପାଇଁ ଅନେକ ଅଶ୍ୱ ରଖିବ ନାହିଁ, କିଅବା ଅନେକ ଅଶ୍ୱ ରଖିବା ଅଭିପ୍ରାୟରେ ଲୋକମାନଙ୍କୁ
\f +
\fr 17:16
\fq ଅଶ୍ୱ ରଖିବା ଅଭିପ୍ରାୟରେ ଲୋକମାନଙ୍କୁ
\ft ଅଶ୍ବ ପାଇବା ନିମନ୍ତେ ଦାସମାନଙ୍କୁ ପଠାଇବ ନାହିଁ
\f* ପୁନର୍ବାର ମିସରକୁ ଗମନ କରାଇବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଅଛନ୍ତି, ତୁମ୍ଭେମାନେ ଏହି ସମୟଠାରୁ ସେହି ପଥରେ ଆଉ ଫେରି ଯିବ ନାହିଁ।
\v 17 କିଅବା ସେ ଅନେକ ସ୍ତ୍ରୀ ବିବାହ କରିବ ନାହିଁ, କଲେ ତାହାର ହୃଦୟ ବିପଥଗାମୀ ହେବ; ଅଥବା ସେ ଆପଣା ପାଇଁ ରୂପା କି ସୁନା ଅତିଶୟ ବଢ଼ାଇବ ନାହିଁ।
\s5
\v 18 ପୁଣି ସେ ଆପଣା ରାଜ୍ୟର ସିଂହାସନରେ ଉପବିଷ୍ଟ ହେଲେ, ଆପଣା ପାଇଁ ଏକ ନଳାକାର ପୁସ୍ତକରେ ଲେବୀୟ ଯାଜକମାନଙ୍କ ସମ୍ମୁଖସ୍ଥିତ ଏହି ବ୍ୟବସ୍ଥାରୁ ଉତ୍ତାରି ଏକ ପ୍ରତିଲିପି ଲେଖି ରଖିବ।
\v 19 ଆଉ ତାହା ତାହାର ନିକଟରେ ରହିବ ଓ ସେ ଯାବଜ୍ଜୀବନ ତାହା ପାଠ କରିବ; ତହିଁରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବାକୁ ଓ ଏହି ବ୍ୟବସ୍ଥାର ସମସ୍ତ ବାକ୍ୟ ଓ ବିଧି ପାଳନ କରିବାକୁ ଶିଖିବ;
\s5
\v 20 ଆପଣା ଭ୍ରାତୃଗଣ ଉପରେ ତାହାର ହୃଦୟ ଅହଙ୍କାରୀ ହେବ ନାହିଁ, ପୁଣି ସେ ଆଜ୍ଞାର ଦକ୍ଷିଣକୁ କି ବାମକୁ ଫେରିବ ନାହିଁ; ତହିଁରେ ସେ ଇସ୍ରାଏଲ ମଧ୍ୟରେ ତାହାର ଓ ତାହାର ସନ୍ତାନମାନଙ୍କ ରାଜତ୍ୱର ଦିନ ବଢ଼ାଇ ପାରିବ।
\s5
\c 18
\s ଲେବୀୟ ଓ ଯାଜକମାନଙ୍କ ଅଧିକାର
\p
\v 1 ଯାଜକମାନେ, ଲେବୀୟମାନେ ଓ ଲେବୀର ସମସ୍ତ ବଂଶ ଇସ୍ରାଏଲ ସଙ୍ଗରେ କୌଣସି ଅଂଶ କି ଅଧିକାର ପାଇବେ ନାହିଁ; ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଓ ତାହାଙ୍କର ଅଧିକୃତ ଦ୍ରବ୍ୟ ଭୋଗ କରିବେ।
\v 2 ପୁଣି ସେମାନେ ଆପଣା ଭ୍ରାତୃଗଣ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ, ସଦାପ୍ରଭୁ ସେମାନଙ୍କ ପ୍ରତି ଉକ୍ତ ଆପଣା ବାକ୍ୟାନୁସାରେ ସେମାନଙ୍କର ଅଧିକାର ଅଟନ୍ତି।
\s5
\v 3 ପୁଣି ଲୋକମାନଙ୍କଠାରୁ ଯାଜକମାନଙ୍କର ପ୍ରାପ୍ତବ୍ୟ ଏହି, ଯେଉଁମାନେ ଗୋରୁ କି ମେଷ ବଳିଦାନ କରିବେ, ସେମାନେ ଯାଜକକୁ ତହିଁର ଆଗ-ଚଟୁଆ ଓ ଦୁଇ ଗାଲ ଓ ପାକସ୍ଥଳୀ ଦେବେ।
\v 4 ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର, ଓ ଆପଣା ତୈଳର ଓ ଆପଣା ମେଷଲୋମର ଅଗ୍ରିମାଂଶ ତାହାକୁ ଦେବ।
\v 5 କାରଣ ସଦାପ୍ରଭୁଙ୍କ ନାମରେ ସେବା କରିବାକୁ ନିତ୍ୟ ଠିଆ ହେବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶ ମଧ୍ୟରୁ ତାହାକୁ ଓ ତାହାର ସନ୍ତାନଗଣକୁ ମନୋନୀତ କରିଅଛନ୍ତି।
\s5
\v 6 ଆଉ ସମସ୍ତ ଇସ୍ରାଏଲ ମଧ୍ୟରେ ତୁମ୍ଭର କୌଣସି ନଗରଦ୍ୱାରରେ ଯେଉଁ ଲେବୀୟ ଲୋକ ପ୍ରବାସ କରେ, ସେ ଯଦି ଆପଣା ପ୍ରାଣର ସମ୍ପୂର୍ଣ୍ଣ ବାଞ୍ଛା ସହିତ ସଦାପ୍ରଭୁଙ୍କ ମନୋନୀତ ସ୍ଥାନକୁ ଆସିବ,
\v 7 ତେବେ ସେହି ସ୍ଥାନରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବାର ଆପଣା ସମସ୍ତ ଲେବୀୟ ଭାଇମାନଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ସେବା କରିବ।
\v 8 ସେ ଆପଣା ପୈତୃକ-ଅଧିକାର ବିକ୍ରୟର ମୂଲ୍ୟ ଛଡ଼ା ସେମାନଙ୍କ ସମାନ ଭୋଜନର ଅଂଶ ପାଇବ।
\s ଘୃଣାଯୋଗ୍ୟ କ୍ରିୟା
\p
\s5
\v 9 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ସେଠାରେ ଉପସ୍ଥିତ ହେଲେ ସେହି ସ୍ଥାନର ଗୋଷ୍ଠୀୟ ଲୋକମାନଙ୍କ ଘୃଣାଯୋଗ୍ୟ କ୍ରିୟାଗୁଡିକୁ ଅନୁକରଣ କରିବା ତୁମ୍ଭେ ଶିଖିବ ନାହିଁ।
\v 10 ସେଠାରେ ଆପଣା ପୁତ୍ରକୁ କି ଆପଣା କନ୍ୟାକୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ଲୋକ, ଅବା ମନ୍ତ୍ରଜ୍ଞ, ଶୁଭାଶୁଭବାଦୀ, କି ଗଣକ, କି ମାୟାବୀ,
\v 11 କି ମୋହକ, କି ଭୂତୁଡ଼ିଆ, କି ଗୁଣିଆ, କି ପ୍ରେତପରାମର୍ଶୀ ଲୋକ ତୁମ୍ଭ ମଧ୍ୟରେ ଦେଖାଯିବ ନାହିଁ।
\s5
\v 12 ଯେହେତୁ ଯେକେହି ଏପରି କର୍ମ କରେ, ସେ ସଦାପ୍ରଭୁଙ୍କର ଘୃଣାପାତ୍ର ଅଟନ୍ତି; ପୁଣି ସେହି ଘୃଣ୍ୟକର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ସମ୍ମୁଖରୁ ତଡ଼ି ଦେଉ ଅଛନ୍ତି।
\v 13 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ସିଦ୍ଧ ହେବ।
\s ମୋଶାଙ୍କ ତୁଲ୍ୟ ଏକ ନୂତନ ଭାବବାଦୀ
\p
\v 14 କାରଣ ଏହି ଯେଉଁ ଦେଶୀୟ ଲୋକମାନଙ୍କୁ ଅଧିକାର କରିବ, ସେମାନେ ଶୁଭାଶୁଭବାଦୀ ଓ ମନ୍ତ୍ରଜ୍ଞମାନଙ୍କ କଥା ଶୁଣନ୍ତି; ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେହିପରି କରିବାକୁ ଦେଇ ନାହାନ୍ତି।
\s5
\v 15 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ନିମନ୍ତେ ତୁମ୍ଭ ଭିତରୁ, ତୁମ୍ଭ ଭାଇମାନଙ୍କ ମଧ୍ୟରୁ ଆମ୍ଭର ସଦୃଶ ଏକ ଭବିଷ୍ୟଦ୍‍ବକ୍ତା ଉତ୍ପନ୍ନ କରିବେ; ତୁମ୍ଭେମାନେ ତାହାଙ୍କ ବାକ୍ୟରେ କର୍ଣ୍ଣପାତ କରିବ।
\v 16 କାରଣ ହୋରେବରେ ସମାଜ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ପ୍ରାର୍ଥନା କରି କହିଥିଲ, ଆମ୍ଭେ ଯେପରି ନ ମରୁ, ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ରବ ପୁନର୍ବାର ନ ଶୁଣୁ, କିଅବା ଏହି ମହା-ଅଗ୍ନି ଆଉ ନ ଦେଖୁ।
\s5
\v 17 ତହିଁରେ ସଦାପ୍ରଭୁ ମୋତେ କହିଲେ, “ସେମାନେ ଯାହା କହିଅଛନ୍ତି, ତାହା ଭଲ କହିଅଛନ୍ତି।”
\v 18 ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭ୍ରାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟଦ୍‍ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେଉଁ ଯେଉଁ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ।
\v 19 ପୁଣି ଆମ୍ଭ ନାମରେ ସେ ଆମ୍ଭର ଯେଉଁ ଯେଉଁ ବାକ୍ୟ କହିବେ, ତାହା ଯିଏ ଶୁଣିବ ନାହିଁ, ତାହାଠାରୁ ଆମ୍ଭେ ତହିଁର ପରିଶୋଧ ନେବା।
\s5
\v 20 ମାତ୍ର ଆମ୍ଭେ ଯାହା କହିବାକୁ ଆଜ୍ଞା ଦେଇ ନାହୁଁ, ଆମ୍ଭ ନାମରେ ଏପରି କୌଣସି କଥା କହିବାକୁ ଯେଉଁ ଭବିଷ୍ୟଦ୍‍ବକ୍ତା ଦୁଃସାହସ କରିବ, ଅବା ଅନ୍ୟ ଦେବତାଗଣର ନାମରେ କହିବ, ସେହି ଭବିଷ୍ୟଦ୍‍ବକ୍ତା ମରିବ।
\v 21 ମାତ୍ର ଯେବେ ତୁମ୍ଭେ ଆପଣା ମନେ ମନେ କୁହ, ସଦାପ୍ରଭୁ ଯେଉଁ କଥା କହି ନାହାନ୍ତି, ତାହା ଆମ୍ଭେମାନେ କିପରି ଜାଣିବା ?
\s5
\v 22 କୌଣସି ଭବିଷ୍ୟଦ୍‍ବକ୍ତା ସଦାପ୍ରଭୁଙ୍କ ନାମରେ କଥା କହିଲେ, ଯେବେ ତାହା ନ ହୁଏ, ଅବା ନ ଘଟେ, ତେବେ ସେହି କଥା ସଦାପ୍ରଭୁ କହି ନାହାନ୍ତି; ସେ ଭବିଷ୍ୟଦ୍‍ବକ୍ତା ଦୁଃସାହସରେ ତାହା କହିଅଛି, ତୁମ୍ଭେ ତାହାକୁ ଭୟ କରିବ ନାହିଁ।
\s5
\c 19
\s ଆଶ୍ରୟ ନଗର ସମ୍ବନ୍ଧୀୟ ବିଧି
\p
\v 1 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁମାନଙ୍କର ଦେଶ ଦେବେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହି ଦେଶୀୟ ଲୋକମାନଙ୍କୁ ଉଚ୍ଛିନ୍ନ କଲେ ଓ ତୁମ୍ଭେ ସେମାନଙ୍କୁ ଅଧିକାର କରି ସେମାନଙ୍କ ନଗରରେ ଓ ସେମାନଙ୍କ ଗୃହରେ ବାସ କଲେ,
\v 2 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ଅଧିକାରାର୍ଥେ ଯେଉଁ ଦେଶ ଦିଅନ୍ତି, ତୁମ୍ଭର ସେହି ଦେଶ ମଧ୍ୟରେ ତୁମ୍ଭେ ଆପଣା ପାଇଁ ତିନୋଟି ନଗର ପୃଥକ୍ କରିବ।
\v 3 ତୁମ୍ଭେ ଆପଣା ପାଇଁ ପଥ ପ୍ରସ୍ତୁତ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାର କରାଇବେ, ତୁମ୍ଭେ ସେହି ଦେଶର ଭୂମି ତିନି ଭାଗ କରିବ, ତହିଁରେ ପ୍ରତ୍ୟେକ ନରହତ୍ୟାକାରୀ ସେଠାକୁ ପଳାଇ ଯାଇ ପାରିବ।
\s5
\v 4 ଯେଉଁ ନରହତ୍ୟାକାରୀ ସେହି ସ୍ଥାନକୁ ପଳାଇ ବଞ୍ଚିପାରେ, ତାହାର କଥା ଏହି କେହି ଯେବେ ପୂର୍ବେ ହିଂସା ନ କରି ଆପଣା ପ୍ରତିବାସୀକୁ ଅଜ୍ଞାତସାରରେ ବଧ କରେ;
\v 5 ଯଥା, କେହି ଆପଣା ପ୍ରତିବାସୀ ସଙ୍ଗରେ କାଠ ହାଣିବାକୁ ବନକୁ ଗଲା, ପୁଣି ଗଛ ହାଣିବା ପାଇଁ ତାହାର ହସ୍ତ କୁହ୍ରାଡ଼ି ଉଞ୍ଚାନ୍ତେ, କୁହ୍ରାଡ଼ି-ମୁଣ୍ଡ ବେଣ୍ଟରୁ ଖସି ପ୍ରତିବାସୀ ଉପରେ ପଡ଼ିଲା, ତହିଁରେ ସେ ମଲା; ଏପରି ଲୋକ ସେହି ନଗରମାନ ମଧ୍ୟରୁ ଏକ ନଗରକୁ ପଳାଇ ବଞ୍ଚିବ।
\s5
\v 6 ନୋହିଲେ ରକ୍ତର ପ୍ରତିହନ୍ତା ତପ୍ତଚିତ୍ତ ହୋଇ ନରହତ୍ୟାକାରୀର ପଛେ ଗୋଡ଼ାଇ ଦୂର ପଥ ସକାଶୁ ତାହାକୁ ଧରି ପ୍ରାଣରେ ମାରି ପକାଇବ; ମାତ୍ର ସେ ଲୋକ ପ୍ରାଣଦଣ୍ଡ ଯୋଗ୍ୟ ନୁହେଁ, କାରଣ ସେ ପୂର୍ବେ ତାହାକୁ ହିଂସା କରି ନ ଥିଲା।
\v 7 ଏନିମନ୍ତେ ମୁଁ ତୁମ୍ଭକୁ ଆପଣା ନିମନ୍ତେ ତିନୋଟି ନଗର ପୃଥକ କରିବାକୁ କହି ଆଜ୍ଞା ଦେଉଅଛି।
\s5
\v 8 ଆଉ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେ ତାହା ସବୁ ପାଳନ କରି ଯାବଜ୍ଜୀବନ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କଲେ ଓ ତାହାଙ୍କ ପଥରେ ଚାଲିଲେ,
\v 9 ଯେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଆପଣା ଶପଥ ଅନୁସାରେ ତୁମ୍ଭ ସୀମା ବୃଦ୍ଧି କରନ୍ତି ଓ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ପ୍ରତିଜ୍ଞାତ ସମସ୍ତ ଦେଶ ତୁମ୍ଭକୁ ଦିଅନ୍ତି; ତେବେ ତୁମ୍ଭେ ସେହି ତିନି ନଗର ବ୍ୟତୀତ ତୁମ୍ଭ ପାଇଁ ଆଉ ତିନୋଟି ନଗର ନିରୂପଣ କରିବ;
\v 10 ନୋହିଲେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାରାର୍ଥେ ଦିଅନ୍ତି, ତହିଁ ମଧ୍ୟରେ ନିର୍ଦ୍ଦୋଷର ରକ୍ତପାତ ହେବ, ତହୁଁ ତୁମ୍ଭ ଉପରେ ରକ୍ତପାତର ଅପରାଧ ବର୍ତ୍ତିବ।
\s5
\v 11 ମାତ୍ର କେହି ଯେବେ ଆପଣା ପ୍ରତିବାସୀକୁ ହିଂସା କରି ତାହା ପାଇଁ ଛକି ବସେ ଓ ତାହାର ପ୍ରତିକୂଳରେ ଉଠି ତାହାକୁ ପ୍ରାଣରେ ମାରେ ଓ ସେ ମରନ୍ତେ, ଏହି ନଗରମାନ ମଧ୍ୟରୁ କୌଣସି ଏକ ନଗରକୁ ପଳାଏ;
\v 12 ତେବେ ତାହାର ନଗରସ୍ଥ ପ୍ରାଚୀନମାନେ ଲୋକ ପଠାଇ ସେସ୍ଥାନରୁ ତାହାକୁ ଅଣାଇବେ ଓ ତାହାକୁ ବଧ କରିବା ପାଇଁ ରକ୍ତର ପ୍ରତିହନ୍ତା ହସ୍ତରେ ସମର୍ପଣ କରିବେ।
\v 13 ତୁମ୍ଭର ଚକ୍ଷୁ ତାହାକୁ ଦୟା କରିବ ନାହିଁ, ମାତ୍ର ତୁମ୍ଭେ ଇସ୍ରାଏଲ ମଧ୍ୟରୁ ନିର୍ଦ୍ଦୋଷ ରକ୍ତପାତର ଅପରାଧ ଦୂର କରିବ, ତହିଁରେ ତୁମ୍ଭର ମଙ୍ଗଳ ହେବ।
\s5
\v 14 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭେ ଯାହା ଅଧିକାର କରିବ, ତୁମ୍ଭର ସେହି ଅଧିକାରରେ ପୂର୍ବ କାଳର ଲୋକମାନଙ୍କ ଦ୍ୱାରା ସ୍ଥାପିତ ତୁମ୍ଭ ସୀମାର ଚିହ୍ନ ଘୁଞ୍ଚାଇବ ନାହିଁ।
\s ସାକ୍ଷୀ ସମ୍ପର୍କୀୟ ବିଧି
\p
\s5
\v 15 ମନୁଷ୍ୟ କୌଣସି ଅପରାଧ କି କୌଣସି ପାପ କଲେ, ତାହାର କୃତ ସେହି ପାପ ଲାଗି ଏକ ସାକ୍ଷୀ ତାହାର ପ୍ରତିକୂଳରେ ଉଠିବ ନାହିଁ; ଦୁଇ ସାକ୍ଷୀଙ୍କ ମୁଖ ଦ୍ୱାରା କିଅବା ତିନି ସାକ୍ଷୀଙ୍କ ମୁଖ ଦ୍ୱାରା ବିଚାର ନିଷ୍ପନ୍ନ ହେବ।
\v 16 ଯେବେ ଅଧର୍ମୀ ସାକ୍ଷୀ କାହାରି ବିରୁଦ୍ଧରେ ଉଠି ଅବିଧି କାର୍ଯ୍ୟ ବିଷୟରେ ସାକ୍ଷ୍ୟ ଦିଏ,
\s5
\v 17 ତେବେ ଯେଉଁ ଦୁଇ ବ୍ୟକ୍ତି ମଧ୍ୟରେ ବିରୋଧ ଥାଏ, ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ସମୟର ଯାଜକ ଓ ବିଚାରକର୍ତ୍ତାମାନଙ୍କ ଆଗରେ ଠିଆ ହେବେ।
\v 18 ତହୁଁ ବିଚାରକର୍ତ୍ତାମାନେ ଯତ୍ନପୂର୍ବକ ଅନୁସନ୍ଧାନ କରିବେ; ଆଉ ଦେଖ, ସେ ସାକ୍ଷୀ ଯେବେ ମିଥ୍ୟାସାକ୍ଷୀ ଓ ଆପଣା ଭାଇ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଦେଇଥାଏ;
\v 19 ତେବେ ସେ ଆପଣା ଭାଇ ପ୍ରତି ଯେପରି କରିବାକୁ କଳ୍ପନା କରିଥିଲା, ତାହା ପ୍ରତି ତୁମ୍ଭେମାନେ ସେହିପରି କରିବ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।
\s5
\v 20 ପୁଣି ଅବଶିଷ୍ଟ ଲୋକମାନେ ତାହା ଶୁଣି ଭୟ କରିବେ ଓ ସେହି ସମୟାବଧି ତୁମ୍ଭ ମଧ୍ୟରେ ଆଉ ସେରୂପ ମନ୍ଦ କର୍ମ କରିବେ ନାହିଁ।
\v 21 ତୁମ୍ଭର ଚକ୍ଷୁ ଦୟା କରିବ ନାହିଁ; ପ୍ରାଣ ପରିଶୋଧରେ ପ୍ରାଣ, ଚକ୍ଷୁ ପରିଶୋଧରେ ଚକ୍ଷୁ, ଦନ୍ତ ପରିଶୋଧରେ ଦନ୍ତ, ହସ୍ତ ପରିଶୋଧରେ ହସ୍ତ, ପାଦ ପରିଶୋଧରେ ପାଦ ନିଆଯିବ।
\s5
\c 20
\s ଯୁଦ୍ଧ ସମ୍ପର୍କୀୟ ବିଧି
\p
\v 1 ‘ତୁମ୍ଭେ ଆପଣା ଶତ୍ରୁମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ବାହାରିଲେ, ଯେବେ ଆପଣା ଅପେକ୍ଷା ଅଧିକ ଅଶ୍ୱ, ରଥ ଓ ଲୋକ ଦେଖିବ, ତେବେ ତୁମ୍ଭେ ସେମାନଙ୍କ ବିଷୟରେ ଭୀତ ହେବ ନାହିଁ। କାରଣ ଯେ ତୁମ୍ଭକୁ ମିସର ଦେଶରୁ ଆଣିଅଛନ୍ତି, ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି।
\s5
\v 2 ଆଉ ତୁମ୍ଭେମାନେ ଯୁଦ୍ଧର ନିକଟବର୍ତ୍ତୀ ହେଲେ, ଯାଜକ ନିକଟକୁ ଆସି ଲୋକମାନଙ୍କୁ କହିବ,
\v 3 ହେ ଇସ୍ରାଏଲ, ଶୁଣ, ତୁମ୍ଭେମାନେ ଆଜି ଆପଣା ଶତ୍ରୁମାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଯାଉଅଛ; ତୁମ୍ଭମାନଙ୍କ ହୃଦୟ ଦୁର୍ବଳ ନ ହେଉ; ଭୟ କର ନାହିଁ, କିଅବା କମ୍ପମାନ ହୁଅ ନାହିଁ, କିଅବା ସେମାନଙ୍କ ବିଷୟରେ ଭୟଯୁକ୍ତ ହୁଅ ନାହିଁ।
\v 4 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସପକ୍ଷ ହୋଇ ତୁମ୍ଭମାନଙ୍କ ଶତ୍ରୁଗଣର ପ୍ରତିକୂଳରେ ଯୁଦ୍ଧ କରି ରକ୍ଷା କରିବାକୁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଯାଉଅଛନ୍ତି।
\s5
\v 5 ପୁଣି ଅଧ୍ୟକ୍ଷଗଣ ଲୋକମାନଙ୍କୁ କହିବେ, କେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ସେ ଯୁଦ୍ଧରେ ମଲେ ଅନ୍ୟ ଲୋକ ତହିଁର ପ୍ରତିଷ୍ଠା କରିବ।
\s5
\v 6 ଆଉ କେଉଁ ଲୋକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରି ନାହିଁ ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ସେ ଯୁଦ୍ଧରେ ମଲେ ଅନ୍ୟ ଲୋକ ତହିଁର ଫଳ ଭୋଗ କରିବ।
\v 7 ଆଉ କେଉଁ ଲୋକ କୌଣସି ସ୍ତ୍ରୀକୁ ବାଗ୍‍ଦାନ କରି ତାହାକୁ ବିବାହ କରି ନାହିଁ ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ସେ ଯୁଦ୍ଧରେ ମଲେ ଅନ୍ୟ ଲୋକ ତାହାକୁ ବିବାହ କରିବ।
\s5
\v 8 ଆହୁରି ଅଧ୍ୟକ୍ଷଗଣ ଲୋକମାନଙ୍କୁ କହିବେ, ଭୟାଳୁ ଓ ଦୁର୍ବଳ ହୃଦୟ ଲୋକ କିଏ ଅଛି ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ତାହାର ହୃଦୟ ପରି ତାହାର ଭ୍ରାତୃଗଣର ହୃଦୟ ତରଳି ଯିବ।
\v 9 ପୁଣି ଅଧ୍ୟକ୍ଷଗଣ ଲୋକମାନଙ୍କ ସହିତ କଥା ସମାପ୍ତ କଲା ଉତ୍ତାରେ ସେମାନେ ସୈନ୍ୟ ଉପରେ ସେନାପତିମାନଙ୍କୁ ନିଯୁକ୍ତ କରିବେ।
\s5
\v 10 ଯେତେବେଳେ ତୁମ୍ଭେ ଯୁଦ୍ଧ କରିବା ପାଇଁ କୌଣସି ନଗରର ନିକଟବର୍ତ୍ତୀ ହେବ, ସେତେବେଳେ ତହିଁ ପ୍ରତି ସନ୍ଧିର କଥା ଘୋଷଣା କରିବ।
\v 11 ତହିଁରେ ସେ ଯେବେ ସନ୍ଧିରେ ସମ୍ମତ ହୋଇ ତୁମ୍ଭ ନିମନ୍ତେ ଦ୍ୱାର ଫିଟାଇ ଦିଏ, ତେବେ ତହିଁ ମଧ୍ୟରେ ଯେତେ ଲୋକ ଦେଖାଯିବେ, ସେମାନେ ତୁମ୍ଭର ଦାସ ହେବେ ଓ ତୁମ୍ଭର ସେବା କରିବେ।
\s5
\v 12 ମାତ୍ର ଯଦି ସେ ତୁମ୍ଭ ସହିତ ସନ୍ଧି ନ କରି ତୁମ୍ଭ ସହିତ ଯୁଦ୍ଧ କରେ, ତେବେ ତୁମ୍ଭେ ସେହି ନଗର ଅବରୋଧ କରିବ।
\v 13 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେତେବେଳେ ତାହା ତୁମ୍ଭ ହସ୍ତରେ ସମର୍ପଣ କରିବେ, ସେତେବେଳେ ତୁମ୍ଭେ ତହିଁର ସମସ୍ତ ପୁରୁଷଙ୍କୁ ଖଡ୍ଗଧାରରେ ବଧ କରିବ।
\s5
\v 14 ମାତ୍ର ତୁମ୍ଭେ ସ୍ତ୍ରୀମାନଙ୍କୁ, ବାଳକମାନଙ୍କୁ, ପଶୁମାନଙ୍କୁ ଓ ନଗରର ସର୍ବସ୍ୱ ଆପଣା ନିମନ୍ତେ ଲୁଟ ସ୍ୱରୂପ ଗ୍ରହଣ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଶତ୍ରୁମାନଙ୍କର ଯେଉଁ ଲୁଟ ତୁମ୍ଭଙ୍କୁ ଦିଅନ୍ତି, ତାହା ଭୋଜନ କରିବ।
\v 15 ଯେଉଁ ଯେଉଁ ନଗର ଏହି ଗୋଷ୍ଠୀୟ ଲୋକମାନଙ୍କର ନୁହେଁ, ତୁମ୍ଭଠାରୁ ଅତି ଦୂରବର୍ତ୍ତୀ ଏପରି ସମସ୍ତ ନଗର ପ୍ରତି ଏହି ପ୍ରକାର କରିବ।
\s5
\v 16 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଃଶ୍ୱାସଧାରୀ କାହାରିକୁ ଜୀବିତ ରଖିବ ନାହିଁ।
\v 17 ମାତ୍ର ତୁମ୍ଭ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ସେମାନଙ୍କୁ ହିତ୍ତୀୟ, ଇମୋରୀୟ, କିଣାନୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବ।
\v 18 ନୋହିଲେ କେଜାଣି, ସେମାନେ ଆପଣା ଆପଣା ଦେବାତାମାନଙ୍କ ଉଦ୍ଦେଶ୍ୟରେ ଯେଉଁ ସବୁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ତଦନୁସାରେ କରିବା ପାଇଁ ତୁମ୍ଭମାନଙ୍କୁ ଶିଖାଇବେ; ତହିଁରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିବ।
\s5
\v 19 ଯେତେବେଳେ ତୁମ୍ଭେ କୌଣସି ନଗର ହସ୍ତଗତ କରିବା ପାଇଁ ଯୁଦ୍ଧ କରି ବହୁ କାଳ ତାହା ଅବରୋଧ କରିବ, ସେତେବେଳେ ତୁମ୍ଭେ କୁହ୍ରାଡ଼ି ଦ୍ୱାରା ସେଠାରେ ଥିବା ବୃକ୍ଷଗୁଡ଼ିକୁ ହାଣିବ ନାହିଁ; ତୁମ୍ଭେ ତହିଁରୁ ଭୋଜନ କରି ପାରିବ, ଏଣୁ ତାହା କାଟିବ ନାହିଁ; କାରଣ କ୍ଷେତ୍ରର ବୃକ୍ଷ ମନୁଷ୍ୟ ଜୀବନର ଆଧାର ହୋଇଥିବାରୁ ତାହା ତୁମ୍ଭ ସାକ୍ଷାତରେ ଅବରୁଦ୍ଧ ହେବ ନାହିଁ ?
\v 20 କେବଳ ଯେଉଁ ବୃକ୍ଷ ଖାଦ୍ୟ ନିମନ୍ତେ ନୁହେଁ ବୋଲି ଜାଣ, ତାହା ତୁମ୍ଭେ ନଷ୍ଟ କରିବ ଓ କାଟିବ; ଆଉ ତୁମ୍ଭ ସହିତ ଯୁଦ୍ଧକାରୀ ନଗର ପରାଜିତ ହେବା ପର୍ଯ୍ୟନ୍ତ ତହିଁ ବିରୁଦ୍ଧରେ ଅବରୋଧକ ଉପାୟ ନିର୍ମାଣ କରିବ।
\s5
\c 21
\p
\v 1 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ତହିଁ ମଧ୍ୟରେ ଯଦି କ୍ଷେତ୍ରରେ ପତିତ କୌଣସି ହତ ଲୋକ ଦେଖାଯାଏ, ମାତ୍ର ତାହାକୁ କିଏ ବଧ କରିଅଛି, ତାହା ଜଣା ନ ଯାଏ,
\v 2 ତେବେ ତୁମ୍ଭର ପ୍ରାଚୀନବର୍ଗ ଓ ବିଚାରକର୍ତ୍ତାମାନେ ବାହାରେ ଯାଇ ସେହି ହତ ଲୋକର ଚତୁପାର୍ଶ୍ୱସ୍ଥ କେଉଁ ନଗର କେତେ ଦୂର, ତାହା ମାପିବେ।
\s5
\v 3 ତହିଁରେ ଯେଉଁ ନଗର ସେହି ହତ ଲୋକର ନିକଟସ୍ଥ ହେବ, ତହିଁର ପ୍ରାଚୀନବର୍ଗ ଗୋଠରୁ ଏପରି ଏକ ଗାଭୀ ନେବେ, ଯାହା ଦ୍ୱାରା କେବେ ଯୁଆଳି ବହନାଦି କୌଣସି କର୍ମ କରାଯାଇ ନାହିଁ।
\v 4 ଆଉ ଯହିଁରେ ଚାଷ କି ବୁଣା ହୋଇ ନାହିଁ, ଏପରି ନିତ୍ୟ ଜଳସ୍ରୋତବାହୀ ତଳଭୂମିକୁ ସେହି ନଗରର ପ୍ରାଚୀନବର୍ଗ ସେହି ଗାଭୀକୁ ଆଣି ସେଠାରେ ତାହାର ବେକ ଭାଙ୍ଗିବେ।
\s5
\v 5 ତହୁଁ ଲେବୀ-ସନ୍ତାନ ଯାଜକମାନେ ତାହା ନିକଟକୁ ଆସିବେ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବାର୍ଥେ ଓ ସଦାପ୍ରଭୁଙ୍କ ନାମରେ ଆଶୀର୍ବାଦ କରଣାର୍ଥେ ସେମାନଙ୍କୁ ମନୋନୀତ କରିଅଛନ୍ତି; ଏଣୁ ସେମାନଙ୍କ ବାକ୍ୟାନୁସାରେ ପ୍ରତ୍ୟେକ ବିରୋଧର ଓ ଆଘାତର ବିଚାର ହେବ।
\s5
\v 6 ତହିଁ ଉତ୍ତାରେ ହତ ଲୋକର ନିକଟସ୍ଥ ସେହି ନଗରର ସମସ୍ତ ପ୍ରାଚୀନବର୍ଗ ସେହି ତଳଭୂମିରେ ବେକଭଙ୍ଗା ଗାଭୀ ଉପରେ ଆପଣା ଆପଣା ହସ୍ତ ପ୍ରକ୍ଷାଳନ କରିବେ।
\v 7 ଆଉ ସେମାନେ ଉତ୍ତର ଦେଇ କହିବେ, ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରି ନାହିଁ, କିଅବା ଆମ୍ଭମାନଙ୍କ ଚକ୍ଷୁ ଏହା ଦେଖି ନାହିଁ।
\s5
\v 8 ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇସ୍ରାଏଲ ଲୋକଙ୍କୁ ମୁକ୍ତ କରିଅଛ, ସେମାନଙ୍କୁ କ୍ଷମା କର; ଆପଣା ଇସ୍ରାଏଲ ଲୋକ ମଧ୍ୟରେ ନିରପରାଧର ରକ୍ତପାତ-ଦୋଷ ରହିବାକୁ ଦିଅ ନାହିଁ। ତହିଁରେ ସେମାନଙ୍କ ପ୍ରତି ସେହି ରକ୍ତପାତ-ଦୋଷ କ୍ଷମା ହେବ;
\v 9 ଏହିରୂପେ ତୁମ୍ଭେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ଆପଣା ମଧ୍ୟରୁ ନିରପରାଧର ରକ୍ତପାତ-ଦୋଷ ଦୂର କରିବ।
\s ଯୁଦ୍ଧ ବନ୍ଦିନୀମାନଙ୍କ ସମ୍ପର୍କରେ
\p
\s5
\v 10 ତୁମ୍ଭେ ଆପଣା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଗମନ କଲେ, ଯେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରନ୍ତି ଓ ତୁମ୍ଭେ ସେମାନଙ୍କୁ ବନ୍ଦୀ କରି ଘେନିଯାଅ;
\v 11 ପୁଣି ସେହି ବନ୍ଦୀମାନଙ୍କ ମଧ୍ୟରେ କୌଣସି ସୁନ୍ଦରୀ ସ୍ତ୍ରୀ ଦେଖି ତାହା ପ୍ରତି ପ୍ରେମାସକ୍ତ ହେଲେ, ଯେବେ ତୁମ୍ଭେ ତାହାକୁ ବିବାହ କରିବାକୁ ଇଚ୍ଛା କର,
\v 12 ତେବେ ତୁମ୍ଭେ ତାହାକୁ ଆପଣା ଘରକୁ ଆଣିବ, ପୁଣି ସେ ଆପଣା ମସ୍ତକ ମୁଣ୍ଡନ କରି ନଖ କାଟିବ;
\s5
\v 13 ଆଉ ସେ ଆପଣା ବନ୍ଦୀତ୍ୱାବସ୍ଥାର ବସ୍ତ୍ର ତ୍ୟାଗ କରି ତୁମ୍ଭ ଗୃହରେ ରହିବ, ଆପଣା ପିତା ଓ ଆପଣା ମାତା ନିମନ୍ତେ ପୂର୍ଣ୍ଣ ଏକ ମାସ ବିଳାପ କରିବ। ତହିଁ ଉତ୍ତାରେ ତୁମ୍ଭେ ତାହାର ସହବାସ କରିବ ଓ ତାହାର ସ୍ୱାମୀ ହେବ, ଆଉ ସେ ତୁମ୍ଭର ଭାର୍ଯ୍ୟା ହେବ।
\v 14 ଯେବେ ତାହା ଉପରେ ତୁମ୍ଭର ସନ୍ତୋଷ ନ ହୁଏ, ତେବେ ତାହାର ଇଚ୍ଛାନୁସାରେ ତାହାକୁ ଯିବାକୁ ଦେବ; ମାତ୍ର ତୁମ୍ଭେ ଟଙ୍କା ନେଇ କୌଣସି ପ୍ରକାରେ ତାହାକୁ ବିକିବ ନାହିଁ, ତୁମ୍ଭେ ତାହା ପ୍ରତି ଦାସୀ ପରି ବ୍ୟବହାର କରିବ ନାହିଁ, କାରଣ ତୁମ୍ଭେ ତାହାର ସହବାସ କରିଅଛ।
\s ପ୍ରଥମଜାତର ପୈତୃକ ଅଧିକାର
\p
\s5
\v 15 ଯେବେ କୌଣସି ପୁରୁଷର ଦୁଇ ଭାର୍ଯ୍ୟା ଥାଏ, ଜଣେ ପ୍ରିୟା ଓ ଜଣେ ଅପ୍ରିୟା, ପୁଣି ପ୍ରିୟା ଓ ଅପ୍ରିୟା ଦୁହେଁ ତାହାର ଔରସରେ ସନ୍ତାନ ପ୍ରସବ କରନ୍ତି; ମାତ୍ର ପ୍ରଥମଜାତ ପୁତ୍ର ଅପ୍ରିୟାର ସନ୍ତାନ ହୁଏ;
\v 16 ତେବେ ସେ ଆପଣା ପୁତ୍ରମାନଙ୍କୁ ସର୍ବସ୍ୱର ଅଧିକାର ଦେବା ସମୟରେ ଅପ୍ରିୟାଜାତ ଜ୍ୟେଷ୍ଠ ପୁତ୍ର ଥାଉ ଥାଉ ସେ ପ୍ରିୟାଜାତ ପୁତ୍ରକୁ ଜ୍ୟେଷ୍ଠାଧିକାର ଦେଇ ପାରିବ ନାହିଁ।
\v 17 ମାତ୍ର ସେ ଅପ୍ରିୟା ପୁତ୍ରକୁ ଜ୍ୟେଷ୍ଠ ବୋଲି ସ୍ୱୀକାର କରି ଆପଣା ସର୍ବସ୍ୱରୁ ଦୁଇଗୁଣ ଅଂଶ ତାହାକୁ ଦେବ; କାରଣ ସେ ତାହାର ଶକ୍ତିର ପ୍ରଥମ ଫଳ ଜ୍ୟେଷ୍ଠାଧିକାର ତାହାରି ଅଟେ।
\s ଅବାଧ୍ୟ ପୁତ୍ରର ଦଣ୍ଡ
\p
\s5
\v 18 ଯେବେ କାହାରି ପୁତ୍ର ଅବାଧ୍ୟ ଓ ବିରୋଧୀ ହୁଏ, ଆପଣା ପିତାର କଥା କି ଆପଣା ମାତାର କଥା ନ ମାନେ, ପୁଣି ସେମାନେ ତାହାକୁ ଶାସନ କଲେ ହେଁ ସେମାନଙ୍କ କଥା ନ ଶୁଣେ;
\v 19 ତେବେ ତାହାର ପିତା ଓ ମାତା ତାହାକୁ ଧରି ତାହାର ନଗରସ୍ଥ ପ୍ରାଚୀନମାନଙ୍କ ନିକଟକୁ ତାହାର ନଗରଦ୍ୱାରକୁ ନେଇଯିବେ;
\s5
\v 20 ପୁଣି ସେମାନେ ତାହାର ନଗରସ୍ଥ ପ୍ରାଚୀନମାନଙ୍କୁ କହିବେ, “ଆମ୍ଭମାନଙ୍କର ଏହି ପୁତ୍ର ଅବାଧ୍ୟ ଓ ବିରୋଧୀ, ସେ ଆମ୍ଭମାନଙ୍କ କଥା ମାନେ ନାହିଁ; ସେ ପେଟୁକ ଓ ମଦୁଆ ଅଟେ।”
\v 21 ତହିଁରେ ତାହାର ନଗରସ୍ଥ ସମସ୍ତ ପୁରୁଷ ତାହାକୁ ପଥର ପକାଇ ବଧ କରିବେ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ, ତହିଁରେ ସମୁଦାୟ ଇସ୍ରାଏଲ ଶୁଣିବେ ଓ ଭୟ କରିବେ।
\s ବିଭିନ୍ନ ବ୍ୟବସ୍ଥା
\p
\s5
\v 22 ଆଉ କୌଣସି ମନୁଷ୍ୟ ମୃତ୍ୟୁୁଯୋଗ୍ୟ ପାପ କଲେ, ଯେବେ ତାହାର ପ୍ରାଣଦଣ୍ଡ ହୁଏ ଓ ତୁମ୍ଭେ ତାହାକୁ ବୃକ୍ଷରେ ଟଙ୍ଗାଇ ଦିଅ।
\v 23 ତେବେ ତାହାର ଶବ ରାତ୍ରିସାରା ବୃକ୍ଷରେ ଟଙ୍ଗା ହୋଇ ରହିବ ନାହିଁ; ମାତ୍ର ତୁମ୍ଭେ କୌଣସି ପ୍ରକାରେ ସେହିଦିନ ତାହାକୁ କବର ଦେବ; କାରଣ ଯେ ଟଙ୍ଗାଯାଏ, ସେ ପରମେଶ୍ୱରଙ୍କ ଅଭିଶାପ ପାତ୍ର ଅଟେ। ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଭୂମି ଦେବେ, ତୁମ୍ଭେ ତାହା ଅଶୁଚି କରିବ ନାହିଁ।
\s5
\c 22
\p
\v 1 ତୁମ୍ଭେ ଆପଣା ଭାଇର ବଳଦ କି ମେଷ ବଣା ହେବାର ଦେଖିଲେ, ସେମାନଙ୍କ ବିଷୟରେ ଅମନୋଯୋଗୀ ହେବ ନାହିଁ; ତୁମ୍ଭେ ସେମାନଙ୍କୁ ଆପଣା ଭାଇ କତିକି ନିଶ୍ଚୟ ଫେରାଇ ଆଣିବ।
\v 2 ପୁଣି ଯଦି ତୁମ୍ଭର ସେହି ଭାଇ ତୁମ୍ଭର ନିକଟବର୍ତ୍ତୀ ନ ଥାଏ, କିମ୍ବା ତୁମ୍ଭେ ଯଦି ତାହାକୁ ନ ଚିହ୍ନ, ତେବେ ତୁମ୍ଭେ ଆପଣା ଗୃହକୁ ସେହି ପଶୁ ଆଣିବ, ତୁମ୍ଭର ସେହି ଭାଇ ତାହାକୁ ଅନ୍ୱେଷଣ କରିବା ପର୍ଯ୍ୟନ୍ତ ତାହା ତୁମ୍ଭ ପାଖରେ ରହିବ, ତହିଁ ଉତ୍ତାରୁ ତୁମ୍ଭେ ତାହାକୁ ତାହା ଫେରାଇ ଦେବ।
\s5
\v 3 ତୁମ୍ଭେ ତାହାର ଗଧ ପ୍ରତି ସେରୂପ କରିବ ଓ ତୁମ୍ଭେ ତାହାର ବସ୍ତ୍ର ପ୍ରତି ସେରୂପ କରିବ; ପୁଣି ତୁମ୍ଭ ଭାଇ ଯେ କୌଣସି ବସ୍ତୁ ହଜାଇଥାଏ, ତାହାର ସେହି ହଜିଲା ବସ୍ତୁ ତୁମ୍ଭେ ପାଇଲେ, ତହିଁ ବିଷୟରେ ସେରୂପ କରିବ; ତହିଁରେ ଅମନୋଯୋଗ କରିବା ତୁମ୍ଭର ଅକର୍ତ୍ତବ୍ୟ।
\v 4 ତୁମ୍ଭେ ଆପଣା ଭାଇର ଗଧ କି ବଳଦ ବାଟରେ ପଡ଼ିଯିବାର ଦେଖିଲେ, ତହିଁ ପ୍ରତି ଅମନୋଯୋଗୀ ହେବ ନାହିଁ; ତୁମ୍ଭେ ସେମାନଙ୍କୁ ପୁନର୍ବାର ଉଠାଇବା ପାଇଁ ଅବଶ୍ୟ ତାହାର ଉପକାର କରିବ।
\s5
\v 5 ଯାହା ପୁରୁଷର, ତାହା ସ୍ତ୍ରୀ ପିନ୍ଧିବ ନାହିଁ, କିଅବା ସ୍ତ୍ରୀର ପୋଷାକ ପୁରୁଷ ପିନ୍ଧିବ ନାହିଁ; କାରଣ ଯେକେହି ତାହା କରେ, ସେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣାଯୋଗ୍ୟ ଅଟେ।
\s5
\v 6 ଯେବେ ପଥ ପାର୍ଶ୍ୱସ୍ଥ କୌଣସି ବୃକ୍ଷରେ କିଅବା ଭୂମିରେ ତୁମ୍ଭ ସମ୍ମୁଖରେ କୌଣସି ପକ୍ଷୀର ବସାରେ ଛୁଆ କି ଡିମ୍ବ ଥାଏ, ଆଉ ସେହି ଛୁଆ କି ଡିମ୍ବ ଉପରେ ପକ୍ଷିଣୀ ବସିଥାଏ, ତେବେ ତୁମ୍ଭେ ଛୁଆ ସଙ୍ଗରେ ପକ୍ଷିଣୀକୁ ଧରିବ ନାହିଁ।
\v 7 ତୁମ୍ଭେ କୌଣସିମତେ ପକ୍ଷିଣୀକୁ ଛାଡ଼ି ଦେବ, ମାତ୍ର ତୁମ୍ଭେ ଆପଣା ନିମନ୍ତେ ଛୁଆମାନଙ୍କୁ ନେଇ ପାର, ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେ ଆପଣା ଦିନ ବଢ଼ାଇ ପାରିବ।
\s5
\v 8 ତୁମ୍ଭେ ନୂତନ ଗୃହ ନିର୍ମାଣ କଲେ, ତହିଁର ଛାତରେ ଲୁହାର ବାଡ଼ ପ୍ରସ୍ତୁତ କରିବ, ଯେପରି ତହିଁ ଉପରୁ କୌଣସି ମନୁଷ୍ୟ ପଡ଼ିଗଲେ, ତୁମ୍ଭେ ଆପଣା ଗୃହ ଉପରେ ରକ୍ତପାତର ଅପରାଧ ବର୍ତ୍ତାଇବ ନାହିଁ।
\s5
\v 9 ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରେ ମିଶ୍ରିତ ବୀଜ ବୁଣିବ ନାହିଁ; ତାହା କଲେ ତୁମ୍ଭ ବୁଣା ବୀଜ ଓ ଦ୍ରାକ୍ଷାକ୍ଷେତ୍ରର ସମୁଦାୟ ଫଳ ଜବତ ରୂପେ ନିଆଯିବ ନାହିଁ।
\v 10 ତୁମ୍ଭେ ବଳଦ ଓ ଗଧ ଏକତ୍ର ଯୋଚି ଚାଷ କରିବ ନାହିଁ।
\v 11 ତୁମ୍ଭେ ଲୋମ ଓ ମସିନା କୌଣସି ମିଶ୍ରିତ ସୂତ୍ରନିର୍ମିତ ବସ୍ତ୍ର ପିନ୍ଧିବ ନାହିଁ।
\s5
\v 12 ତୁମ୍ଭେ ଆପଣା ଶରୀରର ଉତ୍ତରୀୟ ବସ୍ତ୍ରର ଚାରି ଅଞ୍ଚଳରେ ଝୁମ୍ପା ବନାଇବ।
\s ଅନୈତିକ ଯୌନକ୍ରିୟା ସମ୍ପର୍କୀୟ ବ୍ୟବସ୍ଥା
\p
\s5
\v 13 କୌଣସି ପୁରୁଷ କୌଣସି ସ୍ତ୍ରୀକୁ ବିବାହ କରି ତାହାର ସହବାସ କଲା ଉତ୍ତାରେ ଯଦି ତାହାକୁ ଘୃଣା କରେ
\v 14 ଓ ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରେ ଓ ତାହାର ଦୁର୍ନାମ କରି କହେ କି, ଆମ୍ଭେ ଏହି ସ୍ତ୍ରୀକି ବିବାହ କଲୁ, ମାତ୍ର ସହବାସ ସମୟରେ ଏହାର କୌମାର୍ଯ୍ୟର ଲକ୍ଷଣ ପାଇଲୁ ନାହିଁ;
\s5
\v 15 ତେବେ ସେହି କନ୍ୟାର ପିତାମାତା ତାହାର କୌମାର୍ଯ୍ୟର ଚିହ୍ନ ନେଇ ନଗର ଦ୍ୱାରରେ ନଗରସ୍ଥ ପ୍ରାଚୀନମାନଙ୍କ ନିକଟକୁ ଆଣିବେ।
\s5
\v 16 ତହୁଁ ସେହି କନ୍ୟାର ପିତା ପ୍ରାଚୀନବର୍ଗଙ୍କୁ କହିବ, ଆମ୍ଭେ ଏହି ଲୋକ ସଙ୍ଗରେ ଆମ୍ଭ କନ୍ୟାକୁ ବିବାହ ଦେଲୁ;
\v 17 ମାତ୍ର ସେ ତାହାକୁ ଘୃଣା କରେ ଆଉ ଦେଖ, ସେ ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରି କହେ କି, ଆମ୍ଭେ ତୁମ୍ଭ କନ୍ୟାର କୌମାର୍ଯ୍ୟ ଲକ୍ଷଣ ପାଇଲୁ ନାହିଁ; ମାତ୍ର ଆମ୍ଭ କନ୍ୟାର କୌମାର୍ଯ୍ୟ ଚିହ୍ନ ଏହି; ତହୁଁ ସେମାନେ ନଗରସ୍ଥ ପ୍ରାଚୀନମାନଙ୍କ ସାକ୍ଷାତରେ ସେହି ଲୁଗା ମେଲାଇ ଦେବେ।
\s5
\v 18 ଏଉତ୍ତାରୁ ନଗରର ପ୍ରାଚୀନମାନେ ସେହି ପୁରୁଷକୁ ଧରି ଶାସ୍ତି ଦେବେ।
\v 19 ପୁଣି ସେମାନେ ତାହାକୁ ଶହେ ଶେକଲ ରୂପା ଦଣ୍ଡ କରି କନ୍ୟାର ପିତାକୁ ଦେବେ, କାରଣ ସେ ଇସ୍ରାଏଲୀୟା ଏକ କନ୍ୟା ଉପରେ ଦୁର୍ନାମ ଆଣିଅଛି; ତହିଁରେ ସେ ତାହାର ଭାର୍ଯ୍ୟା ହେବ, ସେ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ।
\s5
\v 20 ମାତ୍ର କଥା ଯେବେ ସତ୍ୟ ହୁଏ ଯେ, କନ୍ୟାର କୌମାର୍ଯ୍ୟ ଚିହ୍ନ ଦେଖା ନ ଯାଏ;
\v 21 ତେବେ ସେମାନେ ସେହି କନ୍ୟାକୁ ବାହାର କରି ପିତୃଗୃହର ଦ୍ୱାର ନିକଟକୁ ଆଣିବେ, ଆଉ ନଗରସ୍ଥ ଲୋକମାନେ ପ୍ରସ୍ତରାଘାତ କରି ତାହାକୁ ବଧ କରିବେ; କାରଣ ପିତୃଗୃହରେ ବ୍ୟଭିଚାର କରିବାରୁ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।
\s5
\v 22 ଯଦି କୌଣସି ପୁରୁଷ ବିବାହିତା ସ୍ତ୍ରୀ ସହିତ ଶୟନ ସମୟରେ ଧରା ପଡ଼େ, ତେବେ ସେହି ସ୍ତ୍ରୀ ସହିତ ଶୟନକାରୀ ପୁରୁଷ ଓ ସେହି ସ୍ତ୍ରୀ, ଦୁହେଁ ହତ ହେବେ। ଏହିରୂପେ ତୁମ୍ଭେ ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବ।
\s5
\v 23 ଯେବେ କୌଣସି କନ୍ୟା କୌଣସି ପୁରୁଷ ପ୍ରତି ବାଗ୍‍ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକୁ ନଗର ମଧ୍ୟରେ ପାଇ ତାହା ସହିତ ଶୟନ କରେ;
\v 24 ତେବେ ତୁମ୍ଭେମାନେ ସେହି ଦୁଇ ଜଣଙ୍କୁ ବାହାର କରି ନଗରଦ୍ୱାର ନିକଟକୁ ଆଣି ପ୍ରସ୍ତରାଘାତ କରି ବଧ କରିବ; କାରଣ ସେହି କନ୍ୟା ନଗର ମଧ୍ୟରେ ଥାଇ ମଧ୍ୟ ଡାକ ପକାଇଲା ନାହିଁ; ପୁଣି ସେହି ପୁରୁଷ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କଲା; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।
\s5
\v 25 ମାତ୍ର ଯଦି କୌଣସି ପୁରୁଷ ବାଗ୍‍ଦତ୍ତା କନ୍ୟାକୁ କ୍ଷେତ୍ରରେ ପାଇ ବଳାତ୍କାରରେ ତାହା ସହିତ ଶୟନ କରେ, ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କେବଳ ହତ ହେବ;
\v 26 ମାତ୍ର ସେହି କନ୍ୟା ପ୍ରତି ତୁମ୍ଭେ କିଛି କରିବ ନାହିଁ; ସେହି କନ୍ୟାଠାରେ ପ୍ରାଣଦଣ୍ଡଯୋଗ୍ୟ ପାପ ନାହିଁ; କାରଣ କୌଣସି ମନୁଷ୍ୟ ଯେପରି ଆପଣା ପ୍ରତିବାସୀର ପ୍ରତିକୂଳରେ ଉଠି ତାହାକୁ ବଧ କରେ, ଏହି କଥା ସେହିପରି ଅଟେ।
\v 27 ଯେହେତୁ ସେ ପୁରୁଷ କ୍ଷେତ୍ରରେ ତାହାକୁ ପାଇଲା ସେହି ବାଗ୍‍ଦତ୍ତା କନ୍ୟା ଡାକ ପକାଇଲା, ତଥାପି ତାହାକୁ ରକ୍ଷା କରିବାକୁ କେହି ନ ଥଲା।
\s5
\v 28 ଯେବେ କୌଣସି ପୁରୁଷ ଅବାଗ୍‍ଦତ୍ତା କୁମାରୀ କନ୍ୟାକୁ ପାଇ ତାହାକୁ ଧରି ତାହା ସଙ୍ଗେ ଶୟନ କରେ ଓ ସେମାନେ ଧରା ପଡ଼ନ୍ତି,
\v 29 ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କନ୍ୟାର ପିତାକୁ ପଚାଶ ଶେକଲ ରୂପା
\f +
\fr 22:29
\ft 550 ଗ୍ରାମ୍ ରୂପା
\f* ଦେବ ଓ ସେ ତାହାକୁ ଭ୍ରଷ୍ଟ କରିବାରୁ ସେ ତାହାର ଭାର୍ଯ୍ୟା ହେବ; ସେହି ପୁରୁଷ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ।
\s5
\v 30 କୌଣସି ପୁରୁଷ ଆପଣା ପିତୃଭାର୍ଯ୍ୟାକୁ ଗ୍ରହଣ କରିବ ନାହିଁ ଓ ଆପଣା ପିତାର ଅଞ୍ଚଳ ଅନାବୃତ କରିବ ନାହିଁ।
\s5
\c 23
\s ସଦାପ୍ରଭୁଙ୍କ ସମାଜରୁ ବହିଷ୍କୃତ ଲୋକ
\p
\v 1 ଚୂର୍ଣ୍ଣକୋଷ କିଅବା ଛିନ୍ନଲିଙ୍ଗ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।
\v 2 ଜାରଜ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶ ପୁରୁଷ ପର୍ଯ୍ୟନ୍ତ ତାହାର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।
\s5
\v 3 ଅମ୍ମୋନୀୟ କି ମୋୟାବୀୟ ଲୋକ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶ ପୁରୁଷ ପର୍ଯ୍ୟନ୍ତ ଚିରକାଳ ସେମାନଙ୍କର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।
\v 4 କାରଣ ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ସେମାନେ ଅନ୍ନ ଓ ଜଳ ନେଇ ତୁମ୍ଭମାନଙ୍କୁ ପଥରେ ଭେଟିଲେ ନାହିଁ; ପୁଣି ସେମାନେ ତୁମ୍ଭମାନଙ୍କୁ ଅଭିଶାପ ଦେବା ନିମନ୍ତେ ତୁମ୍ଭ ପ୍ରତିକୂଳରେ ଅରାମନହରୟିମ୍‍ସ୍ଥ ପଥୋର ନିବାସୀ ବିୟୋରର ପୁତ୍ର ବିଲୀୟମ୍‍କୁ ବେତନ ଦେଲେ।
\s5
\v 5 ତଥାପି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଲୀୟମ୍‍ର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରେମ କରିବାରୁ ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ।
\v 6 ତୁମ୍ଭେ ଯାବଜ୍ଜୀବନ ଚିରକାଳ ସେମାନଙ୍କର ଶାନ୍ତି ଓ ମଙ୍ଗଳ ଲୋଡ଼ିବ ନାହିଁ।
\s5
\v 7 ତୁମ୍ଭେ ଇଦୋମୀୟ ଲୋକକୁ ଘୃଣା କରିବ ନାହିଁ; କାରଣ ସେ ତୁମ୍ଭର ଭାଇ; ତୁମ୍ଭେ ମିସ୍ରୀୟ ଲୋକକୁ ଘୃଣା କରିବ ନାହିଁ, କାରଣ ତୁମ୍ଭେ ତାହାର ଦେଶରେ ପ୍ରବାସୀ ଥିଲ।
\v 8 ସେମାନଙ୍କ ତୃତୀୟ ପୁରୁଷରେ ଉତ୍ପନ୍ନ ସନ୍ତାନଗଣ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବେ।
\s ସୈନ୍ୟ ଛାଉଣିର ଶୁଚିତା ରକ୍ଷା
\p
\s5
\v 9 ତୁମ୍ଭେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ ଯାତ୍ରା କରିବା ସମୟରେ ଆପଣାକୁ ସକଳ ମନ୍ଦ ବିଷୟରୁ ରକ୍ଷା କରିବ।
\v 10 ତୁମ୍ଭମାନଙ୍କ ମଧ୍ୟରେ ଯଦି କୌଣସି ବ୍ୟକ୍ତି ରାତ୍ରିଘଟିତ କୌଣସି ଅଶୁଚିତାରେ
\f +
\fr 23:10
\ft ଅର୍ଥାତ୍ ସ୍ବପ୍ନଦୋଷରେ
\f* ଅଶୁଚି ହୁଏ, ତେବେ ସେ ଛାଉଣି ଭିତରୁ ବାହାରି ଯିବ, ସେ ଛାଉଣି ମଧ୍ୟରେ ପ୍ରବେଶ କରିବ ନାହିଁ।
\v 11 ମାତ୍ର ସନ୍ଧ୍ୟା ଉପସ୍ଥିତ ହେଲେ, ସେ ଜଳରେ ସ୍ନାନ କରିବ ଓ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ସେ ଛାଉଣି ଭିତରକୁ ଆସିବ।
\s5
\v 12 ଆଉ ତୁମ୍ଭେ ମଧ୍ୟ ବାହାରକୁ ଯିବା ନିମନ୍ତେ ଛାଉଣି ବାହାରେ ଏକ ସ୍ଥାନ କରିବ;
\v 13 ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ ଖଣତି ରଖିବ; ପୁଣି ତୁମ୍ଭେ ବାହାରକୁ ବସିବା ସମୟରେ ତଦ୍ଦ୍ୱାରା ଖୋଳିବ ଓ ନିର୍ଗତ ମଳକୁ ପୋତି ପକାଇବ।
\v 14 କାରଣ ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତୁମ୍ଭ ସମ୍ମୁଖରେ ତୁମ୍ଭ ଶତ୍ରୁମାନଙ୍କୁ ସମର୍ପଣ କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଛାଉଣି ମଧ୍ୟରେ ଗମନାଗମନ କରନ୍ତି, ଏନିମନ୍ତେ ସେ ଯେପରି ତୁମ୍ଭ ମଧ୍ୟରେ ଲଜ୍ଜାକର ବିଷୟ ନ ଦେଖନ୍ତି ଓ ତୁମ୍ଭ ନିକଟରୁ ବିମୁଖ ନ ହୁଅନ୍ତି, ଏଥିପାଇଁ ତୁମ୍ଭ ଛାଉଣି ପବିତ୍ର ହେବ।
\s ବିଭିନ୍ନ ନୀତି ନିୟମ
\p
\s5
\v 15 ଯେଉଁ ଦାସ ଆପଣା ସ୍ୱାମୀ ନିକଟରୁ ପଳାଇ ତୁମ୍ଭ ନିକଟକୁ ଆସିଅଛି, ତୁମ୍ଭେ ତାହାକୁ ତାହାର ସେହି ସ୍ୱାମୀ ହସ୍ତରେ ସମର୍ପଣ କରିବ ନାହିଁ।
\v 16 ସେ ତୁମ୍ଭର କୌଣସି ଏକ ନଗରଦ୍ୱାରରେ ଆପଣା ଇଚ୍ଛାମତ ମନୋନୀତ ସ୍ଥାନରେ ତୁମ୍ଭ ମଧ୍ୟରେ ବାସ କରିବ, ତୁମ୍ଭେ ତାହା ପ୍ରତି ଅତ୍ୟାଚାର କରିବ ନାହିଁ।
\s5
\v 17 ଇସ୍ରାଏଲର କନ୍ୟାମାନଙ୍କ ମଧ୍ୟରୁ କେହି ବେଶ୍ୟା ବୃତ୍ତି କରିବ ନାହିଁ, କିଅବା ଇସ୍ରାଏଲର ପୁତ୍ରମାନଙ୍କ ମଧ୍ୟରୁ କେହି ସଦୋମୀ ହେବ ନାହିଁ।
\v 18 ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ୟାର ବେତନ କିଅବା କୁକ୍କୁରର ମୂଲ୍ୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଗୃହକୁ ଆଣିବ ନାହିଁ; କାରଣ ସେ ଉଭୟ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଘୃଣ୍ୟ ବିଷୟ ଅଟନ୍ତି।
\s5
\v 19 ତୁମ୍ଭେ ସୁଧ ନିମନ୍ତେ, ଅର୍ଥାତ୍‍, ରୂପାର ସୁଧ, ଖାଦ୍ୟସାମଗ୍ରୀର ସୁଧ, କିଅବା ଯେ କୌଣସି ଦ୍ରବ୍ୟ ସୁଧ ନିମନ୍ତେ ଦିଆଯାଏ, ତହିଁର ସୁଧ ପାଇବା ନିମନ୍ତେ ଆପଣା ଭାଇକୁୁ ଋଣ ଦେବ ନାହିଁ।
\v 20 ତୁମ୍ଭେ ସୁଧ ନିମନ୍ତେ ବିଦେଶୀକୁ ଋଣ ଦେଇ ପାର; ମାତ୍ର ସୁଧ ପାଇବା ନିମନ୍ତେ ଆପଣା ଭାଇକୁୁ ଋଣ ଦେବ ନାହିଁ; ତହିଁରେ ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବେ।
\s5
\v 21 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ମାନତ ମନାସିଲେ, ତାହା ଦେବାକୁ ବିଳମ୍ବ କରିବ ନାହିଁ; କାରଣ ତାହା ତୁମ୍ଭର ପାପ ହେବ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅବଶ୍ୟ ତୁମ୍ଭଠାରୁ ତାହା ଆଦାୟ କରିବେ।
\v 22 ମାତ୍ର ଯେବେ ମାନତ ନ କର, ତେବେ ତହିଁରେ ପାପ ହେବ ନାହିଁ।
\v 23 ଯାହା ତୁମ୍ଭ ଓଷ୍ଠରୁ ନିର୍ଗତ ହୋଇଅଛି, ତାହା କରିବାକୁ ମନୋଯୋଗ କରିବ; ତୁମ୍ଭେ ଆପଣା ମୁଖରେ ପ୍ରତିଜ୍ଞା କରି ଯେରୂପ ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମାନତ କରିଅଛ, ତଦନୁସାରେ କରିବ।
\s5
\v 24 ତୁମ୍ଭେ ଆପଣା ପ୍ରତିବାସୀର ଦ୍ରାକ୍ଷାକ୍ଷେତ୍ରକୁ ଗଲେ, ସ୍ଵେଚ୍ଛାନୁସାରେ ଆପଣା ତୃପ୍ତି ପର୍ଯ୍ୟନ୍ତ ଦ୍ରାକ୍ଷାଫଳ ଭୋଜନ କରି ପାରିବ; ମାତ୍ର ତୁମ୍ଭେ ଆପଣା ପାତ୍ରରେ କିଛି ରଖିବ ନାହିଁ।
\v 25 ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟକ୍ଷେତ୍ରକୁ ଗଲେ, ଆପଣା ହାତରେ ଶିଷା ଛିଣ୍ଡାଇ ଖାଇ ପାରିବ; ମାତ୍ର ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟରେ ଦାଆ ଚଳାଇବ ନାହିଁ।
\s5
\c 24
\s ଛାଡ଼ପତ୍ର ଓ ପୁନଃର୍ବିବାହ
\p
\v 1 କୌଣସି ପୁରୁଷ କୌଣସି ସ୍ତ୍ରୀକୁ ବିବାହ କରି ଗ୍ରହଣ କଲା ଉତ୍ତାରେ ଯେବେ ସେ ତାହାଠାରେ କୌଣସି ଅବିଶ୍ୱସ୍ତ ବିଷୟ ପାଇବାରୁ ସେହି ସ୍ତ୍ରୀ ତାହା ଦୃଷ୍ଟିରେ ଅନୁଗ୍ରହ ନ ପାଏ, ତେବେ ସେ ପୁରୁଷ ତାହା ନିମନ୍ତେ ଏକ ଛାଡ଼ପତ୍ର ଲେଖି ତାହା ହସ୍ତରେ ଦେଇ ଆପଣା ଗୃହରୁ ତାହାକୁ ବିଦାୟ କରିବ।
\v 2 ପୁଣି ସେ ସ୍ତ୍ରୀ ତାହାର ଗୃହରୁ ବାହାରି ଗଲା ଉତ୍ତାରେ, ସେ ଯାଇ ଅନ୍ୟ ପୁରୁଷର ଭାର୍ଯ୍ୟା ହୋଇ ପାରିବ।
\s5
\v 3 ମାତ୍ର ସେହି ଶେଷ ସ୍ୱାମୀ ଯଦି ତାହାକୁ ଘୃଣା କରେ ଓ ଏକ ଛାଡ଼ପତ୍ର ଲେଖି ତାହାର ହସ୍ତରେ ଦେଇ ତାହାକୁ ଆପଣା ଗୃହରୁ ବିଦାୟ କରି ଦିଏ; ଅବା ଯେ ତାହାକୁ ଭାର୍ଯ୍ୟା ରୂପେ ଗ୍ରହଣ କରିଥିଲା, ସେହି ଶେଷ ସ୍ୱାମୀ ଯେବେ ମରେ;
\v 4 ତେବେ ସେ କଳଙ୍କିତା ହେଲା ଉତ୍ତାରେ ତାହାର ପ୍ରଥମ ସ୍ୱାମୀ, ଯେ ତାହାକୁ ବିଦାୟ ଦେଇଥିଲା, ତାହାକୁ ପୁନର୍ବାର ବିବାହ କରି ପାରିବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ସମ୍ମୁଖରେ ଘୃଣାଯୋଗ୍ୟ ଅଟେ; ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ଯେଉଁ ଦେଶ ତୁମ୍ଭକୁ ଦିଅନ୍ତି, ତୁମ୍ଭେ ତାହା ପାପରେ ଲିପ୍ତ କରିବ ନାହିଁ।
\s ବିଭିନ୍ନ ନିୟମ
\p
\s5
\v 5 କୌଣସି ବ୍ୟକ୍ତି ନୂତନ ଭାର୍ଯ୍ୟା ଗ୍ରହଣ କଲେ, ସେ ସୈନ୍ୟ ସଙ୍ଗେ ବାହାରକୁ ଯିବ ନାହିଁ, କିଅବା ତାହାକୁ କୌଣସି କର୍ମର ଭାର ଦିଆଯିବ ନାହିଁ; ସେ ଏକ ବର୍ଷ ପର୍ଯ୍ୟନ୍ତ ଆପଣା ଗୃହରେ ନିଷ୍କର୍ମରେ ରହି ଆପଣା ଗୃହୀତା ଭାର୍ଯ୍ୟାର ମନୋରଞ୍ଜନ କରିବ।
\s5
\v 6 କେହି ଚକି ବା ଚକିର ଉପର ପଟ ବନ୍ଧକ ରଖିବ ନାହିଁ; ତାହା କଲେ, ମନୁଷ୍ୟର ପ୍ରାଣ ବନ୍ଧକ ରଖିବାର ହୁଏ।
\s5
\v 7 କୌଣସି ମନୁଷ୍ୟ ଯେବେ ଆପଣା ଭାଇ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ କୌଣସି ପ୍ରାଣୀକୁ ଚୋରି କରିବାର ଧରା ପଡ଼େ, ପୁଣି ସେ ତାହାକୁ ଦାସ ପରି ବ୍ୟବହାର କରେ, ବା ତାହାକୁ ବିକି ଦିଏ; ତେବେ ସେହି ଚୋର ହତ ହେବ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।
\s5
\v 8 କୁଷ୍ଠ ରୋଗର ଘା’ ବିଷୟରେ ସାବଧାନ ହୁଅ, ଲେବୀୟ ଯାଜକମାନେ ତୁମ୍ଭକୁ ଯେଉଁ ସକଳ ଶିକ୍ଷା ଦିଅନ୍ତି, ତଦନୁସାରେ କରିବା ପାଇଁ ଯତ୍ନପୂର୍ବକ ମନୋଯୋଗ କର। ଆମ୍ଭେ ସେମାନଙ୍କୁ ଯେରୂପ ଆଜ୍ଞା ଦେଇଅଛୁ, ସେରୂପ କରିବାକୁ ତୁମ୍ଭେମାନେ ମନୋଯୋଗ କରିବ।
\v 9 ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମରୀୟମ ପ୍ରତି ଯାହା କରିଥିଲେ, ତାହା ସ୍ମରଣ କର।
\s5
\v 10 ତୁମ୍ଭେ ଆପଣା ପ୍ରତିବାସୀକୁ କୌଣସି ପ୍ରକାର ଋଣ ଦେଲେ, ତାହାର ବନ୍ଧକି ଦ୍ରବ୍ୟ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକୁ ଯିବ ନାହିଁ।
\v 11 ତୁମ୍ଭେ ବାହାରେ ଠିଆ ହୋଇ ରହିବ, ଆଉ ତୁମ୍ଭେ ଯାହାକୁ ଋଣ ଦେଇଅଛ, ସେ ବ୍ୟକ୍ତି ଆପଣା ବନ୍ଧକି ଦ୍ରବ୍ୟ ବାହାର କରି ତୁମ୍ଭ ନିକଟକୁ ଆଣିବ।
\s5
\v 12 ପୁଣି ସେ ଯେବେ ଦୁଃଖୀ ଲୋକ ଥାଏ, ତେବେ ତୁମ୍ଭେ ତାହାର ବନ୍ଧକି ଦ୍ରବ୍ୟ ଘେନି ନିଦ୍ରା ଯିବ ନାହିଁ।
\v 13 ସେ ଯେପରି ଆପଣା ବସ୍ତ୍ର ଘେନି ଶୟନ କରି ତୁମ୍ଭକୁ ଆଶୀର୍ବାଦ କରିବ, ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ତାହାର ବନ୍ଧକିଦ୍ରବ୍ୟ ତାହାକୁ ଅବଶ୍ୟ ଫେରାଇ ଦେବ; ତହିଁରେ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭ ପ୍ରତି ଧାର୍ମିକତା ହେବ।
\s5
\v 14 ତୁମ୍ଭ ଭାଇମାନଙ୍କ ମଧ୍ୟରୁ କେହି ହେଉ, କିଅବା ତୁମ୍ଭ ଦେଶସ୍ଥିତ ନଗରଦ୍ୱାରବର୍ତ୍ତୀ ତୁମ୍ଭ ବିଦେଶୀ ମଧ୍ୟରୁ କେହି ହେଉ, ଦୁଃଖୀ, ଦରିଦ୍ର ବେତନଜୀବୀ ପ୍ରତି ତୁମ୍ଭେ ଉପଦ୍ରବ କରିବ ନାହିଁ।
\v 15 ତାହାରି ଦିନରେ ତାହାକୁ ତାହାର ବେତନ ଦେବ; ସୂର୍ଯ୍ୟାସ୍ତ ଯାଏ ତାହା ରଖିବ ନାହିଁ; କାରଣ ସେ ଦୁଃଖୀ ଲୋକ, ତହିଁ ଉପରେ ତାହାର ମନ ଥାଏ କେଜାଣି ସେ ତୁମ୍ଭ ବିରୁଦ୍ଧରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହେବ।
\s5
\v 16 ସନ୍ତାନମାନଙ୍କ ପାଇଁ ପିତୃଗଣର ପ୍ରାଣଦଣ୍ଡ ହେବ ନାହିଁ, କିଅବା ପିତୃଗଣ ପାଇଁ ସନ୍ତାନମାନଙ୍କର ପ୍ରାଣଦଣ୍ଡ ହେବ ନାହିଁ; ପ୍ରତ୍ୟେକ ଲୋକ ନିଜ ପାପ ଲାଗି ପ୍ରାଣଦଣ୍ଡ ଭୋଗ କରିବ।
\s5
\v 17 ତୁମ୍ଭେ ବିଦେଶୀର କି ପିତୃହୀନର ବିଚାରରେ ଅନ୍ୟାୟ କରିବ ନାହିଁ, କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ।
\v 18 ମାତ୍ର ତୁମ୍ଭେ ଯେ ମିସରରେ ବନ୍ଧାଦାସ ଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେଠାରୁ ମୁକ୍ତ କରିଅଛନ୍ତି, ଏହା ସ୍ମରଣ କରିବ; ଏହେତୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ।
\s5
\v 19 ତୁମ୍ଭେ ଆପଣା କ୍ଷେତ୍ରରେ ଶସ୍ୟ କାଟିବା ବେଳେ ଗୋଟିଏ ବିଡ଼ା କ୍ଷେତ୍ରରେ ପାସୋରି ଆସିଲେ, ତାହା ଆଣିବା ପାଇଁ ଫେରିଯିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।
\v 20 ତୁମ୍ଭେ ଆପଣା ଜୀତବୃକ୍ଷରୁ ଫଳ ତୋଳିବା ଉତ୍ତାରେ ଆଉ ଥରେ ଡାଳକୁ ଯିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ।
\s5
\v 21 ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାଫଳ ସଂଗ୍ରହ କଲା ଉତ୍ତାରେ ପୁନର୍ବାର ତାହା ସାଉଣ୍ଟିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ।
\v 22 ଆଉ ତୁମ୍ଭେ ମିସର ଦେଶରେ ବନ୍ଧାଦାସ ଥିଲ, ଏହା ସ୍ମରଣ କରିବ; ଏହେତୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ।
\s5
\c 25
\p
\v 1 ମନୁଷ୍ୟମାନଙ୍କ ମଧ୍ୟରେ ବିବାଦ ଉପସ୍ଥିତ ହେଲେ, ଯଦି ସେମାନେ ବିଚାରାର୍ଥେ ଆସନ୍ତି ଓ ବିଚାରକର୍ତ୍ତାମାନେ ସେମାନଙ୍କ ବିଚାର କରନ୍ତି; ତେବେ ସେମାନେ ନିର୍ଦ୍ଦୋଷକୁ ନିର୍ଦ୍ଦୋଷ ଓ ଦୋଷୀକୁ ଦୋଷୀ କରିବେ।
\v 2 ପୁଣି ଯଦି ଦୋଷୀ ଲୋକ ପ୍ରହାରିତ ହେବାର ଯୋଗ୍ୟ ହୁଏ, ତେବେ ବିଚାରକର୍ତ୍ତା ତାହାକୁ ଶୁଆଇବ, ପୁଣି ତାହାର ଦୋଷ ଅନୁସାରେ ଗଣି ଗଣି ଆପଣା ସମ୍ମୁଖରେ ତାହାକୁ ପ୍ରହାର କରାଇବ।
\s5
\v 3 ସେ ତାହାକୁ ଚାଳିଶ ପ୍ରହାର ଦେଇ ପାରିବ, ତହିଁରୁ ବଢ଼ିବ ନାହିଁ; ନୋହିଲେ, ଯେବେ ତାହା ବଢ଼େ ଓ ତହିଁରୁ ବହୁତ ପ୍ରହାର କରେ, ତେବେ ତୁମ୍ଭ ଭାଇ ତୁମ୍ଭ ଦୃଷ୍ଟିରେ ତୁଚ୍ଛଯୋଗ୍ୟ ହେବ।
\s5
\v 4 ବଳଦ ବେଙ୍ଗଳାରେ ବୁଲିଲା ବେଳେ ତୁମ୍ଭେ ତାହାର ତୁଣ୍ଡି ବାନ୍ଧିବ ନାହିଁ।
\s ମୃତ ଭ୍ରାତାର ଭାର୍ଯ୍ୟା ସମ୍ବନ୍ଧୀୟ ବିଧି
\p
\s5
\v 5 ଭାଇମାନେ ଏକତ୍ର ବାସ କରୁଥିଲେ, ଯେବେ ସେମାନଙ୍କ ମଧ୍ୟରୁ ଜଣେ ମରେ ଓ ତାହାର ସନ୍ତାନ ନ ଥାଏ, ତେବେ ସେହି ମୃତ ଲୋକର ଭାର୍ଯ୍ୟା ବାହାରର ଅନ୍ୟ ପୁରୁଷକୁ ବିବାହ କରିବ ନାହିଁ; ତାହାର ଦିଅର ତାହାକୁ ବିବାହ କରି ତାହାର ସହବାସ କରିବ ଓ ତାହା ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରିବ।
\v 6 ପୁଣି ସେହି ସ୍ତ୍ରୀ ଯେଉଁ ପ୍ରଥମ ସନ୍ତାନ ଜନ୍ମ କରିବ, ସେ ତାହାର ମୃତ ଭ୍ରାତାର ଉତ୍ତରାଧିକାରୀ ହେବ; ତହିଁରେ ତାହାର ନାମ ଇସ୍ରାଏଲ ମଧ୍ୟରୁ ଲୁପ୍ତ ହେବ ନାହିଁ।
\s5
\v 7 ଆଉ ସେହି ପୁରୁଷ ଯଦି ଆପଣା ଭ୍ରାତୃର ଭାର୍ଯ୍ୟାକୁ ଗ୍ରହଣ କରିବା ପାଇଁ ଅସମ୍ମତ ହୁଏ, ତେବେ ସେହି ସ୍ତ୍ରୀ ନଗରଦ୍ୱାରରେ ପ୍ରାଚୀନବର୍ଗଙ୍କ ନିକଟକୁ ଯାଇ କହିବ, ଆମ୍ଭ ଦେବର ଇସ୍ରାଏଲ ମଧ୍ୟରେ ଆପଣା ଭ୍ରାତାର ନାମ ରଖିବାକୁ ଅସମ୍ମତ, ସେ ଆମ୍ଭ ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରିବାକୁ ଇଚ୍ଛା କରେ ନାହିଁ।
\v 8 ତେବେ ତାହାର ନଗରସ୍ଥ ପ୍ରାଚୀନମାନେ ତାହାକୁ ଡାକି କହିବେ; ତହିଁରେ ଯେବେ ସେ ଠିଆ ହୋଇ କହେ ଯେ, ତାହାକୁ ଗ୍ରହଣ କରିବାକୁ ମୋ’ର ଇଚ୍ଛା ନାହିଁ;
\s5
\v 9 ତେବେ ତାହାର ଭ୍ରାତୃର ଭାର୍ଯ୍ୟା ପ୍ରାଚୀନମାନଙ୍କ ସାକ୍ଷାତରେ ତାହାର ନିକଟକୁ ଆସି ତାହାର ପାଦରୁ ପାଦୁକା କାଢ଼ି ତାହା ମୁଖରେ ଛେପ ପକାଇବ; ପୁଣି ପ୍ରତ୍ୟୁତ୍ତର କରି କହିବ, ଯେକେହି ଆପଣା ଭାଇର ଘର ନ ତୋଳେ, ତାହା ପ୍ରତି ଏହିରୂପ କରାଯିବ।
\v 10 ଆଉ ଇସ୍ରାଏଲ ମଧ୍ୟରେ ସେ ଚ୍ୟୁତପାଦୁକ ବଂଶ ବୋଲି ବିଖ୍ୟାତ ହେବ।
\s ଅନ୍ୟାନ୍ୟ ନିୟମ
\p
\s5
\v 11 ପୁରୁଷମାନେ ପରସ୍ପର ବିରୋଧ କଲେ, ସେମାନଙ୍କ ମଧ୍ୟରୁ କାହାରି ଭାର୍ଯ୍ୟା ଯଦି ପ୍ରହାରକ ହସ୍ତରୁ ଆପଣା ସ୍ୱାମୀକୁ ରକ୍ଷା କରିବାକୁ ଆସେ ଓ ହାତ ବଢ଼ାଇ ପ୍ରହାରକର ଗୁପ୍ତାଙ୍ଗ ଧରେ,
\v 12 ତେବେ ତୁମ୍ଭେ ତାହାର ହସ୍ତ କାଟି ପକାଇବ; ତୁମ୍ଭ ଚକ୍ଷୁ ତାହାକୁ ଦୟା କରିବ ନାହିଁ।
\s5
\v 13 ତୁମ୍ଭେ ଆପଣା ଥଳୀରେ ଊଣା ଅଧିକ ଓଜନର ନାନା ପ୍ରକାର ବଟଖରା ରଖିବ ନାହିଁ।
\v 14 ତୁମ୍ଭେ ଆପଣା ଗୃହରେ ଊଣା ଅଧିକ ପରିମାଣର ପାତ୍ର ରଖିବ ନାହିଁ।
\s5
\v 15 ତୁମ୍ଭେ ଯଥାର୍ଥ ଓ ନ୍ୟାୟ ବଟଖରା ରଖିବ, ପୁଣି ଯଥାର୍ଥ ଓ ନ୍ୟାୟ ପରିମାଣ ପାତ୍ର ରଖିବ; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦିନ ଦୀର୍ଘ ହେବ।
\v 16 କାରଣ ଯେଉଁମାନେ ଏପରି ଅଧର୍ମ କର୍ମ କରନ୍ତି, ସେହି ସମସ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣାଯୋଗ୍ୟ।
\s5
\v 17 ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ଅମାଲେକ ତୁମ୍ଭକୁ ଯାହା କଲା;
\v 18 ତୁମ୍ଭେ ଶ୍ରାନ୍ତ ଓ କ୍ଳାନ୍ତ ହେବା ସମୟରେ ସେ ପଥରେ ତୁମ୍ଭକୁ ଭେଟି ତୁମ୍ଭ ପଶ୍ଚାତ୍‍ବର୍ତ୍ତୀ ଦୁର୍ବଳ ଲୋକମାନଙ୍କୁ ତୁମ୍ଭ ପଛରେ କିପରି ଆକ୍ରମଣ କଲା ଓ ସେ ପରମେଶ୍ୱରଙ୍କୁ ଭୟ କଲା ନାହିଁ; ଏହା ସ୍ମରଣ କର।
\v 19 ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଚତୁର୍ଦ୍ଦିଗସ୍ଥ ତୁମ୍ଭ ଶତ୍ରୁମାନଙ୍କଠାରୁ ତୁମ୍ଭକୁ ବିଶ୍ରାମ ଦେଲେ, ତୁମ୍ଭେ ଆକାଶ-ତଳରୁ ଅମାଲେକର ସ୍ମରଣ ଚିହ୍ନ ଲୋପ କରିବ; ତୁମ୍ଭେ ପାସୋରିବ ନାହିଁ।
\s5
\c 26
\s ପ୍ରଥମ ଫଳ ଏବଂ ଦଶମାଂଶ
\p
\v 1 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭେ ସେହି ଦେଶରେ ଉପସ୍ଥିତ ହୋଇ ତାହା ଅଧିକାର କରି ବାସ କଲେ;
\v 2 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ଆପଣା ସେହି ଦେଶର ଭୂମିଜାତ ସମସ୍ତ ପ୍ରଥମ ଫଳରୁ କିଛି କିଛି ରଖିବ ଓ ଚାଙ୍ଗୁଡ଼ିରେ ତାହା ନେଇ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ନିମନ୍ତେ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନକୁ ଗମନ କରିବ।
\s5
\v 3 ପୁଣି ତୁମ୍ଭେ ତତ୍କାଳୀନ ଯାଜକ ନିକଟକୁ ଯାଇ ତାହାକୁ କହିବ, ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ପାଇଁ ଆମ୍ଭମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସେହି ଦେଶରେ ଆମ୍ଭେ ଉପସ୍ଥିତ ହୋଇଅଛୁ, ଏହା ଆଜି ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ପ୍ରକାଶ କରୁଅଛୁ।
\v 4 ତହୁଁ ଯାଜକ ତୁମ୍ଭ ହସ୍ତରୁ ସେହି ଚାଙ୍ଗୁଡ଼ି ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ସମ୍ମୁଖରେ ରଖିବ।
\s5
\v 5 ପୁଣି ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ତର ଦେଇ କହିବ, “ଏକଜଣ ଭ୍ରମଣକାରୀ ଅରାମୀୟ ଲୋକ ଆମ୍ଭର ପିତା ଥିଲା ଓ ସେ ଅଳ୍ପସଂଖ୍ୟକ ହୋଇ ମିସରକୁ ଯାଇ ପ୍ରବାସ କଲା; ପୁଣି ସେ ସ୍ଥାନରେ ସେ ମହାନ୍, ବଳବାନ ଓ ବହୁସଂଖ୍ୟକ ଏକ ଗୋଷ୍ଠୀ ହୋଇ ଉଠିଲା।
\s5
\v 6 ତହିଁରେ ମିସ୍ରୀୟ ଲୋକମାନେ ଆମ୍ଭମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ ଓ ଆମ୍ଭମାନଙ୍କୁ କ୍ଳେଶ ଦେଇ କଠିନ ଦାସତ୍ୱ କରାଇଲେ।
\v 7 ତହୁଁ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପୈତୃକ ପରମେଶ୍ୱରଙ୍କ ନିକଟରେ ଡାକ ପକାଇଲୁ, ଆଉ ସଦାପ୍ରଭୁ ଆମ୍ଭମାନଙ୍କ ରବ ଶୁଣିଲେ ଓ ଆମ୍ଭମାନଙ୍କ କ୍ଳେଶ, ଶ୍ରମ ଓ ଅତ୍ୟାଚାର ଦେଖିଲେ।
\s5
\v 8 ପୁଣି ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା, ବିସ୍ତୀର୍ଣ୍ଣ ବାହୁ ଦ୍ୱାରା, ମହାଭୟ ଓ ନାନା ଚିହ୍ନ ପୁଣି ଆଶ୍ଚର୍ଯ୍ୟ କର୍ମ ଦ୍ୱାରା ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ।
\v 9 ଆଉ ସେ ଆମ୍ଭମାନଙ୍କୁ ଏହି ସ୍ଥାନକୁ ଆଣିଅଛନ୍ତି ଓ ଏହି ଦେଶ, ଏକ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଆମ୍ଭମାନଙ୍କୁ ଦେଇଅଛନ୍ତି।
\s5
\v 10 ଏବେ, ହେ ସଦାପ୍ରଭୁ, ଦେଖ, ତୁମ୍ଭେ ଆମ୍ଭକୁ ଯେଉଁ ଭୂମି ଦେଇଅଛ, ଆମ୍ଭେ ତହିଁର ପ୍ରଥମ ଫଳ ଆଣିଅଛୁ।” ଏଉତ୍ତାରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତାହା ରଖିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବ।
\v 11 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଓ ତୁମ୍ଭ ପରିବାର ପ୍ରତି ଯେଉଁ ଯେଉଁ ମଙ୍ଗଳ କରିଅଛନ୍ତି, ସେହି ସବୁରେ ତୁମ୍ଭେ, ଲେବୀୟ ଓ ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀୟ ଲୋକ, ତୁମ୍ଭେ ସମସ୍ତେ ଆନନ୍ଦ କରିବ।
\s5
\v 12 ତୃତୀୟ ବର୍ଷରେ, ଅର୍ଥାତ୍‍, ଦଶମାଂଶ-ବର୍ଷରେ ତୁମ୍ଭେ ଆପଣା ଉତ୍ପନ୍ନ ଶସ୍ୟାଦିର ଦଶମାଂଶ ଦେବାର ସମାପ୍ତ କଲା ଉତ୍ତାରେ ତୁମ୍ଭେ ଲେବୀୟକୁ, ବିଦେଶୀକୁ, ପିତୃହୀନକୁ ଓ ବିଧବାକୁ ତାହା ଦେବ, ତହିଁରେ ସେମାନେ ତୁମ୍ଭ ନଗରଦ୍ୱାର ମଧ୍ୟରେ ଭୋଜନ କରି ତୃପ୍ତ ହେବେ।
\v 13 ତହୁଁ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଏହା କହିବ, ମୋ’ ପ୍ରତି ତୁମ୍ଭର ସମସ୍ତ ଆଜ୍ଞାନୁସାରେ ମୁଁ ଆପଣା ଗୃହରୁ ପବିତ୍ର ବସ୍ତୁ ବାହାର କରି ପୃଥକ ରଖିଅଛି, ମଧ୍ୟ ଲେବୀୟକୁ ଓ ବିଦେଶୀକୁ, ପିତୃହୀନକୁ ଓ ବିଧବାକୁ ଦେଇଅଛି; ମୁଁ ତୁମ୍ଭର କୌଣସି ଆଜ୍ଞା-ଲଙ୍ଘନ କରି ନାହିଁ, କିଅବା ତାହା ପାସୋରି ନାହିଁ।
\s5
\v 14 ମୁଁ ଆପଣା ଶୋକ ସମୟରେ ତହିଁରୁ କିଛି ଭୋଜନ କରି ନାହିଁ, ଅବା ଅଶୁଚି ହୋଇ ତହିଁରୁ କିଛି ରଖି ନାହିଁ, କିଅବା ମୃତ ଲୋକ ଉଦ୍ଦେଶ୍ୟରେ ତହିଁରୁ କିଛି ଦେଇ ନାହିଁ। ମୁଁ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ ଅବଧାନ କରିଅଛି, ତୁମ୍ଭେ ମୋତେ ଯାହା ଯାହା ଆଜ୍ଞା କଲ, ସେହି ସମସ୍ତ ମୁଁ କରିଅଛି।
\v 15 ତୁମ୍ଭେ ଆପଣା ପବିତ୍ର ନିବାସ ସ୍ୱର୍ଗରୁ ଦୃଷ୍ଟିପାତ କର, ପୁଣି ତୁମ୍ଭର ଲୋକ ଇସ୍ରାଏଲକୁ ଓ ଆମ୍ଭମାନଙ୍କ ପୂର୍ବପୁରୁଷଗଣ ପ୍ରତି କୃତ ଆପଣା ଶପଥ ଅନୁସାରେ ଯେଉଁ ଭୂମି ଆମ୍ଭମାନଙ୍କୁ ଦେଇଅଛ, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଆଶୀର୍ବାଦ କର।
\s5
\v 16 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବାକୁ ଆଜ୍ଞା ଦେଉଅଛନ୍ତି; ଏଥିପାଇଁ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହା ସବୁ ମାନିବ ଓ କରିବ,
\v 17 ତୁମ୍ଭେ ଆଜି ସ୍ୱୀକାର କରିଅଛ ଯେ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ହେବେ ଓ ତୁମ୍ଭେ ତାହାଙ୍କ ପଥରେ ଚାଲିବ ଓ ତାହାଙ୍କ ବିଧି, ଆଜ୍ଞା ଓ ଶାସନ ମାନିବ ଓ ତାହାଙ୍କ ରବରେ କର୍ଣ୍ଣପାତ କରିବ।
\s5
\v 18 ପୁଣି ସଦାପ୍ରଭୁ ଆଜି ଏହି ଅଙ୍ଗୀକାର କରିଅଛନ୍ତି ଯେ, ତାହାଙ୍କ ପ୍ରତିଜ୍ଞାନୁସାରେ ତୁମ୍ଭେ ତାହାଙ୍କର ସଞ୍ଚିତ ଧନ ହେବ ଓ ତାହାଙ୍କର ସମସ୍ତ ଆଜ୍ଞା ମାନିବ;
\v 19 ପୁଣି ସେ ତୁମ୍ଭକୁ ପ୍ରଶଂସାରେ, ନାମରେ ଓ ସମ୍ମାନରେ ଆପଣାର ସୃଷ୍ଟ ସମସ୍ତ ଦେଶୀୟ ଲୋକମାନଙ୍କ ଅପେକ୍ଷା ଶ୍ରେଷ୍ଠ କରିବେ, ଆଉ ତୁମ୍ଭେ ତାହାଙ୍କ ବାକ୍ୟାନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଲୋକ ହେବ।
\s5
\c 27
\s ପ୍ରସ୍ତର ଲିଖିତ ବ୍ୟବସ୍ଥା
\p
\v 1 ଏଥିଉତ୍ତାରେ ମୋଶା ଇସ୍ରାଏଲର ପ୍ରାଚୀନବର୍ଗ ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ସବୁ ପାଳନ କର।”
\v 2 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭେ ଯେଉଁ ଦିନ ଯର୍ଦ୍ଦନ ପାର ହୋଇ ସେଠାରେ ଉପସ୍ଥିତ ହେବ, ସେହି ଦିନ ଆପଣା ନିମନ୍ତେ କେତେକ ବୃହତ ପ୍ରସ୍ତର ସ୍ଥାପନ କରିବ ଓ ତାହା ଚୂନରେ ଲେପିବ।
\v 3 ପୁଣି ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭ ନିକଟରେ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେବେ, ତହିଁ ମଧ୍ୟରେ ତୁମ୍ଭେ ଯେପରି ପ୍ରବେଶ କରି ପାରିବ, ଏଥିପାଇଁ ପାର ହେବା ସମୟରେ ତୁମ୍ଭେ ସେହି ପ୍ରସ୍ତରଗୁଡ଼ିକ ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଲେଖିବ।
\s5
\v 4 ପୁଣି ଆଜି ମୁଁ ଯେଉଁ ପ୍ରସ୍ତରଗୁଡ଼ିକ ବିଷୟରେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲି, ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ଉତ୍ତାରେ ଏବଲ ପର୍ବତରେ ସେହି ପ୍ରସ୍ତର ସବୁ ସ୍ଥାପନ କରିବ ଓ ତାହା ଚୂନରେ ଲେପିବ।
\v 5 ଆଉ ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି, ଅର୍ଥାତ୍‍, ପ୍ରସ୍ତରର ଏକ ଯଜ୍ଞବେଦି ନିର୍ମାଣ କରିବ; ସେହି ସବୁ ପ୍ରସ୍ତର ଉପରେ ଲୌହ-ଅସ୍ତ୍ର ଉଞ୍ଚାଇବ ନାହିଁ।
\s5
\v 6 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଯଜ୍ଞବେଦି ଅଚଞ୍ଛା ପ୍ରସ୍ତରରେ ନିର୍ମାଣ କରିବ ଓ ତୁମ୍ଭେ ତହିଁ ଉପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବ;
\v 7 ଆଉ ତୁମ୍ଭେ ମଙ୍ଗଳାର୍ଥକ ବଳିଦାନ କରି ସେଠାରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।
\v 8 ପୁଣି ତୁମ୍ଭେ ସେହି ପ୍ରସ୍ତର ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଉତ୍ତମ ରୂପେ ଖୋଳି ଲେଖିବ।
\s5
\v 9 ଏଉତ୍ତାରେ ମୋଶା ଓ ଲେବୀୟ ଯାଜକମାନେ ସମସ୍ତ ଇସ୍ରାଏଲକୁ କହିଲେ, ହେ ଇସ୍ରାଏଲ, ନୀରବ ହୋଇ ଅବଧାନ କର, ଆଜି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ଲୋକ ହେଲ।
\v 10 ଏହେତୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ କର୍ଣ୍ଣପାତ କରିବ ଓ ଆଜି ମୁଁ ତାହାଙ୍କର ଯେଉଁ ସମସ୍ତ ଆଜ୍ଞା ଓ ବିଧି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ପାଳନ କରିବ।
\s ଅବାଧ୍ୟତାର ଅଭିଶାପ
\p
\s5
\v 11 ସେହି ଦିନ ମୋଶା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ,
\v 12 “ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ଉତ୍ତାରେ ଶିମୀୟୋନ ଓ ଲେବୀ ଓ ଯିହୁଦା ଓ ଇଷାଖର, ଯୋଷେଫ ଓ ବିନ୍ୟାମୀନ୍, ଏସବୁ (ବଂଶ) ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଗରିଷୀମ ପର୍ବତରେ ଠିଆ ହେବେ।
\s5
\v 13 ପୁଣି ରୁବେନ୍‍ ଓ ଗାଦ୍‍ ଓ ଆଶେର ଓ ସବୂଲୂନ ଓ ଦାନ୍ ଓ ନପ୍ତାଲି, ଏସବୁ (ବଂଶ) ଅଭିଶାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ।
\v 14 ଆଉ ଲେବୀୟମାନେ ଉଚ୍ଚ ସ୍ୱରରେ ସମସ୍ତ ଇସ୍ରାଏଲୀୟ ଲୋକଙ୍କୁ ଉତ୍ତର ଦେଇ କହିବେ:
\s5
\v 15 “ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଘୃଣିତ, ଶିଳ୍ପକରର ହସ୍ତକୃତ କୌଣସି ଖୋଦିତ କି ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କରି ଗୋପନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, ‘ଆମେନ୍‍’ (ଏହିପରି ହେଉ)।
\s5
\v 16 “ଯେକେହି ଆପଣା ପିତାଙ୍କୁ କି ଆପଣା ମାତାଙ୍କୁ ଅବଜ୍ଞା କରଇ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍’।
\v 17 “ଯେକେହି ଆପଣା ପ୍ରତିବାସୀର ଭୂମିଚିହ୍ନ ଘୁଞ୍ଚାଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍’।
\s5
\v 18 “ଯେକେହି ଅନ୍ଧକୁ ବାଟରୁ ବୁଲାଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’
\v 19 “ଯେକେହି ବିଦେଶୀ, ପିତୃହୀନ ଓ ବିଧବାର ବିଚାର ଅନ୍ୟାୟ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’
\s5
\v 20 “ଯେକେହି ଆପଣା ପିତୃର ଭାର୍ଯ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ଯେହେତୁ ସେ ଆପଣା ପିତାର ଅଧୀକାରକୁ ଅନାବୃତ କଲା। ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’
\v 21 “ଯେକେହି କୌଣସି ପ୍ରକାର ପଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’
\s5
\v 22 “ଯେକେହି ଆପଣା ଭଗିନୀ, ଅର୍ଥାତ୍‍, ଆପଣା ପିତୃଙ୍କ କନ୍ୟା କି ଆପଣା ମାତୃଙ୍କ କନ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’
\v 23 “ଯେକେହି ଆପଣା ଶାଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’
\s5
\v 24 “ଯେକେହି ଆପଣା ପ୍ରତିବାସୀକୁ ଗୋପନରେ ବଧ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’
\v 25 “ଯେକେହି ନିର୍ଦ୍ଦୋଷ ପ୍ରାଣୀକୁ ବଧ କରିବାକୁ ଲାଞ୍ଚ ନିଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’
\s5
\v 26 “ଯେକେହି ଏହି ବ୍ୟବସ୍ଥାର କଥାସବୁ ପାଳିବାକୁ ତହିଁରେ ଆସ୍ଥା ନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’
\s5
\c 28
\s ଆଜ୍ଞାବହତାର ଆଶୀର୍ବାଦ
\p
\v 1 ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ସେହି ସବୁ ମାନିବା ପାଇଁ ଓ କରିବା ପାଇଁ ଯଦି ତୁମ୍ଭେ ତାହାଙ୍କ ରବରେ ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମ୍ଭକୁ ଶ୍ରେଷ୍ଠ କରିବେ।
\v 2 ଯଦି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବ ଶୁଣିବ, ତେବେ ଏହିସବୁ ଆଶୀର୍ବାଦ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭର ସଙ୍ଗ ଧରିବ।
\s5
\v 3 ତୁମ୍ଭେ ନଗରରେ ଧନ୍ୟ ହେବ ଓ କ୍ଷେତ୍ରରେ ଧନ୍ୟ ହେବ।
\v 4 ତୁମ୍ଭ ଶରୀରର ଫଳ, ତୁମ୍ଭ ଭୂମିର ଫଳ ଓ ତୁମ୍ଭ ପଶୁର ଫଳ, ଅର୍ଥାତ୍‍, ଗୋବତ୍ସ ଓ ମେଷପଲର ଶାବକ ଧନ୍ୟ ହେବ।
\s5
\v 5 ତୁମ୍ଭ ଚାଙ୍ଗୁଡ଼ି ଓ ମଇଦା ଦଳିବା ପାତ୍ର ଧନ୍ୟ ହେବ।
\v 6 ତୁମ୍ଭେ ଗୃହକୁ ଆସିବା ବେଳେ ଧନ୍ୟ ଓ ଗୃହରୁ ବାହାରେ ଯିବା ବେଳେ ଧନ୍ୟ ହେବ।
\s5
\v 7 ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଉଠିବା ଶତ୍ରୁମାନଙ୍କୁ ତୁମ୍ଭ ଆଗେ ଆଗେ ପରାସ୍ତ କରାଇବେ; ସେମାନେ ଏକ ପଥ ଦେଇ ତୁମ୍ଭ ବିରୁଦ୍ଧରେ ଆସିବେ, ମାତ୍ର ସାତ ପଥ ଦେଇ ତୁମ୍ଭ ସମ୍ମୁଖରୁ ପଳାଇବେ।
\v 8 ସଦାପ୍ରଭୁ ତୁମ୍ଭ ଅମାରରେ ଓ ଯେଉଁ ଯେଉଁ କର୍ମରେ ତୁମ୍ଭେ ହସ୍ତ ଦେବ, ସେହି ସବୁରେ ଆଶୀର୍ବାଦପ୍ରାପ୍ତି ଆଜ୍ଞା କରିବେ; ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତହିଁରେ ସେ ତୁମ୍ଭକୁ ଆଶୀର୍ବାଦ କରିବେ।
\s5
\v 9 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞା ପାଳନ ଓ ତାହାଙ୍କ ପଥରେ ଗମନ କଲେ, ସଦାପ୍ରଭୁ ଆପଣା ଶପଥ ଅନୁସାରେ ତୁମ୍ଭକୁ ଆପଣା ପବିତ୍ର ଲୋକ କରି ସ୍ଥାପନ କରିବେ।
\v 10 ପୁଣି ତୁମ୍ଭେ ସଦାପ୍ରଭୁଙ୍କ ନାମରେ ପ୍ରସିଦ୍ଧ ଅଛ ବୋଲି ପୃଥିବୀସ୍ଥ ସମସ୍ତ ଲୋକ ଦେଖିବେ ଓ ସେମାନେ ତୁମ୍ଭ ବିଷୟରେ ଭୀତ ହେବେ।
\s5
\v 11 ସଦାପ୍ରଭୁ ତୁମ୍ଭକୁ ଯେଉଁ ଦେଶ ଦେବାକୁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେଠାରେ ତୁମ୍ଭକୁ ସନ୍ତାନ ଦେଇ, ତୁମ୍ଭ ପଶୁମାନଙ୍କୁ ଫଳ ଦେଇ ଓ ତୁମ୍ଭ ଭୂମିରୁ ଫଳ ଦେଇ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ।
\v 12 ସଦାପ୍ରଭୁ ଯଥା ସମୟରେ ତୁମ୍ଭ ଭୂମିରେ ବୃଷ୍ଟି ଦେବାକୁ ଓ ତୁମ୍ଭ ହସ୍ତର ସମସ୍ତ କର୍ମରେ ଆଶୀର୍ବାଦ କରିବାକୁ ଆପଣା ଆକାଶ ରୂପ ଉତ୍ତମ ଭଣ୍ଡାର ତୁମ୍ଭ ପ୍ରତି ମୁକ୍ତ କରିବେ; ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ ନେବ ନାହିଁ।
\s5
\v 13 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ମାନିବାକୁ ଓ କରିବାକୁ ମୁଁ ଆଜି ତୁମ୍ଭକୁ ଆଦେଶ କରୁଅଛି, ସେହି ସବୁ ଯଦି ତୁମ୍ଭେ ଶୁଣିବ ଓ ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ଯେଉଁ ବାକ୍ୟ ଆଜ୍ଞା କରୁଅଛି, ତୁମ୍ଭେ ତହିଁ ମଧ୍ୟରୁ କୌଣସି ବାକ୍ୟର ଦକ୍ଷିଣରେ କି ବାମରେ ଫେରି ଅନ୍ୟ ଦେବତାଗଣର ସେବା କରିବା ପାଇଁ ସେମାନଙ୍କ ଅନୁଗାମୀ ନ ହେବ,
\v 14 ତେବେ ସଦାପ୍ରଭୁ ତୁମ୍ଭକୁ ମସ୍ତକ କରିବେ, ଲାଙ୍ଗୁଳ କରିବେ ନାହିଁ; ତୁମ୍ଭେ କେବଳ ଉପରିସ୍ଥ ହେବ, ପୁଣି ନୀଚସ୍ଥ ହେବ ନାହିଁ।
\s ଅନାଜ୍ଞାବହତାର ଅଭିଶାପ
\p
\s5
\v 15 ମାତ୍ର ମୁଁ ଆଜି ତୁମ୍ଭକୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯେଉଁ ଯେଉଁ ଆଜ୍ଞା ଓ ବିଧି ଆଦେଶ କରୁଅଛି, ସେହି ସବୁ ମାନିବା ପାଇଁ ଓ କରିବା ପାଇଁ ଯଦି ତୁମ୍ଭେ ତାହାଙ୍କ ରବରେ କର୍ଣ୍ଣପାତ ନ କରିବ, ତେବେ ଏହିସବୁ ଅଭିଶାପ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭ ସଙ୍ଗ ଧରିବ।
\s5
\v 16 ତୁମ୍ଭେ ନଗରରେ ଶାପଗ୍ରସ୍ତ ହେବ ଓ କ୍ଷେତ୍ରରେ ଶାପଗ୍ରସ୍ତ ହେବ।
\v 17 ତୁମ୍ଭର ଚାଙ୍ଗୁଡ଼ି ଓ ମଇଦା ଦଳିବା ପାତ୍ର ଶାପଗ୍ରସ୍ତ ହେବ।
\s5
\v 18 ତୁମ୍ଭ ଔରଷର ସନ୍ତାନ, ଭୂମିରଫଳ, ତୁମ୍ଭ ଗୋବତ୍ସ ଓ ମେଷପଲର ଶାବକ ଶାପଗ୍ରସ୍ତ ହେବ;
\v 19 ତୁମ୍ଭେ ଗୃହକୁ ଆସିବା ବେଳେ ଶାପଗ୍ରସ୍ତ ହେବ ଓ ତୁମ୍ଭେ ଗୃହରୁ ବାହାରକୁ ଯିବା ବେଳେ ଶାପଗ୍ରସ୍ତ ହେବ।
\s5
\v 20 ତୁମ୍ଭେ ଆପଣାର ଯେଉଁ ମନ୍ଦ କର୍ମ ଦ୍ୱାରା ମୋତେ ତ୍ୟାଗ କଲ, ତହିଁ ହେତୁ ତୁମ୍ଭର ସଂହାର ଓ ଶୀଘ୍ର ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭ ହସ୍ତର ସମସ୍ତ କର୍ମରେ ସଦାପ୍ରଭୁ ତୁମ୍ଭ ପ୍ରତି ଅଭିଶାପ, ବ୍ୟାକୁଳତା ଓ ଭର୍ତ୍ସନା ପଠାଇବେ।
\v 21 ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେଠାରୁ ତୁମ୍ଭେମାନେ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭଠାରେ ମହାମାରୀ ଲଗାଇ ରଖିବେ।
\s5
\v 22 ସଦାପ୍ରଭୁ ଯକ୍ଷ୍ମା ଓ ଜ୍ୱର ଓ ଜ୍ୱାଳା ଓ ଅତିଦାହ ଓ ଅନାବୃଷ୍ଟି ଓ ଶସ୍ୟର ଶୋଷ ଓ ମ୍ଳାନି ଦ୍ୱାରା ତୁମ୍ଭକୁ ଆଘାତ କରିବେ; ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ସେହି ସବୁ ତୁମ୍ଭର ପଶ୍ଚାତ୍‍ଗାମୀ ହେବେ।
\s5
\v 23 ପୁଣି ତୁମ୍ଭ ମସ୍ତକ-ଉପରିସ୍ଥ ଆକାଶ ପିତ୍ତଳ ହେବ ଓ ତୁମ୍ଭ ନୀଚସ୍ଥିତ ପୃଥିବୀ ଲୁହା ହେବ।
\v 24 ସଦାପ୍ରଭୁ ତୁମ୍ଭ ଦେଶରେ ଜଳ ବଦଳେ ଧୂଳି ଓ ବାଲି ବର୍ଷାଇବେ, ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ତାହା ଆକାଶରୁ ତୁମ୍ଭ ଉପରେ ପଡ଼ିବ।
\s5
\v 25 ସଦାପ୍ରଭୁ ତୁମ୍ଭ ଶତ୍ରୁମାନଙ୍କ ସମ୍ମୁଖରେ ତୁମ୍ଭକୁ ପରାସ୍ତ କରାଇବେ ତୁମ୍ଭେ ଏକ ପଥ ଦେଇ ସେମାନଙ୍କ ପ୍ରତିକୂଳରେ ଯିବ ମାତ୍ର ସାତ ପଥ ଦେଇ ସେମାନଙ୍କ ସମ୍ମୁଖରୁ ପଳାଇବ; ପୁଣି ପୃଥିବୀର ସମସ୍ତ ରାଜ୍ୟ ମଧ୍ୟରେ ତୁମ୍ଭେ ଏଣେତେଣେ ସ୍ଥାନାନ୍ତରିତ ହେବ।
\v 26 ଆଉ ତୁମ୍ଭ ଶବ ଖଚର ପକ୍ଷୀଗଣର ଓ ଭୂଚର ପଶୁଗଣର ଭକ୍ଷ୍ୟ ହେବ; କେହି ସେମାନଙ୍କୁ ଅଡ଼ାଇ ଦେବାକୁ ନ ଥିବ।
\s5
\v 27 ସଦାପ୍ରଭୁ ତୁମ୍ଭକୁ ମିସ୍ରୀୟ ବଥ ଓ ଅର୍ଶ ଓ ଜାଦୁ ଓ କୁଣ୍ଡିଆ ଦ୍ୱାରା ଆଘାତ କରିବେ, ଏହି ସବୁରୁ ତୁମ୍ଭେ ସୁସ୍ଥ ହୋଇ ପାରିବ ନାହିଁ।
\v 28 ସଦାପ୍ରଭୁ ତୁମ୍ଭକୁ ଉନ୍ମାଦ ଓ ଅନ୍ଧତା ଓ ଚିତ୍ତର ସ୍ତବ୍ଧତା ଦ୍ୱାରା ଆଘାତ କରିବେ।
\v 29 ତହିଁରେ ଅନ୍ଧ ଅନ୍ଧକାରରେ ଦରାଣ୍ଡି ହେଲା ପରି ତୁମ୍ଭେ ମଧ୍ୟାହ୍ନ ସମୟରେ ଦରାଣ୍ଡି ବୁଲିବ ଓ ତୁମ୍ଭେ ଆପଣା ପଥରେ କୃତକାର୍ଯ୍ୟ ହେବ ନାହିଁ; ତୁମ୍ଭେ ସର୍ବଦା କେବଳ ଉପଦ୍ରବଗ୍ରସ୍ତ ଓ ଅପହୃତ ହେବ, କେହି ତୁମ୍ଭକୁ ଉଦ୍ଧାର କରିବାକୁ ନ ଥିବ।
\s5
\v 30 ତୁମ୍ଭେ କନ୍ୟା ସଙ୍ଗେ ବିବାହ ନିର୍ବନ୍ଧ କରିବ, ମାତ୍ର ଅନ୍ୟ ପୁରୁଷ ତାହାର ସହବାସ କରିବ; ତୁମ୍ଭେ ଗୃହ ନିର୍ମାଣ କରିବ, ମାତ୍ର ତୁମ୍ଭେ ତହିଁରେ ବାସ କରି ପାରିବ ନାହିଁ; ତୁମ୍ଭେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ, ମାତ୍ର ତହିଁର ଫଳ ଭୋଗ କରିପାରିବ ନାହିଁ,
\v 31 ତୁମ୍ଭ ଗୋରୁ ତୁମ୍ଭ ଆଗରେ ହତ ହେବ, ମାତ୍ର ତୁମ୍ଭେ ତାହାର ମାଂସ ଭୋଜନ କରି ପାରିବ ନାହିଁ; ତୁମ୍ଭ ଗର୍ଦ୍ଦଭ ତୁମ୍ଭ ସାକ୍ଷାତରେ ବଳପୂର୍ବକ ନିଆଯିବ, ମାତ୍ର ତାହା ତୁମ୍ଭକୁ ଫେରାଇ ଦିଆଯିବ ନାହିଁ; ତୁମ୍ଭ ମେଷ ତୁମ୍ଭ ଶତ୍ରୁମାନଙ୍କୁ ଦିଆଯିବ, ମାତ୍ର ଉଦ୍ଧାର କରିବାକୁ କେହି ତୁମ୍ଭର ନ ଥିବ।
\s5
\v 32 ତୁମ୍ଭ ପୁତ୍ରକନ୍ୟାଗଣ ଅନ୍ୟ ଲୋକଙ୍କୁ ଦିଆଯିବେ ଓ ସମସ୍ତ ଦିନ ସେମାନଙ୍କ ପାଇଁ ଚାହିଁ ଚାହିଁ ତୁମ୍ଭ ଚକ୍ଷୁ କ୍ଷୀଣ ହେବ, ମାତ୍ର ତୁମ୍ଭ ହାତର ବଳରେ କିଛି ହେବ ନାହିଁ।
\s5
\v 33 ତୁମ୍ଭର ଅଜ୍ଞାତ ଏକ ଗୋଷ୍ଠୀ ତୁମ୍ଭ ଭୂମିର ଓ ତୁମ୍ଭ ସକଳ ପରିଶ୍ରମର ଫଳ ଭୋଗ କରିବ; ପୁଣି ତୁମ୍ଭେ ସର୍ବଦା କେବଳ ଉପଦ୍ରବଗ୍ରସ୍ତ ଓ କ୍ଲେଶପ୍ରାପ୍ତ ହେବ।
\v 34 ତୁମ୍ଭର ଚକ୍ଷୁ ଯାହା ଦେଖିବ, ତହିଁ ସକାଶୁ ତୁମ୍ଭେ ପାଗଳ ହେବ।
\v 35 ସଦାପ୍ରଭୁ ତୁମ୍ଭର ଜାନୁ, ଜଙ୍ଘ ଓ ତଳିପାରୁ ମସ୍ତକ ପର୍ଯ୍ୟନ୍ତ ବ୍ୟଥାଦାୟୀ ବଥ ଦ୍ୱାରା ତୁମ୍ଭକୁ ଆଘାତ କରିବେ, ତହିଁରୁ ତୁମ୍ଭେ ସୁସ୍ଥ ହୋଇ ପାରିବ ନାହିଁ।
\s5
\v 36 ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭେ ଯାହାକୁ ଆପଣା ଉପରେ ନିଯୁକ୍ତ କରିବ, ତୁମ୍ଭର ସେହି ରାଜାକୁ, ତୁମ୍ଭର ଓ ତୁମ୍ଭ ପୂର୍ବପୁରୁଷଗଣର ଅଜ୍ଞାତ ଏକ ଗୋଷ୍ଠୀୟ ଲୋକଙ୍କ ନିକଟକୁ ଆଣିବେ, ସେଠାରେ ତୁମ୍ଭେ ପ୍ରସ୍ତରମୟ ଓ କାଷ୍ଠମୟ ଅନ୍ୟ ଦେବତାଗଣର ସେବା କରିବ।
\v 37 ପୁଣି, ସଦାପ୍ରଭୁ ତୁମ୍ଭକୁ ଯେଉଁ ସବୁ ଗୋଷ୍ଠୀୟ ଲୋକଙ୍କ ମଧ୍ୟକୁ ନେଇଯିବେ, ସେମାନଙ୍କ ନିକଟରେ ତୁମ୍ଭେ ଆଶଙ୍କାର, ଗଳ୍ପର ଓ ଉପହାସର ବିଷୟ ହେବ।
\s5
\v 38 ତୁମ୍ଭେ କ୍ଷେତ୍ରକୁ ବହୁତ ବିହନ ବହି ନେବ, ମାତ୍ର ଅଳ୍ପ ସଂଗ୍ରହ କରିବ; କାରଣ ପଙ୍ଗପାଳ ତାହା ଖାଇ ପକାଇବ।
\v 39 ତୁମ୍ଭେ ଦ୍ରାକ୍ଷାକ୍ଷେତ୍ର ରୋପି ପ୍ରସ୍ତୁତ କରିବ, ମାତ୍ର ଦ୍ରାକ୍ଷାରସ ପାନ କରିବାକୁ କି ଦ୍ରାକ୍ଷାଫଳ ସଂଗ୍ରହ କରିବାକୁ ପାଇବ ନାହିଁ; କାରଣ ପୋକ ତାହା ଖାଇ ପକାଇବ।
\s5
\v 40 ତୁମ୍ଭର ସମସ୍ତ ସୀମାରେ ଜୀତବୃକ୍ଷ ହେବ, ମାତ୍ର ତୁମ୍ଭେ ଆପେ ତୈଳ ମର୍ଦ୍ଦନ କରିବାକୁ ପାଇବ ନାହିଁ; କାରଣ ତୁମ୍ଭ ଜୀତବୃକ୍ଷର ଫଳ ଝଡ଼ି ପଡ଼ିବ।
\v 41 ତୁମ୍ଭେ ପୁତ୍ର ଓ କନ୍ୟା ଜନ୍ମ କରିବ, ମାତ୍ର ସେମାନେ ତୁମ୍ଭର ହେବେ ନାହିଁ; କାରଣ ସେମାନେ ବନ୍ଦୀ ହୋଇ ଯିବେ।
\s5
\v 42 ତୁମ୍ଭର ସମୁଦାୟ ବୃକ୍ଷ ଓ ଭୂମିର ଫଳ ପଙ୍ଗପାଳ ନଷ୍ଟ କରିବ।
\v 43 ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀ ଲୋକ ତୁମ୍ଭଠାରୁ ଆହୁରି ଆହୁରି ଉପରକୁ ଉଠିବ, ମାତ୍ର ତୁମ୍ଭେ ଆହୁରି ଆହୁରି ତଳକୁ ଆସିବ।
\v 44 ସେ ତୁମ୍ଭକୁ ଋଣ ଦେବ, ମାତ୍ର ତୁମ୍ଭେ ତାହାକୁ ଋଣ ଦେଇ ପାରିବ ନାହିଁ; ସେ ମସ୍ତକ ହେବ, ତୁମ୍ଭେ ଲାଙ୍ଗୁଳ ହେବ।
\s5
\v 45 ଆଉ ତୁମ୍ଭେ ବିନଷ୍ଟ ହେବା ପର୍ଯ୍ୟନ୍ତ ଏହିସବୁ ଅଭିଶାପ ତୁମ୍ଭ ଉପରକୁ ଆସିବ, ତୁମ୍ଭ ପଛେ ପଛେ ଗୋଡ଼ାଇବ ଓ ତୁମ୍ଭ ସଙ୍ଗ ଧରିବ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣାର ଯେଉଁ ଯେଉଁ ଆଜ୍ଞା ଓ ବିଧି ତୁମ୍ଭକୁ ଆଜ୍ଞା କଲେ, ତାହା ପାଳନ କରିବା ପାଇଁ ତୁମ୍ଭେ ତାହାଙ୍କ ରବରେ କର୍ଣ୍ଣପାତ କଲ ନାହିଁ।
\v 46 ଆଉ ସେହି ସବୁ ଅଭିଶାପ ତୁମ୍ଭ ଉପରେ ଓ ଯୁଗାନୁକ୍ରମେ ତୁମ୍ଭ ବଂଶ ଉପରେ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସ୍ୱରୂପ ହୋଇ ରହିବ;
\s5
\v 47 କାରଣ ତୁମ୍ଭେ ସର୍ବ ପ୍ରକାର ସମ୍ପତ୍ତି ବହୁଳ ରୂପେ ପାଇଲେ ହେଁ ଆନନ୍ଦରେ ଓ ପ୍ରଫୁଲ୍ଲ ଚିତ୍ତରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ସେବା କଲ ନାହିଁ।
\v 48 ଏହେତୁ ସଦାପ୍ରଭୁ ଯେଉଁ ଶତ୍ରୁମାନଙ୍କୁ ତୁମ୍ଭ ବିରୁଦ୍ଧରେ ପଠାଇବେ, ତୁମ୍ଭେ କ୍ଷୁଧାରେ, ତୃଷାରେ, ଉଲଙ୍ଗତାରେ ଓ ସର୍ବ ପ୍ରକାର ଅଭାବରେ ସେମାନଙ୍କର ଦାସ୍ୟକର୍ମ କରିବ; ଆଉ ଶତ୍ରୁ
\f +
\fr 28:48
\ft ଅର୍ଥାତ୍ ସଦାପ୍ରଭୁ
\f* ତୁମ୍ଭକୁ ବିନଷ୍ଟ କରିବା ପର୍ଯ୍ୟନ୍ତ ତୁମ୍ଭ କାନ୍ଧରେ ଲୁହାର ଯୁଆଳି ଦେବ।
\s5
\v 49 ଯେପରି ଉତ୍କ୍ରୋଶ ପକ୍ଷୀ ଉଡ଼େ, ସେପରି ସଦାପ୍ରଭୁ ଦୂରରୁ ପୃଥିବୀର ପ୍ରାନ୍ତରୁ ଏକ ଗୋଷ୍ଠୀକୁ ତୁମ୍ଭ ପ୍ରତିକୂଳରେ ଆଣିବେ; ସେହି ଗୋଷ୍ଠୀର ଭାଷା ତୁମ୍ଭେ ବୁଝି ପାରିବ ନାହିଁ;
\v 50 ସେହି ଗୋଷ୍ଠୀ ଭୟଙ୍କର ବଦନବିଶିଷ୍ଟ, ସେ ବୃଦ୍ଧର ମୁଖାପେକ୍ଷା କରିବ ନାହିଁ, କିଅବା ଯୁବାକୁ ଦୟା କରିବ ନାହିଁ।
\v 51 ପୁଣି, ତୁମ୍ଭେ ବିନଷ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭ ପଶୁର ଶାବକ ଓ ତୁମ୍ଭ ଭୂମିର ଫଳ ଗ୍ରାସ କରିବ; ମଧ୍ୟ ତୁମ୍ଭେ ସଂହାରିତ ହେବା ପର୍ଯ୍ୟନ୍ତ ସେ ତୁମ୍ଭ ପାଇଁ ଶସ୍ୟ, ଦ୍ରାକ୍ଷାରସ ଅବା ତୈଳ, ତୁମ୍ଭ ଗୋବତ୍ସ ଅବା ମେଷପଲର ଶାବକ ଅବଶିଷ୍ଟ ରଖିବ ନାହିଁ।
\s5
\v 52 ଆଉ ତୁମ୍ଭର ସମୁଦାୟ ଦେଶସ୍ଥ ଯେଉଁ ସମସ୍ତ ଉଚ୍ଚ ଓ ଦୁର୍ଗମ ପ୍ରାଚୀରରେ ତୁମ୍ଭେ ଭରସା ରଖିଲ, ତାହାସବୁ ପତିତ ହେବା ପର୍ଯ୍ୟନ୍ତ ସେ ତୁମ୍ଭର ସମସ୍ତ ନଗରଦ୍ୱାରରେ ତୁମ୍ଭକୁ ଅବରୋଧ କରିବ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେଇଅଛନ୍ତି, ତହିଁର ସମସ୍ତ ନଗରଦ୍ୱାରରେ ସେ ତୁମ୍ଭକୁ ଅବରୋଧ କରିବ।
\v 53 ଅବରୋଧ କାଳେ ଓ ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଯେଉଁ ବିପଦରେ ପକାଇବେ, ସେହି ସମୟରେ ତୁମ୍ଭେ ନିଜ ଶରୀରର ଫଳ, ଅର୍ଥାତ୍‍, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ନିଜ ପୁତ୍ର ଓ ନିଜ କନ୍ୟାମାନଙ୍କ ମାଂସ ଖାଇବ।
\s5
\v 54 ସେହି ସମୟରେ ତୁମ୍ଭମାନଙ୍କ ମଧ୍ୟରେ ଥିବା ଲୋକ କୋମଳ ଓ ଅତି ସୁକୁମାର ଆପଣା ଭାଇ ପ୍ରତି ଓ ଆପଣା ବକ୍ଷଃସ୍ଥାୟିନୀ ଭାର୍ଯ୍ୟା ପ୍ରତି ଓ ଆପଣାର ଅବଶିଷ୍ଟ ରହିଥିବା ସନ୍ତାନମାନଙ୍କ ପ୍ରତି ଏପରି କୁଦୃଷ୍ଟି କରିବ,
\v 55 ଯେ ତାହାର କିଛିମାତ୍ର ନ ଥିବାରୁ ସେ ଆପଣାର ଯେଉଁ ସନ୍ତାନର ମାଂସ ଖାଇବ, ତହିଁରୁ ସେମାନଙ୍କର କାହାରିକୁ କିଛି ଦେବ ନାହିଁ।
\s5
\v 56 ଅବରୋଧ କାଳେ ଓ ଶତ୍ରୁ ତୁମ୍ଭ ନଗରଦ୍ୱାରମାନଙ୍କରେ ତୁମ୍ଭକୁ ଯେଉଁ ବିପଦରେ ପକାଇବ, ସେହି ବିପଦରେ ତୁମ୍ଭମାନଙ୍କ ମଧ୍ୟବର୍ତ୍ତିନୀ ଯେଉଁ କୋମଳାଙ୍ଗୀ ଓ ସୁକୁମାରୀ ସ୍ତ୍ରୀ ଆପଣା ସୁକୁମାରତା ଓ କୋମଳତା ସକାଶୁ ଆପଣା ତଳିପା ଭୂମିରେ ରଖିବାକୁ ସାହାସ ନାହିଁ, ସେ ଆପଣା ବକ୍ଷସ୍ଥାୟୀ ସ୍ୱାମୀ ପ୍ରତି ଓ ଆପଣା ପୁତ୍ର ପ୍ରତି ଓ ଆପଣା କନ୍ୟା ପ୍ରତି କୁଦୃଷ୍ଟି କରିବ;
\v 57 ଆହୁରି ଆପଣା ଦୁଇ ପାଦ ମଧ୍ୟରୁ ନିର୍ଗତ ଗର୍ଭପୁଷ୍ପ ପ୍ରତି ଓ ଆପଣା ଜନ୍ମ କରିଥିବା ସନ୍ତାନମାନଙ୍କ ପ୍ରତି (କୁଦୃଷ୍ଟି କରିବ), କାରଣ ସବୁ ବିଷୟର ଅଭାବ ସକାଶୁ ସେ ସେମାନଙ୍କୁ ଗୋପନରେ ଖାଇବ।
\s5
\v 58 ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଏହି ଗୌରବମୟ ଓ ଭୟଙ୍କର ନାମକୁ ଭୟ କରିବା ପାଇଁ ଯଦି ଏହି ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ ନ କରିବ;
\v 59 ତେବେ ସଦାପ୍ରଭୁ ତୁମ୍ଭର ଆଘାତ ଓ ତୁମ୍ଭ ବଂଶର ଆଘାତ, ଅର୍ଥାତ୍‍, ମହତ୍ ଓ ଚିରସ୍ଥାୟୀ ଆଘାତ, ପୁଣି ବ୍ୟଥାଜନକ ଓ ଚିରସ୍ଥାୟୀ ରୋଗ ଆଶ୍ଚର୍ଯ୍ୟ ରୂପ କରିବେ।
\s5
\v 60 ପୁଣି ତୁମ୍ଭେ ଯେଉଁ ମିସ୍ରୀୟ ମହାବ୍ୟାଧି ବିଷୟରେ ଭୀତ ହେଲ, ତାହାସବୁ ସେ ପୁନର୍ବାର ତୁମ୍ଭ ପ୍ରତି ଘଟାଇବେ; ତାହାସବୁ ତୁମ୍ଭଠାରେ ଲାଗି ରହିବ।
\v 61 ମଧ୍ୟ ଏହି ବ୍ୟବସ୍ଥା-ପୁସ୍ତକରେ ଲେଖା ନ ଥିବା ସମସ୍ତ ରୋଗ ଓ ଆଘାତ ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପ୍ରତି ଘଟାଇବେ।
\v 62 ତହିଁରେ ତୁମ୍ଭେମାନେ ବହୁସଂଖ୍ୟକ ସକାଶୁ ଆକାଶର ତାରାଗଣ ପରି ହେଲେ ମଧ୍ୟ ଅଳ୍ପସଂଖ୍ୟକ ହୋଇ ରହିବ; ଯେହେତୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ କର୍ଣ୍ଣପାତ କଲ ନାହିଁ।
\s5
\v 63 ଆହୁରି ଏହିପରି ଘଟିବ ଯେ, ତୁମ୍ଭମାନଙ୍କର ମଙ୍ଗଳ କରିବା ପାଇଁ ଓ ତୁମ୍ଭମାନଙ୍କୁ ବହୁସଂଖ୍ୟକ କରିବା ପାଇଁ ସଦାପ୍ରଭୁ ଯେପରି ତୁମ୍ଭମାନଙ୍କ ଉପରେ ଆହ୍ଲାଦିତ ହୋଇଥିଲେ, ସେହିପରି ତୁମ୍ଭମାନଙ୍କର ବିନାଶ କରିବା ପାଇଁ ଓ ତୁମ୍ଭମାନଙ୍କୁ ଲୋପ କରିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଆହ୍ଲାଦିତ ହେବେ। ତହିଁରେ ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁରୁ ଉତ୍ପାଟିତ ହେବ।
\v 64 ପୁଣି, ସଦାପ୍ରଭୁ ପୃଥିବୀର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବେ; ଆଉ ସେଠାରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବପୁରୁଷଗଣର ଅଜ୍ଞାତ କାଷ୍ଠ ଓ ପ୍ରସ୍ତରମୟ ଅନ୍ୟ ଦେବତାଗଣର ସେବା କରିବ।
\s5
\v 65 ତୁମ୍ଭେ ସେହି ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ କିଛି ସୁଖ ପାଇବ ନାହିଁ ଓ ସେଠାରେ ତୁମ୍ଭ ତଳିପାର କିଛି ବିଶ୍ରାମ ହେବ ନାହିଁ; ମାତ୍ର ସଦାପ୍ରଭୁ ସେଠାରେ ତୁମ୍ଭକୁ ହୃତ୍‍କମ୍ପ, ଚକ୍ଷୁକ୍ଷୀଣତା ଓ ପ୍ରାଣବ୍ୟଥା ଦେବେ।
\v 66 ତୁମ୍ଭ ଜୀବନ ତୁମ୍ଭ ସାକ୍ଷାତରେ ସଂଶୟରେ ଦୋହଲିବ ପୁଣି, ତୁମ୍ଭେ ରାତି ଓ ଦିନ ଆଶଙ୍କା କରିବ ଓ ତୁମ୍ଭ ଜୀବନ ଉପରେ ତୁମ୍ଭେ ନିର୍ଭର କରି ପାରିବ ନାହିଁ;
\s5
\v 67 ତୁମ୍ଭେ ଯେଉଁ ଆଶଙ୍କା କରିବ, ତୁମ୍ଭ ହୃଦୟର ସେହି ଆଶଙ୍କା ସକାଶୁ ଓ ତୁମ୍ଭେ ଯାହା ଦେଖିବ, ତୁମ୍ଭ ଚକ୍ଷୁର ସେହି ଦର୍ଶନ ସକାଶୁ ସକାଳ ହେଲେ ତୁମ୍ଭେ କହିବ, ଆହା, ସନ୍ଧ୍ୟା ହୁଅନ୍ତା କି ! ପୁଣି ସନ୍ଧ୍ୟା ହେଲେ ତୁମ୍ଭେ କହିବ, ଆହା, ସକାଳ ହୁଅନ୍ତା କି !
\v 68 ଆଉ ଯେଉଁ ପଥ ବିଷୟରେ ମୁଁ ତୁମ୍ଭକୁ କହିଲି ଯେ, “ତୁମ୍ଭେ ଆଉ ତାହା ଦେଖିବ ନାହିଁ, ସଦାପ୍ରଭୁ ସେହି ପଥ ଦେଇ ଜାହାଜରେ ପୁନର୍ବାର ମିସରକୁ ତୁମ୍ଭକୁ ଆଣିବେ; ପୁଣି, ସେଠାରେ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କ ହସ୍ତରେ ଆପଣା ଆପଣାକୁ ଦାସ ଓ ଦାସୀ ରୂପେ ବିକିବ, ମାତ୍ର କେହି ତୁମ୍ଭମାନଙ୍କୁ କିଣିବ ନାହିଁ।”
\s5
\c 29
\s ମୋୟାବରେ ନିୟମର ନୂତନୀକରଣ
\p
\v 1 ସଦାପ୍ରଭୁ ହୋରେବରେ ଇସ୍ରାଏଲ ସନ୍ତାନଗଣ ସହିତ ଯେଉଁ ନିୟମ କରିଥିଲେ, ତାହା ଛଡ଼ା ମୋୟାବ ଦେଶରେ ସେମାନଙ୍କ ସହିତ ଯେଉଁ ନିୟମ କରିବାକୁ ମୋଶାଙ୍କୁ ଆଜ୍ଞା ଦେଲେ, ସେହି ନିୟମର କଥା ଏହି।
\s5
\v 2 ଏଥିଉତ୍ତାରେ ମୋଶା ସମସ୍ତ ଇସ୍ରାଏଲଙ୍କୁ ଡାକି ସେମାନଙ୍କୁ କହିଲେ, “ସଦାପ୍ରଭୁ ମିସର ଦେଶରେ ଫାରୋଙ୍କ ପ୍ରତି ଓ ତାଙ୍କ ସମସ୍ତ ଦାସ ପ୍ରତି ଓ ତାଙ୍କ ଦେଶ ପ୍ରତି ଯେଉଁ ସବୁ କର୍ମ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ କରିଥିଲେ, ତାହାସବୁ ତୁମ୍ଭେମାନେ ଦେଖିଅଛ,
\v 3 ସେହି ମହା ମହା ପରଖ, ଚିହ୍ନ ଓ ମହତ୍ ଆଶ୍ଚର୍ଯ୍ୟ-କର୍ମ ସକଳ ତୁମ୍ଭର ଚକ୍ଷୁ ଦେଖିଅଛି,
\v 4 ମାତ୍ର ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ବୁଝିବା ପାଇଁ ହୃଦୟ ଓ ଦେଖିବା ପାଇଁ ଚକ୍ଷୁ ଓ ଶୁଣିବା ପାଇଁ କର୍ଣ୍ଣ ଦେଇ ନାହାନ୍ତି।”
\s5
\v 5 ପୁଣି, ଆମ୍ଭେ ଏହି ପ୍ରାନ୍ତରରେ ଚାଳିଶ ବର୍ଷ କାଳ ତୁମ୍ଭମାନଙ୍କୁ ଗମନ କରାଇଅଛୁ; ତୁମ୍ଭମାନଙ୍କ ବସ୍ତ୍ର ତୁମ୍ଭମାନଙ୍କ ଶରୀରରେ ଅଭାବ ହୋଇ ନାହିଁ ଓ ତୁମ୍ଭ ପାଦୁକା ତୁମ୍ଭ ପାଦରେ ନଷ୍ଟ ହୋଇ ନାହିଁ।
\v 6 ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିପାଇଁ ତୁମ୍ଭେମାନେ ରୁଟି ଭୋଜନ କରି ନାହଁ, କିଅବା ଦ୍ରାକ୍ଷାରସ କି ମଦ୍ୟ ପାନ କରି ନାହଁ।
\s5
\v 7 ଆଉ ଯେତେବେଳେ ତୁମ୍ଭେମାନେ ଏହି ସ୍ଥାନରେ ଉପସ୍ଥିତ ହେଲ, ସେତେବେଳେ ହିଷ୍‍ବୋନର ରାଜା ସୀହୋନ ଓ ବାଶନର ରାଜା ଓଗ୍‍ ଆମ୍ଭମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାର ହେଲେ, ତହୁଁ ଆମ୍ଭେମାନେ ସେମାନଙ୍କୁ ସଂହାର କଲୁ।
\v 8 ପୁଣି, ଆମ୍ଭେମାନେ ସେମାନଙ୍କ ଦେଶ ନେଇ ଅଧିକାର କରିବା ନିମନ୍ତେ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲୁ।
\v 9 ଏନିମନ୍ତେ ତୁମ୍ଭେମାନେ ଏହି ନିୟମର ସକଳ ବାକ୍ୟ ମାନି ପାଳନ କର, ତହିଁରେ ତୁମ୍ଭେମାନେ ଯାହା ଯାହା କରିବ, ସେହି ସବୁରେ କୁଶଳତା ପ୍ରାପ୍ତ ହେବ।
\s5
\v 10 ସଦାପ୍ରଭୁ ତୁମ୍ଭକୁ ଯେପରି କହିଅଛନ୍ତି ଓ ତୁମ୍ଭ ପୂର୍ବପୁରୁଷ ଅବ୍ରହାମ, ଇସ୍‍ହାକ ଓ ଯାକୁବଙ୍କ ପ୍ରତି ଯେପରି ଶପଥ କରିଅଛନ୍ତି, ତଦନୁସାରେ ସେ ଯେପରି ଆଜି ତୁମ୍ଭକୁ ଆପଣା ଲୋକ ରୂପେ ସ୍ଥାପନ କରନ୍ତି ଓ ତୁମ୍ଭର ପରମେଶ୍ୱର ହୁଅନ୍ତି;
\v 11 ପୁଣି, ଯେଉଁ ନିୟମ ଓ ଯେଉଁ ଶପଥ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭ ସଙ୍ଗେ ସ୍ଥିର କରିବେ, ତୁମ୍ଭେ ଯେପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସହିତ ତାହା ସ୍ଥିର କରିବ,
\s5
\v 12 ଏଥିପାଇଁ ତୁମ୍ଭମାନଙ୍କ ପ୍ରଧାନମାନେ, ତୁମ୍ଭମାନଙ୍କ ବଂଶସମୂହ, ତୁମ୍ଭମାନଙ୍କ ପ୍ରାଚୀନଗଣ ଓ ତୁମ୍ଭମାନଙ୍କ ଅଧ୍ୟକ୍ଷଗଣ, ଇସ୍ରାଏଲର ସମସ୍ତ ପୁରୁଷ, ତୁମ୍ଭମାନଙ୍କ ବାଳକଗଣ, ତୁମ୍ଭମାନଙ୍କ ଭାର୍ଯ୍ୟାଗଣ
\v 13 ଓ ତୁମ୍ଭ ଛାଉଣିରେ ଥିବା ବିଦେଶୀ, ତୁମ୍ଭ କାଠକଟାଳୀଠାରୁ ତୁମ୍ଭ ଜଳକଢ଼ାଳୀ ପର୍ଯ୍ୟନ୍ତ, ଏପରି ତୁମ୍ଭେ ସମସ୍ତେ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହେଉଅଛ।
\s5
\v 14 ଆଉ ମୁଁ ଏହି ନିୟମ ଓ ଶପଥ କେବଳ ତୁମ୍ଭମାନଙ୍କ ସହିତ କରୁ ନାହିଁ;
\v 15 ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭମାନଙ୍କ ସଙ୍ଗେ ଆଜି ଏଠାରେ ଯେଉଁ ଲୋକ ଛିଡ଼ା ହେଉଅଛି, ଆଉ ମଧ୍ୟ ଯେଉଁ ଲୋକ ଏଠାରେ ନାହିଁ, (ସେ ସମସ୍ତଙ୍କ ସଙ୍ଗେ ମୁଁ ଏହି ନିୟମ କରୁଅଛି)।
\v 16 କାରଣ ଆମ୍ଭେମାନେ ମିସର ଦେଶରେ ଯେପରି ବାସ କଲୁ, ଆଉ ତୁମ୍ଭେମାନେ ଯେଉଁ ଦେଶୀୟ ଲୋକମାନଙ୍କୁ ପାର ହୋଇ ଆସିଅଛ, ସେମାନଙ୍କ ମଧ୍ୟଦେଇ ଆମ୍ଭେମାନେ ଯେପରି ଆସିଲୁ, ତାହା ତୁମ୍ଭେମାନେ ଜାଣ;
\s5
\v 17 ଆଉ ତୁମ୍ଭେମାନେ ସେମାନଙ୍କ ମଧ୍ୟରେ ଥିବା ଘୃଣାଯୋଗ୍ୟ ବସ୍ତୁ, ସେମାନଙ୍କ କାଠ ଓ ପଥର ଓ ରୂପା ଓ ସୁନାର ପ୍ରତିମାମାନ ଦେଖିଅଛ।
\v 18 ଏନିମନ୍ତେ ସାବଧାନ, ସେହି ଦେଶୀୟ ଲୋକମାନଙ୍କ ଦେବତାଗଣର ପଶ୍ଚାଦ୍‍ଗାମୀ ହୋଇ ସେବା କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ ଯାହାର ହୃଦୟ ବିମୁଖ ହୁଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, କି ପରିବାର, କି ବଂଶ ଯେପରି ତୁମ୍ଭମାନଙ୍କ ମଧ୍ୟରେ ନ ରହେ, ଯେପରି ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧ୍ୟରେ ନ ରହେ;
\v 19 ଆଉ କେହି ଯେପରି ଏହି ଅଭିଶାପର କଥା ଶୁଣି ମନେ ମନେ ଆପଣାର ଧନ୍ୟବାଦ କରି ନ କହେ ଯେ, ଆମ୍ଭେ ଶୁଖିଲା ସଙ୍ଗେ ଓଦାକୁ ଧ୍ୱଂସ କରିବା ପାଇଁ ଆପଣା ହୃଦୟର କଠିନତା ଅନୁସାରେ ଚଳିଲେ ମଧ୍ୟ ଆମ୍ଭର ମଙ୍ଗଳ ହେବ।
\s5
\v 20 ସଦାପ୍ରଭୁ ତାହାକୁ କ୍ଷମା କରିବାକୁ ସମ୍ମତ ହେବେ ନାହିଁ, ମାତ୍ର ତତ୍‍କ୍ଷଣେ ସେହି ଲୋକ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ଓ ଅନ୍ତର୍ଜ୍ୱାଳା ସଧୂମ ହୋଇ ଉଠିବ, ପୁଣି ଏହି ପୁସ୍ତକରେ ଲିଖିତ ସମସ୍ତ ଅଭିଶାପ ତାହା ପାଇଁ ଛକି ରହିବ, ଆଉ ସଦାପ୍ରଭୁ ଆକାଶମଣ୍ଡଳ ତଳୁ ତାହାର ନାମ ଲୋପ କରିବେ।
\v 21 ପୁଣି ଏହି ବ୍ୟବସ୍ଥା ପୁସ୍ତକର ଲିଖିତ ନିୟମର ସମସ୍ତ ଅଭିଶାପ ଅନୁସାରେ ସଦାପ୍ରଭୁ ତାହାକୁ ଇସ୍ରାଏଲର ସମସ୍ତ ବଂଶ ମଧ୍ୟରୁ ଅମଙ୍ଗଳ ନିମନ୍ତେ ପୃଥକ୍
\f +
\fr 29:21
\fq ପୃଥକ୍
\ft ଅର୍ଥାତ୍ ଉଦାହରଣସ୍ବରୂପ
\f* କରିବେ।
\s5
\v 22 ତହିଁରେ ସଦାପ୍ରଭୁ ସେହି ଦେଶ ପ୍ରତି ଯେଉଁ ଆଘାତ କରିବେ ଓ ଯେଉଁ ରୋଗରେ ତାକୁ ରୋଗଗ୍ରସ୍ତ କରିବେ, ତାହା ଭବିଷ୍ୟତ ପୁରୁଷ, ତୁମ୍ଭ ଉତ୍ତାରେ ଉତ୍ପନ୍ନ ତୁମ୍ଭ ସନ୍ତାନସନ୍ତତି ଓ ଦୂର ଦେଶରୁ ଆଗତ ବିଦେଶୀମାନେ ଦେଖିବେ;
\v 23 ଅର୍ଥାତ୍‍, ସଦାପ୍ରଭୁ ଆପଣା କ୍ରୋଧ ଓ କୋପରେ ଯେଉଁ ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ନଗରମାନ ଉତ୍ପାଟନ କରିଥିଲେ, ତାହା ପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ, ଲବଣ ଓ ଦହନରେ ପରିପୂର୍ଣ୍ଣ ହୋଇଅଛି, ତହିଁରେ କିଛି ବୁଣାଯାଏ ନାହିଁ, କି ଫଳ ଉତ୍ପନ୍ନ ହୁଏ ନାହିଁ, କି ତହିଁରେ କୌଣସି ତୃଣ ବଢ଼େ ନାହିଁ (ଏସବୁ ଯେତେବେଳେ ଦେଖିବେ);
\v 24 ସେତେବେଳେ ସବୁ ଗୋଷ୍ଠୀୟ ଲୋକମାନେ କହିବେ, ସଦାପ୍ରଭୁ ଏ ଦେଶ ପ୍ରତି କାହିଁକି ଏପରି କରିଅଛନ୍ତି ? ଏରୂପ ମହାକ୍ରୋଧ ପ୍ରଜ୍ୱଳିତ ହେବାର କାରଣ କଅଣ ?
\s5
\v 25 ତହିଁରେ ଲୋକମାନେ କହିବେ, “ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ମିସର ଦେଶରୁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ, ତାହା ସେମାନେ ତ୍ୟାଗ କରିଅଛନ୍ତି।”
\v 26 ଈଶ୍ୱର ଯେଉଁ ଦେବତାମାନଙ୍କୁ ନିଷିଦ୍ଧ କରିଥିଲେ ଏବଂ ସେମାନଙ୍କ ଦୃଷ୍ଟିରେ ଯେଉଁ ଦେବତାମାନେ ଅଜଣା ଥିଲେ, ସେମାନେ ଯାଇ ସେହି ଦେବତାଗଣର ସେବା କଲେ ଓ ସେମାନଙ୍କୁ ପ୍ରଣାମ କଲେ।
\s5
\v 27 ଏହେତୁ ଏହି ପୁସ୍ତକରେ ଲିଖିତ ସମସ୍ତ ଅଭିଶାପ ସେହି ଦେଶ ଉପରେ ବର୍ତ୍ତାଇବାକୁ ତହିଁ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା।
\v 28 ପୁଣି, ସଦାପ୍ରଭୁ କ୍ରୋଧରେ ଓ ପ୍ରଚଣ୍ଡତାରେ ଓ ମହାକୋପରେ ସେମାନଙ୍କ ଦେଶରୁ ସେମାନଙ୍କୁ ଉତ୍ପାଟନ କଲେ ଓ ଆଜିର ପରି ଅନ୍ୟ ଦେଶରେ ସେମାନଙ୍କୁ ନିକ୍ଷେପ କଲେ।
\s5
\v 29 ଗୁପ୍ତ ବିଷୟ ସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଅଧିକାର; ମାତ୍ର ଆମ୍ଭେମାନେ ଯେପରି ଏହି ବ୍ୟବସ୍ଥାର ସବୁ ବଚନ ପାଳନ କରିବା, ଏଥିପାଇଁ ପ୍ରକାଶିତ ବିଷୟ ସବୁ ଯୁଗାନୁକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର।
\s5
\c 30
\s ଅନୁତାପ ଏବଂ ଉଦ୍ଧାର
\p
\v 1 ମୁଁ ତୁମ୍ଭ ସମ୍ମୁଖରେ ଏହି ଯେଉଁ ଆଶୀର୍ବାଦ ଓ ଅଭିଶାପ ଥୋଇଲି, ସେହି ସବୁ ଯେତେବେଳେ ତୁମ୍ଭ ପ୍ରତି ଘଟିବ, ସେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟକୁ ତୁମ୍ଭକୁ ତଡ଼ି ଦେଇଅଛନ୍ତି, ସେମାନଙ୍କ ମଧ୍ୟରେ ଥାଇ ଯେବେ ତୁମ୍ଭେ ସେହି ସବୁ ସ୍ମରଣ କରିବ;
\v 2 ଆଉ ତୁମ୍ଭେ ଓ ତୁମ୍ଭ ସନ୍ତାନଗଣ ଯେବେ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବ ଓ ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁ ସବୁ ଆଜ୍ଞା ଦେଉଅଛି, ତଦନୁସାରେ ଯେବେ ତାହାଙ୍କ ରବରେ ଅବଧାନ କରିବ;
\v 3 ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ବନ୍ଦୀତ୍ୱ ଫେରାଇବେ, ତୁମ୍ଭକୁ କରୁଣା କରିବେ ଓ ଫେରି ଆସି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିଅଛନ୍ତି, ତହିଁ ମଧ୍ୟରୁ ତୁମ୍ଭକୁ ସଂଗ୍ରହ କରିବେ।
\s5
\v 4 ଯଦି ତୁମ୍ଭର ଦୂରୀକୃତ ଲୋକମାନଙ୍କ ମଧ୍ୟରୁ କେହି ଆକାଶମଣ୍ଡଳର ପ୍ରାନ୍ତସୀମାରେ ଥାଏ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେଠାରୁ ମଧ୍ୟ ତୁମ୍ଭକୁ ସଂଗ୍ରହ କରିବେ ଓ ସେଠାରୁ ତୁମ୍ଭକୁ ନେଇ ଆସିବେ।
\v 5 ପୁଣି ତୁମ୍ଭ ପୂର୍ବପୁରୁଷମାନେ ଯେଉଁ ଦେଶ ଅଧିକାର କରିଥିଲେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହି ଦେଶକୁ ତୁମ୍ଭକୁ ଆଣିବେ ଓ ତୁମ୍ଭେ ତାହା ଅଧିକାର କରିବ; ଆଉ ସେ ତୁମ୍ଭର ମଙ୍ଗଳ କରି ତୁମ୍ଭ ପୂର୍ବପୁରୁଷମାନଙ୍କ ଅପେକ୍ଷା ତୁମ୍ଭର ସଂଖ୍ୟା ଅଧିକ ବୃଦ୍ଧି କରିବେ।
\s5
\v 6 ପୁଣି, ତୁମ୍ଭେ ଯେପରି ଆପଣାର ସମସ୍ତ ହୃଦୟ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ, ଏଥିପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ହୃଦୟ ଓ ତୁମ୍ଭ ବଂଶର ହୃଦୟ ସୁନ୍ନତ କରିବେ, ତହିଁରେ ତୁମ୍ଭେ ବଞ୍ଚିବ।
\v 7 ଆଉ ଯେଉଁମାନେ ତୁମ୍ଭକୁ ତାଡ଼ନା କଲେ, ତୁମ୍ଭର ସେହି ଶତ୍ରୁ ଓ ଘୃଣାକାରୀମାନଙ୍କ ଉପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହିସବୁ ଅଭିଶାପ ବର୍ତ୍ତାଇବେ।
\v 8 ଆଉ ତୁମ୍ଭେ ଫେରି ଆସି ସଦାପ୍ରଭୁଙ୍କ ରବରେ ଅବଧାନ କରିବ ଓ ମୁଁ ଆଜି ତାହାଙ୍କର ଯେଉଁ ସମସ୍ତ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ତାହାସବୁ ପାଳନ କରିବ।
\s5
\v 9 ଯେବେ ତୁମ୍ଭେ ଏହି ବ୍ୟବସ୍ଥା-ପୁସ୍ତକରେ ଲିଖିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞା ଓ ବିଧିସବୁ ମାନିବାକୁ ତାହାଙ୍କ ରବରେ ଅବଧାନ କରିବ; ଯେବେ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ଆପଣା ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ଫେରିବ;
\v 10 ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ମଙ୍ଗଳାର୍ଥେ ତୁମ୍ଭ ହସ୍ତକୃତ କର୍ମରେ, ତୁମ୍ଭକୁ ସନ୍ତାନ ଦେଇ, ତୁମ୍ଭ ପଶୁଫଳରେ ଓ ତୁମ୍ଭ ଭୂମିର ଫଳରେ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ ଯେହେତୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କଠାରେ ଯେପରି ଆନନ୍ଦ କରିଥିଲେ, ସେପରି ତୁମ୍ଭ ମଙ୍ଗଳାର୍ଥେ ସେ ପୁନର୍ବାର ତୁମ୍ଭଠାରେ ଆନନ୍ଦ କରିବେ।
\s5
\v 11 ଆଜି ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ତାହା ଅତିରିକ୍ତ କଠିନ ନୁହେଁ କିଅବା ଦୂରବର୍ତ୍ତୀ ନୁହେଁ।
\v 12 ତାହା ସ୍ୱର୍ଗରେ ନାହିଁ ଯେ, ତୁମ୍ଭେ କହିବ, ଆମ୍ଭେମାନେ ଯେପରି ତାହା ପାଳନ କରିବୁ, ଏଥିପାଇଁ କିଏ ଆମ୍ଭମାନଙ୍କ ନିମନ୍ତେ ସ୍ୱର୍ଗକୁ ଯାଇ ତାହା ଆମ୍ଭମାନଙ୍କ ନିକଟକୁ ଆଣିବ ଓ ଆମ୍ଭମାନଙ୍କୁ ଶୁଣାଇବ ?
\s5
\v 13 କିଅବା ତାହା ସମୁଦ୍ର ସେପାରିରେ ନାହିଁ ଯେ, ତୁମ୍ଭେ କହିବ, ଆମ୍ଭେମାନେ ଯେପରି ତାହା ପାଳନ କରିବୁ, ଏଥିପାଇଁ କିଏ ଆମ୍ଭମାନଙ୍କ ନିମନ୍ତେ ସମୁଦ୍ର ପାର ହୋଇ ତାହା ଆମ୍ଭମାନଙ୍କ ନିକଟକୁ ଆଣିବ ଓ ଆମ୍ଭମାନଙ୍କୁ ଶୁଣାଇବ ?
\v 14 ମାତ୍ର ତୁମ୍ଭ ପାଳନାର୍ଥେ ସେ ବାକ୍ୟ ତୁମ୍ଭର ଅତି ନିକଟରେ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛି।
\s5
\v 15 ଦେଖ, ଆଜି ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମଙ୍ଗଳ, ପୁଣି ମରଣ ଓ ଅମଙ୍ଗଳ ରଖିଅଛି।
\v 16 ଆଜି ମୁଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ପଥରେ ଚାଲିବାକୁ ଓ ତାହାଙ୍କ ଆଜ୍ଞା, ବିଧି ଓ ଶାସନ ପାଳିବାକୁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ତାହା କଲେ ତୁମ୍ଭେ ବଞ୍ଚିବ ଓ ବର୍ଦ୍ଧିଷ୍ଣୁ ହେବ, ପୁଣି, ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବେ।
\s5
\v 17 ମାତ୍ର ଯଦି ତୁମ୍ଭର ହୃଦୟ ବିମୁଖ ହେବ ଓ ତୁମ୍ଭେ ଶୁଣିବ ନାହିଁ, ମାତ୍ର ଭ୍ରାନ୍ତ ହୋଇ ଅନ୍ୟ ଦେବତାମାନଙ୍କୁ ପ୍ରଣାମ କରିବ ଓ ସେମାନଙ୍କୁ ସେବା କରିବ;
\v 18 ତେବେ ମୁଁ ଆଜି ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରୁଅଛି ଯେ, ତୁମ୍ଭେମାନେ ନିତାନ୍ତ ବିନଷ୍ଟ ହେବ; ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବା ପାଇଁ ଯର୍ଦ୍ଦନ ପାର ହୋଇ ଯାଉଅଛ, ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇବ ନାହିଁ।
\s5
\v 19 ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି ଯେ, ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ, ଆଶୀର୍ବାଦ ଓ ଅଭିଶାପ ରଖିଅଛି; ଏନିମନ୍ତେ ତୁମ୍ଭେ ଓ ତୁମ୍ଭର ବଂଶ ଯେପରି ବଞ୍ଚିବ, ଏଥିପାଇଁ ଜୀବନ ମନୋନୀତ କର;
\v 20 ଅର୍ଥାତ୍‍, ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ରବରେ ଅବଧାନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ହେବାକୁ (ମନୋନୀତ କର); କାରଣ ସେ ତୁମ୍ଭର ଜୀବନ ଓ ଦୀର୍ଘ ପରମାୟୁ ଅଟନ୍ତି; ତାହା କଲେ, ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କୁ ଓ ଇସ୍‍ହାକଙ୍କୁ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭେ ବାସ କରି ପାରିବ।
\s5
\c 31
\s ମୋଶାଙ୍କ ସ୍ଥାନରେ ଯିହୋଶୂୟ
\p
\v 1 ଏଥିଉତ୍ତାରେ ମୋଶା ଯାଇ ସମୁଦାୟ ଇସ୍ରାଏଲକୁ ଏହି କଥା କହିଲେ।
\v 2 ପୁଣି ସେ ସେମାନଙ୍କୁ କହିଲେ, “ଆଜି ମୋହର ବୟସ ଶହେ କୋଡ଼ିଏ ବର୍ଷ; ମୁଁ ଆଉ ବାହାରେ ଭିତରେ ଯାଇ ଆସି ପାରୁ ନାହିଁ, ଆଉ ସଦାପ୍ରଭୁ ମୋତେ କହିଅଛନ୍ତି, ତୁମ୍ଭେ ଏହି ଯର୍ଦ୍ଦନ ପାର ହୋଇ ଯିବ ନାହିଁ।”
\v 3 ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଆପେ ତୁମ୍ଭର ଅଗ୍ରଗାମୀ ହୋଇ ପାର ହୋଇ ଯିବେ; ସେ ତୁମ୍ଭ ସମ୍ମୁଖରୁ ଏହି ଗୋଷ୍ଠୀୟ ଲୋକମାନଙ୍କୁ ନାଶ କରିବେ ଓ ତୁମ୍ଭେ ସେମାନଙ୍କୁ ଅଧିକାର କରିବ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯିହୋଶୂୟ ତୁମ୍ଭର ଅଗ୍ରଗାମୀ ହୋଇ ପାର ହେବେ।
\s5
\v 4 ପୁଣି ସଦାପ୍ରଭୁ ଇମୋରୀୟମାନଙ୍କ ସୀହୋନ ଓ ଓଗ୍‍ ନାମକ ରାଜାମାନଙ୍କୁ ନାଶ କରି ସେମାନଙ୍କ ପ୍ରତି ଓ ସେମାନଙ୍କ ଦେଶ ପ୍ରତି ଯେରୂପ କଲେ, ଏମାନଙ୍କ ପ୍ରତି ସେରୂପ କରିବେ।
\v 5 ପୁଣି, ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ, ତହିଁରେ ମୁଁ ଯେଉଁ ସବୁ ଆଜ୍ଞା ତୁମ୍ଭମାନଙ୍କୁ ଆଦେଶ କରିଅଛି, ତଦନୁସାରେ ତୁମ୍ଭେମାନେ ସେମାନଙ୍କ ପ୍ରତି କରିବ।
\v 6 ବଳବାନ ଓ ସାହସିକ ହୁଅ, ଭୟ କର ନାହିଁ, କିଅବା ସେମାନଙ୍କ ସକାଶୁ ଭୟଯୁକ୍ତ ହୁଅ ନାହିଁ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଆପେ ତୁମ୍ଭ ସଙ୍ଗେ ଗମନ କରୁଅଛନ୍ତି, ସେ ତୁମ୍ଭ ପ୍ରତି ହତାଶ ହେବେ ନାହିଁ, କିଅବା ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ।
\s5
\v 7 ଏଥିରେ ମୋଶା ଯିହୋଶୂୟଙ୍କୁ ଡାକି ସମୁଦାୟ ଇସ୍ରାଏଲଙ୍କ ସାକ୍ଷାତରେ ତାଙ୍କୁ କହିଲେ, “ବଳବାନ ଓ ସାହସିକ ହୁଅ; ଯେହେତୁ ସଦାପ୍ରଭୁ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ସେମାନଙ୍କ ପୂର୍ବପୁରୁଷମାନଙ୍କୁୁ ନିକଟରେ ଶପଥ କରିଥିଲେ, ସେହି ଦେଶକୁ ତୁମ୍ଭେ ଏହି ଲୋକଙ୍କ ସହିତ ଯିବ; ଆଉ ତୁମ୍ଭେ ସେମାନଙ୍କୁ ତାହା ଅଧିକାର କରାଇବ।”
\v 8 ପୁଣି, ସଦାପ୍ରଭୁ, ସେ ଆପେ ତୁମ୍ଭର ଅଗ୍ରଗାମୀ ହୋଇ ଗମନ କରୁଅଛନ୍ତି; ସେ ତୁମ୍ଭର ସଙ୍ଗୀ ହେବେ, ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ, କିଅବା ତୁମ୍ଭକୁ ତ୍ୟାଗ କରିବେ ନାହିଁ; ଭୟ କର ନାହିଁ, କି ହତାଶ ହୁଅ ନାହିଁ।
\s5
\v 9 ଏଥିଉତ୍ତାରେ ମୋଶା ଏହି ବ୍ୟବସ୍ଥା ଲେଖି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଲେବୀୟ ଯାଜକମାନଙ୍କୁ ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗଙ୍କଠାରେ ସମର୍ପଣ କଲେ।
\v 10 ପୁଣି, ମୋଶା ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ପ୍ରତ୍ୟେକ ସାତ ବର୍ଷ ଶେଷରେ ଋଣକ୍ଷମା ବର୍ଷର ନିରୂପିତ ସମୟରେ, ପତ୍ରକୁଟୀର ପର୍ବରେ,
\v 11 ଯେତେବେଳେ ସମୁଦାୟ ଇସ୍ରାଏଲ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନରେ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେବେ, ସେତେବେଳେ ସମସ୍ତ ଇସ୍ରାଏଲ ସାକ୍ଷାତରେ ସେମାନଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ଏହି ବ୍ୟବସ୍ଥା ପାଠ କରିବ।”
\s5
\v 12 ପୁଣି, ସେମାନେ ଯେପରି ତାହା ଶୁଣି ଶିକ୍ଷା ପା’ନ୍ତି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରି ଏହି ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗୀ ହୁଅନ୍ତି, ଏଥିପାଇଁ ତୁମ୍ଭେମାନେ ପୁରୁଷ ଓ ସ୍ତ୍ରୀ ଓ ବାଳକ ଓ ଆପଣା ନଗରଦ୍ୱାରବର୍ତ୍ତୀ ବିଦେଶୀ ସମସ୍ତ ଲୋକଙ୍କୁ ସମାଜରେ ଏକତ୍ର କରିବ।
\v 13 ତହିଁରେ ସେମାନଙ୍କ ଯେଉଁ ସନ୍ତାନଗଣ ଏସବୁ ଜାଣି ନାହାନ୍ତି, ସେମାନେ ତାହା ଶୁଣିବେ ଓ ଯେଉଁ ଦେଶ ଅଧିକାର କରିବାକୁ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରେ ଯେତେ କାଳ ପ୍ରାଣ ଧାରଣ କରିବ, ସେତେ କାଳ ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ଶିଖିବେ।
\s ମୋଶାଙ୍କୁ ସଦାପ୍ରଭୁଙ୍କ ଶେଷ ନିର୍ଦ୍ଦେଶ
\p
\s5
\v 14 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭ ମରଣ ଦିନ ଆସି ପହଞ୍ଚିଲାଣି, ଯିହୋଶୂୟକୁ ଡାକ, ପୁଣି, ଦୁହେଁ ସମାଗମ-ତମ୍ବୁରେ ଠିଆ ହୁଅ, ଆମ୍ଭେ ତାହାକୁ ଆଜ୍ଞା ଦେବା। ତହିଁରେ ମୋଶା ଓ ଯିହୋଶୂୟ ଯାଇ ସମାଗମ-ତମ୍ବୁରେ ଠିଆ ହେଲେ।”
\v 15 ଏଥିରେ ସଦାପ୍ରଭୁ ସେହି ତମ୍ବୁରେ ମେଘସ୍ତମ୍ଭ ମଧ୍ୟରେ ଦର୍ଶନ ଦେଲେ ଓ ମେଘସ୍ତମ୍ଭ ତମ୍ବୁଦ୍ୱାର ଉପରେ ସ୍ଥିର ହୋଇ ରହିଲା।
\s5
\v 16 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶୟନ କରିବ;
\f +
\fr 31:16
\ft ଅର୍ଥାତ୍ ତୁମ୍ଭେ ଶୀଘ୍ର ମରିବ
\f* ତହିଁ ଉତ୍ତାରେ ଏହି ଲୋକମାନେ ଉଠିବେ, ପୁଣି ଯେଉଁ ଦେଶରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସେହି ସ୍ଥାନର ବିଦେଶୀୟ ଦେବତାଗଣର ଅନୁଗାମୀ ହୋଇ ବ୍ୟଭିଚାର କରିବେ, ଆମ୍ଭକୁ ତ୍ୟାଗ କରିବେ ଓ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ କରିଅଛୁ, ତାହା ଲଙ୍ଘନ କରିବେ।”
\s5
\v 17 ସେ ସମୟରେ ସେମାନଙ୍କ ପ୍ରତିକୂଳରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେବ, ତେଣୁ ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା ଓ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବା, ତହିଁରେ ସେମାନେ ଗ୍ରାସିତ ହେବେ ଓ ସେମାନଙ୍କ ପ୍ରତି ଅନେକ ଅମଙ୍ଗଳ ଓ କ୍ଳେଶ ଘଟିବ; ତହୁଁ ସେହି ସମୟରେ ସେମାନେ କହିବେ, “ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ମଧ୍ୟରେ ନ ଥିବାରୁ କି ଏହି ସବୁ ଅମଙ୍ଗଳ ଆମ୍ଭମାନଙ୍କୁ ଘଟୁ ନାହିଁ ?”
\v 18 ମାତ୍ର ସେମାନେ ଅନ୍ୟ ଦେବତାଗଣ ପ୍ରତି ଫେରି ଯେଉଁ ଯେଉଁ କୁକର୍ମ କରିବେ, ତହିଁ ନିମନ୍ତେ ସେହି ସମୟରେ ଆମ୍ଭେ ଅବଶ୍ୟ ସେମାନଙ୍କଠାରୁ ଆପଣା ମୁଖ ଢାଙ୍କିବା।
\s5
\v 19 ଏଣୁ ଏବେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଏହି ଗୀତ ଲେଖ ଓ ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ତାହା ଶିଖାଅ; ଆଉ ଏହି ଗୀତ ଯେପରି ଇସ୍ରାଏଲ ସନ୍ତାନଗଣର ପ୍ରତିକୂଳରେ ଆମ୍ଭର ସାକ୍ଷୀ ହେବ, ଏଥିପାଇଁ ତାହା ସେମାନଙ୍କୁ ମୁଖସ୍ଥ କରାଅ।
\v 20 କାରଣ ଆମ୍ଭେ ଯେଉଁ ଦେଶ ବିଷୟରେ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଅଛୁ, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ସେମାନଙ୍କୁ ନେଇ ଗଲା ଉତ୍ତାରେ ଯେତେବେଳେ ସେମାନେ ଭୋଜନ କରି ତୃପ୍ତ ଓ ହୃଷ୍ଟପୁଷ୍ଟ ହେବେ, ସେତେବେଳେ ସେମାନେ ଅନ୍ୟ ଦେବତାମାନଙ୍କ ପ୍ରତି ଫେରି ସେମାନଙ୍କ ସେବା କରିବେ ଓ ଆମ୍ଭଙ୍କୁ ଅଗ୍ରାହ୍ୟ କରି ଆମ୍ଭ ନିୟମ ଲଙ୍ଘନ କରିବେ।
\s5
\v 21 ତହିଁରେ ଯେତେବେଳେ ସେମାନଙ୍କ ପ୍ରତି ଅନେକ ଅମଙ୍ଗଳ ଓ କ୍ଳେଶ ଘଟିବ, ସେତେବେଳେ ଏହି ଗୀତ ସାକ୍ଷୀ ସ୍ୱରୂପ ହୋଇ ସେମାନଙ୍କ ସମ୍ମୁଖରେ ସାକ୍ଷ୍ୟ ଦେବ; ଯେହେତୁ ସେମାନଙ୍କ ବଂଶର ମୁଖରୁ ଏହି ଗୀତ ବିସ୍ମୃତ ହେବ ନାହିଁ; ଆମ୍ଭେ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ସେହି ଦେଶକୁ ସେମାନଙ୍କୁ ଆଣିବା ପୂର୍ବେ ଏବେ ମଧ୍ୟ ସେମାନେ ଯେଉଁ କଳ୍ପନା କରୁଅଛନ୍ତି, ତାହା ଆମ୍ଭେ ଜାଣୁ।
\s5
\v 22 ଏଣୁ ମୋଶା ସେହି ଦିନ ଏହି ଗୀତ ଲେଖି ଇସ୍ରାଏଲ ସନ୍ତାନଗଣକୁ ଶିଖାଇଲେ।
\v 23 ପୁଣି, ସେ ନୂନର ପୁତ୍ର ଯିହୋଶୂୟଙ୍କୁ ଆଜ୍ଞା ଦେଇ କହିଲେ, “ବଳବାନ ଓ ସାହସିକ ହୁଅ; କାରଣ ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ସେହି ଦେଶକୁ ତୁମ୍ଭେ ସେମାନଙ୍କୁ ନେଇ ଯିବ, ଆଉ ଆମ୍ଭେ ତୁମ୍ଭର ସଙ୍ଗୀ ହେବା।”
\s5
\v 24 ଏଥିଉତ୍ତାରେ ମୋଶା ସମାପ୍ତି ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ସକଳ ବାକ୍ୟ ପୁସ୍ତକରେ ଲେଖି ସାରିଲା ଉତ୍ତାରେ
\v 25 ମୋଶା ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଲେବୀୟମାନଙ୍କୁ ଆଜ୍ଞା ଦେଇ କହିଲେ,
\v 26 “ତୁମ୍ଭେମାନେ ଏହି ବ୍ୟବସ୍ଥା-ପୁସ୍ତକ ନେଇ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ପାଖରେ ରଖ; ତାହା ସେହି ସ୍ଥାନରେ ତୁମ୍ଭ ପ୍ରତିକୂଳରେ ସାକ୍ଷୀ ସ୍ୱରୂପ ହୋଇ ରହିବ।”
\s5
\v 27 ଯେହେତୁ ମୁଁ ତୁମ୍ଭର ବିଦ୍ରୋହିତା ଓ ଶକ୍ତଗ୍ରୀବତା ଜାଣେ; ଦେଖ, ଆଜି ମୁଁ ତୁମ୍ଭମାନଙ୍କ ମଧ୍ୟରେ ବଞ୍ଚି ଥାଉ ଥାଉ ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହୀ ହେଉଅଛ, ପୁଣି ମୋ’ ମରଣ ଉତ୍ତାରେ ଆଉ କେତେ ଅଧିକ ନ ହେବ ?
\v 28 ତୁମ୍ଭେମାନେ ଆପଣା ଆପଣା ବଂଶର ପ୍ରାଚୀନବର୍ଗଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ମୋ’ ନିକଟରେ ଏକତ୍ର କର; ମୁଁ ସେମାନଙ୍କ କର୍ଣ୍ଣଗୋଚରରେ ଏହିସବୁ କଥା କହି ସେମାନଙ୍କ ପ୍ରତିକୂଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରିବି।
\v 29 ଯେହେତୁ ମୋ’ ମରଣ ଉତ୍ତାରେ ତୁମ୍ଭେମାନେ ନିତାନ୍ତ ଭ୍ରଷ୍ଟ ହୋଇ ମୋହର ଆଜ୍ଞାପଥରୁ ବିମୁଖ ହେବ, ଏହା ମୁଁ ଜାଣେ ତୁମ୍ଭେମାନେ ଆପଣାମାନଙ୍କ ହସ୍ତକୃତ କର୍ମ ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ସାକ୍ଷାତରେ ଦୁଷ୍କର୍ମ କରିବ, ତହିଁ ସକାଶୁ ଶେଷ କାଳରେ ତୁମ୍ଭମାନଙ୍କ ପ୍ରତି ଅମଙ୍ଗଳ ଘଟିବ।
\s ମୋଶାଙ୍କ ଗୀତ
\p
\s5
\v 30 ଏଉତ୍ତାରେ ମୋଶା ଇସ୍ରାଏଲର ସମସ୍ତ ସମାଜର କର୍ଣ୍ଣଗୋଚରରେ ଏହି ଗୀତର ବଚନସବୁ ସମାପ୍ତି ପର୍ଯ୍ୟନ୍ତ କହିଲେ ଯଥା:-
\s5
\c 32
\p
\v 1 ହେ ଆକାଶମଣ୍ଡଳ, କର୍ଣ୍ଣ ଦିଅ, ଆମ୍ଭେ କହିବା; ପୁଣି ପୃଥିବୀ ଆମ୍ଭ ମୁଖର ବାକ୍ୟ ଶ୍ରବଣ କରୁ;
\v 2 ମୋହର ଉପଦେଶ ବୃଷ୍ଟି ପରି ବର୍ଷିବ; ମୋହର କଥା ଶିଶିର ପରି କ୍ଷରିବ; ତାହା କୋମଳ ତୃଣ ଉପରେ ବୁନ୍ଦା ବୃଷ୍ଟି ତୁଲ୍ୟ ଓ ଶାକ ଉପରେ ଅସରା ବୃଷ୍ଟି ତୁଲ୍ୟ ହେବ।
\s5
\v 3 କାରଣ ମୁଁ ସଦାପ୍ରଭୁଙ୍କ ନାମ ପ୍ରଚାର କରିବି; ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ମହିମା ଆରୋପ କର।
\v 4 ସେ ତ ଶୈଳ, ତାହାଙ୍କ କର୍ମ ସିଦ୍ଧ; କାରଣ ତାହାଙ୍କର ସକଳ ପଥ ନ୍ୟାୟ; ସେ ବିଶ୍ୱସ୍ତ ଓ ଅଧର୍ମରହିତ ପରମେଶ୍ୱର; ସେ ଧାର୍ମିକ ଓ ସରଳ ଅଟନ୍ତି।
\s5
\v 5 ସେମାନେ ତାହାଙ୍କ ଉଦ୍ଦେଶ୍ୟରେ ଭ୍ରଷ୍ଟାଚରଣ କରିଅଛନ୍ତି, ସେମାନେ ତାହାଙ୍କର ସନ୍ତାନ ନୁହନ୍ତି, ମାତ୍ର ସନ୍ତାନମାନଙ୍କର କଳଙ୍କ; ସେମାନେ ବିପଥଗାମୀ ଓ କୁଟିଳ ବଂଶ।
\v 6 ହେ ମୂଢ଼ ଓ ଅଜ୍ଞାନ ଲୋକେ, ତୁମ୍ଭେମାନେ କି ସଦାପ୍ରଭୁଙ୍କୁ ଏପରି ପରିଶୋଧ କରୁଅଛ; ସେ କି ତୁମ୍ଭର କ୍ରୟକାରୀ ପିତା ନୁହନ୍ତି ? ସେ ତୁମ୍ଭର ସୃଷ୍ଟି ଓ ସ୍ଥିତିକର୍ତ୍ତା ଅଟନ୍ତି।
\s5
\v 7 ପୂର୍ବକାଳର ଦିନସବୁ ସ୍ମରଣ କର, ଗତ ବହୁ ପୁରୁଷର ବର୍ଷ ବିବେଚନା କର; ତୁମ୍ଭ ପିତାଙ୍କୁ ପଚାର, ସେ ତୁମ୍ଭକୁ ଜଣାଇବେ; ତୁମ୍ଭ ପ୍ରାଚୀନମାନଙ୍କୁ ପଚାର, ସେମାନେ ତୁମ୍ଭକୁ କହିବେ।
\v 8 ସର୍ବୋପରିସ୍ଥ ଯେତେବେଳେ ଗୋଷ୍ଠୀୟ ଲୋକମାନଙ୍କୁ ସେମାନଙ୍କ ଅଧିକାର ଦେଲେ; ଯେତେବେଳେ ସେ ମନୁଷ୍ୟ ସନ୍ତାନମାନଙ୍କୁ ପୃଥକ୍ କଲେ, ସେତେବେଳେ ଇସ୍ରାଏଲ ସନ୍ତାନଗଣର ସଂଖ୍ୟାନୁସାରେ ସେ ଲୋକମାନଙ୍କର ସୀମା ସ୍ଥାପନ କଲେ।
\s5
\v 9 କାରଣ ସଦାପ୍ରଭୁଙ୍କ ଅଂଶ ତାହାଙ୍କର ଲୋକ ଯାକୁବ ତାହାଙ୍କର ଅଧିକାରର ବାଣ୍ଟ।
\v 10 ସେ ତାହାକୁ ପ୍ରାନ୍ତର ଦେଶରେ ଓ ପଶୁବୋବାଳିପୂର୍ଣ୍ଣ ଘୋର ମରୁଭୂମିରେ ପାଇଲେ; ସେ ତାହାକୁ ଚାରିଆଡ଼ୁ ଆବୋରିଲେ, ସେ ତାହା ବିଷୟରେ ମନୋଯୋଗ କଲେ, ସେ ତାହାକୁ ଆପଣା ଚକ୍ଷୁର ପିତୁଳା ପରି ରଖିଲେ।
\s5
\v 11 ଯେପରି ଉତ୍କ୍ରୋଶ ପକ୍ଷୀ ଆପଣା ବସାକୁ ଉତ୍ତେଜିତ କରେ, ଛୁଆମାନଙ୍କ ଉପରେ ପକ୍ଷ ଧଡ଼ଧଡ଼ କରେ, (ସେପରି) ସେ ଆପଣା ପକ୍ଷ ବିସ୍ତାର କଲେ, ସେ ସେମାନଙ୍କୁ ତୋଳି ନେଲେ, ସେ ଆପଣା ଡେଣାରେ ସେମାନଙ୍କୁ ବୋହିଲେ;
\v 12 ସଦାପ୍ରଭୁ ଏକାକୀ ତାହାକୁ ଗମନ କରାଇଲେ, ପୁଣି ତାହା ସହିତ କୌଣସି ବିଦେଶୀୟ ଦେବତା ନ ଥିଲା।
\s5
\v 13 ସେ ପୃଥିବୀର ଉଚ୍ଚସ୍ଥଳୀ ଉପରେ ତାହାକୁ ବାହନ-ଆରୋହଣ ତୁଲ୍ୟ ଗମନ କରାଇଲେ ଓ ସେ କ୍ଷେତ୍ରଜାତ ଫଳ ଭୋଜନ କଲା; ସେ ତାହାକୁ ପାଷାଣରୁ ମଧୁ ଓ ଚକମକି ପ୍ରସ୍ତରମୟ ଶୈଳରୁ ତୈଳ ପାନ କରାଇଲେ;
\s5
\v 14 ତୁମ୍ଭେ ଗୋଦଧି, ଛାଗର ଦୁଗ୍ଧ ସହିତ ମେଷର ମେଦ, ବାଶନ ଦେଶୀୟ ମେଷ ଓ ଛାଗର ମାଂସ ସହିତ ଉତ୍ତମ ଗହମର ସାର (ଖାଇଲ), ପୁଣି ତୁମ୍ଭେ ଦ୍ରାକ୍ଷାର ରକ୍ତବର୍ଣ୍ଣ ରସ ପାନ କଲ।
\s5
\v 15 ମାତ୍ର ଯିଶୁରୁଣ
\f +
\fr 32:15
\ft ଅର୍ଥ ସଚ୍ଚୋଟ
\f* ଚର୍ବିରେ ଫୁଲି ପଦାଘାତ କଲା; ତୁମ୍ଭେ ଚର୍ବିରେ ଫୁଲିଅଛ, ତୁମ୍ଭେ ମୋଟା ହୋଇଅଛ, ତୁମ୍ଭେ ଚିକ୍କଣ ହୋଇଅଛ; ତହୁଁ ସେ ଆପଣା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ତ୍ୟାଗ କଲା, ପୁଣି ଆପଣା ତ୍ରାଣ ରୂପ ଶୈଳଙ୍କୁ ଲଘୁ ଜ୍ଞାନ କଲା।
\v 16 ସେମାନେ ଅନ୍ୟ ଦେବତାମାନଙ୍କ ଦ୍ୱାରା ତାହାଙ୍କର ଦ୍ୱେଷ ଜନ୍ମାଇଲେ, ଘୃଣାଯୋଗ୍ୟ ବସ୍ତୁ ଦ୍ୱାରା ସେମାନେ ତାହାଙ୍କୁ ବିରକ୍ତ କଲେ।
\s5
\v 17 ଯେଉଁମାନେ ଭୂତ, ପରମେଶ୍ୱର ନୁହନ୍ତି, ଯେଉଁ ଦେବତାମାନଙ୍କୁ ସେମାନେ ଜାଣିଲେ ନାହିଁ, ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଯେଉଁମାନଙ୍କୁ ଡରିଲେ ନାହିଁ, ଏପରି ସଦ୍ୟ ଉତ୍ପନ୍ନ ନୂତନ ଦେବତାମାନଙ୍କ ଉଦ୍ଦେଶ୍ୟରେ ସେମାନେ ବଳିଦାନ କଲେ।
\v 18 ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତାହାଙ୍କ ବିଷୟରେ ତୁମ୍ଭେ ଅମନୋଯୋଗୀ ହେଲ ଓ ଯେଉଁ ପରମେଶ୍ୱର ତୁମ୍ଭକୁ ଜନ୍ମ ଦେଲେ, ତୁମ୍ଭେ ତାହାଙ୍କୁ ଭୁଲି ଗଲ।
\s5
\v 19 ସଦାପ୍ରଭୁ ତାହା ଦେଖିଲେ, ପୁଣି ତାହାଙ୍କର ପୁତ୍ର ଓ କନ୍ୟାମାନେ ତାହାଙ୍କର ବିରକ୍ତି ଜନ୍ମାଇବାରୁ ସେ ସେମାନଙ୍କୁ ଘୃଣା କଲେ।
\v 20 ଆଉ ସେ କହିଲେ, “ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବା, ସେମାନଙ୍କର ଶେଷ ଦଶା କ’ଣ ହେବ, ତାହା ଆମ୍ଭେ ଦେଖିବା; କାରଣ ସେମାନେ ନିତାନ୍ତ ବକ୍ରଗାମୀ ବଂଶ, ଏପରି ସନ୍ତାନ, ଯେଉଁମାନଙ୍କଠାରେ କିଛି ବିଶ୍ୱସ୍ତତା ନାହିଁ।
\s5
\v 21 ଯେ ପରମେଶ୍ୱର ନୁହନ୍ତି, ତାହା ଦ୍ୱାରା ସେମାନେ ଆମ୍ଭର ଅନ୍ତର୍ଜ୍ୱାଳା ଜନ୍ମାଇଲେ; ସେମାନେ ଅସାର ବସ୍ତୁ ଦ୍ୱାରା ଆମ୍ଭଙ୍କୁ ବିରକ୍ତ କଲେ; ଏଣୁ ଯେଉଁମାନେ ଲୋକରେ ଗଣା ନୁହନ୍ତି, ସେମାନଙ୍କ ଦ୍ୱାରା ଆମ୍ଭେ ସେମାନଙ୍କର ଅନ୍ତର୍ଜ୍ୱାଳା ଜନ୍ମାଇବା; ଆମ୍ଭେ ମୂଢ଼ ଗୋଷ୍ଠୀ ଦ୍ୱାରା ସେମାନଙ୍କୁ ବିରକ୍ତ କରିବା।
\s5
\v 22 କାରଣ ଆମ୍ଭ କ୍ରୋଧରେ ଅଗ୍ନି ପ୍ରଜ୍ୱଳିତ ହେଲା, ତାହା ନୀଚତମ ପାତାଳ ପର୍ଯ୍ୟନ୍ତ ଜ୍ୱଳୁଅଛି ଓ ପୃଥିବୀକି ତଦୁତ୍ପନ୍ନ ବସ୍ତୁ ସହିତ ଗ୍ରାସ କରେ, ଆଉ ପର୍ବତମାନର ମୂଳଦୁଆ ଜ୍ୱଳାଏ।
\s5
\v 23 ଆମ୍ଭେ ସେମାନଙ୍କ ଉପରେ ଅନେକ ଅମଙ୍ଗଳ ଗଦା କରି ଥୋଇବା, ଆମ୍ଭେ ସେମାନଙ୍କ ଉପରେ ଆପଣା ବାଣସବୁ ବ୍ୟୟ କରିବା।
\v 24 ସେମାନେ କ୍ଷୁଧାରେ କ୍ଷୀଣ ହେବେ, ସେମାନେ ବ୍ୟାଧିର ଜ୍ୱାଳାରେ ଓ ବିଷାକ୍ତ ମହାମାରୀରେ ଗ୍ରାସିତ ହେବେ; ଆମ୍ଭେ ଧୂଳିର ଉରୋଗାମୀର ବିଷ ସହିତ ଜନ୍ତୁଗଣର ଦନ୍ତ ପଠାଇବା।
\s5
\v 25 ବାହାରେ ଖଡ୍ଗ ଶୂନ୍ୟ କରିବ ଓ ଗୃହ ଭିତରେ ଭୟ; ତାହା ଯୁବା ଓ ଯୁବତୀ ଦୁହିଁଙ୍କୁ, ପୁଣି ଦୁଗ୍ଧ ପୋଷ୍ୟ ଶିଶୁ ସହିତ ପକ୍ୱକେଶ ବୃଦ୍ଧକୁ (ବିନାଶ କରିବ)।
\v 26 ଆମ୍ଭେ କହିଲୁ, ଶତ୍ରୁର ବିରକ୍ତିକି, କେଜାଣି ବିପକ୍ଷମାନେ ବିପରୀତ ବିଚାର କରିବେ, କେଜାଣି ସେମାନେ କହିବେ, ଆମ୍ଭମାନଙ୍କ ହସ୍ତ ଉନ୍ନତ ହୋଇଅଛି, ପୁଣି ସଦାପ୍ରଭୁ ଏହିସବୁ କରି ନାହାନ୍ତି, ଏକଥା ଯେବେ ଆମ୍ଭେ ଚିନ୍ତା ନ କରନ୍ତୁ;
\s5
\v 27 ତେବେ ଆମ୍ଭେ ସେମାନଙ୍କୁ ଦୂରରେ ଛିନ୍ନଭିନ୍ନ କରନ୍ତୁ, ଆମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ସେମାନଙ୍କ ସ୍ମରଣ ଲୋପ କରନ୍ତୁ।
\s5
\v 28 ଯେହେତୁ ସେମାନେ ଯୁକ୍ତିହୀନ-ଗୋଷ୍ଠୀ, ସେମାନଙ୍କର ବିବେଚନା ନାହିଁ।
\v 29 ଆହା, ସେମାନେ ଯେବେ ଜ୍ଞାନବାନ ହୁଅନ୍ତେ, ସେମାନେ ଏକଥା ବୁଝନ୍ତେ, ସେମାନେ ଯେବେ ଆପଣାମାନଙ୍କ ଶେଷାବସ୍ଥା ବିବେଚନା କରନ୍ତେ।
\s5
\v 30 ଯେବେ ସେମାନଙ୍କର ଶୈଳ ସେମାନଙ୍କୁ ବିକ୍ରୟ କରିଦେଇ ନ ଥା’ନ୍ତେ ଓ ଯେବେ ସଦାପ୍ରଭୁ ସେମାନଙ୍କୁ ସମର୍ପଣ କରି ଦେଇ ନ ଥା’ନ୍ତେ, ତେବେ ସହସ୍ର ଜଣଙ୍କୁ ଏକ ଜଣ କିପରି ତଡ଼ି ଦିଅନ୍ତା, ପୁଣି ଦଶ ସହସ୍ର ଜଣଙ୍କୁ ଦୁଇ ଜଣ କିପରି ବିମୁଖ କରନ୍ତେ ?
\v 31 କାରଣ ସେମାନଙ୍କର ଶୈଳ ଆମ୍ଭମାନଙ୍କ ଶୈଳ ତୁଲ୍ୟ ନୁହେଁ ବୋଲି ଆମ୍ଭମାନଙ୍କ ଶତ୍ରୁମାନେ ଆପେ ବିଚାରକର୍ତ୍ତା ହେଲେ ହେଁ (ଜାଣନ୍ତି)।
\s5
\v 32 କାରଣ ସେମାନଙ୍କ ଦ୍ରାକ୍ଷାଲତା ସଦୋମର ଦ୍ରାକ୍ଷାଲତାରୁ ଓ ହମୋରାର କ୍ଷେତ୍ରରୁ ଜାତ ସେମାନଙ୍କ ଦ୍ରାକ୍ଷାଫଳ ବିଷମୟ ଦ୍ରାକ୍ଷାଫଳ, ସେମାନଙ୍କ ପେଣ୍ଡା ତିକ୍ତ;
\s5
\v 33 ସେମାନଙ୍କ ଦ୍ରାକ୍ଷାରସ ନାଗସର୍ପର ଗରଳ ଓ କାଳସର୍ପର କ୍ରୂର ବିଷ।
\v 34 ଏହା କି ଆମ୍ଭ ନିକଟରେ ସଞ୍ଚିତ ହୋଇ ନାହିଁ ଓ ଆମ୍ଭ ଭଣ୍ଡାରରେ ମୁଦ୍ରାଙ୍କିତ ହୋଇ ରହି ନାହିଁ ?
\s5
\v 35 ସେମାନଙ୍କ ପାଦ ଖସି ପଡ଼ିବା ବେଳେ ସମୁଚିତ ଦଣ୍ଡ ଓ ପ୍ରତିଫଳ ଦେବା ଆମ୍ଭର କର୍ମ; କାରଣ ସେମାନଙ୍କ ବିପଦର ଦିନ ସନ୍ନିକଟ ଓ ସେମାନଙ୍କ ପାଇଁ ଯାହା ନିରୂପିତ, ତାହା ଶୀଘ୍ର ଆସୁଅଛି।
\s5
\v 36 ଯେହେତୁ ସଦାପ୍ରଭୁ ସେମାନଙ୍କୁ ଶକ୍ତିହୀନ ଓ ସେମାନଙ୍କ ମଧ୍ୟରେ ବଦ୍ଧ କି ମୁକ୍ତ କେହି ଅବଶିଷ୍ଟ ନ ଥିବାର ଦେଖିଲେ, ସେ ଆପଣା ଲୋକମାନଙ୍କର ବିଚାର କରିବେ ଓ ଆପଣା ଦାସମାନଙ୍କ ପ୍ରତି ସଦୟ ହେବେ।
\s5
\v 37 ପୁଣି ସେ କହିବେ, ସେମାନଙ୍କ ଦେବତାମାନେ କାହାନ୍ତି ? ଯେଉଁ ଶୈଳରେ ସେମାନେ ଶରଣ ନେଲେ, ସେ କାହିଁ ?
\v 38 ଯେଉଁମାନେ ସେମାନଙ୍କ ବଳିର ମେଦ ଭୋଜନ କଲେ ଓ ପେୟ-ନୈବେଦ୍ୟର ଦ୍ରାକ୍ଷାରସ ପାନ କଲେ, ସେମାନେ କାହାନ୍ତି ? ସେମାନେ ଉଠି ତୁମ୍ଭମାନଙ୍କର ଉପକାର କରନ୍ତୁ, ସେମାନେ ତୁମ୍ଭମାନଙ୍କର ଆଶ୍ରୟ ହେଉନ୍ତୁ।
\s5
\v 39 ଏବେ ଦେଖ, ଆମ୍ଭେ, ଆମ୍ଭେ ହିଁ ସେ ଅଟୁ; ଆମ୍ଭ ସଙ୍ଗେ ଆଉ କୌଣସି ଦେବତା ନାହିଁ; ଆମ୍ଭେ ବଧ କରୁ ଓ ଆମ୍ଭେ ଜୀବନ ଦାନ କରୁ; ଆମ୍ଭେ କ୍ଷତ କରିଅଛୁ ଓ ଆମ୍ଭେ ସୁସ୍ଥ କରୁ; ପୁଣି, ଆମ୍ଭ ହସ୍ତରୁ ଯେ ଉଦ୍ଧାର କରିପାରେ, ଏପରି କେହି ନାହିଁ।
\v 40 କାରଣ ଆମ୍ଭେ ଆକାଶ ଆଡ଼େ ହସ୍ତ ଉଠାଇ କହୁ, ଆମ୍ଭେ ଯେବେ ଅନନ୍ତଜୀବୀ ଅଟୁ,
\s5
\v 41 ତେବେ ଆମ୍ଭେ ଆପଣା ବଜ୍ର ତୁଲ୍ୟ ଖଡ୍ଗରେ ଶାଣ ଦେଲେ ଓ ବିଚାର ସାଧନ କରିବା ପାଇଁ ହସ୍ତକ୍ଷେପ କଲେ, ଆମ୍ଭେ ଆପଣା ବିପକ୍ଷଗଣଠାରୁ ପରିଶୋଧ ନେବା, ପୁଣି ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ସେମାନଙ୍କୁ ଆମ୍ଭେ ପ୍ରତିଫଳ ଦେବା।
\s5
\v 42 ଆମ୍ଭେ ଆପଣା ବାଣମାନଙ୍କୁ ରକ୍ତରେ, ହତ ଓ ବନ୍ଦୀମାନଙ୍କ ରକ୍ତରେ ମତ୍ତ କରିବା ଓ ଆମ୍ଭ ଖଡ୍ଗ ଶତ୍ରୁମାନଙ୍କ ରାଜଗଣର ମସ୍ତକରୁ ମାଂସ ଭୋଜନ କରିବ।
\s5
\v 43 ହେ ଅନ୍ୟ ଦେଶୀୟ ଲୋକମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସଙ୍ଗରେ ଆନନ୍ଦ କର; କାରଣ ସେ ଆପଣା ଦାସମାନଙ୍କ ରକ୍ତପାତର ପ୍ରତିକାର କରିବେ ଓ ଆପଣା ବିପକ୍ଷଗଣଠାରୁ ପରିଶୋଧ ନେବେ, ପୁଣି ସେ ଆପଣା ଦେଶ ନିମନ୍ତେ, ଆପଣା ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବେ।
\s5
\v 44 ଏହିରୂପେ ମୋଶା ଓ ନୂନର ପୁତ୍ର ଯିହୋଶୂୟ ଆସି ଲୋକମାନଙ୍କ କର୍ଣ୍ଣଗୋଚରରେ ଏହି ଗୀତର ସମସ୍ତ କଥା କହିଲେ।
\s ମୋଶାଙ୍କ ଅନ୍ତିମ ନିର୍ଦ୍ଦେଶାବଳୀ
\p
\v 45 ପୁଣି, ମୋଶା ସମସ୍ତ ଇସ୍ରାଏଲଙ୍କ ନିକଟରେ ଏହି ସମସ୍ତ କଥା ସମାପ୍ତ କରି ସେମାନଙ୍କୁ କହିଲେ;
\s5
\v 46 “ମୁଁ ଆଜି ତୁମ୍ଭମାନଙ୍କ ନିକଟରେ ସାକ୍ଷ୍ୟ ଦେଇ ଯେଉଁ ସବୁ କଥା କହିଲି, ତୁମ୍ଭେମାନେ ତହିଁରେ ମନ ଦିଅ, କାରଣ ତୁମ୍ଭମାନଙ୍କ ସନ୍ତାନମାନେ ଯେପରି ଏହି ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ କରିବେ, ଏଥିପାଇଁ ସେମାନଙ୍କୁ ତୁମ୍ଭେମାନେ ତାହା ଆଦେଶ କରିବ।”
\v 47 ଯେଣୁ ତାହା ତୁମ୍ଭମାନଙ୍କ ପକ୍ଷରେ ବ୍ୟର୍ଥ କଥା ନୁହେଁ; ମାତ୍ର ତାହା ତୁମ୍ଭମାନଙ୍କର ଜୀବନ ଅଟେ ଓ ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେଠାରେ ଏହି କଥା ଦ୍ୱାରା ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇବ।
\s5
\v 48 ଆହୁରି ସଦାପ୍ରଭୁ ସେହିଦିନ ମୋଶାଙ୍କୁ କହିଲେ,
\v 49 “ତୁମ୍ଭେ ଏହି ଅବାରୀମ୍ ‍ପର୍ବତ, ଅର୍ଥାତ୍‍, ଯିରୀହୋ ସମ୍ମୁଖସ୍ଥିତ ମୋୟାବ ଦେଶୀୟ ନବୋ ପର୍ବତ ଉପରକୁ ଯାଅ, ପୁଣି ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଅଧିକାରାର୍ଥେ ଯେଉଁ ଦେଶ ଦେଉଅଛୁ, ସେହି କିଣାନ ଦେଶ ଦେଖ।”
\s5
\v 50 ଆଉ ଯେପରି ତୁମ୍ଭ ଭାଇ ହାରୋଣ ହୋର ପର୍ବତରେ ମରି ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହୋଇଥିଲା, ସେପରି ତୁମ୍ଭେ ଯେଉଁ ପର୍ବତକୁ ଯାଉଅଛ, ସେଠାରେ ମରି ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହୁଅ।
\v 51 ଯେହେତୁ ସୀନ୍‍ ପ୍ରାନ୍ତରରେ କାଦେଶସ୍ଥ ମିରୀବାଃ ଝରଣା ନିକଟରେ ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲ; ପୁଣି ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଆମ୍ଭଙ୍କୁ ପବିତ୍ର ବୋଲି ମାନ୍ୟ କଲ ନାହିଁ।
\v 52 ତଥାପି ତୁମ୍ଭେ ଆପଣା ସମ୍ମୁଖରେ ସେହି ଦେଶ ଦେଖିବ; ମାତ୍ର ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ଦେବା, ସେଠାକୁ ତୁମ୍ଭେ ଯାଇ ପାରିବ ନାହିଁ।
\s5
\c 33
\s ଇସ୍ରାଏଲ ପ୍ରତି ମୋଶାଙ୍କ ଆଶୀର୍ବାଦ
\p
\v 1 ପରମେଶ୍ୱରଙ୍କ ଲୋକ ମୋଶା ଆପଣା ମୃତ୍ୟୁୁ ପୁର୍ବରୁ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଆଶୀର୍ବାଦ କଲେ, ସେହି ଆଶୀର୍ବାଦ ଏହି।
\v 2 ସେ କହିଲେ, “ସଦାପ୍ରଭୁ ସୀନୟରୁ ଆସିଲେ, ସେ ସେୟୀରରୁ ସେମାନଙ୍କ ପ୍ରତି ଉଦିତ ହେଲେ; ସେ ପାରଣ ପର୍ବତରୁ ସୁପ୍ରକାଶିତ ହେଲେ ଓ ସେ ଅୟୁତ ଅୟୁତ ପବିତ୍ର ପ୍ରାଣୀମାନଙ୍କ ନିକଟରୁ ଆସିଲେ; ତାହାଙ୍କ ଦକ୍ଷିଣ ହସ୍ତରେ ସେମାନଙ୍କ ପାଇଁ ଅଗ୍ନିମୟ ବ୍ୟବସ୍ଥା ଥିଲା।”
\s5
\v 3 ହଁ, ସେ ଲୋକମାନଙ୍କୁ ପ୍ରେମ କରନ୍ତି; ତାହାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସେମାନେ ତୁମ୍ଭର ଚରଣ ତଳେ ବସିଲେ; ପ୍ରତ୍ୟେକ ଜଣ ତୁମ୍ଭ ବାକ୍ୟରୁ ଗ୍ରହଣ କରିବେ।
\v 4 ମୋଶା ଆମ୍ଭମାନଙ୍କୁ ବ୍ୟବସ୍ଥା ଆଦେଶ କଲେ, ତାହା ଯାକୁବ-ସମାଜର ଅଧିକାର।
\s5
\v 5 ଲୋକମାନଙ୍କ ପ୍ରଧାନବର୍ଗର ସମାଗମ ସମୟରେ, ସମସ୍ତ ଇସ୍ରାଏଲ ବଂଶ ଏକତ୍ର ହେବା ବେଳେ ସେ ଯିଶୁରୁଣରେ ରାଜା ଥିଲେ।
\v 6 ରୁବେନ୍‍ ବଞ୍ଚିଥାଉ ଓ ନ ମରୁ; ତଥାପି ତାହାର ଲୋକ ସଂଖ୍ୟକ ହେଉନ୍ତୁ।
\s5
\v 7 ଯିହୁଦା ପ୍ରତି ଆଶୀର୍ବାଦ ଏହି ସେ କହିଲେ, “ହେ ସଦାପ୍ରଭୁ, ଯିହୁଦାର ରବ ଶୁଣ ଓ ତାହାର ନିଜ ଲୋକଙ୍କ ନିକଟକୁ ତାହାକୁ ଆଣ; ସେ ନିଜ ହସ୍ତରେ ଆପଣା ପାଇଁ ଯୁଦ୍ଧ କଲା; ତାହାର ବିପକ୍ଷଗଣ ବିରୁଦ୍ଧରେ ତୁମ୍ଭେ ତାହାର ଉପକାରୀ ହେବ।”
\s5
\v 8 ପୁଣି, ସେ ଲେବୀ ବିଷୟରେ କହିଲେ, “ତୁମ୍ଭର ତୁମ୍ମୀମ୍‍ ଓ ଉରୀମ୍‍ ତୁମ୍ଭ ଧାର୍ମିକ ପୁରୁଷ ସହିତ ଅଛି, ତୁମ୍ଭେ ମଃସାରେ ତାହାର ପରୀକ୍ଷା କଲ, ମିରୀବାଃ ଜଳ ନିକଟରେ ତୁମ୍ଭେ ତାହା ସଙ୍ଗେ ବିରୋଧ କଲ।”
\s5
\v 9 ସେ ଆପଣା ପିତା ଓ ଆପଣା ମାତା ବିଷୟରେ କହିଲା, “ଆମ୍ଭେ ସେମାନଙ୍କୁ ଦେଖି ନାହୁଁ; ଅବା ସେ ଆପଣା ଭାଇମାନଙ୍କୁ ସ୍ୱୀକାର କଲା ନାହିଁ, କିଅବା ସେ ତାହାର ନିଜ ସନ୍ତାନମାନଙ୍କୁ ଚିହ୍ନିଲା ନାହିଁ। ସେମାନେ ତୁମ୍ଭର ବାକ୍ୟ ମାନିଅଛନ୍ତି ଓ ତୁମ୍ଭର ନିୟମ ରକ୍ଷା କରନ୍ତି।”
\s5
\v 10 ସେମାନେ ଯାକୁବକୁ ତୁମ୍ଭର ଶାସନ ଓ ଇସ୍ରାଏଲକୁ ତୁମ୍ଭର ବ୍ୟବସ୍ଥା ଶିକ୍ଷା ଦେବେ। ସେମାନେ ତୁମ୍ଭ ସମ୍ମୁଖରେ ଧୂପ ଓ ତୁମ୍ଭ ବେଦି ଉପରେ ହୋମବଳି ରଖିବେ।
\s5
\v 11 ହେ ସଦାପ୍ରଭୁ, ତାହାର ସମ୍ପତ୍ତିକୁ ଆଶୀର୍ବାଦ କର ଓ ତାହା ହସ୍ତର କର୍ମ ଗ୍ରହଣ କର; ଯେଉଁମାନେ ତାହା ବିରୁଦ୍ଧରେ ଉଠନ୍ତି ଓ ଯେଉଁମାନେ ତାହାକୁ ଘୃଣା କରନ୍ତି, ସେମାନଙ୍କ କଟିଦେଶ ଭାଙ୍ଗି ପକାଅ, ଯେପରି ସେମାନେ ପୁନର୍ବାର ଉଠି ନ ପାରିବେ।
\s5
\v 12 ସେ ବିନ୍ୟାମୀନ୍ ବିଷୟରେ କହିଲେ, “ସଦାପ୍ରଭୁଙ୍କ ପ୍ରିୟ ଲୋକ ତାହାଙ୍କ ନିକଟରେ ନିର୍ଭୟରେ ବାସ କରିବ; ସେ ସାରାଦିନ ତାହାକୁ ଆବୋରି ରଖନ୍ତି ଓ ସେ ତାହାର ସ୍କନ୍ଧଦ୍ୱୟ ମଧ୍ୟରେ ବାସ କରନ୍ତି।”
\s5
\v 13 ଆଉ ସେ ଯୋଷେଫ ବିଷୟରେ କହିଲେ, “ସଦାପ୍ରଭୁଙ୍କ ଦ୍ୱାରା ତାହାର ଦେଶ ଆଶୀର୍ବାଦ ପ୍ରାପ୍ତ ହେଉ; ଆକାଶର ଉତ୍ତମ ଦ୍ରବ୍ୟରେ, ଶିଶିରରେ ଓ ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରେ,
\s5
\v 14 ପୁଣି, ସୂର୍ଯ୍ୟର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ ଓ ଚନ୍ଦ୍ରର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ,
\v 15 ପୁରାତନ ପର୍ବତମାନର ଉତ୍ତମ ଦ୍ରବ୍ୟରେ ଓ ନିତ୍ୟସ୍ଥାୟୀ ଗିରିଗଣର ଉତ୍ତମ ଦ୍ରବ୍ୟରେ,
\s5
\v 16 ଆଉ ପୃଥିବୀର ଓ ତତ୍‍ପୂରକ ବସ୍ତୁର ଉତ୍ତମ ଦ୍ରବ୍ୟରେ ଓ ଯେ ବୁଦାରେ ବାସ କଲେ, ତାହାଙ୍କ ଅନୁଗ୍ରହରେ (ତାହାର ଦେଶ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେଉ) ଯୋଷେଫର ମସ୍ତକରେ ଆଶୀର୍ବାଦ ବର୍ତ୍ତୁ, ଯେ ଆପଣା ଭ୍ରାତୃଗଣ ନିକଟରୁ ପୃଥକ୍ ହୋଇଥିଲା, ତାହାର ମସ୍ତକାଗ୍ରରେ ଆଶୀର୍ବାଦ ବର୍ତ୍ତୁ।
\s5
\v 17 ତାହାର ବୃଷଭର ପ୍ରଥମଜାତ ତାହାର ମହିମା ସ୍ୱରୂପ, ପୁଣି ତାହାର ଶୃଙ୍ଗ ଅରଣା ଷଣ୍ଢର ଶୃଙ୍ଗ ତୁଲ୍ୟ ତଦ୍ଦ୍ୱାରା ସେ ସବୁ ଗୋଷ୍ଠୀକି, ପୃଥିବୀର ସୀମାସ୍ଥିତ ସମସ୍ତଙ୍କୁ ଭୁସି ପକାଇବ। ସେ ଶୃଙ୍ଗ ଇଫ୍ରୟିମର ଅୟୁତ ଲୋକ ଓ ସେ ଶୃଙ୍ଗ ମନଃଶିର ସହସ୍ର ସହସ୍ର ଲୋକ।
\s5
\v 18 ସବୂଲୂନ ବିଷୟରେ ସେ କହିଲେ, “ହେ ସବୂଲୂନ, ତୁମ୍ଭେ ଆପଣା ଯାତ୍ରାରେ ଓ ହେ ଇଷାଖର, ତୁମ୍ଭେ ଆପଣା ତମ୍ବୁରେ ଆନନ୍ଦ କର;
\v 19 ସେମାନେ ଲୋକମାନଙ୍କୁ ପର୍ବତକୁ ନିମନ୍ତ୍ରଣ କରିବେ; ସେଠାରେ ସେମାନେ ଧର୍ମବଳି ଉତ୍ସର୍ଗ କରିବେ; କାରଣ ସେମାନେ ସମୁଦ୍ରର ବହୁଳ ପଦାର୍ଥ ଓ ବାଲୁକାର ଗୁପ୍ତ ଧନ ଭୋଗ କରିବେ।”
\s5
\v 20 ପୁଣି, ଗାଦ୍‍ ବିଷୟରେ ସେ କହିଲେ, “ଯେ ଗାଦ୍‍କୁ ବିସ୍ତାର କରନ୍ତି, ସେ ଧନ୍ୟ; ସେ ସିଂହ ପରି ବାସ କରେ, ପୁଣି, ସେ ବାହୁ, ମସ୍ତକର ତାଳୁ ସୁଦ୍ଧା ବିଦୀର୍ଣ୍ଣ କରେ।”
\s5
\v 21 ସେ ଆପଣା ପାଇଁ ପ୍ରଥମ ଅଂଶ ନିରୀକ୍ଷଣ କଲା; କାରଣ ସେଠାରେ ବ୍ୟବସ୍ଥାପକର (ଦତ୍ତ) ଅଂଶ ରକ୍ଷିତ ଥିଲା; ମାତ୍ର ସେ ଲୋକମାନଙ୍କ ପ୍ରଧାନବର୍ଗ ସହିତ ଆସିଲା; ସେ ସଦାପ୍ରଭୁଙ୍କ ନ୍ୟାୟକର୍ମ ଓ ଇସ୍ରାଏଲ ସହିତ ତାହାଙ୍କର ଶାସନ ସିଦ୍ଧ କଲା।
\s5
\v 22 ପୁଣି, ସେ ଦାନ୍ ବିଷୟରେ କହିଲେ, “ଦାନ୍ ସିଂହଛୁଆ ସେ ବାଶନରୁ କୁଦା ମାରେ।”
\s5
\v 23 ପୁଣି, ସେ ନପ୍ତାଲି ବିଷୟରେ କହିଲେ, “ହେ ନପ୍ତାଲି, ତୁମ୍ଭେ ଅନୁଗ୍ରହରେ ତୃପ୍ତ ଓ ସଦାପ୍ରଭୁଙ୍କ ଆଶୀର୍ବାଦରେ ପରିପୂର୍ଣ୍ଣ; ତୁମ୍ଭେ ପଶ୍ଚିମ ଓ ଦକ୍ଷିଣ ଦିଗ ଅଧିକାର କର।”
\s5
\v 24 ପୁଣି, ସେ ଆଶେର ବିଷୟରେ କହିଲେ, “ଆଶେର ସନ୍ତାନସନ୍ତତିରେ ଆଶୀର୍ବାଦ ପ୍ରାପ୍ତ ହେଉ; ସେ ଆପଣା ଭ୍ରାତୃଗଣ ନିକଟରେ ଗ୍ରାହ୍ୟ ହେଉ ଓ ସେ ଆପଣା ଚରଣ ତୈଳରେ ବୁଡ଼ାଉ।”
\v 25 ତୁମ୍ଭର ଅର୍ଗଳ ଲୌହ ଓ ପିତ୍ତଳମୟ ହେବ; ପୁଣି, ଯେପରି ତୁମ୍ଭର ଦିନ, ସେପରି ତୁମ୍ଭର ବଳ ହେବ।”
\s5
\v 26 ହେ ଯିଶୁରୁଣ, ପରମେଶ୍ୱରଙ୍କ ତୁଲ୍ୟ କେହି ନାହିଁ, ସେ ତୁମ୍ଭ ଉପକାରାର୍ଥେ ଆକାଶମଣ୍ଡଳରେ ଓ ନିଜ ଗୌରବରେ ଗଗନମଣ୍ଡଳରେ ଆରୋହଣ କରି ଗମନ କରନ୍ତି।
\s5
\v 27 ଅନାଦି ପରମେଶ୍ୱର ତୁମ୍ଭର ବାସସ୍ଥାନ ଓ ତଳେ ତାହାଙ୍କର ଅନନ୍ତକାଳସ୍ଥାୟୀ ବାହୁ ଅଛି; ପୁଣି ସେ ତୁମ୍ଭ ସମ୍ମୁଖରୁ ଶତ୍ରୁମାନଙ୍କୁ ତଡ଼ି ଦେଲେ, ଆଉ ବିନାଶ କର ବୋଲି କହିଲେ।
\s5
\v 28 “ତହିଁରେ ଇସ୍ରାଏଲ ନିର୍ଭୟରେ ବାସ କଲା, ଯାକୁବର ନିର୍ଝର ଏକାକୀ ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶରେ ବାସ କଲା ହଁ, ତାହାର ଆକାଶରୁ ମଧ୍ୟ ଶିଶିର କ୍ଷରେ।
\s5
\v 29 ହେ ଇସ୍ରାଏଲ, ତୁମ୍ଭେ ଧନ୍ୟ ଅଟ; ତୁମ୍ଭ ତୁଲ୍ୟ କିଏ ଅଛି ? ତୁମ୍ଭେ ସଦାପ୍ରଭୁଙ୍କ ଦ୍ୱାରା ଉଦ୍ଧାରପ୍ରାପ୍ତ ଲୋକ, ସେ ତୁମ୍ଭର ଉପକାର ରୂପ ଢାଲ ଓ ସେ ତୁମ୍ଭର ମାହାତ୍ମ୍ୟ ରୂପ ଖଡ୍ଗ ! ଏଣୁ ତୁମ୍ଭର ଶତ୍ରୁମାନେ ଆପେ ତୁମ୍ଭର ବଶୀଭୂତ ହେବେ; ପୁଣି ତୁମ୍ଭେ ସେମାନଙ୍କ ଉଚ୍ଚସ୍ଥଳୀମାନ ଦଳନ କରିବ।”
\s5
\c 34
\s ମୋଶାଙ୍କ ମୃତ୍ୟୁୁ
\p
\v 1 ଏଥିଉତ୍ତାରେ ମୋଶା ମୋୟାବ ପଦାରୁ ନବୋ ପର୍ବତକୁ, ଅର୍ଥାତ୍‍, ଯିରୀହୋ ସମ୍ମୁଖସ୍ଥିତ ପିସ୍‍ଗା ଶୃଙ୍ଗ ଆରୋହଣ କଲେ। ତହିଁରେ ସଦାପ୍ରଭୁ ଗିଲୀୟଦଠାରୁ ଦାନ୍ ପର୍ଯ୍ୟନ୍ତ ସବୁ ଦେଶ;
\v 2 ପୁଣି, ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ନପ୍ତାଲି ଓ ଇଫ୍ରୟିମ ଓ ମନଃଶି ଓ ଯିହୁଦାର ସମସ୍ତ ଦେଶ;
\v 3 ଆଉ ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର-ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ।
\s5
\v 4 ପୁଣି, ସଦାପ୍ରଭୁ ତାଙ୍କୁ କହିଲେ, “ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି ଯେଉଁ ଦେଶ ବିଷୟରେ ଅବ୍ରହାମ, ଇସ୍‍ହାକ ଓ ଯାକୁବଙ୍କ ନିକଟରେ ଶପଥ କରି କହିଥିଲୁ, ସେହି ଦେଶ ଏହି; ଆମ୍ଭେ ତାହା ତୁମ୍ଭକୁ ସ୍ୱଚକ୍ଷୁରେ ଦେଖାଇଲୁ, ମାତ୍ର ତୁମ୍ଭେ ପାର ହୋଇ ସେଠାକୁ ଯିବ ନାହିଁ।”
\v 5 ତହୁଁ ସଦାପ୍ରଭୁଙ୍କ ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ।
\v 6 ପୁଣି, ସେ ମୋୟାବ ଦେଶରେ ବେଥ୍-ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ତାଙ୍କୁ କବର ଦେଲେ; ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କର କବରସ୍ଥାନ କେହି ଜାଣେ ନାହିଁ।
\s5
\v 7 ମରଣ କାଳରେ ମୋଶାଙ୍କୁ ଏକ ଶହ କୋଡ଼ିଏ ବର୍ଷ ବୟସ ହୋଇଥିଲା; ତାଙ୍କର ଚକ୍ଷୁ ଧନ୍ଦଳା ହୋଇ ନ ଥିଲା କିଅବା ତାଙ୍କର ସ୍ୱାଭାବିକ ବଳ ହ୍ରାସ ପାଇ ନ ଥିଲା।
\v 8 ଏଉତ୍ତାରେ ଇସ୍ରାଏଲ ସନ୍ତାନଗଣ ମୋୟାବ ପଦାରେ ତିରିଶ ଦିନ ରୋଦନ କଲେ; ଏଥିରେ ମୋଶାଙ୍କ ହେତୁ ଶୋକରେ ସେମାନଙ୍କ ରୋଦନର ଦିନ ସମ୍ପୂର୍ଣ୍ଣ ହେଲା।
\s5
\v 9 ମୋଶା ନୂନର ପୁତ୍ର ଯିହୋଶୂୟଙ୍କର ମସ୍ତକରେ ହସ୍ତାର୍ପଣ କରିଥିବାରୁ ସେ ଜ୍ଞାନଦାୟକ ଆତ୍ମାରେ ପରିପୂର୍ଣ୍ଣ ଥିଲେ; ପୁଣି ଇସ୍ରାଏଲ ସନ୍ତାନଗଣ ତାଙ୍କର କଥା ଶୁଣି ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କରିବାକୁ ଲାଗିଲେ।
\s5
\v 10 ମାତ୍ର ସଦାପ୍ରଭୁ ଯାହା ସଙ୍ଗେ ମୁଖାମୁଖି ଆଳାପ କରିଥିଲେ
\v 11 ଓ ଯାହାଙ୍କୁ ସଦାପ୍ରଭୁ ମିସର ଦେଶରେ ଫାରୋ ପ୍ରତି ଓ ତାଙ୍କର ସମସ୍ତ ଦାସ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯାହା କରିବା ପାଇଁ ପଠାଇଥିଲେ, ସେହିସବୁ ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମ ବିଷୟରେ,
\v 12 ପୁଣି, ମୋଶା ସମସ୍ତ ବାହୁବଳ ଏବଂ ଯେଉଁ ସବୁ ଭୟାନକ କର୍ମ ସମଗ୍ର ଇସ୍ରାଏଲ ଦୃଷ୍ଟିରେ କରିଥିଲେ, ସେହି ସବୁ ତୁଳନାରେ ମୋଶାଙ୍କ ସଦୃଶ ଆଉ କୌଣସି ଭବିଷ୍ୟଦ୍‍ବକ୍ତା ସେହି ଦିନଠାରୁ ଇସ୍ରାଏଲ ମଧ୍ୟରେ ଉତ୍ପନ୍ନ ହୋଇ ନାହାନ୍ତି।