diff --git a/19-PSA.usfm b/19-PSA.usfm new file mode 100644 index 0000000..e2c355e --- /dev/null +++ b/19-PSA.usfm @@ -0,0 +1,10987 @@ +\id PSA +\ide UTF-8 +\sts - Odia Old Version Revision +\rem Copyright Information: Creative Commons Attribution- ShareAlike 4.0 License +\h ଗୀତସଂହିତା +\toc1 ଗୀତସଂହିତା +\toc2 ଗୀତସଂହିତା +\toc3 psa +\mt1 ଗୀତସଂହିତା + + +\s5 +\c 1 +\ms ପ୍ରଥମ ଖଣ୍ଡ +\mr ୧:୧ - ୪୧:୧୩ +\s ସଫଳତାର ପଥ +\p +\q +\v 1 ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, +\q ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, +\q କିଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, +\q +\v 2 ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ +\q ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ । +\q +\s5 +\v 3 ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, +\q ଯେ ସ୍ୱସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ +\q ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ; +\q ପୁଣି, ସେ ଯାହା କରେ, ତାହା ସଫଳ ହେବ । +\q +\s5 +\v 4 ଦୁଷ୍ଟମାନେ ସେପ୍ରକାର ନୁହନ୍ତି; +\q ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷ ତୁଲ୍ୟ ଅଟନ୍ତି । +\q +\v 5 ଏହେତୁ ଦୁଷ୍ଟମାନେ ବିଚାର-ସ୍ଥାନରେ, ଅବା +\q ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ । +\q +\s5 +\v 6 କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି; ମାତ୍ର +\q ଦୁଷ୍ଟମାନଙ୍କ ପଥ ବିନଷ୍ଟ ହେବ । + +\s5 +\c 2 +\s ସଦାପ୍ରଭୁଙ୍କ ମନୋନୀତ ରାଜା +\q +\v 1 ଗୋଷ୍ଠୀୟମାନେ କାହିଁକି କଳହ କରନ୍ତି; +\q ଜନବୃନ୍ଦ କାହିଁକି ଅନର୍ଥକ ବିଷୟ ଭାଳନ୍ତି ? +\q +\v 2 ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ +\q ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନକର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି, +\q +\v 3 ଆସ, ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ +\q ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରି ଦେଉ । +\q +\s5 +\v 4 ଯେ ସ୍ୱର୍ଗରେ ଉପବିଷ୍ଟ, ସେ ହସିବେ; ପ୍ରଭୁ ସେମାନଙ୍କୁ +\q ପରିହାସ କରିବେ । +\q +\v 5 ତହୁଁ ସେ ଆପଣା କୋପରେ ସେମାନଙ୍କୁ କଥା କହିବେ +\q ଓ ଆପଣା ମହାକୋପରେ ସେମାନଙ୍କୁ ବ୍ୟାକୁଳ କରିବେ; +\q +\s5 +\v 6 ମାତ୍ର ମୁଁ ଆପଣା ରାଜାଙ୍କୁ ଆପଣା ପବିତ୍ର ପର୍ବତ +\q ସିୟୋନରେ ସ୍ଥାପନ କରିଅଛି । +\q +\v 7 ମୁଁ ସେହି ବିଧାନ ପ୍ରଚାର କରିବି; +\q ସଦାପ୍ରଭୁ ମୋତେ କହିଲେ, "ତୁମ୍ଭେ ଆମ୍ଭର ପୁତ୍ର; +\q ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ । +\q +\s5 +\v 8 ଆମ୍ଭ ନିକଟରେ ମାଗ, ତେବେ ଆମ୍ଭେ ତୁମ୍ଭର +\q ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର +\q ନିମନ୍ତେ ପୃଥିବୀର ପ୍ରାନ୍ତଭାଗସବୁ ତୁମ୍ଭକୁ ଦେବା । +\q +\v 9 ତୁମ୍ଭେ ଲୌହଦଣ୍ଡରେ ସେମାନଙ୍କୁ ଭାଙ୍ଗିବ; +\q ତୁମ୍ଭେ କୁମ୍ଭକାରର ପାତ୍ର ପରି ସେମାନଙ୍କୁ ଚୂର୍ଣ୍ଣ କରିବ ।" +\q +\s5 +\v 10 ଏହି କାରଣରୁ, ହେ ରାଜଗଣ, ତୁମ୍ଭେମାନେ ଏବେ ଜ୍ଞାନବାନ +\q ହୁଅ, ହେ ପୃଥିବୀର ବିଚାରକର୍ତ୍ତୃଗଣ, ତୁମ୍ଭେମାନେ ଶିକ୍ଷା ଗ୍ରହଣ କର । +\q +\v 11 ଭୟରେ ସଦାପ୍ରଭୁଙ୍କର ସେବା କର ଓ କମ୍ପିତ ହୋଇ ଉଲ୍ଲାସ କର । +\q +\s5 +\v 12 ପୁତ୍ରଙ୍କୁ ଚୁମ୍ବନ କର, ନୋହିଲେ ସେ କ୍ରୁଦ୍ଧ ହେବେ ଓ ତୁମ୍ଭେମାନେ ପଥରେ ବିନଷ୍ଟ ହେବ, +\q କାରଣ ଶୀଘ୍ର ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେବ । ଯେଉଁମାନେ ତାହାଙ୍କର ଶରଣ ନିଅନ୍ତି, ସେ ସମସ୍ତେ ଧନ୍ୟ । + +\s5 +\c 3 +\s ପ୍ରଭାତକାଳୀନ ପ୍ରାର୍ଥନା +\d ଦାଉଦଙ୍କର ଆପଣା ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ । +\b +\q +\v 1 ହେ ସଦାପ୍ରଭୁ, ମୋହର ବିପକ୍ଷମାନେ କିପରି +\q ବଢ଼ିଅଛନ୍ତି । +\q ମୋ' ବିରୁଦ୍ଧରେ ଉତ୍‍ଥିତ ଲୋକ ଅନେକ । +\q +\v 2 ଅନେକେ ମୋ' ପ୍ରାଣ ବିଷୟରେ କହନ୍ତି, "ପରମେଶ୍ୱରଙ୍କ +\q ନିକଟରେ ତାହା ପାଇଁ ପରିତ୍ରାଣ ନାହିଁ ।" +\q [ସେଲା] +\q +\s5 +\v 3 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ' ଚତୁର୍ଦ୍ଦିଗରେ +\q ଢାଲ ସ୍ୱରୂପ; +\q ମୋହର ଗୌରବ ଓ ମୋ' ମସ୍ତକ ଉଠାଇବା କର୍ତ୍ତା ଅଟ । +\q +\v 4 ମୁଁ ଆପଣା ରବରେ ସଦାପ୍ରଭୁଙ୍କୁ ଡାକେ, ପୁଣି, ସେ +\q ଆପଣା ପବିତ୍ର ପର୍ବତରୁ ମୋତେ ଉତ୍ତର ଦିଅନ୍ତି । +\q [ସେଲା] +\q +\s5 +\v 5 ମୁଁ ଶୟନ କରି ନିଦ୍ରାଗତ ହେଲି; ମୁଁ ଜାଗ୍ରତ ହେଲି; +\q କାରଣ ସଦାପ୍ରଭୁ ମୋତେ ରକ୍ଷା କରନ୍ତି । +\q +\v 6 ମୁଁ ଆପଣା ପ୍ରତିକୂଳରେ ପରିବେଷ୍ଟିତ ଅୟୁତ ଅୟୁତ +\q ଲୋକଙ୍କୁ ଭୟ କରିବି ନାହିଁ । +\q +\s5 +\v 7 ହେ ସଦାପ୍ରଭୁ, ଉଠ; ହେ ମୋହର ପରମେଶ୍ୱର, +\q ମୋତେ ପରିତ୍ରାଣ କର । +\q କାରଣ ତୁମ୍ଭେ ମୋହର ଶତ୍ରୁ ସମସ୍ତଙ୍କ କଳହାଡ଼ରେ +\q ଆଘାତ କରିଅଛ; +\q ତୁମ୍ଭେ ଦୁଷ୍ଟମାନଙ୍କ ଦନ୍ତ ଭାଙ୍ଗି ପକାଇଅଛ । +\q +\v 8 ପରିତ୍ରାଣ ସଦାପ୍ରଭୁଙ୍କର ଅଧିକାର; +\q ତୁମ୍ଭ ଲୋକମାନଙ୍କ ଉପରେ ତୁମ୍ଭର ଆଶୀର୍ବାଦ ବର୍ତ୍ତୁ । +\q [ସେଲା] + +\s5 +\c 4 +\s ସାହାଯ୍ୟାର୍ଥେ ସନ୍ଧ୍ୟାକାଳୀନ ପ୍ରାର୍ଥନା +\d ତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । +\b +\q +\v 1 ହେ ମୋହର ଧର୍ମ ସ୍ୱରୂପ ପରମେଶ୍ୱର, ମୁଁ ଡାକିଲେ +\q ମୋତେ ଉତ୍ତର ଦିଅ; +\q ସଙ୍କଟରେ ଥିବା ସମୟରେ ତୁମ୍ଭେ ମୋତେ ପ୍ରଶସ୍ତ ସ୍ଥାନ +\q ଦେଇଅଛ; +\q ମୋତେ ଦୟା କର ଓ ମୋହର ପ୍ରାର୍ଥନା ଶୁଣ । +\q +\s5 +\v 2 ହେ ମନୁଷ୍ୟସନ୍ତାନଗଣ, କେତେ କାଳ ମୋହର +\q ଗୌରବ ଅପମାନରେ ପରିଣତ ହେବ ? କେତେ କାଳ +\q ତୁମ୍ଭେମାନେ ଅସାରତାକୁ ସ୍ନେହ କରିବ ଓ ମିଥ୍ୟାର ଅନ୍ୱେଷଣ +\q କରିବ ? +\q [ସେଲା] +\q +\v 3 ମାତ୍ର ସଦାପ୍ରଭୁ ଆପଣା ପାଇଁ ସଦ୍‍ଭକ୍ତ ଲୋକକୁ +\q ପୃଥକ୍‍ କରି ରଖିଅଛନ୍ତି, ଏହା ଜ୍ଞାତ ହୁଅ; +\q ମୁଁ ସଦାପ୍ରଭୁଙ୍କୁ ଡାକିଲେ, ସେ ଶୁଣିବେ । +\q +\s5 +\v 4 ଭୀତ ହୁଅ ଓ ପାପ କର ନାହିଁ; +\q ତୁମ୍ଭେମାନେ ଶଯ୍ୟା ଉପରେ ମନେ ମନେ କଥା କହି +\q ନୀରବ ହୁଅ । +\q [ସେଲା] +\q +\v 5 ଧର୍ମବଳି ଉତ୍ସର୍ଗ କର ଓ ସଦାପ୍ରଭୁଙ୍କଠାରେ ବିଶ୍ୱାସ +\q କର । +\q +\s5 +\v 6 ଅନେକେ କହନ୍ତି, "କିଏ ଆମ୍ଭମାନଙ୍କୁ ମଙ୍ଗଳ +\q ଦେଖାଇବ ?" +\q ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଆପଣା ମୁଖର ତେଜ +\q ପ୍ରକାଶ କର । +\q +\v 7 ତୁମ୍ଭେ ମୋ' ଅନ୍ତଃକରଣରେ ଆନନ୍ଦ ଦେଇଅଛ, +\q ତାହା ସେମାନଙ୍କ ଶସ୍ୟ ଓ ଦ୍ରାକ୍ଷାରସ ବୃଦ୍ଧିକାଳର ଆନନ୍ଦ +\q ଅପେକ୍ଷା ଅଧିକ । +\q +\v 8 ମୁଁ ଶାନ୍ତିରେ ଶୟନ କରିବି ଓ ନିଦ୍ରା ଯିବି; କାରଣ +\q ହେ ସଦାପ୍ରଭୁ, କେବଳ ତୁମ୍ଭେ ମୋତେ ନିରାପଦରେ +\q ବାସ କରାଉଅଛ । + +\s5 +\c 5 +\s ନିରାପତ୍ତା ପାଇଁ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ବଂଶୀ ଯନ୍ତ୍ରରେ ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ମୋ' ବାକ୍ୟରେ କର୍ଣ୍ଣ ଦିଅ, +\q ମୋହର କାକୂକ୍ତି ବିବେଚନା କର । +\q +\v 2 ହେ ମୋହର ରାଜନ୍‍, ହେ ମୋହର ପରମେଶ୍ୱର, +\q ମୋହର ଆର୍ତ୍ତରବରେ ମନୋଯୋଗ କର, +\q କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ । +\q +\v 3 ହେ ସଦାପ୍ରଭୁ, ତୁମ୍ଭେ ପ୍ରାତଃକାଳରେ ମୋହର ରବ ଶୁଣିବ; +\q ମୁଁ ପ୍ରାତଃକାଳରେ ତୁମ୍ଭ ନିକଟରେ ଆପଣା ପ୍ରାର୍ଥନା ସଜାଇବି ଓ ଜଗି ରହିବି । +\q +\s5 +\v 4 କାରଣ ତୁମ୍ଭେ ଦୁଷ୍ଟତାରେ ସନ୍ତୁଷ୍ଟ ପରମେଶ୍ୱର ନୁହଁ; +\q ମନ୍ଦ ତୁମ୍ଭ ସଙ୍ଗେ ପ୍ରବାସ କରିବ ନାହିଁ । +\q +\v 5 ଅହଂକାରୀ ତୁମ୍ଭ ସାକ୍ଷାତରେ ଠିଆ ହେବ ନାହିଁ; +\q ତୁମ୍ଭେ ସମସ୍ତ ଅଧର୍ମାଚାରୀଙ୍କୁ ଘୃଣା କରୁଅଛ । +\q +\v 6 ତୁମ୍ଭେ ମିଥ୍ୟାବାଦୀମାନଙ୍କୁ ବିନାଶ କରିବ; +\q ସଦାପ୍ରଭୁ ହତ୍ୟାକାରୀ ଓ ପ୍ରବଞ୍ଚକ ଲୋକକୁ ଘୃଣା କରନ୍ତି । +\q +\s5 +\v 7 ମାତ୍ର ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର ବାହୁଲ୍ୟରେ, ତୁମ୍ଭ ଗୃହକୁ ଆସିବି; +\q ମୁଁ ତୁମ୍ଭ ଭୟରେ ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ପ୍ରଣାମ କରିବି । +\q +\v 8 ହେ ସଦାପ୍ରଭୁ, ମୋ' ଶତ୍ରୁଗଣ ସକାଶୁ ତୁମ୍ଭେ +\q ଆପଣା ଧର୍ମଗୁଣରେ ମୋତେ ପଥ କଢ଼ାଇ ନିଅ; +\q ମୋ' ସମ୍ମୁଖରେ ତୁମ୍ଭର ପଥ ସରଳ କର । +\q +\s5 +\v 9 କାରଣ ସେମାନଙ୍କ ମୁଖରେ କିଛି ବିଶ୍ୱସ୍ତତା ନାହିଁ; +\q ସେମାନଙ୍କ ଅନ୍ତଃକରଣ ଦୁଷ୍ଟତାମୟ; +\q ସେମାନଙ୍କ ଗଳାର ନଳୀ ଅନାବୃତ କବର ସ୍ୱରୂପ; +\q ସେମାନେ ଜିହ୍ୱାରେ ଚାଟୁବାଦ କରନ୍ତି । +\q +\v 10 ହେ ପରମେଶ୍ୱର, ସେମାନଙ୍କୁ ଦୋଷୀ କର; +\q ସେମାନେ ଆପଣାମାନଙ୍କ ମନ୍ତ୍ରଣା ଦ୍ୱାରା ପତିତ ହେଉନ୍ତୁ; +\q ସେମାନଙ୍କ ଅପରାଧର ବାହୁଲ୍ୟରେ ସେମାନଙ୍କୁ ତଡ଼ି ଦିଅ; +\q କାରଣ ସେମାନେ ତୁମ୍ଭ ପ୍ରତିକୂଳରେ ବିଦ୍ରୋହ କରିଅଛନ୍ତି । +\q +\s5 +\v 11 ମାତ୍ର ତୁମ୍ଭର ଶରଣାଗତ ଲୋକ ସମସ୍ତେ ଆନନ୍ଦ କରନ୍ତୁ; +\q ସେମାନେ ଆନନ୍ଦ ସକାଶୁ ସର୍ବଦା ଜୟଧ୍ୱନି କରନ୍ତୁ; କାରଣ ତୁମ୍ଭେ ସେମାନଙ୍କୁ ରକ୍ଷା କରୁଅଛ; +\q ଆହୁରି, ଯେଉଁମାନେ ତୁମ୍ଭ ନାମକୁ ପ୍ରେମ କରନ୍ତି, ସେମାନେ ତୁମ୍ଭଠାରେ ଉଲ୍ଲସିତ ହେଉନ୍ତୁ । +\q +\v 12 ଯେଣୁ ତୁମ୍ଭେ ଧାର୍ମିକକୁ ଆଶୀର୍ବାଦ କରିବ; ହେ ସଦାପ୍ରଭୁ, +\q ତୁମ୍ଭେ ତାହାକୁ ଢାଲ ପରି ଅନୁଗ୍ରହରେ ବେଷ୍ଟନ କରିବ । + +\s5 +\c 6 +\s ସଙ୍କଟ ସମୟରେ ସହାୟତା ପାଇଁ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ, ତାରଯୁକ୍ତ ଯନ୍ତ୍ରରେ ଶିମିନୀତ୍‍ ସ୍ୱରରେ ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ତୁମ୍ଭ କ୍ରୋଧରେ ମୋତେ ଅନୁଯୋଗ କର ନାହିଁ, +\q କିଅବା ତୁମ୍ଭ ପ୍ରଚଣ୍ଡ ବିରକ୍ତିରେ ମୋତେ ଶାସନ କର ନାହିଁ । +\q +\v 2 ହେ ସଦାପ୍ରଭୁ, ମୋତେ ଦୟା କର; କାରଣ ମୁଁ ଶୁଷ୍କ ହୋଇ ଯାଇଅଛି; +\q ହେ ସଦାପ୍ରଭୁ, ମୋତେ ସୁସ୍ଥ କର; କାରଣ ମୋ'ର ଅସ୍ଥିସବୁ ବ୍ୟାକୁଳ ହେଉଅଛି । +\q +\s5 +\v 3 ମୋହର ପ୍ରାଣ ମଧ୍ୟ ଅତ୍ୟନ୍ତ ବ୍ୟାକୁଳ ହେଉଅଛି; +\q ପୁଣି, ତୁମ୍ଭେ, ହେ ସଦାପ୍ରଭୁ, ଆଉ କେତେ କାଳ ? +\q +\v 4 ହେ ସଦାପ୍ରଭୁ, ଫେର, ମୋ' ପ୍ରାଣକୁ ଉଦ୍ଧାର କର; +\q ଆପଣା ସ୍ନେହପୂର୍ଣ୍ଣ କରୁଣା ସକାଶୁ ମୋତେ ପରିତ୍ରାଣ କର । +\q +\v 5 କାରଣ ମରଣାବସ୍ଥାରେ ତୁମ୍ଭ ବିଷୟକ କୌଣସି ସ୍ମରଣ ନ ଥାଏ; +\q ପାତାଳରେ କିଏ ତୁମ୍ଭକୁ ଧନ୍ୟବାଦ ଦେବ ? +\q +\s5 +\v 6 ମୁଁ ଆପଣା କାତରୋକ୍ତିରେ କ୍ଳାନ୍ତ ହୋଇଅଛି; +\q ପ୍ରତି ରାତ୍ରି ମୁଁ ଆପଣା ଶଯ୍ୟା ଭସାଏ, +\q ମୁଁ ଲୋତକରେ ଆପଣା ବିଛଣା ତିନ୍ତାଏ । +\q +\v 7 ଦୁଃଖ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ; +\q ମୋହର ସକଳ ବିପକ୍ଷଙ୍କ ସକାଶୁ ତାହା ଜୀର୍ଣ୍ଣ ହୋଇଯାଏ । +\q +\s5 +\v 8 ହେ ଅଧର୍ମାଚାରୀ ସମସ୍ତେ, ମୋହର ନିକଟରୁ ଦୂର ହୁଅ; +\q କାରଣ ସଦାପ୍ରଭୁ ମୋ' ରୋଦନର ରବ ଶୁଣିଅଛନ୍ତି । +\q +\v 9 ସଦାପ୍ରଭୁ ମୋହର ନିବେଦନ ଶୁଣିଅଛନ୍ତି; +\q ସଦାପ୍ରଭୁ ମୋହର ପ୍ରାର୍ଥନା ଗ୍ରହଣ କରିବେ । +\q +\v 10 ମୋହର ଶତ୍ରୁ ସମସ୍ତେ ଲଜ୍ଜିତ ଓ ଅତ୍ୟନ୍ତ ବ୍ୟାକୁଳ ହେବେ; +\q ସେମାନେ ଫେରିଯିବେ, ସେମାନେ ହଠାତ୍‍ ଲଜ୍ଜିତ ହେବେ । + +\s5 +\c 7 +\s ନ୍ୟାୟ ପାଇଁ ପ୍ରାର୍ଥନା +\d ଦାଉଦଙ୍କର ଶିଗାୟୋନ, ଏହି ଗୀତ ସେ ବିନ୍ୟାମୀନୀୟ କୂଶର କଥା ବିଷୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିଥିଲେ । +\q +\v 1 ହେ ସଦାପ୍ରଭୁ ମୋ' ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଉଅଛି; +\q ମୋ' ପଛେ ଗୋଡ଼ାଇବା ସମସ୍ତ ଲୋକଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର; +\q +\v 2 ନୋହିଲେ ସେ ସିଂହ ପରି ମୋର ପ୍ରାଣ ବିଦୀର୍ଣ୍ଣ କରି +\q ଖଣ୍ଡ ଖଣ୍ଡ କରିବ, ଉଦ୍ଧାର କରିବାକୁ କେହି ନ ଥିବ । +\q +\s5 +\v 3 ହେ ସଦାପ୍ରଭୁ ମୋହର ପରମେଶ୍ୱର, ଯଦି ମୁଁ +\q ଏହା କରିଥାଏ, ଯଦି ମୋ' ହସ୍ତରେ ଅଧର୍ମ ଥାଏ; +\q +\v 4 ଯଦି ମୁଁ ଆପଣା ସଙ୍ଗେ ମିଳନରେ ଥିବା ଲୋକର ମନ୍ଦ କରିଥାଏ; +\q (ମାତ୍ର ଯେ ଅକାରଣରେ ମୋହର ବିପକ୍ଷ, ମୁଁ ତାହାକୁ ଉଦ୍ଧାର କରିଅଛି;) +\q +\s5 +\v 5 ତେବେ ଶତ୍ରୁ ମୋହର ପ୍ରାଣ ପଛେ ଦୌଡ଼ି ତାହାକୁ ଧରୁ; +\q ଆହୁରି, ସେ ମୋ' ଜୀବନକୁ ଭୂମିରେ ଦଳି ପକାଉ, +\q ପୁଣି, ମୋ' ଗୌରବକୁ ଧୂଳିସାତ୍‍ କରୁ । +\q [ସେଲା] +\q +\s5 +\v 6 ହେ ସଦାପ୍ରଭୁ, ଆପଣା କ୍ରୋଧରେ ଉଠ, +\q ମୋ' ବିପକ୍ଷଗଣର କୋପ ପ୍ରତିକୂଳରେ ଆପଣାକୁ ଉଠାଅ ଓ +\q ମୋ' ପକ୍ଷରେ ଜାଗ୍ରତ ହୁଅ; ତୁମ୍ଭେ ନ୍ୟାୟ ବିଚାର କର । +\q +\v 7 ଗୋଷ୍ଠୀୟମାନଙ୍କ ମଣ୍ଡଳୀ ତୁମ୍ଭଙ୍କୁ ବେଷ୍ଟନ କରନ୍ତୁ; +\q ଆଉ, ତୁମ୍ଭେ ସେମାନଙ୍କ ଉପରେ ଊର୍ଦ୍ଧ୍ୱକୁ ପ୍ରତ୍ୟାଗମନ କର । +\q +\s5 +\v 8 ସଦାପ୍ରଭୁ ଗୋଷ୍ଠୀୟମାନଙ୍କ ପ୍ରତି ବିଚାର ସାଧନ କରନ୍ତି; +\q ହେ ସଦାପ୍ରଭୁ, ମୋହର ଧର୍ମ ଓ ମୋହର ଆନ୍ତରିକ ସରଳତାନୁସାରେ ମୋହର ବିଚାର କର । +\q +\v 9 ଆହା, ଦୁଷ୍ଟମାନଙ୍କର ଦୁଷ୍ଟତାର ଶେଷ ହେଉ, ମାତ୍ର ତୁମ୍ଭେ ଧାର୍ମିକମାନଙ୍କୁ ସଂସ୍ଥାପନ କର; +\q କାରଣ ଧର୍ମମୟ ପରମେଶ୍ୱର ଅନ୍ତଃକରଣ ଓ ମର୍ମର ପରୀକ୍ଷା କରନ୍ତି । +\q +\s5 +\v 10 ପରମେଶ୍ୱରଙ୍କଠାରେ ମୋହର ଢାଲ ଅଛି, +\q ସେ ସରଳମାନଙ୍କୁ ପରିତ୍ରାଣ କରନ୍ତି । +\q +\v 11 ପରମେଶ୍ୱର ଧର୍ମମୟ ବିଚାରକର୍ତ୍ତା, ହଁ, +\q ସେ ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ୱର । +\q +\s5 +\v 12 ଯଦି କୌଣସି ମନୁଷ୍ୟ ନ ଫେରିବ, ତେବେ +\q ସେ ଆପଣା ଖଡ଼୍‍ଗ ଶାଣିତ କରିବେ; +\q ସେ ଆପଣା ଧନୁ ନୁଆଁଇ ପ୍ରସ୍ତୁତ କରିଅଛନ୍ତି । +\q +\v 13 ସେ ମଧ୍ୟ ତାହା ପାଇଁ ମୃତ୍ୟୁର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଅଛନ୍ତି; +\q ସେ ଆପଣା ତୀରସବୁ ଅଗ୍ନିର ତୀର କରିଅଛନ୍ତି । +\q +\s5 +\v 14 ଦେଖ, ସେ ଅଧର୍ମରୂପ ପ୍ରସବ-ବେଦନାରେ ଆକ୍ରାନ୍ତ ହେଉଅଛି; +\q ହଁ, ସେ ଅନିଷ୍ଟ ଗର୍ଭରେ ଧାରଣ କରି ମିଥ୍ୟା ପ୍ରସବ କଲା । +\q +\v 15 ସେ କୂପ ଖୋଳି ଗଭୀର କରିଅଛି, ପୁଣି, +\q ସେ ଆପଣା ଚୋରାଗର୍ତ୍ତରେ ପଡ଼ିଅଛି । +\q +\v 16 ତାହାର ଉପଦ୍ରବ ତାହାର ନିଜ ମସ୍ତକରେ ବର୍ତ୍ତିବ +\q ଓ ତାହାର ଦୌରାତ୍ମ୍ୟ ତାହାର ନିଜ ମୁଣ୍ଡରେ ପଡ଼ିବ । +\q +\s5 +\v 17 ମୁଁ ସଦାପ୍ରଭୁଙ୍କର ଧାର୍ମିକତାନୁସାରେ ତାହାଙ୍କର ଧନ୍ୟବାଦ କରିବି +\q ଓ ସର୍ବୋପରିସ୍ଥ ସଦାପ୍ରଭୁଙ୍କ ନାମରେ ପ୍ରଶଂସା ଗାନ କରିବି । + +\s5 +\c 8 +\s ସଦାପ୍ରଭୁଙ୍କ ମହିମା, ମନୁଷ୍ୟର ମର୍ଯ୍ୟାଦା +\d ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ ! +\q ତୁମ୍ଭେ ଆକାଶମଣ୍ଡଳ ଉପରେ ଆପଣା ଗୌରବ ସ୍ଥାପନ କରିଅଛ । +\q +\v 2 ତୁମ୍ଭେ ଶତ୍ରୁ ଓ ପ୍ରତିହିଂସକକୁ ଦମନ କରିବା ପାଇଁ +\q ଆପଣା ବିପକ୍ଷଗଣ ସକାଶୁ +\q ଶିଶୁ ଓ ଦୁଗ୍‍ଧପୋଷ୍ୟ-ମାନଙ୍କ ମୁଖରୁ ପରାକ୍ରମ ପ୍ରତିପନ୍ନ କରିଅଛ । +\q +\s5 +\v 3 ମୁଁ ତୁମ୍ଭ ଅଙ୍ଗୁଳିକୃତ ତୁମ୍ଭ ଆକାଶମଣ୍ଡଳ, ତୁମ୍ଭର ନିରୂପିତ +\q ଚନ୍ଦ୍ର ଓ ନକ୍ଷତ୍ରଗଣକୁ ବିବେଚନା କଲେ (କହେ,) +\q +\v 4 ମନୁଷ୍ୟ କିଏ ଯେ, ତୁମ୍ଭେ ତାହା ବିଷୟରେ ମନୋଯୋଗୀ ହେଉଅଛ ? +\q ଓ ମନୁଷ୍ୟର ସନ୍ତାନ କିଏ ଯେ, ତୁମ୍ଭେ ତାହାର ତତ୍ତ୍ୱାବଧାନ କରୁଅଛ ? +\q +\v 5 ପୁଣି, ତୁମ୍ଭେ ତାହାକୁ ଦୂତଗଣଙ୍କ ଅପେକ୍ଷା ଅଳ୍ପମାତ୍ର ନ୍ୟୁନ କରିଅଛ, +\q ଆଉ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ତାହାକୁ ଭୂଷିତ କରୁଅଛ । +\q +\s5 +\v 6 ତୁମ୍ଭେ ଆପଣା ହସ୍ତକୃତ ସକଳ କର୍ମ ଉପରେ ତାହାକୁ କର୍ତ୍ତୃତ୍ୱ ଦେଇଅଛ; +\q ତୁମ୍ଭେ ତାହାର ପଦ ତଳେ ସମୁଦାୟ ବିଷୟ ରଖିଅଛ; +\q +\v 7 ଗୋମେଷାଦିସକଳ, ହଁ, ବନ୍ୟ ପଶୁଗଣ; +\q +\v 8 ଆକାଶର ପକ୍ଷୀଗଣ ଓ ସମୁଦ୍ରର ମତ୍ସ୍ୟଗଣ, +\q ସମୁଦ୍ରପଥଗାମୀ ସକଳ ହିଁ ରଖିଅଛ । +\q +\s5 +\v 9 ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରଭୁ, +\q ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ । + +\s5 +\c 9 +\s ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରିବି +\d ପ୍ରଧାନ ବାଦ୍ୟକର ନିମନ୍ତେ, ମୂତ୍‍-ଲବ୍ବନ୍‍ ସ୍ୱରରେ ଦାଉଦଙ୍କର ଗୀତ । +\b +\q +\v 1 ମୁଁ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି; +\q ମୁଁ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରିବି । +\q +\v 2 ମୁଁ ତୁମ୍ଭଠାରେ ଆନନ୍ଦ ଓ ଉଲ୍ଲାସ କରିବି; +\q ହେ ସର୍ବୋପରିସ୍ଥ, ମୁଁ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି । +\q +\s5 +\v 3 ମୋହର ଶତ୍ରୁମାନେ ଫେରିଯିବା ବେଳେ +\q ତୁମ୍ଭ ସାକ୍ଷାତରେ ଝୁଣ୍ଟି ପଡ଼ି ବିନଷ୍ଟ ହୁଅନ୍ତି । +\q +\v 4 କାରଣ ତୁମ୍ଭେ ମୋହର ବିଚାର ଓ ବିବାଦ ନିଷ୍ପନ୍ନ କରିଅଛ; +\q ତୁମ୍ଭେ ସିଂହାସନରେ ବସି ଧର୍ମବିଚାର କରିଅଛ । +\q +\s5 +\v 5 ତୁମ୍ଭେ ଗୋଷ୍ଠୀୟମାନଙ୍କୁ ଅନୁଯୋଗ କରିଅଛ, ତୁମ୍ଭେ +\q ତୁମ୍ଭ ଦୁଷ୍ଟମାନଙ୍କୁ ସଂହାର କରିଅଛ, +\q ତୁମ୍ଭେ ଅନନ୍ତକାଳ ନିମନ୍ତେ ସେମାନଙ୍କ ନାମ ଲିଭାଇ ଦେଇଅଛ । +\q +\v 6 ଶତ୍ରୁମାନେ ଅଦୃଶ୍ୟ ହୋଇଅଛନ୍ତି, +\q ସେମାନେ ସଦାକାଳ ଉଚ୍ଛିନ୍ନ ହୋଇଅଛନ୍ତି; +\q ତୁମ୍ଭେ ନଗରମାନଙ୍କୁ ଉତ୍ପାଟନ କରିଅଛ, ସେମାନଙ୍କର ସ୍ମରଣ ସୁଦ୍ଧା ଲୁପ୍ତ ହୋଇଅଛି । +\q +\s5 +\v 7 ମାତ୍ର ସଦାପ୍ରଭୁ ଅନନ୍ତକାଳ ରାଜା ରୂପେ ଉପବିଷ୍ଟ; +\q ସେ ବିଚାରାର୍ଥେ ଆପଣା ସିଂହାସନ ପ୍ରସ୍ତୁତ କରିଅଛନ୍ତି । +\q +\v 8 ପୁଣି, ସେ ଧର୍ମରେ ଜଗତକୁ ବିଚାର କରିବେ, +\q ସେ ନ୍ୟାୟରେ ଗୋଷ୍ଟୀୟମାନଙ୍କର ବିଚାର ସାଧନ କରିବେ । +\q +\s5 +\v 9 ମଧ୍ୟ ସଦାପ୍ରଭୁ ଉପଦ୍ରବଗ୍ରସ୍ତମାନଙ୍କ ନିମନ୍ତେ ଉଚ୍ଚ ଦୁର୍ଗ ହେବେ । +\q ସଙ୍କଟ ସମୟରେ ଉଚ୍ଚ ଦୁର୍ଗ ହେବେ; +\q +\v 10 ଯେଉଁମାନେ ତୁମ୍ଭ ନାମ ଜାଣନ୍ତି, ସେମାନେ ତୁମ୍ଭଠାରେ ବିଶ୍ୱାସ କରିବେ; +\q କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଅନ୍ୱେଷଣ-କାରୀମାନଙ୍କୁ ପରିତ୍ୟାଗ କରି ନାହଁ । +\q +\s5 +\v 11 ସିୟୋନ-ନିବାସୀ, ସଦାପ୍ରଭୁଙ୍କର ପ୍ରଶଂସା ଗାନ କର; +\q ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସବୁ ପ୍ରଚାର କର । +\q +\v 12 କାରଣ ଯେ ରକ୍ତପାତର ଅନୁସନ୍ଧାନ କରନ୍ତି, ସେ ସେମାନଙ୍କୁ ସ୍ମରଣ କରନ୍ତି; +\q ସେ ଦୁଃଖୀମାନଙ୍କର କ୍ରନ୍ଦନ ଭୁଲନ୍ତି ନାହିଁ । +\q +\s5 +\v 13 ହେ ସଦାପ୍ରଭୁ, ହେ ମୃତ୍ୟୁଦ୍ୱାରରୁ ମୋହର ଉଠାଇବା କର୍ତ୍ତା, +\q ମୋ' ପ୍ରତି ଦୟା କର; ମୁଁ ଘୃଣାକାରୀମାନଙ୍କଠାରୁ ଯେଉଁ କ୍ଳେଶ ଭୋଗ କରେ, ତହିଁ ପ୍ରତି ଦୃଷ୍ଟି କର । +\q +\v 14 ତହିଁରେ ମୁଁ ତୁମ୍ଭର ସକଳ ପ୍ରଶଂସା ପ୍ରକାଶ କରିବି । +\q ସିୟୋନ-କନ୍ୟାର ନଗର-ଦ୍ୱାରରେ +\q ମୁଁ ତୁମ୍ଭ କୃତ ପରିତ୍ରାଣରେ ଉଲ୍ଲାସ କରିବି । +\q +\s5 +\v 15 ଗୋଷ୍ଠୀୟମାନେ ଆପଣାମାନଙ୍କ ଚୋରାଗର୍ତ୍ତରେ ମଗ୍ନ ହୋଇଅଛନ୍ତି; +\q ସେମାନେ ଗୋପନରେ ଯେଉଁ ଜାଲ ପାତିଥିଲେ, ତହିଁରେ ସେମାନଙ୍କ ନିଜ ପାଦ ଧରା ଯାଇଅଛି । +\q +\v 16 ସଦାପ୍ରଭୁ ଆପଣାର ପରିଚୟ ଦେଇଅଛନ୍ତି, ସେ ବିଚାର ସାଧନ କରିଅଛନ୍ତି; +\q ଦୁଷ୍ଟ ନିଜ ହସ୍ତର କର୍ମପାଶରେ ବଦ୍ଧ ହୋଇଅଛି । +\q [ହିଗାୟୋନ୍‍, ସେଲା ] +\q +\s5 +\v 17 ଦୁଷ୍ଟମାନେ ଓ ଯେଉଁ ଗୋଷ୍ଠୀୟମାନେ ପରମେଶ୍ୱରଙ୍କୁ ପାସୋରନ୍ତି, +\q ସେମାନେ ସମସ୍ତେ ପାତାଳକୁ ଚାଲିଯିବେ । +\q +\v 18 କାରଣ ଦୀନହୀନ ସର୍ବଦା ବିସ୍ମୃତ ନୋହିବ, ଅବା +\q ଦରିଦ୍ରର ପ୍ରତ୍ୟାଶା ସର୍ବଦା ବିନଷ୍ଟ ନୋହିବ । +\q +\s5 +\v 19 ହେ ସଦାପ୍ରଭୁ, ଉଠ; ମନୁଷ୍ୟକୁ ପ୍ରବଳ ହେବାକୁ ଦିଅ ନାହିଁ; +\q ଗୋଷ୍ଠୀୟମାନେ ତୁମ୍ଭ ସାକ୍ଷାତରେ ବିଚାରିତ ହେଉନ୍ତୁ । +\q +\v 20 ହେ ସଦାପ୍ରଭୁ, ସେମାନଙ୍କୁ ଭୟଗ୍ରସ୍ତ କର; +\q ଗୋଷ୍ଠୀୟମାନେ ଆପଣାମାନଙ୍କୁ ମନୁଷ୍ୟ ମାତ୍ର ବୋଲି ଜାଣନ୍ତୁ । +\q [ସେଲା] + +\s5 +\c 10 +\s ନ୍ୟାୟ ପାଇଁ ପ୍ରାର୍ଥନା +\q +\v 1 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ଠିଆ ହେଉଅଛ ? +\q ସଙ୍କଟ ସମୟରେ ତୁମ୍ଭେ କାହିଁକି ଆପଣାକୁ ଲୁଚାଉଅଛ ? +\q +\v 2 ଦୁଷ୍ଟର ଗର୍ବରେ ଦରିଦ୍ର ତପ୍ତ ଭାବରେ ତାଡ଼ିତ ହୁଏ; +\q ସେମାନେ, ଆପଣାମାନଙ୍କ କଳ୍ପିତ କୌଶଳରେ ଧରା ପଡ଼ନ୍ତୁ । +\q +\v 3 କାରଣ ଦୁଷ୍ଟ ଆପଣା ମନୋବାଞ୍ଛା ବିଷୟରେ ଦର୍ପ କରେ; +\q ଆଉ, ଲୋଭୀ ସଦାପ୍ରଭୁଙ୍କୁ ତ୍ୟାଗ କରେ, ମଧ୍ୟ ତାହାଙ୍କୁ ଅବଜ୍ଞା କରେ । +\q +\s5 +\v 4 ସେ ତାହା ଅନୁସନ୍ଧାନ କରିବେ ନାହିଁ ବୋଲି ଦୁଷ୍ଟ ଆପଣା ମୁଖର ଅହଙ୍କାରରେ କହେ, +\q ପରମେଶ୍ୱର ନାହାନ୍ତି, ଏହା ତାହାର ସକଳ ଚିନ୍ତାର ସାର । +\q +\v 5 ତାହାର ସମସ୍ତ ଗତି ସର୍ବଦା ଦୃଢ଼; +\q ମାତ୍ର ତୁମ୍ଭର ଶାସନ ତାହାର ଦୃଷ୍ଟିରୁ ଅତି ଊର୍ଦ୍ଧ୍ୱବର୍ତ୍ତୀ, +\q ସେ ଆପଣାର ସମସ୍ତ ବିପକ୍ଷ ପ୍ରତି ଫୁତ୍କାର କରେ । +\q +\s5 +\v 6 ସେ ଆପଣା ମନେ ମନେ କହେ, "ମୋ' ପ୍ରତି କିଛି ବିପଦ ଘଟିବ ନାହିଁ; +\q ପୁରୁଷାନୁକ୍ରମେ ମୁଁ ବିପଦଗ୍ରସ୍ତ ନୋହିବି ।" +\q +\v 7 ତାହାର ମୁଖ ଅଭିଶାପ, ଛଳନା ଓ ଉପଦ୍ରବରେ ପରିପୂର୍ଣ୍ଣ; +\q ତାହାର ଜିହ୍ୱା ତଳେ ଅନିଷ୍ଟ ଓ ଅଧର୍ମ ଥାଏ । +\q +\s5 +\v 8 ସେ ଗ୍ରାମର ଗୁପ୍ତ ସ୍ଥାନରେ ବସେ; +\q ସେ ଆବୃତ ସ୍ଥାନରେ ନିର୍ଦ୍ଦୋଷକୁ ହତ୍ୟା କରେ; +\q ଅସହାୟ ଲୋକର ପ୍ରତିକୂଳରେ ତାହାର ଚକ୍ଷୁ ଗୋପନରେ ଥାଏ । +\q +\v 9 ଯେପରି ସିଂହ ଆପଣା ଗହ୍ୱରରେ, ସେପରି ସେ ଆବୃତ ସ୍ଥାନରେ ଛକି ବସେ, +\q ସେ ଦରିଦ୍ରକୁ ଧରିବା ପାଇଁ ଛକି ବସେ; +\q ସେ ଶିକାରୀ ସଦୃଶ୍ୟ ଦରିଦ୍ରକୁ ଧରି ଆପଣା ଜାଲରେ ଟାଣେ । +\q +\v 10 ସେ ଛକି ବସେ, ସେ ନଇଁ ପଡ଼େ, +\q ତହୁଁ ଅସହାୟ ଲୋକେ ତାହାର ବଳିଷ୍ଠମାନଙ୍କ ଦ୍ୱାରା ପତିତ ହୁଅନ୍ତି । +\q +\s5 +\v 11 ସେ ଆପଣା ମନେ ମନେ କହେ, "ପରମେଶ୍ୱର ପାସୋରି ଯାଇଅଛନ୍ତି; +\q ସେ ଆପଣା ମୁଖ ଲୁଚାନ୍ତି; ସେ କେବେ ତାହା ଦେଖିବେ ନାହିଁ ।" +\q +\v 12 ହେ ସଦାପ୍ରଭୁ, ଉଠ; ହେ ପରମେଶ୍ୱର, ଆପଣା ହସ୍ତ ଉଠାଅ; +\q ଦୁଃଖୀମାନଙ୍କୁ ପାସୋର ନାହିଁ । +\q +\s5 +\v 13 ଦୁଷ୍ଟଲୋକ କାହିଁକି ପରମେଶ୍ୱରଙ୍କୁ ଅବଜ୍ଞା କରେ +\q ଓ "ତୁମ୍ଭେ ଅନୁସନ୍ଧାନ କରିବ ନାହିଁ" ବୋଲି ସେ ଆପଣା ମନେ ମନେ କହେ ? +\q +\v 14 ତୁମ୍ଭେ ତାହା ଦେଖିଅଛ; କାରଣ ତୁମ୍ଭେ ହସ୍ତକ୍ଷେପ କରିବା ପାଇଁ ଉପଦ୍ରବ ଓ ଦ୍ୱେଷ ପ୍ରତି ଦୃଷ୍ଟି କରୁଅଛ; +\q ଅସହାୟ ଲୋକ ଆପଣାକୁ ତୁମ୍ଭଠାରେ ସମର୍ପଣ କରେ; +\q ତୁମ୍ଭେ ପିତୃହୀନର ସହାୟ ହୋଇଅଛ । +\q +\s5 +\v 15 ତୁମ୍ଭେ ଦୁଷ୍ଟର ବାହୁ ଭାଙ୍ଗି ଦିଅ; +\q ଆଉ, ତୁମ୍ଭେ ମନ୍ଦଲୋକର କୌଣସି ଦୁଷ୍ଟତା ନ ପାଇବା ପର୍ଯ୍ୟନ୍ତ ତାହା ଅନୁସନ୍ଧାନ କର । +\q +\v 16 ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି; +\q ଅନ୍ୟ ଦେଶୀୟମାନେ ତାହାଙ୍କ ଦେଶରୁ ଲୁପ୍ତ ହୋଇଅଛନ୍ତି । +\q +\s5 +\v 17 ହେ ସଦାପ୍ରଭୁ, ତୁମ୍ଭେ ନମ୍ର ଲୋକମାନଙ୍କର ବାଞ୍ଛା ଶୁଣିଅଛ; +\q ତୁମ୍ଭେ ସେମାନଙ୍କର ଅନ୍ତଃକରଣ ପ୍ରସ୍ତୁତ କରିବ, ତୁମ୍ଭେ ଶୁଣିବା ପାଇଁ ଆପଣା କର୍ଣ୍ଣ ଡେରିବ; +\q +\v 18 ପିତୃହୀନ ଓ ଉପଦ୍ରବଗ୍ରସ୍ତ ଲୋକଙ୍କର ବିଚାର କରିବ, +\q ତହିଁରେ ମୃତ୍ତିକାଜାତ ମନୁଷ୍ୟ ଆଉ ଭୟଙ୍କର ହୋଇ ପାରିବ ନାହିଁ । + +\s5 +\c 11 +\s ସଦାପ୍ରଭୁଙ୍କଠାରେ ନିର୍ଭର +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । +\b +\q +\v 1 ମୁଁ ସଦାପ୍ରଭୁଙ୍କଠାରେ ଶରଣ ନିଏ; +\q ତୁମ୍ଭେମାନେ କିରୂପେ ମୋ' ପ୍ରାଣକୁ କହୁଅଛ, +\q ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ ? +\q +\v 2 କାରଣ ଦେଖ ! ଦୁଷ୍ଟମାନେ ସରଳଚିତ୍ତ ଲୋକକୁ ଅନ୍ଧକାରରେ ବିନ୍ଧିବା ପାଇଁ ଧନୁ ନୁଆଁନ୍ତି, +\q ସେମାନେ ଗୁଣରେ ତୀରଯୁକ୍ତ କରନ୍ତି । +\q +\s5 +\v 3 ଯଦି ଭିତ୍ତିମୂଳ ଉତ୍ପାଟିତ ହୁଏ, +\q ତେବେ ଧାର୍ମିକ କ'ଣ କରି ପାରିବ ? +\q +\v 4 ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି, +\q ସଦାପ୍ରଭୁଙ୍କର ସିଂହାସନ ସ୍ୱର୍ଗରେ, +\q ତାହାଙ୍କ ଚକ୍ଷୁ ନିରୀକ୍ଷଣ କରେ, ତାହାଙ୍କ ଚକ୍ଷୁର ପତା ମନୁଷ୍ୟ-ସନ୍ତାନମାନଙ୍କୁ ପରୀକ୍ଷା କରେ । +\q +\s5 +\v 5 ସଦାପ୍ରଭୁ ଧାର୍ମିକର ପରୀକ୍ଷା କରନ୍ତି; +\q ମାତ୍ର ଦୁଷ୍ଟ ଓ ଦୌରାତ୍ମ୍ୟପ୍ରିୟ ଲୋକକୁ ସେ ଘୃଣା କରନ୍ତି । +\q +\v 6 ସେ ଦୁଷ୍ଟମାନଙ୍କ ଉପରେ ଜାଲ ବର୍ଷାଇବେ; +\q ଅଗ୍ନି, ଗନ୍ଧକ ଓ ଝାଞ୍ଜି ପବନ ସେମାନଙ୍କ ପାନପାତ୍ରର ଅଂଶ ହେବ । +\q +\v 7 କାରଣ ସଦାପ୍ରଭୁ ଧର୍ମମୟ; ସେ ଧାର୍ମିକତାକୁ ପ୍ରେମ କରନ୍ତି; +\q ସରଳ ଲୋକ ତାହାଙ୍କ ମୁଖ ଦର୍ଶନ କରିବ । + +\s5 +\c 12 +\s ସହାୟତା ପାଇଁ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍‍ ସ୍ୱରରେ ଦାଉଦଙ୍କର ଗୀତ । +\b +\q +\v 1 ସଦାପ୍ରଭୁ, ସାହାଯ୍ୟ କର, କାରଣ ଧାର୍ମିକ ଲୋକ ଲୋପ ପାଇଅଛନ୍ତି; +\q ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ବିଶ୍ୱସ୍ତ ଲୋକର ହ୍ରାସ ହୋଇଅଛି । +\q +\s5 +\v 2 ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀମାନଙ୍କୁ ମିଥ୍ୟା କହନ୍ତି । +\q ସେମାନେ ଚାଟୁବାଦୀ ଓଷ୍ଠାଧରରେ ଓ ଦ୍ୱିଧାଚିତ୍ତରେ କଥା କହନ୍ତି । +\q +\v 3 ସଦାପ୍ରଭୁ ଚାଟୁବାଦୀ +\q ଓଷ୍ଠାଧରସବୁ ଓ ଦର୍ପବାଦୀ ଜିହ୍ୱା ଉଚ୍ଛିନ୍ନ କରିବେ; +\q +\v 4 ସେମାନେ କହନ୍ତି, ଆମ୍ଭେମାନେ ଜିହ୍ୱା ଦ୍ୱାରା ପ୍ରବଳ ହେବା; +\q ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର; ଆମ୍ଭମାନଙ୍କ ଉପରେ କର୍ତ୍ତା କିଏ ? +\q +\s5 +\v 5 ଦୁଃଖୀଲୋକ ଲୁଟିତ ହେବାରୁ, ଦୀନହୀନ କାତରୋକ୍ତି କରିବାରୁ, +\q ସଦାପ୍ରଭୁ କହନ୍ତି, ଆମ୍ଭେ ଏବେ ଉଠିବା; +\q ସେମାନେ ଯାହା ପ୍ରତି ଫୁତ୍କାର କରନ୍ତି, ତାହାକୁ ଆମ୍ଭେ ନିରାପଦରେ ରଖିବା । +\q +\s5 +\v 6 ସଦାପ୍ରଭୁଙ୍କ ବାକ୍ୟସବୁ ନିର୍ମଳ ବାକ୍ୟ, +\q ତାହା ମୃତ୍ତିକାର ଉହ୍ମାଇରେ ପରୀକ୍ଷିତ ସାତ ଥର ପରିଷ୍କୃତ ରୂପା ତୁଲ୍ୟ । +\q +\v 7 ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ରକ୍ଷା କରିବ, +\q ତୁମ୍ଭେ ବର୍ତ୍ତମାନ ଲୋକମାନଙ୍କଠାରୁ ସେମାନଙ୍କୁ ସଦାକାଳ ଉଦ୍ଧାର କରିବ । +\q +\v 8 ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଅଧମତା ଉଚ୍ଚୀକୃତ ହେବା ବେଳେ +\q ଦୁଷ୍ଟମାନେ ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତି । + +\s5 +\c 13 +\s ସହାୟତା ପାଇଁ ନିବେଦନ +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ତୁମ୍ଭେ କେତେ କାଳ ପର୍ଯ୍ୟନ୍ତ ମୋତେ ପାସୋରିବ ? +\q ତୁମ୍ଭେ କେତେ କାଳ ମୋ'ଠାରୁ ଆପଣା ମୁଖ ଲୁଚାଇବ ? +\q +\v 2 ମୁଁ ସାରାଦିନ ନିଜ ଅନ୍ତଃକରଣରେ ଦୁଃଖିତ ହୋଇ +\q କେତେ କାଳ ମନେ ମନେ ପରାମର୍ଶ କରିବି ? +\q କେତେ କାଳ ମୋ' ଶତ୍ରୁ ମୋ' ଉପରେ ଉଚ୍ଚୀକୃତ ହେବ ? +\q +\s5 +\v 3 ହେ ସଦାପ୍ରଭୁ, ମୋ' ପରମେଶ୍ୱର, ବିବେଚନା କର ଓ ମୋତେ ଉତ୍ତର ଦିଅ; +\q ମୋହର ଚକ୍ଷୁ ସତେଜ କର, ନୋହିଲେ ମୁଁ ମୃତ୍ୟୁ-ନିଦ୍ରାରେ ନିଦ୍ରାଗତ ହେବି; +\q +\v 4 କେଜାଣି ମୋ' ଶତ୍ରୁ କହିବ, "ମୁଁ ତାହାକୁ ଜୟ କରିଅଛି"; +\q ଆଉ, ମୁଁ ଘୁଞ୍ଚାଗଲେ, ମୋହର ବିପକ୍ଷଗଣ ଉଲ୍ଲାସ କରିବେ । +\q +\s5 +\v 5 ମାତ୍ର ମୁଁ ତୁମ୍ଭ ଦୟାରେ ଭରସା ରଖିଅଛି; +\q ତୁମ୍ଭ କୃତ ପରିତ୍ରାଣରେ ମୋର ଅନ୍ତଃକରଣ ଉଲ୍ଲାସ କରିବ; +\q +\v 6 ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି, +\q କାରଣ ସେ ମୋହର ପ୍ରଚୁର ମଙ୍ଗଳ କରିଅଛନ୍ତି । + +\s5 +\c 14 +\s ମଣିଷର ଦୁଷ୍ଟତା +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । +\b +\q +\v 1 ମୂଢ଼ ମନେ ମନେ କହିଅଛି, "ପରମେଶ୍ୱର ନାହାନ୍ତି ।" +\q ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି; +\q ସୁକର୍ମକାରୀ କେହି ନାହିଁ । +\q +\s5 +\v 2 ବିବେଚକ ଓ ପରମେଶ୍ୱରଙ୍କ ଅନ୍ୱେଷଣକାରୀ କେହି +\q ଅଛି କି ନାହିଁ, ଏହା ଦେଖିବା ପାଇଁ +\q ସଦାପ୍ରଭୁ ସ୍ୱର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି ନିରୀକ୍ଷଣ କରନ୍ତି । +\q +\v 3 ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି; ସେମାନେ ଏକତ୍ର ଅଶୁଚି ହୋଇଅଛନ୍ତି; +\q ସୁକର୍ମକାରୀ କେହି ନାହିଁ, ନା, ଜଣେ ହେଁ ନାହିଁ । +\q +\s5 +\v 4 ଅଧର୍ମାଚାରୀ ସମସ୍ତଙ୍କର କି କିଛି ଜ୍ଞାନ ନାହିଁ ? +\q ସେମାନେ ମୋ' ଲୋକମାନଙ୍କୁ ଆହାର ପରି ଗ୍ରାସ କରନ୍ତି +\q ଓ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ନାହିଁ । +\q +\s5 +\v 5 ସେଠାରେ ସେମାନେ ମହାଭୟଗ୍ରସ୍ତ ହୋଇଥିଲେ; +\q କାରଣ ପରମେଶ୍ୱର ଧାର୍ମିକ-ବଂଶ ମଧ୍ୟରେ ଅଛନ୍ତି । +\q +\v 6 ତୁମ୍ଭେମାନେ ଦୁଃଖୀର ମନ୍ତ୍ରଣାକୁ ଲଜ୍ଜାର ବିଷୟ କରୁଅଛ, +\q ମାତ୍ର ସଦାପ୍ରଭୁ ତାହାର ଆଶ୍ରୟ ଅଟନ୍ତି । +\q +\s5 +\v 7 ଆହା, ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହେଉ ! +\q ଯଦି ସଦାପ୍ରଭୁ ଆପଣା ଲୋକମାନଙ୍କୁ ବନ୍ଦିତ୍ୱରୁ ଫେରାଇ ଆଣନ୍ତି +\q ତେବେ ଯାକୁବ ଉଲ୍ଲାସ କରିବ ଓ ଇସ୍ରାଏଲ ଆନନ୍ଦିତ ହେବ । + +\s5 +\c 15 +\s ସଦାପ୍ରଭୁଙ୍କ ଆବଶ୍ୟକତା +\d ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ତୁମ୍ଭ ଆବାସରେ କିଏ ପ୍ରବାସ କରି କରିବ ? +\q ତୁମ୍ଭ ପବିତ୍ର ପର୍ବତରେ କିଏ ବାସ ପାରିବ ? +\q +\v 2 ଯେଉଁ ଜନ ସରଳାଚରଣ, ଧର୍ମକର୍ମ କରେ ଓ ଆପଣା +\q ଅନ୍ତଃକରଣରେ ସତ୍ୟ କହେ । +\q +\s5 +\v 3 ଯେ ଆପଣା ଜିହ୍ୱାରେ ଗ୍ଳାନି କରେ ନାହିଁ, +\q ଅବା ଆପଣା ମିତ୍ରର ଅନିଷ୍ଟ କରେ ନାହିଁ, +\q କିଅବା ଆପଣା ପ୍ରତିବାସୀ ବିରୁଦ୍ଧରେ ନିନ୍ଦା ପ୍ରକଟ କରେ ନାହିଁ । +\q +\s5 +\v 4 ଯାହାର ଦୃଷ୍ଟିରେ ପାମର ତୁଚ୍ଛୀକୃତ ହୁଏ; +\q ମାତ୍ର ଯେ ସଦାପ୍ରଭୁଙ୍କ ଭୟକାରୀମାନଙ୍କୁ ସମାଦର କରେ । +\q ଯେ ଶପଥ କରି ଆପଣାର କ୍ଷତି ହେଲେ ହେଁ ତାହା ଅନ୍ୟଥା କରେ ନାହିଁ । +\q +\v 5 ଯେ ସୁଧ ପାଇଁ ଟଙ୍କା ଋଣ ଦିଏ ନାହିଁ, +\q କିଅବା ନିର୍ଦ୍ଦୋଷ ବିରୁଦ୍ଧରେ ଲାଞ୍ଚ ନିଏ ନାହିଁ । +\q ଯେ ଏହି ସକଳ କର୍ମ କରେ, ସେ କେବେ ଘୁଞ୍ଚାଯିବ ନାହିଁ । + +\s5 +\c 16 +\s ନିର୍ଭରଶୀଳ ପ୍ରାର୍ଥନା +\d ଦାଉଦଙ୍କର ମିକ୍ତାମ୍‍ (ଗୀତରତ୍ନ ।) +\b +\q +\v 1 ହେ ପରମେଶ୍ୱର, ମୋତେ ରକ୍ଷା କର; କାରଣ ମୁଁ ତୁମ୍ଭଠାରେ ଶରଣ ନିଏ । +\q +\v 2 ମୁଁ ସଦାପ୍ରଭୁଙ୍କୁ କହିଅଛି, "ତୁମ୍ଭେ ମୋହର ପ୍ରଭୁ, ତୁମ୍ଭ ବିନା ମୋହର କୌଣସି ମଙ୍ଗଳ ନାହିଁ । +\q +\v 3 ପୃଥିବୀରେ ଯେଉଁ ପବିତ୍ର ଲୋକମାନେ ଅଛନ୍ତି, ସେମାନେ ଆଦରଣୀୟ, ସେମାନଙ୍କଠାରେ ମୋହର ପରମ ସନ୍ତୋଷ । +\q +\s5 +\v 4 ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତରେ ଅନ୍ୟ ଦେବତାକୁ ଗ୍ରହଣ କରନ୍ତି, ସେମାନଙ୍କ ଦୁଃଖ ବଢ଼ିଯିବ; ସେମାନଙ୍କ ଦତ୍ତ ରକ୍ତର ପେୟ-ନୈବେଦ୍ୟ ମୁଁ ଉତ୍ସର୍ଗ କରିବି ନାହିଁ, +\q କିଅବା ମୁଁ ସେମାନଙ୍କ ନାମ ଆପଣା ଓଷ୍ଠାଧରରେ ନେବି ନାହିଁ । +\q +\s5 +\v 5 ସଦାପ୍ରଭୁ ମୋହର ଅଧିକାରର ଓ ପାନପାତ୍ରର ବାଣ୍ଟ ସ୍ୱରୂପ; ତୁମ୍ଭେ ମୋହର ବାଣ୍ଟ ସ୍ଥିର କରୁଅଛ । +\q +\v 6 ମୋ' ପାଇଁ ମାପିବା ଦଉଡ଼ି ମନୋହର ସ୍ଥାନରେ ପଡ଼ିଅଛି; ହଁ, ମୁଁ ଉତ୍ତମ ଅଧିକାର ପାଇଅଛି । +\q +\s5 +\v 7 ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି, ଯେ ମୋତେ ପରାମର୍ଶ ଦେଇଅଛନ୍ତି; ଆହୁରି, ରାତ୍ରିକାଳରେ ମୋହର ଚିତ୍ତ ମୋତେ ଉପଦେଶ ଦିଏ । +\q +\v 8 ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି; ସେ ମୋହର ଦକ୍ଷିଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ । +\q +\s5 +\v 9 ଏଥିପାଇଁ ମୋହର ଅନ୍ତଃକରଣ ଆନନ୍ଦିତ ଓ ମୋହର ଗୌରବ ଉଲ୍ଲସିତ ହୁଅଇ; ମୋ' ଶରୀର ମଧ୍ୟ ନିରାପଦରେ ବାସ କରିବ । +\q +\v 10 କାରଣ ତୁମ୍ଭେ ମୋ' ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ; କିଅବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ । +\q +\s5 +\v 11 ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ ।" + +\s5 +\c 17 +\s ଜଣେ ନିରୀହ ଲୋକର ପ୍ରାର୍ଥନା +\d ଦାଉଦଙ୍କର ପ୍ରାର୍ଥନା । +\b +\q +\v 1 ହେ ସଦାପ୍ରଭୁ, ନ୍ୟାୟବାଦ ଶୁଣ, ମୋ' କାକୂକ୍ତିରେ ମନୋଯୋଗ କର; +\q ନିଷ୍କପଟ ଓଷ୍ଠରୁ ନିର୍ଗତ ମୋ' ପ୍ରାର୍ଥନାରେ କର୍ଣ୍ଣପାତ କର । +\q +\v 2 ତୁମ୍ଭ ଛାମୁରୁ ମୋ' ବିଚାରର ନିଷ୍ପତ୍ତି ଆସୁ; ତୁମ୍ଭର ଚକ୍ଷୁ ନ୍ୟାଯ୍ୟ ବିଷୟ ନିରୀକ୍ଷଣ କରୁ । +\q +\s5 +\v 3 ତୁମ୍ଭେ ମୋହର ଅନ୍ତଃକରଣ ପରୀକ୍ଷା କରିଅଛ; ତୁମ୍ଭେ ରାତ୍ରିକାଳରେ ମୋର ତତ୍ତ୍ୱାନୁସନ୍ଧାନ କରିଅଛ; +\q ତୁମ୍ଭେ ମୋତେ ପରଖ କରି କିଛି ପାଇ ନାହଁ; +\q ମୋହର ମୁଖ ଅପରାଧ ନ କରିବ ବୋଲି ମୁଁ ସ୍ଥିର କରିଅଛି । +\q +\s5 +\v 4 ମନୁଷ୍ୟର କାର୍ଯ୍ୟ ବୁଝି ମୁଁ ତୁମ୍ଭ ଓଷ୍ଠାଧରର ବାକ୍ୟ ଦ୍ୱାରା ଦୁର୍ଜ୍ଜନର ପଥରୁ ଆପଣାକୁ ରକ୍ଷା କରିଅଛି । +\q +\v 5 ମୋହର ପାଦ ତୁମ୍ଭର ମାର୍ଗ ଦୃଢ଼ କରି ଧରିଅଛି, ମୋହର ଚରଣ ଖସିଯାଇ ନାହିଁ । +\q +\s5 +\v 6 ମୁଁ ତୁମ୍ଭଙ୍କୁ ଡାକିଅଛି, କାରଣ ହେ ପରମେଶ୍ୱର, ତୁମ୍ଭେ ମୋତେ ଉତ୍ତର ଦେବ; ମୋ' ପ୍ରତି କର୍ଣ୍ଣ ଡେର ଓ ମୋ'ର କଥା ଶୁଣ । +\q +\v 7 ଆହେ ସ୍ୱଶରଣାଗତମାନଙ୍କୁ ସେମାନଙ୍କ ବିରୁଦ୍ଧରେ ଉତ୍‍ଥିତ ଲୋକଗଣଠାରୁ ସ୍ୱଦକ୍ଷିଣ ହସ୍ତରେ ତ୍ରାଣକାରକ, ତୁମ୍ଭେ ଆପଣା ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କର । +\q +\s5 +\v 8 ମୋହର ଲୁଟକାରୀ ଦୁଷ୍ଟଗଣଠାରୁ, ମୋହର ଚତୁର୍ଦ୍ଦିଗରେ ବେଷ୍ଟିତ ମୋହର ପ୍ରାଣନାଶକ ଶତ୍ରୁଗଣଠାରୁ, +\q +\v 9 ଚକ୍ଷୁର ତାରା ପରି ମୋତେ ରଖ, ଆପଣା ପକ୍ଷର ଛାୟା ତଳେ ମୋତେ ଲୁଚାଅ । +\q +\v 10 ସେମାନେ ଆପଣା ମେଦରେ ଆଚ୍ଛନ୍ନ ଅଟନ୍ତି; ସେମାନେ ମୁଖରେ ଅହଙ୍କାର କଥା କହନ୍ତି । +\q +\s5 +\v 11 ଏବେ ସେମାନେ ଆମ୍ଭମାନଙ୍କ ଗମନ ସମୟରେ ଆମ୍ଭମାନଙ୍କୁ ଘେରନ୍ତି; ସେମାନେ ଆମ୍ଭମାନଙ୍କୁ ଭୂମିସାତ୍‍ କରିବାକୁ ଚାହିଁ ରହିଥା'ନ୍ତି । +\q +\v 12 ସେ ଶିକାର ଗ୍ରାସ କରିବାକୁ ଉଦ୍ୟତ ସିଂହ ତୁଲ୍ୟ ଓ ଗୁପ୍ତ ସ୍ଥାନରେ ଛକି ରହିବା ଯୁବା ସିଂହ ସଦୃଶ ଅଟେ । +\q +\s5 +\v 13 ହେ ସଦାପ୍ରଭୁ, ଉଠ, ତାହାର ସମ୍ମୁଖବର୍ତ୍ତୀ ହୁଅ, ତାହାକୁ ନୁଆଁଇ ପକାଅ; ତୁମ୍ଭେ ଆପଣା ଖଡ଼୍‍ଗ ଦ୍ୱାରା ଦୁଷ୍ଟମାନଙ୍କଠାରୁ ମୋ' ପ୍ରାଣକୁ ଉଦ୍ଧାର କର; +\q +\v 14 ହେ ସଦାପ୍ରଭୁ, ଆପଣା ହସ୍ତ ଦ୍ୱାରା ଲୋକମାନଙ୍କଠାରୁ, ଯେଉଁମାନଙ୍କର ଅଂଶ ଇହଜୀବନରେ ଅଛି ଓ ଯେଉଁମାନଙ୍କ ଉଦର ତୁମ୍ଭେ ନିଜ ଧନରେ ପୂର୍ଣ୍ଣ କରୁଅଛ, ଏପରି ସାଂସାରିକ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର; +\q ସେମାନେ ସନ୍ତାନସନ୍ତତିରେ ପରିତୃପ୍ତ ଓ ଆପଣା ଆପଣା ଶିଶୁଗଣ ନିମନ୍ତେ ଆପଣାମାନଙ୍କ ଅବଶିଷ୍ଟ ସମ୍ପତ୍ତି ଛାଡ଼ିଯା'ନ୍ତି । +\q +\s5 +\v 15 ମାତ୍ର ମୁଁ ଧର୍ମରେ ତୁମ୍ଭ ମୁଖ ଦର୍ଶନ କରିବି; ମୁଁ ତୁମ୍ଭ ଆକାରରେ ଜାଗ୍ରତ ହେବା ବେଳେ ପରିତୃପ୍ତ ହେବି । + +\s5 +\c 18 +\s ଦାଉଦଙ୍କ ବିଜୟ ସଂଗୀତ +\d ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ । ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତର କଥା ନିବେଦନ କରିଥିଲେ; ସେ କହିଲେ, +\q +\v 1 ହେ ମୋହର ବଳ ସ୍ୱରୂପ ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରେମ କରେ । +\q +\s5 +\v 2 ସଦାପ୍ରଭୁ ମୋହର ଶୈଳ, ମୋହର ଗଡ଼ ଓ ମୋହର ଉଦ୍ଧାରକର୍ତ୍ତା; ମୋହର ପରମେଶ୍ୱର, ମୋହର ଦୃଢ଼ ଶୈଳ, ମୁଁ ତାହାଙ୍କଠାରେ ଶରଣ ନେବି; +\q ମୋହର ଢାଲ ଓ ମୋହର ପରିତ୍ରାଣର ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ । +\q +\v 3 ମୁଁ ପ୍ରଶଂସନୀୟ ସଦାପ୍ରଭୁଙ୍କୁ ଡାକିବି; ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ନିସ୍ତାର ପାଇବି । +\q +\s5 +\v 4 ମୃତ୍ୟୁର ରଜ୍ଜୁ ମୋତେ ବେଷ୍ଟନ କଲା, ପାପାଧମତାରୂପ ପ୍ଳାବନ ମୋତେ ଭୟଗ୍ରସ୍ତ କଲା । +\q +\v 5 ପାତାଳର ରଜ୍ଜୁସବୁ ମୋ' ଚାରିଆଡ଼େ ଥିଲା; ମୃତ୍ୟୁର ପାଶ ମୋ' ଉପରେ ପଡ଼ିଲା । +\q +\s5 +\v 6 ମୁଁ ଆପଣା ଦୁର୍ଦ୍ଦଶା ସମୟରେ ସଦାପ୍ରଭୁଙ୍କୁ ଡାକିଲି ଓ ମୋ' ପରମେଶ୍ୱରଙ୍କ ନିକଟରେ ଆର୍ତ୍ତନାଦ କଲି; ସେ ଆପଣା ମନ୍ଦିରରୁ ମୋହର ରବ ଶୁଣିଲେ, ପୁଣି, +\q ତାହାଙ୍କ ସମ୍ମୁଖରେ କୃତ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ପ୍ରବେଶ କଲା । +\q +\s5 +\v 7 ସେତେବେଳେ ପୃଥିବୀ ଟଳଟଳ ଓ କମ୍ପିତ ହେଲା, +\q ପର୍ବତଗଣର ଭିତ୍ତିମୂଳ ମଧ୍ୟ ବିଚଳିତ ହେଲା ଓ +\q ତାହାଙ୍କ କୋପ ସକାଶୁ ଟଳଟଳ ହେଲା । +\q +\v 8 ତାହାଙ୍କ ନାସାରନ୍ଧ୍ରରୁ ଧୂମ ନିର୍ଗତ ହେଲା ଓ ତାହାଙ୍କ ମୁଖନିର୍ଗତ ଅଗ୍ନି ଗ୍ରାସ କଲା; ତଦ୍ଦ୍ୱାରା ଅଙ୍ଗାର ପ୍ରଜ୍ୱଳିତ ହେଲା । +\q +\s5 +\v 9 ସେ ଆକାଶମଣ୍ଡଳକୁ ହିଁ ନୁଆଁଇ ତଳକୁ ଆସିଲେ; ଆଉ, ତାହାଙ୍କ ପାଦ ତଳେ ଘୋର ଅନ୍ଧକାର ଥିଲା । +\q +\v 10 ପୁଣି, ସେ କିରୂବ ଉପରେ ଆରୋହଣ କରି ଉଡ଼ିଲେ; ହଁ, ସେ ବାୟୁର ପକ୍ଷ ଉପରେ ବେଗରେ ଉଡ଼ିଲେ । +\q +\s5 +\v 11 ସେ ଅନ୍ଧକାରକୁ ଆପଣାର ଗୁପ୍ତ ସ୍ଥାନ ଓ ଜଳମୟ ଅନ୍ଧକାରକୁ, ଗଗନମଣ୍ଡଳର ନିବିଡ଼ ମେଘମାଳକୁ ଆପଣା ଚତୁର୍ଦ୍ଦିଗରେ ଆବାସ ସ୍ୱରୂପ କଲେ । +\q +\v 12 ତାହାଙ୍କ ସମ୍ମୁଖବର୍ତ୍ତୀ ତେଜରେ ତାହାଙ୍କର ନିବିଡ଼ ମେଘମାଳ ଶିଳାବୃଷ୍ଟି ଓ ପ୍ରଜ୍ୱଳିତ ଅଙ୍ଗାର ନିର୍ଗତ କଲା । +\q +\s5 +\v 13 ସଦାପ୍ରଭୁ ମଧ୍ୟ ଆକାଶମଣ୍ଡଳରେ ବଜ୍ରନାଦ କଲେ ଓ ସର୍ବୋପରିସ୍ଥ ଆପଣା ରବ ଉଚ୍ଚାରଣ କଲେ; ତାହା ଶିଳାବୃଷ୍ଟି ଓ ପ୍ରଜ୍ୱଳିତ ଅଙ୍ଗାର । +\q +\v 14 ଆଉ, ସେ ଆପଣା ତୀର ପ୍ରେରଣ କରି ସେମାନଙ୍କୁ ଛିନ୍ନଭିନ୍ନ କଲେ; ହଁ, ଅନେକ ବିଜୁଳି ପଠାଇ ସେମାନଙ୍କୁ ବ୍ୟାକୁଳ କଲେ । +\q +\s5 +\v 15 ସେତେବେଳେ, ହେ ସଦାପ୍ରଭୁ, ତୁମ୍ଭ ତର୍ଜ୍ଜନରେ ଓ ନାସିକାର ପ୍ରଶ୍ୱାସବାୟୁରେ +\q ଜଳରାଶିର ପ୍ରଣାଳୀ ପ୍ରକାଶିତ ହେଲା ଓ ଭୂମଣ୍ଡଳର ମୂଳସକଳ ଅନାବୃତ ହେଲା । +\q +\s5 +\v 16 ସେ ଊର୍ଦ୍ଧ୍ୱରୁ ହସ୍ତ ବିସ୍ତାର କରି ମୋତେ ଧରିଲେ; ସେ ଆପଣା ଜଳରାଶିରୁ ମୋତେ ଓଟାରି ଆଣିଲେ, +\q +\v 17 ସେ ମୋହର ବଳବାନ୍ ଶତ୍ରୁଠାରୁ ଓ ମୋହର ଘୃଣାକାରୀମାନଙ୍କଠାରୁ ମୋତେ ଉଦ୍ଧାର କଲେ, କାରଣ ସେମାନେ ମୋ' ଅପେକ୍ଷା ଅତି ପରାକ୍ରାନ୍ତ ଥିଲେ । +\q +\s5 +\v 18 ସେମାନେ ମୋହର ବିପଦ ଦିନରେ ମୋତେ ଆକ୍ରମଣ କଲେ; ମାତ୍ର ସଦାପ୍ରଭୁ ମୋତେ ଉଦ୍ଧାର କଲେ । +\q +\v 19 ମଧ୍ୟ ସେ ମୋତେ ବାହାର କରି ପ୍ରଶସ୍ତ ସ୍ଥାନକୁ ଆଣିଲେ; ସେ ମୋ'ଠାରେ ସନ୍ତୁଷ୍ଟ ହେବାରୁ ମୋତେ ଉଦ୍ଧାର କଲେ । +\q +\s5 +\v 20 ସଦାପ୍ରଭୁ ମୋହର ଧର୍ମାନୁସାରେ ମୋତେ ପୁରସ୍କାର ଦେଲେ; ମୋ' ହସ୍ତର ଶୌଚ ଅନୁସାରେ ସେ ମୋତେ ଫଳ ଦେଲେ । +\q +\v 21 କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଅଛି ଓ ଦୁଷ୍ଟ ଭାବରେ ମୁଁ ପରମେଶ୍ୱରଙ୍କ ନିକଟରୁ ପ୍ରସ୍ଥାନ କରି ନାହିଁ । +\q +\s5 +\v 22 ଆଉ, ତାହାଙ୍କ ଶାସନସବୁ ମୋ' ସମ୍ମୁଖରେ ଥିଲା, ପୁଣି, ମୁଁ ତାହାଙ୍କ ବିଧିସବୁ ଆପଣାଠାରୁ ଦୂର କଲି ନାହିଁ । +\q +\v 23 ମଧ୍ୟ ମୁଁ ତାହାଙ୍କ ଉଦ୍ଦେଶ୍ୟରେ ସିଦ୍ଧ ଥିଲି ଓ ମୁଁ ନିଜ ଅପରାଧରୁ ଆପଣାକୁ ରକ୍ଷା କଲି । +\q +\v 24 ଏହେତୁ ସଦାପ୍ରଭୁ ମୋର ଧର୍ମାନୁସାରେ ଓ ତାହାଙ୍କ ଦୃଷ୍ଟିରେ ମୋ' ହସ୍ତର ଶୌଚାନୁସାରେ ମୋତେ ଫଳ ଦେଇ ଅଛନ୍ତି । +\q +\s5 +\v 25 ଦୟାଳୁ ପ୍ରତି ତୁମ୍ଭେ ଆପଣାକୁ ଦୟାଳୁ ଦେଖାଇବ; +\q ସିଦ୍ଧ ଲୋକ ପ୍ରତି ତୁମ୍ଭେ ଆପଣାକୁ ସିଦ୍ଧ ଦେଖାଇବ; +\q +\v 26 ନିର୍ମଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ନିର୍ମଳ ଦେଖାଇବ । ଆଉ, କୁଟିଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ଚତୁର ଦେଖାଇବ; +\q +\s5 +\v 27 କାରଣ ତୁମ୍ଭେ ଦୁଃଖୀଲୋକମାନଙ୍କୁ ତ୍ରାଣ କରିବ; ମାତ୍ର ଦାମ୍ଭିକ ଚକ୍ଷୁକୁ ତୁମ୍ଭେ ନତ କରିବ । +\q +\v 28 ଯେଣୁ ତୁମ୍ଭେ ମୋ' ପ୍ରଦୀପ ଜ୍ୱଳାଇବ; ସଦାପ୍ରଭୁ ମୋ' ପରମେଶ୍ୱର ମୋ' ଅନ୍ଧକାରକୁ ଆଲୁଅମୟ କରିବେ । +\q +\v 29 କାରଣ ତୁମ୍ଭ ଦ୍ୱାରା ମୁଁ ସୈନ୍ୟଦଳ ଉପରେ ଦୌଡ଼େ ଓ ମୋ' ପରମେଶ୍ୱରଙ୍କ ଦ୍ୱାରା ମୁଁ ପ୍ରାଚୀର ଡିଏଁ । +\q +\s5 +\v 30 ପରମେଶ୍ୱରଙ୍କ ପଥ ସିଦ୍ଧ; ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ; +\q ସେ ଆପଣା ଶରଣାଗତ ସମସ୍ତଙ୍କର ଢାଲ । +\q +\v 31 କାରଣ ସଦାପ୍ରଭୁଙ୍କ ଛଡ଼ା ପରମେଶ୍ୱର କିଏ ? ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛଡ଼ା ଶୈଳ କିଏ ? +\q +\v 32 ସେହି ପରମେଶ୍ୱର ବଳ ଦେଇ ମୋହର କଟି ବାନ୍ଧନ୍ତି ଓ ମୋହର ପଥ ସିଦ୍ଧ କରନ୍ତି । +\q +\s5 +\v 33 ସେ ମୋହର ଚରଣକୁ ହରିଣୀର ଚରଣ ପରି କରନ୍ତି ଓ ମୋତେ ମୋ' ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି । +\q +\v 34 ସେ ମୋ' ହସ୍ତକୁ ଯୁଦ୍ଧ କରିବା ପାଇଁ ଶିଖାନ୍ତି; ତେଣୁ ମୋ' ବାହୁ ପିତ୍ତଳ ଧନୁ ନୁଆଁଏ । +\q +\s5 +\v 35 ତୁମ୍ଭେ ମଧ୍ୟ ଆପଣା ପରିତ୍ରାଣର ଢାଲ ମୋତେ ଦେଇଅଛ; ଆଉ, ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖିଅଛି ଓ ତୁମ୍ଭର ନମ୍ରତା ମୋତେ ବୃଦ୍ଧିପ୍ରାପ୍ତ କରିଅଛି । +\q +\v 36 ତୁମ୍ଭେ ମୋ' ପାଦ ପକାଇବାର ସ୍ଥାନ ପ୍ରଶସ୍ତ କରିଅଛ ଓ ମୋ' ପାଦ ଖସି ଯାଇ ନାହିଁ । +\q +\s5 +\v 37 ମୁଁ ଆପଣା ଶତ୍ରୁମାନଙ୍କ ପଛେ ଗୋଡ଼ାଇ ସେମାନଙ୍କୁ ଧରିବି; କିଅବା ସେମାନେ ସଂହାରିତ ନୋହିବା ଯାଏ ମୁଁ ଫେରି ଆସିବି ନାହିଁ । +\q +\v 38 ମୁଁ ସେମାନଙ୍କୁ ଏପରି ଆଘାତ କରିବି ଯେ, ସେମାନେ ଆଉ ଉଠି ପାରିବେ ନାହିଁ; ସେମାନେ ମୋ' ପଦ ତଳେ ପତିତ ହେବେ । +\q +\v 39 କାରଣ ତୁମ୍ଭେ ବଳ ଦେଇ ଯୁଦ୍ଧାର୍ଥେ ମୋ' କଟି ବାନ୍ଧିଅଛ; ମୋ' ବିରୁଦ୍ଧରେ ଯେଉଁମାନେ ଉଠିଲେ, ସେମାନଙ୍କୁ ତୁମ୍ଭେ ମୋହର ବଶୀଭୂତ କରିଅଛ । +\q +\s5 +\v 40 ମଧ୍ୟ ତୁମ୍ଭେ ମୋ' ଶତ୍ରୁମାନଙ୍କୁ ମୋ' ନିକଟରୁ ଫେରାଇ ଦେଇଅଛ, ତହିଁରେ ମୁଁ ଆପଣା ଘୃଣାକାରୀମାନଙ୍କୁ ଉଚ୍ଛିନ୍ନ କରିଅଛି । +\q +\v 41 ସେମାନେ ଡାକ ପକାଇଲେ, ମାତ୍ର ଉଦ୍ଧାର କରିବାକୁ କେହି ନ ଥିଲା, +\q ସଦାପ୍ରଭୁଙ୍କୁ ହିଁ ଡାକିଲେ, ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ । +\q +\v 42 ସେତେବେଳେ ମୁଁ ବାୟୁ ସମ୍ମୁଖସ୍ଥ ଧୂଳି ପରି ସେମାନଙ୍କୁ ଚୂର୍ଣ୍ଣ କଲି; ମୁଁ ସେମାନଙ୍କୁ ବାଟର କାଦୁଅ ପରି ପକାଇଦେଲି । +\q +\s5 +\v 43 ତୁମ୍ଭେ ଲୋକମାନଙ୍କ ବିବାଦରୁ ମୋତେ ଉଦ୍ଧାର କରିଅଛ; ତୁମ୍ଭେ ମୋତେ ଗୋଷ୍ଠୀସମୂହର ମସ୍ତକ ସ୍ୱରୂପ କରିଅଛ; ମୋହର ଅପରିଚିତ ଗୋଷ୍ଠୀ ମୋହର ସେବା କରିବେ । +\q +\v 44 ସେମାନେ ମୋର ବିଷୟ ଶୁଣିବା ମାତ୍ରେ ମୋହର ଆଜ୍ଞାବହ ହେବେ; ବିଦେଶୀୟମାନେ ଆପଣାମାନଙ୍କୁ ମୋହର ବଶୀଭୂତ କରିବେ । +\q +\v 45 ବିଦେଶୀୟମାନେ ମ୍ଳାନ ହୋଇଯିବେ ଓ ଆପଣାମାନଙ୍କ ଗୁପ୍ତସ୍ଥାନରୁ ଥରହର ହୋଇ ବାହାରି ଆସିବେ । +\q +\s5 +\v 46 ସଦାପ୍ରଭୁ ଜୀବିତ; ମୋହର ଶୈଳ ଧନ୍ୟ ହେଉନ୍ତୁ ଓ ମୋହର ପରିତ୍ରାଣ ସ୍ୱରୂପ ପରମେଶ୍ୱର ଉନ୍ନତ ହେଉନ୍ତୁ । +\q +\v 47 ସେହି ପରମେଶ୍ୱର ମୋ' ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀୟମାନଙ୍କୁ ମୋହର ବଶୀଭୂତ କରନ୍ତି । +\q +\s5 +\v 48 ସେ ମୋ' ଶତ୍ରୁଗଣଠାରୁ ମୋତେ ରକ୍ଷା କରନ୍ତି; ହଁ, ତୁମ୍ଭେ ମୋ' ବିରୁଦ୍ଧରେ ଉତ୍‍ଥିତ ଲୋକମାନଙ୍କ ଉପରେ ମୋତେ ଉଚ୍ଚୀକୃତ କରୁଅଛ; ତୁମ୍ଭେ ଉପଦ୍ରବୀ ଲୋକଠାରୁ ମୋତେ ଉଦ୍ଧାର କରୁଅଛ । +\q +\v 49 ଏହେତୁ, ହେ ସଦାପ୍ରଭୁ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି ଓ ତୁମ୍ଭ ନାମର ପ୍ରଶଂସା ଗାନ କରିବି । +\q +\s5 +\v 50 ସେ ଆପଣା ରାଜାକୁ ମହାପରିତ୍ରାଣ ପ୍ରଦାନ କରନ୍ତି ଓ ଆପଣା ଅଭିଷିକ୍ତ ପ୍ରତି, ଦାଉଦ ପ୍ରତି ଓ ତାହାର ବଂଶ ପ୍ରତି ଅନନ୍ତକାଳ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରନ୍ତି । + +\s5 +\c 19 +\s ସୃଷ୍ଟିରେ ସଦାପ୍ରଭୁଙ୍କ ମହିମା +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । +\b +\q +\v 1 ଆକାଶମଣ୍ଡଳ ପରମେଶ୍ଵରଙ୍କ ଗୌରବ ବର୍ଣ୍ଣନା କରେ; +\q ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ । +\q +\v 2 ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ +\q ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ । +\q +\v 3 କୌଣସି ବାକ୍ୟ କି ଭାଷା ନ ଥାଏ; +\q ସେମାନଙ୍କ ରବ ଶୁଣାଯାଇ ନ ପାରେ । +\q +\s5 +\v 4 ତଥାପି ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ +\q ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ । +\q ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି, +\q +\v 5 ସେ ଆପଣା ଅନ୍ତଃପୁରରୁ ବାହାରି ଆସିବା ବର ତୁଲ୍ୟ +\q ଓ ସେ ଆପଣା ପଥରେ ଦୌଡ଼ିବା ପାଇଁ ବୀର ତୁଲ୍ୟ ଆନନ୍ଦ କରେ । +\q +\v 6 ଆକାଶମଣ୍ଡଳର ପ୍ରାନ୍ତରୁ ତାହାର ଉଦୟ +\q ଓ ତହିଁର ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ତାହାର ଭ୍ରମଣ ହୁଅଇ; +\q ପୁଣି, ତାହାର ଉତ୍ତାପରୁ କୌଣସି ବସ୍ତୁ ଗୁପ୍ତ ନ ଥାଏ । +\s ସଦାପ୍ରଭୁଙ୍କ ବ୍ୟବସ୍ଥା +\q +\s5 +\v 7 ସଦାପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ; +\q ସଦାପ୍ରଭୁଙ୍କ ପ୍ରମାଣବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଦାୟକ +\q +\v 8 ସଦାପ୍ରଭୁଙ୍କର ବିଧିସବୁ ଯଥାର୍ଥ, ଚିତ୍ତର ଆନନ୍ଦଜନକ; +\q ସଦାପ୍ରଭୁଙ୍କର ଆଜ୍ଞା ନିର୍ମଳ, ଚକ୍ଷୁର ଦୀପ୍ତିଦାୟକ । +\q +\s5 +\v 9 ସଦାପ୍ରଭୁଙ୍କ ଭୟ ଶୁଚି, ସଦାକାଳସ୍ଥାୟୀ । +\q ସଦାପ୍ରଭୁଙ୍କ ଶାସନସକଳ ସତ୍ୟ ଓ ସର୍ବତୋଭାବେ ନ୍ୟାଯ୍ୟ । +\q +\v 10 ତାହାସବୁ ସୁବର୍ଣ୍ଣ ଓ ପ୍ରଚୁର ଶୁଦ୍ଧସୁବର୍ଣ୍ଣ ଅପେକ୍ଷା ବାଞ୍ଛନୀୟ; +\q ଆଉ, ମଧୁ ଓ ମଧୁଚାକଠାରୁ ସୁମିଷ୍ଟ । +\q +\s5 +\v 11 ଆହୁରି, ତଦ୍ଦ୍ୱାରା ତୁମ୍ଭ ଦାସ ଚେତନା ପାଏ; +\q ତହିଁର ପ୍ରତିପାଳନରେ ମହାଫଳ ଥାଏ । +\q +\v 12 ଆପଣା ଭ୍ରାନ୍ତିସବୁ କିଏ ବୁଝିପାରେ ? +\q ତୁମ୍ଭେ ଗୁପ୍ତଦୋଷରୁ ମୋତେ ପରିଷ୍କାର କର । +\q +\s5 +\v 13 ଦୁଃସାହସଜନିତ ସବୁ ପାପରୁ ହିଁ ଆପଣା ଦାସକୁ ଅଟକାଇ ରଖ; +\q ତାହାସବୁ ମୋ' ଉପରେ କର୍ତ୍ତୃତ୍ୱ ନ କରୁ; +\q ତହିଁରେ ମୁଁ ସିଦ୍ଧ ହେବି, ପୁଣି, ମହାପରାଧରୁ ପରିଷ୍କୃତ ହେବି । +\q +\v 14 ହେ ସଦାପ୍ରଭୁ, ମୋହର ଶୈଳ ଓ ମୋହର ମୁକ୍ତିକର୍ତ୍ତା, +\q ତୁମ୍ଭ ଦୃଷ୍ଟିରେ ମୋ' ମୁଖର ବାକ୍ୟ ଓ +\q ମୋ' ଅନ୍ତଃକରଣର ଧ୍ୟାନ ସୁଗ୍ରାହ୍ୟ ହେଉ । + +\s5 +\c 20 +\s ବିଜୟ ପାଇଁ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । +\b +\q +\v 1 ସଦାପ୍ରଭୁ ସଙ୍କଟ ଦିନରେ ତୁମ୍ଭକୁ ଉତ୍ତର ଦେଉନ୍ତୁ; +\q ଯାକୁବର ପରମେଶ୍ୱରଙ୍କ ନାମ ତୁମ୍ଭକୁ ରକ୍ଷା ସ୍ଥାପନ କରନ୍ତୁ; +\q +\v 2 ସେ ପବିତ୍ର ସ୍ଥାନରୁ ତୁମ୍ଭର ସାହାଯ୍ୟ ପଠାଉନ୍ତୁ, +\q ସିୟୋନଠାରୁ ତୁମ୍ଭକୁ ବଳବାନ୍ କରନ୍ତୁ; +\q +\s5 +\v 3 ତୁମ୍ଭର ନୈବେଦ୍ୟସବୁ ସ୍ମରଣ କରନ୍ତୁ, +\q ପୁଣି, ତୁମ୍ଭର ହୋମବଳି ଗ୍ରହଣ କରନ୍ତୁ; +\q [ସେଲା] +\q +\v 4 ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରନ୍ତୁ +\q ଓ ତୁମ୍ଭର ଯୋଜନାସବୁ ସଫଳ କରନ୍ତୁ । +\q +\s5 +\v 5 ଆମ୍ଭେମାନେ ତୁମ୍ଭ ପରିତ୍ରାଣରେ ଜୟଧ୍ୱନି କରିବୁ +\q ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଆମ୍ଭେମାନେ ଧ୍ୱଜା ସ୍ଥାପନ କରିବୁ; +\q ସଦାପ୍ରଭୁ ତୁମ୍ଭର ସବୁ ନିବେଦନ ସିଦ୍ଧ କରନ୍ତୁ । +\q +\v 6 ଏବେ ମୁଁ ଜାଣୁଅଛି ଯେ, ସଦାପ୍ରଭୁ ଆପଣା ଅଭିଷିକ୍ତକୁ ଉଦ୍ଧାର କରନ୍ତି, +\q ସେ ଆପଣା ଡାହାଣ ହସ୍ତର ତ୍ରାଣ ଶକ୍ତିରେ +\q ନିଜ ପବିତ୍ର ସ୍ୱର୍ଗରୁ ତାହାକୁ ଉତ୍ତର ଦେବେ । +\q +\s5 +\v 7 କେହି କେହି ରଥରେ ଓ କେହି କେହି ଅଶ୍ୱରେ ନିର୍ଭର କରନ୍ତି; +\q ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଶକ୍ତିରେ ନିର୍ଭର କରୁ । +\q +\v 8 ସେମାନେ ନତ ହୋଇ ପତିତ ହୋଇଅଛନ୍ତି; +\q ମାତ୍ର ଆମ୍ଭେମାନେ ଉଠି ସଳଖ ଠିଆ ହେଉଅଛୁ । +\q +\s5 +\v 9 ହେ ସଦାପ୍ରଭୁ, ପରିତ୍ରାଣ କର; +\q ଆମ୍ଭେମାନେ ଡାକିବା ବେଳେ ରାଜା ଆମ୍ଭମାନଙ୍କୁ ଉତ୍ତର ଦେଉନ୍ତୁ । + +\s5 +\c 21 +\s ଜୟ ଗାନ +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ରାଜା ତୁମ୍ଭ ବଳରେ ଆନନ୍ଦ କରିବେ ଓ +\q ତୁମ୍ଭ ପରିତ୍ରାଣରେ ସେ କେଡ଼େ ମହାନନ୍ଦ କରିବେ ! +\q +\v 2 ତୁମ୍ଭେ ତାଙ୍କୁ ତାଙ୍କ ମନର ବାଞ୍ଛା ପ୍ରଦାନ କରିଅଛ, +\q ଓ ତାଙ୍କ ଓଷ୍ଠାଧରର ନିବେଦନ ଅସ୍ୱୀକାର କରି ନାହଁ । +\q [ସେଲା] +\q +\s5 +\v 3 କାରଣ ତୁମ୍ଭେ ନାନା ମଙ୍ଗଳ ଆଶୀର୍ବାଦ ଘେନି ତାଙ୍କର ସମ୍ମୁଖବର୍ତ୍ତୀ ହେଉଅଛ; +\q ତୁମ୍ଭେ ତାଙ୍କ ମସ୍ତକରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଦେଉଅଛ । +\q +\v 4 ସେ ତୁମ୍ଭ ନିକଟରେ ଜୀବନ ପ୍ରାର୍ଥନା କଲେ, +\q ତୁମ୍ଭେ ତାହା ତାଙ୍କୁ ଦେଲ; +\q ଆହୁରି, ଅନନ୍ତକାଳସ୍ଥାୟୀ ଦୀର୍ଘାୟୁ ଦାନ କଲ । +\q +\s5 +\v 5 ତୁମ୍ଭ କୃତ ପରିତ୍ରାଣରେ ତାଙ୍କର ମହାଗୌରବ ହୋଇଅଛି; +\q ତୁମ୍ଭେ ତାଙ୍କ ଉପରେ ସମ୍ଭ୍ରମ ଓ ପ୍ରତାପ ଅର୍ପଣ କରୁଅଛ; +\q +\v 6 କାରଣ ତୁମ୍ଭେ ତାଙ୍କୁ ସଦାକାଳ ଆଶୀର୍ବାଦଯୁକ୍ତ କରୁଅଛ; +\q ତୁମ୍ଭେ ଆପଣା ଶ୍ରୀଛାମୁର ଆନନ୍ଦରେ ତାଙ୍କୁ ଉଲ୍ଲସିତ କରୁଅଛ । +\q +\s5 +\v 7 କାରଣ ରାଜା ସଦାପ୍ରଭୁଙ୍କଠାରେ ନିର୍ଭର କରନ୍ତି, +\q ପୁଣି, ସର୍ବୋପରିସ୍ଥଙ୍କ ସ୍ନେହପୂର୍ଣ୍ଣ କରୁଣା ହେତୁରୁ ସେ ବିଚଳିତ ନୋହିବେ । +\q +\v 8 ତୁମ୍ଭ ହସ୍ତ ତୁମ୍ଭ ଶତ୍ରୁ ସମସ୍ତଙ୍କୁ ଧରିବ; +\q ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭର ଘୃଣାକାରୀମାନଙ୍କୁ ଧରିବ । +\q +\s5 +\v 9 ତୁମ୍ଭେ ଆପଣା କ୍ରୋଧ ସମୟରେ ସେମାନଙ୍କୁ ପ୍ରଜ୍ୱଳିତ ଭାଟୀ ତୁଲ୍ୟ କରିବ । +\q ସଦାପ୍ରଭୁ ଆପଣା କୋପରେ ସେମାନଙ୍କୁ ଗ୍ରାସ କରିବେ, +\q ପୁଣି, ଅଗ୍ନି ସେମାନଙ୍କୁ ଭକ୍ଷଣ କରିବ । +\q +\v 10 ତୁମ୍ଭେ ପୃଥିବୀରୁ ସେମାନଙ୍କର ଫଳ ଓ +\q ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ସେମାନଙ୍କର ବଂଶ ଲୋପ କରିବ । +\q +\s5 +\v 11 କାରଣ ସେମାନେ ତୁମ୍ଭ ବିରୁଦ୍ଧରେ ଅନିଷ୍ଟ ଚିନ୍ତା କଲେ; +\q ସେମାନେ ଏକ କୌଶଳ କଳ୍ପନା କଲେ, ତାହା ସେମାନେ ସିଦ୍ଧ କରି ପାରନ୍ତି ନାହିଁ । +\q +\v 12 ତୁମ୍ଭେ ସେମାନଙ୍କର ପୃଷ୍ଠ ଫେରାଇବ, +\q ତୁମ୍ଭେ ସେମାନଙ୍କ ମୁଖ ବିରୁଦ୍ଧରେ ଆପଣା ଧନୁର୍ଗୁଣ ସଜ୍ଜିତ କରିବ । +\q +\s5 +\v 13 ହେ ସଦାପ୍ରଭୁ, ନିଜ ବଳରେ ଉନ୍ନତ ହୁଅ; +\q ତହିଁରେ ଆମ୍ଭେମାନେ ତୁମ୍ଭ ପରାକ୍ରମର ଗାନ ଓ ପ୍ରଶଂସା କରିବା । + +\s5 +\c 22 +\s ବେଦନାର କ୍ରନ୍ଦନ ଓ ପ୍ରଶଂସାର ସଂଗୀତ +\d ପ୍ରଧାନ ବାଦ୍ୟକର ନିମନ୍ତେ ଆୟେଲତ୍‍ହସଶହର (ଅଋଣର ମୃଗୀ) ସ୍ୱରରେ ଦାଉଦଙ୍କର ଗୀତ । +\b +\q +\v 1 ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ ? +\q ମୋତେ ସାହାଯ୍ୟ କରିବାରୁ ଓ ମୋ' ଆର୍ତ୍ତନାଦର ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ ? +\q +\v 2 ହେ ମୋହର ପରମେଶ୍ୱର, ମୁଁ ଦିନ ବେଳେ ଡାକେ, ମାତ୍ର ତୁମ୍ଭେ ଉତ୍ତର ଦେଉ ନାହଁ, +\q ଆଉ ରାତ୍ରିକାଳରେ ଡାକେ, ପୁଣି, ନୀରବ ନ ରହେ । +\q +\s5 +\v 3 ତଥାପି ହେ ଇସ୍ରାଏଲର ପ୍ରଶଂସା-ନିବାସୀନ୍‍, +\q ତୁମ୍ଭେ ପବିତ୍ର ଅଟ । +\q +\v 4 ଆମ୍ଭମାନଙ୍କ ପିତୃପୁରୁଷଗଣ ତୁମ୍ଭଠାରେ ବିଶ୍ୱାସ କଲେ; +\q ସେମାନେ ବିଶ୍ୱାସ କଲେ, ଆଉ ତୁମ୍ଭେ ସେମାନଙ୍କୁ ଉଦ୍ଧାର କଲ । +\q +\v 5 ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ; +\q ସେମାନେ ତୁମ୍ଭଠାରେ ବିଶ୍ୱାସ କଲେ, ଆଉ ଲଜ୍ଜିତ ନୋହିଲେ । +\q +\s5 +\v 6 ମାତ୍ର ମୁଁ କୀଟ, ମନୁଷ୍ୟ ନୁହେଁ; +\q ମନୁଷ୍ୟମାନଙ୍କର ନିନ୍ଦାପାତ୍ର ଓ ଲୋକମାନଙ୍କର ଅବଜ୍ଞାତ । +\q +\v 7 ମୋତେ ଦେଖିବା ଲୋକ ସମସ୍ତେ ମୋତେ ପରିହାସ କରନ୍ତି; +\q ସେମାନେ ଓଷ୍ଠ ଲମ୍ବାଇ, ମସ୍ତକ ହଲାଇ କହନ୍ତି, +\q +\v 8 "ସଦାପ୍ରଭୁଙ୍କଠାରେ ସେ ଆପଣାକୁ ସମର୍ପଣ କଲା; +\q ସେ ତାହାକୁ ଉଦ୍ଧାର କରନ୍ତୁ; +\q ସେ ତାହାଠାରେ ସନ୍ତୁଷ୍ଟ, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ ।" +\q +\s5 +\v 9 ମାତ୍ର ତୁମ୍ଭେ ହିଁ ମୋତେ ଗର୍ଭରୁ ବାହାର କରି ଆଣିଅଛ; +\q ମୁଁ ଆପଣା ମାତୃ-କୋଳରେ ଥିବା ସମୟରେ ତୁମ୍ଭେ ମୋହର ବିଶ୍ୱାସ ଜନ୍ମାଇଅଛ । +\q +\v 10 ଗର୍ଭରୁ ମୁଁ ତୁମ୍ଭଠାରେ ସମର୍ପିତ ହୋଇଥିଲି; +\q ମୋହର ମାତାର ଉଦରରୁ ତୁମ୍ଭେ ମୋହର ପରମେଶ୍ୱର ଅଟ । +\q +\s5 +\v 11 ମୋ'ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; କାରଣ ସଙ୍କଟ ସନ୍ନିକଟ; +\q ସାହାଯ୍ୟକାରୀ କେହି ନାହିଁ । +\q +\v 12 ଅନେକ ବୃଷ ମୋତେ ବେଷ୍ଟନ କରିଅଛନ୍ତି; +\q ବାଶନର ବଳବାନ୍ ବୃଷଗଣ ମୋତେ ଘେରିଅଛନ୍ତି । +\q +\v 13 ସେମାନେ ଗ୍ରାସ କରିବାକୁ ଇଚ୍ଛା ଓ ଗର୍ଜ୍ଜନକାରୀ ସିଂହ ତୁଲ୍ୟ +\q ମୋ' ପ୍ରତି ମୁଖ ମେଲାଇ ଅଛନ୍ତି । +\q +\s5 +\v 14 ମୁଁ ଜଳ ପରି ଢଳା ହେଉଅଛି ଓ +\q ମୋହର ସବୁ ଅସ୍ଥି ସନ୍ଧିରୁ ଖସି ପଡ଼ୁଅଛି । +\q ମୋହର ହୃଦୟ ମହମ ପରି ହୋଇଅଛି; +\q ତାହା ମୋ' ଅନ୍ତ୍ର ମଧ୍ୟରେ ତରଳି ଯାଏ । +\q +\v 15 ମୋହର ବଳ ଖପରା ପରି ଶୁଷ୍କ ହୋଇଅଛି; +\q ଆଉ, ମୋହର ଜିହ୍ୱା ତାଳୁରେ ଲାଗି ଯାଉଅଛି; ପୁଣି, +\q ତୁମ୍ଭେ ମୋହର ମୃତ୍ୟୁର ଧୂଳିକି ଆଣିଅଛ । +\q +\s5 +\v 16 କାରଣ କୁକ୍କୁରମାନେ ମୋତେ ବେଷ୍ଟନ କରିଅଛନ୍ତି; +\q ଦୁରାଚାରୀମାନଙ୍କ ମଣ୍ଡଳୀ ମୋତେ ବେଢ଼ିଅଛନ୍ତି; +\q ସେମାନେ ମୋହର ହସ୍ତ ପାଦ ବିଦ୍ଧ କରିଅଛନ୍ତି । +\q +\v 17 ମୁଁ ଆପଣା ଅସ୍ଥିସବୁ ଗଣିପାରେ; +\q ସେମାନେ ମୋତେ ଅନାଇ ଚାହିଁ ରହିଥା'ନ୍ତି । +\q +\s5 +\v 18 ସେମାନେ ଆପଣାମାନଙ୍କ ମଧ୍ୟରେ ମୋହର ବସ୍ତ୍ର ବିଭାଗ କରନ୍ତି +\q ଓ ସେମାନେ ମୋ' ଉତ୍ତରୀୟ ବସ୍ତ୍ର ପାଇଁ ଗୁଲିବାଣ୍ଟ କରନ୍ତି । +\q +\v 19 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ'ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; +\q ହେ ମୋହର ଆଶ୍ରୟ, ତୁମ୍ଭେ ମୋର ସାହାଯ୍ୟ ପାଇଁ ସତ୍ୱର ହୁଅ । +\q +\s5 +\v 20 ଖଡ଼୍‍ଗରୁ ମୋ' ପ୍ରାଣକୁ ଓ +\q କୁକ୍କୁରର ବଳରୁ ମୋହର ଏକମାତ୍ର ଆତ୍ମାକୁ ଉଦ୍ଧାର କର । +\q +\v 21 ସିଂହର ମୁଖରୁ ମୋତେ ନିସ୍ତାର କର; +\q ହଁ, ଅରଣାର ଶୃଙ୍ଗରୁ ରକ୍ଷା କରି ତୁମ୍ଭେ ମୋତେ ଉତ୍ତର ଦେଇଅଛ । +\q +\s5 +\v 22 ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି; +\q ସମାଜ ମଧ୍ୟରେ ମୁଁ ତୁମ୍ଭର ପ୍ରଶଂସା କରିବି । +\q +\v 23 ହେ ସଦାପ୍ରଭୁଙ୍କର ଭୟକାରୀଗଣ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର; +\q ହେ ଯାକୁବର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କର ସମାଦର କର; +\q ହେ ଇସ୍ରାଏଲର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କ ନିକଟରେ ଭୀତ ହୁଅ । +\q +\s5 +\v 24 କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରି ନାହାନ୍ତି । +\q କିଅବା ସେ ତାହାଠାରୁ ଆପଣା ମୁଖ ଲୁଚାଇ ନାହାନ୍ତି; +\q ମାତ୍ର ସେ ତାହାଙ୍କୁ ଡାକନ୍ତେ, ସେ ଶୁଣିଲେ । +\q +\v 25 ମହାସମାଜ ମଧ୍ୟରେ ତୁମ୍ଭେ ହିଁ ମୋହର ପ୍ରଶଂସା ଭୂମି; +\q ମୁଁ ତାହାଙ୍କ ଭୟକାରୀମାନଙ୍କ ସାକ୍ଷାତରେ ଆପଣା ମାନତସବୁ ପୂର୍ଣ୍ଣ କରିବି । +\q +\s5 +\v 26 ନମ୍ର ଲୋକମାନେ ଭୋଜନ କରି ପରିତୃପ୍ତ ହେବେ; +\q ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ ତାହାଙ୍କୁ ପ୍ରଶଂସା କରିବେ; +\q ତୁମ୍ଭମାନଙ୍କ ଅନ୍ତଃକରଣ ନିତ୍ୟଜୀବୀ ହେଉ । +\q +\v 27 ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ ସ୍ମରଣ କରି ତାହାଙ୍କ ପ୍ରତି ଫେରିବେ; +\q ଆଉ, ଅନ୍ୟ ଦେଶୀୟ ଗୋଷ୍ଠୀସକଳ ତୁମ୍ଭ ସମ୍ମୁଖରେ ପ୍ରଣାମ କରିବେ । +\q +\s5 +\v 28 କାରଣ ରାଜ୍ୟ ସଦାପ୍ରଭୁଙ୍କର ଅଟେ; +\q ପୁଣି, ସେ ଗୋଷ୍ଠୀୟମାନଙ୍କର ଶାସନକର୍ତ୍ତା ଅଟନ୍ତି । +\q +\v 29 ପୃଥିବୀସ୍ଥ ପୁଷ୍ଟ ଲୋକ ସମସ୍ତେ ଭୋଜନ କରି ପ୍ରଣାମ କରିବେ; +\q ଧୂଳିରେ ଲୀନ ହେବାକୁ ଉଦ୍ୟତ ସମସ୍ତେ, ଅର୍ଥାତ୍‍, +\q ଆପଣା ପ୍ରାଣ ବଞ୍ଚାଇବାକୁ ଅସମର୍ଥ ଲୋକ ତାହାଙ୍କ ଛାମୁରେ ମୁହଁ ମାଡ଼ି ପଡ଼ିବେ । +\q +\s5 +\v 30 ଏକ ବଂଶ ତାହାଙ୍କର ସେବା କରିବେ; +\q ଭବିଷ୍ୟତ ବଂଶକୁ ପ୍ରଭୁଙ୍କ ବିଷୟ କୁହାଯିବ । +\q +\v 31 ସେମାନେ ଆସି ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ତାହାଙ୍କ ଧାର୍ମିକତା ପ୍ରଚାର କରି କହିବେ, +\q ସେ ଏହା ସାଧନ କରିଅଛନ୍ତି । + +\s5 +\c 23 +\s ସଦାପ୍ରଭୁ ମୋର ପ୍ରତିପାଳକ +\d ଦାଉଦଙ୍କର ଗୀତ । +\b +\q +\v 1 ସଦାପ୍ରଭୁ ମୋହର ପ୍ରତିପାଳକ; +\q ମୋହର ଅଭାବ ହେବ ନାହିଁ । +\q +\v 2 ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି; +\q ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି । +\q +\s5 +\v 3 ସେ ମୋ' ପ୍ରାଣକୁ ସୁସ୍ଥ କରନ୍ତି, +\q ସେ ଆପଣା ନାମ ସକାଶୁ ଧର୍ମପଥରେ ମୋତେ କଢ଼ାଇ ନିଅନ୍ତି । +\q +\s5 +\v 4 ଏଣୁ ମୁଁ ମୃତ୍ୟୁଚ୍ଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ +\q କୌଣସି ଆପଦକୁ ଭୟ କରିବି ନାହିଁ; କାରଣ ତୁମ୍ଭେ ମୋହର ସହବର୍ତ୍ତୀ, +\q ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି । +\q +\s5 +\v 5 ତୁମ୍ଭେ ମୋ' ଶତ୍ରୁଗଣଙ୍କ ସାକ୍ଷାତରେ ମୋ' ସମ୍ମୁଖରେ ମେଜ ସଜାଉଅଛ; +\q ତୁମ୍ଭେ ତୈଳରେ ମୋ' ମସ୍ତକ ସିକ୍ତ କରିଅଛ; +\q ମୋ' ପାନପାତ୍ର ଉଚ୍ଛୁଳି ପଡ଼ୁଅଛି । +\q +\s5 +\v 6 ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନଯାଏ ମୋହର ପଶ୍ଚାଦ୍‍ଗାମୀ ହେବ; +\q ପୁଣି, ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି । + +\s5 +\c 24 +\s ମହାନ ରାଜା +\d ଦାଉଦଙ୍କର ଗୀତ । +\b +\q +\v 1 ପୃଥିବୀ ଓ ତହିଁର ପୂର୍ଣ୍ଣତା, +\q ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର । +\q +\v 2 କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି +\q ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି । +\q +\s5 +\v 3 କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ ? +\q ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ ? +\q +\v 4 ଯାହାର ହସ୍ତ ଶୁଚି ଓ ଅନ୍ତଃକରଣ ନିର୍ମଳ; +\q ଯାହାର ମନ ଅସାରତା ପ୍ରତି ଉଠି ନାହିଁ, +\q ପୁଣି, ଯେ ଛଳ ଭାବରେ ଶପଥ କରି ନାହିଁ, ସେ । +\q +\s5 +\v 5 ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣ +\q ସ୍ୱରୂପ ପରମେଶ୍ୱରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ । +\q +\v 6 ଯେଉଁମାନେ ପରମେଶ୍ୱରଙ୍କୁ ଅନ୍ୱେଷଣ କରନ୍ତି, ସେମାନଙ୍କର ବଂଶ ଏହି, +\q ହେ ଯାକୁବର ପରମେଶ୍ୱର, ଏମାନେ ତୁମ୍ଭର ମୁଖ ଅନ୍ୱେଷଣ କରନ୍ତି । +\q [ସେଲା] +\q +\s5 +\v 7 ହେ ନଗରଦ୍ୱାରସକଳ, ମସ୍ତକ ଟେକ; +\q ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ; +\q ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ । +\q +\v 8 ଗୌରବମୟ ରାଜା କିଏ ? +\q ବଳବାନ ଓ ବୀର ସଦାପ୍ରଭୁ, +\q ସଂଗ୍ରାମରେ ବୀର ସଦାପ୍ରଭୁ । +\q +\s5 +\v 9 ହେ ନଗରଦ୍ୱାରସକଳ, ମସ୍ତକ ଟେକ; +\q ହେ ଚିରସ୍ଥାୟୀ କବାଟସବୁ, ମସ୍ତକ ଟେକ; +\q ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ । +\q +\v 10 ଏହି ଗୌରବମୟ ରାଜା କିଏ ? +\q ବାହିନୀଗଣର ସଦାପ୍ରଭୁ, +\q ସେ ଗୌରବମୟ ରାଜା ଅଟନ୍ତି । +\q [ସେଲା] + +\s5 +\c 25 +\s ଚାଳନା ଓ ସୁରକ୍ଷା ପାଇଁ ପ୍ରାର୍ଥନା +\d ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରତି ଆପଣା ମନ ଉଠାଏ । +\q +\v 2 ହେ ମୋହର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନିଏ, +\q ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; +\q ମୋହର ଶତ୍ରୁମାନେ ମୋ' ଉପରେ ଉଲ୍ଲାସ ନ କରନ୍ତୁ । +\q +\v 3 ହଁ, ଯେଉଁମାନେ ତୁମ୍ଭର ଅନୁସରଣ କରନ୍ତି, +\q ସେମାନଙ୍କର କେହି ଲଜ୍ଜିତ ହେବେ ନାହିଁ; +\q ଯେଉଁମାନେ ଅକାରଣରେ ବିଶ୍ୱାସଘାତକତା କରନ୍ତି, ସେମାନେ ଲଜ୍ଜିତ ହେବେ । +\q +\s5 +\v 4 ହେ ସଦାପ୍ରଭୁ, ତୁମ୍ଭର ପଥସବୁ ମୋତେ ଦେଖାଅ; +\q ତୁମ୍ଭର ମାର୍ଗସବୁ ମୋତେ ଶିଖାଅ । +\q +\v 5 ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ; +\q କାରଣ ତୁମ୍ଭେ ମୋ' ପରିତ୍ରାଣର ପରମେଶ୍ୱର ଅଟ; +\q ମୁଁ ସାରାଦିନ ତୁମ୍ଭର ଅନୁସରଣ କରେ । +\q +\s5 +\v 6 ହେ ସଦାପ୍ରଭୁ, ତୁମ୍ଭର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର । +\q କାରଣ ତାହା ଅନାଦିକାଳୀନ । +\q +\v 7 ମୋ' ଯୌବନ କାଳର ପାପ ଓ ଅଧର୍ମସବୁ ସ୍ମରଣ କର ନାହିଁ; +\q ହେ ସଦାପ୍ରଭୁ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର । +\q +\s5 +\v 8 ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି; +\q ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ । +\q +\v 9 ସେ ନମ୍ର ଲୋକକୁ ବିଚାରମାର୍ଗରେ କଢ଼ାଇ ନେବେ +\q ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ । +\q +\s5 +\v 10 ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ-ବାକ୍ୟ ପାଳନ କରନ୍ତି, +\q ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତାବିଶିଷ୍ଟ । +\q +\v 11 ହେ ସଦାପ୍ରଭୁ, ଆପଣା ନାମ ସକାଶୁ +\q ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼ । +\q +\s5 +\v 12 ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ ? +\q ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ । +\q +\v 13 ତାହାର ପ୍ରାଣ କୁଶଳରେ ବାସ କରିବ +\q ଓ ତାହାର ବଂଶ ଦେଶ ଅଧିକାର କରିବେ । +\q +\s5 +\v 14 ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ ଥାଏ; +\q ଆଉ, ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ । +\q +\v 15 ସଦାବେଳେ ସଦାପ୍ରଭୁଙ୍କ ଆଡ଼େ ମୋହର ଦୃଷ୍ଟି ଥାଏ; +\q କାରଣ ସେ ଜାଲରୁ ମୋହର ଚରଣ ଉଦ୍ଧାର କରିବେ । +\q +\v 16 ମୋ' ପ୍ରତି ଫେର ଓ ମୋ' ପ୍ରତି ଦୟା କର; +\q କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ । +\q +\s5 +\v 17 ମୋ' ଅନ୍ତଃକରଣର ଯନ୍ତ୍ରଣା ବଢ଼ିଅଛି; +\q ତୁମ୍ଭେ ସମସ୍ତ କଷ୍ଟରୁ ମୋତେ ଉଦ୍ଧାର କର । +\q +\v 18 ମୋହର କ୍ଳେଶ ଓ ଦୁଃଖ ପ୍ରତି ଦୃଷ୍ଟିପାତ କର; +\q ପୁଣି, ମୋହର ପାପସବୁ କ୍ଷମା କର । +\q +\v 19 ମୋହର ଶତ୍ରୁମାନଙ୍କ ପ୍ରତି ଦୃଷ୍ଟିପାତ କର, କାରଣ ସେମାନେ ଅନେକ; +\q ସେମାନେ ଦାରୁଣ ଘୃଣା ଭାବରେ ମୋତେ ଘୃଣା କରନ୍ତି । +\q +\s5 +\v 20 ମୋ' ପ୍ରାଣକୁ ରକ୍ଷା କର ଓ ମୋତେ ଉଦ୍ଧାର କର; +\q ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, କାରଣ ମୁଁ ତୁମ୍ଭଠାରେ ଶରଣ ନେଇଅଛି । +\q +\v 21 ସିଦ୍ଧତା ଓ ସରଳତା ମୋତେ ରକ୍ଷା କରୁ, +\q କାରଣ ମୁଁ ତୁମ୍ଭର ଅନୁସରଣ କରେ । +\q +\s5 +\v 22 ହେ ପରମେଶ୍ୱର, ଇସ୍ରାଏଲକୁ ତାହାର ସମସ୍ତ +\q ତାହାର ସମସ୍ତ ସଙ୍କଟରୁ ମୁକ୍ତ କର । + +\s5 +\c 26 +\s ଉତ୍ତମ ବ୍ୟକ୍ତିର ପ୍ରାର୍ଥନା +\d ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ମୋହର ବିଚାର କର, କାରଣ ମୁଁ ନିଜ ସିଦ୍ଧତାରେ ଆଚରଣ କରିଅଛି; +\q ମଧ୍ୟ ମୁଁ ଅଟଳ ଭାବରେ ସଦାପ୍ରଭୁଙ୍କର ଶରଣ ନେଇଅଛି । +\q +\v 2 ହେ ସଦାପ୍ରଭୁ, ମୋତେ ପରୀକ୍ଷା କରି ପ୍ରମାଣ ନିଅ; +\q ମୋର ମର୍ମ ଓ ଚିତ୍ତ ପରିଷ୍କାର କର । +\q +\v 3 କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋ' ଦୃଷ୍ଟି-ଗୋଚରରେ ଅଛି; +\q ମୁଁ ତୁମ୍ଭ ସତ୍ୟତାରେ ଆଚରଣ କରିଅଛି । +\q +\s5 +\v 4 ମୁଁ ଅସାର ଲୋକଙ୍କ ସଙ୍ଗେ ବସି ନାହିଁ; +\q କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରିବି ନାହିଁ । +\q +\v 5 ମୁଁ ଦୁଷ୍କର୍ମକାରୀମାନଙ୍କ ସମାଜକୁ ଘୃଣା କରେ, +\q ପୁଣି, ଦୁଷ୍ଟମାନଙ୍କ ସଙ୍ଗେ ବସିବି ନାହିଁ । +\q +\s5 +\v 6 ହେ ସଦାପ୍ରଭୁ, ଯେପରି ମୁଁ ଧନ୍ୟବାଦ-ସ୍ୱର ଶୁଣାଇବି +\q ଓ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରିବି, +\q +\v 7 ଏଥିପାଇଁ ମୁଁ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରି +\q ତୁମ୍ଭର ଯଜ୍ଞବେଦି ପ୍ରଦକ୍ଷିଣ କରିବି । +\q +\v 8 ହେ ସଦାପ୍ରଭୁ, ମୁଁ ତୁମ୍ଭର ନିବାସ-ଗୃହକୁ ଓ +\q ତୁମ୍ଭ ଗୌରବର ବାସସ୍ଥାନକୁ ସ୍ନେହ କରେ । +\q +\s5 +\v 9 ପାପୀମାନଙ୍କ ସଙ୍ଗେ ମୋ' ପ୍ରାଣକୁ କିଅବା +\q ରକ୍ତପାତକାରୀ ମନୁଷ୍ୟମାନଙ୍କ ସଙ୍ଗେ ମୋ' ଜୀବନକୁ ସଂଗ୍ରହ କର ନାହିଁ । +\q +\v 10 ସେମାନଙ୍କ ହସ୍ତରେ ଅନିଷ୍ଟ ଥାଏ, +\q ପୁଣି, ସେମାନଙ୍କ ଦକ୍ଷିଣ ହସ୍ତ ଲାଞ୍ଚରେ ପରିପୂର୍ଣ୍ଣ । +\q +\s5 +\v 11 ମାତ୍ର ମୁଁ ନିଜ ସିଦ୍ଧତାରେ ଆଚରଣ କରିବି; +\q ମୋତେ ମୁକ୍ତ କର ଓ ମୋ' ପ୍ରତି ସଦୟ ହୁଅ । +\q +\v 12 ମୋ' ଚରଣ ସମଭୂମିରେ ଠିଆ ହେଉଅଛି; +\q ମୁଁ ମଣ୍ଡଳୀଗଣ ମଧ୍ୟରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି । + +\s5 +\c 27 +\s ସ୍ତୁତି ବନ୍ଦନା +\d ଦାଉଦଙ୍କର ଗୀତ । +\b +\q +\v 1 ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ; +\q ମୁଁ କାହାକୁ ଭୟ କରିବି ? +\q ସଦାପ୍ରଭୁ ମୋ' ଜୀବନର ବଳ; +\q ମୁଁ କାହାଠାରୁ ଭୀତ ହେବି ? +\q +\s5 +\v 2 ଦୁଷ୍କର୍ମକାରୀଗଣ ମୋହର ମାଂସ ଗ୍ରାସ କରିବା ପାଇଁ ମୋତେ ଆକ୍ରମଣ କରିବା ବେଳେ +\q ମୋହର ସେହି ବିପକ୍ଷ ଓ ଶତ୍ରୁମାନେ ଝୁଣ୍ଟି ପତିତ ହେଲେ । +\q +\v 3 ସୈନ୍ୟଦଳ ମୋ' ବିରୁଦ୍ଧରେ ଛାଉଣି କଲେ ହେଁ +\q ମୋହର ଅନ୍ତଃକରଣ ଭୟ କରିବ ନାହିଁ; +\q ଯଦି ଯୁଦ୍ଧ ମୋ' ବିରୁଦ୍ଧରେ ଉଠେ, +\q ତେବେ ମଧ୍ୟ ମୁଁ ସାହସିକ ହେବି । +\q +\s5 +\v 4 ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ +\q ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ +\q ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି, +\q ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, +\q ତାହା ହିଁ ମୁଁ ଅନ୍ୱେଷଣ କରିବି । +\q +\s5 +\v 5 କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ; +\q ସେ ଆପଣା ତମ୍ବୁର ଅନ୍ତରାଳରେ ମୋତେ ଲୁଚାଇବେ; +\q ସେ ମୋତେ ଶୈଳ ଉପରକୁ ଉଠାଇବେ । +\q +\v 6 ଏଣୁ ଏବେ ମୋ' ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ଉପରେ ମୋହର ମସ୍ତକ ଉନ୍ନତ ହେବ; +\q ଆଉ, ମୁଁ ତାହାଙ୍କ ତମ୍ବୁରେ ଜୟଧ୍ୱନିର ବଳି ଉତ୍ସର୍ଗ କରିବି; +\q ମୁଁ ଗାନ କରିବି, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି । +\q +\s5 +\v 7 ହେ ସଦାପ୍ରଭୁ, ମୁଁ ଆପଣା ରବରେ ଡାକିବା ବେଳେ ଶୁଣ; +\q ମୋ' ପ୍ରତି ଦୟା କର ଓ ମୋତେ ଉତ୍ତର ଦିଅ । +\q +\v 8 ଯେତେବେଳେ ତୁମ୍ଭେ କହିଲ, "ତୁମ୍ଭେମାନେ ମୋହର ମୁଖ ଅନ୍ୱେଷଣ କର"; +\q ମୋ' ଅନ୍ତଃକରଣ ତୁମ୍ଭଙ୍କୁ କହିଲା, "ସଦାପ୍ରଭୁ, ମୁଁ ତୁମ୍ଭର ମୁଖ ଅନ୍ୱେଷଣ କରିବି ।" +\q +\s5 +\v 9 ମୋ'ଠାରୁ ଆପଣା ମୁଖ ଲୁଚାଅ ନାହିଁ; +\q କ୍ରୋଧରେ ଆପଣା ଦାସକୁ ଦୂର କର ନାହିଁ; +\q ତୁମ୍ଭେ ମୋହର ସହାୟ ହୋଇଅଛ; +\q ହେ ମୋ' ପରିତ୍ରାଣର ପରମେଶ୍ୱର, ମୋତେ ଦୂର କର ନାହିଁ, କିଅବା ପରିତ୍ୟାଗ କର ନାହିଁ । +\q +\v 10 କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି, +\q ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ । +\q +\s5 +\v 11 ହେ ସଦାପ୍ରଭୁ, ମୋହର ଶତ୍ରୁଗଣ ସକାଶୁ +\q ମୋତେ ତୁମ୍ଭର ମାର୍ଗ ଶିଖାଅ; +\q ଓ ସରଳ ପଥରେ ମୋତେ କଢ଼ାଇ ନିଅ । +\q +\v 12 ମୋ' ବିପକ୍ଷଗଣର ବାଞ୍ଛାରେ ମୋତେ ସମର୍ପଣ କର ନାହିଁ; +\q କାରଣ ମିଥ୍ୟାସାକ୍ଷୀମାନେ ଓ ନିଷ୍ଠୁରତାରୂପ ନିଶ୍ୱାସ +\q ମାରିବା ଲୋକେ ମୋ' ବିରୁଦ୍ଧରେ ଉଠିଅଛନ୍ତି । +\q +\s5 +\v 13 ମୁଁ ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କର ମଙ୍ଗଳ ଭାବ ଦେଖିବାକୁ ବିଶ୍ୱାସ କରି ନ ଥିଲେ, ମୂର୍ଚ୍ଛିତ ହୋଇଥା'ନ୍ତି । +\q +\v 14 ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର; +\q ବଳବାନ୍ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; +\q ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର । + +\s5 +\c 28 +\s ସହାୟତା ପାଇଁ ପ୍ରାର୍ଥନା +\d ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡାକ ପକାଇବି; +\q ହେ ମୋହର ଶୈଳ, ମୋ' ପ୍ରତି ନୀରବ ହୁଅ ନାହିଁ; କେଜାଣି ତୁମ୍ଭେ ମୋ' ପ୍ରତି ନୀରବ ହେଲେ, ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ପରି ହେବି। +\q +\v 2 ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲା ବେଳେ, +\q ତୁମ୍ଭ ପବିତ୍ର ସ୍ଥାନର ଗର୍ଭାଗାର ଆଡ଼େ ଆପଣା ହସ୍ତ ଟେକିବା ବେଳେ, +\q ମୋ' ନିବେଦନର ରବ ଶ୍ରବଣ କର । +\q +\s5 +\v 3 ଦୁଷ୍ଟ ଓ ଅଧର୍ମାଚାରୀମାନଙ୍କ ସଙ୍ଗେ ମୋତେ ଟାଣି ନିଅ ନାହିଁ; +\q ସେମାନେ ସ୍ୱ ସ୍ୱ ପ୍ରତିବାସୀମାନଙ୍କ ସଙ୍ଗେ ଶାନ୍ତିର କଥା କହନ୍ତି, +\q ମାତ୍ର ସେମାନଙ୍କ ଅନ୍ତଃକରଣରେ ଅନିଷ୍ଟ ଥାଏ । +\q +\v 4 ସେମାନଙ୍କ କର୍ମାନୁସାରେ ଓ ସେମାନଙ୍କ କ୍ରିୟାର ଦୁଷ୍ଟତାନୁସାରେ ସେମାନଙ୍କୁ ପ୍ରତିଫଳ ଦିଅ; +\q ସେମାନଙ୍କ ହସ୍ତର କର୍ମାନୁରୂପ ଫଳ ସେମାନଙ୍କୁ ଦିଅ; ସେମାନଙ୍କୁ ସମୁଚିତ ଫଳ ଭୋଗ କରାଅ । +\q +\v 5 ସେମାନେ ସଦାପ୍ରଭୁଙ୍କ କ୍ରିୟା ଓ ତାହାଙ୍କ ହସ୍ତର କର୍ମସକଳ ବିବେଚନା ନ କରିବାରୁ +\q ସେ ସେମାନଙ୍କୁ ଭାଙ୍ଗି ପକାଇବେ ଓ ସେମାନଙ୍କୁ ଗଢ଼ିବେ ନାହିଁ । +\q +\s5 +\v 6 ସଦାପ୍ରଭୁ ଧନ୍ୟ ହେଉନ୍ତୁ, +\q କାରଣ ସେ ମୋ' ନିବେଦନର ରବ ଶୁଣିଅଛନ୍ତି । +\q +\v 7 ସଦାପ୍ରଭୁ ମୋହର ବଳ ଓ ମୋହର ଢାଲ; +\q ମୋହର ଅନ୍ତଃକରଣ ତାହାଙ୍କଠାରେ ଭରସା ରଖିଅଛି ଓ ମୁଁ ସାହାଯ୍ୟ ପାଇଅଛି; +\q ଏହେତୁ ମୋ' ଅନ୍ତଃକରଣ ଅତ୍ୟନ୍ତ ଉଲ୍ଲାସ କରୁଅଛି; +\q ଆଉ, ମୁଁ ନିଜ ଗୀତରେ ତାହାଙ୍କର ପ୍ରଶଂସା କରିବି । +\q +\v 8 ସଦାପ୍ରଭୁ ସେମାନଙ୍କର ବଳ ଓ +\q ଆପଣା ଅଭିଷିକ୍ତ ପ୍ରତି ପରିତ୍ରାଣର ଦୃଢ଼ ଦୁର୍ଗ ଅଟନ୍ତି । +\q +\s5 +\v 9 ଆପଣା ଲୋକମାନଙ୍କୁ ତ୍ରାଣ କର ଓ ଆପଣା ଅଧିକାରକୁ ଆଶୀର୍ବାଦ କର; +\q ସେମାନଙ୍କୁ ପ୍ରତିପାଳନ କର ଓ ଅନନ୍ତକାଳ ସେମାନଙ୍କୁ ବହନ କର । + +\s5 +\c 29 +\s ସଦାପ୍ରଭୁଙ୍କ ରବର ପରାକ୍ରମ +\d ଦାଉଦଙ୍କର ଗୀତ । +\b +\q +\v 1 ହେ ବିକ୍ରମୀ-ସନ୍ତାନଗଣ, ସଦାପ୍ରଭୁଙ୍କର କୀର୍ତ୍ତନ କର, +\q ସଦାପ୍ରଭୁଙ୍କର ଗୌରବ ଓ ପରାକ୍ରମ କୀର୍ତ୍ତନ କର । +\q +\v 2 ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର; +\q ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କୁ ପ୍ରଣାମ କର । +\q +\s5 +\v 3 ଜଳରାଶି ଉପରେ ସଦାପ୍ରଭୁଙ୍କର ରବ ଅଛି; +\q ଗୌରବମୟ ପରମେଶ୍ୱର ବଜ୍ରନାଦ କରନ୍ତି, +\q ସଦାପ୍ରଭୁ ଅପାର ଜଳରାଶି ଉପରେ ବିଦ୍ୟମାନ । +\q +\v 4 ସଦାପ୍ରଭୁଙ୍କ ରବ ଶକ୍ତିବିଶିଷ୍ଟ; +\q ସଦାପ୍ରଭୁଙ୍କ ରବ ପ୍ରତାପପୂର୍ଣ୍ଣ । +\q +\v 5 ସଦାପ୍ରଭୁଙ୍କ ରବ ଏରସ ବୃକ୍ଷମାନ ଭାଙ୍ଗି ପକାଏ; +\q ହଁ, ସଦାପ୍ରଭୁ ଲିବାନୋନ୍‍ର ଏରସ ବୃକ୍ଷସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାନ୍ତି । +\q +\s5 +\v 6 ମଧ୍ୟ ସେ ସେମାନଙ୍କୁ ଗୋବତ୍ସ ପରି; +\q ଲିବାନୋନ୍‍ ଓ ସିରିୟୋନକୁ ଅରଣା ଛୁଆ ପରି ନଚାନ୍ତି । +\q +\v 7 ସଦାପ୍ରଭୁଙ୍କ ରବ ଅଗ୍ନିଶିଖା ବିଭକ୍ତ କରେ । +\q +\v 8 ସଦାପ୍ରଭୁଙ୍କ ରବ ପ୍ରାନ୍ତରକୁ କମ୍ପିତ କରେ; +\q ସଦାପ୍ରଭୁ କାଦେଶର ପ୍ରାନ୍ତରକୁ କମ୍ପିତ କରନ୍ତି । +\q +\s5 +\v 9 ସଦାପ୍ରଭୁଙ୍କ ରବ ହରିଣୀମାନଙ୍କୁ ପ୍ରସବ କରାଏ +\q ଓ ବନସମୂହକୁ ବିବସ୍ତ୍ର କରେ; +\q ପୁଣି, ତାହାଙ୍କ ମନ୍ଦିରରେ ସମସ୍ତ ବିଷୟ ଗୌରବ, ଗୌରବ ବୋଲି କହନ୍ତି । +\q +\v 10 ସଦାପ୍ରଭୁ ଜଳପ୍ଲାବନରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ; +\q ହଁ, ସଦାପ୍ରଭୁ ଅନନ୍ତକାଳ ରାଜା ତୁଲ୍ୟ ଉପବିଷ୍ଟ ଅଟନ୍ତି । +\q +\s5 +\v 11 ସଦାପ୍ରଭୁ ଆପଣା ଲୋକମାନଙ୍କୁ ବଳ ଦେବେ; +\q ସଦାପ୍ରଭୁ ଆପଣା ଲୋକମାନଙ୍କୁ ଶାନ୍ତି ଦେଇ ଆଶୀର୍ବାଦ କରିବେ । + +\s5 +\c 30 +\s ଧନ୍ୟବାଦ ପ୍ରାର୍ଥନା +\d ଗୀତ; ଗୃହ-ପ୍ରତିଷ୍ଠାକାଳୀନ ଗୀତ; +\s ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ମୁଁ ତୁମ୍ଭର ଗୁଣ ଗାନ କରିବି; କାରଣ ତୁମ୍ଭେ ମୋତେ ଉଠାଇଅଛ; ଓ ମୋ' ଶତ୍ରୁଗଣକୁ ମୋ' ଉପରେ ଆନନ୍ଦ କରିବାକୁ ଦେଇ ନାହଁ । +\q +\v 2 ହେ ସଦାପ୍ରଭୁ, ମୋହର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲି, ପୁଣି, ତୁମ୍ଭେ ମୋତେ ସୁସ୍ଥ କରିଅଛ । +\q +\v 3 ହେ ସଦାପ୍ରଭୁ, ତୁମ୍ଭେ ପାତାଳରୁ ମୋ' ପ୍ରାଣ ଉଠାଇ ଆଣିଅଛ; ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ । +\q +\s5 +\v 4 ହେ ସଦାପ୍ରଭୁଙ୍କର ସଦ୍‍ଭକ୍ତମାନେ, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପୁଣି, ତାହାଙ୍କ ପବିତ୍ର ନାମକୁ ଧନ୍ୟବାଦ ଦିଅ । +\q +\v 5 କାରଣ ତାହାଙ୍କ କ୍ରୋଧ କ୍ଷଣମାତ୍ର ସ୍ଥାୟୀ; ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ; +\q ରୋଦନ ଏକ ରାତ୍ରି ପାଇଁ ଆସିପାରେ, +\q ମାତ୍ର ପ୍ରାତଃକାଳରେ ଆନନ୍ଦ ଆସେ । +\q +\s5 +\v 6 ମୁଁ ଆପଣା ସମୃଦ୍ଧି ସମୟରେ କହିଲି, "ମୁଁ କେବେ ବିଚଳିତ ନୋହିବି ।" +\q +\v 7 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଅନୁଗ୍ରହ ସକାଶୁ ମୋହର ପର୍ବତ ଦୃଢ଼ କରି ସ୍ଥାପନ କରିଥିଲ; ମାତ୍ର ଯଦି ତୁମ୍ଭେ ଆପଣା ମୁଖ ଲୁଚାଇଲ; ତେବେ ମୁଁ ବ୍ୟାକୁଳ ହେଲି । +\q +\v 8 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଡାକିଲି; ପୁଣି, ସଦାପ୍ରଭୁଙ୍କ ନିକଟରେ ନିବେଦନ କଲି । +\q +\s5 +\v 9 ମୁଁ ଗର୍ତ୍ତକୁ ଗମନ କଲେ, ମୋର ରକ୍ତରେ କି ଲାଭ ? ଧୂଳି କି ତୁମ୍ଭର ପ୍ରଶଂସା କରିବ ? ତାହା କି ତୁମ୍ଭର ସତ୍ୟତା ପ୍ରକାଶ କରିବ ? +\q +\v 10 ହେ ସଦାପ୍ରଭୁ, ଶୁଣ ଓ ମୋ' ପ୍ରତି ଦୟା କର; ସଦାପ୍ରଭୁ, ତୁମ୍ଭେ ମୋହର ସହାୟ ହୁଅ । +\q +\s5 +\v 11 ଯେପରି ମୋହର ପ୍ରାଣ ତୁମ୍ଭର ପ୍ରଶଂସା ଗାନ କରିବ ଓ ନୀରବ ନୋହିବ, +\q +\v 12 ଏଥିପାଇଁ ତୁମ୍ଭେ ମୋହର ବିଳାପକୁ ନୃତ୍ୟରେ ପରିଣତ କରିଅଛ; ତୁମ୍ଭେ ମୋହର ଚଟବସ୍ତ୍ର ଫିଟାଇ ଆନନ୍ଦରୂପ ପଟୁକାରେ ମୋହର କଟି ବାନ୍ଧିଅଛ; ହେ ସଦାପ୍ରଭୁ, ମୋହର ପରମେଶ୍ୱର, ମୁଁ ଅନନ୍ତକାଳ ତୁମ୍ଭକୁ ଧନ୍ୟବାଦ ଦେବି । + +\s5 +\c 31 +\s ସଦାପ୍ରଭୁଙ୍କଠାରେ ନିର୍ଭରଶୀଳତାର ନିବେଦନ +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଶରଣ ନେଇଅଛି; +\q ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ; +\q ତୁମ୍ଭ ଧର୍ମଗୁଣରେ ମୋତେ ଉଦ୍ଧାର କର । +\q +\v 2 ମୋ' ପ୍ରତି ଆପଣା କର୍ଣ୍ଣ ଡେର; ଶୀଘ୍ର ମୋତେ ଉଦ୍ଧାର କର; +\q ତୁମ୍ଭେ ମୋ' ପ୍ରତି ଦୃଢ଼ ଶୈଳ, +\q ମୋହର ପରିତ୍ରାଣାର୍ଥକ ଦୁର୍ଗରୂପ ଗୃହ ହୁଅ । +\q +\s5 +\v 3 କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ ଅଟ; +\q ଏଥିପାଇଁ ନିଜ ନାମ ସକାଶୁ ମୋତେ ପଥ ଦେଖାଇ କଢ଼ାଇ ନିଅ । +\q +\v 4 ସେମାନେ ଗୋପନରେ ମୋ' ପାଇଁ ଯେଉଁ ଜାଲ ପାତିଅଛନ୍ତି, ତହିଁରୁ ମୋତେ ଉଦ୍ଧାର କର; +\q କାରଣ ତୁମ୍ଭେ ମୋହର ଦୃଢ଼ ଦୁର୍ଗ । +\q +\s5 +\v 5 ମୁଁ ତୁମ୍ଭ ହସ୍ତରେ ଆପଣା ଆତ୍ମା ସମର୍ପଣ କରେ; +\q ହେ ସଦାପ୍ରଭୁ, ସତ୍ୟମୟ ପରମେଶ୍ୱର, ତୁମ୍ଭେ ମୋତେ ମୁକ୍ତ କରିଅଛ । +\q +\v 6 ଯେଉଁମାନେ ମିଥ୍ୟା ଅସାର ବିଷୟ ମାନନ୍ତି, ସେମାନଙ୍କୁ ମୁଁ ଘୃଣା କରେ; +\q ମାତ୍ର ମୁଁ ସଦାପ୍ରଭୁଙ୍କଠାରେ ନିର୍ଭର ରଖେ । +\q +\v 7 ମୁଁ ତୁମ୍ଭ ଦୟାରେ ଆନନ୍ଦ ଓ ଉଲ୍ଲାସ କରିବି; +\q କାରଣ ତୁମ୍ଭେ ମୋହର କ୍ଳେଶ ଦେଖିଅଛ; +\q ତୁମ୍ଭେ ଦୁର୍ଦ୍ଦଶା ସମୟରେ ମୋ' ପ୍ରାଣର ତତ୍ତ୍ୱ ନେଇଅଛ । +\q +\s5 +\v 8 ପୁଣି, ଶତ୍ରୁ ହସ୍ତରେ ତୁମ୍ଭେ ମୋତେ ବନ୍ଦ କରି ନାହଁ; +\q ତୁମ୍ଭେ ପ୍ରଶସ୍ତ ସ୍ଥାନରେ ମୋର ଚରଣ ସ୍ଥାପନ କରିଅଛ । +\q +\v 9 ହେ ସଦାପ୍ରଭୁ, ମୋ' ପ୍ରତି ଦୟା କର, କାରଣ ମୁଁ ବିପଦଗ୍ରସ୍ତ; +\q ଦୁଃଖରେ ମୋହର ଚକ୍ଷୁ, ମୋହର ପ୍ରାଣ ଓ ମୋହର ଶରୀର କ୍ଷୀଣ ହେଉଅଛି । +\q +\s5 +\v 10 କାରଣ ଦୁଃଖରେ ମୋହର ଜୀବନ ଓ ହାହାକାରରେ +\q ମୋହର ବର୍ଷ ବହି ଯାଉଅଛି; +\q ମୋ' ଅପରାଧ ସକାଶୁ ମୋର ବଳ କ୍ଷୀଣ ହେଉଅଛି ଓ +\q ମୋର ଅସ୍ଥିସବୁ କ୍ଷୟ ପାଉଅଛି । +\q +\v 11 ମୁଁ ଆପଣା ସମସ୍ତ ବିପକ୍ଷଙ୍କ ସକାଶୁ ଆପଣା +\q ପ୍ରତିବାସୀମାନଙ୍କର ଅତ୍ୟନ୍ତ ନିନ୍ଦାସ୍ପଦ ଓ +\q ଆପଣା ପରିଚିତମାନଙ୍କର ଭୟସ୍ଥଳ ହୋଇଅଛି, +\q ମୋତେ ବାହାରେ ଦେଖିଲା ଲୋକମାନେ ମୋ' ନିକଟରୁ ପଳାଇଲେ । +\q +\s5 +\v 12 ମୁଁ ମୃତଲୋକ ତୁଲ୍ୟ ମନରୁ ବିସ୍ମୃତ ହୋଇଅଛି; +\q ମୁଁ ଭଗ୍ନ ପାତ୍ର ସଦୃଶ । +\q +\v 13 କାରଣ ମୁଁ ଅନେକଙ୍କଠାରୁ ନିନ୍ଦାବାଦ ଶୁଣିଅଛି, +\q ଚତୁର୍ଦ୍ଦିଗରେ ଆଶଙ୍କା; +\q ସେମାନେ ମୋ' ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲା ବେଳେ +\q ମୋ' ପ୍ରାଣ ନେବା ପାଇଁ ସଙ୍କଳ୍ପ କଲେ । +\q +\s5 +\v 14 ମାତ୍ର ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଶରଣ ନିଏ; +\q ମୁଁ କହିଲି, "ତୁମ୍ଭେ ମୋହର ପରମେଶ୍ୱର ।" +\q +\v 15 ମୋହର ସମୟ ସବୁ ତୁମ୍ଭର ହସ୍ତଗତ; +\q ମୋ' ଶତ୍ରୁଗଣ ହସ୍ତରୁ ଓ ମୋ' ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର । +\q +\v 16 ଆପଣା ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର; +\q ଆପଣା ସ୍ନେହପୂର୍ଣ୍ଣ କରୁଣାରେ ମୋତେ ପରିତ୍ରାଣ କର । +\q +\s5 +\v 17 ହେ ସଦାପ୍ରଭୁ, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; କାରଣ ମୁଁ ତୁମ୍ଭ ନିକଟରେ ଡାକ ପକାଇଅଛି; +\q ଦୁଷ୍ଟମାନେ ଲଜ୍ଜିତ ହେଉନ୍ତୁ, ସେମାନେ ପାତାଳରେ ନୀରବ ହେଉନ୍ତୁ । +\q +\v 18 ମିଥ୍ୟାବାଦୀ ଓଷ୍ଠାଧରସବୁ ମୂକ ହେଉ, +\q ସେମାନେ ଅହଙ୍କାର ଓ ତୁଚ୍ଛ ଭାବରେ +\q ଧାର୍ମିକମାନଙ୍କ ପ୍ରତିକୂଳରେ ଦର୍ପ କଥା କହନ୍ତି । +\q +\s5 +\v 19 ଆଃ, ତୁମ୍ଭେ ଆପଣା ଭୟକାରୀମାନଙ୍କ ପାଇଁ ଯେଉଁ ମଙ୍ଗଳ ସଞ୍ଚୟ କରିଅଛ, +\q ମନୁଷ୍ୟ-ସନ୍ତାନଗଣ ସାକ୍ଷାତରେ +\q ଆପଣା ଶରଣାଗତ ଲୋକଙ୍କ ପାଇଁ ଯେଉଁ ମଙ୍ଗଳ ସାଧନ କରିଅଛ, +\q ତାହା କିପରି ମହତ୍‍ ! +\q +\v 20 ତୁମ୍ଭେ ମନୁଷ୍ୟର ସବୁ କୁମନ୍ତ୍ରଣାରୁ ସେମାନଙ୍କୁ ଆପଣା ଶ୍ରୀଛାମୁର ଅନ୍ତରାଳରେ ଲୁଚାଇବ; +\q ତୁମ୍ଭେ ଜିହ୍ୱାସମୂହର ବିରୋଧରୁ ସେମାନଙ୍କୁ ଆପଣା ଆବାସରେ ଗୋପନ କରି ରଖିବ । +\q +\s5 +\v 21 ସଦାପ୍ରଭୁ ଧନ୍ୟ ହେଉନ୍ତୁ; +\q କାରଣ ସେ ଦୃଢ଼ ନଗରରେ ମୋ' ପ୍ରତି ଆପଣାର ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରିଅଛନ୍ତି । +\q +\v 22 ମାତ୍ର ମୁଁ ତୁମ୍ଭ ଦୃଷ୍ଟିରୁ ଉଚ୍ଛିନ୍ନ ବୋଲି +\q ଆପଣା ଅଧୈର୍ଯ୍ୟରେ କହିଥିଲି; +\q ତଥାପି ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲା ବେଳେ ତୁମ୍ଭେ ମୋ' ନିବେଦନର ରବ ଶୁଣିଲ । +\q +\s5 +\v 23 ହେ ସଦାପ୍ରଭୁଙ୍କ ସଦ୍‍ଭକ୍ତ ସମସ୍ତେ, ତାହାଙ୍କୁ ପ୍ରେମ କର; +\q ସଦାପ୍ରଭୁ ବିଶ୍ୱସ୍ତ ଲୋକମାନଙ୍କୁ ରକ୍ଷା କରନ୍ତି +\q ଓ ଗର୍ବାଚାରୀମାନଙ୍କୁ ବହୁଳ ରୂପେ ପ୍ରତିଫଳ ଦିଅନ୍ତି । +\q +\v 24 ହେ ସଦାପ୍ରଭୁଙ୍କଠାରେ ଭରସାକାରୀ ସମସ୍ତେ, +\q ତୁମ୍ଭେମାନେ ବଳବାନ ହୁଅ ଓ ତୁମ୍ଭମାନଙ୍କ ଅନ୍ତଃକରଣ ସାହସିକ ହେଉ । + +\s5 +\c 32 +\s ପାପ ସ୍ୱୀକାର ଓ କ୍ଷମା +\d ଦାଉଦଙ୍କ ଗୀତ । +\b +\q +\v 1 ଯାହାର ଅପରାଧ କ୍ଷମା, +\q ଯାହାର ପାପ ଆଚ୍ଛାଦିତ ହୋଇଅଛି, ସେ ଧନ୍ୟ । +\q +\v 2 ସଦାପ୍ରଭୁ ଯାହା ପ୍ରତି ଅଧର୍ମର ଆରୋପ ନ କରନ୍ତି +\q ଓ ଯାହାର ଆତ୍ମାରେ ପ୍ରବଞ୍ଚନା ନାହିଁ, ସେ ଧନ୍ୟ । +\q +\s5 +\v 3 ମୁଁ ମୌନ ହୋଇ ଥିବା ବେଳେ ଦିନସାରା ଆର୍ତ୍ତନାଦ +\q କରିବା ଦ୍ୱାରା ମୋହର ଅସ୍ଥିସବୁ କ୍ଷୟ ପାଇଲା । +\q +\v 4 କାରଣ ଦିବାରାତ୍ର ତୁମ୍ଭ ହସ୍ତ ମୋ' ଉପରେ ଭାରୀ ଥିଲା; +\q ମୋହର ଶକ୍ତି ଗ୍ରୀଷ୍ମକାଳୀନରେ ଭୂମି ଯେପରି ଶୁଷ୍କ ହୁଏ ସେହିପରି ଶୁଷ୍କ ହେଲା । +\q [ସେଲା] +\q +\s5 +\v 5 ମୁଁ ତୁମ୍ଭ ନିକଟରେ ଆପଣା ପାପ ସ୍ୱୀକାର କଲି ଓ +\q ଆପଣା ଅଧର୍ମ ଲୁଚାଇଲି ନାହିଁ; +\q ମୁଁ କହିଲି, "ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କରିବି," +\q ତହିଁରେ ତୁମ୍ଭେ ମୋହର ପାପଘଟିତ ଅଧର୍ମ କ୍ଷମା କଲ । +\q [ସେଲା] +\q +\v 6 ଏଥିପାଇଁ ତୁମ୍ଭର ଉଦ୍ଦେଶ୍ୟ ପାଇ ପାରିବା ସମୟରେ ପ୍ରତ୍ୟେକ ସଦ୍‍ଭକ୍ତ ଲୋକ ତୁମ୍ଭ ନିକଟରେ ପ୍ରାର୍ଥନା କରୁ; +\q ନିଶ୍ଚୟ ମହାଜଳରାଶି ଉଚ୍ଛୁଳିବା ସମୟରେ ତାହା ତାହା ନିକଟକୁ ଆସିବ ନାହିଁ । +\q +\s5 +\v 7 ତୁମ୍ଭେ ମୋହର ଲୁଚିବା ସ୍ଥାନ; ତୁମ୍ଭେ ସଙ୍କଟରୁ ମୋତେ ରକ୍ଷା କରିବ; +\q ତୁମ୍ଭେ ରକ୍ଷାର୍ଥକ ଗାୟନରେ ମୋହର ଚତୁର୍ଦ୍ଦିଗ ବେଷ୍ଟନ କରିବ । +\q [ସେଲା] +\q +\v 8 ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି; +\q ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ମନ୍ତ୍ରଣା ଦେବି । +\q +\s5 +\v 9 ତୁମ୍ଭେମାନେ ବୁଦ୍ଧିହୀନ ଅଶ୍ୱ କି ଖଚର ପରି ହୁଅ ନାହିଁ; +\q ସେମାନଙ୍କୁ ଦମନ କରିବା ପାଇଁ ବାଗ ଓ ଲଗାମ ଦେବାର ଆବଶ୍ୟକ, +\q ନୋହିଲେ ସେମାନେ ତୁମ୍ଭ କତିକି ଆସିବେ ନାହିଁ । +\q +\v 10 ଦୁଷ୍ଟକୁ ଅନେକ ଦୁଃଖ ଘଟିବ; +\q ମାତ୍ର ଯେଉଁ ଜନ ସଦାପ୍ରଭୁଙ୍କଠାରେ ନିର୍ଭର ରଖେ, ତାହାର ଚତୁର୍ଦ୍ଦିଗରେ ଦୟା ବେଷ୍ଟନ କରିବ । +\q +\s5 +\v 11 ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦ କର ଓ ଉଲ୍ଲସିତ ହୁଅ; +\q ହେ ସରଳାନ୍ତଃକରଣ ସମସ୍ତେ, ତୁମ୍ଭେମାନେ ଆନନ୍ଦଧ୍ୱନି କର । + +\s5 +\c 33 +\s ପ୍ରଶଂସା ଗୀତ +\q +\v 1 ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କର; +\q1 ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ । +\q +\v 2 ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; +\q ଦଶ-ତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର । +\q +\v 3 ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; +\q ଉଚ୍ଚଧ୍ୱନିରେ ମନୋହର ବାଦ୍ୟ କର । +\q +\s5 +\v 4 କାରଣ ସଦାପ୍ରଭୁଙ୍କ ବାକ୍ୟ ଯଥାର୍ଥ; +\q ଆଉ ତାହାଙ୍କର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାରେ ସାଧିତ । +\q +\v 5 ସେ ଧାର୍ମିକତା ଓ ନ୍ୟାୟବିଚାର ଭଲ ପାଆନ୍ତି; +\q ପୃଥିବୀ ସଦାପ୍ରଭୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ପରିପୂର୍ଣ୍ଣ; +\q +\v 6 ଗଗନମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ, +\q ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ୱାସରେ ନିର୍ମିତ । +\q +\s5 +\v 7 ସେ ସମୁଦ୍ରର ଜଳସମୂହକୁ ରାଶି ତୁଲ୍ୟ ଏକତ୍ର କରନ୍ତି; +\q ସେ ବାରିଧିସମୂହକୁ ଭଣ୍ଡାରରେ ସଞ୍ଚୟ କରନ୍ତି । +\q +\v 8 ସମୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଭୟ କରୁ; +\q ଜଗନ୍ନିବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହେଉନ୍ତୁ । +\q +\v 9 ସେ କହିବା ମାତ୍ରେ ସୃଷ୍ଟି ହେଲା, +\q ସେ ଆଜ୍ଞା କରିବାମାତ୍ରେ ସ୍ଥିତି ହେଲା । +\q +\s5 +\v 10 ସଦାପ୍ରଭୁ ଗୋଷ୍ଠୀୟମାନଙ୍କର ମନ୍ତ୍ରଣା ବ୍ୟର୍ଥ କରନ୍ତି; +\q ସେ ଜନବୃନ୍ଦର ସଙ୍କଳ୍ପସବୁ ବିଫଳ କରନ୍ତି । +\q +\v 11 ସଦାପ୍ରଭୁଙ୍କ ମନ୍ତ୍ରଣା ଅନନ୍ତକାଳସ୍ଥାୟୀ; +\q ତାହାଙ୍କ ଚିତ୍ତର ସଙ୍କଳ୍ପସବୁ ପୁରୁଷାନୁକ୍ରମେ ଥାଏ । +\q +\v 12 ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ; +\q ସେ ଯେଉଁ ଲୋକମାନଙ୍କୁ ଆପଣା ଅଧିକାରାର୍ଥେ ମନୋନୀତ କରିଅଛନ୍ତି, ସେମାନେ ଧନ୍ୟ । +\q +\s5 +\v 13 ସଦାପ୍ରଭୁ ସ୍ୱର୍ଗରୁ ଦୃଷ୍ଟିପାତ କରନ୍ତି; +\q ସେ ସମସ୍ତ ମନୁଷ୍ୟ-ସନ୍ତାନକୁ ନିରୀକ୍ଷଣ କରନ୍ତି; +\q +\v 14 ସେ ଆପଣା ନିବାସ-ସ୍ଥାନରୁ +\q ପୃଥିବୀ-ନିବାସୀ ସମସ୍ତଙ୍କ ଉପରେ ଦୃଷ୍ଟିପାତ କରନ୍ତି; +\q +\v 15 ସେ ସମସ୍ତଙ୍କର ହୃଦୟ ଗଢ଼ନ୍ତି, +\q ସେ ସେମାନଙ୍କର କର୍ମସବୁ ନିରୀକ୍ଷଣ କରନ୍ତି । +\q +\s5 +\v 16 କୌଣସି ରାଜା ଅପାର ସୈନ୍ୟ ଦ୍ୱାରା ଉଦ୍ଧାର ପାଏ ନାହିଁ; +\q କୌଣସି ବୀର ମହାଶକ୍ତି ଦ୍ୱାରା ଉଦ୍ଧାର ପାଏ ନାହିଁ । +\q +\v 17 ରକ୍ଷାର୍ଥେ ଅଶ୍ୱ ମିଥ୍ୟା; +\q କିଅବା ସେ ଆପଣା ମହାବଳ ଦ୍ୱାରା କାହାକୁ ରକ୍ଷା କରି ପାରିବ ନାହିଁ । +\q +\s5 +\v 18 ଦେଖ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, +\q ତାହାଙ୍କ ଦୟାରେ ଭରସା ରଖନ୍ତି, +\q +\v 19 ସେମାନଙ୍କ ପ୍ରାଣ ମୃତ୍ୟୁରୁ ରକ୍ଷା କରିବା ପାଇଁ ଓ +\q ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ +\q ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ । +\q +\s5 +\v 20 ଆମ୍ଭମାନଙ୍କ ପ୍ରାଣ ସଦାପ୍ରଭୁଙ୍କ ଅପେକ୍ଷାରେ ରହିଅଛି; +\q ସେ ଆମ୍ଭମାନଙ୍କର ସହାୟ ଓ ଆମ୍ଭମାନଙ୍କର ଢାଲ । +\q +\v 21 ଆମ୍ଭମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ଆନନ୍ଦ କରିବ, +\q କାରଣ ଆମ୍ଭେମାନେ ତାହାଙ୍କ ପବିତ୍ର ନାମରେ ବିଶ୍ୱାସ କରିଅଛୁ । +\q +\s5 +\v 22 ହେ ସଦାପ୍ରଭୁ, ତୁମ୍ଭଠାରେ ଆମ୍ଭେମାନେ ଭରସା +\q କରିଥିବା ପ୍ରମାଣେ ଆମ୍ଭମାନଙ୍କ ପ୍ରତି ତୁମ୍ଭର ଦୟା ବର୍ତ୍ତୁ । + +\s5 +\c 34 +\s ମଙ୍ଗଳମୟ ସଦାପ୍ରଭୁଙ୍କ ପ୍ରଶଂସା +\d ଦାଉଦଙ୍କ ଗୀତ; ଯେତେବେଳେ ସେ ଅବୀମେଲକ ସାକ୍ଷାତରେ ଆପଣା ମତି ବଦଳାଇବାରୁ ତାହା ଦ୍ୱାରା ତାଡ଼ିତ ହୋଇ ପ୍ରସ୍ଥାନ କରିଥିଲେ, ସେହି ସମୟର ଗୀତ । +\q +\v 1 ମୁଁ ସର୍ବଦା ସଦାପ୍ରଭୁଙ୍କର ଧନ୍ୟବାଦ କରିବି; +\q ମୋ' ମୁଖରେ ନିରନ୍ତର ତାହାଙ୍କର ପ୍ରଶଂସା ହେବ । +\q +\s5 +\v 2 ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଦର୍ପ କରିବ; +\q ନମ୍ର ଲୋକମାନେ ତାହା ଶୁଣି ଆନନ୍ଦିତ ହେବେ । +\q +\v 3 ଆହେ, ମୋ' ସଙ୍ଗେ ସଦାପ୍ରଭୁଙ୍କ ମାହାତ୍ମ୍ୟ ପ୍ରକାଶ କର, +\q ଆସ, ଆମ୍ଭେମାନେ ଏକ ସଙ୍ଗେ ତାହାଙ୍କ ନାମର ପ୍ରତିଷ୍ଠା କରୁ । +\q +\s5 +\v 4 ମୁଁ ସଦାପ୍ରଭୁଙ୍କର ଅନ୍ୱେଷଣ କଲି ଓ ସେ ମୋତେ ଉତ୍ତର ଦେଲେ, +\q ପୁଣି, ମୋହର ସବୁ ଭୟରୁ ମୋତେ ଉଦ୍ଧାର କଲେ । +\q +\v 5 ସେମାନେ ତାହାଙ୍କ ପ୍ରତି ଦୃଷ୍ଟିପାତ କରି ଦୀପ୍ତିମାନ୍‍ ହେଲେ; +\q ଆଉ, ସେମାନଙ୍କ ମୁଖ କେବେ ହେଁ ବିବର୍ଣ୍ଣ ନୋହିବ । +\q +\v 6 ଏହି ଦୁଃଖୀଲୋକ କାକୂକ୍ତି କଲା, ପୁଣି, ସଦାପ୍ରଭୁ ତାହାର କଥା ଶୁଣିଲେ +\q ଓ ତାହାର ସକଳ ସଙ୍କଟରୁ ତାହାକୁ ଉଦ୍ଧାର କଲେ । +\q +\s5 +\v 7 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, +\q ତାହାଙ୍କର ଦୂତ ସେମାନଙ୍କ ଚାରିଆଡ଼େ ଛାଉଣି କରି ସେମାନଙ୍କୁ ଉଦ୍ଧାର କରନ୍ତି । +\q +\v 8 ଆହେ, ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ; +\q ଯେ ତାହାଙ୍କର ଶରଣାଗତ, ସେ ଲୋକ ଧନ୍ୟ । +\q +\v 9 ହେ ତାହାଙ୍କର ସଦ୍‍ଭକ୍ତମାନେ, ସଦାପ୍ରଭୁଙ୍କୁ ଭୟ କର; +\q କାରଣ ଯେଉଁମାନେ ତାହାଙ୍କୁ ଭୟ କରନ୍ତି, ସେମାନଙ୍କର କୌଣସି ଅଭାବ ନାହିଁ । +\q +\s5 +\v 10 ଯୁବାସିଂହମାନଙ୍କର ଅଭାବ ଓ କ୍ଷୁଧାରୁ କ୍ଳେଶ ହୁଏ; +\q ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କର କୌଣସି ମଙ୍ଗଳ ବିଷୟ ଅଭାବ ନୋହିବ । +\q +\v 11 ହେ ବାଳକମାନେ, ଆସ, ମୋ' କଥା ଶୁଣ; +\q ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ଭୟ ଶିଖାଇବି । +\q +\s5 +\v 12 ଯେ ଜୀବନ ବାଞ୍ଛା କରେ +\q ଓ ମଙ୍ଗଳ ଦେଖିବା ପାଇଁ ଦୀର୍ଘାୟୁ ପ୍ରିୟ ମଣେ ଏପରି ବ୍ୟକ୍ତି କିଏ ? +\q +\v 13 ତୁମ୍ଭେ ହିଂସାରୁ ଆପଣା ଜିହ୍ୱା ଓ +\q ଛଳବାକ୍ୟରୁ ଆପଣା ଓଷ୍ଠାଧର ରକ୍ଷା କର । +\q +\v 14 ମନ୍ଦତାରୁ ଦୂର ହୁଅ ଓ ସୁକର୍ମ କର; +\q ଶାନ୍ତି ଅନ୍ୱେଷଣ କର ଓ ତହିଁର ଅନୁଗାମୀ ହୁଅ । +\q +\s5 +\v 15 ଧାର୍ମିକମାନଙ୍କ ପ୍ରତି ସଦାପ୍ରଭୁଙ୍କର ଦୃଷ୍ଟି ଅଛି +\q ଓ ସେମାନଙ୍କ ଆର୍ତ୍ତନାଦ ପ୍ରତି ତାହାଙ୍କର କର୍ଣ୍ଣ ଅଛି । +\q +\v 16 ପୃଥିବୀରୁ କୁକର୍ମକାରୀମାନଙ୍କ ସ୍ମରଣ ଉଚ୍ଛିନ୍ନ କରିବା +\q ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ମୁଖ ଥାଏ । +\q +\v 17 ଧାର୍ମିକମାନେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଶୁଣିଲେ +\q ଓ ସେମାନଙ୍କ ସର୍ବ ସଙ୍କଟରୁ ସେମାନଙ୍କୁ ଉଦ୍ଧାର କଲେ । +\q +\s5 +\v 18 ସଦାପ୍ରଭୁ ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି +\q ଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି । +\q +\v 19 ଧାର୍ମିକର ବିପଦ ଅନେକ; +\q ମାତ୍ର ସେହି ସବୁରୁ ସଦାପ୍ରଭୁ ତାହାକୁ ଉଦ୍ଧାର କରନ୍ତି । +\q +\v 20 ସେ ତାହାର ଅସ୍ଥିସକଳ ରକ୍ଷା କରନ୍ତି; +\q ତହିଁ ମଧ୍ୟରୁ ଖଣ୍ଡେ ହେଲେ ଭଗ୍ନ ହୁଏ ନାହିଁ । +\q +\s5 +\v 21 ଦୁଷ୍ଟତା ଦୁଷ୍ଟକୁ ସଂହାର କରିବ; +\q ଧାର୍ମିକର ଘୃଣାକାରୀ ଦୋଷୀକୃତ ହେବ । +\q +\v 22 ସଦାପ୍ରଭୁ ଆପଣା ଦାସଗଣର ପ୍ରାଣ ମୁକ୍ତ କରନ୍ତି; +\q ପୁଣି, ତାହାଙ୍କର ଶରଣାଗତ କେହି ଦୋଷୀକୃତ ହେବେ ନାହିଁ । + +\s5 +\c 35 +\s ସହାୟତା ପାଇଁ ପ୍ରାର୍ଥନା +\d ଦାଉଦଙ୍କର ଗୀତ । +\b +\q +\v 1 ସଦାପ୍ରଭୁ, ଯେଉଁମାନେ ମୋ' ସଙ୍ଗେ ବିବାଦ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ବିବାଦ କର । +\q ଯେଉଁମାନେ ମୋ' ସଙ୍ଗେ ଯୁଦ୍ଧ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ଯୁଦ୍ଧ କର । +\q +\v 2 ଢାଲ ଓ ଫଳକ ଧାରଣ କର +\q ଓ ମୋର ସାହାଯ୍ୟ ନିମନ୍ତେ ଠିଆ ହୁଅ । +\q +\v 3 ମଧ୍ୟ ବର୍ଚ୍ଛା ଧରି ମୋ' ପଛେ ଗୋଡ଼ାଇବା ଲୋକମାନଙ୍କ ପଥ ରୁଦ୍ଧ କର; +\q ମୋ' ପ୍ରାଣକୁ କୁହ, "ଆମ୍ଭେ ତୁମ୍ଭର ପରିତ୍ରାଣ ।" +\q +\s5 +\v 4 ମୋ' ପ୍ରାଣର ଅନ୍ୱେଷଣକାରୀମାନେ ଲଜ୍ଜିତ ଓ ଅପମାନିତ ହେଉନ୍ତୁ; +\q ମୋହର ଅନିଷ୍ଟଚିନ୍ତକମାନେ ବିମୁଖ ଓ ବିବ୍ରତ ହେଉନ୍ତୁ । +\q +\v 5 ସେମାନେ ବାୟୁ ଆଗେ ତୁଷ ପରି ହେଉନ୍ତୁ ଓ +\q ସଦାପ୍ରଭୁଙ୍କ ଦୂତ ସେମାନଙ୍କୁ ଘଉଡ଼ାଇ ଦେଉନ୍ତୁ । +\q +\v 6 ସେମାନଙ୍କ ପଥ ଅନ୍ଧକାରମୟ ଓ ଖସଡ଼ା ହେଉ, +\q ପୁଣି, ସଦାପ୍ରଭୁଙ୍କ ଦୂତ ସେମାନଙ୍କ ପଛେ ଗୋଡ଼ାଉନ୍ତୁ । +\q +\s5 +\v 7 ଯେହେତୁ ସେମାନେ ଅକାରଣରେ ମୋ' ପାଇଁ ଗର୍ତ୍ତ ମଧ୍ୟରେ ଜାଲ ଲୁଚାଇ ଅଛନ୍ତି, +\q ସେମାନେ ଅକାରଣରେ ମୋ' ପାଇଁ ଖାତ ଖୋଳି ଅଛନ୍ତି । +\q +\v 8 ଅଜ୍ଞାତସାରରେ ତାହାକୁ ସର୍ବନାଶ ଘଟୁ ଓ +\q ତାହାର ଗୁପ୍ତ ଜାଲ ତାହାକୁ ହିଁ ଧରୁ; +\q ସର୍ବନାଶ ସହିତ ସେ ତହିଁ ମଧ୍ୟରେ ପଡ଼ୁ । +\q +\s5 +\v 9 ଆଉ, ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବ +\q ଓ ତାହାଙ୍କ ପରିତ୍ରାଣରେ ଉଲ୍ଲାସ କରିବ । +\q +\v 10 ମୋହର ଅସ୍ଥିସକଳ କହିବ, "ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ କିଏ ଅଛି ? +\q ତୁମ୍ଭେ ଦୁଃଖୀକୁ ତାହା ଅପେକ୍ଷା ବଳବାନ୍ ଲୋକଠାରୁ, +\q ମଧ୍ୟ ଦୁଃଖୀ ଓ ଦୀନହୀନକୁ ତାହାର ଲୁଟକାରୀଠାରୁ ଉଦ୍ଧାର କରିଥାଅ ।" +\q +\s5 +\v 11 ଅନ୍ୟାୟ ସାକ୍ଷୀମାନେ ଉଠୁଅଛନ୍ତି; +\q ସେମାନେ ଆମ୍ଭର ଅଜ୍ଞାତ ବିଷୟ ଆମ୍ଭକୁ ପଚାରୁ ଅଛନ୍ତି । +\q +\v 12 ସେମାନେ ହିତର ପରିବର୍ତ୍ତେ ମୋହର ଅହିତ କରନ୍ତି, +\q ତହିଁରେ ମୋହର ପ୍ରାଣ ଅନାଥ ହୁଏ । +\q +\s5 +\v 13 ମାତ୍ର ସେମାନେ ପୀଡ଼ିତ ଥିବା ବେଳେ ଚଟ ମୋହର ପରିଧେୟ ବସ୍ତ୍ର ହେଲା; +\q ମୁଁ ଉପବାସ କରି ଆପଣା ପ୍ରାଣକୁ କ୍ଳେଶ ଦେଲି +\q ପୁଣି, ମୋହର ପ୍ରାର୍ଥନା ମୋ' ନିଜ ବକ୍ଷକୁ ଫେରିଲା । +\q +\v 14 ସେମାନେ ମୋହର ବନ୍ଧୁ ଓ ଭ୍ରାତା ଥିଲା ପରି ମୁଁ ବ୍ୟବହାର କଲି; +\q ମୁଁ ମାତୃଶୋକାତୁର ଲୋକ ତୁଲ୍ୟ ଶୋକରେ ଅବନତ ହେଲି । +\q +\s5 +\v 15 ମାତ୍ର ମୋହର ପାଦ ଖସିଯିବା ବେଳେ ସେମାନେ ଆନନ୍ଦ କରି ଏକତ୍ରିତ ହେଲେ; +\q ଅଧମ ଲୋକମାନେ ମୋ' ଅଜ୍ଞାତସାରରେ ମୋ' ପ୍ରତିକୂଳରେ ଏକତ୍ରିତ ହେଲେ; +\q ସେମାନେ ମୋତେ ବିଦୀର୍ଣ୍ଣ କଲେ ଓ କ୍ଷାନ୍ତ ନୋହିଲେ; +\q +\v 16 ଭୋଜରେ ପାଷାଣ୍ଡ ଉପହାସକମାନଙ୍କ ପରି +\q ସେମାନେ ମୋ' ଉପରେ ଦନ୍ତ ଘର୍ଷଣ କଲେ । +\q +\s5 +\v 17 ହେ ସଦାପ୍ରଭୁ, ତୁମ୍ଭେ କେତେ କାଳ ଅନାଇ ଥିବ ? +\q ସେମାନଙ୍କ ଧ୍ୱଂସନରୁ ମୋହର ପ୍ରାଣକୁ, +\q1 ସିଂହମାନଙ୍କଠାରୁ ମୋହର ଏକମାତ୍ର ଆତ୍ମାକୁ ରକ୍ଷା କର । +\q +\v 18 ମୁଁ ମହାସମାଜ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି । +\q ମୁଁ ମହାଜନତା ମଧ୍ୟରେ ତୁମ୍ଭର ପ୍ରଶଂସା କରିବି । +\q +\s5 +\v 19 ମୋ' ଉପରେ ମୋ' ଶତ୍ରୁମାନଙ୍କୁ ଅନ୍ୟାୟରେ ଆନନ୍ଦ କରିବାକୁ ଦିଅ ନାହିଁ । +\q କିଅବା ଯେଉଁମାନେ ଅକାରଣରେ ମୋତେ ଘୃଣା କରନ୍ତି, +\q ସେମାନଙ୍କୁ ପରିହାସ କରିବାକୁ ଦିଅ ନାହିଁ । +\q +\v 20 ସେମାନେ ଶାନ୍ତିର କଥା କହନ୍ତି ନାହିଁ; +\q ମାତ୍ର ଦେଶସ୍ଥ ଶାନ୍ତ ଲୋକଙ୍କ ବିରୁଦ୍ଧରେ ଛଳକଥା କଳ୍ପନା କରନ୍ତି । +\q +\s5 +\v 21 ହଁ, ସେମାନେ ମୋ' ବିରୁଦ୍ଧରେ କଥା କହିଲେ; +\q ସେମାନେ କହିଲେ, "ହଁ, ହଁ, ଆମ୍ଭମାନଙ୍କ ଚକ୍ଷୁ ତାହା ଦେଖିଅଛି ।" +\q +\v 22 ହେ ସଦାପ୍ରଭୁ, ତୁମ୍ଭେ ତାହା ଦେଖିଅଛ; ନୀରବ ରୁହ ନାହିଁ; +\q ହେ ପ୍ରଭୁ, ମୋ'ଠାରୁ ଦୂରବର୍ତ୍ତୀ ହୁଅ ନାହିଁ । +\q +\v 23 ହେ ମୋହର ପରମେଶ୍ୱର, ହେ ମୋହର ପ୍ରଭୁ, ଜାଗି ଉଠ, +\q ମୋହର ବିଚାର ଓ ବିବାଦ ନିଷ୍ପତ୍ତି କରିବା ପାଇଁ ଜାଗ୍ରତ ହୁଅ । +\q +\s5 +\v 24 ହେ ସଦାପ୍ରଭୁ, ମୋହର ପରମେଶ୍ୱର, ତୁମ୍ଭର ଧର୍ମ ପ୍ରମାଣେ ମୋହର ବିଚାର କର +\q ଓ ସେମାନଙ୍କୁ ମୋ' ଉପରେ ଆନନ୍ଦ କରିବାକୁ ଦିଅ ନାହିଁ । +\q +\v 25 "ହଁ, ସେପରି ହେଉ ବୋଲି ଆମ୍ଭମାନଙ୍କ ଇଚ୍ଛା", ଏହା ସେମାନେ ଆପଣା ଆପଣା ମନରେ ନ କହନ୍ତୁ; +\q "ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ" ବୋଲି ସେମାନେ ନ କହନ୍ତୁ । +\q +\v 26 ଯେଉଁମାନେ ମୋ' ବିପଦରେ ଆନନ୍ଦ କରନ୍ତି, ସେମାନେ ଏକତ୍ର ଲଜ୍ଜିତ ଓ ବିବ୍ରତ ହେଉନ୍ତୁ; +\q ଯେଉଁମାନେ ମୋ' ବିରୁଦ୍ଧରେ ଦର୍ପ କରନ୍ତି, ସେମାନେ ଲଜ୍ଜା ଓ ଅପମାନ ପରିଧାନ କରନ୍ତୁ । +\q +\s5 +\v 27 ଯେଉଁମାନେ ମୋ' ଧର୍ମରେ ସନ୍ତୁଷ୍ଟ, ସେମାନେ ଆନନ୍ଦଧ୍ୱନି କରି ଆହ୍ଲାଦିତ ହେଉନ୍ତୁ; +\q ଆପଣା ଦାସର ସମୃଦ୍ଧିରେ ସନ୍ତୁଷ୍ଟ ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ ବୋଲି +\q ସେମାନେ ନିରନ୍ତର କହନ୍ତୁ । +\q +\v 28 ପୁଣି, ମୋହର ଜିହ୍ୱା ଦିନସାରା ତୁମ୍ଭ ଧର୍ମଗୁଣ ଓ +\q ତୁମ୍ଭ ପ୍ରଶଂସାର କଥା କହିବ । + +\s5 +\c 36 +\s ମନୁଷ୍ୟର ଦୁଷ୍ଟତା +\d ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ । +\b +\q +\v 1 ଦୁଷ୍ଟର ଅପରାଧ ମୋ' ହୃଦୟ ମଧ୍ୟରେ କହେ, +\q ପରମେଶ୍ୱର ବିଷୟକ ଭୟ ତାହାର ଚକ୍ଷୁର ଅଗୋଚର । +\q +\v 2 କାରଣ ତାହାର ଅଧର୍ମ ପ୍ରକାଶିତ ଓ ଘୃଣିତ ହେବ +\q ନାହିଁ ବୋଲି ସେ ଆପଣା ଦୃଷ୍ଟିରେ ଆପଣାକୁ ଭୁଲାଏ । +\q +\s5 +\v 3 ତାହାର ମୁଖର ବାକ୍ୟ ଅଧର୍ମ ଓ ପ୍ରବଞ୍ଚନାମାତ୍ର; +\q ସେ ସୁବିବେଚନା ଓ ସୁକର୍ମ ତ୍ୟାଗ କରିଅଛି । +\q +\v 4 ସେ ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରେ; +\q ସେ ଅମଙ୍ଗଳ ମାର୍ଗରେ ଆପଣାକୁ ପ୍ରବର୍ତ୍ତାଏ; +\q ସେ ମନ୍ଦତା ଘୃଣା କରେ ନାହିଁ । +\s ଈଶ୍ୱର ମଙ୍ଗଳମୟ +\q +\s5 +\v 5 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସ୍ୱର୍ଗରେ ଥାଏ; +\q ତୁମ୍ଭର ବିଶ୍ୱସ୍ତତା ଗଗନସ୍ପର୍ଶୀ । +\q +\v 6 ତୁମ୍ଭର ଧର୍ମ ପରମେଶ୍ୱରଙ୍କ ପର୍ବତଗଣ ତୁଲ୍ୟ; +\q ତୁମ୍ଭର ଶାସନସବୁ ମହାବାରିଧି ସ୍ୱରୂପ; +\q ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁକୁ ରକ୍ଷା କରୁଅଛ । +\q +\s5 +\v 7 ହେ ପରମେଶ୍ୱର, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିପରି ବହୁମୂଲ୍ୟ ! +\q ପୁଣି, ମନୁଷ୍ୟ-ସନ୍ତାନଗଣ ତୁମ୍ଭ ପକ୍ଷଛାୟା ତଳେ ଆଶ୍ରୟ ନିଅନ୍ତି । +\q +\v 8 ସେମାନେ ତୁମ୍ଭ ଗୃହର ପୁଷ୍ଟିକର ଦ୍ରବ୍ୟରେ ବହୁଳ ରୂପେ ପରିତୃପ୍ତ ହେବେ; +\q ପୁଣି, ତୁମ୍ଭେ ସେମାନଙ୍କୁ ଆପଣା ଆନନ୍ଦ-ନଦୀର ଜଳ ପାନ କରାଇବ । +\q +\v 9 କାରଣ ତୁମ୍ଭଠାରେ ଜୀବନର ନିର୍ଝର ଅଛି; +\q ତୁମ୍ଭ ଦୀପ୍ତିରେ ଆମ୍ଭେମାନେ ଦୀପ୍ତି ଦେଖିବା । +\q +\s5 +\v 10 ଆହେ, ତୁମ୍ଭଙ୍କୁ ଜାଣିବା ଲୋକମାନଙ୍କ ପ୍ରତି ଆପଣା ସ୍ନେହପୂର୍ଣ୍ଣ କରୁଣା +\q ଓ ସରଳାନ୍ତଃକରଣ ଲୋକମାନଙ୍କ ପ୍ରତି ଆପଣା ଧାର୍ମିକତା ଚିରସ୍ଥାୟୀ କର । +\q +\v 11 ଅହଂକାରୀର ଚରଣ ମୋ' ବିରୁଦ୍ଧରେ ନ ଆସୁ ଓ +\q ଦୁଷ୍ଟର ହସ୍ତ ମୋତେ ଘଉଡ଼ାଇ ନ ଦେଉ । +\q +\v 12 ହେଇ, ଅଧର୍ମାଚାରୀମାନେ ପତିତ ହେଲେ; +\q ସେମାନେ ଅଧଃପତିତ ହେଲେ, ଆଉ ଉଠିବାକୁ ସମର୍ଥ ହେବେ ନାହିଁ । + +\s5 +\c 37 +\s ଦୁଷ୍ଟର ଦୁର୍ଦ୍ଦଶା ଓ ସନ୍ଥର ସୁଦଶା +\d ଦାଉଦଙ୍କର ଗୀତ । +\b +\q +\v 1 ତୁମ୍ଭେ ଦୁଷ୍କର୍ମକାରୀମାନଙ୍କ ସକାଶୁ +\q ଆପଣାକୁ ବିରକ୍ତ କର ନାହିଁ, +\q କିଅବା ଅଧର୍ମାଚାରୀମାନଙ୍କ ପ୍ରତି ଈର୍ଷାଭାବ ବହ ନାହିଁ । +\q +\v 2 କାରଣ ସେମାନେ ଘାସ ପରି ଶୀଘ୍ର କଟା ଯିବେ ଓ +\q କୋମଳ ତୃଣ ପରି ଶୁଷ୍କ ହେବେ । +\q +\s5 +\v 3 ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କର; +\q ଦେଶରେ ବାସ କରି ବିଶ୍ୱସ୍ତତାର ଅନୁଗାମୀ ହୁଅ । +\q +\v 4 ମଧ୍ୟ ସଦାପ୍ରଭୁଙ୍କଠାରେ ଆନନ୍ଦ କର; +\q ତହିଁରେ ସେ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିବେ । +\q +\s5 +\v 5 ସଦାପ୍ରଭୁଙ୍କଠାରେ ତୁମ୍ଭର ଗତି ସମର୍ପଣ କର; +\q ମଧ୍ୟ ତାହାଙ୍କଠାରେ ନିର୍ଭର ରଖ, ତହିଁରେ ସେ ତାହା ସଫଳ କରିବେ । +\q +\v 6 ଆଉ, ସେ ଦିପ୍ତୀ ତୁଲ୍ୟ ତୁମ୍ଭର ଧର୍ମ ଓ +\q ମଧ୍ୟାହ୍ନ ତୁଲ୍ୟ ତୁମ୍ଭର ବିଚାର ପ୍ରକାଶ କରାଇବେ । +\q +\s5 +\v 7 ସଦାପ୍ରଭୁଙ୍କଠାରେ ସୁସ୍ଥିର ହୁଅ ଓ ଧୈର୍ଯ୍ୟ ଧରି ତାହାଙ୍କ ଅପେକ୍ଷାରେ ରୁହ; +\q ଯେ ନିଜ ମାର୍ଗରେ କୃତକାର୍ଯ୍ୟ ହୁଏ, ଯେଉଁ ଜନ କୁସଂକଳ୍ପ +\q ସାଧନ କରେ, ତାହା ସକାଶୁ ଆପଣାକୁ ବିରକ୍ତ କର ନାହିଁ । +\q +\s5 +\v 8 କ୍ରୋଧରୁ କ୍ଷାନ୍ତ ହୁଅ ଓ କୋପ ତ୍ୟାଗ କର; ଆପଣାକୁ +\q ବିରକ୍ତ କର ନାହିଁ, ତାହା କେବଳ ଦୁଷ୍କର୍ମ କରିବାକୁ ପ୍ରବର୍ତ୍ତାଏ । +\q +\v 9 କାରଣ ଦୁଷ୍କର୍ମକାରୀମାନେ ଉଚ୍ଛିନ୍ନ ହେବେ; ମାତ୍ର +\q ସଦାପ୍ରଭୁଙ୍କ ଅପେକ୍ଷାକାରୀମାନେ ଦେଶାଧିକାରୀ ହେବେ । +\q +\v 10 ଆଉ, ଅଳ୍ପକ୍ଷଣ ଉତ୍ତାରେ ଦୁଷ୍ଟଲୋକ ନ ଥିବ; +\q ତୁମ୍ଭେ ଯତ୍ନପୂର୍ବକ ତାହାର ସ୍ଥାନ ତତ୍ତ୍ୱ କରିବ, ଆଉ ସେ ନ ଥିବ । +\q +\s5 +\v 11 ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ +\q ଓ ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ । +\q +\v 12 ଦୁଷ୍ଟ ଧାର୍ମିକର ପ୍ରତିକୂଳରେ କୁକଳ୍ପନା କରେ +\q ଓ ତାହା ଉପରେ ଦନ୍ତ କଡ଼ମଡ଼ କରେ । +\q +\v 13 ପ୍ରଭୁ ତାହାକୁ ଉପହାସ କରିବେ । +\q କାରଣ ତାହାର ଦିନ ଯେ ଆସୁଅଛି, ଏହା ସେ ଦେଖନ୍ତି । +\q +\s5 +\v 14 ଦୁଃଖୀ ଓ ଦୀନହୀନକୁ ନିପାତ କରିବା ପାଇଁ, ସରଳ- +\q ପଥଗାମୀମାନଙ୍କୁ ବଧ କରିବା ପାଇଁ ଦୁଷ୍ଟମାନେ ଆପଣା +\q ଆପଣା ଖଡ଼୍‍ଗ ନିଷ୍କୋଷ କରି ଧନୁ ନୁଆଁଇ ଅଛନ୍ତି । +\q +\v 15 ସେମାନଙ୍କ ଖଡ଼୍‍ଗ ସେମାନଙ୍କ ନିଜ ହୃଦୟରେ +\q ପ୍ରବେଶ କରିବ ଓ ସେମାନଙ୍କ ଧନୁ ଭଙ୍ଗାଯିବ । +\q +\s5 +\v 16 ଅନେକ ଦୁଷ୍ଟଲୋକର ପ୍ରଚୁର ସମ୍ପତ୍ତି ଅପେକ୍ଷା +\q ଧାର୍ମିକ ଲୋକର ଅଳ୍ପ ସମ୍ପତ୍ତି ଭଲ । +\q +\v 17 କାରଣ ଦୁଷ୍ଟର ବାହୁ ଭଙ୍ଗାଯିବ, ମାତ୍ର ସଦାପ୍ରଭୁ +\q ଧାର୍ମିକକୁ ଧରି ରଖିବେ । +\q +\s5 +\v 18 ସଦାପ୍ରଭୁ ସିଦ୍ଧ ଲୋକମାନଙ୍କ ଦିନସବୁ ଜାଣନ୍ତି ଓ +\q ସେମାନଙ୍କ ଅଧିକାର ଅନନ୍ତକାଳସ୍ଥାୟୀ ହେବ । +\q +\v 19 ସେମାନେ ବିପଦ ସମୟରେ ଲଜ୍ଜିତ ହେବେ ନାହିଁ; +\q ପୁଣି, ଦୁର୍ଭିକ୍ଷ ସମୟରେ ସେମାନେ ପରିତୃପ୍ତ ହେବେ । +\q +\s5 +\v 20 ମାତ୍ର ଦୁଷ୍ଟମାନେ ବିନଷ୍ଟ ହେବେ, ପୁଣି, ସଦାପ୍ରଭୁଙ୍କ +\q ଶତ୍ରୁମାନେ ଚରାସ୍ଥାନରେ ଶୋଭା ସ୍ୱରୂପ ହେବେ; +\q ସେମାନେ ନିଃଶେଷିତ ହେବେ; ସେମାନେ ଧୂମରେ +\q ନିଃଶେଷିତ ହୋଇଯିବେ । +\q +\v 21 ଦୁଷ୍ଟ ଲୋକ ଋଣ କରି ପରିଶୋଧ କରେ ନାହିଁ । +\q ମାତ୍ର ଧାର୍ମିକ ଲୋକ ଦୟା ବ୍ୟବହାର କରି ଦାନ କରେ । +\q +\s5 +\v 22 କାରଣ ତାହାଙ୍କର ଆଶୀର୍ବାଦପ୍ରାପ୍ତ ଲୋକେ +\q ଦେଶାଧିକାର କରିବେ; +\q ପୁଣି, ତାହାଙ୍କର ଅଭିଶପ୍ତ ଲୋକେ ଉଚ୍ଛିନ୍ନ ହେବେ +\q +\v 23 ସଦାପ୍ରଭୁଙ୍କ ଦ୍ୱାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ +\q ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି । +\q +\v 24 ସେ ପତିତ ହେଲେ ହେଁ ଭୂମିଶାୟୀ ହେବ ନାହିଁ; +\q କାରଣ ସଦାପ୍ରଭୁ ସ୍ୱହସ୍ତରେ ତାହାକୁ ଧରି ରଖନ୍ତି । +\q +\s5 +\v 25 ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି; +\q ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ, ଅବା ତାହାର ବଂଶକୁ +\q ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ । +\q +\v 26 ସେ ସାରାଦିନ ଦୟା ବ୍ୟବହାର କରି ଉଧାର ଦିଏ; +\q ପୁଣି, ତାହାର ବଂଶ ଆଶୀର୍ବାଦ ପାଆନ୍ତି । +\q +\v 27 ମନ୍ଦଠାରୁ ଦୂର ହୁଅ ଓ ସୁକର୍ମ କର; +\q ତେବେ ତୁମ୍ଭେ ଅନନ୍ତକାଳ ବାସ କରିବ । +\q +\s5 +\v 28 କାରଣ ସଦାପ୍ରଭୁ ନ୍ୟାୟ ବିଚାର ଭଲ ପାଆନ୍ତି +\q ଓ ଆପଣା ସଦ୍‍ଭକ୍ତମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ; +\q ସେମାନେ ଅନନ୍ତକାଳ ରକ୍ଷିତ ହୁଅନ୍ତି; +\q ମାତ୍ର ଦୁଷ୍ଟର ବଂଶ ଉଚ୍ଛିନ୍ନ ହେବେ । +\q +\v 29 ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ +\q ବାସ କରିବ । +\q +\v 30 ଧାର୍ମିକର ମୁଖ ଜ୍ଞାନର କଥା କହେ ଓ ତାହାର +\q ଜିହ୍ୱା ନ୍ୟାୟ ବିଚାରର କଥା କହେ । +\q +\s5 +\v 31 ତାହାର ପରମେଶ୍ୱରଙ୍କ ବ୍ୟବସ୍ଥା ତାହାର ଅନ୍ତରରେ ଅଛି; +\q ତାହାର କୌଣସି ପାଦଗତି ଖସିଯିବ ନାହିଁ । +\q +\v 32 ଦୁଷ୍ଟ ଲୋକ ଧାର୍ମିକକୁ ଜଗି ବସେ +\q ଓ ତାହାକୁ ବଧ କରିବାକୁ ଚେଷ୍ଟା କରେ । +\q +\v 33 ସଦାପ୍ରଭୁ ତାହାର ହସ୍ତରେ ତାହାକୁ ଛାଡ଼ି ଦେବେ ନାହିଁ; +\q କିଅବା ସେ ବିଚାରିତ ହେବା ବେଳେ ତାହାକୁ ଦୋଷୀ କରିବେ ନାହିଁ । +\q +\s5 +\v 34 ସଦାପ୍ରଭୁଙ୍କର ଅନୁସରଣ କର ଓ ତାହାଙ୍କ ପଥ +\q ରକ୍ଷା କର, +\q ତହିଁରେ ସେ ତୁମ୍ଭକୁ ଦେଶାଧିକାର ନିମନ୍ତେ ଉନ୍ନତ +\q କରିବେ; +\q ଦୁଷ୍ଟମାନେ ଉଚ୍ଛିନ୍ନ ହେବା ସମୟରେ ତୁମ୍ଭେ ତାହା +\q ଦେଖିବ । +\q +\s5 +\v 35 ମୁଁ ଦୁଷ୍ଟକୁ ମହାକ୍ଷମତାପନ୍ନ ଓ ସ୍ୱଭୂମିରେ ସତେଜ +\q ବୃକ୍ଷ ତୁଲ୍ୟ ଆପଣାକୁ ପ୍ରସାରିବାର ଦେଖିଅଛି । +\q +\v 36 ମାତ୍ର ଜଣେ ନିକଟ ଦେଇ ଗଲା, ଆଉ ଦେଖ, ସେ +\q ନ ଥିଲା; +\q ଆହୁରି, ମୁଁ ତାହାର ଅନ୍ୱେଷଣ କଲି, ମାତ୍ର ତାହାର +\q ଉଦ୍ଦେଶ୍ୟ ମିଳିଲା ନାହିଁ । +\q +\s5 +\v 37 ସିଦ୍ଧ ଲୋକକୁ ଲକ୍ଷ୍ୟ କର ଓ ସରଳ ଲୋକକୁ +\q ନିରୀକ୍ଷଣ କର; +\q କାରଣ ଶାନ୍ତିପ୍ରିୟ ଲୋକର ଶେଷ ଫଳ ଅଛି । +\q +\v 38 ମାତ୍ର ଅଧର୍ମାଚାରୀମାନେ ଏକାବେଳେ ବିନଷ୍ଟ +\q ହେବେ; +\q ଦୁଷ୍ଟର ଶେଷ ଫଳ ଉଚ୍ଛିନ୍ନ ହେବ । +\q +\s5 +\v 39 ମାତ୍ର ସଦାପ୍ରଭୁଙ୍କଠାରୁ ଧାର୍ମିକ ଲୋକର ପରିତ୍ରାଣ +\q ହୁଏ; +\q ସେ ସଙ୍କଟ ସମୟରେ ସେମାନଙ୍କର ଦୃଢ଼ ଦୁର୍ଗ ଅଟନ୍ତି । +\q +\v 40 ପୁଣି, ସଦାପ୍ରଭୁ ସେମାନଙ୍କର ସାହାଯ୍ୟ କରନ୍ତି ଓ +\q ସେମାନଙ୍କୁ ରକ୍ଷା କରନ୍ତି; +\q ସେ ଦୁଷ୍ଟମାନଙ୍କଠାରୁ ସେମାନଙ୍କୁ ରକ୍ଷା କରି ପରିତ୍ରାଣ +\q କରନ୍ତି, +\q କାରଣ ସେମାନେ ତାହାଙ୍କର ଶରଣାଗତ । + +\s5 +\c 38 +\s ଦୁଃଖୀର ପ୍ରାର୍ଥନା +\d ଦାଉଦଙ୍କର ଗୀତ, ସ୍ମରଣୋପାୟ । +\b +\q +\v 1 ହେ ସଦାପ୍ରଭୁ, ତୁମ୍ଭ କୋପରେ ମୋତେ +\q ଅନୁଯୋଗ କର ନାହିଁ; କିଅବା ତୁମ୍ଭ ପ୍ରଚଣ୍ଡ କ୍ରୋଧରେ +\q ମୋତେ ଶାସ୍ତି ଦିଅ ନାହିଁ । +\q +\v 2 କାରଣ ତୁମ୍ଭର ତୀରସବୁ ମୋ'ଠାରେ ବିଦ୍ଧ ରହିଅଛି +\q ଓ ତୁମ୍ଭର ହସ୍ତ ମୋତେ ଅତିଶୟ ଚାପୁଅଛି । +\q +\s5 +\v 3 ତୁମ୍ଭ କୋପ ସକାଶୁ ମୋ' ଶରୀର କିଛି ସ୍ୱାସ୍ଥ୍ୟ ନାହିଁ; +\q ପୁଣି, ମୋ' ପାପ ସକାଶୁ ମୋ' ଅସ୍ଥିରେ କିଛି ଆରାମ +\q ନାହିଁ । +\q +\v 4 କାରଣ ମୋହର ଅପରାଧ ମୋ' ମସ୍ତକ ଉପରେ +\q ଉଠିଅଛି; +\q ତାହାସବୁ ମୋ' ଶକ୍ତି ଅପେକ୍ଷା ଭାରୀ ବୋଝ ସ୍ୱରୂପ । +\q +\s5 +\v 5 ମୋହର ଅଜ୍ଞାନତା ସକାଶୁ ମୋହର କ୍ଷତସବୁ ଦୁର୍ଗନ୍ଧ +\q ଓ ବିକୃତ ହୋଇଅଛି । +\q +\v 6 ମୁଁ ବ୍ୟଥିତ ଓ ଅତ୍ୟନ୍ତ ଅବନତ ହୋଇଅଛି । +\q ମୁଁ ସାରାଦିନ ଶୋକ କରି ବୁଲୁଥାଏ । +\q +\s5 +\v 7 କାରଣ ମୋ' କଟିଦେଶ ଜ୍ୱାଳାରେ ପରିପୂର୍ଣ୍ଣ ଓ +\q ମୋହର ମାଂସରେ କିଛି ସ୍ୱାସ୍ଥ୍ୟ ନାହିଁ । +\q +\v 8 ମୁଁ କ୍ଷୀଣ ଓ ଅତିଶୟ ଚୂର୍ଣ୍ଣ ହୋଇଅଛି । +\q ମୁଁ ଆପଣା ଚିତ୍ତର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରିଅଛି । +\q +\s5 +\v 9 ହେ ପ୍ରଭୁ, ମୋହର ସକଳ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି +\q ଓ ମୋହର କାତରୋକ୍ତି ତୁମ୍ଭଠାରୁ ଗୁପ୍ତ ନୁହେଁ । +\q +\v 10 ମୋହର ହୃଦୟ ଧୁକ୍‍ଧୁକ୍‍ କରୁଅଛି, ମୋହର ବଳ +\q କ୍ଷୀଣ ହେଉଅଛି; +\q ମୋହର ଚକ୍ଷୁର ତେଜ ମଧ୍ୟ ମୋ'ଠାରୁ ଗଲାଣି । +\q +\s5 +\v 11 ମୋହର ପ୍ରିୟ ଲୋକେ ଓ ମୋହର ମିତ୍ରମାନେ +\q ମୋ' ବ୍ୟାଧିରୁ ଅଲଗା ଠିଆ ହୁଅନ୍ତି +\q ଓ ମୋହର ଜ୍ଞାତିବର୍ଗ ଦୂରରେ ଠିଆ ହୁଅନ୍ତି । +\q +\v 12 ମଧ୍ୟ ଯେଉଁମାନେ ମୋ' ପ୍ରାଣ ଚାହାନ୍ତି, ସେମାନେ +\q ମୋ' ପାଇଁ ଫାନ୍ଦ ପାତନ୍ତି; +\q ପୁଣି, ଯେଉଁମାନେ ମୋହର ଅନିଷ୍ଟ ଇଚ୍ଛା କରନ୍ତି, +\q ସେମାନେ ସର୍ବନାଶର କଥା କହନ୍ତି ଓ ସାରାଦିନ ଛଳର +\q ଚିନ୍ତା କରନ୍ତି । +\q +\s5 +\v 13 ମାତ୍ର ମୁଁ ବଧିର ଲୋକ ପରି ଶୁଣୁ ନାହିଁ; ପୁଣି, ମୁଁ +\q ମୁଖ ନ ଫିଟାଇବା ଘୁଙ୍ଗା ଲୋକ ତୁଲ୍ୟ ହୁଏ । +\q +\v 14 ଆହୁରି, ଯେ ନ ଶୁଣେ ଓ ଯାହାର ମୁଖରେ ପ୍ରତିବାଦ +\q ନ ଥାଏ, ଏପରି ଲୋକ ତୁଲ୍ୟ ହୁଏ । +\q +\s5 +\v 15 କାରଣ ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଭରସା +\q ରଖେ; +\q ହେ ପ୍ରଭୁ, ମୋର ପରମେଶ୍ୱର, ତୁମ୍ଭେ ଉତ୍ତର ଦେବ । +\q +\v 16 କାରଣ ମୁଁ କହିଲି, କେଜାଣି ସେମାନେ ମୋ' +\q ଉପରେ ଆନନ୍ଦ କରିବେ; +\q ମୋ' ପାଦ ଖସିଗଲା ବେଳେ ସେମାନେ ମୋ' +\q ପ୍ରତିକୂଳରେ ଦର୍ପ କରନ୍ତି । +\q +\s5 +\v 17 ଯେଣୁ ମୁଁ ଝୁଣ୍ଟି ପଡ଼ିବାକୁ ଉଦ୍ୟତ ଓ ମୋହର ଦୁଃଖ +\q ସର୍ବଦା ମୋ' ସମ୍ମୁଖରେ ଥାଏ । +\q +\v 18 ମୁଁ ଆପଣା ଅପରାଧ ପ୍ରକାଶ କରିବି; ମୁଁ ଆପଣା +\q ପାପ ଲାଗି ଖେଦିତ ହେବି । +\q +\s5 +\v 19 ମାତ୍ର ମୋହର ଶତ୍ରୁମାନେ ସତେଜ ଓ ବଳବାନ୍; +\q ପୁଣି, ଅନ୍ୟାୟରେ ମୋତେ ଘୃଣା କରିବା ଲୋକେ +\q ବହୁସଂଖ୍ୟକ ହୋଇଅଛନ୍ତି । +\q +\v 20 ମଧ୍ୟ ଯେଉଁମାନେ ହିତର ପରିବର୍ତ୍ତେ ଅହିତ କରନ୍ତି, +\q ସେମାନେ ମୋହର ବିପକ୍ଷ; +\q କାରଣ ମୁଁ ଉତ୍ତମ ବିଷୟର ଅନୁଗମନ କରେ । +\q +\s5 +\v 21 ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ; +\q ହେ ମୋହର ପରମେଶ୍ୱର, ମୋ'ଠାରୁ ଦୂରବର୍ତ୍ତୀ ହୁଅ ନାହିଁ । +\q +\v 22 ହେ ପ୍ରଭୁ, ମୋହର ପରିତ୍ରାଣ, ମୋହର ସାହାଯ୍ୟ +\q କରିବାକୁ ସତ୍ୱର ହୁଅ । + +\s5 +\c 39 +\s ଅନ୍ତିମକାଳର ପରିଚୟ ଦିଅ +\d ପ୍ରଧାନ ବାଦ୍ୟକର ନିମନ୍ତେ, ଯିଦୂଥୂନ ପାଇଁ ଦାଉଦଙ୍କର ଗୀତ । +\b +\q +\v 1 ମୁଁ କହିଲି, "ମୁଁ ଜିହ୍ୱାରେ ପାପ ନ କରିବା ପାଇଁ +\q ଆପଣା ପଥ ବିଷୟରେ ସାବଧାନ ହେବି; +\q ଦୁଷ୍ଟ ମୋ' ସମ୍ମୁଖରେ ଥିବା ପର୍ଯ୍ୟନ୍ତ ମୁଁ ଆପଣା ମୁଖକୁ +\q ଲଗାମ ଦେଇ ରଖିବି ।" +\q +\s5 +\v 2 ମୁଁ ମୌନ ହୋଇ ନୀରବ ଥିଲି, ସତ କଥାରୁ ହିଁ +\q ନିବୃତ୍ତ ରହିଲି; +\q ତହିଁରେ ମୋହର ଦୁଃଖ ପ୍ରବଳ ହେଲା; +\q +\v 3 ମୁଁ ମୋହର ଅନ୍ତରରେ ଅତିଶୟ ଚିନ୍ତିତ ହେଲି; +\q ମୁଁ ଯେମିତି ମୋହର ସମସ୍ୟା ବିଷୟରେ ଭାବିଲି, ମୁଁ ଅଧିକ ଚିନ୍ତିତ ହେଲି; +\q ତେବେ ମୁଁ ଆପଣା ଜିହ୍ୱାରେ କଥା କହିଲି; +\q +\s5 +\v 4 "ହେ ସଦାପ୍ରଭୁ, ମୋହର ଅନ୍ତିମକାଳ ଓ ମୋ' ଦିନର +\q ପରିମାଣ କଅଣ, ମୋତେ ଜଣାଅ; +\q ମୁଁ କିପରି କ୍ଷଣକାଳସ୍ଥାୟୀ, ଏହା ଜାଣିବାକୁ ଦିଅ । +\q +\v 5 ଦେଖ, ତୁମ୍ଭେ ମୋହର ଦିନ କେତେକ ମୁଷ୍ଟି ପରିମିତ କରିଅଛ; +\q ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ; +\q ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ +\q ହିଁ ନିତାନ୍ତ ଅସାର । +\q [ସେଲା] +\q +\s5 +\v 6 ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟା ତୁଲ୍ୟ ଗମନାଗମନ +\q କରେ; +\q ନିଶ୍ଚୟ ସେମାନେ ଅସାରରେ ବ୍ୟସ୍ତ; +\q ସେ ଧନ ଗଦା କରେ, ଆଉ କିଏ ତାହା ସଂଗ୍ରହ କରିବ, +\q ଜାଣେ ନାହିଁ । +\q +\v 7 ହେ ପ୍ରଭୁ, ଏବେ ମୁଁ କାହିଁର ଅପେକ୍ଷା କରିବି ? +\q ମୋହର ପ୍ରତ୍ୟାଶା ତୁମ୍ଭଠାରେ ଅଛି । +\q +\s5 +\v 8 ମୋହର ସକଳ ଅଧର୍ମରୁ ମୋତେ ଉଦ୍ଧାର କର; +\q ମୋତେ ମୂର୍ଖ ଲୋକର ନିନ୍ଦାପାତ୍ର କର ନାହିଁ । +\q +\v 9 ମୁଁ ଘୁଙ୍ଗା ହୋଇଥିଲି, ମୁଁ ଆପଣା ମୁଖ ଫିଟାଇଲି +\q ନାହିଁ; +\q କାରଣ ତୁମ୍ଭେ ତାହା କଲ । +\q +\s5 +\v 10 ମୋ'ଠାରୁ ତୁମ୍ଭ ଆଘାତ ଦୂର କର; +\q ତୁମ୍ଭ କରାଘାତରେ ମୁଁ କ୍ଷୀଣ ହେଲି । +\q +\v 11 ତୁମ୍ଭେ ମନୁଷ୍ୟକୁ ଅପରାଧ ସକାଶୁ ଅନୁଯୋଗ ଦ୍ୱାରା +\q ଶାସ୍ତି ଦେଲା ବେଳେ କୀଟ ପରି ତାହାର ସୌନ୍ଦର୍ଯ୍ୟ ବିନାଶ +\q କରିଥାଅ; +\q ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଅସାର । +\q [ସେଲା] +\q +\s5 +\v 12 ହେ ସଦାପ୍ରଭୁ, ମୋହର ପ୍ରାର୍ଥନା ଶୁଣ ଓ ମୋ' +\q ଆର୍ତ୍ତସ୍ୱରରେ କର୍ଣ୍ଣ ଦିଅ; +\q ମୋ' ଅଶ୍ରୁପାତରେ ନୀରବ ହୁଅ ନାହିଁ; +\q କାରଣ ମୁଁ ତୁମ୍ଭ ନିକଟରେ ବିଦେଶୀ, +\q ମୋହର ସମସ୍ତ ପିତୃଲୋକଙ୍କ ତୁଲ୍ୟ ପ୍ରବାସୀ । +\q +\v 13 ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର +\q ପୂର୍ବେ ଯେପରି ପ୍ରଫୁଲ୍ଲ ହେବି, ଏଥିପାଇଁ ମୋ'ଠାରୁ ଦୃଷ୍ଟି +\q ଫେରାଅ ।" + +\s5 +\c 40 +\s ସ୍ତୁତିଗାନ +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । +\b +\q +\v 1 ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା +\q କଲି; +\q ପୁଣି, ସେ ମନୋଯୋଗ କରି ମୋହର କାକୂକ୍ତି ଶୁଣିଲେ । +\q +\v 2 ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା +\q କାଦୁଅରୁ ଉଠାଇ ଆଣିଲେ +\q ଓ ଶୈଳ ଉପରେ ମୋହର ଚରଣ ରଖିଲେ ଓ ମୋହର +\q ପାଦଗତି ଦୃଢ଼ କଲେ । +\q +\s5 +\v 3 ପୁଣି, ସେ ମୋ' ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ +\q ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି; +\q ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି, +\q ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବେ । +\q +\v 4 ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ୱାସଭୂମି କରେ, +\q ପୁଣି, ଅହଂକାରୀକୁ ଓ ମିଥ୍ୟା ପ୍ରତି ଭ୍ରାନ୍ତ ଲୋକଙ୍କୁ ଆଦର +\q କରେ ନାହିଁ, ସେ ଧନ୍ୟ । +\q +\s5 +\v 5 ହେ ସଦାପ୍ରଭୁ, ମୋ' ପରମେଶ୍ୱର, ତୁମ୍ଭର କୃତ +\q ଆଶ୍ଚର୍ଯ୍ୟ କର୍ମ ଓ ଆମ୍ଭମାନଙ୍କ ପକ୍ଷରେ ତୁମ୍ଭର ସଙ୍କଳ୍ପ +\q ଅନେକ; ତାହାସବୁ ତୁମ୍ଭ ସାକ୍ଷାତରେ ସଜାଯାଇ ନ ପାରେ; +\q ମୁଁ ସେହି ସବୁ ବିଷୟ ବର୍ଣ୍ଣନା କରି କହନ୍ତି, ମାତ୍ର ତାହାସବୁ +\q ଗଣନା କରାଯାଇ ନ ପାରେ । +\q +\v 6 ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ; +\q ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ; +\q ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ । +\q +\s5 +\v 7 ତେବେ ମୁଁ କହିଲି, "ଦେଖ, ମୁଁ ଉପସ୍ଥିତ; +\q ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି । +\q +\v 8 ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ +\q କରିବାକୁ ମୋହର ସନ୍ତୋଷ; +\q ତୁମ୍ଭ ବ୍ୟବସ୍ଥା ମୋ' ହୃଦୟରେ ଅଛି ।" +\q +\v 9 ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି; +\q ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ +\q ସଦାପ୍ରଭୁ, ତୁମ୍ଭେ ଜାଣୁଅଛ । +\q +\s5 +\v 10 ମୁଁ ତୁମ୍ଭ ଧାର୍ମିକତା ଆପଣା ହୃଦୟରେ ଗୋପନ +\q କରି ନାହିଁ; +\q ମୁଁ ତୁମ୍ଭର ବିଶ୍ୱସ୍ତତା ଓ ତୁମ୍ଭର ପରିତ୍ରାଣ ପ୍ରଚାର କରିଅଛି; +\q ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା +\q ମହାସମାଜଠାରୁ ଗୁପ୍ତ ରଖି ନାହିଁ । +\q +\v 11 ହେ ସଦାପ୍ରଭୁ, ତୁମ୍ଭେ ମୋ'ଠାରୁ ଆପଣା ଦୟା +\q ରୁଦ୍ଧ କର ନାହିଁ; +\q ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମୋତେ +\q ନିରନ୍ତର ରକ୍ଷା କରୁ । +\q +\s5 +\v 12 କାରଣ ଅସଂଖ୍ୟ ବିପଦ ମୋତେ ଘେରିଅଛି, +\q ମୋହର ଅଧର୍ମସବୁ ମୋତେ ଗୋଡ଼ାଇ ଧରିଅଛି, ଏହେତୁ +\q ମୁଁ ଉପରକୁ ଅନାଇ ପାରୁ ନାହିଁ; +\q ତାହାସବୁ ମୋ' ମସ୍ତକର କେଶରୁ ଅଧିକ ଓ ମୋହର +\q ହୃଦୟ ମୋତେ ପରିତ୍ୟାଗ କରିଅଛି । +\q +\v 13 ହେ ସଦାପ୍ରଭୁ, ଅନୁଗ୍ରହ କରି ମୋତେ ଉଦ୍ଧାର କର; +\q ହେ ସଦାପ୍ରଭୁ, ମୋହର ସାହାଯ୍ୟ ପାଇଁ ସତ୍ୱର ହୁଅ । +\q +\s5 +\v 14 ମୋ' ପ୍ରାଣନାଶର ଅନ୍ୱେଷଣକାରୀ ଲୋକମାନେ +\q ଏକତ୍ର ଲଜ୍ଜିତ ଓ ହତାଶ ହେଉନ୍ତୁ; +\q ମୋ' କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରାଯାଇ +\q ଅପମାନିତ ହେଉନ୍ତୁ । +\q +\v 15 ଯେଉଁମାନେ ମୋତେ ହଁ ହଁ ବୋଲି କହନ୍ତି, ସେମାନେ +\q ଆପଣା ଲଜ୍ଜା ସକାଶୁ ବିସ୍ମିତ ହେଉନ୍ତୁ । +\q +\s5 +\v 16 ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେହି ସମସ୍ତେ +\q ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; +\q ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ +\q ନିରନ୍ତର କହନ୍ତୁ, +\q ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ । +\q +\v 17 ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; +\q ତଥାପି ପ୍ରଭୁ ମୋ' ବିଷୟ ଚିନ୍ତା କରନ୍ତି; +\q ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; +\q ହେ ମୋହର ପରମେଶ୍ୱର, ବିଳମ୍ବ କର ନାହିଁ । + +\s5 +\c 41 +\s ପୀଡ଼ିତର ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । +\b +\q +\v 1 ଯେଉଁ ଜନ ଦୀନହୀନଙ୍କୁ ତତ୍ତ୍ୱାବଧାନ କରେ, +\q ସେ ଧନ୍ୟ; +\q ସଦାପ୍ରଭୁ ଦୁର୍ଦ୍ଦଶା ଦିନରେ ତାହାକୁ ଉଦ୍ଧାର କରିବେ । +\q +\v 2 ସଦାପ୍ରଭୁ ତାହାକୁ ରକ୍ଷା କରି ଜୀବିତ ରଖିବେ ଓ ସେ +\q ପୃଥିବୀରେ ଆଶୀର୍ବାଦପ୍ରାପ୍ତ ହେବ; +\q ପୁଣି, ସଦାପ୍ରଭୁ ତାହାକୁ ତାହାର ଶତ୍ରୁଗଣର ଇଚ୍ଛାରେ +\q ସମର୍ପଣ କରିବେ ନାହିଁ । +\q +\v 3 ସେ ବ୍ୟାଧିଶଯ୍ୟାଗତ ହେଲେ, ସଦାପ୍ରଭୁ ତାହାକୁ +\q ଧରି ରଖିବେ; +\q ତୁମ୍ଭେ ପୀଡ଼ା ସମୟରେ ତାହାର ସମସ୍ତ ଶଯ୍ୟା ପରିବର୍ତ୍ତନ +\q କର । +\q +\s5 +\v 4 ମୁଁ କହିଲି, "ହେ ସଦାପ୍ରଭୁ, ମୋ' ପ୍ରତି ଦୟା କର; +\q ମୋ' ପ୍ରାଣକୁ ସୁସ୍ଥ କର; କାରଣ ମୁଁ ତୁମ୍ଭ ବିରୁଦ୍ଧରେ +\q ପାପ କରିଅଛି ।" +\q +\v 5 ମୋହର ଶତ୍ରୁଗଣ ମୋ' ବିରୁଦ୍ଧରେ ହିଂସାର କଥା +\q କହି ବୁଲନ୍ତି, +\q ସେ କେବେ ମରିବ ଓ ତାହାର ନାମ ଲୁପ୍ତ ହେବ ? +\q +\v 6 ପୁଣି ସେ ଯଦି ମୋତେ ଦେଖିବାକୁ ଆସେ, ସେ +\q କହେ; +\q ତାହାର ହୃଦୟ ଆପଣା ପାଇଁ ଅଧର୍ମ ସଞ୍ଚୟ କରେ; +\q ସେ ବାହାରେ ଯାଇ ତାହା କହି ବୁଲେ । +\q +\s5 +\v 7 ମୋହର ଘୃଣାକାରୀ ସମସ୍ତେ ଏକତ୍ର ମୋ' ବିରୁଦ୍ଧରେ +\q ଫୁସ୍‍ଫୁସ୍‍ କରନ୍ତି; +\q ସେମାନେ ମୋ' ବିପକ୍ଷରେ ଅନିଷ୍ଟ କଳ୍ପନା କରନ୍ତି । +\q +\v 8 ସେମାନେ କହନ୍ତି, "କୌଣସି ମନ୍ଦ ବ୍ୟାଧି ତାହାଠାରେ +\q ଲାଗି ରହିଅଛି; +\q ଏବେ ସେ ପଡ଼ିଅଛି, ଆଉ ଉଠିବ ନାହିଁ ।" +\q +\v 9 ହଁ, ମୋହର ନିଜ ସୁହୃଦ, ଯାହାକୁ ମୁଁ ବିଶ୍ୱାସ କଲି, +\q ଯେ ମୋହର ରୁଟି ଖାଇଲା, +\q ସେ ଆମ୍ଭ ବିରୁଦ୍ଧରେ ଆପଣା ଗୋଇଠି ଉଠାଇଅଛି । +\q +\s5 +\v 10 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ' ପ୍ରତି ଦୟା +\q କରି ମୋତେ ଉଠାଅ, +\q ତହିଁରେ ମୁଁ ସେମାନଙ୍କୁ ପ୍ରତିଫଳ ଦେବି । +\q +\v 11 ମୋହର ଶତ୍ରୁ ମୋ' ଉପରେ ଜୟଧ୍ୱନି କରୁ ନାହିଁ, +\q ଏଥିସକାଶୁ ମୁଁ ଜାଣେ ଯେ, ତୁମ୍ଭେ ମୋ'ଠାରେ ସନ୍ତୁଷ୍ଟ ଅଛ । +\q +\v 12 ତୁମ୍ଭେ ମୋ' ସରଳତାରେ ମୋତେ ଧରି ରଖୁଅଛ । +\q +\s5 +\v 13 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ +\q ଅନନ୍ତକାଳ ଧନ୍ୟ ହେଉନ୍ତୁ । ଆମେନ୍‍, ଆମେନ୍‍ । + +\s5 +\c 42 +\ms ଦ୍ୱିତୀୟ ଖଣ୍ଡ +\mr 42:1 - 72:20 +\s ନିର୍ବାସିତର ପ୍ରାର୍ଥନା (୧) +\d ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ମସ୍କୀଲ (ପ୍ରବୋଧନ) । +\b +\q +\v 1 ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ, ସେହିପରି +\q ହେ ପରମେଶ୍ୱର, ମୋ' ପ୍ରାଣ ତୁମ୍ଭ ପାଇଁ ଧକାଏ । +\q +\v 2 ପରମେଶ୍ୱରଙ୍କ ନିମନ୍ତେ, ଜୀବିତ ପରମେଶ୍ୱରଙ୍କ +\q ନିମନ୍ତେ ମୋ' ପ୍ରାଣ ତୃଷିତ; +\q ମୁଁ କେବେ ଆସି ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବି ? +\q +\s5 +\v 3 ମୋହର ଲୋତକ ଦିବାରାତ୍ର ମୋହର ଭକ୍ଷ୍ୟ +\q ହୋଇଅଛି, +\q କାରଣ ଲୋକମାନେ ନିତ୍ୟ ମୋତେ କହନ୍ତି, "ତୁମ୍ଭର +\q ପରମେଶ୍ୱର କାହାନ୍ତି ?" +\q +\v 4 ମୁଁ କିପରି ଲୋକସମୂହ ସହିତ ଯାତ୍ରା କଲି, ପୁଣି, +\q ଆନନ୍ଦ ଓ ପ୍ରଶଂସାଧ୍ୱନି ସହିତ ପର୍ବପାଳନକାରୀ ଜନତାକୁ +\q ପରମେଶ୍ୱରଙ୍କ ଗୃହକୁ ଘେନିଗଲି, ଏହି କଥାସବୁ ସ୍ମରଣ +\q କରି ମୁଁ ଆପଣା ପ୍ରାଣ ଆପଣା ଅନ୍ତରରେ ଢାଳି ଦେଉଅଛି । +\q +\s5 +\v 5 ହେ ମୋହର ପ୍ରାଣ, ତୁ କାହିଁକି ଶୋକାକୁଳ ହେଉଅଛୁ ? +\q ତୁ କାହିଁକି ମୋ' ଅନ୍ତରରେ ଅସ୍ଥିର ହେଉଅଛୁ ? +\q ପରମେଶ୍ୱରଙ୍କଠାରେ ଭରସା ରଖ; +\q କାରଣ ମୁଁ ତାହାଙ୍କ ପ୍ରସନ୍ନତାର ସାହାଯ୍ୟ ସକାଶୁ ପୁନର୍ବାର +\q ତାହାଙ୍କର ପ୍ରଶଂସା କରିବି । +\q +\v 6 ହେ ମୋହର ପରମେଶ୍ୱର, ମୋହର ପ୍ରାଣ ମୋ' +\q ଅନ୍ତରରେ ଶୋକାକୁଳ ହେଉଅଛି; +\q ଏଥିପାଇଁ ମୁଁ ଯର୍ଦ୍ଦନ ଦେଶରୁ, ପୁଣି, ହର୍ମୋଣ ଓ +\q ମିତ୍‍ସୀୟର ପର୍ବତରୁ ତୁମ୍ଭକୁ ସ୍ମରଣ କରୁଅଛି । +\q +\s5 +\v 7 ତୁମ୍ଭ ନିର୍ଝର ସମୂହର ଶବ୍ଦରେ ଏକ ଗଭୀର ଅନ୍ୟ +\q ଗଭୀରକୁ ଡାକଇ, +\q ତୁମ୍ଭର ଢେଉ ଓ ତରଙ୍ଗସବୁ ମୋ' ଉପରେ ଯାଇଅଛି । +\q +\v 8 ତଥାପି ସଦାପ୍ରଭୁ ଦିନବେଳେ ଆପଣା ସ୍ନେହପୂର୍ଣ୍ଣ +\q କରୁଣା ଆଜ୍ଞା କରିବେ, +\q ପୁଣି, ରାତ୍ରିକାଳେ ତାହାଙ୍କ ଗୁଣଗାନ ଓ ଆମ୍ଭ +\q ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋହର ସଙ୍ଗୀ +\q ହେବ । +\q +\s5 +\v 9 ମୁଁ ଆପଣା ଶୈଳ ସ୍ୱରୂପ ପରମେଶ୍ୱରଙ୍କୁ କହିବି, +\q "ତୁମ୍ଭେ କାହିଁକି ମୋତେ ପାସୋରିଅଛ ? +\q ମୁଁ କାହିଁକି ଶତ୍ରୁର ଦୌରାତ୍ମ୍ୟ ହେତୁ ଶୋକ କରି +\q ବୁଲୁଅଛି ?" +\q +\v 10 ମୋ' ଅସ୍ଥିରେ ଖଡ଼୍‍ଗ ପରି ମୋ' ବିପକ୍ଷଗଣ +\q ମୋତେ ତିରସ୍କାର କରନ୍ତି; +\q କାରଣ ସେମାନେ ନିତ୍ୟ ମୋତେ କହନ୍ତି, "ତୁମ୍ଭର +\q ପରମେଶ୍ୱର କାହାନ୍ତି ?" +\q +\s5 +\v 11 ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ +\q ହେଉଅଛ ? +\q ପୁଣି, ତୁମ୍ଭେ କାହିଁକି ମୋ' ଅନ୍ତରରେ ଅସ୍ଥିର ହେଉଅଛ ? +\q ତୁମ୍ଭେ ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ +\q ପୁନର୍ବାର ତାହାଙ୍କର ପ୍ରଶଂସା କରିବି, +\q ସେ ମୋ' ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର +\q ଅଟନ୍ତି । + +\s5 +\c 43 +\s ନିର୍ବାସିତର ପ୍ରାର୍ଥନା (2) +\q +\v 1 ହେ ପରମେଶ୍ୱର, ମୋହର ବିଚାର କର +\q ଓ ଅଧାର୍ମିକ ଗୋଷ୍ଠୀ ବିରୁଦ୍ଧରେ ମୋହର +\q ଗୁହାରି ନିଷ୍ପତ୍ତି କର; +\q ପ୍ରବଞ୍ଚକ ଓ ଅନ୍ୟାୟକାରୀ ମନୁଷ୍ୟଠାରୁ ମୋତେ ଉଦ୍ଧାର +\q କର । +\q +\v 2 କାରଣ ତୁମ୍ଭେ ହିଁ ମୋହର ବଳଦାତା ପରମେଶ୍ୱର +\q ଅଟ; +\q ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ ? ମୁଁ କାହିଁକି +\q ଶତ୍ରୁର ଦୌରାତ୍ମ୍ୟ ସକାଶୁ ଶୋକ କରି ବୁଲୁଅଛି ? +\q +\s5 +\v 3 ତୁମ୍ଭର ଦୀପ୍ତି ଓ ତୁମ୍ଭର ସତ୍ୟତା ପଠାଅ; ତାହା +\q ମୋହର ପଥଦର୍ଶକ ହେଉ; +\q ତାହା ତୁମ୍ଭ ପବିତ୍ର ପର୍ବତରେ ଓ ତୁମ୍ଭ ଆବାସରେ +\q ମୋତେ ପ୍ରବେଶ କରାଉ । +\q +\v 4 ତହିଁରେ ମୁଁ ପରମେଶ୍ୱରଙ୍କ ବେଦି ନିକଟକୁ ଓ ମୋହର +\q ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି; +\q ଆଉ, ହେ ପରମେଶ୍ୱର, ମୋହର ପରମେଶ୍ୱର, ମୁଁ +\q ବୀଣାଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି । +\q +\s5 +\v 5 ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ +\q ହେଉଅଛ ? +\q ଓ ତୁମ୍ଭେ କାହିଁକି ମୋ' ଅନ୍ତରରେ ଅସ୍ଥିର ହେଉଅଛ ? +\q ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର +\q ତାହାଙ୍କର ପ୍ରଶଂସା କରିବି, +\q ସେ ମୋ' ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର +\q ଅଟନ୍ତି । + +\s5 +\c 44 +\s ସୁରକ୍ଷା ପାଇଁ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ କୋରହସନ୍ତାନଗଣର ଗୀତ । ମସ୍କିଲ୍ । +\b +\q +\v 1 ହେ ପରମେଶ୍ୱର, ତୁମ୍ଭେ ପୂର୍ବକାଳରେ ଆମ୍ଭମାନଙ୍କ +\q ପିତୃପୁରୁଷଙ୍କ ସମୟରେ ଯେଉଁ କର୍ମ କରିଥିଲ, +\q ତାହା ଆମ୍ଭେମାନେ ସ୍ୱକର୍ଣ୍ଣରେ ଶୁଣିଅଛୁ ଓ ସେମାନେ +\q ତାହା ଆମ୍ଭମାନଙ୍କୁ ଜଣାଇ ଅଛନ୍ତି । +\q +\v 2 ତୁମ୍ଭେ ଅନ୍ୟ ଗୋଷ୍ଠୀୟମାନଙ୍କୁ ସ୍ୱହସ୍ତରେ ତଡ଼ି ଦେଇ +\q ସେମାନଙ୍କୁ ରୋପଣ କରିଥିଲ; +\q ତୁମ୍ଭେ ଜନବୃନ୍ଦକୁ ନାଶ କରି ସେମାନଙ୍କୁ ବିସ୍ତାରିତ +\q କରିଥିଲ । +\q +\s5 +\v 3 କାରଣ ସେମାନେ ନିଜ ଖଡ଼୍‍ଗ ଦ୍ୱାରା ଦେଶାଧିକାର +\q ପ୍ରାପ୍ତ ହେଲେ ନାହିଁ, +\q କିଅବା ସେମାନଙ୍କ ନିଜ ବାହୁ ସେମାନଙ୍କୁ ଉଦ୍ଧାର କଲା +\q ନାହିଁ; +\q ମାତ୍ର ସେମାନଙ୍କ ପ୍ରତି ତୁମ୍ଭର ଅନୁଗ୍ରହ ଥିବାରୁ ତୁମ୍ଭର +\q ଦକ୍ଷିଣ ହସ୍ତ, ତୁମ୍ଭର ବାହୁ ଓ ତୁମ୍ଭ ମୁଖର ପ୍ରସନ୍ନତା ତାହା +\q କରିଥିଲା । +\q +\v 4 ହେ ପରମେଶ୍ୱର, ତୁମ୍ଭେ ମୋହର ରାଜା; +\q ଯାକୁବ ପକ୍ଷରେ ମୁକ୍ତିର ଆଜ୍ଞା ହେଉ । +\q +\s5 +\v 5 ତୁମ୍ଭ ଦ୍ୱାରା ଆମ୍ଭେମାନେ ବିପକ୍ଷଗଣକୁ ତଳେ ପକାଇବା; +\q ତୁମ୍ଭ ନାମ ଦ୍ୱାରା ଆମ୍ଭେମାନେ ଆପଣା ବିରୁଦ୍ଧରେ ଉତ୍ଥିତ +\q ଲୋକମାନଙ୍କୁ ଦଳି ପକାଇବା । +\q +\v 6 ଯେହେତୁ ମୁଁ ଆପଣା ଧନୁରେ ନିର୍ଭର କରିବି ନାହିଁ, +\q କିଅବା ମୋ' ଖଡ଼୍‍ଗ ମୋତେ ଉଦ୍ଧାର କରିବ ନାହିଁ । +\q +\s5 +\v 7 ମାତ୍ର ତୁମ୍ଭେ ଆମ୍ଭମାନଙ୍କ ବିପକ୍ଷଗଣଠାରୁ ଆମ୍ଭମାନଙ୍କୁ +\q ଉଦ୍ଧାର କରିଅଛ ଓ ଆମ୍ଭମାନଙ୍କ ଘୃଣାକାରୀମାନଙ୍କୁ ଲଜ୍ଜିତ କରିଅଛ । +\q +\v 8 ଆମ୍ଭେମାନେ ସାରାଦିନ ପରମେଶ୍ୱରଙ୍କଠାରେ ଦର୍ପ +\q କରିଅଛୁ ଓ ଅନନ୍ତକାଳ ତୁମ୍ଭ ନାମର ଧନ୍ୟବାଦ କରିବା । +\q [ସେଲା] +\q +\s5 +\v 9 ମାତ୍ର ଏବେ ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ ଓ +\q ଆମ୍ଭମାନଙ୍କୁ ଅପମାନଗ୍ରସ୍ତ କରିଅଛ; +\q ପୁଣି, ଆମ୍ଭମାନଙ୍କ ସୈନ୍ୟ ସଙ୍ଗରେ ଗମନ କରୁ ନାହଁ । +\q +\v 10 ତୁମ୍ଭେ ବିପକ୍ଷମାନଙ୍କ ନିକଟରୁ ଆମ୍ଭମାନଙ୍କୁ ଫେରାଇ +\q ଦେଉଅଛ ଓ ଆମ୍ଭମାନଙ୍କ ଘୃଣାକାରୀଗଣ ଆପଣାମାନଙ୍କ ନିମନ୍ତେ +\q ଆମ୍ଭମାନଙ୍କୁ ଲୁଣ୍ଠନ କରୁଅଛନ୍ତି । +\q +\v 11 ଖାଦ୍ୟ ନିମନ୍ତେ ନିରୂପିତ ମେଷଗଣ ତୁଲ୍ୟ ତୁମ୍ଭେ +\q ଆମ୍ଭମାନଙ୍କୁ ସମର୍ପଣ କରିଅଛ ଓ ନାନା ଗୋଷ୍ଠୀ ମଧ୍ୟରେ ଆମ୍ଭମାନଙ୍କୁ ଛିନ୍ନଭିନ୍ନ +\q କରିଅଛ । +\q +\s5 +\v 12 ତୁମ୍ଭେ ଆପଣା ଲୋକମାନଙ୍କୁ ବିନାମୂଲ୍ୟରେ ବିକ୍ରୟ +\q କରୁଅଛ ଓ ସେମାନଙ୍କ ମୂଲ୍ୟ ଦ୍ୱାରା ଆପଣା ଧନ ବୃଦ୍ଧି କରି ନାହଁ । +\q +\v 13 ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେ +\q ଆମ୍ଭମାନଙ୍କୁ ତିରସ୍କାରର ବିଷୟ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ +\q ଲୋକମାନଙ୍କର ହାସ୍ୟାସ୍ପଦ ଓ ଉପହାସର ପାତ୍ର କରୁଅଛ । +\q +\v 14 ତୁମ୍ଭେ ଆମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଗଳ୍ପର +\q ବିଷୟ ଓ ଜନବୃନ୍ଦ ମଧ୍ୟରେ ମୁଣ୍ଡହଲାର କାରଣ କରିଅଛ । +\q +\s5 +\v 15 ତିରସ୍କାରକାରୀର ଓ ନିନ୍ଦକର ସ୍ୱର ସକାଶୁ, ପୁଣି, +\q ଶତ୍ରୁ ଓ ପ୍ରତିହିଂସକ ସକାଶୁ, +\q +\v 16 ସାରାଦିନ ମୋ' ଅପମାନ ମୋ' ସମ୍ମୁଖରେ ଥାଏ +\q ଓ ମୋ' ମୁଖର ଲଜ୍ଜା ମୋତେ ଢାଙ୍କିଅଛି । +\q +\v 17 ଆମ୍ଭମାନଙ୍କ ପ୍ରତି ଏସବୁ ଘଟିଅଛି; ତଥାପି +\q ଆମ୍ଭେମାନେ ତୁମ୍ଭକୁ ପାସୋରି ନାହୁଁ, କିଅବା ତୁମ୍ଭ ନିୟମ +\q ବିଷୟରେ ଅସତ୍ୟ ବ୍ୟବହାର କରି ନାହୁଁ । +\q +\s5 +\v 18 ତୁମ୍ଭେ ଆମ୍ଭମାନଙ୍କୁ ଶୃଗାଳମାନଙ୍କ ସ୍ଥାନରେ ଚୂର୍ଣ୍ଣ +\q ଓ ମୃତ୍ୟୁଛାୟାରେ ଆଚ୍ଛନ୍ନ କରିଅଛ ବୋଲି +\q +\v 19 ଆମ୍ଭମାନଙ୍କ ଅନ୍ତଃକରଣ ବିମୁଖ ହୋଇ ନାହିଁ, +\q କିଅବା ଆମ୍ଭମାନଙ୍କ ପାଦଗତି ତୁମ୍ଭ ପଥରୁ ଭ୍ରଷ୍ଟ +\q ହୋଇ ନାହିଁ । +\q +\v 20 ଯଦି ଆମ୍ଭେମାନେ ଆପଣା ପରମେଶ୍ୱରଙ୍କ ନାମ +\q ପାସୋରିଥାଉ, ଅବା କୌଣସି ଅନ୍ୟ ଦେବତା ଆଡ଼େ ହସ୍ତ ପ୍ରସାରିଥାଉ; +\q +\v 21 ତେବେ ପରମେଶ୍ୱର କି ତାହା ଅନୁସନ୍ଧାନ କରିବେ +\q ନାହିଁ ? +\q କାରଣ ସେ ଅନ୍ତଃକରଣର ଗୁପ୍ତ ବିଷୟସବୁ ଜାଣନ୍ତି । +\q +\v 22 ହଁ, ତୁମ୍ଭ ସକାଶୁ ଆମ୍ଭେମାନେ ଦିନସାରା ହତ +\q ହେଉଅଛୁ; +\q ଆମ୍ଭେମାନେ ହତ୍ୟା ନିମନ୍ତେ ଆନୀତ ମେଷତୁଲ୍ୟ ଗଣିତ +\q ହେଉଅଛୁ । +\q +\s5 +\v 23 ଜାଗ, ହେ ପ୍ରଭୁ, ତୁମ୍ଭେ କାହିଁକି ନିଦ୍ରିତ ହେଉଅଛ ? +\q ଉଠ, ଆମ୍ଭମାନଙ୍କୁ ସଦାକାଳ ଦୂର କର ନାହିଁ । +\q +\v 24 ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ, +\q ପୁଣି, ଆମ୍ଭମାନଙ୍କ କ୍ଳେଶ ଓ ଦୌରାତ୍ମଭୋଗ ବିସ୍ମୃତ +\q ହେଉଅଛ ? +\q +\s5 +\v 25 କାରଣ ଆମ୍ଭମାନଙ୍କ ପ୍ରାଣ ଧୂଳିରେ ଅବନତ; +\q ଆମ୍ଭମାନଙ୍କ ଉଦର ଭୂମିରେ ଲାଗୁଅଛି । +\q +\v 26 ଆମ୍ଭମାନଙ୍କ ସାହାଯ୍ୟ ନିମନ୍ତେ ଉଠ ଓ ଆପଣା +\q ସ୍ନେହପୂର୍ଣ୍ଣ କରୁଣା ସକାଶୁ ଆମ୍ଭମାନଙ୍କୁ ମୁକ୍ତ କର । + +\s5 +\c 45 +\s ରାଜାଙ୍କ ବିବାହ ଉଦ୍ଦେଶ୍ୟରେ ରଚିତ ଗୀତ +\d ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍ ସ୍ୱରରେ କୋରହ-ସନ୍ତାନଗଣର ଗୀତ । ମସ୍କୀଲ୍‍ । ପ୍ରେମ ଗୀତ । +\q +\v 1 ମୋହର ହୃଦୟ ଉତ୍ତମ ବିଷୟରେ ଉଚ୍ଛୁଳି ଉଠୁଅଛି; +\q ମୁଁ ରାଜାଙ୍କ ବିଷୟରେ ଆପଣା ରଚିତ କଥା କହେ; +\q ମୋ' ଜିହ୍ୱା ଶୀଘ୍ର ଲେଖକର ଲେଖନୀ ସ୍ୱରୂପ । +\q +\v 2 ତୁମ୍ଭେ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ଅଧିକ ସୁନ୍ଦର; +\q ତୁମ୍ଭ ଓଷ୍ଠାଧରରେ ଅନୁଗ୍ରହ ଢଳା ଯାଇଅଛି; +\q ଏହେତୁ ପରମେଶ୍ୱର ତୁମ୍ଭକୁ ଅନନ୍ତକାଳ ଆଶୀର୍ବାଦ +\q କରିଅଛନ୍ତି । +\q +\s5 +\v 3 ହେ ବୀର, ତୁମ୍ଭ କଟିଦେଶରେ ଆପଣା ଖଡ଼ଗ୍‍, +\q ଆପଣା ମହିମା ଓ ପ୍ରଭାବ ବାନ୍ଧ । +\q +\v 4 ପୁଣି, ସତ୍ୟତା ଓ ନମ୍ରତା ଓ ଧର୍ମ ସକାଶେ ଆପଣା +\q ପ୍ରଭାବରେ ରଥାରୋହଣ କରି କୃତାର୍ଥ ହୁଅ; +\q ତହିଁରେ ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭକୁ ଭୟାନକ କାର୍ଯ୍ୟ +\q ଶିଖାଇବ । +\q +\s5 +\v 5 ତୁମ୍ଭର ତୀରସବୁ ତୀକ୍ଷ୍‍ଣ; ଜନବୃନ୍ଦ ତୁମ୍ଭ ତଳେ ପଡ଼ନ୍ତି; +\q ତାହାସବୁ ରାଜାଙ୍କ ଶତ୍ରୁଗଣର ହୃଦୟରେ ବିଦ୍ଧ ହୁଏ । +\q +\v 6 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ; +\q ତୁମ୍ଭର ରାଜଦଣ୍ଡ ନ୍ୟାୟଦଣ୍ଡ ଅଟେ । +\q +\v 7 ତୁମ୍ଭେ ଧର୍ମକୁ ପ୍ରେମ ଓ ଦୁଷ୍ଟତାକୁ ଘୃଣା କରିଅଛ; +\q ଏହେତୁ ପରମେଶ୍ୱର, ତୁମ୍ଭର ପରମେଶ୍ୱର, ତୁମ୍ଭର +\q ମିତ୍ରଗଣ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ +\q ଅଭିଷିକ୍ତ କରିଅଛନ୍ତି । +\q +\s5 +\v 8 ତୁମ୍ଭର ସକଳ ବସ୍ତ୍ର ଗନ୍ଧରସ, ଅଗୁରୁ ଓ ଦାରୁଚିନିରେ +\q ସୁବାସମୟ; +\q ହସ୍ତୀଦନ୍ତନିର୍ମିତ ଅଟ୍ଟାଳିକାସମୂହରୁ ତାରଯୁକ୍ତ +\q ବାଦ୍ୟଯନ୍ତ୍ରସବୁ ତୁମ୍ଭକୁ ଆନନ୍ଦିତ କରିଅଛି । +\q +\v 9 ତୁମ୍ଭର ସମ୍ଭ୍ରାନ୍ତା ସ୍ତ୍ରୀଗଣ ମଧ୍ୟରେ ରାଜକୁମାରୀମାନେ +\q ଅଛନ୍ତି; +\q ଓ ଫରୀୟ ସୁବର୍ଣ୍ଣରେ ଭୂଷିତା ରାଣୀ ତୁମ୍ଭ ଦକ୍ଷିଣ ପାଖରେ +\q ଉଭା ହୁଅନ୍ତି । +\q +\s5 +\v 10 ଆଗୋ କନ୍ୟେ, ଶୁଣ, ବିବେଚନା କର ଓ ଆପଣା +\q କର୍ଣ୍ଣ ଡେର; ତୁମ୍ଭ ନିଜ ଲୋକଙ୍କୁ ଓ ପିତୃଗୃହକୁ ପାସୋର; +\q +\v 11 ତହିଁରେ ରାଜା ତୁମ୍ଭ ସୌନ୍ଦର୍ଯ୍ୟ ବାଞ୍ଛା କରିବେ । +\q କାରଣ ସେ ତୁମ୍ଭର ପ୍ରଭୁ; ତୁମ୍ଭେ ତାହାଙ୍କୁ ପ୍ରଣାମ କର । +\q +\s5 +\v 12 ପୁଣି, ସୋରର କନ୍ୟା ଭେଟୀ ନେଇ ସେଠାରେ +\q ଉପସ୍ଥିତ ହେବ; ଲୋକଙ୍କ ମଧ୍ୟରେ ଧନୀମାନେ ହିଁ ତୁମ୍ଭ ଅନୁଗ୍ରହର ବିନତୀ +\q କରିବେ । +\q +\v 13 ଅନ୍ତଃପୁରରେ ରାଜକୁମାରୀ ସର୍ବତୋଭାବେ +\q ସୁଶୋଭିତା; ତାଙ୍କର ବସ୍ତ୍ର ସୁବର୍ଣ୍ଣସୂତ୍ର ନିର୍ମିତ । +\q +\s5 +\v 14 ସେ ସୂଚୀଶିଳ୍ପିତ-ବସ୍ତ୍ରରେ ରାଜାଙ୍କ ନିକଟକୁ +\q ଅଣାଯିବେ; ତାଙ୍କର ପଶ୍ଚାଦ୍‍ବର୍ତ୍ତିନୀ ସହଚରୀ କୁମାରୀଗଣ ତୁମ୍ଭ +\q ନିକଟକୁ ଅଣାଯିବେ । +\q +\v 15 ସେମାନେ ଆନନ୍ଦ ଓ ଉଲ୍ଲାସରେ ଅଣାଯିବେ; +\q ସେମାନେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ; +\q +\s5 +\v 16 ତୁମ୍ଭ ପିତୃଗଣ ପରିବର୍ତ୍ତରେ ତୁମ୍ଭ ସନ୍ତାନଗଣ ରହିବେ, +\q ତୁମ୍ଭେ ସେମାନଙ୍କୁ ସମୁଦାୟ ପୃଥିବୀରେ ଅଧିପତି +\q କରିବ । +\q +\v 17 ମୁଁ ସକଳ ପିଢ଼ିରେ ତୁମ୍ଭ ନାମ ସ୍ମରଣ +\q କରାଇବି; +\q ଏହେତୁ ଗୋଷ୍ଠୀସମୂହ ଅନନ୍ତକାଳ ତୁମ୍ଭର ପ୍ରଶଂସା +\q କରିବେ । + +\s5 +\c 46 +\s ସହବର୍ତ୍ତୀ ପରମେଶ୍ୱର +\d ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ଗୀତ; ଅଲ୍‍ମୋତ୍‍ ସ୍ୱରର ଗୀତ । +\b +\q +\v 1 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ, +\q ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ । +\q +\v 2 ଏଥିପାଇଁ ପୃଥିବୀ ପରିବର୍ତ୍ତିତ ହେଲେ ହେଁ ଓ ପର୍ବତଗଣ +\q ସମୁଦ୍ର ମଧ୍ୟରେ ବିଚଳିତ ହେଲେ ହେଁ; +\q +\v 3 ତହିଁର ଜଳରାଶି ଗର୍ଜ୍ଜନ କରି ପ୍ରବଳ ହେଲେ ହେଁ, +\q ତହିଁର ପ୍ଳାବନରେ ପର୍ବତଗଣ କମ୍ପିତ ହେଲେ ହେଁ +\q ଆମ୍ଭେମାନେ ଭୟ କରିବା ନାହିଁ । +\q [ସେଲା] +\q +\s5 +\v 4 ନଦୀ ଗୋଟିଏ ଅଛି, ତହିଁର ସ୍ରୋତସମୂହ +\q ପରମେଶ୍ୱରଙ୍କ ନଗରକୁ, +\q ସର୍ବୋପରିସ୍ଥଙ୍କ ଆବାସର ପବିତ୍ରସ୍ଥାନକୁ ଆନନ୍ଦିତ କରେ । +\q +\v 5 ପରମେଶ୍ୱର ତହିଁର ମଧ୍ୟବର୍ତ୍ତୀ; ତାହା ବିଚଳିତ ହେବ +\q ନାହିଁ । +\q ପରମେଶ୍ୱର ଅତି ପ୍ରଭାତରେ ତାହାର ସାହାଯ୍ୟ କରିବେ । +\q +\s5 +\v 6 ଗୋଷ୍ଠୀସବୁ ଗର୍ଜ୍ଜନ କଲେ, ରାଜ୍ୟସବୁ ବିଚଳିତ +\q ହେଲେ; +\q ସେ ଆପଣା ରବ ଉଚ୍ଚାରଣ କଲେ, ପୃଥିବୀ ତରଳି ଗଲା । +\q +\v 7 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ, +\q ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି । +\q +\s5 +\v 8 ଆସ, ସଦାପ୍ରଭୁଙ୍କର କାର୍ଯ୍ୟସବୁ ଦେଖ, +\q ସେ ପୃଥିବୀରେ କିପ୍ରକାର ଉଜାଡ଼ କରିଅଛନ୍ତି ! +\q +\v 9 ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ୍ତ କରନ୍ତି; +\q ସେ ଧନୁ ଭାଙ୍ଗି ପକାନ୍ତି ଓ ବର୍ଚ୍ଛା କାଟି ଖଣ୍ଡ ଖଣ୍ଡ କରନ୍ତି; +\q ସେ ରଥସବୁ ଅଗ୍ନିରେ ପୋଡ଼ି ପକାନ୍ତି । +\q +\s5 +\v 10 କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱର ଅଟୁ, ଏହା ଜାଣ; +\q ଆମ୍ଭେ ଦେଶୀୟମାନଙ୍କ ମଧ୍ୟରେ ଉନ୍ନତ ହେବୁ, +\q ଆମ୍ଭେ ପୃଥିବୀରେ ଉନ୍ନତ ହେବୁ । +\q +\v 11 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ; +\q ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି । +\q [ସେଲା] + +\s5 +\c 47 +\s ସର୍ବୋପରିସ୍ଥ ଅଧିପତି +\d ପ୍ରଧାନ ବାଦ୍ୟକର ନିମନ୍ତେ କୋରହସନ୍ତାନଗଣର ଗୀତ । +\b +\q +\v 1 ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ; ଆନନ୍ଦସ୍ୱରରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର । +\q +\v 2 କାରଣ ସର୍ବୋପରିସ୍ଥ ସଦାପ୍ରଭୁ ଭୟଙ୍କର ଅଟନ୍ତି; +\q ସେ ସମୁଦାୟ ପୃଥିବୀ ଉପରେ ମହାନ ରାଜା । +\q +\s5 +\v 3 ସେ ଗୋଷ୍ଠୀସମୂହକୁ ଆମ୍ଭମାନଙ୍କର ବଶୀଭୂତ +\q କରିବେ ଓ ଦେଶୀୟଗଣକୁ ଆମ୍ଭମାନଙ୍କର ପଦତଳସ୍ଥ କରିବେ । +\q +\v 4 ସେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ଅଧିକାର +\q ମନୋନୀତ କରିବେ, +\q ତାହା ହିଁ ତାହାଙ୍କ ପ୍ରିୟ ପାତ୍ର ଯାକୁବର ଗୌରବ ସ୍ୱରୂପ । +\q [ସେଲା] +\q +\v 5 ପରମେଶ୍ୱର ଜୟଧ୍ୱନିରେ, ସଦାପ୍ରଭୁ ତୂରୀଧ୍ୱନିରେ +\q ଊର୍ଦ୍ଧ୍ୱକୁ ବିଜେ କରିଅଛନ୍ତି । +\q +\s5 +\v 6 ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର, +\q ପ୍ରଶଂସାଗାନ କର; +\q ଆମ୍ଭମାନଙ୍କ ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର, +\q ପ୍ରଶଂସାଗାନ କର । +\q +\v 7 କାରଣ ପରମେଶ୍ୱର ସମୁଦାୟ ପୃଥିବୀର ରାଜା ଅଟନ୍ତି; +\q ତୁମ୍ଭେମାନେ ପ୍ରବୋଧଜନକ ପ୍ରଶଂସାଗାନ କର । +\q +\s5 +\v 8 ପରମେଶ୍ୱର ଗୋଷ୍ଠୀବର୍ଗ ଉପରେ ରାଜତ୍ୱ କରନ୍ତି; +\q ପରମେଶ୍ୱର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ । +\q +\v 9 ଅବ୍ରହାମର ପରମେଶ୍ୱରଙ୍କ ଲୋକ ହେବା ନିମନ୍ତେ +\q ଗୋଷ୍ଠୀୟମାନଙ୍କର ଅଧିପତିଗଣ ଏକତ୍ରିତ ହୋଇଅଛନ୍ତି । +\q କାରଣ ପୃଥିବୀର ଢାଲସବୁ ପରମେଶ୍ୱରଙ୍କର; ସେ +\q ଅତିଶୟ ଉନ୍ନତ ଅଟନ୍ତି । + +\s5 +\c 48 +\s ସଦାପ୍ରଭୁଙ୍କ ନଗରୀ ସିୟୋନ +\d ଗୀତ : କୋରହ-ସନ୍ତାନମାନଙ୍କର ଗୀତ । +\b +\q +\v 1 ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ, +\q ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ +\q ପ୍ରଶଂସନୀୟ । +\q +\v 2 ଉତ୍ତର ଦିଗସ୍ଥ ସିୟୋନ ପର୍ବତ ଉଚ୍ଚତାରେ ମନୋହର, +\q ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜଙ୍କର ନଗର । +\q +\v 3 ତହିଁର ଅଟ୍ଟାଳିକାସମୂହ ମଧ୍ୟରେ ପରମେଶ୍ୱର ଆଶ୍ରୟ +\q ସ୍ୱରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି । +\q +\s5 +\v 4 କାରଣ ଦେଖ, ରାଜଗଣ ସଭାସ୍ଥ ହେଲେ, ସେମାନେ +\q ଏକସଙ୍ଗେ ଗମନ କଲେ । +\q +\v 5 ସେମାନେ ତାହା ଦେଖି ଚମତ୍କୃତ ହେଲେ; +\q ସେମାନେ ଉଦ୍‍ବିଗ୍ନ ହୋଇ ଶୀଘ୍ର ପଳାଇଲେ; +\q +\v 6 ସେଠାରେ ସେମାନେ କମ୍ପରେ ଓ ପ୍ରସବକାରିଣୀ ସ୍ତ୍ରୀର +\q ବେଦନା ତୁଲ୍ୟ ବେଦନାରେ ଆକ୍ରାନ୍ତ ହେଲେ । +\q +\s5 +\v 7 ତୁମ୍ଭେ ପୂର୍ବୀୟ ବାୟୁ ଦ୍ୱାରା ତର୍ଶୀଶର ଜାହାଜସବୁ +\q ଭାଙ୍ଗିଥାଅ । +\q +\v 8 ଯେପରି ଆମ୍ଭେମାନେ ଶୁଣିଅଛୁ, ସେପରି +\q ସୈନ୍ୟାଧିପତି ସଦାପ୍ରଭୁଙ୍କ ନଗରରେ, ଆମ୍ଭମାନଙ୍କ +\q ପରମେଶ୍ୱରଙ୍କ ନଗରରେ ଦେଖିଅଛୁ; +\q ପରମେଶ୍ୱର ଅନନ୍ତକାଳ ତାହା ସୁସ୍ଥିର କରିବେ । +\q [ସେଲା] +\q +\s5 +\v 9 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ମନ୍ଦିର ମଧ୍ୟରେ +\q ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟ ଧ୍ୟାନ କରିଅଛୁ । +\q +\v 10 ହେ ପରମେଶ୍ୱର, ଯେପରି ତୁମ୍ଭର ନାମ, ସେହିପରି +\q ତୁମ୍ଭର ପ୍ରଶଂସା, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅଟେ; +\q ତୁମ୍ଭର ଦକ୍ଷିଣ ହସ୍ତ ଧର୍ମରେ ପରିପୂର୍ଣ୍ଣ । +\q +\s5 +\v 11 ତୁମ୍ଭର ସକଳ ଶାସନ ସକାଶୁ ସିୟୋନ ପର୍ବତ +\q ଆନନ୍ଦିତ ହେଉ, +\q ଯିହୂଦାର କନ୍ୟାଗଣ ଉଲ୍ଲାସିତ ହେଉନ୍ତୁ । +\q +\s5 +\v 12 ସିୟୋନକୁ ପ୍ରଦକ୍ଷିଣ କର ଓ ତାହାର ଚତୁର୍ଦ୍ଦିଗରେ +\q ଭ୍ରମଣ କର; +\q ତହିଁର ଦୁର୍ଗସବୁ ଗଣନା କର । +\q +\v 13 ଯେପରି ତୁମ୍ଭେମାନେ ଭବିଷ୍ୟତ ବଂଶକୁ ଜଣାଇ +\q ପାରିବ, ଏଥିପାଇଁ ତହିଁର ଦୃଢ଼ ପ୍ରାଚୀରମାନ ନିରୀକ୍ଷଣ +\q କର, ତହିଁର ଅଟ୍ଟାଳିକାସବୁ ବିବେଚନା କର । +\q +\s5 +\v 14 କାରଣ ଏହି ପରମେଶ୍ୱର ଅନନ୍ତକାଳ ଆମ୍ଭମାନଙ୍କର +\q ପରମେଶ୍ୱର ଅଟନ୍ତି; +\q ସେ ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ । + +\s5 +\c 49 +\s ଧନ ଉପରେ ଆସ୍ଥା ମୂର୍ଖତା +\d ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ । +\q +\v 1 ହେ ଗୋଷ୍ଠୀସକଳ, ଏହା ଶୁଣ, ହେ ଜଗନ୍ନିବାସୀଗଣ, +\q +\v 2 ନୀଚ ଓ ଉଚ୍ଚ, ଧନୀ ଓ ଦରିଦ୍ର ସମସ୍ତେ, ଏକତ୍ର +\q କର୍ଣ୍ଣପାତ କର । +\q +\s5 +\v 3 ମୋହର ମୁଖ ଜ୍ଞାନର କଥା କହିବ ଓ ମୋ' +\q ଅନ୍ତଃକରଣର ଧ୍ୟାନ ବୁଦ୍ଧି ବିଷୟକ ହେବ । +\q +\v 4 ମୁଁ ଦୃଷ୍ଟାନ୍ତରେ କର୍ଣ୍ଣପାତ କରିବି; +\q ମୁଁ ବୀଣାଯନ୍ତ୍ରରେ ଆପଣା ଗୁପ୍ତ ବିଷୟ ବ୍ୟାଖ୍ୟା କରିବି । +\q +\v 5 ଯେତେବେଳେ ଅଧର୍ମ ମୋ' ଗୋଇଠି ପାଖରେ ମୋତେ +\q ଘେରେ, ଏପରି ବିପଦ ସମୟରେ କାହିଁକି ଭୟ କରିବି ? +\q +\s5 +\v 6 ଯେଉଁମାନେ ଆପଣାମାନଙ୍କ ସମ୍ପତ୍ତିରେ ନିର୍ଭର +\q ରଖନ୍ତି; ଓ ଆପଣାମାନଙ୍କ ଧନର ବାହୁଲ୍ୟରେ ଦର୍ପ କରନ୍ତି; +\q +\v 7 ସେମାନଙ୍କ ମଧ୍ୟରୁ କେହି ଆପଣା ଭାଇ ନିତ୍ୟଜୀବୀ +\q ହେବା ପାଇଁ, କ୍ଷୟ ନ ଦେଖିବା ପାଇଁ କୌଣସିମତେ ତାହାକୁ +\q ମୁକ୍ତ କରି ନ ପାରେ । +\q +\v 8 କିଅବା ତାହା ପାଇଁ ପରମେଶ୍ୱରଙ୍କୁ କୌଣସି ପ୍ରାୟଶ୍ଚିତ୍ତ +\q ଦେଇ ନ ପାରେ; +\q +\s5 +\v 9 କାରଣ ସେମାନଙ୍କ ପ୍ରାଣର ମୁକ୍ତି ଦୁର୍ମୂଲ୍ୟ ଓ +\q ଅନନ୍ତକାଳ ଅସାଧ୍ୟ । +\q +\v 10 ଯେଣୁ ସେ ଦେଖେ ଯେ, ଜ୍ଞାନୀ ଲୋକମାନେ +\q ମରନ୍ତି, ମୂର୍ଖ ଓ ପଶୁବତ୍‍ ଲୋକେ ଏକତ୍ର ବିନଷ୍ଟ ହୁଅନ୍ତି, +\q ପୁଣି, ଆପଣାମାନଙ୍କ ସମ୍ପତ୍ତି ଅନ୍ୟମାନଙ୍କ ନିମନ୍ତେ +\q ଛାଡ଼ିଯା'ନ୍ତି । +\q +\s5 +\v 11 ସେମାନଙ୍କ ଗୃହ ଯେ ଚିରକାଳ ଓ ସେମାନଙ୍କ +\q ବାସସ୍ଥାନ ଯେ ପୁରୁଷାନୁକ୍ରମେ ରହିବ, ଏହା ସେମାନଙ୍କର +\q ଆନ୍ତରିକ ବିଚାର; +\q ସେମାନେ ଆପଣା ଆପଣା ନାମାନୁସାରେ ଆପଣା +\q ଆପଣା ଭୂମିର ନାମ ରଖନ୍ତି । +\q +\s5 +\v 12 ମାତ୍ର ମନୁଷ୍ୟ ଐଶ୍ୱର୍ଯ୍ୟରେ ସ୍ଥିର ରହେ ନାହିଁ; +\q ସେ ବିନାଶ୍ୟ ପଶୁ ତୁଲ୍ୟ । +\q +\v 13 ସେମାନଙ୍କର ଏହି ଗତି ସେମାନଙ୍କ ମୂର୍ଖତା ଅଟେ; +\q ତଥାପି ସେମାନଙ୍କ ଉତ୍ତାରେ ଲୋକମାନେ ସେମାନଙ୍କ +\q କଥା ପସନ୍ଦ କରନ୍ତି । +\q [ସେଲା] +\q +\s5 +\v 14 ସେମାନେ ମେଷପଲ ତୁଲ୍ୟ ପାତାଳ ପାଇଁ ନିଯୁକ୍ତ; +\q ମୃତ୍ୟୁ ସେମାନଙ୍କର ପାଳକ ହେବ; +\q ଆଉ, ସରଳ ଲୋକେ ପ୍ରଭାତରେ ସେମାନଙ୍କ ଉପରେ +\q କର୍ତ୍ତୃତ୍ୱ କରିବେ; +\q ଆଉ, ସେମାନଙ୍କ ଶୋଭା ବିନଷ୍ଟ ହେବା ପାଇଁ ପାତାଳର +\q ହେବ ଓ ତହିଁ ନିମନ୍ତେ ଆଉ ବାସସ୍ଥାନ ନ ଥିବ । +\q +\v 15 ମାତ୍ର ପରମେଶ୍ୱର ପାତାଳର ପରାକ୍ରମରୁ ମୋହର +\q ପ୍ରାଣ ମୁକ୍ତ କରିବେ; +\q କାରଣ ସେ ମୋତେ ଗ୍ରହଣ କରିବେ । +\q [ସେଲା] +\q +\s5 +\v 16 କେହି ଧନବାନ ହେଲେ ଓ ତାହାର ଗୃହର ଐଶ୍ୱର୍ଯ୍ୟ +\q ବୃଦ୍ଧି ପାଇଲେ, ତୁମ୍ଭେ ଭୀତ ହୁଅ ନାହିଁ; +\q +\v 17 କାରଣ ମରଣକାଳରେ ସେ କିଛି ନେଇଯିବ ନାହିଁ; +\q ତାହାର ଐଶ୍ୱର୍ଯ୍ୟ ତାହାର ପଶ୍ଚାଦ୍‍ଗମନ କରିବ ନାହିଁ । +\q +\s5 +\v 18 ଯଦ୍ୟପି ସେ ଜୀବଦ୍ଦଶାରେ ଆପଣା ପ୍ରାଣର +\q ଧନ୍ୟବାଦ କଲା, +\q ଆଉ, ତୁମ୍ଭେ ଆପଣାର ଭଲ କଲେ, ଲୋକେ ତୁମ୍ଭର +\q ପ୍ରଶଂସା କରନ୍ତି; +\q +\v 19 ତଥାପି ସେ ଆପଣା ପିତୃପୁରୁଷଗଣ ନିକଟକୁ ଯିବ; +\q ସେମାନେ କଦାଚ ଦୀପ୍ତି ଦେଖିବେ ନାହିଁ । +\q +\v 20 ଯେଉଁ ମନୁଷ୍ୟ ଐଶ୍ୱର୍ଯ୍ୟଶାଳୀ ହୋଇ ବିବେଚନା ନ +\q କରେ, ସେ ବିନାଶ୍ୟ ପଶୁ ତୁଲ୍ୟ । + +\s5 +\c 50 +\s ସତ୍ୟ ଉପାସନା +\d ଆସଫର ଗୀତ । +\b +\q +\v 1 ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର +\q କଥା କହିଅଛନ୍ତି ଓ ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ +\q ସେ ପୃଥିବୀକୁ ଆହ୍ୱାନ କରିଅଛନ୍ତି । +\q +\v 2 ସୌନ୍ଦର୍ଯ୍ୟର ସିଦ୍ଧି ସ୍ୱରୂପ ସିୟୋନଠାରୁ ପରମେଶ୍ୱର +\q ପ୍ରକାଶିତ ହୋଇଅଛନ୍ତି । +\q +\s5 +\v 3 ଆମ୍ଭମାନଙ୍କର ପରମେଶ୍ୱର ଆସିବେ ଓ ନୀରବ +\q ରହିବେ ନାହିଁ; +\q ତାହାଙ୍କ ସମ୍ମୁଖରେ ଅଗ୍ନି ଗ୍ରାସ କରିବ ଓ ତାହାଙ୍କ ଚତୁର୍ଦ୍ଦିଗ +\q ଅତ୍ୟନ୍ତ ଝଡ଼ମୟ ହେବ । +\q +\v 4 ସେ ଆପଣା ଲୋକଙ୍କୁ ବିଚାର କରିବା ନିମନ୍ତେ +\q ଉପରିସ୍ଥ ସ୍ୱର୍ଗକୁ ଓ ପୃଥିବୀକୁ ଡାକିବେ; +\q +\v 5 "ଯେଉଁମାନେ ବଳିଦାନ ଦ୍ୱାରା ଆମ୍ଭ ସଙ୍ଗେ ନିୟମ +\q କରିଅଛନ୍ତି, ଆମର ସେହି ସଦ୍‍ଭକ୍ତଗଣଙ୍କୁ ଆମ୍ଭ ନିକଟରେ +\q ଏକତ୍ର କର ।" +\q +\s5 +\v 6 ପୁଣି, ସ୍ୱର୍ଗ ତାହାଙ୍କର ଧର୍ମ ପ୍ରକାଶ କରିବ; କାରଣ +\q ପରମେଶ୍ୱର ସ୍ୱୟଂ ବିଚାରକର୍ତ୍ତା । +\q [ସେଲା] +\q +\s5 +\v 7 "ହେ ଆମ୍ଭର ଲୋକମାନେ, ଶୁଣ, ଆମ୍ଭେ କଥା କହିବା; +\q ହେ ଇସ୍ରାଏଲ ଶୁଣ, ଆମ୍ଭେ ତୁମ୍ଭ ବିଷୟରେ ସାକ୍ଷ୍ୟ +\q ଦେବା; ଆମ୍ଭେ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର, +\q +\v 8 ଆମ୍ଭେ ତୁମ୍ଭର ସବୁ ହୋମବଳି ସକାଶୁ ତୁମ୍ଭକୁ ଭର୍ତ୍ସନା +\q କରିବା ନାହିଁ; +\q ଆଉ, ତୁମ୍ଭର ହୋମବଳିସବୁ ନିତ୍ୟ ଆମ୍ଭ ସମ୍ମୁଖରେ +\q ଅଛି । +\q +\s5 +\v 9 ଆମ୍ଭେ ତୁମ୍ଭ ଗୃହରୁ କୌଣସି ବୃଷ କିମ୍ଵା ତୁମ୍ଭ ଖୁଆଡ଼ରୁ +\q ଛାଗ ନେବା ନାହିଁ । +\q +\v 10 କାରଣ ବନସ୍ଥ ପ୍ରତ୍ୟେକ ଜନ୍ତୁ ଓ ସହସ୍ର ସହସ୍ର +\q ପର୍ବତସ୍ଥ ପଶୁ ଆମ୍ଭର । +\q +\v 11 ଆମ୍ଭେ ପର୍ବତମାନର ସମସ୍ତ ପକ୍ଷୀକୁ ଜାଣୁ ଓ ବିଲର +\q ପଶୁସବୁ ଆମ୍ଭର । +\q +\s5 +\v 12 ଆମ୍ଭେ କ୍ଷୁଧିତ ହେଲେ, ତୁମ୍ଭକୁ ଜଣାଇବା ନାହିଁ; +\q କାରଣ ଜଗତ ଓ ତହିଁର ପୂର୍ଣ୍ଣତା ଆମ୍ଭର । +\q +\v 13 ଆମ୍ଭେ କ'ଣ ବୃଷମାଂସ ଭୋଜନ କରିବା, ଅବା +\q ଛାଗରକ୍ତ ପାନ କରିବା ? +\q +\s5 +\v 14 ତୁମ୍ଭେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦରୂପ +\q ବଳି ଉତ୍ସର୍ଗ କର ଓ ସର୍ବୋପରିସ୍ଥଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ +\q କର; +\q +\v 15 ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ; +\q ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର +\q ମହିମା ପ୍ରକାଶ କରିବ ।" +\q +\s5 +\v 16 ମାତ୍ର ଦୁଷ୍ଟକୁ ପରମେଶ୍ୱର କହନ୍ତି, "ଆମ୍ଭର ବିଧି +\q ପ୍ରଚାର କରିବାକୁ ଓ ତୁମ୍ଭେ ଯେ ଆମ୍ଭର ନିୟମ ଆପଣା +\q ମୁଖରେ ନେଇଅଛ, ତୁମ୍ଭର କି ଅଧିକାର ? +\q +\v 17 କାରଣ ତୁମ୍ଭେ ଶିକ୍ଷା ଘୃଣା କରୁଅଛ ଓ ଆମ୍ଭ ବାକ୍ୟ +\q ଆପଣା ପଛେ ପକାଇ ଦେଉଅଛ । +\q +\s5 +\v 18 ଚୋରକୁ ଦେଖିଲେ, ତୁମ୍ଭେ ତାହା ସଙ୍ଗେ ସମ୍ମତ +\q ହୋଇଅଛ ଓ ବ୍ୟଭିଚାରୀମାନଙ୍କର ସହଭାଗୀ ହୋଇଅଛ । +\q +\v 19 ତୁମ୍ଭେ ମନ୍ଦ ବିଷୟରେ ଆପଣା ମୁଖ ବଢ଼ାଉଅଛ +\q ଓ ତୁମ୍ଭର ଜିହ୍ୱା ପ୍ରବଞ୍ଚନା କଳ୍ପନା କରେ । +\q +\v 20 ତୁମ୍ଭେ ଆପଣା ଭାଇ ବିରୁଦ୍ଧରେ ବସି କଥା କହୁଅଛ; +\q ତୁମ୍ଭେ ଆପଣା ମାତୃପୁତ୍ରର ନିନ୍ଦା କରୁଅଛ । +\q +\s5 +\v 21 ତୁମ୍ଭେ ଏହିସବୁ କରି ଆସିଅଛ ଓ ଆମ୍ଭେ ନୀରବ +\q ହୋଇ ରହିଅଛୁ; +\q ତହିଁରେ ଆମ୍ଭେ ସର୍ବତୋଭାବେ ତୁମ୍ଭ ପରି ବୋଲି ତୁମ୍ଭେ +\q ଅନୁମାନ କରିଅଛ; +\q ମାତ୍ର ଆମ୍ଭେ ତୁମ୍ଭକୁ ଅନୁଯୋଗ କରିବା ଓ ତାହାସବୁ +\q ତୁମ୍ଭ ସାକ୍ଷାତରେ ସଜାଇ ରଖିବା । +\q +\v 22 ହେ ପରମେଶ୍ୱରଙ୍କୁ ପାସୋରିବା ଲୋକମାନେ, +\q ତୁମ୍ଭେମାନେ ଏହା ବିବେଚନା କର, +\q ନୋହିଲେ ଆମ୍ଭେ ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରିବା, ପୁଣି, +\q ଉଦ୍ଧାର କରିବାକୁ କେହି ନ ଥିବ । +\q +\s5 +\v 23 ଯେଉଁ ଜନ ଧନ୍ୟବାଦରୂପ ବଳି ଉତ୍ସର୍ଗ କରେ, ସେ +\q ଆମ୍ଭକୁ ଗୌରବ ଦିଏ; +\q ଯେଉଁ ଜନ ଆପଣା ଗତି ସରଳ କରେ, ତାହାକୁ ଆମ୍ଭେ +\q ପରମେଶ୍ୱରଙ୍କ ପରିତ୍ରାଣ ଦେଖାଇବା ।" + +\s5 +\c 51 +\s କ୍ଷମା ପାଇଁ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକାର ନିମନ୍ତେ ଦାଉଦଙ୍କର ଗୀତ । ଦାଉଦ ବଥ୍‍ଶେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍‍ବକ୍ତା ଆସିବା ସମୟରେ ରଚିତ । +\q +\v 1 ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ +\q ମୋ' ପ୍ରତି ଦୟା କର; +\q ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା +\q କର । +\q +\v 2 ମୋ' ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ +\q ମୋ' ପାପରୁ ମୋତେ ଶୁଚି କର । +\q +\s5 +\v 3 କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ +\q ମୋ' ପାପ ସର୍ବଦା ମୋ' ସମ୍ମୁଖରେ ଅଛି । +\q +\v 4 ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ +\q କରିଅଛି, +\q ଆଉ, ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ କରିଅଛି; +\q ତେଣୁ ତୁମ୍ଭେ କଥା କହିବା ବେଳେ ଧାର୍ମିକ ଓ ବିଚାର +\q କରିବା ବେଳେ ନିର୍ଦ୍ଦୋଷ ହେବ । +\q +\s5 +\v 5 ଦେଖ, ଅପରାଧରେ ମୁଁ ନିର୍ମିତ ହେଲି +\q ଓ ପାପରେ ମୋ' ମାତା ମୋତେ ଗର୍ଭରେ ଧାରଣ କଲା । +\q +\v 6 ଦେଖ, ତୁମ୍ଭେ ଅନ୍ତରରେ ସତ୍ୟତା ଚାହୁଁଅଛ; +\q ପୁଣି, ତୁମ୍ଭେ ଗୂଢ଼ ସ୍ଥାନରେ ମୋତେ ଜ୍ଞାନ ଶିକ୍ଷା ଦେବ । +\q +\s5 +\v 7 ଏସୋବ ଦେଇ ମୋତେ ନିର୍ମଳ କର, ତହିଁରେ ମୁଁ +\q ଶୁଚି ହେବି; ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ +\q ହେବି । +\q +\v 8 ମୋତେ ଆହ୍ଲାଦ ଓ ଆନନ୍ଦଜନକ ବାକ୍ୟ ଶୁଣାଅ; +\q ତହିଁରେ ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ପ୍ରଫୁଲ୍ଲ ହେବ । +\q +\v 9 ମୋ' ପାପସମୂହ ପ୍ରତି ଆପଣା ମୁଖ ଆଚ୍ଛାଦନ କର +\q ଓ ମୋ' ଅପରାଧସବୁ ମାର୍ଜ୍ଜନା କର । +\q +\s5 +\v 10 ହେ ପରମେଶ୍ୱର, ମୋ' ଅନ୍ତରରେ ଶୁଚି ଅନ୍ତଃକରଣ +\q ସୃଷ୍ଟି କର ଓ ମୋ' ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର । +\q +\v 11 ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ +\q ଓ ତୁମ୍ଭ ପବିତ୍ର ଆତ୍ମା ମୋ'ଠାରୁ ନିଅ ନାହିଁ । +\q +\s5 +\v 12 ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମୋତେ ଦିଅ +\q ଓ ସ୍ୱଚ୍ଛନ୍ଦ ଆତ୍ମା ଦେଇ ମୋତେ ଧରି ରଖ । +\q +\v 13 ତହିଁରେ ମୁଁ ଅପରାଧୀମାନଙ୍କୁ ତୁମ୍ଭର ପଥ ଶିଖାଇବି +\q ଓ ପାପୀମାନେ ତୁମ୍ଭ ପ୍ରତି ଫେରିବେ । +\q +\s5 +\v 14 ହେ ପରମେଶ୍ୱର, ମୋ' ତ୍ରାଣର ପରମେଶ୍ୱର, ତୁମ୍ଭେ +\q ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର; +\q ତହିଁରେ ମୋହର ଜିହ୍ୱା ତୁମ୍ଭ ଧର୍ମ ବିଷୟ ଉଚ୍ଚସ୍ୱରରେ +\q ଗାନ କରିବ । +\q +\v 15 ହେ ପ୍ରଭୁ, ମୋ' ଓଷ୍ଠାଧର ଫିଟାଅ, ତହିଁରେ +\q ମୋ' ମୁଖ ତୁମ୍ଭର ପ୍ରଶଂସା ପ୍ରକାଶ କରିବ । +\q +\v 16 କାରଣ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ; ହେଲେ +\q ମୁଁ ତାହା ଦିଅନ୍ତି; +\q ହୋମବଳିରେ ତୁମ୍ଭର କିଛି ସନ୍ତୋଷ ନାହିଁ । +\q +\s5 +\v 17 ଭଗ୍ନ-ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟ ବଳି, +\q ହେ ପରମେଶ୍ୱର, ତୁମ୍ଭେ ଭଗ୍ନ ଓ ଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ +\q କରିବ ନାହିଁ । +\q +\v 18 ତୁମ୍ଭେ ଆପଣା ଅନୁଗ୍ରହରେ ସିୟୋନର ମଙ୍ଗଳ କର; +\q ତୁମ୍ଭେ ଯିରୂଶାଲମର ପ୍ରାଚୀରସବୁ ନିର୍ମାଣ କର । +\q +\v 19 ତେବେ ତୁମ୍ଭେ ଧର୍ମବଳି, ହୋମବଳି ଓ ପୂର୍ଣ୍ଣ +\q ଆହୁତିରେ ସନ୍ତୁଷ୍ଟ ହେବ; +\q ତହୁଁ ଲୋକମାନେ ତୁମ୍ଭ ବେଦି ଉପରେ ବୃଷମାନ ଉତ୍ସର୍ଗ +\q କରିବେ । + +\s5 +\c 52 +\s ପରମେଶ୍ୱରଙ୍କ ବିଚାର ଓ ଅନୁଗ୍ରହ +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍‍; ଦାଉଦ ଅହୀମେଲକର ଗୃହକୁ ଆସିଅଛନ୍ତି ବୋଲି ଇଦୋମୀୟ ଦୋୟେଗ୍‍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ । +\q +\v 1 ହେ ବୀର, ତୁମ୍ଭେ ଅନିଷ୍ଟ କର୍ମରେ କାହିଁକି ଦର୍ପ କରୁଅଛ ? +\q +\v 2 ପରମେଶ୍ୱରଙ୍କ ଦୟା ନିତ୍ୟସ୍ଥାୟୀ । +\q ତୁମ୍ଭର ଜିହ୍ୱା ନିତାନ୍ତ ଦୁଷ୍ଟତା କଳ୍ପନା କରି ତୀକ୍ଷ୍‍ଣ କ୍ଷୁର +\q ତୁଲ୍ୟ ପ୍ରବଞ୍ଚନାପୂର୍ବକ କାର୍ଯ୍ୟ କରୁଅଛି । +\q +\s5 +\v 3 ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଓ ଧର୍ମ କଥା ଅପେକ୍ଷା +\q ମିଥ୍ୟା କଥାକୁ ଅଧିକ ଭଲ ପାଉଅଛ । +\q [ସେଲା] +\q +\s5 +\v 4 ହେ ପ୍ରବଞ୍ଚନାପୂର୍ଣ୍ଣ ଜିହ୍ୱେ, ତୁମ୍ଭେ ଯାବତୀୟ ବିନାଶକ +\q କଥା ଭଲ ପାଉଅଛ । +\q +\v 5 ପରମେଶ୍ୱର ତଦ୍ରୂପ ତୁମ୍ଭକୁ ସଦାକାଳ ବିନାଶ କରିବେ, +\q ସେ ତୁମ୍ଭକୁ ଧରି ତୁମ୍ଭ ତମ୍ବୁକୁ ଟାଣି ନେବେ ଓ +\q ଜୀବିତମାନଙ୍କ ଦେଶରୁ ତୁମ୍ଭର ମୂଳୋତ୍ପାଟନ କରିବେ । +\q [ସେଲା] +\q +\s5 +\v 6 ଧାର୍ମିକମାନେ ମଧ୍ୟ ତାହା ଦେଖି ଭୟ କରିବେ +\q ଓ ତାହା ପ୍ରତି ଉପହାସ କରି କହିବେ, +\q +\v 7 ଦେଖ, ଏହି ଲୋକ ପରମେଶ୍ୱରଙ୍କୁ ଆପଣାର ବଳ +\q ସ୍ୱରୂପ କଲା ନାହିଁ; ମାତ୍ର ଆପଣା ଧନର ବାହୁଲ୍ୟରେ ନିର୍ଭର କଲା । +\q ପୁଣି, ଆପଣା ଦୁଷ୍ଟତାରେ ଆପଣାକୁ ବଳବାନ କଲା । +\q +\s5 +\v 8 ମାତ୍ର ମୁଁ ପରମେଶ୍ୱରଙ୍କ ଗୃହରେ ସତେଜ ଜୀତ ବୃକ୍ଷ +\q ତୁଲ୍ୟ ଅଛି । +\q ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ଦୟାରେ ବିଶ୍ୱାସ କଲି । +\q +\v 9 ତୁମ୍ଭେ ଏହି କାର୍ଯ୍ୟ ସାଧନ କରିବା ସକାଶୁ ମୁଁ ସଦାକାଳ +\q ତୁମ୍ଭକୁ ଧନ୍ୟବାଦ ଦେବି; +\q ମୁଁ ତୁମ୍ଭ ସଦ୍‍ଭକ୍ତମାନଙ୍କ ସାକ୍ଷାତରେ ତୁମ୍ଭ ନାମର +\q ଅନୁସରଣ କରିବି, ଯେହେତୁ ତାହା ଉତ୍ତମ । + +\s5 +\c 53 +\s ମନୁଷ୍ୟର ଦୁଷ୍ଟତା +\d ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍‍ ସ୍ୱରରେ ଦାଉଦଙ୍କର ମସ୍କୀଲ୍‍ । +\b +\q +\v 1 ପରମେଶ୍ୱର ନାହାନ୍ତି ବୋଲି ମୂର୍ଖ ଆପଣା ମନେ +\q ମନେ କହିଅଛି । +\q ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ ଅଧର୍ମ +\q କରିଅଛନ୍ତି, +\q କେହି ସତ୍କର୍ମ କରେ ନାହିଁ । +\q +\v 2 ବିବେଚକ କେହି ଅଛି କି ନାହିଁ, ପରମେଶ୍ୱରଙ୍କର +\q ଅନ୍ୱେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା +\q ପାଇଁ ପରମେଶ୍ୱର ସ୍ୱର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି +\q ନିରୀକ୍ଷଣ କଲେ । +\q +\v 3 ସେମାନଙ୍କର ପ୍ରତ୍ୟେକେ ବିପଥରେ ଯାଇଅଛନ୍ତି; +\q ସେମାନେ ସମସ୍ତେ ଅଶୁଚି ହୋଇଅଛନ୍ତି; +\q ସେମାନଙ୍କର କେହି ସୁକର୍ମ କରେ ନାହିଁ, ନା, ଜଣେ +\q ହେଁ ନାହିଁ । +\q +\s5 +\v 4 ଅଧର୍ମାଚାରୀମାନଙ୍କର କି କିଛି ଜ୍ଞାନ ନାହିଁ ? +\q ସେମାନେ ଖାଦ୍ୟ ଗ୍ରାସ କଲା ପରି ମୋ' ଲୋକମାନଙ୍କୁ +\q ଗ୍ରାସ କରନ୍ତି, +\q ପୁଣି, ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରନ୍ତି ନାହିଁ । +\q +\v 5 ଭୟ ନ ଥିବା ସ୍ଥାନରେ ସେମାନେ ବଡ଼ ଭୟ +\q ପାଇଥିଲେ; +\q କାରଣ ପରମେଶ୍ୱର ତୁମ୍ଭ ବିରୁଦ୍ଧରେ ଛାଉଣିକାରୀର +\q ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇଅଛନ୍ତି; +\q ପରମେଶ୍ୱର ସେମାନଙ୍କୁ ଅଗ୍ରାହ୍ୟ କରିବାରୁ ତୁମ୍ଭେ +\q ସେମାନଙ୍କୁ ଲଜ୍ଜା ଦେଇଅଛ । +\q +\s5 +\v 6 ଆଃ, ଯଦି ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ +\q ଉପସ୍ଥିତ ହୁଅନ୍ତା ! +\q ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ +\q ବନ୍ଦୀତ୍ୱରୁ ଫେରାଇ ଆଣିବେ, +\q ସେତେବେଳେ ଯାକୁବ ଉଲ୍ଲସିତ ଓ ଇସ୍ରାଏଲ ଆନନ୍ଦିତ +\q ହେବେ । + +\s5 +\c 54 +\s ଶତ୍ରୁ କବଳରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍‍ । ଦାଉଦ କ'ଣ ଆମ୍ଭମାନଙ୍କ ମଧ୍ୟରେ ଲୁଚିକରି ନାହିଁ ? ସୀଫୀୟମାନେ ଶାଉଲଙ୍କୁ ଏହି କଥା କହିବା ସମୟରେ ରଚିତ । +\q +\v 1 ହେ ପରମେଶ୍ୱର, ତୁମ୍ଭ ନାମ ଦ୍ୱାରା ମୋତେ ପରିତ୍ରାଣ +\q କର ଓ ତୁମ୍ଭ ପରାକ୍ରମରେ ମୋହର ବିଚାର କର । +\q +\v 2 ହେ ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ; ମୋ' +\q ମୁଖର କଥାରେ କର୍ଣ୍ଣପାତ କର । +\q +\v 3 କାରଣ ଅପରିଚିତ ଲୋକମାନେ ମୋ' ବିରୁଦ୍ଧରେ +\q ଉଠିଅଛନ୍ତି, +\q ପୁଣି, ଦୁରନ୍ତ ଲୋକମାନେ ମୋ' ପ୍ରାଣ ଖୋଜି ଅଛନ୍ତି । +\q ସେମାନେ ପରମେଶ୍ୱରଙ୍କୁ ଆପଣା ସମ୍ମୁଖରେ ରଖି +\q ନାହାନ୍ତି । +\q [ସେଲା] +\q +\s5 +\v 4 ଦେଖ, ପରମେଶ୍ୱର ମୋହର ସାହାଯ୍ୟକାରୀ; +\q ପ୍ରଭୁ ମୋ' ପ୍ରାଣରକ୍ଷକମାନଙ୍କର ମଧ୍ୟବର୍ତ୍ତୀ । +\q +\v 5 ସେ ମୋ' ଶତ୍ରୁମାନଙ୍କ ପ୍ରତି ମନ୍ଦତାର ଫଳ ଦେବେ; +\q ତୁମ୍ଭେ ଆପଣା ସତ୍ୟତାରେ ସେମାନଙ୍କୁ ବିନାଶ କର । +\q +\s5 +\v 6 ମୁଁ ସ୍ୱେଚ୍ଛାଦତ୍ତ ଉପହାର ନେଇ ତୁମ୍ଭ ଉଦ୍ଦେଶ୍ୟରେ +\q ବଳିଦାନ କରିବି; +\q ହେ ସଦାପ୍ରଭୁ, ମୁଁ ତୁମ୍ଭ ନାମର ଧନ୍ୟବାଦ କରିବି, +\q କାରଣ ତାହା ଉତ୍ତମ । +\q +\v 7 ଯେହେତୁ ସେ ମୋତେ ସମସ୍ତ ବିପଦରୁ ଉଦ୍ଧାର +\q କରିଅଛନ୍ତି; +\q ଆଉ, ମୋ' ଶତ୍ରୁଗଣ ଉପରେ ମୋର ବାଞ୍ଛା ସଫଳ +\q ହେବାର ମୋହର ଚକ୍ଷୁ ଦେଖିଅଛି । + +\s5 +\c 55 +\s ବନ୍ଧୁ ଦ୍ୱାରା ପ୍ରତାରିତ ଲୋକର ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍‍ । +\b +\q +\v 1 ହେ ପରମେଶ୍ୱର, ମୋ' ପ୍ରାର୍ଥନାରେ କର୍ଣ୍ଣପାତ କର; +\q ମୋ' ବିନତୀରୁ ଆପଣାକୁ ଲୁଚାଅ ନାହିଁ । +\q +\v 2 ମୋ' ପ୍ରତି ମନୋଯୋଗ କରି ମୋତେ ଉତ୍ତର ଦିଅ; +\q ଶତ୍ରୁମାନଙ୍କ ରବ ସକାଶୁ, ଦୁଷ୍ଟମାନଙ୍କ ଦୌରାତ୍ମ୍ୟ ସକାଶୁ +\q ମୁଁ ଭାବନାରେ ଅସ୍ଥିର ହୋଇ ରୋଦନ କରୁଥାଏ; +\q +\v 3 କାରଣ ସେମାନେ ମୋ' ଉପରେ ଅଧର୍ମ ଆରୋପ +\q କରନ୍ତି ଓ କ୍ରୋଧରେ ମୋତେ ଘୃଣା କରନ୍ତି । +\q +\s5 +\v 4 ମୋ' ଅନ୍ତରରେ ମୋ' ହୃଦୟ ଅତ୍ୟନ୍ତ ବ୍ୟଥିତ +\q ହେଉଅଛି ଓ ମୋ' ଉପରେ ମୃତ୍ୟୁର ତ୍ରାସ ପଡ଼ିଅଛି । +\q +\v 5 ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ପୁଣି, +\q ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି । +\q +\s5 +\v 6 ଏଣୁ ମୁଁ କହିଲି, ଆଃ, ଯଦି କପୋତ ପରି ମୋହର +\q ପକ୍ଷ ଥା'ନ୍ତା ! +\q ତେବେ ମୁଁ ଉଡ଼ିଯାଇ ବିଶ୍ରାମ ପାଆନ୍ତି । +\q +\v 7 ଦେଖ, ତେବେ ମୁଁ ଦୂରରେ ଭ୍ରମଣ କରନ୍ତି, ମୁଁ +\q ପ୍ରାନ୍ତରରେ ବାସ କରନ୍ତି । +\q [ସେଲା] +\q +\s5 +\v 8 ମୁଁ ପ୍ରବଳ ବାୟୁ ଓ ତୋଫାନରୁ ଆଶ୍ରୟ ନେବା ପାଇଁ +\q ପଳାୟନ କରନ୍ତି । +\q +\v 9 ହେ ପ୍ରଭୁ, ବିନାଶ କର ଓ ସେମାନଙ୍କ ଜିହ୍ୱାର +\q ଅନୈକ୍ୟ ଜନ୍ମାଅ; +\q କାରଣ ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ +\q ଦେଖିଅଛି । +\q +\s5 +\v 10 ସେମାନେ ଦିବାରାତ୍ର ତହିଁର ପ୍ରାଚୀର ଦେଇ ଭ୍ରମଣ +\q କରନ୍ତି । +\q ମଧ୍ୟ ଅଧର୍ମ ଓ ଉତ୍ପାତ ତହିଁ ମଧ୍ୟରେ ଅଛି । +\q +\v 11 ଦୁଷ୍ଟତା ତହିଁର ମଧ୍ୟବର୍ତ୍ତୀ, +\q ଦୌରାତ୍ମ୍ୟ ଓ ଛଳନା ତହିଁର ଛକସ୍ଥାନସବୁ ଛାଡ଼େ ନାହିଁ । +\q +\s5 +\v 12 କାରଣ କୌଣସି ଶତ୍ରୁ ମୋତେ ତିରସ୍କାର କଲା +\q ନାହିଁ; କଲେ ତାହା ମୁଁ ସହ୍ୟ କରି ପାରନ୍ତି; +\q କିଅବା ମୋହର ଘୃଣାକାରୀ ମୋ' ବିରୁଦ୍ଧରେ ଦର୍ପ କଲା +\q ନାହିଁ, କଲେ ତାହାଠାରୁ ମୁଁ ଆପଣାକୁ ଲୁଚାନ୍ତି; +\q +\v 13 ମାତ୍ର ମୋ' ସମାନ ମନୁଷ୍ୟ, ମୋହର ସଙ୍ଗୀ ଓ +\q ମୋହର ଆତ୍ମୀୟ ଯେ ତୁମ୍ଭେ, ତୁମ୍ଭେ ତାହା କଲ । +\q +\v 14 ଆମ୍ଭେମାନେ ଏକତ୍ର ମଧୁର ମନ୍ତ୍ରଣା କଲୁ, +\q ଜନତା ସଙ୍ଗେ ପରମେଶ୍ୱରଙ୍କ ଗୃହରେ ଗମନାଗମନ +\q କଲୁ । +\q +\s5 +\v 15 ମୃତ୍ୟୁ ସେମାନଙ୍କୁ ହଠାତ୍‍ ଆକ୍ରମଣ କରୁ, +\q ସେମାନେ ପାତାଳକୁ ଜୀଅନ୍ତା ଗମନ କରନ୍ତୁ, +\q କାରଣ ସେମାନଙ୍କ ବାସସ୍ଥାନରେ, ସେମାନଙ୍କ ମଧ୍ୟରେ +\q ଦୁଷ୍ଟତା ଅଛି । +\q +\s5 +\v 16 ମାତ୍ର ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରିବି; +\q ପୁଣି, ସଦାପ୍ରଭୁ ମୋତେ ପରିତ୍ରାଣ କରିବେ । +\q +\v 17 ସନ୍ଧ୍ୟା, ପ୍ରଭାତ ଓ ମଧ୍ୟାହ୍ନ କାଳରେ ମୁଁ ଭାବନା +\q କରି ରୋଦନ କରିବି; +\q ଆଉ, ସେ ମୋ' ରବ ଶୁଣିବେ । +\q +\v 18 ସେ ମୋ' ପ୍ରତିକୂଳ ଯୁଦ୍ଧରୁ କୁଶଳରେ ମୋ' ପ୍ରାଣ +\q ମୁକ୍ତ କରିଅଛନ୍ତି; +\q କାରଣ ମୋ' ସଙ୍ଗେ ବିରୋଧକାରୀ ଅନେକ ଥିଲେ । +\q +\s5 +\v 19 ପରମେଶ୍ୱର ଶୁଣିବେ ଓ ସେମାନଙ୍କୁ ଉତ୍ତର ଦେବେ, +\q ସେ ଚିରକାଳ ବିଦ୍ୟମାନ, +\q [ସେଲା] +\q ସେହି ଲୋକମାନଙ୍କ କୌଣସି ପରିବର୍ତ୍ତନ ଘଟି ନାହିଁ, +\q ପୁଣି, ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ । +\q +\s5 +\v 20 ସେ ଆପଣା ସଙ୍ଗେ ମିଳନରେ ଥିବା ଲୋକ +\q ବିରୁଦ୍ଧରେ ହାତ ଉଠାଇଅଛି; +\q ସେ ଆପଣା ନିୟମ ଲଙ୍ଘନ କରିଅଛି । +\q +\v 21 ତାହାର ମୁଖ ଲବଣୀ ତୁଲ୍ୟ ଚିକ୍‍କଣ, ମାତ୍ର ତାହାର +\q ଅନ୍ତଃକରଣ ଯୁଦ୍ଧପୂର୍ଣ୍ଣ; ତାହାର କଥାସବୁ ତୈଳଠାରୁ +\q କୋମଳ, +\q ତଥାପି ତାହାସବୁ ନିଷ୍କୋଷ ଖଡ଼୍‍ଗ ତୁଲ୍ୟ । +\q +\s5 +\v 22 ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, +\q ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ; +\q ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ । +\q +\v 23 ମାତ୍ର ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ +\q ସର୍ବନାଶର ଗର୍ତ୍ତକୁ ଆଣିବ; +\q ରକ୍ତପିପାସୁ ଓ ପ୍ରବଞ୍ଚକ ଲୋକମାନେ ଆପଣା ଆପଣା +\q ଆୟୁଷର ଅର୍ଦ୍ଧେକ ବଞ୍ଚିବେ ନାହିଁ; +\q ମାତ୍ର ମୁଁ ତୁମ୍ଭ ଉପରେ ନିର୍ଭର କରିବି । + +\s5 +\c 56 +\s ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳତାର ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ଯୋନତ୍‍-ଏଲମ୍‍ +\q ରହୋକୀମ୍‍ ସ୍ୱରରେ ଦାଉଦଙ୍କର ଗୀତ; +\q ମିକ୍ତାମ୍‍ । ପଲେଷ୍ଟୀୟମାନେ ତାଙ୍କୁ ଗାଥ୍‍ ନଗରରେ ଧରିବା +\q ସମୟରେ ରଚିତ । +\q +\v 1 ହେ ପରମେଶ୍ୱର, ମୋତେ ଦୟା କର; କାରଣ +\q ମନୁଷ୍ୟ ମୋତେ ଗ୍ରାସ କରିବାକୁ ଉଦ୍ୟତ; +\q ସେ ସାରାଦିନ ଯୁଦ୍ଧ କରି ମୋ' ପ୍ରତି ଉପଦ୍ରବ କରଇ । +\q +\v 2 ମୋହର ଶତ୍ରୁଗଣ ଦିନସାରା ମୋତେ ଗ୍ରାସ କରିବାକୁ +\q ଉଦ୍ୟତ; +\q କାରଣ ଦର୍ପରେ ମୋ' ବିରୁଦ୍ଧରେ ଯୁଦ୍ଧକାରୀ ଲୋକ +\q ଅନେକ । +\q +\s5 +\v 3 ମୁଁ ଭୀତ ହେବା ସମୟରେ ତୁମ୍ଭ ଉପରେ ନିର୍ଭର +\q ରଖିବି । +\q +\v 4 ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା +\q କରିବି; +\q ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ +\q ହେବି ନାହିଁ; ମାଂସପିଣ୍ଡ ମୋର କଅଣ କରିପାରେ ? +\q +\s5 +\v 5 ସେମାନେ ସାରାଦିନ ମୋହର କଥାର ବିପରୀତ ଅର୍ଥ +\q କରନ୍ତି; +\q ମୋ' ବିରୁଦ୍ଧରେ ସେମାନଙ୍କର କଳ୍ପନାସବୁ +\q ଅମଙ୍ଗଳାର୍ଥକ । +\q +\v 6 ସେମାନେ ଏକତ୍ରିତ ହୁଅନ୍ତି, ସେମାନେ ଲୁଚି ରହନ୍ତି, +\q ସେମାନେ ମୋହର ପଦଚିହ୍ନ ଲକ୍ଷ୍ୟ କରନ୍ତି, ଏହିରୂପେ +\q ସେମାନେ ମୋ' ପ୍ରାଣର ଅପେକ୍ଷା କରିଅଛନ୍ତି । +\q +\s5 +\v 7 ସେମାନେ କ'ଣ ଅଧର୍ମ ଦ୍ୱାରା ରକ୍ଷା ପାଇବେ ? +\q ହେ ପରମେଶ୍ୱର, କ୍ରୋଧରେ ଗୋଷ୍ଠୀୟମାନଙ୍କୁ ନିପାତ +\q କର । +\q +\v 8 ତୁମ୍ଭେ ମୋହର ଭ୍ରମଣ ଗଣନା କରୁଅଛ । +\q ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ନେତ୍ରଜଳ ରଖିଥାଅ; +\q ତାହାସବୁ କ'ଣ ତୁମ୍ଭ ପୁସ୍ତକରେ ନାହିଁ ? +\q +\s5 +\v 9 ତେବେ ମୁଁ ପ୍ରାର୍ଥନା କରିବା ବେଳେ ମୋ' ଶତ୍ରୁଗଣ +\q ଫେରିଯିବେ; +\q ମୁଁ ଏହା ଜାଣେ ଯେ, ପରମେଶ୍ୱର ମୋହର ସପକ୍ଷ । +\q +\v 10 ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା +\q କରିବି । +\q ସଦାପ୍ରଭୁଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି । +\q +\v 11 ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ +\q ଭୀତ ହେବି ନାହିଁ; +\q ମନୁଷ୍ୟ ମୋହର କ'ଣ କରିପାରେ ? +\q +\s5 +\v 12 ହେ ପରମେଶ୍ୱର, ତୁମ୍ଭ ନିକଟରେ ମୋହର ମାନତ +\q ଅଛି; +\q ମୁଁ ତୁମ୍ଭକୁ ଧନ୍ୟବାଦରୂପ ଉପହାର ଦେବି । +\q +\v 13 କାରଣ ତୁମ୍ଭେ ମୃତ୍ୟୁରୁ ମୋ' ପ୍ରାଣକୁ ଉଦ୍ଧାର +\q କରିଅଛ; +\q ଯେପରି ମୁଁ ଜୀବିତମାନଙ୍କ ଦୀପ୍ତିରେ ପରମେଶ୍ୱରଙ୍କ +\q ସମ୍ମୁଖରେ ଗମନାଗମନ କରିବି; ଏଥିପାଇଁ ତୁମ୍ଭେ କ'ଣ +\q ପତନରୁ ମୋ' ଚରଣକୁ ଉଦ୍ଧାର କରିନାହଁ ? + +\s5 +\c 57 +\s ସାହାଯ୍ୟ ପାଇଁ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ +\q ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍‍; +\q ଗୁମ୍ଫାରେ ଶାଉଲଙ୍କ ସମ୍ମୁଖରୁ ପଳାଇବା ବେଳେ ରଚିତ । +\q +\v 1 ହେ ପରମେଶ୍ୱର, ମୋତେ ଦୟା କର; ମୋତେ +\q ଦୟା କର; +\q କାରଣ ମୋ' ପ୍ରାଣ ତୁମ୍ଭର ଶରଣାଗତ; ଆଉ, ଏହିସବୁ +\q ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ +\q ନେବି । +\q +\s5 +\v 2 ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ, ମୋ' +\q ପକ୍ଷରେ ସର୍ବସାଧନକର୍ତ୍ତା ପରମେଶ୍ୱରଙ୍କ ନିକଟରେ ଡାକ +\q ପକାଇବି । +\q +\v 3 ମୋତେ ଗ୍ରାସ କରିବାକୁ ଇଚ୍ଛୁକ ଲୋକ ତିରସ୍କାର +\q କରିବା ବେଳେ, +\q ସେ ସ୍ୱର୍ଗରୁ ପଠାଇ ମୋତେ ତ୍ରାଣ କରିବେ; +\q [ସେଲା] +\q ପରମେଶ୍ୱର ଆପଣା ଦୟା ଓ ସତ୍ୟତା ପ୍ରେରଣ କରିବେ । +\q +\s5 +\v 4 ମୋ' ପ୍ରାଣ ସିଂହମାନଙ୍କ ମଧ୍ୟରେ ଅଛି; +\q ମୁଁ ପ୍ରଜ୍ୱଳିତ ଲୋକମାନଙ୍କ ମଧ୍ୟରେ, ଯେଉଁ ମନୁଷ୍ୟ- +\q ସନ୍ତାନଗଣର ଦନ୍ତ ବର୍ଚ୍ଛା ଓ ତୀର ତୁଲ୍ୟ, ପୁଣି, ଜିହ୍ୱା ତୀକ୍ଷ୍‍ଣ +\q ଖଡ଼୍‍ଗ ତୁଲ୍ୟ, ସେମାନଙ୍କ ମଧ୍ୟରେ ଶୟନ କରେ । +\q +\v 5 ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ; +\q ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ । +\q +\s5 +\v 6 ସେମାନେ ମୋ' ଚରଣ ପାଇଁ ଜାଲ ପ୍ରସ୍ତୁତ କରିଅଛନ୍ତି; +\q ମୋ' ପ୍ରାଣ ଅବନତ ହୋଇଅଛି; +\q ସେମାନେ ମୋ' ସମ୍ମୁଖରେ ଗର୍ତ୍ତ ଖୋଳିଅଛନ୍ତି; +\q ସେମାନେ ଆପେ ତହିଁ ମଧ୍ୟରେ ପତିତ ହୋଇଅଛନ୍ତି । +\q [ସେଲା] +\q +\s5 +\v 7 ହେ ପରମେଶ୍ୱର, ମୋ' ଚିତ୍ତ ସୁସ୍ଥିର ଅଛି, ମୋ' +\q ଚିତ୍ତ ସୁସ୍ଥିର ଅଛି; +\q ମୁଁ ଗାନ କରିବି, ହଁ, ମୁଁ ପ୍ରଶଂସା ଗାନ କରିବି । +\q +\v 8 ହେ ମୋହର ଗୌରବ, ଜାଗ୍ରତ ହୁଅ; ହେ ନେବଲ +\q ଓ ବୀଣେ, ଜାଗ୍ରତ ହୁଅ; +\q ମୁଁ ନିଜେ ଅତି ପ୍ରଭାତରେ ଜାଗ୍ରତ ହେବି । +\q +\s5 +\v 9 ହେ ପ୍ରଭୁ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ +\q ଧନ୍ୟବାଦ ଦେବି; +\q ମୁଁ ଦେଶୀୟଗଣ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି । +\q +\v 10 କାରଣ ତୁମ୍ଭର ଦୟା ସ୍ୱର୍ଗ ପର୍ଯ୍ୟନ୍ତ ମହତ ଓ +\q ତୁମ୍ଭର ସତ୍ୟତା ଆକାଶ ପର୍ଯ୍ୟନ୍ତ । +\q +\v 11 ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ; +\q ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ । + +\s5 +\c 58 +\s ଦୁଷ୍ଟମାନଙ୍କ ଶାସ୍ତି ନିମନ୍ତେ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍‍ । +\b +\q +\v 1 ପ୍ରକୃତରେ କି ତୁମ୍ଭେମାନେ ନୀରବ ହୋଇ ଧର୍ମନୀତି +\q କହୁଅଛ ? +\q ହେ ମନୁଷ୍ୟ-ସନ୍ତାନଗଣ, ତୁମ୍ଭେମାନେ କି ନ୍ୟାୟରେ +\q ବିଚାର କରୁଅଛ ? +\q +\v 2 ବରଞ୍ଚ ତୁମ୍ଭେମାନେ ହୃଦୟରେ ଦୁଷ୍ଟତା ସାଧନ +\q କରୁଅଛ; +\q ତୁମ୍ଭେମାନେ ଦେଶରେ ସ୍ୱହସ୍ତର ଦୌରାତ୍ମ୍ୟ ତୌଲୁଅଛ । +\q +\s5 +\v 3 ଦୁଷ୍ଟମାନେ ଗର୍ଭରୁ ବିପଥଗାମୀ; ସେମାନେ ଜନ୍ମଠାରୁ +\q ମିଥ୍ୟା କହି କହି ବିପଥରେ ଗମନ କରନ୍ତି । +\q +\v 4 ସେମାନଙ୍କର ବିଷ ସର୍ପର ବିଷ ତୁଲ୍ୟ; +\q ସେମାନେ କର୍ଣ୍ଣରୋଧକାରିଣୀ ବଧିରା କାଳସର୍ପିଣୀ +\q ତୁଲ୍ୟ; +\q +\v 5 ସାପୁଡ଼ିଆମାନେ ଯେତେ ନିପୁଣ ଭାବରେ ମନ୍ତ୍ର +\q ପଢ଼ିଲେ ହେଁ, ସେ ସେମାନଙ୍କ ସ୍ୱର ଶୁଣେ ନାହିଁ । +\q +\s5 +\v 6 ହେ ପରମେଶ୍ୱର, ସେମାନଙ୍କ ମୁଖରେ ସେମାନଙ୍କ +\q ଦନ୍ତ ଭାଙ୍ଗି ପକାଅ; +\q ହେ ସଦାପ୍ରଭୁ, ଯୁବାସିଂହମାନଙ୍କର କଳଦନ୍ତ ଭାଙ୍ଗି +\q ପକାଅ । +\q +\v 7 ସେମାନେ ବହନ୍ତା ଜଳ ପରି ତରଳି ଯାଉନ୍ତୁ; +\q ସେ ଆପଣା ତୀର ଲକ୍ଷ୍ୟ କରିବା ବେଳେ ତାହାସବୁ +\q ଛିନ୍ନ ତୀର ତୁଲ୍ୟ ହେଉ । +\q +\v 8 ଯେଉଁ ଶାମୁକା ଯାଉ ଯାଉ ତରଳିଯାଏ ଓ ସ୍ତ୍ରୀର +\q ଯେଉଁ ଅକାଳଜାତ ସନ୍ତାନ ସୂର୍ଯ୍ୟ ଦେଖି ନାହିଁ, ତାହାରି +\q ପରି ସେମାନେ ହେଉନ୍ତୁ । +\q +\s5 +\v 9 ତୁମ୍ଭମାନଙ୍କ ହାଣ୍ଡି କଣ୍ଟକ ସ୍ପର୍ଶ ନ କରୁଣୁ ସେ କଞ୍ଚା +\q ଓ ପୋଡ଼ା ସମସ୍ତ ଘୂର୍ଣ୍ଣିବାୟୁରେ ଉଡ଼ାଇ ନେବେ । +\q +\v 10 ଧାର୍ମିକ ଲୋକ ପ୍ରତିଫଳ ଦେଖି ଆନନ୍ଦ କରିବ; +\q ସେ ଦୁଷ୍ଟମାନଙ୍କ ରକ୍ତରେ ଆପଣା ପାଦ ଧୋଇବ । +\q +\v 11 ତହିଁରେ ଲୋକମାନେ କହିବେ, ନିଶ୍ଚୟ ଧାର୍ମିକ +\q ଲୋକ ପାଇଁ ପୁରସ୍କାର ଅଛି; +\q ନିଶ୍ଚୟ ପୃଥିବୀରେ ବିଚାରକର୍ତ୍ତା ଏକ ପରମେଶ୍ୱର +\q ଅଛନ୍ତି । + +\s5 +\c 59 +\s ନିରାପତ୍ତା ପାଇଁ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ +\q ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍‍; +\q ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା +\q ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ । +\q +\v 1 ହେ ମୋହର ପରମେଶ୍ୱର, ମୋ' ଶତ୍ରୁଗଣଠାରୁ +\q ମୋତେ ଉଦ୍ଧାର କର; +\q ମୋ' ବିରୁଦ୍ଧରେ ଉତ୍‍ଥିତ ଲୋକମାନଙ୍କଠାରୁ ମୋତେ +\q ଉଚ୍ଚରେ ସ୍ଥାପନ କର । +\q +\v 2 ଅଧର୍ମାଚାରୀମାନଙ୍କଠାରୁ ମୋତେ ଉଦ୍ଧାର କର, +\q ରକ୍ତପିପାସୁ ଲୋକମାନଙ୍କଠାରୁ ମୋତେ ରକ୍ଷା କର । +\q +\s5 +\v 3 କାରଣ ଦେଖ, ସେମାନେ ମୋ' ପ୍ରାଣ ପାଇଁ ଛକି +\q ବସନ୍ତି; +\q ବଳବାନମାନେ ମୋ' ବିରୁଦ୍ଧରେ ଏକତ୍ରିତ ହୁଅନ୍ତି; +\q ହେ ସଦାପ୍ରଭୁ, ମୋହର ଅପରାଧ କିଅବା ମୋ' ପାପ +\q ସକାଶୁ ନୁହେଁ । +\q +\v 4 ମୋହର ବିନା ଦୋଷରେ ସେମାନେ ଦଉଡ଼ି ପ୍ରସ୍ତୁତ +\q ହୁଅନ୍ତି; +\q ତୁମ୍ଭେ ମୋହର ସାହାଯ୍ୟ ପାଇଁ ଜାଗ ଓ ଦୃଷ୍ଟିପାତ +\q କର । +\q +\s5 +\v 5 ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, +\q ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ହିଁ ଅନ୍ୟ ଦେଶୀୟ ସମସ୍ତଙ୍କୁ +\q ପ୍ରତିଫଳ ଦେବା ପାଇଁ ଉଠ; +\q କୌଣସି ଦୁଷ୍ଟ ଅଧର୍ମକାରୀମାନଙ୍କୁ ଦୟା କର ନାହିଁ । +\q [ସେଲା] +\q +\s5 +\v 6 ସେମାନେ ସନ୍ଧ୍ୟାକାଳେ ଫେରି ଆସି କୁକ୍‍କୁର ପରି +\q ଶବ୍ଦ କରନ୍ତି ଓ ନଗର ଚାରିଆଡ଼େ ଭ୍ରମଣ କରନ୍ତି । +\q +\v 7 ଦେଖ, ସେମାନେ ଆପଣା ଆପଣା ମୁଖରୁ ଉଦ୍‍ଗାର +\q କରନ୍ତି; +\q ସେମାନଙ୍କ ଓଷ୍ଠାଧରରେ ଖଡ଼୍‍ଗ ଥାଏ; କାରଣ କିଏ +\q ଶୁଣିବ ? ଏହା ସେମାନେ କହନ୍ତି, +\q +\s5 +\v 8 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କ ପ୍ରତି +\q ହସିବ; +\q ତୁମ୍ଭେ ଅନ୍ୟ ଦେଶୀୟ ସମସ୍ତଙ୍କୁ ବିଦ୍ରୂପ କରିବ । +\q +\v 9 ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭର ଅନୁସରଣ +\q କରିବି; +\q କାରଣ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ ଅଟନ୍ତି । +\q +\s5 +\v 10 ମୋହର ଦୟାବାନ ପରମେଶ୍ୱର ମୋହର +\q ସମ୍ମୁଖବର୍ତ୍ତୀ ହେବେ; +\q ପରମେଶ୍ୱର ମୋ' ଶତ୍ରୁମାନଙ୍କ ଉପରେ ମୋ' ବାଞ୍ଛା +\q ସଫଳ ହେବାର ମୋତେ ଦେଖାଇବେ । +\q +\v 11 ସେମାନଙ୍କୁ ବଧ କର ନାହିଁ, କେଜାଣି ମୋ' +\q ଲୋକମାନେ ପାସୋରି ଯିବେ; +\q ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପ୍ରଭୁ, ତୁମ୍ଭ ପରାକ୍ରମରେ +\q ସେମାନଙ୍କୁ ଛିନ୍ନଭିନ୍ନ କରି ଅଧୋନତ କର । +\q +\s5 +\v 12 ସେମାନଙ୍କ ମୁଖର ପାପ ଓ ସେମାନଙ୍କ ଓଷ୍ଠାଧରର +\q ବାକ୍ୟ, ପୁଣି, ସେମାନଙ୍କର କଥିତ ଅଭିଶାପ ଓ ମିଥ୍ୟା ସକାଶୁ +\q ସେମାନେ ଆପଣା ଆପଣା ଅହଙ୍କାରରେ ଧରା ଯାଉନ୍ତୁ । +\q +\v 13 ଯେପରି ସେମାନେ ଆଉ ନ ଥିବେ, ଏଥିପାଇଁ +\q ସେମାନଙ୍କୁ କୋପରେ ସଂହାର କର, ସେମାନଙ୍କୁ ସଂହାର +\q କର; +\q ପୁଣି, ପରମେଶ୍ୱର ଯେ ଯାକୁବ ମଧ୍ୟରେ, ପୃଥିବୀର ପ୍ରାନ୍ତ +\q ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରନ୍ତି, ଏହା ସେମାନେ ଜ୍ଞାତ ହେଉନ୍ତୁ । +\q [ସେଲା] +\q +\s5 +\v 14 ଆଉ, ସେମାନେ ସନ୍ଧ୍ୟାବେଳେ ଫେରି ଆସି କୁକ୍‍କୁର +\q ପରି ଶବ୍ଦ କରନ୍ତୁ ଓ ନଗର ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତୁ । +\q +\v 15 ସେମାନେ ଖାଦ୍ୟ ନିମନ୍ତେ ଏଣେତେଣେ ଭ୍ରମଣ +\q କରିବେ । +\q ପୁଣି, ସେମାନେ ତୃପ୍ତ ନୋହିଲେ ରାତ୍ରିଯାକ ରହିବେ । +\q +\s5 +\v 16 ମାତ୍ର ମୁଁ ତୁମ୍ଭ ପରାକ୍ରମ ବିଷୟ ଗାନ କରିବି +\q ଓ ପ୍ରଭାତରେ ତୁମ୍ଭ ଦୟା ବିଷୟ ଉଚ୍ଚସ୍ୱରରେ ଗାନ +\q କରିବି; +\q କାରଣ ତୁମ୍ଭେ ମୋହର ଉଚ୍ଚ ଦୁର୍ଗ ଓ ବିପଦ ଦିନରେ +\q ଆଶ୍ରୟ ସ୍ୱରୂପ ହୋଇଅଛ । +\q +\v 17 ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ +\q ପ୍ରଶଂସା ଗାନ କରିବି; +\q ଯେଣୁ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ, ମୋହର +\q ଦୟାବାନ ପରମେଶ୍ୱର । + +\s5 +\c 60 +\s ରକ୍ଷା ନିମନ୍ତେ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ଶୂଷନ୍‍-ଏଦୁତ୍‍ +\q ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍‍; +\q ଅରାମନହରୟିମ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା +\q ବେଳେ ଓ ଯୋୟାବ ଫେରି ଲବଣ-ଉପତ୍ୟକାରେ +\q ଇଦୋମୀୟ ବାର ହଜାର ଲୋକଙ୍କୁ ବଧ କରିବା ସମୟରେ +\q ରଚିତ । +\q +\v 1 ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ, +\q ତୁମ୍ଭେ ଆମ୍ଭମାନଙ୍କୁ ଭାଙ୍ଗି ପକାଇଅଛ; +\q ତୁମ୍ଭେ କ୍ରୁଦ୍ଧ ହୋଇଅଛ; ଆମ୍ଭମାନଙ୍କୁ ପୁନଃସ୍ଥାପନ +\q କର । +\q +\s5 +\v 2 ତୁମ୍ଭେ ଦେଶକୁ କମ୍ପିତ କରିଅଛ; ତୁମ୍ଭେ ତାହାକୁ ବିଦୀର୍ଣ୍ଣ +\q କରିଅଛ; +\q ତହିଁର ଭଗ୍ନସ୍ଥାନର ପ୍ରତିକାର କର; କାରଣ ତାହା ଟଳ +\q ଟଳ ହେଉଅଛି । +\q +\v 3 ତୁମ୍ଭେ ଆପଣା ଲୋକମାନଙ୍କୁ କଠିନ ବିଷୟ +\q ଦେଖାଇଅଛ; +\q ତୁମ୍ଭେ ଆମ୍ଭମାନଙ୍କୁ ଟଳମଳକାରିଣୀ ମଦିରା ପାନ +\q କରାଇଅଛ । +\q +\s5 +\v 4 ସତ୍ୟତା ପକ୍ଷରେ ପ୍ରକାଶ କରିବା ନିମନ୍ତେ ତୁମ୍ଭେ +\q ଆପଣା ଭୟକାରୀମାନଙ୍କୁ ଏକ ପତାକା ଦେଇଅଛ । +\q [ସେଲା] +\q +\v 5 ଯେପରି ତୁମ୍ଭ ପ୍ରିୟତମ ଉଦ୍ଧାର ପାଇବ, ଏଥିପାଇଁ +\q ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କର ଓ ଆମ୍ଭମାନଙ୍କୁ +\q ଉତ୍ତର ଦିଅ । +\q +\s5 +\v 6 ପରମେଶ୍ୱର ଆପଣା ପବିତ୍ରତାରେ କହିଅଛନ୍ତି; +\q "ଆମ୍ଭେ ଉଲ୍ଲାସ କରିବା; +\q ଆମ୍ଭେ ଶିଖିମକୁ ବିଭାଗ କରିବା ଓ ସୁକ୍‍କୋତ +\q ଉପତ୍ୟକାକୁ ମାପିବା । +\q +\v 7 ଗିଲୀୟଦ ଆମ୍ଭର ଓ ମନଃଶି ଆମ୍ଭର; ମଧ୍ୟ ଇଫ୍ରୟିମ +\q ଆମ୍ଭ ମସ୍ତକର ଆଶ୍ରୟ; ଯିହୂଦା ଆମ୍ଭର ରାଜଦଣ୍ଡ । +\q +\s5 +\v 8 ମୋୟାବ ଆମ୍ଭର ପ୍ରକ୍ଷାଳନ-ପାତ୍ର; ଆମ୍ଭେ ଇଦୋମ +\q ଉପରେ ଆପଣା ପାଦୁକା ପକାଇବା; +\q ହେ ପଲେଷ୍ଟୀୟା, ତୁମ୍ଭେ ଆମ୍ଭ ସକାଶୁ ଉଚ୍ଚ ଧ୍ୱନି କର । +\q +\v 9 କିଏ ମୋତେ ଦୃଢ଼ ନଗରକୁ ଆଣିବ ? କିଏ ମୋତେ +\q ଇଦୋମ ପର୍ଯ୍ୟନ୍ତ କଢ଼ାଇ ଆଣିଅଛି ?" +\q +\s5 +\v 10 ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି +\q ନାହଁ ? +\q ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ +\q ଗମନ କରୁ ନାହଁ । +\q +\v 11 ବିପକ୍ଷ ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ +\q କର; +\q କାରଣ ମନୁଷ୍ୟର ସାହାଯ୍ୟ ବୃଥା । +\q +\v 12 ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ +\q କରିବା; +\q ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ । + +\s5 +\c 61 +\s ସୁରକ୍ଷା ପାଇଁ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଗୀତ । +\b +\q +\v 1 ହେ ପରମେଶ୍ୱର, ମୋହର କାକୂକ୍ତି ଶୁଣ; ମୋ' +\q ପ୍ରାର୍ଥନାରେ ମନୋଯୋଗ କର । +\q +\v 2 ମୋ' ମନ ଉଦ୍‍ବିଗ୍ନ ହେବା ବେଳେ ମୁଁ ପୃଥିବୀର +\q ପ୍ରାନ୍ତରୁ ତୁମ୍ଭକୁ ଡାକିବି; +\q ମୋ'ଠାରୁ ଉଚ୍ଚତର ଶୈଳକୁ ମୋତେ ନେଇଯାଅ । +\q +\v 3 କାରଣ ତୁମ୍ଭେ ମୋ' ନିମନ୍ତେ ଆଶ୍ରୟ ଓ ଶତ୍ରୁଠାରୁ +\q ଦୃଢ଼ ଦୁର୍ଗ ସ୍ୱରୂପ ହୋଇଅଛ । +\q +\s5 +\v 4 ମୁଁ ସଦାକାଳ ତୁମ୍ଭ ତମ୍ବୁରେ ବାସ କରିବି; +\q ମୁଁ ତୁମ୍ଭ ପକ୍ଷର ଉହାଡ଼ରେ ଆଶ୍ରୟ ନେବି । +\q +\v 5 କାରଣ ହେ ପରମେଶ୍ୱର, ତୁମ୍ଭେ ମୋହର ମାନତସବୁ +\q ଶୁଣିଅଛ; +\q ତୁମ୍ଭେ ଆପଣା ନାମର ଭୟକାରୀମାନଙ୍କ ଅଧିକାର +\q ଆମ୍ଭକୁ ଦେଇଅଛ । +\q +\s5 +\v 6 ତୁମ୍ଭେ ରାଜାଙ୍କ ଆୟୁ ବୃଦ୍ଧି କରିବ; ତାଙ୍କ ବର୍ଷ ଅନେକ +\q ପୁରୁଷାନୁକ୍ରମ ତୁଲ୍ୟ ହେବ । +\q +\v 7 ସେ ସଦାକାଳ ପରମେଶ୍ୱରଙ୍କ ସମ୍ମୁଖରେ ବାସ +\q କରିବେ; +\q ତାଙ୍କ ରକ୍ଷା ନିମନ୍ତେ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ପ୍ରସ୍ତୁତ +\q କର । +\q +\s5 +\v 8 ତହୁଁ ମୁଁ ସଦାକାଳ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା +\q ଗାନ କରିବି +\q ଓ ଦିନକୁ ଦିନ ଆପଣା ମାନତ ପୂର୍ଣ୍ଣ କରିବି । + +\s5 +\c 62 +\s ପରମେଶ୍ୱରଙ୍କ ସୁରକ୍ଷାରେ ଦୃଢ଼ ବିଶ୍ୱାସ +\q ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନର ରୀତି +\q ଅନୁସାରେ ଦାଉଦଙ୍କର ଗୀତ । +\q +\v 1 ମୋହର ପ୍ରାଣ କେବଳ ପରମେଶ୍ୱରଙ୍କର ଅପେକ୍ଷା +\q କରଇ; +\q ତାହାଙ୍କଠାରୁ ମୋହର ପରିତ୍ରାଣ ଆସଇ । +\q +\v 2 କେବଳ ସେ ମୋହର ଶୈଳ ଓ ପରିତ୍ରାଣ; +\q ସେ ମୋହର ଉଚ୍ଚ ଦୁର୍ଗ; ମୁଁ ଅତିଶୟ ବିଚଳିତ ନୋହିବି । +\q +\s5 +\v 3 ନଇଁ ପଡ଼ିଥିବା କାନ୍ଥ ଓ ଟଳଟଳ ପ୍ରାଚୀର ତୁଲ୍ୟ +\q ଜଣେ ମନୁଷ୍ୟକୁ ବଧ କରିବା ପାଇଁ ତୁମ୍ଭେ ସମସ୍ତେ କେତେ +\q କାଳ ଲାଗିଥିବ ? +\q +\v 4 ସେମାନେ କେବଳ ତାହାର ଉଚ୍ଚ ପଦରୁ ତାହାକୁ +\q ନିପାତ କରିବାକୁ ମନ୍ତ୍ରଣା କରନ୍ତି; +\q ସେମାନେ ମିଥ୍ୟା କଥାରେ ସନ୍ତୁଷ୍ଟ; +\q ସେମାନେ ମୁଖରେ ଆଶୀର୍ବାଦ କରନ୍ତି, ମାତ୍ର ଅନ୍ତରରେ +\q ଶାପ ଦିଅନ୍ତି । +\q [ସେଲା] +\q +\s5 +\v 5 ହେ ମୋହର ପ୍ରାଣ, କେବଳ ପରମେଶ୍ୱରଙ୍କର +\q ଅପେକ୍ଷା କର; +\q କାରଣ ତାହାଙ୍କଠାରୁ ମୋହର ପ୍ରତ୍ୟାଶା ଜନ୍ମେ । +\q +\v 6 କେବଳ ସେ ମୋହର ଶୈଳ ଓ ମୋହର ପରିତ୍ରାଣ; +\q ସେ ମୋହର ଉଚ୍ଚ ଦୁର୍ଗ; ମୁଁ ବିଚଳିତ ନୋହିବି । +\q +\s5 +\v 7 ମୋହର ପରିତ୍ରାଣ ଓ ମୋହର ଗୌରବ +\q ପରମେଶ୍ୱରଙ୍କଠାରେ ଅଛି; +\q ମୋ' ବଳର ଶୈଳ ଓ ମୋହର ଆଶ୍ରୟ ପରମେଶ୍ୱରଙ୍କଠାରେ ଅଛି । +\q +\v 8 ହେ ଲୋକମାନେ, ସବୁବେଳେ ତାହାଙ୍କଠାରେ ନିର୍ଭର +\q କର; +\q ତାହାଙ୍କ ଛାମୁରେ ମନର ସବୁ କଥା ଭାଙ୍ଗି କୁହ; +\q ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆଶ୍ରୟ । +\q [ସେଲା] +\q +\s5 +\v 9 ନିଶ୍ଚୟ ସାମାନ୍ୟ ଲୋକେ ଅସାର ଓ ମାନ୍ୟ ଲୋକେ +\q ମିଥ୍ୟା; +\q ତୌଲରେ ସେମାନେ ଉପରକୁ ଉଠିବେ; ସେସମସ୍ତେ +\q ଅସାରରୁ ଲଘୁ । +\q +\v 10 ଦୌରାତ୍ମ୍ୟରେ ନିର୍ଭର ରଖ ନାହିଁ ଓ ଅପହରଣରେ +\q ଦର୍ପୀ ହୁଅ ନାହିଁ; ଧନ ବଢ଼ିଲେ ତହିଁରେ ମନ ଦିଅ ନାହିଁ । +\q +\s5 +\v 11 ପରମେଶ୍ୱର ଥରେ କହିଅଛନ୍ତି, ଆମ୍ଭେ ଦୁଇ ଥର +\q ଏହା ଶୁଣିଅଛୁ ଯେ, ପରାକ୍ରମ ପରମେଶ୍ୱରଙ୍କର ଅଟଇ । +\q +\v 12 ଆହୁରି, ହେ ପ୍ରଭୁ; ତୁମ୍ଭଠାରେ ଦୟା ଥାଏ; +\q କାରଣ ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମାନୁସାରେ +\q ଫଳ ଦେଉଅଛ । + +\s5 +\c 63 +\s ପରମେଶ୍ୱରଙ୍କ ସାନ୍ନିଧ୍ୟ ପାଇଁ ବ୍ୟାକୁଳତା +\d ଦାଉଦଙ୍କର ଗୀତ, ସେ ଯିହୂଦା-ପ୍ରାନ୍ତରରେ ଥିବା ବେଳେ ରଚିତ । +\b +\q +\v 1 ହେ ପରମେଶ୍ୱର, ତୁମ୍ଭେ ମୋହର ପରମେଶ୍ୱର; +\q ଯତ୍ନରେ ମୁଁ ତୁମ୍ଭର ଅନ୍ୱେଷଣ କରିବି; +\q ଜଳଶୂନ୍ୟ ଶୁଷ୍କ ଓ ଶ୍ରାନ୍ତିକର ଦେଶରେ ମୋ' ପ୍ରାଣ ତୁମ୍ଭ +\q ନିମନ୍ତେ ତୃଷିତ ହୁଏ ଓ ମୋ' ଶରୀର ତୁମ୍ଭ ପାଇଁ ଲାଳସା +\q କରେ । +\q +\v 2 ତେଣୁ ତୁମ୍ଭ ପରାକ୍ରମ ଓ ଗୌରବ ଦେଖିବା ପାଇଁ ମୁଁ +\q ପବିତ୍ର ସ୍ଥାନରେ ତୁମ୍ଭ ପ୍ରତି ଚାହିଁ ରହିଅଛି । +\q +\s5 +\v 3 କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା +\q ଉତ୍ତମ; +\q ମୋହର ଓଷ୍ଠାଧର ତୁମ୍ଭର ପ୍ରଶଂସା କରିବ । +\q +\v 4 ଏହିରୂପେ ମୁଁ ଯାବଜ୍ଜୀବନ ତୁମ୍ଭର ଧନ୍ୟବାଦ କରିବି; +\q ମୁଁ ତୁମ୍ଭ ନାମରେ ଆପଣା ହସ୍ତ ଉଠାଇବି; +\q +\s5 +\v 5 ଯେପରି ମେଦ ଓ ମଜ୍ଜାରେ, ସେପରି ମୋହର ପ୍ରାଣ +\q ପରିତୃପ୍ତ ହେବ +\q ଓ ମୋ' ମୁଖ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା +\q କରିବ । +\q +\v 6 ମୁଁ ଶଯ୍ୟା ଉପରେ ତୁମ୍ଭଙ୍କୁ ସ୍ମରଣ କରିବା ବେଳେ +\q ରାତ୍ରିର ପ୍ରହରକୁ ପ୍ରହର ତୁମ୍ଭ ବିଷୟ ଧ୍ୟାନ କରେ । +\q +\s5 +\v 7 କାରଣ ତୁମ୍ଭେ ମୋହର ସହାୟ ହୋଇଅଛ, +\q ଆଉ ତୁମ୍ଭ ପକ୍ଷର ଛାୟାରେ ମୁଁ ଉଲ୍ଲାସ କରିବି । +\q +\v 8 ମୋହର ପ୍ରାଣ ତୁମ୍ଭ ପଛେ ପଛେ ଲାଗିଥାଏ; +\q ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖେ । +\q +\s5 +\v 9 ମାତ୍ର ଯେଉଁମାନେ ମୋ' ପ୍ରାଣନାଶର ଚେଷ୍ଟା କରନ୍ତି, +\q ସେମାନେ ପୃଥିବୀର ଅଧଃସ୍ଥାନକୁ ଯିବେ । +\q +\v 10 ସେମାନେ ଖଡ଼୍‍ଗର ପରାକ୍ରମରେ ସମର୍ପିତ ହେବେ; +\q ସେମାନେ ଶୃଗାଳର ଖାଦ୍ୟ ହେବେ । +\q +\s5 +\v 11 ମାତ୍ର ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ; +\q ତାହାଙ୍କ ନାମରେ ଶପଥକାରୀ ପ୍ରତ୍ୟେକ ଲୋକ ଦର୍ପ +\q କରିବେ; +\q କାରଣ ମିଥ୍ୟାବାଦୀମାନଙ୍କ ମୁଖ ରୁଦ୍ଧ ହେବ । + +\s5 +\c 64 +\s ସୁରକ୍ଷା ପାଇଁ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । +\b +\q +\v 1 ହେ ପରମେଶ୍ୱର, ମୋ' କାକୂକ୍ତିର ରବ +\q ଶ୍ରବଣ କର; +\q ଶତ୍ରୁ ଭୟରୁ ମୋ' ଜୀବନ ରକ୍ଷା କର । +\q +\v 2 କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ, ଅଧର୍ମାଚାରୀମାନଙ୍କ +\q କଳହରୁ ମୋତେ ଲୁଚାଇ ରଖ; +\q +\s5 +\v 3 ସେମାନେ ଖଡ଼୍‍ଗ ପରି ଆପଣା ଜିହ୍ୱା ଶାଣିତ +\q କରିଅଛନ୍ତି +\q +\v 4 ଏବଂ ଆପଣାମାନଙ୍କ କଟୁବାକ୍ୟରୂପ ତୀର ଲକ୍ଷ୍ୟ +\q କରିଅଛନ୍ତି; +\q ଯେପରି ସିଦ୍ଧ ଲୋକଙ୍କ ପ୍ରତି ଗୋପନରେ ନିକ୍ଷେପ କରି +\q ପାରିବେ; +\q ସେମାନେ ହଠାତ୍‍ ତାହା ପ୍ରତି ନିକ୍ଷେପ କରନ୍ତି ଓ ଭୟ +\q କରନ୍ତି ନାହିଁ । +\q +\s5 +\v 5 ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ +\q କରନ୍ତି; +\q ସେମାନେ ଗୋପନରେ ଫାନ୍ଦ ପାତିବାକୁ କଥାବାର୍ତ୍ତା +\q କରନ୍ତି; +\q ସେମାନେ କହନ୍ତି, "ଆମ୍ଭମାନଙ୍କୁ କିଏ ଦେଖିବ ?" +\q +\v 6 ସେମାନେ ଅଧର୍ମ କଳ୍ପନା କରନ୍ତି; "ଆମ୍ଭେମାନେ +\q ଯତ୍ନପୂର୍ବକ କଳ୍ପନା ସିଦ୍ଧ କରିଅଛୁ" ବୋଲି ସେମାନେ କହନ୍ତି; +\q ଆଉ, ପ୍ରତ୍ୟେକର ଆନ୍ତରିକ ଭାବ ଓ ହୃଦୟ ଗଭୀର । +\q +\s5 +\v 7 ମାତ୍ର ପରମେଶ୍ୱର ସେମାନଙ୍କ ପ୍ରତି ତୀର ନିକ୍ଷେପ କରିବେ; +\q ସେଥିରେ ସେମାନେ ହଠାତ୍‍ ଆହତ ହେବେ । +\q +\v 8 ଏହିରୂପେ ସେମାନେ ନିପାତିତ ହେବେ, +\q ସେମାନଙ୍କ ନିଜ ଜିହ୍ୱା ସେମାନଙ୍କର ବିପକ୍ଷ ହେବ; +\q ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ଡ ହଲାଇବେ; +\q +\v 9 ପୁଣି, ସକଳ ମନୁଷ୍ୟ ଭୟ କରିବେ, +\q ସେମାନେ ପରମେଶ୍ୱରଙ୍କ କର୍ମ ପ୍ରକାଶ କରିବେ +\q ଓ ତାହାଙ୍କର କ୍ରିୟା ସୁବିବେଚନା କରିବେ । +\q +\s5 +\v 10 ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ +\q ଓ ତାହାଙ୍କର ଶରଣାଗତ ହେବ । +\q ପୁଣି, ସରଳାନ୍ତଃକରଣ ସମସ୍ତେ ଦର୍ପ କରିବେ । + +\s5 +\c 65 +\s ପ୍ରଶଂସା ଓ ଧନ୍ୟବାଦ +\d ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ଦାଉଦଙ୍କର ଗୀତ । +\b +\q +\v 1 ହେ ପରମେଶ୍ୱର, ସିୟୋନରେ ପ୍ରଶଂସା ତୁମ୍ଭର +\q ଅପେକ୍ଷା କରେ +\q ଓ ତୁମ୍ଭ ଉଦ୍ଦେଶ୍ୟରେ ମାନତ ପୂର୍ଣ୍ଣ କରାଯିବ । +\q +\v 2 ଆହେ, ପ୍ରାର୍ଥନା ଶ୍ରବଣକାରୀ ଯେ ତୁମ୍ଭେ, ତୁମ୍ଭ ନିକଟକୁ +\q ସକଳ ପ୍ରାଣୀ ଆସିବେ । +\q +\v 3 ଅପରାଧ ମୋ' ଉପରେ ପ୍ରବଳ ହୁଏ; ତୁମ୍ଭେ +\q ଆମ୍ଭମାନଙ୍କ ଅଧର୍ମ ମାର୍ଜନା କରିବ । +\q +\s5 +\v 4 ତୁମ୍ଭେ ଯାହାକୁ ତୁମ୍ଭ ପ୍ରାଙ୍ଗଣରେ ବାସ କରିବା ପାଇଁ +\q ମନୋନୀତ କର ଓ ଆପଣା ନିକଟକୁ ଆସିବାକୁ ଦିଅ, +\q ସେ ଲୋକ ଧନ୍ୟ; +\q ଆମ୍ଭେମାନେ ତୁମ୍ଭ ଗୃହର, ଅର୍ଥାତ୍‍, ତୁମ୍ଭ ମନ୍ଦିରର ପବିତ୍ର +\q ସ୍ଥାନର ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହେବା । +\q +\s5 +\v 5 ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ତୁମ୍ଭେ +\q ଭୟାନକ କ୍ରିୟା ଦ୍ୱାରା ଧର୍ମରେ ଆମ୍ଭମାନଙ୍କୁ ଉତ୍ତର ଦେବ; +\q ତୁମ୍ଭେ ପୃଥିବୀର ପ୍ରାନ୍ତନିବାସୀ ଓ ଦୂରବର୍ତ୍ତୀ ସମୁଦ୍ରବାସୀ +\q ସମସ୍ତଙ୍କର ବିଶ୍ୱାସଭୂମି ଅଟ । +\q +\s5 +\v 6 ତୁମ୍ଭେ ପରାକ୍ରମରେ କଟି ବାନ୍ଧି ସ୍ୱଶକ୍ତିରେ +\q ପର୍ବତଗଣକୁ ଦୃଢ଼ ରୂପେ ସ୍ଥାପନ କରିଥାଅ; +\q +\v 7 ତୁମ୍ଭେ ସମୁଦ୍ରସମୂହର ଗର୍ଜ୍ଜନ, ତହିଁର ତରଙ୍ଗମାଳାର +\q ଗର୍ଜ୍ଜନ ଓ ଗୋଷ୍ଠୀୟମାନଙ୍କର କଳହ ଶାନ୍ତ କରିଥାଅ । +\q +\s5 +\v 8 ଆହୁରି, ପ୍ରାନ୍ତଭାଗ-ନିବାସୀଗଣ ତୁମ୍ଭ ଚିହ୍ନ ଦେଖି +\q ଭୀତ ହୁଅନ୍ତି; +\q ତୁମ୍ଭେ ପ୍ରାତଃକାଳ ଓ ସନ୍ଧ୍ୟାକାଳର ଉଦ୍‍ଗମକୁ ଆନନ୍ଦମୟ +\q କରିଥାଅ । +\q +\v 9 ତୁମ୍ଭେ ପୃଥିବୀର ତତ୍ତ୍ୱାବଧାନ କରି ତହିଁରେ ଜଳ ସେଚନ +\q କରିଥାଅ, +\q ତୁମ୍ଭେ ତାହାକୁ ଅତିଶୟ ଧନାଢ଼୍ୟ କରିଥାଅ; +\q ପରମେଶ୍ୱରଙ୍କ ନଦୀ ଜଳରେ ପରିପୂର୍ଣ୍ଣ; +\q ତୁମ୍ଭେ ପୃଥିବୀକୁ ପ୍ରସ୍ତୁତ କଲା ଉତ୍ତାରେ ସେମାନଙ୍କୁ ଶସ୍ୟ +\q ଯୋଗାଇ ଦେଇଥାଅ । +\q +\s5 +\v 10 ତୁମ୍ଭେ ବହୁଳ ରୂପେ ତାହାର ଶିଆରରେ ଜଳ ସେଚନ +\q କରିଥାଅ; +\q ତୁମ୍ଭେ ତହିଁର ହିଡ଼ସବୁ ସ୍ଥିର କରିଥାଅ; ତୁମ୍ଭେ ବୃଷ୍ଟିରେ +\q ତାହାକୁ କୋମଳ କରିଥାଅ; ତୁମ୍ଭେ ତହିଁର ଅଙ୍କୁରକୁ +\q ଆଶୀର୍ବାଦ କରିଥାଅ; +\q +\v 11 ତୁମ୍ଭେ ଆପଣା ମଙ୍ଗଳ ଭାବରେ ବର୍ଷକୁ ମୁକୁଟ +\q ପିନ୍ଧାଇଥାଅ +\q ଓ ତୁମ୍ଭ ପଥସବୁ ପୁଷ୍ଟତା କ୍ଷରଣ କରେ । +\q +\v 12 ତାହା ପ୍ରାନ୍ତରସ୍ଥ ଚରାସ୍ଥାନ ଉପରେ କ୍ଷରେ ଓ +\q ଗିରିଗଣ ଆନନ୍ଦରୂପ କଟିବନ୍ଧନ ପାଆନ୍ତି । +\q +\s5 +\v 13 ଚରାସ୍ଥାନସବୁ ମେଷପଲରେ ଭୂଷିତ ହୁଅନ୍ତି; +\q ମଧ୍ୟ ଉପତ୍ୟକାସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି; +\q ସେମାନେ ଜୟଧ୍ୱନି କରନ୍ତି, ମଧ୍ୟ ସେମାନେ ଗାନ କରନ୍ତି । + +\s5 +\c 66 +\s ପ୍ରଶଂସା ଓ ଧନ୍ୟବାଦର ଗୀତ +\d ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ । +\b +\q +\v 1 ହେ ସମୁଦାୟ ପୃଥିବୀ, ପରମେଶ୍ୱରଙ୍କ +\q ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର । +\q +\v 2 ତାହାଙ୍କ ନାମର ମହିମା କୀର୍ତ୍ତନ କର; +\q ତାହାଙ୍କ ପ୍ରଶଂସାକୁ ଗୌରବାନ୍ୱିତ କର । +\q +\s5 +\v 3 ପରମେଶ୍ୱରଙ୍କୁ କୁହ, "ତୁମ୍ଭ କର୍ମସକଳ କିପରି +\q ଭୟଙ୍କର ! +\q ତୁମ୍ଭ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ୍ଭ ଶତ୍ରୁଗଣ ଆପେ +\q ତୁମ୍ଭର ବଶୀଭୂତ ହେବେ ।" +\q +\v 4 ସମୁଦାୟ ପୃଥିବୀ ତୁମ୍ଭଙ୍କୁ ପ୍ରଣାମ କରିବେ +\q ଓ ତୁମ୍ଭ ଉଦ୍ଦେଶ୍ୟରେ ଗାନ କରିବେ; ସେମାନେ ତୁମ୍ଭ +\q ନାମ କୀର୍ତ୍ତନ କରିବେ । +\q +\s5 +\v 5 ଆସ ଓ ପରମେଶ୍ୱରଙ୍କ କ୍ରିୟାସକଳ ଦେଖ; +\q ମନୁଷ୍ୟ-ସନ୍ତାନଗଣ ପ୍ରତି ଆପଣା କ୍ରିୟାରେ ସେ +\q ଭୟଙ୍କର ଅଟନ୍ତି । +\q +\v 6 ସେ ସମୁଦ୍ରକୁ ଶୁଷ୍କଭୂମି କଲେ; ଲୋକମାନେ ନଦୀ +\q ମଧ୍ୟ ଦେଇ ପାଦରେ ଗମନ କଲେ; +\q ସେସ୍ଥାନରେ ଆମ୍ଭେମାନେ ତାହାଙ୍କଠାରେ ଆନନ୍ଦ କଲୁ । +\q +\v 7 ସେ ଆପଣା ପରାକ୍ରମରେ ଅନନ୍ତକାଳ କର୍ତ୍ତୃତ୍ୱ କରନ୍ତି; +\q ତାହାଙ୍କ ଚକ୍ଷୁ ଗୋଷ୍ଠୀସମୂହକୁ ନିରୀକ୍ଷଣ କରେ; +\q ବିଦ୍ରୋହୀମାନେ ଆପଣାମାନଙ୍କୁ ଉନ୍ନତ ନ କରନ୍ତୁ । +\q [ସେଲା] +\q +\s5 +\v 8 ହେ ଜନବୃନ୍ଦ, ତୁମ୍ଭେମାନେ ଆମ୍ଭମାନଙ୍କ +\q ପରମେଶ୍ୱରଙ୍କର ଧନ୍ୟବାଦ କର ଓ ତାହାଙ୍କ ପ୍ରଶଂସାଧ୍ୱନି +\q ଶୁଣାଅ; +\q +\v 9 ସେ ଆମ୍ଭମାନଙ୍କ ପ୍ରାଣକୁ ଜୀବଦ୍ଦଶାରେ ରଖନ୍ତି +\q ଓ ଆମ୍ଭମାନଙ୍କ ଚରଣକୁ ବିଚଳିତ ହେବାକୁ ଦିଅନ୍ତି ନାହିଁ । +\q +\s5 +\v 10 କାରଣ ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ +\q ପରୀକ୍ଷା କରିଅଛ; +\q ରୂପା ପରଖିଲା ପରି ତୁମ୍ଭେ ଆମ୍ଭମାନଙ୍କୁ ପରଖିଅଛ । +\q +\v 11 ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ, +\q ତୁମ୍ଭେ ଆମ୍ଭମାନଙ୍କ କଟିଦେଶରେ ଭାରୀ ବୋଝ +\q ଥୋଇଅଛ । +\q +\v 12 ତୁମ୍ଭେ ଆମ୍ଭମାନଙ୍କ ମସ୍ତକ ଉପରେ ଲୋକମାନଙ୍କୁ +\q ଚଢ଼ିବାକୁ ଦେଇଅଛ; ଆମ୍ଭେମାନେ ଅଗ୍ନି ଓ ଜଳ ମଧ୍ୟଦେଇ +\q ଗମନ କଲୁ; +\q ମାତ୍ର ତୁମ୍ଭେ ଆମ୍ଭମାନଙ୍କୁ ଧନାଢ଼୍ୟ ସ୍ଥାନକୁ ଆଣିଅଛ । +\q +\s5 +\v 13 ମୁଁ ହୋମବଳି ନେଇ ତୁମ୍ଭ ଗୃହକୁ ଆସିବି, +\q ମୁଁ ସଙ୍କଟରେ ଥିଲା ବେଳେ +\q +\v 14 ମୋ' ଓଷ୍ଠାଧର ଯାହା ଉଚ୍ଚାରଣ କରିଅଛି ଓ ମୋ' +\q ମୁଖ ଯାହା କହିଅଛି, ମୋହର ସେହିସବୁ ମାନତ ତୁମ୍ଭ +\q ଉଦ୍ଦେଶ୍ୟରେ ପୂର୍ଣ୍ଣ କରିବି । +\q +\v 15 ମୁଁ ତୁମ୍ଭ ଉଦ୍ଦେଶ୍ୟରେ ମେଷରୂପ ଧୂପ ସହିତ ହୃଷ୍ଟପୁଷ୍ଟ +\q ହୋମବଳି ଉତ୍ସର୍ଗ କରିବି; +\q ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି । +\q [ସେଲା] +\q +\s5 +\v 16 ହେ ପରମେଶ୍ୱରଙ୍କ ଭୟକାରୀ ସମସ୍ତେ, ଆସ ଶୁଣ, +\q ଆଉ ସେ ଆମ୍ଭ ପ୍ରାଣ ପାଇଁ ଯାହା କରିଅଛନ୍ତି, ତାହା ମୁଁ +\q ବର୍ଣ୍ଣନା କରିବି । +\q +\v 17 ମୁଁ ଆପଣା ମୁଖରେ ତାହାଙ୍କୁ ଡାକିଲି +\q ଓ ମୋ' ଜିହ୍ୱା ଦ୍ୱାରା ସେ ପ୍ରତିଷ୍ଠିତ ହେଲେ । +\q +\v 18 ଯଦି ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ, +\q ତେବେ ପ୍ରଭୁ ମୋ' କଥା ଶୁଣିବେ ନାହିଁ; +\q +\s5 +\v 19 ମାତ୍ର ନିଶ୍ଚୟ ପରମେଶ୍ୱର ମୋ' କଥା ଶୁଣିଅଛନ୍ତି, +\q ସେ ମୋ' ପ୍ରାର୍ଥନାର ରବରେ ମନୋଯୋଗ କରିଅଛନ୍ତି । +\q +\v 20 ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ମୋହର ପ୍ରାର୍ଥନା +\q କିଅବା ମୋ'ଠାରୁ ଆପଣା ଦୟା ଦୂର କରି ନାହାନ୍ତି । + +\s5 +\c 67 +\s ଧନ୍ୟବାଦର ଗୀତ +\d ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ । +\b +\q +\v 1 ପରମେଶ୍ୱର ଆମ୍ଭମାନଙ୍କୁ ଦୟା କରନ୍ତୁ ଓ ଆମ୍ଭମାନଙ୍କୁ +\q ଆଶୀର୍ବାଦ କରନ୍ତୁ +\q ଓ ଆମ୍ଭମାନଙ୍କ ପ୍ରତି ଆପଣା ମୁଖ ପ୍ରସନ୍ନ କରନ୍ତୁ । +\q [ସେଲା] +\q +\v 2 ତହିଁରେ ପୃଥିବୀରେ ତୁମ୍ଭର ପଥ ଓ ସମୁଦାୟ ଗୋଷ୍ଠୀ +\q ମଧ୍ୟରେ ତୁମ୍ଭର ପରିତ୍ରାଣ ଜଣାଯିବ । +\q +\s5 +\v 3 ହେ ପରମେଶ୍ୱର, ଗୋଷ୍ଠୀୟଗଣ ତୁମ୍ଭର ପ୍ରଶଂସା +\q କରନ୍ତୁ; +\q ଯାବତୀୟ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ । +\q +\v 4 ଦେଶୀୟମାନେ ଆହ୍ଲାଦିତ ହେଉନ୍ତୁ ଓ ଆନନ୍ଦ ସକାଶୁ +\q ଗାନ କରନ୍ତୁ; +\q କାରଣ ତୁମ୍ଭେ ନ୍ୟାୟରେ ଗୋଷ୍ଠୀୟବର୍ଗର ବିଚାର କରିବ +\q ଓ ପୃଥିବୀରେ ଦେଶୀୟମାନଙ୍କୁ ଶାସନ କରିବ । +\q [ସେଲା] +\q +\s5 +\v 5 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା +\q କରନ୍ତୁ; +\q ଯାବତୀୟ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ । +\q +\v 6 ପୃଥିବୀ ନିଜ ଫଳ ଉତ୍ପନ୍ନ କରିଅଛି; ପରମେଶ୍ୱର, +\q ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ । +\q +\s5 +\v 7 ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ; +\q ପୁଣି, ପୃଥିବୀର ସମସ୍ତ ପ୍ରାନ୍ତ ତାହାଙ୍କୁ ଭୟ କରିବେ । + +\s5 +\c 68 +\s ଜାତୀୟ ବିଜୟ ସଙ୍ଗୀତ +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗାନାର୍ଥକ ଗୀତ । +\b +\q +\v 1 ପରମେଶ୍ୱର ଉଠନ୍ତୁ, ତାହାଙ୍କ ଶତ୍ରୁଗଣ ଛିନ୍ନଭିନ୍ନ +\q ହେଉନ୍ତୁ; +\q ତାହାଙ୍କ ଘୃଣାକାରୀମାନେ ମଧ୍ୟ ତାହାଙ୍କ ସାକ୍ଷାତରୁ +\q ପଳାଉନ୍ତୁ । +\q +\v 2 ଯେପରି ଧୂମ ଚାଳିତ ହୁଏ, ସେପରି ସେମାନଙ୍କୁ +\q ଚଳାଅ; +\q ଯେପରି ଅଗ୍ନି ସମ୍ମୁଖରେ ମହମ ତରଳି ଯାଏ, ସେପରି +\q ପରମେଶ୍ୱରଙ୍କ ସାକ୍ଷାତରେ ଦୁଷ୍ଟମାନେ ବିନଷ୍ଟ ହେଉନ୍ତୁ । +\q +\v 3 ମାତ୍ର ଧାର୍ମିକମାନେ ଆନନ୍ଦିତ ହେଉନ୍ତୁ; ସେମାନେ +\q ପରମେଶ୍ୱରଙ୍କ ସମ୍ମୁଖରେ ଉଲ୍ଲାସ କରନ୍ତୁ; +\q ହଁ, ସେମାନେ ଆନନ୍ଦରେ ପ୍ରଫୁଲ୍ଲ ହେଉନ୍ତୁ । +\q +\s5 +\v 4 ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ +\q ନାମରେ ପ୍ରଶଂସା ଗାନ କର; +\q ଯେ ବାହନରେ ମରୁଭୂମି ଦେଇ ଆସୁଅଛନ୍ତି, ତାହାଙ୍କ +\q ପାଇଁ ରାଜପଥ ପ୍ରସ୍ତୁତ କର; +\q ତାହାଙ୍କ ନାମ ସଦାପ୍ରଭୁ; ତୁମ୍ଭେମାନେ ତାହାଙ୍କ ସାକ୍ଷାତରେ +\q ଉଲ୍ଲାସ କର । +\q +\v 5 ପରମେଶ୍ୱର ଆପଣା ପବିତ୍ର ବାସସ୍ଥାନରେ +\q ପିତୃହୀନମାନଙ୍କର ପିତା ଓ ବିଧବାମାନଙ୍କର ବିଚାରକର୍ତ୍ତା +\q ଅଟନ୍ତି । +\q +\v 6 ପରମେଶ୍ୱର ସଙ୍ଗୀହୀନମାନଙ୍କୁ ପରିବାର ମଧ୍ୟରେ +\q ସ୍ଥାପନ କରନ୍ତି; +\q ସେ ବନ୍ଦୀଗଣକୁ ବାହାର କରି କୁଶଳରେ ରଖନ୍ତି; +\q ମାତ୍ର ବିଦ୍ରୋହୀମାନେ ଶୁଷ୍କଭୂମିରେ ବାସ କରନ୍ତି । +\q +\s5 +\v 7 ହେ ପରମେଶ୍ୱର, ତୁମ୍ଭେ ଆପଣା ଲୋକମାନଙ୍କ +\q ଆଗରେ ଯିବା ବେଳେ, +\q ତୁମ୍ଭେ ପ୍ରାନ୍ତର ଦେଇ ଯାତ୍ରା କରିବା ବେଳେ, +\q [ସେଲା] +\q +\v 8 ପୃଥିବୀ କମ୍ପିଲା, +\q ପରମେଶ୍ୱରଙ୍କ ସାକ୍ଷାତରେ ଆକାଶମଣ୍ଡଳ ହିଁ ବିନ୍ଦୁପାତ +\q କଲା; +\q ସେହି ସୀନୟ ପରମେଶ୍ୱରଙ୍କର, ଇସ୍ରାଏଲର +\q ପରମେଶ୍ୱରଙ୍କ ସାକ୍ଷାତରେ କମ୍ପିଲା । +\q +\s5 +\v 9 ହେ ପରମେଶ୍ୱର, ତୁମ୍ଭେ ପ୍ରଚୁର ବୃଷ୍ଟି ପଠାଇଲ, +\q ତୁମ୍ଭ ଅଧିକାର କ୍ଳାନ୍ତ ଥିବା ସମୟରେ ତୁମ୍ଭେ ତାହା ସୁସ୍ଥିର +\q କଲ । +\q +\v 10 ତୁମ୍ଭ ସମାଜ ତହିଁ ମଧ୍ୟରେ ବାସ କଲେ; ହେ +\q ପରମେଶ୍ୱର, ତୁମ୍ଭେ ଆପଣା ମଙ୍ଗଳ ଭାବରେ ଦୁଃଖୀମାନଙ୍କ +\q ପାଇଁ ଆୟୋଜନ କଲ । +\q +\s5 +\v 11 ପ୍ରଭୁ ବାକ୍ୟ ପ୍ରଦାନ କରନ୍ତି; +\q ଶୁଭବାର୍ତ୍ତା ପ୍ରଚାରିକା ସ୍ତ୍ରୀଗଣ ମହାବାହିନୀ ଅଟନ୍ତି । +\q +\v 12 ସୈନ୍ୟଶ୍ରେଣୀର ରାଜଗଣ ପଳାୟନ କରନ୍ତି, +\q ସେମାନେ ପଳାୟନ କରନ୍ତି; +\q ପୁଣି, ଗୃହସ୍ଥିତା ସ୍ତ୍ରୀ ଲୁଟଦ୍ରବ୍ୟ ବିଭାଗ କରଇ । +\q +\v 13 ଯେଉଁ କପୋତର ହରିତ୍‍ ସୁବର୍ଣ୍ଣ-ମଣ୍ଡିତ ଡେଣା, +\q ତାହାର ରୌପ୍ୟ-ମଣ୍ଡିତ ପରସବୁ ପରି ତୁମ୍ଭେମାନେ କି +\q ମେଷଶାଳା ମଧ୍ୟରେ ଶୟନ କରିବ ? +\q +\s5 +\v 14 ସଲ୍‍ମୋନାରେ ହିମପାତ ବେଳେ ଯେପରି, +\q ସର୍ବଶକ୍ତିମାନ ଦେଶରେ ରାଜାମାନଙ୍କୁ ଛିନ୍ନଭିନ୍ନ କଲା +\q ବେଳେ ସେପରି ହେଲା । +\q +\v 15 ବାଶନ୍‍ର ପର୍ବତ ପରମେଶ୍ୱରଙ୍କ ପର୍ବତ; +\q ବାଶନ୍‍ର ପର୍ବତ ଏକ ଉଚ୍ଚ ପର୍ବତ । +\q +\v 16 ହେ ଉଚ୍ଚ ପର୍ବତଗଣ, ପରମେଶ୍ୱର ଆପଣା ନିବାସ +\q ନିମନ୍ତେ ଯେଉଁ ପର୍ବତ ବାଞ୍ଛା କରିଅଛନ୍ତି, ତହିଁ ପ୍ରତି ତୁମ୍ଭେମାନେ +\q କାହିଁକି କୁଟିଳ ଦୃଷ୍ଟି କରୁଅଛ ? ଅବଶ୍ୟ ସଦାପ୍ରଭୁ ତହିଁରେ +\q ସଦାକାଳ ବାସ କରିବେ । +\q +\s5 +\v 17 ପରମେଶ୍ୱରଙ୍କର ରଥ ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ; +\q ଯେପରି ପ୍ରଭୁ ଆପଣା ପବିତ୍ରସ୍ଥାନ ସୀନୟରେ, ସେପରି +\q ସେସବୁର ମଧ୍ୟରେ ଅଛନ୍ତି । +\q +\v 18 ତୁମ୍ଭେ ଊର୍ଦ୍ଧ୍ୱରେ ଆରୋହଣ କରିଅଛ, ତୁମ୍ଭେ +\q ଆପଣା ବନ୍ଦୀମାନଙ୍କୁ ବନ୍ଦୀସ୍ଥାନକୁ ନେଇଅଛ; +\q ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରେ ଦାନପ୍ରାପ୍ତ ହୋଇଅଛ, +\q ହଁ, ଯେପରି ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ +\q ବାସ କରିବେ, ଏଥିପାଇଁ ବିଦ୍ରୋହୀମାନଙ୍କ ମଧ୍ୟରେ ହିଁ +\q ଦାନପ୍ରାପ୍ତ ହୋଇଅଛ । +\q +\s5 +\v 19 ଯେଉଁ ପ୍ରଭୁ ଦିନକୁ ଦିନ ଆମ୍ଭମାନଙ୍କ ଭାର ବହନ୍ତି, +\q ସେ ଧନ୍ୟ ହେଉନ୍ତୁ; +\q ସେହି ପରମେଶ୍ୱର ଆମ୍ଭମାନଙ୍କର ପରିତ୍ରାଣ । +\q [ସେଲା] +\q +\v 20 ପରମେଶ୍ୱର ଆମ୍ଭମାନଙ୍କ ପକ୍ଷରେ ଉଦ୍ଧାରସାଧକ +\q ପରମେଶ୍ୱର ଅଟନ୍ତି +\q ଓ ମୃତ୍ୟୁରୁ ରକ୍ଷା ଯିହୋବାଃ ପ୍ରଭୁଙ୍କର ଅଧୀନ । +\q +\v 21 ମାତ୍ର ପରମେଶ୍ୱର ଆପଣା ଶତ୍ରୁମାନଙ୍କ ମସ୍ତକ +\q ଓ ଯେଉଁ ଜନ ନିଜ ଅପରାଧରେ ଅଗ୍ରସର, ତାହାର +\q କେଶଯୁକ୍ତ କପାଳ ବିନ୍ଧି ପକାଇବେ । +\q +\s5 +\v 22 ପ୍ରଭୁ କହିଲେ, "ଆମ୍ଭେ ବାଶନ୍‍ରୁ ପୁନର୍ବାର ଆଣିବା, +\q ଆମ୍ଭେ ସମୁଦ୍ରର ଗଭୀର ସ୍ଥଳରୁ ପୁନର୍ବାର ସେମାନଙ୍କୁ +\q ଆଣିବା; +\q +\v 23 ତହିଁରେ ତୁମ୍ଭେ ରକ୍ତରେ ଆପଣା ଚରଣ ବୁଡ଼ାଇବ, +\q ତୁମ୍ଭ କୁକ୍‍କୁରଗଣର ଜିହ୍ୱା ତୁମ୍ଭ ଶତ୍ରୁମାନଙ୍କଠାରୁ ଅଂଶ +\q ପାଇବ ।" +\q +\s5 +\v 24 ହେ ପରମେଶ୍ୱର, ଲୋକମାନେ ତୁମ୍ଭର ଗତି, +\q ଅର୍ଥାତ୍‍, ପବିତ୍ର ସ୍ଥାନକୁ ଆମ୍ଭ ପରମେଶ୍ୱର ଆମ୍ଭ ରାଜାଙ୍କ +\q ଗତି ଦେଖିଅଛନ୍ତି । +\q +\v 25 ଦାରାବାଦ୍ୟବାଦିନୀ କୁମାରୀମାନଙ୍କ ମଧ୍ୟରେ +\q ଗାୟକମାନେ ଆଗେ ଆଗେ, ବାଦ୍ୟକରମାନେ ପଛେ ପଛେ +\q ଗମନ କଲେ । +\q +\s5 +\v 26 ତୁମ୍ଭେମାନେ ଜନ-ସମାଗମ ମଧ୍ୟରେ ପରମେଶ୍ୱରଙ୍କର +\q ଧନ୍ୟବାଦ କର, +\q ହେ ଇସ୍ରାଏଲର ନିର୍ଝରରୁ ଜାତ ଲୋକମାନେ, +\q ତୁମ୍ଭେମାନେ ପ୍ରଭୁଙ୍କର ଧନ୍ୟବାଦ କର । +\q +\v 27 କନିଷ୍ଠ ବିନ୍ୟାମୀନ୍‍ ସେମାନଙ୍କର ଶାସନକର୍ତ୍ତା, +\q ଯିହୂଦାର ଅଧିପତିମାନେ ଓ ସେମାନଙ୍କ ଲୋକଦଳ, +\q ସବୂଲୂନ୍‍ର ଅଧିପତିମାନେ, ନପ୍ତାଲିର ଅଧିପତିମାନେ +\q ସେଠାରେ ଅଛନ୍ତି । +\q +\s5 +\v 28 ତୁମ୍ଭ ପରମେଶ୍ୱର ତୁମ୍ଭ ବଳର ଆଜ୍ଞା କରିଅଛନ୍ତି; +\q ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଯାହା +\q ସାଧନ କରିଅଛ, ତାହା ସବଳ କର । +\q +\v 29 ଯିରୂଶାଲମସ୍ଥ ତୁମ୍ଭ ମନ୍ଦିର ସକାଶୁ ରାଜଗଣ ତୁମ୍ଭ +\q ନିକଟକୁ ଦର୍ଶନୀ ଆଣିବେ । +\q +\s5 +\v 30 ନଳବନସ୍ଥ ବନ୍ୟ ପଶୁକୁ, ଗୋଷ୍ଠୀବର୍ଗରୂପ +\q ଗୋବତ୍ସଗଣ ସହିତ ବୃଷସମୂହକୁ ଭର୍ତ୍ସନା କରି +\q ରୌପ୍ୟଖଣ୍ଡସବୁ ପଦ ତଳେ ଦଳି ପକାଅ; +\q ସେ ଯୁଦ୍ଧପ୍ରିୟ ଗୋଷ୍ଠୀବର୍ଗକୁ ଛିନ୍ନଭିନ୍ନ କରିଅଛନ୍ତି । +\q +\v 31 ମିସର ଦେଶରୁ ଅଧିପତିମାନେ ଆସିବେ; କୂଶ +\q ପରମେଶ୍ୱରଙ୍କ ପ୍ରତି ହସ୍ତ ପ୍ରସାରିବାକୁ ଚଞ୍ଚଳ ହେବ । +\q +\s5 +\v 32 ହେ ପୃଥିବୀସ୍ଥ ରାଜ୍ୟସମୂହ, ତୁମ୍ଭେମାନେ +\q ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର; +\q ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; +\q [ସେଲା] +\q +\v 33 ଯେ ଆଦିକାଳୀନ ଉଚ୍ଚତମ ସ୍ୱର୍ଗରେ ଆରୋହଣ +\q କରନ୍ତି, ତାହାଙ୍କ ଉଦ୍ଦେଶ୍ୟରେ ଗାନ କର; +\q ଦେଖ, ସେ ଆପଣା ରବ, ବିକ୍ରମପୂର୍ଣ୍ଣ ରବ ଉଚ୍ଚାରଣ +\q କରନ୍ତି । +\q +\s5 +\v 34 ତୁମ୍ଭେମାନେ ପରମେଶ୍ୱରଙ୍କ ପରାକ୍ରମ କୀର୍ତ୍ତନ +\q କର; +\q ତାହାଙ୍କ ମହିମା ଇସ୍ରାଏଲ ଉପରେ ଓ ତାହାଙ୍କ ପରାକ୍ରମ +\q ଆକାଶ-ମଣ୍ଡଳରେ ରହିଅଛି । +\q +\v 35 ହେ ପରମେଶ୍ୱର, ତୁମ୍ଭେ ଆପଣା ପବିତ୍ର ଧାମରେ +\q ଭୟଙ୍କର ଅଟ; +\q ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କୁ ବଳ +\q ଓ ପରାକ୍ରମ ଦିଅନ୍ତି । +\q ପରମେଶ୍ୱର ଧନ୍ୟ ହେଉନ୍ତୁ । + +\s5 +\c 69 +\s ସାହାଯ୍ୟ ପାଇଁ ଆତୁର ନିବେଦନ +\d ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍ ସ୍ୱରରେ ଦାଉଦଙ୍କର ଗୀତ । +\b +\q +\v 1 ହେ ପରମେଶ୍ୱର, ମୋତେ ପରିତ୍ରାଣ କର; +\q କାରଣ ମୋ' ପ୍ରାଣ ପର୍ଯ୍ୟନ୍ତ ଜଳରାଶି ଆସିଅଛି । +\q +\v 2 ମୁଁ ଗଭୀର ପଙ୍କରେ ବୁଡ଼ି ଯାଉଅଛି, ମୋହର ଛିଡ଼ା +\q ହେବାର ସ୍ଥାନ ନାହିଁ; +\q ମୁଁ ଗଭୀର ଜଳରାଶିରେ ଉପସ୍ଥିତ ହୋଇଅଛି, ପ୍ଲାବନ +\q ମୋ' ଉପର ଦେଇ ଯାଉଅଛି । +\q +\s5 +\v 3 ମୁଁ ଡାକୁ ଡାକୁ କ୍ଳାନ୍ତ ହୁଏ; ମୋହର କଣ୍ଠ ଶୁଷ୍କ +\q ହୋଇଅଛି; +\q ମୁଁ ପରମେଶ୍ୱରଙ୍କର ଅପେକ୍ଷା କରୁ କରୁ ମୋହର ଚକ୍ଷୁ +\q ନିସ୍ତେଜ ହୁଏ । +\q +\v 4 ଅକାରଣରେ ମୋତେ ଘୃଣା କରିବା ଲୋକେ ମୋ' +\q ମସ୍ତକର କେଶଠାରୁ ଅନେକ; +\q ଯେଉଁମାନେ ଅନ୍ୟାୟରେ ମୋହର ଶତ୍ରୁ ହୋଇ ମୋତେ +\q ଉଚ୍ଛିନ୍ନ କରିବାକୁ ଇଚ୍ଛା କରନ୍ତି, ସେମାନେ ବଳବାନ; +\q ତେଣୁ ମୁଁ ଯାହା ଅପହରଣ କଲି ନାହିଁ, ତାହା ଫେରାଇ +\q ଦେଲି । +\q +\s5 +\v 5 ହେ ପରମେଶ୍ୱର, ତୁମ୍ଭେ ମୋହର ମୂଢ଼ତା ଜାଣୁଅଛ; +\q ଆଉ, ମୋହର ପାପସବୁ ତୁମ୍ଭଠାରୁ ଗୁପ୍ତ ନୁହେଁ । +\q +\v 6 ହେ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭର +\q ଅନୁସରଣକାରୀମାନେ ମୋ' ଦେଇ ଲଜ୍ଜିତ ନ ହେଉନ୍ତୁ; +\q ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଅନ୍ୱେଷଣ- +\q କାରୀମାନେ ମୋ' ଦେଇ ଅପମାନିତ ନ ହେଉନ୍ତୁ । +\q +\s5 +\v 7 କାରଣ ତୁମ୍ଭ ସକାଶୁ ମୁଁ ନିନ୍ଦା ସହ୍ୟ କରିଅଛି । +\q ଲଜ୍ଜା ମୋ' ମୁଖ ଆଚ୍ଛାଦନ କରିଅଛି । +\q +\v 8 ମୁଁ ଆପଣା ଭ୍ରାତୃଗଣ ପ୍ରତି ଅଜଣା ଓ ମାତୃସନ୍ତାନଗଣ +\q ପ୍ରତି ବିଦେଶୀ ହୋଇଅଛି । +\q +\v 9 କାରଣ ତୁମ୍ଭ ଗୃହବିଷୟକ ଉଦ୍‍ଯୋଗ ମୋତେ ଗ୍ରାସ +\q କରିଅଛି । +\q ପୁଣି, ତୁମ୍ଭଙ୍କୁ ନିନ୍ଦା କରିବା ଲୋକମାନଙ୍କ ନିନ୍ଦା ମୋ' +\q ଉପରେ ପଡ଼ିଅଛି । +\q +\s5 +\v 10 ମୁଁ ରୋଦନ କଲେ ଓ ଉପବାସ ଦ୍ୱାରା ଆପଣା +\q ପ୍ରାଣକୁ କ୍ଳେଶ ଦେଲେ, ତାହା ମୋ' ନିନ୍ଦାର ବିଷୟ ହେଲା । +\q +\v 11 ମୁଁ ଚଟବସ୍ତ୍ରକୁ ଆପଣାର ପରିଧେୟ କଲେ, +\q ସେମାନଙ୍କ ନିକଟରେ ପ୍ରବାଦ ସ୍ୱରୂପ ହେଲି । +\q +\v 12 ନଗର-ଦ୍ୱାରରେ ବସିବା ଲୋକମାନେ ମୋ' +\q ବିଷୟରେ ଗଳ୍ପ କରନ୍ତି +\q ଓ ମୁଁ ମତ୍ତ ଲୋକମାନଙ୍କର ଗୀତ ସ୍ୱରୂପ ହୋଇଅଛି । +\q +\s5 +\v 13 ମାତ୍ର ହେ ସଦାପ୍ରଭୁ, ଗ୍ରାହ୍ୟ ସମୟରେ ମୋହର +\q ପ୍ରାର୍ଥନା ତୁମ୍ଭଠାରେ ଅଛି; +\q ହେ ପରମେଶ୍ୱର, ତୁମ୍ଭ ଦୟାର ବାହୁଲ୍ୟରେ, ତୁମ୍ଭ +\q ପରିତ୍ରାଣର ସତ୍ୟତାନୁସାରେ ମୋତେ ଉତ୍ତର ଦିଅ । +\q +\v 14 ପଙ୍କରୁ ମୋତେ ଉଦ୍ଧାର କର ଓ ମୋତେ ମଗ୍ନ +\q ହେବାକୁ ଦିଅ ନାହିଁ; +\q ମୁଁ ଆପଣା ଘୃଣାକାରୀମାନଙ୍କଠାରୁ ଓ ଗଭୀର ଜଳରାଶିରୁ +\q ଉଦ୍ଧାର ପ୍ରାପ୍ତ ହୁଏ । +\q +\v 15 ଜଳପ୍ଲାବନ ମୋତେ ମଗ୍ନ ନ କରୁ, କିଅବା ଗଭୀର +\q ଜଳ ମୋତେ ଗ୍ରାସ ନ କରୁ; +\q ପୁଣି, ଗର୍ତ୍ତ ମୋ' ଉପରେ ଆପଣା ମୁଖ ବନ୍ଦ ନ କରୁ । +\q +\s5 +\v 16 ହେ ସଦାପ୍ରଭୁ, ମୋତେ ଉତ୍ତର ଦିଅ; କାରଣ +\q ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ; +\q ତୁମ୍ଭ କୃପାର ବାହୁଲ୍ୟାନୁସାରେ ମୋ' ପ୍ରତି ଫେର । +\q +\v 17 ଆଉ, ତୁମ୍ଭ ଦାସଠାରୁ ଆପଣା ମୁଖ ଲୁଚାଅ ନାହିଁ; +\q କାରଣ ମୁଁ ସଙ୍କଟରେ ଅଛି; ଶୀଘ୍ର ମୋତେ ଉତ୍ତର ଦିଅ । +\q +\s5 +\v 18 ମୋ' ପ୍ରାଣର ନିକଟବର୍ତ୍ତୀ ହୋଇ ତାହାକୁ ମୁକ୍ତ +\q କର; +\q ମୋ' ଶତ୍ରୁଗଣ ସକାଶୁ ମୋତେ ମୂଲ୍ୟରେ ମୁକ୍ତ କର । +\q +\v 19 ତୁମ୍ଭେ ମୋହର ନିନ୍ଦା ଓ ମୋହର ଲଜ୍ଜା ଓ ମୋହର +\q ଅପମାନ ଜାଣୁଅଛ; +\q ମୋହର ବିପକ୍ଷ ସମସ୍ତେ ତୁମ୍ଭ ସମ୍ମୁଖରେ ଅଛନ୍ତି । +\q +\s5 +\v 20 ନିନ୍ଦା ମୋହର ହୃଦୟ ଭଗ୍ନ କରିଅଛି ଓ ମୁଁ ସମ୍ପୂର୍ଣ୍ଣ +\q ଭାରାକ୍ରାନ୍ତ ହୋଇଅଛି; ପୁଣି, କେହି ଦୟା କରିବ ବୋଲି ମୁଁ +\q ଅପେକ୍ଷା କଲି, ମାତ୍ର କେହି ନ ଥିଲା +\q ଓ ସାନ୍ତ୍ୱନାକାରୀମାନଙ୍କର ଅପେକ୍ଷା କଲି, ମାତ୍ର କାହାକୁ +\q ପାଇଲି ନାହିଁ । +\q +\v 21 ଆହୁରି, ସେମାନେ ଖାଦ୍ୟ ନିମନ୍ତେ ମୋତେ ବିଷମୟ +\q ଦ୍ରବ୍ୟ ଦେଲେ +\q ଓ ମୋହର ତୃଷା ସମୟରେ ପାନ କରିବା ପାଇଁ ମୋତେ +\q ଅମ୍ଳରସ ଦେଲେ । +\q +\s5 +\v 22 ସେମାନଙ୍କ ମେଜ ସେମାନଙ୍କ ସମ୍ମୁଖରେ ଫାନ୍ଦ +\q ସ୍ୱରୂପ +\q ଓ ସେମାନେ ଶାନ୍ତିରେ ଥିବା ବେଳେ ତାହା ସେମାନଙ୍କର +\q ଫାଶ ସ୍ୱରୂପ ହେଉ । +\q +\v 23 ସେମାନେ ଯେପରି ଦେଖି ନ ପାରିବେ, ଏଥିପାଇଁ +\q ସେମାନଙ୍କର ଚକ୍ଷୁ ଅନ୍ଧାରଗ୍ରସ୍ତ ହେଉ ଓ ସେମାନଙ୍କ କଟିଦେଶକୁ ନିତ୍ୟ କମ୍ପଯୁକ୍ତ କର । +\q +\s5 +\v 24 ତୁମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଢାଳି +\q ଦିଅ ଓ ତୁମ୍ଭ କ୍ରୋଧର ପ୍ରଚଣ୍ଡତା ସେମାନଙ୍କୁ ଧରୁ । +\q +\v 25 ସେମାନଙ୍କର ବସତି-ସ୍ଥାନ ଶୂନ୍ୟ ହେଉ; ସେମାନଙ୍କ +\q ତମ୍ବୁରେ କେହି ବାସ ନ କରୁ । +\q +\s5 +\v 26 କାରଣ ସେମାନେ ତୁମ୍ଭର ପ୍ରହାରିତ ବ୍ୟକ୍ତିଙ୍କୁ ତାଡ଼ନା +\q କରନ୍ତି ଓ ତୁମ୍ଭ ଆହତ ଲୋକମାନଙ୍କ ଦୁଃଖ ବର୍ଣ୍ଣନା କରନ୍ତି । +\q +\v 27 ସେମାନଙ୍କ ଅପରାଧରେ ଅପରାଧ ଯୋଗ କର +\q ଓ ସେମାନେ ତୁମ୍ଭ ଧାର୍ମିକତାର ଅଂଶୀ ନ ହେଉନ୍ତୁ । +\q +\s5 +\v 28 ଜୀବନ-ପୁସ୍ତକରୁ ସେମାନଙ୍କ ନାମ ଲୁପ୍ତ ହେଉ +\q ଓ ଧାର୍ମିକମାନଙ୍କ ସହିତ ଲେଖା ନ ଯାଉ । +\q +\v 29 ମାତ୍ର ମୁଁ ଦୁଃଖୀ ଓ ଶୋକାକୁଳ ଅଟେ; +\q ହେ ପରମେଶ୍ୱର, ତୁମ୍ଭର ପରିତ୍ରାଣ ମୋତେ ଉଚ୍ଚରେ +\q ସ୍ଥାପନ କରୁ । +\q +\s5 +\v 30 ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବି +\q ଓ ଧନ୍ୟବାଦ ଦେଇ ତାହାଙ୍କର ଗୌରବ କରିବି । +\q +\v 31 ପୁଣି, ତାହା ଗୋରୁ ଅବା ଶୃଙ୍ଗ ଓ ଖୁରାଯୁକ୍ତ ବୃଷ +\q ଅପେକ୍ଷା ସଦାପ୍ରଭୁଙ୍କର ତୁଷ୍ଟିକର ହେବ । +\q +\s5 +\v 32 ନମ୍ର ଲୋକମାନେ ତାହା ଦେଖି ଆନନ୍ଦିତ ଅଛନ୍ତି; +\q ହେ ପରମେଶ୍ୱରଙ୍କ ଅନ୍ୱେଷଣକାରୀଗଣ, ତୁମ୍ଭମାନଙ୍କ +\q ଅନ୍ତଃକରଣ ସଜୀବ ହେଉ । +\q +\v 33 କାରଣ ସଦାପ୍ରଭୁ ଦୀନହୀନମାନଙ୍କ କଥା ଶୁଣନ୍ତି +\q ଓ ଆପଣା ବନ୍ଦୀମାନଙ୍କୁ ତୁଚ୍ଛ କରନ୍ତି ନାହିଁ । +\q +\s5 +\v 34 ଆକାଶ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ +\q ଜଙ୍ଗମ ତାହାଙ୍କର ପ୍ରଶଂସା କରନ୍ତୁ । +\q +\v 35 କାରଣ ପରମେଶ୍ୱର ସିୟୋନକୁ ପରିତ୍ରାଣ କରିବେ +\q ଓ ଯିହୂଦାର ନଗରସବୁ ନିର୍ମାଣ କରିବେ; +\q ପୁଣି, ଲୋକମାନେ ସେଠାରେ ବାସ କରି ତାହା ଅଧିକାର +\q କରିବେ । +\q +\v 36 ଆହୁରି, ତାହାଙ୍କ ଦାସମାନଙ୍କ ବଂଶ ତାହା ଭୋଗ +\q କରିବେ; +\q ଆଉ, ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ +\q ବାସ କରିବେ । + +\s5 +\c 70 +\s ସାହାଯ୍ୟ ପାଇଁ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ; ସ୍ମରଣୋପାୟ । +\b +\q +\v 1 ହେ ପରମେଶ୍ୱର, ମୋତେ ଉଦ୍ଧାର କରିବା ପାଇଁ +\q ସତ୍ୱର ହୁଅ; +\q ହେ ସଦାପ୍ରଭୁ, ମୋହର ସାହାଯ୍ୟ କରିବା ପାଇଁ ସତ୍ୱର +\q ହୁଅ । +\q +\v 2 ମୋହର ପ୍ରାଣ ଅନ୍ୱେଷଣକାରୀମାନେ ଲଜ୍ଜିତ ଓ ହତାଶ +\q ହେଉନ୍ତୁ; +\q ମୋ' କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରି ଯାଇ +\q ଅପମାନିତ ହେଉନ୍ତୁ । +\q +\v 3 ଯେଉଁମାନେ "ହଁ, ହଁ" ବୋଲି କହନ୍ତି, ସେମାନେ ଆପଣା +\q ଆପଣା ଲଜ୍ଜା ସକାଶୁ ଫେରି ଯାଉନ୍ତୁ । +\q +\s5 +\v 4 ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେସମସ୍ତେ +\q ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; +\q ପୁଣି, ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, +\q "ସେମାନେ ପରମେଶ୍ୱର ମହିମାନ୍ୱିତ ହେଉନ୍ତୁ" ବୋଲି ନିରନ୍ତର +\q କହୁନ୍ତୁ, +\q +\v 5 ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ହେ ପରମେଶ୍ୱର, +\q ମୋ' ପକ୍ଷରେ ସତ୍ୱର ହୁଅ; +\q ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; +\q ହେ ସଦାପ୍ରଭୁ, ବିଳମ୍ବ କର ନାହିଁ । + +\s5 +\c 71 +\s ଜଣେ ବୃଦ୍ଧର ପ୍ରାର୍ଥନା +\q +\v 1 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶରଣ +\q ନେଇଅଛି; +\q ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ । +\q +\v 2 ତୁମ୍ଭ ଧର୍ମଗୁଣରେ ମୋତେ ଉଦ୍ଧାର କରି ରକ୍ଷା କର; +\q ମୋ' ପ୍ରତି ଆପଣା କର୍ଣ୍ଣ ଡେରି ମୋତେ ତ୍ରାଣ କର । +\q +\v 3 ଯେଉଁଠାକୁ ମୁଁ ନିତ୍ୟ ଯାଇପାରେ, ତୁମ୍ଭେ ମୋ' ପ୍ରତି +\q ସେରୂପ ବସତିର ଶୈଳ ସ୍ୱରୂପ ହୁଅ; +\q ତୁମ୍ଭେ ମୋତେ ପରିତ୍ରାଣ କରିବା ପାଇଁ ଆଜ୍ଞା ଦେଇଅଛ; +\q କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ । +\q +\s5 +\v 4 ହେ ମୋହର ପରମେଶ୍ୱର, ଦୁଷ୍ଟଲୋକ ହସ୍ତରୁ, +\q ଅନ୍ୟାୟକାରୀ ଓ ନିର୍ଦ୍ଦୟ ଲୋକ ହସ୍ତରୁ ମୋତେ ରକ୍ଷା +\q କର । +\q +\v 5 କାରଣ ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ହିଁ ମୋହର +\q ଭରସା; +\q ମୋ' ବାଲ୍ୟକାଳରୁ ତୁମ୍ଭେ ମୋହର ବିଶ୍ୱାସଭୂମି । +\q +\s5 +\v 6 ଗର୍ଭରୁ ତୁମ୍ଭ ଉପରେ ମୋହର ଭାର ଅଛି; +\q ମାତାର ଉଦରରୁ ତୁମ୍ଭେ ହିଁ ମୋତେ ନେଇଅଛ; +\q ତୁମ୍ଭ ବିଷୟରେ ନିତ୍ୟ ମୋହର ପ୍ରଶଂସା ହେବ । +\q +\v 7 ମୁଁ ଅନେକଙ୍କ ପ୍ରତି ଆଶ୍ଚର୍ଯ୍ୟ ବିଷୟ ସ୍ୱରୂପ; ମାତ୍ର +\q ତୁମ୍ଭେ ମୋହର ଦୃଢ଼ ଆଶ୍ରୟ । +\q +\s5 +\v 8 ମୋହର ମୁଖ ତୁମ୍ଭ ପ୍ରଶଂସାରେ ଓ ସାରାଦିନ ତୁମ୍ଭ +\q ଗୌରବ ବର୍ଣ୍ଣନାରେ ପରିପୂର୍ଣ୍ଣ ହେବ । +\q +\v 9 ବୃଦ୍ଧାବସ୍ଥାରେ ମୋତେ ପରିତ୍ୟାଗ କର ନାହିଁ; +\q ମୋହର ବଳ କ୍ଷୀଣ ହେବା ସମୟରେ ମୋତେ ଛାଡ଼ +\q ନାହିଁ । +\q +\s5 +\v 10 କାରଣ ମୋହର ଶତ୍ରୁଗଣ ମୋ' ବିଷୟରେ କଥା +\q କହନ୍ତି ଓ ମୋ' ପ୍ରାଣ ପାଇଁ ଜଗିବା ଲୋକମାନେ ଏକତ୍ର ମନ୍ତ୍ରଣା +\q କରି କହନ୍ତି ଯେ, +\q +\v 11 "ପରମେଶ୍ୱର ତାହାକୁ ପରିତ୍ୟାଗ କରିଅଛନ୍ତି, ପଛେ +\q ପଛେ ଗୋଡ଼ାଇ ତାହାକୁ ଧର; କାରଣ ଉଦ୍ଧାର କରିବାକୁ +\q କେହି ନାହିଁ ।" +\q +\s5 +\v 12 ହେ ପରମେଶ୍ୱର, ମୋ'ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; +\q ହେ ମୋହର ପରମେଶ୍ୱର, ମୋହର ସାହାଯ୍ୟ କରିବାକୁ +\q ସତ୍ୱର ହୁଅ । +\q +\v 13 ମୋ' ପ୍ରାଣର ବିପକ୍ଷମାନେ ଲଜ୍ଜିତ ଓ ଉଚ୍ଛିନ୍ନ +\q ହେଉନ୍ତୁ; +\q ଯେଉଁମାନେ ମୋହର କ୍ଷତି ଚେଷ୍ଟା କରନ୍ତି, ସେମାନେ +\q ନିନ୍ଦା ଓ ଅପମାନରେ ଆଚ୍ଛନ୍ନ ହେଉନ୍ତୁ । +\q +\s5 +\v 14 ମାତ୍ର ମୁଁ ନିରନ୍ତର ଭରସା କରିବି, +\q ପୁଣି, ଆହୁରି ଆହୁରି ତୁମ୍ଭର ପ୍ରଶଂସା କରିବି । +\q +\v 15 ମୋହର ମୁଖ ସାରାଦିନ ତୁମ୍ଭର ଧର୍ମ ଓ ତୁମ୍ଭର +\q ପରିତ୍ରାଣ ବର୍ଣ୍ଣନା କରିବ; କାରଣ ମୁଁ ତହିଁର ସଂଖ୍ୟା ଜାଣେ +\q ନାହିଁ । +\q +\v 16 ମୁଁ ପ୍ରଭୁ, ସଦାପ୍ରଭୁଙ୍କ ପରାକ୍ରମର ସକଳ କ୍ରିୟା ସହିତ +\q ଉପସ୍ଥିତ ହେବି । +\q ମୁଁ ତୁମ୍ଭର, କେବଳ ତୁମ୍ଭର ଧର୍ମ ବିଷୟ ବର୍ଣ୍ଣନା କରିବି । +\q +\s5 +\v 17 ହେ ପରମେଶ୍ୱର, ତୁମ୍ଭେ ମୋତେ ବାଲ୍ୟକାଳଠାରୁ +\q ଶିକ୍ଷା ଦେଇ ଆସୁଅଛ; +\q ପୁଣି, ମୁଁ ଏପର୍ଯ୍ୟନ୍ତ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସବୁ ପ୍ରଚାର +\q କରିଅଛି । +\q +\v 18 ହେ ପରମେଶ୍ୱର, ମୁଁ ଆସନ୍ତା ପୁରୁଷ ନିକଟରେ +\q ତୁମ୍ଭର ବାହୁବଳ, ପ୍ରତ୍ୟେକ ଭବିଷ୍ୟତ ଲୋକଙ୍କ ନିକଟରେ +\q ତୁମ୍ଭର ପରାକ୍ରମ ପ୍ରଚାର କରିବା ପର୍ଯ୍ୟନ୍ତ, ବୃଦ୍ଧ ଓ ପକ୍ୱକେଶ +\q ହେବା ସମୟରେ ହେଁ ମୋତେ ପରିତ୍ୟାଗ କର ନାହିଁ । +\q +\s5 +\v 19 ହେ ପରମେଶ୍ୱର, ମହତ କାର୍ଯ୍ୟମାନ ସାଧନ +\q କରିଅଛ ଯେ ତୁମ୍ଭେ, ତୁମ୍ଭର ଧର୍ମ ଅତି ଉଚ୍ଚ; +\q ହେ ପରମେଶ୍ୱର, ତୁମ୍ଭ ତୁଲ୍ୟ କିଏ ଅଛି ? +\q +\v 20 ଆମ୍ଭମାନଙ୍କୁ ଅନେକ ଓ ଦାରୁଣ କ୍ଳେଶ ଦେଖାଇଅଛ +\q ଯେ ତୁମ୍ଭେ, ତୁମ୍ଭେ ଆମ୍ଭମାନଙ୍କୁ ପୁନର୍ବାର ସଜୀବ କରିବ +\q ଓ ପୃଥିବୀର ଗଭୀର ସ୍ଥାନରୁ ପୁନର୍ବାର ଉଠାଇ ଆଣିବ । +\q +\s5 +\v 21 ତୁମ୍ଭେ ମୋହର ମହତ୍ତ୍ୱ ବଢ଼ାଅ ଓ ଫେରି ମୋତେ +\q ସାନ୍ତ୍ୱନା ଦିଅ । +\q +\v 22 ହେ ମୋହର ପରମେଶ୍ୱର, ମୁଁ ନେବଲ ଯନ୍ତ୍ରରେ, +\q ମଧ୍ୟ ତୁମ୍ଭର, ଅର୍ଥାତ୍‍, ତୁମ୍ଭ ସତ୍ୟତାର ପ୍ରଶଂସା କରିବି; +\q ହେ ଇସ୍ରାଏଲର ଧର୍ମ ସ୍ୱରୂପ, ମୁଁ ବୀଣା ଯନ୍ତ୍ରରେ ତୁମ୍ଭ +\q ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି । +\q +\s5 +\v 23 ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ବେଳେ +\q ମୋହର ଓଷ୍ଠାଧର ଓ ତୁମ୍ଭ ଦ୍ୱାରା ମୁକ୍ତ ମୋହର ପ୍ରାଣ +\q ଅତିଶୟ ଆହ୍ଲାଦ କରିବ । +\q +\v 24 ମୋହର ଜିହ୍ୱା ମଧ୍ୟ ସାରାଦିନ ତୁମ୍ଭ ଧର୍ମ ବିଷୟ +\q କହିବ; +\q କାରଣ ମୋହର ଅନିଷ୍ଟ ଚେଷ୍ଟାକାରୀମାନେ ଲଜ୍ଜିତ ଓ +\q ହତାଶ ହୋଇଅଛନ୍ତି । + +\s5 +\c 72 +\s ରାଜାଙ୍କ ପାଇଁ ପ୍ରାର୍ଥନା +\d ଶଲୋମନଙ୍କର ଗୀତ । +\b +\q +\v 1 ହେ ପରମେଶ୍ୱର, ରାଜାଙ୍କୁ ତୁମ୍ଭର +\q ଶାସନ ଓ ରାଜପୁତ୍ରଙ୍କୁ ତୁମ୍ଭର ଧର୍ମ ପ୍ରଦାନ କର । +\q +\v 2 ସେ ଧର୍ମରେ ତୁମ୍ଭ ଲୋକମାନଙ୍କର ଓ ନ୍ୟାୟରେ ତୁମ୍ଭ +\q ଦୁଃଖୀ ଲୋକଙ୍କର ବିଚାର କରିବେ । +\q +\v 3 ଧର୍ମ ଦ୍ୱାରା ପର୍ବତଗଣ ଓ ଉପପର୍ବତଗଣ +\q ଲୋକମାନଙ୍କର ଶାନ୍ତି ଉତ୍ପନ୍ନ କରିବେ । +\q +\s5 +\v 4 ସେ ଲୋକମାନଙ୍କ ମଧ୍ୟରୁ ଦୁଃଖୀମାନଙ୍କର ବିଚାର +\q କରିବେ, +\q ସେ ଦୀନହୀନମାନଙ୍କର ସନ୍ତାନମାନଙ୍କୁ ଉଦ୍ଧାର କରିବେ +\q ଓ ଉପଦ୍ରବକାରୀକୁ ଚୂର୍ଣ୍ଣ କରିବେ । +\q +\v 5 ସୂର୍ଯ୍ୟ ଓ ଚନ୍ଦ୍ର ଥିବାଯାଏ ପୁରୁଷାନୁକ୍ରମେ ଲୋକମାନେ +\q ତୁମ୍ଭଙ୍କୁ ଭୟ କରିବେ । +\q +\s5 +\v 6 କଟାଘାସରେ ବୃଷ୍ଟି ତୁଲ୍ୟ ଓ ଭୂମି-ସେଚନକାରୀ +\q ଜଳଧାରା ତୁଲ୍ୟ ସେ ଓହ୍ଲାଇ ଆସିବେ । +\q +\v 7 ତାହାଙ୍କ ସମୟରେ ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେବେ; +\q ପୁଣି, ଚନ୍ଦ୍ର ଲୁପ୍ତ ନୋହିବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ହେବ । +\q +\s5 +\v 8 ମଧ୍ୟ ସେ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ +\q ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରିବେ । +\q +\v 9 ମରୁଭୂମି-ନିବାସୀ ଲୋକମାନେ ତାହାଙ୍କ ସମ୍ମୁଖରେ +\q ନତ ହେବେ ଓ ତାହାଙ୍କ ଶତ୍ରୁଗଣ ଧୂଳି ଚାଟିବେ । +\q +\v 10 ତର୍ଶୀଶର ଓ ଦ୍ୱୀପସମୂହର ରାଜଗଣ ଦର୍ଶନୀ +\q ଆଣିବେ; ଶିବାର ଓ ସିବାର ରାଜଗଣ ଭେଟୀ ଦାନ କରିବେ । +\q +\s5 +\v 11 ହଁ, ସବୁ ରାଜାମାନେ ତାହାଙ୍କ ଛାମୁରେ ପ୍ରଣାମ +\q କରିବେ; ସବୁ ଗୋଷ୍ଠୀମାନେ ତାହାଙ୍କର ସେବା କରିବେ । +\q +\v 12 କାରଣ ସେ ଆର୍ତ୍ତନାଦକାରୀ ଦୀନହୀନକୁ ଓ ଅସହାୟ +\q ଦରିଦ୍ରକୁ ଉଦ୍ଧାର କରିବେ । +\q +\s5 +\v 13 ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ +\q ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ । +\q +\v 14 ସେ ଉପଦ୍ରବ ଓ ଦୌରାତ୍ମ୍ୟରୁ ସେମାନଙ୍କର ପ୍ରାଣ +\q ମୁକ୍ତ କରିବେ; +\q ପୁଣି, ତାହାଙ୍କ ଦୃଷ୍ଟିରେ ସେମାନଙ୍କ ରକ୍ତ ବହୁମୂଲ୍ୟ +\q ହେବ । +\q +\s5 +\v 15 ଆଉ, ସେମାନେ ଜୀବିତ ରହିବେ ଓ ତାହାଙ୍କୁ +\q ଶିବାର ସୁବର୍ଣ୍ଣ ଦତ୍ତ ହେବ; +\q ଲୋକମାନେ ନିରନ୍ତର ତାହାଙ୍କ ପାଇଁ ପ୍ରାର୍ଥନା କରିବେ । +\q ସେମାନେ ସାରାଦିନ ତାହାଙ୍କର ଧନ୍ୟବାଦ କରିବେ । +\q +\v 16 ଦେଶ ମଧ୍ୟରେ ପର୍ବତଗଣର ଶିଖରରେ ପ୍ରଚୁର ଶସ୍ୟ +\q ହେବ; ତହିଁର ଫଳ ଲିବାନୋନ୍‍ ତୁଲ୍ୟ ହଲିବ; +\q ପୁଣି, ନଗରବାସୀମାନେ ପୃଥିବୀର ତୃଣ ତୁଲ୍ୟ ବର୍ଦ୍ଧିଷ୍ଣୁ +\q ହେବେ । +\q +\s5 +\v 17 ତାହାଙ୍କ ନାମ ଅନନ୍ତକାଳ ରହିବ; ଯେପର୍ଯ୍ୟନ୍ତ ସୂର୍ଯ୍ୟ +\q ଥାଏ, ସେପର୍ଯ୍ୟନ୍ତ ତାହାଙ୍କ ନାମ ସତେଜ ରହିବ; +\q ଆଉ, ମନୁଷ୍ୟମାନେ ତାହାଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ +\q ହେବେ; ସବୁ ଗୋଷ୍ଠୀୟ ଲୋକେ ତାହାଙ୍କୁ ଧନ୍ୟ କହିବେ । +\q +\s5 +\v 18 ସଦାପ୍ରଭୁ ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର +\q ଧନ୍ୟ ହେଉନ୍ତୁ, +\q କେବଳ ସେ ଆଶ୍ଚର୍ଯ୍ୟ କର୍ମ କରନ୍ତି; +\q +\v 19 ପୁଣି, ତାହାଙ୍କର ଗୌରବାନ୍ୱିତ ନାମ ଅନନ୍ତକାଳ +\q ଧନ୍ୟ ହେଉ ଓ ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ +\q ହେଉ । +\q ଆମେନ୍‍, ଆମେନ୍‍ । +\q +\v 20 ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନାସକଳ ସମାପ୍ତ । + +\s5 +\c 73 +\ms ତୃତୀୟ ଖଣ୍ଡ +\mr ୭୩:୧ - ୮୯:୫୨ +\s ପରମେଶ୍ୱରଙ୍କ ନ୍ୟାୟ ବିଚାର +\d ଆସଫର ଗୀତ । +\b +\q +\v 1 ପରମେଶ୍ୱର ଇସ୍ରାଏଲ ପ୍ରତି, ନିର୍ମଳାନ୍ତଃ- +\q କରଣ ଲୋକଙ୍କ ପ୍ରତି ନିଶ୍ଚୟ ମଙ୍ଗଳ ସ୍ୱରୂପ ଅଟନ୍ତି । +\q +\v 2 ମାତ୍ର ମୋହର ଚରଣ ପ୍ରାୟ ଟଳିଗଲା; ମୋହର +\q ପାଦବିକ୍ଷେପ ପ୍ରାୟ ଖସିଗଲା । +\q +\v 3 କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖି ଦାମ୍ଭିକମାନଙ୍କ +\q ପ୍ରତି ଈର୍ଷାନ୍ୱିତ ହେଲି । +\q +\s5 +\v 4 ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ +\q ନାହିଁ; +\q ମାତ୍ର ସେମାନଙ୍କ ବଳ ଦୃଢ଼ ଥାଏ । +\q +\v 5 ସେମାନେ ଅନ୍ୟ ଲୋକଙ୍କ ପରି କଷ୍ଟରେ ପଡ଼ନ୍ତି ନାହିଁ; +\q କିଅବା ଅନ୍ୟ ମନୁଷ୍ୟମାନଙ୍କ ପରି ସେମାନେ ଆଘାତ +\q ପ୍ରାପ୍ତ ହୁଅନ୍ତି ନାହିଁ । +\q +\s5 +\v 6 ଏହେତୁ ଅହଙ୍କାର ସେମାନଙ୍କ ଗଳାର ହାର ସ୍ୱରୂପ +\q ହୁଏ; ଦୌରାତ୍ମ୍ୟ ବସ୍ତ୍ର ପରି ସେମାନଙ୍କୁ ଆଚ୍ଛାଦନ କରେ । +\q +\v 7 ମେଦରେ ସେମାନଙ୍କ ଚକ୍ଷୁ ବାହାରି ଉଠେ; +\q ମନର ବାଞ୍ଛା ଅପେକ୍ଷା ସେମାନେ ଅଧିକ ପ୍ରାପ୍ତ ହୁଅନ୍ତି । +\q +\s5 +\v 8 ସେମାନେ ଟାହୁଲି କରନ୍ତି ଓ ଦୁଷ୍ଟତାରେ ଦୌରାତ୍ମ୍ୟ +\q ଉଚ୍ଚାରଣ କରନ୍ତି; ସେମାନେ ଦମ୍ଭ କଥା କହନ୍ତି । +\q +\v 9 ସେମାନେ ଆକାଶରେ ଆପଣା ଆପଣା ମୁଖ +\q ରଖିଅଛନ୍ତି ଓ ସେମାନଙ୍କ ଜିହ୍ୱା ପୃଥିବୀରେ ଭ୍ରମଣ କରେ । +\q +\s5 +\v 10 ଏହେତୁ ତାହାର ଲୋକମାନେ ସେଆଡ଼େ ଫେରନ୍ତି; +\q ପୁଣି, ପୂର୍ଣ୍ଣ ପାନପାତ୍ରର ଜଳସବୁ ସେମାନଙ୍କ ଦ୍ୱାରା +\q ନିଗିଡ଼ାଯାଏ । +\q +\v 11 ଆଉ, ସେମାନେ କହନ୍ତି, "ପରମେଶ୍ୱର କିପରି +\q ଜାଣିବେ ?" +\q ଓ ସର୍ବୋପରିସ୍ଥଙ୍କର କି ଜ୍ଞାନ ଅଛି ? +\q +\v 12 ଦେଖ, ଏମାନେ ଦୁଷ୍ଟଲୋକ; +\q ପୁଣି, ସେମାନେ ସର୍ବଦା ନିର୍ବିଘ୍ନରେ ଥାଇ ଧନ ବୃଦ୍ଧି +\q କରନ୍ତି । +\q +\s5 +\v 13 ନିଶ୍ଚୟ ମୁଁ ବ୍ୟର୍ଥରେ ଆପଣା ଅନ୍ତଃକରଣ ଶୁଚି +\q କରିଅଛି ଓ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ +\q କରିଅଛି; +\q +\v 14 କାରଣ ମୁଁ ଦିନସାରା ଆଘାତ ଓ ପ୍ରତି ପ୍ରଭାତ ଶାସ୍ତି +\q ପ୍ରାପ୍ତ ହୋଇଅଛି । +\q +\v 15 ଏରୂପ କହିବି ବୋଲି ଯଦି ମୁଁ କହିଥା'ନ୍ତି +\q ତେବେ ଦେଖ, ମୁଁ ତୁମ୍ଭ ସନ୍ତାନଗଣର ବଂଶ ପ୍ରତି +\q ବିଶ୍ୱାସଘାତକତା କରିଥା'ନ୍ତି । +\q +\s5 +\v 16 ମୁଁ ତାହା କିରୂପେ ଜାଣିବି ବୋଲି ଭାବନା କଲା +\q ବେଳେ ମୋ' ପ୍ରତି ତାହା ଅତି କଷ୍ଟକର ହେଲା; +\q +\v 17 ଶେଷରେ ମୁଁ ପରମେଶ୍ୱରଙ୍କ ଧର୍ମଧାମକୁ ଗଲି ଓ +\q ସେମାନଙ୍କର ଶେଷଫଳ ବିବେଚନା କଲି । +\q +\s5 +\v 18 ନିଶ୍ଚୟ ତୁମ୍ଭେ ସେମାନଙ୍କୁ ଖସଡ଼ା ସ୍ଥାନରେ ରଖୁଅଛ; +\q ତୁମ୍ଭେ ସେମାନଙ୍କୁ ସର୍ବନାଶରେ ପକାଉଅଛ । +\q +\v 19 ସେମାନେ ଏକ ନିମିଷରେ କିପରି ଉଚ୍ଛିନ୍ନ ହୁଅନ୍ତି ! +\q ନାନା ତ୍ରାସରେ ସେମାନେ ନିଃଶେଷ ରୂପେ ସଂହାରିତ +\q ହୁଅନ୍ତି । +\q +\v 20 ନିଦ୍ରାରୁ ଜାଗ୍ରତ ହେଲା ଉତ୍ତାରେ ଯେପରି ସ୍ୱପ୍ନ, +\q ସେପରି, ହେ ପ୍ରଭୁ, ତୁମ୍ଭେ ଜାଗ୍ରତ ହେଲେ, ସେମାନଙ୍କ +\q ମୂର୍ତ୍ତିକୁ ତୁଚ୍ଛଜ୍ଞାନ କରିବ । +\q +\s5 +\v 21 ମୋହର ହୃଦୟ ଦୁଃଖିତ ହୋଇଥିଲା ଓ ମୋହର +\q ମର୍ମ ବିଦ୍ଧ ହୋଇଥିଲା । +\q +\v 22 ମୁଁ ଏଡ଼େ ମୂର୍ଖ ଓ ଅଜ୍ଞାନ, ମୁଁ ତୁମ୍ଭ ସାକ୍ଷାତରେ +\q ପଶୁ ପରି ଥିଲି । +\q +\s5 +\v 23 ତଥାପି ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ନିରନ୍ତର ଅଛି; ତୁମ୍ଭେ +\q ମୋହର ଦକ୍ଷିଣ ହସ୍ତ ଧରିଅଛ । +\q +\v 24 ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ +\q ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ । +\q +\s5 +\v 25 ସ୍ୱର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି ? ଓ +\q ଭୂମଣ୍ଡଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁ ନାହିଁ । +\q +\v 26 ମୋହର ମାଂସ ଓ ଚିତ୍ତ କ୍ଷୟ ପାଉଅଛି; +\q ମାତ୍ର ପରମେଶ୍ୱର ଅନନ୍ତକାଳ ମୋ' ଚିତ୍ତର ବଳ ଓ +\q ମୋହର ବାଣ୍ଟ ସ୍ୱରୂପ ଅଟନ୍ତି । +\q +\s5 +\v 27 କାରଣ ଦେଖ, ତୁମ୍ଭଠାରୁ ଦୂରରେ ଥିବା ଲୋକମାନେ +\q ବିନଷ୍ଟ ହେବେ; +\q ତୁମ୍ଭଙ୍କୁ ଛାଡ଼ି ବ୍ୟଭିଚାର କରିବା ଲୋକ ସମସ୍ତଙ୍କୁ ତୁମ୍ଭେ +\q ଉଚ୍ଛିନ୍ନ କରିଅଛ । +\q +\v 28 ମାତ୍ର ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାର +\q ମୋହର ମଙ୍ଗଳ; +\q ମୁଁ ତୁମ୍ଭର ସକଳ କର୍ମ ବର୍ଣ୍ଣନା କରିବା ପାଇଁ ପ୍ରଭୁ +\q ସଦାପ୍ରଭୁଙ୍କୁ ଆପଣାର ଆଶ୍ରୟ ସ୍ୱରୂପ କରିଅଛି । + +\s5 +\c 74 +\s ଜାତିର ମୁକ୍ତି ପାଇଁ ପ୍ରାର୍ଥନା +\d ଆସଫର ମସ୍କୀଲ୍‍ । +\b +\q +\v 1 ହେ ପରମେଶ୍ୱର, ତୁମ୍ଭେ କାହିଁକି +\q ଆମ୍ଭମାନଙ୍କୁ ସଦାକାଳ ପରିତ୍ୟାଗ କରିଅଛ ? +\q ତୁମ୍ଭ ଚରାସ୍ଥାନର ମେଷଗଣ ବିରୁଦ୍ଧରେ କାହିଁକି ତୁମ୍ଭ +\q କ୍ରୋଧାନଳର ଧୂମ ଉଠୁଅଛି ? +\q +\v 2 ପୂର୍ବକାଳରେ ଯାହାକୁ ତୁମ୍ଭେ କିଣିଅଛ, ତୁମ୍ଭେ ଯାହାକୁ +\q ଆପଣା ଅଧିକାରର ବଂଶ ହେବା ପାଇଁ ମୁକ୍ତ କରିଅଛ, +\q ତୁମ୍ଭର ସେହି ମଣ୍ଡଳୀକୁ ଓ ତୁମ୍ଭର ବାସସ୍ଥାନ ସିୟୋନ +\q ପର୍ବତକୁ ସ୍ମରଣ କର । +\q +\s5 +\v 3 ଏହି ଚିରକାଳୀନ କାନ୍ଥଡ଼ା ଆଡ଼େ ଆପଣା ଚରଣ +\q ପକାଅ, +\q ଶତ୍ରୁ ଧର୍ମଧାମରେ ସବୁ ନାଶ କରିଅଛି । +\q +\v 4 ତୁମ୍ଭର ବିପକ୍ଷଗଣ ତୁମ୍ଭ ସମାଗମ-ସ୍ଥାନ ମଧ୍ୟରେ +\q ଗର୍ଜ୍ଜନ କରିଅଛନ୍ତି; +\q ସେମାନେ ଚିହ୍ନ ନିମନ୍ତେ ଆପଣାମାନଙ୍କ ଧ୍ୱଜା ସ୍ଥାପନ +\q କରିଅଛନ୍ତି । +\q +\v 5 ନିବିଡ଼ ଅରଣ୍ୟରେ କୁହ୍ରାଡ଼ି ଉଠାଇବା ଲୋକମାନଙ୍କ +\q ପରି ସେମାନେ ଦେଖା ଗଲେ । +\q +\v 6 ପୁଣି, ଏବେ ସେମାନେ ଟାଙ୍ଗିଆ ଓ ହାତୁଡ଼ି ଦ୍ୱାରା +\q ଏକାବେଳେ ତହିଁର ଖୋଦିତ କର୍ମସବୁ ଭାଙ୍ଗି ପକାନ୍ତି । +\q +\s5 +\v 7 ସେମାନେ ତୁମ୍ଭ ଧର୍ମଧାମରେ ଅଗ୍ନି ଲଗାଇ ଅଛନ୍ତି; +\q ସେମାନେ ତୁମ୍ଭ ନାମର ବାସସ୍ଥାନକୁ ଅଶୁଚି କରି ଭୂମିସାତ୍‍ +\q କରିଅଛନ୍ତି । +\q +\v 8 ସେମାନେ ମନେ ମନେ କହିଲେ, ଆମ୍ଭେମାନେ +\q ଏକାବେଳେ ସେମାନଙ୍କୁ ଉଚ୍ଛିନ୍ନ କରୁ; +\q ସେମାନେ ଦେଶ ମଧ୍ୟରେ ପରମେଶ୍ୱରଙ୍କର ସକଳ +\q ସମାଗମ-ସ୍ଥାନ ଦଗ୍‍ଧ କରିଅଛନ୍ତି । +\q +\s5 +\v 9 ଆମ୍ଭେମାନେ ନିଜ ଚିହ୍ନସବୁ ଦେଖୁ ନାହୁଁ; କୌଣସି +\q ଭବିଷ୍ୟଦ୍‍ବକ୍ତା ଆଉ ନାହିଁ; +\q କିଅବା ଏପରି କେତେ କାଳ ହେବ, ଏହା ଜାଣିବା ଲୋକ +\q ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ । +\q +\v 10 ହେ ପରମେଶ୍ୱର, ବିପକ୍ଷ କେତେ କାଳ ନିନ୍ଦା କରିବ ? +\q ଶତ୍ରୁ କି ସଦାକାଳ ତୁମ୍ଭ ନାମ ନିନ୍ଦା କରିବ ? +\q +\v 11 ତୁମ୍ଭେ ଆପଣା ହସ୍ତ, ଆପଣା ଦକ୍ଷିଣ ହସ୍ତ କାହିଁକି +\q ସଂକୋଚି ରଖୁଅଛ ? ଆପଣା ବକ୍ଷଃସ୍ଥଳରୁ ତାହା ବାହାର +\q କରି ସେମାନଙ୍କୁ ସଂହାର କର । +\q +\s5 +\v 12 ତଥାପି ପୃଥିବୀ ମଧ୍ୟରେ ପରିତ୍ରାଣ ସାଧନକାରୀ +\q ପରମେଶ୍ୱର ପୂର୍ବରୁ ଆମ୍ଭର ରାଜା ଅଟନ୍ତି । +\q +\v 13 ତୁମ୍ଭେ ଆପଣା ପରାକ୍ରମରେ ସମୁଦ୍ରକୁ ଦୁଇ ଭାଗ +\q କଲ; +\q ତୁମ୍ଭେ ଜଳରେ ନାଗଗଣର ମସ୍ତକ ଭାଙ୍ଗି ପକାଇଲ; +\q +\s5 +\v 14 ତୁମ୍ଭେ ଲିବିୟାଥନର ମସ୍ତକ ଖଣ୍ଡ ଖଣ୍ଡ କରି ଭାଙ୍ଗି +\q ପକାଇଲ, ତୁମ୍ଭେ ମରୁଭୂମିନିବାସୀମାନଙ୍କ ଖାଦ୍ୟ ନିମନ୍ତେ +\q ତାହାକୁ ଦେଲ । +\q +\v 15 ତୁମ୍ଭେ ନିର୍ଝର ଓ ପ୍ଲାବନକୁ ବିଭକ୍ତ କଲ; ତୁମ୍ଭେ +\q ମହାନଦୀସବୁ ଶୁଷ୍କ କଲ । +\q +\s5 +\v 16 ଦିବସ ତୁମ୍ଭର, ରାତ୍ରି ହିଁ ତୁମ୍ଭର; ତୁମ୍ଭେ ଦୀପ୍ତି ଓ +\q ସୂର୍ଯ୍ୟ ପ୍ରସ୍ତୁତ କରିଅଛ । +\q +\v 17 ତୁମ୍ଭେ ପୃଥିବୀର ସମସ୍ତ ସୀମା ସ୍ଥାପନ କରିଅଛ; +\q ତୁମ୍ଭେ ଗ୍ରୀଷ୍ମକାଳ ଓ ଶୀତକାଳ ସୃଷ୍ଟି କରିଅଛ । +\q +\s5 +\v 18 ହେ ସଦାପ୍ରଭୁ, ଶତ୍ରୁ ଧିକ୍‍କାର କରିଅଛି ଓ ମୂଢ଼ +\q ଗୋଷ୍ଠୀୟମାନେ ତୁମ୍ଭ ନାମର ନିନ୍ଦା କରିଅଛନ୍ତି, ଏହା ସ୍ମରଣ +\q କର । +\q +\v 19 ତୁମ୍ଭ ଘୁଘୁର ପ୍ରାଣ ବନ୍ୟ ପଶୁକୁ ସମର୍ପଣ କର +\q ନାହିଁ, +\q ଆପଣା ଦୁଃଖୀ ଲୋକର ପ୍ରାଣ ଚିରକାଳ ବିସ୍ମୃତ ହୁଅ +\q ନାହିଁ । +\q +\s5 +\v 20 ନିୟମ ପ୍ରତି ଦୃଷ୍ଟି ରଖ; +\q କାରଣ ପୃଥିବୀର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ୟର +\q ବସତିରେ ପରିପୂର୍ଣ୍ଣ । +\q +\v 21 ଉପଦ୍ରବଗ୍ରସ୍ତ ଲୋକ ଲଜ୍ଜିତ ହୋଇ ଫେରି ନ ଯାଉ ! +\q ଦରିଦ୍ର ଓ ଦୀନହୀନ ତୁମ୍ଭ ନାମର ପ୍ରଶଂସା କରନ୍ତୁ । +\q +\s5 +\v 22 ହେ ପରମେଶ୍ୱର, ଉଠ, ଆପଣାର ବିବାଦ ନିଷ୍ପନ୍ନ +\q କର; +\q ମୂଢ଼ ଲୋକ କିପରି ସାରାଦିନ ତୁମ୍ଭଙ୍କୁ ଧିକ୍‍କାର କରୁଅଛି, +\q ସ୍ମରଣ କର । +\q +\v 23 ତୁମ୍ଭ ବିପକ୍ଷଗଣର ରବ ବିସ୍ମୃତ ହୁଅ ନାହିଁ; +\q ତୁମ୍ଭ ବିରୁଦ୍ଧରେ ଉତ୍‍ଥିତ ଲୋକମାନଙ୍କର କଳହ ନିରନ୍ତର +\q ଉଠୁଅଛି । + +\s5 +\c 75 +\s ପରମେଶ୍ୱର ବିଚାରକର୍ତ୍ତା +\d ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ; ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଆସଫର ଗୀତ । +\b +\q +\v 1 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ +\q ଦେଉଅଛୁ; +\q ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ ଦେଉଅଛୁ, କାରଣ ତୁମ୍ଭ +\q ନାମ ନିକଟବର୍ତ୍ତୀ; +\q ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରନ୍ତି । +\q +\v 2 ଆମ୍ଭେ ନିରୂପିତ ସମୟ ପ୍ରାପ୍ତ ହେଲେ ଯଥାର୍ଥ ରୂପେ +\q ବିଚାର କରିବା । +\q +\v 3 ପୃଥିବୀ ଓ ତନ୍ନିବାସୀ ସମସ୍ତେ ତରଳି ଯାଉଅଛନ୍ତି; +\q ଆମ୍ଭେ ତହିଁର ସ୍ତମ୍ଭସକଳ ସ୍ଥାପନ କରିଅଛୁ । +\q [ସେଲା] +\q +\s5 +\v 4 ଆମ୍ଭେ ଗର୍ବୀକୁ କହିଲୁ, "ଗର୍ବାଚରଣ କର ନାହିଁ"; +\q ଆମ୍ଭେ ଦୁଷ୍ଟକୁ କହିଲୁ, "ଶୃଙ୍ଗ ଉଠାଅ ନାହିଁ; +\q +\v 5 ତୁମ୍ଭମାନଙ୍କ ଶୃଙ୍ଗ ଊର୍ଦ୍ଧ୍ୱକୁ ଉଠାଅ ନାହିଁ; +\q ଶକ୍ତଗ୍ରୀବ ହୋଇ କଥା କୁହ ନାହିଁ ।" +\q +\v 6 କାରଣ ପୂର୍ବ ଦିଗରୁ, କିମ୍ବା ପଶ୍ଚିମ ଦିଗରୁ, କିଅବା +\q ଦକ୍ଷିଣ ଦିଗରୁ ଉନ୍ନତି ଆସେ ନାହିଁ । +\q +\s5 +\v 7 ମାତ୍ର ପରମେଶ୍ୱର ବିଚାରକର୍ତ୍ତା ଅଟନ୍ତି; +\q ସେ ଏକକୁ ଅବନତ ଓ ଅନ୍ୟକୁ ଉନ୍ନତ କରନ୍ତି । +\q +\v 8 ଯେହେତୁ ସଦାପ୍ରଭୁଙ୍କ ହସ୍ତରେ ଏକ ପାନପାତ୍ର ଅଛି +\q ଓ ଦ୍ରାକ୍ଷାରସରୁ ଫେଣ ବାହାରୁ ଅଛି; +\q ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳି ଦିଅନ୍ତି; +\q ନିଶ୍ଚୟ ପୃଥିବୀର ଦୁଷ୍ଟଲୋକ ସମସ୍ତେ ତହିଁର ଖାଦ ନିଗାଡ଼ି +\q ପିଇବେ । +\q +\s5 +\v 9 ମାତ୍ର ମୁଁ ସଦାକାଳ ପ୍ରଚାର କରିବି, +\q ମୁଁ ଯାକୁବର ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି । +\q +\v 10 "ଆମ୍ଭେ ଦୁଷ୍ଟମାନଙ୍କ ଶୃଙ୍ଗସବୁ କାଟି ପକାଇବା । +\q ମାତ୍ର ଧାର୍ମିକମାନଙ୍କ ଶୃଙ୍ଗ ଉଚ୍ଚୀକୃତ ହେବ ।" + +\s5 +\c 76 +\s ବିଜୟୀ ପରମେଶ୍ୱର +\d ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ; ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ । +\b +\q +\v 1 ପରମେଶ୍ୱର ଯିହୂଦା ମଧ୍ୟରେ ପରିଚିତ ଅଟନ୍ତି; +\q ଇସ୍ରାଏଲ ମଧ୍ୟରେ ତାହାଙ୍କ ନାମ ମହତ । +\q +\v 2 ମଧ୍ୟ ଶାଲେମ୍‍ରେ ତାହାଙ୍କର ଆବାସ ଓ ସିୟୋନରେ +\q ତାହାଙ୍କର ବାସସ୍ଥାନ । +\q +\v 3 ସେଠାରେ ସେ ଧନୁତୀରସବୁ, ଢାଲ, ଖଡ଼୍‍ଗ ଓ +\q ଯୁଦ୍ଧ ଭଙ୍ଗ କଲେ । +\q [ସେଲା] +\q +\s5 +\v 4 ମୃଗୟାର ପର୍ବତଗଣଠାରୁ ତୁମ୍ଭେ ତେଜୋମୟ ଓ +\q ମହିମାନ୍ୱିତ । +\q +\v 5 ସାହସିକଚିତ୍ତମାନେ ଲୁଟିତ ହୋଇଅଛନ୍ତି, ସେମାନେ +\q ନିଦ୍ରାରେ ନିଦ୍ରିତ ହୋଇଅଛନ୍ତି; +\q ପୁଣି, ବୀରମାନଙ୍କ ମଧ୍ୟରୁ କେହି ଆପଣା ହସ୍ତ ପାଇ +\q ନାହିଁ । +\q +\s5 +\v 6 ହେ ଯାକୁବର ପରମେଶ୍ୱର, ତୁମ୍ଭ ତର୍ଜ୍ଜନରେ ରଥ ଓ +\q ଅଶ୍ୱ ମହାନିଦ୍ରିତ ହୋଇଅଛନ୍ତି । +\q +\v 7 ତୁମ୍ଭେ, ତୁମ୍ଭେ ହିଁ ଭୟପାତ୍ର +\q ଓ ତୁମ୍ଭେ ଥରେ କ୍ରୁଦ୍ଧ ହେଲେ କିଏ ତୁମ୍ଭ ସାକ୍ଷାତରେ +\q ଠିଆ ହୋଇ ପାରିବ ? +\q +\s5 +\v 8 ତୁମ୍ଭେ ସ୍ୱର୍ଗରୁ ବିଚାରାଜ୍ଞା ଶୁଣାଇଲ; +\q ପରମେଶ୍ୱର ପୃଥିବୀର ନମ୍ର ଲୋକମାନଙ୍କୁ ପରିତ୍ରାଣ +\q କରିବା ପାଇଁ +\q +\v 9 ବିଚାର କରିବାକୁ ଉଠିବା ବେଳେ ପୃଥିବୀ ଭୀତ ଓ +\q ନୀରବ ହେଲା । +\q [ସେଲା] +\q +\s5 +\v 10 ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ; +\q ତୁମ୍ଭେ କ୍ରୋଧର ଅବଶେଷ ଦ୍ୱାରା ଆପଣା କଟିବନ୍ଧନ +\q କରିବ । +\q +\s5 +\v 11 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ +\q ମାନତ କରି ପୂର୍ଣ୍ଣ କର; +\q ଯେ ଭୟପାତ୍ର, ତାହାଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତେ ତାହାଙ୍କ +\q ନିକଟକୁ ଦର୍ଶନୀ ଆଣନ୍ତୁ । +\q +\v 12 ସେ ଅଧିପତିମାନଙ୍କ ଗର୍ବ ଖର୍ବ କରନ୍ତି; +\q ସେ ଭୂପତିମାନଙ୍କ ପ୍ରତି ଭୟଙ୍କର ଅଟନ୍ତି । + +\s5 +\c 77 +\s ଦୁର୍ଦ୍ଦଶା ସମୟରେ ଆଶ୍ୱାସନା +\d ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନର ରୀତି ଅନୁସାରେ ଆସଫର ଗୀତ । +\b +\q +\v 1 ମୁଁ ପରମେଶ୍ୱରଙ୍କ ନିକଟରେ ସ୍ୱରବରେ କାକୂକ୍ତି କରିବି; +\q ପରମେଶ୍ୱରଙ୍କ ନିକଟରେ ହିଁ ସ୍ୱରବରେ କାକୂକ୍ତି କରିବି, +\q ତହିଁରେ ସେ ମୋ' ପ୍ରତି କର୍ଣ୍ଣପାତ କରିବେ । +\q +\s5 +\v 2 ମୁଁ ଆପଣା ସଙ୍କଟ ଦିନରେ ପ୍ରଭୁଙ୍କୁ ଅନ୍ୱେଷଣ କଲି; +\q ରାତ୍ରିକାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଙ୍କୁଚିତ +\q ନୋହିଲା; +\q ମୋହର ପ୍ରାଣ ପ୍ରବୋଧ ମାନିବାକୁ ଅସମ୍ମତ ହେଲା । +\q +\v 3 ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି ଅସ୍ଥିର ହେଉଅଛି; +\q ଭାବନା କରି କରି ମୋହର ଆତ୍ମା ମୂର୍ଚ୍ଛିତ ହୁଏ । +\q [ସେଲା] +\q +\s5 +\v 4 ତୁମ୍ଭେ ମୋ' ଚକ୍ଷୁକୁ ଉଜାଗର କରି ରଖୁଅଛ; ମୁଁ +\q ଏପରି ବ୍ୟାକୁଳ ଯେ, କଥା କହି ପାରୁ ନାହିଁ । +\q +\v 5 ମୁଁ ପୂର୍ବକାଳର ଦିନସବୁ, ପୁରାତନ କାଳର ବର୍ଷସବୁ +\q ଭାବନା କରିଅଛି । +\q +\s5 +\v 6 ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି; +\q ମୁଁ ଆପଣା ମନେ ମନେ ଧ୍ୟାନ କରୁଅଛି; +\q ପୁଣି, ମୋହର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା । +\q +\v 7 ପ୍ରଭୁ କ'ଣ ସଦାକାଳ ପରିତ୍ୟାଗ କରିବେ ? +\q ସେ କ'ଣ ଆଉ ସୁପ୍ରସନ୍ନ ହେବେ ନାହିଁ ? +\q +\s5 +\v 8 ତାହାଙ୍କ ଦୟା କ'ଣ ଚିରକାଳ ଲୁପ୍ତ ହେଲା ? ତାହାଙ୍କ +\q ପ୍ରତିଜ୍ଞା କ'ଣ ଚିରକାଳ ବିଫଳ ହୁଏ ? +\q +\v 9 ପରମେଶ୍ୱର କ'ଣ କୃପାମୟ ହେବାକୁ ପାସୋରି +\q ଅଛନ୍ତି ? +\q ସେ କ'ଣ କ୍ରୋଧରେ ଆପଣା କରୁଣା ରୁଦ୍ଧ କରିଅଛନ୍ତି ? +\q [ସେଲା] +\q +\s5 +\v 10 ତହୁଁ ମୁଁ କହିଲି, "ଏହା ହିଁ ମୋହର ଦୁର୍ବଳତା; +\q ମାତ୍ର ମୁଁ ସର୍ବୋପରିସ୍ଥଙ୍କ ଦକ୍ଷିଣ ହସ୍ତର ବର୍ଷସକଳ ସ୍ମରଣ +\q କରିବି ।" +\q +\s5 +\v 11 ମୁଁ ସଦାପ୍ରଭୁଙ୍କ କର୍ମସବୁ ଉଲ୍ଲେଖ କରିବି; ମୁଁ +\q ପୂର୍ବକାଳର ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାସବୁ ସ୍ମରଣ କରିବି । +\q +\v 12 ମୁଁ ତୁମ୍ଭର ସମସ୍ତ କର୍ମ ଚିନ୍ତା କରିବି ଓ ତୁମ୍ଭର +\q କ୍ରିୟାସକଳ ଧ୍ୟାନ କରିବି । +\q +\s5 +\v 13 ହେ ପରମେଶ୍ୱର, ପବିତ୍ରତାରେ ତୁମ୍ଭର ପଥ ଥାଏ; +\q ପରମେଶ୍ୱରଙ୍କ ତୁଲ୍ୟ ମହାନ ପରମେଶ୍ୱର କିଏ ? +\q +\v 14 ତୁମ୍ଭେ ଆଶ୍ଚର୍ଯ୍ୟକର୍ମକର୍ତ୍ତା ପରମେଶ୍ୱର; +\q ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ +\q କରିଅଛ । +\q +\v 15 ତୁମ୍ଭେ ନିଜ ବାହୁରେ ଆପଣା ଲୋକଙ୍କୁ, ଯାକୁବ +\q ଓ ଯୋଷେଫର ସନ୍ତାନଗଣକୁ ମୁକ୍ତ କରିଅଛ । +\q +\s5 +\v 16 ହେ ପରମେଶ୍ୱର, ଜଳରାଶି ତୁମ୍ଭଙ୍କୁ ଦେଖିଲା, +\q ଜଳରାଶି ତୁମ୍ଭଙ୍କୁ ଦେଖି ଭୀତ ହେଲା; ମଧ୍ୟ ବାରିଧି +\q କମ୍ପିତ ହେଲା । +\q +\v 17 ମେଘମାଳ ଜଳବୃଷ୍ଟି କଲେ, ଆକାଶ ଗର୍ଜ୍ଜନ କଲା; +\q ମଧ୍ୟ ତୁମ୍ଭର ତୀରସବୁ ବ୍ୟାପ୍ତ ହେଲା । +\q +\s5 +\v 18 ଘୂର୍ଣ୍ଣିବାୟୁରେ ତୁମ୍ଭର ବଜ୍ରଧ୍ୱନି ହେଲା; +\q ବିଜୁଳି ଜଗତକୁ ଆଲୁଅମୟ କଲା; +\q ପୃଥିବୀ କମ୍ପିତ ଓ ଥରହର ହେଲା । +\q +\v 19 ସମୁଦ୍ରରେ ତୁମ୍ଭର ପଥ ଓ ମହାଜଳରାଶିରେ ତୁମ୍ଭର +\q ମାର୍ଗ ଥିଲା, ପୁଣି, ତୁମ୍ଭର ପଦଚିହ୍ନ ଜଣା ନୋହିଲା । +\q +\v 20 ତୁମ୍ଭେ ମୋଶା ଓ ହାରୋଣର ହସ୍ତ ଦ୍ୱାରା ଆପଣା +\q ଲୋକମାନଙ୍କୁ ମେଷପଲ ପରି ଚଳାଇଲ । + +\s5 +\c 78 +\s ପରମେଶ୍ୱର ଓ ତାହାଙ୍କ ଲୋକମାନେ +\d ଆସଫର ମସ୍କୀଲ୍‍ । +\b +\q +\v 1 ହେ ମୋହର ଲୋକମାନେ, ମୋହର +\q ବ୍ୟବସ୍ଥା ଶୁଣ; +\q ମୋ' ମୁଖର ବାକ୍ୟରେ କର୍ଣ୍ଣପାତ କର । +\q +\v 2 ମୁଁ ଦୃଷ୍ଟାନ୍ତ-କଥାରେ ଆପଣା ମୁଖ ଫିଟାଇବି; +\q ମୁଁ ପୂର୍ବକାଳର ଗୂଢ଼ ବାକ୍ୟସବୁ ପ୍ରକାଶ କରିବି; +\q +\s5 +\v 3 ଆମ୍ଭେମାନେ ତାହାସବୁ ଶୁଣି ଜାଣିଅଛୁ ଓ ଆମ୍ଭମାନଙ୍କ +\q ପିତୃଗଣ ଆମ୍ଭମାନଙ୍କୁ ଜଣାଇଅଛନ୍ତି । +\q +\v 4 ଆମ୍ଭେମାନେ ତାହାସବୁ ସେମାନଙ୍କ ସନ୍ତାନଗଣ- +\q ଠାରୁ ଗୁପ୍ତ ରଖିବା ନାହିଁ, +\q ଆସନ୍ତା ପୁରୁଷ ନିକଟରେ ସଦାପ୍ରଭୁଙ୍କର ପ୍ରଶଂସା ଓ +\q ତାହାଙ୍କର ପରାକ୍ରମ ଓ ତାହାଙ୍କ କୃତ ଆଶ୍ଚର୍ଯ୍ୟ କର୍ମସକଳ +\q ବର୍ଣ୍ଣନା କରିବା । +\q +\s5 +\v 5 କାରଣ ସେ ଯାକୁବ ମଧ୍ୟରେ ଏକ ସାକ୍ଷ୍ୟ ସ୍ଥାପନ +\q କଲେ ଓ ଇସ୍ରାଏଲର ମଧ୍ୟରେ ଏକ ବ୍ୟବସ୍ଥା ନିରୂପଣ କଲେ, +\q ଆପଣା ସନ୍ତାନଗଣକୁ ତାହା ଜଣାଇବା ନିମନ୍ତେ +\q ଆମ୍ଭମାନଙ୍କ ପିତୃଗଣକୁ ଆଜ୍ଞା କଲେ; +\q +\v 6 ଯେପରି ଆସନ୍ତା ପୁରୁଷ, ଅର୍ଥାତ୍‍, ଯେଉଁ ସନ୍ତାନଗଣ +\q ଜାତ ହେବେ, ସେମାନେ ଜାଣିବେ ଓ ଉଠି ଆପଣା ଆପଣା +\q ସନ୍ତାନଗଣକୁ ତାହା ଜଣାଇବେ; +\q +\s5 +\v 7 ତହିଁରେ ସେମାନେ ଯେପରି ପରମେଶ୍ୱରଙ୍କଠାରେ +\q ଭରସା ରଖି ପାରିବେ ଓ ପରମେଶ୍ୱରଙ୍କ କ୍ରିୟାସକଳ +\q ପାସୋରି ନ ଯିବେ, ମାତ୍ର ତାହାଙ୍କ ଆଜ୍ଞାସବୁ ପାଳନ +\q କରିବେ; +\q +\v 8 ପୁଣି, ଆପଣା ପିତୃଗଣ ତୁଲ୍ୟ ଅବାଧ୍ୟ ଓ ବିଦ୍ରୋହୀ +\q ବଂଶ ହେବେ ନାହିଁ; +\q ସେହି ବଂଶ ଆପଣା ଆପଣା ଅନ୍ତଃକରଣ ଯଥାର୍ଥ ରୂପେ +\q ସୁସ୍ଥିର କଲେ ନାହିଁ; +\q ଓ ସେମାନଙ୍କ ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ +\q ଥିଲା । +\q +\s5 +\v 9 ଇଫ୍ରୟିମର ସନ୍ତାନଗଣ ସସଜ୍ଜ ଓ ଧନୁର୍ଦ୍ଧର ହୋଇ +\q ସଂଗ୍ରାମ ଦିନରେ ହଟିଗଲେ । +\q +\v 10 ସେମାନେ ପରମେଶ୍ୱରଙ୍କ ନିୟମ ପାଳନ କଲେ +\q ନାହିଁ ଓ ତାହାଙ୍କ ବ୍ୟବସ୍ଥାନୁସାରେ ଚଳିବା ପାଇଁ ଅସ୍ୱୀକାର +\q କଲେ; +\q +\v 11 ସେମାନେ ତାହାଙ୍କ କାର୍ଯ୍ୟସକଳ, ସେମାନଙ୍କ ପ୍ରତି +\q ପ୍ରକାଶିତ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାସକଳ ଭୁଲି ଗଲେ । +\q +\s5 +\v 12 ସେ ସେମାନଙ୍କ ପିତୃଗଣ ସାକ୍ଷାତରେ ମିସର +\q ଦେଶରେ, ସୋୟନ-ପଦାରେ ନାନା ଆଶ୍ଚର୍ଯ୍ୟ କର୍ମ +\q କଲେ । +\q +\v 13 ସେ ସମୁଦ୍ରକୁ ବିଭକ୍ତ କରି ସେମାନଙ୍କୁ ପାର +\q କରାଇଲେ; +\q ପୁଣି, ସେ ଜଳସମୂହକୁ ରାଶୀ ରୂପେ ଠିଆ କରାଇଲେ । +\q +\v 14 ଦିବସରେ ସେ ମେଘ ଦ୍ୱାରା ଓ ରାତ୍ରିରେ ଅଗ୍ନିତେଜ +\q ଦ୍ୱାରା ସେମାନଙ୍କୁ ପଥ କଢ଼ାଇ ନେଲେ । +\q +\s5 +\v 15 ପ୍ରାନ୍ତରରେ ସେ ଶୈଳମାନଙ୍କୁ ବିଦୀର୍ଣ୍ଣ କଲେ, ପୁଣି, +\q ଯେପରି ଅଗାଧସ୍ଥଳରୁ, ସେପରି ସେମାନଙ୍କୁ ପ୍ରଚୁର ଜଳ +\q ପାନ କରାଇଲେ । +\q +\v 16 ସେ ଶୈଳରୁ ସ୍ରୋତ ବାହାର କଲେ +\q ଓ ନଦୀ ତୁଲ୍ୟ ଜଳ ବହାଇଲେ । +\q +\s5 +\v 17 ତଥାପି ସେମାନେ ତାହାଙ୍କ ବିରୁଦ୍ଧରେ ପାପ କରିବାକୁ +\q ଓ ମରୁଭୂମିରେ ସର୍ବୋପରିସ୍ଥଙ୍କ ପ୍ରତିକୂଳରେ ବିଦ୍ରୋହା- +\q ଚରଣ କରିବାକୁ ନିରସ୍ତ ନୋହିଲେ । +\q +\v 18 ପୁଣି, ସେମାନେ ଆପଣାମାନଙ୍କ ଅଭିଳାଷ +\q ପୂରଣାର୍ଥେ ଭକ୍ଷ୍ୟ ମାଗି ଆପଣା ଆପଣା ମନରେ +\q ପରମେଶ୍ୱରଙ୍କର ପରୀକ୍ଷା କଲେ । +\q +\s5 +\v 19 ହଁ, ସେମାନେ ପରମେଶ୍ୱରଙ୍କ ପ୍ରତିକୂଳରେ କଥା +\q କହିଲେ; +\q ସେମାନେ କହିଲେ, "ପରମେଶ୍ୱର କି ପ୍ରାନ୍ତରରେ ମେଜ +\q ସଜାଇ ପାରିବେ ? +\q +\v 20 ଦେଖ, ସେ ଶୈଳକୁ ଆଘାତ କରନ୍ତେ, ଜଳ ନିର୍ଗତ +\q ହେଲା ଓ ସ୍ରୋତ ପ୍ରବାହିତ ହେଲା; +\q ସେ କି ଅନ୍ନ ହିଁ ଦେଇ ପାରନ୍ତି ? +\q ସେ କି ଆପଣା ଲୋକମାନଙ୍କ ନିମନ୍ତେ ମାଂସ +\q ଯୋଗାଇବେ ?" +\q +\s5 +\v 21 ଏହେତୁ ସଦାପ୍ରଭୁ ଶୁଣି କୋପାନ୍ୱିତ ହେଲେ +\q ଓ ଯାକୁବ ବିରୁଦ୍ଧରେ ଅଗ୍ନି ପ୍ରଜ୍ୱଳିତ ହେଲା ଓ ଇସ୍ରାଏଲ +\q ବିରୁଦ୍ଧରେ ହିଁ କ୍ରୋଧ ଉଠିଲା; +\q +\v 22 କାରଣ ସେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ +\q କଲେ ନାହିଁ +\q ଓ ତାହାଙ୍କ ପରିତ୍ରାଣରେ ନିର୍ଭର ରଖିଲେ ନାହିଁ । +\q +\s5 +\v 23 ତେବେ ହେଁ ସେ ଉପରିସ୍ଥ ମେଘମାଳକୁ ଆଜ୍ଞା କଲେ +\q ଓ ଆକାଶର ଦ୍ୱାର ମୁକ୍ତ କଲେ । +\q +\v 24 ଆଉ, ସେ ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା +\q ବର୍ଷାଇଲେ +\q ଓ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ । +\q +\v 25 ପରାକ୍ରମୀଗଣର ଆହାର ମନୁଷ୍ୟ ଭୋଜନ କଲା; +\q ସେ ସେମାନଙ୍କ ତୃପ୍ତି ପର୍ଯ୍ୟନ୍ତ ଭକ୍ଷ୍ୟ ପଠାଇଲେ । +\q +\s5 +\v 26 ସେ ଆକାଶରେ ପୂର୍ବୀୟ ବାୟୁ ବହାଇଲେ ଓ ନିଜ +\q ପରାକ୍ରମ ଦ୍ୱାରା ଦକ୍ଷିଣ ବାୟୁ ଚଳାଇଲେ । +\q +\v 27 ମଧ୍ୟ ସେ ଧୂଳି ପରି ସେମାନଙ୍କ ଉପରେ ମାଂସ +\q ବର୍ଷାଇଲେ, +\q ପୁଣି, ସମୁଦ୍ରର ବାଲି ପରି ପକ୍ଷୀମାନଙ୍କୁ ବର୍ଷାଇଲେ; +\q +\v 28 ସେ ସେମାନଙ୍କ ଛାଉଣି ମଧ୍ୟରେ, ସେମାନଙ୍କ +\q ଆବାସର ଚତୁର୍ଦ୍ଦିଗରେ ତାହା ବର୍ଷାଇଲେ । +\q +\s5 +\v 29 ତହିଁରେ ସେମାନେ ଭୋଜନ କରି ପରିତୃପ୍ତ ହେଲେ +\q ଓ ସେ ସେମାନଙ୍କ ଅଭିଳାଷିତ ବିଷୟ ସେମାନଙ୍କୁ ପ୍ରଦାନ +\q କଲେ । +\q +\v 30 ଅଭିଳାଷିତ ବିଷୟରୁ ସେମାନଙ୍କ ସ୍ନେହ ଭଙ୍ଗ +\q ନୋହୁଣୁ, +\q ଖାଦ୍ୟ ସେମାନଙ୍କ ମୁଖରେ ଥାଉ ଥାଉ +\q +\s5 +\v 31 ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ପ୍ରତିକୂଳରେ +\q ଉଠିଲା +\q ଓ ସେମାନଙ୍କ ହୃଷ୍ଟପୁଷ୍ଟ ଲୋକଙ୍କ ମଧ୍ୟରୁ ବଧ କଲା, +\q ପୁଣି, ଇସ୍ରାଏଲର ଯୁବାଗଣକୁ ସଂହାର କଲା । +\q +\v 32 ଏସବୁ ହେଲେ ହେଁ ସେମାନେ ପୁନର୍ବାର ପାପ +\q କଲେ +\q ଓ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାରେ ବିଶ୍ୱାସ କଲେ ନାହିଁ । +\q +\s5 +\v 33 ଏହେତୁ ସେ ଅସାରତାରେ ସେମାନଙ୍କ ଦିନ +\q ଓ ବିହ୍ୱଳତାରେ ସେମାନଙ୍କ ବର୍ଷସବୁ କ୍ଷେପଣ +\q କରାଇଲେ, +\q +\v 34 ସେ ସେମାନଙ୍କୁ ବଧ କଲା ବେଳେ ସେମାନେ +\q ତାହାଙ୍କୁ ଖୋଜିଲେ; +\q ଆଉ, ଫେରି ଶୀଘ୍ର ପରମେଶ୍ୱରଙ୍କ ଅନ୍ୱେଷଣ କଲେ । +\q +\s5 +\v 35 ପରମେଶ୍ୱର ଯେ ସେମାନଙ୍କର ଶୈଳ +\q ଓ ସର୍ବୋପରିସ୍ଥ ପରମେଶ୍ୱର ଯେ ସେମାନଙ୍କର +\q ମୁକ୍ତିକର୍ତ୍ତା, ଏହା ସ୍ମରଣ କଲେ । +\q +\v 36 ମାତ୍ର ସେମାନେ ମୁଖରେ ତାହାଙ୍କର ଚାଟୁବାଦ +\q କଲେ +\q ଓ ଜିହ୍ୱାରେ ତାହାଙ୍କ ନିକଟରେ ମିଥ୍ୟା କହିଲେ । +\q +\v 37 କାରଣ ସେମାନଙ୍କ ଅନ୍ତଃକରଣ ତାହାଙ୍କ ପ୍ରତି ସ୍ଥିର +\q ନ ଥିଲା, +\q କିଅବା ସେମାନେ ତାହାଙ୍କ ନିୟମରେ ବିଶ୍ୱସ୍ତ ନ ଥିଲେ । +\q +\s5 +\v 38 ମାତ୍ର ସେ ସ୍ନେହଶୀଳ ହେବାରୁ ସେମାନଙ୍କ ଅପରାଧ +\q କ୍ଷମା କରି ସେମାନଙ୍କୁ ଧ୍ୱଂସ କଲେ ନାହିଁ; +\q ପୁଣି, ସେ ଅନେକ ଥର ଆପଣା କ୍ରୋଧ ସମ୍ବରଣ କରି +\q ଆପଣା କୋପ ଉତ୍ତେଜ କଲେ ନାହିଁ । +\q +\s5 +\v 39 ଆଉ, ସେମାନେ ଯେ ମାଂସମାତ୍ର ଓ ବହିଯାଇ +\q ଫେରି ନ ଆସିବା ବାୟୁ ସ୍ୱରୂପ, ଏହା ସେ ସ୍ମରଣ କଲେ । +\q +\v 40 ସେମାନେ ପ୍ରାନ୍ତର ମଧ୍ୟରେ କେତେ ଥର ତାହାଙ୍କର +\q ବିଦ୍ରୋହୀ ହେଲେ +\q ଓ ମରୁଭୂମିରେ ତାହାଙ୍କୁ ଅସନ୍ତୁଷ୍ଟ କଲେ । +\q +\v 41 ସେମାନେ ପୁନର୍ବାର ବିମୁଖ ହୋଇ ପରମେଶ୍ୱରଙ୍କୁ +\q ପରୀକ୍ଷା କଲେ +\q ଓ ଇସ୍ରାଏଲର ଧର୍ମ ସ୍ୱରୂପଙ୍କୁ ବିରକ୍ତ କଲେ । +\q +\s5 +\v 42 ସେମାନେ ତାହାଙ୍କର ହସ୍ତ ଓ ଯେଉଁ ଦିନ ସେ +\q ବିପକ୍ଷଠାରୁ ସେମାନଙ୍କୁ ମୁକ୍ତ କଲେ, ସେହି ଦିନ +\q +\v 43 ଆଉ, ସେ କିରୂପେ ମିସରରେ ଆପଣା ଚିହ୍ନ ଓ +\q ସୋୟନ-ପଦାରେ ଆପଣାର ଅଦ୍‍ଭୁତ ଲକ୍ଷଣ ସ୍ଥାପନ +\q କଲେ; +\q +\s5 +\v 44 ପୁଣି, ସେମାନଙ୍କର ନଦୀ ଓ ସ୍ରୋତସବୁ ରକ୍ତମୟ +\q କରିବାରୁ ସେମାନେ ପାନ କରି ପାରିଲେ ନାହିଁ, ଏହାସବୁ +\q ସ୍ମରଣ କଲେ ନାହିଁ । +\q +\v 45 ସେ ସେମାନଙ୍କ ମଧ୍ୟକୁ ଦଂଶକଝାଙ୍କ ପଠାଇଲେ, +\q ସେସବୁ ସେମାନଙ୍କୁ ଗ୍ରାସ କଲେ ଓ ବେଙ୍ଗ ପଠାଇଲେ, +\q ସେସବୁ ସେମାନଙ୍କୁ ବିନାଶ କଲେ । +\q +\v 46 ମଧ୍ୟ ସେ କୀଟକୁ ସେମାନଙ୍କ ଭୂମିର ଫଳ ଓ +\q ପଙ୍ଗପାଳକୁ ସେମାନଙ୍କ ପରିଶ୍ରମର ଫଳ ଦେଲେ । +\q +\s5 +\v 47 ସେ ଶିଳା ଦ୍ୱାରା ସେମାନଙ୍କ ଦ୍ରାକ୍ଷାଲତା ଓ ହିମ +\q ଦ୍ୱାରା ସେମାନଙ୍କ ଡିମ୍ବିରି ବୃକ୍ଷ ମାରି ପକାଇଲେ । +\q +\v 48 ଆହୁରି, ସେ ସେମାନଙ୍କ ପଶୁଗଣକୁ ଶିଳାରେ ଓ +\q ସେମାନଙ୍କ ପଲସବୁକୁ ପ୍ରଜ୍ୱଳିତ ବଜ୍ରାଘାତରେ ସମର୍ପଣ +\q କଲେ । +\q +\v 49 ସେ ଆପଣା କ୍ରୋଧର ପ୍ରଚଣ୍ଡତା, କୋପ ଓ ରୋଷ +\q ଓ ସଙ୍କଟରୂପ ଅନିଷ୍ଟର ଦୂତଦଳ ସେମାନଙ୍କ ବିରୁଦ୍ଧରେ +\q ପଠାଇଲେ । +\q +\s5 +\v 50 ସେ ନିଜ କ୍ରୋଧ ପାଇଁ ପଥ ପ୍ରସ୍ତୁତ କଲେ, ସେ +\q ମୃତ୍ୟୁରୁ ସେମାନଙ୍କ ପ୍ରାଣ ରକ୍ଷା କଲେ ନାହିଁ, ମାତ୍ର +\q ମହାମାରୀରେ ସେମାନଙ୍କ ଜୀବନ ସମର୍ପଣ କଲେ; +\q +\v 51 ସେ ମିସରରେ ପ୍ରଥମଜାତ ସମସ୍ତଙ୍କୁ, ହାମ୍‍ର +\q ତମ୍ବୁରେ ସେମାନଙ୍କ ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ; +\q +\s5 +\v 52 ମାତ୍ର ସେ ଆପଣା ଲୋକମାନଙ୍କୁ ମେଷଗଣ ତୁଲ୍ୟ +\q ଚଳାଇଲେ +\q ଓ ପ୍ରାନ୍ତରରେ ସେମାନଙ୍କୁ ପଲ ପରି କଢ଼ାଇ ନେଲେ । +\q +\v 53 ପୁଣି, ସେ ସେମାନଙ୍କୁ ନିରାପଦରେ ଚଳାଇଲେ, +\q ତେଣୁ ସେମାନେ ଉଦ୍‍ବିଗ୍ନ ନୋହିଲେ, +\q ମାତ୍ର ସମୁଦ୍ର ସେମାନଙ୍କ ଶତ୍ରୁଗଣକୁ ମଗ୍ନ କଲା । +\q +\s5 +\v 54 ଆଉ, ସେ ସେମାନଙ୍କୁ ଆପଣା ପବିତ୍ର ସୀମାକୁ +\q ଓ ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଲବ୍ଧ ଏହି ପର୍ବତକୁ ଆଣିଲେ । +\q +\v 55 ଆହୁରି, ସେ ସେମାନଙ୍କ ଆଗରୁ ଗୋଷ୍ଠୀୟବର୍ଗଙ୍କୁ +\q ତଡ଼ି ଦେଲେ +\q ଓ ଅଧିକାରାର୍ଥେ ପରିମାପକ ରଜ୍ଜୁ ଦ୍ୱାରା ସେମାନଙ୍କୁ +\q ବିଭାଗ କରି ଦେଲେ +\q ଓ ଇସ୍ରାଏଲ ଗୋଷ୍ଠୀବର୍ଗକୁ ସେମାନଙ୍କ ତମ୍ବୁରେ ବାସ +\q କରାଇଲେ । +\q +\s5 +\v 56 ତଥାପି ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ +\q ପରୀକ୍ଷା କରି ତାହାଙ୍କର ବିଦ୍ରୋହୀ ହେଲେ +\q ଓ ତାହାଙ୍କର ପ୍ରମାଣ-ବାକ୍ୟସବୁ ପାଳନ କଲେ ନାହିଁ; +\q +\v 57 ମାତ୍ର ବିମୁଖ ହୋଇ ଆପଣା ପୂର୍ବପୁରୁଷଗଣ ତୁଲ୍ୟ +\q ବିଶ୍ୱାସଘାତକତା କଲେ; +\q ସେମାନେ ପ୍ରବଞ୍ଚକ ଧନୁ ତୁଲ୍ୟ ଲକ୍ଷ୍ୟ ହୁଡ଼ିଲେ । +\q +\s5 +\v 58 କାରଣ ସେମାନେ ଆପଣାମାନଙ୍କ ଉଚ୍ଚସ୍ଥଳୀ ଦ୍ୱାରା +\q ତାହାଙ୍କୁ ବିରକ୍ତ କଲେ । +\q ଓ ଆପଣାମାନଙ୍କ ଖୋଦିତ ପ୍ରତିମା ଦ୍ୱାରା ତାହାଙ୍କର +\q ଅନ୍ତର୍ଜ୍ୱାଳା ଜନ୍ମାଇଲେ । +\q +\v 59 ପରମେଶ୍ୱର ଏହା ଶୁଣି କୋପାନ୍ୱିତ ହେଲେ ଓ +\q ଇସ୍ରାଏଲକୁ ଅତିଶୟ ଘୃଣା କଲେ; +\q +\s5 +\v 60 ଏପରିକି, ସେ ଶୀଲୋସ୍ଥିତ ଆବାସ ଓ +\q ମନୁଷ୍ୟମାନଙ୍କ ମଧ୍ୟରେ ଆପଣାର ସ୍ଥାପିତ ତମ୍ବୁ ପରିତ୍ୟାଗ +\q କଲେ । +\q +\v 61 ପୁଣି, ସେ ବନ୍ଦୀତ୍ୱରେ ଆପଣା ପରାକ୍ରମ ଓ ବିପକ୍ଷ +\q ହସ୍ତରେ ଆପଣା ଗୌରବ ସମର୍ପଣ କଲେ । +\q +\s5 +\v 62 ସେ ଆପଣା ଲୋକମାନଙ୍କୁ ମଧ୍ୟ ଖଡ଼୍‍ଗରେ ସମର୍ପି +\q ଦେଲେ +\q ଓ ଆପଣା ଅଧିକାର ପ୍ରତି କ୍ରୁଦ୍ଧ ହେଲେ । +\q +\v 63 ଅଗ୍ନି ସେମାନଙ୍କ ଯୁବାଗଣକୁ ଗ୍ରାସ କଲା +\q ଓ ସେମାନଙ୍କ କନ୍ୟାଗଣର ବିବାହ-ଗୀତ ହେଲା +\q ନାହିଁ । +\q +\s5 +\v 64 ସେମାନଙ୍କ ଯାଜକଗଣ ଖଡ଼୍‍ଗରେ ପତିତ ହେଲେ +\q ଓ ସେମାନଙ୍କ ବିଧବାଗଣ କିଛି ବିଳାପ କଲେ ନାହିଁ । +\q +\v 65 ସେତେବେଳେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକ ପରି, +\q ମଦିରା ହେତୁ ହର୍ଷନାଦକାରୀ ବୀର ପରି ଉଠିଲେ । +\q +\v 66 ଆଉ, ସେ ଆପଣା ବିପକ୍ଷଗଣକୁ ପ୍ରହାର କରି +\q ହଟାଇ ଦେଲେ; +\q ସେ ସେମାନଙ୍କୁ ଚିରକାଳ ନିନ୍ଦାପାତ୍ର କଲେ । +\q +\s5 +\v 67 ଆହୁରି, ସେ ଯୋଷେଫର ତମ୍ବୁ ଅଗ୍ରାହ୍ୟ କଲେ ଓ +\q ଇଫ୍ରୟିମ ଗୋଷ୍ଠୀକି ମନୋନୀତ କଲେ ନାହିଁ । +\q +\v 68 ମାତ୍ର ଯିହୂଦା ଗୋଷ୍ଠୀକୁ, ଆପଣାର ପ୍ରିୟ ସିୟୋନ +\q ପର୍ବତକୁ ମନୋନୀତ କଲେ । +\q +\v 69 ଆଉ, ସେ ଉଚ୍ଚ ଗଗନ ତୁଲ୍ୟ ଓ ଅନନ୍ତକାଳ +\q ନିମନ୍ତେ ଆପଣା ସ୍ଥାପିତ ପୃଥିବୀ ତୁଲ୍ୟ ଆପଣା ଧର୍ମଧାମ +\q ନିର୍ମାଣ କଲେ । +\q +\s5 +\v 70 ଆହୁରି, ସେ ଆପଣା ଦାସ ଦାଉଦଙ୍କୁ ମନୋନୀତ +\q କଲେ +\q ଓ ମେଷଖୁଆଡ଼ରୁ ତାଙ୍କୁ ଗ୍ରହଣ କଲେ । +\q +\v 71 ସେ ଆପଣା ଲୋକ ଯାକୁବକୁ ଓ ଆପଣା ଅଧିକାର +\q ଇସ୍ରାଏଲକୁ ପ୍ରତିପାଳନ କରିବା ନିମନ୍ତେ ସ୍ତନ୍ୟଦାୟିନୀ +\q ମେଷୀଗଣ ପଛରୁ ତାଙ୍କୁ ଆଣିଲେ । +\q +\v 72 ତହିଁରେ ସେ ଆପଣା ଅନ୍ତଃକରଣର ସରଳତାନୁସାରେ ସେମାନଙ୍କୁ ପ୍ରତିପାଳନ କଲେ +\q ଓ ଆପଣା ହସ୍ତର ନିପୁଣତାରେ ସେମାନଙ୍କୁ ଚଳାଇଲେ । + +\s5 +\c 79 +\s ଜାତିର ମୁକ୍ତି ପାଇଁ ପ୍ରାର୍ଥନା +\d ଆସଫର ଗୀତ । +\b +\q +\v 1 ହେ ପରମେଶ୍ୱର, ଅନ୍ୟ ଦେଶୀୟମାନେ +\q ତୁମ୍ଭ ଅଧିକାରରେ ପ୍ରବେଶ କରିଅଛନ୍ତି; +\q ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଅଛନ୍ତି; +\q ସେମାନେ ଯିରୂଶାଲମକୁ କାନ୍ଥଡ଼ାର ଢିପି କରିଅଛନ୍ତି । +\q +\v 2 ସେମାନେ ତୁମ୍ଭ ଦାସଗଣର ଶବ ଭକ୍ଷ୍ୟ ନିମନ୍ତେ +\q ଖେଚର ପକ୍ଷୀଗଣକୁ ଦେଇଅଛନ୍ତି, +\q ତୁମ୍ଭ ସଦ୍‍ଭକ୍ତମାନଙ୍କ ମାଂସ ଭୂଚର ପଶୁଗଣକୁ +\q ଦେଇଅଛନ୍ତି । +\q +\v 3 ସେମାନଙ୍କର ରକ୍ତ ଯିରୂଶାଲମର ଚତୁର୍ଦ୍ଦିଗରେ +\q ସେମାନେ ଜଳ ପରି ଢାଳିଅଛନ୍ତି +\q ଓ ସେମାନଙ୍କୁ କବର ଦେବା ପାଇଁ କେହି ନ ଥିଲା । +\q +\s5 +\v 4 ଆମ୍ଭେମାନେ ପ୍ରତିବାସୀଗଣ ନିକଟରେ ନିନ୍ଦାର ବିଷୟ, +\q ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କ ନିକଟରେ ଟାହୁଲି +\q ଓ ପରିହାସର ପାତ୍ର ହୋଇଅଛୁ । +\q +\v 5 ହେ ସଦାପ୍ରଭୁ, କେତେ କାଳ, ତୁମ୍ଭେ କି ସଦାକାଳ +\q କ୍ରୁଦ୍ଧ ହେବ ? +\q ତୁମ୍ଭର ଅନ୍ତର୍ଜ୍ୱାଳା କି ଅଗ୍ନି ପରି ଜ୍ୱଳିବ ? +\q +\s5 +\v 6 ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁ ଓ +\q ଯେଉଁ ରାଜ୍ୟସମୂହ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ, +\q ସେମାନଙ୍କ ଉପରେ ଆପଣା କୋପ ଢାଳିଦିଅ । +\q +\v 7 କାରଣ ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି +\q ଓ ତାହାର ବାସସ୍ଥାନ ଉଜାଡ଼ କରିଅଛନ୍ତି । +\q +\s5 +\v 8 ଆମ୍ଭମାନଙ୍କ ପିତୃପୁରୁଷଗଣର ଅପରାଧ ଆମ୍ଭମାନଙ୍କ +\q ପ୍ରତିକୂଳରେ ସ୍ମରଣ କର ନାହିଁ; +\q ତୁମ୍ଭର କରୁଣା ଶୀଘ୍ର ଆମ୍ଭମାନଙ୍କର ସମ୍ମୁଖବର୍ତ୍ତୀ ହେଉ । +\q କାରଣ ଆମ୍ଭେମାନେ ଅତି କ୍ଷୀଣ ହୋଇଅଛୁ । +\q +\v 9 ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ତୁମ୍ଭ +\q ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର +\q ଓ ଆପଣା ନାମ ସକାଶେ ଆମ୍ଭମାନଙ୍କୁ ଉଦ୍ଧାର କର +\q ଓ ଆମ୍ଭମାନଙ୍କ ପାପସବୁ ମାର୍ଜନା କର । +\q +\s5 +\v 10 ଅନ୍ୟ ଦେଶୀୟମାନେ କିହେତୁ କହିବେ, "ସେମାନଙ୍କର +\q ପରମେଶ୍ୱର କାହାନ୍ତି ?" +\q ତୁମ୍ଭ ଦାସଗଣର ଯେଉଁ ରକ୍ତ ପାତିତ ହୋଇଅଛି, ତହିଁର +\q ପ୍ରତିଫଳ ଆମ୍ଭମାନଙ୍କ ସାକ୍ଷାତରେ ଅନ୍ୟ ଦେଶୀୟମାନଙ୍କ +\q ମଧ୍ୟରେ ପ୍ରକାଶିତ ହେଉ । +\q +\v 11 ବନ୍ଦୀର ହାହାକାର ତୁମ୍ଭ ଛାମୁରେ ଉପସ୍ଥିତ ହେଉ; +\q ତୁମ୍ଭ ପରାକ୍ରମର ମହତ୍ତ୍ୱାନୁସାରେ ମରଣାର୍ଥେ ନିରୂପିତ +\q ଲୋକମାନଙ୍କୁ ରକ୍ଷା କର । +\q +\s5 +\v 12 ପୁଣି, ହେ ପ୍ରଭୁ, ଆମ୍ଭମାନଙ୍କ ପ୍ରତିବାସୀଗଣ +\q ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଅଛନ୍ତି, ସେହି ନିନ୍ଦାର ସାତ ଗୁଣ +\q ପ୍ରତିଫଳ ସେମାନଙ୍କ କ୍ରୋଡ଼ରେ ଦିଅ । +\q +\v 13 ତହିଁରେ ତୁମ୍ଭର ଲୋକ ଓ ତୁମ୍ଭ ଚରାସ୍ଥାନର ମେଷ +\q ଯେ ଆମ୍ଭେମାନେ, +\q ଆମ୍ଭେମାନେ ସଦାକାଳ ତୁମ୍ଭର ଧନ୍ୟବାଦ କରିବା; +\q ଆମ୍ଭେମାନେ ପୁରୁଷପରମ୍ପରା ପ୍ରତି ତୁମ୍ଭର ପ୍ରଶଂସା +\q ପ୍ରକାଶ କରିବା । + +\s5 +\c 80 +\s ଜାତିର ପୁନରୁଦ୍ଧାର ପାଇଁ ପ୍ରାର୍ଥନା +\d ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍- ଏଦୂତ୍‍ ସ୍ୱରରେ ଆସଫର ଗୀତ । +\b +\q +\v 1 ହେ ଇସ୍ରାଏଲର ପାଳକ, ମେଷପଲ ତୁଲ୍ୟ +\q ଯୋଷେଫକୁ ଚଳାଅ ଯେ ତୁମ୍ଭେ, +\q ତୁମ୍ଭେ କର୍ଣ୍ଣପାତ କର; +\q କିରୂବମାନଙ୍କ ଉପରେ ଉପବିଷ୍ଟ ଯେ ତୁମ୍ଭେ, +\q ତୁମ୍ଭେ ପ୍ରକାଶମାନ ହୁଅ । +\q +\v 2 ଇଫ୍ରୟିମ, ବିନ୍ୟାମୀନ୍‍ ଓ ମନଃଶିର ସାକ୍ଷାତରେ +\q ଆପଣା ପରାକ୍ରମ ଉତ୍ତେଜିତ କର +\q ଓ ଆମ୍ଭମାନଙ୍କ ପରିତ୍ରାଣାର୍ଥେ ଆଗମନ କର । +\q +\v 3 ହେ ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ ଓ ଆପଣା +\q ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ +\q ପାଇବୁ । +\q +\s5 +\v 4 ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, +\q ତୁମ୍ଭ ଲୋକମାନଙ୍କ ପ୍ରାର୍ଥନା ପ୍ରତିକୂଳରେ ତୁମ୍ଭେ କେତେ +\q କାଳ କ୍ରୁଦ୍ଧ ହୋଇଥିବ ? +\q +\v 5 ତୁମ୍ଭେ ସେମାନଙ୍କୁ ଲୋତକରୂପ ଭକ୍ଷ୍ୟ ଖୁଆଇଅଛ +\q ଓ ସେମାନଙ୍କୁ ବହୁ ପରିମାଣରେ ଲୋତକ ପାନ କରିବାକୁ +\q ଦେଇଅଛ । +\q +\v 6 ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେ +\q ଆମ୍ଭମାନଙ୍କୁ ବିରୋଧର କାରଣ କରୁଅଛ; +\q ପୁଣି, ଆମ୍ଭମାନଙ୍କ ଶତ୍ରୁମାନେ ଆପଣାମାନଙ୍କ ମଧ୍ୟରେ +\q ଉପହାସ କରନ୍ତି । +\q +\s5 +\v 7 ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ +\q ଫେରାଅ +\q ଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ +\q ଆମ୍ଭେମାନେ ପରିତ୍ରାଣ ପାଇବୁ । +\q +\v 8 ତୁମ୍ଭେ ମିସରରୁ ଗୋଟିଏ ଦ୍ରାକ୍ଷାଲତା ଆଣିଲ; +\q ତୁମ୍ଭେ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇ ତାହା ରୋପଣ +\q କଲ । +\q +\s5 +\v 9 ତୁମ୍ଭେ ତାହା ସମ୍ମୁଖରେ ସ୍ଥାନ ପ୍ରସ୍ତୁତ କଲ, +\q ତହିଁରେ ତାହା ବଦ୍ଧମୂଳ ହୋଇ ଦେଶଯାକ ବ୍ୟାପିଗଲା । +\q +\v 10 ତାହାର ଛାୟାରେ ପର୍ବତଗଣ ଆବୃତ ହେଲେ +\q ଓ ତାହାର ଶାଖାସବୁ ପରମେଶ୍ୱରଙ୍କ ଏରସବୃକ୍ଷ ତୁଲ୍ୟ +\q ହେଲେ । +\q +\v 11 ତାହା ସମୁଦ୍ର ପର୍ଯ୍ୟନ୍ତ ଆପଣା ଶାଖା ଓ ନଦୀ +\q ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା । +\q +\s5 +\v 12 କାହିଁକି ତୁମ୍ଭେ ତାହାର ବେଢ଼ା ଭାଙ୍ଗି ପକାଇଅଛ +\q ଯେ, ପଥିକସବୁ ତାହା ଛିଣ୍ଡାଇ ପକାଉ ଅଛନ୍ତି ? +\q +\v 13 ବନରୁ ବରାହ ଆସି ତାହା ଉଜାଡ଼ି ପକାଏ +\q ଓ ବିଲର ପଶୁଗଣ ତାହା ଖାଇଯା'ନ୍ତି । +\q +\s5 +\v 14 ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭେମାନେ +\q ବିନୟ କରୁଅଛୁ, ଫେର; +\q ସ୍ୱର୍ଗରୁ ନିରୀକ୍ଷଣ କର ଓ ଦୃଷ୍ଟିପାତ କରି ଏହି +\q ଦ୍ରାକ୍ଷାଲତାର +\q +\v 15 ଓ ତୁମ୍ଭ ଦକ୍ଷିଣ ହସ୍ତ ଦ୍ୱାରା ସ୍ଥାପିତ ଗଣ୍ଡିର +\q ଓ ଆପଣା ନିମନ୍ତେ ତୁମ୍ଭ ସବଳୀକୃତ ଶାଖାର ତତ୍ତ୍ୱ +\q ନିଅ । +\q +\v 16 ତାହା ଅଗ୍ନିରେ ଦଗ୍‍ଧ, ତାହା ଛେଦିତ ହୋଇଅଛି; +\q ତୁମ୍ଭ ମୁଖର ତର୍ଜ୍ଜନରେ ଲୋକମାନେ ବିନଷ୍ଟ ହେଉଅଛନ୍ତି । +\q +\s5 +\v 17 ତୁମ୍ଭ ଦକ୍ଷିଣ ହସ୍ତର ମନୁଷ୍ୟ ଉପରେ, +\q ଆପଣା ନିମନ୍ତେ ସବଳୀକୃତ ମନୁଷ୍ୟପୁତ୍ର ଉପରେ ତୁମ୍ଭର +\q ହସ୍ତ ଥାଉ । +\q +\v 18 ତହିଁରେ ଆମ୍ଭେମାନେ ତୁମ୍ଭଠାରୁ ଫେରି ଯିବା ନାହିଁ; +\q ତୁମ୍ଭେ ଆମ୍ଭମାନଙ୍କୁ ସଜୀବ କର, ତହୁଁ ଆମ୍ଭେମାନେ +\q ତୁମ୍ଭ ନାମରେ ପ୍ରାର୍ଥନା କରିବା । +\q +\s5 +\v 19 ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, +\q ଆମ୍ଭମାନଙ୍କୁ ଫେରାଅ; +\q ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ +\q ପରିତ୍ରାଣ ପାଇବୁ । + +\s5 +\c 81 +\s ଉତ୍ସବ ସଙ୍ଗୀତ +\d ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ ଆସଫର ଗୀତ । +\b +\q +\v 1 ଆମ୍ଭମାନଙ୍କ ବଳ ସ୍ୱରୂପ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ +\q ଉଚ୍ଚସ୍ୱରରେ ଗାନ କର; +\q ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର । +\q +\v 2 ଗୀତ ଉଠାଅ ଓ ଦାରା, ନେବଲ ସହିତ ମନୋହର +\q ବୀଣାଯନ୍ତ୍ର ଆଣ । +\q +\v 3 ଅମାବାସ୍ୟାରେ, ପୂର୍ଣ୍ଣିମାରେ, ଆମ୍ଭମାନଙ୍କ ମହୋତ୍ସବ +\q ଦିନରେ ତୂରୀ ବଜାଅ । +\q +\s5 +\v 4 କାରଣ ତାହା ଇସ୍ରାଏଲ ନିମନ୍ତେ ବିଧି ଓ ଯାକୁବର +\q ପରମେଶ୍ୱରଙ୍କ ବିଧାନ ଅଟେ । +\q +\v 5 ସେ ମିସର ଦେଶ ବିରୁଦ୍ଧରେ ବାହାରିବା ବେଳେ +\q ଯୋଷେଫ ମଧ୍ୟରେ ସାକ୍ଷ୍ୟ ନିମନ୍ତେ ତାହା ସ୍ଥାପନ କଲେ; +\q ସେଠାରେ ଆମ୍ଭେ ଆପଣାର ଅଜ୍ଞାତ ବାଣୀ ଶୁଣିଲୁ । +\q +\s5 +\v 6 ଆମ୍ଭେ ତାହାର ସ୍କନ୍ଧ ଭାରରୁ ଘୁଞ୍ଚାଇ ଦେଲୁ; +\q ତାହାର ହସ୍ତ ଟୋକାଇରୁ ମୁକ୍ତ ହେଲା । +\q +\v 7 ତୁମ୍ଭେ ସଙ୍କଟ ବେଳେ ଡାକିଲ, ତହୁଁ ଆମ୍ଭେ ତୁମ୍ଭକୁ +\q ଉଦ୍ଧାର କଲୁ; +\q ଆମ୍ଭେ ମେଘଗର୍ଜ୍ଜନର ଗୁପ୍ତ ସ୍ଥାନରେ ତୁମ୍ଭକୁ ଉତ୍ତର +\q ଦେଲୁ; +\q ଆମ୍ଭେ ମିରୀବାଃ ଜଳ ନିକଟରେ ତୁମ୍ଭକୁ ପରୀକ୍ଷା କଲୁ । +\q [ସେଲା] +\q +\s5 +\v 8 ହେ ଆମ୍ଭର ଲୋକ, ଶୁଣ, ଆମ୍ଭେ ତୁମ୍ଭ ନିକଟରେ +\q ସାକ୍ଷ୍ୟ ଦେବା; +\q ହେ ଇସ୍ରାଏଲ, ଯଦି ତୁମ୍ଭେ ଆମ୍ଭ କଥା ଶୁଣନ୍ତ ! +\q +\v 9 ତୁମ୍ଭ ମଧ୍ୟରେ ଅନ୍ୟ କୌଣସି ଦେବତା ରହିବ ନାହିଁ; +\q କିଅବା ତୁମ୍ଭେ ଅନ୍ୟ କୌଣସି ଦେବତାକୁ ପ୍ରଣାମ କରିବ +\q ନାହିଁ । +\q +\v 10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଆମ୍ଭେ +\q ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲୁ; +\q ଆପଣା ମୁଖ ବଡ଼ କରି ମେଲାଅ, ଆମ୍ଭେ ତାହା ପୂର୍ଣ୍ଣ +\q କରିବା । +\q +\s5 +\v 11 ମାତ୍ର ଆମ୍ଭ ଲୋକେ ଆମ୍ଭ ରବ ଶୁଣିଲେ ନାହିଁ ଓ +\q ଇସ୍ରାଏଲ ଆମ୍ଭଙ୍କୁ ଚାହିଁଲା ନାହିଁ । +\q +\v 12 ତହିଁରେ ସେମାନେ ଯେପରି ଆପଣା ଆପଣା +\q ମନ୍ତ୍ରଣାନୁସାରେ ଚାଲିବେ, +\q ଏଥିପାଇଁ ଆମ୍ଭେ ସେମାନଙ୍କୁ ସେମାନଙ୍କ ହୃଦୟର +\q କଠିନତାନୁସାରେ ଛାଡ଼ି ଦେଲୁ । +\q +\s5 +\v 13 ଆହା, ଯଦି ଆମ୍ଭ ଲୋକେ ଆମ୍ଭର କଥା ଶୁଣନ୍ତେ ! +\q ଯଦି ଇସ୍ରାଏଲ ଆମ୍ଭ ପଥରେ ଚାଲନ୍ତା ! +\q +\v 14 ଆମ୍ଭେ ଶୀଘ୍ର ସେମାନଙ୍କ ଶତ୍ରୁଗଣକୁ ଦମନ କରନ୍ତୁ +\q ଓ ସେମାନଙ୍କ ବିପକ୍ଷଗଣର ପ୍ରତିକୂଳରେ ଆପଣା ହସ୍ତ +\q ଫେରାନ୍ତୁ । +\q +\s5 +\v 15 ସଦାପ୍ରଭୁଙ୍କ ଘୃଣାକାରୀମାନେ ତାହାଙ୍କର ବଶତା +\q ସ୍ୱୀକାର କରନ୍ତେ; +\q ମାତ୍ର ସେମାନଙ୍କର ସମୟ ସଦାକାଳ ରହନ୍ତା । +\q +\v 16 ଆହୁରି, ସେ ଉତ୍ତମ ଗହମରେ ସେମାନଙ୍କୁ +\q ପ୍ରତିପୋଷଣ କରନ୍ତେ +\q ଓ ଆମ୍ଭେ ଶୈଳରୁ ମଧୁ ଦେଇ ତୁମ୍ଭକୁ ପରିତୃପ୍ତ କରନ୍ତୁ । + +\s5 +\c 82 +\s ପରମେଶ୍ୱର ସର୍ବୋପରିସ୍ଥ ରାଜା +\d ଆସଫର ଗୀତ । +\b +\q +\v 1 ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ +\q ମଧ୍ୟରେ ଠିଆ ହୁଅନ୍ତି; +\q ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି । +\q +\v 2 ତୁମ୍ଭେମାନେ କେତେ କାଳ ଅନ୍ୟାୟ ବିଚାର କରିବ ? +\q ଓ ଦୁଷ୍ଟମାନଙ୍କର ମୁଖାପେକ୍ଷା କରିବ ? +\q [ସେଲା] +\q +\s5 +\v 3 ତୁମ୍ଭେମାନେ ଦରିଦ୍ର ଓ ପିତୃହୀନମାନଙ୍କର ବିଚାର +\q କର; +\q ଦୁଃଖୀ ଓ ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବ୍ୟବହାର କର । +\q +\v 4 ଦରିଦ୍ର ଓ ଦୀନହୀନମାନଙ୍କୁ ରକ୍ଷା କର; +\q ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ଉଦ୍ଧାର କର । +\q +\s5 +\v 5 ସେମାନେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ; +\q ସେମାନେ ଅନ୍ଧକାରରେ ଏଣେତେଣେ ଭ୍ରମଣ କରନ୍ତି; +\q ପୃଥିବୀର ସକଳ ଭିତ୍ତିମୂଳ ବିଚଳିତ ହୁଏ । +\q +\s5 +\v 6 ମୁଁ କହିଲି, "ତୁମ୍ଭେମାନେ ଈଶ୍ୱରଗଣ ଓ ତୁମ୍ଭେ ସମସ୍ତେ +\q ସର୍ବୋପରିସ୍ଥଙ୍କ ସନ୍ତାନ । +\q +\v 7 ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ ଓ ଜଣେ +\q ଅଧିପତି ତୁଲ୍ୟ ପତିତ ହେବ ।" +\q +\s5 +\v 8 ହେ ପରମେଶ୍ୱର, ଉଠ, ପୃଥିବୀର ବିଚାର କର; +\q କାରଣ ତୁମ୍ଭେ ସବୁ ଗୋଷ୍ଠୀମାନଙ୍କୁ ଅଧିକାର କରିବ । + +\s5 +\c 83 +\s ଇସ୍ରାଏଲର ଶତ୍ରୁମାନଙ୍କର +\q ପରାଜୟ ପାଇଁ ପ୍ରାର୍ଥନା +\d ଗୀତ, ଆସଫର ଗୀତ । +\b +\q +\v 1 ହେ ପରମେଶ୍ୱର, ତୁମ୍ଭେ ମୌନୀ ହୋଇ +\q ରୁହ ନାହିଁ; +\q ହେ ପରମେଶ୍ୱର, ନୀରବ ଓ ନିରସ୍ତ ହୁଅ ନାହିଁ । +\q +\v 2 କାରଣ ଦେଖ, ତୁମ୍ଭ ଶତ୍ରୁଗଣ ଗଣ୍ଡଗୋଳ କରନ୍ତି +\q ଓ ତୁମ୍ଭଙ୍କୁ ଘୃଣା କରିବା ଲୋକମାନେ ମସ୍ତକ ଉଠାଇ +\q ଅଛନ୍ତି । +\q +\s5 +\v 3 ସେମାନେ ତୁମ୍ଭ ଲୋକମାନଙ୍କ ବିରୁଦ୍ଧରେ କୁଟିଳ +\q ମନ୍ତ୍ରଣା କରନ୍ତି +\q ଓ ତୁମ୍ଭର ଗୁପ୍ତ ଲୋକମାନଙ୍କ ପ୍ରତିକୂଳରେ ପରସ୍ପର +\q ପରାମର୍ଶ କରନ୍ତି । +\q +\v 4 ସେମାନେ କହିଅଛନ୍ତି, "ଇସ୍ରାଏଲର ନାମ ଯେପରି +\q ଆଉ ସ୍ମରଣରେ ନ ରହିବ, ଏଥିପାଇଁ ଆସ, ଆମ୍ଭେମାନେ +\q ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇ ଥିବାକୁ ନ +\q ଦେଉ ।" +\q +\v 5 କାରଣ ସେମାନେ ଏକଚିତ୍ତ ହୋଇ ପରାମର୍ଶ +\q କରିଅଛନ୍ତି; +\q +\s5 +\v 6 ଇଦୋମର ତମ୍ବୁ-ନିବାସୀମାନେ, ଇଶ୍ମାଏଲୀୟମାନେ, ମୋୟାବ, ହାଗରୀୟମାନେ, +\q +\v 7 ଗବାଲ, ଅମ୍ମୋନ୍‍, ଅମାଲେକ୍‍ ଓ ସୋରନି +\q ବାସୀମାନଙ୍କ ସହିତ ପଲେଷ୍ଟୀୟା, ସମସ୍ତେ ତୁମ୍ଭ ବିରୁଦ୍ଧରେ +\q ନିୟମ ସ୍ଥାପନ କରିଅଛନ୍ତି । +\q +\s5 +\v 8 ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଅଛି; +\q ସେମାନେ ଲୋଟ-ସନ୍ତାନଗଣର ସାହାଯ୍ୟ କରିଅଛନ୍ତି । +\s [ସେଲା] +\q +\s5 +\v 9 ମିଦୀୟନ ପ୍ରତି, କିଶୋନ୍‍ ନଦୀ ନିକଟରେ ସୀଷରା +\q ପ୍ରତି, ଯାବୀନ ପ୍ରତି ଯେରୂପ, ସେରୂପ ସେମାନଙ୍କ ପ୍ରତି +\q କର । +\q +\v 10 ସେମାନେ ଐନ୍‍ଦୋର୍‍ ନିକଟରେ ବିନଷ୍ଟ ହେଲେ; +\q ସେମାନେ ଭୂମି ପାଇଁ ଖତ ସ୍ୱରୂପ ହେଲେ । +\q +\s5 +\v 11 ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗକୁ ଓରେବ ଓ ସେବର +\q ସମାନ, +\q ସେମାନଙ୍କ ଅଧିପତି ସମସ୍ତଙ୍କୁ ହିଁ ସେବହ ଓ ସଲ୍‍ମୁନ୍ନର +\q ସମାନ କର; +\q +\v 12 ସେମାନେ କହିଲେ, "ଆସ, ଆମ୍ଭେମାନେ +\q ପରମେଶ୍ୱରଙ୍କ ନିବାସସ୍ଥାନସବୁ ଆପଣା ଆପଣା +\q ଅଧିକାରରେ ନେଉ ।" +\q +\s5 +\v 13 ହେ ମୋହର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ +\q ଘୂର୍ଣ୍ଣାୟମାନ ଧୂଳି ପରି, ବାୟୁ ସମ୍ମୁଖରେ କୁଟା ପରି +\q କର । +\q +\v 14 ଯେଉଁ ଅଗ୍ନି ବନକୁ ଦଗ୍‍ଧ କରେ ଓ ଯେଉଁ ଅଗ୍ନିଶିଖା +\q ପର୍ବତଗଣକୁ ପ୍ରଜ୍ୱଳିତ କରେ; +\q +\v 15 ତାହା ପରି ତୁମ୍ଭେ ଆପଣା ଝଡ଼ ଦ୍ୱାରା ସେମାନଙ୍କ +\q ପଛେ ପଛେ ଗୋଡ଼ାଅ ଓ ଆପଣା ପ୍ରଚଣ୍ଡ ବତାସ ଦ୍ୱାରା +\q ସେମାନଙ୍କୁ ଭୟଗ୍ରସ୍ତ କର । +\q +\s5 +\v 16 ହେ ସଦାପ୍ରଭୁ, ସେମାନେ ଯେପରି ତୁମ୍ଭ ନାମ +\q ଅନ୍ୱେଷଣ କରିବେ, +\q ଏଥିପାଇଁ ସେମାନଙ୍କ ମୁଖକୁ ଲଜ୍ଜାରେ ପୂର୍ଣ୍ଣ କର; +\q +\v 17 ସେମାନେ ସଦାକାଳ ଲଜ୍ଜିତ ଓ ବିହ୍ୱଳ ହେଉନ୍ତୁ; +\q ସେମାନେ ହତାଶ ଓ ବିନଷ୍ଟ ହେଉନ୍ତୁ; +\q +\s5 +\v 18 ତହିଁରେ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ, +\q କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ +\q ଅଟ, ଏହା ସେମାନେ ଜାଣି ପାରିବେ । + +\s5 +\c 84 +\s ସଦାପ୍ରଭୁଙ୍କ ଗୃହ ପ୍ରତି ଆଗ୍ରହ +\d ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ କୋରହ-ସନ୍ତାନଗଣର ଗୀତ । +\b +\q +\v 1 ହେ ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭର ଆବାସ କିପରି +\q ପ୍ରିୟତମ ! +\q +\v 2 ସଦାପ୍ରଭୁଙ୍କ ପ୍ରାଙ୍ଗଣ ନିମନ୍ତେ ମୋହର ପ୍ରାଣ ଲାଳସା +\q କରେ, ମଧ୍ୟ ମୂର୍ଚ୍ଛିତ ହୁଏ; +\q ମୋହର ହୃଦୟ ଓ ଶରୀର ଜୀବିତ ପରମେଶ୍ୱରଙ୍କ ନିମନ୍ତେ +\q ଡକା ଛାଡ଼ଇ । +\q +\s5 +\v 3 ହଁ, ଘରଚଟିଆ ଆପଣା ପାଇଁ ଏକ ଗୃହ ଓ +\q ଖଞ୍ଜନପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ +\q ବସା ପାଇଅଛି, +\q ହେ ସୈନ୍ୟାଧିପତି ସଦାପ୍ରଭୁ, ମୋହର ରାଜନ୍‍ ଓ +\q ମୋହର ପରମେଶ୍ୱର, ତୁମ୍ଭର ଯଜ୍ଞବେଦି ସେହି ସ୍ଥାନ, +\q +\v 4 ଯେଉଁମାନେ ତୁମ୍ଭ ଗୃହରେ ବାସ କରନ୍ତି, ସେମାନେ +\q ଧନ୍ୟ; +\q ସେମାନେ ନିରନ୍ତର ତୁମ୍ଭର ପ୍ରଶଂସା କରୁଥିବେ । +\q [ସେଲା] +\q +\s5 +\v 5 ଯାହାର ବଳ ତୁମ୍ଭଠାରେ ଥାଏ, ଯାହାର ହୃଦୟରେ +\q ସିୟୋନଗାମୀ ରାଜପଥ ଥାଏ, ସେ ଲୋକ ଧନ୍ୟ । +\q +\v 6 ସେମାନେ କ୍ରନ୍ଦନ ଉପତ୍ୟକାରେ ଗମନ କରୁ କରୁ +\q ତାହାକୁ ଝରଣା ସ୍ଥାନ କରନ୍ତି; +\q ଆଦ୍ୟ ବୃଷ୍ଟି ନାନା ମଙ୍ଗଳରେ ତାହା ଭୂଷିତ କରେ । +\q +\s5 +\v 7 ସେମାନେ ଉତ୍ତରୋତ୍ତର ବଳବାନ ହୋଇ ଅଗ୍ରସର +\q ହୁଅନ୍ତି, +\q ସେମାନଙ୍କର ପ୍ରତ୍ୟେକ ଲୋକ ସିୟୋନରେ ପରମେଶ୍ୱରଙ୍କ +\q ଛାମୁରେ ଉପସ୍ଥିତ ହୁଅନ୍ତି । +\q +\v 8 ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ମୋହର +\q ପ୍ରାର୍ଥନା ଶୁଣ; +\q ହେ ଯାକୁବର ପରମେଶ୍ୱର, କର୍ଣ୍ଣପାତ କର । +\q [ସେଲା] +\q +\v 9 ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପରମେଶ୍ୱର, +\q ଦୃଷ୍ଟିପାତ କର +\q ଓ ଆପଣା ଅଭିଷିକ୍ତଙ୍କ ମୁଖକୁ ଅନାଅ । +\q +\v 10 କାରଣ ସହସ୍ର ଦିନ ଅପେକ୍ଷା ତୁମ୍ଭ ପ୍ରାଙ୍ଗଣରେ ଏକ +\q ଦିନ ଭଲ; +\q ଦୁଷ୍ଟତାର ତମ୍ବୁରେ ବାସ କରିବା ଅପେକ୍ଷା ଆମ୍ଭ +\q ପରମେଶ୍ୱରଙ୍କ ଗୃହରେ ଦ୍ୱାରୀ ହେବାର ବରଞ୍ଚ ଆମ୍ଭେ ଭଲ +\q ଜାଣୁ । +\q +\s5 +\v 11 କାରଣ ସଦାପ୍ରଭୁ ପରମେଶ୍ୱର ସୂର୍ଯ୍ୟ ଓ ଢାଲ +\q ଅଟନ୍ତି; +\q ସଦାପ୍ରଭୁ ଅନୁଗ୍ରହ ଓ ଗୌରବ ଦେବେ; +\q ସେ ସରଳାଚାରୀମାନଙ୍କଠାରୁ କୌଣସି ମଙ୍ଗଳ ବିଷୟ +\q ଅଟକାଇବେ ନାହିଁ । +\q +\v 12 ହେ ସୈନ୍ୟାଧିପତି ପରମେଶ୍ୱର, ଯେଉଁ ଲୋକ +\q ତୁମ୍ଭଠାରେ ଶରଣ ନିଏ, ସେ ଧନ୍ୟ । + +\s5 +\c 85 +\rem ଜାତିର ମଙ୍ଗଳାର୍ଥେ ପ୍ରାର୍ଥନା +\s ପ୍ରଧାନ ବାଦ୍ୟକର ନିମନ୍ତେ କୋରହ +\d ସନ୍ତାନଗଣର ଗୀତ । +\b +\q +\v 1 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ପ୍ରସନ୍ନ +\q ହୋଇଅଛ; +\q ତୁମ୍ଭେ ଯାକୁବର ବନ୍ଦୀଦଶା ଫେରାଇଅଛ । +\q +\v 2 ତୁମ୍ଭେ ଆପଣା ଲୋକମାନଙ୍କ ଅପରାଧ କ୍ଷମା +\q କରିଅଛ, +\q ତୁମ୍ଭେ ସେମାନଙ୍କ ପାପସବୁ ଆଚ୍ଛାଦନ କରିଅଛ । +\q [ସେଲା] +\q +\s5 +\v 3 ତୁମ୍ଭେ ଆପଣା ସମସ୍ତ କୋପରୁ ନିବୃତ୍ତ ହୋଇଅଛ; +\q ତୁମ୍ଭେ ଆପଣା କ୍ରୋଧର ପ୍ରଚଣ୍ଡତାରୁ ବିମୁଖ ହୋଇଅଛ । +\q +\v 4 ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, +\q ଆମ୍ଭମାନଙ୍କୁ ଫେରାଅ +\q ଓ ଆମ୍ଭମାନଙ୍କ ପ୍ରତି ତୁମ୍ଭ ବିରକ୍ତି ନିବୃତ୍ତ କର । +\q +\v 5 ତୁମ୍ଭେ କି ସଦାକାଳ ଆମ୍ଭମାନଙ୍କ ଉପରେ କ୍ରୁଦ୍ଧ ହେବ ? +\q ତୁମ୍ଭେ କି ପୁରୁଷପରମ୍ପରା ପ୍ରତି ଆପଣା କ୍ରୋଧ +\q ରଖିଥିବ ? +\q +\s5 +\v 6 ତୁମ୍ଭର ଲୋକମାନେ ଯେପରି ତୁମ୍ଭଠାରେ ଆନନ୍ଦ +\q କରିବେ, ଏଥିପାଇଁ ତୁମ୍ଭେ କି ପୁନର୍ବାର ଆମ୍ଭମାନଙ୍କୁ ସଜୀବ +\q କରିବ ନାହିଁ ? +\q +\v 7 ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଆପଣା ଦୟା +\q ପ୍ରକାଶ କର +\q ଓ ଆମ୍ଭମାନଙ୍କୁ ତୁମ୍ଭ ପରିତ୍ରାଣ ପ୍ରଦାନ କର । +\q +\s5 +\v 8 ସଦାପ୍ରଭୁ ପରମେଶ୍ୱର ଯାହା କହିବେ, ତାହା ଆମ୍ଭେ +\q ଶୁଣିବୁ; +\q କାରଣ ସେ ଆପଣା ଲୋକମାନଙ୍କୁ ଓ ଆପଣା +\q ସଦ୍‍ଭକ୍ତମାନଙ୍କୁ ଶାନ୍ତିର କଥା କହିବେ; +\q ମାତ୍ର ସେମାନେ ପୁନର୍ବାର ମୂର୍ଖତା ପ୍ରତି ନ ଫେରନ୍ତୁ । +\q +\v 9 ଯେପରି ଆମ୍ଭମାନଙ୍କ ଦେଶରେ ଗୌରବ ବାସ କରିବ, +\q ଏଥିପାଇଁ ନିଶ୍ଚୟ ତାହାଙ୍କ ଭୟକାରୀମାନଙ୍କ ନିକଟରେ +\q ତାହାଙ୍କ ପରିତ୍ରାଣ ଅଛି । +\q +\s5 +\v 10 ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି; +\q ଧର୍ମ ଓ ଶାନ୍ତି ପରସ୍ପର ଚୁମ୍ବନ କରିଅଛନ୍ତି । +\q +\v 11 ପୃଥିବୀରୁ ସତ୍ୟତା ଅଙ୍କୁରିତ ହେଉଅଛି; ପୁଣି, +\q ଧାର୍ମିକତା ସ୍ୱର୍ଗରୁ ଦୃଷ୍ଟିପାତ କରିଅଛି । +\q +\s5 +\v 12 ସଦାପ୍ରଭୁ ମଙ୍ଗଳ ପ୍ରଦାନ କରିବେ; ତହିଁରେ +\q ଆମ୍ଭମାନଙ୍କ ଦେଶ ଫଳ ଉତ୍ପନ୍ନ କରିବ । +\q +\v 13 ଧର୍ମ ତାହାଙ୍କର ଆଗେ ଆଗେ ଯିବ ଓ ତାହାଙ୍କ +\q ପଦଚିହ୍ନକୁ ଗମନର ପଥ କରିବ । + +\s5 +\c 86 +\s ସହାୟତା ପାଇଁ ପ୍ରାର୍ଥନା +\d ଦାଉଦଙ୍କର ପ୍ରାର୍ଥନା । +\b +\q +\v 1 ହେ ସଦାପ୍ରଭୁ, କର୍ଣ୍ଣ ଡେରି ମୋତେ +\q ଉତ୍ତର ଦିଅ; +\q କାରଣ ମୁଁ ଦରିଦ୍ର ଓ ଦୀନହୀନ । +\q +\v 2 ମୋହର ପ୍ରାଣ ରକ୍ଷା କର; ଯେହେତୁ ମୁଁ +\q ଈଶ୍ୱରପରାୟଣ; +\q ହେ ମୋହର ପରମେଶ୍ୱର, ତୁମ୍ଭଠାରେ ଭରସାକାରୀ +\q ଦାସର ପରିତ୍ରାଣ କର । +\q +\s5 +\v 3 ହେ ପ୍ରଭୁ, ମୋ' ପ୍ରତି ଦୟାଳୁ ହୁଅ; କାରଣ ମୁଁ +\q ସାରାଦିନ ତୁମ୍ଭ ନିକଟରେ ଡାକ ପକାଏ । +\q +\v 4 ଆପଣା ଦାସର ପ୍ରାଣ ଆନନ୍ଦିତ କରନ୍ତ +\q କାରଣ ହେ ପ୍ରଭୁ, ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ । +\q +\s5 +\v 5 ଯେହେତୁ ହେ ପ୍ରଭୁ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା +\q କରିବାକୁ ପ୍ରସ୍ତୁତ, +\q ପୁଣି, ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି +\q ଦୟାରେ ମହାନ । +\q +\v 6 ହେ ସଦାପ୍ରଭୁ, ମୋ' ପ୍ରାର୍ଥନାରେ କର୍ଣ୍ଣପାତ କର +\q ଓ ମୋ' ନିବେଦନର ରବରେ ମନୋଯୋଗ କର । +\q +\v 7 ମୋହର ସଙ୍କଟ ଦିନରେ ମୁଁ ତୁମ୍ଭଙ୍କୁ ଡାକିବି; +\q କାରଣ ତୁମ୍ଭେ ମୋତେ ଉତ୍ତର ଦେବ । +\q +\s5 +\v 8 ହେ ପ୍ରଭୁ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କେହି +\q ନାହିଁ; +\q କିଅବା ତୁମ୍ଭ କର୍ମ ତୁଲ୍ୟ ଆଉ କୌଣସି କର୍ମ ନାହିଁ । +\q +\v 9 ହେ ପ୍ରଭୁ, ତୁମ୍ଭର ସୃଷ୍ଟ ସକଳ ଦେଶୀୟ ଲୋକ +\q ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ +\q ଓ ସେମାନେ ତୁମ୍ଭ ନାମର ଗୌରବ କରିବେ । +\q +\s5 +\v 10 କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟକର୍ମ କରୁଥାଅ । +\q ତୁମ୍ଭେ ଏକମାତ୍ର ପରମେଶ୍ୱର ଅଟ । +\q +\v 11 ହେ ସଦାପ୍ରଭୁ, ତୁମ୍ଭର ପଥ ମୋତେ ଶିଖାଅ, +\q ମୁଁ ତୁମ୍ଭ ସତ୍ୟତାରେ ଗମନ କରିବି; +\q ତୁମ୍ଭ ନାମକୁ ଭୟ କରିବା ପାଇଁ ମୋତେ ଏକମନା କର । +\q +\v 12 ହେ ପ୍ରଭୁ, ମୋ' ପରମେଶ୍ୱର, ମୁଁ ସର୍ବାନ୍ତଃ- +\q କରଣରେ ତୁମ୍ଭର ପ୍ରଶଂସା କରିବି +\q ଓ ମୁଁ ଅନନ୍ତକାଳ ତୁମ୍ଭ ନାମର ଗୌରବ କରିବି । +\q +\s5 +\v 13 କାରଣ ମୋ' ପ୍ରତି ତୁମ୍ଭର ଦୟା ମହତ୍‍; +\q ପୁଣି, ତୁମ୍ଭେ ନୀଚସ୍ଥ ପାତାଳରୁ ମୋ' ପ୍ରାଣକୁ ଉଦ୍ଧାର +\q କରିଅଛ । +\q +\v 14 ହେ ପରମେଶ୍ୱର, ଅହଙ୍କାରୀମାନେ ମୋ' ବିରୁଦ୍ଧରେ +\q ଉଠିଅଛନ୍ତି, +\q ଦୁରନ୍ତ ଲୋକଙ୍କ ମଣ୍ଡଳୀ ମୋ' ପ୍ରାଣ ଚାହିଁଅଛନ୍ତି, +\q ସେମାନେ ଆପଣା ଆପଣା ସମ୍ମୁଖରେ ତୁମ୍ଭଙ୍କୁ ରଖି +\q ନାହାନ୍ତି । +\q +\s5 +\v 15 ମାତ୍ର ହେ ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ +\q ପରମେଶ୍ୱର, +\q କ୍ରୋଧରେ ଧୀର, ପୁଣି, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ +\q ଅଟ । +\q +\v 16 ଆହେ, ମୋ' ପ୍ରତି ଫେର ଓ ମୋତେ ଦୟା କର; +\q ତୁମ୍ଭ ଦାସକୁ ତୁମ୍ଭର ଶକ୍ତି ପ୍ରଦାନ କର, ପୁଣି, ତୁମ୍ଭ ଦାସୀର +\q ପୁତ୍ରକୁ ପରିତ୍ରାଣ କର । +\q +\v 17 ମୋତେ ମଙ୍ଗଳାର୍ଥକ ଲକ୍ଷଣ ଦେଖାଅ; ତହିଁରେ +\q ମୋ' ଘୃଣାକାରୀମାନେ ତାହା ଦେଖି ଲଜ୍ଜିତ ହେବେ, +\q ଯେହେତୁ ହେ ପ୍ରଭୁ, ତୁମ୍ଭେ ମୋହର ସାହାଯ୍ୟ ଓ +\q ସାନ୍ତ୍ୱନା କରିଅଛ । + +\s5 +\c 87 +\s ଯିରୂଶାଲମର ପ୍ରଶଂସା +\d ଗୀତ; କୋରହ-ସନ୍ତାନଗଣର ଗୀତ । +\b +\q +\v 1 ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ- +\q ଶ୍ରେଣୀରେ ସ୍ଥାପିତ । +\q +\v 2 ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା +\q ସିୟୋନର ଦ୍ୱାରସମୂହକୁ ଅଧିକ ସ୍ନେହ କରନ୍ତି । +\q +\v 3 ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ +\q ଗୌରବର କଥା କଥିତ ଅଛି । +\q [ସେଲା] +\q +\s5 +\v 4 ମୋ' ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ +\q ଉଲ୍ଲେଖ କରିବି; +\q ପଲେଷ୍ଟୀୟା , ସୋର ଓ କୂଶକୁ ଦେଖ; ଏହି ଜଣ +\q ସେଠାରେ ଜାତ ହେଲା । +\q +\s5 +\v 5 ଆହୁରି, ସିୟୋନ ବିଷୟରେ କୁହାଯିବ, "ଏଜଣ ଓ +\q ସେଜଣ ତହିଁ ମଧ୍ୟରେ ଜାତ ହେଲେ; +\q ପୁଣି, ସର୍ବୋପରିସ୍ଥ ସ୍ୱୟଂ ତାହା ସୁସ୍ଥିର କରିବେ ।" +\q +\v 6 ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ, +\q "ଏଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ । " +\q [ସେଲା] +\q +\s5 +\v 7 ଗାୟକ ଓ ନର୍ତ୍ତକମାନେ କହିବେ, "ମୋହର ସବୁ ଝର +\q ତୁମ୍ଭଠାରେ ଅଛି ।" + +\s5 +\c 88 +\s ସହାୟତା ପାଇଁ ବିନତୀ +\d ଗୀତ; କୋରହ-ସନ୍ତାନଗଣର ଗୀତ । +\q ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍‍ +\q ଲୀୟନ୍ନୋତ୍‍ ସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍‍ । +\q +\v 1 ସଦାପ୍ରଭୁ, ମୋ' ପରିତ୍ରାଣର ପରମେଶ୍ୱର, ମୁଁ +\q ଦିବାରାତ୍ର ତୁମ୍ଭ ସମ୍ମୁଖରେ କାକୂକ୍ତି କରିଅଛି; +\q +\v 2 ମୋ' ପ୍ରାର୍ଥନା ତୁମ୍ଭ ଛାମୁରେ ଉପସ୍ଥିତ ହେଉ; ମୋ' +\q କାକୂକ୍ତିରେ କର୍ଣ୍ଣପାତ କର; +\q +\s5 +\v 3 କାରଣ ମୋ' ପ୍ରାଣ ଦୁଃଖରେ ପରିପୂର୍ଣ୍ଣ +\q ଓ ମୋ' ଜୀବନ ପାତାଳର ନିକଟବର୍ତ୍ତୀ ହେଉଅଛି । +\q +\v 4 ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ସଙ୍ଗେ ଗଣିତ; +\q ମୁଁ ଅସହାୟ ଲୋକର ସମାନ । +\q +\s5 +\v 5 ଯେଉଁ କବରଶାୟୀ ହତ ଲୋକମାନଙ୍କୁ ତୁମ୍ଭେ ଆଉ +\q ସ୍ମରଣ କରୁ ନାହଁ +\q ଓ ଯେଉଁମାନେ ତୁମ୍ଭ ହସ୍ତରୁ ବିଚ୍ଛିନ୍ନ ହୋଇଅଛନ୍ତି, +\q ସେହି ମୃତ ଲୋକମାନଙ୍କ ମଧ୍ୟରେ ମୁଁ ତ୍ୟକ୍ତ ହୋଇଅଛି । +\q +\v 6 ତୁମ୍ଭେ ମୋତେ ନୀଚତମ ଗତ୍ତର୍ରେ, ଅନ୍ଧକାରରେ, +\q ଗଭୀର ସ୍ଥାନରେ ରଖିଅଛ । +\q +\s5 +\v 7 ତୁମ୍ଭର କୋପ ମୋ' ଉପରେ ପ୍ରବଳ ହୋଇ ରହୁଅଛି +\q ଓ ତୁମ୍ଭେ ଆପଣାର ସମସ୍ତ ତରଙ୍ଗରେ ମୋତେ କ୍ଳେଶ +\q ଦେଇଅଛ । +\q [ସେଲା] +\q +\s5 +\v 8 ତୁମ୍ଭେ ମୋହର ପରିଚିତ ଲୋକମାନଙ୍କୁ ମୋ'ଠାରୁ +\q ଦୂରରେ ରଖିଅଛ; +\q ତୁମ୍ଭେ ସେମାନଙ୍କ ନିକଟରେ ମୋତେ ଘୃଣାର ବିଷୟ +\q କରିଅଛ । +\q ମୁଁ ଅବରୁଦ୍ଧ ହୋଇଅଛି ଓ ମୁଁ ବାହାରକୁ ଆସି ପାରୁ +\q ନାହିଁ । +\q +\s5 +\v 9 କ୍ଳେଶ ସକାଶୁ ମୋ' ଚକ୍ଷୁ କ୍ଷୀଣ ହେଉଅଛି; +\q ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା +\q କରିଅଛି, +\q ମୁଁ ତୁମ୍ଭଆଡ଼େ ଆପଣା ହସ୍ତ ପ୍ରସାରିଅଛି । +\q +\v 10 ତୁମ୍ଭେ କି ମୃତ ଲୋକମାନଙ୍କୁ ଆଶ୍ଚର୍ଯ୍ୟକ୍ରିୟା +\q ଦେଖାଇବ ? +\q ଯେଉଁମାନେ ମରିଯାଇଅଛନ୍ତି, ସେମାନେ ଉଠି କି ତୁମ୍ଭର +\q ପ୍ରଶଂସା କରିବେ ? +\q [ସେଲା] +\q +\s5 +\v 11 କବରରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିଅବା ବିନାଶ +\q ସ୍ଥାନରେ ତୁମ୍ଭର ବିଶ୍ୱସ୍ତତା କି ପ୍ରଚାରିତ ହେବ ? +\q +\v 12 ଅନ୍ଧକାରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟା ଓ ବିସ୍ମୃତି +\q ଦେଶରେ ତୁମ୍ଭର ଧର୍ମ କି ଜଣାଯିବ ? +\q +\s5 +\v 13 ମାତ୍ର ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ କାକୂକ୍ତି +\q କରିଅଛି +\q ଓ ପ୍ରଭାତରେ ମୋ' ପ୍ରାର୍ଥନା ତୁମ୍ଭ ନିକଟରେ ଉପସ୍ଥିତ +\q ହେବ । +\q +\v 14 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମୋ' ପ୍ରାଣକୁ +\q ପରିତ୍ୟାଗ କରୁଅଛ ? +\q ତୁମ୍ଭେ କାହିଁକି ମୋ'ଠାରୁ ଆପଣା ମୁଖ ଲୁଚାଉଅଛ ? +\q +\s5 +\v 15 ମୁଁ ବାଲ୍ୟକାଳଠାରୁ ଦୁଃଖଗ୍ରସ୍ତ ଓ ମୃତକଳ୍ପ; +\q ମୁଁ ତୁମ୍ଭ ତ୍ରାସ ଭୋଗ କରି କରି ଉନ୍ମନା ହୋଇଅଛି । +\q +\v 16 ତୁମ୍ଭ ପ୍ରଚଣ୍ଡ କୋପ ମୋ' ଉପର ଦେଇ ଯାଇଅଛି; +\q ତୁମ୍ଭର ତ୍ରାସସବୁ ମୋତେ ଉଚ୍ଛିନ୍ନ କରିଅଛି । +\q +\s5 +\v 17 ତାହାସବୁ ସାରାଦିନ ଜଳ ପରି ମୋ' ଚାରିଆଡ଼େ +\q ଉପସ୍ଥିତ; +\q ତାହାସବୁ ଏକତ୍ର ମୋ' ଚାରିଆଡ଼େ ବେଷ୍ଟନ କଲେ । +\q +\v 18 ତୁମ୍ଭେ ସ୍ନେହୀକୁ ଓ ମିତ୍ରକୁ ମୋ'ଠାରୁ ଦୂରରେ +\q ଓ ମୋ' ପରିଚିତ ଲୋକଙ୍କୁ ଅନ୍ଧକାରରେ ରଖିଅଛ । + +\s5 +\c 89 +\s ଜାତିର ଦୁର୍ଦ୍ଦଶାକାଳୀନ ଗୀତ +\d ଇଷ୍ରାହୀୟ ଏଥନର ମସ୍କୀଲ୍‍ । +\b +\q +\v 1 ମୁଁ ସର୍ବଦା ସଦାପ୍ରଭୁଙ୍କ ବିବିଧ ଦୟା +\q ବିଷୟ ଗାନ କରିବି; +\q ମୁଁ ଆପଣା ମୁଖରେ ତୁମ୍ଭର ବିଶ୍ୱସ୍ତତା ପୁରୁଷ-ପରମ୍ପରା +\q ପ୍ରତି ପ୍ରକାଶ କରିବି । +\q +\v 2 କାରଣ ଦୟା ସଦାକାଳ ଗଢ଼ାଯିବ ବୋଲି ମୁଁ କହିଅଛି; +\q "ତୁମ୍ଭେ ଆପଣା ବିଶ୍ୱସ୍ତତା ସ୍ୱର୍ଗରେ ହିଁ ସ୍ଥାପନ କରିବ ।" +\q +\s5 +\v 3 "ଆମ୍ଭେ ଆପଣା ମନୋନୀତ ଲୋକ ସଙ୍ଗେ ନିୟମ +\q କରିଅଛୁ", +\q ଆମ୍ଭେ ଆପଣା ଦାସ ଦାଉଦ ସଙ୍ଗେ ଶପଥ କରିଅଛୁ । +\q +\v 4 ଆମ୍ଭେ ତୁମ୍ଭ ବଂଶକୁ ସଦାକାଳ ସୁସ୍ଥିର କରିବା +\q ଓ ପୁରୁଷପରମ୍ପରା ପର୍ଯ୍ୟନ୍ତ ତୁମ୍ଭର ସିଂହାସନ ଗଢ଼ିବା । +\q [ସେଲା] +\q +\s5 +\v 5 ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ପ୍ରଶଂସା +\q କରିବ, +\q ମଧ୍ୟ ପବିତ୍ରଗଣର ସମାଜରେ ତୁମ୍ଭ ବିଶ୍ୱସ୍ତତାର ପ୍ରଶଂସା +\q କରିବ । +\q +\v 6 କାରଣ ଆକାଶରେ ସଦାପ୍ରଭୁଙ୍କ ସଙ୍ଗେ କାହାର ଉପମା +\q କରାଯାଇ ପାରେ ? +\q ଯେଉଁ ପରମେଶ୍ୱର ପବିତ୍ରଗଣର ସଭାରେ ଅତି ଭୟଙ୍କର +\q +\s5 +\v 7 ଓ ଆପଣା ଚତୁର୍ଦ୍ଦିଗସ୍ଥ ସମସ୍ତଙ୍କ ଉପରେ +\q ଭୟଯୋଗ୍ୟ, +\q ସେହି ସଦାପ୍ରଭୁଙ୍କ ତୁଲ୍ୟ ବିକ୍ରମୀ ସନ୍ତାନଗଣ ମଧ୍ୟରେ +\q କିଏ ଅଛି ? +\q +\v 8 ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ +\q ତୁଲ୍ୟ ବିକ୍ରମୀ କିଏ ? +\q ତୁମ୍ଭ ବିଶ୍ୱସ୍ତତା ତୁମ୍ଭ ଚତୁର୍ଦ୍ଦିଗରେ ବିଦ୍ୟମାନ । +\q +\s5 +\v 9 ତୁମ୍ଭେ ସମୁଦ୍ରର ଅହଙ୍କାର ଉପରେ କର୍ତ୍ତୃତ୍ୱ କରୁଅଛ; +\q ତହିଁର ତରଙ୍ଗମାଳା ଉଠିବା ବେଳେ ତୁମ୍ଭେ ସେସବୁ ଶାନ୍ତ +\q କରୁଅଛ । +\q +\v 10 ତୁମ୍ଭେ ରାହବକୁ ଚୂର୍ଣ୍ଣ କରି ହତ ବ୍ୟକ୍ତିର ସମାନ +\q କରିଅଛ; +\q ତୁମ୍ଭେ ଆପଣା ବଳିଷ୍ଠ ବାହୁରେ ନିଜ ଶତ୍ରୁମାନଙ୍କୁ ଛିନ୍ନଭିନ୍ନ +\q କରିଅଛ । +\q +\s5 +\v 11 ସ୍ୱର୍ଗ ତୁମ୍ଭର, ପୃଥିବୀ ହିଁ ତୁମ୍ଭର; ତୁମ୍ଭେ ଜଗତ ଓ +\q ତହିଁର ପୂର୍ଣ୍ଣତା ସ୍ଥାପନ କରିଅଛ । +\q +\v 12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ; +\q ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆନନ୍ଦ କରନ୍ତି, +\q +\s5 +\v 13 ତୁମ୍ଭେ ପରାକ୍ରାନ୍ତ ବାହୁବିଶିଷ୍ଟ; +\q ତୁମ୍ଭର ହସ୍ତ ବଳବାନ ଓ ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚ । +\q +\v 14 ଧର୍ମ ଓ ନ୍ୟାୟବିଚାର ତୁମ୍ଭ ସିଂହାସନର ଭିତ୍ତିମୂଳ; +\q ଦୟା ଓ ସତ୍ୟତା ତୁମ୍ଭର ସମ୍ମୁଖଗାମୀ । +\q +\s5 +\v 15 ଯେଉଁ ଲୋକେ ଆନନ୍ଦଧ୍ୱନି ଜାଣନ୍ତି, ସେମାନେ +\q ଧନ୍ୟ; +\q ହେ ସଦାପ୍ରଭୁ, ସେମାନେ ତୁମ୍ଭ ମୁଖର ଦୀପ୍ତିରେ +\q ଗମନାଗମନ କରନ୍ତି । +\q +\v 16 ସେମାନେ ସାରାଦିନ ତୁମ୍ଭ ନାମରେ ଆନନ୍ଦ କରନ୍ତି +\q ଓ ତୁମ୍ଭ ଧାର୍ମିକତାରେ ସେମାନେ ଉନ୍ନତ ହୁଅନ୍ତି । +\q +\s5 +\v 17 କାରଣ ତୁମ୍ଭେ ସେମାନଙ୍କ ବଳର ଗୌରବ ସ୍ୱରୂପ; +\q ପୁଣି, ତୁମ୍ଭ ଅନୁଗ୍ରହରେ ଆମ୍ଭମାନଙ୍କ ଶୃଙ୍ଗ ଉନ୍ନତ ହେବ । +\q +\v 18 କାରଣ ଆମ୍ଭମାନଙ୍କ ଢାଲ ସଦାପ୍ରଭୁଙ୍କର +\q ଓ ଆମ୍ଭମାନଙ୍କ ରାଜା ଇସ୍ରାଏଲର ଧର୍ମସ୍ୱରୂପଙ୍କର । +\q +\s5 +\v 19 ସେସମୟରେ ତୁମ୍ଭେ ଆପଣା ସଦ୍‍ଭକ୍ତମାନଙ୍କୁ ଦର୍ଶନ +\q ଦେଇ କଥା କହିଲ, +\q ପୁଣି, କହିଲ, "ଆମ୍ଭେ ଏକ ବିକ୍ରମୀ ଉପରେ ସାହାଯ୍ୟ +\q କରିବାର ଭାର ଦେଇଅଛୁ; +\q ଆମ୍ଭେ ଲୋକମାନଙ୍କ ମଧ୍ୟରୁ ମନୋନୀତ ଏକ ଜଣକୁ +\q ଉନ୍ନତ କରିଅଛୁ । +\s ଦାଉଦଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞା +\q +\v 20 ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ; +\q ଆମ୍ଭ ପବିତ୍ର ତୈଳରେ ଆମ୍ଭେ ତାହାକୁ ଅଭିଷିକ୍ତ କରିଅଛୁ; +\q +\v 21 ଆମ୍ଭ ହସ୍ତ ତାହା ସଙ୍ଗରେ ସ୍ଥିରୀକୃତ ହୋଇ ରହିବ; +\q ମଧ୍ୟ ଆମ୍ଭର ବାହୁ ତାହାକୁ ବଳବାନ କରିବ । +\q +\v 22 ଶତ୍ରୁ ତାହା ପ୍ରତି ଉପଦ୍ରବ କରିବ ନାହିଁ; +\q କିଅବା ଦୁଷ୍ଟତାର ସନ୍ତାନ ତାହାକୁ କ୍ଳେଶ ଦେବ ନାହିଁ । +\q +\v 23 ଆମ୍ଭେ ତାହାର ବିପକ୍ଷଗଣକୁ ତାହା ସମ୍ମୁଖରେ ଚୂର୍ଣ୍ଣ +\q କରିବା +\q ଓ ତାହାର ଘୃଣାକାରୀମାନଙ୍କୁ ଆଘାତ କରିବା । +\q +\s5 +\v 24 ମାତ୍ର ଆମ୍ଭର ବିଶ୍ୱସ୍ତତା ଓ ଦୟା ତାହାର ସହବର୍ତ୍ତୀ +\q ହେବ; +\q ପୁଣି, ଆମ୍ଭ ନାମରେ ତାହାର ଶୃଙ୍ଗ ଉନ୍ନତ ହେବ । +\q +\v 25 ଆମ୍ଭେ ସମୁଦ୍ର ଉପରେ ତାହାର ହସ୍ତ ଓ ନଦୀସମୂହ +\q ଉପରେ ତାହାର ଦକ୍ଷିଣ ହସ୍ତ ସ୍ଥାପନ କରିବା । +\q +\v 26 ସେ ଆମ୍ଭଙ୍କୁ ଡାକି କହିବ, ତୁମ୍ଭେ ଆମ୍ଭର ପିତା, +\q ଆମ୍ଭର ପରମେଶ୍ୱର ଓ ଆମ୍ଭ ପରିତ୍ରାଣର ଶୈଳ । +\q +\s5 +\v 27 ଆମ୍ଭେ ମଧ୍ୟ ତାହାକୁ ଆମ୍ଭର ପ୍ରଥମଜାତ, ପୃଥିବୀସ୍ଥ +\q ରାଜଗଣ ମଧ୍ୟରେ ସର୍ବୋଚ୍ଚ କରିବା । +\q +\v 28 ଆମ୍ଭେ ଅନନ୍ତକାଳ ତାହା ପକ୍ଷରେ ଆପଣା ଦୟା +\q ରଖିବା, +\q ପୁଣି, ଆମ୍ଭର ନିୟମ ତାହା ପକ୍ଷରେ ସୁସ୍ଥିର ହେବ । +\q +\v 29 ମଧ୍ୟ ଆମ୍ଭେ ତାହାର ବଂଶକୁ ନିତ୍ୟସ୍ଥାୟୀ କରିବା +\q ଓ ତାହାର ସିଂହାସନକୁ ଆକାଶମଣ୍ଡଳର ଆୟୁର ତୁଲ୍ୟ +\q ସ୍ଥିର କରିବା । +\q +\s5 +\v 30 ଯଦି ତାହାର ସନ୍ତାନଗଣ ଆମ୍ଭର ବ୍ୟବସ୍ଥା +\q ପରିତ୍ୟାଗ କରନ୍ତି +\q ଓ ଆମ୍ଭ ଶାସନରେ ନ ଚାଲନ୍ତି; +\q +\v 31 ଯଦି ସେମାନେ ଆମ୍ଭର ବିଧି ଲଙ୍ଘନ କରନ୍ତି +\q ଓ ଆମ୍ଭର ଆଜ୍ଞାସବୁ ନ ପାଳନ୍ତି; +\q +\v 32 ତେବେ ଆମ୍ଭେ ଯଷ୍ଟି ଦ୍ୱାରା ସେମାନଙ୍କ ଅପରାଧର +\q ଓ ପ୍ରହାର ଦ୍ୱାରା ସେମାନଙ୍କ ଅଧର୍ମର ଶାସ୍ତି ଦେବା । +\q +\s5 +\v 33 ମାତ୍ର ତାହାଠାରୁ ଆମ୍ଭେ ଆପଣା ଦୟା ଏକା; +\q ନେବା ନାହିଁ; +\q କିଅବା ଆମ୍ଭ ବିଶ୍ୱସ୍ତତାର ତ୍ରୁଟି ହେବାକୁ ଦେବା ନାହିଁ । +\q +\v 34 ଆମ୍ଭେ ଆପଣା ନିୟମ ଲଙ୍ଘନ କରିବା ନାହିଁ, +\q କିଅବା ଆପଣା ଓଷ୍ଠାଧରରୁ ନିର୍ଗତ କଥା ଅନ୍ୟଥା କରିବା +\q ନାହିଁ । +\q +\s5 +\v 35 ଆମ୍ଭେ ଆପଣା ପବିତ୍ରତା ଘେନି ଥରେ ଶପଥ +\q କରିଅଛୁ; +\q ଆମ୍ଭେ ଦାଉଦକୁ ମିଥ୍ୟା କହିବା ନାହିଁ । +\q +\v 36 ତାହାର ବଂଶ ସଦାକାଳ ରହିବ +\q ଓ ତାହାର ସିଂହାସନ ଆମ୍ଭ ସମ୍ମୁଖରେ ସୂର୍ଯ୍ୟ ତୁଲ୍ୟ +\q ରହିବ । +\q +\v 37 ତାହା ସଦାକାଳ ଚନ୍ଦ୍ର ତୁଲ୍ୟ ଓ ଆକାଶସ୍ଥ ବିଶ୍ୱସ୍ତ +\q ସାକ୍ଷୀ ତୁଲ୍ୟ ସ୍ଥିରୀକୃତ ହେବ ।" +\q [ସେଲା] +\s ରାଜାଙ୍କ ପରାଜୟରେ ଶୋକ +\q +\s5 +\v 38 ମାତ୍ର ତୁମ୍ଭେ ଦୂର କରି ଅଗ୍ରାହ୍ୟ କରିଅଛ, +\q ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୁଦ୍ଧ ହୋଇଅଛ । +\q +\v 39 ତୁମ୍ଭେ ଆପଣା ଦାସର ନିୟମ ଘୃଣା କରିଅଛ; +\q ତୁମ୍ଭେ ତାହାର ମୁକୁଟ ଭୂମିରେ ପକାଇ ଅଶୁଚି କରିଅଛ । +\q +\v 40 ତୁମ୍ଭେ ତାହାର ସବୁ ବାଡ଼ ଭାଙ୍ଗି ପକାଇଅଛ; +\q ତୁମ୍ଭେ ତାହାର ଦୃଢ଼ ଗଡ଼ସବୁ ଉଜାଡ଼ କରିଅଛ । +\q +\s5 +\v 41 ପଥ ଦେଇ ଯିବା ଲୋକସମସ୍ତେ ତାହାକୁ ଲୁଟ +\q କରନ୍ତି; +\q ସେ ଆପଣା ପ୍ରତିବାସୀମାନଙ୍କର ନିନ୍ଦାପାତ୍ର ହୋଇଅଛି । +\q +\v 42 ତୁମ୍ଭେ ତାହାର ବିପକ୍ଷମାନଙ୍କ ଦକ୍ଷିଣ ହସ୍ତ ଉନ୍ନତ +\q କରିଅଛ; +\q ତୁମ୍ଭେ ତାହାର ସକଳ ଶତ୍ରୁଙ୍କୁ ଆନନ୍ଦିତ କରିଅଛ । +\q +\v 43 ହଁ, ତୁମ୍ଭେ ତାହାର ଖଡ଼୍‍ଗଧାର ଫେରାଉଅଛ +\q ଓ ଯୁଦ୍ଧରେ ତାହାକୁ ଛିଡ଼ା ହେବାକୁ ଦେଇ ନାହଁ । +\q +\s5 +\v 44 ତୁମ୍ଭେ ତାହାର ତେଜ ନିବୃତ୍ତ କରିଅଛ +\q ଓ ତାହାର ସିଂହାସନ ଭୂମିକୁ ପକାଇ ଦେଇଅଛ । +\q +\v 45 ତୁମ୍ଭେ ତାହାର ଯୌବନ ଦିନ ହ୍ରାସ କରିଅଛ; +\q ତୁମ୍ଭେ ଲଜ୍ଜାରେ ତାହାକୁ ଆଚ୍ଛନ୍ନ କରିଅଛ । +\q [ସେଲା] +\q +\s5 +\v 46 ହେ ସଦାପ୍ରଭୁ, କେତେ କାଳ, ତୁମ୍ଭେ କି ସଦାକାଳ +\q ଆପଣାକୁ ଲୁଚାଇବ ? +\q କେତେ କାଳ ତୁମ୍ଭର କୋପ ଅଗ୍ନି ପରି ଜ୍ୱଳିବ ? +\q +\v 47 ଆହେ, ମୋହର ସମୟ କିପରି ଅଳ୍ପ, ଏହା ସ୍ମରଣ +\q କର; +\q ତୁମ୍ଭେ କିପରି ଅସାରତା ନିମନ୍ତେ ମନୁଷ୍ୟ- +\q ସନ୍ତାନସମସ୍ତଙ୍କୁ ସୃଷ୍ଟି କରିଅଛ ! +\q +\v 48 ଯେ ମୃତ୍ୟୁ ନ ଦେଖି ଜୀବିତ ରହିବ ଓ ପାତାଳର +\q ପରାକ୍ରମରୁ ଆପଣା ପ୍ରାଣ ମୁକ୍ତ କରିବ, ଏପରି ମନୁଷ୍ୟ +\q କିଏ ? +\q +\s5 +\v 49 ହେ ପ୍ରଭୁ, ତୁମ୍ଭେ ଆପଣା ବିଶ୍ୱସ୍ତତା ଦ୍ୱାରା +\q ଦାଉଦଙ୍କ ନିକଟରେ ଯାହା ଶପଥ କରିଥିଲ, +\q ତୁମ୍ଭର ସେହି ପୂର୍ବ ବିବିଧ ଦୟା କାହିଁ ? +\q +\v 50 ହେ ପ୍ରଭୁ, ତୁମ୍ଭ ଦାସମାନଙ୍କର ନିନ୍ଦା ସ୍ମରଣ କର +\q ଓ ମୁଁ ପରାକ୍ରାନ୍ତ ଗୋଷ୍ଠୀବର୍ଗର ନିନ୍ଦା କିପ୍ରକାରେ ଆପଣା +\q ବକ୍ଷଃସ୍ଥଳରେ ବହୁଅଛି, ଏହା ସ୍ମରଣ କର । +\q +\v 51 ହେ ସଦାପ୍ରଭୁ, ତଦ୍ଦ୍ୱାରା ତୁମ୍ଭ ଶତ୍ରୁଗଣ ନିନ୍ଦା +\q କରିଅଛନ୍ତି, +\q ତଦ୍ଦ୍ୱାରା ସେମାନେ ତୁମ୍ଭ ଅଭିଷିକ୍ତଙ୍କ ପଦଚିହ୍ନକୁ ନିନ୍ଦା +\q କରିଅଛନ୍ତି । +\q +\s5 +\v 52 ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ, ଆମେନ୍‍, +\q ଆମେନ୍‍ । + +\s5 +\c 90 +\ms ଚତୁର୍ଥ ଖଣ୍ଡ +\s ପରମେଶ୍ୱର ଓ ମନୁଷ୍ୟ +\d ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା । +\b +\q +\v 1 ହେ ପ୍ରଭୁ, ତୁମ୍ଭେ ପୁରୁଷାନୁକ୍ରମରେ +\q ଆମ୍ଭମାନଙ୍କର ବାସସ୍ଥାନ ହୋଇ ଆସିଅଛ । +\q +\v 2 ପର୍ବତଗଣର ଉତ୍ପତ୍ତିର ଓ ତୁମ୍ଭ ଦ୍ୱାରା ପୃଥିବୀ ଓ +\q ଜଗତର ସୃଷ୍ଟିର ପୂର୍ବଠାରୁ ଅନାଦିକାଳରୁ ଅନନ୍ତକାଳ +\q ପର୍ଯ୍ୟନ୍ତ ତୁମ୍ଭେ ପରମେଶ୍ୱର ଅଟ । +\q +\s5 +\v 3 ତୁମ୍ଭେ ମର୍ତ୍ତ୍ୟକୁ ଧୂଳିରେ ଲୀନ କରୁଅଛ । +\q ପୁଣି, କହୁଅଛ, "ହେ ମନୁଷ୍ୟ-ସନ୍ତାନଗଣ, ଫେର ।" +\q +\v 4 କାରଣ ତୁମ୍ଭ ଦୃଷ୍ଟିରେ ସହସ୍ର ବର୍ଷ ଗତ କାଲିର ତୁଲ୍ୟ +\q ଓ ରାତ୍ରିର ଏକ ପ୍ରହରର ସମାନ । +\q +\s5 +\v 5 ଯେପରି ପ୍ଲାବନରେ, ସେପରି ତୁମ୍ଭେ ସେମାନଙ୍କୁ ଭସାଇ +\q ନେଉଅଛ; ସେମାନେ ସ୍ୱପ୍ନ ତୁଲ୍ୟ । +\q ପ୍ରାତଃକାଳରେ ସେମାନେ ବଢ଼ନ୍ତା ତୃଣ ତୁଲ୍ୟ । +\q +\v 6 ପ୍ରାତଃକାଳରେ ତାହା ସତେଜ ହୋଇ ବଢ଼ଇ; +\q ସନ୍ଧ୍ୟାକାଳରେ ତାହା କଟା ଯାଇ ଶୁଖଇ । +\q +\s5 +\v 7 କାରଣ ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ପାଉ, +\q ପୁଣି, ତୁମ୍ଭ କୋପରେ ଆମ୍ଭେମାନେ ବ୍ୟସ୍ତ ହେଉ । +\q +\v 8 ତୁମ୍ଭେ ଆମ୍ଭମାନଙ୍କ ଅପରାଧ ଆପଣା ସମ୍ମୁଖରେ, +\q ଆମ୍ଭମାନଙ୍କ ଗୁପ୍ତ ପାପ ଆପଣା ମୁଖର ଦୀପ୍ତିରେ +\q ରଖିଅଛ । +\q +\s5 +\v 9 କାରଣ ଆମ୍ଭମାନଙ୍କର ସକଳ ଦିନ ତୁମ୍ଭ କୋପରେ +\q ବହିଯାଏ; +\q କଥିତ କାହାଣୀ ପରି ଆମ୍ଭେମାନେ ଆପଣା ଆପଣା +\q ବର୍ଷ ସମାପ୍ତ କରୁଥାଉ । +\q +\v 10 ଆମ୍ଭମାନଙ୍କ ଆୟୁର ପରିମାଣ ସତୁରି ବର୍ଷ, +\q ଅବା ବଳ ସକାଶୁ ଅଶୀ ବର୍ଷ ହୁଏ; ତଥାପି ତହିଁର ଗର୍ବ +\q ଓ ପରିଶ୍ରମ ଦୁଃଖମାତ୍ର; କାରଣ ତାହା ଶୀଘ୍ର ବହିଯାଏ ଓ +\q ଆମ୍ଭେମାନେ ଉଡ଼ିଯାଉ । +\q +\s5 +\v 11 ତୁମ୍ଭ କ୍ରୋଧର ପ୍ରବଳତା ଓ ତୁମ୍ଭ ପ୍ରତି ଉପଯୁକ୍ତ +\q ଭୟ ପ୍ରମାଣେ ତୁମ୍ଭର କୋପ କିଏ ବୁଝେ ? +\q +\v 12 ଯେପରି ଆମ୍ଭେମାନେ ଜ୍ଞାନବିଶିଷ୍ଟ ଅନ୍ତଃକରଣ ପାଇ +\q ପାରିବୁ, +\q ଏଥିପାଇଁ ଆମ୍ଭମାନଙ୍କୁ ଆପଣା ଆପଣା ଦିନର ଗଣନା +\q କରିବାକୁ ଶିକ୍ଷା ଦିଅ । +\q +\v 13 ହେ ସଦାପ୍ରଭୁ, ଫେର; କେତେ କାଳ ? +\q ଆପଣା ଦାସମାନଙ୍କ ପ୍ରତି ପ୍ରସନ୍ନ ହୁଅ । +\q +\s5 +\v 14 ପ୍ରଭାତରେ ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର; +\q ତହିଁରେ ଆମ୍ଭେମାନେ ଯାବଜ୍ଜୀବନ ହୃଷ୍ଟ ଓ ଆନନ୍ଦିତ +\q ହେବା । +\q +\v 15 ଯେତେ ଦିନ ଆମ୍ଭମାନଙ୍କୁ ଦୁଃଖ ଦେଇଅଛ ଓ ଯେତେ +\q ବର୍ଷ ଆମ୍ଭେମାନେ ଅମଙ୍ଗଳ ଦେଖିଅଛୁ, +\q ତଦନୁସାରେ ଆମ୍ଭମାନଙ୍କୁ ଆନନ୍ଦିତ କର । +\q +\v 16 ତୁମ୍ଭ ଦାସଗଣ ପ୍ରତି ତୁମ୍ଭର କର୍ମ ଓ ସେମାନଙ୍କ +\q ସନ୍ତାନଗଣ ପ୍ରତି ତୁମ୍ଭର ମହିମା ପ୍ରକାଶିତ ହେଉ । +\q +\s5 +\v 17 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ସୌନ୍ଦର୍ଯ୍ୟ +\q ଆମ୍ଭମାନଙ୍କ ଉପରେ ଅଧିଷ୍ଠାନ କରୁ; +\q ଆଉ, ତୁମ୍ଭେ ଆମ୍ଭମାନଙ୍କ ହସ୍ତକୃତ କର୍ମ ଆମ୍ଭମାନଙ୍କ +\q ପକ୍ଷରେ ସ୍ଥାୟୀ କର; +\q ହଁ, ଆମ୍ଭମାନଙ୍କର ହସ୍ତକୃତ କର୍ମ ତୁମ୍ଭେ ସ୍ଥାୟୀ କର । + +\s5 +\c 91 +\s ସଦାପ୍ରଭୁ ଆମର ରକ୍ଷାକର୍ତ୍ତା +\q +\v 1 ଯେଉଁ ଜନ ସର୍ବୋପରିସ୍ଥଙ୍କ ଆବୃତ ସ୍ଥାନରେ +\q ବାସ କରେ, +\q ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ । +\q +\v 2 ମୁଁ ସଦାପ୍ରଭୁଙ୍କ ବିଷୟରେ କହିବି, "ସେ ମୋହର ଆଶ୍ରୟ +\q ଓ ମୋହର ଦୁର୍ଗ; +\q ମୋହର ପରମେଶ୍ୱର, ମୁଁ ତାହାଙ୍କଠାରେ ନିର୍ଭର +\q ରଖେ ।" +\q +\s5 +\v 3 କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦରୁ ଓ ସର୍ବନାଶକ +\q ମହାମାରୀରୁ ରକ୍ଷା କରିବେ । +\q +\v 4 ସେ ଆପଣା ପକ୍ଷରେ ତୁମ୍ଭକୁ ଆବୋରିବେ +\q ଓ ତାହାଙ୍କ ଡେଣା ତଳେ ତୁମ୍ଭେ ଆଶ୍ରୟ ନେବ; +\q ତାହାଙ୍କ ସତ୍ୟତା ଢାଲ ଓ ଫଳକ ସ୍ୱରୂପ ଅଟେ । +\q +\s5 +\v 5 ତୁମ୍ଭେ ରାତ୍ରିର ତ୍ରାସ, କିଅବା ଦିବସର ଉଡ଼ନ୍ତା ତୀର, +\q +\v 6 ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ୟାହ୍ନରେ +\q ବିନାଶକ ସଂହାର ବିଷୟରେ ଭୀତ ହେବ ନାହିଁ । +\q +\v 7 ତୁମ୍ଭ ପାର୍ଶ୍ୱରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ +\q ଲୋକ ପଡ଼ିବେ; +\q ମାତ୍ର ତାହା ତୁମ୍ଭ କତିକୁ ଆସିବ ନାହିଁ । +\q +\s5 +\v 8 ତୁମ୍ଭେ କେବଳ ସ୍ୱଚକ୍ଷୁରେ ନିରୀକ୍ଷଣ କରିବ +\q ଓ ଦୁଷ୍ଟମାନଙ୍କର ପ୍ରତିଫଳ ଦେଖିବ । +\q +\v 9 କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋହର ଆଶ୍ରୟ । +\q ସର୍ବୋପରିସ୍ଥଙ୍କୁ ତୁମ୍ଭେ ଆପଣା ବାସସ୍ଥାନ କରିଅଛ । +\q +\s5 +\v 10 ତୁମ୍ଭକୁ କୌଣସି ବିପଦ ଘଟିବ ନାହିଁ, +\q କିଅବା କୌଣସି ମାରୀ ତୁମ୍ଭ ତମ୍ବୁ ନିକଟକୁ ଆସିବ +\q ନାହିଁ । +\q +\v 11 କାରଣ ସେ ତୁମ୍ଭର ସବୁ ଗତିରେ ତୁମ୍ଭକୁ ରକ୍ଷା +\q କରିବା ପାଇଁ ଆପଣା ଦୂତଗଣକୁ ତୁମ୍ଭ ବିଷୟରେ ଆଜ୍ଞା +\q ଦେବେ । +\q +\s5 +\v 12 ତୁମ୍ଭ ଚରଣ ଯେପରି ପଥରରେ ନ ବାଜିବ, +\q ଏଥିପାଇଁ ସେମାନେ ସ୍ୱହସ୍ତରେ ତୁମ୍ଭକୁ ବହିବେ । +\q +\v 13 ତୁମ୍ଭେ ସିଂହ ଓ କାଳସର୍ପ ଉପରେ ଚାଲିବ; +\q ତୁମ୍ଭେ ଯୁବାସିଂହ ଓ ସର୍ପକୁ ପାଦ ତଳେ ଦଳିବ । +\q +\s5 +\v 14 ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଏହେତୁ +\q ଆମ୍ଭେ ତାହାକୁ ଉଦ୍ଧାର କରିବା; +\q ସେ ଆମ୍ଭ ନାମ ଜାଣିଅଛି, ଏହେତୁ ଆମ୍ଭେ ତାହାକୁ +\q ଉଚ୍ଚରେ ରଖିବା । +\q +\v 15 ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ, ଆମ୍ଭେ ତାହାକୁ +\q ଉତ୍ତର ଦେବା; +\q ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା; +\q ଆମ୍ଭେ ତାହାକୁ ରକ୍ଷା କରିବା ଓ ତାହାକୁ ସମ୍ଭ୍ରମ କରିବା । +\q +\v 16 ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା +\q ଓ ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା । + +\s5 +\c 92 +\s ଧନ୍ୟବାଦ ସ୍ତୁତି +\d ଗୀତ : ବିଶ୍ରାମବାର ନିମିତ୍ତକ ଗୀତ । +\b +\q +\v 1 ସଦାପ୍ରଭୁଙ୍କ ଧନ୍ୟବାଦ କରିବାର ଉତ୍ତମ, +\q ହେ ସର୍ବୋପରିସ୍ଥ, ତୁମ୍ଭ ନାମରେ ପ୍ରଶଂସା ଗାନ +\q କରିବାର, +\q +\v 2 ପୁଣି, ଦଶତାର-ଯନ୍ତ୍ର ଓ ନେବଲରେ, ବୀଣାର ଗମ୍ଭୀର +\q ଧ୍ୱନିରେ, +\q +\v 3 ପ୍ରାତଃକାଳରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ଓ ପ୍ରତି ରାତ୍ରି +\q ତୁମ୍ଭ ବିଶ୍ୱସ୍ତତା ପ୍ରଚାର କରିବାର ଉତ୍ତମ । +\q +\s5 +\v 4 ଯେହେତୁ ହେ ସଦାପ୍ରଭୁ, ତୁମ୍ଭେ ନିଜ କର୍ମରେ +\q ମୋତେ ଆନନ୍ଦିତ କରିଅଛ; +\q ମୁଁ ତୁମ୍ଭର ହସ୍ତକୃତ କର୍ମରେ ଜୟଧ୍ୱନି କରିବି । +\q +\v 5 ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ କିପରି ମହତ ! +\q ତୁମ୍ଭର ସଂକଳ୍ପସବୁ ଅତି ଗଭୀର । +\q +\s5 +\v 6 ପଶୁବତ୍‍ ଲୋକ ଜାଣେ ନାହିଁ; +\q କିଅବା ନିର୍ବୋଧ ଲୋକ ଏହା ବୁଝେ ନାହିଁ; +\q +\v 7 ଯେତେବେଳେ ଦୁଷ୍ଟଗଣ ତୃଣ ପରି ଅଙ୍କୁରିତ +\q ଓ ଅଧର୍ମାଚାରୀମାନେ ପ୍ରଫୁଲ୍ଲ ହୁଅନ୍ତି, +\q ସେତେବେଳେ ସେମାନଙ୍କ ନିତ୍ୟସ୍ଥାୟୀ ବିନାଶ ନିମନ୍ତେ +\q ସେପରି ହୁଏ । +\q +\s5 +\v 8 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ଊର୍ଦ୍ଧ୍ୱବାସୀ । +\q +\v 9 କାରଣ ହେ ସଦାପ୍ରଭୁ, ଦେଖ, ତୁମ୍ଭ ଶତ୍ରୁଗଣ, +\q ଦେଖ, ତୁମ୍ଭର ଶତ୍ରୁଗଣ ବିନଷ୍ଟ ହେବେ; +\q ଅଧର୍ମାଚାରୀ ସମସ୍ତେ ଚ୍ଛିନ୍ନଭିନ୍ନ ହେବେ । +\q +\s5 +\v 10 ମାତ୍ର ତୁମ୍ଭେ ଅରଣାର ଶୃଙ୍ଗ ପରି ମୋହର ଶୃଙ୍ଗ +\q ଉନ୍ନତ କରିଅଛ; +\q ମୁଁ ନୂତନ ତୈଳରେ ଅଭିଷିକ୍ତ ହୋଇଅଛି । +\q +\v 11 ମୋ' ଶତ୍ରୁଗଣ ଉପରେ ମୋହର ବାଞ୍ଛା ସଫଳ +\q ହେବାର ମୋହର ଚକ୍ଷୁ ଦେଖିଅଛି, +\q ମୋ' ବିରୁଦ୍ଧରେ ଉଠିବା କୁକର୍ମକାରୀମାନଙ୍କ ଉପରେ +\q ମୋହର ବାଞ୍ଛା ସଫଳ ହେବାର ମୋହର କର୍ଣ୍ଣ ଶୁଣିଅଛି । +\q +\s5 +\v 12 ଧାର୍ମିକ ଲୋକ ତାଳ ବୃକ୍ଷ ପରି ବର୍ଦ୍ଧିଷ୍ଣୁ ହେବ; +\q ସେ ଲିବାନୋନ୍‍ରେ ଏରସ ବୃକ୍ଷ ତୁଲ୍ୟ ବୃଦ୍ଧି ପାଇବ । +\q +\v 13 ଯେଉଁମାନେ ସଦାପ୍ରଭୁଙ୍କ ଗୃହରେ ରୋପିତ ହୁଅନ୍ତି, +\q ସେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରାଙ୍ଗଣରେ ବର୍ଦ୍ଧିଷ୍ଣୁ +\q ହେବେ । +\q +\s5 +\v 14 ସେମାନେ ବୃଦ୍ଧ ବୟସରେ ହେଁ ଫଳ ଉତ୍ପନ୍ନ କରିବେ; +\q ସେମାନେ ରସ ଓ ତେଜରେ ପୂର୍ଣ୍ଣ ହେବେ; +\q +\v 15 ତଦ୍ଦ୍ୱାରା ସଦାପ୍ରଭୁ ଯେ ଯାଥାର୍ଥିକ, ଏହା ପ୍ରକାଶିତ +\q ହେବ; +\q ସେ ମୋହର ଶୈଳ ଓ ତାହାଙ୍କଠାରେ କୌଣସି ଅଧର୍ମ +\q ନାହିଁ । + +\s5 +\c 93 +\s ସଦାପ୍ରଭୁ ହିଁ ରାଜା +\q +\v 1 ସଦାପ୍ରଭୁ ରାଜ୍ୟ କରନ୍ତି; ସେ ମହିମାରେ +\q ବସ୍ତ୍ରାନ୍ୱିତ; +\q ସଦାପ୍ରଭୁ ବସ୍ତ୍ରାନ୍ୱିତ ହୋଇ ବଳରେ ଆପଣା କଟି +\q ବାନ୍ଧିଅଛନ୍ତି; +\q ଜଗତ ମଧ୍ୟ ଏପରି ସ୍ଥାପିତ ଯେ, ତାହା ବିଚଳିତ ହୋଇ +\q ନ ପାରେ । +\q +\v 2 ତୁମ୍ଭ ସିଂହାସନ ପୂର୍ବଠାରୁ ସ୍ଥାପିତ; +\q ତୁମ୍ଭେ ଅନାଦି କାଳରୁ ବିଦ୍ୟମାନ । +\q +\s5 +\v 3 ହେ ସଦାପ୍ରଭୁ, ନଦୀସକଳ ବଢ଼ି ଉଠିଅଛନ୍ତି, +\q ନଦୀସବୁ ଆପଣା ଆପଣା ଧ୍ୱନି ଉଠାଇ ଅଛନ୍ତି; +\q ନଦୀସବୁ ଆପଣା ଆପଣା ତରଙ୍ଗ ଉଠାନ୍ତି । +\q +\v 4 ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା +\q ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ । +\q +\s5 +\v 5 ତୁମ୍ଭର ପ୍ରମାଣବାକ୍ୟ ଅତି ନିଶ୍ଚିତ; +\q ହେ ସଦାପ୍ରଭୁ, ପବିତ୍ରତା ସର୍ବଦା ତୁମ୍ଭ ଗୃହର ଶୋଭା । + +\s5 +\c 94 +\s ସଦାପ୍ରଭୁ ସମଗ୍ର ମାନବ ଜାତିର ବିଚାରକର୍ତ୍ତା +\q +\v 1 ହେ ସଦାପ୍ରଭୁ, ପ୍ରତିଫଳଦାତା +\q ପରମେଶ୍ୱର, +\q ହେ ପ୍ରତିଫଳଦାତା ପରମେଶ୍ୱର, ତୁମ୍ଭେ ପ୍ରକାଶମାନ +\q ହୁଅ । +\q +\v 2 ହେ ପୃଥିବୀର ବିଚାରକର୍ତ୍ତା, ଉଠ; ଅହଙ୍କାରୀମାନଙ୍କୁ +\q ସେମାନଙ୍କ କର୍ମାନୁସାରେ ପ୍ରତିଫଳ ଦିଅ । +\q +\s5 +\v 3 ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳ, ଦୁଷ୍ଟମାନେ +\q କେତେ କାଳ ଜୟଧ୍ୱନି କରିବେ ? +\q +\v 4 ସେମାନେ କେତେ କାଳ ଅହଙ୍କାରରେ କଥା ଉଚ୍ଚାରଣ +\q କରି କହିବେ ? +\q ଅଧର୍ମାଚାରୀ ସମସ୍ତେ ଦର୍ପ କରନ୍ତି । +\q +\s5 +\v 5 ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ଚୂର୍ଣ୍ଣ +\q କରନ୍ତି +\q ଓ ତୁମ୍ଭ ଅଧିକାରକୁ କ୍ଳେଶ ଦିଅନ୍ତି । +\q +\v 6 ସେମାନେ ବିଧବା, ବିଦେଶୀକୁ ବଧ କରନ୍ତି ଓ +\q ପିତୃହୀନମାନଙ୍କୁ ହତ୍ୟା କରନ୍ତି । +\q +\v 7 ପୁଣି, ସଦାପ୍ରଭୁ ଦେଖିବେ ନାହିଁ, କିଅବା ଯାକୁବର +\q ପରମେଶ୍ୱର ବିବେଚନା କରିବେ ନାହିଁ, ଏହା ସେମାନେ +\q କହନ୍ତି । +\q +\s5 +\v 8 ହେ ଲୋକଙ୍କ ମଧ୍ୟରେ ପଶୁବତ୍‍ ଲୋକେ, ତୁମ୍ଭେମାନେ +\q ବିବେଚନା କର; +\q ହେ ମୂଢ଼ଗଣ, ତୁମ୍ଭେମାନେ କେବେ ଜ୍ଞାନବାନ ହେବ ? +\q +\v 9 ଯେ କର୍ଣ୍ଣ ରୋପଣ କଲେ, ସେ କି ଶୁଣିବେ ନାହିଁ ? +\q ଯେ ଚକ୍ଷୁ ଗଢ଼ିଲେ, ସେ କି ଦେଖିବେ ନାହିଁ ? +\q +\s5 +\v 10 ଯେ ଗୋଷ୍ଠୀବର୍ଗକୁ ଶାସନ କରନ୍ତି, ଯେ ମନୁଷ୍ୟକୁ +\q ଜ୍ଞାନ ଶିକ୍ଷା ଦିଅନ୍ତି, ସେ କି ଶାସ୍ତି ଦେବେ ନାହିଁ ? +\q +\v 11 ମନୁଷ୍ୟର କଳ୍ପନାସବୁ ଅସାର ବୋଲି ସଦାପ୍ରଭୁ +\q ଜାଣନ୍ତି । +\q +\s5 +\v 12 ହେ ସଦାପ୍ରଭୁ, ଦୁଷ୍ଟ ନିମନ୍ତେ ଗର୍ତ୍ତ ଖୋଳା ହେବା +\q ପର୍ଯ୍ୟନ୍ତ ବିପଦ କାଳରୁ ବିଶ୍ରାମ ଦେବା ନିମନ୍ତେ, +\q +\v 13 ତୁମ୍ଭେ ଯାହାକୁ ଶାସନ କର ଓ ଆପଣା ବ୍ୟବସ୍ଥାରୁ +\q ଶିକ୍ଷା ଦିଅ, ସେ ଲୋକ ଧନ୍ୟ । +\q +\s5 +\v 14 କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର +\q କରିବେ ନାହିଁ, +\q କିଅବା ଆପଣା ଅଧିକାର ପରିତ୍ୟାଗ କରିବେ ନାହିଁ । +\q +\v 15 ଯେହେତୁ ଶାସନ ଧର୍ମ ପକ୍ଷରେ ବାହୁଡ଼ିବ; +\q ପୁଣି, ସରଳାନ୍ତଃକରଣ ଲୋକସମସ୍ତେ ତହିଁର ଅନୁଗାମୀ +\q ହେବେ । +\q +\v 16 କିଏ ମୋହର ସପକ୍ଷ ହୋଇ କୁକର୍ମକାରୀମାନଙ୍କ +\q ବିରୁଦ୍ଧରେ ଉଠିବ ? +\q କିଏ ମୋହର ସପକ୍ଷ ହୋଇ ଅଧର୍ମାଚାରୀମାନଙ୍କ +\q ବିରୁଦ୍ଧରେ ଠିଆ ହେବ ? +\q +\s5 +\v 17 ସଦାପ୍ରଭୁ ମୋହର ସହାୟ ହୋଇ ନ ଥିଲେ ମୋହର +\q ପ୍ରାଣ ଶୀଘ୍ର ନୀରବ ସ୍ଥାନରେ ବାସ କରିଥା'ନ୍ତା । +\q +\v 18 "ମୋହର ପାଦ ଖସି ଯାଉଛି" ବୋଲି କହିଲା ବେଳେ, +\q ହେ ସଦାପ୍ରଭୁ, ତୁମ୍ଭର ଦୟା ମୋତେ ଧରି ରଖିଲା । +\q +\v 19 ମୋ' ଆନ୍ତରିକ ଭାବନାର ବାହୁଲ୍ୟ ସମୟରେ ତୁମ୍ଭର +\q ସାନ୍ତ୍ୱନାସବୁ ମୋ' ପ୍ରାଣକୁ ଆହ୍ଲାଦିତ କରେ । +\q +\s5 +\v 20 ବିଧାନ ଦ୍ୱାରା ଉପଦ୍ରବ-ରଚନାକାରୀ ଦୁଷ୍ଟତାରୂପ +\q ସିଂହାସନର କି ତୁମ୍ଭ ସଙ୍ଗେ ସମ୍ବନ୍ଧତା ହେବ ? +\q +\v 21 ସେମାନେ ଧାର୍ମିକର ପ୍ରାଣ ପ୍ରତିକୂଳରେ ଦଳବଦ୍ଧ +\q ହୁଅନ୍ତି +\q ଓ ନିର୍ଦ୍ଦୋଷ ରକ୍ତକୁ ଦୋଷୀ କରନ୍ତି । +\q +\s5 +\v 22 ମାତ୍ର ସଦାପ୍ରଭୁ ମୋହର ଉଚ୍ଚ ଦୁର୍ଗ +\q ଓ ମୋ' ପରମେଶ୍ୱର ମୋହର ଆଶ୍ରୟଶୈଳ ହୋଇଅଛନ୍ତି । +\q +\v 23 ପୁଣି, ସେ ସେମାନଙ୍କ ନିଜ ଅଧର୍ମ ସେମାନଙ୍କ +\q ଉପରେ ବର୍ତ୍ତାଇ ଅଛନ୍ତି, +\q ଆଉ ସେମାନଙ୍କ ନିଜ ଦୁଷ୍ଟତାରେ ସେମାନଙ୍କୁ ଉଚ୍ଛିନ୍ନ +\q କରିବେ; +\q ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ଉଚ୍ଛିନ୍ନ +\q କରିବେ । + +\s5 +\c 95 +\s ସ୍ତୁତି ଗାନ +\q +\v 1 ଆହେ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ +\q ଉଦ୍ଦେଶ୍ୟରେ ଗାନ କରୁ; +\q ଆମ୍ଭମାନଙ୍କ ପରିତ୍ରାଣର ଶୈଳଙ୍କ ଉଦ୍ଦେଶ୍ୟରେ +\q ଆନନ୍ଦଧ୍ୱନି କରୁ । +\q +\v 2 ଆମ୍ଭେମାନେ ଧନ୍ୟବାଦ କରି ତାହାଙ୍କ ଛାମୁକୁ ଆସୁ, +\q ଆମ୍ଭେମାନେ ଗୀତ ଦ୍ୱାରା ତାହାଙ୍କ ଉଦ୍ଦେଶ୍ୟରେ ଆନନ୍ଦ +\q ଧ୍ୱନି କରୁ । +\q +\v 3 କାରଣ ସଦାପ୍ରଭୁ ମହାନ ପରମେଶ୍ୱର ଓ ସକଳ +\q ଦେବତା ଉପରେ ମହାନ ରାଜା ଅଟନ୍ତି । +\q +\s5 +\v 4 ପୃଥିବୀର ଗଭୀର ସ୍ଥାନସବୁ ତାହାଙ୍କ ହସ୍ତଗତ; +\q ପର୍ବତଗଣର ଶିଖ ମଧ୍ୟ ତାହାଙ୍କର । +\q +\v 5 ସମୁଦ୍ର ମଧ୍ୟ ତାହାଙ୍କର, ସେ ତାହା ସୃଷ୍ଟି କଲେ; +\q ପୁଣି, ଶୁଷ୍କ ଭୂମି ତାହାଙ୍କ ହସ୍ତନିର୍ମିତ । +\q +\s5 +\v 6 ଆହେ, ଆସ, ଉବୁଡ଼ ହୋଇ ପ୍ରଣାମ କରୁ; +\q ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ଛାମୁରେ ଆଣ୍ଠୁ +\q ପାତୁ; +\q +\v 7 କାରଣ ସେ ଆମ୍ଭମାନଙ୍କର ପରମେଶ୍ୱର, ପୁଣି, +\q ଆମ୍ଭେମାନେ ତାହାଙ୍କ ଚରାସ୍ଥାନର ଲୋକ ଓ ତାହାଙ୍କ +\q ହସ୍ତଗତ ମେଷ । +\q ଆହା, ଯଦି ଆଜି ତୁମ୍ଭେମାନେ ତାହାଙ୍କ ରବ ଶୁଣନ୍ତ । +\q +\s5 +\v 8 ଯେପରି ମିରୀବାଃ ନିକଟରେ ଉତ୍ତେଜିତ ହେବା +\q ସମୟରେ, ଯେପରି ପ୍ରାନ୍ତର ମଧ୍ୟରେ ମଃସା ନିକଟରେ +\q ପରୀକ୍ଷା ସମୟରେ, +\q ସେପରି ତୁମ୍ଭେମାନେ ଅନ୍ତଃକରଣ କଠିନ କର ନାହିଁ; +\q +\v 9 ସେସମୟରେ ତୁମ୍ଭମାନଙ୍କ ପିତୃପୁରୁଷଗଣ ଆମ୍ଭଙ୍କୁ +\q ପରୀକ୍ଷା କଲେ, ଆମ୍ଭର ପ୍ରମାଣ ନେଲେ ଓ ଆମ୍ଭର କର୍ମ +\q ଦେଖିଲେ । +\q +\s5 +\v 10 ଆମ୍ଭେ ଚାଳିଶ ବର୍ଷଯାଏ ସେହି ବଂଶ ପ୍ରତି ବିରକ୍ତ +\q ଥିଲୁ, +\q ପୁଣି କହିଲୁ, ଏହି ଲୋକମାନେ ଅନ୍ତଃକରଣରେ ଭ୍ରାନ୍ତ +\q ଓ ସେମାନେ ଆମ୍ଭର ପଥ ଜାଣି ନାହାନ୍ତି; +\q +\v 11 ଏହେତୁ ସେମାନେ ଆମ୍ଭ ବିଶ୍ରାମରେ ପ୍ରବେଶ +\q କରିବେ ନାହିଁ ବୋଲି ଆମ୍ଭେ ଆପଣା କୋପରେ ଶପଥ +\q କଲୁ । + +\s5 +\c 96 +\s ସଦାପ୍ରଭୁ ରାଜାଧିରାଜ +\q +\v 1 ଆହେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ +\q ଗୀତ ଗାନ କର; ସମୁଦାୟ ପୃଥିବୀ, +\q ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର । +\q +\v 2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର +\q ଧନ୍ୟବାଦ କର; +\q ତାହାଙ୍କ ପରିତ୍ରାଣ ଦିନକୁ ଦିନ ପ୍ରକାଶ କର । +\q +\s5 +\v 3 ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତାହାଙ୍କ ଗୌରବ, +\q ସମସ୍ତ ଗୋଷ୍ଠୀ ମଧ୍ୟରେ ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ପ୍ରକାଶ +\q କର । +\q +\v 4 କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ; +\q ସେ ସମସ୍ତ ଦେବତା ଅପେକ୍ଷା ଭୟଯୋଗ୍ୟ । +\q +\s5 +\v 5 କାରଣ ଗୋଷ୍ଠୀବର୍ଗର ସକଳ ଦେବତା ପ୍ରତିମା ମାତ୍ର; +\q ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା । +\q +\v 6 ସମ୍ଭ୍ରମ ଓ ମହିମା ତାହାଙ୍କର ସମ୍ମୁଖବର୍ତ୍ତୀ; +\q ଶକ୍ତି ଓ ଶୋଭା ତାହାଙ୍କ ଧର୍ମଧାମରେ ବିଦ୍ୟମାନ । +\q +\s5 +\v 7 ହେ ନାନା ଦେଶୀୟ ଗୋଷ୍ଠୀବର୍ଗ, ତୁମ୍ଭେମାନେ +\q ସଦାପ୍ରଭୁଙ୍କର କୀର୍ତ୍ତନ କର, +\q ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର । +\q +\v 8 ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ +\q କର; +\q ନୈବେଦ୍ୟ ଆଣ ଓ ତାହାଙ୍କ ପ୍ରାଙ୍ଗଣକୁ ଆସ । +\q +\s5 +\v 9 ଆହେ, ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର +\q ଭଜନା କର; +\q ସମୁଦାୟ ପୃଥିବୀ, ତାହାଙ୍କ ଛାମୁରେ କମ୍ପମାନ ହୁଅ । +\q +\v 10 "ସଦାପ୍ରଭୁ ରାଜ୍ୟ କରନ୍ତି", ଏହା ଗୋଷ୍ଠୀବର୍ଗ ମଧ୍ୟରେ +\q କୁହ; +\q ଜଗତ ହିଁ ସୁସ୍ଥିର, ତାହା ବିଚଳିତ ହୋଇ ନ ପାରେ; +\q ସେ ଗୋଷ୍ଠୀବର୍ଗକୁ ନ୍ୟାୟରେ ବିଚାର କରିବେ । +\q +\s5 +\v 11 ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ +\q କର; +\q ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ; +\q +\v 12 କ୍ଷେତ୍ର ଓ ତନ୍ମଧ୍ୟସ୍ଥସକଳ ଜୟଧ୍ୱନି କରନ୍ତୁ; +\q ତେବେ ବନସ୍ଥ ବୃକ୍ଷସକଳ ଆନନ୍ଦରେ ଗାନ କରିବେ; +\q +\v 13 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରିବେ; କାରଣ ସେ +\q ଆସୁଅଛନ୍ତି; +\q ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି; +\q ସେ ଧର୍ମରେ ଜଗତର ଓ ଆପଣା ସତ୍ୟତାରେ +\q ଗୋଷ୍ଠୀବର୍ଗର ବିଚାର କରିବେ । + +\s5 +\c 97 +\s ସଦାପ୍ରଭୁ ହିଁ ସର୍ବୋପରିସ୍ଥ ଶାସନକର୍ତ୍ତା +\q +\v 1 ସଦାପ୍ରଭୁ ରାଜ୍ୟ କରନ୍ତି; ପୃଥିବୀ ଉଲ୍ଲାସ +\q କରୁ; +\q ଦ୍ୱୀପସମୂହ ଆନନ୍ଦିତ ହେଉନ୍ତୁ । +\q +\v 2 ମେଘମାଳ ଓ ଅନ୍ଧକାର ତାହାଙ୍କ ଚତୁର୍ଦ୍ଦିଗରେ ଥାଏ; +\q ଧର୍ମ ଓ ବିଚାର ତାହାଙ୍କ ସିଂହାସନର ଭିତ୍ତିମୂଳ । +\q +\s5 +\v 3 ତାହାଙ୍କ ସମ୍ମୁଖରେ ଅଗ୍ନି ଗମନ କରେ ଓ ତାହାଙ୍କ +\q ଚତୁର୍ଦ୍ଦିଗସ୍ଥ ଶତ୍ରୁଗଣକୁ ଦଗ୍‍ଧ କରେ । +\q +\v 4 ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା; +\q ପୃଥିବୀ ଦେଖି କମ୍ପିଲା । +\q +\v 5 ପର୍ବତଗଣ ସଦାପ୍ରଭୁଙ୍କ ଛାମୁରେ ମହମ ପରି ତରଳି +\q ଗଲେ, +\q ସମୁଦାୟ ପୃଥିବୀ ପ୍ରଭୁଙ୍କ ଛାମୁରେ ତରଳି ଗଲେ । +\q +\s5 +\v 6 ଆକାଶମଣ୍ଡଳ ତାହାଙ୍କ ଧର୍ମ ପ୍ରଚାର କରଇ ଓ +\q ସମୁଦାୟ ଗୋଷ୍ଠୀ ତାହାଙ୍କ ମହିମା ଦେଖିଅଛନ୍ତି । +\q +\v 7 ଖୋଦିତ ପ୍ରତିମାଗଣର ସେବକସମସ୍ତେ ଓ +\q ଦେବତାଗଣର ଦର୍ପକାରୀସମସ୍ତେ ଲଜ୍ଜିତ ହେଉନ୍ତୁ; +\q ହେ ଦେବସବୁ, ତୁମ୍ଭେମାନେ ତାହାଙ୍କୁ ପ୍ରଣାମ କର । +\q +\v 8 ହେ ସଦାପ୍ରଭୁ, ତୁମ୍ଭ ଶାସନ ବିଷୟ ସିୟୋନ ଶୁଣି +\q ଆନନ୍ଦିତ ହେଲା ଓ ଯିହୂଦାର କନ୍ୟାଗଣ ଉଲ୍ଲସିତ ହେଲେ । +\q +\s5 +\v 9 କାରଣ ହେ ସଦାପ୍ରଭୁ, ତୁମ୍ଭେ ସମୁଦାୟ ପୃଥିବୀରେ +\q ସର୍ବୋପରିସ୍ଥ; +\q ତୁମ୍ଭେ ସକଳ ଦେବ ଉପରେ ଅତିଶୟ ଉନ୍ନତ । +\q +\v 10 ହେ ସଦାପ୍ରଭୁଙ୍କ ପ୍ରେମକାରୀଗଣ, ତୁମ୍ଭେମାନେ +\q ମନ୍ଦତା ଘୃଣା କର; +\q ସେ ଆପଣା ସଦ୍‍ଭକ୍ତମାନଙ୍କ ପ୍ରାଣ ରକ୍ଷା କରନ୍ତି। +\q ସେ ସେମାନଙ୍କୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରନ୍ତି; +\q +\v 11 ଧାର୍ମିକମାନଙ୍କ ପାଇଁ ଦୀପ୍ତି ଓ ସରଳମନାମାନଙ୍କ +\q ପାଇଁ ଆନନ୍ଦ ବୁଣା ଯାଇଅଛି । +\q +\s5 +\v 12 ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ +\q ଆନନ୍ଦ କର; +\q ପୁଣି, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର । + +\s5 +\c 98 +\s ସଦାପ୍ରଭୁ ହିଁ ଜଗତର ଶାସନକର୍ତ୍ତା +\d ଗୀତ । +\b +\q +\v 1 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ +\q ଗାନ କର; +\q କାରଣ ସେ ଆଶ୍ଚର୍ଯ୍ୟ କର୍ମ କରିଅଛନ୍ତି; ତାହାଙ୍କ ଦକ୍ଷିଣ +\q ହସ୍ତ ଓ ତାହାଙ୍କ ପବିତ୍ର ବାହୁ ତାହାଙ୍କ ପକ୍ଷରେ ପରିତ୍ରାଣ +\q ସାଧନ କରିଅଛି । +\q +\v 2 ସଦାପ୍ରଭୁ ଆପଣା ପରିତ୍ରାଣ ଜଣାଇ ଅଛନ୍ତି; +\q ସେ ଅନ୍ୟ ଦେଶୀୟମାନଙ୍କ ଦୃଷ୍ଟିଗୋଚରରେ ଆପଣା +\q ଧର୍ମ ପ୍ରକାଶ କରିଅଛନ୍ତି । +\q +\s5 +\v 3 ସେ ଇସ୍ରାଏଲ ବଂଶ ପକ୍ଷରେ ଆପଣା ଦୟା ଓ +\q ବିଶ୍ୱସ୍ତତା ସ୍ମରଣ କରିଅଛନ୍ତି; +\q ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ +\q ପରିତ୍ରାଣ ଦେଖିଅଛନ୍ତି । +\q +\v 4 ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ +\q ଆନନ୍ଦଧ୍ୱନି କର; ଉଚ୍ଚ ଧ୍ୱନି କର, ଆନନ୍ଦ ଗାନ କର ଓ +\q ପ୍ରଶଂସା ଗାନ କର । +\q +\s5 +\v 5 ବୀଣାଯନ୍ତ୍ରରେ, ବୀଣା ଓ ଏକତାନ ସ୍ୱରରେ ସଦାପ୍ରଭୁଙ୍କ +\q ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର । +\q +\v 6 ତୂରୀ ଓ ଭେରୀ ନାଦରେ ରାଜା ସଦାପ୍ରଭୁଙ୍କ ସମ୍ମୁଖରେ +\q ଆନନ୍ଦଧ୍ୱନି କର । +\q +\s5 +\v 7 ସମୁଦ୍ର ଓ ତହିଁର ପୂର୍ଣ୍ଣତା, ଜଗତ ଓ ତନ୍ନିବାସୀ ସମସ୍ତେ +\q ଗର୍ଜ୍ଜନ କରନ୍ତୁ; +\q +\v 8 ନଦନଦୀଗଣ କରତାଳି ଦେଉନ୍ତୁ; +\q ପର୍ବତଗଣ ଏକସଙ୍ଗେ ଆନନ୍ଦଗାନ କରନ୍ତୁ; +\q +\v 9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରନ୍ତୁ, କାରଣ ସେ +\q ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି; +\q ସେ ଧର୍ମରେ ଜଗତର ଓ ନ୍ୟାୟରେ ଗୋଷ୍ଠୀବର୍ଗର ବିଚାର +\q କରିବେ । + +\s5 +\c 99 +\s ସଦାପ୍ରଭୁ ହିଁ ରାଜାଧିରାଜ +\q +\v 1 ସଦାପ୍ରଭୁ ରାଜ୍ୟ କରନ୍ତି; ଗୋଷ୍ଠୀବର୍ଗ +\q କମ୍ପିତ ହେଉନ୍ତୁ; +\q ସେ କିରୂବଗଣ ଉପରେ ଉପବିଷ୍ଟ; ପୃଥିବୀ ବିଚଳିତ +\q ହେଉ । +\q +\v 2 ସଦାପ୍ରଭୁ ସିୟୋନରେ ମହାନ ଓ ସେ +\q ସର୍ବଦେଶୀୟମାନଙ୍କ ଉପରେ ଉନ୍ନତ । +\q +\v 3 ସେମାନେ ତୁମ୍ଭ ମହତ ଓ ଭୟଙ୍କର ନାମର ପ୍ରଶଂସା +\q କରନ୍ତୁ; +\q ସେ ପବିତ୍ର ଅଟନ୍ତି । +\q +\s5 +\v 4 ରାଜାଙ୍କ ଶକ୍ତି ମଧ୍ୟ ବିଚାର ଭଲ ପାଏ; ତୁମ୍ଭେ ନ୍ୟାୟ +\q ସ୍ଥିର କରୁଥାଅ, +\q ତୁମ୍ଭେ ଯାକୁବ ମଧ୍ୟରେ ବିଚାର ଓ ନ୍ୟାୟ ସାଧନ କରୁଥାଅ । +\q +\v 5 ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର +\q ପ୍ରତିଷ୍ଠା କର +\q ଓ ତାହାଙ୍କ ପାଦପୀଠରେ ପ୍ରଣାମ କର; ସେ ପବିତ୍ର +\q ଅଟନ୍ତି । +\q +\s5 +\v 6 ତାହାଙ୍କ ଯାଜକଗଣ ମଧ୍ୟରେ ମୋଶା, ହାରୋଣ +\q ଓ ତାହାଙ୍କ ନାମରେ ପ୍ରାର୍ଥନାକାରୀମାନଙ୍କ ମଧ୍ୟରେ +\q ଶାମୁୟେଲ; +\q ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ +\q ସେ ସେମାନଙ୍କୁ ଉତ୍ତର ଦେଲେ । +\q +\v 7 ସେ ମେଘ ସ୍ତମ୍ଭରେ ସେମାନଙ୍କ ନିକଟରେ କଥା +\q କହିଲେ; +\q ସେମାନେ ତାହାଙ୍କର ସାକ୍ଷ୍ୟ ଓ ସେମାନଙ୍କୁ ଦତ୍ତ ବିଧିସବୁ +\q ପାଳନ କଲେ । +\q +\s5 +\v 8 ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ +\q ସେମାନଙ୍କୁ ଉତ୍ତର ଦେଲ । +\q ତୁମ୍ଭେ ସେମାନଙ୍କ କର୍ମର ପରିଶୋଧ ନେଲେ ହେଁ +\q ସେମାନଙ୍କର କ୍ଷମାକାରୀ ପରମେଶ୍ୱର ହୋଇଥିଲ । +\q +\v 9 ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର +\q ପ୍ରତିଷ୍ଠା କର +\q ଓ ତାହାଙ୍କ ପବିତ୍ର ପର୍ବତରେ ପ୍ରଣାମ କର; କାରଣ +\q ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ପବିତ୍ର ଅଟନ୍ତି । + +\s5 +\c 100 +\s ସ୍ତୁତିଗାନ +\d ଧନ୍ୟବାଦାର୍ଥକ ଗୀତ । +\b +\q +\v 1 ହେ ସକଳ ଦେଶ, ତୁମ୍ଭେମାନେ +\q ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି +\q କର । +\q +\v 2 ଆନନ୍ଦରେ ସଦାପ୍ରଭୁଙ୍କର ସେବା କର; ଗାନ କରି +\q ତାହାଙ୍କ ଛାମୁକୁ ଆସ । +\q +\s5 +\v 3 ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଏହା ତୁମ୍ଭେମାନେ +\q ଜ୍ଞାତ ହୁଅ; +\q ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେମାନେ +\q ତାହାଙ୍କର ଅଟୁ; +\q ଆମ୍ଭେମାନେ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର +\q ମେଷ । +\q +\s5 +\v 4 ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ଓ ପ୍ରଶଂସା +\q କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର; +\q ତାହାଙ୍କର ସ୍ତବ କର ଓ ତାହାଙ୍କ ନାମର ଗୁଣାନୁବାଦ +\q କର । +\q +\v 5 କାରଣ ସଦାପ୍ରଭୁ ମଙ୍ଗଳମୟ; ତାହାଙ୍କ ଦୟା +\q ଅନନ୍ତକାଳସ୍ଥାୟୀ; +\q ଆଉ, ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ । + +\s5 +\c 101 +\s ରାଜାଙ୍କ ପ୍ରତିଜ୍ଞା +\d ଦାଉଦଙ୍କର ଗୀତ । +\b +\q +\v 1 ମୁଁ ଦୟା ଓ ଶାସନ ବିଷୟ ଗାନ +\q କରିବି । +\q ହେ ସଦାପ୍ରଭୁ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ +\q କରିବି । +\q +\s5 +\v 2 ମୁଁ ବିବେଚନାପୂର୍ବକ ସିଦ୍ଧ ପଥରେ ଗମନ କରିବି; +\q ଆହା, ତୁମ୍ଭେ କେବେ ମୋ' ନିକଟକୁ ଆସିବ ? +\q ମୁଁ ଆପଣା ଗୃହ ମଧ୍ୟରେ ସିଦ୍ଧ ଅନ୍ତଃକରଣରେ ଆଚରଣ +\q କରିବି । +\q +\v 3 ମୁଁ କୌଣସି ମନ୍ଦ ବିଷୟ ଆପଣା ଦୃଷ୍ଟିଗୋଚରରେ +\q ରଖିବି ନାହିଁ; +\q ମୁଁ ବିପଥଗାମୀମାନଙ୍କ କର୍ମ ଘୃଣା କରେ; +\q ତାହା ମୋ'ଠାରେ ଲିପ୍ତ ହେବ ନାହିଁ । +\q +\s5 +\v 4 କୁଟିଳ ଅନ୍ତଃକରଣ ମୋ' ନିକଟରୁ ଦୂର ହେବ; +\q ମୁଁ ମନ୍ଦ ବିଷୟର ପରିଚୟ ନେବି ନାହିଁ । +\q +\v 5 ଯେଉଁ ଜନ ଗୋପନରେ ଆପଣା ପ୍ରତିବାସୀର +\q ଅପବାଦ କରେ, ମୁଁ ତାହାକୁ ବିନାଶ କରିବି; +\q ଯାହାର ଅହଙ୍କାର-ଦୃଷ୍ଟି ଓ ଗର୍ବୀ ଅନ୍ତଃକରଣ, ମୁଁ ତାହାକୁ +\q ସହିବି ନାହିଁ । +\q +\v 6 ଦେଶର ବିଶ୍ୱସ୍ତ ଲୋକେ ଯେପରି ମୋ' ସଙ୍ଗେ ବାସ +\q କରିବେ, ଏଥିପାଇଁ ସେମାନଙ୍କ ଉପରେ ମୋହର ଦୃଷ୍ଟି +\q ରହିବ । +\q ଯେଉଁ ଜନ ସିଦ୍ଧ ପଥରେ ଚାଲେ, ସେ ମୋହର ସେବା +\q କରିବ । +\q +\s5 +\v 7 ଯେ ପ୍ରତାରଣା କରେ, ସେ ମୋ' ଗୃହ ମଧ୍ୟରେ ବାସ +\q କରିବ ନାହିଁ । +\q ଯେ ମିଥ୍ୟା କହେ, ସେ ମୋ' ଦୃଷ୍ଟିଗୋଚରରେ ସ୍ଥାୟୀ +\q ହେବ ନାହିଁ । +\q +\v 8 ମୁଁ ଅଧର୍ମାଚାରୀସମସ୍ତଙ୍କୁ ସଦାପ୍ରଭୁଙ୍କ ନଗରରୁ ଉଚ୍ଛିନ୍ନ +\q କରିବା ନିମନ୍ତେ ପ୍ରତି ପ୍ରଭାତରେ ଦେଶର ସକଳ ଦୁଷ୍ଟ +\q ଲୋକଙ୍କୁ ସଂହାର କରିବି । + +\s5 +\c 102 +\s ଜଣେ ଦୁଃଖରେ ବ୍ୟଥିତ ବ୍ୟକ୍ତିର ପ୍ରାର୍ଥନା +\d ଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ +\q ଆପଣା ଖେଦର କଥା ଭାଙ୍ଗି +\q ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା । +\q +\v 1 ହେ ସଦାପ୍ରଭୁ, ମୋହର ପ୍ରାର୍ଥନା ଶୁଣ ଓ ମୋ' +\q କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ । +\q +\v 2 ମୋ' ସଙ୍କଟ ଦିନରେ ମୋ'ଠାରୁ ତୁମ୍ଭ ମୁଖ ଲୁଚାଅ +\q ନାହିଁ; +\q ମୋ' ପ୍ରତି ଆପଣା କର୍ଣ୍ଣ ଡେର; +\q ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ । +\q +\s5 +\v 3 କାରଣ ମୋ' ଦିନସବୁ ଧୂଆଁ ପରି କ୍ଷୟ ପାଏ +\q ଓ ମୋହର ଅସ୍ଥିସବୁ ନିଆଁଖୁଣ୍ଟା ପରି ପୋଡ଼ିଯାଏ । +\q +\v 4 ମୋହର ହୃଦୟ ତୃଣ ପରି ଉତ୍ତାପିତ ଓ ଶୁଷ୍କ +\q ହୋଇଅଛି, +\q ମୁଁ ଆପଣା ଆହାର ଭୋଜନ କରିବାକୁ ପାସୋରି ଯାଏ । +\q +\s5 +\v 5 ମୋହର ହାହାକାର ଶବ୍ଦ ସକାଶୁ ମୋ' ଅସ୍ଥିସବୁ +\q ମୋ' ମାଂସରେ ଲାଗି ରହେ । +\q +\v 6 ମୁଁ ପ୍ରାନ୍ତରସ୍ଥ ପାଣିଭେଳା ପକ୍ଷୀର ତୁଲ୍ୟ; +\q ମୁଁ ନରଶୂନ୍ୟ ସ୍ଥାନର ପେଚା ପରି ହୋଇଅଛି । +\q +\s5 +\v 7 ମୁଁ ଉଜାଗର ରହେ ଓ ଛାତ ଉପରିସ୍ଥ ଏକାକୀ ଥିବା +\q ଘରଚଟିଆ ତୁଲ୍ୟ ହୋଇଅଛି; +\q +\v 8 ମୋ' ଶତ୍ରୁମାନେ ସାରାଦିନ ମୋତେ ନିନ୍ଦା କରନ୍ତି; +\q ମୋ' ବିରୁଦ୍ଧରେ କ୍ରୋଧାନ୍ୱିତ ଲୋକମାନେ ମୋ' ନାମ ନେଇ +\q ଶାପ ଦିଅନ୍ତି । +\q +\s5 +\v 9 କାରଣ ମୁଁ ଅନ୍ନ ପରି ଭସ୍ମ ଭୋଜନ କରିଅଛି +\q ଓ ମୋହର ପେୟଦ୍ରବ୍ୟ ନେତ୍ରଜଳ ସଙ୍ଗେ ମିଶାଇଅଛି । +\q +\v 10 ତୁମ୍ଭର କ୍ରୋଧ ଓ କୋପ ସକାଶୁ ଏହା ହୋଇଅଛି; +\q ଯେହେତୁ ତୁମ୍ଭେ ମୋତେ ଉଠାଇ ପକାଇ ଦେଇଅଛ । +\q +\s5 +\v 11 ମୋହର ଦିନସବୁ କ୍ଷୟ ପାଉଥିବା ଛାୟା ତୁଲ୍ୟ +\q ଓ ମୁଁ ତୃଣ ତୁଲ୍ୟ ଶୁଷ୍କ ହେଉଅଛି । +\q +\v 12 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ଓ ତୁମ୍ଭର +\q ସ୍ମରଣ ପୁରୁଷାନୁକ୍ରମରେ ଥିବ । +\q +\s5 +\v 13 ତୁମ୍ଭେ ଉଠି ସିୟୋନକୁ ଦୟା କରିବ; +\q କାରଣ ତାହା ପ୍ରତି କୃପା କରିବାର ସମୟ ଏହି, ହଁ, +\q ନିରୂପିତ ସମୟ ଉପସ୍ଥିତ । +\q +\v 14 ଯେହେତୁ ତୁମ୍ଭ ଦାସମାନେ ତହିଁର ପଥରରେ ଶ୍ରଦ୍ଧା +\q ଓ ତହିଁର ଧୂଳିରେ ଦୟାଭାବ ବହନ୍ତି । +\q +\v 15 ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ +\q ଓ ପୃଥିବୀସ୍ଥ ରାଜଗଣ ତୁମ୍ଭ ମହିମାକୁ ଭୟ କରିବେ । +\q +\v 16 କାରଣ ସଦାପ୍ରଭୁ ସିୟୋନକୁ ପୁନର୍ନିର୍ମାଣ କରିଅଛନ୍ତି +\q ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି; +\q +\s5 +\v 17 ସେ ଦୀନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ +\q କରିଅଛନ୍ତି +\q ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରି ନାହାନ୍ତି । +\q +\v 18 ଏହା ଭବିଷ୍ୟଦ ବଂଶ ନିମନ୍ତେ ଲିଖିତ ହେବ; +\q ଆଉ, ଯେଉଁ ଗୋଷ୍ଠୀ ସୃଷ୍ଟ ହେବେ, ସେମାନେ +\q ସଦାପ୍ରଭୁଙ୍କର ପ୍ରଶଂସା କରିବେ । +\q +\s5 +\v 19 କାରଣ ବନ୍ଦୀର ହାହାକାର ଶୁଣିବାକୁ, +\q ହତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କୁ ମୁକ୍ତ +\q କରିବାକୁ; +\q +\v 20 ସଦାପ୍ରଭୁ ଆପଣାର ଉଚ୍ଚ ଧର୍ମଧାମରୁ ଦୃଷ୍ଟିପାତ +\q କରିଅଛନ୍ତି; +\q ସେ ସ୍ୱର୍ଗରୁ ପୃଥିବୀକୁ ଅବଲୋକନ କଲେ; +\q +\s5 +\v 21 ତହିଁରେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ +\q ଗୋଷ୍ଠୀବର୍ଗ ଓ ରାଜ୍ୟସକଳ ଏକତ୍ରିତ ହେବା ବେଳେ, +\q +\v 22 ଲୋକମାନେ ସିୟୋନରେ ସଦାପ୍ରଭୁଙ୍କ ନାମ ଓ +\q ଯିରୂଶାଲମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ; +\q +\s5 +\v 23 ସେ ପଥ ମଧ୍ୟରେ ମୋର ବଳ ହ୍ରାସ କଲେ, +\q ସେ ମୋହର ଆୟୁ ଊଣା କଲେ । +\q +\v 24 ମୁଁ କହିଲି, ହେ ମୋହର ପରମେଶ୍ୱର, ଆୟୁର +\q ମଧ୍ୟଭାଗରେ ମୋତେ ନେଇ ନ ଯାଅ; +\q ତୁମ୍ଭର ବର୍ଷ ପୁରୁଷାନୁକ୍ରମରେ ଥାଏ । +\q +\s5 +\v 25 ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ; +\q ପୁଣି, ଆକାଶମଣ୍ଡଳ ତୁମ୍ଭର ହସ୍ତକୃତ କର୍ମ । +\q +\v 26 ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ; +\q ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ; +\q ଆଉ, ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ +\q କରିବ ଓ ସେସବୁ ପରିବର୍ତ୍ତିତ ହେବେ । +\q +\v 27 ମାତ୍ର ତୁମ୍ଭେ ସେହି ଅଟ ଓ ତୁମ୍ଭ ବର୍ଷର ଶେଷ +\q ହେବ ନାହିଁ । +\q +\s5 +\v 28 ତୁମ୍ଭ ଦାସଗଣର ସନ୍ତାନମାନେ ରହିବେ ଓ +\q ସେମାନଙ୍କର ବଂଶ ତୁମ୍ଭ ସାକ୍ଷାତରେ ସୁସ୍ଥିର ହେବେ । + +\s5 +\c 103 +\s ସଦାପ୍ରଭୁଙ୍କ ପ୍ରେମ +\d ଦାଉଦଙ୍କର ଗୀତ । +\b +\q +\v 1 ହେ ମୋହର ମନ, ସଦାପ୍ରଭୁଙ୍କର +\q ଧନ୍ୟବାଦ କର; +\q ହେ ମୋହର ଅନ୍ତରସ୍ଥ ସମସ୍ତ, ତାହାଙ୍କ ପବିତ୍ର ନାମର +\q ଧନ୍ୟବାଦ କର । +\q +\v 2 ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର +\q ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ; +\q +\s5 +\v 3 ସେ ତୁମ୍ଭର ଅଧର୍ମସବୁ କ୍ଷମା କରନ୍ତି; +\q ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି; +\q +\v 4 ସେ ବିନାଶରୁ ତୁମ୍ଭ ଜୀବନ ମୁକ୍ତ କରନ୍ତି; +\q ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମ୍ଭକୁ +\q ଭୂଷିତ କରନ୍ତି; +\q +\v 5 ସେ ଉତ୍ତମ ବସ୍ତୁରେ ତୁମ୍ଭର ମୁଖ ତୃପ୍ତ କରନ୍ତି; +\q ତହୁଁ ଉତ୍କ୍ରୋଶ ପକ୍ଷୀ ନ୍ୟାୟ ତୁମ୍ଭର ନୂତନ ଯୌବନ +\q ହୁଏ । +\q +\s5 +\v 6 ସଦାପ୍ରଭୁ ଧର୍ମକର୍ମ ସାଧନ କରନ୍ତି ଓ ଉପଦ୍ରବଗ୍ରସ୍ତ +\q ସମସ୍ତଙ୍କ ପକ୍ଷରେ ସୁବିଚାର ନିଷ୍ପତ୍ତି କରନ୍ତି । +\q +\v 7 ସେ ମୋଶାଙ୍କୁ ଆପଣା ପଥ ଓ ଇସ୍ରାଏଲସନ୍ତାନଗଣକୁ ଆପଣା କ୍ରିୟାସବୁ ଜଣାଇଲେ । +\q +\v 8 ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର +\q ଓ ଅତ୍ୟନ୍ତ ଦୟାଳୁ । +\q +\s5 +\v 9 ସେ ନିରନ୍ତର ଧମକାଇବେ ନାହିଁ; +\q କିଅବା ସଦାକାଳ ଆପଣା କ୍ରୋଧ ରଖିବେ ନାହିଁ । +\q +\v 10 ସେ ଆମ୍ଭମାନଙ୍କ ପାପ ପ୍ରମାଣେ ଆମ୍ଭମାନଙ୍କ ପ୍ରତି +\q ବ୍ୟବହାର କରି ନାହାନ୍ତି, +\q କିଅବା ଆମ୍ଭମାନଙ୍କ ଅଧର୍ମାନୁସାରେ ଆମ୍ଭମାନଙ୍କୁ +\q ପ୍ରତିଫଳ ଦେଇ ନାହାନ୍ତି । +\q +\s5 +\v 11 କାରଣ ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ, +\q ସେପରି ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା +\q ମହତ । +\q +\v 12 ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କଠାରୁ +\q ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି । +\q +\v 13 ପିତା ଆପଣା ସନ୍ତାନଗଣ ପ୍ରତି ଯେରୂପ ସ୍ନେହ +\q ବହଇ, +\q ସଦାପ୍ରଭୁ ଆପଣା ଭୟକାରୀମାନଙ୍କ ପ୍ରତି ସେରୂପ ସ୍ନେହ +\q ବହନ୍ତି । +\q +\s5 +\v 14 କାରଣ ସେ ଆମ୍ଭମାନଙ୍କର ଗଠନ ଜାଣନ୍ତି; +\q ଆମ୍ଭେମାନେ ଯେ ଧୂଳିମାତ୍ର, ଏହା ସେ ସ୍ମରଣ କରନ୍ତି । +\q +\v 15 ମର୍ତ୍ତ୍ୟର ଦିନ ତୃଣ ତୁଲ୍ୟ; +\q ଯେପରି କ୍ଷେତ୍ରର ଫୁଲ, ସେପରି ସେ ପ୍ରଫୁଲ୍ଲ ହୁଏ । +\q +\v 16 ତହିଁ ଉପରେ ବାୟୁ ବହିଲେ, ତାହା ନ ଥାଏ, +\q ପୁଣି, ତହିଁର ସ୍ଥାନ ଆଉ ତାହାର ପରିଚୟ ପାଇବ ନାହିଁ । +\q +\s5 +\v 17 ମାତ୍ର ସଦାପ୍ରଭୁଙ୍କ ଦୟା ଅନାଦିକାଳରୁ ଅନନ୍ତକାଳ +\q ପର୍ଯ୍ୟନ୍ତ ଆପଣା ଭୟକାରୀମାନଙ୍କ ପ୍ରତି ଥାଏ +\q ଓ ଯେଉଁମାନେ ତାହାଙ୍କର ନିୟମ ରକ୍ଷା କରନ୍ତି, +\q +\v 18 ପୁଣି, ପାଳନାର୍ଥେ ତାହାଙ୍କ ବିଧିସବୁ ସ୍ମରଣ କରନ୍ତି, +\q ସେମାନଙ୍କ ପ୍ରତି ତାହାଙ୍କର ଧର୍ମ ପୁତ୍ରପୌତ୍ରାଦିକ୍ରମେ +\q ଥାଏ । +\q +\v 19 ସଦାପ୍ରଭୁ ସ୍ୱର୍ଗରେ ଆପଣା ସିଂହାସନ ସ୍ଥାପନ +\q କରିଅଛନ୍ତି; +\q ପୁଣି, ତାହାଙ୍କ ରାଜ୍ୟ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରେ । +\q +\s5 +\v 20 ହେ ସଦାପ୍ରଭୁଙ୍କ ବାକ୍ୟସାଧକ ଓ ତାହାଙ୍କ ବାକ୍ୟର +\q ରବ ଶ୍ରବଣକାରୀ, ବଳରେ ପରାକ୍ରାନ୍ତ ଦୂତଗଣ, ତୁମ୍ଭେମାନେ +\q ତାହାଙ୍କର ଧନ୍ୟବାଦ କର । +\q +\v 21 ହେ ସଦାପ୍ରଭୁଙ୍କର ପରିଚାରକ ଓ ତାହାଙ୍କ +\q ଅଭିମତସାଧକ ସୈନ୍ୟସକଳ, +\q ତୁମ୍ଭେମାନେ ତାହାଙ୍କର ଧନ୍ୟବାଦ କର । +\q +\v 22 ହେ ସଦାପ୍ରଭୁଙ୍କ ହସ୍ତକୃତ କର୍ମସକଳ, ତୁମ୍ଭେମାନେ +\q ତାହାଙ୍କ ରାଜ୍ୟର ସର୍ବତ୍ର ତାହାଙ୍କର ଧନ୍ୟବାଦ କର; +\q ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର । + +\s5 +\c 104 +\s ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ସ୍ତୁତି +\q +\v 1 ହେ ମୋହର ମନ, ସଦାପ୍ରଭୁଙ୍କର +\q ଧନ୍ୟବାଦ କର । +\q ହେ ସଦାପ୍ରଭୁ, ମୋ' ପରମେଶ୍ୱର, ତୁମ୍ଭେ ଅତି ମହାନ; +\q ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ । +\q +\v 2 ତୁମ୍ଭେ ବସ୍ତ୍ର ପରି ଦୀପ୍ତି ପରିଧାନ କରିଅଛ; +\q ତୁମ୍ଭେ ଚନ୍ଦ୍ରାତପ ପରି ଆକାଶମଣ୍ଡଳ ବିସ୍ତାର କରିଅଛ । +\q +\v 3 ତୁମ୍ଭେ ଜଳରାଶି ଉପରେ ଆପଣା କୋଠରୀର +\q କଡ଼ିକାଷ୍ଠ ପକାଇଅଛ; +\q ତୁମ୍ଭେ ମେଘମାଳକୁ ଆପଣା ରଥ କରିଥାଅ; +\q ତୁମ୍ଭେ ବାୟୁର ପକ୍ଷ ଉପରେ ଗମନାଗମନ କରୁଅଛ । +\q +\s5 +\v 4 ତୁମ୍ଭେ ବାୟୁକୁ ଆପଣାର ଦୂତ କର; +\q ଅଗ୍ନିଶିଖାକୁ ଆପଣାର ପରିଚାରକ କର । +\q +\v 5 ତୁମ୍ଭେ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ, +\q ତାହା କଦାପି ବିଚଳିତ ହେବ ନାହିଁ । +\q +\s5 +\v 6 ତୁମ୍ଭେ ତାହାକୁ ବସ୍ତ୍ର ପରି ବାରିଧିରେ ଆଚ୍ଛାଦନ କଲ; +\q ପର୍ବତଗଣ ଉପରେ ଜଳରାଶି ଠିଆ ହେଲା । +\q +\v 7 ତୁମ୍ଭ ଧମକରେ ସେସବୁ ପଳାଇଲେ; +\q ତୁମ୍ଭ ବଜ୍ରଧ୍ୱନିରେ ସେସବୁ ଶୀଘ୍ର ଚାଲିଗଲେ; +\q +\s5 +\v 8 ସେସବୁ ପର୍ବତଗଣ ଉପରେ ଉଠି ଓ ସମସ୍ଥଳରେ +\q ଓହ୍ଲାଇ ସେମାନଙ୍କ ନିମନ୍ତେ ତୁମ୍ଭର ନିରୂପିତ ସ୍ଥାନକୁ +\q ଚାଲିଗଲେ । +\q +\v 9 ସେମାନେ ଯେପରି ସୀମା ଲଙ୍ଘନ ନ କରିବେ +\q ଓ ପୃଥିବୀକୁ ଆଚ୍ଛାଦନ କରିବା ପାଇଁ ପୁନର୍ବାର ଫେରି +\q ନ ଆସିବେ, +\q ଏଥିପାଇଁ ତୁମ୍ଭେ ଏକ ସୀମା ନିରୂପଣ କରିଅଛ । +\q +\s5 +\v 10 ସେ ଉପତ୍ୟକାସମୂହରେ ନିର୍ଝର ବୁହାନ୍ତି; +\q ତାହା ପର୍ବତଗଣ ମଧ୍ୟରେ ଧାଏଁ; +\q +\v 11 ତାହା କ୍ଷେତ୍ରସ୍ଥ ପଶୁଗଣକୁ ଜଳ ଯୋଗାଏ, +\q ବନ୍ୟ ଗର୍ଦ୍ଦଭମାନେ ତହିଁରେ ଆପଣା ଆପଣା ତୃଷା +\q ନିବାରଣ କରନ୍ତି । +\q +\v 12 ତହିଁ ନିକଟରେ ଖେଚର ପକ୍ଷୀଗଣ ବସା କରନ୍ତି, +\q ସେମାନେ ଡାଳ ମଧ୍ୟରେ ଗାନ କରନ୍ତି । +\q +\s5 +\v 13 ସେ ଆପଣା କୋଠରୀରୁ ପର୍ବତଗଣକୁ ଜଳରେ +\q ସେଚନ କରନ୍ତି; +\q ପୃଥିବୀ ତାହାଙ୍କ କର୍ମର ଫଳରେ ତୃପ୍ତ ହୁଏ । +\q +\v 14 ସେ ପଶୁଗଣ ନିମନ୍ତେ ତୃଣ ଓ ମନୁଷ୍ୟର ସେବା +\q ନିମନ୍ତେ ଶାକ ଅଙ୍କୁରିତ କରନ୍ତି; +\q ଏହିରୂପେ ସେ ଭୂମିରୁ ଭକ୍ଷ୍ୟ ଉତ୍ପନ୍ନ କରନ୍ତି । +\q +\v 15 ପୁଣି, ମନୁଷ୍ୟର ଚିତ୍ତ-ଆନନ୍ଦକାରୀ ଦ୍ରାକ୍ଷାରସ, +\q ମୁଖ-ଚିକ୍‍କଣକାରୀ ତୈଳ ଓ ମନୁଷ୍ୟର ହୃଦୟ +\q ସବଳକାରୀ ଭକ୍ଷ୍ୟ ଉତ୍ପନ୍ନ କରନ୍ତି । +\q +\s5 +\v 16 ସଦାପ୍ରଭୁଙ୍କ ବୃକ୍ଷଶ୍ରେଣୀ ପରିତୃପ୍ତ; +\q ତାହାଙ୍କ ରୋପିତ ଏରସ ବୃକ୍ଷସକଳ ପରିତୃପ୍ତ; +\q +\v 17 ତହିଁ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା +\q ନିର୍ମାଣ କରନ୍ତି; +\q ଦେବଦାରୁ ବୃକ୍ଷ ଚରଳର ଗୃହ । +\q +\v 18 ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ନିମନ୍ତେ +\q ଅଟେ, +\q ଶୈଳସବୁ ଶାଫନ୍‍ର ଆଶ୍ରୟ । +\q +\s5 +\v 19 ସେ ଋତୁ ନିମନ୍ତେ ଚନ୍ଦ୍ର ନିରୂପଣ କରିଅଛନ୍ତି; ସୂର୍ଯ୍ୟ +\q ଆପଣା ଅସ୍ତଗମନ ଜାଣେ । +\q +\v 20 ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ; +\q ତହିଁରେ ସକଳ ବନପଶୁ ବାହାରି ଭ୍ରମଣ କରନ୍ତି । +\q +\s5 +\v 21 ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜ୍ଜନ କରନ୍ତି +\q ଓ ପରମେଶ୍ୱରଙ୍କଠାରୁ ଆହାର ଚାହାନ୍ତି । +\q +\v 22 ସୂର୍ୟୋଦୟ ହେଲେ ସେମାନେ ଚାଲିଯା'ନ୍ତି +\q ଓ ଆପଣା ଆପଣା ଗୁମ୍ଫାରେ ଶୟନ କରନ୍ତି । +\q +\s5 +\v 23 ମନୁଷ୍ୟ ଆପଣା କାର୍ଯ୍ୟକୁ ଓ ସାୟଂକାଳ ପର୍ଯ୍ୟନ୍ତ +\q ଆପଣା ପରିଶ୍ରମକୁ ବାହାରେ । +\q +\v 24 ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟସକଳ କିପରି ବହୁବିଧ ! +\q ତୁମ୍ଭେ ଜ୍ଞାନରେ ସେସବୁ ନିର୍ମାଣ କରିଅଛ; +\q ପୃଥିବୀ ତୁମ୍ଭ ସମ୍ପତ୍ତିରେ ପରିପୂର୍ଣ୍ଣ । +\q +\s5 +\v 25 ସେହି ସମୁଦ୍ର ବୃହତ ଓ ପ୍ରଶସ୍ତ, +\q ତହିଁ ମଧ୍ୟରେ ଜଳଚର, କ୍ଷୁଦ୍ର ଓ ବୃହତ ଅସଂଖ୍ୟ ଜନ୍ତୁ +\q ଅଛନ୍ତି । +\q +\v 26 ତହିଁରେ ଜାହାଜ ଗତାୟାତ କରେ; +\q ତହିଁରେ ଖେଳିବା ପାଇଁ ତୁମ୍ଭର ସୃଷ୍ଟ ଲିବିୟାଥନ୍‍ ଥାଏ । +\q +\s5 +\v 27 ଏସମସ୍ତେ ଉପଯୁକ୍ତ ସମୟରେ ଆପଣା ଆପଣା +\q ଭକ୍ଷ୍ୟ ପାଇବା ନିମନ୍ତେ ତୁମ୍ଭର ଅନୁସରଣ କରନ୍ତି । +\q +\v 28 ଯାହା ତୁମ୍ଭେ ସେମାନଙ୍କୁ ଦିଅ, ତାହା ସେମାନେ +\q ସାଉଣ୍ଟନ୍ତି । +\q ତୁମ୍ଭେ ଆପଣା ହସ୍ତ ମେଲାଇଲେ, ସେମାନେ ଉତ୍ତମ +\q ଦ୍ରବ୍ୟରେ ପରିତୃପ୍ତ ହୁଅନ୍ତି । +\q +\s5 +\v 29 ତୁମ୍ଭେ ଆପଣା ମୁଖ ଲୁଚାଇଲେ, ସେମାନେ ବ୍ୟାକୁଳ +\q ହୁଅନ୍ତି; +\q ତୁମ୍ଭେ ସେମାନଙ୍କ ନିଃଶ୍ୱାସ ହରଣ କଲେ, ସେମାନେ +\q ମରନ୍ତି ଓ ପୁନର୍ବାର ଧୂଳିରେ ମିଶିଯା'ନ୍ତି। +\q +\v 30 ତୁମ୍ଭେ ଆପଣା ଆତ୍ମା ପଠାଇଲେ, ସେମାନେ ସୃଷ୍ଟ +\q ହୁଅନ୍ତି; +\q ଆଉ, ତୁମ୍ଭେ ଭୂମିର ମୁଖ ନୂତନ କରୁଥାଅ । +\q +\s5 +\v 31 ସଦାପ୍ରଭୁଙ୍କ ଗୌରବ ଅନନ୍ତକାଳ ଥାଉ; +\q ସଦାପ୍ରଭୁ ଆପଣା କାର୍ଯ୍ୟସକଳରେ ଆନନ୍ଦ କରନ୍ତୁ । +\q +\v 32 ସେ ପୃଥିବୀକୁ ଅନାଇଲେ, ତାହା କମ୍ପିତ ହୁଏ, +\q ସେ ପର୍ବତଗଣକୁ ଛୁଇଁଲେ, ସେମାନେ ଧୂମ ଉଦ୍‍ଗାର +\q କରନ୍ତି । +\q +\s5 +\v 33 ମୁଁ ବଞ୍ଚିଥିବାଯାଏ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ +\q କରିବି; +\q ମୋହର ଅସ୍ତିତ୍ୱ ଥିବାଯାଏ, ମୁଁ ମୋହର ପରମେଶ୍ୱରଙ୍କ +\q ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି । +\q +\v 34 ତାହାଙ୍କ ପ୍ରତି ମୋ' ଧ୍ୟାନ ସୁମିଷ୍ଟ ହେଉ; +\q ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି । +\q +\s5 +\v 35 ପାପୀଗଣ ପୃଥିବୀରୁ ଉଚ୍ଛିନ୍ନ ହେଉନ୍ତୁ +\q ଓ ଦୁଷ୍ଟମାନେ ଆଉ ନ ଥାଉନ୍ତୁ । +\q ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର । +\q ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର । + +\s5 +\c 105 +\s ସଦାପ୍ରଭୁ ଓ ତାହାଙ୍କ ମନୋନୀତ ଜାତି +\q +\v 1 ସଦାପ୍ରଭୁଙ୍କର ଧନ୍ୟବାଦ କର, +\q ତାହାଙ୍କ ନାମରେ ପ୍ରାର୍ଥନା କର, +\q ଗୋଷ୍ଠୀବର୍ଗ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ । +\q +\v 2 ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, +\q ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; +\q ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟକ୍ରିୟା ବିଷୟରେ +\q କଥୋପକଥନ କର । +\q +\v 3 ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; +\q ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ +\q ଚିତ୍ତ ଆନନ୍ଦିତ ହେଉ । +\q +\s5 +\v 4 ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ପରାକ୍ରମର +\q ଅନ୍ୱେଷଣ କର; +\q ସଦାସର୍ବଦା ତାହାଙ୍କ ମୁଖ ଅନ୍ୱେଷଣ କର । +\q +\v 5 ହେ ତାହାଙ୍କ ଦାସ ଅବ୍ରହାମର ବଂଶ, +\q ହେ ତାହାଙ୍କର ମନୋନୀତ ଲୋକେ, ଯାକୁବର +\q ସନ୍ତାନଗଣ, +\q +\v 6 ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ, ତାହାଙ୍କ +\q ଅଦ୍‍ଭୁତ ଲକ୍ଷଣ ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ +\q କର । +\q +\s5 +\v 7 ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; +\q ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ । +\q +\v 8 ସେ ଆପଣା ନିୟମ, ଅର୍ଥାତ୍‍, ଯେଉଁ ବାକ୍ୟ ସେ +\q ସହସ୍ର ପୁରୁଷପରମ୍ପରା ପ୍ରତି ଆଦେଶ କରିଥିଲେ, +\q +\s5 +\v 9 ଯେଉଁ ନିୟମ ସେ ଅବ୍ରହାମ ସଙ୍ଗେ କରିଥିଲେ ଓ +\q ଆପଣାର ଯେଉଁ ଶପଥ ସେ ଇସ୍‍ହାକ ନିକଟରେ କରିଥିଲେ, +\q ତାହା ସେ ସଦାକାଳ ସ୍ମରଣ କରିଅଛନ୍ତି । +\q +\v 10 ପୁଣି, ସେ ଯାକୁବ ପ୍ରତି ତାହା ବିଧି ରୂପେ ଓ +\q ଇସ୍ରାଏଲ ପ୍ରତି ଅନନ୍ତକାଳୀନ ନିୟମ ରୂପେ ଦୃଢ଼ କରି +\q କହିଲେ, +\q +\v 11 ଆମ୍ଭେ ତୁମ୍ଭମାନଙ୍କର ନିର୍ଣ୍ଣୀତ ଅଧିକାର ରୂପେ ତୁମ୍ଭକୁ +\q କିଣାନ ଦେଶ ଦେବା । +\q +\s5 +\v 12 ସେହି ସମୟରେ ସେମାନେ ସଂଖ୍ୟାରେ ଅଳ୍ପ ଲୋକ +\q ଓ ଅତି ଅଳ୍ପ, ପୁଣି ସେହି ଦେଶରେ ପ୍ରବାସୀ ଥିଲେ । +\q +\v 13 ଆଉ, ସେମାନେ ଗୋଷ୍ଠୀରୁ ଗୋଷ୍ଠୀ ନିକଟରେ, +\q ଏକ ରାଜ୍ୟରୁ ଅନ୍ୟ ବଂଶ ନିକଟରେ ଭ୍ରମଣ କଲେ । +\q +\s5 +\v 14 ସେ ସେମାନଙ୍କର ଉପଦ୍ରବ କରିବାକୁ କୌଣସି +\q ମନୁଷ୍ୟକୁ ଅନୁମତି ଦେଲେ ନାହିଁ; +\q ଆହୁରି, ସେ ସେମାନଙ୍କ ସକାଶେ ରାଜଗଣକୁ ଅନୁଯୋଗ +\q କରି କହିଲେ; +\q +\v 15 "ଆମ୍ଭ ଅଭିଷିକ୍ତମାନଙ୍କୁ ସ୍ପର୍ଶ କର ନାହିଁ +\q ଓ ଆମ୍ଭ ଭବିଷ୍ୟଦ୍‍ବକ୍ତାଗଣର କୌଣସି କ୍ଷତି କର ନାହିଁ ।" +\q +\s5 +\v 16 ଅନନ୍ତର ସେ ଦେଶରେ ଦୁର୍ଭିକ୍ଷ ଆଜ୍ଞା କଲେ; +\q ସେ ଭକ୍ଷ୍ୟରୂପ ସମଗ୍ର ଯଷ୍ଟି ଭଗ୍ନ କଲେ । +\q +\v 17 ସେ ସେମାନଙ୍କ ଆଗରେ ଏକ ମନୁଷ୍ୟକୁ +\q ପଠାଇଲେ; +\q ଯୋଷେଫ ଦାସ ହେବା ପାଇଁ ବିକ୍ରୀତ ହେଲା; +\q +\s5 +\v 18 ସେମାନେ ବେଡ଼ିରେ ତାହାର ଚରଣକୁ ଦୁଃଖ +\q ଦେଲେ; +\q ସେ ଲୌହଶୃଙ୍ଖଳରେ ରଖାଗଲା; +\q +\v 19 ଶେଷରେ ତାହାର ବଚନ ସଫଳ ହେଲା; +\q ସଦାପ୍ରଭୁଙ୍କ ବାକ୍ୟ ତାହାକୁ ପରୀକ୍ଷା କଲା । +\q +\s5 +\v 20 ତହୁଁ ରାଜା ଲୋକ ପଠାଇ ତାହାକୁ ମୁକ୍ତ କଲା; +\q ନରପତି ତାହାକୁ ମୁକ୍ତ କରି ଛାଡ଼ିଦେଲା । +\q +\v 21 ସେ ଆପଣାର ଅଧିପତିମାନଙ୍କୁ ଇଚ୍ଛାନୁସାରେ ବନ୍ଧନ +\q କରିବା ପାଇଁ +\q ଓ ଆପଣାର ମନ୍ତ୍ରୀମାନଙ୍କୁ ଜ୍ଞାନ ଶିକ୍ଷା ଦେବା ପାଇଁ; +\q +\v 22 ତାହାକୁ ଆପଣା ଗୃହର ପ୍ରଭୁ ଓ ଆପଣା ସକଳ +\q ସମ୍ପତ୍ତିର କର୍ତ୍ତା କଲା । +\q +\v 23 ଇସ୍ରାଏଲ ମଧ୍ୟ ମିସର ଦେଶକୁ ଆସିଲା +\q ଓ ଯାକୁବ ହାମ୍‍ ଦେଶରେ ପ୍ରବାସ କଲା । +\q +\s5 +\v 24 ଅନନ୍ତର ସେ ଆପଣା ଲୋକମାନଙ୍କୁ ଅତିଶୟ ବୃଦ୍ଧି +\q କଲେ +\q ଓ ସେମାନଙ୍କ ବିପକ୍ଷଗଣ ଅପେକ୍ଷା ସେମାନଙ୍କୁ ବଳବାନ +\q କଲେ । +\q +\v 25 ସେ ଆପଣା ଲୋକମାନଙ୍କୁ ଘୃଣା କରିବା ପାଇଁ ଓ +\q ଆପଣା ଦାସମାନଙ୍କ ସହିତ ଧୂର୍ତ୍ତ ବ୍ୟବହାର କରିବା ପାଇଁ +\q ସେମାନଙ୍କ ମନ ପରିବର୍ତ୍ତନ କଲେ । +\q +\v 26 ସେ ଆପଣା ସେବକ ମୋଶାଙ୍କୁ ଓ ଆପଣା +\q ମନୋନୀତ ହାରୋଣଙ୍କୁ ପଠାଇଲେ । +\q +\v 27 ସେମାନେ ଲୋକମାନଙ୍କ ମଧ୍ୟରେ ତାହାଙ୍କର ବିବିଧ +\q ଲକ୍ଷଣ ଓ ହାମ୍‍ ଦେଶରେ ନାନା ଅଦ୍‍ଭୂତ କର୍ମ ପ୍ରକାଶ +\q କଲେ । +\q +\s5 +\v 28 ସେ ଅନ୍ଧକାର ପଠାଇ ଦେଶକୁ ଅନ୍ଧକାରମୟ କଲେ; +\q ଆଉ, ସେମାନେ ତାହାଙ୍କ ବାକ୍ୟର ବିରୁଦ୍ଧାଚରଣ କଲେ +\q ନାହିଁ । +\q +\v 29 ସେ ସେମାନଙ୍କ ଜଳସବୁ ରକ୍ତ କଲେ ଓ ମାଛସବୁ +\q ମାରି ପକାଇଲେ । +\q +\v 30 ସେମାନଙ୍କ ଦେଶ ଓ ସେମାନଙ୍କ ରାଜଗଣର +\q ଅନ୍ତଃପୁର ବେଙ୍ଗରେ ପରିପୂର୍ଣ୍ଣ ହେଲା । +\q +\s5 +\v 31 ସେ ଆଜ୍ଞା କରନ୍ତେ, ଦଂଶକର ଝାଙ୍କ ଓ ସେମାନଙ୍କ +\q ସକଳ ଅଞ୍ଚଳରେ ଉକୁଣିଆ ପୋକ ଉପସ୍ଥିତ ହେଲେ । +\q +\v 32 ସେ ସେମାନଙ୍କୁ ବୃଷ୍ଟି ବଦଳେ ଶିଳା ଓ ସେମାନଙ୍କ +\q ଦେଶରେ ଶିଖାଯୁକ୍ତ ଅଗ୍ନି ଦେଲେ । +\q +\v 33 ମଧ୍ୟ ସେ ସେମାନଙ୍କ ଦ୍ରାକ୍ଷାଲତା ଓ ଡ଼ିମ୍ବିରି ବୃକ୍ଷସବୁ +\q ଆଘାତ କଲେ +\q ଓ ସେମାନଙ୍କ ସୀମାସ୍ଥିତ ବୃକ୍ଷସବୁ ଭାଙ୍ଗି ପକାଇଲେ । +\q +\s5 +\v 34 ସେ ଆଜ୍ଞା କରନ୍ତେ, ଅସଂଖ୍ୟ ପଙ୍ଗପାଳ ଓ ପତଙ୍ଗ +\q ଉପସ୍ଥିତ ହେଲେ; +\q +\v 35 ପୁଣି, ସେମାନଙ୍କ ଦେଶର ସବୁ ତୃଣ ଖାଇ +\q ପକାଇଲେ ଓ ସେମାନଙ୍କ ଭୂମିର ଫଳସବୁ ଗ୍ରାସ କଲେ । +\q +\v 36 ଆହୁରି, ସେ ସେମାନଙ୍କ ଦେଶରେ ସମସ୍ତ +\q ପ୍ରଥମଜାତ, +\q ସେମାନଙ୍କର ସମସ୍ତ ଶକ୍ତିର ପ୍ରଥମ ଫଳ ଆଘାତ +\q କଲେ । +\q +\s5 +\v 37 ଆଉ, ସେ ରୂପା ଓ ସୁନା ସହିତ ସେମାନଙ୍କୁ ବାହାର +\q କରି ଆଣିଲେ +\q ଓ ତାହାଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ନ +\q ଥିଲା । +\q +\v 38 ସେମାନେ ପ୍ରସ୍ଥାନ କରନ୍ତେ, ମିସର ଆନନ୍ଦିତ ହେଲା; +\q କାରଣ ସେମାନଙ୍କ ବିଷୟକ ଭୟ ସେମାନଙ୍କ ଉପରେ +\q ପଡ଼ିଥିଲା । +\q +\v 39 ସେ ଚନ୍ଦ୍ରାତପ ନିମନ୍ତେ ମେଘ ବିସ୍ତାର କଲେ +\q ଓ ରାତ୍ରି ରେ ଆଲୁଅ ଦେବା ପାଇଁ ଅଗ୍ନି ଦେଲେ । +\q +\s5 +\v 40 ସେମାନେ ମାଗନ୍ତେ, ସେ ଭାଟୋଇ ପକ୍ଷୀମାନଙ୍କୁ +\q ଆଣିଲେ +\q ଓ ସ୍ୱର୍ଗୀୟ ଭକ୍ଷ୍ୟରେ ସେମାନଙ୍କୁ ପରିତୃପ୍ତ କଲେ । +\q +\v 41 ସେ ଶୈଳକୁ ଆଘାତ କରନ୍ତେ, ଜଳ ନିର୍ଗତ ହେଲା; +\q ତାହା ଶୁଷ୍କ ଭୂମିରେ ନଦୀ ତୁଲ୍ୟ ପ୍ରବାହିତ ହେଲା । +\q +\v 42 କାରଣ ସେ ଆପଣା ପବିତ୍ର ବାକ୍ୟ ଓ ଆପଣା +\q ଦାସ ଅବ୍ରହାମକୁ ସ୍ମରଣ କଲେ । +\q +\s5 +\v 43 ପୁଣି, ସେ ଆପଣା ଲୋକମାନଙ୍କୁ ଆନନ୍ଦ ସହିତ +\q ଓ ଆପଣା ମନୋନୀତମାନଙ୍କୁ ଗାୟନ ସହିତ ବାହାର +\q କରି ଆଣିଲେ । +\q +\v 44 ଯେପରି ସେମାନେ ତାହାଙ୍କ ବିଧିସବୁ ରକ୍ଷା କରିବେ +\q ଓ ତାହାଙ୍କର ବ୍ୟବସ୍ଥାସବୁ ପାଳନ କରିବେ, +\q +\v 45 ଏଥିପାଇଁ ସେ ଗୋଷ୍ଠୀୟବର୍ଗର ଦେଶସବୁ +\q ସେମାନଙ୍କୁ ଦେଲେ +\q ଓ ସେମାନେ ଜନବୃନ୍ଦର ପରିଶ୍ରମର ଫଳାଧିକାରୀ +\q ହେଲେ; +\q ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । + +\s5 +\c 106 +\s ମଙ୍ଗଳମୟ ପରମେଶ୍ୱର +\q +\v 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା +\q କର । +\q ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ । +\q ତାହାଙ୍କର ଦୟା ଅନନ୍ତକାଳସ୍ଥାୟୀ । +\q +\v 2 ସଦାପ୍ରଭୁଙ୍କ ବିକ୍ରମର କାର୍ଯ୍ୟସବୁ କିଏ ବର୍ଣ୍ଣନା +\q କରିପାରେ ? +\q ଓ ତାହାଙ୍କ ପ୍ରଶଂସାସବୁ କିଏ ପ୍ରକାଶ କରିପାରେ ? +\q +\s5 +\v 3 ଯେଉଁମାନେ ନ୍ୟାୟ ରକ୍ଷା କରନ୍ତି, ସେମାନେ ଧନ୍ୟ +\q ଓ ଯେ ସବୁବେଳେ ଧର୍ମାଚରଣ କରେ, ସେ ଧନ୍ୟ । +\q +\v 4 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି +\q ଯେଉଁ ଅନୁଗ୍ରହ ବହିଥାଅ, ତଦନୁସାରେ ମୋତେ ସ୍ମରଣ +\q କର; +\q ତୁମ୍ଭେ ଆପଣା ପରିତ୍ରାଣ ଘେନି ମୋହର ତତ୍ତ୍ୱ ନିଅ; +\q +\v 5 ତହିଁରେ ମୁଁ ତୁମ୍ଭ ମନୋନୀତ ଲୋକଙ୍କର ସମୃଦ୍ଧି +\q ଦେଖିବି, +\q ତୁମ୍ଭ ଲୋକମାନଙ୍କ ଆନନ୍ଦରେ ଆନନ୍ଦ କରିବି, +\q ତୁମ୍ଭ ଅଧିକାର ସହିତ ଦର୍ପ କରିବି । +\q +\s5 +\v 6 ଆମ୍ଭେମାନେ ଆପଣାମାନଙ୍କ ପିତୃଗଣ ତୁଲ୍ୟ ପାପ +\q କରିଅଛୁ, +\q ଆମ୍ଭେମାନେ ଅପରାଧ କରିଅଛୁ, ଆମ୍ଭେମାନେ ଅଧର୍ମ +\q କରିଅଛୁ । +\q +\v 7 ଆମ୍ଭମାନଙ୍କ ପିତୃପୁରୁଷମାନେ ମିସରରେ ତୁମ୍ଭର +\q ଆଶ୍ଚର୍ଯ୍ୟକ୍ରିୟାସବୁ ବୁଝିଲେ ନାହିଁ; +\q ସେମାନେ ତୁମ୍ଭ ଦୟାର ବାହୁଲ୍ୟ ସ୍ମରଣ କଲେ ନାହିଁ; +\q ମାତ୍ର ସମୁଦ୍ର ନିକଟରେ, ସୂଫ ସମୁଦ୍ର ନିକଟରେ ହେଁ +\q ବିଦ୍ରୋହାଚରଣ କଲେ । +\q +\s5 +\v 8 ତେବେ ହେଁ ସେ ଆପଣା ମହାପରାକ୍ରମର ପରିଚୟ +\q ଦେବା ନିମନ୍ତେ ଆପଣା ନାମ ସକାଶୁ ସେମାନଙ୍କୁ ପରିତ୍ରାଣ +\q କଲେ । +\q +\v 9 ଆହୁରି, ସେ ସୂଫ ସମୁଦ୍ରକୁ ଧମକାନ୍ତେ, ତାହା ଶୁଷ୍କ +\q ହେଲା; +\q ତହିଁରେ ପ୍ରାନ୍ତର ଦେଇ ଘେନିଗଲା ପରି ସେ ସେମାନଙ୍କୁ +\q ଗଭୀର ଜଳ ଦେଇ ଘେନିଗଲେ । +\q +\s5 +\v 10 ଆଉ, ସେ ସେମାନଙ୍କ ଘୃଣାକାରୀ ଲୋକର ହସ୍ତରୁ +\q ସେମାନଙ୍କୁ ପରିତ୍ରାଣ କଲେ +\q ଓ ସେମାନଙ୍କ ଶତ୍ରୁର ହସ୍ତରୁ ସେ ସେମାନଙ୍କୁ ମୁକ୍ତ +\q କଲେ । +\q +\v 11 ପୁଣି, ଜଳରାଶି ସେମାନଙ୍କ ବିପକ୍ଷଗଣକୁ ଆଚ୍ଛାଦନ +\q କଲା; +\q ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ରହିଲା ନାହିଁ । +\q +\v 12 ସେତେବେଳେ ସେମାନେ ତାହାଙ୍କ ବାକ୍ୟରେ ବିଶ୍ୱାସ +\q କଲେ; +\q ସେମାନେ ତାହାଙ୍କର ପ୍ରଶଂସା ଗାନ କଲେ । +\q +\s5 +\v 13 ସେମାନେ ତାହାଙ୍କ କର୍ମସକଳ ଶୀଘ୍ର ପାସୋରି +\q ଗଲେ; +\q ସେମାନେ ତାହାଙ୍କ ମନ୍ତ୍ରଣାର ଅପେକ୍ଷା କଲେ ନାହିଁ; +\q +\v 14 ମାତ୍ର ପ୍ରାନ୍ତରରେ ଅତିଶୟ ଲୋଭାକ୍ରାନ୍ତ ହେଲେ +\q ଓ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କଲେ । +\q +\v 15 ତହିଁରେ ସେ ସେମାନଙ୍କ ପ୍ରାର୍ଥିତ ବିଷୟ ଦେଲେ; +\q ମାତ୍ର ସେମାନଙ୍କ ପ୍ରାଣରେ କ୍ଷୀଣତା ପ୍ରେରଣ କଲେ । +\q +\s5 +\v 16 ଆହୁରି, ସେମାନେ ଛାଉଣିରେ ମୋଶାଙ୍କ ପ୍ରତି ଓ +\q ସଦାପ୍ରଭୁଙ୍କର ସଦ୍‍ଭକ୍ତ ହାରୋଣଙ୍କ ପ୍ରତି ଈର୍ଷାଭାବ ବହିଲେ । +\q +\v 17 ପୃଥିବୀ ଫାଟିଯାଇ ଦାଥନକୁ ଗ୍ରାସ କଲା +\q ଓ ଅବିରାମର ଦଳକୁ ଆଚ୍ଛାଦନ କଲା । +\q +\v 18 ପୁଣି, ସେମାନଙ୍କ ଦଳ ମଧ୍ୟରେ ଅଗ୍ନି ପ୍ରଜ୍ୱଳିତ +\q ହେଲା; +\q ଅଗ୍ନିଶିଖା ଦୁଷ୍ଟମାନଙ୍କୁ ଦଗ୍‍ଧ କଲା । +\q +\s5 +\v 19 ସେମାନେ ହୋରେବରେ ଗୋଟିଏ ଗୋବତ୍ସ ନିର୍ମାଣ +\q କଲେ +\q ଓ ଛାଞ୍ଚରେ ଢଳା ପ୍ରତିମାକୁ ପ୍ରଣାମ କଲେ । +\q +\v 20 ଏହିରୂପେ, ସେମାନେ ତୃଣଭକ୍ଷକ ଗୋରୁର ପ୍ରତିମା +\q ସହିତ ଆପଣାମାନଙ୍କ ଗୌରବସ୍ୱରୂପଙ୍କୁ ପରିବର୍ତ୍ତନ +\q କଲେ । +\q +\v 21 ଯେ ମିସରରେ ବିବିଧ ମହତ କର୍ମ, ହାମ୍‍ ଦେଶରେ +\q ନାନା ଆଶ୍ଚର୍ଯ୍ୟକର୍ମ ଓ ସୂଫ ସମୁଦ୍ର ନିକଟରେ ଭୟଙ୍କର +\q କର୍ମ ସାଧନ କରିଥିଲେ; +\q +\s5 +\v 22 ସେମାନେ ଆପଣାମାନଙ୍କ ସେହି ତ୍ରାଣକର୍ତ୍ତା +\q ପରମେଶ୍ୱରଙ୍କୁ ପାସୋରିଲେ । +\q +\v 23 ଏହେତୁ ସେ ସେମାନଙ୍କୁ ସଂହାର କରିବେ ବୋଲି +\q କହିଲେ, +\q ମାତ୍ର ସେ ଯେପରି ସେମାନଙ୍କୁ ସଂହାର ନ କରିବେ, +\q ଏଥିପାଇଁ ତାହାଙ୍କ କୋପ ଫେରାଇବା ନିମନ୍ତେ ତାହାଙ୍କ +\q ମନୋନୀତ ମୋଶା ଭଗ୍ନସ୍ଥାନରେ ତାହାଙ୍କ ସମ୍ମୁଖରେ ଠିଆ +\q ହେଲେ । +\q +\s5 +\v 24 ଆହୁରି, ସେମାନେ ମନୋରମ ଦେଶକୁ ତୁଚ୍ଛ +\q କଲେ, +\q ସେମାନେ ତାହାଙ୍କ ବାକ୍ୟରେ ବିଶ୍ୱାସ କଲେ ନାହିଁ । +\q +\v 25 ମାତ୍ର ଆପଣା ଆପଣା ତମ୍ବୁରେ ବଚସା କଲେ, +\q ଆଉ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ । +\q +\s5 +\v 26 ଏହେତୁ ସେ ପ୍ରାନ୍ତରରେ ସେମାନଙ୍କୁ ନିପାତ କରିବା +\q ପାଇଁ +\q ଓ ନାନା ଗୋଷ୍ଠୀ ମଧ୍ୟରେ ସେମାନଙ୍କ ବଂଶକୁ ନିପାତ +\q କରିବା ପାଇଁ +\q +\v 27 ଓ ନାନା ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିବା +\q ପାଇଁ ସେମାନଙ୍କ ପ୍ରତି ଆପଣା ହସ୍ତ ଉଠାଇଲେ । +\q +\s5 +\v 28 ଆହୁରି, ସେମାନେ ବାଲ୍‍-ପିୟୋର୍‍ ପ୍ରତି ଆସକ୍ତ +\q ହେଲେ +\q ଓ ମୃତମାନଙ୍କର ବଳି ଭୋଜନ କଲେ । +\q +\v 29 ଏହିରୂପେ ସେମାନେ ଆପଣା ଆପଣା କ୍ରିୟା ଦ୍ୱାରା +\q ତାହାଙ୍କୁ ବିରକ୍ତ କଲେ; +\q ତହୁଁ ସେମାନଙ୍କ ମଧ୍ୟରେ ମହାମାରୀ ପ୍ରକାଶିତ ହେଲା । +\q +\s5 +\v 30 ସେତେବେଳେ ପୀନହସ୍‍ ଠିଆ ହୋଇ ଦଣ୍ଡାଜ୍ଞା +\q ସାଧନ କଲା; +\q ତହିଁରେ ମହାମାରୀ ନିବୃତ୍ତ ହେଲା । +\q +\v 31 ଏଣୁ ତାହା ପୁରୁଷାନୁକ୍ରମେ ଅନନ୍ତକାଳ ପର୍ଯ୍ୟନ୍ତ +\q ତାହା ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା । +\q +\s5 +\v 32 ଆହୁରି, ସେମାନେ ମିରୀବାଃ ଜଳ ନିକଟରେ ତାହାଙ୍କୁ +\q କ୍ରୁଦ୍ଧ କଲେ, +\q ତେଣୁ ସେମାନଙ୍କ ସକାଶୁ ମୋଶାଙ୍କର ବିପଦ ଘଟିଲା, +\q +\v 33 ଯେହେତୁ ସେମାନେ ତାହାଙ୍କ ଆତ୍ମା ପ୍ରତିକୂଳରେ +\q ବିଦ୍ରୋହୀ ହୁଅନ୍ତେ, ସେ ଆପଣା ଓଷ୍ଠାଧରରେ ଅବିବେଚନାର +\q କଥା କହିଲେ । +\q +\v 34 ସେମାନେ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ +\q ଗୋଷ୍ଠୀବର୍ଗକୁ ବିନାଶ କଲେ ନାହିଁ । +\q +\v 35 ମାତ୍ର ଅନ୍ୟ ଦେଶୀୟମାନଙ୍କ ସଙ୍ଗେ ମିଶ୍ରିତ ହେଲେ +\q ଓ ସେମାନଙ୍କ କ୍ରିୟାସବୁ ଶିଖିଲେ । +\q +\v 36 ଆଉ, ସେମାନଙ୍କ ଦେବତାଗଣର ସେବା କଲେ; +\q ତାହା ସେମାନଙ୍କ ପ୍ରତି ଫାନ୍ଦ ସ୍ୱରୂପ ହେଲା । +\q +\s5 +\v 37 ହଁ, ସେମାନେ ଭୂତଗଣ ଉଦ୍ଦେଶ୍ୟରେ ଆପଣା +\q ଆପଣା ପୁତ୍ରକନ୍ୟାମାନଙ୍କୁ ବଳିଦାନ କଲେ । +\q +\v 38 ପୁଣି, ସେମାନେ କିଣାନ ଦେଶର ଦେବତାଗଣ +\q ଉଦ୍ଦେଶ୍ୟରେ ବଳିଦାନ କରି ନିର୍ଦ୍ଦୋଷ ରକ୍ତ, ଅର୍ଥାତ୍‍, ଆପଣା +\q ଆପଣା ପୁତ୍ରକନ୍ୟାଗଣର ରକ୍ତପାତ କଲେ; +\q ତହିଁରେ ଦେଶ ରକ୍ତରେ ଅଶୁଚି ହେଲା । +\q +\v 39 ଏହିରୂପେ ସେମାନେ ଆପଣା ଆପଣା କାର୍ଯ୍ୟ ଦ୍ୱାରା +\q ଅପବିତ୍ର ହେଲେ +\q ଓ ବ୍ୟବହାରରେ ବ୍ୟଭିଚାର କଲେ । +\q +\s5 +\v 40 ଏହେତୁ ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କୋପ +\q ପ୍ରଜ୍ୱଳିତ ହେଲା, ପୁଣି, ସେ ଆପଣା ଅଧିକାରକୁ ଘୃଣା +\q କଲେ । +\q +\v 41 ଆଉ, ସେ ସେମାନଙ୍କୁ ଅନ୍ୟ ଦେଶୀୟମାନଙ୍କ +\q ହସ୍ତରେ ସମର୍ପଣ କଲେ +\q ଓ ସେମାନଙ୍କ ଘୃଣାକାରୀମାନେ ସେମାନଙ୍କ ଉପରେ +\q କର୍ତ୍ତୃତ୍ୱ କଲେ; +\q +\s5 +\v 42 ସେମାନଙ୍କ ଶତ୍ରୁଗଣ ମଧ୍ୟ ସେମାନଙ୍କ ପ୍ରତି ଉପଦ୍ରବ +\q କଲେ, +\q ପୁଣି, ସେମାନେ ସେମାନଙ୍କ ହସ୍ତ ତଳେ ବଶୀଭୂତ ହେଲେ । +\q +\v 43 ଅନେକ ଥର ସେ ସେମାନଙ୍କୁ ଉଦ୍ଧାର କଲେ; +\q ମାତ୍ର ସେମାନେ ଆପଣା ଆପଣା ମନ୍ତ୍ରଣାରେ ବିଦ୍ରୋହୀ +\q ହେଲେ +\q ଓ ଆପଣା ଆପଣା ଅଧର୍ମରେ କ୍ଷୀଣ ହେଲେ । +\q +\s5 +\v 44 ତଥାପି ସେ ସେମାନଙ୍କ କାକୂକ୍ତି ଶୁଣି ସେମାନଙ୍କ +\q ଦୁର୍ଦ୍ଦଶାରେ ମନୋଯୋଗ କଲେ । +\q +\v 45 ପୁଣି, ସେମାନଙ୍କ ପକ୍ଷରେ ସେ ଆପଣା ନିୟମ +\q ସ୍ମରଣ କଲେ +\q ଓ ନିଜର ଦୟାର ବାହୁଲ୍ୟ ଅନୁସାରେ ସେମାନଙ୍କ ପ୍ରତି +\q କୃପା କଲେ । +\q +\v 46 ଆହୁରି, ଯେଉଁମାନେ ସେମାନଙ୍କୁ ବନ୍ଦୀ କରି +\q ନେଇଗଲେ, ସେ ସେମାନଙ୍କ ମନରେ ଦୟା ଜନ୍ମାଇଲେ । +\q +\s5 +\v 47 ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭ +\q ପବିତ୍ର ନାମକୁ ଧନ୍ୟବାଦ ଦେବା ପାଇଁ, ତୁମ୍ଭ ପ୍ରଶଂସାରେ +\q ଦର୍ପ କରିବା ପାଇଁ ଆମ୍ଭମାନଙ୍କୁ ପରିତ୍ରାଣ କର +\q ଓ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କୁ ସଂଗ୍ରହ +\q କର । +\q +\v 48 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ +\q ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହେଉନ୍ତୁ । +\q ପୁଣି, ସମୁଦାୟ ଲୋକ ଆମେନ୍‍ କୁହନ୍ତୁ । +\q ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । + +\s5 +\c 107 +\ms 5 ପଞ୍ଚମ ଖଣ୍ଡ +\s ମଙ୍ଗଳମୟ ସଦାପ୍ରଭୁଙ୍କର ସ୍ତୁତି +\q +\v 1 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; +\q କାରଣ ସେ ମଙ୍ଗଳମୟ; +\q ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 2 ସେ ଯେଉଁମାନଙ୍କୁ ବିପକ୍ଷର ହସ୍ତରୁ ମୁକ୍ତ କରିଅଛନ୍ତି +\q ଓ ନାନା ଦେଶରୁ, ପୂର୍ବ ଓ ପଶ୍ଚିମରୁ, +\q +\v 3 ଉତ୍ତର ଓ ଦକ୍ଷିଣରୁ ସଂଗ୍ରହ କରିଅଛନ୍ତି, ସଦାପ୍ରଭୁଙ୍କ +\q ସେହି ମୁକ୍ତ ଲୋକମାନେ ତାହା କହନ୍ତୁ । +\q +\s5 +\v 4 ସେମାନେ ପ୍ରାନ୍ତରରେ ନିର୍ଜ୍ଜନ ପଥରେ ଭ୍ରମଣ କଲେ; +\q ସେମାନେ କୌଣସି ବସତି-ନଗର ପାଇଲେ ନାହିଁ । +\q +\v 5 କ୍ଷୁଧିତ ଓ ତୃଷିତ ହୋଇ ସେମାନଙ୍କର ପ୍ରାଣ ସେମାନଙ୍କ +\q ଅନ୍ତରରେ ମୂର୍ଚ୍ଛିତ ହେଲା । +\q +\v 6 ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ +\q ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କଲେ, ତହିଁରେ ସେ +\q ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର କଲେ । +\q +\v 7 ଆହୁରି, ସେମାନେ ଯେପରି ବସତି-ନଗରକୁ ଯାଇ +\q ପାରିବେ, ଏଥିପାଇଁ ସେ ସେମାନଙ୍କୁ ସଳଖ ପଥରେ ଘେନି +\q ଗଲେ । +\q +\s5 +\v 8 ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ +\q ମନୁଷ୍ୟସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ +\q ତାହାଙ୍କର ପ୍ରଶଂସା କରନ୍ତୁ । +\q +\v 9 ଯେହେତୁ ସେ ତୃଷିତ ପ୍ରାଣକୁ ପରିତୃପ୍ତ କରନ୍ତି +\q ଓ କ୍ଷୁଧିତ ପ୍ରାଣକୁ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ କରନ୍ତି । +\q +\v 10 କେହି କେହି ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ +\q ଓ ସର୍ବୋପରିସ୍ଥଙ୍କ ମନ୍ତ୍ରଣା ତୁଚ୍ଛ କରିବା ସକାଶୁ, +\q +\s5 +\v 11 ସେମାନେ ଦୁଃଖ ଓ ଲୌହ ଶୃଙ୍ଖଳରେ ବଦ୍ଧ ହୋଇ +\q ଅନ୍ଧକାରରେ ଓ ମୃତ୍ୟୁଛାୟାରେ ବସିଲେ; +\q +\v 12 ସେ ସେମାନଙ୍କ ହୃଦୟକୁ କ୍ଳେଶରେ ଅବନତ କଲେ; +\q ସେମାନେ ପତିତ ହେଲେ ଓ ସାହାଯ୍ୟ କରିବାକୁ କେହି +\q ନ ଥିଲା । +\q +\v 13 ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ +\q ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କଲେ, +\q ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ +\q କଲେ । +\q +\s5 +\v 14 ସେ ଅନ୍ଧକାର ଓ ମୃତ୍ୟୁଛାୟାରୁ ସେମାନଙ୍କୁ ବାହାର +\q କରି ଆଣିଲେ +\q ଓ ସେମାନଙ୍କ ବନ୍ଧନ ଛେଦନ କଲେ । +\q +\v 15 ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ +\q ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ +\q ତାହାଙ୍କର ପ୍ରଶଂସା କରନ୍ତୁ ! +\q +\v 16 ଯେହେତୁ ସେ ପିତ୍ତଳ-ଦ୍ୱାର ଭାଙ୍ଗିଅଛନ୍ତି +\q ଓ ଲୌହ-ଅର୍ଗଳ କାଟି ପକାଇଅଛନ୍ତି । +\q +\s5 +\v 17 ମୂର୍ଖମାନେ ଆପଣା ଆପଣା ଅପରାଧ ଓ +\q ଅଧର୍ମାଚରଣ ସକାଶୁ କ୍ଳେଶ ପାଆନ୍ତି । +\q +\v 18 ସେମାନଙ୍କ ପ୍ରାଣ ସର୍ବପ୍ରକାର ଖାଦ୍ୟଦ୍ରବ୍ୟ ଘୃଣା +\q କରଇ +\q ଓ ସେମାନେ ମୃତ୍ୟୁଦ୍ୱାରର ନିକଟବର୍ତ୍ତୀ ହୁଅନ୍ତି । +\q +\v 19 ତେବେ ସେମାନେ ଆପଣା ଆପଣା ସଙ୍କଟ +\q ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରନ୍ତି, +\q ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ +\q କରନ୍ତି । +\q +\s5 +\v 20 ସେ ଆପଣା ବାକ୍ୟ ପଠାଇ ସେମାନଙ୍କୁ ସୁସ୍ଥ +\q କରନ୍ତି, +\q ପୁଣି, ବିନାଶରୁ ସେମାନଙ୍କୁ ଉଦ୍ଧାର କରନ୍ତି । +\q +\v 21 ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ +\q ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ +\q ତାହାଙ୍କର ପ୍ରଶଂସା କରନ୍ତୁ । +\q +\v 22 ସେମାନେ ଧନ୍ୟବାଦରୂପ ବଳି ଉତ୍ସର୍ଗ କରନ୍ତୁ +\q ଓ ଗାନ କରି ତାହାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ । +\q +\s5 +\v 23 ଯେଉଁମାନେ ଜାହାଜ ଚଢ଼ି ସମୁଦ୍ରଯାତ୍ରା କରନ୍ତି, +\q ଯେଉଁମାନେ ମହାଜଳରାଶିରେ କାରବାର କରନ୍ତି, +\q +\v 24 ସେମାନେ ସଦାପ୍ରଭୁଙ୍କ କାର୍ଯ୍ୟ ଓ ଗଭୀର ଜଳରେ +\q ତାହାଙ୍କର ଅଦ୍‍ଭୁତ ବ୍ୟାପାର ଦେଖନ୍ତି । +\q +\s5 +\v 25 ଯେହେତୁ ସେ ଆଜ୍ଞା ଦେଲେ, ପ୍ରଚଣ୍ଡ ବାୟୁ ଉଠଇ, +\q ତଦ୍ଦ୍ୱାରା ସମୁଦ୍ରର ତରଙ୍ଗମାଳା ଉଠେ । +\q +\v 26 ସେମାନେ ଆକାଶକୁ ଉଠନ୍ତି, ପୁନର୍ବାର ସେମାନେ +\q ଗଭୀର ଜଳକୁ ଉତ୍ତରନ୍ତି; +\q ବିପଦ ସକାଶୁ ସେମାନଙ୍କ ପ୍ରାଣ ତରଳି ଯାଏ । +\q +\v 27 ସେମାନେ ମତ୍ତଲୋକ ପରି ଏଣେତେଣେ ଦୋହଲି +\q ଢଳି ପଡ଼ନ୍ତି +\q ଓ ସେମାନଙ୍କ ବୁଦ୍ଧି ହଜିଯାଏ । +\q +\s5 +\v 28 ତେବେ ସେମାନେ ଆପଣା ଆପଣା ସଙ୍କଟ +\q ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରନ୍ତି, +\q ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର +\q କରନ୍ତି । +\q +\v 29 ସେ ବତାସକୁ ସୁସ୍ଥିର କରନ୍ତି, ତହୁଁ ସମୁଦ୍ରର +\q ତରଙ୍ଗମାଳା ନିରସ୍ତ ହୁଏ । +\q +\v 30 ତେବେ ସେସବୁ ନିବୃତ୍ତ ହେବା ସକାଶୁ ସେମାନେ +\q ଆନନ୍ଦ କରନ୍ତି; +\q ଏହିରୂପେ ସେ ସେମାନଙ୍କୁ ବାଞ୍ଛିତ ବନ୍ଦରରେ ପ୍ରବେଶ +\q କରାନ୍ତି । +\q +\s5 +\v 31 ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ +\q ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ +\q ତାହାଙ୍କର ପ୍ରଶଂସା କରନ୍ତୁ ! +\q +\v 32 ଆହୁରି, ସେମାନେ ଲୋକମାନଙ୍କ ସମାଜରେ +\q ତାହାଙ୍କର ପ୍ରତିଷ୍ଠା କରନ୍ତୁ +\q ଓ ପ୍ରାଚୀନମାନଙ୍କ ସଭାରେ ତାହାଙ୍କର ପ୍ରଶଂସା କରନ୍ତୁ । +\q +\s5 +\v 33 ସେ ନଦନଦୀକୁ ପ୍ରାନ୍ତର ଓ ନିର୍ଝରସକଳକୁ ଶୁଷ୍କ +\q ଭୂମି କରନ୍ତି । +\q +\v 34 ସେ ଦେଶନିବାସୀମାନଙ୍କ ଦୁଷ୍ଟତା ସକାଶୁ ଉର୍ବରା +\q ଦେଶକୁ ଲବଣ-ପ୍ରାନ୍ତର କରନ୍ତି । +\q +\v 35 ସେ ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିକୁ ଝରମୟ +\q କରନ୍ତି । +\q +\s5 +\v 36 ପୁଣି, କ୍ଷୁଧିତ ଲୋକମାନେ ଯେପରି ବସତି-ନଗର +\q ନିର୍ମାଣ କରିବେ +\q ଓ କ୍ଷେତ୍ରରେ ବୀଜ ବପନ ଓ ଦ୍ରାକ୍ଷାଲତା ରୋପଣ କରିବେ +\q +\v 37 ଓ ତଦୁତ୍ପନ୍ନ ଫଳ ପ୍ରାପ୍ତ ହେବେ, +\q ଏଥିପାଇଁ ସେସ୍ଥାନରେ ସେ ସେମାନଙ୍କୁ ବାସ କରାନ୍ତି । +\q +\v 38 ଆହୁରି, ସେ ସେମାନଙ୍କୁ ଆଶୀର୍ବାଦ କରନ୍ତି, ତହିଁରେ +\q ସେମାନେ ଅତିଶୟ ବୃଦ୍ଧି ପାଆନ୍ତି; +\q ପୁଣି, ସେ ସେମାନଙ୍କ ପଶୁପଲ ଊଣା ହେବାକୁ ଦିଅନ୍ତି +\q ନାହିଁ । +\q +\s5 +\v 39 ପୁନର୍ବାର ସେମାନେ ଉପଦ୍ରବ, ବିପଦ ଓ ଶୋକ +\q ଦ୍ୱାରା ନ୍ୟୁନୀକୃତ ଓ ଅବନତ ହୁଅନ୍ତି । +\q +\v 40 ସେ ଅଧିପତିମାନଙ୍କ ଉପରେ ତୁଚ୍ଛତା ଢାଳି ଦିଅନ୍ତି, +\q ପୁଣି, ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାନ୍ତି । +\q +\s5 +\v 41 ତଥାପି ସେ ଦୀନହୀନକୁ ଦୁଃଖରୁ ଉଚ୍ଚରେ ସ୍ଥାପନ +\q କରନ୍ତି ଓ ମେଷପଲ ତୁଲ୍ୟ ତାହାକୁ ପରିବାର ଦିଅନ୍ତି । +\q +\v 42 ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେବେ; +\q ପୁଣି, ସବୁ ଅଧର୍ମ ଆପଣା ମୁଖ ବନ୍ଦ କରିବ । +\q +\v 43 ଯେ ଜ୍ଞାନବାନ, ସେ ଏହିସବୁ ବିଷୟରେ +\q ମନୋଯୋଗ କରିବ, +\q ପୁଣି, ସେମାନେ ସଦାପ୍ରଭୁଙ୍କ ବିବିଧ ଦୟା ବିବେଚନା +\q କରିବେ । + +\s5 +\c 108 +\s ଶତ୍ରୁ କବଳରୁ ରକ୍ଷା ନିମିତ୍ତ ପ୍ରାର୍ଥନା +\d ଦାଉଦଙ୍କର ଗାନାର୍ଥକ ଗୀତ । +\b +\q +\v 1 ହେ ପରମେଶ୍ୱର, ମୋହର ଚିତ୍ତ +\q ସୁସ୍ଥିର ଅଛି; +\q ମୁଁ ଗାନ କରିବି, ହଁ, ମୁଁ ଆପଣା ଗୌରବ ସହିତ ପ୍ରଶଂସା +\q ଗାନ କରିବି । +\q +\v 2 ହେ ନେବଲ ଓ ବୀଣେ, ଜାଗ; ମୁଁ ନିଜେ ଅତି +\q ପ୍ରଭାତରେ ଜାଗିବି । +\q +\s5 +\v 3 ହେ ସଦାପ୍ରଭୁ, ମୁଁ ଗୋଷ୍ଠୀବର୍ଗ ମଧ୍ୟରେ ତୁମ୍ଭଙ୍କୁ +\q ଧନ୍ୟବାଦ ଦେବି +\q ଓ ମୁଁ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା +\q ଗାନ କରିବି । +\q +\v 4 ଯେହେତୁ ତୁମ୍ଭର ଦୟା ଆକାଶ ଅପେକ୍ଷା ମହତ +\q ଓ ତୁମ୍ଭର ସତ୍ୟତା ଗଗନସ୍ପର୍ଶୀ; +\q +\s5 +\v 5 ହେ ପରମେଶ୍ୱର, ତୁମ୍ଭେ ଆକାଶମଣ୍ଡଳ ଉପରେ ଉନ୍ନତ +\q ହୁଅ +\q ଓ ତୁମ୍ଭର ଗୌରବ ସମୁଦାୟ ପୃଥିବୀରେ ଉନ୍ନତ ହେଉ । +\q +\v 6 ଯେପରି ତୁମ୍ଭର ପ୍ରିୟତମ ଉଦ୍ଧାର ପାଇବ, ଏଥିପାଇଁ +\q ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କରି ଆମ୍ଭମାନଙ୍କୁ +\q ଉତ୍ତର ଦିଅ । +\q +\s5 +\v 7 ପରମେଶ୍ୱର ଆପଣା ପବିତ୍ରତାରେ କହିଅଛନ୍ତି; "ଆମ୍ଭେ +\q ଉଲ୍ଲାସ କରିବା; +\q ମୁଁ ଶିଖିମକୁ ବିଭାଗ କରିବି ଓ ସୁକ୍‍କୋତ ଉପତ୍ୟକା +\q ମାପିବି । +\q +\v 8 ଗିଲୀୟଦ ମୋହର; ମନଃଶି ମୋହର; ଇଫ୍ରୟିମ +\q ମଧ୍ୟ ମୋ' ମସ୍ତକର ଆଶ୍ରୟ; ଯିହୂଦା ମୋହର ରାଜଦଣ୍ଡ । +\q +\s5 +\v 9 ମୋୟାବ ମୋ' ପ୍ରକ୍ଷାଳନ-ପାତ୍ର; +\q ଇଦୋମ ଉପରେ ମୁଁ ଆପଣା ପାଦୁକା ପକାଇବି । +\q ପଲେଷ୍ଟୀୟ ଉପରେ ଜୟଧ୍ୱନି କରିବି । +\q +\v 10 କିଏ ମୋତେ ଦୃଢ଼ ନଗରକୁ ଆଣିବ ? +\q କିଏ ମୋତେ ଇଦୋମ ପର୍ଯ୍ୟନ୍ତ କଢ଼ାଇ ଆଣିଅଛି ?" +\q +\s5 +\v 11 ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି +\q ନାହଁ ? +\q ପୁଣି, ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ +\q ସଙ୍ଗେ ଗମନ କରୁ ନାହଁ । +\q +\v 12 ବିପକ୍ଷର ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ +\q କର; +\q କାରଣ ମନୁଷ୍ୟର ସାହାଯ୍ୟ ବୃଥା । +\q +\v 13 ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ +\q କରିବା; +\q ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି +\q ପକାଇବେ । + +\s5 +\c 109 +\s ଦୁର୍ଦ୍ଦଶାଗ୍ରସ୍ତ ଲୋକର ଅଭିଯୋଗ +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । +\b +\q +\v 1 ହେ ମୋହର ପ୍ରଶଂସାପାତ୍ର ପରମେଶ୍ୱର, ନୀରବ +\q ହୁଅ ନାହିଁ; +\q +\v 2 କାରଣ ଲୋକମାନେ ମୋ' ବିରୁଦ୍ଧରେ ଦୁଷ୍ଟତାରୂପ +\q ମୁଖ ଓ ପ୍ରବଞ୍ଚନାରୂପ ମୁଖ ଫିଟାଇ ଅଛନ୍ତି । +\q ସେମାନେ ମିଥ୍ୟାବାଦୀ ଜିହ୍ୱାରେ ମୋ' ସଙ୍ଗେ କଥା +\q କହିଅଛନ୍ତି । +\q +\v 3 ଆହୁରି, ସେମାନେ ଦ୍ୱେଷବାକ୍ୟରେ ମୋତେ +\q ଘେରିଅଛନ୍ତି +\q ଓ ବିନା କାରଣରେ ମୋ' ସଙ୍ଗେ ଯୁଦ୍ଧ କରିଅଛନ୍ତି । +\q +\s5 +\v 4 ମୋ' ପ୍ରେମ ପାଲଟେ ସେମାନେ ମୋହର ବିପକ୍ଷ +\q ହୋଇଅଛନ୍ତି; +\q ମାତ୍ର ମୁଁ ପ୍ରାର୍ଥନାରେ ପ୍ରବୃତ୍ତ । +\q +\v 5 ଆଉ, ସେମାନେ ମୋତେ ମଙ୍ଗଳ ପାଲଟେ ଅମଙ୍ଗଳ +\q ଓ ପ୍ରେମ ପାଲଟେ ଘୃଣା ପ୍ରତିଦାନ କରିଅଛନ୍ତି । +\q +\s5 +\v 6 ତୁମ୍ଭେ ତାହା ଉପରେ ଏକ ଦୁଷ୍ଟ ଲୋକ ନିଯୁକ୍ତ କର; +\q ପୁଣି, ଜଣେ ବିପକ୍ଷ ତାହାର ଦକ୍ଷିଣ ପାର୍ଶ୍ୱରେ ଠିଆ +\q ହେଉ । +\q +\v 7 ସେ ବିଚାରିତ ହେବା ସମୟରେ ଦୋଷୀକୃତ ହେଉ; +\q ପୁଣି, ତାହାର ପ୍ରାର୍ଥନା ପାପ ରୂପେ ଗଣିତ ହେଉ । +\q +\s5 +\v 8 ତାହାର ଆୟୁ ଅଳ୍ପ ହେଉ +\q ଓ ଅନ୍ୟ ଲୋକ ତାହାର ପଦ ପ୍ରାପ୍ତ ହେଉ । +\q +\v 9 ତାହାର ସନ୍ତାନମାନେ ପିତୃହୀନ ହେଉନ୍ତୁ +\q ଓ ତାହାର ଭାର୍ଯ୍ୟା ବିଧବା ହେଉ । +\q +\v 10 ତାହାର ସନ୍ତାନଗଣ ବାରବୁଲା ହୋଇ ଭିକ୍ଷା କରନ୍ତୁ +\q ଓ ସେମାନେ ଆପଣା ଆପଣା ଉଜାଡ଼ ସ୍ଥାନରୁ ଆହାର +\q ଅନ୍ୱେଷଣ କରନ୍ତୁ । +\q +\s5 +\v 11 ମହାଜନ ତାହାର ସର୍ବସ୍ୱ ଧରୁ; +\q ଆଉ, ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ । +\q +\v 12 ତାହା ପ୍ରତି କୃପା ପ୍ରକାଶ କରିବାକୁ କେହି ନ ଥାଉ, +\q କିଅବା ତାହାର ପିତୃହୀନ ସନ୍ତାନଗଣକୁ କେହି ଦୟା କରିବାକୁ +\q ନ ରହୁ । +\q +\v 13 ତାହାର ବଂଶ ଉଚ୍ଛିନ୍ନ ହେଉ; +\q ଆସନ୍ତା ପୁରୁଷରେ ସେମାନଙ୍କ ନାମ ଲୁପ୍ତ ହେଉ । +\q +\s5 +\v 14 ତାହାର ପିତୃଲୋକଙ୍କ ଅପରାଧ ସଦାପ୍ରଭୁଙ୍କ +\q ସ୍ମରଣରେ ଥାଉ +\q ଓ ତାହାର ମାତାର ପାପ ଲୁପ୍ତ ନ ହେଉ । +\q +\v 15 ସଦାପ୍ରଭୁ ଯେପରି ସେମାନଙ୍କ ସ୍ମରଣ ପୃଥିବୀରୁ +\q ଉଚ୍ଛିନ୍ନ କରିବେ, ଏଥିପାଇଁ ସେମାନେ ତାହାଙ୍କ ସାକ୍ଷାତରେ +\q ସର୍ବଦା ଥାଉନ୍ତୁ । +\q +\v 16 ସେ ଦୟା ପ୍ରକାଶ କରିବାକୁ ସ୍ମରଣ କଲା ନାହିଁ । +\q ମାତ୍ର ଦୁଃଖୀ, ଦୀନହୀନ ଓ ଭଗ୍ନାନ୍ତଃକରଣ ଲୋକଙ୍କୁ +\q ବଧ କରିବା ପାଇଁ ତାଡ଼ନା କଲା । +\q +\s5 +\v 17 ଆହୁରି, ସେ ଅଭିଶାପ ଭଲ ପାଇଲା ଓ ତାହା +\q ତାହା ପ୍ରତି ଘଟିଲା; +\q ଆଉ, ସେ ଆଶୀର୍ବାଦରେ ସନ୍ତୁଷ୍ଟ ହେଲା ନାହିଁ, ଏଣୁ +\q ତାହା ତାହାଠାରୁ ଦୂର ହେଲା । +\q +\v 18 ମଧ୍ୟ ସେ ବସ୍ତ୍ର ପରି ଅଭିଶାପ ପରିଧାନ କଲା, +\q ପୁଣି, ତାହା ଜଳ ପରି ତାହାର ଅନ୍ତରରେ ଓ ତୈଳ +\q ପରି ତାହାର ଅସ୍ଥିରେ ପ୍ରବିଷ୍ଟ ହେଲା । +\q +\s5 +\v 19 ଏଣୁ ତାହା ତାହାର ପରିଧେୟ ବସ୍ତ୍ର ପରି +\q ଓ ତାହାର ନିତ୍ୟ କଟିବନ୍ଧନ ପରି ହେଉ । +\q +\v 20 ସଦାପ୍ରଭୁଙ୍କଠାରୁ ଆମ୍ଭ ବିପକ୍ଷଗଣର ଓ ଆମ୍ଭ ପ୍ରାଣ +\q ବିରୁଦ୍ଧରେ ଦୁର୍ବାକ୍ୟବାଦୀମାନଙ୍କର ଏହି ଫଳ । +\q +\s5 +\v 21 ମାତ୍ର ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା +\q ନାମ ସକାଶୁ ମୋ' ପ୍ରତି ବ୍ୟବହାର କର; +\q ତୁମ୍ଭର ଦୟା ମଙ୍ଗଳମୟ, ଏଣୁ ମୋତେ ଉଦ୍ଧାର କର । +\q +\v 22 କାରଣ ମୁଁ ଦୁଃଖୀ ଓ ଦୀନହୀନ ଅଟେ, +\q ଓ ମୋ' ଅନ୍ତରରେ ମୋ' ହୃଦୟ କ୍ଷତବିକ୍ଷତ ହୋଇଅଛି । +\q +\v 23 ମୁଁ ଅପରାହ୍ନର ଛାୟା ତୁଲ୍ୟ ଅତୀତ; +\q ମୁଁ ପଙ୍ଗପାଳ ନ୍ୟାୟ ଚାଳିତ ହେଉଅଛି । +\q +\s5 +\v 24 ଉପବାସରେ ମୋ' ଆଣ୍ଠୁ ଦୁର୍ବଳ ଅଛି ଓ ମେଦର +\q ଅଭାବରୁ ମୋ' ମାଂସ କ୍ଷୀଣ ହୁଏ । +\q +\v 25 ଆହୁରି, ମୁଁ ସେମାନଙ୍କ ନିକଟରେ ନିନ୍ଦାପାତ୍ର +\q ହୋଇଅଛି; +\q ସେମାନେ ମୋତେ ଦେଖିଲେ ମୁଣ୍ଡ ହଲାନ୍ତି । +\q +\s5 +\v 26 ହେ ସଦାପ୍ରଭୁ, ମୋହର ପରମେଶ୍ୱର, ମୋହର +\q ସାହାଯ୍ୟ କର; +\q ତୁମ୍ଭ ଦୟାନୁସାରେ ମୋହର ପରିତ୍ରାଣ କର । +\q +\v 27 ତହିଁରେ ଏହି ତୁମ୍ଭର ହସ୍ତ ବୋଲି ଓ ତୁମ୍ଭେ ସଦାପ୍ରଭୁ +\q ଏହା କରିଅଛ ବୋଲି ସେମାନେ ଜାଣିବେ । +\q +\s5 +\v 28 ସେମାନେ ଅଭିଶାପ ଦେଉନ୍ତୁ, ମାତ୍ର ତୁମ୍ଭେ +\q ଆଶୀର୍ବାଦ କର; +\q ସେମାନେ ଉଠିଲେ ଲଜ୍ଜିତ ହେବେ, ମାତ୍ର ତୁମ୍ଭର ଦାସ +\q ଆନନ୍ଦ କରିବ । +\q +\v 29 ମୋ' ବିପକ୍ଷମାନେ ଅପମାନରେ ବସ୍ତ୍ରାନ୍ୱିତ ହେବେ, +\q ପୁଣି, ସେମାନେ ଉତ୍ତରୀୟ ବସ୍ତ୍ର ତୁଲ୍ୟ ନିଜ ଲଜ୍ଜାରେ +\q ଆଚ୍ଛନ୍ନ ହେଉନ୍ତୁ । +\q +\s5 +\v 30 ମୁଁ ନିଜ ମୁଖରେ ସଦାପ୍ରଭୁଙ୍କୁ ଅତିଶୟ ଧନ୍ୟବାଦ +\q ଦେବି; +\q ପୁଣି, ଲୋକସମୂହ ମଧ୍ୟରେ ତାହାଙ୍କର ପ୍ରଶଂସା +\q କରିବି । +\q +\v 31 କାରଣ ସେ ଦୀନହୀନକୁ ତାହାର ପ୍ରାଣର +\q ବିଚାରକାରୀମାନଙ୍କଠାରୁ ତ୍ରାଣ କରିବା ନିମନ୍ତେ ତାହାର +\q ଡାହାଣରେ ଠିଆ ହେବେ । + +\s5 +\c 110 +\s ପରମେଶ୍ୱର ଓ ତାହାଙ୍କ ମନୋନୀତ ରାଜା +\d ଦାଉଦଙ୍କର ଗୀତ । +\b +\q +\v 1 ସଦାପ୍ରଭୁ ମୋ' ପ୍ରଭୁଙ୍କୁ କହନ୍ତି, +\q "ଆମ୍ଭେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭର ପାଦପୀଠ ନ କରିବା +\q ପର୍ଯ୍ୟନ୍ତ ତୁମ୍ଭେ ଆମ୍ଭ ଦକ୍ଷିଣରେ ବସ ।" +\q +\s5 +\v 2 "ସଦାପ୍ରଭୁ ସିୟୋନଠାରୁ ତୁମ୍ଭ ପରାକ୍ରମ-ଦଣ୍ଡ +\q ପ୍ରେରଣ କରିବେ; +\q ତୁମ୍ଭେ ଆପଣା ଶତ୍ରୁଗଣ ମଧ୍ୟରେ କର୍ତ୍ତୃତ୍ୱ କର । +\q +\v 3 ତୁମ୍ଭ ପରାକ୍ରମର ଦିନରେ ତୁମ୍ଭ ଲୋକମାନେ ସ୍ଵେଚ୍ଛାରେ +\q ଆପଣାମାନଙ୍କୁ ଉତ୍ସର୍ଗ କରନ୍ତି; +\q ପବିତ୍ରତାର ସୌନ୍ଦର୍ଯ୍ୟରେ ଅରୁଣର ଗର୍ଭରୁ ତୁମ୍ଭର +\q ଯୁବକଗଣ ଶିଶିର ତୁଲ୍ୟ ଉତ୍ପନ୍ନ ।" +\q +\s5 +\v 4 ସଦାପ୍ରଭୁ ଶପଥ କରିଅଛନ୍ତି ଓ ଅନ୍ୟଥା କରିବେ +\q ନାହିଁ, +\q "ମଲ୍‍କୀଷେଦକଙ୍କ ରୀତି ଅନୁସାରେ ତୁମ୍ଭେ ଅନନ୍ତକାଳୀନ +\q ଯାଜକ ଅଟ ।" +\q +\s5 +\v 5 ତୁମ୍ଭ ଦକ୍ଷିଣରେ ସ୍ଥିତ ପ୍ରଭୁ ଆପଣା କୋପର ଦିନରେ +\q ରାଜଗଣକୁ ଚୂର୍ଣ୍ଣ କରିବେ । +\q +\v 6 ସେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ, +\q ସେ ଶବରେ ସ୍ଥାନସବୁ ପୂର୍ଣ୍ଣ କରିବେ; +\q ସେ ଅନେକ ଦେଶରେ ମସ୍ତକ ଚୂର୍ଣ୍ଣ କରିବେ । +\q +\s5 +\v 7 ସେ ପଥ ମଧ୍ୟରେ ସ୍ରୋତଜଳ ପାନ କରିବେ; +\q ଏହେତୁ ସେ ଆପଣା ମସ୍ତକ ଉଠାଇବେ । + +\s5 +\c 111 +\s ପରମେଶ୍ୱରଙ୍କ ସ୍ତୁତି +\q +\v 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା +\q କର । ସରଳ ଲୋକଙ୍କ ସଭାରେ ଓ +\q ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ +\q ଧନ୍ୟବାଦ ଦେବି । +\q +\v 2 ସଦାପ୍ରଭୁଙ୍କ କାର୍ଯ୍ୟସକଳ ମହତ, ଯେଉଁମାନେ +\q ତହିଁରେ ସନ୍ତୁଷ୍ଟ, ସେମାନେ ତାହାସବୁ ଅନୁସନ୍ଧାନ କରନ୍ତି । +\q +\v 3 ତାହାଙ୍କର କ୍ରିୟା, ସମ୍ଭ୍ରମ ଓ ଗୌରବ ସ୍ୱରୂପ; +\q ଓ ତାହାଙ୍କର ଧର୍ମ ଅନନ୍ତକାଳସ୍ଥାୟୀ । +\q +\s5 +\v 4 ସେ ଆପଣାର ଆଶ୍ଚର୍ଯ୍ୟକର୍ମସବୁ ସ୍ମରଣ କରାଇ +\q ଅଛନ୍ତି; +\q ସଦାପ୍ରଭୁ କୃପାମୟ ଓ ସ୍ନେହଶୀଳ । +\q +\v 5 ସେ ଆପଣା ଭୟକାରୀମାନଙ୍କୁ ଆହାର ଦେଇଅଛନ୍ତି; +\q ସେ ସଦାକାଳ ଆପଣା ନିୟମ ସ୍ମରଣ କରିବେ । +\q +\v 6 ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ +\q ଅଧିକାର ଦେଇ ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇ +\q ଅଛନ୍ତି । +\q +\s5 +\v 7 ତାହାଙ୍କ ହସ୍ତର କର୍ମସକଳ ସତ୍ୟ ଓ ନ୍ୟାଯ୍ୟ, +\q ତାହାଙ୍କ ବିଧିସକଳ ଅଟଳ । +\q +\v 8 ତାହାସବୁ ଅନନ୍ତକାଳ ନିମନ୍ତେ ସ୍ଥିରୀକୃତ; ତାହାସବୁ +\q ସତ୍ୟତା ଓ ସରଳତାରେ ସାଧିତ । +\q +\v 9 ସେ ଆପଣା ଲୋକମାନଙ୍କ ନିକଟକୁ ମୁକ୍ତି ପଠାଇ +\q ଅଛନ୍ତି; +\q ସେ ଅନନ୍ତକାଳ ନିମନ୍ତେ ଆପଣା ନିୟମ ଆଜ୍ଞା +\q କରିଅଛନ୍ତି; ତାହାଙ୍କ ନାମ ପବିତ୍ର ଓ ଆଦରଣୀୟ । +\q +\s5 +\v 10 ସଦାପ୍ରଭୁ-ବିଷୟକ ଭୟ ଜ୍ଞାନର ଆରମ୍ଭ; +\q ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି, ସେସମସ୍ତଙ୍କର ସୁବୁଦ୍ଧି +\q ହୁଏ; ତାହାଙ୍କର ପ୍ରଶଂସା ସଦାକାଳସ୍ଥାୟୀ । + +\s5 +\c 112 +\s ସଜ୍ଜନର ଆନନ୍ଦ +\q +\v 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା +\q କର, ଯେଉଁ ଜନ ସଦାପ୍ରଭୁଙ୍କୁ ଭୟ +\q କରେ, ଯେ ତାହାଙ୍କ ଆଜ୍ଞାସବୁରେ ଅତିଶୟ ସନ୍ତୁଷ୍ଟ ହୁଏ, +\q ସେ ଧନ୍ୟ । +\q +\v 2 ତାହାର ବଂଶ ପୃଥିବୀରେ ବିକ୍ରମଶାଳୀ ହେବେ +\q ସରଳ ଲୋକର ବଂଶ ଆଶୀର୍ବାଦପ୍ରାପ୍ତ ହେବେ । +\q +\s5 +\v 3 ତାହାର ଗୃହରେ ଧନ ସମ୍ପତ୍ତି ଥାଏ +\q ଓ ତାହାର ଧର୍ମ ସଦାକାଳସ୍ଥାୟୀ +\q +\v 4 ସରଳ ଲୋକଙ୍କ ପ୍ରତି ଅନ୍ଧକାରରେ ଦୀପ୍ତି ଉଦିତ +\q ହୁଏ; +\q ସେ କୃପାମୟ ଓ ସ୍ନେହଶୀଳ ଓ ଧାର୍ମିକ । +\q +\v 5 ଯେଉଁ ଜନ କୃପା କରେ ଓ ଋଣ ଦିଏ, ତାହାର ମଙ୍ଗଳ +\q ହୁଏ; +\q ସେ ସୁବିଚାରରେ ଆପଣା କଥା ନିଷ୍ପନ୍ନ କରିବ । +\q +\s5 +\v 6 କାରଣ ସେ କଦାପି ବିଚଳିତ ନୋହିବ; ଧାର୍ମିକ ଲୋକ +\q ଅନନ୍ତକାଳ ସ୍ମରଣରେ ରହିବ । +\q +\v 7 ସେ କୁସମ୍ବାଦ ଶୁଣି ଭୀତ ହେବ ନାହିଁ । +\q ତାହାର ଚିତ୍ତ ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସ୍ଥିର ଥାଏ । +\q +\s5 +\v 8 ସେ ଆପଣା ବିପକ୍ଷଗଣ ଉପରେ ନିଜ ବାଞ୍ଛାର ସିଦ୍ଧି +\q ଦେଖିବା ପର୍ଯ୍ୟନ୍ତ, +\q ତାହାର ଚିତ୍ତ ସୁସ୍ଥିର ଥାଏ, ସେ ଭୀତ ହେବ ନାହିଁ । +\q +\v 9 ସେ ବିତରଣ କରିଅଛି, ସେ ଦୀନହୀନମାନଙ୍କୁ ଦାନ +\q କରିଅଛି; +\q ତାହାର ଧର୍ମ ସଦାକାଳସ୍ଥାୟୀ; +\q ସମ୍ଭ୍ରମରେ ତାହାର ଶୃଙ୍ଗ ଉନ୍ନତ ହେବ । +\q +\s5 +\v 10 ଦୁଷ୍ଟ ଲୋକ ତାହା ଦେଖିବ ଓ ବିରକ୍ତ ହେବ; +\q ସେ ଆପଣା ଦନ୍ତ ଘର୍ଷଣ କରିବ ଓ ତରଳିଯିବ; +\q ଦୁଷ୍ଟମାନଙ୍କର ବାଞ୍ଛା ବିନଷ୍ଟ ହେବ । + +\s5 +\c 113 +\s ମଙ୍ଗଳମୟ ପରମେଶ୍ୱରଙ୍କ ସ୍ତୁତି +\q +\v 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା +\q କର, +\q ହେ ସଦାପ୍ରଭୁଙ୍କ ଦାସଗଣ, ତୁମ୍ଭେମାନେ ପ୍ରଶଂସା କର, +\q ସଦାପ୍ରଭୁଙ୍କ ନାମର ପ୍ରଶଂସା କର । +\q +\v 2 ଆଜିଠାରୁ ଅନନ୍ତକାଳ ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ । +\q +\s5 +\v 3 ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ +\q ସଦାପ୍ରଭୁଙ୍କ ନାମ ପ୍ରଶଂସନୀୟ । +\q +\v 4 ସଦାପ୍ରଭୁ ସମୁଦାୟ ଗୋଷ୍ଠୀ ଉପରେ ଓ ତାହାଙ୍କ +\q ଗୌରବ ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ । +\q ଯାହାଙ୍କର ଆସନ ଊର୍ଦ୍ଧ୍ୱରେ, +\q +\s5 +\v 5 ଯେ ଆକାଶ ଓ ପୃଥିବୀକୁ ଦେଖିବା ପାଇଁ ଆପଣାକୁ +\q ନତ କରନ୍ତି, +\q +\v 6 ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ +\q କିଏ ? +\q +\s5 +\v 7 ସେ ଅଧିପତିମାନଙ୍କ ସଙ୍ଗେ, ନିଜ ଲୋକଙ୍କ +\q ଅଧିପତିଗଣ ସଙ୍ଗେ ବସାଇବା ପାଇଁ , +\q +\v 8 ଦରିଦ୍ରକୁ ଧୂଳିରୁ ଉଠାନ୍ତି ଓ ଦୀନହୀନକୁ ଖତରାଶିରୁ +\q ଉତ୍ତୋଳନ କରନ୍ତି । +\q +\s5 +\v 9 ସେ ବନ୍ଧ୍ୟା ସ୍ତ୍ରୀକୁ ଗୃହିଣୀ ଓ ସନ୍ତାନଗଣର ଆନନ୍ଦମୟୀ +\q ମାତା କରନ୍ତି । +\q ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । + +\s5 +\c 114 +\s ନିସ୍ତାର ପର୍ବ ସଙ୍ଗୀତ +\q +\v 1 ଯେତେବେଳେ ଇସ୍ରାଏଲ ମିସରରୁ +\q ଓ ଯାକୁବ-ବଂଶ ଅନ୍ୟ ଭାଷାବାଦୀ +\q ଲୋକଙ୍କ ମଧ୍ୟରୁ ବାହାରିଲେ; +\q +\v 2 ସେତେବେଳେ ଯିହୂଦା ତାହାଙ୍କ ଧର୍ମଧାମ ଓ ଇସ୍ରାଏଲ +\q ତାହାଙ୍କ ରାଜ୍ୟ ହେଲା, +\q +\s5 +\v 3 ସମୁଦ୍ର ତାହା ଦେଖି ପଳାଇଲା; +\q ଯର୍ଦ୍ଦନ ଉଜାଣି ବହିଲା । +\q +\v 4 ପର୍ବତଗଣ ମେଷ ପରି ଓ ଉପପର୍ବତଗଣ ମେଷଶାବକ +\q ପରି ଡିଆଁ ମାରିଲେ । +\q +\s5 +\v 5 ତୁମ୍ଭର କ'ଣ ହେଲା ଯେ, ହେ ସମୁଦ୍ର, ତୁମ୍ଭେ +\q ପଳାଉଅଛ ? +\q ହେ ଯର୍ଦ୍ଦନ, ତୁମ୍ଭେ ଉଜାଣି ବହୁଅଛ ? +\q +\v 6 ହେ ପର୍ବତଗଣ, ତୁମ୍ଭେମାନେ ମେଷ ପରି, +\q ହେ ଉପପର୍ବତଗଣ, ତୁମ୍ଭେମାନେ ମେଷଶାବକ ପରି ଡିଆଁ +\q ମାରୁଅଛ ? +\q +\v 7 ହେ ପୃଥିବୀ, ତୁମ୍ଭେ ପ୍ରଭୁଙ୍କ ଛାମୁରେ, +\q ଯାକୁବର ପରମେଶ୍ୱରଙ୍କ ଛାମୁରେ କମ୍ପିତ ହୁଅ; +\q +\s5 +\v 8 ସେ ଶୈଳକୁ ଜଳାଶୟ, ଚକ୍‍ମକି ପ୍ରସ୍ତରକୁ ନିର୍ଝର +\q କଲେ । + +\s5 +\c 115 +\s ଏକମାତ୍ର ସତ୍ୟ ପରମେଶ୍ୱର +\q +\v 1 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ +\q ନୁହେଁ, ଆମ୍ଭମାନଙ୍କୁ ନୁହେଁ, +\q ମାତ୍ର ତୁମ୍ଭ ଦୟା ଓ ତୁମ୍ଭ ସତ୍ୟତା ସକାଶେ ଆପଣା +\q ନାମକୁ ଗୌରବାନ୍ୱିତ କର । +\q +\v 2 "ଏବେ ସେମାନଙ୍କର ପରମେଶ୍ୱର କାହାନ୍ତି", ଏହା +\q ଅନ୍ୟ ଦେଶୀୟମାନେ କାହିଁକି କହିବେ ? +\q +\s5 +\v 3 ମାତ୍ର ଆମ୍ଭମାନଙ୍କ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି; +\q ଯାହା ତାହାଙ୍କର ଇଚ୍ଛା, ତାହା ସେ କରିଅଛନ୍ତି । +\q +\v 4 ସେମାନଙ୍କର ପ୍ରତିମାସବୁ ରୂପା ଓ ସୁନା, ମନୁଷ୍ୟର +\q ହସ୍ତକୃତ କର୍ମ ଅଟେ । +\q +\s5 +\v 5 ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି +\q ନାହିଁ; +\q ଚକ୍ଷୁ ସେମାନଙ୍କର ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ । +\q +\v 6 ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି +\q ନାହିଁ; +\q ନାସିକା ସେମାନଙ୍କର ଅଛି, ମାତ୍ର ସେମାନେ ଆଘ୍ରାଣ +\q କରନ୍ତି ନାହିଁ; +\q +\s5 +\v 7 ସେମାନଙ୍କର ହସ୍ତ ଅଛି, ମାତ୍ର ସେମାନେ ସ୍ପର୍ଶ କରନ୍ତି +\q ନାହିଁ; +\q ଚରଣ ସେମାନଙ୍କର ଅଛି, ମାତ୍ର ସେମାନେ ଗମନ କରନ୍ତି +\q ନାହିଁ; +\q କିଅବା କଣ୍ଠରେ ସେମାନେ କଥା କହନ୍ତି ନାହିଁ । +\q +\v 8 ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କ ଠାରେ +\q ନିର୍ଭରକାରୀମାନେ ସେମାନଙ୍କ ତୁଲ୍ୟ ହେବେ । +\q +\s5 +\v 9 ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁଙ୍କଠାରେ ନିର୍ଭର +\q କର; +\q ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ । +\q +\v 10 ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର; +\q ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ । +\q +\v 11 ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ +\q ସଦାପ୍ରଭୁଙ୍କଠାରେ ନିର୍ଭର କର; +\q ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ । +\q +\s5 +\v 12 ସଦାପ୍ରଭୁ ଆମ୍ଭମାନଙ୍କ ବିଷୟରେ ମନୋଯୋଗୀ +\q ହୋଇଅଛନ୍ତି; ସେ ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ; +\q ସେ ଇସ୍ରାଏଲ-ବଂଶକୁ ଆଶୀର୍ବାଦ କରିବେ; +\q ସେ ହାରୋଣ-ବଂଶକୁ ଆଶୀର୍ବାଦ କରିବେ । +\q +\v 13 ସେ ସଦାପ୍ରଭୁଙ୍କ ଭୟକାରୀ ସାନ ଓ ବଡ଼ ସମସ୍ତଙ୍କୁ +\q ଆଶୀର୍ବାଦ କରିବେ । +\q +\v 14 ସଦାପ୍ରଭୁ ତୁମ୍ଭମାନଙ୍କୁ, +\q ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ସନ୍ତାନଗଣକୁ ଆହୁରି ଆହୁରି +\q ବୃଦ୍ଧି କରନ୍ତୁ । +\q +\s5 +\v 15 ତୁମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା +\q ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ର ଅଟ । +\q +\v 16 ସ୍ୱର୍ଗ ସଦାପ୍ରଭୁଙ୍କର ସ୍ୱର୍ଗ; +\q ମାତ୍ର ସେ ମନୁଷ୍ୟ-ସନ୍ତାନଗଣକୁ ପୃଥିବୀ ଦେଇଅଛନ୍ତି । +\q +\s5 +\v 17 ମୃତମାନେ, କିଅବା ଯେଉଁମାନେ ନୀରବ ସ୍ଥାନରେ +\q ଅବରୋହଣ କରନ୍ତି, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା +\q କରନ୍ତି ନାହିଁ; +\q +\v 18 ମାତ୍ର ଆମ୍ଭେମାନେ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ +\q ସଦାପ୍ରଭୁଙ୍କର ଧନ୍ୟବାଦ କରିବା । +\q ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । + +\s5 +\c 116 +\s ମୃତ୍ୟୁରୁ ରକ୍ଷା ପାଇଥିବା ବ୍ୟକ୍ତିର +\q ସଦାପ୍ରଭୁଙ୍କ ପ୍ରଶଂସା +\q +\v 1 ମୁଁ ସଦାପ୍ରଭୁଙ୍କୁ ପ୍ରେମ କରେ, +\q କାରଣ ସେ ମୋ' ରବ ଓ ବିନତୀ +\q ଶୁଣିଅଛନ୍ତି । +\q +\v 2 ସେ ମୋ' ପ୍ରତି କର୍ଣ୍ଣପାତ କରିଅଛନ୍ତି, +\q ଏଥିପାଇଁ ମୁଁ ବଞ୍ଚିଥିବାଯାଏ, ତାହାଙ୍କ ନିକଟରେ ପ୍ରାର୍ଥନା +\q କରିବି । +\q +\s5 +\v 3 ମୃତ୍ୟୁର ରଜ୍ଜୁ ମୋତେ ଘେରିଲା, ପାତାଳର ଯନ୍ତ୍ରଣା +\q ମୋତେ ଧରିଲା; +\q ମୁଁ ସଙ୍କଟ ଓ ଦୁଃଖରେ ପଡ଼ିଲି । +\q +\v 4 ସେତେବେଳେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି; +\q "ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୋ' ପ୍ରାଣକୁ ଉଦ୍ଧାର +\q କର ।" +\q +\s5 +\v 5 ସଦାପ୍ରଭୁ କୃପାବାନ ଓ ଧର୍ମମୟ; +\q ହଁ, ଆମ୍ଭମାନଙ୍କ ପରମେଶ୍ୱର ସ୍ନେହଶୀଳ ଅଟନ୍ତି । +\q +\v 6 ସଦାପ୍ରଭୁ ସରଳ ଲୋକଙ୍କୁ ରକ୍ଷା କରନ୍ତି; +\q ମୁଁ ଦୀନହୀନ ହେଲେ ହେଁ ସେ ମୋର ପରିତ୍ରାଣ କଲେ । +\q +\s5 +\v 7 ହେ ମୋହର ପ୍ରାଣ, ଆପଣା ବିଶ୍ରାମ-ସ୍ଥାନକୁ +\q ନେଉଟି ଯାଅ; +\q କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଅଛନ୍ତି । +\q +\v 8 ତୁମ୍ଭେ ମୃତ୍ୟୁରୁ ମୋହର ପ୍ରାଣ ଓ ଲୋତକରୁ ମୋହର +\q ଚକ୍ଷୁ ଓ ଝୁଣ୍ଟିପଡ଼ିବାରୁ ମୋହର ଚରଣ ଉଦ୍ଧାର କରିଅଛ । +\q +\s5 +\v 9 ମୁଁ ସଦାପ୍ରଭୁଙ୍କ ସାକ୍ଷାତରେ ଜୀବିତମାନଙ୍କ ଦେଶରେ +\q ଗମନାଗମନ କରିବି । +\q +\v 10 ମୁଁ ବିଶ୍ୱାସ କରୁଅଛି, ଏଣୁ ମୁଁ କହିବି; +\q "ମୁଁ ନିତାନ୍ତ ଦୁଃଖଗ୍ରସ୍ତ ଥିଲି"; +\q +\v 11 ମୁଁ ଚଞ୍ଚଳ ଭାବରେ କହିଲି, "ମନୁଷ୍ୟମାତ୍ରେ ହିଁ +\q ମିଥ୍ୟା ।" +\q +\s5 +\v 12 ମୋ' ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳଦାନ ପାଲଟେ +\q ମୁଁ ତାହାଙ୍କୁ କି ପ୍ରତିଦାନ କରିବି ? +\q +\v 13 ମୁଁ ପରିତ୍ରାଣର ପାତ୍ର ଗ୍ରହଣ କରିବି ଓ ସଦାପ୍ରଭୁଙ୍କ +\q ନାମରେ ପ୍ରାର୍ଥନା କରିବି । +\q +\v 14 ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ତାହାଙ୍କ +\q ଲୋକମାନଙ୍କ ସାକ୍ଷାତରେ ଆପଣା ମାନତ ପୂର୍ଣ୍ଣ କରିବି । +\q +\v 15 ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍‍ଭକ୍ତମାନଙ୍କ ମରଣ +\q ବହୁମୂଲ୍ୟ ଅଟେ । +\q +\s5 +\v 16 ହେ ସଦାପ୍ରଭୁ, ମୁଁ ନିତାନ୍ତ ତୁମ୍ଭର ଦାସ; +\q ମୁଁ ତୁମ୍ଭର ଦାସ, ତୁମ୍ଭ ଦାସୀର ପୁତ୍ର; +\q ତୁମ୍ଭେ ମୋହର ବନ୍ଧନସବୁ ମୁକୁଳାଇଅଛ । +\q +\v 17 ମୁଁ ତୁମ୍ଭ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ +\q କରିବି, +\q ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି । +\q +\s5 +\v 18 ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ, +\q ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ, +\q +\v 19 ହେ ଯିରୂଶାଲମ, ତୁମ୍ଭ ମଧ୍ୟରେ, ସଦାପ୍ରଭୁଙ୍କ +\q ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କରିବି । +\q ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । + +\s5 +\c 117 +\s ସଦାପ୍ରଭୁଙ୍କ ସ୍ତବଗାନ +\q +\v 1 ହେ ସର୍ବଦେଶୀୟମାନେ, ତୁମ୍ଭେମାନେ +\q ସଦାପ୍ରଭୁଙ୍କର ପ୍ରଶଂସା କର; +\q ହେ ସମସ୍ତ ଲୋକ, ତାହାଙ୍କର ସ୍ତୁତି କର । +\q +\v 2 କାରଣ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଦୟା ଅତିଶୟ +\q ଓ ସଦାପ୍ରଭୁଙ୍କ ସତ୍ୟତା ଅନନ୍ତକାଳସ୍ଥାୟୀ । +\q ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । + +\s5 +\c 118 +\s ବିଜୟ ପାଇଁ ଧନ୍ୟବାଦ ପ୍ରାର୍ଥନା +\q +\v 1 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ +\q ସେ ମଙ୍ଗଳମୟ; +\q ହଁ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 2 ଇସ୍ରାଏଲ ଏବେ କହନ୍ତୁ ଯେ, "ତାହାଙ୍କ କରୁଣା +\q ଅନନ୍ତକାଳସ୍ଥାୟୀ ।" +\q +\s5 +\v 3 ହାରୋଣ-ବଂଶ ଏବେ କହନ୍ତୁ ଯେ, "ତାହାଙ୍କ କରୁଣା +\q ଅନନ୍ତକାଳସ୍ଥାୟୀ ।" +\q +\v 4 ଏବେ ସଦାପ୍ରଭୁଙ୍କର ଭୟକାରୀମାନେ କହନ୍ତୁ ଯେ, +\q "ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ ।" +\q +\s5 +\v 5 ମୁଁ ସଙ୍କଟ କାଳରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା +\q କଲି; +\q ସଦାପ୍ରଭୁ ମୋତେ ଉତ୍ତର ଦେଇ ପ୍ରଶସ୍ତ ସ୍ଥାନରେ ସ୍ଥାପନ +\q କଲେ । +\q +\v 6 ସଦାପ୍ରଭୁ ମୋହର ସପକ୍ଷ; ମୁଁ ଭୟ କରିବି ନାହିଁ; +\q ମନୁଷ୍ୟ ମୋହର କଅଣ କରି ପାରେ ? +\q +\v 7 ମୋହର ସହାୟମାନଙ୍କ ସହିତ ସଦାପ୍ରଭୁ ମୋହର +\q ସପକ୍ଷ; +\q ଏହେତୁ ମୁଁ ଆପଣା ଘୃଣାକାରୀମାନଙ୍କ ଉପରେ ଆପଣା +\q ବାଞ୍ଛାର ସିଦ୍ଧି ଦେଖିବି । +\q +\s5 +\v 8 ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା +\q ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ । +\q +\v 9 ଅଧିପତିମାନଙ୍କ ଉପରେ ନିର୍ଭର ରଖିବା ଅପେକ୍ଷା +\q ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ । +\q +\s5 +\v 10 ସମୁଦାୟ ଗୋଷ୍ଠୀବର୍ଗ ମୋତେ ଚାରିଆଡ଼େ +\q ଘେରିଲେ; +\q ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି । +\q +\v 11 ସେମାନେ ମୋତେ ଚାରିଆଡ଼େ ଘେରିଲେ; ହଁ, +\q ସେମାନେ ମୋତେ ଚାରିଆଡ଼େ ଘେରିଲେ; +\q ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି । +\q +\v 12 ସେମାନେ ମଧୁମକ୍ଷିକା ପରି ମୋତେ ଚାରିଆଡ଼େ +\q ଘେରିଲେ; +\q ସେମାନେ କଣ୍ଟା ନିଆଁ ପରି ନିଭି ଯାଇଅଛନ୍ତି; +\q ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି । +\q +\s5 +\v 13 ମୁଁ ଯେପରି ନିପତିତ ହେବି, ଏଥିପାଇଁ ତୁମ୍ଭେ +\q ମୋତେ ଭାରୀ ଧକ୍‍କା ଦେଲ; +\q ମାତ୍ର ସଦାପ୍ରଭୁ ମୋହର ସାହାଯ୍ୟ କଲେ । +\q +\v 14 ସଦାପ୍ରଭୁ ମୋହର ବଳ ଓ ଗାନ; +\q ପୁଣି, ସେ ମୋହର ପରିତ୍ରାଣ ହୋଇଅଛନ୍ତି । +\q +\s5 +\v 15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ପରିତ୍ରାଣର ଧ୍ୱନି +\q ଥାଏ; +\q ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ । +\q +\v 16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ଉନ୍ନତ; +\q ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ । +\q +\s5 +\v 17 ମୁଁ ମରିବି ନାହିଁ, ମାତ୍ର ବଞ୍ଚିବି +\q ଓ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି । +\q +\v 18 ସଦାପ୍ରଭୁ ମୋତେ ଭାରୀ ଶାସ୍ତି ଦେଇଅଛନ୍ତି; +\q ମାତ୍ର ସେ ମୃତ୍ୟୁ ହସ୍ତରେ ମୋତେ ସମର୍ପି ଦେଇ ନାହାନ୍ତି । +\q +\s5 +\v 19 ମୋ' ପାଇଁ ଧର୍ମର ଦ୍ୱାରସବୁ ଫିଟାଅ; +\q ମୁଁ ତହିଁ ମଧ୍ୟରେ ପ୍ରବେଶ କରି ସଦାପ୍ରଭୁଙ୍କୁ ଧନ୍ୟବାଦ +\q ଦେବି । +\q +\v 20 ଏହି ସଦାପ୍ରଭୁଙ୍କ ଦ୍ୱାର; +\q ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିବେ । +\q +\v 21 ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି, କାରଣ ତୁମ୍ଭେ ମୋତେ +\q ଉତ୍ତର ଦେଇଅଛ +\q ଓ ମୋହର ପରିତ୍ରାଣ ହୋଇଅଛି । +\q +\s5 +\v 22 ଗାନ୍ଥକମାନେ ଯେଉଁ ପଥର ଅଗ୍ରାହ୍ୟ କଲେ, ତାହା +\q କୋଣର ପ୍ରଧାନ ପଥର ହୋଇଅଛି । +\q +\v 23 ଏହା ସଦାପ୍ରଭୁଙ୍କ କର୍ମ; +\q ଏହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ । +\q +\s5 +\v 24 ଏହା ସଦାପ୍ରଭୁଙ୍କ କୃତ ଦିନ; +\q ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା । +\q +\v 25 ହେ ସଦାପ୍ରଭୁ, ଆମ୍ଭେମାନେ ବିନୟ କରୁଅଛୁ, +\q ଏବେ ପରିତ୍ରାଣ କର; +\q ହେ ସଦାପ୍ରଭୁ, ଆମ୍ଭେମାନେ ବିନୟ କରୁଅଛୁ, ଏବେ +\q ସଫଳତା ଆଜ୍ଞା କର । +\q +\s5 +\v 26 ସଦାପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; +\q ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହରୁ ତୁମ୍ଭକୁ ଆଶୀର୍ବାଦ +\q କରିଅଛୁ । +\q +\v 27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି ଓ ସେ ଆମ୍ଭମାନଙ୍କୁ +\q ଦୀପ୍ତି ଦେଇଅଛନ୍ତି; +\q ବେଦିର ଶୃଙ୍ଗରେ ରଜ୍ଜୁ ଦ୍ୱାରା ବଳିକୁ ବାନ୍ଧ । +\q +\v 28 ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭଙ୍କୁ ଧନ୍ୟବାଦ +\q ଦେବି; +\q ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି । +\q +\s5 +\v 29 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ +\q ମଙ୍ଗଳମୟ; +\q ହଁ, ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ । + +\s5 +\c 119 +\s ପରମେଶ୍ୱରଙ୍କ ବ୍ୟବସ୍ଥା +\d ଆଲେଫ୍‍ । +\b +\q +\v 1 ଯେଉଁମାନେ ଆଚରଣରେ ସିଦ୍ଧ, +\q ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି, +\q ସେମାନେ ଧନ୍ୟ । +\q +\v 2 ଯେଉଁମାନେ ତାହାଙ୍କ ପ୍ରମାଣ-ବାକ୍ୟସବୁ ପାଳନ +\q କରନ୍ତି, +\q ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, +\q ସେମାନେ ଧନ୍ୟ । +\q +\s5 +\v 3 ସେମାନେ କୌଣସି ଅଧର୍ମ କରନ୍ତି ନାହିଁ; +\q ସେମାନେ ତାହାଙ୍କ ପଥରେ ଗମନ କରନ୍ତି । +\q +\v 4 ଆମ୍ଭେମାନେ ଯତ୍ନପୂର୍ବକ ଯେପରି ତୁମ୍ଭର ବିଧାନସବୁ +\q ପାଳନ କରିବା, ଏଥିପାଇଁ ତୁମ୍ଭେ ତାହାସବୁ ଆଜ୍ଞା କରିଅଛ । +\q +\s5 +\v 5 ଆହା, ତୁମ୍ଭର ବିଧିସକଳ ପାଳନ କରିବା ପାଇଁ ଯଦି +\q ମୋହର ଗତି ସୁସ୍ଥିର ହୁଅନ୍ତା ! +\q +\v 6 ତୁମ୍ଭର ସକଳ ଆଜ୍ଞା ପ୍ରତି ଦୃଷ୍ଟି ରଖିବା ବେଳେ ମୁଁ +\q ଲଜ୍ଜିତ ହେବି ନାହିଁ । +\q +\s5 +\v 7 ତୁମ୍ଭର ଧର୍ମମୟ ଶାସନସକଳ ଶିଖିବା ବେଳେ ମୁଁ +\q ଅନ୍ତଃକରଣର ସରଳତାରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି । +\q +\v 8 ମୁଁ ତୁମ୍ଭର ବିଧିସବୁ ପାଳନ କରିବି; +\q ମୋତେ ନିତାନ୍ତ ପରିତ୍ୟାଗ କର ନାହିଁ । +\s ପରମେଶ୍ୱରଙ୍କ ବ୍ୟବସ୍ଥା ପାଳନ +\d ବୈତ୍‍ । +\q +\s5 +\v 9 ଯୁବା ମନୁଷ୍ୟ କିପ୍ରକାରେ ଆପଣା ପଥ ପରିଷ୍କାର +\q କରିବ ? +\q ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ +\q କରିବ । +\q +\v 10 ମୁଁ ସର୍ବାନ୍ତଃକରଣରେ ତୁମ୍ଭଙ୍କୁ ଖୋଜିଅଛି; +\q ମୋତେ ତୁମ୍ଭ ଆଜ୍ଞାପଥରୁ ଭ୍ରମିବାକୁ ଦିଅ ନାହିଁ । +\q +\s5 +\v 11 ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ +\q ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି +\q ରଖିଅଛି । +\q +\v 12 ହେ ସଦାପ୍ରଭୁ, ତୁମ୍ଭେ ଧନ୍ୟ; +\q ତୁମ୍ଭର ବିଧିସବୁ ମୋତେ ଶିଖାଅ । +\q +\s5 +\v 13 ମୁଁ ତୁମ୍ଭ ମୁଖନିର୍ଗତ ଶାସନସକଳ ଆପଣା +\q ଓଷ୍ଠାଧରରେ ବର୍ଣ୍ଣନା କରିଅଛି । +\q +\v 14 ଯେପରି ସମୁଦାୟ ଧନରେ, ସେପରି ମୁଁ ତୁମ୍ଭ ପ୍ରମାଣ +\q ବାକ୍ୟରୂପ ପଥରେ ଆମୋଦ କରିଅଛି । +\q +\s5 +\v 15 ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି +\q ଓ ତୁମ୍ଭ ପଥ ପ୍ରତି ଦୃଷ୍ଟି ରଖିବି । +\q +\v 16 ମୁଁ ତୁମ୍ଭ ବିଧିସବୁରେ ଆନନ୍ଦ କରିବି; +\q ମୁଁ ତୁମ୍ଭର ବାକ୍ୟ ପାସୋରିବି ନାହିଁ । +\s ପରମେଶ୍ୱରଙ୍କ ବ୍ୟବସ୍ଥା ସୁଖକର +\d ଗିମେଲ୍‍ । +\q +\s5 +\v 17 ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭେ ଆପଣା ଦାସର +\q ମଙ୍ଗଳ କର; +\q ତହୁଁ ମୁଁ ତୁମ୍ଭ ବାକ୍ୟ ପାଳନ କରିବି । +\q +\v 18 ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର, +\q ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି +\q ପାରିବି । +\q +\s5 +\v 19 ମୁଁ ପୃଥିବୀରେ ପ୍ରବାସୀ; +\q ତୁମ୍ଭର ଆଜ୍ଞାସବୁ ମୋ'ଠାରୁ ଲୁଚାଅ ନାହିଁ । +\q +\v 20 ସର୍ବଦା ତୁମ୍ଭ ଶାସନସକଳ ଆକାଂକ୍ଷା କରିବା ସକାଶୁ +\q ମୋ' ପ୍ରାଣ କ୍ଷୀଣ ହୁଏ । +\q +\s5 +\v 21 ଯେଉଁ ଶାପଗ୍ରସ୍ତ ଅହଙ୍କାରୀମାନେ ତୁମ୍ଭ ଆଜ୍ଞାପଥରୁ +\q ଭ୍ରମନ୍ତି, +\q ତୁମ୍ଭେ ସେମାନଙ୍କୁ ଧମକାଇଅଛ । +\q +\v 22 ମୋ'ଠାରୁ ନିନ୍ଦା ଓ ଅପମାନ ଦୂର କର; +\q କାରଣ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ପାଳନ କରିଅଛି । +\q +\s5 +\v 23 ଅଧିପତିମାନେ ମଧ୍ୟ ବସି ମୋ' ବିରୁଦ୍ଧରେ କଥା +\q କହିଲେ; +\q ମାତ୍ର ତୁମ୍ଭର ଦାସ ତୁମ୍ଭ ବିଧିସକଳ ଧ୍ୟାନ କଲା । +\q +\v 24 ତୁମ୍ଭର ସକଳ ପ୍ରମାଣ-ବାକ୍ୟ ମଧ୍ୟ ମୋହର +\q ଆନନ୍ଦଜନକ ଓ ମନ୍ତ୍ରଣାଦାୟକ । +\q ପରମେଶ୍ୱରଙ୍କ ବ୍ୟବସ୍ଥା ମାନିବାକୁ ଦୃଢ ସଂକଳ୍ପ +\q ଦାଲତ୍‍ । +\q +\s5 +\v 25 ମୋହର ପ୍ରାଣ ଧୂଳିରେ ଲାଗୁଅଛି; +\q ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର । +\q +\v 26 ମୁଁ ଆପଣାର ସକଳ ଗତି ବର୍ଣ୍ଣନା କରନ୍ତେ, ତୁମ୍ଭେ +\q ମୋତେ ଉତ୍ତର ଦେଲ; +\q ତୁମ୍ଭର ବିଧିସବୁ ମୋତେ ଶିଖାଅ । +\q +\s5 +\v 27 ତୁମ୍ଭେ ଆପଣା ଆଜ୍ଞାପଥସବୁ ମୋତେ ବୁଝାଇ ଦିଅ; +\q ତହିଁରେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟକର୍ମସବୁ ଧ୍ୟାନ କରିବି । +\q +\v 28 ଶୋକ ସକାଶୁ ମୋ' ପ୍ରାଣ ତରଳି ଯାଏ; +\q ତୁମ୍ଭେ ଆପଣା ବାକ୍ୟାନୁସାରେ ମୋତେ ସବଳ କର । +\q +\s5 +\v 29 ମୋ'ଠାରୁ ମିଥ୍ୟାମାର୍ଗ ଅନ୍ତର କର +\q ଓ ଅନୁଗ୍ରହ କରି ମୋତେ ତୁମ୍ଭର ବ୍ୟବସ୍ଥା ପ୍ରଦାନ କର । +\q +\v 30 ମୁଁ ବିଶ୍ୱସ୍ତତାରୂପ ପଥ ମନୋନୀତ କରିଅଛି; +\q ମୁଁ ଆପଣା ସମ୍ମୁଖରେ ତୁମ୍ଭର ଶାସନସବୁ ରଖିଅଛି । +\q +\s5 +\v 31 ମୁଁ ତୁମ୍ଭ ପ୍ରମାଣ-ବାକ୍ୟସବୁରେ ଆସକ୍ତ; +\q ହେ ସଦାପ୍ରଭୁ, ମୋତେ ଲଜ୍ଜିତ କର ନାହିଁ । +\q +\v 32 ତୁମ୍ଭେ ମୋହର ହୃଦୟ ପ୍ରଶସ୍ତ କରିବା ବେଳେ ମୁଁ +\q ତୁମ୍ଭ ଆଜ୍ଞାପଥରେ ଧାବମାନ ହେବି । +\s ବୋଧଶକ୍ତି ପାଇଁ ପ୍ରାର୍ଥନା +\d ହେ । +\q +\s5 +\v 33 ହେ ସଦାପ୍ରଭୁ, ତୁମ୍ଭର ବିଧିରୂପ ପଥ ମୋତେ +\q ଶିଖାଅ; +\q ତହିଁରେ ମୁଁ ଶେଷ ପର୍ଯ୍ୟନ୍ତ ତାହା ପାଳନ କରିବି । +\q +\v 34 ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ତୁମ୍ଭର +\q ବ୍ୟବସ୍ଥା ମାନିବି; +\q ଆହୁରି, ମୁଁ ଆପଣା ସର୍ବାନ୍ତଃକରଣରେ ତାହା ପାଳନ +\q କରିବି । +\q +\s5 +\v 35 ତୁମ୍ଭ ଆଜ୍ଞା-ପଥରେ ମୋତେ ଗମନ କରାଅ; +\q କାରଣ ତହିଁରେ ମୁଁ ଆନନ୍ଦ କରେ । +\q +\v 36 ଲୋଭ ପ୍ରତି ନୁହେଁ, ମାତ୍ର ତୁମ୍ଭ ପ୍ରମାଣ-ବାକ୍ୟ +\q ପ୍ରତି ମୋ' ଚିତ୍ତର ସ୍ନେହ ଜନ୍ମାଅ । +\q +\s5 +\v 37 ଅସାର ଦର୍ଶନରୁ ମୋହର ଚକ୍ଷୁ ଫେରାଅ +\q ଓ ତୁମ୍ଭ ପଥରେ ମୋତେ ସଚେତ କର । +\q +\v 38 ତୁମ୍ଭ ଦାସ ପକ୍ଷରେ ତୁମ୍ଭର ବାକ୍ୟ ସ୍ଥିର କର, +\q ତାହା ତୁମ୍ଭ ବିଷୟକ ଭୟ-ସଂଯୁକ୍ତ । +\q +\s5 +\v 39 ମୋହର ଭୟଜନକ ନିନ୍ଦା ଦୂର କର; +\q କାରଣ ତୁମ୍ଭର ଶାସନସକଳ ଉତ୍ତମ । +\q +\v 40 ଦେଖ, ମୁଁ ତୁମ୍ଭ ବିଧାନସକଳର ଆକାଂକ୍ଷା କରିଅଛି; +\q ତୁମ୍ଭ ଧର୍ମରେ ମୋତେ ସଚେତ କର । +\q ପରମେଶ୍ୱରଙ୍କ ବ୍ୟବସ୍ଥା ଉପରେ ନିର୍ଭର +\q ବୌ । +\q +\s5 +\v 41 ହେ ସଦାପ୍ରଭୁ, ତୁମ୍ଭ ଦୟା, ଅର୍ଥାତ୍‍, ତୁମ୍ଭ +\q ବାକ୍ୟାନୁସାରେ ତୁମ୍ଭ ପରିତ୍ରାଣ ମୋ' ପ୍ରତି ବର୍ତ୍ତୁ । +\q +\v 42 ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେବି; +\q କାରଣ ମୁଁ ତୁମ୍ଭ ବାକ୍ୟରେ ନିର୍ଭର ରଖେ । +\q +\s5 +\v 43 ପୁଣି, ମୋ' ମୁଖରୁ ସତ୍ୟତାର ବାକ୍ୟ କଦାପି ନିଅ +\q ନାହିଁ; +\q କାରଣ ମୁଁ ତୁମ୍ଭ ଶାସନରେ ଭରସା ରଖିଅଛି । +\q +\v 44 ତହିଁରେ ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ନିରନ୍ତର ତୁମ୍ଭର +\q ବ୍ୟବସ୍ଥା ପାଳନ କରିବି । +\q +\s5 +\v 45 ଆଉ, ମୁଁ ସ୍ୱଚ୍ଛନ୍ଦରେ ଗମନାଗମନ କରିବି; +\q କାରଣ ମୁଁ ତୁମ୍ଭର ବିଧାନସବୁ ଖୋଜିଅଛି । +\q +\v 46 ଆହୁରି, ମୁଁ ରାଜାମାନଙ୍କ ସାକ୍ଷାତରେ ତୁମ୍ଭର +\q ପ୍ରମାଣ-ବାକ୍ୟ ବିଷୟ କହିବି ଓ ଲଜ୍ଜିତ ନୋହିବି । +\q +\s5 +\v 47 ପୁଣି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, +\q ତହିଁରେ ଆପଣାକୁ ଆନନ୍ଦିତ କରିବି । +\q +\v 48 ଆହୁରି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ +\q କରିଅଛି, +\q ତହିଁ ନିକଟରେ କୃତାଞ୍ଜଳି ହେବି; +\q ପୁଣି, ମୁଁ ତୁମ୍ଭର ବିଧିସବୁ ଧ୍ୟାନ କରିବି । +\s ପରମେଶ୍ୱରଙ୍କ ବ୍ୟବସ୍ଥାରେ ବିଶ୍ୱାସ +\d ସୟିନ୍‍ । +\q +\s5 +\v 49 ତୁମ୍ଭେ ମୋତେ ଭରସାଯୁକ୍ତ କରିଅଛ, ଏଣୁ ତୁମ୍ଭେ +\q ଆପଣା ଦାସ ପକ୍ଷରେ ବାକ୍ୟ ସ୍ମରଣ କର । +\q +\v 50 ଦୁଃଖ ସମୟରେ ଏହା ହିଁ ମୋହର ସାନ୍ତ୍ୱନା; +\q କାରଣ ତୁମ୍ଭର ବାକ୍ୟ ମୋତେ ସଚେତ କରିଅଛି । +\q +\s5 +\v 51 ଅହଙ୍କାରୀମାନେ ମୋତେ ଅତିଶୟ ପରିହାସ +\q କରିଅଛନ୍ତି, +\q ତଥାପି ମୁଁ ତୁମ୍ଭ ବ୍ୟବସ୍ଥାରୁ ବିମୁଖ ହୋଇ ନାହିଁ । +\q +\v 52 ହେ ସଦାପ୍ରଭୁ, ମୁଁ ପୂର୍ବକାଳୀନ ତୁମ୍ଭ ଶାସନସବୁ +\q ସ୍ମରଣ କରି ଆପଣାକୁ ସାନ୍ତ୍ୱନାଯୁକ୍ତ କରିଅଛି । +\q +\s5 +\v 53 ଦୁଷ୍ଟମାନେ ତୁମ୍ଭ ବ୍ୟବସ୍ଥା ପରିତ୍ୟାଗ କରିବାରୁ ପ୍ରଚଣ୍ଡ +\q କ୍ରୋଧ ମୋତେ ଆକ୍ରମଣ କରିଅଛି । +\q +\v 54 ମୋ' ପ୍ରବାସ-ଗୃହରେ ତୁମ୍ଭର ବିଧିସବୁ ମୋହର +\q ଗାୟନ ହୋଇଅଛି । +\q +\s5 +\v 55 ହେ ସଦାପ୍ରଭୁ, ମୁଁ ରାତ୍ରିକାଳରେ ତୁମ୍ଭର ନାମ +\q ସ୍ମରଣ କରିଅଛି ଓ ତୁମ୍ଭର ବ୍ୟବସ୍ଥା ପାଳନ କରିଅଛି । +\q +\v 56 ତୁମ୍ଭର ବିଧାନସବୁ ପାଳନ କରିବା ସକାଶୁ ମୁଁ ଏହି +\q ଫଳ ପ୍ରାପ୍ତ ହୋଇଅଛି । +\s ପରମେଶ୍ୱରଙ୍କ ବ୍ୟବସ୍ଥାରେ ନିଷ୍ଠାପରତା +\d ହେତ୍‍ । +\q +\s5 +\v 57 ସଦାପ୍ରଭୁ ମୋହର ଅଂଶ; +\q ମୁଁ ତୁମ୍ଭର ବାକ୍ୟସବୁ ପାଳନ କରିବି ବୋଲି କହିଅଛି । +\q +\v 58 ମୁଁ ସର୍ବାନ୍ତଃକରଣରେ ତୁମ୍ଭର ଅନୁଗ୍ରହ ପ୍ରାର୍ଥନା କଲି; +\q ଆପଣା ବାକ୍ୟାନୁସାରେ ମୋ' ପ୍ରତି ଦୟାଳୁ ହୁଅ । +\q +\s5 +\v 59 ମୁଁ ଆପଣା ଗତିସବୁ ବିବେଚନା କଲି +\q ଓ ତୁମ୍ଭ ପ୍ରମାଣ-ବାକ୍ୟ ଆଡ଼େ ଆପଣା ପାଦ +\q ଫେରାଇଲି । +\q +\v 60 ତୁମ୍ଭର ଆଜ୍ଞାସବୁ ପାଳିବାକୁ ସତ୍ୱର ହେଲି ଓ ବିଳମ୍ବ +\q କଲି ନାହିଁ । +\q +\s5 +\v 61 ଦୁଷ୍ଟମାନଙ୍କର ରଜ୍ଜୁ ମୋ' ଚାରିଆଡ଼େ ଜଡ଼ିତ ହେଲା; +\q ମାତ୍ର ମୁଁ ତୁମ୍ଭର ବ୍ୟବସ୍ଥା ପାସୋରି ନାହିଁ । +\q +\v 62 ତୁମ୍ଭର ଧର୍ମମୟ ଶାସନ ସକାଶୁ ତୁମ୍ଭଙ୍କୁ ଧନ୍ୟବାଦ +\q ଦେବା ପାଇଁ ମୁଁ ଅର୍ଦ୍ଧରାତ୍ରରେ ଉଠିବି । +\q +\s5 +\v 63 ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି ଓ ତୁମ୍ଭ ବିଧାନସବୁ +\q ପାଳନ୍ତି, ମୁଁ ସେସମସ୍ତଙ୍କର ସଙ୍ଗୀ । +\q +\v 64 ହେ ସଦାପ୍ରଭୁ, ପୃଥିବୀ ତୁମ୍ଭ ଦୟାରେ ପରିପୂର୍ଣ୍ଣ; +\q ତୁମ୍ଭ ବିଧିସବୁ ମୋତେ ଶିଖାଅ । +\s ପରମେଶ୍ୱରଙ୍କ ବ୍ୟବସ୍ଥାର ମୂଲ୍ୟ +\d ଟେଟ୍‍ । +\q +\s5 +\v 65 ହେ ସଦାପ୍ରଭୁ, ତୁମ୍ଭେ ଆପଣା ବାକ୍ୟାନୁସାରେ +\q ନିଜ ଦାସ ପ୍ରତି ମଙ୍ଗଳ ବ୍ୟବହାର କରିଅଛ । +\q +\v 66 ମୋତେ ଉତ୍ତମ ବିଚାର ଓ ଜ୍ଞାନ ଶିଖାଅ । +\q କାରଣ ମୁଁ ତୁମ୍ଭ ଆଜ୍ଞାସମୂହରେ ବିଶ୍ୱାସ କରିଅଛି । +\q +\s5 +\v 67 ଦୁଃଖଗ୍ରସ୍ତ ହେବା ପୂର୍ବରେ ମୁଁ ବିପଥରେ ଗଲି; +\q ମାତ୍ର ଏବେ ମୁଁ ତୁମ୍ଭ ବାକ୍ୟ ପାଳନ କରେ । +\q +\v 68 ତୁମ୍ଭେ ମଙ୍ଗଳମୟ ଓ ମଙ୍ଗଳକାରୀ; +\q ମୋତେ ତୁମ୍ଭ ବିଧିସବୁ ଶିଖାଅ । +\q +\s5 +\v 69 ଅହଙ୍କାରୀମାନେ ମୋ' ବିରୁଦ୍ଧରେ ମିଥ୍ୟାକଥା କଳ୍ପନା +\q କରିଅଛନ୍ତି; +\q ମୁଁ ସର୍ବାନ୍ତଃକରଣରେ ତୁମ୍ଭର ବିଧାନସବୁ ପାଳନ କରିବି । +\q +\v 70 ସେମାନଙ୍କ ଅନ୍ତଃକରଣ ମେଦ ପରି ସ୍ଥୂଳ +\q ମାତ୍ର ମୁଁ ତୁମ୍ଭ ବ୍ୟବସ୍ଥାରେ ଆମୋଦ କରେ । +\q +\s5 +\v 71 ମୁଁ ଯେପରି ତୁମ୍ଭର ବିଧିସବୁ ଶିଖିବି, ଏଥିପାଇଁ ମୁଁ +\q ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋ' ପକ୍ଷରେ ଭଲ ହେଲା । +\q +\v 72 ହଜାର ହଜାର ସୁନା ଓ ରୂପା ଅପେକ୍ଷା ତୁମ୍ଭ ମୁଖର +\q ବ୍ୟବସ୍ଥା ମୋ' ପ୍ରତି ଉତ୍ତମ । +\s ପରମେଶ୍ୱରଙ୍କ ନ୍ୟାୟୋଚିତ ବ୍ୟବସ୍ଥା +\d ଇୟୂଦ୍‍ । +\q +\s5 +\v 73 ତୁମ୍ଭ ହସ୍ତ ମୋତେ ନିର୍ମାଣ ଓ ମୂର୍ତ୍ତିମାନ କରିଅଛି; +\q ମୁଁ ଯେପରି ତୁମ୍ଭର ଆଜ୍ଞାସବୁ ପାଳନ କରିବି, ଏଥିପାଇଁ +\q ମୋତେ ସୁବିବେଚନା ପ୍ରଦାନ କର । +\q +\v 74 ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋତେ +\q ଦେଖି ଆନନ୍ଦିତ ହେବେ; +\q କାରଣ ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଅଛି । +\q +\s5 +\v 75 ହେ ସଦାପ୍ରଭୁ, ମୁଁ ଜାଣେ, ତୁମ୍ଭ ଶାସନସକଳ +\q ଧର୍ମମୟ, +\q ପୁଣି, ତୁମ୍ଭେ ବିଶ୍ୱସ୍ତ ଭାବରେ ମୋତେ ଦୁଃଖ ଦେଇଅଛ । +\q +\v 76 ମୁଁ ପ୍ରାର୍ଥନା କରୁଅଛି, ତୁମ୍ଭ ଦାସ ପ୍ରତି ତୁମ୍ଭ +\q ବାକ୍ୟାନୁସାରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ମୋହର ସାନ୍ତ୍ୱନାଜନକ +\q ହେଉ । +\q +\s5 +\v 77 ମୁଁ ଯେପରି ବଞ୍ଚିବି, ଏଥିପାଇଁ ମୋ' ପ୍ରତି ତୁମ୍ଭର +\q କରୁଣା ବର୍ତ୍ତୁ; +\q କାରଣ ତୁମ୍ଭର ବ୍ୟବସ୍ଥା ମୋହର ଆନନ୍ଦଜନକ । +\q +\v 78 ଅହଙ୍କାରୀମାନେ ଲଜ୍ଜିତ ହେଉନ୍ତୁ; କାରଣ +\q ସେମାନେ ଅନ୍ୟାୟରେ ମୋହର ସର୍ବନାଶ କରିଅଛନ୍ତି; +\q ମାତ୍ର ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି । +\q +\s5 +\v 79 ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋ' +\q କତିକି ଫେରନ୍ତୁ, +\q ତହିଁରେ ସେମାନେ ତୁମ୍ଭର ପ୍ରମାଣ ବାକ୍ୟ ଜ୍ଞାତସାର +\q ହେବେ । +\q +\v 80 ମୁଁ ଯେପରି ଲଜ୍ଜିତ ନୋହିବି, ଏଥିପାଇଁ ତୁମ୍ଭ +\q ବିଧିସବୁରେ ମୋ' ଅନ୍ତଃକରଣ ସିଦ୍ଧ ହେଉ । +\s ନିସ୍ତାର ପାଇଁ ପ୍ରାର୍ଥନା +\d କଫ୍‍ । +\q +\s5 +\v 81 ତୁମ୍ଭ ପରିତ୍ରାଣ ପାଇଁ ମୋ' ପ୍ରାଣ କ୍ଷୀଣ ହୁଏ; +\q ମାତ୍ର ମୁଁ ତୁମ୍ଭ ବାକ୍ୟରେ ଭରସା ରଖେ । +\q +\v 82 ତୁମ୍ଭେ କେବେ ମୋତେ ସାନ୍ତ୍ୱନା କରିବ ? ଏହା +\q କହି କହି ତୁମ୍ଭ ବାକ୍ୟ ପାଇଁ ମୋହର ଚକ୍ଷୁ କ୍ଷୀଣ ହୁଏ । +\q +\s5 +\v 83 କାରଣ ମୁଁ ଧୂମସ୍ଥିତ କୁମ୍ପା ତୁଲ୍ୟ ହୋଇଅଛି । +\q ତଥାପି ମୁଁ ତୁମ୍ଭର ବିଧିସବୁ ପାସୋରୁ ନାହିଁ । +\q +\v 84 ତୁମ୍ଭ ଦାସର ଦିନ କେତେ ? +\q ତୁମ୍ଭେ କେବେ ମୋ' ତାଡ଼ନାକାରୀମାନଙ୍କର ବିଚାର +\q କରିବ ? +\q +\s5 +\v 85 ଅହଙ୍କାରୀମାନେ ମୋ' ପାଇଁ ଗର୍ତ୍ତ ଖୋଳିଅଛନ୍ତି, +\q ସେମାନେ ତୁମ୍ଭ ବ୍ୟବସ୍ଥାର ଅନୁଗାମୀ ନୁହନ୍ତି । +\q +\v 86 ତୁମ୍ଭର ଆଜ୍ଞାସବୁ ବିଶ୍ୱସନୀୟ; +\q ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି; ତୁମ୍ଭେ +\q ମୋହର ସାହାଯ୍ୟ କର । +\q +\s5 +\v 87 ସେମାନେ ପୃଥିବୀରେ ମୋତେ ପ୍ରାୟ ବିନାଶ +\q କରିଥିଲେ; +\q ମାତ୍ର ମୁଁ ତୁମ୍ଭର ବିଧାନସବୁ ତ୍ୟାଗ କଲି ନାହିଁ । +\q +\v 88 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସଚେତ +\q କର; +\q ତହୁଁ ମୁଁ ତୁମ୍ଭ ମୁଖର ପ୍ରମାଣ-ବାକ୍ୟ ପାଳନ କରିବି । +\s ପରମେଶ୍ୱରଙ୍କ ବ୍ୟବସ୍ଥାରେ ବିଶ୍ୱାସ +\d ଲାମଦ୍‍ । +\q +\s5 +\v 89 ହେ ସଦାପ୍ରଭୁ, ତୁମ୍ଭ ବାକ୍ୟ ଅନନ୍ତକାଳ ନିମନ୍ତେ +\q ସ୍ୱର୍ଗରେ ସଂସ୍ଥାପିତ ଅଛି । +\q +\v 90 ତୁମ୍ଭର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ସ୍ଥାୟୀ; +\q ତୁମ୍ଭେ ପୃଥିବୀକୁ ସଂସ୍ଥାପନ କରିଅଛ ଓ ତାହା ସୁସ୍ଥିର +\q ଥାଏ । +\q +\s5 +\v 91 ତୁମ୍ଭ ଶାସନାନୁସାରେ ଅଦ୍ୟାପି ସକଳ ସୁସ୍ଥିର; +\q କାରଣ ସମସ୍ତେ ତୁମ୍ଭର ଦାସ । +\q +\v 92 ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ ହୋଇ ନ +\q ଥିଲେ, ମୁଁ ଆପଣା ଦୁଃଖରେ ବିନଷ୍ଟ ହୋଇଥା'ନ୍ତି । +\q +\s5 +\v 93 ତୁମ୍ଭର ବିଧାନସବୁ ମୁଁ କେବେ ପାସୋରିବି ନାହିଁ; +\q କାରଣ ତଦ୍ଦ୍ୱାରା ତୁମ୍ଭେ ମୋତେ ସଚେତ କରିଅଛ । +\q +\v 94 ମୋତେ ତ୍ରାଣ କର, ମୁଁ ତୁମ୍ଭର; +\q କାରଣ ମୁଁ ତୁମ୍ଭର ବିଧାନସବୁ ଅନ୍ୱେଷଣ କରିଅଛି । +\q +\s5 +\v 95 ଦୁଷ୍ଟମାନେ ମୋତେ ବିନାଶ କରିବା ପାଇଁ ଚାହିଁ +\q ରହିଅଛନ୍ତି; +\q ମାତ୍ର ମୁଁ ତୁମ୍ଭର ପ୍ରମାଣ-ବାକ୍ୟ ବିବେଚନା କରିବି । +\q +\v 96 ମୁଁ ସବୁ ସିଦ୍ଧିର ଅନ୍ତ ଦେଖିଅଛି; ମାତ୍ର ତୁମ୍ଭର ଆଜ୍ଞା +\q ଅତିଶୟ ପ୍ରଶସ୍ତ । +\s ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରତି ଅନୁରାଗ +\d ମେମ୍‍ । +\q +\s5 +\v 97 ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ । +\q ତାହା ସାରାଦିନ ମୋହର ଧ୍ୟାନ । +\q +\v 98 ତୁମ୍ଭ ଆଜ୍ଞାସବୁ ମୋତେ ମୋ' ଶତ୍ରୁଗଣଠାରୁ ଅଧିକ +\q ଜ୍ଞାନବାନ କରେ; +\q କାରଣ ତାହାସବୁ ନିରନ୍ତର ମୋ' ସଙ୍ଗେ ଥାଏ । +\q +\s5 +\v 99 ମୋହର ସମସ୍ତ ଗୁରୁ ଅପେକ୍ଷା ମୋ' ବୁଦ୍ଧି ଅଧିକ; +\q କାରଣ ତୁମ୍ଭର ପ୍ରମାଣ-ବାକ୍ୟସବୁ ମୋହର ଧ୍ୟାନ । +\q +\v 100 ମୁଁ ପ୍ରାଚୀନମାନଙ୍କ ଅପେକ୍ଷା ଅଧିକ ବୁଝେ । +\q ଯେଣୁ ମୁଁ ତୁମ୍ଭର ବିଧାନସବୁ ପାଳନ କରିଅଛି । +\q +\s5 +\v 101 ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି, ଏଥିପାଇଁ +\q ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇଅଛି । +\q +\v 102 ମୁଁ ତୁମ୍ଭ ଶାସନରୁ ବିମୁଖ ହୋଇ ନାହିଁ; +\q କାରଣ ତୁମ୍ଭେ ମୋତେ ଶିକ୍ଷା ଦେଇଅଛ । +\q +\s5 +\v 103 ମୋ' ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର ! +\q ହଁ, ମୋ' ମୁଖକୁ ତାହା ମଧୁ ଅପେକ୍ଷା ମଧୁର ! +\q +\v 104 ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧି ପ୍ରାପ୍ତ ହୁଏ; +\q ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ । +\s ପରମେଶ୍ୱରଙ୍କ ବ୍ୟବସ୍ଥାର ଆଲୋକ +\d ନୂନ୍‍ । +\q +\s5 +\v 105 ତୁମ୍ଭ ବାକ୍ୟ ମୋ' ଚରଣ ପାଇଁ ପ୍ରଦୀପ ଓ ମୋ' +\q ପଥ ପାଇଁ ଆଲୁଅ ଅଟେ । +\q +\v 106 ମୁଁ ତୁମ୍ଭର ଧର୍ମମୟ ଶାସନସବୁ ପାଳିବା ପାଇଁ +\q ଶପଥ କରିଅଛି ଓ ତାହା ସ୍ଥିର କରିଅଛି । +\q +\s5 +\v 107 ମୁଁ ଅତ୍ୟନ୍ତ ଦୁଃଖିତ ଅଛି; +\q ହେ ସଦାପ୍ରଭୁ, ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ +\q କର । +\q +\v 108 ହେ ସଦାପ୍ରଭୁ, ନିବେଦନ କରୁଅଛି, ମୋ' ମୁଖର +\q ସ୍ୱେଚ୍ଛାଦତ୍ତ ଉପହାର ଗ୍ରହଣ କର ଓ ତୁମ୍ଭର ଶାସନସବୁ ମୋତେ ଶିଖାଅ । +\q +\s5 +\v 109 ମୋ' ପ୍ରାଣ ନିରନ୍ତର ମୋ' ହସ୍ତରେ ଥାଏ; +\q ତେବେ ହେଁ ମୁଁ ତୁମ୍ଭ ବ୍ୟବସ୍ଥା ପାସୋରୁ ନାହିଁ । +\q +\v 110 ଦୁଷ୍ଟମାନେ ମୋ' ପାଇଁ ଫାନ୍ଦ ପାତିଅଛନ୍ତି; +\q ତଥାପି ମୁଁ ତୁମ୍ଭ ବିଧାନରୁ ବିପଥଗାମୀ ହେଲି ନାହିଁ । +\q +\s5 +\v 111 ମୁଁ ତୁମ୍ଭ ପ୍ରମାଣ-ବାକ୍ୟସକଳକୁ ସଦାକାଳ +\q ଅଧିକାର ରୂପେ ଗ୍ରହଣ କରିଅଛି; +\q କାରଣ ତାହାସବୁ ମୋ' ଚିତ୍ତର ଆହ୍ଲାଦଜନକ । +\q +\v 112 ମୁଁ ଶେଷ ପର୍ଯ୍ୟନ୍ତ ସର୍ବଦା ତୁମ୍ଭର ବିଧିସବୁ ପାଳନ +\q କରିବା ପାଇଁ ଆପଣା ମନକୁ ପ୍ରବର୍ତ୍ତାଇଅଛି । +\s ପରମେଶ୍ୱରଙ୍କ ବ୍ୟବସ୍ଥାରେ ସୁରକ୍ଷା +\d ସାମକ୍‍ । +\q +\s5 +\v 113 ମୁଁ ଦ୍ୱିମନାମାନଙ୍କୁ ଘୃଣା କରେ; +\q ମାତ୍ର ତୁମ୍ଭ ବ୍ୟବସ୍ଥାକୁ ପ୍ରିୟ ଜ୍ଞାନ କରେ । +\q +\v 114 ତୁମ୍ଭେ ମୋ' ଲୁଚିବାର ସ୍ଥାନ ଓ ମୋହର ଢାଲ; +\q ମୁଁ ତୁମ୍ଭ ବାକ୍ୟରେ ଭରସା କରେ । +\q +\s5 +\v 115 ହେ କୁକର୍ମକାରୀମାନେ, ମୁଁ ଯେପରି ଆପଣା +\q ପରମେଶ୍ୱରଙ୍କ ଆଜ୍ଞାସବୁ ପାଳି ପାରିବି, ଏଥିପାଇଁ ମୋ' +\q ନିକଟରୁ ଦୂର ହୁଅ । +\q +\v 116 ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭ ବାକ୍ୟାନୁସାରେ +\q ମୋତେ ଧରି ରଖ +\q ଓ ମୋ' ଭରସା ବିଷୟରେ ମୋତେ ଲଜ୍ଜିତ ହେବାକୁ +\q ଦିଅ ନାହିଁ । +\q +\s5 +\v 117 ତୁମ୍ଭେ ମୋତେ ଧରି ରଖ, ତହିଁରେ ମୁଁ ଆପଦରହିତ +\q ହେବି +\q ଓ ତୁମ୍ଭ ବିଧିସବୁ ସର୍ବଦା ମାନ୍ୟ କରିବି । +\q +\v 118 ତୁମ୍ଭ ବିଧିରୁ ଭ୍ରାନ୍ତ ସମସ୍ତଙ୍କୁ ତୁମ୍ଭେ ତୁଚ୍ଛ ଜ୍ଞାନ +\q କରିଅଛ; +\q କାରଣ ସେମାନଙ୍କ ପ୍ରବଞ୍ଚନା ମିଥ୍ୟା । +\q +\s5 +\v 119 ତୁମ୍ଭେ ପୃଥିବୀସ୍ଥ ଦୁଷ୍ଟସମସ୍ତଙ୍କୁ ଧାତୁର ଖାଦ ପରି +\q ଦୂର କରିଥାଅ; +\q ଏଣୁ ମୁଁ ତୁମ୍ଭ ପ୍ରମାଣ-ବାକ୍ୟକୁ ସ୍ନେହ କରେ । +\q +\v 120 ତୁମ୍ଭ ଭୟ ସକାଶୁ ମୋ' ଶରୀର କମ୍ପିତ ହୁଏ +\q ଓ ତୁମ୍ଭ ଶାସନ ବିଷୟରେ ମୁଁ ଭୀତ ହୁଏ । +\s ପରମେଶ୍ୱରଙ୍କ ବ୍ୟବସ୍ଥା ପାଳନ +\d ଅଇନ୍‍ । +\q +\s5 +\v 121 ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି; +\q ମୋ' ଉପଦ୍ରବୀମାନଙ୍କ ହସ୍ତରେ ମୋତେ ସମର୍ପଣ କର +\q ନାହିଁ । +\q +\v 122 ମଙ୍ଗଳ ନିମନ୍ତେ ଆପଣା ଦାସର ଲଗା ହୁଅ; +\q ଅହଙ୍କାରୀମାନଙ୍କୁ ମୋ' ପ୍ରତି ଉପଦ୍ରବ କରିବାକୁ ଦିଅ +\q ନାହିଁ । +\q +\s5 +\v 123 ତୁମ୍ଭର ପରିତ୍ରାଣ ଓ ତୁମ୍ଭର ଧର୍ମମୟ ବାକ୍ୟ ନିମନ୍ତେ +\q ମୋହର ଚକ୍ଷୁ କ୍ଷୀଣ ହେଉଅଛି । +\q +\v 124 ତୁମ୍ଭ ଦୟାନୁସାରେ ଆପଣା ଦାସ ପ୍ରତି ବ୍ୟବହାର +\q କର +\q ଓ ତୁମ୍ଭର ବିଧି ମୋତେ ଶିଖାଅ । +\q +\s5 +\v 125 ମୁଁ ତୁମ୍ଭର ଦାସ, ଯେପରି ମୁଁ ତୁମ୍ଭର ପ୍ରମାଣ- +\q ବାକ୍ୟସକଳ ଜ୍ଞାତ ହେବି, ଏଥିପାଇଁ ମୋତେ ବୁଦ୍ଧି ଦିଅ । +\q +\v 126 ସଦାପ୍ରଭୁଙ୍କର କାର୍ଯ୍ୟ କରିବାର ସମୟ ଏହି; +\q କାରଣ ଲୋକମାନେ ତୁମ୍ଭ ବ୍ୟବସ୍ଥା ବ୍ୟର୍ଥ କରିଅଛନ୍ତି । +\q +\s5 +\v 127 ଏହେତୁ ମୁଁ ସୁବର୍ଣ୍ଣ ଓ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ତୁମ୍ଭ +\q ଆଜ୍ଞାସମୂହକୁ ସ୍ନେହ କରେ । +\q +\v 128 ଏଣୁ ମୁଁ ସବୁ ବିଷୟରେ ତୁମ୍ଭର ସକଳ ବିଧାନ +\q ଯଥାର୍ଥ ଜ୍ଞାନ କରେ +\q ଓ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ । +\s ପରମେଶ୍ୱରଙ୍କ ବ୍ୟବସ୍ଥା ମାନିବାକୁ ସ୍ପୃହା +\d ପେ । +\q +\s5 +\v 129 ତୁମ୍ଭ ପ୍ରମାଣ-ବାକ୍ୟସକଳ ଆଶ୍ଚର୍ଯ୍ୟ; +\q ଏଥିପାଇଁ ମୋ' ପ୍ରାଣ ତାହାସବୁ ପାଳନ କରେ । +\q +\v 130 ତୁମ୍ଭ ବାକ୍ୟର ବିକାଶ ଆଲୁଅ ପ୍ରଦାନ କରେ; +\q ତାହା ନିର୍ବୋଧକୁ ବୋଧ ଦିଏ । +\q +\s5 +\v 131 ମୁଁ ତୁମ୍ଭ ଆଜ୍ଞାର ଆକାଂକ୍ଷାରେ ଆପଣା ମୁଖ +\q ଫର୍ଚା କରି ଫିଟାଇ ପକାଇଲି । +\q +\v 132 ତୁମ୍ଭେ ଆପଣା ନାମର ପ୍ରେମକାରୀମାନଙ୍କ ପ୍ରତି +\q ଯେପରି କରିଥାଅ, ସେପରି ମୋ' ପ୍ରତି ଫେର ଓ ମୋତେ +\q ଦୟା କର । +\q +\s5 +\v 133 ତୁମ୍ଭ ବାକ୍ୟାନୁସାରେ ମୋ' ପାଦଗତି ସଜାଡ଼ +\q ଓ ମୋ' ଉପରେ କୌଣସି ଅଧର୍ମକୁ ରାଜତ୍ୱ କରିବାକୁ +\q ଦିଅ ନାହିଁ । +\q +\v 134 ମନୁଷ୍ୟର ଉପଦ୍ରବରୁ ମୋତେ ମୁକ୍ତ କର; +\q ତହିଁରେ ମୁଁ ତୁମ୍ଭର ବିଧାନସବୁ ପାଳନ କରିବି । +\q +\s5 +\v 135 ତୁମ୍ଭ ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର +\q ଓ ତୁମ୍ଭର ବିଧିସବୁ ମୋତେ ଶିଖାଅ । +\q +\v 136 ଲୋକମାନେ ତୁମ୍ଭର ବ୍ୟବସ୍ଥା ପାଳନ ନ କରିବାରୁ +\q ମୋ' ଚକ୍ଷୁରୁ ଜଳଧାରା ବହୁଅଛି । +\s ପରମେଶ୍ୱରଙ୍କ ନ୍ୟାୟୋଚିତ ବ୍ୟବସ୍ଥା +\d ସାଦେ । +\q +\s5 +\v 137 ହେ ସଦାପ୍ରଭୁ, ତୁମ୍ଭେ ଧର୍ମମୟ ଓ ତୁମ୍ଭର +\q ଶାସନସକଳ ସରଳ । +\q +\v 138 ତୁମ୍ଭେ ଧର୍ମରେ ଓ ଅତି ବିଶ୍ୱସ୍ତତାରେ ଆପଣା +\q ପ୍ରମାଣ-ବାକ୍ୟସବୁ ଆଜ୍ଞା କରିଅଛ । +\q +\s5 +\v 139 ମୋହର ଉଦ୍‍ଯୋଗ ମୋତେ ଗ୍ରାସ କରିଅଛି, +\q କାରଣ ମୋହର ବିପକ୍ଷଗଣ ତୁମ୍ଭର ବାକ୍ୟସବୁ ପାସୋରି +\q ଅଛନ୍ତି । +\q +\v 140 ତୁମ୍ଭର ବାକ୍ୟ ଅତ୍ୟନ୍ତ ନିର୍ମଳ; ତହିଁ ପାଇଁ ତୁମ୍ଭ +\q ଦାସ ତାହା ସ୍ନେହ କରେ । +\q +\s5 +\v 141 ମୁଁ କ୍ଷୁଦ୍ର ଓ ତୁଚ୍ଛୀକୃତ; +\q ତଥାପି ମୁଁ ତୁମ୍ଭର ବିଧାନସବୁ ପାସୋରୁ ନାହିଁ । +\q +\v 142 ତୁମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ଧର୍ମ +\q ଓ ତୁମ୍ଭର ବ୍ୟବସ୍ଥା ସତ୍ୟ । +\q +\s5 +\v 143 କ୍ଳେଶ ଓ ଯନ୍ତ୍ରଣା ମୋତେ ଆକ୍ରମଣ କରିଅଛି; +\q ତେବେ ହେଁ ତୁମ୍ଭର ଆଜ୍ଞାସମୂହ ମୋହର ଆହ୍ଲାଦଜନକ । +\q +\v 144 ତୁମ୍ଭର ପ୍ରମାଣ-ବାକ୍ୟସକଳ ସଦାକାଳ ଧର୍ମମୟ; +\q ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ବଞ୍ଚିବି । +\s ଉଦ୍ଧାର ପାଇବା ପାଇଁ ପ୍ରାର୍ଥନା +\d କଫ । +\q +\s5 +\v 145 ମୁଁ ସର୍ବାନ୍ତଃକରଣରେ ପ୍ରାର୍ଥନା କରିଅଛି; "ହେ +\q ସଦାପ୍ରଭୁ, ମୋତେ ଉତ୍ତର ଦିଅ; +\q ମୁଁ ତୁମ୍ଭର ବିଧି ପାଳନ କରିବି । +\q +\v 146 ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି; ମୋତେ +\q ତ୍ରାଣ କର, +\q ତହିଁରେ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ମାନିବି ।" +\q +\s5 +\v 147 ମୁଁ ଅରୁଣୋଦୟ ପୂର୍ବେ ଆର୍ତ୍ତନାଦ କଲି; +\q ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଲି । +\q +\v 148 ମୁଁ ଯେପରି ତୁମ୍ଭ ବାକ୍ୟ ଧ୍ୟାନ କରିବି, ଏଥିପାଇଁ +\q ରାତ୍ରି ର ପ୍ରତ୍ୟେକ ପ୍ରହର ପୂର୍ବେ ମୋହର ଚକ୍ଷୁ ପ୍ରସ୍ତୁତ +\q ହେଲା । +\q +\s5 +\v 149 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋହର +\q ରବ ଶୁଣ; ହେ ସଦାପ୍ରଭୁ, ଆପଣା ଶାସନାନୁସାରେ +\q ମୋତେ ସଚେତ କର । +\q +\v 150 ଦୁଷ୍ଟତାର ଅନୁଗାମୀ ଲୋକମାନେ ନିକଟକୁ +\q ଆସୁଅଛନ୍ତି; +\q ସେମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରବର୍ତ୍ତୀ । +\q +\s5 +\v 151 ହେ ସଦାପ୍ରଭୁ, ତୁମ୍ଭେ ନିକଟବର୍ତ୍ତୀ +\q ଓ ତୁମ୍ଭ ଆଜ୍ଞାସକଳ ସତ୍ୟ । +\q +\v 152 ମୁଁ ପୂର୍ବଠାରୁ ତୁମ୍ଭ ପ୍ରମାଣ-ବାକ୍ୟରୁ ଜାଣିଅଛି +\q ଯେ, ତୁମ୍ଭେ ସଦାକାଳ ନିମନ୍ତେ ତାହା ସ୍ଥାପନ କରିଅଛ । +\s ସହାୟତା ପାଇଁ ଅନୁନୟ +\d ରେଶ୍‍ । +\q +\s5 +\v 153 ମୋର କ୍ଲେଶ ବିବେଚନା କର ଓ ମୋତେ ଉଦ୍ଧାର +\q କର; +\q କାରଣ ମୁଁ ତୁମ୍ଭର ବ୍ୟବସ୍ଥା ପାସୋରୁ ନାହିଁ । +\q +\v 154 ତୁମ୍ଭେ ମୋହର ବିବାଦ ନିଷ୍ପତ୍ତି କର ଓ ମୋତେ +\q ମୁକ୍ତ କର; +\q ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର । +\q +\s5 +\v 155 ପରିତ୍ରାଣ ଦୁଷ୍ଟମାନଙ୍କଠାରୁ ଦୂରରେ ଥାଏ; କାରଣ +\q ସେମାନେ ତୁମ୍ଭର ବିଧିସବୁ ଅନୁସନ୍ଧାନ କରନ୍ତି ନାହିଁ । +\q +\v 156 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା +\q ବହୁବିଧ; ତୁମ୍ଭର ଶାସନାନୁସାରେ ମୋତେ ସଚେତ କର । +\q +\s5 +\v 157 ମୋହର ତାଡ଼ନାକାରୀ ଓ ବିପକ୍ଷ ଅନେକ; +\q ତଥାପି ମୁଁ ତୁମ୍ଭ ପ୍ରମାଣ-ବାକ୍ୟରୁ ବିମୁଖ ହୋଇ ନାହିଁ । +\q +\v 158 ମୁଁ ବିଶ୍ୱାସଘାତକମାନଙ୍କୁ ଦେଖି ଦୁଃଖିତ ହେଲି; +\q କାରଣ ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ । +\q +\s5 +\v 159 ମୁଁ ତୁମ୍ଭ ବିଧାନସବୁ କିପରି ସ୍ନେହ କରେ, ଏହା +\q ବିବେଚନା କର; +\q ହେ ସଦାପ୍ରଭୁ, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋତେ +\q ସଚେତ କର । +\q +\v 160 ତୁମ୍ଭର ସମୁଦାୟ ବାକ୍ୟ ସତ୍ୟ ଓ ତୁମ୍ଭର ଧର୍ମମୟ +\q ପ୍ରତ୍ୟେକ ଶାସନ ନିତ୍ୟସ୍ଥାୟୀ । +\s ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରତି ନିଷ୍ଠା +\d ଶିନ୍‍ । +\q +\s5 +\v 161 ଅଧିପତିମାନେ ଅକାରଣରେ ମୋତେ ତାଡ଼ନା +\q କରିଅଛନ୍ତି; +\q ମାତ୍ର ମୋହର ମନ ତୁମ୍ଭ ବାକ୍ୟରେ ଭୀତ ଥାଏ । +\q +\v 162 କେହି ପ୍ରଚୁର ଲୁଟଧନ ପାଇବା ପରି ମୁଁ ତୁମ୍ଭ +\q ବାକ୍ୟରେ ଆନନ୍ଦ କରେ । +\q +\s5 +\v 163 ମୁଁ ମିଥ୍ୟାକୁ ଘୃଣା ଓ ଅଶ୍ରଦ୍ଧା କରେ; +\q ମାତ୍ର ତୁମ୍ଭ ବ୍ୟବସ୍ଥାକୁ ମୁଁ ସ୍ନେହ କରେ । +\q +\v 164 ତୁମ୍ଭର ଧର୍ମମୟ ଶାସନ ସକାଶୁ ମୁଁ ଦିନ ମଧ୍ୟରେ +\q ସାତ ଥର ତୁମ୍ଭର ପ୍ରଶଂସା କରେ । +\q +\s5 +\v 165 ତୁମ୍ଭ ବ୍ୟବସ୍ଥା ସ୍ନେହକାରୀମାନେ ମହାଶାନ୍ତି ପ୍ରାପ୍ତ +\q ହୁଅନ୍ତି; +\q ପୁଣି, ସେମାନଙ୍କର ଝୁଣ୍ଟିବାର କୌଣସି କାରଣ ଘଟେ +\q ନାହିଁ । +\q +\v 166 ହେ ସଦାପ୍ରଭୁ, ମୁଁ ତୁମ୍ଭର ପରିତ୍ରାଣ ପାଇଁ +\q ପ୍ରତ୍ୟାଶା କରିଅଛି, +\q ଓ ତୁମ୍ଭର ଆଜ୍ଞାସବୁ ପାଳନ କରିଅଛି । +\q +\s5 +\v 167 ମୋହର ପ୍ରାଣ ତୁମ୍ଭ ପ୍ରମାଣ-ବାକ୍ୟସବୁ ମାନିଅଛି +\q ଓ ମୁଁ ତାହାସବୁ ଅତିଶୟ ସ୍ନେହ କରେ । +\q +\v 168 ମୁଁ ତୁମ୍ଭର ବିଧାନ ଓ ପ୍ରମାଣ-ବାକ୍ୟସବୁ ମାନିଅଛି । +\q କାରଣ ମୋହର ସବୁ ଗତି ତୁମ୍ଭ ସମ୍ମୁଖରେ ଅଛି । +\s ସହାୟତା ପାଇଁ ପ୍ରାର୍ଥନା +\d ତୌ । +\q +\s5 +\v 169 ହେ ସଦାପ୍ରଭୁ, ମୋହର କାକୂକ୍ତି ତୁମ୍ଭ ନିକଟରେ +\q ଉପସ୍ଥିତ ହେଉ; +\q ତୁମ୍ଭ ବାକ୍ୟାନୁସାରେ ମୋତେ ବୁଦ୍ଧି ପ୍ରଦାନ କର । +\q +\v 170 ମୋ' ନିବେଦନ ତୁମ୍ଭ ସମ୍ମୁଖରେ ଉପସ୍ଥିତ ହେଉ; +\q ତୁମ୍ଭ ବାକ୍ୟାନୁସାରେ ମୋତେ ଉଦ୍ଧାର କର । +\q +\s5 +\v 171 ମୋହର ଓଷ୍ଠାଧର ପ୍ରଶଂସା ଉଚ୍ଚାରଣ କରୁ; +\q କାରଣ ତୁମ୍ଭେ ଆପଣା ବିଧି ମୋତେ ଶିଖାଉଅଛ । +\q +\v 172 ମୋ' ଜିହ୍ୱା ତୁମ୍ଭ ବାକ୍ୟ ବିଷୟ କୀର୍ତ୍ତନ କରୁ; +\q କାରଣ ତୁମ୍ଭର ଆଜ୍ଞାସକଳ ଧର୍ମମୟ । +\q +\s5 +\v 173 ମୋହର ସାହାଯ୍ୟାର୍ଥେ ତୁମ୍ଭର ହସ୍ତ ପ୍ରସ୍ତୁତ ହେଉ, +\q କାରଣ ମୁଁ ତୁମ୍ଭର ବିଧାନସବୁ ମନୋନୀତ କରିଅଛି । +\q +\v 174 ହେ ସଦାପ୍ରଭୁ, ମୁଁ ତୁମ୍ଭ ପରିତ୍ରାଣର ଆକାଂକ୍ଷା +\q କରିଅଛି; +\q ପୁଣି, ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ । +\q +\s5 +\v 175 ମୋହର ପ୍ରାଣ ଜୀବିତ ଥାଉ, ତହିଁରେ ତାହା +\q ତୁମ୍ଭର ପ୍ରଶଂସା କରିବ +\q ଓ ତୁମ୍ଭର ଶାସନସକଳ ମୋହର ସାହାଯ୍ୟ କରୁ । +\q +\v 176 ମୁଁ ହଜାମେଷ ପରି ବିପଥଗାମୀ ହୋଇଅଛି; +\q ଆପଣା ଦାସକୁ ଖୋଜ; +\q କାରଣ ମୁଁ ତୁମ୍ଭ ଆଜ୍ଞାସକଳ ପାସୋରୁ ନାହିଁ । + +\s5 +\c 120 +\s ସାହାଯ୍ୟ ପ୍ରାର୍ଥନା +\d ଆରୋହଣ ଗୀତ । +\b +\q +\v 1 ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ +\q ନିକଟରେ ପ୍ରାର୍ଥନା କଲି, ତହିଁରେ ସେ +\q ମୋତେ ଉତ୍ତର ଦେଲେ । +\q +\v 2 ହେ ସଦାପ୍ରଭୁ, ମିଥ୍ୟାବାଦୀ ଓଷ୍ଠାଧରରୁ ଓ ପ୍ରବଞ୍ଚକ +\q ଜିହ୍ୱାରୁ ମୋ' ପ୍ରାଣକୁ ଉଦ୍ଧାର କର । +\q +\s5 +\v 3 ହେ ପ୍ରବଞ୍ଚକ ଜିହ୍ୱେ , ତୁମ୍ଭକୁ କଅଣ ଦିଆଯିବ ଓ ତୁମ୍ଭ +\q ପ୍ରତି ଅଧିକ କଅଣ କରାଯିବ ? +\q +\v 4 ବୀରର ତୀକ୍ଷ୍‍ଣ ତୀର ଓ ରେତମ କାଷ୍ଠର ଅଙ୍ଗାର । +\q +\s5 +\v 5 ହାୟ, ହାୟ, ମୁଁ ମେଶକରେ ପ୍ରବାସ କରେ । +\q ମୁଁ କେଦାରର ତମ୍ବୁସମୂହ ମଧ୍ୟରେ ବାସ କରେ । +\q +\v 6 ଶାନ୍ତି ଘୃଣାକାରୀ ଲୋକ ସହିତ ମୋ' ପ୍ରାଣ ଦୀର୍ଘ +\q କାଳ ବାସ କରିଅଛି । +\q +\v 7 ମୁଁ ଶାନ୍ତି ଚାହେଁ; +\q ମାତ୍ର ମୁଁ କଥା କହିଲେ, ସେମାନେ ଯୁଦ୍ଧ ଚାହାନ୍ତି । + +\s5 +\c 121 +\s ପରମେଶ୍ୱର ଆମ ରକ୍ଷକ +\d ଆରୋହଣ ଗୀତ । +\b +\q +\v 1 ମୁଁ ପର୍ବତଗଣ ଆଡ଼େ ଉର୍ଦ୍ଧ୍ୱଦୃଷ୍ଟି +\q କରିବି; କେଉଁଠାରୁ ମୋହର ସାହାଯ୍ୟ ଆସିବ ? +\q +\v 2 ମୋହର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ, +\q ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ । +\q +\s5 +\v 3 ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ; +\q ଯେ ତୁମ୍ଭକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ । +\q +\v 4 ଦେଖ, ଯେ ଇସ୍ରାଏଲକୁ ରକ୍ଷା କରନ୍ତି, ସେ ଘୁମାଇବେ +\q ନାହିଁ କି ନିଦ୍ରା ଯିବେ ନାହିଁ । +\q +\s5 +\v 5 ସଦାପ୍ରଭୁ ତୁମ୍ଭର ରକ୍ଷକ; +\q ସଦାପ୍ରଭୁ ତୁମ୍ଭ ଦକ୍ଷିଣ ପାର୍ଶ୍ୱର ଛାୟା । +\q +\v 6 ଦିବସରେ ସୂର୍ଯ୍ୟ, କିଅବା ରାତ୍ରିରେ ଚନ୍ଦ୍ର ତୁମ୍ଭକୁ ଆଘାତ +\q କରିବ ନାହିଁ । +\q +\s5 +\v 7 ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ; +\q ସେ ତୁମ୍ଭର ପ୍ରାଣକୁ ରକ୍ଷା କରିବେ । +\q +\v 8 ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରେ ଯିବାର +\q ଓ ଭିତରେ ଆସିବାର ରକ୍ଷା କରିବେ । + +\s5 +\c 122 +\s ଯିରୂଶାଲମର ପ୍ରଶଂସା +\d ଆରୋହଣ ଗୀତ; ଦାଉଦଙ୍କ ରଚିତ । +\b +\q +\v 1 "ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ", +\q ଏହି କଥା ଲୋକମାନେ ମୋତେ କହିବା ବେଳେ ମୁଁ +\q ଆନନ୍ଦିତ ହେଲି । +\q +\v 2 ହେ ଯିରୂଶାଲମ, ତୁମ୍ଭ ଦ୍ୱାର ଭିତରେ ଆମ୍ଭମାନଙ୍କ +\q ଚରଣ ଠିଆ ହେଉଅଛି; +\q +\v 3 ହେ ଯିରୂଶାଲମ, ତୁମ୍ଭେ ସୁସଂଯୁକ୍ତ ଏକ ନଗର ତୁଲ୍ୟ +\q ନିର୍ମିତ ହୋଇଅଛ; +\q +\s5 +\v 4 ଗୋଷ୍ଠୀବର୍ଗ, ଅର୍ଥାତ୍‍, ସଦାପ୍ରଭୁଙ୍କ ଗୋଷ୍ଠୀବର୍ଗ ଇସ୍ରାଏଲ +\q ପ୍ରତି ସାକ୍ଷ୍ୟ ସ୍ୱରୂପେ ସଦାପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେବା +\q ନିମନ୍ତେ ସେଠାରେ ଆରୋହଣ କରନ୍ତି । +\q +\v 5 କାରଣ ସେଠାରେ ବିଚାରାର୍ଥକ ସିଂହାସନ, ଦାଉଦ +\q ବଂଶର ସିଂହାସନସବୁ ସ୍ଥାପିତ ଅଛି । +\q +\s5 +\v 6 ଯିରୂଶାଲମର ଶାନ୍ତି ପାଇଁ ପ୍ରାର୍ଥନା କର; +\q ଯେଉଁମାନେ ତୁମ୍ଭକୁ ସ୍ନେହ କରନ୍ତି, ସେମାନେ ଅଶେଷ +\q ଉନ୍ନତି କରିବେ । +\q +\v 7 ତୁମ୍ଭ ପ୍ରାଚୀର ମଧ୍ୟରେ ଶାନ୍ତି ବର୍ତ୍ତୁ +\q ଓ ତୁମ୍ଭ ଅଟ୍ଟାଳିକାସମୂହର ସୌଭାଗ୍ୟ ହେଉ । +\q +\s5 +\v 8 ମୋହର ଭ୍ରାତୃଗଣ ଓ ମିତ୍ରଗଣ ସକାଶେ ମୁଁ ଏବେ +\q କହିବି, "ତୁମ୍ଭ ମଧ୍ୟରେ ଶାନ୍ତି ବର୍ତ୍ତୁ ।" +\q +\v 9 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ସକାଶେ +\q ମୁଁ ତୁମ୍ଭର ମଙ୍ଗଳ ଚେଷ୍ଟା କରିବି । + +\s5 +\c 123 +\s କୃପା ଭିକ୍ଷାର ପ୍ରାର୍ଥନା +\d ଆରୋହଣ-ଗୀତ । +\b +\q +\v 1 ହେ ସ୍ୱର୍ଗୋପବିଷ୍ଟ, ମୁଁ ତୁମ୍ଭ ଆଡ଼େ +\q ଉର୍ଦ୍ଧ୍ୱ ଦୃଷ୍ଟି କରେ । +\q +\v 2 ଦେଖ, ଯେପରି ଦାସମାନଙ୍କ ଚକ୍ଷୁ ସେମାନଙ୍କ କର୍ତ୍ତାର +\q ହସ୍ତକୁ ଓ ଦାସୀର ଚକ୍ଷୁ ଆପଣା କର୍ତ୍ତ୍ରୀର ହସ୍ତକୁ ଅନାଏ; +\q ସେପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ +\q ଦୟା କରିବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ଚକ୍ଷୁ ତାହାଙ୍କୁ +\q ଅନାଇଥାଏ । +\q +\s5 +\v 3 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ଦୟା କର, ଆମ୍ଭମାନଙ୍କୁ +\q ଦୟା କର; +\q କାରଣ ଆମ୍ଭେମାନେ ଅବଜ୍ଞାରେ ଅତିଶୟ ପୂର୍ଣ୍ଣ +\q ହୋଇଅଛୁ । +\q +\v 4 ସୁଖଶାଳୀମାନଙ୍କ ଉପହାସରେ ଓ ଅହଙ୍କାରୀମାନଙ୍କ +\q ଅବଜ୍ଞାରେ ଆମ୍ଭମାନଙ୍କ ପ୍ରାଣ ଅତିଶୟ ପୂର୍ଣ୍ଣ ହୋଇଅଛି । + +\s5 +\c 124 +\s ସଦାପ୍ରଭୁ ତାହାଙ୍କ ଲୋକମାନଙ୍କର ରକ୍ଷାକର୍ତ୍ତା +\d ଆରୋହଣ-ଗୀତ; ଦାଉଦଙ୍କ ରଚିତ । +\b +\q +\v 1 "ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ +\q ଥାଆନ୍ତେ", +\q ଇସ୍ରାଏଲ ଏବେ କହୁନ୍ତୁ; +\q +\v 2 "ଲୋକମାନେ ଆମ୍ଭମାନଙ୍କ ପ୍ରତିକୂଳରେ ଉଠିଲା +\q ବେଳେ, +\q ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ +\q ଥାଆନ୍ତେ; +\q +\v 3 ତେବେ ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ +\q ପ୍ରଜ୍ୱଳିତ ହେବା ବେଳେ ସେମାନେ ଆମ୍ଭମାନଙ୍କୁ ସଜୀବ +\q ଗ୍ରାସ କରିଥାନ୍ତେ; +\q +\s5 +\v 4 ତେବେ ଜଳରାଶି ଆମ୍ଭମାନଙ୍କୁ ମଗ୍ନ କରିଥା'ନ୍ତା, +\q ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା'ନ୍ତା +\q +\v 5 ତେବେ ଗର୍ବିତ ଜଳରାଶି ଆମ୍ଭମାନଙ୍କ ପ୍ରାଣ ଉପର +\q ଦେଇ ଯାଇଥା'ନ୍ତା ।" +\q +\s5 +\v 6 ସଦାପ୍ରଭୁ ଧନ୍ୟ ହେଉନ୍ତୁ, +\q ସେ ଆମ୍ଭମାନଙ୍କୁ ଭକ୍ଷ୍ୟ ସ୍ୱରୂପ ହେବା ପାଇଁ ସେମାନଙ୍କ +\q ଦନ୍ତକୁ ଦେଇ ନାହାନ୍ତି । +\q +\v 7 ବ୍ୟାଧର ଫାନ୍ଦରୁ ପକ୍ଷୀ ପରି ଆମ୍ଭମାନଙ୍କ ପ୍ରାଣ ରକ୍ଷା +\q ପାଇଅଛି; +\q ଫାନ୍ଦ ଛିଣ୍ଡିଗଲା, ଆମ୍ଭେମାନେ ରକ୍ଷା ପାଇଲୁ । +\q +\s5 +\v 8 ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କ ନାମରେ +\q ଆମ୍ଭମାନଙ୍କର ସାହାଯ୍ୟ ଥାଏ । + +\s5 +\c 125 +\s ସଦାପ୍ରଭୁଙ୍କ ଲୋକମାନଙ୍କର ନିରାପତ୍ତା +\d ଆରୋହଣ-ଗୀତ । +\b +\q +\v 1 ଯେଉଁମାନେ ସଦାପ୍ରଭୁଙ୍କଠାରେ +\q ନିର୍ଭର ରଖନ୍ତି, ସେମାନେ ଅଟଳ ଓ ନିତ୍ୟସ୍ଥାୟୀ ସିୟୋନ +\q ପର୍ବତ ତୁଲ୍ୟ । +\q +\v 2 ଯେପରି ଯିରୂଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ, +\q ସେପରି ଆଜିଠାରୁ ସଦାକାଳ ସଦାପ୍ରଭୁ ଆପଣା +\q ଲୋକମାନଙ୍କର ଚତୁର୍ଦ୍ଦିଗରେ ଥାଆନ୍ତି । +\q +\v 3 କାରଣ ଧାର୍ମିକମାନେ ଯେପରି ଅଧର୍ମ ପ୍ରତି ହସ୍ତ ନ +\q ବଢ଼ାଇବେ, +\q ଏଥିପାଇଁ ଧାର୍ମିକମାନଙ୍କ ଅଧିକାରରେ ଦୁଷ୍ଟତାର ରାଜଦଣ୍ଡ +\q ଅବସ୍ଥାନ କରିବ ନାହିଁ । +\q +\s5 +\v 4 ହେ ସଦାପ୍ରଭୁ, ଯେଉଁମାନେ ମଙ୍ଗଳ-ସ୍ୱଭାବବିଶିଷ୍ଟ +\q ଓ ଅନ୍ତଃକରଣରେ ସରଳ, ସେମାନଙ୍କର ମଙ୍ଗଳ କର । +\q +\v 5 ମାତ୍ର ଯେଉଁମାନେ ଆପଣା ଆପଣା ବକ୍ରପଥରେ +\q ବିପଥଗାମୀ ହୁଅନ୍ତି, +\q ସେମାନଙ୍କୁ ସଦାପ୍ରଭୁ ଅଧର୍ମାଚାରୀମାନଙ୍କ ସଙ୍ଗେ କଢ଼ାଇ +\q ନେବେ । +\q ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ । + +\s5 +\c 126 +\s ମୁକ୍ତିର ସଙ୍ଗୀତ +\d ଆରୋହଣ-ଗୀତ । +\b +\q +\v 1 ସଦାପ୍ରଭୁ ସିୟୋନର ଦାସତ୍ୱାବସ୍ଥା +\q ପରିବର୍ତ୍ତନ କରିବା ବେଳେ ଆମ୍ଭେମାନେ ସ୍ୱପ୍ନଦର୍ଶକମାନଙ୍କ +\q ପରି ଥିଲୁ । +\q +\s5 +\v 2 ସେତେବେଳେ ଆମ୍ଭମାନଙ୍କ ମୁଖ ହାସ୍ୟରେ ଓ ଜିହ୍ୱା +\q ଗାୟନରେ ପରିପୂର୍ଣ୍ଣ ହେଲା; +\q ସେତେବେଳେ ଗୋଷ୍ଠୀବର୍ଗ ମଧ୍ୟରେ ଲୋକମାନେ +\q କହିଲେ, +\q "ସଦାପ୍ରଭୁ ଏମାନଙ୍କ ପାଇଁ ମହତ କର୍ମ କରିଅଛନ୍ତି ।" +\q +\v 3 ସଦାପ୍ରଭୁ ଆମ୍ଭମାନଙ୍କ ପାଇଁ ମହତ କର୍ମ କରିଅଛନ୍ତି; +\q ତହିଁ ସକାଶୁ ଆମ୍ଭେମାନେ ଆନନ୍ଦିତ ଅଛୁ । +\q +\s5 +\v 4 ହେ ସଦାପ୍ରଭୁ, ଦକ୍ଷିଣ ଦିଗର ସ୍ରୋତ ପରି +\q ଆମ୍ଭମାନଙ୍କ ଦାସତ୍ୱାବସ୍ଥା ପରିବର୍ତ୍ତନ କର । +\q +\v 5 ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି, ସେମାନେ +\q ଆନନ୍ଦ କରୁ କରୁ ଶସ୍ୟ କାଟିବେ । +\q +\v 6 ଯଦ୍ୟପି ସେ ବିହନ ବହି କାନ୍ଦି କାନ୍ଦି ଆପଣା ପଥରେ +\q ଯାଏ, +\q ତଥାପି ସେ ବିଡ଼ା ଘେନି ଆନନ୍ଦ କରୁ କରୁ ନେଉଟି +\q ଆସିବ । + +\s5 +\c 127 +\s ମଙ୍ଗଳମୟ ସଦାପ୍ରଭୁଙ୍କ ସ୍ତୁତି +\d ଆରୋହଣ-ଗୀତ; ଶଲୋମନଙ୍କ ରଚିତ । +\b +\q +\v 1 ସଦାପ୍ରଭୁ ଯଦି ଗୃହ ନିର୍ମାଣ ନ କରନ୍ତି, ତେବେ +\q ନିର୍ମାଣକାରୀମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି; +\q ଯଦି ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତେବେ ପ୍ରହରୀ +\q କେବଳ ବୃଥାରେ ଜାଗ୍ରତ ହୁଏ । +\q +\v 2 ତୁମ୍ଭେମାନେ ଯେ ପ୍ରଭାତରେ ଉଠ ଓ ଏତେ ବିଳମ୍ବରେ +\q ବିଶ୍ରାମ କର, ଆଉ ଶାନ୍ତିର ଖାଦ୍ୟ ଭୋଜନ କର, ଏହା +\q ତୁମ୍ଭମାନଙ୍କ ପକ୍ଷରେ ବୃଥା । +\q କାରଣ ସେହି ପ୍ରକାରେ ସେ ଆପଣା ପ୍ରିୟତମକୁ ନିଦ୍ରା +\q ଦିଅନ୍ତି । +\q +\s5 +\v 3 ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର +\q ଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର । +\q +\v 4 ଯୌବନର ସନ୍ତାନଗଣ ବୀର ପୁରୁଷର ହସ୍ତସ୍ଥିତ ତୀର +\q ସଦୃଶ । +\q +\v 5 ଯାହାର ତୂଣ ତାଦୃଶ ତୀରରେ ପୂର୍ଣ୍ଣ, ସେ ଜନ ସୁଖୀ; +\q ସେମାନେ ନଗର-ଦ୍ୱାରରେ ଶତ୍ରୁଗଣ ସଙ୍ଗେ କଥା କହିବା +\q ବେଳେ ଲଜ୍ଜିତ ହେବେ ନାହିଁ । + +\s5 +\c 128 +\s ବାଧ୍ୟତାର ପୁରସ୍କାର +\d ଆରୋହଣ-ଗୀତ । +\b +\q +\v 1 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ +\q କରନ୍ତି ଓ ତାହାଙ୍କ ପଥରେ ଚାଲନ୍ତି, ସେମାନଙ୍କର ପ୍ରତ୍ୟେକ +\q ଲୋକ ଧନ୍ୟ । +\q +\v 2 କାରଣ ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ +\q ଭୋଜନ କରିବ; +\q ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ । +\q +\s5 +\v 3 ତୁମ୍ଭର ଭାର୍ଯ୍ୟା ତୁମ୍ଭ ଗୃହର ଅନ୍ତଃପୁରରେ ଫଳବତୀ +\q ଦ୍ରାକ୍ଷାଲତା ତୁଲ୍ୟ ହେବ; +\q ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଚାରିଆଡ଼େ +\q ଜୀତବୃକ୍ଷର ଚାରା ପରି ହେବେ । +\q +\v 4 ଦେଖ, ସଦାପ୍ରଭୁଙ୍କୁ ଭୟ କରିବା ଲୋକ ଏହି ପ୍ରକାର +\q ଆଶୀର୍ବାଦ ପ୍ରାପ୍ତ ହେବ । +\q +\v 5 ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରିବେ; +\q ଆଉ, ତୁମ୍ଭେ ଯାବଜ୍ଜୀବନ ଯିରୂଶାଲମର ମଙ୍ଗଳ ଦେଖିବ । +\q +\v 6 ହଁ, ତୁମ୍ଭେ ଆପଣା ସନ୍ତାନଗଣର ସନ୍ତାନ ଦେଖିବ । + +\s5 +\c 129 +\s ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ । +\d ଇସ୍ରାଏଲର ଶତ୍ରୁମାନଙ୍କ ବିରୁଦ୍ଧରେ ପ୍ରାର୍ଥନା +\d ଆରୋହଣ-ଗୀତ । +\b +\q +\v 1 "ମୋ' ଯୌବନଠାରୁ ସେମାନେ +\q ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି," +\q ଇସ୍ରାଏଲ ଏବେ କୁହନ୍ତୁ; +\q +\v 2 "ମୋ' ଯୌବନଠାରୁ ସେମାନେ ଅନେକ ଥର ମୋତେ +\q କ୍ଳେଶ ଦେଇଅଛନ୍ତି; +\q ତଥାପି ସେମାନେ ମୋ' ଉପରେ ଜୟୀ ହୋଇ ନାହାନ୍ତି । +\q +\v 3 କୃଷକମାନେ ମୋ' ପୃଷ୍ଠଦେଶରେ ହଳ ବୁଲାଇଲେ; +\q ସେମାନେ ଲମ୍ବ ଲମ୍ବ ଶିଆର କଲେ । +\q +\s5 +\v 4 ସଦାପ୍ରଭୁ ଧର୍ମମୟ; +\q ସେ ଦୁଷ୍ଟମାନଙ୍କ ରଜ୍ଜୁ ଛେଦନ କରିଅଛନ୍ତି ।" +\q +\v 5 ସିୟୋନକୁ ଘୃଣା କରିବା ଲୋକସମସ୍ତେ ଲଜ୍ଜିତ ହୋଇ +\q ହଟି ଯାଉନ୍ତୁ । +\q +\s5 +\v 6 ସେମାନେ ଗୃହର ଛାତ ଉପରିସ୍ଥ ସେହି ତୃଣ ତୁଲ୍ୟ +\q ହେଉନ୍ତୁ, ଯାହା ବଢ଼ିବା ପୂର୍ବେ ଶୁଷ୍କ ହୁଏ; +\q +\v 7 ଯଦ୍ଦ୍ୱାରା କଟାଳୀ ଆପଣା ହସ୍ତ, ଅବା ବିଡ଼ାବନ୍ଧନ- +\q କାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ । +\q +\v 8 "କିଅବା ସଦାପ୍ରଭୁଙ୍କ ଆଶୀର୍ବାଦ ତୁମ୍ଭମାନଙ୍କ ଉପରେ +\q ବର୍ତ୍ତୁ, +\q ଆମ୍ଭେମାନେ ସଦାପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ +\q ଆଶୀର୍ବାଦ କରୁଅଛୁ", ଏହା ପଥିକମାନେ କହନ୍ତି ନାହିଁ ।" + +\s5 +\c 130 +\s ସହାୟତା ପାଇଁ ପ୍ରାର୍ଥନା +\d ଆରୋହଣ-ଗୀତ । +\b +\q +\v 1 ହେ ସଦାପ୍ରଭୁ, ମୁଁ ଗଭୀର +\q ଜଳରେ ଥାଇ ତୁମ୍ଭ ନିକଟରେ ଡାକ ପକାଇଅଛି । +\q +\v 2 ହେ ପ୍ରଭୁ, ମୋ' ରବ ଶୁଣ; +\q ତୁମ୍ଭ କର୍ଣ୍ଣ ମୋ' ବିନତୀ-ରବରେ ମନୋଯୋଗ କରୁ । +\q +\s5 +\v 3 ହେ ସଦାପ୍ରଭୁ, ତୁମ୍ଭେ ଯଦି ଅପରାଧସବୁ ଧରିବ, +\q ତେବେ ହେ ପ୍ରଭୁ, କିଏ ଠିଆ ହେବ ? +\q +\v 4 ମାତ୍ର ତୁମ୍ଭଙ୍କୁ ଯେପରି ଭୟ କରାଯାଏ, ଏଥିପାଇଁ +\q ତୁମ୍ଭଠାରେ କ୍ଷମା ଅଛି । +\q +\s5 +\v 5 ମୁଁ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି, ମୋ' ପ୍ରାଣ +\q ଅପେକ୍ଷା କରୁଅଛି, +\q ପୁଣି, ମୁଁ ତାହାଙ୍କ ବାକ୍ୟରେ ଭରସା ରଖୁଅଛି । +\q +\v 6 ପ୍ରହରୀମାନେ ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା +\q ମୋ' ପ୍ରାଣ ପ୍ରଭୁଙ୍କ ପାଇଁ ଅଧିକ ଚାହିଁ ରହେ; +\q ହଁ, ପ୍ରହରୀମାନଙ୍କର ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା +\q ଅଧିକ । +\q +\s5 +\v 7 ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ; +\q କାରଣ ସଦାପ୍ରଭୁଙ୍କଠାରେ ଦୟା ଅଛି +\q ଓ ତାହାଙ୍କଠାରେ ପ୍ରଚୁର ମୁକ୍ତି ଅଛି । +\q +\v 8 ପୁଣି, ସେ ଇସ୍ରାଏଲକୁ ତାହାର ସମସ୍ତ ଅପରାଧରୁ +\q ମୁକ୍ତ କରିବେ । + +\s5 +\c 131 +\s ନିର୍ଭରଶୀଳ ହେବା ପାଇଁ ପ୍ରାର୍ଥନା +\d ଆରୋହଣ-ଗୀତ; ଦାଉଦଙ୍କ ରଚିତ । +\b +\q +\v 1 ହେ ସଦାପ୍ରଭୁ, ମୋ' ଅନ୍ତଃକରଣ ଅହଙ୍କାରୀ ନୁହେଁ, +\q ଅବା ମୋ' ଦୁଷ୍ଟି ଉଚ୍ଚ ନୁହେଁ; +\q କିଅବା ମୁଁ ମହତ୍‍ ମହତ୍‍ ବ୍ୟାପାରରେ, ଅଥବା ମୋ' +\q ପ୍ରତି ବୋଧାତୀତ ଆଶ୍ଚର୍ଯ୍ୟ ବିଷୟମାନଙ୍କରେ ପ୍ରୟାସ କରୁ +\q ନାହିଁ । +\q +\s5 +\v 2 ନିଶ୍ଚୟ ମୁଁ ଆପଣା ପ୍ରାଣକୁ ଶାନ୍ତ ଓ କ୍ଷାନ୍ତ କରିଅଛି, +\q ସ୍ତନ୍ୟତ୍ୟାଗୀ ଶିଶୁ ଆପଣା ମାତା ସଙ୍ଗେ ଥିବା ପରି; +\q ମୋ' ପ୍ରାଣ ମୋ' ସଙ୍ଗରେ ସ୍ତନ୍ୟତ୍ୟାଗୀ ଶିଶୁ ପରି +\q ଅଛି । +\q +\v 3 ହେ ଇସ୍ରାଏଲ, ଆଜିଠାରୁ ଅନନ୍ତକାଳ ସଦାପ୍ରଭୁଙ୍କ +\q ଠାରେ ଭରସା ରଖ । + +\s5 +\c 132 +\s ମନ୍ଦିରର ପ୍ରଶଂସା +\d ଆରୋହଣ-ଗୀତ । +\b +\q +\v 1 ହେ ସଦାପ୍ରଭୁ, ଦାଉଦ +\q ପକ୍ଷରେ ତାହାର ସକଳ କ୍ଳେଶ ସ୍ମରଣ କର; +\q +\v 2 ସେ କିପ୍ରକାରେ ସଦାପ୍ରଭୁଙ୍କ ନିକଟରେ ଶପଥ କଲା, +\q ଆଉ ଯାକୁବର ବଳଦାତାଙ୍କ ନିକଟରେ ମାନତ କରି +\q କହିଲା; +\q +\s5 +\v 3 "ମୁଁ ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନିମନ୍ତେ ଏକ ସ୍ଥାନ ଓ +\q ଯାକୁବର ବଳଦାତାଙ୍କ ନିମନ୍ତେ ଏକ ଆବାସ ପ୍ରାପ୍ତ ନ ହୁଏ, +\q +\v 4 ସେପର୍ଯ୍ୟନ୍ତ ମୁଁ ନିଶ୍ଚୟ ଆପଣା ଗୃହ-ତମ୍ବୁରେ ପ୍ରବେଶ +\q କରିବି ନାହିଁ, କିଅବା ଆପଣା ଶଯ୍ୟା ଉପରକୁ ଯିବି ନାହିଁ । +\q +\v 5 ମୁଁ ଆପଣା ଚକ୍ଷୁକୁ ନିଦ୍ରା ଦେବି ନାହିଁ, +\q ଅବା ଆପଣା ଚକ୍ଷୁପତାକୁ ଘୁମାଇବାକୁ ଦେବି ନାହିଁ ।" +\q +\s5 +\v 6 ଦେଖ, ଆମ୍ଭେମାନେ ଇଫ୍ରାଥାରେ ଏ ବିଷୟ ଶୁଣିଲୁ; +\q ଆମ୍ଭେମାନେ ବନସ୍ଥ କ୍ଷେତ୍ରରେ ତାହା ପ୍ରାପ୍ତ ହେଲୁ । +\q +\v 7 ଆମ୍ଭେମାନେ ତାହାଙ୍କ ଆବାସକୁ ଯିବା; +\q ଆମ୍ଭେମାନେ ତାହାଙ୍କ ପାଦପୀଠରେ ପ୍ରଣାମ କରିବା । +\q +\v 8 ହେ ସଦାପ୍ରଭୁ, ଉଠ, ତୁମ୍ଭେ ସ୍ୱପରାକ୍ରମର ସିନ୍ଦୁକ +\q ସହିତ ଆପଣା ବିଶ୍ରାମ-ସ୍ଥାନକୁ ଗମନ କର । +\q +\s5 +\v 9 ତୁମ୍ଭର ଯାଜକମାନେ ଧର୍ମରୂପ ବସ୍ତ୍ର ପରିହିତ +\q ହେଉନ୍ତୁ; +\q ପୁଣି, ତୁମ୍ଭ ସଦ୍‍ଭକ୍ତମାନେ ଆନନ୍ଦଧ୍ୱନି କରନ୍ତୁ । +\q +\v 10 ତୁମ୍ଭ ଦାସ ଦାଉଦ ସକାଶୁ ଆପଣା ଅଭିଷିକ୍ତଙ୍କ +\q ମୁଖ ଫେରାଇ ଦିଅ ନାହିଁ । +\q +\s5 +\v 11 ସଦାପ୍ରଭୁ ଦାଉଦ ପ୍ରତି ସତ୍ୟରେ ଶପଥ କରିଅଛନ୍ତି; +\q ସେ ତହିଁରୁ ଫେରିବେ ନାହିଁ । +\q "ଆମ୍ଭେ ତୁମ୍ଭ ତନୁଜାତ ଫଳକୁ ତୁମ୍ଭ ସିଂହାସନରେ +\q ବସାଇବା । +\q +\v 12 ଯଦି ତୁମ୍ଭ ସନ୍ତାନଗଣ ଆମ୍ଭ ନିୟମ +\q ଓ ଆମ୍ଭେ ସେମାନଙ୍କୁ ଯେଉଁ ପ୍ରମାଣ-ବାକ୍ୟ ଶିଖାଇବା, +\q ତାହା ପାଳନ କରିବେ, +\q ତେବେ ସେମାନଙ୍କ ସନ୍ତାନଗଣ ହିଁ ସଦାକାଳ ତୁମ୍ଭ +\q ସିଂହାସନରେ ବସିବେ ।" +\q +\s5 +\v 13 କାରଣ ସଦାପ୍ରଭୁ ସିୟୋନକୁ ମନୋନୀତ +\q କରିଅଛନ୍ତି; ସେ ଆପଣା ନିବାସ ନିମନ୍ତେ ତାହା ବାଞ୍ଛା +\q କରିଅଛନ୍ତି । +\q +\v 14 ଏହା ଚିରକାଳ ଆମ୍ଭର ବିଶ୍ରାମ-ସ୍ଥାନ ଅଟେ; +\q ଏଠାରେ ଆମ୍ଭେ ବାସ କରିବା; କାରଣ ଆମ୍ଭେ ତାହା +\q ବାଞ୍ଛା କରିଅଛୁ । +\q +\s5 +\v 15 ଆମ୍ଭେ ତାହାର ଭକ୍ଷ୍ୟ ଉପରେ ବହୁଳ ରୂପେ +\q ଆଶୀର୍ବାଦ କରିବା; +\q ଆମ୍ଭେ ତାହାର ଦରିଦ୍ରଗଣକୁ ଅନ୍ନ ଦେଇ ତୃପ୍ତ କରିବା । +\q +\v 16 ଆମ୍ଭେ ତାହାର ଯାଜକଗଣକୁ ହିଁ ତ୍ରାଣରୂପ ବସ୍ତ୍ର +\q ପିନ୍ଧାଇବା +\q ଓ ତାହାର ସଦ୍‍ଭକ୍ତମାନେ ଆନନ୍ଦରେ ଉଚ୍ଚଧ୍ୱନି କରିବେ । +\q +\s5 +\v 17 ସେଠାରେ ଆମ୍ଭେ ଦାଉଦର ଶୃଙ୍ଗ ଅଙ୍କୁରିତ କରିବା; +\q ଆମ୍ଭେ ଆପଣା ଅଭିଷିକ୍ତଙ୍କ ପାଇଁ ଏକ ପ୍ରଦୀପ ନିରୂପଣ +\q କରିଅଛୁ । +\q +\v 18 ତାହାଙ୍କ ଶତ୍ରୁଗଣକୁ ଆମ୍ଭେ ଲଜ୍ଜାରୂପ ବସ୍ତ୍ର +\q ପିନ୍ଧାଇବା; +\q ମାତ୍ର ତାହାଙ୍କ ନିଜ ଉପରେ ତାହାଙ୍କ ମୁକୁଟ ଶୋଭା +\q ପାଇବ । + +\s5 +\c 133 +\s ଭ୍ରାତୃପ୍ରେମ +\d ଆରୋହଣ ଗୀତ, ଦାଉଦଙ୍କ ରଚିତ । +\b +\q +\v 1 ଦେଖ, ଭାଇମାନେ ମିଳନରେ ଏକତ୍ର ବାସ କରିବା +\q କିପରି ଉତ୍ତମ ଓ ମନୋହର ! +\q +\s5 +\v 2 ତାହା ମସ୍ତକରେ ବହୁମୂଲ୍ୟ ତୈଳ ସ୍ୱରୂପ, ଯାହା +\q ଦାଢ଼ିରେ, ଅର୍ଥାତ୍‍, ହାରୋଣଙ୍କର ଦାଢ଼ିରେ ବହି ତାଙ୍କ +\q ବସ୍ତ୍ରାଞ୍ଚଳରେ ପଡ଼ିଲା । +\q +\v 3 ତାହା ହର୍ମୋଣର ଶିଶିର ତୁଲ୍ୟ, +\q ଯାହା ସିୟୋନର ପର୍ବତଗଣ ଉପରେ କ୍ଷରି ପଡ଼େ । +\q କାରଣ ସଦାପ୍ରଭୁ ସେଠାରେ ଆଶୀର୍ବାଦ, ହଁ, ଅନନ୍ତ +\q ଜୀବନ ଆଜ୍ଞା କଲେ । + +\s5 +\c 134 +\s ସଦାପ୍ରଭୁଙ୍କ ସ୍ତୁତି ଗାନ +\d ଆରୋହଣ ଗୀତ । +\b +\q +\v 1 ଦେଖ, ହେ ସଦାପ୍ରଭୁଙ୍କ ଦାସସକଳ, +\q ରାତ୍ରିକାଳରେ ସଦାପ୍ରଭୁଙ୍କ ଗୃହରେ ଠିଆ ହୋଇଥାଅ +\q ଯେ ତୁମ୍ଭେମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ +\q କର । +\q +\v 2 ତୁମ୍ଭେମାନେ ଧର୍ମଧାମ ଆଡ଼େ ଆପଣା ଆପଣା ହସ୍ତ +\q ଉଠାଅ ଓ ସଦାପ୍ରଭୁଙ୍କର ଧନ୍ୟବାଦ କର । +\q +\s5 +\v 3 ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁ ସିୟୋନରୁ +\q ତୁମ୍ଭକୁ ଆଶୀର୍ବାଦ କରନ୍ତୁ । + +\s5 +\c 135 +\s ସ୍ତୁତି ବନ୍ଦନା +\q +\v 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା +\q କର । +\q ତୁମ୍ଭେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କର; +\q ହେ ସଦାପ୍ରଭୁଙ୍କ ଦାସମାନେ, ତାହାଙ୍କର ପ୍ରଶଂସା କର । +\q +\v 2 ସଦାପ୍ରଭୁଙ୍କ ଗୃହରେ, ଆମ୍ଭମାନଙ୍କ ପରମେଶ୍ୱରଙ୍କ +\q ଗୃହ-ପ୍ରାଙ୍ଗଣରେ ଠିଆ ହୋଇଥାଅ ଯେ ତୁମ୍ଭେମାନେ +\q +\s5 +\v 3 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର; କାରଣ +\q ସଦାପ୍ରଭୁ ମଙ୍ଗଳମୟ; +\q ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର; କାରଣ +\q ତାହା ମନୋହର । +\q +\v 4 ଯେହେତୁ ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ଓ +\q ନିଜର ସଞ୍ଚିତ ଧନ ରୂପେ ଇସ୍ରାଏଲକୁ ମନୋନୀତ +\q କରିଅଛନ୍ତି । +\q +\s5 +\v 5 କାରଣ ମୁଁ ଜାଣେ, ସଦାପ୍ରଭୁ ମହାନ ଓ ଆମ୍ଭମାନଙ୍କ +\q ପ୍ରଭୁ ସକଳ ଦେବ ଅପେକ୍ଷା ଶ୍ରେଷ୍ଠ । +\q +\v 6 ଆକାଶରେ ଓ ପୃଥିବୀରେ, ସମୁଦ୍ରରେ ଓ ସମଗ୍ର +\q ବାରିଧିରେ ସଦାପ୍ରଭୁ ଯାହା ଇଚ୍ଛା କଲେ, ତାହା +\q କରିଅଛନ୍ତି । +\q +\s5 +\v 7 ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉଠାନ୍ତି; +\q ସେ ବୃଷ୍ଟି ନିମନ୍ତେ ବିଜୁଳି ଉତ୍ପନ୍ନ କରନ୍ତି; +\q ସେ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି +\q ଆଣନ୍ତି । +\q +\s5 +\v 8 ସେ ମିସରର ପ୍ରଥମଜାତ ମନୁଷ୍ୟ ଓ ପଶୁ ଉଭୟକୁ +\q ସଂହାର କଲେ । +\q +\v 9 ହେ ମିସର, ସେ ତୁମ୍ଭ ମଧ୍ୟକୁ, +\q ଫାରୋ ପ୍ରତିକୂଳରେ, ତାହାର ଦାସଗଣ ପ୍ରତିକୂଳରେ +\q ନାନା ଚିହ୍ନ ଓ ଅଦ୍‍ଭୁତ ଲକ୍ଷଣ ପ୍ରେରଣ କଲେ । +\q +\s5 +\v 10 ସେ ଅନେକ ଗୋଷ୍ଠୀଙ୍କୁ ସଂହାର କଲେ, +\q ପରାକ୍ରାନ୍ତ ରାଜାମାନଙ୍କୁ, +\q +\v 11 ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ବାଶନର +\q ରାଜା ଓଗ୍‍କୁ, ଆଉ କିଣାନର ସକଳ ରାଜ୍ୟକୁ ବଧ କଲେ । +\q +\s5 +\v 12 ପୁଣି, ସେମାନଙ୍କର ଦେଶ ଅଧିକାର ନିମନ୍ତେ +\q ଦେଲେ, +\q ଆପଣା ଲୋକ ଇସ୍ରାଏଲକୁ ଅଧିକାରାର୍ଥେ ଦେଲେ । +\q +\v 13 ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳସ୍ଥାୟୀ; +\q ହେ ସଦାପ୍ରଭୁ, ତୁମ୍ଭ ସ୍ମରଣ ପୁରୁଷ ପରମ୍ପରାରେ +\q ଥାଏ । +\q +\s5 +\v 14 ଯେହେତୁ ସଦାପ୍ରଭୁ ଆପଣା ଲୋକମାନଙ୍କର ବିଚାର +\q କରିବେ +\q ଓ ଆପଣା ଦାସମାନଙ୍କ ପ୍ରତି ସଦୟ ହେବେ । +\q +\v 15 ଅନ୍ୟ ଦେଶୀୟମାନଙ୍କ ପ୍ରତିମାସବୁ ରୂପା ଓ ସୁନା, +\q ମନୁଷ୍ୟର ହସ୍ତକୃତ କର୍ମ ଅଟେ । +\q +\v 16 ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା +\q କହନ୍ତି ନାହିଁ, +\q ସେମାନଙ୍କର ଚକ୍ଷୁ ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ; +\q +\v 17 ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି +\q ନାହିଁ; +\q କିଅବା ସେମାନଙ୍କ ମୁଖରେ ନିଶ୍ୱାସପ୍ରଶ୍ୱାସ ନାହିଁ । +\q +\v 18 ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କ +\q ଠାରେ ନିର୍ଭରକାରୀ ପ୍ରତ୍ୟେକେ ସେମାନଙ୍କ ତୁଲ୍ୟ ହେବେ । +\q +\s5 +\v 19 ହେ ଇସ୍ରାଏଲ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର +\q ଧନ୍ୟବାଦ କର; +\q ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର +\q ଧନ୍ୟବାଦ କର; +\q +\v 20 ହେ ଲେବୀ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର +\q ଧନ୍ୟବାଦ କର । +\q ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ +\q ସଦାପ୍ରଭୁଙ୍କର ଧନ୍ୟବାଦ କର । +\q +\v 21 ଯିରୂଶାଲମବାସୀ ସଦାପ୍ରଭୁ ସିୟୋନଠାରୁ ଧନ୍ୟ +\q ହେଉନ୍ତୁ । +\q ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । + +\s5 +\c 136 +\s ଧନ୍ୟବାଦ ସ୍ତୁତି +\q +\v 1 ସଦାପ୍ରଭୁଙ୍କର ଧନ୍ୟବାଦ କର; +\q କାରଣ ସେ ମଙ୍ଗଳମୟ; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 2 ଦେବମାନଙ୍କ ଦେବଙ୍କର ଧନ୍ୟବାଦ କର; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 3 ପ୍ରଭୁମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କର; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\s5 +\v 4 ଯେ ମହତ୍‍ ମହତ୍‍ ଆଶ୍ଚର୍ଯ୍ୟକର୍ମ କରିବାରେ +\q ଅଦ୍ୱିତୀୟ, ତାହାଙ୍କର (ଧନ୍ୟବାଦ କର;) +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 5 ଯେ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ; +\q ତାହାଙ୍କର (ଧନ୍ୟବାଦ କର;) +\q କାରଣ ତାହାଙ୍କର ଦୟା ଅନନ୍ତକାଳସ୍ଥାୟୀ । +\q +\s5 +\v 6 ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ; +\q ତାହାଙ୍କର (ଧନ୍ୟବାଦ କର;) +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 7 ଯେ ମହାଜ୍ୟୋତିର୍ଗଣ ନିର୍ମାଣ କଲେ, ତାହାଙ୍କର (ଧନ୍ୟବାଦ କର;) +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\s5 +\v 8 ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ (ନିର୍ମାଣ +\q କଲେ ସେ;) +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 9 ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ (ନିର୍ମାଣ କଲେ ସେ;) +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\s5 +\v 10 ପ୍ରଥମଜାତମାନଙ୍କୁ (ସଂହାର କରିବା ଦ୍ୱାରା) +\q ମିସରକୁ ଆଘାତ କଲେ ସେ; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 11 ପୁଣି, ସେମାନଙ୍କ ମଧ୍ୟରୁ ଇସ୍ରାଏଲକୁ ବାହାର କରି +\q ଆଣିଲେ ସେ; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 12 ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ୱାରା ତାହା କଲେ +\q ସେ; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\s5 +\v 13 ଯେ ସୂଫ ସାଗରକୁ ବିଭକ୍ତ କଲେ, ତାହାଙ୍କର (ଧନ୍ୟବାଦ କର;) +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 14 ତହିଁ ମଧ୍ୟ ଦେଇ ଇସ୍ରାଏଲକୁ ପାର କରାଇଲେ ସେ; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 15 ମାତ୍ର ଫାରୋ ଓ ତାହାର ସୈନ୍ୟଗଣକୁ ସୂଫ +\q ସାଗରରେ ଠେଲି ଦେଲେ ସେ; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; +\q +\s5 +\v 16 ଯେ ପ୍ରାନ୍ତର ଦେଇ ଆପଣା ଲୋକମାନଙ୍କୁ ଗମନ +\q କରାଇଲେ, ତାହାଙ୍କର (ଧନ୍ୟବାଦ କର); +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 17 ଯେ ମହାରାଜଗଣକୁ ସଂହାର କଲେ, ତାହାଙ୍କର (ଧନ୍ୟବାଦ କର;) +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; +\q +\s5 +\v 18 ପରାକ୍ରାନ୍ତ ରାଜାମାନଙ୍କୁ ସଂହାର କଲେ ସେ; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; +\q +\v 19 ଇମୋରୀୟମାନଙ୍କ ରାଜା ସୀହୋନକୁ ବଧ କଲେ +\q ସେ; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; +\q +\v 20 ପୁଣି, ବାଶନର ରାଜା ଓଗ୍‍କୁ ବଧ କଲେ ସେ; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; +\q +\s5 +\v 21 ଆଉ, ସେମାନଙ୍କ ଦେଶ ଅଧିକାରାର୍ଥେ ଦେଲେ +\q ସେ; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 22 ନିଜ ଦାସ ଇସ୍ରାଏଲର ଅଧିକାର ନିମନ୍ତେ ଦେଲେ +\q ସେ; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; +\q +\v 23 ଆମ୍ଭମାନଙ୍କ ହୀନାବସ୍ଥା ସମୟରେ ଆମ୍ଭମାନଙ୍କୁ +\q ସ୍ମରଣ କଲେ ସେ; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\s5 +\v 24 ପୁଣି, ଆମ୍ଭମାନଙ୍କ ବିପକ୍ଷଗଣଠାରୁ ଆମ୍ଭମାନଙ୍କୁ +\q ଉଦ୍ଧାର କରିଅଛନ୍ତି ସେ; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 25 ସବୁ ପ୍ରାଣୀକୁ ଆହାର ଦିଅନ୍ତି ସେ; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । +\q +\v 26 ସ୍ୱର୍ଗର ପରମେଶ୍ୱରଙ୍କ ଧନ୍ୟବାଦ କର; +\q କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ । + +\s5 +\c 137 +\s ନିର୍ବାସିତ ଇସ୍ରାଏଲୀୟମାନଙ୍କ ବିଳାପ +\q +\v 1 ଆମ୍ଭେମାନେ ବାବିଲୀୟ ନଦୀମାନର +\q ନିକଟରେ ସିୟୋନକୁ ସ୍ମରଣ +\q କଲା ବେଳେ ସେଠାରେ ବସିଲୁ ଓ ରୋଦନ କଲୁ । +\q +\v 2 ଆମ୍ଭେମାନେ ସେଠାସ୍ଥିତ ବାଇଶୀ ବୃକ୍ଷରେ ଆପଣା +\q ଆପଣା ବୀଣା ଟଙ୍ଗାଇ ରଖିଲୁ । +\q +\s5 +\v 3 କାରଣ ଆମ୍ଭମାନଙ୍କୁ ବନ୍ଦୀ କରି ଘେନି ଯାଇଥିବା +\q ଲୋକେ ଆମ୍ଭମାନଙ୍କଠାରୁ ଗୀତ ଶୁଣିବାକୁ ଚାହିଁଲେ, +\q ପୁଣି, ଆମ୍ଭମାନଙ୍କ ଉପଦ୍ରବୀଗଣ ଆମ୍ଭମାନଙ୍କଠାରୁ +\q ଆନନ୍ଦ-ସ୍ୱର ଶୁଣିବାକୁ ଇଚ୍ଛା କରି କହିଲେ, "ଆମ୍ଭମାନଙ୍କ +\q ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର ।" +\q +\v 4 ଆମ୍ଭେମାନେ ବିଦେଶରେ କିପରି କରି ସଦାପ୍ରଭୁଙ୍କ +\q ଗୀତ ଗାନ କରିବା ? +\q +\s5 +\v 5 ହେ ଯିରୂଶାଲମ, ଯଦି ମୁଁ ତୁମ୍ଭକୁ ପାସୋରେ, +\q ତେବେ ମୋହର ଦକ୍ଷିଣ ହସ୍ତ ଆପଣା କୌଶଳ ପାସୋରି +\q ଯାଉ । +\q +\v 6 ଯଦି ମୁଁ ତୁମ୍ଭଙ୍କୁ ସ୍ମରଣ ନ କରେ, +\q ଯଦି ମୁଁ ଯିରୂଶାଲମକୁ ଆପଣା ପରମାନନ୍ଦରୁ ଅଧିକ +\q ଭଲ ନ ମଣେ, +\q ତେବେ ମୋହର ଜିହ୍ୱା ମୋ' ମୁଖର ତାଳୁରେ ଲାଗି +\q ରହୁ । +\q +\s5 +\v 7 ହେ ସଦାପ୍ରଭୁ, ଇଦୋମୀୟ ସନ୍ତାନଗଣ +\q ପ୍ରତିକୂଳରେ ଯିରୂଶାଲମର ଦିନ ସ୍ମରଣ କର; +\q ସେମାନେ କହିଲେ, "ଉତ୍ପାଟନ କର, ତହିଁର ମୂଳ ପର୍ଯ୍ୟନ୍ତ +\q ଉତ୍ପାଟନ କର ।" +\q +\s5 +\v 8 ଆଗୋ ବିନାଶ୍ୟ ବାବିଲୀୟ କନ୍ୟେ, ତୁମ୍ଭେ +\q ଆମ୍ଭମାନଙ୍କ ପ୍ରତି ଯେରୂପ କରିଅଛ, ତୁମ୍ଭକୁ ସେହିରୂପ +\q ପ୍ରତିଫଳ ଯେ ଦେବ, ସେ ଧନ୍ୟ । +\q +\v 9 ଯେଉଁ ଜନ ତୁମ୍ଭ ଶିଶୁଗଣକୁ ଧରି ଶୈଳ ଉପରେ +\q କଚାଡ଼ିବ, ସେ ଧନ୍ୟ । + +\s5 +\c 138 +\s ଧନ୍ୟବାଦ ସ୍ତୁତି +\d ଦାଉଦଙ୍କର ଗୀତ । +\b +\q +\v 1 ମୁଁ ଆପଣାର ସର୍ବାନ୍ତଃକରଣରେ +\q ତୁମ୍ଭର ଧନ୍ୟବାଦ କରିବି; +\q ଦେବଗଣ ସାକ୍ଷାତରେ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସାଗାନ +\q କରିବି । +\q +\v 2 ମୁଁ ତୁମ୍ଭ ପବିତ୍ର ମନ୍ଦିର ଅଭିମୁଖରେ ତୁମ୍ଭର ଭଜନା +\q କରିବି, +\q ପୁଣି, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ସକାଶେ +\q ତୁମ୍ଭ ନାମର ଧନ୍ୟବାଦ କରିବି । +\q କାରଣ ତୁମ୍ଭେ ଆପଣାର ସକଳ ନାମ ଅପେକ୍ଷା ଆପଣାର +\q ବାକ୍ୟ ମହତ କରିଅଛ । +\q +\s5 +\v 3 ମୁଁ ପ୍ରାର୍ଥନା କରିବା ଦିନ ତୁମ୍ଭେ ମୋତେ ଉତ୍ତର ଦେଲ, +\q ତୁମ୍ଭେ ମୋ' ପ୍ରାଣକୁ ବଳ ଦେଇ ସାହସିକ କଲ । +\q +\v 4 ହେ ସଦାପ୍ରଭୁ, ପୃଥିବୀସ୍ଥ ସମସ୍ତ ରାଜା ତୁମ୍ଭର +\q ଧନ୍ୟବାଦ କରିବେ, +\q କାରଣ ସେମାନେ ତୁମ୍ଭ ମୁଖର ବାକ୍ୟ ଶୁଣିଅଛନ୍ତି । +\q +\s5 +\v 5 ହଁ, ସେମାନେ ସଦାପ୍ରଭୁଙ୍କ ପଥ ବିଷୟ ଗାନ କରିବେ; +\q କାରଣ ସଦାପ୍ରଭୁଙ୍କ ଗୌରବ ମହତ୍‍ । +\q +\v 6 ଯେହେତୁ ସଦାପ୍ରଭୁ ଉଚ୍ଚ ହେଲେ ହେଁ ନୀଚ ଲୋକଙ୍କ +\q ପ୍ରତି ଦୃଷ୍ଟି କରନ୍ତି; +\q ମାତ୍ର ସେ ଗର୍ବୀକୁ ଦୂରରୁ ଚିହ୍ନନ୍ତି । +\q +\s5 +\v 7 ମୁଁ ସଙ୍କଟ ମଧ୍ୟରେ ଗମନ କଲେ ହେଁ ତୁମ୍ଭେ ମୋତେ +\q ସଜୀବ କରିବ, +\q ତୁମ୍ଭେ ମୋ' ଶତ୍ରୁଗଣର କୋପ ପ୍ରତିକୂଳରେ ଆପଣା +\q ହସ୍ତ ବିସ୍ତାର କରିବ +\q ଓ ତୁମ୍ଭ ଦକ୍ଷିଣ ହସ୍ତ ମୋତେ ତ୍ରାଣ କରିବ । +\q +\v 8 ସଦାପ୍ରଭୁ ମୋ' ସମ୍ପର୍କୀୟ ବିଷୟ ସାଧନ କରିବେ; +\q ହେ ସଦାପ୍ରଭୁ, ତୁମ୍ଭ ଦୟା ଅନନ୍ତକାଳସ୍ଥାୟୀ; +\q ତୁମ୍ଭେ ଆପଣା ହସ୍ତକୃତ କର୍ମ ପରିତ୍ୟାଗ କର ନାହିଁ । + +\s5 +\c 139 +\s ସର୍ବଜ୍ଞାତା ମଙ୍ଗଳମୟ ସଦାପ୍ରଭୁ +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ତୁମ୍ଭେ ମୋହର ଅନୁସନ୍ଧାନ କରିଅଛ +\q ଓ ମୋହର ପରିଚୟ ନେଇଅଛ । +\q +\v 2 ତୁମ୍ଭେ ମୋହର ବସିବାର ଓ ଉଠିବାର ଜାଣୁଅଛ, +\q ତୁମ୍ଭେ ଦୂରରୁ ମୋହର ସଙ୍କଳ୍ପ ବୁଝୁଅଛ । +\q +\s5 +\v 3 ତୁମ୍ଭେ ମୋହର ଗମନ ଓ ଶୟନ ଅନୁସନ୍ଧାନ କରୁଅଛ, +\q ଆଉ ମୋହର ସକଳ ଗତି ଜାଣୁଅଛ । +\q +\v 4 କାରଣ ହେ ସଦାପ୍ରଭୁ, ଦେଖ, ଯାହା ତୁମ୍ଭଙ୍କୁ ସମ୍ପୂର୍ଣ୍ଣ +\q ଗୋଚର ନୁହେଁ, ଏପରି ଗୋଟିଏ କଥା ମୋ' ଜିହ୍ୱାରେ +\q ନାହିଁ । +\q +\v 5 ତୁମ୍ଭେ ମୋତେ ପଛରେ ଓ ଆଗରେ ଘେରିଅଛ +\q ଓ ମୋ' ଉପରେ ଆପଣା ହସ୍ତ ରଖିଅଛ । +\q +\v 6 ଏହି ପ୍ରକାର ଜ୍ଞାନ ମୋ' ପ୍ରତି ଅତି ଆଶ୍ଚର୍ଯ୍ୟ; +\q ତାହା ଉଚ୍ଚ, ମୋ' ବୋଧର ଅଗମ୍ୟ । +\q +\s5 +\v 7 ତୁମ୍ଭ ଆତ୍ମାଠାରୁ ମୁଁ କେଉଁଠାକୁ ଯିବି ? +\q ଅବା ତୁମ୍ଭ ସାକ୍ଷାତରୁ ମୁଁ କେଉଁଠାକୁ ପଳାଇବି ? +\q +\v 8 ଯଦି ମୁଁ ସ୍ୱର୍ଗକୁ ଆରୋହଣ କରେ, ତେବେ ତୁମ୍ଭେ +\q ସେଠାରେ । +\q ଯଦି ମୁଁ ପାତାଳରେ ବିଛଣା କରେ, ତେବେ ଦେଖ, +\q ତୁମ୍ଭେ ସେଠାରେ +\q +\s5 +\v 9 ଯଦି ମୁଁ ଅରୁଣର ପକ୍ଷ ଧରେ ଓ ସମୁଦ୍ରର ପ୍ରାନ୍ତ +\q ସୀମାରେ ବାସ କରେ; +\q +\v 10 ସେଠାରେ ହେଁ ତୁମ୍ଭର ହସ୍ତ ମୋତେ ଚଳାଇବ ଓ +\q ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରିବ । +\q +\s5 +\v 11 ଯଦି ମୁଁ କହେ, "ନିଶ୍ଚୟ ଅନ୍ଧକାର ମୋତେ ମଗ୍ନ +\q କରିବ +\q ଓ ମୋ' ଚତୁର୍ଦ୍ଦିଗସ୍ଥ ଆଲୁଅ ରାତ୍ରି ହେବ"; +\q +\v 12 ତେବେ ଅନ୍ଧକାର ହିଁ ତୁମ୍ଭଠାରୁ ଲୁଚାଏ ନାହିଁ, +\q ବରଞ୍ଚ ରାତ୍ରି ଦିବସ ପରି ଦୀପ୍ତିମାନ ହୁଏ; +\q ତୁମ୍ଭ ପ୍ରତି ଅନ୍ଧାର ଓ ଆଲୁଅ ଦୁଇ ସମାନ । +\q +\s5 +\v 13 କାରଣ ତୁମ୍ଭେ ମୋହର ମର୍ମର କର୍ତ୍ତା; +\q ତୁମ୍ଭେ ମୋତେ ମାତୃଗର୍ଭରେ ଆଚ୍ଛାଦନ କରିଅଛ । +\q +\v 14 ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; କାରଣ ମୁଁ ଭୟଙ୍କର +\q ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ; +\q ତୁମ୍ଭର କର୍ମସକଳ ଆଶ୍ଚର୍ଯ୍ୟ; +\q ଏହା ମୋ' ପ୍ରାଣ ଭଲ ରୂପେ ଜାଣେ । +\q +\s5 +\v 15 ମୁଁ ଗୋପନରେ ନିର୍ମିତ ଓ ପୃଥିବୀର ଅଧଃସ୍ଥାନରେ +\q ଶିଳ୍ପିତ ହେବା ସମୟରେ ମୋହର ଅସ୍ଥିପଞ୍ଜର ତୁମ୍ଭଠାରୁ +\q ଗୁପ୍ତ ନ ଥିଲା । +\q +\v 16 ତୁମ୍ଭ ଚକ୍ଷୁ ମୋହର ସେହି ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଲା +\q ଓ ମୋହର ଯେଉଁସବୁ ଅଙ୍ଗପ୍ରତ୍ୟଙ୍ଗ ଦିନକୁ ଦିନ ଗଠିତ +\q ହେଲା, ତନ୍ମଧ୍ୟରୁ ଗୋଟିଏ ହେଲେ ନ ହେଉଣୁ ତାହାସବୁ +\q ତୁମ୍ଭ ପୁସ୍ତକରେ ଲିଖିତ ଥିଲା । +\q +\s5 +\v 17 ହେ ପରମେଶ୍ୱର, ଆହୁରି ତୁମ୍ଭର ସଙ୍କଳ୍ପସକଳ ମୋ' +\q ପ୍ରତି କିପରି ବହୁମୂଲ୍ୟ ! +\q ତହିଁର ସଂଖ୍ୟା କିପରି ଅଧିକ ! +\q +\v 18 ମୁଁ ସେସବୁ ଗଣନା କରିବାକୁ ଗଲେ, ତାହା +\q ସଂଖ୍ୟାରେ ବାଲୁକା ଅପେକ୍ଷା ଅଧିକ; +\q ଯେତେବେଳେ ମୁଁ ଜାଗ୍ରତ ହୁଏ, ସେତେବେଳେ ହେଁ ମୁଁ +\q ତୁମ୍ଭ ନିକଟରେ ଥାଏ । +\q +\s5 +\v 19 ହେ ପରମେଶ୍ୱର, ତୁମ୍ଭେ ନିଶ୍ଚୟ ଦୁଷ୍ଟମାନଙ୍କୁ ବଧ +\q କରିବ; +\q ଏହେତୁ ହେ ରକ୍ତ-ପିପାସୁ ଲୋକମାନେ, ତୁମ୍ଭେମାନେ +\q ମୋ' ନିକଟରୁ ଦୂର ହୁଅ । +\q +\v 20 କାରଣ ସେମାନେ ଦୁଷ୍ଟ ଭାବରେ ତୁମ୍ଭ ବିରୁଦ୍ଧରେ +\q କଥା କହନ୍ତି +\q ଓ ତୁମ୍ଭ ଶତ୍ରୁମାନେ ବ୍ୟର୍ଥରେ ତୁମ୍ଭ ନାମ ଧରନ୍ତି । +\q +\s5 +\v 21 ହେ ସଦାପ୍ରଭୁ, ତୁମ୍ଭ ଘୃଣାକାରୀମାନଙ୍କୁ ମୁଁ କ'ଣ +\q ଘୃଣା କରୁ ନାହିଁ ? +\q ଓ ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଉଠନ୍ତି, ସେମାନଙ୍କ +\q ପ୍ରତି ମୁଁ କ'ଣ ବିରକ୍ତ ହେଉ ନାହିଁ ? +\q +\v 22 ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ଘୃଣାରେ ଘୃଣା କରେ; +\q ମୁଁ ସେମାନଙ୍କୁ ଆପଣାର ଶତ୍ରୁ ବୋଲି ଜ୍ଞାନ କରେ । +\q +\s5 +\v 23 ହେ ପରମେଶ୍ୱର, ମୋହର ଅନୁସନ୍ଧାନ କର ଓ +\q ମୋ' ଅନ୍ତଃକରଣର ପରିଚୟ ନିଅ; +\q ମୋତେ ପରୀକ୍ଷା କର ଓ ମୋହର ସଙ୍କଳ୍ପସବୁ ଜ୍ଞାତ +\q ହୁଅ; +\q +\v 24 ଆଉ, ମୋ' ଅନ୍ତରରେ ଦୁଷ୍ଟତାର କୌଣସି ମାର୍ଗ +\q ଅଛି କି ନାହିଁ, ଏହା ଦେଖ, +\q ପୁଣି, ଅନନ୍ତ ପଥରେ ମୋତେ ଗମନ କରାଅ । + +\s5 +\c 140 +\s ଆଶ୍ରୟ ଭିକ୍ଷା +\d ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ଦୁର୍ଜ୍ଜନଠାରୁ ମୋତେ ଉଦ୍ଧାର କର; +\q ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର । +\q +\v 2 ସେମାନେ ମନେ ମନେ କୁକଳ୍ପନା କରନ୍ତି; +\q ସେମାନେ ଯୁଦ୍ଧ କରିବାକୁ ପ୍ରତି ଦିନ ଏକତ୍ରିତ ହୁଅନ୍ତି । +\q +\v 3 ସେମାନେ ସର୍ପ ପରି ଆପଣା ଆପଣା ଜିହ୍ୱା ତୀକ୍ଷ୍‍ଣ +\q କରିଅଛନ୍ତି; +\q ସେମାନଙ୍କ ଓଷ୍ଠାଧର ତଳେ କାଳସର୍ପର ଗରଳ ଥାଏ । +\q [ସେଲା] +\q +\s5 +\v 4 ହେ ସଦାପ୍ରଭୁ, ଦୁଷ୍ଟର ହସ୍ତରୁ ମୋତେ ରଖ; +\q ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର; +\q ସେମାନେ ବିପଥକୁ ମୋ' ଚରଣ ପେଲି ଦେବା ପାଇଁ +\q କଳ୍ପନା କରିଅଛନ୍ତି । +\q +\v 5 ଅହଙ୍କାରୀମାନେ ଗୋପନରେ ମୋ' ପାଇଁ ଫାନ୍ଦ ଓ +\q ଦଉଡ଼ି ପାତିଅଛନ୍ତି । +\q ସେମାନେ ପଥ ପାର୍ଶ୍ୱରେ ଜାଲ ପ୍ରସାରି ଅଛନ୍ତି; +\q ସେମାନେ ମୋ' ପାଇଁ ଯନ୍ତା ବସାଇ ଅଛନ୍ତି । +\q [ସେଲା] +\q +\s5 +\v 6 ମୁଁ ସଦାପ୍ରଭୁଙ୍କୁ କହିଲି, "ତୁମ୍ଭେ ମୋହର ପରମେଶ୍ୱର; +\q ହେ ସଦାପ୍ରଭୁ, ମୋ' ନିବେଦନର ରବରେ କର୍ଣ୍ଣପାତ +\q କର ।" +\q +\v 7 ହେ ମୋ' ପରିତ୍ରାଣର ବଳ ସ୍ୱରୂପ ପ୍ରଭୁ, +\q ସଦାପ୍ରଭୁ, +\q ତୁମ୍ଭେ ଯୁଦ୍ଧର ଦିନରେ ମୋ' ମସ୍ତକ ଆଚ୍ଛାଦନ କରିଅଛ । +\q +\v 8 ହେ ସଦାପ୍ରଭୁ, ଦୁଷ୍ଟର ବାଞ୍ଛା ପ୍ରଦାନ କର ନାହିଁ; +\q ତାହାର କୁକଳ୍ପନା ସିଦ୍ଧ କର ନାହିଁ; କେଜାଣି ସେମାନେ +\q ଆପଣାମାନଙ୍କୁ ଗର୍ବିତ କରିବେ । +\q [ସେଲା] +\q +\s5 +\v 9 ଯେଉଁମାନେ ମୋତେ ଘେରିଅଛନ୍ତି, ସେମାନଙ୍କ ନିଜ +\q ଓଷ୍ଠାଧରର ଦୌରାତ୍ମ୍ୟ ସେମାନଙ୍କ ମସ୍ତକକୁ ଆଚ୍ଛାଦନ କରୁ । +\q +\v 10 ସେମାନଙ୍କ ଉପରେ ଜ୍ୱଳନ୍ତା ଅଙ୍ଗାର ପଡ଼ୁ । +\q ସେମାନେ ଅଗ୍ନିରେ ନିକ୍ଷିପ୍ତ ହେଉନ୍ତୁ; +\q ସେମାନେ ଯେପରି ଆଉ ଉଠି ନ ପାରିବେ, ଏଥିପାଇଁ +\q ଗଭୀର ଗର୍ତ୍ତରେ ନିକ୍ଷିପ୍ତ ହେଉନ୍ତୁ । +\q +\v 11 ଦୁର୍ମୁଖ ଲୋକ ପୃଥିବୀରେ ସ୍ଥିର ହେବ ନାହିଁ; +\q ଉପଦ୍ରବୀକୁ ନିପାତ କରିବା ପାଇଁ ଅମଙ୍ଗଳ ମୃଗୟା କରିବ । +\q +\s5 +\v 12 ସଦାପ୍ରଭୁ ଦୁଃଖୀର ବିବାଦ ଓ ଦୀନହୀନର ବିଚାର +\q ନିଷ୍ପନ୍ନ କରିବେ, ଏହା ମୁଁ ଜାଣେ । +\q +\v 13 ଧାର୍ମିକମାନେ ଅବଶ୍ୟ ତୁମ୍ଭ ନାମର ଧନ୍ୟବାଦ +\q କରିବେ; +\q ସରଳ ଲୋକମାନେ ତୁମ୍ଭ ଛାମୁରେ ବାସ କରିବେ । + +\s5 +\c 141 +\s ସାନ୍ଧ୍ୟ ପ୍ରାର୍ଥନା +\d ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ମୁଁ ତୁମ୍ଭ +\q ନିକଟରେ ପ୍ରାର୍ଥନା କରୁଅଛି; ମୋ' ପକ୍ଷରେ ସତ୍ୱର ହୁଅ; +\q ମୁଁ ଡାକିବା ବେଳେ ମୋ' ରବରେ କର୍ଣ୍ଣ ଦିଅ । +\q +\v 2 ସୁଗନ୍ଧି ଧୂପ ପରି ମୋ' ପ୍ରାର୍ଥନା, ସନ୍ଧ୍ୟାକାଳୀନ +\q ନୈବେଦ୍ୟ ପରି ମୋହର କୃତାଞ୍ଜଳି ତୁମ୍ଭ ଛାମୁରେ +\q ଉପସ୍ଥିତ ହେଉ । +\q +\s5 +\v 3 ହେ ସଦାପ୍ରଭୁ, ମୋ' ମୁଖ ଆଗରେ ପ୍ରହରୀ ନିଯୁକ୍ତ +\q କର; +\q ମୋ'ଓଷ୍ଠାଧରର କବାଟ ରକ୍ଷା କର । +\q +\v 4 ଅଧର୍ମାଚାରୀ ଲୋକମାନଙ୍କ ସଙ୍ଗେ ଦୁଷ୍ଟ କ୍ରିୟାରେ +\q ନିଯୁକ୍ତ ହେବା ପାଇଁ କୌଣସି ମନ୍ଦ ବିଷୟରେ ମୋ' ଚିତ୍ତକୁ +\q ପ୍ରବର୍ତ୍ତାଅ ନାହିଁ +\q ଓ ସେମାନଙ୍କ ସୁସ୍ୱାଦୁ ଭକ୍ଷ୍ୟ ଭୋଜନ କରିବାକୁ ମୋତେ +\q ଦିଅ ନାହିଁ । +\q +\s5 +\v 5 ଧାର୍ମିକ ଲୋକ ମୋତେ ପ୍ରହାର କରୁ, ତାହା ମୋ' +\q ପ୍ରତି ଦୟା ହେବ +\q ଓ ସେ ମୋତେ ଅନୁଯୋଗ କରୁ, ତାହା ମସ୍ତକରେ ତୈଳ +\q ସ୍ୱରୂପ ହେବ; +\q ମୋ' ମସ୍ତକ ତାହା ଅଗ୍ରାହ୍ୟ ନ କରୁ; +\q ସେମାନଙ୍କର ନାନା ଦୁଷ୍ଟତା ସମୟରେ ମୋହର ପ୍ରାର୍ଥନା +\q ଚଳୁଥିବ । +\q +\v 6 ସେମାନଙ୍କ ବିଚାରକର୍ତ୍ତାମାନେ ଶୈଳ ପାର୍ଶ୍ୱରେ ନିକ୍ଷିପ୍ତ +\q ହୋଇଅଛନ୍ତି; +\q ମୋହର ବାକ୍ୟ ମଧୁର, ଏଣୁ ସେମାନେ ତାହା ଶୁଣିବେ । +\q +\v 7 କେହି ଭୂମି ଚାଷ ଓ ବିଦୀର୍ଣ୍ଣ କରିବା ବେଳେ ଯେପରି, +\q ସେପରି କବର ମୁଖରେ ଆମ୍ଭମାନଙ୍କ ଅସ୍ଥିସବୁ ଛିନ୍ନଭିନ୍ନ +\q ହୋଇଅଛି । +\q +\s5 +\v 8 କାରଣ ହେ ପ୍ରଭୁ, ସଦାପ୍ରଭୁ, ମୋ' ଦୃଷ୍ଟି ତୁମ୍ଭ +\q ଆଡ଼େ ଅଛି; +\q ମୁଁ ତୁମ୍ଭଠାରେ ଭରସା ରଖିଅଛି; ମୋ' ପ୍ରାଣକୁ ଅନାଥ +\q କରି ତ୍ୟାଗ କର ନାହିଁ । +\q +\v 9 ମୋ' ନିମନ୍ତେ ସେମାନଙ୍କ ପାତିତ ଫାନ୍ଦରୁ +\q ଓ ଅଧର୍ମାଚାରୀମାନଙ୍କ ଯନ୍ତାରୁ ମୋତେ ରକ୍ଷା କର । +\q +\v 10 ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ, ସେହି +\q ଅବସରରେ ମୁଁ ରକ୍ଷା ପାଏ । + +\s5 +\c 142 +\s ସହାୟତା ପାଇଁ ପ୍ରାର୍ଥନା +\d ଗୁମ୍ଫାରେ ଥିଲା ବେଳେ ଦାଉଦଙ୍କର ମସ୍କୀଲ୍‍; ପ୍ରାର୍ଥନା । +\b +\q +\v 1 ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରେ; +\q ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ; +\q +\v 2 ମୁଁ ତାହାଙ୍କ ଛାମୁରେ ନିଜ ଦୁଃଖର କଥା ଭାଙ୍ଗି କହେ; +\q ମୁଁ ତାହାଙ୍କ ଆଗରେ ଆପଣା ଦୁଃଖ ଜଣାଏ । +\q +\s5 +\v 3 ମୋହର ଆତ୍ମା ମୋ' ଅନ୍ତରରେ ଉଦ୍‍ବିଗ୍ନ ହେବା +\q ବେଳେ ତୁମ୍ଭେ ମୋହର ମାର୍ଗ ଜାଣିଲ । +\q ମୋ' ଗମନ ପଥରେ ସେମାନେ ମୋ' ପାଇଁ +\q ଗୋପନରେ ଫାନ୍ଦ ପାତିଅଛନ୍ତି । +\q +\v 4 ମୋ' ଦକ୍ଷିଣ ପାର୍ଶ୍ୱ ନିରୀକ୍ଷଣ କରି ଦେଖ; ମୋତେ +\q ଜାଣିବା ଲୋକ କେହି ନାହିଁ; +\q ମୋହର ଆଶ୍ରୟ ବିନଷ୍ଟ ହୋଇଅଛି; ମୋ' ପ୍ରାଣ ପାଇଁ +\q କେହି ଚିନ୍ତା କରେ ନାହିଁ । +\q +\v 5 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରେ; +\q ମୁଁ କହିଲି, "ତୁମ୍ଭେ ମୋହର ଆଶ୍ରୟ, ଜୀବିତ ଲୋକଙ୍କ +\q ଦେଶରେ ତୁମ୍ଭେ ମୋହର ବାଣ୍ଟ । +\q +\s5 +\v 6 ମୋ' କାକୂକ୍ତିରେ ମନୋଯୋଗ କର; କାରଣ ମୁଁ +\q ଅତି ଅଧୋନତ ହୋଇଅଛି; +\q ମୋ' ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର; +\q କାରଣ ସେମାନେ ମୋ' ଅପେକ୍ଷା ବଳବାନ । +\q +\v 7 କାରାଗାରରୁ ମୋ' ପ୍ରାଣ ଉଦ୍ଧାର କର, ତହିଁରେ ମୁଁ +\q ତୁମ୍ଭ ନାମକୁ ଧନ୍ୟବାଦ ଦେବି; +\q ଧାର୍ମିକମାନେ ମୋତେ ବେଷ୍ଟନ କରିବେ; +\q କାରଣ ତୁମ୍ଭେ ମୋହର ପ୍ରଚୁର ମଙ୍ଗଳ କରିବ ।" + +\s5 +\c 143 +\s ସହାୟତା ପାଇଁ ପ୍ରାର୍ଥନା +\d ଦାଉଦଙ୍କର ଗୀତ । +\b +\q +\v 1 ହେ ସଦାପ୍ରଭୁ, ମୋହର +\q ପ୍ରାର୍ଥନା ଶୁଣ; ମୋ' ନିବେଦନରେ କର୍ଣ୍ଣପାତ କର; +\q ତୁମ୍ଭର ବିଶ୍ୱସ୍ତତା ଓ ଧର୍ମରେ ମୋତେ ଉତ୍ତର ଦିଅ । +\q +\v 2 ନିଜ ଦାସକୁ ବିଚାରରେ ଆଣ ନାହିଁ; +\q କାରଣ ତୁମ୍ଭ ଦୃଷ୍ଟିରେ କୌଣସି ଜୀବିତ ମନୁଷ୍ୟ ଧାର୍ମିକ +\q ହୋଇ ପାରିବ ନାହିଁ । +\q +\s5 +\v 3 ଶତ୍ରୁ ମୋ' ପ୍ରାଣକୁ ତାଡ଼ନା କରିଅଛି; +\q ସେ ମୋ' ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛି; +\q ସେ ବହୁ କାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ +\q ଅନ୍ଧକାର ସ୍ଥାନରେ ବାସ କରାଇ ଅଛି । +\q +\v 4 ଏହେତୁ ମୋହର ଆତ୍ମା ମୋ' ଅନ୍ତରରେ ଉଦ୍‍ବିଗ୍ନ +\q ହୋଇଅଛି; +\q ମୋ' ଅନ୍ତରରେ ମୋହର ଚିତ୍ତ ଶୂନ୍ୟ ହୋଇଅଛି । +\q +\s5 +\v 5 ମୁଁ ପୂର୍ବକାଳର ଦିନସବୁ ସ୍ମରଣ କରୁଅଛି; +\q ମୁଁ ତୁମ୍ଭର କର୍ମସବୁ ଧ୍ୟାନ କରୁଅଛି; +\q ମୁଁ ତୁମ୍ଭର ହସ୍ତକୃତ କର୍ମ ଚିନ୍ତା କରୁଅଛି । +\q +\v 6 ମୁଁ ତୁମ୍ଭଆଡ଼େ ହସ୍ତ ପ୍ରସାରୁ ଅଛି; +\q ଶୁଷ୍କ ଭୂମି ତୁଲ୍ୟ ମୋ' ପ୍ରାଣ ତୁମ୍ଭ ପାଇଁ ତୃଷିତ +\q ହେଉଅଛି । +\q [ସେଲା] +\q +\s5 +\v 7 ହେ ସଦାପ୍ରଭୁ, ମୋତେ ଉତ୍ତର ଦେବାକୁ ସତ୍ୱର +\q ହୁଅ; ମୋହର ଆତ୍ମା କ୍ଷୀଣ ହେଉଅଛି; +\q ମୋ'ଠାରୁ ଆପଣା ମୁଖ ଲୁଚାଅ ନାହିଁ; +\q କେଜାଣି ମୁଁ ଗର୍ତ୍ତଗାମୀମାନଙ୍କ ତୁଲ୍ୟ ହେବି । +\q +\v 8 ପ୍ରଭାତରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର କଥା ମୋତେ +\q ଶୁଣାଅ; +\q କାରଣ ମୁଁ ତୁମ୍ଭଠାରେ ଭରସା ରଖେ; +\q ମୋହର ଗନ୍ତବ୍ୟ ପଥ ମୋତେ ଜଣାଅ; +\q କାରଣ ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ । +\q +\s5 +\v 9 ହେ ସଦାପ୍ରଭୁ, ମୋ' ଶତ୍ରୁଗଣଠାରୁ ମୋତେ ଉଦ୍ଧାର +\q କର; +\q ମୁଁ ଲୁଚିବା ପାଇଁ ତୁମ୍ଭ ନିକଟକୁ ପଳାଏ । +\q +\v 10 ତୁମ୍ଭର ଇଷ୍ଟ ସାଧନ କରିବାକୁ ମୋତେ ଶିକ୍ଷା ଦିଅ; +\q କାରଣ ତୁମ୍ଭେ ମୋହର ପରମେଶ୍ୱର; +\q ତୁମ୍ଭର ଆତ୍ମା ମଙ୍ଗଳମୟ; ମୋତେ ସରଳ ଭୂମିରେ +\q ଗମନ କରାଅ । +\q +\s5 +\v 11 ହେ ସଦାପ୍ରଭୁ, ତୁମ୍ଭ ନାମ ସକାଶୁ ମୋତେ ସଜୀବ +\q କର; +\q ତୁମ୍ଭ ଧର୍ମରେ ମୋ' ପ୍ରାଣକୁ ସଙ୍କଟରୁ ବାହାର କରି ଆଣ । +\q +\v 12 ପୁଣି, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋ' ଶତ୍ରୁମାନଙ୍କୁ +\q ଉଚ୍ଛିନ୍ନ କର +\q ଓ ମୋ' ପ୍ରାଣର କ୍ଳେଶଦାୟୀ ସମସ୍ତଙ୍କୁ ନାଶ କର; +\q କାରଣ ମୁଁ ତୁମ୍ଭର ଦାସ । + +\s5 +\c 144 +\s ରାଜାଙ୍କ ବିଜୟୋଲ୍ଲାସ ସ୍ତୁତି +\d ଦାଉଦଙ୍କର ଗୀତ । +\b +\q +\v 1 ମୋହର ଶୈଳ ସ୍ୱରୂପ ସଦାପ୍ରଭୁ +\q ଧନ୍ୟ ହେଉନ୍ତୁ, +\q ସେ ମୋ' ହସ୍ତକୁ ଯୁଦ୍ଧ ଶିଖାନ୍ତି +\q ଓ ମୋ' ଅଙ୍ଗୁଳିକୁ ସଂଗ୍ରାମ ଶିଖାନ୍ତି । +\q +\v 2 ସେ ମୋହର ସ୍ନେହପୂର୍ଣ୍ଣ କରୁଣା ଓ ମୋହର ଗଡ଼, +\q ମୋହର ଉଚ୍ଚ ଦୁର୍ଗ ଓ ମୋହର ଉଦ୍ଧାରକର୍ତ୍ତା, ମୋହର +\q ଢାଲ ଓ ସେ ମୋହର ଆଶ୍ରୟଭୂମି; +\q ସେ ମୋ' ଲୋକମାନଙ୍କୁ ମୋ' ପଦତଳେ ବଶୀଭୂତ +\q କରନ୍ତି । +\q +\s5 +\v 3 ହେ ସଦାପ୍ରଭୁ, ମନୁଷ୍ୟ କିଏ ଯେ, ତୁମ୍ଭେ ତାହାର +\q ପରିଚୟ ନିଅ ? +\q ମନୁଷ୍ୟ-ସନ୍ତାନ ଅବା କିଏ ଯେ, ତୁମ୍ଭେ ତାହାକୁ ଗଣ୍ୟ +\q କର ? +\q +\v 4 ମନୁଷ୍ୟ ଅସାର ବସ୍ତୁ ତୁଲ୍ୟ; +\q ତାହାର ଦିନସବୁ ବହିଯିବା ଛାୟା ତୁଲ୍ୟ । +\q +\s5 +\v 5 ହେ ସଦାପ୍ରଭୁ, ଆପଣା ଗଗନମଣ୍ଡଳ ନୁଆଁଇ ତଳକୁ +\q ଆସ; +\q ପର୍ବତଗଣକୁ ସ୍ପର୍ଶ କର, ତହିଁରେ ସେମାନେ ଧୂମ ନିର୍ଗତ +\q କରିବେ । +\q +\v 6 ବିଜୁଳି ନିକ୍ଷେପ କରି ସେମାନଙ୍କୁ ଛିନ୍ନଭିନ୍ନ କର; +\q ଆପଣା ତୀର ମାରି ସେମାନଙ୍କୁ ପରାସ୍ତ କର । +\q +\s5 +\v 7 ଊର୍ଦ୍ଧ୍ୱରୁ ଆପଣା ହସ୍ତ ବଢ଼ାଅ; +\q ମୋତେ ରକ୍ଷା କର, ମହାଜଳରାଶିରୁ ମୋତେ ଉଦ୍ଧାର +\q କର; +\q ପୁଣି, ଯେଉଁମାନଙ୍କ ମୁଖ ଅସାର କଥା କହଇ +\q +\v 8 ଓ ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ, +\q ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର । +\q +\s5 +\v 9 ହେ ପରମେଶ୍ୱର, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ନୂତନ ଗୀତ +\q ଗାନ କରିବି; +\q ଦଶତାର-ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ +\q କରିବି । +\q +\v 10 ସେ ରାଜାମାନଙ୍କୁ ପରିତ୍ରାଣ ପ୍ରଦାନ କରନ୍ତି; +\q ସେ ଆପଣା ଦାସ ଦାଉଦକୁ କ୍ଷତିକାରକ ଖଡ଼୍‍ଗରୁ ରକ୍ଷା +\q କରନ୍ତି । +\q +\v 11 ମୋତେ ରକ୍ଷା କର +\q ଓ ଯେଉଁମାନଙ୍କର ମୁଖ ଅସାର କଥା କହଇ, +\q ପୁଣି, ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ, +\q ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର । +\q +\s5 +\v 12 ଯେତେବେଳେ ଆମ୍ଭମାନଙ୍କ ପୁତ୍ରଗଣ ଯୌବନା- +\q ବସ୍ଥାରେ ବୃକ୍ଷର ଚାରା ତୁଲ୍ୟ ବର୍ଦ୍ଧନଶୀଳ ହେବେ +\q ଓ ଆମ୍ଭମାନଙ୍କ କନ୍ୟାଗଣ ଅଟ୍ଟାଳିକାର ଗଠନାନୁସାରେ +\q ଖୋଦିତ କୋଣ-ପ୍ରସ୍ତର ତୁଲ୍ୟ ହେବେ; +\q +\v 13 ଆମ୍ଭମାନଙ୍କ ଭଣ୍ଡାରସବୁ ପରିପୂର୍ଣ୍ଣ; ସର୍ବପ୍ରକାର +\q ଦ୍ରବ୍ୟବିଶିଷ୍ଟ ହେବ; +\q ଆମ୍ଭମାନଙ୍କ ମେଷଗଣ ଆମ୍ଭମାନଙ୍କ କ୍ଷେତ୍ରରେ ସହସ୍ର +\q ସହସ୍ର ଓ ଅୟୁତ ଅୟୁତ ଶାବକ ପ୍ରସବ କରିବେ; +\q +\s5 +\v 14 ଆମ୍ଭମାନଙ୍କ ବଳଦସବୁ ଉତ୍ତମ ରୂପେ ବୋଝାଇ +\q ହେବେ; +\q କୌଣସି ଭଗ୍ନଦଶା ଓ ବହିର୍ଗମନ ଘଟିବ ନାହିଁ, ପୁଣି, +\q ଆମ୍ଭମାନଙ୍କ ଛକ ସ୍ଥାନରେ କୌଣସି କୋଳାହଳ ହେବ ନାହିଁ; +\q +\v 15 ଏହିପରି ଅବସ୍ଥାପନ୍ନ ଗୋଷ୍ଠୀ ଧନ୍ୟ; +\q ହଁ, ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ +\q ଧନ୍ୟ ! + +\s5 +\c 145 +\s ସ୍ତୁତିଗାନ +\d ପ୍ରଶଂସାର ଗୀତ; ଦାଉଦଙ୍କ ରଚିତ । +\b +\q +\v 1 ହେ ରାଜନ୍‍, ମୋହର ପରମେଶ୍ୱର, +\q ମୁଁ ତୁମ୍ଭର ପ୍ରତିଷ୍ଠା କରିବି; +\q ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି, +\q +\v 2 ପ୍ରତି ଦିନ ମୁଁ ତୁମ୍ଭର ଧନ୍ୟବାଦ କରିବି; +\q ପୁଣି, ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି । +\q +\v 3 ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ; +\q ପୁଣି, ତାହାଙ୍କ ମାହାତ୍ମ୍ୟ ଅନନୁସନ୍ଧେୟ । +\q +\s5 +\v 4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟାସକଳର +\q ପ୍ରଶଂସା କରିବେ +\q ଓ ତୁମ୍ଭ ବିକ୍ରମର କର୍ମ ପ୍ରଚାର କରିବେ । +\q +\v 5 ମୁଁ ତୁମ୍ଭ ଗୌରବଯୁକ୍ତ ପ୍ରତାପର ଆଦରଣୀୟତା ଓ +\q ତୁମ୍ଭ ଆଶ୍ଚର୍ଯ୍ୟ-କ୍ରିୟାର ବିଷୟ ଧ୍ୟାନ କରିବି । +\q +\s5 +\v 6 ପୁଣି, ଲୋକମାନେ ତୁମ୍ଭ ଭୟାନକ କର୍ମର ପ୍ରଭାବ +\q ବ୍ୟକ୍ତ କରିବେ; +\q ପୁଣି, ମୁଁ ତୁମ୍ଭର ମାହାତ୍ମ୍ୟ ପ୍ରଚାର କରିବି । +\q +\v 7 ସେମାନେ ତୁମ୍ଭର ମହାମଙ୍ଗଳଭାବ ବର୍ଣ୍ଣନା କରିବେ +\q ଓ ତୁମ୍ଭ ଧର୍ମ ବିଷୟ ଗାନ କରିବେ । +\q +\s5 +\v 8 ସଦାପ୍ରଭୁ କୃପାବାନ ଓ ସ୍ନେହଶୀଳ; କ୍ରୋଧରେ ଧୀର +\q ଓ ଦୟାରେ ମହାନ । +\q +\v 9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ; +\q ପୁଣି, ତାହାଙ୍କ ହସ୍ତକୃତ ସମସ୍ତ କର୍ମ ଉପରେ ତାହାଙ୍କର +\q ଦୟା ଥାଏ । +\q +\s5 +\v 10 ହେ ସଦାପ୍ରଭୁ, ତୁମ୍ଭର ସମୁଦାୟ କର୍ମ ତୁମ୍ଭର +\q ଧନ୍ୟବାଦ କରିବ; +\q ତୁମ୍ଭର ସଦ୍‍ଭକ୍ତମାନେ ତୁମ୍ଭର ଧନ୍ୟବାଦ କରିବେ; +\q +\v 11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରି +\q ଓ ତୁମ୍ଭ ପରାକ୍ରମ ବିଷୟରେ କଥୋପକଥନ କରି, +\q +\v 12 ମନୁଷ୍ୟ-ସନ୍ତାନଗଣକୁ ତାହାଙ୍କ ବିକ୍ରମର କାର୍ଯ୍ୟସବୁ +\q ଓ ତାହାଙ୍କ ରାଜ୍ୟର ଗୌରବଯୁକ୍ତ ପ୍ରଭାବ ଜଣାଇବେ । +\q +\s5 +\v 13 ତୁମ୍ଭର ରାଜ୍ୟ ଅନନ୍ତକାଳସ୍ଥାୟୀ ରାଜ୍ୟ +\q ଓ ତୁମ୍ଭର କର୍ତ୍ତୃତ୍ୱସକଳ ପୁରୁଷାନୁକ୍ରମସ୍ଥାୟୀ । +\q +\s5 +\v 14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି +\q ଓ ନଇଁ ପଡ଼ିବା ଲୋକଙ୍କୁ ଉଠାନ୍ତି । +\q +\v 15 ସମସ୍ତଙ୍କର ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ; +\q ତୁମ୍ଭେ ଉପଯୁକ୍ତ ସମୟରେ ସେମାନଙ୍କୁ ଆହାର +\q ଦେଉଅଛ । +\q +\v 16 ତୁମ୍ଭେ ଆପଣା ହସ୍ତ ମେଲାଇ ପ୍ରତ୍ୟେକ ପ୍ରାଣୀର +\q କାମନା ପୂର୍ଣ୍ଣ କରୁଅଛ । +\q +\s5 +\v 17 ସଦାପ୍ରଭୁ ଆପଣାର ସକଳ ପଥରେ ଧର୍ମମୟ +\q ଓ ଆପଣାର ସମସ୍ତ କାର୍ଯ୍ୟରେ ଦୟାଳୁ ଅଟନ୍ତି, +\q +\v 18 ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ, +\q ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ +\q ଅଟନ୍ତି । +\q +\v 19 ସେ ଆପଣା ଭୟକାରୀମାନଙ୍କର ବାଞ୍ଛା ପୂର୍ଣ୍ଣ କରିବେ; +\q ଆହୁରି, ସେ ସେମାନଙ୍କର କାକୂକ୍ତି ଶୁଣିବେ ଓ ସେମାନଙ୍କୁ +\q ପରିତ୍ରାଣ କରିବେ । +\q +\s5 +\v 20 ସଦାପ୍ରଭୁ ଆପଣା ପ୍ରେମକାରୀ ସମସ୍ତଙ୍କୁ ରକ୍ଷା କରନ୍ତି; +\q ମାତ୍ର ଦୁଷ୍ଟ ସମସ୍ତଙ୍କୁ ସେ ସଂହାର କରିବେ । +\q +\v 21 ଆମ୍ଭର ମୁଖ ସଦାପ୍ରଭୁଙ୍କର ପ୍ରଶଂସା ବ୍ୟକ୍ତ କରିବ +\q ଓ ସମୁଦାୟ ପ୍ରାଣୀ ଅନନ୍ତକାଳ ତାହାଙ୍କ ପବିତ୍ର ନାମର +\q ଧନ୍ୟବାଦ କରନ୍ତୁ । + +\s5 +\c 146 +\s ତ୍ରାଣକର୍ତ୍ତା ପ୍ରଭୁଙ୍କ ସ୍ତୁତିଗାନ +\q +\v 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା +\q କର । ହେ ମୋହର ମନ, ସଦାପ୍ରଭୁଙ୍କର +\q ପ୍ରଶଂସା କର । +\q +\v 2 ମୁଁ ବଞ୍ଚିବାଯାଏ ସଦାପ୍ରଭୁଙ୍କର ପ୍ରଶଂସା କରିବି; +\q ଯେପର୍ଯ୍ୟନ୍ତ ମୋହର କୌଣସି ସତ୍ତା ଥାଏ, ସେପର୍ଯ୍ୟନ୍ତ +\q ମୁଁ ଆପଣା ପରମେଶ୍ୱରଙ୍କର ପ୍ରଶଂସାଗାନ କରିବି । +\q +\s5 +\v 3 ତୁମ୍ଭେମାନେ ଅଧିପତିମାନଙ୍କ ଉପରେ, କିଅବା +\q ଯାହାଠାରେ କୌଣସି ସାହାଯ୍ୟ ନାହିଁ, ଏପରି ମନୁଷ୍ୟ- +\q ସନ୍ତାନ ଉପରେ ନିର୍ଭର କର ନାହିଁ । +\q +\v 4 ତାହାର ନିଃଶ୍ୱାସ ବାହାରି ଯାଏ, ସେ ନିଜ ମୃତ୍ତିକାକୁ +\q ଫେରିଯାଏ; +\q ସେହି ଦିନ ତାହାର ସଙ୍କଳ୍ପସବୁ ନଷ୍ଟ ହୁଏ । +\q +\s5 +\v 5 ଯାକୁବର ପରମେଶ୍ୱର ଯାହାର ସାହାଯ୍ୟ ସ୍ୱରୂପ, +\q ସଦାପ୍ରଭୁ ଆପଣା ପରମେଶ୍ୱର ଯାହାର ଆଶାଭୂମି, ସେ +\q ଲୋକ ଧନ୍ୟ; +\q +\v 6 ସେ ଆକାଶମଣ୍ଡଳ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥସକଳ +\q ନିର୍ମାଣ କଲେ; +\q ସେ ସଦାକାଳ ସତ୍ୟ ପାଳନ କରନ୍ତି; +\q +\s5 +\v 7 ସେ ଉପଦ୍ରବଗ୍ରସ୍ତ ଲୋକ ପକ୍ଷରେ ନ୍ୟାୟ ବିଚାର +\q କରନ୍ତି; +\q ସେ କ୍ଷୁଧିତକୁ ଭକ୍ଷ୍ୟ ଦିଅନ୍ତି; +\q ସଦାପ୍ରଭୁ ବନ୍ଦୀଗଣକୁ ମୁକ୍ତ କରନ୍ତି । +\q +\v 8 ସଦାପ୍ରଭୁ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରନ୍ତି; +\q ସଦାପ୍ରଭୁ ନଇଁ ପଡ଼ିବା ଲୋକମାନଙ୍କୁ ଉଠାନ୍ତି; +\q ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି । +\q +\s5 +\v 9 ସଦାପ୍ରଭୁ ବିଦେଶୀମାନଙ୍କୁ ରକ୍ଷା କରନ୍ତି; +\q ସେ ପିତୃହୀନ ଓ ବିଧବାକୁ ଧରି ରଖନ୍ତି; +\q ମାତ୍ର ଦୁଷ୍ଟମାନଙ୍କର ଗତି ସେ ଓଲଟାଇ ପକାନ୍ତି । +\q +\v 10 ସଦାପ୍ରଭୁ ଅନନ୍ତକାଳ ରାଜ୍ୟ କରିବେ, +\q ହେ ସିୟୋନ, ତୁମ୍ଭର ପରମେଶ୍ୱର ସକଳ ପୁରୁଷାନୁକ୍ରମରେ +\q ରାଜ୍ୟ କରିବେ । +\q ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । + +\s5 +\c 147 +\s ସର୍ବଶକ୍ତିମାନ ପରମେଶ୍ୱରଙ୍କର ସ୍ତୁତିଗାନ +\q +\v 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା +\q କର । +\q କାରଣ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ +\q ପ୍ରଶଂସା ଗାନ କରିବାର ଉତ୍ତମ; +\q ଯେହେତୁ ତାହା ମନୋହର ଓ ପ୍ରଶଂସା ଶୋଭନୀୟ । +\q +\s5 +\v 2 ସଦାପ୍ରଭୁ ଯିରୂଶାଲମକୁ ଗଢ଼ନ୍ତି; +\q ସେ ଇସ୍ରାଏଲର ଦୂରୀକୃତ ଲୋକମାନଙ୍କୁ ସଂଗ୍ରହ +\q କରନ୍ତି । +\q +\v 3 ସେ ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି +\q ଓ ସେମାନଙ୍କ କ୍ଷତସବୁ ବାନ୍ଧନ୍ତି । +\q +\s5 +\v 4 ସେ ତାରାଗଣର ସଂଖ୍ୟା କରନ୍ତି; +\q ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି । +\q +\v 5 ଆମ୍ଭମାନଙ୍କର ପ୍ରଭୁ ମହାନ ଓ ଅତିଶୟ ଶକ୍ତିମାନ; +\q ତାହାଙ୍କର ବୁଦ୍ଧି ଅସୀମ । +\q +\s5 +\v 6 ସଦାପ୍ରଭୁ ନମ୍ର ଲୋକଙ୍କୁ ଧରି ରଖନ୍ତି; +\q ସେ ଦୁଷ୍ଟମାନଙ୍କୁ ଭୂମିସାତ୍‍ କରନ୍ତି । +\q +\v 7 ଧନ୍ୟବାଦ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; +\q ବୀଣା ଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା +\q ଗାନ କର; +\q +\s5 +\v 8 ସେ ଆକାଶକୁ ମେଘମାଳାରେ ଆଚ୍ଛନ୍ନ କରନ୍ତି, +\q ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି, +\q ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି । +\q +\v 9 ସେ ପଶୁକୁ ତାହାର ଆହାର ଦିଅନ୍ତି +\q ଓ ରାବନ୍ତା ଡାମରାକାଉ ଛୁଆମାନଙ୍କୁ ଆହାର ଦିଅନ୍ତି । +\q +\s5 +\v 10 ସେ ଅଶ୍ୱର ବଳରେ ସନ୍ତୁଷ୍ଟ ନୁହନ୍ତି; +\q ସେ ମନୁଷ୍ୟର ଚରଣରେ ତୁଷ୍ଟ ନୁହନ୍ତି । +\q +\v 11 ସଦାପ୍ରଭୁ ଆପଣା ଭୟକାରୀମାନଙ୍କଠାରେ ଓ +\q ତାହାଙ୍କ ଦୟାରେ ଭରସାକାରୀମାନଙ୍କଠାରେ ତୁଷ୍ଟ ଅଟନ୍ତି । +\q +\s5 +\v 12 ହେ ଯିରୂଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର; +\q ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର; +\q +\v 13 କାରଣ ସେ ତୁମ୍ଭ ଦ୍ୱାରର ଅର୍ଗଳସବୁ ଦୃଢ଼ କରିଅଛନ୍ତି; +\q ସେ ତୁମ୍ଭ ମଧ୍ୟବର୍ତ୍ତୀ ତୁମ୍ଭ ସନ୍ତାନଗଣକୁ ଆଶୀର୍ବାଦ +\q କରିଅଛନ୍ତି । +\q +\v 14 ସେ ତୁମ୍ଭ ସୀମା ମଧ୍ୟରେ ଶାନ୍ତି ସ୍ଥାପନ କରନ୍ତି; +\q ସେ ସର୍ବୋତ୍ତମ ଗହମରେ ତୁମ୍ଭକୁ ତୃପ୍ତ କରନ୍ତି । +\q +\s5 +\v 15 ସେ ପୃଥିବୀରେ ଆପଣା ଆଜ୍ଞା ପ୍ରେରଣ କରନ୍ତି; +\q ତାହାଙ୍କ ବାକ୍ୟ ଅତି ଶୀଘ୍ର ଦୌଡ଼ଇ । +\q +\v 16 ସେ ମେଷଲୋମ ପରି ତୁଷାର ଦିଅନ୍ତି; +\q ସେ ଭସ୍ମ ତୁଲ୍ୟ ନୀହାର ବିଞ୍ଚି ଦିଅନ୍ତି । +\q +\s5 +\v 17 ସେ ଖଣ୍ଡ ଖଣ୍ଡ ଆହାର ପରି ବରଫ ପକାଇ ଦିଅନ୍ତି; +\q ତାହାଙ୍କ ଶୀତ ଆଗରେ କିଏ ଠିଆ ହୋଇପାରେ ? +\q +\v 18 ସେ ଆପଣା ବାକ୍ୟ ପଠାଇ ସେସବୁ ତରଳାଇ +\q ପକାନ୍ତି; +\q ସେ ଆପଣା ବାୟୁ ବହାଇଲେ ଜଳ ପ୍ରବାହିତ ହୁଏ । +\q +\s5 +\v 19 ସେ ଯାକୁବ ପ୍ରତି ଆପଣା ବାକ୍ୟ, ଇସ୍ରାଏଲ ପ୍ରତି +\q ଆପଣା ବିଧି ଓ ଶାସନ ପ୍ରକାଶ କରନ୍ତି । +\q +\v 20 ସେ କୌଣସି ଗୋଷ୍ଠୀ ପ୍ରତି ଏପରି ବ୍ୟବହାର କରି +\q ନାହାନ୍ତି; +\q ତାହାଙ୍କ ଶାସନ ବିଷୟ କହିବାକୁ ଗଲେ, ସେମାନେ +\q ତାହା ଜାଣି ନାହାନ୍ତି । +\q ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । + +\s5 +\c 148 +\s ସଦାପ୍ରଭୁଙ୍କ ସ୍ତୁତି ପାଇଁ ବିଶ୍ୱକୁ ଆହ୍ୱାନ +\q +\v 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା +\q କର । +\q ତୁମ୍ଭେମାନେ ଆକାଶମଣ୍ଡଳରୁ ତାହାଙ୍କର ପ୍ରଶଂସା କର; +\q ଊର୍ଦ୍ଧ୍ୱସ୍ଥାନରେ ତାହାଙ୍କର ପ୍ରଶଂସା କର । +\q +\v 2 ହେ ତାହାଙ୍କର ଦୂତସମସ୍ତେ, ତୁମ୍ଭେମାନେ ତାହାଙ୍କର +\q ପ୍ରଶଂସା କର; +\q ହେ ତାହାଙ୍କର ସୈନ୍ୟସମସ୍ତେ, ତୁମ୍ଭେମାନେ ତାହାଙ୍କର +\q ପ୍ରଶଂସା କର । +\q +\s5 +\v 3 ହେ ସୂର୍ଯ୍ୟ ଓ ଚନ୍ଦ୍ର, ତୁମ୍ଭେମାନେ ତାହାଙ୍କର ପ୍ରଶଂସା +\q କର । +\q ହେ ଦୀପ୍ତିମୟ ତାରାସମସ୍ତେ, ତୁମ୍ଭେମାନେ ତାହାଙ୍କର +\q ପ୍ରଶଂସା କର । +\q +\v 4 ହେ ସ୍ୱର୍ଗର ସ୍ୱର୍ଗ ଓ ଗଗନୋପରିସ୍ଥ ଜଳସମୂହ, +\q ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର । +\q +\s5 +\v 5 ଏମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ; +\q କାରଣ ସେ ଆଜ୍ଞା କରନ୍ତେ, ଏମାନେ ସୃଷ୍ଟ ହେଲେ । +\q +\v 6 ଆହୁରି, ସେ ସଦାକାଳ ପାଇଁ ଏମାନଙ୍କୁ ସ୍ଥାପନ +\q କରିଅଛନ୍ତି; +\q ସେ ନିୟମ କରିଅଛନ୍ତି, ତାହା ଲୁପ୍ତ ହେବ ନାହିଁ । +\q +\s5 +\v 7 ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର, +\q ହେ ତିମିଙ୍ଗିଳ ଓ ସକଳ ବାରିଧି; +\q +\v 8 ଅଗ୍ନି ଓ ଶିଳା, ହିମ ଓ ବାଷ୍ପ; ତାହାଙ୍କ ବାକ୍ୟସାଧକ +\q ପ୍ରଚଣ୍ଡ ବାୟୁ; +\q +\s5 +\v 9 ପର୍ବତ ଓ ସକଳ ଉପପର୍ବତ; +\q ଫଳବାନ ବୃକ୍ଷ ଓ ସକଳ ଏରସ ବୃକ୍ଷ; +\q +\v 10 ବନ୍ୟ ଓ ସକଳ ଗ୍ରାମ୍ୟ ପଶୁ; +\q ଉରୋଗାମୀ ଓ ଉଡ୍‍ଡୀୟମାନ ପକ୍ଷୀଗଣ; +\q +\s5 +\v 11 ପୃଥିବୀର ରାଜଗଣ ଓ ସକଳ ଗୋଷ୍ଠୀ; +\q ଅଧିପତିଗଣ ଓ ପୃଥିବୀର ସକଳ ବିଚାରକର୍ତ୍ତା । +\q +\v 12 ଯୁବକ ଓ ଯୁବତୀମାନେ; +\q ବୃଦ୍ଧ ଓ ବାଳକମାନେ; +\q +\s5 +\v 13 ସେସମସ୍ତେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ; +\q କାରଣ କେବଳ ତାହାଙ୍କ ନାମ ଉନ୍ନତ ଅଟେ; +\q ତାହାଙ୍କର ମହିମା ପୃଥିବୀ ଓ ସ୍ୱର୍ଗର ଉପରିସ୍ଥ । +\q +\v 14 ସେ ଆପଣା ଲୋକମାନଙ୍କ ଶୃଙ୍ଗ ଉଠାଇ ଅଛନ୍ତି, +\q ତାହା ତାହାଙ୍କ ସଦ୍‍ଭକ୍ତମାନଙ୍କର ଓ ତାହାଙ୍କ +\q ନିକଟବର୍ତ୍ତୀ ଇସ୍ରାଏଲ-ସନ୍ତାନଗଣର ପ୍ରଶଂସାର ବିଷୟ । +\q ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । + +\s5 +\c 149 +\s ସ୍ତୁତି ଭଜନ +\q +\v 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା +\q କର । +\q ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର ଓ +\q ଭକ୍ତମାନଙ୍କ ସମାଜରେ ତାହାଙ୍କର ପ୍ରଶଂସା ଗାନ କର । +\q +\s5 +\v 2 ଇସ୍ରାଏଲ ଆପଣା ନିର୍ମାଣକର୍ତ୍ତାଙ୍କଠାରେ ଆନନ୍ଦ କରୁ; +\q ସିୟୋନର ସନ୍ତାନଗଣ ଆପଣାମାନଙ୍କ ରାଜାଙ୍କଠାରେ +\q ଉଲ୍ଲସିତ ହେଉନ୍ତୁ । +\q +\v 3 ସେମାନେ ନୃତ୍ୟ କରି ତାହାଙ୍କ ନାମର ପ୍ରଶଂସା କରନ୍ତୁ; +\q ସେମାନେ ଦାରା ଓ ବୀଣା ବଜାଇ ତାହାଙ୍କ ଉଦ୍ଦେଶ୍ୟରେ +\q ପ୍ରଶଂସା ଗାନ କରନ୍ତୁ । +\q +\s5 +\v 4 କାରଣ ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ +\q ପାଆନ୍ତି; +\q ସେ ନମ୍ର ଲୋକମାନଙ୍କୁ ପରିତ୍ରାଣରେ ସୁଶୋଭିତ +\q କରିବେ । +\q +\v 5 ଭକ୍ତଗଣ ଗୌରବରେ ଉଲ୍ଲସିତ ହେଉନ୍ତୁ; +\q ସେମାନେ ଆନନ୍ଦ ହେତୁ ଆପଣା ଆପଣା ଶଯ୍ୟାରେ +\q ଗାନ କରନ୍ତୁ । +\q ସେମାନଙ୍କ କଣ୍ଠରେ ପରମେଶ୍ୱରଙ୍କ ଉଚ୍ଚ ପ୍ରଶଂସା ଥାଉ; +\q +\s5 +\v 6 ପୁଣି, ସେମାନଙ୍କ ହସ୍ତରେ ଦ୍ୱିବିଧ ଖଡ଼୍‍ଗ ଥାଉ । +\q +\v 7 ଗୋଷ୍ଠୀୟମାନଙ୍କୁ ପ୍ରତିଫଳ ଦେବା ପାଇଁ, +\q ଜନବୃନ୍ଦଙ୍କୁ ଶାସ୍ତି ଦେବା ପାଇଁ, +\q +\s5 +\v 8 ସେମାନଙ୍କ ରାଜଗଣକୁ ଶିକୁଳିରେ +\q ଓ ସେମାନଙ୍କ ପ୍ରଧାନବର୍ଗକୁ ଲୌହବେଡ଼ିରେ ବାନ୍ଧିବା +\q ପାଇଁ, +\q +\v 9 ସେମାନଙ୍କ ପ୍ରତିକୂଳରେ ଲିଖିତ ବିଚାର ନିଷ୍ପନ୍ନ କରିବା +\q ପାଇଁ, +\q ତାହାଙ୍କ ଭକ୍ତବୃନ୍ଦର ଏହି ମର୍ଯ୍ୟାଦା । +\q ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । + +\s5 +\c 150 +\s ପରମେଶ୍ୱରଙ୍କ ସ୍ତୁତିଗାନ +\q +\v 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା +\q କର । +\q ପରମେଶ୍ୱରଙ୍କ ପବିତ୍ର ସ୍ଥାନରେ ତାହାଙ୍କର ପ୍ରଶଂସା କର; +\q ତାହାଙ୍କ ପରାକ୍ରମରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାହାଙ୍କର +\q ପ୍ରଶଂସା କର; +\q +\v 2 ତାହାଙ୍କ ବିକ୍ରମୀ କାର୍ଯ୍ୟ ସକାଶୁ ତାହାଙ୍କର ପ୍ରଶଂସା +\q କର । +\q ତାହାଙ୍କ ଶ୍ରେଷ୍ଠ ମହତ୍ତ୍ୱାନୁସାରେ ତାହାଙ୍କର ପ୍ରଶଂସା +\q କର । +\q +\s5 +\v 3 ତୂରୀ ଧ୍ୱନିରେ ତାହାଙ୍କର ପ୍ରଶଂସା କର; +\q ନେବଲ ଓ ବୀଣା ଯନ୍ତ୍ରରେ ତାହାଙ୍କର ପ୍ରଶଂସା କର । +\q +\v 4 ଦାରାବାଦ୍ୟ ଓ ନୃତ୍ୟ ଦ୍ୱାରା ତାହାଙ୍କର ପ୍ରଶଂସା କର । +\q ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାହାଙ୍କର ପ୍ରଶଂସା କର । +\q +\v 5 ଉଚ୍ଚ କରତାଳରେ ତାହାଙ୍କର ପ୍ରଶଂସା କର; +\q ଉଚ୍ଚ କରତାଳ ଧ୍ୱନିରେ ତାହାଙ୍କର ପ୍ରଶଂସା କର; +\q +\s5 +\v 6 ନିଃଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର +\q ପ୍ରଶଂସା କରୁ । +\q ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । \ No newline at end of file diff --git a/manifest.yaml b/manifest.yaml index 0091abd..1067808 100644 --- a/manifest.yaml +++ b/manifest.yaml @@ -39,7 +39,7 @@ subject: 'Bible' title: 'Oriya Unlocked Literal Bible' type: 'bundle' - version: '4' + version: '5' checking: checking_entity: @@ -174,6 +174,13 @@ projects: sort: 18 path: ./18-JOB.usfm categories: [ 'bible-ot' ] + - + title: 'ଗୀତସଂହିତା ' + versification: ufw + identifier: psa + sort: 19 + path: ./19-PSA.usfm + categories: [ 'bible-ot' ] - title: 'ହିତୋପଦେଶ ' versification: ufw