or_udb/66-JUD.usfm

47 lines
13 KiB
Plaintext

\id JUD
\ide UTF-8
\h ଯିହୂଦାଙ୍କ ପତ୍ର
\toc1 ଯିହୂଦାଙ୍କ ପତ୍ର
\toc2 ଯିହୂଦାଙ୍କ ପତ୍ର
\toc3 jud
\mt1 ଯିହୂଦାଙ୍କ ପତ୍ର
\s5
\c 1
\p
\v 1 ମୁଁ ଯିହୁଦା, ଖ୍ରୀଷ୍ଟ ଯୀଶୁଙ୍କ ଜଣେ ଦାସ ଓ ଯାକୁବଙ୍କ ଭାଇ I ଯେଉଁମାନେ ଆହୁତ ଓ ପିତା ଈଶ୍ଵରଙ୍କ ପ୍ରିୟ ପାତ୍ର, ପୁଣି ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ସୁରକ୍ଷିତ, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି I
\v 2 ଈଶ୍ଵର ତୁମକୁ ଦୟା କରନ୍ତୁ, ଶାନ୍ତି ଦିଅନ୍ତୁ ଓ ପ୍ରଚୁର ଭାବରେ ପ୍ରେମ କରନ୍ତୁ I
\s5
\v 3 ମୁଁ ତୁମକୁ ପ୍ରେମ କରେ, କିପରି ଈଶ୍ଵର ଆମ ସମସ୍ତଙ୍କୁ ଏକତ୍ର ରକ୍ଷା କଲେ, ଏହି ବିଷୟରେ ତୁମକୁ ଏହି ପତ୍ର ଲେଖିବାକୁ ମୁଁ ଅନେକ ଚେଷ୍ଟା କରିଅଛି I ମୋହର ଲେଖିବାର ନିତାନ୍ତ ଆବଶ୍ୟକ ଥିଲା ଯେପରି ତୁମେ ଦୃଢ ହୁଅ ଓ କହିପାର ଯେଉଁ ସତ୍ୟ ଆମେ ବିଶ୍ଵାସ କରୁଅଛୁ, ଏହି ସମସ୍ତ ବିଷୟ ଈଶ୍ଵର ଶିଖାଇ ଅଛନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ରଖନ୍ତି I ଏହି ବିଷୟ କେବେହେଲେ ବଦଳିବ ନାହିଁ I
\v 4 ଅନେକ ଲୋକ ତୁମମାନଙ୍କ ସହଭାଗିତାରେ ପ୍ରବେଶ କରିଅଛନ୍ତି; ସେମାନେ ବହୁ ବର୍ଷ ପୂର୍ବରୁ ଭବିଷ୍ୟଦ୍ ବକ୍ତାଙ୍କ ଦ୍ଵାରା ଲେଖା ଯାଇଥିବା ସେହି ଖଳ ଲୋକ ସଦୃଶ I ସେମାନେ ମନ୍ଦ ଶିକ୍ଷା ଦିଅନ୍ତି ଓ ଈଶ୍ଵରଙ୍କ ଅନୁଗ୍ରହକୁ ବଦଳାଇ ଶାରୀରିକ କୁଅଭିଳାଷ ଜନିତ ପାପ କରିବା ପାଇଁ ଅନୁମତି ଦିଅନ୍ତି I ଏହିପରି ଭାବରେ ସେମାନେ ଯୀଶୁ ଖ୍ରୀଷ୍ଟ ଆମ କର୍ତ୍ତା ପ୍ରଭୁଙ୍କୁ ବିରୋଧ କରନ୍ତି I
\s5
\v 5 ଯଦିଓ ତୁମେ ଆଗରୁ ଏହି ସବୁ ବିଷୟ ଜାଣିଅଛ, ଏହି ସମସ୍ତ ବିଷୟରେ ତୁମକୁ ସତର୍କ କରିବାକୁ ମୁଁ ଇଚ୍ଛା ପ୍ରକାଶ କଲି I ମନେ ରଖ ଯଦିଓ ଈଶ୍ଵର ଲୋକମାନଙ୍କୁ ମିଶର ଦେଶରୁ ରକ୍ଷା କରି ଆଣିଲେ ତଥାପି ସେ ସେମାନଙ୍କ ବିଶ୍ଵାସ ହେତୁ ସେମାନେ ବିନଷ୍ଟ ହେଲେ I
\v 6 ସ୍ଵର୍ଗରେ ଅଧିକାରପ୍ରାପ୍ତ ଅନେକ ଦୂତମାନେ ସେମାନଙ୍କର ପଦକୁ ଅବମାନନ କଲେ ଓ ପରିତ୍ୟାଗ କଲେ I ତେଣୁ ଈଶ୍ଵର ସେହି ଦୂତ ମାନଙ୍କୁ ଅନ୍ଧାର ନରକରେ ପକାଇଦେଲେ I ବିଚାର ଦିନ ପର୍ଯ୍ୟନ୍ତ ସେ ସମସ୍ତେ ବନ୍ଦୀ ହୋଇ ରହିବେ ଓ ଈଶ୍ଵର ତାହାଙ୍କୁ ଦଣ୍ଡ ଦେବେ I
\s5
\v 7 ସେହିପରି ସଦୋମ ଓ ଗମୋରା ନଗରର ଅଞ୍ଜଳରେ ରହୁଥିବା ଲୋକମାନେ ଅନୈତିକ ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କଲେ I ସେମାନେ ସମସ୍ତ ଅନୈତିକ ଶାରୀରିକ ସମ୍ପର୍କକୁ ଆଦର କଲେ ଯାହା କରିବାକୁ ଈଶ୍ଵର କେବେହେଲେ ଅନୁମତି ଦେଇ ନ ଥିଲେ, ତେଣୁ ଈଶ୍ଵର ସେ ନଗରକୁ ବିନାଶ କଲେ I ସେହି ଲୋକ ଓ ସେହି ସ୍ୱର୍ଗ ଦୂତମାନଙ୍କ ପ୍ରତି ଯାହା ଘଟିଲା ତାହା ପ୍ରକାଶ କରେ ଯେ ଭଣ୍ଡ ଶିକ୍ଷକମାନଙ୍କୁ ଈଶ୍ଵର ନରକରେ ଅନନ୍ତ ଅଗ୍ନିରେ ଦଣ୍ଡିତ କରିବେ I
\v 8 ସେହିପରି, ଏହି ଲୋକମାନେ ତୁମମାନଙ୍କ ମଧ୍ୟରେ ତାହାଙ୍କ ଶରୀରକୁ ଅନୈତିକ ଜୀବନ ଯାପନ ଦ୍ୱାରା ଅଶୁଚି କରନ୍ତି I ସେମାନେ ଏହା କହନ୍ତି ଯେ ଏହି ସବୁ ଅନୈତିକ କାର୍ଯ୍ୟ କରିବା ପାଇଁ ଈଶ୍ଵର ସେମାନଙ୍କୁ ଏହି ଦର୍ଶନ ଦେଇଅଛନ୍ତି I କିନ୍ତୁ ସେମାନେ ଈଶ୍ଵରଙ୍କ ଆଜ୍ଞାକୁ ମାନନ୍ତି ନାହିଁ ଏବଂ ତାହାଙ୍କ ଦୂତମାନଙ୍କୁ ଅପମାନ କରନ୍ତି I
\s5
\v 9 ଯେତେବେଳେ ମିଖାୟେଲ୍ ମଧ୍ୟ ଶୟତନ ସହ ବାଦବିବାଦ କରୁଥିଲା ମୋଶାଙ୍କ ଆତ୍ମାକୁ ନେବାପାଇଁ ସେତେବେଳେ ସେ ତାହାଙ୍କୁ ଅପମାନିତ କିବା ଦୋଷୀ କଲା ନାହିଁ, କିନ୍ତୁ ସେ କହିଲେ "ଈଶ୍ଵର ତୁମକୁ ଦଣ୍ଡ ଦିଅନ୍ତୁ" I
\v 10 କିନ୍ତୁ ଏହି ଯେଉଁ ଲୋକମାନଙ୍କ ବିଷୟରେ ମୁଁ ଲେଖି କହୁଅଛି, ସେମାନେ ଯେଉଁ ବିଷୟରେ ଅଜ୍ଞ, ସେହିସବୁ ବିଷୟକୁ ବିଦୃପ କରିଥାନ୍ତି I ସେମାନେ ପଶୁବତ୍ ଓ ପ୍ରବୃତ୍ତି ଚାଳିତ ହୋଇ ନିଜ ନିଜ ଆତ୍ମାର ଧ୍ଵଂସ ସାଧନ କରନ୍ତି I
\v 11 ଏହିପରି ଯେଉଁମାନେ କରନ୍ତି ପ୍ରଭୁ ସେମାନଙ୍କୁ ଘୋର ଦଣ୍ଡରେ ଦଣ୍ଡିତ କରିବେ I ସେମାନେ କୟିନର କାର୍ଯ୍ୟ ପରି ଆଚରଣ କରନ୍ତି I ପୁଣି ସେମାନେ ବାଲାମ୍ ପରି ଟଙ୍କା ଲୋଭରେ ନିଜକୁ ପାପ ନିକଟରେ ସମର୍ପଣ କରନ୍ତି, ଏବଂ କୋରହ ଯେପରି ମୋଶାଙ୍କର ବିଦ୍ରୋହୀ ହୋଇ ମଲା ସେହିପରି ଅଭିଶପ୍ତ ମରଣରେ ମରିବେ I
\s5
\v 12 ଏହି ଲୋକମାନେ ପାଣି ଭିତରେ ଥିବା ପଥର ସ୍ଵରୂପ ଯାହା ପାଣି ଜାହାଜକୁ ଚୁରମାର୍ କରିଦିଏ I ସେମାନେ ତୁମ୍ଭମାନଙ୍କ ପ୍ରୀତିଭୋଜରେ କଳଙ୍କ ସ୍ଵରୂପ, ସେମାନେ ଲଜ୍ଜିତ ହୁଅନ୍ତି ନାହିଁ, କାରଣ ସେମାନେ ନିଜର ସନ୍ତୁଷ୍ଟି ନିମନ୍ତେ ଭୋଜନ କରନ୍ତି I ସେମାନେ ପବନଚାଳିତ ଜଳଶୂନ୍ୟ ମେଘତୁଲ୍ୟ, ସେମାନେ ଉତ୍ତମ କର୍ମ କରନ୍ତି ନାହିଁ, ସେମାନେ ଫଳ ଫଳିବା ସମୟରେ ଫଳହୀନ ବୃକ୍ଷ ତୁଲ୍ୟ ଅଟନ୍ତି I ସେମାନେ ଦୁଇଥର ମରିଥିବା ଲୋକମାନଙ୍କ ସମାନ; ସେମାନେ ଚେର ସହ ଉପୁଡା ଯାଇଥିବା ବୃକ୍ଷ ସ୍ଵ‌ରୂପ ଅଟନ୍ତି I
\v 13 ସେମାନେ ନିଜ ନିଜକୁ ନିୟନ୍ତ୍ରଣ କରନ୍ତି ନାହିଁ I ସେମାନେ ସମୁଦ୍ରରୁ ଉଠୁଥିବା ତରଙ୍ଗ ସଦୃଶ ଓ ସେମାନଙ୍କ ଲଜ୍ଜା ଦ୍ଵାରା ଅନ୍ୟମାନଙ୍କୁ ଦୂଷିତ କରନ୍ତି I
\s5
\v 14 ହନୋକ ଆଦମଙ୍କ ବଂଶାବଳୀର ସପ୍ତମ ପୁରୁଷ ଥିଲେ, ସେ ଭ୍ରାନ୍ତ ଶିକ୍ଷାର ଶିକ୍ଷକ ମାନଙ୍କ ବିଷୟରେ କହନ୍ତି: ଏହାକୁ ଧ୍ୟାନରେ ଶୁଣ: ପ୍ରଭୁ ସୁନିଶ୍ଚିତ ତାଙ୍କର ଅଗଣ୍ୟ ପବିତ୍ର ଦୂତମାନଙ୍କ ସହିତ ଆସିବେ I
\v 15 ସେମାନେ ସମସ୍ତଙ୍କୁ ବିଚାର କରି ଦୁଷ୍ଟ ଓ ଈଶ୍ଵରଙ୍କୁ ଅସ୍ୱୀକାର କରିଥିବା ଲୋକମାନଙ୍କୁ ଦଣ୍ଡ ଦେବେ, କାରଣ ସେମାନେ ଈଶ୍ଵରଙ୍କ ବିରୁଦ୍ଧରେ କଥା କହି ଅପମାନିତ କରିଥିଲେ I
\v 16 ଏହି ଭଣ୍ଡ ଶିକ୍ଷକମାନେ ଈଶ୍ଵର କରିଥିବା କାର୍ଯ୍ୟଗୁଡିକୁ ଭିନ୍ନ ଅର୍ଥରେ ପ୍ରକାଶ କରନ୍ତି I ସେମାନଙ୍କ ପ୍ରତି ଘଟି ଥିବା ବିଷୟକୁ ନେଇ ଅଭିଯୋଗ କରନ୍ତି I ସେମାନେ ମନ୍ଦ କାର୍ଯ୍ୟ କରନ୍ତି କାରଣ ସେମାନେ ତାହା କରିବାକୁ ପସନ୍ଦ କରନ୍ତି I
\s5
\v 17 କିନ୍ତୁ ମୁଁ ତୁମକୁ ପ୍ରେମ କରେ, ବହୁ ବର୍ଷ ପୂର୍ବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତମାନେ ଯାହା କହିଥିଲେ ତାହା ସ୍ମରଣ କର I
\v 18 ସେମାନେ ତୁମକୁ କହିଥିଲେ, ଅନ୍ତିମ କାଳରେ ଲୋକମାନେ ଈଶ୍ଵର କହିଥିବା ସତ୍ୟତା ବିଷୟରେ ପରିହାସ କରିବେ I ସେମାନେ ଆପଣା ଶରୀରକୁ ପାପ ନିକଟରେ ସମର୍ପଣ କରନ୍ତି କାରଣ ସେମାନେ ଈଶ୍ଵରଙ୍କୁ ଅନାଦର କରିବାକୁ ଇଚ୍ଛା କରି ଆପଣା ଆପଣାକୁ ସମର୍ପଣ କରନ୍ତି I
\v 19 ଏହି ଲୋକମାନେ ଯେଉଁମାନେ କି ବିଶ୍ଵାସୀମାନଙ୍କ ମଧ୍ୟରେ କ୍ରୋଧ ଜନ୍ମାନ୍ତି I ସେମାନେ ନିଜର ଇଚ୍ଛା ଅନୁସାରେ ସମସ୍ତ ମନ୍ଦ କାର୍ଯ୍ୟ କରନ୍ତି I ଈଶ୍ଵରଙ୍କ ଆତ୍ମା ସେମାନଙ୍କଠାରେ ବାସ କରନ୍ତି ନାହିଁ I
\s5
\v 20 କିନ୍ତୁ ତୁମେ, ମୋର ପ୍ରିୟମାନେ, ତୁମ୍ଭେମାନେ ବିଶ୍ଵାସ କରୁଥିବା ଈଶ୍ଵରଙ୍କ ସତ୍ୟ ବାକ୍ୟକୁ ବ୍ୟବହାର କରି ପରସ୍ପରକୁ ସବଳ କର I ପବିତ୍ର ଆତ୍ମା ପ୍ରାର୍ଥନା କରିବା ନିମନ୍ତେ ତୁମକୁ ପରିଚାଳନା କରନ୍ତୁ I
\v 21 ନିଜର ବଞ୍ଚିବା ଶୈଳୀ ଠିକ୍ ପଥରେ ହେଉ ଯେପରି ଈଶ୍ଵର ଆପଣା ପ୍ରେମ କାରୀଙ୍କ ପାଇଁ ଚାହାନ୍ତି I ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା ପାଇବା ନିମନ୍ତେ ସର୍ବଦା ଭରସାରେ ସହିତ ସ୍ଥିର ହୋଇ ରହିଥାଅ I ତାହାଙ୍କ ସହିତ ଅନନ୍ତ କାଳ ବାସ କରିବା ସମୟ ପର୍ଯ୍ୟନ୍ତ ତାହାଙ୍କଠାରେ ଆଶା ରଖିଥାଅ I
\s5
\v 22 ବିଶ୍ଵାସରେ ଦୁର୍ବଳ ଥିବା ଲୋକମାନଙ୍କ ପ୍ରତି ସାହାଯ୍ୟ ଓ ଦୟାଭାବ ଦେଖାଅ I
\v 23 ଅନନ୍ତକାଳୀନ ଅଗ୍ନିରେ ପଡିବାକୁ ଯାଉଥିବା ଲୋକମାନଙ୍କୁ ରକ୍ଷା କର I ପାପୀମାନଙ୍କୁ ଦୟାକର କିନ୍ତୁ ସେମାନଙ୍କ ସହିତ ତାହାଙ୍କ ପାପରେ ସହଭାଗୀ ହେବାରୁ ଦୂରରେ ରୁହ I
\s5
\v 24 ଈଶ୍ଵର ତାହାଙ୍କ ନିକଟରେ ତୁମକୁ ଭରସା ରଖିବାକୁ ସାମର୍ଥ୍ୟ ଦିଅନ୍ତି I ସେ ମଧ୍ୟ ତାହାଙ୍କ ସାନିଧ୍ୟକୁ ତୁମକୁ ନେବେ, ଯେଉଁଠାରେ ଗୌରବର ଜ୍ୟୋତିଃ ଜଳୁଥାଏ I ପାପଠାରୁ ମୁକ୍ତ ହୋଇ ସେଠାରେ ବହୁତ ଆନନ୍ଦ ଉପଭୋଗ କରିବ I
\v 25 ସେ ଏକ ମାତ୍ର ସତ୍ୟ ଈଶ୍ଵର ଅଟନ୍ତି I ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ପ୍ରତି କରିଥବା ଫଳ ସ୍ୱରୂପେ ସେ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି I ଈଶ୍ଵର ମହିମାରେ ପୂର୍ଣ୍ଣ, ମହାନ ଶକ୍ତିଶାଳୀ ଓ ସେ ସମୟର ଆରମ୍ଭରୁ ମହାନ କ୍ଷମତାରେ ରାଜତ୍ତ୍ୱ କରି ଆସୁଅଛନ୍ତି I ସେ କାଲି, ଆଜି ଓ ଚିରଦିନ ସେହିପରି ରହିବେ I ଆମେନ୍ I