or_udb/65-3JN.usfm

31 lines
4.8 KiB
Plaintext

\id 3JN
\ide UTF-8
\h ଯୋହନଙ୍କ ତୃତୀୟ ପତ୍ର
\toc1 ଯୋହନଙ୍କ ତୃତୀୟ ପତ୍ର
\toc2 ଯୋହନଙ୍କ ତୃତୀୟ ପତ୍ର
\toc3 3jn
\mt1 ଯୋହନଙ୍କ ତୃତୀୟ ପତ୍ର
\s5
\c 1
\p
\v 1 ମୁଁ ଜଣେ ପ୍ରାଚୀନ I ମୋର ଅତି ପ୍ରିୟ ଗାୟଙ୍କ ନିକଟକୁ ଏହି ପତ୍ର ଲେଖୁଅଛି I
\v 2 ପ୍ରିୟ ବନ୍ଧୁ, ଆତ୍ମିକ ଭାବରେ ଯେପରି ଶାରୀରିକ ଭାବରେ ମଧ୍ୟ ସେହିପରି ତୁମର ସୁସ୍ଥତା ପାଇଁ ମୁଁ ପ୍ରାର୍ଥନା କରୁଅଛି I
\v 3 କେତେକ ସହବିଶ୍ଵାସୀ ଖ୍ରୀଷ୍ଟଙ୍କ ସମ୍ପର୍କିତ ସୁସମାଚାର ଅନୁସାରେ ତୁମେ ଜୀବନ କାଟୁଥିବା କଥା ମୋତେ କହିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ I
\v 4 ମୁଁ ଅତ୍ୟନ୍ତ ଖୁସି ଯେ ଈଶ୍ଵରଙ୍କ ସତ୍ୟ ଅନୁଯାୟୀ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିଅଛି I
\s5
\v 5 ପ୍ରିୟ ବନ୍ଧୁ, ତୁମେ ସହବିଶ୍ଵାସୀ ଏପରିକି ବିଦେଶୀ ଭାତ୍ରୁଗଣ ପ୍ରତି ଯାହା କରୁଅଛ ତଦ୍ଦ୍ୱାରା ବିଶ୍ୱସ୍ତ ଭାବରେ ଯୀଶୁଙ୍କର ସେବା କରୁଅଛ I
\v 6 ସେମାନଙ୍କ ପ୍ରତି ତୁମର ପ୍ରେମ ସମ୍ପର୍କରେ ମଣ୍ଡଳୀ ଜଣାଇଅଛନ୍ତି I ଈଶ୍ଵରଙ୍କ ଗୌରବ ନିମନ୍ତେ କାର୍ଯ୍ୟ କରିବାକୁ ତୁମେ ସେମାନଙ୍କ ସାହାଯ୍ୟ କରୁଥାଅ I
\v 7 ସେହି ସହବିଶ୍ଵାସୀମାନେ ଯୀଶୁଙ୍କୁ ପ୍ରଚାର କରୁଥିବା ସମୟରେ ଅବିଶ୍ୱାସୀମାନଙ୍କଠାରୁ କୌଣସି ଅର୍ଥ ଗ୍ରହଣ କରନ୍ତି ନାହିଁ I
\v 8 ତେଣୁ ଆମ୍ଭେମାନେ ସେମାନଙ୍କୁ ଖାଦ୍ୟ ଓ ଅର୍ଥ ଦାନ କରିବା ଉଚିତ୍ I
\s5
\v 9 ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ମଣ୍ଡଳୀକୁ ଲେଖିଛି I ମାତ୍ର ଦିୟତ୍ରଫା ତାହା ଅଗ୍ରାହ୍ୟ କରିଛି I
\v 10 ସେ ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କର ନିନ୍ଦା କରେ I ସେ ଈଶ୍ଵରଙ୍କ ସେବାକାରୀମାନଙ୍କର ଆତିଥ୍ୟ କରେ ନାହିଁ I ଯେଉଁମାନେ ତାହା କରନ୍ତି ସେମାନଙ୍କୁ ମଣ୍ଡଳୀ ପରିତ୍ୟାଗ କରିବା ପାଇଁ କହେ I
\s5
\v 11 ପ୍ରିୟ ବନ୍ଧୁ, ତୁମେ ମନ୍ଦତାରେ ଶିକାର ନ ହୋଇ ଉତ୍ତମ କର୍ମ କର I ଯେ ସତ୍କର୍ମ କରେ ସେ ଈଶ୍ଵରଙ୍କର ଅଟେ, ଯେ ତାହା କରେ ନାହିଁ, ସେ ଈଶ୍ଵରଙ୍କୁ ଦେଖି ନାହିଁ I
\v 12 ଦିମିତ୍ରୀୟଙ୍କ ଜାଣିଥିବା ଲୋକମାନେ ତାଙ୍କ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି, ଆମ୍ଭେମାନେ ଏବଂ ସତ୍ୟ ମଧ୍ୟ ସାକ୍ଷ୍ୟ ଦିଅନ୍ତି I ଆମ୍ଭମାନଙ୍କର ସାକ୍ଷ୍ୟ ଯେ ସତ୍ୟ ଏହା ତୁମ୍ଭେମାନେ ଜାଣ I
\s5
\v 13 ତୁମ୍ଭମାନଙ୍କୁ ମୋର ଅନେକ କିଛି କହିବାର ଅଛି I ମାତ୍ର ପତ୍ର ମାଧ୍ୟମରେ ସେସବୁ କହିବାକୁ ମୁଁ ଚାହୁଁନାହିଁ I
\v 14 ବରଂ ମୁଁ ଚାହେଁ ମୁଁ ଶୀଘ୍ର ଆସି ତୁମ୍ଭମାନଙ୍କୁ ସାକ୍ଷାତ କରିବି I ସେତେବେଳେ ଆମ୍ଭେମାନେ ମୁଖା ମୁଖି ହୋଇ କଥାବାର୍ତ୍ତା ହେବା I
\v 15 ଈଶ୍ୱର ତୁମ୍ଭମାନଙ୍କୁ ତାଙ୍କର ନିଜର ଶାନ୍ତି ଦିଅନ୍ତୁ I ଏ ସ୍ଥାନରେ ଥିବା ମିତ୍ରଗଣ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି I ଦୟାକରି, ଆମର ସମସ୍ତ ମିତ୍ରଙ୍କୁ ବ୍ୟକ୍ତିଗତ ଭାବରେ ନାମ ଘେନି ନମସ୍କାର ଜଣାଇଦିଅ I