or_udb/63-1JN.usfm

169 lines
49 KiB
Plaintext
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

\id 1JN
\ide UTF-8
\h ଯୋହନଙ୍କ ପ୍ରଥମ ପତ୍ର
\toc1 ଯୋହନଙ୍କ ପ୍ରଥମ ପତ୍ର
\toc2 ଯୋହନଙ୍କ ପ୍ରଥମ ପତ୍ର
\toc3 1jn
\mt1 ଯୋହନଙ୍କ ପ୍ରଥମ ପତ୍ର
\s5
\c 1
\p
\v 1 ମୁଁ, ଯୋହନ, ସମସ୍ତ ସୃଷ୍ଟିର ପୂର୍ବରୁ ଯାହାଙ୍କର ଅସ୍ତିତ୍ତ୍ୱ ଥିଲା ତୁମ୍ଭକୁ ତାହାଙ୍କ ବିଷୟରେ ଲେଖୁଅଛି I ସେ ସେହି ବ୍ୟକ୍ତି ଯାହାଙ୍କ ବିଷୟରେ ପୂର୍ବରୁ ଶୁଣାଯାଇଥିଲା I ଆମ୍ଭେମାନେ ନିଜେ ତାହାଙ୍କୁ ଦେଖିଥିଲୁ ଓ ଛୁଇଁଥିଲୁ I ସେ ସେହି ବ୍ୟକ୍ତି ଯିଏକି ଆମମାନଙ୍କୁ ଅନନ୍ତ ଜୀବନ ବିଷୟରେ ଶିକ୍ଷା ଦେଇଥିଲେ I
\v 2 (କାରଣ ସେ ପୃଥିବୀକୁ ଅସିଥିଲେ ଓ ଆମ୍ଭେମାନେ ତାହାଙ୍କୁ ଦେଖିଛୁ, ଆମ୍ଭେ ସ୍ପଷ୍ଟ ଭାବରେ ଏହା ଘୋଷଣା କରୁଛୁ, ଯାହାଙ୍କୁ ଆମ୍ଭେ ଦେଖିଛୁ ସେ ସେହି ଅଟନ୍ତି ଯେ ସର୍ବଦା ଅଛନ୍ତି I ସେ ପ୍ରଥମେ ଆପଣା ପିତାଙ୍କ ସହିତ ସ୍ୱର୍ଗରେ ଥିଲେ, କିନ୍ତୁ ସେ ଆମ ସହିତ ରହିବାକୁ ଆସିଲେ I)
\s5
\v 3 ଆମ୍ଭେ ତୁମ୍ଭମାନଙ୍କୁ ନିକଟରେ ଯୀଶୁଙ୍କ ବିଷୟରେ ସୁସମ୍ବାଦ ଘୋଷଣା କରୁଅଛୁ, ଯାହାଙ୍କୁ ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ଯେପରି ତୁମ୍ଭେମାନେ ଆମ ସହିତ ମିଳିତ ହୋଇପାର I ଯାହାଙ୍କ ସହିତ ଆମ୍ଭେ ମିଳିତ ହୋଇଅଛୁ ସେ ହେଉଛନ୍ତି ପିତା ଈଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ I
\v 4 ମୁଁ ଏହି ସବୁ ବିଷୟରେ ଲେଖୁଅଛି ଯେପରି ସେ ସବୁ ବିଷୟ ସତ ବୋଲି ତୁମ୍ଭେ ବୁଝିପାର ଓ ଆମର ଆନନ୍ଦପୂର୍ଣ୍ଣ ହୋଇପାରେ I
\s5
\v 5 ଯେଉଁ ସୁସମ୍ବାଦ ଆମ୍ଭେ ଈଶ୍ୱରଙ୍କଠୁ ଶୁଣିଅଛୁ ଓ ଘୋଷଣା କରୁଛୁ ତାହା ଏହା ଯେ: ସେ କେବେ ପାପ କରନ୍ତି ନାହିଁ I ସେ ଏକ ଅଦ୍ଭୁତ ଆଲୋକ, ଯାହାଠାରେ କୌଣସି ଅନ୍ଧକାର ନାହିଁ I
\v 6 ଯଦି ଆମ୍ଭେ ଈଶ୍ୱରଙ୍କ ସହିତ ମିଳିତ ହେବାର ଦାବି କରୁଅଛୁ, କିନ୍ତୁ ଅଶୁଚି ପରେ ଜୀବନ କାଟୁ, ତା’ହାହେଲେ ଏହା ଅନ୍ଧକାରରେ ରହିବା ସଦୃଶ ହେବ I ଆମ୍ଭେ ମିଥ୍ୟା କହୁଅଛୁ I ଆମ୍ଭେମାନେ ଈଶ୍ୱରଙ୍କ ପ୍ରକୃତ ସୁସମ୍ବାଦ ଅନୁସାରେ ଜୀବନ ଯାପନ କରୁନାହୁଁ I
\v 7 କିନ୍ତୁ ଈଶ୍ୱରଙ୍କ ସଦୃଶ ଶୁଚି ଜୀବନ କାଟିବା ଈଶ୍ୱରଙ୍କ ଅଲୋକରେ ଜୀବନ କାଟିବା ସଦୃଶ ଅଟେ I ଯଦି ଆମ୍ଭେ ତାହା କରୁ, ତେବେ ଆମ୍ଭେମାନେ ପରସ୍ପର ସହ ସଂଯୁକ୍ତ ହୋଇପାରିବା, ଓ ପ୍ରଭୁ ଆମ୍ଭମାନଙ୍କୁ କ୍ଷମା କରନ୍ତି ଓ ଗ୍ରହଣ କରନ୍ତି କାରଣ ଯୀଶୁ ଆମ ପାଇଁ ମରିଥିଲେ I
\s5
\v 8 ଯେଉଁମାନେ କୁହନ୍ତି ଯେ ସେମାନେ ପାପ କରିନାହାନ୍ତି, ସେମାନେ ନିଜକୁ ପ୍ରତାରଣା କରନ୍ତି ଓ ଈଶ୍ୱର ତା’ଙ୍କ ବିଷୟରେ ଯାହା କୁହନ୍ତି ତାହା ଉପରେ ବିଶ୍ୱାସ କରନ୍ତି ନାହିଁ I
\v 9 କିନ୍ତୁ ଈଶ୍ୱର ଯାହା କୁହନ୍ତି ତାହା କରନ୍ତି ଓ ଯାହା ସେ କରନ୍ତି ସେ’ତ ସବୁବେଳେ ଠିକ୍ ଥାଏ I ଏଥିପାଇଁ ଯଦି ଆମ୍ଭେ ତାଙ୍କ ପାଖରେ ନିଜର ପାପ ସ୍ୱୀକାର କରୁ, ସେ ଆମ୍ଭମାନଙ୍କୁ ଆମ ପାପ ଲାଗି କ୍ଷମା କରିବେ ଓ ଆମ୍ଭମାନଙ୍କୁ ସମସ୍ତ ପ୍ରକାର ଅପରାଧରୁ ମଧ୍ୟ ମୁକ୍ତ କରିବେ I ସେଇଥିପାଇଁ ଆମ୍ଭମାନଙ୍କୁ ତାହାଙ୍କ ପାଖରେ ନିଜ ପାପ ସ୍ୱୀକାର କରିବାକୁ ହେବ I
\v 10 ଈଶ୍ୱର କହିଅଛନ୍ତି, ସମସ୍ତେ ପାପ କରିଅଛନ୍ତି I ଯେଉଁମାନେ ପାପ କରିନାହୁଁ ବୋଲି କୁହନ୍ତି ସେମାନେ ଈଶ୍ୱରଙ୍କୁ ମିଥ୍ୟାବାଦୀ କରନ୍ତି ! ଈଶ୍ୱର ଆମ୍ଭମାନଙ୍କ ବିଷୟରେ କ’ଣ କୁହନ୍ତି ତାହା ପ୍ରତ୍ୟାଖ୍ୟାନ କରନ୍ତି I
\s5
\c 2
\p
\v 1 ମୋର ପ୍ରିୟ ସନ୍ତାନମାନେ, ତୁମ୍ଭେ ଯେପରି ପାପ ନ କର ସେଥିପାଇଁ ମୁଁ ଏହା ତୁମ୍ଭକୁ ଲେଖୁଛି I ଯଦି ତୁମ୍ଭ ମାନଙ୍କ ଭିତରୁ କେହିଁ ବିଶ୍ୱାସୀ ପାପ କରୁଛି, ତାହାହେଲେ ମନେରଖ ଯେ ଧାର୍ମିକ ଯୀଶୁ ଖ୍ରୀଷ୍ଟ, ପିତାଙ୍କ ପାଖରେ ଆମ୍ଭମାନଙ୍କୁ ତାଙ୍କ ନିମନ୍ତେ କ୍ଷମା କରିବା ପାଇଁ ନିବେଦନ କରନ୍ତି I
\v 2 ଯୀଶୁ ଖ୍ରୀଷ୍ଟ ନିଜ ଇଚ୍ଛାରେ ନିଜ ଜୀବନକୁ ଆମ ନିମନ୍ତେ ତ୍ୟାଗ କରିଲେ, ଯାହା ଫଳରେ ଈଶ୍ୱର ଆମ ପାପ କ୍ଷମା କରନ୍ତି I ହଁ, ଈଶ୍ୱର ଆମ ପାପ କ୍ଷମା କରିବାକୁ ସକ୍ଷମ ଅଟନ୍ତି, କିନ୍ତୁ ଖାଲି ଆମର ନୁହେଁ I ସବୁଜାଗାର ଲୋକମାନଙ୍କର ପାପ କ୍ଷମା କରିବାପାଇଁ ସେ ମଧ୍ୟ ସକ୍ଷମ ଅଟନ୍ତି I
\v 3 ଏହା ମୁଁ ତୁମ୍ଭକୁ କହିବି ଆମ୍ଭେ ଈଶ୍ୱରଙ୍କୁ ଜାଣିଛୁ ବୋଲି ଆମ୍ଭେ କିପରି ନିଶ୍ଚୟ ହେବା I ଯଦି ଆମ୍ଭେ ତାଙ୍କର ଆଜ୍ଞା ପାଳନ କରୁ ତେବେ ଆମ୍ଭେ ତାହାଙ୍କ ସହିତ ସଂଯୁକ୍ତ ହୋଇ ସାରିଛୁ ବୋଲି ଜାଣୁ I
\s5
\v 4 ଯେଉଁମାନେ, “ଅମ୍ଭେମାନେ ଈଶ୍ୱରଙ୍କୁ ଜାଣିଛୁ” ବୋଲି କହିଁ, ଈଶ୍ୱର ଯାହା ଆଜ୍ଞା ଦିଅନ୍ତି ତାହା ମାନନ୍ତି ନାହିଁ, ସେମାନେ ମିଛ କୁହନ୍ତି I ସେମାନେ ଈଶ୍ୱରଙ୍କ ସତ୍ୟ ସୁସମାଚାର ଅନୁସାରେ ଜୀବନ କାଟନ୍ତି ନାହିଁ I
\v 5 କିନ୍ତୁ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାର ବାଧ୍ୟ ହୁଅନ୍ତି, ସେମାନେ ହେଉଛନ୍ତି ସେଇ ଲୋକ ଯେଉଁମାନେ ଈଶ୍ୱରଙ୍କୁ ସବୁଥିରେ ପ୍ରେମ କରନ୍ତି I ଏହି ପ୍ରକାରରେ ଆମ୍ଭେ ନିଶ୍ଚିନ୍ତ ହୋଇପାରିବା ଯେ ଆମ୍ଭେ ଈଶ୍ୱରଙ୍କ ସହିତ ସଂଯୁକ୍ତ ହୋଇଅଛୁ I
\v 6 ଆମେ ଖ୍ରୀଷ୍ଟଙ୍କ ସହଭାଗିତାରେ ଅଛୁ ବୋଲି ଯଦି କହୁ, ତେବେ ତାଙ୍କ ପରି ମଧ୍ୟ ଆଚରଣ କରିବା I
\s5
\v 7 ମୁଁ ତୁମ୍ଭମାନଙ୍କୁ କିଛି ନୂତନ ବିଷୟ କରିବାକୁ ଲେଖୁନାହିଁ I ମାତ୍ର ତୁମ୍ଭମାନେ ଶୁଣିଥିବା ପୁରାତନ ଆଜ୍ଞା ଲେଖୁଅଛି I
\v 8 ପୁନର୍ବାର ମୁଁ ତୁମ୍ଭମାନଙ୍କୁ ନୂତନ ଆଜ୍ଞା ଲେଖୁଅଛି I କାରଣ ଖ୍ରୀଷ୍ଟ ଯାହା କରିଅଛନ୍ତି ଓ ତୁମ୍ଭେମାନେ ଯାହା କରୁଅଛ ତାହା ନୂତନ I ଏହା ରାତ୍ରିର ଅବସାନ ଏବଂ ଆଲୋକର ଆଗମନ ସଦୃଶ ଅଟେ I
\s5
\v 9 କାରଣ ଯିଏ ନିଜର ସହବିଶ୍ୱାସୀଙ୍କୁ ଘୃଣା କରି କହେ ମୁଁ ଅଲୋକରେ ଅଛି; ସେ ଅନ୍ଧକାରବାସୀ ଅଟେ I
\v 10 ମାତ୍ର ସହବିଶ୍ୱାସୀଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ଆଲୋକରେ ଥାଏ, ପୁଣି ପାପ କରେ ନାହିଁ I
\v 11 ମାତ୍ର ଯେ ଭାଇକୁ ଘୃଣା କରେ ସେ ଅନ୍ଧକାରରେ ଥାଏ ଏବଂ ଈଶ୍ୱରଙ୍କ ବିଷୟରେ ସଚେତନ ନ ଥାଏ I
\s5
\v 12 ମୁଁ ଏହା ତୁମ୍ଭମାନଙ୍କୁ ଲେଖୁଛି ଯାହାକୁ ମୁଁ ନିଜ ସନ୍ତାନ ପରି ପ୍ରେମ କରେ I ଖ୍ରୀଷ୍ଟଙ୍କ ପାଇଁ ଈଶ୍ୱର ତୁମ୍ଭ ପାପ କ୍ଷମା କରିଅଛନ୍ତି I
\v 13 ମୁଁ ବୃଦ୍ଧ ବିଶ୍ୱାସୀମାନଙ୍କୁ ଲେଖୁଅଛି I ତୁମ୍ଭେମାନେ ଜୀବିତ ଖ୍ରୀଷ୍ଟଙ୍କୁ ଜାଣିଛ I ମୁଁ ମଧ୍ୟ ତୁମ୍ଭମାନଙ୍କୁ ଲେଖୁଛି ଯୁବାମାନେ; ତୁମ୍ଭେମାନେ ମନ୍ଦ ଶକ୍ତି ଶୟତାନକୁ ହରାଇଅଛ ଓ ମୁଁ ତୁମ୍ଭମାନଙ୍କୁ ଲେଖୁଛି ସାନ ପିଲାମାନେ, କାରଣ ତୁମ୍ଭେ ପିତା ଈଶ୍ୱରଙ୍କୁ ଜାଣିଛ I
\v 14 ମୁଁ ପୁନର୍ବାର ବୃଦ୍ଧ ବିଶ୍ୱାସୀମାନଙ୍କୁ ଲେଖୁଅଛି I ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ଜାଣିଅଛ I ମୁଁ ମଧ୍ୟ ତୁମ୍ଭମାନଙ୍କୁ ଲେଖୁଅଛି ଯୁବାମାନେ; ତୁମ୍ଭେମାନେ ଶୟତାନକୁ ହରାଇଅଛ, ଯିଏ ମନ୍ଦ ଓ ମୁଁ ତୁମ୍ଭମାନଙ୍କୁ ଲେଖୁଅଛି ସାନ ପିଲାମାନେ, କାରଣ ତୁମ୍ଭେ ପିତା ଈଶ୍ୱରଙ୍କୁ ଜାଣିଛ I
\s5
\v 15 ଜଗତରେ ଥିବା ଲୋକମାନଙ୍କ ପରି ହୁଅ ନାହିଁ ଯେଉଁମାନେ ଈଶ୍ୱରଙ୍କୁ ଗୌରବ ଦିଅନ୍ତି ନାହିଁ I ଏପରି ବସ୍ତୁ ପ୍ରତି ଆଶା ରଖ ନାହିଁ ଯାହା ସେମାନେ ପାଇବାକୁ ଚାହାନ୍ତି I ଯଦି କେହିଁ ସେମାନଙ୍କ ପରି ଜୀବନ କାଟେ, ତାହାହେଲେ ସେମାନେ ପ୍ରମାଣ କରନ୍ତି ଯେ ସେମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି ନାହିଁ I
\v 16 ମୁଁ ଏହା ଲେଖୁଅଛି, କାରଣ ଲୋକମାନେ ଯେଉଁ ସବୁ ଭୁଲ କରନ୍ତି, ଯେଉଁ ସମସ୍ତ ବିଷୟ ଲୋକମାନେ ଦେଖନ୍ତି ଓ ପାଇବାକୁ ଚେଷ୍ଟା କରନ୍ତି, ଓ ସମସ୍ତ ବିଷୟ ଯେଉଁଥିରେ ସେମାନେ ଗର୍ବ କରନ୍ତି ଏହିସବୁ ବିଷୟର ସର୍ବସ୍ୱ ପିତା ତାହାଙ୍କ ସହ କୌଣସି ସମ୍ପର୍କ ନାହିଁ I ସେହି ସବୁ ଜଗତର ଅଟେ I
\v 17 ଜଗତର ଲୋକମାନେ ଯିଏ ଈଶ୍ୱରଙ୍କୁ ଗୌରବ ଦିଅନ୍ତି ନାହିଁ, ସେ ସମସ୍ତ ବିଷୟ ସହିତ ସେମାନଙ୍କର ଅଭିଳାଷ ସବୁ ମଧ୍ୟ ଲୋପ ପାଇଯିବ I କିନ୍ତୁ ଯେଉଁମାନେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ କର୍ମ କରନ୍ତି ସେମାନେ ସର୍ବଦା ବଞ୍ଚିବେ I
\s5
\v 18 ହେ ମୋର ପ୍ରିୟଗଣ, ପୃଥିବୀକୁ ଯୀଶୁଙ୍କର ପୁନରାଗମନର ସମୟ ଉପସ୍ଥିତ I ତୁମ୍ଭେମାନେ ଭଣ୍ଡ ଖ୍ରୀଷ୍ଟର ଆଗମନ କଥା ଶୁଣି ଅଛ I ଏପରି ଅନେକ ବ୍ୟକ୍ତି ଆସିସାରିଛନ୍ତି I ଏଇଥିପାଇଁ ଆମ୍ଭେମାନେ ଜାଣୁ ଯେ ଖ୍ରୀଷ୍ଟ ବହୁତ ଶୀଘ୍ର ଫେରିବେ I
\v 19 ଏହି ଲୋକମାନେ ଆମ ମଣ୍ଡଳୀରେ ରହିବାକୁ ମନା କଲେ, ପ୍ରଥମରୁ ସେମାନେ ପ୍ରକୃତରେ ଆମ ସହିତ ନ ଥିଲେ I ଯେତେବେଳେ ସେମାନେ ଆମ୍ଭମାନଙ୍କୁ ପରିତ୍ୟାଗ କରିଗଲେ, ଆମ୍ଭେ ସ୍ପଷ୍ଟ ଭାବରେ ଦେଖିଲୁ ଯେ ସେମାନେ କେବେ ଆମ ସହିତ ସଂଯୁକ୍ତ ହୋଇ ନ ଥିଲେ I
\s5
\v 20 କିନ୍ତୁ ତୁମ୍ଭ ପାଇଁ, ଖ୍ରୀଷ୍ଟ, ଯିଏ ପବିତ୍ର ଅଟନ୍ତି, ସେ ତୁମ୍ଭକୁ ଆପଣା ଆତ୍ମା ଦେଇଅଛନ୍ତି; ଏହା ତାହାଙ୍କ ଆତ୍ମା ଯିଏ ତୁମ୍ଭକୁ ସମସ୍ତ ସତ୍ୟ ଶିଖାଏ I
\v 21 ମୁଁ ଏହି ପତ୍ର ତୁମ୍ଭକୁ ଲେଖୁଛି, ଏଥିପାଇଁ ନୁହେଁ ଯେ, ତୁମ୍ଭେମାନେ ଈଶ୍ୱରଙ୍କ ବିଷୟରେ ସତ୍ୟ ଜାଣିନ, କିନ୍ତୁ ଏହା କ’ଣ ତୁମ୍ଭେମାନେ ଜାଣ ଏଥିପାଇଁ ଲେଖୁଛି I ତୁମ୍ଭେମାନେ ଏହା ମଧ୍ୟ ଜାଣ ଯେ ଈଶ୍ୱର କେବେ ମିଥ୍ୟା ବିଷୟ ଶିଖାନ୍ତି ନାହିଁ; ବରଂ ଯାହା ସତ୍ୟ ସେହି ସବୁ ବିଷୟ ଶିଖାନ୍ତି I
\s5
\v 22 ସବୁଠାରୁ ମନ୍ଦ ମିଥ୍ୟାବାଦୀମାନେ ଯୀଶୁ ହିଁ ଖ୍ରୀଷ୍ଟ ବୋଲି ଅସ୍ୱୀକାର କରନ୍ତି I ଏହା ଯେଉଁ ସମସ୍ତେ କରନ୍ତି ସେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଅଛନ୍ତି, କାରଣ ସେମାନେ ପିତା ଓ ପୁତ୍ରଙ୍କଠାରେ ବିଶ୍ୱାସ କରନ୍ତି ନାହିଁ I
\v 23 ଯେଉଁମାନେ ଯୀଶୁଙ୍କୁ ପରମେଶ୍ୱରଙ୍କ ପୁତ୍ର ବୋଲି ସ୍ୱୀକାର କରନ୍ତି ନାହିଁ ସେମାନେ କୌଣସି ପ୍ରକାରରେ ପିତାଙ୍କ ସହିତ ସଂଯୁକ୍ତ ନାହାନ୍ତି, କିନ୍ତୁ ଯେଉଁମାନେ ଖ୍ରୀଷ୍ଟଙ୍କୁ ପରମେଶ୍ୱରଙ୍କ ପୁତ୍ର ବୋଲି ସ୍ୱୀକାର କରନ୍ତି ସେମାନେ ମଧ୍ୟ ପିତାଙ୍କ ସହିତ ସଂଯୁକ୍ତ ଅଟନ୍ତି I
\s5
\v 24 ଏଥିପାଇଁ, ଯେମିତି ତୁମ୍ଭ ପାଇଁ, ତୁମ୍ଭକୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଥମରୁ ଶୁଣିଥିବା ରଖି ସେହି ହିଁସାବରେ ବଞ୍ଚିବା ଦରକାର I ଯଦି ତୁମ୍ଭେ ତାହା କର, ତାହାହେଲେ ତୁମ୍ଭେ ପିତା ଓ ପୁତ୍ରଙ୍କ ସହିତ ସଂଯୁକ୍ତ ହୋଇ ରହିବ I
\v 25 ଓ ପରମେଶ୍ୱର ଆମ୍ଭକୁ କହିଁଛନ୍ତି ଯେ ସେ ଆମ୍ଭକୁ ଅନନ୍ତ ଜୀବନ ଦେବେ !
\v 26 ଯେଉଁମାନେ ଖ୍ରୀଷ୍ଟଙ୍କ ସତ୍ୟତାରୁ ତୁମ୍ଭକୁ ଭ୍ରାନ୍ତ କରନ୍ତି ତୁମ୍ଭେ ସେମାନଙ୍କ ପ୍ରତି ଯେପରି ସତର୍କ ହୁଅ ଯେମିତିକି ଏଥିପାଇଁ ଲେଖୁଅଛି I
\s5
\v 27 ତୁମ୍ଭ ପାଇଁ, ଈଶ୍ୱରଙ୍କ ଆତ୍ମା, ଯାହାଙ୍କୁ ତୁମ୍ଭେ ଖ୍ରୀଷ୍ଟଙ୍କଠାରୁ ପାଇଅଛ, ତୁମ୍ଭଠାରେ ଅଛନ୍ତି I ସେଥିପାଇଁ ତୁମ୍ଭକୁ ଆଉ କୌଣସି ଶିକ୍ଷକର ଆବଶ୍ୟକତା ନାହିଁ I ଈଶ୍ୱରଙ୍କ ଆତ୍ମା ସମସ୍ତ ବିଷୟ ତୁମ୍ଭକୁ ଶିଖାଉଅଛନ୍ତି ଯାହା ତୁମ୍ଭକୁ ଜାଣିବା ଦରକାର I ସେଥିପାଇଁ ସେ ଯାହା ଶିଖାଉ ଅଛନ୍ତି ସେଇ ହିଁସାବରେ ଜୀବନ ଧାରଣ କର ଓ ତାହାଙ୍କ ସହିତ ସଂଯୁକ୍ତ ହୋଇ ରୁହ I
\v 28 ଏବେ, ମୋର ପ୍ରିୟ, ମୁଁ ଇଚ୍ଛା କରୁଛି ଯେ ତୁମ୍ଭେ ଖ୍ରୀଷ୍ଟଙ୍କ ସହ ସଂଯୁକ୍ତ ହୋଇ ରୁହ I ଆମ୍ଭେ ଏହା କରିବା ଦରକାର ଯେପରି ଆମ୍ଭେ ବିଶ୍ୱାସ କରିପାରିବା ଯେ ସେ ଆମ୍ଭମାନଙ୍କୁ ଗ୍ରହଣ କରିବେ ଯେତେବେଳେ ସେ ପୁନର୍ବାର ଅସିବେ I ଯଦି ଆମ୍ଭେ ତାହା କରୁ, ଆମ୍ଭେ ତା’ଙ୍କ ସମ୍ମୁଖରେ ଠିଆ ହେବା ପାଇଁ ଲଜ୍ଜିତ ଅନୁଭବ କରିବା ନାହିଁ I
\v 29 ଖ୍ରୀଷ୍ଟ ସର୍ବଦା ଠିକ୍ କାର୍ଯ୍ୟ କରୁଥିବାରୁ ଆମେ ଜାଣୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି ସେମାନେ ଈଶ୍ୱରଙ୍କ ସନ୍ତାନ ଅଟନ୍ତି I
\s5
\c 3
\p
\v 1 ଚିନ୍ତାକରି ଦେଖ ଆମର ପିତା ଆମ୍ଭମାନଙ୍କୁ କେତେ ଭଲ ପାଆନ୍ତି: ସେ ଆମ୍ଭମାନଙ୍କୁ ତାଙ୍କର ସନ୍ତାନ କହିବାକୁ ଅନୁମତି ଦେଇଅଛନ୍ତି ଓ ଏହା ହିଁ ସତ୍ୟ I କିନ୍ତୁ ଅବିଶ୍ୱାସୀମାନେ ବୁଝିନାହାନ୍ତି ଯେ ଈଶ୍ୱର କିଏ I ଏଥିପାଇଁ ଆମ୍ଭେ କିଏ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଏହା ସେମାନେ ବୁଝନ୍ତି ନାହିଁ I
\v 2 ପ୍ରିୟ ବନ୍ଧୁମାନେ, ଯଦିଓ ଆମ୍ଭେମାନେ ଏବେ ଈଶ୍ୱରଙ୍କ ସନ୍ତାନ, ଆମ୍ଭେମାନେ ଭବିଷ୍ୟତରେ କିପରି ହେବା ସେ ଏଯାଏ ଦେଖାଇ ନାହାନ୍ତି I ତଥାପି, ଆମ୍ଭେ ଜାଣୁ ଯେ ଯେତେବେଳେ ଖ୍ରୀଷ୍ଟ ଆଉ ଥରେ ଆସିବେ, ଆମ୍ଭେମାନେ ତାଙ୍କ ପରି ହେବୁ, କାରଣ ଆମ୍ଭେ ତାଙ୍କୁ ମୁହାଁ ମୁହିଁ ଦେଖିବୁ I
\v 3 ସେଥିପାଇଁ ଯେଉଁମାନେ ଦୃଢବିଶ୍ୱାସରେ ଖ୍ରୀଷ୍ଟଙ୍କୁ ମୁହାଁ ମୁହିଁ ଦେଖିବା ପାଇଁ ଇଚ୍ଛା କରନ୍ତି, ଖ୍ରୀଷ୍ଟଙ୍କ ପରି, ସେମାନେ ପାପ କରିବେ ନାହିଁ, ଯିଏ କେବେ ମଧ୍ୟ ପାପ କରନ୍ତି ନାହିଁ I
\s5
\v 4 କିନ୍ତୁ ଯେଉଁମାନେ ପାପ କରିଚାଲିଥାନ୍ତି; ସେମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବାକୁ ମନା କରନ୍ତି I କାରଣ ଈଶ୍ୱରଙ୍କ ଆଜ୍ଞାକୁ ପାଳନ ନ କରିବା ହିଁ ପାପ I
\v 5 ତୁମ୍ଭେ ଜାଣ ଯେ ପାପର ବୋଝକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିପାରିବେ ବୋଲି ଖ୍ରୀଷ୍ଟ ଅସିଥିଲେ I ତୁମ୍ଭେମାନେ ମଧ୍ୟ ଜାଣ ଯେ ସେ କେବେ ପାପ କରି ନ ଥିଲେ I
\v 6 ଯେଉଁମାନେ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କରନ୍ତି, ସେମାନେ ବାରମ୍ବାର ପାପ କରନ୍ତି ନାହିଁ I କିନ୍ତୁ ଯେଉଁମାନେ ବାରମ୍ବାର ପାପ କରନ୍ତି ସେମାନେ ଖ୍ରୀଷ୍ଟ କିଏ ଏଯାଏ ବୁଝି ନାହାନ୍ତି କିଅବା ସେମାନେ ତାହାଙ୍କ ସହିତ ସଂଯୁକ୍ତ ନୁହନ୍ତି I
\s5
\v 7 ହେ ମୋର ପ୍ରିୟମାନେ ମୁଁ ଇଚ୍ଛା କରୁଛି କି, ପାପ କରିବା ଠିକ୍ ବିଷୟ ବୋଲି କହି କେହି ତୁମକୁ ପ୍ରବଞ୍ଚନା ନ କରୁ I ଯଦି ତୁମ୍ଭେ ଧର୍ମାଚରଣ କରୁଛ, ତାହାହେଲେ ତୁମ୍ଭେ ଧାର୍ମିକ, ଯେପରି ଖ୍ରୀଷ୍ଟ ଧାର୍ମିକ ଅଟନ୍ତି I
\v 8 କିନ୍ତୁ ଯିଏ ବାରମ୍ବାର ପାପ କରେ ସେ ଶୟତାନ ପରି, କାରଣ ଶୟତାନ ଜଗତ ଆରମ୍ଭରୁ ପାପ କରି ଆସୁଛି ଓ ଶୟତାନର କାର୍ଯ୍ୟ ବିନଷ୍ଟ କରିବାକୁ ଯେପରି ସେ ଈଶ୍ୱରଙ୍କ ପୁତ୍ର ମନୁଷ୍ୟ ହେଲେ I
\s5
\v 9 ଲୋକମାନେ ଯଦି ଈଶ୍ୱରଙ୍କ ସନ୍ତାନ ହୋଇ ଅଛନ୍ତି ତାହାହେଲେ ସେମାନେ ବାରମ୍ବାର ପାପ କରିବେ ନାହିଁ I ସେମାନେ ପାପ ବାରମ୍ବାର କରିପାରିବେ ନାହିଁ କାରଣ ଈଶ୍ୱର ସେମାନଙ୍କୁ ନିଜ ସନ୍ତାନ କରିଅଛନ୍ତି, ଓ ସେ ନିଜର ସ୍ୱଭାବକୁ ଯେପରି ସେଇ ବିଷୟକୁ ସେ ସେମାନଙ୍କ ମଧ୍ୟରେ ରଖିଅଛନ୍ତି I
\v 10 ଯେଉଁମାନେ ଈଶ୍ୱରଙ୍କ ସନ୍ତାନ ସେମାନେ ଶୟତାନର ସନ୍ତାନମାନଙ୍କଠାରୁ ଭିନ୍ନ ଅଟନ୍ତି I ଏହି ପ୍ରକାରେ ଆମ୍ଭେ ଜାଣିପାରୁ କିଏ ଶୟତାନର ସନ୍ତାନ ଯେଉଁମାନେ ଧର୍ମାଚରଣ କରନ୍ତି ନାହିଁ ସେମାନେ ଈଶ୍ୱରଙ୍କ ସନ୍ତାନ ନୁହନ୍ତି ଓ ଯେଉଁମାନେ ତାଙ୍କର ସହ ବିଶ୍ୱାସୀମାନଙ୍କୁ ପ୍ରେମ କରନ୍ତି ନାହିଁ ସେମାନେ ଈଶ୍ୱରଙ୍କ ସନ୍ତାନ ନୁହନ୍ତି I
\s5
\v 11 ତୁମ୍ଭେମାନେ ବିଶ୍ୱାସ କରିବା ଦିନଠାରୁ ଶୁଣିଆସୁଛ; ଆମ୍ଭେମାନେ ପରସ୍ପରକୁ ପ୍ରେମ କରିବା ଉଚିତ୍ I
\v 12 ଆଦମଙ୍କ ପୁତ୍ର, ଶୟତାନର ଦାସ, ଦୁଷ୍ଟ କୟିନ, ସଦୃଶ ଆମ୍ଭେ ପରସ୍ପରକୁ ଘୃଣା କରିବା ଉଚିତ ନୁହେଁ I କାରଣ କୟିନ ତା’ର ସାନ ଭାଇକୁ ଘୃଣା କଲା, ସେ ତାହାର ହତ୍ୟା କଲା I ମୁଁ ତୁମ୍ଭକୁ କହୁଛି କାହିଁକି ସେ ତା’ ଭାଇକୁ ହତ୍ୟା କଲା I କାରଣ କୟିନର ସ୍ୱଭାବ ଖରାପ ଥିଲା ଓ ସେ ତା’ର ସାନ ଭାଇ କି ଘୃଣା କରୁଥିଲା କାରଣ ତା’ର ସାନ ଭାଇର ଭଲ ସ୍ୱଭାବ ଥିଲା I
\s5
\v 13 ଅବିଶ୍ୱାସୀମାନେ ତୁମ୍ଭକୁ ଘୃଣା କଲେ ତୁମ୍ଭେମାନେ ଆଶ୍ଚର୍ଯ୍ୟ ହୁଅ ନାହିଁ I
\v 14 କାରଣ ଆମ୍ଭେ ଆମ ସହ ବିଶ୍ୱାସୀମାନଙ୍କୁ ପ୍ରେମ କରୁଛୁ, ଆମ୍ଭେ ଜାଣିଛୁ ଯେ ଈଶ୍ୱର ଆମ୍ଭମାନଙ୍କୁ ତା’ଙ୍କ ସହିତ ସର୍ବଦା ରହିବା ଲାଗି ସୃଷ୍ଟି କରିଅଛନ୍ତି I
\v 15 ନିଜ ସହ ବିଶ୍ୱାସୀ ମାନଙ୍କୁ ଘୃଣା କରିବା ଲୋକଙ୍କୁ, ଈଶ୍ୱର ହତ୍ୟାକାରୀ ଭାବେ ଦେଖନ୍ତି I ଯିଏ ନିଜ ଭାଇକୁ ପ୍ରେମ କରେ ନାହିଁ ସେ ମରଣ ପାଇଁ ବଞ୍ଚିଛି, ଜୀବନ ପାଇଁ ନୁହେଁ I
\s5
\v 16 ଖ୍ରୀଷ୍ଟ ତାଙ୍କର ନିଜ ସ୍ୱାଧୀନ ଇଚ୍ଛାରେ ଆମ ପାଇଁ ପ୍ରାଣ ଦେଲେ ଏକଥା ସ୍ମରଣ ରଖି ଆମ୍ଭେ ଆମର ସହ ବିଶ୍ୱାସୀମାନଙ୍କୁ ପ୍ରେମ କରିବା ଉଚିତ୍, ଓ ସେହିପରି ଆମେ ମଧ୍ୟ ଆମର ସହ ବିଶ୍ୱାସୀମାନଙ୍କ ପାଇଁ ପ୍ରାଣପଣ କରିବା I
\v 17 ଏହି ଜଗତରେ ବଞ୍ଚିବା ନିମନ୍ତେ ଆମ୍ଭମାନଙ୍କ ମଧ୍ୟରୁ ଅନେକଙ୍କର ସମସ୍ତ ଆବଶ୍ୟକୀୟ ବିଷୟ ରହିଅଛି I ତେଣୁ ଆମ୍ଭମାନଙ୍କ ସହ ବିଶ୍ୱାସୀମାନଙ୍କର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆମ୍ଭେମାନେ ଯତ୍ନବାନ ହେବା ଆବଶ୍ୟକ I ଯଦି ତାହା ନ କରୁ ତେବେ ଈଶ୍ୱରଙ୍କ ପ୍ରେମ ଆମଠାରେ ନାହିଁ I
\v 18 ମୋର ପ୍ରିୟପାତ୍ର ତୁମେ, ତୁମ୍ଭକୁ ମୁଁ କହୁଛି ଆମ୍ଭେ ଯେପରି କଥାରେ ପରସ୍ପରକୁ ପ୍ରେମ ନ କରୁ; ଚାଲ ଆମ୍ଭେ ପରସ୍ପରକୁ ସାହାଯ୍ୟ କରିବା ଦ୍ୱାରା ପ୍ରେମ କରୁ I
\s5
\v 19 ଯଦି ଆମ୍ଭେ ଆମର ସହ ବିଶ୍ୱାସୀମାନଙ୍କୁ ସତରେ ପ୍ରେମ କରୁ, ଆମ୍ଭେ ତାହାହେଲେ ନିଶ୍ଚିନ୍ତ ହୋଇପାରିବା ଯେ ଆମ୍ଭେ ଖ୍ରୀଷ୍ଟଙ୍କ ପ୍ରକୃତ ସୁସମ୍ବାଦ ଅନୁଯାୟୀ ଜୀବନ କାଟୁଛୁ I ଏହାର ପରିଣାମ ସ୍ୱରୁପ, ଆମ୍ଭେ ଈଶ୍ୱରଙ୍କ ଉପସ୍ଥିତରେ ଦୋଷୀ ଅନୁଭବ କରିବା ନାହିଁ I
\v 20 ଆମ୍ଭେ ଦୃଢ ବିଶ୍ୱାସରେ ପ୍ରାର୍ଥନା କରିବା ଦରକାର, ଆମ୍ଭେ ଭୁଲ୍ କରିଥିଲେ ମଧ୍ୟ ଈଶ୍ୱର ବିଶ୍ୱାସ୍ୟ I ସେ ଆମ ବିଷୟରେ ସବୁ କିଛି ଜାଣନ୍ତି I
\v 21 ପ୍ରିୟ ବନ୍ଧୁଗଣ, ଯଦି ଆମ ମନ ପାପ କରିବା ଦୋଷରେ ଦୋଷୀ ନୁହେଁ ବୋଲି ଅନୁଭବ କରୁ ତା’ହାହେଲେ ଆମ୍ଭେ ଈଶ୍ୱରଙ୍କୁ ଦୃଢ ବିଶ୍ୱାସ ସହ ପ୍ରାର୍ଥନା କରିବା ଉଚିତ I
\v 22 ଆମେ ତାଙ୍କର ଆଜ୍ଞା ପାଳନ କରି ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରୁଥିବାରୁ ଆମେ ବିଶ୍ୱାସର ସହ ଯାହା ମାଗିଥାଉ, ତାହା ପାଇଥାଉ I
\s5
\v 23 ମୁଁ ତୁମ୍ଭକୁ କହୁଛି ସେ ଆମ୍ଭମାନଙ୍କୁ କ’ଣ କରିବା ଲାଗି ଆଜ୍ଞା ଦିଅନ୍ତି: ଆମ୍ଭେ ଏହା ବିଶ୍ୱାସ କରିବା ଦରକାର ଯେ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ତାଙ୍କ ପୁତ୍ର I ଆମ୍ଭେମାନେ ମଧ୍ୟ ପରସ୍ପରକୁ ପ୍ରେମ କରିବା ଦରକାର, ଯେପରି ଈଶ୍ୱର ଆମ୍ଭମାନଙ୍କୁ ଆଜ୍ଞା କରିଅଛନ୍ତି I
\v 24 ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାପାଳନ କରିଅଛନ୍ତି ସେମାନେ ଈଶ୍ୱରଙ୍କ ସହିତ ସଂଯୁକ୍ତ ହୋଇଅଛନ୍ତି, ଓ ଈଶ୍ୱର ସେମାନଙ୍କ ସହିତ ସଂଯୁକ୍ତ ହୋଇଅଛନ୍ତି ଆମଠାରେ ତାଙ୍କର ପ୍ରଦତ୍ତ ଆତ୍ମା ଥିବାରୁ, ନିଶ୍ଚିନ୍ତ ହୋଇପାରୁ କି ଈଶ୍ୱର ଆମ ସହିତ ସଂଯୁକ୍ତ ହୋଇଅଛନ୍ତି I
\s5
\c 4
\p
\v 1 ପ୍ରିୟ ବନ୍ଧୁଗଣ, ଅନେକ ଲୋକ ମିଥ୍ୟା ସୁସମାଚାର ପ୍ରଚାର କରୁଛନ୍ତି I କିନ୍ତୁ ତୁମ୍ଭେ ଭଲରେ ଚିନ୍ତାକର ତୁମ୍ଭେ ସେମାନଙ୍କୁ ଯାହା କହିବାର ଶୁଣୁଅଛ, ତାହା ଈଶ୍ୱରଙ୍କଠାରୁ କି ନୁହେଁ ତୁମେ କିପରି ଜାଣିବ I
\v 2 ମୁଁ ତୁମ୍ଭମାନଙ୍କୁ ଏହା କହିବି କିପରି ପ୍ରଚାରିତ ସତ୍ୟ ଈଶ୍ୱରଙ୍କଠାରୁ କି ନୁହେଁ ତାହା ତୁମ୍ଭେମାନେ ଜାଣିବ I ଯୀଶୁ ଖ୍ରୀଷ୍ଟ, ଈଶ୍ୱରଙ୍କଠାରୁ ଆମ ପରି ମନୁଷ୍ୟ ହୋଇ ଆସିଛନ୍ତି ଏଥିରେ ଯେଉଁମାନେ ସୁମ୍ମତ ହୁଅନ୍ତି କି ସେମାନେ ଈଶ୍ୱରଙ୍କ ପାଖରୁ ଆସିଥିବା ସୁସମ୍ବାଦ ଦିଅନ୍ତି I
\v 3 କିନ୍ତୁ ଯେଉଁମାନେ ଯୀଶୁଙ୍କ ବିଷୟରେ ସତ୍ୟକୁ ସମ୍ମତି ଦିଅନ୍ତି ନାହିଁ ସେମାନେ ଈଶ୍ୱରଙ୍କ ପାଖରୁ ଆସିଥିବା ସୁସମ୍ବାଦ ଦେଉନାହାନ୍ତି I ସେମାନେ ସେହି ଶିକ୍ଷକମାନେ ଯେଉଁମାନେ ଖ୍ରୀଷ୍ଟଙ୍କୁ ବିରୋଧ କରନ୍ତି I ତୁମ୍ଭେମାନେ ଶୁଣିଛ ଯେ ସେପରି ଲୋକମାନେ ଆମ ମଧ୍ୟକୁ ଆସୁଛନ୍ତି I ଏବେ ସୁଦ୍ଧା ସେମାନେ ଏଠାରେ ଅଛନ୍ତି I
\s5
\v 4 ତୁମ୍ଭେ ମୋର ପ୍ରିୟ, ତୁମ୍ଭେ ଈଶ୍ୱରଙ୍କର, ଓ ତୁମ୍ଭେ ସେମାନଙ୍କ ଶିକ୍ଷାକୁ ବିଶ୍ୱାସ କରିବା ପାଇଁ ମନା କରିଛ, କାରଣ ଈଶ୍ୱର, ଯେ ତୁମ୍ଭକୁ ସକ୍ଷମ କରନ୍ତି ଯାହା ସେ ତୁମ୍ଭକୁ କରିବାକୁ ଚାହାନ୍ତି, ସେ ମହାନ I
\v 5 ସେମାନଙ୍କ ପାଇଁ ଯେଉଁମାନେ ମିଥ୍ୟା ବିଷୟ ସବୁ ଶିକ୍ଷା ଦିଅନ୍ତି, ସେମାନେ ଜଗତର ସେଇ ଲୋକମାନଙ୍କ ସହିତ ଅଛନ୍ତି ଯେଉଁମାନେ ଈଶ୍ୱରଙ୍କୁ ଗୌରବ ଦିଅନ୍ତି ନାହିଁ I
\v 6 ଆଉ ଆମ୍ଭେମାନେ, ଈଶ୍ୱରଙ୍କର I ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି, ସେମାନେ ଆମ ଶିକ୍ଷାକୁ ଶୁଣନ୍ତି, କିନ୍ତୁ ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ ସେମାନେ ଆମ ଶିକ୍ଷାକୁ ଶୁଣନ୍ତି ନାହିଁ I
\s5
\v 7 ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରିବା ଦରକାର, କାରଣ ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରିବାକୁ ସକ୍ଷମ କରନ୍ତି, ଓ କାରଣ ଯେଉଁମାନେ ନିଜର ସହ ବିଶ୍ୱାସୀ ମାନଙ୍କୁ ପ୍ରେମ କରନ୍ତି ସେମାନେ ଈଶ୍ୱରଙ୍କର ସନ୍ତାନ ହୋଇସାରିଅଛନ୍ତି ଓ ତାହାଙ୍କୁ ଜାଣନ୍ତି I
\v 8 ଈଶ୍ୱର ତାଙ୍କର ପ୍ରେମ ଲୋକମାନଙ୍କୁ ଦେଖାନ୍ତି I ସେଥିପାଇଁ ଯେଉଁମାନେ ତାଙ୍କର ସହ ବିଶ୍ୱାସୀଙ୍କୁ ପ୍ରେମ କରନ୍ତି ନାହିଁ ସେମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ I
\s5
\v 9 ମୁଁ ତୁମ୍ଭକୁ କହିବି କିପରି ଈଶ୍ୱର ତାଙ୍କର ପ୍ରେମ ଆମ୍ଭମାନଙ୍କୁ ଦେଖାଇଅଛନ୍ତି: ସେ ତାଙ୍କର ଏକମାତ୍ର ପୁତ୍ରକୁ ପୃଥିବୀରେ ଜୀବନ କାଟିବା ପାଇଁ ପଠାଇଥିଲେ ଯେପରି ଆମ୍ଭେ ତାଙ୍କ ପାଇଁ ଅନନ୍ତ ଜୀବନର ଅଧିକାରୀ ହୋଇପାରୁ I
\v 10 ଆଉ ଈଶ୍ୱର ଆମ୍ଭମାନଙ୍କୁ ଦେଖାଇଅଛନ୍ତି କି ପରସ୍ପରକୁ ପ୍ରେମ କରିବାର ପ୍ରକୃତ ଅର୍ଥ କ’ଣ: ଏହାର ଅର୍ଥ ନୁହେଁ କି ଆମ୍ଭେ ଈଶ୍ୱରଙ୍କୁ ପ୍ରେମ କରିଅଛୁ, କିନ୍ତୁ ଏହା ଯେ ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରନ୍ତି I ସେଥିପାଇଁ ସେ ନିଜର ପୁତ୍ରକୁ ବଳିଦାନ ନିମନ୍ତେ ପଠାଇଲେ, ଯେପରି ଆମର ପାପକୁ ଈଶ୍ୱର କ୍ଷମା କରିପାରନ୍ତି I
\s5
\v 11 ପ୍ରିୟ ବନ୍ଧୁଗଣ, ଯେପରି ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରନ୍ତି ଆମ୍ଭେ ପରସ୍ପରକୁ ସେହିପରି ପ୍ରେମ କାରିବା ଦରକାର !
\v 12 କେହିଁ କେବେ ଈଶ୍ୱରଙ୍କୁ ଦେଖିନାହାନ୍ତି I ଯଦି ଆମ୍ଭେ ପରସ୍ପରକୁ ପ୍ରେମ କରୁ, ତେବେ ଏହା ସ୍ପଷ୍ଟ ଅଟେ ଈଶ୍ଵର ଆମଠାରେ ବାସ କରନ୍ତି ଓ ଆମ୍ଭେ ଅନ୍ୟକୁ ପ୍ରେମ କରୁ ଯେପରି ସେ ଇଚ୍ଛା କରନ୍ତି କି ଆମ୍ଭେ ତାହା କରୁ I
\v 13 ମୁଁ ତୁମ୍ଭମାନଙ୍କୁ କହିବି କିପରି ତୁମ୍ଭେ ବିଶ୍ଵାସ କରିବ ଯେ ଆମ୍ଭେ ଈଶ୍ଵରଙ୍କ ସହ ସହଭାଗି ହୋଇଅଛୁ ଓ ଯୋଗ ହୋଇଅଛୁ I
\v 14 ଆମ୍ଭେ ପ୍ରେରିତ ଈଶ୍ଵରଙ୍କ ପୁତ୍ରକୁ ଦେଖିଅଛୁ, ଓ ବିଶ୍ଵସ୍ତତାର ସହ ଆମ୍ଭେ ଅନ୍ୟମାନଙ୍କୁ ଏହା କହୁ, ଈଶ୍ଵର ତାହାଙ୍କୁ ପଠାଇଅଛନ୍ତି ପାପରେ ପୀଡିତ ହୋଇଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପଠାଇଅଛନ୍ତି I
\s5
\v 15 ତେଣୁ ଈଶ୍ଵର ତାହାଙ୍କଠାରେ ସଂଯୁକ୍ତ ହେଲେ ଯେଉଁମାନେ ଯୀଶୁଙ୍କ ବିଷୟରେ ସତ୍ୟ କୁହନ୍ତି I ସେମାନେ କୁହନ୍ତି "ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି" ଓ ସେମାନେ ଈଶ୍ଵରଙ୍କଠାରେ ସଂଯୁକ୍ତ ହୋଇରହନ୍ତି I
\v 16 ଆମ୍ଭେମାନେ ଅନୁଭବ କରିଅଛୁ କିପରି ଈଶ୍ଵର ଆମ୍ଭମାନଙ୍କୁ ପ୍ରେମ କରିଅଛନ୍ତି ଓ ଆମ୍ଭେମାନେ ବିଶ୍ୱାସ କରୁ ସେ ଆମ୍ଭମାନଙ୍କୁ ପ୍ରେମ କରନ୍ତି I ଏହେତୁ, ଆମ୍ଭେମାନେ ଏକ ଆରେକକୁ ପ୍ରେମ କରିଥାଉ I କାରଣ ଈଶ୍ଵରଙ୍କ ସ୍ଵଭାବ ଏହିକି ସେ ପ୍ରେମମୟ ଓ ଯେଉଁମାନେ ଅନ୍ୟକୁ ପ୍ରେମ କରନ୍ତି ସେମାନେ ଈଶ୍ଵରଙ୍କଠାରେ ସଂଯୁକ୍ତ ହୁଅନ୍ତି ଓ ଈଶ୍ଵର ତାହାଙ୍କ ସହ ସଂଯୁକ୍ତ ହୁଅନ୍ତି I
\s5
\v 17 ଆମ୍ଭେ ଏକ ଆରେକକୁ ପ୍ରେମ କରିବା ଆବଶ୍ୟକ, ଯଦି ତାହା ଆମ୍ଭେ କରୁ ତେବେ ଈଶ୍ଵରଙ୍କ ବିଚାର ସମୟରେ ଆମ୍ଭେ ସାହସର ସହିତ ରହିବା କି ଆମ୍ଭେମାନେ ଦଣ୍ଡିତ ହେବା ନାହିଁ I ଆମ୍ଭେ ବିଶ୍ଵାସର ସହିତ ରହିବା, ଯେପରି ଖ୍ରୀଷ୍ଟ ଈଶ୍ଵରଙ୍କ ସହ ସଂଯୁକ୍ତ ଅଟନ୍ତି ସେହିପରି ଆମ୍ଭେମାନେ ମଧ୍ୟ ଈଶ୍ଵରଙ୍କଠାରେ ରହୁ I
\v 18 ଯଦି ଆମ୍ଭେ ବାସ୍ତବରେ ଈଶ୍ଵରଙ୍କୁ ପ୍ରେମ କରୁ ତେବେ ଆମ୍ଭେ ତାହାଙ୍କୁ ଭୟ କରିବା ନାହିଁ, କାରଣ ଯେଉଁମାନେ ଈଶ୍ଵରଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରେମ କରନ୍ତି ସେମାନେ କେବେହେଁ ଭୟ କରିବେ ନାହିଁ I ଆମ୍ଭେ ସେତେବେଳେ ଭୟ କରିବା ଯେତେବେଳେ ଆମ୍ଭେ ଭାବିବା ଈଶ୍ଵର ଆମ୍ଭମାନଙ୍କୁ ଦଣ୍ଡ ଦେବେ I ତେବେ ଯେଉଁମାନେ ଈଶ୍ଵରଙ୍କୁ ଭୟ କରନ୍ତି ସେମାନେ ଈଶ୍ଵରଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରେମ କରନ୍ତି ନାହିଁ I
\s5
\v 19 ଆମ୍ଭେ ଈଶ୍ଵର ଓ ଆମ ସହବିଶ୍ଵାସୀ ଭାଇମାନଙ୍କୁ ପ୍ରେମ କରୁ କାରଣ ଈଶ୍ଵର ଆମ୍ଭମାନଙ୍କୁ ପ୍ରଥମେ ପ୍ରେମ କଲେ I
\v 20 ଏପରି ଲୋକ ଯେ ଏହା କହନ୍ତି "ଈଶ୍ଵରଙ୍କୁ ପ୍ରେମ କରେ" କିନ୍ତୁ ମିଛ କହୁଥିବା ସହ ବିଶ୍ଵାସୀ ଭାଇଙ୍କୁ ଘୃଣା କରନ୍ତି I ଯେଉଁମାନେ ନିଜର ସହ ବିଶ୍ଵାସୀ ଭାଇଙ୍କୁ ପ୍ରେମ କରନ୍ତି ନାହିଁ ଯାହାକୁ ସେମାନେ ଦେଖି ପାରନ୍ତି, ତେହେ ସେମାନେ ନିଶ୍ଚିତ ଭାବରେ ଈଶ୍ଵରଙ୍କୁ ପ୍ରେମ କରନ୍ତି ନାହିଁ କାରଣ ସେମାନେ କେବେ ଈଶ୍ଵରଙ୍କୁ ଦେଖିନାହାନ୍ତି I
\v 21 ଆମ୍ଭେମାନେ ଧ୍ୟାନ ରଖିବା, ପରମେଶ୍ଵର ଆମ୍ଭମାନଙ୍କୁ ଏହି ଆଜ୍ଞା ଦିଅନ୍ତି ଯଦି ଆମ୍ଭେ ଈଶ୍ଵରଙ୍କୁ ପ୍ରେମ କରୁ ତେବେ ଆମ୍ଭେ ଆପଣା ପ୍ରତିବାସୀକୁ ମଧ୍ୟ ପ୍ରେମ କରୁ I
\s5
\c 5
\p
\v 1 ଯେଉଁମାନେ ବିଶ୍ଵାସ କରନ୍ତି ଯୀଶୁ ଖ୍ରୀଷ୍ଟ ହିଁ ଅଟନ୍ତି ସେମାନେ ଈଶ୍ଵରଙ୍କ ସନ୍ତାନ ଅଟନ୍ତି ଓ ସେମାନେ ଈଶ୍ଵରଙ୍କଠାରୁ ଜାତ ଓ ଯେଉଁମାନେ ପିତାଙ୍କୁ ପ୍ରେମ କରନ୍ତି ସେମାନେ ନିଶ୍ଚିତ ଜାଣନ୍ତୁ କି ପିତା ମଧ୍ୟ ତାହାଙ୍କୁ ପ୍ରେମ କରନ୍ତି I
\v 2 ଯେତେବେଳେ ଆମ୍ଭେ ଈଶ୍ଵରଙ୍କୁ ପ୍ରେମ କରୁ ଓ ତାହାଙ୍କ ଆଜ୍ଞାକୁ ପାଳନ କରୁ, ସେତେବେଳେ ଆମ୍ଭେ ନିଶ୍ଚିତ କରିପାରୁ କି ଆମ୍ଭେ ଈଶ୍ଵରଙ୍କ ସନ୍ତାନମାନଙ୍କୁ ପ୍ରେମ କରିପାରୁ I
\v 3 ମୁଁ ଏହା କହୁଅଛି, କାରଣ ଈଶ୍ଵରଙ୍କୁ ପ୍ରେମ କରିବାର ବାସ୍ତବ ଅର୍ଥ, ଯାହା ଆମ୍ଭେ କହୁ ତାହା ଆମ୍ଭେ କରୁ I ତାଙ୍କର ଆଜ୍ଞା ପାଳନ କରିବା କଷ୍ଟ ନୁହେଁ I
\s5
\v 4 ଅବିଶ୍ଵାସୀମାନେ ଆମ୍ଭମାନଙ୍କଠାରୁ ଯାହା କରିବାକୁ ଚାହାଁନ୍ତି I ଆମ ସମସ୍ତଙ୍କୁ ଯାହାକୁ ଈଶ୍ଵର ନିଜର ସନ୍ତାନ ହେବା ପାଇଁ ଡାକିଅଛନ୍ତି, ସେ ସବୁ କରିବାକୁ ମନା କରିପାରନ୍ତ I ଈଶ୍ଵରଙ୍କ ବିରୁଦ୍ଧରେ ଠିଆ ହୋଇଥିବା ସମସ୍ତ ବିଷୟ ଉପରେ ଆମ୍ଭେ ବଳବାନ ଅଟୁ I ମନ୍ଦ କାମ କରିବାକୁ ମନା କରିବା ପାଇଁ ସକ୍ଷମ ଅଟୁ କାରଣ ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ I
\v 5 ସେ ବ୍ୟକ୍ତି କିଏ ଯେ ପରମେଶ୍ଵରଙ୍କ ବିରୁଦ୍ଧରେ ଠିଆ ହୋଇଥିବା ଶକ୍ତିଠାରୁ ମଧ୍ୟ ବଳବାନ୍ ? ସେ ସେହି ବ୍ୟକ୍ତି ଯିଏ ବିଶ୍ଵାସ କରେ ଯୀଶୁ ପରମେଶ୍ଵରଙ୍କ ପୁତ୍ର ଅଟନ୍ତି I
\s5
\v 6 ଯୀଶୁଙ୍କ ବିଷୟରେ ଚିନ୍ତା କର I ସେ ସେହି, ଯିଏ ପରମେଶ୍ଵରଙ୍କଠାରୁ ପୃଥିବୀକୁ ଅସିଥିଲେ I ଯୀଶୁଙ୍କ ମୃତ୍ୟୁରେ ଯେତେବେଳେ ତାଙ୍କ ଶରୀରରୁ ରକ୍ତଧାର ବହିଗଲା ସେତେବେଳେ ପ୍ରକୃତରେ ଯେ ସେ ଯୀଶୁଙ୍କୁ ପଠାଇଥିଲେ ଯେତେବେଳେ ଯୋହନ ଯୀଶୁଙ୍କୁ ପାଣିରେ ବାପ୍ତିସ୍ମ ଦେଉଥିଲେ ଏବଂ ମଧ୍ୟ ଈଶ୍ଵର ତାହା ଦେଖାଇଲେ I ଯୀଶୁ ଯେ ଈଶ୍ଵରଙ୍କଠାରୁ ଆସିଥିଲେ ଏହା ପବିତ୍ର ଆତ୍ମା ଘୋଷଣା କଲେ I
\v 7 ଏହି ତିନୋଟି ବିଷୟ ତିନି ବ୍ୟକ୍ତିଙ୍କ ସାକ୍ଷ୍ୟ ଦେଇଥିଲେ I
\v 8 ଈଶ୍ଵରଙ୍କ ଆତ୍ମା, ବଳ ଓ ରକ୍ତ ସେହି ଗୋଟିଏ କଥା କହନ୍ତି I ଯୋହନଙ୍କ ଦ୍ଵାରା ବାପ୍ତିସ୍ମ ନେବା ସମୟରେ ଥିବା ପାଣି ଓ ଯୀଶୁଙ୍କ ଶରୀରରୁ ବୋହୁଥିବା ରକ୍ତ ଯେତେବେଳେ ସେ କ୍ରୁଶ ବିଦ୍ଧ ହେଉଥିଲେ I ଏହି ତିନୋଟି ବିଷୟ ଏହି କଥା କହେ କି ଯୀଶୁ ଈଶ୍ଵରଙ୍କଠାରୁ ଆସିଥିଲେ I
\s5
\v 9 ଆମ୍ଭେ ସାଧାରଣତଃ ଲୋକଙ୍କର କଥା ବିଶ୍ଵାସ କରୁ, ମାତ୍ର ଈଶ୍ଵରଙ୍କ କଥା ଅଧିକରୂପେ ବିଶ୍ଵାସ କରୁ I ଏବଂ ସେ ତାଙ୍କର ପୁତ୍ରଙ୍କ ସମ୍ପର୍କରେ ସାକ୍ଷ୍ୟ ଦେଇଅଛନ୍ତି I
\v 10 ଯେଉଁମାନେ ଈଶ୍ଵରଙ୍କ ପୁତ୍ରଙ୍କଠାରେ ବିଶ୍ଵାସ କରନ୍ତି, ସେମାନେ ତାଙ୍କ ବିଷୟରେ ସତ୍ୟତା ନିଜ ହୃଦୟରେ ଅନୁଭବ କରନ୍ତି I ମାତ୍ର ଯେଉଁମାନେ ବିଶ୍ଵାସ କରନ୍ତି ନାହିଁ, ସେମାନେ ମିଥ୍ୟାବାଦୀ, କାରଣ ସେମାନେ ପୁତ୍ରଙ୍କ ସମ୍ପର୍କରେ ଈଶ୍ଵରଙ୍କ ସାକ୍ଷ୍ୟକୁ ଅସ୍ୱୀକାର କରନ୍ତି I
\s5
\v 11 "ମୁଁ ତୁମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛି " ଏହା ଈଶ୍ଵର କରନ୍ତି I ପୁତ୍ରଙ୍କ ସହଭାଗିତାରେ ଆମେ ଅନନ୍ତ କାଳ ବଞ୍ଚିବା I
\v 12 ଈଶ୍ଵରଙ୍କ ପୁତ୍ରଙ୍କ ସହଭାଗିତାରେ ଆମେ ଅନନ୍ତ କାଳ ବଞ୍ଚିବା, ନଚେତ୍ ଅନନ୍ତ ମୃତ୍ୟୁ ଭୋଗିବା I
\s5
\v 13 ତୁମ୍ଭେମାନେ ଯେ ଈଶ୍ଵରଙ୍କ ପୁତ୍ରଙ୍କ ନାମରେ ବିଶ୍ଵାସ କରୁଅଛ, ତୁମ୍ଭେମାନେ ଅନନ୍ତ କାଳ ପାଇଅଛ ବୋଲି ଯେପରି ବିଶ୍ଵାସ କରିବ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ପତ୍ର ଲେଖୁଅଛି I
\v 14 ଯେହେତୁ ଆମ୍ଭେ ତାହାଙ୍କ ସହିତ ମିଳିତ ଅଛୁ, ଆମ୍ଭେ ନିଶ୍ଚିତ ରହୁକି ସେ ଆମର ଶୁଣନ୍ତି ଓ ଯାହା ମାଗୁ ତାହା ପାଇଅଛୁ ତାହା ସେ ଦେବେ I
\v 15 ମଧ୍ୟ, ଯଦି ଆମ୍ଭେ ଜାଣୁ କି ସେ ଆମର ଶୁଣନ୍ତି - ଯାହାଭି ଆମ୍ଭେ ମାଗିଥାଉ - ତେବେ ଆମ୍ଭେ ସୁଶ୍ଚିତ ରହୁ କି ଆମ୍ଭେ ତାହା ପାଇବା ତାହା ଆମ୍ଭେ ତାହାଙ୍କୁ ମାଗିଥାଉ I
\s5
\v 16 ଉଦାହରଣ ସ୍ଵରୂପେ ଯଦି ଆମ୍ଭେ ଦେଖୁ ଜଣେ ବିଶ୍ଵାସୀ ଭାଇ ଏକ ପାପ କରିଅଛି ଯାହା ତାହାକୁ ଈଶ୍ଵରଙ୍କଠାରୁ ଅଲଗା କରିବ ଓ ତୁମ୍ଭେ ମଧ୍ୟ ତାହାକୁ ପାପ କରିବାରେ ମଧ୍ୟ ଦେଖ, ତେବେ ତୁମ୍ଭକୁ ପ୍ରାର୍ଥନା କରିବା ଓ ମାଗିବା ଦରକାର ଯେପରି ଈଶ୍ଵର ତାହାଙ୍କୁ ଜୀବନ ଦେବେ I କିନ୍ତୁ ଏପରି ଲୋକ ଅଛନ୍ତି ଯେଉଁମାନେ ଏପ୍ରକାର ପାପ କରନ୍ତି ଯାହା ପ୍ରଭୁଙ୍କଠାରୁ ସବୁଦିନ ପାଇଁ ଅଲଗା କରିଦେବ I ମୁଁ ଏହି ପରି କହୁ ନାହିଁ କି ତୁମ୍ଭେ ସେପରି ବ୍ୟକ୍ତି ପାଇଁ ପ୍ରାର୍ଥନା କର I
\v 17 ଯେକୌଣସି ମନ୍ଦ ବିଷୟ ଈଶ୍ଵରଙ୍କ ବିରୁଦ୍ଧରେ ପାପ ଅଟେ, କିନ୍ତୁ ପ୍ରତ୍ୟେକ ଖରାପ କର୍ମ ଆମ୍ଭମାନଙ୍କୁ ଈଶ୍ଵରଙ୍କଠାରୁ ଚିରକାଳ ଅଲଗା କରି ପାରିବ ନାହିଁ I
\s5
\v 18 ଆମ୍ଭେ ଜାଣୁ କି ଯଦି କିଏ ଈଶ୍ଵରଙ୍କ ସନ୍ତାନ ଅଟେ, ସେ ବାରମ୍ବାର ପାପ କରିପାରେ ନାହିଁ I କିନ୍ତୁ ଈଶ୍ଵରଙ୍କ ପୁତ୍ର ରକ୍ଷା କରନ୍ତି ଶୟତାନ, ପାପ ଆତ୍ମା ତାହା କ୍ଷତି କରି ପାରିବନି I
\v 19 ଆମ୍ଭେ ଜାଣୁ ଆମ୍ଭେ ଈଶ୍ଵରଙ୍କର ଅଟୁ ଓ ଆମ୍ଭେ ଏହା ମଧ୍ୟ ଜାଣୁ ଏହି ସମସ୍ତ ଜଗତ ପାପ ଆତ୍ମାର ଅଧିନରେ ଅଛି I
\s5
\v 20 ଆମ୍ଭେ ଏହା ମଧ୍ୟ ଜାଣୁ ଈଶ୍ଵରଙ୍କ ପୁତ୍ର ଆମ୍ଭମାନଙ୍କ ମଧ୍ୟକୁ ଆସିଅଛନ୍ତି ଓ ଆମ୍ଭମାନଙ୍କୁ ସତ୍ୟକୁ ବୁଝିବା ପାଇଁ ସକ୍ଷମ କରିଅଛନ୍ତି; ଆମ୍ଭେ ସତ୍ୟର ସହ ଏକ ସଙ୍ଗ ହୋଇଅଛୁ ତାହା ଈଶ୍ଵରଙ୍କ ପୁତ୍ର ଯୀଶୁ ଅଟନ୍ତି I ଯୀଶୁ ସତ୍ୟ ଈଶ୍ଵର ଅଟନ୍ତି ଓ ସେ ସେହି ଯାହାଙ୍କ ଦ୍ଵାରା ଅନନ୍ତ ଜୀବନ ଆମ ପାଖକୁ ଆସିଅଛି I
\v 21 ହେ ପ୍ରିୟମାନେ, ଯେଉଁମାନଙ୍କର କୌଣସି କ୍ଷମତା ନାହିଁ ସେ ପ୍ରକାର ଦେବତାଠାରୁ(ପ୍ରତିମା)ନିଜ ନିଜକୁ ରକ୍ଷା କର I