or_udb/61-1PE.usfm

171 lines
47 KiB
Plaintext

\id 1PE
\ide UTF-8
\h ପିତରଙ୍କ ପ୍ରଥମ ପତ୍
\toc1 ପିତରଙ୍କ ପ୍ରଥମ ପତ୍
\toc2 ପିତରଙ୍କ ପ୍ରଥମ ପତ୍
\toc3 1pe
\mt1 ପିତରଙ୍କ ପ୍ରଥମ ପତ୍
\s5
\c 1
\p
\v 1 ମୁଁ, ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ତାହାଙ୍କଠାରେ ବିଶ୍ୱାସୀ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ନିକଟକୁ ଏହି ପତ୍ର ଲେଖୁଅଛି I ପନ୍ତ, ଗାଲାତିଆ, କାପ୍ପାଦକିଆ, ଆସିଆ ଓ ବୀଥୂନିଆ ଅଞ୍ଚଳଗୁଡିକରେ ଛିନ୍ନଭିନ୍ନ ପ୍ରବାସୀମାନଙ୍କ, ନିକଟକୁ ଲେଖୁଅଛି I
\v 2 ଆମ୍ଭମାନଙ୍କ ପିତା ଈଶ୍ୱର ଆପଣା ସଙ୍କଳ୍ପାନୁସାରେ ଆପଣା ଆତ୍ମା ଦ୍ୱାରା ତୁମ୍ଭମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଆଜ୍ଞାବହ ଓ ତାହାଙ୍କ ରକ୍ତ ଦ୍ୱାରା ତୁମ୍ଭେମାନେ ଈଶ୍ୱରଙ୍କ ନିକଟରେ ଗ୍ରହଣୀୟ ହେବା ନିମନ୍ତେ ମନୋନୀତ କରିଅଛନ୍ତି I ଈଶ୍ୱର ତୁମ୍ଭମାନଙ୍କ ପ୍ରତି ପ୍ରଚୁର ଦୟା ପ୍ରକାଶ କରନ୍ତୁ, ଓ ସେ ତୁମ୍ଭମାନଙ୍କୁ ପ୍ରଚୁର ଶାନ୍ତିରେ ବସବାସ କରାଉନ୍ତୁ I
\s5
\v 3 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କ ପ୍ରଶଂସା ହେଉ! ସେ ଆମ୍ଭମାନଙ୍କ ପ୍ରତି ଦୟାଳୁ ହେବା ସକାଶୁ ପୁନରୁତ୍ଥାନର ଆଶା ଦେଉଥିବା ଏକ ନୂତନ ଜନ୍ମ ଦ୍ୱାରା ଆମ୍ଭମାନଙ୍କୁ ମହାଅନୁଗ୍ରହ ଦେଖାଇଅଛନ୍ତି ଓ ଈଶ୍ୱର ଯୀଶୁଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଜୀବିତ କରିଥିବାରୁ ଆମ୍ଭେମାନେ ନୂତନ ଜୀବନ ପ୍ରାପ୍ତ ହେଉ I
\v 4 ସ୍ୱର୍ଗରେ ସଞ୍ଚିତ ଅକ୍ଷୟ ଅଜର ବିଷୟ, ପାଇବା ନିମନ୍ତେ ସେ ଆମ୍ଭମାନଙ୍କୁ ଯୋଗ୍ୟ କରିଅଛନ୍ତି I
\v 5 ତୁମ୍ଭେମାନେ ଈଶ୍ୱରଙ୍କ ମହା ଶକ୍ତିରେ ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ସୁରକ୍ଷିତ ହେଉଅଛ I ସେ ତୁମ୍ଭମାନଙ୍କୁ ଇହକାଳର ଶେଷ ସମୟରେ ସମ୍ପୂର୍ଣ୍ଣ ରୁପେ ଶୟତାନର ଶକ୍ତିରୁ ସୁରକ୍ଷିତ ରଖୁଅଛନ୍ତି I
\s5
\v 6 ଏଥିରେ ତୁମ୍ଭେମାନେ ଆନନ୍ଦ କରୁଅଛ, ତଥାପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ I ସେହି ପରୀକ୍ଷା ଦେଇ ଗତି କରିବା ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ଅନୁମତି ଦେଇଅଛନ୍ତି, ଯେପରି ଅଗ୍ନି ଦ୍ୱାରା ବହୁମୁଲ୍ୟ ବସ୍ତୁର ଶୁଦ୍ଧତା ପରୀକ୍ଷିତ ହୁଏ I ସେପରି ଏହି ପରୀକ୍ଷା ତୁମ୍ଭମାନଙ୍କ ନିମନ୍ତେ ଅବଶ୍ୟକ ଅଟେ I
\v 7 ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ I
\s5
\v 8 ତୁମ୍ଭେମାନେ ତାହାଙ୍କୁ ନ ଦେଖି ପ୍ରେମ କରୁଅଛ, ପୁଣି, ଏବେ ସୁଦ୍ଧା ନ ଦେଖିଲେ ତୁମ୍ଭେମାନେ ଆନନ୍ଦ କରୁଅଛ;
\v 9 କାରଣ ତୁମ୍ଭେମାନେ ତାହାଙ୍କଠାରେ ବିଶ୍ୱାସ କରୁଅଛ, ଈଶ୍ୱର ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ପାପସବୁରୁ ତୁମ୍ଭମାନଙ୍କୁ ପରିତ୍ରାଣ ଦେଉଅଛନ୍ତି I
\v 10 ବହୁ ପୂର୍ବରୁ ଭାବବାଦୀମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ପରିତ୍ରାଣ ବିଷୟରେ ଭାବବାଣୀ ପ୍ରକାଶ କଲେ, ପୁଣି, ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ I
\s5
\v 11 ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ତାହାଙ୍କ ପୁନରୁତ୍ଥାନର ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଉଁ କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ I
\v 12 ଏହି ସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହି ସମସ୍ତ ବିଷୟ ସ୍ୱର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ୱାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହି ସବୁ ବିଷୟ ଦୂତମାନେ ମଧ୍ୟ ପ୍ରକାଶ କରିବାକୁ ଇଚ୍ଛା କରନ୍ତି I
\s5
\v 13 ଅତଏବ, ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ନିମନ୍ତେ ଆପଣା ଆପଣା ମନରୂପ କଟି ବନ୍ଧନ କରି ସଚେତନ ଥାଅ, ମୋହର ଭାବ ଏହି ତୁମ୍ଭେମାନେ ଆପଣା ଆପଣା ମନକୁ ସୃଙ୍ଖଳିତ କର, ପୁଣି, ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ଯେଉଁ ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ବର୍ତ୍ତିବ, ସେଥିରେ ସମ୍ପୂର୍ଣ୍ଣ ରୂପେ ଭରସା ରଖ I
\v 14 ଆଉ, ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ୱର୍ଗୀୟ ପିତାଙ୍କ ଆଜ୍ଞାବହ ହେବା ଉଚିତ୍ ଯେପରି ଏହି ପୃଥିବୀରେ ସନ୍ତାନମାନେ ଆପଣା ପିତାମାନଙ୍କ ଆଜ୍ଞାବହ ହୋଇଥା'ନ୍ତି, ତୁମ୍ଭମାନଙ୍କ ଈଶ୍ୱରଙ୍କ ସତ୍ୟ ବିଷୟକ ପୂର୍ବ ଅଜ୍ଞାନତା ସମୟର କୁଅଭିଳାଷର ଅନୁରୂପୀ ହୁଅ ନାହିଁ I
\s5
\v 15 ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ I
\v 16 ଯେଣୁ ପବିତ୍ର ଶାସ୍ତ୍ରରେ ଲେଖାଅଛି, "ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର I"
\v 17 ଆଉ ଯେ ମୁଖାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମାନୁସାରେ ବିଚାର କରନ୍ତି, ତାହାଙ୍କୁ ଯଦି ପିତା ବୋଲି ସମ୍ବୋଧନ କରୁଅଛ, ତେବେ ଆପଣା ଆପଣାର ପ୍ରବାସକାଳ ଭୟ ସହକାରେ କ୍ଷେପଣ କର I
\s5
\v 18 ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ହୋଇ ନାହିଁ I
\v 19 ବରଂ ଯାହା ଯିହୁଦୀ ଯାଜକମାନେ ବଳିଦାନ କରନ୍ତି ଏପରି ଏକ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ଈଶ୍ୱର ତୁମ୍ଭମାନଙ୍କୁ କ୍ରୟ କରିଅଛନ୍ତି I
\s5
\v 20 ଈଶ୍ୱର ଖ୍ରୀଷ୍ଟଙ୍କୁ ଜଗତର ପତ୍ତନ ପୂର୍ବରୁ ମନୋନୀତ କଲେ I କିନ୍ତୁ ଏହି ଶେଷକାଳରେ ଈଶ୍ୱର ଖ୍ରୀଷ୍ଟଙ୍କୁ ତୁମ୍ଭମାନଙ୍କ ନିମନ୍ତେ ପ୍ରକାଶିତ କଲେ I
\v 21 ଯେଉଁ କାର୍ଯ୍ୟ ଖ୍ରୀଷ୍ଟ କରିଅଛନ୍ତି ସେହି କାର୍ଯ୍ୟ ହେତୁରୁ ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁଅଛ, ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଗୌରବାନ୍ୱିତ କରିଅଛନ୍ତି I ଏଣୁ ଈଶ୍ୱର ତୁମ୍ଭମାନଙ୍କର ବିଶ୍ୱାସ ଓ ଭରସାର ସ୍ଥାନ ଅଟନ୍ତି, ସେ ତୁମ୍ଭମାନଙ୍କ ନିମନ୍ତେ ମହାନ କାର୍ଯ୍ୟ କରିବେ I
\s5
\v 22 ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର I
\v 23 ଏହା କରିବା ନିମନ୍ତେ ମୁଁ ତୁମ୍ଭମାନଙ୍କୁ ନିବେଦନ କରେ, ଯେହେତୁ ତୁମ୍ଭେମାନେ ନୁତନୀକୃତ ହୋଇଅଛ I ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍‍ ତୁମେ ବିଶ୍ୱାସ କରୁଥିବା ଈଶ୍ୱରଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହୋଇଅଛ I
\s5
\v 24 ଆମ୍ଭେମାନେ ଜାଣୁ, ଏହା ସତ୍ୟ ଅଟେ କାରଣ, ଯେପରି ଯିଶାଇୟ ଭାବବାଦୀ ଲେଖନ୍ତି, " ସମସ୍ତ ମର୍ତ୍ତ୍ୟ ତୃଣ ତୁଲ୍ୟ ନଷ୍ଟ ହେବ I ପୁଣି ଲୋକମାନଙ୍କ ସମସ୍ତ ଶୋଭା ତୃଣର ପୁଷ୍ପ ସଦୃଶ ନିତ୍ୟସ୍ଥାୟୀ ନୁହେଁ I ତୃଣ ଶୁଖିଯାଏ, ଆଉ ଫୁଲ ଝଡ଼ିପଡ଼େ,
\v 25 କିନ୍ତୁ ସମସ୍ତ ଈଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।" ଏହା ଖ୍ରୀଷ୍ଟଙ୍କ ବିଷୟକ ସେହି ସୁସମାଚାରର ବାକ୍ୟ, ଯାହା ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଅଛି I
\s5
\c 2
\p
\v 1 ଅତଏବ, କୌଣସି ପ୍ରକାର ଦୁଷ୍ଟତା ଓ ପ୍ରବଞ୍ଚନାର ଆଚରଣ କର ନାହିଁ I କପଟ, ଈର୍ଷା କର ନାହିଁ I ଅନ୍ୟମାନଙ୍କ ବିଷୟରେ ମିଥ୍ୟାରେ ମନ୍ଦ କଥା କୁହ ନାହିଁ I
\v 2 ଯେପରି ନବଜାତ ଶିଶୁ ଆପଣା ମାତାର ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କରେ, ସେହିପରି ତୁମ୍ଭେମାନେ ଈଶ୍ୱରଙ୍କଠାରୁ ସତ୍ୟ ବିଷୟଗୁଡ଼ିକ ଶିକ୍ଷା କରିବାକୁ ଇଚ୍ଛା କର, ଯେପରି ଏହା ଶିକ୍ଷା କରିବା ଦ୍ୱାରା ତୁମ୍ଭେମାନେ ତାହାଙ୍କଠାରେ ବିଶ୍ୱାସରେ ପରିପକ୍ୱ ହୋଇପାର I ଏହି ଜଗତର ସମସ୍ତ ପ୍ରକାର ମନ୍ଦତାଠାରୁ ଈଶ୍ୱର ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏପରି କରୁଥାଅ I
\v 3 ତୁମ୍ଭେମାନେ ମଧ୍ୟ ଏହା କର କାରଣ ପ୍ରଭୁ ଯେ ମଙ୍ଗଳମୟ, ଏହା ତୁମ୍ଭେମାନେ ଆସ୍ୱାଦନ କରିଅଛ I
\s5
\v 4 ପ୍ରଭୁ ଯୀଶୁଙ୍କ ନିକଟକୁ ଆସ I ଜୀବନ୍ତ ପ୍ରସ୍ତର ସ୍ୱରୂପ ଯେ ସେହି ପ୍ରଭୁ, ସେ ମନୁଷ୍ୟମାନଙ୍କ ଦ୍ୱାରା ଅଗ୍ରାହ୍ୟ ହେଲେ ସତ, କିନ୍ତୁ ଈଶ୍ୱରଙ୍କ ନିକଟରେ ମନୋନୀତ ଓ ବହୁମୂଲ୍ୟ ଅଟନ୍ତି I
\v 5 ମନୁଷ୍ୟ ଯେପରି ଗୃହ ନିର୍ମାଣ କରେ, ସେହିପରି ତାହାଙ୍କ ଆତ୍ମା ବାସ କରିବା ନିମନ୍ତେ ଏକ ଗୃହ ସଦୃଶ ଈଶ୍ୱର ତୁମ୍ଭମାନଙ୍କୁ ଏକତ୍ର ସଂଲଗ୍ନ କରୁଅଛନ୍ତି I ଯୀଶୁଖ୍ରୀଷ୍ଟଙ୍କ ବଳିଦାନ ହେତୁ ସେ ଏହିପରି କରୁଅଛନ୍ତି --- ଈଶ୍ୱରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ୱରୂପ ହୋଇ ଗୋଟିଏ ଆତ୍ମିକ ଗୃହରୂପରେ ନିର୍ମିତ ହୁଅ I
\s5
\v 6 କାରଣ ଶାସ୍ତ୍ରରେ ଲିଖିତ ଅଛି ଯାହା ସତ୍ୟ ବୋଲି ଦର୍ଶାଏ, "ଦେଖ, ଆମ୍ଭେ ସିୟୋନରେ ଗୋଟିଏ ମନୋନୀତ ଓ ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ସ୍ଥାପନ କରୁଅଛୁ, ଆଉ ଯେ ତାହାଙ୍କଠାରେ ବିଶ୍ୱାସ କରିବ, ସେ ଲଜ୍ଜିତ ହେବ ନାହିଁ ।"
\s5
\v 7 ଏଣୁ ତୁମ୍ଭେମାନେ ଯେ ବିଶ୍ୱାସ କରୁଅଛ, ଈଶ୍ୱର ତୁମ୍ଭମାନଙ୍କୁ ମହିମାନ୍ୱିତ କରିବେ I କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ସେମାନେ ଶାସ୍ତ୍ର ଲିଖିତ ସେହି ଗୃହ ନିର୍ମାଣକାରୀ ସଦୃଶ, "ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା ସେମାନଙ୍କ ନିମନ୍ତେ ଗୃହକୋଣର ପ୍ରଧାନ ପ୍ରସ୍ତର ହେଲା I"
\v 8 ଶାସ୍ତ୍ରରେ ଏହା ମଧ୍ୟ ଲେଖାଯାଏ: " ସେ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହେଲେ; ଈଶ୍ୱରଙ୍କ ବାକ୍ୟର ଅନାଜ୍ଞାବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ I
\s5
\v 9 କିନ୍ତୁ ତୁମ୍ଭେମାନଙ୍କୁ ଈଶ୍ୱର ଆପଣା ନିମନ୍ତେ ମନୋନୀତ କରିଅଛନ୍ତି I କିନ୍ତୁ ଯେ ତୁମ୍ଭମାନଙ୍କୁ ଅନ୍ଧକାରରୁ ଆପଣା ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମ୍ଭେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏଥି ନିମନ୍ତେ ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ପବିତ୍ର ଜାତି ପୁଣି, ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ I
\v 10 ଯାହା ତୁମ୍ଭମାନଙ୍କ ବିଷୟରେ ଶାସ୍ତ୍ରରେ ଲେଖାଯାଏ ତାହା ସତ୍ୟ ଅଟେ: "ପୂର୍ବରେ ତୁମ୍ଭେମାନେ ପ୍ରଜା ବାଚ୍ୟ ନ ଥିଲ, କିନ୍ତୁ ଏବେ ଈଶ୍ୱରଙ୍କ ପ୍ରଜା ହୋଇଅଛ, ପୂର୍ବରେ ତୁମ୍ଭେମାନେ ଦୟା ପାଇ ନ ଥିଲ, ମାତ୍ର ଏବେ ଦୟା ପ୍ରାପ୍ତ ହୋଇଅଛ I"
\s5
\v 11 ହେ ପ୍ରିୟମାନେ, ତୁମ୍ଭେ ବିଦେଶୀ ଓ ପ୍ରବାସୀ ବୋଲି ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଶାରୀରିକ ଅଭିଳାଷଗୁଡ଼ିକରୁ ବିମୁଖ ହୁଅ, କାରଣ ତୁମ୍ଭେମାନେ ଯଦି ତାହା କର, ତୁମ୍ଭେମାନେ ଈଶ୍ୱରଙ୍କ ସହ ବାସ କରି ପାରିବ ନାହିଁ I
\v 12 ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ, ବିଚାରଦିନରେ ଈଶ୍ୱରଙ୍କ ଗୌରବ କରିବେ I
\s5
\v 13 ତୁମ୍ଭେମାନେ ପ୍ରଭୁ ଯୀଶୁଙ୍କ ଗୌରବ ଇଚ୍ଛା କରୁଥିବା ସକାଶୁ ସମସ୍ତ ମାନବୀୟ ବିଧାନର ବଶୀଭୂତ ହୁଅ I ରାଜାଙ୍କର ବଶୀଭୂତ ହୁଅ, କାରଣ ତାହାଙ୍କର ସର୍ବୋଚ୍ଚ ଅଧିକାର ଅଛି I
\v 14 ଦୁଷ୍କର୍ମକାରୀମାନଙ୍କୁ ପ୍ରତିଫଳ ଦେବା ନିମନ୍ତେ ଓ ସତ୍କର୍ମକାରୀମାନଙ୍କୁ ପ୍ରଶଂସା କରିବା ନିମନ୍ତେ ତାହାଙ୍କ ଦ୍ୱାରା ପ୍ରେରିତ ଶାସନକର୍ତ୍ତାମାନେ ମଧ୍ୟ ସେମାନଙ୍କର ବଶୀଭୂତ ହୁଅ I
\v 15 କାରଣ ତୁମ୍ଭେମାନେ ଯେ ସତ୍କର୍ମ କରି ଈଶ୍ୱରଙ୍କୁ ଜାଣି ନ ଥିବା ଲୋକମାନଙ୍କର ଅଜ୍ଞାନର କଥା ବନ୍ଦ କର, ଏହା ଈଶ୍ୱରଙ୍କ ଇଚ୍ଛା I
\v 16 ତୁମ୍ଭେମାନେ ସ୍ୱାଧୀନ ହେଲେ ହେଁ ତୁମ୍ଭମାନଙ୍କର ସ୍ୱାଧୀନତାକୁ ଦୁଷ୍ଟତାର ଆବରଣ ସ୍ୱରୂପେ ବ୍ୟବହାର ନ କରି ବରଂ ଈଶ୍ୱରଙ୍କ ଦାସ ହୋଇ ସତ୍କର୍ମ କର I
\v 17 ସମସ୍ତଙ୍କୁ ସମାଦର କର, ଭାଇମାନଙ୍କୁ ପ୍ରେମ କର, ଈଶ୍ୱରଙ୍କୁ ଭୟ କର, ରାଜାଙ୍କୁ ସମାଦର କର I
\s5
\v 18 ହେ ଦାସମାନେ, ତୁମ୍ଭେମାନେ ଭୟ ସହକାରେ ଆପଣା ଆପଣା କର୍ତ୍ତାଙ୍କର ବଶୀଭୂତ ହୁଅ, କେବଳ ଉତ୍ତମ ଓ ଦୟାଳୁ କର୍ତ୍ତାମାନଙ୍କର ନୁହେଁ, ମାତ୍ର ନିର୍ଦୟମାନଙ୍କର ମଧ୍ୟ ବଶୀଭୂତ ହୁଅ I
\v 19 କାରଣ କେହି ଯେବେ ଈଶ୍ୱରଙ୍କୁ ବିଶ୍ୱାସ କରିବାରୁ ଅନ୍ୟାୟରେ ଦୁଃଖଭୋଗ କରି କଷ୍ଟ ସହ୍ୟ କରେ, ତେବେ ତାହା ଈଶ୍ୱରଙ୍କ ନିକଟରେ ପ୍ରଶଂସାର ବିଷୟ I
\v 20 ଯେଣୁ ତୁମ୍ଭେମାନେ ଆପଣା ଆପଣା ଦୋଷ ହେତୁ ଯଦି ପ୍ରହାର ସହ୍ୟ କର, ତେବେ ତାହା ଈଶ୍ୱରଙ୍କ ନିକଟରେ ପ୍ରଶଂସାର ବିଷୟ ନୁହେଁ I କିନ୍ତୁ ଯଦି ସତ୍କର୍ମ କରି ଦୁଃଖ ସହ୍ୟ କର, ତେବେ ତାହା ଈଶ୍ୱରଙ୍କ ନିକଟରେ ପ୍ରଶଂସାର ବିଷୟ I
\s5
\v 21 ଏଥି ନିମନ୍ତେ ହିଁ ତୁମ୍ଭେମାନେ ଆହୂତ ହୋଇଅଛ, କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର, ସେଥିପାଇଁ ସେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଦୁଃଖଭୋଗ କରି ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଦେଇ ଯାଇଅଛନ୍ତି I
\v 22 ସ୍ମରଣ କର କିପରି ଖ୍ରୀଷ୍ଟ ଆପଣାକୁ ପ୍ରସ୍ତୁତ କଲେ, ସେ କୌଣସି ପାପ କଲେ ନାହିଁ, କିଅବା ଲୋକମାନଙ୍କ ନିମନ୍ତେ ତାହାଙ୍କ ମୁଖରେ କୌଣସି ଛଳକଥା ନ ଥିଲା I
\v 23 ସେ ନିନ୍ଦା ପାଇବା ବଦଳରେ ଫେରି ନିନ୍ଦା କଲେ ନାହିଁ; ଦୁଃଖଭୋଗ ସହ୍ୟ କରିବା ବଦଳରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟବିଚାରକର୍ତ୍ତା ଈଶ୍ୱରଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରି ଆପଣାକୁ ନିର୍ଦ୍ଦୋଷ ପ୍ରମାଣ କଲେ I
\s5
\v 24 ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନ ଯାପନ କରୁ, ଏଥି ନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ; ସେମାନେ ତାହାଙ୍କୁ ପ୍ରହାର କରିଥିବା ହେତୁରୁ ଈଶ୍ୱର ତୁମ୍ଭମାନଙ୍କୁ ସୁସ୍ଥ କରିଅଛନ୍ତି I
\v 25 ପ୍ରକୃତରେ ତୁମ୍ଭେମାନେ ବିପଥଗାମୀ ମେଷ ତୁଲ୍ୟ ହୋଇଥିଲ, କିନ୍ତୁ ଏବେ ତୁମ୍ଭମାନଙ୍କ ଆତ୍ମାର ପାଳକ ଓ ଅଧ୍ୟକ୍ଷ ଯୀଶୁଙ୍କ ନିକଟକୁ ବାହୁଡ଼ି ଆସିଅଛ, ଯେ ତୁମ୍ଭମାନଙ୍କୁ ପାଳନ କରନ୍ତି ଯେପରି ଏକ ମେଷପାଳକ ଆପଣା ମେଷର ଯତ୍ନ ନେଇଥାଏ I
\s5
\c 3
\p
\v 1 ହେ ବିଶ୍ୱାସୀ ସ୍ତ୍ରୀମାନେ, ତୁମ୍ଭେମାନେ ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୁଅ I ଯେବେ ତୁମ୍ଭେମାନେ ଏହିପରି କର ତେବେ ସେମାନଙ୍କ ମଧ୍ୟରୁ କେହି କେହି ଯୀଶୁଙ୍କ ବିଷୟକ ବାକ୍ୟକୁ ବିଶ୍ୱାସ ନ କଲେ ସୁଦ୍ଧା, ତୁମ୍ଭମାନଙ୍କ କହିବା ବିନୁ ସେମାନେ ବିଶ୍ୱାସ କରିବେ I
\v 2 ତୁମ୍ଭମାନଙ୍କର ସଭୟ ସଦାଚରଣ ଓ ସେମାନଙ୍କ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ଦେଖି ସେମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବେ I
\s5
\v 3 ପୁଣି, କେଶବେଶ, ସୁବର୍ଣ୍ଣ ଆଭରଣ ଓ ସୁନ୍ଦର ବସ୍ତ୍ର ପରିଧାନ, ଏପରି ଯେଉଁ ବାହ୍ୟ ଭୂଷଣ, ତାହା ତୁମ୍ଭମାନଙ୍କର ଭୂଷଣ ନ ହେଉ I
\v 4 ବରଂ ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମ୍ଭମାନଙ୍କର ଅକ୍ଷୟ ଭୂଷଣ ହେଉ I
\s5
\v 5 କାରଣ ପୂର୍ବକାଳରେ ସାଧ୍ୱୀ ସ୍ତ୍ରୀମାନେ ମଧ୍ୟ ଈଶ୍ୱରଙ୍କଠାରେ ଭରସା ରଖି ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୋଇ ଏହି ପ୍ରକାରେ ଆପଣା ଆପଣାକୁ ଭୂଷିତା କରୁଥିଲେ I
\v 6 ସେହିପରି ସାରା ଅବ୍ରହାମଙ୍କୁ ସ୍ୱାମୀ ବୋଲି କହି ତାହାଙ୍କର ଆଜ୍ଞାବହ ହେଲେ; ତୁମ୍ଭେମାନେ ଯଦି କୌଣସି ବିଷୟରେ ଭୀତ ନ ହୋଇ ସଦାଚରଣ କର, ତେବେ ତୁମ୍ଭେମାନେ ହିଁ ତାହାଙ୍କର ସନ୍ତାନ I
\s5
\v 7 ପୁରୁଷମାନେ, ତୁମ୍ଭମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ, ଏଥି ନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳାପାତ୍ରୀ ଓ ଆପଣାମାନଙ୍କ ସହିତ ଜୀବନରୂପ ଅନୁଗ୍ରହଦାନର ସହାଧିକାରିଣୀ ଜାଣି ସେମାନଙ୍କୁ ସମାଦର କର, ପୁଣି, ଜ୍ଞାନରେ ସେମାନଙ୍କର ସହିତ ବାସ କର I
\s5
\v 8 ଶେଷ କଥା ଏହି, ତୁମ୍ଭେମାନେ ସମସ୍ତେ ଏକମନା, ପରସ୍ପରର ସୁଖଦୁଃଖର ସହଭାଗୀ, ଭ୍ରାତୃପ୍ରେମରେ ପ୍ରେମୀ, କୋମଳ ହୃଦୟ ଓ ନମ୍ରଚିତ୍ତ ହୁଅ I
\v 9 ଯେତେବେଳେ ଲୋକମାନେ ତୁମ୍ଭମାନଙ୍କର ଅନିଷ୍ଟ କରନ୍ତି ପରିବର୍ତ୍ତରେ ଅନିଷ୍ଟ କିଅବା ନିନ୍ଦାର ପରିବର୍ତ୍ତରେ ନିନ୍ଦା ନ କରି ଅନ୍ୟ ପକ୍ଷରେ ବରଂ ଆଶୀର୍ବାଦ କର, କାରଣ ତୁମ୍ଭେମାନେ ଯେପରି ଆଶୀର୍ବାଦର ଅଧିକାରୀ ହୁଅ, ଏଥିପାଇଁ ଆହୂତ ହୋଇଅଛ I
\s5
\v 10 ଗୀତକାର ଆମ୍ଭ ଜୀବନ ବିଷୟରେ କ'ଣ ଲେଖିଛନ୍ତି ତାହା ବିବେଚନା କର: "ଯେଣୁ ଯେଉଁମାନେ ଜୀବନରେ ସୁଖଭୋଗ କରିବାକୁ ପୁଣି, ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା କରନ୍ତି, ସେମାନେ ମନ୍ଦ ବାକ୍ୟରୁ ଆପଣା ଜିହ୍ୱାକୁ ଆଉ ପ୍ରବଞ୍ଚନା ବାକ୍ୟରୁ ଆପଣା ଓଷ୍ଠାଧରକୁ ବନ୍ଦ କରନ୍ତୁ I
\v 11 ସେମାନେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରନ୍ତୁ; ସେମାନେ ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉନ୍ତୁ,
\v 12 କାରଣ ଧାର୍ମିକମାନଙ୍କ ପ୍ରତି ପ୍ରଭୁଙ୍କ ଦୃଷ୍ଟି ଅଛି, ସେମାନଙ୍କ ବିନତି ପ୍ରତି ତାହାଙ୍କ କର୍ଣ୍ଣ ଉନ୍ମୁକ୍ତ ଅଟେ, କିନ୍ତୁ ପ୍ରଭୁଙ୍କର ମୁଖ ଦୁଷ୍କର୍ମକାରୀମାନଙ୍କ ପ୍ରତିକୂଳ I"
\s5
\v 13 ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍‍ଯୋଗୀ ହୁଅ, ତେବେ କିଏ ତୁମ୍ଭମାନଙ୍କର ଅନିଷ୍ଟ କରିବ ?
\v 14 ପୁଣି, ଯଦିବା ଧାର୍ମିକତା ସକାଶେ ତୁମ୍ଭମାନଙ୍କୁ ଦୁଃଖଭୋଗ କରିବାକୁ ପଡ଼େ, ତାହାହେଲେ ଈଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ I "ସେମାନେ ଭୟ ଦେଖାଇଲେ ଭୀତ କିଅବା ଉଦ୍‍ବିଗ୍ନ ହୁଅ ନାହିଁ I"
\s5
\v 15 କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ,
\v 16 ପୁଣି ଏହା ନିଶ୍ଚିତ ହୁଅ ଯେ ତୁମ୍ଭେ କିଛି ମନ୍ଦ କରି ନାହଁ, ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ I
\v 17 କାରଣ ଦୁଷ୍କର୍ମ ସକାଶେ ଦୁଃଖଭୋଗ କରିବାଠାରୁ ବରଂ ଯଦି ଈଶ୍ୱରଙ୍କର ଇଚ୍ଛା ହୁଏ, ତାହାହେଲେ ସତ୍କର୍ମ ସକାଶେ ଦୁଃଖଭୋଗ କରିବା ଭଲ I
\s5
\v 18 ମୁଁ ଏହା କୁହେ, ଯେଣୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ I
\v 19 ସେଥିରେ ମଧ୍ୟ ଈଶ୍ୱର ଯେଉଁମାନଙ୍କୁ ବନ୍ଦୀ କରିଥିଲେ ସେହି ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ I
\v 20 ପୂର୍ବକାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ, ଯେତେବେଳେ ଈଶ୍ୱର ଦୀର୍ଘସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ସେମାନେ ଅବାଧ୍ୟ ହୋଇଥିଲେ I ସେହି ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ, ଅର୍ଥାତ୍‍ ଆଠ ପ୍ରାଣୀ, ଜଳ ମଧ୍ୟ ଦେଇ ରକ୍ଷା ପାଇଲେ, ସେତେବେଳେ ଅନ୍ୟମାନେ ଜଳରେ ବୁଡିଯାଇଥିଲେ I
\s5
\v 21 ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍‍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ୱରଙ୍କ ନିକଟରେ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା, ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି I
\v 22 ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି I
\s5
\c 4
\p
\v 1 ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣାମାନଙ୍କୁ ସୁସଜ୍ଜିତ କର I କାରଣ ଯେ, ଶରୀରରେ ଦୁଃଖଭୋଗ କରିଅଛି, ସେ ପାପରୁ ନିବୃତ୍ତ ହୋଇଅଛି I
\v 2 ଫଳସ୍ଵରୁପ, ସେମାନଙ୍କ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ କରନ୍ତି ନାହିଁ, ବରଂ ଈଶ୍ୱରଙ୍କ ଇଚ୍ଛାନୁସାରେ କ୍ଷେପଣ କରନ୍ତି I
\s5
\v 3 ମୁଁ ତୁମ୍ଭମାନଙ୍କୁ କୁହେ, ଯେଣୁ ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ ସେମାନଙ୍କ ସଦୃଶ ତୁମ୍ଭେମାନେ ଏହି ଜଗତରେ ଆପଣା ସମୟ କ୍ଷେପଣ କରିଅଛ I ପୂର୍ବରେ ତୁମ୍ଭେମାନେ ଈଶ୍ୱରଙ୍କ ଘୃଣ୍ୟ ବିଷୟଗୁଡ଼ିକ ଯାହା କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ I
\v 4 ଏପ୍ରକାର ଉଚ୍ଛୃଙ୍ଖଳ ପନ୍ଥାରେ ତୁମ୍ଭେମାନେ ଯେ ସେମାନଙ୍କ ସହିତ ସଂଯୁକ୍ତ ହେଉ ନାହଁ, ଏହା ସେମାନେ ଆଶ୍ଚର୍ଯ୍ୟ ହୋଇ ତୁମ୍ଭମାନଙ୍କର ନିନ୍ଦା କରନ୍ତି I
\v 5 କିନ୍ତୁ ଯେ ସେମାନଙ୍କର ବିଚାର କରିବାକୁ ଉଦ୍ୟତ, ସେହି ଈଶ୍ୱରଙ୍କ ନିକଟରେ ହିସାବ ଦେବାକୁ ହେବ I
\v 6 କାରଣ ଏହି ଉଦ୍ଦେଶ୍ୟରେ ଖ୍ରୀଷ୍ଟ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କଲେ, ଯେପରି ସେମାନେ ମନୁଷ୍ୟମାନଙ୍କ ସଦୃଶ ଶରୀରରେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେଲେ ହେଁ ଈଶ୍ୱରଙ୍କ ସଦୃଶ ପବିତ୍ର ଆତ୍ମାଙ୍କ ଶକ୍ତିରେ ସଜୀବ ହେବେ I
\s5
\v 7 ମାତ୍ର ଏହି ପୃଥିବୀରେ ସମସ୍ତ ବିଷୟର ଅନ୍ତିମକାଳ ସନ୍ନିକଟ I ଅତଏବ ସୁବୁଦ୍ଧି ହୁଅ, ପୁଣି, ପ୍ରାର୍ଥନା କରିବା ପାଇଁ ଜାଗ୍ରତ ଥାଅ I
\v 8 ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ I
\v 9 କୁଣ୍ଠିତ ନ ହୋଇ ଯେଉଁ ଖ୍ରୀଷ୍ଟୀୟ ଯାତ୍ରୀମନେ ତୁମ୍ଭ ନିକଟକୁ ଆସନ୍ତି ସେମାନଙ୍କ ନିମନ୍ତେ ଖାଇବାକୁ ଖାଦ୍ୟ ଓ ବିଶ୍ରାମସ୍ଥଳୀ ଯୋଗାଇ ଦିଅ I
\s5
\v 10 ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହ ଦାନ ପାଇଅଛ, ସେହି ପ୍ରକାରେ ଈଶ୍ୱରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ଡାରଘରିଆ ସ୍ୱରୂପେ ତଦ୍ୱାରା ପରସ୍ପରର ସେବା କର I
\v 11 କେହି ଯଦି ବିଶ୍ୱାସୀମାନଙ୍କ ମଣ୍ଡଳୀରେ ପ୍ରଚାର କରେ, ତେବେ ସେ ଈଶ୍ୱରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ; କେହି ଯଦି ଅନ୍ୟମାନଙ୍କ ପ୍ରତି ଦୟାର କାର୍ଯ୍ୟ କରେ, ତେବେ ସେ ଈଶ୍ୱରଙ୍କଠାରୁ ଶକ୍ତିପ୍ରାପ୍ତଲୋକ ପରି କାର୍ଯ୍ୟ କରୁ, ଯେପରି ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କୁ ଏପରି କରିବାକୁ ଯୋଗ୍ୟ କରିଅଛନ୍ତି ତଦ୍ୱାରା ଈଶ୍ୱର ଗୌରବାନ୍ୱିତ ହେବେ; ଯୁଗେ ଯୁଗେ ଈଶ୍ୱରଙ୍କ ଗୌରବ ହେଉ କାରଣ ଅନନ୍ତକାଳ ନିମନ୍ତେ ସମସ୍ତ ବିଷୟ ଉପରେ ଶାସନ କରିବା ତାହାଙ୍କର ସମସ୍ତ ଅଧିକାର ଅଛି I ଏହା ଏହିପରି ହେଉ I
\s5
\v 12 ହେ ପ୍ରିୟମାନେ, ଯେପରି ଲୋକମାନେ କୌଣସି ଧାତୁକୁ ପରୀକ୍ଷା କରିବା ନିମନ୍ତେ ଅଗ୍ନିରେ ଦେଇଥା'ନ୍ତି, ସେହିପରି ତୁମ୍ଭେମାନେ ଖ୍ରୀଷ୍ଟଙ୍କର ହୋଇଥିବାରୁ ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ I
\v 13 ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବ I
\v 14 ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିବା ସକାଶେ ନିନ୍ଦିତ ହୁଅ, ତାହାହେଲେ ଈଶ୍ୱର ତୁମ୍ଭମାନଙ୍କ ଉପରେ ସନ୍ତୁଷ୍ଟ, କାରଣ ଈଶ୍ୱରଙ୍କର ମହାନ୍ ଆତ୍ମା, ତୁମ୍ଭଠାରେ ଅଧିଷ୍ଠାନ କରୁଅଛନ୍ତି I
\s5
\v 15 ଏଣୁ ତୁମ୍ଭମାନଙ୍କ ମଧ୍ୟରୁ କେହି ହତ୍ୟାକାରୀ କି ଚୋର, କି ଦୁରାଚାରୀ, କି ଅନଧିକାର ଚର୍ଚ୍ଚାକାରୀ ହୋଇ ଦଣ୍ଡ ଭୋଗ ନ କରୁ I
\v 16 କିନ୍ତୁ କେହି ଯଦି ଖ୍ରୀଷ୍ଟିୟାନ ହେବାରୁ ଦଣ୍ଡ ଭୋଗ କରେ, ତାହାହେଲେ ସେ ଲଜ୍ଜା ବୋଧ ନ କରୁ, ବରଂ ସେ ଖ୍ରୀଷ୍ଟଙ୍କର ହୋଇଥିବାରୁ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ I
\s5
\v 17 ମୁଁ ଏହା କୁହେ, କାରଣ ଈଶ୍ୱରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ; ଆଉ ଯଦି ପ୍ରଥମରେ ବିଶ୍ୱାସୀ ଯେ ଆମ୍ଭେମାନେ ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କ ସୁସମାଚାରର ଅନାଜ୍ଞାବହ, ସେମାନଙ୍କର ଶେଷ ଦଶା ଅବା କଅଣ ନ ହେବ !
\v 18 ତାହା ସେହିପରି ହେବ ଯେପରି ଶାସ୍ତ୍ରରେ ଲେଖାଯାଏ: ଅନେକ ବ୍ୟକ୍ତି ଯଦି ସ୍ୱର୍ଗ ଯିବା ନିମନ୍ତେ କଷ୍ଟରେ ପରିତ୍ରାଣ ପାଏ, ତେବେ ଅଧାର୍ମିକ ଓ ପାପୀ ଲୋକ ଈଶ୍ୱରଙ୍କ ଠାରୁ ଗୁରୁତର ଦଣ୍ଡ ଭୋଗ କରିବେ !
\v 19 ଅତଏବ, ଯେଉଁମାନେ ଈଶ୍ୱରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍‍କାର୍ଯ୍ୟରେ ନିବିଷ୍ଟ ରହନ୍ତୁ I
\s5
\c 5
\p
\v 1 `ଅତଏବ, ଜଣେ ସହପ୍ରାଚୀନ ପୁଣି, ଖ୍ରୀଷ୍ଟଙ୍କ ଦୁଃଖଭୋଗର ସାକ୍ଷୀ ଏବଂ ଆଗାମୀ ଗୌରବର ଅଂଶାଧିକାରୀ, ଯେ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ବିଶ୍ୱାସୀମାନଙ୍କ ପଥଦର୍ଶକ ଏହା କହିବି I
\v 2 ମୁଁ ପ୍ରାଚୀନମାନଙ୍କୁ ଅନୁରୋଧ କରୁଅଛି ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଥିବା ତୁମ୍ଭମାନଙ୍କ ମଣ୍ଡଳୀର ଲୋକମାନଙ୍କର ପ୍ରତିପାଳନ କର, ଯେପରି ମେଷପାଳକ ଆପଣା ମେଷପଲର ଯତ୍ନ ନିଏ I ବାଧ୍ୟ ହୋଇ ନୁହେଁ, ମାତ୍ର, ଈଶ୍ୱରଙ୍କ ଇଚ୍ଛାନୁଯାୟୀ ସ୍ୱଚ୍ଛନ୍ଦ ମନରେ, ଅନ୍ୟାୟ ଲାଭ ନିମନ୍ତେ ନୁହେଁ, କିନ୍ତୁ ଆଗ୍ରହ ସହକାରେ ତାହା କର I
\v 3 ପୁଣି, ଯେଉଁମାନଙ୍କର ଦାୟିତ୍ୱଭାର ତୁମ୍ଭମାନଙ୍କ ହସ୍ତରେ ଈଶ୍ୱର ସମର୍ପଣ କରିଅଛନ୍ତି, ସେମାନଙ୍କ ଉପରେ କର୍ତ୍ତାପଣ କର ନାହିଁ, ବରଂ ସେମାନଙ୍କର ଆଦର୍ଶ ସ୍ୱରୂପ ହୋଇ ତାହା କର I
\v 4 ଯଦି ତୁମ୍ଭେମାନେ ଏହିପରି କର, ସେଥିରେ ପ୍ରଧାନ ପାଳକ ଯୀଶୁ ପ୍ରକାଶିତ ହେବା ସମୟରେ ସେ ତୁମ୍ଭମାନଙ୍କୁ ଗୌରବର ଅକ୍ଷୟ ମୁକୁଟ ଦେବେ I ଯେପରି ଜଣେ ଖେଳାଳୀ ବିଜୟୀ ହେଲା ପରେ ପାଇଥାଏ କିନ୍ତୁ ତୁମ୍ଭମାନଙ୍କ ପୁରସ୍କାର କ୍ଷୟ ପାଇବ ନାହିଁ I
\s5
\v 5 ସେହିପରି, ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନମାନଙ୍କର ବଶୀଭୂତ ହୁଅ I ସମସ୍ତେ ପରସ୍ପର ପ୍ରତି ନମ୍ରତାରୂପ ଆଚରଣ କର, କାରଣ ଈଶ୍ୱର ଅହଂକାରୀମାନଙ୍କୁ ପ୍ରତିରୋଧ କରିନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି I
\v 6 ଅତଏବ, ଈଶ୍ୱର ଯେ ଅହଂକାରୀମାନଙ୍କୁ ଦଣ୍ଡ ଦିଅନ୍ତି ସେଥିପାଇଁ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ I
\v 7 ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ଯେଉଁ ବିଷୟରେ ତୁମ୍ଭେମାନେ ବ୍ୟସ୍ତ ହୋଇଥାଏ ସେହି ବିଷୟରେ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି I
\s5
\v 8 ସଚେତନ ହୋଇ ଜାଗ୍ରତ ରୁହ I ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି I
\v 9 ଖ୍ରୀଷ୍ଟଙ୍କ ଠାରେ ଓ ତାହାଙ୍କ ବାକ୍ୟରେ ବିଶ୍ୱାସ କରିବାରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି I
\s5
\v 10 ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ୱର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସମସ୍ତ ଦିଗରେ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ I
\v 11 ମୁଁ ଏହା ପ୍ରାର୍ଥନା କରେ ଯେ ସେ ଯୁଗେ ଯୁଗେ ପରାକ୍ରମରେ ରାଜ୍ୟ କରିବେ I ଏହା ଏହିପରି ହେଉ!
\s5
\v 12 ଈଶ୍ୱରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏବିଷୟରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସିଲ୍ୱାନଙ୍କ ଦ୍ୱାରା ମୁଁ ସଂକ୍ଷେପରେ ପତ୍ର ଲେଖିଲି; ମୋ' ବୋଧରେ ସେ ଜଣେ ବିଶ୍ୱସ୍ତ ଭ୍ରାତା I ତୁମ୍ଭେମାନେ ଏହି ଅନୁଗ୍ରହରେ ସୁସ୍ଥିର ହୋଇଥାଅ I
\v 13 ତୁମ୍ଭମାନଙ୍କ ସହିତ ମନୋନୀତ ବାବିଲୋନସ୍ଥ ମଣ୍ଡଳୀ ଓ ମୋହର ପୁତ୍ର ମାର୍କ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି I
\v 14 ପ୍ରେମ ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର I ମୁଁ ପ୍ରାର୍ଥନା କରେ ଯେ ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ I