or_udb/60-JAS.usfm

173 lines
51 KiB
Plaintext

\id JAS
\ide UTF-8
\h ଯାକୁବଙ୍କ ପତ୍
\toc1 ଯାକୁବଙ୍କ ପତ୍
\toc2 ଯାକୁବଙ୍କ ପତ୍
\toc3 jas
\mt1 ଯାକୁବଙ୍କ ପତ୍
\s5
\c 1
\p
\v 1 ମୁଁ ଯାକୁବ, ଈଶ୍ଵରଙ୍କ ଜଣେ ସେବକ ଓ ପ୍ରଭୁ ଯୀଶୁଙ୍କ ଦ୍ଵାରା ଈଶ୍ଵରଙ୍କ ସହ ବନ୍ଧା ହୋଇ ଅଛି I ଖ୍ରୀଷ୍ଟଙ୍କ ଉପରେ ଭରସା ରଖିଥିବା ଯିହୁଦୀୟ ବାର ଗୋଷ୍ଠୀଙ୍କୁ ମୁଁ ଏହି ପତ୍ର ଲେଖୁଅଛି ପୃଥିବୀର ସର୍ବତ୍ର ଛିନ୍ନଭିନ୍ନ I ମୋହର ସମସ୍ତଙ୍କ ନିକଟରେ ନମସ୍କାର I
\v 2 ହେ ମୋହର ସହବିଶ୍ଵାସୀ ଭାଇମାନେ, ଯେତେବେଳେ ତୁମ୍ଭେମାନେ ନାନା ପ୍ରକାର ପରୀକ୍ଷାରେ ପଡ ସେତେବେଳେ ଏହାକୁ ମହାଆନନ୍ଦର ବିଷୟ ବୋଲି ମନେ କର I
\v 3 ଏକଥା ବୁଝ ଯେତେବେଳେ ଆମେ ଅନେକ ସମସ୍ୟାରେ ଈଶ୍ଵରଙ୍କ ଉପରେ ଭରସା ରଖୁ, ସେତେବେଳେ ଏହା ଆମକୁ ଅଧିକ କଷ୍ଟ ସହ୍ୟ କରିବାକୁ ଧୈର୍ଯ୍ୟ ଦେଇଥାଏ I
\s5
\v 4 ଖ୍ରୀଷ୍ଟଙ୍କୁ ଅନୁସରଣ କରି, ଶେଷ ପର୍ଯ୍ୟନ୍ତ ପରୀକ୍ଷାରେ ଧୈର୍ଯ୍ୟ ରଖ I ତେବେ ତୁମ୍ଭେ ଉତ୍ତମ କାର୍ଯ୍ୟ କରିବାରେ କେବେହେଲେ ବିଫଳ ହେବ ନାହିଁ I
\v 5 ଯଦି ତୁମ୍ଭ ଭିତରେ କାହାର ଜ୍ଞାନର ଆବଶ୍ୟକତା ଅଛି, ତେବେ ସେ ଈଶ୍ଵରଙ୍କୁ ମାଗୁ, କାରଣ ସେ ଉଦାରମନରେ ତାହା ଦାନ କରିଥାନ୍ତି ଓ ମାଗିଲେ ସେ କ୍ରୋଧ କରନ୍ତି ନାହିଁ I
\s5
\v 6 ସେ ଯେ ଉତ୍ତର ଦେବେ ଓ ସର୍ବଦା ସାହାଯ୍ୟ କରିବେ, ଏଥିରେ ସେ ତୁମ୍ଭକୁ ଦେବେ ବୋଲି ସନ୍ଦେହ କର ନାହିଁ ତୁମ୍ଭେ ମାଗ ଓ ବିଶ୍ଵାସ ରଖ I କାରଣ ଯେଉଁମାନେ ଈଶ୍ଵରଙ୍କ ଉପରେ ସନ୍ଦେହ କରନ୍ତି ସେମାନେ ସମୁଦ୍ରରେ ଚାଳିତ ତରଙ୍ଗ ପରି, ପବନ ଯେଉଁ ଦିଗରେ ଆସିଥାଏ ତାହା ସେହି ଦିଗରେ ଚାଳିତ ହୁଏ ଓ ଏକ ଦିଗରେ ସର୍ବଦା ରହେ ନାହିଁ I
\v 7 ସେହେତୁ, ଯିଏ ସନ୍ଦେହ କରେ ପ୍ରଭୁଙ୍କଠାରେ ଅନୁରୋଧ କଲେ ସେ କିଛି ପାଇବ ବୋଲି ନ ଭାବୁ I
\v 8 କାରଣ ଏହି ପରି ଲୋକ ସ୍ଥିର କରିପାରନ୍ତି ନାହିଁ ଯେ ସେମାନେ ଯୀଶୁଙ୍କ ଅନୁସରଣ କରିବେ କି ନାହିଁ I ଏହିପରି ଲୋକ ଯାହା କୁହନ୍ତି ତାହା କରନ୍ତି ନାହିଁ I
\s5
\v 9 ବିଶ୍ଵାସ କରୁଥିବା ବିଶ୍ଵାସୀମାନେ ଆନନ୍ଦ କରିବା ଦରକାର କାରଣ ଈଶ୍ଵର ସେମାନଙ୍କୁ ସମ୍ମାନିତ କରି ଅଛନ୍ତି I
\v 10 ଓ ବିଶ୍ଵାସ କରୁଥିବା ବିଶ୍ଵାସୀମାନେ ଖୁସି ହେବା ଦରକାର କାରଣ ପରମେଶ୍ୱର ସେମାନଙ୍କୁ ନମ୍ର କରିଅଛନ୍ତି, ଯେପରି ତାହା ଖ୍ରୀଷ୍ଟ ଯୀଶୁଙ୍କଠାରେ ଭରସା ରଖିବାରେ ସାହାଯ୍ୟ କରିବ, କାରଣ ଧନ ଚାଲିଯାଏ ଯେପରି ଜଙ୍ଗଲୀ ଫୁଲ ମୌଳିଯାଏ I
\v 11 ସୂର୍ଯ୍ୟ ଉଦୟ ହୁଏ, ସେତେବେଳେ ଉତ୍ତପ୍ତ ପବନ ଫୁଲର ଝଡିବାର କାରଣ ହୁଏ ଓ ତାହାର ସୁନ୍ଦରତାକୁ ମଳିନ କରିପକାଏ, ଝାଁଉଳି ଯାଉଥିବା ଫୁଲ ପରି ଧନ ସଞ୍ଚୟ ସମୟରେ ଧନୀ ଲୋକ ମଧ୍ୟ ଲୋପ ପାଆନ୍ତି I
\s5
\v 12 ଈଶ୍ଵର ସେହି ବ୍ୟକ୍ତିକୁ ସମ୍ମାନ କରନ୍ତି ଯେଉଁମାନେ କଠିନ ପରୀକ୍ଷାର ସାମନା କରିଅଛନ୍ତି, କାରଣ ଈଶ୍ଵର ଅନନ୍ତ ଜୀବନ ଦେଇ ସେମାନଙ୍କୁ ପୁରସ୍କୃତ କରିବେ, ଯେଉଁମାନେ ଈଶ୍ଵରଙ୍କୁ ପ୍ରେମ କରନ୍ତି ସେସମସ୍ତଙ୍କ ପାଇଁ ଏହା ତାହାଙ୍କ ପ୍ରତିଜ୍ଞା ଅଟେ I
\v 13 ଯେବେ ଆମେ ପାପ କରିବାକୁ ପ୍ରଲୋଭିତ ହୋଇ ଥାଉ ଆମେ କେବେହେଁ ନ ଭାବୁ ପରମେଶ୍ୱର ଆମକୁ ପରୀକ୍ଷା କରନ୍ତି I କାରଣ ଈଶ୍ୱରଙ୍କୁ କେହି ମନ୍ଦ କାର୍ଯ୍ୟ କରିବାକୁ ପ୍ରଲ୍ଲୋଭିତ କରିପାରେ ନାହିଁ କିଅବା, ଈଶ୍ୱର କାହାକୁ ପ୍ରଲ୍ଲୋଭିତ କରନ୍ତି ନାହିଁ I
\s5
\v 14 କିନ୍ତୁ ସମସ୍ତେ ମନ୍ଦ କରିବାକୁ ଚାହାନ୍ତି ସେଥିପାଇଁ କରନ୍ତି, ଠିକ୍ ଫାନ୍ଦରେ ପଡିବା ପରି ସେମାନେ ପଡନ୍ତି I
\v 15 ଏହାପରେ ସେମାନଙ୍କର ମନ୍ଦ ଚିନ୍ତା ସେମାନଙ୍କୁ ପାପ କରିବାକୁ ମନ ବଳାଏ, ଓ ଏହି ପାପ ସେମାନଙ୍କର ମସ୍ତିଷ୍କରେ ନିରନ୍ତର ଚାଲି ଥାଏ ଯେ ପର୍ଯ୍ୟନ୍ତ ସେ ତାକୁ ବିନଷ୍ଟ ନ କରି ଦିଏ I ଯେତେବେଳେ ମନ୍ଦ ଇଚ୍ଛା ଏକ ସଙ୍ଗରେ ଆସେ ସେତେବେଳେ ତାହା ପାପକୁ ଜନ୍ମାଏ, ଯାହାର ଅର୍ଥ ସେ ପାପ କରିଥାଏ ଓ ସେ କେବଳ ଯୀଶୁଙ୍କ ଦ୍ଵାରା କ୍ଷମା ପାଇ ପାରିବ I ଯେତେବେଳେ ପାପ ନିଜର ଅନ୍ତିମ ଫଳ ପ୍ରକାଶ କରେ, ଉଭୟର ସେତେବେଳେ ଶରୀର ଓ ଆତ୍ମା ମୃତ୍ୟୁ ହୋଇଥାଏ I ଅର୍ଥାତ୍ ପାପୀ ଈଶ୍ଵରଙ୍କଠାରୁ ସବୁବେଳ ପାଇଁ ପୃଥକ୍ ହୁଏ I କେବଳ ଯୀଶୁ ଏହି ଶେଷ ମୃତ୍ୟୁରୁ ଆମକୁ ଉଦ୍ଧାର କରିପାରନ୍ତି I
\v 16 ମୋହର ପ୍ରିୟ ବିଶ୍ଵାସୀ ଭାଇମାନେ, ନିଜକୁ ପ୍ରତାରଣା କରିବା ବନ୍ଦ କର I
\s5
\v 17 ସମସ୍ତ ଉତ୍ତମ ଓ ସିଦ୍ଧ ଉପହାର ସ୍ୱର୍ଗରେ ଥିବା ପିତା ପରମେଶ୍ଵରଙ୍କଠାରୁ ଅସିଥାଏ I ସେ ହିଁ ସତ୍ୟ ଈଶ୍ୱର ଯେ ଆମକୁ ଆଲୋକ ଦେଇଥାନ୍ତି I ଈଶ୍ଵର ସୃଷ୍ଟ ବସ୍ତୁ ପରି ବଦଳନ୍ତି ନାହିଁ ଯେପରି ଛାଇ ଦେଖା ଦିଏ ଓ ଅଦୃଶ୍ୟ ହୋଇଯାଏ I ଈଶ୍ଵର କେବେ ବଦଳନ୍ତି ନାହିଁ ସେ ସର୍ବଦା ଉତ୍ତମ I
\v 18 ଯେତେବେଳେ ଆମେ ତାହାଙ୍କ ସତ୍ୟ ସୁସମାଚାର ଉପରେ ଭରସା କଲୁ ସେତେବେଳେ ସେ ଆମକୁ ଆତ୍ମିକ ଜୀବନ ଦେବାକୁ ଇଚ୍ଛା କଲେ I ବର୍ତ୍ତମାନ ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ଵାସୀମାନଙ୍କଠାରେ ହିଁ ପ୍ରକୃତ ଆତ୍ମିକ ଜୀବନ ଅଛି, ଯାହା କେବଳ ଯୀଶୁ ହିଁ ଦେଇ ପାରନ୍ତି I
\s5
\v 19 ମୋହର ପ୍ରିୟ ସହ ବିଶ୍ଵାସୀ, ତୁମ୍ଭେମାନେ ସମସ୍ତେ ଜାଣିଅଛ ଯେ ଈଶ୍ଵରଙ୍କ ସତ୍ୟ ସୁସମାଚାରରେ ଧ୍ୟାନ ହେବା ଉଚିତ୍, ଓ ନିଜର ଚିନ୍ତାକୁ ଶୀଘ୍ର ପ୍ରକାଶ କରିବା ଓ ଅଚାନକ କ୍ରୋଧ କରିବା ଉଚିତ୍ ନୁହଁ I
\v 20 ଯେତେବେଳେ ଆମେ କ୍ରୋଧ କରିଥାଉ ସେତେବେଳେ ଆମେ ଧାର୍ମିକତାର କାର୍ଯ୍ୟ କରି ପାରି ନ ଥାଉ ଯାହା ଈଶ୍ଵର କରିବାକୁ ଇଛା କରିଥାନ୍ତି I
\v 21 ତେବେ ସମସ୍ତ ପ୍ରକାର ମନ୍ଦକାର୍ଯ୍ୟ କରିବାକୁ ବନ୍ଦ କରୁ, ଓ ଈଶ୍ଵର ଆମ ହୃଦୟରେ ଯାହା ସ୍ଥାପିତ କରିଅଛନ୍ତି ତାହା ନମ୍ରତାର ସହ ଗ୍ରହଣ କର I କାରଣ ଯେବେ ଆମେ ତାହାଙ୍କ ବାକ୍ୟ ଗ୍ରହଣ କରୁ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ସମର୍ଥ ଅଟନ୍ତି I
\s5
\v 22 ଈଶ୍ଵରଙ୍କ ଆଜ୍ଞା ଶୁଣ ଏବଂ ପାଳନ କର I ଯେଉଁମାନେ କେବଳ ଶୁଣନ୍ତି ଓ ପାଳନ କରନ୍ତି ନାହିଁ, ଈଶ୍ଵର ଯେ ସେମାନଙ୍କୁ ଉଦ୍ଧାର କରିବେ ଏହା ସେମାନଙ୍କର ଭ୍ରାନ୍ତ ଧାରଣା ଅଟେ I
\v 23 କେତେକ ଲୋକ ଈଶ୍ଵରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ବାକ୍ୟ ଅନୁସାରେ କାର୍ଯ୍ୟ କରନ୍ତି ନାହିଁ, ସେମାନେ ଆପଣା ମୁଖକୁ ଦର୍ପଣରେ ଦେଖିଥିବା ବ୍ୟକ୍ତି ସଦୃଶ ଅଟନ୍ତି I
\v 24 ସେ ଆପଣା ମୁଖକୁ ଦେଖିଥାଏ କିନ୍ତୁ କିଛି ସମୟରେ ଦର୍ପଣ ନିକଟରୁ ଚାଲିଗଲା ପରେ ସେ ଭୁଲିଯାଏ ସେ କିପରି ଦେଖାଯାଉଥିଲା I
\v 25 କିନ୍ତୁ ଅନେକ ଈଶ୍ଵରଙ୍କ ବାକ୍ୟକୁ ଧ୍ୟାନର ସହ ଦେଖନ୍ତି, ଯାହା ସିଦ୍ଧ ଅଟେ ଏବଂ ଈଶ୍ୱରଙ୍କ ଇଚ୍ଛା ସ୍ୱେଚ୍ଛାରେ ପାଳନ କରିବା ପାଇଁ ସ୍ୱାଧୀନତା ଦେଇଥାଏ I ଯେଉଁମାନେ ଈଶ୍ଵରଙ୍କ ବାକ୍ୟକୁ ପରୀକ୍ଷା କରନ୍ତି ଓ କେବଳ ଶୁଣନ୍ତି ନାହିଁ ଓ ତାହା ଭୁଲିଯାନ୍ତି ନାହିଁ, କିନ୍ତୁ ଈଶ୍ଵର ଯାହା କୁହନ୍ତି, ତାହା ପାଳନ କରନ୍ତି ଈଶ୍ଵର ସବୁ କାର୍ଯ୍ୟରେ ସେମାନଙ୍କୁ ଆଶୀର୍ବାଦ କରନ୍ତି I
\s5
\v 26 କେତେଜଣ ଭାବନ୍ତି ସେମାନେ ଠିକ୍ ଭାବରେ ଈଶ୍ଵରଙ୍କ ଆରାଧନା କରନ୍ତି, କିନ୍ତୁ ସେମାନେ ସ୍ୱଭାବତଃ ମନ୍ଦ କଥା କହିଥାନ୍ତି I ସେମାନେ ଠିକ୍ ଭାବରେ ଈଶ୍ଵରଙ୍କ ଆରାଧନା କରନ୍ତି ବୋଲି ସେମାନେ ଆପଣା ଚିନ୍ତାଧାରାରେ ଭୁଲ୍ ଅଟନ୍ତି I ପ୍ରକୃତ କଥା ଏହା ଯେ ସେମାନେ ବୃଥାରେ ଈଶ୍ଵରଙ୍କ ଆରାଧନା କରନ୍ତି I
\v 27 ପରମେଶ୍ୱର ଯାହା ଆମକୁ କରିବାକୁ କହିଅଛନ୍ତି ତାହା ହେଲା ଅନାଥ ଓ ବିଧବା ସମସ୍ତଙ୍କର ଯତ୍ନ ନେବା କାରଣ ସେମାନେ ଅନେକ ଦୁଃଖ ମଧ୍ୟ ଦେଇଯାଆନ୍ତି I ଯେଉଁମାନେ ତାହା କରନ୍ତି, ଓ ଈଶ୍ଵରଙ୍କ ଅବଜ୍ଞାକାରୀଙ୍କ ସଦୃଶ ସେମାନଙ୍କ ସହ ମନ୍ଦ କରନ୍ତି ନାହିଁ, ସେମାନେ ପ୍ରକୃତରେ ଆମର ପିତା ଈଶ୍ୱରଙ୍କ ଆରାଧନା କରନ୍ତି ଓ ପରମେଶ୍ୱର ସେମାନଙ୍କୁ ଗ୍ରହଣ କରନ୍ତି I
\s5
\c 2
\p
\v 1 ମୋର ଭାଇ ଓ ଭଉଣୀମାନେ, ସମସ୍ତଙ୍କ ଉପରେ ମହାନ୍ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରୁଥିବାରୁ ତୁମ୍ଭେମାନେ ଜଣଙ୍କଠାରୁ ଅନ୍ୟକୁ ଅଧିକ ସମ୍ମାନ ଦେବା ପାଇଁ ଚିନ୍ତା କର ନାହିଁ I
\v 2 ଉଦାହରଣ ସ୍ଵରୂପ, ଯଦି କେହି ସୁନାର ଅଳଙ୍କାର ଓ ଉତ୍ତମ ବସ୍ତ୍ର ପିନ୍ଧି ତୁମ୍ଭ ଘରକୁ ସାକ୍ଷାତ କରିବା ପାଇଁ ଆସେ ଓ ଆଉ ଜଣେ ଏକ ଗରିବ ଲୋକ ମଳିନ ବସ୍ତ୍ରରେ ଆସେ I
\v 3 ଆଉ ତୁମ୍ଭେ ଉତ୍ତମ ବସ୍ତ୍ର ବ୍ୟକ୍ତିଙ୍କୁ ବିଶେଷ ଧ୍ୟାନ ଦେଇ କହିଥାଅ ଦୟାକରି ଉତ୍ତମ ଜାଗାରେ ବସନ୍ତୁ, ଓ ମଳିନ ବସ୍ତ୍ର ପିନ୍ଧିଥିବା ବ୍ୟକ୍ତିକୁ କୁହ ସେଠାରେ ଠିଆ ହୁଅ କିମ୍ବା ସେଠାରେ ତଳେ ବସ !
\v 4 ତେବେ ତୁମ୍ଭେ ଏକ ଆରେକକୁ ଭୁଲ୍ କାରଣରୁ ବିଚାର କରିଥାଅ I
\s5
\v 5 ମୋର ପ୍ରିୟ ଭାଇ ଓ ଭଉଣୀ ମୋହର କଥା ଶୁଣ, ପରମେଶ୍ଵର ତାହାଙ୍କଠାରେ ଭରସା ରଖିବା ପାଇଁ ଗରିବ ଲୋକଙ୍କୁ ବାଛିଅଛନ୍ତି ଯାହାର କୌଣସି ମୂଲ୍ୟ ନାହିଁ, ସେତେବେଳେ ସେ ସେମାନଙ୍କୁ ମହାନ ବିଷୟ ଦେବେ I ଯେତେବେଳେ ସର୍ବତ୍ର, ସମସ୍ତଙ୍କୁ ସେ ଶାସନ କରିବେ I ତାହାଙ୍କ ପ୍ରେମକାରୀ ସମସ୍ତଙ୍କୁ ପ୍ରତି ସେ ତାହା ସାଧନ କରିବେ ବୋଲି ପରମେଶ୍ଵର ପ୍ରତିଜ୍ଞା କରିଅଛନ୍ତି I
\v 6 କିନ୍ତୁ ତୁମ୍ଭେ ଦରିଦ୍ରମାନଙ୍କୁ ଅନାଦର କରିଥାଅ I ଏହି ବିଷୟରେ ଚିନ୍ତା କର ସେହି ଦରିଦ୍ର ଲୋକ ନୁହେଁ ବରଂ ସେହି ଧନୀ ଲୋକ ବଳପୂର୍ବକ ବିଚାରକର୍ତ୍ତାଙ୍କ ନିକଟରେ ତୁମକୁ ଦୋଷୀ କରିବା ପାଇଁ ବିଚରାଳୟକୁ ନେଇଥାଏ I
\v 7 ମଧ୍ୟ ସେମାନେ ସେହି ଅଟନ୍ତି ଯେଉଁମାନେ ପ୍ରଶଂସାର ଯୋଗ୍ୟ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ମନ୍ଦ କଥା କୁହନ୍ତି,
\s5
\v 8 ବ୍ୟବସ୍ଥା ଲିଖିତ ରାଜକୀୟ ବିଧିରେ, ଲେଖାଅଛି, "ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମ ତୁଲ୍ୟ ପ୍ରେମ କର" I ଯଦି ତୁମ୍ଭେ ତାହା କର ତେବେ ତୁମ୍ଭେ ଠିକ୍ ବିଷୟ କରିଥାଅ I
\v 9 ଯଦି ତୁମ୍ଭେ ଏକ ଆରେକକୁ ଅଧିକ ସମ୍ମାନିତ କର ତେବେ ତୁମ୍ଭେ ଭୁଲ୍ କରିଥାଅ I ଯେହେତୁ ତୁମ୍ଭେ ଈଶ୍ଵରଙ୍କ ଆଜ୍ଞା ପାଳନ କରୁନାହଁ, ସେ ତୁମ୍ଭକୁ ଦଣ୍ଡ ଦେବେ I
\s5
\v 10 ଯିଏ ଈଶ୍ଵରଙ୍କ ଏକ ଆଜ୍ଞାକୁ ମଧ୍ୟ ଅମାନ୍ୟ କରେ, ଯଦ୍ୟପି ସେ ସବୁ ବାକ୍ୟ ପାଳନ କରେ, ତଥାପି ଈଶ୍ଵର ତାହାକୁ ଦୋଷୀ ବୋଲି ଗଣନ୍ତି କାରଣ ଏକ ଆଜ୍ଞା ନ ମାନିବା ସମସ୍ତ ଆଜ୍ଞା ନ ମାନିବା ସହ ସମାନ I
\v 11 ଉଦାହରଣ ସ୍ଵରୂପେ ଈଶ୍ଵର କହିଲେ, "ତୁମ୍ଭେ ବ୍ୟଭିଚାର କର ନାହିଁ" କିନ୍ତୁ ସେ ଏହା ମଧ୍ୟ କହିଲେ, ନରହତ୍ୟା କର ନାହିଁ, ତେବେ ଯଦି ତୁମ୍ଭେ ବ୍ୟଭିଚାର କର ନାହିଁ କିନ୍ତୁ ନରହତ୍ୟା କର ତେବେ ତୁମ୍ଭେ ସେହି ବ୍ୟକ୍ତି ହୋଇଯାଅ ଯେ ଈଶ୍ଵରଙ୍କ ବ୍ୟବସ୍ଥା ଭଙ୍ଗ କରେ I
\s5
\v 12 ସଦାବେଳେ ସ୍ୱାଧିନତାର ବ୍ୟବସ୍ଥା ଦ୍ଵାରା ଯେ ତୁମ୍ଭେମାନେ ବିଚାରିତ ହେବ, ଏକଥା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର I
\v 13 କାରଣ ଈଶ୍ଵର ଯେତେବେଳେ ଆମକୁ ବିଚାର କରନ୍ତି, ଯେ ଅନ୍ୟମାନଙ୍କୁ ଦୟା ଦେଖାଏ ନାହିଁ, ସେ ସେମାନଙ୍କ ଉପରେ ଦୟା କରନ୍ତି ନାହିଁ I କିନ୍ତୁ ଯେତେବେଳେ ଆମେ ଅନ୍ୟମାନଙ୍କୁ ଦୟା ଦେଖାଉ ତେବେ ଆମକୁ ସେ ବିଚାର କରିବା ସମୟରେ ଆମେ ଭୟଭୀତ ହେବା ନାହିଁ I
\s5
\v 14 ମୋହର ଭାଇ ଓ ଭଉଣୀମାନେ, କେତେକ ଲୋକ କହନ୍ତି, " ମୁଁ ପ୍ରଭୁ ଯୀଶୁଙ୍କଠାରେ ବିଶ୍ଵାସ କରେ," କିନ୍ତୁ କୌଣସି ଉତ୍ତମ କର୍ମ କରନ୍ତି ନାହିଁ I ସେମାନେ ଯାହା କୁହନ୍ତି ସେଥିରେ କିଛି ଉତ୍ତମ ହୁଏ ନାହିଁ I ଯଦି ସେମାନେ ବାକ୍ୟରେ କେବଳ ବିଶ୍ଵାସ କରନ୍ତି, ତେବେ ମଧ୍ୟ ଉଦ୍ଧାର ପାଇବେ ନାହିଁ I
\v 15 ଉଦାହରଣ ସ୍ୱରୂପେ, ଯଦି ଜଣେ ଭାଇ କିମ୍ବା ଭଉଣୀର ନିରନ୍ତର ବସ୍ତ୍ର ବା ପ୍ରତ୍ୟେକ ଦିନର ଖାଦ୍ୟର ଅଭାବ ହୁଏ,
\v 16 ହୋଇପାରେ ତୁମ୍ଭ ମଧ୍ୟରୁ କେହି ସେମାନଙ୍କୁ କହିଥାଅ, "ଚିନ୍ତା କର ନାହିଁ, ଭଲରେ ଯାଅ ଓ ଭଲ ଖାଦ୍ୟ ତୁମ୍ଭେ ପାଅ" I କିନ୍ତୁ ସେମାନଙ୍କ ଶରୀର ପାଇଁ ଆବଶ୍ୟକ ଥିବା, କୌଣସି ବିଷୟ ତୁମ୍ଭେ ଦେଉ ନାହଁ ତେବେ ସେମାନଙ୍କୁ ସେହି ବିଷୟ କିଛି ଲାଭ ଦେବ ନାହିଁ I
\v 17 ସେହିପରି, ଯଦି ତୁମ୍ଭେ ଅନ୍ୟର ସାହାଯ୍ୟ ପାଇଁ କିଛି ମଧ୍ୟ କରୁନାହଁ, ତେବେ ତୁମ୍ଭର ଖ୍ରୀଷ୍ଟ ବିଶ୍ଵାସ ସବୁ ବୃଥା ଓ ମୃତ ଲୋକ ସଦୃଶ I ତୁମ୍ଭେ ପ୍ରକୃତରେ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରୁନାହଁ I
\s5
\v 18 କିନ୍ତୁ ମତେ ଜଣେ ଏପରି କହିପାରେ, "ଈଶ୍ଵର ସେହି ଲୋକଙ୍କୁ ଉଦ୍ଧାର କରନ୍ତି ଯେ ତାହାଙ୍କଠାରେ ଭରସା କରନ୍ତି, ଓ ଅନ୍ୟର ଉପକାର କରନ୍ତି" I ମୁଁ ସେହି ବ୍ୟକ୍ତିଙ୍କୁ ଉତ୍ତର ଦେବି, "ଯେ ଅନ୍ୟର ଉପକାର କରେ ନାହିଁ, ସେ ଖ୍ରୀଷ୍ଟ ବିଶ୍ଵାସୀ I” ଏକଥାର ପ୍ରମାଣ ତୁମେ ଦେଇପାର ନାହିଁ I କିନ୍ତୁ ମୁଁ ତୁମକୁ ପ୍ରମାଣ ଦେବି ଯେ ଉପକାର କରେ ସେ ପ୍ରକୃତରେ ଖ୍ରୀଷ୍ଟ ବିଶ୍ଵାସୀ ଅଟେ I
\v 19 ଚିନ୍ତା କର, ତୁମ୍ଭେ ବିଶ୍ଵାସ କର କି ଏକ ମାତ୍ର ପରମେଶ୍ୱର ଯେ ଆଦ୍ୟରୁ ଅଛନ୍ତି ଯେ ପ୍ରକୃତରେ ଜୀବିତ ଅଟନ୍ତି I ତୁମର ଏ ବିଶ୍ଵାସ ସତ୍ୟ ଅଟେ I କିନ୍ତୁ ଭୂତମାନେ ମଧ୍ୟ ତାହା ବିଶ୍ଵାସ କରନ୍ତି ଓ ଭୟରେ କମ୍ପି ଉଠନ୍ତି, କାରଣ ସେମାନେ ଜାଣନ୍ତି ପ୍ରକୃତ ଈଶ୍ଵର ସେ ଜୀବିତ ଅଟନ୍ତି ଓ ସେମାନଙ୍କୁ ଦଣ୍ଡ ଦେବେ I
\v 20 ଆହୁରୀ, ହେ ନିର୍ବୋଧ, ମୁଁ ପ୍ରମାଣିତ କରିବି ଯେ, “ମୁଁ ଈଶ୍ଵରଙ୍କୁ ବିଶ୍ଵାସ କରେ ବୋଲି କହି ଯଦି କେହି କୌଣସି ଉତ୍ତମ କାର୍ଯ୍ୟ କରେ ନାହିଁ, ସେ ଯାହା କହେ କୌଣସି ପ୍ରକାର ତାହା ସାହାଯ୍ୟ କରେ ନାହିଁ I”
\s5
\v 21 ଆମେ ପ୍ରତ୍ୟେକେ ଆମର ପୂର୍ବଜ ଅବ୍ରାହମଙ୍କୁ ସମ୍ମାନ କରୁ I ସେ ଈଶ୍ଵର କହିଥିବା ଆଜ୍ଞାକୁ ପାଳନ କଲେ I ସେ ନିଜର ପୁତ୍ର ଇସ୍‌ହାକ ଈଶ୍ଵରଙ୍କ ପାଇଁ ହୋମବଳି ନିମନ୍ତେ ଦେଇ ଦେଲେ I ଈଶ୍ଵର ଅବ୍ରାହାମଙ୍କୁ ଧାର୍ମିକ ବୋଲି ଘୋଷଣା କଲେ କାରଣ ସେ ଈଶ୍ଵରଙ୍କର ବାଧ୍ୟ ହେବାକୁ ଚେଷ୍ଟା କଲେ I
\v 22 ଏହିପରି ଭାବରେ ଅବ୍ରାହମ ଈଶ୍ଵରଙ୍କଠାରେ ବିଶ୍ଵାସ କଲେ ଓ ଆଜ୍ଞା ପାଳନ କଲେ I ସେ ଆଜ୍ଞା ପାଳନ ଦ୍ୱାରା ତାଙ୍କର ବିଶ୍ୱାସକୁ ସମ୍ପୂର୍ଣ୍ଣ କଲେ I
\v 23 ଏହା ଏହିପରି ହେଲା କାରଣ ଶାସ୍ତ୍ରରେ ଲେଖା ଥିଲା, "କାରଣ ଅବ୍ରହାମ ପ୍ରକୃତରେ ଈଶ୍ଵରଙ୍କୁ ଭରସା କଲେ ଓ ଈଶ୍ଵର ତାହାଙ୍କୁ ଧାର୍ମିକ ବୋଲି ଗଣନା କଲେ I ମଧ୍ୟ ଈଶ୍ଵର ଅବ୍ରହାମଙ୍କ ବିଷୟରେ କହିଲେ "ସେ ମୋହର ବନ୍ଧୁ" I
\v 24 ଅବ୍ରହାମଙ୍କ ଉଦାହରଣରୁ ଆମେ ଦେଖି ପାରୁଛୁ, ଜାଣି ପାରୁଛୁ ଉତ୍ତମ କର୍ମ କରିବା ଦ୍ଵାରା ଲୋକମାନେ ଧାର୍ମିକ ଗଣିତ ହୁଅନ୍ତି କେବଳ ଭରସା କରିବା ଦ୍ଵାରା ନୁହେଁ I
\s5
\v 25 ଏହି ପରି ଭାବରେ, ରାହାବ ମଧ୍ୟ ଉତ୍ତମ କର୍ମ କରିବା ଦ୍ଵାରା ଈଶ୍ଵରଙ୍କ ନିକଟରେ ଉତ୍ତମ ଦେଖାଗଲା I ରାହାବ ପରି ଜଣେ ବ୍ୟଭିଚାରୀ ସ୍ତ୍ରୀ’କୁ ଈଶ୍ଵର ଧାର୍ମିକ ବୋଲି ଗଣନା କଲେ I ରାହାବ ଗୁପ୍ତଚରମାନଙ୍କର ଯତ୍ନ ନେଲା ଯେଉଁମାନେ ସେହି ସ୍ଥାନର ଅନୁସନ୍ଧାନ କରିବାକୁ ଆସିଥିଲେ, ସେ ସମସ୍ତଙ୍କୁ ସେ ବଞ୍ଚାଇଲା, ଅନ୍ୟ ପଥ ଦେଇ ଦେଶ ବାହାରକୁ ନେଲା I
\v 26 ଜଣେ ବ୍ୟକ୍ତି ଯଦି ପ୍ରଶ୍ଵାସ ନିଏ ନାହିଁ ତେବେ ସେ ମୃତ ଅଟେ ଓ ତାହାର ଶରୀର କୌଣସି ବିଷୟ ପାଇଁ ଉପଯୋଗୀ ନୁହେଁ ସେହିପରି, ଯଦି କେହି କୁହେ ମୁଁ ଈଶ୍ଵରଙ୍କ ଉପରେ ଭରସା କରେ ଓ କୌଣସି ଉତ୍ତମ କାର୍ଯ୍ୟ କରେ ନାହିଁ ତେବେ ଈଶ୍ଵରଙ୍କଠାରେ ସେସବୁ ବୃଥା ଅଟେ I
\s5
\c 3
\p
\v 1 ମୋହର ଭାଇ ଓ ଭଉଣୀମାନେ, ତୁମ୍ଭେ ମାନେ ସମସ୍ତେ ଈଶ୍ଵରଙ୍କ ବାକ୍ୟର ଶିକ୍ଷକ ହେବାକୁ ଚେଷ୍ଟା କର ନାହିଁ, କାରଣ ଈଶ୍ଵର ଯେ ଅନ୍ୟ ବିଶ୍ଵାସୀ ଅପେକ୍ଷା ଆମ ପ୍ରତ୍ୟେକଙ୍କୁ ଅଧିକ ବିଚାର କରିବେ, ଏହା ତୁମ୍ଭେମାନେ ଜାଣ I
\v 2 ଆମେ ଅନେକ ପ୍ରକାରେ ଭୁଲ୍ ବିଷୟ କରିଥାଉ I କିନ୍ତୁ ଯିଏ ନିଜ କଥାକୁ ସଂଯତ ରଖେ, ତାହା ସବୁ ଈଶ୍ଵରଙ୍କ ଇଚ୍ଛା ଥାଏ I ସେମାନେ ନିଜର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରିପାରନ୍ତି I
\s5
\v 3 ଉଦାହରଣ ସ୍ଵରୂପ, ଯଦି ଆମେ ଏକ ଛୋଟ ଲୁହାର ଧାତୁକୁ ଘୋଡାର ମୁଖରେ ରଖୁ ଆମର ବାଧ୍ୟ ହେବା ନିମନ୍ତେ, ତେବେ ଆମେ ତାହାର ବୃହତ ଶରୀରକୁ ବୁଲାଇ ଯେଉଁ ସ୍ଥାନକୁ ଇଚ୍ଛା କରିବା ତାକୁ ନେଇ ପାରିବା I
\v 4 ଦେଖ ଜାହାଜ ମଧ୍ୟ ଏତେ ବଡ ହୋଇ ଅତ୍ୟଧିକ ପବନରେ ଚାଳିତ ହେଲେ ମଧ୍ୟ ଗୋଟିଏ ମଙ୍ଗ ଦ୍ୱାରା ନିଜ ଇଚ୍ଛାନୁସାରେ ତାହାକୁ ବୁଲାଇ ଦିଆଯାଏ I
\s5
\v 5 ସେହିପରି ଭାବରେ ଆମର ଜିହ୍ୱା ବହୁତ ଛୋଟ ଅଟେ, ଯଦି ଆମେ ତାହାକୁ ସଂଯତ ନ କରୁ, ତେବେ ବଡ ବଡ କଥା କହିବା ଦ୍ଵାରା ଆମେ ଅନେକ ଲୋକଙ୍କର କ୍ଷତି କରିବା, ଏହି କଥା ମଧ୍ୟ ଚିନ୍ତା କରୁ ଏକ ଛୋଟ ନିଆଁ ଗୋଟିଏ ଜଙ୍ଗଲକୁ ମଧ୍ୟ ଧ୍ୱଂସ କରିଦିଏ I
\v 6 ଯେପରି ନିଆଁ ଗୋଟିଏ ଜଙ୍ଗଲକୁ ଜଳେଇ ଦିଏ, ଆମର ମନ୍ଦ କଥା ଦ୍ଵାରା ସେହିପରି, ଆମେ ଅନେକ ଲୋକଙ୍କର କ୍ଷତି କରିଥାଉ I ଆମେ ଯାହା କହୁ ତାହା ଆମକୁ ଜଣେଇ ଦିଏ, ଆମ ମଧ୍ୟରେ କେତେ ଅଧିକ ମନ୍ଦ ଅଛି I ଯାହା ଆମେ କହୁ ତାହା ଆମ କର୍ମର ବିପରୀତ ବିଷୟ ଥାଏ I ଯେପରି ସାମାନ୍ୟ ଟିକିଏ ନିଆଁ ସମସ୍ତ ଅଞ୍ଚଳକୁ ଜଳାଇ ଦିଏ I ଯାହା ଆମେ କହୁ ଆମର ପୁଅ ଓ ଝିଅ ଓ ତାଙ୍କର ବଂଶକୁ ନଷ୍ଟ କରିଦିଏ ସେମାନଙ୍କର ଜୀବନ ଯାଏ I ନିଜେ ଶୟତାନ ଆମ ସମସ୍ତଙ୍କୁ ଏହିପରି କରିବାକୁ ପ୍ରବର୍ତ୍ତାଏ I
\s5
\v 7 ମନୁଷ୍ୟ ସବୁ ପ୍ରକାର ପଶୁ, ପକ୍ଷୀ, ସରୀସୃପ ଓ ମତ୍ସ୍ୟକୁ ବଶ କରିଛି ଓ କରିପାରେ I
\v 8 ଲୋକମାନେ ଯାହା କହନ୍ତି କେହି ମଧ୍ୟ ତାହା ନିୟନ୍ତ୍ରଣ କରି ରଖିପାରନ୍ତି ନାହିଁ I ସେହି ବାକ୍ୟ ଅନିୟନ୍ତ୍ରିତ ମନ୍ଦ ଅଟେ I ସେହି ବାକ୍ୟ ଆମର ଅନେକ କ୍ଷତି କରିପାରେ, ଯେପରି ବିଷ କରିଥାଏ I
\s5
\v 9 ଆମେ ଆମ ଜିହ୍ୱାକୁ ବ୍ୟବହାର କରି ଥାଉ ଈଶ୍ଵରଙ୍କ ପ୍ରଶଂସା କରିବାରେ, ଯିଏ କି ଆମର ପିତା ପରମେଶ୍ୱର, କିନ୍ତୁ ଆମେ ସେହି ସମାନ ଜିହ୍ୱାକୁ ବ୍ୟବହାର କରିଥାଉ ଲୋକମାନଙ୍କର କ୍ଷତି କରିବା ପାଇଁ I ତାହା ସବୁଠାରୁ ମନ୍ଦ ବିଷୟ ଅଟେ, କାରଣ ଈଶ୍ଵର ଆମକୁ ନିଜ ସଦୃଶରେ ବନାଇ ଅଛନ୍ତି I
\v 10 ଆମେ ଈଶ୍ଵରଙ୍କ ପ୍ରଶଂସା କରୁ କିନ୍ତୁ ସେହି ସମାନ ମୁଖରେ, ଆମେ ଖରାପ ବିଷୟ କରିବା ପାଇଁ ମଧ୍ୟ ଈଶ୍ଵରଙ୍କୁ ମାଗି ଥାଉ ଯେପରି ଅନ୍ୟର ଅମଙ୍ଗଳ ହେଉ, ମୋହର ପ୍ରିୟ ଭାଇ ଓ ଭଉଣୀ ସେପରି କେବେ ମଧ୍ୟ ନ ହେଉ I
\s5
\v 11 ନିଶ୍ଚୟ ପିତା ପାଣି ଓ ମଧୁର ପାଣି ଏକ ସ୍ଥାନରୁ ଆସି ନ ଥାଏ I
\v 12 ମୋହର ଭାଇ ଓ ଭଉଣୀ ଶୁଣ, କେବେହେଲେ ଏକ ଡିମ୍ବୁରିବୃକ୍ଷରେ ଜୀତ ଫଳ ଫଳେ ନାହିଁ ବା ଅଙ୍ଗୁର ଲତାରେ ଡିମ୍ବୁରି ଫଳେ ନାହିଁ; କିମ୍ବା ଲବଣାକ୍ତ ଜଳାଶୟରୁ ମଧୁର ଜଳ ମିଳେ ନାହିଁ I ଠିକ୍ ସେହିପରି ଯାହା ଉତ୍ତମ ତାହା କେବଳ କହିବା, ଏବଂ କେବେହେଲେ ମନ୍ଦ କଥା କହିବା ନାହିଁ I
\s5
\v 13 ତୁମ୍ଭେମାନେ ଯଦି ବୁଦ୍ଧିମାନ, ତେବେ ସର୍ବଦା ସତ୍ ଜୀବନ ଯାପନ କର; ତା’ହାହେଲେ ତୁମ୍ଭମାନଙ୍କ ଜୀବନରେ କେବଳ ଉତ୍ତମ କର୍ମ ପ୍ରକାଶିତ ହେବ I ଆଉ, ତୁମ୍ଭେମାନେ ଯଦି ଆପଣା ଆପଣା କର୍ମ ବିଷୟରେ ଗର୍ବ ନ କର, ତା’ହାହେଲେ ତୁମ୍ଭେମାନେ ପ୍ରକୃତରେ ବୁଦ୍ଧିମାନ୍ I
\v 14 ତୁମ୍ଭମାନଙ୍କ ମନରେ ଯଦି ତିକ୍ତ ଭାବ ଥାଏ ଓ ତୁମ୍ଭେମାନେ ଯଦି ଈର୍ଷIପରାୟଣ ଓ ସ୍ୱାର୍ଥପର ହୋଇଥାଅ, ତାହାହେଲେ ତୁମ୍ଭେମାନେ ବୁଦ୍ଧିମାନ ଓ ଧାର୍ମିକ ବୋଲି ଗର୍ବ କର ନାହିଁ କାରଣ ତାହା ସବୁଠାରୁ ବଡ ମିଥ୍ୟା କଥା ହେବ I
\s5
\v 15 ଏ ପ୍ରକାର ବୁଦ୍ଧି ଉର୍ଦ୍ଧ୍ୱରୁ ଆଗତ ନୁହେଁ, ଏହା ସାଂସାରିକ, ପାଶବିକ ଏବଂ ଶୟତାନ ପ୍ରଣୋଦିତ I
\v 16 କାରଣ ଯେଉଁଠାରେ ଈର୍ଷI ବା ସ୍ୱାର୍ଥପରତା ଥାଏ, ସେଠାରେ ବିଶୃଙ୍ଖଳା ଆସିବ ଓ ସମସ୍ତ ପ୍ରକାରର ମନ୍ଦତା ଆସିବ I
\v 17 ସ୍ୱର୍ଗର ଈଶ୍ଵର ଆମ୍ଭମାନଙ୍କୁ ବୁଦ୍ଧିମାନ କରିଅଛନ୍ତି, ପ୍ରଥମତଃ ସେ ଆମକୁ ନୈତିକ ଶୁଦ୍ଧତା ଶିଖାନ୍ତି, ଆହୁରି ମଧ୍ୟ ସେ ଅନ୍ୟମାନଙ୍କ ସହିତ ଶାନ୍ତି ପ୍ରିୟ, ଦୟା ଓ ସାହାଯ୍ୟ କରିବା ନିମନ୍ତେ ଶିଖାନ୍ତି, ସେ ଅନ୍ୟମାନଙ୍କୁ ଦୟାପୂର୍ଣ୍ଣ ଓ ସତ କର୍ମର ଉତ୍ପାଦକ ଭାବେ ଶିକ୍ଷା ଦିଅନ୍ତି, ସେ ଶିଖାନ୍ତି ଯେ ଆମେ ଯେପରି କେବେହେଲେ ଭଦ୍ରତା ଓ ସତ୍ କାର୍ଯ୍ୟ କରିବାକୁ ବନ୍ଦ ନ କରୁ I
\v 18 ଯେଉଁମାନେ ଶାନ୍ତି ପ୍ରିୟ, ସେମାନେ ଶାନ୍ତିର ବିହନ ବୁଣିବେ ଓ ଉତ୍ତମତାର ଫସଲ ଅମଳ କରିବେ, ଫଳ ସ୍ୱରୂପେ ସେମାନେ ଏକତ୍ର ରହି ସତ୍ୟ ମାର୍ଗରେ ଚାଲିବେ I
\s5
\c 4
\p
\v 1 ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କହୁଅଛି ତୁମ୍ଭେମାନେ କାହିଁକି ବିବାଦ ଓ ନିଜ ନିଜ ଭିତରେ ଝଗଡ଼ା କରୁଅଛ I ଏହାର କାରଣ, ତୁମ୍ଭେମାନେ ପ୍ରତ୍ୟେକ ମନ୍ଦ କାର୍ଯ୍ୟ କରି ଆନନ୍ଦ ଉପଭୋଗ କରିବାକୁ ଚାହୁଁଅଛ ତାହା ତୁମ୍ଭ ସହ ବିଶ୍ଵାସୀ ଭାଇମାନଙ୍କଠାରେ ଗ୍ରହଣ ଯୋଗ୍ୟ ନୁହେଁ I
\v 2 ଏପରି ବିଷୟରେ ତୁମ୍ଭେମାନେ ଅଧିକ ଆଗ୍ରହ ପ୍ରକାଶ କରିଥାଅ, କିନ୍ତୁ ତାହା ତୁମ୍ଭେ ମାନେ ପାଇ ନ ଥାଅ, ଏଣୁ ଯେଉଁମାନେ ତାହା କରିବାକୁ ତୁମ୍ଭକୁ ପ୍ରତିରୋଧ କରନ୍ତି ତୁମ୍ଭେ ମାନେ ସେମାନଙ୍କୁ ହତ୍ୟା କରିବାକୁ ଚାହିଁଥାଅ I
\v 3 ଅନ୍ୟମାନଙ୍କର ଯାହା ଅଛି ତାହା ପାଇବାକୁ ତୁମ୍ଭେମାନେ ଲାଳାୟିତ ହୋଇଥାଅ, କିନ୍ତୁ ତାହା ତୁମ୍ଭେମାନେ ପାଇ ନ ଥାଅ, ଏହି କାରଣରୁ ତୁମ୍ଭେମାନେ ପରସ୍ପର ଭିତରେ ବିବାଦ ଓ ଝଗଡା କରିଥାଅ I ତୁମ୍ଭେମାନେ ଅନେକ ବିଷୟ ଇଚ୍ଛାକରି ଈଶ୍ଵରଙ୍କଠାରେ ମାଗିଥାଅ କିନ୍ତୁ ପାଇ ନ ଥାଅ,
\s5
\v 4 ଯେପରି ଏକ ନାରୀ ନିଜର ସ୍ୱାମୀ ପ୍ରତି ଅବିଶ୍ୱସ୍ତ ହୋଇଥାଏ, ତୁମ୍ଭେମାନେ ମଧ୍ୟ ଈଶ୍ଵରଙ୍କ ପ୍ରତି ଅବିଶ୍ୱସ୍ତ ହୋଇଅଛ ଓ ତାହାଙ୍କର ଆଉ ବାଧ୍ୟ ହେଉ କରୁନାହଁ I ଯେକେହି ମନ୍ଦ ବ୍ୟବହାର କରେ ସେ ଏହି ଜଗତର ଅଟେ ଓ ଈଶ୍ଵରଙ୍କ ବିରୁଦ୍ଧରେ ମଧ୍ୟ ଶତ୍ରୁ ଅଟେ, କିନ୍ତୁ ତୁମ୍ଭେ ଏହାକୁ ଅନୁଭବ କରି ନ ଥାଅ I
\v 5 ତୁମ୍ଭେମାନେ କ’ଣ ମନେ କର ଯେ ଧର୍ମଶାସ୍ତ୍ରରେ ଅକାରଣରେ ଏହିପରି ଲିଖିତ ହୋଇଛି-ଈଶ୍ଵର ଆମ ଅନ୍ତରରେ ଯେଉଁ ପବିତ୍ର ଆତ୍ମାଙ୍କୁ ବାସ କରିବାକୁ ପ୍ରେରଣ କରିଅଛନ୍ତି, ତଦ୍ଦ୍ୱାରା ତାଙ୍କର ସନ୍ତୋଷଜନକ କାଟିବାକୁ ସେ ଇଚ୍ଛା କରନ୍ତି I
\s5
\v 6 କିନ୍ତୁ ଈଶ୍ଵର ଶକ୍ତିମାନ ଓ ସେ ଆମ୍ଭମାନଙ୍କୁ ଦୟ କରନ୍ତି, କୁଅଭିଳାଷର ପ୍ରତିରୋଧ କରିବା ନିମନ୍ତେ ସେ ଆମ୍ଭମାନଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରନ୍ତି I କାରଣ ଧର୍ମଶାସ୍ତ୍ରରେ ଲେଖା ଅଛି, ଈଶ୍ଵର ନମ୍ର ଲୋକମାନଙ୍କୁ ଶକ୍ତି ପ୍ରଦାନ କରନ୍ତି, କିନ୍ତୁ ଗର୍ବୀ ଓ ଉଦ୍ଧତ ଲୋକର ପ୍ରତିରୋଧ କରନ୍ତି I
\v 7 ଏଣୁ ଈଶ୍ଵରଙ୍କଠାରେ ନିଜ ନିଜକୁ ସମର୍ପଣ କର I ଶୟତାନର ପ୍ରତିରୋଧ କର, ତହିଁରେ ସେ ତୁମ୍ଭମାନଙ୍କୁ ଛାଡ଼ି ପଳାଇବ I
\s5
\v 8 ଆତ୍ମିକମନା ହୋଇ ଈଶ୍ଵରଙ୍କ ନିକଟବର୍ତ୍ତୀ ହୁଅ, ଯଦି ତୁମ୍ଭେ ଏପରି କର, ତା’ହାହେଲେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ I ହେ ଅଧାର୍ମିକମାନେ, ମନ୍ଦତାଠାରୁ ଫେରି ସତ୍ କାର୍ଯ୍ୟ କର I ତୁମ୍ଭମାନଙ୍କ ମଧ୍ୟରୁ ଯେବେ କେହି ଈଶ୍ଵରଙ୍କଠାରେ ନିଜକୁ ସମର୍ପଣ କରିଅଛି କି ନାହିଁ ଜାଣି ନ ପାରେ ତେବେ ସେ ମନ୍ଦ ଚିନ୍ତା ପରିତ୍ୟାଗ କରି ଈଶ୍ଵରଙ୍କ ବିଷୟରେ ଚିନ୍ତା କରୁ I
\v 9 ଗଭୀର ଦୁଃଖ ଓ ଶୋକ ପ୍ରକାଶ କର, କାରଣ ତୁମ୍ଭେମାନେ ଅଧର୍ମ କରିଅଛ I ତୁମ୍ଭମାନଙ୍କ ହର୍ଷ ଓ ଆନନ୍ଦ ପରିବର୍ତ୍ତେ ଶୋକ କର, କାରଣ ଯାହା ମନ୍ଦ ତୁମ୍ଭେ ତାହା ହିଁ କରିଅଛ I
\v 10 ଆଉ ପ୍ରଭୁଙ୍କ ସମ୍ମୁଖରେ ନିଜ ନିଜକୁ ନମ୍ର କର, ତାହା ହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ I
\s5
\v 11 ମୋହର ପ୍ରିୟ ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧରେ ମନ୍ଦ କଥା କୁହ ନାହିଁ, କେହି ଯେବେ ଆପଣା ସହ ବିଶ୍ଵIସୀଙ୍କୁ ମନ୍ଦରେ କିଛି କୁହେ ଓ ନିନ୍ଦା କରି ଈଶ୍ଵରଙ୍କର ବ୍ୟବସ୍ଥାକୁ ପାଳନ ନ କରେ, ତେବେ ସେ ନିଜକୁ ବିଚାରକର୍ତ୍ତା ମଣି ଅନ୍ୟକୁ ନିନ୍ଦା କରେ I
\v 12 କିନ୍ତୁ, ପ୍ରକୃତରେ ବ୍ୟବସ୍ଥା ପ୍ରଦାନକାରୀ ଯେଉଁ ଈଶ୍ଵର, ତାହାଙ୍କଠାରେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ସମସ୍ତ ଅଧର୍ମ ଓ ନିନ୍ଦାରୁ କ୍ଷମାଦାନ କରିବାର ଅଧିକାର ଅଛି I
\s5
\v 13 ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ କହନ୍ତି, "ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ନଗରକୁ ଯାତ୍ରା କରି ସେଠାରେ ଏକ ବର୍ଷ ରହି ଲାଭବାନ ବ୍ୟବସାୟ ଆରମ୍ଭ କରିବୁ," ସେମାନେ ମନ ଦେଇ ମୋ’ କଥା ଶୁଣନ୍ତୁ I
\v 14 ତୁମ୍ଭେମାନେ ଏପରି କୁହ ନାହିଁ, କାରଣ ଆସନ୍ତା କାଲି କ’ଣ ଘଟିବ କେହି ଜାଣନ୍ତି ନାହିଁ କି ତୁମ୍ଭେମାନେ ମଧ୍ୟ କେତେ ବର୍ଷ ବଞ୍ଚିବ ତାହା ଜାଣ ନାହିଁ, କାରଣ ସକାଳର କୁହୁଡି ଯେପରି ଅଳ୍ପକ୍ଷଣ ଦେଖା ଯାଇ ଉଭେଇ ଯାଏ, ତୁମ୍ଭମାନଙ୍କ ଜୀବନ ସେହିପରି ଅଳ୍ପାୟୁ I
\s5
\v 15 ଅତଏବ ତୁମ୍ଭେମାନେ ଏପରି କହିବା ଉଚିତ୍, ପ୍ରଭୁଙ୍କର ଇଚ୍ଛା ହେଲେ, ଆମ୍ଭେମାନେ ଆସନ୍ତା କାଲି ବଞ୍ଚିବା ଏବଂ ଏହା କରିବା I
\v 16 ନୋହିଲେ ତୁମ୍ଭେମାନେ ନିଜ ନିଜର କଳ୍ପନା ଜଳ୍ପନା ନେଇଁ ଆତ୍ମଗର୍ବ କରିବ, ଆଉ ଏପରି ଆତ୍ମଗର୍ବ ମନ୍ଦ ଅଟେ I
\v 17 ଏଣୁ ଯେ ସତ୍ କର୍ମ ବିଷୟରେ ଜାଣି ତାହା କରେ ନାହିଁ, ସେ ପାପ କରେ I
\s5
\c 5
\p
\v 1 “ମୁଁ ଖ୍ରୀଷ୍ଟଙ୍କର” ବୋଲି କହୁଥିବା ଧନୀମାନଙ୍କୁ କହୁଅଛି ଶୁଣ, ତୁମ୍ଭେମାନେ ଶୋକ ଓ ବିଳାପ କରିବ କାରଣ, ତୁମ୍ଭମାନଙ୍କ ନିମନ୍ତେ ଭୟଙ୍କର ବିପଦ ଆସୁଅଛି I
\v 2 ତୁମ୍ଭମାନଙ୍କର ଧନସମ୍ପତ୍ତି ମୂଲ୍ୟହୀନ ଅଟେ, ତାହା କ୍ଷୟ ପାଉଅଛି I ତୁମ୍ଭମାନଙ୍କର ବହୁମୂଲ୍ୟ ବସ୍ତ୍ରାଦି ମୂଲ୍ୟହୀନ ଅଟେ, ତାହା କୀଟ ନଷ୍ଟ କରୁଅଛି I
\v 3 ତୁମ୍ଭମାନଙ୍କର ସୁନା ଓ ରୂପା ମୂଲ୍ୟହୀନ ଅଟେ, 'ସେଗୁଡିକର ମୂଲ୍ୟ ହ୍ରାସ ପାଉଅଛି I ଯେତେବେଳେ ଈଶ୍ଵର ତୁମ୍ଭମାନଙ୍କର ବିଚାର କରିବେ; ତୁମ୍ଭମାନଙ୍କର ଏହି ମୂଲ୍ୟହୀନ ଧନସମ୍ପତ୍ତି ତୁମ୍ଭମାନଙ୍କର ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି ଯେ, ତୁମ୍ଭମାନଙ୍କର ଦୁଷ୍ଟତା ବୃଦ୍ଧି ପାଇଅଛି ଏବଂ ଯେପରି କଳଙ୍କି ଓ ଅଗ୍ନି ପଦାର୍ଥଗୁଡିକୁ‌ ନଷ୍ଟ କରିଦିଅନ୍ତି, ସେହିପରି ଈଶ୍ଵର ମଧ୍ୟ‌ ତୁମ୍ଭମାନଙ୍କୁ ମଧ୍ୟ ଦଣ୍ଡିତ କରିବେ I ମହାବିଚାର ଦିନରେ ତୁମ୍ଭେମାନେ ଏହା ନିଜ ନିଜ ନିମନ୍ତେ ସଞ୍ଚୟ କରିଅଛ, ଏସବୁ ନେଇ ପରମେଶ୍ୱର ବିଚାରରେ ଆଣିବେ I
\s5
\v 4 ତୁମ୍ଭେମାନେ ଯାହା କରିଅଛ, ତାହା ବିବେଚନା କରି ଦେଖ I ତୁମ୍ଭ କ୍ଷେତ୍ରରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କୁ ତୁମ୍ଭେମାନେ ସେମାନଙ୍କ ବେତନ ଦେଇନାହଁ I ସେହି ବେତନ ତୁମ୍ଭେମାନେ ନିଜ ପାଇଁ ରଖି ସେମାନଙ୍କ ପ୍ରତି ଅନ୍ୟାୟ କରିଅଛ I ସେମାନଙ୍କର କ୍ରନ୍ଦନ ସର୍ବଶକ୍ତିମାନ ପ୍ରଭୁଙ୍କ କର୍ଣ୍ଣଗୋଚର ହୋଇଛି I
\v 5 ତୁମ୍ଭେମାନେ ରାଜଭୋଗ ପାଇବା ନିମନ୍ତେ ଯାହା ଇଚ୍ଛା କଲ, ତାହା ସଂଗ୍ରହ କରିଅଛ, ଏକ ମୋଟା ପଶୁ ପରି, ସେମାନେ ଯେ ବଧ ହେବାକୁ ନିଆଯାଉଅଛନ୍ତି ତାହା ଜାଣନ୍ତି ନାହିଁ, ତଦ୍ରୁପ ତୁମ୍ଭେମାନେ ଅଟ I ବର୍ତ୍ତମାନ ତୁମ୍ଭେମାନେ ବଧ ହେବା ନିମନ୍ତେ ପ୍ରସ୍ତୁତ ତୁମ୍ଭେମାନେ କେବଳ ଜୀବନ ଉପଭୋଗ କରିବା ନିମନ୍ତେ ବଞ୍ଚିଅଛ କିନ୍ତୁ ଈଶ୍ଵର କଠିନ ଦଣ୍ଡରେ ଦଣ୍ଡିତ କରିବେ I
\v 6 ଯେଉଁମାନେ ତୁମ୍ଭମାନଙ୍କୁ ବାଧା ଦେବାକୁ ଶକ୍ତିହୀନ ଥିଲେ, ତୁମ୍ଭେମାନେ ଏପରି ନିର୍ଦୋଷ ଲୋକମାନଙ୍କର ଦଣ୍ଡ ବିଧାନ କରି ହତ୍ୟା କରିଅଛ I ଏଣୁ ହେ ମୋହର ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ କହୁଅଛି, ଧନୀମାନେ ଅନ୍ଧକାରରେ ପକାଯିବେ I
\s5
\v 7 ଏଣୁ ହେ ମୋହର ପ୍ରିୟ ଭାଇ ଭଉଣୀମାନେ, ଯଦ୍ୟପି ଧନୀମାନେ ତୁମ୍ଭମାନଙ୍କୁ କ୍ଲେଶ ଦିଅନ୍ତି, ତେବେ ପ୍ରଭୁଙ୍କ ପୁନରାଗମନ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷାରେ ଥାଅ I କୃଷକ ଯେପରି ତାହାର ଫସଲ ପାଚିବାକୁ ପୌଷମାସ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷାରେ ଥାଏ I
\v 8 ସେହିପରି ତୁମ୍ଭେମାନେ ମଧ୍ୟ ଦୃଢତର ସହ ପ୍ରଭୁଙ୍କ ପୁନରାଗମନ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷାରେ ଥାଅ, କାରଣ ପ୍ରଭୁଙ୍କ ଆଗମନ ସନ୍ନିକଟ ସେ ସମସ୍ତଙ୍କର ବିଚାର କରିବେ I
\s5
\v 9 ମୋର ଭାଇ ଓ ଭଉଣୀମାନେ, ପରସ୍ପର ଉପରେ ଦୋଷାରୋପ କର ନାହିଁ, ଯେପରି ପ୍ରଭୁ ଯୀଶୁ ତୁମ୍ଭମାନଙ୍କୁ ନିନ୍ଦା ଓ ଦଣ୍ଡନୀୟ ନ କରନ୍ତି I ମହାବିଚାରକର୍ତ୍ତା ଆସୁଅଛନ୍ତି, ସେ ଏଠାରେ ଉପସ୍ଥିତ I
\v 10 ମୋର ଭାଇ ଓ ଭଉଣୀମାନେ, ଆମ୍ଭେମାନେ ଯେପରି ଧୈର୍ଯ୍ୟଶୀଳ ଓ ଉତ୍ତମ ବିଚାରକ ହେଉ, ଏଥିପାଇଁ ଅନେକ ବର୍ଷ ପୂର୍ବେ ପ୍ରଭୁ ପରମେଶ୍ଵର ଉଦାହରଣ ସ୍ଵରୂପେ ଜଣେ ଭାବାବାଦୀଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇ ତାହାଙ୍କ ବାଣୀ କହିଅଛନ୍ତି I ଏପରିକି ଲୋକେ ସେମାନଙ୍କୁ କ୍ଲେଶ ଭୋଗ କରାଇଲେ, ମାତ୍ର ସେମାନେ ଧୈର୍ଯ୍ୟ ଧରି ସହିଲେ I
\v 11 ଆମେମାନେ ଜାଣୁ ଯେ ଯେଉଁମାନେ ତାହାଙ୍କ ନିମନ୍ତେ କ୍ଲେଶ ଭୋଗ କରିଅଛନ୍ତି ଈଶ୍ଵର ସେମାନଙ୍କୁ ସାହାଯ୍ୟ ଓ ସମ୍ମାନିତ କରିବେ I ତୁମ୍ଭେମାନେ ମଧ୍ୟ ଆୟୁବଙ୍କ ବିଷୟରେ ଶୁଣିଅଛ, ଯଦ୍ୟପି ସେ ଅନେକ କ୍ଲେଶ ଦେଇ ଗଲେ, ପ୍ରଭୁ ପରମେଶ୍ୱର ଆୟୁବଙ୍କ ନିମନ୍ତେ ମଙ୍ଗଳର ଯୋଜନା କରିଥିଲେ କାରଣ ସେ କ୍ଲେଶ ଦେଇ ଗଲେ I ଏଠାରୁ ଆମେ ଜାଣୁ ଯେ ଈଶ୍ଵର ଅତ୍ୟନ୍ତ ଦୟାଳୁ ଓ କୃପାବାନ I
\s5
\v 12 ହେ ମୋହର ଭାଇ ଓ ଭଉଣୀମାନେ, ମୁଁ ଗୋଟିଏ ବିଶେଷ କଥା କହିବାକୁ ଚାହେଁ ତୁମ୍ଭେମାନେ କିପରି କହିବା ଦରକାର I ତୁମ୍ଭେମାନେ ସ୍ୱର୍ଗ କିମ୍ବା ପୃଥିବୀର ଶପଥ କର ନାହିଁ I ଏପରି ମଧ୍ୟ ତୁମ୍ଭେ କୁହ ନାହିଁ, ଯଦି ମୁଁ ଏହା କରି ନ ପାରେ ତେବେ ଜଗତରେ ମତେ ଜଣେ ଦଣ୍ଡିତ କରିବେ I ତେବେ ଏହିପରି କହିବା ପରିବର୍ତ୍ତେ, ଯଦି ତୁମ୍ଭେ ହଁ କହୁଅଛ ତେବେ ଯାହା କହୁଅଛ ତାହା କର I ଯଦି ତୁମ୍ଭେ ନା କହୁଅଛ ତେବେ ତୁମ୍ଭେ ତାହା କର ନାହିଁ ନ ହେଲେ ଈଶ୍ଵର ତୁମ୍ଭକୁ ଦଣ୍ଡ ଦେବେ I
\s5
\v 13 ତୁମ୍ଭମାନଙ୍କ ମଧ୍ୟରୁ କ’ଣ କେହି ଦୁଃଖ ଦୁର୍ଦ୍ଦଶାରେ ଅଛି? ତା’ହେଲେ ସେ ସାହାଯ୍ୟ ନିମନ୍ତେ ପ୍ରାର୍ଥନା କରୁ I ଆଉ ଯେ ଅନିନ୍ଦିତ ସେ ଈଶ୍ଵରଙ୍କ ସ୍ତୁତି ଓ ପ୍ରଶଂସା ଗାନ କରୁ I
\v 14 ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି କ’ଣ ପୀଡିତ ଥାଏ ତେବେ ସେ ଆପଣାର ସୁସ୍ଥତା ନିମନ୍ତେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଇ ପ୍ରାର୍ଥନା କରୁ ତହିଁରେ ପରମେଶ୍ଵର ତାହାକୁ ସୁସ୍ଥ କରିବେ, ଯଦି କେହି ପାପ କରିଅଛି ତେବେ ପ୍ରଭୁ ତାହାକୁ କ୍ଷମା କରିବେ I
\v 15 ଯଦି ତୁମ୍ଭେ ପ୍ରକୃତରେ ବିଶ୍ଵାସର ସହିତ ପ୍ରଭୁଙ୍କଠାରେ ପ୍ରାର୍ଥନା କରୁଅଛ ତେବେ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ପ୍ରଭୁ ସୁସ୍ଥ କରିବେ, ଯଦି ସେ କିଛି ପାପ କରିଥାଏ ତେବେ ପ୍ରଭୁ ତାକୁ କ୍ଷମା କରିବେ I
\s5
\v 16 କାରଣ ଈଶ୍ଵର ରୋଗରୁ ସୁସ୍ଥତା ଦେବାକୁ ଓ ପାପ କ୍ଷମା କରିବାକୁ ସମର୍ଥ ଅଟନ୍ତି, ତେବେ ଏକ ଆରେକ ନିକଟରେ ଆପଣାର ଦୋଷ ସ୍ୱୀକାର କର, ଓ ପରସ୍ପରର ସୁସ୍ଥତା ପାଇଁ ପ୍ରାର୍ଥନା କର ତହିଁରେ ସୁସ୍ଥତା ପାଇବ I ଯଦି ଧାର୍ମିକ ବ୍ୟକ୍ତି ଆଗ୍ରହ ସହିତ ଈଶ୍ଵରଙ୍କୁ ମାଗେ କିଛି କରିବାକୁ ତେବେ ଈଶ୍ଵର ଶକ୍ତି ଯୁକ୍ତ ଭାବରେ ତାହା କରିବେ I
\v 17 ଯଦିଓ ଏଲୀୟ ଆମ୍ଭମାନଙ୍କ ପରି ସାଧାରଣ ମନୁଷ୍ୟ ଥିଲେ, ସେ ଏକାନ୍ତ ଚିତ୍ତରେ ବର୍ଷା ନ ହେବା ପାଇଁ ପ୍ରାର୍ଥନା କଲେ ଓ ତିନି ବର୍ଷ ଛଅ’ ମାସ ପର୍ଯ୍ୟନ୍ତ ଆଦୌ ବର୍ଷା ହେଲା ନାହିଁ I
\v 18 ସେ ପୁଣି ଥରେ ବର୍ଷା ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ପ୍ରଭୁ ବର୍ଷା ପଠାଇଲେ, ତହିରେ ଗଛ ବଢିଲା ଓ ଫଳ ଫଳିଲା I
\s5
\v 19 ମୋହର ଭାଇ ଓ ଭଉଣୀମାନେ, ଯଦି ତୁମ୍ଭମାନଙ୍କ ମଧ୍ୟରୁ କେହି ଈଶ୍ଵରଙ୍କ ସତ୍ୟ ବାକ୍ୟର ଅବାଧ୍ୟ ହୁଏ ତେବେ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାଙ୍କୁ ବିନାଶ ପଥରୁ ଫେରାଇ ଆଣ ଯେପରି ଈଶ୍ଵର ଆମ୍ଭମାନଙ୍କୁ କହିଅଛନ୍ତି I
\v 20 ତୁମ୍ଭେମାନେ ଜାଣ ସେହି ବ୍ୟକ୍ତି ସକାଶୁ ଈଶ୍ଵର ସେହି ପାପୀକୁ ରକ୍ଷା କରିବେ ଓ ତାହାର ଅନେକ ପାପକୁ କ୍ଷମା କରିବେ I