or_udb/59-HEB.usfm

472 lines
144 KiB
Plaintext

\id HEB
\ide UTF-8
\h ଏବ୍ରୀମାନଙ୍କ ନିକଟକୁ ପତ୍ର
\toc1 ଏବ୍ରୀମାନଙ୍କ ନିକଟକୁ ପତ୍ର
\toc2 ଏବ୍ରୀମାନଙ୍କ ନିକଟକୁ ପତ୍ର
\toc3 heb
\mt1 ଏବ୍ରୀମାନଙ୍କ ନିକଟକୁ ପତ୍ର
\s5
\c 1
\p
\v 1 ଈଶ୍ୱର ଅତୀତରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ କହିବା ଓ ଲେଖିବା ଦ୍ୱାରା ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ କଥା କହିଲେ I
\v 2 ଏହି ଶେଷକାଳରେ ଈଶ୍ୱର ତାହାଙ୍କ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି I ଈଶ୍ୱର ତାହାଙ୍କୁ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ I ଈଶ୍ୱର ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ I
\v 3 ଈଶ୍ୱରଙ୍କ ପୁତ୍ର ଈଶ୍ୱରଙ୍କ ମହିମାର ପ୍ରଭା ଓ ଈଶ୍ୱରଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି I ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବାସ୍ତବିକ ବିଷୟ ଧାରଣ କରନ୍ତି I ପୁଣି, ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି, ଯେଉଁଠାରୁ ସେ ତାହାଙ୍କ ସହିତ ରାଜ୍ୟ କରନ୍ତି I
\s5
\v 4 ଈଶ୍ୱର ଯେଉଁ ପରିମାଣରେ ଆପଣା ପୁତ୍ରଙ୍କୁ ଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମର ଅଧିକାରୀ କରିଅଛନ୍ତି, ତାହାଠାରୁ ଅଧିକ ପରିମାଣରେ ସେ ସେମାନଙ୍କଠାରୁ ଅତ୍ୟଧିକ ଗୌରବ ଓ ଅଧିକାରଯୁକ୍ତ ହୋଇଅଛନ୍ତି I
\v 5 ଶାସ୍ତ୍ରରେ କେହି ମଧ୍ୟ ଉଲ୍ଲେଖ କରି ନାହାନ୍ତି ଯେ, ଈଶ୍ୱର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି ଯାହା ସେ ଆପଣା ପୁତ୍ରଙ୍କୁ କହିଅଛନ୍ତି: "ତୁମ୍ଭେ ଆମ୍ଭର ପୁତ୍ର! ଆଜି ଆମ୍ଭେ ଘୋଷଣା କରିଅଛୁ ଯେ ଆମ୍ଭେ ତୁମ୍ଭର ପିତା !" ଆଉ ସେ ଦୂତମାନଙ୍କ ବିଷୟରେ କଦାପି କହି ନାହାନ୍ତି ଯାହା ସେ ଶାସ୍ତ୍ରରେ ଆପଣା ପୁତ୍ର ବିଷୟରେ କହିଅଛନ୍ତି: "ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ ?"
\s5
\v 6 ପୁଣି, ଯେଉଁ ସମୟରେ ଈଶ୍ୱର ଆପଣା ଗୌରବଯୁକ୍ତ ପୁତ୍ରଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, "ମୋହର ସମସ୍ତ ଦୂତ ତାହାଙ୍କର ଉପାସନା କରନ୍ତୁ I"
\v 7 ଆଉ ଶାସ୍ତ୍ରରେ ଦୂତମାନଙ୍କ ବିଷୟରେ ଏହା ଲେଖାଯାଏ: "ସେ ଆପଣା ଦୂତମାନଙ୍କୁ ଆତ୍ମା ସ୍ୱରୂପ କରନ୍ତି, ପୁଣି, ଆପଣା ସେବକମାନଙ୍କୁ ଅଗ୍ନିଶିଖା ସ୍ୱରୂପ କରନ୍ତି I"
\s5
\v 8 କିନ୍ତୁ ଶାସ୍ତ୍ରରେ ଈଶ୍ୱରଙ୍କ ପୁତ୍ରଙ୍କ ବିଷୟରେ ଲେଖାଯାଇଅଛି, "ହେ ଈଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ I"
\v 9 "ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ I ତେଣୁ ଈଶ୍ୱର, ଯାହାଙ୍କୁ ତୁମ୍ଭେ ଉପାସନା କର, ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷେକ କରିଅଛନ୍ତି I"
\s5
\v 10 ଏହା ମଧ୍ୟ ଆମ୍ଭେମାନେ ଜାଣୁ ଯେ, ତାହାଙ୍କ ପୁତ୍ର ଦୂତମାନଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ, କାରଣ ଶାସ୍ତ୍ରରେ ଈଶ୍ୱରଙ୍କ ପୁତ୍ରଙ୍କ ବିଷୟରେ ଏହା ଲେଖାଯାଏ, "ହେ ପ୍ରଭୁ, ତୁମ୍ଭେ ଆରମ୍ଭରୁ ହିଁ ପୃଥିବୀ ସୃଷ୍ଟି କରିଅଛ, ପୁଣି, ସମଗ୍ର ବିଶ୍ୱ, ଆକାଶମଣ୍ଡଳରେ ଥିବା ତାରାଗଣ ଓ ସମସ୍ତବିଷୟ ତୁମ୍ଭ ହସ୍ତକୃତ କର୍ମ I"
\v 11 "ସେହି ସବୁ ବିନଷ୍ଟ ହେବ, କିନ୍ତୁ ତୁମ୍ଭେ ଚିରସ୍ଥାୟୀ I ଆଉ ସେହି ସବୁ ବସ୍ତ୍ର ପରି କ୍ଷୟ ପାଇଯିବ I"
\v 12 "ପୁଣି, ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହି ସବୁ ଗୁଡ଼ାଇବ, ଆଉ ସେହି ସବୁ ପରିବର୍ତ୍ତିତ ହେବ I କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି, ତୁମ୍ଭେ ସଦାକାଳ ନିମନ୍ତେ ରହିବା I"
\s5
\v 13 ଈଶ୍ୱର ଦୂତମାନଙ୍କ ମଧ୍ୟରେ କାହାକୁ କେବେ କହିନାହାନ୍ତି ଯାହା ସେ ଆପଣା ପୁତ୍ରଙ୍କୁ କହିଲେ: "ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସି ମୋ ସହିତ ଶାସନ କର !"
\v 14 ଦୂତମାନେ କେବଳ ଆତ୍ମା ଅଟନ୍ତି ଯେଉଁମାନଙ୍କୁ ଈଶ୍ୱର ପରିତ୍ରାଣର ଭାବି ଅଧିକାରୀ ବିଶ୍ୱାସୀମାନଙ୍କର ସେବା ଓ ଯତ୍ନ କରିବାକୁ ପ୍ରେରଣ କରିଅଛନ୍ତି ଯେପରି ସେ ସେମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି I
\s5
\c 2
\p
\v 1 ଅତଏବ, ଯେହେତୁ ଈଶ୍ୱରଙ୍କ ପୁତ୍ରଙ୍କ ବିଷୟରେ ଯାହା ଆମ୍ଭେମାନେ ଶୁଣିଅଛୁ, ତାହା ସତ୍ୟ ଅଟେ, ସେହି ସତ୍ୟ ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ୍, ନୋହିଲେ ଆମ୍ଭେମାନେ ଏହା ବିଶ୍ୱାସ କରିବାରେ ଲକ୍ଷ୍ୟଭ୍ରଷ୍ଟ ହେବୁ I
\s5
\v 2 ଯେବେ ଇସ୍ରାଏଲୀୟମାନଙ୍କ ନିକଟରେ ଦୂତମାନଙ୍କ ଦ୍ୱାରା କଥିତ ଈଶ୍ୱରଙ୍କ ବ୍ୟବସ୍ଥା ଅଟଳ ହୋଇ ରହିଲା I ସେତେବେଳେ ଈଶ୍ୱର ପ୍ରତ୍ୟେକ ଆଜ୍ଞାଲଙ୍ଘନକାରୀ ଓ ଅବାଧ୍ୟତାକୁ ଯଥାର୍ଥ ଦଣ୍ଡ ଦେଲେ I
\v 3 ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ ଈଶ୍ୱରଙ୍କ ଠାରୁ ରକ୍ଷା ପାଇବା ନାହିଁ; ସେ ନିଶ୍ଚିତ ଆମ୍ଭମାନଙ୍କର ନ୍ୟାୟ କରିବେ I ତାହା ତ ପ୍ରଥମରେ ପ୍ରଭୁ ଯୀଶୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରିଥିବା ଶିଷ୍ୟମାନଙ୍କ ଦ୍ୱାରା ଆମ୍ଭମାନଙ୍କ ନିକଟରେ ପ୍ରମାଣସିଦ୍ଧ ହେଲା I
\v 4 ସେହି ସମାଚାର ସମ୍ବନ୍ଧରେ ଈଶ୍ୱର ମଧ୍ୟ ଆପଣା ଇଚ୍ଛାନୁସାରେ ନାନା ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି, ବିବିଧ ଶକ୍ତିର କାର୍ଯ୍ୟ ଯାହା ପ୍ରମାଣ ଦିଏ ଯେ ଏହି ସମସ୍ତ ସତ୍ୟ ଅଟେ, ତାହା ବିଶ୍ୱାସୀମାନଙ୍କୁ ଦେଇ ଆମ୍ଭମାନଙ୍କ ନିକଟରେ ପ୍ରମାଣସିଦ୍ଧ କରିଅଛନ୍ତି I ଓ ପବିତ୍ର ଆତ୍ମା ମଧ୍ୟ ଆପଣା ଇଚ୍ଛାନୁସାରେ ବିଶ୍ୱାସୀମାନଙ୍କୁ ଅନ୍ୟାନ୍ୟ ଦାନ ଦେଇଅଛନ୍ତି I
\s5
\v 5 କାରଣ ଯେଉଁ ଭାବି ଜଗତର କଥା ଆମ୍ଭେମାନେ କହୁଅଛୁ, ତାହା ଈଶ୍ୱର ଦୂତମାନଙ୍କ ଅଧୀନ କରି ନାହାନ୍ତି, ବରଂ ସେ ତାହା ଖ୍ରୀଷ୍ଟଙ୍କ ଅଧୀନ କରିଅଛନ୍ତି I
\v 6 କିନ୍ତୁ ଜଣେ ଶାସ୍ତ୍ରର କୌଣସି ସ୍ଥାନରେ ଏହି କଥା କହି ଈଶ୍ୱରଙ୍କୁ ସାକ୍ଷ୍ୟ ଦେଇଅଛନ୍ତି, "ମନୁଷ୍ୟ କିଏ, ଯେ ତୁମ୍ଭେ ତାହାକୁ ସ୍ମରଣ କରିଥାଅ ! ମନୁଷ୍ୟ-ସନ୍ତାନ କିଏ, ଯେ ତୁମ୍ଭେ ତାହାର ଯତ୍ନ ନେଇଥାଅ !
\s5
\v 7 ତୁମ୍ଭେ ଦୂତମାନଙ୍କଠାରୁ ମନୁଷ୍ୟକୁ ଅଳ୍ପ ନ୍ୟୂନ କରିଅଛ, ତୁମ୍ଭେ ତାହାକୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ କରିଅଛ, ଯେପରି ଲୋକେ ରାଜାଙ୍କୁ ଗୌରବ ଦିଅନ୍ତି I
\v 8 ତୁମ୍ଭେ ସମସ୍ତ ବିଷୟ ତାହାର ଅଧୀନ କରି ରଖିଅଛ I" ଈଶ୍ୱର ସ୍ଥିର କରିଅଛନ୍ତି ଯେ ମନୁଷ୍ୟ ସମସ୍ତ ବିଷୟକୁ ବଶୀଭୂତ କରିବ I ଏହାର ଅର୍ଥ ସେ କୌଣସି ବିଷୟକୁ ତାହାର ବଶୀଭୂତ ନ କରି ଛାଡ଼ି ନାହାନ୍ତି I କିନ୍ତୁ ଆମ୍ଭେମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟ ମନୁଷ୍ୟର ବଶୀଭୂତ ହୋଇଥିବାର ଦେଖୁ ନାହୁଁ I
\s5
\v 9 ଯଦ୍ୟପି ଆମ୍ଭେମାନେ ଯୀଶୁଙ୍କ ବିଷୟରେ ଜାଣୁ ନାହୁଁ, ଯିଏ ଏହି ଜୀବନରେ ଦୂତମାନଙ୍କ ଅପେକ୍ଷା ଅଳ୍ପ ସମୟ ନ୍ୟୂନୀକୃତ ହୋଇଥିଲେ I ତାହାଙ୍କ ମୃତ୍ୟୁର ଦୁଃଖଭୋଗ ହେତୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟ ପରିଧାନ କରିଥିବାର ଦେଖୁଅଛୁ, ଯେପରି ଈଶ୍ୱରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ୱାଦନ କରନ୍ତି I
\v 10 କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ, ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣର କର୍ତ୍ତା ଯୀଶୁଙ୍କ ଦୁଃଖଭୋଗ ଦ୍ୱାରା ସିଦ୍ଧ କରିବା ଈଶ୍ୱରଙ୍କର ଉପଯୁକ୍ତ ଥିଲା I
\s5
\v 11 ଯୀଶୁ ଯେ ଆପଣା ଲୋକମାନଙ୍କୁ ଈଶ୍ୱରଙ୍କ ନିମନ୍ତେ ପୃଥକ୍ କରନ୍ତି, ଓ ସେମାନଙ୍କୁ ଈଶ୍ୱର ତାହାଙ୍କ ନିକଟରେ ପବିତ୍ର ଘୋଷଣା କରନ୍ତି, ସେମାନେ ଏକ ପିତା ଅର୍ଥାତ୍ ଈଶ୍ୱରଙ୍କ ସନ୍ତାନ I ସେଥିନିମନ୍ତେ ଯୀଶୁ ସେମାନଙ୍କୁ ଭାଇ ଓ ଭଉଣୀ ବୋଲି କହିବାକୁ ଲଜ୍ଜିତ ନୁହନ୍ତି I
\v 12 ଗୀତକାର କହନ୍ତି, ଯେ ଖ୍ରୀଷ୍ଟ ଈଶ୍ୱରଙ୍କୁ କହିଲେ, ମୁଁ ଆପଣା ଭ୍ରାତୃଗଣଙ୍କ ନିକଟରେ ତୁମ୍ଭ ନାମ ଘୋଷଣା କରିବି ଯେ ତୁମ୍ଭେ କେତେ ଉତ୍ତମ I ବିଶ୍ୱାସୀମାନଙ୍କ ସମାଜ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି I
\s5
\v 13 ପୁନଶ୍ଚ ଜଣେ ଭାବବାଦୀ ଶାସ୍ତ୍ରର ଏକ ଅଂଶରେ ଲେଖନ୍ତି ଯାହା ଖ୍ରୀଷ୍ଟ ଈଶ୍ୱରଙ୍କ ବିଷୟରେ କହିଲେ: "ମୁଁ ତାହାଙ୍କଠାରେ ମୋହର ବିଶ୍ୱାସ ରଖିବି I" ପୂନର୍ବାର ଶାସ୍ତ୍ରର ଅନ୍ୟ ଏକ ଅଂଶରେ ଖ୍ରୀଷ୍ଟ ଆପଣା ସନ୍ତାନମାନଙ୍କ ବିଷୟରେ କହନ୍ତି, "ଏହି ଦେଖ, ମୁଁ ଓ ଈଶ୍ୱରଙ୍କ ଦ୍ଵାରା ଦିଆଯାଇଥିବା ମୋହର ସନ୍ତାନମାନେ I"
\v 14 ଅତଏବ, ଈଶ୍ୱର ଯେଉଁ ସନ୍ତାନକୁ ଆହ୍ୱାନ କଲେ ସେମାନେ ଅର୍ଥାତ୍ ମନୁଷ୍ୟମାନେ ରକ୍ତମାଂସର ସହଭାଗୀ ହୋଇଥିବାରୁ ଯୀଶୁ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ଓ ମୃତ୍ୟୁକୁ ହରାଇ ମୃତ୍ୟୁର ଅଧିକାରୀକୁ, ଅର୍ଥାତ୍‍, ଶୟତାନକୁ ବିନାଶ କରି ପାରନ୍ତି I
\v 15 ପୁଣି, ମୃତ୍ୟୁର ଭୟରେ ଯେଉଁମାନେ ଯାବଜୀବନ ଦାସତ୍ତ୍ୱର ବନ୍ଧନରେ ଥିଲେ, ସେମାନଙ୍କୁ ଯୀଶୁ ଉଦ୍ଧାର କରନ୍ତି I
\s5
\v 16 କାରଣ ପ୍ରକୃତରେ ଯୀଶୁ ତ ଦୂତମାନଙ୍କ ଯତ୍ନ ନ ନେଇ ଈଶ୍ୱରଙ୍କୁ ବିଶ୍ୱାସ କରୁଥିବା ଅବ୍ରହାମଙ୍କ ସନ୍ତାନ ଯେ ଆମ୍ଭେମାନେ ଆମ୍ଭମାନଙ୍କ ଯତ୍ନ ନିଅନ୍ତି I
\v 17 ଅତଏବ, ଈଶ୍ୱର ଯୀଶୁଙ୍କୁ ଆମ୍ଭମାନଙ୍କ ସଦୃଶ ଅର୍ଥାତ୍ ସମସ୍ତ ବିଷୟରେ ଆପଣା ଭ୍ରାତାମାନଙ୍କ ସଦୃଶ କଲେ, ଯେପରି ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଈଶ୍ୱରଙ୍କ ସେବା ସମ୍ବନ୍ଧରେ ଜଣେ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି I
\v 18 କାରଣ ଯୀଶୁ ନିଜେ ପରୀକ୍ଷିତ ହୋଇ ଦୁଃଖଭୋଗ କରିଥିବାରୁ ପରୀକ୍ଷିତ ହେଉଥିବା ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି I
\s5
\c 3
\p
\v 1 ଅତଏବ, ହେ ସ୍ୱର୍ଗୀୟ ଆହ୍ୱାନର ସହଭାଗୀ ବିଶ୍ୱାସୀଗଣ, ଆମ୍ଭମାନଙ୍କ ବିଶ୍ୱାସ ମତାନୁସାରେ ଈଶ୍ୱରଙ୍କ ପ୍ରେରିତ ଓ ମହାଯାଜକ ଯୀଶୁଙ୍କ ବିଷୟ ବିବେଚନା କର I
\v 2 ମୋଶା ଯେପରି ଈଶ୍ୱରଙ୍କ ଗୃହରେ ବିଶ୍ୱସ୍ତ ଥିଲେ, ଯୀଶୁ ସେହିପରି ଆପଣା ନିଯୋଗକର୍ତ୍ତାଙ୍କ ପ୍ରତି ବିଶ୍ୱସ୍ତ ଥିଲେ I
\v 3 ଯେପରି ଗୃହ ଅପେକ୍ଷା ଗୃହର ସ୍ଥାପନକର୍ତ୍ତା ଅଧିକ ସମାଦର ପ୍ରାପ୍ତ ହୁଅନ୍ତି I ସେହିପରି ଈଶ୍ୱର ଯୀଶୁଙ୍କୁ ମୋଶାଙ୍କ ଅପେକ୍ଷା ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ କରିଅଛନ୍ତି I
\v 4 ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥାଏ, କିନ୍ତୁ ସମସ୍ତ ବିଷୟର ଯେ ନିର୍ମାଣକର୍ତ୍ତା, ସେ ଈଶ୍ୱର I
\s5
\v 5 ପରବର୍ତ୍ତୀ ସମୟରେ ଯୀଶୁଙ୍କ ବକ୍ତବ୍ୟ ବିଷୟ ସମ୍ବନ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ମୋଶା ଈଶ୍ୱରଙ୍କ ଗୃହର ଲୋକ ମଧ୍ୟରେ ସେବକ ସ୍ୱରୂପେ ପ୍ରକୃତରେ ବିଶ୍ୱସ୍ତ ଥିଲେ I
\v 6 କିନ୍ତୁ ଖ୍ରୀଷ୍ଟ ଈଶ୍ୱରଙ୍କ ଗୃହ ଉପରେ ପୁତ୍ର ସ୍ୱରୂପେ ବିଶ୍ୱସ୍ତ ଅଟନ୍ତି; ଯଦି ଆମ୍ଭେମାନେ ଆମ୍ଭମାନଙ୍କ ସାହସ ପୁଣି, ଦର୍ପର କାରଣ ଯେ ଆମ୍ଭମାନଙ୍କ ଭରସା, ତାହା ଦୃଢ଼ ଭାବରେ ଶେଷ ପର୍ଯ୍ୟନ୍ତ ଧରି ରଖୁ, ତାହାହେଲେ ଆମ୍ଭେମାନେ ତ ଈଶ୍ୱରଙ୍କ ଗୃହର ଲୋକ I
\s5
\v 7 ଅତଏବ ଇସ୍ରାଏଲୀୟମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଗୀତକାର ଶାସ୍ତ୍ରରେ ଯେପରି କହନ୍ତି, "ଆଜି ଯଦି ତୁମ୍ଭେମାନେ ଈଶ୍ୱରଙ୍କ ବାଣୀ ଶୁଣ,
\v 8 ତାହାଙ୍କ ଆଜ୍ଞାକାରୀ ହେବା ନିମନ୍ତେ ଅବହେଳା କର ନାହିଁ, ଓ ତୁମ୍ଭମାନଙ୍କ ଅଭିଳାଷ ଈଶ୍ୱରଙ୍କ ବାଣୀ ଠାରୁ ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ ନ ହେଉ, ଯଦି ତୁମ୍ଭେମାନେ ଈଶ୍ୱରଙ୍କୁ ଅବଜ୍ଞା କର ତେବେ ତୁମ୍ଭେମାନେ ସେହିପରି ହେବ ଯେପରି ବହୁପୂର୍ବେ ତୁମ୍ଭମାନଙ୍କ ପିତୃପୁରୁଷମାନେ ପ୍ରାନ୍ତରରେ ଈଶ୍ୱରଙ୍କୁ ଅବଜ୍ଞା କରି ତାହାଙ୍କଠାରୁ ବିମୁଖ ହୋଇଥିଲେ I
\s5
\v 9 ସେହି ପ୍ରାନ୍ତରରେ ତୁମ୍ଭମାନଙ୍କ ପିତୃପୁରୁଷମାନେ ଆମ୍ଭେ ସେମାନଙ୍କ ପ୍ରତି ଧୈର୍ଯ୍ୟଶୀଳ କି ନୁହେଁ ଏବିଷୟରେ ଆମ୍ଭକୁ ପରୀକ୍ଷା କରି ଆମ୍ଭର ଅନୁସନ୍ଧାନ କଲେ, ଯଦ୍ୟପି ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭର ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ଦେଖିଲେ I
\v 10 ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ, ସେମାନେ କଦାପି ମୋ' ପ୍ରତି ବିଶ୍ୱସ୍ତ ହୋଇ ନାହାନ୍ତି, ଓ ମୁଁ କିପରି ସେମାନଙ୍କ ଜୀବନକୁ ଚାଳନା କରିବାକୁ ଚାହେଁ ତାହା ସେମାନେ ଜାଣନ୍ତି ନାହିଁ I "
\v 11 ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, "ସେମାନେ କିଣାନ ଦେଶରେ ପ୍ରବେଶ କରିବେ ନାହିଁ ଯେଉଁଠାରେ ଆମ୍ଭେ ସେମାନଙ୍କୁ ବିଶ୍ରାମ ଦେଇଥା'ନ୍ତୁ I"
\s5
\v 12 ହେ ବିଶ୍ୱାସୀ ଭାଇମାନେ, ସାବଧାନ, ଯେପରି ଜୀବନ୍ତ ଈଶ୍ୱରଙ୍କଠାରୁ ବିମୁଖକାରୀ ଦୁଷ୍ଟ, ଅବିଶ୍ୱାସୀ ହୃଦୟ ତୁମ୍ଭମାନଙ୍କର କାହାରିଠାରେ ନ ଥାଏ I
\v 13 କିନ୍ତୁ କାଳେ ପାପର ପ୍ରବଞ୍ଚନା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରୁ କେହି କଠିନମନା ହୁଏ, ଏଥି ନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ ଉତ୍ସାହ ଦିଅ I
\s5
\v 14 କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା, ତା’ହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ I
\v 15 ଗୀତକାର ଶାସ୍ତ୍ରରେ ଲେଖନ୍ତି ଯାହା ଈଶ୍ୱର କହିଲେ, "ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ତୁମ୍ଭେମାନେ ଆପଣା ଆପଣା ହୃଦୟ କଠିନତାରେ ମୋହର ଅବଜ୍ଞାକାରୀ ହୁଅ ନାହିଁ, ଯେପରି ତୁମ୍ଭମାନଙ୍କ ପିତୃପୁରୁଷମାନେ ପ୍ରାନ୍ତରରେ ମୋ' ବିରୁଦ୍ଧରେ ବିଦ୍ରୋହ କଲେ I
\s5
\v 16 ସ୍ମରଣ କର କେଉଁମାନେ ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ, ଯଦ୍ୟପି ସେମାନେ ତାହାଙ୍କର କଥା ଶୁଣିଥିଲେ I ସେମାନେ ସମସ୍ତେ ଈଶ୍ୱରଙ୍କ ଲୋକମାନେ ଯେଉଁମାନଙ୍କୁ ମୋଶା ମିସର ଦେଶରୁ ବାହାର କରି ଆଣିଲେ I
\v 17 ଆଉ ସ୍ମରଣ କର, କେଉଁମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଈଶ୍ୱର ବିରକ୍ତ ହୋଇଥିଲେ I ସେମାନେ ସମସ୍ତେ ଈଶ୍ୱରଙ୍କ ଲୋକମାନେ ଯେଉଁମାନେ ପାପ କରିଥିଲେ, ଆଉ ସେମାନଙ୍କ ଶବ ପ୍ରାନ୍ତରରେ ପଡ଼ି ରହିଥିଲ I
\v 18 ଯେଉଁମାନେ ଅବାଧ୍ୟ ହୋଇଥିଲେ, ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ, "ସେମାନେ ସେହି ଦେଶରେ ପ୍ରବେଶ କରିବେ ନାହିଁ ଯେଉଁଠାରେ ଆମ୍ଭେ ସେମାନଙ୍କୁ ବିଶ୍ରାମ ଦେଇଥା'ନ୍ତୁ I"
\v 19 ତେଣୁ, ଏହି ଉଦାହରଣରୁ ଆମ୍ଭେମାନେ ଦେଖୁ ଯେ, ଈଶ୍ୱରଙ୍କଠାରେ ଅବିଶ୍ୱାସ ହେତୁ ସେମାନେ ସେହି ସ୍ଥାନରେ ପ୍ରବେଶ କରି ପାରିଲେ ନାହିଁ ଯେଉଁଠାରେ ଈଶ୍ୱର ସେମାନଙ୍କୁ ବିଶ୍ରାମ ଦେଇଥା'ନ୍ତେ I
\s5
\c 4
\p
\v 1 ଆମ୍ଭେମାନେ ସାବଧାନ ହେଉ, କାଳେ ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ଆମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ I
\v 2 ଯେପରି ଇସ୍ରାଏଲୀୟମାନେ କିଣାନରେ ବିଶ୍ରାମ କରିବେ ବୋଲି ଈଶ୍ୱରଙ୍କ ସେହି ପ୍ରତିଜ୍ଞା ସେମାନେ ଶୁଣିଲେ, ସେହିପରି ଯୀଶୁ ଆମ୍ଭମାନଙ୍କୁ ଯେ ଈଶ୍ୱରଙ୍କ ବିଶ୍ରାମ ଦେବେ ସେହି ସୁସମାଚାର ଆମ୍ଭେମାନେ ମଧ୍ୟ ଶୁଣିଅଛୁ I କିନ୍ତୁ ସେହି ସମାଚାର ଅନେକ ଇସ୍ରାଏଲୀୟଙ୍କୁ ସାହାଯ୍ୟ କଲା ନାହିଁ କାରଣ ସେମାନେ ଯିହୋଶୂୟ ଓ କାଲେବ ସଦୃଶ ଈଶ୍ୱରଙ୍କଠାରେ ଭରସା କଲେ ନାହିଁ, ସେହିପରି ଆମ୍ଭେମାନେ ଈଶ୍ୱରଙ୍କ ଠାରେ ଭରସା ନ କଲେ ଯୀଶୁଙ୍କ ବିଷୟକ ସୁସମାଚାର ମଧ୍ୟ ଆମ୍ଭମାନଙ୍କୁ ସାହାଯ୍ୟ କରିବ ନାହିଁ I
\s5
\v 3 ଯେଣୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବା, ଯେପରି ଈଶ୍ୱର କହିଅଛନ୍ତି, "ଏଣୁ ଆମ୍ଭେ ଇସ୍ରାଏଲ ଲୋକମାନଙ୍କୁ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ I"
\v 4 କାରଣ ଛଅ ଦିନରେ ସେ ଜଗତ ସୃଷ୍ଟି କଲେ ଓ ସପ୍ତମ ଦିନ ସମ୍ବନ୍ଧରେ ସେ ଶାସ୍ତ୍ରରେ ଏହା କହିଅଛନ୍ତି, "ଈଶ୍ୱର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ I"
\v 5 ଆଉ ଏହି ସ୍ଥାନରେ ସେ ପୁନଶ୍ଚ ଇସ୍ରାଏଲୀୟମାନଙ୍କୁ କହିଅଛନ୍ତି ଯାହା ମୁଁ ପୂର୍ବେ କହିଥିଲି, "ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ I"
\s5
\v 6 ଅତଏବ, କେତେକଙ୍କର ସେଥିରେ ପ୍ରବେଶ କରିବାର ବାକି ଅଛି, ପୁଣି, ଇସ୍ରାଏଲୀୟମାନଙ୍କ ନିକଟରେ ସୁସମାଚାର ପୂର୍ବରେ ପ୍ରଚାରିତ ହୋଇଥିଲା ଯେ ସେମାନେ ବିଶ୍ରାମରେ ପ୍ରବେଶ କରିବେ---କିନ୍ତୁ ସେମାନେ ଅବାଧ୍ୟତା ହେତୁ ସେହି ବିଶ୍ରାମରେ ପ୍ରବେଶ କଲେ ନାହିଁ I
\v 7 ଆମ୍ଭେମାନେ ବିଶ୍ରାମସ୍ଥଳରେ ପ୍ରବେଶ କରିବାର ଅନ୍ୟ ଏକ ସମୟ ଈଶ୍ୱର ସ୍ଥିର କରିଛନ୍ତି I ସେହି ସମୟ ହେଉଛି ବର୍ତ୍ତମାନ I ଏହା ସତ୍ୟ ବୋଲି ଆମେ ଜାଣୁ, କାରଣ ବହୁପୂର୍ବରୁ ଇସ୍ରାଏଲୀୟମାନେ ପ୍ରାନ୍ତରରେ ଯେତେବେଳେ ଈଶ୍ୱରଙ୍କ ବିଦ୍ରୋହାଚରଣ କଲେ I ସେତେବେଳେ ଦାଉଦଙ୍କ ମାଧ୍ୟମରେ ଲେଖିଥିଲେ, "ଆଜି ଯଦି ତୁମ୍ଭେମାନେ ଈଶ୍ୱରଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ ନ କର I"
\s5
\v 8 କାରଣ ଯଦି ଯିହୋଶୂୟ ଇସ୍ରାଏଲୀୟମାନଙ୍କୁ ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରାଇଥାଆନ୍ତେ, ତେବେ ଈଶ୍ୱର ପରେ ଅନ୍ୟ ଦିନର କଥା କହି ନ ଥାଆନ୍ତେ I କାରଣ ପୁଣି ସେ ସେମାନଙ୍କୁ ବିଶ୍ରାମର ପ୍ରତିଜ୍ଞା କଲେ I
\v 9 ଅତଏବ, ଯେପରି ଈଶ୍ୱର ସମସ୍ତ ସୃଷ୍ଟି କଲା ପରେ ସପ୍ତମ ଦିନରେ ବିଶ୍ରାମ କଲେ, ସେହିପରି ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି I
\v 10 ଯେଣୁ ଯେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିଅଛି, ଈଶ୍ୱର ଆପଣା କାର୍ଯ୍ୟରୁ ଯେପରି ବିଶ୍ରାମ କଲେ, ସେପରି ସେ ମଧ୍ୟ ଆପଣା କାର୍ଯ୍ୟରୁ ବିଶ୍ରାମ ପ୍ରାପ୍ତ ହୋଇଅଛି I
\v 11 ଏଣୁ ଆସ, ଆମ୍ଭେମାନେ ଖ୍ରୀଷ୍ଟଙ୍କୁ ଅନୁସରଣ କରି ସେହି ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରୁ, ଯେପରି କୌଣସି ଲୋକ ଅବାଧ୍ୟତାର ସେହି ଦୃଷ୍ଟାନ୍ତ ଅନୁସାରେ ପତିତ ନ ହୁଏ I
\s5
\v 12 ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ତାହା ଦ୍ୱିଧାର ଖଡ଼୍ଗଠାରୁ ତୀକ୍ଷ୍ମତର, ଆଉ ପ୍ରାଣ ଓ ଆତ୍ମା ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ I ଈଶ୍ୱରଙ୍କ ବାକ୍ୟ ଖଡ଼୍ଗ ସଦୃଶ ତୀକ୍ଷ୍‌ଣତର, ଯାହା ପଶୁର ଗ୍ରନ୍ଥିକୁ ମଧ୍ୟ ବିଚ୍ଛେଦ କରେ I ସେହି ବାକ୍ୟଗୁଡ଼ିକ କଠିନ ସ୍ଥାନକୁ ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ I ଈଶ୍ୱରଙ୍କ ବାକ୍ୟ ହୃଦୟର ଚିନ୍ତା, ଭଲ ଓ ମନ୍ଦଭାବର ସୂକ୍ଷ୍ମ ବିଚାରକ ଅଟେ I
\v 13 ଈଶ୍ୱରଙ୍କ ଦୃଷ୍ଟିରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ I ତାହାଙ୍କଠାରୁ କୌଣସି ବିଷୟ ଗୁପ୍ତ ନୁହେଁ I ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ ଓ ଆମ୍ଭେମାନେ ଯାହା କରୁ ସେ ଦେଖନ୍ତି I ଆମ୍ଭେମାନେ ସମସ୍ତେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ହେବ ଓ ଆମ୍ଭେମାନେ କିପରି ଜୀବନଯାପନ କଲୁ ତାହାର ହିସାବ ଦେବାକୁ ହେବ I
\s5
\v 14 ଅତଏବ ସ୍ୱର୍ଗସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ୱରଙ୍କ ପୁତ୍ର ଯୀଶୁ, ସେ ଆମ୍ଭମାନଙ୍କର ପ୍ରଧାନ ମହାଯାଜକ ହେବାରୁ ଆସ, ଆମ୍ଭେମାନେ ଆମ୍ଭମାନଙ୍କ ଯୀଶୁଙ୍କଠାରେ ବିଶ୍ୱାସମତକୁ ଦୃଢ଼ ଭାବରେ ଧାରଣ କରୁ I
\v 15 କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ I
\v 16 ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ I
\s5
\c 5
\p
\v 1 କାରଣ ପ୍ରତ୍ୟେକ ମହାଯାଜକ ଯେପରି ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରିପାରନ୍ତି, ସେଥିପାଇଁ ସେ ମନୁଷ୍ୟମାନଙ୍କ ମଧ୍ୟରୁ ନୀତ ହୋଇ ଈଶ୍ୱରଙ୍କ ସେବା ସମ୍ବନ୍ଧରେ ମନୁଷ୍ୟମାନଙ୍କ ପକ୍ଷରେ ନିଯୁକ୍ତ ହୁଅନ୍ତି I
\v 2 ମହାଯାଜକ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ, କାରଣ ସେ ନିଜେ ମଧ୍ୟ ଦୁର୍ବଳତା ବିଶିଷ୍ଟ I
\v 3 ଏଥିସକାଶୁ ଲୋକମାନଙ୍କ ନିମନ୍ତେ ଯେପରି, ଆପଣା ନିମନ୍ତେ ମଧ୍ୟ ସେହିପରି ପାପାର୍ଥକ ବଳି ଉତ୍ସର୍ଗ କରିବା ତାହାଙ୍କ ଆବଶ୍ୟକ I
\s5
\v 4 ଆଉ କେହି ଏହି ସମ୍ଭ୍ରାନ୍ତ ପଦ ନିଜେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ହାରୋଣ ଯେପରି ପ୍ରଥମ ମହାଯାଜକ ହେବା ନିମନ୍ତେ ଆହୂତ, ସେପରି ଈଶ୍ୱରଙ୍କ ଦ୍ୱାରା ଆହୂତ ହେବା ଆବଶ୍ୟକ I
\v 5 ସେହିପରି ଖ୍ରୀଷ୍ଟ ମଧ୍ୟ ମହାଯାଜକ ପଦର ଗୌରବ ନିଜେ ଅନ୍ୱେଷଣ କରି ନ ଥିଲେ, କିନ୍ତୁ ଈଶ୍ୱର ତାହାଙ୍କୁ ସେହି ଗୌରବର ପଦ ଦେଇଥିଲେ, କାରଣ ସେ ତାହାଙ୍କୁ କହିଥିଲେ, ଯେପରି ଗୀତକାର ଶାସ୍ତ୍ରରେ ଲେଖନ୍ତି: "ତୁମ୍ଭେ ଆମ୍ଭର ପୁତ୍ର! ଆଜି ଆମ୍ଭେ ଘୋଷଣା କରୁଅଛୁ ଯେ ଆମ୍ଭେ ତୁମ୍ଭର ପିତା!"
\s5
\v 6 ପୁଣି, ମଧ୍ୟ ସେ ଯୀଶୁଙ୍କୁ କହନ୍ତି ଯାହା ଗୀତକାର ଅନ୍ୟ ଏକ ସ୍ଥାନରେ ଲେଖନ୍ତି, "ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ I"
\s5
\v 7 ଈଶ୍ୱର ଯିଏ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ, ତାହାଙ୍କ ନିକଟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇଲେ I
\v 8 ଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ୱାରା ଈଶ୍ୱରଙ୍କଠାରେ ଆଜ୍ଞାବହତା ଶିଖିଲେ I
\s5
\v 9 ପୁଣି, ସେ ଯାହା କରନ୍ତୁ ବୋଲି ଈଶ୍ୱର ଇଛା କଲେ ସେଥିରେ ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର କାରଣ ହେଲେ I
\v 10 ଏହେତୁ ସେ ଈଶ୍ୱରଙ୍କ କର୍ତ୍ତୃକ ମଲ୍‍କୀଷେଦକଙ୍କ ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ I
\v 11 ସର୍ବୋତଃଭାବେ ଯୀଶୁଖ୍ରୀଷ୍ଟ କିପରି ମଲ୍‍କୀଷେଦକଙ୍କ ସଦୃଶ ଅଟନ୍ତି ସେହି ବିଷୟରେ ଆମ୍ଭମାନଙ୍କର ଅନେକ କଥା କହିବାକୁ ଅଛି, ଆଉ ତୁମ୍ଭେମାନେ ଶୁଣିବାରେ ଶିଥିଳ ହୋଇଥିବାରୁ ସେଥିର ଅର୍ଥ ବୁଝାଇବା କଷ୍ଟକର I
\s5
\v 12 ଅନେକ ପୂର୍ବରୁ ତୁମ୍ଭେମାନେ ଖ୍ରୀଷ୍ଟିଆନ ହେଲ I କାରଣ ଯଦ୍ୟପି ଏତେ ସମୟ ମଧ୍ୟରେ ତୁମ୍ଭମାନଙ୍କର ଶିକ୍ଷକ ହେବା ଉଚିତ୍ ଥିଲା, ତଥାପି ଶାସ୍ତ୍ର ମଧ୍ୟରୁ ଈଶ୍ୱରଙ୍କ ବାକ୍ୟର ପ୍ରାଥମିକ ସତ୍ୟ କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମ୍ଭମାନଙ୍କର ପ୍ରୟୋଜନ ଅଛି; ଗୁରୁପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମ୍ଭମାନଙ୍କର ପ୍ରୟୋଜନ I
\v 13 ମନେରଖନ୍ତୁ ଯେଉଁମାନେ ଏପର୍ଯ୍ୟନ୍ତ ପ୍ରାଥମିକ ସତ୍ୟଗୁଡ଼ିକ ଶିକ୍ଷା କରୁଅଛନ୍ତି ସେମାନେ ଧାର୍ମିକତାର ବାକ୍ୟ ବିଷୟରେ ଈଶ୍ୱର ଯାହା କରନ୍ତି ତାହା ବୁଝି ପାରନ୍ତି ନାହିଁ I ଏପର୍ଯ୍ୟନ୍ତ ସୁଦ୍ଧା ଭଲ ମନ୍ଦ ତାହା ଜାଣନ୍ତି ନାହିଁ, ସେମାନେ କେବଳ ଦୁଗ୍ଧପାୟୀ ଶିଶୁମାତ୍ର I
\v 14 କିନ୍ତୁ ବୃଦ୍ଧ ଲୋକେ, ଅର୍ଥାତ୍‍, ଯେଉଁମାନେ ଜ୍ଞାନେନ୍ଦ୍ରିୟଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ I
\s5
\c 6
\p
\v 1 ଅତଏବ ଆସ, ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା ଯାହା ସମସ୍ତ ବିଶ୍ୱାସୀ ଶିକ୍ଷା କରନ୍ତି ତାହା ଆଲୋଚନା କରିବା ନାହିଁ I ସେଗୁଡ଼ିକ ମଧ୍ୟରୁ କେତେକ ଏପ୍ରକାର ମୃତ କର୍ମରୁ ମନ ପରିବର୍ତ୍ତନ, ଈଶ୍ୱରଙ୍କଠାରେ ବିଶ୍ୱାସ ଇତ୍ୟାଦି I
\v 2 ଏହା ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଯାହା ଆମ୍ଭେମାନେ ଶିକ୍ଷା ଦେଉ: ନାନା ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣପୂର୍ବକ ପ୍ରାର୍ଥନା କରିବା; ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଏବଂ ଅନନ୍ତ ବିଚାର I
\v 3 ହଁ, ବାସ୍ତବରେ ଈଶ୍ୱରଙ୍କ ଅନୁମତି ହେଲେ ଆମ୍ଭେମାନେ ଏହା ପୁନର୍ବାର ଆଲୋଚନା କରିବା I କିନ୍ତୁ ବର୍ତ୍ତମାନ, ପ୍ରତ୍ୟେକ ସମୟରେ ଖ୍ରୀଷ୍ଟଙ୍କ ଠାରେ ଭରସା କରିବା ନିମନ୍ତେ ସାହାଯ୍ୟ କରିବାକୁ ଥିବା କଠିନ ବିଷୟସବୁ ଆଲୋଚନା କରିବା I
\s5
\v 4 ଏହିପରି କରିବା କାହିଁକି ଗୁରୁତ୍ତ୍ୱପୂର୍ଣ୍ଣ ଏହା ମୁଁ ତୁମ୍ଭମାନଙ୍କୁ ବୁଝାଇବି I କାରଣ କେତେକ ଲୋକ ଖ୍ରୀଷ୍ଟ ବିଷୟକ ସମାଚାର ଥରେ ବୁଝିଅଛନ୍ତି I ସେମାନଙ୍କ ପ୍ରତି ଈଶ୍ୱରଙ୍କ କ୍ଷମା ଦାନ ଓ ଖ୍ରୀଷ୍ଟଙ୍କ ପ୍ରେମ ବିଷୟରେ ସେମାନେ ଶିକ୍ଷାପ୍ରାପ୍ତ ହେଲେ, ଏବଂ ସେମାନେ ପବିତ୍ର ଆତ୍ମାଙ୍କଠାରୁ ସ୍ୱର୍ଗୀୟ ଦାନ ପାଇଅଛନ୍ତି I
\v 5 ସେମାନେ ଆପଣାମାନଙ୍କ ନିମନ୍ତେ ଈଶ୍ୱରଙ୍କ ବାକ୍ୟକୁ ଉତ୍ତମ ଦେଖିଲେ I ପୁଣି ଆଗାମୀ ଯୁଗରେ ଈଶ୍ୱର କିପରି ମହାଶକ୍ତି ସହକାର୍ଯ୍ୟ କରିବେ ତାହା ସେମାନେ ଶିକ୍ଷା କରିଅଛନ୍ତି I
\v 6 କିନ୍ତୁ ବର୍ତ୍ତମାନ, ସେମାନେ ଯଦି ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି, ଏବେ ସେମାନଙ୍କୁ ପାପରୁ ମନପରିବର୍ତ୍ତନ କରିବାରେ ଓ ପୁନର୍ବାର ଖ୍ରୀଷ୍ଟଙ୍କଠାରେ ଭରସା କରିବା ନିମନ୍ତେ କେହି ମଧ୍ୟ ପ୍ରବର୍ତ୍ତାଇ ପାରିବେ ନାହିଁ! ଯେଣୁ ସେମାନେ ଆପଣା ଆପଣାର ବିନାଶ ନିମନ୍ତେ ଈଶ୍ୱରଙ୍କ ପୁତ୍ରଙ୍କୁ କ୍ରୁଶାର୍ପଣ କରି ପ୍ରକାଶ୍ୟରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି I
\s5
\v 7 ଏହି ବିଷୟ ବିବେଚନା କର: ଯେଉଁ ଭୂମିରେ ବର୍ଷାଜଳ ବାରମ୍ବାର ପଡେ ସେହି ଭୂମିକୁ ଈଶ୍ୱର ଆଶୀର୍ବାଦ କରନ୍ତି ଓ ତାହା ଚାଷୀମାନଙ୍କ ନିମନ୍ତେ ତାହା ବୃକ୍ଷ ବୃଦ୍ଧି କରାଏ ସେହି ଭୂମିକୁ ଈଶ୍ୱର ଆଶୀର୍ବାଦ କରିଅଛନ୍ତି I
\v 8 କିନ୍ତୁ ଯେଉଁ ବିଶ୍ୱାସୀମାନେ ଈଶ୍ୱରଙ୍କ ଅବଜ୍ଞାକାରୀ ହୁଅନ୍ତି ସେହି ଭୂମି ସଦୃଶ ସେମାନଙ୍କର ଦଶା ହେବ, ଯେଉଁ ଭୂମି କଣ୍ଟା ଓ ଅଗରା ଗଛ ଉତ୍ପନ୍ନ କରେ I ସେହିପରି ଭୂମି ମୂଲ୍ୟହୀନ ଅଟେ I ତାହା ଚାଷୀ ଦ୍ୱାରା ଶାପଗ୍ରସ୍ତ ହୁଏ, ପୁଣି ତାହାର ଶସ୍ୟ ଗୁଡ଼ିକ ଅଗ୍ନିଦାହ ହେବ I
\s5
\v 9 କିନ୍ତୁ ହେ ପ୍ରିୟମାନେ, ତୁମ୍ଭେମାନେ ଜାଣିପାରୁଥିବ ଯେ ଖ୍ରୀଷ୍ଟଙ୍କୁ ପ୍ରତ୍ୟାଖ୍ୟାନ ନ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ସତର୍କ କରୁଅଛି I ମୁଁ ଏହା ସୁନିଶ୍ଚିତ ଯେ ତୁମ୍ଭମାନଙ୍କ ଅବସ୍ଥା ତାହାଠାରୁ ଉତ୍ତମ ଓ ପରିତ୍ରାଣ ସଂଯୁକ୍ତ I ଏହା ଆମ୍ଭେମାନେ ଦୃଢ଼ରୂପେ ବିଶ୍ୱାସ କରୁଅଛୁ I
\v 10 ଈଶ୍ୱର ନ୍ୟାୟବାନ୍ ହୋଇଥିବାରୁ ତାଙ୍କ ପ୍ରତି ତୁମ୍ଭର କର୍ମକୁ ସେ ଭୁଲି ଯିବେ ନାହିଁ I ସାଧୁମାନଙ୍କ ପ୍ରତି ତୁମର ପ୍ରେମ ଓ ସାହାଯ୍ୟ, ଯାହା ଏବେ ମଧ୍ୟ କରୁଅଛ, ତାହା ଅଣଦେଖା କରିବେ ନାହିଁ I
\s5
\v 11 ମାତ୍ର ଆମ୍ଭମାନଙ୍କର ଏକାନ୍ତ ଇଚ୍ଛା ଯେ, ତୁମ୍ଭେମାନେ ପ୍ରତ୍ୟେକେ ଶେଷ ପର୍ଯ୍ୟନ୍ତ ସୁଦ୍ଧା ଦୃଢ଼ ଭରସା ସହ ସେହି ପ୍ରକାର ଯତ୍ନବାନ ହୁଅ, ଯେପରି ତୁମ୍ଭମାନଙ୍କ ଜୀବନର ଶେଷ କାଳରେ ଈଶ୍ୱର ତୁମ୍ଭମାନଙ୍କୁ ଯାହା ଦେବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି ସେହି ସମସ୍ତ ପାଇବା ନିମନ୍ତେ ବିଶ୍ୱାସ ରଖିପାର I
\v 12 ଯେପରି ତୁମ୍ଭେମାନେ ଶିଥିଳ ନ ହୁଅ ଏହା ମୋହର ଇଛା, ଯେଉଁମାନେ ବିଶ୍ୱାସ ଓ ଧୈର୍ଯ୍ୟ ଦ୍ୱାରା ପ୍ରତିଜ୍ଞାସମୂହର ଅଧିକାରୀ, ବରଂ ସେମାନଙ୍କର ଅନୁକାରୀ ହୁଅ I
\s5
\v 13 କାରଣ ଈଶ୍ୱର ଯେତେବେଳେ ଅବ୍ରହାମଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ, ସେତେବେଳେ ସେ ଆଉ କୌଣସି ମହାନ ନାମ ନ ପାଇବାରୁ ଆପଣା ନାମରେ ଶପଥ କଲେ I
\v 14 ପରେ ସେ ଅବ୍ରହାମଙ୍କୁ କହିଲେ, "ଆମ୍ଭେ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବା ଓ ତୁମ୍ଭ ବଂଶର ଅତିଶୟ ବୃଦ୍ଧି କରିବା I"
\v 15 ଆଉ ଏହି ପ୍ରକାରେ ଦୀର୍ଘସହିଷ୍ଣୁ ହୋଇ ଅବ୍ରହାମ ଈଶ୍ୱରଙ୍କ ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇଥିଲେ I
\s5
\v 16 ମନୁଷ୍ୟମାନେ ତ ସେମାନଙ୍କଠାରୁ ମହାନ ନାମରେ ଶପଥ କରିଥାଆନ୍ତି, ଆଉ କଥା ସ୍ଥିର କରିବା ନିମନ୍ତେ ସେମାନଙ୍କର ସମସ୍ତ ବିବାଦର ନିଷ୍ପତ୍ତି ଶପଥ ଦ୍ୱାରା ହୁଏ I
\v 17 ଏଣୁ ଈଶ୍ୱର ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ଆପଣା ସଂକଳ୍ପର ଅଟଳତା ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ଇଚ୍ଛା କରି ପ୍ରତିଜ୍ଞା ସହ ଶପଥ ମଧ୍ୟ କରିଥିଲେ I
\v 18 ଆମକୁ ଦୃଢ଼ଭାବରେ ଉତ୍ସାହିତ କରିବା ପାଇଁ ସେ ଏହା କରିଥିଲେ I କାରଣ ଯେପରି ସେ ଦୁଇଟି କାର୍ଯ୍ୟ କରିଛନ୍ତି, ଯାହା ଅପରିବର୍ତ୍ତନୀୟ: ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ ଓ ଯଦି ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ ନାହିଁ ତେବେ ସେ ଆପଣାକୁ ଦୋଷୀ ମନେ କରିବେ I ବର୍ତ୍ତମାନ ଏହି ବିଷୟରେ ଈଶ୍ୱରଙ୍କ ମିଥ୍ୟା କହିବା ଅସମ୍ଭବ, ତଦ୍ୱାରା ସମ୍ମୁଖସ୍ଥ ଭରସାକୁ ଧରିବା ନିମନ୍ତେ ଆଶ୍ରୟସ୍ଥଳକୁ ପଳାୟନ କରିଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ତାହାଙ୍କ ଦ୍ୱାରା ଦୃଢ଼ ଉତ୍ସାହ ପ୍ରାପ୍ତ ହେଉ I
\s5
\v 19 ହଁ, ଆମ୍ଭମାନଙ୍କ ନିମନ୍ତେ ଈଶ୍ୱର ଯାହା କରିବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି ତାହା ପାଇବା ନିମନ୍ତେ ଆମ୍ଭେମାନେ ବିଶ୍ୱାସପୂର୍ବକ ଆଶା କରୁ I ଆମ୍ଭେମାନେ ଏକ ଜାହାଜ ସଦୃଶ, ଯାହାର ଲଙ୍ଗର ଆମ୍ଭମାନଙ୍କୁ ଏକ ସ୍ଥାନରେ ଦୃଢ଼ଭାବରେ ଧରିଅଛନ୍ତି I
\v 20 ଆଉ, ଯୀଶୁ ସେହି ସ୍ଥାନରେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ମହାଯାଜକ ହୋଇ ଆମ୍ଭମାନଙ୍କର ଅଗ୍ରଗାମୀ ରୂପେ ପ୍ରବେଶ କରିଅଛନ୍ତି I
\s5
\c 7
\p
\v 1 ବର୍ତ୍ତମାନ ଏହି ମଲ୍‍କୀଷେଦକଙ୍କ ବିଷୟରେ କହିବି I ସେ ଶାଲେମର ରାଜା ଓ ସମଗ୍ର ବିଶ୍ୱର ଶାସନକର୍ତ୍ତା ପରାତ୍ପର ଈଶ୍ୱରଙ୍କ ଯାଜକ ଥିଲେ। ଚାରି ଜଣ ରାଜା ଓ ସେମାନଙ୍କ ସୈନ୍ୟମାନଙ୍କୁ ସଂହାର କରି ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ, ମଲ୍‍କୀଷେଦକ ଅବ୍ରହାମ ଓ ତାହାଙ୍କ ଲୋକମାନଙ୍କୁ ଭେଟିଲେ I ମଲ୍‍କୀଷେଦକ ଅବ୍ରହାମ ଆଶୀର୍ବାଦ କରିଥିଲେ I
\v 2 ଯୁଦ୍ଧରେ ବିଜୟୀ ହୋଇ ଆସିବା ପରେ ଅବ୍ରହାମ ମଧ୍ୟ ତାହାଙ୍କୁ ସମସ୍ତ ପଦାର୍ଥରୁ ଦଶମାଂଶ ଦେଇଥିଲେ । ଅନୁବାଦ କଲେ ମଲ୍‍କୀଷେଦକଙ୍କ ନାମର ଅର୍ଥ "ଧାର୍ମିକତାର ରାଜା," ଏବଂ ଶାଲେମର ଅର୍ଥ "ଶାନ୍ତି", ମଧ୍ୟ ତାହାଙ୍କ ନାମର ଅର୍ଥ " "ଶାନ୍ତିର ରାଜା" I
\v 3 ମଲ୍‍କୀଷେଦକଙ୍କର ପିତା କି ମାତା କି ବଂଶାବଳୀର କିଅବା ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣା ନାହିଁ; ସେ ଈଶ୍ୱରଙ୍କ ପୁତ୍ରଙ୍କ ସଦୃଶ କରାଯାଇ ଅନନ୍ତକାଳୀନ ଯାଜକ ହୋଇ ରହିଅଛନ୍ତି I
\s5
\v 4 ଭାବି ଦେଖ, ଏହି ବ୍ୟକ୍ତି କିପରି ମହାନ I ପିତୃକୁଳପତି ଅବ୍ରହାମ ତାହାଙ୍କୁ ଯୁଦ୍ଧରୁ ଆଣିଥିବା ସର୍ବୋତ୍କୃଷ୍ଟ ଦ୍ରବ୍ୟର ଦଶମାଂଶ ସୁଦ୍ଧା ଦେଇଥିଲେ I
\v 5 ଅବ୍ରହାମଙ୍କ ଔରସଜାତ ଲେବୀଙ୍କ ସନ୍ତାନମାନଙ୍କ ମଧ୍ୟରୁ ଯେଉଁମାନେ ଯାଜକପଦ ପ୍ରାପ୍ତ ହୁଅନ୍ତି, ସେମାନେ ଈଶ୍ୱର ଦତ୍ତ ମୋଶାଙ୍କ ବ୍ୟବସ୍ଥାନୁସାରେ ଲୋକମାନଙ୍କଠାରୁ, ଅର୍ଥାତ୍‍, ସେମାନଙ୍କ ଭାଇମାନଙ୍କଠାରୁ ଦଶମାଂଶ ଗ୍ରହଣ କରିବାକୁ ଆଜ୍ଞା ପ୍ରାପ୍ତ ହୋଇଥାଆନ୍ତି ସେମାନେ ଅବ୍ରହାମଙ୍କ ଔରସଜାତ ହେଲେ ହେଁ ସେମାନଙ୍କଠାରୁ ଏହା ଗ୍ରହଣ କରନ୍ତି I
\v 6 କିନ୍ତୁ ମଲ୍‍କୀଷେଦକ, ଲେବୀୟ ବଂଶାବଳୀର ଅନ୍ତର୍ଗତ ନୁହନ୍ତି, ସେ ଅବ୍ରହାମଙ୍କଠାରୁ ଦଶମାଂଶ ଗ୍ରହଣ କରି ପ୍ରତିଜ୍ଞାର ଅଧିକାରୀଙ୍କୁ ଆଶୀର୍ବାଦ କରିଥିଲେ I
\s5
\v 7 ବର୍ତ୍ତମାନ ପ୍ରତ୍ୟେକେ ଜାଣନ୍ତି ଯେ, ଅଧିକ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଅଳ୍ପ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ଆଶୀର୍ବାଦ ଦିଅନ୍ତି, ଯେପରି ମଲ୍‍କୀଷେଦକ ଅବ୍ରହାମଙ୍କୁ ଆଶୀର୍ବାଦ କଲେ I ତେଣୁ ଆମ୍ଭେମାନେ ଜାଣୁ ଯେ ମଲ୍‍କୀଷେଦକ ଅବ୍ରହାମଙ୍କଠାରୁ ମହାନ ଥିଲେ I
\v 8 ଲେବୀଙ୍କ ବଂଶଜାତ ଯାଜକମାନଙ୍କ ମଧ୍ୟରେ ସମସ୍ତେ ଦିନେ ମୃତ୍ୟୁବରଣ କରିବ, ତଥାପି ସେମାନେ ଦଶମାଂଶ ଗ୍ରହଣ କରିଥାଆନ୍ତି I ତଥାପି, ମଲ୍‍କୀଷେଦକଙ୍କ, ଯିଏ ଅବ୍ରହାମଙ୍କଠାରୁ ସମସ୍ତ ବିଷୟରେ ଦଶମାଂଶ ଗ୍ରହଣ କରିଥିଲେ ----ତାଙ୍କ ବିଷୟରେ ଈଶ୍ୱର ସାକ୍ଷ୍ୟ ଦିଅନ୍ତି ଯେ, ସେ ଅମର, ଯେହେତୁ ଶାସ୍ତ୍ର ତାହାଙ୍କ ମୃତ୍ୟୁ ବିଷୟରେ କିଛି କୁହେ ନାହିଁ I
\v 9 ପୁଣି, କହିବାକୁ ଗଲେ ଯେଉଁ ଲେବୀ, ଓ ତାହାଙ୍କ ବଂଶଜାତ ସମସ୍ତ ଯାଜକ---ଲୋକମାନଙ୍କଠାରୁ ଦଶମାଂଶ ଗ୍ରହଣ କରନ୍ତି---ମଲ୍‍କୀଷେଦକଙ୍କୁ ଦଶମାଂଶ ଦିଅନ୍ତି କାରଣ ତାହାଙ୍କ ପିତୃକୁଳପତି ଅବ୍ରହାମ ମଧ୍ୟ ତାହାଙ୍କୁ ଦଶମାଂଶ ଦେଇଅଛନ୍ତି I ଯେତେବେଳେ ଅବ୍ରହାମ ମଲ୍‍କୀଷେଦକଙ୍କୁ ଦଶମାଂଶ ଦେଲେ ସେତେବେଳେ ଲେବୀ ଓ ତାହାଙ୍କ ବଂଶଜାତ ସମସ୍ତ ଯାଜକ ଦ୍ୱାରା ଏହା ସ୍ୱୀକାର୍ଯ୍ୟ ଯେ ମଲ୍‍କୀଷେଦକ ଅବ୍ରହାମଙ୍କଠାରୁ ମହାନ୍ ଅଟନ୍ତି I
\v 10 କାରଣ ଅବ୍ରହାମଙ୍କ ସହିତ ମଲ୍‍କୀଷେଦକ ସାକ୍ଷାତ କରିବା ସମୟରେ ଲେବୀ ଓ ତାହାଙ୍କ ବଂଶଜାତ ସମସ୍ତ ଯାଜକ ଜନ୍ମ ହୋଇ ନ ଥିଲେ I
\s5
\v 11 ଈଶ୍ୱର ଆପଣା ଲୋକମାନଙ୍କୁ ବ୍ୟବସ୍ଥା ଦେଲେ ସେହି ସମୟରେ ସେ ଯାଜକମାନଙ୍କ ବିଷୟରେ ନିୟମ ଦେଲେ I ଯେଉଁ ଲେବୀୟ ଯାଜକତ୍ଵ ଅଧୀନରେ ଲୋକମାନେ ମୋଶାଙ୍କ ବ୍ୟବସ୍ଥା ପ୍ରାପ୍ତ ହେଲେ, ସେହି ଯାଜକତ୍ଵ ଦ୍ୱାରା ଯଦି ସିଦ୍ଧି ଲାଭ ହୁଅନ୍ତା, ତାହାହେଲେ ହାରୋଣଙ୍କ ଶ୍ରେଣୀ ଅନୁସାରେ ଗଣିତ ନ ହୋଇ ମଲ୍‍କୀଷେଦକଙ୍କ ସଦୃଶ ଅନ୍ୟ ଜଣେ ଯାଜକ ଉତ୍ପନ୍ନ ହେବାର ଆଉ ଆବଶ୍ୟକ ନ ଥିଲା I
\v 12 କିନ୍ତୁ ଆମ୍ଭେମାନେ ଜାଣୁ ସେହି ଯାଜକମାନେ ସିଦ୍ଧ ନୁହନ୍ତି, କାରଣ ମଲ୍‍କୀଷେଦକଙ୍କ ସଦୃଶ ଅନ୍ୟ ଜଣେ ଯାଜକ ଉତ୍ପନ୍ନ ହୋଇଅଛନ୍ତି I ଯେହେତୁ ଈଶ୍ୱର ଏକ ନୂତନ ଯାଜକ ନିଯୁକ୍ତ କରିଅଛନ୍ତି, ତେବେ ସେ ବ୍ୟବସ୍ଥାର ମଧ୍ୟ ଅବଶ୍ୟ ପରିବର୍ତ୍ତନ କଲେ I
\s5
\v 13 ଯେଣୁ ଯାହାଙ୍କ ସମ୍ବନ୍ଧରେ ଏହି ସମସ୍ତ ମୁଁ କହୁଅଛି, ସେ ଯୀଶୁ, ସେ ଲେବୀ ବଂଶଜାତ ନୁହନ୍ତି I ବରଂ ସେ ଯିହୁଦା ଗୋଷ୍ଠୀରୁ ଉତ୍ପନ୍ନ ହୋଇଅଛନ୍ତି, ଯେଉଁ ଗୋଷ୍ଠୀର କେହି କେବେ ଯାଜକତ୍ତ୍ୱ କର୍ମ କରି ନାହାନ୍ତି I
\v 14 ଶାସ୍ତ୍ର ଏହା ସ୍ପଷ୍ଟରୂପେ ଦର୍ଶାଏ ଯେ, ଯିହୁଦା ଗୋଷ୍ଠୀରୁ ଯାଜକତ୍ଵ ପଦ ସମ୍ବନ୍ଧରେ ମୋଶା କିଛି କହିନାହାନ୍ତି I
\s5
\v 15 ଆହୁରି ମଧ୍ୟ, ଆମ୍ଭେମାନେ ଜାଣୁ ଯେ ଲେବୀ ବଂଶଜାତ ସମସ୍ତ ଯାଜକ ସିଦ୍ଧ ନୁହନ୍ତି, ତେଣୁ ଏହା ମଧ୍ୟ ଆହୁରି ଅଧିକ ସୁସ୍ପଷ୍ଟ ହୁଏ, ମଲ୍‍କୀଷେଦକଙ୍କ ସାଦୃଶ୍ୟରେ ଆଉ ଜଣେ ଯାଜକ ଉତ୍ପନ୍ନ ହୋଇଅଛନ୍ତି I
\v 16 ଏହି ଯାଜକ ଯୀଶୁ ଅଟନ୍ତି; ସେ ଶାରୀରିକ ମୋଶାଙ୍କ ବ୍ୟବସ୍ଥାନୁସାରେ ନିଯୁକ୍ତ ନ ହୋଇ ଅକ୍ଷୟ ଜୀବନର ଶକ୍ତି ଯାହା ନଷ୍ଟ ହୁଏ ନାହିଁ ତାହା ଅନୁସାରେ ଯାଜକ ହୋଇ ନିଯୁକ୍ତ ହୋଇଅଛନ୍ତି I
\v 17 ଏହା ଆମ୍ଭେମାନେ ଜାଣୁ, ଯେହେତୁ ଈଶ୍ୱର ତାହା ଦୃଢ଼ କରନ୍ତି ଯାହା ଶାସ୍ତ୍ରରେ ଆପଣା ପୁତ୍ରଙ୍କୁ କହନ୍ତି, "ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ I"
\s5
\v 18 ଯାଜକମାନେ ପାପୀମାନଙ୍କୁ ପବିତ୍ର କରିବା ନିମନ୍ତେ ଅସମର୍ଥ ହେବାରୁ ଈଶ୍ୱର ଯାହା ଯାଜକମାନଙ୍କ ନିମନ୍ତେ ଆଜ୍ଞା କରିଥିଲେ ତାହା ଲୋପ କଲେ I
\v 19 ଈଶ୍ୱର ଯାହା ମୋଶାଙ୍କୁ ବ୍ୟବସ୍ଥା ଦେଇଥିଲେ ତାହା ପାଳନ କରି କେହି ମଧ୍ୟ ସିଦ୍ଧ ହୋଇପାରିଲେ ନାହିଁ I ଅନ୍ୟ ପକ୍ଷରେ ଶ୍ରେଷ୍ଠତର ଭରସା ପ୍ରବେଶ କରିଅଛି, ତଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ I
\s5
\v 20 ଆହୁରି ମଧ୍ୟ, ଯେତେବେଳେ ଈଶ୍ୱର ଖ୍ରୀଷ୍ଟଙ୍କୁ ଯାଜକରୂପେ ନିଯୁକ୍ତ କଲେ, ସେ ଏହା ଘୋଷଣା କଲେ I ଯେତେବେଳେ ଈଶ୍ୱର ପୂର୍ବତନ ଯାଜକମାନଙ୍କୁ ନିଯୁକ୍ତ କଲେ, ସେ ଆଉ ଘୋଷଣା କଲେ ନାହିଁ I
\v 21 କିନ୍ତୁ ଯେତେବେଳେ ଖ୍ରୀଷ୍ଟ ଯାଜକ ହେବା ନିମନ୍ତେ ନିଯୁକ୍ତ ହେଲେ, ତାହା ଏହି ବାକ୍ୟ ଦ୍ୱାରା ହେଲା ଯାହା ଗୀତକାର ଶାସ୍ତ୍ରରେ ଲେଖନ୍ତି: "ପ୍ରଭୁ ଶପଥ କରିଅଛନ୍ତି, ଆଉ ସେ ଅନୁତାପ କରିବେ ନାହିଁ, 'ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ !'"
\s5
\v 22 ସେହି କାରଣରୁ, ଯୀଶୁ ଆପେ ଦୃଢ଼ଭାବେ କହନ୍ତି ଯେ ନୂତନ ନିୟମ ପୁରାତନ ନିୟମଠାରୁ ଶ୍ରେଷ୍ଠ ଅଟେ I
\v 23 ସେହି ଯାଜକମାନେ ତ ବହୁସଂଖ୍ୟାରେ ନିଯୁକ୍ତ ହୋଇଅଛନ୍ତି, କାରଣ ମୃତ୍ୟୁ ସେମାନଙ୍କୁ ଚିରସ୍ଥାୟୀ ହେବାକୁ ଦେଇ ନାହିଁ I
\v 24 କିନ୍ତୁ ଯୀଶୁ ନିତ୍ୟସ୍ଥାୟୀ ହେବାରୁ ଅପରିବର୍ତ୍ତନୀୟ ଯାଜକତ୍ଵ ପ୍ରାପ୍ତ ହୋଇଅଛନ୍ତି I
\s5
\v 25 ଅତଏବ, ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ I
\v 26 କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ I
\s5
\v 27 ସେହି ମହାଯାଜକମାନଙ୍କ ସଦୃଶ ପ୍ରତିଦିନ ପ୍ରଥମରେ ଆପଣାର ପାପ ପାଇଁ ଓ ପରେ ଲୋକମାନଙ୍କ ପାପ ପାଇଁ ବଳି ଉତ୍ସର୍ଗ କରିବା ତାହାଙ୍କର ଆବଶ୍ୟକ ନୁହେଁ, କାରଣ ଆପଣାକୁ ଉତ୍ସର୍ଗ କରିବା ଦ୍ୱାରା ସେ ଏକାଥରକେ ଏହା କରିଅଛନ୍ତି I
\v 28 ଆମ୍ଭମାନଙ୍କୁ ଯୀଶୁଙ୍କ ସଦୃଶ ଏକ ମହାଯାଜକ ଆବଶ୍ୟକ I ଯେଣୁ ମୋଶାଙ୍କ ବ୍ୟବସ୍ଥା ଦୁର୍ବଳତାବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ, କିନ୍ତୁ ଯେଉଁ ଶପଥବାକ୍ୟ ମୋଶାଙ୍କ ବ୍ୟବସ୍ଥା ପରେ ହୋଇଥିଲା, ତାହା ଅନନ୍ତକାଳ ପର୍ଯ୍ୟନ୍ତ ସିଦ୍ଧିପ୍ରାପ୍ତ ଈଶ୍ୱରଙ୍କ ପୁତ୍ର ଯୀଶୁଙ୍କୁ ନିଯୁକ୍ତ କରେ I
\s5
\c 8
\p
\v 1 ଆମ୍ଭେମାନେ ଯାହା କହୁଅଛୁ, ସେଥିର ପ୍ରଧାନ ବିଷୟ ଏହି, ଆମ୍ଭମାନଙ୍କର ଏପରି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି I
\v 2 ସେ ମହାପବିତ୍ର ସ୍ଥାନର ପୁଣି, ଯେଉଁ ଯଥାର୍ଥ ତମ୍ବୁ ମୋଶାଙ୍କ ଦ୍ୱାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ୱାରା ସ୍ଥାପିତ ହୋଇଅଛି, ସେଥିର ସେବକ ଅଟନ୍ତି I
\s5
\v 3 କାରଣ ପ୍ରତ୍ୟେକ ମହାଯାଜକ ଦାନ ଓ ବଳି ଉଭୟ ଉତ୍ସର୍ଗ କରିବାକୁ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି, ଅତଏବ ଯୀଶୁ ଏହି ମହାଯାଜକ ହେବାରୁ ତାହାଙ୍କର ମଧ୍ୟ ଉତ୍ସର୍ଗ କରିବା ନିମନ୍ତେ କିଛି ଥିବା ଆବଶ୍ୟକ I
\v 4 ଯୀଶୁ ଖ୍ରୀଷ୍ଟ ଯେବେ ପୃଥିବୀରେ ଥାଆନ୍ତେ, ତାହାହେଲେ ଯାଜକ ସୁଦ୍ଧା ହୋଇ ପାରି ନ ଥାଆନ୍ତେ, କାରଣ ଯେଉଁମାନେ ଈଶ୍ୱରଙ୍କ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କରନ୍ତି, ଏପରି ଯାଜକମାନେ ଅଛନ୍ତି I
\v 5 ଯିରୁଶାଲମରେ ଯାଜକମାନେ ଯାହାର ସେବା କରନ୍ତି, ତାହା ସ୍ୱର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର, ତମ୍ବୁ ନିର୍ମାଣ କରିବାକୁ ଉଦ୍ୟତ ହେବା ସମୟରେ ମୋଶା ଯେପରି ଆଦେଶ ପ୍ରାପ୍ତ ହୋଇଥିଲେ; କାରଣ ଈଶ୍ୱର କହିଥିଲେ, ସାବଧାନ, ପର୍ବତରେ ତୁମ୍ଭକୁ ଯେଉଁ ଆଦର୍ଶ ଦେଖାଇ ଦିଆଯାଇଥିଲା, ତଦନୁସାରେ ସମସ୍ତ ନିର୍ମାଣ କର I
\s5
\v 6 କିନ୍ତୁ ଏବେ ଯେଉଁ ପରିମାଣରେ ଖ୍ରୀଷ୍ଟ ଉତ୍କୃଷ୍ଟତର ପ୍ରତିଜ୍ଞାଗୁଡ଼ିକ ଉପରେ ସ୍ଥାପିତ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ସେହି ପରିମାଣରେ ମଧ୍ୟ ଉତ୍କୃଷ୍ଟତର ସେବକପଦ ପ୍ରାପ୍ତ ହୋଇଅଛନ୍ତି I
\v 7 ପ୍ରଥମ ନିୟମ ଦୋଷଜନକ ହେବାରୁ ନୂତନ ନିୟମ ସ୍ଥାପନ କରିବା ଈଶ୍ୱରଙ୍କର ଆବଶ୍ୟକ ହେଲା I
\s5
\v 8 କାରଣ ଈଶ୍ୱର ଘୋଷଣା କଲେ ଯେ ଇସ୍ରାଏଲୀୟମାନେ ପ୍ରଥମ ନିୟମ ପାଳନ କରି ନ ପାରି ଦୋଷୀ ହେବାରୁ, ସେ ନୂତନ ନିୟମ ସ୍ଥାପନ କଲେ I ଏହି କାରଣରୁ ଜଣେ ଭାବବାଦୀ ତାହା ବିଷୟରେ ଲେଖନ୍ତି: " ପ୍ରଭୁ କହନ୍ତି, "ଦେଖ, ସମୟ ଆସୁଅଛି, ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୂଦା ବଂଶ ସହିତ ଗୋଟିଏ ନୂତନ ନିୟମ ସ୍ଥାପନ କରିବା I
\v 9 ଯେଉଁ କାଳରେ ଆମ୍ଭେ ସେମାନଙ୍କର ପିତୃ-ପୁରୁଷମାନଙ୍କୁ ହସ୍ତ ଧରି ମିସର ଦେଶରୁ ବାହାର କରି ଆଣିଥିଲୁ, ସେହି ସମୟରେ ସେମାନଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ, ଏହା ତଦନୁଯାୟୀ ନୁହେଁ; ଯେଣୁ ସେମାନେ ଆମ୍ଭ ନିୟମରେ ସ୍ଥିର ରହିଲେ ନାହିଁ, ଆଉ ଆମ୍ଭେ ସେମାନଙ୍କ ପ୍ରତି ମନୋଯୋଗ କଲୁ ନାହିଁ, ଏହା ପ୍ରଭୁ କହନ୍ତି I"
\s5
\v 10 କାରଣ ପ୍ରଭୁଙ୍କ କଥା ଏହି, ସେହି ସମୟରେ ପ୍ରଥମ ନିୟମ ଲୋପ ହେଲା ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି: ଆମ୍ଭର ବ୍ୟବସ୍ଥା ବୁଝିବା ନିମନ୍ତେ ଆମ୍ଭେ ସେମାନଙ୍କୁ ଯୋଗ୍ୟ କରିବା, ଓ ହୃଦୟର ସହିତ ବିଶ୍ୱସ୍ତ ଭାବରେ ତାହା ପାଳନ କରିବା ନିମନ୍ତେ ଆମ୍ଭେ ସେମାନଙ୍କୁ ଯୋଗ୍ୟ କରିବା I ଆମ୍ଭେ ସେମାନଙ୍କ ପରମେଶ୍ୱର ହେବା, ଓ ସେମାନେ ଆମ୍ଭର ଲୋକ ହେବେ I
\s5
\v 11 ପୁଣି, ପ୍ରଭୁଙ୍କୁ ଜାଣ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ସହନଗରବାସୀଙ୍କୁ, ଆଉ ପ୍ରତ୍ୟେକେ ଆପଣା ଆପଣା ଭାଇଙ୍କୁ ଶିକ୍ଷା ଦେବେ ନାହିଁ, ଯେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସେମାନେ ସମସ୍ତେ ଆମ୍ଭକୁ ଜାଣିବେ I
\v 12 କାରଣ ଆମ୍ଭେ ସେମାନଙ୍କର ଅଧର୍ମ ପ୍ରତି ସଦୟ ହେବା, ପୁଣି, ପାପସବୁ ଆଉ ସ୍ମରଣରେ ଆଣିବା ନାହିଁ I"
\s5
\v 13 ଯେହେତୁ ଈଶ୍ୱର କହିଲେ ଯେ ସେ ନୂତନ ନିୟମ ସ୍ଥାପନ କରିଅଛନ୍ତି, ଆମ୍ଭେମାନେ ଜାଣୁ ଯେ ସେ ନୂତନ ନିୟମ ବୋଲି କହିବା ଦ୍ୱାରା ପ୍ରଥମକୁ ପୁରାତନ କରିଅଛନ୍ତି; ଆଉ ଯାହା ପୁରାତନ ଓ ଜୀର୍ଣ୍ଣ ହୋଇଯାଉଅଛି, ତାହାର ଲୋପ ହେବାର ସମୟ ସନ୍ନିକଟ I
\s5
\c 9
\p
\v 1 ସେହି ପ୍ରଥମ ନିୟମରେ ଈଶ୍ୱର ଇସ୍ରାଏଲୀୟ ଲୋକମାନଙ୍କୁ ଉପାସନା ସମ୍ବନ୍ଧୀୟ ନାନା ବିଧିବିଧାନରେ ନିୟନ୍ତ୍ରିତ କରୁଥିଲେ ପୁଣି ତାହାଙ୍କ ନିମନ୍ତେ ଗୋଟିଏ ପାର୍ଥିବ ପବିତ୍ର ସ୍ଥାନ ନିର୍ମାଣ କରିବାକୁ ସେ ସେମାନଙ୍କୁ କହିଲେ I
\v 2 କାରଣ ଗୋଟିଏ ତମ୍ବୁ ଇସ୍ରାଏଲୀୟ ଲୋକମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା I ସେଥିର ପ୍ରଥମ ଭାଗରେ ଦୀପବୃକ୍ଷ, ମେଜ ଓ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗୀକୃତ ରୁଟି ଥିଲା I ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି I
\s5
\v 3 ପୁଣି, ଦ୍ୱିତୀୟ ଯବନିକାର ପଶ୍ଚାତରେ ତମ୍ବୁର ଯେଉଁ ଭାଗ ଥିଲା, ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି I
\v 4 ସେଠାରେ ସୁବର୍ଣ୍ଣର ଧୂପବେଦି ଓ ଚତୁଃପାର୍ଶ୍ୱ ସୁବର୍ଣ୍ଣ ମଣ୍ଡିତ ନିୟମସିନ୍ଦୁକ ଥିଲା। ସେହି ନିୟମସିନ୍ଦୁକରେ ମାନ୍ନା ରଖାଯାଇଥିବା ଗୋଟିଏ ସୁବର୍ଣ୍ଣର ପାତ୍ର ଥିଲା I ହାରୋଣଙ୍କ ମଞ୍ଜରିତ ଯଷ୍ଟି ଯାହା ପ୍ରମାଣିତ କରୁଥିଲା ଯେ ସେ ଈଶ୍ୱରଙ୍କ ପ୍ରକୃତ ଯାଜକ ଥିଲେ I ଦୁଇ ପ୍ରସ୍ତରଫଳକ ଥିଲା ଯେଉଁଠାରେ ଈଶ୍ୱର ଦଶ ଆଜ୍ଞା ଲେଖିଥିଲେ I
\v 5 ଆଉ ତାହା ଉପରେ ପାପାଚ୍ଛାଦନକୁ ଛାୟା କରୁଥିବା ଈଶ୍ୱରଙ୍କ ଗୌରବସୂଚକ ଦୁଇଟି କିରୂବ ଥିଲେ; ସେହି ସବୁ ବିଷୟରେ ଏବେ ମୁଁ ସବିଶେଷ କହି ନ ପାରେ I
\s5
\v 6 ଏହି ସବୁ ଏହି ପ୍ରକାରେ ପ୍ରସ୍ତୁତ ହୋଇଥିବାରୁ ଯାଜକମାନେ ଉପାସନା କରିବା ନିମନ୍ତେ ତମ୍ବୁର ପ୍ରଥମ ଭାଗରେ ସର୍ବଦା ପ୍ରବେଶ କରନ୍ତି I
\v 7 କିନ୍ତୁ ଦ୍ୱିତୀୟ ଭାଗରେ କେବଳ ମହାଯାଜକ ବର୍ଷକୁ ଥରେ ପ୍ରବେଶ କରନ୍ତି I ଆଉ ସେ ଆପଣାର ଓ ଲୋକମାନଙ୍କର ଅଜ୍ଞାନକୃତ ପାପ ନିମନ୍ତେ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କରିବାର ପଶୁର ରକ୍ତ ନେଇ ପ୍ରବେଶ କରନ୍ତି I
\s5
\v 8 ଏଥିରେ ପବିତ୍ର ଆତ୍ମା ଏହା ପ୍ରକାଶ କରନ୍ତି ଯେ, ପ୍ରଥମ ତମ୍ବୁ ରହିଥିବା ପର୍ଯ୍ୟନ୍ତ ପବିତ୍ର ସ୍ଥାନରେ ସାଧାରଣ ଲୋକଙ୍କ ପ୍ରବେଶ କରିବାର ପଥ ପ୍ରକାଶିତ ହୋଇ ନାହିଁ I ସେହି ପ୍ରକାରେ, ପୁରାତନ ନିୟମ ଅନୁସାରେ ଯିହୁଦୀମାନେ ବଳିଦାନ ଉତ୍ସର୍ଗ କରୁଥିବା ପର୍ଯ୍ୟନ୍ତ ଈଶ୍ୱରଙ୍କ ଉପସ୍ଥିତିରେ ପ୍ରବେଶ କରିବାର ପଥ ସେ ପ୍ରକାଶ କରିନାହାନ୍ତି I
\v 9 ଏହି ପ୍ରଥମ ତମ୍ବୁ ବର୍ତ୍ତମାନ ସମୟ ନିମନ୍ତେ ନିଦର୍ଶନ ସ୍ୱରୂପ, ଆଉ ତଦନୁସାରେ ଦାନ ଓ ବଳି ଉଭୟ ଉତ୍ସର୍ଗ କରାଯାଏ, କିନ୍ତୁ ଏହି ସବୁ ଉପାସକକୁ ବିବେକଗତ ସିଦ୍ଧି ଦାନ କରି ପାରେ ନାହିଁ ଯାହା ଦ୍ୱାରା ସେ ଈଶ୍ୱରଙ୍କୁ ପ୍ରସନ୍ନ କରିପାରେ ନାହିଁ I
\v 10 ଏହି ସମସ୍ତ ଖାଦ୍ୟ, ପେୟ ଓ ବିବିଧପ୍ରକାର ଶୁଚିକ୍ରିୟା ସଂଶୋଧନର ସମୟ ପର୍ଯ୍ୟନ୍ତ ପାଳନୀୟ ଶାରୀରିକ ବିଧିବିଧାନମାତ୍ର ଯାହା ସ୍ଥାୟୀ ନୁହେଁ କାରଣ ଈଶ୍ୱର ଆମ୍ଭମାନଙ୍କ ସହିତ ଏକ ନୂତନ ନିୟମ ସ୍ଥାପନ କଲେ I ଏହି ନୂତନ ନିୟମ ଉତ୍ତମ ଅଟେ I
\s5
\v 11 କିନ୍ତୁ ଯେତେବେଳେ ଖ୍ରୀଷ୍ଟ ମହାଯାଜକ ହୋଇ ଆସିଲେ, ସେ ଉତ୍ତମ ବିଷୟ ନେଇ ଆସିଲେ ଯାହା ବର୍ତ୍ତମାନ ଆମ୍ଭମାନଙ୍କ ନିକଟରେ ଅଛି I ପରେ ସେ ସ୍ୱର୍ଗକୁ ଈଶ୍ୱରଙ୍କ ଉପସ୍ଥିତିରେ ଗଲେ ଯାହା ଈଶ୍ୱର ସ୍ଥାପନ କରିଅଛନ୍ତି, କିନ୍ତୁ ଏହା ପାର୍ଥିବ ଅଂଶ ନୁହେଁ I ପୃଥିବୀରେ ମୋଶାଙ୍କ ନିର୍ମିତ ତମ୍ବୁ ଅପେକ୍ଷା ଶ୍ରେଷ୍ଠ ଅଟେ କାରଣ ଏହା ନିର୍ଦ୍ଦୋଷ ଅଟେ I
\v 12 ଯେତେବେଳେ ମହାଯାଜକ ପ୍ରତି ବର୍ଷ ତମ୍ବୁର ପବିତ୍ରସ୍ଥାନରେ ପ୍ରବେଶ କରନ୍ତି, ସେତେବେଳେ ସେ ଛାଗ ଓ ଗୋବତ୍ସର ରକ୍ତ ଉତ୍ସର୍ଗ କରିବା ନିମନ୍ତେ ନିଅନ୍ତି I କିନ୍ତୁ ଖ୍ରୀଷ୍ଟ ସେହିପରି କଲେ ନାହିଁ I ସେ କ୍ରୁଶ ଉପରେ ଆପଣାର ରକ୍ତ ବୁହାଇ ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଆମ୍ଭମାନଙ୍କର ଅନନ୍ତ ମୁକ୍ତି ସାଧନ କରିଅଛନ୍ତି, କାରଣ ସେ ଆପଣା ନିମନ୍ତେ ଆପଣାର ରକ୍ତ ବୁହାଇ ଅଛନ୍ତି I
\s5
\v 13 ଯାଜକମାନେ ଲୋକଙ୍କ ଉପରେ ଛାଗ ଓ ବୃଷମାନଙ୍କ ରକ୍ତ ପୁଣି, ସମ୍ପୂର୍ଣ୍ଣ ଦଗ୍ଧ ହୋଇଥିବା ଗାଭୀର ଭସ୍ମ ସେଚନ କରନ୍ତି I ଏହି ବିଧି ପାଳନ କରିବା ଦ୍ୱାରା ସେମାନେ କୁହନ୍ତି ଯେ ବର୍ତ୍ତମାନ ଈଶ୍ୱର ଲୋକମାନଙ୍କ ଉପାସନାକୁ ଗ୍ରହଣ କରିବେ I
\v 14 ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ୱରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ I ବର୍ତ୍ତମାନ ଏହା ଏହିପରି ଯେ ଆମ୍ଭେମାନେ ଆଉ ପାପ କରିବା ନାହିଁ; ବର୍ତ୍ତମାନ ଆମ୍ଭେମାନେ ସତ୍ୟ ଈଶ୍ୱରଙ୍କ ଉପାସନା କରି ପାରିବା I
\v 15 ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରିବା ଦ୍ୱାରା, ଖ୍ରୀଷ୍ଟ ଈଶ୍ୱରଙ୍କ ନିମନ୍ତେ ଆମ୍ଭମାନଙ୍କ ସହିତ ଏକ ନୂତନ ନିୟମ ସ୍ଥାପନ କରିଅଛନ୍ତି I ଆମ୍ଭେମାନେ ପ୍ରଥମ ନିୟମ ଦ୍ୱାରା ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଚେଷ୍ଟା କରୁଥିଲୁ I ଏହି କାରଣରୁ ଖ୍ରୀଷ୍ଟ ନୂତନ ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜନାର୍ଥେ ମୃତ୍ୟୁଭୋଗ କରାଯାଇଥିବାରୁ ଈଶ୍ୱରଙ୍କ ଆହୂତ ଲୋକମାନେ ଅନନ୍ତ ଅଧିକାର ସମ୍ବନ୍ଧୀୟ ପ୍ରତିଜ୍ଞାର ଫଳପ୍ରାପ୍ତ ହୁଅନ୍ତି I
\s5
\v 16 ଏହି ନିୟମ ଚୁକ୍ତିନାମା ସଦୃଶ ଅଟେ I ଚୁକ୍ତିନାମାରେ ଚୁକ୍ତି କରାଯାଇଥିଲେ ଚୁକ୍ତି କରିଥିବା ବ୍ୟକ୍ତିଙ୍କ ମୃତ୍ୟୁର ପ୍ରମାଣ ଆବଶ୍ୟକ I
\v 17 ଯେଣୁ ମୃତ୍ୟୁ ଘଟିଲେ ଚୁକ୍ତି ବଳବନ୍ତ ହୁଏ, କାରଣ ଚୁକ୍ତି କରିଥିବା ଲୋକ ଜୀବିତ ଥିବା ପର୍ଯ୍ୟନ୍ତ ତାହା କଦାପି କାର୍ଯ୍ୟକାରୀ ହୁଏ ନାହିଁ I
\s5
\v 18 ଏଥି ନିମନ୍ତେ ଈଶ୍ୱର ପ୍ରଥମ ନିୟମ ପ୍ରତିଷ୍ଠିତ କଲେ ଯେତେବେଳେ ଯାଜକମାନେ ପଶୁ ବଳିଦାନ କରି ତାହାର ରକ୍ତ ବୁହାଉଥିଲେ I
\v 19 କାରଣ ମୋଶା ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ ଆଜ୍ଞା ପ୍ରକାଶ କଲା ଉତ୍ତାରେ ଜଳ, ଲୋହିତବର୍ଣ୍ଣ ମେଷଲୋମ ଓ ଏଜୋବ ସହିତ ଗୋବତ୍ସ ଓ ଛାଗର ରକ୍ତ ଘେନି ନିୟମପୁସ୍ତକ ଓ ସମସ୍ତ ଲୋକଙ୍କ ଉପରେ ସେଚନ କଲେ I
\v 20 ସେ ସେମାନଙ୍କୁ କହିଲେ, " ଈଶ୍ୱର ତୁମ୍ଭମାନଙ୍କ ସମ୍ବନ୍ଧରେ ଯେଉଁ ନିୟମ ଆଦେଶ କରିଅଛନ୍ତି, ସେହି ନିୟମର ରକ୍ତ ଏହି I"
\s5
\v 21 ଆହୁରି ମଧ୍ୟ ସେ ତମ୍ବୁ ଓ ଯାଜକୀୟ ପରିଚର୍ଯ୍ୟାର ସମସ୍ତ ପାତ୍ର ଉପରେ ସେହିପରି ରକ୍ତ ସେଚନ କଲେ I
\v 22 ପୁଣି, ଈଶ୍ୱରଙ୍କ ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚୀକୃତ ହୁଏ I ପଶୁ ବଳିଦାନ ଦ୍ୱାରା ରକ୍ତପାତ ନ ହେଲେ, ଈଶ୍ୱର ସେହି ଲୋକମାନଙ୍କ ପାପକ୍ଷମା କରୁ ନ ଥିଲେ I
\s5
\v 23 ଅତଏବ, ସ୍ୱର୍ଗସ୍ଥ ବିଷୟଗୁଡ଼ିକର ଦୃଷ୍ଟାନ୍ତ ସମସ୍ତ ଯାଜକମାନଙ୍କ ପଶୁ ବଳିଦାନ କରିବା ଦ୍ୱାରା ଶୁଚୀକୃତ ହେବାର ଆବଶ୍ୟକ ଥିଲା, କିନ୍ତୁ ସ୍ୱର୍ଗୀୟ ବିଷୟଗୁଡ଼ିକ ତ ଏହି ସବୁଠାରୁ ଶ୍ରେଷ୍ଠତର ବଳିଦାନ ଦ୍ୱାରା ଶୁଚୀକୃତ ହେବାର ଆବଶ୍ୟକ I
\v 24 କାରଣ ପ୍ରକୃତ ବିଷୟର ପ୍ରତିରୂପ ଯେ ହସ୍ତକୃତ ମହାପବିତ୍ର ସ୍ଥାନ, ସେଥିରେ ଖ୍ରୀଷ୍ଟ ପ୍ରବେଶ ନ କରି ବରଂ ଆମ୍ଭମାନଙ୍କ ନିମନ୍ତେ ଏବେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ସ୍ୱର୍ଗରେ ପ୍ରବେଶ କରିଅଛନ୍ତି I
\s5
\v 25 ମହାଯାଜକ ଯେପରି ଅନ୍ୟର ରକ୍ତ ଘେନି ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ସ୍ୱର୍ଗରେ ପ୍ରବେଶ କଲେ, ସେ ଯେ ଥରକୁଥର ଆପଣାକୁ ଉତ୍ସର୍ଗ କରିବେ, ତାହା ନୁହେଁ I
\v 26 ତାହାହେଲେ ଜଗତର ପତ୍ତନ ସମୟଠାରୁ ଥରକୁ ଥର ତାହାଙ୍କୁ ମୃତ୍ୟୁଭୋଗ କରିବାକୁ ହୋଇଥାଆନ୍ତା; କିନ୍ତୁ ଏବେ ସେ ଯୁଗାନ୍ତ ସମୟରେ ଆପଣାକୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା ପାପ ଦୂର କରିବାକୁ ପ୍ରକାଶିତ ହୋଇଅଛନ୍ତି I ଈଶ୍ୱର ଆମ୍ଭମାନଙ୍କୁ କୌଣସି ପ୍ରକାରେ ଦୋଷୀ ନ କରି ଆମ୍ଭମାନଙ୍କ ସମସ୍ତ ପାପରୁ ଆମ୍ଭମାନଙ୍କୁ କ୍ଷମା କରିବେ ଯେହେତୁ ଆମ୍ଭେମାନେ ପାପ କରିଅଛୁ I
\s5
\v 27 ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ, ଆଉ, ତାହା ପରେ ଈଶ୍ୱର ସେମାନଙ୍କୁ ସେମାନଙ୍କ ପାପ ନିମନ୍ତେ ବିଚାର କରିବେ I
\v 28 ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହେଲେ, କିନ୍ତୁ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ I
\s5
\c 10
\p
\v 1 ଈଶ୍ୱର ଆମ୍ଭମାନଙ୍କୁ ଦେବାକୁ ଥିବା ଉତ୍ତମ ବିଷୟକୁ ବ୍ୟବସ୍ଥା ଭଲ ଭାବେ ପ୍ରଦର୍ଶିତ କରେ ନାହିଁ I ଏହି ବ୍ୟବସ୍ଥା ଉତ୍ତମ ବିଷୟର ଛାୟା ସ୍ୱରୂପ I ଯଦି ଲୋକମାନେ ପ୍ରତି ବର୍ଷ ସେହି ସମାନ ପ୍ରକାରେ ବଳିଦାନ ଉତ୍ସର୍ଗ କରିବା ଦ୍ୱାରା ଈଶ୍ୱରଙ୍କ ଉପାସନା କରିବା ନିମନ୍ତେ ଆସନ୍ତି, ତେବେ ସେମାନେ କଦାପି ସିଦ୍ଧ ହୋଇ ପାରନ୍ତି ନାହିଁ I
\v 2 ସେହି ସବୁ ବଳିର ଉତ୍ସର୍ଗୀକରଣରେ ଈଶ୍ୱର ଯଦି ଉପାସକମାନଙ୍କୁ ନିର୍ଦ୍ଦୋଷ କରିଥାନ୍ତେ, ତେବେ ସେମାନେ ବିବେକରେ ଆଉ ପାପର ବୋଧ ପାଇ ନ ଥାଆନ୍ତେ !
\v 3 କିନ୍ତୁ ସେହି ସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ I
\v 4 ତେଣୁ ଆମ୍ଭେମାନେ ଜାଣୁ, ବୃଷ ଓ ଛାଗ ସଦୃଶ ପଶୁକୁ ଆମ୍ଭେମାନେ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ, ଯଦ୍ୟପି ସେମାନଙ୍କର ରକ୍ତପାତ ଦେଖନ୍ତି, ତେବେ ମଧ୍ୟ ତାହା ଆମ୍ଭମାନଙ୍କୁ ନିର୍ଦ୍ଦୋଷ କରିବ ନାହିଁ I
\s5
\v 5 ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି ଆପଣା ପିତାଙ୍କୁ କହିଲେ, "ତୁମ୍ଭେ ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ' ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ I
\v 6 ତୁମ୍ଭ ନିକଟରେ ଉତ୍ସର୍ଗୀକୃତ ସମ୍ପୂର୍ଣ୍ଣ ଦଗ୍ଧ ପଶୁଗୁଡ଼ିକ, ତୁମକୁ ସନ୍ତୁଷ୍ଟ କଲେ ନାହିଁ, ଏବଂ ଅନ୍ୟ କୌଣସି ବଳି ଦ୍ୱାରା ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ I
\v 7 ଏଥିସକାଶୁ ମୁଁ କହିଲି, "ହେ ଈଶ୍ୱର, ଦେଖ, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି, ଯେପରି ଶାସ୍ତ୍ରରେ ମୋ' ବିଷୟରେ ଲେଖା ଅଛି I"
\s5
\v 8 ପ୍ରଥମେ ଖ୍ରୀଷ୍ଟ କହିଲେ," ବଳିଦାନ, ନୈବେଦ୍ୟ, ହୋମବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଡ଼ିଲ ନାହିଁ, କିମ୍ବା ସେଥିରେ ତୁମ୍ଭର ସନ୍ତୋଷ ନ ଥିଲା ଯାହାସବୁ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଉତ୍ସର୍ଗ କରାଯାଏ I
\v 9 ତତ୍ପରେ ଲୋକମାନଙ୍କ ପାପ ନିମନ୍ତେ ଆପଣାକୁ ବଳିଦାନ କରିବା ବିଷୟରେ ସେ କହନ୍ତି, "ଦେଖ, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି I" ଦ୍ୱିତୀୟ ନିୟମକୁ ସ୍ଥାପନ କରିବା ନିମନ୍ତେ ସେ ପ୍ରଥମ ନିୟମକୁ ଲୋପ କରନ୍ତି I
\v 10 କାରଣ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କଲେ, ଈଶ୍ୱର ଆପଣା ନିମନ୍ତେ ଆମ୍ଭମାନଙ୍କୁ ପୃଥକ୍ କଲେ I ଦ୍ୱିତୀୟ ନିୟମରେ ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ I
\s5
\v 11 ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକ ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହି ସବୁ କେବେ କାହାର ପାପ ହରଣ କରିପାରେ ନାହିଁ I
\v 12 ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଳି ଉତ୍ସର୍ଗ କଲା ଉତ୍ତାରେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକାଳ ପାଇଁ ଉପବେଶନ କଲେ I
\v 13 ସେହି ଦିନାବଧି ତାହାଙ୍କର ଶତ୍ରୁମାନେ ତାହାଙ୍କ ପାଦପୀଠ କରାଯାଇ ନ ଥିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଅଛନ୍ତି I
\v 14 କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ଈଶ୍ୱରଙ୍କ ଦ୍ୱାରା ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି I
\s5
\v 15 ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସେ ବିଷୟରେ ସାକ୍ଷ୍ୟ ଦିଅନ୍ତି I ପ୍ରଥମେ ସେ କୁହନ୍ତି:
\v 16 ଆମ୍ଭ ଲୋକମାନଙ୍କ ସହିତ ପ୍ରଥମ ନିୟମ ଲୋପ ପାଇବା ସମୟରେ, ଆମ୍ଭେ ସେମାନଙ୍କ ସହିତ ଏକ ନୂତନ ନିୟମ ସ୍ଥାପନ କରିବା I ଆମ୍ଭେ ଏହା ସେମାନଙ୍କ ନିମନ୍ତେ କରିବା: ଆମ୍ଭେ ସେମାନଙ୍କର ଆପଣା ବ୍ୟବସ୍ଥା ବୁଝିବାର କାରଣ ହେବା ଓ ଆମ୍ଭେ ସେମାନଙ୍କୁ ତାହା ପାଳନ କରିବାର କାରଣ ହେବା I"
\s5
\v 17 ପରେ ସେ କହନ୍ତି: "ଆମ୍ଭେ ସେମାନଙ୍କ ପାପ ନିମନ୍ତେ ସେମାନଙ୍କୁ କ୍ଷମା ଦେବା, ଓ ସେମାନଙ୍କ ଅପରାଧସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ I"
\v 18 ଯେତେବେଳେ ଈଶ୍ୱର କୌଣସି ବ୍ୟକ୍ତିର ପାପକ୍ଷମା କରନ୍ତି, ସେହି ବ୍ୟକ୍ତିର ସମସ୍ତ ପାପ କ୍ଷମା ହେବା ସ୍ଥଳେ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଅନାବଶ୍ୟକ I
\s5
\v 19 ଅତଏବ, ହେ ଭାଇମାନେ, ଆମ୍ଭମାନଙ୍କ ପାପ ନିମନ୍ତେ ଯୀଶୁ ଆପଣା ରକ୍ତପାତ କରିଅଛନ୍ତି ଏହା ଆମ୍ଭେମାନେ ବିଶ୍ୱାସ କରୁ, ସେଥିନିମନ୍ତେ ଆମ୍ଭେମାନେ ଈଶ୍ୱରଙ୍କ ଉପସ୍ଥିତିରେ ପ୍ରବେଶ କରିବା ନିମନ୍ତେ ସାହସ କରୁ ଯାହା ପବିତ୍ର ତମ୍ବୁର ମହାପବିତ୍ର ସ୍ଥାନ ଅଟେ I
\v 20 ସେହି ପଥରେ ଯୀଶୁଙ୍କ ରକ୍ତ ଦ୍ୱାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କର ସାହସ ଅଛି I ସେହି ନୂତନ ପଥ ହେଉଅଛନ୍ତି ଯୀଶୁ, ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ I
\v 21 ଖ୍ରୀଷ୍ଟ ହେଉଛନ୍ତି ମହାନ ଯାଜକ, ଓ ଆମ୍ଭେମାନେ ଯେ ଈଶ୍ୱରଙ୍କ ଲୋକ ସେ ଆମ୍ଭମାନଙ୍କ ଉପରେ ଶାସନ କରନ୍ତି I
\v 22 ଆସ, ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚୀକୃତ ଓ ନିର୍ମଳ ଜଳରେ ଧୌତ ଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ I
\s5
\v 23 ଆମ୍ଭେମାନେ ଯେଉଁ ଭରସା ସ୍ୱୀକାର କରୁଅଛୁ, ତାହା ଅଟଳ ଭାବରେ ଦୃଢ଼ କରି ଧରୁ, କାରଣ ଈଶ୍ୱର ପ୍ରତିଜ୍ଞା କରିଅଛନ୍ତି, ସେ ବିଶ୍ୱସ୍ତ I
\v 24 ପୁଣି, ପ୍ରେମ ଓ ସତ୍‍କ୍ରିୟାରେ କିପରି ଆମ୍ଭେମାନେ ପରସ୍ପରକୁ ପ୍ରବର୍ତ୍ତାଇବା ସେଥିନିମନ୍ତେ ପରସ୍ପର ବିଷୟରେ ମନୋଯୋଗ କରିବା I
\v 25 ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ; ବରଂ ପରସ୍ପରକୁ ଉତ୍ସାହିତ କରିବା, ବିଶେଷ ଭାବରେ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଆଗମନର ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ I
\s5
\v 26 କାରଣ ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ I
\v 27 ବରଂ, ଆମ୍ଭେମାନେ ଭୟ ସହକାରେ ଆଶା କରୁ ଯେ ଈଶ୍ୱର ଆମ୍ଭମାନଙ୍କର ବିଚାର କରିବେ, ଏବଂ ପରେ ସେ ଧାର୍ମିକତାପୂର୍ବକ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତାରେ ଦଣ୍ଡ ଦେବେ I
\s5
\v 28 କେହି ଈଶ୍ୱର ଦତ୍ତ ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ I
\v 29 ତାହା ଗୁରୁତର ଦଣ୍ଡ ଥିଲା I କିନ୍ତୁ ଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର, ଓ ସେ ନିଜେ ମଧ୍ୟ ଈଶ୍ୱର I ଯଦି କେହି ତାଙ୍କର ସ୍ଥାପିତ ନୂତନ ନିୟମକୁ ପ୍ରତ୍ୟାଖ୍ୟାନ କରେ ଓ ତାଙ୍କର ପାତିତ ରକ୍ତକୁ ଘୃଣା କରେ --- ଯାହା ପରିବର୍ତ୍ତେ ଈଶ୍ୱର ତାହାକୁ କ୍ଷମା ଦେଲେ ସେହି ରକ୍ତକୁ ପ୍ରତ୍ୟାଖ୍ୟାନ କରେ --- ଯଦି ସେହି ବ୍ୟକ୍ତି ଈଶ୍ୱରଙ୍କ ଦୟାମୟ ଆତ୍ମା ପ୍ରତ୍ୟାଖ୍ୟାନ କରେ, --- ତେବେ ଈଶ୍ୱର ତାହାକୁ ଅଧିକ ଗୁରୁତର ଦଣ୍ଡ ଦେବେ I
\s5
\v 30 ଆମ୍ଭେମାନେ ସୁନିଶ୍ଚିତ, ଯେ ଏହି କଥା କହିଅଛନ୍ତି, ତାହାଙ୍କୁ ଆମ୍ଭେମାନେ ଜାଣୁ, "ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା, ପୁନଶ୍ଚ ମୋଶା ଲେଖନ୍ତି, "ପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ" I
\v 31 ଏହା କିପରି ଭୟଙ୍କର ବିଷୟ ହେବ ଯଦି ସର୍ବଶକ୍ତିମାନ ଜୀବିତ ଈଶ୍ୱର ଆମ୍ଭମାନଙ୍କୁ କ୍ରୋଧ କରି ଦଣ୍ଡ ଦେବେ I
\s5
\v 32 କିନ୍ତୁ ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟ ଆଲୋକ ପ୍ରାପ୍ତ ହେଲା ଉତ୍ତାରେ ଯେତେବେଳେ ତୁମ୍ଭେମାନେ ନାନା ଦୁଃଖଭୋଗରୂପ କଠୋର ସଂଗ୍ରାମ ସହ୍ୟ କରିଥିଲ, ସେତେବେଳେ ତୁମ୍ଭେମାନେ ଈଶ୍ୱରଙ୍କଠାରେ ଭରସା କରିବା ପରିତ୍ୟାଗ କରି ନ ଥିଲ, ସେହି ପୂର୍ବ ସମୟକୁ ସ୍ମରଣରେ ଆଣ I
\v 33 ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ୱାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହି ପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ I
\v 34 କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିବା ବନ୍ଦୀମାନଙ୍କ ସହିତ ଦୁଃଖଭୋଗ କରିଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ଧନ ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରିଥିଲ I
\s5
\v 35 ଅତଏବ, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ତାଡନା ଦିଅନ୍ତି, ତୁମ୍ଭମାନଙ୍କ ସାହସ ପରିତ୍ୟାଗ କର ନାହିଁ କାରଣ ଯଦି ତୁମ୍ଭେମାନେ ଈଶ୍ୱରଙ୍କଠାରେ ଭରସା କରିବା ପରିତ୍ୟାଗ ନ କର, ତେବେ ସେ ତୁମ୍ଭମାନଙ୍କୁ ମହା ପୁରସ୍କାର ଦେବେ I
\v 36 ଯେଣୁ ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇପାର, ଏଥିନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ I
\v 37 ମସୀହଙ୍କ ବିଷୟରେ ଈଶ୍ୱର ଯାହା କହିଅଛନ୍ତି ତାହା ଜଣେ ଭାବବାଦୀ ଶାସ୍ତ୍ରରେ ଲେଖନ୍ତି: "କାରଣ ଆଉ ଅତିଅଳ୍ପ ସମୟ ମାତ୍ର, ଯାହାଙ୍କ ଆଗମନ କରିବାର ଅଛି, ସେ ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ I"
\s5
\v 38 କିନ୍ତୁ ଆମ୍ଭର ଧାର୍ମିକ ବ୍ୟକ୍ତି ଆମ୍ଭଠାରେ ବିଶ୍ୱାସ କରିବା ଦ୍ୱାରା ବଞ୍ଚିବ, କିନ୍ତୁ ଯଦି ସେମାନେ ଭୀରୁ ଓ ଆମ୍ଭଠାରେ ବିଶ୍ୱାସ କରିବାରେ ପଶ୍ଚାତ୍‍ପଦ ହୁଅନ୍ତି, ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ I"
\v 39 ମାତ୍ର ଯେଉଁମାନେ ଭୀରୁ ଓ ବିଶ୍ୱାସ କରନ୍ତି ନାହିଁ, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ I
\s5
\c 11
\p
\v 1 ବିଶ୍ୱାସ ଅର୍ଥାତ୍ ଲୋକେ ଈଶ୍ୱରଙ୍କଠାରେ ଭରସା କରିବେ ଓ ତାହାଙ୍କଠାରୁ ଆଶା କରିଥିବା ବିଷୟ ନିଶ୍ଚୟ ପାଇବା ପାଇଁ ବିଶ୍ୱାସ ରଖିବା I ବିଶ୍ୱାସ ଅର୍ଥାତ୍ ବର୍ତ୍ତମାନ ଯାହା ଅଦୃଶ୍ୟ ତାହା ନିଶ୍ଚୟ ଘଟିବ ବୋଲି ଦୃଢ ନିଶ୍ଚିତ ହେବା I
\v 2 ଆମ୍ଭମାନଙ୍କ ପିତୃପୁରୁଷ ଈଶ୍ୱରଙ୍କଠାରେ ଭରସା କରିବା ସକାଶୁ ସେ ସେମାନଙ୍କୁ ଗ୍ରହଣ କଲେ I
\v 3 ଈଶ୍ୱରଙ୍କଠାରେ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ବୁଝୁ ଯେ, ସମସ୍ତ ବିଶ୍ୱ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ରଚିତ, ଅତଏବ କୌଣସି ପ୍ରତ୍ୟକ୍ଷ ବିଷୟରୁ ଦୃଶ୍ୟ ବିଷୟ ଉତ୍ପନ୍ନ ହୋଇ ନାହିଁ I
\s5
\v 4 ଆଦମଙ୍କ ପୁତ୍ର ହେବଲ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ, ତଦ୍ୱାରା ହେବଲ ଈଶ୍ୱରଙ୍କ ଛାମୁରେ ଜ୍ୟେଷ୍ଠ ଭାଇ କୟିନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ I ତେଣୁ ହେବଲ ଯାହା ଉତ୍ସର୍ଗ କଲେ ଈଶ୍ୱର ତାହା ଉତ୍ତମ କହିଲେ, ପୁଣି ଈଶ୍ୱରଙ୍କ ଦ୍ୱାରା ସେ ଧାର୍ମିକ ବୋଲି ସାକ୍ଷ୍ୟ ପାଇଲେ; ଈଶ୍ୱର ନିଜେ ତାଙ୍କ ଦାନ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ଆଉ ସେ ମୃତ ହେଲେ ହେଁ, ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ବିଷୟରେ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ଶିକ୍ଷା ପାଉଅଛୁ I
\s5
\v 5 ଈଶ୍ୱରଙ୍କଠାରେ ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁଭୋଗ ନ କରି ଉର୍ଦ୍ଧ୍ୱକୁ ଉତ୍ଥିତ ହେଲେ; ସେ ଆଉ ଦେଖାଗଲେ ନାହିଁ, କାରଣ ଈଶ୍ୱର ତାଙ୍କୁ ଅନ୍ତନିର୍ହିତ କରିଥିଲେ I ସେ ଯେ ଈଶ୍ୱରଙ୍କର ସନ୍ତୋଷପାତ୍ର, ଅନ୍ତର୍ହିତ ହେବା ପୂର୍ବେ ସେଥିର ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ I
\v 6 ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ I
\s5
\v 7 ଈଶ୍ୱର ନୋହଙ୍କୁ ଚେତାବନୀ ଦେଲେ ଯେ ସେ ଜଳପ୍ଲାବନ କରିବେ, ଓ ନୋହ ତାହାଙ୍କୁ ବିଶ୍ୱାସ କଲେ I ଆଉ ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି, ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ଈଶ୍ୱରଙ୍କ ଦ୍ୱାରା ଦଣ୍ଡ ଦେବା ନିମନ୍ତେ ଯୋଗ୍ୟ କଲେ I ତେଣୁ ନୋହ ଈଶ୍ୱରଙ୍କଠାରେ ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ I
\s5
\v 8 ବିଶ୍ୱାସ ଦ୍ୱାରା ଅବ୍ରହାମ ଆହ୍ୱାନ ପ୍ରାପ୍ତ ହୁଅନ୍ତେ, ଯେଉଁ ଦେଶ ସେ ଅଧିକାରସ୍ୱରୂପେ ପାଇବାକୁ ଯାଉଥିଲେ, ଆଜ୍ଞାବହ ହୋଇ ସେଠାକୁ ବାହାରିଗଲେ, ପୁଣି, ସେ କେଉଁଠାକୁ ଯାଉଅଛନ୍ତି, ତାହା ନ ଜାଣି ସୁଦ୍ଧା ବାହାରିଗଲେ I
\v 9 ଈଶ୍ୱରଙ୍କଠାରେ ବିଶ୍ୱାସ ଦ୍ୱାରା ସେ ବିଦେଶୀ ସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ ପ୍ରତିଜ୍ଞାର ସହାଧିକାରୀ ଇସ୍‌ହାକ ଓ ଯାକୁବଙ୍କ ସହିତ ତମ୍ବୁରେ ବାସ କଲେ I ଈଶ୍ୱର ଅବ୍ରହାମଙ୍କୁ ଯାହା ଦେବା ନିମନ୍ତେ ପ୍ରତିଜ୍ଞା କରିଥିଲେ ସେହି ବିଷୟ ହିଁ ସେ ଇସ୍‌ହାକ ଓ ଯାକୁବଙ୍କୁ ମଧ୍ୟ ଦେବା ନିମନ୍ତେ ପ୍ରତିଜ୍ଞା କରିଥିଲେ I
\v 10 କାରଣ ଯେଉଁ ନଗର ଭିତ୍ତିମୂଳବିଶିଷ୍ଟ, ପୁଣି, ଯାହାର ଶିଳ୍ପୀ ଓ ନିର୍ମାତା ସ୍ୱୟଂ ଈଶ୍ୱର, ଅବ୍ରହାମ ତହିଁର ଅପେକ୍ଷାରେ ଥିଲେ I
\s5
\v 11 ଯଦ୍ୟପି ସାରା ଗତବୟସ୍କା ସକାଶୁ ଗର୍ଭଧାରଣ କରିବାକୁ ଯୋଗ୍ୟ ନ ଥିଲେ, ତଥାପି ଅବ୍ରହାମ ସନ୍ତାନର ପିତା ହେବା ନିମନ୍ତେ ଯୋଗ୍ୟତା ପାଇଲେ, କାରଣ ସେ ଯେହୋବାଙ୍କୁ ବିଶ୍ୱସ୍ତ ମନେ କଲେ କାରଣ ତାହାଙ୍କର ଏକ ସନ୍ତାନ ହେବ ବୋଲି ଯେହୋବା ତାହାଙ୍କୁ ପ୍ରତିଜ୍ଞା କରିଥିଲେ I
\v 12 ତେଣୁ ଅବ୍ରହାମ୍‌ଙ୍କ ପରି ଜଣେ ମୃତକଳ୍ପ ବ୍ୟକ୍ତିଙ୍କଠାରୁ ଆକାଶର ନକ୍ଷତ୍ରଗଣ ପରି ଅସଂଖ୍ୟ ଓ ସମୁଦ୍ରତୀରସ୍ଥ ବାଲୁକା ପରି ଅଗଣ୍ୟ ଏକ ଜାତି ଉତ୍ପନ୍ନ ହେଲା I
\s5
\v 13 ଏସମସ୍ତେ ଈଶ୍ୱରଙ୍କଠାରେ ବିଶ୍ୱାସ କରି ପ୍ରାଣତ୍ୟାଗ କଲେ; ସେମାନେ ପ୍ରତିଜ୍ଞାତ ଫଳପ୍ରାପ୍ତ ହେଲେ ନାହିଁ, ଯାହା ଈଶ୍ୱର ସେମାନଙ୍କୁ ଦେବା ନିମନ୍ତେ ପ୍ରତିଜ୍ଞା କରିଥିଲେ, ମାତ୍ର ଦୂରରୁ ତାହା ଦେଖି ଅଭିନନ୍ଦନ କଲେ ଏବଂ ପୃଥିବୀରେ ଆପଣାମାନଙ୍କୁ ବିଦେଶୀ ଓ ପ୍ରବାସୀ ବୋଲି ସ୍ୱୀକାର କଲେ I
\v 14 କାରଣ ଯେଉଁମାନେ ଏହିପରି କଥା କହନ୍ତି, ସେମାନେ ଯେ ନିଜର ଗୋଟିଏ ଦେଶ ଅନ୍ୱେଷଣ କରୁଅଛନ୍ତି, ଏହା ପ୍ରକାଶ କରନ୍ତି I
\s5
\v 15 ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ଥିଲା I
\v 16 କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର, ଅର୍ଥାତ୍‍, ସ୍ୱର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ; ଏହେତୁ ଈଶ୍ୱର ସେମାନଙ୍କ ଈଶ୍ୱର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ବନ୍ଧରେ ଲଜ୍ଜିତ ନୁହନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି I
\s5
\v 17 ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ସକାଶୁ, ଈଶ୍ୱରଙ୍କ ଦ୍ୱାରା ଅବ୍ରହାମ ପରୀକ୍ଷିତ ହୋଇ ଇସ୍‍ହାକଙ୍କୁ ଉତ୍ସର୍ଗ କଲେ, ଯେଉଁ ପୁତ୍ରକୁ ଈଶ୍ୱର ତାହାଙ୍କୁ ଦେଲେ, ଅବ୍ରହାମଙ୍କୁ ପୁତ୍ର ଦେବେ ବୋଲି ଈଶ୍ୱର ପ୍ରତିଜ୍ଞା କରିଥିଲେ, ସେହି ପୁତ୍ରଙ୍କୁ ବଳିଦାନ କରିବାକୁ ପ୍ରସ୍ତୁତ ଥିଲେ ସେହି ଅଦ୍ୱିତୀୟ ପୁତ୍ର ଯାହାକୁ ତାହାଙ୍କ ଭାର୍ଯ୍ୟା ଜନ୍ମ ଦେଲେ I
\v 18 ଏହା ସେହି ପୁତ୍ର ଯାହାଙ୍କ ବିଷୟରେ ଈଶ୍ୱର କହିଲେ, "ଇସ୍‍ହାକଠାରୁ ତୁମ୍ଭର ବଂଶ ଖ୍ୟାତ ହେବ I"
\v 19 ସେହି ପ୍ରତିଜ୍ଞା ସଫଳ କରିବା ନିମନ୍ତେ, ଅବ୍ରହାମ ତାହାଙ୍କୁ ବଳିଦାନ କଲା ପରେ ମଧ୍ୟ ଈଶ୍ୱର ଯେ ଇସ୍‍ହାକଙ୍କୁ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ ଏହା ବିବେଚନା କଲେ ! ଇସ୍‍ହାକଙ୍କ ହାନି କର ନାହିଁ ଏହା ଈଶ୍ୱର ଅବ୍ରହାମଙ୍କୁ କହିବା ପରେ ଅବ୍ରହାମ ଇସ୍‍ହାକଙ୍କୁ ମୃତ୍ୟୁରୁ ଫେରି ପାଇଲେ I
\s5
\v 20 ଈଶ୍ୱରଙ୍କଠାରେ ବିଶ୍ୱାସ କରୁଥିବା ହେତୁ ଇସ୍‌ହାକ ଭବିଷ୍ୟତ ବିଷୟରେ ମଧ୍ୟ ଯାକୁବ ଓ ଏଷୌଙ୍କୁ ଆଶୀର୍ବାଦ କଲେ I
\v 21 ଈଶ୍ୱରଙ୍କଠାରେ ବିଶ୍ୱାସ କରୁଥିବା ହେତୁ ଯାକୁବ ମୃତ୍ୟୁ ସମୟରେ ଯୋଷେଫଙ୍କର ପ୍ରତ୍ୟେକ ପୁତ୍ରଙ୍କୁ ଆଶୀର୍ବାଦ କଲେ, ପୁଣି, ଆପଣା ଯଷ୍ଟିର ଅଗ୍ରଭାଗରେ ଆଉଜିପଡ଼ି ପ୍ରଣାମ କଲେ I
\v 22 ଈଶ୍ୱରଙ୍କଠାରେ ବିଶ୍ୱାସ କରୁଥିବା ହେତୁ ମିସରରେ ଯୋଷେଫ ମୃତ୍ୟୁ ସମୟରେ ଇସ୍ରାଏଲ ସନ୍ତାନମାନଙ୍କର ମିସରରୁ ପ୍ରସ୍ଥାନ ବିଷୟ ଉଲ୍ଲେଖ କଲେ, ପୁଣି, ମିସରରୁ ପ୍ରସ୍ଥାନ କରିବା ସମୟରେ ତାହାଙ୍କ ଅସ୍ଥି ସେମାନଙ୍କ ସହ ନେଇ ଯିବା ନିମନ୍ତେ ଆଜ୍ଞା ଦେଲେ I
\s5
\v 23 ଈଶ୍ୱରଙ୍କଠାରେ ବିଶ୍ୱାସ କରୁଥିବା ହେତୁ ମୋଶାଙ୍କ ପିତାମାତା ତାଙ୍କ ଜନ୍ମ ହେବା ସମୟରେ ତାଙ୍କୁ ଗୋଟିଏ ସୁନ୍ଦର ପିଲା ବୋଲି ଦେଖି ମିସର ରାଜାଙ୍କ ଆଜ୍ଞାକୁ ଭୟ ନ କରି ତିନି ମାସ ପର୍ଯ୍ୟନ୍ତ ତାଙ୍କୁ ଗୋପନରେ ରଖିଲେ I
\v 24 ରାଜା ଯାହାଙ୍କୁ ସେମାନେ ଫାରୋ କହନ୍ତି, ତାହାଙ୍କର କନ୍ୟା ମୋଶାଙ୍କୁ ପାଳନ କଲେ, କିନ୍ତୁ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ସକାଶୁ ମୋଶା ବୟସପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ I
\v 25 ରାଜାଙ୍କ ଭବନରେ ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ I
\v 26 ପୁଣି, ମିସରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଈଶ୍ୱରଙ୍କ ଦୃଷ୍ଟିରେ ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ଈଶ୍ୱର ତାହାଙ୍କୁ ଭବିଷ୍ୟତରେ ଅନନ୍ତ ପୁରସ୍କାର ଦାନ କରିବେ ସେଥି ପ୍ରତି ଦୃଷ୍ଟିପାତ କଲେ I
\s5
\v 27 ସେ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ସକାଶୁ ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିସର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ, ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ I
\v 28 କାରଣ ମୋଶା ବିଶ୍ୱାସ କଲେ ଯେ ଈଶ୍ୱର ଆପଣା ଲୋକମାନଙ୍କୁ ଉଦ୍ଧାର କରିବେ, ସେ ନିସ୍ତାର ପର୍ବ ବିଷୟକ ଈଶ୍ୱରଙ୍କ ଆଜ୍ଞା ପାଳନ କଲେ, ଯାହା ବାର୍ଷିକ ପର୍ବ ଭାବରେ ପାଳନ କରାଯାଏ I ସେ ଲୋକମାନଙ୍କୁ ଆଜ୍ଞା ଦେଲେ ଯେ ସେମାନେ ମେଷଶାବକ ବଧ କରି ତାହାର ରକ୍ତ ଆପଣା ଗୃହଦ୍ୱାରର ବାଜୁବନ୍ଧରେ ଲଗାଇବେ ଯେପରି ମୃତ୍ୟୁର ଦୂତ ମିସରୀୟ ପରିବାରର ପ୍ରଥମଜାତ ପୁତ୍ରଙ୍କ ସହିତ ଇସ୍ରାଏଲୀୟମାନଙ୍କ ପ୍ରଥମଜାତ ପୁତ୍ରଙ୍କୁ ବଧ ନ କରେ I
\s5
\v 29 ଇସ୍ରାଏଲୀୟମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ସକାଶୁ ସେମାନେ ଶୁଷ୍କ ଭୂମି ପାର ହେଲା ପରି ସୂଫ ସାଗରର ଭିତର ଦେଇ ପାର ହେଲେ, କିନ୍ତୁ ମିସରୀୟମାନେ ପାର ହେବାକୁ ଚେଷ୍ଟା କରିବାକୁ ଯାଇ ବୁଡ଼ି ମଲେ, କାରଣ ସାଗରର ଜଳ ପୁନର୍ବାର ଆସି ସେମାନଙ୍କୁ ବୁଡାଇଦେଲା I
\v 30 ଇସ୍ରାଏଲୀୟମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ସକାଶୁ ଯିରୀହୋ ପ୍ରାଚୀର ସାତ ଦିନ ପର୍ଯ୍ୟନ୍ତ ପ୍ରଦକ୍ଷିଣ ହେଲା ଉତ୍ତାରେ ଭୂମିସାତ୍‍ ହେଲା I
\v 31 ରାହାବ ଜଣେ ବେଶ୍ୟା ଥିଲେ, କିନ୍ତୁ ସେ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ସକାଶୁ ଯିରୀହୋରେ ଥିବା ଈଶ୍ୱରଙ୍କ ଅନାଜ୍ଞାବହମାନଙ୍କ ସହିତ ବିନଷ୍ଟ ହେଲେ ନାହିଁ I ଯିହୋଶୂୟ ଯିରୀହୋ ପ୍ରାଚୀର ନଷ୍ଟ କରିବାର ଉପାୟ ଖୋଜିବା ନିମନ୍ତେ ଗୁପ୍ତଚରମାନଙ୍କୁ ଯିରୀହୋ ଭିତରକୁ ପ୍ରେରଣ କରିଥିଲେ, କିନ୍ତୁ ସେହି ଗୁପ୍ତଚରମାନଙ୍କୁ ରାହାବ ଆଶ୍ରୟ ଦେବାରୁ ଈଶ୍ୱର ରାହାବକୁ ରକ୍ଷା କଲେ I
\s5
\v 32 ଆଉ ଅଧିକ କଅଣ କହିବି ? ଗିଦିୟୋନ, ବାରକ, ଶାମ୍‌ଶୋନ୍, ଯିପ୍ତହ, ଦାଉଦ, ଶାମୁଏଲ ଓ ଭାବବାଦୀମାନଙ୍କ ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ I
\v 33 ସେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ସକାଶୁ, ସେମାନଙ୍କ ମଧ୍ୟରୁ କେତେକ ତାହାଙ୍କ ନିମନ୍ତେ ମହାନ୍ କାର୍ଯ୍ୟ କଲେ I ଶକ୍ତିଶାଳୀ ଲୋକମାନଙ୍କ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକ ଜୟ କଲେ I
\v 34 କେତେକ ଅଗ୍ନିର ତେଜ ନିବାରଣ କଲେ, କେତେକ ଖଡ଼୍ଗଧାରରୁ ରକ୍ଷା ପାଇଲେ, କେତେକ ଦୁର୍ବଳ ସମୟରେ ସବଳ ହେଲେ, କେତେକ ଯୁଦ୍ଧରେ ବିଜୟୀ ହେଲେ, ପୁଣି, କେତେକ ଅଣଯିହୂଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ I
\s5
\v 35 କେତେକ ସ୍ତ୍ରୀ’ଲୋକ ଆପଣା ଆପଣା ମୃତମାନଙ୍କୁ ଯେଉଁମାନଙ୍କୁ ଈଶ୍ୱର ପୁନରୁତ୍ଥାନ କଲେ ସେମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ; ଅନ୍ୟମାନେ ଈଶ୍ୱରଙ୍କ ଠାରେ ବିଶ୍ୱାସ କରିବା ସକାଶୁ ମହାଯନ୍ତ୍ରଣା ଭୋଗ କଲେ I ସେମାନେ ମହାଯନ୍ତ୍ରଣା ଭୋଗ କଲେ କାରଣ ସେମାନେ ତାହା ଅସ୍ୱୀକାର କଲେ ଯାହା ସେମାନଙ୍କ ଶତ୍ରୁମାନେ କହିଲେ, "ଆମ୍ଭେମାନେ ତୁମ୍ଭମାନଙ୍କୁ ମୁକ୍ତ କରିବୁ ଯଦି ତୁମ୍ଭେମାନେ ଈଶ୍ୱରଙ୍କୁ ଅସ୍ୱୀକାର କରିବ I" ସେମାନେ ଏହା କରିବା ନିମନ୍ତେ ଅସ୍ୱୀକାର କଲେ କାରଣ ସେମାନେ ଈଶ୍ୱରଙ୍କ ସହିତ ଅନନ୍ତକାଳ ନିମନ୍ତେ ବାସ କରିବାକୁ ଇଛା କଲେ, ଯାହା ଏହି ଜଗତରେ ରହିବାଠାରୁ ଉତ୍ତମ ଅଟେ I
\v 36 ଅନ୍ୟମାନେ ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ସେମାନେ କେହି କେହି ବିଦ୍ରୁପ, କେହି କେହି କୋରଡ଼ା ପ୍ରହାର, ହଁ, କେହି କେହି ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ I
\v 37 ବିଶ୍ୱାସୀମାନଙ୍କ ମଧ୍ୟରୁ କେହି ଅବା ପ୍ରସ୍ତରାଘାତରେ ହତ ହେଲେ I ଅନ୍ୟମାନେ କରତ ଦ୍ୱାରା ଦ୍ୱିଖଣ୍ଡିତ ହେଲେ I କେହି ଅବା ଖଡ଼୍ଗ ଦ୍ୱାରା ନିହତ ହେଲେ I ଏହି ଲୋକମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ସେମାନେ ମେଷ ଓ ଛାଗଳର ଚର୍ମରେ ଆଚ୍ଛାଦିତ ହେଲେ I ସେମାନେ ଅଭାବଗ୍ରସ୍ତ ହେଲେ I ଲୋକମାନେ ସେମାନଙ୍କୁ ସଦାବେଳେ କଷ୍ଟ ଓ ତାଡନା ଦେଲେ I
\v 38 ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ସେମାନେ ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; କାରଣ ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା I
\s5
\v 39 ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଏହି ସମସ୍ତେ ସୁଖ୍ୟାତି ଲାଭ କରି ସୁଦ୍ଧା ଈଶ୍ୱରଙ୍କ ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ ନାହିଁ I
\v 40 ଯେଣୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ଉତ୍କୃଷ୍ଟତର ବିଷୟ ପ୍ରସ୍ତୁତ କରି ରଖିଥିଲେ, ଯେପରି ସେମାନେ ଆମ୍ଭମାନଙ୍କ ବିନା ସିଦ୍ଧି ଲାଭ ନ କରନ୍ତି I
\s5
\c 12
\p
\v 1 ଆମ୍ଭେମାନେ ଏହିପରି ଅନେକଙ୍କୁ ଜାଣୁ ଯେଉଁମାନେ ଈଶ୍ୱରଙ୍କଠାରେ ଆପଣା ଭରସାକୁ ପ୍ରମାଣ କଲେ I ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରିବା I ଆଉ ଆସ ଆମ୍ଭେମାନେ ଧୈର୍ଯ୍ୟ ସହକାରେ ଆପଣା ଦୌଡ଼କୁ ସମାପ୍ତ କରିବା ଏବଂ ଶେଷ ପର୍ଯ୍ୟନ୍ତ ସେହି ସବୁ କାର୍ଯ୍ୟ କରିବା ଯାହା ଈଶ୍ୱର ଆମ୍ଭମାନଙ୍କୁ କରିବା ନିମନ୍ତେ ଦିଅନ୍ତି I
\v 2 ଏବଂ ଆସ ଆମ୍ଭେମାନେ ଯୀଶୁଙ୍କ ବିଷୟରେ ବିବେଚନା କରିବା ଓ ତାହାଙ୍କ ପ୍ରତି ସମ୍ପୂର୍ଣ୍ଣ ମନୋଯୋଗ କରିବା I ସେ କ୍ରୁଶ ଉପରେ ଭୟଙ୍କର କଷ୍ଟ ସହ୍ୟ କଲେ ଓ ସେ ତାହାଙ୍କୁ ଅପମାନିତ କରିଥିବା ଲୋକମାନଙ୍କ ପ୍ରତି ମନୋଯୋଗ କଲେ ନାହିଁ I ସେ ଏଥିପାଇଁ କଲେ କାରଣ ପରବର୍ତ୍ତୀ ସମୟରେ କିପରି ଈଶ୍ୱର ତାହାଙ୍କୁ ଆନନ୍ଦିତ କରିବେ I ବର୍ତ୍ତମାନ ସେ ସିଂହାସନ ଯେଉଁଠାରୁ ଈଶ୍ୱର ସ୍ୱର୍ଗରେ ଶାସନ କରନ୍ତି ତାହାର ଦକ୍ଷିଣ ପାର୍ଶ୍ୱରେ ସର୍ବୋଚ୍ଚ ଗୌରବର ସ୍ଥାନରେ ଉପବେଶନ ହୋଇଅଛନ୍ତି I
\v 3 ଯୀଶୁ ଧୈର୍ଯ୍ୟ ସହକାରେ ଏହା ସହ୍ୟ କଲେ ଯେତେବେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧରେ ଘୃଣାଜନକ ଆଚରଣ କରୁଥିଲେ I ଯୀଶୁଙ୍କ ଉଦାହରଣ ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ହୃଦୟ ଓ ମନରେ ବଳବାନ ହୁଅ ଯେପରି ତୁମ୍ଭେମାନେ ଈଶ୍ୱରଙ୍କଠାରେ ଭରସା କରିବା ପରିତ୍ୟାଗ ନ କର ଓ ହତୋତ୍ସାହିତ ନ ହୁଅ I
\s5
\v 4 ଯେପରି ଯୀଶୁ କଲେ ସେହିପରି ତୁମ୍ଭେମାନେ ପାପ ବିରୁଦ୍ଧରେ ଯୁଦ୍ଧ କରି ଏଯାଏ ରକ୍ତବ୍ୟୟ ଓ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିରୋଧ କରି ନାହଁ I
\v 5 ଶଲୋମନ ଆପଣା ପୁତ୍ରଙ୍କୁ ଯାହା କହିଲେ ସେହି ବାକ୍ୟ ପାସୋର ନାହିଁ, ଯେପରି ଈଶ୍ୱର ତୁମ୍ଭମାନଙ୍କୁ ଆଉ ଆପଣା ପୁତ୍ରମାନଙ୍କ ପରି ଉତ୍ସାହ ଦିଅନ୍ତି: "ହେ ମୋହର ପୁତ୍ର, ପ୍ରଭୁଙ୍କ ଶାସନ ପ୍ରତି ମନୋଯୋଗ କର, ଆଉ ଯେତେବେଳେ ପ୍ରଭୁ ଦଣ୍ଡ ଦିଅନ୍ତି ସେତେବେଳେ ହତୋତ୍ସାହିତ ହୁଅ ନାହିଁ,
\v 6 କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି, ପୁଣି, ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି I"
\s5
\v 7 ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଳେଶ ସହ୍ୟ କରୁଅଛ ଈଶ୍ୱର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି ?
\v 8 କିନ୍ତୁ ଈଶ୍ୱର ସନ୍ତାନମାନଙ୍କୁ ତାଙ୍କ ଶାସନ ଯେପରି କରନ୍ତି ଯଦି ତୁମ୍ଭେମାନେ ତାହା ଅନୁଭବ କରିନାହଁ, ତେବେ ତୁମ୍ଭେମାନେ ଈଶ୍ୱରଙ୍କ ପ୍ରକୃତ ସନ୍ତାନ ନୁହଁ I ତୁମ୍ଭେମାନେ ଜାରଜ ସନ୍ତାନ ଯେଉଁମାନଙ୍କୁ ଶାସନ କରିବା ନିମନ୍ତେ ସେମାନଙ୍କ ପିତା ନ ଥା'ନ୍ତି I
\s5
\v 9 ଆହୁରି ମଧ୍ୟ, ଆମ୍ଭେମାନେ ଯୁବା ଥିବା ସମୟରେ ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ, ତେବେ ଆମ୍ଭମାନଙ୍କ ଆତ୍ମିକ ପିତା ଈଶ୍ୱରଙ୍କର ଶାସନକୁ ବରଂ ଅଧିକ ରୂପେ ଗ୍ରହଣ କରିବା ଯେପରି ଆମ୍ଭେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବା !
\v 10 କାରଣ ଶାରୀରିକ ପିତୃଗଣଙ୍କୁ ଯେପରି ବିହିତ ବୋଧ ହେଲା, ତଦନୁସାରେ ସେମାନେ ଅଳ୍ପ ଦିନ ନିମନ୍ତେ ଆମ୍ଭମାନଙ୍କୁ ଶାସନ କଲେ; କିନ୍ତୁ ଈଶ୍ୱର ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଶାସନ କରନ୍ତି ଯେପରି ଆମ୍ଭେମାନେ ତାହାଙ୍କ ପବିତ୍ରତାର ସହଭାଗୀ ହେଉ I
\v 11 ଈଶ୍ୱର ଶାସନ କରିବା ସମୟରେ ତାହା ଆନନ୍ଦଜନକ ବୋଧ ହୁଏ ନାହିଁ I ବରଂ ଏହା ଦୁଃଖଜନକ ବୋଧ ହୁଏ I ତାହା ପରେ ସେମାନଙ୍କୁ ଶାନ୍ତିର ଫଳ ସ୍ୱରୂପ ଧାର୍ମିକତା ପ୍ରଦାନ କରେ I
\s5
\v 12 ଅତଏବ, ତୁମ୍ଭେମାନେ କ୍ଲାନ୍ତ ହୋଇଥିବା ପରି ଆଚରଣ ନ କରି, ବରଂ ତୁମ୍ଭେମାନେ ନୁତନୀକୃତ ହେବା ନିମନ୍ତେ ଈଶ୍ୱରଙ୍କ ଶାସନରେ ଭରସା କର I
\v 13 ପୁଣି, ଖ୍ରୀଷ୍ଟଙ୍କୁ ଅନୁସରଣ କରି ସଳଖ ପଥରେ ଗମନ କର ଯେପରି ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରେ ଦୁର୍ବଳ ସେମାନେ ତୁମ୍ଭମାନଙ୍କଠାରୁ ବଳ ପାଇବେ ଓ ଖଞ୍ଜ ହେବେ ନାହିଁ ଯେପରି ଯାହା ଖଞ୍ଜ, ସେ ଅଧିକ ବିକୃତ ନ ହୋଇ ବରଂ ସୁସ୍ଥ ହୁଏ I
\s5
\v 14 ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି, ଯେଉଁ ପବିତ୍ରତା ବିନା କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ, ସେଥିର ଅନୁସରଣ କର I
\v 15 ସାବଧାନ ଯେପରି କେହି ଈଶ୍ୱରଙ୍କଠାରେ ବିଶ୍ୱାସ କରିବାରୁ ବିମୁଖ ନ ହୁଏ, ଯାହା ଆମ୍ଭମାନଙ୍କ ନିମନ୍ତେ ଯୋଗ୍ୟ ନୁହେଁ ଏପରି କାର୍ଯ୍ୟ ଆମ୍ଭମାନଙ୍କ ନିମନ୍ତେ କରିଅଛନ୍ତି I ସାବଧାନ ତୁମ୍ଭମାନଙ୍କ ମଧ୍ୟରେ କୌଣସି ତିକ୍ତତାର ମୂଳ ଅଙ୍କୁରିତ ହୋଇ ବଢ଼ି ଉଠି ତୁମ୍ଭମାନଙ୍କର ଅନିଷ୍ଟ କରେ, ଆଉ ତଦ୍ୱାରା ଅନେକେ ପାପରେ ପତିତ ହୁଅନ୍ତି I
\v 16 କିଅବା କେହି ପାରଦାରିକ, ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏଷୌ, ତାହା ପରି ବିଧର୍ମାଚାରୀ ହୁଏ, ଏବିଷୟରେ ସାବଧାନ ହୁଅ I
\v 17 ତୁମ୍ଭେମାନେ ତ ଜାଣ ଯେ, ପରେ ଏଷୌ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଅଗ୍ରାହ୍ୟ ହେଲା, ପୁଣି, ଅନୁତାପ କରିବା ନିମନ୍ତେ ଅଶ୍ରୁପାତ ସହ ସଯତ୍ନରେ ଚେଷ୍ଟା କଲେ ହେଁ ତାହା କରିବା ପାଇଁ ଆଉ ସୁଯୋଗ ପାଇଲା ନାହିଁ I
\s5
\v 18 ଈଶ୍ୱରଙ୍କ ନିକଟକୁ ଆସି, ସୀନୟ ପର୍ବତରେ ଇସ୍ରାଏଲୀୟ ଲୋକମାନେ ଯାହା ଅନୁଭବ କଲେ ସେହିପରି ତୁମ୍ଭେମାନେ ଅନୁଭବ କରିନାହଁ I ସେମାନେ ସେହି ପର୍ବତର ନିକଟବର୍ତ୍ତୀ ହେଲେ ଯେଉଁ ପର୍ବତକୁ ସ୍ପର୍ଶ ନ କରିବା ନିମନ୍ତେ ଈଶ୍ୱର ଆଜ୍ଞା ଦେଲେ କାରଣ ସେ ଆପେ ସେହି ପର୍ବତରେ ଓହ୍ଲାଇଲେ I ସେମାନେ ପ୍ରଜ୍ଜ୍ୱଳିତ ଅଗ୍ନି ନିକଟକୁ ପୁଣି, ନିବିଡ଼ ମେଘ, ଅନ୍ଧକାର, ଝଡ଼ର ନିକଟବର୍ତ୍ତୀ ହେଲେ I
\v 19 ସେମାନେ ତୂରୀର ଧ୍ୱନୀ ଶୁଣିଅଛନ୍ତି ଓ ସେମାନେ ଈଶ୍ୱରଙ୍କ ବାକ୍ୟର ଶବ୍ଦ ଶୁଣିଅଛନ୍ତି I ଏହା ଏତେ ଶକ୍ତିଶାଳୀ ଥିଲା ଯେ ସେହି ଶବ୍ଦ ଶୁଣି ଯେପରି ସେମାନଙ୍କୁ ଆଉ କୌଣସି ବାକ୍ୟ କୁହା ନ ଯାଏ, ସେମାନେ ତାହାଙ୍କୁ ଏହା ନିବେଦନ କରିଥିଲେ I
\v 20 ଯେଣୁ ଈଶ୍ୱର ସେମାନଙ୍କୁ ଆଜ୍ଞା ଦେଲେ "କୌଣସି ବ୍ୟକ୍ତି କିମ୍ବା ପଶୁ ସୁଦ୍ଧା ଯଦି ସେହି ପର୍ବତ ସ୍ପର୍ଶ କରେ, ତେବେ ତୁମ୍ଭେ ତାହାକୁ ବଧ କରିବ I" ସେଥିରେ ଲୋକମାନେ ଭୟଭୀତ ହେଲେ I
\v 21 ପ୍ରକୃତରେ, ସେହି ପର୍ବତରେ ଯାହା ଘଟିଲା ତାହା ଦେଖି ମୋଶା ଭୟଭୀତ ହୋଇ କହିଲେ, "ମୁଁ ଅତ୍ୟନ୍ତ ଭୀତ ହୋଇ କମ୍ପିତ ହେଉଅଛି !"
\s5
\v 22 ବରଂ ତୁମ୍ଭେମାନେ "ନୂତନ ଯିରୂଶାଲମ ଅର୍ଥାତ୍ ସ୍ୱର୍ଗରେ ଜୀବନ୍ତ ଈଶ୍ୱରଙ୍କ ଉପସ୍ଥିତିରେ ଆସିଅଛ I ଯେପରି ତୁମ୍ଭମାନଙ୍କ ପୁର୍ବପୁରୁଷ ଇସ୍ରାଏଲରେ ସିୟୋନ ପର୍ବତ ଉପରେ ଯେଉଁଠାରେ ପାର୍ଥିବ ଯିରୂଶାଲମ ନିର୍ମାଣ ହୋଇଥିଲା ସେଠାରେ ଈଶ୍ୱରଙ୍କ ଉପାସନା କରିବା ନିମନ୍ତେ ଆସୁଥିଲେ I ସେହିପରି ତୁମ୍ଭେମାନେ ମଧ୍ୟ ଅସଂଖ୍ୟ ଦୂତବାହିନୀଙ୍କ ପରି ଏକତ୍ର ହୋଇ ମହାନନ୍ଦ କରିବା ନିମନ୍ତେ ସେଠାକୁ ଆସିବେ I
\v 23 ସ୍ୱର୍ଗରେ ଲିଖିତ ପ୍ରଥମଜାତ ବିଶ୍ୱାସୀମାନଙ୍କର ମଣ୍ଡଳୀରେ ତୁମ୍ଭେ ସଂଯୁକ୍ତ ହୋଇଅଛ I ସମସ୍ତଙ୍କ ବିଚାରକର୍ତ୍ତା ଈଶ୍ୱରଙ୍କ ନିକଟକୁ ତୁମ୍ଭେ ଆସିଅଛ I ଯେଉଁଠାରେ ଈଶ୍ୱରଙ୍କ ଲୋକମାନଙ୍କ ଆତ୍ମାଗଣ, ଯେଉଁମାନେ ମୃତ୍ୟୁ ପୂର୍ବରୁ ଧାର୍ମିକ ଜୀବନଯାପନ କରିଥିଲେ ଓ ବର୍ତ୍ତମାନ ଯେଉଁମାନଙ୍କୁ ଈଶ୍ୱର ସ୍ୱର୍ଗରେ ସିଦ୍ଧ କରିଅଛନ୍ତି ସେହି ସ୍ଥାନକୁ ତୁମ୍ଭେମାନେ ଆସିଅଛ I
\v 24 କ୍ରୁଶରେ ହତ ହୋଇ ଆପଣା ରକ୍ତ ବୁହାଇବା ଦ୍ୱାରା ସେହି ନୂତନ ନିୟମରେ ଯୀଶୁ ଆମ୍ଭମାନଙ୍କ ଓ ଈଶ୍ୱରଙ୍କ ମଧ୍ୟରେ ମଧ୍ୟସ୍ଥ ହୋଇଅଛନ୍ତି I ଯୀଶୁଙ୍କ ରକ୍ତ ଦ୍ୱାରା ହିଁ ଈଶ୍ୱର ଆମ୍ଭମାନଙ୍କୁ କ୍ଷମା କରନ୍ତି, ଓ ଯୀଶୁଙ୍କ ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ଆମ୍ଭମାନଙ୍କ ନିମନ୍ତେ ଉତ୍କୃଷ୍ଟତର ବାକ୍ୟ କହେ, ତୁମ୍ଭେମାନେ ସେହି ଯୀଶୁଙ୍କ ନିକଟକୁ ଆସିଅଛ I
\s5
\v 25 ସାବଧାନ, ଈଶ୍ୱର ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ କର ନାହିଁ, କାରଣ ଯେଉଁ ମୋଶା ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ଇସ୍ରାଏଲର ଲୋକମାନେ ଯଦି ରକ୍ଷା ପାଇଲେ ନାହିଁ ଈଶ୍ୱର ସେମାନଙ୍କୁ ଦଣ୍ଡ ଦେଲେ, ତେବେ ଈଶ୍ୱର ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ମଧ୍ୟ ଯେ ରକ୍ଷା ପାଇବା ନାହିଁ, ଏହା ଅଧିକ ସୁନିଶ୍ଚିତ !
\v 26 ଯେତେବେଳେ ଈଶ୍ୱର ସୀନୟ ପର୍ବତରେ କଥା କହିଲେ ସେତେବେଳେ ଈଶ୍ୱରଙ୍କ ସ୍ୱର ପୃଥିବୀକୁ ଟଳମଳ କଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରି କହିଅଛନ୍ତି, "ପୁନର୍ବାର ଆମ୍ଭେ ଯେ କେବଳ ପୃଥିବୀକୁ କମ୍ପାଇବା, ତାହା ନୁହେଁ, ମାତ୍ର ସ୍ୱର୍ଗକୁ ମଧ୍ୟ କମ୍ପାଇବା I"
\s5
\v 27 “ଆଉଥରେ”, ବୋଲି କହିବା ଦ୍ୱାରା ଏହା ବୁଝାଯାଏ ଯେ, ସ୍ୱର୍ଗରେ ଥିବା ଅଟଳ ବିଷୟସବୁ ରହିବା ନିମନ୍ତେ ଟଳମଳ ବିଷୟ, ଅର୍ଥାତ୍‍, ସୃଷ୍ଟ ବିଷୟସବୁକୁ ଈଶ୍ୱର ପରିବର୍ତ୍ତନ କରିବେ I
\v 28 ଅତଏବ, ଆମ୍ଭେମାନେ ଅଟଳ ରାଜ୍ୟର ସଦସ୍ୟ ହେବାରୁ ଆସ ଆମ୍ଭେମାନେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା I ଆସୁ ଆମ୍ଭେମାନେ ଈଶ୍ୱରଙ୍କ ପ୍ରତି କୃତଜ୍ଞ ହୋଇ ତାହାଙ୍କ ମହାନ ଶକ୍ତି ଓ ପ୍ରେମ ସକାଶେ ଭୟ ଓ ଭକ୍ତି ସହକାରେ ଈଶ୍ୱରଙ୍କ ସନ୍ତୋଷଜନକ ଉପାସନା କରୁ I
\v 29 କାରଣ ଆମ୍ଭମାନଙ୍କର ଈଶ୍ୱର ଅଶୁଦ୍ଧ ବିଷୟଗୁଡ଼ିକୁ ବିନଷ୍ଟ କରିବାରେ ଗ୍ରାସକାରୀ ଅଗ୍ନି ସ୍ୱରୂପ ଅଟନ୍ତି I
\s5
\c 13
\p
\v 1 ବିଶ୍ୱାସୀମାନଙ୍କ ମଧ୍ୟରେ ପ୍ରେମ ସ୍ଥିର ହୋଇଥାଉ I
\v 2 ଯେଉଁ ଯାତ୍ରୀମାନଙ୍କ ସାହାଯ୍ୟ ଆବଶ୍ୟକ ସେମାନଙ୍କ ଆତିଥ୍ୟସତ୍କାର ନ ପାସୋର, ଯେଣୁ ଅଜ୍ଞାତ ବ୍ୟକ୍ତିଙ୍କୁ ସତ୍କାର କରିବା ଦ୍ୱାରା କେହି କେହି ଅଜ୍ଞାତସାରରେ ଦୂତମାନଙ୍କର ଆପଣା ଗୃହରେ ଆତିଥ୍ୟ କରିଅଛନ୍ତି I
\s5
\v 3 ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ୱରୂପେ ଜ୍ଞାନ କର ଯେହେତୁ ସେମାନେ ବିଶ୍ୱାସୀ ପୁଣି, ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସ୍ମରଣ କର I
\v 4 ଯେଉଁ ପୁରୁଷ ଓ ସ୍ତ୍ରୀ ପରସ୍ପରକୁ ବିବାହ କରିଅଛନ୍ତି ସେମାନେ ପରସ୍ପରକୁ ଆଦର ଦିଅନ୍ତୁ, ଓ ସେମାନେ ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ I କାରଣ ଈଶ୍ୱର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ I
\s5
\v 5 ଆଚାରବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ I କାରଣ ଈଶ୍ୱର ନିଜେ କହିଅଛନ୍ତି ଯାହା ମୋଶା ଲେଖନ୍ତି, "ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ; ଆମ୍ଭେ ତୁମ୍ଭ ନିମନ୍ତେ ଯୋଗାଇବାକୁ କେବେ ହେଁ ବନ୍ଦ କରିବା ନାହିଁ I"
\v 6 ଅତଏବ ଆମ୍ଭେମାନେ ସାହସପୂର୍ବକ ଗୀତରଚକଙ୍କ ପରି କହିପାରୁ, "ପ୍ରଭୁ ମୋହର ସହାୟ, ମୁଁ ଭୟ କରିବି ନାହିଁ ମନୁଷ୍ୟ ମୋହର କିଛି କରି ପାରିବ ନାହିଁ କାରଣ ଈଶ୍ୱର ସେହି ସବୁରେ ମୋତେ ସାହାଯ୍ୟ କରିବେ I
\s5
\v 7 ତୁମ୍ଭମାନଙ୍କ ଆତ୍ମିକ ନେତାମାନେ ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ବିଷୟକ ସୁସମାଚାର ଦେଇଅଛନ୍ତି I କିପରି ସେମାନେ ଆପଣାମାନଙ୍କ ଜୀବନ ଅତିବାହିତ କରିଅଛନ୍ତି ତାହା ସ୍ମରଣ କର ଓ କିପରି ଖ୍ରୀଷ୍ଟଙ୍କଠାରେ ଭରସା କରିଅଛନ୍ତି ତାହା ଅନୁକରଣ କର I
\v 8 ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି I
\s5
\v 9 ତେଣୁ ତୁମ୍ଭେମାନେ ଈଶ୍ୱରଙ୍କ ବିଷୟରେ ବିବିଧ ଓ ବିପରୀତ ପ୍ରକାର ଶିକ୍ଷା ଯାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇ ନାହୁଁ ଏହପରି ଅଜ୍ଞାତ ବିଷୟରେ ବିଶ୍ୱାସ କରିବା ନିମନ୍ତେ ଲୋକମାନେ ତୁମ୍ଭମାନଙ୍କ ଉପରେ ପ୍ରଭାବ ନ ପକାନ୍ତୁ I ଉଦାହରଣ ସ୍ଵରୂପ, କ'ଣ ଖାଇବ ଅବା କ'ଣ ଖାଇବ ନାହିଁ ଏପରି ଅନେକ ନିୟମ ପାଳନ କରିବ ନାହିଁ I ଏହି ନିୟମଗୁଡ଼ିକ ଆମ୍ଭମାନଙ୍କର କିଛି ଉପକାର କରିବ ନାହିଁ I
\v 10 ଯେଉଁମାନେ ତମ୍ବୁର ଉପାସକ ସେମାନଙ୍କର ବେଦିର ସାମଗ୍ରୀ ଭୋଜନ କରିବା ନିମନ୍ତେ ଅଧିକାର ନାହିଁ ଯେଉଁଠାରେ ଆମ୍ଭେମାନେ ଖ୍ରୀଷ୍ଟଙ୍କର ଉପାସନା କରୁ I
\v 11 କାରଣ ଯେଉଁ ସବୁ ପଶୁର ରକ୍ତ ପାପାର୍ଥକ ବଳି ସ୍ୱରୂପେ ମହାଯାଜକଙ୍କ ଦ୍ୱାରା ମହାପବିତ୍ର ସ୍ଥାନକୁ ଅଣାଯାଏ, ଅନ୍ୟ ଲୋକମାନେ ସେହି ସବୁ ପଶୁର ଶରୀର ଛାଉଣୀର ବାହାରେ ଦଗ୍ଧ ହୁଏ I
\s5
\v 12 ସେହିପରି, ଯୀଶୁ ଯିରୂଶାଲମ ନଗର ଦ୍ୱାରର ବାହାରେ ତାଡନାପ୍ରାପ୍ତ ହେଲେ ଓ ମୃତ୍ୟୁଭୋଗ କଲେ ଯେପରି ସେ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିମନ୍ତେ ଆପଣା ଲୋକ କରିପାରନ୍ତି I ସେ ଆମ୍ଭମାନଙ୍କ ପାପ ନିମନ୍ତେ ବଳିସ୍ୱରୂପେ ଆପଣା ରକ୍ତ ଉତ୍ସର୍ଗ କଲେ I
\v 13 ତେଣୁ ଆମ୍ଭେମାନେ ପରିତ୍ରାଣ ପାଇବା ନିମନ୍ତେ ଯୀଶୁଙ୍କ ନିକଟକୁ ଯାଉ; ଯେପରି ଲୋକେ ଯୀଶୁଙ୍କୁ ନିନ୍ଦା କଲେ ସେହିପରି ଆମ୍ଭେମାନେ ମଧ୍ୟ ଅନ୍ୟମାନଙ୍କ ନିନ୍ଦା ସହ୍ୟ କରୁ I
\v 14 ଏହି ପୃଥିବୀରେ ବିଶ୍ୱାସୀ ଯେ ଆମ୍ଭେମାନେ, ଯିରୂଶାଲମ ସଦୃଶ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ I ବରଂ ଆମ୍ଭେମାନେ ଅନନ୍ତକାଳସ୍ଥାୟୀ ଏକ ସ୍ୱର୍ଗୀୟ ନଗରର ଅପେକ୍ଷାରେ ଅଛୁ I
\s5
\v 15 ଯୀଶୁ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ଆମ୍ଭେମାନେ ଯାହା ଘଟିଲେ ମଧ୍ୟ ଅବିରତ ଈଶ୍ୱରଙ୍କ ପ୍ରଶଂସା କରିବା I ପଶୁଗୁଡ଼ିକ ପରିବର୍ତ୍ତେ ଆମ୍ଭେମାନେ ଏହିପରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତାହାଙ୍କର ପ୍ରଶଂସାରୂପ ବଳି ଉତ୍ସର୍ଗ କରିପାରିବା I ଆମ୍ଭେମାନେ ଖ୍ରୀଷ୍ଟଙ୍କୁ ଭରସା କରୁ ବୋଲି ପ୍ରକାଶ୍ୟରେ ଅନ୍ୟମାନଙ୍କ ନିକଟରେ କହିବା ନିମନ୍ତେ ପ୍ରସ୍ତୁତ ରହିବା I
\v 16 ସର୍ବଦା ଅନ୍ୟମାନଙ୍କ ନିମନ୍ତେ ଉତ୍ତମ କାର୍ଯ୍ୟ କର ଓ ଯାହା ତୁମ୍ଭମାନଙ୍କ ନିକଟରେ ଅଛି ଅନ୍ୟମାନଙ୍କୁ ମଧ୍ୟ ସେଥିର ସହଭାଗୀ କରାଅ, କାରଣ ଏହିପରି ବଳିରେ ଈଶ୍ୱରଙ୍କର ପରମ ସନ୍ତୋଷ I
\v 17 ତୁମ୍ଭମାନଙ୍କ ନେତାମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହେବ, ସେମାନଙ୍କ ସଦୃଶ ସେମାନେ ତୁମ୍ଭମାନଙ୍କ ଆତ୍ମା ସମ୍ବନ୍ଧରେ ପ୍ରହରୀକର୍ମ କରନ୍ତି, ଯେପରି ସେମାନେ ତାହା ଦୁଃଖରେ ନ କରି ଆନନ୍ଦରେ କରି ପାରନ୍ତି; ଦୁଃଖରେ କଲେ, ତୁମ୍ଭମାନଙ୍କର କିଛି ଲାଭ ନାହିଁ I
\s5
\v 18 ମୋ ନିମନ୍ତେ ଓ ମୋ ସହିତ ଯେଉଁମାନେ ଅଛନ୍ତି ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର I ମୁଁ ନିଶ୍ଚିତ ଯେ ମୁଁ ଏପରି କୌଣସି କାର୍ଯ୍ୟ କରି ନାହିଁ ଯାହା ଈଶ୍ୱରଙ୍କ ଅସନ୍ତୋଷଜନକ ଅଟେ I ସମସ୍ତ ବିଷୟରେ ସଦାଚରଣ କରିବାକୁ ଆମ୍ଭେମାନେ ଚେଷ୍ଟା କରୁଅଛୁ I
\v 19 ଆଉ ମୁଁ ଯେପରି ଶୀଘ୍ର ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବି ସେଥିନିମନ୍ତେ ଯେଉଁ ବାଧା ସେହି ବାଧାକୁ ଈଶ୍ୱର ଶୀଘ୍ର ଦୂର କରନ୍ତୁ, ଏଥି ନିମନ୍ତେ ପ୍ରାର୍ଥନା କରିବାକୁ ତୁମ୍ଭମାନଙ୍କୁ ବିଶେଷ ଭାବରେ ଅନୁରୋଧ କରୁଅଛି I
\s5
\v 20 ଯୀଶୁ ଆମ୍ଭମାନଙ୍କ ନିମନ୍ତେ ଯୋଗାଇ ଦିଅନ୍ତି, ଆମ୍ଭମାନଙ୍କୁ ସୁରକ୍ଷା ଦିଅନ୍ତି, ଆମ୍ଭମାନଙ୍କୁ କଢାଇ ନିଅନ୍ତି ଯେପରି ଏକ ମହାନ ମେଷପାଳକ ଆପଣା ମେଷମାନଙ୍କ ନିମନ୍ତେ କରେ I ଆଉ ଯେଉଁ ଈଶ୍ୱର ଆମ୍ଭମାନଙ୍କ ଅନ୍ତରରେ ଶାନ୍ତି ଦିଅନ୍ତି ସେ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ I ଏହା କରିବା ଦ୍ୱାରା ଈଶ୍ୱର ଆମ୍ଭମାନଙ୍କ ସହିତ ଖ୍ରୀଷ୍ଟଙ୍କ ରକ୍ତ ହେତୁ ଯେଉଁ ରକ୍ତ ସେ ମୃତ୍ୟୁଭୋଗ କରିବା ଦ୍ୱାରା କ୍ରୁଶ ଉପରେ ଝରାଇ ଥିଲେ, ସେହି ରକ୍ତ ହେତୁ ଈଶ୍ୱର ଅନନ୍ତକାଳସ୍ଥାୟୀ ନିୟମ ସ୍ଥାପନ କରିଅଛନ୍ତି I
\v 21 ତେଣୁ ମୁଁ ପ୍ରାର୍ଥନା କରେ ଯେ ତାହାଙ୍କ ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା ସେ ଆମ୍ଭମାନଙ୍କ ଅନ୍ତରରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ସମ୍ପନ୍ନ କରି ତାହାଙ୍କ ଇଚ୍ଛା ସାଧନ କରିବାକୁ ତୁମ୍ଭମାନଙ୍କୁ ପ୍ରତ୍ୟେକ ସତ୍କର୍ମରେ ସିଦ୍ଧ କରନ୍ତୁ I ତାହାଙ୍କର ଯାହା ସନ୍ତୋଷଜନକ ତାହା ସେ ଆମ୍ଭମାନଙ୍କଠାରେ ସମ୍ପାଦନ କରନ୍ତୁ, ଯେପରି ଆମ୍ଭେମାନେ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଉତ୍ସର୍ଗ କରିଥିବା ଯୀଶୁଙ୍କୁ ଅନୁସରଣ କରିବା ସେ ଦେଖନ୍ତି I ସମସ୍ତ ଲୋକ ଯୀଶୁ ଖ୍ରୀଷ୍ଟଙ୍କ ଗୌରବ ଯୁଗେ ଯୁଗେ କରନ୍ତୁ I ଆମେନ୍ !
\s5
\v 22 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରୁଅଛି, ଏହି ଉପଦେଶ ସହ୍ୟ କର, ଯେଣୁ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ମୁଁ ସଂକ୍ଷେପରେ ତୁମ୍ଭମାନଙ୍କୁ ଲେଖିଅଛି I
\v 23 ଆମ୍ଭମାନଙ୍କର ଭ୍ରାତା ତୀମଥି ବନ୍ଦୀଗୃହରୁ ମୁକ୍ତ ହୋଇ ଯଦି ଶୀଘ୍ର ଆସନ୍ତି, ତେବେ ତାହାଙ୍କ ସଙ୍ଗରେ ମୁଁ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଆସିବି I
\s5
\v 24 ତୁମ୍ଭମାନଙ୍କର ସମସ୍ତ ନେତା ଓ ସାଧୁମାନଙ୍କୁ ନମସ୍କାର ଜଣାଅ I ଯେଉଁମାନେ ଇତାଲିଆ ଦେଶରୁ ଆସିଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି I
\v 25 ଈଶ୍ୱର ତୁମ୍ଭମାନଙ୍କୁ ପ୍ରେମ କରନ୍ତୁ ଓ ତାହାଙ୍କ ଦୟା ଦ୍ୱାରା ତୁମ୍ଭମାନଙ୍କୁ ସୁରକ୍ଷା ଦିଅନ୍ତୁ I