or_udb/58-PHM.usfm

44 lines
9.4 KiB
Plaintext

\id PHM
\ide UTF-8
\h ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
\toc1 ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
\toc2 ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
\toc3 phm
\mt1 ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
\s5
\c 1
\p
\v 1 ମୁଁ ପାଉଲ, ଖ୍ରୀଷ୍ଟଯୀଶୁଙ୍କ ସେବା ପାଇଁ ଜଣେ ବନ୍ଦୀ I ତୀମଥି ମୋର ସହସେବକଙ୍କ ସହିତ ମୁଁ ଅଛି I ଆମ୍ଭର ପ୍ରିୟ ମିତ୍ର ଓ ସହ କର୍ମୀ ଫିଲୀମୋନଙ୍କ ନିକଟକୁ ଏହି ପତ୍ରଟି ମୁଁ ଲେଖୁଅଛି I
\v 2 ମୁଁ ଆପ୍ପିୟା ଆମର ସହ ବିଶ୍ୱାସୀ ଏବଂ ଆର୍ଖିପ୍‌ପ, ଯେକି ଆମ୍ଭର ସାଥି ଜଣେ ସୈନିକ ସଦୃଶ କାର୍ଯ୍ୟ କରନ୍ତି I ଏବଂ ତୁମ୍ଭ ଘରେ ଏକତ୍ରୀତ ହେଉଥିବା ଉପାସନା ମଣ୍ଡଳୀକୁ ପତ୍ର ଲେଖୁଅଛି I
\v 3 ମୋର ଏହି ପ୍ରାର୍ଥନା ଯେ ଆମ୍ଭର ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭ ମାନଙ୍କୁ ଦୟା କରନ୍ତୁ ଏବଂ ଶାନ୍ତି ମଧ୍ୟ ପ୍ରଦାନ କରନ୍ତୁ I
\s5
\v 4 ମୁଁ ପ୍ରାର୍ଥନା କରିବା ବେଳେ ତୁମ୍ଭ ପାଇଁ ସର୍ବଦା ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ।
\v 5 କାରଣ ମୁଁ ଶୁଣିଅଛି ଯେ କିପରି ତୁମ୍ଭେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛ I ମୁଁ ମଧ୍ୟ ଶୁଣିଅଛି କିପରି ତୁମ୍ଭେମାନେ ପରସ୍ପରକୁ ପ୍ରେମ କର ଏବଂ ସାହାଯ୍ୟ ମଧ୍ୟ କର I
\v 6 ଆମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ ତୁମ୍ଭେମାନେ ମଧ୍ୟ ସେପରି ବିଶ୍ୱାସ କରିଅଛ I ତେବେ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟରେ ଯାହା ଜାଣିଛୁ ତୁମ୍ଭେମାନେ ମଧ୍ୟ ସେସବୁ ଜାଣ ଏହା ମୋର ପ୍ରାର୍ଥନା I
\v 7 ମୁଁ ବହୁତ ଆନନ୍ଦିତ ଏବଂ ଉତ୍ସାହିତ କାରଣ ମୋର ପ୍ରିୟ ବନ୍ଧୁ ଈଶ୍ୱରଙ୍କ ଲୋକମାନଙ୍କୁ ପ୍ରେମ ଏବଂ ସାହାଯ୍ୟ କରନ୍ତି I
\s5
\v 8 ତେଣୁ ତୁମେ କିଛି କର ବୋଲି ମୁଁ ଇଚ୍ଛା କରେ I ମୁଁ ସମ୍ପୁର୍ଣ୍ଣ ବିଶ୍ୱାସ କରେ ଯେ ତୁମକୁ ଆଦେଶ ଦେବାର ଅଧିକାର ମୋ’ଠାରେ ଅଛି କାରଣ ମୁଁ ଜଣେ ଖ୍ରୀଷ୍ଟଙ୍କର ପ୍ରେରିତ ଅଟେ I
\v 9 କିନ୍ତୁ ମୁଁ ଜାଣେ ଯେ ତୁମ୍ଭେମାନେ ଈଶ୍ୱରଙ୍କ ଲୋକମାନଙ୍କୁ ପ୍ରେମ କର, ମୁଁ ଆଉ ଆଦେଶ ଦେଉ ନାହିଁ ମାତ୍ର ଅନୁରୋଧ କରୁଅଛି I ମୁଁ ପାଉଲ, ବୁଢ଼ା ହୋଇ ଗଲିଣି ଓ ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀ କାରଣ ମୁଁ ଯୀଶୁ ଖ୍ରୀଷ୍ଟଙ୍କର ସେବା କରେ ତେଣୁ ମୁଁ ଅନୁରୋଧ କରୁଅଛି I
\s5
\v 10 ମୁଁ ତୁମ୍ଭକୁ ଅନୁରୋଧ କରୁଛି ଅନୀସିମ ପାଇଁ କିଛି କର । ବର୍ତ୍ତମାନ ସେ ମୋର ସନ୍ତାନ ପରି କାରଣ ମୁଁ ବନ୍ଦୀ ଗୃହରେ ଥିଲାବେଳେ ମୁଁ ତାଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କହିଥିଲି I
\v 11 ଯଦିଓ ତାଙ୍କ ନାମର ଅର୍ଥ 'ଉପଯୋଗୀ' ତଥାପି ଅତୀତରେ ତୁମ୍ଭ ପାଇଁ ଅଦରକାରୀ ଥିଲା । କିନ୍ତୁ ଏବେ ସେ ମୋ' ପାଇଁ ଓ ତୁମ୍ଭ ଦୁହିଁଙ୍କ ପାଇଁ ବଡ଼ ଉପଯୋଗୀ ଅଟେ I
\v 12 ଯଦିଓ ଅନୀସିମ ମୋର ଅତି ପ୍ରିୟ ତଥାପି ମୁଁ ତାହାକୁ ତୁମ୍ଭ ପାଖକୁ ପଠାଇ ଦେଉଛି।
\v 13 ମୁଁ ବନ୍ଦୀ ଗୃହରେ ଥିବା ସମୟରେ ମୋତେ ସୁସମାଚାର ପାଇଁ ସାହାଯ୍ୟ କରିବ ବୋଲି ତାହାକୁ ମୋ ସହିତ ରଖିବାକୁ ଚାହୁଁଥିଲି । ମୁଁ ଚାହୁଁଥିଲି କି ଅନୀସିମ ମୋ’ ସହିତ ରହୁ ଯେପରି ସେ ମୋତେ ତୁମ ବଦଳରେ ସାହାଯ୍ୟ କରି ନ I
\s5
\v 14 କିନ୍ତୁ ତୁମକୁ ପ୍ରଥମେ ନ ପଚାରି ମୁଁ କିଛି କରିବା ପାଇଁ ଇଚ୍ଛା କଲି ନାହିଁ ଏବଂ ମୋ’ ସହିତ ତାଙ୍କୁ ଏଠାରେ ରଖିବାକୁ ତୁମେ ମୋତେ ଅନୁମତି ଦେଇ ନ ଥିଲ । ମୁଁ ନିଷ୍ପତ୍ତି ନେଲି ଯଦି ତୁମେ ଇଚ୍ଛା କର ତେବେ ତୁମେ ମୋତେ ସାହାଯ୍ୟ କର I
\v 15 ଅନୀସିମ କ୍ଷଣିକ ପାଇଁ ତୁମ୍ଭଠାରୁ ଅଲଗା ଥିଲା ଯଦ୍ଦ୍ୱାରା ତୁମେ ତାହାକୁ ସବୁଦିନ ପାଇଁ ପୁନଃ ପ୍ରାପ୍ତ ହୋଇପାରିବ I
\v 16 କେବଳ ଦାସ ହେବା ପାଇଁ ନୁହେଁ, ବରଂ ଦାସଠାରୁ ବଳି ଏକ ପ୍ରିୟ ଭାଇ ଭଳି । ମୁଁ ତାହାକୁ ବହୁତ ଭଲ ପାଏ । ସେ ମୋର ଅତି ପ୍ରିୟ I କିନ୍ତୁ ତୁମେ ଆହୁରି ଅଧିକ ଭଲ ପାଇବ । ତୁମେ ତାହାକୁ ଜଣେ ମଣିଷ ଓ ପ୍ରଭୁଙ୍କଠାରେ ଖ୍ରୀଷ୍ଟରେ ଜଣେ ଭାଇ ଭଳି ଭଲ ପାଇବ I
\s5
\v 17 ଯଦି ତୁମେ ବିଶ୍ୱାସ କର କି ଆମେ ଦୁହେଁ ପ୍ରଭୁଙ୍କ ସେବା କରୁଅଛୁ ତେବେ ମୋତେ ଯେପରି ଗ୍ରହଣ କରିବ ସେପରି ଅନୀସିମକୁ ଗ୍ରହଣ କର ।
\v 18 ଯଦି ଅନୀସିମ ତୁମ୍ଭ ପ୍ରତି କିଛି ଭୁଲ କରିଛି ବା ତା'ର ତୁମକୁ କିଛି ଦେବାକୁ ଅଛି ତେବେ ତାହାର ଦାୟିତ୍ୱ ମୋତେ ନେବାକୁ ଦିଅ I
\v 19 ମୁଁ ପାଉଲ, ଏହି କଥା ମୋ ନିଜ ହାତରେ ଲେଖୁଛି । ଅନୀସିମର ଯଦି ତୁମ୍ଭକୁ କିଛି ଦେବାକୁ ଅଛି, ମୁଁ ତାହା ତୁମ୍ଭକୁ ଫେରାଇ ଦେବି । ମୁଁ କହି ପାରିବି ଯେ ଅନୀସିମ ତୁମ୍ଭଠାରେ ଯେତିକି ଋଣୀ ତୁମ୍ଭେ ମୋ’ଠାରେ ତା’ଠାରୁ ଅନେକ ମାତ୍ରାରେ ଋଣୀ I କାରଣ ମୁଁ ଯାହା କହି ଅଛି ତାହା ତୁମ ଜୀବନକୁ ରକ୍ଷା କରିଅଛି I
\v 20 ତେଣୁ ବାସ୍ତବରେ ହେ ମୋର ଭାଇ ! ପ୍ରଭୁଙ୍କଠାରେ ମୋତେ ଆନନ୍ଦ କରିବା ପାଇଁ ଦିଅ I ଆମ୍ଭେମାନେ ଖ୍ରୀଷ୍ଟ ସହିତ ସଂଯୁକ୍ତ ହୋଇଥିବାରୁ ମୋର ହୃଦୟ ଆନନ୍ଦ କରେ I
\s5
\v 21 ମୁଁ ଏହି ପତ୍ର ତୁମ୍ଭକୁ ଲେଖିଅଛି କାରଣ ମୁଁ ଜାଣେ ମୁଁ ଯାହା କହିଛି ସେଗୁଡିକ ତୁମ୍ଭେ କରିବ । ଏହା ମଧ୍ୟ ମୁଁ ଜାଣେ ଯେ ମୁଁ ଯେତିକି କହିଅଛି, ତୁମ୍ଭେ ତା'ଠାରୁ ଅଧିକ କରିବ ।
\v 22 ମୋ’ ରହିବା ପାଇଁ ଗୋଟିଏ ବଖରା ମଧ୍ୟ ପ୍ରସ୍ତୁତ କର । ମୁଁ ଆଶା କରେ ଯେ ପରମେଶ୍ୱର ତୁମ୍ଭ ପ୍ରାର୍ଥନା ଶୁଣିବେ ଓ ମୁଁ ତୁମ୍ଭ ପାଖକୁ ଯିବାକୁ ସମର୍ଥ ହୋଇ ପାରିବି ।
\s5
\v 23 ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ଏପାଫ୍ରା ହେଉଛନ୍ତି ମୋର ସହବନ୍ଦୀ । ସେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି ।
\v 24 ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ଏମାନେ ମୋର ସହକର୍ମୀ, ସେମାନେ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି I
\v 25 ମୋର ପ୍ରାର୍ଥନା ଯେ ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କର ପ୍ରତି ରହିଥାଉ ।