or_udb/57-TIT.usfm

85 lines
17 KiB
Plaintext

\id TIT
\ide UTF-8
\h ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
\toc1 ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
\toc2 ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
\toc3 tit
\mt1 ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
\s5
\c 1
\p
\v 1 ମୁଁ, ପାଉଲ, ଈଶ୍ୱରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ତୁମକୁ ଏ ପତ୍ର ଲେଖୁଅଛି, ତୀତସ । ଈଶ୍ୱର ତାଙ୍କର ମନୋନୀତ ଲୋକଙ୍କୁ ତାଙ୍କଠାରେ ଅଧିକ ବିଶ୍ଵାସ କରିବା ପାଇଁ ଶିକ୍ଷା ଦେବାକୁ ମତେ ପ୍ରେରଣ କରିଛନ୍ତି ।
\v 2 ଈଶ୍ୱରଙ୍କ ମନୋନୀତ ଲୋକମାନେ ଅନନ୍ତ ଜୀବନର ଭରସା ପ୍ରାପ୍ତ ହୋଇ, ଯେପରି ବିଶ୍ଵାସ ଓ ଭକ୍ତି ସହିତ ସତ୍ୟ ଜ୍ଞାନରେ ବୃଦ୍ଧି ପାଆନ୍ତି, ଏଥି ନିମନ୍ତେ ମୁଁ ପ୍ରେରିତ ହୋଇଅଛି;
\v 3 ସେହି ଅନନ୍ତ ଜୀବନ ସତ୍ୟ ଈଶ୍ୱର, ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଆଜ୍ଞାନୁସାରେ ମୋ'ଠାରେ ସମର୍ପିତ ହୋଇଅଛି ।
\s5
\v 4 ପିତା ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ ।
\v 5 ମୋହର ଆଦେଶାନୁସାରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ ପୁଣି, ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି;
\s5
\v 6 ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ କିମ୍ବା ଅବାଧ୍ୟ ନୁହଁନ୍ତି, ତାହାଙ୍କୁ ନିଯୁକ୍ତ କର ।
\v 7 କାରଣ ଅଧ୍ୟକ୍ଷ, ଈଶ୍ୱରଙ୍କ ବେବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଆତିଥ୍ୟ ପ୍ରିୟ,
\s5
\v 8 ଉତ୍ତମ ବିଷୟର ଅନୁରାଗୀ, ସୁବୁଦ୍ଧି, ନ୍ୟାୟପରାୟଣ, ସାଧୁ ଓ ମିତାଚାରୀ ହେଉନ୍ତୁ,
\v 9 ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥି ନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ ଭାବରେ ଧରନ୍ତୁ ।
\s5
\v 10 କାରଣ ଅନେକେ ଅବାଧ୍ୟ ଲୋକ, ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକ ଅଛନ୍ତି, ବିଶେଷରେ ସୁନ୍ନତ ପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଅଛନ୍ତି;
\v 11 ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ। ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି ।
\s5
\v 12 ସେମାନଙ୍କର ଜଣେ ସ୍ୱଜାତୀୟ ଭାବବାଦୀ କହିଅଛନ୍ତି, କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ, ହିଂସ୍ରକ ପଶୁ ତୁଲ୍ୟ ଓ ଅଳସୁଆ ପେଟୁକ ଅଟନ୍ତି ।
\v 13 ଏହି ଉକ୍ତିଟି ସତ୍ୟ । ଏଣୁ ସେମାନେ ଯେପରି ଯିହୁଦୀୟ କଳ୍ପିତ ଗଳ୍ପ ପୁଣି, ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି,
\s5
\v 14 ଏଥିପାଇଁ ସେମାନଙ୍କୁ ଦୃଢ ରୂପେ ଅନୁଯୋଗ କର ।
\s5
\v 15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ । ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ ।
\v 16 ସେମାନେ ଈଶ୍ୱରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି, ସମସ୍ତ ସତ୍କର୍ମର ଅଯୋଗ୍ୟ ।
\s5
\c 2
\v 1 କିନ୍ତୁ ତୁମ୍ଭେ ହିତଜନକ ଶିକ୍ଷାର ଉପଯୁକ୍ତ କଥା କୁହ ।
\v 2 ବୃଦ୍ଧ ପୁରୁଷମାନଙ୍କୁ ମିତଭୋଗୀ, ଗମ୍ଭୀର, ସୁବୁଦ୍ଧି ପୁଣି, ବିଶ୍ୱାସ, ପ୍ରେମ ଓ ସହିଷ୍ଣୁତାରେ ସବଳ ହେବାକୁ,
\s5
\v 3 ପୁଣି, ବୃଦ୍ଧ ସ୍ତ୍ରୀମାନଙ୍କୁ ସେହିପରି ପରନିନ୍ଦୁକା ଓ ମଦ୍ୟପାନରେ ଆସକ୍ତା ନ ହୋଇ ଶୁଦ୍ଧାଚାରିଣୀ ହେବାକୁ ଓ ସୁଶିକ୍ଷା ଦେବାକୁ ଅନୁରୋଧ କର;
\v 4 ଯାହାଦ୍ୱାରା ସେମାନେ ଯୁବା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅନ୍ତୁ ଯେ, ଆପଣା ସ୍ୱାମୀ ଓ ସନ୍ତାନମାନଙ୍କୁ ପ୍ରେମ କରନ୍ତୁ;
\v 5 ଏବଂ ସେମାନେ ପତିବ୍ରତା, ସୁଗୃହିଣୀ, ସୁଶୀଳା, ଓ ଆପଣା ଆପଣା ସ୍ୱାମୀମାନଙ୍କର ବଶୀଭୂତା ହୁଅନ୍ତୁ , ଯେପରି ଈଶ୍ୱରଙ୍କ ବାକ୍ୟ ଯେପରି ନିନ୍ଦିତ ନ ହୁଏ ।
\s5
\v 6 ସେହିପରି ଯୁବକମାନଙ୍କୁ ସର୍ବ ବିଷୟରେ ସୁବୁଦ୍ଧି ହେବା ପାଇଁ ଉତ୍ସାହ ଦିଅ;
\v 7 ତୁମ୍ଭେ ନିଜେ ଆପଣା ଆଚରଣରେ ସତ୍କର୍ମର ଆଦର୍ଶ ଦେଖାଅ, ଶିକ୍ଷାରେ ନିଷ୍କପଟ ଓ ଗଭୀର ଭାବ ଏବଂ ହିତଜନକ ଅଖଣ୍ଡନୀୟ ବାକ୍ୟ ପ୍ରକାଶ କର,
\v 8 ଯେପରି ବିପକ୍ଷ ଲୋକ ଆମ୍ଭମାନଙ୍କ ବିଷୟରେ କୌଣସି ମନ୍ଦ କଥା କହି ନ ପାରି ଲଜ୍ଜିତ ହେବ ।
\s5
\v 9 ଦାସମାନଙ୍କୁ ଶିକ୍ଷା ଦିଅ ଯେ, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କର ବଶୀଭୂତ ହୋଇ ରୁହନ୍ତୁ, ସମସ୍ତ ବିଷୟରେ ସେମାନଙ୍କର ସନ୍ତୋଷଭାଜନ ହୁଅନ୍ତୁ,
\v 10 ପ୍ରତିବାଦ ନ କରନ୍ତୁ, କିଛି ହିଁ ଚୋରି ନ କରି ବରଂ ସମ୍ପୂର୍ଣ୍ଣ ବିଶ୍ୱସ୍ତତା ପ୍ରକାଶ କରନ୍ତୁ, ଯେପରି ସେମାନେ ସବୁ ବିଷୟରେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଶିକ୍ଷାର ଅଳଙ୍କାର ସ୍ୱରୂପ ହୁଅନ୍ତି ।
\s5
\v 11 କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି,
\v 12 ପୁଣି, ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନ ଯାପନ କରୁ,
\v 13 ଆଉ ସେହି ଆନନ୍ଦଦାୟକ ଭରସା ପୁଣି, ଆମ୍ଭମାନଙ୍କ ମହାନ ଈଶ୍ୱର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ, ଏଥି ନିମନ୍ତେ ଶିକ୍ଷା ଦେଉଅଛି ।
\s5
\v 14 ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ସତ୍କର୍ମରେ ଉଦ୍‌ଯୋଗୀ ନିଜସ୍ୱ ଲୋକ ସ୍ୱରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ ।
\s5
\v 15 ଏହି ସମସ୍ତ କଥା କହି ପୂର୍ଣ୍ଣ କ୍ଷମତା ସହ ଉତ୍ସାହ ଦିଅ ଓ ଅନୁଯୋଗ କର । କେହି ତୁମ୍ଭକୁ ତୁଚ୍ଛ ନ କରୁ ।
\s5
\c 3
\v 1 କର୍ତ୍ତୃପକ୍ଷ ଓ କ୍ଷମତା ପ୍ରାପ୍ତ ବ୍ୟକ୍ତିମାନଙ୍କର ବଶୀଭୂତ ଓ ବାଧ୍ୟ ହେବାକୁ ପୁଣି, ସମସ୍ତ ପ୍ରକାର ସତ୍କର୍ମ କରିବା ନିମନ୍ତେ ପ୍ରସ୍ତୁତ ହେବାକୁ,
\v 2 କାହାରି ନିନ୍ଦା ନ କରିବାକୁ, କାହାରି ବିରୋଧୀ ନ ହେବାକୁ, ମୃଦୁଶୀଳ ହେବାକୁ ପୁଣି, ସମସ୍ତ ଲୋକଙ୍କ ପ୍ରତି ସର୍ବପ୍ରକାରେ କୋମଳ ଭାବ ଦେଖଇବାକୁ ସେମାନଙ୍କୁ ସ୍ମରଣ କରାଅ ।
\s5
\v 3 କାରଣ ପୂର୍ବେ ଆମ୍ଭେମାନେ ମଧ୍ୟ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ ପୁଣି, ନାନା ପ୍ରକାର କୁଅଭିଳାଷ ଓ ସୁଖଭୋଗର ଦାସ ଥିଲୁ, ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ ।
\s5
\v 4 କିନ୍ତୁ ଯେତେବେଳେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୟା ଓ ମାନବଜାତି ପ୍ରତି ତାହାଙ୍କ ପ୍ରେମ ପ୍ରକାଶିତ ହେଲା,
\v 5 ସେ ଅନ୍ତରକୁ ଧୌତ କରିବା ଦ୍ୱାରା, ଆମ୍ଭମାନଙ୍କୁ ଗୋଟିଏ ନୂତନ ଜନ୍ମ ଦେଇ, ଏବଂ ପବିତ୍ରଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କୁ ନୂଆଭାବେ ତିଆରି କରି ଆମ୍ଭମାନଙ୍କୁ ଉଦ୍ଧାର କଲେ I ସେ ଆମ୍ଭମାନଙ୍କ ଉତ୍ତମ କର୍ମଗୁଡିକର କାରଣରୁ ସେ ଆମ୍ଭମାନଙ୍କୁ ଉଦ୍ଧାର କଲେ ନାହିଁ, କିନ୍ତୁ ସେ ଆମ୍ଭମାନଙ୍କୁ ଉଦ୍ଧାର କଲେ କାରଣ ସେ ଦୟାମୟ ଅଟନ୍ତି I
\s5
\v 6 ଯେତେବେଳେ ମସୀହ ଯୀଶୁ ଆମ୍ଭମାନଙ୍କୁ ଉଦ୍ଧାର କଲେ ପରମେଶ୍ୱର ଉଦାରଭାବେ ତାଙ୍କ ପବିତ୍ର ଆତ୍ମା ଆମ୍ଭମାନଙ୍କୁ ପ୍ରଦାନ କଲେ I
\v 7 ଏହି ଦାନ ଦ୍ୱାରା, ପରମେଶ୍ୱର ଘୋଷଣା କଲେ ଯେ ସମସ୍ତ ବିଷୟ ତାଙ୍କ ଓ ଆମ୍ଭମାନଙ୍କ ମଧ୍ୟରେ ସଠିକ୍ ହେଲା I ଏବଂ ତା'ଠାରୁ ଅଧିକ ଯେ, ଆମ୍ଭେମାନେ ସମସ୍ତ ବିଷୟରେ ଅଂଶୀ ହେବା ଯେପରି ପ୍ରଭୁ ଯୀଶୁ ତାଙ୍କ ସହ ବିଶେଷତଃ ଅନନ୍ତ ଜୀବନ ଆମ୍ଭମାନଙ୍କୁ ଦେବେ I
\s5
\v 8 ଏ କଥା ବିଶ୍ୱାସଯୋଗ୍ୟ ଅଟେ I ମୁଁ ଚାହେଁ ତୁମ୍ଭେମାନେ ଏହି ବିଷୟଗୁଡିକ ସର୍ବଦା ଗୁରୁତ୍ତ୍ୱ ଦିଅ ଯେପରିକି ସେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରିଅଛନ୍ତି ସେମାନେ ସେଇ ଉତ୍ତମ ଓ ସାହାଯ୍ୟକାରୀ କର୍ମଗୁଡିକରେ ଲଗୀ ରହିବେ I ଏହି ବିଷୟଗୁଡିକ ସମସ୍ତଙ୍କ ପାଇଁ ଉତ୍ତମ ଏବଂ ଲାଭଦାୟକ ଅଟେ I
\s5
\v 9 ଆଉ ଅର୍ଥହୀନ ତର୍କ, ବିବାଦ, ଯିହୁଦୀ ବଂଶାବଳୀଗୁଡିକ ବିଷୟରେ ଯୁକ୍ତିଗୁଡିକଠାରୁ ଦୂରରେ ରୂହ I ସେମାନେ ଜଣେ ଜଣେ ଆପଣମାନଙ୍କ ସମୟ ଓ ଶକ୍ତିର ଅପଚୟ କରନ୍ତି I
\v 10 ଆପଣ ସେମାନଙ୍କୁ ଥରେ ବା ଦୁଇ ଥର ସତର୍କବାଣୀ ଦେବା ପରେ ଯଦି ଲୋକେ ଏହି ବିଭକ୍ତିକରଣ କ୍ରିୟାଗୁଡିକରେ ନିଯୁକ୍ତ ହୋଇରହନ୍ତି, ତେବେ ସେମାନଙ୍କ ସହ ଅଧିକା କିଛି କରିବାର ନାହିଁ I
\v 11 କାରଣ ସେହିପରି ଲୋକେ ସତ୍ୟଠାରୁ ଦୂରରେ ରହିଛନ୍ତି; ସେମାନେ ପାପରେ ରହନ୍ତି ଏବଂ ନିଜକୁ ବିନାଶ କରନ୍ତି I
\s5
\v 12 ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟକୁ ଆର୍ତ୍ତେମା ନତୁବା ତୁଖିକଙ୍କୁ ପଠାଇଲି, ନୀକପଲ୍ଲୀର ସହରଠାରେ ମୋତେ ଦେଖା କରିବାକୁ ଚେଷ୍ଟା କର, କାରଣ ମୁଁ ସେଠାରେ ଶୀତକାଳ ସମୟ କ୍ଷେପଣ କରିବାକୁ ଚାହିଁଅଛି I
\v 13 ବ୍ୟବସ୍ଥା ଶାସ୍ତ୍ରଜ୍ଞ ଜିନା, ଓ ଆପଲ୍ଲଙ୍କୁ ସେମାନଙ୍କ ଯାତ୍ରାପଥରେ ପଠାଇବା ପାଇଁ ସେମାନେ ଯେଉଁ ସମସ୍ତ ବିଷୟ ଆବଶ୍ୟକ କରନ୍ତି ସେଥିପ୍ରତି ଯତ୍ନ କର I
\s5
\v 14 ସାହାଯ୍ୟ ଆବଶ୍ୟକ କରୁଥିବା ଲୋକମାନଙ୍କ ପ୍ରତି ଉତ୍ତମ କାର୍ଯ୍ୟ କରିବାରେ ନିମଜ୍ଜିତ ରହିବା ପାଇଁ ଲୋକମାନେ ଶିକ୍ଷା କରୁଛନ୍ତି, ଏ ସମ୍ପର୍କରେ ନିଶ୍ଚିତ କର I
\s5
\v 15 ତୀତସ, ମୋ' ସହିତ ଥିବା ଲୋକ ସମସ୍ତେ ତୁମକୁ ନମସ୍କାର ଜଣାନ୍ତି ! ସହ ବିଶ୍ୱାସୀ ଭାବରେ ଆମକୁ ପ୍ରେମ କରୁଥିବା ଆମର ବନ୍ଧୁମାନଙ୍କୁ ନମସ୍କାର ଜଣାଇ ଦିଅ I ତୁମ୍ଭ ସମସ୍ତଙ୍କର ଅନୁଗ୍ରହ ବର୍ତ୍ତୁ I ଆଉ ଦୟାବହି ଆମ୍ଭମାନଙ୍କ ବନ୍ଧୁମାନେ ଯେଉଁମାନେ ସେଠାରେ ଆମ୍ଭମାନଙ୍କୁ ପ୍ରେମ କରନ୍ତି ସହଯୋଗୀ ବିଶ୍ୱାସୀମାନଙ୍କୁ କୃତଜ୍ଞତା ଜଣାଅ I ତୁମ୍ଭମାନଙ୍କ ସମସ୍ତଙ୍କର ଅନୁଗ୍ରହ ବର୍ତ୍ତୁ I