or_udb/56-2TI.usfm

130 lines
29 KiB
Plaintext

\id 2TI - UDB NT ODIYA
\ide UTF-8
\h ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
\toc1 ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
\toc2 ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
\toc3 2ti
\mt1 ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
\s5
\c 1
\p
\v 1 ମୁଁ, ପାଉଲ, ତୀମଥିଙ୍କ ନିକଟକୁ ଲେଖୁଅଛି । ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତରୂପେ ପ୍ରତ୍ୟେକଙ୍କୁ କହିବାକୁ ମୋତେ ପଠେଇଲେ ଯେପରି ସେମାନେ ତା'ଙ୍କଠାରେ ମିଳିତ ହୁଅନ୍ତି, ଈଶ୍ୱର ସେମାନଙ୍କୁ ଜୀବନ ସମ୍ବନ୍ଧୀୟ ଉଭୟ ଇହକାଳ ଓ ପରକାଳ ପ୍ରସ୍ତୁତ କରିବାକୁ ପ୍ରତିଜ୍ଞା କରନ୍ତି ।
\v 2 ପ୍ରିୟ ପୁତ୍ର ତୀମଥି, ମୁଁ ତୁମକୁ ପ୍ରେମ କରେ । ପିତା ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ ।
\s5
\v 3 ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ ଏବଂ ମୁଁ ତାହାଙ୍କର ସେବା କରେ କାରଣ ମୁଁ ସତ୍ୟରେ କରିବାକୁ ଚାହେଁ, ଠିକ୍ ଯେପରି ପିତୃପୁରୁଷମାନେ କଲେ । ତୀମଥି,ମୁଁ ଦିନରାତି ମୋହର ପ୍ରାର୍ଥନାରେ ସର୍ବଦା ତୁମ୍ଭର ନାମ, ସ୍ମରଣ କରେ ।
\v 4 ମୁଁ ତୁମ୍ଭକୁ ଦେଖିବା ପାଇଁ ଏକାନ୍ତ ଇଚ୍ଛା କରୁଅଛି; କାରଣ ତୁମେ ମୋ’ପାଇଁ କାନ୍ଦି ଥିଲ ଏହା ମୁଁ ସ୍ମରଣ କରେ । ଯଦି ମୁଁ ତୁମ୍ଭମାନଙ୍କୁ ଆଉ ଥରେ ଦେଖେ, ମୁଁ ବହୁତ ଆନନ୍ଦ କରିବି ।
\v 5 ମୁଁ ସ୍ମରଣ କରେ ଯେ ତୁମ୍ଭେମାନେ ସତ୍ୟରେ ଯୀଶୁରେ ବିଶ୍ୱାସ କର ! ପ୍ରଥମେ, ତୁମ୍ଭର ଜେଜେମା ଲୋୟି ଓ ତୁମ୍ଭର ମା' ଇଉନୀକୀ, ଯୀଶୁ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ଭରସା ଥିଲା, ପୁଣି, ସେମାନଙ୍କ ପରି ତୁମ୍ଭର ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ଭରସା ଅଛି ବୋଲି ମୋହର ଦୃଢ଼ ବିଶ୍ୱାସ ।
\s5
\v 6 ତୁମ୍ଭେ ଯୀଶୁରେ ଭରସା କରୁଥିବାରୁ, ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ, ମୁଁ ତୁମ୍ଭ ଉପରେ ହସ୍ତାର୍ପଣ କରି ପ୍ରାର୍ଥନା କରିବା ହେତୁ ଈଶ୍ୱର ତୁମକୁ ଯେଉଁ ଦାନ ଦେଇଥିଲେ, ତାହା ବ୍ୟବହାର କରିବାକୁ ଆରମ୍ଭ କର ।
\v 7 ଯେତେବେଳେ ଈଶ୍ୱରଙ୍କ ଆତ୍ମା ଆମ୍ଭମାନଙ୍କ ଉପରକୁ ଆସିଲା, ସେ ଭୟର ଆତ୍ମା ଦେଇନାହାନ୍ତି ମାତ୍ର ସେ ଆମ୍ଭମାନଙ୍କୁ ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି ।
\s5
\v 8 ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେବାରେ କିଅବା ତୁମ୍ଭେମାନେ ମୋର ବନ୍ଧୁ ହୋଇଥିବାରୁ ମୋ' ବିଷୟରେ ଲଜ୍ଜିତ ହୁଅ ନାହିଁ, କାରଣ ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ବରଂ ଯୀଶୁରେ ମୁଁ ଭରସା କରେ । ଅନ୍ୟମାନଙ୍କୁ ସୁସମାଚାର କହିବାରେ ତୁମ୍ଭମାନେ ମୋ' ସହିତ କ୍ଲେଶ ସହ୍ୟ କର । ଈଶ୍ୱର ତୁମ୍ଭମାନଙ୍କୁ ସମସ୍ତ କ୍ଲେଶ ସହ୍ୟ କରିବାରେ ସକ୍ଷମ କରିବେ ।
\v 9 ସେ ଏହା କରିବେ କାରଣ ସେ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ଆହ୍ୱାନ କରିଅଛନ୍ତି । ଆମ୍ଭମାନଙ୍କ କର୍ମ ଅନୁସାରେ ଈଶ୍ୱର ଆମ୍ଭମାନଙ୍କୁ ଉଦ୍ଧାର କରି ନାହାନ୍ତି, ମାତ୍ର ସେ ଆମ୍ଭମାନଙ୍କୁ ଉଦ୍ଧାର କଲେ କାରଣ ସେ ଆମ୍ଭମାନଙ୍କୁ ଏହି ଉପହାର ଦେବାକୁ ଯୋଜନା କଲେ ! ଈଶ୍ୱର ମସୀହ ଯୀଶୁଙ୍କ ମାଧ୍ୟମରେ ସୃଷ୍ଟି ପ୍ରାରମ୍ଭରୁ ଏହି ଉପହାର କଲେ ।
\v 10 କିନ୍ତୁ ଏବେ ପ୍ରତ୍ୟେକେ ଦେଖିପାରିବେ ଯେ ଈଶ୍ୱର ସେମାନଙ୍କୁ ଉଦ୍ଧାର କରିପାରନ୍ତି, କାରଣ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ମସୀହ ଯୀଶୁଙ୍କର ଆଗମନ ହୋଇଛି ଏବଂ ସେ ମୃତ୍ୟୁକୁ ଲୋପ କରିଅଛନ୍ତି ପୁଣି, ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି ଯେପରି ଲୋକେ ଅମର ଜୀବନ କାଟିପାରିବେ ।
\v 11 ଏହି କାରଣରୁ ଈଶ୍ୱର ମୋତେ ସେହି ସୁସମାଚାରର ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକ ସ୍ୱରୂପେ ନିଯୁକ୍ତ କଲେ ।
\s5
\v 12 ଏହି କାରଣରୁ ମଧ୍ୟ ମୁଁ ଏହି ସବୁ ଦୁଃଖଭୋଗ କରେ; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଜାଣେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛି, ପୁଣି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି ଯେ ତାହା ମହାଦିନ (ବିଚାର ଦିନ) ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ସମର୍ଥ ଅଟନ୍ତି ।
\v 13 ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ବିଶ୍ୱାସ ଓ ପ୍ରେମରେ ଭରସା ରଖିଥିବାରୁ ମୋ’ଠାରୁ ଶୁଣିଥିବା ସତ୍ୟବାକ୍ୟକୁ ପାଳନ କର ।
\v 14 ଈଶ୍ୱର ତୁମ୍ଭମାନଙ୍କଠାରେ ଭରସା ରଖନ୍ତି, ଯେ ତୁମ୍ଭେମାନେ ସୁସମାଚାର ପ୍ରଚାର କର ଯାହା ସେ ତୁମ୍ଭମାନଙ୍କୁ ଦେଲେ । ଆମ୍ଭମାନଙ୍କଠାରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଦ୍ୱାରା ସେହି ସୁସମାଚାରର ସୁରକ୍ଷା କର ।
\s5
\v 15 ଆସିଆର ସମସ୍ତ ଲୋକ ଯେ ମୋ' ପ୍ରତି ବିମୁଖ ହୋଇଅଛନ୍ତି, ଏହା ତୁମ୍ଭେ ଜାଣ; ଫୁଗେଲ ଓ ହର୍ମଗେନା ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ।
\v 16 ମୁଁ ପ୍ରାର୍ଥନା କରେ ଯେ ଅନୀସିଫରଙ୍କ ପରିବାରଙ୍କୁ ପ୍ରଭୁ ଦୟା କରନ୍ତୁ । କାରଣ ସେ ବାରମ୍ବାର ମୋତେ ସାନ୍ତ୍ୱନା କରିଅଛନ୍ତି, ପୁଣି, ମୋର ବନ୍ଦୀ ଅବସ୍ଥା ପାଇଁ ଲଜ୍ଜିତ ହୋଇ ନାହାନ୍ତି ।
\v 17 ଅନ୍ୟ ପକ୍ଷରେ, ସେ ରୋମରେ ଥିବା ସମୟରେ ମୋତେ ଯତ୍ନ ସହକାରେ ଅନ୍ୱେଷଣ କରି ମୋ' ସହିତ ସାକ୍ଷାତ କଲେ ।
\v 18 ମହାଦିନରେ ଅନୀସିଫର ଯେପରି ପ୍ରଭୁଙ୍କର ଦୟା ପ୍ରାପ୍ତ ହୁଅନ୍ତୁ । ଆଉ ଏଫିସରେ ସେ କିପରି ଅନେକ ସେବା କରିଅଛନ୍ତି, ତାହା ତୁମ୍ଭେ ଉତ୍ତମ ରୂପେ ଜାଣିଅଛ ।
\s5
\c 2
\v 1 ଅତଏବ, ହେ ମୋହର ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ପ୍ରଦତ୍ତ ଅନୁଗ୍ରହରେ ବଳବାନ ହୁଅ, ଏହା ମୁଁ ଇଚ୍ଛା କରେ ।
\v 2 ଆଉ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋଠାରୁ ଶୁଣିଅଛ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ, ଏପରି ବିଶ୍ୱସ୍ତ ଲୋକମାନଙ୍କ ନିକଟରେ ସେହି ସବୁ ଅର୍ପଣ କର ।
\s5
\v 3 ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର ।
\v 4 କୌଣସି ଲୋକ ସୈନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୈନ୍ୟପଦରେ ନିଯୁକ୍ତିଦାତାଙ୍କୁ ସେ ସନ୍ତୁଷ୍ଟ କରିପାରେ ।
\v 5 ଆହୁରି ମଧ୍ୟ ଯଦି ଜଣେ ଲୋକ ଖେଳରେ ଭାଗ ନିଏ, ସେ ନିୟମ ଅନୁସାରେ ତାହା ନ କଲେ ମୁକୁଟ ପାଏ ନାହିଁ ।
\s5
\v 6 ଯେଉଁ କୃଷକ ପରିଶ୍ରମ କରେ, ସେ ପ୍ରଥମେ ଫଳର ଅଂଶ ପାଇବା ଉଚିତ୍ ।
\v 7 ମୁଁ ଯାହା ଲେଖିଲି, ତାହା ଚିନ୍ତା କର; ତାହା କଲେ ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ ।
\s5
\v 8 ମୋ’ଦ୍ୱାରା ପ୍ରଚାରିତ ସୁସମାଚାର ଅନୁସାରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ଓ ଦାଉଦଙ୍କର ବଂଶଜାତ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କର ।
\v 9 ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଦୀ ହେବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଈଶ୍ୱରଙ୍କ ବାକ୍ୟ ବନ୍ଦୀ ନୁହେଁ ।
\v 10 ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପାଆନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୈର୍ଯ୍ୟ ଧରି ସହ୍ୟ କରୁଅଛି ।
\s5
\v 11 ଏହି ବାକ୍ୟ ବିଶ୍ୱାସଯୋଗ୍ୟ, ଯଦି ତାହାଙ୍କ ସହିତ ମରିଅଛୁ, ତେବେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା;
\v 12 ଯଦି ଆମ୍ଭେମାନେ ଧୈର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ଶାସନ କରିବା; ଯଦି ଆମ୍ଭେମାନେ ତାହାଙ୍କୁ ଅସ୍ୱୀକାର କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ;
\v 13 ଯେବେ ଆମ୍ଭେମାନେ, ଅବିଶ୍ୱସ୍ତ ହେଉ, ତେବେ ସୁଦ୍ଧା ସେ (ଯୀଶୁ) ସର୍ବଦା ବିଶ୍ୱସ୍ତ, କାରଣ ସେ ଆପଣାକୁ ଅସ୍ୱୀକାର କରି ପାରନ୍ତି ନାହିଁ।
\s5
\v 14 ମୁଁ ତୁମକୁ କହିଥିବା ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାଦାନୁବାଦ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ରୂପେ ଆଦେଶ ଦିଅ।
\v 15 ସତ୍ୟ ବାକ୍ୟ ଯଥାର୍ଥରୂପେ ବ୍ୟବହାର କରି, ଯେଉଁ କାର୍ଯ୍ୟକାରୀର ଲଜ୍ଜା ବୋଧ କରିବା ଆବଶ୍ୟକ ନୁହେଁ, ତାହାର ପରି ଈଶ୍ୱରଙ୍କ ନିକଟରେ ଆପଣାକୁ ପରୀକ୍ଷାସିଦ୍ଧ ଦେଖାଇବାକୁ ଯତ୍ନ କର।
\s5
\v 16 କିନ୍ତୁ ଅସାର କଥାବାର୍ତ୍ତାରୁ ଦୂରରେ ରୁହ; କାରଣ ଯେଉଁମାନେ ସେଥିରେ ଲିପ୍ତ ହେବେ, ସେମାନେ ଅଧର୍ମରେ ଅଧିକ ବୃଦ୍ଧି ପାଇବେ,
\v 17 ଆଉ ସେମାନଙ୍କର କଥା ପଚା ଘା’ ପରି ଖାଇଯିବ; ସେମାନଙ୍କ ମଧ୍ୟରେ ହୁମନାୟ ଓ ଫିଲୀତ ଅନ୍ୟତମ;
\v 18 ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି, କେତେକଙ୍କର ବିଶ୍ୱାସ ଓଲଟାଇ ପକାଉଅଛନ୍ତି ।
\s5
\v 19 ତଥାପି ଈଶ୍ୱରଙ୍କ ସ୍ଥାପିତ ସତ୍ୟ ଏବେ ମଧ୍ୟ ଅଛି । ଏହା ଗୃହର ସୁଦୃଢ଼ ଭିତ୍ତିମୂଳ ସଦୃଶ, ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି, ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ, ଯେ କେହି ପ୍ରଭୁଙ୍କର ନାମ ଧରେ, ସେ ଅଧର୍ମରୁ ଦୂରରେ ରହୁ ।
\v 20 ଗୋଟିଏ ବଡ଼ ଘରେ (ଧନୀ) ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ବିଶେଷ ବ୍ୟବହାର ଓ କେତେକ ସାଧାରଣ ବ୍ୟବହାର ନିମନ୍ତେ ଥାଏ ।
\v 21 ଅତଏବ, ଯଦି କେହି ସେହି ସମସ୍ତଙ୍କଠାରୁ ନିଜକୁ ପରିଷ୍କାର କରେ, ତାହାହେଲେ ସେ ପବିତ୍ରୀକୃତ, କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ, ପୁଣି, ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ, ଏପରି ଏକ ସମାଦରର ପାତ୍ର ହେବ ।
\s5
\v 22 କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି, ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ।
\v 23 ଅଜ୍ଞାନୀ ଓ ମୂର୍ଖମାନଙ୍କର ଯୁକ୍ତିତର୍କ ଯେ ବିରୋଧ ଜନ୍ମାଏ, ଏହା ଜାଣି ସେହି ସବୁ ଅଗ୍ରାହ୍ୟ କର । ସେମାନଙ୍କ ସହିତ କଥା କୁହ ନାହିଁ । କାରଣ ତୁମେ ଜାଣ ସେଥିରୁ କଳିର ସୃଷ୍ଟି ହୁଏ ।
\s5
\v 24 ପ୍ରଭୁଙ୍କର ଦାସ ବିରୋଧ କରିବା ଉଚିତ୍ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ, ଶିକ୍ଷା ଦେବାରେ ନିପୁଣ ଓ ସହିଷ୍ଣୁ ହେବା ଏବଂ ବିରୋଧ କରୁଥିବା ଲୋକମାନଙ୍କୁ ମୃଦୁ ଭାବରେ ଉପଦେଶ ଦେବା ଉଚିତ୍;
\v 25 ତାହାହେଲେ କେଜାଣି ଈଶ୍ୱର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନ ପାଇବା ପାଇଁ ଓ ଅନୁତାପ କରିବା ପାଇଁ ସୁଯୋଗ ଦେବେ ।
\v 26 ସେହି ପ୍ରକାରେ ସେମାନେ ସଠିକ୍‌‌ରୂପେ ଚିନ୍ତା କରିବେ ଓ ଶୟତାନର ଫାନ୍ଦରୁ ଉଦ୍ଧାର ପାଇଥିବା ଲୋକମାନଙ୍କ ପରି ହେବେ ।
\s5
\c 3
\v 1 ତୁମେ ଏହା ଜାଣି ବୋଲି ମୁଁ ଇଚ୍ଛା କରେ; ଶେଷକାଳରେ ପ୍ରଭୁଙ୍କ ଆଗମନ ପୂର୍ବରୁ ଭୀଷଣ ସମୟ ଉପସ୍ଥିତ ହେବ;
\v 2 କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ,
\v 3 ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ପ୍ରତାରକ,
\v 4 ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ;
\s5
\v 5 ସେମାନେ ଭକ୍ତିର ବେଶ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ ।
\v 6 କାରଣ ଏମାନଙ୍କ ମଧ୍ୟରେ ଏପରିଲୋକ ଅଛନ୍ତି, ଯେଉଁମାନେ ଘରେ ଘରେ ପଶି ପାପରେ ଭାରାକ୍ରାନ୍ତ ଓ ବିଭିନ୍ନ କୁଅଭିଳାଷରେ ଚାଳିତ ନିର୍ବୋଧ ସ୍ତ୍ରୀ’ମାନଙ୍କୁ ଆପଣାର ବଶବର୍ତ୍ତୀ କରନ୍ତି;
\v 7 ଏହି ସ୍ତ୍ରୀଲୋକମାନେ ସର୍ବଦା ଶିକ୍ଷା କରୁଥିଲେ ମଧ୍ୟ ସତ୍ୟ ଜାଣିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ ।
\s5
\v 8 ଆଉ ଯେପରି ଯନ୍ନିସ୍ ଓ ଯମ୍ବ୍ରୀସ୍ ମୋଶାଙ୍କର ପ୍ରତିରୋଧ କରିଥିଲେ, ସେହିପରି ଏହି ପୁରୁଷମାନେ ମଧ୍ୟ ସତ୍ୟର ପ୍ରତିରୋଧ କରନ୍ତି, ଏମାନେ ମନରେ ଭ୍ରଷ୍ଟ ହୋଇ ବିଶ୍ୱାସ ସମ୍ବନ୍ଧରେ ପ୍ରମାଣସିଦ୍ଧ ନୁହନ୍ତି ।
\v 9 କିନ୍ତୁ ସେମାନେ ଆଉ ଅଧିକ ଆଗକୁ ଯିବେ ନାହିଁ; କାରଣ ସେହି ଦୁଇ (ଯନ୍ନିସ୍ ଓ ଯମ୍ବ୍ରୀସ୍) ଜଣଙ୍କର ମୂର୍ଖତା ଯେପରି ପ୍ରକାଶ ପାଇଥିଲା, ସେହିପରି ଏମାନଙ୍କର ମଧ୍ୟ ସମସ୍ତଙ୍କ ନିକଟରେ ଜଣାପଡ଼ିବ ।
\s5
\v 10 କିନ୍ତୁ ତୀମଥି ତୁମ୍ଭେ ମୋହର ଶିକ୍ଷା, ଆଚାର ବ୍ୟବହାର, ସଙ୍କଳ୍ପ, ବିଶ୍ୱାସ, ସହିଷ୍ଣୁତା, ପ୍ରେମ, ଧୈର୍ଯ୍ୟ, ତାଡ଼ନା ଓ ଦୁଃଖଭୋଗର ଅନୁଗାମୀ ହୋଇଅଛ । ଅତ୍ୟନ୍ତ କଠିନ ସମୟରେ ମଧ୍ୟ ପ୍ରଭୁଙ୍କ ସେବା କରିଚାଲିଥିଲି, ଏହା ତୁମେ ଦେଖିଛ ।
\v 11 ଆନ୍ତିୟଖିଆ, ଇକନୀୟ ଓ ଲୁସ୍ତ୍ରାରେ ମୋ’ପ୍ରତି ସେହିପରି ତାଡ଼ନା ଘଟିଥିଲା; ମୁଁ ତାହା ସହ୍ୟ କରିଥିଲି, ଆଉ ପ୍ରଭୁ ମୋତେ ସେସବୁରୁ ଉଦ୍ଧାର କରିଥିଲେ ।
\v 12 ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ ।
\v 13 କିନ୍ତୁ ଦୁଷ୍ଟ ଲୋକେ ଓ ଠକ ଲୋକମାନେ ଅନ୍ୟମାନଙ୍କୁ ସତ୍ୟଠାରୁ ଦୂରେଇ ନେବେ ଅଧିକରୁ ଅଧିକ ଦୁଷ୍ଟ ହୋଇ ଉଠିବେ ।
\s5
\v 14 କିନ୍ତୁ ତୁମ୍ଭେ ଯାହା ଯାହା ଶିକ୍ଷା କରିଅଛ ଆଉ ଯେ ସମସ୍ତ ବିଷୟରେ ନିଶ୍ଚିତ ବିଶ୍ୱାସ କରିଅଛ, ସେସବୁରେ ସ୍ଥିର ହୋଇ ରହିଥାଅ, କାରଣ ତୁମ୍ଭେ ଜାଣୁଅଛ, କେଉଁମାନଙ୍କଠାରୁ ସେହି ସବୁ ଶିକ୍ଷା କରିଅଛ;
\v 15 ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟ କାଳଠାରୁ ଜାଣିଅଛ ।
\s5
\v 16 ସମସ୍ତ ଶାସ୍ତ୍ର ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ,
\v 17 ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ ।
\s5
\c 4
\v 1 ଯୀଶୁ ଖ୍ରୀଷ୍ଟ ଯେତେବେଳେ ରାଜ୍ୟ କରିବାକୁ ଆସିବେ, ସେତେବେଳେ ସେ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବେ । ଖ୍ରୀଷ୍ଟଙ୍କ ସମ୍ପର୍କରେ ପ୍ରଚାର କରିବା ପାଇଁ ତୁମ୍ଭକୁ ଆଜ୍ଞା ଦେଉଥିବା ସମୟରେ ସେ ଏବଂ ଈଶ୍ୱର ମୋତେ ଦେଖୁଛନ୍ତି ।
\v 2 ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍‌ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପାପ ନ କରିବାକୁ ଚେତନା ଦିଅ, ପୁଣି ଖ୍ରୀଷ୍ଟଙ୍କୁ ଅନୁସରଣ କରିବା ପାଇଁ ସେମାନଙ୍କୁ ଉତ୍ସାହ ଦିଅ ।
\s5
\v 3 କାରଣ ସମୟ ଆସିବ, ଯେତେବେଳେ ସେମାନେ ହିତଜନକ (ସତ୍ୟ) ଶିକ୍ଷା ସହି ପାରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ନିଜର ଅଭିଳାଷ ଅନୁସାରେ ନିଜ ନିଜ ନିମନ୍ତେ ଅନେକ ଶିକ୍ଷକଙ୍କୁ ସଂଗ୍ରହ କରିବେ,
\v 4 ପୁଣି, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ ।
\v 5 କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କର କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସଫଳ କର ।
\s5
\v 6 ମୁଁ ତୁମକୁ ଏ ସମସ୍ତ କଥା କହୁଅଛି, କାରଣ ମୁଁ ଶୀଘ୍ର ମରିବି ଏବଂ ଏ ପୃଥିବୀ ତ୍ୟାଗ କରିବି । କାରଣ ମୁଁ ଏକ ପାନ ପାତ୍ର ସଦୃଶ ହେବି ଏବଂ ଈଶ୍ୱରଙ୍କ ନିମନ୍ତେ ଏକ ବଳି ହୋଇ ବେଦି ଉପରେ ଢଳାଯିବି ।
\v 7 ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି;
\v 8 ବର୍ତ୍ତମାନ ମୋ ନିମନ୍ତେ ଏକ ପୁରସ୍କାର ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି, କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି, ସେ ସମସ୍ତଙ୍କୁ ଦେବେ ।
\s5
\v 9 ତୀମଥି, ଶୀଘ୍ର ମୋ’ନିକଟକୁ ଆସିବାକୁ ଚେଷ୍ଟା କର;
\v 10 କାରଣ ଦୀମା ଏହି ବର୍ତ୍ତମାନ ସଂସାରକୁ ପ୍ରେମ କରି ମୋତେ ପରିତ୍ୟାଗ କରିଅଛି ଓ ଥେସଲନୀକୀକୁ ଯାଇଅଛି କ୍ରେସ୍‌କେନସ୍ ଗାଲାତିଆକୁ ଓ ତୀତସ୍ ଦଲ୍ମତିଆକୁ ଯାଇଅଛନ୍ତି ।
\s5
\v 11 କେବଳ ଲୂକ ମୋ ସହିତ ଅଛନ୍ତି । ମାର୍କଙ୍କୁ ତୁମ୍ଭ ସଙ୍ଗରେ ନେଇଆସ, କାରଣ ମୋହର ସେବା ନିମନ୍ତେ ସେ ଉପକାରୀ ।
\v 12 ତୁଖିକଙ୍କୁ ମୁଁ ଏଫିସକୁ ପଠାଇଅଛି ।
\v 13 ତ୍ରୋୟାରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରୀୟ ବସ୍ତ୍ର ଛାଡ଼ି ଆସିଅଛି, ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକ ଗୁଡ଼ିକ, ବିଶେଷତଃ ଚର୍ମ ପୁସ୍ତକଗୁଡ଼ିକ ଆଣିବ ।
\s5
\v 14 କଂସାରି ଆଲେକ୍‌ଜାଣ୍ଡର ମୋହର ବହୁତ ଅନିଷ୍ଟ କରିଅଛି; ପ୍ରଭୁ ତାହାର କର୍ମ ଅନୁସାରେ ତାହାଙ୍କୁ ପ୍ରତିଫଳ ଦେବେ;
\v 15 ତୁମ୍ଭେ ମଧ୍ୟ ତାହାଠାରୁ ସାବଧାନ ଥାଅ, କାରଣ ସେ ଆମ୍ଭମାନଙ୍କ ବାକ୍ୟର ଘୋର ପ୍ରତିରୋଧ କରିଥିଲା ।
\v 16 ମୋହର ବିଚାରର ପ୍ରଥମ ଶୁଣାଣି ବେଳେ କେହି ମୋହର ସପକ୍ଷ ହେଲେ ନାହିଁ, ମାତ୍ର ସମସ୍ତେ ମୋତେ ପରିତ୍ୟାଗ କଲେ; ଏହା ସେମାନଙ୍କ ବିରୁଦ୍ଧରେ ଗଣିତ ନ ହେଉ ।
\s5
\v 17 କିନ୍ତୁ ପ୍ରଭୁ ମୋହର ସପକ୍ଷ ହୋଇ ମୋତେ ବଳବାନ୍ କଲେ, ପୁଣି, ମୁଁ ସିଂହ ମୁଖରୁ ରକ୍ଷା ପାଇଲି, ଯେପରି ମୋ’ ଦ୍ୱାରା ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାରିତ ହୋଇ ପାରେ ଓ ଅଣଯିହୂଦୀ ସମସ୍ତେ ତାହା ଶୁଣି ପାରନ୍ତି;
\v 18 ପ୍ରଭୁ ମୋତେ ସମସ୍ତ ମନ୍ଦ କର୍ମରୁ ଉଦ୍ଧାର କରିବେ ଏବଂ ମୋତେ ରକ୍ଷା କରି ଆପଣା ସ୍ୱର୍ଗୀୟ ରାଜ୍ୟରେ ପ୍ରବେଶ କରାଇବେ; ଯୁଗେ ଯୁଗେ ତାହାଙ୍କର ମହିମା ହେଉ, ଆମେନ୍ ।
\s5
\v 19 ପ୍ରିସ୍କା ଓ ଆକ୍ୱିଲା ପୁଣି, ଅନୀସିଫରଙ୍କ ପରିବାରକୁ ମୋହର ନମସ୍କାର ଜଣାଅ ।
\v 20 ଏରାଷ୍ଟ କରିନ୍ଥରେ ରହିଅଛନ୍ତି, କିନ୍ତୁ ତ୍ରଫିମ୍ ପୀଡ଼ିତ ହେବାରୁ ମୁଁ ତାହାଙ୍କୁ ମୀଲୀତରେ ଛାଡ଼ିଦେଇ ଆସିଅଛି ।
\v 21 ତୁମ୍ଭେ ଶୀତକାଳ ପୂର୍ବରୁ ଆସିବାକୁ ଚେଷ୍ଟା କର । ଇଉବୁଲ୍, ପୁଦେନସ୍, ଲିନ କ୍ଲୌଦିୟା ଓ ଭାଇମାନେ ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି ।
\v 22 ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ । ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ ।