or_udb/55-1TI.usfm

179 lines
40 KiB
Plaintext

\id 1TI - UDB NT ODIYA
\ide UTF-8
\h ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
\toc1 ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
\toc2 ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
\toc3 1ti
\mt1 ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
\s5
\c 1
\p
\v 1 ମୁଁ, ପାଉଲ, ତୀମଥିଙ୍କୁ ଏହା ଲେଖୁଅଛି । ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱର ଓ ଭରସା ଭୂମି ଖ୍ରୀଷ୍ଟ ଯୀଶୁ, ଏବଂ ଆଜ୍ଞା ଅନୁସାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ ।
\v 2 ଯେତେବେଳେ ମୁଁ ତୁମକୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କହିଲି ତୁମେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ହେଲ, ଆଉ ତୁମେ ମୋର ପ୍ରଭୁରେ ପ୍ରକୃତ ସନ୍ତାନ ଅଟ । ପିତା ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ ।
\s5
\v 3 ଯେତେବେଳେ ମୁଁ ମାକିଦନିଆକୁ ଯିବା ସମୟରେ ତୁମ୍ଭକୁ ଯେପ୍ରକାର ଅନୁରୋଧ କରିଥିଲି, ସେହିପରି ତୁମ୍ଭେ ଏଫିସରେ ରହି କେତେକ ଲୋକ ଯେପରି ଭିନ୍ନ ଶିକ୍ଷା ନ ଦିଅନ୍ତି,
\v 4 କି ପୁରାତନ, ଅର୍ଥହୀନ କଳ୍ପିତ ଗଳ୍ପ ଓ ଅଶେଷ ବଂଶାବଳୀ ପ୍ରତି ସମୟ ଓ ମନ ନ ଦିଅନ୍ତି, ଏଥି ନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ । ସେହି ସବୁ ତ ବିଶ୍ୱାସ ସମ୍ବନ୍ଧୀୟ ଈଶ୍ୱରଙ୍କ କାର୍ଯ୍ୟର ଉପକାରୀ ନ ହୋଇ ବରଂ ଯୁକ୍ତିତର୍କ ସୃଷ୍ଟି କରେ, କିନ୍ତୁ ଆମ୍ଭମାନଙ୍କ ମୁକ୍ତି ନିମନ୍ତେ ଈଶ୍ୱରଙ୍କ ଯୋଜନା ଜାଣିବାକୁ ସେମାନଙ୍କୁ ସାହାଯ୍ୟ କରେ ନାହିଁ - ଗୋଟିଏ ଯୋଜନା ଯାହା ଆମ୍ଭେମାନଙ୍କ ବିଶ୍ୱାସ ଦ୍ୱାରା ସଫଳ ହୁଏ ।
\s5
\v 5 ଏହାଛଡା, ଯାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଶିକ୍ଷାଦେବା ନିମନ୍ତେ ଆଦେଶ ଦେବାର ଉଦ୍ଦେଶ୍ୟ ହେଉଛି ଏକ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ଵାସରୁ ଜାତ ଈଶ୍ୱରଙ୍କ ପ୍ରେମ ।
\v 6 କେହି କେହି ଏସମସ୍ତ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅସାର କଥାରେ ଆସକ୍ତ ହୋଇ ପଥଭ୍ରଷ୍ଟ ହୋଇଅଛନ୍ତି ।
\v 7 ସେମାନେ ମୋଶାଙ୍କ ବ୍ୟବସ୍ଥାର ଶିକ୍ଷକ ହେବାକୁ ଇଚ୍ଛା କରନ୍ତି, ମାତ୍ର ସେମାନେ ତାହା ନିଜେ ବୁଝନ୍ତି ନାହିଁ । ତଥାପି ସେମାନେ ଦାବି କରନ୍ତି ଯେ ସେମାନେ ଯେଉଁ ବିଷୟରେ ଶିକ୍ଷା ଦିଅନ୍ତି ତାହା ସତ୍ୟ ଅଟେ ।
\v 8 କିନ୍ତୁ ଆମେ ଜାଣୁ ଯେ ମୋଶାଙ୍କ ବ୍ୟବସ୍ଥା ଉତ୍ତମ ଅଟେ ଯଦି ଆମେ ବିହିତ ମତେ ଏହାର ବ୍ୟବହାର କରୁ ।
\s5
\v 9 ଆମ୍ଭେ ଜାଣୁ ଯେ ବ୍ୟବସ୍ଥା ଧାର୍ମିକ ଲୋକମାନଙ୍କ ନିମନ୍ତେ ନିରୂପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା, ନରହନ୍ତା ।
\v 10 ଏହା ମଧ୍ୟ ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟଚୋର, ମିଥ୍ୟାବାଦୀ ଓ ବିଚରାଳୟରେ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଓ ଦୃଢ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି । ବିଦ୍ରୋହୀ ଏବଂ ଈଶ୍ୱରଙ୍କ ଅବଜ୍ଞାକାରୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା ଦିଆଯାଇଛି, ଏହା ଆମେ ଜାଣୁ ।
\v 11 ଏହା ତ ମୋ’ ନିକଟରେ ସମର୍ପିତ ଆମର ପ୍ରଶଂସନୀୟ ଈଶ୍ୱରଙ୍କ ଗୌରବମୟ ସୁସମାଚାରର ଶିକ୍ଷା ଅନୁଯାୟୀ ଅଟେ, ପୁଣି ତାହା ସେ ଅନ୍ୟମାନଙ୍କ ନିକଟରେ ଘୋଷଣା କରିବାକୁ ମୋତେ ଭରସା କରନ୍ତି ।
\s5
\v 12 ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ମୁଁ ଧନ୍ୟବାଦ ଦେଉଅଛି, କାରଣ ସେ ମୋତେ ବିଶ୍ୱସ୍ତ ମନେ କରି ସେବକ ପଦରେ ନିଯୁକ୍ତ କରିଅଛନ୍ତି । ସେ ମଧ୍ୟ ସେବା କରିବାକୁ ମୋ’ ଉପରେ ତାଙ୍କୁ ଭରସା ରଖନ୍ତି ।
\v 13 ଯଦ୍ୟପି ମୁଁ ପୂର୍ବେ ବିଶ୍ୱାସୀମାନଙ୍କର ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ଥିଲି । ମୁଁ ହିଂସାର କାର୍ଯ୍ୟଗୁଡିକ କଲି, କିନ୍ତୁ ମୁଁ ଅବିଶ୍ୱାସ ହେତୁ ଅଜ୍ଞାନ ପଣରେ ତାହା କରୁଥିଲି ବୋଲି ଈଶ୍ୱର ମୋତେ ଦୟା କଲେ ।
\v 14 ଈଶ୍ୱରଙ୍କ ମହାନ ଦୟା ମୋ' ପ୍ରତି ହେଲା, ସେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଓ ପ୍ରେମ କରିବା ପାଇଁ ସକ୍ଷମ କଲେ କାରଣ ସେ ମୋତେ ତାଙ୍କ ସହିତ ମିଳିତ କଲେ ।
\s5
\v 15 ପ୍ରତ୍ୟେକେ ଏହି ଘଟଣାଟିକୁ ଗ୍ରହଣ କରିବା ଉଚିତ, କାରଣ ଆମ୍ଭେମାନେ ଏହା ଉପରେ ସମ୍ପୂର୍ଣ୍ଣରୂପେ ଗଣନା କରିପାରିବା: ଯୀଶୁ ଖ୍ରୀଷ୍ଟ ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଜଗତକୁ ଆସିଲେ । ଏହା ଗ୍ରହଣ ଯୋଗ୍ୟ ଯେ ସେହି ସମସ୍ତ ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ ।
\v 16 ତଥାପି ପ୍ରଧାନ ପାପୀ ଯେ ମୁଁ, ଏଥି ନିମନ୍ତେ ଈଶ୍ୱର ମୋ' ପ୍ରତି ଅନ୍ୟମାନଙ୍କ ସମ୍ମୁଖରେ ଦୟା ପ୍ରାପ୍ତ ହେଲି, ତେଣୁ ମୋ'ଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି । ଯେଉଁମାନେ ତା'ଙ୍କଠାରେ ଭବିଷ୍ୟତ କାଳରେ ଅନନ୍ତ ଜୀବନ ପାଇବା ନିମନ୍ତେ ବିଶ୍ୱାସ କରିବେ, ଈଶ୍ୱର ସେମାନଙ୍କୁ ଚିରସହିଷ୍ଣୁତା ସହ ଅପେକ୍ଷା କରୁଛନ୍ତି ।
\v 17 ଅନନ୍ତକାଳୀନ ରାଜା ଅଦୃଶ୍ୟ, ଏବଂ ସେ ଅକ୍ଷୟ । ସେ ଅଦ୍ୱିତୀୟ ଈଶ୍ୱର ଅଟନ୍ତି । ଏହା ହିଁ ଅଟନ୍ତି ଯାହାଙ୍କୁ ପ୍ରତ୍ୟେକେ ଯୁଗେ ଯୁଗେ ସମ୍ଭ୍ରମ ଓ ଗୌରବ କରିବେ । ଆମେନ୍ ।
\s5
\v 18 ହେ ବତ୍ସ ତୀମଥି, ମୁଁ ତୁମ୍ଭକୁ ଆଜ୍ଞା ଦିଏ: ତୁମ୍ଭ ବିଷୟରେ ପୂର୍ବେ କିଛି ବିଶ୍ୱାସୀ ଯେଉଁ ସମସ୍ତ ଭାବବାଣୀ କହିଲେ, ତାହା ସ୍ମରଣ କର । ପ୍ରଭୁଙ୍କ ନିମନ୍ତେ କଠିନ ପରିଶ୍ରମ କରୁଥିବାରୁ ଯେପରି ସେ ବିଷୟଗୁଡିକ ଅନୁକରଣ କର ।
\v 19 ଈଶ୍ୱରଙ୍କୁ ବିଶ୍ୱାସ କର ଓ ଶୁଚି ବିବେକ ଧରି ରଖ । କିଛି ଲୋକ ସେମାନଙ୍କର ନିଜ ଶୁଚି ବିବେକରେ ଆଉଜି ପଡନ୍ତି ନାହିଁ ।
\v 20 ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍‍ଜାଣ୍ଡର ଦୁଇ ଜଣ ଏକାପରି । ଏଥିପାଇଁ ମୁଁ ଏମାନଙ୍କୁ ଶୟତାନ ହାତରେ ସମର୍ପଣ କଲି, ଯେପରି ସେମାନେ ଶାସନ ପାଇ ଈଶ୍ୱର ନିନ୍ଦା ନ କରନ୍ତି ।
\s5
\c 2
\v 1 ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି, ମିଥ୍ୟା ଶିକ୍ଷକମାନେ ବିପଦଜନକ ଅଟନ୍ତି, ତେଣୁ ମୁଁ ଚାହେଁ ପ୍ରତ୍ୟେକ ବିଶ୍ୱାସୀ ସମସ୍ତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ, ଏବଂ ସେମାନଙ୍କ ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ । ଆମ୍ଭେମାନେ ଯେପରି ସର୍ବତୋଭାବେ ଈଶ୍ୱରପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ବାଧାହୀନ ଜୀବନଯାପନ କରିପାରୁ,
\v 2 ଏଥି ନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବ ପ୍ରଥମେ ଅନୁରୋଧ କରୁଅଛି ।
\v 3 ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱର ଆମର ପ୍ରାର୍ଥନା ଶୁଣନ୍ତି ଓ ସୁଗ୍ରାହ୍ୟ ଅଟେ;
\v 4 ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପାଇ ପାରନ୍ତି, ଏହା ସେ ଇଚ୍ଛା କରନ୍ତି ।
\s5
\v 5 କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଏହା ସତ୍ୟ, ଏବଂ କେବଳ ଜଣେ ବ୍ୟକ୍ତି ହିଁ ତାଙ୍କ ନିକଟରେ ଆମକୁ ଗ୍ରହଣଯୋଗ୍ୟ କରାନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ;
\v 6 ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣାକୁ ଦାନ କଲେ ଏବଂ ଖ୍ରୀଷ୍ଟଙ୍କ ମୃତ୍ୟୁ ମାଧ୍ୟମରେ ଈଶ୍ୱର ଯାହା କରିଥିଲେ ଏହା ତାହାର ପ୍ରମାଣ ଅଟେ । ଠିକ୍ ସମୟରେ ସେଥିର ସାକ୍ଷ୍ୟ ଦେଇଅଛନ୍ତି ।
\v 7 ଏହି ସତ୍ୟ ପ୍ରଚାର କରିବା ପାଇଁ ଈଶ୍ୱର ମୋତେ ଜଣେ ପ୍ରଚାରକ ଓ ପ୍ରେରିତ କଲେ । ସେମାନେ ସତ୍ୟ ଭାବରେ ଏସବୁ ବିଶ୍ୱାସ କରିବା ପାଇଁ ମୁଁ ଅଣଯିହୂଦୀମାନଙ୍କୁ ଶିକ୍ଷା ଦେଲି । ମୁଁ ସତ କହୁଅଛି, ମିଛ କହୁ ନାହିଁ ।
\s5
\v 8 ଏଣୁ ମୋହର ଇଚ୍ଛା, ପୁରୁଷମାନେ ଶୁଚି ହସ୍ତ ଉତ୍ତୋଳନ କରି ସେ ଯେପରି ଗ୍ରହଣ କରିବେ ସେପରି ପ୍ରାର୍ଥନା କରନ୍ତୁ ।
\v 9 ସେହିପରି ମଧ୍ୟ ସ୍ତ୍ରୀ’ମାନେ କେଶବିନ୍ୟାସ ଏବଂ ସୁନା କି ମୁକ୍ତା କି ମୂଲ୍ୟବାନ ବସ୍ତ୍ରରେ ଆପଣା ଆପଣାକୁ ଭୂଷିତା ନ କରି ଲଜ୍ଜା ଓ ଉତ୍ତମ ବୁଦ୍ଧି ଯତ୍ନ ସହକାରେ ବସ୍ତ୍ର ପିନ୍ଧି ନିଜ ନିଜକୁ ଆୟତ୍ତ ରଖିବେ ।
\v 10 ଧର୍ମପରାୟଣା ସ୍ତ୍ରୀମାନଙ୍କ ଉପଯୋଗୀ ଉତ୍ତମ କର୍ମରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରନ୍ତୁ ।
\s5
\v 11 ପୁରୁଷମାନେ ବିଶ୍ୱାସୀମାନଙ୍କୁ ଶିକ୍ଷା ଦେଉଥିବା ସମୟରେ ସ୍ତ୍ରୀ’ମାନେ ନିରବରେ ଶୁଣିବା ଉଚିତ୍, ଏବଂ ସେମାନେ ସେମାନଙ୍କର ଶିକ୍ଷକମାନଙ୍କୁ ସମ୍ମାନ ଦେବା ଉଚିତ୍ ।
\v 12 ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉ ନାହିଁ, ମାତ୍ର ସେ ନିରବରେ ରହୁ ।
\s5
\v 13 କାରଣ ପ୍ରଥମେ ଆଦମ ସୃଷ୍ଟ ହେଲେ, ତାହା ପରେ ହବା;
\v 14 ଆଉ ଆଦମ ପ୍ରଥମେ ଠକରେ ପଡ଼ି ନ ଥିଲେ, ମାତ୍ର ନାରୀ ସମ୍ପୂର୍ଣ୍ଣ ରୂପେ ଠକରେ ପଡ଼ି ପାପ କଲେ,
\v 15 କିନ୍ତୁ ଉତ୍ତମ ବୁଦ୍ଧିର ସହ ବିଶ୍ୱାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ ସେମାନେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବେ ।
\s5
\c 3
\v 1 ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ଇଚ୍ଛା କରନ୍ତି ।
\v 2 ଅତଏବ, ଅଧ୍ୟକ୍ଷଙ୍କର ନିନ୍ଦନୀୟ ନ ହେବା ଆବଶ୍ୟକ, ସେ ଅବଶ୍ୟ ଏକ ସ୍ତ୍ରୀର ସ୍ୱାମୀ, ଆତ୍ମସଞ୍ଜମ, ଉତ୍ତମ ବୁଦ୍ଧି, ସଦାଚାରୀ, ଆତିଥ୍ୟପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ,
\v 3 ମଦ୍ୟପାୟୀ କି ବିବାଦପ୍ରିୟ ନ ହୋଇ ବରଂ ମୃଦୁଶୀଳ, ଶାନ୍ତିପ୍ରିୟ ଓ ନିର୍ଲୋଭ ହେବେ,
\s5
\v 4 ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ ।
\v 5 (କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ୱରଙ୍କ ମଣ୍ଡଳୀର ଦାୟିତ୍ୱ ନେବ?)
\s5
\v 6 ଜଣେ ନୂଆ ବିଶ୍ୱାସୀ ଅଧ୍ୟକ୍ଷ ହେବା ଉଚିତ୍ ନୁହେଁ, କାଳେ ଅସାରଗର୍ବୀ ହୋଇ ଶୟତାନ ଭଳି ଦଣ୍ଡଗ୍ରସ୍ତ ହେବେ ।
\v 7 ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସମ୍ମାନ ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନ ଦ୍ୱାରା ପ୍ରରୋଚିତ ହୋଇ ପାପ କରିବ ।
\s5
\v 8 ସେହି ପ୍ରକାରେ ସେବକମାନେ ଅନ୍ୟମାନଙ୍କ ଦ୍ୱାରା ସମ୍ମାନ ପାଉଥିବା ବ୍ୟକ୍ତି ହେବା ଆବଶ୍ୟକ । ସେମାନେ ବାକ୍ୟରେ ବିଶ୍ୱସ୍ତ ହେବା ଦରକାର ।
\v 9 ମଦ୍ୟପାନରେ ଅନାସକ୍ତ ଓ କୁତ୍ସିତ ଧନଲାଭରେ ନିର୍ଲୋଭ ହେବା ଆବଶ୍ୟକ; ସେମାନେ ଈଶ୍ୱରଙ୍କ ସତ୍ୟ ବାକ୍ୟରେ ବିଶ୍ୱାସ କରିବା ଉଚିତ୍, ଏବଂ ଯାହା ସଠିକ୍ ତାହା ଜାଣିବେ ଓ ତାହା କରିବେ ।
\v 10 ସେମାନେ ମଧ୍ୟ ପ୍ରଥମେ ପରୀକ୍ଷିତ ହେଉନ୍ତୁ, ପୁଣି, ଦୋଷ ନ ଦେଖାଗଲେ ସେବକ ପଦରେ ନିଯୁକ୍ତ ହେଉନ୍ତୁ ।
\s5
\v 11 ସେହି ପ୍ରକାରେ ସେବକମାନଙ୍କର ସ୍ତ୍ରୀ’ମାନଙ୍କୁ ସମସ୍ତେ ସମ୍ମାନ ଦେବା ଉଚିତ୍ । ସେମାନେ ମଧ୍ୟ ପରନିନ୍ଦାକାରିଣୀ ନ ହୋଇ ଗମ୍ଭୀର, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ୱସ୍ତ ହେବା ଆବଶ୍ୟକ ।
\v 12 ସେବକମାନେ ଏକ ଏକ ସ୍ତ୍ରୀ’ର ସ୍ୱାମୀ ହେଉନ୍ତୁ, ପୁଣି, ନିଜ ନିଜ ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ ।
\v 13 କାରଣ ଯେଉଁମାନେ ଉତ୍ତମ ରୂପେ ସେବକ କାର୍ଯ୍ୟ କରିଅଛନ୍ତି, ସେମାନେ ନିଜ ନିଜ ପାଇଁ ଉତ୍ତମ ଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଧିକ ବିଶ୍ୱାସ କରନ୍ତି ।
\s5
\v 14 ମୁଁ ତୁମ୍ଭମାନଙ୍କୁ ଏ ସମସ୍ତ ଲେଖିଥିବା ହେତୁ ମୁଁ ଶୀଘ୍ର ତୁମ୍ଭ ନିକଟକୁ ଯିବି ବୋଲି ଆଶା କରୁଅଛି;
\v 15 ମାତ୍ର ଯେବେ ମୋହର ବିଳମ୍ବ ହୁଏ, ତେବେ ଈଶ୍ୱରଙ୍କ ଗୃହରେ, ଅର୍ଥାତ୍ ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ୱରୂପ ଜୀବିତ ଈଶ୍ୱରଙ୍କ ମଣ୍ଡଳୀରେ, କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମ୍ଭେ ଜାଣି ପାର, ଏହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି ।
\s5
\v 16 ଈଶ୍ୱର ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିଥିବା ସତ୍ୟ ମହାନ୍ ଅଟେ, ଏବଂ ଏଥିନିମନ୍ତେ ଆମେ ତାହାଙ୍କର ଗୌରବ କରୁଅଛୁ । ତାହା ଏହି, ସେ ଦେହବନ୍ତ ହୋଇ ପ୍ରକାଶିତ ହେଲେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଦୂତମାନଙ୍କ ଦ୍ୱାରା ଦେଖାଗଲେ, ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ୱାସପାତ୍ର ହେଲେ, ଗୌରବରେ ଗୃହୀତ ହେଲେ ।
\s5
\c 4
\v 1 ଆତ୍ମା ସ୍ପଷ୍ଟରୂପେ କହୁଅଛନ୍ତି, ଶେଷ କାଳରେ କେହି କେହି ଭ୍ରଷ୍ଟବିବେକ ଲୋକମାନେ ଖ୍ରୀଷ୍ଟଙ୍କ ସତ୍ୟକୁ ବିଶ୍ୱାସ କରିବେ ନାହିଁ ଏବଂ ମିଥ୍ୟା ଶିକ୍ଷା ଦେଉଥିବା ପ୍ରତାରକ ଆତ୍ମା
\v 2 ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ; ସେମାନେ ଗୋଟିଏ କଥା କହିବେ କିନ୍ତୁ ସେମାନେ ଇଚ୍ଛା କରୁଥିବା ମନ୍ଦକାର୍ଯ୍ୟ କରିବେ, ସତେ ଯେପରି ଏକ ଉତ୍ତପ୍ତ ଲୁହା ସେମାନଙ୍କ ମନକୁ ପୋଡି ନଷ୍ଟ କରିଦେଇଛି ।
\s5
\v 3 ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି, ବିଭିନ୍ନ ଖାଦ୍ୟ ପଦାର୍ଥରୁ ଅଲଗା ରହିବା ନିମନ୍ତେ ଶିକ୍ଷା ଦିଅନ୍ତି । ବିଶ୍ୱାସ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ୱାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ୱର ଏସବୁ ତ ସୃଷ୍ଟି କରିଅଛନ୍ତି ।
\v 4 କାରଣ ଈଶ୍ୱରଙ୍କ ସମସ୍ତ ସୃଷ୍ଟ ବସ୍ତୁ ଉତ୍ତମ, ପୁଣି, ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଅଗ୍ରହଣୀୟ ନୁହେଁ,
\v 5 ଯେଣୁ ଈଶ୍ୱରଙ୍କ ବାକ୍ୟ ଓ ପ୍ରାର୍ଥନା ଦ୍ୱାରା ତାହା ପବିତ୍ର କରାଯାଏ ।
\s5
\v 6 ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି, ତୁମ୍ଭେ ଯେଉଁ ବିଶ୍ୱାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ସେହି ବାକ୍ୟ ଦ୍ୱାରା ପରିପୃଷ୍ଟ ହେବ;
\v 7 କିନ୍ତୁ ବୟସ୍କା ସ୍ତ୍ରୀଲୋକମାନଙ୍କର ଅସାର କହାଣୀସବୁ ଗ୍ରହଣ କର ନାହିଁ । ଈଶ୍ୱରପରାୟଣ ଜୀବନ ଯାପନ କରିବା ନିମନ୍ତେ ଅଭ୍ୟାସ କର,
\v 8 କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ୱରପରାୟଣତା ଏହିକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ ।
\s5
\v 9 ଏହି ବାକ୍ୟ ବିଶ୍ୱାସ୍ୟ ଓ ସର୍ବତୋଭାବେ ଗ୍ରହଣ ଯୋଗ୍ୟ;
\v 10 ଏହି ଉଦ୍ଦେଶ୍ୟରେ ତ ଆମ୍ଭେମାନେ ପରିଶ୍ରମ ଓ ପ୍ରାଣପଣ କରୁଅଛୁ, କାରଣ ଯେଉଁ ଜୀବିତ ଈଶ୍ୱର ସମସ୍ତ ମନୁଷ୍ୟଙ୍କର, ବିଶେଷତଃ ବିଶ୍ୱାସୀମାନଙ୍କର ତ୍ରାଣକର୍ତ୍ତା, ତାହାଙ୍କଠାରେ ଆମ୍ଭମାନଙ୍କର ଭରସା ଅଛି ।
\s5
\v 11 ତୁମ୍ଭେ ଏହି ସମସ୍ତ ବିଷୟ ଆଜ୍ଞା ଦେଇ ଶିକ୍ଷା ଦିଅ ।
\v 12 ତୁମ୍ଭର ଯୌବନ ଅବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ବିଶ୍ୱାସୀମାନଙ୍କର ଉଦାହରଣ ସ୍ୱରୂପ ହୁଅ ।
\v 13 ମୁଁ ନ ଯିବା ପର୍ଯ୍ୟନ୍ତ ସର୍ବସାଧାରଣରେ ବିଶ୍ୱାସୀମାନଙ୍କ ନିକଟରେ ଶାସ୍ତ୍ରପାଠ, ଓ ଶିକ୍ଷାଦାନରେ ମନୋଯୋଗ କର ।
\s5
\v 14 ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ୱାରା ତୁମେ ପାଇଥିବା ଦାନ ଏବଂ ଈଶ୍ୱରଙ୍କ ବାକ୍ୟ ବ୍ୟବହାର କର ।
\v 15 ତୁମ୍ଭର ଉନ୍ନତି ଯେପରି ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଏ, ଏଥି ନିମନ୍ତେ ଏହି ସମସ୍ତ ବିଷୟରେ ମନୋଯୋଗୀ ହୁଅ, ସେହି ସବୁରେ ପ୍ରବୃତ୍ତ ଥାଅ ।
\v 16 ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ, ଏହି ସମସ୍ତ ବିଷୟରେ ଲାଗି ରୁହ, କାରଣ ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ ।
\s5
\c 5
\v 1 ତୁମ୍ଭେ ବୃଦ୍ଧ ବ୍ୟକ୍ତିଙ୍କୁ ଭର୍ତ୍ସନା କର ନାହିଁ, କିନ୍ତୁ ତାହାକୁ ପିତା ବୋଲି ଭାବି ଆଚରଣ କର; ଯୁବକମାନଙ୍କୁ ଭାଇ ପରି;
\v 2 ବୃଦ୍ଧା ସ୍ତ୍ରୀମାନଙ୍କୁ ମାଁ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଉଣୀ ବୋଲି ଭାବି ସେହି ପ୍ରକାର କର, ଯେପରି କେହି ତୁମକୁ ସମାଲୋଚନା କରିବେ ନାହିଁ ।
\s5
\v 3 ପ୍ରକୃତ ବିଧବାମାନଙ୍କୁ ସମ୍ମାନ କର ।
\v 4 କିନ୍ତୁ ଯେବେ କୌଣସି ବିଧବାର ପୁଅଝିଅ ବା ନାତିନାତୁଣୀ ଥାଆନ୍ତି, ତେବେ ସେମାନେ ପ୍ରଥମେ ଆପଣା ପରିବାର ପ୍ରତି ଭକ୍ତି ଦେଖାଇବାକୁ ଓ ପିତାମାତାଙ୍କ ପ୍ରତି ଉପକାର କରିବାକୁ ଶିକ୍ଷା କରନ୍ତୁ; ଏପରି କଲେ ସେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବେ ।
\s5
\v 5 ଯେଉଁ ବିଧବା ନିରାଶ୍ରୟ ଓ ଅସହାୟ, ସେ ଈଶ୍ୱରଙ୍କ ଉପରେ ଭରସା ରଖି ଦିନରାତି ନିବେଦନ ଓ ପ୍ରାର୍ଥନାରେ ଲାଗି ରହିଥାଏ;
\v 6 କିନ୍ତୁ ଯେଉଁ ବିଧବା ଭୋଗଭିଳାଷରେ ଆସକ୍ତ, ସେ ଜୀବିତ ଥିଲେ ହେଁ ମୃତ ।
\s5
\v 7 ସେମାନେ ଯେପରି ଅନିନ୍ଦନୀୟ ହୁଅନ୍ତି, ଏଥିପାଇଁ ଏହି ସମସ୍ତ ମଧ୍ୟ ସେମାନଙ୍କୁ ଆଜ୍ଞା ଦିଅ ।
\v 8 କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ଦାୟିତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ ।
\s5
\v 9 ଯେଉଁ ବିଧବାର ବୟସ ଷାଠିଏ ବର୍ଷରୁ କମ୍ ନୁହେଁ,
\v 10 ଆଉ ଯେ ଏକ ସ୍ୱାମୀର ସ୍ତ୍ରୀ ଓ ସତ୍କର୍ମ ହେତୁ ଜଣାଶୁଣା, ଅର୍ଥାତ୍ ସେ ଯଦି ସନ୍ତାନମାନଙ୍କୁ ପ୍ରତିପାଳନ, ଆତିଥ୍ୟସତ୍କାର, ସାଧୁମାନଙ୍କ ପାଦ ଧୋଇଥାଏ, ଦୁଃଖୀର ଭାର ବହନ କରିଥାଏ, ପୁଣି, ସମସ୍ତ ସତ୍କର୍ମରେ ଉଦ୍‌ଯୋଗୀ ହୋଇଥାଏ, ତେବେ ତାହାର ନାମ ବିଧବା ତାଲିକାରେ ଲେଖାଯାଉ ।
\s5
\v 11 କିନ୍ତୁ ଯୁବତୀ ବିଧବାମାନଙ୍କୁ ଗ୍ରହଣ କର ନାହିଁ, କାରଣ ସେମାନେ କାମାଭିଳାଷରେ ଆସକ୍ତ ହୋଇ ଖ୍ରୀଷ୍ଟଙ୍କଠାରୁ ବିମୁଖ ହେଲେ ବିବାହ କରିବାକୁ ଇଚ୍ଛା କରନ୍ତି;
\v 12 ସେମାନେ ସେମାନଙ୍କର ପୂର୍ବ ପ୍ରତିଜ୍ଞା ଲଘଂନ କରିବାରୁ ଦଣ୍ଡନୀୟ ହୁଅନ୍ତି ।
\v 13 ଆହୁରି ମଧ୍ୟ ସେମାନେ ଘର ଘର ବୁଲି ଅଳସୁଆ ହେବାକୁ ଶିଖନ୍ତି, ଆଉ କେବଳ ଆଳସ୍ୟ ନୁହେଁ, ମାତ୍ର ଅସାର କାହାଣୀ ଓ ପରଚର୍ଚ୍ଚା କରି ଅନାବଶ୍ୟକ କଥାବାର୍ତ୍ତା କରନ୍ତି ।
\s5
\v 14 ଅତଏବ, ମୋହର ଇଚ୍ଛା, ଯୁବତୀ ବିଧବାମାନେ ବିବାହ କରନ୍ତୁ, ସନ୍ତାନ ପ୍ରସବ କରନ୍ତୁ, ଗୃହକାର୍ଯ୍ୟ ପରିଚାଳନା କରନ୍ତୁ, ନିନ୍ଦା କରିବା ପାଇଁ ଶତ୍ରୁକୁ କୌଣସି ସୁଯୋଗ ନ ଦେଉନ୍ତୁ;
\v 15 କାରଣ ଏବେ ମଧ୍ୟ କେହି କେହି ଖ୍ରୀଷ୍ଟଙ୍କଠାରୁ ଦୂର ହୋଇ ଶୟତାନର ଅନୁଗାମୀ ହୋଇଅଛନ୍ତି ।
\v 16 ଯଦି କୌଣସି ବିଶ୍ୱାସିନୀ ମହିଳାଙ୍କ ଘରେ ବିଧବାମାନେ ଥାଆନ୍ତି, ତେବେ ସେ ସେମାନଙ୍କର ଦୁଃଖ ଦୂର କରନ୍ତୁ, ଆଉ ମଣ୍ଡଳୀ ଭାରଗ୍ରସ୍ତ ନ ହେଉ, ଯେପରି ମଣ୍ଡଳୀ ନିରାଶ୍ରୟ ବିଧବାମାନଙ୍କର ଦୁଃଖ ଦୂର କରି ପାରେ ।
\s5
\v 17 ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ପରିଚାଳନା କରନ୍ତି, ବିଶେଷତଃ ଯେଉଁମାନେ ବାକ୍ୟପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି, ସେମାନେ ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ ବୋଲି ଗଣିତ ହୁଅନ୍ତୁ ।
\v 18 କାରଣ ଶାସ୍ତ୍ର କହେ, “ବେଙ୍ଗଳା ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ ।” ପୁଣି, କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ ।
\s5
\v 19 ଦୁଇ ବା ତିନି ଜଣ ସାକ୍ଷୀଙ୍କ ବିନା କୌଣସି ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କର ନାହିଁ ।
\v 20 ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସମସ୍ତଙ୍କ ସାକ୍ଷାତରେ ଅନୁଯୋଗ କର, ଯେପରି ଅନ୍ୟମାନେ ମଧ୍ୟ ଭୟ ପାଆନ୍ତି ।
\s5
\v 21 ଈଶ୍ୱର, ଖ୍ରୀଷ୍ଟ ଯୀଶୁ ଓ ମନୋନୀତ ଦୂତମାନଙ୍କ ସାକ୍ଷାତରେ ମୁଁ ଦୃଢ଼ରୂପେ ଏ ସମସ୍ତ କରିବା ପାଇଁ ଆଜ୍ଞା ଦେଉଅଛି, ତୁମ୍ଭେ କାହାର ବିଚାର କର ନାହିଁ, ପୁଣି, ପକ୍ଷପାତଭାବରେ କୌଣସି କାର୍ଯ୍ୟ କର ନାହିଁ ।
\v 22 ବିଶ୍ୱାସୀମାନଙ୍କର ସେବା ନିମନ୍ତେ ହଠାତ୍ କାହାରି ଉପରେ ହସ୍ତାର୍ପଣ କର ନାହିଁ, କିମ୍ବା ଅନ୍ୟମାନଙ୍କ ପାପର ସହଭାଗୀ ହୁଅ ନାହିଁ; ଆପଣାକୁ ନିର୍ଦ୍ଦୋଷ କରି ରଖ ।
\s5
\v 23 ଆଉ କେବଳ ଜଳ ପାନ ନ କରି ତୁମ୍ଭର ପେଟ ରୋଗ ଓ ବାରମ୍ବାର ଅସୁସ୍ଥତା ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର ।
\v 24 କାହାରି କାହାରି ପାପ ବିଚାର ପୂର୍ବରୁ, କାହାରି କାହାରି ଅବା ପରେ ପ୍ରକାଶ ପାଏ ।
\v 25 ସେହି ପ୍ରକାରେ ମଧ୍ୟ ସତ୍କାର୍ଯ୍ୟ ପୂର୍ବରୁ ପ୍ରକାଶିତ ହୁଏ, ଆଉ ଯାହା ପ୍ରକାଶିତ ହୁଏ ନାହିଁ, ତାହା ଗୁପ୍ତ ରଖାଯାଇ ପାରେ ନାହିଁ ।
\s5
\c 6
\v 1 ଯେତେ ଲୋକ ଦାସତ୍ୱରୂପ ଯୁଆଳିର ଅଧିନରେ ଅଛନ୍ତି, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଯଥୋଚିତ ସମ୍ମାନ ପାଇବାର ଯୋଗ୍ୟ ବୋଲି ଜାଣନ୍ତୁ, ଯେପରି ଈଶ୍ୱରଙ୍କ ନାମ ଓ ଶିକ୍ଷାର ନିନ୍ଦା ନ ହୁଏ ।
\v 2 ଆଉ ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ୱାସୀ, ସେମାନେ ସେମାନଙ୍କୁ ଭାଇ ବୋଲି ଜାଣି ତୁଚ୍ଛ ନ କରନ୍ତୁ, ବରଂ ଅଧିକ ଯତ୍ନ ସହକାରେ ସେମାନଙ୍କର ସେବା କରନ୍ତୁ, କାରଣ ସେବା ପାଉଥିବା କର୍ତ୍ତାମାନେ, ସେମାନଙ୍କର ଭାଇ ଓ ପ୍ରିୟପାତ୍ର । ଏହି ସମସ୍ତ ବିଷୟ ଶିକ୍ଷା ଓ ଉପଦେଶ ଦିଅ ।
\s5
\v 3 କେହି ଯଦି ଭିନ୍ନ ଶିକ୍ଷା ଦିଏ ଯାହା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ୱରପରାୟଣତାର ବିରୋଧ କରେ,
\v 4 ତେବେ ସେ ଅସାରଗର୍ବୀ ଓ ଅଜ୍ଞାନ, ପୁଣି, ବାଦାନୁବାଦ ଓ ଯୁକ୍ତିତର୍କରେ ଲିପ୍ତ; ସେଥିରୁ ଈର୍ଷା, ବିବାଦ, ପରନିନ୍ଦା, ମନ୍ଦ ସନ୍ଦେହ ସୃଷ୍ଟି କରେ । ସେମାନଙ୍କର ଚିନ୍ତାଧାରା ସମ୍ପୂର୍ଣ୍ଣ ଭୁଲ୍ କାରଣ ସେମାନେ ସତ୍ୟକୁ ପରିତ୍ୟାଗ କରିଥାନ୍ତି ।
\v 5 ପୁଣି, ସେମାନେ ଈଶ୍ୱରପରାୟଣତାକୁ ଲାଭର ଉପାୟ ବୋଲି ମନେ କରି ଭୁଲ୍ କରନ୍ତି ।
\s5
\v 6 ଈଶ୍ୱରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ; ଈଶ୍ୱରଙ୍କ ଗୌରବ ଦେବାପରି କାର୍ଯ୍ୟ କରିବା ଦ୍ୱାରା ଆମେ ବିଶେଷ ଲାଭ ପାଇଥାଉ ଏବଂ ଆମର ଯାହା କିଛି ସେଥିରେ ସନ୍ତୁଷ୍ଟ ଥାଉ ।
\v 7 କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି, ଏଠାରୁ କିଛି ନେଇଯାଇ ନ ପାରୁ;
\v 8 ଏଣୁ ଖାଦ୍ୟ, ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ।
\s5
\v 9 ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି, ଅନେକ ପ୍ରକାର ଭୁଲ୍ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହି ସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶରୂପ ସାଗରରେ ବୁଡ଼ାଇ ଦିଏ ।
\v 10 କାରଣ ଧନଲୋଭ ସମସ୍ତ ମନ୍ଦତାର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି, ବହୁ ଦୁଃଖରେ ଆପଣା ଆପଣା ହୃଦୟରେ ଦୁଃଖ କରିଅଛନ୍ତି ।
\s5
\v 11 କିନ୍ତୁ ହେ ଈଶ୍ୱରଙ୍କ ଲୋକ, ତୁମ୍ଭେ ଏହି ସମସ୍ତଠାରୁ ପଳାୟନ କରି ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ ।
\v 12 କଠିନ ପରିସ୍ଥିତିକୁ ସାମ୍‌ନା କର, ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୁତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ ।
\s5
\v 13 ସମସ୍ତଙ୍କ ଜୀବନଦାତା ଈଶ୍ୱରଙ୍କ ସାକ୍ଷାତରେ, ପୁଣି, ପନ୍ତୀୟ ପୀଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ମୁଁ ତୁମ୍ଭକୁ ଆଦେଶ ଦେଉଅଛି,
\v 14 ତୁମ୍ଭେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଧର୍ମବିଧି ପାଳନ କରି କଳଙ୍କ ଶୂନ୍ୟ ଓ ଅନିନ୍ଦନୀୟ ହୋଇ ରୁହ ।
\s5
\v 15 ସେ ପରମଧନ୍ୟ ଏକମାତ୍ର ସମ୍ରାଟ, ଯେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ,
\v 16 ଯେ ଏକମାତ୍ର ଅମର ଓ ଅଗମ୍ୟ ଜ଼୍ୟୋତିର୍ନିବାସୀ, ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖି ପାରେ ନାହିଁ, ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ; ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ଓ ପରାକ୍ରମ ପ୍ରକାଶିତ ହେଉ । ଆମେନ୍ ।
\s5
\v 17 ଯେଉଁମାନେ ଏହିକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୁଅନ୍ତି ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରନ୍ତି, ବରଂ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁରଭାବେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ୱର, ତାହାଙ୍କ ଉପରେ ନିର୍ଭର କରନ୍ତି,
\v 18 ପୁଣି, ଅନ୍ୟର ଉପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି, ଏଥି ନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ;
\v 19 ଏହି ପ୍ରକାର କଲେ ସେମାନେ ଭାବି ଜୀବନ ନିମନ୍ତେ ପ୍ରକୃତ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି ।
\s5
\v 20 ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ କଥା କଥାରେ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ;
\v 21 କେହି କେହି ତାହା ପାଳନ ନ କରି ବିଶ୍ୱାସ ବିଷୟରେ ପଥଭ୍ରଷ୍ଟ ହୋଇଅଛନ୍ତି । ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ ।