or_udb/54-2TH.usfm

81 lines
25 KiB
Plaintext

\id 2TH
\ide UTF-8
\h ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
\toc1 ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
\toc2 ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
\toc3 2th
\mt1 ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
\s5
\c 1
\p
\v 1 ମୁଁ, ପାଉଲ, ଶିଲା ଓ ତୀମଥି, ଥେସଲନୀକୀୟ ସହରବାସୀଙ୍କ ନିକଟକୁ ଆମ୍ଭମାନଙ୍କ ପିତା ଈଶ୍ଵର ଓ ପ୍ରଭୁ ଯୀଶୁଙ୍କ ସହ ସଂଯୁକ୍ତ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଅଛୁ I
\v 2 ଆମ୍ଭମାନଙ୍କର ପିତା ଈଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ, ଆମ୍ଭେମାନେ ପ୍ରାର୍ଥନା କରୁ ଯେପରି ସେ ଆପଣା ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ସର୍ବଦା ପ୍ରକାଶ କରନ୍ତି I
\s5
\v 3 ହେ ଆମ୍ଭମାନଙ୍କର ସହ ବିଶ୍ୱାସୀଗଣ, ଆମ୍ଭେମାନେ ଈଶ୍ଵରଙ୍କଠାରେ ସର୍ବଦା ଧନ୍ୟବାଦ ଦେଉଅଛୁ, ପୁଣି ଆମ୍ଭମାନଙ୍କର ଏହି କର୍ତ୍ତବ୍ୟ କରିବା ଉଚିତ, କାରଣ ତୁମ୍ଭେମାନେ ପ୍ରଭୁ ଯୀଶୁଙ୍କୁ ଅଧିକାରୁ ଅଧିକ ଭରସା କରୁଅଛ, ପୁଣି ପରସ୍ପର ପ୍ରତି ତୁମ୍ଭମାନଙ୍କର ପ୍ରକୃତ ପ୍ରେମ ବୃଦ୍ଧି ପାଉଅଛି I
\v 4 ଏପରିକି, ଆମ୍ଭେମାନେ ଈଶ୍ଵରଙ୍କ ବିଶ୍ୱାସୀ ମଣ୍ଡଳୀ ସମୂହରେ ତୁମ୍ଭମାନଙ୍କ ବିଷୟ ନେଇ ସର୍ବଦା ଗର୍ବ କରୁଅଛୁ I ତାହା ଆମ୍ଭେ ସେମାନଙ୍କୁ ଜଣାଉଅଛୁ, ଅନ୍ୟମାନେ ତୁମ୍ଭମାନଙ୍କୁ ତାଡନା ଓ କ୍ଲେଶ ଦେବା ସତ୍ତ୍ୱେ, କିପରି ତୁମ୍ଭେମାନେ ଧୈର୍ଯ୍ୟ ଧରି ପ୍ରଭୁ ଯୀଶୁଙ୍କଠାରେ ବିଶ୍ଵାସ ରଖୁଅଛ I
\v 5 ଆଉ ଏବେ ସୁଦ୍ଧା ତୁମ୍ଭେମାନେ କ୍ଲେଶ ଭୋଗ କରୁଅଛ, ଏହା ଆମ୍ଭେମାନେ ସ୍ପଷ୍ଟଭାବେ ଜାଣୁ ଯେ, ଈଶ୍ଵର ସମସ୍ତ ଲୋକଙ୍କର ନ୍ୟାୟ ବିଚାର କରିବେ I ତୁମ୍ଭେମାନଙ୍କ କ୍ଷେତ୍ରରେ, ସେ ସମସ୍ତଙ୍କୁ ଘୋଷଣା କରିବେ ଯେ ତାହାଙ୍କ ସହ ଅନନ୍ତ କାଳ ପର୍ଯ୍ୟନ୍ତ ଶେଷ ଦିନରେ ଶାସନ କରିବା ପାଇଁ ତୁମ୍ଭେମାନେ ଯୋଗ୍ୟ ଅଟ, କାରଣ ତାହାଙ୍କ ଉପରେ ଭରସା ରଖି କ୍ଲେଶ ସହ୍ୟ କରୁଅଛ I
\s5
\v 6 ଯେଉଁମାନେ ତୁମ୍ଭମାନଙ୍କୁ ତାଡନା ଓ କ୍ଲେଶ ଦେଉଅଛନ୍ତି, ଈଶ୍ଵର ଅତି ଶୀଘ୍ର ସେମାନଙ୍କ ପ୍ରତି ନ୍ୟାୟ ବିଚାର କରିବେ, କାରଣ ଏହା ତାହାଙ୍କଠାରେ ଯଥାର୍ଥ ଅଟେ I
\v 7 ସେଥିରେ ସେ ତୁମ୍ଭମାନଙ୍କୁ ନ୍ୟାୟ ସଙ୍ଗତ ଭାବେ ଯଥାର୍ଥ ମଣନ୍ତି ଯେପରି ଆଉ ତୁମ୍ଭେମାନେ ଅନେକ କ୍ଲେଶ ମଧ୍ୟ ଦେଇ ଯାଇ ଯେଉଁ ଫଳ ଉତ୍ପନ୍ନ କରିଅଛ,ସେ ପୁରସ୍କାର ଦେବା ଉଚିତ୍ I ଯେତେବେଳେ ସେ ଶକ୍ତିଶାଳୀ ଦୂତମାନଙ୍କ ସହ ସ୍ୱର୍ଗରୁ ଆଗମନ କରି ନିଜକୁ ପ୍ରକାଶ କରିବେ; ସେତେବେଳେ ଆମ ଉଭୟଙ୍କ ପାଇଁ ତାହା କରିବେ I
\v 8 ମାତ୍ର ଯେଉଁମାନେ ତାହାଙ୍କର ବିଶ୍ୱସ୍ତ ହୋଇ ନାହାନ୍ତି, ଯେଉଁମାନେ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ସୁସମାଚାର ଗ୍ରହଣ କରି ନାହାନ୍ତି, ଈଶ୍ଵର ସେମାନଙ୍କୁ ଅନନ୍ତ କାଳ ନିମନ୍ତେ ପ୍ରଜ୍ଵିଳିତ ଅଗ୍ନିରେ ନିକ୍ଷିପ୍ତ କରିବେ I
\s5
\v 9 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ସେମାନଙ୍କୁ ତାହାଙ୍କ ନିକଟରୁ ତଡି ଦେବେ, ଯେଉଁଠାରେ ସେ ସେମାନଙ୍କୁ ଚିରଦିନ ପାଇଁ ବିନାଶ କରିବେ, କାରଣ ସେ ନିଜେ ଚିର ଦିନ ପାଇଁ ମହାଶକ୍ତିର ସହ ରାଜତ୍ଵ କରିବାକୁ ଯାଉଅଛନ୍ତି I
\v 10 ଈଶ୍ଵରଙ୍କ ନିରୁପିତ ସମୟ ଅନୁସାରେ ସେ ଯେତେବେଳେ ସ୍ଵର୍ଗରୁ ଅବତରଣ କରିବେ, ସେତେବେଳେ ଯୀଶୁ ଏହି ସମସ୍ତ କାର୍ଯ୍ୟ କରିବେ I ଏହାର ଫଳ ସ୍ଵରୂପେ ଯେଉଁମାନେ ସମସ୍ତେ ତାହାଙ୍କର ପ୍ରଶଂସା ଓ ମହିମା କରିବେ I ପୁଣି ତୁମ୍ଭେମାନେ ମଧ୍ୟ ସେଠାରେ ଥିବ କାରଣ ଏହା ଆମ୍ଭେମାନେ ପୂର୍ଣ୍ଣ ନିଷ୍ଠାର ସହ ତୁମ୍ଭମାନଙ୍କୁ କହିଲୁ ତୁମ୍ଭେମାନେ ସତ୍ୟ ଭାବେ ବିଶ୍ୱାସ କଲ I
\s5
\v 11 ଏହି ପ୍ରକାରେ ତୁମ୍ଭେମାନେ ଯୀଶୁଙ୍କୁ ପ୍ରଶଂସା କର, ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଅଛୁ I ଆହୁରି ମଧ୍ୟ ଆମ୍ଭେମାନେ ପ୍ରାର୍ଥନା କରୁଅଛୁ, ଯେ ଈଶ୍ଵର ତୁମ୍ଭମାନଙ୍କୁ ଯୋଗ୍ୟ କରନ୍ତୁ, ଯେପରି ତୁମ୍ଭମାନେ ନୂତନ ଭାବେ ଜୀବନ ଯାପନ କରିପାର I ଆମ୍ଭେମାନେ ପ୍ରାର୍ଥନା କରୁ ଯେ, ଈଶ୍ଵର ଯେପରି ସେ ତୁମ୍ଭମାନଙ୍କୁ ସର୍ବାବସ୍ଥାରେ ତୁମ୍ଭମାନଙ୍କ ଇଚ୍ଛାନୁସାରେ ସକ୍ଷମ କରାଇବେ ଏବଂ ସେ ଏପର୍ଯ୍ୟନ୍ତ ଶକ୍ତିଶାଳୀ ସେ ତୁମ୍ଭମାନଙ୍କୁ ସମସ୍ତ ପ୍ରକାରର ଉତ୍ତମ କର୍ମ କରିବା ପାଇଁ ସକ୍ଷମ କରାଇବେ, କାରଣ ତୁମ୍ଭେମାନେ ତାହାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖିଅଛ I
\v 12 ଏହା ଆମ୍ଭମାନଙ୍କ ପ୍ରାର୍ଥନା ଆଉ ଆମ୍ଭେ ଚାହୁଁ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ପ୍ରଶଂସା କରୁଥାଅ ଏବଂ ସେ ତୁମ୍ଭମାନଙ୍କୁ ସମ୍ମାନିତ କରନ୍ତୁ I ଏହା ସାଧିତ ହେବ କାରଣ, ଈଶ୍ଵର ଆମେ ଯାହାଙ୍କର ଆରାଧନା କରୁ, ସେ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅସୀମ କରୁଣା ତୁମ୍ଭମାନଙ୍କ ପ୍ରତି ସର୍ବଦା ରହୁ I
\s5
\c 2
\v 1 ବର୍ତ୍ତମାନ ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରାଗମନ ବିଷୟରେ ତୁମ୍ଭମାନଙ୍କୁ ଲେଖିବାକୁ ଇଛା କରୁଅଛି ଏବଂ ମୁଁ ଆଶା କରେ, ସେତେବେଳେ ଆମ୍ଭମାନଙ୍କ ଈଶ୍ଵର ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ମିଳିତ କରିବେ I
\v 2 ତୁମ୍ଭମାନଙ୍କ ନିକଟରେ ଥିବା ପ୍ରତ୍ୟେକ ବାକ୍ୟ ବିଷୟରେ ଶାନ୍ତଭାବରେ ଚିନ୍ତା କର I ଯଦି ଏହା କୌଣସି ମନୁଷ୍ୟଠାରୁ ଆସିଥାଏ, ମଧ୍ୟ ଯଦି ଏହା ମୋହର ଲିଖିତ ବୋଲି ମୁଁ ଦାବି କରୁଥାଏ, କିମ୍ବା ଈଶ୍ୱରଙ୍କ ଆତ୍ମା ଦ୍ୱାରା ପ୍ରକାଶିତ ବୋଲି କେହି ଯଦି ଦାବି କରିଥାଏ ତେବେ ମୁଁ କହୁଅଛି, ପ୍ରଭୁ ଯୀଶୁ ଯେ ଜଗତକୁ ପୁନରାଗମନ କରିସାରିଛନ୍ତି, ଏହା ତୁମ୍ଭେମାନେ ବିଶ୍ଵାସ କର ନାହିଁ I
\s5
\v 3 ଆଉ ତୁମ୍ଭମାନ଼ଙ୍କୁ କେହି ଏପରି ସମ୍ବାଦ ଵିଶ୍ଵାସ କରିବା ନିମନ୍ତେ ନ ଭୁଲାଉ I ପ୍ରଭୁ ଯୀଶୁ ହଠାତ୍ ଆଗମନ କରିବେ ନାହିଁ, ସର୍ବ ପ୍ରଥମେ ଅନେକେ ଈଶ୍ଵରଙ୍କୁ ବିରୋଧ କରିବେ I ଈଶ୍ଵରଙ୍କୁ ଅତ୍ୟନ୍ତ ଘୃଣାକାରୀ ଜଣେ ଅଧର୍ମ ପୁରୁଷକୁ ସେମାନେ ଗ୍ରହଣ କରି ତାହାର ବାଧ୍ୟ ହେବେ, ଯାହାଙ୍କୁ ଈଶ୍ଵର ବିନାଶ କରିବେ I
\v 4 ସେ ଈଶ୍ଵରଙ୍କ ଚିର ଶତ୍ରୁ ଅଟେ‍ ସେ ସମସ୍ତଙ୍କ ବିରୁଦ୍ଧରେ ଅତି ଗର୍ବର କାର୍ଯ୍ୟମାନ କରିବା ଦେଖି ଲୋକମାନେ ତାକୁ ଈଶ୍ଵର ବୋଲି ଭାବୀ ତାହାର ଉପାସନା କରିବେ, ଏହାର ଫଳ ସ୍ଵରୁପ ସେ ଈଶ୍ଵରଙ୍କ ମନ୍ଦିର ମଧ୍ୟରେ ପ୍ରବେଶ କରି ସେଠାରେ ଆପଣା ସିଂହାସନ ସ୍ଥାପନ କରି ସମସ୍ତଙ୍କର ବିଚାର କରିବ ଓ ସମସ୍ତ ଲୋକଙ୍କ ଆଗରେ ନିଜକୁ ଈଶ୍ଵର ବୋଲି ଘୋଷଣା କରିବ I
\s5
\v 5 ମୁଁ, ଥେସଲନୀକୀୟରେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ଯାହା ଯାହା କହିଥିଲି, ତୁମ୍ଭେମାନେ ତାହା ସ୍ମରଣରେ ରଖିଅଛ ବୋଲି ମୁଁ ନିଶ୍ଚିତ ଅଟେ I
\v 6 ତୁମ୍ଭେମାନେ ଏହା ମଧ୍ୟ ଜାଣ ଯେ, ସେ ଏବେ ସୁଦ୍ଧା ନିଜକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରୁଅଛି I ଈଶ୍ଵର ଯେ ପର୍ଯ୍ୟନ୍ତ ତାକୁ ଅନୁମତି ଦେଇ ଅଛନ୍ତି, ସେପର୍ଯ୍ୟନ୍ତ ସେ ଏହି ସମସ୍ତ କରିବାକୁ ସକ୍ଷମ ଅଟେ I
\v 7 ଏପରିକି ଶୟତାନ ପ୍ରଥମରୁ ହିଁ ଈଶ୍ଵରଙ୍କ ଆଜ୍ଞାଗୁଡିକୁ ଅସ୍ୱୀକାର କରିବା ନିମନ୍ତେ ଲୋକମାନଙ୍କ ମଧ୍ୟରେ ଅତି ଗୁପ୍ତରେ କାର୍ଯ୍ୟକରି ଆସୁଅଛି I ଈଶ୍ଵର ଯେପର୍ଯ୍ୟନ୍ତ ତାକୁ ଦୂରକରି ନାହାନ୍ତି, ସେପର୍ଯ୍ୟନ୍ତ ସେ ଆପଣାକୁ ପ୍ରକାଶ କରି ସମସ୍ତ ଲୋକଙ୍କୁ ଭ୍ରାନ୍ତ କରିବ I
\s5
\v 8 ତହିଁରେ ପରମେଶ୍ଵର ଈଶ୍ଵରଙ୍କ ଆଜ୍ଞାଗୁଡିକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଥିବା ସେହି ବ୍ୟକ୍ତିଙ୍କୁ ଏହି ପୃଥିବୀରେ ନିଜକୁ ପ୍ରକାଶ କରିବା ନିମନ୍ତେ ଅନୁମତି ପ୍ରଦାନ କରିବେ I ତତ୍ପରେ ପ୍ରଭୁ ଯୀଶୁ ପୁନରାଗମନ କରି ତାକୁ ବିନାଶ କରିବା ନିମନ୍ତେ ଆଜ୍ଞା ଦେବେ I ଏହି ଅଧର୍ମ ପୁରୁଷ ଅଳ୍ପକ୍ଷଣ ପାଇଁ ପ୍ରକାଶମାନ ହେବ ପୁଣି ପ୍ରଭୁ ଯୀଶୁ ତାକୁ ସମ୍ପୂର୍ଣ୍ଣ ବିନାଶ କରିବା ନିମନ୍ତେ ଅଭିଶାପ ଦେବେ I
\v 9 କିନ୍ତୁ ଯୀଶୁ ତାକୁ ବିନାଶ କରିବା ପୂର୍ବେ ଶୟତାନ ସେହି ଅଧର୍ମ ପୁରୁଷକୁ ମହା କ୍ଷମତା ପ୍ରଦାନ କରିବା I ଏପରିକି ସେ ନାନା ପ୍ରକାରର ଅଲୌକିକ ଓ ମହା ମହା ଆଶ୍ଚର୍ଯ୍ୟ କର୍ମମାନ କରିବ ଓ ଅନେକ ଲୋକ ତାହାର କୃତ କାର୍ଯ୍ୟଗୁଡିକୁ ଦେଖି ତାହାକୁ ଈଶ୍ଵରଙ୍କ ଦ୍ଵାରା ପ୍ରେରିତ ବ୍ୟକ୍ତି ବୋଲି ତାକୁ ବିଶ୍ଵାସ କରିବେ I
\v 10 ସେହି ଅଧର୍ମ ପୁରୁଷର କୃତ କର୍ମ ଦ୍ଵାରା ସମସ୍ତେ ଭ୍ରାନ୍ତ ହୋଇ ବିନାଶ ପାଇବେ Iସେ ଲୋକମାନଙ୍କୁ ପ୍ରତାରଣା କରିବ, କାରଣ ସେମାନେ ଈଶ୍ଵରଙ୍କ ପରିତ୍ରାଣ ସାଧନର ସତ୍ୟ ସମ୍ବାଦକୁ ବିଶ୍ଵାସ କଲେ ନାହିଁ I
\s5
\v 11 ଆଉ, ସେମାନେ ଯେପରି ମିଥ୍ୟାରେ ବିଶ୍ଵାସ କରନ୍ତି, ଏଥିପାଇଁ ଈଶ୍ଵର ସେମାନଙ୍କ ନିକଟକୁ ଭ୍ରାନ୍ତି ଜନକ ଶକ୍ତି ପ୍ରେରଣ କରନ୍ତି I
\v 12 ଶେଷରେ ଯେଉଁମାନେ ଖ୍ରୀଷ୍ଟଙ୍କ ସତ୍ୟତା ବିଷୟରେ ବିଶ୍ଵାସ ନ କରି ଅଧର୍ମରେ ଆନନ୍ଦ କରନ୍ତି, ପ୍ରଭୁ ସେମାନଙ୍କର ବିଚାର କରି ସେମାନଙ୍କୁ ବିନାଶ କରିବେ I
\s5
\v 13 ହେ ଭାଇମାନେ, ତୁମ୍ଭେମାନେ ଯେ ପ୍ରଭୁ ଯୀଶୁଙ୍କୁ ପ୍ରେମ କରୁଅଛ, ତୁମ୍ଭମାନଙ୍କ ବିଷୟ ନେଇ ଆମ୍ଭେମାନେ ସର୍ବଦା ଈଶ୍ଵରଙ୍କୁ ଧନ୍ୟବାଦ ଦେଉଅଛୁ I କାରଣ ଯୀଶୁଙ୍କ ବିଷୟକ ସତ୍ୟତାକୁ ବିଶ୍ଵାସ କରିବା ନିମନ୍ତେ ସେ ତୁମ୍ଭମାନଙ୍କୁ ପ୍ରଥମେ ମନୋନୀତ କଲେ I ଉଦ୍ଧାରପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଏବଂ ତାହାଙ୍କ ଆତ୍ମାଙ୍କ ଦ୍ଵାରା ସେ ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଅଛନ୍ତି I
\v 14 ତୁମ୍ଭମାନଙ୍କ ମଧ୍ୟରେ ପ୍ରଚାରିତ ଖ୍ରୀଷ୍ଟଙ୍କର ସୁସମାଚାରର ଫଳ ସ୍ଵରୂପେ ତୁମ୍ଭମାନଙ୍କୁ ଯେ ଈଶ୍ଵର ମନୋନୀତ କରିଅଛନ୍ତି, ଏଥିପାଇଁ ଆମ୍ଭେମାନେ ଈଶ୍ଵରଙ୍କୁ ଧନ୍ୟବାଦ ଦେଉଅଛୁ I ଯେପରି ସେ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସମ୍ମାନିତ କରିଅଛନ୍ତି, ସେହିପରି ତୁମ୍ଭମାନଙ୍କୁ ମଧ୍ୟ ସମ୍ମାନିତ କରିବେ I
\v 15 ଏଣୁ ହେ ଭାଇମାନେ ଖ୍ରୀଷ୍ଟଙ୍କଠାରେ ଦୃଢ ବିଶ୍ଵାସରେ ବୃଦ୍ଧି ପାଇଥାଅ, ଆମ୍ଭେମାନେ ତୁମ୍ଭମାନଙ୍କୁ ଯେଉଁ ସତ୍ୟତା ବିଷୟରେ କହିଥିଲୁ, ଓ ଏବେ ମଧ୍ୟ ପତ୍ର ମାଧ୍ୟମରେ ଲେଖୁଅଛୁ, ସେହି ବିଶ୍ଵାସରେ ବୃଦ୍ଧିପ୍ରାପ୍ତ ହୁଅ I
\s5
\v 16 ଆମ୍ଭମାନଙ୍କ ପ୍ରାର୍ଥନା ଏହି ଯେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ଓ ଆମ୍ଭମାନଙ୍କ ପିତା ଈଶ୍ଵର ଯିଏ, ଆମ୍ଭମାନଙ୍କୁ ପ୍ରେମ କଲେ ଏବଂ ଚିରଦିନ ପାଇଁ ଉତ୍ସାହିତ କରନ୍ତି, ତାହାଙ୍କଠାରୁ ପ୍ରାପ୍ତ ସମସ୍ତ ଉତ୍ତମ ବିଷୟ ଗ୍ରହଣ କରିବା ନିମନ୍ତେ ଅନୁଗ୍ରହ ପ୍ରଦାନ କରନ୍ତୁ I
\v 17 ତୁମ୍ଭେମାନେ ଉତ୍ତମ କାର୍ଯ୍ୟରେ ଓ ବ୍ୟାବହାରିକ କାର୍ଯ୍ୟରେ ବୃଦ୍ଧି ପାଉଥିବା ହେତୁ, ଆମ୍ଭମାନଙ୍କ ଈଶ୍ଵର ଓ ଯୀଶୁଖ୍ରୀଷ୍ଟ ମିଳିତ ଭାବେ ତୁମ୍ଭମାନଙ୍କୁ ଉତ୍ସାହିତ କରନ୍ତୁ I
\s5
\c 3
\p
\v 1 ଅବଶେଷରେ, ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ଆମ୍ଭମାନଙ୍କ ଦ୍ଵାରା ତୁମ୍ଭେମାନେ ଶୁଣୁଅଛ, ସେହିପରି ଅଧିକରୁ ଅଧିକ ଲୋକମାନେ ଖୁବ୍ ଶୀଘ୍ର ପ୍ରଭୁ ଯୀଶୁଙ୍କ ବାକ୍ୟ ଶୁଣି ଗ୍ରହଣ କରିବେ I
\v 2 ପୁଣି ଯେପରି ଅବିବେକ ଓ ଦୁଷ୍ଟ ଲୋକମାନଙ୍କଠାରୁ ଆମ୍ଭେମାନେ ଉଦ୍ଧାର ପାଇବୁ, ଏଥିପାଇଁ ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର I କାରଣ ସମସ୍ତେ ପ୍ରଭୁଙ୍କୁ ବିଶ୍ଵାସ କରନ୍ତି ନାହିଁ I
\v 3 ତଥାପି ପ୍ରଭୁ ଯୀଶୁ ବିଶ୍ଵସ୍ତ, ଏଣୁ ଆମେ ନିଶ୍ଚିତ ଯେ, ସେ ତୁମ୍ଭମାନଙ୍କୁ ସୁସ୍ଥିର କରି ସମସ୍ତ ମନ୍ଦରୁ ରକ୍ଷା କରିବେ I
\s5
\v 4 କାରଣ ଆମ୍ଭେମାନେ ସମସ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ମିଳିତ ଅଟୁ I ଆମେମାନେ ଯେଉଁ ସମସ୍ତ ଆଦେଶ ତୁମ୍ଭମାନଙ୍କୁ ଦେଉଅଛୁ, ସେହି ସବୁ ଯେ ତୁମ୍ଭେମାନେ ପାଳନ କରୁଅଛ ଏବଂ କରିବ ଏହା ତୁମ୍ଭମାନଙ୍କ ସମ୍ବନ୍ଧରେ ଆମ୍ଭମାନଙ୍କ ପ୍ରଭୁଙ୍କଠାରେ ଦୃଢ ବିଶ୍ଵାସ ଅଛି I
\v 5 ଆମ୍ଭମାନଙ୍କ ଈଶ୍ୱରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ଧୈର୍ଯ୍ୟ ସମ୍ପର୍କରେ ଜାଣିବାକୁ ପ୍ରଭୁ ଯୀଶୁ ଆପଣମାନଙ୍କୁ ସାହାଯ୍ୟ କରୁଥାନ୍ତୁ I ଏହା ଆମ୍ଭମାନଙ୍କର ପ୍ରାର୍ଥନା I
\s5
\v 6 ହେ ଭାଇମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭମାନଙ୍କୁ ଏହି ଆଦେଶ ଦେଉ ଅଛୁ, ଯେଉଁ ଭାଇମାନେ ଅଳସୁଆ ଓ କାର୍ଯ୍ୟ କରିବାକୁ ଅମନଯୋଗୀ ସେମାନଙ୍କର ସହଭାଗୀ ହୁଅ ନାହିଁ I ଆମ୍ଭମାନଙ୍କ ପ୍ରାପ୍ତ ଶିକ୍ଷା ଅନୁଯାୟୀ ଯେଉଁମାନେ ଆଚରଣ ନ କରି ଅବିହିତ ଆଚରଣ କରନ୍ତି, ସେହି ଲୋକମାନଙ୍କଠାରୁ ଆପଣା ଆପଣାକୁ ପୃଥକ କର I
\v 7 ତୁମ୍ଭେମାନେ ଆମ୍ଭ ମାନଙ୍କର ଅନୁକରଣ କିପରି କରିବା ଉଚିତ, ତାହା ତୁମେ ନିଜେ ନିଜେ ଜାଣିଅଛ I ଯେଣୁ ଆମ୍ଭେମାନେ ତୁମମାନଙ୍କ ମଧ୍ୟରେ ଅବିହିତ ଆଚରଣ ନ କରି ସତ୍ୟ ଆଚରଣ କରିଥିଲୁ I
\v 8 ତେଣୁ ଆମ୍ଭେମାନେ କହୁଅଛୁ, ଆମ୍ଭେମାନେ ବିନା ମୂଲ୍ୟରେ କାହାରିଠାରୁ କିଛି ହିଁ ଭୋଜନ କରି ନାହୁଁ ବରଂ ତୁମ୍ଭମାନଙ୍କ ମଧ୍ୟରେ କାହାରି ଭାର ସ୍ୱରୂପ ନ ହେବା ପାଇଁ ନିଜେ କଠିନ ପରିଶ୍ରମ ଦିବାରାତ୍ର କାର୍ଯ୍ୟ କରୁଥିଲୁ I
\v 9 ତୁମ୍ଭମାନଙ୍କଠାରୁ ଯେ କିଛି ଗ୍ରହଣ କରିବାକୁ ଆମ୍ଭମାନଙ୍କର କିଛି ଅଧିକାର ନାହିଁ, ତାହା ନୁହେଁ, କାରଣ ମୁଁ ଜଣେ ପ୍ରେରିତ I ତୁମ୍ଭେମାନେ ଯେପରି ଆମ୍ଭମାନଙ୍କୁ ଅନୁକରଣ କରିବ, ଏଥିପାଇଁ ଆମ୍ଭେମାନେ କଠିନ ପରିଶ୍ରମ କରି ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶବାନ ଦେଖାଇବା ନିମନ୍ତେ ସେହିପରି ପରିଶ୍ରମ ମଧ୍ୟ କଲୁ I
\s5
\v 10 ତୁମ୍ଭମାନଙ୍କ ସହିତ ସେଠାରେ ଥିବା ସମୟରେ, ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଇଥିଲୁ ଯେକେହି ପରିଶ୍ରମ କରିବାକୁ ଇଚ୍ଛା ନ କରେ, ତାହାକୁ ଭୋଜନ ନିମନ୍ତେ ଖାଦ୍ୟ ଦିଅ ନାହିଁ, ଏହା ସ୍ମରଣ କର I
\v 11 ବର୍ତ୍ତମାନ ଆମ୍ଭେମାନେ ଏହା ପୁଣି ଥରେ କହୁଅଛୁ, କାରଣ କେହି କେହି ଆମ୍ଭମାନଙ୍କୁ କହନ୍ତି ଯେ ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଅଳସୁଆ ଓ ଆପଣା ହସ୍ଥରେ କାର୍ଯ୍ୟ କରିବାକୁ ଅନିଚ୍ଛୁକ ଅଟନ୍ତି I କେବଳ ତାହା ନୁହେଁ, କେହି କେହି ମଧ୍ୟ ଅନ୍ୟ ଲୋକଙ୍କ ପରି ଅବିହିତ ଆଚରଣ ଓ ମନ୍ଦ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି I
\v 12 ଯେଉଁ ସହ ବିଶ୍ଵାସୀମାନେ ପରିଶ୍ରମ କରୁ ନାହାନ୍ତି, ଆମ୍ଭେ ସେମାନଙ୍କୁ ଆଦେଶ ଓ ଚେତନା ଦେଉଅଛୁ ଯେ, ସେମାନେ ଶାନ୍ତ ଭାବରେ ନିଜର ସମସ୍ତ କାର୍ଯ୍ୟ କରି, ନିଜ ନିଜର ପ୍ରତି ପୋଷଣ କରନ୍ତୁ I
\s5
\v 13 କିନ୍ତୁ ହେ ଭାଇମାନେ ସତ୍‌କାର୍ଯ୍ୟ କରିବାରେ ତୁମ୍ଭେମାନେ କ୍ଲାନ୍ତ ନ ହୁଅ I
\v 14 ଆମ୍ଭମାନଙ୍କର ଏହି ଲିଖିତ ପତ୍ର ଅନୁସାରେ ଯଦି କୌଣସି ବିଶ୍ଵାସୀ ଭାଇ ପାଳନ ନ କରେ, ସମସ୍ତ ଲୋକଙ୍କ ସାକ୍ଷାତାରେ ତାହାକୁ ଚିହ୍ନଟ କର I ପୁଣି ସେ ଯେପରି ଲଜ୍ଜିତ ହେବ ଏଥିପାଇଁ ତାହା ସହିତ ସମ୍ପର୍କ ରଖ ନାହିଁ I
\v 15 ତଥାପି ତାହାକୁ ଶତ୍ରୁ ବୋଲି ମନେ ନ କର ମାତ୍ର ତାହାକୁ ନିଜର ଭାଇ ବୋଲି ଜ୍ଞାନ କରି ଚେତନା ଦିଅ I
\s5
\v 16 ଯେପରି ଆମ୍ଭମାନଙ୍କ ପ୍ରଭୁ ନିଜେ, ତାଙ୍କ ନିଜ ଲୋକମାନଙ୍କୁ ଆପଣା ଶାନ୍ତି ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କୁ ମଧ୍ୟ ଆପଣା ଶାନ୍ତି ପ୍ରଦାନ କରିବେ I ମୁଁ ପ୍ରାର୍ଥନା କରୁଅଛି I
\v 17 ବର୍ତ୍ତମାନ ମୁଁ ମୋହର କଲମ ଉଠାଇ ଲେଖୁଅଛି, ମୁଁ, ପାଉଲ, ଯେପରି ପ୍ରତ୍ୟେକ ଚିଠିରେ ଲେଖିଥାଏ, ସେହିପରି ଏବେ ମଧ୍ୟ ଲେଖି ନମସ୍କାର ଜଣାଉଅଛି I ମୁଁ ଯେ ଏହା ପଠାଉଅଛି, ଏହା ପ୍ରତ୍ୟେକ ପତ୍ରରେ ମୋହର ଚିହ୍ନ ସ୍ୱରୂପ I
\v 18 ମୋହର ଏହି ପ୍ରାର୍ଥନା ଯେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ I