or_udb/50-EPH.usfm

237 lines
67 KiB
Plaintext

\id EPH - UDB NT ODIYA
\ide UTF-8
\h ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
\toc1 ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
\toc2 ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
\toc3 eph
\mt1 ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
\s5
\c 1
\p
\v 1 ମୁଁ, ପାଉଲ, ସହ ବିଶ୍ୱାସୀଗଣଙ୍କ ନିକଟକୁ ଲେଖୁଅଛି, ଯେଉଁମାନଙ୍କୁ ଈଶ୍ୱର ନିଜ ନିମନ୍ତେ ପୃଥକୀକୃତ କରିଅଛନ୍ତି, ଆଉ ଯେଉଁମାନେ ଖ୍ରୀଷ୍ଟ ଯୀଶୁରେ ଭରସା କରନ୍ତି- ଏଫିସୀୟର ସହରରେ ବାସ କରୁଥିବା ସହ ବିଶ୍ୱାସୀଗଣଙ୍କୁ ମୁଁ ଲେଖୁଅଛି I ମୁଁ ପାଉଲ, ଯାହାକୁ ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତଭାବେ ତୁମ ନିକଟକୁ ପଠାଇବାକୁ ବାଛିଛନ୍ତି I
\v 2 ମୁଁ ପ୍ରାର୍ଥନା କରେ ଯେ ଈଶ୍ୱର ଆମ୍ଭମାନଙ୍କର ପିତା ଏବଂ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର ପ୍ରଭୁ ତାଙ୍କ ଦୟା ଓ ଶାନ୍ତି ତୁମ୍ଭମାନଙ୍କୁ ଦେବେ I
\s5
\v 3 ଈଶ୍ୱରଙ୍କ ପ୍ରଶଂସା ହେଉ, ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ! ଖ୍ରୀଷ୍ଟ ଯୀଶୁ ଆମକୁ ଦେଇଥିବା ସମସ୍ତ ସ୍ୱର୍ଗୀୟ ଆଶୀର୍ବାଦ ମାଧ୍ୟମରେ ସେ ଆମ୍ଭମାନଙ୍କୁ ପ୍ରଚୁର ଆନନ୍ଦ ଦେଇଅଛନ୍ତି I
\v 4 ଈଶ୍ୱର ପୃଥିବୀ ସୃଷ୍ଟି ପୂର୍ବରୁ ସେ ଖ୍ରୀଷ୍ଟଙ୍କ ମାଧ୍ୟମରେ ତାଙ୍କର ନିଜ ଲୋକ ଭାବରେ ଆମ୍ଭମାନଙ୍କୁ ବାଛିଲେ, ଯିଏ ଈଶ୍ୱରଙ୍କ ନିମନ୍ତେ ତାଙ୍କ ଦୃଷ୍ଟିରେ ଅନିନ୍ଦନୀୟଭାବେ ଆମ୍ଭମାନଙ୍କୁ ବଞ୍ଚିବା ନିମନ୍ତେ ପୃଥକ କଲେ I
\s5
\v 5 ଯେହେତୁ ସେ ଆମ୍ଭମାନଙ୍କୁ ପ୍ରେମ କରନ୍ତି, ଆପଣା ନିମନ୍ତେ ସନ୍ତାନ କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ପୂର୍ବରୁ ଯୋଜନା କଲେ । ଯାହାକି ଏହା ସନ୍ତୋଷଜନକ ହେଲା; ସେପରି ଯାହା ସେ ଚାହିଁଲେ ସେ କଲେ ।
\v 6 ଏହା ତାହାଙ୍କ ଅନୁଗ୍ରହ ଗୌରବ ପ୍ରଶଂସା ନିମନ୍ତେ ହୋଇଅଛି; ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି ଯାହାକୁ ସେ ପ୍ରେମ, ଦୟା କରନ୍ତି ତାହା ଆମ୍ଭେମାନେ ପାଇବାକୁ ଅନୁପଯୁକ୍ତ ।
\s5
\v 7 ଯୀଶୁ ଆମ୍ଭମାନଙ୍କୁ ମୁକ୍ତ କରିଛନ୍ତି ସତେ ଯେପରି ସେ ଗୋଟିଏ ଦାସତ୍ୱ ବଜାରରୁ କ୍ରୟ କରିଛନ୍ତି । ତାହାଙ୍କ ବହୁଳ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ତାହାଙ୍କ ମୃତ୍ୟୁ ଦ୍ୱାରା ମୁକ୍ତି, ଅର୍ଥାତ୍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ ।
\v 8 ସେ ଆମ୍ଭମାନଙ୍କୁ ଅନୁଗ୍ରହ ଦେଇଅଛନ୍ତି ପୁଣି ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କୁ ପ୍ରଚୁର ଜ୍ଞାନରେ ଭରିଅଛନ୍ତି ।
\s5
\v 9 ଈଶ୍ୱର ପୂର୍ବରୁ ସଙ୍କଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ନିଗୂଢ଼ତତ୍ତ୍ୱ ଜ୍ଞାତ କରାଇଅଛନ୍ତି । ଯେପରି ସେ ଖ୍ରୀଷ୍ଟଙ୍କୁ ପ୍ରକାଶ କରିବାକୁ ପସନ୍ଦ କରିପାରିଲେ ଯେପରି ଖ୍ରୀଷ୍ଟଙ୍କ ଉତ୍ତମ କର୍ମ ଜାଣିବାରେ ଆମ୍ଭମାନଙ୍କୁ ସାହାଯ୍ୟ କରିବ ।
\v 10 ଈଶ୍ୱର ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ ସେ ସେମାନଙ୍କୁ ରାଜତ୍ୱ କରିବେ ।
\s5
\v 11 ଯେଣୁ ଯେଉଁ ଈଶ୍ୱର ପୂର୍ବରୁ ନିରୁପିତ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହ ମିଳିତ କରାନ୍ତି । ସେ ଏହିପରି କରିବାକୁ ଯୋଜନା କଲେ, ପୁଣି ଆପଣା ଇଚ୍ଛାର ସଙ୍କଳ୍ପାନୁସାରେ ସମସ୍ତ ବିଷୟ ତାହାଙ୍କ ଅଭିପ୍ରାୟ ଅନୁସାରେ ସାଧନ କରନ୍ତି ।
\v 12 ଈଶ୍ୱର ତାହା କଲେ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଈଶ୍ୱରଙ୍କ ଗୌରବର ପ୍ରଶଂସାର କାରଣ ହୋଇ ବଞ୍ଚିବା । ଆମ୍ଭେମାନେ ଖ୍ରୀଷ୍ଟରେ ଭରସା କରିବାରେ ପ୍ରଥମ ହେଲୁ ।
\s5
\v 13 ଖ୍ରୀଷ୍ଟରେ ତୁମ୍ଭେମାନେ ମଧ୍ୟ ସତ୍ୟ ବାକ୍ୟ, ଅର୍ଥାତ୍ ପରିତ୍ରାଣର ସୁସମ୍ବାଦ ଶୁଣି ଖ୍ରୀଷ୍ଟରେ ବିଶ୍ୱାସ କରିଅଛ ତେଣୁ ତୁମ୍ଭେମାନେ ଈଶ୍ୱରଙ୍କ ଅନ୍ତର୍ଭୁକ୍ତ ଅଟ ଓ ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ ।
\v 14 ପବିତ୍ର ଆତ୍ମା ପ୍ରମାଣ ଦିଅନ୍ତି ଯେ ଆମ୍ଭେମାନେ ସମସ୍ତ ଗ୍ରହଣ କରିବା ଯାହା ଈଶ୍ୱର ପ୍ରତିଜ୍ଞା କରିଅଛନ୍ତି । ସମସ୍ତ ଗୌରବ ପ୍ରଶଂସାର କାରଣ ତାହାଙ୍କ ଉଦ୍ଦେଶ୍ୟରେ ଅଟେ !
\s5
\v 15 କାରଣ ଈଶ୍ୱର ତୁମ୍ଭମାନଙ୍କୁ ଏମନ୍ତ ପ୍ରେମ କରିଅଛନ୍ତି, ଆଉ ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ ମୁଁ ଶୁଣିଲି ।
\v 16 ମୁଁ ମଧ୍ୟ ମୋହର ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେବାରେ ବହୁବାର କ୍ଷାନ୍ତ ହେଉ ନାହିଁ ।
\s5
\v 17 ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରେ ଯେ ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା, ଯିଏ ଗୌରବମୟ ପିତା, ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ସେ ପ୍ରଦାନ କରନ୍ତି ।
\v 18 ମୁଁ ପ୍ରାର୍ଥନା କରେ ଯେ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ କ’ଣ କରିବାକୁ ଚାହାନ୍ତି ତାହା ତୁମ୍ଭମାନଙ୍କୁ ଶିକ୍ଷା ଦେଇପାରନ୍ତି, ଏବଂ କାହିଁକି ଆମ୍ଭେମାନେ ଜାଣୁ ସେ ସତ୍ୟ କହୁଅଛନ୍ତି । ମୁଁ ପ୍ରାର୍ଥନା କରେ ଯେ ଆମ୍ଭମାନଙ୍କୁ ଯେଉଁ ମହତ୍ ବିଷୟ ଦେବ ପାଇଁ ସେ ପ୍ରତିଜ୍ଞା କରିଅଛନ୍ତି ତାହା ଯେପରି ଆମ୍ଭେମାନେ ଜାଣିପାରୁ ।
\s5
\v 19 ପୁଣି, ମୁଁ ପ୍ରାର୍ଥନା କରେ ଯେ ତୁମ୍ଭେମାନେ ଜାଣିବ ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ତାଙ୍କଠାରେ ଭରସା କରୁଥିବା ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କ'ଣ ? ସେ ଶକ୍ତିଶାଳୀଭାବେ ଆମ୍ଭମାନଙ୍କ ନିମନ୍ତେ କାର୍ଯ୍ୟ କରନ୍ତି ।
\v 20 ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି ଯେତେ ନାମ ଖ୍ୟାତ ସେ ସମସ୍ତଙ୍କ ଉପରେ ସ୍ୱର୍ଗରେ ଉନ୍ନତ କଲେ ।
\v 21 ସେ ସ୍ଥାନରେ, ଖ୍ରୀଷ୍ଟ ସମସ୍ତଙ୍କ ଶକ୍ତି ଉପରେ ସମସ୍ତ ଅଧିକାରର ପ୍ରତ୍ୟେକ କ୍ଷମତାଶାଳୀ ଆତ୍ମା ଉପରେ ସର୍ବୋଚ୍ଚଭାବେ, ପୁଣି ସମସ୍ତ ନାମ ଉପରେ ତାହାଙ୍କୁ ଉନ୍ନତ କରାଇ ରାଜତ୍ୱ କରନ୍ତି ।
\s5
\v 22 ଈଶ୍ୱର ସମସ୍ତ ବିଷୟଗୁଡିକ ଖ୍ରୀଷ୍ଟଙ୍କ ଶାସନରେ ରଖିଛନ୍ତି ଯେପରି ସେସବୁ ତାହାଙ୍କ ପାଦ ତଳେ ବଶୀଭୂତ ହେଲେ । ଆଉ ଈଶ୍ୱର ସମସ୍ତ ବିଶ୍ୱାସୀ ମଧ୍ୟରେ ସର୍ବତ୍ର ଅଧିକାରୀଭାବେ ଖ୍ରୀଷ୍ଟଙ୍କୁ ନିଯୁକ୍ତ କରିଅଛନ୍ତି ।
\v 23 ଏହା ସତେ ଯେପରି ସମସ୍ତ ମଣ୍ଡଳୀ ଖ୍ରୀଷ୍ଟଙ୍କ ସ୍ୱଶରୀର ହେଲ । ସେ ସମସ୍ତ ବିଶ୍ୱାସୀଙ୍କୁ ସମସ୍ତ ବିଷୟରେ ତାଙ୍କ ଶକ୍ତି ସହ ସର୍ବତୋଭାବେ ପୂର୍ଣ୍ଣ କରନ୍ତି, ଠିକ୍ ଯେପରି ସେ ତାଙ୍କ ଶକ୍ତି ସହ ସମସ୍ତ ଜଗତକୁ ତାହାଙ୍କ ପୂର୍ଣ୍ଣତାରେ ଭରିବେ ।
\s5
\c 2
\v 1 ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ପୂର୍ବରୁ, ସତେ ଯେପରି ଈଶ୍ୱର ବାଧ୍ୟ ହେବା ପାଇଁ ତୁମ୍ଭେମାନେ ଶକ୍ତିହୀନ ଓ ମୃତ ବ୍ୟକ୍ତି ତୂଲ୍ୟ ଥିଲ ।
\v 2 ଦିନେ ତୁମ୍ଭେମାନେ ବର୍ତ୍ତମାନ ଜଗତର ଇଚ୍ଛାନୁସାରେ ଆଚରଣ କରି ବଞ୍ଚିଲ, ଆଉ ତୁମ୍ଭେମାନେ ମଧ୍ୟ, ଶୟତାନ ଯାହା ଚାହେଁ ତାହାର ଅନୁସରଣ କଲ- ଶୟତାନ ମନ୍ଦ ଆତ୍ମାଗୁଡିକ ଉପରେ ଶାସନ କରେ ଯାହାର ଜଗତ ଉପରେ ଏଭଳି ଶକ୍ତି ରହିଅଛି । ଶୟତାନ ମନ୍ଦ ଆତ୍ମା ଅଟେ ଯାହା ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି ।
\v 3 ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଈଶ୍ୱରଙ୍କୁ ଅବଜ୍ଞା କଲୁ; ମନ୍ଦ ବିଷୟଗୁଡିକ ଯାହା ଶାରୀରିକ ଅଭିଲାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମନର କାମନା ପୂର୍ଣ୍ଣ କରୁଥିଲୁ । ପୁଣି, ଈଶ୍ୱର ଆମ୍ଭମାନଙ୍କ ଉପରେ ବହୁତ କ୍ରୋଧ କଲେ, ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ ।
\s5
\v 4 ମାତ୍ର ଦୟାସାଗର ଯେ ଈଶ୍ୱର, ସେ ଆମ୍ଭମାନଙ୍କୁ ମହା ପ୍ରେମରେ ପ୍ରେମ କରନ୍ତି ।
\v 5 ଈଶ୍ୱରଙ୍କର ବାଧ୍ୟ ହେବାକୁ ଶକ୍ତିହୀନ, ଆମ୍ଭେମାନେ ମୃତ ଲୋକ ସଦୃଶ ହେଲୁ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ମିଳିତ କରିବା ଦ୍ୱାରା ପୁଣି ଥରେ ଈଶ୍ୱର ଆମ୍ଭମାନଙ୍କୁ ସୃଷ୍ଟି କଲେ । ଈଶ୍ୱର ଆମ୍ଭମାନଙ୍କୁ ଉଦ୍ଧାର କଲେ କାରଣ ସେ ଆମ୍ଭମାନଙ୍କ ପ୍ରତି ଦୟାବାନ ହୋଇଅଛନ୍ତି ।
\v 6 ସେ ଆମ୍ଭମାନଙ୍କ ପରି ମୃତଲୋକମାନଙ୍କୁ ଉତ୍ଥାପିତ କଲେ, ପୁଣି ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି ।
\v 7 ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ମିଳିତ କରାଇ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଦୟା ପ୍ରକାଶ କରନ୍ତି ।
\s5
\v 8 କାରଣ ତାଙ୍କ ଦଣ୍ଡଠାରୁ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; କାରଣ ତୁମ୍ଭେମାନେ ଯୀଶୁଙ୍କୁ ଭରସା କଲ । ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ୱରଙ୍କ ଦାନ,
\v 9 ଦାନଟି କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ କରିନ କହେ ଯେ, ସେ ନିଜେ ନିଜେ ପରିତ୍ରାଣ ପାଇଅଛି ।
\v 10 କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେପରି ଖ୍ରୀଷ୍ଟ ଯୀଶୁଙ୍କ ସହ ମିଳିତ ହୋଇ ନୂଆ ଲୋକ ହେଲୁ, ଯେପରି ସମସ୍ତ ସତକାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ପ୍ରସ୍ତୁତ କରିଥିଲେ ।
\s5
\v 11 ତୁମ୍ଭେମାନେ ଭୁଲ ନାହିଁ ଯେ ପୂର୍ବରେ ଶରୀର ସମ୍ବନ୍ଧରେ ଅଣଯିହୂଦୀ ଅସୁନ୍ନତ ବୋଲି ଖ୍ୟାତ ଥିଲ କାରଣ ତୁମ୍ଭେମାନେ ଯିହୂଦୀରୂପେ ଜନ୍ମ ହୋଇ ନ ଥିଲ । ଯିହୁଦୀମାନେ ତୁମ୍ଭମାନଙ୍କୁ "ଅସୁନ୍ନତ ଦେବପୂଜକ"କହି ଅପମାନ ଦେଲେ । ସେମାନେ ନିଜକୁ କହନ୍ତି "ସୁନ୍ନତ" ଏହା ଦ୍ୱାରା ସେମାନେ ବୁଝନ୍ତି ଯେ ତୁମ୍ଭେମାନେ ନୁହଁ, ସେମାନେ ଈଶ୍ୱରଙ୍କ ଲୋକ ଅଟନ୍ତି, ଯଦିଓ ସୁନ୍ନତ ଏପରି ଏକ ବିଷୟ ଅଟେ ଯାହା କେବଳ ମନୁଷ୍ୟମାନେ କରନ୍ତି, ଈଶ୍ୱର ନୁହନ୍ତି ।
\v 12 ସେତେବେଳେ ତୁମ୍ଭେମାନେ ଯେ ସତ୍ୟ ଈଶ୍ୱରଙ୍କଠାରୁ ପୃଥକ୍, ଏବଂ ଇସ୍ରାଏଲର ପ୍ରଜାସତ୍ୱରହିତ ଥିଲ । ତୁମ୍ଭେମାନେ ଈଶ୍ୱରଙ୍କ ପ୍ରତିଜ୍ଞାମାନ ଓ ନିୟମ ଜାଣିଲ ନାହିଁ । ତୁମ୍ଭେମାନେ ଭବିଷ୍ୟତରେ ଭରସାହୀନ ହେବ ଯାହା ଈଶ୍ୱର ପ୍ରତିଜ୍ଞା କରିଥିଲେ, । ତୁମ୍ଭେମାନେ ଏପରିକି ଆଶା ଅନୁରୂପ ଈଶ୍ୱରଙ୍କଠାରେ ଭରସା କରିପାରିବ ନାହିଁ କାରଣ ତୁମ୍ଭେମାନେ ଜାଣ ନାହିଁ ଈଶ୍ୱର କିଏ ଅଟନ୍ତି ।
\s5
\v 13 କିନ୍ତୁ ବର୍ତ୍ତମାନ ଖ୍ରୀଷ୍ଟ ଯୀଶୁ ଯାହା ସାଧନ କରିଅଛନ୍ତି, ସେଥିପାଇଁ ତୁମ୍ଭେମାନେ ତାଙ୍କଠାରେ ଭରସା କରିବାକୁ ସକ୍ଷମ ହୋଇଅଛ କାରଣ ଖ୍ରୀଷ୍ଟ କ୍ରୁଶରେ ମରିବାକୁ ସ୍ୱୀକାର କଲେ ।
\v 14 ଖ୍ରୀଷ୍ଟ ଆମ୍ଭମାନଙ୍କ ମଧ୍ୟରେ ବିଛେଦପ୍ରାଚୀର ଭଗ୍ନ କରିବା ଦ୍ୱାରା ଯିହୁଦୀ ଓ ଅଣଯିହୁଦୀ ମଧ୍ୟରେ ଶାନ୍ତି ଓ ଏକତା ଆଣିଛନ୍ତି, ସତେ ଯେପରି ସେ ଆମ୍ଭମାନଙ୍କ ଲୋକମାନଙ୍କୁ ଅଲଗା କରିଥିବା ଶତ୍ରୁତାରୂପ ମଧ୍ୟବର୍ତ୍ତୀ ବିଛେଦପ୍ରାଚୀର ଭାଙ୍ଗି ଉଭୟକୁ ଏକ କରିଅଛନ୍ତି ।
\v 15 ପୁଣି, ବିଧିବିଧାନଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ବହୁ ସମୟ ଧରି ବାଧ୍ୟ ହେବା ସେ ଆବଶ୍ୟକ ମନେ କଲେ ନାହିଁ । ସେ ଯିହୁଦୀ ଓ ଅଣଯିହୁଦୀମାନଙ୍କୁ ଦୁଇ ପରିବର୍ତ୍ତେ ଏକ ଲୋକ କରି ଯେପରି ଆମ୍ଭମାନଙ୍କ ନିମନ୍ତେ ଶାନ୍ତି ସ୍ଥାପନ କଲେ ।
\v 16 ଯୀଶୁ ଯିହୁଦୀ ଓ ଅଣଯିହୁଦୀମାନଙ୍କୁ ଉଭୟଙ୍କୁ ଈଶ୍ୱରଙ୍କ ସହ ନୂତନ ବିଶ୍ୱାସୀମାନଙ୍କର ଏକ ଗୋଷ୍ଠୀ କରି ବନ୍ଧୁତା ସ୍ଥାପନର କାରଣ ହେଲେ । ଆଉ କ୍ରୁଶୀୟ ମୃତ୍ୟୁ ଦ୍ୱାରା ଶତ୍ରୁତା ବିନାଶ କରି ପରସ୍ପରକୁ ଘୃଣା ନ କରିବା କାର୍ଯ୍ୟକୁ ସମ୍ଭବ କଲେ ।
\s5
\v 17 ଯୀଶୁ ଆସିଲେ ଓ ସୁସମାଚାର ଘୋଷଣା କଲେ ଯାହା ଈଶ୍ୱରଙ୍କ ସହ ଶାନ୍ତି ଆଣିଛି; ସେ ଉଭୟ ଆମ୍ଭମାନଙ୍କ ପରି ଯିହୁଦୀ ଓ ଈଶ୍ୱରଙ୍କୁ ଜାଣି ନ ଥିବା ଅଣଯିହୁଦୀଙ୍କ ନିକଟରେ ପ୍ରଚାର କଲେ ।
\v 18 ଯୀଶୁଙ୍କ ମାଧ୍ୟମରେ ଉଭୟ ଯିହୁଦୀ ଓ ଅଣଯିହୁଦୀମାନେ ବର୍ତ୍ତମାନ ପିତାଙ୍କ ସହ କଥା କହିପାରନ୍ତି କାରଣ ପବିତ୍ର ଆତ୍ମା ସମସ୍ତ ବିଶ୍ୱାସୀଙ୍କଠାରେ ବାସ କରନ୍ତି ।
\s5
\v 19 ଅତଏବ ତୁମ୍ଭେମାନେ ବର୍ତ୍ତମାନ ଈଶ୍ୱରଙ୍କ ଲୋକଙ୍କ ନିକଟରେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ୱରଙ୍କ ପରିବାରଭୁକ୍ତ ଯାହାରକି ଈଶ୍ୱର ପିତା ଅଟନ୍ତି ।
\v 20 ତୁମ୍ଭେମାନେ ପ୍ରସ୍ତରଗୁଡିକ ପରି ଅଟ ଯେପରି ଈଶ୍ୱର ତାଙ୍କ ଗୃହର ଅଂଶ କରି ତିଆରି କରିଛନ୍ତି, ସେହି ଗୃହ ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ । ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେହି ଗୃହ କୋଣର ପ୍ରଧାନ ପ୍ରସ୍ତର ଅଟନ୍ତି ।
\v 21 ଯୀଶୁ ତାଙ୍କ ବିଶ୍ୱାସୀମାନଙ୍କର ପରିବାର ଗଠନ କରୁଛନ୍ତି ଏବଂ ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି ଯେପରି ନିଜ ନିମନ୍ତେ ନୂତନ ବିଶ୍ୱାସୀମାନଙ୍କୁ ବୃଦ୍ଧିକରି ପ୍ରଭୁ ସଂଲଗ୍ନ କରନ୍ତି ଯେମିତି ଗୋଟିଏ ମନ୍ଦିରରେ ଲୋକେ ପ୍ରସ୍ତରଗୁଡିକ ସଂଯୁକ୍ତ କରନ୍ତି ।
\v 22 ଯୀଶୁ ତୁମ୍ଭମାନଙ୍କୁ ଏକାଠି ଉଭୟ ଯିହୁଦୀ ଓ ଅଣଯିହୁଦୀମାନଙ୍କୁ ଗୋଟିଏ ପରିବାରଭୁକ୍ତ କରି ତୁମ୍ଭମାନଙ୍କୁ ଗଠନ କରୁଛନ୍ତି ଯେଉଁଠାରେ ତାହାଙ୍କ ଆତ୍ମା ବାସ କରେ ।
\s5
\c 3
\v 1 ଏଥି ନିମନ୍ତେ ମୁଁ ପାଉଲ, ଅଣଯିହୂଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ ।
\v 2 ମୁଁ ଆଶାବାଦୀ ଯେ ତୁମ୍ଭମାନଙ୍କ ନିମନ୍ତେ ପ୍ରଦତ୍ତ ଈଶ୍ୱରଙ୍କ ଅନୁଗ୍ରହ ସମ୍ବନ୍ଧୀୟ ମୋ' ସେବକ କାର୍ଯ୍ୟ ବିଷୟରେ ତୁମ୍ଭେମାନେ ଜାଣ ।
\s5
\v 3 ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୂଢ଼ତତ୍ତ୍ୱ ମୋତେ ଜ୍ଞାତ କରାଇଛନ୍ତି, ଯେପରି ମୁଁ ପୂର୍ବେ ସକ୍ଷିପ୍ତ ଭାବରେ ଲେଖିଅଛି;
\v 4 ଏଥିପୂର୍ବେ, ଯେତେବେଳେ ତୁମ୍ଭେମାନେ ପଢିବ ଯାହା ମୁଁ ସଂକ୍ଷେପରେ ସେହି ବିଷୟରେ ଲେଖିଅଛି ତୁମ୍ଭେମାନେ ବୁଝିପାରିବ ଯେ ଖ୍ରୀଷ୍ଟଙ୍କ ସତ୍ୟତା ମୁଁ ସ୍ପଷ୍ଟଭାବେ ବୁଝେ ।
\v 5 ସେହି ନିଗୂଢ଼ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ୱାରା ତାହାଙ୍କ ପବିତ୍ର ପ୍ରେରିତ ଓ ଭାବବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୂର୍ବ କାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ପ୍ରକାଶିତ ହୋଇ ନ ଥିଲା ଯାହାଙ୍କୁ ଆତ୍ମା ଈଶ୍ୱରଙ୍କ ସେବା କରିବାକୁ ଆହ୍ୱାନ କଲେ ।
\s5
\v 6 ଏହି ନିଗୂଢ ସତ୍ୟ ଏହା ଯେ ଈଶ୍ୱରଙ୍କଠାରେ ଆତ୍ମିକ ଧନରେ ଅଣଯିହୁଦୀମାନେ ମଧ୍ୟ ଯିହୁଦୀମାନଙ୍କ ସହ ଅଂଶାଧିକାରୀ, ଏବଂ ସେମାନେ ଈଶ୍ୱରଙ୍କ ଲୋକଙ୍କର ସହଭାଗୀ ଅଟନ୍ତି; ଆଉ ସେମାନେ ସମସ୍ତ ପ୍ରତିଜ୍ଞାର ବିଷୟରେ ଅଂଶୀ ହେବେ କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି - ଏହା ହିଁ ସୁସମାଚାର ଅଟେ ।
\v 7 ଈଶ୍ୱରଙ୍କ କାର୍ଯ୍ୟସାଧକ ଶକ୍ତି ଅନୁସାରେ ମୋତେ ପ୍ରଦତ୍ତ ତାହାଙ୍କ ଅନୁଗ୍ରହର ଦାନ ପ୍ରମାଣେ ସେହି ସୁସମାଚାର ପ୍ରଚାରର ମୁଁ ଜଣେ ସେବକ ହେଲି ଯେଉଁ କାର୍ଯ୍ୟ ମୁଁ କରିବାକୁ ଅଯୋଗ୍ୟ, କିନ୍ତୁ ଯାହା ଈଶ୍ୱର ତାଙ୍କ ଶକ୍ତି ସହ ମୋତେ କାର୍ଯ୍ୟ କରିବାକୁ ଦେଲେ ।
\s5
\v 8 ଯଦିଓ ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମ ଯେ ମୁଁ, ମୋତେ ଅଣଯିହୂଦୀମାନଙ୍କ ନିକଟରେ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ପ୍ରଚାର କରିବା ପାଇଁ ଈଶ୍ୱର ମୋତେ ତାଙ୍କ ଦୟା ଏବଂ କରୁଣା ଦ୍ୱାରା ସକ୍ଷମ କରିଛନ୍ତି, ଯାହା ଖ୍ରୀଷ୍ଟ ଆମ୍ଭମାନଙ୍କ ପ୍ରତି କରିଛନ୍ତି ତାହା ଏତେ ଯେ ଏହା ସମସ୍ତ ଅବର୍ଣ୍ଣନୀୟ ଅଟେ ।
\v 9 ସର୍ବସୃଷ୍ଟିକର୍ତ୍ତା ଈଶ୍ୱରଙ୍କଠାରେ ପ୍ରାଚୀନ କାଳରୁ ସୃଷ୍ଟିର ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କ'ଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି, ପ୍ରତ୍ୟେକଙ୍କୁ ଈଶ୍ୱରଙ୍କ ଯୋଜନା ବୁଝାଇବା ମୋର ଲକ୍ଷ୍ୟ ଅଟେ ।
\s5
\v 10 ଆମ୍ଭମାନଙ୍କ ପ୍ରଭୁ ତାହାଙ୍କର ବହୁବିଧ ଜ୍ଞାନ, ସ୍ୱର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ ଯିଏ ଖ୍ରୀଷ୍ଟଙ୍କଠାରେ ଭରସା କରେ ।
\v 11 ତଦନୁସାରେ ମଣ୍ଡଳୀ ଦ୍ୱାରା ଯେପରି ଈଶ୍ୱର ସର୍ବଦା ଅନନ୍ତକାଳ ନିମନ୍ତେ ଯୋଜନା କରିଥିଲେ, ଏବଂ ଯାହା ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କର ପ୍ରଭୁଙ୍କର କାର୍ଯ୍ୟ ମାଧ୍ୟମରେ ସଫଳ କଲେ ।
\s5
\v 12 ତେଣୁ ବର୍ତ୍ତମାନ ଆମ୍ଭେମାନେ ପ୍ରାର୍ଥନା କରୁ, ଆମ୍ଭେମାନେ ତାହାଙ୍କଠାରେ ସାହସ ପୁଣି, ଈଶ୍ୱରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁ ପଥ ପାଇଅଛୁ କାରଣ ଆମ୍ଭେମାନେ ଯୀଶୁଙ୍କଠାରେ ନିର୍ଭର କରୁ, ଯିଏ ଈଶ୍ୱରଙ୍କ ଯୋଜନାକୁ ସଫଳ କଲେ ।
\v 13 ଅତଏବ ମୁଁ ଅନୁରୋଧ କରେ ଯେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଲେଶ ଭୋଗ, ସେଥିସକାଶେ ହତାଶ ହୁଅ ନାହିଁ, ବନ୍ଦୀଶାଳାରେ ଏଠାରେ ଅନେକ ବିଷୟ ତାହା ତ ତୁମ୍ଭମାନଙ୍କ ନିମନ୍ତେ ଗୌରବ କଲେ ।
\s5
\v 14 ଏଥି ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କ ନିମନ୍ତେ ସମସ୍ତ କାର୍ଯ୍ୟ ସାଧନ କରିଅଛନ୍ତି, ମୁଁ ଆଣ୍ଠୁପାତି ପୁଣି ପିତା ଈଶ୍ୱରଙ୍କଠାରେ ପ୍ରାର୍ଥନା କରେ ।
\v 15 ସେ ହିଁ ଜଣେ ଯିଏକି ସମସ୍ତ ପରିବାର ସ୍ୱର୍ଗରେ ଓ ପୃଥିବୀ ଉପରେ ସେମାନଙ୍କ ନାମକରଣ କରନ୍ତି ।
\v 16 ମୁଁ ପ୍ରାର୍ଥନା କରେ ତାଙ୍କ ମହତ ଶକ୍ତି କାରଣ ଯେପରି ସେ ଆପଣା ଗୌରବରୂପ ଧନ ଅନୁସାରେ ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆନ୍ତରିକ ପୁରୁଷରେ ଶକ୍ତି ପ୍ରାପ୍ତ ହୋଇ ବଳବାନ ହେବାକୁ ଦିଅନ୍ତି ଯିଏ ତୁମ୍ଭମାନଙ୍କ ଆତ୍ମାଗୁଡିକରେ ବାସ କରନ୍ତି ।
\s5
\v 17 ମୁଁ ପ୍ରାର୍ଥନା କରେ ଯେ ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି, କାରଣ ତୁମ୍ଭେ ତାଙ୍କଠାରେ ଭରସା ରଖ, ଏବଂ ତାହା ତୁମ୍ଭମାନଙ୍କୁ ପାଇଁ ଗୋଟିଏ ଦୃଢଭାବେ ରୋପିତ ବୃକ୍ଷ ଏବଂ ଗୋଟିଏ ପ୍ରସ୍ତର ଉପରେ ସ୍ଥାପିତ ଗୃହ ସଦୃଶ ହେବ ।
\v 18 ଯେପରି ତୁମ୍ଭେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ ରୂପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ, ତାହା ଜ୍ଞାତ ହୁଅ ଏବଂ ସମସ୍ତ ସାଧୁଙ୍କ ସହିତ ସେଥିର ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅ ।
\v 19 ଆଉ ସେହି ପ୍ରେମ ଏତେ ଗଭୀର ଯେ ଆମ୍ଭେମାନେ ଏହା ବୁଝିପାରିବା ନାହିଁ, କିନ୍ତୁ ଏହି ପ୍ରେମ ହେତୁ ମୁଁ ପ୍ରାର୍ଥନା କରେ ଯେ ଈଶ୍ୱର ନିଜେ ସମସ୍ତ ସହ ତୁମ୍ଭମାନଙ୍କୁ ପୂର୍ଣ୍ଣ କରିପାରନ୍ତି ।
\s5
\v 20 ଯେଉଁ ଈଶ୍ୱର ଆମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରି ପାରନ୍ତି, କାରଣ ତାଙ୍କ ଶକ୍ତି ଯାହା ଆମ୍ଭମାନଙ୍କ ମଧ୍ୟରେ କାର୍ଯ୍ୟ କରୁଅଛନ୍ତି ।
\v 21 ସବୁ ବିଷୟ ଦ୍ୱାରା ସମସ୍ତ ବିଶ୍ୱାସୀମାନଙ୍କ ଆରାଧନାର ସମାବେଶରେ ଖ୍ରୀଷ୍ଟ ଯୀଶୁଙ୍କ ଦେଇ ତା'ଙ୍କୁ ଗୌରବାନ୍ୱିତ କରିବା । ଇତିହାସର ସମସ୍ତ ପୁରୁଷଠାରୁ ସମସ୍ତ ମଣ୍ଡଳୀ ଯୁଗେ ଯୁଗେ ତା'ଙ୍କୁ ପ୍ରଶଂସା କରୁ ! ଏହା ହିଁ ହେଉ ।
\s5
\c 4
\v 1 ଅତଏବ ମୁଁ ବନ୍ଦୀ ଥିବା ଅବସ୍ଥାରେ ପ୍ରଭୁ ଯୀଶୁଙ୍କୁ ଘୋଷଣା କରେ, ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଈଶ୍ୱରଙ୍କ ଆହ୍ୱାନରେ ଆହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର ।
\v 2 ସର୍ବପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣତା ସହ ସେବାରେ ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ କାରଣ ତୁମ୍ଭେମାନେ ପରସ୍ପରକୁ ପ୍ରେମ କର ।
\v 3 ଶାନ୍ତିରୂପ ବନ୍ଧନରେ ବାନ୍ଧି ହୋଇ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ପ୍ରତ୍ୟେକେ ପ୍ରତ୍ୟେକ ଜଣ ପ୍ରତି ଯତ୍ନବାନ ହୁଅ ।
\s5
\v 4 ସମସ୍ତ ବିଶ୍ୱାସୀ ଏକ ଗୋଷ୍ଠୀ, ଏକ ଆତ୍ମା, ଓ ଈଶ୍ୱରଙ୍କଠାରେ ଅପେକ୍ଷାକରି ତାଙ୍କ ପ୍ରତିଜ୍ଞାଗୁଡିକ ତୁମ୍ଭମାନଙ୍କ ପ୍ରତି ପୂର୍ଣ୍ଣ କରିବାକୁ ପୂର୍ଣ୍ଣ ସାହସର ସହିତ ଅପେକ୍ଷା କରିବା ନିମନ୍ତେ ମନୋନୀତ ହୋଇଅଛ ।
\v 5 ଏକ ପ୍ରଭୁ, ଯୀଶୁ ଖ୍ରୀଷ୍ଟ ଯାହାଙ୍କଠାରେ ଆମ୍ଭେମାନେ ଏକତ୍ର ସମସ୍ତେ ବିଶ୍ୱାସ କରୁ; ଆଉ ସେଠାରେ କେବଳ ଏକ ଖ୍ରୀଷ୍ଟୀୟ ବାପ୍ତିସ୍ମ ଅଛି ।
\v 6 ପ୍ରତ୍ୟେକଙ୍କର ସତ୍ୟ ପିତା, କେବଳ ଜଣେ ଈଶ୍ୱର ଅଛନ୍ତି । ସେ ତାଙ୍କ ଲୋକମାନଙ୍କ ଉପରେ ଶାସନ କରନ୍ତି, ପୁଣି ତାଙ୍କ ଶକ୍ତିରେ ସମସ୍ତ ଘଟଣା ମାଧ୍ୟମରେ ସେ କାର୍ଯ୍ୟ କରୁଛନ୍ତି ।
\s5
\v 7 କିନ୍ତୁ ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ୍ଭମାନଙ୍କୁ ଈଶ୍ୱର ପ୍ରତ୍ୟେକଙ୍କୁ ଆତ୍ମାଙ୍କ ଦାନଗୁଡିକ ଅନୁଗ୍ରହରେ ଦେଇଛନ୍ତି ।
\v 8 ଏଥି ନିମନ୍ତେ ଗୀତରଚକ ପରାସ୍ତ କରିଥିବା ଲୋକମାନଙ୍କଠାରୁ ଶ୍ରଦ୍ଧାଞ୍ଜଳି ନେଇ କହନ୍ତି, ସେ ଊର୍ଦ୍ଧ୍ୱକୁ ଆରୋହଣ କରି ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ, ଆଉ ମନୁଷ୍ୟମାନଙ୍କୁ ନାନା ବରଦାନ ଦେଲେ ।
\s5
\v 9 (ସେ ଆରୋହଣ କଲେ ବୋଲି କହିଲେ ଅର୍ଥ କ'ଣ? ନା, ସେ ମଧ୍ୟ ସ୍ୱର୍ଗରୁ ନିଚସ୍ଥ ପୃଥିବୀକୁ ଅବତରଣ କରିଥିଲେ, ଯେପରି ଈଶ୍ୱରଙ୍କ ଅଭିଷିକ୍ତ ରାଜା ଯିରୁଶାଲମରୁ ଯୁଦ୍ଧକୁ ଓହ୍ଲାଇ ଆସନ୍ତି।)
\v 10 ଖ୍ରୀଷ୍ଟ, ଯିଏକି ପୃଥିବୀକୁ ମନ୍ଦ ବିରୁଦ୍ଧରେ ଅବତରଣ କଲେ, ସେ ହିଁ ଆମ୍ଭମାନଙ୍କ ପାପକୁ ଜୟ କରିବାକୁ ପୃଥିବୀକୁ ଓହ୍ଲାଇ ଆସିଲେ ।
\s5
\v 11 ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି, କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି ।
\v 12 ଏହା ସାଧୁମାନଙ୍କ ସେବାକାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ ଥିଲା ଓ ଅନ୍ୟମାନଙ୍କୁ ସେବା, ଯେପରି ଖ୍ରୀଷ୍ଟଙ୍କ ପରିବାରଭୁକ୍ତ ସମସ୍ତ ଲୋକ ଆତ୍ମିକତାରେ ବଳିଷ୍ଠ ହୋଇପାରନ୍ତି ।
\v 13 ଆମ୍ଭେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ । ସେ ଚାହାନ୍ତି ଅର୍ଥାତ୍ ଆମ୍ଭେମାନେ ତାଙ୍କଠାରେ ଭରସା କରୁ ଏବଂ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହୋଇ ବଢୁ । ସେ ଚାହାନ୍ତି ଆମ୍ଭେମାନେ ପରିପକ୍ୱ ବିଶ୍ୱାସୀ, ଏକତ୍ର, ସିଦ୍ଧ ହୋଇ ବଢୁ, ଯେପରି ସେ ନିଜେ ସିଦ୍ଧ ଅଟନ୍ତି ।
\s5
\v 14 ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ପ୍ରତାରଣା ଓ ଭ୍ରାନ୍ତି ଯୁକ୍ତ କଳ୍ପନା ଅନୁସାରେ ଧୁର୍ତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷା ରୂପ ବାୟୁରେ ଇତଃସ୍ତତଃ ଚାଳିତ ନୌକା ପରି ନ ହେଉ । ଆମ୍ଭେମାନେ ପ୍ରତାରକ ଏବଂ ଭ୍ରାନ୍ତ ଶିକ୍ଷକମାନଙ୍କଠାରୁ ଦୂରେଇ ରହିବା ।
\v 15 କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କ ପ୍ରେମରେ ବଞ୍ଚୁ ଏବଂ ତାଙ୍କ ସତ୍ ଶିକ୍ଷାଗୁଡିକରେ ଭରସା କରୁ, ଏବଂ ସମସ୍ତ ପ୍ରକାରେ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପରି ଅଧିକରୁ ଅଧିକ ହୋଇପାରିବା । ଯେପରି ଜଣେ ମନୁଷ୍ୟର ମସ୍ତକ ତାର ଶରୀରକୁ ନିୟନ୍ତ୍ରଣ କରେ ସେପରି ସେ ତାଙ୍କ ଲୋକଙ୍କୁ ନିୟନ୍ତ୍ରଣ କରନ୍ତି ।
\v 16 ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି, ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ବୃଦ୍ଧି ସାଧନା ବୃଦ୍ଧି ସାଧନ । କାରଣ ଶରୀର ପରସ୍ପର ଉପରେ ନିର୍ଭର କରେ ।
\s5
\v 17 ଅତଏବ ମୁଁ ପ୍ରଭୁ ଯୀଶୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ଅବିଶ୍ୱାସୀମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମ୍ଭେମାନେ ସେହିପରି ଆଚରଣ କର ନାହିଁ ।
\v 18 ସେମାନେ ଆପଣାମାନଙ୍କ ଠାରେ ଥିବା ମୁର୍ଖତା ହେତୁ କଣ ଭଲ ବା ମନ୍ଦର ବିଚାର କରିପାରନ୍ତି ନାହିଁ । ସେମାନେ ନିଜ ନିଜ ହୃଦୟର ଜଡତା ହେତୁ ତାଙ୍କ ସମ୍ବାଦ ଶୁଣିବାରେ ଅବହେଳା କରନ୍ତି କାରଣ ଈଶ୍ୱରଙ୍କ ବାଧ୍ୟତାକୁ ବୁଝି ନାହିଁ, ପୁଣି, ସେମାନେ ଅନନ୍ତ ଜୀବନ ପାଇ ନ ଥାନ୍ତି ଯାହା ଯୀଶୁ ଆମ୍ଭମାନଙ୍କୁ ଦିଅନ୍ତି ।
\v 19 ସେମାନେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକତାରେ ବିନାଦ୍ୱିଧାରେ ସମର୍ପଣ କରିଅଛନ୍ତି । ସେମାନେ ଜଡବତ୍ ହୋଇ ଧନଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆଗଭର ହୁଅନ୍ତି ।
\s5
\v 20 କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସେପ୍ରକାରେ ଶିକ୍ଷା କରି ନାହଁ ।
\v 21 ତୁମ୍ଭେମାନେ ତ ତାହାଙ୍କ ବିଷୟ ଶୁଣିଅଛ, ପୁଣି, ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ସତ୍ୟ ପଥରେ ଶିକ୍ଷିତ ହୋଇଅଛ ।
\v 22 ଯୀଶୁ ଶିକ୍ଷା ଦିଅନ୍ତି ଯେ ତୁମ୍ଭେମାନେ ତୁମ୍ଭମାନଙ୍କ ପୁରାତନ ଆଚରଣରେ ବଞ୍ଚ ନାହିଁ । ତୁମ୍ଭେମାନେ ମୃତ ପରି ଥିଲ ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛ ।
\s5
\v 23 ତୁମ୍ଭମାନଙ୍କ ଆତ୍ମା ଓ ଚିନ୍ତାରେ ଈଶ୍ୱରଙ୍କ ଅନୁଗ୍ରହରେ ନୂତନୀକୃତ ହୁଅ ।
\v 24 ତୁମ୍ଭେମାନେ ନୂତନ ବ୍ୟକ୍ତିମାନଙ୍କ ପରି ଜୀବନ ଆରମ୍ଭ କରିବା ଉଚିତ । ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟ ହୋଇଅଛି । ତୁମ୍ଭେମାନେ ତାଙ୍କ ନିମନ୍ତେ ପୃଥକୀକୃତ ହୁଅ । ସଠିକ୍ ମାର୍ଗରେ ଜୀବନ କାଟିବାରେ ସେ ତୁମ୍ଭମାନଙ୍କୁ ଗଠନ କଲେ, ଯେପରି ଈଶ୍ୱରଙ୍କ ନିମନ୍ତେ ଉତ୍ସର୍ଗୀକୃତ ହୁଅ ।
\s5
\v 25 ଅତଏବ ପରସ୍ପର ପ୍ରତି ମିଥ୍ୟା ପରିତ୍ୟାଗ କର । ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ବର୍ତ୍ତମାନ ପରସ୍ପରର ସହ ବିଶ୍ୱାସୀ ଅଟୁ । ଆମ୍ଭେମାନେ ବର୍ତ୍ତମାନ ପ୍ରତ୍ୟେକେ ଈଶ୍ୱରଙ୍କ ପରିବାରଭୁକ୍ତ ହୋଇଛୁ ।
\v 26 ତୁମ୍ଭେମାନେ କ୍ରୋଧ କର କିନ୍ତୁ ପାପ କର ନାହିଁ । ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର ।
\v 27 ପୁଣି, ଶୟତାନକୁ ସ୍ଥାନ ଦିଅ ନାହିଁ ।
\s5
\v 28 ଚୋର ଆଉ ଚୋରି ନ କରୁ । ବରଂ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥି ନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ ।
\v 29 ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ । ବରଂ ଆବଶ୍ୟକ ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ ।
\v 30 ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ ।
\s5
\v 31 ସମସ୍ତ ପ୍ରକାର କଟୁ ଭାବ ଅନ୍ୟମାନଙ୍କୁ ପ୍ରକାଶ କର ନାହିଁ । କୌଣସି ପ୍ରକାରେ ଅନ୍ୟ ପ୍ରତି କ୍ରୋଧ ପ୍ରକାଶ କର ନାହିଁ ବା, ଖୁବ୍ ଜୋରରେ କଳହ କର ନାହିଁ । ଅନ୍ୟର ନିନ୍ଦା କର ନାହିଁ । ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୂର ହେଉ ।
\v 32 ଆଉ ପରସ୍ପର ପ୍ରତି ସଦୟ ହୁଅ । ଅନ୍ୟ ପ୍ରତି କୋମଳ ହୃଦୟ ହୁଅ । ପୁଣି, ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର ।
\s5
\c 5
\v 1 ଅତଏବ ପ୍ରିୟ ସନ୍ତାନମାନଙ୍କ ପରି ଈଶ୍ୱରଙ୍କ ଅନୁକାରୀ ହୁଅ, କାରଣ ତୁମ୍ଭେମାନେ ତାଙ୍କ ସନ୍ତାନ ଅଟ ।
\v 2 ଖ୍ରୀଷ୍ଟ ଯେପରି ଆମ୍ଭମାନଙ୍କୁ ପ୍ରେମ କଲେ ସେପରି ଅନ୍ୟମାନଙ୍କ ପ୍ରତି ପ୍ରେମରେ ଜୀବନ କଟାଅ ଯେପରି ସେ ନିଜକୁ କ୍ରୁଶ ଉପରେ ବଳୀରୂପେ ଉତ୍ସର୍ଗ କଲେ, ପୁଣି, ଆମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ଵରୂପେ ଆପଣାକୁ ଉତ୍ସର୍ଗ କଲେ । ତାହା ଈଶ୍ୱରଙ୍କ ସନ୍ତୋଷଜନକ ଥିଲା ।
\s5
\v 3 କିନ୍ତୁ ବ୍ୟଭିଚାର, ସମସ୍ତ ପ୍ରକାର ଅଶୁଚିତା କିମ୍ବା ଲୋଭ, ଏହି ସବୁ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ ଯାହା ଅନ୍ୟମାନଙ୍କ ପାଖରେ ଥାଏ ବା ଭୁଲ ବିଷୟ ଅନ୍ୟମାନେ ଯେପରି କରନ୍ତି । ସେହି ପାପଗୁଡିକ ଈଶ୍ୱରଙ୍କ ନିମନ୍ତେ ପୃଥିକୀକୃତ ଲୋକମାନଙ୍କୁ ଖରାପ କହିବାର କାରଣ ହୋଇପାରେ ।
\v 4 ଯାହା ଯାହା ଅନୁପଯୁକ୍ତ, ଏପରି କୁତ୍ସିତ ବ୍ୟବହାର ବା ଅସାର କଥା ବା ହାସ୍ୟପରିହାସ ଯେପରି ତୁମ୍ଭମାନଙ୍କ ମଧ୍ୟରେ ଦେଖା ନ ଯାଏ ।
\s5
\v 5 ତୁମ୍ଭେମାନେ ନିଶ୍ଚିତରୂପେ ଜାଣ ଯେ, କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ (ସେ ତ ଦେବପୂଜକ ସହ ସମାନ) ଏମାନଙ୍କର, ଈଶ୍ୱରଙ୍କ ରାଜ୍ୟରେ ଅଧିକାର ନାହିଁ ।
\v 6 କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ । କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ ।
\v 7 ଅତଏବ ଯିଏ ଏହି ପ୍ରକାର ପାପ କରେ; ତୁମ୍ଭେମାନେ ସେମାନଙ୍କର ସହଭାଗୀ ହୁଅ ନାହିଁ ।
\s5
\v 8 କାରଣ ତୁମ୍ଭେମାନେ ପୂର୍ବେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କଲ, ତୁମ୍ଭେମାନେ ପାପପୂର୍ଣ୍ଣ ଅବଜ୍ଞାରେ ବଞ୍ଚୁଥିଲ, ସତେ ଯେପରି ତୁମ୍ଭେମାନେ ଅନ୍ଧକାରରେ ଆବୃତ୍ତ ଥିଲ । କିନ୍ତୁ ବର୍ତ୍ତମାନ ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର ।
\v 9 ଯେପରି ଆଲୋକ ଉତ୍ତମ ବିଷୟଗୁଡିକ ଉତ୍ପନ୍ନ କରେ, ସେପରି ଯେଉଁମାନେ ଯୀଶୁଙ୍କ ଆଲୋକରେ ବଞ୍ଚନ୍ତି ସେମାନେ ଜାଣନ୍ତି ଓ ସମସ୍ତ ପ୍ରକାର ଉତ୍ତମତା, ଧାର୍ମିକତା ଓ ସତ୍ୟ ଆଲୋକର ଫଳ ସ୍ଵରୂପ କର୍ମ କରନ୍ତି ।
\v 10 ପ୍ରଭୁଙ୍କର କଣ ସନ୍ତୋଷଜନକ, ତାହା ଅନୁସନ୍ଧାନ କର ।
\v 11 ଅନ୍ଧକାରର ନିଷ୍ଫଳ କର୍ମ ସବୁ ଯେଉଁମାନେ କରନ୍ତି ସେମାନଙ୍କ ସହଭାଗୀ ହୁଅ ନାହିଁ । ବରଂ କୁହ,"ସେସବୁ ପାପପୂର୍ଣ୍ଣ କାର୍ଯ୍ୟ ହିଁ ନିଷ୍ଫଳ" ଅଟେ ।
\v 12 କାରଣ ସେମାନେ ଯାହାସବୁ ଗୁପ୍ତରେ କରନ୍ତି, ସେହି ସବୁ କଥା ମଧ୍ୟ କହିବା ସୁଦ୍ଧା ଲଜ୍ଜାଜନକ ।
\s5
\v 13 ସମସ୍ତ ବିଷୟର ଦୋଷ ଆଲୋକ ଦ୍ୱାରା ଦେଖାଇ ଦିଆଯାଏ, ଯେଉଁ ସବୁ ପ୍ରକାଶିତ ହୁଏ ଏବଂ ବୁଝି ହୁଏ ।
\v 14 କାରଣ ଯାହା ସତ୍ୟ ଅଟେ ତାହା ଆଲୋକ ପ୍ରକାଶ କରେ । ଈଶ୍ୱରଙ୍କ ବାକ୍ୟ କହେ, ପାପ ଲୋକମାନଙ୍କୁ ବିନାଶ କରେ ଏବଂ ଯୀଶୁ କ୍ଷମା ଦିଅନ୍ତି ଏବଂ ଲୋକମାନଙ୍କୁ ନୂତନୀକୃତ କରନ୍ତି । ଏଣୁ ବିଶ୍ୱାସୀ କହନ୍ତି, "ହେ ନିଦ୍ରିତ ଜାଗ, ପୁଣି ମୃତମାନଙ୍କ ମଧ୍ୟରୁ ଉଠ । ଖ୍ରୀଷ୍ଟ ତୁମ୍ଭମାନଙ୍କୁ ତାଙ୍କ କ୍ଷମା ଓ ନୂତନ ଜୀବନ ବୁଝିବାରେ ଆଲୋକ ପ୍ରଦାନ କରିବେ ।
\s5
\v 15 ଅତଏବ କିପରି ଜୀବନ କାଟୁଛ, ସେ ବିଷୟରେ ବିଶେଷ ସାବଧାନ ହୁଅ । ଅଜ୍ଞାନ ଲୋକଙ୍କ ପରି ବ୍ୟବହାର କର ନାହିଁ । ବରଂ ଜ୍ଞାନୀ ପରି ଆଚରଣ କର ।
\v 16 ସୁଯୋଗର ସତ୍ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ ।
\v 17 ଏଣୁ ନିର୍ବୋଧ ନ ହୁଅ । ତା'ପରିବର୍ତ୍ତେ ପ୍ରଭୁ ଯୀଶୁଙ୍କର କଣ ଇଚ୍ଛା କରିବାକୁ ତାହା ବୁଝ, ଏବଂ ଏହା କର !
\s5
\v 18 ଆଉ ଦ୍ରାକ୍ଷାରସରେ ମତ୍ତ ନ ହୁଅ, ସେଥିରୁ ତ ଜୀବନ ବିନଷ୍ଟ ହୋଇପାରେ । ମାତ୍ର ଈଶ୍ୱରଙ୍କ ଆତ୍ମାର ନିୟନ୍ତ୍ରଣରେ ସର୍ବଦା ତୁମ୍ଭେମାନେ ଉତ୍ସାହ ଦିଅ ।
\v 19 ତୁମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଭଜନ ଓ ଗୀତ ଗାନ କର ଏବଂ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କୁ ଯେଉଁ ଗୀତ ଗାନ କରିବାକୁ ଦିଅନ୍ତି । ପ୍ରଭୁ ଯୀଶୁଙ୍କ ପ୍ରଶଂସା କରିବାରେ ତାହା ଗାନ କର ।
\v 20 ସର୍ବଦା ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ ।
\v 21 ଆଉ ଖ୍ରୀଷ୍ଟଙ୍କୁ ଭୟ କରି ପରସ୍ପରର ବଶୀଭୂତ ହୁଅ ।
\s5
\v 22 ହେ ସ୍ତ୍ରୀ’ମାନେ ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶୀଭୂତା ହୁଅ, ସେହିପରି ଆପଣା ଆପଣା ସ୍ୱାମୀର ବଶୀଭୂତା ହୁଅ,
\v 23 କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ଵରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ଵରୂପ, ପୁଣି, ଖ୍ରୀଷ୍ଟ ଆପଣା ଶରୀରରୂପ ସର୍ବୋଭୌମ ମଣ୍ଡଳୀର ତ୍ରାଣକର୍ତ୍ତା ।
\v 24 ହଁ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ, ସେହିପରି ସ୍ତ୍ରୀ’ମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ୱାମୀର ବଶୀଭୂତା ହେଉନ୍ତୁ ।
\s5
\v 25 ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀ’ମାନଙ୍କୁ ପ୍ରେମ କର; ସେ ତ ତାହା ନିମନ୍ତେ ଆପଣାକୁ କ୍ରୁଶରେ ଉତ୍ସର୍ଗ କଲେ,
\v 26 ଯେପରି ସେ ନିଜ ନିମନ୍ତେ ଆମକୁ ପୃଥକ୍ କରିବେ । ତାହାଙ୍କ ବାକ୍ୟର ଶକ୍ତି ଦ୍ୱାରା ଯୀଶୁ ଆମ୍ଭମାନଙ୍କ ପାପଗୁଡିକ ପ୍ରକ୍ଷାଳନ ଦ୍ୱାରା ବିଶ୍ୱାସୀମାନଙ୍କୁ ପରିଷ୍କାର କରି ପବିତ୍ର କରନ୍ତି ସତେ ଯେପରି ସେ ଜଳ ଦ୍ୱାରା ଆମ୍ଭମାନଙ୍କୁ ଧୌତ କରିଥିଲେ ।
\v 27 ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ସେହିପରି ଗୌରବମୟ ଅବସ୍ଥାରେ ବର୍ତ୍ତମାନ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଆପଣା ନିକଟରେ ଉପସ୍ଥିତ କରନ୍ତି ।
\s5
\v 28 ସେହିପରି ସ୍ୱାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀ’ମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ୍ । ଯେତେବେଳେ ନିଜ ନିଜ ସ୍ତ୍ରୀ’କୁ ପ୍ରେମ କରନ୍ତି, ସତେ ଯେପରି ସେମାନେ ଆପଣା ଆପଣାକୁ ପ୍ରେମ କରନ୍ତି ।
\v 29 କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ । ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ ଯେପରି ଖ୍ରୀଷ୍ଟ ମଧ୍ୟ ସାର୍ବଭୌମ ମଣ୍ଡଳୀରେ ତାଙ୍କର ସମସ୍ତ ବିଶ୍ୱାସୀମାନଙ୍କର ଯତ୍ନ ନିଅନ୍ତି ।
\v 30 ଆମ୍ଭେମାନେ ତାଙ୍କଠାରେ ଏକୀଭୂତ ହେବା ।
\s5
\v 31 ଶାସ୍ତ୍ର ବିବାହିତ ଲୋକଙ୍କ ବିଷୟରେ ଏହା କହେ: " ଯେତେବେଳେ ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ବିବାହ କରନ୍ତି, ସେମାନେ ପିତାମାତାଙ୍କୁ ସବୁଦିନ ପାଇଁ ପରିତ୍ୟାଗ କରିବା ଉଚିତ୍ । ସେମାନେ ପରସ୍ପରଠାରେ ଆସକ୍ତ ହେବା ଉଚିତ୍, ଆଉ ସେମାନେ ଦୁହେଁ ଏକାଙ୍ଗ ହେବେ ।"
\v 32 ଈଶ୍ୱରଙ୍କ ପ୍ରକାଶିତ ବିଷୟ ବୁଝିବା କଷ୍ଟକର, କିନ୍ତୁ ମୁଁ ଖ୍ରୀଷ୍ଟଙ୍କ ପ୍ରେମ ଓ ସାର୍ବଭୌମ ମଣ୍ଡଳୀ ସମ୍ବନ୍ଧରେ ଏହା କହୁଅଛି ।
\v 33 ଯାହା ହେଉ, ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକୁ ଭକ୍ତି କରୁ ।
\s5
\c 6
\v 1 ହେ ପିଲାମାନେ, ପ୍ରଭୁ ଯୀଶୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ; କାରଣ ତୁମ୍ଭମାନଙ୍କ ନିମନ୍ତେ ଏହା କରିବା ଯଥାର୍ଥ ।
\v 2 (ଏହା ଶାସ୍ତ୍ରର ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା),“ଆପଣା ପିତାମାତାଙ୍କୁ ସମାଦର କର ।"
\v 3 "ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ହୋଇ ବଞ୍ଚିବ ।"
\s5
\v 4 ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ଯେପରି ସେମାନେ କ୍ରୋଧିତ ହେବେ । ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର । ପ୍ରଭୁ ଯୀଶୁ ତୁମ୍ଭମାନଙ୍କୁ ଏଭଳି କରିବାକୁ ଚାହାନ୍ତି ।
\s5
\v 5 ହେ ଦାସମାନେ, ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ, ସେହିପରି ଭୟ ଓ କମ୍ପ ସହ ହୃଦୟର ସରଳତାରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ ।
\v 6 ମନୁଷ୍ୟକୁ ସନ୍ତୁଷ୍ଟ କଲାପରି କେବଳ ଦୃଷ୍ଟି ଆଗରେ ତାହା କର ନାହିଁ । କିନ୍ତୁ ତୁମ୍ଭମାନେ ମୂନିବମାନଙ୍କ ଦାସ ପରି ନୁହଁ, ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଆଜ୍ଞାବହ ହୁଅ । ଈଶ୍ୱର ତୁମ୍ଭମାନଙ୍କୁ ଯାହା କରିବାକୁ ଚାହାନ୍ତି ଉତ୍ସାହର ସହ ତାହା କର ।
\v 7 ମାତ୍ର ପ୍ରଭୁ ଯୀଶୁଙ୍କର ସେବା କଲାପରି ଆନନ୍ଦରେ ଆପଣା ମୂନିବମାନଙ୍କର ସେବା କର ।
\v 8 ଏହା କର କାରଣ ତୁମ୍ଭେମାନେ ଜାଣ ଯେ ଦିନେ ପ୍ରଭୁ ଯୀଶୁ ସମସ୍ତ ଉତ୍ତମ କର୍ମଗୁଡିକ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପୁରସ୍କାର ଦେବେ ।
\s5
\v 9 ହେ କର୍ତ୍ତାମାନେ, ଠିକ୍ ସେହିପରି ଭାବେ ତୁମ୍ଭମାନଙ୍କ ଦାସମାନେ ତୁମ୍ଭମାନଙ୍କ ପ୍ରତି ସେବା କରିବା ଉଚିତ୍, ତୁମ୍ଭେମାନେ ସେମାନଙ୍କ ପ୍ରତି ସଦ୍ ବ୍ୟବହାର କର । ତର୍ଜନଗର୍ଜନ କରିବାରୁ ନିବୃତ୍ତ ହୁଅ । ଭୁଲ ନାହିଁ ଯେ ସମସ୍ତଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି । ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ ।
\s5
\v 10 ଶେଷ କଥା ଏହି, ପ୍ରଭୁ ଯୀଶୁଙ୍କଠାରେ ସମ୍ପୂର୍ଣ୍ଣ ନିର୍ଭର କରି ଆତ୍ମିକ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ ।
\v 11 ଯେପରି ଜଣେ ସୈନ୍ୟ ତାହାର ସମସ୍ତ ସାଜ୍ଜସଜ୍ଜାରେ ସୁସଜ୍ଜିତ ହୁଏ, ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ଡାୟମାନ ହୋଇ ପାର, ଏଥି ନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର ।
\s5
\v 12 କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟର ମନୁଷ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳରେ ବାସ କରୁଥିବା ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଅଟେ ।
\v 13 ଏଣୁ ଯେପରି ଜଣେ ସୈନିକ ତାହାର ସମସ୍ତ ଅସ୍ତ୍ରଶସ୍ତ୍ର ଧାରଣ କରେ, ତୁମ୍ଭେମାନେ ମଧ୍ୟ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥି ନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର । ଈଶ୍ୱରଙ୍କର ଅସ୍ତ୍ରଶସ୍ତ୍ର ସହ ତୁମ୍ଭେମାନେ ମନ୍ଦ ବିରୁଦ୍ଧରେ ଯୁଦ୍ଧ କରିପାର ଏବଂ ଈଶ୍ୱରଙ୍କ ନିମନ୍ତେ ବଞ୍ଚି ପାର ।
\s5
\v 14 ଜଣେ ସୈନିକ ଦୃଢରୂପେ ରକ୍ଷକ ଅଟେ । ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଉରସ୍ତ୍ରାଣ ପରିଧାନ କର, ଯାହା ଈଶ୍ୱର ତୁମ୍ଭମାନଙ୍କୁ କରିବାକୁ ଆଦେଶ ଦେଇଅଛନ୍ତି ।
\v 15 ଯେପରି ସୈନିକଗଣ ସେମାନଙ୍କର ପାଦୁକା ପିନ୍ଧନ୍ତି, ସେହିପରି ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି କେଉଁଆଡେ ଯିବାକୁ ହେବ ପ୍ରସ୍ତୁତ ହୋଇଥାଅ ।
\v 16 ଯେପରି ସୈନିକ ପ୍ରତିରକ୍ଷା ପାଇଁ ଢ଼ାଲ ଧରେ, ସେପରି ତୁମ୍ଭେମାନେ ବିଶ୍ୱାସରୂପ ଢ଼ାଲ ଧାରଣ କର, ଏବଂ ସେହି ଢ଼ାଲ ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହେବ । ତୁମ୍ଭମାନଙ୍କ ଢ଼ାଲ ତୁମ୍ଭମାନଙ୍କୁ ସୁରକ୍ଷା କରିବ ।
\s5
\v 17 ଯେପରି ସୈନିକ ତାହାର ମସ୍ତକ ପ୍ରତିରକ୍ଷା ପାଇଁ ଶିରସ୍ତ୍ରାଣ ପିନ୍ଧେ, ତୁମ୍ଭମାନଙ୍କ ସୁରକ୍ଷାର ଶିରସ୍ତ୍ରାଣ ତୁମ୍ଭମାନଙ୍କ ପରିତ୍ରାଣ ଅଟେ । ସୈନିକର ଖ‌ଡ୍ଗ ରହିଥାଏ, କିନ୍ତୁ ତୁମ୍ଭମାନଙ୍କର ଖ‌ଡ୍ଗ ଈଶ୍ୱରଙ୍କ ବାକ୍ୟ, ଯାହା "ଆତ୍ମାଙ୍କର ଖ‌ଡ୍ଗ" ଅଟେ ।
\v 18 ଆଉ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେବେ କିପରି ପ୍ରାର୍ଥନା କରିବା ଏବଂ କେଉଁ ବିଷୟ ନିମନ୍ତେ ପ୍ରାର୍ଥନା କରିବ । ସର୍ବଦା ଈଶ୍ୱରଙ୍କଠାରେ ପ୍ରାର୍ଥନା କରୁଥାଅ ଓ ନିବେଦନରେ ସର୍ବଦା ଈଶ୍ୱରଙ୍କଠାରେ ସମସ୍ତ ସାଧୁଙ୍କ ନିମନ୍ତେ ଜାଗି ରହି ପ୍ରାର୍ଥନା କର ।
\s5
\v 19 ଆଉ ମୋ' ନିମନ୍ତେ ମଧ୍ୟ ପ୍ରାର୍ଥନା କର । ଯେପରି ଈଶ୍ୱର ମୋତେ ସେହି ସୁସମାଚାରର ନିଗୂଢ଼ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ ବାକ୍ୟ ଦେବେ । ଲୋକେ ସୁସମାଚାର ପୂର୍ବେ ଜାଣି ନ ଥିଲେ, କିନ୍ତୁ ଈଶ୍ୱର ବର୍ତ୍ତମାନ ମୋ’ଠାରେ ପ୍ରକାଶ କରିଛନ୍ତି ।
\v 20 ମୁଁ , ସୁସମାଚାର ନିମନ୍ତେ ରାଜଦୂତ ସ୍ୱରୂପ ତେଣୁ, ମୁଁ ବନ୍ଦୀ । ପ୍ରାର୍ଥନା କର ଯେତେବେଳେ ମୁଁ ଖ୍ରୀଷ୍ଟଙ୍କ ବିଷୟରେ ଅନ୍ୟମାନଙ୍କୁ କହେ, ମୁଁ ନିର୍ଭୟରେ କହିପାରେ, ଯେପରି ମୁଁ କହିବା ଉଚିତ ।
\s5
\v 21 ମୋହର ବିଷୟ, ଅର୍ଥାତ୍ ମୁଁ କିପରି ଅଛି, ଏହା ତୁମ୍ଭେମାନେ ଜାଣି ପାର, ସେଥିନିମନ୍ତେ ପ୍ରିୟ ଭ୍ରାତା ଓ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଯେ ତୁଖି‌କ, ସେ ତୁମ୍ଭମାନଙ୍କୁ ଏହି ପତ୍ର ମାଧ୍ୟମରେ ସମସ୍ତ ବିଷୟ ଜଣାଇବେ । ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ କହିବେ ଯାହା ଏଠାରେ ଘଟିଅଛି । ସେ ଜଣେ ସହ ବିଶ୍ୱାସୀ ଯାହାକୁ ଆମ୍ଭେମାନେ ସମସ୍ତେ ବହୁତ ଭଲ ପାଉ ଏବଂ ସେ ବିଶ୍ୱସ୍ତଭାବେ ପ୍ରଭୁ ଯୀଶୁଙ୍କର ସେବା କରେ ।
\v 22 ଏହି ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର । ମୁଁ ଚାହେଁ ତୁମ୍ଭମାନଙ୍କ ହୃଦୟ ତାହାଙ୍କ ଦ୍ୱାରା ଉତ୍ସାହ ଓ ସାହସ ପ୍ରାପ୍ତ ହେଉ ।
\s5
\v 23 ମୁଁ ପ୍ରାର୍ଥନା କରେ ଯେ ଆମ୍ଭମାନଙ୍କର ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଭାଇମାନଙ୍କ ପ୍ରତି ଶାନ୍ତି ଓ ବିଶ୍ୱାସ ସହିତ ପ୍ରେମ ବର୍ତ୍ତୁ ।
\v 24 ଯେତେ ଲୋକ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଚିରନ୍ତନ ପ୍ରେମରେ ପ୍ରେମ କରନ୍ତି, ଈଶ୍ୱରଙ୍କ ଅନୁଗ୍ରହ ସେମାନଙ୍କର ସହବର୍ତ୍ତୀ ହେଉ ।