or_udb/47-1CO.usfm

656 lines
200 KiB
Plaintext

\id 1CO
\ide UTF-8
\h କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
\toc1 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
\toc2 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
\toc3 1co
\mt1 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
\s5
\c 1
\p
\v 1 ମୁଁ ପାଉଲ, ଏହି ପତ୍ର ଲେଖୁଅଛି, ଯେତେବେଳେ ମୁଁ ଏହି ପତ୍ର ଲେଖୁଅଛି, ସୋସ୍ଥିନା, ଆମ୍ଭମାନଙ୍କ ସହ ବିଶ୍ୱାସୀ, ମୋ ସହିତ ଅଛନ୍ତି I ଈଶ୍ୱର ମୋତେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ ହେବାକୁ ନିଯୁକ୍ତ କଲେ, ଏବଂ ଈଶ୍ୱର ମୋତେ ତାହାଙ୍କ ସେବା କରିବା ନିମନ୍ତେ ମନୋନୀତ କଲେ I
\v 2 ଏହି ପତ୍ର କରିନ୍ଥରେ ଥିବା ଈଶ୍ୱରଙ୍କ ମଣ୍ଡଳୀ ନିକଟକୁ ଲେଖୁଛନ୍ତି, ଆମ ସମସ୍ତଙ୍କ ନିମନ୍ତେ ସର୍ବତ୍ର ଉଦ୍ଧାର ପାଇବା ପାଇଁ ଯେଉଁମାନେ ପ୍ରାର୍ଥନା କରନ୍ତି, ସେସମସ୍ତଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ପୃଥକୀକୃତ ଓ ଆହୂତ ଯେ ତୁମ୍ଭେମାନେ,
\v 3 ଆମ୍ଭମାନଙ୍କ ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ I
\s5
\v 4 ମୁଁ ପ୍ରତ୍ୟେକ ଦିନ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ କାରଣ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପ୍ରେମ କରୁଥିବାରୁ ଅନେକ ବହୁମୂଲ୍ୟ ଦାନ ତୁମ୍ଭମାନଙ୍କୁ ଦେଇଅଛନ୍ତି I
\v 5 ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନେକ ବିଷୟ ଦେଇଅଛନ୍ତି I ସେ ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ଶିକ୍ଷାଦାନରେ ଓ ସମସ୍ତ ପ୍ରକାର ଜ୍ଞାନରେ ସାହାଯ୍ୟ କଲେ I
\v 6 ଖ୍ରୀଷ୍ଟଙ୍କ ବିଷୟରେ ଏହି ତଥ୍ୟ ସବୁ ସତ୍ୟ ଅଟେ ଏହା ତୁମ୍ଭେମାନେ ଆପଣା ଆପଣାର ପ୍ରମାଣ ଅଟ I
\s5
\v 7 ଏହି କାରଣରୁ ତୁମ୍ଭେମାନେ ଈଶ୍ୱରଙ୍କ ଆତ୍ମାଙ୍କଠାରୁ ଦାନରେ ଊଣା ପଡ଼ୁ ନାହଁ କାରଣ ଯେତେବେଳେ ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରକାଶରେ ଆଣିବେ ଏବଂ ପ୍ରତ୍ୟେକଙ୍କୁ ଦେଖାଇବେ ସେହି ଦିନ ନିମନ୍ତେ ଅପେକ୍ଷା କରୁଅଛ I
\v 8 ମଧ୍ୟ ଈଶ୍ୱର ତୁମ୍ଭମାନଙ୍କୁ ବଳବନ୍ତ କରିବେ ଯେପରି ତୁମ୍ଭେମାନେ ଶେଷ ପର୍ଯ୍ୟନ୍ତ ତାହାଙ୍କ ସେବା କରିପାର I ତେଣୁ ଏହି ପୃଥିବୀକୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଦିନରେ ତୁମ୍ଭେମାନେ ଆପଣା ଆପଣାଠାରେ ଲଜ୍ଜିତ ହେବ ନାହିଁ I
\v 9 ଈଶ୍ୱର ଆପଣାର ସେହି ପ୍ରତିଜ୍ଞା ରକ୍ଷା କରିଅଛନ୍ତି I ଈଶ୍ୱର ତୁମ୍ଭମାନଙ୍କୁ ଆହୂତ କଲେ, ଯେପରି ତୁମ୍ଭେମାନେ ତାହାଙ୍କ ପୁତ୍ର, ଯୀଶୁ ଖ୍ରୀଷ୍ଟ, ଯିଏ ଆମ୍ଭମାନଙ୍କ ପ୍ରଭୁ, ତାହାଙ୍କୁ ଜାଣିପାର ଓ ପ୍ରେମ କରିପାର I
\s5
\v 10 ମୋହର ଭାଇ ଓ ଭଉଣୀମାନେ, ଯୀଶୁଙ୍କ ଦତ୍ତ ଅଧିକାରରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ ଯେ, ତୁମ୍ଭେମାନେ ଏକମତ ହୁଅ ଯେପରି ତୁମ୍ଭମାନଙ୍କ ମତଭେଦ ସମାଧାନ ହେବ, ଆଉ ଯେପରି ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ I ସମସ୍ତ ବିଷୟ ଏକ ଦୃଷ୍ଟିକୋଣରୁ ଦେଖିବାକୁ ଶିକ୍ଷା କର ଆଉ କାର୍ଯ୍ୟକୁ ସମସ୍ତେ ମିଳିତ ହୋଇ ସମାପ୍ତ କର I
\v 11 ଖ୍ଳୟୀଙ୍କ ପରିବାରଜନଙ୍କଠାରୁ ମୁଁ ଶୁଣିବାକୁ ପାଇଲି ଯେ ତୁମ୍ଭମାନେ କାହା କାହା ମଧ୍ୟରେ ଦଳଭେଦ ଓ ମତଭେଦ ଅଛି I
\s5
\v 12 ଏହା ହିଁ ସମସ୍ୟା ଅଟେ I ତୁମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ଏହି ନେତା କିମ୍ବା ସେହି ନେତାଙ୍କର ଅନୁଗତ ବୋଲି ଦାବି କରୁଛ I ଜଣେ କୁହେ, " ମୁଁ ପାଉଲଙ୍କ ଅନୁଗତ I" ଅନ୍ୟ ଜଣେ କୁହେ, "ମୁଁ ଆପଲ୍ଲଙ୍କ ଅନୁଗତ I" ଆଉ କେହି ଜଣେ କୁହେ, " ମୁଁ ପିତରଙ୍କ ଅନୁଗତ I" କିନ୍ତୁ ଶେଷ ଜଣକ କୁହେ, "କିନ୍ତୁ ମୁଁ ଖ୍ରୀଷ୍ଟଙ୍କ ଅଟେ I"
\v 13 କିନ୍ତୁ ଖ୍ରୀଷ୍ଟ ବିଭକ୍ତ ନୁହନ୍ତି I ତୁମ୍ଭମାନଙ୍କ ନିମନ୍ତେ ପାଉଲ କ୍ରୁଶରେ ହତ ହୋଇ ନ ଥିଲେ I ଯେଉଁ ବ୍ୟକ୍ତି ତୁମ୍ଭକୁ ବାପ୍ତିସ୍ମ ଦେଲେ ସେ ତୁମ୍ଭକୁ ପାଉଲଙ୍କ ନାମରେ ବାପ୍ତିସ୍ମ ଦେଇନାହାନ୍ତି I
\s5
\v 14 ସେଠାରେ ଅଳ୍ପ କେତେ ଜଣଙ୍କୁ ହିଁ ମୁଁ ବାପ୍ତିସ୍ମ ଦେଇଅଛି ବୋଲି ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ; ସେମାନଙ୍କ ମଧ୍ୟରୁ କ୍ରୀଷ୍ପ ଓ ଗାୟଙ୍କୁ ମୁଁ ବାପ୍ତିସ୍ମ ଦେଇଥିଲି I
\v 15 ଏହା ସତ୍ୟ ନୁହେଁ ଯେ, ମୁଁ ସେମାନଙ୍କୁ ମୋ’ ନାମରେ ବାପ୍ତିସ୍ମ ଦେଇଛି I
\v 16 (ବର୍ତ୍ତମାନ ମୋହର ମନେ ପଡ଼େ ଯେ, ମୁଁ ସ୍ତିଫାନଙ୍କ ପରିଜନବର୍ଗଙ୍କୁ ମଧ୍ୟ ବାପ୍ତିସ୍ମ ଦେଇଥିଲି, କିନ୍ତୁ ସେମାନଙ୍କ ବ୍ୟତୀତ କରିନ୍ଥୀରେ ଆଉ ଅନ୍ୟ କାହାକୁ ବାପ୍ତିସ୍ମ ଦେଇଅଛି ଏହା ମୋହର ମନେ ପଡୁ ନାହିଁ I)
\s5
\v 17 ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହେଲା ଖ୍ରୀଷ୍ଟ ଆପଣା ବିଷୟରେ ପ୍ରତ୍ୟେକଙ୍କୁ କହିବା ନିମନ୍ତେ ମୋତେ ପ୍ରେରଣ କଲେ, ଲୋକମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ନୁହେଁ I ମୁଁ ସୁସମାଚାରକୁ ମନୁଷ୍ୟର ବୁଦ୍ଧିରେ କି ବାକ୍ୟାଡ଼ମ୍ବରେ ପ୍ରଚାର କରି ନାହିଁ କିନ୍ତୁ ତା’ ପରିବର୍ତ୍ତେ ମୁଁ କ୍ରୁଶରେ ହତ ଖ୍ରୀଷ୍ଟଙ୍କ କାର୍ଯ୍ୟର ଶକ୍ତିରେ ପ୍ରଚାର କରେ I
\s5
\v 18 ଈଶ୍ୱରଙ୍କ ବିଷୟରେ ଯେଉଁମାନେ ମୃତ ସେମାନେ ତାହାଙ୍କୁ ବୁଝି ପାରିବେ ନାହିଁ I ଖ୍ରୀଷ୍ଟ ସେମାନଙ୍କ ନିମନ୍ତେ କ୍ରୁଶରେ ହତ ହେଲେ, କିନ୍ତୁ ଏହି ପ୍ରଚାର ବାକ୍ୟ ସେମାନଙ୍କ ନିମନ୍ତେ ଅର୍ଥହୀନ ଅଟେ ତଥାପି, ଈଶ୍ୱର ଯେଉଁମାନଙ୍କୁ ପରିତ୍ରାଣ ଦେଲେ ଓ ଜୀବନକୁ ଆଣିଲେ, ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ଏହି ପ୍ରଚାର ବାକ୍ୟ ଈଶ୍ୱରଙ୍କ ଶକ୍ତି ଅଟେ I
\v 19 ଜଣେ ଭାବବାଦୀ ଶାସ୍ତ୍ରରେ ଲେଖନ୍ତି: "ଯେଉଁମାନେ ଆପଣାକୁ ଜ୍ଞାନୀ ମନେ କରନ୍ତି, ଆମ୍ଭେ ସେମାନଙ୍କୁ ନଷ୍ଟ କରିବା ଆଉ ଆମ୍ଭେ ବୁଦ୍ଧିମାନମାନଙ୍କ ଯୋଜନା ସମ୍ପୂର୍ଣ୍ଣ ବିଫଳ କରିବା I"
\s5
\v 20 ଏହି ଜଗତର ଜ୍ଞାନୀ କାହିଁ ? ସେମାନେ ଈଶ୍ୱରଙ୍କ ବିଷୟରେ କିଛି ଜାଣନ୍ତି ନାହିଁ I ନା ଶାସ୍ତ୍ରୀମାନେ ଜାଣନ୍ତି ନା ତାର୍କିକମାନେ ଜାଣନ୍ତି I ଯେହେତୁ ଯାହା ସେମାନେ ଜ୍ଞାନ ବୋଲି କୁହନ୍ତି, ସେହି ସମସ୍ତକୁ ଈଶ୍ୱର ମୂର୍ଖତା ବୋଲି ପ୍ରକାଶ କରିଅଛନ୍ତି I
\v 21 ଈଶ୍ୱରଙ୍କ ଜ୍ଞାନ ପ୍ରକାଶିତ ହୋଇଅଛି, ଅବିଶ୍ୱାସୀମାନେ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ଜାଣି ପାରିବେ ନାହିଁ I ତେଣୁ ଈଶ୍ୱର ଏକ ସୁସମାଚାର ବ୍ୟବହାର କରିବାକୁ ସନ୍ତୁଷ୍ଟ ହେଲେ ଯାହା ସେମାନେ ମୂର୍ଖତା ବୋଲି ମନେ କଲେ I ସେହି ପ୍ରଚାରିତ ବାକ୍ୟକୁ ଆମ୍ଭେମାନେ ଘୋଷଣା କରୁ ଏବଂ ବିଶ୍ୱାସ କରୁଥିବା ଲୋକମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଏହି ବାର୍ତ୍ତାରେ ଶକ୍ତି ଅଛି I
\s5
\v 22 ଯିହୂଦୀମାନେ ଜଣଙ୍କର ଅନୁସରଣ କରିବା ପୂର୍ବରୁ ସେମାନେ ଆଶ୍ଚର୍ଯ୍ୟଜନକ ଶକ୍ତିର ସାର୍ବଜନିନ ଚିହ୍ନ ଲୋଡ଼ନ୍ତି I ଗ୍ରୀକ୍‌‌ମାନେ ଆତ୍ମିକ ବିଶ୍ୱାସ ବିଷୟରେ ନୂତନ ଓ ସତେଜ ଚିନ୍ତାଧାରା ଦ୍ୱାରା ଜ୍ଞାନ ଅନ୍ୱେଷଣ କରନ୍ତି I
\v 23 କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କ ବିଷୟରେ ସୁସମାଚାର ଘୋଷଣା କରୁ I କିନ୍ତୁ ଯିହୂଦୀମାନେ ଯୀଶୁଙ୍କ କ୍ରୁଶ ବିଷୟର ବାର୍ତ୍ତା ଗ୍ରହଣ କରି ପାରନ୍ତି ନାହିଁ କାରଣ କ୍ରୁଶ ଉପରେ ମୃତ୍ୟୁରେ ଅଭିଶାପ ଥାଏ I ଗ୍ରୀକ୍‌ମାନଙ୍କୁ ସେମାନଙ୍କ ଧ୍ୟାନ ଆକର୍ଷଣ କରିବା ମୂର୍ଖତା ଅଟେ I
\s5
\v 24 ଆମ୍ଭମାନଙ୍କୁ ଈଶ୍ୱର ଆହ୍ୱାନ କଲେ ଯେପରି ଆମ୍ଭେମାନେ ତାହାଙ୍କୁ ଜାଣି ପାରୁ I ତେଣୁ ଆମ୍ଭମାନଙ୍କ ନିମନ୍ତେ, ସେହି ବାର୍ତ୍ତା ଦର୍ଶାଏ ଯେ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କୁ ମୃତ୍ୟୁବରଣ କରିବାକୁ ପ୍ରେରଣ କରିବା ଦ୍ୱାରା ଶକ୍ତିଶାଳୀ ଭାବରେ ଓ ବୁଦ୍ଧିମାନର ସହିତ କାର୍ଯ୍ୟ କରିଅଛନ୍ତି I ସୁସମାଚାର କୌଣସି ପ୍ରତିଯୋଗିତା କିମ୍ବା ଦର୍ଶନଶାସ୍ତ୍ର ଉପରେ ଆଧାରିତ ନୁହେଁ; ଖ୍ରୀଷ୍ଟଙ୍କଠାରେ ଯିହୂଦୀମାନଙ୍କ ମଧ୍ୟରେ ଓ ଏହି ପୃଥିବୀର ଅନ୍ୟ ସମସ୍ତ ଜାତି, ଧର୍ମ ମଧ୍ୟରେ କୌଣସି ପ୍ରଭେଦ ନାହିଁ I
\v 25 ଯେଣୁ ଈଶ୍ୱରଙ୍କ ମୂର୍ଖ ବିଷୟସବୁ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ I ଆଉ ଈଶ୍ୱରଙ୍କ ଦୁର୍ବଳ ବିଷୟସବୁ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ I
\s5
\v 26 ଭାଇ ଓ ଭଉଣୀମାନେ, ଯେତେବେଳେ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କଲେ ତୁମ୍ଭେମାନେ କି ପ୍ରକାର ବ୍ୟକ୍ତି ଥିଲ, ତାହା ଭାବି ଦେଖ I ଦେଖ, ତୁମ୍ଭେ କେତେ ସାଧାରଣ ଥିଲ I ତୁମ୍ଭେମାନେ ଜ୍ଞାନୀ ଲୋକ ନ ଥିଲ I ତୁମ୍ଭେମାନେ ଏତେ ଗୁରୁତ୍ତ୍ଵପୂର୍ଣ୍ଣ ନ ଥିଲ ଯେ ଲୋକେ ତୁମ୍ଭର ଅନୁସରଣ କରିବେ I ତୁମ୍ଭମାନଙ୍କର କ୍ଷମତାଶୀଳ ପୂର୍ବପୁରୁଷ ନ ଥିଲେ I
\v 27 ତା'ପରିବର୍ତ୍ତେ, ଈଶ୍ୱର ଯାହା ଅବିଶ୍ୱାସୀମାନଙ୍କ ନିକଟରେ ମୂର୍ଖ ସେହି ବିଷୟଗୁଡ଼ିକ ମନୋନୀତ କଲେ ଯେପରି ସେମାନେ ଆପଣା ଆପଣାମାନଙ୍କଠାରେ ଦର୍ପ କରିବେ ନାହିଁ I ପୁଣି ସେମାନେ ଯାହା ବଳବାନ୍ ବୋଲି ମନେ କରନ୍ତି, ସେହି ବିଷୟଗୁଡ଼ିକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଦୁର୍ବଳ ବିଷୟଗୁଡ଼ିକୁ ମନୋନୀତ କଲେ I
\s5
\v 28 ଆଉ ଯାହା ଅବିଶ୍ୱାସୀମାନଙ୍କ ନିକଟରେ ମାନ୍ୟଗଣ୍ୟ ସେହି ସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ୱର ନୀଚ ଓ ତୁଚ୍ଛ ବିଷୟଗୁଡ଼ିକୁ ମନୋନୀତ କଲେ I
\v 29 ଈଶ୍ୱର ଏହି ସବୁ କଲେ ଯେପରି କି କୌଣସି ମନୁଷ୍ୟ ଆପଣା ଆପଣାକୁ କୌଣସି ବିଷୟ ଘେନି ପ୍ରଶଂସା ନ କରୁ I ଆଉ ସେ ଈଶ୍ୱରଙ୍କ ପ୍ରଶଂସା କରିବ I
\s5
\v 30 କିନ୍ତୁ ଈଶ୍ୱର ଯାହା କରିଅଛନ୍ତି; ତାହା ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସଂଯୁକ୍ତ ହୋଇଅଛ, ଓ ଈଶ୍ୱରଙ୍କ ଜ୍ଞାନ କିପରି ତାହା ସେ ଆମ୍ଭମାନଙ୍କୁ ବୁଝାଇଅଛନ୍ତି I ସେ ଆମ୍ଭମାନଙ୍କୁ ଈଶ୍ୱରଙ୍କ ସହିତ ଦକ୍ଷିଣ ପାଖରେ ରଖିଅଛନ୍ତି I ଈଶ୍ୱରଙ୍କ ନିମନ୍ତେ ସେ ଆମ୍ଭମାନଙ୍କୁ ପୃଥକ୍ କରିଅଛନ୍ତି, ଓ ସେ ଆମ୍ଭମାନଙ୍କୁ ମୁଁକ୍ତ କରିଅଛନ୍ତି ଓ ସୁରକ୍ଷିତ ରଖିଅଛନ୍ତି I
\v 31 ଅତଏବ, ଯେପରି ଶାସ୍ତ୍ର କୁହେ, "ଯେ ଆପଣାକୁ ପ୍ରଶଂସା କରେ, ଈଶ୍ୱର ତାହା ନିମନ୍ତେ ଯାହା କରିଅଛନ୍ତି ତାହା ନିମନ୍ତେ ପ୍ରଶଂସା କରୁ I"
\s5
\c 2
\v 1 ହେ ଭାଇ ଓ ଭଉଣୀମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟକୁ ଯାଇଥିଲି, ମୁଁ ତୁମ୍ଭମାନଙ୍କୁ ସୁନ୍ଦର ବକୃତା ଦେଇ ନ ଥିଲି, କିଅବା ଯାହା ଜ୍ଞାନୀମାନେ କହିଲେ ତାହା ପୁନରାବୃତ୍ତି କରି ନ ଥିଲି I ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ଗୁପ୍ତ ନିଗୂଢ଼ ସତ୍ୟ ଗୁଡ଼ିକ କହିଲି I
\v 2 ମୁଁ ତୁମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟ ଓ ତାହାଙ୍କ କ୍ରୁଶୀୟ ମୃତ୍ୟୁ ବିଷୟ ବ୍ୟତୀତ ଅନ୍ୟ କୌଣସି ବିଷୟ ନ କହିବାକୁ ସ୍ଥିର କଲି I
\s5
\v 3 ତୁମ୍ଭେମାନେ ଜାଣ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ସହ ଥିଲି ମୁଁ କିପରି ଦୁର୍ବଳ ଥିଲି I ତୁମ୍ଭେମାନେ ଜାଣ ଯେ, ଭୟ ମୋ' ହୃଦୟରେ ପୂର୍ଣ୍ଣ ଥିଲା, ଆଉ ମୁଁ ଭୟରେ କମ୍ପମାନ ହେବା ତୁମ୍ଭେମାନେ ଦେଖିଲ I
\v 4 କିନ୍ତୁ ତୁମ୍ଭେମାନେ ମୋ’ ଶିକ୍ଷା ଶୁଣିଲ, ଏବଂ ତୁମ୍ଭେମାନେ ଜାଣ ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କୁ କହିଲି ମୁଁ ଯତ୍ନପୂର୍ବକ ପ୍ରସ୍ତୁତ ହୋଇ ବକୃତା ଦେଇ ନ ଥିଲି I ତା’ ପରିବର୍ତ୍ତେ, ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କୁ ଦେଖାଇଲେ ଯେ ଆଶ୍ଚର୍ଯ୍ୟକର୍ମଗୁଡ଼ିକର ଶକ୍ତି ଯାହା ସେ ମୋ’ ଦ୍ଵାରା କଲେ, ସେହି କାରଣରୁ ମୁଁ ସତ୍ୟ କହୁଥିଲି I
\v 5 ମୁଁ ଏହି ପ୍ରକାରେ ଶିକ୍ଷା ଦେଲି ଯେପରି ତୁମ୍ଭମାନଙ୍କ ବିଶ୍ୱାସ ଈଶ୍ୱରଙ୍କଠାରେ ତାହାଙ୍କ ଶକ୍ତି ଦ୍ୱାରା ହୁଏ, ଏବଂ ମନୁଷ୍ୟର ଜ୍ଞାନର ସହିତ କରାଯାଇଥିବା କୌଣସି କାର୍ଯ୍ୟ ଦ୍ୱାରା ନ ହୁଏ I
\s5
\v 6 ବର୍ତ୍ତମାନ ଏହା ସେହିମାନଙ୍କ ନିମନ୍ତେ, ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଭରସା କରନ୍ତି, ଯାହା ଆମ୍ଭେମାନେ କହୁ I ବର୍ତ୍ତମାନ ତୁମ୍ଭମାନଙ୍କ ଜ୍ଞାନ ଅଛି, ଏବଂ ସେହି ଜ୍ଞାନ ଏହି ଯୁଗର ରାଜାମାନଙ୍କର ଓ ନେତାମାନଙ୍କର ନୁହେଁ, ଯେଉଁମାନେ ଅତିଶୀଘ୍ର ନଷ୍ଟ ହୋଇଯିବେ I
\v 7 ନା, ବର୍ତ୍ତମାନ ପର୍ଯ୍ୟନ୍ତ ଈଶ୍ୱର ଯାହା ଗୁପ୍ତ କରି ରଖିଅଛନ୍ତି ସେହି ଜ୍ଞାନ ଆମ୍ଭେମାନେ ଘୋଷଣା କରୁ; ସେହି ହେଉଛି ବୁଦ୍ଧିର ବିଷୟ ଯାହା ଈଶ୍ୱର ଜଗତ ସୃଷ୍ଟି କରିବା ପୂର୍ବରୁ ନିରୂପଣ କରିଥିଲେ ଯେପରି ସେ ଏବଂ ଅନ୍ୟମାନେ ଦିନେ ଆମ୍ଭମାନଙ୍କୁ ଗୌରବ ଦେବେ I
\s5
\v 8 ଏହି ଜଗତର ଶାସନକର୍ତ୍ତାମାନଙ୍କ ମଧ୍ୟରୁ କେହି ମଧ୍ୟ ଈଶ୍ୱରଙ୍କ ଜ୍ଞାନୀ ଯୋଜନା ଗୁଡ଼ିକ ଜାଣିନାହାନ୍ତି I ଯଦି ସେମାନେ ତାହା ବୁଝିଥାନ୍ତେ, ତେବେ ସେମାନେ କଦାପି ମହାନ୍ ଯୀଶୁଙ୍କୁ କ୍ରୁଶରେ ତାହାଙ୍କୁ ହତ କରି ନ ଥାନ୍ତେ I
\v 9 କିନ୍ତୁ ଶାସ୍ତ୍ର ଏହା କୁହେ, "ଯାହା କେବେ କେହି ଦେଖି ନାହାନ୍ତି, ଯାହା କେବେ କେହି ଶୁଣି ନାହାନ୍ତି, ଏବଂ ଯାହା କେହି କଳ୍ପନା କରି ନାହାନ୍ତି ----ତାହା ଈଶ୍ୱର ଆପଣା ପ୍ରେମକାରୀ ମାନଙ୍କ ନିମନ୍ତେ ପ୍ରସ୍ତୁତ କରି ଅଛନ୍ତି I
\s5
\v 10 ଏହି ଆଦ୍ୟ ବିଷୟଗୁଡ଼ିକ ଈଶ୍ୱର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିଅଛନ୍ତି I ଯେଣୁ ଆତ୍ମା ସମସ୍ତ ବିଷୟ ଦେଖନ୍ତି ଓ ସେ ସମସ୍ତ ବିଷୟ ଜାଣନ୍ତି I ଈଶ୍ୱରଙ୍କ ଗଭୀର ଓ ଗୁପ୍ତ ବିଷୟ ଗୁଡ଼ିକ ଯାହା ସେ ନିଜେ ନିଜ ସମ୍ପର୍କରେ ଜାଣନ୍ତି I
\v 11 ମନୁଷ୍ୟ ଯାହା ବିଚାର କରୁଅଛି ମନୁଷ୍ୟର ଆତ୍ମା ବିନା ତାହା ଆଉ କେହି ଜାଣି ପାରନ୍ତି ନାହିଁ I ସେହିପରି ଈଶ୍ୱରଙ୍କ ଆତ୍ମା ବ୍ୟତୀତ ଈଶ୍ୱରଙ୍କ ବିଷୟ ସବୁ କେହି ଜାଣି ପାରନ୍ତି ନାହିଁ I
\s5
\v 12 ଈଶ୍ୱର ଆମ୍ଭମାନଙ୍କୁ ଯେଉଁ ଆତ୍ମା ଦେଲେ ତାହା ଜଗତରୁ ଆସି ନାହିଁ I ଆମ୍ଭେମାନେ ସେହି ଆତ୍ମା ପାଇଅଛୁ ଯାହାକି ଈଶ୍ୱରଙ୍କଠାରୁ ଆସେ I ସେହି ଆତ୍ମା ଆମ୍ଭମାନଙ୍କ ନିମନ୍ତେ ସମସ୍ତ ଦାନ ଯାହା ଈଶ୍ୱର ଅନୁଗ୍ରହରେ ଆମ୍ଭମାନଙ୍କୁ ଦିଅନ୍ତି ଓ ତାହା ବୁଝିବା ନିମନ୍ତେ ସାହାଯ୍ୟ କରନ୍ତି I
\v 13 ଆମ୍ଭେମାନେ ଯାହା ଶିକ୍ଷା ଦେଉ ତାହା ଏହି ଜଗତର ଜ୍ଞାନରେ ଶିକ୍ଷା ପାଉଥିବା ଲୋକମାନେ ବୁଝି ପାରନ୍ତି ନାହିଁ I ଏହି ଶିକ୍ଷା ଗୁଡ଼ିକ କେବଳ ଈଶ୍ୱରଙ୍କ ଆତ୍ମା ଶିକ୍ଷା ଦିଅନ୍ତି I ସେ ଆମ୍ଭମାନଙ୍କୁ ସେହି ଶିକ୍ଷା ଗୁଡ଼ିକର ଅର୍ଥ ବୁଝିବାକୁ ସାହାଯ୍ୟ କରନ୍ତି I
\s5
\v 14 ଯିଏ ଈଶ୍ୱରଙ୍କୁ ଜାଣି ନାହିଁ, ସେ ଏହି ଆତ୍ମିକ ଶିକ୍ଷା ଗୁଡ଼ିକ ଗ୍ରହଣ କରେ ନାହିଁ I ତାହା ନିମନ୍ତେ ସେଗୁଡ଼ିକ ମୂର୍ଖତା ଅଟେ I ସେ ଏହି ସବୁ ଗ୍ରହଣ କରିବାକୁ ଇଚ୍ଛା କଲେ ମଧ୍ୟ, ସେ ଏହା ଗ୍ରହଣ କରିବାକୁ ସକ୍ଷମ ନୁହେଁ, କାରଣ ସେହି ଲୋକମାନେ ହିଁ ଏହି ବିଷୟଗୁଡ଼ିକ ବୁଝିପାରିବେ, ଯେଉଁମାନଙ୍କଠାରେ ଈଶ୍ୱରଙ୍କଠାରୁ ଆଗତ ଜ୍ଞାନ ଅଛି I
\v 15 ଯେ ଈଶ୍ୱରଙ୍କୁ ଜାଣେ, ସେ ହିଁ ଏହି ସମସ୍ତ ବିଷୟ ବିଚାର କରେ, କିନ୍ତୁ ଈଶ୍ୱର ଆପଣା ନିମନ୍ତେ ସେମାନଙ୍କ ବିଚାର ଗ୍ରହଣ କରିବେ ନାହିଁ I
\v 16 ଯେପରି ଆମ୍ଭମାନଙ୍କ ଭବିଷ୍ୟଦବକ୍ତାମାନଙ୍କ ମଧ୍ୟରୁ ଜଣେ ଲେଖିଲେ: "ପ୍ରଭୁଙ୍କ ମନରେ ଯାହା ଅଛି ତାହା ଜାଣିବା ନିମନ୍ତେ ଯେକୌଣସି ବ୍ୟକ୍ତି ଅସମ୍ଭବ I କାହାର ବି ଈଶ୍ୱରଙ୍କୁ ଶିକ୍ଷା ଦେବାକୁ ସମର୍ଥ ନୁହନ୍ତି I" କିନ୍ତୁ ଆମ୍ଭେ ଖ୍ରୀଷ୍ଟଙ୍କ ବିଚାର ଜାଣି ପାରିବା I
\s5
\c 3
\v 1 ମୋହର ଭାଇ ଓ ଭଉଣୀମାନେ ଯେତେବେଳେ ମୁଁ ତୁମ୍ଭମାନଙ୍କ ସହ ଥିଲି, ସେତେବେଳେ ତୁମ୍ଭେମାନେ ଈଶ୍ୱରଙ୍କ ବିଷୟରେ ନିଗୂଢ଼ ସତ୍ୟ ଜାଣିବାକୁ ପ୍ରସ୍ତୁତ ନ ଥିଲ I ଶିଶୁମାନଙ୍କୁ କହିଲା ପରି ତୁମ୍ଭମାନଙ୍କୁ କହିଲି, ସେହିମାନେ ଖ୍ରୀଷ୍ଟଙ୍କ ସହଭାଗିତାରେ ଆସିଲେ I
\v 2 ଯେପରି ଜଣେ ମା’ ଆପଣା ଶିଶୁମାନଙ୍କୁ ଦୁଗ୍ଧ ଦିଏ, ମୁଁ ସେହି ବିଷୟଗୁଡ଼ିକ ଶିକ୍ଷା ଦେଲି ଯାହା ବୁଝିବାକୁ ସହଜ ଥିଲା I ତୁମ୍ଭେମାନେ ଗୁରୁପାକ ଖାଦ୍ୟ ନିମନ୍ତେ ପ୍ରସ୍ତୁତ ନ ଥିଲ I ଆଉ ବର୍ତ୍ତମାନ ସୁଦ୍ଧା ତୁମ୍ଭେମାନେ ପ୍ରସ୍ତୁତ ନୁହଁ I
\s5
\v 3 ମୁଁ ଏହା ଏଥିପାଇଁ କୁହେ, କାରଣ ଯଦ୍ୟପି ତୁମ୍ଭେମାନେ ଖ୍ରୀଷ୍ଟିଆନ ଅଟ, ତଥାପି ତୁମ୍ଭେମାନେ ଏପର୍ଯ୍ୟନ୍ତ ଅବିଶ୍ୱାସୀମାନଙ୍କ ସଦୃଶ ଆଚରଣ କରୁଅଛ I ମୁଁ ଜାଣେ ତୁମ୍ଭେମାନେ ପ୍ରସ୍ତୁତ ନୁହଁ, କାରଣ ତୁମ୍ଭମାନଙ୍କ ମଧ୍ୟରୁ ଅନେକେ ପରସ୍ପର ମଧ୍ୟରେ ଈର୍ଷା ଓ ବାଦାନୁବାଦ କରୁଅଛ, ଏବଂ ତୁମ୍ଭେମାନେ ଅନେକ ବିଷୟରେ ଏପର୍ଯ୍ୟନ୍ତ ଅବିଶ୍ୱାସୀମାନଙ୍କ ସଦୃଶ ବିଚାର କରୁଅଛ I
\v 4 ତୁମ୍ଭମାନଙ୍କ ମଧ୍ୟରୁ କେତେକ କୁହନ୍ତି ଯେ ମୁଁ, ପାଉଲ ଯାହା ଶିକ୍ଷା ଦେଇଅଛି ତାହା ଅନୁସରଣ କରୁଅଛୁ; ଅନ୍ୟମାନେ କୁହନ୍ତି ଯେ, ଯାହା ଆପଲ୍ଲ ଶିକ୍ଷା ଦେଇଅଛନ୍ତି ତାହା ସେମାନେ ଅନୁସରଣ କରୁଅଛନ୍ତି I ଅବିଶ୍ୱାସୀମାନେ ଯେପରି ଆଚରଣ କରନ୍ତି ତୁମ୍ଭେମାନେ ସେହିପରି ଆଚରଣ କରୁଅଛ I
\v 5 ତୁମ୍ଭମାନଙ୍କ ଜୀବନରେ ଈଶ୍ୱର ଯେଉଁ ମହାନ୍ କାର୍ଯ୍ୟ କରିଅଛନ୍ତି, ତାହା ତୁଳନାରେ ଆପଲ୍ଲ ଗୁରୁତ୍ତ୍ୱପୂର୍ଣ୍ଣ ନୁହନ୍ତି, କି ପାଉଲ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ନୁହନ୍ତି I ଆମ୍ଭେମାନେ ଉଭୟେ ଦାସ ଅଟୁ, ଆଉ ଆମ୍ଭେମାନେ ଏକ ଈଶ୍ୱରଙ୍କର ସେବା କରୁ ଯେଉଁ ପ୍ରକାରେ ସେ ଆମ୍ଭମାନଙ୍କୁ କାର୍ଯ୍ୟ କରିବାକୁ ଦେଇଅଛନ୍ତି I
\s5
\v 6 ଯଦ୍ୟପି ତୁମ୍ଭମାନଙ୍କଠାରେ ଈଶ୍ୱରଙ୍କ ବାକ୍ୟ ରୂପ ବୀଜ ରୋପଣ କରିବାରେ ମୁଁ ପ୍ରଥମ ଥିଲି, ଆଉ ଆପଲ୍ଲ, ଯିଏ ବିଶ୍ୱାସରେ ବଢ଼ିବା ନିମନ୍ତେ ତୁମ୍ଭମାନଙ୍କୁ ସାହାଯ୍ୟ କଲେ I କିନ୍ତୁ କେବଳ ଈଶ୍ୱର ହିଁ ତୁମ୍ଭମାନଙ୍କଠାରେ ଆତ୍ମିକ ବୃଦ୍ଧି ସାଧନ କରି ପାରନ୍ତି I
\v 7 ଏହା ପୁଣି କହିବାକୁ ମୋତେ ଦିଅନ୍ତୁ: ଯେଉଁମାନେ ବୀଜ ରୋପଣ କରନ୍ତି ଓ ଜଳ ସେଚନ କରନ୍ତି, ସେମାନେ କିଛି ନୁହନ୍ତି, କିନ୍ତୁ ବୃଦ୍ଧି ସାଧନ କରନ୍ତି ଯେଉଁ ଈଶ୍ୱର, ସିଏ ସାର I ଯେଉଁଠାରେ ତୁମ୍ଭେମାନେ ସେ ରୋପଣ ଥିବା ଉଦ୍ୟାନ ସଦୃଶ I
\s5
\v 8 ଯିଏ ରୋପଣ କରେ ଓ ଯିଏ ଜଳ ସେଚନ କରେ ସେମାନେ ସମାନ କାର୍ଯ୍ୟ କରୁଅଛନ୍ତି, ଏବଂ ପ୍ରତ୍ୟେକେ ଆପଣା ଆପଣା ପୁରସ୍କାର ବେତନ ରୂପେ ପାଇବେ I ସେହି ପୁରସ୍କାରର ପରିମାଣ ଯାହା ସେ ପାଉଛି, ଜଣେ କେତେ ପରିଶ୍ରମ କରୁଅଛି ସେହି ଅନୁସାରେ ମପାଯାଏ I
\v 9 ଆମ୍ଭେମାନେ ଈଶ୍ୱରଙ୍କ ସହ ଏକତ୍ର କାର୍ଯ୍ୟ କରୁଅଛୁ ଏବଂ ଆମ୍ଭେ ଉଭୟେ ଈଶ୍ୱରଙ୍କର ଅଟୁ I କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ଆପଣା କ୍ଷେତ୍ରରେ ବଢ଼ାଉ ଅଛନ୍ତି I ଏହା ଏହିପରି ଅଟେ, ଯେପରି ସେ ତୁମ୍ଭମାନଙ୍କୁ ନେଇ ଏକ ଗୃହ ନିର୍ମାଣ କରୁଅଛନ୍ତି I
\s5
\v 10 ଉଦାରତାରେ ଈଶ୍ୱର ମୋତେ ଦକ୍ଷତା ଦେଇଅଛନ୍ତି ଯେପରି ମୁଁ ତାହାଙ୍କ ନିମନ୍ତେ ଏହି କାର୍ଯ୍ୟ କରିପାରେ I ମୁଁ ତୁମ୍ଭମାନଙ୍କ ମଧ୍ୟରେ ଯତ୍ନର ସହିତ କାର୍ଯ୍ୟ କରୁଥିବା ଏକ ଦକ୍ଷ ନିର୍ମାଣକାରୀ ସଦୃଶ କାର୍ଯ୍ୟ କଲି I କିନ୍ତୁ ମୋ’ ଉତ୍ତାରେ, ମୁଁ ଯେଉଁ କାର୍ଯ୍ୟ ଆରମ୍ଭ କରିଅଛି, ସେହି କାର୍ଯ୍ୟ ଉପରେ ଆଉ କେହି ଜଣେ ନିର୍ମାଣ କାର୍ଯ୍ୟ କରିପାରିବେ I କିନ୍ତୁ ପ୍ରତ୍ୟେକ ଲୋକ ତାହା ଉପରେ କିପରି ନିର୍ମାଣ କରୁଅଛି, ତାହା ବିଷୟରେ ସାବଧାନ ହେଉ I
\v 11 ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରି ପାରେ ନାହିଁ I ସେହି ଭିତ୍ତିମୂଳ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ I
\s5
\v 12 ଆମ୍ଭେମାନେ ସେହି ନିର୍ମାଣକାରୀ ସଦୃଶ ଯିଏ ସେହି ଭିତ୍ତିମୂଳ ଉପରେ କ'ଣ ସ୍ଥାପନ କରିବ ତାହା ଚୟନ କରୁ I ନିର୍ମାଣକାରୀମାନେ ସୁନା, ରୂପା, ଏବଂ ମୂଲ୍ୟବାନ ପଥର ସଦୃଶ ବହୁମୂଲ୍ୟ ପଦାର୍ଥ ଚୟନ କରି ପାରନ୍ତି, କିମ୍ବା ସେମାନେ କାଠ, ଛଣ ଓ ନଡା ସଦୃଶ ମୂଲ୍ୟହୀନ ପଦାର୍ଥ ଚୟନ କରିପାରନ୍ତି I
\v 13 ଈଶ୍ୱର ଆମ୍ଭମାନଙ୍କ କାର୍ଯ୍ୟର ନ୍ୟାୟ ବିଚାର କରିବେ ଏବଂ ତାହାଙ୍କ ନିମନ୍ତେ ଆମ୍ଭେମାନେ ଯେଉଁ କାର୍ଯ୍ୟ କରିଅଛୁ ତାହା ପ୍ରକାଶ କରିବେ I ଆମ୍ଭେମାନେ ଯେଉଁ କାର୍ଯ୍ୟ କରିଅଛୁ ସେହି କାର୍ଯ୍ୟ ପରୀକ୍ଷା କରିବା ନିମନ୍ତେ ସେ ଅଗ୍ନି ପ୍ରେରଣ କରିବେ I ଆଉ ତାହାଙ୍କ ନିମନ୍ତେ ଆମ୍ଭେମାନେ ଯେଉଁ କାର୍ଯ୍ୟ କରିଅଛୁ ତାହାର ଗୁଣ ସେହି ଅଗ୍ନି ପରୀକ୍ଷା କରିବ I
\s5
\v 14 ଜଣେ ଲୋକ ଯାହା ନିର୍ମାଣ କରେ ତାହାର ସେହି କାର୍ଯ୍ୟ ଯଦି ଅଗ୍ନିରେ ପୋଡି ନ ଯାଏ, ତେବେ ସେ ଆପଣା କାର୍ଯ୍ୟ ନିମନ୍ତେ ପୁରସ୍କାର ପାଇବ I
\v 15 କିନ୍ତୁ ଯଦି ଅଗ୍ନି ତାହାର ସମସ୍ତ କାର୍ଯ୍ୟ ପୋଡ଼ିଦିଏ, ତେବେ ସେ ସମସ୍ତ ପୁରସ୍କାର ହରାଇବ, କିନ୍ତୁ ଈଶ୍ୱର ତେବେ ସୁଦ୍ଧା ତାହାକୁ ରକ୍ଷା କରିବେ, ତଥାପି ସେ କରିଥିବା ସମସ୍ତ କାର୍ଯ୍ୟକୁ ସେହି ଅଗ୍ନିଶିଖା ଗ୍ରାସ କରିବ I
\s5
\v 16 ନିଶ୍ଚିତଭାବେ ତୁମ୍ଭେ ଜାଣ ଯେ, ତୁମ୍ଭେମାନେ ସେହି ବାସସ୍ଥାନ ଅଟ, ଯେଉଁଠାରେ ଈଶ୍ୱର ବାସ କରନ୍ତି, ତୁମ୍ଭେମାନେ ତାହାଙ୍କ ମନ୍ଦିର ଅଟ I ନିଶ୍ଚିତଭାବେ ତୁମ୍ଭେ ଜାଣ ଯେ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି I
\v 17 ଈଶ୍ୱର ପ୍ରତିଜ୍ଞା କରନ୍ତି ଯେ, ଯେକେହି ତାହାଙ୍କ ମନ୍ଦିରକୁ ନଷ୍ଟ କରିବାକୁ ଚେଷ୍ଟା କରେ, ସେ ତାହାକୁ ନଷ୍ଟ କରିବେ I କାରଣ ତାହାଙ୍କ ମନ୍ଦିର କେବଳ ତାହାଙ୍କ ଅଧୀନ ଅଟେ I ଆଉ ସେ ସେହି ପ୍ରତିଜ୍ଞା ଦ୍ୱାରା ତୁମ୍ଭମାନଙ୍କୁ ସୁରକ୍ଷା ଦିଅନ୍ତି କାରଣ ବର୍ତ୍ତମାନ ତୁମ୍ଭେମାନେ ତାହାଙ୍କର ମନ୍ଦିର ଅଟ ଆଉ ତୁମ୍ଭେମାନେ କେବଳ ତାହାଙ୍କର ଅଧୀନ ଅଟ!
\s5
\v 18 ସାବଧାନ କେହି ଆପଣାକୁ ପ୍ରବଞ୍ଚନା ନ କରୁ I ଯଦି କେହି ଏହା ମନେ କରେ ଯେ ତାହା ପାଖେ ମହା ଜ୍ଞାନ ଅଛି, ଯାହାକୁ ଅବିଶ୍ୱାସୀମାନେ ପ୍ରଶଂସା କରିବେ, ସେ ଜାଗ୍ରତ ହେବା ଉଚିତ୍ I ଯଦି ଜଣେ ଲୋକ, ଅବିଶ୍ୱାସୀ ଇଚ୍ଛା କରୁଥିବା କାର୍ଯ୍ୟ ନ କରେ, ଯଦ୍ୟପି ସେମାନେ ତାହା ନ କରିବାରୁ ତାହାକୁ ମୂର୍ଖ ବୋଲି ଭାବନ୍ତି, ତେବେ ସେ କେଡ଼େ ଉତ୍ତମ I ଯେତେବେଳେ ସେ ସେହି ବିଷୟଗୁଡ଼ିକ ପରିତ୍ୟାଗ କରେ ତେବେ ସେ ସତ୍ୟ ବିଷୟଗୁଡ଼ିକ ଶିକ୍ଷା କରିବା ନିମନ୍ତେ ଆରମ୍ଭ କରେ I
\v 19 ଏହି ଜଗତ ଯାହାକୁ ମହାଜ୍ଞାନୀ ବୋଲି ବିଚାର କରେ ଈଶ୍ୱରଙ୍କ ନିକଟରେ ତାହା ମୂର୍ଖତା ଅଟେ I ଯେଣୁ ଶାସ୍ତ୍ର କୁହେ," ଈଶ୍ୱର ଜ୍ଞାନୀମାନଙ୍କୁ ସେମାନଙ୍କ ଧୂର୍ତ୍ତତାରେ ଧରନ୍ତି I"
\v 20 ଆଉ ପୁନର୍ବାର ଶାସ୍ତ୍ର ଶିକ୍ଷା ଦିଏ, "ପ୍ରଭୁ ଜ୍ଞାନୀମାନଙ୍କ ସମସ୍ତ ଯୋଜନା ଶୁଣନ୍ତି, ଆଉ ସେ ଜାଣନ୍ତି ଯେ ଶେଷରେ, ସେମାନେ ସମସ୍ତ ବିଷୟ ହରାଇବେ I
\s5
\v 21 ତେଣୁ ଜଣେ ଖ୍ରୀଷ୍ଟୀୟ ନେତା କେତେ ଭଲ କିମ୍ବା ଅନ୍ୟ ଜଣେ ନେତା କେତେ ଭଲ ସେ ବିଷୟକୁ ନେଇ ଚର୍ଚ୍ଚା କରିବା ବନ୍ଦ କର I
\v 22 ଈଶ୍ୱର ତୁମ୍ଭମାନଙ୍କୁ ପାଉଲଙ୍କୁ ଦେଲେ, ଏବଂ ସେ ତୁମ୍ଭମାନଙ୍କୁ ଆପଲ୍ଲ ଓ ପିତର ଦେଲେ I ଆଉ ଈଶ୍ୱର ତୁମ୍ଭମାନଙ୍କୁ ଏହି ଜଗତ, ଏବଂ ତୁମ୍ଭମାନଙ୍କର ଜୀବନ, ଏବଂ ମୃତ୍ୟୁ ଉପରେ ତାହାଙ୍କୁ ବିଜୟକୁ ଦେଲେ I ଏବଂ ଈଶ୍ୱର ଯାହା ଦୃଶ୍ୟ ଓ ଯାହା ଭବିଷ୍ୟତରେ ଦୃଶ୍ୟମାନ ହେବ, ସେସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଅନ୍ତି---ସେ ସମସ୍ତ ହିଁ ତୁମ୍ଭମାନଙ୍କର I
\v 23 ଆଉ ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ଓ ଖ୍ରୀଷ୍ଟ ଈଶ୍ୱରଙ୍କର I
\s5
\c 4
\v 1 ଲୋକେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ଦାସ, ଓ ଈଶ୍ୱର ବିଶ୍ୱାସପୂର୍ବକ ସୁସମାଚାରରେ ଥିବା ଗୁପ୍ତ ସତ୍ୟଗୁଡ଼ିକର ଭଣ୍ଡାରଘରିଆ ମନେ କରନ୍ତୁ I
\v 2 ଈଶ୍ୱର ଯେଉଁ କାର୍ଯ୍ୟ ଆମ୍ଭମାନଙ୍କୁ ଦେଇଅଛନ୍ତି ତାହା ବିଶ୍ୱସ୍ତଭାବେ କରିବା ନିତାନ୍ତ ଆବଶ୍ୟକ କାରଣ ଏହା କରିପାରିବୁ ବୋଲି ସେ ଆମ୍ଭମାନଙ୍କ ଉପରେ ଭରସା କରନ୍ତି I
\s5
\v 3 ଯଦି ଜଣେ ମନୁଷ୍ୟ, କିମ୍ବା ଲୌକିକ ବିଚାରସଭା ଦ୍ୱାରା ମୁଁ ବିଚାରୀତ ହୁଏ, ତେବେ ତାହା ଅତି ସାମାନ୍ୟ ବିଷୟ ବୋଲି ମୁଁ ମନେ କରେ I ମୁଁ ନିଜେ ସୁଦ୍ଧା ମୋହର ବିଚାର କରେ ନାହିଁ I
\v 4 ମୁଁ ଏପରି କୌଣସି ଲୋକକୁ ଜାଣେ ନାହିଁ ଯିଏ ମୁଁ ଭୁଲ୍ କରୁଛି ବୋଲି ମୋତେ ଦୋଷୀ କରେ I କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୁଁ ନିର୍ଦ୍ଦୋଷ ଅଟେ I ସେ ପ୍ରଭୁ ହିଁ ଅଟନ୍ତି ଯେ ମୋହର ବିଚାର କରନ୍ତି I
\s5
\v 5 ତେଣୁ, ସମୟର ପୂର୍ବେ କୌଣସି ବିଷୟର ବିଚାର କର ନାହିଁ I ପ୍ରଭୁ ତାହା ବିଚାର କରିବେ, ଯେତେବେଳେ ସେ ପୁନର୍ବାର ଆସିବେ I ସେ ହିଁ କେବଳ ଜଣେ ଯିଏ ଘୋର ଅନ୍ଧକାରରେ ଥିବା ଗୁପ୍ତ ବିଷୟଗୁଡ଼ିକୁ ମଧ୍ୟ ଆଲୋକରେ ଆଣିପାରିବେ, ଏବଂ ସେ ନ୍ୟାୟ ବିଚାର କରିବେ କାରଣ ପ୍ରତ୍ୟେକ ଜଣ ଯାହା ପ୍ରକୃତରେ ବିବେଚନା କରେ ତାହା ସେ ଜାଣନ୍ତି I ଯେତେବେଳେ ସେ ଆସିବେ, ସେତେବେଳେ ପ୍ରତ୍ୟେକ ଜଣ ପ୍ରଭୁଙ୍କଠାରୁ ଯେଉଁ ସମ୍ମାନ ପାଇବାକୁ ଯୋଗ୍ୟ ତାହା ପାଇବେ I
\s5
\v 6 ବର୍ତ୍ତମାନ, ଭାଇ ଓ ଭଉଣୀମାନେ, ଯେଉଁ ନିୟମ ଆମ୍ଭେମାନେ ଅନୁସରଣ କରୁ ତାହା ହେଉଛି, "ଶାସ୍ତ୍ରରେ ସେମାନେ ଯାହା ଲେଖିଅଛନ୍ତି ତାହା ଅତିକ୍ରମ କର ନାହିଁ I" ଆପଲ୍ଲ ଓ ମୁଁ ଏହା ଦ୍ୱାରା ଜୀବନ ବିତାଉ I ତୁମ୍ଭମାନଙ୍କ ସକାଶୁ ଆମ୍ଭେମାନେ ଏହି ପ୍ରକାରେ ଶିକ୍ଷା ଦେଉ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶିକ୍ଷା ପାଇପାର I ଏହା ତୁମ୍ଭମାନଙ୍କୁ ସେହି ଲୋକମାନଙ୍କ ନିମନ୍ତେ ଗର୍ବୀ ହେବାକୁ ଦେବ ନାହିଁ; ଯେଉଁମାନେ ତୁମ୍ଭମାନଙ୍କୁ ଏହି ଶିକ୍ଷା ଦିଅନ୍ତି, ସେ ମୁଁ ହେଉ ଅବା ଆପଲ୍ଲ ହୁଅନ୍ତୁ I
\v 7 ତୁମ୍ଭମାନଙ୍କ ଓ ଅନ୍ୟ ବିଶ୍ୱାସୀମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ I ତୁମ୍ଭେମାନେ ସମସ୍ତେ ଦାନ ସ୍ୱରୂପେ ସମସ୍ତ ବିଷୟ ପାଇଅଛ I କେହି ମଧ୍ୟ ଅନ୍ୟଠାରୁ ଉତ୍ତମ ନୁହେଁ I ତୁମ୍ଭମାନଙ୍କ ମଧ୍ୟରୁ କେହି ବୃଥା ଗର୍ବ ନ କରୁ ଯେପରି ସେ ଅନ୍ୟମାନଙ୍କଠାରୁ ଭିନ୍ନ ଅଟେ I ଆମ୍ଭେମାନେ ସମସ୍ତେ ସମାନ ଅଟୁ I
\s5
\v 8 କିନ୍ତୁ ତୁମ୍ଭେମାନେ ଏପରି ଆଚରଣ କର ଯେପରି ତୁମ୍ଭେମାନେ ଇଚ୍ଛା କରୁଥିବା ସମସ୍ତ ବିଷୟ ତୁମ୍ଭମାନଙ୍କଠାରେ ଅଛି! ତୁମ୍ଭେମାନେ ଏପରି ଜୀବନଯାପନ କର ଯେପରି ତୁମ୍ଭେମାନେ ଧନୀ! ତୁମ୍ଭେମାନେ ଏପରି ଜୀବନଯାପନ କର ଯେପରି ତୁମ୍ଭେମାନେ ରାଜା ଓ ରାଣୀ ଏପରିକି ଆମ୍ଭମାନଙ୍କ ସାହାଯ୍ୟ ବିନା ମଧ୍ୟ I ହଁ, ମୁଁ ଇଚ୍ଛା କରେ ତୁମ୍ଭେମାନେ ରାଜା ଓ ରାଣୀ ହୋଇଥା'ନ୍ତ, ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ରାଜ୍ୟ କରିଥା'ନ୍ତୁ!
\v 9 କିନ୍ତୁ ବାସ୍ତବରେ, ଏହା ପ୍ରତୀୟମାନ ହୁଏ ଯେ ପ୍ରେରିତ ଯେ ଆମ୍ଭେମାନେ ଈଶ୍ୱର ଆମ୍ଭମାନଙ୍କୁ ଯୁଦ୍ଧ ପରେ ଶୋଭାଯାତ୍ରା କରୁଥିବା ସର୍ବଶେଷରେ ଥିବା ବନ୍ଦୀମାନଙ୍କ ସଦୃଶ ପ୍ରଦର୍ଶନ କରିଅଛନ୍ତି I ଆମ୍ଭେମାନେ ମୃତ୍ୟୁ ମୁଖରେ ସମର୍ପିତ ଲୋକମାନଙ୍କ ସଦୃଶ ହୋଇଅଛୁ; ସମସ୍ତ ଜଗତ, ଉଭୟେ ଦୂତ ଓ ମାନବ ସମସ୍ତେ ଦେଖିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରଦର୍ଶିତ କରାଯାଇଅଛି I
\s5
\v 10 ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଜୀବନଯାପନ କରିବା ସକାଶୁ ଆମ୍ଭେମାନେ ଯେ ପ୍ରେରିତ ଆମ୍ଭମାନଙ୍କୁ ଅନ୍ୟମାନେ ମୂର୍ଖ ରୂପେ ବିବେଚନା କରନ୍ତି, ଏବଂ ତୁମ୍ଭେମାନେ ଆପଣାମାନଙ୍କୁ ଜ୍ଞାନୀ ଲୋକ ବୋଲି ବିବେଚନା କରୁଅଛ I ଆମ୍ଭେମାନେ ଦୁର୍ବଳ ଦେଖାଯାଉ, କିନ୍ତୁ ତୁମ୍ଭେମାନେ ବଳବାନ୍ ପ୍ରତୀୟମାନ ହୁଅ! ତୁମ୍ଭେମାନେ ଆପଣା ଆପଣାର ପ୍ରଶଂସା ଓ ସମ୍ମାନ କର, କିନ୍ତୁ ଆମ୍ଭେମାନେ ଯେ ପ୍ରେରିତ ଯାହାଙ୍କୁ ଅନ୍ୟମାନେ ଘୃଣା କରନ୍ତି I
\v 11 ଏସମୟ ପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେ ପ୍ରେରିତମାନେ କ୍ଷୁଧିତ ଓ ତୃଷିତ ହୋଇ ବୁଲୁଛୁ I ଆମ୍ଭେମାନେ ଏତେ ଦରିଦ୍ର ହୋଇଅଛୁ ଯେ ଆମ୍ଭେମାନେ ଆପଣା ନିମନ୍ତେ ବସ୍ତ୍ର ସୁଦ୍ଧା କ୍ରୟ କରି ପାରିଲୁ ନାହିଁ I ପଦାଧିକାରୀମାନେ ନୃଶଂସ ଭାବେ ଆମ୍ଭମାନଙ୍କୁ ବାରମ୍ବାର ପ୍ରହାର କଲେ I ଆମ୍ଭମାନଙ୍କ ନିଜ ଗୃହ ବୋଲି କୌଣସି ସ୍ଥାନ ନାହିଁ I
\s5
\v 12 ଆମ୍ଭେମାନେ ଜୀବନଯାପନ କରିବା ନିମନ୍ତେ ସ୍ୱହସ୍ତରେ କର୍ମ କରି ପରିଶ୍ରମ କରୁଅଛୁ I ଯେତେବେଳେ ଅନ୍ୟମାନେ ଆମ୍ଭମାନଙ୍କୁ ଅଭିଶାପ ଦିଅନ୍ତି, ପ୍ରତ୍ୟୁତ୍ତରରେ ଆମ୍ଭେମାନେ ସେମାନଙ୍କୁ ଆଶୀର୍ବାଦ ଦେଉ I ଯେତେବେଳେ ଅନ୍ୟମାନେ ଆମ୍ଭମାନଙ୍କୁ ତାଡ଼ନା ଦିଅନ୍ତି, ତାହା ଆମ୍ଭେମାନେ ସହ୍ୟ କରୁ I
\v 13 ଯେତେବେଳେ ଲୋକେ ଆମ୍ଭମାନଙ୍କ ବିଷୟରେ ମିଥ୍ୟା କଥା କହନ୍ତି, ଆମ୍ଭେମାନେ ସେମାନଙ୍କୁ ଦୟା ସହିତ ଦେଖାଇ ଉତ୍ତର ଦେଉ I ଏପର୍ଯ୍ୟନ୍ତ ସୁଦ୍ଧା, ସେମାନେ ଆମ୍ଭମାନଙ୍କୁ ଜଗତର ଆବର୍ଜନା ଏବଂ ଲୋକମାନେ ଆବର୍ଜନା ଗଦାରେ ଫୋଫାଡିବାକୁ ଇଚ୍ଛା କରୁଥିବା ମଇଳା ସଦୃଶ ମନେ କରନ୍ତି I
\s5
\v 14 ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଚେଷ୍ଟା କରୁ ନାହିଁ, କିନ୍ତୁ ଏକ ପ୍ରେମିକ ପିତାମାତା ଆପଣା ସନ୍ତାନକୁ ସଂଶୋଧନ କରିବା ସଦୃଶ, ମୁଁ ତୁମ୍ଭମାନଙ୍କୁ ସଂଶୋଧନ କରିବାକୁ ଇଚ୍ଛା କରୁଅଛି I
\v 15 ଯଦ୍ୟପି ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେବା ନିମନ୍ତେ ତୁମ୍ଭମାନଙ୍କର ଦଶହଜାର ଶିକ୍ଷକ ଥା'ନ୍ତି, ତୁମ୍ଭମାନଙ୍କର ଏପର୍ଯ୍ୟନ୍ତ କେବଳ ଗୋଟିଏ ଆତ୍ମିକ ପିତା ଅଛନ୍ତି I ଯାହା ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କଲି ସେହି ସୁସମାଚାରକୁ ଯେତେବେଳେ ତୁମ୍ଭେମାନେ ବିଶ୍ୱାସ କଲ ସେତେବେଳେ ମୁଁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ପିତା ହେଲି I
\v 16 ଏଣୁ ମୋହର ଅନୁସରଣ କରିବା ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ I
\s5
\v 17 ଏଥିସକାଶୁ ମୁଁ ତୁମ୍ଭମାନଙ୍କ ନିକଟକୁ ତିମଥିଙ୍କୁ ପଠାଇଲି I ମୁଁ ତାହାଙ୍କୁ ପ୍ରେମ କରେ ଓ ସେ ମୋହର ବିଶ୍ୱାସଯୋଗ୍ୟ ସନ୍ତାନ ଅଟନ୍ତି I
\v 18 ତୁମ୍ଭମାନଙ୍କ ମଧ୍ୟରୁ କେତେକ ଗର୍ବୀ ହୋଇଅଛ I ତୁମ୍ଭେମାନେ ଏପରି ଜୀବନଯାପନ କରୁଅଛ ଯେପରି ମୁଁ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଫେରିବି ନାହିଁ I
\s5
\v 19 କିନ୍ତୁ ଯଦି ମୁଁ ଆସେ ବୋଲି ତେବେ ଈଶ୍ୱର ଚାହାନ୍ତି I ମୁଁ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଆସିବି I ତା'ପରେ ଏହି ଗର୍ବୀ ଲୋକମାନଙ୍କର କେବଳ କଥା ବୁଝିବି ତାହା ନୁହେଁ, କିନ୍ତୁ ଈଶ୍ୱରଙ୍କ ଶକ୍ତି ସେମାନଙ୍କଠାରେ ଅଛି ନା ନାହିଁ ତାହା ଜାଣିବି I
\v 20 ଈଶ୍ୱରଙ୍କ ରାଜ୍ୟ ବାକ୍ୟରେ ନୁହେଁ କିନ୍ତୁ ଶକ୍ତିରେ ପ୍ରକାଶ ପାଏ I
\v 21 ମୁଁ କ'ଣ କରିବି ବୋଲି ତୁମ୍ଭମାନଙ୍କର ଇଚ୍ଛା ? କଠୋର ଦଣ୍ଡ ନେଇ ମୁଁ ତୁମ୍ଭମାନଙ୍କ ନିକଟକୁ ଯିବି ନା ମୁଁ ତୁମ୍ଭମାନଙ୍କ ପ୍ରତି କେତେ ମୃଦୁ ଓ ମୁଁ ତୁମ୍ଭମାନଙ୍କୁ କେତେ ପ୍ରେମ କରେ ତାହା ଦର୍ଶାଇବାକୁ ଯିବି I
\s5
\c 5
\v 1 ଲୋକମାନେ ଆମ୍ଭମାନଙ୍କୁ କହିଅଛନ୍ତି ଯେ, ତୁମ୍ଭମାନଙ୍କ ମଣ୍ଡଳୀରେ ଜଣେ ଅଛି ଯେ ବ୍ୟଭିଚାରରେ ବଞ୍ଚୁଛି, ଏପରି ଅନୈତିକ କାର୍ଯ୍ୟ ଯାହା ଅବିଶ୍ୱାସୀମାନେ ମଧ୍ୟ ଅନୁମତି ଦିଅନ୍ତି ନାହିଁ I ଜଣେ ଲୋକର ପ୍ରେମିକା ଆପଣା ପିତାର ଭାର୍ଯ୍ୟା ଅଟେ I
\v 2 ତୁମ୍ଭେମାନେ ବହୁତ ଗର୍ବୀ ହେଉଅଛ! ବରଂ ଏହି ପାପ ସକାଶୁ ତୁମ୍ଭେମାନେ କ୍ରନ୍ଦନ କରିବା ଉଚିତ୍, ଯେହେତୁ ଏହା ସମ୍ପୂର୍ଣ୍ଣ ମଣ୍ଡଳୀକୁ ନଷ୍ଟ କରେ I ତୁମ୍ଭେମାନେ ଏହି ବ୍ୟକ୍ତିକୁ ତୁମ୍ଭମାନଙ୍କ ମଣ୍ଡଳୀରୁ ବାହାର କରିବା ଉଚିତ୍ I
\s5
\v 3 ମୁଁ ଶାରୀରିକଭାବେ ତୁମ୍ଭମାନଙ୍କ ନିକଟରେ ଅନୁପସ୍ଥିତ, କିନ୍ତୁ ମୁଁ ତୁମ୍ଭମାନଙ୍କ ନିମନ୍ତେ ବହୁତ ଚିନ୍ତିତ, ଏବଂ ମୁଁ ତୁମ୍ଭମାନଙ୍କ ସହ ଆତ୍ମାରେ ଅଛି I ଆଉ ମୁଁ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ଥିଲା ପରି ତାହାର ବିଚାର କରିସାରିଛି ଯିଏ ଏହିପରି କାର୍ଯ୍ୟ କଲା I
\v 4 ଯେତେବେଳେ ତୁମ୍ଭେମାନେ ପ୍ରଭୁ ଯୀଶୁଙ୍କ ଶକ୍ତିରେ ଉପାସନା କରିବା ନିମନ୍ତେ ସମବେତ ହୋଇଥାଅ, ମୁଁ ତୁମ୍ଭମାନଙ୍କ ସହିତ ଆତ୍ମାରେ ଉପାସନା କରେ---- ସେତେବେଳେ ମୁଁ ସେହି ବ୍ୟକ୍ତିର ବିଚାର କରିସାରିଛି I
\v 5 ତୁମ୍ଭେମାନେ ଏହି ବ୍ୟକ୍ତିକୁ ଜଗତରୁ ବାହାରେ ଶୟତାନ ହସ୍ତରେ ସମର୍ପଣ କରିବା ଉଚିତ୍, ଯେପରି ତାହାର ଭୌତିକ ଶରୀର ବିନଷ୍ଟ ହେବ I ଆମ୍ଭମାନଙ୍କ ଆଶା ଯେ, ସେ ଅନୁତାପ କରିବ ଏବଂ ପ୍ରଭୁଙ୍କ ଆଗମନ ସମୟରେ ଈଶ୍ୱର ତାହାକୁ ରକ୍ଷା କରିବେ I
\s5
\v 6 ତୁମ୍ଭେମାନେ ଆପଣାମାନଙ୍କ ପ୍ରଶଂସା କରୁଅଛ ଏହା ଭଲ ନୁହେଁ I ନିଶ୍ଚିତଭାବେ ତୁମ୍ଭେ ଜାଣ ଯେ, ଦୁଷ୍ଟାତ୍ମା ଖମୀର ସଦୃଶ ଅଟେ, ଅଳ୍ପ ଖମୀର ସମ୍ପୂର୍ଣ୍ଣ ମଇଦା ପିଣ୍ଡୁଳାକୁ ଖମୀରମୟ କରିବ I
\v 7 ପାପ ସେହି ଖମୀର ସଦୃଶ I ତୁମ୍ଭେମାନେ ପୁରାତନ ଖମୀରକୁ ପରିଷ୍କାର କରିବା ଉଚିତ୍ ଓ ଏହାକୁ ଫୋଫାଡି ଦେବା ଉଚିତ୍ ଯେପରି ଏହା ସମ୍ପୂର୍ଣ୍ଣ ପିଣ୍ଡୁଳାକୁ ଖମୀରମୟ ନ କରେ I ତୁମ୍ଭେମାନେ ତ ଖମୀରଶୂନ୍ୟ ପିଣ୍ଡୁଳା ସଦୃଶ I ଯେହେତୁ ନିସ୍ତାର ପର୍ବରେ, ରୋଟୀଠାରୁ ଖମୀରକୁ ଅଲଗା ରଖାଯିବା ଉଚିତ୍ I ଯେଣୁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିସ୍ତାର ପର୍ବର ମେଷଶାବକ: ସେ ଆମ୍ଭମାନଙ୍କ ନିମନ୍ତେ ବଳି ହେଲେ I
\v 8 ଅତଏବ ଆସ ଆମ୍ଭେମାନେ ନିସ୍ତାର ପର୍ବ ପାଳନ କରୁ, ଏବଂ ଆସ ଆମ୍ଭେମାନେ ପବିତ୍ରୀକରଣର ସମସ୍ତ ନିୟମ ପାଳନ କରୁ I ଆମ୍ଭେମାନେ ଅବାଧ୍ୟତା ଓ ଦୁଷ୍ଟତା ରୂପୀ ପୁରାତନ ଖମୀର ତ୍ୟାଗ କରିବା, ଏବଂ ଆମ୍ଭେମାନେ ଈଶ୍ୱରଙ୍କ ଆଜ୍ଞା ପାଳନ ଓ ପରସ୍ପରକୁ ସତ୍ୟ କହିବା ଦ୍ୱାରା ଏହି ପର୍ବ ପାଳନ କରିବା ଉଚିତ୍ I ଯଦି ଆମ୍ଭେମାନେ ଏହା କରୁ, ତେବେ ଆମ୍ଭେମାନେ ଖମୀରଶୂନ୍ୟ ରୋଟୀ ସଦୃଶ ହେବା I
\s5
\v 9 ବ୍ୟଭିଚାରୀମାନଙ୍କ ସହ ସମ୍ପର୍କ ନ ରଖିବା ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି I
\v 10 ନିଶ୍ଚିତଭାବରେ, ମୋହର ଅର୍ଥ ଏହା ନୁହେଁ ଯେ ତୁମ୍ଭେମାନେ ଅବିଶ୍ୱାସୀମାନଙ୍କ ସହ ଅର୍ଥାତ୍ ଯେଉଁମାନେ ବ୍ୟଭିଚାରୀ, କିମ୍ବା ଯେଉଁମାନେ ଅନେକ ବିଷୟରେ ସ୍ୱାର୍ଥପରଭାବରେ ଅଭିଳାଷୀ ଅଟନ୍ତି, କିମ୍ବା ଯେଉଁମାନେ ଚତୁରତାରେ ପର ଦ୍ରବ୍ୟ ଲୁଣ୍ଠନ କରନ୍ତି, କିମ୍ବା ଯେଉଁମାନେ ପ୍ରତିମା ପୂଜା କରନ୍ତି ସେମାନଙ୍କ ସହ ସମ୍ପର୍କ ରଖ ନାହିଁ I ଏହିପରି ଲୋକମାନଙ୍କଠାରୁ ଦୂରରେ ରହିଲେ ତୁମ୍ଭମାନଙ୍କୁ ଏହି ଜଗତ ଛାଡ଼ି ଯିବାକୁ ପଡ଼ିବ I
\s5
\v 11 ତା'ପରିବର୍ତ୍ତେ, ମୋହର ଅର୍ଥ ଥିଲା ଯେ ଯେଉଁମାନେ ବ୍ୟଭିଚାରରେ ଜୀବନଯାପନ କରନ୍ତି ସେମାନଙ୍କ ସହ ଘନିଷ୍ଠ ବନ୍ଧୁତା କର ନାହିଁ I ଏହି ପାପରେ ଆମ୍ଭେମାନେ ଧନଲୋଭୀ, କି ପ୍ରତିମାପୂଜକ, କି ନିନ୍ଦକ, କି ମତୁଆଳ, କି ପରଦ୍ରବ୍ୟ ଲୁଣ୍ଠନକାରୀ ଅନ୍ୟ ପାପଗୁଡ଼ିକ ଆଦି ଅନ୍ତର୍ଭୁକ୍ତ କରିବା I ତୁମ୍ଭେମାନେ ଏହି ଲୋକମାନଙ୍କ ସହ ଭୋଜନ ମଧ୍ୟ କର ନାହିଁ ଯେଉଁମାନେ ଖ୍ରୀଷ୍ଟଙ୍କୁ ଭରସା କରନ୍ତି ବୋଲି ଦାବି କରନ୍ତି, କିନ୍ତୁ ତେବେ ସୁଦ୍ଧା ସେମାନେ ଏହି ଭୟଙ୍କର କାର୍ଯ୍ୟଗୁଡ଼ିକ କରନ୍ତି I
\v 12 କାରଣ ଯେଉଁମାନେ ଖ୍ରୀଷ୍ଟଙ୍କ ମଣ୍ଡଳୀରୁ ବାହାରେ ଅଛନ୍ତି ସେମାନଙ୍କ ବିଚାର କରିବାରେ ମୋହର କ'ଣ ଅଛି I ଭିତରେ ଯେଉଁମାନେ ଅଛନ୍ତି ସେମାନଙ୍କର ବିଚାର କରିବା ତୁମ୍ଭମାନଙ୍କର କର୍ତ୍ତବ୍ୟ I
\v 13 ଯେଉଁମାନେ ମଣ୍ଡଳୀ ବାହାରେ ଅଛନ୍ତି ସେମାନଙ୍କର ବିଚାର ଈଶ୍ୱର କରିବେ I ଶାସ୍ତ୍ର ଆମ୍ଭମାନଙ୍କୁ ଆଦେଶ ଦିଏ, " ତୁମ୍ଭେମାନେ ସେହି ଦୁଷ୍ଟ ଲୋକକୁ ଯିଏ ତୁମ୍ଭମାନଙ୍କ ମଧ୍ୟରେ ଅଛି ତାହାକୁ ବାହାର କରିଦିଅ!"
\s5
\c 6
\v 1 ଯେତେବେଳେ ତୁମ୍ଭମାନଙ୍କର ଅନ୍ୟ ବିଶ୍ୱାସୀ ସହ କୌଣସି ବିବାଦ ଥାଏ, ତୁମ୍ଭେମାନେ ସେଇ ବିବାଦକୁ ଅବିଶ୍ୱାସୀ ନ୍ୟାୟାଧୀଶ ନିକଟରେ ନିର୍ଲଜ୍ଜଭାବରେ ନେଇଯିବା ଉଚିତ୍ ନୁହେଁ I ସେହି ବିବାଦକୁ ସାଧୁମାନଙ୍କ ନିକଟକୁ ନେଇଯାଅ, ଯେଉଁମାନଙ୍କୁ ଈଶ୍ୱର ଆପଣା ନିମନ୍ତେ ପୃଥକ୍ କରିଅଛନ୍ତି I
\v 2 ତୁମ୍ଭେମାନେ ଜାଣିବା ଉଚିତ୍ ଯେ ଆମ୍ଭେମାନେ ଯେ ଈଶ୍ୱରଙ୍କର ଆମ୍ଭେମାନେ ଏହି ଜଗତର ବିଚାର କରିବା I ଯଦି ଦିନେ ତୁମ୍ଭେମାନେ ଏହି ଜଗତର ବିଚାର କରିବ, ତେବେ ସାମାନ୍ୟ ସାମାନ୍ୟ ବିଷୟଗୁଡ଼ିକୁ ବିଚାର କରିବାକୁ ତୁମ୍ଭେମାନେ ଯୋଗ୍ୟ ହେବା ଉଚିତ୍ I
\v 3 ତୁମ୍ଭେମାନେ ଜାଣିବା ଉଚିତ୍ ଯେ ତୁମ୍ଭେମାନେ ଦୂତମାନଙ୍କର ବିଚାର କରିବ! ନିଶ୍ଚିତଭାବରେ ତୁମ୍ଭେମାନେ ଏହି ଜାଗତିକ ବିଷୟଗୁଡ଼ିକର ବିଚାର କରିବା ନିମନ୍ତେ ଯୋଗ୍ୟ ଅଟ I
\s5
\v 4 ଆଉ ଯଦି ତୁମ୍ଭେମାନେ ଏହି ଜୀବନର ଗୁରୁତ୍ତ୍ୱପୂର୍ଣ୍ଣ ବିଷୟଗୁଡିକୁ ସମାଧାନ କରିପାର, ତେବେ ତୁମ୍ଭେମାନେ ଖ୍ରୀଷ୍ଟିଆନ୍‌‌ମାନଙ୍କ ମଧ୍ୟରେ ଥିବା ବିବାଦକୁ ଅବିଶ୍ୱାସୀମାନଙ୍କ ଦ୍ୱାରା ବିଚାର କରିବାକୁ ଆବଶ୍ୟକ ମନେ କରିବା ଉଚିତ୍ ନୁହେଁ I
\v 5 ମୁଁ ତୁମ୍ଭମାନଙ୍କୁ ଏହା ଦର୍ଶାଇବା ନିମନ୍ତେ କହୁଅଛି ଯେ ତୁମ୍ଭେମାନେ କିପରି ଆପଣାମାନଙ୍କୁ ଅପମାନିତ କରିଅଛ I ଏପରି ଜଣେ ଜ୍ଞାନୀ ବ୍ୟକ୍ତି ମଣ୍ଡଳୀରେ ରହିବା ଉଚିତ୍ ଯିଏ ଖ୍ରୀଷ୍ଟିଆନ୍ ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ଆସୁଥିବା ବିବାଦକୁ ସମାଧାନ କରିବେ I
\v 6 କିନ୍ତୁ ତା'ପରିବର୍ତ୍ତେ, ତୁମ୍ଭମାନଙ୍କ ମଧ୍ୟରେ କେତେକ ବିଶ୍ୱାସୀ ଅନ୍ୟ ବିଶ୍ୱାସୀମାନଙ୍କୁ ନ୍ୟାୟାଳୟରେ ଦୋଷୀ ସାବ୍ୟସ୍ତ କରିଥାଅ ଏବଂ ତୁମ୍ଭେମାନେ ବିବାଦର ସମାଧାନ କରିବା ନିମନ୍ତେ ଅବିଶ୍ୱାସୀ ବିଚାରପତିକୁ ଅନୁମତି ଦେଇଥାଅ !
\s5
\v 7 ତୁମ୍ଭମାନଙ୍କର ପରସ୍ପର ମଧ୍ୟରେ କୌଣସି ବିବାଦ ଅଛି ଏହାର ଅର୍ଥ ଯାହା ତୁମ୍ଭମାନଙ୍କର କରିବା ଉଚିତ୍ ତାହା ତୁମ୍ଭେମାନେ କରୁନାହଁ I ତୁମ୍ଭେମାନେ ସେମାନଙ୍କୁ ନୟ୍ୟାଳୟକୁ ନେବା ଅପେକ୍ଷା ବରଂ ତୁମ୍ଭେମାନେ ଜଣେ ଭାଇ କି ଜଣେ ଭଉଣୀଙ୍କର ସାହାଯ୍ୟ ନିଅ I
\v 8 ତା' ପରିବର୍ତ୍ତେ, ତୁମ୍ଭେମାନେ ଭୁଲ୍ କରୁଛ ଓ ଅନ୍ୟମାନଙ୍କୁ ପ୍ରତାରଣା କରୁଛ, ଏବଂ ସେହିମାନେ ତୁମର ଭାଇ ଓ ଭଉଣୀ ଅଟନ୍ତି I
\s5
\v 9 ନିଶ୍ଚିତଭାବରେ ତୁମ୍ଭେମାନେ ଜାଣ ଯେ ଦୁଷ୍ଟ ଲୋକମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ I ସେମାନଙ୍କୁ ବିଶ୍ୱାସ କର ନାହିଁ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ଅନ୍ୟଥା କହିବେ I ସତ୍ୟ ଏହା ଯେ ବ୍ୟଭିଚାରୀ, ଯେଉଁମାନେ ଈଶ୍ୱରଙ୍କ ବ୍ୟତୀତ ଅନ୍ୟ ଜିନିଷ କି ଅନ୍ୟ ଜଣକୁ ଉପାସନା କରନ୍ତି, ଯେଉଁମାନେ ଆପଣା ବିବାହ ପ୍ରତିଜ୍ଞା ଖଣ୍ଡନ କରନ୍ତି, ଯେଉଁମାନେ ପାରଦାରିକ କି ସ୍ତ୍ରୀ’ବତ୍ ଆଚାରୀ, ଏବଂ ଯେଉଁମାନେ ସମଲିଙ୍ଗୀ ସମ୍ଭୋଗ ଅଭ୍ୟାସ କରନ୍ତି,
\v 10 ଯେଉଁମାନେ ଚୋରୀ କରନ୍ତି, ଯେଉଁମାନେ ଅଧିକ ପାଇବା ନିମନ୍ତେ ଲୋଭ କରନ୍ତି, ଯେଉଁମାନେ ମତୁଆଳ, ଯେଉଁମାନେ ଅନ୍ୟମାନଙ୍କ ବିଷୟରେ ମିଥ୍ୟା କଥା କହନ୍ତି, ଏବଂ ଯେଉଁମାନେ ଚତୁରତାରେ ଓ ପ୍ରତାରଣା କରି ଅନ୍ୟମାନଙ୍କ ଦ୍ରବ୍ୟ ଲୁଣ୍ଠନ କରନ୍ତି--- ଏହି ଲୋକମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ I
\v 11 ତୁମ୍ଭମାନଙ୍କ ମଧ୍ୟରେ କେତେକ ଏହିସବୁ କରୁଥିଲ I କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ସମସ୍ତ ପାପରୁ ଧୌତ କରିଅଛନ୍ତି, ସେ ଆପଣା ନିମନ୍ତେ ତୁମ୍ଭମାନଙ୍କୁ ପୃଥକ୍ କରିଅଛନ୍ତି, ଆଉ ସେ ତୁମ୍ଭମାନଙ୍କୁ ଆପଣା ସହିତ ଧାର୍ମିକ ଗଣିତ କରିଅଛନ୍ତି I ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ଆମ୍ଭମାନଙ୍କ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ସେ ଏହି ସମସ୍ତ କାର୍ଯ୍ୟ କରିଅଛନ୍ତି I
\s5
\v 12 କେତେକ ଏହା କୁହନ୍ତି: "ଯେକୌଣସି ବିଷୟ ଯାହା ମୁଁ ଚାହେଁ ତାହା କରିବାକୁ ମୋହର ସ୍ଵାଧୀନତା ଅଛି, କାରଣ ମୁଁ ଖ୍ରୀଷ୍ଟଙ୍କଠାରେ ଅଛି I" ହଁ, କିନ୍ତୁ କେତେକ ବିଷୟ ଅନୁମତି ଦିଆ ଯାଇଥିଲେ ମଧ୍ୟ ଏହାର ଅର୍ଥ ନୁହେଁ ଯେ ଏହା ମୋ’ ନିମନ୍ତେ ଉତ୍ତମ ଅଟେ I "ଯେକୌଣସି ବିଷୟ ଯାହା ମୁଁ ଚାହେଁ ତାହା କରିବାକୁ ମୋହର ସ୍ଵାଧୀନତା ଅଛି"---କିନ୍ତୁ କୌଣସି ବିଷୟକୁ ମୋହର ମାଲିକ ହେବାକୁ ମୁଁ ଅନୁମତି ଦେବି ନାହିଁ I
\v 13 ଲୋକମାନେ ଏହା ମଧ୍ୟ କହନ୍ତି, " ଜଣେ ବ୍ୟକ୍ତିର ଶରୀରରେ ହଜମ ହେବା ନିମନ୍ତେ ଖାଦ୍ୟ ପ୍ରସ୍ତୁତ ହୋଇଅଛି, ଏବଂ ଖାଦ୍ୟକୁ ହଜମ କରିବା ନିମନ୍ତେ ଶରୀର ପ୍ରସ୍ତୁତ ହୋଇଅଛି"--- କିନ୍ତୁ ଈଶ୍ୱର ଉଭୟ ଖାଦ୍ୟକୁ ଓ ଶରୀରର ସାଧାରଣ କାର୍ଯ୍ୟକୁ ଲୋପ କରିବେ I ସେମାନେ ଲୋକମାନଙ୍କ ସହ ଶୟନ ବିଷୟରେ ପ୍ରକୃତରେ କଥାବାର୍ତ୍ତା କରୁଅଛନ୍ତି I ସେ ଯାହା ହେଉ, ଈଶ୍ୱର ଆମ୍ଭମାନଙ୍କ ଶରୀରକୁ ଏଥିନିମନ୍ତେ ନିର୍ମାଣ କରି ନାହାନ୍ତି ଯେ ଆମ୍ଭେମାନେ ବ୍ୟଭିଚାର କରୁ I କିନ୍ତୁ ଏହି ଶରୀର ପ୍ରଭୁଙ୍କର ସେବା କରିବା ନିମନ୍ତେ ଅଟେ, ଆଉ ପ୍ରଭୁ ଏହି ଶରୀର ନିମନ୍ତେ I
\s5
\v 14 ଈଶ୍ୱର ପ୍ରଭୁଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଏବଂ ସେ ଆପଣା ଶକ୍ତି ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ପୁନର୍ବାର ଉଠାଇବେ I
\v 15 ତୁମ୍ଭେମାନେ ଏହା ଜାଣିବା ଉଚିତ୍ ଯେ ତୁମ୍ଭମାନଙ୍କ ଶରୀର ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ଅଟେ I ତେବେ କ'ଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଅଙ୍ଗକୁ ନେଇ ବେଶ୍ୟା ସହିତ ସଂଯୁକ୍ତ କରିବ ? ତାହା କଦାପି ନ ହେଉ I
\s5
\v 16 ତୁମ୍ଭେମାନେ ଜାଣ ଯେ, ଯେକେହି ବେଶ୍ୟା ସହିତ ଶୟନ କରେ ସେ ତାହା ସହ ଏକ ଶରୀର ହୁଏ I ଏହା ବିବାହ ବିଷୟରେ ଶାସ୍ତ୍ରରେ କହିବା ସଦୃଶ: "ସେ ଦୁହେଁ ଏକାଙ୍ଗ ହେବେ I"
\v 17 ଆଉ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ I
\s5
\v 18 ତେଣୁ ଯେତେବେଳେ ତୁମ୍ଭମାନଙ୍କର ବ୍ୟଭିଚାର ପାପ ନିମନ୍ତେ ଇଚ୍ଛା ହୁଏ, ତୁମ୍ଭେ ଯେତେ ଶୀଘ୍ର ପାର ଏହାଠାରୁ ପଳାୟନ କର! ଲୋକମାନେ କୁହନ୍ତି, ପ୍ରତ୍ୟେକ ପାପ ଯାହା ମନୁଷ୍ୟ କରେ, ତାହା ଶରୀରର ବାହାରେ କରେ "--- ତାହା ବ୍ୟତୀତ ଯେତେବେଳେ ଜଣେ ବ୍ୟଭିଚାର କରେ, ସେ ଆପଣା ଶରୀର ବିରୁଦ୍ଧରେ ପାପ କରେ I
\s5
\v 19 ତୁମ୍ଭେମାନେ ଜାଣିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ରଆତ୍ମାଙ୍କ ମନ୍ଦିର ରୂପୀ ଏକ ବାସସ୍ଥାନ ଅଟେ I ଈଶ୍ୱର ତୁମ୍ଭମାନଙ୍କୁ ପବିତ୍ରଆତ୍ମା ଦେଇଅଛନ୍ତି ଏବଂ ବର୍ତ୍ତମାନ ତୁମ୍ଭେମାନେ ନିଜେ ନିଜର ନୁହଁ, ବରଂ ତୁମ୍ଭେମାନେ ଈଶ୍ୱରଙ୍କ ଅଟ I
\v 20 ଈଶ୍ୱର ତୁମ୍ଭମାନଙ୍କୁ ଆପଣା ପୁତ୍ରଙ୍କର ଜୀବନର ମୂଲ୍ୟ ଦେଇ କ୍ରୟ କରିଅଛନ୍ତି I ତେଣୁ ତୁମ୍ଭମାନଙ୍କ ମାନବ ଶରୀରରେ ଯାହା କିଛି କର ସେସମସ୍ତ ଦ୍ୱାରା ଈଶ୍ୱରଙ୍କ ଗୌରବ କର I
\s5
\c 7
\v 1 ବିବାହିତ ବିଶ୍ୱାସୀମାନେ କିପରି ଜୀବନ ଅତିବାହିତ ଉଚିତ୍ ସେ ବିଷୟରେ ତୁମ୍ଭେମାନେ ମୋତେ କେତେକ ପ୍ରଶ୍ନ ଲେଖିଥିଲ I ମୋହର ଉତ୍ତର ଏହି I ବିବାହରେ କେତେକ ସମୟରେ ଏକତ୍ର ଶୟନ କରିବାଠାରୁ ନିବୃତ ହେବା ଭଲ ଅଟେ I
\v 2 କିନ୍ତୁ ଲୋକମାନେ ବ୍ୟଭିଚାରରେ ସବୁବେଳେ ପରୀକ୍ଷିତ ହୁଅନ୍ତି I ତେଣୁ ପ୍ରତ୍ୟେକ ସ୍ୱାମୀର ଆପଣା ଆପଣା ଭାର୍ଯ୍ୟା ଥିବା ଉଚିତ୍, ଓ ପ୍ରତ୍ୟେକ ଭାର୍ଯ୍ୟାର ଆପଣା ଆପଣା ସ୍ୱାମୀ ଥିବା ଉଚିତ୍ I
\s5
\v 3 ଏବଂ ପ୍ରତ୍ୟେକ ବିବାହିତ ବିଶ୍ୱାସୀର ଆପଣା ଆପଣା ସ୍ୱାମୀ ବା ଆପଣା ଆପଣା ଭାର୍ଯ୍ୟା ସହିତ ଶୟନ କରିବାର ଅଧିକାର ଅଛି I
\v 4 ଯେହେତୁ ସ୍ୱାମୀ ଆପଣା ଶରୀରର ନିୟନ୍ତ୍ରଣ ଆପଣା ଭାର୍ଯ୍ୟାକୁ ଦିଅନ୍ତି I ଏବଂ ଭାର୍ଯ୍ୟା ଆପଣା ଶରୀରର ନିୟନ୍ତ୍ରଣ ଆପଣା ସ୍ୱାମୀକୁ ଦିଅନ୍ତି I
\s5
\v 5 ତେଣୁ ଏକତ୍ର ଶୟନ କରିବା ନିମନ୍ତେ ପରସ୍ପରକୁ ବଞ୍ଚିତ କର ନାହିଁ I ବରଂ ପ୍ରାର୍ଥନା କରିବା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକପରାମର୍ଶ ହୋଇ ଅଳ୍ପ କାଳ ନିମନ୍ତେ ପୃଥକ୍ ହୋଇପାର I କିନ୍ତୁ ସେହି ସମୟ ସମାପ୍ତ ହେଲେ, ପୁନର୍ବାର ଏକତ୍ର ହୁଅ I ତୁମ୍ଭମାନଙ୍କୁ ପରୀକ୍ଷା କରିବା ନିମନ୍ତେ ଶୟତାନକୁ ଅବକାଶ ଦିଅ ନାହିଁ କାରଣ ତୁମ୍ଭେମାନେ ଆପଣାକୁ ନିୟନ୍ତ୍ରଣ କରି ପାର ନାହିଁ I
\v 6 ମୁଁ ତୁମ୍ଭମାନଙ୍କୁ ଆଦେଶ ଦେଉ ନାହିଁ ଯେ ତୁମ୍ଭେମାନେ ବିବାହ କର, କିନ୍ତୁ ମୁଁ ମଧ୍ୟସ୍ଥତା କରି ସମାଧାନ କରିବି କାରଣ ମୁଁ ଜାଣେ ଯେ ତୁମ୍ଭମାନଙ୍କ ମଧ୍ୟରେ ଅନେକେ ବିବାହିତ କିମ୍ବା ବିବାହ କରିବାକୁ ଇଚ୍ଛା କରୁଅଛ I
\v 7 ମୋହର ଉଦାହରଣ ତୁମ୍ଭମାନଙ୍କ ସମ୍ମୁଖରେ ଅଛି: ମୁଁ ଅବିବାହିତ, ଏବଂ ଅନେକ ସମୟରେ ମୁଁ ଇଚ୍ଛା କରେ ଯେ ତୁମ୍ଭେମାନେ ପ୍ରତ୍ୟେକେ ଈଶ୍ୱରଙ୍କ ସେବା କରିବା ଉଦ୍ଦେଶ୍ୟରେ ଅବିବାହିତ ରୁହ I କିନ୍ତୁ ଈଶ୍ୱର ଆପଣା ସନ୍ତାନମାନଙ୍କୁ ବିଭିନ୍ନ ପ୍ରକାର ଦାନ ଦିଅନ୍ତି; ସେ କେତେକଙ୍କୁ ବିବାହ କରିବା ନିମନ୍ତେ ଓ ଅନ୍ୟମାନଙ୍କୁ ଅବିବାହିତ ରହିବା ନିମନ୍ତେ ସକ୍ଷମ କରନ୍ତି I
\s5
\v 8 ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ କଦାପି ବିବାହ କରି ନାହାନ୍ତି କିମ୍ବା ଯେଉଁମାନଙ୍କ ସ୍ୱାମୀମାନେ ମୃତ, ମୁଁ ସେମାନଙ୍କୁ କୁହେ ତୁମ୍ଭେମାନେ ମୋ ସଦୃଶ ଅବିବାହିତ ହୋଇ ରହିବା ଭଲ ହେବ I
\v 9 କିନ୍ତୁ ଯଦି ଆପଣାକୁ ସଂଯମ କରିବା ତୁମ୍ଭମାନଙ୍କ ନିମନ୍ତେ କଷ୍ଟକର ହୁଏ, ତେବେ ତୁମ୍ଭେମାନେ ବିବାହ କରିବା ଉଚିତ୍ I କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ତୁମ୍ଭେମାନେ ବିବାହ କରିବା ଭଲ I
\s5
\v 10 ଯେଉଁମାନେ ବିବାହିତ ସେମାନଙ୍କୁ ପ୍ରଭୁ ଆଜ୍ଞା ଦିଅନ୍ତି: "ଭାର୍ଯ୍ୟା ଆପଣା ସ୍ୱାମୀ ଠାରୁ ଭିନ୍ନ ହେବା ଉଚିତ୍ ନୁହେଁ I"
\v 11 (କିନ୍ତୁ ଯଦି ସେ ଆପଣା ସ୍ୱାମୀଠାରୁ ଭିନ୍ନ ହୁଏ, ତେବେ ସେ ଆଉ ବିବାହ ନ କରୁ, ଅଥବା ଆପଣା ସ୍ୱାମୀ ସହିତ ମିଳିତ ହେଉ I) ଏବଂ, "ସ୍ୱାମୀ ଆପଣା ଭାର୍ଯ୍ୟାକୁ ପରିତ୍ୟାଗ ନ କରୁ I"
\s5
\v 12 ଆଉ ଏହା ମୋହର କହିବାକୁ ଅଛି--- ଆଉ ଏହା ମୋହର ପରାମର୍ଶ ଅଟେ, ପ୍ରଭୁଙ୍କ ଆଦେଶ ନୁହେଁ--- ଯଦି କୌଣସି ଭାଇର ଅବିଶ୍ୱାସିନୀ ଭାର୍ଯ୍ୟା ଥାଏ: ଯଦି ସେ ତୁମ୍ଭ ସହିତ ବାସ କରିବାକୁ ସମ୍ମତା ହୁଏ, ତାହା ହେଲେ ତାହାକୁ ପରିତ୍ୟାଗ କର ନାହିଁ I
\v 13 ପୁଣି ଯେଉଁ ସ୍ତ୍ରୀର ଅବିଶ୍ୱାସୀ ସ୍ୱାମୀ ଥାଏ, ଯଦି ସେ ତୁମ୍ଭ ସହିତ ବାସ କରିବାକୁ ସମ୍ମତ ହୁଏ, ତାହା ହେଲେ ତୁମ୍ଭେ ଆପଣା ସ୍ୱାମୀକୁ ପରିତ୍ୟାଗ କର ନାହିଁ I
\v 14 କାରଣ ଭାର୍ଯ୍ୟା ଈଶ୍ୱରଙ୍କଠାରେ ଭରସା କରିବା ହେତୁ ଅବିଶ୍ୱାସୀ ସ୍ୱାମୀ ଶୁଚି କରାଯାଇଅଛି I ଏହା ସେହି ପ୍ରକାରେ ସ୍ୱାମୀ ଈଶ୍ୱରଙ୍କଠାରେ ଭରସା କରିବା ହେତୁ ଅବିଶ୍ୱାସିନୀ ଭାର୍ଯ୍ୟା ଶୁଚି କରାଯାଇଅଛି I ସେହି ପ୍ରକାରେ ତୁମ୍ଭମାନଙ୍କ ସନ୍ତାନମାନଙ୍କ ନିମନ୍ତେ ମଧ୍ୟ: ଜଣେ ମାତା କି ପିତା ଖ୍ରୀଷ୍ଟଙ୍କଠାରେ ଭରସା କରିବା ହେତୁ ସନ୍ତାନମାନେ ଈଶ୍ୱରଙ୍କ ନିମନ୍ତେ ଶୁଚି କରାଯାଇଅଛନ୍ତି I
\s5
\v 15 ତଥାପି, ଯଦି ଅବିଶ୍ୱାସୀ ସ୍ୱାମୀ କି ଭାର୍ଯ୍ୟା ବିଭିନ୍ନ ହେବାକୁ ଇଚ୍ଛା କରେ, ତୁମ୍ଭେ ତାହାକୁ ବିଭିନ୍ନ ହେବାକୁ ଦିଅ I ଏପରି ସ୍ଥଳେ, ସେ ଭାଇ ବା ଭଉଣୀ ବିବାହ କରିବା ସମୟରେ ଯେଉଁ ପ୍ରତିଜ୍ଞା କରିଥିଲେ ସେଥିରେ ଆବଦ୍ଧ ନୁହେଁ I ଈଶ୍ୱର ଆମ୍ଭମାନଙ୍କୁ ଶାନ୍ତିରେ ଆଚରଣ କରିବାକୁ ଆହ୍ୱାନ କରିଅଛନ୍ତି I
\v 16 ତୁମ୍ଭେମାନେ ଆପଣା ଅବିଶ୍ୱାସୀ ସ୍ୱାମୀ କି ଭାର୍ଯ୍ୟା ସମ୍ମୁଖରେ କିପରି ଜୀବନ ବିତାଉଅଛ ସେହି ଜୀବନ ଦ୍ୱାରା ଈଶ୍ୱର କାର୍ଯ୍ୟ କରିପାରନ୍ତି ତୁମ୍ଭେମାନେ ଜାଣ I ଆଉ ହୋଇପାରେ ତୁମ୍ଭମାନଙ୍କ ଜୀବନ ଦ୍ୱାରା ଈଶ୍ୱର ତୁମ୍ଭମାନଙ୍କ ସ୍ୱାମୀ ଅବା ତୁମ୍ଭମାନଙ୍କ ଭାର୍ଯ୍ୟାକୁ ପରିତ୍ରାଣ ଦେଇପାରନ୍ତି I
\s5
\v 17 ପ୍ରଭୁ ଆମ୍ଭମାନଙ୍କୁ ଯେଉଁ ପ୍ରକାରେ ଜୀବନ କାଟିବାକୁ ଦାନ ବିତରଣ କରିଅଛନ୍ତି ଆମ୍ଭେମାନେ ସେହି ପ୍ରକାରେ ଜୀବନ ବିତାଇବା, ଆଉ ଈଶ୍ୱର ଯେଉଁ ଆହ୍ୱାନ ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି ସେହି ଅନୁସାରେ ଆଜ୍ଞାକାରୀ ହୋଇ ଆଚରଣ କରିବା I ଏହା ସମସ୍ତ ମଣ୍ଡଳୀର ନିୟମ ଅଟେ I
\v 18 ଯଦି ତୁମ୍ଭେମାନେ ଖ୍ରୀଷ୍ଟିଆନ ହେବା ପୂର୍ବରୁ ସୁନ୍ନତ ହୋଇଥିଲ, ତୁମ୍ଭେମାନେ ସେହି ସୁନ୍ନତର ଦାଗ ଦୂର କରିବାକୁ ଚେଷ୍ଟା କର ନାହିଁ I ଯେତେବେଳେ ଈଶ୍ୱର ତୁମ୍ଭମାନଙ୍କୁ ରକ୍ଷା କଲେ ସେତେବେଳେ ଯଦି ତୁମ୍ଭେମାନେ ସୁନ୍ନତ ହୋଇ ନ ଥିଲ, କେହି ମଧ୍ୟ ତୁମ୍ଭମାନଙ୍କୁ ସୁନ୍ନତ ନ କରୁ I
\v 19 ସୁନ୍ନତ କି ଅସୁନ୍ନତ ----ଏହା ଆମ୍ଭମାନଙ୍କ ନିମନ୍ତେ ଗୁରୁତ୍ତ୍ୱପୂର୍ଣ୍ଣ ନୁହେଁ I କିନ୍ତୁ ଯାହା ଗୁରୁତ୍ତ୍ୱପୂର୍ଣ୍ଣ ତାହା ଏହି ଯେ ଈଶ୍ୱର ଆମ୍ଭମାନଙ୍କୁ ଯାହା ଆଜ୍ଞା କରିଅଛନ୍ତି ତାହା ଆମ୍ଭେମାନେ ପାଳନ କରିବା I
\s5
\v 20 ଯେତେବେଳେ ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଭରସା କରିବା ନିମନ୍ତେ ଆହ୍ୱାନ କଲେ ସେତେବେଳେ ଯେଉଁ ପରି କରୁଥିଲ ସେହିପରି ଆଚରଣ କର I
\v 21 ଯେତେବେଳେ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କଲେ ସେତେବେଳେ ଯଦି ତୁମ୍ଭେମାନେ ଦାସ ଥିଲ, ଏହି ବିଷୟରେ ଚିନ୍ତିତ ହୁଅ ନାହିଁ I ନିଶ୍ଚିତଭାବେ, ଯଦି ତୁମ୍ଭେମାନେ ସ୍ୱାଧୀନତା ପ୍ରାପ୍ତ ହେବା ନିମନ୍ତେ ସୁଯୋଗ ପାଉଛ, ତେବେ ଏହି ସୁଯୋଗର ସଦ୍‌ବ୍ୟବହାର କର I
\v 22 ଏହି କାରଣରୁ ଯେକେହି ଦାସ ହୋଇ ପ୍ରଭୁଙ୍କ ଠାରେ ଆହୂତ ହୋଇଅଛି ସେ ପ୍ରଭୁଙ୍କ କାରଣରୁ ମୁଁକ୍ତ ଅଟେ I ଏହି ପ୍ରକାରେ, ତୁମ୍ଭେମାନେ ଈଶ୍ୱରଙ୍କ ଦାସ ଥିଲ ଯେତେବେଳେ ସେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତୁମ୍ଭେମାନେ କାହାରି ଦାସ ହୁଅ ନାହିଁ I
\v 23 ଈଶ୍ୱର ଆପଣା ପୁତ୍ରଙ୍କ ମୂଲ୍ୟ ଦେଇ ତୁମ୍ଭମାନଙ୍କୁ କିଣିଅଛନ୍ତି; ତୁମ୍ଭମାନଙ୍କ ସ୍ୱାଧୀନତା ବହୁମୂଲ୍ୟ ଅଟେ I ତେଣୁ ମନୁଷ୍ୟର ଦାସ ହୁଅ ନାହିଁ I
\v 24 ଖ୍ରୀଷ୍ଟଙ୍କଠାରେ ଭାଇ ଓ ଭଉଣୀମାନେ, ଯେତେବେଳେ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କଲେ ସେତେବେଳେ ତୁମ୍ଭେମାନେ ଯାହା ଥିଲ, ତାହା ଦାସ ହେଉ କିମ୍ବା ସ୍ୱାଧୀନ ହେଉ, ସେହି ଅବସ୍ଥାରେ ହିଁ ରୁହ I
\s5
\v 25 କୁମାରୀମାନଙ୍କ ବିଷୟରେ ଯେଉଁ ପ୍ରଶ୍ନ, ମୋହର ମତ ଏହି, କିନ୍ତୁ ଏହି ପ୍ରଶ୍ନ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇ ନାହିଁ I କିନ୍ତୁ ତୁମ୍ଭେମାନେ ମୋହର ଉତ୍ତରରେ ବିଶ୍ୱାସ କରିପାର କାରଣ ଈଶ୍ୱର ମୋତେ ଅନୁଗ୍ରହ କରିଅଛନ୍ତି ଓ ଲୋକମାନେ ମୋତେ ଯେପରି ବିଶ୍ୱାସ କରିପାରନ୍ତି ସେଥିର ଯୋଗ୍ୟ କରିଅଛନ୍ତି I
\v 26 ଯେହେତୁ, ଆମ୍ଭମାନଙ୍କ ଉପରେ ଆସନ୍ନ ଦୁର୍ଦ୍ଦଶା ହେତୁରୁ, ମୁଁ ମନେ କରେ, ଈଶ୍ୱର ତୁମ୍ଭମାନଙ୍କୁ ଆହୂତ କରିବା ସମୟରେ ଯେପରି ଥିଲ ସେହିପରି ରହିବା ଭଲ I
\s5
\v 27 ଯେଉଁମାନେ ଅବିବାହିତ, ସେମାନଙ୍କ ନିମନ୍ତେ ଏହା ମୁଁ କହେ: ଆପଣା ପ୍ରତିଜ୍ଞାରୁ ମୁଁକ୍ତ ହେବାକୁ ଚେଷ୍ଟା କର ନାହିଁ I ଯେଉଁମାନେ ଅବିବାହିତ ସେମାନଙ୍କୁ ମୁଁ କହେ, ଭାର୍ଯ୍ୟା ପାଇବା ନିମନ୍ତେ ଚେଷ୍ଟା କର ନାହିଁ I
\v 28 କିନ୍ତୁ ଅବିବାହିତ ପୁରୁଷମାନଙ୍କୁ ମୁଁ କହେ; ଯଦି ତୁମ୍ଭେ ବିବାହ କର, ତେବେ ସୁଦ୍ଧା ତୁମ୍ଭେ ପାପ କରି ନାହିଁ I ଏହି ସମାନ ଆଦେଶ ମୁଁ ଅବିବାହିତ ମହିଳାମାନଙ୍କୁ ଦେଉଅଛି: ଯଦି ତୁମ୍ଭେ ବିବାହ କର, ତେବେ ସୁଦ୍ଧା ତୁମ୍ଭେ ପାପ କରି ନାହିଁ I ତଥାପି, ଯଦି ତୁମ୍ଭେ ବିବାହ କର, ତୁମ୍ଭେ ଅନେକ ସମସ୍ୟାର ସମ୍ମୁଖୀନ ହେବ, ତେଣୁ ମୁଁ ତୁମ୍ଭମାନଙ୍କୁ ପରାମର୍ଶ ଦିଏ, ତୁମ୍ଭେମାନେ ଅବିବାହିତ ହୋଇ ରୁହ I
\s5
\v 29 ଯେଉଁ ସମୟରେ ଆମ୍ଭେମାନେ ଅଛୁ ସେହି ସମୟ ବିଷୟରେ ମୋହର ଭାବ ଏହି, ହେ ଭାଇ ଓ ଭଉଣୀମାନେ, ସମୟ ଅତ୍ୟଳ୍ପ ମାତ୍ର I ଆସୁଥିବା ସମସ୍ୟା ହେତୁରୁ ଯେଉଁମାନେ ବିବାହିତ ସେମାନେ ବର୍ତ୍ତମାନଠାରୁ ଅବିବାହିତ ପରି ରୁହନ୍ତୁ I
\v 30 ଯେଉଁମାନେ ରୋଦନ କରନ୍ତି ସେମାନେ ରୋଦନ ନ କରନ୍ତୁ I ଯେଉଁମାନେ ଆଶ୍ଚର୍ଯ୍ୟଜନକ ଘଟଣା ଯୋଗୁଁ ଆନନ୍ଦ କରନ୍ତି ସେମାନଙ୍କ ମୁଖ ଆନନ୍ଦ ପ୍ରଫୁଲ୍ଲିତ ନ ହେଉ I ଯେଉଁମାନେ କିଛି କ୍ରୟ କରିବା ନିମନ୍ତେ ଅର୍ଥ ବ୍ୟୟ କରନ୍ତି ସେମାନେ ଏଥିପାଇଁ ଆନନ୍ଦିତ ନ ହୁଅନ୍ତୁ, ସେମାନେ ଅନଧିକାରୀ ପରି ଜୀବନଯାପନ କରନ୍ତୁ I
\v 31 ଆଉ ଯେଉଁମାନେ ଏହି ଜଗତର ବିଷୟକୁ ନେଇ କାରବାର କରନ୍ତି ସେମାନେ ସେଥିରେ ସମ୍ପୂର୍ଣ୍ଣ ଭାବେ ନିଜକୁ ଜଡ଼ିତ ନ କରନ୍ତୁ I ଯେହେତୁ ଏହି ଜଗତର ପଦ୍ଧତି ଲୋପ ପାଇବାକୁ ଯାଉଅଛି I
\s5
\v 32 କିନ୍ତୁ ତୁମ୍ଭେମାନେ ଯେପରି ଚିନ୍ତିତ ନ ହୁଅ, ଏହା ମୋହର ଇଚ୍ଛା I ଅବିବାହିତ ବ୍ୟକ୍ତି ପ୍ରଭୁଙ୍କ ନିମନ୍ତେ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟଗୁଡିକ ପ୍ରତି ମନୋଯୋଗ କରେ I ସେ ପ୍ରଭୁଙ୍କ ସେବା କରିବାକୁ ଇଚ୍ଛା କରେ ଓ ସେ ଯାହା କରିବାକୁ ଇଚ୍ଛା କରେ ତାହା କରେ I
\v 33 କିନ୍ତୁ ଯେ ବିବାହିତ, ସେ କିପରି ଆପଣା ଭାର୍ଯ୍ୟାର ସନ୍ତୋଷ ପାତ୍ର ହେବ, ସେଥିପାଇଁ ସେ ସଂସାର ବିଷୟ ଘେନି ଚିନ୍ତିତ ହୁଏ, ଓ ତାହାର ମନ ବିଭକ୍ତ ହୁଏ I
\v 34 ତେଣୁ ବିବାହିତ ପୁରୁଷମାନେ ଯେତିକି ଆବଶ୍ୟକ ସେତିକି ହିଁ କରନ୍ତୁ I ସେହିପରି ବିଧବା ଓ କୁମାରୀ ଯେଉଁମାନେ ଅବିବାହିତ: ବିଶ୍ୱାସୀ ମହିଳାଙ୍କ ସଦୃଶ, ଆପଣା ଶରୀର ଓ ଆପଣା ବ୍ୟବହାରରେ ଈଶ୍ୱରଙ୍କ ସେବା କରିବାରେ ଆପଣା ସମୟ ବ୍ୟତୀତ କର I କିନ୍ତୁ ଯେ ବିବାହିତା ସେ କିପରି ଆପଣା ସ୍ୱାମୀର ସନ୍ତୋଷ ପ୍ରାପ୍ତ ହେବ ସେ ବିଷୟ ଘେନି ଚିନ୍ତିତ ହୁଏ I
\s5
\v 35 ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ନିମନ୍ତେ କୁହେ I ମୁଁ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁ ନାହିଁ I ଯଦି ତୁମ୍ଭେମାନେ ମୋହର ଉପଦେଶ ଅନୁସରଣ କରିବ, ତେବେ ତୁମ୍ଭେମାନେ ବିବାହିତ ପୁରୁଷ ଯେଉଁ ବିଷୟରେ ଚିନ୍ତିତ ହୁଅନ୍ତି ସେହି ବିଷୟ ଘେନି ଚିନ୍ତିତ ନ ହୋଇ ପ୍ରଭୁଙ୍କ ସେବା କରିବାକୁ ସହଜ ଅନୁଭବ କରିବ I
\s5
\v 36 ଯଦି କୌଣସି ପୁରୁଷ କୌଣସି ସ୍ତ୍ରୀକୁ ବିବାହ କରିବା ନିମନ୍ତେ ପ୍ରତିଜ୍ଞା କରିଥାଏ, କିନ୍ତୁ ଯଦି ସେ ଜାଣେ ଯେ ସେହି ସ୍ତ୍ରୀ ବିବାହ କରିବା ନିମନ୍ତେ ଗତବୟସ୍କା ହୋଇଥିବା ହେତୁରୁ ତାହାକୁ ସେହି ପୁରୁଷ ଆଦରର ସହିତ ବ୍ୟବହାର କରୁନାହିଁ, ତେବେ ସେ ବିବାହ କରୁ, ଏହା ପାପ ନୁହେଁ I
\v 37 କିନ୍ତୁ ଯଦି ସେ ଏହା ସ୍ଥିର କରେ ଯେ ବର୍ତ୍ତମାନ ବିବାହ କରିବାକୁ ଇଚ୍ଛା କରୁନାହିଁ, ଏବଂ ଯଦି ସେ ସମସ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରୁଅଛି, ସେ ବିବାହ ନ କରିବା ନିମନ୍ତେ ଭଲ ନିର୍ଣ୍ଣୟ କରିଅଛି I
\v 38 ତେଣୁ ଯିଏ ଆପଣା ସହିତ ନିର୍ବନ୍ଧ ହୋଇଥିବା ବ୍ୟକ୍ତି ସହିତ ବିବାହ କରେ ସେ ଭଲ କରେ; ଆଉ ଯେ କେହି ବିବାହ ନ କରିବାକୁ ସ୍ଥିର କରେ ସେ ଭଲ କରେ I
\s5
\v 39 ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ; କିନ୍ତୁ ଯଦି ସ୍ୱାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କଠାରେ ବିଶ୍ୱାସୀ ଯାହାକୁ ଇଚ୍ଛା, ତାହାକୁ ବିବାହ କରିପାରେ I
\v 40 କିନ୍ତୁ ଜଣେ ବିଧବା ପୁନର୍ବାର ବିବାହ ନ କଲେ ଅଧିକ ସୁଖୀ ହେବ, ଏହା ମୋହର ମତ, ଆଉ ମୁଁ ମଧ୍ୟ ଈଶ୍ୱରଙ୍କ ଆତ୍ମା ପାଇଅଛି ବୋଲି ମନେ କରେ I
\s5
\c 8
\v 1 ବର୍ତ୍ତମାନ, ସେହି ପ୍ରଶ୍ନ ଯାହା ପ୍ରତିମା ସମ୍ମୁଖରେ ଉତ୍ସର୍ଗ କରାଯାଇଥିବା ପ୍ରସାଦ ବିଷୟରେ ତୁମ୍ଭେମାନେ ପଚାରିଥିଲ: ଆମ୍ଭେମାନେ ଜାଣୁ ଯେ ଲୋକମାନେ କୁହନ୍ତି, " ଆମ୍ଭ ସମସ୍ତଙ୍କର ଜ୍ଞାନ ଅଛି I" କିନ୍ତୁ ଯଦି ତୁମ୍ଭେମାନେ ମନେ କରୁଅଛ ଯେ, ତୁମ୍ଭେମାନେ ବହୁତ ଜାଣିଅଛ, ତୁମ୍ଭେମାନେ ନିଜେ ନିଜଠାରେ ଗର୍ବ କରିପାର I ଯେତେବେଳେ ତୁମ୍ଭେମାନେ ଅନ୍ୟମାନଙ୍କୁ ପ୍ରେମ କର, ତୁମ୍ଭେମାନେ ସେମାନଙ୍କ ବିଶ୍ୱାସରେ ଦୃଢ଼ ଭାବରେ ବୃଦ୍ଧି ହେବା ନିମନ୍ତେ ସେମାନଙ୍କୁ ସାହାଯ୍ୟ କର I
\v 2 ସତ୍ୟ ଏହା ଯେ, ଯଦି କେହି କୌଣସି ବିଷୟରେ ଜ୍ଞାନୀ ବୋଲି ମନେ କରେ, ତେବେ ତାହାର ଯେପରି ନମ୍ରତା ଶିକ୍ଷା କରିବାର ଆବଶ୍ୟକ, ଏପର୍ଯ୍ୟନ୍ତ ସେ ସେପରି ଜାଣି ନାହିଁ I
\v 3 ଯେତେବେଳେ ତୁମ୍ଭେମାନେ ଈଶ୍ୱରଙ୍କୁ ପ୍ରେମ କର, ତେବେ ଈଶ୍ୱର ତୁମ୍ଭମାନଙ୍କୁ ଜାଣନ୍ତି I
\s5
\v 4 ବର୍ତ୍ତମାନ ପ୍ରତିମା ନିକଟରେ ଉତ୍ସର୍ଗୀତ ଖାଦ୍ୟ ଖାଇବା ବିଷୟରେ: ଆସ ଆମ୍ଭେମାନେ ଏହି ବିଧି ସହିତ ଆରମ୍ଭ କରୁ: ଯେପରି କେତେକ କହନ୍ତି, "ଏହି ଜଗତରେ ଦେବତା ବୋଲି କିଛି ନାହିଁ," ଏବଂ, ଯେପରି ମୋଶା ଶିକ୍ଷା ଦେଇଥିଲେ, "କେବଳ ଏକ ଈଶ୍ୱର ଅଛନ୍ତି I" ତେଣୁ ଦେବତାଗୁଡିକ ପ୍ରକୃତ ଈଶ୍ୱର ନୁହନ୍ତି; ସେମାନେ ଜୀବିତ ଈଶ୍ୱର ନୁହନ୍ତି I
\v 5 କିନ୍ତୁ ମୁଁ ଜାଣେ ଯେ କେତେକ ଲୋକ କୁହନ୍ତି ଅନେକ ଈଶ୍ୱର ଓ ପ୍ରଭୁ ସ୍ୱର୍ଗରେ କିମ୍ବା ଏହି ପୃଥିବୀରେ ଅଛନ୍ତି---ଶେଷରେ, ଏପରି ଅନେକ ଅଲୌକିକ ଶକ୍ତି ଅଛନ୍ତି ଯାହାଙ୍କର ପ୍ରକୃତ ଶକ୍ତି ଅଛି I
\v 6 ତଥାପି, ଆମ୍ଭେମାନେ କହୁ, "ଏକ ଈଶ୍ୱର, ଯେ ପିତା, ତାହାଙ୍କଠାରୁ ସମସ୍ତ ବିଷୟ ଆସେ, ଏବଂ ତାହାଙ୍କ ନିମନ୍ତେ ଆମ୍ଭେମାନେ ବଞ୍ଚୁ I ଆଉ କେବଳ ଏକ ପ୍ରଭୁ, ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି; ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ଏବଂ କେବଳ ସେ ହିଁ ଆମ୍ଭମାନଙ୍କୁ ଜୀବନ ଦିଅନ୍ତି I"
\s5
\v 7 କିନ୍ତୁ ସମସ୍ତ ଏହା ଜାଣନ୍ତି ନାହିଁ I କେତେକ ଲୋକ ପୂର୍ବେ ମୂର୍ତ୍ତି ପୂଜା କରୁଥିଲେ, ଏବଂ ଏବେ ସୁଦ୍ଧା କରନ୍ତି, ଆଉ ମୂର୍ତ୍ତିଠାରେ ଉତ୍ସର୍ଗୀତ ଖାଦ୍ୟ ମଧ୍ୟ ଖାଆନ୍ତି, ସେମାନେ ଭାବନ୍ତି ଯେ ସେମାନେ ଏପର୍ଯ୍ୟନ୍ତ ଦେବତାକୁ ପୂଜା କରୁଅଛନ୍ତି I ସେମାନେ ଦୁଇ ମତ ହୋଇଅଛନ୍ତି ଏବଂ ଖ୍ରୀଷ୍ଟଙ୍କଠାରେ ସେମାନଙ୍କ ବିଶ୍ୱାସ ଦୁର୍ବଳ ଅଟେ, ସେମାନେ ଅନୁଭବ କରନ୍ତି ଯେ ସେମାନେ ଦେବପ୍ରସାଦ ଖାଇବା ଦ୍ୱାରା ପ୍ରତିମାକୁ ସମ୍ମାନ ଦେଉଅଛନ୍ତି I
\s5
\v 8 ଆମ୍ଭେମାନେ ଜାଣୁ ଯେ ଖାଦ୍ୟ ଦ୍ରବ୍ୟ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟରେ ଭଲ କି ମନ୍ଦ କରେ ନାହିଁ I
\v 9 କିନ୍ତୁ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭାଇ ଓ ଭଉଣୀମାନେ I ତୁମ୍ଭେମାନେ ଖାଦ୍ୟ ଖାଇବା ନିମନ୍ତେ ସ୍ୱାଧୀନ ଅଟ, କିନ୍ତୁ ତୁମ୍ଭେମାନେ ଲୋକମାନଙ୍କର ବିଶ୍ୱାସରେ ପତନ ହେବାର କାରଣ ହେବା ଉଚିତ୍ ନୁହେଁ ଯଦ୍ୟପି ତୁମ୍ଭେମାନେ ଏହା ଖାଇବା ନିମନ୍ତେ ସ୍ୱାଧୀନ ଅଟ I
\v 10 ତୁମ୍ଭେମାନେ ଜାଣ ଯେ, ପ୍ରତିମାମାନେ କଦାପି ଜୀବିତ ନୁହନ୍ତି, ସେମାନେ କୌଣସି ପ୍ରକାରେ ଈଶ୍ୱର ମଧ୍ୟ ନୁହନ୍ତି I କିନ୍ତୁ ଯଦି ଯେଉଁ ଭାଇ ଓ ଭଉଣୀମାନେ ଭଲ ଓ ମନ୍ଦ ମଧ୍ୟରେ ତଫାତ୍ ଜାଣନ୍ତି ନାହିଁ; ସେମାନେ ତୁମ୍ଭମାନଙ୍କୁ ଦେବାଳୟରେ ଭୋଜନ କରିବା ଦେଖନ୍ତି, ତେବେ ତୁମ୍ଭେମାନେ ସେମାନଙ୍କୁ ମୂର୍ତ୍ତିପୂଜାରେ ପୁନର୍ବାର ଫେରିବା ନିମନ୍ତେ ଉତ୍ସାହିତ କରୁଅଛ ବୋଲି ମନେ କରିବେ I
\s5
\v 11 ଫଳ ସ୍ୱରୂପ, ଯଦି ତୁମ୍ଭମାନଙ୍କ ଦୁର୍ବଳ ଭାଇ କିମ୍ବା ଭଉଣୀ ତୁମ୍ଭମାନଙ୍କୁ ଦେବପ୍ରସାଦ ଖାଇବା ଦେଖନ୍ତି କାରଣ ତୁମ୍ଭମାନଙ୍କର ସେହି ଖାଦ୍ୟ ଖାଇବା ନିମନ୍ତେ ଅଧିକାର ଅଛି କିନ୍ତୁ ସେମାନଙ୍କର ସେହି ସମାନ ଅଧିକାର ନାହିଁ ---ତୁମ୍ଭମାନଙ୍କର ସ୍ୱାଧୀନତା ତୁମ୍ଭମାନଙ୍କ ସହ ବିଶ୍ୱାସୀମାନଙ୍କୁ ବିନଷ୍ଟ କରିବ ଯାହାଙ୍କ ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ I
\v 12 ଯେତେବେଳେ ତୁମ୍ଭେମାନେ ସେମାନଙ୍କୁ ସେମାନଙ୍କ ବିବେକ ଯାହା କରିବାକୁ ଅନୁମତି ଦିଏ ନାହିଁ ତାହା କରିବାକୁ ସେମାନଙ୍କୁ ଉତ୍ସାହିତ କର, ସେତେବେଳେ ତୁମ୍ଭେ ତୁମ୍ଭମାନଙ୍କ ଦୁର୍ବଳ ଭାଇ ଓ ଭଉଣୀମାନଙ୍କ ବିରୁଦ୍ଧରେ ପାପ କରିଥାଅ I
\v 13 ତେଣୁ, ମୁଁ କିଛି ଖାଦ୍ୟ ଖାଉଥିବା ଦେଖିବା ଦ୍ୱାରା, ଯଦି ମୋହର ଭାଇ କିମ୍ବା ଭଉଣୀ ଈଶ୍ୱରଙ୍କ ସେବା କରିବା ନିମନ୍ତେ ଅଯୋଗ୍ୟ ହୁଅନ୍ତି ତେବେ ମୁଁ ଆଉ କଦାପି ମାଂସ ଖାଇବି ନାହିଁ! ମୁଁ ଏପରି କିଛି କରିବାକୁ ଚାହୁଁ ନାହିଁ; ଯାହା ସେମାନଙ୍କ ପତନର କାରଣ ହେବ I
\s5
\c 9
\v 1 ମୋର କାର୍ଯ୍ୟର ସମାଲୋଚନା କରୁଥିବା ଲୋକମାନଙ୍କୁ ମୋହର ଉତ୍ତର ଏହି I ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦେଖିଅଛି I ମୁଁ ସ୍ଵାଧୀନ ଅଟେ I ତୁମ୍ଭେମାନେ ମୋହର କାର୍ଯ୍ୟର ଫଳ ଅଟ--ତୁମ୍ଭେମାନେ ମୋହର କୃତକର୍ମ I
\v 2 ଯଦ୍ୟପି ମୁଁ ଜଣେ ପ୍ରେରିତ ବୋଲି ଅନ୍ୟମାନେ ବିବେଚନା କରନ୍ତି ନାହିଁ, ମୁଁ ତୁମ୍ଭମାନଙ୍କ ନିକଟରେ ଜଣେ ପ୍ରେରିତ I କାରଣ ପ୍ରଭୁଙ୍କଠାରେ ତୁମ୍ଭେମାନେ ମୋହର ପ୍ରେରିତପଦର ମୁଁଦ୍ରାଙ୍କ ସ୍ଵରୂପ I
\s5
\v 3 ମୋହର ସେବା ନିମନ୍ତେ ବିଶ୍ଵାସୀମାନେ ମୋତେ ଦେଉଥିବା ଅର୍ଥକୁ ବ୍ୟବହାର ନ କରିବା ଦ୍ୱାରା ଯେଉଁମାନେ ମୁଁ ପ୍ରେରିତ ନୁହେଁ ବୋଲି କହନ୍ତି, ସେମାନଙ୍କୁ ମୋହର ଉତ୍ତର ଏହି I
\v 4 ନିଶ୍ଚିତଭାବରେ ଏହି ଅର୍ଥ ସାହାଯ୍ୟରେ ବଞ୍ଚିବା ଆମ୍ଭମାନଙ୍କ ଅଧିକାର ଅଛି I
\v 5 ନିଶ୍ଚିତଭାବରେ ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କେଫାଙ୍କ ପରି ବିଶ୍ୱାସିନୀସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ ମୋହର ଅଧିକାର ଅଛି I
\v 6 କେହି ମଧ୍ୟ ନିୟମ କରିନାହାନ୍ତି ଯେ କେବଳ ବର୍ଣ୍ଣବ୍‌ବା ଓ ମୁଁ ଆମ୍ଭମାନଙ୍କ ଜୀବିକା ନିର୍ବାହ କରିବା ନିମନ୍ତେ କାର୍ଯ୍ୟ କରିବୁ I
\s5
\v 7 କୌଣସି ସୈନିକ ଆପଣା ବ୍ୟୟରେ ସୈନିକବୃତ୍ତି କରେ ନାହିଁ I କେହି ମଧ୍ୟ ଦ୍ରାକ୍ଷାକ୍ଷେତ୍ରର ଫଳ ନ ଖାଇଲେ ଓ ଦ୍ରାକ୍ଷାରସ ପାନ ନ କଲେ ଦ୍ରାକ୍ଷାକ୍ଷେତ୍ର କର୍ମ କରେ ନାହିଁ I କେହି ମଧ୍ୟ ପଶୁଠାରୁ ମିଳୁଥିବା ଦୁଗ୍ଧ ପାନ ନ କଲେ ପଶୁପଲ ପାଳନ କରେ ନାହିଁ I
\v 8 ଏହା ସାଧାରଣଜ୍ଞାନ ଅଟେ I କିନ୍ତୁ ବ୍ୟବସ୍ଥା ମଧ୍ୟ ଏହା ବିଷୟରେ କୁହେ I
\s5
\v 9 କାରଣ ମୋଶାଙ୍କ ବ୍ୟବସ୍ଥା ଏହା କୁହେ, "ଯେତେବେଳେ ବଳଦ ଶସ୍ୟ ମଳୁଥାଏ, ସେଠାରୁ କିଛି ଖାଇବାକୁ ବଳଦକୁ ଅଟକାଅ ନାହିଁ I" ଈଶ୍ୱର ଅଧିକ ଏହି ବିଷୟରେ ଚିନ୍ତା କରନ୍ତି I
\v 10 ଏହି ବ୍ୟବସ୍ଥା ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ଅଟେ I ମୋଶା ଏହା କହନ୍ତି ଯେ, ଯେକେହି କୌଣସି କାର୍ଯ୍ୟ କରେ ସେ ସେଥିରୁ ଫଳ ପାଇବା ଉଚିତ୍, ଯେପରି ବଳଦ ଶସ୍ୟ ମିଳୁଥିବା ସମୟରେ ସେଥିରୁ କିଛି ଖାଇଥାଏ I
\v 11 ଯଦି ଆମ୍ଭେମାନେ ତୁମ୍ଭମାନଙ୍କଠାରେ ସୁସମାଚାରର ବୀଜ ବୁଣିଅଛୁ, ତେବେ ଆମ୍ଭମାନଙ୍କ ସାହାଯ୍ୟ ନିମନ୍ତେ ତୁମ୍ଭମାନଙ୍କଠାରୁ ଅର୍ଥ ଗ୍ରହଣ କରିବା କ’ଣ ଗୁରୁତର ?
\s5
\v 12 ଯଦି ଅନ୍ୟମାନେ ତୁମ୍ଭମାନଙ୍କର ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ ଆହୁରି ଅଧିକ ଅଟୁ I ତଥାପି, ଆମ୍ଭେମାନେ ଏଥିର ଯୋଗ୍ୟ ଥିଲେ ସୁଦ୍ଧା ଆମ୍ଭେମାନେ ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିନାହୁଁ I ବରଂ, ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସମାଚାରରେ କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟ କରୁଅଛୁ I
\v 13 ନିଶ୍ଚିତରୂପେ ଯେଉଁମାନେ ମନ୍ଦିରରେ ଈଶ୍ୱରଙ୍କ ବେଦିର ସେବା କରନ୍ତି, ସେମାନେ ସେଥିରୁ ଆପଣା ନିମନ୍ତେ ଖାଦ୍ୟ ପାଆନ୍ତି I ସେମାନେ ଈଶ୍ୱରଙ୍କୁ ଉତ୍ସର୍ଗ କରିଥିବା ଖାଦ୍ୟରୁ କିଛି ପାଆନ୍ତି I
\v 14 ସେହି ପ୍ରକାରେ, ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି ସେମାନେ ଯେ ସୁସମାଚାର ଦ୍ୱାରା ଜୀବିକା ନିର୍ବାହ କରିବେ, ଏହା ପ୍ରଭୁ ଆଦେଶ ଦେଇ ଅଛନ୍ତି I ଈଶ୍ୱରଙ୍କୁ ଯାହା ଦିଆଯାଏ, ସେଥିରୁ କିଛି ଅଂଶ ସେମାନେ ସେମାନଙ୍କ ଜୀବିକା ନିର୍ବାହ ନିମନ୍ତେ ଗ୍ରହଣ କରିବେ I
\s5
\v 15 କିନ୍ତୁ ମୁଁ ଏହି ସବୁ ବିଷୟ ମୋହର ନିଜ ନିମନ୍ତେ ଦାବି କରି ନାହିଁ I ଆଉ ମୋ’ ପ୍ରତି ଯେ ଏପରି କରାଯିବ, ଏଥିପାଇଁ ମୁଁ ଏହି ସବୁ ଲେଖୁ ନାହିଁ I ମୁଁ ଗର୍ବ କରୁଅଛି ଯେ, ଏହିସବୁ ବିଷୟ ମୁଁ ତୁମ୍ଭମାନଙ୍କଠାରୁ କେବେବି ଦାବି କରି ନାହିଁ, ଆଉ କେହି ମୋହର ଦର୍ପ ବ୍ୟର୍ଥ କରିବା ଅପେକ୍ଷା ମୋହର ମରିବା ଭଲ I
\v 16 କାରଣ ଯଦି ମୁଁ ସୁସମାଚାର ପ୍ରଚାର କରେ, ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ I ଯାହା କରିବା ନିମନ୍ତେ ଈଶ୍ୱର ମୋତେ ଆହୂତ କରିଅଛନ୍ତି ଯଦି ମୁଁ ତାହା ନ କରେ, ତେବେ ମୁଁ ଅନେକ ଲୁହର ସହ କେତେ ଦୁଃଖିତ ହେବି I
\s5
\v 17 କାରଣ ଯଦି ମୁଁ ସ୍ୱେଚ୍ଛାରେ ସୁସସମାଚର ପ୍ରଚାର କରୁଅଛି, ତେବେ ମୋହର ପୁରସ୍କାର ଅଛି I କିନ୍ତୁ କେହି ଜଣେ ମୋତେ ବାଧ୍ୟ କରିବା ହେତୁ ଯଦି ମୁଁ ପ୍ରଚାର କରେ, ତେବେ ସୁଦ୍ଧା ମୁଁ ପ୍ରଚାର କରିବି, କାରଣ ଈଶ୍ୱର ମୋତେ ବିଶ୍ୱସ୍ତ ଜାଣି ଆପଣା ନିମନ୍ତେ ଏହି କାର୍ଯ୍ୟ କରିବାକୁ ଦେଇଅଛନ୍ତି I
\v 18 ତେବେ ଈଶ୍ୱର ମୋତେ କି ପୁରସ୍କାର ଦେବେ ? ଯେତେବେଳେ ମୁଁ ସୁସମାଚାର ପ୍ରଚାର କରେ, ଏହା ନିମନ୍ତେ ମୁଁ କାହାଠାରୁ ମୂଲ୍ୟ ନ ନେଇ ପ୍ରଚାର କରେ I ବରଂ ଏହା ମୁଁ ବିନା ମୂଲ୍ୟରେ ପ୍ରଚାର କରେ, ଯେପରି ଯେଉଁ ମୂଲ୍ୟ ନେବା ନିମନ୍ତେ ପ୍ରଭୁ ମୋତେ ଅନୁମତି ଦିଅନ୍ତି ତାହା ନ ନେଇ ମୁଁ ଏହା କରିପାରେ I
\s5
\v 19 ମୁଁ କାହାର ଅଧିନ ନୁହେଁ, କିନ୍ତୁ ମୁଁ ସମସ୍ତଙ୍କ ଦାସ, ଯେପରି ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ନିମନ୍ତେ ମୁଁ ଅଧିକରୁ ଅଧିକ ଲୋକଙ୍କୁ ଲାଭ କରିପାରେ I
\v 20 ଯେତେବେଳେ ମୁଁ ଯିହୁଦୀମାନଙ୍କ ସହିତ କାର୍ଯ୍ୟ କରେ, ମୁଁ ଯିହୁଦୀ ସଦୃଶ ହୁଏ, ଯେପରି ଖ୍ରୀଷ୍ଟଙ୍କ ନିମନ୍ତେ ସେମାନଙ୍କୁ ମୁଁ ଲାଭ କରିପାରେ I ଯେଉଁମାନେ ବ୍ୟବସ୍ଥାର ଅଧିନରେ ଜୀବନ ବିତାଉଥିଲେ ସେମାନଙ୍କ ନିମନ୍ତେ ମୁଁ ସେମାନଙ୍କ ପରି ଜୀବନଯାପନ କଲି, ଯେପରି ବ୍ୟବସ୍ଥାଧିନ ଲୋକମାନେ ଖ୍ରୀଷ୍ଟଙ୍କଠାରେ ଭରସା କରନ୍ତି ଯେପରି ମୁଁ ତାହାଙ୍କୁ ଭରସା କରେ I ମୁଁ ବ୍ୟବସ୍ଥାଧିନ ନ ହେଲେ ସୁଦ୍ଧା ସେମାନେ ଯେପରି ଜୀବନଯାପନ କଲେ ସେପରି ମୁଁ ଜୀବନଯାପନ କଲି I
\s5
\v 21 ଯେଉଁମାନେ ମୋଶାଙ୍କ ବ୍ୟବସ୍ଥାରୁ ପୃଥକ୍ ଜୀବନଯାପନ କରନ୍ତି, ଯେତେବେଳେ ମୁଁ ସେହି ଅଣ-ଯିହୁଦୀମାନଙ୍କ ସହ ରହେ, ସେତେବେଳେ ମୁଁ ସେମାନଙ୍କ ପରି ହେଲି (ଯଦ୍ୟପି ମୁଁ ଈଶ୍ୱରଙ୍କ ବ୍ୟବସ୍ଥାବିହୀନ ନ ହୋଇ, ଓ ମୁଁ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅନୁଗତ ହୋଇ), ଯେପରି ଯେଉଁମାନେ ବ୍ୟବସ୍ଥାବିହୀନ ସେମାନେ ଖ୍ରୀଷ୍ଟଙ୍କଠାରେ ଭରସା କରିବା ନିମନ୍ତେ ସେମାନଙ୍କୁ ମୁଁ ଲାଭ କରିପାରେ I
\v 22 ଯେଉଁମାନେ ନିୟମ ଓ ବ୍ୟବସ୍ଥା ବିଷୟରେ ଦୁର୍ବଳ, ସେମାନେ ଯେପରି କଲେ ସେହିପରି ମୁଁ ଜୀବନଯାପନ କଲି, ଯେପରି ମୁଁ ସେମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଭରସା କରିବା ନିମନ୍ତେ ଲାଭ କରିପାରେ I ଅନେକ ଜୀବନଶୈଳୀ ସହିତ ଓ ଅନେକ ପ୍ରକାର ଲୋକଙ୍କ ସହିତ ମୁଁ ବ୍ୟବସ୍ଥାଧିନ ହୋଇ ଜୀବନଯାପନ କରିଛି, ଯେପରି ଈଶ୍ୱର ତାଙ୍କର ଇଚ୍ଛାନୁସାରେ, ସେମାନଙ୍କ ମଧ୍ୟରୁ କେତେକଙ୍କୁ ରକ୍ଷା କରିବେ I
\v 23 ଆମ୍ଭମାନଙ୍କ ନିମନ୍ତେ ଥିବା ସୁସମାଚାରର ଆଶୀର୍ବାଦ ଅନୁଭବ କରିବା ପାଇଁ, ମୁଁ ଏହି ସମସ୍ତ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କ ବିଷୟକ ସୁସମାଚାର ଘୋଷଣା କରିପାରେ I
\s5
\v 24 ଲୋକେ ଯେତେବେଳେ ରଙ୍ଗଭୂମିରେ ଦୌଡ଼ନ୍ତି, ସେମାନେ ସମସ୍ତେ ତ ଦୌଡ଼ନ୍ତି, କିନ୍ତୁ କେବଳ ଜଣେ ବିଜୟୀ ହୋଇଥାଏ I ତେଣୁ, ତୁମ୍ଭେମାନେ ମଧ୍ୟ ବିଜୟୀ ହେବା ନିମନ୍ତେ ସେହିପରି ଦୌଡ଼ I
\v 25 ପ୍ରତ୍ୟେକ ଖେଳାଳୀ ଆପଣା ତାଲିମ୍ ବିଷୟରେ ଯତ୍ନବାନ ଥାଏ I ସେମାନେ ଦୌଡ଼ନ୍ତି ଯେପରି ସେମାନଙ୍କ ମଧ୍ୟରୁ ଜଣେ ବିଜୟର ମୁଁକୁଟ ଯାହା ମସ୍ତକରେ ପିନ୍ଧାଯାଏ ତାହା ପାଇପାରନ୍ତି, କିନ୍ତୁ ଏହା ଜୀତ ପତ୍ରରେ ପ୍ରସ୍ତୁତ ଅଟେ, ଓ ଏହା ଶୀଘ୍ର କ୍ଷୟ ପାଏ ଓ ଝାଉଁଳି ଯାଏ, କିନ୍ତୁ ଆମ୍ଭେମାନେ ଦୌଡ଼ୁ ଯେପରି ସେହି ଅକ୍ଷୟଣୀୟ ମୁଁକୁଟ ପାଇପାରୁ I
\v 26 ଅତଏବ, ପ୍ରତ୍ୟେକଟି ବିଷୟ ମୁଁ କରେ, ତାହା ମୁଁ ଉଦ୍ଦେଶ୍ୟ ସାଧନ ନିମନ୍ତେ କରେ I ମୁଁ ଆପଣା ଚ଼େଷ୍ଟା ବିଫଳ କରେ ନାହିଁ ଓ ଶୂନ୍ୟକୁ ଆଘାତ କରି ବୃଥାରେ ଆପଣାକୁ କ୍ଲାନ୍ତ କରେ ନାହିଁ ଯେପରି ଜଣେ ମୁଁଷ୍ଟି ଯୋଦ୍ଧା ଆପଣା ବିପକ୍ଷ ନ ଥାଇ ସେ ବୃଥାକୁ ଆଘାତ କରେ I
\v 27 ମୁଁ ମୋହର ଶରୀରକୁ ଶୃଙ୍ଖଳିତ ରଖେ ଓ ଏହାକୁ ମୋହର ଆଜ୍ଞା ପାଳନ ନିମନ୍ତେ ତାହା କରେ I କାରଣ ଅନ୍ୟମାନଙ୍କୁ ପ୍ରଚାର କରି ଯାହା ସେ ମୋତେ କରିବାକୁ ଆଜ୍ଞା ଦେଇଥିଲେ ତାହା ସମ୍ପୂର୍ଣ୍ଣ କରିବାକୁ ବିଫଳ ହୋଇ ଆପଣା ପୁରସ୍କାର ହରାଏ, ଏହା ମୁଁ ଇଚ୍ଛା କରୁ ନାହିଁ I
\s5
\c 10
\v 1 ହେ ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ଚାହେଁ ଯେ, ଆମ୍ଭମାନଙ୍କ ଯିହୁଦୀ ପିତୃପୁରୁଷମାନେ ଈଶ୍ୱରଙ୍କ ଅନୁସରଣ କଲେ, ଯିଏ ଦିବସରେ ମେଘ ସ୍ତମ୍ଭ ଦ୍ୱାରା ସେମାନଙ୍କୁ ମିସର ଦେଶରୁ କଢାଇ ଆଣିଲେ I ଆଉ ସମସ୍ତେ ସମୁଦ୍ର ମଧ୍ୟରେ ଶୁଷ୍କ ପଥ ଦେଇ ଗମନ କରାଇଲେ I
\v 2 ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବାପ୍ତିଜିତ ହୋଇଅଛୁ, ସେହିପରି ମେଘ ଏବଂ ସମୁଦ୍ର ମଧ୍ୟ ଦେଇ ଈଶ୍ୱରଙ୍କୁ ଅନୁସରଣ କରିଥିବା, ପୁଣି, ସମସ୍ତ ଇସ୍ରାଏଲୀୟ ମୋଶାଙ୍କ ଅନୁସରଣ କଲେ I
\v 3 ଆଉ ସମସ୍ତେ ଅତି ଉତ୍ତମ ପ୍ରାକୃତିକ ମାନ୍ନା ଭୋଜନ କଲେ ଯାହା ଈଶ୍ୱର ସ୍ୱର୍ଗରୁ ସେମାନଙ୍କୁ ଦେଲେ I
\v 4 ଓ ସମସ୍ତେ ମୋଶା ଶୈଳକୁ ଆଘାତ କରିବା ଦ୍ୱାରା ଈଶ୍ୱର ସେମାନଙ୍କୁ ଦେଇଥିବା ଏକ ଅତି ଉତ୍ତମ ପ୍ରାକୃତିକ ଜଳ ପାନ କଲେ I ଆଉ ସେହି ଶୈଳ ଖ୍ରୀଷ୍ଟ ଥିଲେ I
\s5
\v 5 ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କଠାରେ ଈଶ୍ୱରଙ୍କ ସନ୍ତୋଷ ନ ଥିଲା, କାରଣ ସେମାନେ ଅନ୍ୟ ଦେବତାମାନଙ୍କ ଉପାସନା କରି ଈଶ୍ୱରଙ୍କ ବିରୁଦ୍ଧାଚରଣ କଲେ I ତେଣୁ, ସେମାନଙ୍କ ମୃତ ଶରୀର ପ୍ରାନ୍ତରେ ପଡି ରହିଲା I
\v 6 ଏହି ସମସ୍ତ ବିଷୟ ଆମ୍ଭମାନଙ୍କ ପକ୍ଷରେ ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛି, ତେଣୁ ଆମ୍ଭେମାନେ ମନ୍ଦ ବିଷୟରେ ଅଭିଳାଷୀ ହେବା ନାହିଁ, ଯେପରି ସେମାନେ ହେଲେ I
\s5
\v 7 ଆମର ପୂର୍ବପୁରୁଷମାନଙ୍କ ମଧ୍ୟରେ କେତେକ ପ୍ରତିମାପୂଜା କଲେ I ଯେପରି ଶାସ୍ତ୍ରରେ ଲେଖାଅଛି, "ଲୋକମାନେ ଭୋଜନପାନ କରିବାକୁ ବସିଲେ ଓ ଅଶ୍ଳୀଳ ଭାବେ ନୃତ୍ୟ କରିବାକୁ ଉଠିଲେ I"
\v 8 ଅନୈତିକ ବ୍ୟଭିଚାର କରିବାରୁ ଆମ୍ଭମାନଙ୍କ ଯିହୁଦୀ ପୂର୍ବପୁରୁଷମାନଙ୍କ ମଧ୍ୟରେ ତେଇଶ ହଜାର ଲୋକ ଏକ ଦିନରେ ମରିଗଲେ I
\s5
\v 9 ଆମର ପୂର୍ବପୁରୁଷମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ଅବାଧ୍ୟ ହୋଇ ପ୍ରଭୁଙ୍କୁ ପରୀକ୍ଷା ନ କରୁ I
\v 10 ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ, ସେପରି ତୁମ୍ଭେମାନେ ବଚସା କର ନାହିଁ I
\s5
\v 11 ଏହି ସମସ୍ତ ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ, ଆମ୍ଭେମାନେ ଯେପରି ଶିକ୍ଷାପ୍ରାପ୍ତ ହେବୁ ସେଥିନିମନ୍ତେ ଏହି ସମସ୍ତ ଲେଖାଯାଇଅଛି I
\v 12 ଏଣୁ, ଶିକ୍ଷା ଏହି ଯେ, ଯଦି ତୁମ୍ଭେ ଆପଣାକୁ ବଳବାନ ଓ ସ୍ଥିର ବୋଲି ମନେ କର, ତୁମ୍ଭେ ଯେପରି ପତିତ ନ ହୁଅ ଏଥିନିମନ୍ତେ ସାବଧାନ ହୁଅ I
\v 13 ସମସ୍ତ ପରୀକ୍ଷା ଯାହା ବିରୁଦ୍ଧରେ ତୁମ୍ଭେମାନେ ଯୁଦ୍ଧ କରୁଅଛ; ସେଥିର ଆମ୍ଭେମାନେ ସମସ୍ତେ ସହଭାଗୀ, କିନ୍ତୁ ଈଶ୍ୱର ଆମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି ଓ ସେ ତୁମ୍ଭମାନଙ୍କୁ ପାପ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ତୁମର ଶକ୍ତିଠାରୁ ଅଧିକ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ I ଯେତେବେଳେ ପରୀକ୍ଷା ଆସେ, ତୁମ୍ଭେମାନେ ଯେପରି ସହ୍ୟ କରି ପାର, ସେଥିପାଇଁ ଈଶ୍ୱର ତୁମ୍ଭମାନଙ୍କ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ I
\s5
\v 14 ଅତଏବ, ହେ ମୋହର ପ୍ରିୟମାନେ, ପ୍ରତିମା ପୂଜାରୁ ପଳାୟନ କର I
\v 15 ଯତ୍ନପୂର୍ବକ ଜୀବନ ଯାପନ କରୁଥିବା ଲୋକଙ୍କୁ କହିଲା ପରି ମୁଁ କହୁଅଛି; ମୁଁ ଯାହା କହୁଅଛି, ତାହା ତୁମ୍ଭେମାନେ ନିଜେ ବିଚାର କର I
\v 16 ଯେତେବେଳେ ଆମ୍ଭେମାନେ ଦ୍ରାକ୍ଷାପାତ୍ରରୁ ପାନ କରୁ ଆମ୍ଭେମାନେ ଆଶୀର୍ବାଦ ପାଉ I ସେତେବେଳେ ଆମ୍ଭେମାନେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗୀ ଅଟୁ I ଯେତେବେଳେ ଆମ୍ଭେମାନେ ରୋଟୀ ଭାଙ୍ଗୁ, ସେତେବେଳେ ଆମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀରର ସହଭାଗୀ ଅଟୁ I
\v 17 କାରଣ ରୋଟୀ ଏକ ହେବାରୁ ଆମ୍ଭେମାନେ ଅନେକ ହେଲେ ହେଁ ଏକ ଶରୀର ସ୍ୱରୂପ, ଆଉ ଆମ୍ଭେମାନେ ସମସ୍ତେ ସେହି ଏକ ରୋଟୀର ଅଂଶୀ I
\s5
\v 18 ଇସ୍ରାଏଲ ଲୋକମାନଙ୍କ ବିଷୟରେ ବିବେଚନା କର I ଯେଉଁମାନେ ବେଦିରେ ଉତ୍ସର୍ଗୀକୃତ ବଳି ମାଂସ ଭୋଜନ କରନ୍ତି, ସେମାନେ ବେଦିର ସହଭାଗୀ ଅଟନ୍ତି I
\v 19 ତେଣୁ ମୁଁ କହୁଅଛି ଯେ ପ୍ରତିମା ବୋଲି କିଛି ନାହିଁ ବା ଦେବପ୍ରସାଦ ବୋଲି କିଛି ନାହିଁ I କିନ୍ତୁ ଏଠାରେ ଏକ ବିଶେଷ ବିଷୟ ଅଛି I
\s5
\v 20 ମୋହର ଅର୍ଥ ଏହି ଯେ; ଯେତେବେଳେ ଅଣଯିହୂଦୀମାନେ ଆପଣା ବଳି ଉତ୍ସର୍ଗ କରନ୍ତି, ସେହି ସବୁ ସେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ନ କରି ଭୂତମାନଙ୍କ ଉଦ୍ଦେଶ୍ୟରେ କରନ୍ତି I ଆଉ, ତୁମ୍ଭେମାନେ ଯେ ଭୂତମାନଙ୍କ ସହଭାଗୀ ହୁଅ, ଏହା ମୋହର ଇଚ୍ଛା ନୁହେଁ I
\v 21 ତୁମ୍ଭେମାନେ ପ୍ରଭୁଙ୍କ ପାନପାତ୍ର ଓ ଭୂତମାନଙ୍କ ପାନପାତ୍ର ଉଭୟରେ ପାନ କରି ପାର ନାହିଁ; ତୁମ୍ଭେମାନେ ପ୍ରଭୁଙ୍କ ମେଜ ଓ ଭୂତମାନଙ୍କ ମେଜ ଉଭୟର ଅଂଶୀ ହୋଇ ପାର ନାହିଁ I
\v 22 ଏହିପରି କରି ପ୍ରଭୁଙ୍କୁ ବିରକ୍ତି ଜନ୍ମାଉ ଅଛୁ I ତୁମ୍ଭେମାନେ କି ତାହାଙ୍କଠାରୁ ବଳବାନ ନୁହଁ !
\s5
\v 23 କେତେକ କୁହନ୍ତି, "ସମସ୍ତ ବିଷୟ ବିଧିସଙ୍ଗତ," ସମସ୍ତ ବିଷୟ ଆମ୍ଭମାନଙ୍କ ନିମନ୍ତେ କିମ୍ବା ଅନ୍ୟ ଲୋକମାନଙ୍କ ନିମନ୍ତେ ହିତଜନକ ନୁହେଁ I ହଁ, "ସମସ୍ତ ବିଷୟ ବିଧିସଙ୍ଗତ," କିନ୍ତୁ ସମସ୍ତ ବିଷୟ ଲୋକମାନଙ୍କୁ ଆପଣା ଜୀବନରେ ଈଶ୍ୱରଙ୍କ ସହିତ ବଳିଷ୍ଠ ଭାବରେ ବୃଦ୍ଧି ପାଇବା ନିମନ୍ତେ ସାହାଯ୍ୟ କରି ନ ଥାଏ I
\v 24 କେବଳ ନିଜର ମଙ୍ଗଳ ନିମନ୍ତେ କାର୍ଯ୍ୟ କର ନାହିଁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ନିମନ୍ତେ କାର୍ଯ୍ୟ କରୁ I
\s5
\v 25 ଆମ୍ଭମାନଙ୍କ ବିଧି ଏହି: ବଜାରରେ ଯାହା ବିକ୍ରୟ ହୁଏ, ଏହା ପ୍ରତିମା ନିକଟରେ ଉତ୍ସର୍ଗ କରାଯାଇଅଛି କି ନା ବୋଲି ବିବେକ ସକାଶେ କିଛି ନ ପଚାରି ତାହା କିଣ ଓ ଭୋଜନ କର I
\v 26 ଯେପରି ଗୀତରଚକ କହନ୍ତି, "ମର୍ତ୍ତ୍ୟ ଓ ସେଥିରେ ଥିବା ସମସ୍ତ ପ୍ରଭୁଙ୍କର I"
\v 27 ଅବିଶ୍ୱାସୀମାନଙ୍କ ମଧ୍ୟରୁ କେହି ଯଦି ତୁମ୍ଭମାନଙ୍କୁ ନିମନ୍ତ୍ରଣ କରେ, ଆଉ ତୁମ୍ଭେମାନେ ଯିବାକୁ ଇଚ୍ଛା କର, ତେବେ ଯାହା କିଛି ସେ ତୁମ୍ଭମାନଙ୍କୁ ପରିବେଷଣ କରନ୍ତି, ତୁମ୍ଭେମାନେ କେଉଁଠାରୁ କିଣିଅଛ ବୋଲି ତାହାଙ୍କୁ ପଚାର ବୋଲି ଈଶ୍ୱର ଇଚ୍ଛା କରନ୍ତି ନାହିଁ I
\s5
\v 28 କିନ୍ତୁ କେହି ଯଦି ତୁମ୍ଭମାନଙ୍କୁ କହେ, "ଏହା ପ୍ରତିମା ନିକଟରେ ବଳି ସ୍ୱରୂପେ ଉତ୍ସର୍ଗୀକୃତ ହୋଇଅଛି," ତେବେ ଯେ ଏହା ଜଣାଇଲା, ତାହାର ସକାଶେ ଓ ବିବେକ ସକାଶେ ତାହା ଭୋଜନ କର ନାହିଁ;
\v 29 ତୁମ୍ଭ ନିଜ ବିବେକ ସକାଶେ ବୋଲି ମୁଁ କହୁ ନାହିଁ, ମାତ୍ର ତା'ର ବିବେକ ସକାଶେ I ମୋହର ବ୍ୟକ୍ତିଗତ ପସନ୍ଦ ଅନ୍ୟର ବିବେକ ସକାଶୁ ପରିବର୍ତ୍ତନ ହେବ ନାହିଁ I
\v 30 ଯଦି ମୁଁ ଧନ୍ୟବାଦ ଦେଇ ଭୋଜନ କରେ, ତେବେ ଯାହା ନିମନ୍ତେ ଧନ୍ୟବାଦ ଦିଏ, ତାହା ନିମନ୍ତେ ନିନ୍ଦିତ ହୁଏ ନାହିଁ I
\s5
\v 31 ଅତଏବ ନିୟମ ଏହି ଯେ, ତୁମ୍ଭେମାନେ ଭୋଜନ କର କି ପାନ କର ଯାହା ତୁମ୍ଭମାନଙ୍କୁ ପରିବେଷଣ କରାଯାଏ ଅବା ଯାହା କିଛି କର, ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର I
\v 32 ଯିହୂଦୀ ବା ଗ୍ରୀକ୍‍ ବା ଈଶ୍ୱରଙ୍କ ମଣ୍ଡଳୀ, କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ I
\v 33 ଯେପରି ମୁଁ ମଧ୍ୟ ମୋହର ସ୍ୱାର୍ଥ ଚେଷ୍ଟା ନ କରି ଅନେକଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ମଙ୍ଗଳ ଚେଷ୍ଟା କରେ, ପୁଣି, ସବୁ ବିଷୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଯତ୍ନ କରେ I
\s5
\c 11
\v 1 ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ, ତୁମ୍ଭେମାନେ ମଧ୍ୟ ସେହିପରି ମୋହର ଅନୁକାରୀ ହୁଅ I
\v 2 ତୁମ୍ଭେମାନେ ଯେ ସମସ୍ତ ବିଷୟରେ ମୋତେ ସ୍ମରଣ କରିଥାଅ, ଏବଂ ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଶିକ୍ଷା ଦେଇଅଛି, ସେହି ସବୁ ପାଳନ କରୁଅଛ, ଏଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଅଛି I
\v 3 କିନ୍ତୁ ଖ୍ରୀଷ୍ଟ ପ୍ରତ୍ୟେକ ପୁରୁଷର ଅଧିକାରୀ ଏବଂ ପୁରୁଷ ସ୍ତ୍ରୀର ଅଧିକାରୀ ଓ ଈଶ୍ୱର ଖ୍ରୀଷ୍ଟଙ୍କର ଅଧିକାରୀ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା I
\v 4 ତେଣୁ ଯଦି କୌଣସି ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣାର ଅପମାନ କରେ I
\s5
\v 5 କିନ୍ତୁ ଯଦି କୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣାର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଁଣ୍ଡନ ହେବା ସଙ୍ଗେ ସମାନ I
\v 6 କାରଣ ଯଦି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରେ, ତେବେ ସେ କେଶ ମଧ୍ୟ କାଟିପକାଉ; କିନ୍ତୁ ଯଦି ସ୍ତ୍ରୀ ପକ୍ଷରେ କେଶ କାଟିବା ବା ମସ୍ତକ ମୁଁଣ୍ଡନ କରିବା ଲଜ୍ଜାଜନକ, ତାହାହେଲେ ସେ ମସ୍ତକ ଆଚ୍ଛାଦନ କରୁ I
\s5
\v 7 ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରିବା ଉଚିତ୍ ନୁହେଁ କାରଣ ଈଶ୍ୱର ତାହାକୁ ଆପଣା ପ୍ରତିମୂର୍ତ୍ତିରେ ନିର୍ମାଣ କରିଅଛନ୍ତି, ଓ ପୁରୁଷ ଈଶ୍ୱରଙ୍କ ଗୌରବ I କିନ୍ତୁ ସ୍ତ୍ରୀ’ ପୁରୁଷର ଗୌରବ I
\v 8 କାରଣ ଈଶ୍ୱର ପୁରୁଷ ଆଦମକୁ ସ୍ତ୍ରୀ’ ହବାଠାରୁ ନିର୍ମାଣ କରିନାହାନ୍ତି, ବରଂ ସେ ସ୍ତ୍ରୀ’ ହବାକୁ ପୁରୁଷ ଆଦମଠାରୁ ନିର୍ମାଣ କରିଅଛନ୍ତି I
\s5
\v 9 ଆଉ ଈଶ୍ୱର ପୁରୁଷକୁ ସ୍ତ୍ରୀର ସାହାଯ୍ୟ କରିବା ନିମନ୍ତେ ନିର୍ମାଣ କରି ନାହାନ୍ତି, କିନ୍ତୁ ସ୍ତ୍ରୀ’କୁ ପୁରୁଷର ସାହାଯ୍ୟ କରିବା ନିମନ୍ତେ ନିର୍ମାଣ କରିଅଛନ୍ତି I
\v 10 ଏଥିପାଇଁ ଦୂତମାନଙ୍କ ସକାଶେ ସ୍ତ୍ରୀର ଆପଣା ମସ୍ତକରେ ଅଧିକାରର ଚିହ୍ନ ଘେନିବା ଉଚିତ୍ I
\s5
\v 11 ତେଣୁ ଯେପରି ଆମ୍ଭେମାନେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଅଛୁ, ସ୍ତ୍ରୀମାନଙ୍କୁ ପୁରୁଷମାନଙ୍କର ଆବଶ୍ୟକତା, ଏବଂ ପୁରୁଷମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସ୍ତ୍ରୀ’ମାନଙ୍କର ଆବଶ୍ୟକତା I
\v 12 କାରଣ ସ୍ତ୍ରୀ’ ପୁରୁଷଠାରୁ ନିର୍ମାଣ ହୋଇଅଛି, ଏବଂ ପୁରୁଷ ସ୍ତ୍ରୀ’ଠାରୁ ଜନ୍ମ ହୋଇଅଛି I ସେମାନେ ପରସ୍ପରଠାରେ ନିର୍ଭରଶୀଳ ଅଟନ୍ତି I କିନ୍ତୁ ସମସ୍ତ ବିଷୟ ଈଶ୍ୱରଙ୍କଠାରୁ ଉତ୍ପନ୍ନ I
\s5
\v 13 ତୁମ୍ଭେମାନେ ନିଜେ ନିଜେ ବିଚାର କର: ଆପଣା ମସ୍ତକ ଆଚ୍ଛାଦନ ନ କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ସ୍ତ୍ରୀ ପକ୍ଷରେ କ'ଣ ଉପଯୁକ୍ତ ?
\v 14 ପ୍ରକୃତି ନିଜେ ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ, ପୁରୁଷ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଅପମାନଜନକ,
\v 15 କିନ୍ତୁ ପ୍ରକୃତି ଆହୁରି ମଧ୍ୟ ଶିକ୍ଷା ଦିଏ ଯେ, ସ୍ତ୍ରୀ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଗୌରବଜନକ I କାରଣ ଆବରଣ ସ୍ୱରୂପେ ତା'ର କେଶ ତାହାକୁ ଈଶ୍ୱରଙ୍କ ଦ୍ୱାରା ଦିଆଯାଇଅଛି I
\v 16 କିନ୍ତୁ ଏହି ବିଷୟରେ କେହି ବିବାଦ କରିବାକୁ ଇଚ୍ଛା କଲେ ସେ ଜାଣୁ ଯେ, ଆମ୍ଭମାନଙ୍କର ଏପ୍ରକାର ରୀତି ନାହିଁ, କିମ୍ବା ଈଶ୍ୱରଙ୍କ ମଣ୍ଡଳୀସମୂହରେ ଭିନ୍ନ କୌଣସି ବିଷୟ ନାହିଁ I
\s5
\v 17 ଏହି ଆଦେଶରେ, ତୁମ୍ଭେମାନେ ପ୍ରଭୁଭୋଜ ସମୟରେ ଯେଉଁ କାର୍ଯ୍ୟ କରୁଅଛ ସେଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରି ପାରେ ନାହିଁ I ଯେତେବେଳେ ତୁମ୍ଭେମାନେ ପ୍ରଭୁଭୋଜ ସମୟରେ ଏକତ୍ରିତ ହୋଇଥାଅ, ପରସ୍ପରକୁ ଉତ୍ସାହ ଓ ସାହାଯ୍ୟ କରିବା ପରିବର୍ତ୍ତେ ତୁମ୍ଭେମାନେ ମଣ୍ଡଳୀର ସହଭାଗିତାକୁ ଅଧିକ ଖରାପ କରୁଅଛ I
\v 18 ପ୍ରଥମ ବିଷୟ ଏହା ଯେ, ମଣ୍ଡଳୀ ସ୍ୱରୂପେ ତୁମ୍ଭମାନଙ୍କର ସମାଗମ ସମୟରେ, ତୁମ୍ଭେମାନେ ଦଳଭେଦ ହୋଇ ଆସିଥାଅ I ଲୋକମାନେ ମୋତେ ଏହା କହିଅଛନ୍ତି, ଆଉ ମୁଁ କେତେ ପରିମାଣରେ ଏହା ବିଶ୍ୱାସ କରୁଅଛି I
\v 19 ଯେପରି ତୁମ୍ଭମାନଙ୍କ ମଧ୍ୟରେ ପରୀକ୍ଷାସିଦ୍ଧ ଲୋକମାନେ ପ୍ରକାଶିତ ହୁଅନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ତ ଦଳଭେଦ ନିଶ୍ଚୟ ଘଟିବ I
\s5
\v 20 ତୁମ୍ଭମାନଙ୍କର ସମାଗମ ହେବା ସମୟରେ ତୁମ୍ଭେମାନେ ପ୍ରଭୁଭୋଜ ପାଳନ କରି ନ ଥାଅ I
\v 21 ଯେତେବେଳେ ତୁମ୍ଭେମାନେ ଭୋଜନ କର, ଜଣେ ବ୍ୟକ୍ତି ଆସ ସମସ୍ତ ଖାଦ୍ୟ ଆଣି ନିଜେ ଭୋଜନ କରେ; ସେ କାହାର ଅପେକ୍ଷା କରେ ନାହିଁ I ସେଥିପାଇଁ ଜଣେ କ୍ଷୁଧାରେ ରହେ ଓ ଅନ୍ୟ ଜଣେ ମାତାଲ ହୁଏ I
\v 22 ତୁମ୍ଭେମାନେ ଏପରି ଆଚରଣ କର ଯେ ସତେ ଯେପରି ଭୋଜନପାନ କରିବା ନିମନ୍ତେ ତୁମ୍ଭମାନଙ୍କର ଘର ନାହିଁ ! ତୁମ୍ଭେମାନେ ମଣ୍ଡଳୀକୁ ଅସମ୍ମାନ କର, ଏବଂ ତୁମ୍ଭମାନଙ୍କ ସମାଗମର ଉଦ୍ଦେଶ୍ୟକୁ ତୁଚ୍ଛ କରୁଅଛ I ତୁମ୍ଭେମାନେ ଦରିଦ୍ରମାନଙ୍କୁ ଲଜ୍ଜା ଦେଉଅଛ I ଏହା ଉତ୍ତମ ବୋଲି କଦାପି କହିପାରିବି ନାହିଁ I ଏହା ଲଜ୍ଜାଜନକ ଅଟେ I
\s5
\v 23 କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୋଟୀ ଘେନି,
\v 24 ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, "ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର; ମୋତେ ସ୍ମରଣ କରିବା ନିମନ୍ତେ ଏହା କର I"
\s5
\v 25 ସେହିପରି, ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, "ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ; ତୁମ୍ଭେମାନେ ଯେତେଥର ଏଥିରୁ ପାନ କର, ସେତେଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର I"
\v 26 କାରଣ ଯେତେଥର ତୁମ୍ଭେମାନେ ଏହି ରୋଟୀ ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ I
\s5
\v 27 ଯେ କେହି ଏହି ପ୍ରଭୁଭୋଜକୁ ଆସେ ସେ ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଆସୁ I ଯେ କେହି ଏହି ରୋଟୀ ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ ସେ ପ୍ରଭୁଙ୍କୁ ଗୌରବ ଦେଉ I ଅତଏବ, ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୋଟୀ ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ I
\v 28 କିନ୍ତୁ ପ୍ରଭୁଭୋଜ ଭୋଜନ କରିବା ପୂର୍ବରୁ ଆମ୍ଭେମାନେ ଆପଣାକୁ ପରୀକ୍ଷା କରିବା ଉଚିତ୍ I ଆମ୍ଭେମାନେ ଆପଣାକୁ ପରୀକ୍ଷା କରିବା ପରେ ହିଁ ଏହି ରୋଟୀ ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ I
\v 29 କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ଜାଣି ଭୋଜନ କରେ ଓ ପାନ କରେ, ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ I
\v 30 ଯେଉଁ ପ୍ରକାରେ ତୁମ୍ଭେମାନେ ପ୍ରଭୁଙ୍କ ଶରୀରକୁ ବ୍ୟବହାର କରୁଅଛ, ଏହି ହେତୁ ତୁମ୍ଭମାନଙ୍କ ମଧ୍ୟରେ ଅନେକେ ଦୁର୍ବଳ ଓ ପୀଡ଼ିତ, ପୁଣି, ଅନେକେ ମହାନିଦ୍ରାପ୍ରାପ୍ତ ଅଟନ୍ତି I
\s5
\v 31 କିନ୍ତୁ ଯଦି ଆମ୍ଭେମାନେ ଆପଣା ଆପଣାର ବିଚାର କରୁ, ତେବେ ଈଶ୍ୱର ଅମ୍ଭମାନଙ୍କର ବିଚାର କରିବେ ନାହିଁ I
\v 32 କିନ୍ତୁ ଯେତେବେଳେ ପ୍ରଭୁ ଆମ୍ଭମାନଙ୍କୁ ବିଚାର କରି ଦଣ୍ଡ ଦିଅନ୍ତି, ସେ ଆମ୍ଭମାନଙ୍କୁ ଅନୁଶାସନ ଓ ସଂଶୋଧନ କରନ୍ତି, ଯେପରି ସେ ଆମ୍ଭେମାନଙ୍କୁ ଈଶ୍ୱରଙ୍କ ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ସହିତ ଦଣ୍ଡ ନ ଦିଅନ୍ତି I
\s5
\v 33 ଅତଏବ, ହେ ମୋହର ଭାଇମାନେ, ତୁମ୍ଭେମାନେ ପ୍ରଭୁଭୋଜ ଭୋଜନ କରିବା ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର I
\v 34 ତୁମ୍ଭମାନଙ୍କ ସମାଗମ ଯେପରି ଦଣ୍ଡ ନିମନ୍ତେ ନ ହୁଏ, ଏଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରୁ, "ଅବଶିଷ୍ଟ ସମସ୍ତ ବିଷୟ ମୁଁ ଗଲେ ବୁଝିବି I"
\s5
\c 12
\v 1 ହେ ଭାଇ ଓ ଭଉଣୀମାନେ, ତୁମ୍ଭମାନଙ୍କୁ ମୁଁ ଆତ୍ମିକ ଦାନ ସମ୍ବନ୍ଧରେ ଶିକ୍ଷା ଦେବି I ତାହା କିପରି ବ୍ୟବହାର କରାଯାଏ, ସେ ବିଷୟରେ ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା I
\v 2 ତୁମ୍ଭେମାନେ କିପରି ସ୍ମରଣ କର, ଯେତେବେଳେ ତୁମ୍ଭେମାନେ ପ୍ରତିମାମାନଙ୍କର ଉପାସନା କରୁଥିଲ---ଯେଉଁ ପ୍ରତିମାମାନେ କଥା ମଧ୍ୟ କହି ପାରନ୍ତି ନାହିଁ---ସେମାନେ ତୁମ୍ଭମାନଙ୍କୁ ଭ୍ରାନ୍ତ କରୁଥିଲେ I
\v 3 "ଯୀଶୁ ଖ୍ରୀଷ୍ଟ ପ୍ରଭୁ" ବୋଲି ଘୋଷଣା କରିବା ନିମନ୍ତେ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କୁ ସାହାଯ୍ୟ କରେ I ପୁଣି, ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କୌଣସି ବ୍ୟକ୍ତି “ଯୀଶୁ ଅଭିଶପ୍ତ!" ବୋଲି କଦାପି କୁହେ ନାହିଁ I
\s5
\v 4 ଆତ୍ମା ଖ୍ରୀଷ୍ଟଙ୍କ ଲୋକମାନଙ୍କୁ ବିଭିନ୍ନ ପ୍ରକାର ଦାନ ଦେଇଥା'ନ୍ତି, କିନ୍ତୁ ଆତ୍ମା ଏକ I
\v 5 ଈଶ୍ୱରଙ୍କ ସେବା ବିଭିନ୍ନ ପ୍ରକାର, କିନ୍ତୁ ପ୍ରଭୁ ଏକ;
\v 6 ଈଶ୍ୱରଙ୍କ ରାଜ୍ୟରେ ଲୋକମାନଙ୍କ କାର୍ଯ୍ୟ ବିଭିନ୍ନ ପ୍ରକାର, କିନ୍ତୁ ଈଶ୍ୱର ହିଁ ଆପଣା ଲୋକମାନଙ୍କୁ କାର୍ଯ୍ୟ କରିବା ନିମନ୍ତେ ସାହାଯ୍ୟ କରନ୍ତି I
\s5
\v 7 ପ୍ରତ୍ୟେକ ବିଶ୍ୱାସୀ ଆତ୍ମାଙ୍କ ଶକ୍ତି ପ୍ରକାଶ କରିବା ନିମନ୍ତେ ଈଶ୍ୱର ସାହାଯ୍ୟ କରନ୍ତି; ସମସ୍ତ ବିଶ୍ୱାସୀଙ୍କୁ ସାହାଯ୍ୟ କରିବା ନିମନ୍ତେ ଈଶ୍ୱର ଏହା କରନ୍ତି ଯେପରି ସେମାନେ ତାହାଙ୍କୁ ଆହୁରି ଅଧିକ ଭରସା ଓ ଗୌରବ କରିବେ I
\v 8 କାରଣ ଆତ୍ମା ଜଣକୁ ଈଶ୍ୱରଙ୍କଠାରୁ ପ୍ରାପ୍ତ ବୁଦ୍ଧିର ବାକ୍ୟ କହିବାକୁ, ଏବଂ ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଶିକ୍ଷାନୁଯାୟୀ ଜ୍ଞାନର ବାକ୍ୟ କହିବାକୁ ଯୋଗ୍ୟ କରନ୍ତି I
\s5
\v 9 ଅପର ବିଶ୍ୱାସୀକୁ ସେହି ଏକ ଆତ୍ମାଙ୍କ ଦ୍ୱାରା ଆଶ୍ଚର୍ଯ୍ୟ ବିଷୟଗୁଡିକ ନିମନ୍ତେ ଈଶ୍ୱରଙ୍କଠାରେ ବିଶ୍ୱାସ କରିବାର ଶକ୍ତି ପ୍ରଦାନ କରନ୍ତି I ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ୱାରା ଲୋକମାନଙ୍କୁ ଆରୋଗ୍ୟ କରିବା ନିମନ୍ତେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରିବା ନିମନ୍ତେ ଯୋଗ୍ୟ କରନ୍ତି I
\v 10 ଅନ୍ୟ ଜଣକୁ ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର ଶକ୍ତି ପ୍ରଦାନ କରନ୍ତି ଯେପରି ଲୋକେ ଈଶ୍ୱରଙ୍କ ପ୍ରଶଂସା କରନ୍ତି I ଆଉ କେତେକ ବିଶ୍ୱାସୀକୁ ଭାବବାଣୀ କହିବାକୁ ଯୋଗ୍ୟ କରନ୍ତି, ଯେଉଁ ବିଶ୍ୱାସୀ ଈଶ୍ୱରଙ୍କୁ ଗୌରବ ଦିଏ ତାହାକୁ ଭିନ୍ନ ଭିନ୍ନ ଆତ୍ମା ଯେଉଁମାନେ ଈଶ୍ୱରଙ୍କୁ ଗୌରବ ଦିଅନ୍ତି ନାହିଁ ସେମାନଙ୍କୁ ଚିହ୍ନିବାକୁ ଯୋଗ୍ୟ କରନ୍ତି, ଆଉ ଜଣକୁ ବିଭିନ୍ନ ପରଭାଷା କହିବାର ଶକ୍ତି, ଅନ୍ୟ ଜଣକୁ ପରଭାଷାର ଅର୍ଥ ଆମ୍ଭମାନଙ୍କ ଭାଷାରେ ଅନୁବାଦ କରିବାକୁ ଯୋଗ୍ୟ କରନ୍ତି I
\v 11 ଥରକୁ ଥର ଆମ୍ଭେମାନେ ବିଭିନ୍ନ ପ୍ରକାର ଦାନ ଦେଖୁ, କିନ୍ତୁ ସେ ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ପ୍ରତ୍ୟେକ ଜଣକୁ ଭିନ୍ନ ଭିନ୍ନ ରୂପେ ଦାନ ବିତରଣ କରି ଏହି ସମସ୍ତ କର୍ମ ସାଧନ କରନ୍ତି I
\s5
\v 12 କାରଣ ଯେପରି ଶରୀର ଏକ, ଆଉ ସେଥିର ଅଙ୍ଗପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଏକ ଶରୀର ଅଟେ, ସେହିପରି ମଧ୍ୟ ଖ୍ରୀଷ୍ଟ I
\v 13 ଯେଣୁ ଆମ୍ଭେମାନେ ଯିହୂଦୀ ହେଉ ବା ଗ୍ରୀକ୍‍ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ; ଆଉ ସମସ୍ତେ ଏକ ଆତ୍ମାରୁ ଗ୍ରହଣ କରିଅଛୁ I
\s5
\v 14 ମନେରଖ, ଶରୀର ତ ଏକ ଅଙ୍ଗ ନୁହେଁ, କିନ୍ତୁ ଏକ ଶରୀର ନିମନ୍ତେ ଅନେକ ଅଙ୍ଗ ଏକତ୍ର କାର୍ଯ୍ୟ କରନ୍ତି I
\v 15 ତୁମ୍ଭର ପାଦ ଯଦି ତୁମ୍ଭକୁ କହେ, "ମୁଁ ହାତ ନୁହେଁ, ତେଣୁ ମୁଁ ଶରୀରର ଅଙ୍ଗ ନୁହେଁ," ତେବେ ଏଥିସକାଶେ ତାହା ଯେ ଶରୀରର ଅଙ୍ଗ ନୁହେଁ, ତାହା ନୁହେଁ I
\v 16 ପୁଣି, ତୁମ୍ଭର କାନ ଯଦି ତୁମ୍ଭକୁ କହେ, "ମୁଁ ଆଖି ନୁହେଁ, ତେଣୁ ଶରୀରର ଅଙ୍ଗ ନୁହେଁ," ତେବେ ତାହା ଆଖି ହୋଇ ନ ଥିବା ସକାଶୁ ଯେ ଶରୀରର ଅଙ୍ଗ ନୁହେଁ, ତାହା ନୁହେଁ I
\v 17 ସମସ୍ତ ଶରୀର ଯଦି ଚକ୍ଷୁ ହୁଏ, ତେବେ ଶ୍ରବଣ ନିମନ୍ତେ କିଛି ନାହିଁ I ସମସ୍ତ ଶରୀର ଯଦି କର୍ଣ୍ଣ ହୁଏ, ତେବେ ଶୁଘିଂବା ନିମନ୍ତେ କିଛି ନାହିଁ I
\s5
\v 18 କିନ୍ତୁ ଈଶ୍ୱର ଅଙ୍ଗପ୍ରତ୍ୟଙ୍ଗକୁ ଗୋଟି ଗୋଟି କରି ଶରୀରରେ ଆପଣା ଇଚ୍ଛାନୁସାରେ ଖଞ୍ଜିଅଛନ୍ତି I ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗର ଆବଶ୍ୟକତା ଅଛି I
\v 19 ଆଉ, ଯଦି ସେ ସମସ୍ତ ଗୋଟିଏ ଅଙ୍ଗ ହୋଇଥାଆନ୍ତା, ତେବେ ଆମ୍ଭମାନଙ୍କ ଶରୀର ନ ଥା'ନ୍ତା I
\v 20 ଆମ୍ଭେମାନେ ସମସ୍ତେ ଅନେକ ସଦସ୍ୟ, କିନ୍ତୁ ଏକ ଶରୀର I
\s5
\v 21 ତୁମ୍ଭ ଶରୀରରେ, ଆଖି ହାତକୁ କହିପାରେ ନାହିଁ ଯେ, "ତୋ'ଠାରେ ମୋହର ପ୍ରୟୋଜନ ନାହିଁ"; ନିଶ୍ଚିତଭାବେ ହାତର ପ୍ରୟୋଜନ ଥାଏ I ସେହିପରି, ମସ୍ତକ ପାଦକୁ କହିପାରେ ନାହିଁ ଯେ, "ତୋ'ଠାରେ ମୋହର ପ୍ରୟୋଜନ ନାହିଁ I"
\v 22 ବରଂ ଅନ୍ୟ ପକ୍ଷରେ ଶରୀରର ଯେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅଧିକ ଦୁର୍ବଳ ବୋଲି ବୋଧ ହୁଏ, ସେହି ସବୁ ଏକାନ୍ତ ପ୍ରୟୋଜନୀୟ I
\v 23 ପୁଣି, ଶରୀରର ଯେଉଁ ସବୁ ଅଙ୍ଗଗୁଡ଼ିକ ଅନ୍ୟମାନଙ୍କୁ ଦେଖାଇବା ନିମନ୍ତେ ଆମ୍ଭମାନଙ୍କୁ ଲଜ୍ଜା ବୋଧ ହୁଏ, ସେହି ସବୁ ଅଙ୍ଗକୁ ଆମ୍ଭେମାନେ ଘୋଡାଇ ଯତ୍ନ କରୁ I ଏହି ପ୍ରକାରେ ଆମ୍ଭେମାନେ ସେହି ଅଙ୍ଗକୁ ଅଧିକତର ସମାଦର କରୁ I
\v 24 କିନ୍ତୁ ଈଶ୍ୱର ଅଧିକ ଆଦରର ଅଙ୍ଗଗୁଡ଼ିକୁ ଆଦରହୀନ ଅଙ୍ଗ ସହିତ ସଂଯୁକ୍ତ କରିଅଛନ୍ତି I ଏବଂ ଈଶ୍ୱର ସେହି ଆଦରହୀନ ଅଙ୍ଗକୁ ଅଧିକତର ସମାଦର ଦିଅନ୍ତି, କାରଣ ତାହା ଶରୀରର ଅଙ୍ଗ ଅଟେ I
\s5
\v 25 ମାତ୍ର ଯେପରି ଶରୀର ମଧ୍ୟରେ ବିଭେଦ ନ ଘଟେ, ବରଂ ଅଙ୍ଗପ୍ରତ୍ୟଙ୍ଗ ସମଭାବରେ ପରସ୍ପରର ମଙ୍ଗଳ ଚିନ୍ତା କରନ୍ତି, ଏଥିପାଇଁ ଈଶ୍ୱର ଆଦରହୀନ ଅଙ୍ଗକୁ ଅଧିକତର ସମାଦର ଦେଇ ଶରୀରକୁ ସଙ୍ଗଠନ କରିଅଛନ୍ତି I
\v 26 ଆମ୍ଭେମାନେ ଏକ ଶରୀର ହୋଇଥିବାରୁ, ଗୋଟିଏ ଅଙ୍ଗ ଦୁଃଖଭୋଗ କଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତା'ର ସହିତ ଦୁଃଖଭୋଗ କରନ୍ତି, କିମ୍ବା ଗୋଟିଏ ଅଙ୍ଗ ଖ୍ରୀଷ୍ଟଙ୍କ ସହଭାଗିତାରେ ଗୌରବପ୍ରାପ୍ତ ହେଲେ, ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତା'ର ସହିତ ଆନନ୍ଦ କରନ୍ତି I
\v 27 ବର୍ତ୍ତମାନ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର, ଆଉ ଏକ ଏକ ଜଣ ଏହାର ଏକ ଏକ ଅଙ୍ଗ ସ୍ୱରୂପ I
\s5
\v 28 ପୁଣି, ଈଶ୍ୱର ଲୋକମାନଙ୍କୁ ଦାନ ସ୍ୱରୂପେ ମଣ୍ଡଳୀକୁ ଦେଇଅଛନ୍ତି I ସେ ପ୍ରଥମରେ ମଣ୍ଡଳୀକୁ ପ୍ରେରିତ, ଦ୍ୱିତୀୟରେ ଭାବବାଦୀ, ତୃତୀୟରେ ଶିକ୍ଷକ, ତତ୍ପରେ ଯିଏ ଆଶ୍ଚର୍ଯ୍ୟର କାର୍ଯ୍ୟ କରେ, ଯିଏ ଆରୋଗ୍ୟ ସମ୍ପାଦନ କରେ, ଯିଏ ପରୋପକାର କରେ, ଯିଏ ପରିଚାଳନାର କାର୍ଯ୍ୟ କରେ, ଏବଂ ଆତ୍ମାଙ୍କ ପ୍ରଦତ୍ତ ବିଭିନ୍ନ ପରଭାଷାର ଦାନ ଦେଇଛନ୍ତି I
\v 29 ଆମ୍ଭମାନଙ୍କ ମଧ୍ୟରେ ସମସ୍ତେ ପ୍ରେରିତ ନୁହନ୍ତି I ସମସ୍ତେ ଭାବବାଦୀ ନୁହନ୍ତି I ସମସ୍ତେ ଶିକ୍ଷକ ନୁହନ୍ତି I ସମସ୍ତେ ଶକ୍ତିର କାର୍ଯ୍ୟସାଧକ ନୁହନ୍ତି I
\s5
\v 30 ଆମ୍ଭମାନଙ୍କ ମଧ୍ୟରେ ସମସ୍ତେ କି ଆରୋଗ୍ୟ କରିବାର ଶକ୍ତି ପାଇ ନାହାନ୍ତି I ଆମ୍ଭମାନଙ୍କ ମଧ୍ୟରେ ସମସ୍ତେ ପରଭାଷାରେ କଥା କହନ୍ତି ନାହିଁ I ଆମ୍ଭମାନଙ୍କ ମଧ୍ୟରେ ସମସ୍ତେ ଭାଷାର ଅର୍ଥ କରନ୍ତି ପାରନ୍ତି ନାହିଁ I
\v 31 କିନ୍ତୁ ଶ୍ରେଷ୍ଠ ଦାନସମସ୍ତ ପାଇବା ନିମନ୍ତେ ଏକାନ୍ତ ଚେଷ୍ଟା କର I ଅଧିକନ୍ତୁ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉତ୍କୃଷ୍ଟତର ପଥ ଦେଖାଉଅଛି I
\s5
\c 13
\v 1 ଯଦି ମୁଁ କଥା କହି ବିସ୍ମିତ ହୁଏ ଓ ଯାହା ମୁଁ ଚାହେଁ ତାହା କରିବା ନିମନ୍ତେ ଲୋକମାନଙ୍କୁ ପ୍ରବର୍ତ୍ତାଏ, କିମ୍ବା ଯଦି ମୁଁ ଦୂତମାନଙ୍କ ପରି କଥା କହେ-- କିନ୍ତୁ ଯଦି ମୁଁ ଲୋକଙ୍କୁ ପ୍ରେମ ନ କରେ, ତେବେ ମୋହର ସମସ୍ତ କଥା ଶବ୍ଦକାରକ ଘଣ୍ଟା ଓ ଝମ୍ ଝମ୍ ଶବ୍ଦକାରୀ କରତାଳଠାରୁ ମଧ୍ୟ ମୂଲ୍ୟହୀନ I
\v 2 ଯଦି ମୁଁ ଭାବବାଣୀ ପ୍ରଚାର କରେ, ଆଉ ଯଦି ମୁଁ ଈଶ୍ୱରଙ୍କ ନିଗୂଢ଼ ତତ୍ତ୍ୱ ବିଷୟରେ ବର୍ଣ୍ଣନା କରିପାରେ, ଆଉ ଯଦି ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ଭରସା ଈଶ୍ୱରଙ୍କଠାରେ ଥାଏ--- କିନ୍ତୁ ଯଦି ମୁଁ ଲୋକଙ୍କୁ ପ୍ରେମ କରେ ନାହିଁ, ତେବେ ମୁଁ କିଛି ନୁହଁ I
\v 3 ଯଦି ମୁଁ ଦରିଦ୍ରମାନଙ୍କୁ ଭୋଜନ କରାଇବା ନିମନ୍ତେ ମୋହର ସର୍ବସ୍ୱ ବିତରଣ କରେ, କିମ୍ବା ଯଦି ଅନ୍ୟ କାହାକୁ ରକ୍ଷା କରିବା ନିମନ୍ତେ ମୁଁ ମୋହର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ ---କିନ୍ତୁ ଯଦି ମୁଁ ଲୋକଙ୍କୁ ପ୍ରେମ କରେ ନାହିଁ, ତେବେ ମୋହର କିଛି ଲାଭ ନାହିଁ I
\s5
\v 4 ଯଦି ତୁମ୍ଭେ ଅନ୍ୟମାନଙ୍କୁ ପ୍ରକୃତରେ ପ୍ରେମ କର, ତୁମ୍ଭେ ଆନନ୍ଦର ସହିତ ସମସ୍ତ କଷ୍ଟ ସହ୍ୟ କରିବ I ଯଦି ତୁମ୍ଭେ ପ୍ରକୃତରେ ପ୍ରେମ କର, ତୁମ୍ଭେ ଅନ୍ୟଙ୍କୁ ଦୟା କରିବ, ଯଦି ତୁମ୍ଭେ ପ୍ରକୃତରେ ପ୍ରେମ କର, ଅନ୍ୟମାନଙ୍କ ଜିନିଷ ଯାହା ତୁମ୍ଭମାନଙ୍କ ପାଖେ ନାହିଁ ତାହା ଦେଖି ଈର୍ଷା କରିବ ନାହିଁ, ଯଦି ତୁମ୍ଭେ ପ୍ରକୃତରେ ପ୍ରେମ କର, ତୁମ୍ଭେମାନେ ଆପଣା ବିଷୟରେ ଗର୍ବୀ ହେବ ନାହିଁ କି ଆତ୍ମବଡ଼ିମା କରିବ ନାହିଁ I
\v 5 ଯଦି ତୁମ୍ଭେ ଅନ୍ୟମାନଙ୍କୁ ପ୍ରକୃତରେ ପ୍ରେମ କର, ତୁମ୍ଭେ ସେମାନଙ୍କୁ ଅନୁଚିତ ବ୍ୟବହାର କରିବ ନାହିଁ I ସ୍ୱାର୍ଥ ଚେଷ୍ଟା କରିବ ନାହିଁ I କେହି ମଧ୍ୟ ତୁମ୍ଭକୁ ଶୀଘ୍ର ବିରକ୍ତ କରି ପାରିବ ନାହିଁ I ଯେଉଁ ଅପକାର ଲୋକମାନେ କରିଅଛନ୍ତି ତାହା ତୁମ୍ଭେ ସ୍ମରଣରେ ରଖିବ ନାହିଁ I
\v 6 ଯଦି ତୁମ୍ଭେ ଅନ୍ୟମାନଙ୍କୁ ପ୍ରକୃତରେ ପ୍ରେମ କର, କେହି ଦୁଷ୍ଟ କାର୍ଯ୍ୟ କଲେ ତୁମ୍ଭେ ଆନନ୍ଦିତ ହୁଅ ନାହିଁ I ବରଂ, ତୁମ୍ଭେ ଆନନ୍ଦିତ ହୁଅ ଯେତେବେଳେ ଲୋକେ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବେ I
\v 7 ଯଦି ତୁମ୍ଭେ ଅନ୍ୟମାନଙ୍କୁ ପ୍ରକୃତରେ ପ୍ରେମ କର, ତେବେ ସମସ୍ତ ଘଟଣାକୁ ତୁମ୍ଭେ ସହ୍ୟ କରିବ I ତୁମ୍ଭେ ବିଶ୍ୱାସ କରିବ ଯେ ଈଶ୍ୱର ଲୋକଙ୍କ ନିମନ୍ତେ ଉତ୍ତମ ହିଁ କରନ୍ତି I ତୁମ୍ଭେ ଈଶ୍ୱରଙ୍କଠାରେ ଭରସା ରଖିବ I ଯେତେ କଷ୍ଟର ସମ୍ମୁଖୀନ ହେଲେ ମଧ୍ୟ ତୁମ୍ଭେ ଈଶ୍ୱରଙ୍କ ଆଜ୍ଞାକାରୀ ହେବ I
\s5
\v 8 ଯଦି ତୁମ୍ଭେ ପ୍ରକୃତରେ ପ୍ରେମ କର, ତୁମ୍ଭର ପ୍ରେମ କଦାପି ଶେଷ ହେବ ନାହିଁ I ଯେଉଁମାନେ ଭାବବାଣୀ କରନ୍ତି, ପରଭାଷା କହନ୍ତି, କିମ୍ବା ନିଗୂଢ଼ ସତ୍ୟ ସବୁ ଜାଣନ୍ତି, ଏହି ସମସ୍ତ କେବଳ ଅଳ୍ପ ସମୟ ନିମନ୍ତେ କରିଥାଅ, ଦିନେ ଏହି ସବୁ ବିଷୟ ଲୋପ ପାଇବ I
\v 9 ବର୍ତ୍ତମାନ, ଏହି ଜୀବନରେ, ଆମ୍ଭେମାନେ ଆଂଶିକ ଭାବରେ ଜାଣୁ, ଯେଉଁମାନେ ଭାବବାଣୀ କହନ୍ତି ସେମାନେ ଆଂଶିକ ଭାବରେ କହନ୍ତି I
\v 10 କିନ୍ତୁ ଯେତେବେଳେ ସିଦ୍ଧ ବିଷୟ ଉପସ୍ଥିତ ହେବ, ସମସ୍ତ ବିଷୟ ଯାହା ଆଂଶିକ ଓ ଅସମ୍ପୂର୍ଣ୍ଣ ବିଷୟସବୁ ଲୋପ ପାଇବ I
\s5
\v 11 ଯେତେବେଳେ ମୁଁ ଛୋଟ ଶିଶୁ ଥିଲି, ଶିଶୁ ପରି କଥା କହୁଥିଲି, ମୁଁ ଶିଶୁ ପରି ଭାବୁଥିଲି, ମୁଁ ଶିଶୁ ପରି ବିଚାର କରୁଥିଲି I କିନ୍ତୁ ଯେତେବେଳେ ମୁଁ ବୟସପ୍ରାପ୍ତ ହେଲି, ଶିଶୁ ପରି ଆଚରଣ କରିବା ପରିତ୍ୟାଗ କଲି, ଆଉ ବୟସପ୍ରାପ୍ତ ଲୋକଙ୍କ ପରି ଆଚରଣ କରିବା ଆରମ୍ଭ କଲି I
\v 12 ବର୍ତ୍ତମାନ ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ କ'ଣ ବୁଝୁଅଛୁ, ଆମ୍ଭେମାନେ ଅସମ୍ପୂର୍ଣ୍ଣଭାବେ ବୁଝୁଛୁ, ଭଲ ଭାବରେ ନୁହେଁ I କିନ୍ତୁ ଯେତେବେଳେ ଖ୍ରୀଷ୍ଟ ଆସିବେ, ଆମ୍ଭେମାନେ ତାହାଙ୍କୁ ସମ୍ମୁଖା ସମ୍ମୁଖୀ ଦେଖିବା I ବର୍ତ୍ତମାନ ଆମ୍ଭେମାନେ ସତ୍ୟକୁ ଆଂଶିକ ଭାବେ ଜାଣୁ I କିନ୍ତୁ ସେତେବେଳେ ଆମ୍ଭେମାନେ ତାହାଙ୍କୁ ସମ୍ପୂର୍ଣ୍ଣଭାବେ ଜାଣିବା ଯେପରି ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବେ ଜାଣନ୍ତି I
\v 13 ଏହା ମହତ୍ତ୍ୱପୂର୍ଣ୍ଣ ଯେ, ବର୍ତ୍ତମାନ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା କରୁ I ଏହା ମହତ୍ତ୍ୱପୂର୍ଣ୍ଣ ଯେ ସେ ଯାହା ପ୍ରତିଜ୍ଞା କରିଅଛନ୍ତି ଆମ୍ଭମାନଙ୍କ ନିମନ୍ତେ ସେସମସ୍ତ ସାଧନ କରିବେ ଏହା ଆମ୍ଭେମାନେ ବିଶ୍ୱାସ କରୁ I ଏବଂ ଏହା ମହତ୍ତ୍ୱପୂର୍ଣ୍ଣ ଯେ ଆମ୍ଭେମାନେ ତାହାଙ୍କୁ ଓ ପରସ୍ପରକୁ ମଧ୍ୟ ପ୍ରେମ କରୁ I କିନ୍ତୁ ଏହି ତିନି ବିଷୟ ମଧ୍ୟରୁ ପ୍ରେମ ଉତ୍କୃଷ୍ଟ ଅଟେ I
\s5
\c 14
\v 1 ଅନ୍ୟକୁ କିପରି ପ୍ରେମ କରିବ ସେଥିପାଇଁ ଏବଂ ଆତ୍ମିକ ଦାନସବୁ ପାଇବା ନିମନ୍ତେ ଦୃଢ଼ ଚେଷ୍ଟା କର, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥିନିମନ୍ତେ ଏକାନ୍ତ ଚେଷ୍ଟା କର I
\v 2 କାରଣ ଯେ ପରଭାଷାରେ କଥା କହେ, ସେ ଲୋକମାନଙ୍କୁ କଥା କହେ ନାହିଁ, କାରଣ ଯାହା ସେ କହୁଅଛି ତାହା କେହି ବୁଝନ୍ତି ନାହିଁ, କିନ୍ତୁ ସେ ଈଶ୍ୱରଙ୍କୁ କହେ I ମାତ୍ର ଆତ୍ମା ଯେପରି ଚାଳନା ଦିଅନ୍ତି ତାହା ସେ କହେ I
\v 3 ଅନ୍ୟ ପକ୍ଷରେ, ଯେଉଁ ଭାବବାଦୀ ଭାବବାଣୀ କହେ, ସେ ଈଶ୍ୱରଙ୍କଠାରୁ ସିଧାସଳଖ ମନୁଷ୍ୟମାନଙ୍କୁ କଥା କହେ I ତାହା ସେମାନଙ୍କୁ ବଳବାନ କରିବା ନିମନ୍ତେ, ଦୃଢ଼ ରହିବା ନିମନ୍ତେ ଓ ସାନ୍ତ୍ୱନା ଦେବା ନିମନ୍ତେ କଥା କହେ I ଯେପରି ସେମାନେ କଠିନ ସମୟରେ ଆନନ୍ଦିତ ହୋଇ ପାରିବେ I
\v 4 ଯେ ପବିତ୍ରଆତ୍ମାଙ୍କ ଦତ୍ତ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ଡଳୀରେ ପ୍ରତ୍ୟେକଙ୍କର ନିଷ୍ଠା ଜନ୍ମାଏ I
\s5
\v 5 ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା I ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ଡଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ I
\v 6 ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଯାଇ କେବଳ ଆତ୍ମାଙ୍କ ଦତ୍ତ ପରଭାଷାରେ କହିବି, ତେବେ ତାହା କିପରି ତୁମ୍ଭମାନଙ୍କୁ ସାହାଯ୍ୟ କରିବ ? ଯେପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କୁ କଥା କହି ଓ ଗୁପ୍ତ ବିଷୟଗୁଡ଼ିକ ଜାଣିବା ନିମନ୍ତେ ସାହାଯ୍ୟ ନ କରେ, କିମ୍ବା ସେହି ସତ୍ୟ ବିଷୟ ଗୁଡ଼ିକ ବୁଝିବା ନିମନ୍ତେ ସାହାଯ୍ୟ ନ କରେ, କିମ୍ବା ତୁମ୍ଭମାନଙ୍କ ନିକଟରେ ସେହି ଶିକ୍ଷାର କଥା ଯାହା ପୂର୍ବରୁ ତୁମ୍ଭେମାନେ ଶୁଣି ନ ଥିଲ ତାହା ଘୋଷଣା ନ କରେ, କିମ୍ବା ତୁମ୍ଭେମାନେ ପୂର୍ବରୁ ଯାହା ଶିକ୍ଷାପ୍ରାପ୍ତ ହୋଇ ନ ଥିଲ ସେହି ବିଷୟ ଶିକ୍ଷା ନ ଦିଏ, ତେବେ ତାହା ତୁମ୍ଭମାନଙ୍କୁ ସାହାଯ୍ୟ କରି ପାରେ ନାହିଁ I
\s5
\v 7 ଯଦି କେହି ବଂଶୀ ହେଉ ବା ବୀଣା ହେଉ (ତାହା ନିର୍ଜୀବ ବସ୍ତୁ ଅଟେ) ବଜାଏ, ଯଦି ବାଦ୍ୟଯନ୍ତ୍ର ବାଜିଲେ ସୁଦ୍ଧା ପରସ୍ପରର ସ୍ୱରରେ ପାର୍ଥକ୍ୟ ନ ଥାଏ, ତେବେ ବଂଶୀରେ କ'ଣ ବାଜୁଅଛି ବା ବୀଣାରେ କ'ଣ ବାଜୁଅଛି, ବାଜାଇବା ଲୋକ କିପରି ଜାଣିବ I
\v 8 ପୁଣି, ଜଣେ ସୈନ୍ୟ ଯଦି ତୂରୀ ଧ୍ୱନି ଅସ୍ପଷ୍ଟ ବଜାଏ, ତେବେ ସୈନ୍ୟବାହିନୀ ଯୁଦ୍ଧ ନିମନ୍ତେ ସଜ୍ଜିତ ହୋଇପାରିବେ ନାହଁ I
\v 9 ସେହିପରି ତୁମ୍ଭେମାନେ ମଧ୍ୟ ଯଦି କେହି ବୁଝି ନ ପାରିବା ଭଳି କିଛି କହୁଛ: ତେବେ ତୁମ୍ଭେ କ'ଣ କହିଲ କେହି ଜାଣି ପାରିବେ ନାହିଁ I
\s5
\v 10 ଜଗତରେ ହୋଇ ପାରେ ଅନେକ ପ୍ରକାର ଭାଷା ଅଛି, ପୁଣି ଯେଉଁମାନେ ଯେଉଁ ଭାଷା ବୁଝି ପାରନ୍ତି ସେମାନଙ୍କ ନିମନ୍ତେ ସେହି ଭାଷା ଅର୍ଥ ଶୂନ୍ୟ ନୁହେଁ I
\v 11 କିନ୍ତୁ ମୁଁ ଯଦି କାହାର ଭାଷା ବୁଝି ପାରେ ନାହିଁ, ମୁଁ ତାହା ନିମନ୍ତେ ଅଜଣା ଅଟେ, ଏବଂ ସେ ମୋ' ନିମନ୍ତେ ମଧ୍ୟ ଅଜଣା ଅଟେ I
\s5
\v 12 ତେଣୁ ତୁମ୍ଭମାନଙ୍କଠାରେ ଆତ୍ମା କାର୍ଯ୍ୟ କରୁ ବୋଲି ତୁମ୍ଭେମାନେ ପ୍ରଚୁର ମାତ୍ରାରେ ଇଚ୍ଛା କରୁଥିବାରୁ, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ଓ ତାହାଙ୍କ ଆଜ୍ଞାକାରୀ ହେବା ନିମନ୍ତେ ମଣ୍ଡଳୀରେ ବିଶ୍ୱାସୀମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଚେଷ୍ଟା କର I
\v 13 ଅତଏବ, ଯେଉଁ ଭାଷା ଈଶ୍ୱର ତୁମ୍ଭମାନଙ୍କୁ ଦେଇଅଛନ୍ତି, ତାହାର ଅନୁବାଦ କରିବା ନିମନ୍ତେ ଯେପରି ଈଶ୍ୱର ତୁମ୍ଭମାନଙ୍କୁ ସକ୍ଷମ କରନ୍ତି, ଏଥିନିମନ୍ତେ ପ୍ରାର୍ଥନା କର I
\v 14 କେହି ଯଦି ପରଭାଷାରେ ପ୍ରାର୍ଥନା କରେ, ତେବେ ତାହାର ଆତ୍ମା ପ୍ରାର୍ଥନା କରେ, କିନ୍ତୁ ତାହାର ବୁଦ୍ଧିରେ କରେ ନାହିଁ I
\s5
\v 15 ତେଣୁ, ଆମ୍ଭେମାନେ ଆମ୍ଭମାନଙ୍କ ଆତ୍ମାରେ ପ୍ରାର୍ଥନା କରିବା ଉଚିତ୍, ପୁଣି ବୁଦ୍ଧିର ସହିତ ମଧ୍ୟ ପ୍ରାର୍ଥନା କରିବା ଉଚିତ୍ I ଆଉ ସେହିପରି ମଧ୍ୟ ଈଶ୍ୱରଙ୍କ ସ୍ତୁତିଗାନ କରିବା ଉଚିତ୍ I
\v 16 ନତୁବା ତୁମ୍ଭେ ଯଦି ଆତ୍ମା ଦ୍ୱାରା ଈଶ୍ୱରଙ୍କ ସ୍ତୁତି କର, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ ତୁମ୍ଭ କଥାରେ ଆମେନ୍‍ କହି ପାରିବେ ନାହିଁ I
\s5
\v 17 ଯେଣୁ ତୁମ୍ଭେ ଯଦି ଆପଣା ଆତ୍ମାରେ ଧନ୍ୟବାଦ ଦେଉଅଛ, ତାହା ତୁମ୍ଭ ନିମନ୍ତେ ଉତ୍ତମ ଓ ଭଲ, କିନ୍ତୁ ତୁମ୍ଭେ ଅନ୍ୟ ବିଶ୍ୱାସୀଙ୍କ ଉନ୍ନତି ନିମନ୍ତେ ସାହଯ୍ୟ କରୁ ନାହଁ I
\v 18 ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ପରଭାଷାରେ କଥା କହେ ବୋଲି ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି I
\v 19 ତଥାପି ମୁଁ ଯେପରି ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ପାରେ, ଏଥି ନିମନ୍ତେ ମଣ୍ଡଳୀରେ ପରଭାଷାରେ ଦଶ ହଜାର କଥା କହିବା ଅପେକ୍ଷା ବରଂ ବୁଦ୍ଧିର ସହିତ ପାଞ୍ଚୋଟି କଥା କହିବାକୁ ଭଲ ପାଏ I
\s5
\v 20 ହେ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ପୂର୍ଣ୍ଣବୟସ୍କ ସଦୃଶ ଚିନ୍ତା କର I କିନ୍ତୁ ଯେତେବେଳେ ତୁମ୍ଭେମାନେ ମନ୍ଦ ବିଷୟରେ ଚିନ୍ତା କର, ସେତେବେଳେ ଶିଶୁ ପରି ଚିନ୍ତା କର I ତୁମ୍ଭମାନଙ୍କର ଚିନ୍ତାଧାରା ଯୁକ୍ତିଯୁକ୍ତ ହେଉ I
\v 21 ବ୍ୟବସ୍ଥାରେ ଲେଖା ଅଛି, ଈଶ୍ୱର କହନ୍ତି, "ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା ଓ ବିଦେଶୀୟମାନଙ୍କ ମୁଁଖ ଦ୍ୱାରା ଆମ୍ଭେ ଆମ୍ଭର ଇସ୍ରାଏଲୀୟ ଲୋକମାନଙ୍କୁ କଥା କହିବା, ତାହାହେଲେ ସୁଦ୍ଧା ଆମ୍ଭ ଲୋକମାନେ ଆମ୍ଭର କଥା ବୁଝିବେ ନାହିଁ I”
\s5
\v 22 ଏଣୁ ଯଦି ଜଣେ ବିଶ୍ୱାସୀ ଈଶ୍ୱର ଦତ୍ତ ଭାଷାରେ କଥା କହେ, ତେବେ ଏହା ଅବିଶ୍ୱାସୀ ଯିଏ ଶୁଣୁଅଛି ତାହା ନିମନ୍ତେ ଚିହ୍ନ ସ୍ୱରୂପ ହୋଇପାରେ I କିନ୍ତୁ ଯଦି ଜଣେ ବିଶ୍ୱାସୀ ଈଶ୍ୱରଙ୍କଠାରୁ ଭାବବାଣୀ କହେ ସେ ଅନ୍ୟ ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ ଅଟେ I
\v 23 ଆଉ ଦେଖ, ସମସ୍ତ ମଣ୍ଡଳୀ ଯଦି ସମବେତ ହୁଏ ଓ ସମସ୍ତେ ବିଭିନ୍ନ ଭାଷାରେ କଥା କହନ୍ତି, ତେବେ ଏହା କିପରି ବିଭ୍ରାନ୍ତିକର ଅଟେ I ପୁଣି, କୌଣସି ଅବିଶ୍ୱାସୀ ଲୋକ ଯେବେ ସେମାନଙ୍କର ପରଭାଷା ଶୁଣେ ତାହାହେଲେ ସେମାନେ ପାଗଳ ବୋଲି କହିବେ I
\s5
\v 24 କିନ୍ତୁ ଯଦି ତୁମ୍ଭେମାନେ ସମସ୍ତେ ଈଶ୍ୱରଙ୍କଠାରୁ ସତ୍ୟ ଭାବବାଣୀ କୁହ, ତେବେ କୌଣସି ଅବିଶ୍ୱାସୀ ଆସିଲେ, ସେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରି ଦୋଷ କରିଅଛି ବୋଲି ନିଜେ ହୃଦୟଙ୍ଗମ କରିବ I
\v 25 ପୁଣି ଏହି ଅବିଶ୍ୱାସୀ ଆପଣା ବିବେକରେ କ'ଣ ଅଛି ସେବିଷୟରେ ସାବଧାନ ହେବ I ସେଥିରେ ସେ ମୁଁହଁ ମାଡ଼ି ପଡ଼ିବ ଓ ଈଶ୍ୱର ଯେ ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ତାହାଙ୍କୁ ପ୍ରଣାମ କରିବ I
\s5
\v 26 ହେ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ଈଶ୍ୱରଙ୍କ ସ୍ତୁତିଗାନ କରିବାକୁ ସମବେତ ହେବା ସମୟରେ ଏହିପରି ହେବା ଉଚିତ୍ I ପ୍ରତ୍ୟେକ ଜଣ ଗାଇବାକୁ ଗୀତ, ବା ଶାସ୍ତ୍ରରୁ ଶିକ୍ଷା, ବା ପ୍ରକାଶିତ ବାକ୍ୟ, ବା ପରଭାଷା ବା ଭାଷାର ଅର୍ଥ, ଏପରି ପ୍ରତ୍ୟେକର କିଛି ନା କିଛି ଅଛି, ଏହିସବୁ ନେଇ ଆସ । ସମବେତ ହେବା ସମୟରେ ଯାହା କିଛି କର ସମସ୍ତ ବିଷୟରେ ପରସ୍ପରକୁ ଉତ୍ସାହ ଦିଅ, ଯେହେତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ମଣ୍ଡଳୀ ଅଟ I
\v 27 ଯଦି କେହି ଆତ୍ମାଙ୍କ ଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ I
\v 28 କିନ୍ତୁ ସେହି ଭାଷାର ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ଯେଉଁମାନେ ଆତ୍ମାଙ୍କ ଭାଷାରେ କଥା କହନ୍ତି ସେମାନେ ମଣ୍ଡଳୀରେ ନୀରବ ରହନ୍ତୁ ଓ ନିରୋଳାରେ ଈଶ୍ୱରଙ୍କୁ କହନ୍ତୁ I
\s5
\v 29 ଆଉ ଯଦି କେହି ଈଶ୍ୱରଙ୍କଠାରୁ ଭବିଷ୍ୟବାଣୀ କହିବାକୁ ଚାହେଁ, ତେବେ ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ, ପୁଣି, ସେଠାରେ ଅନ୍ୟମାନେ ଶାସ୍ତ୍ର ଅନୁସାରେ କୁହାଯାଇଥିବା ଭାବବାଣୀକୁ ବିଚାର କରନ୍ତୁ I
\v 30 କିନ୍ତୁ ଯଦି ସେହି ଭାବବାଣୀ ବୁଝିବା ନିମନ୍ତେ ମଣ୍ଡଳୀରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତିକୁ ଈଶ୍ୱର ଅନୁମତି ଦିଅନ୍ତି, ତେବେ ଯେ ଭାବବାଣୀ କହୁଥିଲେ ସେ କହିବା ବନ୍ଦ କରୁ I ଏହି ପ୍ରକାରେ, ସମସ୍ତ ବିଶ୍ୱାସୀ ସେହି ଭାବବାଣୀର ଅର୍ଥ ଶୁଣି ପାରିବେ I
\s5
\v 31 କାରଣ ପ୍ରତ୍ୟେକ ଭାବବାଣୀ କହୁଥିବା ବ୍ୟକ୍ତି ଏହିପରି କରିବା ଉଚିତ୍ I କିନ୍ତୁ ଈଶ୍ୱରଙ୍କୁ ପ୍ରେମ କରିବା ନିମନ୍ତେ ଯେପରି ସମସ୍ତ ବିଶ୍ୱାସୀ ଶିକ୍ଷା ପାଆନ୍ତି, ପୁଣି, ସମସ୍ତେ ଚେତନା ପ୍ରାପ୍ତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ସମସ୍ତେ ଜଣ ଜଣ କରି ଭାବବାଣୀ କହିପାର I
\v 32 ଏଥିପାଇଁ ଯେଉଁ ଭାବବାଦୀମାନେ ସତ୍ୟ ଈଶ୍ୱରଙ୍କ ସମ୍ବାଦ କୁହନ୍ତି, ସେମାନେ ଆତ୍ମାଙ୍କ ବଶୀଭୂତ ହୋଇକରନ୍ତି I
\v 33 କାରଣ ଈଶ୍ୱର ସନ୍ଦେହ ଜାତ କରନ୍ତି ନାହିଁ, ମାତ୍ର ବାସ୍ତବରେ ସେ ଶାନ୍ତି ଉତ୍ପନ୍ନ କରନ୍ତି I ଈଶ୍ୱରଙ୍କ ଲୋକମାନଙ୍କ ମଣ୍ଡଳୀରେ ପରବର୍ତ୍ତୀ ପ୍ରଶ୍ନର ଉତ୍ତର ସେହି ପ୍ରକାର ଅଟେ I
\s5
\v 34 ସ୍ତ୍ରୀ’ଲୋକମାନେ ମଣ୍ଡଳୀରେ ନୀରବ ରୁହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାନ୍ତି I ସେମାନେ ଈଶ୍ୱରଙ୍କଠାରୁ ଭାବବାଣୀ କହୁଥିବା ବ୍ୟକ୍ତିଙ୍କୁ ବାଧା ନ ଦେଉନ୍ତୁ I ବରଂ ମୋଶାଙ୍କ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ଆପଣା ସ୍ୱାମୀଙ୍କର ବଶୀଭୂତା ହୋଇ ରୁହନ୍ତୁ I
\v 35 ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି, ତେବେ ଉପାସନାରେ ବାଧା ଦେବା ପରିବର୍ତ୍ତେ, ସେମାନେ ଘରେ ଆପଣା ଆପଣା ସ୍ୱାମୀଙ୍କୁ ପଚାରନ୍ତୁ I କାରଣ ମଣ୍ଡଳୀ ମଧ୍ୟରେ କଥା କହିବା ସ୍ତ୍ରୀ’ଲୋକ ପକ୍ଷରେ ଆପଣା ସ୍ୱାମୀଙ୍କୁ ଅନାଦର କରିବା ଅଟେ I
\v 36 ଈଶ୍ୱରଙ୍କ ବାକ୍ୟ କି ତୁମ୍ଭମାନଙ୍କଠାରୁ ବାହାରିଅଛି ? ଅବା କେବଳ ତୁମ୍ଭମାନଙ୍କ ନିକଟକୁ ଆସିଅଛି ?
\s5
\v 37 କେହି ଯଦି ଆପଣାକୁ ଭାବବାଦୀ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଲେଖୁଅଛି, ସେହି ସବୁ ଯେ ପ୍ରଭୁଙ୍କ ଆଜ୍ଞା, ଏଥିରେ ସେ ସହମତ ହେଉ ଓ ତାହା ଅନୁସରଣ କରୁ I
\v 38 କିନ୍ତୁ କେହି ଯଦି ଯାହା ଯାହା ମୁଁ ଲେଖୁଅଛି ତାହା ଅସ୍ୱୀକାର କରେ, ତେବେ ତୁମ୍ଭେମାନେ ଆପଣା ମଣ୍ଡଳୀରେ ସେମାନଙ୍କୁ ଅସ୍ୱୀକାର କରିବା ଉଚିତ୍ I
\s5
\v 39 ଏଣୁ ହେ ମୋହର ଭାଇ ଓ ଭଉଣୀମାନେ, ମଣ୍ଡଳୀରେ ଭାବବାଣୀ କହିବାକୁ ଏକାନ୍ତ ଚେଷ୍ଟା କର; ପୁଣି, ଈଶ୍ୱରଙ୍କ ଦତ୍ତ ପରଭାଷାରେ କଥା କହିବାକୁ କାହାକୁ ମନା ନ କର I
\v 40 କିନ୍ତୁ ମଣ୍ଡଳୀର ଉପାସନାରେ ସମସ୍ତ ବିଷୟ ସୁନ୍ଦରତାରେ ଓ ଶୃଙ୍ଖଳତାନୁସାରେ କରାଯାଉ I
\s5
\c 15
\v 1 ହେ ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିବା ସୁସମାଚାର ବିଷୟରେ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ଚାହେଁ I ତୁମ୍ଭେମାନେ ଏହି ସୁସମାଚାରରେ ବିଶ୍ୱାସ କଲ ଓ ବର୍ତ୍ତମାନ ସେହି ସୁସମାଚାର ଅନୁସାରେ ଜୀବନଯାପନ କରୁଅଛ I
\v 2 ତୁମ୍ଭେମାନେ ସୁସମାଚାରକୁ ଦୃଢ଼ ଭାବରେ ଧରିରଖିଥିବାରୁ ଏହି ସୁସମାଚାର ତୁମ୍ଭମାନଙ୍କୁ ପରିତ୍ରାଣ ଦେଲା I ------ ନୋହିଲେ ତ ତୁମ୍ଭେମାନେ ବ୍ୟର୍ଥରେ ଏହାକୁ ବିଶ୍ୱାସ କରିଥିଲ I
\s5
\v 3 କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି, ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯଥା, ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ,
\v 4 ସେମାନେ ତାହାଙ୍କୁ ସମାଧି ଦେଲେ, ଶାସ୍ତ୍ର ଅନୁସାରେ ଈଶ୍ୱର ତାହାଙ୍କୁ ତୃତୀୟ ଦିବସରେ ଉତ୍ଥିତ କଲେ, ସମସ୍ତ ବିଷୟ ଶାସ୍ତ୍ର ଅନୁସାରେ ଘଟିଲା I
\s5
\v 5 ପୁଣି ଖ୍ରୀଷ୍ଟ କେଫାଙ୍କୁ (ପିତରଙ୍କୁ), ଆଉ, ତାହା ପରେ ଦ୍ୱାଦଶଙ୍କୁ ଦର୍ଶନ ଦେଲେ;
\v 6 ଏଉତ୍ତାରେ ସେ ଏକାଥରେ ପାଞ୍ଚ ଶହରୁ ଅଧିକ ଭାଇ ଓ ଭଉଣୀଙ୍କୁ ଦର୍ଶନ ଦେଲେ I ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି, କିନ୍ତୁ କେହି କେହି ମହାନିଦ୍ରାପ୍ରାପ୍ତ ହୋଇଅଛନ୍ତି I
\v 7 ତତ୍ପରେ ସେ ଯାକୁବଙ୍କୁ, ଆଉ, ପରେ ସମସ୍ତ ପ୍ରେରିତଙ୍କୁ ଦର୍ଶନ ଦେଲେ I
\s5
\v 8 ମୁଁ ଅନ୍ୟ ଶିଷ୍ୟମାନଙ୍କ ସଦୃଶ ହୋଇ ନ ଥିଲେ ସୁଦ୍ଧା ଅବଶେଷରେ ଅକାଳଜାତ ପରି ଜଣେ ଯେ ମୁଁ, ସେ ମୋତେ ମଧ୍ୟ ଦର୍ଶନ ଦେଲେ I
\v 9 କାରଣ ଈଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଥିବାରୁ ପ୍ରେରିତମାନଙ୍କ ମଧ୍ୟରେ ମୁଁ କ୍ଷୁଦ୍ରତମ, ପୁଣି, ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ I
\s5
\v 10 କିନ୍ତୁ ଈଶ୍ୱର ମୋ' ପ୍ରତି ଅତି ଦୟାଳୁ ହୋଇଥିବାରୁ ମୁଁ ପ୍ରେରିତ ପଦ ପାଇଅଛି, ଆଉ ସେ ମୋ' ଦ୍ୱାରା ଅନେକ ଉତ୍ତମ କାର୍ଯ୍ୟ କରିଅଛନ୍ତି I ପ୍ରକୃତରେ, ଅନ୍ୟ ପ୍ରେରିତଙ୍କ ଅପେକ୍ଷା ମୁଁ ଅଧିକ ପରିଶ୍ରମ କରିଅଛି, ତଥାପି ମୁଁ ଏହି କାର୍ଯ୍ୟ କରି ନାହିଁ, କିନ୍ତୁ ଯେଉଁ ଈଶ୍ୱର ମୋତେ ଶକ୍ତି ପ୍ରଦାନ କରନ୍ତି ସେ ଏହା କରିଅଛନ୍ତି I
\v 11 ଅତଏବ ଏହା ଅନ୍ୟ ପ୍ରେରିତମାନେ ହୁଅନ୍ତୁ ଅବା ମୁଁ ହୁଏ, ଯିଏ ତୁମ୍ଭମାନଙ୍କ ନିକଟରେ ପ୍ରଚାର କଲା, ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରିଥାଉ, ଆଉ ତୁମ୍ଭେମାନେ ଆମ୍ଭମାନଙ୍କଠାରେ ବିଶ୍ୱାସ କଲ I
\s5
\v 12 ବର୍ତ୍ତମାନ ତୁମ୍ଭମାନଙ୍କ ମଧ୍ୟରୁ କେତେକ କହୁଅଛନ୍ତି ଯେ, ବର୍ତ୍ତମାନ ଯେଉଁମାନେ ମୃତ ସେମାନେ କେବେ ବି ଉଠିବେ ନାହିଁ, ଏହା କଦାପି ସତ୍ୟ ନୁହେଁ, କାରଣ ଖ୍ରୀଷ୍ଟ ଯେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଅଛୁ I
\v 13 ଯଦି ମୃତମାନଙ୍କର ପୁନରୁତ୍ଥାନ ହୋଇ ନାହାନ୍ତି, ତେବେ ଈଶ୍ୱର ଖ୍ରୀଷ୍ଟଙ୍କୁ ମଧ୍ୟ ଉଠାଇ ନାହାନ୍ତି I
\v 14 ଆଉ, ଯଦି ଈଶ୍ୱର ଖ୍ରୀଷ୍ଟଙ୍କୁ ଉତ୍ଥିତ କରି ନାହାନ୍ତି, ତେବେ ତ ଆମ୍ଭମାନଙ୍କ ପ୍ରଚାର ବୃଥା, ଏବଂ ଖ୍ରୀଷ୍ଟ ଯେ ତୁମ୍ଭମାନଙ୍କ ଜୀବନରେ ଓ ମୃତ୍ୟୁରେ ସମସ୍ତ କରିପାରନ୍ତି ସେ ବିଷୟରେ ତୁମ୍ଭମାନଙ୍କ ବିଶ୍ୱାସ ମଧ୍ୟ ବୃଥା I
\s5
\v 15 ପୁଣି, ଯଦି ମୃତ ପ୍ରକୃତରେ ଉତ୍ଥିତ ନ ହୁଅନ୍ତି, ତେବେ ଆମ୍ଭେମାନେ ଈଶ୍ୱରଙ୍କ ସମ୍ବନ୍ଧରେ ଯେ ମିଥ୍ୟା ସାକ୍ଷୀ, ଏହା ପ୍ରକାଶ ପାଏ I
\v 16 ପୁନର୍ବାର ମୁଁ କହେ, ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଈଶ୍ୱର ଖ୍ରୀଷ୍ଟଙ୍କୁ ମଧ୍ୟ ଉତ୍ଥିତ କରି ନାହାନ୍ତି I
\v 17 ଆଉ, ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତୁମ୍ଭମାନଙ୍କର ବିଶ୍ୱାସ ନିଷ୍ପଳ, ଆଉ ତୁମ୍ଭେମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ଏପର୍ଯ୍ୟନ୍ତ ଈଶ୍ୱର ଦୋଷୀ କରନ୍ତେ I
\s5
\v 18 ତାହାହେଲେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ମହାନିଦ୍ରାପ୍ରାପ୍ତ ହୋଇଅଛନ୍ତି, ତେବେ ସେମାନେ ପୁନରୁତ୍ଥିତ ହେବା ନିମନ୍ତେ ଆଶା ନ କରି ମହାନିଦ୍ରାପ୍ରାପ୍ତ ହୋଇଅଛନ୍ତି I
\v 19 ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ଏବଂ ଆମ୍ଭମାନଙ୍କ ମୃତ୍ୟୁ ପରେ ସେ ଆମ୍ଭମାନଙ୍କ ନିମନ୍ତେ କିଛି କରିବେ ନାହିଁ ବୋଲି ଆଶା କରୁଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦହନୀୟ ଅଟୁ, ଯେହେତୁ ଆମ୍ଭେମାନେ ମିଥ୍ୟାରେ ବିଶ୍ୱାସ କରିଅଛୁ I
\s5
\v 20 କିନ୍ତୁ ପ୍ରକୃତରେ, ଈଶ୍ୱର ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥିତ କରିଅଛନ୍ତି, ପୁଣି ଯେତେଲୋକ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ସେଥିର ସେ ପ୍ରଥମ ଫଳ ସ୍ୱରୂପ ଅଟନ୍ତି I
\v 21 କାରଣ ଜଣେ ମନୁଷ୍ୟ, ଆଦମ, ଯାହା କଲେ ତଦ୍ଦ୍ୱାରା ଜଗତରେ ପ୍ରତ୍ୟେକ ଜଣ ମୃତ୍ୟୁବରଣ କରନ୍ତି, ସେହିପରି, ଜଣେ ମନୁଷ୍ୟ, ଖ୍ରୀଷ୍ଟ ଯୀଶୁ, ଯାହା କଲେ ସେଥିସକାଶୁ ଯେଉଁମାନେ ମୃତ୍ୟୁବରଣ କରିଅଛନ୍ତି ସେମାନେ ପୁନର୍ବାର ଉତ୍ଥିତ ହେବେ I
\s5
\v 22 ଆଦମ ପାପ କରିବା ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟ ଯାହା କରିଅଛନ୍ତି ତଦ୍ଦ୍ୱାରା ସମସ୍ତେ ସଜୀବ ହେବେ I
\v 23 କିନ୍ତୁ ପ୍ରତ୍ୟେକ ଜଣ ଆପଣା ଆପଣା କ୍ରମାନୁସାରେ ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ, ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ ଉତ୍ଥିତ ହେବେ I
\s5
\v 24 ତତ୍ପରେ ଯୁଗାନ୍ତ ଉପସ୍ଥିତ ହେବ, ସେସମୟରେ ସେ ଜଗତର ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତି ଲୋପ କଲା ଉତ୍ତାରେ ପିତା ଈଶ୍ୱରଙ୍କୁ ରାଜତ୍ୱ ସମର୍ପଣ କରିବେ I
\v 25 କାରଣ ଈଶ୍ୱର ସମସ୍ତ ଶତ୍ରୁଙ୍କ ଉପରେ ବିଜୟୀ ହେବେ, ଏବଂ ସେମାନଙ୍କ ଆଉ ଶକ୍ତି ନାହିଁ ଏହା ଦର୍ଶାଇବା ନିମନ୍ତେ ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ପାଦ ତଳେ ରଖିବେ, ସେପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କୁ ଅବଶ୍ୟ ରାଜତ୍ୱ କରିବାକୁ ହେବ I
\v 26 ଶେଷ ଶତ୍ରୁ ମୃତ୍ୟୁକୁ ଈଶ୍ୱର ଲୋପ କରିବେ I
\s5
\v 27 ଯେଣୁ ଶାସ୍ତ୍ର କହେ, "ଈଶ୍ୱର ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କଲେ," ଅର୍ଥାତ୍, ଖ୍ରୀଷ୍ଟଙ୍କ ପାଦ ତଳେ I କିନ୍ତୁ ଏହା ସ୍ପଷ୍ଟ ଯେ ଈଶ୍ୱର ସେହି ସବୁର ଅନ୍ତର୍ଗତ ନୁହନ୍ତି I
\v 28 ଈଶ୍ୱର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ବଶୀଭୂତ କଲା ଉତ୍ତାରେ, ପୁତ୍ର ମଧ୍ୟ ପିତା ଈଶ୍ୱରଙ୍କ ବଶୀଭୂତ ହେବେ, ଯେପରି ଈଶ୍ୱର ସମସ୍ତ ବିଷୟରେ ଏବଂ ପ୍ରତ୍ୟେକ ଜଣଙ୍କ ସହିତ ସମ୍ପର୍କରେ ସମାନ ହୁଅନ୍ତି I
\s5
\v 29 ଯଦି ମୃତମାନଙ୍କ ଉତ୍ଥାନ ନାହିଁ, ଯେପରି କେତେକ କହନ୍ତି, ତେବେ ମୃତମାନଙ୍କ ନିମନ୍ତେ ବାପ୍ତିଜିତ ହେବା କୌଣସି କାରଣ ନାହିଁ, ଯେପରି କେତେକ କରନ୍ତି I ଯଦି ଈଶ୍ୱର କୌଣସି ମୃତ ବ୍ୟକ୍ତିକୁ ଉତ୍ଥିତ ନ କରନ୍ତି, ତେବେ ମୃତ ବ୍ୟକ୍ତିମାନଙ୍କ ନିମନ୍ତେ ଜୀବିତ ବ୍ୟକ୍ତିମାନେ ବାପ୍ତିଜିତ ହେବା କୌଣସି ଆବଶ୍ୟକ ନାହିଁ I
\v 30 ଯଦି ମୃତମାନଙ୍କ ଉତ୍ଥାନ ନାହିଁ ତେବେ ସୁସମାଚାର ଘୋଷଣା କରି ପ୍ରେରିତମାନେ ଯେ ଆମ୍ଭେମାନେ ମଧ୍ୟ ପ୍ରତ୍ୟେକ ଦିନ ବିପଦର ସମ୍ମୁଖୀନ ହେବା କୋଣସି ଆବଶ୍ୟକ ନାହିଁ I
\s5
\v 31 ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଷୟରେ ମୁଁ ଯେଉଁ ଦର୍ପ କରିଥାଏ, ସେଥିର ଶପଥ କରି କହୁଅଛି, ମୁଁ ପ୍ରତିଦିନ ମୃତ୍ୟୁଭୋଗ କରୁଅଛି !
\v 32 ଯଦି ଈଶ୍ୱର ମୃତମାନଙ୍କୁ ଉତ୍ଥିତ କରିବେ ନାହିଁ, ତେବେ ଅକାରଣରେ ମୁଁ ଏଫିସରେ ବନ୍ୟ ପଶୁମାନଙ୍କ ସହିତ ଯୁଦ୍ଧ କରିଅଛି I ଏହି ଘଟଣାରେ ଗୀତକାର ଯାହା ଲେଖନ୍ତି ତାହା ସତ୍ୟ ହୋଇପାରେ: "ଆସ, ଆମ୍ଭେମାନେ ଭୋଜନପାନ କରୁ, କାରଣ କାଲି ଆମ୍ଭେମାନେ ମରିବା I"
\s5
\v 33 ଭ୍ରାନ୍ତ ନ ହୁଅ: "ଯଦି ତୁମ୍ଭର ମନ୍ଦ ସଙ୍ଗତି ଅଛି, ତେବେ ତୁମ୍ଭେ ଅଧିକ ସମୟ ନିମନ୍ତେ ସତ୍ୟ ପଥରେ ଚାଲିବା ନିମନ୍ତେ ଯତ୍ନ କରି ପାରିବ ନାହିଁ I"
\v 34 ଯଥାର୍ଥରୂପେ ଜାଗ୍ରତ ହୁଅ ! ସତ୍ୟ ପଥରେ ଜୀବନଯାପନ କର ଓ ପାପ ନ କର I କାରଣ କାହାରି କାହାରି ଈଶ୍ୱରଙ୍କ ବିଷୟରେ ଜ୍ଞାନ ନାହିଁ I ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଏହି କଥା କହୁଅଛି I
\s5
\v 35 କେହି ତୁମ୍ଭମାନଙ୍କୁ ପଚାରି ପାରେ, "ମୃତମାନେ କିପରି ଉତ୍ଥିତ ହୁଅନ୍ତି ? କି ପ୍ରକାର ଶରୀରରେ ସେମାନେ ଆସନ୍ତି ?"
\v 36 ହେ ନିର୍ବୋଧ ! ତୁମ୍ଭେ ସେହି ସତ୍ୟ ବିଷୟରେ ଜାଣି ନାହଁ ଯେ, ତୁମ୍ଭେ ନିଜେ କୌଣସି ବୀଜ ଭୂମିରେ ବୁଣ, ଯିବା ପରେ ଯଦି ତାହା ନ ମରେ, ବଢ଼ିବା ଆରମ୍ଭ ହୁଏ ନାହିଁ I
\s5
\v 37 ଆଉ, କୃଷକ ଯାହା ବୁଣେ, ସେହି ସମାନ ବୀଜ ସେ ଦେଖେ ନାହିଁ ଯାହା ଉପରକୁ ଆସିଅଛି; ତାହା ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇ ବାହାରକୁ ଆସେ I
\v 38 କିନ୍ତୁ ଈଶ୍ୱର ଆପଣା ଇଚ୍ଛାନୁସାରେ ତାହାକୁ ଶରୀର ଦିଅନ୍ତି, ଆଉ ଭୂମିରେ ପଡ଼ିଥିବା ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦିଅନ୍ତି I
\v 39 ସମସ୍ତ ଜୀବିତ ପ୍ରାଣୀ ଏକ ପ୍ରକାର ନୁହନ୍ତି I ସେମାନଙ୍କ ମଧ୍ୟରୁ ମନୁଷ୍ୟମାନଙ୍କ ଶରୀର, ବିଭିନ୍ନ ପ୍ରକାର ପଶୁମାନଙ୍କ ଶରୀର, ପୁଣି, ପକ୍ଷୀମାନଙ୍କ ଓ ମାଛମାନଙ୍କ ଶରୀର ସମସ୍ତଙ୍କ ବିଭିନ୍ନ ପ୍ରକାର ଅଟେ I ସେମାନଙ୍କ ମଧ୍ୟରୁ ସମସ୍ତେ ବିଭିନ୍ନ ପ୍ରକାର ଅଟନ୍ତି I
\s5
\v 40 ଆଉ ମଧ୍ୟ ବିଭିନ୍ନ ପ୍ରକାରର ଜିନିଷ ସ୍ୱର୍ଗରେ ଅଛି I ପୃଥିବୀସ୍ଥ ଶରୀରର ପ୍ରକୃତି ଠାରୁ ଆକାଶସ୍ଥ ଶରୀରର ପ୍ରକୃତି ଭିନ୍ନ ଅଟେ I
\v 41 ସୂର୍ଯ୍ୟର ଏକ ପ୍ରକାର ତେଜ, ଚନ୍ଦ୍ରର ଅନ୍ୟ ପ୍ରକାର ତେଜ ଓ ନକ୍ଷତ୍ରମାଳାର ଅନ୍ୟ ପ୍ରକାର ତେଜ I କାରଣ ତେଜରେ ଗୋଟିଏ ନକ୍ଷତ୍ର ଅନ୍ୟ ନକ୍ଷତ୍ରଠାରୁ ଭିନ୍ନ I
\s5
\v 42 ମୃତମାନଙ୍କର ପୁନରୁତ୍ଥାନ ମଧ୍ୟ ସେହି ପ୍ରକାର । କ୍ଷୟରେ ବୁଣାଯାଏ, ଅକ୍ଷୟ ହୋଇ ଉତ୍ଥିତ ହୁଏ I
\v 43 ଯେତେବେଳେ ଏହା ଭୂମିରେ ବୁଣାଯାଏ, ଏହା ଧୂଳିରେ ଥାଏ, କିନ୍ତୁ ଯେତେବେଳେ ଈଶ୍ୱର ଏହାକୁ ଉତ୍ଥିତ କରନ୍ତି, ଏହା ଗୌରବ ଓ ଶକ୍ତିରେ ବଢ଼େ I
\v 44 ଯାହା ଭୂମିରେ ଯାଏ ତାହା ପାର୍ଥିବ ଅଟେ, କିନ୍ତୁ ଯାହା ଉତ୍ଥିତ ହୁଏ ତାହା ଈଶ୍ୱରଙ୍କ ଶକ୍ତି ଦ୍ୱାରା ଉତ୍ଥିତ ହୁଏ I ତେଣୁ, ପାର୍ଥିବ ବିଷୟ ମଧ୍ୟ ଅଛି, ଆଉ ଈଶ୍ୱରଙ୍କ ଶକ୍ତି ଦ୍ୱାରା ଯେଉଁ ବିଷୟ ଅଛି ତାହା ଅନନ୍ତକାଳୀନ ଅଟେ I
\s5
\v 45 ଯେଣୁ ଶାସ୍ତ୍ର କହେ, "ପ୍ରଥମ ମନୁଷ୍ୟ ଆଦମ ଜୀବିତ ପ୍ରାଣୀ ହେଲେ ଯିଏ ଆପଣା ସନ୍ତାନସନ୍ତତିମାନଙ୍କୁ ଓ ଉତ୍ତରାଧିକାରୀମାନଙ୍କୁ ଜୀବନ ଦେଲେ I" କିନ୍ତୁ ଦ୍ୱୀତିୟ ଆଦମ ଖ୍ରୀଷ୍ଟ ଲୋକମାନଙ୍କୁ ଅନନ୍ତକାଳୀନ ଜୀବନ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଦେଲେ I
\v 46 ଯାହା ପାର୍ଥିବ ତାହା ପ୍ରଥମେ ଆସିଲା, ଏହା ପ୍ରାକୃତିକ ଅଟେ, ଆଉ ଏହାପରେ ଯାହା ଈଶ୍ୱରଙ୍କଠାରୁ ଆସିଲା ତାହା ଆତ୍ମିକ ଅଟେ I
\s5
\v 47 ପ୍ରଥମ ମନୁଷ୍ୟ ଆଦମ ପାର୍ଥିବ, ମୃତ୍ତିକାରେ ନିର୍ମିତ I କିନ୍ତୁ ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗୀୟ I
\v 48 ଯେଉଁମାନେ ମୃତ୍ତିକାରେ ନିର୍ମିତ, ସେମାନେ ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟ ଆଦମ ତୁଲ୍ୟ I ପୁଣି, ଯେଉଁମାନେ ସ୍ୱର୍ଗୀୟ, ସେମାନେ ସ୍ୱର୍ଗରୁ ଆଗତ ଖ୍ରୀଷ୍ଟଙ୍କ ତୁଲ୍ୟ I
\v 49 ଯେପରି ଈଶ୍ୱର ଆମ୍ଭମାନଙ୍କୁ ମୃତ୍ତିକାରେ ନିର୍ମିତ ମନୁଷ୍ୟ ତୁଲ୍ୟ ନିର୍ମାଣ କଲେ, ସେହିପରି ସେ ଆମ୍ଭମାନଙ୍କୁ ସେହି ସ୍ୱର୍ଗୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ନିର୍ମାଣ କରିବେ I
\s5
\v 50 ହେ ଭାଇ ଓ ଭଉଣୀମାନେ, ବର୍ତ୍ତମାନ ମୁଁ ଏହା କହୁଅଛି, ଯେଉଁ ମନୁଷ୍ୟ କ୍ଷୟ ପାଏ ସେ ସେହି ବିଷୟ ପାଇପାରେ ନାହିଁ ଯାହା ଈଶ୍ୱର ଆପଣା ଲୋକମାନଙ୍କୁ ଦେବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି I ଏହା ଏହିପରି, କ୍ଷୟ ବିଷୟଗୁଡ଼ିକ ଅକ୍ଷୟ ବିଷୟ ସଦୃଶ ହୋଇ ପାରେ ନାହିଁ I
\v 51 ଦେଖ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଅଛି, ସମସ୍ତ ବିଶ୍ୱାସୀ ମହାନିଦ୍ରାପ୍ରାପ୍ତ ହେବେ ନାହିଁ, କିନ୍ତୁ ଈଶ୍ୱର ଆମ୍ଭସମସ୍ତଙ୍କୁ ପରିବର୍ତ୍ତିତ କରିବେ I
\s5
\v 52 ଯେତେବେଳେ ଈଶ୍ୱରଙ୍କ ଦୂତ ଶେଷ ତୂରୀଧ୍ୱନି କରିବେ ସେତେବେଳେ ଏକ ମୁଁହୂର୍ତ୍ତରେ, ଚକ୍ଷୁର ପଲକରେ ସେ ଆମ୍ଭ ସମସ୍ତଙ୍କୁ ପରିବର୍ତ୍ତିତ କରିବେ I କାରଣ ତୂରୀ ବାଜିବ ଏବଂ ସର୍ବଦା ଜୀବିତ ରହିବା ନିମନ୍ତେ ଈଶ୍ୱର ମୃତମାନଙ୍କୁ ଉତ୍ଥିତ କରିବେ I
\v 53 କାରଣ ଏହି ଶରୀରଗୁଡ଼ିକ ମୃତ୍ୟୁବରଣ କରିବ, କିନ୍ତୁ ଈଶ୍ୱର ତାହାକୁ ଅନନ୍ତକାଳ ନିମନ୍ତେ ଜୀବିତ କରିବେ, ଆଉ ସେ କଦାପି ମରିବ ନାହିଁ, ଏବଂ ଏହି ଶରୀରଗୁଡ଼ିକ କ୍ଷୟ ପାଇବ, କିନ୍ତୁ ଈଶ୍ୱର ତାହାକୁ ନୂତନ କରିବେ, ଆଉ କଦାପି ମୃତ୍ୟୁ ବରଣ କରିବ ନାହିଁ I
\s5
\v 54 ଯେତେବେଳେ ଏହା ଘଟିବ, ସେତେବେଳେ ଏହି ଲିଖିତ ବାକ୍ୟ ସଫଳ ହେବ: "ଈଶ୍ୱର ସମ୍ପୂର୍ଣ୍ଣଭାବେ ମୃତ୍ୟୁକୁ ପରାସ୍ତ କରିଅଛନ୍ତି I"
\v 55 "ମୃତ୍ୟୁ କଦାପି ବିଜୟୀ ହୋଇ ପାରିବ ନାହିଁ I ମୃତ୍ୟୁର ପୀଡ଼ାକୁ ଉଠାଇ ନିଆଯାଇଅଛି!"
\s5
\v 56 ମୃତ୍ୟୁର ନାହୁଡ଼ ପାପ, ଆଉ ପାପର ବଳ ବ୍ୟବସ୍ଥା;
\v 57 କିନ୍ତୁ ଯେଉଁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କୁ ଜୟ ପ୍ରଦାନ କରନ୍ତି, ତାହାଙ୍କର ଧନ୍ୟବାଦ ହେଉ !
\s5
\v 58 ଅତଏବ, ହେ ମୋହର ପ୍ରିୟ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ବିଶ୍ଵାସରେ ଦୃଢ଼ ରୁହ, ଜୀବନରେ ଅଟଳ ରହି ଅଧିକରୁ ଅଧିକ ପ୍ରଭୁଙ୍କ ସେବା କର I ତୁମ୍ଭେମାନେ ଜାଣ ଯେ ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ I
\s5
\c 16
\v 1 ବର୍ତ୍ତମାନ ଯିରୁଶାଲମରେ ଥିବା ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ଆମ୍ଭେମାନେ ଯେଉଁ ଦାନ ସଂଗ୍ରହ କରୁଅଛୁ ତାହା ବିଷୟରେ ତୁମ୍ଭମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ଇଚ୍ଛା କରେ I
\v 2 ପ୍ରତ୍ୟେକ ରବିବାର, ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକେ ଯେତିକି ତୁମ୍ଭମାନଙ୍କ ସକ୍ଷମ, କିଛି କିଛି ଦାନ ସଞ୍ଚୟ କରି ରଖ, ଯେପରି ଯେତେବେଳେ ମୁଁ ଆସିବି ତୁମ୍ଭମାନଙ୍କୁ ଆହୁରି ଅଧିକ ଦାନସଂଗ୍ରହ କରିବାକୁ ପଡ଼ିବ ନାହିଁ I
\s5
\v 3 ଯିରୁଶାଲମକୁ ତୁମ୍ଭମାନଙ୍କର ଦାନ ଘେନି ଯିବା ନିମନ୍ତେ ତୁମ୍ଭେମାନେ ଯେଉଁମାନଙ୍କୁ ଇଚ୍ଛା କର ଏପରି ଯୋଗ୍ୟ ଲୋକଙ୍କୁ ମନୋନୀତ କର I ଏବଂ ଯେତେବେଳେ ମୁଁ ପହଞ୍ଚିବି, ତୁମ୍ଭମାନଙ୍କ ଦାନ ବିଷୟରେ ମୁଁ ସେମାନଙ୍କ ସହ ପତ୍ର ପଠାଇବି I
\v 4 ପୁଣି ଯଦି ମୋହର ମଧ୍ୟ ଯିବାର ଉପଯୁକ୍ତ ହୁଏ, ତେବେ ସେମାନେ ମୋ' ସାଙ୍ଗରେ ଯିବେ I
\s5
\v 5 ଯେତେବେଳେ ମୁଁ ମାକିଦନିଆ ଦେଇ ଯିବି, ସେତେବେଳେ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ମୁଁ ଯୋଜନା କରୁଅଛି I
\v 6 ହୋଇପାରେ ମୁଁ ତୁମ୍ଭମାନଙ୍କ ସହିତ ରହିବି ଆଉ ହୋଇପାରେ ସମସ୍ତ ଶୀତକାଳ ମଧ୍ୟ ଯାପନ କରିବି, ଯେପରି ତୁମ୍ଭେମାନେ ମୋହର ଯାତ୍ରାରେ ମୋହର ସାହାଯ୍ୟ କରିପାର I
\s5
\v 7 ମୁଁ ତୁମ୍ଭମାନଙ୍କୁ କେବଳ ଅଳ୍ପ ସମୟ ନିମନ୍ତେ ଦେଖିବାକୁ ଇଚ୍ଛା କରୁନାହିଁ I ମୁଁ ଆଶା କରେ ଯେ, ଯେଣୁ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସହ ଅଧିକ ସମୟ ରହିବାକୁ ଚାହୁଁଅଛି, ଯେପରି ଆମ୍ଭେମାନେ ପରସ୍ପରକୁ ସାହାଯ୍ୟ କରିପାରିବା I
\v 8 ପେଣ୍ଟିକଷ୍ଟ ପର୍ବ ପର୍ଯ୍ୟନ୍ତ ମୁଁ ଏଫିସରେ ରହିବାକୁ ଚାହୁଁଛି I
\v 9 କାରଣ ଫଳପ୍ରଦ କାର୍ଯ୍ୟ ନିମନ୍ତେ ସେଠାରେ ପ୍ରଭୁ ମୋ’ ନିମନ୍ତେ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ କରିଅଛନ୍ତି, ଯଦ୍ୟପି ସେଠାରେ ଏପର୍ଯ୍ୟନ୍ତ ଆମ୍ଭମାନଙ୍କ ବିପକ୍ଷମାନେ ମଧ୍ୟ ଅନେକ ଅଛନ୍ତି I
\s5
\v 10 ବର୍ତ୍ତମାନ ଯେତେବେଳେ ତୀମଥି ଯିବେ, ତାହାଙ୍କୁ ଦୟାରେ ବ୍ୟବହାର କର, ଯେପରି ସେ ତୁମ୍ଭମାନଙ୍କ ମଧ୍ୟରେ ନିର୍ଭୟରେ ରୁହନ୍ତି, ସେ ବିଷୟରେ ମନୋଯୋଗ କର, କାରଣ ମୁଁ ଯେପରି କାର୍ଯ୍ୟ କରେ, ସେ ମଧ୍ୟ ସେହିପରି ପ୍ରଭୁଙ୍କର କାର୍ଯ୍ୟ କରନ୍ତି I
\v 11 ଏଣୁ କେହି ତାହାଙ୍କୁ ତୁଚ୍ଛଜ୍ଞାନ ନ କରୁ I କିନ୍ତୁ ସେ ଯେପରି ମୋ' ନିକଟକୁ ଆସି ପାରନ୍ତି, ଏଥିପାଇଁ ତାହାଙ୍କୁ ଶାନ୍ତିରେ ବାଟ ବଳାଇ ଦିଅ; କାରଣ ସେ ଭାଇମାନଙ୍କ ସହିତ ଆସିବେ ବୋଲି ମୁଁ ଅପେକ୍ଷାରେ ଅଛି I
\v 12 ତୁମ୍ଭେମାନେ ଭାଇ ଆପଲ୍ଲଙ୍କ ବିଷୟରେ ପଚାରିଲ I ଭାଇମାନଙ୍କ ସହିତ ତୁମ୍ଭମାନଙ୍କୁ ସାକ୍ଷାତ କରିବା ନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାହାଙ୍କୁ ବହୁତ ଅନୁରୋଧ କଲି I ବର୍ତ୍ତମାନ ସେ ନ ଯିବା ନିମନ୍ତେ ସ୍ଥିର କଲେ, କିନ୍ତୁ ସୁଯୋଗ ପାଇଲେ ସେ ଯିବେ I
\s5
\v 13 ତୁମ୍ଭେମାନେ ଜାଗ୍ରତ ରହି, ଆପଣା ବିଶ୍ୱାସରେ ସ୍ଥିର ହୋଇ ରହିଥାଅ, ବୟସ୍କ ଲୋକମାନଙ୍କ ସଦୃଶ ପ୍ରଭୁଙ୍କ ନିମନ୍ତେ କାର୍ଯ୍ୟ କର, ଏବଂ ବଳବାନ ହୁଅ I
\v 14 ପ୍ରେମର ଶକ୍ତିରେ ସମସ୍ତ କାର୍ଯ୍ୟ କର I
\s5
\v 15 ସ୍ତିଫାନଙ୍କ ପରିଜନବର୍ଗ ଯେ ଆଖାୟାର ପ୍ରଥମ ଫଳ ସଦୃଶ; ପୁଣି ସାଧୁମାନଙ୍କ ସେବାରେ ବ୍ରତୀ ହୋଇଅଛନ୍ତି, ଏହା ତୁମ୍ଭେମାନେ ଜାଣ I ହେ ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି,
\v 16 ଏହିପ୍ରକାର ଲୋକମାନଙ୍କର, ପୁଣି ଆମ୍ଭମାନଙ୍କ ସହ କାର୍ଯ୍ୟ କରୁଥିବା ପ୍ରତ୍ୟେକ ସହକର୍ମୀ ଓ ପରିଶ୍ରମ କରୁଥିବା ଲୋକମାନଙ୍କର ବଶୀଭୂତ ହୁଅ I
\s5
\v 17 ମୁଁ ଆନନ୍ଦିତ ହେଲି, ଯେତେବେଳେ ସ୍ତିଫାନ, ଫର୍ତ୍ତୂନାତ ଓ ଆଖାୟିକ କରିନ୍ଥୀରୁ ଏଠାକୁ ଆସିଲେ, କାରଣ ତୁମ୍ଭମାନଙ୍କ ଅନୁପସ୍ଥିତି ହେତୁ ମୋହର ଯେଉଁ ଅଭାବ ଥିଲା, ତାହା ସେମାନେ ପୂରଣ କରିଅଛନ୍ତି I
\v 18 ସେମାନେ ମୋହର ଆତ୍ମାରେ ମୋତେ ଉତ୍ସାହିତ ଓ ସାହାଯ୍ୟ କଲେ, ସେମାନେ ତୁମ୍ଭମାନଙ୍କୁ ମଧ୍ୟ ସାହାଯ୍ୟ କଲେ I ସେମାନେ କେତେ ଅଧିକ ତୁମ୍ଭମାନଙ୍କୁ ସାହାଯ୍ୟ କଲେ ଏହି ବିଷୟରେ ଅନ୍ୟମାନଙ୍କୁ କୁହ I
\s5
\v 19 ଆସିଆର ମଣ୍ଡଳୀ ସମୂହ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି I ଆକ୍ୱିଲା ଓ ପ୍ରିସ୍କିଲା ସେମାନଙ୍କ ଗୃହସ୍ଥିତ ମଣ୍ଡଳୀ ସହିତ ତୁମ୍ଭମାନଙ୍କୁ ବହୁତ ବହୁତ ନମସ୍କାର ଜଣାଉଅଛନ୍ତି I
\v 20 ଅନ୍ୟ ଭାଇ ଓ ଭଉଣୀମାନେ ମଧ୍ୟ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି I ପ୍ରେମର ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର I
\s5
\v 21 ମୁଁ ପାଉଲ ନିଜ ହାତରେ ଲେଖି ନମସ୍କାର ଜଣାଉ ଅଛି I
\v 22 ଯଦି କେହି ପ୍ରଭୁଙ୍କୁ ପ୍ରେମ ନ କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ I ହେ ପ୍ରଭୁ, ଆସନ୍ତୁ !
\v 23 ଯେଉଁ ଦୟା ଆମ୍ଭେମାନେ ପାଇବାକୁ ଯୋଗ୍ୟ ନୋହୁଁ ଯାହା ପ୍ରଭୁ ଯୀଶୁଙ୍କଠାରୁ ଆସେ ତାହା ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ I
\v 24 ସ୍ମରଣ କରାଇବା ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହା ପଠାଇଲି ଯେ ମୁଁ ତୁମ୍ଭ ସମସ୍ତଙ୍କୁ ପ୍ରେମ କରେ, ଯେହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏକତ୍ର ସଂଯୁକ୍ତ ହେଉଅଛ I