or_udb/46-ROM.usfm

686 lines
195 KiB
Plaintext

\id ROM
\ide UTF-8
\h ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
\toc1 ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
\toc2 ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
\toc3 rom
\mt1 ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
\s5
\c 1
\p
\v 1 ମୁଁ, ପାଉଲ, ଯେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ କ୍ରୀତଦାସ ଏହି ପତ୍ର ରୋମରେ ରହୁଥିବା ବିଶ୍ୱାସୀମାନଙ୍କୁ ଲେଖୁଅଛି I ଈଶ୍ୱର ମୋତେ ତାହାଙ୍କର ପ୍ରେରିତ ଭାବରେ ଡାକିଲେ ଓ ତାହାଙ୍କର ସୁସମାଚ଼ାର ଲୋକମାନଙ୍କୁ କହିବା ପାଇଁ ମୋତେ ବାଛିଲେ ।
\v 2 ପରମେଶ୍ୱର, ଏହି ସୁସମାଚ଼ାର ନିଜ ଲୋକଙ୍କୁ ଦେବା ପାଇଁ ଯୀଶୁ ଆସିବାର ବହୁ ଆଗରୁ ପ୍ରତିଜ୍ଞା କରିଥିଲେ ଯାହା ଭବିଷ୍ୟଦ୍ ବକ୍ତାମାନେ ସେହି ପ୍ରତିଜ୍ଞା ପବିତ୍ର ଶାସ୍ତ୍ରରେ ଲେଖିଥିଲେ ।
\v 3 ଏହି ସୁସମାଚ଼ାର ପରମେଶ୍ୱରଙ୍କ ପୁତ୍ର ତଥା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ଭନ୍ଧରେ ଅଟେ । ସେ ଦାଉଦ ରାଜାଙ୍କ ବଂଶରେ ମନୁଷ୍ୟ ରୂପରେ ଜନ୍ମ ହୋଇଥିଲେ ।
\s5
\v 4 କିନ୍ତୁ, ସେ ଯେ ପରମେଶ୍ୱରଙ୍କ ପୁତ୍ର ତାହା ଶକ୍ତିଯୁକ୍ତ ଭାବରେ ପ୍ରକାଶ କରାଗଲା I ପବିତ୍ର ଆତ୍ମା ଦ୍ୱାରା ପୁନରୁତ୍ଥାନର ଫଳ ସ୍ୱରୂପ ସେ ମହାନ ଶକ୍ତି ସହିତ ପରମେଶ୍ୱରଙ୍କର ପୁତ୍ର ରୂପେ ଘୋଷିତ ହେଲେ I
\v 5 ଯୀଶୁ ଖ୍ରୀଷ୍ଟଙ୍କ ମହାଦୟାରେ ଆମ୍ଭମାନଙ୍କୁ ପ୍ରେରିତ ଭାବେ ମନୋନୀତ କଲେ I ଯେପରି ସେମାନଙ୍କ ଦ୍ୱାରା ପରମେଶ୍ୱର ସମସ୍ତ ଜାତିର ଲୋକମାନେ ତା’ଙ୍କଠାରେ ବିଶ୍ୱାସ କରିବେ ଓ ତା’ଙ୍କର ବାଧ୍ୟ ହେବେ ।
\v 6 ତୁମ୍ଭେମାନେ ଅର୍ଥାତ୍ ରୋମରେ ରହୁଥିବା ବିଶ୍ୱାସୀମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କର ହେବା ପାଇଁ ଡ଼କା ଯାଇଅଛ ।
\s5
\v 7 ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି କାରଣ ତୁମ୍ଭମାନଙ୍କୁ ପରମେଶ୍ୱର ପ୍ରେମ କରନ୍ତି ଏବଂ ତୁମ୍ଭମାନଙ୍କୁ ତା’ଙ୍କ ଲୋକ ହେବା ପାଇଁ ମନୋନୀତ କରିଛନ୍ତି । ମୋର ପ୍ରାର୍ଥନା ଯେ ଆମ୍ଭ ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ନିରନ୍ତର ଦୟା କରନ୍ତୁ ଏବଂ ଶାନ୍ତି ପ୍ରଦାନ କରନ୍ତୁ ।
\s5
\v 8 ଏହି ପତ୍ର ଲେଖିବାରେ ସର୍ବପ୍ରଥମେ, ମୁଁ ପରମେଶ୍ୱରଙ୍କୁ ରୋମର ବିଶ୍ୱାସୀମାନଙ୍କ ପାଇଁ ଧନ୍ୟବାଦ ଦେଉଅଛି I ଯୀଶୁ ଖ୍ରୀଷ୍ଟଙ୍କ କାର୍ଯ୍ୟ ହେତୁ ମୁଁ ଧନ୍ୟବାଦ ଦେବା ପାଇଁ ସକ୍ଷମ ଅଟେ I ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛି କାରଣ ତୁମ୍ଭମାନଙ୍କର ବିଶ୍ୱାସ ବିଷୟରେ ରୋମ ସମ୍ରାଜ୍ୟ କଥାବାର୍ତ୍ତା କରୁଛି ।
\v 9 ମୁଁ ଯେଉଁ ପରମେଶ୍ୱରଙ୍କୁ ମୋ’ ଅନ୍ତରର ସହ ସେବା କରୁଛି ଓ ପରମେଶ୍ୱରଙ୍କ ପୁତ୍ରଙ୍କ ବିଷୟରେ ସୁସମାଚ଼ାର ଲୋକମାନଙ୍କୁ ଶୁଣାଏ ସେ ଜାଣନ୍ତି ଯେ ପ୍ରତିଥର ମୁଁ ପ୍ରାର୍ଥନା କଲା ବେଳେ ତୁମ୍ଭମାନଙ୍କୁ ସ୍ମରଣ କରୁଛି ।
\v 10 ମୁଁ ପ୍ରାର୍ଥନା କରେ ଯେପରି, ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ମୋତେ ଅନୁମତି ମିଳୁ । ପରମେଶ୍ୱର ଇଚ୍ଛା କଲେ ଏହା ସମ୍ଭବ ହେବ ।
\s5
\v 11 ମୁଁ ଏହି ପ୍ରାର୍ଥନା କରେ କାରଣ ମୁଁ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରେ ଯେପରି ତୁମ୍ଭେମାନେ ଅଧିକରୁ ଅଧିକ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କର ଏବଂ ଗୌରବ ଦିଅ ।
\v 12 ମୋର କହିବାର ଅର୍ଥ ଏହି ଯେ ଆମ୍ଭେମାନେ ଏକ ଆରେକକୁ ନିଜ ନିଜର ବିଶ୍ୱାସ ବିଷୟରେ କହି ପରସ୍ପରକୁ ଉତ୍ସାହିତ କରିବା ।
\s5
\v 13 ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଚାହେଁ ଯେ, ପୂର୍ବରୁ ମୁଁ ବହୁତ ଥର ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଏପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବାରେ ବାଧା ପାଇଛି । ତୁମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିବାରେ ସାହାଯ୍ୟ କରିବା ପାଇଁ ମୁଁ ଆସିବାକୁ ଇଚ୍ଛା କରିଥିଲି । ଅନ୍ୟ ଅଣଯିହୁଦୀମାନଙ୍କୁ ମୁଁ ଯେପରି ସାହାଯ୍ୟ କରିଥିଲି, ସେହିପରି ତୁମ୍ଭମାନଙ୍କୁ ମୁଁ ସାହାଯ୍ୟ କରିବାକୁ ଚାହେଁ ଯେପରି ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କର I
\v 14 ମୁଁ ଗ୍ରୀକ୍ ବା ବର୍ବର, ବୁଦ୍ଧିମାନ ବା ମୂର୍ଖ ସମସ୍ତଙ୍କଠାରେ ସୁସମାଚାର ପହଞ୍ଚାଇବାକୁ ବାଧ୍ୟ ବୋଲି ମନେ କରେ ।
\v 15 ସେଥିପାଇଁ ମୁଁ ରୋମରେ ରହୁଥିବା ତୁମ୍ଭ ସମସ୍ତଙ୍କୁ ମଧ୍ୟ ସୁସମାଚ଼ାର ଦେବାକୁ ଇଚ୍ଛା କରୁଛି ।
\s5
\v 16 ମୁଁ ଏହି ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚ଼ାରକୁ ସାହାସର ସହିତ ଘୋଷଣା କରେ କାରଣ ପ୍ରଥମେ ଯିହୁଦୀମାନଙ୍କୁ ଓ ପରେ ଅଣଯିହୁଦୀମାନଙ୍କୁ ମଧ୍ୟ ରକ୍ଷା କରିବା ପାଇଁ, ଏହି ସୁସମାଚାରରେ ଶକ୍ତି ଅଛି I
\v 17 ପରମେଶ୍ୱର ଲୋକମାନଙ୍କୁ କିପରି ତା’ଙ୍କ ପାଇଁ ଧାର୍ମିକ ଗଣିତ କରନ୍ତି ତାହା ସୁସମାଚାର ଦର୍ଶାଇ ଥାଏ । ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ୱାସରେ ଶେଷ ହୁଏ । ଯେପରି ଧର୍ମଶାସ୍ତ୍ରରେ ବହୁ ବର୍ଷ ପୂର୍ବରୁ ଲେଖାଅଛି, "ଧାର୍ମିକ ବିଶ୍ୱାସ ଦ୍ୱାରା ଅନନ୍ତକାଳ ଜୀବିତ ରହିବ ।"
\s5
\v 18 ଯେଉଁ ଲୋକ ପରମେଶ୍ୱରଙ୍କ ବିରୁଦ୍ଧ କରି ପ୍ରତ୍ୟେକ କୁକର୍ମ ଓ ମନ୍ଦକର୍ମ କରନ୍ତି ସେପରି ଲୋକମାନଙ୍କ ଉପରେ ତାଙ୍କର କ୍ରୋଧ ଆସେ ସ୍ୱର୍ଗର ପରମେଶ୍ୱର ଏହା ସ୍ପଷ୍ଟ କଲେ । ସେ ସେମାନଙ୍କୁ ଦେଖାନ୍ତି ଯେ ସେମାନେ ଦଣ୍ଡ ଯୋଗ୍ୟ I ଯେହେତୁ ସେମାନେ ମନ୍ଦକର୍ମ କରନ୍ତି, ସେମାନେ ପରମେଶ୍ୱରଙ୍କ ସତ୍ୟତା ବିଷୟ ଜାଣିବାରେ ଅନ୍ୟମାନଙ୍କ ପାଇଁ ବାଧା ସୃଷ୍ଟି କରନ୍ତି I
\v 19 ପରମେଶ୍ୱର କିପରି ଅଟନ୍ତି ତାହା ସମସ୍ତ ଅଣଯିହୁଦୀମାନେ ସ୍ପଷ୍ଟରୂପେ ଜାଣନ୍ତି କାରଣ ପରମେଶ୍ୱର ନିଜକୁ ସମସ୍ତଙ୍କ ଆଗରେ ପ୍ରକାଶିତ କରିଅଛନ୍ତି I
\s5
\v 20 ଲୋକମାନେ ନିଜ ଆଖିରେ ପରମେଶ୍ୱର କିପରି ଅଟନ୍ତି ତାହା ଦେଖି ପାରନ୍ତି ନାହିଁ I ସେ ଜଗତ ସୃଷ୍ଟିର କରିଥିବାରୁ ତହିଁରେ ଥିବା ସମସ୍ତ ବିଷୟ ତାଙ୍କ ବିଷୟରେ ଆମକୁ ବୁଝାଇଦିଏ I ଉଦାହରଣ ସ୍ୱରୂପ, ସେ ସବୁବେଳେ ଅଦ୍‌ଭୁତ କାର୍ଯ୍ୟ କରି ଆସିଅଛନ୍ତି I ଅନ୍ୟ ଏକ ଉଦାହରଣ ସମସ୍ତେ ଜାଣନ୍ତି ଯେ ପରମେଶ୍ୱର ସମସ୍ତ ସୃଷ୍ଟିଠାରୁ ଅଲଗା I ତେଣୁ କେହି ହେଲେ କହିପାରିବେ ନାହିଁ ଯେ, "ଆମ୍ଭେମାନେ ପରମେଶ୍ୱରଙ୍କୁ ଜାଣି ନାହୁଁ I”
\v 21 ଯଦିଓ ଅଣଯିହୂଦୀମାନେ ପରମେଶ୍ୱରଙ୍କୁ ଜାଣିଥିଲେ କିନ୍ତୁ ସେମାନେ ପରମେଶ୍ୱରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ତାହାଙ୍କ କାର୍ଯ୍ୟ ନିମନ୍ତେ ଧନ୍ୟବାଦ ଜଣାଇଲେ ନାହିଁ । ମାତ୍ର ସେମାନେ ଚିନ୍ତାଧାରାରେ ଅଜ୍ଞାନ ପରି ହେଲେ ଏବଂ ପରମେଶ୍ୱର ତା’ଙ୍କ ବିଷୟରେ ଯାହା ସେ ଜଣାଇବା ପାଇଁ ଚାହୁଁଥିଲେ ଲୋକମାନେ ତାହା ବୁଝିପାରିଲେ ନାହିଁ I
\s5
\v 22 ଲୋକେ ନିଜକୁ ବୁଦ୍ଧିମାନ ବୋଲି ଦାବି କଲେ କିନ୍ତୁ ପ୍ରକୃତରେ ସେମାନେ ମୂର୍ଖ ହୋଇଗଲେ ।
\v 23 ପରମେଶ୍ୱର ଯେ ଗୌରବମୟ ଏବଂ ଚିରସ୍ଥାୟୀ ସେମାନେ ବିଶ୍ୱାସ କଲେ ନାହିଁ I ମାତ୍ର ସେମାନେ ନିଜେ ପ୍ରତିମା ତିଆରି କରି ପୂଜା କଲେ ଯାହା ମନୁଷ୍ୟ ପରି ଅସ୍ଥାୟୀ ଥିଲା । ଲୋକମାନେ ଏହି ମୂର୍ତ୍ତିଗୁଡ଼ିକୁ ପକ୍ଷୀ, ପଶୁ ଓ ସରୀସୃପ ରୂପ ପ୍ରଦାନ କଲେ ।
\s5
\v 24 ପରମେଶ୍ୱର ସେମାନଙ୍କୁ ନିଜର ପାପ ମାର୍ଗରେ ଯିବା ପାଇଁ ଛାଡ଼ି ଦେଲେ କାରଣ । ଲୋକେ ସର୍ବଦା ମନ୍ଦ କର୍ମ କରିବାକୁ ଇଚ୍ଛା କଲେ ଏବଂ ପାପରେ ପୂର୍ଣ୍ଣ ଥିଲେ । ସେଥିପାଇଁ ସେମାନେ ଯୌନ ପାପରେ ପରିପୂର୍ଣ୍ଣ ହେଲେ ଓ ନିଜ ନିଜ ଶରୀରକୁ ପରସ୍ପର ସହିତ ମନ୍ଦ କର୍ମରେ ନିୟୋଜିତ ରଖିଲେ ।
\v 25 ଲୋକେ ମଧ୍ୟ ସତ୍ୟ ପରମେଶ୍ୱରଙ୍କ ବଦଳରେ ମିଥ୍ୟା ଦେବତାକୁ ଗ୍ରହଣ କଲେ । ସେମାନେ ସୃଷ୍ଟ ବସ୍ତୁଗୁଡ଼ିକର ଉପାସନା ଓ ସେବା କଲେ ମାତ୍ର ବସ୍ତୁ ଗୁଡ଼ିକର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ଉପାସନା କଲେ ନାହିଁ ଯେଉଁ ପରମେଶ୍ୱର ସର୍ବଦା ପ୍ରଶଂସାର ପାତ୍ର ଅଟନ୍ତି । ଆମେନ୍ ।
\s5
\v 26 ସେଥିପାଇଁ ପରମେଶ୍ୱର ସେମାନଙ୍କୁ ଲଜ୍ଜାଜନକ ଯୌନ କାର୍ଯ୍ୟ କରିବା ପାଇଁ ଛାଡ଼ି ଦେଲେ । ଫଳରେ ସ୍ତ୍ରୀମାନେ ଅନ୍ୟ ସ୍ତ୍ରୀମାନଙ୍କ ସହିତ ଶୟନ କଲେ ଯାହା ପ୍ରକୃତିର ବିରୁଦ୍ଧରେ ଥିଲା I
\v 27 ସେହିଭଳି ପୁରୁଷମାନେ ମଧ୍ୟ ସ୍ତ୍ରୀମାନଙ୍କ ସ୍ୱାଭାବିକ ସଙ୍ଗ ଛାଡ଼ି ପରସ୍ପର ଭିତରେ କାମନାରେ ଲିପ୍ତ ହେଲେ । ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ ଅଶୋଭନୀୟ ବ୍ୟବହାର କରି ସମଲିଙ୍ଗ ବିବାହ କଲେ । ପରମେଶ୍ୱର ସେମାନଙ୍କର ମନ୍ଦ କାର୍ଯ୍ୟ ପାଇଁ ସେମାନଙ୍କୁ ଶାରୀରିକ ରୋଗ ଦ୍ୱାରା ଦଣ୍ଡ ଦେଲେ, ଯାହା ସେହି ପାପର ପ୍ରତ୍ୟକ୍ଷ ଫଳ ଥିଲା I
\s5
\v 28 ଯେହେତୁ ସେମାନେ ନିଷ୍ପତ୍ତି ନେଲେ ଯେ ପରମେଶ୍ୱରଙ୍କୁ ଜାଣିବା ଆବଶ୍ୟକ ନୁହେଁ, ପରମେଶ୍ୱର ସେମାନଙ୍କୁ ସେମାନଙ୍କ ବିକୃତ ଚ଼ିନ୍ତାରେ ରହିବାକୁ ଛାଡ଼ି ଦେଲେ I ଫଳରେ, ସେମାନେ କେହି ନ କରିବା ମନ୍ଦ କାର୍ଯ୍ୟ ସବୁ କଲେ ।
\s5
\v 29 ସେହି ଲୋକମାନେ ସମସ୍ତ ପ୍ରକାରର ପାପ, ମନ୍ଦଭାବନା, ସ୍ୱାର୍ଥ ଓ ଘୃଣାରେ ପରିପୂର୍ଣ୍ଣ ଥିଲେ । ସେମାନେ ହତ୍ୟା, ଝଗଡ଼ା, ମିଛ, ଛନ୍ଦ-କପଟତା ଓ ଅନ୍ୟମାନଙ୍କର ମନ୍ଦ ଚିନ୍ତାରେ ବୁଡ଼ି ରହିଲେ ।
\v 30 ସେମାନେ ପରଚର୍ଚ୍ଚା କରନ୍ତି, ପରନିନ୍ଦା କରନ୍ତି ଓ ଏକ ଆରେକ ବିରୁଦ୍ଧରେ ମନ୍ଦକଥା କୁହନ୍ତି । ସେମାନେ ପରମେଶ୍ୱରଙ୍କୁ ଘୃଣା କରନ୍ତି । ସେମାନେ ଉଦ୍ଧତ, ଆତ୍ମଗର୍ବୀ ଓ ଅହଂକାରୀ । ସେମାନେ ମନ୍ଦକର୍ମ କରିବା ପାଇଁ ବାଟ ଖୋଜୁ ଥାଆନ୍ତି । ଅନେକ ପିଲାମାନେ ପିତା ମାତା’ଙ୍କର ଅବାଧ୍ୟ ହେଲେ I
\v 31 ଅନେକ ମୁର୍ଖ ଭାବରେ ଆଚରଣ କରି ପରମେଶ୍ୱରଙ୍କୁ ଅପମାନ କଲେ ପୁଣି ସେମାନେ ଯାହା ପ୍ରତିଜ୍ଞା କଲେ ତାହା ରକ୍ଷା କଲେ ନାହିଁ, ନିଜ ଲୋକମାନଙ୍କୁ ମଧ୍ୟ ପ୍ରେମ କଲେ ନାହିଁ ଏବଂ ଅନ୍ୟ ଲୋକମାନଙ୍କ ପ୍ରତି ଦୟା ଭାବ ପ୍ରଦର୍ଶନ କଲେ ନାହିଁ ।
\s5
\v 32 ସେମାନେ ଜାଣନ୍ତି ଯେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ଖାତିର୍ ନ କରି ଏହି ଭଳି ଜୀବନ ଯାପନ କରେ, ସେ ମରିବା ଉଚିତ୍ । କିନ୍ତୁ ସେମାନେ ଏହି ମନ୍ଦ କାର୍ଯ୍ୟ ଗୁଡ଼ିକ କରି ଚାଲିଲେ ଏବଂ ଯେଉଁ ଲୋକମାନେ ଏହିଭଳି କାମ କରନ୍ତି, ସେମାନଙ୍କୁ ମଧ୍ୟ ସେମାନେ ସମର୍ଥନ କଲେ ।
\s5
\c 2
\p
\v 1 ତୁମ୍ଭେ କହି ପାର ଯେ ପରମେଶ୍ୱର ଘୃଣା କରୁଥିବା କାର୍ଯ୍ୟ ଲୋକମାନେ କରିଅଛନ୍ତି ତେଣୁ ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବେ I କିନ୍ତୁ ଯେତେବେଳେ ତୁମ୍ଭେମାନେ ଏହା କୁହ ସେତେବେଳେ ତୁମ୍ଭେମାନେ କୁହ ଯେ ତୁମ୍ଭେମାନେ ମଧ୍ୟ ସେମାନଙ୍କ ପରି ଦଣ୍ଡ ଯୋଗ୍ୟ କାରଣ ତୁମ୍ଭେମାନେ ମଧ୍ୟ ସେମାନଙ୍କ ପରି ଅନୁରୂପ କାର୍ଯ୍ୟ କରିଅଛ I
\v 2 ଏହା ଆମ୍ଭେମାନେ ଜାଣୁ ଯେ, ପରମେଶ୍ୱରଙ୍କର ନ୍ୟାୟ ବିଚ଼ାର ଠିକ୍ ଯେଉଁମାନେ ଏହି ପରି ମନ୍ଦକର୍ମ କରନ୍ତି ତାହାଙ୍କର ନ୍ୟାୟ ବିଚ଼ାର କରିବେ ।
\s5
\v 3 ଯେଉଁମାନେ କହୁଅଛ ଯେ ପରମେଶ୍ୱର ମନ୍ଦ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଦଣ୍ଡ ଦିଅନ୍ତୁ, ଆଉ ତୁମ୍ଭେ ନିଜେ ସେହି ପାପର ଦାୟୀ ଅଟନ୍ତି ଆଉ ତୁମ୍ଭେମାନେ ମନେକର ନାହିଁ ଯେ ତୁମ୍ଭେମାନେ ପରମେଶ୍ୱରଙ୍କ ଦଣ୍ଡରୁ ଉଦ୍ଧାର ପାଇବ I
\v 4 ଆଉ ତୁମ୍ଭେ ଏହା କହିବା ଅନୁଚିତ ଯେ,"ପରମେଶ୍ୱର ଆମ୍ଭପ୍ରତି ଅତି ଦୟାଳୁ । ସେ ଆମ୍ଭ ପ୍ରତି ଧୈର୍ଯ୍ୟଶୀଳ ତେଣୁ ପାପରୁ ଫେରିବା ଆବଶ୍ୟକ ନାହିଁ । ତୁମ୍ଭେମାନେ ବୁଝିବା ଉଚିତ୍, ପରମେଶ୍ୱର ଧୈର୍ଯ୍ୟର ସହ ଅପେକ୍ଷା କରିଛନ୍ତି ଯେ, ତୁମ୍ଭେମାନେ ବଦଳି ଯାଅ ।
\s5
\v 5 କିନ୍ତୁ ତୁମ୍ଭେମାନେ କଠିନ ଓ ଅନୁତାପ ବିହୀନ ହେଲ । ସେଥିପାଇଁ ପରମେଶ୍ୱର ତୁମ୍ଭର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଇଅଛନ୍ତି । ଯେଉଁ ଦିନ ପରମେଶ୍ୱର ନିଜର କ୍ରୋଧ ଦେଖାଇବେ, ସେହି ଦିନ ତୁମ୍ଭେ ସେହି ଦଣ୍ଡ ପାଇବ ।
\v 6 ପରମେଶ୍ୱର ପ୍ରତ୍ୟେକ ଲୋକକୁ ନିଜ ନିଜର କର୍ମ ଅନୁସାରେ ପୁରସ୍କାର ବା ଦଣ୍ଡ ଦେବେ ।
\v 7 କିଛି ଲୋକମାନେ ଉତ୍ତମ କାର୍ଯ୍ୟ କରି ଚାଲିଲେ କାରଣ ସେମାନେ ପରମେଶ୍ୱରଙ୍କର ମହିମା ଚାହିଁଲେ ଏବଂ ପରମେଶ୍ୱରଙ୍କ ସହିତ ଚିରକାଳ ରହିବା ପାଇଁ ଚାହିଁଲେ I ସେମାନଙ୍କୁ ପରମେଶ୍ୱର ପୁରସ୍କୃତ କରିବେ I
\s5
\v 8 କେତେକ ଲୋକ ସ୍ୱାର୍ଥପର ହେଲେ ଏବଂ ଯାହା ପରମେଶ୍ୱର କହନ୍ତି ତାହା ସତ୍ୟ ବୋଲି ଗ୍ରହଣ କଲେ ନାହିଁ I ଯାହା ପରମେଶ୍ୱରଙ୍କ ଦୃଷ୍ଟିରେ ମନ୍ଦ ତାହା ହିଁ କଲେ I ପରମେଶ୍ୱର ଅତିଶୟ କ୍ରୋଧାନ୍ୱିତ ହୋଇ ସେମାନଙ୍କୁ ଦଣ୍ଡିତ କରିବେ I
\v 9 ଅଭ୍ୟାସଗତଭାବେ ମନ୍ଦ କାମ କରୁଥିବା ପ୍ରତ୍ୟେକ ଲୋକକୁ ପରମେଶ୍ୱର ଦୁଃଖ ଓ ସଂକଟରେ ପକାଇବେ । ଏହା ଯିହୁଦୀମାନଙ୍କ ପ୍ରତି ନିଶ୍ଚିତ ଘଟିବ କାରଣ ସେମାନେ ପରମେଶ୍ୱରଙ୍କର ବାକ୍ୟକୁ ଅଗ୍ରାହ୍ୟ କଲେ ଯେଉଁମାନଙ୍କୁ ସେ ମନୋନୀତ ଲୋକ କରିବା ପାଇଁ ଚାହିଁଲେ । ପରେ ଅଣଯିହୁଦୀମାନଙ୍କ ପ୍ରତି ମଧ୍ୟ ଏପରି ଘଟିବ I
\s5
\v 10 କିନ୍ତୁ ପରମେଶ୍ୱର, ଅଭ୍ୟାସଗତଭାବେ ଭଲ କାମ କରୁଥିବା ପ୍ରତ୍ୟେକ ଲୋକକୁ ପ୍ରଥମେ ଯିହୁଦୀମାନଙ୍କୁ ଓ ପରେ ଅଣଯିହୁଦୀମାନଙ୍କୁ ମଧ୍ୟ ଗୌରବ, ସମ୍ମାନ ଓ ଶାନ୍ତି ପ୍ରଦାନ କରିବେ ।
\v 11 ପରମେଶ୍ୱର ପ୍ରତ୍ୟେକ ଲୋକଙ୍କ ପ୍ରତି ସମାନ ଭାବରେ ନ୍ୟାୟବିଚ଼ାର କରିବେ କାରଣ ସେ ଗୁରୁତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହେଲେ ମଧ୍ୟ ସେଥିରେ ସେ ଧ୍ୟାନ ଦିଅନ୍ତି ନାହିଁ ।
\v 12 ଯଦିଓ ଅଣଯିହୁଦୀମାନଙ୍କଠାରେ ମୋଶାଙ୍କ ବ୍ୟବସ୍ଥା ନାହିଁ ତଥାପି ବ୍ୟବସ୍ଥା ବିନା ପାପ କରିଛନ୍ତି, ପ୍ରଭୁ ସେମାନଙ୍କୁ ଚିରକାଳ ପାଇଁ ବିନାଶ କରିବେ I ସେହିପରି, ଯେଉଁମାନେ ବ୍ୟବସ୍ଥା ଜାଣିଛନ୍ତି ଓ ପାପ କରୁଛନ୍ତି, ବ୍ୟବସ୍ଥା ଅନୁସାରେ ସେମାନଙ୍କର ନ୍ୟାୟବିଚ଼ାର ହେବ ।
\s5
\v 13 ପରମେଶ୍ୱରଙ୍କ ପାଇଁ ଦଣ୍ଡ ଦେବା ଯଥାର୍ଥ ଅଟେ କାରଣ ବ୍ୟବସ୍ଥାକୁ କେବଳ ଶୁଣିଲେ କେହି ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ପାରିବ ନାହିଁ । ବ୍ୟବସ୍ଥାକୁ ସମଗ୍ର ଭାବରେ ପାଳନ କଲେ ହିଁ ବ୍ୟବସ୍ଥା, ଲୋକମାନଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ବୋଲି ପ୍ରମାଣିତ କରେ ।
\v 14 ଅଣ ଯିହୁଦୀମାନଙ୍କର କୌଣସି ବ୍ୟବସ୍ଥା ନାହିଁ । କିନ୍ତୁ ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥା ପାଳନ କରନ୍ତି, ସେତେବେଳେ ଏହା ପ୍ରମାଣିତ ହୁଏ ଯେ ସେମାନଙ୍କ ନିଜ ଭିତରେ ହିଁ ଏକ ବ୍ୟବସ୍ଥା ଅଛି । ସେମାନଙ୍କ ନିକଟରେ ମୋଶଙ୍କ ବ୍ୟବସ୍ଥା ନ ଥିଲେ ମଧ୍ୟ ଏହା ସତ୍ୟ I
\s5
\v 15 ପରମେଶ୍ୱର ତାଙ୍କର ବ୍ୟବସ୍ଥାରେ ଯାହା ଆଜ୍ଞା କରନ୍ତି ତାହା ସେମାନେ ମନରେ ଜାଣି ପାରନ୍ତି I ଯଦ୍ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିଜର ବିବେକ ଅନୁଯାୟୀ ନିଜକୁ ଦୋଷୀ କିଅବା ନିର୍ଦ୍ଦୋଷ ମନେ କରେ I
\v 16 ପରମେଶ୍ୱର ତା’ଙ୍କ ବିଚାର ଦିନରେ ଲୋକମାନଙ୍କ ଭିତରେ ଥିବା ଗୁପ୍ତକଥା ଏବଂ ଗୁପ୍ତ କର୍ମଗୁଡ଼ିକର ନ୍ୟାୟବିଚ଼ାର କରିବେ । ମୁଁ ଯେଉଁ ସୁସମାଚ଼ାର ଲୋକମାନଙ୍କୁ କହୁଛି, ତାହା କୁହେ ଯେ, ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଲୋକମାନଙ୍କର ନ୍ୟାୟ ବିଚ଼ାର କରିବେ ।
\s5
\v 17 ବର୍ତ୍ତମାନ ମୁଁ ଯିହୁଦୀମାନଙ୍କୁ ଲେଖି କହୁଅଛି: ତୁମ୍ଭେ ଭାବୁଛ ଯେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା କରିବେ କାରଣ ତୁମ୍ଭମାନଙ୍କଠାରେ ମୋଶାଙ୍କ ବ୍ୟବସ୍ଥା ଅଛି ? ତୁମ୍ଭେ ଗର୍ବ କର ଯେ, ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ଅଛ ।
\v 18 ତୁମ୍ଭେମାନେ ଜାଣ ଯେ ପରମେଶ୍ୱର ତୁମ୍ଭଠାରୁ କ’ଣ ଚାହାନ୍ତି । କାରଣ ତୁମ୍ଭେ ବ୍ୟବସ୍ଥା ଶିକ୍ଷା କରିଥିବାରୁ ଏହା ଜାଣ ଯେ କେଉଁ ବିଷୟ ଠିକ୍ ଏବଂ କେଉଁ ବିଷୟ କରିବାକୁ ମନୋନୀତ କରିବା ଉଚିତ୍ ।
\v 19 ତୁମ୍ଭେ ନିଶ୍ଚିତ କି ତୁମ୍ଭେମାନେ ଅଣଯିହୁଦୀମାନଙ୍କୁ ପରମେଶ୍ୱରଙ୍କ ସତ୍ୟ ମାର୍ଗ ଦେଖାଇଵ ଏବଂ ଯେଉଁମାନେ ପରମେଶ୍ୱରଙ୍କ ବିଷୟରେ କିଛି ଜାଣନ୍ତି ନାହିଁ ସେମାନଙ୍କୁ ଶିକ୍ଷା ଦେବ I
\v 20 ତୁମ୍ଭେ ନିଶ୍ଚିତ ଯେ ଯେଉଁମାନେ ପରମେଶ୍ୱରଙ୍କ ବିଷୟରେ ଭୁଲ୍ ବିଶ୍ୱାସ କରନ୍ତି ଏବଂ ଯେଉଁମାନେ ଶିଶୁମାନଙ୍କ ପରି କିଛି ଜାଣନ୍ତି ନାହିଁ ସେମାନଙ୍କୁ ଶିକ୍ଷା ଦେଇପାର I
\s5
\v 21 ତୁମ୍ଭେ ଦାବି କରି ଥାଅ ଯେ ତୁମ୍ଭଠାରେ ବ୍ୟବସ୍ଥା ଅଛି କାରଣ ତୁମ୍ଭେମାନେ ଯିହୁଦୀ ଅଟ ତେଣୁ ତୁମ୍ଭର ଲାଭ ଅଛି I ଏହା ବିରକ୍ତିକର ଯେ ତୁମ୍ଭେମାନେ ଅନ୍ୟଲୋକଙ୍କୁ ଶିକ୍ଷା ଦେଉଛ କିନ୍ତୁ ତୁମ୍ଭେ ନିଜେ ପାଳନ କରୁ ନାହଁ । ତୁମ୍ଭେ ଅନ୍ୟକୁ ଶିକ୍ଷା ଦେଉଅଛ ଚେ଼ାରୀ କର ନାହିଁ କିନ୍ତୁ ତୁମ୍ଭେ ନିଜେ ଚୋରୀ କରୁଅଛ ।
\v 22 ତୁମ୍ଭେ କହୁଛ ବ୍ୟଭିଚାର କରିବା ପାପ ଅଟେ କିନ୍ତୁ ତୁମ୍ଭେ ନିଜେ ସେହି ପାପ କରୁଅଛ I ତୁମ୍ଭେ କହୁଛ ମୁର୍ତ୍ତି ପୂଜା କର ନାହିଁ କିନ୍ତୁ ତୁମ୍ଭେମାନେ ଘୃଣ୍ୟ ବିଷୟରୁ ପୃଥକ ରହି ପାରୁନାହଁ I
\s5
\v 23 ତୁମ୍ଭେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ପାଇଁ ଗର୍ବ କରୁଛ । କିନ୍ତୁ ତୁମ୍ଭେମାନେ ସେହି ବ୍ୟବସ୍ଥା ଭଙ୍ଗ କରି ପରମେଶ୍ୱରଙ୍କୁ ଲଜ୍ଜା ଦେଉଅଛ ।
\v 24 ତୁମ୍ଭେମାନେ ଆଦି ପିତାମାନଙ୍କ ପରି ହୁଅ ନାହିଁ ଯାହାଙ୍କ ବିଷୟରେ ପବିତ୍ରଶାସ୍ତ୍ର ଆମ୍ଭମାନଙ୍କୁ କୁହେ, "ତୁମ୍ଭେ ଯିହୁଦୀମାନେ ମନ୍ଦ କାର୍ଯ୍ୟ କରୁଥିବାରୁ ଅଣଯିହୁଦୀମାନେ ଈଶ୍ୱରଙ୍କର ନିନ୍ଦା କରନ୍ତି ।"
\s5
\v 25 ଯଦି ତୁମ୍ଭେ ବ୍ୟବସ୍ଥା ପାଳନ କରୁଛ, ତା’ହେଲେ ତୁମ୍ଭର ସୁନ୍ନତ ହେବାର ମୂଲ୍ୟ ଅଛି । କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥା ଭଙ୍ଗ କରୁଛ ତା’ହେଲେ ତୁମ୍ଭେ ସୁନ୍ନତ ନ ହେବା ସହିତ ସମାନ । ପରମେଶ୍ୱରଙ୍କ ଦୃଷ୍ଟିରେ ତୁମ୍ଭେମାନେ ଅସୁନ୍ନତ ଲୋକମାନଙ୍କ ପରି ଅଟ I
\v 26 ଏହାର ଅର୍ଥ ଏହା ଯେ ଅଣ ଯିହୁଦୀମାନେ ସୁନ୍ନତ ହୁଅନ୍ତି ନାହିଁ । କିନ୍ତୁ ସେମାନେ ଯଦି ବ୍ୟବସ୍ଥା କହିବା ଭଳି ଆଚ଼ରଣ କରନ୍ତି, ତା’ହେଲେ ସେମାନେ ସୁନ୍ନତ ହେବା ଭଳି ଗଣାଯିବେ I
\v 27 ଏହି ଲୋକମାନେ ଯେଉଁମାନେ ଅସୁନ୍ନତ ତଥାପି ବ୍ୟବସ୍ଥା ପାଳନ କରନ୍ତି ଓ କୁହନ୍ତି ଯେ ପରମେଶ୍ୱର ଦଣ୍ଡ ଦେଇ ଠିକ୍ କରନ୍ତି କିନ୍ତୁ ତୁମ୍ଭେମାନେ ସୁନ୍ନତ ହୋଇ ମଧ୍ୟ ବ୍ୟବସ୍ଥା ଭଙ୍ଗ କରୁଛ ।
\s5
\v 28 ଯେଉଁମାନେ ପରମେଶ୍ୱରଙ୍କର ନିମନ୍ତେ ବିଧିବିଧାନ ମାନନ୍ତି ସେମାନେ ଯେ ପ୍ରକୃତରେ ଯିହୁଦୀ ନୁହନ୍ତି କିମ୍ବା ଶରୀରରେ ସୁନ୍ନତ ହେବା ଯେ ପରମେଶ୍ୱରଙ୍କର ଦୃଷ୍ଟିରେ ଗ୍ରହଣୀୟ ହେବା ତାହା ନୁହଁ I
\v 29 ଅପରପକ୍ଷେ ପରମେଶ୍ୱର ଆମ୍ଭମାନଙ୍କୁ ଅନନ୍ତକାଳରେ ପରିବର୍ତ୍ତନ କରିଥିବାରୁ ଆମେ ପ୍ରକୃତରେ ଯିହୁଦୀ I ପରମେଶ୍ୱର ଆମ୍ଭମାନଙ୍କୁ ଗ୍ରହଣ କରିଅଛନ୍ତି ଏବଂ ଈଶ୍ୱରଙ୍କ ଆତ୍ମା ଆମ ଅନ୍ତରକୁ ପରିବର୍ତ୍ତନ କରିଛନ୍ତି I ଏହା ନୁହେଁ ଯେ ଆମ୍ଭେମାନେ ସବୁ ନିୟମ ପାଳନ କରିଛୁ I ଯଦିଓ ଅନ୍ୟମାନେ ଆମ ପ୍ରଶଂସା କରି ନ ପାରନ୍ତି କିନ୍ତୁ ଈଶ୍ୱର ଆମ୍ଭମାନଙ୍କୁ ପ୍ରଶଂସା କରିବେ I
\s5
\c 3
\p
\v 1 ଯଦି ସୁନ୍ନତ ହେବା ଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କୁ ଗ୍ରହଣ କରୁ ନାହାନ୍ତି ତେବେ ଯିହୁଦୀ ହେବା କି ଲାଭ ! ସୁନ୍ନତ ହେବାର କ’ଣ ବିଶେଷ ମୂଲ୍ୟ ଅଛି?
\v 2 ହଁ ! ଯିହୁଦୀମାନଙ୍କଠାରେ ଅନେକ କିଛି ବିଶେଷ ବିଷୟ ଅଛି । ସବୁଠାରୁ ମହତ୍ୱପୂର୍ଣ୍ଣ କଥା ଏହି ଯେ, ଈଶ୍ୱର ସେମାନଙ୍କ ପୂର୍ବପୁରୁଷଙ୍କୁ କଥା କହି ଥିଲେ ଓ ବାକ୍ୟ ତାହା ପ୍ରକାଶ କରେ ପରମେଶ୍ୱର କିଏ ।
\s5
\v 3 ଯିହୁଦୀମାନେ ବିଶ୍ୱସ୍ତ ନୁହନ୍ତି ବୋଲି ପରମେଶ୍ୱର କ’ଣ ସେମାନଙ୍କୁ ତା’ଙ୍କ ପ୍ରତିଜ୍ଞା ଅନୁସାରେ ଆଶୀର୍ବାଦ କରିବେ ନାହିଁ ?
\v 4 ନାଁ, କେବେ ନୁହେଁ । ଯାହା ପରମେଶ୍ୱର ପ୍ରତିଜ୍ଞା କରନ୍ତି ତାହା ସେ ରକ୍ଷା କରନ୍ତି ଯଦିଓ ମନୁଷ୍ୟ ରକ୍ଷା କରେ ନାହିଁ I ଯେଉଁମାନେ ପରମେଶ୍ୱର ପ୍ରତିଜ୍ଞା ରକ୍ଷା କରନ୍ତି ନାହିଁ ବୋଲି କହନ୍ତି ସେହି ଯିହୁଦୀମାନେ ଭୁଲ୍ ଧାରଣାରେ ଅଛନ୍ତି I ଦାଉଦ ରାଜା ଲେଖିଲେ, "ସମସ୍ତେ ଗ୍ରହଣ କରିବା ଉଚିତ୍ ଯେ ସେମାନେ ଯାହା କହନ୍ତି ତାହା ସତ୍ୟ ଏବଂ ତୁମ୍ଭେମାନେ ସବୁବେଳେ ବିଜୟ ଲାଭ କରିବ ଯେତେବେଳେ ସେମାନେ ତୁମକୁ ନିନ୍ଦା କରିବେ I
\s5
\v 5 ପରମେଶ୍ୱର ଆମକୁ ଆଶୀର୍ବାଦ କରିନାହାନ୍ତି କାରଣ ଆମେ ଦୁଷ୍ଟ ଥୁଲୁ । ଏହା ଦ୍ୱାରା ସେ କ’ଣ ଅନ୍ୟାୟ କଲେ ? ପରମେଶ୍ୱର ଯେତେବେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କ’ଣ ଆମ୍ଭେ କହି ପାରିବା କି ସେ ଅନ୍ୟାୟୀ ? ମୁଁ ସାଧାରଣ ଲୋକ ଭାବରେ କହୁଛି ।
\v 6 ନା ! ଯଦି ପରମେଶ୍ୱର ଆମ୍ଭକୁ ଦଣ୍ଡ ଦେଇ ପାରିବେ ନାହିଁ, ତା’ହେଲେ ସେ ସଂସାରର ବିଚ଼ାର କରି ପାରିବେ ନାହିଁ ।
\s5
\v 7 ଜଣେ ଲୋକ କହିପାରେ, " ପରମେଶ୍ୱର ନିଜର ପ୍ରତିଜ୍ଞା ରକ୍ଷା କରନ୍ତି ଏକଥା ସ୍ପଷ୍ଟ ହୁଏ, କାରଣ, ଉଦାହରଣ ସ୍ୱରୂପ: ମୁଁ ଗୋଟିଏ ମିଛ କହିଲି I” ଫଳତଃ, ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା କରନ୍ତି କାରଣ ତା’ଙ୍କଠାରେ ଦୟା ଅଛି I ପରମେଶ୍ୱର ଏହା କହିବା ଅନୁଚିତ୍ ଯେ ମୁଁ ମୋ’ ପାପ ପାଇଁ ଦଣ୍ଡ ପାଇବା ଯୋଗ୍ୟ ଯେହେତୁ ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା କରୁଅଛନ୍ତି I
\v 8 ପାଉଲ, ତୁମେ ଯାହା କହୁଛ ଯଦି ତାହା ସତ, " ତେବେ, ଆମେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା'ଦ୍ୱାରା ଭଲ ଆସିବ ।" ଅନେକ ଲୋକ ଆମ୍ଭକୁ ସମାଲୋଚନା କରନ୍ତି ଓ ମିଛରେ କୁହନ୍ତି ଯେ ଆମେ ସେହି ଶିକ୍ଷା ଦେଉଛୁ । ଯେଉଁମାନେ ଏ ଭଳି କଥା କୁହନ୍ତି ସେମାନଙ୍କୁ ପ୍ରଭୁ ଦଣ୍ଡ ଦେବେ କାରଣ ସେମାନେ ସେଥିପାଇଁ ଯୋଗ୍ୟ ।
\s5
\v 9 ଆମେ ଏହା କହିବା କି ଯେ ପ୍ରଭୁ ଅଣଯିହୁଦୀମାନଙ୍କ ଅପେକ୍ଷା ଅଧିକ ପ୍ରେମ କରନ୍ତି? ଏପରି ଆମେ କହି ପାରିବା ନାହିଁ I ଯିହୁଦୀ ଓ ଅଣଯିହୁଦୀ ସମସ୍ତେ ପାପ କରି ପ୍ରଭୁଙ୍କ ଦଣ୍ଡର ଯୋଗ୍ୟ ହୋଇଅଛନ୍ତି I
\v 10 ଈଶ୍ୱରଙ୍କ ବାକ୍ୟରେ ଯାହା ଲେଖା ଅଛି ତାହା ଏହି," ଧାର୍ମିକ କେହି ନାହାନ୍ତି, ଏପରିକି ଜଣେ ମଧ୍ୟ ନାହାନ୍ତି !"
\s5
\v 11 ବୁଝିବା ଲୋକ ଜଣେ ମଧ୍ୟ ନାହିଁ, ପରମେଶ୍ୱରଙ୍କୁ ପ୍ରକୃତରେ ଖୋଜୁଥିବା ଲୋକ ଜଣେ ବି ନାହିଁ ।
\v 12 ସମସ୍ତେ ଈଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି I ସମସ୍ତେ ଭ୍ରଷ୍ଟ ହୋଇଅଛନ୍ତି I ସେଠାରେ କେହି ନାହିଁ ଯିଏ ଭଲ କାମ କରେ । ଏପରିକି ଜଣେ ମଧ୍ୟ ନୁହେଁ I
\s5
\v 13 "ମଣିଷମାନଙ୍କର ମୁହଁ ଖୋଲା କବର ଭଳି ଦୁର୍ଗନ୍ଧ ଅଟେ I ସେମାନେ ଅନ୍ୟକୁ କଥାବାର୍ତ୍ତା ଦ୍ୱାରା ପ୍ରତାରଣ କରନ୍ତି ଏବଂ ଅନ୍ୟକୁ ଆଘାତ ମଧ୍ୟ ଦିଅନ୍ତି ଯେପରି ସର୍ପର ବିଷ ଆଘାତ ଦିଏ I
\v 14 "ସେମାନେ ଅନ୍ୟକୁ କ୍ରମାଗତ ଭାବେ ଅଭିଶାପ ଦିଅନ୍ତି ଓ କଟୁ କଥା କୁହନ୍ତି ।"
\s5
\v 15 " ସେମାନେ ଅନ୍ୟକୁ ହତ୍ୟା କରିବା ପାଇଁ ସର୍ବଦା ପ୍ରସ୍ତୁତ ଏବଂ ଉଦ୍ୟତ I
\v 16 ସେମାନେ ଯେଉଁଆଡ଼େ ଗଲେ କେବଳ ବିନାଶ କରନ୍ତି ଓ ଲୋକମାନଙ୍କ ଜୀବନକୁ ଦୟନୀୟ କରନ୍ତି ।
\v 17 ସେମାନେ ଜାଣିନାହାନ୍ତି କିପରି ଅନ୍ୟମାନଙ୍କ ସହିତ ଶାନ୍ତିରେ ବସବାସ କରିବାକୁ ହେବ ।
\v 18 "ସେମାନେ ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ନାପସନ୍ଦ କରନ୍ତି ।"
\s5
\v 19 ଆମେ ଜାଣୁ ବ୍ୟବସ୍ଥାରେ ଯେଉଁ କଥାଗୁଡ଼ିକ କୁହାଯାଇଛି, ତାହା ବ୍ୟବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ । ଏହି ବ୍ୟବସ୍ଥାଗୁଡ଼ିକ ସମସ୍ତ ଯିହୁଦୀ ଓ ଅଣଯିହୁଦୀ ଲୋକଙ୍କୁ ଆଳ ଦେଖାଇବାରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ଈଶ୍ୱରଙ୍କ ନ୍ୟାୟବିଚାରକୁ ଆଣେ ।
\v 20 ଏହା ନୁହେଁ ଯେ, କୌଣସି ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହୁଏ ନାହିଁ କିମ୍ବା ତା’ର ପାପ କ୍ଷମା ହୁଏ ନାହିଁ କାରଣ କେହି ହେଲେ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପାଳନ କରିନାହାନ୍ତି । କିନ୍ତୁ ବ୍ୟବସ୍ଥା କେବଳ ଆମ୍ଭର ପାପ ବିଷୟରେ ଆମ୍ଭକୁ ସଚେତନ ଏବଂ ସାବଧାନ କରାଏ ।
\s5
\v 21 ପରମେଶ୍ୱର ଯେତେବେଳେ ଆମ୍ଭମାନଙ୍କୁ ଧାର୍ମିକ ଗଣିତ କରନ୍ତି ତାହା ମୋଶାଙ୍କ ବ୍ୟବସ୍ଥା ଉପରେ ନିର୍ଭର କରେ ନାହିଁ I ବ୍ୟବସ୍ଥାର ଲେଖା ଅନୁଯାୟୀ ଏବଂ ଭବିଷ୍ୟତ ବକ୍ତାଙ୍କ ଅନୁଯାୟୀ ପରମେଶ୍ୱର ଆମ୍ଭମାନଙ୍କ ପାପ ଭିନ୍ନ ଭାବରେ କ୍ଷମା କରନ୍ତି I
\v 22 ଯୀଶୁ ଖ୍ରୀଷ୍ଟ ଯାହା ଆମ୍ଭମାନଙ୍କ ପାଇଁ କରିଛନ୍ତି ସେଥିରେ ବିଶ୍ୱାସ କରିବା ଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କ ପାପ କ୍ଷମା କରିଅଛନ୍ତି । ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ପରମେଶ୍ୱର ଏହା କରନ୍ତି କାରଣ ସବୁ ଯିହୁଦୀ କିମ୍ବା ଅଣଯିହୁଦୀ ସମସ୍ତେ ସମାନ I
\s5
\v 23 ସମସ୍ତେ ପାପ କରିଛନ୍ତି ଓ ପରମେଶ୍ୱରଙ୍କ ମହିମାରୁ ଊଣା ପଡ଼ିଛନ୍ତି ।
\v 24 ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଆମ୍ଭମାନଙ୍କ ପାପ ଦୂର ହୋଇଅଛି I ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ପାପରେ ମୁକ୍ତ କରି ଏହା ସାଧନ କରିଛନ୍ତି I
\s5
\v 25 ପରମେଶ୍ୱର ଦେଖାଇଲେ ଯେ ଯୀଶୁ ପରମେଶ୍ୱରଙ୍କ କ୍ରୋଧକୁ ତା’ଙ୍କ ପବିତ୍ର ରକ୍ତ ଦ୍ୱାରା ଘୁଞ୍ଚାଇ ଦେଇଅଛନ୍ତି ଏବଂ ଯୀଶୁ ଯାହା କରିଛନ୍ତି ସେଥିରେ ବିଶ୍ୱାସ କରିବାକୁ ହେବ I ଯୀଶୁଙ୍କ ବଳିଦାନ ଏହା ପ୍ରମାଣିତ କରେ ଯେ ପରମେଶ୍ୱର ସର୍ବଦା ନ୍ୟାୟ କରନ୍ତି I ହୁଏତ, ସେ ନ୍ୟାୟବାନ ବୋଲି ବିଚାର କରିବା କଷ୍ଟକର କାରଣ ସେ ପାପୀର ପାପକୁ ଅଣଦେଖା କରି ଉଚିତ୍ ଦଣ୍ଡ ଦେଇ ନାହାନ୍ତି କାରଣ ସେ ସ୍ନେହଶୀଳ I
\v 26 ପରମେଶ୍ୱର ଖ୍ରୀଷ୍ଟଙ୍କୁ ଆମ ପାପ ପାଇଁ ମରିବାକୁ ମନୋନୀତ କଲେ I ଏପରି କରିବା ଦ୍ୱାରା ସେ ପ୍ରମାଣ କଲେ ଯେ ସେ ନ୍ୟାୟବାନ ଏବଂ ଯେଉଁମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କଲେ ସେମାନଙ୍କର ପାପ ସବୁ ପୋଛି ଦେଲେ I
\s5
\v 27 ଆମ ପାପ କ୍ଷମା ମୋଶାଙ୍କ ବ୍ୟବସ୍ଥା ପାଳନ ହେତୁ ହୋଇ ନାହିଁ ଯେପରି ଆମେ ଗର୍ବ କରିବା I ମାତ୍ର ଆମେ ଯୀଶୁଙ୍କୁଠାରେ ବିଶ୍ୱାସ କରିବା ଦ୍ୱାରା ପରମେଶ୍ୱର ଆମ ପାପ ସବୁକୁ ଧୌତ କଲେ I
\v 28 ତେବେ ଏହା ସ୍ପଷ୍ଟ ଯେ ଜଣେ ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ ବରଂ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ଗଣିତ ହୁଏ ।
\s5
\v 29 ଯେଉଁମାନେ ଯିହୁଦୀ ସେମାନଙ୍କୁ କେବଳ ପରମେଶ୍ୱର ଗ୍ରହଣ କରନ୍ତି ଏହା ଭାବିବା ଭୁଲ୍ I ଅଣଯିହୁଦୀମାନଙ୍କୁ ମଧ୍ୟ ସେ ଗ୍ରହଣ କରନ୍ତି ଏହା ତୁମେ ଜାଣିବା ଉଚିତ୍ ।
\v 30 ଯେହେତୁ ତୁମେ ଦୃଢ଼ଭାବେ ବିଶ୍ୱାସ କର ଯେ ପରମେଶ୍ୱର ଏକ, ଏ ସେହି ପରମେଶ୍ୱର ଯେ ସୁନ୍ନତ ଯିହୁଦୀମାନଙ୍କୁ ସେମାନଙ୍କ ବିଶ୍ୱାସ ଆଧାରରେ ସେମାନଙ୍କୁ ଧାର୍ମିକ ଗଣିତ କରିବେ । ଅଣଯିହୁଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ସେ ଧାର୍ମିକ ଗଣିତ କରିବେ I
\s5
\v 31 ଏଠାରେ ପ୍ରଶ୍ନ ଉଠେ ଯେ ଆମ୍ଭେ କ'ଣ ବିଶ୍ୱାସର ମାର୍ଗ ଅନୁସରଣ କରିବା ଦ୍ୱାରା ବ୍ୟବସ୍ଥାକୁ ନଷ୍ଟ କରୁଛୁ କି? ନା! ଏହା ସତ୍ୟ ନୁହେଁ I ବ୍ୟବସ୍ଥା ବାସ୍ତବରେ ବିଧିମାନ୍ୟ I
\s5
\c 4
\p
\v 1 ଅବ୍ରହାମ ଯିହୁଦୀମାନଙ୍କ ସମ୍ମାନୀୟ ଆଦି ପିତା ଥିଲେ I ତେବେ ତା’ଙ୍କ ଜୀବନରେ ଯାହା ଘଟିଛି ତାହା କିପରି ଶିଖି ପାରିବା ସେ ବିଷୟରେ ଚିନ୍ତା କରିବା I
\v 2 ଅବ୍ରହାମ ଯଦି ନିଜର ଧର୍ମକର୍ମ ଯୋଗୁଁ ଧାର୍ମିକ ବୋଲି ଗଣିତ ହୋଇଥାଆନ୍ତେ, ତେବେ ସେଥିରେ ସେ ଗର୍ବ କରିଥାଆନ୍ତେ । କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କ ଆଗରେ ଗର୍ବ କରି ପାରିଲେ ନାହିଁ ।
\v 3 ମନେରଖ ଶାସ୍ତ୍ରରେ ଲେଖାଅଛି, "ଅବ୍ରହାମ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ । ପରମେଶ୍ୱର ତାହାଙ୍କର ବିଶ୍ୱାସକୁ ଗ୍ରହଣ କଲେ । ଏହା ଦ୍ୱାରା ପରମେଶ୍ୱରଙ୍କ ଅବ୍ରହାମଙ୍କୁ ଧାର୍ମିକ ଗଣିତ କଲେ ।
\s5
\v 4 କାମ କରୁଥିବା ଲୋକକୁ ମଜୁରୀ ବା ଦରମା ଦେବା ଦାନ ନୁହେଁ । ସେ ମଜୁରୀ ବା ଦରମା ଅର୍ଜନ କରେ । ସେହି ପରି ଯଦି ଆମେ କିଛି ଭଲ କାମ କରି ପ୍ରଭୁଙ୍କ ଦୟା ପାଉଛୁ ତେବେ ତାହା ଦାନ ନୁହେଁ I
\v 5 କିନ୍ତୁ ପ୍ରକୃତରେ ଯେଉଁମାନେ ପୂର୍ବରୁ ପରମେଶ୍ୱରଙ୍କୁ ନିନ୍ଦା କରୁଥିଲେ ସେ ସେମାନଙ୍କୁ ଧାର୍ମିକ ଭାବେ ଗଣନା କଲେ । ଯେଉଁମାନେ ଯେତେ ଦୁଷ୍ଟ ହେଲେ ମଧ୍ୟ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ସେମାନେ ଧାର୍ମିକ ଗଣିତ ହେଲେ I
\s5
\v 6 ଦାଉଦ ସେହି କଥା ଗୀତସଂହିତାରେ କହୁଛନ୍ତି, "ମଣିଷ ଯାହା କରିଛି ତାହାର କାର୍ଯ୍ୟକୁ ହିସାବ ନ କରି ପରମେଶ୍ୱର ତାହାକୁ ଧାର୍ମିକ ହିସାବରେ ଗଣନା କରନ୍ତି I
\v 7 "ସେ ପ୍ରକୃତରେ ଧନ୍ୟ, ଯାହାର ଅପରାଧ କ୍ଷମା ହୋଇଅଛି, ଓ ଯାହାର ପାପଗୁଡ଼ିକୁ ଢ଼ାଙ୍କି ଦିଆଯାଇଅଛି !
\v 8 ଓ ସେ ଲୋକମାନେ ପ୍ରକୃତରେ ଧନ୍ୟ, ପ୍ରଭୁ ଯାହାର ପାପର ହିସାବ ରଖିନାହାନ୍ତି I
\s5
\v 9 ତେବେ ଏହି ଖୁସି କ’ଣ କେବଳ ସୁନ୍ନତ ହୋଇଥିବା ଯିହୁଦୀମାନଙ୍କ ପାଇଁ ଅଟେ? ନା, ଏହା ଅଣଯିହୁଦୀମାନଙ୍କ ପାଇଁ ମଧ୍ୟ ଅଟେ ? ଆମେ କହି ସାରିଛୁ ଯେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ ଓ ସେହି ବିଶ୍ୱାସ ଅବ୍ରହାମକୁ ଧାର୍ମିକ ଗଣିତ କଲା I
\v 10 ସ୍ମରଣ କରନ୍ତୁ ଏହା କେବେ ଘଟିଲା ? ପରମେଶ୍ୱର ଅବ୍ରହାମଙ୍କୁ ସୁନ୍ନତ ହେବା ପରେ ଗ୍ରହଣ କଲେ, ନା ସୁନ୍ନତ ହେବା ପୂର୍ବରୁ ଗ୍ରହଣ କଲେ ?
\s5
\v 11 ପରମେଶ୍ୱର ଗ୍ରହଣ କରି ନେଇଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା । ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହେବା ପୂର୍ବରୁ ପରମେଶ୍ୱରଙ୍କ ପ୍ରତି ସେ ଧାର୍ମିକ ଥିଲେ । ସେଥିପାଇଁ, ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ଓ ସୁନ୍ନତ ହୋଇ ନାହାନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରହାମ ଅଟନ୍ତି । ସେମାନେ ବିଶ୍ୱାସ କରନ୍ତି ଓ ଏହି କାରଣରୁ ସେମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ବୋଲି ନିରୁପିତ ହୁଅନ୍ତି ।
\v 12 ଅସୁନ୍ନତ ଲୋକଙ୍କର ପିତା ମଧ୍ୟ ଅବ୍ରହାମ । ସୁନ୍ନତ ହୋଇଥିବା କାରଣରୁ ଅବ୍ରହାମ ସେମାନଙ୍କର ପିତା ନୁହନ୍ତି । ସୁନ୍ନତ ହେବା ପୂର୍ବରୁ ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା, ଯଦି ସେମାନେ ମଧ୍ୟ ସେହି ବିଶ୍ୱାସ ଗ୍ରହଣ କରନ୍ତି, ତା'ହେଲେ ଅବ୍ରହାମ ସେମାନଙ୍କର ପିତା ।
\s5
\v 13 ଅବ୍ରହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସେମାନେ ସଂସାରର ଉତ୍ତରାଧିକାରୀ ହେବ । କିନ୍ତୁ ଅବ୍ରହାମ ଏହି ପ୍ରତିଶ୍ରୁତି ବ୍ୟବସ୍ଥା ପାଳନ କରିଥିବାରୁ ମିଳି ନ ଥିଲା । ବିଶ୍ୱାସ ଦ୍ୱାରା ସେ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା ।
\v 14 ବ୍ୟବସ୍ଥା ପାଳନ କରିବା ଦ୍ୱାରା ଯଦି ଜଣେ ଲୋକ ପରମେଶ୍ୱର ଯାହା ପ୍ରତିଜ୍ଞା ଦେଇଥିଲେ ତାହା ପାଏ, ତା' ହେଲେ ବିଶ୍ୱାସର ଅର୍ଥ କିଛି ନାହିଁ ଓ ପ୍ରତିଜ୍ଞାର କିଛି ମୂଲ୍ୟ ନାହିଁ ।
\v 15 କାରଣ ବ୍ୟବସ୍ଥା ପାଳନ ନ କରିବା ଦ୍ୱାରା ବ୍ୟବସ୍ଥା ପରମେଶ୍ୱରଙ୍କର କ୍ରୋଧ ଆଣିଥାଏ । କିନ୍ତୁ ଯଦି ବ୍ୟବସ୍ଥା ନ ଥାନ୍ତା, ତା' ହେଲେ ଅବାଧ୍ୟ ହେବାର ପ୍ରଶ୍ନ ଉଠିବ ନାହିଁ ।
\s5
\v 16 ସେଥିପାଇଁ ବିଶ୍ୱାସ ଦ୍ୱାରା ଲୋକେ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଆନ୍ତି । ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ୟର ଦାନ ହୋଇପାରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ୟରେ ପ୍ରତିଜ୍ଞା ଦାନ ମିଳେ ତା'ହେଲେ ଅବ୍ରହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କେବଳ ବ୍ୟବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ନୁହେଁ । ଅବ୍ରହାମ ଭଳି ବିଶ୍ୱାସ ପୂର୍ବକ ଜୀବନ ଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି । ଅବ୍ରହାମ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି ।
\v 17 ଶାସ୍ତ୍ରରେ ଲେଖା ଅଛି, "ମୁଁ ତୁମ୍ଭକୁ (ଅବ୍ରହାମ) ଅନେକ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି ।" ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ । ଅବ୍ରହାମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ, ସେହି ପରମେଶ୍ୱର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ୟପି ଘଟି ନାହିଁ; ସେଗୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି ।
\s5
\v 18 ଅବ୍ରହାମଙ୍କର ସନ୍ତାନ ହେବାର ଆଶା ନ ଥିଲା । କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ଦୃଢତାର ସହିତ ବିଶ୍ୱାସ କଲେ ଓ ଭରସାକୁ ବଜାୟ ରଖିଲେ । ସେଥିପାଇଁ ସେ ଅନେକ ଜାତିର ପିତା ହେଲେ । ପରମେଶ୍ୱର ତାହାଙ୍କୁ କହିଥିଲେ: "ତୁମ୍ଭର ଅଗଣିତ ବଂଶଧର ହେବେ ।
\v 19 ଅବ୍ରହାମଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା, ଅତଏବ ପିଲାପିଲି ହେବା ସମୟ ଚ଼ାଲି ଯାଇଥିଲା । ତାହାଙ୍କ ସ୍ତ୍ରୀ ସାରା ମଧ୍ୟ ସନ୍ତାନ ଜନ୍ମ କରି ପାରିବେ ନାହିଁ, ଅବ୍ରହାମ ଏ କଥା ଭାବିଥିଲେ ।
\s5
\v 20 କିନ୍ତୁ ପରମେଶ୍ୱରଙ୍କ ପ୍ରତି ତାହାଙ୍କର ବିଶ୍ୱାସ ଦୁର୍ବଳ ହେଲା ନାହିଁ । ପରମେଶ୍ୱର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ସେ କରିବାରେ ସମର୍ଥ ଏଥିରେ ଅବ୍ରହାମ ଟିକେ ହେଲେ ସନ୍ଦେହ କଲେ ନାହିଁ । ବରଂ ତାହାଙ୍କର ବିଶ୍ୱାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ୱରଙ୍କୁ ଗୌରବ ଦେଲେ ।
\v 21 ଅବ୍ରହାମ ଦୃଢ଼ ଭାବରେ ଅନୁଭବ କଲେ ଯେ ପରମେଶ୍ୱର ଯାହା ପ୍ରତିଶ୍ରୁତି ଦେଇଛନ୍ତି, ତାହା କରିବାରେ ସେ ସକ୍ଷମ ଅଟନ୍ତି ।
\v 22 ସେଥିପାଇଁ ପରମେଶ୍ୱର, "ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ । ସେ ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିଥିଲା ।"
\s5
\v 23 ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସ ଗ୍ରହଣ କଲେ, ଏହି ବାକ୍ୟଗୁଡ଼ିକ କେବଳ ଅବ୍ରହାମଙ୍କ ପାଇଁ ଲେଖା ଯାଇ ନ ଥିଲା ।
\v 24 ଏହି ବାକ୍ୟଗୁଡ଼ିକ ଆମ୍ଭ ପାଇଁ ମଧ୍ୟ ଲେଖା ଯାଇଥିଲା । ଆମ୍ଭେ ବିଶ୍ୱାସ କରୁଥିବା ଯୋଗୁଁ ପରମେଶ୍ୱର ଆମ୍ଭକୁ ମଧ୍ୟ ଗ୍ରହଣ କରିବେ । ଆମ୍ଭେ ତାହାଙ୍କୁ ବିଶ୍ୱାସ କରୁ ଯିଏ ଆମ୍ଭର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ ।
\v 25 ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ୟୁ ନିମନ୍ତେ ସମର୍ପିତ କରାଗଲା । ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହେଲେ ।
\s5
\c 5
\p
\v 1 ଆମ୍ଭର ବିଶ୍ୱାସ ହେତୁ ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରାଯାଇଛି । ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ସହିତ ଆମ୍ଭେ ଶାନ୍ତିରେ ଅଛୁ । ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହର ଅଧିନ କଲେ ।
\v 2 ଏବେ ଆମ୍ଭେ ଏହି ଅନୁଗ୍ରହରେ ରହିଛୁ ଓ ଆମ୍ଭେ ପରମେଶ୍ୱରଙ୍କ ଏହି ମହିମାରେ ଭାଗୀଦର ହୋଇଥିବା ଆଶାରେ ଆନନ୍ଦିତ ।
\s5
\v 3 ଆମ୍ଭେମାନେ ଆମ୍ଭର କ୍ଲେଶଗୁଡ଼ିକ ଥାଇ ମଧ୍ୟ ଆନନ୍ଦିତ । ଆମ୍ଭେ ଏହି କଷ୍ଟଗୁଡ଼ିକ ପାଇଁ କାହିଁକି ଆନନ୍ଦିତ ? କାରଣ ଆମ୍ଭେ ଜାଣୁ ଯେ ଏହି କଷ୍ଟଗୁଡ଼ିକ ଆମ୍ଭକୁ ଅଧିକ ଧୈର୍ଯ୍ୟବାନ କରାଏ ।
\v 4 ଏହି ଧୈର୍ଯ୍ୟ ପ୍ରମାଣ କରେ ଯେ, ଆମ୍ଭେ ବଳବାନ ଓ ଏହି ପ୍ରମାଣ ଆମ୍ଭକୁ ଭରସା ପ୍ରଦାନ କରେ ।
\v 5 ଏହି ଭରସା ଆମ୍ଭକୁ କେବେ ହେଲେ ନିରାଶ କରିବ ନାହିଁ । କ’ଣ ପାଇଁ ? କାରଣ ପରମେଶ୍ୱର ଆମ୍ଭର ହୃଦୟଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ତାହାଙ୍କର ପ୍ରେମ ଢ଼ାଳି ଦେଲେ । ପରମେଶ୍ୱର ପବିତ୍ର ଆତ୍ମା ମାଧ୍ୟମରେ ତାହାଙ୍କର ପ୍ରେମ ଦେଇଛନ୍ତି । ପରମେଶ୍ୱରଙ୍କ ତରଫରୁ ଆମ୍ଭ ପାଇଁ ପବିତ୍ର ଆତ୍ମା ଅନୁଗ୍ରହ ଦାନ ଭାବରେ ଆସିଥିଲେ ।
\s5
\v 6 ଆମ୍ଭେ ନିଜକୁ ଅଧାର୍ମିକ ରକ୍ଷା କରିବାକୁ ଅକ୍ଷମ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ । ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନ ଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ ।
\v 7 ଅନ୍ୟ ଲୋକ ଯେତେ ଭଲ ହେଲେ ମଧ୍ୟ, ଖୁବ କମ୍ ଲୋକ ଅନ୍ୟକୁ ବଞ୍ଚାଇବା ପାଇଁ ମୃତ୍ୟୁବରଣ କରିବେ । ଯଦି ଲୋକଟି ଧାର୍ମିକ ହୋଇ ଥାଏ, ତେବେ ତା’ନିମନ୍ତେ କିଏ ଜଣେ ମୃତ୍ୟୁବରଣ କରିବା ପାଇଁ ସାହାସ କରିବ ।
\s5
\v 8 କିନ୍ତୁ ଆମ୍ଭେ ସମସ୍ତେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭ ପାଇଁ ମୃତ୍ୟୁବରଣ କଲେ । ଏହା ଦ୍ୱାରା ପରମେଶ୍ୱର ପ୍ରମାଣିତ କଲେ ଯେ, ସେ ଆମ୍ଭକୁ ବହୁତ ପ୍ରେମ କରନ୍ତି ।
\v 9 ଆମ୍ଭେ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ । ସେଥିପାଇଁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କର କ୍ରୋଧରୁ ନିଶ୍ଚିତ ଭାବେ ରକ୍ଷା ପାଇବା ।
\s5
\v 10 ମୋ’ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ୱରଙ୍କର ଶତ୍ରୁ ହୋଇଥିଲେ ମଧ୍ୟ, ସେ ନିଜ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି । ସେଥିପାଇଁ ଏବେ ଯେ ହେତୁ ଆମ୍ଭେ ପରମେଶ୍ୱରଙ୍କର ମିତ୍ର, ପରମେଶ୍ୱର ତା’ଙ୍କ ପୁତ୍ରଙ୍କ ଜୀବନ ମାଧ୍ୟମରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ ।
\v 11 ଆମ୍ଭେ ଯେ କେବଳ ରକ୍ଷା ପାଇବୁ ତା’ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କଠାରେ ମଧ୍ୟ ଅତ୍ୟଧିକ ଆନନ୍ଦିତ ହେତୁ କେବଳ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ୱରଙ୍କ ମିତ୍ର ଅଟୁ ।
\s5
\v 12 ଜଣେ ଲୋକ ଆଦମ ପାଇଁ ଜଗତକୁ ପାପ ଆସିଲା । ପାପ ଦ୍ୱାରା ମୃତ୍ୟୁ ଆସିଲା । ସେଥିପାଇଁ ସମସ୍ତେ ନିଶ୍ଚୟ ମରିବେ, କାରଣ ସମସ୍ତେ ପାପ କରିଛନ୍ତି ।
\v 13 ମୋଶା ବ୍ୟବସ୍ଥା ଦେବା ପୂର୍ବରୁ ପାପ ସଂସାରରେ ଥିଲା । କିନ୍ତୁ ପରମେଶ୍ୱର, ବ୍ୟବସ୍ଥା ନ ଥିବା କାରଣରୁ ଲୋକମାନଙ୍କୁ ପାପରେ ପାପୀ ମାନି ନ ଥିଲେ ।
\s5
\v 14 କିନ୍ତୁ ଆଦମଙ୍କ ସମୟରୁ ମୋଶାଙ୍କ ସମୟ ସୁଦ୍ଧା, ପ୍ରତ୍ୟେକ ଲୋକଙ୍କୁ ମରିବାକୁ ପଡ଼ିଲା । ପରମେଶ୍ୱରଙ୍କର ଆଦେଶ ଅମାନ୍ୟ କରି ପାପ କରିଥିବା ହେତୁ ଆଦମ ମଲା । କିନ୍ତୁ, ଯେଉଁ ଲୋକମାନେ ଆଦମ ଭଳି ପାପ କରି ନ ଥିଲେ, ସେମାନଙ୍କୁ ମଧ୍ୟ ମରିବାକୁ ହେଲା ।
\v 15 କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ଦାନ ଆଦମର ପାପ ପରି ନୁହେଁ । ଜଣେ ଲୋକର ପାପ କାରଣରୁ ଅନେକ ଲୋକ ମୃତ୍ୟୁବରଣ କଲେ । କିନ୍ତୁ ପରମେଶ୍ୱରଙ୍କଠାରୁ ଲୋକେ ଯେଉଁ ଅନୁଗ୍ରହ ପାଇଲେ, ତାହା ବହୁତ ଅଧିକ ଥିଲା । ଅନେକ ଲୋକ ଜଣେ ଲୋକର ଅନୁଗ୍ରହ ହେତୁ ଜୀବନ ରୂପେ ଅନୁଗ୍ରହ ଦାନ ପାଇଲେ ।
\s5
\v 16 ଆଦମ ଥରେ ପାପ କଲା ପରେ ସେ ଦୋଷୀ ବୋଲି ସାବ୍ୟସ୍ତ ହେଲା । କିନ୍ତୁ ପରମେଶ୍ୱରଙ୍କର ଅନୁଗ୍ରହ ଦାନ ଏହାଠାରୁ ଭିନ୍ନ ଅଟେ । ଅନେକ ପାପ ପରେ ପରମେଶ୍ୱରଙ୍କର ଅନୁଗ୍ରହ ଦାନ ଆସିଲା ଓ ଏହି ଅନୁଗ୍ରହଦାନ ଲୋକଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରାଇଲା ।
\v 17 ଜଣେ ଲୋକ ପାପ କଲା, ସେଥିପାଇଁ ସେ ଜଣକ ଲାଗି, ମୃତ୍ୟୁ ସମସ୍ତଙ୍କ ଉପରେ ରାଜତ୍ୱ କଲା । ଆମେ ଅନୁଭବ କରିଛୁ ଯେ, ପରମେଶ୍ୱର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏକ ମହତ ଦାନ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ତାଙ୍କ ସହିତ ଧାର୍ମିକ ଗଣନା କରିଛନ୍ତି । ଏହା ନିଶ୍ଚିତ ଯେ ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସ୍ୱର୍ଗରେ ରାଜତ୍ୱ କରିବା ।
\s5
\v 18 ଅତଏବ ଯେପରି ଆଦମର ଗୋଟିଏ ପାପ ସମସ୍ତ ଲୋକଙ୍କୁ ମୃତ୍ୟୁରେ ଦଣ୍ଡିତ କଲା, ସେହି ଭଳି ଯୀଶୁ ଖ୍ରୀଷ୍ଟ କରିଥିବା ଗୋଟିଏ ଧାର୍ମିକ କାମ ସମସ୍ତ ଲୋକଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିବ । ଓ ତାହା ସେହି ଲୋକମାନଙ୍କ ପାଇଁ ପ୍ରକୃତ ଜୀବନ ଆଣି ଦେବ ।
\v 19 ଜଣେ ଲୋକ ପରମେଶ୍ୱରଙ୍କୁ ଅବଜ୍ଞା କଲା ଓ ଅନେକ ଲୋକ ପାପୀ ହୋଇଗଲେ । ସେହିପରି ଜଣେ ଲୋକ ପରମେଶ୍ୱରଙ୍କୁ ମାନିଲା ଓ ଅନେକ ଲୋକଙ୍କୁ ସେ ତାଙ୍କ ସହିତ ଧାର୍ମିକ ଗଣନା କରିବେ ।
\s5
\v 20 ଲୋକମାନେ ଅଧିକ ପାପ କରିବା ପାଇଁ ବ୍ୟବସ୍ଥା ଆସିଲା, କିନ୍ତୁ ଯେତେବେଳେ ଲୋକେ ଅଧିକ ପାପ କଲେ, ପରମେଶ୍ୱର ସେମାନଙ୍କୁ ପ୍ରଚୁର ମାତ୍ରାରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ ।
\v 21 ଆମ୍ଭମାନଙ୍କୁ ଶାସନ କରିବା ପାଇଁ ପାପ ଥରେ ମୃତ୍ୟୁକୁ ବ୍ୟବହାର କଲା । କିନ୍ତୁ ପରମେଶ୍ୱର ନିଜର ଅଧିକ ଅନୁଗ୍ରହ ପ୍ରଦାନ କଲେ ଯାହା ଦ୍ୱାରା ଅନୁଗ୍ରହ ଶାସନ କଲା ଓ ଲୋକେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ରହିଲେ । ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏହା ଅନନ୍ତ ଜୀବନ ଆଣିଲା ।
\s5
\c 6
\p
\v 1 ତା'ହେଲେ ତୁମ୍ଭେମାନେ ଭାବୁଛ ଯେ ଆମ୍ଭେ ସର୍ବଦା ପାପ କରି ଚ଼ାଲି ଥିବା ଯାହା ପାଇଁ ପରମେଶ୍ୱର ଆମ୍ଭକୁ ଆହୁରି ଅଧିକ ଅନୁଗ୍ରହ ପ୍ରଦାନ କରିବେ ।
\v 2 ନା! ଆମେ ଆମର ପୁରୁଣା ପାପ ପୂର୍ଣ୍ଣ ଜୀବନ ପ୍ରତି ମରିଯାଇଛୁ । ତା'ହେଲେ ଆମେ ଆଉ ପାପ କରି ଚ଼ାଲିପାରିବା କି ?
\v 3 ତୁମ୍ଭେମାନେ କ’ଣ ମନେ ରଖିଛ କି ଯେତେବେଳେ ଆମେ ସମସ୍ତେ ବାପ୍ତିଜିତ ହେଲୁ, ସେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ଅଂଶ ହୋଇଗଲୁ ? ଆମ୍ଭର ବାପ୍ତିଜିତ ହେବାରେ ଆମ୍ଭେ ତାହାଙ୍କର ମୃତ୍ୟୁର ମଧ୍ୟ ଭାଗୀଦାର ହେଲୁ ।
\s5
\v 4 ଅତଏବ ଆମେ ଯେତେବେଳେ ବାପ୍ତିଜିତ ହେଲୁ, ଆମେ ଯୀଶୁ ଖ୍ରୀଷ୍ଟଙ୍କ ଭିତରେ ସମାଧି ପ୍ରାପ୍ତ ହୋଇ ତାହାଙ୍କ ମୃତ୍ୟୁର ଭାଗୀଦାର ହେଲୁ । ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହେବା ଦ୍ୱାରା ଆମ୍ଭେ ପୁନରୁତ୍ଥିତ ହୋଇ ନୂତନ ଜୀବନ ଯାପନ କରିବା । ପରମପିତାଙ୍କର ଆଶ୍ଚର୍ଯ୍ୟ ଶକ୍ତି ଦ୍ୱାରା ଯେପରି ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେହିଭଳି ଏହା ଘଟିଲା ।
\v 5 ଖ୍ରୀଷ୍ଟ ମୃତ୍ୟୁବରଣ କଲେ ଓ ଆମ୍ଭେ ମଧ୍ୟ ମୃତ୍ୟୁ ଦ୍ୱାରା ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ । ଖ୍ରୀଷ୍ଟ ମୃତ୍ୟୁରୁ ଜୀବିତ ହେବା ଭଳି ଆମ୍ଭେ ମଧ୍ୟ ମୃତ୍ୟୁରୁ ଜୀବିତ ହୋଇ ତାହାଙ୍କ ସହିତ ସଂଯୁକ୍ତ ହେବା ।
\s5
\v 6 ଆମ୍ଭେ ଜାଣୁ ଯେ, ଆମ୍ଭର ପୂର୍ବ ଜୀବନ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ତାହାଙ୍କ ସହିତ ମୃତ ହୋଇ ଯାଇଛି । ଆମ୍ଭର ପାପପୂର୍ଣ୍ଣ ଶରୀର ଆମ୍ଭ ଉପରେ ରାଜତ୍ୱ ନ କରିବା ପାଇଁ ଏପରି ଘଟିଲା । ତା'ପରେ ଆମ୍ଭେ ପାପର ଦାସ ହେବୁ ନାହିଁ ।
\v 7 ଯେଉଁ ଲୋକ ମରିଯାଇଛି, ସେ ପାପର ଦାସତ୍ୱରୁ ମୁକ୍ତ ହୋଇ ଯାଇଛି ।
\s5
\v 8 ଆମ୍ଭେ ଯଦି ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁବରଣ କରିଛୁ, ତା'ହେଲେ ଜାଣୁ ଯେ ଆମ୍ଭେ ମଧ୍ୟ ତାହାଙ୍କ ସହିତ ଜୀବିତ ରହିବା ।
\v 9 ଖ୍ରୀଷ୍ଟ ମୃତ୍ୟୁରୁ ଉଠିଥିଲେ ଓ ଆମ୍ଭେ ଜାଣୁ ଯେ ସେ ପୁନଃ ମରିବେ ନାହିଁ । ଏବେ ମୃତ୍ୟୁର ତା’ଙ୍କ ଉପରେ ଆଉ କୌଣସି କତ୍ତୃତ୍ୱ ନାହିଁ ।
\s5
\v 10 ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ସେ ପାପର ଶକ୍ତିକୁ ଥରେ ମାତ୍ର ହରାଇବା ପାଇଁ ମୃତ୍ୟୁଭୋଗ କଲେ, ଏହା ସବୁ ଦିନ ପାଇଁ ଯଥେଷ୍ଟ ଥିଲା । ଏବେ ସେ ଯେଉଁ ଜୀବନ ଯାପନ କରନ୍ତି ତାହା ପରମେଶ୍ୱରଙ୍କ ପାଇଁ କରନ୍ତି ।
\v 11 ସେହି ଭଳି ତୁମ୍ଭେମାନେ ମଧ୍ୟ ପାପର ଶକ୍ତି ବିଷୟରେ ନିଜକୁ ମୃତ ବୋଲି ଭାବିବା ଉଚ଼ିତ । ତୁମ୍ଭେମାନେ ମଧ୍ୟ ଜୀବିତ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଇଁ ଜୀବିତ ବୋଲି ଅନୁଭବ କର ।
\s5
\v 12 କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ତ୍ୱ ନ କରୁ । ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ତୁମ୍ଭେମାନେ ଯେପରି ଶାସିତ ନ ହୁଅ ।
\v 13 ପାପର ସେବା କରିବା ପାଇଁ ତୁମ୍ଭମାନଙ୍କ ଶରୀର ଅଙ୍ଗଗୁଡ଼ିକକୁ ଅନୁମତି ଦିଅ ନାହିଁ । ମନ୍ଦ କାମ କରିବା ପାଇଁ ଶରୀରକୁ ବ୍ୟବହାର କର ନାହିଁ । ତା'ପରିବର୍ତ୍ତେ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପଣ କର । ଯେଉଁମାନେ ମରିଥିଲେ ଓ ଏବେ ଜୀବିତ ଅଛନ୍ତି ସେ ଲୋକଙ୍କ ଭଳି ହୁଅ । ନିଜ ଶରୀରର ଅଙ୍ଗଗୁଡ଼ିକକୁ ଭଲ କାମ କରିବା ପାଇଁ ପରମେଶ୍ୱରଙ୍କଠାରେ ସମର୍ପଣ କର ।
\v 14 ପାପ ତୁମ୍ଭମାନଙ୍କର ସ୍ୱାମୀ ହେବ ନାହିଁ । କାରଣ ତୁମ୍ଭେମାନେ ବ୍ୟବସ୍ଥା ବନ୍ଧନରେ ନାହଁ । ତୁମ୍ଭେମାନେ ଏବେ ପରମେଶ୍ୱରଙ୍କ ଅନୁଗ୍ରହରେ ଜୀବିତ ଅଛ ।
\s5
\v 15 ତା'ହେଲେ ଆମ୍ଭେ କ'ଣ କରିବା ଉଚ଼ିତ? ଆମ୍ଭେ ବ୍ୟବସ୍ଥାର ଅଧିନ ନୋହୁଁ, କିନ୍ତୁ ଅନୁଗ୍ରହର ଅଧିନ ବୋଲି କ’ଣ ପାପ କରି ଚ଼ାଲିଥିବା ? ଅବଶ୍ୟ ନୁହେଁ !
\v 16 ଏହା ନିଶ୍ଚିତ ଭାବରେ ତୁମ୍ଭେମାନେ ଜାଣ ଯେ ଯେତେବେଳେ ତୁମ୍ଭେମାନେ ଦାସ ଭଳି ନିଜକୁ ସମର୍ପଣ କର, ସେତେବେଳେ ତୁମ୍ଭେମାନେ ପ୍ରକୃତରେ ସେହି ଲୋକର ଦାସ ଅଟ । ଯେଉଁ ଲୋକକୁ ତୁମ୍ଭେମାନେ ମାନିବ ସେ ହେଉଛି ତୁମ୍ଭର ମାଲିକ । ତୁମ୍ଭେମାନେ ପାପର ଚ଼ାକର ହୋଇରହିବ ଅବା ପରମେଶ୍ୱରଙ୍କୁ ମାନିବ । ପାପ ଆଧ୍ୟାତ୍ମିକ ମୃତ୍ୟୁ ଆଣି ଦିଏ । କିନ୍ତୁ ପରମେଶ୍ୱରଙ୍କୁ ମାନିଲେ, ପରମେଶ୍ୱରଙ୍କଠାରେ ତୁମ୍ଭେମାନେ ଧାର୍ମିକ ବୋଲି ଗଣିତ ହୁଅ ।
\s5
\v 17 ଅତୀତରେ ତୁମ୍ଭେମାନେ ପାପର ଦାସ ଥିଲ, ପାପ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା । କିନ୍ତୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ, ଯେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମ୍ଭେମାନେ ସମସ୍ତ ହୃଦୟର ସହିତ ପାଳନ କଲ ।
\v 18 ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରାଗଲା ଓ ଏବେ ତୁମ୍ଭେମାନେ ଧାର୍ମିକତାର ଦାସ ହୋଇଅଛ ।
\s5
\v 19 ଲୋକେ ଜାଣିଥିବା ଗୋଟିଏ ଉଦାହରଣ ଦେଇ ମୁଁ ଏ କଥା ତୁମ୍ଭମାନଙ୍କୁ ବୁଝାଉଛି । ଏହାକୁ ବୁଝିବା କଷ୍ଟକର ହୋଇଥିବା କାରଣରୁ ମୁଁ ଏହି ଭଳି ବୁଝାଉଛି । ଅତୀତରେ ତୁମ୍ଭେମାନେ ନିଜ ଶରୀରର ଅଙ୍ଗଗୁଡ଼ିକୁ ପାପର ଦାସ ହେବାକୁ ଓ ମନ୍ଦ କର୍ମରେ ନିଯୁକ୍ତ କରିଥିଲ । ଫଳ ସ୍ୱରୂପ ତୁମ୍ଭେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନ ଯାପନ କରୁଥିଲ । ଠିକ୍ ସେହି ଭଳି ଏବେ ତୁମ୍ଭମାନଙ୍କ ଶରୀର ଅଙ୍ଗ ଗୁଡ଼ିକକୁ ଭଲ କାମ କରିବା ପାଇଁ ସମର୍ପଣ କର । ତେବେ ତୁମ୍ଭେମାନେ କେବଳ ପରମେଶ୍ୱରଙ୍କ ପାଇଁ ବଞ୍ଚିବ ।
\v 20 ଅତୀତରେ ତୁମ୍ଭେମାନେ ପାପର ଦାସ ଥିଲ ଓ ଯାହା ଉତ୍ତମ ତାହା ତୁମ୍ଭମାନଙ୍କୁ ନିୟନ୍ତ୍ରିତ କରି ନ ଥିଲା ।
\v 21 ତୁମ୍ଭେମାନେ ମନ୍ଦ କାମ କରୁଥିଲ । ଏବେ ତୁମ୍ଭେମାନେ ସେଭଳି କର୍ମ ପାଇଁ ଲଜ୍ଜିତ । ସେ କାମଗୁଡ଼ିକ କ’ଣ ତୁମ୍ଭମାନଙ୍କୁ ସାହାଯ୍ୟ କଲା ? ନା, ସେ କର୍ମ ଗୁଡ଼ିକ କେବଳ ଆଧ୍ୟାତ୍ମିକ ମୃତ୍ୟୁ ଆଣିଥାଏ ।
\s5
\v 22 କିନ୍ତୁ ଏବେ ତୁମ୍ଭେମାନେ ପାପରୁ ମୁକ୍ତ । ତୁମ୍ଭେମାନେ ଏବେ ପରମେଶ୍ୱରଙ୍କର ଦାସ ଓ ଏହା କେବଳ ପରମେଶ୍ୱରଙ୍କ ପାଇଁ ତୁମ୍ଭମାନଙ୍କୁ ଜୀବନ ଆଣି ଦେବ । ତା'ପରେ ତୁମ୍ଭେମାନେ ସଦାକାଳ ପାଇଁ ଅନନ୍ତ ଜୀବନ ପାଇବ ।
\v 23 ପାପର ସ୍ୱାଭାବିକ ପରିଣତି ମୃତ୍ୟୁ । କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଏ ।
\s5
\c 7
\p
\v 1 ଭାଇ ଓ ଭଉଣୀଗଣ, ତୁମ୍ଭେମାନେ ବ୍ୟବସ୍ଥା ଜାଣ । ତୁମ୍ଭେମାନେ ଜାଣ ଯେ ଯେତେବେଳେ ଜଣେ ଲୋକ ଜୀବିତ, ବ୍ୟବସ୍ଥା ତାହାକୁ ନିୟନ୍ତ୍ରିତ କଲେ ।
\s5
\v 2 ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି । ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ୱାମୀ ଜୀବିତ ଥିବା ସମୟ ପର୍ଯ୍ୟନ୍ତ ତା'ସହିତ ଆବଦ୍ଧ ହୋଇ ରହିଥାଏ । କିନ୍ତୁ ଯେତେବେଳେ ତାହାର ସ୍ୱାମୀ ମରିଯାଏ ସେ ବିବାହର ନିୟମରୁ ମୁକ୍ତ ହୋଇଯାଏ ।
\v 3 କିନ୍ତୁ ଯେତେବେଳେ ଜଣେ ସ୍ତ୍ରୀ’ଲୋକ ତାହାର ସ୍ୱାମୀ ଜୀବିତ ଥିବା ଅବସ୍ଥାରେ, ଆଉ ଜଣେ ପୁରୁଷକୁ ଗ୍ରହଣ କରେ,ବ୍ୟବସ୍ଥାନୁଯାୟୀ, ସେ ବ୍ୟଭିଚାର ଦୋଷରେ ଦୋଷୀ । କିନ୍ତୁ ଯଦି ସେ ସ୍ତ୍ରୀଲୋକର ସ୍ୱାମୀ ମରିଯାଏ, ତାହା ହେଲେ ସେ ସ୍ତ୍ରୀ’ଲୋକଟି ବିବାହର ବନ୍ଧନ ବ୍ୟବସ୍ଥାରୁ ମୁକ୍ତ ହୋଇ ଯାଏ । ଅତଏବ, ଯଦି ସେହି ସ୍ତ୍ରୀ’ଲୋକ ସ୍ୱାମୀର ମୃତ୍ୟୁ ପରେ ଆଉ ଜଣକୁ ବିବାହ କରେ, ସେ ବ୍ୟଭିଚ଼ାର ଦୋଷରେ ଆଉ ଦୋଷୀ ହୁଏ ନାହିଁ ।
\s5
\v 4 ଠିକ୍ ସେହି ଭଳି, ମୋ’ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ୟକ୍ତିତ୍ୱ ମରିଯାଇଛି ଓ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର ମାଧ୍ୟମରେ ବ୍ୟବସ୍ଥାରୁ ମୁକ୍ତ ହୋଇଯାଇଛ । ଏବେ ତୁମ୍ଭେମାନେ ଅନ୍ୟ ଜଣକର ଅଟ । ତୁମ୍ଭେମାନେ ମୃତ୍ୟୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ । ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ସେବାରେ ନିୟୋଜିତ ହୋଇ ପାରିବା ।
\v 5 ଅତୀତରେ, ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହେଉଥିଲୁ । ଆମ୍ଭ ଦ୍ୱାରା ବ୍ୟବସ୍ଥା ପାପପୂର୍ଣ୍ଣ କାମ କରାଉଥିଲା ଓ ଏହି ପାପପୂର୍ଣ୍ଣ କାମ ସବୁ ଆମ୍ଭର ଶରୀରକୁ ନିୟନ୍ତ୍ରିତ କରୁଥିଲା । ଅତଏବ ଏହି କର୍ମ ଆମ୍ଭର ଆଧ୍ୟାତ୍ମିକ ମୃତ୍ୟୁ ଘଟାଉ ଥିଲା ।
\s5
\v 6 ଅତୀତର ବ୍ୟବସ୍ଥା ଆମ୍ଭକୁ ବନ୍ଦୀ ଭଳି ବାନ୍ଧି ରଖି ଥିଲା । କିନ୍ତୁ ଆମ୍ଭର ପୁରୁଣା ବ୍ୟକ୍ତିତ୍ୱ ଏବେ ମରିଯାଇଛି ଓ ଆମ୍ଭେ ବ୍ୟବସ୍ଥାରୁ ମୁକ୍ତ ହୋଇସାରିଛୁ । ଅତଏବ ଆମ୍ଭେ ପ୍ରାଚ଼ୀନ ପଦ୍ଧତି ଲିଖିତ ବ୍ୟବସ୍ଥା ଅନୁସାରେ ପରମେଶ୍ୱରଙ୍କ ସେବା କରୁନାହୁଁ । ଆମ୍ଭେ ପରମେଶ୍ୱରଙ୍କ ନୂତନ ପଦ୍ଧତି ଆତ୍ମାରେ ସେବା କରୁଅଛୁ ।
\s5
\v 7 ତୁମ୍ଭେ ଭାବି ପାର ଯେ, ମୁଁ କହୁଛି ପାପ ଓ ବ୍ୟବସ୍ଥା ହେଉଛି ଏକା କଥା । ଏହା ସତ୍ୟ ନୁହେଁ । କିନ୍ତୁ ବ୍ୟବସ୍ଥା ହେଉଛି ଏକମାତ୍ର ଉପାୟ ଯାହା ଦ୍ୱାରା ମୁଁ ପାପର ଅର୍ଥ ଜାଣି ପାରିଲି । ମୁଁ କେବେ ହେଲେ ଜାଣି ପାରି ନ ଥାନ୍ତି, "ଲୋଭ କରିବା" ଅର୍ଥ କ’ଣ । କିନ୍ତୁ ବ୍ୟବସ୍ଥା କହିଲା, "ଅନ୍ୟମାନଙ୍କ ବସ୍ତୁ ପାଇବା ପାଇଁ କେବେ ହେଲେ ଲୋଭ କର ନାହିଁ ।"
\v 8 ଏହି ଆଦେଶ ଅନୁସାରେ ମୋ’ ଭିତରେ ସମସ୍ତ ପ୍ରକାରର ଭୁଲ୍ ବସ୍ତୁ ପ୍ରତି ପାପ ଇଚ୍ଛା ଜାଗ୍ରତ କରାଇଲା । ସେଥିପାଇଁ ଉକ୍ତ ଆଦେଶ ହେତୁ ପାପ ମୋ’ ପାଖକୁ ଆସିଲା । କିନ୍ତୁ ବ୍ୟବସ୍ଥା ବିନା ପାପର କୌଣସି ଶକ୍ତି ନାହିଁ ।
\s5
\v 9 ବ୍ୟବସ୍ଥା ଜାଣିବା ପୂର୍ବରୁ, ବ୍ୟବସ୍ଥା ବିନା ମୁଁ ଜୀବିତ ଥିଲି । କିନ୍ତୁ ଯେତେବେଳେ ବ୍ୟବସ୍ଥାର ଆଦେଶ ମୋ’ ପାଖକୁ ଆସିଲା, ସେତେବେଳେ ପାପ ଜୀବିତ ହେଲା ଓ ପାପ ହେତୁ ଆତ୍ମିକ ଭାବରେ ମୁଁ ମୃତ୍ୟୁ ବରଣ କଲି ।
\v 10 ବ୍ୟବସ୍ଥାର ଆଜ୍ଞା ଥିଲା ଜୀବନ ଦାନ କିନ୍ତୁ ମୋ’ ପାଇଁ ମୃତ୍ୟୁ ଆଜ୍ଞା ଆଣିଲା ।
\s5
\v 11 ଏହି ଆଜ୍ଞାକୁ ବ୍ୟବହାର କରି ପାପ ମୋତେ ମୂର୍ଖ ପ୍ରମାଣିତ କରିବା ପାଇଁ ସୁଯୋଗ ପାଇଲା । ମୋତେ ଆତ୍ମିକ ଭାବରେ ମୃତ କରାଇବାରେ ପାପ ଏହି ଆଜ୍ଞାକୁ ବ୍ୟବହାର କଲା ।
\v 12 ଅତଏବ ବ୍ୟବସ୍ଥା ହେଉଛି ପବିତ୍ର ଓ ଆଜ୍ଞା ମଧ୍ୟ ପବିତ୍ର, ଠିକ୍ ଓ ଉତ୍ତମ ଅଟେ ।
\s5
\v 13 ଏହାର କ’ଣ ଏହି ଅର୍ଥ ଯେ ଯାହା ଭଲ, ତାହା ହିଁ ମୋ’ ପାଇଁ ମୃତ୍ୟୁ ଆଣିଲା? କିନ୍ତୁ ଯାହା ଭଲ ପାପ ତାହାକୁ ହିଁ ବ୍ୟବହାର କରି ମୋ’ ପାଇଁ ମୃତ୍ୟୁ ଆଣିଲା । ଏପରି ହେଲା, ଯେପରି ମୁଁ ଜାଣି ପାରିବି ପାପ କ'ଣ ? ପାପ ହେଉଛି ଅତିଶୟ ମନ୍ଦ, ଏହା ଜଣାଇବା ପାଇଁ ଏପରି ଘଟିଲା ଓ ଆଜ୍ଞାର ବ୍ୟବହାର ମଧ୍ୟ ଏହାହିଁ ଦେଖାଇବା ପାଇଁ ହେଲା ।
\v 14 ମୁଁ ଜାଣେ ଯେ ବ୍ୟବସ୍ଥା ହେଉଛି ଆତ୍ମିକ । କିନ୍ତୁ ମୁଁ ଆତ୍ମିକ ନୁହେଁ । ପାପର ଦାସ ଭଳି ମୁଁ ତା' ପାଖରେ ବିକ୍ରି ହୋଇ ଯାଇଛି । ମୁଁ ଯାହାକରେ ତାହା ମୁଁ ବୁଝେ ନାହିଁ ।
\s5
\v 15 ଯେଉଁ ଭଲ କାମ ମୁଁ କରିବାକୁ ଇଚ୍ଛା କରେ, ମୁଁ ତାହା କରେ ନାହିଁ ଓ ଯେଉଁ ମନ୍ଦ କାମ କରିବାକୁ ମୁଁ ଘୃଣା କରେ, ସେହି କାମ କରେ ।
\v 16 ଯେଉଁ କାମ କରିବାକୁ ଚାହେଁ ନାହିଁ, ଯଦି ମୁଁ ତାହା କରେ, ତାହାର ଅର୍ଥ ଯେ, ବ୍ୟବସ୍ଥା ଭଲ ବୋଲି ସମର୍ଥନ କରେ ।
\s5
\v 17 କିନ୍ତୁ ମୁଁ, ପ୍ରକୃତରେ ଏହି ମନ୍ଦ କର୍ମ କରି ନ ଥାଏ । ମୋ’ ଭିତରେ ଥିବା ପାପର ସ୍ୱଭାବ ଏହି ସବୁ କାମ କରେ ।
\v 18 ମୁଁ ଏହା ଜାଣେ ଯେ ମୋ’ ଭିତରେ କିଛି ଭଲ ନାହିଁ । ମୋ’ କହିବା ଅର୍ଥ ଯେ, ମୋ’ର ଶରୀରରେ କୌଣସି ଭଲ ବିଷୟ ନାହିଁ ।
\s5
\v 19 ମୁଁ ଭଲ କାମ କରିବାକୁ ଇଚ୍ଛା କରେ । କିନ୍ତୁ ମୁଁ ଏହା କରେ ନାହିଁ ।
\v 20 ମୁଁ ମନ୍ଦ କାମ କରେ ଯାହା ମୁଁ କରିବାକୁ ଚାହେଁ ନାହିଁ । ତାହାର ଅର୍ଥ ମୁଁ ପ୍ରକୃତରେ ଏସବୁ କରେ ନାହିଁ । ମୋ’ ଭିତରେ ଥିବା ପାପ ଏହି ସବୁ କାମ କରେ ।
\v 21 ସେହି ଭଳି ମୁଁ ଏହି ବ୍ୟବସ୍ଥାଟି ଶିଖିଛି: ଯେତେବେଳେ ମୁଁ ଭଲ କାମ କହିବାକୁ ଇଚ୍ଛା କରେ, ମନ୍ଦ ମୋ’ ପାଖେ ଉପସ୍ଥିତ ଥାଏ ।
\s5
\v 22 ମୋ’ ନୂତନ ମନବୃତ୍ତିରେ, ମୁଁ ପରମେଶ୍ୱରଙ୍କର ବ୍ୟବସ୍ଥାରେ ସୁଖୀ ଅଟେ ।
\v 23 କିନ୍ତୁ ମୋ’ ଶରୀରରେ ମୁଁ ଆଉ ଗୋଟିଏ ବ୍ୟବସ୍ଥା କାମ କରୁଥିବାର ଦେଖୁଛି । ସେମାନେ ଗ୍ରହଣ କରୁଥିବା ବ୍ୟବସ୍ଥା ସହିତ ମୋ’ ଶରୀରର ବ୍ୟବସ୍ଥା ସଂଘର୍ଷ କରୁଛି । ମୋ’ ଶରୀରରେ କାମ କରୁଥିବା ଏହି ବ୍ୟବସ୍ଥାଟି ପାପର ବ୍ୟବସ୍ଥା ଅଟେ, ଓ ସେହି ବ୍ୟବସ୍ଥା ମୋତେ ବନ୍ଦୀ କରି ପକାଏ ।
\s5
\v 24 ଏହା ଭୟଙ୍କର ଅଟେ! ମୋତେ ଏହି ଶରୀରରୁ, ଯାହା ମୋ’ ପାଇଁ ମୁତ୍ୟୁ ଆଣେ, କିଏ ରକ୍ଷା କରିବ? ପରମେଶ୍ୱର ମୋତେ ରକ୍ଷା କରିବେ ।
\v 25 ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ଧନ୍ୟବାଦ ହେଉ । ଅତଏବ ମୋ’ ମନ ସହିତ ମୁଁ ପରମେଶ୍ୱରଙ୍କ ବ୍ୟବସ୍ଥାର ଦାସ । କିନ୍ତୁ ପାପପୂର୍ଣ୍ଣ ସ୍ୱଭାବରେ ମୁଁ ପାପଯୁକ୍ତ ନିୟମର ଦାସ ।
\s5
\c 8
\p
\v 1 ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନେ ଦୋଷୀ ବୋଲି ବିଚାରିତ ହୁଅନ୍ତି ନାହିଁ ।
\v 2 ମୁଁ ଦୋଷୀ ବୋଲି ବିଚାରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆତ୍ମାର ବ୍ୟବସ୍ଥା ଜୀବନ ଦିଏ ଓ ତାହା ମୋତେ ମୁକ୍ତ କରିଛି । ପାପ ଓ ମୃତ୍ୟୁ ଆଣୁଥିବା ବ୍ୟବସ୍ଥାରୁ ଏହା ମୋତେ ମୁକ୍ତ କରିଛି ।
\s5
\v 3 ଆମ୍ଭର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ବ୍ୟବସ୍ଥା ଶକ୍ତି ହୀନ ହୋଇପାରେ । କିନ୍ତୁ ବ୍ୟବସ୍ଥା ଯାହା କରି ପାରି ନ ଥିଲା, ତାହା ପରମେଶ୍ୱର କଲେ । ପରମେଶ୍ୱର ନିଜ ପୁତ୍ରକୁ ସେଇ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମରେ ଲଗାନ୍ତି । ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ପଠାଇଲେ । ସେଥିପାଇଁ ପରମେଶ୍ୱର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ୟବହାର କଲେ ।
\v 4 ବ୍ୟବସ୍ଥା ଆମ୍ଭକୁ ଯେପରି ହେବା ପାଇଁ ଚାହେଁ, ସେହି ଭଳି ହେବା ପାଇଁ ପରମେଶ୍ୱର ଏପରି କଲେ । ଆମ୍ଭେ ଏବେ ପାପପୂର୍ଣ୍ଣ ମାନବ ସ୍ୱଭାବ ଅନୁସାରେ ନୁହେଁ ବରଂ ଆତ୍ମା ଅନୁସାରେ ଜୀବନ ଯାପନ କରୁଛୁ ।
\v 5 ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଅନୁସାରେ ଜୀବନ ଯାପନ କରନ୍ତି, ସେମାନେ ସବୁବେଳେ ତାହାଙ୍କ ପାପପୂର୍ଣ୍ଣ କଥା ଅନୁସାରେ ଚିନ୍ତା କରନ୍ତି । କିନ୍ତୁ ଯେଉଁ ଲୋକମାନେ ଆତ୍ମା ଅନୁସାରେ ଜୀବନ ଯାପନ କରନ୍ତି, ସେମାନେ ସର୍ବଦା ଆତ୍ମା ଅନୁସାରେ ଚିନ୍ତା କରନ୍ତି ।
\s5
\v 6 ଯଦି ଜଣେ ଲୋକର ବିଚାର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ଆତ୍ମିକ ମୃତ୍ୟୁ ହୁଏ । କିନ୍ତୁ ଯଦି ଜଣକର ବିଚାର ଆତ୍ମା ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ସେଠାରେ ଜୀବନ ଓ ଶାନ୍ତି ଅଛି ।
\v 7 ଏହା କାହିଁକି ସତ୍ୟ? କାରଣ ଯଦି ଜଣେ ଲୋକର ବିଚାର ତାହାର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ସେ ଲୋକ ପରମେଶ୍ୱରଙ୍କର ବିରୋଧୀ । ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବାକୁ ମନା କରେ । ପ୍ରକୃତରେ ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବା ପାଇଁ ଅସମର୍ଥ ।
\v 8 ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ସେମାନେ ପରମେଶ୍ୱରଙ୍କୁ ଖୁସି କରି ପାରିବେ ନାହିଁ ।
\s5
\v 9 କିନ୍ତୁ ତୁମ୍ଭେମାନେ ନିଜର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ନୁହଁ । ଯଦି ପ୍ରକୃତରେ ଖ୍ରୀଷ୍ଟଙ୍କର ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା'ହେଲେ ତୁମ୍ଭେମାନେ ଆତ୍ମା ଦ୍ୱାରା ଶାସିତ ହେଉଛ । କିନ୍ତୁ ଯଦି କୌଣସି ଲୋକ ଭିତରେ ଖ୍ରୀଷ୍ଟଙ୍କର ଆତ୍ମା ନାହିଁ, ତା’ହେଲେ ସେ ଖ୍ରୀଷ୍ଟଙ୍କର ନୁହେଁ ।
\v 10 ପାପ ହେତୁ ତୁମ୍ଭମାନଙ୍କ ଶରୀର ସବୁବେଳେ ମୃତ ହେଇ ରହିବ । କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ଅଛନ୍ତି, ତା'ହେଲେ ଆତ୍ମା ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରିବେ, କାରଣ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ଧାର୍ମିକ କରିଅଛନ୍ତି ।
\s5
\v 11 ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁର୍ନଜୀବିତ କରିଛନ୍ତି ଓ ଯଦି ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା'ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ୟ ସେ ତାହାଙ୍କର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରଦାନ କରିବେ ।
\s5
\v 12 ସୁତରାଂ, ମୋ’ ଭାଇ ଓ ଭଉଣୀମାନେ, ଆମ୍ଭ ପାପପୂର୍ଣ୍ଣ ଶରୀର ଦ୍ୱାରା ଆମ୍ଭେ ଶାସିତ ନୋହୁଁ । ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀରର ଇଚ୍ଛା ଅଧୀନରେ ନୋହୁଁ ।
\v 13 ଯଦି ତୁମ୍ଭେମାନେ ତୁମ୍ଭ ପାପପୂର୍ଣ୍ଣ ଶରୀର ଅନୁସାରେ ମନ୍ଦ କାମ ପାଇଁ ନିଜ ଜୀବନକୁ ବ୍ୟବହାର କର, ତା’ହେଲେ ତୁମ୍ଭେମାନେ ଆତ୍ମିକ ଭାବରେ ମରିଯିବ । କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କୁ ଶରୀର ମାଧ୍ୟମରେ ମନ୍ଦ କାମ କରିବାକୁ ରୋକିବା ପାଇଁ ବ୍ୟବହାର କର, ତା'ହେଲେ ତୁମ୍ଭେମାନେ ପ୍ରକୃତ ଜୀବନ ପାଇବ ।
\s5
\v 14 ଯେଉଁମାନେ ନିଜ ଜୀବନରେ ପରମେଶ୍ୱରଙ୍କର ଆତ୍ମାଙ୍କ ନେତୃତ୍ୱରେ ଚାଳିତ ହୁଅନ୍ତି ସେମାନେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ ।
\v 15 ଯେଉଁ ଆତ୍ମାଙ୍କୁ ଆମ୍ଭେ ପାଇଛୁ, ସେ ଆତ୍ମା ଆମ୍ଭକୁ ଆଉ ଦାସ ହେବାକୁ ଦେବେ ନାହିଁ କି ଆମ୍ଭ ପାଇଁ ଭୟର କାରଣ ହେବେ ନାହିଁ । ଆମ୍ଭ ଭିତରେ ଯେଉଁ ଆତ୍ମା ଅଛନ୍ତି ସେ ଆମ୍ଭକୁ ପରମେଶ୍ୱରଙ୍କର ସନ୍ତାନ କରି ଦିଅନ୍ତି ଓ ସେହି ଆତ୍ମାଙ୍କ ସହିତ ଆମ୍ଭେ କହୁ, 'ପିତା, ପ୍ରିୟ ପିତା ।
\s5
\v 16 ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ବୋଲି କହିବା ଲାଗି ସେହି ଆତ୍ମା ଆମ୍ଭ ଆତ୍ମା ସହିତ ଯୋଡି ହୁଅନ୍ତି ।
\v 17 ଆମ୍ଭେ ଯଦି ପରମେଶ୍ୱରଙ୍କର ସନ୍ତାନ, ତା’ହେଲେ ପରମେଶ୍ୱର ତାହାଙ୍କ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ରଖିଛନ୍ତି, ତାହା ଆମ୍ଭକୁ ମିଳିବ । ଆମ୍ଭେ ଏହା ପରମେଶ୍ୱରଙ୍କଠାରୁ ପାଇବୁ । ଖ୍ରୀଷ୍ଟଙ୍କ ସହିତ ଆମ୍ଭେ ମଧ୍ୟ ଏହି ଆଶୀର୍ବାଦ ପାଇବୁ । କିନ୍ତୁ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ କଷ୍ଟ ପାଇବା ଦରକାର । ତାହା ହେଲେ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ ମଧ୍ୟ ମହିମାର ଅଧିକାରୀ ହେବା ।
\s5
\v 18 ଆମ୍ଭେ ଦୁଃଖ ଭୋଗ କରୁଛୁ । କିନ୍ତୁ ଯେଉଁ ଗୌରବ ଆମ୍ଭକୁ ଭବିଷ୍ୟତରେ ମିଳିବ ତା’ ତୁଳନାରେ ଆମ୍ଭର ବର୍ତ୍ତମାନର ଦୁଃଖ କିଛି ନୁହେଁ ।
\v 19 ପରମେଶ୍ୱର ଯାହା କିଛି ସୃଷ୍ଟି କରିଛନ୍ତି, ସେହି ସବୁ ବଡ ଆଶାରେ ସେହି ସମୟକୁ ଅପେକ୍ଷା କରିଛନ୍ତି ଯେ କେତେବେଳେ ପରମେଶ୍ୱର ସଂସାରକୁ ଜଣାଇ ଦେବେ ଯେ, କେଉଁମାନେ ତାହାଙ୍କର ସନ୍ତାନ ଅଟନ୍ତି । ସମଗ୍ର ସଂସାର ଏହି ଘଟଣା ଘଟିବା ପାଇଁ ଚାହିଁ ରହିଛି ।
\s5
\v 20 ପରମେଶ୍ୱର ଯାହା କିଛି ସୃଷ୍ଟି କରିଥିଲେ ତାହା ଅସାର ହୋଇଗଲା । ଏହା ସଂସାରର ପସନ୍ଦ ନ ଥିଲା, କିନ୍ତୁ ପରମେଶ୍ୱର ଏହା କରିବା ପାଇଁ ସ୍ଥିର କରିଥିଲେ । କିନ୍ତୁ ଏହି ଭରସା ଥିଲା:
\v 21 ଯେପରି ପରମେଶ୍ୱର ସୃଷ୍ଟି କରିଥିବା ପ୍ରତ୍ୟେକ ବସ୍ତୁ ବିନାଶରୁ ମୁକ୍ତ ହେବ । ଏହି ଭରସା ଥିଲା ଯେ ପରମେଶ୍ୱରଙ୍କ ସନ୍ତାନମାନଙ୍କ ପାଇଁ ଯାହା କିଛି ନିର୍ମିତ ହୋଇଛି ସେଗୁଡିକ ସେହି ସ୍ୱଚ୍ଛନ୍ଦ ଓ ମହିମାର ଭାଗୀ ହେବେ ।
\v 22 ଆମ୍ଭେ ଜାଣୁ ଯେ ପରମେଶ୍ୱରଙ୍କ ନିର୍ମିତ ପ୍ରତ୍ୟେକ ବିଷୟ, ଏବେ ସୁଦ୍ଧା ସନ୍ତାନକୁ ଜନ୍ମ ଦେବା ପ୍ରସବ ବେଦନା ସହିତ ପ୍ରତୀକ୍ଷାରତ ସ୍ତ୍ରୀ’ଲୋକ ଭଳି ଅପେକ୍ଷାରେ ଅଛି ।
\s5
\v 23 କେବଳ ଜଗତ ନୁହେଁ, ଆମ୍ଭେ ମଧ୍ୟ ସେହିପରି ବେଦନାପୂର୍ବକ ଅପେକ୍ଷାରେ ଅଛୁ । ପରମେଶ୍ୱରଙ୍କର ପ୍ରତିଜ୍ଞାର ପ୍ରଥମ ଫଳ ସ୍ୱରୂପ ଆମ୍ଭେ ଆତ୍ମାକୁ ପାଇଲୁ । ସେଥିପାଇଁ ଅପେକ୍ଷା କରିଛୁ ଯେ, ପରମେଶ୍ୱର ଆମ୍ଭକୁ ତାହାଙ୍କର ନିଜ ସନ୍ତାନ ଭାବେ ସୃଷ୍ଟି କରିବା କାମ ସମାପ୍ତ କରନ୍ତୁ । ଅର୍ଥାତ୍ ଆମ୍ଭେମାନେ ଶରୀରଗୁଡିକ ମୁକ୍ତି ପାଇଁ ଅପେକ୍ଷା କରିଛୁ । କାରଣ ସେ ଆମ୍ଭମାନଙ୍କୁ ନୂତନ ଶରୀର ପ୍ରଦାନ କରିବେ ।
\v 24 ଆମ୍ଭେ ପରିତ୍ରାଣ ପାଇଅଛୁ ଓ ଆମ୍ଭର ଏହି ଭରସା ଅଛି । ଯାହା ପାଇଁ ଆମ୍ଭେ ଭରସା କରିଛୁ ଯଦି ଆମ୍ଭେ ତାହାକୁ ଦେଖି ପାରୁ, ତା'ହେଲେ ତାହା ପ୍ରକୃତରେ ଭରସା ନୁହେଁ। ମଣିଷ, ଯାହା ତା'ପାଖରେ ଏବେ ଅଛି, ସେ ଗୁଡିକ ପାଇଁ ଭରସା କରେ ନାହିଁ ।
\v 25 କିନ୍ତୁ ଯାହା ଆମ୍ଭ ପାଖରେ ଏବେ ସୁଦ୍ଧା ନାହିଁ ତା’ପାଇଁ ଆମ୍ଭେ ଭରସାରେ ଅଛୁ । ଆମ୍ଭେ ଏହା ପାଇଁ ଧୈର୍ଯ୍ୟପୂର୍ବକ ଅପେକ୍ଷା କରି ରହିଅଛୁ ।
\s5
\v 26 ଆତ୍ମା ମଧ୍ୟ ଆମକୁ ସାହାଯ୍ୟ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତାରେ ଆମ୍ଭକୁ ସାହାଯ୍ୟ କରୁଛନ୍ତି । କ’ଣ ଓ କିପରି ପ୍ରାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ । କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ୱରଙ୍କୁ ଆମ୍ଭ ପାଇଁ ପ୍ରାର୍ଥନା କରନ୍ତି । ଆତ୍ମା ଆମ୍ଭ ପାଇଁ ପରମେଶ୍ୱରଙ୍କଠାରେ ନିବେଦନ କରନ୍ତି । ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ୱରଙ୍କୁ କୁହନ୍ତି ତାହା ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ ।
\v 27 ଲୋକମାନଙ୍କର ହୃଦୟରେ କ'ଣ ଅଛି ପରମେଶ୍ୱର ତାହା ଦେଖିପାରନ୍ତି । ପରମେଶ୍ୱର ଆତ୍ମାର ଇଚ୍ଛା କ'ଣ ତାହା ଜାଣନ୍ତି, କାରଣ ଆତ୍ମା ପରମେଶ୍ୱର ଯେପରି ଇଚ୍ଛା କରନ୍ତି, ସେହି ଭଳି ତା’ଙ୍କ ଲୋକମାନଙ୍କ ପାଇଁ କରନ୍ତି ।
\s5
\v 28 ଆମ୍ଭେ ଜାଣୁ ଯେ, ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ସେମାନଙ୍କ ପାଇଁ ପରମେଶ୍ୱର ପ୍ରତ୍ୟେକ ବିଷୟରେ ମଙ୍ଗଳ ଜନ୍ମାନ୍ତି । ପରମେଶ୍ୱର ଏହି ଲୋକମାନଙ୍କୁ ବାଛିଛନ୍ତି, କାରଣ ଏହା ହିଁ ତା’ଙ୍କର ଯୋଜନା ଥିଲା ।
\v 29 ପରମେଶ୍ୱର ଜଗତ ନିର୍ମାଣ କରିବା ପୂର୍ବରୁ ଜାଣି ଥିଲେ । ଏବଂ ପରମେଶ୍ୱର ନିର୍ଣ୍ଣୟ କରିଥିଲେ ଯେ ସେହି ଲୋକମାନେ ତାହାଙ୍କର ପୁତ୍ର ଭଳି ହୁଅନ୍ତୁ । ତା’ହେଲେ ଯୀଶୁ ଅନେକ ଭାଇ ଭଉଣୀମାନଙ୍କ ଭିତରେ ପ୍ରଥମଜାତ ବୋଲି ଧରା ହେବେ ।
\v 30 ପରମେଶ୍ୱରଙ୍କ ଯେଜନା ସେମାନଙ୍କ ପାଇଁ ହେଲା ଯେ ସେମାନେ ତାହାଙ୍କର ପୁତ୍ର ଭଳି ହେବେ । ସେ ଏହି ଲୋକମାନଙ୍କୁ ଡାକିଲେ । ପରମେଶ୍ୱର ସେମାନଙ୍କୁ ନିଜ ପ୍ରତି ଧାର୍ମିକ କଲେ । ଏବଂ ପରମେଶ୍ୱର ଯେଉଁମାନଙ୍କୁ ନିଜ ପ୍ରତି ଧାର୍ମିକ କଲେ, ସେହି ଲୋକମାନଙ୍କୁ ମହିମାନ୍ୱିତ କଲେ ।
\s5
\v 31 ସେଥିପାଇଁ ଆମ୍ଭେ ଏହି ବିଷୟରେ କ'ଣ କହିବା? ଯଦି ପରମେଶ୍ୱର ଆମ୍ଭ ସହିତ ଅଛନ୍ତି, ତା’ହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ ।
\v 32 ପରମେଶ୍ୱର ଆମ୍ଭ ପାଇଁ ସବୁ କିଛି ଅଟନ୍ତି । ଈଶ୍ୱର ନିଜ ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ ମାତ୍ର ଆମ ସମସ୍ତଙ୍କର ଲାଭର ନିମନ୍ତେ ତାହାଙ୍କୁ ଦାରୁଣ ମୃତ୍ୟୁରେ ସମର୍ପଣ କଲେ, ଈଶ୍ୱର ଏହା କରିଥିବାରୁ ନିଶ୍ଚିନ୍ତରେ ଆମ୍ଭମାନଙ୍କ ବଞ୍ଚିବା ନିମନ୍ତେ ସବୁ କିଛି ମୁକ୍ତଭାବେ ପ୍ରଦାନ କରିବେ ।
\s5
\v 33 ପରମେଶ୍ୱର ଯାହାଙ୍କୁ ବାଛିଛନ୍ତି, ସେ ଲୋକମାନଙ୍କୁ କିଏ ବା ଅଭିଯୁକ୍ତ କରି ପାରିବ? କେହି ନୁହେଁ! ପରମେଶ୍ୱର ହିଁ ସେହି ଲୋକମାନଙ୍କୁ ଧାର୍ମିକ କରନ୍ତି ।
\v 34 କିଏ କହି ପାରିବ ଯେ ପରମେଶ୍ୱରଙ୍କ ଲୋକମାନେ ଦୋଷୀ? କେହି ନୁହେଁ । ଆମ୍ଭ ପାଇଁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁବରଣ କଲେ, କିନ୍ତୁ ତାହାହିଁ ସବୁ କିଛି ନୁହେଁ । ସେ ମୃତ୍ୟୁରୁ ମଧ୍ୟ ପୁର୍ନଜୀବିତ ହେଲେ । ସେ ଏବେ ପରମେଶ୍ୱରଙ୍କ ଡାହାଣ ପଟରେ ଅଛନ୍ତି ଓ ଆମ୍ଭ ପାଇଁ ପରମେଶ୍ୱରଙ୍କୁ ନିବେଦନ କରୁଛନ୍ତି ।
\s5
\v 35 ଖ୍ରୀଷ୍ଟଙ୍କର ପ୍ରେମଠାରୁ ଆମ୍ଭକୁ କିଏ କ'ଣ ଅଲଗା କରି ପାରେ? ନା! କଷ୍ଟ କ'ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରି ପାରେ ? ନା! ସମସ୍ୟା ବା ତାଡନା କ'ଣ ଖ୍ରୀଷ୍ଟଙ୍କର ଶତ୍ରୁମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରି ପାରେ ? ନା ! ଯଦି ଆମ୍ଭ ପାଖରେ ଖାଦ୍ୟ ବା ଲୁଗାପଟା ନାହିଁ, ତା’ହେଲେ ତାହା କ'ଣ ଖ୍ରୀଷ୍ଟଙ୍କର ପ୍ରେମରୁ ଆମ୍ଭକୁ ଅଲଗା କରିପାରେ ? ନା ! ବିପଦ ବା ମୁତ୍ୟୁ ହେଉ ନା କାହିଁକି ତାହା କ'ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରି ପାରେ ? ନା !
\v 36 ଶାସ୍ତ୍ରରେ ଏହିପରି ଲେଖା ଅଛି: “କାରଣ ଆମ୍ଭେମାନେ ତୁମ୍ଭ ଲୋକ, ଅନ୍ୟମାନେ ଆମ୍ଭକୁ ବାରମ୍ବାର ମାରିବାକୁ ଚେଷ୍ଟା କରନ୍ତି । ସେମାନେ ବିଚାର କରନ୍ତି ଯେ ଆମ୍ଭେ କେବଳ ମରାଯିବା ବ୍ୟକ୍ତି ଅଟୁ, ଯେପରି ପଶୁଗୁଡିକ ବଧ ନିମନ୍ତେ କଂସେଇ ବିଚାର କରେ କେବଳ ସେପରି ଛାଗ ଅଟେ ।”
\s5
\v 37 କିନ୍ତୁ ଏସବୁରେ ଆମ୍ଭ ପ୍ରତି ପ୍ରେମ ପ୍ରଦର୍ଶିତ କରିଥିବା ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେ ପୂର୍ଣ୍ଣ ବିଜୟୀ ଅଟୁ ।
\v 38 ହଁ, ମୁଁ ଜାଣେ ଯେ କୌଣସି ବିଷୟ ଆମ୍ଭକୁ ପରମେଶ୍ୱରଙ୍କ ପ୍ରେମରୁ ବଞ୍ଚିତ କରି ପାରିବ ନାହିଁ । ମୃତ୍ୟୁ ନୁହେଁ, ଜୀବନ ନୁହେଁ, ସ୍ୱର୍ଗ ଦୂତମାନେ ନୁହନ୍ତି, ଆତ୍ମିକ ଶକ୍ତି ଗୁଡିକ ନୁହନ୍ତି, ଏବେ କିଛି ନୁହେଁ, ଭବିଷ୍ୟତରେ କିଛି ନୁହେଁ, କୌଣସି ଶକ୍ତି ନୁହେଁ, ଉଚ୍ଚରେ କିଛି ନୁହେଁ, ଗଭୀରରେ କିଛି ନୁହେଁ, ସମଗ୍ର ସୃଷ୍ଟ ଜଗତରେ କିଛି ନୁହେଁ; ଖ୍ରୀଷ୍ଟ ଯୀଶୁ ଆମ୍ଭ ପ୍ରଭୁଙ୍କଠାରେ ଥିବା ପରମାତ୍ମାଙ୍କ ପ୍ରେମଠାରୁ ଆମ୍ଭକୁ କେହି ଅଲଗା କରି ପାରିବେ ନାହିଁ ।
\v 39 ଆକାଶ ବା ଏହା ତଳେ କୌଣସି ଶକ୍ତିଶାଳୀ ବସ୍ତୁ ନାହିଁ ଯାହାକି ଈଶ୍ୱରଙ୍କ ପ୍ରେମରୁ ଆମ୍ଭମାନଙ୍କୁ ବଞ୍ଚିତ କରିପାରେ । ଈଶ୍ୱର ଆମ୍ଭମାନଙ୍କୁ ଦେଖାଇଛନ୍ତି ଯେ ସେ ଆମ୍ଭମାନଙ୍କୁ ପ୍ରେମ କରନ୍ତି ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁବରଣ କରିବାକୁ ଯୀଶୁ ଖ୍ରୀଷ୍ଟ, ଆମ୍ଭମାନଙ୍କର ପ୍ରଭୁଙ୍କୁ ପଠାଇଛନ୍ତି ।
\s5
\c 9
\p
\v 1 ମୁଁ ଖ୍ରୀଷ୍ଟଙ୍କଠାରେ ଯୋଡା ଯାଇଅଛି, ଓ ମୁଁ ସତ୍ୟ କହୁଛି । ମୁଁ ମିଛ କହୁ ନାହିଁ । ପବିତ୍ରଆତ୍ମାଙ୍କ ଦ୍ୱାରା ମୋର ଭାବନା ନିୟନ୍ତ୍ରିତ । ଏହି ଭାବନା ମୋତେ କୁହେ ଯେ ମୁଁ ମିଛ କୁହେ ନାହିଁ ।
\v 2 ମୋର ଅଶେଷ ଦୁଃଖ ଅଛି, ଓ ମୁଁ ଯିହୁଦୀମାନଙ୍କ ଲାଗି ଅଧିକ ବେଦନାଗ୍ରସ୍ତ ଅଛି ।
\s5
\v 3 ସେମାନେ ମୋର ଭାଇ ଓ ଭଉଣୀ । ସେମାନେ ଏହି ସଂସାରରେ ମୋର ପରିବାର । ମୁଁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ । ମୁଁ ନିଜେ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ହେବା ପାଇଁ ଓ ଖ୍ରୀଷ୍ଟଙ୍କଠାରୁ ପୃଥକ ରହି ଶାପଗ୍ରସ୍ତ ହେବା ନିମନ୍ତେ ଇଚ୍ଛୁକ ।
\v 4 ସେମାନେ ଇଶ୍ରାୟେଲୀୟ ଲୋକ । ସେମାନେ ପରମେଶ୍ୱରଙ୍କର ବଛାଯାଇଥିବା ସନ୍ତାନ । ସେମାନଙ୍କ ପାଖରେ ପରମେଶ୍ୱରଙ୍କ ମହିମା ଅଛି ଓ ସେମାନେ ପରମେଶ୍ୱର ଲୋକମାନଙ୍କ ସହିତ କରିଥିବା ଚୁକ୍ତିର ସହଭାଗୀ । ପରମେଶ୍ୱର ସେମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଓ ଉପାସନାର ସଠିକ୍ ପଦ୍ଧତି ଦେଇଛନ୍ତି । ପରମେଶ୍ୱର ସେମାନଙ୍କୁ ତାଙ୍କର ପ୍ରତିଶ୍ରୁତିମାନ ଦେଇଛନ୍ତି ।
\v 5 ସେମାନେ ଆମ ପୂର୍ବପୁରୁଷ ଅବ୍ରହାମ, ଇସହାକ ଏବଂ ଯାକୁବଙ୍କର ବଂଶଧର ଅଟନ୍ତି । ସେମାନେ ସଂସାରରେ ଖ୍ରୀଷ୍ଟଙ୍କ ପରିବାର । ସମସ୍ତ ବିଷୟରେ ଖ୍ରୀଷ୍ଟ ପରମେଶ୍ୱର ଅଟନ୍ତି । ତାହାଙ୍କୁ ସର୍ବଦା ପ୍ରଶଂସା କର ।
\s5
\v 6 ମୁଁ ଯିହୁଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ୱର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବୋଲି ନୁହେଁ, କାରଣ ଇଶ୍ରାୟେଲର କେବଳ ଅଳ୍ପ କିଛି ଲୋକ ହିଁ ପ୍ରକୃତରେ ପରମେଶ୍ୱରଙ୍କର ଲୋକ ।
\v 7 ଅବ୍ରହାମଙ୍କ କେବଳ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତରେ ପରମେଶ୍ୱରଙ୍କର ସନ୍ତାନ । ଅବ୍ରହାମଙ୍କୁ ପରମେଶ୍ୱର କହିଥିଲେ: "ଇସ୍‌ହାକ ଦ୍ୱାରା ତୁମ୍ଭର ବିଧି ସଙ୍ଗତ ବଂଶବୃଦ୍ଧି ହେବ, ଯାହାକୁ ତୁମ୍ଭର ବଂଶଗତଙ୍କର ପ୍ରକୃତ ପିତା ଭାବେ ବିଚାର କରିବି ।”
\s5
\v 8 ଏହାର ଅର୍ଥ ଯେ ଅବ୍ରହାମଙ୍କ ବଂଶର ସମସ୍ତେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ ନୁହନ୍ତି । କେବଳ ଯେଉଁମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା ପରମେଶ୍ୱରଙ୍କ ସନ୍ତାନ ହୋଇଥିଲେ ସେହିମାନେ ଅବ୍ରହାମଙ୍କ ପ୍ରକୃତ ସନ୍ତାନ ହେଲେ ।
\v 9 ଦାଉଦ କ’ଣ କହିଥିଲେ ଯିହୁଦୀମାନେ ମନେ ପକାଇଦିଅନ୍ତି, ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି ପୁଣି ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧ ସ୍ୱରୂପ ହେଉ ।
\s5
\v 10 କେବଳ ଏତିକି ନୁହେଁ । ଆମ୍ଭର ପୂର୍ବ ପୁରୁଷ ଇସ୍‌ହାକଙ୍କଠାରୁ ରିବିକା ଯାଆଁଳା ସନ୍ତାନ ଲାଭ କରିଥିଲେ ।
\v 11 ଦୁଇଟି ପୁତ୍ର ଜନ୍ମ ହେବା ପୂର୍ବରୁ ଓ ସେମାନେ କୌଣସି ଭଲ ବା ମନ୍ଦ କାମ କରି ନ ଥିବା ପୂର୍ବରୁ ପରମେଶ୍ୱର ରିବିକାକୁ କହିଥିଲେ, ବଡ ପୁତ୍ରଟି ସାନଟିର ସେବା କରିବ । ପରମେଶ୍ୱରଙ୍କ ମନୋନୟନ ତାହାଙ୍କ ଯୋଜନା ଉପରେ ଆଧାରିତ ଥିଲା ଓ ସେହି କାରଣରୁ ଯାହା ସେ ଚାହିଁ ଥିଲେ ତାହା ହେଲା ।
\v 12 ପରମେଶ୍ୱର ଯଥାର୍ଥ ବାକ୍ୟରୁ କହିଲେ, ପରମେଶ୍ୱର ରିବିକାଙ୍କୁ କହିଲେ, “ପ୍ରଥା ଅନୁସାରେ ବଡ ସାନର ସେବା କରିବ ।” ପରମେଶ୍ୱର ଏହି କ୍ରମଟି କହିଲେ ଯାହା ଆମ୍ଭେ ଏହା ଜାଣୁ: ଯେତେବେଳେ ସେ କିଛି କରିବାକୁ ଯୋଜନା କରନ୍ତି, ତେବେ ସେ ଲୋକଙ୍କୁ ବାଛନ୍ତି କାରଣ ସେ ସେମାନଙ୍କୁ ପସନ୍ଦ କରନ୍ତି, ଏହି କାରଣରୁ ନୁହଁ ଯେ ସେମାନେ କିଛି ତା’ଙ୍କ ନିମନ୍ତେ କରିଛନ୍ତି ।
\v 13 ଏହା ଠିକ୍ ସେହିପରି ଯାହା ଈଶ୍ୱର ଶାସ୍ତ୍ରରେ କୁହନ୍ତି: "ମୁଁ ସାନଭାଇ ଯାକୁବକୁ ବାଛିଲି କିନ୍ତୁ, ଏଷୌ, ବଡଭାଇକୁ ପରିତ୍ୟାଗ କଲେ ।
\s5
\v 14 ତା'ହେଲେ ଏ ବିଷୟରେ ଆମ୍ଭେ କ’ଣ କହିବା, “କ'ଣ ପରମେଶ୍ୱର କୌଣସି ନିର୍ଦ୍ଧିଷ୍ଟ ଲୋକଙ୍କୁ ପସନ୍ଦ କରିବାରେ ଅବିଚାର କରନ୍ତି କି ?” ମୁଁ ଉତ୍ତର ଦେଇଥାଏ, “ସେ ନିଶ୍ଚିତରୂପେ ଅବିଚାରକ ନୁହନ୍ତି !”
\v 15 ନା, ଆମ୍ଭେ ଏପରି କହି ପାରିବା ନାହିଁ । ପରମେଶ୍ୱର ମୋଶାଙ୍କୁ କହିଥିଲେ, "ଆମ୍ଭେ ଯାହାକୁ ଦୟା କରିବା ପାଇଁ ଇଚ୍ଛା କରିବା, ଆମ୍ଭେ ତାହା ପ୍ରତି ଦୟା ଦେଖାଇବା । ଆମ୍ଭେ ଯାହାକୁ କରୁଣା ଦେଖାଇବା ପାଇଁ ଇଚ୍ଛା କରିବା ଆମ୍ଭେ ତାହାକୁ କରୁଣା ଦେଖାଇବା ।
\v 16 ଅତଏବ, ପରମେଶ୍ୱରଙ୍କ ଦୟା ଉପରେ ଏହା ନିର୍ଭର କରେ, ଜଣେ ଲୋକର ଇଚ୍ଛା ବା ଚେଷ୍ଟା ଉପରେ ନୁହେଁ । ତା’ପରିବର୍ତ୍ତେ, ସେ ଲୋକମାନଙ୍କୁ ପସନ୍ଦ କରନ୍ତି କାରଣ ସେ ନିଜେ ଅଯୋଗ୍ୟମାନଙ୍କ ଉପରେ ଦୟା କରନ୍ତି ।
\s5
\v 17 ଧର୍ମଶାସ୍ତ୍ରରେ ଯେପରି ପରମେଶ୍ୱର ଫାରୋକୁ କହନ୍ତି: " ଆମ୍ଭେ ଏହି ଏକ ମାତ୍ର ଉଦେଶ୍ୟ ପାଇଁ ତୁମ୍ଭକୁ ରାଜା କରିଛୁ, ଯଦ୍ଦ୍ୱାରା ତୁମ୍ଭ ମାଧ୍ୟମରେ ଆମ୍ଭେ ଆପଣା ଶକ୍ତି ଦେଖାଇପାରିବା । ଅତଏବ ଆମ୍ଭ ନାମ ସମଗ୍ର ବିଶ୍ୱରେ ଘୋଷିତ ହେଉ ବୋଲି ଆମ୍ଭ ଇଚ୍ଛା ।
\v 18 ଅତଏବ ଯେଉଁମାନଙ୍କୁ ପରମେଶ୍ୱର ଦୟା ଦେଖାଇବାକୁ ଚାହାନ୍ତି ସେମାନଙ୍କୁ ସେ ଦୟା ଦେଖାନ୍ତି ଓ ଯେଉଁମାନଙ୍କୁ ସେ କଠୋର କରିବାକୁ ଚାହାନ୍ତି, ସେମାନଙ୍କୁ ସେ କଠୋର କରନ୍ତି । ଆଉ ଆମ୍ଭେମାନେ ଜାଣୁ ଯେ ସେ ଯାହାକୁ ଅବାଧ୍ୟ କରିବେ ସେ ତାହାକୁ ଅବାଧ୍ୟ କରିବାକୁ ଚାହିବେ, ଯେପରି ଫାରୋ ।
\s5
\v 19 ତା’ ହେଲେ ତୁମ୍ଭେ ମୋତେ ପ୍ରଶ୍ନ କରି ପାର ଯେ " ସେ ଆମ୍ଭର ଦୋଷ କାହିଁକି ଧରନ୍ତି, ଯେପରି ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯିଏ ଠିଆ ହୋଇଛି, ଯିଏ ପାପ କରେ ଈଶ୍ୱରଙ୍କ ନିମନ୍ତେ ଦଣ୍ଡ ଦେବା କି ଠିକ୍ ନୁହଁ । "
\v 20 ତୁମ୍ଭେ କେବଳ ଜଣେ ମଣିଷ । ପରମେଶ୍ୱରଙ୍କୁ ଓଲଟି ପ୍ରଶ୍ନ ପଚାରିବାର ଅଧିକାର ତୁମ୍ଭର ନାହିଁ । ମାଟି କଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ "ତୁମ୍ଭେ ମୋତେ ଏପରି ଭାବେ କାହିଁକି ଗଢିଲ?
\v 21 କୁମ୍ଭାରର ଅଧିକାର ରହିଛି ଯେ ସେ ମାଟି ପିଣ୍ତୁଳାଟି ନେଇ ବିଶେଷ ପ୍ରୟୋଜନ ନିମନ୍ତେ ଗୋଟିଏ ଓ ସାଧାରଣ ପ୍ରୟୋଜନ ନିମନ୍ତେ ଅନ୍ୟ ପାତ୍ରଟିଏ ତିଆରି କରିବ ।
\s5
\v 22 ଠିକ୍ ସେହିଭଳି ପରମେଶ୍ୱର ମଧ୍ୟ ନିଜର କ୍ରୋଧ ଓ ଶକ୍ତି ପ୍ରଦର୍ଶନ କରିବା ପାଇଁ ଚାହିଁଥିଲେ । ସେ ଖୁବ୍ ଧୈର୍ଯ୍ୟର ସହିତ ତାହାଙ୍କ କ୍ରୋଧ ଓ ବିନାଶ ପାତ୍ରମାନଙ୍କୁ ସହି ନେଇଥିଲେ ।
\v 23 ପରମେଶ୍ୱର ତାହାଙ୍କର ଦୟାପାତ୍ରମାନଙ୍କୁ ନିଜ ମହିମାର ଧନ ଦେଖାଇବା ଲାଗି ଧୈର୍ଯ୍ୟପୂର୍ବକ ଅପେକ୍ଷା କରିଥିଲେ ।
\v 24 ସେମାନଙ୍କୁ ତାହାଙ୍କ ମହିମା ଦେବା ପାଇଁ ପ୍ରସ୍ତୁତ କଲେ ।
\s5
\v 25 ଆମ୍ଭେମାନେ ସେହି ଲୋକ । ପରମେଶ୍ୱର କେବଳ ଯିହୁଦୀମାନଙ୍କ ଭିତରୁ ନୁହେଁ, କିନ୍ତୁ ଅଣଯିହୁଦୀମାନଙ୍କ ଭିତରୁ ମଧ୍ୟ ଆମ୍ଭମାନଙ୍କୁ ଡାକିଲେ । ହୋଶେୟ ପୁସ୍ତକରେ ଏହିପରି ଲେଖା ଅଛି:
\v 26 "ଏବଂ ଯେଉଁ ସ୍ଥାନରେ ପରମେଶ୍ୱର କହିଥିଲେ, 'ତୁମ୍ଭେମାନେ ଆମ୍ଭ ଲୋକ ନୁହଁ'- ସେହି ସ୍ଥାନରେ ସେମାନେ ଜୀବିତ ପରମେଶ୍ୱରଙ୍କ ସନ୍ତାନ ବୋଲାଇବେ ।"
\s5
\v 27 ଏବଂ ଇଶ୍ରାୟେଲ ବିଷୟରେ ଯିଶାଇୟ ଘୋଷଣା କରି କୁହନ୍ତି ।
\v 28 କାରଣ ପ୍ରଭୁ ନିଜ ନ୍ୟାୟ ବଳରେ ବିଚାର କରି ପୃଥିବୀର ଲୋକଙ୍କୁ ଶୀଘ୍ର ଦଣ୍ଡିତ କରିବେ ।
\v 29 ଯିଶାଇୟ ଆହୁରି ମଧ୍ୟ କହିଥିଲେ,” ଯଦି ସ୍ୱର୍ଗୀୟ ସେନାଗଣଙ୍କର ପ୍ରଭୁ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ବଞ୍ଚିବାକୁ ଦୟା ନ କରିଥାନ୍ତେ, ଆମ୍ଭେମାନେ ସଦୋମ ଓ ଗମୋରାର ସହରଗୁଡିକର ଲୋକମାନଙ୍କ ପରି ଦୟାପ୍ରାପ୍ତ ହୋଇ ନ ଥାନ୍ତୁ; ଯାହାକୁ ସେ ସମ୍ପୂର୍ଣ୍ଣ ଧ୍ୱଂସ କଲେ ।
\s5
\v 30 ତା'ହେଲେ ଏସବୁର ଅର୍ଥ କ'ଣ? ଏହାର ଅର୍ଥ ଯେ, ଅଣଯିହୁଦୀମାନେ ପରମେଶ୍ୱରଙ୍କ ନିମନ୍ତେ ଧାର୍ମିକ ହେବା ପାଇଁ ଯତ୍ନଶୀଳ ନୁହନ୍ତି । କିନ୍ତୁ ସେମାନେ ପରମେଶ୍ୱରଙ୍କ ଦ୍ୱାରା ନିଜ ବିଶ୍ୱାସ ହେତୁ ଧାର୍ମିକ ହେଲେ ।
\v 31 ଇଶ୍ରାୟେଲର ଲୋକେ ଧାର୍ମିକ ହେବା ପାଇଁ ବ୍ୟବସ୍ଥା ପାଳନ କରି ମଧ୍ୟ କୃତକାର୍ଯ୍ୟ ହେଲେ ନାହିଁ ।
\s5
\v 32 କାରଣ ସେମାନଙ୍କର ବିଶ୍ୱାସ ନ ଥିଲା ଯେ ସେମାନେ ନିଜର କାର୍ଯ୍ୟ ଦ୍ୱାରା ଧାର୍ମିକ ହେବା ପାଇଁ ଚେଷ୍ଟା କଲେ ତେଣୁ ସେମାନେ ଝୁଣ୍ଟି ପଡିବା ପଥରରେ ଝୁଣ୍ଟି ପଡିଲେ ।
\v 33 ଧର୍ମଶାସ୍ତ୍ର ସେ ପଥର ବିଷୟରେ କୁହେ:” ଶୁଣ ! ମୁଁ ଇଶ୍ରାୟେଲରେ ଜଣକୁ ରଖୁଅଛି ଯିଏକି ଗୋଟିଏ ପଥର ପରି, ଯେଉଁଠାରେ ଲୋକମାନେ ଝୁଣ୍ଟି ପଡିବେ । ସେ ଯାହା କରିବ ଲୋକମାନେ କ୍ରୋଧିତ ହେବେ ତଥାପି ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ଲଜ୍ଜିତ ହେବେ ନାହିଁ ।
\s5
\c 10
\p
\v 1 ମୋର ସହବିଶ୍ୱାସୀ ଭାଇ ଓ ଭଉଣୀମାନେ, ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛି ଓ ଏକାନ୍ତ ଭାବରେ ଇଚ୍ଛା କରୁଛି ଯେ ସେ ମୋର ଯିହୁଦୀ ଲୋକେମାନେ ରକ୍ଷା ପାଆନ୍ତୁ ।
\v 2 ମୁଁ ବିଶ୍ୱାସ ପୂର୍ବକ ସେମାନଙ୍କ ବିଷୟରେ କହିପାରେ, ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଅନୁକରଣ କରିବା ପାଇଁ ଚାହାନ୍ତି କିନ୍ତୁ ଠିକ୍ ବାଟ ଜାଣନ୍ତି ନାହିଁ ।
\v 3 ସେମାନେ ଜାଣି ନ ଥିଲେ ଯେ, ପରମେଶ୍ୱର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କହନ୍ତି । ସେମାନେ ଧାର୍ମିକ ହେବା ପାଇଁ ନିଜର ଉପାୟ ଦ୍ୱାରା ଚେଷ୍ଟା କଲେ । ଅତଏବ ସେମାନେ ପରମେଶ୍ୱରଙ୍କ ଧାର୍ମିକତାର ମାର୍ଗ ଅନୁସରଣ କଲେ ନାହିଁ ।
\s5
\v 4 ଖ୍ରୀଷ୍ଟ ବ୍ୟବସ୍ଥାକୁ ସିଦ୍ଧତା ସହ ପାଳନ କଲେ ଯେପରି, ତାହାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇପାରିବ । ତହିଁରେ ସେ ବଞ୍ଚିବ ।
\v 5 ବ୍ୟବସ୍ଥା ପାଳନ ଦ୍ୱାରା ଧାର୍ମିକ ହେବା ବିଷୟରେ ମୋଶା କହିଛନ୍ତି: " ଯେଉଁ ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ଜୀବନ ପାଇବା ପାଇଁ ଚେଷ୍ଟା କରେ, ସେ ନିଜର କାର୍ଯ୍ୟ ବ୍ୟବସ୍ଥା ଅନୁସାରେ କରିବା ଆବଶ୍ୟକ ।
\s5
\v 6 କିନ୍ତୁ ବିଶ୍ୱାସ ଦ୍ୱାରା ଧାର୍ମିକ ହେବା ବିଷୟରେ ଶାସ୍ତ୍ର ଏହିପରି କୁହେ: "ନିଜେ ନିଜକୁ ପଚାର ନାହିଁ ଯେ 'ସ୍ୱର୍ଗକୁ କିଏ ଯିବ?"'(ଅର୍ଥାତ୍ " କିଏ ସ୍ୱର୍ଗରୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଆଣିବ?"
\v 7 ଓ " ଏପରି କୁହ ନାହିଁ ଯେ, 'ପାତାଳକୁ କିଏ ଯିବ?"' (ଅର୍ଥାତ୍ " ମୃତମାନଙ୍କ ଭିତରୁ ଖ୍ରୀଷ୍ଟଙ୍କୁ ଉପରକୁ କିଏ ଆଣିବ?"
\s5
\v 8 ଆଉ ତା’ପରିବର୍ତ୍ତେ, ଯେଉଁମାନେ ଖ୍ରୀଷ୍ଟରେ ବିଶ୍ୱାସ କରନ୍ତି ଯାହା ମୋଶାଙ୍କ ଶାସ୍ତ୍ରରୁ ସେମାନେ କୁହନ୍ତି: "ପରମେଶ୍ୱରଙ୍କ ଶିକ୍ଷା ତୁମ୍ଭ ପାଖରେ ଅଛି; ଏହା ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛି ।" ଆମ୍ଭେ ଘୋଷଣା କରୁଥିବା ସେହି ଶିକ୍ଷାଟି ହେଉଛି ଲୋକମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଉଚିତ୍ ।
\v 9 ଯଦି ତୁମ୍ଭେ ନିଜ ମୁହଁରେ କୁହ, "ଯୀଶୁ ପ୍ରଭୁ ଅଟନ୍ତି," ଓ ତୁମ୍ଭର ହୃଦୟରେ ବିଶ୍ୱାସ କରେ ଯେ, ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ଉଠାଇ ଆଣିଥିଲେ; ତେବେ ତୁମ୍ଭେ ଉଦ୍ଧାର ପାଇଯିବ ।
\v 10 ହୃଦୟରେ ବିଶ୍ୱାସ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଉ ପୁଣି ମୁଖ ଦ୍ୱାରା ଯୀଶୁ, ପ୍ରଭୁ ଅଟନ୍ତି ବୋଲି ସର୍ବସାକ୍ଷାତରେ ଯେ ପ୍ରକାଶ କରେ - ପରମେଶ୍ୱର ସେମାନଙ୍କୁ ଉଦ୍ଧାର କରିବେ ।
\s5
\v 11 ଏହା ଖ୍ରୀଷ୍ଟଙ୍କ ବିଷୟରେ ଶାସ୍ତ୍ରରେ ଲିଖିତ ଅଛି: "ଯିଏ ତାହାଙ୍କୁ (ଖ୍ରୀଷ୍ଟଙ୍କୁ) ବିଶ୍ୱାସ କରେ ସେ ଲଜ୍ଜିତ ବା ହତୋତ୍ସାହ ହେବ ନାହିଁ ।
\v 12 ଏଠାରେ "ଯିଏ"ର ଅର୍ଥ ଯିହୁଦୀ ଓ ଅଣଯିହୁଦୀମାନଙ୍କ ଭିତରେ ଭେଦ ନ ଥିବା ସୂଚାଏ । ସମସ୍ତ ଲୋକଙ୍କର ଜଣେ ହିଁ ପ୍ରଭୁ ଯେଉଁ ଲୋକେ ତାହାଙ୍କୁ ବିଶ୍ୱାସ କରନ୍ତି, ସେ ସେମାନଙ୍କୁ ଅନେକ ଆଶୀର୍ବାଦ କରନ୍ତି ଯିଏ ତା’ଙ୍କୁ ଆଶିଷ ମାଗେ ।
\v 13 ଶାସ୍ତ୍ର କୁହେ: "ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରିତ୍ରାଣ ପାଇବ ।
\s5
\v 14 କିନ୍ତୁ ଲୋକେ ବିଶ୍ୱାସ କଲା ପରେ ହିଁ ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକି ପାରିବେ । ତାହାଙ୍କ ବିଷୟରେ ଶୁଣି ସାରିଲା ପରେ ହିଁ, ଲୋକେ ତାହାଙ୍କ ବିଷୟରେ ବିଶ୍ୱାସ କରି ପାରିବେ । କିଏ ଜଣେ ସେମାନଙ୍କୁ କହିଲା ପରେ ହିଁ ଲୋକେ ତାହାଙ୍କ ବିଷୟରେ ଶୁଣି ପାରିବେ ।
\v 15 ଖ୍ରୀଷ୍ଟଙ୍କ ବିଷୟରେ ଯେ ପ୍ରଚାର କରିବ, ତାଙ୍କୁ ଈଶ୍ୱର ନ ପଠାଇଲେ ସେମାନେ କେବେ ମଧ୍ୟ ଏପରି କରିପାରିବେ ନାହିଁ । "ସୁସମାଚାର ଦେବା ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ” ଶାସ୍ତ୍ରର ଏହି ବାକ୍ୟ ସଫଳ ହେବ, ଯେତେବେଳେ ବିଶ୍ୱାସୀମାନେ ସେମାନଙ୍କ ନିକଟରେ ଏହା ପ୍ରଚାର କରିବେ ।
\s5
\v 16 ମାତ୍ର ସମସ୍ତେ ସୁସମାଚାରକୁ ଗ୍ରହଣ କରି ନାହାନ୍ତି । ଯିଶାଇୟ କହନ୍ତି: " ହେ ପ୍ରଭୁ, ଆମ୍ଭ ଉପଦେଶ ଗୁଡିକ କିଏ କ'ଣ ବିଶ୍ୱାସ କଲା?
\v 17 ସୁସମାଚାର ଶୁଣିଲେ ବିଶ୍ୱାସ ହୁଏ ଓ ଜଣେ କିଏ ଖ୍ରୀଷ୍ଟଙ୍କ ବିଷୟରେ କହିଲେ ଲୋକେ ଶୁଣନ୍ତି ।
\s5
\v 18 କିନ୍ତୁ ମୁଁ ପଚାରୁଛି: "କ’ଣ ଲୋକେ ସୁସମାଚାର ଶୁଣି ନାହାନ୍ତି?" ହଁ ସେମାନେ ଶୁଣିଛନ୍ତି । ଶାସ୍ତ୍ର କୁହେ: “ସମଗ୍ର ପୃଥିବୀର ଲୋକମାନେ ସୃଷ୍ଟିକୁ ଦେଖି ଈଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି ।”
\s5
\v 19 ପୁନର୍ବାର ମୁଁ ପଚାରୁଅଛି: “କ’ଣ ଇଶ୍ରାୟେଲର ଲୋକେ ବୁଝି ପାରି ନ ଥିଲେ?” ହଁ ସେମାନେ ବୁଝି ଥିଲେ । ପ୍ରଥମେ ମୋଶା କହିଛନ୍ତି:”ଆହୁରି ମଧ୍ୟ ଏହା ସତ୍ୟ ଯେ ଇଶ୍ରାୟେଲର ଲୋକମାନେ ଶୁଣିଥିଲେ ଏବଂ ବୁଝିଥିଲେ ମଧ୍ୟ, ମାତ୍ର ସେମାନେ ବିଶ୍ୱାସ କଲେ ନାହିଁ । ମୋଶା ସେମାନଙ୍କୁ ଜାଗ୍ରତ କରି କହିଥିଲେ ଅଣଯିହୂଦୀମାନେ ବିଜାତି ଅଟନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ କେତେଜଣ ମୋତେ ବିଶ୍ୱାସ କରିବେ, ମୁଁ ସେମାନଙ୍କୁ ଆଶୀର୍ବାଦ କରିବି । ତୁମ୍ଭେମାନେ ସେମାନଙ୍କୁ ଇର୍ଷା କରିବ ଓ କ୍ରୋଧିତ ହେବ ।”
\s5
\v 20 ଯିଶାଇୟଙ୍କ ଦ୍ୱାରା ଈଶ୍ୱର ଦୃଢଭାବରେ କହିଲେ, “ଅଣଯିହୂଦୀମାନେ ମୋତେ ନ ଜାଣିଲେ ମଧ୍ୟ ମୋତେ ପାଇବେ ! ଯେଉଁମାନେ ମୋତେ ପଚାରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେବା ।”
\v 21 କିନ୍ତୁ ଇଶ୍ରାୟେଲ ଲୋକଙ୍କ ବିଷୟରେ ପରମେଶ୍ୱର ଏହା କହନ୍ତି, "ଆମ୍ଭେ ଏହି ଲୋକଙ୍କ ପାଇଁ ଦିନ ସାରା ଅପେକ୍ଷା କରିଥିଲେ ମଧ୍ୟ, ସେମାନେ ଆମ୍ଭକୁ ମାନିଲେ ନାହିଁ ଓ ଅନୁସରଣ କଲେ ନାହିଁ ।"
\s5
\c 11
\p
\v 1 ତା’ହେଲେ ମୁଁ ପ୍ରଶ୍ନ କରୁଛି: " ପରମେଶ୍ୱର କ’ଣ ନିଜ ଲୋକମାନଙ୍କୁ ପରିତ୍ୟାଗ କରିଛନ୍ତି କି?" ନା! ମୁଁ ଜଣେ ଇଶ୍ରାୟେଲୀୟ ଲୋକ । ମୁଁ ଅବ୍ରାହାମଙ୍କ ପରିବାରର ଅଟେ । ବିନ୍ୟାମୀନଙ୍କ ଗୋଷ୍ଠୀର ଜାତ ।
\v 2 ସେମାନେ ଜନ୍ମ ହେବା ପୂର୍ବରୁ ପରମେଶ୍ୱର ଇଶ୍ରାୟେଲୀୟମାନଙ୍କୁ ବାଛିଥିଲେ । ପରମେଶ୍ୱର ସେମାନଙ୍କୁ ତ୍ୟାଗ କରିନାହାନ୍ତି । ଏଲୀୟ ଯେତେବେଳେ ଭୁଲବଶତଃ ପରମେଶ୍ୱରଙ୍କଠାରେ ଇଶ୍ରାୟେଲ ଲୋକମାନଙ୍କ ବିରୁଦ୍ଧରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟରେ ଶାସ୍ତ୍ର ଯାହା କୁହେ,
\v 3 ଏଲୀୟ କହିଥିଲେ: "ପ୍ରଭୁ, ଲୋକେ ତୁମ୍ଭର ଭବିଷ୍ୟଦ୍‌ବକ୍ତାଗଣକୁ ବଧ କରିଛନ୍ତି, ଓ ତୁମ୍ଭର ଯଜ୍ଞବେଦି ସବୁ ଭାଙ୍ଗିଛନ୍ତି । କେବଳ ମୁଁ ଜଣେ ଭବିଷ୍ୟଦ୍ ବକ୍ତା ବଞ୍ଚିଛି, ସେମାନେ ମୋତେ ମଧ୍ୟ ମାରି ଦେବା ପାଇଁ ଚେଷ୍ଟା କରୁଛନ୍ତି ।
\s5
\v 4 କିନ୍ତୁ ତାହାଙ୍କୁ ପରମେଶ୍ୱରଙ୍କର ଉତ୍ତର କ'ଣ ଥିଲା? "ବାଆଲ୍ ଆଗରେ ଆଣ୍ଠୁମାଡି ନ ଥିବା ସାତ ହଜାର ଲୋକଙ୍କୁ ଏବେ ମଧ୍ୟ ମୁଁ ନିଜ ପାଇଁ ରଖିଛି ।"
\v 5 ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ବଛା ଯାଇଥିବା ଏବେ ମଧ୍ୟ କେତେକ ଲୋକ ଅଛନ୍ତି ।
\s5
\v 6 ଯଦି ପରମେଶ୍ୱର ଅନୁଗ୍ରହ ହେତୁ ସେମାନଙ୍କୁ ମନୋନୀତ କରିଛନ୍ତି, ତା’ହେଲେ ଲୋକମାନେ ନିଜେ କରିଥିବା କାର୍ଯ୍ୟ ହେତୁ ପରମେଶ୍ୱରଙ୍କ ଲୋକ ହେଇ ନାହାନ୍ତି । ଯଦି କାର୍ଯ୍ୟ ଦ୍ୱାରା ତାହା ହୋଇଥାନ୍ତା ତେବେ ଅନୁଗ୍ରହର କ'ଣ ବା ଅର୍ଥ ହେବ? ତା’ହେଲେ କ’ଣ ହେଲା ।
\v 7 ଇଶ୍ରାୟେଲର ଲୋକେ ଯାହା ପାଇଁ ପରମେଶ୍ୱରଙ୍କଠାରେ ଧାର୍ମିକ ହେବା ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହେଲେ ନାହିଁ । କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ବଛା ଯାଇଥିବା ଲୋକେ ଧାର୍ମିକ ହେଲେ । ଅନ୍ୟ ସମସ୍ତେ ଜଡ ହୋଇ ପରମେଶ୍ୱରଙ୍କ କଥା ଶୁଣିବା ପାଇଁ ମନା କଲେ ।
\v 8 ଶାସ୍ତ୍ରରେ ଯେପରି ଯିଶାଇୟ ଏପରି ଲେଖି ଅଛିନ୍ତି: “ଈଶ୍ୱର ସେମାନଙ୍କ ନିମନ୍ତେ ଝୁଣ୍ଟିବାର କାରଣ ହେଲେ । ସେମାନେ ଖ୍ରୀଷ୍ଟଙ୍କ ସତ୍ୟତା ବିଷୟରେ ଜ୍ଞାତ ହେବାରେ ସକ୍ଷମ ହେବେ, କିନ୍ତୁ ସେମନେ ହୋଇପାରନ୍ତି ନାହିଁ ।” ଯେତେବେଳେ ସେ କହନ୍ତି ସେମାନେ ଈଶ୍ୱରଙ୍କ ବାଧ୍ୟ ହେବା ଉଚିତ୍, କିନ୍ତୁ ସେମାନେ ହୁଅନ୍ତି ନାହିଁ । ଦିବସ ପ୍ରାରମ୍ଭରେ ଏହିପରି ଯେ ହେବା ।
\s5
\v 9 ଦାଉଦ କ’ଣ କହିଥିଲେ ଯିହୁଦୀ ସ୍ମରଣ କରାଇଦିଅନ୍ତି: “ଯେତେବେଳେ ସେ ଈଶ୍ୱରଙ୍କୁ ମାଗନ୍ତି ଶତ୍ରୁମାନଙ୍କୁ ଦୁର୍ବଳ ବୁଦ୍ଧି ଦିଅନ୍ତୁ: ସେମାନଙ୍କୁ ନିର୍ବୁଦ୍ଧି କରାନ୍ତୁ, ଯେପରି ପଶୁଗୁଡିକ ଯେ ଜାଲ ବା ଫାନ୍ଦରେ ପଡନ୍ତି ! ସେମାନେ ଅନୁଭବ କରନ୍ତି ଯେ ସୁରକ୍ଷାରେ ଅଛୁ ଯଦି ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି, ପୁଣି ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିରୋଧ ସ୍ୱରୂପ ହେଉ ।
\v 10 ସତ୍ୟକୁ ଦେଖି ନ ପାରିବା ପାଇଁ ସେମାନଙ୍କର ଆଖି ଅନ୍ଧ ହୋଇଯାଉ । ସେମାନେ ସର୍ବଦା ଦୁଃଖଗ୍ରସ୍ତ ହେଉନ୍ତୁ ।"
\s5
\v 11 ତା’ହେଲେ ମୁଁ କହୁଛି: ଯିହୁଦୀମାନଙ୍କର ପତନ ସେମାନଙ୍କୁ ନଷ୍ଟ କରିଥିଲା କି ? ବରଂ ସେମାନଙ୍କର ଭୁଲ୍ ଅଣଯିହୁଦୀମାନଙ୍କ ଲାଗି ମୁକ୍ତି ଆଣିଲା । ଏହା ଦ୍ୱାରା ଯିହୁଦୀମାନଙ୍କ ଭିତରେ ଉତ୍ସାହ ଭାବ ଜାଗ୍ରତ ହେଲା ।
\v 12 ଯିହୁଦୀମାନଙ୍କର ତ୍ରୁଟି ଏହି ସଂସାର ପାଇଁ ଆଶୀର୍ବାଦର ଧନ ସ୍ୱରୂପ ହେଲା, ସେମାନେ ଯାହା ହରାଇଲେ, ତାହା ଅଣଯିହୁଦୀମାନଙ୍କ ପାଇଁ ଆଶୀର୍ବାଦର ଧନ ଆଣି ଦେଲା । ତେଣୁ ପରମେଶ୍ୱର ଯାହା ଚାହୁଁଛନ୍ତି ସେହି ଅନୁସାରେ ପୂର୍ଣ୍ଣ ସଂଖ୍ୟକ ଯିହୁଦୀମାନେ ଯେତେବେଳେ ଚାଲିବେ, ସେତେବେଳେ ସଂସାର ନିଶ୍ଚିତ ରୂପେ ଅଧିକ ମାତ୍ରାରେ ଆଶୀର୍ବାଦ ଧନ ପ୍ରାପ୍ତ କରିବ !
\s5
\v 13 ଏବେ ମୁଁ ଅଣଯିହୁଦୀମାନଙ୍କ ପାଇଁ କହୁଛି । କାରଣ ମୁଁ ବିଶେଷ ଭାବରେ ଅଣଯିହୁଦୀମାନଙ୍କ ନିକଟକୁ ପ୍ରେରିତ ହୋଇଛି । ମୁଁ ପୂର୍ଣ୍ଣ ମନ ପ୍ରାଣରେ ଏହି କାମ କରିବି ।
\v 14 ମୁଁ ଆଶା କରେ ଯେ ନିଜ ଲୋକମାନଙ୍କ ଭିତରେ ଉଦ୍ୟୋଗ ଆଣି ତାହାଙ୍କ ଭିତରୁ କେତେକ ଲୋକଙ୍କୁ ଉଦ୍ଧାର କରି ପାରିବି ।
\s5
\v 15 ଯିହୁଦୀମାନଙ୍କୁ ପରମେଶ୍ୱର ଅଗ୍ରାହ୍ୟ କରି ଦେଲାପରେ, ସେ ଜଗତର ଅନ୍ୟଲୋକମାନଙ୍କ ସହିତ ମୈତ୍ରୀ କଲେ । ଅତଏବ, ଯିହୂଦାମାନଙ୍କୁ ପୁନଃଗ୍ରହଣ କରିବା ଅର୍ଥ ଜଗତର ଅନ୍ୟଲୋକମାନଙ୍କ ପାଇଁ ମୃତ୍ୟୁରୁ ପୁନର୍ଜୀବନ ଆଣିବା ।
\v 16 ଆମ୍ଭ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ୱରଙ୍କୁ ସମର୍ପଣ କରାଯାଏ, ତା’ହେଲେ ସମସ୍ତ ଭୋଜନ ପବିତ୍ର ହୁଏ । ଯଦି କୌଣସି ଗଛର ଚେର ପବିତ୍ର, ତା’ହେଲେ ସେହି ଗଛର ସମସ୍ତ ଡାଳ ମଧ୍ୟ ପବିତ୍ର ।
\s5
\v 17 ଧରି ନିଅ ଗୋଟିଏ ଜୀତ ବୃକ୍ଷର ଶାଖାଗୁଡିକ ଭାଙ୍ଗି ଯାଇଛି । ଗୋଟିଏ ଅନ୍ୟ ଜଙ୍ଗଲୀ ଜୀତଗଛର ଶାଖାଗୁଡିକ ଆଣି ପ୍ରଥମ ଗଛ ସହିତ ସଂଯୁକ୍ତ କରାହେଲା । ତୁମ୍ଭେ ଅଣଯିହୁଦୀମାନେ ସେହି ଜଙ୍ଗଲୀ ଜୀତ ଗଛ ଭଳି, ତୁମ୍ଭେମାନେ ସେହି ପ୍ରଥମ ଗଛମାନଙ୍କଠାରୁ ଶକ୍ତି ଓ ଜୀବନ ପ୍ରାପ୍ତ ହେଉଛ ।
\v 18 ସେଥିପାଇଁ, ପ୍ରଥମ ଗଛର ସେ ଭଙ୍ଗା ଡାଳ ଗୁଡିକ ନିମନ୍ତେ ତୁମ୍ଭମାନଙ୍କର ଗର୍ବ କରିବାର କୌଣସି କାରଣ ନାହିଁ । କାରଣ ତୁମ୍ଭେମାନେ ପ୍ରଥମ ଗଛର ଚେରକୁ ଜୀବନ ପ୍ରଦାନ କରୁ ନାହିଁ, ବରଂ ସେହି ଚେର ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରୁଛି ।
\s5
\v 19 ତୁମ୍ଭେମାନେ କହି ପାର, " ସେ ଗଛର ଡାଳ ଗୁଡିକ ଭାଙ୍ଗି ପଡିବାରୁ ମୁଁ ତା' ସହିତ ସଂଯୁକ୍ତ ହେଲି ।
\v 20 ଏହା ସତ୍ୟ କିନ୍ତୁ ସେ ଡାଳ ଗୁଡିକ ଭାଙ୍ଗି ପଡିବାର କାରଣ ହେଉଛି ସେମାନଙ୍କର ଅବିଶ୍ୱାସ । କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସ ହେତୁ ସେହି ଗଛର ଅଂଶୀ ହୋଇ ପାରିଛ । ଅତଏବ ଗର୍ବ କରିବା ପରିବର୍ତ୍ତେ ଭୟ କରିବା ଦରକାର ।
\v 21 ବିଶ୍ୱାସ ନ କରିବା ହେତୁ ଯଦି ପରମେଶ୍ୱର ପ୍ରଥମ ଗଛର ଶାଖାଗୁଡିକୁ ଭାଙ୍ଗି ଦେଲେ, ତା’ହେଲେ ତୁମ୍ଭେମାନେ ମଧ୍ୟ ବିଶ୍ୱାସ ନ ରଖି ପାରିଲେ ପରମେଶ୍ୱର ତୁମ୍ଭମାନଙ୍କୁ ବିଛିନ୍ନ କରିଦେବ ।
\s5
\v 22 ଅତଏବ ବୁଝିବା ଦରକାର ଯେ, ପରମେଶ୍ୱର ଅତି ଦୟାଳୁ, କିନ୍ତୁ ସେ ଅତି କଠୋର ମଧ୍ୟ ହୋଇପାରିବେ । ପରମେଶ୍ୱର ତାହାଙ୍କୁ ଅନୁସରଣ ନ କରୁଥିବା ଲୋକମାନଙ୍କୁ ଦଣ୍ତ ଦିଅନ୍ତି, କିନ୍ତୁ ତୁମ୍ଭେମାନେ ତାହାଙ୍କ ଅନୁଗ୍ରହରେ ରହିଲେ ସେ, ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତି । ଅନ୍ୟ ପକ୍ଷରେ ଯଦି ତୁମ୍ଭେମାନେ ତାହାଙ୍କୁ ଅନୁସରଣ ନ କର ତା’ହେଲେ ତୁମ୍ଭମାନଙ୍କ ମଧ୍ୟ କଟାଯାଇ ଫିଙ୍ଗି ଦିଆଯିବ ।
\s5
\v 23 ଯିହୁଦୀମାନେ ଯଦି ପୁନଃ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି, ତା’ହେଲେ ସେ ଯିହୁଦୀମାନଙ୍କୁ ପୁନଃ ଗ୍ରହଣ କରି ନେବେ । ସେମାନଙ୍କୁ ନିଜ ପୂର୍ବ ସ୍ଥାନ ଦେବା ପାଇଁ ପରମେଶ୍ୱର ସମର୍ଥ ହେବେ ।
\v 24 ତୁମ୍ଭେମାନେ ଜଙ୍ଗଲୀ ଜୀତଗଛର କଟାଯାଇଥିବା ଶାଖା । ତୁମ୍ଭେମାନେ ଭଲ ଜୀତଗଛ ସହିତ ସଂଯୁକ୍ତ ହୋଇଛ । କିନ୍ତୁ ଏହା ସ୍ୱାଭାବିକ । ଅତଏବ, ସେହି ଯିହୁଦୀମାନେ ପ୍ରକୃତରେ ନିଜର ବୃକ୍ଷ ସହିତ ପୁନର୍ବାର ସଂଯୁକ୍ତ ହୋଇପାରିବେ ।
\s5
\v 25 ମୋର ଅଣଯିହୁଦୀମାନେ, ଏହି ନିଗୂଢ ସତ୍ୟ ବିଷୟରେ ତୁମ୍ଭେମାନେ ଯେପରି ଅଜଣା ରହି ଯାଅ; ଏ କଥା ମୁଁ ଚାହେଁ ନାହିଁ । ଏହି ସତ୍ୟ ତୁମ୍ଭମାନଙ୍କୁ ଜାଣିବାରେ ସାହାଯ୍ୟ କରିବ ଯେ, ତୁମ୍ଭେମାନେ ସର୍ବଜ୍ଞ ନୁହଁ । ଏହି କଥା ସତ୍ୟ ଯେ, ଇଶ୍ରାୟେଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ୟ କରାଯାଇଛି । ଯେତେବେଳେ ପୂର୍ଣ୍ଣ ସଂଖ୍ୟକ ଅଣଯିହୁଦୀ ପରମେଶ୍ୱରଙ୍କ ନିଜ ଲୋକ ହୋଇ ଯିବେ, ତା’ହେଲେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିବ ।
\s5
\v 26 ଏହି ଭଳି ସମଗ୍ର ଇଶ୍ରାୟେଲ ଉଦ୍ଧାର ପାଇବ । ଶାସ୍ତ୍ରରେ ଲେଖାଯାଇଥିବା ବାକ୍ୟ ସତ୍ୟ ହେବ: “ଯେକେହି ଯେ ତା’ଙ୍କ ଲୋକମାନଙ୍କୁ ଉଦ୍ଧାର କରନ୍ତି ଯେଉଁଠାରେ ଈଶ୍ୱର ଯିହୁଦୀମାନଙ୍କ ମଧ୍ୟରେ ଅଛନ୍ତି । ସେ ସମଗ୍ର ଇଶ୍ରାୟେଲ ଲୋକଙ୍କର ପାପଗୁଡିକୁ କ୍ଷମା କରିବେ
\v 27 ଓ ପରମେଶ୍ୱର କୁହନ୍ତି ଆମ୍ଭେ ସେହି ଲୋକମାନଙ୍କର ପାପଗୁଡିକୁ ହରଣ କଲା ପରେ ଏହି ଚୁକ୍ତି କରିବା ଓ ଏହା ଦ୍ୱାରା ଆମ୍ଭେ ସେମାନଙ୍କର ପାପ ସକଳ କ୍ଷମା କରିବା ।”
\s5
\v 28 ଯିହୁଦୀମାନେ ସୁସମାଚାର ଗ୍ରହଣ କରୁ ନ ଥିବାରୁ, ପରମେଶ୍ୱରଙ୍କ ଶତ୍ରୁ। ଏହା ତୁମ୍ଭ ଅଣଯିହୁଦୀମାନଙ୍କୁ ସାହାଯ୍ୟ କରିଛି । କିନ୍ତୁ ଯିହୁଦୀମାନେ ଏବେ ମଧ୍ୟ ପରମେଶ୍ୱରଙ୍କର ମନୋନୀତ ଲୋକ । ତାହାଙ୍କ ପୂର୍ବଜମାନଙ୍କୁ ଦେଇଥିବା ପ୍ରତିଜ୍ଞା ହେତୁ, ପରମେଶ୍ୱର ସେମାନଙ୍କୁ ଖୁବ୍ ଭଲ ପାଆନ୍ତି ।
\v 29 ପରମେଶ୍ୱର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡିକ ଦିଅନ୍ତି; ସେମାନଙ୍କ ପ୍ରତି ପରମେଶ୍ୱର ନିଜର ମନ କେବେ ହେଲେ ପରିବର୍ତ୍ତନ କରନ୍ତି ନାହିଁ ।
\s5
\v 30 ଆଗରୁ ତୁମ୍ଭେମାନେ ଅଣଯିହୁଦୀମାନେ ପରମେଶ୍ୱରଙ୍କୁ ଅବଜ୍ଞା କରୁଥିଲ । କିନ୍ତୁ ବର୍ତ୍ତମାନ ଯିହୁଦୀମାନଙ୍କର ଅବଜ୍ଞାର ଫଳସ୍ୱରୂପ, ତୁମ୍ଭେମାନେ ଅନୁଗ୍ରହ ପ୍ରାପ୍ତ ହୋଇଅଛ ।
\v 31 ଏବେ ଯିହୁଦୀମାନେ ଅବଜ୍ଞା କରୁଛନ୍ତି, କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ଅନୁଗ୍ରହ କରୁଛନ୍ତି । କିନ୍ତୁ ଏହା ଘଟିଲା, ଯେ ହେତୁ ସେମାନେ ମଧ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରି ପାରିବେ ।
\v 32 ସବୁ ଲୋକେ ପରମେଶ୍ୱରଙ୍କୁ ଅବଜ୍ଞା କରୁଛନ୍ତି । ସମସ୍ତଙ୍କୁ ସେ ଅବାଧ୍ୟ ସ୍ଥିତିରେ ପକାଇଛନ୍ତି ଯେପରି ସେ ସମସ୍ତଙ୍କୁ ଦୟା ଦେଖାଇ ପାରିବେ ।
\s5
\v 33 ପରମେଶ୍ୱରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତି କିପରି ନିଅନ୍ତି କେହି ବୁଝାଇ ପାରିବ ନାହିଁ ।
\v 34 ଶାସ୍ତ୍ର କୁହେ: କେହି ହେଲେ ପରମେଶ୍ୱରଙ୍କ ପଥ ସବୁ ବୁଝି ପାରିବେ ନାହିଁ ।
\s5
\v 35 "କିଏ କେବେ ହେଲେ ପରମେଶ୍ୱରଙ୍କୁ କ’ଣ ବା ଦେଇଛି? ଯେ ତାହାଙ୍କୁ ଉପକାର ବଦଳେ କିଛି ଫେରାଇଦେବ ।"
\v 36 ପରମେଶ୍ୱର ସମସ୍ତ ସୃଷ୍ଟି କରିଛନ୍ତି । ପ୍ରତ୍ୟେକ ବିଷୟ ତାହାଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ରହିଛି । ତାହାଙ୍କର ଗୌରବ ସର୍ବଦା ହେଉ । ଆମେନ୍ ।
\s5
\c 12
\p
\v 1 ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ୱରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭେମାନେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ୱରୂପ ପରମେଶ୍ୱରଙ୍କୁ ଅର୍ପଣ କର । ଏହା କେବଳ ତାହାଙ୍କୁ ସମର୍ପିତ ହେବ । ଏହା ପରମେଶ୍ୱରଙ୍କୁ ଅତି ପ୍ରସନ୍ନ କରିବ । ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ନିମନ୍ତେ ଆତ୍ମିକ ଉପାସନା ଅଟେ ।
\v 2 ଏହାପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗରେ ନିଜର ଅନ୍ତରକୁ ପରିବର୍ତ୍ତିତ କର । ତେବେ ପରମେଶ୍ୱର ତୁମ୍ଭମାନଙ୍କ ପାଇଁ କ'ଣ ଇଚ୍ଛା କରନ୍ତି, ତୁମ୍ଭେମାନେ ଜାଣିପାରିବ । ତୁମ୍ଭେମାନେ ଜାଣି ପାରିବ ଯେ, ପରମେଶ୍ୱରଙ୍କୁ କେଉଁ ବିଷୟଗୁଡିକ ଭଲ, ପ୍ରିୟ ଓ ସିଦ୍ଧ ।
\s5
\v 3 ପରମେଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରୁଥିବାରୁ ମୋର ତୁମ୍ଭ ସମସ୍ତଙ୍କୁ କହିବା କଥା ଯେ, ନିଜକୁ ଅନ୍ୟଠାରୁ ଭଲ ଭାବ ନାହିଁ । ପରମେଶ୍ୱର ଯେଉଁ ପ୍ରକାରର ବିଶ୍ୱାସ ତୁମ୍ଭକୁ ଦେଇଛନ୍ତି, ସେହି ଅନୁସାରେ ତୁମ୍ଭ ନିଜକୁ ନମ୍ର ମନା କର ।
\s5
\v 4 ଯେପରି ଆମ୍ଭ ସମସ୍ତଙ୍କର ଶରୀରଟିଏ ଅଛି ଓ ଏହି ଶରୀରରେ ଅନେକ ପ୍ରକାରର ଅଙ୍ଗ ଅଛି । ଏହି ଅଙ୍ଗଗୁଡିକ ଏକା ଭଳି କାମ କରନ୍ତି ନାହିଁ ।
\v 5 ସେହି ଭଳି ଆମ୍ଭେ ସଂଖ୍ୟାରେ ଅନେକ ଲୋକ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭେ ଏକ ଶରୀରର ବିଭିନ୍ନ ଅଙ୍ଗ ଭଳି ଆମ୍ଭେ ପ୍ରତ୍ୟେକ ଅନ୍ୟର ପରିପୂରକ ।
\s5
\v 6 ଏହି ଭଳି ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହରୁ, ବିଭିନ୍ନ ଅନୁଗ୍ରହ ଦାନମାନ ମିଳିଛି । ଜଣେ ତା'ଠାରେ ଥିବା ବିଶ୍ୱାସ ଅନୁସାରେ ତାହାକୁ ବ୍ୟବହାର କରୁ । ଯଦି କାହାକୁ ଭବିଷ୍ୟଦ୍‌ବାଣୀର ଦାନ ମିଳିଛି, ତା’ହେଲେ ସେ ନିଜର ବିଶ୍ୱାସ ଅନୁସାରେ ଭବିଷ୍ୟଦ୍‌ବାଣୀ କରୁ ।
\v 7 ଯଦି କାହାକୁ ସେବା କରିବା ପାଇଁ ଅନୁଗ୍ରହ ଦାନ ମିଳିଛି ତେବେ ସେ ନିଜକୁ ସେବା ପାଇଁ ଅର୍ପଣ କରୁ । ଯଦି କାହାକୁ ଶିକ୍ଷା ବା ଉପଦେଶ ଦେବା ଅନୁଗ୍ରହ ଦାନ ମିଳିଛି, ତା’ ହେଲେ ସେ ନିଜକୁ ପ୍ରଚାର କାର୍ଯ୍ୟରେ ଲଗାଇ ଦେଉ ।
\v 8 ଯଦି କାହାକୁ ଅନ୍ୟ ଲୋକମାନଙ୍କୁ ସାନ୍ତ୍ୱନା ଦେବାର ଅନୁଗ୍ରହ ଦାନ ମିଳିଛି, ତା’ହେଲେ ସେ ଲୋକମାନଙ୍କୁ ସାନ୍ତ୍ୱନା ଦେଉ । ଯଦି କାହାକୁ ଦାନ ଦେବାର ଅନୁଗ୍ରହ ଦାନ ମିଳିଛ ତା’ହେଲେ ସେ ଖୋଲା ମନରେ ଦାନ କରୁ । ଯଦି କାହାକୁ ନେତୃତ୍ତ୍ୱ ନେବାର ଅନୁଗ୍ରହ ଦାନ ମିଳିଛି, ତା’ହେଲେ ସେ ମନ ପ୍ରାଣ ଢାଳି ନେତୃତ୍ତ୍ୱ ଦେଉ । ଯଦି କାହାକୁ ଅନ୍ୟମାନଙ୍କୁ ଦୟା ଦେଖାଇବା ଅନୁଗ୍ରହ ଦାନ ମିଳିଛି ତା’ହେଲେ ସେ ଆନନ୍ଦ ମନରେ ଦୟା ଦେଖାଉ ।
\s5
\v 9 ତୁମ୍ଭର ପ୍ରେମ ନିଷ୍କପଟ ହେଉ । ମନ୍ଦକୁ ଘୃଣା କର ।
\v 10 ଭଲ କାର୍ଯ୍ୟରେ ଜଡିତ ହୁଅ । ଏକ ପରିବାରର ସଦଶ୍ୟ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ରେମ କରୁ । ତୁମ୍ଭେ ନିଜେ ଯେତିକି ସମ୍ମାନ ଚାହଁ, ତା'ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀମାନଙ୍କୁ ଦିଅ ।
\s5
\v 11 ପରମେଶ୍ୱରଙ୍କ କାମ କରିବାରେ ଉତ୍ସାହ ପ୍ରକାଶ କର । ତାଙ୍କ ସେବା କାର୍ଯ୍ୟରେ ଅଳସୁଆ ହୁଅ ନାହିଁ । ପରମେଶ୍ୱରଙ୍କୁ ସେବା କଲା ବେଳେ ଆତ୍ମିକ ଭାବରେ ଉଦ୍‌ଯୋଗୀ ହୁଅ ।
\v 12 ଭରସା ଥିବାରୁ ପ୍ରସନ୍ନ ରୁହ । ଅସୁବିଧାର ସମ୍ମୁଖୀନ ହେବା ବେଳେ ତୁମ୍ଭେ ଧୈର୍ଯ୍ୟ ଧରି ନିରନ୍ତର ପ୍ରାର୍ଥନା କର ।
\v 13 ପରମେଶ୍ୱରଙ୍କ ନିଜ ଲୋକମାନଙ୍କର କାମରେ ସାହାଯ୍ୟ କର । ଯେଉଁମାନଙ୍କୁ ସାହାଯ୍ୟ ଦରକାର ସେମାନଙ୍କ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସେମାନଙ୍କୁ ଅତିଥି ଭାବରେ ସ୍ୱାଗତ କର ।
\s5
\v 14 ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ମନ୍ଦ ଆଚରଣ କରୁଛନ୍ତି; ସେମାନଙ୍କ ପ୍ରତି ତୁମ୍ଭେ ଭଲ ଆଚରଣ କର । ସେମାନଙ୍କୁ ଅଭିଶାପ ଦିଅ ନାହିଁ, ବରଂ ସେମାନଙ୍କୁ ଭଲ କଥା କୁହ ।
\v 15 ଯେତେବେଳେ ଅନ୍ୟମାନେ ଆନନ୍ଦିତ, ତୁମ୍ଭେମାନେ ସେମାନଙ୍କ ସହିତ ଆନନ୍ଦ କର । ଅନ୍ୟମାନେ ଦୁଃଖିତ ଥିଲା ବେଳେ ତୁମ୍ଭେମାନେ ତାହାଙ୍କ ସହିତ ଦୁଃଖିତ ହୁଅ ।
\v 16 ନିଜ ଭିତରେ ମିଳିମିଶି ଶାନ୍ତିରେ ରୁହ । ଗର୍ବ କର ନାହିଁ । ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ନୁହନ୍ତି, ସେମାନଙ୍କ ସହିତ ସାଙ୍ଗ ହେବା ପାଇଁ ଇଚ୍ଛୁକ ହୁଅ । ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ ।
\s5
\v 17 ମନ୍ଦ ପ୍ରତିବଦଳରେ କାହାରି ପ୍ରତି ମନ୍ଦ କର ନାହିଁ । ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି, ସେହିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ ।
\v 18 ଲୋକଙ୍କ ସହିତ ଶାନ୍ତିରେ ରହିବା ପାଇଁ ଯଥାସାଧ୍ୟ ଚେଷ୍ଟା କର ।
\s5
\v 19 ତୁମ୍ଭମାନଙ୍କ ପ୍ରତି ଭୁଲ୍ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ । ତାହାକୁ ପରମେଶ୍ୱରଙ୍କ କ୍ରୋଧ ଦ୍ୱାରା ଦଣ୍ତିତ ହେବା ଲାଗି ଅପେକ୍ଷା କର । ଶାସ୍ତ୍ରରେ ଲେଖା ଅଛି: ପରମେଶ୍ୱର କହିଛନ୍ତି, "ଦଣ୍ତ ଦେବା ମୋର କାମ । ମୁଁ ଲୋକମାନଙ୍କୁ ପ୍ରତିଦାନ ଦେବି ।
\v 20 କିନ୍ତୁ ତୁମ୍ଭେମାନେ ଏପରି କରିବା ଉଚିତ୍: "ଯଦି ତୁମ୍ଭର ଶତ୍ରୁ ଭୋକରେ ଅଛି, ତାହାକୁ ଖାଇବାକୁ ଦିଅ, ଯଦି ତୁମ୍ଭ ଶତ୍ରୁ ତୃଷିତ ଅଛି, ତାହାକୁ ପିଇବାକୁ ଦିଅ । ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରିପାରିବ ।"
\v 21 ମନ୍ଦ ଦ୍ୱାରା ହାରି ଯାଅ ନାହିଁ । ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର ।
\s5
\c 13
\p
\v 1 ପ୍ରତ୍ୟେକ ଲୋକର ସରକାରୀ ଶାସକମାନଙ୍କ ଅଧୀନତା ସ୍ୱୀକାର କରିବା ଉଚିତ୍ । କାରଣ ସେମାନଙ୍କ ଏହି କ୍ଷମତା ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଛି ଏବଂ ବର୍ତ୍ତମାନ ଯେଉଁମାନେ ଅଧିକାରୀ, ପରମେଶ୍ୱରଙ୍କ ଦ୍ୱାରା ସେମାନଙ୍କୁ ଏହି କ୍ଷମତା ପ୍ରଦାନ କରା ଯାଇଛି ।
\v 2 ଅତଏବ ଅଧିକାର ବିରୋଧ କରୁଥିବା ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କ ଆଜ୍ଞାର ବିରୋଧୀ । ଏପରି ବିରୋଧ କରୁଥିବା ଲୋକ, ନିଜ ପାଇଁ ଦଣ୍ତ ପାଇବା ବ୍ୟବସ୍ଥା କରିଥାଏ ।
\s5
\v 3 ଯେଉଁମାନେ ଠିକ୍ କାମ କରନ୍ତି, ଶାସକଙ୍କୁ ଭୟ କରିବାର କୌଣସି କାରଣ ସେମାନଙ୍କଠାରେ ନାହିଁ, କିନ୍ତୁ ଯେଉଁମାନେ ମନ୍ଦ ବା ଭୁଲ୍ କାମ କରନ୍ତି ସେମାନେ ଭୟ କରିବାକୁ ବାଧ୍ୟ । ଶାସକ ମାନଙ୍କ ଭୟରୁ ମୁକ୍ତି ପାଇଁ ଏକ ମାତ୍ର ଉପାୟ ହେଉଛି ଭଲ କାମ କରିବା । ଭଲ କାମ କଲେ ଶାସକମାନେ ତୁମ୍ଭର ପ୍ରଶଂସା କରିବେ ।
\v 4 ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଶାସକ ହେଉଛନ୍ତି ପରମେଶ୍ୱରଙ୍କ ସେବକ । କିନ୍ତୁ ତୁମ୍ଭେ ଭୁଲ୍ କଲେ ଭୟ କରିବ । ଶାସକର ଦଣ୍ତ ଦେବା କ୍ଷମତା ଅଛି, ସେ ସେହି କ୍ଷମତାର ପ୍ରଯୋଗ କରି ମନ୍ଦ କାମ କରୁଥିବା ଲୋକକୁ ଦଣ୍ତ ଦେବେ ।
\v 5 ସେଥିପାଇଁ ଶାସକଙ୍କ ଆଜ୍ଞା ପାଳନ କରିବାକୁ ତୁମ୍ଭେ ବାଧ୍ୟ । ପାଳନ ନ କରିବା କାରଣରୁ ଯେ ଦଣ୍ତିତ ହେବ, ସେଥିପାଇଁ ଆଜ୍ଞା ପାଳନ କର ନାହିଁ । କିନ୍ତୁ ଶାସନକୁ ମାନିବା ଠିକ୍ କାମ ବୋଲି ଜାଣିଥିବାରୁ ତୁମ୍ଭେ ଏପରି କରିବା ଉଚିତ୍ ।
\s5
\v 6 ଏ ଦୃଷ୍ଟିରୁ ତୁମ୍ଭେମାନେ ସରକାରକୁ କର ମଧ୍ୟ ଦିଅ । ସେମାନେ ପରମେଶ୍ୱରଙ୍କ ସେବାରେ ରହିଛନ୍ତି, ଏବଂ ସେହି କାର୍ଯ୍ୟ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ସମୟ ଦେଉଛନ୍ତି ।
\v 7 ସମାଜରେ ଯାହାଙ୍କର ଯାହା ପ୍ରାପ୍ୟ ତାହାଙ୍କୁ ତାହା ଦିଅ । ଯାହାଙ୍କୁ ଶୁଳ୍କ ଦେବା କଥା ତାହାଙ୍କୁ ସମସ୍ତ ପ୍ରକାରର ଶୁଳ୍କ ଦେଇ ଦିଅ । ଯାହାଙ୍କୁ ଭୟ ସହିତ ଆଦର କରିବା କଥା ସେମାନଙ୍କୁ ଭୟ ଓ ଆଦର କର । ଯାହାଙ୍କୁ ସମ୍ମାନ ଦେବା କଥା ସେମାନଙ୍କୁ ସମ୍ମାନ ଦିଅ ।
\s5
\v 8 କାହାର ଋଣୀ ହୁଅ ନାହିଁ । କିନ୍ତୁ ପରପ୍ପର ପ୍ରତି ପ୍ରେମର ଋଣରେ ଋଣୀ ହୁଅ । ଯେଉଁ ଲୋକ ପ୍ରତିବେଶୀକୁ ପ୍ରେମ କରେ ସେ ସମ୍ପୂର୍ଣ୍ଣ ବ୍ୟବସ୍ଥା ମାନିଛି ।
\v 9 ମୁଁ ଏପରି କହୁଛି, କାରଣ ବ୍ୟବସ୍ଥା କୁହେ: "ବ୍ୟଭିଚାର କର ନାହିଁ, କାହାକୁ ବଧ କର ନାହିଁ, କୌଣସି ଜିନିଷ ଚୋରି କର ନାହିଁ, ଅନ୍ୟ ଲୋକର ଜିନିଷ ପ୍ରତି ଲୋଭ ରଖ ନାହିଁ ।" ଏହି ସମସ୍ତ ଆଦେଶ ଗୁଡିକ ଓ ଅନ୍ୟ ସମସ୍ତ ଆଦେଶ ସାରାଂଶ ଭାବେ ଏହି ବ୍ୟବସ୍ଥାର ଅନ୍ତର୍ଗତ ଅଟେ, ଯଥା: "ନିଜକୁ ପ୍ରେମ କଲା ଭଳି ଅନ୍ୟ ପ୍ରତିବାସୀକୁ ପ୍ରେମ କର ।
\v 10 ପ୍ରେମ ଅନ୍ୟ ଲୋକକୁ ଆଘାତ କରେ ନାହିଁ, ଅତଏବ ପ୍ରେମ କରିବା ସମ୍ପୂର୍ଣ୍ଣ ବ୍ୟବସ୍ଥା ପାଳନର ସମକକ୍ଷ ।
\s5
\v 11 ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ୱପୂର୍ଣ୍ଣ । ନିଦ୍ରାରୁ ଜାଗ୍ରତ ହେବାର ସମୟ ଉପସ୍ଥିତ ହୋଇଅଛି । ଆରମ୍ଭ କାଳରେ ବିଶ୍ୱାସ କରିବା ତୁଳନାରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହୋଇଛୁ ।
\v 12 ରାତି ପ୍ରାୟ କଟି ଗଲାଣି । ଦିନ ପ୍ରାୟ ଏହିଠାରେ ଖ୍ରୀଷ୍ଟଙ୍କ ଆଗମନ ସମୟ ସନ୍ନିକଟ । ଅତଏବ ଅନ୍ଧକାରରେ କରୁଥିବା ପାପ କାମ ଆମେ ବନ୍ଦ କରିବା ଉଚିତ୍ । ସୈନିକ ଶତ୍ରୁର ପ୍ରତିରୋଧ କରିବାପାଇଁ ଅସ୍ତ୍ରରେ ସଜ୍ଜିତ ହେବା ପରି ମନ୍ଦର ପ୍ରତିରୋଧ ନିମନ୍ତେ ପ୍ରସ୍ତୁତ କରିବା ଉଚିତ୍ ।
\s5
\v 13 ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ୍ । କାରଣ ଖ୍ରୀଷ୍ଟଙ୍କ ପୁନରାଗମନ ନିକଟବର୍ତ୍ତୀ । ଆମ୍ଭେ ଖର୍ଚ୍ଚାନ୍ତ, ରସରଙ୍ଗରେ ମାତିବା ଠିକ୍ ନୁହେଁ । ମାତାଲ ହେବା ଉଚିତ୍ ନୁହେଁ । ଯୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସରେ ଲିପ୍ତ ହେବା ଠିକ୍ ନୁହେଁ । ଯୁକ୍ତି ତର୍କ କରିବା ଓ ଇର୍ଷାନ୍ୱିତ ହେବା ଉଚିତ୍ ନୁହେଁ ।
\v 14 ନିଜର ପାପପୂର୍ଣ୍ଣ ସ୍ୱାର୍ଥପର ଇଚ୍ଛାକୁ ତୃପ୍ତ କରିବାରେ ଲାଗି ନ ରହି ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ୍ ।
\s5
\c 14
\p
\v 1 ଯେଉଁ ଲୋକର ବିଶ୍ୱାସ ଦୁର୍ବଳ, ସେ ଲୋକକୁ ନିଜ ଦଳ ଭିତରେ ଗ୍ରହଣ କରିବା ପାଇଁ ମନା କର ନାହିଁ । ସେହି ଲୋକର ଭିନ୍ନ ମତ ପାଇଁ, ତା’ସହିତ ଯୁକ୍ତିତର୍କ କର ନାହିଁ ।
\v 2 ଜଣେ ଲୋକ କୌଣସି ପ୍ରକାରର ଖାଦ୍ୟ ଖାଇ ପାରିବ ବୋଲି ବିଶ୍ୱାସ କରିପାରେ । କିନ୍ତୁ ଯଦି ଅନ୍ୟ ଜଣକର ବିଶ୍ୱାସ ଦୁର୍ବଳ, ସେ କେବଳ ଶାକାହାରୀ ଭୋଜନ ଖାଉ ।
\s5
\v 3 ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଇ ପାରେ ସେ ଗର୍ବ କରିବା ଉଚିତ୍ ନୁହେଁ ଯେ, ସେ ଶାକାହାରୀ ଲୋକଠାରୁ ଅଧିକ ଭଲ । ସେହିପରି ଶାକାହାରୀ ଲୋକ ସ୍ଥିର ନ କରୁ ଯେ, ସମସ୍ତ ପ୍ରକାର ଭୋଜନ କରୁଥିବା ଲୋକ ମନ୍ଦ ଅଟେ । ପରମେଶ୍ୱର ତାହାକୁ ଗ୍ରହଣ କରିଛନ୍ତି ।
\v 4 ତୁମ୍ଭେ ଅନ୍ୟ ଲୋକର ଚାକରକୁ ବିଚାର କର ନାହିଁ । ତାହାର ମାଲିକ କେବଳ ଜାଣି ପାରେ ଯେ ଚାକରଟି ଭଲ କି ମନ୍ଦ ଏବଂ ପରମେଶ୍ୱରଙ୍କ ସେବକମାନେ ଯୋଗ୍ୟ, କାରଣ ପରମେଶ୍ୱର ସେମାନଙ୍କୁ ଯୋଗ୍ୟ ବିବେଚିତ କରିଛନ୍ତି ।
\s5
\v 5 ଜଣେ ଲୋକ ବିଶ୍ୱାସ କରିପାରେ ଯେ, ଗୋଟିଏ ଦିନ, ଅନ୍ୟ ଦିନଗୁଡିକ ତୁଳନାରେ ବିଶିଷ୍ଟ ଅଟେ । ସେହିପରି ଅନ୍ୟ ଜଣେ ଲୋକ ସମସ୍ତ ଦିନ ସମାନ ମହତ୍ତ୍ୱ ପ୍ରଦାନ କରିପାରେ । ପ୍ରତ୍ୟେକ ଲୋକ ନିଜର ବିଶ୍ୱାସ ନେଇ ମନରେ ନିଶ୍ଚିତ ହେବା ଉଚିତ୍ ।
\v 6 ଯେଉଁ ଲୋକ ଗୋଟିଏ ଦିନକୁ ଅନ୍ୟ ଦିନଗୁଡିକ ତୁଳନାରେ ବିଶେଷ ମହତ୍ତ୍ୱ ଦିଏ, ତାହା ସେ ପ୍ରଭୁଙ୍କ ପାଇଁ ସେପରି କରେ । ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଏ, ତାହା ସେ ପ୍ରଭୁଙ୍କ ପାଇଁ କରେ । ଖାଦ୍ୟ ପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଏ । ଯେଉଁ ଲୋକ କେତେକ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରେ, ତାହା ସେ ପ୍ରଭୁଙ୍କ ପାଇଁ ସେପରି କରେ, ଓ ତାହାଙ୍କୁ ଧନ୍ୟବାଦ ଜଣାଏ ।
\s5
\v 7 ଆମ୍ଭେ ସମସ୍ତେ ନିଜ ପାଇଁ ନୁହେଁ କିନ୍ତୁ ପ୍ରଭୁଙ୍କ ପାଇଁ ଜୀବିତ ବା ମୁତ୍ୟୁବରଣ କରୁ ।
\v 8 ଆମ୍ଭେ ଜୀବିତ ରହିଲେ ପ୍ରଭୁଙ୍କ ପାଇଁ ଜୀବିତ ରହୁ ଓ ମୃତ୍ୟୁବରଣ କଲେ ମଧ୍ୟ ତାହାଙ୍କ ପାଇଁ ମୃତ୍ୟୁବରଣ କରୁ । ତେଣୁ ଜୀବିତ ରହୁ ବା ମୃତ୍ୟୁ ବରଣ କରୁ, ଆମ୍ଭେ ପରମେଶ୍ୱରଙ୍କର ହିଁ ଅଟୁ ।
\v 9 ସେଥିପାଇଁ ଖ୍ରୀଷ୍ଟ ମୃତ୍ୟୁବରଣ କଲେ ଓ ମୃତ୍ୟୁରୁ ପୁନଃଜୀବିତ ହେଲେ । ଖ୍ରୀଷ୍ଟ ଏପରି କରିବାର କାରଣ ଯେ, ଯେଉଁମାନେ ମରି ସାରିଛନ୍ତି ଓ ଯେଉଁମାନେ ଜୀବିତ ଅଛନ୍ତି, ସେ ସମସ୍ତଙ୍କର ପ୍ରଭୁ ହୋଇ ପାରିବେ ।
\s5
\v 10 ଅତଏବ, ତୁମ୍ଭେ ନିଜ ଭାଇଙ୍କର ବିଚାର କର ନାହିଁ । ନିଜକୁ ନିଜ ଭାଇଠାରୁ ଅଧିକ ଭଲ ବୋଲି ଭାବ ନାହିଁ । ଆମ୍ଭେ ସମସ୍ତେ ନ୍ୟାୟବିଚାର ପାଇଁ ପରମେଶ୍ୱରଙ୍କ ଆଗରେ ଠିଆ ହେବା, ଓ ସେ ଆମ୍ଭର ବିଚାର କରିବେ ।
\v 11 ଶାସ୍ତ୍ରରେ ଲେଖା ଅଛି: “ଆମେ ଜାଣୁ ପ୍ରତ୍ୟେକ ଲୋକର ମସ୍ତକ ନତ ହେବ ଏବଂ ପ୍ରତ୍ୟେକେ ଆପଣା ଆପଣା ଆଣ୍ଠୁକୁ ଭାଙ୍ଗିବେ ।”
\s5
\v 12 “ଅତଏବ ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କ ଛାମୁରେ ନଇଁବ ଏବଂ ପ୍ରତ୍ୟେକ ଜନ ମୋର ପ୍ରଶଂସା କରିବ ।”
\v 13 ଏଣୁ ଆମ୍ଭେ ଏକ ଆରେକକୁ ଦୋଷ ଦେବା ବନ୍ଦ କରିବା ଉଚିତ୍ । ଆମ୍ଭେ ଏପରି ସଂକଳ୍ପ ନେବା ଦରକାର, ଯେପରି ଆମ୍ଭର କାର୍ଯ୍ୟ ଦ୍ୱାରା ନିଜ ଭାଇ କି ଭଉଣୀ ପାପରେ ପଡିବେ ନାହିଁ ।
\s5
\v 14 ମୁଁ ପ୍ରଭୁ ଯୀଶୁଙ୍କଠାରେ ରହିଥିବାରୁ, ମୁଁ ଜାଣେ ଯେ, ନିଶ୍ଚୟ କୌଣସି ଭୋଜନ ଆପେ ଆପେ ଅଶୁଚି ହୁଏ ନାହିଁ । କିନ୍ତୁ ଯଦି ଜଣେ କୌଣସି ଖାଦ୍ୟକୁ ଅଶୁଚି ବୋଲି ବିଶ୍ୱାସ କରେ, ସେହି ଖାଦ୍ୟ ତା’ ପାଇଁ ଅଶୁଚି ହୁଏ ।
\v 15 ତାହାକୁ ସେ ଗ୍ରହଣ କରିବା ଅନୁଚିତ । ତୁମ୍ଭ ଖାଦ୍ୟ ଦ୍ୱାରା ତୁମ୍ଭେ ଯଦି ତୁମ୍ଭର ଭାଇର ବିଶ୍ୱାସକୁ ଆଘାତ ଦେଉଛ, ତା’ହେଲେ ତୁମ୍ଭେ ପ୍ରକୃତରେ ପ୍ରେମ ଦ୍ୱାରା ପରିଚାଳିତ ବ୍ୟକ୍ତି ଭଳି ବ୍ୟବହାର କରୁ ନାହିଁ । ସେ ମନ୍ଦ ଭାବୁଥିବା କୌଣସି ଖାଦ୍ୟ ଗ୍ରହଣ କରି ତୁମ୍ଭେ ତା'ର ବିଶ୍ୱାସକୁ ନଷ୍ଟ କର ନାହିଁ । ଖ୍ରୀଷ୍ଟ ସେ ଲୋକ ନିମନ୍ତେ ମଧ୍ୟ ପ୍ରାଣ ତ୍ୟାଗ କରିଥିଲେ ।
\s5
\v 16 ତୁମ୍ଭ ଦ୍ୱାରା ଭଲ ବୋଲି ଗଣିତ କର୍ମର କୌଣସି ବିଷୟକୁ ଅନ୍ୟମାନେ ମନ୍ଦ ବୋଲି ନ କୁହନ୍ତୁ ।
\v 17 ପ୍ରଭୁଙ୍କ ରାଜ୍ୟରେ ଖାଇବା ପିଇବା ଅଧିକ ଗୁରୁତ୍ତ୍ୱ ନୁହେଁ । ମହତ୍ତ୍ୱପୂର୍ଣ୍ଣ କଥା ହେଲା, ପରମେଶ୍ୱରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ର ଆତ୍ମାରେ ଆନନ୍ଦ କରିବ ।
\s5
\v 18 ଯେଉଁମାନେ ଖ୍ରୀଷ୍ଟଙ୍କ ସେବାରେ ରହି ଏହି ପ୍ରକାର ଜୀବନ ଯାପନ କରୁଛନ୍ତି, ସେମାନେ ପରମେଶ୍ୱରଙ୍କୁ ପ୍ରସନ୍ନ କରନ୍ତି । ଲୋକେ ମଧ୍ୟ ସେହି ଲୋକମାନଙ୍କୁ ଗ୍ରହଣ କରନ୍ତି ଓ ସମ୍ମାନ ଦିଅନ୍ତି ।
\v 19 ଅତଏବ ଆସ, ଆମ୍ଭେ ଶାନ୍ତି ଆଣୁଥିବା କାର୍ଯ୍ୟଗୁଡିକ ପରିଶ୍ରମ ପୂର୍ବକ କରିବା । ପରସ୍ପରକୁ ସାହାଯ୍ୟ ପ୍ରଦାନ କରୁଥିବା କାର୍ଯ୍ୟମାନ କରିବା ଯେପରି ସେସବୁ ଖ୍ରୀଷ୍ଟଙ୍କୁ ନିର୍ଭର ଏବଂ ବାଧ୍ୟ ହେବା ନିମନ୍ତେ ସାହାଯ୍ୟ କରିବ ।
\s5
\v 20 ଖାଦ୍ୟ ଯେପରି ପରମେଶ୍ୱରଙ୍କ କାମକୁ ନଷ୍ଟ ନ କରେ । ସମସ୍ତ ପ୍ରକାରର ଖାଦ୍ୟ ଖାଇବା ପାଇଁ ଯୋଗ୍ୟ । କିନ୍ତୁ ଏପରି ଖାଦ୍ୟ ଖାଇବା ଭୁଲ୍, ଯଦି ତାହା ଅନ୍ୟ ଜଣକୁ ପାପରେ ପଡିଯିବାର କାରଣ ହୋଇଥାଏ ।
\v 21 ଯଦି ତୁମ୍ଭର ଖାଦ୍ୟ ତୁମର ଭାଇ ବା ଭଉଣୀକୁ, ପାପକର୍ମ କରିବାକୁ ବାଧ୍ୟ କରେ, ତା’ହେଲେ ତୁମ୍ଭେ ମାଂସ ନ ଖାଇବା ଓ ଦ୍ରାକ୍ଷାରସ ନ ପିଇବା ଅଧିକ ଭଲ । ଏପରି କୌଣସି କାମ କରିବା ଉଚିତ୍ ନୁହେଁ ଯାହା ତୁମ୍ଭ ଭାଇ ବା ଭଉଣୀଙ୍କୁ ପାପ କରିବା ପାଇଁ ସୁଯୋଗ ଦିଏ ।
\s5
\v 22 ନିଜର ଏହି ଭଳି ବିଶ୍ୱାସଗୁଡିକୁ ପରମେଶ୍ୱର ଓ ତୁମ୍ଭ ନିଜ ଭିତରେ ଗୋପନୀୟ ଭାବେ ରଖ । ଯେଉଁ ଲୋକ ନିଜେ ବିଶ୍ୱାସ କରୁଥିବା କର୍ମମାନ କଲା ବେଳେ ନିଜକୁ ଦୋଷୀ ବୋଲି ଭାବେ ନାହିଁ, ସେହି ଲୋକ ବାସ୍ତବରେ ସୁଖୀ ଓ ଧନ୍ୟ ।
\v 23 କିନ୍ତୁ ଯଦି ଜଣେ, ସେ ଠିକ୍ କାମ କରୁଛି ବୋଲି ନିଶ୍ଚିତ ଭାବରେ ନ ଜାଣି ଭୋଜନ କରେ, ତା’ହେଲେ ସେ ନିଜକୁ ଦୋଷୀ କରେ । କାରଣ ସେ ବିଶ୍ୱାସରେ ଭୋଜନ କରେ ନାହିଁ । ଯଦି ଜଣେ ଠିକ୍ ନୁହେଁ ବୋଲି ଜାଣିପାରି ମଧ୍ୟ କୌଣସି କାମ କରେ, ତା’ହେଲେ ସେ ପାପ କରୁଛି ।
\s5
\c 15
\p
\v 1 ଆମ୍ଭେ ଆମ୍ଭର ବିଶ୍ୱାସ ପାଇଁ ବଳବାନ ଅଟୁ । ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାଯ୍ୟ କରିବା ଉଚିତ୍ ଏବଂ ସେମାନଙ୍କର ଦୁର୍ବଳତାରୁ ସେମାନଙ୍କୁ ଉଦ୍ଧାର କରିବା । ଆମ୍ଭେ କେବଳ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ ।
\v 2 ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ୍ । ସେମାନଙ୍କ ବିଶ୍ୱାସକୁ ବଳବାନ କରିବା ଓ ବଢାଇବା ଦୃଷ୍ଟିରୁ ଆମ୍ଭେ ସେମାନଙ୍କ ପାଇଁ କ’ଣ ଭଲ ତାହା ଭାବିବା ଉଚିତ୍ ।
\s5
\v 3 ଖ୍ରୀଷ୍ଟ ମଧ୍ୟ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟାକରି ନ ଥିଲେ । ତାହାଙ୍କ ବିଷୟରେ ଶାସ୍ତ୍ର କୁହେ: " ଯେଉଁମାନେ ତୁମ୍ଭର ଅପମାନ କରିଛନ୍ତି, ସେମାନେ ମୋର ବି ଅପମାନ କରିଛନ୍ତି ।" ଅପରପକ୍ଷେ ସେ ପରମେଶ୍ୱରକୁ ସନ୍ତୁଷ୍ଟ କରିବା ନିମନ୍ତେ ଚେଷ୍ଟା କରିଥିଲେ ।
\v 4 ଶାସ୍ତ୍ରରେ ଯେଉଁ କଥାମାନ ଲେଖା ଅଛି, ସେଗୁଡିକ ଦ୍ୱାରା ଆମ୍ଭର ଧୈର୍ଯ୍ୟ ଓ ଶକ୍ତି ବଢେ ଓ ଆମ୍ଭେ ଭରସା ଲାଭ କରୁ ।
\s5
\v 5 ଧୈର୍ଯ୍ୟ ଓ ଶକ୍ତି ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୁଏ । ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ ତୁମ୍ଭେ ସମସ୍ତେ ଯୀଶୁଙ୍କ ମାର୍ଗରେ ଶାନ୍ତିରେ ମିଳିମିଶି ରୁହ ।
\v 6 ତା’ହେଲେ ତୁମ୍ଭେ ସମସ୍ତେ ଏକତ୍ର ଭାବରେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ପରମେଶ୍ୱରଙ୍କୁ ମହିମା ପ୍ରଦାନ କରି ପାରିବ ।
\v 7 ତୁମ୍ଭେମାନେ ଯେଉଁମାନେ ରୋମ୍ ନଗରୀରେ ବାସ କରୁଅଛ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଅତଏବ ତୁମ୍ଭେମାନେ ପରସ୍ପରକୁ ଗ୍ରହଣ କର । ଏପରି କରିବା ଦ୍ୱାରା ତୁମେ ଯେ ଖ୍ରୀଷ୍ଟଙ୍କ ପରି ଆଚରଣ କରୁଅଛ ଏହା ଦେଖି ସେମାନେ ପରମେଶ୍ୱରଙ୍କର ପ୍ରଶଂସା କରିବେ ।
\s5
\v 8 ଏହି କର୍ମ ପରମେଶ୍ୱରଙ୍କୁ ମହିମା ପ୍ରଦାନ କରିବ । ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ୱର ଯିହୁଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୁଦୀମାନଙ୍କର ସେବକ ହେଲେ ।
\v 9 ଅଣଯିହୁଦୀ ଲୋକେ, ପରମେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ କରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ; ସେଥିପାଇଁ ମଧ୍ୟ ସେ ଏହା କଲେ । ଶାସ୍ତ୍ରରେ ଦାଉଦ ଈଶ୍ୱରଙ୍କୁ କହିଲେ, “ଯେପରି ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମକୁ ପ୍ରଶଂସା କରିବି; ମୁଁ ପ୍ରଶଂସାର ଗୀତ ଗାଇବି ।”
\s5
\v 10 ମୋଶା ଲେଖିଲେ “ଈଶ୍ୱରଙ୍କ ଲୋକମାନେ ଆନନ୍ଦ କର ।”
\v 11 ଶାସ୍ତ୍ରରେ ଦାଉଦ କହିଲେ, “ସଦାପ୍ରଭୁଙ୍କ ପ୍ରଶଂସା କର, ହେ ଅଣଯିହୁଦୀମାନେ ସମସ୍ତେ; ପ୍ରତ୍ୟେକେ ତାହାଙ୍କର ପ୍ରଶଂସା କର ।”
\s5
\v 12 ଯିଶାଇୟ ମଧ୍ୟ କୁହନ୍ତି, “ଦାଉଦଙ୍କର ବଂଶଧର ଅଣଯିହୁଦୀମାନଙ୍କ ଉପରେ ରାଜତ୍ୱ କରିବେ । ସେ ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ସଫଳ କରିବାକୁ ସାହସର ସହିତ ଅପେକ୍ଷା କରିବେ ।”
\s5
\v 13 ମୁଁ ସମସ୍ତ ଭରସା ଦୃଢତାରେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ୱାସ କାରଣରୁ ତୁମ୍ଭ ଜୀବନରେ ସମ୍ପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ । ତା’ ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ର ଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନରେ ଝରିବ ।
\s5
\v 14 ମୋ’ ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ତୁମ୍ଭେମାନେ ଭଲ ଗୁଣରେ ପରିପୂର୍ଣ୍ଣ । ତୁମ୍ଭମାନଙ୍କର ପ୍ରଚୁର ଜ୍ଞାନ ଅଛି ଓ ତୁମ୍ଭେ ମାନେ ପରସ୍ପରକୁ ଶିକ୍ଷା ଦେଇ ପାରିବ ।
\s5
\v 15 କିନ୍ତୁ ପୁନର୍ବାର ମନେ ପକାଇବା ପାଇଁ ମୁଁ ଖୋଲା ଖୋଲି ଭାବେ କେତେକ ବିଷୟରେ ଲେଖିଥିଲି । ପରମେଶ୍ୱରଙ୍କଠାରୁ ବିଶେଷ ଅନୁଗ୍ରହଦାନ ପାଇଥିବାରୁ, ମୁଁ ଏପରି କଲି କାରଣ ଈଶ୍ୱର ମୋତେ ପ୍ରେରିତ କରି ନିଯୁକ୍ତ କରିଅଛି ଆଉ ଏଥିନିମନ୍ତେ ମୁଁ ଯୋଗ୍ୟ ନୁହେଁ ।
\v 16 ପରମେଶ୍ୱର ମୋତେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସେବକ ହୋଇ ଅଣଯିହୁଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଯୁକ୍ତ କଲେ । ସେ ମୋତେ ସୁସମାଚାର ଶିକ୍ଷା ଦେବାର କାର୍ଯ୍ୟ କରିବା ନିମନ୍ତେ ନିଯୁକ୍ତ କଲେ । ଏପରି କରିବା ଉବ୍ଦେଶ୍ୟ ହେଲା ଯେ, ଖ୍ରୀଷ୍ଟଙ୍କଠାରେ ଅଣଯିହୁଦୀମାନଙ୍କୁ ପରମେଶ୍ୱର ଗ୍ରହଣ କରିବେ । ଏହି ଲୋକମାନେ ପରମେଶ୍ୱରଙ୍କ ପାଇଁ ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ର କରାଯାଇଥିବା ଏକ ଦାନ ସଦୃଶ ହେବେ ।
\s5
\v 17 ମୁଁ ଗର୍ବ କରେ ଯେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ରହି ମୁଁ ପରମେଶ୍ୱରଙ୍କ ସେବା କରିଛି ।
\v 18 ମୁଁ ନିଜେ କରିଥିବା କାର୍ଯ୍ୟ ବିଷୟରେ କିଛି କହିବି ନାହିଁ । ମୁଁ କେବଳ ସେହି କଥା ଗୁଡିକ କହିବି, ଯାହା ଖ୍ରୀଷ୍ଟ ଯୀଶୁ ମୋ’ଦ୍ୱାରା କରିଛନ୍ତି ଯଦ୍ଦ୍ୱାରା ଅଣଯିହୁଦୀମାନେ ପରମେଶ୍ୱରଙ୍କ ବାଧ୍ୟ ହେବେ । ସେମାନେ ମୋ’ କଥା ଓ କାର୍ଯ୍ୟ ପାଇଁ ପରମେଶ୍ୱରଙ୍କର ବାଧ୍ୟ ହୋଇଛନ୍ତି ।
\v 19 ସେମାନେ ଆଶ୍ଚର୍ଯ୍ୟ କର୍ମ ଓ ଅଭୂତ ଘଟଣା ମାଧ୍ୟମରେ ପବିତ୍ର ଆତ୍ମାଙ୍କର ଶକ୍ତିରେ ପରମେଶ୍ୱରଙ୍କୁ ମାନିଛନ୍ତି । ମୁଁ ଯିରୂଶାଲମଠାରୁ ଇଲ୍ଲୁରିକ ଚାରିପଟ ଅଞ୍ଚଳରେ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କଲି ଓ ମୋର ସେହି କାର୍ଯ୍ୟ ସମାପ୍ତ କଲି ।
\s5
\v 20 ମୁଁ ସେହି ସ୍ଥାନମାନଙ୍କରେ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର କରିବାକୁ ଇଚ୍ଛା କରେ, ଯେଉଁଠାରେ ଖ୍ରୀଷ୍ଟଙ୍କର ନାମ ମଧ୍ୟ ଲୋକମାନେ ଶୁଣି ନାହାନ୍ତି । ଏପରି କରିବା ଉଲେଖ୍ୟ ଯେ, ଅନ୍ୟ ଲୋକ ଦ୍ୱାରା ଆରମ୍ଭ କରା ଯାଇଥିବା ମୂଳଦୁଆ ଉପରେ କାର୍ଯ୍ୟକୁ ଯେପରି ମୁଁ ଆଉ ଥରେ ନ କରେ ।
\v 21 କିନ୍ତୁ ଶାସ୍ତ୍ରରେ ଏହିପରି ଲେଖା ହୋଇଛି: “ଯେଉଁ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ କିଛି ସୁସମ୍ବାଦ କେବେ ଶୁଣି ନାହାନ୍ତି, ସେମାନେ ତା’ଙ୍କୁ ଦେଖିବେ । ଯେଉଁମାନେ ତା’ଙ୍କ ବିଷୟରେ ଶୁଣି ନାହାନ୍ତି, ତା’ଙ୍କ ବିଷୟରେ ବୁଝିବେ ।”
\s5
\v 22 ସେଥିପାଇଁ ଅନେକ ଥର ମୋତେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଅଟକାଇ ଦିଆଯାଇଛି ।
\v 23 ଏବେ ଏହି ଅଞ୍ଚଳରେ ମୁଁ ମୋର କାର୍ଯ୍ୟ ସମାପ୍ତ କରିସାରିଛି । ବିଗତ ଅନେକ ବର୍ଷଧରି ମୁଁ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଇଚ୍ଛା କରୁଥିଲି ।
\s5
\v 24 ଅତଏବ ମୁଁ ଯେତେବେଳେ ସ୍ପେନକୁ ଯିବି, ସେତେବେଳେ ତୁମ୍ଭମାନଙ୍କୁ ଦେଖା କରିବି । ଆଶା କରେ ଯେ ସ୍ପେନକୁ ଯିବା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ସେଠାରେ ରହିବି ଓ ଆନନ୍ଦ ଉପଭୋଗ କରିବି । ତୁମ୍ଭେମାନେ ମୋତେ ମୋର ଯାତ୍ରାରେ ମଧ୍ୟ ସାହାଯ୍ୟ କରିପାରିବ ।
\v 25 ମାତ୍ର ଏବେ ମୁଁ ତୁମ୍ଭମାନଙ୍କୁ ପରିଦର୍ଶନ କରିବି ନାହିଁ କାରଣ ପରମେଶ୍ୱରଙ୍କର ଲୋକମାନଙ୍କ ନିମନ୍ତେ ଅର୍ଥ ନେଇ ଏବେ ମୁଁ ଯିରୁଶାଲମ ଯିବାକୁ ଉଦ୍ୟତ ।
\s5
\v 26 ଯିରୁଶାଲମଠାରେ ଥିବା ପରମେଶ୍ୱରଙ୍କ ଲୋକମାନେ ଗରିବ ଅଟନ୍ତି, ଏବଂ ମାକିଦନିଆ ଓ ଆଖାୟାର ବିଶ୍ୱାସୀ ଲୋକେ ଅର୍ଥ ସଂଗ୍ରହ କରିବା ପାଇଁ ସ୍ଥିର କରିଛନ୍ତି । ତେଣୁ ସେମାନେ ସେମାନଙ୍କର ସହାୟ ହୋଇପାରିବେ ।
\v 27 ସେମାନେ ଖୁସିରେ ଏହା କରିଛନ୍ତି । ଏହା ସେମାନଙ୍କର କର୍ତ୍ତବ୍ୟ ମଧ୍ୟ ଅଟେ । କାରଣ ଯିହୁଦୀମାନଙ୍କର ଆତ୍ମିକ ଆଶୀର୍ବାଦର ଅଂଶ ଅଣଯିହୁଦୀମାନେ ପାଇଛନ୍ତି । ଅତଏବ ଯିହୁଦୀମାନଙ୍କର ଉନ୍ନତି ପାଇଁ ଅଣଯିହୁଦୀମାନେ ସେମାନଙ୍କର ଜାଗତିକ ଆଶୀର୍ବାଦକୁ ବ୍ୟବହାର କରିବା ଉଚିତ୍ ।
\s5
\v 28 ଅତଏବ, ମୁଁ ଏହି ସେବାମୂଳକ କର୍ମ ଏକାଠି ଶେଷ କରିସାରିବା ପରେ ଏବଂ ଏହି ଧନକୁ ସୁରକ୍ଷିତ ଭାବରେ ଯିରୁଶାଲମର ଗରିବମାନଙ୍କୁ ଦେଲା ପରେ ତୁମ୍ଭମାନଙ୍କ ନଗର ବାଟ ଦେଇ ସ୍ପେନ ଯିବି । ଗଲା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ଓ ସେଠାରେ ରହିବି ।
\v 29 ମୁଁ ଜାଣେ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି, ସେତେବେଳେ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ଆଶୀର୍ବାଦ ନେଇ ଆସିବି ।
\s5
\v 30 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଅନୁରୋଧ କରେ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ମୋ’ପାଇଁ ପ୍ରାର୍ଥନା କରିବା ଦ୍ୱାରା ମୋତେ ସାହାଯ୍ୟ କର । ତୁମ୍ଭେମାନେ ପ୍ରଭୁ ଯୀଶୁ ଓ ଆତ୍ମାର ପ୍ରେମ ଲାଭ କରୁଥିବା ଦୃଷ୍ଟିରୁ ଏପରି କର ।
\v 31 ପ୍ରାର୍ଥନା କର ଯେପରି ଅବିଶ୍ୱାସୀ ଯିହୁଦୀମାନଙ୍କ କବଳରୁ ରକ୍ଷା ପାଇପାରିବି ଏବଂ ଏଥିପାଇଁ ମଧ୍ୟ ପ୍ରାର୍ଥନା କରେ ଯେ, ଯିରୁଶାଲମଠାରେ ଯାହା ସାହାଯ୍ୟ ପହଞ୍ଚିବ ସେଥିରେ ପରମେଶ୍ୱରଙ୍କ ଲୋକେ ପ୍ରସନ୍ନ ହେବ ।
\v 32 ତା'ପରେ ଯଦି ପରମେଶ୍ୱର ଇଚ୍ଛା କରନ୍ତି ତା’ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନେବି ।
\s5
\v 33 ଶାନ୍ତିଦାତା ପରମେଶ୍ୱର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ । ଆମେନ୍ ।
\s5
\c 16
\p
\v 1 ମୁଁ, ତୁମ୍ଭକୁ କେଙ୍କ୍ରେୟା ନଗରୀର ମଣ୍ତଳୀର ବିଶେଷ ସେବିକା, ଆମ୍ଭର ଧର୍ମ ଭଉଣୀ ଫୈବୀଙ୍କୁ ଏହି ଚିଠି ଦ୍ୱାରା ପରିଚିତ ଓ ସୁପାରିଶ କରୁଛି ।
\v 2 ମୁଁ ତୁମ୍ଭକୁ କହୁଛି ପରମେଶ୍ୱରଙ୍କ ଲୋକମାନଙ୍କ ପରି ପ୍ରଭୁଙ୍କଠାରେ ତାହାଙ୍କୁ ଗ୍ରହଣ କର । ତୁମ୍ଭଠାରୁ ତାହାଙ୍କର ଯାହା ଦରକାର, ସେଗୁଡିକ ଦ୍ୱାରା ତାହାଙ୍କୁ ସାହାଯ୍ୟ କର । ସେ ମୋତେ ଓ ଅନ୍ୟ ଅନେକ ଲୋକଙ୍କୁ ବହୁତ ସାହାଯ୍ୟ କରିଛନ୍ତି ।
\s5
\v 3 ପ୍ରୀସ୍କା ଓ ଆକ୍ୱିଲାଙ୍କୁ ମୋର ନମସ୍କାର । ସେମାନେ ଖ୍ରୀଷ୍ଟ ଯୀଶୁଙ୍କ କାମରେ ମୋର ସହକର୍ମୀ ଅଟନ୍ତି ।
\v 4 ସେମାନେ ମୋ’ର ଜୀବନ ରକ୍ଷା ଲାଗି ନିଜ ଜୀବନ ଦେଇ ମୃତ୍ୟୁବରଣ କରିବାକୁ ଇଛୁକ ଥିଲେ । ମୁଁ ସେମାନଙ୍କ ପ୍ରତି କୃତଜ୍ଞ । କେବଳ ମୁଁ ନୁହେଁ ସମସ୍ତ ଅଣଯିହୁଦୀୟ ମଣ୍ତଳୀର ଲୋକମାନେ ମଧ୍ୟ ସେମାନଙ୍କ ପ୍ରତି କୃତଜ୍ଞ ।
\v 5 ତାଙ୍କ ଘରେ ଏକତ୍ରୀତ ହେଉଥିବା ମଣ୍ତଳୀକୁ ମଧ୍ୟ ସେମାନଙ୍କୁ ନମସ୍କାର ଜଣାଏ । ମୋର ବନ୍ଧୁ ଏପାଇଁ ନେତାଙ୍କୁ ମୋର ସମ ନମସ୍କାର ଜଣାଅ । ଖ୍ରୀଷ୍ଟରେ ବିଶ୍ୱାସୀ ହେବାରେ ଏସିଆ ପ୍ରଦେଶରେ ସେ ହିଁ ପ୍ରଥମ ବ୍ୟକ୍ତି ଅଟନ୍ତି ।
\s5
\v 6 ମରିୟମଙ୍କୁ ନମସ୍କାର । ସେ ତୁମ୍ଭମାନଙ୍କ ପାଇଁ ବହୁତ କାମ କରିଛନ୍ତି ।
\v 7 ଆନ୍ଦ୍ରନିକ ଓ ତା’ଙ୍କ ସ୍ତ୍ରୀ ଯୂନିୟାଙ୍କୁ ନମସ୍କାର । ସେମାନେ ମୋର ଜ୍ଞାତି, ଓ ସେମାନେ ମୋ’ ସହିତ ବନ୍ଦୀ ହୋଇ କାରଗାରରେ ଥିଲେ । ସେମାନେ ପରମେଶ୍ୱରଙ୍କ ଅତି ପ୍ରସିଦ୍ଧ କାର୍ଯ୍ୟକର୍ତ୍ତା ଓ ମୋ’ଠାରୁ ପୂର୍ବରୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ଥିଲେ ।
\v 8 ପ୍ରଭୁଙ୍କଠାରେସ୍ଥିତ ମୋର ପ୍ରିୟ ମାତ୍ର ଆମ୍ପ୍ଲିଯାତାଙ୍କୁ ନମସ୍କାର ପୁଣି ପ୍ରଭୁରେ ଯୋଗ ଦିଅନ୍ତି ।
\s5
\v 9 ଖ୍ରୀଷ୍ଟଙ୍କ ସେବା ବିଷୟରେ ଆମ୍ଭର ସହକର୍ମୀ ଉର୍ବାଣ ଓ ମୋର ପ୍ରିୟତମ ମିତ୍ର ଆରିସ୍ତାଖୁଙ୍କୁ ମୋର ନମସ୍କାର ।
\v 10 ଆପେଲ୍ଲାଙ୍କୁ ମୋର ନମସ୍କାର, ଯିଏ ଖ୍ରୀଷ୍ଟଙ୍କ ସେବାରେ ପରୀକ୍ଷିତ ଓ ପ୍ରମାଣିତ । ଆରିସ୍ତବୁଲଙ୍କ ପରିବାରଜନଙ୍କୁ ମୋର ନମସ୍କାର ।
\v 11 ମୋର ଜ୍ଞାତି ହେରୋଦିୟୋନଙ୍କୁ ମୋର ନମସ୍କାର । ନାର୍କିସଙ୍କ ପରିଜନମାନଙ୍କୁ ନମସ୍କାର ଯେଉଁମାନେ ପ୍ରଭୁଙ୍କର ଅଟନ୍ତି ।
\s5
\v 12 ପ୍ରଭୁଙ୍କର ପରିଶ୍ରମୀ କାର୍ଯ୍ୟ କର୍ତ୍ତାକୁ ଫେଣା ଓ କ୍ରୁଫୋସାଙ୍କୁ ନମସ୍କାର । ମୋର ପ୍ରିୟ ପ୍ରଭୁଙ୍କ ସେବାରେ ପରିଶ୍ରମକାରିଣୀ ପର୍ଶିଙ୍କୁ ନମସ୍କାର ।
\v 13 ପ୍ରଭୁଙ୍କର ବିଶିଷ୍ଟ ସେବକରୂପେ ଓ ତାହାଙ୍କର ମା'ଙ୍କୁ ଯେ ମୋର ମାତା ଭଳି ତାହାଙ୍କୁ ମୋର ନମସ୍କାର ।
\v 14 ଅସୁଙ୍କ୍ରିତ, ଫ୍ଲେଗୋନ, ହର୍ମୀସ୍, ପାତ୍ରବା ଓ ହର୍ମାସ୍, ଏବଂ ସେମାନଙ୍କ ସହିତ ଥିବା ଭାଇମାନଙ୍କୁ ନମସ୍କାର ।
\s5
\v 15 ଫିଲଲଗ, ଯୁଲିଯା, ନୀରୂସ୍ ଓ ତାହାଙ୍କ ଭଉଣୀ, ଅଲୁମ୍ପା ଓ ସେମାନଙ୍କ ସହିତ ଥିବା ସମସ୍ତ ସାଧୁମାନଙ୍କୁ ନମସ୍କାର ।
\v 16 ତୁମ୍ଭେମାନେ ସମସ୍ତେ ପବିତ୍ର ଚୁମ୍ବନ ଦେଇ ଏକାରେକକୁ ଅଭିବାଦନ ଜଣାଅ । ଖ୍ରୀଷ୍ଟଙ୍କର ସମସ୍ତ ମଣ୍ତଳୀ ବା ବିଶ୍ୱାସୀ ସମୂହ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି ।
\s5
\v 17 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ କହିବାକୁ ଇଛାକରେ ଯେ, ଯେଉଁ ଲୋକମାନେ ତୁମ୍ଭ ଭିତରେ ଦଳଭେଦ ଓ ବିଘ୍ନ ଆଣିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କଠାରୁ ସତର୍କ ରୁହ । ଲୋକମାନଙ୍କର ବିଶ୍ୱାସକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କଠାରୁ ସତର୍କ ରୁହ । ଏଭଳି ଲୋକେ ତୁମ୍ଭେ ଗ୍ରହଣ କରିଥିବା ପ୍ରକୃତ ଶିକ୍ଷା ବିରୁଦ୍ଧରେ ଥାଆନ୍ତି ।
\v 18 ଏହି ଲୋକମାନଙ୍କଠାରୁ ଦୂରରେ ରୁହ । ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା ନ କରି କେବଳ ନିଜ ସୁଖରେ ମାତି ଥା’ନ୍ତି । ସେମାନେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁମାନେ ମନ୍ଦ ବିଷୟରେ ଜାଣି ନାହାନ୍ତି, ସେମାନଙ୍କୁ ଭୁଲାନ୍ତି ।
\s5
\v 19 ତୁମ୍ଭେମାନେ ଖ୍ରୀଷ୍ଟଙ୍କର ବାଧ୍ୟ ଅଟ; ସମସ୍ତେ ଏହା ଶୁଣିଛନ୍ତି । ମୁଁ ତୁମ୍ଭମାନଙ୍କ ପାଇଁ ବହୁତ ଖୁସି । କିନ୍ତୁ ମୁଁ ଇଚ୍ଛା କରେ ଯେ ତୁମ୍ଭେମାନେ ଭଲ ପାଇଁ ବିଚକ୍ଷଣ ହୁଅ ଯେପରି ତୁମେ ଉତ୍ତମ ବିଷୟ ଓ ମନ୍ଦଠାରୁ ପୃଥକ ରୁହ ।
\v 20 ଯଦି ତୁମେ ଏହି ସବୁ କର ଈଶ୍ୱର ଆମ୍ଭମାନଙ୍କୁ ତାହାଙ୍କର ଶାସ୍ତି ଦେବେ । ଶାନ୍ତିର ଦାତା ପରମେଶ୍ୱର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ । ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ ।
\s5
\v 21 ମୋର ସହକାରୀ ତୀମଥି ଓ ମୋର ସ୍ୱଜାତୀୟ ଯିହୁଦୀମାନେ ଲୂକୀୟ, ଯାସୋନ୍ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ।
\v 22 ଏହି ପତ୍ରର ଲେଖକ ମୁଁ ତର୍ତ୍ତୀୟ ଅଟେ । ମୁଁ ମଧ୍ୟ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନାମରେ ନମସ୍କାର କରୁଅଛି ।
\s5
\v 23 ମୋତେ ଓ ସମଗ୍ର ମଣ୍ତଳୀକୁ ଆତିଥ୍ୟ ପ୍ରଦାନ କରିଥିବା ଗାୟ ତୁମ୍ଭମାନଙ୍କୁ ପ୍ରଣାମ ଜଣାଉଅଛନ୍ତି । ଏରାଷ୍ଟ୍ର ନାମକ, ଏହି ନଗରର କୋଷାଧ୍ୟକ୍ଷ ଓ କ୍ୱାର୍ତ୍ତ ନାମକ ଜଣେ ଭାଇ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ।
\v 24 ମୁଁ ପାଉଲ ଗାୟଙ୍କ ଗୃହରେ ମୁଁ ଅଛି ଏବଂ ମୁଁ ଚାହେଁ ତାହାଙ୍କ ଗୃହରେ ଯେଉଁ ମଣ୍ଡଳୀ ଏକତ୍ରୀତ ହୁଅନ୍ତି, ସେମାନଙ୍କୁ ଅଭିବାଦନ ଜଣାଅ । ଏରାଷ୍ଟସ୍ ଯେ ନଗରୀର ବିତ୍ତ ସଂଚାଳକ ସେ ତୁମ୍ଭମାନଙ୍କୁ କ୍ୱାର୍ତ୍ତଙ୍କ ସହ ନମସ୍କାର ଜଣାନ୍ତି ।
\s5
\v 25 ଏଭାବେ ଓ ସେପ୍ରକାରେ ପରମେଶ୍ୱର ହିଁ ତୁମ୍ଭକୁ ସୁସ୍ଥିର କରି ପାରନ୍ତି । ମୁଁ ତୁମ୍ଭମାନଙ୍କୁ ସୁସ୍ଥିର ହେବା ପାଇଁ ଯେଉଁ ସମାଚାର ପ୍ରଚାର କରୁଛି ସେହି ସତ୍ୟ ସୃଷ୍ଟି ଆରମ୍ଭରୁ ଗୁପ୍ତ ଭାବରେ ଥିଲା
\v 26 ପରମେଶ୍ୱର ତାହାକୁ ପ୍ରକାଶିତ କରିବା ପାଇଁ ଆଦେଶ ଦେଇଛନ୍ତି । ଏହି ଗୁପ୍ତ ସତ୍ୟ ଏବେ ଆମ୍ଭକୁ ଓ ସମସ୍ତଙ୍କୁ ଜ୍ଞାତ କରାଯାଇଛି । ଭବିଷ୍ୟଦ୍‌ବକ୍ତାମାନଙ୍କର ଲେଖା ଦ୍ୱାରା ତାହା ପ୍ରକାଶିତ ହେଲା । ଏହା ଦ୍ୱାରା ସମସ୍ତ ଲୋକମାନଙ୍କର ପରମେଶ୍ୱରଙ୍କ ପାଇଁ ବିଶ୍ୱାସ ଓ ଆଜ୍ଞାକାରିତା ବଢି ପାରିବ ।
\s5
\v 27 ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯାହା ସେ ଆମ ନିମନ୍ତେ କରିଅଛନ୍ତି ତାହାଙ୍କ ମାଧ୍ୟମରେ ଏକ ମାତ୍ର ଜ୍ଞାନବାନ ପରମେଶ୍ୱରଙ୍କର ପ୍ରଶଂସା ଅନନ୍ତ କାଳ ପାଇବା ନିମନ୍ତେ ଯୋଗ୍ୟ ତାହାଙ୍କର ହେଉ । ଆମେନ୍ ।