or_udb/45-ACT.usfm

1498 lines
416 KiB
Plaintext

\id ACT
\ide UTF-8
\h ରେରିତମାନଙ୍କ କାର୍ଯ୍ୟର ବିବରଣ
\toc1 ରେରିତମାନଙ୍କ କାର୍ଯ୍ୟର ବିବରଣ
\toc2 ରେରିତମାନଙ୍କ କାର୍ଯ୍ୟର ବିବରଣ
\toc3 act
\mt1 ରେରିତମାନଙ୍କ କାର୍ଯ୍ୟର ବିବରଣ
\s5
\c 1
\p
\v 1 ପ୍ରିୟ ଥିୟଫିଲ, ମୋର ପ୍ରଥମ ପୁସ୍ତକରେ ଯାହା ମୁଁ ତୁମକୁ ଲେଖିଥିଲି ତାହା ଯୀଶୁଖ୍ରୀଷ୍ଟ ସ୍ୱର୍ଗକୁ ନୀତ ହେବା ପୂର୍ବରୁ ଯେଉଁ ସମସ୍ତ ବିଷୟ ସେ ଶିକ୍ଷା ଦେଇଥିଲେ ଓ କରିଥିଲେ I
\v 2 ଯୀଶୁ ସ୍ୱର୍ଗକୁ ଯିବା ପୂର୍ବରୁ, ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ସମସ୍ତ ସେ ଯାହା ଚାହୁଁଥିଲେ ସେ ବିଷୟ ଜାଣିବା ପାଇଁ କହିଥିଲେ I
\v 3 ସେ କୃଶରେ ଯନ୍ତ୍ରଣା ସହି ମୃତ୍ୟୁଭୋଗ କରି ଜୀବିତ ହେଲେ I ସେ ବାରମ୍ବାର ଚାଳିଶ ଦିନ ମଧ୍ୟରେ ଦର୍ଶନ ଦେଲେ, ଓ ଶିଷ୍ୟମାନେ ଅନେକ ଥର ତାଙ୍କୁ ଦେଖିଲେ I ସେ ପୁନଃଜୀବିତ ଅଟନ୍ତି ବୋଲି ଅନେକ ପ୍ରମାଣ ଦେଲେ I ଈଶ୍ୱର ତାଙ୍କ ରାଜ୍ୟରେ ଲୋକମାନଙ୍କୁ କିପରି ରାଜତ୍ୱ କରିବେ ସେ ବିଷୟରେ ତାଙ୍କ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କଲେ I
\s5
\v 4 ଥରେ ସେ ସେମାନଙ୍କ ସହିତ ଥିବା ସମୟରେ କହିଲେ ଯେ, "ତୁମ୍ଭେମାନେ ଯିରୂଶାଲମ ପରିତ୍ୟାଗ କର ନାହିଁ I ମାତ୍ର ଯେପର୍ଯ୍ୟନ୍ତ ମୋର ପିତା ପବିତ୍ର ଆତ୍ମାଙ୍କୁ ତାଙ୍କ ପ୍ରତିଜ୍ଞା ଅନୁସାରେ ତୁମ ନିକଟକୁ ପ୍ରେରଣ କରି ନାହାନ୍ତି ସେ ପର୍ଯ୍ୟନ୍ତ ଅପେକ୍ଷା କର I ଏ ସମନ୍ଧରେ ମୁଁ ତୁମ୍ଭମାନଙ୍କୁ ଆଗରୁ କହିଅଛି I
\v 5 ଯୋହନ ଜଳରେ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ, ମାତ୍ର କିଛି ଦିନ ପରେ ଈଶ୍ୱର ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ I
\s5
\v 6 ଦିନେ ଶିଷ୍ୟମାନେ ଯୀଶୁଙ୍କୁ ଏକତ୍ର ହୋଇ ସାକ୍ଷାତ କରି ପଚାରିଲେ, "ପ୍ରଭୁ, ଆପଣ କ’ଣ ଏହି ସମୟରେ ଇସ୍ରାଏଲ ଉପରେ ରାଜତ୍ୱ କରିବେ?"
\v 7 ସେ ସେମାନଙ୍କୁ ଉତ୍ତର ଦେଲେ, "ସେହି କାଳ ଓ ସମୟ ଜାଣିବା ତୁମ୍ଭମାନଙ୍କର ଆବଶ୍ୟକ ନୁହେଁ I ତାହା କେବେ ଘଟିବ କେବଳ ମୋର ପିତା ନିର୍ଣ୍ଣୟ କରିସାରିଛନ୍ତି I
\v 8 କିନ୍ତୁ ପବିତ୍ର ଆତ୍ମା ଯେତେବେଳେ ଆସିବେ ସେ ତୁମ୍ଭମାନଙ୍କୁ ଶକ୍ତିଯୁକ୍ତ କରିବେ I ତହିଁ ଉତ୍ତାରେ ତୁମ୍ଭେମାନେ ମୋ’ ବିଷୟରେ ସମସ୍ତ ଲୋକମାନଙ୍କୁ ଯିରୂଶାଲମରେ, ସମସ୍ତ ଯିହୁଦା ପ୍ରଦେଶରେ, ଶମିରୋଣରେ, ଓ ସମଗ୍ର ଜଗତରେ କହିବ I
\s5
\v 9 ଏହା କହିଲା ପରେ ସେ ସ୍ୱର୍ଗକୁ ଗଲେ, ଓ ଗୋଟିଏ ମେଘ ସେମାନଙ୍କୁ ଆଚ୍ଛାଦିତ କଲା ଆଉ ସେମାନେ ଯୀଶୁଙ୍କୁ ଦେଖି ପାରିଲେ ନାହିଁ I
\v 10 ଯୀଶୁ ସ୍ୱର୍ଗକୁ ନୀତ ହେବା ବେଳେ ଶିଷ୍ୟମାନେ ଆକାଶକୁ ଅନାଇ ରହିଲେ ଆଉ ହଠାତ୍ ଧଳା ଲୁଗା ପିନ୍ଧିଥିବା ଦୁଇଜଣ ପୁରୁଷ ସେମାନଙ୍କ ପାଖରେ ଛିଡା ହେଲେ ଓ ସେମାନେ ଦୂତ ଥିଲେ I
\v 11 ସେମାନଙ୍କ ମଧ୍ୟରୁ ଜଣେ କହିଲେ, "ହେ ଗାଲିଲୀୟ ଲୋକମାନେ ଆକାଶକୁ ଚାହିଁ ରୁହ ନାହିଁ ! ଦିନେ ଏହି ଯୀଶୁ ଯାହାଙ୍କୁ ଈଶ୍ୱର ସ୍ୱର୍ଗକୁ ନେଲେ ପୁଣି ଆସିବେ I ଯେପରି ତୁମ୍ଭେମାନେ ତାଙ୍କୁ ସ୍ୱର୍ଗକୁ ଯିବାର ଦେଖିଲ ସେପରି ସେ ଆସିବେ I"
\s5
\v 12 ଏହା ପରେ ଦୁଇ ଦୂତ ଫେରି ଗଲେ ଓ ଶିଷ୍ୟମାନେ ମଧ୍ୟ ଜୀତ ପର୍ବତରୁ ଯିରୂଶାଲମକୁ ଫେରିଗଲେ ଯାହା ଅଳ୍ପ ବାଟ ଥିଲା I
\v 13 ନଗରରେ ପ୍ରବେଶ କଲା ପରେ ଯେଉଁ ଘରେ ରହୁଥିଲେ ସେହି ଗୃହର ଉପର କୋଠରୀକୁ ଗଲେ I ସେମାନଙ୍କ ନାମ ଏ ପ୍ରକାରର-ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବର୍ଥଲମୀ, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, 'ଉଦଯୋଗୀ' ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୁଦା I
\v 14 ଏ ସମସ୍ତ ପ୍ରେରିତ ମିଳିତ ଭାବେ ନିରନ୍ତର ପ୍ରାର୍ଥନା ଆରମ୍ଭ କଲେ I ଅନ୍ୟମାନେ ମଧ୍ୟ ସେମାନଙ୍କ ସହିତ ପ୍ରାର୍ଥନାରେ ଥିଲେ ସେମାନେ ହେଲେ ମରିୟମ, ଯୀଶୁଙ୍କ ମାତା ଓ ତାଙ୍କ ଭାଇମାନେ I
\s5
\v 15 ସେହି ଦିନମାନଙ୍କରେ ପିତର ଅନ୍ୟ ସହ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ଠିଆ ହେଲେ I ସେଠାରେ ୧୨୦ ଜଣ ଯୀଶୁଙ୍କର ଅନୁଗମନକାରୀ ଥିଲେ I
\v 16 ସେ କହିଲେ, " ଭାଇମାନେ ଯିହୁଦାଙ୍କ ବିଷୟରେ ଅନେକ ବର୍ଷ ପୂର୍ବେ ଦାଉଦ ଲେଖି ଥିଲେ I ତାହା ସତ୍ୟ ଏବଂ ସଫଳ ହେବାକୁ ଥିଲା, କାରଣ ଏହା ପବିତ୍ର ଆତ୍ମାଙ୍କ ଦ୍ୱାରା ଦାଉଦ ଲେଖିଥିଲେ I
\s5
\v 17 ଯଦିଓ ଯିହୁଦା ଆମ ପରି ଜଣେ ପ୍ରେରିତ ଥିଲେ, ସେ ଯୀଶୁଙ୍କୁ ଯେଉଁମାନେ ବନ୍ଦୀ ଓ ହତ୍ୟା କଲେ ସେମାନଙ୍କୁ ସାହାଯ୍ୟ କଲେ I"
\v 18 ତେବେ ଏହି ମନ୍ଦ କାର୍ଯ୍ୟ କରିବା ଦ୍ୱାରା ଯିହୁଦା ଅର୍ଥ ପାଇଲେ ଓ ସେହି ଅର୍ଥରେ ସେ ଖଣ୍ଡେ ଜମି କିଣିଲେ I ପରେ ସେ ଭୂମିରେ ପଡ଼ିବା ପରେ ତାଙ୍କ ଶରୀର ଦୁଇ ଭାଗ ହେଲା ଓ ତାଙ୍କ ଅନ୍ତବୁଜୁଳା ବାହାରି ଗଲା I
\v 19 ଆଉ, ଏହା ଯିରୁଶାଲମରେ ବାସ କରୁଥିବା ଲୋକମାନେ ଶୁଣିଲେ ତେଣୁ ସେମାନେ ସେହି ଜମିକୁ ଅରାମିକ୍ ଭାଷାରେ 'ହକଲଦମା' ନାମ ଦେଲେ ଯାହାର ଅର୍ଥ ରକ୍ତକ୍ଷେତ୍ର, କାରଣ ଏହି ସ୍ଥାନରେ ଜଣେ ମୃତ୍ୟୁ ବରଣ କରିଥିଲେ I
\s5
\v 20 ପିତର ମଧ୍ୟ କହିଲେ, "ଗୀତସଂହିତIରେ ଯେପରି ଯିହୁଦାଙ୍କ ବିଷୟରେ ଲେଖାଅଛି ସେପରି ଘଟିଲା, ତାହାର ବାସସ୍ଥାନ ଶୂନ୍ୟ ହେଉ, ସେଠାରେ କେହି ବାସ ନ କରୁ I ଅନ୍ୟ ଶବ୍ଦରେ ଦାଉଦ ମଧ୍ୟ କହନ୍ତି, " ତାହାର ଅଧ୍ୟକ୍ଷପଦ ଅନ୍ୟ ଜଣେ ପାଉ I"
\s5
\v 21 ତେବେ ପ୍ରେରିତମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଯିହୁଦାଙ୍କ ସ୍ଥାନରେ ମନୋନୀତ କରିବା ଆବଶ୍ୟକ ଥିଲା I ଯିଏ ଆମ ସହିତ ସବୁବେଳେ ଯୀଶୁ ଥିବା ସମୟରେ ଥିଲେ I
\v 22 ବାପ୍ତିଜକ ଯୋହନ ବାପ୍ତିସ୍ମ ଦେବା ସମୟଠାରୁ ଆରମ୍ଭ କରି ଆମ୍ଭମାନଙ୍କ ନିକଟରୁ ଯୀଶୁ ଉର୍ଦ୍ଦକୁନୀତ ହେବା ପର୍ଯ୍ୟନ୍ତ ସେ ଗମନାଗମନ କରୁଥିଲେ I ସେ ପୁନରୁତ୍ଥାନର ସାକ୍ଷୀ ହେବା ଆବଶ୍ୟକ I
\v 23 ତେବେ ପ୍ରେରିତ ଓ ଅନ୍ୟ ବିଶ୍ୱାସୀ ଦୁଇ ଜଣଙ୍କର ନାମ ପ୍ରସ୍ତାବ କଲେ I ଜଣଙ୍କ ନାମ ଯୋଷେଫ ବର୍ଶବ୍‌ବା, ଯାହାକୁ ଯୁସ୍ତ ବୋଲି ଡକାଯାଏ I ଅନ୍ୟ ଜନକ ନାମ ମଥିୟ I
\s5
\v 24 ପୁଣି ସେମାନେ ପ୍ରାର୍ଥନା କଲେ," ପ୍ରଭୁ ଯୀଶୁ, ଯିହୁଦା ପାପ କରି ପ୍ରେରିତ ପଦରୁ ପତିତ ହୋଇଅଛି, ସେହି ପଦକୁ ଗ୍ରହଣ କିରବା ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ ତାହା ଦେଖାଇଦିଅ I
\v 25 ଆଉ, ସେମାନେ ସେହି ଦୁଇ ଜଣଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ପୁଣି ମଥିୟଙ୍କ ନାମରେ ଗୁଲି ଉଠିଲା; ସେଥିରେ ସେ ଏକାଦଶ ପ୍ରେରିତଙ୍କ ସହିତ ଗଣିତ ହେଲେ I
\v 26 ତା'ପରେ ପ୍ ରରେିତମାନେ ଏହି ଦୁହିଁଙ୍କ ନାମ ରେ ଗୁଳା ପକାଇଲେ। କାଗଜ ରେ ଲଖାେଥିବା ଗୁଳା ମଥିୟଙ୍କ ନାମ ରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ ରରେିତଙ୍କ ସହିତ ଜଣେ ପ୍ ରରେିତ ହିସାବ ରେ ଗଣିତ ହେଲେ।
\s5
\c 2
\p
\v 1 ଯେଉଁଦିନ ଯିହୁଦୀମାନେ ପେଣ୍ଟିକଷ୍ଟ ପର୍ବ ପାଳନ କରୁଥିଲେ ସମସ୍ତ ବିଶ୍ୱାସୀମାନେ ଯିରୁଶାଲମରେ ଗୋଟିଏ ସ୍ଥାନରେ ଏକତ୍ରୀତ ହୋଇଥିଲେ ।
\v 2 ସେତେବେଳ ହଠାତ୍ ଆକାଶରୁ ଗୋଟିଏ ଭୀଷଣ ଝଡ଼ ବହିବା ପରି ଶବ୍ଦ ଶୁଣାଗଲା । ଘର ଭିତରେ ବସିଥିବା ସମସ୍ତେ ଏହି ଶବ୍ଦ ଶୁଣିଲେ I
\v 3 ସେମାନେ ଅଗ୍ନିଶିଖା ପରି କିଛି ଦେଖିଲେ। ଏହି ଅଗ୍ନିଶିଖାସବୁ ଭାଗ ଭାଗ ହୋଇଥିଲା I ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଅଧିଷ୍ଠାନ କଲା ।
\v 4 ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ । ପବିତ୍ର ଆତ୍ମାଙ୍କ ଦ୍ୱାରା ପାଉଥିବା ଶକ୍ତି ସାହାଯ୍ୟରେ ସେମାନେ ଭିନ୍ନ ଭିନ୍ନ ଭାଷାରେ କଥା କହିବାକୁ ଆରମ୍ଭ କଲେ I
\s5
\v 5 ସେହି ସମୟରେ ପୃଥିବୀର ସବୁ ଦେଶରୁ ଯିହୁଦୀ ଭକ୍ତମାନେ ଆସି ଯିରୂଶାଲମରେ ରହୁଥିଲେ । ସେମାନେ ଯିହୁଦୀ ଥିଲେ ଓ ଈଶ୍ୱରଙ୍କ ଉପାସନା କରୁଥିଲେ I ସେମାନେ ଭିନ୍ନ ଭିନ୍ନ ଦେଶରୁ ଆସିଥିଲେ I
\v 6 ପବନ ବହୁ ଥିବା ଏହି ଶବ୍ଦ ଶୁଣିବା ମାତ୍ରେ ସେମାନଙ୍କ ଭିତରୁ ବହୁତ ଲୋକ ଯେଉଁଠାରେ ବିଶ୍ୱାସୀମାନେ ଥିଲେ ସେଠାରେ ଆସି ଜମା ହୋଇ ଆଶ୍ଚର୍ଯ୍ୟ ହୋଇଗଲେ । ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେମାନେ ନିଜେ ଯେଉଁ ଭାଷାରେ କଥା ହେଉଥିଲେ, ପ୍ରେରିତମାନେ ସେହି ସେହି ଭାଷାରେ କଥା ହେଉଥିବାର ଶୁଣିଲେ ।
\v 7 ଏଥିରେ ଯିହୁଦୀମାନେ ଆଶ୍ଚର୍ଯ୍ୟ ହୋଇ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, " ଦେଖ, ଏହିପରି କଥା କହିଥିବା ଏହି ସମସ୍ତ ଲୋକ ଗାଲିଲୀର ନୁହନ୍ତି କି? ଏମାନେ କିପରି ଆମର ଭାଷା ଜାଣିଲେ?
\s5
\v 8 କିନ୍ତୁ ଆମ୍ଭେମାନେ ସେମାନଙ୍କୁ ଆମ୍ଭ ମାତୃଭାଷାରେ କଥା କହିବାର କିପରି ଶୁଣୁଅଛୁ? ଏହା କିପରି ସମ୍ଭବ!
\v 9 ଆମ୍ଭମାନଙ୍କୁ ମଧ୍ୟରୁ କେତେକ ଏଠାକୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛୁ । ପାର୍ଥୀୟ, ମାଦୀୟ ଓ ଏଲାମୀୟ ପୁଣି ମେସପତାମିଆର ଲୋକମାନେ, ଏବଂ ଯିହୁଦା, କାପ୍ପାଦକିଆ, ପନ୍ତ ଓ ଆସିଆର,
\v 10 ଫ୍ରୁଗିଆ ଓ ପ୍ରଫୁଲିଆ, ମିଶର ନିବାସୀ କୂରୀଣୀୟ ନିକଟବର୍ତ୍ତୀ ଲିବିଆ ପ୍ରଦେଶ ଲୋକେ ରୋମ ନଗରରୁ ଆସିଥିବା ତଥା କ୍ରୀତୀୟ ଓ ଆରବୀୟ ପରିଦର୍ଶକଗଣ ।
\v 11 ଆମ୍ଭ ଭିତରୁ କେତେଜଣ ଜନ୍ମରୁ ଯିହୁଦୀ ଏବଂ ଅନ୍ୟ କେତେକ ଯିହୁଦୀ ଧର୍ମଗ୍ରହଣ କରିଥିବା ଲୋକ । ଆମ୍ଭମାନଙ୍କୁ ମଧ୍ୟରୁ କେତେକ ଭିନ୍ନ ଭିନ୍ନ ଦେଶରୁ ଆସିଛୁ । କିନ୍ତୁ ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭ ନିଜ ଭାଷା କହିବାର ଶୁଣୁଛୁ । ସେମାନେ ପରମେଶ୍ୱରଙ୍କର ମହତ୍‌କାର୍ଯ୍ୟକୁ ଆମ୍ଭ ଭାଷାରେ କିପରି ବର୍ଣ୍ଣନା କରୁଛନ୍ତି?
\s5
\v 12 ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ କ’ଣ ଘଟୁଛି ତାହା ଜାଣି ପାରିଲେ ନାହିଁ । ସେମାନେ ପରସ୍ପରକୁ ପଚାରିଲେ, "ଏ ସବୁ କ'ଣ ?
\v 13 କିନ୍ତୁ ଅନ୍ୟମାନେ ସେସବୁ ଦେଖି ପ୍ରେରିତମାନଙ୍କୁ ଉପହାସ କରି କହିଲେ, "ଏମାନେ ସମସ୍ତେ ମଦ ପିଇ ମାତାଲ ହୋଇ ଏପରି କରୁଛନ୍ତି ।"
\s5
\v 14 ପିତର ସେହି ଏଗାର ଜଣ ପ୍ରେରିତ ସହ ଠିଆ ହୋଇ ସେହି ଲୋକମାନଙ୍କୁ ବଡ଼ ପାଟିରେ କହିଲେ, " ହେ ଯିହୁଦୀୟମାନେ, ହେ ଯିରୂଶାଲମବାସୀ ସମସ୍ତେ ମୋ କଥା ଶୁଣ, କ'ଣ ଘଟୁଅଛି ତାହା ମୁଁ ବର୍ଣ୍ଣନା କରିବା ପାଇଁ ଚାହେଁ I
\v 15 ତୁମ୍ଭେମାନେ ଅନୁମାନ କରୁଛ ଯେ, ଆମ୍ଭେମାନେ ମାତାଲ, କିନ୍ତୁ ତାହା ନୁହେଁ, କାରଣ ବର୍ତ୍ତମାନ ତ ସକାଳ ନ'ଟା ବାଜିଛି । ଏପରି ସମୟରେ କେହି ମାତାଲ ହୁଅନ୍ତି ନାହିଁ I
\s5
\v 16 ମାତ୍ର ଏବେ ଯାହା ଘଟୁଅଛି ତାହା ଆଶ୍ଚର୍ଯ୍ୟ ଓ ସେ ବିଷୟରେ ବହୁ ବର୍ଷ ପୂର୍ବରୁ ଭାବବାଦୀ ଯାୟେଲ ଲେଖିଥିଲେ I ସେ ଲେଖିଲେ "ପରମେଶ୍ୱର କହନ୍ତି,
\v 17 "ଶେଷ ସମୟରେ ମୁଁ ସମସ୍ତଙ୍କ ଉପରେ ମୋର ଆତ୍ମା ଢ଼ାଳି ଦେବି । ଯାହା ଦ୍ୱାରା ତୁମ୍ଭମାନଙ୍କର ପୁଅ ଝିଅମାନେ ଭବିଷ୍ୟତ ବାଣୀ କହିବେ । ତୁମ୍ଭମାନଙ୍କର ଯୁବକମାନେ ଦର୍ଶନ ପାଇବେ ଓ ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ ।
\s5
\v 18 ହଁ, ସେତେବେଳେ ମୁଁ ନିଜ ସେବକମାନଙ୍କ ଉପରେ ନିଜ ଆତ୍ମା ଢ଼ାଳି ଦେବି, ଯେପରି ସେମାନେ ଭବିଷ୍ୟତବାଣୀ କହିବେ ।
\v 19 ମୁଁ ଉପରିସ୍ଥ ଆକାଶରେ ବିସ୍ମୟଜନକ କାର୍ଯ୍ୟ ଓ ନୀଚ୍ଚସ୍ଥ ପୃଥିବୀରେ ରକ୍ତ ନିଆଁ ମେଘ, ଧୂଆଁର ଚିହ୍ନମାନ ଦେଖାଇବି । ଏହି ପୃଥିବୀ ରକ୍ତ, ଅଗ୍ନି, ଓ ଧୂଆଁରେ ପରିପୂର୍ଣ୍ଣ ହେବ I
\s5
\v 20 ଆକାଶରେ ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତ ବର୍ଣ୍ଣ ଦେଖାଯିବ । ପ୍ରଭୁଙ୍କର ବିଚାର ଦିନ ପୂର୍ବରୁ ଏହି ସବୁ ଘଟିବ I
\v 21 ଏବଂ ସେତେବେଳ ଯେ କେହି ପ୍ରଭୁଙ୍କ ନାମ ଡାକିବ, ସେ ଉଦ୍ଧାର ପାଇବ ।
\s5
\v 22 ପିତର କହିଲେ "ହେ ଇସ୍ରାଏଲର ଲୋକମାନେ, ଏହି ସବୁ କଥା ଶୁଣ! ଯେତେବେଳେ ନାଜରିତୀୟ ଯୀଶୁ ତୁମ ମଧ୍ୟରେ ଥିଲେ ଈଶ୍ୱର ତୁମକୁ ପ୍ରମାଣିତ କଲେ ଯେ ସେ ଈଶ୍ୱରଙ୍କ ଦ୍ୱାରା ପ୍ରେରିତ ହୋଇ ସବୁ ଶକ୍ତିଶାଳୀ କାର୍ଯ୍ୟ ଏବଂ ଆଶ୍ଚର୍ଯ୍ୟ ଘଟଣା ସବୁ କରିଥିଲେ I ଏହା ତୁମ୍ଭେ ନିଜେ ଜାଣ ଯେ ଏହା ସତ୍ୟ I
\v 23 ତୁମ୍ଭେମାନେ ଏ ସମସ୍ତ ଜାଣି ସୁଧା ଏହି ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲ I କିନ୍ତୁ ଏହା ଈଶ୍ୱରଙ୍କ ଯୋଜନା ଥିଲା ଓ ସେ ସବୁ ଜାଣି ଥିଲେ I ପୁଣି ତୁମ୍ଭେ ଈଶ୍ୱରଙ୍କ ଆଜ୍ଞା ଲଘଂନକାରୀମାନଙ୍କ ସାହାଯ୍ୟରେ ଯୀଶୁଙ୍କୁ କ୍ରୁଶରେ ଚ଼ଢ଼େଇ କଣ୍ଟା ବାଡ଼େଇ ହତ୍ୟା କରିଦେଲ ।
\v 24 ଯୀଶୁଙ୍କ ମୃତ୍ୟୁ ବରଣ କଲେ କିନ୍ତୁ ଈଶ୍ୱର ତାହାଙ୍କୁ ପୁଣି ଉଠାଇଲେ । ମୃତ୍ୟୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ । ଈଶ୍ୱର ତାହାଙ୍କୁ ଜୀବିତ କଲେ I
\s5
\v 25 ଦାଉଦ ତାହାଙ୍କ ବିଷୟରେ କହିଥିଲେ, ବହୁ ବର୍ଷ ପୂର୍ବେ ଯାହା ଯୀଶୁ କହିଥିଲେ ତାହା ଦାଉଦ ଲେଖିଥିଲେ, ମୁଁ ଜାଣେ ପ୍ରଭୁ ଈଶ୍ୱର ସର୍ବଦା ମୋର ପ୍ରାର୍ଥନା ଶୁଣନ୍ତି I ସେ ମୋ ପାଖରେ ଅଛନ୍ତି, ତେଣୁ ମୁଁ ମୋର କ୍ଷତି କରିବା ବ୍ୟକ୍ତିମାନଙ୍କୁ ଭୟ କରିବି ନାହିଁ I
\v 26 ଏଥି ନିମନ୍ତେ ମୋର ମନ ପ୍ରଫୁଲ୍ଲିତ ହେଲା ଓ ମୁଁ ଆନନ୍ଦ କଲି । ଯଦିଓ ଦିନେ ମୁଁ ମରିବି, ମୁଁ ଜାଣେ ତୁମେ ମତେ ସର୍ବଦା ସାହାଯ୍ୟ କରିବ I
\s5
\v 27 ତୁମ୍ଭେ ମୋର ଆତ୍ମାକୁ ମୃତମାନଙ୍କ ସ୍ଥାନରେ ଛାଡ଼ିଦେବ ନାହିଁ । ତୁମ୍ଭେ ମୋର ଶରୀରକୁ କବରରେ କ୍ଷୟ ହେବାକୁ ଦେବ ନାହିଁ । କାରଣ ମୁଁ ତୁମ ପ୍ରତି ସମର୍ପିତ ଓ ସର୍ବଦା ତୁମର ବାଧ୍ୟ ଅଟେ I
\v 28 ତୁମ୍ଭେ ମୋତେ ଜୀବନର ପଥ ଦେଖାଇଅଛ । ତୁମ୍ଭ ଉପସ୍ଥିତରେ ମୋତେ ବହୁତ ଆନନ୍ଦ ମିଳେ ।
\s5
\v 29 " ହେ ମୋର ଯିହୁଦୀ ଭାଇମାନେ, ମୁଁ ବିଶ୍ୱାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦ ରାଜାଙ୍କ ବିଷୟରେ ତୁମ୍ଭମାନଙ୍କୁ କହିପାରିବି । ସେ ମୃତ୍ୟୁ ବରଣ କଲେ ଓ ତାଙ୍କୁ କବର ଦିଆଯାଇଛି, ଏବଂ ତାହାଙ୍କର ଏହି କବର ଆଜି ପର୍ଯ୍ୟନ୍ତ ଅଛି ।
\v 30 ଦାଉଦ ରାଜା ଜଣେ ଭାବବାଦୀ ଥିଲେ । ସେ ଜାଣିଥିଲେ, ପରମେଶ୍ୱର ତାହାଙ୍କ ପାଖରେ ପ୍ରତିଜ୍ଞା କରିଥିଲେ, ଯେ ତାହାଙ୍କ ବଂଶଧର ମଧ୍ୟରୁ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବେ ।
\v 31 ଏଣୁ ଭବିଷ୍ୟତରେ ଯାହା ଘଟିବ, ତାହା ଦାଉଦ ପୂର୍ବରୁ ଜାଣିପାରିଥିଲେ I ଈଶ୍ୱର ଖ୍ରୀଷ୍ଟଙ୍କୁ ପୁନରୁତ୍ଥାନ କରିଥିଲେ, ତାହାଙ୍କୁ ମୃତ୍ୟୁର ସ୍ଥାନରେ ଛାଡ଼ିଦେଲେ ନାହିଁ ଓ ତାହାଙ୍କର ଦେହ କବରରେ ପଚିସଢ଼ି ଯିବା ପାଇଁ ଦେଲେନାହିଁ ।
\s5
\v 32 ଏହି ଯୀଶୁଙ୍କୁ ଈଶ୍ୱର ମୃତ୍ୟୁରୁ ଉଠାଇଅଛନ୍ତି, ଆମ୍ଭେମାନେ ଜାଣିଛୁ ଓ ସେଥିର ନିଜେ ସାକ୍ଷୀ ଅଟୁ ।
\v 33 ଈଶ୍ୱର ଯୀଶୁଙ୍କୁ ଉନ୍ନତ କରିଅଛନ୍ତି । ସେ ବର୍ତ୍ତମାନ ଈଶ୍ୱରଙ୍କର ଡ଼ାହାଣ ପଟେ ଅଛନ୍ତି । ପରମପିତା ଆମକୁ ପବିତ୍ରଆତ୍ମା ଦେଇଛନ୍ତି । ବର୍ତ୍ତମାନ ତୁମ୍ଭେମାନେ ତାହା ଦେଖୁଅଛ ଓ ଶୁଣୁଅଛ ।
\s5
\v 34 ଆମେ ଜାଣୁ ଯୀଶୁ ଯେପରି ସ୍ୱର୍ଗାରୋହଣ କରିଛନ୍ତି ଦାଉଦ ସେପରି ସ୍ୱର୍ଗାରୋହଣ କରି ନାହାନ୍ତି । ଦାଉଦ ନିଜେ ଏହି କଥା କହିଛନ୍ତି: ଯୀଶୁ ମସୀହ ଅଟନ୍ତି I
\v 35 ଈଶ୍ୱର ଯୀଶୁଙ୍କୁ କହିଲେ, " ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦ ତଳକୁ ନ ଆଣିବା ପର୍ଯ୍ୟନ୍ତ ତୁମ୍ଭେ ମୋର ଡ଼ାହାଣ ପଟେ ବସିଥାଅ ।"
\v 36 ପିତର ଏପରି କହି ଶେଷ କଲେ, " ମୁଁ ତୁମକୁ ଓ ଅନ୍ୟ ଇସ୍ରାଏଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶରେ ବିଦ୍ଧ କରିଛ, ଈଶ୍ୱର ତାହାଙ୍କୁ ପ୍ରଭୁ ଓ ମସୀହ ପଦରେ ନିଯୁକ୍ତ କରିଛନ୍ତି ।"
\s5
\v 37 ଯେତେବେଳେ ଲୋକମାନେ ପିତର ଏବଂ ଅନ୍ୟ ପ୍ରେରିତମାନଙ୍କଠାରୁ ଏହି କଥା ଶୁଣିଲେ, ସେମାନେ ନିଜର ଭୁଲ ଜାଣି ପାରିଲେ I ସେମାନେ ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ପଚାରିଲେ, "ଭାଇମାନେ, ଆମେ କ'ଣ କରିବା?"
\v 38 ପିତର ସେମାନଙ୍କୁ କହିଲେ, "ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କର । ତୁମ୍ଭେମାନେ ଯଦି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କର ତେବେ ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେବା I ଯୀଶୁ ତୁମ୍ଭମାନଙ୍କର ପାପ କ୍ଷମା କରିବେ ଏବଂ ସେ ତୁମ୍ଭମାନଙ୍କୁ ତାଙ୍କ ପବିତ୍ରଆତ୍ମା ଦାନ କରିବେ ।
\v 39 ଈଶ୍ୱର ତୁମ୍ଭମାନଙ୍କର ପିଲାମାନଙ୍କ ଓ ତୁମ୍ଭ ନିମନ୍ତେ ଓ ଯେଉଁମାନେ ଦୂରରେ ଥାଇ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ସମସ୍ତଙ୍କ ପ୍ରତି ଈଶ୍ୱର ଏହା କରିବାକୁ ପ୍ରତିଜ୍ଞା କରିଅଛନ୍ତି । ଯେଉଁମାନଙ୍କୁ ଆପଣା ଲୋକ ହେବା ନିମନ୍ତେ ଆହ୍ୱାନ କରିଅଛନ୍ତି, ସେମାନଙ୍କୁ ସେ ଆପଣା ପବିତ୍ର ଆତ୍ମା ଦେବେ I
\s5
\v 40 ପିତର ସେମାନଙ୍କୁ ଚେତନା ଦେଇ କହିଲେ, "ବର୍ତ୍ତମାନ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କର ଯେପରି ଦୁଷ୍ଟମାନଙ୍କୁ ବିଚାର କରିବା ବେଳେ ତୁମ୍ଭମାନଙ୍କୁ ଦଣ୍ଡ ଦେବେ ନାହିଁ ।"
\v 41 ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସେମାନେ ବାପ୍ତିଜିତ ହେଲେ । ସେଦିନ ସେହି ବିଶ୍ୱାସୀଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ଯୋଗ ଦେଲେ ।
\v 42 ବିଶ୍ୱାସୀମାନେ ଏକାଠି ମିଳିତ ହେବାକୁ ଲାଗିଲେ ଓ ପ୍ରେରିତମାନଙ୍କ ଉପଦେଶ ଶୁଣିବାକୁ ଯତ୍ନ କଲେ । ବିଶ୍ୱାସୀମାନେ ଅନେକ ଥର ପରସ୍ପର ପ୍ରତି ସହଭାଗୀ ହେଲେ । ସେମାନେ ରୋଟୀ ବାଣ୍ଟି ଖାଇବା ଏବଂ ଏକତ୍ର ପ୍ରାର୍ଥନା କରିବାରେ ସମୟ ଦେଲେ ।
\s5
\v 43 ପ୍ରତ୍ୟେକ ଯିରୁଶାଲମ ନିବାସୀ ଈଶ୍ୱରଙ୍କୁ ଅତି ଭକ୍ତି କଲେ କାରଣ ପ୍ରେରିତମାନେ ଈଶ୍ୱରଙ୍କ ଦ୍ୱାରା ବହୁତ ଶକ୍ତିଶାଳୀ ଓ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଥିଲେ ।
\v 44 ସମସ୍ତ ବିଶ୍ୱାସୀମାନେ ଏକାଠି ରହିଲେ ଏବଂ ସେମାନଙ୍କ ଏକ ବିଶ୍ୱାସ ଥିଲା ଓ ସେମାନଙ୍କ ପାଖରେ ଯାହା ସବୁଥିଲା, ସେଥିରେ ସମସ୍ତେ ଭାଗୀଦାର ହେଲେ ।
\v 45 ସେମାନେ ନିଜ ନିଜର ସବୁ ସମ୍ପତ୍ତି ଓ ଜିନିଷପତ୍ର ବିକ୍ରୀ କରୁଥିଲେ ଓ ସମସ୍ତ ଲୋକମାନଙ୍କୁ ସେମାନଙ୍କ ନିଜ ନିଜ ଆବଶ୍ୟକତା ଅନୁସାର ବାଣ୍ଟି ଦେଉଥିଲେ ।
\s5
\v 46 ପ୍ରତିଦିନ ସେମାନେ ଏକାଠି ହୋଇ ଉପାସନା ମନ୍ଦିରରେ ପରସ୍ପରକୁ ଭେଟୁଥିଲେ । ସେ ସମସ୍ତଙ୍କର ଲକ୍ଷ୍ୟ ଏକ ଥିଲା । ସେମାନେ ସେମାନଙ୍କ ଘରେ ଏକତ୍ର ଖାଉଥିଲେ, ଏବଂ ଆନନ୍ଦପୂର୍ଣ୍ଣ ହୃଦୟରେ ପରସ୍ପରକୁ ଏଥିର ଅଂଶୀ କରାଉଥିଲେ ।
\v 47 ଏହିପରି ଭାବେ ବିଶ୍ୱାସୀମାନେ ଈଶ୍ୱରଙ୍କର ପ୍ରଶଂସା କଲେ I ଯିରୁଶାଲମର ସବୁ ଲୋକମାନେ ସେମାନଙ୍କୁ ଭଲ ପାଉଥିଲେ । ପ୍ରତିଦିନ ଅଧିକରୁ ଅଧିକ ଲୋକ ପରିତ୍ରାଣ ପାଉଥିଲେ । ପାପର ଦଣ୍ଡରୁ ପରିତ୍ରାଣ ପାଉଥିବା ଲୋକମାନଙ୍କୁ ପ୍ରଭୁ ବିଶ୍ୱାସୀମାନଙ୍କ ଦଳରେ ସଂଯୁକ୍ତ କରୁଥିଲେ ।
\s5
\c 3
\p
\v 1 ଦିନେ ପିତର ଓ ଯୋହନ ଏକାଠି ମନ୍ଦିର ପରିସରକୁ ଯାଉଥିଲେ । ସେତେବେଳେ ଦିନ ତିନିଟା ହୋଇଥିଲା ଓ ତାହା ପ୍ରତିଦିନର ପ୍ରାର୍ଥନାର ସମୟ ଥିଲା ।
\v 2 ସେମାନେ ଉପାସନା ମନ୍ଦିର ପରିସର ମଧ୍ୟରେ ଯାଉଥିବା ସେସମୟରେ ଜଣେ ଲୋକ ଜନ୍ମରୁ ପଙ୍ଗୁ ସେଠାରେ ଥିଲା । ସେ ଚାଲିପାରୁ ନ ଥିଲା । ତାହାକୁ ସବୁଦିନ ମନ୍ଦିରର 'ସୁନ୍ଦର ଫାଟକ' ପାଖରେ ବସେଇ ଦେଉଥିଲେ । ସେ ସେଠାରେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗୁଥିଲା ।
\v 3 ଯେତେବେଳେ ପିତର ଓ ଯୋହନଙ୍କୁ ମନ୍ଦିର ଭିତରକୁ ଯିବାର ଦେଖିଲା, ସେତେବେଳେ ସେ ସେମାନଙ୍କୁ ଭିକ୍ଷା ମାଗିଲା ।
\s5
\v 4 ଯୋହନ ଓ ପିତର ତା ଆଡ଼କୁ ଅନାଇ କହିଲେ, "ଆମ୍ଭ ଆଡ଼େ ଚାହଁ ।"
\v 5 ସେ କିଛି ପାଇବା ଆଶାରେ ସେମାନଙ୍କ ଆଡ଼କୁ ଅନାଇଲା ।
\v 6 କିନ୍ତୁ ପିତର କହିଲେ, "ମୋ ପାଖରେ ସୁନା ବା ରୂପା ନାହିଁ, କିନ୍ତୁ ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଅଛି । ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉଠି ଚ଼ାଲ ।"
\s5
\v 7 ଏହା କହି ପିତର ତା'ର ଡ଼ାହାଣ ହାତ ଧରି ଉଠାଇଲେ । ସଙ୍ଗେ ସଙ୍ଗେ ତା' ଗୋଡ଼ ଓ ପାଦ ଶକ୍ତ ହୋଇଗଲା । ସେ ଡ଼େଇଁ ପଡ଼ି ଚ଼ାଲିବାକୁ ଆରମ୍ଭ କଲା ।
\v 8 ସେ ଡ଼େଇଁ ନାଚି ନାଚି ଚାଲିବା ଆରମ୍ଭ କଲା I ସେ ପିତର ଓ ଯୋହନଙ୍କ ସହିତ ଈଶ୍ୱରଙ୍କ ଉପାସନା ଓ ପ୍ରଶଂସା କରୁ କରୁ ମନ୍ଦିରକୁ ଗଲା ।
\s5
\v 9 ସମସ୍ତେ ତାହାକୁ ଚାଲିବା ଓ ଈଶ୍ୱରଙ୍କର ପ୍ରଶଂସା କରିବାର ଦେଖିଲେ ।
\v 10 ଲୋକମାନେ ତାହାକୁ ଚ଼ିହ୍ନିପାରିଲେ ଯେ ଏ ସେହି ଲୋକ ଯିଏ କି ଉପାସନା ମନ୍ଦିରର ସୁନ୍ଦର ଫାଟକ' ପାଖରେ ବସି ଭିକ ମାଗୁଥିଲା । ସେମାନେ ତାହାର ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏହା କିପରି ସମ୍ଭବ ହେଲା, ତାହା ସେମାନେ ବୁଝିପାରୁ ନ ଥିଲେ ।
\s5
\v 11 ସେ ସୁସ୍ଥ ଲୋକଟି ପିତର ଓ ଯୋହନଙ୍କ ପାଖେ ପାଖେ ରହିଲା । ତେଣୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ "ଶଲୋମନଙ୍କ ମଣ୍ଡପ" ପାଖକୁ ଦୌଡି ଆସିଲେ ।
\v 12 ପିତର ଲୋକମାନଙ୍କୁ ଦେଖି କହିଲେ, " ହେ ଇସ୍ରାଏଲ ଲୋକମାନେ, ତୁମ୍ଭେମାନେ ଏହା ଦେଖି କାହିଁକି ଆଶ୍ଚର୍ଯ୍ୟ ହେଉଅଛ? ତୁମ୍ଭେମାନେ ଆମ୍ଭକୁ ଏପରି କାହିଁକି ଦେଖୁଛ, ଯେପରିକି ଆମ୍ଭେ ଆମ୍ଭ ଶକ୍ତି ବଳରେ ଏହି ଲୋକକୁ ଚ଼ାଲିବାକୁ ଦେଲୁ?
\s5
\v 13 ବାସ୍ତବରେ କ'ଣ ଘଟିଛି ମୁଁ କହୁଛି । ସେ ଅବ୍ରାହାମ, ଯିସ୍‌ହାକ ଓ ଯାକୁବଙ୍କ ଈଶ୍ୱର ଅଟନ୍ତି । ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଈଶ୍ୱର ଅଟନ୍ତି । ସେ ଯୀଶୁଙ୍କୁ ଗୌରବାନିତ୍ୱ କରିଅଛନ୍ତି । ମାତ୍ର ତୁମ୍ଭେମାନେ ଯୀଶୁଙ୍କୁ ଚ଼ାହଁ ନାହିଁ ବୋଲି ପୀଲାତଙ୍କୁ କହିଲ । ଯେପରି ତାର ସୈନ୍ୟମାନେ ତାଙ୍କୁ ହତ୍ୟା କରନ୍ତି I ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭେମାନେ ଯୀଶୁଙ୍କୁ ଅଗ୍ରାହ୍ୟ କଲ I
\v 14 ତୁମ୍ଭେମାନେ ଜଣେ ପବିତ୍ର ଓ ଧାର୍ମିକ ଲୋକଙ୍କୁ ଅସ୍ୱୀକାର କରି, ତାହାଙ୍କ ବଦଳରେ ଜଣେ ହତ୍ୟାକାରୀଙ୍କୁ ମୁକ୍ତ କରିଦେବା ତୁମ୍ଭେମାନେ ଇଚ୍ଛା କଲ !
\s5
\v 15 ଈଶ୍ୱର ବିଚାର କରନ୍ତି ଯେ ଜୀବନ ଦାନ କରିଥିବା ବ୍ୟକ୍ତିଙ୍କୁ ତୁମ୍ଭେମାନେ ହତ୍ୟା କଲ, ମାତ୍ର ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ । ଆମ୍ଭେମାନେ ସମସ୍ତେ ଏହାର ସାକ୍ଷୀ, ଆମ୍ଭେମାନେ ବି ଏହା ନିଜ ଆଖିରେ ଅନେକ ଥର ଦେଖିଅଛୁ ।
\v 16 ଏହି କାରଣରୁ ସେ ଯୀଶୁଙ୍କ ନାମରେ ବିଶ୍ୱାସ କରି ଶକ୍ତି ପାଇ ଆପଣଙ୍କ ଆଗରେ ଚ଼ାଲି ପାରିଲା ।
\s5
\v 17 "ଭାଇମାନେ, ମୁଁ ଜାଣେ ଯେ, ତୁମ୍ଭେମାନେ ଓ ତୁମ୍ଭମାନଙ୍କ ନେତାମାନେ ଯୀଶୁ ଯେ ମସୀହ ତାହା ନ ବୁଝି ତାଙ୍କୁ ହତ୍ୟା କଲେ ।
\v 18 ଈଶ୍ୱର ଖ୍ରୀଷ୍ଟଙ୍କର ଦୁଃଖ ଭୋଗିବା ବିଷୟରେ ପୂର୍ବରୁ ସବୁ କଥା ଭାବବାଦୀମାନଙ୍କ ମୁଖଦ୍ୱାରା କହିସାରିଥିଲେ । ସେମାନେ ଈଶ୍ୱରଙ୍କ ପ୍ରେରିତ ମସୀହ ଯେ ଦୁଃଖ ଭୋଗକରି ମୃତ୍ୟୁ ଭୋଗ କରିବେ ଏସବୁ ବିଷୟରେ ଲିପିବଦ୍ଧ ମଧ୍ୟ କଲେ I
\s5
\v 19 ଏଥିପାଇଁ ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରେମଶ୍ୱରଙ୍କ ପାଖକୁ ଫେରିଆସ, ତେବେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରିବେ ଓ ତୁମ୍ଭମାନଙ୍କୁ ବଳିଷ୍ଠ କରିବେ ।
\v 20 ଏହିପରି କଲେ ତୁମ୍ଭେମାନେ ଜାଣିବ ଯେ ପ୍ରଭୁ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ । ତାହାଙ୍କ ମନୋନୀତ ଖ୍ରୀଷ୍ଟ ଯୀଶୁଙ୍କୁ ମଧ୍ୟ ସେ ଦିନେ ତୁମ୍ଭମାନଙ୍କ ପାଖକୁ ପଠାଇବେ ।
\s5
\v 21 ପୁନର୍ବାର ସମସ୍ତ କାର୍ଯ୍ୟ ସୁସମ୍ପନ୍ନ ଓ ନୂଆ ନ ହେବା ପର୍ଯ୍ୟନ୍ତ ଯୀଶୁଙ୍କୁ ସ୍ୱର୍ଗରେ ରହିବାକୁ ପଡ଼ିବ । ଏହି ସମସ୍ତ ବିଷୟରେ ପରମେଶ୍ୱର ବହୁତ ଆଗରୁ ପବିତ୍ର ଭାବବଦୀମାନଙ୍କ ମଧ୍ୟ ଦେଇ କହିଛନ୍ତି ।
\v 22 ମୋଶା କହିଛନ୍ତି, 'ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଜଣେ ଭାବବାଦୀ ଦେବେ । ସେହି ଭାବବାଦୀ ତୁମ୍ଭମାନଙ୍କ ମଧ୍ୟରୁ ଆସିବେ । ସେ ମୋ ପରି ହେବେ । ସେ ଯାହା କହିବେ, ତାହା ତୁମ୍ଭମାନଙ୍କୁ ମାନିବାକୁ ପଡ଼ିବ ।
\v 23 ଯେଉଁ ଲୋକ ତାହାଙ୍କ କଥା ଶୁଣିବେ ନାହିଁ ଏବଂ ବାଧ୍ୟ ହେବ ନାହିଁ ତାକୁ ପରମେଶ୍ୱରଙ୍କଠାରୁ ବିଚ୍ଛିନ୍ନ କରିଦିଆଯିବ ଓ ତା'ର ମୃତ୍ୟୁ ଘଟିବ ।
\s5
\v 24 ପିତର କହିଲେ, ସମସ୍ତ ଭାବବାଦୀ କ' ଣ ଘଟିବ ତାହା କହିଥିଲେ I ହଁ, ଶାମୁଏଲ ଓ ତାହାଙ୍କ ପରେ ଆସିଥିବା ସମସ୍ତ ଭାବବାଦୀ ଏହି ସମସ୍ତ ଘଟଣା ଘଟିବା ପୂର୍ବରୁ ଏ ବିଷୟରେ ଘୋଷଣା କରିଛନ୍ତି ।
\v 25 ପରମେଶ୍ୱର ତୁମ୍ଭମାନଙ୍କର ସେହି ପୂର୍ବପୁରୁଷମାନଙ୍କ ଉପରେ ଆଶୀର୍ବାଦ କରିବା ନିମନ୍ତେ ଯେଉଁ ଚୁକ୍ତି କରିଥିଲେ, ତୁମ୍ଭେମାନେ ମଧ୍ୟ ତା'ର ଉତ୍ତରାଧିକାରୀ । ସେ ଯୀଶୁଙ୍କ ବିଷୟରେ ଅବ୍ରାହାମଙ୍କୁ କହିଥିଲେ, ‘ତୁମ୍ଭମାନଙ୍କ ଉତ୍ତରାଧିକାରୀମାନଙ୍କ କର୍ମ ଅନୁଯାୟୀ ପୃଥିବୀର ସମସ୍ତ ଲୋକଙ୍କୁ ମୁଁ ଆଶୀର୍ବାଦ କରିବି ।’
\v 26 ପିତର ଶେଷରେ କହିଲେ,"ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ମସୀହ ଯୀଶୁଙ୍କୁ ତୁମ୍ଭ ନିକଟକୁ ପଠାଇଛନ୍ତି । ତୁମ୍ଭେମାନେ ଯେପରି ମନ୍ଦ କାର୍ଯ୍ୟରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି ।"
\s5
\c 4
\p
\v 1 ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତେକ ଲୋକ ସେମାନଙ୍କ ପାଖକୁ ଆସିଲେ । ସେମାନେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସେନାପତି ଓ କେତେକ ସାଦ୍ଦୂକୀ ଥିଲେ ।
\v 2 ସେମାନେ ରାଗିଯାଇଥିଲେ କାରଣ ପିତର ଓ ଯୋହନ ଲୋକମାନଙ୍କୁ ଯୀଶୁଙ୍କ ଶିକ୍ଷା ଦେଉଥିଲେ ଓ ଈଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥାନ କରି ଅଛନ୍ତି ବୋଲି ସେମାନଙ୍କୁ କହୁଥିଲେ I
\v 3 ତେଣୁ ସେମାନଙ୍କୁ କାରାଗାରରେ ବନ୍ଦୀ କରି ଦେଲେ । ସନ୍ଧ୍ୟା ହେବା ସକାଶେ ଯିହୁଦୀ ନେତାମାନେ ସେମାନଙ୍କୁ ପ୍ରଶ୍ନ ପଚାରିବା ପାଇଁ ପରଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା ।
\v 4 କିନ୍ତୁ ପିତରଙ୍କ ଉପଦେଶ ଶୁଣି ଲୋକମାନଙ୍କ ମଧ୍ୟରୁ ଅନେକ ଲୋକ ତାଙ୍କ ବାର୍ତ୍ତା ବିଶ୍ୱାସ କଲେ। ତେଣୁ ସେଠାରେ ବିଶ୍ୱାସୀମାନଙ୍କ ସଂଖ୍ୟା ପ୍ରାୟ ପାଞ୍ଚ ହଜାର ହେଲା ।
\s5
\v 5 ତହିଁ ଆରଦିନ ମହାଯାଜକ, ପ୍ରଧାନଯାଜକ, ସେମାନଙ୍କ ନେତାମାନେ, ପ୍ରାଚୀନମାନେ ଓ ଆଇନ ଶିକ୍ଷକମାନଙ୍କୁ ଯିହୁଦୀ ମହାସଭାରେ ଅନ୍ୟ ସଦସ୍ୟମାନଙ୍କୁ ଡାକିଲେ ଓ ସେମାନେ ଯିରୂଶାଲମରେ ଏକାଠି ହେଲେ ।
\v 6 ସେଠାରେ ହାନାନ ମହାଯାଜକ, କୟାଫା ନୂଆ ମହାଯାଜକ, ଯୋହନ, ଓ ଆଲେକ୍‌ଜାଣ୍ଡର ଓ ମହାଯାଜକୀୟ ପରିବାରର ସମସ୍ତେ ମଧ୍ୟ ଉପସ୍ଥିତ ଥିଲେ ।
\v 7 ସେମାନେ ପ୍ରେରିତମାନଙ୍କୁ ସାମନାକୁ ଆଣିବା ପାଇଁ କହିଲେ, ଏବଂ ପିତର ଓ ଯୋହନଙ୍କୁ ପଚାରିଲେ, "ତୁମ୍ଭେମାନେ କେଉଁ କ୍ଷମତାରେ ଏହି ଛୋଟା ଲୋକଟିକୁ ସୁସ୍ଥ କରି ପାରିଲ?"
\s5
\v 8 ତା’ପରେ ପବିତ୍ର ଆତ୍ମା ଯେପରି ପିତରଙ୍କୁ ଶକ୍ତି ଦେଲେ ସେ ସେପରି ସେମାନଙ୍କୁ କହିଲେ, " ହେ ଇସ୍ରାଏଲର ନେତାମାନେ ଓ ପ୍ରାଚ଼ୀନ ଲୋକମାନେ, ଶୁଣ!
\v 9 ଏହି ଛୋଟା ଲୋକଟି ପ୍ରତି କରାଯାଇଥିବା ଉତ୍ତମ କର୍ମରେ କ'ଣ ଆପଣମାନେ ଆମ୍ଭକୁ ଆଜି ପ୍ରଶ୍ନ ପଚାରୁଛନ୍ତି? ଆପଣମାନେ କ'ଣ ପଚ଼ାରୁଛନ୍ତି ଯେ କେଉଁ ବିଷୟ ଦ୍ୱାରା ସୁସ୍ଥ ହୋଇପାରିଲା?
\v 10 ତେବେ, ତୁମ୍ଭେମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲୀୟ ଲୋକମାନେ ଏହା ଜାଣିରଖିବା ଉଚିତ ଯେ, ଏହା ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହି ଲୋକଟି ସୁସ୍ଥ ହୋଇଛି । ତୁମ୍ଭେମାନେ ସେହି ଯୀଶୁଙ୍କୁ କ୍ରୁଶରେ କଣ୍ଟାବିଦ୍ଧ କରିଛ, ମାତ୍ର ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଛନ୍ତି । ତାହାଙ୍କ ଦ୍ୱାରା ଏହି ଛୋଟା ଲୋକଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଛି । ସେ ବର୍ତ୍ତମାନ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇଛି ।
\s5
\v 11 ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ବାକ୍ୟ କହେ: "ଯେଉଁ ପଥରକୁ ନିର୍ମାଣକାରୀମାନେ ଫୋପାଡି ଦେଲେ ତାହା ଗୃହର ମୁଖ୍ୟ ପଥର ହେଲା
\v 12 ଯୀଶୁଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ପରିତ୍ରାଣ ନାହିଁ, କାରଣ ଏହି ଆକାଶ ତଳେ ଦିଆଯାଇଥିବା ଅନ୍ୟ କୌଣସି ନାମ ନାହିଁ ଯାହା ଦ୍ୱାରା କି ଆମ୍ଭେ ଉଦ୍ଧାର ପାଇପାରିବା ।"
\s5
\v 13 ଯିହୁଦୀନେତା ବୁଝିଲେ ଯେ ପିତର ଓ ଯୋହନ ସେମାନଙ୍କୁ ଦେଖି ଭୟ କଲେ ନାହିଁ ଓ ସେମାନେ ଜାଣି ପାରିଲେ ଯେ ପିତର ଓ ଯୋହନ ଅଶିକ୍ଷିତ ଓ ସାଧାରଣ ଲୋକ, ଏହା ଜାଣି ସେମାନେ ବହୁତ ଆଶ୍ଚର୍ଯ୍ୟ ହେଲେ । ସେମାନେ ଏହା ମଧ୍ୟ ବୁଝିପାରିଲେ ଯେ, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ I
\v 14 ସେମାନେ ଦେଖିଲେ, ସେହି ଛୋଟା ଲୋକଟି ସୁସ୍ଥ ହୋଇ ପ୍ରେରିତମାନଙ୍କ ବିରୁଦ୍ଧରେ କିଛି କହିପାରିଲେ ନାହିଁ ।
\s5
\v 15 ଯିହୁଦୀ ନେତାମାନେ ପିତର ଓ ଯୋହନ ଓ ସୁସ୍ଥ ହୋଇଥିବା ଲୋକଟିକୁ ସଭାରୁ ଚାଲିଯିବା ପାଇଁ ଆଦେଶ ଦେଲେ । ତା'ପରେ ନେତାମାନେ କ'ଣ କରିବେ, ସେ ବିଷୟରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ ।
\v 16 ସେମାନେ କହିଲେ, "ଏ ଲୋକମାନଙ୍କ ପ୍ରତି ଆମ୍ଭେ କ'ଣ କରିବା? ଯିରୁଶାଲମର ପ୍ରତ୍ୟେକ ଲୋକ ଜାଣିଛନ୍ତି ଯେ, ସେମାନେ ଅସାଧାରଣ କାର୍ଯ୍ୟ କରିଛନ୍ତି । ଆମ୍ଭେମାନେ ଏହା ଅସ୍ୱୀକାର କରିପାରିବା ନାହିଁ ।
\v 17 ଆମ୍ଭେ ସେମାନଙ୍କୁ ଯୀଶୁଙ୍କ ବିଷୟରେ କିଛି କହିବା ପାଇଁ ଅନୁମତି ଦେବା ନାହିଁ । ଯଦି ସେପରି କରନ୍ତି ତେବେ ସେମାନେ ଦଣ୍ଡ ପାଇବେ, ଯାହା ଦ୍ୱାରା ଲୋକମାନଙ୍କ ମଧ୍ୟରେ ଏକଥା ଅଧିକ ବ୍ୟାପି ପାରିବ ନାହିଁ ।"
\v 18 ତେଣୁ ଯିହୁଦୀ ନେତାମାନେ ପ୍ରେରିତମାନଙ୍କୁ ଭିତରକୁ ଆଣିବା ପାଇଁ ରକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଲେ ଓ ଯୀଶୁଙ୍କ ନାମରେ କୌଣସି କଥା ବା ଉପଦେଶ ନ ଦେବାପାଇଁ ଆଦେଶ ଦେଲେ ।
\s5
\v 19 କିନ୍ତୁ ଯୋହନ ଓ ପିତର ସେମାନଙ୍କୁ ଉତ୍ତର ଦେଲେ, "ପରମେଶ୍ୱରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ କି ନାହିଁ, ତାହା ତୁମ୍ଭେମାନେ ବିଚାର କର। "
\v 20 ଆମ୍ଭେମାନେ ଆପଣଙ୍କର ବାଧ୍ୟ ହୋଇପାରିବୁ ନାହିଁ I ଆମ୍ଭେ ଯୀଶୁଙ୍କୁ ଯାହା କରିବାର ଦେଖିଛୁ ଓ ଯାହା କହିବାର ଶୁଣିଛୁ ତାହା ଲୋକମାନଙ୍କୁ ନ କହି ରହିପାରିବୁ ନାହିଁ ।
\s5
\v 21 ଯିହୁଦୀ ନେତାମାନେ ପ୍ରେରିତମାନଙ୍କୁ ଅବାଧ୍ୟ ନ ହେବା ପାଇଁ କହି ସେମାନଙ୍କୁ ଆଉ ଦଣ୍ଡ ଦେଲେ ନାହିଁ, କାରଣ ସମସ୍ତ ଲୋକ ଯିରୁଶାଲମରେ ଏହି ଘଟଣା ପାଇଁ ପରମେଶ୍ୱରଙ୍କ ଗୁଣଗାନ କରୁଥିଲେ ।
\v 22 ଛୋଟା ଲୋକଟି ଚାଳିଶ ବର୍ଷରୁ ଉର୍ଦ୍ଧ୍ୱ ଥିଲା । ସେ ଜନ୍ମଦିନରୁ ଚାଲି ପାରୁ ନ ଥିଲା I
\s5
\v 23 ପିତର ଓ ଯୋହନ ଯିହୁଦୀ ନେତାମାନଙ୍କ ସଭା ଛାଡ଼ି ନିଜ ନିଜ ବନ୍ଧୁମାନଙ୍କୁ ପାଖକୁ ଆସିଲେ । ମୁଖ୍ୟ ଯାଜକମାନେ ଏବଂ ପ୍ରାଚୀନ ନେତାମାନେ ସେମାନଙ୍କୁ ଯାହା ସବୁ କହିଥିଲେ, ସେସବୁ କଥା ନିଜ ଦଳର ଲୋକଙ୍କୁ କହିଲେ ।
\v 24 ଯେତେବେଳ ବିଶ୍ୱାସୀ ସମସ୍ତେ ଏହା ଶୁଣିଲେ, ସେମାନେ ଏକ ମନରେ ମିଳିତ ଭାବେ ପ୍ରାର୍ଥନା କଲେ, " ହେ ପ୍ରଭୁ, ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଓ ସେଥିରେ ଥିବା ସବୁ କିଛି ସୃଷ୍ଟି କରିଛ ।"
\v 25 ଆମ୍ଭମାନଙ୍କର ପୂର୍ବପୁରୁଷ ଦାଉଦ ତୁମ୍ଭର ସେବକ ପବିତ୍ର ଆତ୍ମାଙ୍କ ଦ୍ୱାରା ଚ଼ାଳିତ ହୋଇ ଏହି କଥା ଲେଖିଛନ୍ତି, ପୃଥିବୀର ଲୋକମାନେ କାହିଁକି କ୍ରୋଧ କଲେ ଓ ଇସ୍ରାଏଲର ଲୋକମାନେ ବୃଥାରେ ଈଶ୍ୱରଙ୍କ ବିରୁଦ୍ଧାଚରଣ କଲେ?
\s5
\v 26 ପୃଥିବୀର ରାଜାମାନେ ଓ ଶାସକମାନେ ମିଳିତ ହୋଇ ପ୍ରଭୁ, ଖ୍ରୀଷ୍ଟ ଓ ମସୀହଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଚ଼ଲାଇଲେ I
\s5
\v 27 ଏହା ସତ୍ୟ ! ହେରୋଦ, ଓ ପନ୍ତିୟ ପୀଲାତ, ଇସ୍ରାଏଲୀୟ ଅନ୍ୟ ଦେଶୀୟମାନେ ଏହି ସହରରେ ମିଳିତ ହୋଇ ଯୀଶୁଙ୍କ ବିରୁଦ୍ଧରେ ଠିଆ ହେଲେ ଯାହାକୁ ତୁମ୍ଭେ ମସୀହ ଭାବେ ମନୋନୀତ କରିଥିଲ ।
\v 28 ଏହି ଯେଉଁ ଲୋକମାନେ ଯୀଶୁଙ୍କ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲେ ସେମାନଙ୍କୁ ତୁମ୍ଭର ଯୋଜନା ସଫଳ କରିବାକୁ ଦେଲ ଓ ତୁମ୍ଭର ଇଚ୍ଛା ଓ ଶକ୍ତି ଅନୁସାରେ ଏହା ଘଟିଲା ।
\s5
\v 29 ହେ ପ୍ରଭୁ, ବର୍ତ୍ତମାନ ସେମାନେ କ'ଣ କହୁଅଛନ୍ତି, ତାହା ଶୁଣ । ସେମାନେ ଆମ୍ଭମାନଙ୍କୁ କିପରି ଦଣ୍ଡ ଦେବେ ସେ ବିଷୟରେ ଯୋଜନା କରୁଅଛନ୍ତି । ପ୍ରଭୁ, ଆମ୍ଭମାନଙ୍କୁ ତୁମ୍ଭର ସେବକ ଭାବରେ ତୁମର ନାମ ପ୍ରଚାର କରିବା ପାଇଁ ସାହାଯ୍ୟ କର ।
\v 30 ତୁମ୍ଭର ଶକ୍ତି ଆମ୍ଭକୁ ଦେଖାଅ, ଯଦ୍ୱାରା ଆମ୍ଭେ ସାହାସର ସହିତ ତୁମ୍ଭର ପବିତ୍ର ପୁତ୍ର ଯୀଶୁଙ୍କ ନାମରେ ରୋଗୀମାନଙ୍କୁ ସୁସ୍ଥ କରିବା, ନାନାଦି ଚିହ୍ନ ଦେଖାଇବା ଓ ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରିବା" I
\v 31 ପ୍ରାର୍ଥନା ସରିବା ପରେ ଯେଉଁ ପ୍ରାର୍ଥନା ଘରେ, ସମସ୍ତେ ଏକାଠି ହୋଇଥିଲେ, ସେହି ଘର କମ୍ପି ଉଠିଲା । ସେମାନେ ସମସ୍ତେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇଗଲେ ଓ ପରମେଶ୍ୱରଙ୍କ ବାର୍ତ୍ତା ସାହସର ସହିତ କହିବାକୁ ଲାଗିଲେ ।
\s5
\v 32 ଯୀଶୁଙ୍କଠାରେ ବିଶ୍ୱାସୀକାରୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା । ସେମାନଙ୍କ ମଧ୍ୟରୁ କେହି କୌଣସି ଜିନିଷକୁ ନିଜର ବୋଲି କହୁ ନ ଥିଲେ । ସେମାନଙ୍କ ପାଖରେ ଯାହା ଥିଲା, ସେଥିରେ ସମସ୍ତେ ଭାଗୀଦାର ଥିଲେ ।
\v 33 ପ୍ରେରିତମାନେ ପ୍ରଭୁ ଯୀଶୁ ଯେ ପ୍ରକୃତରେ ମୃତମାନଙ୍କ ମଧ୍ୟରୁ ଉଠିଛଅନ୍ତି ତାହା ମହାଶକ୍ତିର ସହିତ ସାକ୍ଷ୍ୟ ଦେଲେ ଏବଂ ପରମେଶ୍ୱର ସମସ୍ତ ବିଶ୍ୱାସୀମାନଙ୍କୁ ବହୁତ ଆଶୀର୍ବାଦ କଲେ ।
\s5
\v 34 ଯାହାର ଘର ବା ଜମି ଥିଲା, ସେ ତାହାକୁ ବିକ୍ରୀ କରି ଦେଉଥିଲେ ତାହା ପ୍ରେରିତମାନଙ୍କୁ ସମର୍ପଣ କରୁଥିଲେ ଏବଂ ଏପରି ଯାହାର ଆବଶ୍ୟକ ତାକୁ ଦିଆଯାଉଥିଲା ଓ ସେମାନଙ୍କ ମଧ୍ୟରେ କାହାର କିଛି ଅଭାବ ନ ଥିଲା ।
\v 35 ଯୋଷେଫ ନାମରେ ଜଣେ ବିଶ୍ୱାସୀ ଥିଲେ । ସେ ଜାତିରେ ଲେବୀୟ ଯେ କି ସାଇପ୍ରସ୍ ଦ୍ୱୀପରୁ ଆସିଥିଲେ, ପ୍ରେରିତମାନେ ତାହାଙ୍କୁ "ବର୍ଣ୍ଣବ୍‌ବା" ନାମରେ ଡ଼ାକୁ ଥିଲେ । ଏହି ନାମର ଅର୍ଥ, "ସାନ୍ତ୍ୱନାକାରୀ" I
\s5
\v 36 ତାଙ୍କର ଖଣ୍ଡିଏ କ୍ଷେତ ଥିଲା । ସେ ତାହାକୁ ବିକ୍ରୀ କରି ଦେଲେ ଓ ସମସ୍ତ ଟଙ୍କା ବିଶ୍ୱାସୀମାନଙ୍କ ବ୍ୟବହାର ଉଦ୍ଦେଶ୍ୟରେ ଆଣି ପ୍ରେରିତମାନଙ୍କୁ ଦେଇ ଦେଲେ ।
\v 37 ସେ ଖଣ୍ଡେ କ୍ଷେତ ବିକ୍ରୀ କଲେ ପୁଣି ପ୍ରେରିତମାନଙ୍କ ନିକଟକୁ ସେହି ଅର୍ଥ ଅନ୍ୟ ବିଶ୍ୱାସୀମାନଙ୍କୁ ଦେବା ନିମନ୍ତେ ଆଣିଲେ ।
\s5
\c 5
\p
\v 1 ହନନୀୟ ନାମକ ଜଣେ ବିଶ୍ୱାସୀ ଥିଲେ, ତାହାଙ୍କ ସ୍ତ୍ରୀଙ୍କର ନାମ ଥିଲା ଶଫୀରା, ସେ ତାଙ୍କର କିଛି ଜମି ବିକ୍ରୀ କଲେ ।
\v 2 ସେ ତା' ସ୍ତ୍ରୀକୁ ଜଣାଇ ତା'ର ଜାଣତରେ ଏହି ସମ୍ପତ୍ତି ବିକ୍ରୀର କିଛି ଟଙ୍କା ନିଜ ପାଖରେ ରଖିଲା ଓ ବାକି ଟଙ୍କା ଆଣି ପ୍ରେରିତମାନଙ୍କ ଚରଣରେ ରଖିଲା।
\s5
\v 3 ଏହା ଦେଖି ପିତର କହିଲେ, " ହେ ହନନୀୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦେଲ? ତୁମ୍ଭେ ମିଛ କହିଲ, ପବିତ୍ର ଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସେହି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଚାଇ ରଖିଲ?
\v 4 ସେ ସମ୍ପତ୍ତି କ'ଣ ବିକ୍ରୀ ପୂର୍ବରୁ ତୁମ୍ଭର ନଥିଲା? ବିକ୍ରୀ ପରେ ସେ ସମ୍ପତ୍ତିର ମୁଲ୍ୟ କ'ଣ ତୁମ୍ଭ ଅଧିକାରରେ ନ ଥିଲା? ତେବେ ତୁମ୍ଭେ ମନ ଭିତରେ ଏପରି ଖରାପ କଥା କାହିଁକି ଭାବିଲ? ଏହା ଦ୍ୱାରା ତୁମ୍ଭେ ମନୁଷ୍ୟମାନଙ୍କ ଆଗରେ ମିଥ୍ୟା କହିଲ ନାହିଁ ବରଂ ତୁମ୍ଭେ ପରମେଶ୍ୱରଙ୍କୁ ମିଥ୍ୟା କହିଲ ।"
\v 5 ଏକଥା ଶୁଣିବା ମାତ୍ରେ ହନନୀୟ ଭୂମିରେ ପଡ଼ି ମରିଗଲା । ଏ କଥା ଶୁଣି ଲୋକମାନେ ବହୁତ ଡ଼ରିଗଲେ ।
\v 6 ତା’ପରେ ଯୁବକମାନେ ତାହାକୁ ଲୁଗାରେ ଗୁଡ଼େଇ ନେଇ ବାହାରକୁ ଚ଼ାଲିଗଲେ ଓ କବର ଦେଇଦେଲେ ।
\s5
\v 7 ପ୍ରାୟ ତିନିଘଣ୍ଟା ବିତିଗଲା ପରେ ତା' ସ୍ତ୍ରୀ ଶଫୀରା ସେଠାରେ ପହଞ୍ଚିଲା । ମାତ୍ର ସେ ଏହି ଘଟଣା ବିଷୟରେ କିଛି ମଧ୍ୟ ଜାଣି ନ ଥିଲା ।
\v 8 ପିତର ତାହାକୁ ହନନୀୟ ଆଣି ଥିବା ଟଙ୍କା ଦେଖାଇ ପଚ଼ାରିଲେ, " ମୋତେ କୁହ, ତୁମ୍ଭେ ଜମି ସେତିକି ଦାମ୍‌ରେ ବିକ୍ରୀ କରିଛ କି?" ଶଫୀରା ଉତ୍ତର ଦେଲା, "ହଁ, ସେତିକିରେ ବିକ୍ରୀ କରିଛୁ I
\s5
\v 9 ତା’ପରେ ପିତର କହିଲେ, "ତୁମ୍ଭେମାନେ ଦୁହେଁ ପ୍ରଭୁଙ୍କ ଆତ୍ମାକୁ ପରୀକ୍ଷା କରିବା ପାଇଁ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭର ସ୍ୱାମୀକୁ କବର ଦେଇଛନ୍ତି, ସେମାନେ ଦ୍ୱାର ପାଖରେ ପହଞ୍ଚିଗଲେଣି । ତୁମ୍ଭକୁ ମଧ୍ୟ ସେମାନେ ବାହାରକୁ ଟାଣି ନେଇଯିବେ ।"
\v 10 ଶଫୀରା ମଧ୍ୟ ତାହାଙ୍କ ପାଦତଲେ ପଡ଼ି ମରିଗଲା । ତା'ପରେ ଯୁବକମାନେ ଭିତରକୁ ଆସିଲେ ଓ ତାହାକୁ ମୃତ ଦେଖି ବାହାରକୁ ନେଇଗଲେ ଓ ତାହାର ସ୍ୱାମୀ ପାଖରେ ତାହାକୁ କବର ଦେଲେ ।
\v 11 ମଣ୍ଡଳୀର ସମସ୍ତ ବିଶ୍ୱାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ ।
\s5
\v 12 ପ୍ରେରିତମାନଙ୍କ ଦ୍ୱାରା ଲୋକମାନଙ୍କ ମଧ୍ୟରେ ବହୁତଗୁଡ଼ିଏ ଚ଼ିହ୍ନ ଓ ଅଦ୍ଭୁତ କାର୍ଯ୍ୟମାନ କରାଗଲା । ସେମାନେ ସମସ୍ତେ ଗୋଟିଏ ଉଦ୍ଦେଶ୍ୟରେ ନିୟମିତ ଶଲୋମନଙ୍କ ମଣ୍ଡପରେ ଏକାଠି ହେଲେ ।
\v 13 ସେମାନଙ୍କ ସହିତ ଏକତ୍ର ଠିଆ ହେବାପାଇଁ କୌଣସି ଅବିଶ୍ୱାସୀ ହେଲେ ସାହାସ କଲେ ନାହିଁ । ସବୁଲୋକ ପ୍ରେରିତମାନଙ୍କର ଓ ବିଶ୍ୱାସୀମାନଙ୍କର ଖୁବ୍ ପ୍ରଶଂସା କଲେ ।
\s5
\v 14 ଉଭୟ ପୁରୁଷ ଓ ସ୍ତ୍ରୀ ଅଧିକରୁ ଅଧିକ ପ୍ରଭୁଙ୍କୁ ବିଶ୍ୱାସ କଲେ । ସେମାନେ ବିଶ୍ୱାସୀଙ୍କ ଦଳରେ ସଂଯୁକ୍ତ ହେଲେ ।
\v 15 ତେଣୁ ଲୋକମାନେ ରୋଗୀମାନଙ୍କୁ ରାସ୍ତାକୁ ଖଟିଆରେ ଓ ଚଟିଆରେ ବୋହି ଆଣିଲେ, ଯେପରିକି ପିତରଙ୍କ ଛାଇ ଯିବା ଆସିବା ସମୟରେ ରୋଗୀମାନଙ୍କ ଉପରେ ପଡ଼ି ପାରିବ । ଏହାଦ୍ୱାରା ସେହି ରୋଗୀମାନେ ସୁସ୍ଥ ହୋଇପାରିବେ ।
\v 16 ଯିରୂଶାଲମର ଆଖପାଖ ସହରଗୁଡ଼ିକରୁ ଲୋକମାନେ ସେମାନଙ୍କ ରୋଗୀମାନଙ୍କୁ ଓ ଯେଉଁମାନେ ଭୂତମାନଙ୍କଦ୍ୱାରା ଅକ୍ରାନ୍ତ ହେଉଥିଲେ, ସେମାନଙ୍କୁ ନେଇ ଆସୁଥିଲେ ଓ ସମସ୍ତେ ସୁସ୍ଥ ହୋଇ ଯାଉଥିଲେ ।
\s5
\v 17 ମହାଯାଜକ ଓ ତାହାଙ୍କର ସବୁ ବନ୍ଧୁମାନେ, ଅର୍ଥାତ୍ ସାଦ୍ଦୁକୀ ଦଳ ପ୍ରେରିତମାନଙ୍କ ପ୍ରତି ଈର୍ଷାନ୍ୱିତ ହେଲେ ।
\v 18 ସେମାନେ ପ୍ରେରିତମାନଙ୍କୁ ବନ୍ଦୀ କରି କାରାଗାରରେ ରଖିବା ପାଇଁ ମନ୍ଦିରର ରକ୍ଷକମାନଙ୍କୁ ଆଦେଶ ଦେଲେ ।
\s5
\v 19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତିରେ ସେହି କାରାଗାରର କବାଟ ଖୋଲି ସେମାନଙ୍କୁ ବାହାର କରି ଦେଲେ ଓ କହିଲେ,
\v 20 "ତୁମ୍ଭେମାନେ ମନ୍ଦିରକୁ ଯାଇ, ଠିଆ ହୁଅ ଓ ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ଦତ୍ତ ଏହି ନୂତନ ଜୀବନ ବିଷୟରେ କୁହ ।"
\v 21 ଏହା ଶୁଣି ପ୍ରେରିତମାନେ ସକାଳୁ ମନ୍ଦିରକୁ ଯାଇ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ I ଇତିମଧ୍ୟରେ ମହାଯାଜକ ଓ ତାଙ୍କ ସଙ୍ଗୀମାନେ ଆସି ମହାସଭା ଓ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନବର୍ଗଙ୍କୁ ଡାକି ଏକତ୍ର କଲେ, ପୁଣି ସେମାନଙ୍କୁ ଆଣିବା ନିମନ୍ତେ କାରାଗାରାକୁ ରକ୍ଷକମାନଙ୍କୁ ପ୍ରେରଣ କଲେ I
\s5
\v 22 କିନ୍ତୁ ସେହି ଲୋକମାନେ କାରାଗାରରେ ପ୍ରେରିତମାନଙ୍କୁ ନପାଇ ଫେରିଗଲେ ଓ ଯାଇ ସେମାନଙ୍କୁ ଏହି ଖବର ଦେଲେ I
\v 23 "ଆମ୍ଭେ କାରାଗାରରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ୱାର ପାଖରେ ଠିଆ ହେବାର ମଧ୍ୟ ଦେଖିଲୁ । କିନ୍ତୁ ଆମ୍ଭେ ଯେତେବେଳେ କାରାଗାର ଖୋଲି ଦେଖିଲୁ, ସେତେବେଳେ ସେଠାରେ କେହି ନ ଥିଲେ।
\s5
\v 24 ଏକଥା ଶୁଣି ମନ୍ଦିରର ସେନାପତି ଓ ମହାଯାଜକ ବିବ୍ରତ ହୋଇପଡ଼ିଲେ ଓ "ଏହାର ପରିଣାମ କ'ଣ ହେବ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ ।"
\v 25 ଠିକ୍ ସେହି ସମୟରେ ଜଣେ ଆସି ସେମାନଙ୍କୁ କହିଲା, "ଶୁଣ, ତୁମ୍ଭେମାନେ ଯେଉଁମାନଙ୍କୁ କାରାଗାରରେ ବନ୍ଦୀକରି ରଖିଥିଲେ ସେମାନେ ମନ୍ଦିର ପରିସରରେ ଠିଆ ହୋଇ ଲୋକମାନଙ୍କୁ ଶିକ୍ଷା ଦେଉଛନ୍ତି ।
\s5
\v 26 ତେଣୁ ସେନାପତି ତାଙ୍କ କର୍ମଚାରୀମାନଙ୍କୁ ସାଙ୍ଗରେ ନେଇ ମନ୍ଦିର ନିକଟକୁ ଗଲେ ଏବଂ ପ୍ରେରିତମାନଙ୍କୁ ମହାସଭା ନିକଟକୁ ଆଣିଲେ I ସେମାନେ ପ୍ରେରିତମାନଙ୍କୁ ଜୋର ଜବରଦସ୍ତ କରି ଆଣିଲେ ନାହିଁ I କାରଣ ସେମାନେ ଭୟ କଲେ, ଯଦି ସେମାନେ ଏପରି କରିବେ, ତେବେ ଲୋକମାନେ ହୁଏତ ସେମାନଙ୍କୁ ପଥର ଫୋପାଡ଼ିବେ ।
\v 27 ସେମାନେ ପ୍ରେରିତମାନଙ୍କୁ ଭିତରକୁ ଆଣି ମହାସଭାରେ ଉପସ୍ଥିତ କରି ଠିଆ କରାଇଲେ । ତା’ପରେ ମହାଯାଜକ ସେମାନଙ୍କୁ ପ୍ରଶ୍ନ ପଚ଼ାରିଲେ I
\v 28 ମହାଯାଜକ କହିଲେ, "ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମରେ ଶିକ୍ଷା ନ ଦେବାପାଇଁ କଠୋର ଆଦେଶ ଦେଇଥିଲୁ । କିନ୍ତୁ ତୁମ୍ଭେମାନେ ଅମାନ୍ୟ କରି ନିଜ ନିଜ ଶିକ୍ଷା ଦ୍ୱାରା ଯିରୂଶାଲମକୁ ପୂର୍ଣ୍ଣ କରି ଦେଇଛ । ତୁମ୍ଭେମାନେ ଏ ଲୋକର ମୃତ୍ୟୁର ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦେବାପାଇଁ ଚ଼ାହୁଁଛ!"
\s5
\v 29 କିନ୍ତୁ ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, "ଆମ୍ଭେମାନେ ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ୱରଙ୍କର ଆଜ୍ଞା ନିଶ୍ଚୟ ମାନିବୁ!
\v 30 ତୁମ୍ଭେମାନେ ଯେଉଁ ଯୀଶୁଙ୍କୁ କ୍ରୁଶରେ ଝୁଲେଇ ହତ୍ୟା କରିଛ କିନ୍ତୁ ତାହାଙ୍କୁ ଆମ୍ଭ ପିତୃପୁରୁଷମାନଙ୍କର ପରମେଶ୍ୱର ମୃତ୍ୟୁରୁ ଉଠାଇଛନ୍ତି ।
\v 31 ପରମେଶ୍ୱର ଯୀଶୁଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଉନ୍ନତ କଲେ I ତାହାଙ୍କୁ ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା ଓ ପ୍ରଭୁ କଲେ I ଇସ୍ରାଏଲ ଲୋକମାନଙ୍କ ହୃଦୟ ଓ ଜୀବନ ପରିବର୍ତ୍ତନ ଓ ପାପ କ୍ଷମା ନିମନ୍ତେ ସେ ଅନୁମତି ଦେଲେ I
\v 32 ଆମ୍ଭେ ସମସ୍ତେ ଯୀଶୁ କରିଥିବା ଘଟଣାଗୁଡ଼ିକର ସାକ୍ଷୀ । ପବିତ୍ର ଆତ୍ମା ମଧ୍ୟ ଏ ଘଟଣାଗୁଡ଼ିକ ସତ୍ୟ ବୋଲି ପ୍ରମାଣ ଦିଅନ୍ତି । ପରମେଶ୍ୱର ନିଜର ଆଜ୍ଞା ମାନୁଥିବା ଲୋକମାନଙ୍କୁ ପବିତ୍ର ଆତ୍ମାଙ୍କୁ ଦେଇଛନ୍ତି । ସେମାନେ ମଧ୍ୟ ଏହାର ସାକ୍ଷୀ ।"
\s5
\v 33 ଯିହୁଦୀୟ ନେତାମାନେ ଏକଥା ଶୁଣି ଭୀଷଣ ରାଗିଗଲେ ଓ ପ୍ରେରିତମାନଙ୍କୁ ହତ୍ୟା କରିବାପାଇଁ ଯୋଜନା କଲେ ।
\v 34 କିନ୍ତୁ ସେହି ସଭାର ଗମଲୀୟେଲ ନାମକ ଜଣେ ଆଇନ ଶିକ୍ଷକ ଥିଲେ I ସେ ଜଣେ ଫାରୂଶୀ, ଓ ଆଇନ ଶିକ୍ଷକ ପୁଣି ଯିହୁଦୀୟ ମାନେ ତାଙ୍କୁ ସମ୍ମାନ ଦେଉଥିଲେ I ସେ ଠିଆ ହୋଇ ରକ୍ଷକମାନଙ୍କୁ ପ୍ରେରିତମାନଙ୍କୁ କିଛି ସମୟ ପାଇଁ ବାହାରକୁ ନେବା ପାଇଁ ଆଦେଶ ଦେଲେ ।
\s5
\v 35 ପ୍ରେରିତମାନଙ୍କୁ ବାହାରକୁ ନେଲା ପରେ ସେ ସଭାର ସଦସ୍ୟମାନଙ୍କୁ କହିଲେ, " ହେ ଇସ୍ରାଏଲ ଲୋକମାନେ, ତୁମ୍ଭେମାନେ ଏହି ଲୋକମାନଙ୍କ କ'ଣ କରିବାକୁ ଯାଉଛ ସେ ବିଷୟରେ ଚିନ୍ତାକର ।
\v 36 କିଛି ବର୍ଷ ପୂର୍ବରୁ ଯିହୁଦା ନାମକ ଜଣେ ଲୋକ ସରକାର ବିରୁଦ୍ଧରେ ବିଦ୍ରୋହ କଲେ ଓ ନିଜକୁ ବହୁତ ବଡ଼ ବୋଲି ଭାବୁଥିଲେ । ପ୍ରାୟ ଚ଼ାରିଶହ ଲୋକ ତାହାର ଅନୁଗାମୀ ଥିଲେ । କିନ୍ତୁ ତାକୁ ମାରିଦିଆଗଲା । ପରେ ତା'ର ସମସ୍ତ ଶିଷ୍ୟ ଛିନ୍ନଭିନ୍ନ ହୋଇ ପଳାଇଗଲେ । ସେମାନଙ୍କ କୌଣସି ଯୋଜନା ସଫଳ ହେଲା ନାହିଁ I
\v 37 ଏହା ପରେ କର ଆଦାୟ ପାଇଁ ଜନଗଣନା ବା ନାମ ଲେଖା ସମୟରେ ଗାଲିଲୀ ଦେଶର ଯିହୁଦା ନାମକ ଜଣେ ବ୍ୟକ୍ତି ବିଦ୍ରୋହ କରି ଅନେକଙ୍କୁ ପ୍ରଭାବିତ କଲେ । ସେ ମଧ୍ୟ କେତେ ଲୋକଙ୍କୁ ନିଜର ଶିଷ୍ୟ କଲେ । କିନ୍ତୁ ତାହାଙ୍କୁ ମଧ୍ୟ ହତ୍ୟା କରାଗଲା । ତାହାଙ୍କର ସମସ୍ତେ ଅନୁଗାମୀ ଛିନ୍ନଭିନ୍ନ ହୋଇ ପଳାଇଗଲେ ।
\s5
\v 38 ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଲୋକମାନଙ୍କର କୌଣସି କ୍ଷତି କର ନାହିଁ । ସେମାନଙ୍କୁ ଏକୁଟିଆ ଛାଡ଼ିଦିଅ । ଯଦି ସେମାନଙ୍କର ମନ୍ତ୍ରଣା ବା ଏହି କାମ ମନୁଷ୍ୟମାନଙ୍କ ପକ୍ଷରୁ ହୋଇଥାଏ, ତେବେ ତାହା ବିଫଳ ହେବ ।
\v 39 କିନ୍ତୁ ଯଦି ଏହା ପରମେଶ୍ୱରଙ୍କଠାରୁ ହୋଇଥାଏ, ତେବେ ତୁମ୍ଭେମାନେ ସେମାନଙ୍କ କାମ ବନ୍ଦ କରିପାରିବ ନାହିଁ । ତୁମ୍ଭେମାନେ ନିଜକୁ ପରମେଶ୍ୱରଙ୍କ ବିରୁଦ୍ଧରେ ଲଢ଼ିବାର ଦେଖିବ। ସଭାର ସଦସ୍ୟମାନେ ଗମଲୀୟେଲ କଥାରେ ସମ୍ମତ ହେଲେ I
\s5
\v 40 ସେମାନେ ପ୍ରେରିତମାନଙ୍କୁ ଭିତରକୁ ଡ଼ାକି ନେଇ ପ୍ରହାର କରିବା ପାଇଁ ମନ୍ଦିରର ରକ୍ଷକକୁ କହିଲେ । ସେମାନେ ସେହିପରି କଲେ ଓ ସେମାନଙ୍କୁ ଯୀଶୁଙ୍କ ନାମରେ କିଛି ନ କହିବା ପାଇଁ ଆଦେଶ ଦେଲେ । ତା'ପରେ ସେମାନଙ୍କୁ ଛାଡ଼ି ଦେଲେ ।
\v 41 ପ୍ରେରିତମାନେ ମହାସଭା ଛାଡ଼ି ଚ଼ାଲିଗଲେ । ସେମାନେ ଖୁସି ହେଲେ ଯେ, ସେମାନଙ୍କୁ ଯୀଶୁଙ୍କ ନାମରେ ଅପମାନ ସହିବା ଏକ ସୁଯୋଗ ଥିଲା ଓ ସେମାନଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି ।
\v 42 ପ୍ରେରିତମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଏହି ସୁସମାଚ଼ାର ଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ । ସେମାନେ ପ୍ରଚାର କାର୍ଯ୍ୟ ଆଦୌ ବନ୍ଦ କଲେ ନାହିଁ ।
\s5
\c 6
\p
\v 1 ଏହି ସମୟ ମଧ୍ୟରେ ଅନେକ ସଂଖ୍ୟାରେ ଲୋକମାନେ ଯୀଶୁଙ୍କ ଠାରେ ବିଶ୍ଵାସ କଲେ । ସେତେବେଳେ ଗ୍ରୀକ୍ ଭାଷା କହୁଥିବା ଯିହୁଦୀମାନେ ଏବ୍ରୀଭାଷା କହୁଥିବା ଯିହୁଦୀମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ । କାରଣ ସେମାନଙ୍କ ବିଧବାମାନଙ୍କୁ ଉଚିତ ପରିମାଣରେ ଖାଦ୍ୟ ବଣ୍ଟନ କରାଯାଉ ନ ଥିଲା I
\s5
\v 2 ଦ୍ୱାଦଶ ପ୍ରେରିତ ଏହା ଶୁଣିବା ପରେ ପ୍ରେରିତମାନେ ସମ୍ପୂର୍ଣ୍ଣ ମଣ୍ଡଳୀକୁ ଡ଼ାକି କହିଲେ, "ଆମ୍ଭେମାନେ ଖାଦ୍ୟ ବଣ୍ଟନରେ ସମୟ ଦେବା ଅପେକ୍ଷା ପ୍ରଚାର କାର୍ଯ୍ୟ ଚାଲୁ ରଖିବା ଆମ୍ଭ ପକ୍ଷେ ଯଥାର୍ଥ ହେବ ।
\v 3 ଏଥିପାଇଁ ହେ ଭାଇମାନେ, ତୁମ୍ଭେମାନେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ । ସେମାନେ ଯେପରି ଲୋକମାନଙ୍କ ଦୃଷ୍ଟିରେ ଉତ୍ତମ, ପବିତ୍ର ଆତ୍ମା ଓ ଜ୍ଞାନରେ ପୂର୍ଣ୍ଣ ହୋଇଥିବେ । ଆମ୍ଭେମାନେ ସେମାନଙ୍କୁ ଏହି କାମ କରିବା ପାଇଁ ଦେବୁ ।
\v 4 ତେବେ ଆମ୍ଭେମାନେ ଆମ୍ଭର ସମସ୍ତ ସମୟ ପ୍ରଚାର, ଶିକ୍ଷାଦାନ ଓ ପ୍ରାର୍ଥନାରେ ଦେଇପାରିବୁ ।"
\s5
\v 5 ସେହି ଦଳର ସମସ୍ତେ ଏହି ଚ଼ିନ୍ତାଧାରାକୁ ପସନ୍ଦ କଲେ । ସେମାନେ ନିଜ ମଧ୍ୟରୁ ସ୍ତିଫାନ, ଯେ କି ପବିତ୍ର ଆତ୍ମା ଓ ବିଶ୍ଵାସରେ ପରିପୂର୍ଣ୍ଣ ଥିଲେ, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ନୀକଲାୟ ଯେ ଆନ୍ତିୟଖିଅରୁ ଆସିଥିଲେ ଓ ଯିହୁଦୀ ଧର୍ମରୁ ଧର୍ମାନ୍ତରୀତ ହୋଇ ମନୋନୀତ ହୋଇଥିଲେ I
\v 6 ବିଶ୍ଵାସୀମାନେ ଏହି ସାତ ଜଣ ଲୋକଙ୍କୁ ପ୍ରେରିତମାନଙ୍କ ପାଖରେ ଉପସ୍ଥିତ କରାଇଲେ । ପ୍ରେରିତମାନେ ପ୍ରାର୍ଥନା କରି ସେମାନଙ୍କ ଉପରେ ହାତ ରଖିଲେ ଓ ସେମାନଙ୍କୁ ପୃଥକ୍ କଲେ ।
\s5
\v 7 ଏହିପରି ଭାବରେ ପରମେଶ୍ୱରଙ୍କ ବାକ୍ୟକୁ ପ୍ରଚାର କଲେ ଏବଂ ବାକ୍ୟ ଚ଼ାରିଆଡ଼େ ବ୍ୟାପିଗଲା । ଯିରୂଶାଲମରେ ବିଶ୍ଵାସୀଙ୍କ ସଂଖ୍ୟା ବହୁତ ବଢ଼ିଗଲା । ଏପରିକି ଯିହୁଦୀ ଯାଜକମାନଙ୍କ ମଧ୍ୟରୁ ଅନେକ ବିଶ୍ଵାସ କଲେ ।
\s5
\v 8 ସ୍ତିଫାନ ପରମେଶ୍ୱରଙ୍କ ପ୍ରାପ୍ତ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ଥିଲେ । ସେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ କର୍ମ କରୁଥିଲେ ଓ ଈଶ୍ୱରଙ୍କ ଶକ୍ତିର ପ୍ରମାଣ ଦେଉଥିଲେ ।
\v 9 ତେବେ କେତେକ ଯିହୁଦୀ ଆସି ସ୍ତିଫାନଙ୍କୁ ବିରୋଦ୍ଧ କଲେ । ସେମାନେ ଯିହୁଦୀୟ ଦଳ ଫ୍ରିଡ୍ ମେନ୍ ସମାଜଗୃହରେ ଏକତ୍ର ହେଉଥିଲେ ଓ ସେ ସମସ୍ତେ କୁରୀଣୀୟ, ଲିବର୍ତ୍ତାନ, କିଲିକିଆ, ଆଲେକଜାଣ୍ଡ୍ରୀୟ ଓ ଏସିଆ ଦେଶର ଯିହୁଦୀ ଥିଲେ ।
\s5
\v 10 କିନ୍ତୁ ସେମାନେ ସ୍ତିଫାନଙ୍କର ଜ୍ଞାନ ଓ ଆତ୍ମା ସମ୍ମୁଖରେ ଯୁକ୍ତି ବାଢ଼ି ପାରିଲେ ନାହିଁ ।
\v 11 ତା'ପେରେ ସେମାନେ ଗୁପ୍ତରେ କେତେକ ଲୋକଙ୍କୁ ସ୍ତିଫାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ପାଇଁ କହିଲେ, "ଆମ୍ଭେମାନେ ତାହାଙ୍କୁ ପରମେଶ୍ୱର ଓ ମୋଶାଙ୍କର ବିରୁଦ୍ଧରେ ଖରାପ କଥା କହୁଥିବାର ଶୁଣିଲୁ ।"
\s5
\v 12 ଏହା କରିବା ଦ୍ୱାରା ସେମାନେ ପୁରୁଖା ଯିହୁଦୀ ନେତାଙ୍କୁ ଆଇନର ଶିକ୍ଷକମାନଙ୍କୁ ଓ ଲୋକମାନଙ୍କୁ ଉତ୍ତେଜିତ କଲେ ଓ ସ୍ତିଫାନଙ୍କୁ ଧରିନେଇ ଯିହୁଦୀ ମହାସଭାକୁ ଆସିଲେ ।
\v 13 ଏବଂ ସେମାନେ କେତେ ଜଣ ମିଥ୍ୟା ସାକ୍ଷୀଙ୍କୁ ଆଣିଲେ । ସେମାନେ କହିଲେ, "ଏ ଲୋକ ସର୍ବଦା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ କୁହେ ।
\v 14 ଆମ୍ଭେମାନେ ତାହାକୁ କହିବାର ଶୁଣିଛୁ ଯେ ନାଜରିତୀୟ ଯୀଶୁ ଏହି ସ୍ଥାନକୁ ଅର୍ଥାତ ମନ୍ଦିରକୁ ନଷ୍ଟ କରି ଦେବେ ଓ ମୋଶା ଆମ୍ଭକୁ ଦେଇଥିବା ବ୍ୟବସ୍ଥାକୁ ଛାଡି ଅନ୍ୟ ପ୍ରଥା ପାଳନ କରିବାକୁ କହୁଅଛନ୍ତି ।"
\v 15 ଏହା ଶୁଣି ମହାସଭାର ସମସ୍ତେ ତାହାଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଦେଖିଲେ ଓ ତାହାଙ୍କ ମୁଖ ସ୍ୱର୍ଗଦୂତଙ୍କ ମୁଖ ପରି ହୋଇଥିବାର ସେମାନେ ଦେଖିଲେ ।
\s5
\c 7
\p
\v 1 ମହାଯାଜକ ସ୍ତିଫାନଙ୍କୁ ପଚ଼ାରିଲେ, " ତୁମ ବିଷୟରେ ଏହି ଲୋକମାନେ କହୁଥିବା ଏସବୁ କଥା କ'ଣ ସତ୍ୟ?"
\v 2 ସେ ଉତ୍ତର ଦେଲେ, " ମୋର ସହ ଯିହୁଦୀମାନେ ଓ ସମ୍ମାନୀୟ ଭାଇମାନେ, ଦୟାକରି ମୋ କଥା ଶୁଣ । ଆମ୍ଭର ପିତା ଅବ୍ରାହାମ ହାରୋଣ ନଗରରେ ବାସ କରିବା ପୂର୍ବରୁ ଯେତେବେଳେ ମେସୋପଟାମିଆରେ ଥିଲେ, ସେତେବେଳ ଗୌରବମୟ ପରମେଶ୍ୱର ତାହାଙ୍କୁ ଦର୍ଶନ ଦେଇ କହିଲେ,
\v 3 ପରମେଶ୍ୱର ତାଙ୍କୁ କହିଲେ, "ତୁମ୍ଭେ ନିଜ ଦେଶ ଓ ବନ୍ଧୁବର୍ଗଙ୍କୁ ଛାଡ଼ି ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି, ସେ ଦେଶକୁ ଚାଲିଯାଅ ।"
\s5
\v 4 ତେଣୁ ସେ କଲଦୀୟମାନଙ୍କ ସ୍ଥାନ ତ୍ୟାଗ କରି ହାରଣରେ ବାସ କଲେ । ତାହାଙ୍କ ପିତାଙ୍କ ମୃତ୍ୟୁ ପରେ ପରମେଶ୍ୱର ତାହାଙ୍କୁ ଏଠାକୁ ଆଣିଲେ, ଯେଉଁଠି ତୁମ୍ଭେମାନେ ଏବଂ ଆମ୍ଭେମାନେ ବର୍ତ୍ତମାନ ରହୁଛୁ ।
\v 5 ପରମେଶ୍ୱର ତାହାଙ୍କୁ କିଛି ଦେଲେ ନାହିଁ । ଏପରିକି ଗୋଟିଏ ଫୁଟ ଜାଗା ମଧ୍ୟ ନୁହେଁ । ପରମେଶ୍ୱର ତାହାଙ୍କୁ ଓ ତାହାଙ୍କର ଭବିଷ୍ୟତ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ସବୁଦିନ ପାଇଁ ଦେବାପାଇଁ ପ୍ରତିଜ୍ଞା କରିଥିଲେ । ଯଦିଓ ସେହି ସମୟରେ ତାହାଙ୍କର କିଛି ପିଲା ପିଲି ନ ଥିଲା ।
\s5
\v 6 ପରମେଶ୍ୱର ଅବ୍ରାହାମଙ୍କୁ ଏହି କଥା କହିଲେ, 'ତୁମ୍ଭର ସନ୍ତାନମାନେ ବିଦେଶରେ ଚ଼ାରିଶହ ବର୍ଷ ପର୍ଯ୍ୟନ୍ତ ରହି ଦାସ କର୍ମ କରିବେ । ସେହି ସମୟରେ ଦେଶର ନେତାମାନେ ସେମାନଙ୍କ ପ୍ରତି ଖରାପ ବ୍ୟବହାର କରିବେ ।'
\v 7 ପରମେଶ୍ୱର କହିଲେ, ' ଯେଉଁମାନେ ସେମାନଙ୍କୁ ଦାସ କରି ରଖିଛନ୍ତି, ମୁଁ ସେମାନଙ୍କୁ ଦଣ୍ଡ ଦେବି । ତା'ପରେ ସେମାନେ ସେଠାରୁ ଆସି ଏହିସ୍ଥାନରେ ମୋର ପୂଜା ଆରାଧନା କରିବେ I'
\v 8 ଏହିପରି ପରମେଶ୍ୱର ଅବ୍ରହାମଙ୍କୁ ଆଦେଶ ଦେଇ କହିଲେ ତୁମର ସମସ୍ତ ପୁରୁଷ ଓ ପୁରୁଷ ଗୋଷ୍ଠୀକୁ ସୁନ୍ନତ କରି ତୁମ୍ଭେମାନେ ଯେ ପରମେଶ୍ୱରଙ୍କର ଏହି ଚ଼ିହ୍ନ ଦେଖାଅ । ଅବ୍ରହାମ ଯିସ୍‌ହାକଙ୍କର ପିତା ହେଲେ I ଯିସ୍‌ହାକଙ୍କ ଜନ୍ମର ଅଷ୍ଟମଦିନ ଅବ୍ରାହାମ ତାହାଙ୍କର ସୁନ୍ନତ କଲେ ଓ ଯିସ୍‌ହାକ ତାହାଙ୍କର ପୁତ୍ର ଯାକୁବଙ୍କର ସୁନ୍ନତ କଲେ I ପୁଣି ଯାକୁବ ତାହାଙ୍କ ବାରଜଣ ପୁତ୍ରଙ୍କର ସୁନ୍ନତ କଲେ, ଏହି ପୁତ୍ରମାନେ ଆମ୍ଭ ଗୋଷ୍ଠୀଗୁଡ଼ିକର ପିତା ହେଲେ ।
\s5
\v 9 ତୁମ୍ଭେମାନେ ଜାଣିଛ ଯେ ସେହି ପୂର୍ବପୁରୁଷମାନେ ଯୋଷେଫଙ୍କର ପ୍ରତି ଈର୍ଷା କରି ତାହାଙ୍କୁ ମିଶର ଦେଶର ଜଣେ ବ୍ୟବସାୟୀଙ୍କୁ ଦାସ ଭାବରେ ବିକ୍ରୀ କରି ଦେଲେ । କିନ୍ତୁ ପରମେଶ୍ୱର ଯୋଷେଫଙ୍କ ସହିତ ଥିଲେ ।
\v 10 ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ । ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ । ଫାରୋ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା ରୂପେ ନିଯୁକ୍ତ ଦେଲେ ।
\s5
\v 11 ଯୋଷେଫ ଦେଶର ଶାସନ କରୁଥିବା ସମୟରେ ସମଗ୍ର ମିଶର ଓ କିଣାନ ଦେଶରେ ଖାଦ୍ୟର ଅଭାବ ପଡ଼ିବାରୁ ଲୋକ ବହୁତ କଷ୍ଟରେ ପଡ଼ିଲେ । ସେହି ସମୟରେ ଯାକୁଵ ଓ ତାହାଙ୍କ ପୁତ୍ରମାନେ କିଣାନ ଦେଶରେ ଖାଇବାକୁ କିଛି ପାଇଲେ ନାହିଁ ।
\v 12 ମିଶରରେ ଶସ୍ୟ ଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ଯୋଷେଫଙ୍କର ଜ୍ୟେଷ୍ଠ ଭାଇମାନଙ୍କୁ ସେଠାକୁ ଶସ୍ୟ କିଣିବା ପାଇଁ ପଠାଇଲେ I ସେମାନେ ମିସରକୁ ଯାଇ ଯୋଷେଫଙ୍କଠାରୁ ଶସ୍ୟ କିଣି ଆଣିଲେ, କିନ୍ତୁ ତାକୁ ଚିହ୍ନି ପାରିଲେ ନାହିଁ ଏବଂ ସେମାନେ ଗୃହକୁ ବାହୁଡି ଗଲେ I
\v 13 ସେମାନଙ୍କର ଦ୍ୱିତୀୟ ଥର ମିସରକୁ ଯିବା ସମୟେର ଯୋଷେଫ ନିଜ ଭାଇମାନଙ୍କ ପାଖରେ ପରିଚ଼ିତ ହେଲେ ଓ ଫାରୋ ସେମାନେ ଯେ ଏବ୍ରୀୟ ଓ ଯୋଷେଫଙ୍କ ପରିବାରର ତାହା ଜାଣିଲେ ।
\s5
\v 14 ତେଣୁ ଯୋଷେଫ ତାହାଙ୍କ ଭାଇମାନଙ୍କୁ ଘରକୁ ପଠାଇ ଦେଲେ ଓ ସେମାନେ ଯାଇ ପିତାଙ୍କୁ କହିଲେ କି ଯେ ଯୋଷେଫ ଚାହାନ୍ତି ଯେ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟ ତାହାଙ୍କ ପାଖକୁ ଆସନ୍ତୁ । ସେମାନେ ସମୁଦାୟ ସତୁରି ଜଣ ଥିଲେ I
\v 15 ତା’ପରେ ଯାକୁବ ଏ କଥା ଶୁଣିଲା, ସେ ଓ ତାଙ୍କ ପରିବାର ମିଶର ଦେଶକୁ ଗଲେ । ସେଠାରେ ସେ ନିଜେ ଓ ତାଙ୍କ ପୂର୍ବପୁରୁଷମାନେ ମଧ୍ୟ ମୃତ୍ୟୁ ବରଣ କଲେ ।
\v 16 ସେମାନଙ୍କୁ ଶିଖିମକୁ ନିଆଯାଇ କବର ଦିଆଗଲା । ଯେଉଁ କବର ସ୍ଥାନକୁ ଅବ୍ରାହାମ ହୋମାରର ପୁତ୍ରମାନଙ୍କ ପାଖରୁ କିଛି ରୂପା ଟଙ୍କା ଦେଇ କିଣିଥିଲେ ।
\s5
\v 17 "ଯେତେବେଳେ ପରମେଶ୍ୱର ଇସ୍ରାଏଲକୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ଥିଲେ, ଇତି ମଧ୍ୟରେ ମିଶର ଦେଶରେ ଇସ୍ରାଏଲ ଲୋକମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଲା । ପରମେଶ୍ୱର ଅବ୍ରାହାମଙ୍କୁ ଯେଉଁ ସବୁ ପ୍ରତିଜ୍ଞା କରିଥିଲେ ତାହା ସତ୍ୟରେ ପରିଣତ ହୋଇଥିଲା I
\v 18 ସେହି ସମୟରେ ଆଉ ଜଣେ ରାଜା ମିଶରକୁ ରାଜତ୍ୱ କରିବାପାଇଁ ଆରମ୍ଭ କଲେ । ସେ ଯୋଷେଫଙ୍କୁ ଜାଣି ନ ଥିଲେ ଯେ ଯୋଷେଫ ମିସରୀୟମାନଙ୍କୁ ସାହାଯ୍ୟ କରିଥିଲେ I
\v 19 ସେ ନୂଆ ରାଜା ଆମ୍ଭଲୋକଙ୍କୁ ନିପାତ କରିବାକୁ ଚେଷ୍ଟା କଲା ଓ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ନିଷ୍ଠୁର ଓ ତାଡନା ବ୍ୟବହାର କଲା । ରାଜା ସେମାନଙ୍କର ଶିଶୁମାନଙ୍କୁ ବାହାରେ ପକାଇ ସେମାନଙ୍କୁ ମାରିବା ପାଇଁ ଆଦେଶ କଲେ ।
\s5
\v 20 ଏହି ସମୟରେ ମୋଶା ଜନ୍ମ ଗ୍ରହଣ କଲେ । ଈଶ୍ୱରଙ୍କ ଦୃଷ୍ଟିରେ ସେ ବହୁତ ସୁନ୍ଦର ଥିଲେ । ତାହାଙ୍କ ପିତାମାତା ତାଙ୍କୁ ଘରେ ଗୁପ୍ତରେ ତିନିମାସ ପର୍ଯ୍ୟନ୍ତ ଲାଳନପାଳନ କଲେ ।
\v 21 ତାହାଙ୍କୁ ବାହାରେ ପକାଇ ଦେବା ବେଳେ ଫାରୋଙ୍କର କନ୍ୟା ତାହାଙ୍କୁ ନେଇ ଯତ୍ନ କଲେ ଏବଂ ନିଜ ପୁତ୍ର ଭାବରେ ପାଳିଲେ ।
\s5
\v 22 ମୋଶା ମିଶରବାସୀମାନଙ୍କର ସମସ୍ତ ବିଦ୍ୟାରେ ଶିକ୍ଷିତ ହେଲେ । ସେ ବଡ଼ ହେଲା ପରେ ନିଜ ବକ୍ତବ୍ୟ ଓ କାମରେ ଶକ୍ତିଶାଳୀ ଥିଲେ ।
\v 23 "ତାହାଙ୍କୁ ଚ଼ାଳିଶବର୍ଷ ବୟସ ହେବା ବେଳେ ସେ ନିଜ ଭାଇମାନଙ୍କୁ ତଥା ଇସ୍ରାଏଲର ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ସ୍ଥିର କଲେ ।
\v 24 ମୋଶା ସେଠାରେ ଜଣେ ମିଶରୀୟ, ଜଣେ ଯିହୁଦୀ ସହିତ ଅନ୍ୟାୟ କରୁଥିବାର ଦେଖିଲେ । ତେଣୁ ସେ ଯିହୁଦୀୟ ଜଣଙ୍କୁ ରକ୍ଷା କରିବାକୁ ଯାଇ ମିଶରୀୟକୁ ଦଣ୍ଡ ଦେଲେ । ସେ ତାହାକୁ ଏପରି ଆଘାତ କଲେ ଯେ, ମିଶରୀୟ ଜଣକ ସେହିଠାରେ ମରିଗଲା ।
\v 25 ମୋଶା ଭାବିଲେ ଯେ, ପରମେଶ୍ୱର ସେମାନଙ୍କୁ ଦାସତ୍ୱରୁ ମୁକ୍ତି ପାଇଁ ତାହାଙ୍କୁ ଏହି କାର୍ଯ୍ୟରେ ଲଗାଇ ଅଛନ୍ତି, ତାହା ତାହାଙ୍କ ଯିହୁଦୀୟ ଭାଇମାନେ ବୁଝିବେ, ମାତ୍ର ସେମାନେ ତାହା ବୁଝିଲେ ନାହିଁ ।
\s5
\v 26 ତା' ପରଦିନ ସେ ଦୁଇଜଣ ଯିହୁଦୀ ଲୋକଙ୍କୁ ପରସ୍ପର ମଧ୍ୟରେ କଳି କରୁଥିବାର ଦେଖିଲେ । ସେ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେ଼ଷ୍ଟା କଲେ ଓ କହିଲେ, ' ହେ ଲୋକମାନେ, ତୁମ୍ଭେମାନେ ପରସ୍ପର ଭାଇ ଭାଇ ଅଟ । ତୁମ୍ଭେମାନେ ପରସ୍ପର ଭିତରେ କାହିଁକି କଳି କରୁଅଛ?
\v 27 ଏହାଶୁଣି ପଡ଼ୋଶୀ ପ୍ରତି ଅନ୍ୟାୟ କରୁଥିବା ଲୋକଟି ମୋଶାଙ୍କୁ ଠେଲିଦେଇ କହିଲା, 'ତୁମ୍ଭକୁ ଆମ୍ଭ ଉପରେ ଶାସକ ଓ ବିଚ଼ାରକ ରୂପେ କିଏ ନିଯୁକ୍ତି କଲା?
\v 28 ଗତକାଲି ତୁମ୍ଭେ ଯେପରି ମିଶରୀୟକୁ ମାରିଦେଲ ସେହିପରି କ'ଣ ମୋତେ ମାରି ଦେବାପାଇଁ ଚ଼ାହୁଁଛ?'
\s5
\v 29 ମୋଶା ଏହା ଶୁଣି ଅତିଶୀଘ୍ର ମିଶରରୁ ଚ଼ାଲିଗଲେ ଓ ମିଦିୟନ ଦେଶରେ ଜଣେ ବିଦେଶୀ ହୋଇ ରହିଲେ । ସେଠାରେ ସେ ବିବାହ କଲେ ଓ ତାହାଙ୍କର ଦୁଇଟି ପୁତ୍ର ହେଲା ।
\v 30 "ଦୀର୍ଘ ଚ଼ାଳିଶବର୍ଷ ଅତିବାହିତ ହେବା ପରେ ଜଣେ ସ୍ୱର୍ଗଦୂତ ସ୍ୱରୂପେ ପ୍ରଭୁ ଈଶ୍ୱର ସୀନୟ ପର୍ବତ ନିକଟରେ ଥିବା ମରୁଭୂମିରେ ଗୋଟିଏ ଜ୍ୱଳନ୍ତା ବୁଦାର ଅଗ୍ନିଶିଖାରେ ମୋଶାଙ୍କୁ ଦର୍ଶନ ଦେଲେ ।
\s5
\v 31 ମୋଶା ସେ ଦୃଶ୍ୟ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ବୁଦାଟି ପୋଡି ଯାଉ ନ ଥିଲା । ତାହାକୁ ଭଲଭାବେ ଦେଖିବା ପାଇଁ ନିକଟକୁ ଯିବାବେଳକୁ ସେ ପ୍ରଭୁଙ୍କର ସ୍ୱର ଶୁଣିଲେ I
\v 32 'ମୁଁ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର । ଅବ୍ରହାମ, ଇସ୍‌ହାକ୍ ଓ ଯାକୁବର ପରମେଶ୍ୱର ।' ଏହାଶୁଣି ମୋଶା ଭୟରେ ଥରିଲେ ଓ ଆଉ ସେହି ବୁଦାକୁ ଦେଖିବା ପାଇଁ ସାହାସ କଲେ ନାହିଁ ।
\s5
\v 33 ତା’ପରେ ପ୍ରଭୁ ତାହାଙ୍କୁ କହିଲେ, 'ତୁମ୍ଭେ ପାଦରୁ ପାଦୁକା କାଢ଼ି ମୋତେ ସମ୍ମାନ ଦିଅ, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହୋଇଛ ତାହା ମୋର, ଏଠାରେ ମୋର ଉପସ୍ଥିତି ଅଛି ।
\v 34 ମୁଁ ମିଶର ଦେଶରେ ମୋ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ୟବାହାର ଦେଖିଛି । ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଲି । ମୁଁ ସେମାନଙ୍କୁ ମିସରରୁ ମୁକ୍ତି ଦେବାପାଇଁ ଓହ୍ଲାଇ ଆସିଛି । ଏଥିପାଇଁ ତୁମ୍ଭେ ଆସ । ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି ।'
\s5
\v 35 " ଯେଉଁ ମୋଶା ସେମାନଙ୍କୁ ସାହାଯ୍ୟ କଲେ ତାଙ୍କୁ ଅବଜ୍ଞା କରି କହିଲେ, 'କିଏ ତୁମ୍ଭକୁ ଶାସକ ଓ ବିଚ଼ାରକ କଲା?' ସେହି ମୋଶାଙ୍କୁ ହିଁ ବର୍ତ୍ତମାନ ପରମେଶ୍ୱର ସେମାନଙ୍କର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ I ଯେଉଁ ସ୍ୱର୍ଗଦୂତ ମୋଶାଙ୍କୁ ବୁଦା ଭିତରେ ଦର୍ଶନ ଦେଇଥିଲେ ସେହି ସ୍ୱର୍ଗଦୂତଙ୍କ ସାହାଯ୍ୟରେ ପରମେଶ୍ୱର ମୋଶାଙ୍କୁ ପଠାଇଲେ ।
\v 36 ତେଣୁ ମୋଶା ମିଶର ଦେଶରୁ ପୂର୍ବପୃରୁଷମାନଙ୍କୁ ବାହାରକୁ ଆଣିଲେ I ସେ ଅନେକ ପ୍ରକାରର ଆଶ୍ଚର୍ଯ୍ୟ ପୂର୍ଣ୍ଣ ଚ଼ିହ୍ନ ଓ କାର୍ଯ୍ୟମାନ ସୂଫ ସମୁଦ୍ରରେ କଲେ ଓ ମରୂଭୂମିରେ ଚ଼ାଳିଶ ବର୍ଷ ଯାତ୍ରା ସମୟରେ ପ୍ରଭୁ ଯେ ତାଙ୍କ ସହିତ ଅଛନ୍ତି ତାହା ପ୍ରମାଣ କଲେ I
\v 37 ସେହି ମୋଶା ଇସ୍ରାଏଲ ସନ୍ତାନମାନଙ୍କୁ କହିଲେ, 'ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରୁ ମୋ ପରି ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ ।'
\s5
\v 38 ଏହି ମୋଶା ମରୁଭୂମିରେ ଯିହୁଦୀମାନଙ୍କ ମଣ୍ଡଳୀରେ ଥିଲେ । ସେ ସ୍ୱର୍ଗଦୂତଙ୍କ ସହିତ ସୀନୟ ପର୍ବତରେ ଥିଲେ, ସେହି ସ୍ୱର୍ଗଦୂତ ତାହାଙ୍କୁ ଆଜ୍ଞା ଦେଇଥିଲେ ଓ ତାହାଙ୍କ ସହିତ କଥାବାର୍ତ୍ତା କଲେ, ସେହି ସ୍ୱର୍ଗଦୂତ ଆମ୍ଭ ପିତୃପୁରୁଷ ମୋଶାଙ୍କ ସହିତ ଥିଲେ, ମୋଶା ପରମେଶ୍ୱରଙ୍କଠାରୁ ଜୀବନ ଦାନକାରୀ ଆଜ୍ଞା ପାଇଥିଲେ । ଏହି ଆଜ୍ଞାସବୁ ମୋଶା ଆମ୍ଭମାନଙ୍କୁ ଦେଲେ ।
\v 39 କିନ୍ତୁ ଆମ ପିତୃପୁରୁଷ ମୋଶାଙ୍କର ବାଧ୍ୟ ହେଲେ ନାହିଁ I ମାତ୍ର ନେତା ଭାବରେ ତାଙ୍କୁ ଅଗ୍ରାହ୍ୟ କଲେ ଓ ମିସର ଫେରିଯିବା ପାଇଁ ଚାହିଁଲେ I
\v 40 ସେମାନେ ହାରୋଣଙ୍କୁ ଯାଇ କହିଲେ, 'ଆମ୍ଭମାନଙ୍କର ପଥ ଦେଖାଇବା ପାଇଁ କେତେ ଜଣ ଦେବତାଙ୍କୁ ନିର୍ମାଣ କର । ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଥିଲେ, ତାହାଙ୍କର କ'ଣ ହେଲା ଆମ୍ଭେ ଜାଣି ନାହୁଁ ।'
\s5
\v 41 ସେହି ସମୟରେ ସେମାନେ ଗୋଟିଏ ବାଛୁରୀର ମୂର୍ତ୍ତି ତିଆରି କରି ସେହି ମୂର୍ତ୍ତି ଆଗରେ ବଳି ଦେଲେ । ସେମାନେ ନିଜ ହାତ ତିଆରି ଜିନିଷ ଦେଖି ବହୁତ ଖୁସି ହେଲେ ନାଚିଲେ ଓ ଗାଇଲେ ।
\v 42 କିନ୍ତୁ ପରମେଶ୍ୱର ସେମାନଙ୍କଠାରୁ ବିମୁଖ ହେଲେ । ସେ ସେମାନଙ୍କୁ ଆକାଶସ୍ଥ ସୂର୍ଯ୍ୟ, ଚନ୍ଦ୍ର, ତାରକା ଦେବତାମାନଙ୍କର ପୂଜା କରିବାପାଇଁ ଛାଡ଼ି ଦେଲେ । ଏହି ବିଷୟରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲେଖାଅଛି, ପରମେଶ୍ୱର କହିଲେ, ହେ, ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଯେଉଁ ପଶୁବଳି ଚାଳିଶ ବର୍ଷ ଧରି ଆଣିଲ ତାହା କ' ଣ ମୋ ପାଇଁ ଥିଲା?
\s5
\v 43 ତୁମ୍ଭେମାନେ ତୁମ୍ଭମାନଙ୍କ ସହିତ ମୋଲଖର ତମ୍ବୁ ଏବଂ ନକ୍ଷତ୍ର ଦେବତା ରମ୍ପାର ମୂର୍ତ୍ତିକୁ ମଧ୍ୟ ବୋହି ନେଇଯାଇଥିଲ । ଏଗୁଡ଼ିକୁ ତୁମ୍ଭେମାନେ ପୂଜା କରିବା ପାଇଁ ତିଆରି କରିଥିଲ । ତେଣୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ବାବିଲୋନର ଆରପାରିକୁ ପଠାଇ ଦେବି ।'
\s5
\v 44 "ଯେତେବେଳେ ଆମ୍ଭ ପୂର୍ବପୁରୁଷମାନେ ପ୍ରାନ୍ତରରେ ଥିଲେ ସେମାନେ ପବିତ୍ର ତମ୍ବୁ ମଧ୍ୟରେ ପରମେଶ୍ୱରଙ୍କର ଆରାଧନା କଲେ । ପରମେଶ୍ୱର ମୋଶାଙ୍କୁ ଯେଉଁ ସୀନୟ ପର୍ବତରେ ଗୋଟିଏ ନକ୍ସା ଦେଖାଇଲେ ଏବଂ ସେ ଦେଖିଥିବା ନକ୍ସା ଅନୁସାରେ ଗୋଟିଏ ସମାନ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ ।
\v 45 ଆମ୍ଭର ପୂର୍ବପୁରୁଷମାନେ ସେହି ସମୟରେ ୟିହୋଶୂୟଙ୍କ ନେତୃତ୍ୱରେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ । ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ ଯେତେବେଳେ ପରମେଶ୍ୱର ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରି ଦେଲେ । ଇସ୍ରାଏଲର ଲୋକମାନେ ଏହି ଦେଶ ଅଧିକାର କରିବାରେ ସକ୍ଷମ ହେଲେ I ତମ୍ବୁଟି ଦାଉଦଙ୍କ ରାଜତ୍ୱ ସମୟ ପର୍ଯ୍ୟନ୍ତ ଥିଲା ।
\v 46 ଦାଉଦ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କଲେ ଓ ସେ ଯେପରି ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବେ ଏଥି ନିମନ୍ତେ ଅନୁମତି ଦେବାପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ ଯେଉଁଠାରେ ସେ ଓ ଆମ୍ଭମାନଙ୍କର ଇସ୍ରାଏଲୀୟ ଲୋକମାନେ ସମସ୍ତେ ଆରାଧନା କରିପାରିବେ I
\s5
\v 47 କିନ୍ତୁ ପରମେଶ୍ୱର ଦାଉଦଙ୍କ ବଦଳରେ ଶଲୋମନଙ୍କୁ ତାହାଙ୍କ ଉପାସନା ପାଇଁ ଗୋଟିଏ ମନ୍ଦିର ନିର୍ମାଣ କରିବା ପାଇଁ କହିଲେ I
\v 48 "ମାତ୍ର ଆମେ ଜାଣୁ ଆମ ପରମେଶ୍ୱର ମହାନ ଓ ସର୍ବୋପରିସ୍ଥ ପରମେଶ୍ୱର କୌଣସି ହାତ ତିଆରି ମନ୍ଦିରରେ ବାସ କରନ୍ତି ନାହିଁ । ଭବିଷ୍ୟଦ୍‌ବକ୍ତା ଯିଶାଇୟ ଏହିପରି ଲେଖନ୍ତି,
\v 49-50 ପରମେଶ୍ୱର କହନ୍ତି, ସ୍ୱର୍ଗ ମୋର ସିଂହାସନ ଓ ପୃଥିବୀ ମୋହର ପାଦପୀଠ । ମୁଁ ସ୍ୱର୍ଗ ଓ ପୃଥିବୀର ସବୁ କିଛି ସୃଷ୍ଟି କରିଅଛି I ତୁମ୍ଭେମାନେ ମୋ’ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ?
\s5
\v 51 ତୁମେ ସବୁ ମୋ’ ପ୍ରତି ଶକ୍ତଗ୍ରୀବ ହେଲ ! ତୁମେ ସବୁ ତୁମ ପୂର୍ବପୁରୁଷ ପରି ଆଚରଣ କଲ I ତୁମ୍ଭେମାନେ ସର୍ବଦା ପବିତ୍ର ଆତ୍ମାଙ୍କୁ ତୁମ ପୂର୍ବପୁରୁଷ ପରି ପ୍ରତିରୋଧ କଲ I
\v 52 ତୁମ ପୂର୍ବପୁରୁଷ ସବୁ ଭବିଷ୍ୟଦ୍‌ବକ୍ତାଙ୍କୁ ତାଡନା କଲେ I ଈଶ୍ୱରଙ୍କୁ ସର୍ବଦା ସନ୍ତୁଷ୍ଟ କରୁଥିବା ଯୀଶୁଙ୍କ ପୁନରାଗମନ ବିଷୟ ଘୋଷଣା କରୁଥିବା ଲୋକମାନଙ୍କୁ ହତ୍ୟା କଲେ; ଆସିଲେ ଏବଂ ତାଙ୍କୁ ଶତ୍ରୁ ହସ୍ତରେ ଦିଆଗଲା ଓ ତାଙ୍କୁ ହତ୍ୟା କରିବା ପାଇଁ ସାହାଯ୍ୟ କରାଗଲା I
\v 53 ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତ ଦ୍ୱାରା ମୋଶାଙ୍କୁ ଦିଆଯାଇଥିବା ବ୍ୟବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ୟ ହୋଇନାହଁ ।"
\s5
\v 54 ଯେତେବେଳେ ଯିହୁଦୀୟ ମହା ସଭାର ସଭ୍ୟମାନେ ଓ ଅନ୍ୟମାନେ ସ୍ତିଫାନ ଯାହା କହିଲେ ତାହା ଶୁଣିଲେ, ସେମାନେ ଅତ୍ୟନ୍ତ ରାଗିଲେ I ସେମାନେ ଏତେ ରାଗିଲେ ଯେ ସେମାନେ ଦାନ୍ତ କାମୁଡିଲେ I
\v 55 କିନ୍ତୁ ପବିତ୍ର ଆତ୍ମା ସ୍ତିଫାନଙ୍କୁ ନିୟନ୍ତ୍ରଣ କଲେ I ସେ ଆକାଶକୁ ଚାହିଁଲେ ଓ ସେ ପରମେଶ୍ୱରଙ୍କ ଗୌରବ ଦେଖିଲେ । ସେ ଯୀଶୁଙ୍କୁ ପରମେଶ୍ୱରଙ୍କ ଡାହାଣ ପାର୍ଶ୍ୱରେ ଠିଆ ହେବାର ଦେଖିଲେ ।
\v 56 ସ୍ତିଫାନ କହିଲେ, " ଦେଖ, ମୁଁ ସ୍ୱର୍ଗକୁ ଖୋଲା ଅବସ୍ଥାରେ ଓ ପରମେଶ୍ୱରଙ୍କ ଡାହାଣ ପାଶ୍ୱରେ ମନୁଷ୍ୟପୁତ୍ରଙ୍କୁ ଠିଆ ହେବାର ଦେଖୁଛି ।"
\s5
\v 57 ଏଥିରେ ଯିହୁଦୀ ନେତାମାନେ ଓ ଅନ୍ୟମାନେ ଶୁଣିଲେ ସେମାନେ ଜୋରରେ ଚିତ୍କାର କଲେ I ସେମାନେ ମଧ୍ୟ କାନରେ ହାତ ଦେଇ ଖୁବ୍ ଜୋରରେ ପାଟି କଲେ ଯେପରି ତାଙ୍କୁ ନ ଶୁଣନ୍ତି ଓ ଶୀଘ୍ର ସେମାନେ ଏକାଠି ହୋଇ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ ।
\v 58 ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ନେଇ ପଥର ମାରିବା ଆରମ୍ଭ କରି ଦେଲେ । ଯେଉଁମାନେ ତାଙ୍କୁ ଆରୋପ କରୁଥିଲେ ସେମାନେ ଆପଣା ବାହାର ବସ୍ତ୍ର ବାହାର କଲେ ଯେପରି ସେମାନେ ସହଜରେ ପଥର ମରିବେ, ଓ ଶାଉଲ ନାମକ ଜଣେ ଯୁବକର ପାଖରେ ସେମାନଙ୍କର ଲୁଗାପଟା ରଖିଲେ ।
\s5
\v 59 ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, " ହେ ପ୍ରଭୁ ଯୀଶୁ, ମୋ ଆତ୍ମାକୁ ଗ୍ରହଣ କର ।"
\v 60 ତା'ପରେ ସେ ଆଣ୍ଠୁମାଡ଼ି ପଡ଼ି କ୍ରନ୍ଦନ କରି କହିଲେ, " ହେ ପ୍ରଭୁ, ଏମାନଙ୍କ ପାପ ନିମନ୍ତେ ଏମାନଙ୍କୁ ଦଣ୍ଡ ଦିଅ ନାହିଁ ।" ଏହା କହି ସେ ମୃତ୍ୟୁବରଣ କଲେ ।
\s5
\c 8
\p
\v 1 କେତେକ ଈଶ୍ୱର ପରାୟଣ ଲୋକ ସ୍ତିଫାନଙ୍କୁ କବର ଦେଲେ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ ।
\v 2 ସେହିଦିନ ଯିରୂଶାଲମରେ ଥିବା ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଭୀଷଣ ତାଡ଼ନା କଲେ। ପ୍ରେରିତମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୁଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲେ। କିନ୍ତୁ ପ୍ରେରିତ ମାନେ ଯିରୂଶାଲମରେ ରହିଲେ I
\v 3 ସ୍ତିଫାନଙ୍କ ମୃତ୍ୟୁ ସମୟରେ ଶାଉଲ ଉପସ୍ଥିତ ଥିଲେ ଓ ସେ ଏହା ସମର୍ଥନ କରିଥିଲେ । ଶାଉଲ ମଧ୍ୟ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ, ସେମାନଙ୍କୁ ଟାଣି ଆଣି କାରାଗାରରେ ରଖିଲେ ଓ ମଣ୍ଡଳୀ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ ।
\s5
\v 4 ଯେଉଁମାନେ ଯିରୂଶାଲମ ଛାଡିଲେ ସେମାନେ ଛିନ୍ନ ଭିନ୍ନ ହୋଇ ଗଲେ, ଓ ସେହି ଲୋକମାନେ ଚ଼ାରିଆଡ଼େ ଯାଇ ସୁସମାଚ଼ାର କହିଲେ ।
\v 5 ଜଣେ ବିଶ୍ୱାସୀ ଯାହାର ନାମ ଫିଲିପ୍ପ ଯିରୂଶାଲମ ଛାଡି ଶମିରୋଣ ନଗରକୁ ଗଲା ଓ ସେଠାରେ ଯାଇ ଯୀଶୁ ଯେ ଖ୍ରୀଷ୍ଟ ଏହି ବିଷୟରେ ସେମାନଙ୍କ ନିକଟରେ ପ୍ରଚ଼ାର କଲେ ।
\s5
\v 6 ସେଠାକାର ଲୋକମାନେ ଫିଲିପ୍ପଙ୍କର କଥା ଶୁଣିଲେ ଓ ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ଦେଖି ତାହାଙ୍କ କଥାରେ ଅଧିକ ମନ ଦେଲେ ।
\v 7 ଉଦାହରଣ ସ୍ୱରୂପ ଫିଲିପ୍ପ ବହୁତ ଲୋକଙ୍କ ଭିତରେ ଥିବା ଭୁତ ଛଡାଇଲେ । ଏବଂ ବାହାରକୁ ଆସିବା ବେଳେ ଭୂତମାନେ ଉଚ୍ଚସ୍ୱରରେ ପାଟି କରୁଥିଲେ ବହୁତ ପକ୍ଷାଘାତୀ ଏବଂ ଛୋଟା ଲୋକ ମଧ୍ୟ ଫିଲିପ୍ପଙ୍କ ଦ୍ୱାରା ଆରୋଗ୍ୟ ଲାଭ କଲେ ।
\v 8 ଏଥି ଯୋଗୁଁ, ସେ ନଗରର ଲୋକମାନେ ବହୁତ ଖୁସି ହେଲେ I
\s5
\v 9 ସେହି ନଗରରେ ଶିମୋନ ନାମକ ଜଣେ ଲୋକ ଥିଲା । ଫିଲିପ୍ପ ସେଠାକୁ ଆସିବା ପୂର୍ବରୁ ଶିମୋନ ଯାଦୁଖେଳ ଦେଖାଇ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦେଇଥିଲା । ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା ।
\v 10 ତେଣୁ ସାନ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଶିମୋନଙ୍କ ପ୍ରତି ଧ୍ୟାନ ଦେଲେ । ସେମାନେ କହିଲେ"ଏହି ଲୋକଠାରେ ପରମେଶ୍ୱରଙ୍କ ଶକ୍ତି ଅଛି । ଯାହାକୁ କି 'ମହାନ ଶକ୍ତି' ବୋଲି କୁହାଯାଏ ।"
\v 11 ଶିମୋନ ଲୋକମାନଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଯାଦୁ ବିଦ୍ୟାରେ ମୁଗ୍ଧ କରିପାରୁଥିବାରୁ ସମସ୍ତେ ତାଙ୍କ କଥା ଶୁଣିଲେ ।
\s5
\v 12 କିନ୍ତୁ ଯେତେବେଳେ ସେମାନେ ଫିଲିପ୍ପଙ୍କଠାରୁ ପରମେଶ୍ୱରଙ୍କ ରାଜ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ବିଷୟକ ସୁସମ୍ବାଦ ଶୁଣିଲେ ଓ ବିଶ୍ୱାସ କଲେ I ସେତେବେଳେ ପୁରୁଷ ଓ ସ୍ତ୍ରୀ ଯେତେଲୋକ ଯୀଶୁଙ୍କଠାରେ ବିଶ୍ୱାସ କଲେ ବାପ୍ତିଜିତ ହେଲେ I
\v 13 ଶିମୋନ ନିଜେ ମଧ୍ୟ ଫିଲିପ୍ପଙ୍କ କଥାରେ ବିଶ୍ୱାସ କଲେ ଓ ବାପ୍ତିଜିତ ହୋଇ ଫିଲିପ୍ପଙ୍କ ସହିତ ରହିଲେ । ସେ ଅସାଧାରଣ, ଆଶ୍ଚର୍ଯ୍ୟ ପୂର୍ଣ୍ଣ ଚ଼ିହ୍ନମାନ ଦେଖି ବିସ୍ମିତ ହେଲେ, ଏଥିରୁ ଜଣା ପଡିଲା ଯେ ଫିଲିପ୍ପ ସତ୍ୟ କହୁଛନ୍ତି I
\s5
\v 14 ଯେତେବେଳେ ପ୍ରେରିତମାନେ ଯିରୂଶାଲମରେ ଶୁଣିଲେ ଯେ, ଶମିରୋଣର ଲୋକ ପରମେଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି; ସେତେବେଳେ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ପାଖକୁ ପଠାଇଲେ ।
\v 15 ପିତର ଓ ଯୋହନ ଶମିରୋଣରେ ପହଞ୍ଚି ବିଶ୍ୱାସୀମାନଙ୍କ ପାଇଁ ପ୍ରାର୍ଥନା କଲେ ଯେପରିକି ସେମାନେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବେ ।
\v 16 ସେମାନେ କେବଳ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଥିଲେ । କିନ୍ତୁ ସେ ପର୍ଯ୍ୟନ୍ତ କାହା ଉପରେ ପବିତ୍ର ଆତ୍ମା ଅଧିଷ୍ଠିତ ହୋଇ ନ ଥିଲେ ।
\v 17 ତା'ପରେ ପିତର ଓ ଯୋହନ ଲୋକମାନଙ୍କ ଉପରେ ନିଜ ହାତ ରଖିଲେ ଓ ସେମାନେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କଲେ I
\s5
\v 18 ପ୍ରେରିତମାନଙ୍କ ହାତ ରଖିବା ଦ୍ୱାରା ପବିତ୍ର ଆତ୍ମା ପ୍ରାପ୍ତ ହେବା ଶିମୋନ ଦେଖିଲା । ତେଣୁ ଶିମୋନ ପ୍ରେରିତମାନଙ୍କୁ ଟଙ୍କା ଯାଚି କହିଲା,
\v 19 "ମୋତେ ମଧ୍ୟ ଏହି ଶକ୍ତି ଦିଅ, ଯେପରିକି ମୁଁ ଯାହା ଉପରେ ହାତ ରଖିବି, ସେ ପବିତ୍ର ଆତ୍ମା ପାଇପାରିବ ।"
\s5
\v 20 କିନ୍ତୁ ପିତର ତାହାକୁ କହିଲେ, "ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହୋଇଯାଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ୱରଙ୍କ ଦାନ ଟଙ୍କାରେ କିଣି ହେବ!
\v 21 ତୁମ୍ଭେ ଆମ୍ଭ ସହିତ ଓ କାମରେ ଭାଗ ନେଇ ପାରିବ ନାହିଁ କାରଣ ପରମେଶ୍ୱରଙ୍କ ପ୍ରତି ତୁମ୍ଭର ହୃଦୟ ନିର୍ମଳ ନାହିଁ ।
\v 22 ତେଣୁ ତୁମ୍ଭ ଦୁଷ୍କର୍ମରୁ ବିମୁଖ ହୋଇ ପ୍ରଭୁଙ୍କଠାରେ ପ୍ରାର୍ଥନା କର । ହୁଏତ ପରମେଶ୍ୱର ତୁମ୍ଭର ହୃଦୟରେ ଥିବା କୁଚ଼ିନ୍ତାକୁ କ୍ଷମା କରନ୍ତି ।
\v 23 ମନ୍ଦ କାର୍ଯ୍ୟରୁ ବିମୁଖ ହୁଅ, କାରଣ ମୁଁ ଦେଖୁଛି, ତୁମ୍ଭ ମନରେ ତିକ୍ତତା ପୁରି ରହିଛ ଓ ପାପ ତୁମ୍ଭକୁ ଦାସ ପରି ତୁମ୍ଭ ଉପରେ କତ୍ତୃତ୍ୱ କରୁଛି ।"
\s5
\v 24 ଶିମୋନ ଉତ୍ତର ଦେଲା, "ତୁମ୍ଭେ କହିଥିବା କୌଣସି କଥା ଯେପରି ମୋ ପ୍ରତି ନ ଘଟେ, ସେଥିପାଇଁ ତୁମ୍ଭେ ଦୁହେଁ ମୋ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ।"
\s5
\v 25 ପ୍ରେରିତମାନେ ଶମିରୋଣର ଅନେକ ଗ୍ରାମରେ ଶୁଭ ସମାଚ଼ାର କହି ଯିରୂଶାଲମକୁ ଫେରିଗଲେ । ସେମାନେ ଫେରିବା ସମୟରେ ଶମିରୋଣୀୟମାନଙ୍କର ବହୁତ ଗ୍ରାମରେ ସୁସମାଚ଼ାର ପ୍ରଚ଼ାର କଲେ ।
\s5
\v 26 ଦିନେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଫିଲିପ୍ପଙ୍କୁ କହିଲେ, "ପ୍ରସ୍ତୁତ ହୁଅ ଓ ଦକ୍ଷିଣ ଆଡକୁ ଯାଇ ଯିରୁଶାଲମରୁ ମରୁଭୂମି ଦେଇ ଯେଉଁ ରାସ୍ତା ଗଜ୍ଜାକୁ ଯାଉଅଛି, ସେହି ରାସ୍ତାରେ ଯାଅ । ତାହା ଏକ ମରୁଭୂମି ଥିଲା I"
\v 27 ଫିଲିପ୍ପ ପ୍ରସ୍ତୁତ ହୋଇ ବାହାରିଲେ । ସେହି ରାସ୍ତାରେ ଜଣେ ନପୁଂସକ ସଙ୍ଗରେ ଦେଖା ହେଲା । ସେହି ନଫୁସକ ଇଥିଓପିଆରୁ ଆସିଥିଲେ । ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଚ଼ାରୀ ଥିଲେ । ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାଯିତ୍ୱରେ ଥିଲେ । ନଫୁସକ ଜଣକ ଉପାସନା କରିବା ପାଇଁ ଯିରୂଶାଲମକୁ ଯାଇଥିଲେ ।
\v 28 ସେ ଫେରିବା ସମୟରେ ରଥରେ ବସି ଥିଲେ I ସେ ବସିଥିବା ଅବସ୍ଥାରେ ଭାବବାଦୀ ଯିଶାଇୟଙ୍କର ପୁସ୍ତକରୁ ଉଚ୍ଚ ସ୍ୱରରେ ପଢ଼ୁଥିଲେ ।
\s5
\v 29 ସେତେବେଳେ ପବିତ୍ର ଆତ୍ମା ଫିଲିପ୍ପଙ୍କୁ କହିଲେ, "ତୁମ୍ଭେ ସେ ରଥ ପାଖକୁ ଯାଇ ସେଠାରେ ରୁହ ।"
\v 30 ଫିଲିପ୍ପ ରଥ ପାଖକୁ ଯାଇ ତାହାଙ୍କୁ ଯିଶାଇୟ ଭାବବାଦୀଙ୍କର ପୁସ୍ତକ ପଢ଼ିବାର ଶୁଣିଲେ। ସେ ତାହାଙ୍କୁ ପଚ଼ାରିଲେ, "ତୁମ୍ଭେ ଯାହା ପଢ଼ୁଛ, ତାହା କ'ଣ ବୁଝିପାରୁଛ?"
\v 31 ନଫୁସକ ଫିଲିପ୍ପକୁ କହିଲେ, "ଯଦି କେହି ଏହା ବୁଝିବାକୁ ସାହାଯ୍ୟ କରିବେ ନାହିଁ, ତେବେ ମୁଁ ଏହା କିପରି ବୁଝିବି?" ତେଣୁ ସେ ଫିଲିପ୍ପଙ୍କୁ କହିଲେ, " ଦୟାକରି ଉପରକୁ ଆସ ଓ ମୋ’ ପାଖରେ ବସ I
\s5
\v 32 ସେ ଶାସ୍ତ୍ରର ପାଠ କରିଥିବା ଅଂଶ ଏହା ଥିଲା:"ସେ ମେଷ ତୁଲ୍ୟ ହତ ହେବା ନିମନ୍ତେ ନିଆଗଲେ, ପୁଣି ଲୋମଛେଦକ ସମ୍ମୁଖରେ ମେଷଶାବକ ଯେପରି ନୀରବ ରୁହେ, ସେହିପରି ସେ ଆପଣା ମୁଖ ଫିଟାଇଲେ ନାହିଁ I
\v 33 ତାହାଙ୍କୁ ଅପମାନୀତ ଓ ଅନ୍ୟାୟ କରାଗଲା ଓ କିଏ ତାହାଙ୍କ ବଂଶ ବିଷୟରେ କଥାବାର୍ତ୍ତା କରିବ ନାହିଁ, କାରଣ ତାହାଙ୍କର କୌଣସି ବଂଶ ରହିବ ନାହିଁ ! ଏହି ପୃଥିବୀରେ ତାହାଙ୍କର ଜୀବନକାଳକୁ ଶେଷ କରାଯିବ । "
\s5
\v 34 ନଫୁସକ ଫିଲିପ୍ପଙ୍କୁ କହିଲେ, "ମୋତେ ଦୟାକରି କୁହ, କାହା ବିଷୟରେ ଭବିଷ୍ୟଦ ବକ୍ତା ଏହା କହୁଛନ୍ତି? ସେ ତାହାଙ୍କ ନିଜ ବିଷୟରେ କହୁଛନ୍ତି ନା ଆଉ କାହା ବିଷୟରେ କହୁଛନ୍ତି?"
\v 35 ତା'ପରେ ଫିଲିପ୍ପ ନଫୁସକକୁ କହିଲେ, ଶାସ୍ତ୍ରର ସେହି ବାକ୍ୟରୁ ଆରମ୍ଭ କରି ଯୀଶୁଙ୍କର ସୁସମାଚ଼ାର ପର୍ଯ୍ୟନ୍ତ ତାହାଙ୍କୁ କହିଲେ ।
\s5
\v 36 -37ସେମାନେ ଏହିପରି ରାସ୍ତାରେ ଯାଉ ଯାଉ ଜଳଥିବା ଗୋଟିଏ ଜାଗାରେ ପହଁଚିଲେ, ଓ ନଫୁସକ ଜଣକ ଫିଲିପ୍ପକୁ କହିଲେ, " ଦେଖ, ଏଠାରେ ତ ଜଳ ଅଛି । ମୁଁ ଏବେ ବାପ୍ତିଜିତ ହେବା ପାଇଁ ଚାହୁଁଛି, ମୋର ବାପ୍ତିଜିତ ହେବାର କିଛି ଅସୁବିଧା ଅଛି କି?"
\v 37 undefined
\v 38 ତା'ପରେ ସେ ରଥ ରଖିବାକୁ ଆଦେଶ ଦେଲେ। ତା'ପରେ ଫିଲିପ୍ପ ଓ ନଫୁସକ ଦୁହେଁ ଜଳ ଭିତରକୁ ଓହ୍ଲାଇ ଗଲେ ଓ ଫିଲିପ୍ପ ତାହାଙ୍କୁ ବାପ୍ତିସ୍ମ ଦେଲେ I
\s5
\v 39 ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ, ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ଘେନିଗଲେ, ପୁଣି ନପୁଂସକ ତାଙ୍କୁ ଆଉ ଦେଖିଲେ ନାହିଁ; ତଥାପି ସେ ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ I
\v 40 କିନ୍ତୁ ଫିଲିପ୍ପ ଅନୁଭବ କଲେ ଯେ ପବିତ୍ର ଆତ୍ମା ଆଶ୍ଚର୍ଯ୍ୟ ଭାବରେ ତାଙ୍କୁ ଅଷ୍‌ଦୋଦ ନଗରକୁ ନେଲେ ଓ କାଇସରୀଆ ନଗରକୁ ଯିବା ବାଟରେ ସବୁ ସହରରେ ଲୋକମାନଙ୍କୁ ସୁସମାଚ଼ାର ପ୍ରଚ଼ାର କରି ଚ଼ାଲିଲେ I ଆଉ ସେ କାଇସରୀଆରେ ପହଞ୍ଚିବା ପର୍ଯ୍ୟନ୍ତ ତାହା କଲେ I
\s5
\c 9
\p
\v 1 ଶାଉଲ ଯିରୂଶାଲମରେ ପ୍ରଭୁଙ୍କ ଅନୁସରଣକାରୀମାନଙ୍କ ବିରୁଦ୍ଧରେ ହତ୍ୟାର ଭୟ ଦେଖାଇବା ପାଇଁ ଚେ଼ଷ୍ଟା କଲେ । ସେ ମହାଯାଜକଙ୍କ ପାଖକୁ ଗଲା I
\v 2 ସେ ମହାଯାଜକଙ୍କ ପାଖକୁ ଯାଇ ଦମ୍ମେସକ ନଗରର ଯିହୁଦୀ ସମାଜଗୃହଗୁଡ଼ିକୁ ପତ୍ର ସବୁ ଲେଖିବା ଦ୍ୱାରା ନିଜର ପରିଚୟ ଦେବା ନିମନ୍ତେ କହିଲେ । ଯେପରି ଏହାଦ୍ୱାରା ସେ ଯେତେବେଳେ ଖ୍ରୀଷ୍ଟଙ୍କ ପଥ ଅନୁସରଣକାରୀ କୌଣସି ପୁରୁଷ ବା ସ୍ତ୍ରୀକୁ ଦେଖନ୍ତି, ସେତେବେଳେ ସେମାନଙ୍କୁ ବନ୍ଦୀ କରି ଯିରୂଶାଲମକୁ ନେଇ ଆସିପାରିବେ ଓ ସେମାନଙ୍କୁ କାରାଗାରରେ ପକାଇ ଦଣ୍ଡ ଦେବା ପାଇଁ ଅନୁମତି ଦେଲେ I
\s5
\v 3 ଶାଉଲ ଓ ତାଙ୍କ ସହିତ ଯେଉଁମାନେ ଥିଲେ ସେମାନେ ଦମ୍ମେସକ ନିକଟକୁ ଆସିଲେ । ହଠାତ୍ ସ୍ୱର୍ଗରୁ ଗୋଟିଏ ଆଲୋକ ଶାଉଲଙ୍କ ଚ଼ାରିପଟେ ଉଦ୍ଭାସିତ ହୋଇଗଲା I
\v 4 ସେ ହଠାତ ଭୂମିରେ ପଡ଼ିଗଲେ । ସେ ଗୋଟିଏ ସ୍ୱର ଶୁଣିବାକୁ ପାଇଲେ, "ଶାଉଲ, ଶାଉଲ, ତୁମ୍ଭେ ମୋତେ କାହିଁକି ତାଡ଼ନା ଦେଉଛ?
\s5
\v 5 ଶାଉଲ କହିଲେ, "ପ୍ରଭୁ, ତୁମ୍ଭେ କିଏ? ସେ କହିଲେ, "ମୁଁ ଯୀଶୁ ଯାହାଙ୍କୁ ତୁମେ ତାଡ଼ନା କରୁଛ I"
\v 6 ଏବେ ଉଠ ଓ ନଗରକୁ ଯାଅ । ସେଠାରେ ତୁମ୍ଭକୁ କ'ଣ କରିବାକୁ ହେବ, ତାହା ତୁମ୍ଭକୁ ଜଣେ କହିବେ ।
\v 7 ତାହାଙ୍କ ସହିତ ଯାତ୍ରା କରୁଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ କିଛି ବୁଝି ନ ପାରି ଠିଆ ହେଲେ । ସେମାନେ ପ୍ରଭୁ କଥା ହେବାର ଶୁଣିଲେ, କିନ୍ତୁ କାହାକୁ ସେଠାରେ ଦେଖିଲେ ନାହିଁ I
\s5
\v 8 ଶାଉଲ ଭୂମି ଉପରୁ ଉଠିଲେ, କିନ୍ତୁ ଯେତେବେଳେ ଆଖି ଖୋଲିଲେ କିଛି ଦେଖିପାରିଲେ ନାହିଁ । ତେଣୁ ଲୋକମାନେ ତାହାଙ୍କର ହାତ ଧରି ଦମ୍ମେସକକୁ ନେଇଗଲେ ।
\v 9 ସେ ତିନି ଦିନ ପର୍ଯ୍ୟନ୍ତ କିଛି ଦେଖି ପାରିଲେ ନାହିଁ ଓ କିଛି ଖିଆ ପିଆ ମଧ୍ୟ କଲେ ନାହିଁ ।
\s5
\v 10 ହନନୀୟ ନାମକ ଜଣେ ଯୀଶୁଙ୍କର ଶିଷ୍ୟ ଦମ୍ମେସକରେ ଥିଲେ । ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, "ହନନୀୟ! ସେ ଉତ୍ତର ଦେଲେ, "ପ୍ରଭୁ, ମୁଁ ଶୁଣୁଛି I"
\v 11 ପ୍ରଭୁ ତାହାଙ୍କୁ କହିଲେ, "ଉଠ ଓ ସଳଖ ନାମକ ରାସ୍ତାରୁ ଯିହୁଦାଙ୍କ ଘରକୁ ଯାଅ ଏବଂ ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ୟକ୍ତିର ସନ୍ଧାନ ନିଅ । ଯେହେତୁ ସେ ପ୍ରାର୍ଥନା କରୁଅଛି I
\v 12 ଏହି ଶାଉଲ ଗୋଟିଏ ଦର୍ଶନ ଦେଖିଅଛି ଯେ, ହନନୀୟ ନାମକ ଜଣେ ଲୋକ ତା' ନିକଟକୁ ଆସି, ତା' ଉପରେ ହାତ ଥୋଇ ପ୍ରାର୍ଥନା କରୁଅଛି ଯେପରି ତାହା ଦ୍ୱାରା ସେ ପୁଣି ଦେଖି ପାରିବ I
\s5
\v 13 ହନନୀୟ ଉତ୍ତର ଦେଲେ, "ପ୍ରଭୁ, ମୁଁ ବହୁତ ଲୋକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଛି । ମୁଁ ଶୁଣିଛି ଯେ, ସେ ଯିରୂଶାଲମରେ ଆପଣଙ୍କ ଲୋକମାନଙ୍କ ପ୍ରତି ବହୁତ ଅତ୍ୟାଚାର କରିଛି I
\v 14 ଏଠାରେ ମଧ୍ୟ ସେହି ଲୋକଟି ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପାଇ ଆପଣଙ୍କୁ ବିଶ୍ୱାସ କରୁଥିବା ସମସ୍ତ ଲୋକଙ୍କୁ ବନ୍ଦୀ କରିବା ପାଇଁ ଆସିଛି ।"
\v 15 କିନ୍ତୁ ପ୍ରଭୁ ହନନୀୟକୁ କହିଲେ, "ତୁମ୍ଭେ ଶାଉଲ ନିକଟକୁ ଯାଅ ! ମୁଁ ଯାହା କହୁଛି ତାହା କର, କାରଣ ଶାଉଲକୁ ମୁଁ ଏକ ବିଶେଷ କାର୍ଯ୍ୟ ପାଇଁ ବାଛିଛି । ଅଣଯିହୁଦୀ, ରାଜା ଓ ଇସ୍ରାଏଲ ର ଲୋକମାନଙ୍କ ଆଗରେ ସେ ମୋ ନାମର ସାକ୍ଷ୍ୟ ଦେବ ।
\v 16 ମୁଁ ନିଜେ ତାହାକୁ ଜଣାଇବି ଯେ ମୋ ନାମ ପାଇଁ ତାହାକୁ କେତେ କଷ୍ଟ ଦେଇ ଯିବାକୁ ହେବ ।"
\s5
\v 17 ତେଣୁ ହନନୀୟ ଗଲେ ଓ ସେ ପରେ ଶାଉଲ ଥିବା ଘରକୁ ଯାଇ ଶାଉଲଙ୍କ ଉପରେ ହାତ ରଖିଲେ ଓ କହିଲେ, "ଭାଇ ଶାଉଲ! ପ୍ରଭୁ ଯୀଶୁ ମୋତେ ପଠାଇଛନ୍ତି, ସେ ତୁମ୍ଭର ଆସିବା ବାଟରେ ତୁମ୍ଭକୁ ଦର୍ଶନ ଦେଇଥିଲେ, ଯେପରି ତୁମ୍ଭେ ପୁଣି ଥରେ ଦେଖିପାରିବ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇପାରିବ ।
\v 18 ଏହି କଥା କହିବା ସାଙ୍ଗେ ସାଙ୍ଗେ ଶାଉଲଙ୍କ ଆଖିରୁ ମାଛ କାତି ପରି କିଛି ଖସି ପଡ଼ିଲା । ସେ ଦେଖି ପାରିଲେ । ତା'ପରେ ସେ ଉଠି ବାପ୍ତିଜିତ ହେଲେ I
\v 19 କିଛି ଖାଦ୍ୟ ଖାଇବା ପରେ ତାହାଙ୍କର ବଳ ଆସିଲା । ସେ ଦମ୍ମେସକ ନଗରରେ ବିଶ୍ଵାସୀମାନଙ୍କ ସହିତ କିଛି ସମୟ ରହିଲେ I
\s5
\v 20 ତା'ପରେ ଶାଉଲ ସିଧା ଯିହୁଦୀ ସମାଜଗୃହମାନଙ୍କରେ ପହଞ୍ଚି ସେଠାରେ ଯୀଶୁଙ୍କ ବିଷୟରେ ପ୍ରଚ଼ାର କଲେ । ସେ ଲୋକମାନଙ୍କୁ କହିବାକୁ ଲାଗିଲେ, "ଯୀଶୁ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି I"
\v 21 ତାହାଙ୍କ ପ୍ରଚ଼ାର କଥା ଶୁଣୁଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଲେ । ସେମାନେ କହିଲେ, "ଏ କ'ଣ ସେହି ଲୋକ ନୁହେଁ, ଯିଏ ଏହି ନାମରେ ବିଶ୍ୱାସ କରିଥିବା ଯିରୂଶାଲମର ଲୋକମାନଙ୍କୁ ତାଡ଼ନା କରୁଥିଲା? ଏହି ଲୋକ କ'ଣ ସେ ନୁହେଁ, ଯେ କି ସେମାନଙ୍କୁ ବାନ୍ଧି ନେଇ ପ୍ରଧାନ ଯାଜକମାନଙ୍କ ପାଖକୁ ନେଇଯିବା ପାଇଁ ଏଠାକୁ ଆସିଥିଲା ।"
\v 22 କିନ୍ତୁ ପ୍ରଭୁ ଶାଉଲଙ୍କୁ ଅଧିକ ଶକ୍ତିଶାଳୀ ଭାବରେ ଅନେକଙ୍କ ନିକଟରେ ଦୃଢ଼ତାର ସହିତ ପ୍ରଚାର କରିବା ପାଇଁ ସକ୍ଷମ କରାଇଲେ । ସେ ବାଇବଲରୁ ପ୍ରମାଣ କଲେ ଯେ ଯୀଶୁ ହିଁ ଖ୍ରୀଷ୍ଟ ତାହାଙ୍କ ପ୍ରମାଣ ସବୁ ଏତେ ଦୃଢ଼ ଥିଲା ଯେ, ଦମ୍ମେସକର ଯିହୁଦୀମାନେ ଏ ବିଷୟରେ ତାହାଙ୍କ ସହିତ ଯୁକ୍ତି କରିପାରୁ ନଥିଲେ କିମ୍ବା ଯାହା ସେ କହିଲେ ତାହା ଭୁଲ ପ୍ରମାଣ କରି ପାରିଲେ ନାହିଁ I
\s5
\v 23 ଅନେକ ଦିନ ବିତିଗଲା ପରେ ଯିହୁଦୀମାନେ ଶାଉଲଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କଲେ I
\v 24 ଯିହୁଦୀମାନେ ତାହାଙ୍କୁ ମାରିବାପାଇଁ ଦିନରାତି ନଗରର ଫାଟକ ଗୁଡ଼ିକ ପାଖରେ ଜଗି ଅନେଇ ବସିଲେ । କିନ୍ତୁ ଶାଉଲ ସେମାନଙ୍କର ଯୋଜନାକୁ ଜାଣିପାରିଲେ I
\v 25 କିନ୍ତୁ ତାହାଙ୍କର କେତେକ ଅନୁସରଣକାରୀ ତାହାଙ୍କୁ ଦିନେ ରାତିରେ ଟୋକେଇରେ ନେଇ ପାଚେରୀ ଆରପଟେ ଛାଡ଼ି ଦେଲେ। ଏହିପରି ଭାବେ ପାଉଲ ଦମ୍ମେସକରୁ ଖସି ପଳାଇଲେ I
\s5
\v 26 ଶାଉଲ ଯିରୂଶାଲମରେ ପହଞ୍ଚି ବିଶ୍ୱାସୀମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେ଼ଷ୍ଟା କଲେ I କିନ୍ତୁ ପ୍ରାୟ ସେମାନେ ସମସ୍ତେ ତାହାଙ୍କୁ ଭୟ କଲେ କାରଣ ସେ ଯେ ପ୍ରକୃତରେ ଯୀଶୁଙ୍କର ଶିଷ୍ୟ ହୋଇଅଛନ୍ତି, ଏହା ବିଶ୍ୱାସୀମାନେ ବିଶ୍ୱାସ କଲେ ନାହିଁ ।
\v 27 ମାତ୍ର ବର୍ଣ୍ଣବ୍‌ବା, ଶାଉଲଙ୍କୁ ଗ୍ରହଣ କଲେ ଓ ତାହାଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କ ପାଖକୁ ଗଲେ । ଦମ୍ମେସକକୁ ଯିବା ବାଟରେ ଶାଉଲ କିପରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ ତାହାଙ୍କୁ ସହ କିପରି କଥା ହେଲେ, ଏହା ପ୍ରେରିତମାନଙ୍କୁ ବୁଝାଇ କହିଲେ । ଶାଉଲ ଦମ୍ମେସକରେ କିପରି ନିର୍ଭୀକ ଭାବରେ ଯୀଶୁଙ୍କ ନାମରେ ପ୍ରଚ଼ାର କରିଥିଲେ, ଏହା ସବୁ ମଧ୍ୟ ସେ ସେମାନଙ୍କୁ ବୁଝାଇ ଦେଲେ ।
\s5
\v 28 ତା’ପରେ ଶାଉଲ ପ୍ରେରିତମାନଙ୍କ ସହିତ ଓ ବିଶ୍ୱାସୀମାନଙ୍କ ସହିତ ଯିରୂଶାଲମରେ ସାକ୍ଷ୍ୟାତ କଲେ ଏବଂ ସେ ପ୍ରଭୁଙ୍କର ବିଷୟରେ ସାହାସର ସହିତ ପ୍ରଚ଼ାର କଲେ ।
\v 29 ସେ ଗ୍ରୀକ୍ ଭାଷାଭାଷୀ ଯିହୁଦୀମାନଙ୍କ ସହିତ କଥାବାର୍ତ୍ତା ଏବଂ ମଧ୍ୟ ବାଦାନୁବାଦ କରୁଥିଲେ । କିନ୍ତୁ ସେମାନେ ନିରନ୍ତର ତାହାଙ୍କୁ ମାରିବା ପାଇଁ ଚେ଼ଷ୍ଟା କରୁଥିଲେ ।
\v 30 ବିଶ୍ୱାସୀମାନେ ଯେତେବେଳେ ଏହା ଜାଣିପାରିଲେ ସେତେବେଳେ ସେମାନେ ଶାଉଲକୁ କାଇସରୀଆ ନଗରରୁ ଆଣି ତାର୍ଷ ନଗରକୁ ଯାଉଥିବା ଜାହାଜରେ ପଠାଇ ଦେଲେ ।
\s5
\v 31 ଏହା ପରେ ଯିହୁଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀରେ ଶାନ୍ତି ଫେରିଲା କାରଣ ତାଡନା ଦେବାକୁ କେହି ନ ଥିଲେ I ପବିତ୍ର ଆତ୍ମା ସେମାନଙ୍କୁ ଉତ୍ସାହିତ ଓ ଶକ୍ତିଶାଳୀ କରୁଥିଲେ । ବିଶ୍ୱାସୀମାନେ ପ୍ରଭୁଙ୍କୁ ଭୟ କରୁଥିଲେ ଓ ପବିତ୍ର ଆତ୍ମାଙ୍କ ସହାୟତାରେ ଅନେକ ଖ୍ରୀଷ୍ଟ ବିଶ୍ୱାସୀ ହେଲେ ।
\v 32 ଇତି ମଧ୍ୟରେ ପିତର ବିଭିନ୍ନ ଅଞ୍ଚଳ ବୁଲୁ ବୁଲୁ ଶେଷରେ ଲୂଦ ନଗରରେ ରହୁଥିବା ସାଧୁ/ବିଶ୍ଵାସୀମାନଙ୍କ ପାଖରେ ଆସି ପହଞ୍ଚିଲେ ।
\s5
\v 33 ସେଠାରେ ସେ ଏନିୟ ନାମକ ଜଣେ ବ୍ୟକ୍ତିଙ୍କ ସହିତ ସାକ୍ଷାତ କଲେ I ସେ ଆଠ ବର୍ଷ ଯାଏ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ିଥିଲା କାରଣ ସେ ଜଣେ ପକ୍ଷଘାତ ରୋଗୀ ଥିଲା ।
\v 34 ପିତର ତାହାକୁ କହିଲେ, "ଏନିୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଛନ୍ତି ! ଉଠ ଓ ତୁମ୍ଭ ବିଛଣା ନିଜେ ସଜାଡ଼!" ଏହା କହିବା ମାତ୍ରେ ସେ ଉଠିଗଲା ।"
\v 35 ଏହା ଲୂଦ ଓ ଶାରୋଣ ଅଞ୍ଚଳର ବାସିନ୍ଦାମାନେ ଏନିୟଙ୍କ ସୁସ୍ଥତାକୁ ଦେଖି ମନ ଫେରଣ କରି ପ୍ରଭୁଙ୍କଠାରେ ବିଶ୍ୱାସ କଲେ I
\s5
\v 36 ଟାବୀଥା ନାମକ ଜଣେ ଶିଷ୍ୟା ଯୋଫା ନଗରରେ ରହୁଥିଲେ । ଯାହାର ଗ୍ରୀକ ଅନୁବାଦ ଦର୍କା ଅର୍ଥାତ୍ ହରିଣୀ । ସେ ସବୁବେଳେ ଗରିବ ଲୋକମାନଙ୍କୁ ଦାନ ଦେଉଥିଲେ ଓ ଲୋକମାନଙ୍କର ଉପକାର କରୁଥିଲେ ।
\v 37 ପିତର ଯେତେବେଳ ଲୂଦରେ ଥିଲେ, ସେତେବେଳେ ଟାବୀଥା ଅସୁସ୍ଥ ହୋଇ ମରିଗଲେ । କିଛି ସ୍ତ୍ରୀ’ଲୋକ ତାହାଙ୍କର ଶରୀରକୁ ଯିହୁଦୀ ପ୍ରଥାନୁସାରେ ଧୋଇଲେ I ତା’ପରେ ତାଙ୍କ ଶରୀରକୁ ଲୁଗାରେ ଘୋଡାଇ ଦେଇ ଉପର ମହଲାର କୋଠରୀରେ ଶୁଆଇ ଦେଲେ ।
\s5
\v 38 ଲୂଦ ଯୋଫାର ପାଖରେ ଥିଲା । ପିତର ଲୂଦରେ ଅଛନ୍ତି ବୋଲି ଯୋଫାର ଶିଷ୍ୟମାନେ ଶୁଣି ପିତରଙ୍କ ପାଖକୁ ଦୁଇ ଜଣଙ୍କୁ ପଠାଇଲେ I ସେମାନେ ପିତର ଥିବା ସ୍ଥାନକୁ ଯାଇ ନିବେଦନ କରି କହିଲେ, "ଆମ୍ଭ ସହିତ ଯୋଫାକୁ ଶୀଘ୍ର ଆସନ୍ତୁ ।
\v 39 ତେଣୁ ପିତର ପ୍ରସ୍ତୁତ ହେଲେ ଏବଂ ସେମାନଙ୍କ ସହିତ ଗଲେ । ସେ ଯେତେବେଳେ ପହଞ୍ଚିଲେ, ସେମାନେ ତାହାଙ୍କୁ ଉପର କେଠାରୀକୁ ନେଇ ଗଲେ । ସେଠାରେ ଟାବୀଥାଙ୍କ ଶରୀର ଥିଲା I ପିତରଙ୍କ ଚ଼ାରିପାଖେ ବିଧବାମାନେ ଠିଆ ହୋଇ କାନ୍ଦୁଥିଲେ । ଟାବୀଥା ସେମାନଙ୍କ ସହିତ ଜୀବିତ ଥିବା ସମୟରେ ଯେଉଁ କୁର୍ତ୍ତା ଓ ଅନ୍ୟ ଲୁଗାପଟା ତିଆରି କରିଥିଲେ, ସେଗୁଡ଼ିକ ସେମାନେ ପିତରଙ୍କୁ ଦେଖାଇଲେ I
\s5
\v 40 ପିତର କେଠାରୀ ଭିତରୁ ସମସ୍ତଙ୍କୁ ବାହାର କରି ଆଣ୍ଠୁମାଡ଼ି ପ୍ରାର୍ଥନା କଲେ । ତା'ପରେ ସେ ଟାବୀଥାଙ୍କ ଶରୀର ପାଖକୁ ଯାଇ କହିଲେ, "ଟାବୀଥା, ଉଠ ।" ସେ ଆଖି ଖୋଲିଲେ ଓ ପିତରଙ୍କୁ ଦେଖି ଉଠି ବସିଲେ ।
\v 41 ପିତର ତାହାଙ୍କର ହାତ ଧରି ଉଠାଇଲେ ଓ ବିଶ୍ୱାସୀମାନଙ୍କୁ ଓ ବିଧବାମାନଙ୍କୁ କେଠାରୀ ମଧ୍ୟକୁ ଡାକିଲେ ଓ ଟାବୀଥାକୁ ଜୀବିତ ଦେଖାଇଲେ I
\v 42 ଶୀଘ୍ର ଏହି ଖବର ଯୋଫାର ଚ଼ାରିଆଡ଼େ ବ୍ୟାପିଗଲା । ଫଳରେ ଅନେକ ଲୋକ ପ୍ରଭୁଙ୍କ ପାଖରେ ବିଶ୍ୱାସ କଲେ ।
\v 43 ତା'ପରେ ପିତର ଯୋଫା ନଗରରେ ଶିମୋନ ନାମକ ଜଣେ ଚମାର ଘରେ ବହୁତ ଦିନ ରହିଲେ I
\s5
\c 10
\p
\v 1 କାଇସରୀଆ ନଗରରେ କର୍ଣ୍ଣୀଲିୟ ନାମକ ଜଣେ ଲୋକ ଥିଲେ । ସେ ଇତାଲିକ ନାମକ ରୋମୀୟ ସୈନ୍ୟବାହିନୀର ଏକ ବିଭାଗରେ ପଦାଧିକାରୀ ଥିଲେ I
\v 2 ସେ ସବୁବେଳେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରୁଥିଲେ I ସେ ଓ ତାହାଙ୍କ ଗୃହରେ ବାସ କରୁଥିବା ଲୋକମାନେ ସତ୍ୟ ପରମେଶ୍ୱରଙ୍କର ଉପାସନା କରୁଥିଲେ । ସେ ଗରିବମାନଙ୍କୁ ବହୁତ ଦାନ ଦେଉଥିଲେ ଓ ସବୁବେଳେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ I
\s5
\v 3 ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ କର୍ଣ୍ଣୀଲିୟ ଏକ ଦର୍ଶନ ଦେଖିଲେ । ସେ ଜଣେ ସ୍ୱର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ I ସେ ତାହାଙ୍କୁ କହିଲେ, "କର୍ଣ୍ଣୀଲିୟ ।"
\v 4 କର୍ଣ୍ଣୀଲିୟ ତାହାଙ୍କ ଆଡ଼କୁ ଚାହିଁଲେ ଏବଂ ଭୟରେ କହିଲେ, "ମହାଶୟ, ଆପଣ କ'ଣ ଚ଼ାହାଁନ୍ତି? ସ୍ୱର୍ଗଦୂତ ଯାହାକୁ ପ୍ରଭୁ ପ୍ରେରଣ କଲେ ସେ କହିଲେ,"ତୁମ୍ଭେ ପ୍ରଭୁଙ୍କ ନିକଟରେ ନିୟମିତ ପ୍ରାର୍ଥନା କରି ପ୍ରଭୁଙ୍କୁ ସନ୍ତୁଷ୍ଟ କରିଛ ଓ ତୁମ୍ଭେ ଗରିବମାନଙ୍କୁ ସାହାଯ୍ୟ କରିଅଛ I ସେସବୁ ଈଶ୍ୱରଙ୍କ ଦୃଷ୍ଟିରେ ସ୍ମରଣୀୟ ବଳୀ ଥିଲା I
\v 5 ବର୍ତ୍ତମାନ ଯୋଫା ନଗରକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଯିବା ପାଇଁ କୁହ ଓ ଶିମୋନ ନାମକ ଗୋଟିଏ ଲୋକଙ୍କୁ ଯେ କି ପିତର ନାମରେ ମଧ୍ୟ ପରିଚ଼ିତ ସେଠାରୁ ତାକୁ ଆଣ ।
\v 6 ପିତର ଶିମୋନ ନାମକ ଜଣେ ଚ଼ମାର ସଙ୍ଗେ ରହୁଛନ୍ତି । ତାହାର ଘର ସମୁଦ୍ରକୂଳ ପାଖରେ ଥିଲା I
\s5
\v 7 ଏହା କହି ସ୍ୱର୍ଗଦୂତ ଚ଼ାଲିଗଲେ । ଏହାପରେ କର୍ଣ୍ଣୀଲିୟ ନିଜର ବ୍ୟକ୍ତିଗତ ସହକାରୀ ମଧ୍ୟରୁ ତାହାଙ୍କର ଦୁଇଜଣ ସେବକ ଓ ଜଣେ ସୈନିକ ତାଙ୍କୁ ଡାକିଲେ ଯେ ପ୍ରଭୁଙ୍କର ଆରାଧନା କରୁ ଥିଲେ ।
\v 8 ଯାହାଯାହା ଦୂତ କହିଲେ ସେ ସେମାନଙ୍କୁ ସମସ୍ତ ଘଟଣା କହି ଯୋଫାକୁ ପିତରଙ୍କୁ କାଇସରୀଆକୁ ଆଣିବା ପାଇଁ ପଠାଇଲେ ।
\s5
\v 9 ତହିଁ ଆରଦିନ ପ୍ରାୟ ଦ୍ୱୀପହର ସମୟରେ ସେମାନଙ୍କ ମଧ୍ୟରୁ ତିନି ଜଣ ଯାତ୍ରା କରୁ କରୁ ଯୋଫା ନଗର ନିକଟରେ ପହଞ୍ଚିଲେ I ସେତେବେଳେ ପିତର ଛାତ ଉପରକୁ ପ୍ରାର୍ଥନା କରିବାପାଇଁ ଗଲେ ।
\v 10 ପିତରଙ୍କୁ ବହୁତ ଭୋକ ଲାଗିବାରୁ ସେ ଖାଇବା ପାଇଁ ଇଚ୍ଛା କଲେ । ସେମାନେ ପିତରଙ୍କ ନିମନ୍ତେ ଖାଦ୍ୟ ତିଆରି କରୁଥିବା ସମୟରେ ସେ ଗୋଟିଏ ସ୍ୱପ୍ନ ଦେଖିଲେ I
\v 11 ସେ ଦେଖିଲେ ଯେ ସ୍ୱର୍ଗ ଖୋଲିଗଲା ଓ ତା' ଭିତରୁ ଗୋଟିଏ ଚ଼ାରି କୋଣ ଧରା ବଡ଼ ଚ଼ାଦର ଭଳି କିଛି ଗୋଟାଏ ପୃଥିବୀକୁ ଖସାଇ ଦିଆଯାଉଛି I
\v 12 ତା'ଭିତରେ ପୃଥିବୀର ବିଭିନ୍ନ ପ୍ରକାରର ପ୍ରାଣୀ ଥିଲେ I ସେଠାରେ କିଛି କିଛି ପଶୁପକ୍ଷୀ ଓ ସରୀସୃପ ପ୍ରାଣୀମାନେ ଥିଲେ I ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଯିହୁଦୀମାନଙ୍କୁ ଯେଉଁ ପ୍ରାଣିମାନଙ୍କୁ ଖାଇବା ପାଇଁ ମନା କରାଯାଇଥିଲା I
\s5
\v 13 ତା'ପରେ ସେ ପ୍ରଭୁ କହିବାର ଶୁଣିଲେ, "ପିତର, ଉଠ, ଏହି ପଶୁମାନଙ୍କ ମଧ୍ୟରୁ ଯେ କୌଣସିଟିକୁ ମାର ଓ ଖାଅ ।"
\v 14 କିନ୍ତୁ ପିତର କହିଲେ, " ପ୍ରଭୁ, ତୁମେ କ'ଣ ଚାହିଁବ ଯେ ମୁଁ କେବେ କୌଣସି ଅପବିତ୍ର ବା ଅପରିଷ୍କାର ଖାଦ୍ୟ ଖାଇବି ଯାହା ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଅନୁଚିତ ।"
\v 15 ମାତ୍ର ସେହି ସ୍ୱର ପୁଣି ସେ ଶୁଣିଲେ, " ମୁଁ ପରମେଶ୍ୱର ମୁଁ ଯେଉଁ ବିଷୟକୁ ପବିତ୍ର କରିଅଛି, ତୁମ୍ଭେ ତାହାକୁ ଅପବିତ୍ର କୁହ ନାହିଁ !
\v 16 ଏହିପରି ତିନିଥର ହେବାପରେ ସେ ପଶୁପକ୍ଷୀ ଥିବା ଚାଦରଟି ହଠାତ୍ ସ୍ୱର୍ଗକୁ ଉଠାଇ ନିଆଗଲା ।
\s5
\v 17 ପିତର ଯେଉଁ ଦୃଶ୍ୟ ଦେଖିଲେ, ତା'ର ଅର୍ଥ ବିଷୟରେ ଚ଼ିନ୍ତା କରିବା ସମୟରେ କର୍ଣ୍ଣୀଲିୟ ଯେଉଁ ଲୋକମାନଙ୍କୁ ପ୍ରେରଣ କରିଥିଲେ ସେମାନେ ପହଞ୍ଚିଲେ I ସେମାନେ ଲୋକମାନଙ୍କୁ ପଚାରିଲେ ପିତରଙ୍କ ଘରକୁ କିପରି ଯାଇ ହେବ? ତା’ପରେ ସେମାନେ ପିତରଙ୍କ ଘର ପାଇଲେ ଓ ଆସି ଫାଟକ ନିକଟରେ ଠିଆ ହୋଇଥିଲେ I
\v 18 ସେମାନେ ତାହାଙ୍କୁ ଡାକିଲେ ଓ ପିତର ନାମରେ ପରିଚ଼ିତ ଶିମୋନ ସେଠାରେ ରହିଛନ୍ତି କି ନାହିଁ ପଚ଼ାରିଲେ ।
\s5
\v 19 ସେ ପର୍ଯ୍ୟନ୍ତ ପିତର ସେହି ଦର୍ଶନ ବିଷୟରେ ଚି଼ନ୍ତା କରୁଥିଲେ । ସେହି ସମୟରେ ପବିତ୍ର ଆତ୍ମା ତାହାଙ୍କୁ କହିଲେ, "ଶୁଣ, ତିନିଜଣ ଲୋକ ତୁମ୍ଭକୁ ଦେଖାକରିବା ପାଇଁ ଇଚ୍ଛା କରୁଛନ୍ତି I
\v 20 ତେଣୁ ଉଠ ଓ ତଳକୁ ଯାଅ । ସେହି ଲୋକମାନଙ୍କ ସହିତ ଯାଅ ଓ ସେମାନଙ୍କୁ କିଛି ପଚ଼ାର ନାହିଁ କାରଣ ମୁଁ ସେମାନଙ୍କୁ ପଠାଇଛି ।
\v 21 ପିତର ତଳକୁ ଗଲେ ଓ ସେମାନଙ୍କୁ କହିଲେ, "ତୁମ୍ଭେମାନେ ଯାହାକୁ ଖୋଜୁଛ ମୁଁ ସେହି ଲୋକ । ତୁମ୍ଭେମାନେ ଏଠାକୁ କାହିଁକି ଆସିଛ?
\s5
\v 22 ସେମାନେ ତାହାଙ୍କୁ କହିଲେ, "ଆମ୍ଭମାନଙ୍କୁ ସୈନ୍ୟବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି । ସେ ପରମେଶ୍ୱରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ୟକ୍ତି । ଯେଉଁ ଯିହୁଦୀମାନେ ତାହାଙ୍କୁ ଜାଣିଥିଲେ ତାଙ୍କୁ ବହୁତ ଭଲ ବୋଲି କହୁଥିଲେ । ଜଣେ ପବିତ୍ର ସ୍ୱର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦେଇ କହିଲେ, ଯୋଫାକୁ ଯାଇ ପିତରକୁନେଇ ଆସିବା ପାଇଁ କିଛି ଲୋକକୁ କୁହ, ଯେପରି ସେ ଯାହା କହିବା ପାଇଁ ଚାହାନ୍ତି ତାହା ଶୁଣିପାର I
\v 23 ତେଣୁ ପିତର ସେମାନଙ୍କୁ ଭିତରକୁ ଡାକିଲେ ଓ ରାତ୍ରି ଯାପନ କରିବାକୁ ଜାଗାଟିଏ ଦେଲେ I ତା’ ପର ଦିନ ପିତର ପ୍ରସ୍ତୁତ ହୋଇ ଅନ୍ୟମାନଙ୍କ ସହିତ ଗଲେ I ଯୋଫାରେ ଅନେକ ବିଶ୍ୱାସୀ ମଧ୍ୟ ତାଙ୍କ ସହିତ ଗଲେ I
\s5
\v 24 ତହିଁ ଆରଦିନ ସେ କାଇସରୀଆ ନଗରରେ ପହଞ୍ଚିଲେ । କର୍ଣ୍ଣୀଲିୟ ସେମାନଙ୍କ ଅପେକ୍ଷାରେ ଥିଲେ I ନିଜର ବନ୍ଧୁବାନ୍ଧବ ଓ ଘନିଷ୍ଠ ବନ୍ଧୁମାନଙ୍କୁ ଡ଼କେଇ ନିଜ ଘରେ ରଖିଥିଲେ I
\s5
\v 25 ପିତର ଘରେ ପ୍ରେବଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ଉପାସନା କରିବା ପାଇଁ ତାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ I
\v 26 ପିତର ତାହାଙ୍କୁ ଉଠେଇ ଦେଇ କହିଲେ, "ଉଠ, ମୁଁ ତୁମ୍ଭପରି କେବଳ ଜଣେ ମଣିଷ ।" ମୋ ପାଦ ତଳେ ପ୍ରଣାମ କର ନାହିଁ I
\s5
\v 27 ପିତର ତାହାଙ୍କ ସହିତ କଥା ହେଉ ହେଉ ଭିତରକୁ ଗଲେ । ସେଠାରେ ସେ ବହୁତ ଲୋକମାନଙ୍କୁ ଏକତ୍ରୀତ ହେବାର ଦେଖିଲେ ।
\v 28 ପିତର ସେମାନଙ୍କୁ କହିଲେ, "ତୁମ୍ଭମାନେ ଜାଣିଛ ଯେ, କୌଣସି ଯିହୁଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ଯିବା ଯିହୁଦୀ ବ୍ୟବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ 'ଅପବିତ୍ର' ଓ 'ଅପରିଚ୍ଛନ୍ନ' ନ କହିବା ପାଇଁ ପରମେଶ୍ୱର ମୋତେ ଦେଖାଇଛନ୍ତି I
\v 29 ତେଣୁ ମୁଁ ନିମନ୍ତ୍ରଣ ପାଇ ବିନା ଆପତ୍ତିରେ ଏଠାକୁ ଚାଲିଆସିଲି । ମୋତେ ବର୍ତ୍ତମାନ କୁହ, ତୁମ୍ଭେମାନେ ମୋତେ କାହିଁକି ଡ଼କେଇଥିଲ?
\s5
\v 30 କର୍ଣ୍ଣୀଲିୟ କହିଲେ, "ମୁଁ ଠିକ୍ ତିନି ଦିନ ଆଗରୁ ମୋ ଘରେ ସବୁ ଦିନ ପରି ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥାନା କରୁଥିଲି । ସେତେବେଳେ ହଠାତ୍ ଜଣେ ସ୍ୱର୍ଗଦୂତ, ଉଜ୍ଜ୍ୱଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମୋ’ ସାମନାରେ ଠିଆ ହୋଇଗଲେ ।
\v 31 ସେ କହିଲେ, 'କର୍ଣ୍ଣୀଲିୟ, ପରମେଶ୍ୱର ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି ଓ ତୁମ୍ଭେ ଗରିବମାନଙ୍କୁ ଦେଇଥିବା ଦାନ ମନେ ରଖିଛନ୍ତି ଓ ସେ ତୁମ୍ଭ ଉପରେ ସନ୍ତୁଷ୍ଟ ଅଟନ୍ତି ।
\v 32 ତେଣୁ ଯୋଫାକୁ ଲୋକ ପଠାଇ ପିତର ନାମରେ ପରିଚ଼ିତ ଶିମୋନଙ୍କୁ ଏଠାକୁ ଡ଼କାଅ । ଯେ ସମୁଦ୍ର କୂଳରେ ଚ଼ମାର ଶିମୋନଙ୍କ ଘରେ ରହୁଛନ୍ତି ।
\v 33 ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡ଼କେଇ ପଠାଇଲି । ଆପଣ ଏଠାକୁ ଆସି ଥିବା ହେତୁ ଧନ୍ୟବାଦ ଜଣାଏ । ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦେଇଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠାରେ ପ୍ରଭୁଙ୍କ ସମ୍ମୁଖରେ ଅପେକ୍ଷା କରି ରହିଛୁ, ଆପଣ ଆମକୁ କୁହନ୍ତୁ I
\s5
\v 34 ପିତର କହିବା ଆରମ୍ଭ କଲେ, "ମୁଁ ବର୍ତ୍ତମାନ ପ୍ରକୃତରେ ବୁଝିପାରୁଛି, ପରମେଶ୍ୱରଙ୍କ ଦୃଷ୍ଟିରେ ପ୍ରତ୍ୟେକ ଲୋକ ଓ ଗୋଷ୍ଠୀ ସମାନ ତାହାଙ୍କ ପାଖରେ କୌଣସି ଭେଦଭାବ ନାହିଁ ।
\v 35 କିନ୍ତୁ ପରମେଶ୍ୱର ସମସ୍ତ ଜାତି ଯେଉଁମାନେ ତାଙ୍କୁ ଭୟ କରି ଉତ୍ତମ କର୍ମ କରି ସନ୍ତୁଷ୍ଟ କରୁଥିବା ଲୋକଙ୍କୁ ଗ୍ରହଣ କରନ୍ତି I
\s5
\v 36 ତୁମ୍ଭେମାନେ ଜାଣ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଚ଼ାର ପଠାଇଥିଲେ । ସେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ତାହାଙ୍କର ଶାନ୍ତି ସୁସମାଚ଼ାର ପଠାଇଛନ୍ତି । ସେ କେବଳ ଇସ୍ରାଏଲର ପ୍ରଭୁ ନୁହନ୍ତି ସେ ସମସ୍ତଙ୍କର ପ୍ରଭୁ ଅଟନ୍ତି I ସେ ସମସ୍ତଙ୍କ ଉପରେ ରାଜତ୍ୱ କରନ୍ତି I
\v 37 ତାହା ତୁମ୍ଭେମାନେ ଜାଣିଛ ଗାଲିଲୀଠାରୁ ଆରମ୍ଭ କରି ସାରା ଯିହୁଦାରେ ଯାହାସବୁ ଘଟିଲା, ଯୋହନଙ୍କ ଦ୍ୱାରା ଲୋକମାନେ ବାପ୍ତିସ୍ମ ହେବା ପୂର୍ବରୁ ସେ ସେମାନଙ୍କୁ ପାପର ଆଚରଣରୁ ବିମୁଖ ହେବା ପାଇଁ ପ୍ରଚ଼ାର କଲେ ।
\v 38 ତୁମ୍ଭେମାନେ ଜାଣିଛ ଯେ ପରମେଶ୍ୱର ନାଜରିତୀୟ ଯୀଶୁଙ୍କୁ ପବିତ୍ର ଆତ୍ମା ଓ ଆଶ୍ଚର୍ଯ୍ୟ କର୍ମ କରିବା ପାଇଁ ଶକ୍ତି ଦେଲେ । ତୁମ୍ଭେମାନେ ମଧ୍ୟ ଜାଣିଛ ଯେ ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ । ଶୟତାନର ଅଧୀନରେ ରହି କଷ୍ଟ ପାଉଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ । ଏହିସବୁ ଦ୍ୱାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ୱର ତାହାଙ୍କ ସହିତ ଥିଲେ ।
\s5
\v 39 ଯୀଶୁ ନିଜ ଜାଗା ଯିହୁଦା ଦେଶରେ ଓ ଯିରୂଶାଲମରେ ଯାହାସବୁ କରିଥିଲେ ସେହିସବୁ ଆମ୍ଭେ ନିଜେ ଦେଖିଅଛୁ । ଆମ୍ଭେ ତାହାର ସାକ୍ଷୀ ଅଟୁ । ତାହାଙ୍କ ଶତ୍ରୁମାନେ କାଠ ନିର୍ମିତ କ୍ରୁଶରେ ତାଙ୍କୁ ବଧକଲେ ।
\v 40 କିନ୍ତୁ ତାହାଙ୍କ ମୃତ୍ୟୁର ତିନିଦିନ ପରେ ପରମେଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ପୁନର୍ଜିବୀତ ହେବାର ଲୋକମାନେ ଦେଖିବେ । ଲୋକମାନେ ଜାଣି ପାରିଲେ ଯେ ଯୀଶୁ ମରି ଉଠି ଅଛନ୍ତି ଓ ସେମାନେ ନିଜ ଆଖିରେ ଦେଖି ସୁନିଶ୍ଚିତ ହେଲେ I
\v 41 ଯୀଶୁ ସବୁ ଲୋକମାନଙ୍କୁ ଦେଖାଗଲେ ନାହିଁ । ପରମେଶ୍ୱର ଯେଉଁମାନଙ୍କୁ ତାହାଙ୍କ ସାକ୍ଷୀରୂପେ ପୂର୍ବରୁ ମନୋନୀତ କରିଥିଲେ, ସେହିମାନେ କେବଳ ତାହାଙ୍କୁ ଦେଖିପାରିଲେ । ଯୀଶୁ ମୃତ୍ୟୁରୁ ଉଠିଲାପରେ ଆମ୍ଭେମାନେ ତାହାଙ୍କ ସହିତ ଖାଇଥିଲୁ ଓ ପିଇଥିଲୁ ।
\s5
\v 42 ଯୀଶୁ ଆମ୍ଭମାନଙ୍କୁ ଲୋକମାନଙ୍କ ପାଖରେ ସୁସମାଚ଼ାର ପ୍ରଚ଼ାର କରିବାପାଇଁ ଆଦେଶ ଦେଲେ । ପୁଣି ଜୀବିତ ଓ ମୃତମାନଙ୍କ ଓ ସମସ୍ତଙ୍କ ବିଚ଼ାରକ ହେବା ନିମନ୍ତେ କେବଳ ଏକମାତ୍ର ସେ ଯେ ନିଯୁକ୍ତି ପାଇଛନ୍ତି, ଏହାର ସାକ୍ଷ୍ୟ ଦେବାପାଇଁ ମଧ୍ୟ କହିଲେ ।
\v 43 ସମସ୍ତ ଭାବବାଦୀ ଯୀଶୁଙ୍କ ବିଷୟରେ ଯାହା କହିଥିଲେ ତାହା ସେ ଲୋକମାନଙ୍କୁ କହିଲେ । ଲେଖାଥିଲା ଯେ ଯଦି କେହି ଯୀଶୁଙ୍କଠାରେ ବିଶ୍ୱାସ କରେ, ତା’ର କରିଥିବା ସମସ୍ତ ପାପ କ୍ଷମା ପାଇବ କାରଣ ପ୍ରଭୁ ଯୀଶୁ ତାଙ୍କ ନିମନ୍ତେ କାର୍ଯ୍ୟ କରିଛନ୍ତି ।
\s5
\v 44 ପିତର ଏହି କଥା କହିବା ସମୟରେ ସୁସମାଚ଼ାର ଶୁଣୁଥିବା ସମସ୍ତ ଅନ୍ୟ ଜାତିର ଲୋକମାନଙ୍କ ଉପରେ ପବିତ୍ର ଆତ୍ମା ଓହ୍ଲାଇ ଆସିଲେ I
\v 45 ଯେଉଁ ଯିହୁଦୀ ବିଶ୍ୱାସୀମାନେ ଯୋଫାରୁ ପିତରଙ୍କ ସଙ୍ଗେ ଆସିଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ଅଣଯିହୁଦୀମାନଙ୍କୁ ମଧ୍ୟ ପବିତ୍ର ଆତ୍ମା ଦିଆଗଲା ।
\s5
\v 46 ଯିହୁଦୀ ବିଶ୍ୱାସୀମାନେ ସମାନଙ୍କୁ ଭିନ୍ନ ଭିନ୍ନ ଭାଷାରେ କଥା ହେବା ଓ ପରମେଶ୍ୱରଙ୍କୁ ପ୍ରଶଂସା କରିବାର ମଧ୍ୟ ଶୁଣି ଜାଣି ପାରିଲେ ଯେ ସେମାନେ ନ ଶିଖିଥିବା ଭାଷାରେ କଥା କହୁଛନ୍ତି I ପରମେଶ୍ୱର କେତେ ମହାନ କାର୍ଯ୍ୟ କରିଛନ୍ତି ଏହା ଜାଣି ପ୍ରଭୁଙ୍କର ପ୍ରଶଂସା କଲେ ।
\v 47 ତା'ପରେ ପିତର ଯିହୁଦୀ ବିଶ୍ୱାସୀମାନଙ୍କୁ କହିଲେ, " ସେମାନେ ମଧ୍ୟ ଆମ୍ଭପରି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଛନ୍ତି! ତେବେ ଏହି ଲୋକମାନଙ୍କୁ ବାପ୍ତିଜିତ ହେବା ନିମନ୍ତେ କେହି କ'ଣ ମନା କରିପାରିବ? "
\v 48 ତେଣୁ ପିତର ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେବା ପାଇଁ କର୍ଣ୍ଣୀଲିୟ ତାହାଙ୍କର ଆତ୍ମୀୟସ୍ୱଜନ ଓ ବନ୍ଧୁମାନଙ୍କୁ ଆଦେଶ ଦେଲେ ଓ ସେମାନଙ୍କ ବାପ୍ତିସ୍ମ ପରେ ଲୋକମାନେ ପିତରଙ୍କୁ ଓ ଅନ୍ୟ ଯିହୁଦୀ ବିଶ୍ୱାସୀମାନଙ୍କୁ ସେମାନଙ୍କ ସହିତ ଆଉ କିଛି ଦିନ ରହିବାପାଇଁ ଅନୁରୋଧ କଲେ ।
\s5
\c 11
\p
\v 1 ଯିହୁଦା ପ୍ରଦେଶର ବିଭିନ୍ନ ସହରରେ ରହୁଥିବା ପ୍ରେରିତମାନେ ଓ ଅନ୍ୟ ବିଶ୍ୱାସୀମାନେ ଶୁଣିବାକୁ ପାଇଲେ ଯେ, ଅଣଯିହୁଦୀ ଲୋକମାନେ ମଧ୍ୟ ପରମେଶ୍ୱରଙ୍କ ସୁସମାଚ଼ାର ଗ୍ରହଣ କରିଛନ୍ତି I
\v 2 କିନ୍ତୁ ସେଥିରେ ଥିବା କିଛି ଯିହୁଦୀ ବିଶ୍ୱାସୀ ଚାହିଁଲେ କି ଅଣଯିହୁଦୀ ବିଶ୍ୱାସୀମାନେ ମଧ୍ୟ ସୁନ୍ନତ ହେଉନ୍ତୁ I ପିତର କାଈସରିଆରୁ ଯିରୂଶାଲମ ଫେରିବା ପରେ ତା’ଙ୍କ ସହିତ ସାକ୍ଷାତ କରି ତାହାଙ୍କୁ ସମାଲୋଚ଼ନା କଲେ I
\v 3 ସେମାନେ ତାହାଙ୍କୁ କହିଲେ, "ତୁମ୍ଭେ ସୁନ୍ନତ ନ ହୋଇଥିବା ଲୋକଙ୍କ ଘରକୁ ଯାଇଛ ଓ ସେମାନଙ୍କ ସହିତ ଭୋଜନ ମଧ୍ୟ କରିଛ । ଏହା ତୁମ୍ଭେ ଭୁଲ କରିଛ I
\s5
\v 4 ତେଣୁ ପିତର ସେମାନଙ୍କୁ ସମସ୍ତ ଘଟଣାମାନ ଯାହା ଘଟିଥିଲା ତାହା ବୁଝାଇ କହିଲେ I
\v 5 ସେ କହିଲେ, "ମୁଁ ଯୋଫା ନଗରରେ ପ୍ରାର୍ଥନା କଲା ବେଳେ ଗୋଟିଏ ଦିବ୍ୟଦର୍ଶନ ଦେଖିଲି । ଗୋଟିଏ ଚାଦର ଚ଼ାରି କୋଣରୁ ଧରା ଯାଇ ସ୍ୱର୍ଗରୁ ମୋ’ ଆଡ଼କୁ ଖସି ଆସୁଥିବାର ମୁଁ ଦେଖିଲି ।
\v 6 ମୁଁ ମନଯୋଗ ସହିତ ନିରୀକ୍ଷଣ କରି ଦେଖିଲି ଯେ, ସେଥିରେ କିଛି ପଶୁ, ଜଙ୍ଗଲୀ ଜନ୍ତୁ, ସରୀସୃପ, ଓ ଆକାଶର ପକ୍ଷୀସବୁ ଅଛନ୍ତି ।
\s5
\v 7 ତା'ପରେ ମୁଁ ମୋତେ ପ୍ରଭୁ ଆଦେଶ ଦେବାର ଶୁଣିଲି, 'ପିତର, ଉଠ । ଏମାନଙ୍କ ଭିତରୁ କୌଣସିଟିକୁ ମାରି ଖାଅ ।'
\v 8 କିନ୍ତୁ ମୁଁ କହିଲି, 'ପ୍ରଭୁ, ମୁଁ ଏହା କଦାପି କରିବି ନାହିଁ, କାରଣ ମୁଁ କେବେ ଅପବିତ୍ର ଓ ଅପରିଷ୍କାର ଖାଦ୍ୟ ଖାଇନାହିଁ ଯାହା ବ୍ୟବସ୍ଥା ବିରୁଦ୍ଧ I'
\v 9 ପ୍ରଭୁ ମୋତେ ସ୍ୱର୍ଗରୁ ଦ୍ୱିତୀୟ ଥର କହିବାର ଶୁଣିଲି, ' ମୁଁ ପରମେଶ୍ୱର, ମୁଁ ଯାହା ସବୁ ପବିତ୍ର କରିଛି, ତାହା ତୁମ୍ଭର ଅପବିତ୍ର ବୋଲି କହିବା ଉଚିତ ନୁହେଁ ।'
\v 10 ଏହିପରି ଦୁଇ ଥର ହେବା ପରେ, ସବୁ ପଶୁ ଓ ପକ୍ଷୀକୁ ସ୍ୱର୍ଗକୁ ଉଠାଇ ନିଆଗଲା ।
\s5
\v 11 ଠିକ୍ ସେହି ସମୟରେ ତିନିଜଣ ମଣିଷ ଆମ୍ଭେ ରହୁଥିବା ଘରକୁ ଆସିଲେ । ସେମାନଙ୍କୁ କାଇସରୀଆରୁ ମୋ ପାଖକୁ ପଠାଯାଇଥିଲା ।
\v 12 ପବିତ୍ର ଆତ୍ମା ନିର୍ଦ୍ଦେଶ ଦେଲେ ଯେ ଅଣ ଯିହୁଦୀ ହେଲେ ମଧ୍ୟ ମୋତେ ସେମାନଙ୍କ ସହିତ ବିନା ସଙ୍କୋଚ଼ରେ ଯିବାପାଇଁ ହେବ । ମୋ’ ସାଙ୍ଗରେ କାଇସରୀଆରେ ଥିବା ଏହି ଛଅଜଣ ବିଶ୍ୱାସୀ ଭାଇ ମଧ୍ୟ ଆସିଥିଲେ । ଆମ୍ଭେମାନେ କର୍ଣ୍ଣୀଲିୟଙ୍କ ଜଣେ ଅଣ ଯିହୁଦୀ ଘରକୁ ଗଲୁ I
\v 13 କର୍ଣ୍ଣୀଲିୟ ସବୁ ଆମ୍ଭକୁ କହିଲେ ଯେ ସେ କିପରି ତାହାଙ୍କ ଘରେ ଜଣେ ସ୍ୱର୍ଗଦୂତଙ୍କୁ ଦେଖିଲେ । ଏହି ଦୂତ ତାହାଙ୍କୁ କହିଲେ, 'ଯୋଫା ନଗରକୁ ଲୋକ ପଠାଇ ପିତର ନାମରେ ପରିଚ଼ିତ ଶିମୋନଙ୍କୁ ଆଣ ।
\v 14 ସେ ତୁମ୍ଭକୁ ଓ ତୁମ୍ଭ ଘରେ ରହୁଥିବା ଲୋକମାନଙ୍କୁ କିପରି ରକ୍ଷା ପାଇବାକୁ ହେବ ତାହା କହିବେ ।
\s5
\v 15 ମୁଁ କହିବାକୁ ଆରମ୍ଭ କଲା ମାତ୍ରେ, ପବିତ୍ର ଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମରେ ପେଣ୍ଟିକଷ୍ଟରେ ଓହ୍ଲାଇ ଆସିଥିଲେ ।
\v 16 ସେତେବେଳ ମୋର ପ୍ରଭୁ ଯାହା କହିଥିଲେ ତାହା ମନେ ପଡ଼ିଲା । ସେ କହିଥିଲେ, 'ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଇଥିଲେ, କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିଜିତ କରିବେ ।'
\s5
\v 17 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ର ଆତ୍ମା ଦାନ ଦେଇଥିଲେ, ସେହିପରି ଯଦି ସେ ଅଣ ଯିହୁଦୀ ବିଶ୍ୱାସୀମାନଙ୍କୁ ମଧ୍ୟ ସେହି ସମାନ ଦାନ ଦେଲେ, ତେବେ ମୁଁ ପରମେଶ୍ୱର ଭୁଲ କରିଛନ୍ତି ବୋଲି କିପରି କହିବି?
\v 18 ଯିହୁଦୀୟ ବିଶ୍ୱାସୀମାନେ ପିତରଙ୍କ କଥା ଶୁଣି ଆଉ ଯୁକ୍ତିତର୍କ କଲେ ନାହିଁ । ମାତ୍ର ସେମାନେ ପରମେଶ୍ୱରଙ୍କର ପ୍ରଶଂସା କଲେ, ପୁଣି କହିଲେ, "ଏହାର ଅର୍ଥ ହେଲା, ପରମେଶ୍ୱର ଆମ୍ଭପରି ଅନ୍ୟ ଜାତିର ଲୋକମାନଙ୍କୁ ମଧ୍ୟ ଅନୁତାପ କରି ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଗ୍ରହଣ କରିଅଛନ୍ତି I
\s5
\v 19 ସ୍ତିଫାନ ମୃତ ହେବା ପରେ ଯିରୁଶାଲମରେ ତାଡ଼ନା ଘଟିଲା ଓ ସେଥିପାଇଁ ବିଶ୍ୱାସୀମାନେ ଚ଼ାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ । ସେମାନଙ୍କ ମଧ୍ୟରୁ କେତେଜଣ ଫୈନୀକିଆ, କୁପ୍ର ଓ ଆନ୍ତିୟଖିଆକୁ ଗଲେ । ସେଠାରେ ସେମାନେ ଯିହୁଦୀମାନଙ୍କ ବ୍ୟତୀତ ଅନ୍ୟ କାହାରି ନିକଟରେ ସୁସମାଚ଼ାର ପ୍ରଚ଼ାର କଲେ ନାହିଁ I
\v 20 ଏହି ବିଶ୍ୱାସୀମାନଙ୍କ ମଧ୍ୟରୁ କେତେଜଣ କୁପ୍ର ଓ କୁରୀଣୀର ଲୋକ ଥିଲେ । ସେମାନେ ଆନ୍ତିୟଖିଆକୁ ଆସି ଗ୍ରୀକମାନଙ୍କୁ ବା ଅଣଯିହୁଦୀମାନଙ୍କୁ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚ଼ାର ଦେଲେ ।
\v 21 ପ୍ରଭୁ ସେହି ବିଶ୍ୱାସୀମାନଙ୍କୁ ଶକ୍ତିର ସହିତ ପ୍ରଚାର କରିବା ନିମନ୍ତେ ସକ୍ଷମ କରୁଥିଲେ I ଫଳରେ, ଅନେକ ଅଣଯିହୁଦୀ ସେମାନଙ୍କ ସମ୍ବାଦ ଶୁଣି ଯୀଶୁଙ୍କଠାରେ ବିଶ୍ୱାସ କଲେ I
\s5
\v 22 ଯିରୂଶାଲମର ବିଶ୍ୱାସୀ ମଣ୍ଡଳୀ ଲୋକମାନଙ୍କଠାରୁ ଶୁଣିବାକୁ ପାଇଲେ ଯେ ଆନ୍ତିୟଖିଆର ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କଲେ । ତେଣୁ ଯିରୂଶାଲମର ମଣ୍ଡଳୀର ନେତାମାନେ ବର୍ଣ୍ଣବ୍ବାଙ୍କୁ ଆନ୍ତିୟଖିଆକୁ ପଠାଇଲେ ।
\v 23 ବର୍ଣ୍ଣବ୍ବା ସେଠାରେ ପହଞ୍ଚି ସେହି ଲୋକମାନଙ୍କୁ ଯେ ପରମେଶ୍ୱର ଆଶୀର୍ବାଦ କରିଛନ୍ତି ତାହା ଅନୁଭବ କଲେ ଓ ବହୁତ ଖୁସି ମଧ୍ୟ ହେଲ । ସେ ସେମାନଙ୍କୁ ଆହୁରି ଉତ୍ସାହିତ କରି କହିଲେ, ସର୍ବାନ୍ତଃକରଣ ସହିତ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର ।
\v 24 ବର୍ଣ୍ଣବ୍ବା ଜଣେ ଉତ୍ତମ ବ୍ୟକ୍ତି ଥିଲେ । ପବିତ୍ର ଆତ୍ମା ତାଙ୍କୁ ନିୟନ୍ତ୍ରଣ କରୁଥିଲା ଓ ସେ ବିଶ୍ୱାସରେ ପୂର୍ଣ୍ଣ ଥିଲେ । ତେଣୁ ଅନେକ ଲୋକ ତାହାଙ୍କ ଆଚରଣ ଲାଗି ପ୍ରଭୁ ଯୀଶୁଙ୍କର ଶିଷ୍ୟ ହେଲେ I
\s5
\v 25 ବର୍ଣ୍ଣବ୍ବା ଶାଉଲଙ୍କୁ ଖୋଜିବା ପାଇଁ ତାର୍ଷ ନଗରକୁ ଯାତ୍ରା କଲେ ।
\v 26 ଯେତେବେଳ ସେ ତାହାଙ୍କୁ ପାଇଲେ, ସେ ତାହାଙ୍କୁ ଆନ୍ତିୟଖିଆକୁ ନେଇ ଆସିଲେ ଯେପରି ସେ ବିଶ୍ୱାସୀମାନଙ୍କୁ ଶିକ୍ଷା ଦିଅନ୍ତି । ଶାଉଲ ଓ ବର୍ଣ୍ଣବ୍ବା ସେଠାରେ ବର୍ଷେ ପର୍ଯ୍ୟନ୍ତ ରହି ସେମାନଙ୍କୁ ସାକ୍ଷାତ କଲେ ଓ ବହୁତ ଲୋକଙ୍କୁ ଉପଦେଶ ଦେଲେ । ଆନ୍ତିୟଖିଆରେ ଯୀଶୁଙ୍କ ଅନୁଗମନକାରୀମାନେ ପ୍ରଥମରେ ଖ୍ରୀଷ୍ଟିଆନ ନାମରେ ନାମିତ ହେଲେ ।
\s5
\v 27 ବର୍ଣ୍ଣବ୍ବା ଓ ଶାଉଲ ସେଠାରେ ଥିବା ବେଳେ କେତେକ ଭାବବାଦୀ ଯିରୂଶାଲମରୁ ଆନ୍ତିୟଖିଆକୁ ଆସିଲେ ।
\v 28 ସେମାନଙ୍କ ମଧ୍ୟରେ ଆଗାବା ନାମକ ଜଣେ ଭାବବାଦୀ ଥିଲେ । ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଭବିଷ୍ୟଦବାଣୀ କହିଲେ, "ଏ ସମଗ୍ର ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ, ସେହି ସମୟରେ ଲୋକମାନେ କିଛି ଖାଇବାକୁ ପାଇବେ ନାହିଁ ।" (ଏହି ଦୁର୍ଭିକ୍ଷ କ୍ଲାଉଦିଅ କାଇସରଙ୍କ ସମୟରେ ପଡିଥିଲା) ।
\s5
\v 29 ବିଶ୍ୱାସୀମାନେ ଆଗାବାଙ୍କ ଭବିଷ୍ୟଦବାଣୀ ଶୁଣି ସ୍ଥିର କଲେ ଯେ, ସେମାନେ ସେମାନଙ୍କ ସାମର୍ଥ୍ୟ ଅନୁସାରେ ଯିହୁଦାର ବିଶ୍ୱାସୀମାନଙ୍କୁ ସାହାଯ୍ୟ ପଠାଇବେ ।
\v 30 ସେମାନେ ସବୁ ପଇସା ଶାଉଲ ଓ ବର୍ଣ୍ଣବ୍ବାଙ୍କ ଦ୍ୱାରା ଯିହୁଦାର ପ୍ରାଚୀନ ବ୍ୟକ୍ତିମାନଙ୍କୁ ପ୍ରେରଣ କଲେ ।
\s5
\c 12
\p
\v 1 ରାଜା ହେରୋଦ ସେ ସମୟରେ ମଣ୍ଡଳୀରେ କେତେକ ଲୋକଙ୍କ କାରାଗାରରେ ପକେଇବା ପାଇଁ ସୈନ୍ୟମାନଙ୍କୁ ପଠେଇଲେ । ସୈନ୍ୟମାନେ ସେମାନଙ୍କୁ କାରାଗାରରେ ପକାଇଲେ I ସେ ଏପରି କଲେ କାରଣ ସେ ଚାହିଁଲେ ବିଶ୍ୱାସୀମାନେ କଷ୍ଟ ପାଆନ୍ତୁ I
\v 2 ରାଜା ହେରୋଦ ଯାକୁବର ମସ୍ତକ କାଟିବା ପାଇଁ ସୈନ୍ୟକୁ ଆଦେଶ କଲେ, ସେ ଯୋହନଙ୍କ ବଡ଼ ଭାଇ ଥିଲେ I ସୈନ୍ୟ ସେପରି କଲା ।
\s5
\v 3 ଯେତେବେଳେ ହେରୋଦ ରାଜା ଅନୁଭବ କଲେ କି ଯାକୁବର ମୃତ୍ୟୁ ଯିହୁଦୀ ନେତାମାନଙ୍କୁ ସନ୍ତୁଷ୍ଟ କଲା, ସେ ପିତରକୁ ମଧ୍ୟ ବନ୍ଦୀ କରିବା ପାଇଁ ଆଦେଶ କଲେ I ଏହା ଏକ ପର୍ବର ଘଟଣା ଯେଉଁ ସମୟରେ ଯିହୁଦୀମାନେ ଖମିର ଶୂନ୍ୟ ରୋଟୀ ଖାଆନ୍ତି I
\v 4 ହେରୋଦ ପିତରଙ୍କୁ ବନ୍ଦୀ କଲା ପରେ ତାକୁ କାରାଗାରରେ ରଖିଲେ । ତାହାଙ୍କୁ ଜଗିବାପାଇଁ ଷୋହଳ ଜଣ ପ୍ରହରୀଙ୍କୁ ଆଦେଶ କଲେ । ହେରୋଦଙ୍କ ଉଦ୍ଦେଶ୍ୟ ଥିଲା ନିସ୍ତାର ପର୍ବ ପରେ ସେ ପିତରଙ୍କୁ ଲୋକମାନଙ୍କ ସାମନାକୁ ଆଣିବେ ଓ ତାଙ୍କୁ ବିଚାର କରିବେ I
\s5
\v 5 ତେଣୁ ପିତର କାରାଗାରରେ ବନ୍ଦୀ ହୋଇ କିଛି ଦିନ ରହିଲେ । ତାହାଙ୍କ ପାଇଁ ଯିରୂଶାଲମ ମଣ୍ଡଳୀର ସମସ୍ତେ ପରମେଶ୍ୱରଙ୍କ ନିକଟରେ ନିରବଚ୍ଛିନ୍ନ ଭାବରେ ପ୍ରାର୍ଥନା କଲେ ଯେପରି ପିତର କାରଗାରରୁ ମୁକ୍ତ ହୁଅନ୍ତି ।
\v 6 ହେରୋଦ ଯେଉଁଦିନ ପିତରଙ୍କୁ ବିଚ଼ାର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା'ପୂର୍ବ ରାତ୍ରିରେ ପିତର ଦୁଇଟି ଶିକୁଳିରେ ବନ୍ଧା ହୋଇ ଦୁଇଜଣ ସୈନିକଙ୍କ ମଝିରେ ଶୋଇଥିଲେ । ଦୁଇ ଜଣ ଜଗୁଆଳୀମାନେ ଫାଟକ ପାଖରେ ରହି କାରାଗାରକୁ ଜଗି ରହିଥିଲେ ।
\s5
\v 7 ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ପିତରଙ୍କ ପାଖରେ ଉଭା ହେଲେ । କେଠାରୀଟି ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇଗଲା । ସେ ପିତରଙ୍କୁ ହଲେଇ ଦେଇ କହିଲେ, "ଶୀଘ୍ର ଉଠ ।" ସେ ଉଠିବା ସମୟରେ ତାହାଙ୍କ ହାତରୁ ସବୁ ଶିକୁଳି ଖସିପଡ଼ିଲା । କିନ୍ତୁ ସୈନିକମାନେ ଜାଣି ପାରିଲେ ନାହିଁ I
\v 8 ସେ ସ୍ୱର୍ଗଦୂତ ପିତରଙ୍କୁ କହିଲେ, "ଲୁଗାପଟା ଓ ଜୋତା ପିନ୍ଧ ।" ସେ ପିନ୍ଧିଲେ। ଦୂତ ପୁଣି କହିଲେ, "ତୁମ୍ଭର ଚ଼ାଦର ଘୋଡ଼େଇ ହୁଅ ଓ ମୋତେ ଅନୁସରଣ କର ।"
\s5
\v 9 ପିତର ତାହାଙ୍କୁ ଅନୁସରଣ କଲେ । ସ୍ୱର୍ଗଦୂତ ପ୍ରକୃତରେ ଏହି ଘଟଣାଟି ଘଟାଉଛନ୍ତି ଏହା ପିତର ଅନୁଭବ କରିପାରିଲେ ନାହିଁ । ସେ ଭାବୁଥିଲେ ଯେ, ସେ ଏକ ଦର୍ଶନ ଦେଖୁଛନ୍ତି I
\v 10 ପିତର ଓ ସ୍ୱର୍ଗଦୂତ ସୈନିକମାନଙ୍କ ପାଖ ଦେଇ ଗଲେ ମାତ୍ର ସେମାନେ ସେମାନଙ୍କୁ ଦେଖିପାରିଲେ ନାହିଁ I ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଙ୍କୁ ଟପି ଗୋଟିଏ ଲୁହା ଫାଟକ ପାଖକୁ ଆସିଲେ । ଏହା କାରାଗାରକୁ ନଗରରୁ ବିଚ୍ଛିନ୍ନ କରୁଥିଲା । ଏହା ଆପେ ଆପେ ଖୋଲିଗଲା ଓ ସେମାନେ ବାହାରକୁ ଚ଼ାଲିଗଲେ । ସେମାନେ ଗୋଟିଏ ଗଳିର ଶେଷ ଆଡ଼କୁ ଗଲାପରେ ହଠାତ୍ ସ୍ୱର୍ଗଦୂତ ଜଣକ ପିତରଙ୍କୁ ଛାଡ଼ି ଚ଼ାଲିଗଲେ I
\s5
\v 11 ତା'ପରେ ପିତର ଜାଣିପାରିଲେ ଯେ ତାଙ୍କ ଯାହା ସବୁ ଘଟିଗଲା ତାହା ପ୍ରକୃତରେ ସତ୍ୟ ଅଟେ । ସେ ଭାବିଲେ, "ମୁଁ ବର୍ତ୍ତମାନ ଜାଣିଲ,” ପ୍ରଭୁ ପ୍ରକୃତରେ ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇ ହେରାଦଙ୍କ କବଳରୁ ମୋତେ ଉଦ୍ଧାର କଲେ ଓ ଯିହୁଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ୟର୍ଥ କଲେ ।"
\v 12 ଏହା ଅନୁଭବ କଲାପରେ, ସେ ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ । ଯୋହନଙ୍କୁ ମାର୍କ ମଧ୍ୟ କୁହାଯାଉଥିଲା । ସେଠାରେ ଅନେକ ବିଶ୍ୱାସୀ ଏକାଠି ହୋଇ ପ୍ରାର୍ଥନା କରୁଥିଲେ ଯେପରି ପିତର ଉଦ୍ଧାର ପାଆନ୍ତି I
\s5
\v 13 ପିତର କବାଟରେ ଠକ୍ ଠକ୍ କରନ୍ତେ ରୋଦା ନାମକ ଜଣେ ଚ଼ାକରାଣୀ କବାଟ ଖୋଲିବାକୁ ଆସିଲା I
\v 14 ସେ ପିତରଙ୍କର ସ୍ୱର ଜାଣିପାରି ଏତେ ଖୁସି ହୋଇଗଲା ଯେ, ସେ କବାଟ ନଖୋଲି ଭିତରକୁ ଦୌଡ଼ିଗଲା । ଭିତରକୁ ଦୌଡ଼ିଯାଇ ସେ ସମସ୍ତଙ୍କୁ କହିଲା, "ପିତର କବାଟ ପାଖରେ ଠିଆ ହୋଇଛନ୍ତି!
\v 15 ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ରୋଦାର କଥା ଶୁଣି ତାହାକୁ କହିଲେ, "ତୁ ପାଗଳୀ," କିନ୍ତୁ ସେ ତା କଥା ସତ୍ୟ ବୋଲି ଦୃଢ଼ଭାବେ କହିବାକୁ ଲାଗିଲା । ସେମାନେ କହିଲେ, " ନା ସେ ପିତର ନୁହନ୍ତି, ସେ ନିଶ୍ଚୟ ପିତରଙ୍କର ଦୂତ ।"
\s5
\v 16 କିନ୍ତୁ ପିତର କବାଟରେ ଠକ୍ ଠକ୍ କରି ଚ଼ାଲିଥିଲେ । ବିଶ୍ୱାସୀମାନେ ଯେତେବେଳେ କବାଟ ଖୋଲିଲେ ସେତେବେଳେ ପିତରଙ୍କୁ ଦେଖି ବିସ୍ମିତ ହୋଇଗଲେ ।
\v 17 ପିତର ସେମାନଙ୍କୁ ହାତରେ ଠାରି ଚୁପ୍ ରହିବାକୁ କହିଲେ । ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସେମାନଙ୍କୁ ବୁଝାଇ କହିଲେ । ସେ ଏ ବିଷୟରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣେଇବା ପାଇଁ କହିଲେ । ତା'ପରେ ସେ ଅନ୍ୟ ସ୍ଥାନକୁ ଚ଼ାଲିଗଲେ I
\s5
\v 18 ତହିଁ ଆରଦିନ ସକାଳ ହେବାରୁ ସୈନ୍ୟମାନେ ଅତି ବିବ୍ରତ ହୋଇଗଲେ । ପିତରଙ୍କ ପ୍ରତି କ'ଣ ଘଟିଥିବ, ଏହା ଭାବି ସେମାନେ ଚିନ୍ତିତ ହୋଇପଡ଼ିଲେ ।
\v 19 ହେରାଦ ଏହା ଶୁଣି ତାହାଙ୍କୁ ପିତରଙ୍କୁ ଖୋଜିବା ପାଇଁ ଆଦେଶ ଦେଲେ, କିନ୍ତୁ ସେମାନେ ପାଇଲେ ନାହିଁ । ତା'ପରେ ସେ ଜଗୁଆଳୀମାନଙ୍କୁ ପଚ଼ରା ଉଚ଼ରା କରିସାରି, ସେମାନଙ୍କୁ ମୃତ୍ୟୁଦଣ୍ତରେ ଦଣ୍ଡିତ କଲେ । ଏହା ପରେ ହେରୋଦ ଯିହୁଦା ଛାଡି କାଇସରିଆକୁ ଯାଇ ସେଠାରେ କିଛି ସମୟ ରହିଲେ I
\s5
\v 20 ହେରୋଦ ରାଜା ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ । ଦିନେ ସେମାନଙ୍କ ଦଳର କିଛି ଲୋକ କାଇସରିଆକୁ ଆସି ରାଜାଙ୍କୁ ଦେଖିବାକୁ ଆସିଲେ । ସେମାନେ ରାଜାଙ୍କର ବ୍ୟକ୍ତିଗତ ଚ଼ାକର ବ୍ଲାସ୍ତଙ୍କ ସାହାଯ୍ୟ ଦ୍ୱାରା ହେରୋଦଙ୍କ ସହିତ ଶାନ୍ତି ଚୁକ୍ତି କରିବା ପାଇଁ ଚେଷ୍ଟା କଲେ, କାରଣ ରାଜାଙ୍କ ଦେଶର ଲୋକମାନଙ୍କ ସହିତ ବ୍ୟବସାୟ କରି ସେମାନଙ୍କ ଦେଶକୁ ଖାଦ୍ୟ ଆଣୁଥିଲେ I
\v 21 ହେରୋଦ ଯେଉଁ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସେମାନଙ୍କୁ ଦେଖାକରିବା ପାଇଁ ସ୍ଥିର କଲେ, ସେଦିନ ସେ ରାଜକୀୟ ବସ୍ତ୍ର ପିନ୍ଧି ସିଂହାସନରେ ବସି ଲୋକମାନଙ୍କୁ ଭାଷଣ ଦେଲେ ।
\s5
\v 22 ଯେଉଁ ଲୋକମାନେ ଶୁଣିଲେ ପାଟି କରି କହିଲେ, "ଏହି ଯେଉଁ ବ୍ୟକ୍ତି କହୁଅଛନ୍ତି ସେ ଦେବତା, ମନୁଷ୍ୟ ନୁହେଁ ।
\v 23 ହେରୋଦ ନିଜର ପ୍ରଶଂସା ଲୋକମାନଙ୍କଠାରୁ ଶୁଣିଲେ, କିନ୍ତୁ ସେ ପରମେଶ୍ୱରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ । ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀର ଅସୁସ୍ଥ ହେଲା ଓ ଶରୀରକୁ କୀଟମାନେ ଖାଇଲେ । ଶେଷରେ ସେ ମୃତ୍ୟୁବରଣ କଲେ I
\s5
\v 24 ବିଶ୍ୱାସୀମାନେ ସୁସମାଚ଼ାର ଚ଼ାରିଆଡ଼େ ପ୍ରଚାର କଲେ । ଅଧିକରୁ ଅଧିକ ଲୋକମାନେ ଏହି ସୁସମାଚ଼ାର ଦ୍ୱାରା ପ୍ରଭାବିତ ହେବା ଦ୍ୱାରା ବିଶ୍ୱାସୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା ।
\v 25 ବର୍ଣ୍ଣବ୍ବା ଓ ଶାଉଲ ଯିହୁଦାରେ ବିଶ୍ୱାସୀମାନଙ୍କ ମଧ୍ୟରେ ଟଙ୍କା ସାହାଯ୍ୟ ଦେଇ ଯିରୂଶାଲମ ଛାଡିଲେ ଓ କାମ ସାରି ଆନ୍ତିୟଖିଆକୁ ଫେରିଲେ । ସେମାନଙ୍କ ସହିତ ମାର୍କ ଉପନାମ ପ୍ରାପ୍ତ ଯୋହନ ସାଙ୍ଗରେ ଥିଲେ I
\s5
\c 13
\p
\v 1 ଆନ୍ତିୟଖିଆ ମଣ୍ଡଳୀରେ କେତେକ ଭବିଷ୍ୟଦ୍‌ବକ୍ତା ଥିଲେ ଓ କେତେକ ଯୀଶୁଙ୍କ ବିଷୟରେ ଶିକ୍ଷା ମଧ୍ୟ ଦେଉ ଥିଲେ । ସେମାନେ ହେଲେ, ବର୍ଣ୍ଣବା, ଶିମିୟନ ଯାହାକୁ ନିଗର ବୋଲି କୁହାଯାଉଥିଲା, କୁରୀଣୀୟ, ଲୂକିୟ, ମନହେମ୍ ଯିଏ ହେରୋଦ ରାଜାଙ୍କ ସହିତ ବଢ଼ିଥିଲେ ଓ ଶାଉଲ ।
\v 2 ସେମାନେ ପ୍ରଭୁଙ୍କର ସେବା ଓ ଉପବାସ କରୁଥିବା ସମୟରେ ପବିତ୍ର ଆତ୍ମା ସେମାନଙ୍କୁ କହିଲେ, "ତୁମ୍ଭେମାନେ ମୋ ପାଇଁ ବର୍ଣ୍ଣବା ଓ ଶାଉଲଙ୍କୁ ସ୍ୱତନ୍ତ୍ର ଭାବେ ପୃଥକ କର, କାରଣ ମୁଁ ସେମାନଙ୍କୁ ଗୋଟିଏ ବିଶେଷ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଅଛି ।
\v 3 ତେଣୁ ସେମାନେ ଉପବାସ ଓ ପ୍ରାର୍ଥନା କରିବା ଜାରି ରଖିଲେ I ପରେ ବର୍ଣ୍ଣବା ଓ ଶାଉଲଙ୍କ ଉପରେ ହସ୍ତାର୍ପଣ କରି ପ୍ରାର୍ଥନା କରି ପବିତ୍ର ଆତ୍ମା ଯାହା କରିବା ପାଇଁ ଆଦେଶ କଲେ ତାହା କରିବା ନିମନ୍ତେ ବିଦାୟ କଲେ ।
\s5
\v 4 ପବିତ୍ର ଆତ୍ମା ବର୍ଣ୍ଣବା ଓ ଶାଉଲଙ୍କୁ କେଉଁ ଆଡ଼େ ଯିବାକୁ ହେବ ଜଣାଇଲେ I ପରେ ଆନ୍ତିୟଖିଆ ଛାଡି ସେଲିକିଆ ନଗରକୁ ଗଲେ I ସେଠାରୁ ସେମାନେ ଜାହାଜରେ ସାଇପ୍ରସ୍ ଉପଦ୍ୱୀପର ସାଲାମି ସହରକୁ ଯାତ୍ରା କଲେ ।
\v 5 ସେମାନେ ସାଲାମି ନଗରରେ ପହଞ୍ଚି ଯିହୁଦୀମାନଙ୍କର ସମାଜଗୃହଗୁଡ଼ିକରେ ପରମେଶ୍ୱରଙ୍କର ବାକ୍ୟ ପ୍ରଚ଼ାର କଲେ । ଯୋହନ ମାର୍କ ମଧ୍ୟ ସେମାନଙ୍କ ସହିତ ରହି ସାହାଯ୍ୟ କରୁଥିଲେ I
\s5
\v 6 ସେମାନେ ଉପଦ୍ୱୀପରେ ସର୍ବତ୍ର ବୁଲିବୁଲି ପାଫ ନଗରରେ ପହଞ୍ଚିଲେ । ସେଠାରେ ସେମାନେ ବର୍ଯୀଶୁ ନାମକ ଜଣେ ଯିହୁଦୀ ଭଣ୍ଡ ଭବିଷ୍ୟଦ୍‌ବକ୍ତାକୁ ଦେଖିଲେ । ସେ ଲୋକମାନଙ୍କ ନିକଟରେ ନାନା ଯାଦୁକର୍ମ ଦେଖାଉଥିଲା ।
\v 7 ସେହି ବର୍ୟୀଶୁ ରାଜ୍ୟପାଳ ସେର୍ଗିୟ ପାଉଲଙ୍କର ମିତ୍ର ଥିଲେ । ସେର୍ଗିୟ ପାଉଲ ଜଣେ ବିବେକୀ ଓ ଜ୍ଞାନୀ ଲୋକ ଥିଲେ I ପରମେଶ୍ୱରଙ୍କର ବାକ୍ୟ ଶୁଣିବାକୁ ଇଚ୍ଛାକରି ରାଜ୍ୟପାଳ ବର୍ଣ୍ଣବ୍ବା ଓ ପାଉଲଙ୍କୁ ଡ଼କାଇ ପଠାଇଲେ I
\v 8 ମାତ୍ର ଯାଦୁଗର ଗ୍ରୀକ୍ ଭାଷାରେ ଅଲ୍ଲୀମା ବର୍ଣ୍ଣବା ଓ ଶାଉଲଙ୍କୁ ବାଧା ଦେଲା । ଅଲ୍ଲୀମା ରାଜ୍ୟପାଳ ଯେପରି ଯୀଶୁଙ୍କୁ ବିଶ୍ୱାସ ନ କରନ୍ତି ସେଥିପାଇଁ ରାଜ୍ୟପାଳଙ୍କୁ ପ୍ରବର୍ତ୍ତାଇଲା I
\s5
\v 9 ତେଣୁ ପାଉଲ ନାମରେ ପରିଚ଼ିତ ଶାଉଲ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଅଲ୍ଲୀମା ଯାଦୁକରକୁ ଏକ ଦୃଷ୍ଟିରେ ଚ଼ାହିଁ ତାହାକୁ କହିଲା,
\v 10 " ତୁମ୍ଭେ ଶୟତାନର ପୁତ୍ର ଅଟ! ତୁମ୍ଭେ ସମସ୍ତ ପ୍ରକାର ସଠିକ୍ କାର୍ଯ୍ୟରେ ଶତ୍ରୁ ଅଟ I ତୁମ୍ଭେ ସବୁ ପ୍ରକାର ମନ୍ଦ କାର୍ଯ୍ୟ କରି ଲୋକମାନଙ୍କୁ ମିଥ୍ୟା କହୁଅଛ । ତୁମ୍ଭେ ସର୍ବଦା ପ୍ରଭୁଙ୍କ ସତ୍ୟକୁ ମିଥ୍ୟା କହିବା ବନ୍ଦ କର ।
\s5
\v 11 ଏବେ ତୁମ୍ଭ ଉପରେ ପ୍ରଭୁ ଦଣ୍ଡ ଆଣିବେ । ତୁମ୍ଭେ ଅନ୍ଧ ହୋଇଯିବ ଓ କିଛି ସମୟ ପାଇଁ ସୂର୍ଯ୍ୟ ଆଲୁଅ ମଧ୍ୟ ଦେଖି ପାରିବ ନାହିଁ I ସେହି କ୍ଷଣି ସେ ଅନ୍ଧ ହେଲେ ଯେପରି ସେ ଅନ୍ଧକାରରେ ରହି ଦରାଣ୍ଡି ହୋଇଛନ୍ତି ଓ ତାଙ୍କୁ ସାହାଯ୍ୟ ଓ ବାଟ କଢ଼େଇ ନେବା ପାଇଁ ଜଣକୁ ଖୋଜୁଥିଲେ I
\v 12 ଯେତେବେଳ ରାଜ୍ୟପାଳ ଏହା ଦେଖିଲେ, ସେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ I ସେ ବର୍ଣ୍ଣବା ଓ ପାଉଲଙ୍କୁ ପ୍ରଭୁଯୀଶୁଙ୍କ ବିଷୟରେ ଦେଉଥିବା ଶିକ୍ଷା ଶୁଣି ବିସ୍ମିତ ହେଲେ ।
\s5
\v 13 ତା’ପରେ ପାଉଲ ଓ ତାହାଙ୍କର ବନ୍ଧୁମାନେ ପାଫ ନଗର ଛାଡ଼ି ସମୁଦ୍ର ପଥରେ ଫଫୂଲିଆର ପର୍ଗିକୁ ଆସିଲେ । କିନ୍ତୁ ଯୋହନ ମାର୍କ ପର୍ଗିରେ ସେମାନଙ୍କୁ ଛାଡ଼ି ଯିରୂଶାଲମକୁ ଫେରିଆସିଲେ I
\v 14 ପାଉଲ ଓ ବର୍ଣ୍ଣବା ପର୍ଗିରୁ ଯାତ୍ରା କରି ପିସିଦିଆର ଆନ୍ତିୟଖିଆ ନଗରରେ ଆସି ପହଞ୍ଚିଲେ । ଆନ୍ତିୟଖିଆରେ ବିଶ୍ରାମ ଦିନରେ ଆନ୍ତିୟଖିଆରେ ସେମାନେ ଯିହୁଦୀମାନଙ୍କର ସମାଜଗୃହରେ ଯାଇ ବସିଲେ I
\v 15 କେହି ଜଣେ ମୋଶାଙ୍କ ବ୍ୟବସ୍ଥା ପୁସ୍ତକରୁ ପାଟିକରି ପଢ଼ିଲେ I ଆଉ ଜଣେ ଭବିଷ୍ୟତବ୍ୟକ୍ତାଙ୍କ ପୁସ୍ତକରୁ ପଢ଼ିଲେ I ପରେ ଯିହୁଦୀମାନଙ୍କ ସଭା ସ୍ଥାନରୁ ପାଉଲ ଓ ବର୍ଣ୍ଣବ୍ବାକୁ ଖବର ପଠାଇଲେ, " ସହ ଯିହୁଦୀମାନେ, ଯଦି କେହି ଲୋକମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହାନ୍ତି, ଦୟାକରି ବର୍ତ୍ତମାନ କୁହନ୍ତୁ I
\s5
\v 16 ତେଣୁ ପାଉଲ ଠିଆ ହୋଇ ହାତରେ ସଙ୍କେତ ଦେଲେ ଯେପରି ଲୋକମାନେ ତାଙ୍କୁ ଶୁଣି ପାରନ୍ତି I ତା’ପରେ ସେ କହିଲେ, " ହେ ଇସ୍ରାଏଲୀୟ ଲୋକମାନେ ଓ ଅଣ ଯିହୁଦୀମାନେ ତୁମ୍ଭେମାନେ ଯେ ପରମେଶ୍ୱରଙ୍କ ଉପାସକ, ଦୟାକରି ମୋ’ କଥା ଶୁଣ I
\v 17 ଯେଉଁ ଇସ୍ରାଏଲର ପରମେଶ୍ୱର ଆମ୍ଭ ପୂର୍ବପୁରୁଷମାନଙ୍କୁ ବାଛିଲେ । ସେମାନେ ମିଶରରେ ବିଦେଶୀ ଭାବେ ରହୁଥିବା ବେଳେ ପରମେଶ୍ୱର ଆମ୍ଭ ଲୋକମାନଙ୍କୁ ବହୁଳ କଲେ । ପରମେଶ୍ୱର ତାହାଙ୍କ ମହାନ୍ ଶକ୍ତି ବଳରେ ସେଠାରୁ ସେମାନଙ୍କୁ ବାହାର କରି ଆଣିଲେ I
\v 18 ପରମେଶ୍ୱର ଚ଼ାଳିଶ ବର୍ଷ ପର୍ଯ୍ୟନ୍ତ ମରୁଭୂମିରେ ସେମାନଙ୍କର ଆଚ଼ରଣ ସହିଲେ ଯଦିଓ ଇସ୍ରାଏଲୀୟମାନେ ବାରମ୍ବାର ପରମେଶ୍ୱରଙ୍କ ଅବାଧ୍ୟ ହେଲେ I
\s5
\v 19 ପରମେଶ୍ୱର କିଣାନ ଅଞ୍ଚଳରେ ସାତୋଟି ଦେଶ ଉପରେ ସେମାନଙ୍କୁ ଜୟ ଲାଭ କରିବା ପାଇଁ ସକ୍ଷମ କରାଇଲେ I ଏହି ସବୁ ଦେଶକୁ ଉତ୍ତରାଧିକାରୀ ଭାବରେ ଅଧିକାର କରିବା ପାଇଁ ଦେଲେ I
\v 20 ଏହି ସମସ୍ତ ଘଟଣା ମିସର ଯିବାର 450 ବର୍ଷ ପରେ ଘଟିଲା I ଏହା ପରେ ପରମେଶ୍ୱର ବିଚାରକର୍ତ୍ତା ଓ ରାଜାମାନଙ୍କୁ ମନୋନୀତ କଲେ ଇସ୍ରାଏଲକୁ ଶାସନ କରିବା ପାଇଁ I ସେମାନେ ଇସ୍ରାଏଲ ଉପରେ ରାଜତ୍ୱ କଲେ ଓ ଶାମୁଏଲ ସେମାନଙ୍କ ଶେଷ ରାଜା ଭାବରେ ରାଜତ୍ୱ କଲେ I
\s5
\v 21 ଶାମୁଏଲ ସେମାନଙ୍କ ନେତା ଥିବା ସମୟରେ, ଲୋକମାନେ ଏକ ରାଜା ନିମନ୍ତେ ଦାବି କଲେ ଯେପରି ସେ ରାଜତ୍ୱ ସେମାନଙ୍କ ଉପରେ କରନ୍ତି । ପରମେଶ୍ୱର ଶାଉଲକୁ ରାଜାରୂପେ ମନୋନୀତ କଲେ, ସେ ବିନ୍ୟାମୀନ ଗୋଷ୍ଠୀ କୀଶର ପୁତ୍ର ଥିଲେ । ସେ ଚ଼ାଳିଶ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ ।
\v 22 ଶାଉଲଙ୍କୁ ଅଗ୍ରାହ୍ୟ କରି ପରମେଶ୍ୱର ଦାଉଦଙ୍କୁ ସେମାନଙ୍କ ରାଜା ଭାବରେ ମନୋନୀତ କଲେ । ପରମେଶ୍ୱର ଦାଉଦଙ୍କ ବିଷୟରେ କହିଲେ, 'ମୁଁ ମୋର ଇଚ୍ଛା ଅନୁସାରେ ଯିଶିଙ୍କ ପୁତ୍ର ଦାଉଦଙ୍କୁ ପାଇଅଛି । ସେ ମୋ’ ଇଚ୍ଛା ଅନୁସାରେ ସବୁ ବିଷୟ କରିବ ।
\s5
\v 23 ପରମେଶ୍ୱର ଯେପରି ଦାଉଦ ଓ ତାହାଙ୍କର ପିତୃପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିଲେ ତଦନୁଯାୟୀ ଏହି ଦାଉଦଙ୍କ ବଂଶର ଜଣଙ୍କୁ ଇସ୍ରାଏଲର ଉଦ୍ଧାରକର୍ତ୍ତା ଭାବରେ ଆଣିଅଛନ୍ତି, ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ I
\v 24 ଯୀଶୁଙ୍କ ଆସିବା ପୂର୍ବରୁ ଡୁବକ ଯୋହନ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ପ୍ରଚ଼ାର କରି କହିଥିଲେ ଯେ, ସେମାନଙ୍କ ଜୀବନରେ ପାପ ପରିତ୍ୟାଗ କରି ପରିବର୍ତ୍ତନ ହେବା ଦ୍ୱାରା ପ୍ରଭୁ ସେମାନଙ୍କୁ କ୍ଷମା କରିବେ ଓ ସେମାନେ ବାପ୍ତିସ୍ମ ନେବେ ।
\v 25 ଯୋହନ ତାହାଙ୍କୁ ଦିଆଯାଇଥିବା କାର୍ଯ୍ୟ ପୂର୍ଣ୍ଣ କରି କହିଲେ, ' ତୁମ୍ଭେମାନେ କି ଭାବୁଛ ମୁଁ ସେହି ମସୀହ ଯାହାକୁ ପ୍ରେରଣ କରିବା ବିଷୟରେ ପ୍ରଭୁ ପ୍ରତିଜ୍ଞା କରିଥିଲେ? ନା, ମୁଁ ସେ ନୁହେଁ ! ଶୁଣ,ମସୀହ ଶୀଘ୍ର ଆସୁଛନ୍ତି I ମୋ’ ପରେ ଆସୁଛନ୍ତି, ତାହାଙ୍କର ଜୋତାର ଫିତା ଫିଟେଇବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନୁହେଁ ।'
\s5
\v 26 " ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ୱରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଦୟାକରି, ଶୁଣ I ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଚ଼ାର ପଠାଯାଇଛି ଯେପରି ଆମ୍ଭେମାନେ ରକ୍ଷା ପାଇବା I
\v 27 ଯିରୂଶାଲମ ବାସିନ୍ଦାମାନେ ଓ ଯିହୁଦୀନେତାମାନେ ଯୀଶୁଙ୍କୁ ଚ଼ିହ୍ନି ପାରିଲେ ନାହିଁ । ଭବିଷ୍ୟଦ୍‌ବ୍ୟକ୍ତାମାନଙ୍କର ଏହି ବାକ୍ୟ ସବୁ ପ୍ରତି ବିଶ୍ରାମ ଦିବସରେ ପଢ଼ାଯାଉ ଥିଲା ମାତ୍ର ସେମାନେ ତାହା ବୁଝିଲେ ନାହିଁ I ଭବିଷ୍ୟଦ୍‌ବ୍ୟକ୍ତାମାନେ ଯାହା ପୂର୍ବରୁ କହିଥିଲେ ତାହା ସବୁ ସଫଳ ହେଲା ଯେତେବେଳେ ସେମାନେ ଯୀଶୁଙ୍କୁ ମୃତ୍ୟୁ ଦଣ୍ଡ ଦେଲେ ।
\s5
\v 28 ଅନେକ ଲୋକ ଯୀଶୁ ଭୁଲ କରୁଛନ୍ତି କହି ତାଙ୍କୁ ଦୋଷାରୋପ କଲେ, କିନ୍ତୁ ସେମାନେ ତାହାଙ୍କର ମୃତ୍ୟୁ ଦଣ୍ଡ ଦେବାର କିଛି କାରଣ ବା ଦୋଷ ନ ପାଇ ତାହାଙ୍କୁ ମାରିଦେବା ପାଇଁ ପୀଲାତଙ୍କୁ କହିଲେ ।
\v 29 ତାହାଙ୍କ ବିଷୟରେ ଯାହା ସବୁ ଲେଖା ହୋଇଥିଲା ସେ ଅନୁସାରେ ସେମାନେ ଯୀଶୁଙ୍କୁ ପ୍ରତି କଲେ I ସେମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟା ବିଦ୍ଧ କଲେ I ପରେ ସେମାନେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି କବର ମଧ୍ୟରେ ରଖିଲେ I
\s5
\v 30 କିନ୍ତୁ ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କଲେ I
\v 31 "ଯୀଶୁ ତାହାଙ୍କ ସହିତ ଗାଲିଲୀରୁ ଯିରୂଶାଲମକୁ ଆସିଥିବା ଅନୁଗମନକାରୀମାନଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଦର୍ଶନ ଦେଲେ । ସେମାନେ ଲୋକମାନଙ୍କ ଆଗରେ ଏବେ ତାହାଙ୍କର ସାକ୍ଷୀ ଅଟନ୍ତି ।
\s5
\v 32 ଆମ୍ଭ ପୂର୍ବ ପୁରୁଷମାନଙ୍କ ପ୍ରତି କରାଯାଇଥିବା ପ୍ରତିଜ୍ଞା ଅନୁସାରେ ଆମ୍ଭେମାନେ ତୁମ୍ଭମାନଙ୍କୁ ସୁସମାଚ଼ାର ଶୁଣାଉଛୁ । ଆପଣମାନଙ୍କୁ କହିବା ପାଇଁ ଚାହୁଛୁ ଯେ ପରମେଶ୍ୱର ଯିହୁଦୀ ପୂର୍ବପୁରୁଷ ପ୍ରତି ତାଙ୍କର ପ୍ରତିଜ୍ଞା ସଫଳ କରିଛନ୍ତି I
\v 33 ପରମେଶ୍ୱର ସେହି ପ୍ରତିଜ୍ଞାକୁ ଆମ୍ଭପରି ତାହାଙ୍କର ସନ୍ତାନମାନଙ୍କ ଓ ଅଣଯିହୁଦୀ ମାନଙ୍କ ନିମନ୍ତେ ପୂର୍ଣ୍ଣ କରିଛନ୍ତି । ସେ ଯୀଶୁଙ୍କୁ ମୃତ୍ୟୁରୁ ଉଠାଇଅଛନ୍ତି I ଯାହା ଗୀତସଂହିତା ଦୁଇରେ ଲେଖାଅଛି, "ତୁମ୍ଭେ ମୋର ପୁତ୍ର, ଆଜି ମୁଁ ତୁମର ପିତା ହୋଇଅଛି I"
\v 34 ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କଲେ, ଯେପରି ତାହାଙ୍କର ଶରୀର ପୁଣିଥରେ କବରପ୍ରାପ୍ତ ହୋଇ କ୍ଷୟ ନ ହୁଏ । ଏ ବିଷୟରେ ସେ ଯିହୁଦୀ ପୂର୍ବପୁରୁଷମାନଙ୍କୁ କହିଲେ, ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି, ଯେପରି କରିବା ପାଇଁ ମୁଁ ଦାଉଦକୁ ପ୍ରତିଜ୍ଞା କରିଥିଲି I
\s5
\v 35 ଦାଉଦଙ୍କ ଆଉ ଏକ ଗୀତସଂହିତାରେ, ସେ ମସୀହ ବିଷୟରେ କହନ୍ତି, "ତୁମ୍ଭର ଶରୀର ଯାହା ପବିତ୍ର ତାହା କେବେ କ୍ଷୟ ପାଇବ ନାହିଁ I
\v 36 ଦାଉଦ ତାହାଙ୍କ ଯୁଗରେ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ସେବାକାର୍ଯ୍ୟ କରି ସାରିଲା ପରେ ମୃତ୍ୟୁବରଣ କଲେ ଓ ପୂର୍ବପୁରୁଷମାନଙ୍କ ପରି ତାଙ୍କୁ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ । ତେବେ ସେ ନିଜର ପୁନରୁତ୍ଥାନ ବିଷୟରେ କହୁ ନାହାନ୍ତି I
\v 37 କିନ୍ତୁ ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ଉଠାଇଲେ ଓ ତାଙ୍କ ଶରୀର କ୍ଷୟପ୍ରାପ୍ତ ହେଲା ନାହିଁ I
\s5
\v 38 ତେଣୁ ଇସ୍ରାଏଲର ଭାଇମାନେ, ଓ ଅନ୍ୟ ବନ୍ଧୁମାନେ ତୁମ୍ଭମାନଙ୍କର ଜାଣିବା ଉଚିତ ଯେ, କେବଳ ଯୀଶୁଙ୍କ ମୃତ୍ୟୁ ଦ୍ୱାରା ହିଁ ତୁମ୍ଭମାନଙ୍କର ସମସ୍ତ ପାପ କ୍ଷମା ହୋଇପାରେ । ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ତୁମ୍ଭେମାନେ କେବେ ପାପରୁ ମୁକ୍ତି ପାଇପାରିବ ନାହିଁ ମାତ୍ର ଯୀଶୁ ତୁମ୍ଭମାନଙ୍କୁ କ୍ଷମା କରିବେ ।
\v 39 ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କଲେ ସେମାନେ ଆଉ କେଉଁ ପାପ ବିଷୟରେ ଦୋଷୀ ମନୋଭାବ ରଖିବା ଉଚିତ ନୁହେଁ I
\s5
\v 40 ତେଣୁ ସାବଧାନ ରୁହ ଯେ ଭବିଷ୍ୟଦ୍‌ବକ୍ତାମାନେ ଯାହା କହିଥିଲେ, ତାହା ଯେପରି ତୁମ୍ଭମାନଙ୍କ ପ୍ରତି ନ ଘଟେ ବା ପ୍ରଭୁ ତୁମ୍ଭମାନଙ୍କୁ ବିଚାର ନ କରନ୍ତୁ ।
\v 41 ଭବିଷ୍ୟଦ୍‌ବକ୍ତା ଯାହା ପ୍ରଭୁ କହିଥିଲେ ତାହା ଲେଖିଲେ, " ତୁମ୍ଭେମାନେ ଯେ ମୋତେ ପରିହାସ କରୁଅଛ, ମୋର କାମ ଦେଖି ତୁମ୍ଭେ ନିଶ୍ଚୟ ବିସ୍ମିତ ହେବ ଓ ପରେ ତୁମ୍ଭେମାନେ ନଷ୍ଟ ହେବ I ତୁମ୍ଭେମାନେ ବିସ୍ମିତ ହେବ କାରଣ ମୁଁ ତୁମକୁ ଭୟଙ୍କର କାର୍ଯ୍ୟ କରି ଦେଖାଇବି I ତୁମ୍ଭେମାନେ ବିଶ୍ୱାସ କରିବ ନାହିଁ I
\s5
\v 42 ପାଉଲ କଥା ସମାପ୍ତ କଲା ପରେ ସେ ଚାଲିଗଲେ ଓ ଅନେକ ସେମାନଙ୍କୁ ବିଶ୍ରାମ ବାରରେ ଫେରିଆସିବା ପାଇଁ କହିଲେ ଓ ସେ ସମସ୍ତ ବିଷୟ ଆଉ ଥରେ କହିବା ପାଇଁ ଅନୁରୋଧ କଲେ I
\v 43 ସଭା ସମାପ୍ତ ହେବାପରେ ଅନେକ ପାଉଲ ଓ ବର୍ଣ୍ଣବାଙ୍କୁ ଅନୁସରଣ କଲେ । ସେମାନେ ଯିହୁଦୀୟ ଓ ଅଣ-ଯିହୁଦୀ ଧର୍ମର ସତ୍ୟ ଈଶ୍ୱରଙ୍କ ଉପାସକ ଥିଲେ I ପାଉଲ ଓ ବର୍ଣ୍ଣବା ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କୁ ଯେଉଁ ପରମେଶ୍ୱର ଅନୁଗ୍ରହରେ ପାପ କ୍ଷମା କରନ୍ତି ତାଙ୍କଠାରେ ବିଶ୍ୱାସରେ ସ୍ଥିର ହୋଇ ରାହିବାପାଇଁ କହିଲେ I
\s5
\v 44 ପରବର୍ତ୍ତୀ ବିଶ୍ରାମବାରରେ ଆନ୍ତିୟଖିଆ ସହରର ପ୍ରାୟସବୁ ଲୋକ ପ୍ରଭୁଙ୍କ ବାକ୍ୟ ପାଉଲ ଓ ବର୍ଣ୍ଣବାଙ୍କଠାରୁ ଶୁଣିବା ପାଇଁ ଯିହୁଦୀମାନଙ୍କ ସଭା ସ୍ଥାନରେ ଏକାଠି ହେଲେ I
\v 45 ଯିହୁଦୀୟମାନେ ପାଉଲ ଓ ବର୍ଣ୍ଣବାଙ୍କଠାରୁ ଯୀଶୁଙ୍କ ବିଷୟରେ ଶୁଣିବା ପାଇଁ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ । ସେମାନେ ପାଉଲଙ୍କ ବିପରିତ କଥା କହି ପାଉଲଙ୍କୁ ଅପମାନ କଲେ I
\s5
\v 46 କିନ୍ତୁ ପାଉଲ ଓ ବର୍ଣ୍ଣବା ସାହସରେ ଯିହୁଦୀ ନେତାମାନଙ୍କୁ କହିଲେ, "ପରମେଶ୍ୱରଙ୍କର ସୁସମାଚ଼ାର ପ୍ରଥମେ ଯିହୁଦୀ ମାନଙ୍କ ନିକଟରେ କୁହାଯିବା ଆବଶ୍ୟକ ଥିଲା ଓ ପରେ ଅଣ-ଯିହୁଦୀମାନଙ୍କଠାରେ ଆବଶ୍ୟକ ଥିଲା । କିନ୍ତୁ ତୁମ୍ଭେମାନେ ତାହା ଅସ୍ୱୀକାର କରି ତୁମ୍ଭେମାନେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ୟ ଭାବି ନ ଥିବାରୁ ଆମ୍ଭେମାନେ ଅନ୍ୟଜାତୀୟମାନଙ୍କ ପାଖକୁ ଯିବା I
\v 47 ପ୍ରଭୁ ଆମ୍ଭକୁ ଏହି ଆଦେଶ ଦେଇଛନ୍ତି ସେଥିପାଇଁ ଆମ୍ଭେମାନେ ଏ ସବୁ କରୁଅଛୁ I ସେ ଶାସ୍ତ୍ରରେ କହିଲେ,"ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି ମୋ ବିଷୟରେ ଅଣ ଯିହୁଦୀମାନଙ୍କୁ କହିବା ପାଇଁ ଯେ ସେମାନେ ଜଗତର ଜୋତିଃ ହେବେ I ମୁଁ ସମସ୍ତ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଇଚ୍ଛା କରେ ସମସ୍ତଙ୍କ ମଧ୍ୟରେ କହିବା ପାଇଁ ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି I
\s5
\v 48 ସେତେବେଳେ ଅଣ ଯିହୁଦୀ ମାନେ ଏହା ଶୁଣି ଖୁସି ହେଲେ ଓ ପ୍ରଭୁଙ୍କର ସୁସମାଚ଼ାରର ପାଇଁ ପ୍ରଶଂସା କଲେ I ଯେଉଁ ଅଣ-ଯିହୁଦୀମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହୋଇଥିଲେ, ସେହି ଲୋକମାନେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ।
\v 49 ସେହି ସମୟରେ, ଅନେକ ବିଶ୍ୱାସୀମାନେ ବିଭିନ୍ନ ଜାଗାକୁ ଯାତ୍ରା କରି ପ୍ରଭୁଙ୍କର ବାର୍ତ୍ତା ଦେଶର ଚ଼ାରିଆଡ଼େ ପ୍ରଚାର କଲେ I
\s5
\v 50 ଯିହୁଦୀୟମାନେ ଯିହୁଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀ’ଲୋକଙ୍କୁ ଓ ନଗରର ମୁଖ୍ୟ ବ୍ୟକ୍ତିମାନଙ୍କ ସହିତ କଥାବର୍ତ୍ତା କଲେ । ସେମାନେ ପାଉଲ ଓ ବର୍ଣ୍ଣବା ବିରୁଦ୍ଧରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ । ସେମାନେ ସେମାନଙ୍କୁ ତାଡ଼ନା କରିବା ଆରମ୍ଭ କଲେ ଓ ସେମାନଙ୍କୁ ସେହି ଅଞ୍ଚଳରୁ ବାହାର କରି ଦେଲେ I
\v 51 ପାଉଲ ଓ ବର୍ଣ୍ଣବା ସେ ଜାଗା ଛାଡିବା ସମୟରେ ସେମାନଙ୍କ ବିରୁଦ୍ଧରେ ଆପଣା ଆପଣା ପାଦର ଧୂଳି ଝାଡ଼ି ଏହା ଜଣାଇଲେ ଯେ ପ୍ରଭୁ ସେମାନଙ୍କୁ ଅଗ୍ରାହ୍ୟ କରିଛନ୍ତି ଓ ସେମାନଙ୍କୁ ଦଣ୍ଡ ଦେବେ I ସେମାନେ ସେହି ଆନ୍ତିୟଖିଆ ସହର ଛାଡି ଇକନୀୟ ନଗରକୁ ଚ଼ାଲିଗଲେ I
\v 52 କିନ୍ତୁ ଶିଷ୍ୟମାନେ ଆନନ୍ଦ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ରହିଲେ I
\s5
\c 14
\p
\v 1 ପାଉଲ ଓ ବର୍ଣ୍ଣବା ଦୁହେଁ ଇକନୀୟ ନଗରରେ ଯିହୁଦୀୟମାନଙ୍କର ସମାଜଗୃହକୁ ଗଲେ, ସେଠାରେ ସେମାନେ ଶକ୍ତିର ସହିତ ପ୍ରଭୁଙ୍କ ବାକ୍ୟ ପ୍ରଚ଼ାର କଲେ I ଫଳରେ, ଉଭୟ ଯିହୁଦୀୟ ଓ ଅଣ-ଯିହୁଦୀ ଜାତିର ଅନେକ ଲୋକ ବିଶ୍ୱାସ କଲେ I
\v 2 ମାତ୍ର କିଛି ଯିହୁଦୀମାନେ ସେମାନଙ୍କ ସମ୍ବାଦରେ ଅବିଶ୍ୱାସ କଲେ I ସେମାନେ ଅଣ-ଯିହୁଦୀ ଜାତୀୟ ଲୋକମାନଙ୍କୁ ବିଶ୍ୱାସ ନ କରିବା ପାଇଁ କହିଲେ I ସେମାନେ ବିଶ୍ୱାସୀ ଭାଇ ଓ ଭଉଣୀ ମାନଙ୍କ ବିରୁଦ୍ଧରେ ମନ୍ଦଭାବ ଜନ୍ମାଇଲେ I
\s5
\v 3 ତଥାପି ପାଉଲ ଓ ବର୍ଣ୍ଣବା ସେଠାରେ ଅନେକ ଦିନ ରହିଲେ ଓ ପ୍ରଭୁଙ୍କର କଥା ସାହସର ସହିତ ପ୍ରଚ଼ାର କଲେ । ସେମାନଙ୍କ ମାଧ୍ୟମରେ ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ କଲେ I ଏହିପରି ଭାବରେ ସେମାନେ ସତ୍ୟତାକୁ ଦେଖାଇଲେ ଯଦିଓ ଆମ୍ଭେମାନେ ଅଯୋଗ୍ୟ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ଚାହାନ୍ତି I
\v 4 ଇକନୀୟ ନଗରର ଲୋକମାନେ ଦୁଇ ଦଳ ହେଲେ । କେତେକ ଯିହୁଦୀୟମାନଙ୍କ ପକ୍ଷରେ ଓ ଅନ୍ୟ ଦଳ ପ୍ରେରିତମାନଙ୍କ ପକ୍ଷରେ ଥିଲେ I
\s5
\v 5 ଅଣଯିହୁଦୀ ଓ ଯିହୁଦୀୟ ଲୋକମାନେ ଯେଉଁମାନେ ପାଉଲ ଓ ବର୍ଣ୍ଣବାଙ୍କ ବିରୁଦ୍ଧରେ ଥିଲେ I ସେମାନଙ୍କୁ କିପରି ଖରାପ ବ୍ୟବହାର କରିବେ ତାହା ଆଲୋଚନା କଲେ I ଆଉ କିଛି ଲୋକ ସାହାଯ୍ୟ କରିବା ପାଇଁ ସମ୍ମତ ହେଲେ I ସେମାନେ ମିଳିତ ଭାବରେ ସେମାନଙ୍କୁ ପଥର ଦ୍ୱାରା ହତ୍ୟା କରବା ପାଇଁ ନିଷ୍ପତ୍ତି ନେଲେ I
\v 6 ପାଉଲ ଓ ବର୍ଣ୍ଣବା ସେମାନଙ୍କ ଯୋଜନା ଶୀଘ୍ର ଜାଣିପାରି ଲୁକାଅନିଆର ଲୁସ୍ତ୍ରାର ଦର୍ବୀ ନଗର ଓ ଚ଼ାରିପାଖ ଅଞ୍ଚଳକୁ ଚ଼ାଲିଗଲେ I
\v 7 ସେଠାରେ ସେମାନେ ଯୀଶୁଙ୍କ ସୁସମାଚ଼ାର ପ୍ରଚ଼ାର କରି ଚାଲିଲେ ।
\s5
\v 8 ଲୁସ୍ତ୍ରାରେ ଗୋଟିଏ ଛୋଟା ବସି ଥିଲା । ସେ ଲୋକଟି ଜନ୍ମ ହେବା ସମୟରେ ଛୋଟା ଥିଲା ତେଣୁ ସେ କେବେ ଚାଲି ପାରୁ ନ ଥିଲା I
\v 9 ସେ ବସି ପାଉଲଙ୍କ ପ୍ରଚାର ଶୁଣୁଥିଲା । ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହୋଇପାରିବ ବୋଲି ତା'ର ବିଶ୍ୱାସ ଅଛି ।
\v 10 ପାଉଲ ଖୁବ୍ ଜୋରରେ କହିଲେ, "ଠିଆ ହୁଅ" I ସେହି ଲୋକ ଶୁଣିବା ମାତ୍ରେ ଡ଼େଇଁ ପଡ଼ିଲା ଓ ଚ଼ାଲିବାକୁ ଆରମ୍ଭ କଲା ।
\s5
\v 11 ଲୋକମାନେ ପାଉଲଙ୍କର ଏ କାମ ଦେଖି ପାଉଲ ଓ ବର୍ଣ୍ଣବାଙ୍କୁ ଦେବତା ଭାବରେ ଆରାଧନା କଲେ I ତେଣୁ ସେମାନେ ଲୁକାଅନିଆ ଭାଷାରେ ଖୁବ୍ ଜୋରରେ କହିଲେ, " ଦେବତାମାନେ ମନୁଷ୍ୟ ରୂପରେ ଆମ୍ଭ ପାଖକୁ ଓହ୍ଲାଇ ଆସିଛନ୍ତି ।"
\v 12 ଲୋକମାନେ ବର୍ଣ୍ଣବାଙ୍କୁ ପ୍ରଧାନ ଦେବତା ବୃହସ୍ପତି ବୋଲି ଭାବିଲେ ଓ ପାଉଲ ପ୍ରଧାନ ବକ୍ତା ହେବାରୁ ତାହାଙ୍କୁ ବୁଧ ବୋଲି କହିଲେ ।
\v 13 ସେହି ନଗର ବାହାରେ ଏକ ମନ୍ଦିର ଥିଲା ଯେଉଁ ସ୍ଥାନରେ ଲୋକମାନେ ସାମନାରେ ସ୍ଥାପିତ ବୃହସ୍ପତିକୁ ଆରାଧନା କରୁଥିଲେ I ମନ୍ଦିରର ଯାଜକ ପାଉଲ ଓ ବର୍ଣ୍ଣବା ଯାହା କଲେ ଶୁଣି ନଗରକୁ ଆସିଲେ ଯେଉଁ ସ୍ଥାନରେ ଲୋକମାନେ ବହୁ ସଂଖ୍ୟାରେ ଏକତ୍ର ଥିଲେ I ସେ କେତୋଟି ବଳଦ ଓ ଫୁଲମାଳ ଆଣି ପହଞ୍ଚିଲେ । ଯାଜକ ଓ ଲୋକମାନେ ପାଉଲ ଓ ବର୍ଣ୍ଣବାଙ୍କୁ ଏହା ଉତ୍ସର୍ଗ କରିବା ପାଇଁ ଇଚ୍ଛା କରୁଥିଲେ ।
\s5
\v 14 କିନ୍ତୁ ବର୍ଣ୍ଣବା ଓ ପାଉଲ ଏବଂ ପ୍ରେରିତମାନେ ଏହା ଶୁଣିବା ପରେ ସେମାନେ ବିରକ୍ତି ହୋଇ ନିଜ ବସ୍ତ୍ର ଚ଼ିରି ପକାଇଲେ । ସେମାନେ ଲୋକମାନଙ୍କ ଆଡ଼କୁ ଦୌଡ଼ି ପାଟିକରି କହିବାକୁ ଲାଗିଲେ:
\v 15 " ହେ ଲୋକମାନେ ତୁମ୍ଭେମାନେ ଏପରି କାହିଁକି କରୁଛ? ଆମ୍ଭେମାନେ ତୁମ୍ଭମାନଙ୍କ ପରି କେବଳ ମଣିଷ । ଆମ୍ଭେମାନେ ଦେବତା ନୋହୁଁ I ଆମ୍ଭେମାନେ ତୁମ୍ଭମାନଙ୍କୁ ସୁସମାଚ଼ାର କହିବା ପାଇଁ ଆସିଛୁ । ତୁମ୍ଭମାନଙ୍କୁ ଏହି ମୂଲ୍ୟହୀନ ବିଷୟଗୁଡ଼ିକଠାରୁ ଦୂରେଇ ରହି ଜୀବନ୍ତ ଓ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଆଡ଼କୁ ଫେରାଇବା ପାଇଁ ଆମ୍ଭେମାନେ ଆସିଛୁ । ସେହି ପରମେଶ୍ୱର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ବିଷୟ ସୃଷ୍ଟି କରିଛନ୍ତି ।
\v 16 ଅତୀତରେ, ତୁମେ ସବୁ ଅଣଯିହୁଦୀର ଲୋକମାନେ ନିଜ ଇଚ୍ଛାରେ ଅନ୍ୟ ଦେବତା ମାନଙ୍କର ଉପାସନା କରୁଥିଲ, ପ୍ରଭୁ ତୁମ୍ଭମାନଙ୍କୁ ଉପାସନା କରିବାକୁ ଅନୁମତି ଦେଲେ, କାରଣ ତୁମେମାନେ ତାଙ୍କୁ ଜାଣି ନ ଥିଲ I
\s5
\v 17 କିନ୍ତୁ ସେ ତୁମ୍ଭମାନଙ୍କୁ ଦୟା ଦେଖାଇ ଅଛନ୍ତି । ସେ ତୁମ୍ଭକୁ ସ୍ୱର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ୟ ଦେଇଛନ୍ତି । ସେ ତୁମ୍ଭମାନଙ୍କୁ ପ୍ରଚୁର ଖାଦ୍ୟ ଦିଅନ୍ତି ଓ ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦରେ ଭରି ଦିଅନ୍ତି ।"
\v 18 ଏସବୁ କଥା ପାଉଲ କହିବା ଶୁଣି ଲୋକେ କହିଲେ, କିନ୍ତୁ ସେମାନଙ୍କ ଚିନ୍ତାକଲେ କି ପାଉଲ ଓ ବର୍ଣ୍ଣବାଙ୍କର ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ସ୍ଥିର କଲେ ମାତ୍ର ଲୋକମାନେ ସେପରି ନ କରିବା ପାଇଁ ନିଷ୍ପତ୍ତି ନେଲେ ।
\s5
\v 19 କିନ୍ତୁ ତା'ପରେ କେତେକ ଯିହୁଦୀ ଆନ୍ତିୟଖିଆ ଓ ଇକନୀୟରୁ ଆସିଲେ ଓ ସେମାନେ ଲୋକମାନଙ୍କୁ ପାଉଲଙ୍କ ବିରୁଦ୍ଧରେ ମତାଇ ପାଉଲଙ୍କ ପ୍ରଚାରକୁ ବିଶ୍ୱାସ ନ କରିବା ପାଇଁ କହିଲେ I ଲୋକମାନେ ତାହା ଶୁଣି ପାଉଲଙ୍କୁ ରାଗିଲେ ଓ ପଥରରେ ମାରିବା ପାଇଁ ଚେଷ୍ଟା କଲେ । ସେ ମରିଗଲେଣି ଭାବି ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ଆଣି ସେଠି ଛାଡିଲେ ଆଉ ସେଠାରେ ସେ ପଡ଼ି ରହିଥିଲେ I
\v 20 କିନ୍ତୁ ଲୁସ୍ତ୍ରାର କିଛି ବିଶ୍ୱାସୀ ଆସି ପାଉଲଙ୍କ ଚ଼ାରିପାଖେ ଘେରିଲେ I ପାଉଲ ଉଠି ପଡ଼ି ବିଶ୍ୱାସୀମାନଙ୍କ ସହିତ ନଗରକୁ ଚ଼ାଲିଗଲେ I ତହିଁ ଆରଦିନ ସେ ଓ ବର୍ଣ୍ଣବା ଲୁସ୍ତ୍ରାଛାଡ଼ି ଦର୍ବୀ ନଗରକୁ ଚ଼ାଲିଗଲେ ।
\s5
\v 21 ପାଉଲ ଓ ବର୍ଣ୍ଣବା ଦର୍ବୀ ନଗରରେ କିଛି ଦିନ ରହି ସୁସମାଚ଼ାର ପ୍ରଚ଼ାର କଲେ । ବହୁତ ଲୋକ ଯୀଶୁଙ୍କଠାରେ ବିଶ୍ୱାସ କଲେ । ତା'ପରେ ବର୍ଣ୍ଣବ୍ବା ଓ ପାଉଲ ଲୁସ୍ତ୍ରା, ଇକନୀୟ ଓ ଆନ୍ତିୟଖିଅକୁ ଫେରିଗଲେ ।
\v 22 ସେମାନେ ସେ ସ୍ଥାନଗୁଡ଼ିକେର ବିଶ୍ୱାସୀମାନଙ୍କ ବିଶ୍ୱାସରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ । ସେମାନେ କହିଲେ, "ପରମେଶ୍ୱରଙ୍କ ଦ୍ୱାରା ରାଜତ୍ୱ ହେବା ପୂର୍ବରୁ ଆମ୍ଭକୁ ଅନେକ ଦୁଃଖ କଷ୍ଟ ମଧ୍ୟ ଦେଇ ଯିବାକୁ ପଡ଼ିବ ।"
\s5
\v 23 ପାଉଲ ଓ ବର୍ଣ୍ଣବା ସେମାନଙ୍କ ପାଇଁ ପ୍ରତି ମଣ୍ଡଳୀରେ ପ୍ରାଚ଼ୀନମାନଙ୍କୁ ନିଯୁକ୍ତି ଦେଲେ । ସେମାନେ ବିଶ୍ୱାସୀମାନଙ୍କ ସହିତ ଏହି ପ୍ରାଚ଼ୀନମାନଙ୍କ ପାଇଁ ଉପବାସ ଓ ପ୍ରାର୍ଥନା କଲେ । ଏହି ପ୍ରାଚ଼ୀନମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ ତେଣୁ ପାଉଲ ଓ ବର୍ଣ୍ଣବା ସେମାନଙ୍କୁ ପ୍ରଭୁଙ୍କ ପାଖରେ ସମର୍ପଣ କଲେ ।
\v 24 ସେମାନେ ପିସିଦିଆ ଦେଇ ପଫୁଲିଆରେ ପହଞ୍ଚିଲେ ।
\v 25 ସେମାନେ ପର୍ଗୀରେ ପହଞ୍ଚିଲେ ଓ ସୁସମାଚ଼ାର ପ୍ରଚ଼ାର କଲାପରେ ଆତ୍ତାଲିଆ ନଗରରେ ପହଞ୍ଚିଲେ ।
\v 26 ସେମାନେ ଜାହାଜରେ ଚଢ଼ି ସେଠାରୁ ଆନ୍ତିୟଖିଆକୁ ସମୁଦ୍ର ପଥରେ ଚ଼ାଲିଗଲେ । ଏହି ସ୍ଥାନରେ ବିଶ୍ୱାସୀମାନେ ପାଉଲ ଓ ବର୍ଣ୍ଣବାଙ୍କୁ ଅନ୍ୟ ସ୍ଥାନକୁ ଯାଇ ପ୍ରଚାର କରିବା ପାଇଁ ପ୍ରଭୁଙ୍କ ନିକଟରେ ସମର୍ପିତ କଲେ । ସେମାନେ ଏହି କାର୍ଯ୍ୟ ପୂର୍ଣ୍ଣ କଲେ ।
\s5
\v 27 ପାଉଲ ଓ ବର୍ଣ୍ଣବା ଆନ୍ତିୟଖିଆ ପହଞ୍ଚିବା ପରେ ମଣ୍ଡଳୀକୁ ଏକାଠି କଲେ । ପରମେଶ୍ୱର ସେମାନଙ୍କ ସହିତ ଯାହା କିଛି କରିଥିଲେ ତାହା ସେମାନଙ୍କୁ କହିଲେ ଓ ପରମେଶ୍ୱର ଅନ୍ୟ ଜାତୀୟ ଲୋକଙ୍କ ପାଇଁ କିପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ପାଇଁ ରାସ୍ତା ଖୋଲିଲେ ଏହା ସେମାନେ ବର୍ଣ୍ଣନା କଲେ ।
\v 28 ପରେ ସେମାନେ ଆନ୍ତିୟଖିଆରେ ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ ।
\s5
\c 15
\p
\v 1 କେତେକ ଯିହୁଦୀ ବିଶ୍ୱାସୀମାନେ ଯିହୁଦାରୁ ଆନ୍ତିୟଖିଆକୁ ଆସିଲେ । ସେମାନେ ଅଣ ଯିହୁଦୀ ଭାଇମାନଙ୍କୁ ଏହି ଶିକ୍ଷା ଦେଲେ, "ତୁମ୍ଭେମାନେ ଯଦି ମୋଶାଙ୍କର ବ୍ୟବସ୍ଥା ଅନୁସାରେ ସୁନ୍ନତ ନ ହୁଅ, ତେବେ ତୁମ୍ଭେମାନେ ପରିତ୍ରାଣ ପାଇପାରିବ ନାହିଁ ।"
\v 2 ପାଉଲ ଓ ବର୍ଣ୍ଣବା ସେହି ଯିହୁଦୀମାନଙ୍କ ସହିତ ରାଜି ନ ହୋଇ ବହୁତ ଯୁକ୍ତି କଲେ । ଏହି ବିଷୟରେ ବିଚ଼ାର ଆଲୋଚ଼ନା ଲାଗି ପାଉଲ, ବର୍ଣ୍ଣବା ଓ ଅନ୍ୟ କେତେକ ବିଶ୍ୱାସୀମାନଙ୍କୁ ଯିରୂଶାଲମରେ ପ୍ରେରିତ ଓ ପ୍ରାଚ଼ୀନମାନଙ୍କ ପାଖକୁ ଯାଇ ଆଲୋଚନା କରିବା ପାଇଁ ନିଯୁକ୍ତି ଦିଆଗଲା ।
\s5
\v 3 ଖ୍ରୀଷ୍ଟୀୟ ଆନ୍ତିୟଖିଆ ମଣ୍ଡଳୀ ଦ୍ୱାରା ପାଉଲ ଓ ବର୍ଣ୍ଣବାଙ୍କୁ ପଠାଗଲା । ସେମାନେ ଫୈନୀକିଆ ଓ ଶମିରୋଣ ଦେଇଗଲେ । ଅନ୍ୟ ଜାତୀୟ ଲୋକମାନେ କିପରି ପରମେଶ୍ୱରଙ୍କ ପ୍ରତି ମନ ଫେରାଇଛନ୍ତି, ଏହା ସେମାନେ ସେଠାରେ କହିଲେ । ଏହା ଶୁଣି ସେହି ଅଞ୍ଚଳର ଖ୍ରୀଷ୍ଟିୟାନମାନେ ବହୁତ ଖୁସି ହେଲେ ।
\v 4 ଯେତେବେଳେ ପାଉଲ, ବର୍ଣ୍ଣବା ଓ ଅନ୍ୟମାନେ ଯିରୂଶାଲମରେ ପହଞ୍ଚିଲେ । ପ୍ରେରିତ, ପ୍ରାଚ଼ୀନ ଓ ଅନ୍ୟ ବିଶ୍ୱାସୀମାନେ ସେଠାରେ ସେମାନଙ୍କୁ ସ୍ୱାଗତ କଲେ । ପରମେଶ୍ୱର ସେମାନଙ୍କୁ କିପରି ଆଶ୍ଚର୍ଯ୍ୟ ଭାବରେ ଅଣ-ଯିହୁଦୀମାନଙ୍କ ମଧ୍ୟରେ ବ୍ୟବହାର କଲେ ସେ ବିଷୟରେ ଜଣାଇଲେ I
\s5
\v 5 କିନ୍ତୁ ଫାରୂଶୀମାନଙ୍କ ଦଳର କେତେକ ବିଶ୍ୱାସୀ ଲୋକ ଠିଆ ହୋଇ କହିଲେ, "ଅନ୍ୟ ଜାତୀୟମାନଙ୍କୁ ନିଶ୍ଚିତରୂପେ ସୁନ୍ନତ ହେବାକୁ ପଡ଼ିବ ଓ ମୋଶାଙ୍କ ବ୍ୟବସ୍ଥା ମାନିବାକୁ ପଡ଼ିବ ।"
\v 6 ପରେ ପ୍ରେରିତ ଓ ପ୍ରାଚ଼ୀନମାନେ ଏ ସମସ୍ୟା ଉପରେ ବିଚ଼ାର କରିବା ପାଇଁ ଏକତ୍ରୀତ ହେଲେ ।
\s5
\v 7 ବହୁତ ବାଦବିବାଦ ପରେ ପିତର ଠିଆ ହେଲେ ଓ ସେମାନଙ୍କୁ କହିଲେ, "ଭାଇମାନେ, ତୁମ୍ଭେମାନେ ଜାଣ ଯେ, ଅନ୍ୟଜାତୀୟମାନେ ଯେପରି ସୁସମାଚ଼ାର ବାର୍ତ୍ତା ଶୁଣିପାରନ୍ତି ଓ ତାହା ଶୁଣି ବିଶ୍ୱାସ କରିପାରନ୍ତି, ଏଥି ନିମନ୍ତେ ପରମେଶ୍ୱର ବହୁତ ପୂର୍ବରୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ ବାଛିଥିଲେ ।
\v 8 ପରମେଶ୍ୱର ସମସ୍ତଙ୍କ ଅନ୍ତରର ଭାବନା ଜାଣନ୍ତି । ସେ ସେହି ଅନ୍ୟ ଜାତୀୟମାନଙ୍କୁ ଗ୍ରହଣ କଲେ । ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ର ଆତ୍ମାଙ୍କୁ ଦେଇଥିଲେ ସେପରି ଅନ୍ୟଜାତୀୟମାନଙ୍କୁ ମଧ୍ୟ ପବିତ୍ର ଆତ୍ମା ଦାନ କରିଅଛନ୍ତି ।
\v 9 ଏହା ଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କର ଓ ସେମାନଙ୍କ ମଧ୍ୟରେ କୌଣସି ଭେଦଭାବ ରଖିଲେ ନାହିଁ । ସେ ସେମାନଙ୍କର ବିଶ୍ୱାସ ଦ୍ୱାରା ସେମାନଙ୍କର ହୃଦୟକୁ ପବିତ୍ର କରିଲେ ଓ ଏହି ପରି ଭାବରେ ସେ ଆମ୍ଭମାନଙ୍କର ପାପ ସବୁ କ୍ଷମା କରିଅଛନ୍ତି I
\s5
\v 10 ତେଣୁ, ତୁମ୍ଭେମାନେ କାହିଁକି ଅଣ ଯିହୁଦୀ ବିଶ୍ୱାସୀମାନଙ୍କୁ ବ୍ୟବସ୍ଥା ପାଳନ କରିବା ପାଇଁ ବାଧ୍ୟ କରୁଅଛ? ଏହା ଦ୍ୱାରା ସେମାନଙ୍କ କାନ୍ଧରେ ଯୁଆଳି ରଖୁଅଛ I ଆମ୍ଭେମାନେ କିମ୍ବା ଆମ୍ଭର ପୂର୍ବପୁରୁଷମାନେ ତ ଏହି ଯୁଆଳି ଭାର ସହି ପାରିଲେ ନାହିଁ ତେବେ ତୁମ୍ଭେ ଏହା ଦ୍ୱାରା ପରମେଶ୍ୱରଙ୍କୁ ପରୀକ୍ଷା କରୁଛ?
\v 11 ଆମ୍ଭେ ଜାଣୁ ଯେ ପରମେଶ୍ୱର ପ୍ରଭୁ ଯୀଶୁଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅର୍ଥାତ୍ ଯିହୁଦୀମାନଙ୍କୁ ରକ୍ଷା କରିଅଛନ୍ତି I ସେହିପରି ଅଣ-ଯିହୁଦୀମାନଙ୍କୁ ମଧ୍ୟ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ରକ୍ଷା କରିଅଛନ୍ତି I
\s5
\v 12 ପିତର କହିଲା ପରେ ସମସ୍ତେ ନୀରବ ହୋଇଗଲେ । ପରେ ସେମାନେ ବର୍ଣ୍ଣବା ଓ ପାଉଲଙ୍କ କଥା ଶୁଣିଲେ ଯେତେବେଳେ ପରମେଶ୍ୱର ଅନ୍ୟ ଜାତୀୟମାନଙ୍କ ମଧ୍ୟରେ ସେମାନଙ୍କ ଜରିଆରେ ଯେଉଁସବୁ ଆଶ୍ଚର୍ଯ୍ୟ କର୍ମ ଓ ଚ଼ିହ୍ନମାନ କହିଥିଲେ ସେ ସବୁ ପାଉଲ ଓ ବର୍ଣ୍ଣବା ବର୍ଣ୍ଣନା କଲେ ।
\s5
\v 13 ପାଉଲ ଓ ବର୍ଣ୍ଣବା ବର୍ଣ୍ଣନା କଲା ପରେ ଯାକୁବ ଯିରୁଶାଲମର ବିଶ୍ୱାସୀମାନଙ୍କ ନେତା ଉତ୍ତର ଦେଲେ, "ଭାଇମାନେ, ମୋ କଥା ଶୁଣ I"
\v 14 ପରମେଶ୍ୱର କିପରି ପ୍ରଥମ ଥର ଅନ୍ୟ ଜାତୀୟ ଲୋକମାନଙ୍କ ପାଇଁ ନିଜର ପ୍ରେମ ଦେଖାଇଲେ ଓ ସେମାନଙ୍କୁ ଗ୍ରହଣ କରି ତାହାଙ୍କର ଲୋକରେ ପରିଣତ କଲେ, ତାହା ଶିମୋନ ବର୍ଣ୍ଣନା କରିଅଛନ୍ତି ।
\s5
\v 15 ଏହା ଭାବବାଦୀମାନେ ମଧ୍ୟ ଏହିକଥା କହିଅଛନ୍ତି ଓ ପ୍ରେରିତମାନଙ୍କ ସହିତ ଏକମତ ।
\v 16 "ଏହା ପରେ ମୁଁ ପୁନର୍ବାର ଫେରି ଆସିବି ଏବଂ ଦାଉଦର ବଂଶରୁ ଜଣକୁ ରାଜା କରିବି ଓ ଭଗ୍ନଗୃହ ପୁଣି ନିର୍ମାଣ କରିବି । ମୁଁ ଏହାର ନଷ୍ଟ ହୋଇଯାଇଥିବା ଅଂଶ ପୁଣି ଥରେ ନିର୍ମାଣ କରିଦେବି ।
\v 17 ପ୍ରଭୁ ଏହି କଥା କହନ୍ତି, " ମୁଁ ଏପରି କରିବି ଯେ ଅବଶିଷ୍ଟ ମାନବଜାତି ଓ ଅନ୍ୟ ଜାତୀୟ ଲୋକମାନେ, ଯେଉଁମାନେ ମୋ’ ନାମରେ ପରିଚ଼ିତ ହୁଅନ୍ତି, ସେମାନେ ମୋତେ ଖୋଜିବେ ।"
\v 18 ଯେଉଁ ପ୍ରଭୁ ଏହି ସମସ୍ତ ଘଟଣା ଘଟାନ୍ତି, ସେ ନିଜେ ଏହା କହିଅଛନ୍ତି । ଏହା ଯୁଗ ଆରମ୍ଭରୁ ଜଣାଅଛି ।'
\s5
\v 19 " ସେଥିପାଇଁ ଯାକୁବ କହିଲେ, " ମୁଁ ଭାବୁଛି, ପାପ ପରିତ୍ୟାଗ କରି ପରମେଶ୍ୱରଙ୍କ ପ୍ରତି ଫେରୁଥିବା ଅନ୍ୟ ଜାତୀୟ ବିଶ୍ୱାସୀମାନଙ୍କୁ କଷ୍ଟ ଦେବା ଆମ୍ଭମାନଙ୍କ ପକ୍ଷରେ ଉଚିତ ନୁହେଁ । ବ୍ୟବସ୍ଥା ଓ ରୀତିନୀତି ପାଳନ କରିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରିବା ବନ୍ଦ କରିବା ଉଚିତ I
\v 20 ଏହା ବଦଳରେ ଆମ୍ଭେ ସେମାନଙ୍କୁ ଲେଖିବା ଉଚ଼ିତ ଯେ ସେମାନଙ୍କୁ ଚାରୋଟି ବିଷୟ କରିବାକୁ ହେବ: ଦେବତାକୁ ଦିଆଯାଇଥିବା ଖାଦ୍ୟ ଗ୍ରହଣ କରିବେ ନାହିଁ, ଅନ୍ୟଜଣକ ସ୍ତ୍ରୀ ସହିତ ଶୟନ କରିବେ ନାହିଁ, ବେକ ଚିପି ମରା ଯାଇଥିବା ପଶୁର ମାଂସ ଭୋଜନ କରିବ ନାହିଁ ଓ ପଶୁର ରକ୍ତ ଖାଇବ ନାହିଁ I
\v 21 ସେମାନେ ଏସବୁ କରିବା ଉଚ଼ିତ ନୁହେଁ, କାରଣ ଆରମ୍ଭରୁ ମୋଶାଙ୍କ ବ୍ୟବସ୍ଥା ପାଠ କରୁଥିବା ଲୋକ ପ୍ରତି ନଗରରେ ଏବେ ମଧ୍ୟ ଅଛନ୍ତି ଏବଂ ତାହାଙ୍କର ବ୍ୟବସ୍ଥା ସମାଜଗୃହମାନଙ୍କରେ ପ୍ରତି ବିଶ୍ରାମବାରରେ ପାଠ କରାଯାଏ । ତେଣୁ ଯଦି ଅଣ ଯିହୁଦୀ ବିଶ୍ୱାସୀମାନେ ବ୍ୟବସ୍ଥା ବିଷୟରେ ଜାଣିବା ପାଇଁ ଇଚ୍ଛା କଲେ ପ୍ରାର୍ଥନା ଗୃହରେ ଜାଣି ପାରିବେ I
\s5
\v 22 ଏହାପରେ ପ୍ରେରିତ, ପ୍ରାଚ଼ୀନ ଓ ସମଗ୍ର ମଣ୍ଡଳୀ ଯାକୁବଙ୍କ କଥାକୁ ସମର୍ଥନ କଲେ, ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ବାଛି ପାଉଲ ଓ ବର୍ଣ୍ଣବାଙ୍କ ସହିତ ସେମାନଙ୍କୁ ଆନ୍ତିୟଖିଆକୁ ପଠାଇବା ପାଇଁ ସ୍ଥିର କଲେ । ସେମାନେ ଯିହୁଦା ଯାହାଙ୍କର ଅନ୍ୟ ନାମ ଥିଲା, ବର୍ଣ୍ଣବା ଓ ଶୀଲାଙ୍କୁ ବାଛିଲେ । ଏହିମାନେ ଯିରୁଶାଲମର ଭାଇମାନଙ୍କ ମଧ୍ୟରେ ନେତା ଥିଲେ ।
\v 23 ସେମାନେ ଯିହୁଦା ଓ ଶୀଲାଙ୍କ ହାତରେ ଏହି ଚ଼ିଠିଟିକୁ ଆନ୍ତିୟଖିଆର ବିଶ୍ୱାସୀମାନଙ୍କ ନିକଟକୁ ପଠାଇଲେ:"ଆମ୍ଭେ ପ୍ରେରିତ ଓ ପ୍ରାଚୀନ ମାନେ ଆନ୍ତିୟଖିଆରେ ଓ ସୁରିଆ ଓ କିଲିକିଆରେ ଥିବା ସମସ୍ତ ବିଶ୍ୱାସୀ ଭାଇ ଓ ଭଉଣୀଙ୍କୁ ଆମର ନମସ୍କାର I
\s5
\v 24 ଆମ୍ଭେ ଶୁଣିଲୁ ଯେ ଆମ୍ଭ ଭିତରୁ କେତେକ ଆମ୍ଭଠାରୁ ଆଦେଶ ନପାଇ ତୁମ୍ଭମାନଙ୍କ ନିକଟକୁ ଯାଇ ସେମାନଙ୍କ କଥା ଦ୍ୱାରା ଅସୁବିଧାରେ ପକାଇଛନ୍ତି ଓ ତୁମ୍ଭମାନଙ୍କୁ ବ୍ୟତିବ୍ୟସ୍ତ କରୁଛନ୍ତି ।
\v 25 ଏହା ଶୁଣିଲା ପରେ ଆମ୍ଭେମାନେ ନିଷ୍ପତ୍ତି ନେଇ କେତେକ ଲୋକଙ୍କୁ ବାଛିଛୁ । ଆମ୍ଭେ ସେମାନଙ୍କୁ ଆମ୍ଭର ପ୍ରିୟ ବର୍ଣ୍ଣବ୍ବା ଓ ପାଉଲଙ୍କ ସହିତ ପଠାଇବୁ ।
\v 26 ବର୍ଣ୍ଣବା ଓ ପାଉଲ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ପାଇଁ ସେମାନଙ୍କର ଜୀବନକୁ ଉତ୍ସର୍ଗ କରିଛନ୍ତି କାରଣ ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସେବା କରନ୍ତି ।
\s5
\v 27 ଆମ୍ଭେ ଯିହୁଦା ଓ ଶୀଲାଙ୍କୁ ମଧ୍ୟ ତୁମ୍ଭମାନଙ୍କ ପାଖକୁ ପଠାଇଲୁ । ସେମାନେ ତୁମ୍ଭମାନଙ୍କୁ ମୌଖିକ ଭାବେ ଏହି ସବୁ କଥା କହିବେ ।
\v 28 ପବିତ୍ର ଆତ୍ମା ଓ ଆମ୍ଭମାନଙ୍କୁ ଏହା ଉଚ଼ିତ ମନେ ହେଲା ଯେ, ତୁମ୍ଭେମାନେ ଏହି କେତୋଟି ବିଷୟ ଛଡ଼ା ଆଉ ଅଧିକ ବୋଝରେ ଭାରାକ୍ରାନ୍ତ ହେବା ଠିକ୍ ନୁହେଁ । ତେଣୁ ଏହି କେତୋଟି ଆବଶ୍ୟକୀୟ ବିଷୟଗୁଡ଼ିକ ତୁମ୍ଭମାନେ କରିବ I
\v 29 ତୁମ୍ଭେମାନେ ମୂର୍ତ୍ତିଗୁଡ଼ିକ ନିକଟରେ ସମର୍ପିତ ଖାଦ୍ୟ ଖାଇବ ନାହିଁ । ତୁମ୍ଭେମାନେ ରକ୍ତ ପିଇବ ନାହିଁ । ତଣ୍ଟି ଚ଼ିପି ମରାଯାଇଥିବା ପଶୁମାନଙ୍କୁ ଖାଇବ ନାହିଁ । ତୁମ୍ଭେମାନେ ଅନ୍ୟ ସ୍ତ୍ରୀ ସହିତ ଶୟନ କରିବ ନାହିଁ I ଏ ସମସ୍ତ ବିଷୟରୁ ଯଦି ନିବୃତ ରହିବ ତେବେ ତୁମ୍ଭେମାନେ ଠିକ୍ ଜୀବନ ଯାପନ କରୁଛ I
\s5
\v 30 ତା'ପରେ ବର୍ଣ୍ଣବା, ପାଉଲ, ଯିହୁଦା ଓ ଶୀଲା ଯିରୂଶାଲମରୁ ଆନ୍ତିୟଖିଆକୁ ଯାତ୍ରା କଲେ । ସେଠାରେ ସେମାନେ ଏକାଠି ହୋଇଥିବା ବିଶ୍ୱାସୀମାନଙ୍କୁ ପତ୍ର ଦେଲେ ।
\v 31 ଆନ୍ତିୟଖିଆର ବିଶ୍ୱାସୀମାନେ ପତ୍ର ପଢ଼ି ଆନନ୍ଦିତ ହେଲେ । କାରଣ ଏହା ସେମାନଙ୍କୁ ଅତ୍ୟନ୍ତ ଉତ୍ସାହିତ କରିଥିଲା ।
\v 32 ଯିହୁଦା ଓ ଶୀଲା ଦୁହେଁ ଭାବବାଦୀ ଥିବାରୁ ଅନେକ କଥା କହିଲେ ଓ ଭାଇମାନଙ୍କୁ ଉତ୍ସାହ ଦେଇ ପ୍ରଭୁ ଯୀଶୁଙ୍କଠାରେ ଖ୍ରୀଷ୍ଟୀୟ ବିଶ୍ୱାସରେ ଶକ୍ତିଯୁକ୍ତ କଲେ ।
\s5
\v 33 ସେଠାରେ କିଛି ଦିନ ରହିବା ପରେ ଯିରୂଶାଲମ ଫେରିଯିବା ପାଇଁ ପ୍ରସ୍ତୁତ ହେଲେ । ଆନ୍ତିୟଖିଆର ବିଶ୍ୱାସୀମାନେ ଶୁଭେଚ୍ଛା ଜଣେଇଲେ ଏବଂ ସେମାନେ ବିଦାୟ ନେଲେ ।
\v 34 କିନ୍ତୁ ଶିଲା ସେଠାରେ ରହିବାକୁ ଉଚିତ ମନେ କଲେ ।
\v 35 କିନ୍ତୁ ପାଉଲ ଓ ବର୍ଣ୍ଣବା ଆନ୍ତିୟଖିଆରେ ରହିଲେ ଏବଂ ଅନ୍ୟମାନଙ୍କ ସହିତ ସେମାନେ ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କର ବାକ୍ୟ ଶିକ୍ଷା ଦେଲେ ଏବଂ ସୁସମାଚ଼ାର ପ୍ରଚ଼ାର କଲେ ।
\s5
\v 36 ପାଉଲ କିଛି ଦିନ ପରେ ବର୍ଣ୍ଣବାଙ୍କୁ କହିଲେ, "ଚ଼ାଲ, ଆମ୍ଭେମାନେ ଫେରିବା ଆଉ ଆମ୍ଭେମାନେ ପ୍ରଭୁଙ୍କର ବାକ୍ୟ ଯେଉଁ ପ୍ରତ୍ୟେକ ସହରରେ ପ୍ରଚ଼ାର କରିଛୁ, ସେହି ସବୁ ସହରକୁ ଯାଇ ଆମ୍ଭ ଭାଇମାନଙ୍କୁ ଭେଟିବା I ଆଉ ସେମାନେ କେତେ ଖ୍ରୀଷ୍ଟୀୟ ବିଶ୍ୱାସରେ ବୃଦ୍ଧି ପାଇଛନ୍ତି ତାହା ଜାଣିବା ।"
\v 37 ବର୍ଣ୍ଣବ୍ବା ପାଉଲଙ୍କ ସହିତ ସମ୍ମତ ହେଲେ ଓ ସେମାନଙ୍କ ସହିତ ମାର୍କ ନାମରେ ପରିଚ଼ିତ ଯୋହନଙ୍କୁ ନେବାପାଇଁ ଚାହିଁଲେ ।
\v 38 ଯେହେତୁ ପାଉଲ ବର୍ଣ୍ଣବାକୁ ମାର୍କ ସାଙ୍ଗରେ ନ ନେବା ପାଇଁ ଜୋର ଦେଲେ, କାରଣ ସେ ପୂର୍ବରୁ ପଫୂଲିଆରେ ସେମାନଙ୍କ ସହିତ ଏହି କାର୍ଯ୍ୟରେ ସାଙ୍ଗରେ ନ ରହି ସେମାନଙ୍କୁ ତ୍ୟାଗ କରି ଚ଼ାଲି ଆସିଥିଲେ I
\s5
\v 39 ଏଥିପାଇଁ ସେମାନଙ୍କ ମଧ୍ୟରେ ଘୋର ମତଭେଦ ହେଲା । ଏହା ଫଳରେ, ପାଉଲ ଓ ବର୍ଣ୍ଣବା ପରସ୍ପରଠାରୁ ଅଲଗା ହୋଇଗଲେ । ବର୍ଣ୍ଣବା ମାର୍କଙ୍କୁ ନେଇ ଜଳ ପଥରେ କୂପ୍ର ଉପଦ୍ୱୀପକୁ ଚ଼ାଲିଗଲେ ।
\v 40 ପାଉଲ ଆନ୍ତିୟଖିଆରୁ ଫେରି ଥିବା ଶୀଲାଙ୍କୁ ତାହାଙ୍କ ସହିତ ନେବାପାଇଁ ବାଛିଲେ । ଆନ୍ତିୟଖିଆରେ ଭାଇମାନେ ପାଉଲ ଓ ଶୀଲାଙ୍କୁ ପ୍ରଭୁ ଯେପରି ସାହାଯ୍ୟ କରିନ୍ତି ସେଥିପାଇଁ ପ୍ରାର୍ଥନା କଲେ I ପରେ ସେମାନେ ଆନ୍ତିୟଖିଆରୁ ବିଦାୟ ନେଲେ I
\v 41 ପାଉଲ ଓ ଶୀଲା ସିରିଆ ଓ କିଲିକିଆ ଦେଶ ଦେଇ ଗଲେ ଓ ସେ ସମସ୍ତ ମଣ୍ଡଳୀଗୁଡ଼ିକୁ ଖ୍ରୀଷ୍ଟୀୟ ବିଶ୍ୱାସରେ ଶକ୍ତିଶାଳୀ ହେବାପାଇଁ ସାହାଯ୍ୟ କଲେ ।
\s5
\c 16
\p
\v 1 ପାଉଲ ଏବଂ ଶିଲା ଦର୍ବୀ ଓ ଲୁସ୍ତ୍ରା ନଗରକୁ ଗଲେ ଓ ବିଶ୍ୱାସୀମାନଙ୍କୁ ପରିଦର୍ଶନ କଲେ । ସେଠାରେ ତୀମଥି ନାମକ ଜଣେ ଶିଷ୍ୟ ଥିଲେ । ସେ ଜଣେ ବିଶ୍ୱାସୀନୀ ଯିହୁଦୀ ସ୍ତ୍ରୀଙ୍କର ପୁତ୍ର ଥିଲେ କିନ୍ତୁ ତାହାଙ୍କର ପିତା ଗ୍ରୀକ୍ ଥିଲେ I
\v 2 ତୀମଥିଙ୍କୁ ଲୁସ୍ତ୍ରା ଓ ଇକନୀୟର ଭାଇମାନେ ବହୁତ ପ୍ରଶଂସା କରୁଥିଲେ I
\v 3 ପାଉଲ ତୀମଥିଙ୍କୁ ନିଜ ସହିତ ନେବାପାଇଁ ଇଚ୍ଛା କଲେ । ତେଣୁ ପାଉଲ ତାହାଙ୍କୁ ଯିହୁଦୀମାନେ ଯେପରି ଗ୍ରହଣ କରନ୍ତି ସେଥିପାଇଁ ତୀମଥିଙ୍କୁ ସୁନ୍ନତ କରି ଦେଲେ I କାରଣ ତାହାଙ୍କର ପିତା ଗ୍ରୀକ୍ ବୋଲି ସମସ୍ତେ ଜାଣିଥିଲେ I
\s5
\v 4 ତେଣୁ ତୀମଥି, ପାଉଲ ଓ ଶୀଲା ସହିତ ଗଲେ, ଆଉ ସେମାନେ ନଗରରୁ ନଗର ଭ୍ରମଣ କଲ I ସବୁ ନଗରର ବିଶ୍ୱାସୀମାନଙ୍କୁ ଯିରୂଶାଲମରେ ଥିବା ପ୍ରେରିତ ଓ ପ୍ରାଚ଼ୀନମାନଙ୍କର ଉପଦେଶ ଓ ନିଷ୍ପତ୍ତିଗୁଡ଼ିକ ବିଷୟରେ କହିଲେ I
\v 5 ସେମାନେ ସେହି ନଗରଗୁଡିକର ବିଶ୍ୱାସୀମାନଙ୍କୁ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସରେ ଶକ୍ତିଶାଳୀ ହେବାପାଇଁ ସାହାଯ୍ୟ କଲେ ଓ ବିଶ୍ୱାସୀମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଲା ।
\s5
\v 6 ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନେ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇଗଲେ କାରଣ ସେମାନଙ୍କୁ ପବିତ୍ରଆତ୍ମା ଏସିଆରେ ପ୍ରଭୁଙ୍କର କଥା ପ୍ରଚ଼ାର କରିବାକୁ ଅନୁମତି ଦେଲେ ନାହିଁ ।
\v 7 ସେମାନେ ମୂସିଆ ଦେଶରେ ପହଞ୍ଚିଲେ ଓ ଆସିଲା ପରେ ବୀଥୂନିଆକୁ ଯିବାପାଇଁ ଚେଷ୍ଟା କଲେ । କିନ୍ତୁ ଯୀଶୁଙ୍କ ଆତ୍ମା ସେମାନଙ୍କୁ ଯିବାପାଇଁ ଅନୁମତି ଦେଲେ ନାହିଁ ।
\v 8 ତା'ପରେ ସେମାନେ ମୂସିଆ ଦେଶ ଛାଡ଼ି ତ୍ରୋୟା ନଗରକୁ ଆସିଲେ ।
\s5
\v 9 ରାତିରେ ପାଉଲ ଏକ ଦର୍ଶନ ପାଇଲେ । ସେଥିରେ ସେ ଜଣେ ମାକିଦନିଆର ଲୋକକୁ ତାହାଙ୍କ ଆଗରେ ଠିଆ ହୋଇଥିବାର ଦେଖିଲେ । ସେ ପାଉଲଙ୍କୁ ଡାକି କହିଲେ, "ତୁମ୍ଭେ ମାକିଦନିଆକୁ ଆସି ଆମ୍ଭକୁ ସାହାଯ୍ୟ କର ।"
\v 10 ପାଉଲ ଦର୍ଶନ ପାଇବା ପରେ ଆମ୍ଭେମାନେ ସଙ୍ଗେ ସଙ୍ଗେ ମାକିଦନିଆକୁ ଗଲୁ କାରଣ ଆମ୍ଭେମାନେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସେମାନଙ୍କ ନିକଟରେ ସୁସମାଚ଼ାର ପହଞ୍ଚାଇବା ପାଇଁ ଆମ୍ଭକୁ ଡ଼ାକିଛନ୍ତି ।
\s5
\v 11 ଆମ୍ଭେମାନେ ତ୍ରୋୟା ନଗରରୁ ଜଳଯାତ୍ରାରେ ସାମଥ୍ରାକୀ ଉପଦ୍ୱୀପରେ ପହଞ୍ଚିଲୁ । ତା’ଆରଦିନ ଆମ୍ଭେ ନିୟାପଲି ନଗରକୁ ଗଲୁ ।
\v 12 ପରେ ଆମ୍ଭେମାନେ ମାକିଦନିଆ ଛାଡି ଫିଲପ୍ପୀକୁ ଗଲୁ । ଏହା ରୋମୀୟମାନଙ୍କର ବିଶେଷ ନଗର ଥିଲା । ଆମ୍ଭେମାନେ ସେହି ଫିଲପ୍ପୀ ନଗରରେ କିଛି ଦିନ ରହିଲୁ ।
\v 13 ବିଶ୍ରାମବାର ଦିନ ଆମ୍ଭେ ନଗର ଦ୍ୱାର ବାହାରେ ନଦୀ କୂଳ ଆଡ଼େ ଗଲୁ । ଆମ୍ଭେ ଶୁଣିଲୁ ଯେ, ଯିହୁଦୀମାନେ ସେଠାରେ ପ୍ରାର୍ଥନା କରିବା ପାଇଁ ଏକାଠି ହେଲେ । ଆମ୍ଭେ ସେଠାରେ ସ୍ତ୍ରୀ’ମାନେ ଏକତ୍ରୀତ ହୋଇ ପ୍ରାର୍ଥନା କରିବା ଦେଖି ଆମେ ମଧ୍ୟ ବସିଲୁ ଓ ସେମାନଙ୍କୁ ଯୀଶୁଙ୍କ ବିଷୟରେ କହିଲୁ ।
\s5
\v 14 ସେଠାରେ ଲୂଦିଆ ନାମକ ଜଣେ ସ୍ତ୍ରୀ’ଲୋକ ପାଉଲଙ୍କ କଥା ଶୁଣୁଥିଲା । ସେ ଥୁୟାଥୀରା ନଗରର ବାଇଗଣୀ ରଙ୍ଗର ଲୁଗା ବ୍ୟବସାୟୀ ଥିଲା । ସେ ସତ୍ୟ ପରମେଶ୍ୱରଙ୍କୁ ଉପାସନା କରୁଥିଲା । ପାଉଲଙ୍କ କଥା ଶୁଣିବା ପାଇଁ ପ୍ରଭୁ ତାହାଙ୍କ ହୃଦୟ ଖୋଲି ଦେଇଥିଲେ ଓ ସେ ସବୁ କଥାରେ ବିଶ୍ୱାସ କଲା ।
\v 15 ସେ ଓ ତା'ର ଘରେ ରହୁଥିବା ସମସ୍ତେ ବାପ୍ତିଜିତ ହେବା ପରେ, ସେ ଆମ୍ଭମାନଙ୍କୁ ଅନୁରୋଧ କରି ଡ଼ାକି କହିଲା, "ତୁମ୍ଭେମାନେ ଯଦି ମୋତେ ପ୍ରଭୁଙ୍କଠାରେ ଜଣେ ପ୍ରକୃତ ବିଶ୍ୱାସୀ ବୋଲି ଭାବୁଛ, ତେବେ ମୋ ଘରେ ଆସି ରୁହ ।" ଏହିପରି ସେ ଆମ୍ଭମାନଙ୍କୁ ତା'ର ଘରକୁ ଯିବାପାଇଁ ରାଜି କରାଇଲେ ଓ ଆମ୍ଭେ ସେଠାରେ ରହିଲୁ I
\s5
\v 16 ଆଉ ଦିନେ ଆମ୍ଭେ ପ୍ରାର୍ଥନାସ୍ଥାନକୁ ଯିବା ସମୟରେ ଗୋଟିଏ ଚ଼ାକରାଣୀକୁ ଦେଖିଲୁ । ତା' ଦେହରେ ଏପରି ଆତ୍ମାଟିଏ ଥିଲା, ଯାହା ଦ୍ୱାରା ସେ ଭବିଷ୍ୟତ କଥା ସବୁ କହି ପାରୁଥିଲା । ସେ ଏହିପରି ଭବିଷ୍ୟତର କଥା ସବୁ କହି ତା' ମାଲିକମାନଙ୍କ ପାଇଁ ବହୁତ ଧନ ଉପାର୍ଜନ କରୁଥିଲା । ଲୋକମାନେ ଭବିଷ୍ୟତ ଜାଣିବା ପାଇଁ ଅର୍ଥ ଖର୍ଚ୍ଚ କରୁଥିଲେ I
\v 17 ଏହି ଯୁବତୀ ଜଣକ ପାଉଲ ଓ ଆମ୍ଭମାନଙ୍କର ଅନୁସରଣ କଲା ଓ ଜୋରରେ କହିଲା, "ଏହି ଲୋକମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସେବକ । ସେମାନେ ତୁମ୍ଭମାନଙ୍କୁ ମୁକ୍ତିର ପଥ ବିଷୟରେ କହୁଛନ୍ତି ।"
\v 18 ସେ ଏପରି ବହୁତ ଦିନ ପର୍ଯ୍ୟନ୍ତ କଲା, ପାଉଲ ଏଥିରେ ବିରକ୍ତ ହୋଇ ସେ ସେହି ମନ୍ଦ ଆତ୍ମାକୁ କହିଲେ, "ମୁଁ ଯୀଶୁଙ୍କ ନାମରେ ଆଦେଶ ଦେଉଛି, ଏହି ଝିଅଟି ଦେହରୁ ବାହାରିଯା ।" ସେହି ସମୟରେ ସେହି ମନ୍ଦ ଆତ୍ମାଟି ବାହାରକୁ ଚ଼ାଲିଆସିଲା ।
\s5
\v 19 ସେହି ବାଳିକାର ମାଲିକମାନେ ଏସବୁ ଦେଖିଲେ । ସେମାନେ ଜାଣିପାରିଲେ ଯେ, ସେମାନେ ଆଉ ଏ ବାଳିକା ଦ୍ୱାରା ଧନ ଉପାର୍ଜନ କରିପାରିବେ ନାହିଁ । ତେଣୁ ସେମାନେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ଟାଣି ନେଲେ ଏବଂ ନଗର କର୍ତ୍ତୃପକ୍ଷଙ୍କ ଆଗରେ ସେମାନଙ୍କୁ ଠିଆ କରାଇଲେ ।
\v 20 ସେମାନଙ୍କୁ ନଗରପାଳମାନଙ୍କ ପାଖରେ ପହଞ୍ଚାଇ କହିଲେ, "ଏମାନେ ଯିହୁଦୀ ଲୋକ । ଏମାନେ ଆମ୍ଭ ନଗରର ଲୋକମାନଙ୍କ ପ୍ରତି ବହୁତ ଉପଦ୍ରବ ସୃଷ୍ଟି କରୁଛନ୍ତି ।
\v 21 ରୋମୀୟ ଭାବରେ ଯାହା ଗ୍ରହଣୀୟ ନୁହେଁ ସେ ସମସ୍ତ ନିୟମ ମାନିବା ନିମନ୍ତେ ସେମାନେ ଶିକ୍ଷା ଦିଅନ୍ତି I
\s5
\v 22 ତା'ପରେ ଲୋକମାନେ ପାଉଲ ଓ ଶୀଲାଙ୍କୁ ଆକ୍ରମଣ କରିବା ନିମନ୍ତେ ସେମାନଙ୍କ ବିରୁଦ୍ଧରେ ଯୋଗ ଦେଲେ । ନଗରପାଳମାନେ ସେମାନଙ୍କର ଲୁଗାପଟା ଛିଣ୍ଡାଇ ସେମାନଙ୍କୁ ବେତ ଦ୍ୱାରା ଦଣ୍ଡ ଦେବାପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ ।
\v 23 ସୈନ୍ୟମାନେ ପାଉଲ ଓ ଶୀଲାଙ୍କୁ ବହୁତ ମାଡ଼ ମାରିବା ପରେ କାରାଗାରରେ ବନ୍ଦୀ କଲେ । ସେମାନଙ୍କୁ ସାବଧାନରେ ଜଗିବାପାଇଁ କାରାଧ୍ୟକ୍ଷଙ୍କୁ ଆଦେଶ ଦେଲେ ଯେପରି ଖସି ନ ପଳାନ୍ତି I
\v 24 ଏପରି ଆଦେଶ ପାଇ ସେମାନଙ୍କୁ ଭିତର କୋଠରୀ ଭିତରେ ରଖି ଦେଲେ ଓ ସେମାନଙ୍କୁ ତଳେ ବସି ଗୋଡ଼ ଲମ୍ବାଇବା ପାଇଁ କହିଲେ ଓ ସେମାନଙ୍କର ଗୋଡ଼ ବଡ଼ ବଡ଼ କାଠ ଗଣ୍ଡି ସହିତ ବାନ୍ଧିଲେ ଯେପରି ପାଉଲ ଓ ଶୀଲା ଘୁଞ୍ଚି ନ ପାରନ୍ତି ।
\s5
\v 25 ପାଉଲ ଓ ଶୀଲା ମଧ୍ୟ ରାତ୍ରିରେ ପରମେଶ୍ୱରଙ୍କୁ ପ୍ରାର୍ଥନା ଓ ସ୍ତୁତି ଗାନ କରୁଥିଲେ । ଅନ୍ୟ ବନ୍ଦୀମାନେ ତାହାସବୁ ଶୁଣୁଥିଲେ ।
\v 26 ହଠାତ୍ ଖୁବ୍ ଜୋରରେ ଭୂମିକମ୍ପ ହେଲା । ଏହାଦ୍ୱାରା କାରାଗାରର ମୂଳଦୁଆ ଟଳମଳ ହେଲା । ସବୁ ଦ୍ୱାର ଖୋଲିଗଲା ଓ ସମସ୍ତ ବନ୍ଦୀଙ୍କର ଶିକୁଳି ଖୋଲିଗଲା ।
\s5
\v 27 କାରାଧ୍ୟକ୍ଷ ନିଦରୁ ଉଠି ଦେଖିଲେ ଯେ ଭୂମିକମ୍ପରେ କାରାଗାରର ଦୁଆର ଗୁଡ଼ିକ ଖୋଲିଥିଲା ଓ ସେ ଭାବିଲେ ଯେ, ବନ୍ଦୀମାନେ ଖସି ପଳାଇ ଯାଇଛନ୍ତି । ତେଣୁ ସେ ନିଜକୁ ହତ୍ୟା କରିବା ଉଦ୍ଦେଶ୍ୟରେ ନିଜର ଖଣ୍ଡା ବାହାର କଲେ କାରଣ ନଗରପାଳ ଏହା ଶୁଣି ତାକୁ ହତ୍ୟା କରିବ ।
\v 28 କିନ୍ତୁ ପାଉଲ କାରାଧ୍ୟକ୍ଷଙ୍କୁ ଦେଖି ଚିତ୍କାର କରି କହିଲେ, "ଆମ୍ଭେ ସମସ୍ତେ ଏଠାରେ ଅଛୁ । ନିଜର କ୍ଷତି କର ନାହିଁ ।"
\s5
\v 29 ସେ ସଙ୍ଗେ ସଙ୍ଗେ ଗୋଟିଏ ମଶାଲ ଆଣିବାପାଇଁ ଆଦେଶ ଦେଇ ଦୌଡ଼ି ଆସି ଦେଖିଲେ, କେଉଁମାନେ କାରାଗାରରେ ଅଛନ୍ତି ଓ ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ିଗଲେ I
\v 30 ତା'ପରେ ସେ ସେମାନଙ୍କୁ ବାହାରକୁ ଆଣି ପଚ଼ାରିଲେ, ମହାଶୟମାନେ, "ପରିତ୍ରାଣ ପାଇବା ପାଇଁ ମୋର କ'ଣ କରିବା ଆବଶ୍ୟକ?"
\v 31 ସେମାନେ ତାହାଙ୍କୁ କହିଲେ, "ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର । ଏହି ଭାବରେ ତୁମ୍ଭେ ଓ ତୁମ୍ଭ ଘରେ ରହୁଥିବା ସମସ୍ତେ ଉଦ୍ଧାର ପାଇପାରିବ ।"
\s5
\v 32 ପାଉଲ ଓ ଶୀଲା ତାଙ୍କୁ ଓ ତାଙ୍କ ଘରେ ରହୁଥିବା ସମସ୍ତଙ୍କୁ ପ୍ରଭୁଙ୍କର ବାକ୍ୟ ପ୍ରଚ଼ାର କଲେ ।
\v 33 କାରାଗାର ଅଧିକାରୀ ସେମାନଙ୍କୁ ନେଇ ସେହି ମଧ୍ୟ ରାତ୍ରିରେ ସେମାନଙ୍କର କ୍ଷତ ବିକ୍ଷତ ଜାଗାଗୁଡ଼ିକୁ ଧୋଇ ସଫା କଲେ । ତା’ପରେ ତୁରନ୍ତ ସେ ଓ ତାହାଙ୍କର ସମସ୍ତ ପରିବାର ପାଉଲ ଓ ଶୀଲାଙ୍କ ଦ୍ୱାରା ବାପ୍ତିଜିତ ହେଲେ ।
\v 34 ତା'ପରେ ସେହି କାରାଧ୍ୟକ୍ଷ ପାଉଲ ଓ ଶୀଲାଙ୍କୁ ଘରକୁ ଡ଼ାକି ନେଇ ଖାଇବାକୁ ଦେଲେ । ସେ ଓ ତାହାଙ୍କର ପରିବାରର ସମସ୍ତେ ଆନନ୍ଦିତ ହେଲେ ଯେ ସେମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କଲେ ।
\s5
\v 35 ସକାଳ ହେବାରୁ ବିଚ଼ାରକର୍ତ୍ତାମାନେ ସୈନ୍ୟମାନଙ୍କୁ ଆଦେଶ ଦେଲେ ଯେ "ପାଉଲ ଓ ଶୀଲାଙ୍କୁ ଛାଡ଼ି ଦିଅ ।"
\v 36 କାରାଧ୍ୟକ୍ଷ ପାଉଲଙ୍କୁ କହିଲେ ଯେ, "ବିଚ଼ାରକର୍ତ୍ତାମାନେ ଆପଣମାନଙ୍କୁ ଛାଡ଼ି ଦେବା ପାଇଁ କହି ପଠାଇଛନ୍ତି । ତେଣୁ ଆପଣମାନେ ଦୁଇ ଜଣ ବର୍ତ୍ତମାନ ବାହାରକୁ ଶାନ୍ତିରେ ଯାଇପାରନ୍ତି ।"
\s5
\v 37 କିନ୍ତୁ ପାଉଲ ସୈନିକମାନଙ୍କୁ କହିଲେ, " ସେମାନେ ଆମ୍ଭକୁ ବିନା ବିଚ଼ାରରେ ଜନସାଧାରଣଙ୍କ ସାମନାରେ ମାରିଛନ୍ତି ଯଦିଓ ଆମ୍ଭେ ରୋମୀୟ ନାଗରିକ । କିନ୍ତୁ ଆମ୍ଭକୁ କାରାଗାରରେ ବନ୍ଦୀ କରି ରଖାଯାଇଛି । ବର୍ତ୍ତମାନ ସେମାନେ ଆମ୍ଭକୁ ଗୋପନରେ ଛାଡ଼ି ଦେବାପାଇଁ କହୁଛନ୍ତି? ଏହା ଆଦୌ ହୋଇପାରିବ ନାହିଁ ।" ତେଣୁ ବିଚ଼ାରକର୍ତ୍ତାମାନେ ନିଜେ ଆସି ଆମ୍ଭମାନଙ୍କୁ ମୁକ୍ତ କରନ୍ତୁ I
\v 38 ତାପରେ ସୈନ୍ୟମାନେ ଯାଇ ବିଚ଼ାରକର୍ତ୍ତାମାନଙ୍କୁ ଜଣାଇଲେ । ସେମାନେ ଯେ ରୋମୀୟ ନାଗରିକ ତାହା ଜାଣି ବିଚ଼ାରକର୍ତ୍ତାମାନେ ଭୟଭୀତ ହେଲେ କାରଣ ଏପରି କରିବା ସେମାନଙ୍କର ଭୁଲ ଥିଲା I
\v 39 ତେଣୁ ସେମାନେ ଆସି ପାଉଲ ଓ ଶୀଲାଙ୍କୁ କ୍ଷମା ମାଗିଲେ I ସେମାନଙ୍କୁ କାରାଗାରରୁ ମୁକ୍ତ କରି ସେମାନେ ପାଉଲ ଓ ଶୀଲାଙ୍କୁ ନଗର ଛାଡ଼ିବା ପାଇଁ ଅନୁରୋଧ କଲେ ।
\s5
\v 40 ପାଉଲ ଓ ଶୀଲା କାରାଗାରରୁ ବାହାରକୁ ଆସି ଲୁଦିୟାର ଘରକୁ ଆସିଲେ । ସେଠାରେ ଅନ୍ୟ ଭାଇ ଓ ଭଉଣୀମାନଙ୍କୁ ଦେଖିଲେ I ସେମାନେ ସେମାନଙ୍କୁ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବା ପାଇଁ ଉତ୍ସାହର ବାଣୀ ଶୁଣାଇଲେ । ତା'ପରେ ସେମାନେ ଫିଲିପ୍ପୀକୁ ଚ଼ାଲିଗଲେ ।
\s5
\c 17
\p
\v 1 ପାଉଲ ଓ ଶୀଲା ଆଂଫିପଲ ଓ ଆପଲ୍ଲୋନିଆ ନଗର ଦେଇ ଥେସଲନୀକୀୟ ନଗରରେ ପହଞ୍ଚିଲେ । ସେଠାରେ ଯିହୁଦୀୟମାନଙ୍କର ଗୋଟିଏ ସମାଜଗୃହ ଥିଲା ।
\v 2 ପାଉଲ ବିଶ୍ରାମବାର ଦିନ ଅନ୍ୟ ଦିନ ପରି ସେମାନଙ୍କ ପାଖକୁ ଗଲେ । ସେ ତିନି ବିଶ୍ରାମବାର ଦିନରେ ଏପରି କଲେ । ସେ ଲୋକମାନଙ୍କୁ ବାକ୍ୟରୁ ଶିକ୍ଷା ଦେଲେ ଯେ ଯୀଶୁ କିପରି ଖ୍ରୀଷ୍ଟ ହେବେ I
\s5
\v 3 ସେ ପବିତ୍ର ବାକ୍ୟରୁ ପ୍ରମାଣ ଦେଇ କହିଲେ ଯେ ଭବିଷ୍ୟଦ ବକ୍ତା ଲେଖିଥଲେ କି ଖ୍ରୀଷ୍ଟ ଦୁଃଖ ଭୋଗ କରିବେ ଓ ମୃତ୍ୟୁରୁ ପୁନର୍ଜୀବିତ ହେବେ । ପାଉଲ କହିଲେ, "ଏହି ଯୀଶୁ, ଯାହାଙ୍କ ବିଷୟରେ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚ଼ାର କରୁଛି, ସେ ହେଉଛନ୍ତି ଖ୍ରୀଷ୍ଟ ।"
\v 4 ସେମାନଙ୍କ ମଧ୍ୟରୁ କେତେକ ଲୋକ ବିଶ୍ୱାସ କଲେ ଏବଂ ପାଉଲ ଓ ଶୀଲାଙ୍କ ସହିତ ସାକ୍ଷାତ କଲେ । ସତ୍ୟ ପରମେଶ୍ୱରଙ୍କୁ ପୂଜା କରୁଥିବା ଅନେକ ଗ୍ରୀକ୍ ଲୋକ ଓ ଅନେକ ପ୍ରଭାବଶାଳୀ ସ୍ତ୍ରୀ’ମାନେ ମଧ୍ୟ ଯୀଶୁଙ୍କୁ ବିଶ୍ୱାସ କଲେ ଓ ପାଉଲ ଓ ଶୀଲାଙ୍କ ସହିତ ସାକ୍ଷାତ କଲେ ।
\s5
\v 5 କିନ୍ତୁ ଅବିଶ୍ୱାସୀ ଯିହୁଦୀୟମାନେ ରାଗିଲେ କାରଣ ଲୋକମାନେ ପାଉଲଙ୍କ ଶିକ୍ଷା ବିଶ୍ୱାସ କଲେ ଏବଂ ବଜାରରୁ ଦୁଷ୍ଟ ଲୋକଙ୍କୁ ମତେଇ ପାଉଲଙ୍କ ପଛେ ପଛେ ଯିବା ପାଇଁ କହିଲେ I ଯିହୁଦୀ ନେତା ଲୋକମାନଙ୍କୁ ଦଳ କରି ଜୋରରେ ପାଟି କଲେ I ନେତାମାନେ ଓ ଲୋକମାନେ ନଗରରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ କାରଣ ସେଠାରେ ପାଉଲ ଓ ଶୀଲା ଥିଲେ । ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେ଼ଷ୍ଟା କଲେ ।
\v 6 ସେମାନେ ଜାଣି ପାରିଲେ କି ପାଉଲ ଓ ଶୀଲା ସେଠାରେ ନ ଥିଲେ, କିନ୍ତୁ ତାହାଙ୍କୁ ନ ପାଇ ଯାସୋନ ଓ କେତେକ ଭାଇମାନଙ୍କୁ ନଗରକର୍ତ୍ତାମାନଙ୍କ ନିକଟକୁ ଟାଣି ନେଲେ । ସେମାନେ ପାଟି କରି କହିଲେ, "ଏହି ଲୋକମାନେ ସାରା ଜଗତରେ ଭୟଙ୍କର ଅରାଜକତା ସୃଷ୍ଟି କରୁଛନ୍ତି । ସେମାନେ ବର୍ତ୍ତମାନ ଏଠାକୁ ମଧ୍ୟ ଆସିଲେଣି ।"
\v 7 ଯାସୋନ ସେହିମାନଙ୍କୁ ଆଣି ନିଜ ଘରେ ରଖିଛି । ଯୀଶୁ ନାମରେ ଯେ ଆଉ ଜଣେ ରାଜା ଅଛି, ଏହା କହି ସେମାନେ ସମସ୍ତେ ଦାବୀ କରି କାଇସରଙ୍କ ନିୟମର ବିରୁଦ୍ଧାଚ଼ରଣ କରୁଛନ୍ତି ।"
\s5
\v 8 ଜନସମୂହ ଓ ନଗରର ଶାସନକର୍ତ୍ତାମାନେ ସେମାନଙ୍କ କଥା ଶୁଣି ଉତ୍ତେଜିତ ହୋଇପଡ଼ିଲେ ।
\v 9 ପରେ ସେମାନେ ଯାସୋନ ଓ ଅନ୍ୟମାନଙ୍କଠାରୁ ପଇସା ନେଇ ଛାଡ଼ି ଦେଲେ ଓ କହିଲେ ଏହି ପଇସା ଫେରି ପାଇବେ ଯଦି ପାଉଲ ଓ ଶୀଲା ସେମାନଙ୍କୁ ଆଉ ହଇରାଣ ନ କରନ୍ତି । ତା’ପରେ ଯାସୋନ ଓ ଅନ୍ୟମାନଙ୍କୁ ଛାଡି ଦେଲେ I
\s5
\v 10 ପାଉଲ ଓ ଶୀଲାଙ୍କୁ ଭାଇମାନେ ସେହି ରାତିରେ ଥେସଲନୀକୀୟରୁ ସାଙ୍ଗେ ସାଙ୍ଗେ ବେରିୟା ନଗରକୁ ପଠାଇଦେଲେ । ସେମାନେ ସେଠାରେ ପହଞ୍ଚି ଯିହୁଦୀୟମାନଙ୍କ ସମାଜଗୃହକୁ ଗଲେ ।
\v 11 ସେଠାରେ ଥେସଲନୀକୀୟର ଯିହୁଦୀମାନେ ବାକ୍ୟ ଶୁଣିଲେ ନାହିଁ ମାତ୍ର ବେରିୟାର ଯିହୁଦୀମାନେ ଶୁଣିବା ପାଇଁ ଇଚ୍ଛା କରି ଯୀଶୁଙ୍କ ବିଷୟରେ ଶୁଣିଲେ I ପ୍ରତ୍ୟେକ ଦିନ ସେମାନେ ବାଇବଲ ପଢ଼ୁ ଥିଲେ ଜାଣିବା ପାଇଁ କି ପାଉଲ ଯାହା କହୁଅଛନ୍ତି ତାହା ସତ୍ୟ କି ନୁହେଁ I
\v 12 ପାଉଲଙ୍କ ଶିକ୍ଷା ହେତୁ, ଅନେକ ଯିହୁଦୀୟ ଲୋକ ଯୀଶୁଙ୍କୁ ବିଶ୍ୱାସ କଲେ । ଅନେକ ସମ୍ଭ୍ରାନ୍ତ ଗ୍ରୀକ ସ୍ତ୍ରୀ ଓ ପୁରୁଷମାନେ ମଧ୍ୟ ବିଶ୍ୱାସ କଲେ ।
\s5
\v 13 କିନ୍ତୁ ଥେସଲନୀକୀୟର ଯିହୁଦୀୟମାନେ ବେରୟା ନଗରରେ ପାଉଲ ପରମେଶ୍ୱରଙ୍କର ବାକ୍ୟ ପ୍ରଚ଼ାର କରୁଛନ୍ତି ବୋଲି ଜାଣିପାରିଲେ । ତେଣୁ ସେମାନେ ସେଠାକୁ ଆସି ଲୋକ ସମୂହକୁ ପାଉଲଙ୍କ ବିରୁଦ୍ଧରେ ମତେଇଲେ ।
\v 14 କିଛି ବେରୟାର ଭାଇମାନେ ପାଉଲଙ୍କୁ ସମୁଦ୍ର କୂଳକୁ ନେଇ ଅନ୍ୟ ନଗରକୁ ଯିବା ପାଇଁ ଗଲେ, କିନ୍ତୁ ଶୀଲା ଓ ତୀମଥି ସେଠାରେ ରହିଲେ ।
\v 15 ଯେତେବେଳେ ପାଉଲ ଏବଂ ଅନ୍ୟମାନେ ସମୁଦ୍ର କୂଳକୁ ଗଲା ପରେ ଡଙ୍ଗାରେ ଚଢ଼ି ଆଥୀନୀ ନଗରକୁ ଗଲେ, ପାଉଲ ତାହାଙ୍କ ସହିତ ଥିବା ଲୋକମାନଙ୍କ ଦ୍ୱାରା ଖବର ଦେଲେ ଯେ, ଶୀଲା ଓ ତୀମଥି ଆସି ତାହାଙ୍କ ସହିତ ଆଥୀନୀରେ ଯଥାଶୀଘ୍ର ଯୋଗଦାନ କରନ୍ତୁ । ତା’ପରେ ସେମାନେ ଆଥୀନୀ ଛାଡି ବେରୟାକୁ ଫେରି ଗଲେ ।
\s5
\v 16 ପାଉଲ ଆଥୀନୀ ନଗରରେ ଶୀଲା ଓ ତୀମଥିଙ୍କୁ ଅପେକ୍ଷା କରିଥାଆନ୍ତି । ସେହି ସମୟରେ, ସେ ନଗରର ଚାରିପଟେ ବୁଲିଲେ I ନଗର ସାରା ମୂର୍ତ୍ତିଗୁଡ଼ିକରେ ପୂର୍ଣ୍ଣ ହୋଇଥିବାର ଦେଖି ସେ ହୃଦୟରେ ଅତି ମାତ୍ରାରେ ବିବ୍ରତ ହୋଇ ପଡ଼ିଲେ।
\v 17 ତେଣୁ ଯିହୁଦୀୟମାନଙ୍କ ସମାଜଗୃହକୁ ଯାଇ ଯୀଶୁଙ୍କ ବିଷୟରେ ପ୍ରଚାର କଲେ ଓ ଗ୍ରୀକ୍ ଲୋକମାନେ ଯେଉଁମାନେ ଯିହୁଦୀମାନଙ୍କ ବିଶ୍ୱାସମତକୁ ଗ୍ରହଣ କଲେ ସେମାନଙ୍କ ମଧ୍ୟରେ ପ୍ରଚାର କଲେ I ସବୁଦିନ ବଜାରକୁ ଆସୁଥିବା ଲୋକମାନଙ୍କ ସହିତ ଓ ଯେଉଁମାନଙ୍କ ସହିତ ସାକ୍ଷାତ କରୁଥିଲେ ସେ କଥାବାର୍ତ୍ତା କଲେ ।
\s5
\v 18 କିଛି ଶିକ୍ଷକ ଯେଉଁମାନେ ଅନ୍ୟର ବିଶ୍ୱାସମତ ବିଷୟରେ କଥା ହେବା ପସନ୍ଦ କରୁଥିଲେ ସେମାନଙ୍କ ସହିତ ପାଉଲ ସାକ୍ଷାତ କଲେ I କେତେକ ସେମାନଙ୍କୁ ଏପିକୂରୀୟ ଓ ସେମାନେ ଅନ୍ୟକୁ ସ୍ତୋୟିକ ବୋଲି ଡାକୁଥିଲେ I ସେମାନେ କ'ଣ ବିଶ୍ୱାସ କରନ୍ତି ପାଉଲଙ୍କୁ କହିଲେ ଓ ପାଉଲ କ'ଣ ବିଶ୍ୱାସ କରନ୍ତି ସେମାନେ ପଚାରିଲେ I ତା’ପରେ ଅନ୍ୟମାନେ ପରସ୍ପର କହିଲେ, "ସେ ଅଜଣା ପରମେଶ୍ୱରଙ୍କ ବା ଦେବତା ବିଷୟରେ କହୁଅଛନ୍ତି I" ସେମାନେ କହିଲେ ଯେ ପାଉଲ କହନ୍ତି ଯୀଶୁ ମୃତ୍ୟୁବରଣ କଲେ ଓ ପୁନରୁଥିତ ହେଲେ I
\s5
\v 19 ସେମାନେ ପାଉଲଙ୍କୁ ନେତାମାନଙ୍କ ସଭାକୁ ନେଇଗଲେ । ସେଠାରେ ପହଞ୍ଚିଲା ପରେ ସେମାନେ ତାହାଙ୍କୁ ପଚ଼ାରିଲେ, "ତୁମ୍ଭେ ଉପଦେଶ ଦେଉଥିବା ଏହି ନୂଆ ଶିକ୍ଷା କ'ଣ, ତାହା ଆମ୍ଭେ ଜାଣି ପାରିବୁ କି?
\v 20 ତୁମ୍ଭେ ଆମ୍ଭ ନିକଟରେ ଯେଉଁ ଶିକ୍ଷା ଦେଉଅଛ ଆମ୍ଭେ ତାହା ବୁଝି ପାରୁ ନାହୁଁ ତେଣୁ ଆମ୍ଭେମାନେ ସେଗୁଡ଼ିକ କ'ଣ ତାହା ଜାଣିବାକୁ ଚ଼ାହୁଁ ।"
\v 21 ଆଥୀନୀୟ ବାସିନ୍ଦାମାନେ ଓ ସେଠାରେ ରହୁଥିବା ବିଦେଶୀ ଲୋକମାନେ କେବଳ ନୂତନ ବିଷୟମାନ ଶୁଣିବାକୁ ପସନ୍ଦ କରୁଥିଲେ ।
\s5
\v 22 ତହିଁରେ ପାଉଲ ନେତାମାନଙ୍କ ସଭାର ସାମନାରେ ଠିଆ ହୋଇ କହିଲେ, " ହେ ଆଥୀନୀୟ ଲୋକମାନେ, ମୁଁ ଦେଖୁଛି, ତୁମ୍ଭେମାନେ ସବୁ ବିଷୟରେ ଅତି ଧାର୍ମିକ ।
\v 23 ମୁଁ ଏହା କହୁଛି କାରଣ ମୁଁ ନଗରର ଚ଼ାରିପାଖରେ ଭ୍ରମଣ କରିବା ବେଳେ, ତୁମ୍ଭମାନଙ୍କର ପୂଜା କରୁଥିବା ବସ୍ତୁମାନ ଦେଖିଲି । ମୁଁ ଗୋଟିଏ ବେଦୀ ଦେଖିଲି ଯାହା ଉପରେ ଲେଖାଥିଲା, 'ଏକ ଈଶ୍ୱର ଯାହାଙ୍କୁ ଆମ୍ଭେ ଜାଣିନାହୁଁ ।' ତେଣୁ ତୁମ୍ଭେମାନେ ନ ଜାଣି ଯାହା ପୂଜା କରୁଛ, ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗରେ ପ୍ରଚ଼ାର କରୁଛି ।
\s5
\v 24 ସେ ଏହି ପରମେଶ୍ୱର ଯିଏ ପୃଥିବୀର ଓ ଏଥିରେ ଥିବା ସମସ୍ତ ବସ୍ତୁର କର୍ତ୍ତା । ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହୋଇଥିବାରୁ ସେ ମଣିଷ ନିର୍ମିତ ମନ୍ଦିର ଗୁଡ଼ିକରେ ରୁହନ୍ତି ନାହିଁ ।
\v 25 ସେ ପରମେଶ୍ୱର ହୋଇ ଥିବାରୁ ତାଙ୍କର ରହିବା ପାଇଁ କୌଣସି ସ୍ଥାନର ଆବଶ୍ୟକତା ନାହିଁ I ସେ ଜୀବନ ଓ ପ୍ରାଣବାୟୁ ପ୍ରଦାନ କରନ୍ତି । ଯାହା ଆବଶ୍ୟକ ତାହା ଲୋକମାନଙ୍କୁ ପ୍ରଦାନ କରନ୍ତି I
\s5
\v 26 ଆରମ୍ଭରେ ପରମେଶ୍ୱର ଗୋଟିଏ ଦମ୍ପତିଠାରୁ ପୃଥିବୀର ସମୁଦାୟ ମନୁଷ୍ୟଜାତିକୁ ତିଆରି କରିଛନ୍ତି । ସେ ସେମାନଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ୟ ସ୍ଥିର କରିଛନ୍ତି I
\v 27 ଯେପରି ସେମାନେ ପରମେଶ୍ୱରଙ୍କୁ ଖୋଜିବେ ଏହା ହିଁ ସେ ଚାହିଁଲେ I ହୁଏତ ସେମାନେ ତାହାଙ୍କୁ ପାଇବା ପାଇଁ ଚେଷ୍ଟା କରିପାରନ୍ତି, ଯଦ୍ୟପି ସେମାନଙ୍କ ମଧ୍ୟରୁ କାହାରିଠାରୁ ଦୂରରେ ନାହାନ୍ତି ।
\s5
\v 28 'କାରଣ ଆମ୍ଭେ ପରମେଶ୍ୱରଙ୍କ ହେତୁ ତାହାଙ୍କ ସହିତ ବାସ କରୁ, ତାହାଙ୍କ ସହିତ ଗତି କରୁ ଓ ତାହାଙ୍କଠାରେ ଆମ୍ଭର ଅସ୍ତିତ୍ୱ ଅଛି ।'
\v 29 ଯେହେତୁ ଆମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ ତେଣୁ ଆମ୍ଭେମାନେ ପରମେଶ୍ୱରଙ୍କୁ ମନୁଷ୍ୟର କୌଶଳ ଓ କଳ୍ପନାରେ ତିଆରି ପ୍ରତିମା ବୋଲି ଭାବିବା ନାହିଁ, ବା ସୁନା କି ରୂପା କି ପଥର ବୋଲି ମଧ୍ୟ ଭାବିବା ନାହିଁ ।
\s5
\v 30 ପୂର୍ବରୁ ପରମେଶ୍ୱର କ'ଣ ଲୋକମାନଙ୍କଠାରୁ ଚାହୁଁ ଥିଲେ ତାହା ଜାଣି ନ ଥିଲେ ତେଣୁ ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେଇ ନ ଥିଲେ I ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫେରିଆସିବା ପାଇଁ ଆଦେଶ ଦିଅନ୍ତି ।
\v 31 ସେ କହନ୍ତି ଯେ ଦିନେ ଜଣଙ୍କୁ ନ୍ୟାୟ ବିଚ଼ାର ପାଇଁ ନିଯୁକ୍ତି ଦେଇଛନ୍ତି । ସେ ଗୋଟିଏ ଦିନ ସ୍ଥିର କରିଛନ୍ତି, ଯେଉଁଦିନ ସେହି ସମଗ୍ର ବିଶ୍ୱକୁ ତାହାଙ୍କ ଦ୍ୱାରା ନ୍ୟାୟ ସହିତ ବିଚ଼ାର କରିବେ । ସେ ପ୍ରତ୍ୟେକଙ୍କ ଆଗରେ ଯୀଶୁଙ୍କର ମୃତ୍ୟୁରୁ ବଞ୍ଚି ଉଠିବା କଥାର ପ୍ରମାଣ ଦେଇଅଛନ୍ତି ।"
\s5
\v 32 ଯେତେବେଳେ ସେମାନେ ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହୋଇଥିବା ବିଷୟରେ ଶୁଣିଲେ, ସେମାନଙ୍କ ଭିତରୁ କେତେ ଜଣ ତାହାଙ୍କୁ ଉପହାସ କଲେ । ଆଉ କେତେକ ନିକଟକୁ ଆସି କହିଲେ, "ଆମ୍ଭେ ପରେ ଏ ବିଷୟରେ ତୁମ୍ଭଠାରୁ ଶୁଣିବୁ ।"
\v 33 ଏହା ସେମାନେ କହିଲା ପରେ ପାଉଲ ସେମାନଙ୍କୁ ଛାଡ଼ି ଚ଼ାଲିଗଲେ ।
\v 34 କିନ୍ତୁ କେତେକ ଲୋକ ପାଉଲଙ୍କ ସହିତ ଯୋଗଦାନ କଲେ ଓ ପାଉଲଙ୍କ କଥାରେ ବିଶ୍ୱାସ କଲେ । ସେମାନଙ୍କ ଭିତରେ ନେତାମାନଙ୍କ ସଭାର ସଦସ୍ୟ ଦିୟନୁସିୟ ଓ ଦାମାରି ନାମକ ଜଣେ ସ୍ତ୍ରୀ’ଲୋକ ଓ ଅନ୍ୟମାନେ ମଧ୍ୟ ଥିଲେ ।
\s5
\c 18
\p
\v 1 ଏହା ପରେ ପାଉଲ ଆଥାନୀ ନଗରକୁ ଛାଡି କରିନ୍ଥୀ ନଗରକୁ ଗଲେ ।
\v 2 ସେଠାରେ ସେ ପନ୍ତ ଦେଶୀୟ ଆକ୍ୱିଲା ନାମକ ଜଣେ ଯିହୁଦୀୟକୁ ଭେଟିଲେ । ସେ ତା'ର ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ଇତାଲିଆ ଦେଶରୁ ଆସିଥିଲେ । ସେ ସମୟରେ କ୍ଲାଉଦିଆ ସମ୍ରାଟ ସମସ୍ତ ଯିହୁଦୀୟମାନଙ୍କୁ ରୋମ୍ ଛାଡ଼ି ଚ଼ାଲିଯିବା ପାଇଁ ଆଦେଶ ଦେଇଥିଲେ । ତେଣୁ ସେମାନେ ଇତାଲିଆ ଛାଡ଼ି ଚ଼ାଲିଆସଲେ ।
\v 3 ଆକ୍ୱିଲା ଓ ପ୍ରୀସ୍କିଲ୍ଲା ତମ୍ବୁ ବ୍ୟବସାୟୀ ଥିଲେ । ପାଉଲ ମଧ୍ୟ ସେହି ବ୍ୟବସାୟୀ ଥିଲେ I ତେଣୁ ସେ ମଧ୍ୟ ସେମାନଙ୍କ ସହିତ ରହି ସେହି କାମ କଲେ I
\s5
\v 4 ପାଉଲ ପ୍ରତି ବିଶ୍ରାମବାର ଦିନ ସମାଜ ସଭାଗୃହରେ ଯିହୁଦୀୟ ଓ ଗ୍ରୀକ୍ ମାନଙ୍କ ସହିତ ଚର୍ଚ୍ଚା କରୁଥିଲେ I ସେ ଯୀଶୁଙ୍କ ବିଷୟରେ ଉପଦେଶ ଦେଲେ ।
\v 5 ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ପାଉଲ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ଯିହୁଦୀ ମାନଙ୍କୁ ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି ତାହା କହିଲେ ।
\v 6 କିନ୍ତୁ ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ ନାନା ଖରାପ କଥାକହିଲେ I ତହିଁରେ ପାଉଲ ନିଜର ଲୁଗାପଟାର ଧୂଳି ଝାଡ଼ି ସେ କହିଲେ, "ଯଦି ତୁମ୍ଭେମାନେ ଉଦ୍ଧାର ପାଉନାହଁ, ତାହାହେଲେ ଏହା ମୋର ଦୋଷ ନୁହେଁ । ମୁଁ ଏବେଠାରୁ ଅଣଯିହୁଦୀମାନଙ୍କ ପାଖକୁ ଯିବି ।
\s5
\v 7 ପାଉଲ ସମାଜଗୃହ ଛାଡ଼ି ସତ୍ୟ ପରମେଶ୍ୱରଙ୍କର ଜଣେ ଅଣ ଯିହୁଦୀ ଉପାସକ ତିତସ ଯୂସ୍ତଙ୍କ ଘରକୁ ଗଲେ କାରଣ ତାହାଙ୍କ ଘର ସମାଜଗୃହ ପାଖରେ ଥିଲା I
\v 8 ପରେ କ୍ରୀଷ୍ପ ଯିଏ ସମାଜଗୃହର ମୁଖ୍ୟ ଥିଲେ । ସେ ଓ ତାହାଙ୍କର ପରିବାରର ସମସ୍ତେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କଲେ । ଅନେକ କରିନ୍ଥୀୟ ଲୋକମାନେ ପାଉଲଙ୍କ ଶିକ୍ଷା ଶୁଣି, ଯୀଶୁଙ୍କୁ ଗ୍ରହଣ କରି ବାପ୍ତିଜିତ ହେଲେ I
\s5
\v 9 ଦିନେ ରାତିରେ ପ୍ରଭୁ ଯୀଶୁ ପାଉଲଙ୍କୁ ସ୍ୱପ୍ନରେ କହିଲେ, "ତୁମ୍ଭ ବିରୁଦ୍ଧରେ ଥିବା ଲୋକମାନଙ୍କୁ ଭୟ କର ନାହିଁ । ନୀରବ ରୁହ ନାହିଁ । କଥା କୁହ I"
\v 10 କାରଣ ମୁଁ ତୁମ୍ଭ ସହିତ ଅଛି । କେହି ତୁମ୍ଭର କିଛି କ୍ଷତି କରିବେ ନାହିଁ । ମୋର ଅନେକ ଲୋକ ଏ ନଗରରେ ଅଛନ୍ତି । ମୋ’ ବିଷୟରେ କହି ଚାଲ I
\v 11 ତେଣୁ ପାଉଲ କରିନ୍ଥୀରେ ଦେଢ଼ ବର୍ଷ ପର୍ଯ୍ୟନ୍ତ ରହିଲେ ଓ ସେମାନଙ୍କୁ ପରମେଶ୍ୱରଙ୍କର ସୁସମାଚ଼ାର ବିଷୟରେ ଉପଦେଶ ଦେଲେ I
\s5
\v 12 ଗାଲ୍ଲିୟୋନ୍ ଆଖାୟାର ରାଜ୍ୟପାଳ ହେଲେ । ସେ ସମୟରେ ଯିହୁଦୀୟ ନେତାମାନେ ମିଳିତ ଭାବରେ ଚେ଼ଷ୍ଟା କରି ପାଉଲଙ୍କୁ ଆକ୍ରମଣ କଲେ । ସେମାନେ ତାହାଙ୍କୁ ଅଦାଲତାକୁ ନେଇ ରାଜ୍ୟପାଳଙ୍କ ସାମନାରେ ଉପସ୍ଥାପନ କଲେ ।
\v 13 ସେମାନେ କହିଲେ, "ଏହି ଲୋକ ଯେଉଁ ଉପାୟରେ ପରମେଶ୍ୱରଙ୍କ ଉପାସନା କରିବାପାଇଁ ଲୋକମାନଙ୍କୁ ମତାଇ ଅଛି, ତାହା ଆମ୍ଭ ଯିହୁଦୀ ବ୍ୟବସ୍ଥା ବିରୁଦ୍ଧ ଅଟେ ।
\s5
\v 14 ପାଉଲ କହିବା ଆରମ୍ଭ କହିବା ମାତ୍ରେ ଗାଲ୍ଲିୟୋନ ଯିହୁଦୀୟମାନଙ୍କୁ କହିଲେ, "ଯଦି ଏହା ରୋମୀୟମାନଙ୍କ ବ୍ୟବସ୍ଥା ବିରୁଦ୍ଧରେ କୌଣସି ଅପରାଧର ଅଭିଯୋଗ ହୋଇଥା'ନ୍ତା, ତେବେ ତୁମ୍ଭମାନଙ୍କର କଥା ଶୁଣିବା ମୋର କର୍ତ୍ତବ୍ୟ ହୋଇଥା'ନ୍ତା I
\v 15 କିନ୍ତୁ ତୁମ୍ଭ ବ୍ୟବସ୍ଥାରେ ଲେଖାଥିବା ବାକ୍ୟ ଓ ନାମ ବିରୁଦ୍ଧରେ ଏହି ବଚସା ସୃଷ୍ଟି ହୋଇଥିବାରୁ ତୁମ୍ଭେମାନେ ନିଜେ ନିଜେ ଏହାର ସମାଧାନ କର । ଏହି ସବୁ ବିଷୟରେ ମୁଁ କୌଣସି ବିଚ଼ାର କରିବି ନାହିଁ ।"
\s5
\v 16 ଗାଲ୍ଲିୟୋନ ଏହା କହି ସୈନିକମାନଙ୍କୁ ଯିହୁଦୀନେତାମାନଙ୍କୁ ଅଦାଲତରୁ ବାହାର କରିବା ପାଇଁ ଅଦେଶ କଲେ ।
\v 17 ତା'ପରେ ସେମାନେ ସମାଜଗୃହର ପ୍ରଧାନ କର୍ତ୍ତା ସୋସ୍ଥନାଙ୍କୁ ଧରିନେଇ ଅଦାଲତ ସାମନାରେ ପିଟିଲେ । କିନ୍ତୁ ଗାଲ୍ଲିୟୋନ ଏଥି ପ୍ରତି ମୋଟେ ଦୃଷ୍ଟି ଦେଲା ନାହିଁ I
\s5
\v 18 ପାଉଲ କରିନ୍ଥୀରେ ଭାଇମାନଙ୍କ ସହିତ ଅନେକ ଦିନ ରହିଲେ । ତା'ପରେ ସେ ବିଦାୟ ନେଇ ଜଳପଥରେ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ସହିତ ସୁରିଆ ଦେଶକୁ ଗଲେ । ଏକ ଶପଥ କରିଥିବାରୁ ପାଉଲ କେଙ୍କ୍ରେୟାରେ ମୁଣ୍ଡ ଲଣ୍ଡା କଲେ I
\v 19 ତା'ପରେ ସେମାନେ ଏଫିସ ନଗରରେ ପହଞ୍ଚିଲେ । ସେଠାରେ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ୱିଲାଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରେବଶ କଲେ ଓ ଯିହୁଦୀୟମାନଙ୍କ ସହିତ ଯୀଶୁଙ୍କ ବିଷୟରେ କହିଲେ I
\s5
\v 20 ସେମାନେ ତାହାଙ୍କୁ ସେଠାରେ ଆଉ କିଛି ଦିନ ରହିବାକୁ କହିଲେ, କିନ୍ତୁ ପାଉଲ ରାଜି ହେଲେ ନାହିଁ I
\v 21 ସେ ଗଲା ବେଳେ କହିଲେ, "ଯଦି ପରମେଶ୍ୱର ଚ଼ାହାଁନ୍ତି, ତେବେ ମୁଁ ପୁଣି ତୁମ୍ଭମାନଙ୍କ ପାଖକୁ ଆସିବି ।" ତା'ପରେ ସେ ଜଳପଥରେ ଏଫିସରୁ ବିଦାୟ ନେଲେ I
\s5
\v 22 ପାଉଲ କାଇସରୀଆରେ ପହଞ୍ଚି ଯିରୂଶାଲମର ମଣ୍ଡଳୀକୁ ଯାଇ ସେମାନଙ୍କ ସହିତ ସାକ୍ଷାତ କଲେ । ତା'ପରେ ସେ ଆନ୍ତିୟଖିଆ ନଗରକୁ ଗଲେ I
\v 23 ସେଠାରେ ପାଉଲ କିଛି ଦିନ ରହିଲେ । ତା'ପରେ ସେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳକୁ ଚ଼ାଲିଗଲେ । ସେଠାରେ ସେ ସହରରୁ ସହର ବୁଲି ଯୀଶୁଙ୍କର ସମସ୍ତ ବିଷୟରେ ବିଶ୍ୱାସ କରିବା ପାଇଁ ଉତ୍ସାହ ଦେଲେ ।
\s5
\v 24 ପାଉଲ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳକୁ ଯିବା ସମୟରେ ଆପଲ୍ଲ ନାମକ ଜଣେ ଯିହୁଦୀୟ ସେଠାରେ ଥିଲେ । ତାହାଙ୍କର ଜନ୍ମସ୍ଥାନ ଆଲେକ୍ ଜାଣ୍ଡ୍ରିୟା । ସେ ଏଫିସ ନଗରକୁ ଆସିଥିଲେ ସେ ଜଣେ ଅତି ଭଲ ବକ୍ତା ଥିଲେ । ଧର୍ମଶାସ୍ତ୍ରରେ ତାହାଙ୍କର ବହୁତ ଭଲ ଜ୍ଞାନ ଥିଲା I
\v 25 ତାହାଙ୍କୁ ପ୍ରଭୁଙ୍କ ପଥ ବିଷୟରେ ଶିକ୍ଷା ଦିଆଯାଇଥିଲା ଓ ସେ ଉତ୍ସାହଜନକ ଆତ୍ମାରେ ପୂର୍ଣ୍ଣ ହୋଇ କଥା କହୁଥିଲେ । କେବଳ ଯୋହନଙ୍କର ବାପ୍ତିସ୍ମ ବିଷୟରେ ଜାଣିଥିଲେ ମଧ୍ୟ ସେ ଯୀଶୁଙ୍କ ବିଷୟରେ ସମ୍ପୂର୍ଣ୍ଣ ଶିକ୍ଷା ଦେଉ ନ ଥିଲେ ।
\v 26 ଆପଲ୍ଲ ନିର୍ଭୟରେ ସମାଜଗୃହରେ ପ୍ରବେଶ କରି କହିବା ଆରମ୍ଭ କଲେ । ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ନିଜ ପାଖକୁ ନେଇ ଆସିଲେ । ସେମାନେ ଯୀଶୁଙ୍କ ପଥ ବିଷୟରେ ଆହୁରି ପରିଷ୍କାର ଭାବରେ ତାହାଙ୍କୁ ବୁଝାଇ ଦେଲେ I
\s5
\v 27 ଆପଲ୍ଲ ଯେତେବେଳେ ଆଖାୟାକୁ ଯିବା ପାଇଁ ନିଷ୍ପତ୍ତି ନେଇ ବାହାରିଲେ, ସେତେବେଳେ ଏଫିସୀର ବିଶ୍ୱାସୀ ଭାଇମାନେ ତାହାଙ୍କୁ ଉତ୍ସାହିତ କଲେ । ସେମାନେ ଆପଲ୍ଲଙ୍କୁ ସ୍ୱାଗତ କରିବାପାଇଁ ବିଶ୍ୱାସୀମାନଙ୍କୁ ପତ୍ର ଲେଖିଲେ । ସେ ସେଠାରେ ପହଞ୍ଚି ପରମେଶ୍ୱରଙ୍କ ଅନୁଗ୍ରହରେ ବିଶ୍ୱାସ କରିଥିବା ଲୋକମାନଙ୍କର ବହୁତ ସାହାଯ୍ୟ କଲେ I
\v 28 ଆପଲ୍ଲ ଯିହୁଦୀନେତାମାନଙ୍କ ସହିତ ସର୍ବସାଧାରଣରେ ଦୃଢ଼ଭାବେ ଯୂକ୍ତିତର୍କ କରିବା ବେଳେ ଅନ୍ୟମାନେ ଶୁଣୁଥିଲେ I ବାଇବଲରୁ ପଢ଼ି ପ୍ରମାଣ କରି ଦେଖାଇଦେଲେ ଯେ କେବଳ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି I
\s5
\c 19
\p
\v 1 ଆପଲ୍ଲ କରୀନ୍ଥରେ ଥିବାବେଳେ, ପାଉଲ ଫ୍ରୁଗୀଆ ଓ ଗାଲାତୀୟ ପରିତ୍ୟାଗ କରି ଏସିଆ ମଧ୍ୟ ଦେଇ ଗଲେ ଏବଂ ସେ ଏଫିସୀକୁ ଆସିଲେ I ସେ କିଛି ଲୋକମାନଙ୍କୁ ସାକ୍ଷାତ କଲେ ଯେଉଁମାନେ କି ବିଶ୍ୱାସୀ ଥିଲେ I
\v 2 ପାଉଲ ସେମାନଙ୍କୁ ପଚ଼ାରିଲେ, "ତୁମ୍ଭେମାନେ ବିଶ୍ୱାସ କଲା ବେଳେ ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହୋଇଥିଲ କି? ସେମାନେ କହିଲେ, " ନାଁ, ଏପରି ଜଣେ ଅଛନ୍ତି ବୋଲି କେବେ ଶୁଣି ନ ଥିଲୁ !"
\s5
\v 3 ପାଉଲ ପୁଣି ପଚ଼ାରିଲେ, " ତେବେ ତୁମ୍ଭେମାନେ କେବେ ବାପ୍ତିଜିତ ହୋଇଥିଲ ଓ ସେ ବିଷୟରେ କ'ଣ ଜାଣିଛ?" ସେମାନେ ଉତ୍ତର କରି କହିଲେ," ବାପ୍ତିଜକ ଯୋହନ ଯାହା ଶିକ୍ଷା ଦେଲେ ତାହା ଆମ୍ଭେ ଜାଣିଛୁ I
\v 4 ପାଉଲ ଏହା ଶୁଣି କହିଲେ, " ଯୋହନଙ୍କର ବାପ୍ତିସ୍ମର ଉଦ୍ଦେଶ୍ୟ ଥିଲା, ଲୋକମାନେ ଯେପରି ନିଜର ମନ ପରିବର୍ତ୍ତନ କରି ପ୍ରଭୁଙ୍କ ନିକଟକୁ ଫେରନ୍ତି ଓ ମନ୍ଦ ଚିନ୍ତା ଓ କାର୍ଯ୍ୟରୁ ଦୂରେଇ ଯାଆନ୍ତି । ତେଣୁ ଯେଉଁମାନେ ତାହାଙ୍କ ନିକଟକୁ ଆସୁଥିଲେ, ସେ ସେହି ଲୋକମାନଙ୍କୁ ତାହାଙ୍କ ପରେ ଆସୁଥିବା ବ୍ୟକ୍ତି, ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କହୁଥିଲେ ।"
\s5
\v 5 ଯେଉଁମାନେ ଏକଥା ଶୁଣିଲେ ସେମାନେ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ ।
\v 6 ତା’ପରେ ପାଉଲ ସେମାନଙ୍କ ମୁଣ୍ଡରେ ହାତ ରଖିଲେ ଓ ପବିତ୍ର ଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ । ସେମାନେ ବିଭିନ୍ନ ନ ଶିଖି ଥିବା ଭାଷାରେ କହିବାକୁ ଲାଗିଲେ ଓ ସେମାନେ ମଧ୍ୟ ଭବିଷ୍ୟଦ ବାଣୀ କହିବାକୁ ଲାଗିଲେ ।
\v 7 ସେମାନଙ୍କ ମଧ୍ୟରୁ ସମୁଦାୟ ବାର ଜଣ ଥିଲେ ଯେଉଁମାନଙ୍କୁ ପାଉଲ ବାପ୍ତିସ୍ମ ଦେଲେ ଓ ପରେ ସେମାନେ ପବିତ୍ର ଆତ୍ମା ଗ୍ରହଣ କଲେ ।
\s5
\v 8 ତିନିମାସ ପର୍ଯ୍ୟନ୍ତ ପାଉଲ ଏଫିସୀର ସମାଜଗୃହରେ ପ୍ରତି ବିଶ୍ରାମବାର ଦିନ ପ୍ରବେଶ କରି ଶିକ୍ଷା ଦେଇ ସାହାସର ସହିତ ଯିହୁଦୀମାନଙ୍କ ସହିତ ଯୀଶୁଙ୍କ ରାଜ୍ୟ ବିଷୟରେ କହିଲେ । ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହି ସେମାନଙ୍କୁ ଗ୍ରହଣ କରିବା ପାଇଁ ରାଜି କରାଇଲେ I
\v 9 ମାତ୍ର ସେମାନଙ୍କ ଭିତରୁ କେତେକ ବିଶ୍ୱାସ କଲେ ନାହିଁ କି ଶୁଣିବା ପାଇଁ ଇଚ୍ଛା କଲେ ନାହିଁ I ପାଉଲଙ୍କ ଶିକ୍ଷାକୁ ନେଇ ବହୁତ ଖରାପ କଥା କହିବାକୁ ଲାଗିଲେ । ତେଣୁ ପାଉଲ ସେମାନଙ୍କୁ ଛାଡ଼ି କେବଳ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସାଙ୍ଗରେ ରଖି ସେମାନଙ୍କୁ ପ୍ରତିଦିନ ତୁରାନ୍ନର ସଭାଗୃହରେ ଏକତ୍ର କରୁଥିଲେ I
\v 10 ଏହିପରି ଦୁଇ ବର୍ଷ ପାଉଲ ଶିକ୍ଷା ଦେଲେ I ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୁଦୀୟ ଓ ଗ୍ରୀକ୍ (ଅଣଯିହୁଦୀ) ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ ।
\s5
\v 11 ପରମେଶ୍ୱର ପାଉଲଙ୍କ ମାଧ୍ୟମରେ ଅତି ଅସାଧାରଣ କାର୍ଯ୍ୟମାନ କଲେ ।
\v 12 ତେଣୁ ପାଉଲ ସ୍ପର୍ଶ କରୁଥିବା ରୁମାଲ ଓ ଗାମୁଛା ନେଇ ରୋଗୀମାନଙ୍କ ଉପରେ ପକାଇ ଦେଉଥିଲେ ଓ ଏହିଭଳି ସେମାନେ ରୋଗରୁ ସୁସ୍ଥ ହୋଇଯାଉଥିଲେ । ସେମାନଙ୍କ ମଧ୍ୟରୁ ଭୂତାତ୍ମା ମଧ୍ୟ ଚ଼ାଲିଯାଉଥିଲା ।
\s5
\v 13 ଭୂତାତ୍ମାକୁ ଦୂର କରିବାପାଇଁ ଏଣେତେଣେ ବୁଲୁଥିବା କେତେକ ଯିହୁଦୀୟମାନେ ମଧ୍ୟ ଭୂତାତ୍ମାକୁ ଛଡ଼ାଇବା ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମକୁ ବ୍ୟବହାର କରିବାପାଇଁ ଚେ଼ଷ୍ଟା କଲେ । ସେମାନେ କହିଲେ, " ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚ଼ାର କରୁଛନ୍ତି ମୁଁ ତୁମ୍ଭକୁ ତାହାଙ୍କ ନାମରେ ଆଦେଶ ଦେଉଛି ।"
\v 14 ସ୍କେବାଙ୍କର ସାତ ଜଣ ପୁତ୍ର ଏହିପରି କରୁଥିଲେ । ସ୍କେବା ଜଣେ ଯିହୁଦୀୟ ମୁଖ୍ୟ ଯାଜକ ଥିଲେ ।
\s5
\v 15 କିନ୍ତୁ ଦିନେ ସେପରି କରୁଥିବା ସମୟରେ ଜଣେ ଭୂତାତ୍ମା ସେମାନଙ୍କୁ କହିଲା, "ମୁଁ ଯୀଶୁଙ୍କୁ ଚିହ୍ନେ ଓ ପାଉଲଙ୍କୁ ମଧ୍ୟ ଜାଣେ । କିନ୍ତୁ ମୋତେ କିଛି କରିବାର ତୁମର କୌଣସି ଶକ୍ତି ନାହିଁ ତୁମ୍ଭେମାନେ କିଏ?"
\v 16 ଏହା କହି ସେହି ଭୂତାତ୍ମା ଥିବା ଲୋକଟି ସ୍କେବାଙ୍କର ପିଲାମାନଙ୍କ ଉପରେ ଡ଼େଇଁ ପଡ଼ିଲା । ସେ ସେମାନଙ୍କୁ ମାରି ପରାସ୍ତ କଲା । ସେମାନେ ସମସ୍ତଙ୍କ ବସ୍ତ୍ର ଚିରିଦେଲେ ଓ ଆକ୍ରମଣ କଲେ I ସେମାନେ ସମସ୍ତେ ଭୟଭୀତ ହୋଇ ଘର ଛାଡ଼ି ପଳାଇଲେ I
\v 17 ଏକଥା ଏଫିସ ନଗରର ସମସ୍ତ ଯିହୁଦୀୟ ଓ ଗ୍ରୀକ୍ (ଅଣ ଯିହୁଦୀ) ମାନେ ଜାଣିପାରିଲେ । ସେମାନେ ଭୂତାତ୍ମା ଥିବା ଲୋକଟିର ଶକ୍ତି ଦେଖି ଭୟଭୀତ ହେଲେ I ସେମାନେ ପ୍ରଭୁ ଯୀଶୁଙ୍କର ନାମକୁ ଅଧିକ ଗୌରବ ଦେଲେ ।
\s5
\v 18 ସେହି ସମୟରେ ଅନ୍ୟ ବିଶ୍ୱାସୀମାନେ ଶୁଣିଥିଲେ, ଅନେକ ବିଶ୍ୱାସୀମାନେ ଯେଉଁ ସବୁ ମନ୍ଦ କର୍ମ କରୁଥିଲେ ତାହା ସ୍ୱୀକାର କଲେ I
\v 19 ଯେଉଁ ଲୋକମାନେ ଯାଦୁକର୍ମ କରୁଥିଲେ, ସେମାନେ ସେମାନଙ୍କର ସବୁ ବହିଗୁଡ଼ିକ ଏକାଠି କରି ଆଣି ସମସ୍ତଙ୍କ ସମ୍ମୁଖରେ ପୋଡ଼ି ପକାଇଲେ । ସେମାନେ ଏହି ଗୁଡ଼ିକର ଦାମ ହିସାବ କରି ଦେଖିଲେ ଯେ, ଏହା ପ୍ରାୟ ପଚ଼ାଶ ହଜାର ରୌପ୍ୟମୁଦ୍ରା ମୂଲ୍ୟର ଥିଲା ।
\v 20 ଏହିପରି ଭାବରେ ପ୍ରଭୁ ଯୀଶୁଙ୍କର କଥା ଅଧିକ ପ୍ରଭାବଶାଳୀ ହୋଇ ଚ଼ାରିଆଡ଼େ ବ୍ୟାପିବାକୁ ଲାଗିଲା ଏବଂ ଅଧିକରୁ ଅଧିକ ଲୋକ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ।
\s5
\v 21 ପାଉଲ ଏଫିସରେ କାମ ସମାପ୍ତ ହେଲା ପରେ, ଆତ୍ମାଙ୍କ ଚାଳନା ଦ୍ୱାରା ଯିରୁଶାଲମକୁ ଯିବା ପାଇଁ ନିଷ୍ପତ୍ତି ନେଲେ I କିନ୍ତୁ ପ୍ରଥମେ ସେ ମାକିଦନିଆ ଓ ଆଖାୟାର ବିଶ୍ୱାସୀମାନଙ୍କୁ ସାକ୍ଷାତ କରିବା ପାଇଁ ଚାହିଁଲେ । ପାଉଲ କହିଲେ ଯେ, "ଯିରୁଶାଲମ ଗଲାପରେ ମୁଁ ରୋମକୁ ଯିବି ।"
\v 22 ତେଣୁ ସେ ତାହାଙ୍କର ଦୁଇଜଣ ସାହାଯ୍ୟକାରୀ ଅର୍ଥାତ୍ ତୀମଥି ଓ ଏରାଷ୍ଟଙ୍କୁ ମାକିଦନିଆକୁ ପଠାଇଲେ । କିନ୍ତୁ ସେ ନିଜେ ଆଉ କିଛି ଅଧିକ ସମୟ ଏସିଆର ଏଫିସୀରେ କଟାଇଲେ ।
\s5
\v 23 ସେ ସମୟରେ ଏଫିସୀର ଲୋକମାନେ ଯୀଶୁଙ୍କ ଓ ତାଙ୍କ ବିଷୟରେ ଶିକ୍ଷା ହେତୁ ଗୋଟିଏ ବଡ଼ ଧରଣର ଆନ୍ଦୋଳନ କଲେ ।
\v 24 ସେଠାରେ ଦୀମୀତ୍ରିୟ ନାମକ ଜଣେ ବ୍ୟକ୍ତି ଥିଲା । ସେ ଦେବୀ ଆର୍ତ୍ତେମୀର ରୂପା ମନ୍ଦିର ନିର୍ମାଣ କରୁଥିଲା । ସେ ରୂପା କାରୀଗରମାନଙ୍କୁ ବହୁତ କାର୍ଯ୍ୟ ଯୋଗାଇ ଦେଉଥିଲା ଓ ଅନେକ ଅର୍ଥ କମାଇଲା ।
\v 25 ଦୀମୀତ୍ରିୟ ମୂର୍ତ୍ତୀ ତିଆରି କର୍ମୀମାନଙ୍କୁ ଏକାଠି କରି କହିଲା, " ହେ ଲୋକମାନେ, ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଏ କାମରୁ ବହୁତ ଲାଭ କରୁଛୁ ।
\s5
\v 26 ତୁମ୍ଭେମାନେ ଜାଣିଛ ଯେ, ଏହି ପାଉଲ କେବଳ ଏଫିସ ନଗରରେ ନୁହେଁ, ପୁରା ଏସିଆରେ ଲୋକମାନଙ୍କୁ ମୂର୍ତ୍ତୀ ନ କିଣିବା ପାଇଁ ମତେଇ ପ୍ରଭାବିତ କରୁଛି । ସେ କହୁଛି ଯେ, ମନୁଷ୍ୟର ହାତ ତିଆରି ଦେବତାମାନେ ପ୍ରକୃତ ଦେବତା ନୁହନ୍ତି ।
\v 27 ଯଦି ଲୋକମାନେ ଏହା ଶୁଣନ୍ତି ତେବେ ଆମ ବ୍ୟବସାୟ ବନ୍ଦ ହୋଇଯିବ ଏବଂ ଲୋକମାନେ ମହାଦେବୀ ଆର୍ତ୍ତେମୀର ମନ୍ଦିରକୁ ଆଉ ଯିବେ ନାହିଁ । ସମଗ୍ର ଏସିଆ ଓ ପୃଥିବୀର ଲୋକମାନେ ଯେଉଁ ଦେବୀକୁ ମହାନ ଭାବି ପୂଜା କରିବେ ନାହିଁ I ତଥାପି ସମଗ୍ର ଏସିଆ ଓ ପୃଥିବୀର ଲୋକମାନେ ଦେବୀକୁ ପୂଜା କରନ୍ତି I
\s5
\v 28 ଲୋକମାନେ ଦୀମୀତ୍ରିୟଙ୍କ କଥା ଶୁଣି ପାଉଲଙ୍କ ଉପରେ ଭୀଷଣ ରାଗିଗଲେ ଓ ଚ଼ିତ୍କାର କଲେ I କିଛି ଲୋକଙ୍କର ଆର୍ତ୍ତେମୀ ମହାଦେବୀ ମହାନ୍ ଅଟନ୍ତି ।"
\v 29 ସମ୍ପୂର୍ଣ୍ଣ ସହରର ଅନେକ ଲୋକ ପାଉଲଙ୍କ ଉପରେ ରାଗି ତାଙ୍କୁ ଗାଳି ଦେଲେ I କିଛି ଲୋକ ପାଉଲଙ୍କ ସହଯାତ୍ରୀ ମାକିଦନୀୟା ନିବାସୀ ଗାୟ ଓ ଆରିସ୍ତାର୍ଖଙ୍କୁ ଧରିଲେ I ଲୋକଦଳ ସମସ୍ତେ ସେମାନଙ୍କୁ ଘୋଷାଡି ନେଇ ରଣଭୂମି ଆଡ଼କୁ ଦୌଡ଼ିଲେ ।
\s5
\v 30 ପାଉଲ ରଣଭୂମି ଭିତରକୁ ଯିବାପାଇଁ ଇଚ୍ଛା କଲେ କିନ୍ତୁ ବିଶ୍ୱାସୀମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ ।
\v 31 ସେହି ସହରର କେତେକ ପାଉଲଙ୍କର ନେତା ବନ୍ଧୁ ଘଟଣା ସବୁ ଶୁଣିଲେ । ସେମାନେ ତାହାଙ୍କୁ ରଣଭୂମି ପାଖକୁ ନ ଯିବା ପାଇଁ ଅନୁରୋଧ କରି ଖବର ପଠାଇଲେ ।
\v 32 ଲୋକଦଳ ରଣଭୂମିରେ ପାଟି କଲେ । କିଛି ଲୋକ ଗୋଟିଏ କାରଣ ପାଇଁ ପାଟିତୁଣ୍ଡ କଲେ ତ ଅନ୍ୟମାନେ ଅନ୍ୟ କାରଣ ପାଇଁ ପାଟିତୁଣ୍ଡ କଲେ I କିନ୍ତୁ ଅଧିକାଂଶ ଲୋକମାନେ ସେମାନଙ୍କର ଏକାଠି ହେବାର କାରଣ ଜାଣି ନ ଥିଲେ ।
\s5
\v 33 ଯିହୁଦୀୟ ମାନଙ୍କ ମଧ୍ୟରୁ ଜଣେ ଆଲେକ୍‌ଜାଣ୍ଡର ନାମରେ ଥିଲେ I କିଛି ଯିହୁଦୀ ତାଙ୍କୁ ଆଗକୁ ପଠାଇଥିଲେ ଯେପରି ସେ କିଛି କହିବେ । ଆଲେକ୍‌ଜାଣ୍ଡର ଲୋକମାନଙ୍କ ଆଗରେ ହାତ ହଲେଇ ସେମାନଙ୍କୁ ପାଟି ନ କରିବା ପାଇଁ କହିଲେ I ସେ କହିବା ଚାହୁଁ ଥିଲେ କି ଯିହୁଦୀମାନେ ଏହି ଗୋଣ୍ଡଗୋଳ ବା ପାଟିତୁଣ୍ଡ କରି ନାହାନ୍ତି ।
\v 34 କିନ୍ତୁ ଅନେକ ଅଣ-ଯିହୁଦୀ ଜାଣି ଥିଲେ ଯେ ଆଲେକ୍‌ଜାଣ୍ଡର ଜଣେ ଯିହୁଦୀ ଅଟନ୍ତି ଓ ଜାଣିଥିଲେ ଯେ ଯିହୁଦୀମାନେ ଆର୍ତ୍ତେମୀ ମହାଦେବୀଙ୍କୁ ମାନନ୍ତି ନାହିଁ I ତେଣୁ ଅଣ-ଯିହୁଦୀ ଦୁଇ ଘଣ୍ଟା ପାଇଁ ପାଟି କରି କହିଲେ, "ଏଫିସ ନଗରର ଆର୍ତ୍ତେମୀ ମହାଦେବୀ ମହାନ୍ ଅଟନ୍ତି"I
\s5
\v 35 ଏହା ଶୁଣି ନଗରର ବେବର୍ତ୍ତା ଜନଗହଳିକୁ ଶାନ୍ତ କରେଇ କହିଲେ, “ହେ ଏଫିସୀୟ ବାସିନ୍ଦାମାନେ, ସାରା ପୃଥିବୀର କିଏ ନ ଜାଣେ ଯେ, ଏଫିସ ନଗର ଆର୍ତ୍ତେମୀ ମହାଦେବୀ ଓ ସ୍ୱର୍ଗରୁ ପଡ଼ିଥିବା ଦେବୀ ଅଟନ୍ତି?
\v 36 ଏ କଥା ସମସ୍ତେ ଜାଣନ୍ତି ଓ କେହି ଅସତ୍ୟ ବୋଲି କହିପାରିବେ ନାହିଁ । ତେଣୁ ତୁମ୍ଭେମାନେ ଶାନ୍ତ ରହିବା ଉଚ଼ିତ । ପ୍ରଥମେ କିଛି ନ ଭାବି ତୁମ୍ଭେମାନେ କିଛି କରିବା ଅନୁଚ଼ିତ ।”
\v 37 ତୁମ୍ଭେମାନେ ଏହି ଦୁଇ ଜଣକୁ ଏଠାକୁ ଆଣିବା ଉଚିତ ନ ଥିଲା, କାରଣ ସେମାନେ କିଛି ଭୁଲ କରି ନାହାନ୍ତି I ସେମାନେ କୌଣସି ବିଷୟ ମନ୍ଦିରରୁ ଲୁଟ କରି ନାହାନ୍ତି ବା ଆମ୍ଭ ଦେବୀଙ୍କର ଅପମାନ କରି ନାହାନ୍ତି ।
\s5
\v 38 ତେଣୁ ଯଦି କାହାରି ବିରୁଦ୍ଧରେ ଦୀମୀତ୍ରିୟ ବା ତା'ର କାରିଗରମାନଙ୍କର କୌଣସି ଅଭିଯୋଗ ଥାଏ ତେବେ ଠିକ୍ ଭାବରେ କରିବା ଉଚିତ I ଆମ୍ଭର ଅନେକ ବିଚ଼ାରାଳୟ ଅଛି ଓ ବିଚ଼ାରକମାନେ ସରକାର ଦ୍ୱାରା ନିଯୁକ୍ତି ପ୍ରାପ୍ତ ହୋଇଅଛନ୍ତି । ତୁମ୍ଭେମାନେ ସେଠାକୁ ଯାଇ ପରସ୍ପର ବିରୁଦ୍ଧରେ ଅଭିଯୋଗ ଆଣି ପାର ।
\v 39 ମାତ୍ର ତୁମ୍ଭମାନଙ୍କର ଯଦି ଆଉ କିଛି ବିଷୟ ଅଛି, ତେବେ ବିଚ଼ାରକମାନଙ୍କ ଜନସଭାରେ ବିଚ଼ାର କରାଯାଇପାରିବ I
\v 40 ଏହା ଏକ ଉତ୍ତମ ସଭା ନୁହେଁ I ଏହି ସମସ୍ୟାର ଯତ୍ନ ନିଅ କାରଣ ଆମ୍ଭେମାନେ ସରକାର ବିରୁଦ୍ଧରେ ଯିବା ପାଇଁ ଚାହୁଁ ନାହୁଁ I ଯଦି ବିଚ଼ାରକମାନେ ପଚାରନ୍ତି କେଉଁମାନେ ପାଟି କରୁଛନ୍ତି, ମୁଁ କିପରି ଉତ୍ତର ଦେବି I
\v 41 ଏହା ନଗରର ବିଚାରକ ଜନତାକୁ କହିଲେ I ତା’ପରେ ସେ ସମସ୍ତଙ୍କୁ ଘରକୁ ଯିବା ପାଇଁ କହିଲେ ଓ ସେମାନେ ସେପରି କଲେ I
\s5
\c 20
\p
\v 1 ଏଫିସରେ ଉତ୍ତେଜନା ଶାନ୍ତ ହେବା ପରେ ପାଉଲ ଯୀଶୁଙ୍କର ଶିଷ୍ୟମାନଙ୍କୁ ଏକତ୍ର କଲେ ଓ ସେମାନଙ୍କୁ ଯୀଶୁଙ୍କ ସହିତ ଲାଗି ରହିବା ପାଇଁ ଉତ୍ସାହିତ କଲେ । ତା'ପରେ ସେମାନଙ୍କଠାରୁ ବିଦାୟ ନେଇ ସେ ମାକିଦନିଆକୁ ଯାତ୍ରା କଲେ ।
\v 2 ସେହି ଅଞ୍ଚଳ ଦେଇ ଯିବା ବେଳେ ଯୀଶୁଙ୍କ ଅନୁଗାମୀ ଲୋକମାନଙ୍କୁ ବଳ ପ୍ରଦାନ କରିବା ପାଇଁ ସେ ସେମାନଙ୍କୁ ଉତ୍ସାହଜନକ କଥା କହିଲେ । ତା’ପରେ ସେ ଗ୍ରୀସ୍‌ରେ ପହଞ୍ଚିଲେ ।
\v 3 ଗ୍ରୀସ୍‌ରେ ସେ ତିନିମାସ ପର୍ଯ୍ୟନ୍ତ ରହିଲେ । ସେଠାରୁ ସୁରିଆକୁ ଜଳଯାତ୍ରା ଦ୍ୱାରା ଫେରି ଆସିବା ପାଇଁ ଚାହିଁଲେ । କିନ୍ତୁ ଯିହୁଦୀମାନେ ତାହାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନୀଆକୁ ଫେରି ଯିବାପାଇଁ ସ୍ଥିର କଲେ ।
\s5
\v 4 ତାହାଙ୍କ ସହିତ ବେରୟା ନଗରର ପୁରଙ୍କ ପୁତ୍ର ସୋପାତ୍ର ମଧ୍ୟ ଯିରୁଶାଲମକୁ ଯାତ୍ରା କଲେ I ଥେସଲନୀକୀୟର ଆରିସ୍ତାର୍ଖ ଓ ସେକୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ମଧ୍ୟ ଗଲେ ।
\v 5 ଏମାନେ ସମସ୍ତେ ମାକିଦନିଆଠାରୁ ପାଉଲ ଓ ଲୂକଙ୍କ ଆଗେ ଯାଇ ତ୍ରୋୟା ନଗରରେ ଆମ୍ଭମାନଙ୍କୁ ଅପେକ୍ଷା କଲେ ।
\v 6 କିନ୍ତୁ ପାଉଲ ଓ ମୁଁ ସ୍ଥଳ ଦେଇ ଫିଲିପ୍ପୀ ନଗରକୁ ଗଲୁ I ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲିପ୍ପୀ ନଗରରୁ ଜଳପଥରେ ତ୍ରୋୟାରେ ପହଞ୍ଚିଲୁ ଓ ଅନ୍ୟମାନଙ୍କ ସହିତ ସାକ୍ଷାତ କଲୁ । ଆମ୍ଭେ ସେଠାରେ ସାତ ଦିନ ରହିଲୁ ।
\s5
\v 7 ସପ୍ତାହର ପ୍ରଥମ ଦିନରେ ଆମ୍ଭେମାନେ ଏକାଠି ହୋଇ ସହ ବିଶ୍ୱାସୀମାନଙ୍କ ସହିତ ଭୋଜନ କରୁଥିଲୁ I ଏକାଠି ହେବା ବେଳେ ପାଉଲ ସେମାନଙ୍କୁ ପ୍ରଭୁଙ୍କ କଥା ମଧ୍ୟରାତ୍ରି ପର୍ଯ୍ୟନ୍ତ କହିଲେ କାରଣ ସେ ତହିଁ ଆର ଦିନ ଚ଼ାଲିଯିବା ପାଇଁ ଯୋଜନା କରିଥିଲେ ।
\v 8 ଆମ୍ଭେ ଯେଉଁଠି ଏକାଠି ହୋଇଥିଲୁ, ସେହି ଉପର ଘରେ ଅନେକ ଗୁଡ଼ିଏ ପ୍ରଦୀପ ଥିଲା ।
\s5
\v 9 ଇଉତୁଖ ନାମକ ଜଣେ ଯୁବକ ଝରକା କଡ଼ରେ ବସି ଥିଲା । ପାଉଲ କହି ଚ଼ାଲିଥିଲା ବେଳେ ସେ ନିଘୋଡ଼ ନିଦରେ ଶୋଇପଡ଼ି ତିନି ମହଲାରୁ ଖସି ପଡ଼ିଲା । ଯେତେବେଳେ ସେମାନେ ତାହାକୁ ଉଠାଇଲେ, ସେ ମରି ସାରିଥିଲା ।
\v 10 ପାଉଲ ତଳକୁ ଆସି ଆଣ୍ଠେଇ ପଡ଼ିଲେ, ଓ ତାହାକୁ ନିଜ ହାତରେ ଟେକି ନେଲେ ଓ ଲୋକମାନଙ୍କୁ କହିଲେ, "ତୁମ୍ଭେମାନେ ବ୍ୟସ୍ତ ହୁଅ ନାହିଁ । ସେ ଏବେ ଜୀବିତ ହେବ ।"
\s5
\v 11 ତା'ପରେ ପାଉଲ ଉପରକୁ ଯାଇ ରୋଟୀ ପ୍ରସ୍ତୁତ କରି ଭାଙ୍ଗି ଖାଇଲେ । ତା' ପରେ ସେ ବିଶ୍ୱାସୀମାନଙ୍କ ସହିତ ଅଧିକ ସମୟ ପାହାନ୍ତିଆ ପର୍ଯ୍ୟନ୍ତ କଥାବର୍ତ୍ତା କରି ପ୍ରସ୍ଥାନ କଲେ ।
\v 12 କେହି ଜଣେ ଯୁବକକୁ ଜୀବିତ ପାଇ ଘରକୁ ନେଇଗଲେ ଓ ବହୁତ ଆଶ୍ୱସ୍ତ ହେଲେ କାରଣ ଯୁବକଟି ଜୀବିତ ଥିଲା ।
\s5
\v 13 ଆମ୍ଭେମାନେ ପରେ ସେଠାରୁ ଜାହାଜରେ ଆସସ୍ ନଗରକୁ ଯାତ୍ରା କଲୁ । କିନ୍ତୁ ପାଉଲ ଆମ ସହିତ ଆସିଲେ ନାହିଁ । ସେ ସ୍ଥଳ ମାର୍ଗରେ ଚ଼ାଲି ଯିବାପାଇଁ ଇଚ୍ଛା କଲେ ।
\v 14 ପରେ ପାଉଲ ଆମ୍ଭ ସହିତ ଆସସ୍ ନଗରରେ ଦେଖାଦେଲେ । ସେ ଆମ୍ଭ ସହିତ ଜାହାଜରେ ଚ଼ଢ଼ିଲେ ଓ ମିତୁଲୀନୀ ନାମକ ବନ୍ଦର ନଗରକୁ ଆସିଲୁ ।
\s5
\v 15 ତହିଁ ଆରଦିନ ଆମ୍ଭେ ସେଠାରୁ ଜାହାଜରେ ଖିଅ ଉପଦ୍ୱୀପ ସାମନାରେ ଆସି ପହଞ୍ଚିଲୁ । ତା'ପରେ ଦ୍ୱିତୀୟ ଦିନ ଆମ୍ଭେ ସାମକୁ ଯାତ୍ରା କଲୁ ଏବଂ ସେଇଠୁ ତା’ପର ଦିନ ମୀଲୀତ ନଗରରେ ପହଞ୍ଚିଲୁ ।
\v 16 ମୀଲୀତ ଏଫିସର ଦକ୍ଷିଣରେ ଅବସ୍ଥିତ ଥିଲା I ପାଉଲ ଏସିଆରେ ଅଧିକ ସମୟ ରହିବାପାଇଁ ଇଚ୍ଛା କରୁ ନ ଥିଲେ । ସେ ଏଫିସରେ ନ ଅଟକିବା ପାଇଁ ନିର୍ଣ୍ଣୟ କଲେ । ସମ୍ଭବ ହେଲେ ସେ ପେଣ୍ଟିକଷ୍ଟ ଦିନ ସୁଦ୍ଧା ଯିରୂଶାଲମରେ ପହଞ୍ଚିବାପାଇଁ ତର ତର ହେଉଥିଲେ କାରଣ ପେଣ୍ଟିକଷ୍ଟ ପର୍ବ ନିକଟରେ ଥିଲା ।
\s5
\v 17 ଜାହାଜ ମୀଲୀତରେ ପହଞ୍ଚିବା ପରେ ପାଉଲ ମୀଲୀତଠାରୁ ଏଫିସକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚ଼ୀନମାନଙ୍କୁ ଡ଼କାଇ ସେମାନଙ୍କ ସହିତ କଥାବାର୍ତ୍ତା କଲେ I
\v 18 ପ୍ରାଚ଼ୀନମାନେ ଆସି ପହଞ୍ଚିବା ପରେ ପାଉଲ କହିଲେ, "ମୁଁ ଏସିଆରେ ପହଞ୍ଚିବାର ପ୍ରଥମ ଦିନଠାରୁ ତୁମ୍ଭମାନଙ୍କ ପାଖରେ ଅଛି । ତୁମ୍ଭମାନଙ୍କ ସହିତ ରହିଲା ବେଳେ ମୁଁ କିପରି ଜୀବନଯାପନ କରିଛି, ତାହା ତୁମ୍ଭେମାନେ ଜାଣ ।
\v 19 ଯିହୁଦୀମାନେ ଯେହେତୁ ବିଶ୍ୱାସୀ ନ ଥିଲେ ସେମାନେ ମୋ’ ବିରୁଦ୍ଧରେ ବହୁତ ଷଡ଼ଯନ୍ତ୍ର କରିଛନ୍ତି । ସେମାନେ ମୋତେ ବହୁତ ଅସୁବିଧାରେ ପକାଇଛନ୍ତି । ତଥାପି ମୁଁ ସମ୍ପୂର୍ଣ୍ଣ ନମ୍ରତାର ସହିତ ଅଶ୍ରୁପାତ କରି ପ୍ରଭୁଙ୍କର ସେବା କରିଛି ।
\v 20 ଯେଉଁ ସବୁ ବିଷୟ ତୁମ୍ଭମାନଙ୍କ ନିମନ୍ତେ ମଙ୍ଗଳଜନକ, ସେହିସବୁ ତୁମ୍ଭମାନଙ୍କ ନିକଟରେ ମୁଁ ବିନା ସଙ୍କୋଚରେ ପ୍ରଚ଼ାର କରିଛି । ଜନସାଧାରଣଙ୍କ ସାମନାରେ ଓ ଘରେ ଘରେ ବୁଲି ମୁଁ ତୁମ୍ଭମାନଙ୍କୁ ଉପଦେଶ ଦେଇଛି ।
\v 21 ମୁଁ ଯିହୁଦୀ ଓ ଗ୍ରୀକ୍ ଏବଂ ସମସ୍ତ ଲୋକମାନଙ୍କୁ ମନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ନିକଟକୁ ଆସିବା ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବା ନିମନ୍ତେ ଚେତାଇ ଦେଇଅଛି ।
\s5
\v 22 କିନ୍ତୁ ମୁଁ ବର୍ତ୍ତମାନ ପବିତ୍ର ଆତ୍ମାଙ୍କର ବାଧ୍ୟ ହୋଇ ଯିରୁଶାଲମକୁ ଯାଉଛି । ମୁଁ ଜାଣିନାହିଁ, ମୋର ସେଠାରେ କ'ଣ ହେବ ।
\v 23 ମୋତେ ପବିତ୍ର ଆତ୍ମା ଜଣାଉଅଛନ୍ତି ଯେ ପ୍ରତି ନଗରରେ ମୁଁ କାରାବରଣ ଓ ଅସୁବିଧା ଭୋଗ କରିବି ।
\v 24 କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ୱରଙ୍କ ଅନୁଗ୍ରହଜନକ ସୁସମାଚ଼ାର ଘୋଷଣା କରିବାର ଯେ କାର୍ଯ୍ୟ ଓ ସେବା ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣ ଚେ଼ଷ୍ଟା କରୁଛି । ଏଥିପାଇଁ ମୋ’ ନିଜର ଜୀବନକୁ ନିତାନ୍ତ ମୂଲ୍ୟହୀନ ମଣୁଅଛି ।
\s5
\v 25 ମୁଁ ତୁମ୍ଭମାନଙ୍କ ନିକଟରେ ପରମେଶ୍ୱର ଯେ ରାଜା ଭାବରେ ଆସିବେ ତାହା ପ୍ରଚାର କରିଅଛି I ତୁମ୍ଭେମାନେ ବର୍ତ୍ତମାନଠାରୁ ମୋତେ ଆଉ କେବେ ହେଲେ ଦେଖିବାକୁ ପାଇବ ନାହିଁ, ଏହା ମୁଁ ଜାଣେ ।
\v 26 ତେଣୁ ମୁଁ ଆଜି ତୁମ୍ଭକୁ ଗୋଟିଏ କଥା କହୁଛି । ଯଦି ତୁମ୍ଭେମାନେ ଯୀଶୁଙ୍କଠାରେ ବିଶ୍ୱାସ ନ କରି ମରିବ ତେବେ ମୁଁ ତୁମ୍ଭମାନଙ୍କର ରକ୍ତପାତ ଦୋଷର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଅଟେ ।
\v 27 କାରଣ ମୁଁ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କର ସମସ୍ତ ଇଚ୍ଛା ବିନା ସଙ୍କୋଚରେ ଜଣାଇଅଛି I
\s5
\v 28 ତୁମ୍ଭେମାନେ ଯେତେ ନେତାମାନେ ପରମେଶ୍ୱରଙ୍କର ସମ୍ବାଦକୁ ବିଶ୍ୱାସ ଓ ପାଳନ କର । ପୁଣି ପବିତ୍ର ଆତ୍ମା ଯେଉଁ ମେଷପଲ ଉପରେ ତୁମ୍ଭମାନଙ୍କୁ ମେଷପାଳକ ରୂପେ ନିଯୁକ୍ତ କରିଅଛନ୍ତି, ସେମାନଙ୍କର ଯତ୍ନ ନିଅ I ନିଜେ ସାବଧାନ ହୁଅ ଏବଂ ମେଷପଲ ବିଷୟରେ ସାବଧାନ ହୁଅ I କାରଣ ମଣ୍ଡଳୀକୁ ପରମେଶ୍ୱର ଆପଣା ରକ୍ତରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ ।
\v 29 ମୁଁ ଜାଣେ ମୁଁ ଗଲା ପରେ ଜଙ୍ଗଲୀ ଗଧିଆ ଯେଉଁମାନେ ମିଥ୍ୟା କହନ୍ତି ତୁମ୍ଭମାନଙ୍କ ମଧ୍ୟକୁ ଆସିବେ ଓ କ୍ଷତି କରିବେ । ସେମାନେ ଜଙ୍ଗଲୀ ଗଧିଆ ପରି ଏହି ମେଷ ପଲକୁ ନଷ୍ଟ କରିବା ପାଇଁ ଚେ଼ଷ୍ଟା କରିବେ ।
\v 30 ଏପରିକି ତୁମ୍ଭମାନଙ୍କ ଭିତରୁ ମଧ୍ୟ କେତେ ଜଣ ଲୋକ ବାହାରିବେ ଓ ଭୁଲ କଥା ଉପଦେଶ ଦେଇ ଶିଷ୍ୟମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ ।
\s5
\v 31 ତେଣୁ ତୁମ୍ଭେମାନେ ସାବଧାନ ହୋଇ ରୁହ ଯେପରି ଯୀଶୁଙ୍କ ସମ୍ବାଦକୁ ଅବିଶ୍ୱାସ ନ କରନ୍ତି । ତୁମ୍ଭେମାନେ ମନେପକାଅ ଯେ, ମୁଁ ତିନି ବର୍ଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପାଖରେ ରହି ଆଖିର ଲୁହରେ ପ୍ରତ୍ୟେକଙ୍କୁ ଦିନରାତି ସତର୍କ ବାଣୀ ଶୁଣାଇ ଶିକ୍ଷାଦେଇ ଥିଲି ଯେପରି ତୁମ୍ଭେମାନେ ପ୍ରଭୁଙ୍କଠାରେ ବିଶ୍ୱସ୍ତ ହେବ ।
\v 32 "ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ନିକଟରେ ଓ ତାହାଙ୍କ ଅନୁଗ୍ରହଜନକ ବାକ୍ୟ ନିକଟରେ ସମର୍ପଣ କରୁଅଛି । ଏହି ବାକ୍ୟ ହିଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବ ଓ ପରମେଶ୍ୱର ତାହାଙ୍କର ସମସ୍ତ ପବିତ୍ର ଲୋକମାନଙ୍କୁ ଦେଇଥିବା ଅଧିକାର ତୁମ୍ଭମାନଙ୍କୁ ପ୍ରଦାନ କରିବେ ।
\s5
\v 33 ମୁଁ ଯେତେବେଳ ତୁମ୍ଭମାନଙ୍କ ସହିତ ଥିଲି, ସେତେବେଳେ ମୁଁ କେବେ କାହାର ଟଙ୍କା ଓ ସୁନ୍ଦର ବସ୍ତ୍ର ପ୍ରତି ଲୋଭ ଦେଖାଇ ନାହିଁ ।
\v 34 ତୁମ୍ଭେମାନେ ଜାଣିଛ ଯେ, ମୁଁ ନିଜେ ମୋର ଓ ମୋ’ ସହିତ ରହିଥିବା ଲୋକମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ନିଜ ହାତରେ କାର୍ଯ୍ୟ କରିଛି ।
\v 35 ମୋର ସମସ୍ତ କାର୍ଯ୍ୟ ଦ୍ୱାରା ମୁଁ ତୁମ୍ଭମାନଙ୍କୁ ଏହି ଆଦର୍ଶ ଦେଖାଇଅଛି ଯେ, ଏହିପରି ପରିଶ୍ରମ କରି ଆମ୍ଭେ ଗରିବମାନଙ୍କୁ ସାହାଯ୍ୟ କରିବା ଉଚ଼ିତ । ଆମ୍ଭେ ସମସ୍ତେ ପ୍ରଭୁ ଯୀଶୁଙ୍କର ଏହି ବାକ୍ୟ ମନେ ରଖିବା ଉଚ଼ିତ ଯେ, 'ଗ୍ରହଣ କରିବା ଅପେକ୍ଷା ଦାନ ଦେବା ଅଧିକ ଶ୍ରେଷ୍ଟ ଅଟେ ।"'
\s5
\v 36 ଏ କଥା କହିବା ପରେ ପାଉଲ ଆଣ୍ଠୁମାଡ଼ି ବସିଲେ ଓ ପ୍ରାଚୀନମାନଙ୍କ ସହିତ ପ୍ରାର୍ଥନା କଲେ ।
\v 37 ସେମାନେ ସମସ୍ତେ ବହୁତ କାନ୍ଦିଲେ ଓ ପାଉଲଙ୍କୁ କୁଣ୍ଢେଇ ଧରି ଚ଼ୁମ୍ବନ ଦେଲେ ।
\v 38 ସେମାନେ ତାହାଙ୍କୁ ଆଉ ଦେଖିପାରିବେ ନାହିଁ ବୋଲି ପାଉଲ କହିଥିବା କଥା ସେମାନଙ୍କୁ ବହୁତ ଦୁଃଖ ଦେଇଥିଲା I ସେମାନେ ସମସ୍ତେ ତାହାଙ୍କୁ ଜାହାଜ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇ ବିଦାୟ ଦେଲେ ।
\s5
\c 21
\p
\v 1 ଆମ୍ଭେମାନେ ଏଫିସର ପ୍ରାଚୀନମାନଙ୍କଠାରୁ ବିଦାୟ ନେଲାପରେ ଆମ୍ଭେ ସିଧା କୋସ୍ ଉପଦ୍ୱୀପକୁ ଜଳଯାତ୍ରା କଲୁ । ସେଠାରେ ଜାହାଜ ଅଟକି ଗଲା I ତହିଁ ଆରଦିନ ଆମ୍ଭେମାନେ ସେଠାରୁ ରୋଦା ଉପଦ୍ୱୀପକୁ ଆସିଲୁ ଓ ସେଠି ମଧ୍ୟ ଜାହାଜ ଅଟକି ଗଲା I ପୁଣି ତହିଁ ଆର ଦିନ ସେଠାରୁ ଆମ୍ଭେ ପାତାରାରେ ପହଞ୍ଚିଲୁ ।
\v 2 ପାତାରା ଛାଡି ଫୈନିକୀଆକୁ ଯାଉଥିବା ଗୋଟିଏ ଜାହାଜ ପାଇ ଆମ୍ଭେ ସେଥିରେ ଚ଼ଢ଼ିଲୁ ଓ ଯାତ୍ରା କଲୁ ।
\s5
\v 3 ଆମ୍ଭେ ଯାଇ କୁପ୍ର ଉପଦ୍ୱୀପ ପାଖରେ ପହଞ୍ଚି ତାର ବାମ ପଟେ ସୁରିଆକୁ ଯାତ୍ରା କଲୁ । ଆମ୍ଭେ ସୋର ନଗରରେ ଓହ୍ଲେଇଲୁ I ସେହି ଜାହାଜଟି ସେଠି ଅନେକ ଦିନ ରହିଲା କାରଣ ଜାହାଜରୁ ମାଲ ଖଲାସ କରିବାକୁ ଥିଲା ।
\v 4 କେହି ଜଣେ କହିଲା ସୋରର ଖ୍ରୀଷ୍ଟ ବିଶ୍ୱାସୀ ସେଠାରେ ରହୁଥିଲେ ତେଣୁ ଆମେ ଗଲୁ ଓ ସେମାନଙ୍କ ସହିତ ସାତ ଦିନ ପର୍ଯ୍ୟନ୍ତ ରହିଲୁ । ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଜାଣି ପାରିଲେ କି ପାଉଲଙ୍କୁ ଯିରୁଶାଲମରେ ବିପଦ ଅଛି ତେଣୁ ପାଉଲଙ୍କୁ ନ ଯିବା ପାଇଁ ଚେ଼ତାବନୀ ଦେଲେ I
\s5
\v 5 କିନ୍ତୁ ଜାହାଜ ଛାଡିବା ସମୟ ପୁରିଗଲା ପରେ ଆମ୍ଭେ ଯେତେବେଳେ ସୋରଠାରୁ ବିଦାୟ ନେଲୁ । ସେତେବେଳେ ସେମାନେ ସମସ୍ତେ ସ୍ତ୍ରୀ, ପିଲାମାନଙ୍କ ସହିତ ନଗର ବାହାର ପର୍ଯ୍ୟନ୍ତ ଆମ୍ଭ ସହିତ ଆସିଲେ । ଆମ୍ଭେ ସମସ୍ତେ ସମୁଦ୍ର କୂଳରେ ଆଣ୍ଠୁ ମାଡି ପ୍ରାର୍ଥନା କଲୁ ।
\v 6 ଆମ୍ଭେ ସମସ୍ତେ ପରସ୍ପରଠାରୁ ବିଦାୟ ନେଲା ପରେ ପାଉଲ ଓ ତାଙ୍କ ସାଥୀ ଓ ଆମେ ସମସ୍ତେ ଜାହାଜରେ ଚ଼ଢ଼ିଲୁ ଏବଂ ଅନ୍ୟ ବିଶ୍ୱାସୀମାନେ ନିଜ ନିଜ ଘରକୁ ଫେରିଗଲେ ।
\s5
\v 7 ସୋର ନଗର ଛାଡିଲା ପରେ ପତଲମାଇରେ ପହଞ୍ଚିଲୁ । ସେଠାରେ ବିଶ୍ୱାସୀଭାଇମାନଙ୍କୁ ଅଭିନନ୍ଦନ ଜଣେ ସେମାନଙ୍କ ସହିତ ଗୋଟିଏ ଦିନ ରହିଲୁ ।
\v 8 ଆମେ ତହିଁ ଆରଦିନ କାଇସରୀଆ ନଗରରେ ପହଞ୍ଚିଲୁ । ତା'ପରେ ଆମେ ସୁସମାଚ଼ାର ପ୍ରଚ଼ାରକ ଫିଲିପ୍ପଙ୍କ ଘରେ ପ୍ରବେଶ କଲୁ । ସେ ସାତ ଜଣ ବିଶେଷ ସେବକମାନଙ୍କ ମଧ୍ୟରୁ ଜଣେ ଥିଲେ ଯିଏ କି ବିଧବା ମାନଙ୍କର ଯତ୍ନ ନେଉଥିଲେ । ଆମ୍ଭେମାନେ ତାହାଙ୍କ ସହିତ ରହିଲୁ ।
\v 9 ତାହାଙ୍କର ଚ଼ାରୋଟି ଅବିବାହିତା ଝିଅ ଥିଲେ । ସେମାନେ ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ସମ୍ବାଦ ଜଣାଉଥିଲେ ।
\s5
\v 10 ସୁସମାଚ଼ାର ପ୍ରଚ଼ାରକ ଫିଲିପ୍ପଙ୍କ ଘରେ କିଛି ଦିନ ରହିଲା ପରେ ଆଗାବ ନାମର ଜଣେ ବିଶ୍ୱାସୀ ଯିହୁଦା ଦେଶରୁ ଆସି କାଇସରୀଆରେ ପହଞ୍ଚିଲେ I ସେ ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ସମ୍ବାଦ ଜଣାଉଥିଲେ I
\v 11 ସେ ଆମ୍ଭପାଖକୁ ଆସି ପାଉଲଙ୍କ କଟୀବନ୍ଧନ ମାଗିନେଇ ନିଜ ହାତ ଗୋଡ ବାନ୍ଧି ପକାଇଲେ ଓ କହିଲେ, "ପବିତ୍ର ଆତ୍ମା ଏପରି କହନ୍ତି ଏହି କଟୀବନ୍ଧନ ଯାହାର ଅଟେ, 'ତାହାଙ୍କୁ ଯିରୁଶାଲମରେ ଯିହୁଦୀମାନେ ଏହିପରି ବାନ୍ଧି ପକାଇବେ । ସେମାନେ ତାହାଙ୍କୁ ଅଣଯିହୁଦୀମାନଙ୍କ ହାତରେ ସମର୍ପଣ କରିବେ ।"'
\s5
\v 12 ଆମ୍ଭେମାନେ ଯେତେବେଳେ ଶୁଣିଲୁ, ଆମ୍ଭେ ଓ ଅନ୍ୟ ବିଶ୍ୱାସୀମାନେ ଏହି କଥା ଶୁଣି ପାଉଲଙ୍କୁ ଯିରୂଶାଲମ ନ ଯିବା ପାଇଁ ବହୂତ ଅନୁରୋଧ କଲୁ ।
\v 13 କିନ୍ତୁ ପାଉଲ କହିଲେ, "ତୁମ୍ଭେମାନେ କାହିଁକି କାନ୍ଦୁଛ? ତୁମ୍ଭେମାନେ କାହିଁକି ଏପରି ମୋତେ ନିରୁତ୍ସାହ କରୁଛ? ଯିରୂଶାଲମରେ ମୁଁ ବନ୍ଧା ହେବା ପାଇଁ ଯେ କେବଳ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମରେ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି କାରଣ ମୁଁ ପ୍ରଭୁଙ୍କର ସେବା କରେ ।"
\v 14 ସେ ଯେତେବେଳେ ଯିରୂଶାଲମ ଯିବା ପାଇଁ ଆଗ୍ରହୀ ଆମ୍ଭେମାନେ ତାଙ୍କୁ ପ୍ରତିରୋଧ କଲୁ ନାହିଁ । ଆମ୍ଭେ କହିଲୁ, "ପ୍ରଭୁଙ୍କର ଯାହା ଇଚ୍ଛା, ତାହା ହିଁ ହେଉ ।"
\s5
\v 15 ଏହି ସମସ୍ତ ଦିନ କାଇସରିଆରେ ବିତିଗଲା ପରେ ଆମ୍ଭେ ନିଜର ସାମଗ୍ରୀ ପ୍ରସ୍ତୁତ କଲୁ ଓ ଯିରୂଶାଲମ ପାଇଁ ଯାତ୍ରା ଆରମ୍ଭ କଲୁ I
\v 16 କାଇସରୀଆରେ ଥିବା କିଛି ବିଶ୍ୱାସୀ ଆମ୍ଭ ସହିତ ଆସିଲେ । ସେମାନେ ଆମ୍ଭକୁ କୁପ୍ର ଉପଦ୍ୱୀପର ମନାସୋନ ନାମକ ଜଣେ ଶିଷ୍ୟଙ୍କ ଘରକୁ ନେଇଗଲେ । ଯିଏକି ଯୀଶୁଙ୍କ ପୁରାତନ ଶିଷ୍ୟମାନଙ୍କ ମଧ୍ୟରେ ଜଣେ I
\s5
\v 17 ଆମ୍ଭେମାନେ ଯେତେବେଳେ ଯିରୂଶାଲମରେ ପହଞ୍ଚିଲୁ ଆମ୍ଭମାନଙ୍କୁ କିଛି ଭାଇମାନେ ଖୁସିରେ ସ୍ୱାଗତ ଜଣାଇଲେ I
\v 18 ତା' ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗରେ ଯାକୁବଙ୍କୁ ଭେଟିବାକୁ ଗଲେ । ସବୁ ପ୍ରାଚ଼ୀନ ଲୋକମାନେ ସମସ୍ତେ ସେଠାରେ ଉପସ୍ଥିତ ଥିଲେ ।
\v 19 ପାଉଲ ସେମାନଙ୍କୁ ଅଭିନନ୍ଦନ ଜଣାଇଲେ । ପରମେଶ୍ୱର ତାହାଙ୍କ ସେବାକାର୍ଯ୍ୟ ମାଧ୍ୟମରେ ଅଣଯିହୁଦୀମାନଙ୍କ ମଧ୍ୟରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି, ସେସବୁ ସେ ସେମାନଙ୍କୁ ଗୋଟି ଗୋଟି କରି କହିଲେ ।
\s5
\v 20 ସେମାନେ ଏହା ଶୁଣି ଯାକୁବ ଓ ଅନ୍ୟମାନେ ପରମେଶ୍ୱରଙ୍କର ପ୍ରଶଂସା କଲେ । ସେମାନଙ୍କ ମଧ୍ୟରୁ ଜଣେ ପାଉଲଙ୍କୁ କହିଲେ, "ଭାଇ, ତୁମ୍ଭେ ଦେଖିଛ ଯେ, ହଜାର ହଜାର ଯିହୁଦୀମାନେ ବିଶ୍ୱାସୀ ହୋଇଅଛନ୍ତି । କିନ୍ତୁ ସେମାନେ ମନେ କରନ୍ତି ଯେ, ବ୍ୟବସ୍ଥା ପାଳନ କରିବା ଅଧିକ ମହତ୍ୱପୂର୍ଣ୍ଣ ଅଟେ ।
\v 21 ସେମାନେ ତୁମ୍ଭ ବିଷୟରେ ଶୁଣିଛନ୍ତି ଯେ, ତୁମ୍ଭେ ଅଣଯିହୁଦୀମାନଙ୍କ ଦେଶରେ ରହୁଥିବା ଯିହୁଦୀମାନଙ୍କୁ, ମୋଶାଙ୍କର ବ୍ୟବସ୍ଥା ତ୍ୟାଗ କରିବା ପାଇଁ ଶିକ୍ଷା ଦେଉଛ । ତୁମ୍ଭେ ସେମାନଙ୍କୁ ସେମାନଙ୍କର ପିଲାମାନଙ୍କର ସୁନ୍ନତ ନ କରିବା ପାଇଁ ଓ ଯିହୁଦୀ ରୀତିନୀତିଗୁଡିକୁ ନ ମାନିବା ପାଇଁ ଶିକ୍ଷା ଦେଉଅଛ ।
\s5
\v 22 ତୁମ୍ଭେ ଯେ ଏଠାକୁ ଆସିଛ, ଏହା ସହ ଯିହୁଦୀ ବିଶ୍ୱାସୀମାନେ ନିଶ୍ଚୟ ଶୁଣିବାକୁ ପାଇବେ, ଓ ସେମାନେ ତୁମ ପ୍ରତି ରାଗିବେ I ତେଣୁ ଆମ୍ଭକୁ ଏପରି କିଛି କରି ଦେଖାଇବାକୁ ହେବ ଯେ ଯାହା ସେମାନେ ଶୁଣିଛନ୍ତି ତାହା ସତ୍ୟ ନୁହେଁ ?
\v 23 ତେଣୁ ଆମ୍ଭ କହିବା ଅନୁସାରେ କାମ କର । ଆମ୍ଭ ପାଖରେ ପରମେଶ୍ୱରଙ୍କଠାରେ ମାନତ କରିଥିବାର ଚ଼ାରି ଜଣ ଲୋକ ଅଛନ୍ତି ।
\v 24 ତୁମ୍ଭେ ସେମାନଙ୍କ ସହିତ ମନ୍ଦିରକୁ ଯାଅ ଏବଂ ସେଠାରେ ତୁମେ ଓ ସେମାନେ ବିଧିନୁସାରେ ସେମାନଙ୍କ ସହିତ ଆପଣାକୁ ଶୁଚି କର ଯେପରି ତୁମ୍ଭେ ଓ ସେମାନେ ମନ୍ଦିରରେ ଉପାସନା କରିପାର I ମୁଣ୍ଡ ଲଣ୍ଡା ହେବାପାଇଁ ଖର୍ଚ୍ଚ ଦିଅ । ଏହା ଦ୍ୱାରା ସମସ୍ତେ ଭାବିବେ ଯେ, ସେମାନେ ତୁମ୍ଭ ବିଷୟରେ ଯାହା ସବୁ ଶୁଣିଛନ୍ତି ତାହା ମିଥ୍ୟା ସେମାନେ ଦେଖିବେ ନିଜ ଜୀବନରେ ମୋଶାଙ୍କ ବ୍ୟବସ୍ଥା ମାନି ଚଳୁଛ ।
\s5
\v 25 ଆମ୍ଭେ ଅଣଯିହୁଦୀ ବିଶ୍ୱାସୀ ଲୋକମାନଙ୍କୁ ପତ୍ର ଲେଖିଛୁ । ଆମ୍ଭେ ସେମାନଙ୍କୁ ଲେଖିସାରିଛୁ I
\v 26 ତେଣୁ ପାଉଲ ତହିଁ ଆରଦିନ ସେହି ଚ଼ାରିଜଣ ଲୋକଙ୍କୁ ସାଙ୍ଗରେ ନେଇ ଆପଣାକୁ ଶୁଚ଼ି କଲେ । ତା'ପରେ ସେ ମନ୍ଦିରକୁ ଯାଇ କେଉଁ ଦିନ କ୍ରିୟା ସମାରୋହର ଦିନ ପୂରି ଯିବ ଓ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଦାନ ଦିଆଯିବ, ସେହି ବିଷୟରେ ଘୋଷଣା କଲେ ।
\s5
\v 27 ସାତଦିନ ପୂରି ଯିବା ଦିନ ଏସିଆର କେତେକ ଯିହୁଦୀମାନେ ତାହାଙ୍କୁ ମନ୍ଦିରରେ ଦେଖିଲେ । ସେମାନେ ସମଗ୍ର ଲୋକଙ୍କୁ ତାହାଙ୍କ ବିରୁଦ୍ଧରେ ଉତ୍ତେଜିତ କଲେ ଓ ତାହାଙ୍କୁ ଧରି ପକାଇଲେ ।
\v 28 ସେମାନେ ଖୁବ୍ ଜୋରରେ ଚ଼ିତ୍କାର କରି କହିଲେ, " ହେ ଇସ୍ରାଏଲୀୟ ଲୋକମାନେ, ଆମ୍ଭକୁ ସାହାଯ୍ୟ କର । ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧ ରେ, ଆମ୍ଭ ବ୍ୟବସ୍ଥା ଓ ଏହି ସ୍ଥାନ ବିରୁଦ୍ଧରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି । ସେ ବର୍ତ୍ତମାନ କେତେକ ଗ୍ରୀକ୍ ଲୋକମାନଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି ।"
\v 29 ସେମାନେ ଆଗରୁ ଏଫିସର ତ୍ରଫିମ ସହିତ ପାଉଲଙ୍କୁ ଦେଖିଥିଲେ । ତ୍ରଫିମ ଜଣେ ଗ୍ରୀକ୍ ଲୋକ ଥିଲେ । ତେଣୁ ସେମାନେ ଅନୁମାନ କରି ନେଲେ ଯେ, ପାଉଲ ତାହାଙ୍କୁ ମନ୍ଦିରକୁ ଆଣିଥିବେ ।
\s5
\v 30 ପୁରା ନଗରଟାରେ ଉତ୍ତେଜନା ସୃଷ୍ଟି ହୋଇଗଲା । ଲୋକମାନେ ଏକାଠି ଦୌଡ଼ି ଯାଇ ପାଉଲଙ୍କୁ ମନ୍ଦିର ଭିତରୁ ଟାଣି ନେଇ ଗଲେ । ସଙ୍ଗେ ସଙ୍ଗେ ଦ୍ୱାରଗୁଡ଼ିକ ବନ୍ଦ ହୋଇଗଲା ।
\v 31 ଲୋକମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଚେ଼ଷ୍ଟା କରୁଥିବା ସମୟରେ ରୋମୀୟ ସେନାପତିଙ୍କ ନିକଟରେ ଏହି ଖବର ପହଞ୍ଚିଲା । ସେ ଜାଣିବାକୁ ପାଇଲେ ଯେ ସମଗ୍ର ଯିରୂଶାଲମରେ ଉତ୍ତେଜନା ଖେଳିଯାଇଛି ।
\s5
\v 32 ସେ ସାଙ୍ଗେ ସାଙ୍ଗେ କେତେକ ସୈନ୍ୟ ଓ ଅଧିକାରୀମାନଙ୍କ ସହିତ ଆସି ପହଞ୍ଚିଲେ । ସେ ପାଉଲଙ୍କୁ ହତ୍ୟା କରିବାକୁ ଉଦ୍ୟମ ହେଉଥିବା ଯିହୁଦୀମାନଙ୍କ ପାଖକୁ ଗଲେ । ସେମାନେ ସେନାପତି ଓ ସୈନ୍ୟସାମନ୍ତଙ୍କୁ ଦେଖି ପାଉଲଙ୍କୁ ମାଡ଼ ମାରିବା ବନ୍ଦ କଲେ ।
\v 33 ତା'ପରେ ସେନାପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ । ସେ ପାଉଲଙ୍କୁ ଦୁଇଟି ଶିକୁଳିରେ ବାନ୍ଧି ଦେବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ ତା'ପରେ ପାଉଲ କିଏ ଓ ସେ କ'ଣ କରିଛନ୍ତି ବୋଲି ସେନାପତି ପଚ଼ାରିଲେ ।
\s5
\v 34 ଲୋକ ଗହଳି ଭିତରୁ ଲୋକେ ଚ଼ିତ୍କାର କରି ଭିନ୍ନ ଭିନ୍ନ କଥା କହିଲେ । ସେନାପତି ଏପରି କୋଳାହଳ ଦେଖି କାହାର କଥା ସତ୍ୟ ତାହା ଠିକ୍ ଭାବରେ ଜାଣି ପାରିଲେ ନାହିଁ । ତେଣୁ ସେ ପାଉଲଙ୍କୁ ସୈନ୍ୟ ନିବାସକୁ ନେଇ ଯିବା ପାଇଁ ଆଦେଶ ଦେଲେ । ସବୁ ଲୋକମାନେ ତାହାଙ୍କ ପଛେ ପଛେ ଚ଼ିତ୍କାର କରି ଯାଉଥିଲେ ।
\v 35 ସୈନ୍ୟମାନେ ପାଉଲଙ୍କୁ ପାହାଚ଼ ନିକଟକୁ ଆଣିଲେ କିନ୍ତୁ ଅନେକ ଲୋକମାନେ ପାଉଲଙ୍କୁ ମାରିବା ପାଇଁ ସେମାନଙ୍କ ପଛରେ ଗଲେ I ତେଣୁ ସେନାପତି ସୈନ୍ୟମାନଙ୍କୁ ପାଉଲଙ୍କୁ ଉଠେଇ ସିଧା ତାଙ୍କ ନିକଟକୁ ଆଣିବା ପାଇଁ କହିଲେ ।
\v 36 ତଥାପି ଲୋକସମୂହ ତାହାଙ୍କ ପଛରେ ଯାଉ ଯାଉ ପାଟି କଲେ, "ତାହାଙ୍କୁ ହତ୍ୟା କର ।"
\s5
\v 37 ସେନାନିବାସକୁ ନେବା ସମୟରେ ସେନାପତିଙ୍କୁ ପାଉଲ ପଚ଼ାରିଲେ, "ମୁଁ ଆପଣଙ୍କୁ କିଛି କହିପାରେ କି? ସେନାପତି ଉତ୍ତର କଲେ, " ମୁଁ ଆଚମ୍ବିତ ଯେ ତୁମେ ଗ୍ରୀକ୍ ଭାଷାରେ କହିପାର?
\v 38 ତେବେ ତୁମ୍ଭେ କ'ଣ ସେ ମିଶରୀୟ ଲୋକ ନୁହଁ, ଯିଏ କିଛି ବର୍ଷ ପୂର୍ବେ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲା ଓ ଚ଼ାରି ହଜାର ଆତଙ୍କବାଦୀଙ୍କୁ ନେଇ ମରୁଭୂମିକୁ ଚ଼ାଲିଯାଇଥିଲା ତାଙ୍କୁ ଆମେ ଧରି ପାରିଲୁ ନାହିଁ ।"
\s5
\v 39 ପାଉଲ କହିଲେ, "ନା, ମୁଁ ନୁହେଁ! ମୁଁ ଜଣେ ଯିହୁଦୀ I କିଲିକିଆର ତାର୍ଷ ନଗରର ମୋର ଜନ୍ମ । ଗୋଟିଏ ପ୍ରଧାନ ନଗରର ମୁଁ ଜଣେ ନାଗରିକ । ତେଣୁ ମୁଁ ଲୋକମାନଙ୍କୁ କଥା କହିବା ପାଇଁ ଆପଣଙ୍କଠାରୁ ଅନୁମତି ଚ଼ାହୁଁଛି ।"
\v 40 ସେନାପତି ପାଉଲଙ୍କୁ ଅନୁମତି ଦେଲେ କଥା କହିବା ପାଇଁ ତା’ପରେ ସେ ପାହାଚ଼ ଉପରେ ଠିଆ ହୋଇଗଲେ । ସେ ଲୋକମାନଙ୍କୁ ହାତରେ ସଙ୍କେତ କରିବା ହେତୁ ସମସ୍ତେ ଅତି ଶାନ୍ତ ହୋଇଗଲେ । ତା'ପରେ ସେ ଏବ୍ରୀ ଭାଷାରେ କହିଲେ ।
\s5
\c 22
\p
\v 1 ପାଉଲ କହିଲେ, "ଯିହୁଦୀ ପ୍ରାଚୀନମାନେ ଓ ମୋ’ ସହ ଯିହୁଦୀ ଭାଇମାନେ, ମୋ’ ବିପକ୍ଷମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ମୋ’ କଥା ଶୁଣ ।"
\v 2 ସେମାନେ ପାଉଲଙ୍କୁ ଏବ୍ରୀ ଭାଷାରେ କହିବାର ଶୁଣି ଶାନ୍ତ ହୋଇ ଶୁଣିଲେ । ତା'ପରେ ପାଉଲ ସେମାନଙ୍କୁ କହିଲେ,
\s5
\v 3 "ତୁମ୍ଭମାନଙ୍କ ପରି ମୁଁ ଜଣେ ଯିହୁଦୀୟ ଲୋକ । କିଲିକିଆ ଦେଶର ତାର୍ଷ ନଗରରେ ମୋର ଜନ୍ମ । କିନ୍ତୁ ଏହି ନଗରରେ ମୋର ଲାଳନପାଳନ ହୋଇଥିଲା । ମୁଁ ଆମ୍ଭ ପିତୃପୁରୁଷଙ୍କ ନିୟମଗୁଡ଼ିକ ବିଷୟରେ ଗୁରୁ ଗମଲୀୟେଲଙ୍କ ପାଖରୁ ବହୁତ ଯତ୍ନ ସହକାରେ ତାଲିମ ପାଇଛି । ତୁମ୍ଭମାନଙ୍କ ପରି, ମୁଁ ମଧ୍ୟ ପରମେଶ୍ୱରଙ୍କ ନିମନ୍ତେ ଅତି ଉତ୍ସାହୀ ଥିଲି ।
\v 4 ମୁଁ ଯୀଶୁଙ୍କ ପଥରେ ଯାଉଥିବା ଲୋକମାନଙ୍କୁ ତାଡ଼ନା ଓ କଷ୍ଟ ଦେଉଥିଲି । ମୁଁ ପୁରୁଷ ଓ ସ୍ତ୍ରୀ ଲୋକମାନଙ୍କୁ ବନ୍ଦୀ କରି କାରାଗାରରେ ରଖିଥିଲି ।
\v 5 ମହାଯାଜକ ଓ ପ୍ରାଚ଼ୀନ ଲୋକମାନଙ୍କର ସମ୍ପୂର୍ଣ୍ଣ ପରିଷଦ ଏ କଥାର ସାକ୍ଷୀ ଅଟନ୍ତି । ମୁଁ ସେମାନଙ୍କଠାରୁ ଦମ୍ମେସକରେ ଥିବା ସେମାନଙ୍କର ଭାଇମାନଙ୍କ ପାଖକୁ ପତ୍ର ନେଇ ଯାଇଥିଲି । ସେଠାରେ ଥିବା ଯୀଶୁଙ୍କର ଶିଷ୍ୟମାନେ ଯେପରି ଦଣ୍ଡ ପାଇପାରନ୍ତି, ଏଥିନିମନ୍ତେ ସେମାନଙ୍କୁ ବନ୍ଦୀ କରି ଯିରୁଶାଲମକୁ ନେଇ ଆସିବା ପାଇଁ ମୁଁ ଯାଉଥିଲି ।
\s5
\v 6 "ମୁଁ ଦମ୍ମେସକର ନିକଟବର୍ତ୍ତୀ ହେଲା ବେଳେ ହଠାତ୍ ଗୋଟିଏ ଘଟଣା ଘଟିଲା । ଦମ୍ମେସକରେ ପହଞ୍ଚିବା ବେଳେ ପ୍ରାୟ ଦ୍ୱିପହର ହୋଇଥିଲା । ସେତେବେଳେ ହଠାତ୍ ଆକାଶରୁ ଗୋଟିଏ ଉଜ୍ଜ୍ୱଳ ଆଲୋକ ମୋ’ ଚାରିପାଖରେ ପ୍ରକାଶିତ ହେଲା ।
\v 7 ମୁଁ ତଳେ ପଡ଼ିଗଲି । ସେତେବେଳେ ମୋତେ ଗୋଟିଏ ବାଣୀ ଶୁଭିଲା, 'ଶାଉଲ, ଶାଉଲ, ତୁମ୍ଭେ କାହିଁକି ମୋତେ ତାଡ଼ନା କରୁଛ?
\v 8 ମୁଁ ପଚ଼ାରିଲି, 'ଆପଣ କିଏ, ପ୍ରଭୁ?' ସେ ମୋତେ କହିଲେ, 'ମୁଁ ସେହି ନାଜରିତୀୟ ଯୀଶୁ, ଯାହାକୁ ତୁମ୍ଭେ ତାଡ଼ନା କରୁଅଛ ।'
\s5
\v 9 ମୋ’ ସହିତ ଥିବା ଲୋକମାନେ ମଧ୍ୟ ସେହି ଆଲୋକ ଦେଖି ପାରିଲେ । କିନ୍ତୁ ସେମାନେ ମୋତେ କୁହାଯିବା ବାକ୍ୟ ଶୁଣି ବୁଝି ପାରିଲେ ନାହିଁ ।
\v 10 ତ'ପରେ ମୁଁ ପଚ଼ାରିଲି, 'ପ୍ରଭୁ ମୁଁ କ’ଣ କରିବି?' ପ୍ରଭୁ ମୋତେ କହିଲେ, 'ଉଠ ଦମ୍ମେସକ ନଗରକୁ ଯାଅ ।' ଯେଉଁସବୁ କାର୍ଯ୍ୟ ନିମନ୍ତେ ତୁମ୍ଭକୁ ମନୋନୀତ କରାଯାଇଛି, ତାହା ସେଠାରେ ତୁମ୍ଭକୁ କୁହାଯିବ ।'
\v 11 ଏହା ପରେ ମୁଁ କିଛି ଦେଖିପାରିଲି ନାହିଁ, କାରଣ ସେହି ଆଲୋକର ତେଜ ମୋତେ ଅନ୍ଧ କରି ପକାଇଥିଲା । ସେଥିପାଇଁ ମୋର ବନ୍ଧୁମାନେ ମୋ’ ହାତ ଧରି ଦମ୍ମେସକ ନେଇଗଲେ ।
\s5
\v 12 "ହନନୀୟ ନାମକ ଜଣେ ବ୍ୟକ୍ତି ମୋତେ ସାକ୍ଷାତ କରିବା ପାଇଁ ଆସିଲେ । ସେ ପ୍ରଭୁ ଭୟାଳୁ ଥିଲେ ଓ ମୋଶାଙ୍କ ବ୍ୟବସ୍ଥା ମାନୁଥିଲେ । ଦମ୍ମେସକରେ ରହୁଥିବା ସମସ୍ତ ଯିହୁଦୀୟମାନେ ତାହାଙ୍କୁ ସମ୍ମାନ ଦେଉଥିଲେ ।
\v 13 ହନନୀୟ ମୋ’ ପାଖରେ ଆସି ଠିଆ ହୋଇ କହିଲେ, ' ହେ ବନ୍ଧୁ ଶାଉଲ, ତୁମ୍ଭେ ପୁଣି ଥରେ ଦେଖ ।' ମୁଁ ସେହି ମୁହୂର୍ତ୍ତରେ ତାହାଙ୍କୁ ଦେଖିପାରିଲି ।
\s5
\v 14 ସେ ମୋତେ କହିଲେ, 'ଆମ୍ଭମାନଙ୍କ ଓ ପୈତୃକ ପରମେଶ୍ୱର ଯାହାକୁ ଆମେ ଉପାସନା କରୁ ସେ ତୁମ୍ଭମାନଙ୍କୁ ମନୋନୀତ କରିଛନ୍ତି ଏବଂ ତାହାଙ୍କର ଇଚ୍ଛା ଜଣାଇ ଅଛନ୍ତି I ସେ ଆମ୍ଭମାନଙ୍କୁ ଧାର୍ମିକ ବ୍ୟକ୍ତିକୁ ଦେଖାଇ ଅଛନ୍ତି ସେ ଯୀଶୁ ଖ୍ରୀଷ୍ଟ ଅଟନ୍ତି ଓ ତୁମ୍ଭେମାନେ ତାହାଙ୍କୁ କଥା କହିବା ଶୁଣିଛ I
\v 15 ତୁମ୍ଭେମାନେ ଯାହା ଯାହା ଦେଖିଛ ଓ ଶୁଣିଛ, ତାହା ଯେ ତୁମ୍ଭେମାନେ ସମସ୍ତଙ୍କୁ କହିବ ତାହା ପରମେଶ୍ୱର ତୁମଠାରୁ ଆଶା କରନ୍ତି ।
\v 16 ତୁମ୍ଭେମାନେ ବର୍ତ୍ତମାନ ଆଉ ଅପେକ୍ଷା କର ନାହିଁ । ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମରେ ପ୍ରାର୍ଥନା କର ଏବଂ ତୁମ୍ଭର ପାପ କ୍ଷମା ପାଇଁ ପ୍ରାର୍ଥନା କର ।'
\s5
\v 17 "ତା'ପରେ ମୁଁ ଯିରୁଶାଲମକୁ ଫେରି ଆସିଲି । ସେଠାରେ ମନ୍ଦିରରେ ଦିନେ ପ୍ରାର୍ଥନା କଲା ବେଳେ ମୁଁ ଗୋଟିଏ ଦର୍ଶନ ଦେଖିଲି ।
\v 18 ସେହି ସମୟରେ ଯୀଶୁ ମୋତେ କହିଲେ,"ତୁମ୍ଭେ ଏହିଠାରେ ରୁହ ନାହିଁ । ତୁମ୍ଭେମାନେ ସାଙ୍ଗେ ସାଙ୍ଗେ ଯିରୁଶାଲମ ଛାଡ଼ି ଦିଅ, କାରଣ ତୁମ୍ଭେ ମୋ’ ବିଷୟରେ ଯାହା କହିବ, ସେମାନେ ଗ୍ରହଣ କରିବେ ନାହିଁ ।"
\s5
\v 19 କିନ୍ତୁ ମୁଁ କହିଲି, "ପ୍ରଭୁ, ଏ ଲୋକମାନେ ତ ସମସ୍ତେ ଜାଣନ୍ତି ଯେ ମୁଁ ପ୍ରତ୍ୟେକ ସମାଜଗୃହକୁ ଯାଇ ବିଶ୍ୱାସୀମାନଙ୍କୁ ଖୋଜି ଥିଲି I ଲୋକମାନଙ୍କୁ ବନ୍ଦୀ କରୁଥିଲି ଏବଂ ମାଡ଼ ମାରୁଥିଲି ।
\v 20 ତୁମ୍ଭର ସାକ୍ଷୀ ସ୍ତିଫାନଙ୍କ ରକ୍ତ ବହିଯାଉଥିବା ସମୟରେ ମୁଁ ସେଠାରେ ଠିଆ ହୋଇ ସେହି କାର୍ଯ୍ୟକୁ ସମର୍ଥନ କରୁଥିଲି । ମୁଁ ତାହାଙ୍କୁ ହତ୍ୟା କରୁଥିବା ଲୋକମାନଙ୍କର ଲୁଗାପଟାକୁ ଜଗିଥିଲି, ଏସବୁ କଥା ସେମାନେ ଜାଣନ୍ତି ।
\v 21 କିନ୍ତୁ ପ୍ରଭୁ ମୋତେ କହିଲେ, 'ତୁମ୍ଭେ ଯାଅ, ଯିରୁଶାଲମ ଛାଡ଼ି ଦିଅ କାରଣ ମୁଁ ତୁମ୍ଭକୁ ବହୁତ ଦୂର ଅଣଯିହୁଦୀ ଦେଶଗୁଡ଼ିକୁ ପଠାଇବି ।"
\s5
\v 22 ଲୋକମାନେ ପାଉଲ ଯାହା କହିଲେ ତାହା ଶୁଣିଲେ ଯେଉଁ ପର୍ଯ୍ୟନ୍ତ ସେ କହିଛନ୍ତି ଯେ ପ୍ରଭୁ ତାହାଙ୍କୁ ବିଭିନ୍ନ ସ୍ଥାନକୁ ପ୍ରେରଣ କରିଛନ୍ତି I ତା'ପରେ ସେମାନେ ସମସ୍ତେ ମିଶି ଖୁବ୍ ଜୋରରେ ପାଟି କରି କହିଲେ, " ଏ ଲୋକକୁ ପୃଥିବୀରୁ ଦୂର କର । କାରଣ ସେ ବଞ୍ଚିରହିବା ପାଇଁ ଯୋଗ୍ୟ ନୁହଁ ।"
\v 23 ସେମାନେ ଚ଼ିତ୍କାର କରି ନିଜ ନିଜ ଲୁଗାପଟା ବାହାର କରି ଫୋପାଡ଼ି ଦେଲେ ଓ ଶୂନ୍ୟକୁ ଧୂଳି ଫୋପାଡ଼ିଲେ I ଏହା ଦ୍ୱାରା ସେମାନଙ୍କ ରାଗ ଜଣା ପଡିଲା I
\v 24 ତା'ପରେ ସେନାପତି ପାଉଲଙ୍କୁ ସୈନ୍ୟ ନିବାସ ଭିତରକୁ ନେଇଯିବା ପାଇଁ ଆଦେଶ ଦେଲେ । କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ପାଉଲଙ୍କୁ ପଚ଼ାରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ ।
\s5
\v 25 ସେମାନେ ପାଉଲଙ୍କ ହାତ ବାନ୍ଧି କୋରଡ଼ା ମାରିଲେ I ସେ ସମୟରେ ପାଉଲ ସେଠାରେ ଥିବା ସୈନ୍ୟଙ୍କୁ କହିଲେ, "ମୁଁ ଜଣେ ରୋମୀୟ ନାଗରିକ, ଯେ କି ଦୋଷୀ ବୋଲି ପ୍ରମାଣିତ ହୋଇ ନାହିଁ, ତାହାକୁ କୋରଡ଼ା ମାରିବା କ'ଣ ଆଇନ ସଙ୍ଗତ ଅଟେ?"
\v 26 ଏ କଥା ଅଧିକାରୀ ଶୁଣି ସେନାଧ୍ୟକ୍ଷଙ୍କୁ ଜଣାଇଲେ । ଅଧିକାରୀ କହିଲେ, "ତୁମ୍ଭେ ଜାଣ, ତୁମ୍ଭେ କ’ଣ କରୁଛ? ଏ ଲୋକ ଜଣେ ରୋମୀୟ ନାଗରିକ?" ତାହାକୁ ପ୍ରହାର କରିବା ଆଇନ ସଙ୍ଗତ ନୁହେଁ I
\s5
\v 27 ତେଣୁ ସେନାଧ୍ୟକ୍ଷ ଶୁଣି ଆଚମ୍ବିତ ହେଲେ I ସେ ନିଜେ କାରାଗାରକୁ ଯାଇ ପାଉଲଙ୍କୁ ପଚ଼ାରିଲେ, " ମୋତେ କୁହ, ତୁମ୍ଭେ କ’ଣ ପ୍ରକୃତରେ ଜଣେ ରୋମୀୟ ନାଗରିକ?” ପାଉଲ ଉତ୍ତର କରି କହିଲେ, " ହଁ, ମୁଁ ଜଣେ ରୋମୀୟ ନାଗରିକ I"
\v 28 ସେନାଧ୍ୟକ୍ଷ କହିଲେ, "ମୁଁ ଜଣେ ରୋମୀୟ କିନ୍ତୁ ନାଗରିକ ହେବାପାଇଁ ମୁଁ ପ୍ରଚୁ଼ର ଟଙ୍କା ଦେଇଥିଲି ।" ପାଉଲ କହିଲେ, " ମୁଁ ଜନ୍ମରୁ ରୋମୀୟ ନାଗରିକ I"
\v 29 ସୈନ୍ୟମାନେ ପାଉଲଙ୍କୁ ପ୍ରହାର କରିବା ପାଇଁ ପ୍ରସ୍ତୁତ ହେବା ବେଳେ ଓ ତାହାଙ୍କୁ ପ୍ରଶ୍ନ କରି ଜଣେ ରୋମୀୟ ନାଗରିକ ବୋଲି ଜାଣିବା ପରେ ତାହାଙ୍କୁ ସାଙ୍ଗେ ସାଙ୍ଗେ ଛାଡ଼ି ଚ଼ାଲି ଗଲେ । ସେନାଧ୍ୟକ୍ଷ ମଧ୍ୟ ତାହାଙ୍କୁ ବାନ୍ଧି ବେତ୍ରାଘାତ କରିବା ପାଇଁ ଆଦେଶ ଦେବାକୁ ଡ଼ରିଗଲେ । କାରଣ ଏହା କରିବା ଦ୍ୱାରା ସେ ଯେ ନିୟମ ଭଙ୍ଗ କରୁଛନ୍ତି ତାହା ବୁଝି ପାରିଲେ I
\s5
\v 30 ତହିଁ ଆର ଦିନ ସେନାଧ୍ୟକ୍ଷ ଜାଣିବା ପାଇଁ ଚାହିଲେ ଯିହୁଦୀମାନେ ପ୍ରକୃତରେ ପାଉଲଙ୍କ ବିରୁଦ୍ଧରେ କ'ଣ ଦୋଷାରୋପ କରୁଥିଲେ । ତେଣୁ ତା' ପର ଦିନ ସେ ପାଉଲଙ୍କୁ ମୁକ୍ତ କରି ଦେଲେ ଏବଂ ଯିହୁଦୀ ମୁଖ୍ୟ ଯାଜକମାନଙ୍କୁ ଓ ସମଗ୍ର ଯିହୁଦୀ ମହାସଭା ଏକାଠି ହେବାକୁ ଆଦେଶ ଦେଲେ । ତା'ପରେ ସେନାଧ୍ୟକ୍ଷ ପାଉଲଙ୍କୁ ମହାସଭା ସମ୍ମୁଖରେ ବିଚ଼ାର ପାଇଁ ଠିଆ କରାଇଲେ I
\s5
\c 23
\p
\v 1 ପାଉଲ ଏକ ଲୟରେ ମହାସଭାକୁ ଚ଼ାହିଁ କହିଲେ, " ହେ ମୋର ଭାଇମାନେ! ମୁଁ ଆଜି ପର୍ଯ୍ୟନ୍ତ ଉତ୍ତମ ବିବେକ ଅନୁସାରେ କର୍ମ କରି ପରମେଶ୍ୱରଙ୍କ ସମ୍ମୁଖରେ ଜୀବନ ଅତିବାହିତ କରିଛି ।"
\v 2 ମହାଯାଜକ ହନାନୀୟ ଏହା ଶୁଣି ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁହଁରେ ଚ଼ାପୁଡ଼ା ମାରିବା ପାଇଁ ଆଦେଶ ଦେଲେ ।
\v 3 ପାଉଲ ହନାନୀୟଙ୍କୁ କହିଲେ, "ପରମେଶ୍ୱର ତୁମ୍ଭକୁ ମଧ୍ୟ ଆଘାତ କରିବେ, ହେ କପଟୀମାନେ! ତୁମ୍ଭେମାନେ ବସି ମୋଶାଙ୍କ ବ୍ୟବସ୍ଥା ବ୍ୟବହାର କରି ମୋର ବିଚାର କରୁଅଛ I କିନ୍ତୁ ତୁମ୍ଭେମାନେ ନିଜେ ଅବଜ୍ଞା କରୁଅଛ କାରଣ ବିନା ପ୍ରମାଣରେ ମୋତେ ଆଘାତ ଦେବାପାଇଁ ଆଦେଶ ଦେଉଛ ।
\s5
\v 4 ପାଉଲଙ୍କ ପାଖରେ ଠିଆ ହୋଇଥିବା ଲୋକମାନେ କହିଲେ, "ତୁମ୍ଭେ ପରମେଶ୍ୱରଙ୍କ ମହାଯାଜକଙ୍କୁ ସେପରି କଥା କହିପାରିବ ନାହିଁ । "
\v 5 ପାଉଲ ଉତ୍ତର ଦେଲେ, "ଭାଇମାନେ, ମୁଁ ଦୁଃଖିତ ଯେ ତାହାଙ୍କୁ ମହାଯାଜକ ବୋଲି ଜାଣି ନ ଥିଲି । ମୁଁ ଜାଣି ଥିଲେ ଏପରି କରି ନ ଥାନ୍ତି I ଏହା ଧର୍ମଶାସ୍ତ୍ରରେ ଲେଖାଅଛି, 'ତୁମ୍ଭର ନିଜ ଲୋକଙ୍କ ନେତା ବିଷୟରେ ଖରାପ କଥା କହିବା ଉଚ଼ିତ ନୁହେଁ ।' "
\s5
\v 6 ପାଉଲ ଜାଣିପାରିଲେ ଯେ ସଭାରେ ସେମାନଙ୍କ ଭିତରୁ କେତେକ ଲୋକ ସାଦ୍ଦୁକୀ ଓ ଅନ୍ୟ କେତେକ ଫାରୁଶୀ ମଧ୍ୟ ଥିଲେ । ତେଣୁ ସେ ଖୁବ୍ ଜୋର୍‌ରେ କହିଲେ, " ହେ ଯିହୁଦୀୟ ଭାଇମାନେ, ମୁଁ ଜଣେ ଫାରୂଶୀ ଓ ମୋ’ ପିତା ମଧ୍ୟ ଫାରୂଶୀ ଥିଲେ । ମୁଁ ଲୋକମାନଙ୍କର ମୃତ୍ୟୁରୁ ପୁନରୁତ୍ଥାନରେ ବିଶ୍ୱାସ କରେ । ଏହି ବିଶ୍ୱାସ ପାଇଁ ମୁଁ ଆଜି ଏଠାରେ ଏହି ବିଚ଼ାରର ସମ୍ମୁଖୀନ ହେଉଛି କାରଣ ପରମେଶ୍ୱର ଦିନେ ମୃତମାନଙ୍କୁ ପୁନରୁତ୍ଥାନ କରିବେ ।"
\v 7 ପାଉଲ ଏପରି କହିବା ମାତ୍ରେ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବହୁତ ତର୍କ-ବିତର୍କ ହେଲା ଯେ ମୃତ ଲୋକମାନେ ପୁଣି ଉଠିବେ କି ନାହିଁ, ସଭାର ଦୁଇ ଦଳ ମଧ୍ୟରେ ତର୍କ-ବିତର୍କ ହେଲା ।
\v 8 ସାଦ୍ଦୁକୀମାନେ ବିଶ୍ୱାସ କରନ୍ତି ଯେ ମୃତ ଲୋକମାନଙ୍କର ପୁନରୁତ୍ଥାନ ହୁଏ ନାହିଁ କି କୌଣସି ସ୍ୱର୍ଗଦୂତ କିଅବା ଆତ୍ମା କେହି ନାହାନ୍ତି । କିନ୍ତୁ ଫାରୁଶୀମାନେ ଦୁଇଟି ବିଷୟକୁ ବିଶ୍ୱାସ କରନ୍ତି ।
\s5
\v 9 ତେଣୁ ଯିହୁଦୀମାନେ ପରସ୍ପର ମଧ୍ୟରେ ଭୀଷଣ ପାଟିତୁଣ୍ଡ କଲେ । ଫାରୂଶୀ ଦଳର କେତେଜଣ ବ୍ୟବସ୍ଥା ଶିକ୍ଷକ ଠିଆ ହୋଇ ପାଉଲଙ୍କ ସପକ୍ଷରେ ଯୁକ୍ତି କଲେ । ସେମାନେ କହିଲେ, "ଆମ୍ଭେ ଏ ଲୋକର କିଛି ଦୋଷ ଦେଖିବାକୁ ପାଉନାହୁଁ । ହୁଏତ କୌଣସି ଆତ୍ମା କି ସ୍ୱର୍ଗଦୂତ ଏ ଲୋକ ସହିତ କଥାବାର୍ତ୍ତା ହୋଇଥିଲେ ଓ ସେ ଯେ ଯାହା କହୁଅଛି ତାହା ସତ୍ୟ ଅଟେ I
\v 10 ପରେ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହୋଇଉଠିଲା । ସେନାଧ୍ୟକ୍ଷ ଭାବିଲେ, ବୋଧେ ଲୋକ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ । ତେଣୁ ପାଉଲଙ୍କୁ ସେମାନଙ୍କ ନିକଟରୁ ନେଇଆସି ସୈନ୍ୟ ନିବାସ ଭିତରୁ ନେଇ ଯିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ ।
\s5
\v 11 ସେହି ରାତିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, "ସାହସୀ ହୁଅ । ତୁମ୍ଭେ ମୋ’ ବିଷୟରେ ଯିରୂଶାଲମରେ ଯେପରି ସାକ୍ଷ୍ୟ ଦେଇଛ ଠିକ୍ ସେହିପରି ରୋମରେ ମଧ୍ୟ ଦେବ ।"
\s5
\v 12 ତହିଁ ଆରଦିନ କେତେକ ଯିହୁଦୀ ଯେଉଁମାନେ ପାଉଲଙ୍କୁ ଘୃଣା କରୁଥିଲେ ସେମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଗୋଟିଏ ଯୋଜନା କଲେ । ତାହାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ । ସେମାନେ ଯଦି ଏହି ଶପଥ ନ ରଖନ୍ତି ପ୍ରଭୁ ଆମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ I
\v 13 ଚ଼ାଳିଶ ଜଣରୁ ଅଧିକ ଯିହୁଦୀ ପାଉଲଙ୍କୁ ହତ୍ୟା କରିବା ପାଇଁ ଏହି ଷଡ଼ଯନ୍ତ୍ର କଲେ ।
\s5
\v 14 ସେମାନେ ମୁଖ୍ୟ ଯାଜକ ଓ ପ୍ରାଚ଼ୀନମାନଙ୍କ ପାଖକୁ ଯାଇ କହିଲେ, "ପ୍ରଭୁ ଜାଣନ୍ତି, ଆମ୍ଭେ ପ୍ରତିଜ୍ଞା କରିଛୁ ଯେ, ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କେହି ଭୋଜନ ସ୍ପର୍ଶ କରିବୁ ନାହିଁ I
\v 15 ତେଣୁ ଆମେ ତୁମକୁ ଏକ ଅନୁରୋଧ କରୁଛୁ ଯେ ତୁମେ ଯାଇ ଯିହୁଦୀମାନଙ୍କ ସଭା ତରଫରୁ ସେନାଧ୍ୟକ୍ଷ ଓ ସମସ୍ତ ଯିହୁଦୀୟ ନେତାମାନଙ୍କୁ ପାଉଲଙ୍କୁ ଛାଡ଼ି ଦେବା ପାଇଁ କୁହ । ତୁମ୍ଭେ ସେନାଧ୍ୟକ୍ଷଙ୍କୁ କହିବ ଯେ ତୁମ୍ଭେ ପାଉଲଙ୍କୁ ବାହାରକୁ ଆଣିବା ପାଇଁ ଚ଼ାହଁ, କାରଣ ତାହାଙ୍କୁ ତୁମ୍ଭର ଅନେକ ପ୍ରଶ୍ନ ପଚ଼ାରିବାର ଅଛି । ଆମ୍ଭେ ତାହାଙ୍କୁ ଏଠାରେ ପହଞ୍ଚିବା ପୂର୍ବରୁ ବାଟରେ ହତ୍ୟା କରିବା ପାଇଁ ପ୍ରସ୍ତୁତ ଅଛୁ ।"
\s5
\v 16 ପାଉଲଙ୍କର ଭଣଜା ଏ ଷଡ଼ଯନ୍ତ୍ର ବିଷୟରେ ଶୁଣିଲେ । ସେ ସେନାମାନଙ୍କ ସୈନ୍ୟ ନିବାସକୁ ଯାଇ ପାଉଲଙ୍କୁ ଏ ବିଷୟରେ କହିଲେ ।
\v 17 ତା'ପରେ ପାଉଲ ଜଣେ ସେନା ଅଧିକାରୀଙ୍କୁ ଡ଼ାକି କହିଲେ, "ଏହି ଯୁବକକୁ ସେନାଧ୍ୟକ୍ଷଙ୍କ ନିକଟକୁ ନେଇଯାଅ । ତା'ର ତାହାଙ୍କୁ କିଛି କହିବାର ଅଛି ।
\s5
\v 18 ତେଣୁ ସେନା ଅଧିକାରୀ ତାହାକୁ ସେନାଧ୍ୟକ୍ଷଙ୍କ ନିକଟକୁ ନେଇଗଲା ଓ କହିଲା, "ବନ୍ଦୀ ପାଉଲ ଏ ଯୁବକକୁ ଆପଣଙ୍କ ନିକଟକୁ ପଠାଇଛନ୍ତି । ସେ ଆପଣଙ୍କୁ କିଛି କହିବାକୁ ଚ଼ାହେଁ ।
\v 19 ସେନାଧ୍ୟକ୍ଷ ଯୁବକର ହାତ ଧରି ନିରୋଳା ସ୍ଥାନକୁ ନେଇ ପଚ଼ାରିଲେ, "ତୁମ୍ଭେ ମୋତେ କ’ଣ କହିବାକୁ ଚ଼ାହଁ?
\s5
\v 20 ସେ କହିଲା, "ଯିହୁଦୀମାନେ ପାଉଲଙ୍କୁ ଆହୁରି ଅଧିକ ପ୍ରଶ୍ନ ପଚ଼ାରିବାର ବାହାନାରେ ଆସନ୍ତା କାଲି ତାହାଙ୍କର ମହାସଭାକୁ ଆଣିବା ଉଦ୍ଦେଶ୍ୟରେ ଆପଣଙ୍କୁ କହିବାକୁ ସ୍ଥିର କରିଛନ୍ତି । ମାତ୍ର ତାହା ସତ୍ୟ ନୁହେଁ I
\v 21 କିନ୍ତୁ ଆପଣ ସେମାନଙ୍କ କଥାନୁସାରେ କିଛି କରନ୍ତୁ ନାହିଁ । ଚ଼ାଳିଶ ଜଣରୁ ଅଧିକ ଯିହୁଦୀୟ ଲୁଚ଼ିଛନ୍ତି ଏବଂ ପାଉଲଙ୍କୁ ହତ୍ୟା କରିବା ପାଇଁ ଅପେକ୍ଷା କରିଛନ୍ତି । ସେମାନେ ତାହାଙ୍କୁ ନ ମାରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସେମାନେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି ।"
\s5
\v 22 ସେନାଧ୍ୟକ୍ଷ ସେହି ଯୁବକଙ୍କୁ ଆଦେଶ ଦେଲେ ଯେ ସେ ତାହାଙ୍କୁ ଏକଥା କହିଛି ବୋଲି କାହାକୁ ଯେପରି ନ କୁହେ ଓ ଏହା କହି ତାହାଙ୍କୁ ପଠାଇ ଦେଲେ ।
\v 23 ସେନାଧ୍ୟକ୍ଷ ଦୁଇ ଜଣ ସେନାପତିଙ୍କୁ ଡ଼ାକି କହିଲେ, "ଆଜି ରାତି ନ'ଟା ବେଳେ କାଇସରୀଆକୁ ଯିବା ପାଇଁ 200 ପଦାତିକ ସୈନ୍ୟ, 70 ଜଣ ଅଶ୍ୱାରୋହୀ, 200 ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର ।
\v 24 ନିରାପଦରେ ଯିବା ପାଇଁ କେତେକ ଘୋଡ଼ାକୁ ପାଉଲଙ୍କ ପାଇଁ ପ୍ରସ୍ତୁତ କର ଓ ରାଜ୍ୟପାଳ ଫେଲୀକ୍ସଙ୍କ ପାଖରେ ଉପସ୍ଥିତ କରାଅ ।
\s5
\v 25 ସେନାଧ୍ୟକ୍ଷ ରାଜ୍ୟପାଳଙ୍କୁ ଗୋଟିଏ ପତ୍ର ଲେଖିଲେ I ଏହି ପତ୍ରର ମର୍ମ ହେଲା;
\v 26 "ମହାମହିମ ରାଜ୍ୟପାଳ ଫେଲୀକ୍ସଙ୍କୁ କ୍ଲାଉଦିଅ ଲୂସିୟାର ନମସ୍କାର ।
\v 27 ଯୀହୂଦୀମାନେ ଏହି ଲୋକକୁ ଧରି ନେଇ ହତ୍ୟା କରିବା ପାଇଁ ଚେ଼ଷ୍ଟା କରୁଥିଲେ । ମୁଁ ଘଟଣା ସ୍ଥଳରେ ସୈନ୍ୟମାନଙ୍କ ସହିତ ପହଞ୍ଚିଲି ଓ ତାହାଙ୍କୁ ରକ୍ଷା କଲି । ମୁଁ ଜାଣିବାକୁ ପାଇଲି ସେ ଜଣେ ରୋମୀୟ ନାଗରିକ ।
\s5
\v 28 ମୁଁ ଏହି ଲୋକକୁ ସେମାନଙ୍କର ମହାସଭାକୁ ନେଇ ତାହା ବିରୁଦ୍ଧରେ ଥିବା ଅଭିଯୋଗ କ'ଣ ତାହା ଜାଣିବାକୁ ଚ଼ାହୁଁଥିଲି ।
\v 29 ତା'ପରେ ପାଉଲକୁ ପ୍ରଶ୍ନ ପଚାରିବା ବେଳେ ଓ ଉତ୍ତର ଦେବା ବେଳେ ମୁଁ ଜାଣିବାକୁ ପାଇଲି ଯେ, ସେ ସେମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଅଭିଯୁକ୍ତ ହୋଇଛି । କିନ୍ତୁ ସେ କାରାଦଣ୍ଡ ବା ପ୍ରାଣଦଣ୍ଡ ପାଇବାର କୌଣସି ଦୋଷ କରି ନାହିଁ ।
\v 30 ହଠାତ୍ ମୁଁ ତାକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିବାର ଖବର ପାଇଲି । ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି । ମୁଁ ତା'ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସେମାନେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ ।"
\s5
\v 31 ତେଣୁ ତାହାଙ୍କ ଆଦେଶ ଅନୁସାରେ, ସୈନିକମାନେ ପାଉଲଙ୍କୁ ଧରି ନେଲେ ଏବଂ ରାତ୍ରୀରେ ଆନ୍ତିପାତ୍ରି ନଗରକୁ ଆଣିଲେ ।
\v 32 ତହିଁ ଆରଦିନ ପାଉଲଙ୍କୁ କାଇସରୀଆରେ ପହଞ୍ଚାଇବାର ଦାୟିତ୍ୱ ଅଶ୍ୱରୋହୀମାନଙ୍କୁ ଦେଇ ପଦାତିକ ସୈନ୍ୟମାନେ ସୈନ୍ୟ ନିବାସକୁ ଫେରି ଆସିଲେ ।
\v 33 ସେମାନେ କାଇସରୀଆରେ ପହଞ୍ଚି ରାଜ୍ୟପାଳକୁ ପତ୍ରଟି ଦେଲେ । ତା'ପରେ ସେମାନେ ପାଉଲଙ୍କୁ ତାହାଙ୍କ ହାତରେ ସମର୍ପଣ କଲେ ।
\s5
\v 34 ରାଜ୍ୟପାଳ ପତ୍ର ପଢ଼ି ପାଉଲଙ୍କୁ ପଚ଼ାରିଲେ ଯେ ସେ କେଉଁ ପ୍ରଦେଶର ଲୋକ । ସେ ଜାଣିବାକୁ ପାଇେଲ ଯେ ପାଉଲ କିଲିକିଆର ଲୋକ I
\v 35 ରାଜ୍ୟପାଳ କହିଲେ, "ତୁମ୍ଭର ଅଭିଯୋଗକାରୀମାନେ ଏଠାରେ ପହଞ୍ଚିବା ପରେ, ମୁଁ ତୁମ୍ଭ ବିଷୟରେ ସେମାନଙ୍କର ଅଭିଯୋଗ ଶୁଣିବି ଓ ବିଚାର କରିବି ।" ସେ ପାଉଲଙ୍କୁ ହେରାଦଙ୍କର ରାଜ ପ୍ରାସାଦରେ ରଖିବା ପାଇଁ ଆଦେଶ ଦେଲେ ।
\s5
\c 24
\p
\v 1 ମହାଯାଜକ ହନାନୀୟ ପାଞ୍ଚଦିନ ପରେ କେତେକ ଯିହୁଦୀୟ ନେତା ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କୁ ନେଇ କାଇସରୀଆରେ ପହଞ୍ଚିଲେ । ସେଠାରେ ସେମାନେ ରାଜ୍ୟପାଳଙ୍କ ସାମନାରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କଲେ ।
\v 2 ତେଣୁ ପାଉଲଙ୍କୁ ଡକା ହେଲା । ତର୍ତ୍ତୁଲ୍ଲ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲେ, " ହେ ମହାମାନ୍ୟ ଫେଲିକ୍ସ! ଆମ୍ଭ ଲୋକମାନେ ଆପଣଙ୍କ ସକାଶେ ବହୁତ ଶାନ୍ତିରେ ଜୀବନଯାପନ କରୁଛନ୍ତି, ତେଣୁ ଆମ୍ଭେ ଆପଣଙ୍କୁ ଧନ୍ୟବାଦ ଜଣାଉଅଛୁ । ଆପଣଙ୍କ ଦୂରଦୃଷ୍ଟି ଯୋଗୁଁ ଏ ଜାତି ନିମନ୍ତେ ବହୁତ ଉନ୍ନତିକର କାର୍ଯ୍ୟ ହୋଇପାରୁଛି ।
\v 3 ଏଥିପାଇଁ ଆମ୍ଭେ ସବୁ ପ୍ରକାର ଓ ସର୍ବଦା ଆପଣଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ ।
\s5
\v 4 ଅତଏବ ମୁଁ ଆପଣଙ୍କର ଅଧିକ ସମୟ ନଷ୍ଟ କରିବାକୁ ଇଚ୍ଛା ନ କରି, ସଂକ୍ଷେପରେ ଆମ୍ଭ କଥା କହିବି ତେଣୁ ଆପଣ ଧୈର୍ଯ୍ୟ ଧରି ଆମ୍ଭ କଥା ଶୁଣନ୍ତୁ ।
\v 5 ଏ ବ୍ୟକ୍ତି ଜଣେ ଗଣ୍ଡଗୋଳକାରୀ । ସେ ସାରା ପୃଥିବୀର ଯିହୁଦୀମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି । ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ୟ ନେତା ।
\v 6 ଏପରିକି ସେ ମନ୍ଦିରକୁ ଅପବିତ୍ର କରିବା ପାଇଁ ମଧ୍ୟ ଚେ଼ଷ୍ଟା କରୁଥିଲା ତେଣୁ ଆମେ ତାକୁ ବନ୍ଦୀ କଲୁ I
\s5
\v 7 ମାତ୍ର ସହସ୍ର ସେନାପତି ହୁସିୟା ବଳପୂର୍ବକ ଆମ୍ଭମାନଙ୍କ ନିକଟରୁ ତାଙ୍କୁ ଛଡାଇନେଲା I
\v 8 "ଆପଣ ନିଜେ ତାକୁ ପରୀକ୍ଷା କରି ତାହାଠାରୁ ଆପଣ ତାଙ୍କ ବିରୁଦ୍ଧରେ କରିଥିବା ସମସ୍ତ ଅଭିଯୋଗର ସତ୍ୟା ସତ୍ୟ ଜାଣି ପାରିବେ ।"
\v 9 ତା'ପରେ ସମସ୍ତ ଯିହୁଦୀୟ ନେତା ରାଜ୍ୟପାଳଙ୍କୁ କହିଲେ ଯେ ଯାହା ତର୍ତ୍ତୁଲ୍ଲ ଅଭିଯୋଗ କଲେ ତାହା ସତ୍ୟ ।
\s5
\v 10 ରାଜ୍ୟପାଳ ଯେତେବେଳ ପାଉଲଙ୍କୁ କହିବା ପାଇଁ ଆଦେଶ ଦେଲେ, ସେତେବେଳେ ପାଉଲ ଉତ୍ତର ଦେଇ କହିଲେ, "ମୁଁ ଜାଣେ ଯେ ଆପଣ ଅନେକ ବର୍ଷ ଧରି ଏ ଜାତିର ବିଚ଼ାରକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛନ୍ତି । ତେଣୁ ଆପଣଙ୍କ ସମ୍ମୁଖରେ ମୁଁ ଆନନ୍ଦରେ ମୋର ପକ୍ଷ ସମର୍ଥନ କରୁଅଛି ।
\v 11 ଆପଣ ଜାଣନ୍ତି ଯେ ମୁଁ କେବଳ ଉପାସନା କରିବା ପାଇଁ ମାତ୍ର ବାରଦିନ ପୂର୍ବରୁ ଯିରୂଶାଲମରେ ପହଞ୍ଚିଥିଲି ।
\v 12 ସେମାନେ ମୋତେ ମନ୍ଦିରରେ ବା କୌଣସି ସମାଜ ଗୃହରେ ବା ସହରରେ କାହାରି ସହ ଯୁକ୍ତି ତର୍କ କରିବା ବା ଭିଡ଼ ଜମେଇବାର ଦେଖିନାହାନ୍ତି ।
\v 13 ଏହି ଲୋକମାନେ ମୋ’ ବିରୁଦ୍ଧରେ ଯେଉଁ ଅଭିଯୋଗ କରୁଛନ୍ତି, ତାହାର ପ୍ରମାଣ ସେମାନେ ଦେଇ ପାରିବେ ନାହିଁ ।
\s5
\v 14 କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ 'ଦଳ' ବୋଲି କହନ୍ତି, ସେହି ମତାନୁଯାୟୀ ମୁଁ ମୋର ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କ ଉପାସନା କରେ । କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଯାହା ସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହା ସବୁ ଲେଖାଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ ।
\v 15 ଏହି ବ୍ୟକ୍ତିମାନଙ୍କ ଭଳି, ମୁଁ ମଧ୍ୟ ପରମେଶ୍ୱରଙ୍କଠାରେ ଏହି ଭରସା ରଖିଛି ଯେ, ଉଭୟ ଉତ୍ତମ ଓ ଦୁଷ୍ଟ ଲୋକମାନଙ୍କର ମୃତ୍ୟୁରୁ ପୁନରୁତ୍ଥାନ ହେବ ।
\v 16 କାରଣ ମୁଁ ବିଶ୍ୱାସ କରେ ସେହି ଦିନ ଆସିବ ମୁଁ ସର୍ବଦା ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ସନ୍ତୋଷ ଓ ଲୋକମାନଙ୍କ ଦୃଷ୍ଟିରେ ଯାହା ଉଚିତ ବୋଲି ଭାବନ୍ତି ତାହାହିଁ ମୁଁ କରେ I
\s5
\v 17 ମୁଁ ବହୁତ ବର୍ଷ ପର୍ଯ୍ୟନ୍ତ ଯିରୂଶାଲମରୁ ଦୂରରେ ଥିଲି । ତା'ପରେ ମୋ’ ଦରିଦ୍ର ଯିହୁଦୀମାନଙ୍କୁ ଅର୍ଥ ସାହାଯ୍ୟ ଦେବା ପାଇଁ ଓ ପରମେଶ୍ୱରଙ୍କ ପାଖରେ ଦାନ ଉତ୍ସର୍ଗ କରିବା ପାଇଁ ଯିରୂଶାଲମକୁ ଫେରିଲି ।
\v 18 ମୁଁ ମନ୍ଦିରରେ ନିଜକୁ ଶୁଚି କରିବାକୁ ଯାଇଥିଲି । ଶୁଚିକରଣ ଉତ୍ସବ ସରିଗଲା ପରେ କେତେକ ଏସିଆସ୍ଥିତ ଯିହୁଦୀମାନେ ସେଠାରେ ମୋତେ ଦେଖିଲେ ମୁଁ ସେଠାରେ କୌଣସି ଗଣ୍ଡଗୋଳ ସୃଷ୍ଟି କରି ନାହିଁ କି ମୋ’ ସହିତ କୌଣସି ଲୋକ ମଧ୍ୟ ନ ଥିଲେ ।
\v 19 ସେ ସମୟରେ ଏସିଆର କେତେକ ଯିହୁଦୀ ସେଠାରେ ଥିଲେ । ଯଦି ସେମାନଙ୍କର ମୋ’ ବିରୁଦ୍ଧରେ କିଛି ଆପତ୍ତି ଥାଏ ତେବେ ସେମାନେ ଆପଣଙ୍କ ନିକଟରେ ଉପସ୍ଥିତ ହେବା ଉଚ଼ିତ୍ I
\s5
\v 20 ନଚେତ୍ ଆପଣ ଏଠାରେ ଉପସ୍ଥିତ ଥିବା ଯିହୁଦୀମାନଙ୍କୁ ପଚ଼ାରନ୍ତୁ, ସେମାନଙ୍କ ପରିଷଦ ସଭାରେ, ସେମାନଙ୍କ ସମ୍ମୁଖରେ ମୁଁ ଯେତେବେଳ ଠିଆ ହେଲି, ସେତେବେଳ ସେମାନେ ମୋ’ଠାରେ କ’ଣ ସବୁ ଦୋଷ ଦେଖିଲେ ?
\v 21 ମୁଁ କେବଳ ଗୋଟିଏ କଥା ସେମାନଙ୍କ ମଧ୍ୟରେ ଠିଆ ହୋଇ ଜୋର୍‌ରେ କହିଥିଲି ଯେ, 'ମୃତ୍ୟୁରୁ ଲୋକମାନଙ୍କର ପୁନରୁତ୍ଥାନ ହେବ ବୋଲି ବିଶ୍ୱାସ କରୁଥିବାରୁ ମୋର ଆଜି ସଭା ସମ୍ମୁଖରେ ବିଚ଼ାର ହେଉଛି I
\s5
\v 22 ଫେଲୀକ୍ସ୍ ଖ୍ରୀଷ୍ଟଙ୍କର ମାର୍ଗ ବିଷୟରେ ଭଲ ଭାବରେ ଜାଣିଥିବାରୁ ଶୁଣାଣି ସ୍ଥଗିତ ରଖିଲେ । ସେ କହିଲେ, " ସେନାଧ୍ୟକ୍ଷ ଲୂସିୟା ଆସିବା ପରେ ମୁଁ ତୁମ୍ଭମାନଙ୍କ ବିଚ଼ାର କରିବି ।
\v 23 ଫେଲିକ୍ସ୍ ଶତ ସେନାପତିଙ୍କ ଜିମାରେ ପାଉଲଙ୍କୁ ରଖିବା ପାଇଁ ଆଦେଶ ଦେଲେ । ସେ ତାହାଙ୍କୁ ନଜରବନ୍ଦୀରେ ରଖି କିଛି ସ୍ୱାଧୀନତା ଦେବା ପାଇଁ ମଧ୍ୟ ଆଜ୍ଞା ଦେଲେ । ପାଉଲଙ୍କ ବନ୍ଧୁମାନେ ଯଦି ତାହାଙ୍କ ନିକଟକୁ କୌଣସି ଆବଶ୍ୟକୀୟ ଜିନିଷ ନେଇ ଆସନ୍ତି, ତେବେ ସେମାନଙ୍କୁ ବାଧା ନ ଦେବା ନିମନ୍ତେ ମଧ୍ୟ ସେ ସେହି ଶତ ସେନାପତିଙ୍କୁ ଆଦେଶ ଦେଲେ I
\s5
\v 24 କିଛି ଦିନ ପରେ ଫେଲୀକ୍ସ୍ ତାହାଙ୍କ ସ୍ତ୍ରୀ ଦ୍ରୁସିଲ୍ଲାଙ୍କୁ ନେଇ ଆସିଲେ । ସେ ଯିହୁଦୀ ଥିଲେ । ଫେଲୀକ୍ସ୍ ପାଉଲଙ୍କୁ ଡ଼କାଇ ତାହାଙ୍କଠାରୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟରେ ଶୁଣିଲେ ।
\v 25 କିନ୍ତୁ ପାଉଲ ଯେତେବେଳେ ଧାର୍ମିକ ଜୀବନ, ଆତ୍ମସଂଯମ ଓ ଆଗାମୀ ବିଚ଼ାର ବିଷୟରେ କହିଲେ, ସେତେବେଳେ ଫେଲୀକ୍ସ୍ ଭୟଭୀତ ହୋଇଗଲେ । ଫେଲୀକ୍ସ୍ କହିଲେ, "ବର୍ତ୍ତମାନ ତୁମ୍ଭେ ଯାଅ । ମୋର ସମୟ ହେଲେ ମୁଁ ତୁମ୍ଭକୁ ଡ଼ାକିବି ।"
\s5
\v 26 କିନ୍ତୁ ଫେଲୀକ୍ସ୍ ପାଉଲଙ୍କ ସହିତ କଥା ହେବାର ଆଉ ଗୋଟିଏ କାରଣ ଥିଲା । ସେ ଆଶା କରିଥିଲେ ଯେ ପାଉଲ ତାହାଙ୍କୁ ଟଙ୍କା ଲାଞ୍ଚ ଦେବେ । ତେଣୁ ସେ ପାଉଲଙ୍କୁ ଅନେକଥର ଡ଼କାଇ କଥା ହେଉଥିଲେ ।
\v 27 କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲା ପରେ ପର୍କିୟ ଫେଷ୍ଟ ରାଜ୍ୟପାଳ ହେଲେ । ଫେଲୀକ୍ସ୍ ଆଉ ରାଜ୍ୟପାଳ ପଦରେ ରହିଲେ ନାହିଁ । ତେଣୁ ଫେଲୀକ୍ସ୍ ଯିହୁଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ କାରାଗାରରେ ରଖି ଚ଼ାଲିଗଲେ I
\s5
\c 25
\p
\v 1 ତା'ପରେ ଫେଷ୍ଟ ରାଜ୍ୟପାଳ ହେଲେ । ସେ ସେହି ପ୍ରଦେଶରେ ତିନି ଦିନ ରହିଲେ ଓ ତା'ପରେ କାଇସରୀଆରୁ ଯିରୂଶାଲମ ଚ଼ାଲିଗଲେ ।
\v 2 ସେଠାରେ ମୁଖ୍ୟ ଯାଜକମାନେ ଓ ଅନ୍ୟ ଯିହୁଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଆଗତ କଲେ ।
\v 3 ସେମାନେ ପାଉଲଙ୍କୁ ଯିରୂଶାଲମକୁ ପଠାଇଦେବା ପାଇଁ ତାହାଙ୍କୁ ଅନୁରୋଧ କଲେ । କାରଣ ସେମାନେ ତାହାଙ୍କୁ ରାସ୍ତାରେ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ ।
\s5
\v 4 କିନ୍ତୁ ଫେଷ୍ଟ କହିଲେ, "ପାଉଲ କାଇସରୀଆରେ ରହିବେ ଓ ମୁଁ ଶୀଘ୍ର ଯାଇ ପହଞ୍ଚିବି ।"
\v 5 ତୁମ୍ଭମାନଙ୍କ ମଧ୍ୟରୁ କେତେକ ନେତା ମଧ୍ୟ ମୋ’ ସହିତ ଚ଼ାଲନ୍ତୁ । ଯଦି ପାଉଲ କିଛି ଭୁଲ କରିଛନ୍ତି, ତେବେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣନ୍ତୁ ।"
\s5
\v 6 ତା'ପରେ ଫେଷ୍ଟ ସେମାନଙ୍କ ସହିତ ଆଠ ଦଶଦିନ ରହି କାଇସରୀଆକୁ ଚ଼ାଲିଗଲେ । ତହିଁ ଆରଦିନ ସେ ବିଚ଼ାର ଆସନରେ ବସିଲେ, ଓ ପାଉଲଙ୍କୁ ଡକାଇ ପଠାଇଲେ I
\v 7 ପାଉଲ କୋଠରୀକୁ ଆସିବା ପରେ ଯିରୂଶାଲମରୁ ଯେଉଁ ଯିହୁଦୀମାନେ ଆସିଥିଲେ, ସେମାନେ ତାହାଙ୍କ ଚ଼ାରିପାଖେ ଠିଆ ହୋଇଗଲେ । ସେମାନେ ତାହାଙ୍କ ବିରୁଦ୍ଧରେ ବହୁ ଗୁରୁତ୍ତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରିପାରିଲେ ନାହିଁ ।
\v 8 ପାଉଲ ଆତ୍ମରକ୍ଷାର ସୁଯୋଗ ପାଇ ଉତ୍ତର ଦେଲେ, "ମୁଁ ଯିହୁଦୀୟ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ କୌଣସି ଦୋଷ କରି ନାହିଁ ।
\s5
\v 9 କିନ୍ତୁ ଫେଷ୍ଟ ଯିହୁଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଚ଼ାରିଲେ, "ତୁମ୍ଭେ ମୋ ଦ୍ୱାରା ଏହି ଅଭିଯୋଗ ସମ୍ବନ୍ଧରେ ବିଚ଼ାର କରାଯିବା ପାଇଁ ଯିରୂଶାଲମ ଯିବା ପାଇଁ ଚ଼ାହୁଁଛ କି?"
\v 10 ପାଉଲ କହିଲେ, "ମୁଁ ବର୍ତ୍ତମାନ କାଇସରଙ୍କ ବିଚ଼ାର ଆସନ ସମ୍ମୁଖରେ ଠିଆ ହୋଇଛି । ଏଠାରେ ହିଁ ମୋର ବିଚ଼ାର ହେବ । ମୁଁ ଯିହୁଦୀୟମାନଙ୍କ ପ୍ରତି ଯେକୌଣସି ଭୁଲ କରି ନାହିଁ, ଏହା ଆପଣ ଜାଣନ୍ତି I
\s5
\v 11 ମୁଁ ଯଦି କୌଣସି ଦୋଷ କରିଥାଏ, ଓ ମୃତ୍ୟୁ ଯୋଗ୍ୟ କୌଣସି କାର୍ଯ୍ୟ କରିଥାଏ । ତେବେ ମୁଁ ମୃତ୍ୟୁ ବରଣ କରିବା ପାଇଁ ପ୍ରସ୍ତୁତ ଅଛି । କିନ୍ତୁ ଯଦି ଏ ଅଭିଯୋଗକାରୀ ମାନଙ୍କର କଥାରେ ସତ୍ୟତା ନାହିଁ । ତେବେ ମୋତେ କେହି ସେମାନଙ୍କ ହାତରେ ସମର୍ପଣ କରି ପାରିବେ ନାହିଁ । ତେଣୁ ମୁଁ କାଇସରଙ୍କ ନିକଟରେ ବିଚ଼ାର ପାଇଁ ଆବେଦନ କରୁଛି ।
\v 12 ଫେଷ୍ଟ ତାହାଙ୍କ ପରାମର୍ଶ ଦାତାମାନଙ୍କ ସହିତ ଏ ବିଷୟରେ କଥା ହେଲେ । ସେ କହିଲେ, "ତୁମ୍ଭେ କାଇସରଙ୍କ ନିକଟରେ ଆବେଦନ କରିଛ । ତେଣୁ ତୁମ୍ଭେ ତାହାଙ୍କ ନିକଟକୁ ଯିବ ।
\s5
\v 13 କିଛି ଦିନ ପରେ ଆଗ୍ରିପ୍ପା ରାଜା ଓ ରାଣୀ ବର୍ଣ୍ଣୀକୀ ଫେଷ୍ଟଙ୍କ ସାଙ୍ଗରେ ଦେଖା କରିବାକୁ କାଇସରୀଆ ନଗରକୁ ଗଲେ I
\v 14 ସେମାନେ ସେହି ସ୍ଥାନରେ ବହୁତ ଦିନ ରହିଲେ । ଫେଷ୍ଟ ରାଜାଙ୍କ ଆଗରେ ପାଉଲଙ୍କ ଅଭିଯୋଗ ବିଷୟରେ କହିଲେ । ସେ ତାହାଙ୍କୁ କହିଲେ, "ଏଠାରେ ଜଣେ ଲୋକ ଅଛି । ଫେଲୀକ୍ସ୍ ତାକୁ ବନ୍ଦୀ ରୂପେ ରଖିଯାଇଛନ୍ତି ।
\v 15 ମୁଁ ଯିରୂଶାଲମରେ ରହିବା ସମୟରେ ମୁଖ୍ୟ ଯାଜକମାନେ ଓ ଯିହୁଦୀମାନଙ୍କ ପ୍ରାଚୀନମାନେ ମୋ’ ନିକଟରେ ତା’ ବିରୁଦ୍ଧରେ ଅଭିଯୋଗ କରିଥିଲେ । ସେମାନେ ତାର ମୃତ୍ୟୁ ଦଣ୍ଡ ଚ଼ାହୁଁଥିଲେ ।
\v 16 ମୁଁ ସେମାନଙ୍କୁ ଉତ୍ତର ଦେଲି, 'ଯେତେବେଳେ କୌଣସି ବ୍ୟକ୍ତି କୌଣସି ଦୋଷ ପାଇଁ ଅଭିଯୁକ୍ତ ହୁଏ, ସେ ନିଜ ଅଭିଯୋଗକାରୀମାନଙ୍କର ମୁଖାମୁଖି ନ ହେବା ପର୍ଯ୍ୟନ୍ତ ଓ ନିଜ ବିରୁଦ୍ଧରେ ଆଗତ ଅଭିଯୋଗର ଉତ୍ତର ନ ଦେବା ପର୍ଯ୍ୟନ୍ତ ରୋମୀୟମାନେ ସେହି ଲୋକକୁ ଅନ୍ୟ କାହାକୁ ବିଚ଼ାର ପାଇଁ ଦିଅନ୍ତି ନାହିଁ ।'
\s5
\v 17 ତେଣୁ ଏହି ଯିହୁଦୀୟମାନେ ବିଚାର ପାଇଁ କାଇସରୀଆକୁ ଆସିବାରୁ ମୁଁ ସମୟ ନଷ୍ଟ ନ କରି ତହିଁ ଆରଦିନ ବିଚ଼ାର ସ୍ଥାନରେ ବସିଲି ଓ ସେହି ଲୋକକୁ ବିଚାରାଳୟକୁ ଆଣିବା ପାଇଁ ପ୍ରହରୀଙ୍କୁ ଆଦେଶ ଦେଲି ।
\v 18 ଯିହୁଦୀମାନେ ଠିଆ ହୋଇ ତାହାଙ୍କୁ ଦୋଷୀ କଲେ । କିନ୍ତୁ କୌଣସି ଖରାପ ଅପରାଧ ପାଇଁ ସେମାନେ ତାକୁ ଅଭିଯୁକ୍ତ କରି ପାରିଲେ ନାହିଁ ।
\v 19 ତା' ପରିବର୍ତ୍ତେ ସେମାନେ କେବଳ ନିଜ ଧର୍ମ ଓ ଯୀଶୁ ନାମକ ଜଣେ ମୃତ୍ୟୁ ବ୍ୟକ୍ତି ବିଷୟରେ ଯୁକ୍ତି ତର୍କ କଲେ । କିନ୍ତୁ ପାଉଲ ଯୀଶୁଙ୍କୁ ଜୀବିତ ବୋଲି ଦାବି କଲେ ।
\v 20 ମୁଁ ଏ ସବୁ ବିଷୟରେ ବେଶି ଜାଣି ନ ଥିଲି । ତେଣୁ ମୁଁ କିଛି ପ୍ରଶ୍ନ ପଚ଼ାରିଲି ନାହିଁ । ମୁଁ ପାଉଲଙ୍କୁ ପଚ଼ାରିଲି, 'ଏହି ଅଭିଯୋଗ ଗୁଡ଼ିକର ବିଚାର ପାଇଁ ତୁମ୍ଭେ ଯିରୂଶାଲମ ଯିବାକୁ ଚ଼ାହୁଁଛ କି?
\s5
\v 21 କିନ୍ତୁ ପାଉଲ ବନ୍ଦୀଗୃହରେ ରହିବା ପାଇଁ ଓ ସମ୍ରାଟଙ୍କ ଦ୍ୱାରା ବିଚ଼ାର ହେବା ପାଇଁ ଅନୁରୋଧ କଲେ । ତେଣୁ ମୁଁ ତାହାକୁ ସମ୍ରାଟଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ବନ୍ଦୀଗୃହରେ ରହିବା ପାଇଁ ଆଦେଶ ଦେଲି ।
\v 22 ତା'ପରେ ଆଗ୍ରୀପ୍ପା ଫେଷ୍ଟଙ୍କୁ କହିଲେ, "ମୁଁ ସେହି ଲୋକଠାରୁ ନିଜେ ଶୁଣିବାକୁ ଚାହେଁ ।
\s5
\v 23 ତହିଁ ଆରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହାଆଡ଼ମ୍ବରରେ ଉଚ୍ଚପଦସ୍ଥ ସାମରିକ କର୍ମଚ଼ାରୀ ତଥା ନଗରର ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଚାରାଳୟରରେ ପ୍ରବେଶ କଲେ । ଫେଷ୍ଟଙ୍କ ଆଦେଶ ଅନୁଯାୟୀ ପାଉଲଙ୍କୁ ସେଠାକୁ ଅଣାଗଲା I
\v 24 ତା'ପରେ ଫେଷ୍ଟ କହିଲେ, " ହେ ରାଜା ଆଗ୍ରିପ୍ପା ଓ ଉପସ୍ଥିତ ଭଦ୍ର ବ୍ୟକ୍ତି ବୃନ୍ଦ, ଏ ହେଉଛନ୍ତି ସେହି ଲୋକ, ଯାହାଙ୍କ ବିଷୟରେ ଉଭୟ ଯିରୂଶାଲମ ଓ ଏଠାରେ ଥିବା ସମସ୍ତ ଯିହୁଦୀୟ ଲୋକମାନେ ମୋ’ ନିକଟରେ ଚିତ୍କାର କରି ଆବେଦନ କରିଛନ୍ତି ଯେ, ତାହାକୁ ଆଉ ବଞ୍ଚିରହିବାକୁ ଦିଆ ନ ଯାଉ ।
\s5
\v 25 କିନ୍ତୁ ମୁଁ ଯେତେବେଳେ ତାହାଙ୍କର ବିଚାର କଲି ସେତେବେଳେ ତାହାଙ୍କର କିଛି ଭୁଲ ଦେଖିଲି ନାହିଁ । ତାହାଙ୍କୁ ମୃତ୍ୟୁ ଦଣ୍ଡ ଦେଲା ଭଳି କୌଣସି କାରଣ ଦେଖିଲି ନାହିଁ । ସେ ସମ୍ରାଟଙ୍କ ନିକଟରେ ବିଚ଼ାରିତ ହେବା ପାଇଁ ଆବେଦନ କରିଥିବାରୁ ମୁଁ ତାହାକୁ ରୋମ୍ ପଠାଇବା ପାଇଁ ସ୍ଥିର କଲି ।
\v 26 କିନ୍ତୁ ମୁଁ ପ୍ରକୃତରେ ଜାଣି ପାରୁନାହିଁ, ସମ୍ରାଟଙ୍କୁ ତା' ବିଷୟରେ କ’ଣ ଲେଖିବି? ତେଣୁ ମୁଁ ତାକୁ ଆପଣମାନଙ୍କ ପାଖକୁ ଓ ହେ ରାଜା ଆଗ୍ରିପ୍ପା ବିଶେଷ କରି ଆପଣଙ୍କ ପାଖକୁ ଆଣିଛି । ମୋର ଆଶା, ଆପଣ ତାକୁ ପ୍ରଶ୍ନ ପଚାରି ପାରିବେ, ଓ କାଇସରଙ୍କୁ ଲେଖିବା ପାଇଁ ମୋତେ କିଛି କହିବେ ।
\v 27 ତେଣୁ ମୁଁ ଭାବୁଛି, ଜଣେ ବନ୍ଦୀ ବିରୁଦ୍ଧରେ କୌଣସି ଅଭିଯୋଗ ନ ଲେଖି ସମ୍ରାଟଙ୍କ ପାଖକୁ ପଠାଇବା ମୋର ମୂର୍ଖାମୀ ହେବ ।"
\s5
\c 26
\p
\v 1 ଆଗ୍ରିପ୍ପା ପାଉଲଙ୍କୁ କହିଲେ, "ତୁମ୍ଭକୁ ନିଜ ସପକ୍ଷରେ କହିବା ପାଇଁ ଅନୁମତି ଦିଆଗଲା ।"
\v 2 ହେ ରାଜା ଆଗ୍ରିପ୍ପା, "ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି, କାରଣ ମୁଁ ଆଜି ଆପଣଙ୍କ ସମ୍ମୁଖରେ ଯିହୁଦୀମାନଙ୍କ ଦ୍ୱାରା ଅଭିଯୋଗ ବିରୁଦ୍ଧରେ ମୋ’ ସପକ୍ଷରେ ଉତ୍ତର ଦେବା ପାଇଁ ସମର୍ଥ ହୋଇପାରିଛି ।
\v 3 ଏକଥା ସତ୍ୟ ଯେ, ଆପଣ ଯିହୁଦୀୟ ପରମ୍ପରା ଓ ସେମାନେ ଯୁକ୍ତି କରୁଥିବା ବିଷୟରେ ଉତ୍ତମ ଜ୍ଞାନ ରଖିଛନ୍ତି । ତେଣୁ ମୋର କଥା ଧୈର୍ଯ୍ୟ ସହକାରେ ଶୁଣିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ।
\s5
\v 4 " ଯିହୁଦୀୟମାନେ ମୋର ସମ୍ପୂର୍ଣ୍ଣ ଜୀବନ ବିଷୟରେ ଜାଣନ୍ତି । ମୁଁ ପିଲାଦିନରୁ ନିଜ ଦେଶରେ ଓ ପରେ ଯିରୂଶାଲମରେ କିପରି ବାସ କରିଥିଲି, ତାହା ସେମାନେ ଜାଣନ୍ତି ।
\v 5 ସେମାନେ ମୋତେ ବହୁତ ଦିନରୁ ଜାଣନ୍ତି । ସେମାନେ ଯଦି ଚ଼ାହାଁନ୍ତି ତେବେ ସାକ୍ଷ୍ୟ ଦେଇପାରନ୍ତି ଯେ, ମୁଁ ଜଣେ ଉତ୍ତମ ଫାରୁଶୀ ଥିଲି । ଯିହୁଦୀୟ ଧର୍ମ ବ୍ୟବସ୍ଥାକୁ ଫାରୁଶୀମାନେ ଅନ୍ୟ କୌଣସି ଯିହୁଦୀୟ ଦଳର ଲୋକଙ୍କ ଅପେକ୍ଷା ଅଧିକ ଦୃଢ଼ ଭାବରେ ମାନନ୍ତି ।
\s5
\v 6 ଆମ୍ଭମାନଙ୍କ ପୂର୍ବପୁରୁଷଙ୍କ ନିକଟରେ ପରମେଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ଉପରେ ନିର୍ଭର କରିଥିବାରୁ ମୋର ଆଜି ବିଚ଼ାର ହେଉଛି ।
\v 7 ଯେଉଁ ପ୍ରତିଜ୍ଞାକୁ ଇସ୍ରାଏଲର ବାରଟି ଗୋଷ୍ଠୀ ମଧ୍ୟ ଗ୍ରହଣ କରିବାକୁ ଆଶା କରନ୍ତି, ଓ ଏହାରି ଉପରେ ନିର୍ଭର କରି ଦିନରାତି ପରମେଶ୍ୱରଙ୍କୁ ପୂଜା କରନ୍ତି, ମୁଁ ମଧ୍ୟ ସେହି ପ୍ରତିଜ୍ଞା ଗ୍ରହଣ କରିବା ପାଇଁ ଆଶା କରିଛି । ହେ ରାଜା! ସେହି ପ୍ରତିଜ୍ଞା ଉପରେ ମୋର ଆଶା ଓ ବିଶ୍ୱାସ ଥିବାରୁ ଯିହୁଦୀମାନେ ମୋ’ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି I
\v 8 ପରମେଶ୍ୱର ଯେ ଲୋକମାନଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରି ପାରିବେ, ଏକଥା ଆପଣମାନେ କାହିଁକି ଅସମ୍ଭବ ବୋଲି ଭାବୁଛନ୍ତି?
\s5
\v 9 "ମୁଁ ଯେତେବେଳେ ଫାରୂଶୀ ଥିଲି, ସେତେବେଳେ ମୁଁ ମଧ୍ୟ ନାଜରିତୀୟ ଯୀଶୁଙ୍କ ବିରୁଦ୍ଧରେ ଅନେକ କାର୍ଯ୍ୟ କରିବି ବୋଲି ଭାବୁଥିଲି ।
\v 10 ଏ ଭଳି କରୁଥିବା ବେଳେ ମୁଁ ଯିରୂଶାଲମରେ ପରମେଶ୍ୱରଙ୍କର ଅନେକ ଲୋକଙ୍କୁ ବନ୍ଦୀ କରି କାରାଗାରରେ ରଖିଥିଲି । ଯୀଶୁଙ୍କ ଅନୁସରଣକାରୀଙ୍କୁ ଯେତେବେଳେ ମୃତ୍ୟୁଦଣ୍ଡ ଦିଆଯାଉଥିଲା, ସେତେବେଳେ ମଧ୍ୟ ଏହା ଠିକ୍ ବୋଲି ଭାବି ସେଥିରେ ପୂର୍ଣ୍ଣ ସମ୍ମତ ହୋଇଥିଲି । ମୁଁ ପରମେଶ୍ୱରଙ୍କର ଅନେକ ଲୋକମାନଙ୍କୁ ଧରି ଆଣି କାରାଗାରରେ ବନ୍ଦୀ କରି ରଖୁଥିଲି, କାରଣ ଏପରି କରିବା ନିମନ୍ତେ ମୁଁ ମହାଯାଜକମାନଙ୍କଠାରୁ କ୍ଷମତା ପାଇଥିଲି । ମୁଁ ସେମାନଙ୍କୁ ସମାଜ ଗୃହ ସବୁରେ ଦଣ୍ତ ଦେଇଥିଲି ।
\v 11 ମୁଁ ସେମାନଙ୍କୁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କହିବା ପାଇଁ ବାଧ୍ୟ କରିଥିଲି । ମୁଁ ସେମାନଙ୍କ ବିରୁଦ୍ଧରେ ଏତେ ଭୀଷଣ ଭାବରେ ରାଗି ଯାଇଥିଲି ଯେ ସେମାନଙ୍କୁ ଅତ୍ୟାଚ଼ାର କରିବା ପାଇଁ ବିଦେଶୀ ନଗରଗୁଡ଼ିକୁ ମଧ୍ୟ ଯାଇଥିଲି ।
\s5
\v 12 "ଥରେ ମୁଖ୍ୟ ଯାଜକମାନେ ମୋତେ ଦମ୍ମେସକ ନଗରକୁ ଯିବା ପାଇଁ ଅନୁମତି ଓ କ୍ଷମତା ଦେଲେ ।
\v 13 ମୁଁ ଦମ୍ମେସକକୁ ଯାଉଥିଲି । ସେତେବେଳେ ଖରାବେଳେ ହୋଇଥିଲା । ହଠାତ୍ ମୁଁ ଆକାଶରେ ଗୋଟିଏ ଆଲୋକ ଦେଖିଲି । ସେହି ଆଲୋକ ସୂର୍ଯ୍ୟଙ୍କଠାରୁ ମଧ୍ୟ ଆହୁରି ଉଜ୍ଜ୍ୱଳ ଥିଲା । ତାହା ମୋର ଓ ମୋ’ ସହିତ ଯାଉଥିବା ଲୋକଙ୍କ ଚ଼ାରିପଟେ ଝଲକୁ ଥିଲା ।
\v 14 ଆମେ ସମସ୍ତେ ତଳେ ପଡ଼ିଗଲୁ । ସେତେବେଳେ ମୁଁ ଏବ୍ରୀ ଭାଷାରେ ଗୋଟିଏ ସ୍ୱର ମୋତେ କହୁଥିବାର ଶୁଣିଲି, 'ଶାଉଲ, ଶାଉଲ, ତୁମ୍ଭେ ମୋତେ କାହିଁକି ତାଡ଼ନା ଦେଉଛ? କଣ୍ଟାମୁନରେ ଗୋଇଠା ମାରିବା ତୁମ୍ଭପାଇଁ ଅସମ୍ଭବ ଅଟେ ।' ଯୀଶୁଙ୍କୁ ଦେଖିଥିବା ବିଷୟରେ ପାଉଲଙ୍କ ବର୍ଣ୍ଣନା I
\s5
\v 15 ମୁଁ ପଚ଼ାରିଲି, 'ପ୍ରଭୁ, ଆପଣ କିଏ?' ସେ କହିଲେ, 'ମୁଁ ସେହି ଯୀଶୁ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଛ ।
\v 16 ତୁମ୍ଭେ ଏବେ ଠିଆ ହୁଅ । ମୁଁ ତୁମ୍ଭକୁ ଜଣେ ସେବକରୂପେ ନିଯୁକ୍ତ କରିବା ପାଇଁ ତୁମ୍ଭ ନିକଟରେ ଦେଖା ଦେଇଅଛି । ତୁମ୍ଭେ ମୋ’ ବିଷୟରେ ଯାହା ଦେଖିଲ, ଓ ଯାହା ମୁଁ ତୁମ୍ଭକୁ ଦେଖାଇବି, ତୁମ୍ଭେ ତା'ର ସାକ୍ଷୀ ହେବ I
\v 17 ମୁଁ ତୁମ୍ଭକୁ ତୁମ୍ଭ ନିଜ ଓ ଅନ୍ୟ ଦେଶର ଲୋକମାନଙ୍କଠାରୁ ରକ୍ଷା କରିବି । ସେମାନଙ୍କର ଆଖି ଖୋଲି ଦେବାପାଇଁ ମୁଁ ତୁମ୍ଭକୁ ପଠାଉଛି ।
\v 18 ତୁମ୍ଭେ ସେହି ଲୋକମାନଙ୍କୁ ସତ୍ୟ ପଥ ଦେଖାଇବ ଓ ସେମାନଙ୍କୁ ଅନ୍ଧକାରରୁ ଆଲୋକକୁ ଆଣିବ । ତୁମ୍ଭେ ସେମାନଙ୍କୁ ଶୟତାନର ଶକ୍ତି ନିକଟରୁ ଦୂରେଇ ନେଇ ପରମେଶ୍ୱରଙ୍କ ପାଖକୁ ଆଣିବ । ତେବେ ସେମାନଙ୍କର ପାପକୁ କ୍ଷମା କରାଯିବ I ଯେଉଁମାନେ ମୋତେ ବିଶ୍ୱାସ କରି ପବିତ୍ର ହୋଇଛନ୍ତି ସେମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ ।"
\s5
\v 19 ପାଉଲ କହିଲେ, " ହେ ମହାରାଜା ଅଗ୍ରିପ୍ପା, ମୁଁ ସେହି ସ୍ୱର୍ଗୀୟ ଦର୍ଶନର ବାଧ୍ୟ ହେଲି ।
\v 20 ମୁଁ ପ୍ରଥମେ ଦମ୍ମେସକ ନଗରରେ, ପରେ ଯିରୂଶାଲମରେ ସମଗ୍ର ଯିହୁଦା ଓ ଅଣଯିହୁଦୀ ଦେଶମାନଙ୍କରେ ମଧ୍ୟ ପ୍ରଚ଼ାର କଲି । ମୁଁ ସେମାନଙ୍କୁ ଅନୁତାପ କରି ପରମେଶ୍ୱରଙ୍କ ପାଖକୁ ଫେରିବା ପାଇଁ କହିଲି । ସେମାନଙ୍କ ହୃଦୟ ପରିବର୍ତ୍ତନ ପାଇଁ ଉଚ଼ିତ କାର୍ଯ୍ୟ କରିବା ପାଇଁ ମଧ୍ୟ କହିଲି ।
\v 21 ଏଥିପାଇଁ ମନ୍ଦିରରେ ଥିବା ସମୟରେ ଯିହୁଦୀମାନେ ମୋତେ ବନ୍ଦୀ କଲେ, ଓ ମାରିବାକୁ ଚେ଼ଷ୍ଟା କଲେ ।
\s5
\v 22 କିନ୍ତୁ ମୋତେ ପରମେଶ୍ୱର ସାହାଯ୍ୟ କଲେ । ସେ ଆଜି ପର୍ଯ୍ୟନ୍ତ ମାତେ ସାହାଯ୍ୟ କରିଆସୁଛନ୍ତି । ପରମେଶ୍ୱରଙ୍କ ସାହାଯ୍ୟ ପାଇ ମୁଁ ଏଠାରେ ଠିଆ ହୋଇଛି । ଉଭୟ ପ୍ରଭାବଶାଳୀ ଓ ସାଧାରଣ ଲୋକମାନଙ୍କୁ, ମୁଁ ଦେଖିଥିବା କଥା କହୁଛି । ମୁଁ କିଛି ନୂଆ କଥା କହୁନାହିଁ । ମୋଶା ଓ ଭାବବାଦୀମାନେ ଯାହା ସବୁ ଘଟିବ ବୋଲି କହିଛନ୍ତି, ମୁଁ ସେହି କଥା କହୁଛି I
\v 23 ସେମାନେ କହିଛନ୍ତି, ଖ୍ରୀଷ୍ଟ ମୃତ୍ୟୁ ବରଣ କରିବେ ଓ ମୃତ୍ୟୁର ପୁନରୁତ୍ଥିତ ହେଉଥିବା ପ୍ରଥମ ବ୍ୟକ୍ତି ହେବ । ମୋଶା ଓ ଭାବବାଦୀମାନେ କହିଛନ୍ତି, କେବଳ ଖ୍ରୀଷ୍ଟ ଯିହୁଦୀ ଓ ଅଣଯିହୁଦୀମାନଙ୍କୁ ଆଲୋକ ଦେଖାଇବେ ।"
\s5
\v 24 ପାଉଲ ଆତ୍ମରକ୍ଷା ପାଇଁ ଏହି ସବୁ କଥା କହିଲା ବେଳେ, ଫେଷ୍ଟ ଖୁବ୍ ଜୋରରେ କହିଲେ, "ପାଉଲ, ତୁମ୍ଭେ ପାଗଳା, ବହୁତ ପଢ଼ିବା କାରଣରୁ ତୁମ୍ଭେ ପାଗଳ ହୋଇଯାଇଛ ।"
\v 25 ପାଉଲ ଏହା ଶୁଣି ଉତ୍ତର ଦେଲେ, " ହେ ମହାମାନ୍ୟ ଫେଷ୍ଟ, ମୁଁ ପାଗଳ ନୁହେଁ । ମୋର ସବୁ କଥା ସତ୍ୟ ଓ ଯୁକ୍ତିଯୁକ୍ତ ।
\v 26 ରାଜା ଆଗ୍ରିପ୍ପା ଏସବୁ କଥା ଜାଣନ୍ତି । ତାହାଙ୍କୁ ଏହା ସ୍ପଷ୍ଟ ଭାବରେ କହି ପାରିବି, କାରଣ ମୁଁ ଜାଣେ ଯେ, ତାହାଙ୍କ ଦୃଷ୍ଟିରୁ ଏ ସମସ୍ତ ବିଷୟ ବାଦ୍ ଯାଇନାହିଁ, ଯେ ହେତୁ ଏହିସବୁ କୌଣସି ଗୁପ୍ତ ସ୍ଥାନରେ କରାଯାଇ ନାହିଁ ।
\s5
\v 27 ହେ ରାଜା ଆଗ୍ରିପ୍ପା, ଆପଣ କ'ଣ ଭାବବାଦୀମାନଙ୍କ ଲେଖାରେ ବିଶ୍ୱାସ କରନ୍ତି କି? ମୁଁ ଜାଣେ, ଆପଣ ବିଶ୍ୱାସ କରନ୍ତି ।"
\v 28 ଆଗ୍ରିପ୍ପା ପାଉଲଙ୍କୁ କହିଲେ, "ତୁମ୍ଭେ କ'ଣ ଏତେ ସହଜରେ ମୋତେ ଖ୍ରୀଷ୍ଟିୟାନ କରିଦେବ ବୋଲି ଭାବୁଛ?"
\v 29 ପାଉଲ ଉତ୍ତର ଦେଲେ, "ପରମେଶ୍ୱର କରନ୍ତୁ, ଶୀଘ୍ର ବା ବିଳମ୍ବରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମୋ’ କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମୋ ପରି ହୁଅନ୍ତୁ ।"
\s5
\v 30 ତା'ପରେ ରାଜା, ରାଜ୍ୟପାଳ, ରାଣୀ ବର୍ଣ୍ଣୀକୀ ଓ ଅନ୍ୟମାନେ ସମସ୍ତେ ଠିଆ ହେଲେ ଓ ପ୍ରସ୍ଥାନ କଲେ ।
\v 31 ସେମାନେ ବିଚ଼ାର ଗୃହ ଛାଡ଼ିଲା ବେଳେ ପରସ୍ପର ସହିତ କଥାବାର୍ତ୍ତା ହେଲେ । ସେମାନେ କହିଲେ, "ଏହି ଲୋକକୁ ହତ୍ୟା କରିବା କି ବନ୍ଦୀ କରିବା ଉଚିତ ନୁହେଁ । ସେ ପ୍ରକୃତରେ କିଛି ଖରାପ କାର୍ଯ୍ୟ କରି ନାହିଁ ।
\v 32 ଅଗ୍ରିପ୍ପା ଫେଷ୍ଟଙ୍କୁ କହିଲେ, "ଆମ୍ଭେ ଏହି ଲୋକକୁ ମୁକ୍ତି ଦେଇପାରିଥାନ୍ତୁ, କିନ୍ତୁ ସେ ଯଦି କାଇସରଙ୍କୁ ଆବେଦନ କରି ନ ଥାଆନ୍ତା ।"
\s5
\c 27
\p
\v 1 ଇତାଲିଆକୁ ଜାହାଜରେ ଯାତ୍ରା କରିବା ପାଇଁ ସ୍ଥିର ହେବାରୁ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ଦାଯିତ୍ୱ ଯୂଲିଅ ନାମକ ଶତ ସେନାପତିଙ୍କ ହସ୍ତରେ ଅର୍ପଣ କରାଗଲା । ସେହି ଯୂଲିଅ ସମ୍ରାଟଙ୍କର ସେନାବାହିନୀରେ ଚ଼ାକିରୀ କରୁଥିଲେ । ଆମ୍ଭେମାନେ ଆଦ୍ରାମୁତ୍ତୀୟରୁ ଗୋଟିଏ ଜାହାଜରେ ଉଠିଲୁ ।
\v 2 ସେହି ଜାହାଜଟି ଏସିଆ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯାଉଥିଲା । ଥେସଲିନିକୀର ଆରିସ୍ତାର୍ଖ ନାମକ ଜଣେ ମାକିଦନିଆ ଅଧିବାସୀ ଆମ୍ଭ ସହିତ ଥିଲେ ।
\s5
\v 3 ତହିଁ ଆରଦିନ ଆମ୍ଭେ ସୀଦୋନରେ ପହଞ୍ଚିଲୁ । ଯୂଲିଅ ପାଉଲଙ୍କ ପ୍ରତି ଦୟା ଦେଖେଇ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ ବନ୍ଧୁମାନେ ତାହାଙ୍କର ଆବଶ୍ୟକତା ପୂର୍ଣ୍ଣ କଲେ I
\v 4 ତା'ପରେ ଆମ୍ଭେ ସୀଦୋନ ନଗର ଛାଡ଼ିଲୁ । ସେ ସମୟରେ ପ୍ରତିକୂଳ ପବନ ବହୁଥିଲା । ତେଣୁ ଆମ୍ଭେ ସାଇପ୍ରସ୍ ଉପଦ୍ୱୀପ ନିକଟ ଦେଇ ଜଳଯାତ୍ରା କଲୁ ।
\v 5 ତା'ପରେ ଆମ୍ଭେ କିଲିକିୟା ଓ ଫଫୁଲିଆ କୂଳେ କୂଳେ ଯାଇ ଲୁକିଆ ଦେଶର ମୁରା ନଗରୀରେ ପହଞ୍ଚିଲୁ I
\v 6 ସେଠାରେ ଯୂଲିଅ ଆଲେକଜାଣ୍ଡ୍ରିଆର ଜାହାଜଟିଏ ଇତାଲିଆକୁ ଯାଉଥିବାର ପାଇଲ I ସେ ଆମ୍ଭମାନଙ୍କୁ ସେଥିରେ ଚ଼ଢାଇ ଦେଲେ I
\s5
\v 7 ଆମ୍ଭେମାନେ କିଛି ଦିନ ଧୀରେ ଧୀରେ ଯାତ୍ରା କଲୁ । ଶେଷରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ କ୍ନିଦ ପହଞ୍ଚିଲୁ । କିନ୍ତୁ ଖୁବ୍ ଜୋର୍‌ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ । ତେଣୁ ଆମ୍ଭେ ସାଲ୍ମୋଲୀର ନିକଟ କ୍ରୀତୀ ଦ୍ୱୀପ ଉପକୂଳ ଦେଇ ଯାତ୍ରା କଲୁ ।
\v 8 ଆମ୍ଭେ କୂଳେ କୂଳେ ବହୁତ କଷ୍ଟରେ ଯାତ୍ରା କଲୁ । ତା'ପରେ ଆମ୍ଭେ ଲାସାୟା ନଗର ପାଖ 'ସୁନ୍ଦର ବନ୍ଦର' ନାମକ ସ୍ଥାନରେ ପହଞ୍ଚିଲୁ ।
\s5
\v 9 ଏହିପରି ବହୁତ ସମୟ ବିତିଗଲା । ସେତେବେଳେ ଯିହୁଦୀୟ ଉପବାସ ଦିବସର ପରବର୍ତ୍ତୀ ସମୟ ହୋଇ ଥିବାରୁ, ଦୀର୍ଘ ଯାତ୍ରା ପାଇଁ ପାଗ ବିପଦପୂର୍ଣ୍ଣ ହୋଇ ଆସୁଥିଲା । ତେଣୁ ପାଉଲ ସେମାନଙ୍କୁ ସାବଧାନ କରେଇ କହିଲେ, " ହେ ବନ୍ଧୁଗଣ! ମୁଁ ଭାବୁଛି, ଆମ୍ଭମାନଙ୍କର ଆଉ ଆଗକୁ ଯାତ୍ରା କରିବା ବିପଦଜ୍ଜନକ ହେବ I
\v 10 ଏହା ଦ୍ୱାରା ଯେ କେବଳ ଜାହାଜ ଓ ଜିନିଷପତ୍ରର କ୍ଷତି ଘଟିବ ତାହା ନୁହେଁ, ହୁଏତ ଆମ୍ଭମାନଙ୍କର ଜୀବନ ମଧ୍ୟ ଚ଼ାଲିଯାଇପାରେ ।"
\v 11 କିନ୍ତୁ ସେନାଧିକାରୀ, ପାଉଲଙ୍କ କହିଥିବା କଥା ଅପେକ୍ଷା ଜାହାଜର କ୍ୟାପଟେନ୍ ଓ ମାଲିକଙ୍କ କଥାକୁ ଅଧିକ ବିଶ୍ୱାସ କଲେ I
\s5
\v 12 ସେହି ବନ୍ଦରଟି ଶୀତ କଟେଇବା ପାଇଁ ଅନୁପଯୁକ୍ତ ଥିଲା । ତେଣୁ ଜାହାଜର ଅଧିକାଂଶ ନାବିକ ଫୈନିକ୍ସରେ ପହଞ୍ଚିବା ଆଶାରେ ସେଠାରେ ଆମ୍ଭ ସହିତ ଯିବା ପାଇଁ ଓ ଶୀତଋତୁ କଟେଇବା ପାଇଁ ପରାମର୍ଶ ଦେଲେ । ଫୈନିକ୍ସ କ୍ରୀତି ଉପଦ୍ୱୀପର ଗୋଟିଏ ନଗର । ଫୈନିକ୍ସ ଗୋଟିଏ ବନ୍ଦର । ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣପୂର୍ବ ଦିଗକୁ ଥିଲା ।
\v 13 ତା'ପରେ ପ୍ରବଳ ପବନ ଦକ୍ଷିଣ ଦିଗରୁ ବୋହିଲା । ଜାହାଜରେ ଥିବା ଲୋକମାନେ ଭାବିଲେ, "ଆମ୍ଭେ ଯେଉଁ ପବନ ବହିବା ଇଚ୍ଛା କରିଥିଲୁ, ତାହା ଆମ୍ଭେ ପାଇଲୁ ।" ତେଣୁ ଆମ୍ଭେ ଲଙ୍ଗର ଉଠେଇ କ୍ରୀତି ଉପଦ୍ୱୀପର କୂଳେ କୂଳେ ଯାତ୍ରା କଲୁ ।
\s5
\v 14 ମାତ୍ର ଅଳ୍ପ ସମୟ ପରେ ହଠାତ୍ ପାଗ ବଦଳିଗଲା । "ଉତ୍ତର ପୂର୍ବୀୟ" ନାମକ ପବନ, ଦ୍ୱୀପଆଡୁ ପ୍ରଚ଼ଣ୍ଡ ବେଗରେ ବୋହିବାକୁ ଲାଗିଲା ।
\v 15 ଏହା ଜାହାଜକୁ ଆଘାତ କରି ସମୁଦ୍ର ଭିତରକୁ ଠେଲି ନେଲା । ଜାହାଜ ପବନରେ ସ୍ଥିର ହୋଇ ରହି ନ ପାରିବାରୁ ଆମ୍ଭେ ତାକୁ ଭାସି ଯିବା ପାଇଁ ଛାଡ଼ି ଦେଲୁ ।
\v 16 ତା'ପରେ ଆମ୍ଭେ କ୍ଲାଉଦ ନାମକ ଉପଦ୍ୱୀପ ଉହାଡ଼ରେ ଜାହାଜ ଚ଼ଳାଇଲୁ । ସେଠାରେ ଗୋଟିଏ ଜୀବନରକ୍ଷକ ଡ଼ଙ୍ଗାକୁ ବହୁ କଷ୍ଟରେ ଆମ୍ଭେ ଜାହାଜ ଉପରକୁ ଉଠାଇବାକୁ ସମର୍ଥ ହେଲୁ I
\s5
\v 17 କେବଳ ତାହାକୁ ଜାହାଜ ଭିତରକୁ ନେଲୁ । ତାହାକୁ ଏକାଠି ଧରି ରଖିବା ପାଇଁ ଜାହାଜର ଚ଼ାରିପଟେ ଦଉଡ଼ିରେ ବାନ୍ଧି ଦେଲ । ନାବିକମାନେ ଚେ଼ାରାବାଲିରେ ଜାହାଜ ଲାଗିଯିବାର ଭୟ କଲେ । ତେଣୁ ସେମାନେ ଉପର ପାଲଗୁଡ଼ିକ ଖସେଇ ପବନରେ ଜାହାଜଟିକୁ ଭସେଇ ଦେଲେ ।
\v 18 ତହିଁ ଆରଦିନ ସେମାନେ ଝଡ଼ ପ୍ରବଳ ବେଗରେ ବଢ଼ିବାରୁ ମାଲଗୁଡ଼ିକ ସମୁଦ୍ରରେ ପକେଇ ଦେଲେ ।
\s5
\v 19 ତୃତୀୟ ଦିନ ସେମାନେ ନିଜ ହାତରେ ଜାହାଜର ସରଞ୍ଜାମ ସବୁ ପାଣିକୁ ଫୋପାଡ଼ି ଦେଲେ ।
\v 20 ଆମ୍ଭେ ବହୁତ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କି ତାରା କିଛି ଦେଖି ପାରିଲୁ ନାହିଁ । ପ୍ରଚ଼ଣ୍ଡ ଝଡ଼ ବତାସର ବେଗ କମିଲା ନାହିଁ । ଆମ୍ଭେମାନେ ଜୀବନ ରକ୍ଷା କରିବାର ସମସ୍ତ ଆଶା ହରେଇ ବସିଲୁ । ଆମ୍ଭେ ଭାବିଲୁ, ଆମ୍ଭର ମୃତ୍ୟୁ ଘଟିବ । ଅନେକ ଦିନ ପର୍ଯ୍ୟନ୍ତ ଆମ୍ଭେମାନେ କେହି କିଛି ଖାଇ ନ ଥିଲୁ I
\s5
\v 21 ଶେଷରେ ପାଉଲ ସେମାନଙ୍କୁ କହିଲେ, "ବନ୍ଧୁଗଣ, ତୁମ୍ଭେମାନେ ଯଦି ମୋ’ କଥା ଶୁଣି କ୍ରୀତି ଉପଦ୍ୱୀପରୁ ଜାହାଜ ଛାଡ଼ି ନ ଥାନ୍ତ, ତେବେ ତୁମ୍ଭମାନଙ୍କର ଏ ଜାହାଜ ନଷ୍ଟ ହୋଇ ନ ଥାନ୍ତା ଓ ଏତେ କ୍ଷତି ଘଟି ନ ଥାନ୍ତା I
\v 22 କିନ୍ତୁ ବର୍ତ୍ତମାନ ମୋର କଥାଶୁଣ ଓ ସାହାସ ଧର । କାରଣ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଜୀବନ ଯିବ ନାହିଁ । କେବଳ ଜାହାଜଟି ନଷ୍ଟ ହୋଇଯିବ I
\s5
\v 23 ମୁଁ ଯେଉଁ ପରମେଶ୍ୱରଙ୍କର ସେବା କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତିରେ ମୋ’ ପାଖରେ ଠିଆ ହୋଇ କହିଲେ I
\v 24 'ଭୟ କର ନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ଯିବ । ପରମେଶ୍ୱର ତୁମ୍ଭ ହେତୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ ।'
\v 25 ତେଣୁ ବନ୍ଧୁଗଣ! ଖୁସୀ ହୁଅ । ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରେ । ତାହାଙ୍କ ଦୂତ ମୋତେ ଯେପରି କହିଛନ୍ତି, ଠିକ୍ ସେହିପରି ଘଟିବ ।
\v 26 କିନ୍ତୁ ଆମ୍ଭେ କୌଣସି ଉପଦ୍ୱୀପ କୂଳରେ ଖଣ୍ଡ ବିଖଣ୍ଡ ହୋଇ ପଡ଼ିବା ।"
\s5
\v 27 ଝଡ଼ର ଚ଼ଉଦ ଦିନରେ ପ୍ରାୟ ମଧ୍ୟ ରାତ୍ରି ସମୟରେ ଆମ୍ଭ ଜାହାଜ ଆଦ୍ରିୟା ସମୁଦ୍ରର ପାଖରେ ଭାସୁଥିଲା । ଆମ୍ଭ ନାବିକମାନେ କୌଣସି ସ୍ଥଳ ଭାଗରେ ନିକଟବର୍ତ୍ତୀ ହୋଇଛନ୍ତି ବୋଲି ସନ୍ଦେହ କଲେ I
\v 28 ସେମାନେ ଗୋଟିଏ କଡ଼ରେ ଓଜନ ଓହଳିଥିବା ଦଉଡ଼ି ସାହାଯ୍ୟରେ ମାପ କରି ସେଠାରେ ଜଳର ଗଭୀରତା 120 ଫୁଟ ବୋଲି ଦେଖିଲେ । କିଛି ସମୟ ପରେ ସେମାନେ ପୁଣି ମାପି ତାହା 90 ଫୁଟ ଗଭୀର ଥିବାର ଦେଖିଲେ ।
\v 29 ସେମାନେ ଭୟ କଲେ, ଯେ କାଳେ ଜାହାଜ ଭାସି-ଭାସି ଯାଇ ପଥରରେ ଧକ୍କା ହୋଇଯିବ । ତେଣୁ ସେମାନେ ଜାହାଜର ପଛ ପଟେ ଚାରୋଟି ଲଙ୍ଗର ପକାଇ ଦିନ ହେବା ପାଇଁ ଅପେକ୍ଷା କଲେ ।
\s5
\v 30 କେତେକ ନାବିକ ଜାହାଜ ଛାଡ଼ି ଚ଼ାଲିଯିବାକୁ ଚାହିଁଲେ । ତେଣୁ ସେମାନେ ଜୀବନରକ୍ଷକ ଡ଼ଙ୍ଗାକୁ ପାଣିରେ ଖସେଇ ଦେଲେ । ଯାହା ଫଳରେ ଅନ୍ୟମାନେ ଭାବିବେ ଯେ, ନାବିକମାନେ ଜାହାଜ ସାମନାରେ ଅଧିକ ଲଙ୍ଗର ପକାଇବାକୁ ଯାଉଛନ୍ତି ।
\v 31 କିନ୍ତୁ ପାଉଲ ସେନାଅଧିକାରୀଙ୍କୁ ଓ ସୈନିକମାନଙ୍କୁ କହିଲେ, "ଏମାନେ ଯଦି ଜାହାଜରେ ନ ରହିବେ, ତେବେ ତୁମ୍ଭେମାନେ କେହି ରକ୍ଷା ପାଇବ ନାହିଁ ।
\v 32 ତେଣୁ ସୈନିକମାନେ ଜୀବନ ରକ୍ଷକ ଡ଼ଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣିରେ ପକେଇ ଦେଲେ ।
\s5
\v 33 ପାହାନ୍ତିଆ ସମୟରେ ଠିକ୍ ପୂର୍ବରୁ ପାଉଲ ସେମାନଙ୍କୁ କିଛି ଖାଦ୍ୟ ଖାଇବା ପାଇଁ ଅନୁରୋଧ କଲେ । ସେ କହିଲେ, "ତୁମ୍ଭେମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚଉଦ ଦିନ ଧରି ତୁମ୍ଭେମାନେ ଖାଦ୍ୟ ସ୍ପର୍ଶ କରି ନାହଁ I
\v 34 ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ତୁମ୍ଭମାନଙ୍କ ମଧ୍ୟରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ୟ ନଷ୍ଟ ହେବ ନାହିଁ ।"
\v 35 ଏତିକି କହିବା ପରେ ପାଉଲ କିଛି ରୋଟୀ ନେଇ ସମସ୍ତଙ୍କ ଆଗରେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ, ଓ ସେଥିରୁ ଖଣ୍ଡେ ଛିଣ୍ଡେଇ ଖାଇବାକୁ ଆରମ୍ଭ କଲେ I
\s5
\v 36 ଏଥିରେ ସେମାନେ ସମସ୍ତେ ଉତ୍ସାହିତ ହେଲେ ଓ ସେମାନେ ମଧ୍ୟ ଖାଇବା ଆରମ୍ଭ କଲେ I
\v 37 ଜାହାଜରେ ସର୍ବ ମୋଟ 276 ଜଣ ଥିଲେ ।
\v 38 ଆମ୍ଭେ ଯଥେଷ୍ଟ ପରିମାଣରେ ଖାଇବା ପରେ ଜାହାଜରେ ଥିବା ଗହମକୁ ସେମାନେ ସମୁଦ୍ରରେ ଫିଙ୍ଗି ଦେଲେ, ଯଦ୍ଦ୍ୱାରା ଜାହାଜ ହାଲୁକା ହୋଇଗଲା I
\s5
\v 39 ଦିନ ହେଲା, ମାତ୍ର ନାବିକମାନେ ସେହି ସ୍ଥାନଟି ଚ଼ିହ୍ନି ପାରିଲେ ନାହିଁ । ସେମାନେ ଗୋଟିଏ ଉପସାଗର କୂଳରେ ବାଲିତଟ ଦେଖିଲେ । ସମ୍ଭବ ହେଲେ ସେହି କୂଳରେ ଜାହାଜ ଲଗେଇବା ପାଇଁ ସ୍ଥିର କଲେ ।
\v 40 ସେମାନେ ଲଙ୍ଗରଗୁଡ଼ିକ କାଟି ସମୁଦ୍ରରେ ଫିଙ୍ଗି ଦେଲେ । ସେମାନେ ମଙ୍ଗର ଦଉଡ଼ି ଫିଟେଇ ପବନରେ ସାମନା ପାଲଟି ଉଠାଇଲେ । ତା'ପରେ ସେମାନେ ବାଲିତଟ ଆଡ଼କୁ ଯାତ୍ରା କଲେ ।
\v 41 କିନ୍ତୁ ଜାହାଜଟି ଦୁଇଟି ସମୁଦ୍ରର ସଙ୍ଗମ ସ୍ଥାନରେ ଗୋଟିଏ ବାଲିଚଡ଼ାଠାରେ ଧକ୍କା ଖାଇ ଲାଗିଗଲା । ତେଣୁ ଜାହାଜର ଆଗ ଅଂଶ ଅଚ଼ଳ ହୋଇଗଲା ଓ ପଛ ଭାଗ ଲହରୀ ଧକ୍କାରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା ।
\s5
\v 42 ବନ୍ଦୀମାନେ କାଳେ ପହଁରି ଖସି ଚ଼ାଲିଯିବେ, ସେଥିପାଇଁ ସୈନ୍ୟମାନେ ଭୟରେ ସେମାନଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କଲେ ।
\v 43 କିନ୍ତୁ ସେନା ଅଧିକାରୀ ୟୂଲିଅ ପାଉଲଙ୍କୁ ରକ୍ଷା କରିବା ପାଇଁ ଚାହିଁଲେ । ତେଣୁ ବନ୍ଦୀ ଲୋକମାନଙ୍କୁ ମାରିଦେବା ପାଇଁ ସେ ସୈନିକମାନଙ୍କୁ ଅନୁମତି ଦେଲେ ନାହିଁ । ସେ ପହଁରି ଜାଣିଥିବା ଲୋକଙ୍କୁ ସମୁଦ୍ରକୁ ଡ଼େଇଁ ପଡ଼ି ପହଁରି ପହଁରି କୂଳକୁ ଯିବା ପାଇଁ ଆଦେଶ ଦେଲେ I
\v 44 ସେ ଅନ୍ୟମାନଙ୍କୁ ଜାହାଜର କୌଣସି କାଠ ପଟା ବା ଭଙ୍ଗା ଅଂଶକୁ ଧରି ବା ଭେଳା ସାହାଯ୍ୟରେ କୂଳକୁ ଯିବା ପାଇଁ କହିଲେ । ଏହିପରି ଭାବରେ ସମସ୍ତେ ନିରାପଦରେ କୂଳରେ ଆସି ପହଞ୍ଚିଲେ । କାହାର ମୃତ୍ୟୁ ହେଲା ନାହିଁ ।
\s5
\c 28
\p
\v 1 ଆମ୍ଭେ ନିରାପଦରେ କୂଳରେ ପହଞ୍ଚିବା ପରେ ଜାଣିଲୁ ଯେ, ସେହି ଉପଦ୍ୱୀପର ନାମ ମେଲିତୀ । ସେତେବେଳେ ବର୍ଷା ହେଉଥିଲା ।
\v 2 ବହୁତ ଥଣ୍ଡା ଲାଗୁଥିଲା, ଦ୍ୱୀପର ବାସିନ୍ଦାମାନେ ଆମ୍ଭମାନଙ୍କ ପ୍ରତି ବହୁତ ଦୟା ଦେଖାଇଲେ । ସେମାନେ ଆମ୍ଭପାଇଁ ନିଆଁ ଜଳେଇ ଆମ୍ଭକୁ ସ୍ୱାଗତ କଲେ I
\s5
\v 3 ପାଉଲ ବିଡ଼ାଏ କାଠ ଏକତ୍ର କରି ନିଆଁରେ ପକାଇଲେ । ସେତେବେଳେ ନିଆଁର ଉତ୍ତାପ ହେତୁ ଗୋଟିଏ ବିଷାକ୍ତ ସାପ ବାହାରି ପାଉଲଙ୍କ ହାତକୁ କାମୁଡ଼ି ଦେଲା I
\v 4 ସେଠାକାର ବାସିନ୍ଦାମାନେ ତାହାଙ୍କ ହାତରେ ସାପ ଝୁଲୁଥିବାର ଦେଖିଲେ । ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, "ଏ ଲୋକଟିର ନିଶ୍ଚୟ ମୃତ୍ୟୁ ହେବ । ଯଦିଓ ଏ ଲୋକ ସମୁଦ୍ରରୁ ରକ୍ଷା ପାଇଲା, କିନ୍ତୁ ନ୍ୟାୟ ଏହାକୁ ବଞ୍ଚିବା ପାଇଁ ଦେଲା ନାହିଁ ।"
\s5
\v 5 ମାତ୍ର ପାଉଲ ହାତ ଛିଞ୍ଚାଡ଼ି ସାପଟିକୁ ନିଆଁରେ ଫିଙ୍ଗି ଦେଲେ । ଏଥିରେ ତା'ର କିଛି କ୍ଷତି ହେଲା ନାହିଁ ।
\v 6 ଲୋକେ ଆଶା କରିଥିଲେ ସେ ଫୁଲି ଯିବା ବା ତଳେ ପଡ଼ି ମରିଯିବ । କିନ୍ତୁ ବହୁତ ସମୟ ପରେ ମଧ୍ୟ ତାହାଙ୍କର କିଛି କ୍ଷତି ହେବାର ସେମାନେ ଦେଖିଲେ ନାହିଁ । ତେଣୁ ପାଉଲଙ୍କ ପ୍ରତି ସେମାନଙ୍କର ଧାରଣା ବଦଳିଗଲା । ତାହାଙ୍କୁ ପରମେଶ୍ୱର ବୋଲି ଭାବିଲେ I
\s5
\v 7 ସେହି ଅଞ୍ଚଳ ନିକଟରେ ଦ୍ୱୀପର ଜଣେ ମୁଖ୍ୟ ଲୋକଙ୍କର କେତେ ଖଣ୍ଡି ଜମି ଥିଲା । ତାହାଙ୍କର ନାମ ପୁବ୍ଲିୟ । ସେ ତାହାଙ୍କ ଘରକୁ ନେଇ ଆମ୍ଭକୁ ତିନି ଦିନ ପର୍ଯ୍ୟନ୍ତ ରଖି ଅତିଥି ସତ୍କାର କଲେ ।
\v 8 ସେହି ସମୟରେ ପୁବ୍ଲିୟଙ୍କ ପିତା ଜ୍ୱର ଓ ଝାଡ଼ାରେ ଶଯ୍ୟାଶାୟୀ ଥିଲେ । ପାଉଲ ତାହାଙ୍କ ପାଖକୁ ଯାଇ ପ୍ରାର୍ଥନା କଲେ । ପ୍ରାର୍ଥନା ପରେ ସେ ତାହାଙ୍କ ଉପରେ ହାତ ରଖି ତାହାଙ୍କୁ ସୁସ୍ଥ କରି ଦେଲେ I
\v 9 ଏପରି ହେବାର ଦେଖି ଦ୍ୱୀପରେ ଥିବା ଅନ୍ୟ ପୀଡ଼ିତ ଲୋକମାନେ ମଧ୍ୟ ଆସି ସୁସ୍ଥ ହେଲେ ।
\v 10 ସେମାନେ ଆମ୍ଭକୁ ବହୁତ ଉପହାର ସହିତ ସମ୍ମାନ ଦେଲେ । ଆମ୍ଭେ ସେଠାରେ ତିନି ମାସ ପର୍ଯ୍ୟନ୍ତ ରହିଲୁ । ଆମ୍ଭେ ଜଳଯାତ୍ରାରେ ବାହାରିବା ସମୟରେ ସେମାନେ ଆମ୍ଭକୁ ଆବଶ୍ୟକୀୟ ଜିନିଷମାନ ମଧ୍ୟ ଦେଲେ ।
\s5
\v 11 ଆମ୍ଭେ ତିନି ମାସ ପରେ ଆଲେକଜାଣ୍ଡ୍ରିଆ ନଗରୀରେ ଗୋଟିଏ ଜାହାରେ ଚଢ଼ି ପୁଣି ଯାତ୍ରା କଲୁ । ତା'ର ନାମ ମିଥୁନ ଥିଲା । ଏହି ଜାହାଜଟି ମେଲିତୀ ଦ୍ୱୀପରେ ଶୀତକାଳ ବିତାଇଥିଲା ।
\v 12 ଆମ୍ଭେମାନେ ସେଥିରେ ସୁରାକୁସା ନଗରୀରେ ପହଞ୍ଚି ସେଠାରେ ତିନି ଦିନ ରହିଲୁ ।
\s5
\v 13 ସେଠାରୁ ବାହାରି ଆମ୍ଭେ ରେଗିୟ ନଗରରେ ପହଞ୍ଚିଲୁ । ସେଠାରେ ଗୋଟିଏ ଦିନ ରହିବା ପରେ ଦକ୍ଷିଣ ପବନ ବହିଲା । ଆମ୍ଭେ ଦ୍ୱିତୀୟ ଦିନ ପୁତେଅଲୀ ନଗରରେ ପହଞ୍ଚିଲୁ I
\v 14 ସେଠାରେ ଆମ୍ଭେ କେତେକ ଭାଇଙ୍କୁ ଭେଟିଲୁ । ସେମାନେ ଆମ୍ଭକୁ ସେଠାରେ ସାତ ଦିନ ରହିବାକୁ ଅନୁରୋଧ କଲେ । ତା'ପରେ ଆମ୍ଭେ ରୋମକୁ ଆସିଲୁ ।
\v 15 ରୋମରେ ଥିବା ଭାଇମାନେ ଆମ୍ଭ ଆସିବା ବିଷୟରେ ଖବର ପାଇଥିଲେ । ସେମାନେ "ଆପ୍ପିୟଙ୍କ ହାଟ" ଓ "ତିନି ସରେଇ ଘର" ସ୍ଥାନ ପର୍ଯ୍ୟନ୍ତ ଆମ୍ଭକୁ ଭେଟିବାକୁ ଆସିଥିଲେ । ସେମାନଙ୍କୁ ଦେଖି ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ଉତ୍ସାହିତ ହେଲେ I
\s5
\v 16 ତା'ପରେ ଆମ୍ଭେ ରୋମ ଗଲୁ, ପାଉଲଙ୍କୁ ତୋମରେ ଏକାକୀ ରହିବା ପାଇଁ ଅନୁମତି ମିଳିଲା । କିନ୍ତୁ ତାହାଙ୍କ ପାଖରେ ଜଣେ ସୈନିକ ସବୁବେଳେ ଜଗି ରହିଲା I
\v 17 ପାଉଲ ତିନି ଦିନ ପରେ ଯିହୁଦୀ ନେତାମାନଙ୍କୁ ଡ଼କାଇଲେ । ସେମାନେ ଏକତ୍ରୀତ ହେଲା ପରେ ସେ ସେମାନଙ୍କୁ କହିଲେ, "ଭାଇମାନେ, ମୁଁ ଯଦି ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ ବା ଆମ୍ଭ ପୂର୍ବପୁରୁଷମାନଙ୍କ ପରମ୍ପରା ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ମୋତେ ଯିରୂଶାଲମରେ ବନ୍ଦୀ କରି ରୋମୀୟମାନଙ୍କ ପାଖରେ ସମର୍ପିତ କରାଗଲା I
\v 18 ରୋମୀୟମାନେ ମୋତେ ଅନେକ ପ୍ରଶ୍ନ ପଚ଼ାରିଲେ । କିନ୍ତୁ ସେମାନେ ମୋ’ଠାରୁ ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି ଦୋଷ ପାଇଲେ ନାହିଁ । ତେଣୁ ସେମାନେ ମୋତେ ମୁକ୍ତ କରି ଦେବା ପାଇଁ ଚାହିଁଲେ I
\s5
\v 19 କିନ୍ତୁ ଯିହୁଦୀମାନେ ଏ ନିଷ୍ପତ୍ତିରେ ଆପତ୍ତି କଲେ । ତେଣୁ ମୁଁ କାଇସରଙ୍କ ନିକଟରେ ଆବେଦନ କରିବା ପାଇଁ ବାଧ୍ୟ ହେଲି । ମୋର କିନ୍ତୁ ନିଜ ଲୋକମାନଙ୍କ ବିରୁଦ୍ଧରେ କୌଣସି ଆପତ୍ତି ଅଭିଯୋଗ ନାହିଁ I
\v 20 ଏଥିପାଇଁ ମୁଁ ତୁମ୍ଭମାନଙ୍କ ସଙ୍ଗେ ସାକ୍ଷାତ କରିବା ଓ କଥା ହେବା ପାଇଁ ଚାହିଁଲି । ଇସ୍ରାଏଲର ଭରସାରେ ବିଶ୍ୱାସ କରୁଥିବା ହେତୁ ମୁଁ ଆଜି ଏହି ଶିକୁଳିରେ ବନ୍ଧା ହୋଇଛି ।"
\s5
\v 21 ଯିହୁଦୀ ନେତାମାନେ ଏହା ଶୁଣି ପାଉଲଙ୍କୁ କହିଲେ, "ଆମ୍ଭେମାନେ ତୁମ୍ଭ ବିଷୟରେ ଯିହୁଦା ଦେଶରୁ କୌଣସି ପତ୍ର ପାଇ ନାହୁଁ । ଆମ୍ଭେ ଯିରୂଶାଲମରୁ ଆସିଥିବା ଭାଇମାନଙ୍କଠାରୁ ତୁମ୍ଭ ବିରୁଦ୍ଧରେ କିଛି ଖବର ବା ମନ୍ଦ ସୂଚ଼ନା ପାଇ ନାହୁଁ I
\v 22 ଆମ୍ଭେ ତୁମ୍ଭଠାରୁ ତୁମ୍ଭ ବିଚ଼ାରଗୁଡ଼ିକ ବିଷୟରେ ଶୁଣିବାକୁ ଚ଼ାହୁଁଛୁ । ଆମ୍ଭେ ଜାଣୁ ଯେ, ଏହି ଦଳର ନିନ୍ଦା ସବୁଠାରେ ହେଉଛି ।
\s5
\v 23 ତେଣୁ ସେମାନେ ତାହାଙ୍କ ପାଖକୁ ଆସିବା ପାଇଁ ଗୋଟିଏ ଦିନ ସ୍ଥିର କଲେ । ବହୁ ସଂଖ୍ୟାରେ ଲୋକମାନେ ତାହାଙ୍କ ରହିବା ସ୍ଥାନକୁ ଆସିଲେ । ପାଉଲ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରମାଣ ସହିତ ସବୁ କଥା ବୁଝାଇ ଦେଲେ । ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ରରୁ ଯୀଶୁଙ୍କ ବିଷୟ ବୁଝାଇ ସେମାନଙ୍କୁ ବିଶ୍ୱାସ କରାଇବା ପାଇଁ ଚେ଼ଷ୍ଟା କଲେ I
\v 24 ସେମାନଙ୍କ ମଧ୍ୟରୁ କେତେ ଜଣ ଯିହୁଦୀ ପାଉଲଙ୍କ କଥା ବିଶ୍ୱାସ କଲେ, କିନ୍ତୁ କେତେକ ବିଶ୍ୱାସ କଲେ ନାହିଁ I
\s5
\v 25 ସେମାନେ ଶେଷରେ ନିଜ ନିଜ ଭିତରେ ତର୍କବିତର୍କ କରି ବିଦାୟ ନେଲେ । ସେତେବେଳେ ପାଉଲ ସେମାନଙ୍କୁ କହିଲେ, "ପବିତ୍ର ଆତ୍ମା ଭାବବାଦୀ ଯିଶାଇୟଙ୍କ ଦ୍ୱାରା ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ସତ୍ୟ କଥା କହିଲେ,
\v 26 'ଏହି ଲୋକମାନଙ୍କ ପାଖକୁ ଯାଅ ଓ ସେମାନଙ୍କୁ କୁହ ଯେ, ତୁମ୍ଭେମାନେ ଶୁଣିବ, କିନ୍ତୁ ବୁଝିବ ନାହିଁ । ତୁମ୍ଭେମାନେ ଚ଼ାହୁଁଥିବ, ଓ ଦେଖୁଥିବ କିନ୍ତୁ ତୁମ୍ଭେ ଯାହା ଦେଖିବ, ତାହା ବୁଝିବ ନାହିଁ ।
\s5
\v 27 ହଁ, ଏଠାରେ ଏହି ଲୋକମାନଙ୍କର ମନ କଠୋର ହୋଇଯାଇଛି । ଏ ଲୋକମାନଙ୍କର କାନ ଅଛି କିନ୍ତୁ ଏମାନେ ଶୁଣିପାରୁ ନାହାନ୍ତି । ଏମାନେ ସତ୍ୟ କଥା ଦେଖିବା ପାଇଁ ଆଖି ବନ୍ଦ କରି ଦେଉଛନ୍ତି । ନ ହେଲେ ହୁଏତ ସେମାନେ ସେମାନଙ୍କ ଆଖିରେ ଦେଖି ପାରନ୍ତେ, କାନରେ ଶୁଣି ପାରନ୍ତେ ଓ ବୁଝି ପାରନ୍ତେ । ଏହାଦ୍ୱାରା, ସେମାନେ ମନ ଫେରାଇ ମୋ' ନିକଟକୁ ଆସନ୍ତେ ଓ ମୁଁ ସେମାନଙ୍କୁ ସୁସ୍ଥ କରନ୍ତି ।'
\s5
\v 28 ତେଣୁ ମୁଁ ଚ଼ାହେଁ ତୁମ୍ଭେମାନେ ଜାଣି ରଖ ଯେ, ପରମେଶ୍ୱର ତାହାଙ୍କର ଏହି ପରିତ୍ରାଣର ସମ୍ବାଦ ଅଣଯିହୁଦୀ କମାନଲୋଙ୍କ ପାଖକୁ ପଠାଇଛନ୍ତି । ସେମାନେ ତାହାକୁ ଶୁଣିବେ, ପୁଣି ଗ୍ରହଣ କରିବେ ।
\v 29 undefined
\s5
\v 30 ପାଉଲ ଦୁଇ ବର୍ଷ ପର୍ଯ୍ୟନ୍ତ ନିଜର ଭଡ଼ା ଘରେ ରହିଲେ ।
\v 31 ଯେତେ ଲୋକ ପାଉଲଙ୍କୁ ଦେଖିବା ପାଇଁ ଆସୁଥିଲେ, ସେ ସମସ୍ତଙ୍କୁ ସ୍ୱାଗତ କଲେ ଓ ପାଉଲ ମୁକ୍ତ ଭାବରେ, ବିନା ବାଧାରେ ପୁଣି ଅତି ସାହାସର ସହିତ ପରମେଶ୍ୱରଙ୍କ ରାଜ୍ୟ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚ଼ାର କଲେ । ପୁଣି ସେହି ଶିକ୍ଷା ଦେବାରୁ କେହି ହେଲେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ ନାହିଁ ।