or_udb/43-LUK.usfm

1721 lines
430 KiB
Plaintext

\id LUK
\ide UTF-8
\h ଲୂକଲିଖିତ ସୁସମାଚାର
\toc1 ଲୂକଲିଖିତ ସୁସମାଚାର
\toc2 ଲୂକଲିଖିତ ସୁସମାଚାର
\toc3 luk
\mt1 ଲୂକଲିଖିତ ସୁସମାଚାର
\s5
\c 1
\p
\v 1 ପ୍ରିୟ ଥିୟଫିଲ, ଆମ୍ଭମାନଙ୍କ ମଧ୍ୟରେ ଯାହା ଘଟିଅଛି ସେହି ବିସ୍ମୟକର ଘଟଣା ବିଷୟରେ ଅନେକ ଲୋକ ଏହାର ବିବରଣୀ ଲେଖିଅଛନ୍ତି I
\v 2 ପ୍ରଥମେ ଘଟିଥିବା ଘଟଣାଠାରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ଯାହା ଘଟିଅଛି ତାହାର ଚାକ୍ଷୁଷ ସାକ୍ଷୀ ଯେଉଁମାନେ, ସେମାନଙ୍କଠାରୁ ଏହି ସମସ୍ତ ବିଷୟରେ ଆମ୍ଭେମାନେ ଶୁଣିଲୁ I ଏହି ଲୋକମାନେ ଅନ୍ୟମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦେଲେ I
\v 3 ଏହି ଲୋକମାନେ ଯାହା ଲେଖିଅଛନ୍ତି ଓ ଯାହା ଶିକ୍ଷା ଦେଇଅଛନ୍ତି ସେହି ସମସ୍ତ ବିଷୟ ମୁଁ ନିଜେ ଯତ୍ନପୂର୍ବକ ଅନୁଧ୍ୟାନ କଲି I ତେଣୁ ହେ ମାନ୍ୟବର ଥିୟଫିଲ, ଏହି ବିଷୟର ଧାରାବାହିକ ବିବରଣ ଆପଣଙ୍କ ନିମନ୍ତେ ଲେଖିବାକୁ ମୁଁ ମଧ୍ୟ ଉଚିତ୍ ମନେ କଲି I
\v 4 ମୁଁ ଏହା କରୁଅଛି ଯେପରି ଆପଣ ଯେ ସମସ୍ତ ବିଷୟ ଶିକ୍ଷାପ୍ରାପ୍ତ ହୋଇଅଛନ୍ତି, ସେହି ସବୁର ନିଶ୍ଚୟତା ଜ୍ଞାତ ହୋଇ ପାରନ୍ତି I
\s5
\v 5 ଯିହୁଦା ଦେଶର ରାଜା ହେରୋଦଙ୍କ ସମୟରେ, ଜିଖରୀୟ ନାମକ ଜଣେ ଯିହୂଦୀୟ ଯାଜକ ଥିଲେ I ସେ ଅବିୟ ଯାଜକ ଦଳର ଥିଲେ I ସେ ଓ ତାଙ୍କ ଭାର୍ଯ୍ୟା ଏଲୀଶାବେଥ୍ ହାରୋଣ ବଂଶର ଥିଲେ I
\v 6 ସେମାନେ ଉଭୟେ ଈଶ୍ୱରଙ୍କ ଆଜ୍ଞା ଓ ବିଧି ଅନୁସାରେ ନିର୍ଦ୍ଦୋଷ ରୂପେ ଆଚରଣ କରୁଥିବାରୁ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ I
\v 7 କିନ୍ତୁ ସେମାନଙ୍କ ସନ୍ତାନ ନ ଥିଲା, କାରଣ ଏଲିଶାବେଥ୍ ବନ୍ଧ୍ୟା ଥିଲେ I ପୁଣି, ସେ ଓ ତାହାଙ୍କ ସ୍ୱାମୀ ବୃଦ୍ଧ ଥିଲେ I
\s5
\v 8 ଦିନେ ଜିଖରୀୟ ଆପଣା ଦଳର ପାଳି ଅନୁସାରେ ଯିରୂଶାଲମ ମନ୍ଦିରରେ ଯାଜକକାର୍ଯ୍ୟ କରୁଥିଲେ I
\v 9 ସେମାନଙ୍କ ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଯାଜକଗଣ ଗୁଲିବାଣ୍ଟ ଦ୍ୱାରା ତାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବା ନିମନ୍ତେ ମନୋନୀତ କଲେ I
\v 10 ଯେତେବେଳେ ତାଙ୍କୁ ଧୂପ ଦେବାକୁ ପଡ଼ିଲା, ସେତେବେଳେ ଜନତା ମନ୍ଦିର ବାହାରେ ପ୍ରାଙ୍ଗଣରେ ରହି ପ୍ରାର୍ଥନା କରୁଥିଲେ I
\s5
\v 11 ସେତେବେଳେ ପ୍ରଭୁଙ୍କ ପ୍ରେରିତ ଜଣେ ଦୂତ ତାଙ୍କୁ ଦର୍ଶନ ଦେଲେ I ସେହି ଦୂତ ଧୂପବେଦୀର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିଲେ I
\v 12 ଜିଖରୀୟ ସେହି ଦୂତଙ୍କୁ ଦେଖି ଉଦ୍‌ବିଗ୍ନ ଓ ଭୟଗ୍ରସ୍ତ ହେଲେ I
\v 13 କିନ୍ତୁ ଦୂତ ତାହାଙ୍କୁ କହିଲେ, "ଜିଖରୀୟ, ଭୟ କର ନାହିଁ! ଯେତେବେଳେ ତୁମ୍ଭେ ପ୍ରାର୍ଥନା କଲ, ପ୍ରଭୁ ତୁମ୍ଭର ନିବେଦନ ଶୁଣିଲେ I ତେଣୁ ତୁମ୍ଭର ଭାର୍ଯ୍ୟା ଏଲିଶାବେଥ୍ ତୁମ୍ଭ ନିମନ୍ତେ ଏକ ପୁତ୍ର ପ୍ରସବ କରିବେ I ତୁମ୍ଭେ ତାହାର ନାମ ଯୋହନ ଦେବ I
\s5
\v 14 ତାହାଙ୍କ ଜନ୍ମରେ ତୁମ୍ଭେ ଆନନ୍ଦିତ ହେବ, ପୁଣି ଅନେକେ ମଧ୍ୟ ଆନନ୍ଦିତ ହେବେ I
\v 15 ଈଶ୍ୱରଙ୍କ ଛାମୁରେ ସେ ଅତି ମହାନ ହେବେ I ସେ ଦ୍ରାକ୍ଷାରସ କି ସୁରା କଦାପି ପାନ କରିବେ ନାହିଁ ପୁଣି ସେ ଜନ୍ମ ହେବା ପୂର୍ବରୁ ସୁଦ୍ଧା ପବିତ୍ରଆତ୍ମାରେ କ୍ଷମତା ପ୍ରାପ୍ତ ହେବେ I
\s5
\v 16 ସେ ଇସ୍ରାଏଲ ସନ୍ତାନମାନଙ୍କୁ ପାପ କରିବାରୁ ନିବାରଣ କରିବେ ଓ ଅନେକଙ୍କୁ ପ୍ରଭୁ ତାହାଙ୍କ ଈଶ୍ୱରଙ୍କ ଆଜ୍ଞାକାରୀ ହେବା ନିମନ୍ତେ ଆରମ୍ଭ କରାଇବେ I
\v 17 ତୁମ୍ଭର ପୁତ୍ର ପ୍ରଭୁଙ୍କ ଅଗ୍ରଗାମୀ ଦୂତ ସଦୃଶ ତାହାଙ୍କ ଆଗରେ ଗମନ କରିବେ ଓ ଯେପରି ଭାବବାଦୀ ଏଲୀୟ ଥିଲେ ସେହିପରି ସେ ଆପଣା ଆତ୍ମାରେ ଶକ୍ତିଯୁକ୍ତ ହେବେ I ପିତାମାତାମାନେ ଆପଣା ସନ୍ତାନମାନଙ୍କୁ ପୁନର୍ବାର ପ୍ରେମ କରିବାର କାରଣ ସେ ହେବେ I ଈଶ୍ୱରଙ୍କ ଅନାଜ୍ଞାକାରୀ ଅନେକ ଲୋକ ଜ୍ଞାନରେ ଆଚରଣ କରିବାର ଓ ଧାର୍ମିକ ଲୋକମାନଙ୍କ ସଦୃଶ ତାହାଙ୍କ ଆଜ୍ଞା ପାଳନ କରିବାର କାରଣ ସେ ହେବେ I ପ୍ରଭୁଙ୍କ ଆଗମନ ସମୟରେ ଅନେକ ଲୋକ ଯେପରି ସୁସଜ୍ଜିତ ହୋଇ ରହିବେ ସେଥିନିମନ୍ତେ ସେ ଏହିପ୍ରକାର କରିବେ I
\s5
\v 18 ଏଥିରେ ଜିଖରୀୟ ଦୂତଙ୍କୁ କହିଲେ, "ମୁଁ ତ ବୃଦ୍ଧ, ଓ ମୋହର ଭାର୍ଯ୍ୟା ମଧ୍ୟ ବୃଦ୍ଧ I ତେଣୁ ଯେଉଁ ସମସ୍ତ ବିଷୟ ତୁମ୍ଭେ କହିଲ ତାହା ପ୍ରକୃତରେ ଘଟିବ ବୋଲି ମୁଁ କିପରି ବିଶ୍ୱାସ କରିବି ?"
\v 19 ଏଥିରେ ଦୂତ ତାହାଙ୍କୁ ଉତ୍ତର ଦେଲେ, "ମୁଁ ଗାବ୍ରିଏଲ, ମୁଁ ଈଶ୍ୱରଙ୍କ ଉପସ୍ଥିତିରେ ଠିଆ ହୋଇଥାଏ ! ଆଉ ତୁମ୍ଭର କ'ଣ ଘଟିବ ସେହି ସୁସମାଚାର ତୁମ୍ଭକୁ ଜଣାଇବାକୁ ମୁଁ ପ୍ରେରିତ ହୋଇଅଛି I
\v 20 ଈଶ୍ୱରଙ୍କ ସ୍ଥିରିକୃତ ଯାହା ମୁଁ ତୁମ୍ଭକୁ କହିଅଛି ତାହା ଯଥାସମୟରେ ସଫଳ ହେବ, କିନ୍ତୁ ତୁମ୍ଭେ ମୋହର ବାକ୍ୟ ବିଶ୍ୱାସ କଲ ନାହିଁ I ତେଣୁ ବର୍ତ୍ତମାନ ଠାରୁ ତୁମ୍ଭର ପୁତ୍ର ଜନ୍ମ ହେବା ପର୍ଯ୍ୟନ୍ତ ଈଶ୍ୱର ତୁମ୍ଭକୁ କଥା କହିବାକୁ ଅଯୋଗ୍ୟ କରିବେ !"
\s5
\v 21 ଯେଉଁ ସମୟରେ ଜିଖରୀୟ ଓ ଦୂତ ମନ୍ଦିର ଭିତରେ କଥାବାର୍ତ୍ତା କରୁଥିଲେ, ଜିଖରୀୟଙ୍କ ବାହାରେ ଆସିବାର ଲୋକମାନେ ପ୍ରାଙ୍ଗଣରେ ଅପେକ୍ଷା କରୁଥିଲେ I ମନ୍ଦିର ଭିତରେ ତାହାଙ୍କ ବିଳମ୍ବ ଘଟିବାରେ ସେମାନେ ଚମତ୍କୃତ ହେଉଥିଲେ I
\v 22 ଯେତେବେଳେ ସେ ବାହାରି ଆସିଲେ, ସେ ସେମାନଙ୍କୁ ଆଉ କଥା କହି ପାରିଲେ ନାହିଁ I କାରଣ ସେ କଥା କହି ପାରିଲେ ନାହିଁ, ଆଉ ଯାହା ଘଟିଲା ଆପଣା ହସ୍ତରେ ସଙ୍କେତ କରି ତାହା ବର୍ଣ୍ଣନା କରିବାକୁ ଚେଷ୍ଟା କଲେ I ଏଥିରେ ସେ ମନ୍ଦିରରେ ଈଶ୍ୱରଙ୍କ ଦର୍ଶନ ପାଇଅଛନ୍ତି ବୋଲି ସେମାନେ ବୁଝିଲେ I
\v 23 ପରେ ମନ୍ଦିରରେ ଯାଜକ ରୂପେ ତାହାଙ୍କ ସେବାପାଳିର ଦିନ ଶେଷ ହୁଅନ୍ତେ, ସେ ଯିରୁଶାଲମ ତ୍ୟାଗ କରି ଆପଣା ଗୃହକୁ ପ୍ରସ୍ଥାନ କଲେ I
\s5
\v 24 ଏହାର କିଛି ସମୟ ପରେ, ତାହାଙ୍କ ଭାର୍ଯ୍ୟା ଏଲିଶାବେଥ୍ ଗର୍ଭବତୀ ହେଲେ, କିନ୍ତୁ ସେ ପାଞ୍ଚ ମାସ ପର୍ଯ୍ୟନ୍ତ ବାହାରକୁ ନ ଯାଇ ଗୋପନରେ ରହିଲେ I
\v 25 ସେ ଆପଣାକୁ କହିଲେ, "ପ୍ରଭୁ ମୋତେ ଗର୍ଭବତୀ ହେବା ନିମନ୍ତେ ଯୋଗ୍ୟ କରିଅଛନ୍ତି I ଏହି ପ୍ରକାରେ, ଲୋକମାନଙ୍କ ମଧ୍ୟରେ ମୋହର ଅପମାନ ଦୂର କରିବା ନିମନ୍ତେ ସେ ମୋ' ଉପରେ କୃପାଦୃଷ୍ଟି କରିଅଛନ୍ତି !"
\s5
\v 26 ଯେଉଁ ସମୟରେ ଏଲିଶାବେଥ୍ ଷଷ୍ଠ ମାସର ଗର୍ଭବତୀ ହୋଇଥିଲେ, ଈଶ୍ୱର ଗାବ୍ରିଏଲ ଦୂତଙ୍କୁ ଗାଲିଲୀର ନାଜରିତ ନାମକ ନଗରକୁ ପ୍ରେରଣ କଲେ I
\v 27 ସେ ସେଠାରେ ମରିୟମ ନାମକ ଜଣେ କନ୍ୟାଙ୍କୁ ସମ୍ବାଦ ଦେବା ନିମନ୍ତେ ଗଲେ I ଦାଉଦଙ୍କ ବଂଶର ଯୋଷେଫ ନାମକ ପୁରୁଷଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇଥିଲା I ସେହି କନ୍ୟାଙ୍କ ନାମ ମରିୟମ I
\v 28 ଦୂତ ତାହାଙ୍କୁ କହିଲେ, "ତୁମ୍ଭର ମଙ୍ଗଳ ହେଉ ! ପ୍ରଭୁ ତୁମ୍ଭର ସହବର୍ତ୍ତୀ ଓ ତୁମ୍ଭ ଉପରେ ମହା କୃପାଦୃଷ୍ଟି କରିଅଛନ୍ତି !"
\v 29 କିନ୍ତୁ ମରିୟମ ଏହି ସମ୍ଭାଷଣ ଶୁଣି ଅତିଶୟ ଉଦ୍‌ବିଗ୍ନ ହେଲେ I ଦୂତଙ୍କର ଏହା କି ପ୍ରକାର ବାକ୍ୟ ବୋଲି ମନରେ ଆନ୍ଦୋଳନ କରିବାକୁ ଲାଗିଲେ I
\s5
\v 30 ସେଥିରେ ଦୂତ ତାହାଙ୍କୁ କହିଲେ, "ଆଗୋ ମରିୟମ, ଭୟ କର ନାହିଁ, କାରଣ ତୁମ୍ଭେ ପ୍ରଭୁଙ୍କ ନିକଟରେ ଅନୁଗ୍ରହ ପ୍ରାପ୍ତ ହୋଇଅଛ !
\v 31 ତୁମ୍ଭେ ଗର୍ଭ ଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ, ଓ ତାହାଙ୍କ ନାମ ଯୀଶୁ ଦେବ I
\v 32 ସେ ମହାନ ହେବେ ଓ ସର୍ବୋପରିସ୍ଥ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ I ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦେଇ ଆପଣା ଲୋକମାନଙ୍କ ଉପରେ ରାଜା କରିବେ I
\v 33 ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ରାଜତ୍ୱ କରିବେ I ସେ ସଦାକାଳ ନିମନ୍ତେ ରାଜ୍ୟ କରିବେ !"
\s5
\v 34 ସେଥିରେ ମରିୟମ ଦୂତଙ୍କୁ କହିଲେ, "ଏହା କିପରି ହେବ, ମୁଁ ତ କୁମାରୀ ଅଟେ ?"
\v 35 ଦୂତ ଉତ୍ତର ଦେଲେ, "ପବିତ୍ରଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ଈଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବୋରିବ I ଏଣୁ ତୁମ୍ଭେ ଯେଉଁ ଶିଶୁଙ୍କୁ ଧାରଣ କରିବ ସେ ପବିତ୍ର ହେବେ, ଓ ସେ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ I
\s5
\v 36 ପୁଣି ଦେଖ, ତୁମ୍ଭର ଆତ୍ମିୟା ଏଲିଶାବେଥ୍ ମଧ୍ୟ ବୃଦ୍ଧ ବୟସ ହେଲେ ସୁଦ୍ଧା ଏକ ପୁତ୍ର ଗର୍ଭ ଧାରଣ କରିଅଛନ୍ତି I ଆଉ ଯଦ୍ୟପି ଲୋକମାନେ ଭାବୁଥିଲେ ଯେ ସେ ବନ୍ଧ୍ୟା, ବର୍ତ୍ତମାନ ସେ ଗର୍ଭବତୀ ହୋଇ ପ୍ରାୟ ଷଷ୍ଠ ମାସ ହେଲାଣି I
\v 37 କାରଣ ଈଶ୍ୱର ସମସ୍ତ ସାଧ୍ୟ କରି ପାରନ୍ତି !"
\v 38 ଏଥିରେ ମରିୟମ କହିଲେ, "ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ, ତେଣୁ ଆପଣଙ୍କ ବାକ୍ୟାନୁସାରେ ମୋ' ପ୍ରତି ଘଟୁ !" ତାହା ପରେ ଦୂତ ତାହାଙ୍କ ନିକଟରୁ ପ୍ରସ୍ଥାନ କଲେ I
\s5
\v 39 ସେହି ସମୟ ପରେ, ମରିୟମ ପ୍ରସ୍ତୁତ ହୋଇ ପାର୍ବତୀୟ ଅଞ୍ଚଳସ୍ଥ ଯିହୁଦା ପ୍ରଦେଶରେ ଜିଖରୀୟଙ୍କ ନଗରକୁ ଗଲେ I
\v 40 ସେ ତାହାଙ୍କ ଗୃହରେ ପ୍ରବେଶ କରି ତାହାଙ୍କ ଭାର୍ଯ୍ୟା ଏଲିଶାବେଥ୍‌ଙ୍କୁ ନମସ୍କାର କଲେ I
\v 41 ଆଉ, ଏଲୀଶାବେଥ ମରିୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ I
\s5
\v 42 ସେ ମରିୟମଙ୍କୁ ଅତି ଉଚ୍ଚ ସ୍ୱରରେ କହିଲେ, "ଈଶ୍ୱର ତୁମ୍ଭକୁ ଅନ୍ୟ ଆଶୀର୍ବାଦପ୍ରାପ୍ତ ନାରୀମାନଙ୍କଠାରୁ ଅଧିକ ଆଶୀର୍ବାଦ କରିଅଛନ୍ତି, ଆଉ ସେ ତୁମ୍ଭର ଗର୍ଭର ଫଳକୁ ମଧ୍ୟ ଆଶୀର୍ବାଦ କରିଅଛନ୍ତି !
\v 43 ଏହା କେତେ ପ୍ରଶଂସନୀୟ ଯେ ମୋ' ପ୍ରଭୁଙ୍କ ମାତା ମୋ' ନିକଟକୁ ଆସିଲେ!
\v 44 କାରଣ ତୁମ୍ଭର ନମସ୍କାରର ସ୍ୱର ମୁଁ ଶୁଣିବା ମାତ୍ର ଶିଶୁଟି ତୁମ୍ଭେ ଆସିଲ ବୋଲି ମୋ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା !
\v 45 ତୁମ୍ଭେ ଧନ୍ୟ କାରଣ ତୁମ୍ଭେ ବିଶ୍ୱାସ କଲ ଯେ ଯାହା ପ୍ରଭୁ କହିଅଛନ୍ତି ତାହା ସଫଳ ହେବ I"
\s5
\v 46 ଏଥିରେ ମରିୟମ ଈଶ୍ୱରଙ୍କ ପ୍ରଶଂସା କରି କହିଲେ: "ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି !
\v 47 ପୁଣି, ମୋହର ଆତ୍ମା ମୋ' ତ୍ରାଣକର୍ତ୍ତା ଈଶ୍ୱରଙ୍କଠାରେ ଆନନ୍ଦିତ ହୋଇଅଛି I
\s5
\v 48 ମୁଁ ତାହାଙ୍କର କେବଳ ଦିନହୀନ ଦାସୀ ଅଟେ, କିନ୍ତୁ ସେ ମୋତେ ପାସୋରି ନାହାନ୍ତି I ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ I
\v 49 ସେମାନେ ଏହିପରି କହିବେ କାରଣ ଯେ ଶକ୍ତିମାନ, ସେ ମୋ' ପ୍ରତି ମହତ କର୍ମ କରିଅଛନ୍ତି I ତାହାଙ୍କର ନାମ ପବିତ୍ର !
\s5
\v 50 ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ I
\v 51 ସେ ଲୋକମାନଙ୍କୁ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି I ସେ ଅହଂକାରୀମାନଙ୍କୁ ସେମାନଙ୍କ ହୃଦୟର କଳ୍ପନାରେ ଛିନ୍ନଭିନ୍ନ କରିଅଛନ୍ତି I
\s5
\v 52 ସେ ଶାସନକର୍ତ୍ତାମାନଙ୍କୁ ସିଂହାସନରୁ ବାହାର କରିଅଛନ୍ତି, ସେ ଦୀନହୀନମାନଙ୍କୁ ଉଠାଇଅଛନ୍ତି I
\v 53 ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଏବଂ ସେ ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି I
\s5
\v 54 ସେ ଆପଣଙ୍କ ଦାସ ଇସ୍ରାଏଲ ଲୋକମାନଙ୍କର ଉପକାର କରିଅଛନ୍ତି I ବହୁ ପୁର୍ବେ ସେ ପ୍ରତିଜ୍ଞା କରିଥିଲେ ଯେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଦୟାବାନ ହେବେ I
\v 55 ସେ ଆପଣା ପ୍ରତିଜ୍ଞା ରକ୍ଷା କରିଅଛନ୍ତି ଓ ଅବ୍ରହାମ ଓ ତାହାଙ୍କ ସନ୍ତାନମାନଙ୍କ ପ୍ରତି ଦୟ ପ୍ରକାଶ କରିଅଛନ୍ତି I"
\s5
\v 56 ଆଉ ମରିୟମ ପ୍ରାୟ ତିନି ମାସ ଏଲିଶାବେଥ୍‌ଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ I
\v 57 ପରେ ଏଲୀଶାବେଥଙ୍କ ପ୍ରସବ କାଳ ଉପସ୍ଥିତ ହୁଅନ୍ତେ ସେ ଗୋଟିଏ ପୁତ୍ର ପ୍ରସବ କଲେ I
\v 58 ଆଉ ପ୍ରଭୁ ଯେ ତାଙ୍କ ପ୍ରତି ମହା ଦୟା ପ୍ରକାଶ କରିଅଛନ୍ତି, ଏହା ଶୁଣି ତାଙ୍କ ପ୍ରତିବାସୀ ଓ ସମ୍ପର୍କୀୟମାନେ ତାଙ୍କ ସହିତ ଆନନ୍ଦ କରିବାକୁ ଲାଗିଲେ I
\s5
\v 59 ଆଠ ଦିନରେ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ତାହାର ପିତାଙ୍କ ନାମ ଅନୁସାରେ ତାହାର ନାମ ଜିଖରୀୟ ଦେବାକୁ ଇଚ୍ଛା କଲେ I
\v 60 କିନ୍ତୁ ତାହାର ମାତା ଉତ୍ତର ଦେଲେ, ନାହିଁ, ତାହାର ନାମ ଯୋହନ ହେବ I
\v 61 ସେମାନେ ତାହାଙ୍କୁ କହିଲେ, ତୁମ୍ଭର ସମ୍ପର୍କୀୟମାନଙ୍କ ମଧ୍ୟରେ ତ କାହାର ଏହି ନାମ ନାହିଁ !
\s5
\v 62 ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଛନ୍ତି, ତାହା ସଙ୍କେତ କରି ପଚାରିବାକୁ ଲାଗିଲେ I
\v 63 ତହିଁରେ ସେ ସଙ୍କେତ କରି ଖଣ୍ଡେ ଲିଖନ ପଟା ମାଗିଲେ I ଯେତେବେଳେ ସେମାନେ ତାହାଙ୍କୁ ଖଣ୍ଡେ ଲିଖନ ପଟା ଦେଲେ, ସେ ଏହା ଲେଖିଲେ; "ତାହାର ନାମ ଯୋହନ I" ଏଥିରେ ଯେଉଁମାନେ ସେଠାରେ ଥିଲେ ସେମାନେ ସମସ୍ତେ ଚକିତ ହେଲେ !
\s5
\v 64 ଆଉ ସେହିକ୍ଷଣି ତାହାଙ୍କ ମୁଖ ଓ ଜିହ୍ୱା ଫିଟିଗଲା ଏବଂ ସେ କଥା କହି ଈଶ୍ୱରଙ୍କ ପ୍ରଶଂସା କରିବାକୁ ଲାଗିଲେ I
\v 65 ଈଶ୍ୱର ଯାହା କଲେ ସେଥିରେ ସେମାନଙ୍କ ପ୍ରତିବାସୀ ସମସ୍ତେ ଭୟଗ୍ରସ୍ତ ହେଲେ I ଆଉ ଏହି ସମସ୍ତ କଥା ଯିହୁଦା ପ୍ରଦେଶର ପାର୍ବତୀୟ ଅଞ୍ଚଳର ସବୁଆଡ଼େ ଲୋକେ କୁହାକୋହି ହେଲେ I
\v 66 ପୁଣି, ଶୁଣିବା ଲୋକ ସମସ୍ତେ ସେହି ସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କଅଣ ହେବ ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ I
\s5
\v 67 ଆଉ, ଜିଖରୀୟଙ୍କ ପୁତ୍ର ଜନ୍ମ ହେଲା ଉତ୍ତାରେ, ଜିଖରୀୟ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଈଶ୍ୱରଙ୍କଠାରୁ ଏହି ଭାବବାଣୀ କହିଲେ,
\v 68 ଧନ୍ୟ ପ୍ରଭୁ, ଇସ୍ରାଏଲର ଈଶ୍ୱର, କାରଣ ସେ କୃପାଦୃଷ୍ଟି କରି ଆପଣା ଲୋକଙ୍କ ନିମନ୍ତେ ମୁକ୍ତି ସାଧନ କରିଅଛନ୍ତି I
\s5
\v 69 ସେ ଆପଣା ଦାସ ଦାଉଦଙ୍କ ବଂଶରେ ଆମ୍ଭମାନଙ୍କ ନିମନ୍ତେ ପରିତ୍ରାଣର ଶୃଙ୍ଗ ଉଠାଇଅଛନ୍ତି I
\v 70 ପ୍ରାଚୀନକାଳରୁ ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା କହିଥିଲେ ଯେ ସେ ଏହା କରିବେ I
\v 71 ଏହି ଶକ୍ତିଶାଳୀ ପରିତ୍ରାଣକର୍ତ୍ତା ଆମ୍ଭମାନଙ୍କ ଶତ୍ରୁମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି ଓ ଆମ୍ଭମାନଙ୍କ ସମସ୍ତ ଘୃଣାକାରୀଙ୍କ ହସ୍ତରୁ ଆମ୍ଭମାନଙ୍କର ପରିତ୍ରାଣ ସାଧନ କରିଅଛନ୍ତି I
\s5
\v 72 ସେ ଏହା ଏଥିପାଇଁ କରିଅଛନ୍ତି ଯେପରି ସେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଦୟା ବ୍ୟବହାର କରନ୍ତି, ଆପଣାର ପବିତ୍ର ନିୟମ ସ୍ମରଣ କରିଅଛନ୍ତି,
\v 73 ଆମ୍ଭମାନଙ୍କ ପିତା ଅବ୍ରହାମଙ୍କ ନିକଟରେ ଯେଉଁ ଶପଥ କରିଥିଲେ, ଆପଣାର ସେହି ପବିତ୍ର ନିୟମ ସ୍ମରଣ କରନ୍ତି I
\v 74 ଈଶ୍ୱର ଆମ୍ଭମାନଙ୍କ ଶତ୍ରୁମାନଙ୍କ ଶକ୍ତି ଠାରୁ ଆମ୍ଭମାନଙ୍କୁ ରକ୍ଷା କରିବେ ବୋଲି ପ୍ରତିଜ୍ଞା କଲେ, ପୁଣି ନିର୍ଭୟରେ ଚିରକାଳ ତାହାଙ୍କ ଛାମୁରେ ତାହାଙ୍କର ସେବା କରିବାକୁ ଯୋଗ୍ୟ କରନ୍ତି,
\v 75 ସାଧୁତା ଓ ଧାର୍ମିକତାରେ ତାହାଙ୍କର ଉପାସନା କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତି I
\s5
\v 76 ପୁଣି ଜିଖରୀୟ ଆପଣା ପୁତ୍ର ସନ୍ତାନକୁ କହିଲେ: "ଆଉ ହେ ଶିଶୁ(ଯୋହନ), ତୁ ମଧ୍ୟ ପରାତ୍ପରଙ୍କ ଭାବବାଦୀ ବୋଲି ଖ୍ୟାତ ହେବୁ I ଯେତେବେଳେ ପ୍ରଭୁ ଆସିବେ ତାହା ପଥ ପ୍ରସ୍ତୁତ କରିବାକୁ ତାହାଙ୍କର ଅଗ୍ରଗାମୀ ହେବୁ I
\v 77 ଈଶ୍ୱର ସେମାନଙ୍କୁ ସେମାନଙ୍କ ପାପ ହେତୁ ଦଣ୍ଡ ନ ଦେଇ ସେମାନଙ୍କୁ କ୍ଷମା ଦେବେ ଓ ସେମାନଙ୍କୁ ରକ୍ଷା କରିବା ନିମନ୍ତେ ଯୋଗ୍ୟ ଅଟନ୍ତି, ଏହା ତୁମ୍ଭେ ଲୋକମାନଙ୍କୁ କହିବ I
\s5
\v 78 ଈଶ୍ୱର ଆମ୍ଭମାନଙ୍କୁ କ୍ଷମା ଦେବେ କାରଣ ସେ ଆମ୍ଭମାନଙ୍କ ପ୍ରତି ଦୟାଳୁ ଓ ଅନୁଗ୍ରହପୂର୍ଣ୍ଣ ଅଟନ୍ତି I ଓ ଏହି କାରଣରୁ ଏହି ପରିତ୍ରାଣକର୍ତ୍ତା ଯିଏ ସୂର୍ଯ୍ୟ ଉଦୟ ହେଲା ପରି ହେବ ସେ ସ୍ୱର୍ଗରୁ ଆମ୍ଭମାନଙ୍କ ନିକଟକୁ ଆସି ଆମ୍ଭମାନଙ୍କୁ ସାହାଯ୍ୟ କରିବେ I
\v 79 ଯେଉଁମାନେ ଆତ୍ମିକ ଅନ୍ଧକାର ଓ ମୃତ୍ୟୁର ଭୟରେ ଜୀବନ ଯାପନ କରୁଅଛନ୍ତି ସେମାନଙ୍କ ଉପରେ ସେ ଆଲୋକ ପ୍ରଦାନ କରିବେ I ଯେପରି ଆମ୍ଭେମାନେ ଶାନ୍ତିରେ ବସବାସ କରିବୁ ସେଥିପାଇଁ ସେ ଆମ୍ଭମାନଙ୍କୁ କଢାଇ ନେବେ I
\s5
\v 80 ପୁଣି, ଜିଖରୀୟ ଓ ଏଲୀଶାବେଥଙ୍କ ପୁତ୍ର ଶିଶୁ ବୃଦ୍ଧି ପାଇ ଆତ୍ମାରେ ଶକ୍ତିମାନ ହେବାକୁ ଲାଗିଲେ ଏବଂ ଇସ୍ରାଏଲ ନିକଟରେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ପ୍ରାନ୍ତରରେ ରହିଲେ I
\s5
\c 2
\p
\v 1 ସେହି ସମୟରେ ସମସ୍ତ ରୋମୀ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କ ଠାରୁ ଆଜ୍ଞା ଘୋଷଣା କରାଗଲା I
\v 2 ସୁରିଆର ଶାସନକର୍ତ୍ତା କ୍ୱିରୀଣିୟଙ୍କ ସମୟରେ ପ୍ରଥମ ଥର ଏହି ନାମ ଲେଖାଗଲା I
\v 3 ସେଥିପାଇଁ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ I
\s5
\v 4 ପୁଣି, ଯୋଷେଫ ମଧ୍ୟ ମରିୟମଙ୍କ ସହିତ ଆପଣା ପିତୃ ନଗରକୁ ଗଲେ ତାହାଙ୍କ ସହିତ ତାହାଙ୍କ ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ I ଯୋଷେଫ ଦାଉଦଙ୍କ ବଂଶଧର ହୋଇଥିବା ହେତୁ, ସେ ଗାଲିଲୀର ନାଜରିତ ନଗରକୁ ଛାଡ଼ି ଯିହୁଦା ପ୍ରଦେଶର ବେଥ୍‌ଲିହିମ ନାମକ ନଗରକୁ ଗଲେ, ଯାହା ଦାଉଦଙ୍କ ନଗର ନାମରେ ମଧ୍ୟ ଖ୍ୟାତ I ଯୋଷେଫ ଓ ମରିୟମ ନିଜ ନାମ ଲେଖାଇବାକୁ ସେଠାକୁ ଗଲେ I
\v 5 ସେମାନେ ବେଥ୍‌ଲିହିମକୁ ପହଞ୍ଚିଲା ପରେ ରହିବା ନିମନ୍ତେ ସେମାନଙ୍କ ନିମନ୍ତେ ବସା ଘର ନ ଥିଲା I
\s5
\v 6 ସେମାନେ ଯେତେବେଳେ ବେଥଲିହିମରେ ପହଞ୍ଚିଲେ, ସେଠାରେ ସେମାନଙ୍କ ନିମନ୍ତେ ବସା ଘର ନ ଥିଲା, ଯେଉଁଠାରେ ସାଧାରଣତଃ ଅତିଥି ରହନ୍ତି I ତେଣୁ ଯେଉଁଠାରେ ପଶୁମାନେ ରାତ୍ରିରେ ଶୁଅନ୍ତି ସେଠାରେ ସେମାନଙ୍କୁ ରହିବାକୁ ପଡ଼ିଲା I
\v 7 ସେମାନେ ସେଠାରେ ରହିବା ସମୟରେ ମରିୟମଙ୍କ ପ୍ରସବକାଳ ଉପସ୍ଥିତ ହେଲା ଓ ସେ ଆପଣା ପ୍ରଥମ ପୁତ୍ର ସନ୍ତାନକୁ ଜନ୍ମ ଦେଲେ I ସେ ତାହାଙ୍କୁ ଗୋଟିଏ ବଡ଼ ଲୁଗାରେ ଗୁଡାଇ ଗୁହାଳକୁଣ୍ଡରେ ଶୁଆଇ ଦେଲେ ଯେଉଁଠାରେ ପଶୁମାନଙ୍କ ଖାଦ୍ୟ ରଖାଯାଏ I
\s5
\v 8 ସେହି ରାତ୍ରିରେ କେତେକ ମେଷପାଳକ ବେଥଲିହିମ ନିକଟସ୍ଥ ପଦାରେ ସେମାନଙ୍କ ମେଷ ଜଗୁଥିଲେ I
\v 9 ହଠାତ୍ ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ I ପ୍ରଭୁଙ୍କର ଗୌରବର ଆଲୋକ ସେମାନଙ୍କ ଚାରିଆଡ଼େ ପ୍ରକାଶିତ ହେଲା I ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ I
\s5
\v 10 କିନ୍ତୁ ଦୂତ ସେମାନଙ୍କୁ କହିଲେ, "ଭୟ କର ନାହିଁ! ମୁଁ ତୁମ୍ଭମାନଙ୍କୁ ଆନନ୍ଦଜନକ ସୁସମାଚାର କହିବାକୁ ଆସିଅଛି, ଯାହା ସମସ୍ତଙ୍କ ନିମନ୍ତେ ମଙ୍ଗଳଜନକ ଓ ସମସ୍ତଙ୍କ ନିମନ୍ତେ ଆନନ୍ଦଜନକ!
\v 11 ଆଜି, ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି! ସେ ଖ୍ରୀଷ୍ଟ ପ୍ରଭୁ !
\v 12 ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନ ସ୍ୱରୂପ ହେବ: ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳ କୁଣ୍ଡରେ ଶୋଇଥିବାର ଦେଖିବ I"
\s5
\v 13 ପୁଣି, ଅକସ୍ମାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ୍ ଦଳ ଉପସ୍ଥିତ ହେଲେ I ସେମାନେ ସମସ୍ତେ ଈଶ୍ୱରଙ୍କ ସ୍ତବଗାନ କରୁ କରୁ କହିଲେ,
\v 14 "ଉର୍ଦ୍ଧ୍ୱଲୋକରେ ଦୂତମାନେ ସମସ୍ତେ ଈଶ୍ୱରଙ୍କ ମହିମା କରନ୍ତୁ ! ପୁଣି ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି ହେଉ !"
\s5
\v 15 ଦୂତମାନେ ସେମାନଙ୍କଠାରୁ ସ୍ୱର୍ଗକୁ ପ୍ରସ୍ଥାନ କଲା ଉତ୍ତାରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, "ଆସ, ବର୍ତ୍ତମାନ ଆମ୍ଭେମାନେ ବେଥଲିହିମକୁ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଆଶ୍ଚର୍ଯ୍ୟ ବିଷୟ ଜଣାଇଅଛନ୍ତି, ତାହା ଦେଖିବା !"
\v 16 ଏଥିରେ ସେମାନେ ଶୀଘ୍ର ଯାଇ ଯୋଷେଫ ଓ ମରିୟମ ଥିବା ସ୍ଥାନ ଖୋଜି ପାଇଲେ, ପୁଣି ସେମାନେ ଗୁହାଳକୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ I
\s5
\v 17 ତାହାଙ୍କୁ ଦେଖିଲା ଉତ୍ତାରେ, ସେମାନେ ସେହି ଶିଶୁଙ୍କ ବିଷୟରେ ଯେଉଁ କଥା କୁହାଯାଇଥିଲା, ତାହା ପ୍ରତ୍ୟେକଙ୍କୁ କହିଲେ I
\v 18 ପୁଣି ଯେତେ ଲୋକ ମେଷପାଳକମାନଙ୍କଠାରୁ ସେହି ସବୁ କଥା ଶୁଣିଲେ, ସେମାନେ ସମସ୍ତେ ସେଥିରେ ଚମତ୍କୃତ ହେଲେ I
\v 19 କିନ୍ତୁ ମରିୟମ ଏହି ସମସ୍ତ କଥା ହୃଦୟରେ ରଖି ସେହି ସବୁ ବିଷୟରେ ବିବେଚନା କରିବାକୁ ଲାଗିଲେ I
\v 20 ଆଉ ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ଠିକ୍ ସେହିପରି ସେମାନେ ଶୁଣିଲେ ଓ ଦେଖିଲେ, ସେଥି ସକାଶୁ ସେମାନେ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ଆପଣା ମେଷମାନେ ଥିବା ସ୍ଥାନକୁ ବାହୁଡ଼ିଗଲେ I
\s5
\v 21 ତାହାଙ୍କୁ ସୁନ୍ନତ କରିବା ସକାଶେ ଅଷ୍ଟମ ଦିନ ଉପସ୍ଥିତ ହୁଅନ୍ତେ, ସେମାନେ ତାହାଙ୍କ ନାମ ଯୀଶୁ ଦେଲେ, ଏହି ନାମ ତାହାଙ୍କ ଗର୍ଭସ୍ଥ ହେବା ପୂର୍ବରୁ ତାହାଙ୍କୁ ଦେବା ନିମନ୍ତେ ସେମାନଙ୍କୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା I
\s5
\v 22 ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନଙ୍କ ଶୁଚି ହେବା ସମୟ ଉପସ୍ଥିତ ହେଲା, ମରିୟମ ଓ ଯୋଷେଫ ଆପଣା ପୁତ୍ରଙ୍କୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିବା ନିମନ୍ତେ ଯିରୁଶାଲମକୁ ଯାତ୍ରା କଲେ I
\v 23 ଯାହା ପ୍ରଭୁଙ୍କ ବ୍ୟବସ୍ଥାରେ ଲେଖାଯାଇଅଛି,"ପ୍ରତ୍ୟେକ ପୁଂସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବା ନିମନ୍ତେ ପୃଥକୀକୃତ ହେବ I"
\v 24 ପୁଣି ପ୍ରଭୁଙ୍କ ବ୍ୟବସ୍ଥାର ଉକ୍ତି ଅନୁସାରେ ନବଜାତ ଶିଶୁର ପିତା ମାତା "ଦୁଇଟି ପାରା ଅବା ଦୁଇଟି କାପ୍ତାଛୁଆ" ବଳିଦାନ କରିବେ I
\s5
\v 25 ସେହି ସମୟରେ ଯିରୁଶାଲମରେ ଶିମିୟୋନ ନାମକ ଜଣେ ବୃଦ୍ଧ ବ୍ୟକ୍ତି ଥିଲେ I ଯିଏ ଈଶ୍ୱରଙ୍କ ସନ୍ତୋଷଜନକ କାର୍ଯ୍ୟ କରୁଥିଲେ ଓ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରୁଥିଲେ I ସେ ଈଶ୍ୱରଙ୍କ ପ୍ରେରିତ ମସୀହ ଯେ ଇସ୍ରାଏଲୀୟଙ୍କୁ ସାନ୍ତ୍ୱନା ଦେବେ ତାହାଙ୍କ ଆପେକ୍ଷାରେ ଥିଲେ, ପୁଣି ପବିତ୍ରଆତ୍ମା ତାହାଙ୍କୁ ଚାଳନା ଦେଉଥିଲେ I
\v 26 ପବିତ୍ରଆତ୍ମାଙ୍କ ଦ୍ୱାରା ପୂର୍ବରୁ ତାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା ଯେ ତାହାଙ୍କ ମୃତ୍ୟୁ ପୂର୍ବରୁ ସେ ପ୍ରଭୁଙ୍କ ପ୍ରତିଜ୍ଞାତ ଅଭିଷିକ୍ତଙ୍କ ଦର୍ଶନ ପାଇବେ I
\s5
\v 27 ଯେତେବେଳେ ଶିଶୁ ଯୀଶୁଙ୍କ ପିତାମାତା ତାହାଙ୍କ ବିଷୟରେ ବ୍ୟବସ୍ଥାର ବିଧି ଅନୁଯାୟୀ କ୍ରିୟା କରିବା ନିମନ୍ତେ ମନ୍ଦିରକୁ ଆଣିଲେ, ସେତେବେଳେ ଶିମିୟୋନ ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିର ପ୍ରାଙ୍ଗଣ ଭିତରକୁ ପ୍ରବେଶ କଲେ I
\v 28 ପରେ ସେ ଯୀଶୁଙ୍କୁ ଆପଣା କୋଳରେ ଘେନି ଈଶ୍ୱରଙ୍କ ସ୍ତବ କରି କହିଲେ,
\v 29 "ପ୍ରଭୁ, ତୁମ୍ଭେ ମୋତେ ତୃପ୍ତ କରିଅଛ ଓ ଏବେ ତୁମ୍ଭ ପ୍ରତିଜ୍ଞାନୁସାରେ ମୁଁ ଶାନ୍ତିରେ ମୃତ୍ୟୁଭୋଗ କରିପାରିବି I
\s5
\v 30 ମୋହର ନେତ୍ର ଲୋକମାନଙ୍କ ପରିତ୍ରାଣକର୍ତ୍ତା ଯାହାଙ୍କୁ ତୁମ୍ଭେ ପ୍ରେରଣ କରିଅଛ, ତାହାଙ୍କୁ ଦେଖିଅଛି,
\v 31 ଯାହା ତୁମ୍ଭେ ସମସ୍ତ ଲୋକଙ୍କ ସମ୍ମୁଖରେ ପ୍ରସ୍ତୁତ କଲ I
\v 32 ସେ ବିଜାତିମାନଙ୍କ ପ୍ରତି ତୁମ୍ଭର ସତ୍ୟ ପ୍ରକାଶକ ଜ୍ୟୋତିଃ ହେବେ, ଓ ଇସ୍ରାଏଲୀୟ ଲୋକଙ୍କର ଗୌରବ ହେବେ I"
\s5
\v 33 ତାହାଙ୍କ ସମ୍ବନ୍ଧୀୟ ଶିମିୟୋନଙ୍କ ଦ୍ୱାରା କଥିତ ସମସ୍ତ ବିଷୟରେ ଯୀଶୁଙ୍କ ପିତାମାତା ଚମତ୍କୃତ ହେଉଥିଲେ I ଆଉ, ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କରି ଯୀଶୁଙ୍କ ମାତା ମରିୟମଙ୍କୁ କହିଲେ,
\v 34 "ମୁଁ ଯାହା କହେ ତାହା ମନେରଖ: ଈଶ୍ୱର ଏହା ସ୍ଥିର କରିଅଛନ୍ତି ଯେ ଏହି ଶିଶୁ ସକାଶୁ, ଅନେକେ ଇସ୍ରାଏଲୀୟ ଲୋକ ଈଶ୍ୱରଠାରୁ ବିମୁଖ ହେବେ ଓ ଅନେକେ ଈଶ୍ୱରଙ୍କ ପ୍ରତି ଫେରିବେ I ସେ ଅନେକ ଲୋକଙ୍କ ନିମନ୍ତେ ଚିହ୍ନ ସ୍ଵରୂପ ହେବେ, ଓ ଅନେକ ଲୋକ ତାହାଙ୍କ ବିରୁଦ୍ଧାଚରଣ କରିବେ I
\v 35 ଫଳରେ, ଅନେକ ଲୋକ ତାହାଙ୍କ ବିରୁଦ୍ଧରେ କଥା କହିବେ I ପୁଣି ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ୍ଗ ବିଦ୍ଧ କରିବ I
\s5
\v 36 ମଧ୍ୟ ସେଠାରେ ମନ୍ଦିର ପ୍ରାଙ୍ଗଣରେ ଜଣେ ହାନ୍ନା ନାମ୍ନୀ ବୟୋଧିକ ଭାବବାଦିନୀ ଥିଲେ I ତାହାଙ୍କ ପିତା ଆଶେର୍ ବଂଶର ଫିନୂଏଲ୍ ଥିଲେ I ସେ ସାତ ବର୍ଷ ପର୍ଯ୍ୟନ୍ତ ବିବାହିତ ହୋଇଥିଲେ ପୁଣି ତା' ପରେ ତାହାଙ୍କ ସ୍ୱାମୀ ମୃତ୍ୟୁଭୋଗ କଲେ I
\v 37 ତାହା ପରେ, ସେ ଚଉରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ I ସେ ସବୁବେଳେ ଉପବାସ ଓ ପ୍ରାର୍ଥନା କରୁଥିଲେ I
\v 38 ସେହି ସମୟରେ, ହାନ୍ନା ସେମାନଙ୍କ ନିକଟରେ ଉପସ୍ଥିତ ହୋଇ ଶିଶୁଙ୍କ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଲାଗିଲେ I ଆଉ ଯିରୁଶାଲମର ମୁକ୍ତି ଅପେକ୍ଷାରେ ଥିବା ସମସ୍ତ ଲୋକଙ୍କୁ ଯୀଶୁଙ୍କ ବିଷୟରେ କହିବାକୁ ଲାଗିଲେ I
\s5
\v 39 ପରେ ଯୋଷେଫ ଓ ମରିୟମ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କ୍ରିୟା ସମାପ୍ତ କରି ଗାଲିଲୀକୁ, ନିଜ ନଗର ନାଜରିତକୁ ବାହୁଡ଼ି ଗଲେ I
\v 40 ଆଉ ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି ଈଶ୍ୱରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା I
\s5
\v 41 ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାରପର୍ବ ପାଳନ କରିବା ନିମନ୍ତେ ଯିରୁଶାtଲମକୁ ଯାଉଥିଲେ I
\v 42 ଯେତେବେଳେ ଯୀଶୁଙ୍କୁ ବାର ବର୍ଷ ହୋଇଥିଲା, ସେମାନଙ୍କ ରୀତି ଅନୁସାରେ ନିସ୍ତାର ପର୍ବ ନିମନ୍ତେ ସେମାନେ ଯିରୁଶାଲମକୁ ଗଲେ I
\v 43 ଯେତେବେଳେ ସମସ୍ତ ପର୍ବର ସମୟ ସମାପ୍ତ ହେଲା, ତାହାଙ୍କ ପିତାମାତା ଗୃହକୁ ବାହୁଡ଼ିଆସୁଥିଲେ, ସେତେବେଳେ ଯୀଶୁ ଯିରୁଶାଲମରେ ରହିଗଲେ I ତାହାଙ୍କ ପିତାମାତା ଜାଣି ନ ଥିଲେ ଯେ ସେପର୍ଯ୍ୟନ୍ତ ସେ ସେଠାରେ ଅଛନ୍ତି
\v 44 କିନ୍ତୁ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେ କଲେ I ଦିନକର ବାଟ ଗଲା ପରେ ସେମାନେ ଆତ୍ମୀୟ ଓ ପରିଜନ ଲୋକମାନଙ୍କ ମଧ୍ୟରେ ତାହାଙ୍କର ଅନ୍ୱେଷଣ କରିବାକୁ ଲାଗିଲେ I
\s5
\v 45 ପରେ ସେମାନେ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଯିରୁଶାଲମକୁ ଲେଉଟିଗଲେ I
\v 46 ତିନି ଦିନ ପରେ ତାହାଙ୍କୁ ମନ୍ଦିରରେ ପାଇଲେ, ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ I
\v 47 ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ବିତ ହେଉଥିଲେ |
\s5
\v 48 ଯେତେବେଳେ ତାହାଙ୍କ ପିତାମାତା ତାହାଙ୍କୁ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ ? ଦେଖ୍, ତୋର ବାପା ଓ ମୁଁ ଅତିଶୟ କାତର ହୋଇ ତୋତେ ଖୋଜୁଅଛୁ I
\v 49 ଏଥିରେ ସେ ସେମାନଙ୍କୁ କହିଲେ, "କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କଅଣ ଜାଣି ନ ଥିଲ ?"
\v 50 କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ I
\s5
\v 51 ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରିତକୁ ଆସିଲେ ଓ ସେମାନଙ୍କ ବଶୀଭୂତ ହୋଇ ରହିଲେ; ପୁଣି ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନରୂପେ ଆପଣା ହୃଦୟରେ ରଖିଲେ I
\v 52 ଯେତେ ବର୍ଷ ପାର ହେଉଥିଲା, ଯୀଶୁ ଜ୍ଞାନରେ ଓ ଶରୀରରେ ପୁଣି ଈଶ୍ୱରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ I
\s5
\c 3
\p
\v 1 ତିବିରିଆ କାଇସରଙ୍କ ରାଜତ୍ୱର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପିଲାତ ଯିହୁଦା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲୀଲୀର ସାମନ୍ତରାଜା ଥିଲେ, ଆଉ ତାହାଙ୍କ ଭ୍ରାତା ଫିଲିପ୍ପ ଈତୁରାୟ ଓ ତ୍ରାଖୋନୀତି ପ୍ରଦେଶର, ପୁଣି ଲୁସାନିୟା ଅବିଲାନିର ସାମନ୍ତରାଜା ଥିଲେ I
\v 2 ସେହି ସମୟରେ, ଯେତେବେଳେ ହାନାନ ଓ କୟାଫା ଯିରୁଶାଲମରେ ମାହାଯାଜକ ଥିଲେ, ସେତେବେଳେ ଈଶ୍ୱରଙ୍କ ବାକ୍ୟ ପ୍ରାନ୍ତରରେ ଜିଖରୀୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଉପସ୍ଥିତ ହେଲା I
\s5
\v 3 ସେଥିରେ ସେ ଯର୍ଦ୍ଦନ ନଦୀର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳକୁ ଯାତ୍ରା କରୁଥିଲେ I ସେ ଲୋକମାନଙ୍କୁ କହୁଥିଲେ, "ଯଦି ତୁମ୍ଭେମାନେ ଈଶ୍ୱରଙ୍କଠାରୁ କ୍ଷମାପ୍ରାପ୍ତି ଇଛା କର, ତେବେ ତୁମ୍ଭେମାନେ ମନପରିବର୍ତ୍ତନ କର; ପରେ ମୁଁ ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେବି!"
\s5
\v 4 ବହୁ ବର୍ଷ ପୂର୍ବରୁ ଯିଶାୟ ଭାବବାଦୀ ଏହି ବାକ୍ୟ ଶାସ୍ତ୍ରରେ ଲେଖନ୍ତି, "ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁ ଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର I
\s5
\v 5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି ପ୍ରତ୍ୟକ ପର୍ବତ ଓ ଉପପର୍ବତ ସମତଳ କରାଯିବ, ବକ୍ର ପଥସବୁ ସଳଖ ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ I
\v 6 ପୁଣି ପ୍ରତ୍ୟେକ ଲୋକ ଈଶ୍ୱରଙ୍କ ପରିତ୍ରାଣ ଦେଖିବେ I"
\s5
\v 7 ଅତଏବ ଯୋହନ ତାହାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକସମୂହକୁ କହିଲେ, "ରେ କାଳସର୍ପର ବଂଶ! ଯିଏ ପାପ କରେ ତାହାକୁ ଦିନେ ଈଶ୍ୱର ଦଣ୍ଡ ଦେବେ ବୋଲି କିଏ ତୁମ୍ଭମାନଙ୍କୁ ଚେତନା ଦେଲା ? ତୁମ୍ଭେମାନେ ତାହାଙ୍କ କ୍ରୋଧରୁ ରକ୍ଷା ପାଇବ ଏହା ମନେ ମନେ ଭାବ ନାହିଁ !
\s5
\v 8 ଏଣୁ ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି ଅବ୍ରାହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରାହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି I
\s5
\v 9 ଆଉ ଏବେ ସୁଦ୍ଧା ଗଛଗୁଡ଼ାକ ମୂଳରେ କୁହ୍ରାଡ଼ି ଲାଗିଅଛି; ଅତଏବ ଯେ କୌଣସି ଗଚ୍ଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ I
\s5
\v 10 ଏଥିରେ ଲୋକସମୂହ ମଧ୍ୟରୁ କେତେକ ତାହାଙ୍କୁ ପଚାରିବାକୁ ଲାଗିଲେ, "ତାହାହେଲେ ଆମ୍ଭେମାନେ କଅଣ କରିବା ?"
\v 11 ସେ ସେମାନଙ୍କୁ ଉତ୍ତର ଦେଲେ, "ଯାହାର ଦୁଇଟି ଅଙ୍ଗରଖା ଅଛି, ସେ ଯାହାର ନାହିଁ, ତାହାକୁ ଗୋଟିଏ ଦେଉ; ପୁଣି ଯାହାର ଖାଦ୍ୟ ଅଛି, ସେ ଯାହାର ଖାଦ୍ୟ ନାହିଁ ତାହାକୁ ଦେଉ I"
\s5
\v 12 କେତେକ କରଗ୍ରାହୀ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାଙ୍କୁ ପଚାରିଲେ, "ହେ ଗୁରୁ, ଆମ୍ଭେମାନେ କଅଣ କରିବା ?"
\v 13 ସେ ସେମାନଙ୍କୁ କହିଲେ, "ତୁମ୍ଭମାନଙ୍କ ନିମନ୍ତେ ରୋମୀ ସରକାରଙ୍କ ଦ୍ୱାରା ଯାହା ନିରୁପିତ, ତାହା ଅପେକ୍ଷା ଅଧିକ ଆଦାୟ କର ନାହିଁ I"
\s5
\v 14 କେତେକ ସୈନିକ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, "ଆଉ ଆମ୍ଭେମାନେ, ଆମ୍ଭେମାନେ କଅଣ କରିବା ?" ସେ ସେମାନଙ୍କୁ କହିଲେ, "ବଳରେ କି ଛଳରେ କାହାର ଧନ ହରଣ କର ନାହିଁ, ଓ କେହି ଭୁଲ୍ କରୁଅଛନ୍ତି ବୋଲି ମିଥ୍ୟା ଅଭିଯୋଗ କର ନାହିଁ! ପୁଣି ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇ ଥାଅ I"
\s5
\v 15 ଲୋକେ ଅପେକ୍ଷାରେ ଥିବାରୁ ଓ ଯୋହନ କେଜାଣି ଖ୍ରୀଷ୍ଟ ହେବେ, ଏହା ତାହାଙ୍କ ସମ୍ବଦ୍ଧରେ ସମସ୍ତେ ଆପଣା ଆପଣା ମନରେ ତର୍କବିତର୍କ କରୁଥିଲେ I
\v 16 କିନ୍ତୁ ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, " ନା, ମୁଁ ନୁହେଁ I ଖ୍ରୀଷ୍ଟ ମୋଠାରୁ ଅଧିକ ଶକ୍ତିମାନ୍ I ସେ ମୋଠାରୁ ଅଧିକ ଶକ୍ତିମାନ୍, ତାହାଙ୍କର ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ! ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ଯେତେବେଳେ ଖ୍ରୀଷ୍ଟ ଆସିବେ, ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ I
\s5
\v 17 ଆପଣା ଖଳା ଉତ୍ତମରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନିର୍ବାଣ ଅଗ୍ନିରେ ପୋଡ଼ିପକାଇବେ I
\s5
\v 18 ଏହିପରି ଅନେକ ଉପଦେଶ ଦେଇ ପୁଣି ବିଭିନ୍ନ ପ୍ରକାର ଉତ୍ସାହଜନକ ବାକ୍ୟ କହି ଯୋହନ ଲୋକମାନଙ୍କୁ ଈଶ୍ୱରଙ୍କ ନିକଟକୁ ମନପରିବର୍ତ୍ତନ କରି ଫେରିବା ନିମନ୍ତେ କହୁଥିଲେ, ପୁଣି ଲୋକଙ୍କ ନିକଟରେ ଈଶ୍ୱରଙ୍କଠାରୁ ପ୍ରାପ୍ତ ସୁସମ୍ବାଦ ପ୍ରଚାର କରୁଥିଲେ I
\v 19 ପୁଣି ସେ ସାମନ୍ତ ରାଜା ହେରୋଦ ନିଜ ଜୀବିତ ଭାଇଙ୍କ ଭାର୍ଯ୍ୟା ହେରୋଦିଆଙ୍କ ସହ ବିବାହ କରିଥିବାରୁ ଏବଂ ଆପଣା କୃତ ସମସ୍ତ ଦୁଷ୍କର୍ମ ବିଷୟରେ ତାହାଙ୍କୁ ଅନୁଯୋଗ କରୁଥିଲେ I
\v 20 ହେରୋଦ ଯୋହନଙ୍କୁ କାରାରୁଦ୍ଧ କରି ନିଜର ଦୁଷ୍କର୍ମ ସହିତ ଏହା ମଧ୍ୟ ଯୋଗ କଲେ I
\s5
\v 21 କିନ୍ତୁ ଯୋହନ କାରାରୁଦ୍ଧ ହେବା ପୂର୍ବରୁ, ସମସ୍ତ ଲୋକ ବାପ୍ତିଜିତ ହେଲା ଉତ୍ତାରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଉନ୍ମୁକ୍ତ ହେଲା I
\v 22 ପୁଣି ପବିତ୍ର ଆତ୍ମା ଦୈହିକଭାବେ କୋପତ ପରି ତାହାଙ୍କ ଉପରକୁ ଓହ୍ଲାଇଆସିଲେ; ଆଉ ଆକାଶରୁ ଏହି ବାଣୀ ହେଲା, "ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ I"
\s5
\v 23 ଯୀଶୁ ଈଶ୍ୱରଙ୍କ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋସେଫଙ୍କ ପୁତ୍ର; ଯୋସେଫ ଏଲିଙ୍କ ପୁତ୍ର I
\v 24 ଏଲି ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍ଖୀଙ୍କ ପୁତ୍ର, ମଲ୍ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋସେଫଙ୍କ ପୁତ୍ର,
\s5
\v 25 ଯୋସେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଲୀଙ୍କ ପୁତ୍ର, ହେସ୍ଲୀ ନାଗୟଙ୍କ ପୁତ୍ର,
\v 26 ନାଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର,
\s5
\v 27 ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବ୍ବାବେଲଙ୍କ ପୁତ୍ର, ଜିରୁବ୍ବାବେଲ ଶଅଲ୍ଥୀୟେଲଙ୍କ ପୁତ୍ର, ଶଅଲ୍ଥୀୟେଲ ନେରୀଙ୍କ ପୁତ୍ର,
\v 28 ନେରୀ ମଲ୍ଖୀଙ୍କ ପୁତ୍ର, ମଲ୍ଖୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋଶାମଙ୍କ ପୁତ୍ର, କୋଶାମ ଏଲ୍ଳଦାନଙ୍କ ପୁତ୍ର, ଏଲ୍ଳଦାନ ଏରଙ୍କ ପୁତ୍ର,
\v 29 ଏର ଯିହୋଶୁୟଙ୍କ ପୁତ୍ର, ଯିହୋଶୁୟ ଏଲୀୟେଜରଙ୍କ ପୁତ୍ର, ଏଲୀୟେଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର,
\s5
\v 30 ଲେବୀ ଶିମିୟୋନଙ୍କ ପୁତ୍ର, ଶିମିୟୋନ ଯିହୁଦାଙ୍କ ପୁତ୍ର, ଯିହୁଦା ଯୋଷେଫଙ୍କ ପୁତ୍ର, ଯୋଷେଫ ଯୋନାମଙ୍କ ପୁତ୍ର, ଯୋନାମ ଏଲିୟାକୀମଙ୍କ ପୁତ୍ର,
\v 31 ଏଲିୟାକୀମ ମଲାହଙ୍କ ପୁତ୍ର, ମଲାହ ମନ୍ନାଙ୍କ ପୁତ୍ର, ମନ୍ନା ମତ୍ତଥାଙ୍କ ପୁତ୍ର, ମତ୍ତଥା ନାଥନଙ୍କ ପୁତ୍ର, ନାଥନ ଦାଉଦଙ୍କ ପୁତ୍ର,
\v 32 ଦାଉଦ ଯିଶୟଙ୍କ ପୁତ୍ର, ଯିଶୟ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ଶେଲହଙ୍କ ପୁତ୍ର, ଶେଲହ ନହଶୋନଙ୍କ ପୁତ୍ର,
\s5
\v 33 ନହଶୋନ ଅମ୍ମୀନାଦାବଙ୍କ ପୁତ୍ର, ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର, ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର, ହେସ୍ରୋଣ ଫେରସଙ୍କ ପୁତ୍ର, ଫେରସ ଯିହୁଦାଙ୍କ ପୁତ୍ର,
\v 34 ଯିହୁଦା ଯାକୁବଙ୍କ ପୁତ୍ର, ଯାକୁବ ଇସ୍ହାକଙ୍କ ପୁତ୍ର, ଇସ୍ହାକ ଅବ୍ରାହାମଙ୍କ ପୁତ୍ର, ଅବ୍ରାହାମ ଥେରହଙ୍କ ପୁତ୍ର, ଥେରହ ନାହୋରଙ୍କ ପୁତ୍ର,
\v 35 ନାହୋର ସରୂଗଙ୍କ ପୁତ୍ର, ସରୂଗ ରଗୁଙ୍କ ପୁତ୍ର, ରଗୁ ଫେଲଗଙ୍କ ପୁତ୍ର, ଫେଲଗ ଏବରଙ୍କ ପୁତ୍ର, ଏବର ଶେଲହଙ୍କ ପୁତ୍ର,
\s5
\v 36 ଶେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର,
\v 37 ଲେମଖ ମିଥୁଶେଲଙ୍କ ପୁତ୍ର, ମିଥୁଶେଲ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କେନାନଙ୍କ ପୁତ୍ର,
\v 38 କେନାନ ଏନୋଶଙ୍କ ପୁତ୍ର, ଏନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ୱରଙ୍କ ପୁତ୍ର, ମନୁଷ୍ୟକୁ ଈଶ୍ୱର ନିର୍ମାଣ କଲେ I
\s5
\c 4
\p
\v 1 ପରେ ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଜର୍ଦ୍ଦନରୁ ବାହୁଡ଼ିଲେ ଏବଂ ପବିତ୍ର ଆତ୍ମା ତାହାଙ୍କୁ ପ୍ରାନ୍ତରରେ ଚାଳିତ କଲେ I
\v 2 ଚାଳିଶ ଦିନ ପର୍ଯ୍ୟନ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ କର୍ତ୍ତୃକ ପରୀକ୍ଷିତ ହେଉଥିଲେ I ସେହି ସମସ୍ତ ଦିନ ସେ କିଛି ଭୋଜନ କଲେ ନାହିଁ, ଆଉ ସେହି ସବୁ ଦିନ ଶେଷ ହୁଅନ୍ତେ ସେ କ୍ଷୁଧିତ ହେଲେ I
\s5
\v 3 ସେଥିରେ ଶୟତାନ ଯୀଶୁଙ୍କୁ କହିଲା, "ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରକୁ ରୋଟୀ ହେବା ପାଇଁ ଆଜ୍ଞା ଦିଅ I"
\v 4 ଯୀଶୁ ତାହାକୁ ଉତ୍ତର ଦେଲେ, "ନା, ମୁଁ ଏହା କରିବି ନାହିଁ, କାରଣ ଶାସ୍ତ୍ରରେ ଏହା ଲେଖାଅଛି, 'ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ I"
\s5
\v 5 ଆଉ ଶୟତାନ ଯୀଶୁଙ୍କୁ ପର୍ବତ ଉପରକୁ ଘେନିଯାଇ ଏକ ମୁହୂର୍ତ୍ତ ମଧ୍ୟରେ ପୃଥିବୀର ସମସ୍ତ ରାଜ୍ୟ ତାହାଙ୍କୁ ଦେଖାଇଲା I
\v 6 ପୁଣି ସେ ଯୀଶୁଙ୍କୁ କହିଲା, "ସମସ୍ତ ଜାତି ଉପର ଶାସନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ଏ ସମସ୍ତ ଅଧିକାର ଓ ଏସବୁର ଏୗଶ୍ୱର୍ଯ୍ୟ ଦେବା କାରଣ ଆମ୍ଭକୁ ତାହା ସମର୍ପିତ ହୋଇଅଛି, ଆଉ ଆମ୍ଭେ ଯାହାକୁ ଇଛା, ତାହାକୁ ତାହା ଦେଉ I"
\v 7 ଅତଏବ ତୁମ୍ଭେ ଯେବେ ଆମ୍ଭ ଛାମୁରେ ପ୍ରଣାମ କରିବ, ତେବେ ସମସ୍ତ ତୁମ୍ଭର ହେବ!
\s5
\v 8 ଯୀଶୁ ତାହାକୁ ଉତ୍ତର ଦେଲେ, "ନା, ମୁଁ ତୁମ୍ଭର ଉପାସନା କରିବି ନାହିଁ, ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ !"
\s5
\v 9 ପୁଣି ଶୟତାନ ଯୀଶୁଙ୍କୁ ଯିରୁଶାଲମକୁ ଘେନିଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, " ତୁମ୍ଭେ ଯଦି ଈଶ୍ୱରଙ୍କ ପୁତ୍ର, ତାହାହେଲେ ଏଠାରୁ ତଳକୁ ଡେଇଁପଡ଼ I
\v 10 ତୁମ୍ଭକୁ ଆଘାତ ହେବ ନାହିଁ କାରଣ ଶାସ୍ତ୍ରରେ ଲେଖା ଅଛି, 'ତୁମ୍ଭକୁ ରକ୍ଷା କରିବା ନିମନ୍ତେ ଈଶ୍ୱର ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ I'
\v 11 ଆଉ ଲେଖା ଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ I
\s5
\v 12 ପୁଣି ଯୀଶୁ ତାହାକୁ ଉତ୍ତର ଦେଲେ, "ନା ତାହା ମୁଁ କରିବି ନାହିଁ, କାରଣ ଶାସ୍ତ୍ରରେ ଏହା ଲେଖାଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ I"
\v 13 ଶୟତାନ ସମସ୍ତ ପ୍ରକାର ପରୀକ୍ଷା ସମାପ୍ତ କଲେ ଉତ୍ତାରେ କିଛି କାଳ ପର୍ଯ୍ୟନ୍ତ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲା I
\s5
\v 14 ଏଥିଉତ୍ତାରେ ଯୀଶୁ ପ୍ରାନ୍ତର ପରିତ୍ୟାଗ କରି ଗାଲିଲୀକି ବାହୁଡ଼ିଗଲେ I ପବିତ୍ର ଆତ୍ମା ତାହାଙ୍କୁ ଶକ୍ତି ଦେଉଥିଲେ I ଆଉ ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳରେ ଲୋକେ ଯୀଶୁଙ୍କ ବିଷୟରେ ଶୁଣିଲେ ଓ ତାହାଙ୍କ ବିଷୟରେ ଅନ୍ୟମାନଙ୍କୁ କହିଲେ I
\v 15 ପୁଣି ସେ ସେମାନଙ୍କର ସମାଜ ଗୃହସମୂହରେ ଶିକ୍ଷା ଦେଇ ସମସ୍ତଙ୍କଠାରୁ ଗୌରବ ପାଇବାକୁ ଲାଗିଲେ I
\s5
\v 16 ଆଉ ଯୀଶୁ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣ ରୀତି ଅନୁସାରେ ବିଶ୍ରାମବାରରେ ସମାଜ ଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ I
\v 17 ସେଥିରେ ମନ୍ଦିରର ପରିଚାରକ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦେଲେ I ଆଉ ଯୀଶୁ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ:
\s5
\v 18 ପ୍ରଭୁଙ୍କର ଆତ୍ମା ମୋ’ଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି, ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭ ବିଷୟ ଘୋଷଣା କରିବାକୁ ପୁଣି ଉପଦ୍ରବପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବାକୁ I
\v 19 ଆଉ ପ୍ରଭୁଙ୍କୁ ଅନୁଗ୍ରହବର୍ଷ ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି I
\s5
\v 20 ପରେ ସେ ପୁସ୍ତକ ବନ୍ଦ କରି ପରିଚାରକକୁ ତାହା ଫେରାଇଦେଇ ଉପବେଶନ କଲେ, ଆଉ ସମାଜଗୃହରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା I
\v 21 ପୁଣି ସେ ସେମାନଙ୍କୁ କହିବାକୁ ଲାଗିଲେ, "ଆଜି ଧର୍ମଶାସ୍ତ୍ରର ଏହି ବାକ୍ୟ ତୁମ୍ଭମାନଙ୍କ କର୍ଣ୍ଣ ଗୋଚରରେ ସଫଳ ହେଲା I"
\v 22 ଆଉ ସମସ୍ତେ ତାହାଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି ସେମାନେ କହିବାକୁ ଲାଗିଲେ, "ଏ କଣ ଯୋସେଫର ପୁତ୍ର ନୁହେଁ ?"
\s5
\v 23 ସେଥିରେ, ସେ ସେମାନଙ୍କୁ କହିଲେ, "ତୁମ୍ଭେମାନେ ନିଶ୍ଚୟ ମୋତେ ଏହି ପ୍ରବାଦବାକ୍ୟ କହିବ, 'ହେ ବୈଦ୍ୟ, ଆପେ ଆପଣାକୁ ସୁସ୍ଥ କର !' ତୁମ୍ଭେମାନେ କହିବ, 'କର୍ଫନାହୂମରେ ଯାହା ଯାହା ଘଟିଅଛି ବୋଲି ଆମ୍ଭେମାନେ ଶୁଣିଅଛୁ, ସେହିସବୁ ଏହି ସ୍ଥାନରେ ନିଜ ପୈତୃକ ନଗରରେ ମଧ୍ୟ କର !'"
\v 24 ପୁଣି ସେ କହିଲେ, "ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କୌଣସି ଭାବବାଦୀ ନିଜ ପୈତୃକ ନଗରରେ ଗ୍ରାହ୍ୟ ହୁଅନ୍ତି ନାହିଁ I
\s5
\v 25 କିନ୍ତୁ ଏହା ବିଷୟରେ ବିବେଚନା କର: ଏଲୀୟଙ୍କ ସମୟରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଆକାଶ ରୁଦ୍ଧ ହେବାରୁ ସମସ୍ତ ଦେଶରେ ମହାଦୁର୍ଭିକ୍ଷ ପଡ଼ିଲା I
\v 26 କିନ୍ତୁ ଈଶ୍ୱର ଏଲୀୟଙ୍କୁ ଅନ୍ୟ ଇସ୍ରାଏଲୀୟ ବିଧବାକୁ ସାହାଯ୍ୟ କରିବା ନିମନ୍ତେ ପ୍ରେରଣ କଲେ ନାହିଁ I ଈଶ୍ୱର ସୀଦୋନ ଦେଶର ସାରିଫତକୁ ଜଣେ ବିଧବା ସ୍ତ୍ରୀକୁ ସାହାଯ୍ୟ କରିବା ନିମନ୍ତେ ତାହାଙ୍କୁ ପ୍ରେରଣ କଲେ I
\v 27 ପୁଣି ଭାବବାଦୀ ଏଲୀଶାୟଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ କୁଷ୍ଠୀ ଥିଲେ; ତଥାପି ଏଲୀଶା ସେମାନଙ୍କ ମଧ୍ୟରୁ କାହାକୁ ସୁସ୍ଥ କରି ନ ଥିଲେ, କେବଳ ସୁରିଆଦେଶୀୟ ନାମାନକୁ ସେ ସୁସ୍ଥ କଲେ I"
\s5
\v 28 ସମାଜ ଗୃହରେ ତାହାଙ୍କର ଏହିସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ I
\v 29 ପୁଣି ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରିଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେଥିର ତୀଖସ୍ଥାନରୁ ତଳକୁ ପକାଇ ବଧ କରିବା ନିମନ୍ତେ ତାହାଙ୍କୁ ସେଠାକୁ ଘେନିଗଲେ I
\v 30 କିନ୍ତୁ ସେ ସେମାନଙ୍କ ମଧ୍ୟ ଦେଇ ଗମନ କରି ଚାଲିଗଲେ I
\s5
\v 31 ସେ କଫର୍ନାହୂମ ନାମକ ଗାଲୀଲୀ ପ୍ରଦେଶର ଗୋଟିଏ ନଗରକୁ ଆସିଲେ I ପୁଣି ପରବର୍ତ୍ତୀ ବିଶ୍ରାମବାରରେ ସେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ I
\v 32 ଆଉ ସେମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ କାରଣ ତାହାଙ୍କ ବାକ୍ୟ ଅଧିକାର ଯୁକ୍ତ ଥିଲା I
\s5
\v 33 ସେହି ଦିନ ସମାଜଗୃହରେ ଜଣେ ଅଶୂଚୀ ଭୂତାତ୍ମାବିଷ୍ଟଲୋକ ଥିଲା; ସେ ଉଚ୍ଚ ସ୍ୱରରେ ଚିତ୍କାର କଲା,
\v 34 "ଆଃ! ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଭୂତାତ୍ମାମାନଙ୍କର କିଛି କରିବାର ନାହିଁ! ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ ? ତୁମ୍ଭେ କିଏ ତାହା ମୁଁ ଜାଣେ; ତୁମ୍ଭେ ଈଶ୍ୱରଙ୍କର ସେହି ପବିତ୍ର ବ୍ୟକ୍ତି!"
\s5
\v 35 ଯୀଶୁ ତାହାକୁ ଧମକ ଦେଇ କହିଲେ, "ଚୁପ୍ କର୍, ଏହାଠାରୁ ବାହାରିଯା!" ସେଥିରେ ସେହି ଭୂତ ତାହାକୁ ମଧ୍ୟସ୍ଥାନରେ ପକାଇଦେଇ ତାହାର କୌଣସି କ୍ଷତି ନ କରି ତାହାଠାରୁ ବାହାରି ଗଲା I
\v 36 ଏଥିରେ ସମାଜଗୃହରେ ଥିବା ଲୋକସମସ୍ତେ ବିସ୍ମୟାନ୍ୱିତ ହେଲେ I ସେମାନେ ପରସ୍ପରକୁ କୁହାକହି ହେଲେ, "ସେ ଅଧିକାରର ସହିତ କଥା କହନ୍ତି, ଓ ତାହାଙ୍କ ବାକ୍ୟ ଶକ୍ତିଯୁକ୍ତ ଅଟେ ! ଯେତେବେଳେ ସେ ଅଶୁଚୀ ଆତ୍ମାମାନଙ୍କୁ ମଧ୍ୟ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରିଯାଆନ୍ତି !"
\v 37 ଆଉ ଚତୁର୍ଦ୍ଦିଗସ୍ଥ ଅଞ୍ଚଳର ସର୍ବତ୍ର, ଲୋକମାନେ ଯୀଶୁ ଯେଉଁ କାର୍ଯ୍ୟ କରିଥିଲେ ସେ ବିଷୟରେ କଥାବାର୍ତ୍ତା ହେଲେ I
\s5
\v 38 ପରେ ଯୀଶୁ ସମାଜଗୃହ ପରିତ୍ୟାଗ କରି ଶିମୋନଙ୍କ ଘରକୁ ଗଲେ | ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା I ଆଉ କେତେକ ଲୋକ ଯେଉଁମାନେ ସେଠାରେ ଥିଲେ ସେମାନେ ତାହାଙ୍କୁ ସୁସ୍ଥ କରିବା ନିମନ୍ତେ ଯୀଶୁଙ୍କୁ ଅନୁରୋଧ କଲେ I
\v 39 ସେଥିରେ ସେ ତାହାଙ୍କ ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି ସେ ସେହିକ୍ଷଣି ସୁସ୍ଥ ହେଲେ ! ସେ ଉଠି ସେମାନଙ୍କ ପରିଚର୍ଯ୍ୟା କରିବାକୁ ଲାଗିଲେ I
\s5
\v 40 ସେହି ଦିନ ସୂର୍ଯ୍ୟ ଅସ୍ତ ହେବା ସମୟରେ, ଅନେକ ଲୋକ ଆପଣା ବନ୍ଧୁ କିମ୍ବା ପରିଜନମାନଙ୍କୁ ଯେଉଁମାନେ ନାନା ପ୍ରକାର ରୋଗରେ ପିଡ଼ିତ ଥିଲେ, ସେସମସ୍ତେ ସେମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ I ସେ ପ୍ରତ୍ୟେକ ଜଣ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କଲେ I
\v 41 ସେ ଅନେକ ଲୋକଙ୍କଠାରୁ ମନ୍ଦଆତ୍ମାମାନଙ୍କୁ ବାହାର କଲେ I ପୁଣି ଭୂତମାନେ ଚିତ୍କାର କରୁ କରୁ "ତୁମ୍ଭେ ଈଶ୍ୱରଙ୍କ ପୁତ୍ର" ବୋଲି କହି ଅନେକଙ୍କଠାରୁ ବାହାରିଗଲେ I ଆଉ ସେ ସେମାନକୁ ଧମକ ଦେଇ କଥା କହିବାକୁ ଦେଲେ ନାହିଁ, କାରଣ ସେ ଯେ ଖ୍ରୀଷ୍ଟ, ଏହା ସେମାନେ ଜାଣିଥିଲେ I
\s5
\v 42 ପରବର୍ତ୍ତୀ ପ୍ରଭାତରେ ଯୀଶୁ ବାହାରି ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଗଲେ I ଆଉ ଲୋକସମୂହ ତାହାଙ୍କର ଅନ୍ୱେଷଣ କରି କରି ତାହାଙ୍କ ନିକଟକୁ ଆସିଲେ, ପୁଣି ସେ ଯେପରି ସେମାନଙ୍କ ପାଖରୁ ଚାଲି ନ ଯାଆନ୍ତି, ସେଥିନିମନ୍ତେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ I
\v 43 କିନ୍ତୁ ସେ ସେମାନଙ୍କୁ କହିଲେ, "ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥିନିମନ୍ତେ ମୁଁ ପ୍ରେରିତ ହୋଇଅଛି I"
\v 44 ପୁଣି ସେ ଯିହୁଦା ଦେଶର ବିଭିନ୍ନ ସହରର ସମାଜଗୃହମାନଙ୍କରେ ପ୍ରଚାର କରିବାକୁ ଲାଗିଲେ I
\s5
\c 5
\p
\v 1 ଦିନେ ଯେତେବେଳେ ଲୋକସମୂହ ଯୀଶୁଙ୍କ ଉପରେ ମାଡ଼ିପଡ଼ି ତାହାଙ୍କ ଠାରୁ ଈଶ୍ୱରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନେସରତ ହ୍ରଦ କୁଳରେ ଠିଆ ହୋଇଥିଲେ I
\v 2 ଆଉ ସେ ହ୍ରଦ କୂଳରେ ଦୁଇଟି ନୌକା ଥିବାର ଦେଖିଲେ I ମାଛୁଆମାନେ ସେଥିରୁ ଓହ୍ଲାଇ ଜାଲ ଧୋଉଥିଲେ I
\v 3 ସେହି ଦୁଇଟି ନୌକା ମଧ୍ୟରୁ ଯୀଶୁ ଗୋଟିଏ ନୌକାରେ ଚଢିଲେ (ଏହି ନୌକା ଶିମୋନଙ୍କର ଥିଲା) I ସେଥିରେ ଯୀଶୁ ଚଢ଼ି ସ୍ଥଳରୁ ଅଳ୍ପ ଦୂରକୁ ଯିବା ନିମନ୍ତେ ଶିମୋନଙ୍କୁ ଅନୁରୋଧ କଲେ I ଆଉ ଯୀଶୁ ସେହି ନୌକାରେ ବସିଲେ ଓ ଲୋକସମୂହକୁ ଶିକ୍ଷା ଦେବାକୁ ଲାଗିଲେ I
\s5
\v 4 ସେ ସେମାନଙ୍କୁ ଶିକ୍ଷା ଦେବା ଶେଷ କଲା ଉତ୍ତାରେ, ସେ ଶିମୋନଙ୍କୁ କହିଲେ, "ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ I"
\v 5 ଏଥିରେ ଶିମୋନ ଉତ୍ତର ଦେଲେ, "ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ମାଛ ଧରି ନାହୁଁ I କିନ୍ତୁ ଆପଣଙ୍କ କଥାରେ ମୁଁ ପୁଣି ଥରେ ଜାଲ ପକାଇବି I"
\v 6 ଆଉ, ଶିମୋନ ଓ ତାହାର ଲୋକମାନେ ଜାଲ ପକାଇ ବହୁତ ମାଛ ଧରିଲେ, ପୁଣି ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା I
\v 7 ସେଥିରେ ସେମାନଙ୍କର ଯେଉଁ ଅଂଶିଦାରମାନେ ଅନ୍ୟ ନୌକାରେ ଥିଲେ, ସେମାନେ ଯେପରି ଆସି ସାହାଯ୍ୟ କରନ୍ତି, ଏଥିପାଇଁ ସେମାନେ ସେମାନଙ୍କୁ ଠାରିଲେ I ଏଥିରେ ସେମାନେ ଆସି ଦୁଇଟି ଡ଼ଙ୍ଗାକୁ ଏପରି ପୂର୍ଣ୍ଣ କଲେ ଯେ, ସେଗୁଡ଼ିକ ବୁଡ଼ିବାକୁ ଲାଗିଲା I
\s5
\v 8 କିନ୍ତୁ ଶିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, "ହେ ପ୍ରଭୁ, ମୋ’ ନିକଟରୁ ଯିବା ହେଉନ୍ତୁ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ I"
\v 9 ସେ ଏହା କହିଲେ କାରଣ ସେମାନେ ଏତେ ମାଛ ଧରିଥିଲେ ଯେ, ତାହା ଦେଖି ସେ ବିସ୍ମୟାନ୍ୱିତ ହେଲେ ଓ ତାହାଙ୍କ ସଙ୍ଗୀ ସମସ୍ତେ ମଧ୍ୟ ବିସ୍ମୟାନ୍ୱିତ ହେଲେ I ପୁଣି, ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ, ଯେଉଁମାନେ ଶିମୋନଙ୍କର ସହଭାଗୀ ଥିଲେ, ସେମାନେ ମଧ୍ୟ ସେହିପ୍ରକାର ବିସ୍ମୟାନ୍ୱିତ ହେଲେ I
\v 10 ପୁଣି, ଯୀଶୁ ଶିମୋନଙ୍କୁ କହିଲେ, ଭୟ କର ନାହିଁ! ଆଜିପର୍ଯ୍ୟନ୍ତ ତୁମ୍ଭେ ମାଛ ଧରୁଥିଲ, କିନ୍ତୁ ଆଜିଠାରୁ ମୋହର ଶିଷ୍ୟ ହେବା ନିମନ୍ତେ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବ I
\v 11 ସେଥିରେ ସେମାନେ ନୌକାଗୁଡ଼ିକ କୁଳକୁ ଆଣି ସମସ୍ତ ପରିତ୍ୟାଗ କରି ଯୀଶୁଙ୍କର ଅନୁଗମନ କଲେ I
\s5
\v 12 ଯୀଶୁ ଗୋଟିଏ ନଗରରେ ଥିବା ସମୟରେ, ଦେଖ, ଜଣେ ସର୍ବାଙ୍ଗ କୁଷ୍ଠୀ ଲୋକ ସେ ସ୍ଥାନରେ ଥିଲେ; ସେ ଯୀଶୁଙ୍କୁ ଦେଖି ମୁହଁ ମାଡି ପଡି ତାହାଙ୍କୁ ନିବେଦନ କରି କହିଲା, "ହେ ପ୍ରଭୁ, ଦୟାକରି ମୋତେ ସୁସ୍ଥ କରନ୍ତୁ, କାରଣ ଆପଣ ଯଦି ଇଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି!"
\v 13 ସେଥିରେ ଯୀଶୁ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, "ମୁଁ ତୁମ୍ଭକୁ ସୁସ୍ଥ କରିବାକୁ ଇଛା କରୁଅଛି, ବର୍ତ୍ତମାନ ମୁ ତୁମ୍ଭକୁ ଶୁଚି କରୁଅଛି I" ସେହିକ୍ଷଣି ସେହି ଲୋକଟି ସୁସ୍ଥ ହେଲା, କୁଷ୍ଠ ରୋଗ ତାହାଠାରୁ ଦୂର ହେଲା !
\s5
\v 14 ଆଉ, ଯୀଶୁ ତାହାକୁ ଆଜ୍ଞା ଦେଇ କହିଲେ, "ତୁମ୍ଭେ ତତ୍‌କ୍ଷଣାତ୍ ହୋଇଥିବା ସୁସ୍ଥତା ବିଷୟରେ କାହାକୁ କୁହ ନାହିଁ I କିନ୍ତୁ ଯାଇ ପ୍ରଥମେ ଯିରୁଶାଲମରେ ଯାଜକଙ୍କୁ ନିଜକୁ ଦେଖାଅ ଯେପରି ସେମାନେ ତୁମ୍ଭକୁ ପରୀକ୍ଷା କରି ଜାଣି ପାରିବେ ଯେ ତୁମ୍ଭକୁ ଆଉ କୁଷ୍ଠ ରୋଗ ନାହିଁ I ପୁଣି ମୋଶାଙ୍କ ଆଦେଶ ଅନୁସାରେ ଆପଣାର କୁଷ୍ଠ ରୋଗରୁ ଶୌଚକ୍ରିୟାସ୍ୱରୂପେ ସେମାନଙ୍କ ନିକଟରେ ସାକ୍ଷ ଦେବା ନିମନ୍ତେ ନୈବେଦ୍ୟ ଉତ୍ସର୍ଗ କର I"
\s5
\v 15 କିନ୍ତୁ କିପରି ଯୀଶୁ ତାହାକୁ ସୁସ୍ଥ କଲେ ତାହାଙ୍କ ବିଷୟକ କଥା ଆହୁରି ଅଧିକ ବ୍ୟାପିଗଲା, ଆଉ ବହୁ ସଂଖ୍ୟକ ଲୋକ ଯୀଶୁଙ୍କଠାରୁ ଶୁଣିବା ନିମନ୍ତେ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ I
\v 16 ମାତ୍ର ସେ ନିର୍ଜ୍ଜନ ସ୍ଥାନମାନଙ୍କରେ ରହି ପ୍ରାର୍ଥନା କରୁଥିଲେ I
\s5
\v 17 ଦିନେ ଯୀଶୁ ଶିକ୍ଷା ଦେଉଥିଲେ, ଆଉ ଫାରୂଶୀମାନଙ୍କ ମଧ୍ୟରୁ କେତେକ ନିକଟରେ ବସିଥିଲେ I ସେମାନଙ୍କ ମଧ୍ୟରୁ କେତେକ ଯିହୁଦୀ ବ୍ୟବସ୍ଥା ଅଧ୍ୟାପକ ଥିଲେ I ସେମାନେ ଗାଲିଲୀର ପ୍ରତ୍ୟେକ ଗ୍ରାମ, ପୁଣି ଯିରୂଶାଲମରୁ ଓ ଯିହୁଦା ପ୍ରଦେଶର ଅନ୍ୟ ନଗରରୁ ଆସିଥିଲେ I ଆଉ, ସେ ଯେପରି ସୁସ୍ଥ କରନ୍ତି ଏଥିପାଇଁ ପ୍ରଭୁଙ୍କର ଶକ୍ତି ଉପସ୍ଥିତ ଥିଲା I
\s5
\v 18 ଯୀଶୁ ସେଠାରେ ଥିବା ସମୟରେ, କେତେକ ଲୋକ ଜଣେ ପକ୍ଷାଘାତରୋଗୀ ମନୁଷ୍ୟକୁ ଖଟିଆରେ ବହିଆଣି ତାହାକୁ ଭିତରକୁ ଘେନିଯିବା ନିମନ୍ତେ ଓ ଯୀଶୁଙ୍କ ସମ୍ମୁଖରେ ଥୋଇବା ନିମନ୍ତେ ଚେଷ୍ଟା କରୁଥିଲେ I
\v 19 କିନ୍ତୁ ଭିଡ଼ ହେତୁ ତାହାକୁ ଭିତରକୁ ଘେନିଯିବା ପାଇଁ ବାଟ ନ ପାଇବାରୁ ସେମାନେ ଘର ଉପରକୁ ଯାଇ ଛାତର କିଛି ଟାଇଲ୍ ଘୁଞ୍ଚାଇ ଛାତ ଖୋଲି ଦେଲେ I ସେମାନେ ସେହି ଭିତର ଦେଇ ଖଟିଆ ସହିତ ତାହାକୁ ମଧ୍ୟ ସ୍ଥାନରେ ଯୀଶୁଙ୍କ ସମ୍ମୁଖରେ ଓହ୍ଲାଇ ଦେଲେ I
\s5
\v 20 ଯେତେବେଳେ ଯୀଶୁ ଏହା ଜାଣି ପାରିଲେ ଯେ ସେ ସେହି ବ୍ୟକ୍ତିକୁ ସୁସ୍ଥ କରିପାରିବେ ବୋଲି ସେମାନଙ୍କର ବିଶ୍ୱାସ ଅଛି, ଏହା ଦେଖି ସେ ତାହାକୁ କହିଲେ, "ହେ ବନ୍ଧୁ, ମୁଁ ତୁମ୍ଭର ପାପସବୁ କ୍ଷମା କରୁଅଛି ! "
\v 21 ସେଥିରେ ଶାସ୍ତ୍ରୀ ଓ ଫାରୂଶୀମାନେ ତର୍କବିତର୍କ କରି ଏହା କରିବାକୁ ଲାଗିଲେ, "ଏହି ବ୍ୟକ୍ତି ଗର୍ବୀ ଓ ତାହା କହିବା ଦ୍ୱାରା ଈଶ୍ୱରନିନ୍ଦା କରୁଅଛି ! ଆମ୍ଭେମାନେ ସମସ୍ତେ ଜାଣୁ ଯେ କେବଳ ଇଶ୍ୱରଙ୍କ ବିନା ଆଉ କେହି ପାପକ୍ଷମା କରିପାରେ ନାହିଁ ! "
\s5
\v 22 କିନ୍ତୁ ଯୀଶୁ ତାହାଙ୍କ ତର୍କବିତର୍କ ଜ୍ଞାତ ହୋଲେ, ତେଣୁ ସେ ସେମାନଙ୍କୁ ଉତ୍ତର ଦେଲେ, "ମୁଁ ଯାହା କହିଲି ସେ ବିଷୟରେ ତୁମ୍ଭେମାନେ ଆପଣା ଆପଣା ମନରେ ତର୍କବିତର୍କ କରିବା ଉଚିତ୍ ନୁହେଁ ! ବିବେଚନା କର:
\v 23 ଏହା କହିବା ସହଜ, " ତୁମ୍ଭର ପାପସବୁ କ୍ଷମା କରାଗଲା, କାରଣ ସେହି ବ୍ୟକ୍ତି ପ୍ରକୃତରେ କ୍ଷମା ପାଇଅଛି ବୋଲି କେହି ମଧ୍ୟ ଦେଖି ପାରନ୍ତି ନାହିଁ I କିନ୍ତୁ ଏହା କହିବା ସହଜ ନୁହେଁ ଯେ 'ଉଠ ଏବଂ ଚାଲ' କାରଣ ସେ ପ୍ରକୃତରେ ସୁସ୍ଥ ହୋଇଅଛି କି ନାହିଁ ଏହା ଲୋକମାନେ ଦେଖନ୍ତି I
\v 24 ତେଣୁ ମୁ ଏହି ମନୁଷ୍ୟକୁ ସୁସ୍ଥ କରିବି ଯେପରି ତୁମ୍ଭେମାନେ ଜାଣିପାର ଯେ, ଈଶ୍ୱର ମୋତେ ଅର୍ଥାତ୍ ମନୁଷ୍ୟପୁତ୍ରଙ୍କୁ ପୃଥିବୀରେ ପାପ କ୍ଷମା କରିବାକୁ ଅଧିକାର ଦେଇଅଛନ୍ତି I" ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, "ମୁଁ ତୁମ୍ଭକୁ କହୁଅଛି, "ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଯାଅ !"
\s5
\v 25 ସେଥିରେ ସେ ସେହିକ୍ଷଣି ସୁସ୍ଥ ହେଲା ! ସେ ସେମାନଙ୍କ ସାକ୍ଷାତରେ ଉଠିଲା I ଯାହା ଉପରେ ସେ ଶୋଇଥିଲେ, ତାହା ନେଇ ଇଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ନିଜ ଗୃହକୁ ଚାଲିଗଲେ I
\v 26 ତହିଁରେ ଲୋକ ସମସ୍ତେ ଆଚମ୍ବିତ ହୋଇ ଇଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ ଓ ଯୀଶୁ ଯାହା କଲେ ତାହା ଦେଖି ଅତିଶୟ ଭୟ କରି କହିଲେ, "ଆଜି ଆମ୍ଭେମାନେ ଆଶ୍ଚର୍ଯ୍ୟ ଘଟଣା ଦେଖିଲୁ !"
\s5
\v 27 ଏଥିଉତ୍ତାରେ ଯୀଶୁ ବାହାରିଯାଇ ଲେବୀ ନାମକ ଜଣେ ମନୁଷ୍ୟକୁ ଦେଖିଲେ ଯିଏ ରୋମୀ ସରକାରଙ୍କ ନିମନ୍ତେ କର ଆଦାୟ କରନ୍ତି I ସେ ସେହି କର ଆଦାୟ ସ୍ଥାନରେ ବସିଥିଲେ ଯେଉଁଠାରେ ସରକାରଙ୍କ ନିୟମ ଅନୁଯାୟୀ ଲୋକମାନେ କର ଦିଅନ୍ତି I ଯୀଶୁ ତାଙ୍କୁ କହିଲେ, "ମୋହର ସହିତ ଆସ ଓ ମୋହର ଶିଷ୍ୟ ହୁଅ !"
\v 28 ସେଥିରେ ଲେବୀ ଆପଣାର କାର୍ଯ୍ୟ ପରିତ୍ୟାଗ କରି ଯୀଶୁଙ୍କର ଅନୁଗମନ କଲେ I
\s5
\v 29 ପରେ, ଲେବୀ ନିଜ ଘରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କ ନିମନ୍ତେ ଗୋଟିଏ ବଡ଼ ଭୋଜିର ଆୟୋଜନ କଲେ I ଆଉ ବହୁସଂଖ୍ୟକ କରଗ୍ରାହୀ ଓ ଅନ୍ୟାନ୍ୟ ଲୋକ ସେମାନଙ୍କ ସାଙ୍ଗରେ ଭୋଜନ କରିବାକୁ ବସିଲେ I
\v 30 ସେଥିରେ ଫାରୂଶୀମାନେ ଓ ସେମାନଙ୍କ ଦଳର ଶାସ୍ତ୍ରୀମାନେ ଯେଉଁମାନେ ଯିହୁଦୀ ଶାସ୍ତ୍ର ଶିକ୍ଷା ଦିଅନ୍ତି, ତାହାଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ବଚସା କରି ଯୀଶୁଙ୍କୁ କହିବାକୁ ଲାଗିଲେ, "ତୁମ୍ଭେମାନେ କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଖିଆପିଆ କରିବା ଉଚିତ୍ ନୁହେଁ I"
\v 31 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଅସୁସ୍ଥ ଲୋକମାନଙ୍କର ଚିକିତ୍ସକଙ୍କଠାରେ ଆବଶ୍ୟକତା ଅଛି, ମାତ୍ର ସୁସ୍ଥ ଲୋକମାନଙ୍କର ଆବଶ୍ୟକତା ନାହିଁ I
\v 32 ସେହିପରି ମୁଁ ଧାର୍ମିକ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ମୁଁ ସ୍ୱର୍ଗରୁ ଆସି ନାହିଁ, କିନ୍ତୁ ପାପୀମାନଙ୍କୁ ପାପରୁ ମନ ପରିବର୍ତ୍ତନ କରି ମୋ ନିକଟକୁ ଆହ୍ୱାନ କରିବାକୁ ଆସିଅଛି I
\s5
\v 33 ସେହି ଯିହୁଦୀମାନେ ଯୀଶୁଙ୍କୁ କହିଲେ, "ଯୋହନଙ୍କ ଶିଷ୍ୟମାନେ ଥରକୁଥର ଉପବାସ ଓ ପ୍ରାର୍ଥନା କରନ୍ତି, ଫାରୂଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି I କିନ୍ତୁ ଆପଣଙ୍କ ଶିଷ୍ୟମାନେ ଖିଆପିଆ କରନ୍ତି! କାହିଁକି ସେମାନେ ସେମାନଙ୍କ ପରି ଉପବାସ କରନ୍ତି ନାହିଁ ?"
\v 34 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ତୁମ୍ଭେମାନେ କି ସେମାନଙ୍କୁ ଉପବାସ କରାଇ ପାର ? କେହି ମଧ୍ୟ ତାହା କରାଇ ପାରିବେ ନାହିଁ !
\v 35 କିନ୍ତୁ ସମୟ ଆସିବ; ଆଉ ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ସେତେବେଳେ ସେହି ସମୟରେ ସେମାନେ ଉପବାସ କରିବେ I"
\s5
\v 36 ପୁଣି, ଯୀଶୁ ସେମାନଙ୍କୁ ଏକ ଦୃଷ୍ଟାନ୍ତ ମଧ୍ୟ କହିଲେ, "କେହି ନୂଆ ଲୁଗାରୁ ତାଳି (କାନି) ଛିଣ୍ଡାଇ ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ସେ ନୂଆ ଖଣ୍ଡିକ ଚିରିଦେବ, ପୁଣି, ନୂଆ ଲୁଗାର ତାଳିଟି (କାନି) ମଧ୍ୟ ପୁରୁଣା ସାଙ୍ଗରେ ମିଶିବ ନାହିଁ I
\s5
\v 37 ଆଉ, କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ଫାରେ (ଚମଡ଼ାରେ ତିଆରି ପାତ୍ରରେ) ରଖେ ନାହିଁ; ଯଦି କେହି ରଖେ ତା'ହେଲେ ନୂଆ ଦ୍ରାକ୍ଷାରସ କୁମ୍ଫାକୁ (ଚମଡ଼ାରେ ତିଆରି ପାତ୍ରକୁ) ଫଟାଇ ପଡ଼ିଯିବ, ଆଉ କୁମ୍ଫା (ଚମଡ଼ାରେ ତିଆରି ପାତ୍ର) ନଷ୍ଟ ହେବ I
\v 38 ସେହିପରି ନୂଆ ଦ୍ରାକ୍ଷାରସ ନୂଆ କୁମ୍ଫାରେ ରଖିବା ଉଚିତ୍ I
\v 39 ଆଉ, କେହି ପୁରୁଣା ଦ୍ରାକ୍ଷାରସ ପାନ କରି ନୂଆ ଦ୍ରାକ୍ଷାରସ ପାନ କରିବାକୁ ଇଚ୍ଛା କରେ ନାହିଁ, କାରଣ ସେ କହେ, 'ପୁରୁଣା ତ ଭଲ !'"
\s5
\c 6
\p
\v 1 ଥରେ ବିଶ୍ରାମବାର ଦିନରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ, ସେହି ସମୟରେ ତାହାଙ୍କ ଶିଷ୍ୟମାନେ ଶିଁଷା ଛିଣ୍ଡାଉ ଥିଲେ I ସେମାନେ ଶସ୍ୟ ଓ ଚୋପା ଅଲଗା କରିବା ନିମନ୍ତେ ତାହା ହାତରେ ମଳି ସେହି ଶସ୍ୟକୁ ଖାଉଥିଲେ I
\v 2 କିନ୍ତୁ ଫାରୂଶୀମାନଙ୍କ ମଧ୍ୟରୁ କେତେକ ଯେଉଁମାନେ ଏହା ଦେଖୁଥିଲେ ସେମାନେ କହିଲେ, "ତୁମ୍ଭେମାନେ କାର୍ଯ୍ୟ କରିବା ଉଚିତ୍ ନୁହଁ; ବିଶ୍ରାମବାରରେ କାର୍ଯ୍ୟ କରିବା ନିମନ୍ତେ ଆମ୍ଭମାନଙ୍କ ନିୟମ ଆମ୍ଭମାନଙ୍କୁ ମନା କରେ !"
\s5
\v 3 ଯୀଶୁ ଫାରୂଶୀମାନଙ୍କୁ ଉତ୍ତର ଦେଲେ, "ଦାଉଦ କ'ଣ କଲେ (ସେ ରାଜା ହେବା ପୂର୍ବରୁ) ଯେତେବେଳେ ସେ ଓ ତାଙ୍କ ସଙ୍ଗୀମାନେ ଭୋକିଲା ଥିଲେ, ସେହି ବିଷୟରେ ଶାସ୍ତ୍ରରେ ଯାହା ଲେଖାଅଛି ନିଶ୍ଚିତଭାବରେ ତୁମ୍ଭେମାନେ ପଢ଼ିଅଛ!"
\v 4 ଯେପରି ତୁମ୍ଭେମାନେ ଜାଣ, ଦାଉଦ କିପରି ଈଶ୍ୱରଙ୍କ ତମ୍ବୁରେ ପ୍ରବେଶ କରି ଖାଦ୍ୟ ନିମନ୍ତେ ଅନୁରୋଧ କଲେ I ଯାଜକ ସେମାନଙ୍କୁ ଈଶ୍ୱରଙ୍କ ସମ୍ମୁଖରେ ରଖାଯାଇଥିବା ରୁଟି ସେମାନଙ୍କୁ ଦେଲେ I ମୋଶାଙ୍କ ବ୍ୟବସ୍ଥାନୁଯାୟୀ ଈଶ୍ୱର କହିଥିଲେ କେବଳ ଯାଜକମାନଙ୍କର ହିଁ ସେହି ରୁଟି ଖାଇବା ନିମନ୍ତେ ଅନୁମତି ଥିଲା I କିନ୍ତୁ ଦାଉଦ ଓ ତାହାଙ୍କ ସଙ୍ଗୀମାନେ ଯାଜକ ନ ଥିଲେ, ତଥାପି ସେ ସେଥିରୁ କିଛି ଖାଇଥିଲେ ଓ ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ!"
\v 5 ଆଉ, ଯୀଶୁ ସେମାନଙ୍କୁ କହିଲେ, "ସେହିପ୍ରକାରେ, ଲୋକମାନଙ୍କର ବିଶ୍ରାମବାରରେ କ'ଣ କରିବା ଉଚିତ୍ ତାହା ସ୍ଥିର କରିବାର ଅଧିକାର କେବଳ ମନୁଷ୍ୟପୁତ୍ରଙ୍କର ଅଛି !"
\s5
\v 6 ସେ ଆଉ ଗୋଟିଏ ବିଶ୍ରାମବାର ଦିନରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେଉଥିଲେ; ସେଠାରେ ଜଣେ ଲୋକ ଥିଲା, ତାହାର ଡାହାଣ ହାତ ଶୁଖିଯାଇଥିଲା I
\v 7 ଯେଉଁ ଲୋକମାନେ ଯିହୁଦୀ ନିୟମ ଶିକ୍ଷା ଦେଉଥିଲେ ଏପରି ଶାସ୍ତ୍ରୀମାନେ ଓ ଫାରୂଶୀମାନେ ଯେଉଁମାନେ ସେଠାରେ ଥିଲେ, ସେମାନେ ଏହା ଦେଖିବା ପାଇଁ ଯୀଶୁଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ବିଶ୍ରାମବାରରେ ସେମାନଙ୍କ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ତାହାଙ୍କୁ ଦୋଷୀ କରି ପାରନ୍ତି I
\v 8 କିନ୍ତୁ ଯୀଶୁ ସେମାନଙ୍କର ମନୋଭାବ ଜାଣିଲେ I ତେଣୁ, ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ ସେ କହିଲେ, "ଉଠ ଓ ପ୍ରତ୍ୟେକଙ୍କ ସମ୍ମୁଖରେ ଠିଆ ହୁଅ!" ତେଣୁ ସେହି ଲୋକ ଉଠି ସେଠାରେ ଠିଆ ହେଲା I
\s5
\v 9 ସେଥିରେ ଯୀଶୁ ସେମାନଙ୍କୁ କହିଲେ, "ମୁଁ ତୁମ୍ଭମାନଙ୍କୁ ପଚାରୁଅଛି: ନିୟମ ଯାହା ଈଶ୍ୱର ମୋଶାଙ୍କୁ ଦେଇଥିଲେ ତାହା ମନୁଷ୍ୟମାନଙ୍କୁ ବିଶ୍ରାମବାରରେ ଭଲ କରିବା ନିମନ୍ତେ ଆଜ୍ଞା ଦିଏ ନା ମନ୍ଦ କରିବା ନିମନ୍ତେ ? ବିଶ୍ରାମବାରରେ ଜୀବନ ରକ୍ଷା କରିବା ନା ତାହା ବିନାଶ କରିବା ?"
\v 10 କେହି ମଧ୍ୟ ତାହାଙ୍କୁ ଉତ୍ତର ଦେଲେ ନାହିଁ, ତେଣୁ, ସେ ଚାରିଆଡ଼େ ସମସ୍ତଙ୍କ ପ୍ରତି ଦୃଷ୍ଟିପାତ କରି ସେହି ଲୋକଙ୍କୁ କହିଲେ, "ତୁମ୍ଭର ଶୁଖିଲା ହାତ ବଢ଼ାଅ!" ସେଥିରେ ସେ ତାହା କଲା, ଆଉ ତାହାର ହାତ ସମ୍ପୂର୍ଣ୍ଣଭାବେ ପୁଣି ଭଲ ହୋଇଗଲା!
\v 11 କିନ୍ତୁ ଧାର୍ମିକ ନେତାମାନେ କ୍ରୋଧରେ ପୂର୍ଣ୍ଣ ହେଲେ, ଆଉ ଯୀଶୁଙ୍କ ପ୍ରତି କଅଣ କରି ପାରନ୍ତି, ସେ ବିଷୟରେ ପରସ୍ପର କଥାବାର୍ତ୍ତା କରିବାକୁ ଲାଗିଲେ I
\s5
\v 12 କିଛି ସମୟ ଉତ୍ତାରେ, ଦିନେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଗଲେ I ସେଠାରେ ସେ ସମସ୍ତ ରାତ୍ରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ I
\v 13 ସକାଳ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କ ମଧ୍ୟରୁ ବାର ଜଣକୁ ମନୋନୀତ କଲେ; ସେ ସେମାନଙ୍କୁ ମଧ୍ୟ ପ୍ରେରିତ ନାମ ଦେଲେ I
\s5
\v 14 ସେମାନେ ହେଲେ: ଶିମୋନ, ଯାହାକୁ ସେ ମଧ୍ୟ ପିତର ବୋଲି ନୂତନ ନାମ ଦେଲେ; ଆଉ ପିତରଙ୍କ ଭାଇ ଆନ୍ଦ୍ରୀୟ; ଯାକୁବ ଓ ତାହାଙ୍କ କନିଷ୍ଠ ଭାଇ ଯୋହନ; ଫିଲିପ୍ପ; ବାର୍ଥଲମୀ;
\v 15 ମାଥିଉ, ଯାହାଙ୍କ ଅନ୍ୟ ନାମ ଲେବୀ; ଥୋମା; ଆଉ ଆଲଫିଙ୍କ ପୁତ୍ର ଯାକୁବ; ଶିମୋନ, ଯାହାଙ୍କୁ ଉଦ୍‌ଯୋଗୀ ବୋଲି କହନ୍ତି,
\v 16 ଅନ୍ୟ ଏକ ଯାକୁବଙ୍କ ପୁତ୍ର ଯିହୁଦା; ଓ ଈଷ୍କାରିୟୋତୀୟ ଯିହୁଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା I
\s5
\v 17 ଆଉ ସେ ସେମାନଙ୍କ ସହିତ ଓହ୍ଲାଇ ଗୋଟିଏ ସମତଳ ଭୂମିରେ ଠିଆ ହେଲେ I ପୁଣି, ତାହାଙ୍କର ଅନେକ ଶିଷ୍ୟ ଏବଂ ସମସ୍ତ ଯିହୁଦା ପ୍ରଦେଶ, ଯିରୂଶାଲମ ଆଉ ସୋର ଓ ସୀଦୋନର ଉପକୂଳରୁ ଅନେକେ ଏକ ବଡ଼ ଲୋକସମୂହ ଉପସ୍ଥିତ ହେଲେ I
\v 18 ସେମାନେ ତାହାଙ୍କ ବାକ୍ୟ ଶୁଣିବାକୁ ଓ ଆପଣା ଆପଣା ରୋଗରୁ ସୁସ୍ଥ ହେବାକୁ ଆସିଥିଲେ I ଆଉ ଯେଉଁମାନେ ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା କଷ୍ଟ ପାଉଥିଲେ, ସେ ସେମାନଙ୍କୁ ମଧ୍ୟ ସୁସ୍ଥ କଲେ I
\v 19 ପୁଣି, ଲୋକସମୂହ ମଧ୍ୟରୁ ପ୍ରତ୍ୟେକେ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ, କାରଣ ତାହାଙ୍କ ଶକ୍ତି ଦ୍ୱାରା ସେ ସମସ୍ତଙ୍କୁ ସୁସ୍ଥ କରୁଥିଲେ I
\s5
\v 20 ସେ ସମୟରେ ସେ ଆପଣା ଶିଷ୍ୟମାନଙ୍କୁ ଦେଖି କହିଲେ, "ଦୀନହୀନ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ଈଶ୍ୱର ତୁମ୍ଭମାନଙ୍କ ଉପରେ ରାଜ୍ୟ କରୁଅଛନ୍ତି I
\v 21 ବର୍ତ୍ତମାନ କ୍ଷୁଧିତ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭମାନଙ୍କର ଯାହା ଆବଶ୍ୟକ ଈଶ୍ୱର ତୁମ୍ଭମାନଙ୍କୁ ତାହା ଦେବେ I ବର୍ତ୍ତମାନ ରୋଦନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ଈଶ୍ୱର ତୁମ୍ଭମାନଙ୍କୁ ଆନନ୍ଦିତ କରିବେ I
\s5
\v 22 ଲୋକେ ଯେବେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ମନୁଷ୍ୟପୁତ୍ରଙ୍କ ହେତୁ ଅଲଗା କରନ୍ତି ପୁଣି, ନିନ୍ଦା କରନ୍ତି ଓ ତୁମ୍ଭମାନଙ୍କ ନାମକୁ ମନ୍ଦ ବୋଲି ଅଗ୍ରାହ୍ୟ କରନ୍ତି, ତେବେ ତୁମ୍ଭେମାନେ ଧନ୍ୟ I
\v 23 ଯେତେବେଳେ ଏହିପରି ହୁଏ, ସେହି ଦିନ ଆନନ୍ଦରେ ନୃତ୍ୟ କର! କାରଣ ଦେଖ, ସ୍ୱର୍ଗରେ ଈଶ୍ୱର ତୁମ୍ଭମାନଙ୍କୁ ମହାପୁରସ୍କାର ଦେବେ! ଆଉ ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭାବବାଦୀମାନଙ୍କ ପ୍ରତି କରୁଥିଲେ I
\s5
\v 24 କିନ୍ତୁ ହାୟ, ଦଣ୍ଡର ପାତ୍ର ଧନୀ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଆପଣା ଆପଣା ସୁଖଭୋଗ କରିଅଛ I
\v 25 ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ପରିତୃପ୍ତ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ କ୍ଷୁଧିତ ହେବ I ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ହାସ୍ୟ କରୁଅଛ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଦୁଃଖ ଓ ରୋଦନ କରିବ I
\s5
\v 26 ଯେତେବେଳେ ଲୋକମାନେ ସମସ୍ତେ ତୁମ୍ଭମାନଙ୍କର ପ୍ରଶଂସା କରନ୍ତି, ସେତେବେଳେ ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର; ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭଣ୍ଡ ଭାବବାଦୀମାନଙ୍କୁ ପ୍ରଶଂସା କରୁଥିଲେ I
\s5
\v 27 କିନ୍ତୁ ଶୁଣୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, "ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, କେବଳ ତୁମ୍ଭମାନଙ୍କର ବନ୍ଧୁମାନଙ୍କୁ ନୁହେଁ! କିନ୍ତୁ ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର!
\v 28 ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଈଶ୍ୱରଙ୍କ ଠାରେ ନିବେଦନ କର! ଯେଉଁମାନେ ତୁମ୍ଭମାନଙ୍କୁ ଅପବ୍ୟବହାର କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର !
\s5
\v 29 ଯେ ତୁମ୍ଭକୁ ଗୋଟିଏ ଗାଲରେ ଚାପୁଡା଼ ମାରିବା ଦ୍ୱାରା ତୁମ୍ଭମାନଙ୍କର ଅପମାନ କରେ, ତାହା ପ୍ରତି ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ I ଆଉ, ଯେ ତୁମ୍ଭର ଚାଦର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରଖା (ପୋଷାକ) ମଧ୍ୟ ନେବାକୁ ମନା କର ନାହିଁ I
\v 30 ଯେ କେହି ତୁମ୍ଭକୁ ମାଗେ, ତାହାକୁ ଦିଅ; ଆଉ ଯେ ତୁମ୍ଭର ସମ୍ପତ୍ତି ମାଗି ନେଇଯାଏ, ତାହାଠାରୁ ତାହା ପୁନର୍ବାର ଦାବି କର ନାହିଁ I
\s5
\v 31 ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହି ପ୍ରକାର ବ୍ୟବହାର କର I
\v 32 ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, କେବଳ ସେମାନଙ୍କୁ ଯଦି ପ୍ରେମ କର, ତେବେ ସେହିପରି କରିବା ହେତୁ ତୁମ୍ଭେମାନେ ଈଶ୍ୱରଙ୍କ ଠାରୁ ପ୍ରଶଂସା ପାଇବା ନିମନ୍ତେ ଆଶା ରଖ ନାହିଁ, କାରଣ ପାପୀମାନେ ସୁଦ୍ଧା ଆପଣା ଆପଣା ପ୍ରେମକାରୀମାନଙ୍କୁ ପ୍ରେମ କରନ୍ତି I
\v 33 ଆଉ, ଯେଉଁମାନେ ତୁମ୍ଭମାନଙ୍କର ମଙ୍ଗଳ କରନ୍ତି, ଯଦି ତୁମ୍ଭେମାନେ ସେମାନଙ୍କର ମଙ୍ଗଳ କର, ତେବେ ସେହିପରି କରିବା ହେତୁ ତୁମ୍ଭେମାନେ ଈଶ୍ୱରଙ୍କ ଠାରୁ ପୁରସ୍କାର ପାଇବା ନିମନ୍ତେ ଆଶା ରଖ ନାହିଁ, କାରଣ ପାପୀମାନେ ସୁଦ୍ଧା ତାହା କରନ୍ତି I
\v 34 ପୁଣି, ଯଦି ତୁମ୍ଭେମାନେ କେବଳ ସେମାନଙ୍କୁ ହିଁ ଟଙ୍କା କିମ୍ବା ସମ୍ପତ୍ତି ଋଣ ଦିଅ, ଯେଉଁମାନେ ତୁମ୍ଭମାନଙ୍କୁ ତାହା ଫେରାଇବେ, ତେବେ ସେହିପରି କରିବା ହେତୁ ତୁମ୍ଭେମାନେ ଈଶ୍ୱରଙ୍କ ଠାରୁ ପୁରସ୍କାର ପାଇବା ନିମନ୍ତେ ଆଶା ରଖ ନାହିଁ! କାରଣ ପାପୀମାନେ ସୁଦ୍ଧା ସମାନ ପରିମାଣରେ ପରିଶୋଧ ପାଇବା ନିମନ୍ତେ ପାପୀମାନଙ୍କୁ ଋଣ ଦିଅନ୍ତି I
\s5
\v 35 ବରଂ, ତୁମ୍ଭମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କର! ସେମାନଙ୍କର ମଙ୍ଗଳ କର, ପୁଣି, ପରିଶୋଧର ଆଶା ନ ରଖି ଋଣ ଦିଅ; ତାହାହେଲେ ଈଶ୍ୱର ତୁମ୍ଭମାନଙ୍କୁ ପୁରସ୍କାର ଦେବେ I ଆଉ, ତୁମ୍ଭେମାନେ ମହାନ ଈଶ୍ୱରଙ୍କ ସନ୍ତାନ ହେବ, କାରଣ ସେ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି ସୁଦ୍ଧା ଦୟାଳୁ ଅଟନ୍ତି I
\v 36 ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ଲୋକମାନଙ୍କ ପ୍ରତି ଦୟାଳୁ, ତୁମ୍ଭେମାନେ ମଧ୍ୟ ସେହିପରି ଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅ I
\s5
\v 37 ପୁଣି, ଲୋକମାନଙ୍କର ବିଚାର କର ନାହିଁ, ତାହାହେଲେ ଈଶ୍ୱର ମାଧ୍ ତୁମ୍ଭମାନଙ୍କର ବିଚାର କରିବେ ନାହିଁ I ଅନ୍ୟ ଲୋକମାନଙ୍କୁ ଦୋଷୀ କର ନାହିଁ, ତାହାହେଲେ ସେ ତୁମ୍ଭମାନଙ୍କୁ ଦୋଷୀକୃତ କରିବେ ନାହିଁ I ଯେଉଁମାନେ ମନ୍ଦ କାର୍ଯ୍ୟ କରନ୍ତି ସେମାନଙ୍କୁ କ୍ଷମା କର, ଆଉ ଈଶ୍ୱର ତୁମ୍ଭମାନଙ୍କୁ କ୍ଷମା କରିବେ I
\s5
\v 38 ଅନ୍ୟମାନଙ୍କୁ ଉତ୍ତମ ଜିନିଷ ଦାନ କର, ତାହାହେଲେ ଈଶ୍ୱର ତୁମ୍ଭମାନଙ୍କୁ ଉତ୍ତମ ଜିନିଷ ଦାନ କରିବେ I ଦାନ ଦିଆଯିବ; ଏହା ଏହିପରି, ଈଶ୍ୱର ମାଣକୁ ପୁରା କରି ତାହାକୁ ଚାପି ହଲାଇ ଉଛୁଳାଇ ତୁମ୍ଭମାନଙ୍କ ଅଣ୍ଟିରେ ଦେବେ ! ଏହା ମନେରଖ, କାରଣ ଯେଉଁ ମାପରେ ତୁମ୍ଭେମାନେ ଅନ୍ୟମାନଙ୍କୁ ମାପ କର ଅବା ଆଶୀର୍ବାଦ କର, ସେହି ମାପରେ ଈଶ୍ୱର ତୁମ୍ଭମାନଙ୍କୁ ମପାଇଦେବେ ଅବା ଆଶୀର୍ବାଦ ଦେବେ!"
\s5
\v 39 ସେ ଆପଣା ଶିଷ୍ୟମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ମଧ୍ୟ କହିଲେ, "ଅନ୍ଧ ଆଉ ଜଣେ ଅନ୍ଧକୁ ବାଟ କଢ଼ାଇବା ନିମନ୍ତେ ଚେଷ୍ଟା କରିବା ଉଚିତ୍ ନୁହେଁ I ଏପରି କଲେ, ସେମାନେ ଉଭୟେ ଗାତରେ ପଡ଼ିବେ!
\v 40 ଶିଷ୍ୟ ଆପଣା ଗୁରୁଠାରୁ ଶ୍ରେଷ୍ଠ ନୁହେଁ I କିନ୍ତୁ ପ୍ରତ୍ୟେକ ଶିଷ୍ୟ ସିଦ୍ଧ ହୋଇ ସେ ଆପଣା ଗୁରୁଙ୍କ ତୁଲ୍ୟ ହେବ I ସେଥିପାଇଁ ତୁମ୍ଭେମାନେ ମୋହର ସଦୃଶ ହୁଅ I
\s5
\v 41 ଆଉ, କାହିଁକି ତୁମ୍ଭ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କାଠପଟା ଅଛି, ତାହା ଭାବି ଦେଖୁ ନାହଁ I
\v 42 ଯଦି ତୁମ୍ଭେ ଏହିପରି କର, ତାହାହେଲେ ତୁମ୍ଭେ କପଟୀ ଅଟ! ଅନ୍ୟର ଆଖିରେ ଥିବା କୁଟାଟିକକ ବାହାର କରିବା ପୂର୍ବରୁ ଆପଣା ଆଖିରେ ଥିବା କାଠପଟାଟିକୁ ବାହାର କର I ଯେବେ ତୁମ୍ଭେମାନେ ପାପ କରିବ ନାହିଁ, ତେବେ ତୁମ୍ଭେମାନେ ତୁମ୍ଭର ଆତ୍ମିକ ଆଖି ଅନ୍ୟ ଲୋକମାନଙ୍କୁ ସେମାନଙ୍କ ପାପ ବିଷୟରେ ଅବଗତ ହେବା ନିମନ୍ତେ ସାହାଯ୍ୟ କରି ପାରିବ I
\s5
\v 43 କାରଣ ଏପରି କୌଣସି ଭଲ ଗଛ ନାହିଁ, ଯାହାକି ମନ୍ଦ ଫଳ ଫଳେ, ଅନ୍ୟ ପକ୍ଷରେ ଏପରି କୌଣସି ମନ୍ଦ ଗଛ ନାହିଁ, ଯାହାକି ଭଲ ଫଳ ଫଳେ I
\v 44 କାରଣ କେହି ମଧ୍ୟ ପ୍ରତ୍ୟେକ ଗଛର ଫଳ ଦ୍ୱାରା ତାହା କି ପ୍ରକାର ଗଛ ତାହା ଚିହ୍ନନ୍ତି I ଉଦାହରଣ ସ୍ଵରୁପ, ଏକ କଣ୍ଟାଗଛରେ ଡିମ୍ବିରି ଫଳେ ନାହିଁ, କିମ୍ବା କଣ୍ଟାବୁଦାରେ ଦ୍ରାକ୍ଷାଫଳ ଫଳେ ନାହିଁ I ସେହିପରି ଜଣେ ବ୍ୟକ୍ତି ଯାହା କରେ ସେଥିରୁ ଜଣାପଡେ ଯେ ତାହାର ଅନ୍ତର କିପରି I
\s5
\v 45 ଉତ୍ତମ ଲୋକ ଉତ୍ତମ ବିଷୟ କରନ୍ତି ଯାହା ଦର୍ଶାଏ ଯେ ସେମାନେ ଉତ୍ତମ ବିଷୟ ମନରେ ଭାବନ୍ତି, ଆଉ ମନ୍ଦ ଲୋକ ମନ୍ଦ ବିଷୟ କରନ୍ତି ଯାହା ଦର୍ଶାଏ ଯେ ସେମାନେ ମନ୍ଦ ଉତ୍ତମ ମନରେ ଭାବନ୍ତି I ଲୋକମାନେ ଆପଣା ମନରେ ଯାହା ଭାବନ୍ତି ସେହି ଅନୁସାରେ ସେମାନେ କୁହନ୍ତି ଓ ସେହିପରି ବ୍ୟବହାର କରନ୍ତି I
\s5
\v 46 ଆଉ ଯୀଶୁ ଲୋକମାନଙ୍କୁ କହିଲେ,"ଆଉ, ତୁମ୍ଭେମାନେ କାହିଁକି ମୋତେ ପ୍ରଭୁ, ପ୍ରଭୁ ବୋଲି କହୁଅଛ, ମାତ୍ର ମୋହର ବାକ୍ୟ ସୁଦ୍ଧା ପାଳନ କରୁ ନାହଁ ?"
\v 47 ଯେ କେହି ମୋ ନିକଟକୁ ଆସି ମୋହର ଶିକ୍ଷା ଶୁଣି ସେହି ସବୁ ପାଳନ କରେ, ସେ କାହା ପରି, ମୁଁ ତୁମ୍ଭମାନଙ୍କୁ ଜଣାଇବି I
\v 48 ସେ ଏପରି ଜଣେ ଗୃହ ନିର୍ମାଣକାରୀ ଲୋକ ସଦୃଶ, ଯେ ଆପଣା ଗୃହ ନିର୍ମାଣ କରିବା ନିମନ୍ତେ ଭୂମିରେ ଗଭୀର ଗାତ ଖୋଳେ I ସେ ନିଶ୍ଚିତଭାବରେ ଗୃହର ମୂଳଦୁଆ ପଥର ଉପରେ ବସାଏ I ଆଉ, ବଢ଼ି ହୁଅନ୍ତେ ସୁଅ ସେହି ଘରକୁ ପ୍ରବଳଭାବରେ ଧକ୍କା ମାରିଲା, କିନ୍ତୁ ତାହା ହଲାଇ ପାରିଲା ନାହିଁ, କାରଣ ତାହା ଉତ୍ତମ ମୂଳଦୁଆ ଉପରେ ନିର୍ମାଣ କରାଯାଇଥିଲା I
\s5
\v 49 କିନ୍ତୁ କେତେକ ଲୋକ ଯେଉଁମାନେ ମୋହର ଶିକ୍ଷା ଶୁଣି ପାଳନ କରନ୍ତି ନାହିଁ I ସେ ଏପରି ଜଣେ ଗୃହ ନିର୍ମାଣକାରୀ ଲୋକ ସଦୃଶ ଯେ ମୂଳଦୁଆ ନ ବସାଇ ମାଟି ଉପରେ ଗୃହ ନିର୍ମାଣ କରେ I ଯେତେବେଳେ ନଦୀରେ ବନ୍ୟା ଆସେ, ସେହି ବନ୍ୟା ଜଳ ସେହି ଘର ଉପରେ ପ୍ରବଳଭାବରେ ଧକ୍କା ମାରିବାରୁ ସେହିକ୍ଷଣି ତାହା ପଡ଼ିଗଲା ଓ ତାହାର ବିନାଶ ଭୟଙ୍କର ହେଲା I"
\s5
\c 7
\p
\v 1 ଯୀଶୁ ଲୋକମାନଙ୍କୁ କଥା କହିବା ଶେଷ କଲା ପରେ, ସେ କଫର୍ନାହୂମ ସହରକୁ ଗଲେ I
\s5
\v 2 ସେହି ସହରରେ ରୋମୀୟ ସୈନ୍ୟଦଳର ଶତସେନାପତିଙ୍କର ଜଣେ ଦାସ ଥିଲେ ଯିଏ ତାହାଙ୍କର ପ୍ରିୟପାତ୍ର ଥିଲେ I ଏହି ଦାସ ଅସୁସ୍ଥ ହୋଇ ମଲା ଭଳି ହୋଇଥିଲା I
\v 3 ଯେତେବେଳେ ସେହି ଶତସେନାପତି ଯୀଶୁଙ୍କ ବିଷୟରେ ଶୁଣିଲେ, ସେ ଯୀଶୁଙ୍କ ପାଖକୁ ଯିହୂଦୀମାନଙ୍କର କେତେକ ପ୍ରାଚୀନଙ୍କୁ ପଠାଇ ତାହାଙ୍କୁ ଅନୁରୋଧ କଲେ ଯେ ସେ ଯେପରି ଆସି ତାଙ୍କ ଦାସକୁ ସୁସ୍ଥ କରନ୍ତି I
\v 4 ଯେତେବେଳେ ସେମାନେ ଯୀଶୁଙ୍କ ନିକଟକୁ ଆସିଲେ, ସେମାନେ ଶତସେନାପତିଙ୍କର ଦାସକୁ ସାହାଯ୍ୟ କରିବା ନିମନ୍ତେ ତାହାଙ୍କୁ ବିଶେଷ ବିନତି କଲେ I ସେମାନେ କହିଲେ, "ଆପଣ ଯେ ତାହାଙ୍କ ନିମନ୍ତେ ଏହା କରିବେ, ସେ ସେଥିର ଯୋଗ୍ୟ ଅଟନ୍ତି,
\v 5 କାରଣ ସେ ଆମ୍ଭ ଯିହୂଦୀ ଲୋକମାନଙ୍କୁ ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜଗୃହ ନିର୍ମାଣ କରିଅଛନ୍ତି I"
\s5
\v 6 ସେଥିରେ ଯୀଶୁ ସେମାନଙ୍କ ସହିତ ଉଚ୍ଚ ପଦାଧିକାରୀଙ୍କ ଗୃହକୁ ଗଲେ I ସେ ଘରର ଅଳ୍ପ ଦୂରରେ ଉପସ୍ଥିତ ହୁଅନ୍ତେ, ଶତସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୁ, କଷ୍ଟ କରନ୍ତୁ ନାହିଁ; କାରଣ ଆପଣ ଯେ ମୋ ଘରେ ଆସିବେ, ମୁଁ ଏପରି ଯୋଗ୍ୟ ନୁହେଁ I
\v 7 ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ବିଚାର କଲି ନାହିଁ; କିନ୍ତୁ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ I
\v 8 ମୁଁ ଜାଣେ ଯେ ଆପଣ ଏହା କରି ପାରିବେ କାରଣ ମୁଁ ଜଣେ ମନୁଷ୍ୟ ଓ ମୋ'ଠାରୁ ଉଚ୍ଚ ପଦାଧିକାରୀଙ୍କ ଆଜ୍ଞା ପାଳନ କରେ, ଆଉ ମଧ୍ୟ ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ I"
\s5
\v 9 ଯୀଶୁ ଏସମସ୍ତ କଥା ଯାହା ଶତସେନାପତି କହିଲେ ତାହା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ I ଆଉ ସେ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କୁ କହିଲେ, "ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ଏହି ବିଜାତି ସଦୃଶ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ !"
\v 10 ଯେତେବେଳେ ଶତସେନାପତିଙ୍କଠାରୁ ପଠାଯାଇଥିବା ଲୋକମାନେ ଘରକୁ ଫେରିଲେ, ସେମାନେ ଦାସକୁ ସୁସ୍ଥ ଦେଖିଲେ I
\s5
\v 11 ଏଥିଉତ୍ତାରେ ଯୀଶୁ ନାଇନ ନାମକ ନଗରକୁ ଯାତ୍ରା କଲେ I ଆଉ ତାହାଙ୍କ ଶିଷ୍ୟମାନେ ଓ ବହୁସଂଖ୍ୟକ ଲୋକ ତାହାଙ୍କ ସାଙ୍ଗରେ ଗଲେ I
\v 12 ଯୀଶୁ ନଗରଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ସେ ଏକ ବଡ଼ ଲୋକଦଳ ଜଣେ ମୃତ ମନୁଷ୍ୟକୁ ବୋହି ନଗରରୁ ବାହାରକୁ ଆସୁଥିବା ଦେଖିଲେ I ବର୍ତ୍ତମାନ ତାହାର ମାତା ବିଧବା, ଆଉ ସେ ଆପଣା ମାତାର ଏକମାତ୍ର ପୁତ୍ର I ସେ ଲୋକସମୂହ ସହ ଥିଲେ ଓ ସେମାନେ ତାହାର ପୁତ୍ରକୁ କବର ଦେବା ନିମନ୍ତେ ଯାଉଥିଲେ I
\v 13 ଯେତେବେଳେ ପ୍ରଭୁ ତାହାକୁ ଦେଖିଲେ, ସେ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, "ରୋଦନ କର ନାହିଁ!"
\v 14 ପରେ ସେ ସେମାନଙ୍କ ନିକଟକୁ ଗଲେ ଆଉ ଯେଉଁଠାରେ ସେହି ମୃତ ଦେହ ଥିଲା ସେହି ଖଟିଆକୁ ଛୁଇଁଲେ I ପୁଣି, ବୋହି ନେଉଥିବା ଲୋକମାନେ ଠିଆ ହୁଅନ୍ତେ ସେ କହିଲେ, "ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ!"
\v 15 ସେଥିରେ ମୃତ ଯୁବକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା! ପୁଣି, ଯୀଶୁ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ I
\s5
\v 16 ସେଠାରେ ପ୍ରତ୍ୟେକଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, "ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି" ଏବଂ "ଈଶ୍ୱର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି!"
\v 17 ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୁଦା ଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା I
\s5
\v 18 ପରେ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଏହି ସମସ୍ତ ବିଷୟ ତାହାଙ୍କୁ ଜଣାଇଲେ I
\v 19 ସେଥିରେ ଯୋହନ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପାଖକୁ ଡାକି ସେମାନଙ୍କୁ କହିଲେ, ତୁମ୍ଭେମାନେ ପ୍ରଭୁଙ୍କ ନିକଟକୁ ଯାଇ ତାହାଙ୍କୁ ଏହା ପଚାର: "ଆପଣ କଅଣ ସେହି ବ୍ୟକ୍ତି ଯାହାଙ୍କର ଆଗମନ ହେବା ବିଷୟରେ ଈଶ୍ୱର ପ୍ରତିଜ୍ଞା କରିଅଛନ୍ତି, ନା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ ?"
\v 20 ଯେତେବେଳେ ସେହି ଦୁଇ ଜଣ ଲୋକ ଯୀଶୁଙ୍କ ନିକଟକୁ ଆସି କହିଲେ, "ବାପ୍ତିଜକ ଯୋହନ ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଏହା କହି ପଠାଇଅଛନ୍ତି, ଯାହାଙ୍କର ଆଗମନ ହେବା ବିଷୟରେ ଈଶ୍ୱର ପ୍ରତିଜ୍ଞା କରିଅଛନ୍ତି, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ ?
\s5
\v 21 ସେହି ସମୟରେ ଯୀଶୁ ଅନେକଙ୍କୁ ରୋଗ, କଷ୍ଟ ଓ ମନ୍ଦଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି, ଅନେକ ଅନ୍ଧଙ୍କୁ ଦେଖିବାର ଶକ୍ତି ଦେଲେ I
\v 22 ଆଉ ସେ ସେହି ଦୁଇ ବ୍ୟକ୍ତିଙ୍କୁ ଉତ୍ତର ଦେଲେ, "ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହି ସବୁ ଯୋହନଙ୍କୁ ଜଣାଅ: ଅନ୍ଧମାନେ ବର୍ତ୍ତମାନ ଦେଖି ପାରନ୍ତି, ଖଞ୍ଜମାନେ ବର୍ତ୍ତମାନ ଚାଲି ପାରନ୍ତି, କୁଷ୍ଠୀମାନେ ସୁସ୍ଥ ହୁଅନ୍ତି, ବଧିରମାନେ ବର୍ତ୍ତମାନ ଶୁଣି ପାରନ୍ତି, ମୃତମାନେ ପୁନର୍ବାର ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ I
\v 23 ଆଉ ମଧ୍ୟ ତାହାଙ୍କୁ କୁହ, ଯେଉଁ ବ୍ୟକ୍ତି ମୁଁ ଯାହା କରେ ତାହା ଦେଖେ ଓ ମୁଁ ଯାହା ଶିକ୍ଷା ଦିଏ ତାହା ଶୁଣେ ଓ ମୋ'ଠାରୁ ବିମୁଖ ହୁଏ ନାହିଁ ଈଶ୍ୱର ତାହାକୁ ଆଶୀର୍ବାଦ କରିବେ I"
\s5
\v 24 ଯୋହନଙ୍କ ପ୍ରେରିତ ଲୋକମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ I ସେ କହିଲେ, " ତୁମ୍ଭେମାନେ କଅଣ ଦେଖିବା ପାଇଁ ମରୁଭୂମିକୁ ବାହାରି ଯାଇଥିଲ ? କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ ?
\v 25 ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରି ଯାଇଥିଲ ? କଅଣ ଦାମୀ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ? ଦେଖ, ଯେଉଁମାନେ ସୁନ୍ଦର ପୋଷାକ ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି I
\v 26 ତାହା ନ ହେଲେ କଅଣ ଦେଖିବା ନିମନ୍ତେ ବାହାରି ଯାଇଥିଲ ? କଅଣ ଜଣେ ଭାବବାଦୀଙ୍କୁ ? ହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯୋହନ ସାଧାରଣ ଭାବବାଦୀ ଅପେକ୍ଷା ଅଧିକ ଶ୍ରେଷ୍ଠ ଭାବବାଦୀ ଅଟନ୍ତି I
\s5
\v 27 ଯାହାଙ୍କ ବିଷୟରେ ବହୁ ପୂର୍ବରୁ ଜଣେ ଭାବବାଦୀ ଲେଖନ୍ତି: "ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ I"
\v 28 ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାନ୍ତି; ତଥାପି ଈଶ୍ୱରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ଯୋହନଙ୍କଠାରୁ ମହାନ I
\s5
\v 29 ଯୀଶୁ ଯାହା କହିଲେ ତାହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ୱରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ I
\v 30 କିନ୍ତୁ ଫାରୂଶୀମାନେ ଓ ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ବିଷୟରେ ଈଶ୍ୱରଙ୍କ ଯୋଜନା ଅଗ୍ରାହ୍ୟ କଲେ I
\s5
\v 31 ପୁଣି ଯୀଶୁ ଆହୁରି ମଧ୍ୟ କହିଲେ, ତେବେ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ଲୋକମାନଙ୍କୁ ତୁଳନା କରିବି, ପୁଣି, ସେମାନେ କାହାରି ତୁଲ୍ୟ ?
\v 32 ଯେଉଁ ପିଲାମାନେ ହାଟବଜାରରେ ବସି ପରସ୍ପରକୁ ଡାକି କହନ୍ତି, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ କାନ୍ଦିଲ ନାହିଁ, ସେମାନେ ସେମାନଙ୍କ ପରି I
\s5
\v 33 କାରଣ ବାପ୍ତିଜକ ଯୋହନ ଆସି ସାଧାରଣ ଖାଦ୍ୟ ଖାଇଲେ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ ତାହାଙ୍କୁ ଅଗ୍ରାହ୍ୟ କଲ ଓ କହୁଅଛ, 'ସେ ଭୂତଗ୍ରସ୍ତ!'
\v 34 କିନ୍ତୁ ଯେତେବେଳେ ମନୁଷ୍ୟପୁତ୍ର ଆସି ସାଧାରଣ ଖାଦ୍ୟ ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ଯେପରି ଅନ୍ୟମାନେ କରନ୍ତି, ଆଉ ତୁମ୍ଭେମାନେ ତାହାଙ୍କୁ ଅଗ୍ରାହ୍ୟ କଲ ଓ କହୁଅଛ, 'ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ!'
\v 35 ମାତ୍ର ଈଶ୍ୱରଙ୍କ ଜ୍ଞାନ ଆପଣା ସମସ୍ତ ଅନୁସରଣକାରୀଙ୍କ ଦ୍ୱାରା ଉଚିତ୍ ବୋଲି ପ୍ରମାଣିତ ହେଲା I
\s5
\v 36 ଆଉ ଫାରୂଶୀମାନଙ୍କ ମଧ୍ୟରୁ ଶିମୋନ ନାମକ ଜଣେ ବ୍ୟକ୍ତି ଯୀଶୁଙ୍କୁ ଆପଣା ସହିତ ଭୋଜନ କରିବାକୁ ନିମନ୍ତ୍ରଣ କଲେ I ସେଥିରେ ଯୀଶୁ ଫାରୂଶୀଙ୍କ ଗୃହରେ ପ୍ରବେଶ କରି ଭୋଜନ କରିବା ନିମନ୍ତେ ମେଜରେ ବସିଲେ I
\v 37 ଆଉ ଦେଖ, ସେହି ନଗରରେ ଜଣେ ସ୍ତ୍ରୀ ଥିଲା ଯାହାକୁ ସମସ୍ତେ ଜଣେ ବ୍ୟଭିଚାରିଣୀ ସ୍ତ୍ରୀ ବୋଲି ଜାଣିଥିଲେ; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣିଲା I
\v 38 ଆଉ ଯେତେବେଳେ ଯୀଶୁ ଭୋଜନରେ ବସିଥିଲେ, ସେହି ସ୍ତ୍ରୀ ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇଥିଲା I ସେ ରୋଦନ କରୁଥିଲା, ଆଉ ତାହାର ଲୁହ ଯୀଶୁଙ୍କ ପାଦ ଉପରେ ପଡୁଥିଲା I ସେ ଅବିରତ ତାହାଙ୍କ ପାଦ ନିଜ ମସ୍ତକର କେଶରେ ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧିତ ତୈଳ ଲଗାଇ ଦେବାକୁ ଲାଗିଲା I
\s5
\v 39 ସେହି ସ୍ତ୍ରୀ ଯାହା କରୁଥିଲା ତାହା ଦେଖି, ଯେଉଁ ଫାରୂଶୀ ଯୀଶୁଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ପ୍ରକୃତରେ ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍‍, ସେ ଯେ ପାପିନୀ, ଏହା ଜାଣିଥାଆନ୍ତା I
\v 40 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, "ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି I" ସେ କହିଲେ, "ଗୁରୁ, କୁହନ୍ତୁ I"
\s5
\v 41 ଯୀଶୁ ତାହାଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ: "ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ I ଜଣେ ପାଞ୍ଚଶହ ରୌପ୍ୟ ମୁଦ୍ରା, ଓ ଆଉ ଜଣେ ପଚାଶ ରୌପ୍ୟ ମୁଦ୍ରା ଋଣ କରିଥିଲା I
\v 42 ଋଣ ଶୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ I ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ ?
\v 43 ଶିମୋନ ଉତ୍ତର ଦେଲେ, "ମୁଁ ଜାଣିବାରେ, ସେ ଯାହାର ଅଧିକ ଋଣ କ୍ଷମା କଲେ, ସେ ତାହାଙ୍କୁ ଅଧିକ ପ୍ରେମ କରିବ I" ଯୀଶୁ ତାହାଙ୍କୁ କହିଲେ, "ତୁମ୍ଭେ ଠିକ୍ ବିଚାର କଲ I"
\s5
\v 44 ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, ଏହି ସ୍ତ୍ରୀ ଯାହା କରିଅଛି ତାହା ବିଷୟରେ ବିବେଚନା କର! ଯେତେବେଳେ ମୁଁ ତୁମ୍ଭ ଗୃହରେ ପ୍ରବେଶ କଲି, ତୁମ୍ଭେ ମୋ ପ୍ରତି ତାହା କଲ ନାହିଁ ଯାହା ସାଧାରଣତଃ ଆପଣା ଅତିଥିମାନଙ୍କୁ ନିମନ୍ତ୍ରଣକାରୀମାନେ କରନ୍ତି I ତୁମ୍ଭେ ମୋ ପାଦ ଧୋଇବା ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏହି ସ୍ତ୍ରୀ ଆପଣା ଲୁହରେ ମୋର ପାଦ ଓଦା କରି ନିଜ କେଶରେ ତାହା ପୋଛିଦେଲା I
\v 45 ତୁମ୍ଭେ ମୋତେ ଚୁମ୍ବନ କଲ ନାହିଁ, କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋହର ପାଦ ଚୁମ୍ବନ କରିବାକୁ ବନ୍ଦ କରି ନାହିଁ !
\s5
\v 46 ତୁମ୍ଭେ ମୋହର ମସ୍ତକରେ ଜୀତ ତେଲ ଲଗାଇଲ ନାହିଁ ? କିନ୍ତୁ ଏ ମୋହର ପାଦରେ ସୁଗନ୍ଧିତ ତୈଳ ଲଗାଇଲା I
\v 47 ଏଣୁ ମୁଁ ତୁମ୍ଭକୁ କହୁଅଛି, ଏହାର ଅନେକ ପାପ କ୍ଷମା ହୋଇଅଛି, ସେଥିପାଇଁ ସେ ବହୁତ ପ୍ରେମ କଲା I କିନ୍ତୁ ଯେଉଁ ବ୍ୟକ୍ତି ଆପଣର ଅଳ୍ପ ପାପ ଅଛି ବୋଲି ବିବେଚନା କରେ, ଓ କ୍ଷମା ଦିଆଯାଏ, ସେ ଅଳ୍ପ ପ୍ରେମ କରେ I
\s5
\v 48 ଆଉ ସେ ସେହି ସ୍ତ୍ରୀକୁ କହିଲେ, "ତୋହର ପାପସବୁ କ୍ଷମା ହୋଇଅଛି I"
\v 49 ସେଥିରେ ତାହାଙ୍କ ସାଙ୍ଗରେ ଭୋଜନରେ ବସିଥିବା ଲୋକମାନେ ମନେ ମନେ କହିବାକୁ ଲାଗିଲେ, "ପାପ ସୁଦ୍ଧା କ୍ଷମା କରୁଅଛି ଯେ, ଏ କିଏ ?"
\v 50 କିନ୍ତୁ ସେ ସେହି ସ୍ତ୍ରୀକୁ କହିଲେ, ଯେହେତୁ ତୁମ୍ଭେ ମୋତେ ବିଶ୍ୱାସ କଲ, ଈଶ୍ୱର ତୁମ୍ଭକୁ ରକ୍ଷା କରିଅଛନ୍ତି I ଈଶ୍ୱର ତୁମ୍ଭକୁ ଶାନ୍ତିରେ ଯିବାକୁ ଦିଅନ୍ତୁ I
\s5
\c 8
\p
\v 1 ଏଥିର ଅଳ୍ପ ସମୟ ପରେ ଯୀଶୁ ଓ ବାର ଜଣ ଶିଷ୍ୟ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଯାତ୍ରା କରିବାକୁ ଲାଗିଲେ I ସେମାନେ ଯାତ୍ରା କରୁ କରୁ, ଯୀଶୁ ଘୋଷଣା କରି ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କଲେ I
\v 2 ପୁଣି, ଯେଉଁ ସ୍ତ୍ରୀମାନେ ଦୁଷ୍ଟ ଆତ୍ମା ଓ ରୋଗରୁ ସୁସ୍ଥ କରାଯାଇଥିଲେ, ଏପରି କେତେକ ସ୍ତ୍ରୀଲୋକ, ଅର୍ଥାତ୍‍ ମଗ୍‌ଦଲୀନୀ ନାମକ ମରିୟମ, ଯାହାଙ୍କଠାରୁ ସାତ ଭୂତ ବାହାରିଯାଇଥିଲେ;
\v 3 ରାଜା ହେରୋଦ ଆନ୍ତିପାଙ୍କ ପରିଚାଳକ ଖୁଜା ଓ ତାଙ୍କ ଭାର୍ଯ୍ୟା ଯୋହାନା, ଶୋଶନ୍ନା, ପୁଣି, ଆହୁରି ଅନେକ ସ୍ତ୍ରୀଲୋକ ତାହାଙ୍କ ସାଙ୍ଗରେ ଥାଇ ନିଜ ନିଜ ସମ୍ପତ୍ତି ଦେଇ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କ ସେବା କରୁଥିଲେ I
\s5
\v 4 ଦିନେ ବହୁସଂଖ୍ୟକ ଲୋକ ଏକତ୍ର ହେଲେ, କାରଣ ଅନେକ ନଗରରୁ ଲୋକମାନେ ଯୀଶୁଙ୍କୁ ଦେଖିବା ନିମନ୍ତେ ଆସୁଥିଲେ I ଏଥିରେ ସେ ସେମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ:
\v 5 ଜଣେ ବୁଣାଳୀ ଆପଣା କ୍ଷେତ୍ରରେ ବିହନ ବୁଣିବାକୁ ବାହାରିଲା I ସେ ମାଟି ଉପରେ ବୁଣୁ ବୁଣୁ କେତେକ ବିହନ କଠିନ ବାଟ ପାଖରେ ପଡ଼ିଲା I ସେହି ବିହନ ଲୋକଙ୍କ ପାଦ ତଳେ ଦଳିହୋଇଗଲା, ପୁଣି, ଆକାଶର ଚଢ଼େଇମାନେ ସେଗୁଡ଼ିକ ଖାଇଗଲେ I
\v 6 ଆଉ କେତେକ ପଥର ଉପରେ ପଡ଼ିଲା ଯାହାର ଅଳ୍ପ ମାଟି ଥିଲା, ପୁଣି, ଶୀଘ୍ର ଗଜା ହୋଇ ରସ ନ ପାଇବାରୁ ଶୁଖିଗଲା I
\s5
\v 7 ଆଉ କେତେକ କଣ୍ଟାଗଛଗୁଡ଼ାକ ଥିବା ଭୂମି ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ସାଙ୍ଗେ ସାଙ୍ଗେ ବଢ଼ି ସେଗୁଡ଼ିକୁ ଚାପି ପକାଇଲା I
\v 8 କିନ୍ତୁ ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା ଆଉ ବଢ଼ି ଶହେ ଗୁଣ ଫଳ ଫଲିଲା I ସେ ଏହା କହୁ କହୁ ଉଚ୍ଚ ସ୍ୱରରେ ସେମାନଙ୍କୁ କହିଲେ, "ବର୍ତ୍ତମାନ ଯାହା ମୁଁ କହୁଥିବା ତୁମ୍ଭେମାନେ ଶୁଣିଲ, ତୁମ୍ଭେମାନେ ପ୍ରତ୍ୟେକ ଯତ୍ନପୂର୍ବକ ତାହା ବିବେଚନା କର !"
\s5
\v 9 ପରେ ଯୀଶୁଙ୍କ ଶିଷ୍ୟମାନେ ଏହି ଦୃଷ୍ଟାନ୍ତର ଅର୍ଥ କଅଣ ବୋଲି ପଚାରିବାକୁ ଲାଗିଲେ I
\v 10 ସେଥିରେ ସେ କହିଲେ, ଈଶ୍ୱରଙ୍କ ରାଜ୍ୟର ରହସ୍ୟ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ଅନ୍ୟମାନଙ୍କୁ ଦୃଷ୍ଟାନ୍ତରେ କୁହାଯାଏ, 'ଯେପରି ସେମାନେ ଦେଖୁ ଦେଖୁ ଦେଖିବେ ନାହିଁ ଓ ଶୁଣୁ ଶୁଣୁ ବୁଝିବେ ନାହିଁ I'
\s5
\v 11 ଦୃଷ୍ଟାନ୍ତର ଅର୍ଥ ଏହି, ବିହନ ଈଶ୍ୱରଙ୍କ ବାକ୍ୟ,
\v 12 ଆଉ ବିହନ ଯାହା ବାଟ ପାଖରେ ପଡ଼ିଲା, ଏହା ଦର୍ଶାଏ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି; ତାହା ପରେ ଶୟତାନ ଆସି, ଯେପରି ସେମାନେ ବିଶ୍ୱାସ କରି ପରିତ୍ରାଣ ନ ପାଆନ୍ତି, ଏଥିନିମନ୍ତେ ସେମାନଙ୍କ ମନ ଓ ହୃଦୟରୁ ବାକ୍ୟ ନେଇଯାଏ I
\v 13 ପୁଣି, ଯେଉଁ ବିହନ ପଥର ଉପରେ ପଡ଼ିଲା, ଏହା ଦର୍ଶାଏ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣି ଆନନ୍ଦରେ ଗ୍ରହଣ କରନ୍ତି; କିନ୍ତୁ ସେମାନଙ୍କର ଚେର ଗଭୀରରେ ଯାଇ ନ ଥିବାରୁ ସେମାନେ ଅଳ୍ପ ସମୟ ବିଶ୍ୱାସ କରନ୍ତି ଓ ଯେତେବେଳେ ସେମାନଙ୍କର ପରୀକ୍ଷା ସମୟ ଆସେ, ସେମାନେ ଈଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରିବାରେ ବିମୁଖ ହୁଅନ୍ତି I
\s5
\v 14 ଆଉ, ଯେଉଁ ବିହନ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ଏହା ଦର୍ଶାଏ, ଯେଉଁମାନେ ଶୁଣି ସାଂସାରିକ ଚିନ୍ତା, ଧନ ଓ ସୁଖଭୋଗର ବଶବର୍ତ୍ତୀ ହୋଇ ଜୀବନ ଯାତ୍ରା କରୁ କରୁ ଚାପି ହୋଇଯାନ୍ତି, ପୁଣି, ପରିପକ୍ୱ ଫଳ ଉତ୍ପନ୍ନ କରନ୍ତି ନାହିଁ I
\v 15 ଆଉ, ଯେଉଁ ବିହନ ଉତ୍ତମ ଭୂମିରେ ପଡ଼ିଲା, ଏହା ଦର୍ଶାଏ, ଯେଉଁମାନେ ଉତ୍ତମ ଓ ସରଳ ହୃଦୟରେ ବାକ୍ୟ ଶୁଣି ତାହା ଧରି ରଖନ୍ତିI ସେମାନେ ଧୈର୍ଯ୍ୟ ସହକାରେ ବାକ୍ୟକୁ ବିଶ୍ୱାସ କରନ୍ତି ଓ ପାଳନ କରନ୍ତି, ସେମାନେ ଉତ୍ତମ ଆତ୍ମିକ ଫଳ ଫଳନ୍ତି I
\s5
\v 16 କେହି ଦୀପ ଜାଳି ପାତ୍ର ଦ୍ୱାରା ତାହା ଘୋଡ଼ାଇ ରଖେ ନାହିଁ, କିମ୍ବା ଖଟ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ପ୍ରବେଶ କରିବା ପ୍ରତ୍ୟେକ ଲୋକ ଆଲୋକ ଦେଖି ପାରନ୍ତି I
\v 17 ଏହା ସ୍ପଷ୍ଟ କରେ ଯେ ବର୍ତ୍ତମାନ ଯାହା ଲୁଚିଅଛି ତାହା ଦିନେ ଦୃଶ୍ୟମାନ ହେବ I ଆଉ ବର୍ତ୍ତମାନ ଯାହା ଗୁପ୍ତ ଅଛି ଦିନେ ତାହା ପ୍ରକାଶିତ ହେବ I
\v 18 ଅତଏବ, ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି ତାହା କିପରି ଶୁଣୁଅଛ, ସେ ବିଷୟରେ ସାବଧାନ, କାରଣ ଈଶ୍ୱର ସେମାନଙ୍କୁ ଆହୁରି ଅଧିକ ବୁଝିବା ନିମନ୍ତେ ଯୋଗ୍ୟ କରିବେ ଯେଉଁମାନେ ତାହାଙ୍କ ସତ୍ୟତାକୁ ବିଶ୍ୱାସ କରନ୍ତି I କିନ୍ତୁ ଈଶ୍ୱର ସେମାନଙ୍କୁ ସେହି ଅଳ୍ପ ଯାହା ସେମାନେ ବୁଝିଛନ୍ତି ତାହା ମଧ୍ୟ ବୁଝିବା ନିମନ୍ତେ ଯୋଗ୍ୟ କରିବେ ନାହିଁ ଯେଉଁମାନେ ତାହାଙ୍କ ସତ୍ୟତାକୁ ବିଶ୍ୱାସ କରନ୍ତି ନାହିଁ I
\s5
\v 19 ଦିନେ ଯୀଶୁଙ୍କ ମା' ଓ ଭାଇମାନେ ତାହାଙ୍କୁ ଦେଖିବା ନିମନ୍ତେ ଆସିଲେ, କିନ୍ତୁ ସେହି ଗୃହରେ ଲୋକଗହଳି ହେତୁ ତାହାଙ୍କ ନିକଟକୁ ଯାଇ ପାରୁ ନ ଥିଲେ I
\v 20 ସେଥିରେ ଜଣେ ତାହାଙ୍କୁ କହିଲା, "ଆପଣଙ୍କର ମା' ଓ ଭାଇମାନେ ଆପଣଙ୍କ ସହିତ ଦେଖା କରିବାକୁ ଇଛା କରି ବାହାରେ ଠିଆ ହୋଇଅଛନ୍ତି I"
\v 21 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, "ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋହର ମା' ଓ ଭାଇମାନେ I
\s5
\v 22 ଆଉ ଏକ ଅନ୍ୟ ଦିନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ନୌକାରେ ଚଢ଼ିଲେ I ଆଉ ସେ ସେମାନଙ୍କୁ କହିଲେ, "ଆସ ଆମ୍ଭେମାନେ ହ୍ରଦର ଆରପାରିକୁ ଯିବା I ସେଥିରେ ସେମାନେ ନୌକା ଫିଟାଇଦେଲେ I
\v 23 କିନ୍ତୁ ସେମାନେ ନୌକା ବାହି ଯାଉଥିବା ସମୟରେ ଯୀଶୁ ଶୋଇପଡ଼ିଲେ I ସେତେବେଳେ ହ୍ରଦରେ ତୋଫାନ ହେଲା I ଅତିଶିଘ୍ର ସେମାନଙ୍କ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା ଓ ସେମାନେ ବିପଦରେ ପଡ଼ିଲେ I
\s5
\v 24 ସେଥିରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ଉଠାଇଲେ I ସେମାନେ ତାହାଙ୍କୁ କହିଲେ, "ଗୁରୁ! ଗୁରୁ! ଆମେ ମଲୁ!" ଏଥିରେ ସେ ଉଠି ପବନ ଓ ପ୍ରବଳ ତରଙ୍ଗ ବନ୍ଦ ହେବା ନିମନ୍ତେ ଆଜ୍ଞା ଦେଲେ I ଆଉ ସେହି ସବୁ ବନ୍ଦ ହୋଇ ସୁସ୍ଥିର ହେଲା I
\v 25 ପୁଣି, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ବିଶ୍ୱାସ ଏତେ ଦୁର୍ବଳ କାହିଁକି ?" ସେହିକ୍ଷଣି ଯାହା ଘଟିଥିଲା ସେଥିସକାଶୁ ଶିଷ୍ୟମାନେ ଭୀତ ଓ ଚକିତ ହେଲେ I ସେମାନେ ପରସ୍ପରକୁ କହିବାକୁ ଲାଗିଲେ, "ଏ ତେବେ କିଏ ଯେ, ସେ ବାୟୁ ଓ ଜଳକୁ ସୁଦ୍ଧା ଆଦେଶ ଦିଅନ୍ତେ, ସେମାନେ ତାହାଙ୍କ ଆଜ୍ଞା ମାନନ୍ତି ?"
\s5
\v 26 ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗାଲିଲୀର ସମ୍ମୁଖବର୍ତ୍ତୀ ସେପାରିର ଗରାଶୀୟମାନଙ୍କ ଅଞ୍ଚଳରେ ପହଞ୍ଚିଲେ I
\v 27 ପରେ ଯୀଶୁ ନୌକାରୁ ବାହାରି କୂଳରେ ଓହ୍ଲାନ୍ତେ, ସେ ସେହି ନଗରର ଜଣେ ଭୂତଗ୍ରସ୍ତ ଲୋକଙ୍କୁ ଭେଟିଲେ; ସେହି ଲୋକ ବହୁକାଳ ପର୍ଯ୍ୟନ୍ତ ଲୁଗା ନ ପିନ୍ଧି ଓ ଘରେ ନ ରହି ସମାଧି ସ୍ଥାନରେ ରହୁଥିଲା I
\s5
\v 28 ସେହି ମନୁଷ୍ୟ ଯୀଶୁଙ୍କୁ ଦେଖି ଚିତ୍କାର କରି ତାହାଙ୍କ ଚରଣ ତଳେ ପଡ଼ି ଉଚ୍ଚସ୍ୱରରେ କହିଲା, "ହେ ମହାନ ଈଶ୍ୱରଙ୍କ ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋହର କଅଣ ଅଛି ? ମୁଁ ତୁମ୍ଭକୁ ନିବେଦନ କରୁଅଛି, ମୋତେ କଷ୍ଟ ଦିଅ ନାହିଁ!"
\v 29 ସେହି ମନୁଷ୍ୟ ଏହିପରି କହିଲା କାରଣ ଯୀଶୁ ଅଶୁଚି ଆତ୍ମାକୁ ସେହି ମନୁଷ୍ୟଠାରୁ ବାହାରିଯିବା ପାଇଁ ଆଜ୍ଞା ଦେବାକୁ ଯାଉଥିଲେ I ସେହି ଆତ୍ମା ଅନେକ ଥର ତାହାକୁ ଧରିଥିଲା, ପୁଣି, ଲୋକେ ତାହାକୁ ଶିକୁଳି ଓ ହାତ କଡ଼ି ଦ୍ୱାରା ବାନ୍ଧି ରଖୁଥିଲେ, ମାତ୍ର ସେ ବନ୍ଧନସବୁ ଛିଣ୍ଡାଇପକାଇ ଭୂତ ଦ୍ୱାରା ପ୍ରାନ୍ତରକୁ ଚାଳିତ ହେଉଥିଲା I
\s5
\v 30 ଯୀଶୁ ତାହାକୁ ପଚାରିଲେ, "ତୋର ନାଁ କଅଣ ?" ସେ କହିଲା, " ମୋ' ନାଁ ବାହିନ I" ସେ ଏହା କହିଲା କାରଣ ଅନେକ ଭୂତ ତାହାଠାରେ ପ୍ରବେଶ କରିଥିଲେ I
\v 31 ପୁଣି, ଯୀଶୁ ଯେପରି ସେମାନଙ୍କୁ ପାତାଳକୁ ଯିବା ପାଇଁ ଆଜ୍ଞା ନ ଦିଅନ୍ତି, ଏଥିପାଇଁ ସେମାନେ ଯୀଶୁଙ୍କୁ ବିନତି କରିବାକୁ ଲାଗିଲେ I
\s5
\v 32 ସେଠାରେ ପର୍ବତ ଉପରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା, ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଘୁଷୁରିଗୁଡ଼ାକ ମଧ୍ୟରେ ପଶିବା ପାଇଁ ଅନୁମତି ଦିଅନ୍ତି, ଏଥିପାଇଁ ସେମାନେ ଯୀଶୁଙ୍କୁ ବିନତି କଲେ, ଆଉ ସେ ସେମାନଙ୍କୁ ଅନୁମତି ଦେଲେ I
\v 33 ତେଣୁ ଭୂତଗୁଡ଼ାକ ସେହି ମନୁଷ୍ୟଠାରୁ ବାହାରି ଘୁଷୁରିଗୁଡ଼ାକ ମଧ୍ୟରେ ପଶିଲେ, ସେଥିରେ ସେହି ଘୁଷୁରୀ ପଲ ଅତି ବେଗରେ ପାହାଡ଼ ଉପରୁ ଦୌଡ଼ିଯାଇ ହ୍ରଦରେ ପଡ଼ି ବୁଡ଼ି ମଲେ I
\s5
\v 34 ଯେତେବେଳେ ଘୁଷୁରୀ ପଲ ଚରାଉଥିବା ଲୋକମାନେ ସେହି ଘଟଣା ଦେଖି ପଳାଇଯାଇ ସେହି ମନୁଷ୍ୟ ପ୍ରତି ଯାହା ଘଟିଲା ତାହା ନଗର ଓ ପଲ୍ଲୀଗୁଡି଼କରେ ଜଣାଇଲେ I
\v 35 ସେଥିରେ ଲୋକେ ସେହି ଘଟଣା ଦେଖିବାକୁ ବାହାରି ଆସିଲେ; ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି, ଯେଉଁ ମନୁଷ୍ୟଠାରୁ ଭୂତଗୁଡ଼ାକ ବାହାରିଥିଲେ, ତାହାକୁ ଯୀଶୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିବା ଦେଖିଲେ I ସେମାନେ ଦେଖିଲେ ଯେ ସେ ଲୁଗା ପିନ୍ଧିଛି ଓ ତାହାର ମନ ପୁନର୍ବାର ଭଲ ହୋଇଅଛି, ଆଉ ଏହା ଦେଖି ସେମାନେ ଭୟଭୀତ ହେଲେ I
\s5
\v 36 ଆଉ, ଯାହା ଘଟିଥିଲା ଯେଉଁମାନେ ଦେଖିଲେ, ସେମାନେ ସେହି ଭୂତଗ୍ରସ୍ତ ଲୋକକୁ ଯୀଶୁ କିପରି ସୁସ୍ଥ କଲେ, ତାହା ଲୋକମାନଙ୍କୁ ଜଣାଇଲେ I
\v 37 ସେଥିରେ ଗରାଶୀୟମାନଙ୍କ ଅଞ୍ଚଳର ଚାରିପାଖରେ ଥିବା ସମସ୍ତ ଲୋକ ସେମାନଙ୍କଠାରୁ ଯିବା ପାଇଁ ଯୀଶୁଙ୍କୁ ଅନୁରୋଧ କଲେ, କାରଣ ସେମାନେ ଅତ୍ୟନ୍ତ ଭୟଗ୍ରସ୍ତ ହୋଇଥିଲେ; ତେଣୁ ଯୀଶୁ ଓ ଶିଷ୍ୟମାନେ ଗୋଟିଏ ନୌକାରେ ଚଢ଼ି ଫେରିଆସିଲେ I
\s5
\v 38 ସେମାନେ ଫେରିବା ପୂର୍ବରୁ ଯେଉଁ ଲୋକଠାରୁ ଭୂତଗୁଡ଼ାକ ବାହାରିଯାଇଥିଲେ, ସେ ଯୀଶୁଙ୍କୁ ନିବେଦନ କରି କହିବାକୁ ଲାଗିଲା, " ଦୟାକରି, ମୋତେ ଆପଣଙ୍କ ସଙ୍ଗେ ଯିବାକୁ ଦିଅନ୍ତୁ!" କିନ୍ତୁ ଯୀଶୁ ତାହାଙ୍କୁ ବିଦାୟ କରି କହିଲେ,
\v 39 ନା, ତୁମ୍ଭେ ଆପଣା ଗୃହକୁ ଫେରିଯାଅ, ପୁଣି, ଈଶ୍ୱର ତୁମ୍ଭ ନିମନ୍ତେ ଯେଉଁ ଯେଉଁ କର୍ମ କରିଅଛନ୍ତି ସେହି ସବୁ ବର୍ଣ୍ଣନା କର!" ସେଥିରେ ସେହି ମନୁଷ୍ୟ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେଉଁ ଯେଉଁ କର୍ମ କରିଥିଲେ, ସେହି ସବୁ ନଗରଯାକ ଘୋଷଣା କରିବାକୁ ଲାଗିଲା I
\s5
\v 40 ପରେ ଯୀଶୁ ଓ ଶିଷ୍ୟମାନେ କଫର୍ନାହୁମକୁ ଫେରି ଆସିଲେ I ଏକ ବଡ଼ ଲୋକଦଳ ସେଠାରେ ତାହାଙ୍କ ଅପେକ୍ଷାରେ ଥିଲେ, ଆଉ ସେମାନେ ତାହାଙ୍କୁ ଆନନ୍ଦରେ ଗ୍ରହଣ କଲେ I
\v 41 ଆଉ, ଦେଖ, ଯାଈରସ ନାମକ ଜଣେ ବ୍ୟକ୍ତି ଆସିଲେ; ସେ ସମାଜଗୃହର ନେତା ଥିଲେ I ସେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କ ପାଦ ତଳେ ପଡ଼ିଲେ I ସେ ଆପଣା ଗୃହକୁ ଆସିବା ନିମନ୍ତେ ଯୀଶୁଙ୍କୁ ବିନତି କଲେ,
\v 42 କାରଣ ତାହାଙ୍କର ପ୍ରାୟ ବାର ବର୍ଷ ବୟସର ଏକମାତ୍ର କନ୍ୟା ଥିଲା, ଆଉ ସେ ମୃତପ୍ରାୟ ହୋଇଥିଲା ଓ ଯୀଶୁ ତାହାକୁ ସୁସ୍ଥ କରନ୍ତୁ ବୋଲି ସେ ଇଛା କରୁଥିଲା I କିନ୍ତୁ ସେ ଯାଉଥିବା ସମୟରେ ଲୋକସମୂହ ତାହାଙ୍କ ଉପରେ ମାଡ଼ିପଡୁଥିଲେ I
\s5
\v 43 ସେତେବେଳେ ଲୋକସମୂହ ମଧ୍ୟରେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗରେ ଗ୍ରସ୍ତ ଜଣେ ସ୍ତ୍ରୀଲୋକ, ଯେ କି ଆପଣା ସମସ୍ତ ଅର୍ଥ ବୈଦ୍ୟମାନଙ୍କୁ ଦେଇ ବ୍ୟୟ କଲା, କିନ୍ତୁ କେହି ମଧ୍ୟ ତାହାକୁ ସୁସ୍ଥ କରି ପାରିଲେ ନାହିଁ I
\v 44 ସେ ପଛଆଡ଼ୁ ଆସି ଯୀଶୁଙ୍କ ବସ୍ତ୍ରର ଝୁମ୍ପା ଛୁଇଁଲା I ଆଉ, ସେହିକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହେଲା I
\s5
\v 45 ସେଥିରେ ଯୀଶୁ କହିଲେ, "କିଏ ମୋତେ ଛୁଇଁଲା ?" ମାତ୍ର ଯୀଶୁଙ୍କ ଚାରିପାଖରେ ଥିବା ସମସ୍ତେ କହିଲେ ସେମାନେ ତାହାଙ୍କୁ ଛୁଇଁ ନାହାନ୍ତି, ପିତର କହିଲେ, ହେ ଗୁରୁ, ଲୋକସମୂହ ଯନ୍ତାଯନ୍ତି ହୋଇ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି, ହୋଇପାରେ ସେମାନଙ୍କ ମଧ୍ୟରୁ କେହି ଆପଣଙ୍କୁ ଛୁଇଁ ଥିବେ!"
\v 46 କିନ୍ତୁ ଯୀଶୁ କହିଲେ, "ମୁଁ ଜାଣେ ଯେ କେହି ଜଣେ କିଛି ଉଦ୍ଦେଶ୍ୟରେ ମୋତେ ଛୁଇଁଲା, କାରଣ ମୋ'ଠାରୁ ଶକ୍ତି ବାହାରି ସେହି ବ୍ୟକ୍ତିକୁ ସୁସ୍ଥ କରିଅଛି I"
\s5
\v 47 ଯେତେବେଳେ ସ୍ତ୍ରୀଲୋକଟି ଦେଖିଲା ଯେ, ସେ ଲୁଚି ରହି ପାରିଲା ନାହିଁ, ସେତେବେଳେ ସେ ଥରି ଥରି ଆସି ତାହାଙ୍କ ପାଦ ତଳେ ପଡ଼ିଲା I କାହିଁକି ଯୀଶୁଙ୍କୁ ଛୁଇଁଲା ପୁଣି, କିପରି ସେହିକ୍ଷଣି ସୁସ୍ଥ ହେଲା, ତାହା ସମସ୍ତ ଲୋକଙ୍କ ସାକ୍ଷାତରେ ଯୀଶୁଙ୍କ ନିକଟରେ ପ୍ରକାଶ କଲା I
\v 48 ସେଥିରେ ଯୀଶୁ ତାହାଙ୍କୁ କହିଲେ, "ପ୍ରିୟ ନାରୀ, ମୁଁ ତୁମ୍ଭକୁ ସୁସ୍ଥ କରିପାରେ ବୋଲି ତୁମ୍ଭେ ବିଶ୍ୱାସ କରିଥିବାରୁ ବର୍ତ୍ତମାନ ତୁମ୍ଭେ ସୁସ୍ଥ ହୋଇଅଛ I ତୁମ୍ଭର ଯିବା ପଥରେ ଈଶ୍ୱର ତୁମ୍ଭକୁ ଶାନ୍ତି ଦେଉନ୍ତୁ I"
\s5
\v 49 ସେ ଏହି କଥା କହୁଥିବା ସମୟରେ ସମାଜଗୃହର ନେତା ଯାଈରସଙ୍କ ଘରୁ ଜଣେ ଆସି ଯାଈରସଙ୍କୁ କହିଲା, "ଆପଣଙ୍କ ଝିଅ ମରିଗଲାଣି, ଗୁରୁଙ୍କୁ ଆଉ କଷ୍ଟ ଦିଅନ୍ତୁ ନାହିଁ !"
\v 50 କିନ୍ତୁ ଯେତେବେଳେ ଯୀଶୁ ଏହା ଶୁଣିଲେ, ସେ ଯାଈରସଙ୍କୁ କହିଲେ, "ଭୟ କର ନାହିଁ କେବଳ ମୋ'ଠାରେ ବିଶ୍ୱାସ କର, ଆଉ ସେ ବଞ୍ଚିବ I"
\s5
\v 51 ପୁଣି, ସେ ଗୃହକୁ ଆସି ପିତର, ଯୋହନ ଓ ଯାକୁବ, ପୁଣି, ବାଳିକାର ପିତାମାତାଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଭିତରକୁ ଯିବା ପାଇଁ ଦେଲେ ନାହିଁ I
\v 52 ମାତ୍ର ସେଠାରେ ଥିବା ସମସ୍ତ ଲୋକ ଉଚ୍ଚ ସ୍ୱରରେ ରୋଦନ କରି ଏହା ଦର୍ଶାଉ ଥିଲେ ଯେ ସେହି ବାଳିକାର ମୃତ୍ୟୁ ହୋଇଥିବାରୁ ସେମାନେ ଅତ୍ୟନ୍ତ ଦୁଃଖିତ I କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, "ରୋଦନ କର ନାହିଁ! ସେ ମରି ନାହିଁ! ମାତ୍ର ଶୋଇପଡ଼ିଅଛି !"
\v 53 କିନ୍ତୁ ସେ ମରିଯାଇଅଛି ବୋଲି ଜାଣିଥିବାରୁ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ I
\s5
\v 54 ମାତ୍ର ସେ ତାହାର ହାତ ଧରି ଡାକି କହିଲେ, "ଆଗୋ ବାଳିକା, ଉଠ !"
\v 55 ସେଥିରେ ତାହାର ଆତ୍ମା ଫେରିଆସିଲା ଆଉ ସେ ସେହିକ୍ଷଣି ଉଠିଲା I ପୁଣି, ଯୀଶୁ ତାହାକୁ କିଛି ଖାଇବାକୁ ଦେବା ପାଇଁ ସେମାନଙ୍କୁ ଆଜ୍ଞା ଦେଲେ I
\v 56 ଏଥିରେ ତାହାର ପିତାମାତା ଆଚମ୍ଭିତ ହେଲେ; କିନ୍ତୁ ସେହି ଘଟଣାର କଥା କାହାକୁ ନ କହିବା ପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ I
\s5
\c 9
\p
\v 1 ଇତିମଧ୍ୟରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ ପୁଣି, ଲୋକମାନଙ୍କର ରୋଗ ଆରୋଗ୍ୟ କରିବା ନିମନ୍ତେ ଅଧିକାର ଓ ଶକ୍ତି ଦେଲେ I
\v 2 ଆଉ ସେ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ଘୋଷଣା ଓ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ପଠାଇଲେ I
\s5
\v 3 ସେମାନେ ପ୍ରସ୍ଥାନ କରିବା ପୂର୍ବରୁ, ସେ ସେମାନଙ୍କୁ କହିଲେ, "ତୁମ୍ଭମାନଙ୍କ ଯାତ୍ରା ନିମନ୍ତେ ବାଡ଼ି କି ଝୋଲି କି ରୁଟି କି ଟଙ୍କା କିଛି ହିଁ ନିଅ ନାହିଁ I କିମ୍ବା ଦୁଇଟି ଅଙ୍ଗରଖା (ବସ୍ତ୍ର) ସାଙ୍ଗରେ ରଖ ନାହିଁ I
\v 4 ଆଉ ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ନ ବାହାରିବା ପର୍ଯ୍ୟନ୍ତ ସେଠାରେ ରୁହ I
\s5
\v 5 ଆଉ କୌଣସି ସହରରେ ଯେବେ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଠାରେ ଆଉ ରୁହ ନାହିଁ I ସେହି ନଗରରୁ ବାହାରିବା ସମୟରେ, ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରିବା ସକାଶୁ ସେମାନଙ୍କ ବିରୁଦ୍ଧରେ ଚେତନା ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦରୁ ଧୂଳି ଝାଡ଼ିପକାଅ I
\v 6 ସେଥିରେ ଯୀଶୁଙ୍କ ଶିଷ୍ୟମାନେ ଯାଇ ସବୁଆଡ଼େ ସୁସମାଚାର ପ୍ରଚାର ଓ ସୁସ୍ଥ କରୁ କରୁ ଗ୍ରାମେ ଗ୍ରାମେ ଭ୍ରମଣ କରିବାକୁ ଲାଗିଲେ I
\s5
\v 7 ଇତିମଧ୍ୟରେ ଗାଲିଲୀ ପ୍ରଦେଶର ରାଜା ହେରୋଦ ଏହି ସମସ୍ତ ଘଟଣା ବିଷୟ ଶୁଣି ଅବାକ୍ ହୋଇଗଲେ, କାରଣ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି ବୋଲି କେହି କେହି କହୁଥିଲେ I
\v 8 ପୁଣି, କେହି କେହି ଲୋକ ଏଲୀୟ ପୁନର୍ବାର ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ I
\v 9 କିନ୍ତୁ ହେରୋଦ କହିଲେ, "ଏ ଯୋହନ ହୋଇ ପାରନ୍ତି ନାହିଁ କାରଣ ଯୋହନଙ୍କ ମସ୍ତକ ଆମ୍ଭେ କାଟିଅଛୁ I" ମାତ୍ର ଯାହାଙ୍କ ବିଷୟରେ ଆମ୍ଭେ ଏପ୍ରକାର କଥା ଶୁଣୁଅଛୁ, ଏ କିଏ ?" ଆଉ ସେ ଯୀଶୁଙ୍କୁ ଦେଖିବା ନିମନ୍ତେ ଚେଷ୍ଟା କରୁଥିଲେ I
\s5
\v 10 ପରେ ପ୍ରେରିତମାନେ ଆପଣା ଯାତ୍ରାରୁ ଫେରିଆସି, ସେମାନେ ଯାହା ଯାହା କରିଥିଲେ, ସେହି ସବୁ ଯୀଶୁଙ୍କ ନିକଟରେ ବର୍ଣ୍ଣନା କଲେ I ଆଉ ସେ ସେମାନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ବେଥସାଇଦା ନାମକ ନଗରକୁ ଚାଲିଗଲେ I
\v 11 କିନ୍ତୁ ଯୀଶୁ କେଉଁଠାକୁ ଗଲେ ଲୋକସମୂହ ତାହା ଜାଣି ତାହାଙ୍କର ପଛେ ପଛେ ଗଲେ I ପୁଣି, ସେ ସଦୟ ହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ୱରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ I
\s5
\v 12 ଇତିମଧ୍ୟରେ ସେହି ଦିନ ଅତି ବିଳମ୍ବ ହେଉଥିଲା, ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, "ଦୟାକରି ଲୋକସମୂହକୁ ବିଦାୟ ଦିଅନ୍ତୁ, ଯେପରି ସେମାନେ ଚାରିପାଖ ଗ୍ରାମ ଓ କୃଷିକ୍ଷେତ୍ରରେ ଥିବା ଗୃହଗୁଡ଼ିକକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ଯେହେତୁ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ I
\v 13 କିନ୍ତୁ ସେ ସେମାନଙ୍କୁ କହିଲେ, "ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ !" ସେମାନେ କହିଲେ, "ଆମ୍ଭମାନଙ୍କ ପାଖରେ ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଅଛି I ଆମ୍ଭେମାନେ ଯାଇ ଏହି ସମସ୍ତ ଲୋକଙ୍କ ନିମନ୍ତେ ଯଥେଷ୍ଟ ଖାଦ୍ୟ କଦାପି କିଣି ପାରିବା ନାହିଁ !"
\v 14 ସେମାନେ ଏହିପରି କହିଲେ କାରଣ ସେଠାରେ ସେମାନେ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ I ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, "ପ୍ରାୟ ପଚାଶ ପଚାଶ ଜଣ କରି ଦଳ ଦଳ କରି ବସିବା ନିମନ୍ତେ ଲୋକମାନଙ୍କୁ କୁହ I"
\s5
\v 15 ସେଥିରେ ଶିଷ୍ୟମାନେ ସେହିପରି କଲେ ଓ ଲୋକମାନେ ସମସ୍ତେ ସେହିପରି ବସିଲେ I
\v 16 ଆଉ, ସେ ସେହି ପାଞ୍ଚଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଅନାଇ କରି ସେହି ସବୁ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ Iପୁଣି, ତାହା ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ I
\v 17 ସେଥିରେ ପ୍ରତ୍ୟେକ ଲୋକ ଖାଇ ତୃପ୍ତ ହେଲେ I ପରେ ଶିଷ୍ୟମାନେ ଖାଦ୍ୟର ବଳକା ଭଙ୍ଗାଖଣ୍ଡଗୁଡ଼ିକ ଉଠାଇ ବାର ଟୋକେଇ ପୂର୍ଣ୍ଣ କଲେ !
\s5
\v 18 ଦିନେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିବା ସମୟରେ, ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସିଲେ, ଆଉ ସେ ସେମାନଙ୍କୁ ପଚାରିଲେ, "ମୁଁ କିଏ ବୋଲି ଲୋକସମୂହ କଅଣ କହନ୍ତି ?"
\v 19 ଏଥିରେ ସେମାନେ ଉତ୍ତର ଦେଲେ, "ଲୋକମାନଙ୍କ ମଧ୍ୟରୁ କେହି କେହି କହନ୍ତି, ଆପଣ ବାପ୍ତିଜକ ଯୋହନ ଅଟନ୍ତି, କିନ୍ତୁ କେହି କେହି କହନ୍ତି, ଆପଣ ଏଲୀୟ ଅଟନ୍ତି , ଆଉ କେହି କେହି କହନ୍ତି, ଆପଣ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି I
\s5
\v 20 ସେ ସେମାନଙ୍କୁ ପଚାରିଲେ, "କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ ?" ପିତର ଉତ୍ତର ଦେଲେ, "ଆପଣ ଈଶ୍ୱରଙ୍କ ଠାରୁ ଆସିଥିବା ଖ୍ରୀଷ୍ଟ ଅଟନ୍ତି I"
\v 21 ସେଥିରେ ସେ ଏହା କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ I
\v 22 ପରେ ସେ କହିଲେ, "ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତୃତୀୟ ଦିନରେ ଉଠିବାକୁ ହେବ I"
\s5
\v 23 ପରେ ସେ ସମସ୍ତଙ୍କୁ କହିଲେ, "କେହି ଯେବେ ମୋହର ଶିଷ୍ୟ ଭାବେ ମୋହର ପଛରେ ଚାଲିବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ I ବରଂ ପ୍ରତିଦିନ ଆପଣା ଜୀବନ ଦେବା ପର୍ଯ୍ୟନ୍ତ ତାଡନାପ୍ରାପ୍ତ ହେବା ନିମନ୍ତେ ଇଛା କରିବାକୁ ହେବ I
\v 24 ତୁମ୍ଭେମାନେ ସେହିପରି କର, କାରଣ ଯେ କେହି ଆପଣା ନିମନ୍ତେ ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ଅନନ୍ତକାଳ ନିମନ୍ତେ ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଶିଷ୍ୟ ହେବା ସକାଶୁ ଆପଣା ଜୀବନ ହରାଇବ, ଅନନ୍ତକାଳ ନିମନ୍ତେ ସେ ଆପଣା ଜୀବନ ରକ୍ଷା କରିବ I
\v 25 ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ ?
\s5
\v 26 ଯେଣୁ ଯେ କେହି ମୋହର ବାକ୍ୟ ଅଗ୍ରାହ୍ୟ କରେ ଓ ସେମାନେ ମୋହର ଏହା କହିବାକୁ ଅସ୍ୱୀକାର କରନ୍ତି, ତେବେ ମନୁଷ୍ୟପୁତ୍ର ମଧ୍ୟ ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି, ପବିତ୍ର ଦୂତମାନଙ୍କର ମହିମାରେ ଆସିବେ, ସେତେବେଳେ ସେମାନେ ମୋହର ବୋଲି କହିବାକୁ ସେ ଅସ୍ୱୀକାର କରିବେ I
\v 27 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି: ଈଶ୍ୱରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦନ ପାଇବେ ନାହିଁ I
\s5
\v 28 ଯୀଶୁ ଏହି ସମସ୍ତ କଥା କହିବା ପ୍ରାୟ ଆଠ ଦିନ ପରେ, ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବା ନିମନ୍ତେ ପର୍ବତ ଉପରକୁ ଗଲେ I
\v 29 ପୁଣି, ସେ ପ୍ରାର୍ଥନା କରୁଥିବା ସମୟରେ, ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଧଳା ଓ ଅତ୍ୟନ୍ତ ଆଲୋକମୟ ହେଲା I
\s5
\v 30 ହଠାତ୍, ବହୁ ବର୍ଷ ପୂର୍ବର ଦୁଇ ଭାବବାଦୀ ଯୀଶୁଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ, ସେମାନେ ମୋଶା ଓ ଏଲୀୟ ଥିଲେ I
\v 31 ସେମାନେ ଗୌରବରେ ଦର୍ଶନ ଦେଇ, ଯୀଶୁ ଯିରୂଶାଲମରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ I
\s5
\v 32 ସେତେବେଳେ ପିତର ଓ ତାହାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରାନ୍ତ ଥିଲେ; କିନ୍ତୁ ସେମାନେ ନିଦ୍ରାରୁ ଉଠନ୍ତେ, ସେମାନେ ଯୀଶୁଙ୍କ ଗୌରବ ଦେଖିଲେ; ତାହାଙ୍କ ସହିତ ଠିଆ ହୋଇଥିବା ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିଲେ I
\v 33 ପୁଣି, ମୋଶା ଓ ଏଲୀୟ ଯୀଶୁଙ୍କ ନିକଟରୁ ପ୍ରସ୍ଥାନ କରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, "ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ !" କିନ୍ତୁ ସେ ପ୍ରକୃତରେ କଅଣ କହୁଅଛନ୍ତି, ତାହା ଜାଣିଲେ ନାହିଁ I
\s5
\v 34 ସେ ଏହା କହୁ କହୁ, ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା I ଆଉ ଶିଷ୍ୟମାନେ ଭୟ କଲେ ଯେତେବେଳେ ମେଘ ସେମାନଙ୍କୁ ଆଚ୍ଛାଦନ କରୁଥିଲା I
\v 35 ପୁଣି, ସେହି ମେଘରୁ ଈଶ୍ୱରଙ୍କ ଏହି ବାଣୀ ହେଲା, "ଏ ଆମ୍ଭର ପୁତ୍ର, ଯାହାଙ୍କୁ ଆମ୍ଭେ ମନୋନୀତ କରିଅଛୁ, ଏହାଙ୍କ ବାକ୍ୟ ଶୁଣ I"
\v 36 ଆଉ, ସେହି ବାଣୀ ହେଲା ଉତ୍ତାରେ ଶିଷ୍ୟମାନେ କେବଳ ଯୀଶୁଙ୍କୁ ସେଠାରେ ଦେଖିଲେ I ପୁଣି, ସେମାନେ ନୀରବ ରହିଲେ, ଆଉ ଯାହା ଯାହା ଦେଖିଥିଲେ, ସେଥିର କୌଣସି କଥା ସେ ସମୟରେ କାହାକୁ କହିଲେ ନାହିଁ I
\s5
\v 37 ତହିଁ ଆରଦିନ ସେମାନେ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ଯୀଶୁଙ୍କ ସହିତ ସାକ୍ଷାତ କଲେ I
\v 38 ଆଉ ଦେଖ, ହଠାତ୍ ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, "ହେ ଗୁରୁ, ମୁଁ ଆପଣଙ୍କୁ ନିବେଦନ କରୁଅଛି, ମୋ' ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଏକମାତ୍ର ସନ୍ତାନ I
\v 39 ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍ ଚିତ୍କାର କରି ଉଠେ I ପୁଣି, ସେ ତାହାକୁ ଏପରି ମୋଡ଼ିପକାଏ ଯେ, ତାହା ପାଟିରୁ ଫେଣ ବାହାରେ I ପୁଣି, ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ I
\v 40 ତାହାଠାରୁ ସେହି ଭୂତକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ନିବେଦନ କରିଥିଲି, କିନ୍ତୁ ସେମାନେ ଏହା କରି ପାରିଲେ ନାହିଁ !"
\s5
\v 41 ଉତ୍ତରରେ ଯୀଶୁ କହିଲେ, "ଏହି ପିଢ଼ିର ଲୋକମାନେ ବିଶ୍ୱାସ କରନ୍ତି ନାହିଁ ଓ ତୁମ୍ଭମାନଙ୍କ ଚିନ୍ତାଧାରା କଳୁଷିତ ଅଟେ! କେତେ କାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବିଶ୍ୱାସ କରିବା ପୁର୍ବେ?" ସେଥିରେ ସେ ପୁଅର ପିତାକୁ କହିଲେ' "ତୁମ୍ଭର ପୁଅକୁ ମୋ' ନିକଟକୁ ନେଇଆସ!"
\v 42 ସେଥିରେ ସେମାନେ ସେହି ପୁଅକୁ ତାହାଙ୍କ ନିକଟକୁ ଆଣୁ ଆଣୁ, ଭୂତ ତାହାକୁ ତଳେ ପକାଇ ଦେଇ ଭୟଙ୍କର ଭାବରେ ମୋଡ଼ିପକାଇଲା I କିନ୍ତୁ ଯୀଶୁ ଅଶୁଚି ଆତ୍ମାକୁ ଧମକ ଦେଲେ ଓ ବାଳକକୁ ସୁସ୍ଥ କଲେ I ପୁଣି ସେ ତାହାକୁ ତାହାର ପିତାଙ୍କ ହସ୍ତରେ ସମର୍ପଣ କଲେ I
\s5
\v 43 ସେଥିରେ ସମସ୍ତେ ଈଶ୍ୱରଙ୍କର ମହାଶକ୍ତି ସକାଶେ ଆଶ୍ଚର୍ଯ୍ୟ ହେଲେ I ମାତ୍ର ଯୀଶୁ କରିଥିବା ସମସ୍ତ କାର୍ଯ୍ୟ ସକାଶେ ସମସ୍ତେ ଚକିତ ହେଉଥିବା ସମୟରେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ,
\v 44 ଯାହା ମୁଁ ତୁମ୍ଭମାନଙ୍କୁ କହିବାକୁ ଯାଉଛି ତାହା ଯତ୍ନପୂର୍ବକ ଶୁଣ: "ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ଯେ ମୁଁ ଅତିଶିଘ୍ର ମୋହର ଶତ୍ରୁମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି I"
\v 45 କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ, ଆଉ ତାହା ସେମାନଙ୍କଠାରୁ ଗୁପ୍ତ ଥିଲା, ଯେପରି ତାହା ସେମାନେ ବୁଝିପାରିବେ ନାହିଁ, ପୁଣି, ସେମାନେ ସେହି କଥା ବିଷୟରେ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ I
\s5
\v 46 କିଛି ସମୟ ପରେ ଶିଷ୍ୟମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ସେ ବିଷୟରେ ସେମାନଙ୍କ ମଧ୍ୟରେ ତର୍କବିତର୍କ ହେଲା I
\v 47 କିନ୍ତୁ ଯୀଶୁ ସେମାନଙ୍କ ମନର ତର୍କବିତର୍କ ଜାଣିଲେ, ତେଣୁସେ ଗୋଟିଏ ସାନ ପିଲାକୁ ନେଇ ଆପଣା ପାଖରେ ଠିଆ କରାଇଲେ I
\v 48 ସେ ସେମାନଙ୍କୁ କହିଲେ, "ଯେ କେହି ମୋ ନାମରେ ଏହି ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ କେହି ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତା ଈଶ୍ୱରଙ୍କୁ ଗ୍ରହଣ କରେ I ମନେରଖ ତୁମ୍ଭ ସମସ୍ତଙ୍କ ମଧ୍ୟରେ ଯେ କ୍ଷୁଦ୍ର, ଈଶ୍ୱର ତାହାକୁ ଶ୍ରେଷ୍ଠ କରିବେ I"
\s5
\v 49 ସେଥିରେ ଯୋହନ ଯୀଶୁଙ୍କୁ ଉତ୍ତର ଦେଲେ, "ହେ ଗୁରୁ, ଆମ୍ଭେମାନେ ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ I ଆଉ ସେ ଆମ୍ଭମାନଙ୍କ ସାଙ୍ଗରେ ଆପଣଙ୍କ ଅନୁଗାମୀ ନ ହେବାରୁ ତାହାକୁ ମନା କଲୁ I"
\v 50 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, "ସେହିପରି କରିବା ନିମନ୍ତେ ତାହାକୁ ମନା କର ନାହିଁ! ଯଦି କେହି ତୁମ୍ଭମାନଙ୍କ କ୍ଷତି କରିବା ପରି କାର୍ଯ୍ୟ କରୁ ନାହିଁ, ତେବେ ସେ ଯାହା କରୁଅଛି ତାହା ତୁମ୍ଭମାନଙ୍କ ନିମନ୍ତେ ସାହାଯ୍ୟ ଅଟେ I
\s5
\v 51 ପରେ ଯେତେବେଳେ ଈଶ୍ୱର ଯୀଶୁଙ୍କୁ ପୁନର୍ବାର ସ୍ୱର୍ଗକୁ ନେବାର ସମୟ ସମ୍ପୂର୍ଣ୍ଣ ହୋଇଆସୁଥିଲା, ସେତେବେଳେ ଯୀଶୁ ଯିରୂଶାଲମକୁ ଯିବା ନିମନ୍ତେ ମନକୁ ଦୃଢ଼ କଲେ I
\v 52 ସେ ଆପଣା ଆଗେ ଦୂତମାନଙ୍କୁ ପଠାଇଲେ, ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ I
\v 53 କିନ୍ତୁ ଶମିରୋଣୀୟମାନେ ଆପଣା ଗ୍ରାମରେ ଯୀଶୁଙ୍କୁ ଆସିବାକୁ ଦେଲେ ନାହିଁ କାରଣ ସେ ଯିରୂଶାଲମକୁ ଯିବା ପଥରେ ଥିଲେ I
\s5
\v 54 ଯେତେବେଳେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣ, ଯାକୁବ ଓ ଯୋହନ, ତାହା ଶୁଣି କହିଲେ, "ପ୍ରଭୁ, ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ବିନାଶ କରୁ, ଏହା ଆମ୍ଭେମାନେ ଈଶ୍ୱରଙ୍କୁ କହିବୁ ବୋଲି କଅଣ ଆପଣଙ୍କର ଇଚ୍ଛା ?"
\v 55 କିନ୍ତୁ ଯୀଶୁ ସେମାନଙ୍କ ଆଡ଼େ ବୁଲିପଡ଼ି ସେମାନଙ୍କୁ ଅନୁଯୋଗ କଲେ ଏବଂ କହିଲେ, ସେହିପରି କହିବା ତୁମ୍ଭମାନଙ୍କର ଭୁଲ୍ ଅଟେ I
\v 56 ତେଣୁ ସେମାନେ ଆଉ ଗୋଟିଏ ଗ୍ରାମକୁ ଗଲେ I
\s5
\v 57 ଯୀଶୁ ଓ ଶିଷ୍ୟମାନେ ବାଟରେ ଯାଉଥିବା ସମୟରେ, ଜଣେ ଲୋକ ତାହାଙ୍କୁ କହିଲେ, "ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି I"
\v 58 ଯୀଶୁ ତାହାଙ୍କୁ କହିଲେ, "କୋକିଶିଆଳିର ଗାତ ଅଛି ସେ ରହିବା ନିମନ୍ତେ, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର (ଯୀଶୁ), ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ !"
\s5
\v 59 ପୁଣି, ଯୀଶୁ ଆଉ ଜଣକୁ କହିଲେ, "ମୋହର ଅନୁଗମନ କର!" କିନ୍ତୁ ସେହି ଲୋକ କହିଲେ, "ପ୍ରଭୁ, ପ୍ରଥମେ ମୋତେ ଆପଣା ଗୃହକୁ ଯିବାକୁ ଦିଅନ୍ତୁ ଏବଂ ମୋହର ପିତାଙ୍କ ମୃତ୍ୟୁ ପରେ ତାହାଙ୍କୁ ସମାଧି ଦେବା ପର୍ଯ୍ୟନ୍ତ ରହିବା ପାଇଁ ମୋତେ ଅନୁମତି ଦିଅନ୍ତୁ I"
\v 60 ମାତ୍ର ଯୀଶୁ ତାହାଙ୍କୁ କହିଲେ, "ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ; କିନ୍ତୁ ତୁମ୍ଭେ ପ୍ରତ୍ୟେକ ଜାଗାରେ ଯାଇ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଲୋକଙ୍କୁ କୁହ I
\s5
\v 61 ଆଉ ଜଣେ ମଧ୍ୟ କହିଲେ, "ପ୍ରଭୁ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ I"
\v 62 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, "ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ୱରଙ୍କ ରାଜ୍ୟରେ ସେବା କରିବା ନିମନ୍ତେ ଯୋଗ୍ୟ ନୁହେଁ I"
\s5
\c 10
\p
\v 1 ଏଥିଉତ୍ତାରେ, ପ୍ରଭୁ ଯୀଶୁ ଆଉ ସତୁରି ଜଣଙ୍କୁ ନିଯୁକ୍ତ କଲେ ଯାଇ ପ୍ରଚାର କରିବା ନିମନ୍ତେ I ନିଜେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସେହି ସ୍ଥାନକୁ ଦୁଇ ଦୁଇ ଜଣ କରି ସେମାନଙ୍କୁ ଆପଣା ଆଗେ ପଠାଇଲେ I
\v 2 ପୁଣି, ସେ ସେମାନଙ୍କୁ କହିଲେ, "ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ I ଏଣୁ ଶସ୍ୟର ମାଲିକଙ୍କ ନିକଟରେ ପ୍ରାର୍ଥନା କର ଏବଂ ଆପଣା ଶସ୍ୟ କାଟିବା ନିମନ୍ତେ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ତାହାଙ୍କ ନିକଟରେ ନିବେଦନ କର I
\s5
\v 3 ବର୍ତ୍ତମାନ ଯାଅ, କିନ୍ତୁ ମନେରଖ ମୁଁ ତୁମ୍ଭମାନଙ୍କୁ ସେହି ଲୋକମାନଙ୍କ ନିକଟକୁ ମୋହର ବାକ୍ୟ କହିବା ନିମନ୍ତେ ପଠାଉଅଛି ଯେଉଁମାନେ ତୁମ୍ଭମାନଙ୍କୁ ବାହାର କରିବା ନିମନ୍ତେ ଚେଷ୍ଟା କରିବେ I ହେଟାବାଘମାନଙ୍କ ମଧ୍ୟରେ ତୁମ୍ଭେମାନେ ମେଣ୍ଢାଛୁଆମାନଙ୍କ ସଦୃଶ ଅଟ I
\v 4 ନିଜ ସଙ୍ଗେ କୌଣସି ଟଙ୍କା ଥଳି ନିଅ ନାହିଁ, ଯାତ୍ରୀଙ୍କ ଝୋଲି ନିଅ ନାହିଁ, ଅତିରିକ୍ତ ଜୋତା ନିଅ ନାହିଁ, ପୁଣି, ବାଟରେ କାହାକୁ ନମସ୍କାର କରିବା ନିମନ୍ତେ ରୁହ ନାହିଁ I
\s5
\v 5 ଆଉ, ଯେକୌଣସି ଗୃହରେ ତୁମ୍ଭେମାନେ ପ୍ରବେଶ କରିବ, ପ୍ରଥମେ ସେହି ଲୋକମାନଙ୍କୁ କୁହ, "ଏହି ଗୃହରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଈଶ୍ୱର ଶାନ୍ତି ଦେଉନ୍ତୁ !"
\v 6 ଆଉ, ଯଦି ସେ ସ୍ଥାନରେ ବାସ କରୁଥିବା ଲୋକମାନେ ଈଶ୍ୱରଙ୍କ ଶାନ୍ତିର ଯୋଗ୍ୟ ପାତ୍ର ହୁଅନ୍ତି, ତୁମ୍ଭେ ସେମାନଙ୍କୁ ଦେଇଥିବା ଶାନ୍ତି ସେମାନେ ଅନୁଭବ କରିବେ I କିନ୍ତୁ ଯଦି ସେ ସ୍ଥାନରେ ବାସ କରୁଥିବା ଲୋକମାନେ ଈଶ୍ୱରଙ୍କ ଶାନ୍ତିର ଯୋଗ୍ୟ ପାତ୍ର ହୁଅନ୍ତି ନାହିଁ, ତେବେ ତୁମ୍ଭେ ସେମାନଙ୍କୁ ଦେଇଥିବା ଶାନ୍ତି ତୁମ୍ଭମାନଙ୍କ ନିକଟକୁ ଫେରିଆସିବ I
\v 7 ପୁଣି, ସେହି ଗ୍ରାମରୁ ପ୍ରସ୍ଥାନ କରିବା ପର୍ଯ୍ୟନ୍ତ ସେହି ଗୃହରେ ରୁହ I ଏକ ଗୃହରୁ ଅନ୍ୟ ଗୃହକୁ ଯାଅ ନାହିଁ I ସେମାନେ ଯାହା ତୁମ୍ଭମାନଙ୍କୁ ପରିବେଷଣ କରନ୍ତି ତାହା ଭୋଜନପାନ କର, କାରଣ କାର୍ଯ୍ୟକାରୀ ଆପଣା କାର୍ଯ୍ୟ ନିମନ୍ତେ ବେତନର ଯୋଗ୍ୟ I
\s5
\v 8 ପୁଣି, ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି, ସେଠାରେ ତୁମ୍ଭମାନଙ୍କୁ ଯାହା ଦିଆଯାଏ, ତାହା ଭୋଜନ କର I
\v 9 ସେ ସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, "ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ I
\s5
\v 10 କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଥିର ଦାଣ୍ଡମାନଙ୍କୁ ବାହାରିଯାଇ କୁହ,
\v 11 ତୁମ୍ଭମାନଙ୍କ ବିରୁଦ୍ଧରେ ଚେତାବନୀ ଯେ, ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଧା ତୁମ୍ଭମାନଙ୍କ ପାଇଁ ଝାଡ଼ିଦେଉଅଛୁ I ତଥାପି ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ I
\v 12 ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ଯେତେବେଳେ ଈଶ୍ୱର ପ୍ରତ୍ୟେକଙ୍କୁ ବିଚାର କରିବେ, ସେହି ନଗରର ଲୋକମାନଙ୍କର ଦଣ୍ଡ, ବହୁ ବର୍ଷ ପୁର୍ବେ ସଦୋମ ନଗରରେ ବାସ କରୁଥିବା ଦୁଷ୍ଟ ଲୋକମାନଙ୍କର ଦଣ୍ଡ ଅପେକ୍ଷା ଅଧିକ ହେବ !
\s5
\v 13 ଯେଉଁ ଲୋକମାନେ କୋରାଜୀନ୍ ଓ ବେଥସାଇଦା ନଗରରେ ବାସ କରନ୍ତି ସେମାନଙ୍କ ନିମନ୍ତେ କିପରି ଭୟଙ୍କର ହେବ, କାରଣ ତୁମ୍ଭେମାନେ ମନପରିବର୍ତ୍ତନ କରିବା ନିମନ୍ତେ ଅଗ୍ରାହ୍ୟ କଲ ! ଯଦି ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହି ସବୁ ଯେବେ ସୋର ଓ ସୀଦୋନର ପୁରାତନ ସହରଗୁଡିକରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ଓ ପାଉଁଶ ଆପଣା ମସ୍ତକ ଉପରେ ଢାଳି ଭୁମିରେ ବସି ମନ ପରିବର୍ତ୍ତନ କରିଥାଆନ୍ତେ I
\v 14 ବିଚାର ଦିନରେ ଯେତେବେଳେ ଈଶ୍ୱର ପ୍ରତ୍ୟେକଙ୍କୁ ବିଚାର କରିବେ, ସେହି ନଗରର ଲୋକମାନଙ୍କର ଦଣ୍ଡ, ବହୁ ବର୍ଷ ପୁର୍ବେ ସୋର ଓ ସୀଦୋନରେ ବାସ କରୁଥିବା ଦୁଷ୍ଟ ଲୋକମାନଙ୍କର ଦଣ୍ଡ ଅପେକ୍ଷା ତୁମ୍ଭମାନଙ୍କୁ ଅଧିକ ଦଣ୍ଡ ଦେବେ କାରଣ ତୁମ୍ଭେମାନେ ମୋହର ଆଶ୍ଚର୍ଯ୍ୟକର୍ମ ଦେଖିଲ ତଥାପି ତୁମ୍ଭେମାନେ ମନପରିବର୍ତ୍ତନ କଲ ନାହିଁ ଓ ମୋ' ଠାରେ ବିଶ୍ୱାସ କଲ ନାହିଁ !
\v 15 ଯେଉଁ ଲୋକମାନେ କଫର୍ନାହୂମରେ ବାସ କରନ୍ତି ସେମାନଙ୍କୁ ମଧ୍ୟ ମୋର କିଛି କହିବାର ଅଛି I ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ ବୋଲି ଚିନ୍ତା କରୁଅଛୁ ? ତା'ପରିବର୍ତ୍ତେ, ମୃତମାନଙ୍କ ସ୍ଥାନ ପର୍ଯ୍ୟନ୍ତ ତୋହର ଅଧୋଗତି ହେବ !"
\s5
\v 16 ଯୀଶୁ ଶିଷ୍ୟମାନଙ୍କୁ ମଧ୍ୟ କହିଲେ, "ଯେ କେହି ତୁମ୍ଭମାନଙ୍କର କଥା ଶୁଣେ, ସେ ମୋ' କଥା ଶୁଣେ, ପୁଣି, ଯେ କେହି ତୁମ୍ଭମାନଙ୍କର ବାକ୍ୟ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ I ଆଉ ଯେ କେହି ମୋତେ ଅଗ୍ରାହ୍ୟ କରେ, ସେ ମୋ' ପ୍ରେରଣକର୍ତ୍ତା ଈଶ୍ୱରଙ୍କୁ ଅଗ୍ରାହ୍ୟ କରେ I"
\s5
\v 17 ଯେଉଁ ସତୁରି ଜଣଙ୍କୁ ଯୀଶୁ ମନୋନୀତ କରିଥିଲେ, ଯେପରି ସେମାନେ ଯାଇ ସେ ଯାହା କହିବେ ତାହା କରିବେ I ଯେତେବେଳେ ସେମାନେ ଫେରି ଆସିଲେ, ସେମାନେ ବହୁତ ଆନନ୍ଦିତ ଥିଲେ I ସେମାନେ କହିଲେ,"ପ୍ରଭୁ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି ଯେତେବେଳେ ଆମ୍ଭେମାନେ ଆପଣଙ୍କ ଅଧିକାରରେ ଲୋକମାନଙ୍କୁ ଛାଡ଼ିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦେଉ I"
\v 18 ଯୀଶୁ କହିଲେ, "ଯେତେବେଳେ ତୁମ୍ଭେମାନେ ତାହା କରୁଥିଲ, ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି !"
\v 19 ଶୁଣ, ମନ୍ଦ ଆତ୍ମା ଉପରେ ଆକ୍ରମଣ କରିବା ନିମନ୍ତେ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଇଅଛି I ସେମାନେ ତୁମ୍ଭମାନଙ୍କର କ୍ଷତି କରିବେ ନାହିଁ I ଆମ୍ଭମାନଙ୍କ ଶତ୍ରୁ ଶୟତାନ ଠାରୁ ଅଧିକ ଶକ୍ତିଶାଳୀ ହେବା ନିମନ୍ତେ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଇଅଛି I ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ I
\v 20 ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖା ଅଛି, ଏଥିରେ ଆନନ୍ଦ କର I"
\s5
\v 21 ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, "ପିତା, ତୁମ୍ଭେ ସ୍ୱର୍ଗ ଓ ପୃଥିବୀରେ ଥିବା ସମସ୍ତ ବିଷୟର ପ୍ରଭୁ ଅଟ I କେତେକ ଲୋକ ଭାବନ୍ତି ଯେ ସେମାନେ ଜ୍ଞାନୀ ଅଟନ୍ତି କାରଣ ସେମାନେ ସୁଶିକ୍ଷିତ ଅଟନ୍ତି I କିନ୍ତୁ ମୁଁ ତୁମ୍ଭର ପ୍ରଶଂସା କରୁଅଛି ଯେ ତୁମ୍ଭେ ସେମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖିଲ I ବରଂ ତୁମ୍ଭେ ସେମାନଙ୍କଠାରେ ପ୍ରକାଶ କଲ ଯେଉଁମାନେ ଶିଶୁ ପରି ତୁମ୍ଭର ସତ୍ୟତାକୁ ଗ୍ରହଣ କରନ୍ତି I ହଁ, ପିତା, ତୁମ୍ଭେ ଏହିପରି କଲ କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା I"
\s5
\v 22 ପୁଣି ଯୀଶୁ ଶିଷ୍ୟମାନଙ୍କୁ କହିଲେ, "ଈଶ୍ୱର, ମୋହର ପିତାଙ୍କ ଅଧିକାରର ସମସ୍ତ ବିଷୟ ମୋ'ଠାରେ ସମର୍ପଣ କରିଅଛନ୍ତି I କେବଳ ମୋହର ପିତା, ଆପଣା ପୁତ୍ରଙ୍କୁ ଅର୍ଥାତ୍ ମୁଁ, ପ୍ରକୃତରେ ମୋତେ ଜାଣନ୍ତି I ସେହିପରି, କେବଳ ପୁତ୍ର, ଯେ ମୁଁ, ପିତା କିଏ ତାହା ପ୍ରକୃତରେ ଜାଣେ ----ତାହା କେବଳ ମୁଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ I"
\s5
\v 23 ପରେ ଯେତେବେଳେ କେବଳ ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଥିଲେ, ସେ ଶିଷ୍ୟମାନଙ୍କ ପ୍ରତି ବୁଲିପଡ଼ି ସେମାନଙ୍କୁ କହିଲେ, "ମୁଁ ଯାହା କରୁଅଛି ସେହି ବିଷୟଗୁଡ଼ିକ ଦେଖିବା ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ମହାନ ଦାନ ଦେଇଅଛନ୍ତି !"
\v 24 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ଯାହା ଯାହା କରିବା ତୁମ୍ଭେମାନେ ଦେଖୁଅଛ, ସେହି ସବୁ ବହୁ ବର୍ଷ ପୁର୍ବେ ଅନେକ ଭାବବାଦୀ ଓ ରାଜା ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ, କାରଣ ସେହି ସବୁ ସେସମୟରେ ଘଟିଲା ନାହିଁ; ପୁଣି, ମୁଁ ଯାହା ଯାହା କହୁଛି ତାହା ତୁମ୍ଭେମାନେ ଶୁଣୁଅଛ, ସେହି ସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ, କାରଣ ସେହି ସମୟ ପର୍ଯ୍ୟନ୍ତ ମୁଁ ସେହି ସବୁ ପ୍ରକାଶ କରି ନ ଥିଲି I"
\s5
\v 25 ଦିନେ ଯୀଶୁ ଲୋକମାନଙ୍କ ନିକଟରେ ପ୍ରଚାର କରୁଥିଲେ, ସେଠାରେ ଜଣେ ଯିହୁଦୀ ବ୍ୟବସ୍ଥାଶାସ୍ତ୍ରଜ୍ଞ ଥିଲେ I ସେଥିରେ ସେ ଉଠିଲା ଓ ପଚାରିଲା, " ଆଉ ଦେଖ, ହେ ଗୁରୁ, ଈଶ୍ୱରଙ୍କ ସହିତ ଅନନ୍ତକାଳ ବାସ କରିବା ନିମନ୍ତେ ମୁଁ କଅଣ କରିବି ?"
\v 26 ସେଥିରେ ଯୀଶୁ ତାହାଙ୍କୁ କହିଲେ, "ଈଶ୍ୱରଙ୍କ ଦତ୍ତ ବ୍ୟବସ୍ଥାରେ ମୋଶା ଯାହା ଲେଖିଛନ୍ତି ତାହା ତୁମ୍ଭେ ପଢ଼ିଅଛ I ବ୍ୟବସ୍ଥା କଅଣ କହେ ?"
\v 27 ସେ ଉତ୍ତର ଦେଲେ, "ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର I ପୁଣି, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର I"
\v 28 ସେଥିରେ ଯୀଶୁ କହିଲେ, "ତୁମ୍ଭେ ଠିକ୍ ଉତ୍ତର ଦେଲ I ଯଦି ତୁମ୍ଭେ ଏହି ସମସ୍ତ କର, ତାହାହେଲେ ତୁମ୍ଭେ ଈଶ୍ୱରଙ୍କ ସହିତ ଅନନ୍ତକାଳ ବାସ କରିବ I
\s5
\v 29 କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଛା କରି ଯୀଶୁଙ୍କୁ ପଚାରିଲେ, "କେଉଁମାନେ ମୋହର ପ୍ରତିବାସୀ ଯାହାଙ୍କୁ ମୁଁ ପ୍ରେମ କରିବି ?"
\v 30 ଯୀଶୁ କହିଲେ, "ଦିନେ ଜଣେ ଲୋକ ଯିରୂଶାଲମରୁ ଯିରୀହୋକୁ ଯାଉଥିଲା I ସେ ଯାଉ ଯାଉ, କେତେକ ଡକାଇତ ତାହାଙ୍କୁ ଆକ୍ରମଣ କଲେ I ସେମାନେ ତାହାର ଲୁଗାପଟା ଓ ତାହା ପାଖରେ ଯାହା କିଛି ଥିଲା ସେସବୁ ଛଡ଼ାଇନେଲେ, ଓ ମାଡ଼ ମାରି ତାହାକୁ ଦରମରା କଲେ I ପରେ ସେମାନେ ତାହାକୁ ସେହି ଅବସ୍ଥାରେ ଛାଡ଼ି ଚାଲିଗଲେ I
\s5
\v 31 ଘଟଣା ପରେ ପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ I ଯେତେବେଳେ ସେ ସେହି ବ୍ୟକ୍ତିଙ୍କୁ ଦେଖିଲେ, ତାହାକୁ ସାହାଯ୍ୟ କରିବା ପରିବର୍ତ୍ତେ, ସେ ବାଟର ଆରପାଖ ଦେଇ ଚାଲିଗଲେ I
\v 32 ସେହି ପ୍ରକାରେ, ଜଣେ ଲେବୀୟ, ଯିଏ ଈଶ୍ୱରଙ୍କ ମନ୍ଦିରରେ କାର୍ଯ୍ୟ କରନ୍ତି, ସେହି ସ୍ଥାନକୁ ଆସିଲେ, ଓ ସେହି ବ୍ୟକ୍ତିକୁ ଦେଖିଲେ I କିନ୍ତୁ ସେ ମଧ୍ୟ ବାଟର ଆରପାଖ ଦେଇ ଚାଲିଗଲେ I
\s5
\v 33 ପରେ ଜଣେ ଶମିରୋଣୀୟ ପଥିକ ଯେଉଁଠାରେ ସେହି ବ୍ୟକ୍ତି ପଡ଼ିଥିଲା ସେହି ପଥ ଦେଇ ଯାଉଥିଲେ I ଯେତେବେଳେ ସେ ସେହି ବ୍ୟକ୍ତିକୁ ଦେଖିଲେ ସେ ତାହା ପ୍ରତି ଦୟାରେ ବିଗଳିତ ହେଲେ I
\v 34 ସେ ତାହା ପାଖକୁ ଯାଇ ତାହାର କ୍ଷତ ସବୁରେ ତେଲ ଓ ଦ୍ରାକ୍ଷାରସ ଢ଼ାଳି ସେହି ସବୁ ବାନ୍ଧିଦେଲେ I ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ I
\v 35 ତହିଁ ଆରଦିନ ସେ ଦୁଇଟି ଟଙ୍କା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, "ଏହି ବ୍ୟକ୍ତିର ସେବା କର, ଆଉ ତାହାର ସେବା ନିମନ୍ତେ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି I
\s5
\v 36 ସେଥିରେ ଯୀଶୁ କହିଲେ, "ତିନି ଜନ ସେହି ବ୍ୟକ୍ତିକୁ ଦେଖିଲେ ଯାହାକୁ ଡକାଇତମାନେ ଆକ୍ରମଣ କରିଥିଲେ I ସେମାନଙ୍କ ମଧ୍ୟରୁ କିଏ ସେହି ବ୍ୟକ୍ତିର ପ୍ରକୃତ ପ୍ରତିବାସୀ ବୋଲି ମନେ କରୁଅଛ ?
\v 37 ବ୍ୟବସ୍ଥାଶାସ୍ତ୍ରଜ୍ଞ ଉତ୍ତର ଦେଲେ, "ଯେ ତାହା ପ୍ରତି ଦୟା କଲା, ସେ I" ଯୀଶୁ ତାହାଙ୍କୁ କହିଲେ, "ହଁ, ଯାଅ, ଯେଉଁମାନଙ୍କୁ ତୁମ୍ଭେ ସାହାଯ୍ୟ କରିପାର ଏପରି ପ୍ରତ୍ୟେକଙ୍କ ପ୍ରତି ତୁମ୍ଭେ ମଧ୍ୟ ସେହିପ୍ରକାର କର !"
\s5
\v 38 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାତ୍ରା କରୁଥିବା ସମୟରେ ସେମାନେ ଯିରୁଶାଲମ ନିକଟବର୍ତ୍ତୀ ଗୋଟିଏ ଗ୍ରାମରେ ପ୍ରବେଶ କଲେ I ଏବଂ ମାର୍ଥା ନାମରେ ଜଣେ ସ୍ତ୍ରୀଲୋକ ସେମାନଙ୍କୁ ନିଜ ଘରକୁ ଡାକିଲେ I
\v 39 ତାହାଙ୍କର ସାନ ଭଉଣୀ ଥିଲେ, ତାଙ୍କ ନାମ ମରିୟମ, ସେ ଯୀଶୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ I
\s5
\v 40 କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ I ଏଣୁ ସେ ଯୀଶୁଙ୍କ ନିକଟକୁ ଆସି କହିଲେ, "ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋ' ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କଅଣ ଆପଣଙ୍କର ମନ ନାହିଁ ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ !"
\v 41 କିନ୍ତୁ ପ୍ରଭୁ ତାଙ୍କୁ କହିଲେ, "ମାର୍ଥା, ମାର୍ଥା, ତୁମ୍ଭେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ I
\v 42 କିନ୍ତୁ ଅଳ୍ପ କେତୋଟି, ବରଂ ଗୋଟିଏ ମାତ୍ର ଆବଶ୍ୟକହେଉଛି ମୋହର ବାକ୍ୟ ଶୁଣିବା I ଏହା କରିବା ଦ୍ୱାରା ମରିୟମ ଯେଉଁ ଆଶୀର୍ବାଦ ପାଉଅଛି, ଆଉ ତାହା ତାହାଠାରୁ ନିଆଯିବ ନାହିଁ I
\s5
\c 11
\p
\v 1 ଦିନେ ଯୀଶୁ କୌଣସି ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ I ସେ ପ୍ରାର୍ଥନା ସମାପ୍ତ କରନ୍ତେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, "ହେ ପ୍ରଭୁ, ଯୋହନ ଯେପରି ଆପଣା ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲେ, ଆପଣ ମଧ୍ୟ ସେହିପରି ଆମ୍ଭମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାନ୍ତୁ !"
\s5
\v 2 ଏଥିରେ ସେ ସେମାନଙ୍କୁ କହିଲେ, "ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ: "ପିତଃ, ସମସ୍ତ ଲୋକେ ତୁମ୍ଭ ନାମକୁ ପବିତ୍ର ବୋଲି ମାନ୍ୟ କରନ୍ତୁ I ପ୍ରତ୍ୟେକ ସ୍ଥାନରେ ସମସ୍ତ ଲୋକଙ୍କ ଉପରେ ତୁମ୍ଭର ରାଜ୍ୟ ଆସୁ I
\s5
\v 3 ପ୍ରତିଦିନ ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ I
\v 4 ଆମ୍ଭମାନଙ୍କର ପାପସବୁ କ୍ଷମା କର, କାରଣ ଆମ୍ଭେମାନେ ମଧ୍ୟ ଆପଣା ଆପଣାର ପ୍ରତ୍ୟେକ ଅପରାଧିକୁ କ୍ଷମା କରୁ I ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ I
\s5
\v 5 ଯୀଶୁ ସେମାନଙ୍କୁ କହିଲେ, "ତୁମ୍ଭମାନଙ୍କର କାହାରି ଏପରି ବନ୍ଧୁ ଅଛି କି, ଯାହା ନିକଟକୁ ଅଧରାତିରେ ସେ ଯାଇ ତାହାକୁ କହିବ, 'ହେ ବନ୍ଧୁ, ମୋତେ ତିନୋଟି ରୁଟି ଉଧାର ଦିଅ,
\v 6 କାରଣ ମୋହର ଜଣେ ପଥିକ ବନ୍ଧୁ ମୋ' ନିକଟକୁ ଆସିଅଛନ୍ତି, ତାହାଙ୍କୁ ଖାଦ୍ୟ ପରିବେଷଣ କରିବା ପାଇଁ ମୋ' ପାଖରେ କିଛି ନାହିଁ I'
\v 7 ଆଉ ସେ ଭିତରୁ ଜଣେ ଏପରି ଉତ୍ତର ଦେଇପାରେ, 'ମୋତେ କଷ୍ଟ ଦିଅ ନାହିଁ I ଦ୍ୱାର ବନ୍ଦ ହେଲାଣି, ଆଉ ମୋର ପିଲାମାନେ ମୋ' ସାଙ୍ଗରେ ଶୋଇଛନ୍ତି I ମୁଁ ଉଠି ତୁମ୍ଭକୁ ରୁଟି ଦେଇ ପାରିବି ନାହିଁ ?'
\v 8 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଯଦ୍ୟପି ତାହାର ବନ୍ଧୁ ହେବାରୁ ଉଠି ନ ଦେବ, ତଥାପି ସେ ଥରକୁଥର ମାଗିବାରୁ ସେ ଉଠି, ତାହାର ଯେତେ ଆବଶ୍ୟକ, ତାହାକୁ ସେତେ ଦେବ I
\s5
\v 9 ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାଇଦିଆଯିବ I
\v 10 କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ମାରେ, ତାହା ନିମନ୍ତେ ଦ୍ୱାର ଫିଟାଇ ଦିଆଯିବ I
\s5
\v 11 ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି, ଯାହାର ପୁଅ ଆପଣା ପିତାକୁ ରୁଟି ମାଗିଲେ, କ'ଣ ତା'ବଦଳରେ ତାହାକୁ ପଥର ଦେବ, କିମ୍ବା ମାଛ ବଦଳରେ, ସାପ ଦେବ ?
\v 12 କିମ୍ବା ଯଦି ସେ ଅଣ୍ଡା ମାଗେ, ତୁମ୍ଭେ କ'ଣ ତାହାକୁ ବିଛା ଦେବ ?
\v 13 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, ସେ ତାହାଙ୍କ ପାଖରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ ?"
\s5
\v 14 ଥରେ ଯୀଶୁ ଗୋଟିଏ ଭୂତ ଛଡ଼ାଉଥିଲେ, ସେହି ଭୂତଟା ଘୁଙ୍ଗା I ଭୂତ ବାହାରିଗଲା ପରେ ଘୁଙ୍ଗା ଲୋକଟି କଥା କହିଲା I ସେଥିରେ ଲୋକସମୂହ ଚକିତ ହେଲେ !
\v 15 କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, "ସେ ଭୂତପତି ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତ ଛଡ଼ାଏ I"
\s5
\v 16 ଅନ୍ୟମାନେ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ତାହାଙ୍କଠାରୁ ଆକାଶରୁ ଏକ ଚିହ୍ନ ମାଗିଲେ I
\v 17 କିନ୍ତୁ ଯୀଶୁ ସେମାନଙ୍କ ମନର ଭାବ ଜାଣି ସେମାନଙ୍କୁ କହିଲେ, "ଯେକୌଣସି ରାଜ୍ୟ ଭାଗ ଭାଗ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇଯାଏ, ପୁଣି, ଗୃହ ଆପଣା ଉପରେ ପଡ଼େ I
\s5
\v 18 ଆଉ ଶୟତାନ ମଧ୍ୟ ଯଦି ବିଭକ୍ତ ହୋଇ ନିଜ ବିରୁଦ୍ଧରେ ଉଠେ, ତାହାହେଲେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ ? ମୁଁ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ ବୋଲି ତୁମ୍ଭେମାନେ ତ କହୁଅଛ I
\v 19 କିନ୍ତୁ ମୁଁ ଯେବେ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତୁମ୍ଭମାନଙ୍କ ଅନୁସରଣକାରୀମାନେ କାହା ସାହାଯ୍ୟରେ ସେମାନଙ୍କୁ ଛଡ଼ାନ୍ତି; ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ I
\v 20 କିନ୍ତୁ ମୁଁ ଯଦି ଈଶ୍ୱରଙ୍କ ପରାକ୍ରମ ଦ୍ୱାରା ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି I
\s5
\v 21 ବଳବାନ ଲୋକ ଯେପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଆପଣା ଗଡ଼ ରକ୍ଷା କରେ, ସେପର୍ଯ୍ୟନ୍ତ ତାହାର ସମ୍ପତ୍ତି ସୁରକ୍ଷିତ ଥାଏ;
\v 22 କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ର ଉପରେ ତାହାର ଭରସା ଥିଲା, ସେହି ସବୁ ସେ ଛଡ଼ାଇ ନିଏ, ପୁଣି, ତାହାର ଲୁଟ କରିଥିବା ଧନସମ୍ପତ୍ତି ବାଣ୍ଟିନିଏ I
\v 23 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ, ପୁଣି, ଯେ ମୋ' ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ I
\s5
\v 24 ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଯିବା ପରେ ବିଶ୍ରାମ କରିବା ପାଇଁ ଜଳ ନ ଥିବା ସ୍ଥାନ ସବୁ ଭ୍ରମଣ କରି ଖୋଜେ, ଆଉ ତାହା ନ ପାଇ କହେ, 'ମୁଁ ଯେଉଁ ଘରୁ ବାହାରିଆସିଥିଲି, ମୋହର ସେହି ଘରକୁ ଫେରିଯିବି I'
\v 25 ପୁଣି, ସେ ଆସି ତାହା ପରିଷ୍କାର ହୋଇଥିବା ଦେଖେ I
\v 26 ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ଦୁଷ୍ଟ ଆଉ ସାତୋଟି ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି, ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ I"
\s5
\v 27 ଏହିପରି ହେଲା, ସେ ଏହି ସମସ୍ତ କଥା କହୁଥିବା ସମୟରେ ଲୋକସମୂହ ମଧ୍ୟରେ ଜଣେ ସ୍ତ୍ରୀଲୋକ ଉଚ୍ଚସ୍ୱରରେ ତାହାଙ୍କୁ କହିଲେ, "ଧନ୍ୟ ସେହି ଗର୍ଭ, ଯାହା ତୁମ୍ଭକୁ ଧାରଣ କଲା ଓ ସେହି ସ୍ତନ, ଯହିଁରୁ ତୁମ୍ଭେ ପାନ କଲ I"
\v 28 ମାତ୍ର ସେ କହିଲେ, "ନା, ବରଂ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେହିମାନେ ଧନ୍ୟ I"
\s5
\v 29 ଲୋକମାନେ ଦଳ ଦଳ ହୋଇ ତାହାଙ୍କ ନିକଟରେ ଏକାଠି ହେଉଥିବା ସମୟରେ ସେ କହିବାକୁ ଲାଗିଲେ, "ଏହି କାଳର ଲୋକମାନେ ଦୁଷ୍ଟ I ଏମାନେ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ I
\v 30 କାରଣ ଯୂନସ ଯେପରି ନୀନିବୀୟମାନଙ୍କ ପ୍ରତି ଚିହ୍ନ ଭଳି ହେଲେ, ମନୁଷ୍ୟପୁତ୍ର ମଧ୍ୟ ସେହିପରି ଏହି ଯୁଗର ଲୋକମାନଙ୍କ ପ୍ରତି ହେବେ I
\s5
\v 31 ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ଯୁଗର ଲୋକମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ; ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି I
\s5
\v 32 ନୀନିବୀର ଲୋକମାନେ ବିଚାରରେ ଏହି ଯୁଗର ଲୋକମାନଙ୍କ ସହିତ ଉଠି ସେମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କରିଥିଲେ; ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି I
\s5
\v 33 କେହି ଦୀପ ଜାଳି ଗୁପ୍ତ କୋଠରୀରେ କିମ୍ବା ମାଣ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ଭିତରେ ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି I
\v 34 ତୁମ୍ଭର ଚକ୍ଷୁ ତୁମ୍ଭ ଶରୀରର ପ୍ରଦୀପ I ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ I କିନ୍ତୁ ଯେତେବେଳେ ତୁମ୍ଭର ଚକ୍ଷୁ ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ I
\v 35 ଅତଏବ ସାବଧାନ, ଯେପରି ତୁମ୍ଭ ଅନ୍ତରରେ ଥିବା ଆଲୋକ ଅନ୍ଧାର ନ ହୁଏ I
\v 36 ଏଣୁ ଯଦି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହୁଏ ଓ ସେଥିର କୌଣସି ଅଂଶ ଅନ୍ଧକାରମୟ ନ ଥାଏ, ତାହାହେଲେ ପ୍ରଦୀପ ଯେପରି ତୁମ୍ଭକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରେ, ସେହିପରି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ I
\s5
\v 37 ଯେତେବେଳେ ଯୀଶୁ କଥା କହିବା ଶେଷ କଲେ, ସେହି ସମୟରେ ଜଣେ ଫାରୂଶୀ ତାହାଙ୍କୁ ଦିନବେଳେ ଆପଣା ଗୃହରେ ଭୋଜନ କରିବାକୁ ନିମନ୍ତ୍ରଣ କଲେ, ଆଉ ଯୀଶୁ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ I
\v 38 କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ଧାର୍ମିକ ରୀତି ଅନୁସାରେ ଆପଣା ହାତ ଧୋଇ ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ I
\s5
\v 39 ସେଥିରେ ପ୍ରଭୁ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭେ ଫାରୂଶୀଯାକ ସିନା ଖାଇବା ପୂର୍ବରୁ ଗିନା ଓ ଥାଳୀର ବାହାର ପରିଷ୍କାର କରୁଥାଅ, ମାତ୍ର ତୁମ୍ଭମାନଙ୍କ ଭିତର ଲୋଭ ଓ ଦୁଷ୍ଟତାରେ ପରିପୂର୍ଣ୍ଣ I
\v 40 ହେ ନିର୍ବୋଧ ଲୋକମାନେ! ତୁମ୍ଭେମାନେ ଜାଣ ଯେ, ଈଶ୍ୱର କେବଳ ବାହାର ସୃଷ୍ଟି କଲେ ତାହା ନୁହଁ, କିନ୍ତୁ ସେ ଭିତର ମଧ୍ୟ ସୃଷ୍ଟି କଲେ I
\v 41 ଧାର୍ମିକ ରୀତି ଅନୁସାରେ ପାତ୍ରଗୁଡ଼ିକ ଧୋଇବା ପରିବର୍ତ୍ତେ, ବରଂ ଦୟାଳୁ ହୋଇ ଭିତରେ ଯାହା ଯାହା ଅଛି, ସେହି ସବୁ ଦାନ କର; ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସମସ୍ତ ପରିଷ୍କୃତ I
\s5
\v 42 କିନ୍ତୁ ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଦେଉଥାଅ, ଆଉ ନ୍ୟାୟବିଚାର ଓ ଈଶ୍ୱରଙ୍କ ପ୍ରେମ ଅବହେଳା କରୁଥାଅ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ଅବହେଳା ନ କରିବା ଉଚିତ୍ I
\s5
\v 43 ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ସମାଜଗୃହରେ ପ୍ରଧାନ ଆସନ ଓ ହାଟବଜାରରେ ନମସ୍କାର ପାଇବାକୁ ଭଲ ପାଅ I
\v 44 ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଦେଖାଯାଉ ନ ଥିବା କବର ତୁଲ୍ୟ; ତାହା ଉପରେ ଚାଲୁଥିବା ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ I
\s5
\v 45 ଏଥିରେ ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଏହା କହି ଆପଣ ଆମ୍ଭମାନଙ୍କୁ ମଧ୍ୟ ଅପମାନ କରୁଅଛନ୍ତି I
\v 46 ସେ କହିଲେ, ହାୟ, ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ଉପରେ ଦୁର୍ବହ ଭାର ଲଦୁଥାଅ ଏବଂ ନିଜେ ଗୋଟିଏ ଆଙ୍ଗୁଳି ଦେଇ ତାହା ସ୍ପର୍ଶ କରୁ ନ ଥାଅ I
\s5
\v 47 ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର କବର ତିଆରି କରୁଥାଅ, କିନ୍ତୁ ତୁମ୍ଭମାନଙ୍କ ପିତୃପୁରୁଷମାନେ ସେମାନଙ୍କୁ ବଧ କରିଥିଲେ I
\v 48 ଅତଏବ ତୁମ୍ଭମାନଙ୍କ ପିତୃପୁରୁଷଙ୍କ କର୍ମ ବିଷୟରେ ତୁମ୍ଭେମାନେ ସାକ୍ଷୀ ଅଟ ଓ ତାହା ଅନୁମୋଦନ କରୁଅଛ; କାରଣ ସେମାନେ ସିନା ସେମାନଙ୍କୁ ବଧ କରିଥିଲେ, କିନ୍ତୁ ତୁମ୍ଭେମାନେ ସେମାନଙ୍କର କବର ସ୍ତମ୍ଭ ତିଆରି କରୁଥାଅ I
\s5
\v 49 ତେଣୁ ଈଶ୍ୱର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପଠାଇବୁ; ସେମାନଙ୍କ ମଧ୍ୟରୁ କାହା କାହାକୁ ସେମାନେ ବଧ କରିବେ ଓ କାହା କାହାକୁ ତାଡ଼ନା କରିବେ,
\v 50 ଯେପରି ହେବଲଙ୍କ ରକ୍ତପାତଠାରୁ, ଯେଉଁ ଜିଖରୀୟ ବେଦି ଓ ମନ୍ଦିରର ପବିତ୍ର ସ୍ଥାନର ମଧ୍ୟସ୍ଥଳରେ ହତ ହେଲେ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ଜଗତର ଆରମ୍ଭରୁ ଯେତେ ଭାବବାଦୀଙ୍କର ରକ୍ତପାତ ହୋଇଅଛି,
\v 51 ସେ ସବୁର ପରିଶୋଧ ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ I
\s5
\v 52 ହାୟ ଦଣ୍ଡର ପାତ୍ର ଯିହୁଦୀଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ Iତୁମ୍ଭମାନଙ୍କ ସକାଶୁ ଲୋକମାନେ ଆପଣା ଉପରେ କିପରି ଈଶ୍ୱରଙ୍କ ରାଜ୍ୟ ଆସିବ ତାହା ଜାଣି ପାରୁ ନାହାନ୍ତି ! ତୁମ୍ଭେମାନେ ନିଜେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କଲ ନାହିଁ, ଆଉ ପ୍ରବେଶ କରିବାକୁ ଇଚ୍ଛା କରୁଥିବା ଲୋକମାନଙ୍କୁ ବାଧା ଦେଲ I
\s5
\v 53 ଆଉ, ଯୀଶୁ ସେହି ସମସ୍ତ କଥା କହିଲା ପରେ ସେଠାରୁ ବାହାରିଗଲେ I ପରେ ଶାସ୍ତ୍ରୀ ଓ ଫାରୂଶୀମାନେ ଅତିଶୟ ଈର୍ଷା କରି ଉଦ୍ଦେଶ୍ୟମୂଳକଭାବେ ତାହାଙ୍କୁ ଅନେକ ବିଷୟର ପ୍ରଶ୍ନ ପଚାରିଲେ I
\v 54 ସେମାନେ ଫାନ୍ଦ ପକାଇ ତାହାଙ୍କ ମୁଖର କୌଣସି କଥା ଧରିବା ନିମନ୍ତେ ଅପେକ୍ଷା କରୁଥିଲେ I
\s5
\c 12
\p
\v 1 ଏଥିମଧ୍ୟରେ, ଅନେକ ହଜାର ଲୋକ ଯୀଶୁଙ୍କ ଚାରିଆଡ଼େ ଏକତ୍ରିତ ହେଲେ I ସେଠାରେ ଅସଂଖ୍ୟ ଅସଂଖ୍ୟ ଲୋକ ପରସ୍ପର ଉପରେ ମାଡ଼ି ପଡ଼ୁଥିଲେ I କିନ୍ତୁ ସେ ପ୍ରଥମେ ଆପଣା ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, "ସାବଧାନ ଫାରୂଶୀମାନଙ୍କ ସଦୃଶ ହୁଅ ନାହିଁ, ଯେଉଁମାନେ ସର୍ବସାଧାରଣ ସ୍ଥାନରେ ଧାର୍ମିକ ଭାବେ ଆଚରଣ କରନ୍ତି, କିନ୍ତୁ ଗୁପ୍ତରେ ମନ୍ଦ କାର୍ଯ୍ୟ କରନ୍ତି I ଯେପରି ଖମୀର ମଇଦା ପିଣ୍ଡୁଳାକୁ ଖମୀରମୟ କରେ, ସେହିପରି ସେମାନଙ୍କ ମନ୍ଦ ବ୍ୟବହାର ଅନ୍ୟମାନଙ୍କ ପ୍ରତି କପଟମୟ ଥାଏ I
\s5
\v 2 ଲୋକେ ଆପଣା ପାପକୁ ଆଚ୍ଛାଦାନ କରି ପାରିବେ ନାହିଁ I ଲୋକମାନେ ଯାହା ଲୁଚାଇବାକୁ ଚେଷ୍ଟା କରୁଥିଲେ ଏପରି ସମସ୍ତ ବିଷୟ ଈଶ୍ୱର ଦିନେ ସମସ୍ତଙ୍କ ନିକଟରେ ପ୍ରକାଶ କରିବେ I
\v 3 ଅତଏବ ତୁମ୍ଭେମାନେ ଯାହା ଅନ୍ଧକାରରେ କହିଅଛ, ସେହି ସବୁ ଆଲୋକରେ ଶୁଣାଯିବ, ପୁଣି, ଯାହା ଗୁପ୍ତ କୋଠରୀରେ ଗୋପନରେ କହିଅଛ, ତାହା ଘର ଛାତ ଉପରେ ଘୋଷଣା କରାଯିବ I
\s5
\v 4 କିନ୍ତୁ ମୋର ବନ୍ଧୁ ଯେ ତୁମ୍ଭେମାନେ, ଯତ୍ନପୂର୍ବକ ଶୁଣ! ସେମାନେ ତୁମ୍ଭମାନଙ୍କୁ ବଧ କରିପାରନ୍ତି, କିନ୍ତୁ ତାହା ପରେ ସେମାନେ ତାହା ଠାରୁ ଆଉ କିଛି ଅଧିକ କରିପାରିବେ ନାହିଁ ! ମୁଁ କହୁଅଛି, ଯେଉଁମାନେ ଶରୀରକୁ ବଧ କରନ୍ତି, ମାତ୍ର ତାହା ପରେ ଆଉ କିଛି କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ I
\v 5 କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି I ତୁମ୍ଭେମାନେ ଈଶ୍ୱରଙ୍କୁ ଭୟ କର, କାରଣ ବଧ କଲା ଉତ୍ତାରେ ନରକରେ ପକାଇବା ନିମନ୍ତେ ତାହାଙ୍କର ଅଧିକାର ଅଛି ! ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତାହାଙ୍କୁ ଭୟ କର I
\s5
\v 6 ଘରଚଟିଆ ବିଷୟରେ ବିବେଚନା କର I ସେମାନଙ୍କ ମୁଲ୍ୟ ଅଳ୍ପ ଆଉ ତୁମ୍ଭେମାନେ ପାଞ୍ଚୋଟି ଘରଚଟିଆକୁ ଯୋଡ଼ିଏ ପଇସାରେ କିଣି ପାରିବ ତଥାପି ସେମାନଙ୍କ ମଧ୍ୟରୁ ଗୋଟିଏକୁ ମଧ୍ୟ ଈଶ୍ୱର ଭୁଲିଯାଆନ୍ତି ନାହିଁ !
\v 7 କିନ୍ତୁ ତୁମ୍ଭମାନଙ୍କର ମସ୍ତକର ସମସ୍ତ କେତେ କେଶ ଅଛି ତାହା ସୁଦ୍ଧା ଈଶ୍ୱର ଜାଣନ୍ତି I ଭୟ କର ନାହିଁ; ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ I
\s5
\v 8 ଆଉ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକେହି ଲୋକମାନଙ୍କ ଆଗରେ ସେମାନେ ମୋହର ଶିଷ୍ୟ ବୋଲି କହିବେ, ମନୁଷ୍ୟପୁତ୍ର ମଧ୍ୟ ଈଶ୍ୱରଙ୍କ ଦୂତମାନଙ୍କ ସାକ୍ଷାତରେ ସେମାନେ ମୋହର ଶିଷ୍ୟ ବୋଲି କହିବେ I
\v 9 କିନ୍ତୁ ଯେ କେହି ଲୋକମାନଙ୍କ ଆଗରେ ସେମାନେ ମୋହର ଶିଷ୍ୟ ନୁହନ୍ତି ବୋଲି କହିବେ, ମନୁଷ୍ୟପୁତ୍ର ମଧ୍ୟ ଈଶ୍ୱରଙ୍କ ଦୂତମାନଙ୍କ ସାକ୍ଷାତରେ ସେମାନେ ମୋହର ଶିଷ୍ୟ ନୁହନ୍ତି ବୋଲି କହିବେ I
\v 10 ମଧ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଉ ଯଦି ଲୋକେ ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ ନିନ୍ଦାକଥା କହିବେ, ତାହା ନିମନ୍ତେ ଈଶ୍ୱର ସେମାନଙ୍କୁ କ୍ଷମା ଦେବେ; ମାତ୍ର ଯଦି ଲୋକେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହିବେ, ତେବେ ତାହା ନିମନ୍ତେ ଈଶ୍ୱର ସେମାନଙ୍କୁ କ୍ଷମା ଦେବେ ନାହିଁ I
\s5
\v 11 ଆଉ, ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ସମାଜଗୃହରେ ତୁମ୍ଭମାନଙ୍କୁ ପ୍ରଶ୍ନ ପଚାରିବା ନିମନ୍ତେ ଶାସନକର୍ତ୍ତା ଓ କ୍ଷମତା ପ୍ରାପ୍ତ ବ୍ୟକ୍ତିମାନଙ୍କ ନିକଟକୁ ନେଇଯିବେ, ସେତେବେଳେ ତୁମ୍ଭେମାନେ କି ଉତ୍ତର ଦେବ କିମ୍ବା କି ବିଷୟରେ କହିବ, ସେ ବିଷୟରେ ଚିନ୍ତା କର ନାହିଁ,
\v 12 କାରଣ କଅଣ କହିବାକୁ ହେବ, ତାହା ପବିତ୍ର ଆତ୍ମା ସେହି ସମୟରେ ତୁମ୍ଭମାନଙ୍କୁ ଶିଖାଇବେ I"
\s5
\v 13 ପରେ ଲୋକସମୂହ ମଧ୍ୟରୁ ଜଣେ ଯୀଶୁଙ୍କୁ କହିଲା," ହେ ଗୁରୁ, ମୋ'ର ଭାଇକୁ ମୋ' ସହିତ ପୈତୃକ ସମ୍ପତ୍ତି ଭାଗ କରିଦେବା ନିମନ୍ତେ କହନ୍ତୁ I"
\v 14 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ହେ ଭାଇ. କିଏ ମୋତେ ତୁମ୍ଭମାନଙ୍କ ଉପରେ ବିଚାରକର୍ତ୍ତା ଓ ମଧ୍ୟସ୍ଥ କରି ନିଯୁକ୍ତ କଲା ?"
\v 15 ପରେ ସେ ଲୋକସମୂହକୁ କହିଲେ, "ସାବଧାନ, ସମସ୍ତ ପ୍ରକାର ଲୋଭରୁ ଆପଣା ଆପଣାକୁ ଦୂରରେ ରଖ, କାରଣ ଜଣେ ଲୋକର ଜୀବନ ତାହାର ଧନସମ୍ପତ୍ତି ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ I"
\s5
\v 16 ପରେ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, "ଜଣେ ଧନୀ ଲୋକର କ୍ଷେତରେ ବହୁତ ଫସଲ ହେଲା I
\v 17 ସେଥିରେ ସେ ମନେ ମନେ ଚିନ୍ତା କରି କହିଲେ, କଅଣ କରିବି ? କାରଣ ମୋହର ଫସଲ ସଂଗ୍ରହ କରି ରଖିବା ନିମନ୍ତେ ଯଥେଷ୍ଟ ସ୍ଥାନ ନାହିଁ I
\v 18 ପରେ ସେ ମନେ ମନେ ଚିନ୍ତା କରି କହିଲେ, "ମୁଁ ଜାଣେ ମୁଁ କ'ଣ କରିବି; ମୋର ଅମାରସବୁ ଭାଙ୍ଗି ବଡ଼ ବଡ଼ କରି ତୋଳିବି ଓ ସେସବୁରେ ମୋହର ଶସ୍ୟ ଓ ଦ୍ରବ୍ୟ ସବୁ ସଂଗ୍ରହ କରି ରଖିବି I
\v 19 ଆଉ ମୁଁ ମୋହର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଖାଦ୍ୟଶସ୍ୟ ସଞ୍ଚିତ ଅଛି, ବିଶ୍ରାମ କର୍, ଭୋଜନ କର୍, ଆମୋଦ କର୍;
\s5
\v 20 କିନ୍ତୁ ଈଶ୍ୱର ତାହାକୁ କହିଲେ, "ରେ ନିର୍ବୋଧ! ଆଜି ରାତିରେ ତୋର ପ୍ରାଣ ତୋଠାରୁ ନିଆଯିବ; ସେଥିରେ ତୁ ଯାହା ଯାହା ସଞ୍ଚୟ କରିଅଛୁ, ସେହି ସବୁ ତୁମ୍ଭର ନୁହେଁ ଆଉ କାହାର ହେବ I"
\v 21 ଯେ ଆପଣା ନିମନ୍ତେ ଧନ ସଞ୍ଚୟ କରେ, କିନ୍ତୁ ଈଶ୍ୱରଙ୍କ ବିଷୟରେ ଧନୀ ନୁହେଁ, ତାହା ପ୍ରତି ଏହିପରି ଘଟେ I
\s5
\v 22 ପରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, "ଏନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଜୀବନ ନିମନ୍ତେ ଆବଶ୍ୟକୀୟ ଜିନିଷ ବିଷୟରେ ଚିନ୍ତା କର ନାହିଁ I କଅଣ ଖାଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କଅଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ I
\v 23 କାରଣ ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର ଶ୍ରେଷ୍ଠ I
\s5
\v 24 ପକ୍ଷୀମାନଙ୍କ ବିଷୟ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି, ସେମାନଙ୍କର ଭଣ୍ଡାରଘର ନାହିଁ, ଆଉ ଈଶ୍ୱର ସେମାନଙ୍କୁ ଆହାର ଦିଅନ୍ତି; ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ !
\v 25 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ବଢ଼ାଇ ପାରେ ?
\v 26 ଅତଏବ, ଯଦି ତୁମ୍ଭେମାନେ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟରେ କାହିଁକି ଚିନ୍ତା କରୁଅଛ ?
\s5
\v 27 ଫୁଲଗୁଡ଼ିକ ବିଷୟ ଭାବି ଦେଖ, ସେଗୁଡ଼ିକ କିପରି ସୁତା କାଟନ୍ତି ନାହିଁ କି ବୁଣନ୍ତି ନାହିଁ; ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଏୗଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିଏ ପରି ବିଭୂଷିତ ନ ଥିଲେ I
\v 28 କିନ୍ତୁ ଯେଉଁ ଘାସ ଆଜି କ୍ଷେତରେ ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କେତେ ଅଧିକ ରୂପେ ନ ଦେବେ !
\s5
\v 29 ପୁଣି, କଅଣ ଖାଇବ ଓ କଅଣ ପିଇବ, ତାହା ତୁମ୍ଭେମାନେ ଖୋଜି ବୁଲ ନାହିଁ କିମ୍ବା ଚିନ୍ତିତ ହୁଅ ନାହିଁ I
\v 30 କାରଣ ଜଗତରେ ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ ସେମାନେ ଏହି ସବୁ ବିଷୟ ଖୋଜି ବୁଲନ୍ତି I କିନ୍ତୁ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଈଶ୍ୱର ଜାଣନ୍ତି I
\s5
\v 31 ବରଂ ତୁମ୍ଭେମାନେ ତାହାଙ୍କ ରାଜ୍ୟ ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ I
\v 32 ହେ ସାନ ପଲ, ଭୟ କର ନାହିଁ I କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଈଶ୍ୱରଙ୍କର ମହାଆନନ୍ଦ I
\s5
\v 33 ତେଣୁ ବର୍ତ୍ତମାନ ତୁମ୍ଭମାନଙ୍କର ଯାହା ଅଛି; ତାହା ବିକ୍ରୟ କର I ସେହି ଟଙ୍କା ସେମାନଙ୍କୁ ଦାନ କର ଯେଉଁମାନଙ୍କର ଆବଶ୍ୟକୀୟ ଖାଦ୍ୟ ଓ ବସ୍ତ୍ର ନାହିଁ କିମ୍ବା ରହିବା ନିମନ୍ତେ ସ୍ଥାନ ନାହିଁ I ଯାହା କ୍ଷୟ ପାଏ ନାହିଁ, ଏପରି ଥଳି ଆପଣା ଆପଣା ନିମନ୍ତେ ପ୍ରସ୍ତୁତ କର; ଯେଉଁଠାରେ ଚୋର ନିକଟକୁ ଆସେ ନାହିଁ କିମ୍ବା ପୋକ ନଷ୍ଟ କରେ ନାହିଁ, ଏପରି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର I
\v 34 କାରଣ ଯେଉଁଠାରେ ତୁମ୍ଭମାନଙ୍କର ଧନ, ସେହିଠାରେ ମଧ୍ୟ ତୁମ୍ଭମାନଙ୍କର ମନ, ସେହିଠାରେ ହିଁ ତୁମ୍ଭେ ସମୟ ବିତାଇବ I
\s5
\v 35 ଈଶ୍ୱରଙ୍କ କାର୍ଯ୍ୟ କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହ, ତୁମ୍ଭମାନଙ୍କ କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ;
\v 36 ଆଉ ପ୍ରଭୁ ବିବାହ-ଉତ୍ସବରୁ ଫେରିଆସି ଦ୍ୱାରରେ ମାରିବା ମାତ୍ରେ ଯେଉଁ ଲୋକମାନେ ତାହାଙ୍କ ନିମନ୍ତେ ସେହିକ୍ଷଣି ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାଆନ୍ତି, ତୁମ୍ଭେମାନେ ସେମାନଙ୍କ ପରି ହୋଇ ରହିଥାଅ I
\s5
\v 37 ପ୍ରଭୁ ଆସି ଯେଉଁ ଦାସମାନଙ୍କୁ ଜାଗ୍ରତ ଦେଖିବେ, ସେମାନେ ଧନ୍ୟ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ଆପଣାର କଟି ବନ୍ଧନ କରି ସେମାନଙ୍କୁ ଭୋଜନରେ ବସାଇ ନିକଟକୁ ଯାଇ ସେବା କରିବେ I
\v 38 ଆଉ ସେ ଯଦି ରାତ୍ରିର ଦ୍ୱିତୀୟ କି ତୃତୀୟ ପ୍ରହରରେ ସୁଦ୍ଧା ଆସି ସେମାନଙ୍କୁ ସେପରି ଦେଖନ୍ତି, ତାହାହେଲେ ସେହି ଦାସମାନେ ଧନ୍ୟ I
\s5
\v 39 କିନ୍ତୁ ଏହା ଜାଣିଥାଅ; କେଉଁ ସମୟରେ ଚୋର ଆସିବ, ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହାହେଲେ ସେ ଆପଣା ଘରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ I
\v 40 ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ I"
\s5
\v 41 ସେଥିରେ ପିତର କହିଲେ, ହେ ପ୍ରଭୁ, ଆପଣ କେବଳ ଆମ୍ଭମାନଙ୍କୁ ନା ସମସ୍ତଙ୍କୁ ଏହି ଦୃଷ୍ଟାନ୍ତ କହୁଅଛନ୍ତି ?
\v 42 ପ୍ରଭୁ କହିଲେ, "ଏହା ମୁଁ ସମସ୍ତଙ୍କୁ କହୁଅଛି, ଏଣୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ନିରୂପିତ ଭାଗ ଦେବା ନିମନ୍ତେ ପ୍ରଭୁ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କରିବେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ବେବର୍ତ୍ତା କିଏ ?
\v 43 ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ , ତାହାର ପ୍ରଭୁ ତାହାକୁ ପୁରସ୍କାର ଦେବେ I
\v 44 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସମସ୍ତ ସମ୍ପତ୍ତି ଉପରେ ଦାୟିତ୍ୱ ଦେବେ I
\s5
\v 45 କିନ୍ତୁ ଯଦି ସେହି ଦାସ 'ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି ଦାସଦାସୀମାନଙ୍କୁ ପ୍ରହାର କରିବାକୁ ଏବଂ ଭୋଜନପାନ କରି ମତ୍ତ ହେବାକୁ ଆରମ୍ଭ କରେ I'
\v 46 ଯଦି ସେ ଏହିପରି କରେ, ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ଡ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ଡରେ ତାହାର ପ୍ରଭୁ ଆସିବେ I ପରେ ତାହାର ପ୍ରଭୁ ଆସି ତାହାକୁ ଗୁରୁତର ଦଣ୍ଡ ଦେଇ, ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି ଅବିଶ୍ୱସ୍ତମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ I
\s5
\v 47 ଆଉ ଯେଉଁ ଦାସ ନିଜ ପ୍ରଭୁଙ୍କ ଇଚ୍ଛା ଜାଣି ପ୍ରସ୍ତୁତ ହୋଇ ନ ଥାଏ କିମ୍ବା ତାହାଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ନ ଥାଏ, ସେ ଗୁରୁତର ଦଣ୍ଡ ପାଇବ I
\v 48 କିନ୍ତୁ ପ୍ରତ୍ୟେକ ଦାସ ଯିଏ ଈଶ୍ୱରଙ୍କ ଇଚ୍ଛା ନ ଜାଣି କାର୍ଯ୍ୟ କରେ ଆଉ କିଛି ଭୁଲ୍ କାର୍ଯ୍ୟ କରେ, ସେ ଅଳ୍ପ ଦଣ୍ଡ ପାଇବ I ଯାହାକୁ ବହୁତ ଦିଆଯାଇଅଛି, ତାହାଠାରୁ ବହୁତ ଦାବି କରାଯିବ; ପୁଣି, ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବି କରିବେ I
\s5
\v 49 ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସୁଅଛି I ଆଉ ତାହା ଯଦି ପ୍ରଜ୍ୱଳିତ ହେଲାଣି, ତାହାହେଲେ ମୋହର ଆଉ କଅଣ ବାଞ୍ଛା ?
\v 50 ମାତ୍ର ମୋତେ ଏକ ଭୟାନକ ଦୁଃଖଭୋଗର ବାପ୍ତିସ୍ମରେ ବାପ୍ତିଜିତ ହେବାକୁ ହେବ I ଆଉ ତାହା ସମାପ୍ତ ନ ହେବା ପର୍ଯ୍ୟନ୍ତ ମୁଁ କିପରି ଭାରାକ୍ରାନ୍ତ ହେଉଅଛି I
\s5
\v 51 ମୁଁ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି ବୋଲି କଅଣ ତୁମ୍ଭେମାନେ ମନେ କରୁଅଛ ? ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, ବରଂ ଲୋକମାନଙ୍କ ମଧ୍ୟରେ ଭେଦ କରିବାକୁ ଆସିଅଛି I
\v 52 କାରଣ ଅଦ୍ୟାବଧି ଗୋଟିଏ ଗୃହରେ କେତେକ ଲୋକ ମୋତେ ବିଶ୍ୱାସ କରିବେ ଓ କେତେକ କରିବେ ନାହିଁ, ସେମାନଙ୍କ ମଧ୍ୟରେ ଭେଦ ହେବ I ଏକ ଗୃହରେ ତିନି ଜଣ ଯେଉଁମାନେ ମୋତେ ବିଶ୍ୱାସ କରନ୍ତି ନାହିଁ ସେମାନେ ମୋତେ ବିଶ୍ୱାସ କରୁଥିବା ଦୁଇ ଜଣଙ୍କ ବିରୁଦ୍ଧରେ ଉଠିବେ I
\v 53 ଜଣେ ଲୋକ ଆପଣା ପୁତ୍ରର ପ୍ରତିରୋଧ କରିବ, କିମ୍ବା ପୁତ୍ର ଆପଣା ପିତାର ପ୍ରତିରୋଧ କରିବ I ଏକ ସ୍ତ୍ରୀ ଆପଣା କନ୍ୟାର ପ୍ରତିରୋଧ କରିବ, କିମ୍ବା ଏକ ସ୍ତ୍ରୀ ଆପଣା ମାତାର ପ୍ରତିରୋଧ କରିବ I ସ୍ତ୍ରୀ ଆପଣା ବୋହୂର ପ୍ରତିରୋଧ କରିବ, କିମ୍ବା ଏକ ସ୍ତ୍ରୀ ଆପଣା ଶାଶୁର ପ୍ରତିରୋଧ କରିବ I
\s5
\v 54 ପୁଣି, ସେ ଲୋକମାନଙ୍କୁ ମଧ୍ୟ କହିଲେ, "ପଶ୍ଚିମ ଦିଗରେ ମେଘ ଉଠୁଥିବା ଦେଖିଲେ ସେହିକ୍ଷଣି ତୁମ୍ଭେମାନେ କୁହ, 'ବର୍ଷା ଆସୁଅଛି!' ଆଉ ସେହିପରି ଘଟେ I
\v 55 ପୁଣି, ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, 'ବଡ଼ ଖରା ହେବ!' ପୁଣି, ତାହା ଘଟେ I
\v 56 ରେ କପଟୀମାନେ! ତୁମ୍ଭେମାନେ ପୃଥିବୀ ଓ ଆକାଶର ଲକ୍ଷଣସବୁ ବୁଝି ପାରୁଅଛ, କିନ୍ତୁ ଏହି କାଳର ଲକ୍ଷଣସବୁ ଯାହା ଈଶ୍ୱର କରୁଛନ୍ତି ତାହା କିପରି ବୁଝୁ ନାହଁ ?
\s5
\v 57 ଆଉ ନିଜେ ନିଜେ କାହିଁକି ନ୍ୟାୟବିଚାର କରୁ ନାହଁ ?
\v 58 କାରଣ ତୁମ୍ଭର ବିବାଦୀ ସହିତ ଶାସନକର୍ତ୍ତାଙ୍କ ଛାମୁକୁ ଯାଉଥିବା ସମୟରେ ପଥ ମଧ୍ୟରେ ତାହା ସହିତ ସମାଧାନ କରିବା ପାଇଁ ଚେଷ୍ଟା କର I ଯଦି ସେ ତୁମ୍ଭକୁ ବିଚାରକର୍ତ୍ତାଙ୍କ ନିକଟକୁ ଟାଣି ନେଇଯିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ଉଚ୍ଚପଦସ୍ଥ କର୍ମଚାରୀଙ୍କ ହସ୍ତରେ ସମର୍ପଣ କରିବେ, ଆଉ ଉଚ୍ଚପଦସ୍ଥ କର୍ମଚାରୀ ତୁମ୍ଭକୁ କାରାଗାରରେ ପକାଇବ I
\v 59 ମୁଁ ତୁମ୍ଭକୁ କହୁଅଛି, ତୁମ୍ଭେ ଯଦି କାରାଗାରରେ ଯାଅ, ବିଚାରପତି ଯାହା କହନ୍ତି ସେହି ଶେଷ କଉଡ଼ିଟି ନ ଶୁଝିବା ପର୍ଯ୍ୟନ୍ତ ସେହି ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସି ପାରିବ ନାହିଁ I
\s5
\c 13
\p
\v 1 ସେହି ସମୟରେ କେତେକ ଲୋକ ଆସି କେତେକ ଗାଲିଲୀୟଙ୍କ ବିଷୟରେ ଯୀଶୁଙ୍କୁ କହିଲେ, ଯେଉଁମାନଙ୍କୁ ସୈନ୍ୟମାନେ ବଧ କରିଥିଲେ I ପୀଲାତ ସୈନ୍ୟମାନଙ୍କୁ ଆଜ୍ଞା ଦେଲେ ସେମାନଙ୍କୁ ବଧ କରିବା ନିମନ୍ତେ ଯେତେବେଳେ ସେମାନେ ମନ୍ଦିରରେ ବଳି ଉତ୍ସର୍ଗ କରୁଥିଲେ I
\v 2 ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, "ଏହାସବୁ ଭୋଗ କରିବାରୁ ଏହି ଗାଲିଲୀୟମାନେ ଅନ୍ୟ ସମସ୍ତ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ ?
\v 3 ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, ତାହା ସେହି କାରଣ ନୁହେଁ ! କିନ୍ତୁ ମନେ ରଖିବା ଆବଶ୍ୟକ ଯେ, ଯଦି ତୁମ୍ଭେମାନେ ମନ ପରିବର୍ତ୍ତନ ନ କର ତେବେ ଈଶ୍ୱର ତୁମ୍ଭମାନଙ୍କୁ ସେହି ପ୍ରକାର ଦଣ୍ଡ ଦେବେ I
\s5
\v 4 କିମ୍ବା ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ପଡ଼ି ସେମାନଙ୍କର ପ୍ରାଣନାଶ କଲା, ସେମାନେ ସମସ୍ତ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଅପରାଧୀ ବୋଲି କି ତୁମ୍ଭେମାନେ ମନେ କରୁଅଛ ?
\v 5 ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, ତାହା ସେହି କାରଣ ନୁହେଁ ! କିନ୍ତୁ ମନେ ରଖିବା ଆବଶ୍ୟକ ଯେ, ଯଦି ତୁମ୍ଭେମାନେ ମନ ପରିବର୍ତ୍ତନ ନ କର ତେବେ ଈଶ୍ୱର ତୁମ୍ଭମାନଙ୍କୁ ସେହି ପ୍ରକାର ଦଣ୍ଡ ଦେବେ I
\s5
\v 6 ଆଉ, ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, "ଜଣକର ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ ଡିମ୍ବିରି ଗଛ ଲଗାଯାଇଥିଲା I ପ୍ରତି ବର୍ଷ ସେ ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ I
\v 7 ତେଣୁ ସେ ମାଳୀକୁ କହିଲେ, ଦେଖ, ପ୍ରତି ବର୍ଷ ମୁଁ ଆସି ଏହି ଡିମ୍ବିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ! ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ନଷ୍ଟ କରୁଅଛି ?
\s5
\v 8 ମାତ୍ର ମାଳୀ ତାହାଙ୍କୁ ଉତ୍ତର ଦେଲା, "ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି I
\v 9 ଆଉ ଯଦି ପରେ ଫଳ ହୁଏ, ତେବେ ଏହାକୁ ବଢ଼ିବାକୁ ଦେବା! ଯଦି ଏହା ପରେ ଫଳ ନ ହୁଏ, ତେବେ ତାହାକୁ ହାଣି ପକାଇବେ I
\s5
\v 10 ଥରେ ଯୀଶୁ ଯିହୁଦୀୟ ବିଶ୍ରାମବାର ଦିନରେ ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିଲେ I
\v 11 ଆଉ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ଜଣେ ସ୍ତ୍ରୀଲୋକ ସେଠାରେ ଥିଲା, ସେ କୁବ୍‌ଜା ହୋଇ କୌଣସି ପ୍ରକାରେ ଆପଣାକୁ ସିଧା କରି ପାରୁ ନ ଥିଲା I
\s5
\v 12 ଯୀଶୁ ତାହାକୁ ଦେଖି ପାଖକୁ ଡାକି କହିଲେ, "ହେ ନାରୀ, ତୁମ୍ଭର ରୋଗରୁ ମୁଁ ତୁମ୍ଭକୁ ସୁସ୍ଥ କରୁଅଛି !"
\v 13 ଆଉ, ସେ ତାହା ଉପରେ ହାତ ରଖିଲେ, ସେଥିରେ ସେ ସେହିକ୍ଷଣି ସଳଖ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲା !
\v 14 କିନ୍ତୁ ଯୀଶୁ ବିଶ୍ରାମବାର ଦିନରେ ସୁସ୍ଥ କରିବାରୁ ସମାଜଗୃହର ମୁଖିଆ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, "କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହି ସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାର ଦିନରେ ଆସ ନାହିଁ I
\s5
\v 15 କିନ୍ତୁ ପ୍ରଭୁ ତାହାଙ୍କୁ ଉତ୍ତର ଦେଲେ, "ତୁମ୍ଭେ ଓ ତୁମ୍ଭର ଧାର୍ମିକ ନେତାମାନେ କପଟୀ ! ଅନେକ ସମୟରେ ତୁମ୍ଭେମାନେ ମଧ୍ୟ ବିଶ୍ରାମବାର କାର୍ଯ୍ୟ କରିଥାଅ ! ତୁମ୍ଭେମାନେ ପ୍ରତ୍ୟେକେ କଅଣ ବିଶ୍ରାମବାର ଦିନରେ ଆପଣା ଆପଣା ବଳଦ କିମ୍ବା ଗଧ ଗୁହାଳରୁ ଫିଟାଇ ନେଇ ପାଣି ପିଆଅ ନାହିଁ ?
\v 16 ତେବେ ଦେଖ, ଏହି ସ୍ତ୍ରୀଲୋକଟି ଯିହୁଦୀ, ଅବ୍ରହାମଙ୍କ କନ୍ୟା! କିନ୍ତୁ ଅଠର ବର୍ଷ ପର୍ଯ୍ୟନ୍ତ ଶୟତାନ ଦ୍ୱାରା ବନ୍ଧା ହୋଇଥିଲା! ଏହି ସ୍ତ୍ରୀଲୋକଟି କଅଣ ବିଶ୍ରାମବାର ଦିନରେ ଶୟତାନର ବନ୍ଧନରୁ ମୁକ୍ତ ହେବା ଆବଶ୍ୟକ ନ ଥିଲା ?
\s5
\v 17 ଆଉ, ସେ ଏହି କଥାସବୁ କହନ୍ତେ, ତାହାଙ୍କ ବିପକ୍ଷ ସମସ୍ତେ ଲଜ୍ଜିତ ହେବାକୁ ଲାଗିଲେ I ମାତ୍ର ଲୋକମାନେ ଯୀଶୁ କରିଥିବା ସମସ୍ତ ମହତ କାର୍ଯ୍ୟ ସକାଶେ ଆନନ୍ଦ କରିବାକୁ ଲାଗିଲେ I
\s5
\v 18 ସେଥିରେ ସେ କହିଲେ, ଈଶ୍ୱରଙ୍କ ରାଜ୍ୟ କାହା ପରି ? ପୁଣି, କାହା ସହିତ ମୁଁ ତାହାର ତୁଳନା କରିବି ?
\v 19 ତାହା ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା ବଗିଚାରେ ବୁଣିଲା, ଆଉ ତାହା ବଢ଼ି ଗଛ ହେଲା, ପୁଣି, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କଲେ I
\s5
\v 20 ସେ ଆହୁରି କହିଲେ, "ମୁଁ ଅନ୍ୟ ପ୍ରକାରେ ଈଶ୍ୱରଙ୍କ ରାଜ୍ୟର ତୁଳନା କରିବି ?
\v 21 ତାହା ଖମୀର ପରି, ଜଣେ ସ୍ତ୍ରୀ ତାହା ଘେନି ପ୍ରାୟ ପଚିଶି କିଲୋଗ୍ରାମ ମଇଦାରେ ମିଶାଇ ଘୋଡ଼ାଇ ରଖିଲା, ଆଉ ଶେଷରେ ସମସ୍ତ ଖମୀରମୟ ହେଲା I"
\s5
\v 22 ଏହାପରେ ସେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେଉ ଦେଉ ଯିରୂଶାଲମ ଆଡ଼କୁ ଯାତ୍ରା କରୁଥିଲେ I
\v 23 ଆଉ, ଜଣେ ତାହାଙ୍କୁ କହିଲେ, ପ୍ରଭୁ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କ' ଣ ଅଳ୍ପ ? ସେଥିରେ ଯୀଶୁ ସେମାନଙ୍କୁ କହିଲେ,
\v 24 ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକ ଲୋକ ଅନ୍ୟ ପ୍ରକାରେ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ I
\s5
\v 25 ଘରର ମୁଖ୍ୟ ଲୋକ ଉଠି ଦ୍ୱାର ବନ୍ଦ କଲା ପରେ ଯେତେବେଳେ ତୁମ୍ଭେମାନେ ବାହାରେ ଠିଆ ହୋଇ ରହିବ ଓ ହେ ପ୍ରଭୁ, ଆମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାନ୍ତୁ, ଏହା କହି ଦ୍ୱାରରେ ମାରିବାକୁ ଲାଗିବ I ସେତେବେଳେ ସେ ତୁମ୍ଭମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭକୁ ଜାଣେ ନାହିଁ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ I
\v 26 ସେହି ସମୟରେ ତୁମ୍ଭେମାନେ କହିବାକୁ ଲାଗିବ, 'ବୋଧହୁଏ ଆପଣ ଭୁଲିଯାଇଅଛନ୍ତି, ଆମ୍ଭେମାନେ ଆପଣଙ୍କ ସାକ୍ଷାତରେ ଭୋଜନପାନ କଲୁ, ପୁଣି, ଆପଣ ଆମ୍ଭମାନଙ୍କ ଦାଣ୍ଡମାନଙ୍କରେ ଶିକ୍ଷା ଦେଲେ!'
\v 27 ଆଉ, ସେ ତୁମ୍ଭମାନଙ୍କୁ କହିବେ, 'ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ I ହେ ଅଧର୍ମାଚାରୀ ସମସ୍ତେ ମୋ' ପାଖରୁ ଦୂର ହୁଅ !"
\s5
\v 28 ଯୀଶୁ ପୁଣି କହିବାକୁ ଲାଗିଲେ, "ଯେତେବେଳେ ତୁମ୍ଭେମାନେ ଅବ୍ରହାମ, ଇସ୍‌ହାକ, ଯାକୁବ ପୁଣି, ସମସ୍ତ ଭାବବାଦୀଙ୍କୁ ଈଶ୍ୱରଙ୍କ ରାଜ୍ୟରେ ଥିବା ଓ ଆପଣା ଆପଣାକୁ ବାହାରେ ପକାଯାଉଥିବା ଦେଖିବ, ସେତେବେଳେ ସେଠାରେ ତୁମ୍ଭେମାନେ ରୋଦନ ଓ ଯନ୍ତ୍ରଣା ଦାନ୍ତ କଡ଼ମଡ଼ କରିବ I"
\v 29 ପୁଣି, ଅନେକ ଅଣ-ଯିହୁଦୀ ଲୋକ ଭିତରେ ରହିବେ I ପୂର୍ବ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣରୁ ଲୋକେ ଆସି ଈଶ୍ୱରଙ୍କ ରାଜ୍ୟରେ ଭୋଜନରେ ବସିବେ I
\v 30 ଆଉ ଏହି ବିଷୟ ବିବେଚନା କର, ଶେଷରେ ଥିବା କେତେକ ପ୍ରଥମ ହେବେ ଓ ପ୍ରଥମରେ ଥିବା କେତେକ ଶେଷରେ ପଡ଼ିବେ I"
\s5
\v 31 ସେହି ଦଣ୍ଡରେ କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସି କହିଲେ, "ଏ ସ୍ଥାନ ଛାଡ଼ି ବାହାରି ଯାଉନ୍ତୁ, କାରଣ ଶାସନକର୍ତ୍ତା ହେରୋଦ ଆନ୍ତିପା ଆପଣଙ୍କୁ ମାରିବା ପାଇଁ ଇଚ୍ଛା କରୁଅଛନ୍ତି I
\v 32 ସେଥିରେ ସେ ସେମାନଙ୍କୁ କହିଲେ, "ତୁମ୍ଭେମାନେ ଯାଇ ସେହି କୋକିଶିଆଳି ହେରୋଦକୁ କୁହ, ଦେଖ, ମୁଁ ଆଜି ଭୂତ ଛଡ଼ାଉଅଛି ଓ ସୁସ୍ଥ କରୁଅଛି, ପୁଣି, ଏହା ଅଳ୍ପ କାଳ ନିମନ୍ତେ ମୁଁ କରୁଥିବି I ଏହାପରେ ମୁଁ ମୋହର କାର୍ଯ୍ୟ ସମାପ୍ତ କରିବି I"
\v 33 କିନ୍ତୁ ଆସନ୍ତା ଦିନମାନଙ୍କରେ ମୋତେ ଯିରୁଶାଲମକୁ ଯାତ୍ରା କରିବାକୁ ହେବ, କାରଣ ଯିରୂଶାଲମର ବାହାରେ ଭାବବାଦୀର ନିହତ ହେବା ଉଚିତ୍ ନୁହେଁ I
\s5
\v 34 ଗୋ ଯିରୂଶାଲମର ଲୋକେ, ବହୁ ବର୍ଷ ପୁର୍ବେ ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ଈଶ୍ୱରଙ୍କ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ I କୁକ୍କୁଟୀ ଯେପରି ପକ୍ଷତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେହିପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି I କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ I
\v 35 ଦେଖ, ଈଶ୍ୱରଙ୍କ ଯିରୁଶାଲମର ଲୋକମାନଙ୍କୁ ଆଉ ସୁରକ୍ଷା ଦେବେ ନାହିଁ I ମୁଁ ଏହା ମଧ୍ୟ ତୁମ୍ଭମାନଙ୍କୁ କହିବି: ମୁଁ କେବଳ ଆଉ ଥରେ ମାତ୍ର ତୁମ୍ଭମାନଙ୍କ ନଗରରେ ପ୍ରବେଶ କରିବି I ଏହା ପରେ, 'ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ,' ତୁମ୍ଭେମାନେ ଯେଉଁ ଦିନ ଏହି କଥା କହିବ, ସେହି ଦିନ ନ ଆସିବା ପର୍ଯ୍ୟନ୍ତ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ !"
\s5
\c 14
\p
\v 1 ଥରେ ସେ ବିଶ୍ରାମବାରରେ ଭୋଜନ କରିବା ନିମନ୍ତେ ଫାରୂଶୀମାନଙ୍କର ଜଣେ ନେତାଙ୍କ ଗୃହରେ ପ୍ରବେଶ କରନ୍ତେ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ I
\v 2 ଆଉ ଦେଖ, ତାହାଙ୍କ ସମ୍ମୁଖରେ ଜଣେ ଜଳୋଦର ରୋଗରେ ପୀଡ଼ିତ ଲୋକ ଥିଲେ I
\v 3 ସେଥିରେ ଯୀଶୁ ଯିହୁଦୀଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଓ ଫାରୂଶୀମାନଙ୍କୁ ପଚାରିଲେ, "ବିଶ୍ରାମବାରରେ ସୁସ୍ଥ କରିବା ନିୟମସଙ୍ଗତ କି ନୁହେଁ ?"
\s5
\v 4 କିନ୍ତୁ ସେମାନେ ନୀରବ ରହିଲେ I ତେଣୁ ଯୀଶୁ ସେହି ଲୋକ ଉପରେ ହାତ ରଖି ତାହାକୁ ସୁସ୍ଥ କଲେ I ପୁଣି, ସେ ତାହାକୁ ବିଦାୟ ଦେଲେ I
\v 5 ଆଉ, ସେ ଅନ୍ୟମାନଙ୍କୁ କହିଲେ, "ତୁମ୍ଭମାନଙ୍କ ମଧ୍ୟରୁ କେହି ଆପଣା ପୁଅ ବା ବଳଦ କୂଅରେ ପଡ଼ିଲେ କଅଣ ତାହାକୁ ବିଶ୍ରାମବାରରେ ସେହିକ୍ଷଣି ଉଠାଇବ ନାହିଁ ?
\v 6 ପୁଣି ଥରେ ସେମାନେ ଏହି ସମସ୍ତ କଥାର କୌଣସି ଉତ୍ତର ଦେଇ ପାରିଲେ ନାହିଁ I
\s5
\v 7 ଯୀଶୁ ଏହା ଲକ୍ଷ୍ୟ କଲେ ଯେ, ନିମନ୍ତ୍ରିତ ଲୋକମାନେ ବସିବା ନିମନ୍ତେ ଏମିତି ଆସନ ଖୋଜୁଥିଲେ ଯେଉଁଠାରେ ସାଧାରଣତଃ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବସନ୍ତି I ତେଣୁ ସେ ସେମାନଙ୍କୁ ଏହି ଉପଦେଶ ଦେଲେ:
\v 8 "ଯେତେବେଳେ ତୁମ୍ଭେ କୌଣସି ଲୋକ ଦ୍ୱାରା ବିବାହ ଭୋଜିକୁ ନିମନ୍ତ୍ରିତ ହୁଅ, ସେହି ଆସନରେ ବସ ନାହିଁ, ଯେଉଁ ଆସନରେ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବସନ୍ତି I କାଳେ ତୁମ୍ଭଠାରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ତାହାଙ୍କ ଦ୍ୱାରା ଭୋଜିକୁ ନିମନ୍ତ୍ରିତ ହୋଇଥିବେ,
\v 9 ଯେତେବେଳେ ସେହି ବ୍ୟକ୍ତି ଆସନ୍ତି, ଆଉ ଯେ ତୁମ୍ଭକୁ ଓ ତାହାଙ୍କୁ ନିମନ୍ତ୍ରଣ କଲେ, ସେ ଆସି ତୁମ୍ଭକୁ କହିବେ, 'ଏହି ବ୍ୟକ୍ତିଙ୍କୁ ଆପଣଙ୍କ ଆସନ ଦିଅନ୍ତୁ !' ଆଉ, ସେତେବେଳେ ତୁମ୍ଭେ ଲଜ୍ଜାରେ ନିମ୍ନତମ ଆସନ ଗ୍ରହଣ କରିବାକୁ ଯିବ I
\s5
\v 10 ବରଂ ଯେତେବେଳେ ତୁମ୍ଭେ ଭୋଜିରେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ଆସନରେ ବସ I ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, 'ହେ ବନ୍ଧୁ, ଉଚ୍ଚତର ଆସନକୁ ଆସ; ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକ ଦେଖିବେ ଯେ ସେ ତୁମ୍ଭକୁ ଆଦର ଦେଉଅଛନ୍ତି I
\v 11 କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ଈଶ୍ୱର ତାହାକୁ ନତ କରିବେ, ପୁଣି, ଯେ ଆପଣାକୁ ନତ କରେ, ଈଶ୍ୱର ତାହାକୁ ଉନ୍ନତ କରିବେ I
\s5
\v 12 ପୁଣି, ଯୀଶୁ ଆପଣା ନିମନ୍ତ୍ରଣକାରୀ ଫାରୂଶୀଙ୍କୁ ମଧ୍ୟ କହିଲେ, "ଯେତେବେଳେ ତୁମ୍ଭେ ଦିବସ ବା ରାତ୍ରିରେ ଲୋକମାନଙ୍କୁ ଭୋଜି ନିମନ୍ତେ ନିମନ୍ତ୍ରଣ କର, କେବଳ ଆପଣା ବନ୍ଧୁ କି ଆତ୍ମୀୟ କି ଧନୀ ପ୍ରତିବାସୀମାନଙ୍କୁ ନିମନ୍ତ୍ରଣ କର ନାହିଁ, କାଳେ ସେମାନେ ମଧ୍ୟ ଫେରି ତୁମ୍ଭକୁ ନିମନ୍ତ୍ରଣ କରିବେ ଓ ତୁମ୍ଭେ ପ୍ରତିଦାନ ପାଇବ I
\s5
\v 13 ବରଂ, ଭୋଜି ପ୍ରସ୍ତୁତ କଲେ ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିମନ୍ତ୍ରଣ କର I
\v 14 କାରଣ ତୁମ୍ଭକୁ ପ୍ରତିଦାନ ଦେବା ନିମନ୍ତେ ସେମାନଙ୍କର କିଛି ନାହିଁ I କିନ୍ତୁ ଈଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବେ ! ଆଉ, ଧାର୍ମିକମାନଙ୍କ ପୁନରୁତ୍ଥାନ ସମୟରେ ସେ ତୁମ୍ଭକୁ ପ୍ରତିଦାନ ଦେବେ I"
\s5
\v 15 ତାହାଙ୍କ ସହିତ ଭୋଜନରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ତାହା ଶୁଣିଲେ I ତାହା ଶୁଣି ସେ ଯୀଶୁଙ୍କୁ କହିଲେ, "ଈଶ୍ୱର ପ୍ରତ୍ୟେକଙ୍କୁ ପ୍ରକୃତରେ ଆଶୀର୍ବାଦ କରିବେ ଯେଉଁମାନେ ଈଶ୍ୱରଙ୍କ ରାଜ୍ୟରେ ଭୋଜନ କରିବ I
\v 16 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ଜଣେ ବ୍ୟକ୍ତି ରାତ୍ର ସମୟରେ ମହାଭୋଜ ଦେବାକୁ ଇଛା କଲେ I ସେ ଅନେକଙ୍କୁ ନିମନ୍ତ୍ରଣ କଲେ I
\v 17 ଆଉ, ଭୋଜନର ଦିନ ଉପସ୍ଥିତ ହୁଅନ୍ତେ, ସେ ନିମନ୍ତ୍ରିତ ଲୋକମାନଙ୍କ ନିକଟକୁ ଆପଣା ଦାସକୁ ପଠାଇ କହିଲେ, "ଆପଣମାନେ ଆସନ୍ତୁ, କାରଣ ସମସ୍ତ ପ୍ରସ୍ତୁତ ହେଲାଣି I"
\s5
\v 18 କିନ୍ତୁ ଦାସମାନେ ଯେତେବେଳେ ସେହିପରି କଲେ, ସମସ୍ତେ ଏକ ମତରେ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ ଯେ ସେମାନେ କାହିଁକି ଆସି ପାରିବେ ନାହିଁ I ପ୍ରଥମ ଜଣ ଦାସକୁ କହିଲେ, 'ମୁଁ ଖଣ୍ଡେ କ୍ଷେତ କିଣିଅଛି, ମୋତେ ତାହା ଦେଖିବା ନିମନ୍ତେ ଯିବାକୁ ପଡ଼ିବ I ଦୟାକରି ତୁମ୍ଭର ପ୍ରଭୁଙ୍କୁ ଅନୁରୋଧ କର, ମୁଁ ନ ଆସିବା ନିମନ୍ତେ ମୋତେ କ୍ଷମା କରିବେ !'
\v 19 ଆଉ ଜଣେ କହିଲା, ମୁଁ ପାଞ୍ଚ ହଳ ବଳଦ କିଣିଅଛି, ଆଉ ମୁଁ ସେମାନଙ୍କୁ ପରୀକ୍ଷା କରିବାକୁ ଯାଉଅଛି I ଦୟାକରି ତୁମ୍ଭର ପ୍ରଭୁଙ୍କୁ ଅନୁରୋଧ କର, ମୁଁ ନ ଆସିବା ନିମନ୍ତେ ମୋତେ କ୍ଷମା କରିବେ !'
\v 20 ଅନ୍ୟ ଜଣେ କହିଲା, ମୁଁ ବିବାହ କରିଅଛି, ତେଣୁ ଯାଇ ପାରୁ ନାହିଁ I
\s5
\v 21 ପୁଣି, ସେହି ଦାସ ଆସି ପ୍ରତ୍ୟେକଜଣ ଯାହା କହିଲେ ଆପଣା ପ୍ରଭୁଙ୍କୁ ସେହି ସବୁ ଜଣାଇଲା I ସେଥିରେ ଗୃହକର୍ତ୍ତା ରାଗିଯାଇ ଆପଣା ଦାସକୁ କହିଲେ, 'ଶୀଘ୍ର ନଗରର ଦାଣ୍ଡ ଓ ଗଳିଗୁଡ଼ିକୁ ଯାଇ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଏଠାରେ ମୋ' ଗୃହକୁ ନେଇଆସ I'
\v 22 ପରେ ସେହି ଦାସ ଯାଇ ସେହିପରି କଲା, ସେ ଫେରି ଆସି କହିଲା, 'ହେ ପ୍ରଭୁ, ଆପଣଙ୍କ ଆଦେଶ ଅନୁସାରେ କରାଯାଇଅଛି, ତଥାପି ଆହୁରି ଅଧିକ ଲୋକମାନଙ୍କ ନିମନ୍ତେ ସ୍ଥାନ ଅଛି I'
\s5
\v 23 ସେଥିରେ ପ୍ରଭୁ ସେହି ଦାସକୁ କହିଲେ, 'ତେବେ ନଗର ବାହାରକୁ ଯାଅ I ରାଜଦାଣ୍ଡ ଓ ଗଛମୂଳକୁ ଯାଇ, ମୋହର ଗୃହ ଯେପରି ପୂର୍ଣ୍ଣ ହୁଏ, ସେଥିପାଇଁ ଲୋକମାନଙ୍କୁ ଆସିବା ପାଇଁ ନିବେଦନ କର !
\v 24 ଯେଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ନିମନ୍ତ୍ରିତ ଲୋକମାନଙ୍କ ମଧ୍ୟରୁ କେହି ମୋହର ଭୋଜର ଆସ୍ୱାଦ ପାଇବ ନାହିଁ କାରଣ ସେମାନେ ଆସିବା ନିମନ୍ତେ ପ୍ରତ୍ୟାଖ୍ୟାନ କଲେ I
\s5
\v 25 ବହୁସଂଖ୍ୟକ ଲୋକ ଯୀଶୁଙ୍କ ସହିତ ଯାଉଥିଲେ I ଆଉ ସେ ବୁଲିପଡ଼ି ସେମାନଙ୍କୁ କହିଲେ,
\v 26 "କେହି ଯେବେ ମୋ' ପାଖକୁ ଆସି ମୋତେ ପ୍ରେମ କରିବା ଅପେକ୍ଷା ନିଜର ବାପା, ମା, ସ୍ତ୍ରୀ, ସନ୍ତାନ, ଭାଇ ଓ ଭଉଣୀମାନଙ୍କୁ ଅଧିକ ପ୍ରେମ କରେ, ତେବେ ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ I ଏପରିକି ନିଜ ପ୍ରାଣକୁ ପ୍ରେମ କରିବା ଅପେକ୍ଷା ସେ ମୋତେ ଅଧିକ ପ୍ରେମ କରିବା ଉଚିତ୍ !
\v 27 ଯେ କେହି ଆପଣା କ୍ରୁଶ ବହନ କରେ ନାହିଁ ଓ ଯେ କେହି ମୋହର ଅନୁସରଣ କରେ ନାହିଁ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ I
\s5
\v 28 ଯଦି ତୁମ୍ଭମାନଙ୍କ ମଧ୍ୟରୁ ଜଣେ ପ୍ରହରୀଗୃହ ତିଆରି କରିବାକୁ ଇଛା କରେ, ତେବେ ତୁମ୍ଭେ କ'ଣ ପ୍ରଥମେ ବସି ବ୍ୟୟହିସାବ ଦେଖିବ ନାହିଁ ? ପରେ ତୁମ୍ଭେ ସ୍ଥିର କରି ପାରିବ ଯେ ତୁମ୍ଭେ ତାହା ସମ୍ପୂର୍ଣ୍ଣ କରିବା ପାଇଁ ତୁମ୍ଭର ଅର୍ଥବଳ ଅଛି କି ନାହିଁ I
\v 29 ଅନ୍ୟଥା, ତୁମ୍ଭେ ମୂଳଦୂଆ ବସାଇ ଶେଷ କରି ନ ପାରିଲେ, ଯେତେ ଲୋକ ତାହା ଦେଖିବେ, ସମସ୍ତେ ତୁମ୍ଭକୁ ପରିହାସ କରିବେ I
\v 30 ସେମାନେ କହିବାକୁ ଲାଗିବେ, 'ଏ ଲୋକଟା ତିଆରି କରିବାକୁ ଆରମ୍ଭ କଲା କିନ୍ତୁ ଶେଷ କରି ପାରିଲା ନାହିଁ I'
\s5
\v 31 କିମ୍ବା ଯଦି ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ଯୁଦ୍ଧ କରିବା ପାଇଁ ଆପଣା ସୈନ୍ୟମାନଙ୍କୁ ପଠାଇବା ନିମନ୍ତେ ସ୍ଥିର କରେ, ସେ ପ୍ରଥମେ ଆପଣା ମନ୍ତ୍ରୀମାନଙ୍କ ସହିତ ନିଶ୍ଚୟ ବସି, କୋଡ଼ିଏ ହଜାର ସୈନ୍ୟ ଘେନି ତାଙ୍କ ବିରୁଦ୍ଧରେ ଆସୁଥିବା ରାଜାଙ୍କ ସହିତ ଦଶ ହଜାର ସୈନ୍ୟ ନେଇ ଯୁଦ୍ଧ କରିବାକୁ ସକ୍ଷମ କି ନାହିଁ, ତାହା ପ୍ରଥମେ ବିବେଚନା କରିବେ I
\v 32 ଯଦି ସେ ସ୍ଥିର କରନ୍ତି ଯେ ଆପଣ ସୈନ୍ୟ ଅନ୍ୟ ସୈନ୍ୟକୁ ହରାଇ ପାରିବେ ନାହିଁ, ତେବେ ଅନ୍ୟ ରାଜା ଦୂରରେ ଥାଉ ଥାଉ ସେ ଦୂତ ପଠାନ୍ତି I ଅନ୍ୟ ରାଜାଙ୍କୁ କହିବା ନିମନ୍ତେ ସେ ଦୂତକୁ ଏହା କହନ୍ତି, 'ତୁମ୍ଭ ସହିତ ସନ୍ଧି(ଶାନ୍ତି) କରିବା ନିମନ୍ତେ ମୁଁ କ'ଣ କରିବି ?'
\v 33 ସେହି ପ୍ରକାରେ ତୁମ୍ଭମାନଙ୍କ ମଧ୍ୟରୁ ଯେ କେହି ଆପଣାର ସବୁ କିଛି ତ୍ୟାଗ ନ କରେ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ I
\s5
\v 34 ପୁଣି ଯୀଶୁ କହିଲେ, "ତୁମ୍ଭେମାନେ ଲବଣ ସଦୃଶ, ଯାହା ବହୁତ ବ୍ୟବହାର ଯୋଗ୍ୟ I କିନ୍ତୁ ଯଦି ଲବଣ ଆପଣା ଲବଣତ୍ୱ ହରାଏ, ତେବେ ତାହା କାହିଁରେ ସ୍ୱାଦଯୁକ୍ତ କରାଯିବ ?
\v 35 ଯଦି ଲବଣ ଆପଣା ସ୍ୱାଦ ଦିଏ ନାହିଁ, ତେବେ ତାହା ଭୂମି କିମ୍ବା ଖତଗଦା ନିମନ୍ତେ ମଧ୍ୟ ଯୋଗ୍ୟ ନୁହେଁ I ଲୋକେ ତାହା ବାହାରେ ଫୋପାଡ଼ି ଦିଅନ୍ତି I ମୁଁ ଯାହା କହିଲି ପ୍ରତ୍ୟେକ ସେହି ବିଷୟରେ ଯତ୍ନପୂର୍ବକ ବିବେଚନା କର !"
\s5
\c 15
\p
\v 1 ବର୍ତ୍ତମାନ, ଅନେକ କରଗ୍ରାହୀ ଓ ପାପୀ ଲୋକ ଯୀଶୁଙ୍କ ପାଖକୁ ତାହାଙ୍କ ବାକ୍ୟ ଶୁଣିବା ପାଇଁ ଆସୁଥିଲେ I
\v 2 ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ଏହା ଦେଖିଲେ, ସେମାନେ ବଚସା କରୁ କରୁ କହିଲେ, "ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ମଧ୍ୟ ଭୋଜନ କରେ I" ସେମାନେ ଏହା ଚିନ୍ତା କଲେ ଯେ ଏହା କରିବା ଦ୍ୱାରା ଆପଣାକୁ ଅପବିତ୍ର କରୁଛନ୍ତି I
\s5
\v 3 ତହିଁରେ ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ,
\v 4 "ମନେକର ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଲୋକର, ଯାହାର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ I ତେବେ ନିଶ୍ଚିତଭାବରେ ତୁମ୍ଭେ ଅନେଶ୍ୱତଙ୍କୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜିବ I
\v 5 ପୁଣି, ଯେତେବେଳେ ତୁମ୍ଭେ ତାହାକୁ ପାଇବ, ତୁମ୍ଭେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନି ଆସିବ I
\s5
\v 6 ପୁଣି, ଯେତେବେଳେ ତୁମ୍ଭେ ଗୃହରେ ପହଞ୍ଚିବ, ତୁମ୍ଭେ ଆପଣା ବନ୍ଧୁ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହିବ, 'ମୋ' ସାଙ୍ଗରେ ଆନନ୍ଦ କର, ଯେଣୁ ମୋହର ହଜିଯାଇଥିବା ମେଣ୍ଢାଟି ପାଇଲି !'
\v 7 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ I
\s5
\v 8 ଅଥବା ଏପରି ଏକ ସ୍ତ୍ରୀଲୋକ ଅଛି, ତାହାର ଯଦି ଦଶଟି, ମୂଲ୍ୟବାନ ଟଙ୍କା ଥାଏ, ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜେ I
\v 9 ପୁଣି, ତାହା ପାଇଲେ ସେ ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକାଠି କରି କହେ, 'ମୋ ସାଙ୍ଗରେ ଆନନ୍ଦ କର, ଯେଣୁ ଯେଉଁ ଟଙ୍କାଟି ହଜାଇଥିଲି, ତାହା ପାଇଲି !'
\v 10 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ୱରଙ୍କ ଦୂତମାନଙ୍କ ମଧ୍ୟରେ ଆନନ୍ଦ ହୁଏ I
\s5
\v 11 ଯୀଶୁ ଆହୁରି କହିବାକୁ ଲାଗିଲେ, "ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଥିଲେ I
\v 12 ଦିନେ ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, 'ବାପା, ତୁମ୍ଭ ସମ୍ପତ୍ତିର ଯେଉଁ ଭାଗ ମୋ ଭାଗରେ ପଡ଼ୁଅଛି, ଯାହା ତୁମ୍ଭ ମୃତ୍ୟୁ ପରେ ମୋତେ ମିଳିଥା'ନ୍ତା, ବର୍ତ୍ତମାନ ତାହା ମୋତେ ଦେଇଦିଅ I' ସେଥିରେ ସେ ଆପଣାର ସବୁ କିଛି ସେମାନଙ୍କୁ ଭାଗ କରିଦେଇ ଦେଲେ I
\s5
\v 13 ଅଳ୍ପ ଦିନ ପରେ ସାନ ପୁଅ ଆପଣାର ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା I ଆଉ ସେହି ଦେଶରେ ସେ ଆପଣାର ସମସ୍ତ ସମ୍ପତ୍ତି ମୁର୍ଖତା ହେତୁ ମନ୍ଦ ବିଷୟରେ ଖର୍ଚ୍ଚ କରିଦେଲା I
\v 14 କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ, ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିଲା I ତାହାର ବଞ୍ଚିବା ନିମନ୍ତେ ଅତିଶିଘ୍ର ଅଭାବ ହେବାକୁ ଲାଗିଲା I
\s5
\v 15 ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା I ତେଣୁ ସେହି ଲୋକ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା ପଡ଼ିଆକୁ ପଠାଇଲେ I
\v 16 ପୁଣି ସେ ବହୁତ କ୍ଷୁଧିତ ହେଲା, ଆଉ ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେହି ଶିମ ଖାଇ ସେ ଆପଣା ପେଟ ପୁରାଇବାକୁ ଇଚ୍ଛା କରୁଥିଲା, କିନ୍ତୁ କେହି ତାହାକୁ ଦେଉ ନ ଥିଲେ I
\s5
\v 17 ମାତ୍ର ସେ କିପରି ମୁର୍ଖ ସେହି ଚେତନା ପାଇ ଆପଣାକୁ କହିଲା, 'ମୋର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡ଼ୁଅଛି, କିନ୍ତୁ ମୋ' ପାଖେ ଖାଇବାକୁ କିଛି ନ ଥିବାରୁ ମୁଁ ଏଠାରେ ମରୁଅଛି I
\v 18 ସେଥିପାଇଁ ମୁଁ ଏହି ସ୍ଥାନ ଛାଡ଼ି ମୋର ବାପାଙ୍କ ପାଖକୁ ଯିବି I ମୁଁ ତାହାଙ୍କୁ କହିବି, "ବାପା, ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କଲି I
\v 19 ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ; ଦୟାକରି ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ I"
\s5
\v 20 ସେଥିରେ ସେ ସେହି ସ୍ଥାନ ଛାଡ଼ି ଆପଣା ପିତାଙ୍କ ନିକଟକୁ ଗଲା I କିନ୍ତୁ ସେ ଗୃହ ଠାରୁ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ I ସେ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ I
\v 21 ତାହାଙ୍କୁ ପୁତ୍ର ତାହାଙ୍କୁ କହିଲା, 'ବାପା, ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କଲି I ତେଣୁ ତୁମ୍ଭ ପୁଅ ବୋଲି ଡ଼କାଯିବାର ମୁଁ ଆଉ ଯୋଗ୍ୟ ନୁହେଁ I'
\s5
\v 22 କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, 'ଶୀଘ୍ର ଯାଅ ଓ ମୋହର ସବୁଠାରୁ ଭଲ ଲୁଗା ନେଇ ଆସ ଓ ଏହା ମୋ' ପୁଅକୁ ପିନ୍ଧାଅ I ପୁଣି ଏହାର ହାତରେ ମୂଦି ଓ ପାଦରେ ପାଦୁକା ପିନ୍ଧାଅ!
\v 23 ପୁଣି, ମୋଟା ବାଛୁରିଟି ଯାହା ବିଶେଷ ସମୟ ନିମନ୍ତେ ରଖାଯାଇଛି ତାହା ଆଣି ମାର; ଯେପରି ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ!
\v 24 ଆମ୍ଭେମାନେ ଉତ୍ସବ କରିବା ଆବଶ୍ୟକ କାରଣ ମୋହର ଏହି ପୁଅ ମରିଥିଲା, ପୁନର୍ବାର ବଞ୍ଚିଲା ! ହଜିଯାଇଥିଲା, ଆଉ ମିଳିଲା !' ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ I
\s5
\v 25 ଯେତେବେଳେ ଏହି ସବୁ ହେଉଥିଲା, ପିତାଙ୍କ ବଡ଼ ପୁଅ କ୍ଷେତରେ କାର୍ଯ୍ୟ କରୁଥିଲା I ସେ ଯେତେବେଳେ କ୍ଷେତର କାର୍ଯ୍ୟ ସାରି ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ଲୋକମାନଙ୍କ ବାଦ୍ୟ ଓ ନୃତ୍ୟର ଶବ୍ଦ ଶୁଣିଲା I
\v 26 ସେ ଦାସମାନଙ୍କ ମଧ୍ୟରୁ ଜଣକୁ ପାଖକୁ ଡାକି ସେହି ସବୁ କଅଣ ବୋଲି ପଚାରିବାକୁ ଲାଗିଲା I
\v 27 ସେହି ଦାସ ତାହାକୁ କହିଲା, 'ତୁମ୍ଭର ଭାଇ ଗୃହକୁ ଆସିଅଛନ୍ତି, ଆଉ ତୁମ୍ଭର ଭାଇ ସୁରକ୍ଷିତ ଓ ସୁସ୍ଥ ଶରୀରରେ ଫେରିବା ହେତୁ ତୁମ୍ଭର ବାପା ଉତ୍ସବ କରିବା ନିମନ୍ତେ ମୋଟା ବାଛୁରିଟିଏ ମାରିବା ପାଇଁ ଆମ୍ଭମାନଙ୍କୁ କହିଅଛନ୍ତି I'
\s5
\v 28 ସେଥିରେ ବଡ଼ ଭାଇ ରାଗିଯାଇ ଗୃହ ଭିତରକୁ ଯିବାକୁ ଇଛା କଲା ନାହିଁ I ତେଣୁ ତାହାର ପିତା ବାହାରକୁ ଆସି ତାହାକୁ ଭିତରେ ଆସିବାକୁ ବହୁତ ବୁଝାଇବାକୁ ଲାଗିଲେ I
\v 29 ମାତ୍ର ସେ ଆପଣା ପିତାଙ୍କୁ ଉତ୍ତର ଦେଲେ, 'ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଦାସ ପରି ଖଟି ଆସିଅଛି I ପୁଣି, କେବେହେଲେ ତୁମ୍ଭର ଆଜ୍ଞା ଅମାନ୍ୟ କରି ନାହିଁ I ତଥାପି ମୋର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ I
\v 30 କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସବୁ ଧନ ଅପବ୍ୟୟ କରିଦେଇଛି, ଯେତେବେଳେ ସେ ଆସିଲା, ସେତେବେଳେ ଉତ୍ସବ କରିବା ନିମନ୍ତେ ତୁମ୍ଭେ ତୁମ୍ଭର ଦାସମାନଙ୍କୁ ତାହା ପାଇଁ ମୋଟା ବାଛୁରିଟି ମାରିବା ନିମନ୍ତେ କହିଲ !'
\s5
\v 31 କିନ୍ତୁ ତାହାର ପିତା ତାହାକୁ କହିଲେ, 'ପୁଅରେ, ତୁ ତ ସବୁବେଳେ ମୋ ସାଙ୍ଗରେ ଅଛୁ, ଆଉ ଯାହାସବୁ ମୋହର, ସେହି ସବୁ ତୋହର I
\v 32 କିନ୍ତୁ ଏହି ଯେ ତୋହର ଭାଇଟି ମରିଥିଲା, ପୁନର୍ବାର ବଞ୍ଚିଲା, ହଜିଯାଇଥିଲା, ଆଉ ମିଳିଲା ! ସେହି ହେତୁରୁ ଉତ୍ସବ ଓ ଆନନ୍ଦ କରିବା ଉଚିତ୍ ଥିଲା !'"
\s5
\c 16
\p
\v 1 ଯୀଶୁ ଶିଷ୍ୟମାନଙ୍କୁ ମଧ୍ୟ କହିଲେ, "ଜଣେ ଧନୀ ଲୋକ ଥିଲେ; ତାହାଙ୍କର ଜଣେ ବେବର୍ତ୍ତା ଥିଲେ I ଦିନେ ସେହି ଧନୀ ବ୍ୟକ୍ତି କହିଲେ ଯେ ବେବର୍ତ୍ତା ତାହାଙ୍କର ସମ୍ପତ୍ତି ଅଯଥା ଖର୍ଚ୍ଚ କରିଦେଉଅଛି ଯଦ୍ୱାରା ସେହି ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି କ୍ଷତି ହେଉଛି I
\v 2 ତେଣୁ ସେ ସେହି ବେବର୍ତ୍ତାକୁ ପାଖକୁ ଡାକି ତାହାକୁ କହିଲେ, 'ତୁମ୍ଭେ ଯାହା କରୁଅଛ ତାହା ମନ୍ଦ ଅଟେ! ତୁମ୍ଭ ବେବର୍ତ୍ତା କାର୍ଯ୍ୟର ହିସାବ ଦିଅ, କାରଣ ତୁମ୍ଭେ ଆଉ ମୋ' ଗୃହର ବେବର୍ତ୍ତା ହୋଇ ରହି ପାରିବ ନାହିଁ I
\s5
\v 3 ସେଥିରେ ସେହି ବେବର୍ତ୍ତା ମନେ ମନେ କହିଲା, 'ମୋହର ପ୍ରଭୁ ତ ମୋଠାରୁ ବେବର୍ତ୍ତାପଦ ଛଡ଼ାଇ ନେଉଅଛନ୍ତି I ତେଣୁ ମୁଁ କ'ଣ କରିବି ତାହା ଚିନ୍ତା କରିବାକୁ ହେବ I ମାଟି ହାଣିବାକୁ ମୋହର ବଳ ନାହିଁ, ଭିକ ମାଗିବାକୁ ମୋତେ ଲାଜ ଲାଗୁଅଛି I
\v 4 ମୁଁ ବେବର୍ତ୍ତାପଦରୁ ବାହାରିବା ପରେ ଲୋକ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରିବେ, ଏଥିପାଇଁ କଅଣ କରିବି, ତାହା ବୁଝିଲିଣି I
\s5
\v 5 ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, 'ତୁମ୍ଭେ ମୋ ପ୍ରଭୁଙ୍କର କେତେ ଧାର ନେଇଛ ?' ସେହି ବ୍ୟକ୍ତି କହିଲା, 'ତିନି ହଜାର ଲିଟର ଜୈତୁନ ତେଲ I'
\v 6 ସେହି ବେବର୍ତ୍ତା ତାହାକୁ କହିଲା, 'ତୁମ୍ଭର ରସିଦ ନେଇ ଶୀଘ୍ର ପନ୍ଦର ଶହ ଲିଟର ବୋଲି ଲେଖ !'
\v 7 ତାହା ପରେ ସେ ଆଉ ଜଣକୁ କହିଲା, 'ତୁମ୍ଭେ କେତେ ଧାର ନେଇଅଛ ?' ସେହି ବ୍ୟକ୍ତି କହିଲା, ହଜାର ଟୋକେଇ ଗହମ I ସେହି ବେବର୍ତ୍ତା ତାହାକୁ କହିଲା, 'ତୁମ୍ଭର ରସିଦ ନେଇ ଆଠ ଶହ ଟୋକେଇ ବୋଲି ଲେଖ I'
\s5
\v 8 ଆଉ, ସେହି ଅବିଶ୍ୱସ୍ତ ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ I ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ନିଜ ଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ I
\v 9 ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ଏହି ଜଗତର ଧନରେ ଆପଣା ଆପଣା ନିମନ୍ତେ ବନ୍ଧୁ ଲାଭ କର I ଯେପରି ତାହା ଶେଷ ହେଲେ ସେମାନେ ତୁମ୍ଭମାନଙ୍କୁ ଆପଣା ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ I
\s5
\v 10 ଯେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ, ସେ ବହୁତ ବିଷୟରେ ମଧ୍ୟ ବିଶ୍ୱସ୍ତ ଅଟେ, ପୁଣି, ଯେ ଅତି ଅଳ୍ପ ବିଷୟରେ ଅବିଶ୍ୱସ୍ତ ସେ ବହୁତ ବିଷୟରେ ମଧ୍ୟ ଅବିଶ୍ୱସ୍ତ I
\v 11 ଅତଏବ, ଯଦି ତୁମ୍ଭେମାନେ ଈଶ୍ୱରଙ୍କ ଦତ୍ତ ଜାଗତିକ ଧନରେ ବିଶ୍ୱସ୍ତ ହୋଇ ନାହଁ, ତେବେ ସେ ନିଶ୍ଚିତଭାବରେ ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ ନାହିଁ I
\v 12 ଆଉ, ଯଦି ତୁମ୍ଭେମାନେ ପରର ସମ୍ପତ୍ତି ବିଷୟରେ ବିଶ୍ୱସ୍ତ ହୋଇ ନାହଁ, ତେବେ ତୁମ୍ଭମାନଙ୍କ ଆପଣା ସମ୍ପତ୍ତି ପାଇବା ନିମନ୍ତେ ଅନ୍ୟଠାରୁ ଆଶା କର ନାହିଁ I
\s5
\v 13 କୌଣସି ଦାସ ଏକ ସମୟରେ ଦୁଇ ପ୍ରଭୁଙ୍କର ସେବା କରି ପାରିବ ନାହିଁ I ଯଦି ସେ ଏହିପରି କରିବାକୁ ଚେଷ୍ଟା କରେ, ତେବେ ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣକ ପ୍ରତି ଆସକ୍ତ ହେବ ଓ ଅନ୍ୟ ଜଣକୁ ତୁଚ୍ଛ କରିବ I ତୁମ୍ଭେମାନେ ଈଶ୍ୱର ଓ ଧନସମ୍ପତ୍ତି ଉଭୟର ଦାସ ହୋଇ ପାରିବ ନାହିଁ I
\s5
\v 14 ସେଠାରେ ଥିବା ଫାରୂଶୀମାନେ ଯେତେବେଳେ ଯୀଶୁଙ୍କ କଥା ଶୁଣିଲେ, ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ କାରଣ ସେମାନେ ଧନଲୋଭୀ ଥିଲେ I
\v 15 ସେଥିରେ ଯୀଶୁ ସେମାନଙ୍କୁ କହିଲେ, "ତୁମ୍ଭେମାନେ ଆପଣାମାନଙ୍କୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଦେଖାଇବାକୁ ଚେଷ୍ଟା କରୁଥାଅ, କିନ୍ତୁ ଈଶ୍ୱର ତୁମ୍ଭମାନଙ୍କର ହୃଦୟ ଜାଣନ୍ତି I ଏହା ମନେରଖ ଯେ ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଉଚ୍ଚୀକୃତ, ତାହା ଈଶ୍ୱରଙ୍କ ଦୃଷ୍ଟିରେ ଘୃଣିତ I
\s5
\v 16 ଈଶ୍ୱର ମୋଶାଙ୍କୁ ଦେଇଥିବା ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯୋହନଙ୍କ ଆସିବା ପର୍ଯ୍ୟନ୍ତ ପ୍ରଚଳିତ ଥିଲା I ସେହି ସମୟଠାରୁ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ମୁଁ ପ୍ରଚାର କରି ଆସୁଅଛି I ଅନେକ ଲୋକ ସେହି ସୁସମାଚାର ଗ୍ରହଣ କରୁଛନ୍ତି ଓ ଆପଣା ଜୀବନରେ ଈଶ୍ୱରଙ୍କ ରାଜ୍ୟ ଆସୁ ବୋଲି ବହୁତ ଆଗ୍ରହରେ ନିବେଦନ କରନ୍ତି I
\v 17 କିନ୍ତୁ ଈଶ୍ୱରଙ୍କ ବ୍ୟବସ୍ଥାର ଏକ ବିନ୍ଦୁ ଲୋପ ପାଇବା ଅପେକ୍ଷା ବରଂ ଆକାଶ ଓ ପୃଥିବୀ ଲୋପ ପାଇବା ସହଜ I
\s5
\v 18 କୌଣସି ପୁରୁଷ ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ ସେ ବ୍ୟଭିଚାର କରେ, ପୁଣି, କୌଣସି ପୁରୁଷ, ସ୍ୱାମୀ ଦ୍ୱାରା ପରିତ୍ୟାଗ କରାଯାଇଥିବା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ I"
\s5
\v 19 ଯୀଶୁ ପୁଣି କହିଲେ, "ଜଣେ ଧନୀ ଲୋକ ଥିଲା, ସେ ବାଇଗଣିଆ ଓ ବହୁମୂଲ୍ୟ ବସ୍ତ୍ର ପିନ୍ଧୁଥିଲା I ସେ ପ୍ରତିଦିନ ମହା ଆଡ଼ମ୍ବରରେ ଭୋଜି ଦେଇ ଆମୋଦ ପ୍ରମୋଦ କରୁଥିଲା I
\v 20 ଆଉ ପ୍ରତିଦିନ ତାହାର ଫାଟକ ପାଖରେ ଲାଜାର ନାମକ ଜଣେ ଗରିବ ବ୍ୟକ୍ତି ପଡ଼ି ରହୁଥିଲା I ଲାଜାର ଦେହରେ ଘାଆ ଭର୍ତ୍ତି ହୋଇଥିଲା I
\v 21 ସେ ବହୁତ କ୍ଷୁଧିତ ଥିବାରୁ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଣ୍ଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା I ସେ ସେଠାରେ ପଡିରହିଥିବା ସମୟରେ କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆ ସବୁ ଚାଟୁଥିଲେ I
\s5
\v 22 କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରହାମଙ୍କ କୋଳକୁ ନିଆଗଲା I ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ତାହାର ଶରୀର ସମାଧି ପାଇଲା I
\v 23 ଆଉ, ମୃତମାନଙ୍କ ସ୍ଥାନରେ ସେହି ଧନୀ ବ୍ୟକ୍ତି ନରକ ଯନ୍ତ୍ରଣାରେ କଲବଲ ହେଉଥିଲା I ସେ ଉପରକୁ ଚାହିଁ ଦୂରରେ ଅବ୍ରହାମ ଓ ଅବ୍ରହାମଙ୍କ ଅତି ନିକଟରେ ବସିଥିବା ଲାଜାରକୁ ଦେଖିଲେ I
\s5
\v 24 ସେଥିରେ ସେହି ଧନୀ ବ୍ୟକ୍ତି ଉଚ୍ଚ ସ୍ୱରରେ ଡାକି କହିଲେ, 'ହେ ପିତା ଅବ୍ରହାମ, ମୁଁ ଏହି ନିଆଁରେ କଲବଲ ହେଉଅଛି ! ତେଣୁ ମୋତେ ଦୟା କରନ୍ତୁ ଓ ଲାଜାରକୁ ଏଠାରେ ପଠାଇ ଦିଅନ୍ତୁ ଯେପରି ସେ ପାଣିରେ ନିଜ ଅଙ୍ଗୁଳିର ଟିପ ବୁଡ଼ାଇ ମୋର ଜିଭକୁ ସ୍ପର୍ଶ କରି ଥଣ୍ଡା କରେ! !'
\s5
\v 25 କିନ୍ତୁ ଅବ୍ରହାମ କହିଲେ, 'ପୁଅରେ, ଏହା ସ୍ମରଣ କର ଯେ ଯେତେବେଳେ ପୃଥିବୀରେ ତୁ ଜୀବିତ ଥିଲୁ ତୋର ଭଲ ବିଷୟସବୁ ପାଇଲୁ I କିନ୍ତୁ ଲାଜାର ଶୋଚନୀୟ ଅବସ୍ଥାରେ ଥିଲା I ବର୍ତ୍ତମାନ ସେ ଏହି ସ୍ଥାନରେ ଆନନ୍ଦରେ ଅଛି, ଆଉ ତୁ କଲବଲ ହେଉଅଛୁ I
\v 26 ତାହା ଛଡ଼ା ଈଶ୍ୱର, ତୁମ ଓ ଆମ ମଧ୍ୟରେ ବହୁତ ବଡ଼ ବ୍ୟବଧାନ କରିଛନ୍ତି I ତେଣୁ ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରିବେ ନାହିଁ, କିମ୍ବା ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରିବେ ନାହିଁ I'
\s5
\v 27 ସେଥିରେ ସେହି ଧନୀ ବ୍ୟକ୍ତି କହିଲେ, 'ଯଦି ଏହିପ୍ରକାର ଅଟେ ତେବେ, ହେ ପିତା, ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ଲାଜାରକୁ ମୋହର ବାପାଙ୍କ ଘରକୁ ପଠାଉନ୍ତୁ I
\v 28 କାରଣ ମୋହର ପାଞ୍ଚ ଭାଇ ସେଠାରେ ଅଛନ୍ତି I ସେମାନଙ୍କୁ ଚେତାବନୀ ଦେବା ନିମନ୍ତେ ତାହାକୁ କହନ୍ତୁ ଯେପରି ସେମାନେ ମଧ୍ୟ ଏହି ସ୍ଥାନକୁ ନ ଆସିବେ, ଯେଉଁଠାରେ ଆମ୍ଭେମାନେ ଯନ୍ତ୍ରଣା ପାଇ କଲବଲ ହେଉ !'
\s5
\v 29 କିନ୍ତୁ ଅବ୍ରହାମ କହିଲେ, 'ନା, ମୁଁ ତାହା କରିବି ନାହିଁ , କାରଣ ତୁମ୍ଭ ଭାଇମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର ଲିଖିତ କଥା ପାଳନ କରନ୍ତୁ I'
\v 30 କିନ୍ତୁ ସେହି ଧନୀ ବ୍ୟକ୍ତି କହିଲେ, 'ନା, ହେ ପିତା ଅବ୍ରହାମ, ତାହା ଯଥେଷ୍ଟ ନୁହେଁ ! ମାତ୍ର ଯଦି ମୃତମାନଙ୍କ ମଧ୍ୟରୁ ଜଣେ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ ସତର୍କ କରାଇବ, ତାହାହେଲେ ସେମାନେ ସେମାନଙ୍କ ପାପମୟ ଆଚରଣରୁ ମନ ପରିବର୍ତ୍ତନ କରିବେ I'
\v 31 ଅବ୍ରହାମ ତାହାକୁ କହିଲେ, 'ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହୋଇ ସେମାନଙ୍କୁ ସତର୍କ କରାଇଲେ ସୁଦ୍ଧା ସେମାନେ ଆପଣା ପାପମୟ ଆଚରଣରୁ ମନ ପରିବର୍ତ୍ତନର ପରାମର୍ଶ ଗ୍ରହଣ କରିବେ ନାହିଁ I'"
\s5
\c 17
\p
\v 1 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, "ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର !
\v 2 ବିଶ୍ୱାସରେ ଦୁର୍ବଳ କୌଣସି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକର ବାଧାର କାରଣ ହେବା ଅପେକ୍ଷା ବରଂ ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ପକାଇ ଦିଆଯାଇଥିଲେ ତାହା ପାଇଁ ଭଲ ହୋଇଥାନ୍ତା I
\s5
\v 3 ତୁମ୍ଭେମାନେ କିପରି ଆଚରଣ କର ସେ ବିଷୟରେ ସାବଧାନ ହୋଇଥାଅ I ଯଦି ତୁମ୍ଭ ଭାଇ ପାପ କରେ, ତେବେ ତୁମ୍ଭେ ତାହାକୁ ଅନୁଯୋଗ କର I ଆଉ ସେ ଯଦି ପାପରୁ ମନ ପରିବର୍ତ୍ତନ କରି ତୁମ୍ଭକୁ କ୍ଷମା ମାଗେ, ତେବେ ତାହାକୁ କ୍ଷମା ଦିଅ I
\v 4 ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ, ଯଦି ସେ ପ୍ରତ୍ୟେକ ଥର ତୁମ୍ଭ ନିକଟକୁ ଆସି କୁହେ, "ମୁଁ ଯାହା କଲି ସେଥିନିମନ୍ତେ ମୁଁ ଦୁଃଖିତ,' ତେବେ ତୁମ୍ଭେ ତାହାକୁ ବାରମ୍ବାର କ୍ଷମା କର I
\s5
\v 5 ସେଥିରେ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, "ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ !"
\v 6 ପ୍ରଭୁ କହିଲେ, "ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ତୁତକୋଳି ଗଛକୁ 'ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହୁଅ' ବୋଲି କହିଲେ, ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ I
\s5
\v 7 ଯୀଶୁ ଆହୁରି କହିଲେ, "କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ, ଯାହାର ଦାସ ହଳ ବୁଲାଇ କିମ୍ବା ପଶୁ ଚରାଇ କ୍ଷେତରୁ ଆସିଲେ ତୁମ୍ଭେ ତାହାକୁ କହିବ ନାହିଁ ଯେ, 'ଏହିକ୍ଷଣି ଆସି ଖାଇ ବସ ?'
\v 8 ବରଂ ତୁମ୍ଭେ ତାହାକୁ କହିବ, 'ମୋର ଖାଇବାର ଠିକ୍ କର ! ପୁଣି, ମୁଁ ଖିଆପିଆ ଶେଷ ନ କରିବା ପର୍ଯ୍ୟନ୍ତ ଅଣ୍ଟା ବାନ୍ଧି ମୋର ସେବା କର ! ତାହା ପରେ ତୁ ଖିଆପିଆ କରିବୁ I'"
\s5
\v 9 ଦାସ ତୁମ୍ଭର ଆଦେଶ ଅନୁସାରେ କାମ କରିବାରୁ ତୁମ୍ଭେ ତୁମ୍ଭର ଦାସକୁ ଧନ୍ୟବାଦ ଦେବ ନାହିଁ I
\v 10 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଈଶ୍ୱରଙ୍କ ଆଦେଶ ଅନୁସାରେ ସବୁ କାମ କଲା ପରେ କୁହ, 'ଆମ୍ଭେମାନେ କେବଳ ଈଶ୍ୱରଙ୍କ ଦାସ ଓ ସେ ଆମ୍ଭମାନଙ୍କୁ ଧନ୍ୟବାଦ ଦେବେ ସେଥିର ଆମ୍ଭେମାନେ ଯୋଗ୍ୟ ନୋହୁଁ I ଆମ୍ଭେମାନେ କେବଳ ତାହାଙ୍କ ଆଦେଶ ଅନୁସାରେ ହିଁ କାର୍ଯ୍ୟ କରିଅଛୁ I'"
\s5
\v 11 ସେ ଯିରୂଶାଲକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଯାଉଥିଲେ I
\v 12 ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ, ଦଶ ଜଣ କୁଷ୍ଠୀ ତାହାଙ୍କ ଆଡ଼େ ଆସିଲେ, କିନ୍ତୁ ସେମାନେ କିଛି ଦୂରରେ ଠିଆ ହେଲେ I
\v 13 ସେମାନେ ଉଚ୍ଚସ୍ୱରରେ କହିଲେ, "ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ !"
\s5
\v 14 ଯେତେବେଳେ ସେ ସେମାନଙ୍କୁ ଦେଖିଲେ, ସେ ସେମାନଙ୍କୁ କହିଲେ, "ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ I" ଆଉ ସେମାନେ ଯାଉ ଯାଉ ସୁସ୍ଥ ହେଲେ I
\v 15 କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି, ଉଚ୍ଚସ୍ୱରରେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସିଲା I
\v 16 ସେ ଯୀଶୁଙ୍କ ନିକଟକୁ ଆସିଲା ଓ ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା I ସେ ଜଣେ ଶମିରୋଣୀୟ ଲୋକ I
\s5
\v 17 ସେଥିରେ ଯୀଶୁ କହିଲେ, " ମୁଁ ଦଶ ଜଣ କୁଷ୍ଠରୋଗୀଙ୍କୁ ସୁସ୍ଥ କଲି ! ଅନ୍ୟ ନଅ ଜଣ କାହିଁକି ଫେରି ଆସିଲେ ନାହିଁ ?
\v 18 ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ କେବଳ ଏହି ବିଜାତୀୟ ଲୋକଟି ଫେରି ଆସିଲା; ଅନ୍ୟମାନଙ୍କ ମଧ୍ୟରୁ କେହି ଫେରି ଆସିଲେ ନାହିଁ !"
\v 19 ପୁଣି, ସେ ସେହି ବ୍ୟକ୍ତିକୁ କହିଲେ, "ଉଠ ଓ ତୁମ୍ଭ ପଥରେ ଯାଅ, ତୁମ୍ଭେ ମୋ'ଠାରେ ବିଶ୍ୱାସ କରିବାରୁ ଈଶ୍ୱର ତୁମ୍ଭକୁ ସୁସ୍ଥ କରିଅଛନ୍ତି I"
\s5
\v 20 ଦିନେ କେତେକ ଫାରୂଶୀ ଯୀଶୁଙ୍କୁ ପଚାରିଲେ,"ଈଶ୍ୱରଙ୍କ ରାଜ୍ୟ କେବେ ଆସୁଅଛି ?" ସେ ଉତ୍ତର ଦେଲେ, "ଈଶ୍ୱରଙ୍କ ରାଜ୍ୟ ଦୃଶ୍ୟଭାବରେ ଆସେ ନାହିଁ , ଯାହା ଲୋକମାନେ ଆପଣା ଚକ୍ଷୁରେ ଦେଖିପାରିବେ I"
\v 21 ଲୋକେ ଏହା କହିପାରିବେ ନାହିଁ, 'ଦେଖ, ସେ ଏଠାରେ ରାଜ୍ୟ କରୁଅଛନ୍ତି' ବା 'ସେ ସେଠାରେ ରାଜ୍ୟ କରୁଅଛନ୍ତି' ବୋଲି ଲୋକ କହିବେ ନାହିଁ; କାରଣ ଦେଖ, ଈଶ୍ୱରଙ୍କ ରାଜ୍ୟ ପୂର୍ବରୁ ତୁମ୍ଭମାନଙ୍କ ମଧ୍ୟରେ ଅଛି I"
\s5
\v 22 ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, "ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଶକ୍ତିଶାଳୀଭାବରେ ଶାସନ କରିବା ଦେଖିବାକୁ ଇଚ୍ଛା କରିବ, କିନ୍ତୁ ତୁମ୍ଭେମାନେ ତାହା ଦେଖିବ ନାହିଁ I
\v 23 ଲୋକେ ତୁମ୍ଭମାନଙ୍କୁ କହିବେ, 'ଦେଖ, ଖ୍ରୀଷ୍ଟ ସେଠାରେ ଅଛନ୍ତି !' ଅବା ସେମାନେ କହିବେ, 'ଦେଖ, ସେ ଏଠାରେ ଅଛନ୍ତି !' ଯେତେବେଳେ ସେମାନେ ତାହା କହିବେ, ସେମାନଙ୍କର ଅନୁସରଣ କର ନାହିଁ I
\v 24 କାରଣ ବିଜୁଳି ମାରି ଯେପରି ଆକାଶରୁ ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ଓ ପ୍ରତ୍ୟେକ ଜଣ ଏହା ଦେଖି ପାରନ୍ତି I ସେହିପରି ଯେତେବେଳେ ମନୁଷ୍ୟପୁତ୍ର (ଯୀଶୁ) ଯେ ମୁଁ, ପୁନର୍ବାର ଫେରି ଆସିବି, ପ୍ରତ୍ୟେକ ଜଣ ମୋତେ ଦେଖିବେ I
\s5
\v 25 କିନ୍ତୁ ତାହା ଘଟିବା ପୂର୍ବରୁ, ଅବଶ୍ୟ ମୋତେ ଅନେକ ଦୁଃଖଭୋଗ କରିବାକୁ ହେବ, ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ମୋତେ ଅଗ୍ରାହ୍ୟ ହେବାକୁ ହେବ I
\v 26 କିନ୍ତୁ ଯେତେବେଳେ ମନୁଷ୍ୟପୁତ୍ର (ଯୀଶୁ) ଯେ ମୁଁ, ପୁନର୍ବାର ଫେରି ଆସିବି, ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ I
\v 27 ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳ ପ୍ଲାବନ ଆସି ଯେଉଁମାନେ ଜାହାଜରେ ନ ଥିଲେ ସେହି ସମସ୍ତଙ୍କୁ ବିନାଶ କଲା I
\s5
\v 28 ସେହିପ୍ରକାରେ ଲୋଟ ସଦୋମରେ ବାସ କରିବା ସମୟରେ, ଲୋକମାନେ ଖିଆପିଆ କରିବାରେ ବ୍ୟସ୍ତ ଥିଲେ I ସେମାନେ ଜିନିଷ କିଣାବିକା କଲେ I ସେମାନେ ଗଛ ଲଗେଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ I
\v 29 କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ଆସି ଯେଉଁମାନେ ସେହି ନଗରରେ ବାସ କରୁଥିଲେ ସେହି ସମସ୍ତଙ୍କୁ ବିନାଶ କଲା I
\s5
\v 30 ସେହିପ୍ରକାରେ, ମନୁଷ୍ୟପୁତ୍ର ଯେ ମୁଁ, ପୃଥିବୀକୁ ଫେରିଲେ, ଲୋକମାନେ ଅପ୍ରସ୍ତୁତ ଥିବେ I
\v 31 ସେହିଦିନ, ଯେଉଁମାନେ ଆପଣାର ସମସ୍ତ ଜିନିଷପତ୍ର ଥିବା ଗୃହରୁ ବାହାରେ ଥିବେ, ସେ ସେହି ସବୁ ନେଇଯିବା ପାଇଁ ଗୃହ ଭିତରକୁ ନ ଯାଉ I ସେହିପରି, ଯେ କ୍ଷେତରେ କାର୍ଯ୍ୟ କରୁଥିବ, ସେ କୌଣସି ବିଷୟ ପାଇବା ନିମନ୍ତେ ଫେରି ନ ଯାଉ; ସେମାନେ ଶୀଘ୍ର ପଳାଇ ଯାଆନ୍ତୁ I
\s5
\v 32 ଲୋଟଙ୍କ ସ୍ତ୍ରୀଙ୍କର କ'ଣ ହେଲା ତାହା ମନେ ପକାଅ I
\v 33 ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ I କିନ୍ତୁ ଯେ କେହି ମୋ' ନିମନ୍ତେ ଆପଣା ଜୀବନ ହରାଇବ, ସେ ଅନନ୍ତକାଳ ନିମନ୍ତେ ତାହା ବଞ୍ଚାଇବ I
\s5
\v 34 ମୁଁ ତୁମ୍ଭମାନଙ୍କୁ ଏହା କହୁଅଛି: ଯେଉଁ ରାତିରେ ମୁଁ ଫେରିବି, ଦୁଇ ଜଣ ଗୋଟିଏ ଖଟରେ ଶୋଇଥିବେ I ଯେଉଁ ଜଣକ ମୋତେ ବିଶ୍ୱାସ କରେ ତାହାକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ I
\v 35 ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ; ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ I"
\v 36 ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡାଯିବ I
\v 37 ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, "ହେ ପ୍ରଭୁ, କେଉଁଠାରେ ଏହା ଘଟିବ ?" ସେ ସେମାନଙ୍କୁ କହିଲେ, "ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡ଼ାକ ମଧ୍ୟ ତାହା ଖାଇବା ନିମନ୍ତେ ଏକାଠି ହେବେ I"
\s5
\c 18
\p
\v 1 ଯୀଶୁ ଆପଣା ଶିଷ୍ୟମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ ଏହା ଶିକ୍ଷା ଦେଲେ, କ୍ଲାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ ଏବଂ ଈଶ୍ୱର ଯଦି ତୁମ୍ଭମାନଙ୍କର ପ୍ରାର୍ଥନାର ଉତ୍ତର ଶୀଘ୍ର ଦେଉ ନାହାନ୍ତି ତେବେ ନିରୁତ୍ସାହିତ ହୁଅ ନାହିଁ I
\v 2 ସେ କହିଲେ, "ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ, ସେ ଈଶ୍ୱରଙ୍କୁ ଭୟ କରୁ ନ ଥିଲେ କି ମନୁଷ୍ୟକୁ ମାନୁ ନ ଥିଲେ I
\s5
\v 3 ସେହି ନଗରରେ ଜଣେ ବିଧବା ଥିଲା ଯେ ଥରକୁଥର ବିଚାରକର୍ତ୍ତାଙ୍କ ନିକଟକୁ ଯାଇ କହୁଥିଲା, 'ଦୟାକରି ବିଚାରାଳୟରେ ମୋ' ପ୍ରତି ଅନ୍ୟାୟ କରିଥିବା ଲୋକ ବିରୁଦ୍ଧରେ ବିଚାର ନିଷ୍ପତ୍ତି କର I
\v 4 ଆଉ ସେହି ବିଚାରପତି କେତେ ସମୟ ପର୍ଯ୍ୟନ୍ତ ତାହାକୁ ସାହାଯ୍ୟ କରିବା ନିମନ୍ତେ ସହମତ ହେଉ ନ ଥିଲେ I କିନ୍ତୁ ପରେ, ସେ ମନେ ମନେ କହିଲେ, 'ଯଦିବା ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ କିମ୍ବା ମନୁଷ୍ୟକୁ ମାନେ ନାହିଁ,
\v 5 ତଥାପି ଏହି ବିଧବାଟା ମୋତେ ବାରମ୍ବାର କଷ୍ଟ ଦେଉଅଛି ! ତେଣୁ ମୁଁ ତାହା ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବି, କାରଣ ମୁଁ ଯଦି ତାହା ନ କରେ, ସେ ସବୁବେଳେ ଆସି ମୋତେ ବ୍ୟତିବ୍ୟସ୍ତ କରୁଥିବ !'"
\s5
\v 6 ସେଥିରେ ପ୍ରଭୁ ଯୀଶୁ କହିଲେ, "ଏହି ଅଧାର୍ମିକ ବିଚାରକର୍ତ୍ତା କଅଣ କହୁଅଛନ୍ତି, ତାହା ଯତ୍ନପୂର୍ବକ ବିବେଚନା କର I
\v 7 ଈଶ୍ୱର ଯିଏ ନ୍ୟାୟୀ ଅଟନ୍ତି, ନିଶ୍ଚିତଭାବରେ ଆପଣା ମନୋନୀତ ଲୋକ, ଯେଉଁମାନେ ଦିନରାତି ତାହାଙ୍କୁ ଡାକୁଥାଆନ୍ତି, ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବେ ! ସେ ସେମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି I"
\v 8 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିକାର କରିବେ ! ତଥାପି ମନୁଷ୍ୟପୁତ୍ର (ଯୀଶୁ) ଯେ ମୁଁ, ପୃଥିବୀରେ ଆସିବି, ସେପର୍ଯ୍ୟନ୍ତ ସୁଦ୍ଧା ଅନେକ ଲୋକ ଥିବେ ଯେଉଁମାନେ ମୋତେ ବିଶ୍ୱାସ କରନ୍ତି ନାହିଁ I
\s5
\v 9 ନିଜ ନିଜକୁ ଧାର୍ମିକ ମନେ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛ କରୁଥିବା କେତେକ ଆତ୍ମନିର୍ଭରଶୀଳ ଲୋକଙ୍କୁ ମଧ୍ୟ ସେ ଏହି ଦୃଷ୍ଟାନ୍ତ କହିଲେ,
\v 10 ସେ କହିଲେ, "ଦୁଇ ଜଣ ଲୋକ ପ୍ରାର୍ଥନା କରିବା ନିମନ୍ତେ ଯିରୁଶାଲମ ମନ୍ଦିରକୁ ଗଲେ I ସେହି ଦୁଇ ଲୋକ ମଧ୍ୟରୁ ଜଣେ ଫାରୂଶୀ ଓ ଅନ୍ୟ ଜଣକ କର ଆଦାୟକାରୀ ଯିଏ ଲୋକମାନଙ୍କ ଠାରୁ ରୋମୀ ସରକାରଙ୍କ ନିମନ୍ତେ କର ଆଦାୟ କରେ I
\s5
\v 11 ଫାରୂଶୀ ଠିଆ ହୋଇ ଆପଣା ନିମନ୍ତେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲେ, 'ହେ ଈଶ୍ୱର, ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ, ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ନୁହେଁ I କେତେକ ଅତ୍ୟାଚାରରେ ଅନ୍ୟଠାରୁ ଧନ ଚୋରୀ କରନ୍ତି, କେତେକ ଅଧାର୍ମିକଭାବେ ଅନ୍ୟକୁ ବ୍ୟବହାର କରନ୍ତି, ଆଉ କେତେକ ବ୍ୟଭିଚାର କରନ୍ତି I ମୁଁ ଏହି ସମସ୍ତ କରେ ନାହିଁ I ଆଉ ଏହି କର ଆଦାୟକାରୀ ପରି ସୁଦ୍ଧା ନୁହେଁ ଯେଉଁମାନେ ଲୋକମାନଙ୍କୁ ଠକନ୍ତି !
\v 12 ମୁଁ ସପ୍ତାହରେ ଦୁଇ ଥର ଉପବାସ କରିଥାଏ ଓ ମୋହର ସମସ୍ତ ଆଦାୟର ଦଶମାଂଶ ଦେଇଥାଏ !'
\s5
\v 13 କିନ୍ତୁ କରଗ୍ରାହୀ ମନ୍ଦିର ପ୍ରାଙ୍ଗଣରେ ଲୋକମାନଙ୍କଠାରୁ ଦୂରରେ ଠିଆ ହେଲା I ସେ ସ୍ୱର୍ଗଆଡ଼େ ଅନେଇବାକୁ ସୁଦ୍ଧା ସାହସ କଲା ନାହିଁ I ବରଂ ସେ ନିଜ ଛାତିରେ ମାରିହୋଇ କହିବାକୁ ଲାଗିଲା, 'ହେ ଈଶ୍ୱର, 'ମୋତେ ଦୟା କରି କ୍ଷମା ଦିଅନ୍ତୁ, କାରଣ ମୁଁ ଜଣେ ଭୟଙ୍କର ପାପୀ I'
\v 14 ସେଥିରେ ଯୀଶୁ କହିଲେ, "ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଫାରୂଶୀ ନୁହେଁ, ବରଂ କର ଆଦାୟକାରୀ ଧାର୍ମିକ ଗଣିତ ହୋଇ ନିଜ ଘରକୁ ଚାଲିଗଲା I କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, କିନ୍ତୁ ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ I"
\s5
\v 15 ଦିନେ ଲୋକମାନେ ଆପଣା ଆପଣା ଶିଶୁମାନଙ୍କୁ ମଧ୍ୟ ଯୀଶୁଙ୍କ ନିକଟକୁ ଆଣୁଥିଲେ ଯେପରି ସେ ସେମାନଙ୍କ ଉପରେ ଆପଣା ହସ୍ତ ରଖି ସେମାନଙ୍କୁ ଆଶୀର୍ବାଦ କରନ୍ତି I ଯେତେବେଳେ ଶିଷ୍ୟମାନେ ଏହା ଦେଖିଲେ, ସେମାନେ ସେମାନଙ୍କୁ ଏହିପରି କରିବା ନିମନ୍ତେ ମନା କଲେ I
\v 16 କିନ୍ତୁ ଯୀଶୁ ଶିଶୁମାନଙ୍କୁ ଆପଣା ପାଖକୁ ଡାକି କହିଲେ I ସେ କହିଲେ, "ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ ! ଆଉ ସେମାନଙ୍କୁ ମନା କର ନାହିଁ ! କାରଣ ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର ଯେଉଁମାନେ ଏହି ଶିଶୁମାନଙ୍କ ପରି ନମ୍ର ଓ ବିଶ୍ୱାସ୍ୟ I
\v 17 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, "ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ I"
\s5
\v 18 ଜଣେ ଯିହୂଦୀ ଧର୍ମଗୁରୁ ଯୀଶୁଙ୍କୁ ପଚାରିଲେ, "ହେ ସଦ୍‌ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି ?"
\v 19 ସେଥିରେ ଯୀଶୁ ତାହାଙ୍କୁ କହିଲେ, "ମୋତେ ସତ୍ ବୋଲି କାହିଁକି କହୁଅଛ ? ଜଣଙ୍କ ବିନା, ଅର୍ଥାତ୍‍ ଈଶ୍ୱରଙ୍କ ବିନା ଅନ୍ୟ କେହି ସତ୍ ନୁହେଁ !
\v 20 ତୁମ୍ଭ ପ୍ରଶ୍ନର ଉତ୍ତର ଏହି, ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ ଯାହା ପାଳନ କରିବା ନିମନ୍ତେ ଈଶ୍ୱର ମୋଶାଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦେଲେ: 'ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ଆପଣା ପିତାମାତାଙ୍କୁ ସମାଦର କର I'"
\v 21 ସେହି ଲୋକ କହିଲେ, "ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି I"
\s5
\v 22 ଯୀଶୁ ଏହା ଶୁଣି ତାହାଙ୍କୁ କହିଲେ, "ତୁମ୍ଭର ଆଉ ଗୋଟିଏ ବିଷୟ କରିବା ଅବଶ୍ୟକ I ତୁମ୍ଭେ ନିଜର ସବୁ ବିକି ଦେଇ ଗରିବମାନଙ୍କୁ ବାଣ୍ଟିଦିଅ ଫଳସ୍ୱରୂପ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଶିଷ୍ୟ ହୁଅ I
\v 23 କିନ୍ତୁ ସେ ଏହି ସମସ୍ତ କଥା ଶୁଣି ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ଅତିଶୟ ଧନୀ ଥିଲେ I
\s5
\v 24 ସେଥିରେ ଯୀଶୁ ତାଙ୍କୁ ଦେଖି କହିଲେ, "ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରନ୍ତି I"
\v 25 କାରଣ ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର କଣା ଦେଇ ଓଟର ପ୍ରବେଶ କରିବା ସହଜ I
\s5
\v 26 ଯେଉଁମାନେ ଯୀଶୁଙ୍କର ଏହି କଥା ଶୁଣିଲେ, ସେମାନେ କହିଲେ, "ତେବେ ଏଥିରୁ ଜଣାପଡ଼େ ଯେ କେହି ମଧ୍ୟ ପରିତ୍ରାଣ ପାଇ ପାରିବେ ନାହିଁ ?"
\v 27 କିନ୍ତୁ ଯୀଶୁ କହିଲେ, "ଯାହା ମଣିଷର ଅସମ୍ଭବ, ତାହା ଈଶ୍ୱରଙ୍କର ସମ୍ଭବ I"
\s5
\v 28 ସେଥିରେ ପିତର କହିଲେ, "ଦେଖନ୍ତୁ, ଆମ୍ଭେମାନେ ନିଜ ନିଜର ସବୁ କିଛି ଛାଡ଼ି ଆପଣଙ୍କ ଶିଷ୍ୟ ହୋଇଅଛୁ I"
\v 29 ଯୀଶୁ ସେମାନଙ୍କୁ କହିଲେ, "ହଁ, ଆଉ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକମାନେ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଗୃହ, କି ସ୍ତ୍ରୀ, କି ଭାଇ, କି ବାପା ମା, କି ସନ୍ତାନସନ୍ତତି ପରିତ୍ୟାଗ କରିଅଛନ୍ତି,
\v 30 ସେମାନେ ଏହିକାଳରେ ବହୁଗୁଣରେ ଓ ପରକାଳରେ ଅନନ୍ତ ଜୀବନ ପାଇବେ I"
\s5
\v 31 ପରେ ସେ ବାର ଜଣ ଶିଷ୍ୟଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, "ଧ୍ୟାନଦେଇ ଶୁଣ, ଆମ୍ଭେମାନେ ଯିରୂଶାଲମକୁ ଯାଉଅଛୁ, ଯେତେବେଳେ ଆମ୍ଭେ ସେଠାରେ ଥିବୁ, ଆଉ ଭାବବାଦୀମାନଙ୍କ ଦ୍ୱାରା ମନୁଷ୍ୟପୁତ୍ର ଯେ ମୁଁ, ମୋ' ବିଷୟରେ ଯେଉଁ ସମସ୍ତ ବିଷୟ ଲେଖାଯାଇଅଛି, ସେ ସମସ୍ତ ସଫଳ ହେବ I
\v 32 ମୋହର ଶତ୍ରୁମାନେ ମୋତେ ଅଣଯିହୂଦୀମାନଙ୍କ ହସ୍ତରେ ସମର୍ପଣ କରିବେ I ସେମାନେ ମୋତେ ପରିହାସ କରିବେ, ମୋ' ପ୍ରତି ଅତ୍ୟାଚାର କରି ମୋ' ଉପରେ ଛେପ ପକାଇବେ I
\v 33 ସେମାନେ ମୋତେ କୋରଡ଼ା ମାରି ବଧ କରିବେ I କିନ୍ତୁ ତା'ପରେ ମୁଁ ତୃତୀୟ ଦିନରେ ପୁନର୍ବାର ଉଠିବି I
\s5
\v 34 କିନ୍ତୁ ଯାହା ସେ କହିଲେ ଶିଷ୍ୟମାନେ ଏହି ସବୁ ବିଷୟ କିଛି ବୁଝିଲେ ନାହିଁ I ପୁଣି ସେ ସେମାନଙ୍କୁ ଯାହା କହୁଥିଲେ ତାହା ବୁଝିବା ନିମନ୍ତେ ଈଶ୍ୱର ସେମାନଙ୍କୁ ବୁଝିବା ଶକ୍ତି ଦେଲେ ନାହିଁ I
\s5
\v 35 ଯୀଶୁ ଓ ଶିଷ୍ୟମାନେ ଯିରୀହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଜଣେ ଅନ୍ଧ ବାଟ ପାଖରେ ବସି ଭିକ ମାଗୁଥିଲା I
\v 36 ଯେତେବେଳେ ସେ ଲୋକମାନେ ଯାଉଥିବାର ଶବ୍ଦ ଶୁଣିଲା, ସେ ଜଣକୁ ପଚାରିଲା, "କ'ଣ ହେଉଛି ?"
\v 37 ସେମାନେ ତାହାକୁ କହିଲେ, "ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଅଛନ୍ତି I"
\s5
\v 38 ସେଥିରେ ସେ ଉଚ୍ଚସ୍ୱରରେ କହିଲେ, "ହେ ଯୀଶୁ, ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ !"
\v 39 ମାତ୍ର ଆଗରେ ଯାଉଥିବା ଲୋକମାନେ ତାହାଙ୍କୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ I କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, "ହେ ଦାଉଦଙ୍କ ସନ୍ତାନ ମୋତେ ଦୟା କରନ୍ତୁ I"
\s5
\v 40 ସେଥିରେ ଯୀଶୁ ଠିଆ ହୋଇ ଅନ୍ଧକୁ ଆପଣା ନିକଟକୁ ଆଣିବା ପାଇଁ ଆଦେଶ ଦେଲେ I ଯେତେବେଳେ ଅନ୍ଧଟି ପାଖକୁ ଆସିଲା, ଯୀଶୁ ତାହାକୁ ପଚାରିଲେ,
\v 41 "ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଛା କରୁଅଛ ?" ଅନ୍ଧ କହିଲା, "ହେ ପ୍ରଭୁ, ମୁଁ ଯେପରି ଦେଖି ପାରିବି I"
\s5
\v 42 ଯୀଶୁ ତାହାକୁ କହିଲେ, "ଦୃଷ୍ଟି ପାଅ ! କାରଣ ତୁମ୍ଭେ ମୋତେ ବିଶ୍ୱାସ କରିଅଛ, ମୁଁ ତୁମ୍ଭକୁ ସୁସ୍ଥ କରିଅଛି I
\v 43 ସେହିକ୍ଷଣି ସେ ଦେଖି ପାରିଲେ I ଏବଂ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ଯୀଶୁଙ୍କ ପଛେ ପଛେ ଚାଲିବାକୁ ଲାଗିଲେ I ଏବଂ ଲୋକ ସମସ୍ତେ ତାହା ଦେଖି ଈଶ୍ୱରଙ୍କ ପ୍ରଶଂସା କଲେ I
\s5
\c 19
\p
\v 1 ପରେ ଯୀଶୁ ଯିରୀହୋରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ I
\v 2 ଆଉ ଦେଖ, ସେଠାରେ ଜଖିୟ ନାମରେ ଜଣେ ଲୋକ ଥିଲେ I ସେ ଜଣେ ପ୍ରଧାନ କର ଆଦାୟକାରୀ ଓ ଧନୀ ଲୋକ I
\s5
\v 3 ସେ ଯୀଶୁଙ୍କୁ ଦେଖିବାକୁ ଇଛା କରୁଥିଲେ କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖି ପାରୁ ନ ଥିଲେ I କାରଣ ସେ ବାଙ୍ଗର ଥିଲେ ଓ ଯୀଶୁଙ୍କ ଚାରିପାଖେ ଅନେକ ଲୋକ ଥିଲେ I
\v 4 ଏଣୁ ସେ ଆଗକୁ ଦୌଡ଼ିଯାଇ ଗୋଟିଏ ଡିମ୍ବିରି ଗଛରେ ଚଢ଼ିଲେ ଯେପରି ସେ ଯୀଶୁଙ୍କୁ ଦେଖି ପାରିବେ ଯେତେବେଳେ ସେ ସେହି ବାଟ ଦେଇ ଯିବେ I
\s5
\v 5 ଯେତେବେଳେ ଯୀଶୁ ସେ ସ୍ଥାନକୁ ଆସିଲେ, ସେ ଉପରକୁ ଚାହିଁ ତାହାଙ୍କୁ କହିଲେ, "ଜଖିୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ରାତିରେ ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ I"
\v 6 ସେଥିରେ ସେ ଶୀଘ୍ର ଓହ୍ଲାଇ ଆସିଲେ I ସେ ଆନନ୍ଦରେ ଯୀଶୁଙ୍କୁ ନିଜ ଘରକୁ ଡାକିଲେ I
\v 7 କିନ୍ତୁ ଲୋକମାନେ ଯୀଶୁଙ୍କୁ ସେଠାରେ ଯିବା ଦେଖିଲେ, ସେମାନେ ସମସ୍ତେ ବଚସା କରି କହିବାକୁ ଲାଗିଲେ, "ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି I"
\s5
\v 8 ପରେ ଯେତେବେଳେ ସେମାନେ ଭୋଜନ କରୁଥିଲେ ଜଖିୟ ଠିଆ ହୋଇ ଯୀଶୁଙ୍କୁ କହିଲେ, "ହେ ପ୍ରଭୁ, ଦେଖନ୍ତୁ, ମୋର ସମ୍ପତ୍ତିର ଅଧା ମୁଁ ଗରିବମାନଙ୍କୁ ଦାନ କରୁଅଛି I ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ସେମାନଙ୍କୁ ଫେରାଇ ଦେବି I"
\v 9 ଯୀଶୁ ତାହାଙ୍କୁ କହିଲେ, "ଆଜି ଏହି ଗୃହର ସମସ୍ତଙ୍କୁ ଈଶ୍ୱର ପରିତ୍ରାଣ ଦେଇ ଅଛନ୍ତି, କାରଣ ଏହି ବ୍ୟକ୍ତି ଦେଖାଇଅଛନ୍ତି ଯେ ସେ ପ୍ରକୃତରେ ଅବ୍ରହାମଙ୍କ ଜଣେ ସନ୍ତାନ I
\v 10 ଏହା ମନେରଖ: ମୁଁ, ମନୁଷ୍ୟପୁତ୍ର, ତୁମ୍ଭ ପରି ଲୋକମାନଙ୍କୁ ଯେଉଁମାନେ ଈଶ୍ୱରଙ୍କ ଠାରୁ ଦୂରେଇ ଯାଇଅଛନ୍ତି ସେମାନଙ୍କୁ ଖୋଜି ରକ୍ଷା କରିବା ନିମନ୍ତେ ଆସିଅଛି I"
\s5
\v 11 ଲୋକମାନେ ଏହି କଥାସବୁ ଶୁଣିବା ସମୟରେ ଯୀଶୁ କହିଲେ I ଯେହେତୁ ସେ ଯିରୂଶାଲମର ନିକଟବର୍ତ୍ତୀ ହୋଇଥିଲେ, ଯୀଶୁ ସେମାନଙ୍କୁ ଆହୁରି ଗୋଟିଏ ଦୃଷ୍ଟାନ୍ତ କହିବା ନିମନ୍ତେ ସ୍ଥିର କଲେ I ଈଶ୍ୱରଙ୍କ ରାଜ୍ୟ ଅତିଶୀଘ୍ର ପ୍ରକାଶ ପାଇବ ବୋଲି ସେମାନେ ମନେ କରୁଥିଲେ ସେଥିପାଇଁ ସେମାନଙ୍କ ଚିନ୍ତାଧାରା ସଂଶୋଧନ କରିବାକୁ ଇଛା କରୁଥିଲେ I
\v 12 ଏଣୁ ସେ କହିଲେ, "ଜଣେ ରାଜକୁମାର ନିଜ ଦେଶରେ ଆପଣା ନିମନ୍ତେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କଲେ I
\s5
\v 13 ସେ ଯିବା ପୂର୍ବରୁ, ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ସମାନ ପରିମାଣର ମୁଦ୍ରା ଦେଲେ I ସେ ସେମାନଙ୍କୁ କହିଲେ, "ମୋର ଆସିବା ପର୍ଯ୍ୟନ୍ତ ଏହି ମୁଦ୍ରା ନେଇ ବେପାର କର I" ପରେ ସେ ଚାଲିଗଲେ I
\v 14 କିନ୍ତୁ ତାହାଙ୍କ ଦେଶବାସୀମାନେ ତାହାଙ୍କୁ ଘୃଣା କରୁଥିଲେ I ତେଣୁ ସେମାନେ ତାହାଙ୍କ ପଛରେ ଦୂତ ପଠାଇଲେ ଓ ଉଚ୍ଚସ୍ଥ ରାଜାଙ୍କୁ କହିବାକୁ କହିଲେ, 'ଏ ଲୋକ ଯେ ଆମ୍ଭମାନଙ୍କ ଉପରେ ଶାସନ କରିବେ, ଏହା ଆମ୍ଭମାନଙ୍କ ଇଚ୍ଛା ନାହିଁ I'
\v 15 କିନ୍ତୁ ସେ କୌଣସି ପ୍ରକାରେ ରାଜପଦ ପ୍ରାପ୍ତ ହେଲେ I ପରେ ସେ ନୂତନ ରାଜା ହୋଇ ଫେରିଆସିଲେ I ପୁଣି ସେ ଦାସମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଧନ ଦେଇଥିଲେ ସେମାନଙ୍କୁ ଡାକିଲେ I ପୁଣି ସେ ଦେଇଥିବା ଧନରେ ସେମାନେ ବେପାର କରି କିଏ କେତେ ଲାଭ କରିଅଛି, ତାହା ଜାଣିବା ନିମନ୍ତେ ଇଛା କଲେ I
\s5
\v 16 ସେଥିରେ ପ୍ରଥମ ଜଣକ ତାହାଙ୍କ ନିକଟକୁ ଆସି କହିଲା, 'ପ୍ରଭୁ, ଆପଣଙ୍କ ମୁଦ୍ରାରୁ ମୁଁ ଆଉ ଦଶଟି ମୁଦ୍ରା ଲାଭ କରିଅଛି !'
\v 17 ସେ ସେହି ବ୍ୟକ୍ତିକୁ କହିଲେ, 'ବେଶ୍, ଉତ୍ତମ ଦାସ, କାରଣ ତୁମ୍ଭେ ଅତି ଅଳ୍ପ ଧନରେ ବିଶ୍ୱସ୍ତ ହୋଇଅଛ, ମୁଁ ତୁମ୍ଭକୁ ଦଶ ଗୋଟି ନଗର ଉପରେ ଅଧିକାର ଦେବି I'
\s5
\v 18 ପୁଣି, ଦ୍ୱିତୀୟ ଦାସ ଆସି କହିଲା, 'ପ୍ରଭୁ, ଆପଣ ଯେଉଁ ମୁଦ୍ରା ମୋତେ ଦେଇଥିଲେ ସେଥିରୁ ମୁଁ ଆଉ ପାଞ୍ଚୋଟି ମୁଦ୍ରା ଲାଭ କରିଅଛି I'
\v 19 ସେ ସେହି ଦାସକୁ ମଧ୍ୟ କହିଲେ, 'ବେଶ୍ ଉତ୍ତମ, ମୁଁ ତୁମ୍ଭକୁ ପାଞ୍ଚୋଗୋଟି ନଗର ଉପରେ ଅଧିକାର ଦେବି I'
\s5
\v 20 ଆଉ ଜଣେ ଦାସ ଆସି କହିଲା, 'ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୁଦ୍ରା I ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି ଓ ଏହାକୁ ସୁରକ୍ଷିତ ରଖିବା ନିମନ୍ତେ ଲୁଚାଇ ରଖିଲି I
\v 21 ଯଦି ମୁଁ ବେପାରରେ ଅସଫଳ ହେବି ତେବେ ତୁମ୍ଭେ ମୋତେ କ'ଣ କରିବ ସେ ବିଷୟରେ ମୁଁ ଆପଣଙ୍କୁ ଭୟ କଲି I ଯେଣୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନ ଥାଆନ୍ତି, ତାହା ଉଠାଇ ନିଅନ୍ତି I ପୁଣି, ଯାହା ବୁଣି ନ ଥାଆନ୍ତି, ତାହା କାଟନ୍ତି I'
\s5
\v 22 ସେ ସେହି ଦାସକୁ କହିଲେ, 'ରେ ଦୁଷ୍ଟ ଦାସ ! ତୋର ମୁହଁର କଥାରେ ତୋହର ବିଚାର କରିବି I ତୁ ଜାଣିଥିଲୁ ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି, ଯାହା ବୁଣି ନ ଥାଏ, ତାହା କାଟେ I
\v 23 ତେବେ ଋଣଦାତା ପାଖରେ କାହିଁକି ମୋହର ଧନ ରଖିଲୁ ନାହିଁ I ତାହାହେଲେ ମୁଁ ଆସି ସୁଧ ସହିତ ତାହା ଆଦାୟ କରିଥାଆନ୍ତି !'
\s5
\v 24 ପୁଣି, ସେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, 'ଏହାଠାରୁ ଏହି ମୁଦ୍ରା ନେଇଯାଇ, ଯେଉଁ ଦାସର ଦଶ ମୁଦ୍ରା ଅଛି, ତାହାକୁ ଦିଅ !'
\v 25 ସେଥିରେ ସେମାନେ ଆପତ୍ତି କରି କହିଲେ, 'କିନ୍ତୁ ପ୍ରଭୁ, ତାହାର ତ ଅନେକ ମୁଦ୍ରା ଅଛି I'
\s5
\v 26 କିନ୍ତୁ ସେହି ରାଜା କହିଲେ, 'ମୁଁ ତୁମ୍ଭମାନଙ୍କୁ କହୁଅଛି, ଲୋକମାନେ ପାଇଥିବା ବିଷୟକୁ ଭଲଭାବେ ବ୍ୟବହାର କଲେ, ସେମାନଙ୍କୁ ମୁଁ ଆହୁରି ଅଧିକ ଦେବି I କିନ୍ତୁ ଲୋକମାନେ ଯାହା ପାଇଛନ୍ତି ତାହା ଭଲଭାବେ ଯେଉଁମାନେ ବ୍ୟବହାର ନ କଲେ, ସେମାନଙ୍କ ପାଖେ ଯାହା କିଛି ଅଛି, ସେମାନଙ୍କ ଠାରୁ ମୁଁ ସେହି ସବୁ ହରଣ କରି ନେବି I
\v 27 କିନ୍ତୁ ମୋର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋର ସାକ୍ଷାତରେ ହତ୍ୟା କର !'"
\s5
\v 28 ଯୀଶୁ ଏହି ସମସ୍ତ କଥା କହିବା ପରେ, ସେ ଆଗକୁ ଯାଇ ଯିରୂଶାଲମ ଆଡ଼େ ଶିଷ୍ୟମାନଙ୍କ ଆଗେ ଆଗେ ଯାତ୍ରା କରିବାକୁ ଲାଗିଲେ I
\s5
\v 29 ଆଉ ଯେତେବେଳେ ସେମାନେ ଜୀତ ପର୍ବତ ପାଖରେ ଥିବା ବେଥଫାଗୀ ଓ ବେଥନିଆ ଗ୍ରାମ ନିକଟରେ ଉପସ୍ଥିତ ହେଲେ,
\v 30 ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ, "ତୁମ୍ଭମାନଙ୍କ ସମ୍ମୁଖରେ ଥିବା ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ; ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିବ; ତାହାକୁ ଫିଟାଇ ମୋ' ନିକଟକୁ ନେଇଆସ I
\v 31 ଆଉ ଯଦି କେହି ତୁମ୍ଭମାନଙ୍କୁ ପଚାରେ, 'କାହିଁକି ଗଧଛୁଆକୁ ଫିଟାଉଅଛ ?' ତାହାକୁ କହିବ, 'କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକତା ଅଛି I'
\s5
\v 32 ସେଥିରେ ପଠାଯାଇଥିବା ଲୋକେ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ I
\v 33 ପୁଣି, ସେମାନେ ଗଧଛୁଆକୁ ଫିଟାଉଥିବା ସମୟରେ ତାହାର ଅଧିକାରୀମାନେ ସେମାନଙ୍କୁ ପଚାରିଲେ, "କାହିଁକି ଗଧଛୁଆକୁ ଫିଟାଉଅଛ ?"
\v 34 ସେମାନେ କହିଲେ, "କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକତା ଅଛି I"
\v 35 ପୁଣି, ସେମାନେ ସେହି ଗଧଛୁଆକୁ ଯୀଶୁଙ୍କ ନିକଟକୁ ଆଣିଲେ I ସେମାନେ ସେହି ଗଧଛୁଆ ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ I
\v 36 ଆଉ ସେ ଯାତ୍ରା କରୁଥିବା ସମୟରେ ଲୋକେ ବାଟରେ ତାହାଙ୍କୁ ସମ୍ମାନ ଦେବା ନିମନ୍ତେ ଆପଣା ଆପଣା ଲୁଗା ବିଛାଇ ଦେବାକୁ ଲାଗିଲେ I
\s5
\v 37 ପୁଣି, ସେମାନେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ଯୀଶୁଙ୍କର ସମସ୍ତ ମହତ୍ତର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚ ସ୍ୱର କରି ଈଶ୍ୱରଙ୍କ ପ୍ରଶଂସା କଲେ I
\v 38 ସେମାନେ ଏହି ସମସ୍ତ କହିଲେ,"ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ I ସ୍ୱର୍ଗରେ ଈଶ୍ୱର ଓ ତାହାଙ୍କ ଲୋକ ଆମ୍ଭମାନଙ୍କ ମଧ୍ୟରେ ଶାନ୍ତି ହେଉ, ଆଉ ପ୍ରତ୍ୟେକ ଜଣ ଈଶ୍ୱରଙ୍କ ପ୍ରଶଂସା କରୁ I"
\s5
\v 39 ସେଥିରେ ଲୋକମାନଙ୍କ ମଧ୍ୟରୁ କେତେ ଜଣ ଫାରୂଶୀ ତାହାଙ୍କୁ କହିଲେ, "ହେ ଗୁରୁ, ସେହି ସବୁ କହିବା ନିମନ୍ତେ ଆପଣଙ୍କ ଶିଷ୍ୟମାନଙ୍କୁ ମନା କରନ୍ତୁ I"
\v 40 ସେ ଉତ୍ତର ଦେଲେ, "ମୁଁ ତୁମ୍ଭମାନଙ୍କୁ କହୁଅଛି, ଏମାନେ ତୁନି ହୋଇ ରହିଲେ, ପଥରଗୁଡ଼ାକ ମୋ' ନିମନ୍ତେ ପାଟି କରିବେ I"
\s5
\v 41 ଆଉ ଯେତେବେଳେ ଯୀଶୁ ଯିରୁଶାଲମ ନିକଟକୁ ଆସିଲେ ଓ ନଗରକୁ ଦେଖିଲେ I ସେ ସେଠାରେ ଥିବା ଲୋକମାନଙ୍କ ନିମନ୍ତେ ରୋଦନ କଲେ I
\v 42 ସେ କହିଲେ, "ତୁ, ହଁ, ତୁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାଆନ୍ତୁ I ମାତ୍ର ଏବେ ସେଗୁଡ଼ିକ ତୋ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି I
\s5
\v 43 ମୁଁ ତୁମ୍ଭକୁ କହୁଅଛି: ଅତିଶିଘ୍ର ତୋହର ଶତ୍ରୁମାନେ ଆସିବେ ଓ ତୋ’ର ଚାରିଆଡ଼େ ବନ୍ଧ ବାନ୍ଧିବେ I ସେମାନେ ତୋତେ ଘେରିଯାଇ ଅବରୋଧ କରିବେ ଓ ଚାରିଦିଗରୁ ଏହାକୁ ଆକ୍ରମଣ କରିବେ I
\v 44 ସେମାନେ ପ୍ରାଚୀରଗୁଡ଼ିକୁ ଭଗ୍ନ କରିବେ ଓ ସମସ୍ତ ବିଷୟ ବିନଷ୍ଟ କରିବେ I ଯେତେବେଳେ ସେମାନେ ସମସ୍ତ ବିଷୟ ବିନଷ୍ଟ କରିବା ଶେଷ କରିବେ, ସେଠାରେ ଗୋଟିଏ ପଥର ଅନ୍ୟ ପଥର ଉପରେ ରହିବ ନାହିଁ I ଯେତେବେଳେ ଈଶ୍ୱର ତୋତେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ ତାହା ତୁ ନ ଜାଣିବା ହେତୁରୁ ଏହିସବୁ ଘଟିବ I
\s5
\v 45 ଆଉ, ଯୀଶୁ ଯିରୁଶାଲମରେ ପ୍ରବେଶ କଲେ ଆଉ ମନ୍ଦିର ପ୍ରାଙ୍ଗଣକୁ ଗଲେ I ସେହି ସ୍ଥାନରେ ସେ ବେପାରୀମାନଙ୍କୁ ଦେଖିଲେ I
\v 46 ଆଉ, ସେମାନଙ୍କୁ ବାହାର କରିଦେବାକୁ ଲାଗିଲେ I ସେ ସେମାନଙ୍କୁ କହିଲେ, "ଏହା ଶାସ୍ତ୍ରରେ ଲେଖା ଅଛି, 'ଆମ୍ଭର ଗୃହ ଲୋକମାନଙ୍କର ପ୍ରାର୍ଥନାଗୃହ ହେବ,' କିନ୍ତୁ ତୁମ୍ଭେମାନେ ତାହାକୁ ଚୋରମାନଙ୍କର ବାସସ୍ଥାନ କରିଅଛ I
\s5
\v 47 ଆଉ ସେହି ସପ୍ତାହରେ ସେ ପ୍ରତିଦିନ ମନ୍ଦିର ପ୍ରାଙ୍ଗଣରେ ଶିକ୍ଷା ଦେଉଥିଲେ I ମାତ୍ର ପ୍ରଧାନ ଯାଜକ, ଶାସ୍ତ୍ରୀମାନେ ଓ ଲୋକଙ୍କର ନେତାମାନେ ତାହାଙ୍କୁ ବିନାଶ କରିବାକୁ ଉପାୟ ଖୋଜୁଥିଲେ I
\v 48 କିନ୍ତୁ ସେମାନେ ଏହା କରିବା ନିମନ୍ତେ ଉପାୟ ଖୋଜି ପାରୁ ନ ଥିଲେ, କାରଣ ଲୋକ ସମସ୍ତେ ଆଗ୍ରହରେ ତାହାଙ୍କ ଶିକ୍ଷା ଶୁଣୁଥିଲେ I
\s5
\c 20
\p
\v 1 ସେହି ସପ୍ତାହରେ ଦିନେ ଯୀଶୁ ଯେତେବେଳେ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ସୁସମାଚାର ପ୍ରଚାର କରୁଥିଲେ I ସେତେବେଳେ ପ୍ରଧାନ ଯାଜକ, ଶାସ୍ତ୍ରୀମାନେ ଓ ପ୍ରାଚୀନମାନେ ତାହାଙ୍କ ନିକଟକୁ ଆସିଲେ I
\v 2 ସେମାନେ ତାହାଙ୍କୁ କହିଲେ, " ଆମ୍ଭମାନଙ୍କୁ କୁହ, ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ ? ଅବା, କିଏ ତୁମ୍ଭକୁ ଏହି ଅଧିକାର ଦେଲା ?"
\s5
\v 3 ସେ ଉତ୍ତର ଦେଲେ, "ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ କୁହ,
\v 4 ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେବା ବିଷୟରେ: ବାପ୍ତିସ୍ମ ଦେବା ନିମନ୍ତେ ଈଶ୍ୱର ତାହାଙ୍କୁ ଆଜ୍ଞା ଦେଲେ ନା ତାହାଙ୍କୁ ମନୁଷ୍ୟମାନେ ଆଜ୍ଞା ଦେଲେ ?"
\s5
\v 5 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିଲେ, "ଯଦି 'ଈଶ୍ୱର ତାହାଙ୍କୁ ଆଜ୍ଞା ଦେଲେ' ବୋଲି କହିବୁ, ତାହାହେଲେ ସେ କହିବେ, 'ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ ?'
\v 6 କିନ୍ତୁ ଯଦି 'ବାପ୍ତିସ୍ମ ଦେବା ନିମନ୍ତେ ତାହାଙ୍କୁ ମନୁଷ୍ୟମାନେ ଆଜ୍ଞା ଦେଲେ' ବୋଲି କହିବୁ, ତେବେ ଲୋକ ସମସ୍ତେ ଆମ୍ଭମାନଙ୍କୁ ପଥର ଫୋପାଡ଼ି ମାରିପକାଇବେ, କାରଣ ଯୋହନ ଯେ ଈଶ୍ୱରଙ୍କ ପ୍ରେରିତ ଜଣେ ଭାବବାଦୀ, ଏହା ସେମାନଙ୍କର ଦୃଢ଼ ବିଶ୍ୱାସ I
\s5
\v 7 ଏଣୁ ସେମାନେ ଉତ୍ତର ଦେଲେ ଯେ, ବାପ୍ତିସ୍ମ ଦେବା ନିମନ୍ତେ କିଏ ଯୋହନଙ୍କୁ କହିଲେ ତାହା ଆମ୍ଭେମାନେ ଜାଣି ନାହୁଁ I
\v 8 ଯୀଶୁ ସେମାନଙ୍କୁ କହିଲେ, "ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ I"
\s5
\v 9 ଏହାପରେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ, "ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କଲେ I ସେ ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗଲେ I
\v 10 ଯେତେବେଳେ ଅଙ୍ଗୁର କ୍ଷେତ୍ରର ଫଳ ଅମଳ କରିବାର ସମୟ ଆସିଲା, ଆଉ କୃଷକମାନେ ଯେପରି ତାହାଙ୍କୁ ଅଙ୍ଗୁର କ୍ଷେତ୍ରର ଫଳରୁ ଭାଗ ଦିଅନ୍ତି, ଏଥି ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ, କିନ୍ତୁ ସେହି କୃଷକ ପହଞ୍ଚିଲା ପରେ, ସେମାନେ ତାହାକୁ ପ୍ରହାର କରି ଖାଲି ହାତରେ ଫେରାଇଦେଲେ I
\s5
\v 11 ସେ ପୁଣି, ଆଉ ଜଣେ ଦାସକୁ ପଠାଇଲେ I ସେମାନେ ତାହାକୁ ମଧ୍ୟ ପ୍ରହାର ଓ ଅପମାନ ଦେଲେ I ସେମାନେ ତାହାକୁ ଶୂନ୍ୟ ହସ୍ତରେ ଫେରାଇଦେଲେ I
\v 12 ପରେ ସେ ତୃତୀୟ ଜଣକୁ ମଧ୍ୟ ପଠାଇଲେ I କିନ୍ତୁ ସେମାନେ ତାହାକୁ ସୁଦ୍ଧା କ୍ଷତବିକ୍ଷତ କରି ବାହାରେ ଫୋପାଡ଼ିଦେଲେ I
\s5
\v 13 ସେଥିରେ ଅଙ୍ଗୁର କ୍ଷେତ୍ରର ମାଲିକ ମନେ ମନେ କହିଲେ, 'ମୁଁ କଅଣ କରିବି ? ମୋର ପ୍ରିୟ ପୁତ୍ରକୁ ପଠାଇବି, କେଜାଣି ସେମାନେ ତାହାକୁ ମାନ୍ୟ କରିବେ I'
\v 14 ତେଣୁ ସେ ଆପଣ ପୁତ୍ରଙ୍କୁ ପଠାଇଲେ, କିନ୍ତୁ କୃଷକମାନେ ତାହାଙ୍କୁ ଦେଖି ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, 'ଏ ତ ଉତ୍ତରାଧିକାରୀ, ଏହାକୁ ବଧ କରିବା, ଯେପରି ଅଧିକାର ଆମ୍ଭମାନଙ୍କର ହେବ I
\s5
\v 15 ପୁଣି, ସେମାନେ ତାହାଙ୍କୁ ଅଙ୍ଗୁର କ୍ଷେତ୍ରର ବାହାରେ ଟାଣି ନେଇ ବଧ କଲେ I ଅତଏବ ମୁଁ ତୁମ୍ଭମାନଙ୍କୁ କହିବି, ଅଙ୍ଗୁର କ୍ଷେତ୍ରର ମାଲିକ ସେମାନଙ୍କ ପ୍ରତି କଅଣ କରିବେ ?
\v 16 ସେ ଆସି ଏହି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଅଙ୍ଗୁର କ୍ଷେତ୍ର ଦେବେ I ଯେତେବେଳେ ଲୋକମାନେ ଯୀଶୁଙ୍କ ଏହି କଥା ଶୁଣିଲେ, ସେମାନେ କହିଲେ, 'ତାହା ନ ହେଉ I'
\s5
\v 17 କିନ୍ତୁ ସେ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, "ଏହିପରି ତୁମ୍ଭେମାନେ କହିପାର, କିନ୍ତୁ ଏହି ଯେଉଁ ବାକ୍ୟ ଲେଖା ଅଛି, ତାହାର ଅର୍ଥ କଅଣ ତାହା ବିବେଚନା କର, 'ଗୃହନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହେଲା ?
\v 18 ଯେ କେହି ସେହି ପଥର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି, ସେହି ପଥର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୁର୍ଣ୍ଣବିଚୂର୍ଣ୍ଣ କରିବ I'"
\s5
\v 19 ଏଥିରେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ, ସେ ସେହି ଦୁଷ୍ଟ ଲୋକମାନଙ୍କ ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ I ତେଣୁ ସେହି ମୁହୁର୍ତ୍ତରେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ I
\v 20 ତେଣୁ ସେମାନେ ତାହାଙ୍କୁ ଧ୍ୟାନପୁର୍ବକ ଲକ୍ଷ୍ୟ କଲେ I ସେମାନେ ନିଜ ନିଜକୁ ଧାର୍ମିକ ବୋଲି ଛଳନା କରୁଥିବା ଗୁପ୍ତଚରମାନଙ୍କୁ ପଠାଇଲେ I କିନ୍ତୁ ସେମାନେ ପ୍ରକୃତରେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ନିମନ୍ତେ ସୁଯୋଗ ଖୋଜି ଯୀଶୁଙ୍କ କଥାର ଭୁଲ୍ ଧରିବା ପାଇଁ ଚେଷ୍ଟା କରୁଥିଲେ I ଯେପରି ସେମାନେ ଯୀଶୁଙ୍କୁ ରାଜ୍ୟପାଳଙ୍କ ହାତରେ ଓ ଶାସନକର୍ତ୍ତାଙ୍କ ଶାସନର ଅଧିନରେ ସମର୍ପଣ କରି ପାରନ୍ତି I
\s5
\v 21 ସେଥିରେ ଗୁପ୍ତଚରମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ପଚାରିଲେ, "ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ଠିକ୍ କଥା କହନ୍ତି ଓ ଶିକ୍ଷା ଦିଅନ୍ତି I ପୁଣି, ଆପଣ ସତ୍ୟ କଥା କହନ୍ତି ଯଦିଓ ତାହା ପ୍ରଧାନ ଲୋକମାନଙ୍କୁ ଭଲ ଲାଗେ ନାହିଁ I ଆପଣ ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କ ପଥ ବିଷୟରେ ଶିକ୍ଷା ଦିଅନ୍ତି I
\v 22 ତେଣୁ ବିଷୟରେ ଆପଣଙ୍କ ଚିନ୍ତାଧାରା କ'ଣ ଆମ୍ଭମାନଙ୍କୁ କହନ୍ତୁ: କାଇସରଙ୍କୁ କର ଦେବା ଆମ୍ଭମାନଙ୍କର ଉଚିତ୍ କି ନାହିଁ ?"
\s5
\v 23 କିନ୍ତୁ ଯୀଶୁ ସେମାନଙ୍କ ଚତୁରତା ଯେପରି ସେମାନେ ତାହାଙ୍କୁ ସମସ୍ୟାରେ ପକାଇବେ ତାହା ବୁଝିଲେ ଆଉ ସେମାନଙ୍କୁ କହିଲେ,
\v 24 "ମୋତେ ଗୋଟିଏ ଅଧୁଲି (ମୁଦ୍ରା) ଦେଖାଅ I ମୋତେ କୁହ ଏଥିରେ କାହାର ମୂର୍ତ୍ତି ଓ ନାମ ଅଛି ?" ସେଥିରେ ସେମାନେ ଗୋଟିଏ ଅଧୁଲି (ମୁଦ୍ରା) ଦେଖାଇ କହିଲେ, "କାଇସରଙ୍କର I"
\s5
\v 25 ସେଥିରେ ସେ ସେମାନଙ୍କୁ କହିଲେ, "ତେବେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ; ପୁଣି, ଯାହା ଈଶ୍ୱରଙ୍କର, ତାହା ଈଶ୍ୱରଙ୍କୁ ଦିଅ I"
\v 26 ଏଥିରେ ଗୁପ୍ତଚରମାନେ ତାହାଙ୍କ ଉତ୍ତରରେ ଆଶ୍ଚର୍ଯ୍ୟ ହୋଇ ନୀରବ ରହିଲେ I ସେମାନେ ଲୋକମାନଙ୍କ ସାକ୍ଷାତରେ ତାହାଙ୍କ କଥାର ଭୁଲ୍ ଧରି ପାରିଲେ ନାହିଁ I
\s5
\v 27 ଏହାପରେ ପୁନରୁତ୍ଥାନକୁ ବିଶ୍ୱାସ କରୁ ନ ଥିବା କେତେକ ସାଦ୍ଦୂକୀ ଯୀଶୁଙ୍କ ନିକଟକୁ ଆସିଲେ I
\v 28 ସେମାନେ ମଧ୍ୟ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଇଛା କଲେ I ସେମାନଙ୍କ ମଧ୍ୟରୁ ଜଣେ ପଚାରିଲେ, "ହେ ଗୁରୁ, ଯିହୁଦୀ ଯେ ଆମ୍ଭେମାନେ ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ, ସ୍ତ୍ରୀ ଥାଉ ଥାଉ ନିଃସନ୍ତାନ ହୋଇ ମରେ, ତାହାହେଲେ ତାହାର ଭାଇ ତାହାର ସ୍ତ୍ରୀକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ I
\s5
\v 29 ଆଚ୍ଛା, ଗୋଟିଏ ପରିବାରରେ ସାତ ଜଣ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା, କିନ୍ତୁ ସେ ନିଃସନ୍ତାନ ହେଲା I ପରେ ସେ ମଲା, ସେହି ସ୍ତ୍ରୀକୁ ବିଧବା କରି ଛାଡିଗଲା I
\v 30 ପରେ ଦ୍ୱିତୀୟଟି ସେହି ନିୟମ ପାଳନ କରି ସେହି ବିଧବାକୁ ବିବାହ କଲା, କିନ୍ତୁ ସେହି ସମାନ ଘଟଣା ତାହା ସହିତ ଘଟିଲା I
\v 31 ପରେ ସେହି ତୃତୀୟ ଭାଇ ତାହାକୁ ବିବାହ କଲା, କିନ୍ତୁ ପୁନର୍ବାର ସେହି ସମାନ ଘଟଣା ଘଟିଲା I ସେହି ପ୍ରକାର ସାତ ଭାଇ, ଜଣେ ପରେ ଜଣେ ସେହି ସ୍ତ୍ରୀକୁ ବିବାହ କଲେ, କିନ୍ତୁ ସେମାନେ ସମସ୍ତେ ନିଃସନ୍ତାନ ହୋଇ ଜଣେ ପରେ ଜଣେ ମଲେ I
\v 32 ଶେଷରେ ସ୍ତ୍ରୀଟି ମଧ୍ୟ ମଲା I
\v 33 ତେଣୁ, ମୃତମାନେ ଦିନେ ପୁନରୁତ୍ଥିତ ହେବେ ଏହା ଯଦି ସତ୍ୟ ଅଟେ, ତେବେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ !"
\s5
\v 34 ଯୀଶୁ ସେମାନଙ୍କୁ କହିଲେ, ଏହି ଜଗତର ସନ୍ତାନମାନେ ବିବାହ କରନ୍ତି ଓ ଲୋକମାନେ ଆପଣା କନ୍ୟାକୁ ବିବାହ ଦିଅନ୍ତି I
\v 35 କିନ୍ତୁ ଯେଉଁମାନଙ୍କୁ ଈଶ୍ୱର ସେହି ଜଗତ ଓ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଯୋଗ୍ୟ ଗଣିତ କରନ୍ତି, ସେମାନେ ବିବାହ କରନ୍ତି ନାହିଁ I
\v 36 ପୁଣି, ସେମାନେ ଆଉ ମରି ପାରନ୍ତି ନାହିଁ, କାରଣ ସେମାନେ ଈଶ୍ୱରଙ୍କ ଦୂତମାନଙ୍କ ପରି ଅଟନ୍ତି ଯେଉଁମାନେ ଅନନ୍ତକାଳ ଜୀବିତ ରୁହନ୍ତି I ସେମାନେ ପୁନରୁତ୍ଥାନର ସନ୍ତାନ ହେବାରୁ ଈଶ୍ୱରଙ୍କ ସନ୍ତାନ ଅଟନ୍ତି I
\s5
\v 37 ମାତ୍ର ମୃତମାନେ ଯେ ଉଠିବେ, ଏହା ମୋଶା ମଧ୍ୟ ବୁଦାର ଘଟଣାରେ ଲେଖିଛନ୍ତି I ସେହିଠାରେ ସେ ଲେଖନ୍ତି, ସେ ପ୍ରଭୁଙ୍କୁ, ' ଅବ୍ରହାମଙ୍କ ଈଶ୍ୱର, ଇସ୍‌ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର' ବୋଲି କହି ସୂଚନା ଦେଇଅଛନ୍ତି I ମୋଶା ଆମ୍ଭମାନଙ୍କୁ ଦର୍ଶାନ୍ତି ଯେ ଈଶ୍ୱରଙ୍କ ଲୋକମାନଙ୍କ ନେତାମାନେ, ସେମାନେ ମଲେ, ତଥାପି ଏପର୍ଯ୍ୟନ୍ତ ସେମାନେ ଈଶ୍ୱରଙ୍କ ଉପାସନା ଓ ଗୌରବ କରନ୍ତି, କାରଣ ସେମାନେ ଈଶ୍ୱରଙ୍କ ସମ୍ମୁଖରେ ଏପର୍ଯ୍ୟନ୍ତ ଜୀବିତ ଅଟନ୍ତି I ଏହିସବୁ ଦ୍ୱାରା ଏହା ପ୍ରମାଣିତ ହୁଏ ଯେ ମୃତମାନଙ୍କୁ ପୁନର୍ବାର ଜୀବିତ କରନ୍ତି I
\v 38 ବର୍ତ୍ତମାନ ସେ ଜୀବିତମାନଙ୍କର ଈଶ୍ୱର ଅଟନ୍ତି I ସେ ତୁମ୍ଭମାନଙ୍କ ପରି ମୃତମାନଙ୍କର ଈଶ୍ୱର ନୁହଁନ୍ତି ! କିନ୍ତୁ ଆମ୍ଭେମାନେ ଜୀବନ ପାଇଛୁ ଯେପରି ଆମ୍ଭେମାନେ ତାହାଙ୍କ ସହିତ ରହି ପାରିବା, ଆଉ ଯେବେ ଆମ୍ଭେ ତାହାଙ୍କ ସହିତ ଅଛୁ, ତେବେ ଆମ୍ଭେ ତାହାଙ୍କୁ ଗୌରବ ଦେଇ ପାରିବା !"
\s5
\v 39 ସେଥିରେ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ଉତ୍ତର ଦେଲେ, "ହେ ଗୁରୁ, ଆପଣ ଠିକ୍ ଉତ୍ତର ଦେଲେ !"
\v 40 ତା'ପରେ ସେମାନେ ତାହାଙ୍କୁ କୌଶଳରେ ଧରିବା ପରି କୌଣସି ପ୍ରଶ୍ନ ପଚାରିବାକୁ ଆଉ ସାହସ କଲେ ନାହିଁ I
\s5
\v 41 ପରେ ସେ ସେମାନଙ୍କୁ କହିଲେ, "ମୁଁ ତୁମ୍ଭମାନଙ୍କୁ କହୁଅଛି ଯେ, ଯେବେ ଲୋକେ କହନ୍ତି ଖ୍ରୀଷ୍ଟ ଦାଉଦଙ୍କ ସନ୍ତାନ, ସେମାନେ ଭୁଲ୍ ଅଟନ୍ତି !
\v 42 କାରଣ ଦାଉଦ ନିଜେ ଗୀତସଂହିତାରେ ଖ୍ରୀଷ୍ଟଙ୍କ ବିଷୟରେ କହନ୍ତି, ଈଶ୍ୱର ମୋହର ପ୍ରଭୁଙ୍କୁ (ଯୀଶୁ) କହିଲେ, ଏଠାରେ ମୋହର ଦକ୍ଷିଣରେ ବସ, ଯେଉଁଠାରେ ଆମ୍ଭେ ତୁମ୍ଭକୁ ମହାନ ଗୌରବ ଦେବୁ I
\v 43 'ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଏଠାରେ ବସିଥାଅ।
\v 44 ଅତଏବ ଦାଉଦ ଖ୍ରୀଷ୍ଟଙ୍କୁ(ଯୀଶୁ) 'ମୋ' ପ୍ରଭୁ' ବୋଲି କହନ୍ତି ! ତେବେ ଯୀଶୁ ଦାଉଦର ସନ୍ତାନ ହୋଇ ପାରନ୍ତି ନାହିଁ ! ଯାହା ମୁଁ କହିଲି ତାହା ପ୍ରମାଣ ଦିଏ ଯେ ସେ ଦାଉଦଙ୍କଠାରୁ ମହାନ ଅଟନ୍ତି, ଏହା କି ସତ୍ୟ ନୁହେଁ ?"
\s5
\v 45 ପରେ ସେ ସମସ୍ତ ଲୋକଙ୍କ ଆଗରେ ଶିଷ୍ୟମାନଙ୍କୁ କହିଲେ,
\v 46 ସାବଧାନ ତୁମ୍ଭେମାନେ ଶାସ୍ତ୍ରୀମାନଙ୍କ ପରି ଆଚରଣ କର ନାହିଁ I ସେମାନେ ଲମ୍ବା ପୋଷାକ ପିନ୍ଧି ବୁଲିବାକୁ ଓ ଲୋକଙ୍କ ନିକଟରେ ଆପଣାକୁ ପ୍ରଧାନ ବୋଲି ଦେଖାଇବାକୁ ଇଛା କରନ୍ତି I ପୁଣି, ହାଟବଜାରରେ ଆଦରର ସହିତ ନମସ୍କାର ପାଇବାକୁ ଇଛା କରନ୍ତି I ସମାଜଗୃହରେ ପ୍ରଧାନ ଆସନରେ ବସିବାକୁ ଇଚ୍ଛା କରନ୍ତି I ଭୋଜିରେ ପ୍ରଧାନ ସ୍ଥାନ ପାଇବାକୁ ଭଲ ପାଆନ୍ତି I
\v 47 ସେମାନେ ବିଧବାମାନଙ୍କ ଗୃହ ସବୁ ଗ୍ରାସ କରନ୍ତି I ସର୍ବସାଧାରଣରେ ଛଳନାରେ ବହୁତ ସମୟ ଧରି ପ୍ରାର୍ଥନା କରନ୍ତି I ଈଶ୍ୱର ସେମାନଙ୍କୁ ଗୁରୁତର ଦଣ୍ଡ ଦେବେ I
\s5
\c 21
\p
\v 1 ଏହାପରେ ଯୀଶୁ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ଦାନ ପକାଉଥିବା ଦେଖିଲେ I
\v 2 ଆଉ ସେ ଜଣେ ଦରିଦ୍ର ବିଧବାକୁ ସେଥିରେ ଦୁଇଟି ଛୋଟ ମୁଦ୍ରା ପକାଉଥିବା ଦେଖିଲେ I
\v 3 ଆଉ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, "ସତ୍ୟ ଏହା ଯେ, ଦାନ ସଂଗ୍ରହ ବାକ୍ସରେ ଏହି ଦରିଦ୍ର ବିଧବା ସମସ୍ତ ଧନୀ ଲୋକଙ୍କଠାରୁ ଅଧିକ ପକାଇଅଛି I
\v 4 କାରଣ ସେମାନେ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ବଳକା ଧନରୁ କିଛି କିଛି ପକାଇଲେ I କିନ୍ତୁ ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହି ସବୁ ପକାଇଲା I
\s5
\v 5 ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେତେକ ଶିଷ୍ୟ ମନ୍ଦିରଟି ସୁନ୍ଦର ସୁନ୍ଦର ପଥର ଓ ଲୋକମାନେ ଦେଇଥିବା ଦାନ ପଦାର୍ଥ ସମୂହରେ ସୁସଜ୍ଜିତ ହୋଇଅଛି ବୋଲି କଥାବାର୍ତ୍ତା ହେଉଥିଲେ I କିନ୍ତୁ ଯୀଶୁ କହିଲେ,
\v 6 ତୁମ୍ଭେମାନେ ଏହି ଯାହାସବୁ ଦେଖୁଅଛ, ସେହି ସମସ୍ତ ହିଁ ସମ୍ପୂର୍ଣ୍ଣଭାବରେ ଭୂମିସାତ୍ ହେବ I ହଁ, ସମୟ ଆସୁଛି, ଯେତେବେଳେ ଗୋଟିଏ ପଥର ଅନ୍ୟ ପଥର ଉପରେ ରହିବ ନାହିଁ I"
\s5
\v 7 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, "ହେ ଗୁରୁ, ତେବେ ଏସବୁ କେବେ ଘଟିବ ? ପୁଣି, ଯେଉଁ ସମୟରେ ଏହି ସବୁ ଘଟଣା ସନ୍ନିକଟ ହେବ, ସେ ସମୟର ଚିହ୍ନ କଅଣ ?"
\v 8 ସେଥିରେ ଯୀଶୁ କହିଲେ, "ସାବଧାନ, ତୁମ୍ଭେମାନଙ୍କୁ କେହି ଭ୍ରାନ୍ତ ନ କରୁ I କାରଣ ଅନେକ ଲୋକ ମୋ ନାମରେ ଆସିବେ ଓ ମୁଁ ସେହି ବୋଲି ଦାବି କରିବେ I ପ୍ରତ୍ୟେକ ଆପଣା ବିଷୟରେ କହିବେ, 'ମୁଁ ଖ୍ରୀଷ୍ଟ ଅଟେ !" ସେମାନେ ଆହୁରି କହିବେ, "ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ !" ସେମାନଙ୍କ ଶିଷ୍ୟ ହେବା ନିମନ୍ତେ ସେମାନଙ୍କ ପଛରେ ଯାଅ ନାହିଁ !
\v 9 ପୁଣି, ଯେତେବେଳେ ତୁମ୍ଭେମାନେ ଯୁଦ୍ଧ ଓ ବିପ୍ଲବ ବିଷୟ ଶୁଣିବ, ସେତେବେଳେ ଭୟ କର ନାହିଁ I କାରଣ ଏହି ସମସ୍ତ ଯୁଗ ଶେଷ ହେବା ପୂର୍ବରୁ ଅବଶ୍ୟ ପ୍ରଥମରେ ଘଟିବ I"
\s5
\v 10 "ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ,
\v 11 ଆଉ ବିଭିନ୍ନ ସ୍ଥାନରେ ମହା ଭୂମିକମ୍ପ ହେବ ଓ ସେହିପରି ଦୁର୍ଭିକ୍ଷ ଓ ଭୟଙ୍କର ରୋଗ ହେବ Iଅନେକ ବିଷୟ ଘଟିବ ସେଥସକାଶୁ ଲୋକେ ଅତି ଭୟଭିତ ହେବେ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ ଯେପରି କୌଣସି ଗୋଟିଏ ମହତ୍ୱପୂର୍ଣ୍ଣ ବିଷୟ ଘଟିବାକୁ ଯାଉଅଛି I
\s5
\v 12 କିନ୍ତୁ ଏହି ସମସ୍ତ ଘଟଣା ଘଟିବା ପୂର୍ବେ, ଲୋକମାନେ ତୁମ୍ଭମାନଙ୍କୁ ଧରିବେ, ଓ ମନ୍ଦ ଭାବରେ ତୁମ୍ଭମାନଙ୍କୁ ବ୍ୟବହାର କରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ I ଆଉ ତୁମ୍ଭେମାନେ ମୋହର ଅନୁସରଣ କରୁଥିବା ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ I
\v 13 ଏହା ତୁମ୍ଭମାନଙ୍କ ପାଇଁ ସେମାନଙ୍କ ନିକଟରେ ମୋ' ବିଷୟରେ ସତ୍ୟ କହିବା ନିମନ୍ତେ ସୁଯୋଗ ହେବ I
\s5
\v 14 ଅତଏବ ଆପଣା ସପକ୍ଷରେ କଅଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର I
\v 15 କାରଣ ମୁଁ ତୁମ୍ଭମାନଙ୍କୁ ସଠିକ୍ ବାକ୍ୟ ଓ ଜ୍ଞାନ ଦେବି ଯେପରି ତୁମ୍ଭେମାନେ କ'ଣ କହିବ ତାହା ଜାଣି ପାରିବ I ଫଳସ୍ୱରୂପ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ତୁମ୍ଭେ ଭୁଲ୍ ବୋଲି କହି ପାରିବେ ନାହିଁ I
\s5
\v 16 ଆଉ ତୁମ୍ଭେମାନଙ୍କ ବାପା ମା' ଓ ଭାଇମାନେ ଓ ଅନ୍ୟ ସମ୍ପର୍କୀୟ ଓ ବନ୍ଧୁମାନେ ସୁଦ୍ଧା ତୁମ୍ଭମାନଙ୍କ ସହିତ ବିଶ୍ୱାସଘାତକତା କରିବେ, ଓ ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କାହାରି କାହାରିକୁ ହତ୍ୟା କରିବେ I
\v 17 ସାଧାରଣରେ, ତୁମ୍ଭେମାନେ ମୋତେ ବିଶ୍ୱାସ କରୁଥିବା ହେତୁରୁ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ I
\v 18 କିନ୍ତୁ ତୁମ୍ଭମାନଙ୍କ ମସ୍ତକର ଗୋଟିଏ କେଶ ହିଁ ନଷ୍ଟ ହେବ ନାହିଁ I
\v 19 ଯଦି ତୁମ୍ଭମାନଙ୍କର କଠିନ ସମୟରେ ଈଶ୍ୱରଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସକୁ ପ୍ରମାଣ କର, ତେବେ ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ I"
\s5
\v 20 "କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମକୁ ସୈନ୍ୟସାମନ୍ତ ଘେରିଥିବା ଦେଖିବ, ସେତେବେଳେ ସେମାନେ ଏହି ନଗରକୁ ଅତିଶିଘ୍ର ଧ୍ୱଂସ କରିବେ ବୋଲି ତୁମ୍ଭେମାନେ ଜାଣ I
\v 21 ସେତେବେଳେ ଯେଉଁମାନେ ଯିହୁଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ I ପୁଣି, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ପ୍ରସ୍ଥାନ କରନ୍ତୁ I ଆଉ, ଯେଉଁମାନେ ଗ୍ରାମଗୁଡ଼ିକରେ ଥାଆନ୍ତି, ସେମାନେ ନଗରରେ ପ୍ରବେଶ ନ କରନ୍ତୁ I
\v 22 କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ଡର ସମୟ ଅଟେ I
\s5
\v 23 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର ! କାରଣ ଦେଶରେ ମହା ତାଡନା ହେବ ଓ ଏହାର ଲୋକମାନେ ଅତିଶୟ ତାଡନା ପାଇବେ କାରଣ ଈଶ୍ୱର ସେମାନଙ୍କ ଉପରେ କ୍ରୋଧ କରିବେ I
\v 24 ସେମାନଙ୍କ ମଧ୍ୟରୁ ଅନେକ ମୃତ୍ୟୁଭୋଗ କରିବେ କାରଣ ସୈନ୍ୟମାନେ ସେମାନଙ୍କୁ ଅସ୍ତ୍ରରେ ଆକ୍ରମଣ କରିବେ I ଅନ୍ୟମାନେ ବନ୍ଦୀ ହୋଇ ସମସ୍ତ ଅଣଯିହୂଦୀ ମଧ୍ୟକୁ ନିଆଯିବେ, ପୁଣି, ଅଣଯିହୂଦୀୟମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦଦଳିତ ହୋଇ ରହିବ I"
\s5
\v 25 "ଏହି ସମୟରେ, ସୁର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ I ଆଉ ପୃଥିବୀରେ, ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ; ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ଅବାକ୍ ହେବେ I
\v 26 ପୁଣି, ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ I
\s5
\v 27 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘରେ ଆଗମନ କରିବା ଦେଖିବେ I
\v 28 କିନ୍ତୁ ଏହି ସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଉପରକୁ ଅନାଅ ଓ ମସ୍ତକ ଉଠାଅ, କାରଣ ଈଶ୍ୱର ଅତିଶୀଘ୍ର ତୁମ୍ଭକୁ ଉଦ୍ଧାର କରିବେ I
\s5
\v 29 ଆଉ ଯୀଶୁ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, "ଡିମ୍ବିରି ପୁଣି, ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର I
\v 30 ଯେତେବେଳେ ସେଗୁଡ଼ିକ ପଲ୍ଲବିତ ହୁଏ, ସେତେବେଳେ ତୁମ୍ଭେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣିଥାଅ I
\v 31 ସେହିପରି, ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଯାହା ମୁଁ ବର୍ତ୍ତମାନ ବର୍ଣ୍ଣନା କଲି, ତାହା ଦେଖିଲେ ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ I
\s5
\v 32 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି: ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ I
\v 33 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ I
\s5
\v 34 କିନ୍ତୁ ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ I ଯେଉଁଭୋଜିରେ ଲୋକମାନେ ଅନୈତିକ ଆଚରଣ କରନ୍ତି ଓ ମଦ୍ୟପାନ କରନ୍ତି, ସେଠାକୁ ଯାଅ ନାହିଁ I ପୁଣି, ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଅ ନାହିଁ I ଯଦି ତୁମ୍ଭେମାନେ ବିପରୀତ ଜୀବନଯାପନ କର, ତୁମ୍ଭେମାନେ ମୋହର ଆସିବାକୁ ଅପେକ୍ଷା କରି ନ ଥାଅ, ଆଉ ପରେ, ସେହି ମୁହୁର୍ତ୍ତରେ ମୁଁ ଆସିବି ଯେଉଁ ସମୟରେ ତୁମ୍ଭେ ଚିନ୍ତା କରି ନ ଥାଅ I ମୁଁ ହଠାତ୍ ଆସିବି I
\v 35 କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀନିବାସୀ ସମସ୍ତଙ୍କ ଉପରେ ଆସିବ I
\s5
\v 36 କିନ୍ତୁ ତୁମ୍ଭେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ I
\s5
\v 37 ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି, ପ୍ରତିରାତ୍ରି ବାହାରିଯାଇ ଜୀତପର୍ବତରେ ରହୁଥିଲେ I
\v 38 ଆଉ ସମସ୍ତ ଲୋକ ମନ୍ଦିରରେ ଯୀଶୁଙ୍କର ଶିକ୍ଷା ଶୁଣିବା ନିମନ୍ତେ ଅତି ସକାଳୁ ତାହାଙ୍କ ନିକଟକୁ ଆସୁଥିଲେ I
\s5
\c 22
\p
\v 1 ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୁଟିର ପର୍ବ ନିକଟ ହୋଇ ଆସୁଥିଲା, ଯାହାକୁ ଲୋକମାନେ ନିସ୍ତାର ପର୍ବ ମଧ୍ୟ କହନ୍ତି I
\v 2 ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ, କିପରି ଯୀଶୁଙ୍କୁ ବିନାଶ କରି ପାରନ୍ତି, ସେଥିର ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ I
\s5
\v 3 ସେତେବେଳେ ବାରଜଣ ଶିଷ୍ୟଙ୍କ ମଧ୍ୟରେ ଥିବା ଈଷ୍କାରିୟୋଥ ନାମକ ଯିହୁଦା ଠାରେ ଶୟତାନ ପ୍ରବେଶ କଲା I
\v 4 ଆଉ ଯିହୁଦା ଯାଇ, କି ଉପାୟରେ ଯୀଶୁଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହାତରେ ଧରାଇଦେବ, ତାହା ସେମାନଙ୍କ ସହିତ କଥାବାର୍ତ୍ତା କଲା I
\s5
\v 5 ସେଥିରେ ସେ ଏହା କରିବାକୁ ଇଛା କରୁଅଛି ବୋଲି ସେମାନେ ଆନନ୍ଦିତ ହେଲେ I ଏହା କରିବା ନିମନ୍ତେ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ I
\v 6 ଆଉ ଯିହୁଦା ଏକମତ ହୋଇ ଲୋକମାନଙ୍କ ଅନୁପସ୍ଥିତିରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା I
\s5
\v 7 ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା I
\v 8 ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, "ଆମ୍ଭେମାନେ ଯେପରି ଏକତ୍ର ଭୋଜନ କରି ପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର I"
\v 9 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଭୋଜନ କରିବା ନିମନ୍ତେ ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି ?
\s5
\v 10 ସେ ଉତ୍ତର ଦେଲେ, "ଧ୍ୟାନରେ ଶୁଣ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ପାଣି ମାଠିଆ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ସେହି ଗୃହକୁ ଯାଅ I ,
\v 11 ସେହି ଗୃହର କର୍ତ୍ତାଙ୍କୁ କୁହ, 'ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ ?'
\s5
\v 12 ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ କୋଠୋରୀ ଦେଖାଇଦେବେ; ସେ ସ୍ଥାନରେ ପ୍ରସ୍ତୁତ କର I"
\v 13 ଆଉ, ସେହି ଦୁଇ ଜଣ ଶିଷ୍ୟ ସେହି ନଗରକୁ ଗଲେ I ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ସେଠାରେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ I
\s5
\v 14 ପୁଣି, ନିସ୍ତାର ପର୍ବର ସମୟ ଉପସ୍ଥିତ ହୁଅନ୍ତେ, ଯୀଶୁ ଆସି ପ୍ରେରିତମାନଙ୍କ ସଙ୍ଗେ ଭୋଜନ କରିବାକୁ ବସିଲେ I
\v 15 ଆଉ ସେ ସେମାନଙ୍କୁ କହିଲେ, "ମୋହର ଦୁଃଖଭୋଗ ଓ ମୃତ୍ୟୁ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାରଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି I
\v 16 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, "ଈଶ୍ୱରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ଭୋଜନ କରିବି ନାହିଁ I"
\s5
\v 17 ପୁଣି, ସେ ପାନପାତ୍ର ଘେନି ଈଶ୍ୱରଙ୍କୁ ଧନ୍ୟବାଦ ଦେଇ କହିଲେ, "ଏହା ନେଇ ଆପଣା ଆପଣା ମଧ୍ୟରେ ଭାଗ କର I"
\v 18 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, "ଈଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଦ୍ରାକ୍ଷାରସ ଆଉ ପାନ କରିବି ନାହିଁ I
\s5
\v 19 ପୁଣି, ସେ ରୁଟି ଘେନି ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, "ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର I"
\v 20 ଭୋଜନ ଉତ୍ତାରେ ସେହିପରି ସେ ଦ୍ରାକ୍ଷାରସ ଥିବା ପାନପାତ୍ର ଘେନି କହିଲେ, ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ I
\s5
\v 21 କିନ୍ତୁ ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋ' ସହିତ ମେଜ ଉପରେ ଅଛି I
\v 22 ବାସ୍ତବରେ, ଯେପରି ଈଶ୍ୱର ନିରୂପିତ କରିଅଛନ୍ତି, ମନୁଷ୍ୟପୁତ୍ର ସେହିପରି ପ୍ରୟାଣ କରୁଅଛନ୍ତି I ତଥାପି ଯେଉଁ ଲୋକ ଦ୍ୱାରା ସେ ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର !"
\v 23 ପରେ ଶିଷ୍ୟମନେ ପରସ୍ପରକୁ ପଚାରିବାକୁ ଲାଗିଲେ, "ଆମ୍ଭମାନଙ୍କ ମଧ୍ୟରୁ କିଏ ଏହା କରିବାକୁ ଯାଉଅଛି ?"
\s5
\v 24 ତା'ପରେ, ପ୍ରେରିତମାନେ ପରସ୍ପର ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ; ସେମାନେ କହିଲେ, "ଯେବେ ଯୀଶୁ ରାଜା ହେବେ ସେତେବେଳେ ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ଗଣିତ ହେବ ?"
\v 25 ଯୀଶୁ ସେମାନଙ୍କୁ କହିଲେ, "ବିଜାତିୟମାନଙ୍କ ରାଜାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି, ଆଉ ଯେଉଁମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ସେମାନେ 'ଲୋକସେବକ' ବୋଲି ଖ୍ୟାତ ହୁଅନ୍ତି I
\s5
\v 26 କିନ୍ତୁ ତୁମ୍ଭେମାନେ ସେହି ଶାସକମାନଙ୍କ ପରି ହୁଅ ନାହିଁ ! ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ହେଉ, ପୁଣି, ଯେ ନେତା, ସେ ସେବକ ପରି ହେଉ I
\v 27 କାରଣ ତୁମ୍ଭେମାନେ ଜାଣ ଯେ, ଯେଉଁ ବ୍ୟକ୍ତି ଭୋଜନ ନିମନ୍ତେ ମେଜରେ ବସିଅଛନ୍ତି ସେ ଶ୍ରେଷ୍ଠ, ଯିଏ ଭୋଜନ ଆଣେ ସେହି ଦାସ ଶ୍ରେଷ୍ଠ ନୁହେଁ I କିନ୍ତୁ ମୁଁ ତୁମ୍ଭମାନଙ୍କ ଜଣେ ସେବକ I
\s5
\v 28 ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋ' ସହିତ ରହି ଆସିଅଛ I
\v 29 ଏଣୁ ମୋହର ପିତା ଯେପରି ମୋ ନିମନ୍ତେ ରାଜ୍ୟ ନିରୂପଣ କଲେ, ମୁଁ ମଧ୍ୟ ସେପରି ତୁମ୍ଭମାନଙ୍କ ନିମନ୍ତେ ନିରୂପଣ କରୁଅଛି I
\v 30 ତୁମ୍ଭେମାନେ ମୋହର ରାଜ୍ୟରେ ମୋ ମେଜରେ ଭୋଜନପାନ କରିବ I ପୁଣି, ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ I"
\s5
\v 31 "ଶିମୋନ, ଶିମୋନ, ଦେଖ! ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ବିନତି କଲା, ଓ ଈଶ୍ୱର ତାହାକୁ ଏହିପରି କରିବାକୁ ଅନୁମତି ଦେଇଅଛନ୍ତି I
\v 32 କିନ୍ତୁ ତୁମ୍ଭର ବିଶ୍ୱାସ ଯେପରି ଲୋପ ନ ହୁଏ, ଏଥିପାଇଁ ଶିମୋନ, ମୁଁ ତୁମ୍ଭ ନିମନ୍ତେ ନିବେଦନ କରିଅଛି I ପୁଣି, ତୁମ୍ଭେ ମୋ' ନିକଟକୁ ଫେରିଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କର I
\s5
\v 33 ମାତ୍ର ପିତର ତାହାଙ୍କୁ କହିଲେ, "ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ପ୍ରସ୍ତୁତ ଅଛି ଓ ଆପଣଙ୍କ ସହିତ ମୃତ୍ୟୁଭୋଗ କରିବାକୁ ଇଛା କରୁଅଛି !"
\v 34 ଯୀଶୁ ଉତ୍ତର ଦେଲେ, ହେ ପିତର, ମୁଁ ତୁମ୍ଭକୁ କହୁଅଛି, ଆଜି କୁକୁଡ଼ା ଡାକିବା ପୂର୍ବରୁ, ତୁମ୍ଭେ ତିନି ଥର କହିବ ଯେ ତୁମ୍ଭେ ମୋତେ ଜାଣି ନାହଁ I"
\s5
\v 35 ଆଉ, ଯୀଶୁ ସେମାନଙ୍କୁ ପଚାରିଲେ, "ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଗ୍ରାମଗୁଡ଼ିକରେ ପଠାଇଲି, ଆଉ ତୁମ୍ଭେମାନେ ଟଙ୍କା, ଖାଦ୍ୟ ଓ ଯୋତା ବିନା ଯାଇଥିଲ, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା ?" ସେମାନେ କହିଲେ, "କିଛି ନାହିଁ I"
\v 36 ଆଉ ସେ କହିଲେ, "ମାତ୍ର ଏବେ, ଯଦି ତୁମ୍ଭମାନଙ୍କ ମଧ୍ୟରେ ଯାହା ପାଖରେ କିଛି ଟଙ୍କା ଅଛି, ସେ ଆପଣା ସହିତ ତାହା ନେଉ I ସେହି ପ୍ରକାରେ ଯାହାର ଖାଦ୍ୟ ଅଛି ଆପଣା ସହିତ ତାହା ନେଉ, ଆଉ ଯାହା ପାଖରେ ଖଣ୍ଡା ନାହିଁ ସେ ଆପଣା ଚାଦରଖଣ୍ଡକ ବିକି ଗୋଟିଏ କିଣୁ!"
\s5
\v 37 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେପରି ଶାସ୍ତ୍ରରେ ମୋ' ବିଷୟରେ ଲେଖାଅଛି, ତାହା ମୋଠାରେ ସିଦ୍ଧ ହେବା ଆବଶ୍ୟକ: 'ଲୋକମାନେ ତାହାଙ୍କୁ ଅପରାଧି ବୋଲି ଗଣନା କଲେ I' ଶାସ୍ତ୍ରରେ ମୋ' ବିଷୟରେ ଯେଉଁସମସ୍ତ ବିଷୟ ଲେଖାଅଛି ସେହି ସମସ୍ତ ବିଷୟ ସଫଳ ହେଉଅଛି I
\v 38 ସେଥିରେଶିଷ୍ୟମାନେ କହିଲେ, "ପ୍ରଭୁ ଦେଖନ୍ତୁ, ଆମ୍ଭମାନଙ୍କର ଦୁଇଟା ଖଣ୍ଡା ଅଛି।ଏହି ବିଷୟରେ ଆଉ କଥା ହୁଅ ନାହିଁ I"
\s5
\v 39 ସେ ନଗରରୁ ବାହାରି ଆପଣା ଧାରାନୁସାରେ ଜୀତ ପର୍ବତକୁ ଗଲେ; ଆଉ ଶିଷ୍ୟମାନେ ମଧ୍ୟ ତାହାଙ୍କ ପଛେ ପଛେ ଗଲେ I
\v 40 ଯେଉଁ ସ୍ଥାନରେ ସେ ଯିବାକୁ ଇଛା କରୁଥିଲେ ସେହି ସ୍ଥାନରେ ଉପସ୍ଥିତ ହୋଇ ସେ ସେମାନଙ୍କୁ କହିଲେ, "ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ପ୍ରାର୍ଥନା କର I"
\s5
\v 41 ଆଉ ସେ ସେମାନଙ୍କଠାରୁ ପ୍ରାୟ ତିରିଶ ମିଟର ଦୂରକୁ ଯାଇ ଆଣ୍ଠୁପାତି ପ୍ରାର୍ଥନା କରିବାକୁ ଲାଗିଲେ, ସେ କହିଲେ,
\v 42 "ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ଭୟାନକ ବିଷୟଗୁଡ଼ିକ ଯାହା ମୋ' ଠାରେ ଘଟିବାକୁ ଯାଉଅଛି ତାହା ମୋ'ଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ I"
\s5
\v 43 ଆଉ ସ୍ୱର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ I
\v 44 ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହେଲେ I ତେଣୁ, ଆହୁରି ଏକାଗ୍ର ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ I ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୂଇଁରେ ପଡ଼ିଲା I
\s5
\v 45 ଯେତେବେଳେ ସେ ପ୍ରାର୍ଥନାରୁ ଉଠିଲେ, ସେ ଶିଷ୍ୟମାନଙ୍କ ନିକଟକୁ ଆସିଲେ, ସେମାନଙ୍କୁ ବହୁତ କ୍ଲାନ୍ତ ଓ ଦୁଃଖ ହେତୁ ନିଦ୍ରିତ ଦେଖିଲେ I
\v 46 ପୁଣି, ସେ ସେମାନଙ୍କୁ କହିଲେ, କାହିଁକି ଶୋଉଅଛ ? "ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଉଠି ପ୍ରାର୍ଥନା କର I"
\s5
\v 47 ଯୀଶୁ କଥା କହୁଥିବା ସମୟରେ, ଦେଖ, ଲୋକସମୂହ ଆସି ଉପସ୍ଥିତ ହେଲେ I ଆଉ ଦ୍ୱାଦଶଙ୍କ ମଧ୍ୟରୁ ଯିହୁଦା ନାମକ ଜଣେ ସେମାନଙ୍କ ଆଗେ ଆଗେ ଆସି ଯୀଶୁଙ୍କୁ ଚୁମ୍ବନ କରିବାକୁ ତାହାଙ୍କ ପାଖକୁ ଗଲା I
\v 48 କିନ୍ତୁ ଯୀଶୁ ତାହାକୁ ହହିଲେ, "ହେ ଯିହୁଦା, ଚୁମ୍ବନ ଦ୍ୱାରା କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ ?"
\s5
\v 49 ଏଥିରେ କଅଣ ହେଉଅଛି, ଯେତେବେଳେ ଶିଷ୍ୟମାନେ ତାହା ଜାଣିଲେ, ସେମାନେ କହିଲେ, "ପ୍ରଭୁ, ଆମ୍ଭେମାନେ କଅଣ ଖଡ଼୍ଗରେ ଆଘାତ କରିବା ?"
\v 50 ଆଉ ସେମାନଙ୍କ ମଧ୍ୟରୁ ଜଣେ ମହାଯାଜକଙ୍କ ଦାସକୁ ଖଣ୍ଡାରେ ଆଘାତ କରି ତାହାର ଡାହାଣ କାନ କାଟିପକାଇଲେ I
\v 51 କିନ୍ତୁ ଯୀଶୁ କହିଲେ, "ଏହାଠାରୁ ଆଉ ଅଧକ କର ନାହିଁ I" ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ I
\s5
\v 52 ଆଉ, ଯୀଶୁ ତାହାଙ୍କ ବିରୁଦ୍ଧରେ ଆସିଥିବା ପ୍ରଧାନ ଯାଜକ, ମନ୍ଦିରର ସେନାପତି ଓ ପ୍ରାଚୀନମାନଙ୍କୁ କହିଲେ, "ଏହା ଆଶ୍ଚର୍ଯ୍ୟଜନକ ଯେ ତୁମ୍ଭେମାନେ ଏଠାରେ ଖଣ୍ଡା ଓ ଠେଙ୍ଗା ଘେନି ମୋତେ ଗିରଫ କରିବାକୁ ଆସିଲ, ଯେପରି ମୁଁ ଜଣେ ଡକାୟତ I
\v 53 ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥିବା ସମୟରେ ତୁମ୍ଭେମାନେ ମୋ ବିରୁଦ୍ଧରେ ହାତ ବଢ଼ାଇଲ ନାହିଁ I କିନ୍ତୁ ଏହା ଏକ ସମୟ ଯେଉଁ ସମୟରେ ତୁମ୍ଭେମାନେ ଆପଣା ଇଛାନୁସାରେ କାର୍ଯ୍ୟ କରୁଥାଅ I ମଧ୍ୟ ଏହା ଶୟତାନର ସମୟ ଯେତେବେଳେ ସେ ଆପଣା ଇଛାନୁସାରେ ମନ୍ଦ କର୍ମ କରିଥାଏ I
\s5
\v 54 ପରେ ସେମାନେ ତାହାଙ୍କୁ ଘେନିଯାଇ ମହାଯାଜକଙ୍କ ଗୃହକୁ ଆଣିଲେ; କିନ୍ତୁ ପିତର ଦୂରରେ ରହି ପଛେ ପଛେ ଗଲେ I
\v 55 ଆଉ ସେମାନେ ଅଗଣା ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ ପିତର ସେମାନଙ୍କ ମଧ୍ୟରେ ବସି ରହିଲେ I
\s5
\v 56 ଜଣେ ଦାସୀ ତାହାଙ୍କୁ ନିଆଁ ପାଖରେ ବସିଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, "ଏ ଲୋକଟା ମଧ୍ୟ ତାହା ସାଙ୍ଗରେ ଥିଲା, ଯାହାକୁ ସେମାନେ ଗିରଫ କରିଅଛନ୍ତି I"
\v 57 କିନ୍ତୁ ସେ ଅସ୍ୱୀକାର କରି କହିଲେ, "ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ !"
\v 58 ଅଳ୍ପ ସମୟ ଉତ୍ତାରେ ଆଉ ଜଣେ ପିତରଙ୍କୁ ଦେଖି କହିଲା, "ତୁମ୍ଭେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ସେହି ଲୋକ ସହିତ ଥିଲେ ଯାହାକୁ ଗିରଫ କରାଯାଇଛି I" କିନ୍ତୁ ପିତର କହିଲେ, ନାହିଁ, ଭାଇ, ମୁଁ ସେମାନଙ୍କ ମଧ୍ୟରୁ ନୁହେଁ I
\s5
\v 59 ପ୍ରାୟ ଘଣ୍ଟାକ ପରେ ଆଉ ଜଣେ ଦୃଢ଼ ଭାବରେ କହିବାକୁ ଲାଗିଲା, "ଯେଉଁ ପ୍ରକାରେ ସେହି ଲୋକ କଥା କହୁଛି ତାହା ଜଣାଯାଏ ଯେ ସେ ଜଣେ ଗାଲିଲୀୟ ଲୋକ I ନିଶ୍ଚିତଭାବରେ ଏହି ଲୋକ ସେହି ଗିରଫ କରାଯାଇଥିବା ବ୍ୟକ୍ତି ସହିତ ଥଲା !"
\v 60 କିନ୍ତୁ ପିତର କହିଲେ, "ଭାଇ, ତୁମ୍ଭେ ଯାହା କହୁଅଛ, ମୁଁ ତାହା ଜାଣେ ନାହିଁ I" ସେହିକ୍ଷଣି ସେ କହୁ କହୁ କୁକୁଡ଼ା ରାବିଲା I
\s5
\v 61 ପୁଣି, ପ୍ରଭୁ ଯୀଶୁ ବୁଲିପଡ଼ି ପିତରଙ୍କୁ ଏକଦୃଷ୍ଟିରେ ଚାହିଁଲେ' " ସେଥିରେ ଆଜି କୁକୁଡ଼ା ଡାକିବା ପୂର୍ବରୁ ତିନି ଥର ଅସ୍ୱୀକାର କରିବ," ଏହି ଯେଉଁ କଥା ପ୍ରଭୁ ପିତରଙ୍କୁ କହିଥିଲେ ତାହା ତାହାଙ୍କ ମନରେ ପଡ଼ିଲା I
\v 62 ଆଉ ସେ ପ୍ରାଙ୍ଗଣ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ I
\s5
\v 63 ଆଉ ଯେଉଁ ଲୋକମାନେ ଯୀଶୁଙ୍କୁ ଧରି ରଖିଥିଲେ, ସେମାନେ ତାହାଙ୍କୁ ପ୍ରହାର କରୁ କରୁ ପରିହାସ କଲେ I
\v 64 ପୁଣି, ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ପଚାରିବାକୁ ଲାଗିଲେ, "ତୁ ପରା ଭାବବାଦୀ ! କହ ତ କିଏ ତୋତେ ମାଇଲା ?"
\v 65 ପୁଣି, ସେମାନେ ଆହୁରି ଅନେକ କଥା ତାହାଙ୍କ ବିରୁଦ୍ଧରେ କହି ତାହାଙ୍କର ନିନ୍ଦା କରିବାକୁ ଲାଗିଲେ' I
\s5
\v 66 ସକାଳ ହେଲାକ୍ଷଣି ଲୋକମାନଙ୍କର ପ୍ରାଚୀନବର୍ଗ ପୁଣି, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏକତ୍ର ହୋଇ ଆପଣାମାନଙ୍କ ମହାସଭାକୁ ତାହାଙ୍କୁ ଘେନିଯାଇ କହିଲେ,
\v 67 "ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ !" କିନ୍ତୁ ସେ ସେମାନଙ୍କୁ କହିଲେ, "ମୁଁ ଯଦି ଆପଣମାନଙ୍କୁ କହେ ଯେ ମୁଁ ସେହି, ଆପଣମାନେ ମୋତେ ବିଶ୍ୱାସ କରିବେ ନାହିଁ I
\v 68 ପୁଣି, ମୁଁ ଯଦି ପ୍ରଶ୍ନ କରେ ଯେ ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କ ଚିନ୍ତାଧାରା କ'ଣ, ଆପଣମାନେ ମୋତେ ଉତ୍ତର ଦେବେ ନାହିଁ I
\s5
\v 69 କିନ୍ତୁ ଏହାପରେ ମନୁଷ୍ୟପୁତ୍ର ଈଶ୍ୱରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ I"
\v 70 ସେଥିରେ ସମସ୍ତେ ପଚାରିଲେ, "ତେବେ ତୁମ୍ଭେ କଅଣ ଈଶ୍ୱରଙ୍କ ପୁତ୍ର ?" ସେ ସେମାନଙ୍କୁ କହିଲେ, "ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି I"
\v 71 ତେଣୁ ସେମାନେ କହିଲେ, ସାକ୍ଷ୍ୟରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ ? ଆମ୍ଭେମାନେ ତ ଆପେ ଆପେ ତାହାର ନିଜ ମୁଖରୁ ସେ ଈଶ୍ୱରଙ୍କ ସମାନ ବୋଲି କହିବା ଏହା ଶୁଣିଲୁ I"
\s5
\c 23
\p
\v 1 ପରେ ସଭାରେ ସମସ୍ତେ ଉଠି ପୀଲାତଙ୍କ ନିକଟକୁ ଯୀଶୁଙ୍କୁ ଘେନିଗଲେ I
\v 2 ଆଉ ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଲାଗିଲେ: "ଆମ୍ଭେମାନେ ଦେଖିଲୁ, ଏ ଲୋକଟା ଆମ୍ଭମାନଙ୍କ ଜାତିକୁ ରାଜଦ୍ରୋହୀ କରୁଅଛି ଏବଂ କାଇସରଙ୍କୁ କର ଦେବା ନିଷେଧ କରୁଅଛି ଓ ଆପଣାକୁ ଖ୍ରୀଷ୍ଟ, ରାଜା ବୋଲି କହୁଅଛି !"
\s5
\v 3 ଏଥିରେ ପୀଲାତ ଯୀଶୁଙ୍କୁ ପଚାରିଲେ, "ତୁମ୍ଭେ କି ଯିହୂଦୀମାନଙ୍କର ରାଜା ?" ଯୀଶୁ ଉତ୍ତର ଦେଲେ, "ଆପଣ କହୁଅଛନ୍ତି I"
\v 4 ଏଥିରେ ପୀଲାତ ପ୍ରଧାନ ଯାଜକ ଓ ଲୋକସମୂହକୁ କହିଲେ, "ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉ ନାହୁଁ I"
\v 5 କିନ୍ତୁ ସେମାନେ ଆହୁରି ଦୃଢ଼ରୂପେ ଅଭିଯୋଗ କରିବାକୁ ଲାଗିଲେ; ସେମାନେ କହିଲେ, "ଏ ସମଗ୍ର ଯିହୁଦା ଦେଶରେ ଶିକ୍ଷା ଦେଇ ଗାଲିଲୀଠାରୁ ଆରମ୍ଭ କରି ଏ ସ୍ଥାନ ପର୍ଯ୍ୟନ୍ତ ସୁଦ୍ଧା ଲୋକସାଧାରଣଙ୍କୁ ମତାଉଅଛି I"
\s5
\v 6 ଯେତେବେଳେ ପୀଲାତ ଏହା ଶୁଣି ପଚାରିଲେ, "ଏ ଲୋକଟା କଅଣ ଜଣେ ଗାଲିଲୀୟ ?"
\v 7 କାରଣ ପିଲାତ ଜାଣିଲେ ଯେ ଯୀଶୁ ଜଣେ ଗାଲିଲୀୟ ପୁଣି, ସେ ଯେ ହେରୋଦ ଆନ୍ତିପାଙ୍କ ଅଧିକାର ଅଧିନରେ ଅଛନ୍ତି, ଏହା ଜ୍ଞାତ ହୋଇ ସେ ଯୀଶୁଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମରେ ଥିଲେ I
\s5
\v 8 ହେରୋଦ ଯୀଶୁଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ I କାରଣ ସେ ତାହାଙ୍କ ବିଷୟ ଶୁଣିଥିବାରୁ ତାହାଙ୍କୁ ବହୁକାଳରୁ ଦେଖିବାକୁ ଇଚ୍ଛା କରୁଥିଲେ, ପୁଣି, ତାହାଙ୍କ ଦ୍ୱାରା କୌଣସି ଆଶ୍ଚର୍ଯ୍ୟକର୍ମ ସାଧିତ ହେବା ଦେଖିବାକୁ ଆଶା କରୁଥିଲେ I
\v 9 ଏଣୁ ସେ ଯୀଶୁଙ୍କୁ ଅନେକ କଥା ପଚାରିବାକୁ ଲାଗିଲେ, କିନ୍ତୁ ଯୀଶୁ ତାହାଙ୍କୁ କୌଣସି ଉତ୍ତର ଦେଲେ ନାହିଁ I
\v 10 ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଠିଆ ହୋଇ ତାହାଙ୍କ ବିରୁଦ୍ଧରେ ତୀବ୍ରଭାବରେ ଅଭିଯୋଗ କରୁଥିଲେ I
\s5
\v 11 ପୁଣି, ହେରୋଦ ଆପଣା ସୈନ୍ୟମାନଙ୍କ ସହିତ ତାହାଙ୍କୁ ତୁଚ୍ଛ କରି ପରିହାସପୂର୍ବକ ଚାକଚକ୍ୟ ବସ୍ତ୍ର ପିନ୍ଧାଇ ପୀଲାତଙ୍କ ନିକଟକୁ ପୁନର୍ବାର ପଠାଇଦେଲେ I
\v 12 ସେହି ଦିନ ହେରୋଦ ଓ ପୀଲାତ ପରସ୍ପର ବନ୍ଧୁ ହେଲେ; ଏଥିପୂର୍ବେ ସେମାନଙ୍କ ପରସ୍ପର ମଧ୍ୟରେ ଶତ୍ରୁତା ଥିଲା I
\s5
\v 13 ଏଥିଉତ୍ତାରେ ପୀଲାତ ପ୍ରଧାନ ଯାଜକ, ଅଧ୍ୟକ୍ଷ ଓ ଜନସାଧାରଣଙ୍କୁ ଡାକି ଏକତ୍ର କଲେ I"
\v 14 ସେ ସେମାନଙ୍କୁ କହିଲେ "ଏ ଲୋକସାଧାରଣଙ୍କୁ ବିଦ୍ରୋହୀ କରୁଅଛି ବୋଲି ତୁମ୍ଭେମାନେ ଏହାକୁ ଆମ୍ଭ ନିକଟକୁ ଆଣିଥିଲ; ଆଉ ଦେଖ, ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ଏହାକୁ ପ୍ରଶ୍ନ କରି, ତାହା ବିରୁଦ୍ଧରେ ତୁମ୍ଭେମାନେ ଯେ ସମସ୍ତ ଅଭିଯୋଗ କରୁଅଛ, ସେପରି କୌଣସି ଦୋଷ ଏହାଠାରେ ପାଇଲୁ ନାହିଁ।
\s5
\v 15 କାରଣ ହେରୋଦ ମଧ୍ୟ ଦୋଷ ପାଇ ନାହାନ୍ତି, ସେ ତାହାକୁ ଦଣ୍ଡ ନ ଦେଇ, ଆମ୍ଭମାନଙ୍କ ନିକଟକୁ ପୁଣି, ପଠାଇଦେଲେ ଆଉ ଦେଖ, ଏହି ବ୍ୟକ୍ତି ପ୍ରାଣଦଣ୍ଡ ଯୋଗ୍ୟ କୌଣସି କର୍ମ କରି ନାହିଁ I
\v 16 ଅତଏବ ଆମ୍ଭେ ଏହାକୁ ଶାସ୍ତି ଦେଇ ମୁକ୍ତ କରିଦେବୁ I
\v 17 ପିଲାତ ଏହା କହିଲେ କାରଣ ନିସ୍ତାର ପର୍ବ ସମୟରେ ଜଣେ ବନ୍ଦୀକୁ ମୁକ୍ତ କରିବାର ଥିଲା I
\s5
\v 18 ମାତ୍ର ସେମାନେ ସମସ୍ତେ ଏକତ୍ର ଚିତ୍କାର କରି କହିଲେ, "ଏହାକୁ ବଧ କର, ଆମ୍ଭମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କର !
\v 19 ଏହି ବାରବ୍ବା ନଗରରେ ଘଟିଥିବା କୌଣସି ବିପ୍ଲବ ଯୋଗୁଁ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିଲା I
\s5
\v 20 ମାତ୍ର ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରି ସେମାନଙ୍କୁ ପୁନର୍ବାର ବୁଝାଇଲେ I
\v 21 କିନ୍ତୁ ସେମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, "ତାହାକୁ କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ I"
\v 22 ପୁଣି, ସେ ସେମାନଙ୍କୁ ତୃତୀୟ ଥର ପଚାରିଲେ, "କାହିଁକି, ସେ କି ଦୋଷ କରିଅଛି ? ଆମ୍ଭେ ତାହାଠାରେ ପ୍ରାଣଦଣ୍ଡର କୌଣସି ଦୋଷ ପାଇ ନାହୁଁ; ଅତଏବ, ଆମ୍ଭେ ତାହାକୁ ଶାସ୍ତି ଦେଇ ଛାଡ଼ିଦେବା I
\s5
\v 23 ମାତ୍ର ସେ କ୍ରୁଶରେ ଚଢ଼ାଯାଉ ବୋଲି ଦାବି କରି ସେମାନେ ବଡ଼ ପାଟିରେ ଜିଦ୍ କରିବାକୁ ଲାଗିଲେ, ଆଉ ସେମାନଙ୍କ କୋଳାହଳର ଜୟ ହେଲା I
\v 24 ପୁଣି, ସେମାନଙ୍କର ଦାବି ଅନୁସାରେ କରାଯାଉ ବୋଲି ପୀଲାତ ଆଦେଶ ଦେଲେ;
\v 25 କିନ୍ତୁ ବିପ୍ଲବ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିବା ଯେଉଁ ଲୋକ ନିମନ୍ତେ ସେମାନେ ଦାବି କରିଥିଲେ, ତାହାକୁ ସେ ମୁକ୍ତ କରିଦେଲେ, ଆଉ ଯୀଶୁଙ୍କୁ ସେ ସେମାନଙ୍କ ଇଚ୍ଛାର ଅଧିନରେ ସମର୍ପଣ କଲେ I
\s5
\v 26 ସେମାନେ ତାହାଙ୍କୁ ଘେନିଯିବା ସମୟରେ ପଲ୍ଲୀଗ୍ରାମରୁ ଆସୁଥିବା ଶିମୋନ ନାମକ ଜଣେ କୁରୀଣୀୟ ଲୋକଙ୍କୁ ଧରି ଯୀଶୁଙ୍କ ପଛେ ପଛେ କ୍ରୁଶ ବହିବା ନିମନ୍ତେ ତାହାଙ୍କ କାନ୍ଧରେ ତାହା ଥୋଇଲେ I
\s5
\v 27 ପୁଣି, ଲୋକମାନଙ୍କର ଓ ତାହାଙ୍କ ନିମନ୍ତେ ବକ୍ଷାଘାତ କରି ବିଳାପ କରୁଥିବା ସ୍ତ୍ରୀଲୋକମାନଙ୍କର ମହାଜନତା ତାହାଙ୍କର ପଶ୍ଚାଦ୍‌ଗମନ କରୁଥିଲେ I
\v 28 କିନ୍ତୁ ଯୀଶୁ ସେମାନଙ୍କ ଆଡ଼କୁ ବୁଲିପଡ଼ି କହିଲେ, "ଗୋ ଯିରୂଶାଲମର କନ୍ୟାମାନେ, ମୋ' ନିମନ୍ତେ ରୋଦନ କର ନାହିଁ ! ବରଂ ଆପଣା ଆପଣା ନିମନ୍ତେ ଓ ଆପଣା ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କର !
\s5
\v 29 ମୁଁ ତୁମ୍ଭମାନଙ୍କୁ କହୁଅଛି ଶୀଘ୍ର ସମୟ ଆସୁଅଛି ଯେତେବେଳେ ଲୋକମାନେ କହିବେ, କାରଣ ଦେଖ, ଯେଉଁମାନେ ବନ୍ଧ୍ୟା, ପୁଣି, ଯେଉଁମାନେ କେବେ ହେଁ ଗର୍ଭବତୀ ହୋଇ ନାହାନ୍ତି ଓ ସ୍ତନ୍ୟପାନ କରାଇ ନାହାନ୍ତି, ସେମାନେ ଧନ୍ୟ !"
\v 30 ସେତେବେଳେ ଏହି ନଗରର ଲୋକମାନେ କହିବେ, "ପର୍ବତମାନ ଆସି ଆମ୍ଭମାନଙ୍କ ଉପରେ ପଡ଼, ଆଉ ଉପପର୍ବତମାନ ଆସି ଆମ୍ଭମାନଙ୍କୁ ଘୋଡ଼ାଇ ପକାଅ !"
\v 31 କାରଣ ମୁଁ କିଛି ଭୁଲ୍ କରି ନ ଥିଲେ ମଧ୍ୟ ମୁଁ ମରୁଅଛି, ତେବେ ଯେଉଁମାନେ ମରିବା ନିମନ୍ତେ ଯୋଗ୍ୟ ତେବେ ନିଶ୍ଚିତଭାବରେ ଭୟାନକ ବିଷୟ ଗୁଡ଼ିକ ସେମାନଙ୍କ ପ୍ରତି ଘଟିବ I
\s5
\v 32 ପୁଣି, ପ୍ରାଣଦଣ୍ଡ ଭୋଗିବା ନିମନ୍ତେ ଦୁଇ ଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ I
\s5
\v 33 ଆଉ ସେମାନେ 'କପାଳ' ନାମକ ସ୍ଥାନରେ ଉପସ୍ଥିତ ହେଲେ, ସେଠାରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼ାଇଲେ I
\v 34 ସେତେବେଳେ ଯୀଶୁ କହିଲେ, "ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ I" ଆଉ ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ ଏହା ସ୍ଥିର କରିବା ନିମନ୍ତେ ଯେ କିଏ ବସ୍ତ୍ରର କେଉଁ ଅଂଶ ନେବ I
\s5
\v 35 ପୁଣି, ଲୋକମାନେ ଠିଆ ହୋଇ ଦେଖୁଥିଲେ I ଆଉ ଅଧ୍ୟକ୍ଷମାନେ ମଧ୍ୟ ତାହାଙ୍କୁ ବିଦ୍ରୁପ କରି କହିବାକୁ ଲାଗିଲେ: "ସେ ଅନ୍ୟମାନଙ୍କୁ ରକ୍ଷା କଲା! ସେ ଯଦି ଈଶ୍ୱରଙ୍କ ମନୋନୀତ ଖ୍ରୀଷ୍ଟ, ତେବେ ସେ ନିଜକୁ ରକ୍ଷା କରୁ !"
\s5
\v 36 ପୁଣି, ସୈନ୍ୟମାନେ ମଧ୍ୟ ତାହାଙ୍କ ପାଖକୁ ଆସି ଅମ୍ଳରସ ଯାଚି ତାହାଙ୍କୁ ପରିହାସ କଲେ I
\v 37 ସେମାନେ କହିବାକୁ ଲାଗିଲେ, "ତୁ ଯଦି ଯିହୂଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର !"
\v 38 ପୁଣି, ତାହାଙ୍କ ଊର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, "ଏ ଯିହୂଦୀମାନଙ୍କର ରାଜା I"
\s5
\v 39 ଆଉ କ୍ରୁଶରେ ଚଢ଼ାଯାଇ ଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ନିନ୍ଦା କଲେ; ସେ କହିବାକୁ ଲାଗିଲା, "ତୁ କଅଣ ଖ୍ରୀଷ୍ଟ ନୋହୁଁ ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର !"
\v 40 କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, "ଈଶ୍ୱର ତୁମ୍ଭକୁ ଦଣ୍ଡ ଦେଉଅଛନ୍ତି ବୋଲି ତୁମ୍ଭେ ଭୟ କରିବା ଅବଶ୍ୟକ ! ସେମାନେ ତାହାଙ୍କୁ ଓ ଆମ୍ଭମାନଙ୍କୁ ଏକ ପ୍ରକାର ଦଣ୍ଡ ଦେଉଅଛନ୍ତି I
\v 41 ଆଉ ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାନ୍ତି !"
\s5
\v 42 ପୁଣି, ସେ ଯୀଶୁଙ୍କୁ କହିଲା, "ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ରକ୍ଷା କରିବା ନିମନ୍ତେ ମୋତେ ସ୍ମରଣ କରିବେ I"
\v 43 ସେଥିରେ ଯୀଶୁ ତାହାକୁ କହିଲେ, "ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ !"
\s5
\v 44 ସେତେବେଳେ ପ୍ରାୟ ବାର ଘଣ୍ଟା ସମୟ ହୋଇଥିଲାI ଆଉ ସୂର୍ଯ୍ୟର କିରଣ ନିସ୍ତେଜ ହେବାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା I
\v 45 ସୁର୍ଯ୍ୟ ଠାରେ ଆଉ ଆଲୋକ ନ ଥିଲା I ଆଉ, ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା I
\s5
\v 46 ଯେତେବେଳେ ଏହା ଘଟିଲା, ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, "ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି !" ଏହା କହି ସେ ପ୍ରାଣତ୍ୟାଗ କଲେ I
\v 47 ଶତସେନାପତି ଏହି ଘଟଣା ଦେଖି ଈଶ୍ୱରଙ୍କ ଗୌରବ କରି କହିଲେ, "ନିଶ୍ଚୟ ଏ ବ୍ୟକ୍ତି ଧାର୍ମିକ ଥିଲେ I"
\s5
\v 48 ପୁଣି, ଯେଉଁ ଲୋକସମୂହ ଦେଖିବାକୁ ଏକତ୍ରିତ ହୋଇଥିଲେ, ସେମାନେ ସମସ୍ତେ ସେହି ସବୁ ଘଟଣା ଦେଖି ଆପଣାକୁ ଶୋକ କରି ବକ୍ଷାଘାତ କରୁ କରୁ ବାହୁଡ଼ି ଯିବାକୁ ଲାଗିଲେ I
\v 49 କିନ୍ତୁ ଯୀଶୁଙ୍କର ପରିଚିତ ସମସ୍ତେ ଓ ଗାଲିଲୀରୁ ଏକତ୍ର ମିଳି ତାହାଙ୍କ ପଛେ ପଛେ ଆସିଥିବା ସ୍ତ୍ରୀଲୋକମାନେ ଦୂରରେ ଠିଆ ହୋଇ ଏହି ସବୁ ଦେଖୁଥିଲେ I
\s5
\v 50 ଆଉ ଦେଖ, ଯିହୂଦୀମାନଙ୍କର ହାରାମାଥୀୟା ନଗରର ଯୋଷେଫ ନାମକ ଜଣେ ବ୍ୟକ୍ତି ଥିଲେ I ସେ ଜଣେ ଉତ୍ତମ ଓ ଧାର୍ମିକ ଲୋକ ଥିଲେ I ଆଉ ସେ ଯିହୂଦୀମାନଙ୍କର ମହାସଭାର ସଭ୍ୟ ଥିଲ I
\v 51 ସେ ସମସ୍ତ ବିଷୟ ଘଟିବା ଦେଖିଲେ, ଆଉ ସେ ମହାସଭାର ଅନ୍ୟ ସଭ୍ୟମାନଙ୍କର ମନ୍ତ୍ରଣା ଓ କର୍ମରେ ସମ୍ମତ ହୋଇ ନ ଥିଲେ ଯେତେବେଳେ ସେମାନେ ଯୀଶୁଙ୍କୁ ବଧ କରିବା ନିମନ୍ତେ ସ୍ଥିର କଲେ ଓ ସେମାନେ ଏହିପରି କଲେ I ପୁଣି, ସେ ଈଶ୍ୱରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ I
\s5
\v 52 ଯୋଷେଫ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ନେଇ କବର ଦେବା ନିମନ୍ତେ ଅନୁମତି ମାଗିଲେ I ସେଥିରେ ପିଲାତ ଅନୁମତି ଦେଲେ I
\v 53 ତେଣୁ ସେ ଯୀଶୁଙ୍କ ଶରୀର କ୍ରୁଶରୁ ଓହ୍ଲାଇ ଆଣିଲେ I ସେ ତାହା ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇଲେ I ପୁଣି, ଯହିଁରେ କେହି କେବେ ରଖାଯାଇ ନ ଥିଲା, ପାହାଡ଼ରେ ଖଳା ହୋଇଥିବା ଏପରି ଗୋଟିଏ ସମାଧିରେ ତାହାଙ୍କୁ ଥୋଇଲେ I
\s5
\v 54 ସେହି ଦିନ ଆୟୋଜନ ଦିନ ଥିଲା, ଯେଉଁଦିନ ଲୋକେ ଯିହୁଦୀୟ ବିଶ୍ରାମବାର ଯାହାକୁ 'ସବବାଥ୍' ବୋଲି କୁହନ୍ତି, ସେଥି ନିମନ୍ତେ ପ୍ରସ୍ତୁତ ହୁଅନ୍ତି I ପୁଣି, ବିଶ୍ରାମବାର ନିକଟ ହୋଇ ଆସୁଥିଲା I
\v 55 ଆଉ ଗାଲିଲୀରୁ ତାହାଙ୍କ ସହିତ ଆସିଥିବା ସ୍ତ୍ରୀଲୋକମାନେ ଯୋଷେଫଙ୍କ ପଛେ ପଛେ ଯାଇ ସମାଧି ସ୍ଥଳ ଓ ଭିତରେ ତାହାଙ୍କ ଶରୀର କିପରି ରଖାଗଲା ତାହା ଦେଖିଲେ I
\v 56 ପୁଣି, ସେମାନେ ଆପଣା ରହିବା ସ୍ଥାନରେ ବାହୁଡ଼ିଯାଇ ଯୀଶୁଙ୍କ ଶରୀର ନିମନ୍ତେ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ I ଆଉ, ଯିହୁଦୀ ବିଧି ଅନୁଯାୟୀ ସେମାନେ ସବବାଥ ଅର୍ଥାତ୍ ବିଶ୍ରାମବାରରେ କୌଣସି କାର୍ଯ୍ୟ କଲେ ନାହିଁ I
\s5
\c 24
\p
\v 1 ସପ୍ତାହର ପ୍ରଥମ ଦିନର ଅତି ପ୍ରତ୍ୟୁଷରେ ସେହି ସ୍ତ୍ରୀଲୋକମାନେ ସମାଧି ନିକଟକୁ ଗଲେ I ସେମାନେ ଯୀଶୁଙ୍କ ମୃତ ଶରୀର ନିମନ୍ତେ ସେମାନଙ୍କ ପ୍ରସ୍ତୁତ ସୁଗନ୍ଧିଦ୍ରବ୍ୟ ଆପଣା ସହିତ ନେଲେ I
\v 2 ଯେତେବେଳେ ସେମାନେ ପହଞ୍ଚିଲେ, ସେମାନେ ଦେଖିଲେ ଯେ ସମାଧିର ପଥର ଗଡ଼ାଇ ଦିଆଯାଇଅଛି I
\v 3 ସେମାନେ ସମାଧି ଭିତରକୁ ଗଲେ, କିନ୍ତୁ ସେଠାରେ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ I
\s5
\v 4 ଆଉ, ସେମାନେ ସେ ସମ୍ବନ୍ଧରେ ହତବୁଦ୍ଧି ହେଉଥିଲେ I ଏପରି ସମୟରେ ଦେଖ, ଉଜ୍ଜ୍ୱଳ ବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ;
\v 5 ସେଥିରେ ସେମାନେ ଭୀତ ହୋଇ ଅଧୋମୁଖ ହୁଅନ୍ତେ, ସେହି ଦୁଇ ଦୁତ ସେମାନଙ୍କୁ କହିଲେ, "ମୃତଲୋକମାନଙ୍କ ସମାଧି ମଧ୍ୟରେ ତୁମ୍ଭେମାନେ ଜୀବିତଙ୍କର ଅନ୍ୱେଷଣ କରିବା ଉଚିତ୍ ନୁହଁ !
\s5
\v 6 ସେ ଏଠାରେ ନାହାନ୍ତି; ମାତ୍ର ଉଠିଅଛନ୍ତି ! ଯେଉଁ ବାକ୍ୟ ସେ ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ କହିଥିଲେ, ତାହା ସ୍ମରଣ କର,
\v 7 ସେମାନେ ମନୁଷ୍ୟପୁତ୍ରଙ୍କୁ ଅର୍ଥାତ୍ ମୋତେ ପାପୀମାନଙ୍କ ହସ୍ତରେ ସମର୍ପଣ କରିବେ I ସେମାନେ ମୋତେ କ୍ରୁଶରେ ହତ କରିବେ I କିନ୍ତୁ ତା'ପରେ ତୃତୀୟ ଦିବସରେ ମୁଁ ପୁନରତ୍ଥିତ ହେବି I"
\s5
\v 8 ସେଥିରେ ଯୀଶୁ ସେମାନଙ୍କୁ ଯାହା କହିଥିଲେ ତାହା ସେହି ସ୍ତ୍ରୀଲୋକମାନେ ସ୍ମରଣ କଲେ I
\v 9 ପୁଣି, ସେମାନେ ସମାଧିରୁ ବାହୁଡ଼ିଯାଇ ଏକାଦଶ ପ୍ରେରିତ ଓ ଅନ୍ୟ ସମସ୍ତ ଶିଷ୍ୟଙ୍କ ନିକଟକୁ ଯାଇ, କ’ଣ ଘଟିଲା ସେହି ସବୁ ସମ୍ବାଦ ଦେଲେ I
\v 10 ଏମାନେ ମଗ୍‌ଦଲୀନୀ ମରିୟମ, ଯୋହାନା, ଯାକୁବଙ୍କ ମାତା ମରିୟମ ଓ ଏମାନଙ୍କ ସାଙ୍ଗରେ ଥିବା ଅନ୍ୟ ସ୍ତ୍ରୀଲୋକମାନେ; ଏମାନେ ପ୍ରେରିତମାନଙ୍କୁ ଏହି ସବୁ ବିଷୟ ଜଣାଇଲେ I
\s5
\v 11 ମାତ୍ର ଏସମସ୍ତ କଥା ସେମାନଙ୍କ ନିକଟରେ କଳ୍ପିତ ଗଳ୍ପ ପରି ଲାଗିଲା, ଆଉ ସେମାନେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ I
\v 12 କିନ୍ତୁ ପିତର ଉଠି ସମାଧି ନିକଟକୁ ଦୌଡ଼ିଗଲେ I ପୁଣି, ନଇଁପଡ଼ି ଭିତରକୁ ଚାହିଁଲେ I ସେ ଯୀଶୁଙ୍କ ଶରୀରରେ ଗୁଡା ଯାଇଥିବା କେବଳ ସୂକ୍ଷ୍ମ ବସ୍ତ୍ରସବୁ ଦେଖିଲେ, କିନ୍ତୁ ଯୀଶୁ ସେଠାରେ ଥିଲେ I ଆଉ ସେ ସେହି ଘଟଣା ବିଷୟରେ ଚମତ୍କୃତ ହୋଇ ଆପଣା ଘରକୁ ଚାଲିଗଲେ I
\s5
\v 13 ଆଉ ଦେଖ, ସେହି ଦିନ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଇମ୍ମାୟୁ ଗ୍ରାମକୁ ଯାଉଥିଲେ I ଏହା ଯିରୂଶାଲମଠାରୁ ପ୍ରାୟ ଦଶ କିଲୋମିଟର ଦୂରବର୍ତ୍ତୀ ଥିଲା I
\v 14 ଓ ଯୀଶୁଙ୍କ ସହ କ'ଣ ଘଟିଲା ସେହି ସମସ୍ତ ଘଟଣା ବିଷୟରେ ପରସ୍ପର କଥାବାର୍ତ୍ତା କରୁଥିଲେ I
\s5
\v 15 ସେମାନେ କଥାବାର୍ତ୍ତା ଓ ବାଦାନୁବାଦ କରୁଥିବା ସମୟରେ ଯୀଶୁ ଆପେ ସେମାନଙ୍କ ନିକଟକୁ ଆସି ସେମାନଙ୍କ ସଙ୍ଗେ ସଙ୍ଗେ ଗମନ କରିବାକୁ ଲାଗିଲେ I
\v 16 କିନ୍ତୁ ଈଶ୍ୱର ସେମାନଙ୍କର ଚକ୍ଷୁ ଏପରି ରୁଦ୍ଧ କରିଥିଲେ ଯେ, ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ I
\s5
\v 17 ଯୀଶୁ ସେମାନଙ୍କୁ ପଚାରିଲେ, "ତୁମ୍ଭେମାନେ ଚାଲୁ ଚାଲୁ ଯେଉଁ ସମସ୍ତ ବିଷୟ ପରସ୍ପର କଥାବାର୍ତ୍ତା କରୁଅଛ, ସେ ସବୁ କଅଣ ?" ସେଥିରେ ସେମାନେ ଦୁଃଖିତ ହୋଇ ଠିଆ ହୋଇ ରହିଲେ I
\v 18 ଆଉ ସେମାନଙ୍କ ମଧ୍ୟରୁ କ୍ଲେୟପା ନାମକ ଜଣେ ତାହାଙ୍କୁ କହିଲେ, "ଯିରୂଶାଲମସ୍ଥ ପ୍ରବାସୀମାନଙ୍କ ମଧ୍ୟରୁ ଆପଣ ଯେ ଏକାକୀ ସେ ସ୍ଥାନର ଏ କେତେକ ଦିନର ଘଟଣା ଜାଣନ୍ତି ନାହିଁ !"
\s5
\v 19 ସେ ସେମାନଙ୍କୁ ପଚାରିଲେ, "କି କି ପ୍ରକାର ଘଟଣା ?" ସେମାନେ ତାହାଙ୍କୁ କହିଲେ, "ନାଜରିତୀୟ ଯୀଶୁଙ୍କ ବିଷୟ, ସେ ଜଣେ ଭାବବାଦୀ ଥିଲେ I ଈଶ୍ୱର ତାହାଙ୍କୁ ମହାନ ଆଶ୍ଚର୍ଯ୍ୟକର୍ମ କରିବା ନିମନ୍ତେ ଓ ଉତ୍କୃଷ୍ଟ ବାକ୍ୟ ଶିକ୍ଷା ଦେବା ନିମନ୍ତେ ଯୋଗ୍ୟ କରିଥିଲେ I ସେ ପ୍ରଶଂସନୀୟ ବୋଲି ଲୋକମାନଙ୍କ ଚିନ୍ତାଧାରା ଥିଲା I"
\v 20 କିନ୍ତୁ, ଆମ୍ଭମାନଙ୍କର ପ୍ରଧାନ ଯାଜକ ଓ ଅଧ୍ୟକ୍ଷମାନେ ରୋମୀୟ ଅଧିକାରୀମାନଙ୍କ ହସ୍ତରେ ତାହାଙ୍କୁ ସମର୍ପଣ କଲେ I ସେହି ଅଧିକାରୀମାନେ ତାହାଙ୍କୁ ମୃତ୍ୟୁଦଣ୍ଡ ଦେଲେ ଓ ସେମାନେ ତାହାଙ୍କୁ କ୍ରୁଶରେ ବଧ କଲେ I
\s5
\v 21 କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ, ସେ ଯେ ଏହି ବ୍ୟକ୍ତି, ତାହା ଆମ୍ଭେମାନେ ଆଶା କରିଥିଲୁ ! ମାତ୍ର ଏହା ବର୍ତ୍ତମାନ ସମ୍ଭବ ଦେଖାଯାଉ ନାହିଁ, କାରଣ ତାହାଙ୍କର ବଧ ହୋଇ ଆଜିକି ତିନି ଦିନ ହେଲା I
\s5
\v 22 ଆହୁରି ମଧ୍ୟ ଆମ୍ଭମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଲୋକ ଆମ୍ଭମାନଙ୍କୁ ଆଚମ୍ବିତ କରିଅଛନ୍ତି I ସେମାନେ ପ୍ରତ୍ୟୁଷରେ ସମାଧି ନିକଟକୁ ଯାଇଥିଲେ,
\v 23 ଆଉ, ଯୀଶୁଙ୍କ ଶରୀର ସେଠାରେ ନ ଥିଲା ! ସେଥିରେ ସେମାନେ ଫେରିଆସି କହିଲେ ଯେ, ସେମାନେ ଦୂତମାନଙ୍କର ଦର୍ଶନ ମଧ୍ୟ ପାଇଅଛନ୍ତି I ସେହି ଦୂତମାନେ କହିଲେ ଯେ, ସେ ଜୀବିତ ଅଛନ୍ତି !
\v 24 ଆଉ, ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ କେହି କେହି ସମାଧି ନିକଟକୁ ଗଲେ I ସ୍ତ୍ରୀଲୋକମାନେ ଯେପରି କହିଥିଲେ, ଠିକ୍ ସେପରି ଦେଖିଲେ I କିନ୍ତୁ ସେମାନେ ଯୀଶୁଙ୍କୁ ଦେଖିଲେ ନାହିଁ I"
\s5
\v 25 ସେଥିରେ ସେ ସେମାନଙ୍କୁ କହିଲେ, "ହେ ନିର୍ବୋଧମାନେ ! ଖ୍ରୀଷ୍ଟଙ୍କ ବିଷୟରେ ଭାବବାଦୀମାନଙ୍କ ଦ୍ୱାରା ଲିଖିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ତୁମ୍ଭେମାନେ ଶିଥିଳଚିତ୍ତ ଅଟ !
\v 26 ନିଶ୍ଚିତଭାବରେ ତୁମ୍ଭେମାନେ ଏହା ଜାଣିବା ଉଚିତ୍ ଯେ, ଖ୍ରୀଷ୍ଟ ଏହି ସମସ୍ତ ଦୁଃଖଭୋଗ ଓ ମୃତ୍ୟୁଭୋଗ କରି ସ୍ୱର୍ଗରେ ଆପଣା ମହିମାରେ ପ୍ରବେଶ କରିବା ଆବଶ୍ୟକ ଥିଲା !
\v 27 ପୁଣି, ଧର୍ମଶାସ୍ତ୍ରରେ ଭାବବାଦୀମାନଙ୍କ ଦ୍ୱାରା ଲିଖିତ ଆପଣା ସମ୍ବନ୍ଧୀୟ ସମସ୍ତ କଥା ସେ ସେମାନଙ୍କୁ ବୁଝାଇଦେଲେ I ମୋଶା ଯାହା ଲେଖିଛନ୍ତି ତାହାଠାରୁ ସେ ଆରମ୍ଭ କଲେ ଓ ପରେ ସମସ୍ତ ଭାବବାଦୀ ଯାହା ଲେଖିଛନ୍ତି ସେହି ସବୁ ସେ ସେମାନଙ୍କୁ ବୁଝାଇଦେଲେ I
\s5
\v 28 ଆଉ ସେହି ଦୁଇ ଜଣ ଯେଉଁ ଗ୍ରାମକୁ ଯାଉଥିଲେ, ସେଥିର ନିକଟବର୍ତ୍ତୀ ହୁଅନ୍ତେ ସେ ଆହୁରି ଆଗକୁ ଯିବାର ଭାବ ଦେଖାଇଲେ I
\v 29 କିନ୍ତୁ ସେମାନେ ତାହାଙ୍କୁ ବଳାଇ କହିଲେ, "ଆଜି ରାତିରେ ଆମ୍ଭମାନଙ୍କ ସାଙ୍ଗରେ ରହନ୍ତୁ, କାରଣ ସନ୍ଧ୍ୟା ହୋଇ ଆସୁଅଛି ଓ ବେଳ ଗଡ଼ିଗଲାଣି I" ସେଥିରେ ସେ ସେମାନଙ୍କ ସହିତ ରହିବାକୁ ଘର ଭିତରକୁ ଗଲେ I
\s5
\v 30 ଆଉ ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୁଟି ଘେନି ଏହା ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ I ପୁଣି, ସେ ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ I
\v 31 ତହିଁରେ ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ I କିନ୍ତୁ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ !
\v 32 ସେଥିରେ ସେମାନେ ପରସ୍ପର କହିଲେ, "ଯେତେବେଳେ ପଥ ମଧ୍ୟରେ ସେ ଆମ୍ଭମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ ଓ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ, ସେତେବେଳେ ଆମ୍ଭେମାନେ ବିବେଚନା କରିବା ଆରମ୍ଭ କଲୁ ଯେ କୌଣସି ଗୋଟିଏ ଉତ୍ତମ ବିଷୟ ଘଟିବାକୁ ଯାଉଅଛି ! ଯଦ୍ୟପି ଆମ୍ଭେମାନେ ତାହା କ'ଣ ବୋଲି ଜାଣି ନ ଥିଲୁ I ଆମ୍ଭମାନଙ୍କର ଏଠାରେ ଆଉ ରହିବା ଉଚିତ୍ ନୁହଁ; ଯାହା ଘଟିଲା ଆମ୍ଭେମାନେ ଯାଇ ତାହା ଅନ୍ୟମାନଙ୍କୁ କହିବା ଆବଶ୍ୟକ !"
\s5
\v 33 ଆଉ ସେମାନେ ସେହି ଦଣ୍ଡରେ ଉଠି ଯିରୂଶାଲମକୁ ବାହୁଡ଼ିଯାଇ ସମବେତ ହୋଇଥିବା ଏକାଦଶ ଶିଷ୍ୟମାନଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ଦେଖିଲେ I
\v 34 ସେମାନେ ସେହି ଦୁଇ ଜଣଙ୍କୁ କହିଲେ ଯେ, "ପ୍ରଭୁ ନିଶ୍ଚୟ ଉଠିଅଛନ୍ତି ଓ ଶିମୋନଙ୍କୁ ଦର୍ଶନ ଦେଇଅଛନ୍ତି I"
\v 35 ଆଉ ସେମାନେ ମଧ୍ୟ ବାଟର ସମସ୍ତ ଘଟଣା ଓ ରୁଟି ଭାଙ୍ଗିବାରେ ସେ କିପରି ସେମାନଙ୍କ ଦ୍ୱାରା ଚିହ୍ନାଗଲେ, ସେହି ସବୁ ବର୍ଣ୍ଣନା କରିବାକୁ ଲାଗିଲେ I
\s5
\v 36 କିନ୍ତୁ ସେମାନେ ଏହି ସବୁ କଥା କହୁଥିବା ସମୟରେ, ଯୀଶୁ ଆପେ ଏମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ I ସେ ସେମାନଙ୍କୁ କହିଲେ, "ଈଶ୍ୱର ତୁମ୍ଭମାନଙ୍କୁ ଶାନ୍ତି ଦେଉନ୍ତୁ !"
\v 37 ମାତ୍ର ସେମାନେ ଆତଙ୍କିତ ଓ ଭୀତ ହେଲେ, ସେମାନେ ଗୋଟିଏ ଭୂତ ଦେଖୁଅଛନ୍ତି ବୋଲି ମନେ କଲେ I
\s5
\v 38 ସେଥିରେ ସେ ସେମାନଙ୍କୁ କହିଲେ, "ତୁମ୍ଭେମାନେ ଉଦ୍‌ବିଗ୍ନ ହେବା ଉଚିତ୍ ନୁହେଁ ! ଆଉ ମୁଁ ଯେ ଜୀବିତ ଏହା ତୁମ୍ଭେମାନେ ସନ୍ଦେହ କରିବା ଅନୁଚିତ୍ I କାରଣ, ପୁଣି, ତୁମ୍ଭମାନଙ୍କ ମନରେ କାହିଁକି ତର୍କବିତର୍କ ଉଠୁଅଛି ?
\v 39 ଏ ଯେ ସ୍ୱୟଂ ମୁଁ, ମୋର ହାତ ଓ ପାଦ ଦେଖ, ମୋତେ ସ୍ପର୍ଶ କରି ଦେଖ, କାରଣ ମୋହର ଯେପରି ମାଂସ ଓ ଅସ୍ଥି ଥିବାର ତୁମ୍ଭେମାନେ ଦେଖୁଅଛ, ଭୂତର ସେପରି ନାହିଁ !"
\v 40 ଆଉ ସେ ଏହା କହି ସେମାନଙ୍କୁ ଆପଣା ହାତ ଓ ପାଦ ଘା' ଦେଖାଇଲେ I
\s5
\v 41 ସେମାନେ ଆନନ୍ଦିତ ଓ ଚମତ୍କୃତ ହେଲେ, କିନ୍ତୁ ଯୀଶୁ ଯେ ପ୍ରକୃତରେ ଜୀବିତ ହୋଇଅଛନ୍ତି ଏହା ସେମାନେ ବିଶ୍ୱାସ କରିବାରେ କଷ୍ଟ ହେଲା I ତେଣୁ ସେ ସେମାନଙ୍କୁ କହିଲେ, "ଏଠାରେ ତୁମ୍ଭମାନଙ୍କ ପାଖରେ କଅଣ ଖାଦ୍ୟ ଅଛି ?"
\v 42 ସେଥିରେ ସେମାନେ ତାହାଙ୍କୁ ଖଣ୍ଡେ ଭଜା ମାଛ ଦେଲେ I
\v 43 ଆଉ, ସେ ତାହା ଘେନି ସେମାନଙ୍କ ସାକ୍ଷାତରେ ଭୋଜନ କଲେ I
\s5
\v 44 ପୁଣି, ସେ ସେମାନଙ୍କୁ କହିଲେ, "ମୋଶାଙ୍କ ବ୍ୟବସ୍ଥାରେ ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତାରେ ଧର୍ମଶାସ୍ତ୍ରରେ ମୋ' ବିଷୟରେ ଯାହା ଯାହା ଲେଖା ଅଛି, ସେହି ସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି !"
\s5
\v 45 ସେତେବେଳେ ଧର୍ମଶାସ୍ତ୍ରରେ ଲିଖିତ ତାହାଙ୍କ ବିଷୟରେ ଯେପରି ସେମାନେ ବୁଝି ପାରନ୍ତି, ସେଥିପାଇଁ ସେ ସେମାନଙ୍କର ମନ ଉନ୍ମୁକ୍ତ କଲେ I
\v 46 ଆଉ ସେମାନଙ୍କୁ କହିଲେ, "ଏହି ପ୍ରକାରେ ଲେଖା ଅଛି: ଖ୍ରୀଷ୍ଟ ଦୁଃଖଭୋଗ କରି ମୃତ୍ୟୁବରଣ କରିବେ, କିନ୍ତୁ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ ହେବେ I
\v 47 ପୁଣି ସେମାନେ ଲେଖିଲେ ଯେ, ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ସମସ୍ତ ସ୍ଥାନରେ ପ୍ରଚାର କରିବେ ଯେ ଲୋକମାନେ ଆପଣା ପାପରୁ ମନପରିବର୍ତ୍ତନ କରି ଈଶ୍ୱରଙ୍କ ନିକଟରେ ଫେରିଲେ ସେ ସେମାନଙ୍କ ପାପରୁ ସେମାନଙ୍କୁ କ୍ଷମା କରିବେ I ଖ୍ରୀଷ୍ଟଙ୍କ ଅନୁସରଣକାରୀମାନେ ଈଶ୍ୱରଙ୍କ ଆଦେଶାନୁସାରେ ଏହି ସୁସମାଚାର ସମସ୍ତ ସ୍ଥାନରେ ଘୋଷଣା କରିବା ଉଚିତ I ପୁଣି ସେମାନେ ଲେଖିଲେ ଯେ ସେମାନେ ଯିରୂଶାଲମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ଘୋଷଣା କରିବା ଉଚିତ I
\s5
\v 48 ତୁମ୍ଭେମାନେ ଲୋକମାନଙ୍କୁ କୁହ, ତୁମ୍ଭେମାନେ ଜାଣ ଯେ ମୋ ସହ ଯାହା ଘଟିଅଛି ସେହି ଘଟଣା ସତ୍ୟ ଅଟେ ଏହା ତୁମ୍ଭେମାନେ ଜାଣ I
\v 49 ଆଉ ଦେଖ, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପବିତ୍ରଆତ୍ମା ପଠାଇବି I କିନ୍ତୁ ଯେପର୍ଯ୍ୟନ୍ତ ଈଶ୍ୱର ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରୁ ନାହାନ୍ତି ସେ ପର୍ଯ୍ୟନ୍ତ ତୁମ୍ଭେମାନେ ଏହି ନଗରରେ ରହିଥାଅ I"
\s5
\v 50 ତତ୍ପରେ ଯୀଶୁ ସେମାନଙ୍କୁ ବେଥନିଆକୁ ଯିବା ବାଟ ପର୍ଯ୍ୟନ୍ତ ଘେନିଗଲେ I ସେଠାରେ ସେ ଆପଣା ହାତ ତୋଳି ସେମାନଙ୍କୁ ଆଶୀର୍ବାଦ କଲେ I
\v 51 ପୁଣି, ସେମାନଙ୍କୁ ଆଶୀର୍ବାଦ କରୁ କରୁ ସେ ସେମାନଙ୍କଠାରୁ ଅଲଗା ହୋଇ ସ୍ୱର୍ଗକୁ ନୀତ ହେଲେ I
\s5
\v 52 ଆଉ ସେମାନେ ତାହାଙ୍କୁ ପ୍ରଣାମ କରି ମହାନନ୍ଦରେ ଯିରୂଶାଲମକୁ ବାହୁଡ଼ିଗଲେ I
\v 53 ପୁଣି, ପ୍ରତ୍ୟେକ ଦିନ ସେମାନେ ମନ୍ଦିର ପ୍ରାଙ୍ଗଣରେ ଯାଉଥିଲେ, ଓ ଈଶ୍ୱରଙ୍କ ସ୍ତବ କରିବାରେ ଅଧିକ ସମୟ ବିତାଉଥିଲେ I