Initial commit

This commit is contained in:
Phil Hopper 2016-11-16 14:08:08 -05:00
commit 6679788d2e
53 changed files with 2626 additions and 0 deletions

68
content/01.md Normal file
View File

@ -0,0 +1,68 @@
# 1. ସୃଷ୍ଟି #
![Image](https://cdn.door43.org/obs/jpg/360px/obs-en-01-01.jpg?direct&)
୩. ସମସ୍ତ ସୃଷ୍ଟି ଏହିପରି ହେଲା । ଛ ଦିନରେ ପରମେଶ୍ଵର ସ୍ଵର୍ଗ ଓ ପୃଥିବୀ ଓ ସେଥିର ସମସ୍ତ ବିଷୟ ସୃଷ୍ଟି କଲେ । ପରମେଶ୍ଵର ସୃଷ୍ଟି କରିବା ପରେ ପୃଥିବୀ ଅନ୍ଧାର ଓ ଶୂନ୍ୟ ଥିଲା । କୌଣସି ବିଷୟର ଗଠନ ହୋଇନଥିଲା । କିନ୍ତୁ ପରମେଶ୍ଵଙ୍କର ଆତ୍ମା ଜଳ ଉପରେ ଥିଲା ।
![Image](https://cdn.door43.org/obs/jpg/360px/obs-en-01-02.jpg?direct&)
ତାହାପରେ ପରମେଶ୍ଵର କହିଲେ, ଦୀପ୍ତି ହେଉ । ତହିଁରେ ଦୀପ୍ତି ହେଲା । ପରମେଶ୍ଵର ଦୀପ୍ତିକୁ ଉତ୍ତମ ଦେଖିଲେ ଓ ତାକୁ ଦିବସ କହିଲେ । ସେ ଏହାକୁ ଅନ୍ଧକାରରୁ ପୃଥକ୍, ଯାହାକୁ ସେ କହିଲେ "ରାତ୍ର" । ପରମେଶ୍ଵର ସୃଷ୍ଟିର ପ୍ରଥମ ଦିନରେ ଆଲୋକ ସୃଷ୍ଟି କଲେ ।
![Image](https://cdn.door43.org/obs/jpg/360px/obs-en-01-03.jpg?direct&)
ସୃଷ୍ଟିର ଦ୍ଵିତୀୟ ଦିନରେ ପରମେଶ୍ଵର ପୃଥିବୀ ଉପରେ ଆକାଶ ସୃଷ୍ଟି ହେବାକୁ କହିଲେ । ସେ ନିମ୍ନ ଜଳ ଠାରୁ ଉର୍ଦ୍ଧ୍ବ ଜଳକୁ ପୃଥକ୍ଉର୍ଦ୍ଧ କରିବା ଦ୍ବାରା ଆକାଶ ସୃଷ୍ଟି କଲେ ।
![Image](https://cdn.door43.org/obs/jpg/360px/obs-en-01-04.jpg?direct&)
ତୃତୀୟ ଦିନରେ ପରମେଶ୍ଵର କହିଲେ ଓ ଶୁଷ୍କ ଭୂମିରୁ ଜଳକୁ ପୃଥକ କଲେ । ସେ ଶୁଷ୍କ ଭୂମିକୁ "ପୃଥିବୀ" କହିଲେ ଓ ସେ ଜଳକୁ "ସମୁଦ୍ର" ସେ କହିଲେ । ପରମେଶ୍ବର ଦେଖିଲେ ଯାହା ସେ ସୃଷ୍ଟି କରିଥିଲେ ଉତ୍ତମ ଥିଲା
![Image](https://cdn.door43.org/obs/jpg/360px/obs-en-01-05.jpg?direct&)
ତାହାପରେ ପରମେଶ୍ଵର କହିଲେ "ପୃଥିବୀରେ ସମସ୍ତ ପ୍ରକାର ଗଛଗୁଡିକ ଓ ତୃଣଗୁଡିକ ଉତ୍ପନ୍ନ ହେଉ । ଏବଂ ସେହିପରି ହେଲା । ପରମେଶ୍ବର ଦେଖିଲେ ଯାହା ସେ ସୃଷ୍ଟି କରିଥିଲେ ଉତ୍ତମ ଥିଲା ।
![Image](https://cdn.door43.org/obs/jpg/360px/obs-en-01-06.jpg?direct&)
ସୃଷ୍ଟିର ଚତୁର୍ଥ ଦିନରେ, ପରମେଶ୍ଵର କହିଲେ ଏବଂ ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ । ପରମେଶ୍ବର ସେସମସ୍ତଙ୍କୁ ପୃଥିବୀରେ ଦୀପ୍ତି ଦେବାକୁ ଏବଂ ଦିନ, ରାତ୍ରି, ଋତୁଗୁଡିକ ଓ ବର୍ଷମାନଙ୍କର ସଂକେତ ପାଇଁ ବ୍ୟବହୃତ ହେବାକୁ କହିଲେ । ପରମେଶ୍ବର ଦେଖିଲେ ଯାହା ସେ ସୃଷ୍ଟି କରିଥିଲେ ଉତ୍ତମ ଥିଲା ।
![Image](https://cdn.door43.org/obs/jpg/360px/obs-en-01-07.jpg?direct&)
ପଞ୍ଚମ ଦିନରେ ପରମେଶ୍ଵର କହିଲେ ଏବଂ ଜଳରେ ପହଁରିବା ସମସ୍ତ ଜୀବଗୁଡିକୁ ଓ ପକ୍ଷୀମାନଙ୍କୁ ସୃଷ୍ଟି କଲେ । ପରମେଶ୍ଵର ତାହା ଉତ୍ତମ ଦେଖିଲେ ଏବଂ ସେ ସେମାନଙ୍କୁ ଆଶୀର୍ବାଦ କଲେ ।
![Image](https://cdn.door43.org/obs/jpg/360px/obs-en-01-08.jpg?direct&)
ସୃଷ୍ଟିର ଷଷ୍ଠ ଦିନରେ, ପରମେଶ୍ଵର କହିଲେ, " ଭୁମିର ସମସ୍ତ ପ୍ରକାର ପଶୁଗୁଡ଼ିକ ସୃଷ୍ଟି ହେଉ । ପରମେଶ୍ଵର ଯେମିତି କହିଲେ, ଠିକ ସେହିପରି ହେଲା । କେତେକ କୃଷି ଉପଯୋଗୀ ପଶୁ ଥିଲେ, କେତେକ ଭୁମି ଉପରେ ଚାଲିବ ସରିସୃପ ପ୍ରାଣୀ ଓ କେତେକ ବନ୍ୟ ପଶୁଗୁଡିକ ଥିଲେ । ଏବଂ ପରମେଶ୍ଵର ସେଗୁଡିକ ଉତ୍ତମ ଦେଖିଲେ ।
![Image](https://cdn.door43.org/obs/jpg/360px/obs-en-01-09.jpg?direct&)
ତା’ପରେ ପରମେଶ୍ଵର କହିଲେ, ଆସ,ଆମ୍ଭେ ମଣିଷକୁ ଆମ୍ଭପରି ନିଜ ସାଦୃସ୍ୟରେ ସୃଷ୍ଟି କରିବା । ପୃଥିବୀ ଉପରେ ଓ ସମସ୍ତ ପଶୁମାନଙ୍କ ଉପରେ ସେମାନଙ୍କର ଅଧିକାର ରହିବ ।
![Image](https://cdn.door43.org/obs/jpg/360px/obs-en-01-10.jpg?direct&)
ତେଣୁ ପରମେଶ୍ଵର କିଛି ଧୁଳି ନେଲେ, ମଣିଷକୁ ନିର୍ମାଣ କଲେ, ଏବଂ ତା ଭିତରେ ଜୀବନର ଫୁଙ୍କ ଦେଲେ । ଏହି ମଣିଷର ନାମ ଆଦମ ଥିଲା । ପରମେଶ୍ଵର ଏକ ଉଦ୍ୟାନ ରୋପଣ କଲେ, ଯେଉଁଠାରେ ଆଦମ ରହିବ ଏବଂ ତାହାର ଯତ୍ନ କରିବା ପାଇଁ ତାହାକୁ ସେହିଠାରେ ରଖିଲେ ।
![Image](https://cdn.door43.org/obs/jpg/360px/obs-en-01-11.jpg?direct&)
ଉଦ୍ୟାନର ମଧ୍ୟରେ, ପରମେଶ୍ଵର ଦୁଇଗୋଟି ମୁଖ୍ୟ ବୃକ୍ଷ୍ୟଗୁଡିକ ରୋପଣ କରିଲେ - ଜୀବନ ଦାୟକ ବୃକ୍ଷ ଓ ଭଲ ଓ ମନ୍ଦ ଜ୍ଞାନଦାୟକ ବୃକ୍ଷ । ପରମେଶ୍ଵର ଆଦମକୁ କହିଲେ ଯେ ଭଲ ଓ ମନ୍ଦ ଜ୍ଞାନଦାୟକ ବୃକ୍ଷୟର ଫଳକୁ ଛାଡି ଉଦ୍ୟାନରେ ଥିବା ପ୍ରତ୍ୟେକ ଗଛଗୁଡ଼ିକରୁ ଖାଇପାରିବ । ଯଦି ଏହି ବୃକ୍ଷୟର ଫଳ ସେ ଖାଏ, ତେବେ ସେ ମରିବ ।
![Image](https://cdn.door43.org/obs/jpg/360px/obs-en-01-12.jpg?direct&)
ତାହା ପରେ ପରମେଶ୍ଵର କହିଲେ, ମଣିଷ ଏକାକି ରହିବା ଭଲ ନୁହଁ । କିନ୍ତୁ, କୌଣସି ପଶୁ ଆଦମଙ୍କ ନିମନ୍ତେ ସାହାଯ୍ୟକାରୀ ନ ଥିଲେ ।
![Image](https://cdn.door43.org/obs/jpg/360px/obs-en-01-13.jpg?direct&)
ତେଣୁ, ପରମେଶ୍ଵର ଆଦମଙ୍କୁ ଘୋର ନିଦ୍ରାରେ ଶୋଆଇ ଦେଲେ । ତା’ପରେ, ପରମେଶ୍ଵର ଆଦମର ଏକ ପଞ୍ଜରା ହାଡ଼କୁ ନେଇ ଏକ ନାରୀକୁ ତିଆରି କଲେ ଓ ତାଙ୍କୁ ଆଦମଙ୍କ ନିକଟକୁ ଆଣିଲେ ।
![Image](https://cdn.door43.org/obs/jpg/360px/obs-en-01-14.jpg?direct&)
ଯେତେବେଳେ ଆଦମ ତାଙ୍କୁ ଦେଖିଲା, ସେ କହିଲା, ଶେଷରେ ! ଏ ଜଣ ମୋ ପରି ଅଟେ ! ସେ ନାରୀ ବୋଲି ଡକା ଯିବ, ଯେହେତୁ ସେ ନରଠାରୁ ସୃଷ୍ଟି ହୋଇଅଛି । ଏହି କାରଣରୁ ମଣିଷ ତାହାର ପିତାମାତାଙ୍କୁ ଛାଡି ତା ସ୍ତ୍ରୀ ସହିତ ଏକ ହେବ ।
![Image](https://cdn.door43.org/obs/jpg/360px/obs-en-01-15.jpg?direct&)
ପରମେଶ୍ଵର ନର ଓ ନାରୀକୁ ତାଙ୍କ ନିଜ ସାଦୃଶ୍ୟରେ ନିର୍ମାଣ କରିଲେ । ସେ ସେମାନଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ, ଅନେକ ପୁତ୍ରକନ୍ୟାମାନ ଓ ନାତିନାତୁଣୀମାନଙ୍କୁ ଜନ୍ମ କର ଏବଂ ପୃଥିବୀକୁ ପରିପୂର୍ଣ କର । ପରମେଶ୍ଵର ଯାହାସବୁ ସୃଷ୍ଟି କରିଥିଲେ, ସେହିସବୁ ଅତି ଉତ୍ତମ ଦେଖିଲେ । ଯାହା ସେହି ସବୁଥିରେ ତାଙ୍କ ଅତି ସନ୍ତୋଷ ଥିଲା । ଏ ସମସ୍ତ ବିଷୟ ସୃଷ୍ଟିର ଷଷ୍ଠ ଦିନରେ ହେଲା ।
![Image](https://cdn.door43.org/obs/jpg/360px/obs-en-01-16.jpg?direct&)
ଯେତେବେଳେ ସପ୍ତମ ଦିନ ଆସିଲା, ପରମେଶ୍ଵର ତାଙ୍କ ସମସ୍ତ କାର୍ଯ୍ୟ ସମାପ୍ତ କରିଥିଲେ । ତେଣୁ ପରମେଶ୍ଵର ସମସ୍ତ କାର୍ଯ୍ୟଠାରୁ ଯାହା ସେ କରି ଆସୁଥିଲେ ବିଶ୍ରାମ ନେଲେ । ସେ ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ । କାରଣ ଏହି ଦିନରେ ସେ ତାଙ୍କ କାର୍ଯ୍ୟଠାରୁ ବିଶ୍ରାମ ନେଲେ । ଏହି ପ୍ରକାରେ ପରମେଶ୍ଵର ବ୍ରହ୍ମାଣ୍ଡ ଓ ତହିର ସମସ୍ତ ବିଷୟ ସୃଷ୍ଟି କରିଲେ ।
ବାଇବଲର କାହାଣୀ : ଆଦିପୁସ୍ତକ ୧_ _

51
content/02.md Normal file
View File

@ -0,0 +1,51 @@
# 2. ପାପ ଜଗତକୁ ପ୍ରବେଶ କଲା #
![Image](https://cdn.door43.org/obs/jpg/360px/obs-en-02-01.jpg?direct&)
ପରମେଶ୍ଵର ସେମାନଙ୍କ ନିମନ୍ତେ ପ୍ରସ୍ତୁତ କରିଥିବା ସୁନ୍ଦର ଉଦ୍ୟାନରେ ଆଦମ ଏବଂ ତାର ସ୍ତ୍ରୀ ବହୁତ ଆନନ୍ଦମୟ ଜୀବନ କାଟୁଥିଲେ । ସେମାନେ କେହିହେଲେ ପୋଷାକ ପିନ୍ଧି ନ ଥିଲେ, କିନ୍ତୁ ଏହା ସେମାନଙ୍କ ପାଇଁ କୌଣସି ଲଜ୍ବାର କାରଣ ନ ଥିଲା। ଯେହେତୁ, ଜଗତରେ ପାପ ନ ଥିଲା । ସେମାନେ ସବୁବେଳେ ଉଦ୍ୟାନରେ ଯିବା ଆସିବା କରୁଥିଲେ ଓ ପରମେଶ୍ଵରଙ୍କ ସହିତ କଥା ହେଉଥିଲେ ।
![Image](https://cdn.door43.org/obs/jpg/360px/obs-en-02-02.jpg?direct&)
କିନ୍ତୁ, ଉଦ୍ୟାନରେ ଏକ ଚତୁର ସର୍ପ ଥିଲା । ସେ ନାରୀଙ୍କୁ ପଚାରିଲା, ପରମେଶ୍ଵର ସତ୍ୟରେ ଉଦ୍ୟାନର କୌଣସୀ ବୃକ୍ଷର ଫଳ ନ ଖାଇବାକୁ ତୁମକୁ କହିଥିଲେ କି ?
![Image](https://cdn.door43.org/obs/jpg/360px/obs-en-02-03.jpg?direct&)
ନାରୀ ଉତ୍ତର ଦେଲା, ପରମେଶ୍ଵର ଆମ୍ଭକୁ କହିଲେ ଭଲ ଏବଂ ମନ୍ଦ ଜ୍ଞାନ ଦାୟକ ବୃକ୍ଷର ଫଳକୁ ଛାଡି ଯେ କୌଣସି ବୃକ୍ଷର ଫଳ ଆମେ ଖାଇ ପାରିବୁ । ପରମେଶ୍ଵର ଆମକୁ କହିଲେ, ଯଦି ତୁମେ ସେହି ଫଳ ଖାଇବ ଅଥବା ଛୁଇଁବ ସେହିଦିନ ତୁମ୍ଭେ ମରିବ ।
![Image](https://cdn.door43.org/obs/jpg/360px/obs-en-02-04.jpg?direct&)
ସର୍ପ ନାରୀକୁ କହିଲା, ତାହା ସତ ନୁହଁ । ତୁମେ ମରିବ ନାହିଁ । ପରମେଶ୍ଵର ଜାଣନ୍ତି ଯେ, ତୁମେ ଖାଇବା ସଙ୍ଗେ ସଙ୍ଗେ ପରମେଶ୍ଵଙ୍କ ପରି ତୁମେ ହୋଇଯିବ ଓ ତାଙ୍କ ପରି ଭଲ ଓ ମନ୍ଦକୁ ବୁଝି ପାରିବ ।
![Image](https://cdn.door43.org/obs/jpg/360px/obs-en-02-05.jpg?direct&)
ନାରୀ ତାହା ଦେଖିଲା , ସେହି ଫଳ ଦେଖିବାକୁ ସୁନ୍ଦର ଥିଲା ଓ ଖାଇବାକୁ ସୁସ୍ଵାଦୁ ଥିଲା । ସେ ମଧ୍ୟ ବୁଦ୍ଧିମାନ ହେବାକୁ ଚାହିଲା, ସେଥିପାଇଁ ସେ କିଛି ଫଳ ତୋଳିଲା ଏବଂ ଖାଇଲା । ତା ପରେ ସେ କିଛି ଫଳ ତାର ସ୍ବାମୀଙ୍କୁ ଦେଲା, ଯିଏ ତାର ସହିତ ଥିଲେ ଏବଂ ସେ ମଧ୍ୟ ସେଥିରୁ କିଛି ଖାଇଲା ।
![Image](https://cdn.door43.org/obs/jpg/360px/obs-en-02-06.jpg?direct&)
ହଠାତ୍, ସେମାନଙ୍କ ଆଖି ଖୋଲିଲା, ଏବଂ ସେମାନେ ଅନୁଭବ କଲେ ଯେ, ସେମାନେ ଉଲଗ୍ନ ହୋଇଛନ୍ତି । ପତ୍ରଗୁଡ଼ିକକୁ ସିଲାଇ କରିବ ଦ୍ବାରା ସେମାନଙ୍କ ଶରୀରକୁ ଘୋଡାଇବାକୁ ଚେଷ୍ଟା କଲେ ।
![Image](https://cdn.door43.org/obs/jpg/360px/obs-en-02-07.jpg?direct&)
ସେମାନେ ଦୁହେଁ ପରମେଶ୍ଵଙ୍କଠାରୁ । ତା’ପରେ ପରମେଶ୍ଵର ପୁରୁଷକୁ ଡାକିଲେ, ତୁମେ କେଉଁ ଠାରେ ଅଛ ? ଆଦମ ଉତ୍ତର ଦେଲା, ତୁମ୍ଭେ ଏଦନ ଉଦ୍ୟାନରେ ଚାଲିବାର ମୁଁ ଶୁଣିଲି ଓ ମୁଁ ଭୟ କରିଲି, କାରଣ ମୁଁ ଉଲଗ୍ନ ଥିଲି । ଲୁଚିଲେତେଣୁ ମୁଁ ଲୁଚିଲି।
![Image](https://cdn.door43.org/obs/jpg/360px/obs-en-02-08.jpg?direct&)
ତେବେ ପରମେଶ୍ଵର ପଚାରିଲେ, ତୁମେ ଯେ ଉଲଗ୍ନ ହୋଇ ଅଛ ତୁମକୁ କିଏ କହିଲା ? ଯେଉଁ ଫଳ ନ ଖାଇବାକୁ ମୁଁ କହିଥିଲି, ସେହି ଫଳ ତୁମେ ଖାଇଲ କି ? ପୁରୁଷ ଉତ୍ତର ଦେଲା, ଏହି ସ୍ତ୍ରୀକୁ ତୁମେ ମୋତେ ଦେଲ ଏବଂ ସେ ମୋତେ ଫଳ ଖାଇବାକୁ ଦେଲା । ପରମେଶ୍ଵର ନାରୀଙ୍କୁ ପଚାରିଲେ, ଏହା ତୁମେ କ’ଣ କଲ ? ନାରୀ ଉତ୍ତର ଦେଲା, ସର୍ପ ମୋତେ ଭୁଲାଇଲା ।
![Image](https://cdn.door43.org/obs/jpg/360px/obs-en-02-09.jpg?direct&)
ପରମେଶ୍ଵର ସର୍ପକୁ କହିଲେ, ତୁମେ ଅଭିଶପ୍ତ ହୋଇ ଅଛ । ତୁମେ ତୁମ ପେଟରେ ଚାଲିବ ଓ ଧୁଳି ଖାଇବ । ତୁମେ ଓ ନାରୀ ପରସ୍ପରକୁ ଘୃଣା କରିବ । ଏବଂ ତୁମ ସନ୍ତାନ ଓ ତାର ସନ୍ତାନ ମଧ୍ୟ ଘୃଣା କରିବେ । ନାରୀର ବଂଶ ତୁମର ମସ୍ତକକୁ ଆଘାତ କରିବ ଓ ତୁମେ ତାର ଗୋଇଠାକୁ କାମୁଡିବ ।
![Image](https://cdn.door43.org/obs/jpg/360px/obs-en-02-10.jpg?direct&)
ତା’ପରେ ପରମେଶ୍ଵର ନାରୀଙ୍କୁ କହିଲେ, ମୁଁ ତୁମ୍ଭର ପ୍ରସବ ବେଦନା ଅତିଶୟ ବଢାଇବି । ତୁମ୍ଭେ ତୁମ୍ଭର ସ୍ଵାମିଙ୍କୁ ଚାହିଁବ ଏବଂ ସେ ତୁମ୍ଭ ଉପରେ ଶାସନ କରିବ ।
![Image](https://cdn.door43.org/obs/jpg/360px/obs-en-02-11.jpg?direct&)
ବର୍ତ୍ତମାନ ଭୂମି ଅଭିଶପ୍ତ ହେଲା, ଏବଂ ତୁମକୁ ଖାଦ୍ୟ ଉତ୍ପର୍ଣ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ତ ପରେ ତୁମେ ମରିବ ଏବଂ ତୁମ ଶରୀର ମାଟିକୁ ଫେରିବ । ପୁରୁଷ ତାର ସ୍ତ୍ରୀକୁ ହବା ନାମ ଦେଲା, ଯାହାର ଅର୍ଥ ଜୀବନଦାୟୀ, କାରଣ ସେ ଅନେକ ଲୋକଙ୍କର ମାତା ହେବେ । ଏବଂ ପରମେଶ୍ଵର ଆଦମ ଓ ହବାଙ୍କୁ ପଶୁର ଚମଡାରେ ଆଚ୍ଛାଦିତ କଲେ ।
![Image](https://cdn.door43.org/obs/jpg/360px/obs-en-02-12.jpg?direct&)
ତା’ପରେ ପରମେଶ୍ଵର କହିଲେ, ବର୍ତ୍ତମାନ ଭଲ ଓ ମନ୍ଦ ଜାଣିବ ଦ୍ବାରା ମନୁଷ୍ୟ ଆମ୍ଭ ପରି ଜଣେ ହୋଇଅଛି, ସେମାନେ ସର୍ବଦା ବଞ୍ଚି ରହିବା ପାଇଁ ଜୀବନଦାୟୀ ବୃକ୍ଷର ଫଳ ଖାଇବା ଉଚିତ୍ ନୁହେଁ । ତେଣୁ ପରମେଶ୍ଵର ଆଦମ ଓ ହବାକୁ ସୁନ୍ଦର ଉଦ୍ୟାନରୁ ବାହାର କଲେ ଏବଂ ଦୂରକୁ ପଠାଇଲେ। ଜୀବନଦାୟୀ ବୃକ୍ଷର ଫଳକୁ ଯେପରି ନ ଖାଇବା ପାଇଁ, ପରମେଶ୍ଵର ଶକ୍ତିଶାଳୀ ଦୂତଗଣମାନଙ୍କୁ ଉଦ୍ୟାନର ଫାଟକରେ ଜଗୁଆଳି ଭାବରେ ରଖିଲେ ।
ବାଇବଲର ଏକ କାହାଣୀ_: _ ଆଦିପୁସ୍ତକ ୩

67
content/03.md Normal file
View File

@ -0,0 +1,67 @@
# 3. ଜଳପ୍ଲାବନ #
![Image](https://cdn.door43.org/obs/jpg/360px/obs-en-03-01.jpg?direct&)
ଏକ ଦୀର୍ଘ ସମୟ ପରେ, ଅନେକ ଲୋକମାନେ ଜଗତରେ ବାସ କରୁଥିଲେ । ସେମାନେ ଅତି ଦୁଷ୍ଟ ଓ ହିଂସାଜନକ ଥିଲେ । ଏତେ ମନ୍ଦ ହେଲା ଯେ, ପରମେଶ୍ଵର ସାରା ଜଗତକୁ ମହାବନ୍ୟା ଦ୍ବାରା ସମଗ୍ର ପୃଥିବୀକୁ ଧ୍ବଂସ କରିବାକୁ ନିଷ୍ପତ୍ତି ନେଲେ ।
![Image](https://cdn.door43.org/obs/jpg/360px/obs-en-03-02.jpg?direct&)
କିନ୍ତୁ ନୋହ ପରମେଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ଥିଲେ । ସେ ମନ୍ଦ ଲୋକମାନଙ୍କ ଗହଣରେ ଜଣେ ଧାର୍ମିକ ବ୍ୟକ୍ତିଭାବରେ ଜୀବନଯାପନ କାଟୁଥିଲେ । ପରମେଶ୍ଵର ନୋହଙ୍କୁ ଜଳପ୍ଲାବନ ପଠାଇବାର ଯୋଜନା ବିଷୟରେ କହିଲେ । ସେ ନୋହଙ୍କୁ ଏକ ବୃହତ୍ ଜାହଜ ତିଆରି କରିବାକୁ କହିଲେ ।
![Image](https://cdn.door43.org/obs/jpg/360px/obs-en-03-03.jpg?direct&)
୧୪୦ ମିଟର ଲମ୍ବା, ୨୩ ମିଟର ଚଉଡା ଓ ୧୩.୫ ମିଟର ଉଚ୍ଚତାର ଡଙ୍ଗା ତିଆରି କରିବାକୁ ପରମେଶ୍ଵର ନୋହଙ୍କୁ କହିଲେ । ଏହାକୁ କାଠ ଦ୍ଵାରା ନିର୍ମିତ କରିବାକୁ ଏବଂ ତିନି ମହଲାରେ ଅନେକ କୋଠରୀ, ଏକ ଛାତ ଓ ଏକ ଝରକା ତିଆରି କରିବାକୁ କହିଲେ । ଏହି ଡଙ୍ଗା ଜଳପ୍ଲାବନ ସମୟରେ ନୋହଙ୍କ, ତାଙ୍କ ପରିବାର, ଏବଂ ସମସ୍ତ ପ୍ରକାର ସ୍ଥଳଚର ପଶୁମାନଙ୍କୁ ସୁରକ୍ଷିତ ରଖିବ ।
![Image](https://cdn.door43.org/obs/jpg/360px/obs-en-03-04.jpg?direct&)
ନୋହ ପରମେଶ୍ଵରଙ୍କର ବାଧ୍ୟ ହେଲେ । ପରମେଶ୍ଵର ଯେପ୍ରକାରେ କହିଲେ, ଠିକ୍ ସେହି ପ୍ରକାରେ ନୋହ ଓ ତାଙ୍କ ତିନି ପୁତ୍ରମାନେ ଡଙ୍ଗା ନିର୍ମାଣ କରିଥିଲେ । ଜହାଜ ତିଆରି କରିବାକୁ ଅନେକ ବର୍ଷ ଲାଗିଥିଲା କାରଣ ଏହା ଅତି ବୃହତ୍ ଥିଲା । ଆସୁଥିବା ଜଳ ପ୍ଲାବନ ବିଷୟରେ ନୋହ ଲୋକମାନଙ୍କୁ ସଚେତନ କରାଉଥିଲେ, ଏବଂ ପରମେଶ୍ଵରଙ୍କର ଆଡକୁ ଫେରିବାକୁ କହୁଥିଲେ, କିନ୍ତୁ ସେମାନେ ତାଙ୍କ କଥାକୁ ବିଶ୍ବାସ କଲେ ନାହିଁ ।
![Image](https://cdn.door43.org/obs/jpg/360px/obs-en-03-05.jpg?direct&)
ପରମେଶ୍ଵର ନୋହକୁ ଏବଂ ତାଙ୍କ ପରିବାରକୁ ତାଙ୍କ ଓ ପଶୁମାନଙ୍କ ପାଇଁ ଯଥେଷ୍ଠ ଖାଦ୍ୟ ଆଦାୟ କରିବାକୁ ଆଜ୍ଞା ଦେଲେ । ଯେତେବେଳେ ସମସ୍ତ ପ୍ରସ୍ତୁତ ହେଲା, ନୋହଙ୍କୁ ପରମେଶ୍ଵର କହିଲେ, ବର୍ତ୍ତମାନ ତୁମେ, ତୁମ ସ୍ତ୍ରୀ, ତୁମ ପୁଅମାନେ ଏବଂ ତାଙ୍କ କନ୍ୟାମାନେ ସମସ୍ତ ଆଠ ଜଣ ଡଙ୍ଗା ଭିତରକୁ ପ୍ରବେଶ କରିବାର ସମୟ ହୋଇ ଅଛି ।
![Image](https://cdn.door43.org/obs/jpg/360px/obs-en-03-06.jpg?direct&)
ପରମେଶ୍ଵର ପଶୁ ଓ ପକ୍ଷୀମାନଙ୍କ ପ୍ରତ୍ୟେକ ଦମ୍ପତିକୁ ନୋହଙ୍କ ନିକଟକୁ ପଠାଇଲେ ଯେପରି ସେମାନେ ଜଳପ୍ଲାବନ ସମୟରେ ନିମନ୍ତେ ଡଙ୍ଗା ଭିତରକୁ ଯାଇ ସୁରକ୍ଷିତ ରହିବେ । ପରମେଶ୍ଵର ବଳି ନିମନ୍ତେ ସାତଟି ଅଣ୍ଡିରା ଓ ମାଈ ସମସ୍ତ ପଶୁଗୁଡିକୁ ନୋହଙ୍କ ପାଖକୁ ପଠାଇଲେ । ଯେତେବେଳେ ସେମାନେ ଡଙ୍ଗା ଭିତରେ ଥିଲେ, ପରମେଶ୍ଵର ନିଜେ ଦ୍ଵାର ବନ୍ଦ କଲେ ।
![Image](https://cdn.door43.org/obs/jpg/360px/obs-en-03-07.jpg?direct&)
ତା’ପରେ ପ୍ରବଳ ବର୍ଷା, ଆରମ୍ଭ ହେଲା । ୪୦ ଦିନ ଓ ୪୦ ରାତ୍ର ଧରି ବିନା ବନ୍ଦ ହୋଇ ବର୍ଷା ହେଲା । ପୃଥିବୀର ଉପରକୁ ପାଣି ପ୍ରବାହିତ ହେବାକୁ ଲାଗିଲା। ପୃଥିବୀର ସମସ୍ତ ଉପରେ ଏପରିକି ସବୁଠାରୁ ଉଚ୍ଚତ୍ତମ ପର୍ବତ ମଧ୍ୟ ପାଣିରେ ବୁଡିବାକୁ ଲାଗିଲା ।
![Image](https://cdn.door43.org/obs/jpg/360px/obs-en-03-08.jpg?direct&)
ଡଙ୍ଗା ଭିତରେ ଥିବା ଲୋକମାନେ ଓ ପଶୁପକ୍ଷୀଗୁଡିକୁ ଛାଡି ପୃଥିବୀ ପୃଷ୍ଠର ସମସ୍ତ ଜୀବମାନେ ଯେଉମାନେ ବାସ କରୁଥିଲେ ମୃତ୍ୟୁବରଣ କଲେ । ଡଙ୍ଗା ପାଣି ଉପରେ ଭାସିବାକୁ ଲାଗିଲା ଏବଂ ଡଙ୍ଗ। ଭିତରେ ଥିବା ସମସ୍ତଙ୍କୁ ବୁଡିବାରୁ ସୁରକ୍ଷିତ ରଖିଲା।
![Image](https://cdn.door43.org/obs/jpg/360px/obs-en-03-09.jpg?direct&)
ବର୍ଷା ବନ୍ଦ ହେଲା ପରେ, ଡଙ୍ଗା ପାଣି ଉପରେ ପାଞ୍ଚ ମାସ ପର୍ଯ୍ୟନ୍ତ ଭାସିରହିଥିଲା , ଏବଂ ଏହି ସମୟରେ ପାଣି କମିବାକୁ ଲାଗିଲା । ତା’ପରେ ଦିନେ ଡଙ୍ଗା ଏକ ପାହାଡର ଶୀର୍ଷ ଭାଗରେ ଲାଗିଲା, କିନ୍ତୁ ଏ ପର୍ଯ୍ୟନ୍ତ ଜଗତ ପାଣିରେ ବୁଡି ରହିଥିଲା । ଆଉ ତିନି ମାସ ପରେ, ପାହାଡଗୁଡିକର ଉପର ଅଂଶଗୁଡିକ ଦେଖିବାକୁ ମିଳିଲା ।
![Image](https://cdn.door43.org/obs/jpg/360px/obs-en-03-10.jpg?direct&)
ଆଉ 40 ଦିନ ପରେ ପାଣି ଶୁଖି ଅଛି କି ନାହିଁ ଦେଖିବା ପାଇଁ ନୋହ ଏକ ପକ୍ଷୀ କାଉକୁ ବାହାରକୁ ପଠାଇଲା । କାଉ ଶୁଖିଲା ଜାଗା ଖୋଜିବା ପାଇଁ ଫେରିଗଲା ଏଣେତେଣେ ଉଡି ବୁଲିଲା, କିନ୍ତୁ କୌଣସୀ ସ୍ଥାନ ପାଇଲା ନାହିଁ ।
![Image](https://cdn.door43.org/obs/jpg/360px/obs-en-03-11.jpg?direct&)
ପରେ ନୋହ ଆଉ ଏକ ପକ୍ଷୀ କପୋତକୁ ବାହାରକୁ ପଠାଇଲେ । କିନ୍ତୁ ସେ ମଧ୍ୟ କୌଣସି ଶୁଖିଲା ସ୍ଥାନ ପାଇଲା ନାହି, ଏଣୁ ସେ ନୋହଙ୍କ ପାଖକୁ ଫେରି ଆସିଲା । ଏକ ସପ୍ତାହ ପରେ ନୋହ ପୁନର୍ବାର କପୋତକୁ ବାହାରକୁ ପଠାଇଲେ ଏବଂ ସେ ଜିତ ବୃକ୍ଷର ଡାଳ ଥଣ୍ଟରେ ଧରି ଫେରିଲା । ପାଣି ଧୀରେ କମିଗଲା ଓ ଗଛଗୁଡିକ ପୁନର୍ବାର୍ ବଢିବାକୁ ଲାଗିଲା ।
![Image](https://cdn.door43.org/obs/jpg/360px/obs-en-03-12.jpg?direct&)
ନୋହ ଆଉ ଏକ ସପ୍ତାହ ଅପେକ୍ଷା କଲା ପରେ କପୋତକୁ ତୃତୀୟ ଥର ବାହାରକୁ ପଠାଇଥିଲେ । ଏ ଥର ସେ ବିଶ୍ରାମ ନେବାକୁ ସ୍ଥାନ ପାଇଲା ଆଉ ଲେଉଟି ଆସିଲା ନାହିଁ । ପାଣି ଶୁଖିବାକୁ ଲାଗିଲା ।
![Image](https://cdn.door43.org/obs/jpg/360px/obs-en-03-13.jpg?direct&)
ଦୁଇ ମାସ ପରେ ନୋହଙ୍କୁ ପରମେଶ୍ଵର କହିଲେ, ତୁମ ପରିବାର ଓ ସମସ୍ତ ପଶୁପକ୍ଷୀଗୁଡ଼ିକ ଓ ତୁମେ ଡଙ୍ଗାରୁ ବାହାରି ଯାଇପାର । ଅନେକ ସନ୍ତାନ ଓ ନାତିନାତୁଣୀ ଜନ୍ମ କରି ପୃଥିବୀକୁ ପରିପୂର୍ଣ କର । ତେବେ, ନୋହ ଓ ତାଙ୍କ ପରିବାର ଡଙ୍ଗାରୁ ବାହାରି ଆସିଲେ ।
![Image](https://cdn.door43.org/obs/jpg/360px/obs-en-03-14.jpg?direct&)
ନୋହ ଡଙ୍ଗାରୁ ବାହାରି ଆସିବା ପରେ, ସେ ଏକ ବେଦୀ ତିଆରି କଲେ ଏବଂ ଯେଉଁ ପଶୁମାନଙ୍କୁ ବଳୀ ଉତ୍ସର୍ଗ କରିବା ଆବଶ୍ୟକ, କେତେକ ପ୍ରକାରର ପଶୁମାନଙ୍କୁ ନେଇ ବଳୀ ଉସର୍ଗ କଲା । ପରମେଶ୍ଵର ନୈବେଦ୍ୟରେ ସନ୍ତୁଷ୍ଠ ଥିଲେ । ନୋହ ଓ ତାଙ୍କ ପରିବାରଙ୍କୁ ଆଶୀର୍ବାଦ କଲେ ।
![Image](https://cdn.door43.org/obs/jpg/360px/obs-en-03-15.jpg?direct&)
ପରମେଶ୍ଵର କହିଲେ, "ମୁ ପ୍ରତିଜ୍ଞ। କରେ ଲୋକମାନଙ୍କ ଯୋଗୁଁ ଭୁମିକୁ ଅଭିଶାପ କେବେହେଲେ କରିବି ନାହିଁ କିମ୍ବା ମୁଁ ପୃଥିବୀକୁ ବିନାଶ କରିବି ନାହିଁ ଯଦିଓ ଲୋକମାନେ ସେମାନଙ୍କ ଶିଶୁକାଳଠାରୁ ପାପୀ ହେଲେ ମଧ୍ୟ ପୁନର୍ବାର ଜଳ ପ୍ଲାବନ ଦ୍ବାରା ।
![Image](https://cdn.door43.org/obs/jpg/360px/obs-en-03-16.jpg?direct&)
ପ୍ରତିଜ୍ଞର ଏକ ଚିହ୍ନ ଭାବେ ପରମେଶ୍ଵର ପ୍ରଥମ ଇନ୍ଦ୍ରଧନୁ ସୃଷ୍ଟି କଲେ । ପ୍ରତ୍ୟେକ ଥର ଆକାଶରେ ଯେବେ ଇନ୍ଦ୍ରଧନୁ ଦେଖାଯିବା, ପରମେଶ୍ଵର ତାଙ୍କ ପ୍ରତିଜ୍ଞାକୁ ସ୍ମରଣ କରିବେ, ସେହି ପ୍ରକାରେ ଲୋକମାନେ ମଧ୍ୟ କରିବେ ।
ବାଇବଲର ଏକ କାହାଣୀ_: _ ଆଦିପୁସ୍ତକ ୬_ - _ ୮

39
content/04.md Normal file
View File

@ -0,0 +1,39 @@
# 4. ପରମେଶ୍ଵରଙ୍କ ଅବ୍ରାହାମ ସହିତ ଚୁକ୍ତି #
![Image](https://cdn.door43.org/obs/jpg/360px/obs-en-04-01.jpg?direct&)
ଜଳପ୍ଲାବନର ଅନେକ ବର୍ଷ ପରେ ଜଗତରେ ଅନେକ ଲୋକ ମାନେ ବାସ କରିବାକୁ ଲାଗିଲେ ଓ ସେମାନେ ଗୋଟିଏ ଭାଷାରେ କଥା କହୁଥିଲେ । ପରମେଶ୍ଵରଙ୍କ ଆଜ୍ଞା ଅନୁସାରେ ପୃଥିବୀକୁ ପରିପୂର୍ଣ କରିବା ବଦଳରେ, ସେମାନେ ସମସ୍ତେ ଏକତ୍ରିତ ହୋଇ ନଗର ନିର୍ମାଣ କରିବାକୁ ଲାଗିଲେ ।
![Image](https://cdn.door43.org/obs/jpg/360px/obs-en-04-02.jpg?direct&)
ସେମାନେ ଅତ୍ୟଧିକ ଗର୍ବୀ ଥିଲେ ଓ ପରମେଶ୍ଵରଙ୍କ କଥା ପ୍ରତି ମନଯୋଗୀ ନ ଥିଲେ । ସେମାନେ ସ୍ଵର୍ଗକୁ ପହଞ୍ଚିବା ପାଇଁ ବୃହତ ଗଡ ନିର୍ମାଣ କରିଲେ । ପରମେଶ୍ଵର ଦେଖିଲେ ଯେ, ଯଦି ସେମାନେ ମନ୍ଦ କାର୍ଯ୍ୟ କରିବା ଜାରି ରଖିବେ, ତେବେ ସେମାନେ ଅଧିକ ପାପ କାର୍ଯ୍ୟ କରିବେ ।
![Image](https://cdn.door43.org/obs/jpg/360px/obs-en-04-03.jpg?direct&)
ତେଣୁକରି ପରମେଶ୍ଵର ସେମାନଙ୍କର ଭାଷାକୁ ଅନେକ ଭାଷାରେ ବଦଳିଲେ ଓ ପୃଥିବୀର ବିଭିନ୍ନ ସ୍ଥାନରେ ସେମାନଙ୍କୁ ପ୍ରସାରିତ କରିଦେଲେ । ଯେଉଁ ନଗର ସେମାନେ ନିର୍ମାଣ କରିବା ଆରମ୍ଭ କରିଥିଲେ, ତାହାର ନାମ ବାବିଲ ଥିଲା । ଏହାର ଅର୍ଥ “ଦ୍ଵନ୍ଦ”।
![Image](https://cdn.door43.org/obs/jpg/360px/obs-en-04-04.jpg?direct&)
ଶହ ଶହ ବର୍ଷ ପରେ, ଜଣେ ବ୍ୟକ୍ତି, ଅବ୍ରାମଙ୍କ ସହିତ ପରମେଶ୍ଵର କଥା ହେଲେ। ପରମେଶ୍ଵର ତାଙ୍କୁ କହିଲେ, “ତୁମ ପରିବାର ଓ ତୁମ ଦେଶ ଛାଡି ମୁଁ ଯେଉଁ ଦେଶ ଦେଖାଇବି, ସେହି ଦେଶକୁ ଯାଅ । ମୁଁ ତୁମକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ ଦେଶ କରିବି । ତୁମ୍ଭର ନାମକୁ ମହାନ ମୁଁ କରିବି । ଯେଉଁମାନେ ତୁମକୁ ଆଶୀର୍ବାଦ କରିବେ, ସେମାନଙ୍କୁ ମୁଁ ଆଶୀର୍ବାଦ କରିବି, ଯେଉଁମାନେ ଅଭିଶାପ ଦେବେ, ସେମାନଙ୍କୁ ଅଭିଶାପ ଦେବି । ତୁମ କାରଣରୁ ପୃଥିବୀର ସମସ୍ତ ପରିବାର ଆଶୀର୍ବାଦ ପାଇବେ ।“
![Image](https://cdn.door43.org/obs/jpg/360px/obs-en-04-05.jpg?direct&)
ତେବେ ଆବ୍ରାମ ପରମେଶ୍ଵରଙ୍କ ବାଧ୍ୟ ହେଲେ । ସେ ତାଙ୍କ ସ୍ତ୍ର୍ରୀ ସାରୀ ନେଲେ, ତାଙ୍କ ଦାସମାନଙ୍କୁ ଓ ଯାହା ତାଙ୍କର ଥିଲା ସେସସବୁ ନେଇ ପରମେଶ୍ଵର ଯେଉଁ ଦେଶ ଦେଖାଇଥିଲେ, ସେହି “କିଣାନ” ଦେଶକୁ ଗଲେ ।
![Image](https://cdn.door43.org/obs/jpg/360px/obs-en-04-06.jpg?direct&)
ଯେତେବେଳେ ଆବ୍ରାମ କିଣ।ଣ ପହଞ୍ଚିଲେ,ପରମେଶ୍ଵର କହିଲେ,"ତୁମ୍ଭ ଚତୁଃପାର୍ଶ୍ବରେ ଦେଖ । ଯାହା ତୁମେ ଦେଖିପାରୁଅଛ, ଏହି ସମସ୍ତ ସ୍ଥାନ ମୁଁ ତୁମ୍ଭକୁ ଏବଂ ତୁମ୍ଭର ବଂଶଧରକୁ ଅଧିକାର ଭାବେ ଦେବି । ତା’ପରେ ଆବ୍ରାମ ସେହି ସ୍ଥାନରେ ବାସକଲା ।
![Image](https://cdn.door43.org/obs/jpg/360px/obs-en-04-07.jpg?direct&)
ଦିନେ, ଅବ୍ରାମ ମହାନ୍ ଇଶ୍ଵରଙ୍କର ଯାଜକ, ମଲକୀସଦକଙ୍କୁ ଭେଟିଲେ । ମଲକିସେଦକ ଅବ୍ରାମଙ୍କୁ ଆଶୀର୍ବାଦ ଦେଲେ ଏବଂ କହିଲେ,, ସର୍ବୋଚ୍ଚ ଇଶ୍ଵର ଯିଏ ସ୍ଵର୍ଗ ଓ ପୃଥିବୀର ସମସ୍ତ ଅଧିକାରୀ, ଅବ୍ରାମଙ୍କୁ ଆଶୀର୍ବାଦ କରନ୍ତୁ । ତା’ପରେ ଅବ୍ରାମ ତାଙ୍କ ସମସ୍ତ ସମ୍ପତିର ଦଶମାଂଶ ମଲକୀସେଦକଙ୍କୁ ଦେଲେ ।
![Image](https://cdn.door43.org/obs/jpg/360px/obs-en-04-08.jpg?direct&)
ଅନେକ ବର୍ଷ ବିତିଗଲା, କିନ୍ତୁ ଏ ପର୍ଯ୍ୟନ୍ତ ଅବ୍ରାମ୍ ଏବଂ ସାରୀଙ୍କ ସନ୍ତାନ ନ ଥିଲା । ପରମେଶ୍ଵର ଅବ୍ରାମଙ୍କୁ ପୁନର୍ବାର ପ୍ରତିଜ୍ଞା କରି କହିଲେ ଯେ ତାଙ୍କର ଏକ ପୁତ୍ର ହେବ ଓ ତାଙ୍କ ବଂଶଗଣ ଆକାଶରେ ଥିବା ତାରାଗୁଡିକ ପରି ହେବେ । ପରମେଶ୍ଵରଙ୍କର ପ୍ରତିଜ୍ଞାକୁ ଅବ୍ରାମଙ୍କ ବିଶ୍ଵାସ କଲେ । ପରମେଶ୍ଵର ଅବ୍ରାମଙ୍କୁ ଧାର୍ମିକ ବୋଲି ଘୋଷଣା କଲେ, ଯେହେତୁ ସେ ପରମେଶ୍ଵରଙ୍କ ବିଶ୍ଵାସ କଲେ ।
![Image](https://cdn.door43.org/obs/jpg/360px/obs-en-04-09.jpg?direct&)
ତେବେ, ପରମେଶ୍ଵର ଅବ୍ରାମଙ୍କ ସହିତ ନିୟମ ସ୍ଥାପନ କରିଲେ । ଦୁଇ ଦଳ ମଧ୍ୟରେ କରିବା ଏକ ସ୍ଥାପିତ ସହମତି କରିବା ଏକ ନିୟମ ଅଟେ । ପରମେଶ୍ଵର କହିଲେ, ତୁମ ଶରୀରରୁ ମୁଁ ତୁମ ପାଇଁ ଏକ ପୁତ୍ର ଦେବି । ତୁମ ବଂଶଧରଙ୍କୁ ମୁଁ “କିଣାନ“ ଦେଶ ଦେବି । କିନ୍ତୁ ଏ ପର୍ଯ୍ୟନ୍ତ ଅବ୍ରାମଙ୍କ ପୁତ୍ର ନ ଥିଲା ।
ବାଇବଲର ଏକ କାହାଣୀ_: _ ଆଦିପୁସ୍ତକ ୧୧_ - _ ୧୫

43
content/05.md Normal file
View File

@ -0,0 +1,43 @@
# 5. ପ୍ରତିଜ୍ଞାର ପୁତ୍ର #
![Image](https://cdn.door43.org/obs/jpg/360px/obs-en-05-01.jpg?direct&)
ଦଶ ବର୍ଷ ପରେ କିଣାନକୁ ଆସିଲା ପରେ ମଧ୍ୟ ଅବ୍ରାମ ଓ ସାରୀଙ୍କ ସନ୍ତାନ ନ ଥିଲା। ତେଣୁ ଅବ୍ରାମଙ୍କ ଭାର୍ଯ୍ୟ। ସାରୀ ଅବ୍ରାମଙ୍କୁ କହିଲେ , “ ଏ ପର୍ଯ୍ୟନ୍ତ ପରମେଶ୍ଵର ମୋତେ ସନ୍ତାନ ଦେବାକୁ ନିବାରଣ କରିଥିବାରୁ ଏବଂ ବର୍ତ୍ତମାନ ସନ୍ତାନ ଜାତ କରିବା ପାଇଁ ମୋର ବୟସ ଅଧିକ ହୋଇ ଯାଇଛି, ଏହି ମୋହର ଦାସୀ, ହାଗର ଅଛନ୍ତି । ସେ ମୋ ନିମନ୍ତେ ସନ୍ତାନ ଜନ୍ମ କରିବେ ।
![Image](https://cdn.door43.org/obs/jpg/360px/obs-en-05-02.jpg?direct&)
ତେଣୁ ଅବ୍ରାମ ହାଗରଙ୍କୁ ବିବାହ କଲେ । ହାଗରଙ୍କର ଏକ ପୁତ୍ର ସନ୍ତାନ ହେଲା ଓ ଅବ୍ରାମ୍ ତାହାକୁ ଇସମାଏଲ ନାମ ଦେଲେ । କିନ୍ତୁ ସାରୀଙ୍କୁ ହାଗରଙ୍କ ପ୍ରତି ଈର୍ଷା ହେଲା । ଯେତେବେଳେ ଇସମାଏଲକୁ ତେର ବର୍ଷ ହେଲା ପୁନର୍ବାର ପରମେଶ୍ଵର ଅବ୍ରାମଙ୍କୁ କଥା କହିଲେ ।
![Image](https://cdn.door43.org/obs/jpg/360px/obs-en-05-03.jpg?direct&)
ପରମେଶ୍ଵର କହିଲେ, “ ମୁଁ ସର୍ବଶକ୍ତିମାନ ଇଶ୍ଵର ଅଟେ । “ ତୁମ ସହିତ ମୁଁ ଏକ ନିୟମ ସ୍ଥାପନ କରିବି । ତେବେ ଅବ୍ରାମ ଭୂମିଷ୍ଠ ପ୍ରଣାମ କଲେ । ପରମେଶ୍ଵର ମଧ୍ୟ ଆବ୍ରାମଙ୍କୁ କହିଲେ, “ତୁମେ ଅନେକ ଦେଶମାନଙ୍କର ପିତା ହେବ । “ ମୁଁ ତୁମକୁ ଓ ତୁମବଂଶଧରଙ୍କୁ କିଣାନ ଦେଶ ଉତ୍ତରାଧିକାରୀଭାବରେ ଦେବି, ସେମାନେ ଏଥିରେ ବାସ କରିବେ । ମୁଁ ଚିରଦିନ ପାଇଁ ସେମାଙ୍କର ଇଶ୍ଵର ରହିବି । ତୁମ ପରିବାରର ପ୍ରତ୍ୟେକ ପୁରୁଷକୁ କରିବା ଉଚିତ୍ ।
![Image](https://cdn.door43.org/obs/jpg/360px/obs-en-05-04.jpg?direct&)
ତୁମର ଭାର୍ଯ୍ୟା ସାରୀଙ୍କର ଏକ ପୁତ୍ର ହେବ, “ସେ ପ୍ରତିଜ୍ଞାତ ପୁତ୍ର ହେବେ । “ ତା’ଙ୍କ ନାମ ଇସହାକ୍ ରଖିବ । ତାଙ୍କ ସହିତ ମୁଁ ମୋର ନିୟମ ସ୍ଥାପନ କରିବି ଓ ସେ ଏକ ମହାନ ଦେଶ ହେବ । ମୁଁ ଇସମାଏଲଙ୍କୁ ମଧ୍ୟ ଏକ ମହାନ ଦେଶ କରିବି, କିନ୍ତୁ ମୋର ପ୍ରତିଜ୍ଞା ଇସାହାକଙ୍କ ସହିତ ଥିବା । ତା’ପରେ ପରମେଶ୍ଵର ଅବ୍ରାମଙ୍କ ନାମକୁ ଆବ୍ରାହାମ ନାମରେ ବଦଳାଇଲେ, ଯାହାର ଅର୍ଥ "ଅନେକଙ୍କ ପିତା" । ପରମେଶ୍ଵର ସାରିଙ୍କ ନାମକୁ ମଧ୍ୟ ସାରା ନାମରେ ବଦଳାଇ ଦେଲେ, ଯାହାର ଅର୍ଥ ରାଜକୁମାରୀ ।
![Image](https://cdn.door43.org/obs/jpg/360px/obs-en-05-05.jpg?direct&)
ସେହିଦିନରେ ଅବ୍ରାହାମ ତାଙ୍କ ପରିବାରର ସମସ୍ତ ପୁରୁଷମାନଙ୍କୁ ସୁନ୍ନତ କଲେ । ପ୍ରାୟ ଏକ ବର୍ଷ ବିତିବା ପରେ, ଅବ୍ରାହାମକୁ ଯେତେବେଳେ ୧୦୦ ବର୍ଷ ହେଲା, ଓ ସାରାଙ୍କର ୯୦ ବର୍ଷ ହେଲା, ସାରା ଅବ୍ରାହାମଙ୍କୁ ଏକ ପୁତ୍ର ଜନ୍ମ କଲେ । ପରମେଶ୍ଵରଙ୍କ ସେମାନଙ୍କୁ କହିବା ପରେ ସେମାନେ ତାକୁ ଇସହାକ ନାମ ଦେଲେ ।
![Image](https://cdn.door43.org/obs/jpg/360px/obs-en-05-06.jpg?direct&)
ଯେତେବେଳେ ଇସାହାକ ଯୁବା ହେଲେ, ପରମେଶ୍ଵର ଅବ୍ରାହମଙ୍କ ବିଶ୍ବାସକୁ ପରୀକ୍ଷା କଲେ ଓ କହିଲେ, “ତୁମ୍ଭର ଏକମାତ୍ର ପୁତ୍ର ଇସାହାକଙ୍କୁ ନିଅ ଓ ମୋର ପାଇଁ ବଳିଦାନ କରିବା ନିମନ୍ତେ ତାଙ୍କୁ ମାର । ପୁନର୍ବାର ଅବ୍ରାହମ ପରମେଶ୍ଵରଙ୍କ ଆଜ୍ଞାବହ ହେଲେ ଏବଂ ଇସାହାକଙ୍କୁ ଉତ୍ସର୍ଗ କରିବା ନିମନ୍ତେ ପ୍ରସ୍ତୁତ କଲେ ।
![Image](https://cdn.door43.org/obs/jpg/360px/obs-en-05-07.jpg?direct&)
ଯେତେବେଳେ ଅବ୍ରାହମ ଓ ଇସାହାକ ବଳିଦାନ ଉତ୍ସର୍ଗ କରିବା ସ୍ଥାନକୁ ଚାଲୁଥିଲେ, ଇସହାକ ପିତାଙ୍କୁ ପଚାରିଲେ,” ବଲିଦାନ ଉତ୍ସର୍ଗ କରିବା ନିମନ୍ତେ, ଆମ ପାଖରେ କାଠ ଅଛି କିନ୍ତୁ ମେଷ କେଉଁଠାରେ ଅଛି ? “ ଅବ୍ରାହାମ ଉତ୍ତର ଦେଇ କହିଲେ, “ ମୋର ପୁତ୍ର ଉତ୍ସର୍ଗ ନିମନ୍ତେ ପରମେଶ୍ଵର ମେଷଟିଏ ଯୋଗାଇ ଦେବେ ।“
![Image](https://cdn.door43.org/obs/jpg/360px/obs-en-05-08.jpg?direct&)
ଯେତେବେଳେ ସେମାନେ ଉତ୍ସର୍ଗ କରିବା ସ୍ଥାନରେ ପହଞ୍ଚିଲେ, “ଅବ୍ରାହାମ ତାଙ୍କ ପୁତ୍ର ଇସାହାକଙ୍କୁ ବାନ୍ଧିଲେ ଏକ ଯଜ୍ଞ ବେଦି ଉପରେ ଶୁଆଇଲେ । ଯେତେବେଳେ ସେ ତାଙ୍କ ପୁତ୍ରଙ୍କୁ ମାରିବା ଉପରେ ଥିଲେ, ପରମେଶ୍ଵର ତାଙ୍କୁ କହିଲେ, “ ରୁହ” । ବାଳକକୁ ଘାତ କର ନାହିଁ ! ବର୍ତ୍ତମାନ ମୁଁ ତୁମକୁ ଜାଣେ ଯେ, ତୁମେ ମୋତେ ଭୟ କର । ଯେହେତୁ, ତୁମ୍ଭେ ତୁମର ଏକ ମାତ୍ର ପୁତ୍ରକୁ ମୋ ନିମନ୍ତେ ରଖିଲ ନାହିଁ ।
![Image](https://cdn.door43.org/obs/jpg/360px/obs-en-05-09.jpg?direct&)
ନିକଟରେ ଥିବା ବୁଦାରେ ଅଟକି ଯାଇଥିବା ଏକ ମେଷକୁ ଅବ୍ରାହାମ ଦେଖିଲେ । ଇସାହାକଙ୍କ ପରିବର୍ତ୍ତେ ପରମେଶ୍ଵର ମେଷକୁ ଉତ୍ସର୍ଗ କରିବା ନିମନ୍ତେ ଯୋଗାଇଲେ । ଅବ୍ରାହାମ ମେଷକୁ ଏକ ବଳିଦାନ ଭାବେ ଆନନ୍ଦରେ ଉତ୍ସର୍ଗ କଲେ ।
![Image](https://cdn.door43.org/obs/jpg/360px/obs-en-05-10.jpg?direct&)
ତା’ପରେ ପରମେଶ୍ଵର ଅବ୍ରାହାମଙ୍କୁ କହିଲେ, “ତୁମର ସମସ୍ତ ଏପରିକି ଏକ ମାତ୍ର ପୁତ୍ରଙ୍କୁ ମୋ ନିମନ୍ତେ ଉତ୍ସର୍ଗ କରିବାକୁ ଇଚ୍ଛା ପ୍ରକାଶ କରିଥିବାରୁ, ମୁଁ ପ୍ରତିଜ୍ଞା କରୁଅଛି ତୁମେ ଆଶୀର୍ବାଦ କରିବି । “ ଆକାଶର ତାରାଗଣଠାରୁ ତୁମର ବଂଶଧରମାନେ ଅତ୍ୟାଧିକ ହେବେ । କାରଣ ତୁମ୍ଭେ ମୋହର ଆଜ୍ଞାବହ ହୋଇଅଛ, ତୁମ ଦ୍ବାରା ପୃଥିବୀର ସମସ୍ତ ପରିବାର ଆଶୀର୍ବାଦ ପାଇବେ ।
ବାଇବଲର ଏକ କାହାଣୀ : ଆଦିପୁସ୍ତକ ୧୬_ - _

31
content/06.md Normal file
View File

@ -0,0 +1,31 @@
# 6. ଇସାହକଙ୍କ ପାଇଁ ପରମେଶ୍ଵର ଯୋଗାନ୍ତି #
![Image](https://cdn.door43.org/obs/jpg/360px/obs-en-06-01.jpg?direct&)
ଯେତେବେଳେ ଅବ୍ରାହାମ ଅତି ବୃଦ୍ଧ ହୋଇଥିଲେ, ତାଙ୍କ ପୁତ୍ର, ଇସାହକ ବୃଦ୍ଧି ହୋଇ ଯୁବାଲୋକ ହୋଇଥିଲେ I ତେଣୁ ଅବ୍ରାହାମ ତାଙ୍କ ପୂତ୍ର ଇସହାକଙ୍କ ନିମନ୍ତେ ଭାର୍ଯା ଆଣିବା ପାଇଁ ତାଙ୍କ ପରିଜନମାନେ ଯେଉଁଠାରେ ବାସ କରୁଥିଲେ ସେହି ସ୍ଥାନକୁ ଦାସମାନଙ୍କ ମଧ୍ୟରୁ ଜଣକୁ ପଠାଇଲେ I
![Image](https://cdn.door43.org/obs/jpg/360px/obs-en-06-02.jpg?direct&)
ଦୀର୍ଘ ସମୟ ଯାତ୍ରା ପରେ ଯେଉଁ ସ୍ଥାନରେ ଅବ୍ରାହମଙ୍କର ପରିଜନମାନେ ବାସକରୁଥିଲେ ପରମେଶ୍ଵର ଦାସଙ୍କୁ ରିବିକାଙ୍କ ନିକଟକୁ କଢାଇ ନେଲେ I ସେ ଅବ୍ରାହମଙ୍କ ଭାଇ'ଙ୍କ ନାତୁଣୀ ଥିଲେ I
![Image](https://cdn.door43.org/obs/jpg/360px/obs-en-06-03.jpg?direct&)
ରିବିକା ତାଙ୍କ ପରିବାରକୁ ଛାଡି ଇସହାକଙ୍କ ଗୃହକୁ ଦାସଙ୍କ ସହିତ ବାହୁଡିଯିବା ପାଇଁ ସହମ୍ମତି ହେଲେ । ସେ ପହଞ୍ଚିବା ସଙ୍ଗେ ସଙ୍ଗେ ତାଙ୍କ ସହିତ ଇସାହାକ ବିବାହ କରିଲେ I
![Image](https://cdn.door43.org/obs/jpg/360px/obs-en-06-04.jpg?direct&)
ଅନେକ ଦିନ ପରେ ଅବ୍ରାହମ ମୃତ୍ୟୁବରଣ କଲେ, ଏବଂ ତାଙ୍କ ସହିତ ଯେଉଁ ସବୁ ପ୍ରତିଜ୍ଞାଗୁଡିକ ପରମେଶ୍ଵର କରିଥିଲେ ସେସବୁ ନିୟମ ଇସହାକଙ୍କୁ ହସ୍ତାର୍ପଣ କଲେ I ପରମେଶ୍ଵର ପ୍ରତିଜ୍ଞା କରିଥିଲେ ଯେ ଅବ୍ରାହମଙ୍କ ବଂଶ ଅଗଣିତ ହେବେ, କିନ୍ତୁ ରିବିକା, ଇସାହକଙ୍କର ଭାର୍ଯ୍ୟାଙ୍କୁ, ସନ୍ତାନ ହୋଇପାରୁନଥିଲା I
![Image](https://cdn.door43.org/obs/jpg/360px/obs-en-06-05.jpg?direct&)
ରେବିକାଙ୍କ ପାଇଁ ଇସହାକ ପ୍ରାଥର୍ନା କଲେ, ଓ ପରମେଶ୍ଵର ତାଙ୍କୁ ଜଙ୍ଗମ ସନ୍ତାନର ଗର୍ଭବତୀ ହେବାକୁ ଅନୁମତି ଦେଲେ I ଦୁଇ ଛୁଆମାନେ ଯେତେବେଳେ ରିବେକାଙ୍କର ଗର୍ଭରେ ଥିଲେ, ସେସମୟ ଠାରୁ ସେମାନେ ସଙ୍ଘର୍ଷ କରୁଥିଲେ, ତେଣୁ ପରମେଶ୍ଵରଙ୍କୁ ରିବିକା ଏହାକଣ ହେଉଅଛି ବୋଲି ପଚାରିଲେ, I
![Image](https://cdn.door43.org/obs/jpg/360px/obs-en-06-06.jpg?direct&)
ପରମେଶ୍ଵର ରିବିକାଙ୍କୁ କହିଲେ, “ ତୁମ ଭିତରେ ଥିବା ଦୁଇଟି ପୁତ୍ରଙ୍କ ଠାରୁ ଦୁଇଟି ଦେଶ ଆସିବ I ସେମାନେ ଦୁହେଁ ପରଷ୍ପର ସହିତ ସଙ୍ଘର୍ଷ କରିବେ ଓ ବଡ ପୁତ୍ର ସାନ ପୁତ୍ରର ସେବା କରିବ I
![Image](https://cdn.door43.org/obs/jpg/360px/obs-en-06-07.jpg?direct&)
ଯେତେବେଳେ ରିବିକାଙ୍କ ପୁତ୍ରମାନେ ଜନ୍ମ ହେଲେ, ବଡ ପୁଅ ର ରଙ୍ଗ ଲାଲ ଓ ଲୋମପୂର୍ଣ ଶରୀରରେ ଆସିଲା, ଏବଂ ସେମାନେ ତାଙ୍କ ନାମ ଏଷୌ ରଖିଲେ I ତା’ପରେ ଛୋଟ ଛୁଆ ଏଷଙ୍କର ଗୌଇଣ୍ଠି ଧରି ଆସିଲେ, ସେମାନେ ତାଙ୍କ ନାମ ଯାକୁବ ଦେଲେ I
ବାଇବଲର ଏକ କାହାଣୀ_: _ ଆଦିପୁସ୍ତକ ୪_:_ ୧_ - _ ୨୫: ୨୬

43
content/07.md Normal file
View File

@ -0,0 +1,43 @@
# 7. ଯାକୁବକୁ ପରମେଶ୍ଵର ଆଶୀର୍ବାଦ କରନ୍ତି #
![Image](https://cdn.door43.org/obs/jpg/360px/obs-en-07-01.jpg?direct&)
ଯେପରି ପିଲାମାନେ ବୃଦ୍ଧି ହେବାକୁ ଲାଗିଲେ, ଗୃହରେ ଯାକୁବ ରହିବାକୁ ପ୍ରେମ କରୁଥିଲେ, କିନ୍ତୁ ଏଷୌ ଶିକାର କରିବାକୁ ପ୍ରେମ କରୁଥିଲେ I ରିବେକା ଯାକୁବକୁ ପ୍ରେମ କରୁଥିଲେ, କିନ୍ତୁ ଇସହାକ ଏଷୌଙ୍କୁ ପ୍ରେମ କରୁଥିଲେ I
![Image](https://cdn.door43.org/obs/jpg/360px/obs-en-07-02.jpg?direct&)
ଦିନେ, ଯେତେବେଳେ ଏଷୌ ଶିକାରରୁ ଫେରିଆସିଲେ, ସେ ବହୁତ ଭୋକରେ ଥିଲେ I ଏଷୌ ଯାକୁବଙ୍କୁ କହିଲେ, “ତୁମେ ପ୍ରସ୍ତୁତ କରିଥିବା ଖାଦ୍ୟରୁ ମୋତେ କିଛି ଖାଇବାକୁ ଦୟାକରି ଦିଅ” I ପ୍ରତିଉତ୍ତରରେ ଯାକୁବ କହିଲେ, ପ୍ରଥମରେ, ତୁମର ଜ୍ୟୋଷ୍ଠ ପୁତ୍ରର ଅଧିକାର ମୋତେ ଦିଅ I ସେଥିପାଇଁ ଏଷୌ ତାଙ୍କ ଜ୍ୟୋଷ୍ଠ ପୁତ୍ରର ଅଧିକାର ଯାକୁବଙ୍କୁ ଦେଇଦେଲେ I ତା’ପରେ ତାଙ୍କୁ ଯାକୁବ କିଛି ଖାଦ୍ୟ ଦେଲେ I
![Image](https://cdn.door43.org/obs/jpg/360px/obs-en-07-03.jpg?direct&)
ଏଷୌଙ୍କୁ ଇସହାକ ତାଙ୍କର ଆଶୀର୍ବାଦ ଦେବାକୁ ଚାହିଁଲେ I କିନ୍ତୁ, ସେ ତାହା କରିବା ପୂର୍ବରୁ, ଯାକୁବ ଏଷୌଙ୍କ ପରି ହୋଇ ଅଭିନୟ କରି ରିବେକା ଓ ଯାକୁବ ତାଙ୍କୁ ପ୍ରତାରଣା କରିଥିଲେ I ଇସାହକ ବୃଦ୍ଧ ହୋଇଥିଲେ ଓ ସେ ଦେଖି ପାରୁ ନ ଥିଲେ I ତେଣୁ ଯାକୁବ ଛେଳିର ଚମଡା ବେକରେ ଓ ହାତରେ ଗୋଡାଇହୋଇ ଓ ଏଷୌଙ୍କର ପୋଷାକ ପିନ୍ଧିଲେ I
![Image](https://cdn.door43.org/obs/jpg/360px/obs-en-07-04.jpg?direct&)
ଇସହାକ ନିକଟକୁ ଯାକୁବ ଆସି କହିଲେ ଏବଂ କହିଲେ, “ମୁ ଏଷୌ ଅଟେ” I ମୁଁ ଆସିଅଛି, ଯେଉଁଦ୍ଵାରା ଆପଣ ମୋତେ ଆଶୀର୍ବାଦ କରିବେ I ଇସହାକ ଯେତେବେଳେ ପୋଷାକର ଗନ୍ଧ ଓ ଛେଳିର ଲୋମ ଅନୁଭବ କଲେ, ସେ ଏଷୌ ଭାବିଲେ ଏବଂ ତାଙ୍କୁ ଆଶୀର୍ବାଦ କଲେ I
![Image](https://cdn.door43.org/obs/jpg/360px/obs-en-07-05.jpg?direct&)
ଏଏଷୌ ଯାକୁବକୁ ଘୃଣା କଲେ ଯେହେତୁ ଯାକୁବ ତାଙ୍କ ଜ୍ୟୋଷ୍ଠ ଅଧିକାର ଏବଂ ତାଙ୍କର ଆଶୀର୍ବାଦ ହରଣ କରିଥିଲା I ତେଣୁ ତାଙ୍କ ପିତାଙ୍କର ମୃତ୍ୟୁପରେ ଯାକୁବଙ୍କୁ ହତ୍ୟା କରିବାକୁ ସେ ଯୋଜନା କଲେ I
![Image](https://cdn.door43.org/obs/jpg/360px/obs-en-07-06.jpg?direct&)
କିନ୍ତୁ ରିବିକା ଏଷୌଙ୍କର ଯୋଜନା ଜାଣି ପାରିଲେ I ତେଣୁ ସେ ଓ ଇସହାକ, ଯାକୁବଙ୍କୁ ଦୂରକୁ ତାଙ୍କ ପରିଜନମାନଙ୍କ ସହିତ ରହିବାକୁ ପଠାଇଦେଲେ I
![Image](https://cdn.door43.org/obs/jpg/360px/obs-en-07-07.jpg?direct&)
ଜାକୁବ ରିବେକଙ୍କର ପରିଜନମାନଙ୍କ ସହିତ ବହୁତ ବର୍ଷ ଧରି ରହିଲେ I ସେହି ସମୟରେ ସେ ବିବାହ କଲେ ଓ ତାଙ୍କର ବାରଟି ପୁତ୍ର ଓ ଗୋଟିଏ ଝିଅ ଥିଲା I ପରମେଶ୍ଵର ତାଙ୍କୁ ବହୁତ ସମୃଦ୍ଧିଶାଳୀ କଲେ I
![Image](https://cdn.door43.org/obs/jpg/360px/obs-en-07-08.jpg?direct&)
ତାଙ୍କ ଗୃହ କିଣାନ ଠାରୁ କୋଡିଏ ବର୍ଷ ରହିବାପରେ, ଯାକୁବ ତାଙ୍କ ପରିବାର ସହିତ, ତାଙ୍କର ଦାସମାନେ ଓ ତାଙ୍କର ପଶୁପଲ୍ଲ ସହିତ ସେଠାକୁ ଫେରିଲେ I
![Image](https://cdn.door43.org/obs/jpg/360px/obs-en-07-09.jpg?direct&)
ଯାକୁବ ବହୁତ ଭୟଭୀତ ଥିଲେ ଯେହେତୁ ସେ ଚିନ୍ତା କରୁଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏଷୌ ତାଙ୍କୁ ମାରିବାକୁ ଚହୁଁଛନ୍ତି I ତେଣୁ ସେ ଅନେକ ପଶୁପଲ୍ଲମାନଙ୍କୁ ଏଷୌଙ୍କୁ ଉପହାର ସ୍ଵରୂପେ ପଠାଇଲେ I ଯେଉଁ ଦାସମାନେ ପଶୁଗୁଡିକୁ ଆଣିଥିଲେ ଏଷୌଙ୍କୁ କହିଲେ, “ ତୁମର ଦାସ, ଯାକୁବ, ଆପଣଙ୍କୁ ଏହି ପଶୁଗୁଡିକ ଦେଇଛନ୍ତି I ସେ ଶୀଘ୍ର ଆସୁଅଛନ୍ତି I
![Image](https://cdn.door43.org/obs/jpg/360px/obs-en-07-10.jpg?direct&)
କିନ୍ତୁ ଏଷୌ ଯାକୁବଙ୍କୁ କ୍ଷମା କରିସାରିଥିଲେ, ଏବଂ ସେମାନେ ପରସ୍ପର ଖୁସିରେ ଦେଖିବାକୁ ଚାହୁଁଥିଲେ I ତାପରେ ଯାକୁବ କିଣାନରେ ଶାନ୍ତିରେ ବାସ କଲେ I ଏହାପରେ ଇସହାକଙ୍କ ମୃତ୍ୟୁବରଣ କଲେ, ଏବଂ ଏଷୌ ଓ ଯାକୁବ ତାଙ୍କୁ କବର ଦେଲେ I ପରମେଶ୍ଵର ଯେଉଁ ନିୟମର ପ୍ରତିଜ୍ଞାଗୁଡିକ ଅବ୍ରାହାମଙ୍କୁ କରିଥିଲେ, ବର୍ତ୍ତମାନ ଇସହାକଙ୍କ ଠାରୁ ଯାକୁବଙ୍କୁ ହସ୍ତାର୍ପଣ କରାଗଲା I
ବାଇବଲର ଏକ କାହାଣୀ_: _ ଆଦିପୁସ୍ତକର ୨୫: ୭_ - _ ୩୩:

63
content/08.md Normal file
View File

@ -0,0 +1,63 @@
# 8. ପରମେଶ୍ଵର ଯୋଶେଫ ଓ ତାଙ୍କ ପରିବାରକୁ ଉଦ୍ଧାର କରିଲେ #
![Image](https://cdn.door43.org/obs/jpg/360px/obs-en-08-01.jpg?direct&)
ଅନେକ ବର୍ଷ ପରେ, ଯାକୁବ ଯେତେବେଳେ ବୃଦ୍ଧଥିଲେ, ସେ ତାଙ୍କ ଅତିପ୍ରିୟ ପୁତ୍ର, ଯୋଶେଫଙ୍କୁ ତାଙ୍କ ଭାଇମାନଙ୍କ ପାଖକୁ ଦେଖିବା ପାଇଁ ଯେଉଁମାନେ ପଶୁପଲ୍ଲର ଯତ୍ନ ନେଉଥିଲେ, ପଠାଇଥିଲେ I
![Image](https://cdn.door43.org/obs/jpg/360px/obs-en-08-02.jpg?direct&)
ଯୋଶେଫଙ୍କର ଭାଇମାନେ ତାଙ୍କୁ ଘୃଣା କରୁଥିଲେ, କାରଣ ସେମାନଙ୍କ ପିତା ତାଙ୍କୁ ଅଧିକ ପ୍ରେମ କରୁଥିଲେ, କାରଣ ଯୋଶେଫ୍ ସପ୍ନ ଦେଖିଥିଲେ ଯେ ସେ ସେମାଙ୍କର ଶାସକ ହେବେ I ଯେତେବେଳେ ଯୋଶେଫ୍ ସେମାନଙ୍କ ନିକଟକୁ ଆସିଲେ, ସେମାନେ ତାଙ୍କୁ ଅପହରଣ କଲେ ଏବଂ ତାଙ୍କୁ କ୍ରିତ ଦାସର ବ୍ୟବସାୟୀମାନଙ୍କୁ ବିକ୍ରୀ କଲେ I
![Image](https://cdn.door43.org/obs/jpg/360px/obs-en-08-03.jpg?direct&)
ଯୋଶେଫଙ୍କର ଭାଇମାନେ ଘରକୁ ଫେରିବା ପୂର୍ବରୁ, ଯୋଶେଫଙ୍କର ଲୁଗାକୁ ଚିରି ଦେଲେ ଓ ତାକୁ ଛେଳିର ରକ୍ତରେ ବୁଡାଇଦେଲେ I ତାପରେ ଲୁଗାକୁ ତାଙ୍କର ପିତାଙ୍କୁ ଦେଖାଇଲେ, ସେଥିଦ୍ଵାରା ସେ ଚିନ୍ତାକରିବେ ଯେ ଏକ ବନ୍ୟ ପଶୁ ଯୋଶେଫଙ୍କୁ ମାରିଦେଇଅଛି I ଯାକୁବ ଅତି ଦୁଃଖୀ ହେଲେ I
![Image](https://cdn.door43.org/obs/jpg/360px/obs-en-08-04.jpg?direct&)
ତଦାସ ବ୍ୟବସାୟୀମାନେ ଯୋସେଫଙ୍କୁ ମିଶରକୁ ନେଇଗଲେ I ମିଶର ଏକ ବୃହତ୍, ଶକ୍ତିଶାଳି ଦେଶ ନୀଳ ନଦୀର ନିକଟରେ ଅବସ୍ତିତ ଥିଲା I କ୍ରୀତଦାସ ବ୍ୟବସାୟୀମାନେ ଯୋସେଫଙ୍କୁ ଏକ ଦାସ ଭାବରେ ସମୃଦ୍ଧିଶାଳୀ ସରକାର ପଦାଧିକାରୀଙ୍କୁ ବିକ୍ରୟ କରିଦେଲେ I ଯୋସେଫ ତାଙ୍କ ମାଲିକଙ୍କୁ ଉତ୍ତମ ସେବା କରିଲେ, ଓ ପରମେଶ୍ଵର ଯୋସେଫଙ୍କୁ ଆଶୀର୍ବାଦ କଲେ I
![Image](https://cdn.door43.org/obs/jpg/360px/obs-en-08-05.jpg?direct&)
ତାଙ୍କର ମାଲିକଙ୍କ ସ୍ତ୍ରୀ ତାଙ୍କ ସହିତ ଶୟନ କରିବାକୁ ଚେଷ୍ଟା କଲେ, କିନ୍ତୁ ଏହି ମାଧ୍ୟମରେ ଯୋସେଫ ପରମେଶ୍ଵରଙ୍କ ବିରୋଧରେ ପାପ କରିବାକୁ ମନା କଲେ I ସେ କ୍ରୋଧ ହେଲେ ଓ ମିଛରେ ଯୋସେଫଙ୍କୁ ଦୋଷ ଦେଲେ, ସେଥି କାରଣରୁ ତାଙ୍କୁ ବନ୍ଧାହେଲା ଓ କାରାଗାରକୁ ପଠାଗଲା I କାରାଗାରରେ ମଧ୍ୟ ଯୋସେଫ ଇଶ୍ଵରଙ୍କର ବିଶ୍ଵସ୍ତ ହୋଇରହିଲେ, ଓ ତାଙ୍କୁ ପରମେଶ୍ଵର ଆଶୀର୍ବାଦ କଲେ I
![Image](https://cdn.door43.org/obs/jpg/360px/obs-en-08-06.jpg?direct&)
ଯଦିଓ ସେ ନିର୍ଦ୍ଦୋଶ ଦ୍ଦୋଷ ଥିଲେ, ତଥାପି ଯୋସେଫ କାରାଗାରରେ ଦୁଇ ବର୍ଷ ରହିଲେ I ଗୋଟିଏ ରାତିରେ, ଫାରୋ, ଯାହାଙ୍କୁ ମିଶରୀୟମାନେ ସେମାନଙ୍କ ରାଜା କହନ୍ତି, ଦୁଇଟି ସ୍ଵପ୍ନଗୁଡିକ ପ୍ରବଳ ତାଙ୍କୁ ବ୍ୟସ୍ତ କରିଥିଲା I ତାଙ୍କର କୌଣସୀ ଜ୍ଞାନବାନ ତାଙ୍କ ସପ୍ନଗୁଡିକର ଅର୍ଥ କହି ପାରିନଥିଲେ I
![Image](https://cdn.door43.org/obs/jpg/360px/obs-en-08-07.jpg?direct&)
ଯୋସେଫଙ୍କୁ ସପ୍ନର ଅର୍ଥ କହିବାକୁ ପରମେଶ୍ଵର ଯୋଗ୍ୟତା ଦେଇଥିଲେ, ତେଣୁ ଫାରୋଙ୍କ ପାଇଁ ଯୋଶେଫଙ୍କୁ କାରାଗାର ଠାରୁ ଅଣାଗଲା I ତାଙ୍କ ନିମନ୍ତେ ଯୋସେଫ ସ୍ଵପ୍ନଗୁଡିକର ତର୍ଜମା କଲେ ଏବଂ କହିଲେ, ସାତ ବର୍ଷ ପରମେଶ୍ଵର ଯଥେଷ୍ଟ ଫସଲ ପଠାଇବାକୁ ଯାଉଛନ୍ତି, ସେହିପରି ସାତ ବର୍ଷ ଦୁର୍ଭିକ୍ଷ ହେବ I
![Image](https://cdn.door43.org/obs/jpg/360px/obs-en-08-08.jpg?direct&)
ଯୋଶେଫଙ୍କର ସହିତ ଫାରୋ ଅତି ଆକର୍ସିତ ହେଲେ ତେଣୁ ତାଙ୍କୁ ଦ୍ଵିତୀୟ ଶକ୍ତିଶାଳି ବ୍ୟକ୍ତି ଭାବରେ ନିଯୁକ୍ତ କଲେ I
![Image](https://cdn.door43.org/obs/jpg/360px/obs-en-08-09.jpg?direct&)
ସାତ ବର୍ଷ ଉତ୍ତମ ଅମଳ ସମୟରେ ଖାଦ୍ୟଶସ୍ୟ ଅଧିକ ପରିମାଣରେ ସଂଗ୍ରହ କରିବାକୁ ଯୋଶେଫ ଲୋକମାନଙ୍କୁ କହିଲେ I ଯେତେବେଳେ ସାତବର୍ଷ ଦୁର୍ଭିକ୍ଷ ଆସିଲା, ଯୋଶେଫ ଖାଦ୍ୟଶସ୍ୟ ବିକ୍ରି ଲୋକମାନଙ୍କୁ ବିକ୍ରୀ କଲେ ଯେଉଁଦ୍ଵାରା ସେମାନେ ଖାଇବାପାଇଁ ଯଥେଷ୍ଟ ପାଇବେ I
![Image](https://cdn.door43.org/obs/jpg/360px/obs-en-08-10.jpg?direct&)
କେବଳ ମିଶରରେ ନୁହେଁ, କିନ୍ତୁ କିଣାନରେ ମଧ୍ୟ ଯେଉଁଠାରେ କି ଯାକୁବ ଓ ତାଙ୍କ ପରିବାର ବାସ କରୁଥିଲେ, ଦୁର୍ଭିକ୍ଷ ଅତିଶୟ I
![Image](https://cdn.door43.org/obs/jpg/360px/obs-en-08-11.jpg?direct&)
ତେଣୁକରି ଯାକୁବ ତାଙ୍କ ଜ୍ୟୋଷ୍ଠ ପୁଅମାନଙ୍କୁ ଖାଦ୍ୟ କିଣିବା ନିମନ୍ତେ ମିଶରକୁ ପଠାଇଲେ I ଯେତେବେଳେ ଭାଇମାନେ ଖାଦ୍ୟ କିଣିବାପାଇଁ ଯୋଶେଫଙ୍କ ସାମନାରେ ଠିଆଇଥିଲେ ସେମାନେ ଯୋଶେଫଙ୍କୁ ଚିହ୍ନି ପାରିଲେନାହିଁ I କିନ୍ତୁ ଯୋଶେଫ ସେମାନଙ୍କୁ ଚିହ୍ନି ପାରିଲେ I
![Image](https://cdn.door43.org/obs/jpg/360px/obs-en-08-12.jpg?direct&)
ସେମାନେ ପରିବର୍ତ୍ତନ ହୋଇଛନ୍ତି ନା ନାହି ତାହା ପରିକ୍ଷା କରିବାପରେ, ଯୋଶେଫ ସେମାନଙ୍କୁ କହିଲେ, “ମୁଁ ତୁମମାନଙ୍କ ଭାଇ, ଯୋଶେଫ!” I ଭୟ କରନ୍ତୁ ନାହି I ତୁମେମାନେ ମନ୍ଦ କରିବା ପାଇଁ ଚେଷ୍ଟା କଲା ଯେତେବେଳେ ତୁମେ ଦାସକରି ବିକ୍ରି କରିଲ , କିନ୍ତୁ ପରମେଶ୍ଵର ମନ୍ଦତାକୁ ଉତ୍ତମତାରେ ପରିବର୍ତ୍ତନ କଲେ I ମିଶରରେ ଆସି ବାସ କର ସେଥିରେ ମୁଁ ତୁମଙ୍କୁ ଓ ତୁମ୍ଭମାନଙ୍କ ପରିବାରମାନଙ୍କ ପାଇଁ ଯୋଗାଇ ପାରିବି I
![Image](https://cdn.door43.org/obs/jpg/360px/obs-en-08-13.jpg?direct&)
ଯେତେବେଳେ ଯୋଶେଫଙ୍କର ଭାଇମାନେ ଗୃହକୁ ଫେରିଲେ ଏବଂ ସେମାଙ୍କର ପିତା, ଯାକୁବଙ୍କୁ କହିଲେ ଯେ ଏ ପର୍ଯ୍ୟନ୍ତ ଯୋଶେଫ ଜୀବିତ ଅଛନ୍ତି, ସେ ବହୁତ ଆନନ୍ଦିତ ହେଲେ I
![Image](https://cdn.door43.org/obs/jpg/360px/obs-en-08-14.jpg?direct&)
ଯଦିଓ ଯାକୁବ ବୃଦ୍ଧ ହୋଇଥିଲେ, ତଥାପି ସେ ତାଙ୍କ ପରିବାର ସହିତ ମିଶରକୁ ଗମନ କଲେ ଓ ସେଠାରେ ସେ ସେମାନଙ୍କ ସହିତ ବାସକଲେ I ଯାକୁବଙ୍କ ମୃତ୍ୟୁ ହେବା ପୂର୍ବରୁ, ସେ ତାଙ୍କ ପ୍ରତ୍ୟେକ ପୁଅମାନଙ୍କୁ ଆଶୀର୍ବାଦ କଲେ I
![Image](https://cdn.door43.org/obs/jpg/360px/obs-en-08-15.jpg?direct&)
ପ୍ରତିଜ୍ଞାତ ନିୟମ ଯାହା ପରମେଶ୍ଵର ଅବ୍ରାହାମଙ୍କ ସହିତ କରିଥିଲେ ତାହା ସେ ଇସାହକଙ୍କୁ ହସ୍ତାର୍ପଣ କଲେ, ପରେ ଯାକୁବଙ୍କୁ ଏବଂ ତାପରେ, ଯାକୁବଙ୍କ ବାର ପୁଅମାନଙ୍କୁ ଓ ସେମାନଙ୍କ ପରିବାର ଗୁଡ଼ିକୁ ହସ୍ତାର୍ପଣ କଲେ I ବାର ପୁତ୍ରମାନଙ୍କ ବଂଶଧର ମାନେ ଇସ୍ରାଏଲର ବାର ଗୋଷ୍ଠିଗୁଡିକ ହେଲେ I
ବାଇବଲର ଏକ କାହାଣୀ_: _ ଆଦିପୁସ୍ତକ ୩୭_ - _ ୫୦

63
content/09.md Normal file
View File

@ -0,0 +1,63 @@
# 9. ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ #
![Image](https://cdn.door43.org/obs/jpg/360px/obs-en-09-01.jpg?direct&)
ଯୋଶେଫଙ୍କର ମୃତ୍ୟୁ ପରେ, ତାଙ୍କର ସମସ୍ତ ଜ୍ଞାତି କୁଟୁମ୍ଭ ମିଶରରେ ରହିଲେ I ସେମାନେ ଓ ସେମାଙ୍କର ବଂଶଧର ସେଠାରେ ଅନେକବର୍ଷ ରହିବାକୁ ଲାଗିଲେ ଓ ସେମାଙ୍କର ଅନେକ ସନ୍ତାନମାନେ ଜନ୍ମ ହେଲେ I ସେମାନଙ୍କୁ ଇସ୍ରାଏଲୀୟ ନାମରେ ଡକାଗଲା I
![Image](https://cdn.door43.org/obs/jpg/360px/obs-en-09-02.jpg?direct&)
ଶହ ଶହ ବର୍ଷପରେ, ଇସ୍ରାଏଲର ଜନସଂଖ୍ୟା ଅତ୍ୟଧିକ ହେଲା I ମିଶର ବାସୀମାନେ ଯୋଶେଫଙ୍କୁ ଏବଂ ସେ ସେମାନଙ୍କୁ କରିଥିବା ସାହାଯ୍ୟକୁ କେବେହେଲେ ସ୍ମରଣ କଲେନାହି I ସେମାନେ ଇସ୍ରାଏଲ ମାନଙ୍କୁ ଭୟ କରିବାକୁ ଲାଗିଲେ, କାରଣ ସେମାନେ ସଂଖ୍ୟାରେ ଅଧିକ ଥିଲେ I ତେଣୁ ସେହି ସମୟରେ ଯେଉଁ ଫାରୋ ମିଶରକୁ ଶାସନ କରୁଥିଲେ ସେ ଇସ୍ରାଏଲିୟମାନକ୍ନୁ ମିଶରୀୟମାନଙ୍କର ଦାସ କଲେ I
![Image](https://cdn.door43.org/obs/jpg/360px/obs-en-09-03.jpg?direct&)
ମିଶରୀୟମାନେ ଇସ୍ରାଏଲୀୟମାଙ୍କୁ ଅଟ୍ଟାଳିକାଗୁଡିକ ଓ ସମ୍ପୁର୍ଣ ସହରଗୁଡିକ ମଧ୍ୟ ନିର୍ମାଣ କରିବାକୁ ବାଧ୍ୟ କାଲେ I କଠିନ କାର୍ଯ୍ୟ ସେମାନଙ୍କର ଜୀବନକୁ ଦୁଃଖଦାୟକ କଲା, କିନ୍ତୁ ସେମାନଙ୍କୁ ପରମେଶ୍ଵର ଆଶୀର୍ବାଦ କଲେ, ଏବଂ ସେମାନଙ୍କ ଅନେକ ସନ୍ତାନ ଓ ସନ୍ତତି ହେଲେ I
![Image](https://cdn.door43.org/obs/jpg/360px/obs-en-09-04.jpg?direct&)
ଫାରୋ ଦେଖିପାରିଲେ ଯେ ଇସ୍ରାଏଲୀୟ ମାନଙ୍କର ଅନେକ ସନ୍ତାନ ଅନେକ ଅଛନ୍ତି, ତେଣୁ ସେ ତାଙ୍କ ଲୋକମାନଙ୍କୁ , ସମସ୍ତ ଇସ୍ରାଏଲୀୟ ପୁତ୍ର ସନ୍ତାନମାନଙ୍କୁ ମାରିଦେବ ପାଇଁ ଆଦେଶ ଦେଲେ I
![Image](https://cdn.door43.org/obs/jpg/360px/obs-en-09-05.jpg?direct&)
ଜଣେ ଇସ୍ରାଏଲୀୟ ସ୍ତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ I ସେ ଓ ତାହାଙ୍କ ସ୍ଵାମୀ ଶିଶୁକୁ ପାରୁପର୍ଯ୍ୟନ୍ତ ଅନେକ ଦିନ ଲୁଚାଇ ରଖିଲେ I
![Image](https://cdn.door43.org/obs/jpg/360px/obs-en-09-06.jpg?direct&)
ଯେତେବେଳେ ପୁତ୍ରର ପିତା ଓ ମାତା ଅଧିକ ସମୟ ଲୁଚାଇ ପାରିଲେ ନାହି, ସେମାନେ ତାକୁ ମୃତ୍ୟୁରୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ନୀଳନଦୀ ତଟର ପାଣି ସହିତ ନଢାଗୁଡିକର ଏକ ଭାସୁଥିବା ଟୋକେଇ ଭିତରେ ତାଙ୍କୁ ରଖିଦେଲେ I ତାହାଙ୍କର ବଡ ଭଉଣୀ ତାଙ୍କ ପ୍ରତି କଣ ହେବ, ଦେଖିବା ପାଇଁ ଦୂରରେ ରହି ଦେଖୁଥିଲେ I
![Image](https://cdn.door43.org/obs/jpg/360px/obs-en-09-07.jpg?direct&)
ଫାରୋଙ୍କର କନ୍ୟା ଟୋକେଇକୁ ଏବଂ ତହିଁଭିତରକୁ ମଧ୍ୟ ଦେଖିଲେ I ଯେତେବେଳେ ସେ ଏକ ଶିଶୁକୁ ଦେଖିଲେ, ସେ ତାଙ୍କୁ ନିଜର ପୁତ୍ରକରି ନେଲେ I ସେ ଇସ୍ରାଏଲ୍ ଗୋଷ୍ଠିର ଏକ ସ୍ତ୍ରୀଲୋକଙ୍କୁ ଶିଶୁର ମାଁ ଅଟନ୍ତି ନ ବୁଝି ତାର ସ୍ତନ୍ୟାପାନ ପାଇଁ ନିଯୁକ୍ତ କଲେ I ଯେତେବେଳେ ଶିଶୁଟି ବଡ ହେଲା ତାଙ୍କୁ ମା’ଙ୍କର ଦୁଗ୍ଧ ଆବଶ୍ୟକ ହେଲା ନାହି, ତାଙ୍କୁ ସେ ଫାରୋଙ୍କର କନ୍ୟାଙ୍କୁ ଫେରାଇ ଦେଲେ, ଯିଏକି ତାଙ୍କ ନାମ ମୋଶା ଦେଲେ I
![Image](https://cdn.door43.org/obs/jpg/360px/obs-en-09-08.jpg?direct&)
ଦିନେ, ଯେବେ ମୋଶା ବଡ ହେଲା ପରେ, ସେ ଦେଖିଲେ, ଜଣେ ମିଶରୀୟ ଇସ୍ରାଏଲୀୟ ଦାସକୁ ପ୍ରହାର କରୁଛନ୍ତି I ମୋଶା ତାଙ୍କ ଇସ୍ରାଏଲୀୟଙ୍କୁ ବ୍ୟକ୍ତିକୁ ରକ୍ଷା କରିବା ପାଇଁ ଚେଷ୍ଟା କଲେ I
![Image](https://cdn.door43.org/obs/jpg/360px/obs-en-09-09.jpg?direct&)
ଯେବେ ମୋଶା ଜାଣିପାରିଲେ, କେହି ଦେଖୁନାହାନ୍ତି, ସେ ମିଶରୀୟଙ୍କୁ ବଧ କଲେ ଓ ତା ଶରୀରକୁ ପୋତି ଦେଲେ I କିନ୍ତୁ କେହିଜଣେ ମୋଶା ଯାହା କରିଥିଲେ,ଦେଖିଲେ I
![Image](https://cdn.door43.org/obs/jpg/360px/obs-en-09-10.jpg?direct&)
ଯେତେବେଳେ ଫାରୋ, ଯାହା ମୋଶା କରିଛନ୍ତି, ଶୁଣିଲେ, ସେ ତାଙ୍କୁ ମାରିବାକୁ ଚେଷ୍ଟା କଲେ I ମୋଶା ଫାରୋଙ୍କ ସୈନ୍ୟମାନଙ୍କ ଠାରୁ ରକ୍ଷା ପାଇବାପାଇଁ ମିଶରରୁ ମରୁଭୁମିକୁ ଯେଉଁଠାରେ ସେ ସୁରକ୍ଷିତ ଥିବେ, ଦୁରକୁ ପଳାଇଗଲେ I
![Image](https://cdn.door43.org/obs/jpg/360px/obs-en-09-11.jpg?direct&)
ମିଶରରୁ ବହୁଦୂରରେ ମରୁଭୂମିରେ ମୋଶା ଏକ ମେଷପାଳକ ହେଲେ I ସେହିସ୍ଥାନର ଏକ ମହିଳାଙ୍କ ସହିତ ସେ ବିବାହ କଲେ ଓ ତାଙ୍କର ଦୁଇଟି ସନ୍ତାନ ହେଲା I
![Image](https://cdn.door43.org/obs/jpg/360px/obs-en-09-12.jpg?direct&)
ଦିନେ ଯେତେବେଳେ ମୋଶା ତାଙ୍କ ମେଷଗୁଡିକର ଯତ୍ନ ନେବା ସମୟରେ, ଏକ ବୁଦାରେ ନିଆଁ ଜଳୁଥିବା ସେ ଦେଖିଲେ I କିନ୍ତୁ ସେହି ବୁଦାଟି ଜଳି ପାଉଁଶ ହେଲା ନାହି I ମୋଶା ବୁଦା ଆଡକୁ ଭଲରେ ଦେଖିପାରିବାକୁ ଗଲେ I ଯେତେବେଳେ ସେ ଜଳୁଥିବା ବୁଦା ନିକଟକୁ ଯାଉଥିଲେ, ପରମେଶ୍ଵରଙ୍କ ସ୍ଵର କହିଲେ, ମୋଶା, ତୁମର ପାଦୁକା ତୁମେ ବାହାର କର I ତୁମ୍ଭେ ପବିତ୍ର ସ୍ଥାନରେ ଠିଆହୋଇଅଛ I
![Image](https://cdn.door43.org/obs/jpg/360px/obs-en-09-13.jpg?direct&)
ପରମେଶ୍ଵର କହିଲେ, “ମୋର ଲୋକମାନଙ୍କର କ୍ଲେଶ ମୁଁ ଦେଖିଅଛି I ମୁ ତୁମ୍ଭକୁ ଫାରୋଙ୍କ ପାଖକୁ ପଠାଇବି ଯେଉଁଦ୍ଵାରା ତୁମ୍ଭେ ଇସ୍ରାଏଲିୟମାନଙ୍କୁ ସେମାନଙ୍କର ମିଶରର ଦାସତ୍ଵରୁ ବାହାର କରି ଆଣିବ I ସେମାନଙ୍କୁ ମୁ କିଣାନ ଦେଶ ଦେବି, ଯେଉଁ ଦେଶ ମୁ ଅବ୍ରାହାମ, ଇସାହକ ଓ ଯାକୁବଙ୍କୁ ପ୍ରତିଜ୍ଞା କରିଥିଲି I
![Image](https://cdn.door43.org/obs/jpg/360px/obs-en-09-14.jpg?direct&)
ମୋଶା ପଚାରିଲେ, “ଯଦି ଲୋକମାନେ ଜାଣିବାକୁ ଚାହିଁବେ ମୋତେ କିଏ ପଠାଇଛନ୍ତି, ମୁଁ ସେମାନଙ୍କୁ କଣ କହିବି?” ଇଶ୍ଵର କହିଲେ, “ଆମ୍ଭେ ଯେ ଅଛୁ ସେ ଅଛୁ” I ସେମାନକୁ କୁହ, “ ଆପଣଙ୍କ ପାଖକୁ ମୋତେ ସ୍ଵୟଂଭୂ ପଠାଇଅଛନ୍ତି” I ମଧ୍ୟ ସେମାନଙ୍କୁ କୁହ, ଆମ୍ଭେ ସଦାପ୍ରଭୁ, ତୁମମାନଙ୍କର ପିତୃପୁରଷ; ଅବ୍ରାହାମ, ଇସାହକ, ଓ ଯାକୁବଙ୍କର ଇଶ୍ଵର ଅଟୁ I ଚିରଦିନ ପାଇଁ ଏହା ମୋର ନାମ ଅଟେ I
![Image](https://cdn.door43.org/obs/jpg/360px/obs-en-09-15.jpg?direct&)
ମୋଶା ଭୟ କରୁଥିଲେ ଏବଂ ଫାରୋଙ୍କ ନିକଟକୁ ଯିବାପାଇଁ ଚାହୁଁନଥିଲେ, କାରଣ ସେ ଭାବିଲେ, ସେ ଭଲରେ କଥା କହିପାରର୍ନ୍ତି ନାହିଁ, ତେଣୁ ଇଶ୍ଵର ମୋଶାଙ୍କର ଭାଇ, ହାରଣଙ୍କୁ, ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ପଠାଇଲେ I ପରମେଶ୍ଵର ମୋଶା ଓ ହାରଣଙ୍କୁ ସତର୍କ କରିଦେଇଥିଲେ, ଯେ ଫାରୋ ଦୁସାଧ୍ୟ ହେବେ I
ବାଇବଲର ଏକ କାହାଣୀ_: _ ଯାତ୍ରାପୁସ୍ତକର ୧_-_ ୪

51
content/10.md Normal file
View File

@ -0,0 +1,51 @@
# 10. ଦଶଗୋଟି ମହାମାରୀ #
![Image](https://cdn.door43.org/obs/jpg/360px/obs-en-10-01.jpg?direct&)
ମୋଶା ଓ ହାରଣ ଫାରୋଙ୍କ ନିକଟକୁ ଗଲେ I ସେମାନେ କହିଲେ, “ଇସ୍ରାଇଲର ପରମେଶ୍ଵର ଏହା କହନ୍ତି, ମୋହର ଲୋକମାନଙ୍କୁ ଛାଡିଦିଅ”, ଫାରୋ ସେମାନଙ୍କର କଥା ଶୁଣିଲେ ନାହି I ଇସ୍ରାଏଲୀୟ ମାନଙ୍କୁ ମୁକ୍ତ କରିବା ପରିବର୍ତ୍ତେ, ସେମାନଙ୍କୁ ଅଧିକ କଠିନ ପରିଶ୍ରମ କରିବାକୁ ବାଧ୍ୟ କରିଲେ I
![Image](https://cdn.door43.org/obs/jpg/360px/obs-en-10-02.jpg?direct&)
ଲୋକମାନଙ୍କୁ ସ୍ଵାଧୀନ କରିବାକୁ ଫାରୋ ମନା କରୁଥିଲେ, ସେଥିନିମନ୍ତେ ପରମେଶ୍ଵର ଦଶଗୋଟି ଅସହନୀୟ ମହାମାରୀ, ମିଶରକୁ ପଠାଇଲେ I ଏହି ମହାମାରୀଗୁଡ଼ିକ ଦ୍ଵାରା, ପରମେଶ୍ଵର ଫାରୋଙ୍କୁ ଦେଖାଉଥିଲେ ଯେ ସେ ଫାରୋଙ୍କ ଓ ମିଶରର ସମସ୍ତ ଦେବତାମାନଙ୍କ ଠାରୁ ଅଧିକ ଶକ୍ତିଶାଳି ଅଟନ୍ତି I
![Image](https://cdn.door43.org/obs/jpg/360px/obs-en-10-03.jpg?direct&)
ପରମେଶ୍ଵର ନୀଳ ନଦୀର ପାଣିକୁ ରକ୍ତରେ ପରିଣତ କରିଦେଲେ, କିନ୍ତୁ ଫାରୋ ଏପର୍ଯ୍ୟନ୍ତ ଇସ୍ରାଏଲୀୟମାନଙ୍କୁ ଛାଡିଲେ ନାହି I
![Image](https://cdn.door43.org/obs/jpg/360px/obs-en-10-04.jpg?direct&)
ପରମେଶ୍ଵର ସମସ୍ତ ମିଶର ଦେଶରେ ବେଙ୍ଗମାନଙ୍କୁ ପଠାଇଲେ I ବେଙ୍ଗଗୁଡ଼ିକୁ ଦୂର କରିବା ପାଇଁ ମୋଶାଙ୍କୁ ଫାରୋ ବିନତି କଲେ I କିନ୍ତୁ ସମସ୍ତ ବେଙ୍ଗଗୁଡିକର ମୃତ ହେବା ପରେ, ଫାରୋ ତାଙ୍କ ହୃଦୟକୁ କଠିନ କଲେ ଓ ଇସ୍ରାଏଲୀୟ ମାନଙ୍କୁ ମିଶରରୁ ଛାଡିଲେ ନାହି I
![Image](https://cdn.door43.org/obs/jpg/360px/obs-en-10-05.jpg?direct&)
ତେଣୁ ପରମେଶ୍ଵର ଧୂଳି ଉକୁଣିଆ ପୋକ ମହାମାରୀକୁ ପଠାଇଲେ I ତା’ ପରେ ସେ ମାଛିଗୁଡ଼ିକର ମହାମାରୀ ପଠାଇଲେ I ଫାରୋ ମୋଶା ଓ ହାରଣଙ୍କୁ ଡାକିଲେ ଏବଂ କହିଲେ, ଯଦି ସେମାନେ ମହାମାରୀଗୁଡ଼ିକ ବନ୍ଦ କରନ୍ତି, ସେ ଇସ୍ରାଏଲୀୟମାନଙ୍କୁ ମିଶରରୁ ଯାଇପାରିବେ I ଯେତେବେଳେ ମୋଶା ପ୍ରାର୍ଥନା କଲେ, ପରମେଶ୍ଵର ମାଛିଗୁଡ଼ିକୁ ମିଶରରୁ ଘୁଞ୍ଚାଇ ଦେଲେ I କିନ୍ତୁ ଫାରୋ ତାଙ୍କ ହୃଦୟକୁ କଠିନ କଲେ ଓ ଲୋକମାନଙ୍କୁ ଛାଡିଲେ ନାହି I
![Image](https://cdn.door43.org/obs/jpg/360px/obs-en-10-06.jpg?direct&)
ତା’ପରେ ପରମେଶ୍ଵର ସମସ୍ତ କ୍ଷେତର ପଶୁଗୁଡ଼ିକୁ ଯାହାସବୁ ମିଶର ବାସୀମାନଙ୍କ ଥିଲା, ଅସୁସ୍ଥକରି ମୃତ ଘଟାଇଲେ I କିନ୍ତୁ ଫାରୋଙ୍କର ହୃଦୟ କଠିନ ହେଲା, ଏବଂ ସେ ଇସ୍ରାଏଲୀୟମାନଙ୍କୁ ଛାଡିଲେ ନାହି I
![Image](https://cdn.door43.org/obs/jpg/360px/obs-en-10-07.jpg?direct&)
ତାପରେ ପରମେଶ୍ଵର ମୋଶାଙ୍କୁ ଫାରୋଙ୍କ ସାକ୍ଷାତରେ ରେ ପାଉଁଶ ଫିଙ୍ଗିବାକୁ କହିଲେ I ଯେତେବେଳେ ସେ କଲେ, ମିଶରୀୟବାସୀଙ୍କ ଚମଡା ଉପରେ କଷ୍ଟଦାୟକ ପୂଜପୂର୍ଣ ଘା ଦେଖାଗଲା, କିନ୍ତୁ ଇସ୍ରାଏଲୀୟମାନଙ୍କୁ ହେଲା ନାହି I ପରମେଶ୍ଵର ଫାରୋଙ୍କର ହ୍ରୁଦୟକୁ କଠିନ କଲେ, ଏବଂ ଫାରୋ ଇସ୍ରାଏଲୀୟମାଙ୍କୁ ଛାଡିଲେ ନାହିଁ I
![Image](https://cdn.door43.org/obs/jpg/360px/obs-en-10-08.jpg?direct&)
ତ’ ପରେ, ପରମେଶ୍ଵର ଶିଳାବୃଷ୍ଟି ଦ୍ଵାରା ମିଶରର ଅଧିକାଂଶ ଫସଲ ବିନଷ୍ଟ କଲେ, ଏବଂ ଯେଉଁମାନେ ବାହାରକୁ ଗଲେ ସେମାନେ ମୃତ ହେଲେ I ଫାରୋ ମୋଶା ଓ ହାରଣଙ୍କୁ ଡାକିଲେ ଏବଂ କହିଲେ, “ମୁ ପାପ କରିଅଛି I ତୁମେ ଯାଇପାର” I ସେଥିପାଇଁ ମୋଶ ପ୍ରାର୍ଥନା କଲେ, ଓ ଆକାଶରୁ ଶିଳାବୃଷ୍ଟି ପଡିବା ବନ୍ଦ ହେଲା I
![Image](https://cdn.door43.org/obs/jpg/360px/obs-en-10-09.jpg?direct&)
କିନ୍ତୁ ପୁନର୍ବାର ଫାରୋ ପାପ କଲେ ଓ ତାଙ୍କ ହୃଦୟକୁ କଠିନ କଲେ I ସେ ଇସ୍ରାଏଲୀୟମାନଙ୍କୁ ଯିବାପାଇଁ ମୁକ୍ତ କଲେ ନାହି I
![Image](https://cdn.door43.org/obs/jpg/360px/obs-en-10-10.jpg?direct&)
ସେଥିପାଇଁ ପରମେଶ୍ଵର ପଙ୍ଗପାଳର ମହାମାରୀକୁ ପଠାଇଲେ ଏବଂ ମିଶାରସାରା ବ୍ୟାପିଗଲା I ଯାହା ଶସ୍ୟଗୁଡିକ ଶିଳାବୃଷ୍ଟି ଦ୍ଵାରା ବିନଷ୍ଟ ହୋଇନଥିଲା ସେସବୁକୁ ଏହି ପଙ୍ଗପାଳଗୁଡିକ ନଷ୍ଟ କରିଦେଲେ I
![Image](https://cdn.door43.org/obs/jpg/360px/obs-en-10-11.jpg?direct&)
ତାପରେ ପରମେଶ୍ଵର ଅନ୍ଧକାରକୁ ପଠାଇଲେ ତାହା ତିନି ଦିନ ପର୍ଯନ୍ତ ରହିଲା I ଏହା ଏତେ ଅନ୍ଧାର ଥିଲା ଯେ ମିଶରବାସୀ ସେମାନଙ୍କର ଘରଗୁଡିକ ଛାଡିପାରୁ ନ ଥିଲେ I କିନ୍ତୁ ଯେଉଁ ସ୍ଥାନରେ ଇସ୍ରାଏଲୀୟମାନେ ବାସ କରୁଥିଲେ ସେହିଠାରେ ଆଲୁଅ ଥିଲା I
![Image](https://cdn.door43.org/obs/jpg/360px/obs-en-10-12.jpg?direct&)
ଏହି ନଅ ଗୋଟି ମହାମାରୀ ହେବା ପରେ ମଧ୍ୟ ଫାରୋ ଇସ୍ରାଏଲିୟମାନଙ୍କୁ ଛାଡିଲେ ନାହି I ଯେହେତୁ ଫାରୋ ନ ଶୁଣିବାରୁ, ପରମେଶ୍ଵର ଏକ ଶେଷ ମହାମାରୀ ପଠାଇବାକୁ ଯୋଜନା କଲେ I ଏହା ଫାରୋଙ୍କର ମନକୁ ପରିବର୍ତ୍ତନ କରିବ I
ବାଇବଲର ଏକ କାହାଣୀ_: _ ଯାତ୍ରାପୁସ୍ତକ ୫_-_ ୧୦

35
content/11.md Normal file
View File

@ -0,0 +1,35 @@
# 11. ନିସ୍ତାର ପର୍ବ #
![Image](https://cdn.door43.org/obs/jpg/360px/obs-en-11-01.jpg?direct&)
ପରମେଶ୍ଵର ଫାରୋଙ୍କୁ ସତର୍କ କରାଇ କହିଲେ ଯେ ଯଦି ସେ ଇସ୍ରାଏଲୀୟମାନଙ୍କୁ ଯିବାକୁ ନ ଦିଅନ୍ତି, ତେବେ ସେ ମନୁଷ୍ୟ ଓ ପଶୁମାନଙ୍କର ସମସ୍ତ ପ୍ରଥମଜାତକୁ ବଧ କରିବେ । ଫାରୋ ଯେତେବେଳେ ଏହା ଶୁଣିଲେ ସେ ତଥାପି ଏହା ବିଶ୍ବାସ କରିବା ଏବଂ ଈଶ୍ବରଙ୍କ ଆଜ୍ଞା ପାଳନ କରିବାକୁ ମନା କଲା ।
![Image](https://cdn.door43.org/obs/jpg/360px/obs-en-11-02.jpg?direct&)
ତାହାଙ୍କଠାରେ ଯେଉଁମାନେ ବିଶ୍ବାସ କଲେ ଈଶ୍ବର ସେମାନଙ୍କର ପ୍ରଥମଜାତ ପ୍ରତ୍ୟେକଙ୍କୁ ରକ୍ଷା କରିବାର ଏକ ଉପାୟ ଯୋଗାଇଲେ । ପ୍ରତ୍ୟେକ ପରିବାରକୁ ଏକ ନିଖୁନ୍ତ ମେଷଶାବକ ମନୋନୀତ କରି ତାହାକୁ ବଳି ଦେବାକୁ ପଡିଥିଲା ।
![Image](https://cdn.door43.org/obs/jpg/360px/obs-en-11-03.jpg?direct&)
ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ ମେଷଶାବକର କିଛି ରକ୍ତ ଆଣି ସେମାନଙ୍କ ଗୃହ ଦ୍ବାରର ଚାରିପାଖରେ ଲଗାଇବାକୁ କହିଥିଲେ, ଏବଂ ମାଂସ ପାକ କରି ଓ ତାଡିଶୂନ୍ୟ (ତାଡି ମିଶି ନ ଥିବା) ରୋଟି ଶୀଘ୍ର ଖାଇବାକୁ କହିଥିଲେ । ସେମାନେ ଖାଇ ସାରିଲା ପରେ ମିଶରକୁ ଛାଡିବା ନିମନ୍ତେ ପ୍ରସ୍ତୁତ ହେବାକୁ ମଧ୍ୟ ସେ କହିଥିଲେ ।
![Image](https://cdn.door43.org/obs/jpg/360px/obs-en-11-04.jpg?direct&)
ଈଶ୍ବର ଯେପରି ସେମାନଙ୍କୁ କରିବା ପାଇଁ ଆଜ୍ଞା ଦେଇଥିଲେ ଇସ୍ରାଏଲୀୟମାନେ ସମସ୍ତ କାର୍ଯ୍ୟକୁ କଲେ । ମଧ୍ୟରାତ୍ରିରେ, ଈଶ୍ବର ମିଶର ମଧ୍ୟ ଦେଇ ଗମନ କରି ଦ୍ବାରାଦ୍ବାରା ପ୍ରଥମଜାତ ସମସ୍ତଙ୍କୁ ବଧ କଲେ ।
![Image](https://cdn.door43.org/obs/jpg/360px/obs-en-11-05.jpg?direct&)
ଇସ୍ରାଏଲୀୟମାନଙ୍କର ଗୃହଗୁଡିକର ଦ୍ବାର ଚାରିପାଖରେ ରକ୍ତ ଲାଗିଥିଲା, ତେଣୁ ଈଶ୍ବର ସେଗୁଡିକୁ ଛାଡି ଦେଲେ । ଗୃହ ଭିତରେ ସମସ୍ତେ ସୁରକ୍ଷିତ ଥିଲେ । ମେଷଶାବକର ରକ୍ତ ଯୋଗୁଁ ସେମାନେ ଉଦ୍ଧାର ପାଇଥିଲେ ।
![Image](https://cdn.door43.org/obs/jpg/360px/obs-en-11-06.jpg?direct&)
କିନ୍ତୁ ମିଶରୀୟମାନେ ଈଶ୍ବରଙ୍କୁ ବା ତାହାଙ୍କ ଆଜ୍ଞାଗୁଡିକୁ ବିଶ୍ବାସ କଲେ ନାହିଁ । ତେଣୁ ଈଶ୍ବର ସେମାନଙ୍କ ଗୃହଗୁଡିକୁ ଛାଡିଲେ ନାହିଁ । ପରମେଶ୍ଵର ମିଶରୀୟମାନଙ୍କ ପ୍ରତ୍ୟେକ ପ୍ରଥମଜାତକୁ ବଧ କଲେ ।
![Image](https://cdn.door43.org/obs/jpg/360px/obs-en-11-07.jpg?direct&)
ପ୍ରତ୍ୟେକ ମିଶରୀୟମାନଙ୍କ ସମସ୍ତ ପ୍ରଥମଜାତ ନରର ମୃତ୍ୟୁ ହେଲା, କାରାଗାରରେ ବନ୍ଦୀର ପ୍ରଥମଜାତଠାରୁ ଫାରୋଙ୍କର ପ୍ରଥମଜାତ ସମସ୍ତେ ମଲେ । ଅନେକ ମିଶରୀୟ ସେମାନଙ୍କର ଗଭୀର ଦୁଃଖ ଯୋଗୁଁ କ୍ରନ୍ଦନ ଓ ବିଳାପ କରିଥିଲେ।
![Image](https://cdn.door43.org/obs/jpg/360px/obs-en-11-08.jpg?direct&)
ସେହି ରାତ୍ରିରେ ଫାରୋ ମୋଶା ଓ ହାରୋଣଙ୍କୁ ଡାକି କହିଲେ “ଇସ୍ରାଏଲୀୟମାନଙ୍କୁ ନେଇ ଶୀଘ୍ର ମିଶର ଛାଡି ପଳାଅ!” ମିଶରୀୟ ଲୋକମାନେ ମଧ୍ୟ ଇସ୍ରାଏଲୀୟମାନଙ୍କୁ ସାଙ୍ଗେ ସାଙ୍ଗେ ମିଶର ଛାଡି ପଳାଇଯିବା ନିମନ୍ତେ ଅନୁରୋଧ କଲେ ।
ବାଇବଲର ଏକ କାହାଣୀ_: _ ଯାତ୍ରା ପୁସ୍ତକ ୧୧_:_ ୧_ - _ ୧_:_ ୩୨

59
content/12.md Normal file
View File

@ -0,0 +1,59 @@
# 12. ମହାଯାତ୍ରା #
![Image](https://cdn.door43.org/obs/jpg/360px/obs-en-12-01.jpg?direct&)
ମିଶର ଛାଡୁଥିବା ଯୋଗୁଁ ଇସ୍ରାଏଲୀୟମାନେ ବହୁତ ଖୁସୀ ଥିଲେ । ସେମାନେ ଆଉ ଦାସ ହୋଇ ରହିନଥିଲେ, ଏବଂ ସେମାନେ ପ୍ରତିଜ୍ଞାତ ଦେଶକୁ ଯାଉଥିଲେ । ଇସ୍ରାଏଲୀୟମାନେ ଯାହାକିଛି ମିଶରୀୟମାନଙ୍କୁ ମାଗିଲେ , ସେମାନେ ସେ ସମସ୍ତ ଦେଲେ, ଏପରିକି ସୁନା ଏବଂ ରୂପା ଏବଂ ଅନ୍ୟ ମୂଲ୍ୟବାନ୍ଜିନିଷଗୁଡିକ ଦେଲେ । ଅନ୍ୟ ଦେଶର କିଛି ଲୋକ ଈଶ୍ବରଙ୍କଠାରେ ବିଶ୍ବାସ କଲେ ଏବଂ ସେମାନେ ମିଶର ଛାଡିଲା ସମୟରେ ଇସରାଏଲୀୟମାନଙ୍କ ସହିତ ଗଲେ ।
![Image](https://cdn.door43.org/obs/jpg/360px/obs-en-12-02.jpg?direct&)
ଦିନ ସମୟରେ ଈଶ୍ବର ସେମାନଙ୍କ ସମ୍ମୁଖରେ ଏକ ଉଚ୍ଚ ମେଘ ସ୍ତମ୍ଭ ଦ୍ବାରା ସେମାନଙ୍କୁ ପଥ କଢାଇ ନେଉଥିଲେ, ଏବଂ ତାହା ରାତ୍ରି ସମୟରେ ଉଚ୍ଚ ଅଗ୍ନି ସ୍ତମ୍ଭ ହେଉଥିଲା । ଈଶ୍ବର ସେମାନଙ୍କ ସହ ସର୍ବଦା ରହୁଥିଲେ ଏବଂ ସେମାନେ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ପଥ କଢାଉଥିଲେ । ସେମାନେ ତାହାଙ୍କର ଅନୁସରଣ କରିବାର ଆବଶ୍ୟକ ଥିଲା ।
![Image](https://cdn.door43.org/obs/jpg/360px/obs-en-12-03.jpg?direct&)
କିଛି ସମୟ ପରେ, ଫାରୋ ଓ ତାହାଙ୍କର ଲୋକମାନେ ସେମାନଙ୍କ ମନ ପରିବର୍ତ୍ତନ କଲେ ଏବଂ ଇସ୍ରାଏଲୀୟମାନଙ୍କୁ ସେମାନଙ୍କର ଦାସ ହେବାପାଇଁ ପୁନର୍ବାର ଚାହିଁଲେ । ଈଶ୍ବର ଫାରୋଙ୍କୁ ଜିଦଖୋର୍ କରାଇଲେ, ଯେପରିକି ଲୋକମାନେ ଏକମାତ୍ର ସତ୍ୟ ଈଶ୍ବର ତାହା ଜାଣିପାରିବେ, ଏବଂ ବୁଝିବେ ଯେ ସେ, ସଦାପ୍ରଭୁ ଫାରୋ ଓ ଫାରୋଙ୍କ ଦେବତାଗଣଠାରୁ ଅଧିକ ଶକ୍ତିମାନ୍ଅଟନ୍ତି ।
![Image](https://cdn.door43.org/obs/jpg/360px/obs-en-12-04.jpg?direct&)
ତେଣୁ ସେମାନଙ୍କୁ ପୁନର୍ବାର ଦାସ କରିବାକୁ ଇସ୍ରାଏଲୀୟମାନଙ୍କ ପଛେ ପଛେ ଫାରୋ ଓ ତାହାଙ୍କ ସୈନ୍ୟବାହିନୀ ଗୋଡାଇଲେ । ମିଶରୀୟ ସୈନ୍ୟମାନେ ଆସୁଥିବାର ଯେତେବେଳେ ଇସ୍ରାଏଲୀୟମାନେ ଦେଖିଲେ, ସେମାନେ ହୃଦୟଙ୍ଗମ କଲେ ଯେ ସେମାନେ ଫାରୋଙ୍କର ସୈନ୍ୟବାହିନୀ ଓ ଲୋହିତ ସାଗର ମଧ୍ୟରେ ଫସି ଯାଇଛନ୍ତି । ସେମାନେ ଅତିଶୟ ଭୟଭୀତ ଥିଲେ ଓ ସେମାନେ ଚିତ୍କାର କରି କହିଲେ “ଆମେ କାହିଁକି ମିଶର ଛାଡିଲୁ? ଆମେ ମରିବାକୁ ଯାଉଅଛୁ!”
![Image](https://cdn.door43.org/obs/jpg/360px/obs-en-12-05.jpg?direct&)
ମୋଶା ଇସ୍ରାଏଲୀୟମାନଙ୍କୁ କହିଲେ, “ଭୟ କରିବା ବନ୍ଦ କର! ପରମେଶ୍ଵର ଆଜି ତୁମ୍ଭମାନଙ୍କ ସପକ୍ଷରେ ଯୁଦ୍ଧ କରିବେ ତୁମ୍ଭମାନଙ୍କୁ ରକ୍ଷା କରିବେ ।” ତା’ପରେ ପରମେଶ୍ଵର ମୋଶାଙ୍କୁ କହିଲେ “ଲୋକମାନଙ୍କୁ ଲୋହିତ ସାଗର ଆଡକୁ ଯିବାକୁ କୁହ ।”
![Image](https://cdn.door43.org/obs/jpg/360px/obs-en-12-06.jpg?direct&)
ତା’ପରେ ପରମେଶ୍ଵର ମେଘର ସ୍ତମ୍ଭ ନେଇ ଇସ୍ରାଏଲୀୟ ଓ ମିଶରୀୟମାନଙ୍କ ମଧ୍ୟରେ ରଖିଲେ ଯେପରିକି ମିଶରୀୟମାନେ ଇସ୍ରାଏଲୀୟମାନଙ୍କୁ ଦେଖିପାରିବେ ନାହିଁ ।
![Image](https://cdn.door43.org/obs/jpg/360px/obs-en-12-07.jpg?direct&)
ପରମେଶ୍ଵର ମୋଶାଙ୍କୁ ତାହାଙ୍କ ହାତ ଉଠାଇ ସମୁଦ୍ରର ଜଳକୁ ଦୁଇଭାଗ କରିବାକୁ କହିଲେ । ତା’ପରେ ପରମେଶ୍ଵର ବାୟୁ ଦ୍ଵ।ରା ସମୁଦ୍ରରେ ବୋହାଇ ବାମ ଓ ଦକ୍ଷିଣରେ ଜଳକୁ ଠେଲିବାକୁ ଘଟାଇଲେ, ଯେପରିକି ସମୁଦ୍ର ମଧ୍ୟରେ ଏକ ରାସ୍ତା ହେଲା ।
![Image](https://cdn.door43.org/obs/jpg/360px/obs-en-12-08.jpg?direct&)
ଇସ୍ରାଏଲୀୟମାନେ ସମୁଦ୍ର ମଧ୍ୟରେ ଶୁଷ୍କ ଭୂମିରେ ଗମନ କଲେ ଓ ସେମାନଙ୍କ ଉଭୟ ପାର୍ଶ୍ଵରେ ଜଳର କାନ୍ଥ ରହିଥିଲା ।
![Image](https://cdn.door43.org/obs/jpg/360px/obs-en-12-09.jpg?direct&)
ତା’ପରେ ପରମେଶ୍ଵର ମେଘକୁ ସେହିସ୍ଥାନରୁ ଉପରକୁ ନେଇଗଲେ ଯେପରିକି ଇସ୍ରାଏଲୀୟମାନେ ଖସି ପଳାଉଥିବାର ମିଶରୀୟମାନେ ଦେଖିପାରିବେ । ମିଶରୀୟମାନେ ସେମାନଙ୍କୁ ଗୋଡାଇବା ନିମନ୍ତେ ନିଷ୍ପତ୍ତି ନେଲେ ।
![Image](https://cdn.door43.org/obs/jpg/360px/obs-en-12-10.jpg?direct&)
ତେଣୁ ସେମାନେ ସମୁଦ୍ର ମଧ୍ୟଦେଇ ହୋଇଥିବା ରାସ୍ତା ଦେଇ ଇସ୍ରାଏଲୀୟମାନଙ୍କୁ ଗୋଡାଇଲେ, କିନ୍ତୁ ପରମେଶ୍ଵର ମିଶରୀୟମାନଙ୍କୁ କଷ୍ଟ ଦେଲେ ଓ ସେମାନଙ୍କ ରଥଗୁଡିକୁ ଫସାଇଲେ । ସେମାନେ ଚିତ୍କାର କରି କହିଲେ “ପଳାଇ ଯାଅ! ପରମେଶ୍ଵର ଇସ୍ରାଏଲୀୟମାନଙ୍କ ପକ୍ଷରେ ଯୁଦ୍ଧ କରୁଅଛନ୍ତି!”
![Image](https://cdn.door43.org/obs/jpg/360px/obs-en-12-11.jpg?direct&)
ଇସ୍ରାଏଲୀୟମାନେ ସମୁଦ୍ରର ଅପର ପାର୍ଶ୍ଵରେ ସୁରକ୍ଷିତ ଭାବରେ ପହଞ୍ଚିଲା ପରେ ପରମେଶ୍ଵର ମୋଶାଙ୍କୁ ତାହାଙ୍କ ବାହୁ ପୁନର୍ବାର ବିସ୍ତାର କରିବାକୁ କହିଲେ । ଯେତେବେଳେ ସେ ଈଶ୍ବରଙ୍କ ଶୁଣିଲେ, ଜଳ ମିଶରୀୟ ମାନଙ୍କ ଉପରକୁ ମାଡି ପଡିଲା ଓ ସମୁଦ୍ର ପୂର୍ବଭଳି ସମାନ ହୋଇଗଲା । ସମସ୍ତ ମିଶରୀୟ ସୈନ୍ୟ ସମୁଦ୍ରରେ ବୁଡିଗଲେ ।
![Image](https://cdn.door43.org/obs/jpg/360px/obs-en-12-12.jpg?direct&)
ଇସ୍ରାଏଲୀୟମାନେ ଯେତେବେଳେ ଦେଖିଲେ ମିଶରୀୟମାନେ ମରିଯାଇଅଛନ୍ତି, ସେମାନେ ଈଶ୍ବରଙ୍କଠାରେ ଭରସା କଲେ ଏବଂ ମୋଶା ପରମେଶ୍ଵରଙ୍କ ଜଣେ ଭାବବାଦୀ ତାହା ବିଶ୍ବାସ କଲେ ।
![Image](https://cdn.door43.org/obs/jpg/360px/obs-en-12-13.jpg?direct&)
ଇସ୍ରାଏଲୀୟମାନେ ମଧ୍ୟ ଅତିଶୟ ଉଲ୍ଲାସରେ ଆନନ୍ଦିତ ହେଲେ କାରଣ ଈଶ୍ବର ସେମାନଙ୍କୁ ମୃତ୍ୟୁ ଓ ଦାସତ୍ବରୁ ରକ୍ଷା କଲେ! ବର୍ତ୍ତମାନ ସେମାନେ ଈଶ୍ବରଙ୍କ ସେବା କରିବାକୁ ମୁକ୍ତ ଥିଲେ । ଇସ୍ରାଏଲୀୟମାନେ ସେମାନଙ୍କ ନୂତନ ସ୍ଵ।ଧିନତାକୁ ପାଳନ କରିବା ଓ ଈଶ୍ବରଙ୍କର ସ୍ତୁତି କରିବା ନିମନ୍ତେ ଅନେକ ଗୀତଗୁଡିକ ଗାଇଲେ କାରଣ ସେ ମିଶରୀୟ ସୈନ୍ୟମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଥିଲେ।
![Image](https://cdn.door43.org/obs/jpg/360px/obs-en-12-14.jpg?direct&)
ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ ମିଶରୀୟମାନଙ୍କ ଉପରେ କିପରି ଜୟ ପ୍ରଦାନ କଲେ ଏବଂ ସେମାନଙ୍କୁ ଦାସତ୍ବ ଅବସ୍ଥାରୁ କିପରି ଭାବେ ଉଦ୍ଧାର କଲେ, ତାହା ସ୍ମରଣ କରିବା ନିମନ୍ତେ ଇସ୍ରାଏଲୀୟମାନଙ୍କୁ ନିସ୍ତାରପର୍ବ ପାଳନ କରିବାକୁ ଆଦେଶ ଦେଲେ । ସେମାନେ ଏକ ନିଖୁନ୍ତ ମେଷଶାବକକୁ ବଳି ଦେବା ଦ୍ବାରା ଓ ତାଡିଶୂନ୍ୟ ରୋଟି ସହିତ ତାହାକୁ ଖାଇ ଉତ୍ସବ ପାଳନ କଲେ ।
ବାଇବଲର ଏକ କାହାଣୀ_: _ ଯାତ୍ରାପୁସ୍ତକ ୧୨: ୩୩_ - _ ୧୫_:_ ୨୧

63
content/13.md Normal file
View File

@ -0,0 +1,63 @@
# 13. ପରମେଶ୍ଵରଙ୍କ ଇସ୍ରାଏଲ ସହିତ ନିୟମ #
![Image](https://cdn.door43.org/obs/jpg/360px/obs-en-13-01.jpg?direct&)
ପରମେଶ୍ଵର ଇଶ୍ରାୟେଲୀୟମାନଙ୍କୁ ଲୋହିତ ସାଗର ଦେଇ ପାର କରାଇଲା ପରେ, ସେ ଏକ ମରୁଭୂମି ଦେଇ ସୀନୟ ନାମକ ପର୍ବତକୁ ଆଣିଲେ । ଏହା ସେହି ପର୍ବତ ଥିଲା ଯେଉଁଠାରେ ମୋଶା ଜ୍ଜଳନ୍ତ ବୁଦା ଦେଖିଥିଲେ । ପର୍ବତର ତଳେ ଲୋକମାନେ ସେମାନଙ୍କ ତମ୍ବୁଗୁଡିକ ପ୍ରସାରିତ କଲେ ।
![Image](https://cdn.door43.org/obs/jpg/360px/obs-en-13-02.jpg?direct&)
ପରମେଶ୍ଵର ମୋଶାଙ୍କୁ ଓ ଇସ୍ରାଏଲର ଲୋକମାନଙ୍କୁ କହିଲେ “ତୁମ୍ଭେମାନେ ଯଦି ମୋ ଆଜ୍ଞା ପାଳନ କରିବ ଓ ମୋ ନିୟମ ରକ୍ଷା କରିବ ତେବେ ତୁମ୍ଭେମାନେ ମୋର ସଞ୍ଚିତ ଧନ, ଯାଜକମାନଙ୍କର ଏକ ରାଜବଂଶ ଓ ଏକ ପବିତ୍ର ଦେଶ ହେବ ।”
![Image](https://cdn.door43.org/obs/jpg/360px/obs-en-13-03.jpg?direct&)
ତିନିଦିନ ପରେ, ଲୋକମାନେ ନିଜକୁ ଆତ୍ମିକ ଭାବରେ ପ୍ରସ୍ତୁତ କଲା ପରେ, ଈଶ୍ବର ମେଘ ଗର୍ଜନ, ବିଜୁଳି, ଧୂଆଁ, ଏବଂ ଏକ ଉଚ୍ଚ ତୂରୀଧ୍ବନୀ ସହ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିଲେ । କେବଳ ମୋଶା ହିଁ ପର୍ବତ ଉପରକୁ ଯିବାକୁ ଅନୁମତି ପାଇଲେ ।
![Image](https://cdn.door43.org/obs/jpg/360px/obs-en-13-04.jpg?direct&)
ତା’ପରେ ପରମେଶ୍ଵର ସେମାନଙ୍କୁ ତାଙ୍କ ନିୟମ ଦେଲେ ଏବଂ କହିଲେ “ମୁଁ ତୁମ୍ଭମାନଙ୍କର ଈଶ୍ବର ସଦାପ୍ରଭୁ ଅଟେ, ଯିଏ ତୁମ୍ଭମାନଙ୍କୁ ମିଶରର ଦାସତ୍ବାବସ୍ଥାରୁ ରକ୍ଷା କରିଆଣିଲେ । ଅନ୍ୟ ଦେବତାମାନଙ୍କର ଉପାସନା କରନାହିଁ ।”
![Image](https://cdn.door43.org/obs/jpg/360px/obs-en-13-05.jpg?direct&)
କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ ଏବଂ ସେଗୁଡିକର ଉପାସନା କରିବ ନାହିଁ, କାରଣ, ମୁଁ କ୍ରୋଧମୟ ସଦାପ୍ରଭୁ ଅଟେ । ମୋ ନାମ ଅସମ୍ମାନ ଭାବରେ ବ୍ୟବହାର କରିବା ନାହିଁ । ବିଶ୍ରାମ ଦିନକୁ ପବିତ୍ର ଭାବରେ ପାଳନ କରିବ। ଅନ୍ୟ ଅର୍ଥରେ, କେବଳ ଛ’ ଦିନରେ ତୁମର ସମସ୍ତ କାମ କରିବ, କିନ୍ତୁ ସପ୍ତମ ଦିନ ତୁମ୍ଭମାନଙ୍କ ନିମନ୍ତେ ବିଶ୍ରାମର ଦିନ ହେବ ଓ ତୁମ୍ଭେ ମୋତେ ସ୍ମରଣ କରିବ ।”
![Image](https://cdn.door43.org/obs/jpg/360px/obs-en-13-06.jpg?direct&)
““ତୁମ୍ଭ ପିତା ଓ ମାତାଙ୍କୁ ସମ୍ମାନ କର । ନରହତ୍ୟା କରନାହିଁ । ବ୍ୟଭିଚାର କରନାହିଁ । ଚୋରି କରନାହିଁ । ମିଥ୍ୟା କୁହନାହିଁ । ତୁମ୍ଭ ପ୍ରତିବାସୀର ସ୍ତ୍ରୀକୁ, ତାହାର ଘରକୁ ବା ପ୍ରତିବାସୀର ଅନ୍ୟ କୌଣସି ବସ୍ତୁକୁ ଯାହା ତାହାର ଅଟେ, ଲୋଭ କର ନାହିଁ ।”
![Image](https://cdn.door43.org/obs/jpg/360px/obs-en-13-07.jpg?direct&)
ତା’ପରେ ପରମେଶ୍ଵର ଦୁଇଟି ପଥର ପଟାରେ ଏହି ଦଶଗୋଟି ଆଜ୍ଞାଗୁଡିକ ଲେଖିଲେ ଏବଂ ମୋଶାଙ୍କୁ ଦେଲେ । ପରମେଶ୍ଵର ଆହୁରି ଅନେକ ବ୍ୟବସ୍ଥା ବା ନିୟମ ଓ ନୀତିଗୁଡିକ ପାଳନ କରିବାକୁ ଦେଲେ । ପରମେଶ୍ଵର ପ୍ରତିଜ୍ଞା କରି କହିଲେ, ଯଦି ଲୋକମାନେ ଏହିସମସ୍ତ ବ୍ୟବସ୍ଥା ବା ନିୟମ ପାଳନ କରିବେ, ତେବେ ସେ ସେମାନଙ୍କୁ ଆଶୀର୍ବାଦ କରିବେ ଏବଂ ସୁରକ୍ଷା ପ୍ରଦାନ କରିବେ ।ଯଦି ସେମାନେ ସେଗୁଡିକର ଅନାଜ୍ଞାବହ ହେବେ, ତେବେ ଈଶ୍ବର ସେମାନଙ୍କୁ ଦଣ୍ଡ ଦେବେ ।
![Image](https://cdn.door43.org/obs/jpg/360px/obs-en-13-08.jpg?direct&)
ଈଶ୍ବର ଆହୁରି ମଧ୍ୟ ଇସ୍ରାଏଲୀୟମାନଙ୍କୁ ଏକ ତମ୍ବୁର ସବିଶେଷ ବିବରଣ ପ୍ରଦାନ କଲେ ଯାହାକୁ ସେମାନେ କରନ୍ତୁ ବୋଲି ସେ କହିଥିଲେ । ଏହାକୁ ସମାଗମ ତମ୍ବୁ କୁହାଯାଉଥିଲା, ଏବଂ ଏଥିରେ ଦୁଇଗୋଟି କୋଠରୀ ଥିଲା ଯାହାକୁ ଏକ ବୃହତ୍ ପରଦା ବିଭକ୍ତ କରୁଥିଲା । କେବଳ ମହାଯାଜକ ହିଁ ପରଦାର ପଛ ଭାଗରେ ଥିବା କୋଠରୀକୁ ଯିବା ନିମନ୍ତେ ଅନୁମତି ପାଇଥିଲେ, କାରଣ ଈଶ୍ବର ସେଠାରେ ରହୁଥିଲେ ।
![Image](https://cdn.door43.org/obs/jpg/360px/obs-en-13-09.jpg?direct&)
କୌଣସି ବ୍ୟକ୍ତି ଈଶ୍ବରଙ୍କ ବ୍ୟବସ୍ଥାର ଅନାଜ୍ଞାବହ ହେଲେ ସେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଏକ ବଳି ସ୍ବରୂପ ଏକ ପଶୁକୁ ସମାଗମ ତମ୍ବୁର ସମ୍ମୁଖରେ ଥିବା ବେଦୀ ନିକଟକୁ ଆଣିପାରୁଥିଲେ । ଜଣେ ଯାଜକ ପଶୁକୁ ବଧ କରି ତାହାକୁ ବେଦୀରେ ଦଗ୍ଧ କରୁଥିଲେ (ପୋଡୁଥିଲେ) । ବଳି ଦିଆଯାଉଥିବା ପଶୁର ରକ୍ତ ସେହି ବ୍ୟକ୍ତିର ପାପକୁ ଆଚ୍ଛାଦନ କରୁଥିଲା ବା ଘୋଡାଉଥିଲା ଏବଂ ସେହି ବ୍ୟକ୍ତି ଈଶ୍ବରଙ୍କ ଦୃଷ୍ଟିରେ ସୂଚୀ ହେଉଥିଲେ । ପରମେଶ୍ଵର ମୋଶାଙ୍କ ଭାଇ ହାରୋଣ ଏବଂ ହାରୋଣଙ୍କ ବଂଶଧରକୁ ତାହାଙ୍କର ଯାଜକ ହେବା ପାଇଁ ମନୋନୀତ କଲେ ।
![Image](https://cdn.door43.org/obs/jpg/360px/obs-en-13-10.jpg?direct&)
ସମସ୍ତ ଲୋକମାନେ ପରମେଶ୍ଵର ସେମାନଙ୍କୁ ଦେଇଥିବା ବ୍ୟବସ୍ଥାଗୁଡିକ ପାଳନ କରିବା ନିମନ୍ତେ , କେବଳ ଈଶ୍ବରଙ୍କ ଉପାସନା କରିବା ନିମନ୍ତେ ଏବଂ ତାଙ୍କ ବିଶେଷ ଲୋକ ହେବା ନିମନ୍ତେ ସହମତ ହେଲେ । କିନ୍ତୁ ସେମାନେ ଈଶ୍ବରଙ୍କର ଆଜ୍ଞାବହ ହେବା ନିମନ୍ତେ ପ୍ରତିଜ୍ଞା କରିବାର ଅଳ୍ପ ସମୟ ପରେ ସେମାନେ ଭୟଙ୍କର ପାପ କଲେ ।
![Image](https://cdn.door43.org/obs/jpg/360px/obs-en-13-11.jpg?direct&)
ଅନେକ ଦିନ ଧରି ମୋଶା ଈଶ୍ବରଙ୍କ ସହ ସୀନୟ ପର୍ବତର ଶିଖରରେ କଥାବାର୍ତ୍ତା କରୁଥିଲେ। ମୋଶାଙ୍କ ଫେରିବାର ଅପେକ୍ଷା କରୁ କରୁ ଲୋକମାନେ କ୍ଲାନ୍ତ ଓ ଅଧୈର୍ଯ୍ୟ ହୋଇଉଠିଲେ । ତେଣୁ ସେମାନେ ହାରୋଣଙ୍କ ନିକଟକୁ ସୁବର୍ଣ୍ଣ (ସୁନା) ଆଣି ତାହାଙ୍କୁ ସେମାନଙ୍କ ନିମନ୍ତେ ଏକ ମୂର୍ତ୍ତି ନିର୍ମାଣ କରିବାକୁ କହିଲେ!
![Image](https://cdn.door43.org/obs/jpg/360px/obs-en-13-12.jpg?direct&)
ହାରୋଣ ସେହି ସୁନା ଦ୍ଵ।ରା ଏକ ବାଛୁରୀର ପ୍ରତିମୂର୍ତ୍ତିର ପ୍ରତିମା ତିଆରି କଲେ । ଲୋକମାନେ ଅତି କଦର୍ଯ୍ୟ ଭାବରେ ସେହି ପ୍ରତିମାକୁ ପୂଜା କରିଲେ ଏବଂ ବଳୀ ଉତ୍ସର୍ଗ କଲେ! ସେମାନଙ୍କ ପାପ ଯୋଗୁଁ ସେମାନଙ୍କଠାରେ ପରମେଶ୍ଵର ଅତିଶୟ କ୍ରୋଧ କରିଥିଲେ ଏବଂ ସେମାନଙ୍କୁ ବିନଷ୍ଟ କରିବାକୁ ଚାହିଁଲେ । କିନ୍ତୁ ମୋଶା ସେମାନଙ୍କ ନିମନ୍ତେ ପ୍ରାର୍ଥନା କଲେ, ଏବଂ ଈଶ୍ବର ତାହାଙ୍କ ପ୍ରାର୍ଥନାକୁ ଶୁଣିଲେ ଏବଂ ସେମାନଙ୍କୁ ବିନଷ୍ଟ କଲେ ନାହିଁ ।
![Image](https://cdn.door43.org/obs/jpg/360px/obs-en-13-13.jpg?direct&)
ମୋଶା ଯେତେବେଳେ ପର୍ବତରୁ ଓହ୍ଲାଇ ଆସିଲେ ଏବଂ ସେହି ପ୍ରତିମା ଦେଖିଲେ, ସେ ଏତେ କ୍ରୋଧ କରିଥିଲେ ଯେ ଈଶ୍ବର ଯେଉଁ ପଥରର ପଟାରେ ଦଶ ଆଜ୍ଞାଗୁଡିକ ଲେଖିଥିଲେ ସେ ତାହାକୁ ଫୋପାଡି ଚୂନା କରିଦେଲେ ।
![Image](https://cdn.door43.org/obs/jpg/360px/obs-en-13-14.jpg?direct&)
ତା’ପରେ ମୋଶା ସେହି ପ୍ରତିମାକୁ ବାଡେଇ ଚୂନା କରିଦେଲେ,ଏବଂ ସେହି ଚୂନାକୁ କିଛି ଜଳରେ ଫୋପାଡି ଦେଲେ ଓ ଲୋକମାନଙ୍କୁ ସେହି ଜଳ ପିଇବାକୁ ଦେଲେ । ଈଶ୍ବର ଲୋକମାନଙ୍କ ମଧ୍ୟକୁ ମହାମାରୀ ପଠାଇଲେ ଏବଂ ସେହି ମହାମାରୀରୀ ଅନେକ ଲୋକ ମରିଗଲେ ।
![Image](https://cdn.door43.org/obs/jpg/360px/obs-en-13-15.jpg?direct&)
ମୋଶା ଯେଉଁ ପ୍ରଥମ ପଥରର ପଟା ଭାଙ୍ଗି ଦେଇଥିଲେ ତା’ ପ୍ରତିବଦଳରେ ସେ ଏକ ନୂତନ ପଥରର ପଟାରୀ ଦଶଆଜ୍ଞା ଲେଖିଲେ । ତା' ପରେ ସେ ପୁନର୍ବାର ସେହି ପର୍ବତକୁ ଚଢିଲେ ଏବଂ ଈଶ୍ବରଙ୍କ ନିକଟରେ, ଲୋକମାନଙ୍କୁ କ୍ଷମା ଦେବା ନିମନ୍ତେ ପ୍ରାର୍ଥନା କଲେ । ପରମେଶ୍ଵର ମୋଶାଙ୍କର ପ୍ରାର୍ଥନା ଶୁଣି ସେମାନଙ୍କୁ କ୍ଷମା ଦେଲେ । ମୋଶା ପର୍ବତରୁ ନୂତନ ପଥରର ପଟାରେ ଦଶ ଆଜ୍ଞାଗୁଡିକ ସହିତ ଓହ୍ଲାଇ ଫେରିଆସିଲେ । ତା’ ପରେ ପରମେଶ୍ଵର ସୀନୟ ପର୍ବତ ଠାରୁ ପ୍ରତିଜ୍ଞାତ ଦେଶ ଆଡକୁ ଇସ୍ରାଏଲୀୟମାନଙ୍କୁ କଢାଇ ନେଲେ ।
ବାଇବଲର ଏକ କାହାଣୀ_: _ ଯାତ୍ରାପୁସ୍ତକ ୧୯_ -_ ୩୪

63
content/14.md Normal file
View File

@ -0,0 +1,63 @@
# 14. ମରୁଭୁମିର ପ୍ରାନ୍ତରରେ ଭ୍ରମଣ #
![Image](https://cdn.door43.org/obs/jpg/360px/obs-en-14-01.jpg?direct&)
ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ ନିୟମଗୁଡିକ, ଯାହା ସେ ସେମାନଙ୍କୁ ତାଙ୍କ ସହିତ ଚୁକ୍ତିର ଏକ ଭାଗ ହୋଇ ଭାବରେ ପାଳନ କରିବା ପାଇଁ ଚାହୁଥିଲେ, କହିବା ଉତ୍ତାରେ ସେମାନେ ସୀନୟ ପର୍ବତରୁ ବାହାରିଲେ । ଈଶ୍ବର ସେମାନଙ୍କୁ ପ୍ରତିଜ୍ଞାତ ଦେଶ ଆଡକୁ କଢାଇ ନେବାକୁ ଆରମ୍ଭ କଲେ, ଯେଉଁ ଦେଶକୁ କିଣାନ କୁହାଯାଉଥିଲା । ମେଘର ସ୍ତମ୍ଭ ସେମାନଙ୍କ ଆଗେ ଆଗେ କିଣାନ ଆଡକୁ ଯାଉଥିଲା ଏବଂ ସେମାନେ ତାହାର ପଛେ ପଛେ ଚାଲୁଥିଲେ ।
![Image](https://cdn.door43.org/obs/jpg/360px/obs-en-14-02.jpg?direct&)
ପରମେଶ୍ଵର ଅବ୍ରହାମ, ଇସହାକ୍ ଓ ଯାକୁବଙ୍କୁ ପ୍ରତିଜ୍ଞା କରିଥିଲେ, ଯେ ସେ ପ୍ରତିଜ୍ଞାତ ଦେଶ ସେମାନଙ୍କ ବଂଶଧରମାନଙ୍କୁ ଦେବେ, କିନ୍ତୁ ବର୍ତ୍ତମାନ ସେହି ସ୍ଥାନରେ ଅନେକ ଲୋକମାନଙ୍କ ଦଳ ବାସ କରୁଥିଲେ । ସେମାନଙ୍କୁ କିଣାନୀୟ କୁହାଯାଉଥିଲା । କିଣାନୀୟମାନେ ଈଶ୍ବରଙ୍କର ଉପାସନା କରୁ ନଥିଲେ କିମ୍ବା ତାଙ୍କ ଆଜ୍ଞାବହ ହେଉନଥିଲେ । ସେମାନେ ଭ୍ରାନ୍ତ ଦେବଗଣକୁ ଉପାସନା କରୁଥିଲେ ଏବଂ ଅନେକ ମନ୍ଦ କାର୍ଯ୍ୟଗୁଡିକ କରୁଥିଲେ ।
![Image](https://cdn.door43.org/obs/jpg/360px/obs-en-14-03.jpg?direct&)
ଈଶ୍ବର ଇସ୍ରାଏଲୀୟମାନଙ୍କୁ କହିଲେ “ପ୍ରତିଜ୍ଞାତ ଦେଶରେ ତୁମ୍ଭେମାନେ ସମସ୍ତ କିଣାନୀୟ ମାନଙ୍କଠାରୁ ତ୍ରାହି ପାଇବା ଉଚିତ୍ । ସେମାନଙ୍କ ସହ ଶାନ୍ତି ସ୍ଥାପନ କରନାହିଁ କିମ୍ବା ସେମାନଙ୍କୁ ବିବାହ କରନାହିଁ । ତୁମ୍ଭେମାନେ ସେ ସମସ୍ତଙ୍କର ପ୍ରତିମାଗୁଡିକୁ ସମ୍ପୂର୍ଣ୍ଣ ଭାବରେ ବିନଷ୍ଟ କରିବ । ଯଦି ତୁମ୍ଭେମାନେ ମୋର ଆଜ୍ଞାବହ ହେବନାହିଁ, ମୋ ବଦଳରେ ତୁମ୍ଭେମାନେ ସେମାନଙ୍କର ପ୍ରତିମାଗୁଡିକର ଉପାସନା କରିବ ନାହିଁ ।”
![Image](https://cdn.door43.org/obs/jpg/360px/obs-en-14-04.jpg?direct&)
ଇଶ୍ରାୟେଲୀୟମାନେ ଯେତେବେଳେ କିଣାନୀୟମାନଙ୍କ ସୀମାରେ ପହଞ୍ଚିଲେ, ସେତେବେଳେ ମୋଶା ପ୍ରତି ଜାତିରୁ ଜଣ ଜଣ କରି ବାର ପୁରୁଷ ମାନଙ୍କୁ ମନୋନୀତ କଲେ । ସେ ଲୋକମାନଙ୍କୁ ସେହି ଦେଶକୁ ଯାଇ ତାହା ଦେଖିବାକୁ କିପରି ଅଟେ ତାହା ଗୁପ୍ତରେ ଦେଖି ଆସିବା ପାଇଁ ମନ୍ତ୍ରଣା ଦେଇଥିଲେ । କିଣାନୀୟମାନେ ବଳିଷ୍ଠ ବା ଦୁର୍ବଳ ଥିଲେ ତାହାର ମଧ୍ୟ ଅନୁସନ୍ଧାନ କରିବା ନିମନ୍ତେ ସେମାନଙ୍କୁ କୁହାଯାଇଥିଲା ।
![Image](https://cdn.door43.org/obs/jpg/360px/obs-en-14-05.jpg?direct&)
ସେହି ବାର ପୁରୁଷ ମାନେ କିଣାନ ସାରା ଚାଳିଶ ଦିନ ଭ୍ରମଣ କରି ଫେରିଆସିଲେ । ସେମାନେ ଲୋକମାନଙ୍କୁ କହିଲେ “ସେହି ଦେଶ ଅତି ଉର୍ବର ଏବଂ ସେଥିରେ ବହୁତ ଫଳ ଫଳେ!” କିନ୍ତୁ ସେହି ଅନୁସନ୍ଧାନକାରୀମାନଙ୍କ ମଧ୍ୟରୁ ଦଶଜଣ କହିଲେ “ତହିଁର ନଗରଗୁଡିକ ଅତି ଦୃଢ ଏବଂ ସେଥିର ଲୋକମାନେ ବିରାଟକାୟ ଅଟନ୍ତି! ଯଦି ଆମେ ସେମାନଙ୍କୁ ଆକ୍ରମଣ କରିବୁ, ସେମାନେ ନିଶ୍ଚୟ ଆମ୍ଭମାନଙ୍କୁ ପରାସ୍ତ କରି ଆମ୍ଭମାନଙ୍କୁ ହତ୍ୟା କରିବେ!”
![Image](https://cdn.door43.org/obs/jpg/360px/obs-en-14-06.jpg?direct&)
ତତ୍କ୍ଷଣାତ୍ ଅନ୍ୟ ଦୁଇଜଣ ଗୁପ୍ତଚର କାଲେବ ଓ ଯିହୋଶୂୟ କହିଲେ “ଏହା ସତ୍ୟ ଯେ କିଣାନର ଲୋକମାନେ ଦୀର୍ଘକାୟ ଓ ବଳିଷ୍ଠ ଅଟନ୍ତି, କିନ୍ତୁ ଆମେ ସେମାନଙ୍କୁ ନିଶ୍ଚୟ ପରାଜୟ କରିବା! ଈଶ୍ବର ଆମ୍ଭମାନଙ୍କ ପକ୍ଷରୁ ଯୁଦ୍ଧ କରିବେ!”
![Image](https://cdn.door43.org/obs/jpg/360px/obs-en-14-07.jpg?direct&)
କିନ୍ତୁ ଲୋକମାନେ କାଲେବ ଓ ଯିହୋଶୂୟଙ୍କ କଥା ଶୁଣିଲେ ନାହିଁ । ସେମାନେ ମୋଶା ଓ ହାରୋଣଙ୍କ ପ୍ରତି କ୍ରୋଧ କରି କହିଲେ “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଏପରି ଏକ ଭୟଙ୍କର ସ୍ଥାନକୁ ଆଣିଛ? ଆମେ ଯୁଦ୍ଧକ୍ଷେତ୍ରରେ ମରିବା ଠାରୁ ବରଂ ମିଶରରେ ରହିବା ଉଚିତ୍ ଥିଲା ଓ ଆମ୍ଭମାନଙ୍କ ସ୍ତ୍ରୀମାନେ ଓ ପିଲାମାନେ ଦାସା ଭାବରେ ରହିଥାନ୍ତେ ।” ଲୋକମାନେ ସେମାନଙ୍କ ନିମନ୍ତେ ଅନ୍ୟ ଜଣେ ନେତା ମନୋନୀତ କରିବାକୁ ଚାହିଁଲେ ଯିଏକି ସେମାନଙ୍କୁ ପୁନର୍ବାର ମିଶରକୁ ନେଇଯିବେ ।
![Image](https://cdn.door43.org/obs/jpg/360px/obs-en-14-08.jpg?direct&)
ଈଶ୍ବର ଅତିଶୟ କ୍ରୋଧ କଲେ ଏବଂ ସମାଗମ ତମ୍ବୁକୁ ଆସିଲେ । ଈଶ୍ବର କହିଲେ “ଯେହେତୁ ତୁମ୍ଭେ ମୋ ବିରୁଦ୍ଧରେ ବିଦ୍ରୋହ କରିଅଛ, ସେଥିଯୋଗୁଁ ସମସ୍ତ ଲୋକମାନେ ପ୍ରାନ୍ତରରେ ପଥଭ୍ରଷ୍ଟ ଭାବେ ଭ୍ରମଣ କରିବାକୁ ପଡିବ । ଯିହୋଶୂୟ ଓ କାଲେବଙ୍କ ବ୍ୟତୀତ ପ୍ରତ୍ୟେକ କୋଡିଏ ବର୍ଷ ବା ତଦ୍ଦୁର୍ଦ୍ଧ୍ବ ସମସ୍ତେ ସେଠାରେ ମରିବେ ଏବଂ ସେମାନେ ପ୍ରତିଜ୍ଞାତ ଦେଶରେ କଦାପି ପ୍ରବେଶ କରିବେ ନାହିଁ ।”
![Image](https://cdn.door43.org/obs/jpg/360px/obs-en-14-09.jpg?direct&)
ଲୋକମାନେ ଯେତେବେଳେ ଏହା ଶୁଣିଲେ, ସେତେବେଳେ ସେମାନେ ଯେ ପାପ କରିଅଛନ୍ତି ସେଥିଯୋଗୁଁ ଦୁଃଖ ପ୍ରକାଶ କଲେ । ସେମାନେ ସେମାନଙ୍କ ଖଡ୍ଗଗୁଡିକ ନେଇ କିଣାନରେ ଥିବା ଲୋକମାନଙ୍କୁ ଆକ୍ରମଣ କରିବାକୁ ବାହାରିଲେ । ମୋଶା ସେମାନଙ୍କୁ ଯିବା ନିମନ୍ତେ ମନା କଲେ କାରଣ ଈଶ୍ବର ସେମାନଙ୍କ ସହିତ ନ ଥିଲେ, କିନ୍ତୁ ସେମାନେ ତାଙ୍କ କଥା ଶୁଣିଲେ ନାହିଁ ।
![Image](https://cdn.door43.org/obs/jpg/360px/obs-en-14-10.jpg?direct&)
ଈଶ୍ବର ସେହି ଯୁଦ୍ଧକ୍ଷେତ୍ରକୁ ସେମାନଙ୍କ ସହ ଗଲେ ନାହିଁ, ତେଣୁ ସେମାନେ ପରାସ୍ତ ହେଲେ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିହତ ହେଲେ । ତା’ପରେ ଇସ୍ରାଏଲୀୟମାନେ କିଣାନରୁ ମୁହଁମୋଡି ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଭ୍ରମଣ କଲେ ।
![Image](https://cdn.door43.org/obs/jpg/360px/obs-en-14-11.jpg?direct&)
ଇସ୍ରାଏଲର ଲୋକମାନେ ପ୍ରାନ୍ତରରେ ଭ୍ରମଣ କରିବାର ଚାଳିଶ ବର୍ଷ ସମୟରେ ଈଶ୍ବର ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ବିଷୟ ଯୋଗାଇଲେ । ସେ “ମାନ୍ନା” ନାମରେ ଜଣାଶୁଣା ସ୍ବର୍ଗୀୟ ଖାଦ୍ୟ ଦେଲେ । ଆହୁରି ସେ ସେମାନଙ୍କ ବସତି ସ୍ଥାନକୁ କୁଢ କୁଢ ଭାଟୋଇ ପକ୍ଷୀ ପଠାଇଲେ (ଯାହାସବୁ ମଧ୍ୟମ ଧରଣର ପକ୍ଷୀ ଥିଲା) ଯେପରିକି ସେମାନେ ଖାଇବା ନିମନ୍ତେ ମାଂସ ପାଇପାରିବେ । ଏହି ସମସ୍ତ ସମୟ ମଧ୍ୟରେ, ଈଶ୍ବର ସେମାନଙ୍କର ପିନ୍ଧିବା ବସ୍ତ୍ର ଓ ପାଦୁକାଗୁଡିକ ଜୀର୍ଣ୍ଣ ହେବାକୁ ଦେଲେନାହିଁ ।
![Image](https://cdn.door43.org/obs/jpg/360px/obs-en-14-12.jpg?direct&)
ଈଶ୍ବର ଏପରିକି ଆଶ୍ଚର୍ଯ୍ୟଜନକ ଭାବେ ପଥରରୁ ସେମାନଙ୍କୁ ଜଳ ଦେଲେ । କିନ୍ତୁ ଏହି ସମସ୍ତ କାର୍ଯ୍ୟ ସତ୍ତ୍ବେ, ଇଶ୍ରାୟେଲୀୟ ଲୋକମାନେ ଈଶ୍ବର ଓ ମୋଶାଙ୍କ ବିରୁଦ୍ଧରେ ଅଭିଯୋଗ କଲେ ମନେ ମନେ ବଚସା କଲେ । ଏପରି ହେବା ସତ୍ତ୍ବେ ଈଶ୍ବର ଅବ୍ରହାମ, ଇସହାକ୍ଓ ଯାକୁବଙ୍କ ସହ କରିଥିବା ପ୍ରତିଜ୍ଞା ପ୍ରତି ବିଶ୍ବସ୍ତ ଥିଲେ ।
![Image](https://cdn.door43.org/obs/jpg/360px/obs-en-14-13.jpg?direct&)
ଅନ୍ୟ ଏକ ସମୟରେ, ଲୋକମାନେ ଯେତେବେଳେ ଜଳ ପାଇଲେ ନାହିଁ, ଈଶ୍ବର ମୋଶାଙ୍କୁ କହିଲେ “ସେହି ପଥରକୁ କଥା କୁହ ଓ ତହିଁରୁ ଜଳ ବାହାରିବ ।” କିନ୍ତୁ ମୋଶା ପଥରକୁ କଥା କହିବା ପରିବର୍ତ୍ତେ ଦୁଇଥର ବାଡିରେ ଆଘାତ କରିବା ଦ୍ବାରା ସମସ୍ତ ଲୋକଙ୍କ ସମ୍ମୁଖରେ ଈଶ୍ବରଙ୍କର ଅସମ୍ମାନ କଲେ । ସମସ୍ତେ ଯେପରି ଜଳପାନ କରିବେ ସେଥିପାଇଁ ଜଳ ବାହାରି ଆସିଲା, କିନ୍ତୁ ଈଶ୍ବର ମୋଶାଙ୍କ ଉପରେ କ୍ରୋଧ ଥିଲେ ଏବଂ ସେ କହିଲେ “ତୁମ୍ଭେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିପାରିବ ନାହିଁ ।”
![Image](https://cdn.door43.org/obs/jpg/360px/obs-en-14-14.jpg?direct&)
ଇସ୍ରାଏଲୀୟମାନେ ଚାଳିଶ ବର୍ଷ ପ୍ରାନ୍ତରରେ ଭ୍ରମଣ କଲା ଉତ୍ତାରେ, ଈଶ୍ବରଙ୍କ ବିରୁଦ୍ଧରେ ଯେତେଜଣ ବିଦ୍ରୋହ କରିଥିଲେ, ସମସ୍ତେ ମରିଗଲେ । ତା’ପରେ ଈଶ୍ବର ପୁନର୍ବାର ପ୍ରତିଜ୍ଞାତ ଦେଶର ପ୍ରାନ୍ତକୁ ସେମାନଙ୍କୁ ନେଇଯାଇଥିଲେ । ମୋଶା ବର୍ତ୍ତମାନ ଅତି ବୃଦ୍ଧ ହୋଇଯାଇଥିଲେ, ତେଣୁ ଲୋକମାନଙ୍କୁ ପଥ କଢାଇବା ପାଇଁ ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ସେ ଯିହୋଶୂୟଙ୍କୁ ମନୋନୀତ କଲେ । ଈଶ୍ବର ମୋଶାଙ୍କୁ ଆଉ ଏକ ପ୍ରତିଜ୍ଞା କଲେ ଯେ, ସେ ମୋଶାଙ୍କ ପରି ଆଉ ଜଣେ ଭାବବାଦୀଙ୍କୁ ପଠାଇବେ ।
![Image](https://cdn.door43.org/obs/jpg/360px/obs-en-14-15.jpg?direct&)
ତା’ପରେ ଈଶ୍ବର ମୋଶାଙ୍କୁ ଏକ ପର୍ବତର ଶିଖରକୁ ଚଢିବା ନିମନ୍ତେ କହିଲେ ଯେପରିକି ସେ ସେଠାରୁ ପ୍ରତିଜ୍ଞାତ ଦେଶ ଦେଖିପାରିବେ । ମୋଶା ପ୍ରତିଜ୍ଞାତ ଦେଶ ଦେଖିପାରିଥିଲେ କିନ୍ତୁ ସେ ସେଥିରେ ପ୍ରବେଶ କରିବା ନିମନ୍ତେ ଈଶ୍ବର ଅନୁମତି ଦେଲେନାହିଁ । ତା’ପରେ ମୋଶା ମୃତ୍ୟୁବରଣ କଲେ, ଏବଂ ଇଶ୍ରାୟେଲୀୟମାନେ ତିରିଶି ଦିନ ତାଙ୍କ ନିମନ୍ତେ ଶୋକ କଲେ । ଯିହୋଶୂୟ ସେମାନଙ୍କର ନୂତନ ନେତା ହେଲେ । ଯିହୋଶୂୟ ଜଣେ ଉତ୍ତମ ନେତା ଥିଲେ କାରଣ ସେ ଈଶ୍ବରଙ୍କଠାରେ ଭରସା ରଖିଥିଲେ ଓ ତାଙ୍କର ଆଜ୍ଞାବହ ହେଉଥିଲେ ।
ବାଇବଲର ଏକ କାହାଣୀ_: _ ଯାତ୍ରାପୁସ୍ତକ_ 16-17; _ ଗଣନାପୁସ୍ତକ ୧_ - _ ୧୪_; _ _; _ ୭_; _ ଦ୍ବିତୀୟ ବିବରଣ_ 34_

55
content/15.md Normal file
View File

@ -0,0 +1,55 @@
# 15. ପ୍ରତିଜ୍ଞାତ ଦେଶ #
![Image](https://cdn.door43.org/obs/jpg/360px/obs-en-15-01.jpg?direct&)
ପରିଶେଷରେ ପ୍ରତିଜ୍ଞାତ ଦେଶ କିଣାନରେ ଇସ୍ରାଏଲୀୟମାନେ ପ୍ରବେଶ କରିବାର ଏକ ପ୍ରକୃଷ୍ଟ ବା ସମୟ ଥିଲା । ଦୃଢ ପ୍ରାଚୀର ଦ୍ବାରା ପରିବେଷ୍ଟିତ କିଣାନିୟ ସହର ଯିରୀହୋ ନଗର ବିଷୟରେ ଅନୁସନ୍ଧାନ କରିବା ନିମନ୍ତେ ଯିହୋଶୂୟ ଦୁଇଜଣ ଗୁପ୍ତଚରମାନଙ୍କୁ ପଠାଇଲେ । ସେହି ନଗରରେ ରାହବ ନାମକ ଜଣେ ବେଶ୍ୟା ଥିଲା ଯିଏ ସେହି ଗୁପ୍ତଚରମାନଙ୍କୁ ଲୁଚାଇ ପରେ ସେମାନଙ୍କୁ ଖସି ପଳାଇଯିବାରେ ସାହାଯ୍ୟ କଲା । ସେ ଏପରି କଲେ, କାରଣ ସେ ଈଶ୍ବରଙ୍କଠାରେ ବିଶ୍ବାସ କଲେ । ସେମାନେ ଯେ ରାହବ ଓ ତାହାର ପରିବାରକୁ ସୁରକ୍ଷା ଦେବେ । ଇସ୍ରାଏଲୀୟମାନେ ଯେତେବେଳେ ଯିରୀହୋକୁ ବିନଷ୍ଟ କରିବେ ବୋଲି ଏହା ପ୍ରତିଜ୍ଞା କଲେ ।
![Image](https://cdn.door43.org/obs/jpg/360px/obs-en-15-02.jpg?direct&)
ଇସ୍ରାଏଲୀୟମାନେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବା ନିମନ୍ତେ ଯର୍ଦନ ନଦୀକୁ ପାର ହେବାକୁ ପଡିଥିଲା । ଈଶ୍ବର ଯିହୋଶୂୟଙ୍କୁ କହିଲେ “ଯାଜକମାନେ ପ୍ରଥମେ ଯାଆନ୍ତୁ ।“ ଯାଜକମାନେ ଯେତେବେଳେ ଯର୍ଦନ ନଦୀର ପାଦ ଦେବାର ଆରମ୍ଭ କଲେ, ସେତେବେଳେ ଉପର ଭାଗରେ ଥିବା ଜଳ ବହିବା ବନ୍ଦ ହୋଇଗଲା ଯେପରିକି ଇସ୍ରାଏଲୀୟମାନେ ଶୁଖିଲା ଭୂଇଁରେ ଚାଲି ଚାଲି ଯର୍ଦନ ନଦୀ ପାର ହେବେ ।
![Image](https://cdn.door43.org/obs/jpg/360px/obs-en-15-03.jpg?direct&)
ଲୋକମାନେ ଯର୍ଦନ ନଦୀ ପାର ହେଲା ପରେ, ଶକ୍ତିଶାଳୀ ନଗର ଯିରୀହୋକୁ କିପରି ଆକ୍ରମଣ କରିବାକୁ ହେବ ତାହା ଈଶ୍ବର ଯିହୋଶୂୟଙ୍କୁ କହିଥିଲେ । ଲୋକମାନେ ଈଶ୍ବରଙ୍କର ଆଜ୍ଞାବହ ହେଲେ । ଈଶ୍ବର ଯେପରି କହିଲେ, ତଦନୁସାରେ ସୈନ୍ୟମାନେ ଓ ଯାଜକମାନେ ଦିନକୁ ଥରେ ଏହିପରି ଛ’ ଦିନ ଯିରୀହୋ ନଗର ଚାରିଦିଗରେ ବୁଲିଲେ ।
![Image](https://cdn.door43.org/obs/jpg/360px/obs-en-15-04.jpg?direct&)
ତା’ପରେ ସପ୍ତମ ଦିନରେ, ଇସ୍ରାଏଲୀୟମାନେ ସାତ ଥର ବୁଲିଲେ । ଯେତେବେଳେ ସେମାନେ ନଗରର ଚାରିଦିଗରେ ଶେଷଥର ନିମନ୍ତେ ବୁଲିଲେ, ସେତେବେଳେ ସୈନ୍ୟମାନେ ଜୟଧ୍ବନି କଲେ ଏବଂ ଯାଜକମାନେ ସେମାନଙ୍କର ତୂରୀଉଡିକ ବଜାଇଲେ ।
![Image](https://cdn.door43.org/obs/jpg/360px/obs-en-15-05.jpg?direct&)
ସେତେବେଳେ ଯିରୀହୋ ପ୍ରାଚୀରଗୁଡିକ ଟଳି ପଡିଗଲା! ଈଶ୍ବରଙ୍କ ଆଜ୍ଞା ଅନୁଯାୟୀ ଇସ୍ରାଏଲୀୟମାନେ ନଗରରେ ସମସ୍ତ ଜିନିଷକୁ ବିନଷ୍ଟ କଲେ । ସେମାନେ କେବଳ ରାହବ ଓ ତାହାର ପରିବାରକୁ ରକ୍ଷା କଲେ, ଯେଉଁମାନେ ଇଶ୍ରାୟେଲର ଅଂଶ ହେଲେ । କିଣାନରେ ରହୁଥିବା ଅନ୍ୟ ଲୋକମାନେ ଯେତେବେଳେ ଶୁଣିଲେ ଯେ ଇସ୍ରାଏଲୀୟମାନେ ଯିରୀହୋକୁ ବିନାଶ କରିଅଛନ୍ତି, ସେମାନେ ଭୟଭୀତ ହେଲେ ଯେ ଇସ୍ରାଏଲୀୟମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିବେ ।
![Image](https://cdn.door43.org/obs/jpg/360px/obs-en-15-06.jpg?direct&)
କିଣାନର କୌଣସି ଲୋକଦଳ ସହ ଶାନ୍ତିଚୁକ୍ତି ନ କରିବା ନିମନ୍ତେ ଈଶ୍ବର ଇସ୍ରାଏଲୀୟମାନଙ୍କୁ ଆଜ୍ଞା ଦେଇଥିଲେ । କିନ୍ତୁ ଗିବିୟୋନ ନାମକ ଏକ କିଣାନୀୟ ଲୋକଦଳ ଯିହୋଶୂୟଙ୍କୁ ମିଥ୍ୟା କହିଲେ ଯେ ସେମାନେ କିଣାନରୁ ବହୁ ଦୂରରେ ଥିବା ଏକ ସ୍ଥାନରୁ ଆସିଅଛନ୍ତି । ସେମାନେ ଯିହୋଶୂୟଙ୍କୁ ସେମାନଙ୍କ ସହ ଏକ ଶାନ୍ତିଚୁକ୍ତି କରିବା ନିମନ୍ତେ କହିଲେ । ଗିବିୟୋନୀୟମାନେ କେଉଁଠାରୁ ଆସିଥିଲେ ତାହା ଯିହୋଶୂୟ ଏବଂ ଇସ୍ରାଏଲୀୟମାନେ ଈଶ୍ବରଙ୍କୁ ପଚାରି ନଥିଲେ । ତେଣୁ ଯିହୋଶୂୟ ସେମାନଙ୍କ ସହ ଏକ ଶାନ୍ତିଚୁକ୍ତି ସ୍ଥାପନ କଲେ ।
![Image](https://cdn.door43.org/obs/jpg/360px/obs-en-15-07.jpg?direct&)
ଗିବିୟୋନୀୟମାନେ ସେମାନଙ୍କୁ ପ୍ରତାରଣା କରିଅଛନ୍ତି ବୋଲି ଇସ୍ରାଏଲୀୟମାନେ ଯେତେବେଳେ ଜାଣିବାକୁ ପାଇଲେ ସେମାନେ କ୍ରୋଧ କଲେ, କିନ୍ତୁ ସେମାନେ ସେମାନଙ୍କ ସହ କରିଥିବା ଶାନ୍ତିଚୁକ୍ତି ରକ୍ଷା କରିଥିଲେ କାରଣ ଏହା ଈଶ୍ବରଙ୍କର ଏକ ପ୍ରତିଜ୍ଞା ଥିଲା । କିଛି ସମୟ ପରେ, କିଣାନରେ ଥିବା ଅମୋରୀୟ ନାମକ ଅନ୍ୟ ଏକ ଲୋକଦଳର ରାଜାମାନେ ଶୁଣିବାକୁ ପାଇଲେ ଯେ ସେମାନେ ଇସ୍ରାଏଲୀୟମାନଙ୍କ ସହ ଏକ ଶାନ୍ତିଚୁକ୍ତି ସ୍ଥାପନ କରିଅଛନ୍ତି, ତେଣୁ ସେମାନେ ସେମାନଙ୍କର ସୈନ୍ୟବାହିନୀଗୁଡିକୁ ଏକତ୍ର କରି ବୃହତ୍ ବାହିନୀରେ ପରିଣତ କରି ଗିବିୟୋନକୁ ଆକ୍ରମଣ କଲେ । ଗିବିୟୋନୀୟମାନେ ଯିହୋଶୂୟଙ୍କ ନିକଟକୁ ସାହାଯ୍ୟ ନିମନ୍ତେ ଏକ ବାର୍ତ୍ତା ଖବର ପଠାଇଲେ ।
![Image](https://cdn.door43.org/obs/jpg/360px/obs-en-15-08.jpg?direct&)
ତେଣୁ ଯିହୋଶୂୟ ଇସ୍ରାଏଲୀୟ ସୈନ୍ୟବାହିନୀକୁ ଏକତ୍ର କଲେ ଗିବିୟୋନୀୟମାନଙ୍କ ନିକଟକୁ ପହଞ୍ଚିବା ପାଇଁ ସାରା ରାତ୍ରି ଯାତ୍ରା କଲେ । ଭୋର ସକାଳରେ ସେମାନେ ଅମୋରୀୟ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟଚକିତ କରି ସେମାନଙ୍କୁ ଆକ୍ରମଣ କଲେ ।
![Image](https://cdn.door43.org/obs/jpg/360px/obs-en-15-09.jpg?direct&)
ଈଶ୍ବର ସେହି ଦିନ ଇାସ୍ରାଏଲୀୟମାନଙ୍କ ପକ୍ଷରୁ ଯୁଦ୍ଧ କଲେ । ସେ ଅମୋରୀୟ ସୈନ୍ୟବାହିନୀକୁ ଦ୍ଵନ୍ଦରେ ପକାଇଦେଲେ ଓ କୁଆପଥର ପଠାଇଲେ ଯାହା ଅନେକ ଅମୋରୀୟଙ୍କ ଜୀବନ ନେଇଥିଲା ।
![Image](https://cdn.door43.org/obs/jpg/360px/obs-en-15-10.jpg?direct&)
ଈଶ୍ବର ଆକାଶରେ ସୂର୍ଯ୍ୟକୁ ଗୋଟିଏ ସ୍ଥାନରେ ଅଟକାଇ ରଖିଲେ ଯେପରିକି ଅମୋରୀୟମାନଙ୍କୁ ଯଥେଷ୍ଟ ସମୟରେ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିବ । ସେହି ଦିନ ଈଶ୍ବର ଇସ୍ରାଏଲ ନିମନ୍ତେ ଏକ ବୃହତ୍ ବିଜୟ ପାଇଲେ ।
![Image](https://cdn.door43.org/obs/jpg/360px/obs-en-15-11.jpg?direct&)
ଈଶ୍ବର ଏହି ସମସ୍ତ ସୈନ୍ୟବାହିନୀକୁ ପରାସ୍ତ କଲାପରେ, ଆହୁରି ଅନେକ କିଣାନୀୟ ଲୋକଦଳ ଇସ୍ରାଏଲୀୟମାନଙ୍କୁ ଆକ୍ରମଣ କରିବା ନିମନ୍ତେ ଏକତ୍ର ହେଲେ । ଯିହୋଶୂୟ ଓ ଇସ୍ରାଏଲୀୟମାନେ ସେମାନଙ୍କୁ ଆକ୍ରମଣ କଲେ ଏବଂ ବିନଷ୍ଟ କଲେ ।
![Image](https://cdn.door43.org/obs/jpg/360px/obs-en-15-12.jpg?direct&)
ଏହି ଯୁଦ୍ଧ ପରେ, ଈଶ୍ବର ଇସ୍ରାଏଲର ପ୍ରତ୍ୟେକ ଗୋଷ୍ଠୀକୁ ପ୍ରତିଜ୍ଞା ଦେଶର ନିଜ ନିଜ ଭାଗ ପ୍ରଦାନ କଲେ । ଏହାପରେ ଈଶ୍ବର ଇସ୍ରାଏଲର ସୀମାରେ ଥିବା ସମସ୍ତ ଦେଶ ସହ ଶାନ୍ତି ପ୍ରଦାନ କଲେ ।
![Image](https://cdn.door43.org/obs/jpg/360px/obs-en-15-13.jpg?direct&)
ଯିହୋଶୂୟ ଯେତେବେଳେ ବୃଦ୍ଧ ହେଲେ, ସେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକାଠି କରି ଡାକିଲେ । ତା’ପରେ ଈଶ୍ବର ଇଶ୍ରାୟେଲୀୟମାନଙ୍କ ସହ ସୀନୟ ପର୍ବତରେ ଯେଉଁ ନିୟମ କରିଥିଲେ ସେହି ନିୟମ ପ୍ରତି ଲୋକମାନଙ୍କର ପ୍ରତିବଦ୍ଧତା ବିଷୟରେ ସେମାନଙ୍କୁ ସ୍ମରଣ କରାଇଲେ । ଲୋକମାନେ ଈଶ୍ବରଙ୍କ ପ୍ରତି ବିଶ୍ବସ୍ତ ରହିବାକୁ ଓ ତାହାଙ୍କ ନିୟମସବୁ ପାଳନ କରିବାକୁ ପ୍ରତିଜ୍ଞା କଲେ ।
ବାଇବଲର ଏକ କାହାଣୀ_: _ ଯିହୋଶୂୟ ୧_-_ ୨୪

75
content/16.md Normal file
View File

@ -0,0 +1,75 @@
# 16. ଉଦ୍ଧାରକର୍ତ୍ତାଗଣ #
![Image](https://cdn.door43.org/obs/jpg/360px/obs-en-16-01.jpg?direct&)
ଯିହୋଶୂୟ ମୃତ୍ୟୁ ପରେ, ଇସ୍ରାଏଲୀୟମାନେ ଈଶ୍ବରଙ୍କର ଅନାଜ୍ଞାବହ ହେଲେ ଏବଂ ସେମାନେ ଅବଶିଷ୍ଟାଂଶ କିଣାନୀୟମାନଙ୍କୁ ବିତାଡିତ କଲେ ନାହିଁ କିମ୍ବା ଈଶ୍ବରଙ୍କ ବ୍ୟବସ୍ଥାସକଳ ପାଳନ କଲେ ନାହିଁ । ଇସ୍ରାଏଲୀୟମାନେ ସତ୍ୟ ଈଶ୍ବର ଯିହୋବାଙ୍କର ଉପାସନା କରିବା ପରିବର୍ତ୍ତେ କିଣାନୀୟମାନଙ୍କ ଦେବତାମାନଙ୍କର ଉପାସନା କରିବାକୁ ଲାଗିଲେ । ଇସ୍ରାଏଲୀୟମାନଙ୍କର କୌଣସି ରାଜା ନ ଥିଲେ, ତେଣୁ ପ୍ରତ୍ୟେକ ଜଣ ତାଙ୍କ ଦୃଷ୍ଟିରେ ଯାହା ଉତ୍ତମ ଦେଖାଗଲା ସେମାନେ ତାହା କଲେ ।
![Image](https://cdn.door43.org/obs/jpg/360px/obs-en-16-02.jpg?direct&)
ଯେହେତୁ ଇସ୍ରାଏଲୀୟମାନେ ଈଶ୍ବରଙ୍କର ଅନାଜ୍ଞାବହ ହୋଇ ଚାଲିଲେ, ତେଣୁ ଈଶ୍ବର ଶତ୍ରୁମାନଙ୍କୁ ଅନୁମତି ଦେବା ଦ୍ଵ।ରା ସେମାନଙ୍କୁ ପରାଜୟ କରାଇ ସେମାନଙ୍କୁ ଦଣ୍ଡ ଦେଲେ । ଏହି ଶତ୍ରୁମାନେ ଇସ୍ରାଏଲୀୟମାନଙ୍କ ଅନେକ ଜିନିଷଗୁଡିକ ଚୋରି କଲେ, ସେମାନଙ୍କର ସମ୍ପତ୍ତି ବିନାଶ କଲେ, ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହତ୍ୟା କଲେ ।ଅନେକ ବର୍ଷ ଈଶ୍ବରଙ୍କର ଅନାଜ୍ଞାବହ ହୋଇ ଓ ସେମାନଙ୍କର ଶତ୍ରୁଗଣଠାରୁ ଉତ୍ପୀଡିତ ହୋଇ ଇସ୍ରାଏଲୀୟମାନେ ଅନୁତାପ କଲେ ଏବଂ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଈଶ୍ବରଙ୍କଠାରେ ପ୍ରାର୍ଥନା କଲେ ।
![Image](https://cdn.door43.org/obs/jpg/360px/obs-en-16-03.jpg?direct&)
ତା’ପରେ ଈଶ୍ବର ସେମାନଙ୍କୁ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଯୋଗାଇଲେ ଯିଏ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣଠାରୁ ରକ୍ଷା କଲେ ଏବଂ ଦେଶରେ ଶାନ୍ତି ଆଣିଲେ । କିନ୍ତୁ ତାହା ପରେ ଲୋକମାନେ ଈଶ୍ବରଙ୍କୁ ଭୁଲିଗଲେ ଏବଂ ପୁନର୍ବାର ପ୍ରତିମାପୂଜା କରିବାର ଆରମ୍ଭ କଲେ । ତେଣୁ ଈଶ୍ବର ନିକଟସ୍ଥ ଏକ ଶତ୍ରୁ ମିଦିୟୋନୀୟମାନଙ୍କ ଦ୍ବାର ସେମାନଙ୍କୁ ପରାସ୍ତ ହେବାକୁ ଦେଲେ ।
![Image](https://cdn.door43.org/obs/jpg/360px/obs-en-16-04.jpg?direct&)
ମିଦିୟୋନୀୟମାନେ ସାତବର୍ଷ ପର୍ଯ୍ୟନ୍ତ ଇସ୍ରାଏଲୀୟମାନଙ୍କ ଫସଲ ନେଲେ । ଇଶ୍ରାୟେଲୀୟମାନେ ଅତି ଭୟଭୀତ ହେଲେ; ମିଦିୟୋନୀୟମାନେ ଯେପରି ସେମାନଙ୍କୁ ଖୋଜିପାରିବେ ନାହିଁ, ସେଥିପାଇଁ ସେମାନେ ଗୁମ୍ଫାଗୁଡିକରେ ଲୁଚିଲେ । ପରିଶେଷରେ, ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସେମାନେ ଈଶ୍ବରଙ୍କ ନିକଟରେ ଡାକ ପକାଇଲେ ।
![Image](https://cdn.door43.org/obs/jpg/360px/obs-en-16-05.jpg?direct&)
ଦିନେ, ଗିଦିୟୋନ ନାମକ ଜଣେ ଇସ୍ରାଏଲ ଗୁପ୍ତରେ ଶଷ୍ୟ ମଳୁଥିଲେ ଯେପରିକି ମିଦିୟୋନୀୟମାନେ ତାହା ନେଇନଯାଆନ୍ତି । ସଦାପ୍ରଭୁଙ୍କ ଦୂତ ଗିଦିୟୋନଙ୍କ ନିକଟକୁ ଆସି କହିଲେ “ବଳିଷ୍ଠ ଯୋଦ୍ଧା, ଈଶ୍ବର ତୁମ୍ଭ ସହିତ ଅଛନ୍ତି । ଯାଅ ଏବଂ ଇସ୍ରାଏଲକୁ ମିଦିୟୋନୀୟମାନଙ୍କଠାରୁ ରକ୍ଷା କର ।”
![Image](https://cdn.door43.org/obs/jpg/360px/obs-en-16-06.jpg?direct&)
ଏଏକ ପ୍ରତିମାକୁ ଉତ୍ସର୍ଗୀକୃତ କରିଥିବା ଯଜ୍ଞବେଦୀ ଗିଦିୟୋନଙ୍କ ପିତାଙ୍କଠାରେ ଥିଲା । ସେହି ଯଜ୍ଞବେଦୀ ଖଣ୍ଡ ଖଣ୍ଡ କରିବାକୁ ଈଶ୍ବର ଗିଦିୟୋନଙ୍କୁ କହିଲେ । କିନ୍ତୁ ଗିଦିୟୋନ ଲୋକମାନଙ୍କୁ ଭୟ କଲେ, ତେଣୁ ସେ ରାତ୍ରି ନ ହେବାଯାଏ ଅପେକ୍ଷା କଲେ । ତେଣୁ ସେ ସେହି ଯଜ୍ଞବେଦୀକୁ ଖଣ୍ଡ ଖଣ୍ଡ କରି ଭାଙ୍ଗିଲେ ଏବଂ ଚୂର୍ଣ୍ଣ କରିଦେଲେ । ପ୍ରତିମା ନିକଟରେ ଯେଉଁ ଯଜ୍ଞବେଦୀ ଥିଲା ସେହି ଯଜ୍ଞବେଦୀ ନିକଟରେ ସେ ଈଶ୍ବରଙ୍କ ନିମନ୍ତେ ଏକ ନୂତନ ଯଜ୍ଞବେଦୀ କଲେ ଏବଂ ଈଶ୍ବରଙ୍କ ନିମନ୍ତେ ବଳୀ ଉତ୍ସର୍ଗ କଲେ ।
![Image](https://cdn.door43.org/obs/jpg/360px/obs-en-16-07.jpg?direct&)
ପରଦିନ ସକାଳେ ଲୋକମାନେ ଦେଖିଲେ ଯେ କେହିଜଣେ ସେହି ଯଜ୍ଞବେଦୀ ଚିରି ଓ ଭାଙ୍ଗି ବିନଷ୍ଟ କରିଛନ୍ତି, ଏବଂ ସେମାନେ ଅତି କ୍ରୋଧୀ ଥୀଲେ । ସେମାନେ ଗିଦିୟୋନଙ୍କ ଗୃହକୁ ତାଙ୍କ ହତ୍ୟା କରିବା ନିମନ୍ତେ ଗଲେ, କିନ୍ତୁ ଗିଦିୟୋନଙ୍କ ପିତା କହିଲେ “ତୁମ୍ଭେମାନେ କାହିଁକି ତୁମ ଦେବତାକୁ ସାହାଯ୍ୟ କରିବାକୁ ଚେଷ୍ଟା ଚାହୁଁଅଛ? ଯଦି ସେ ଜଣେ ଈଶ୍ବର, ତେବେ ସେ ନିଜକୁ ରକ୍ଷା କରନ୍ତୁ!” ସେ ଏହି କଥା କହିବାରୁ ଲୋକମାନେ ଗିଦିୟୋନଙ୍କୁ ହତ୍ୟା କଲେ ନାହିଁ ।
![Image](https://cdn.door43.org/obs/jpg/360px/obs-en-16-08.jpg?direct&)
ତା’ପରେ ମିଦିୟୋନୀୟମାନେ ଇସ୍ରାଏଲୀୟମାନଙ୍କଠାରୁ ଚୋରି କରିବା ନିମନ୍ତେ ପୁନର୍ବାର ଆସିଲେ । ସେମାନେ ଏତେ ଥିଲେ ଯେ ସେମାନଙ୍କୁ ଗଣି ପାରୁ ନ ଥିଲେ । ସେମାନଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଗିଦିୟୋନ ଇସ୍ରାଏଲୀୟମାନଙ୍କୁ ଏକାଠି କଲେ । ଈଶ୍ବର ଯେ ଇସ୍ରାଏଲକୁ ଉଦ୍ଧାର କରିବାରେ ତାଙ୍କୁ ବ୍ୟବହାର କରିବେ, ଏ ବିଷୟରେ ନିଶ୍ଚିତ ହେବା ନିମନ୍ତେ ଗିଦିୟୋନ ଈଶ୍ବରଙ୍କଠାରୁ ଦୁଇଗୋଟି ଚିହ୍ନଗୁଡିକ ମାଗିଲେ ।
![Image](https://cdn.door43.org/obs/jpg/360px/obs-en-16-09.jpg?direct&)
ପ୍ରଥମ ଚିହ୍ନ ସ୍ବରୂପେ, ଗିଦିୟୋନ ଭୂମିରେ ଏକ ମେଶର ଚମଡା ବିଛାଇ ଏବଂ ଈଶ୍ବରଙ୍କୁ ପାହାନ୍ତିଆ କାକର ଭୂମି ଉପରେ ନ ପକାଇ କେବଳ ସେହି ଚମଡ ଉପରେ ପକାଇବାକୁ କହିଲେ । ଈଶ୍ବର ତାହା କଲେ । ପର ରାତ୍ରିରେ, ସେ ଈଶ୍ବରଙ୍କୁ କହିଲେ କେବଳ ଭୂମି ଓଦା ରହୁ କିନ୍ତୁ ଚମଡା ଶୁଖିଲା ରହୁ । ଈଶ୍ବର ତାହା ମଧ୍ୟ କଲେ । ଏହି ଦୁଇଗୋଟି ଚିହ୍ନଗୁଡିକ ଗିଦିୟୋନଙ୍କୁ ନିଶ୍ଚିତ କରାଇଲା ଯେ ଇସ୍ରାଏଲୀୟମାନଙ୍କୁ ମିଦିୟୋନୀୟମାନଙ୍କଠାରୁ ଉଦ୍ଧାର କରିବା ନିମନ୍ତେ ଈଶ୍ବର ତାହାଙ୍କୁ ବ୍ୟବହାର କରିବେ ।
![Image](https://cdn.door43.org/obs/jpg/360px/obs-en-16-10.jpg?direct&)
୩୨,000 ଇସ୍ରାଏଲୀୟ ସୈନ୍ୟମାନେ ଗିଦିୟୋନଙ୍କ ନିକଟକୁ ଆସିଲେ, କିନ୍ତୁ ଈଶ୍ବର କହିଲେ ଯେ ଏହା ଅତି ଅଧିକ ଅଟେ । ତେଣୁ ଯେଉଁମାନେ ଯୁଦ୍ଧ କରିବାକୁ ଭୟାଳୁ ଥିଲେ ଏପରି ,000 ଜଣଙ୍କୁ ସେ ଗୃହକୁ ପଠାଇଦେଲେ। ଈଶ୍ବର ଗିଦିୟୋନଙ୍କୁ କହିଲେ ଯେ ଏହି ସଂଖ୍ୟା ମଧ୍ୟ ଅତି ଅଧିକ ଅଟେ । ତେଣୁ ଗିଦିୟୋନ 300 ଜଣ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଘରକୁ ପଠାଇଦେଲେ ।
![Image](https://cdn.door43.org/obs/jpg/360px/obs-en-16-11.jpg?direct&)
ସେହି ରାତ୍ରିରେ ଈଶ୍ବର ଗିଦିୟୋନଙ୍କୁ କହିଲେ “ମିଦିୟୋନୀୟ ଛାଉଣୀକୁ ଯାଅ ଏବଂ ଯେତେବେଳେ ସେମାନେ କଥାହେବାର ତୁମେ ଶୁଣିବ, ତୁମେ ଆଉ ଭୟଭୀତ ହେବନାହିଁ ।” ତେଣୁ ସେହି ରାତ୍ରିରେ, ଗିଦିୟୋନ ସେହି ଛାଉଣୀକୁ ଗଲେ ଏବଂ ଜଣେ ମିଦିୟୋନୀୟ ସୈନ୍ୟ ଦେଖିଥିବା ସ୍ବପ୍ନ କିଛି ବିଷୟରେ ତାହାର ବନ୍ଧୁକୁ କହୁଥିବାର ଶୁଣିଲେ । ସେହି ଲୋକର ବନ୍ଧୁ କହିଲେ “ଏହି ସ୍ବପ୍ନର ଅର୍ଥ ହେଉଛି ଗିଦିୟୋନଙ୍କର ସୈନ୍ୟ ମିଦିୟୋନୀୟ ସୈନ୍ୟମାନଙ୍କୁ ପରାସ୍ତ କରିବେ!” ଗିଦିୟୋନ ଯେତେବେଳେ ଏହା ଶୁଣିଲେ, ସେ ଈଶ୍ବରଙ୍କର ଉପାସନା କଲେ ।
![Image](https://cdn.door43.org/obs/jpg/360px/obs-en-16-12.jpg?direct&)
ସେତେବେଳେ ଗିଦିୟୋନ ତାଙ୍କ ସୈନ୍ୟଗଣ ନିକଟକୁ ଫେରିଯାଇ ପ୍ରତ୍ୟେକଙ୍କୁ ଏକ ତୂରୀ, ଏକ ମାଟି ପାତ୍ର ଓ ଏକ ମଶାଲ ଦେଲେ । ମିଦିୟୋନୀୟ ସୈନ୍ୟମାନେ ଯେଉଁଠି ଶୋଇଥିଲେ ସେମାନେ ସେହି ଛାଉଣୀର ଚାରିପଟ ଘେରିଲେ । ଗିଦିୟୋନଙ୍କ 300 ସୈନ୍ୟ ଯେଉଁ ମାଟିପାତ୍ରଗୁଡିକରେ ସେମାନଙ୍କର ମଶାଲଗୁଡିକ ରଖିଲେ ଯେପରି ମିଦିୟୋନୀୟମାନେ ସେହି ମଶାଲର ଆଲୋକକୁ ଦେଖିପାରିବେ ନାହିଁ ।
![Image](https://cdn.door43.org/obs/jpg/360px/obs-en-16-13.jpg?direct&)
ତାତା’ପରେ, ଗିଦିୟୋନଙ୍କ ସମସ୍ତ ସୈନ୍ୟମାନେ ଏକା ସମୟରେ ସେମାନଙ୍କର ମାଟିପାତ୍ରଗୁଡିକ ଭାଙ୍ଗିଲେ,ଯଦ୍ଵ।ରା ପାତ୍ରରେ ସମସ୍ତ ମଶାଲର ନିଆଁ ହଠାତ୍ ଦେଖାଗଲା । ସେମାନେ ଧରିଥିବା ତୂରୀଗୁଡିକ ବଜାଇ ଉଚ୍ଚ ସ୍ବରରେ କହିଲେ “ସଦାପ୍ରଭୁ ଏବଂ ଗିଦିୟୋନଙ୍କ ନିମନ୍ତେ ଏକ ଖଡ୍ଗ!”
![Image](https://cdn.door43.org/obs/jpg/360px/obs-en-16-14.jpg?direct&)
ଈଶ୍ବର ମିଦିୟୋନୀୟମାନଙ୍କୁ ଦ୍ବନ୍ଦରେ ପକାଇଦେଲେ, ଯଦ୍ଵ।ରା ସେମାନେ ପରସ୍ପର ଆକ୍ରମଣ କରି ପରସ୍ପରକୁ ହତ୍ୟା କଲେ । ସାଙ୍ଗେ ସାଙ୍ଗେ, ଅବଶିଷ୍ଟାଂଶ ଇସ୍ରାଏଲୀୟମାନଙ୍କୁ ସେମାନଙ୍କ ଗୃହରୁ ଡକାଯାଇ ମିଦିୟୋନୀୟମାନଙ୍କୁ ଗୋଡାଇବାରେ ସାହାଯ୍ୟ କରିବା ନିମନ୍ତେ କୁହାଗଲା । ସେମାନେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହତ୍ୟା କଲେ ଏବଂ ଅବଶିଷ୍ଟାଂଶ ଅନେକଙ୍କୁ ଇସ୍ରାଏଲ ଦେଶର ବାହାରକୁ ଘଉଡାଇ ନେଲେ । ସେହି ଦିନ ୧,0,000 ମିଦିୟୋନୀୟ ମଲେ । ଈଶ୍ବର ଇସ୍ରାଏଲୀୟମାନଙ୍କୁ ଉଦ୍ଧାର କଲେ ।
![Image](https://cdn.door43.org/obs/jpg/360px/obs-en-16-15.jpg?direct&)
ଲୋକମାନେ ଗିଦିୟୋନଙ୍କୁ ସେମାନଙ୍କ ରାଜା କରିବାକୁ ଚାହିଁଲେ । ଲୋକମାନେ ସେପରି କରିବାକୁ ଗିଦିୟୋନ ଅନୁମତି ଦେଲେ ନାହିଁ, କିନ୍ତୁ ମିଦିୟୋନୀୟମାନଙ୍କଠାରୁ ସେମାନେ ଯେଉଁସବୁ ସୁବର୍ଣ୍ଣ ମୁଦ୍ରିକାଗୁଡିକ ନେଇଥିଲେ, ସେଗୁଡିକ ମାଗିଲେ । ଲୋକମାନେ ଗିଦିୟୋନଙ୍କୁ ପ୍ରଚୁର ପରିମାଣର ସୁବର୍ଣ୍ଣ ଦେଲେ ।
![Image](https://cdn.door43.org/obs/jpg/360px/obs-en-16-16.jpg?direct&)
ତା’ପରେ ମହାଯାଜକ ପରିଧାନ କରୁଥିବା ପୋଷାକ ପରି ଏକ ବିଶେଷ ଧରଣର ବସ୍ତ୍ର ଗିଦିୟୋନ ସେହି ସୁବର୍ଣ୍ଣ ମୁଦ୍ରିକା ବ୍ୟବହାର କରି ପ୍ରସ୍ତୁତ କଲେ । କିନ୍ତୁ ଏହାକୁ ଏକ ପ୍ରତିମା ଭାବରେ ଲୋକମାନେ ପୂଜା କରିବାକୁ ଲାଗିଲେ । ତେଣୁ ଈଶ୍ବର ପୁନର୍ବାର ସେମାନଙ୍କୁ ଦଣ୍ଡ ଦେଲେ କାରଣ ଇସ୍ରାଏଲ ପ୍ରତିମା ପୂଜା କରୁଥିଲେ । ସେମାନଙ୍କୁ ପରାସ୍ତ କରିବା ନିମନ୍ତେ ଈଶ୍ବର ସେମାନଙ୍କୁ ଅନୁମତି ଦେଲେ । ସେମାନେ ପରିଶେଷରେ ପୁନର୍ବାର ଈଶ୍ବରଙ୍କ ସାହାଯ୍ୟ ନିମନ୍ତେ ପ୍ରାର୍ଥନା କଲେ, ଏବଂ ଈଶ୍ବର ସେମାନଙ୍କ ନିମନ୍ତେ ଆଉ ଜଣେ ଉଦ୍ଧାରକର୍ତ୍ତାଙ୍କୁ ପଠାଇଲେ ।
![Image](https://cdn.door43.org/obs/jpg/360px/obs-en-16-17.jpg?direct&)
ଏହି ନମୁନା ଅନେକ ଥର ପୁନରାବୃତ୍ତି ହୋଲା: ଇସ୍ରାଏଲୀୟମାନେ ପାପ କଲେ, ଈଶ୍ବର ସେମାନଙ୍କୁ ଦଣ୍ଡ ଦେଉଥିଲେ, ତା’ପରେ ସେମାନେ ଅନୁତାପ କରୁଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଈଶ୍ବର ଜଣେ ଉଦ୍ଧାରକର୍ତ୍ତାଙ୍କୁ ପଠାଉଥିଲେ । ଅନେକ ବର୍ଷ ଧରି ଈଶ୍ବର ଅନେକ ଉଦ୍ଧାରକର୍ତ୍ତାମାନଙ୍କୁ ପଠାଇଲେ, ଯେଉଁମାନେ ଇସ୍ରାଏଲୀୟମାନଙ୍କୁ ସେମାନଙ୍କ ଶତ୍ରୁଗଣଠାରୁ ରକ୍ଷା କରୁଥିଲେ ।
![Image](https://cdn.door43.org/obs/jpg/360px/obs-en-16-18.jpg?direct&)
ଶେଷରେ, ସମସ୍ତ ଦେଶରେ ଯେପରି ରାଜା ଥିଲେ ଠିକ୍ ସେହିଭଳି ରାଜା ନିଯୁକ୍ତ କରିବା ନିମନ୍ତେ ଲୋକମାନେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ । ସେମାନେ ଏପରି ଜଣେ ରାଜାଙ୍କୁ ଚାହିଁଲେ ଯିଏ ଉଚ୍ଚ, ବଳିଷ୍ଠ ଓ ଯିଏ ସେମାନଙ୍କୁ ଯୁଦ୍ଧ ନିମନ୍ତେ ପଥ କଢାଇ ନେବେ । ଈଶ୍ବର ଏହି ଅନୁରୋଧକୁ ପସନ୍ଦ କଲେ ନାହିଁ, କିନ୍ତୁ ସେମାନେ ଯେପରି ଚାହିଁଥିଲେ ସେହିପରି ଭାବରେ ଏକ ରାଜା ଦେଲେ ।
ବାଇବଲର ଏକ କାହାଣୀ_: _ ବିଚାରକର୍ତ୍ତା ୧_ - _ ୩_ ; _ ୬_ - _ ୮

59
content/17.md Normal file
View File

@ -0,0 +1,59 @@
# 17. ଈଶ୍ବରଙ୍କ ନିୟମ ଦାଉଦଙ୍କ ସହିତ #
![Image](https://cdn.door43.org/obs/jpg/360px/obs-en-17-01.jpg?direct&)
ଶାଶାଉଲ ଇସ୍ରାଏଲର ପ୍ରଥମ ରାଜା ଥିଲେ । ସେ ଉଚ୍ଚ ଓ ସୁନ୍ଦର ଥିଲେ, ଯେ ଭଳି ରାଜାଙ୍କୁ ଲୋକମାନେ ଚାହିଁଥିଲେ । ପ୍ରଥମ ଅଳ୍ପ ବର୍ଷ ପାଇଁ ଶାଉଲ ଏକ ଉତ୍ତମ ରାଜା ଥିଲେ ଯେତେବେଳେ ସେ ଇସ୍ରାଏଲ ଉପରେ ଶାସନ କଲେ । କିନ୍ତୁ ତାହା ପରେ ସେ ଏକ ଦୁଷ୍ଟ ବ୍ୟକ୍ତି ହେଲେ ଯିଏ ଈଶ୍ବରଙ୍କର ଆଜ୍ଞାବହ କଲେ ନାହିଁ, ତେଣୁ ଈଶ୍ବର ଏକ ଭିନ୍ନ ବ୍ୟକ୍ତିଙ୍କୁ ମନୋନୀତ କଲେ ଯିଏ ଦିନେ ତାଙ୍କ ସ୍ଥାନରେ ରାଜା ହେବେ ।
![Image](https://cdn.door43.org/obs/jpg/360px/obs-en-17-02.jpg?direct&)
ଶାଉଲଙ୍କ ପରେ ଈଶ୍ବର ଜଣେ ଯୁବା ଇସ୍ରାଏଲୀୟକୁ ରାଜା ହେବା ପାଇଁ ମନୋନୀତ କଲେ । ବେଥଲିହିମ ସହରରୁ ଆସିଥିବା ଦାଉଦ ମେଷପାଳକ ଥିଲେ । ଭିନ୍ନ ଭିନ୍ନ ସମୟରେ ସେ ଯେତେବେଳେ ତାଙ୍କ ପିତାଙ୍କ ମେଷ ଜଗୁଥିଲେ, ସେତେବେଳେ ଦାଉଦ ତାଙ୍କ ମେଷଗୁଡିକୁ ଆକ୍ରମଣ କରୁଥିବା ଏକ ସିଂହ ଓ ଏକ ଭାଲୁକୁ ବଧ କରିଥିଲେ । ଦାଉଦ ଜଣେ ନମ୍ର ଓ ଧାର୍ମିକ ବ୍ୟକ୍ତି ଥିଲେ ଯିଏ ଈଶ୍ବରଙ୍କଠାରେ ବିଶ୍ବାସ କରି ତାହାଙ୍କର ଆଜ୍ଞାବହ ହୋଇଥିଲେ ।
![Image](https://cdn.door43.org/obs/jpg/360px/obs-en-17-03.jpg?direct&)
ଦାଉଦ ଜଣେ ସୈନ୍ୟ ଏବଂ ନେତା ହେଲେ । ଯେତେବେଳେ ଦାଉଦ ଯୁବ ଥିଲେ, ସେ ଗୋଲିୟାତ ନାମକ ଜଣେ ବିରାଟକାୟ ବ୍ୟକ୍ତିଙ୍କ ସହ ଯୁଦ୍ଧ କରିଥିଲେ । ଗୋଲିୟାତ ଜଣେ ତାଲିମପ୍ରାପ୍ତ, ଅତି ବଳିଷ୍ଠ ସୈନ୍ୟ ଯିଏ ପାଖାପାଖି ତିନି ମିଟର ଉଚ୍ଚ ଥିଲେ । କିନ୍ତୁ ଈଶ୍ବର ଗୋଲିୟାତକୁ ବଧ କରି ଇସ୍ରାଏଲକୁ ଉଦ୍ଧାର କରିବା ନିମନ୍ତେ ଦାଉଦଙ୍କୁ ସାହାଯ୍ୟ କରିଥିଲେ । ଏହାପରେ, ଦାଉଦ ଇଶ୍ରାୟେଲର ଶତ୍ରୁଗଣ ଉପରେ ଅନେକ ଥର ବିଜୟୀ ହୋଇଥିଲେ, ଯେଉଁଥିପାଇଁ ଲୋକମାନେ ତାହାଙ୍କର ପ୍ରଶଂସା କଲେ ।
![Image](https://cdn.door43.org/obs/jpg/360px/obs-en-17-04.jpg?direct&)
ଦାଉଦଙ୍କ ପ୍ରତି ଲୋକମାନଙ୍କର ପ୍ରେମକୁ ଶାଉଲ ସହିପାରିଲେ ନାହିଁ । ଶାଉଲ ଅନେକ ସମୟରେ ଦାଉଦଙ୍କୁ ମାରିବାକୁ ଚେଷ୍ଟା କଲେ, ତେଣୁ ଦାଉଦ ଶାଉଲଙ୍କଠାରୁ ଲୁଚିଲେ । ଦିନେ, ଦାଉଦଙ୍କୁ ମାରିବା ପାଇଁ ଶାଉଲ ତାଙ୍କୁ ଖୋଜୁଥିଲେ । ଶାଉଲ ସେହି ଗୁମ୍ଫାକୁ ଗଲେ ଯେଉଁଠାରେ ଦାଉଦ ଶାଉଲଠାରୁ ନିଜକୁ ଲୁଚାଉଥିଲେ, କିନ୍ତୁ ଶାଉଲ ତାଙ୍କୁ ଦେଖି ପାରିନଥିଲେ । ଦାଉଦ ବର୍ତ୍ତମାନ ଶାଉଲଙ୍କର ଅତି ନିକଟରେ ଥିଲେ ଏବଂ ସେ ତାହାକୁ ହତ୍ୟା କରିପାରିଥାନ୍ତେ, କିନ୍ତୁ ସେ ତାହା କଲେ ନାହିଁ । ବରଂ ଦାଉଦ ଶାଉଲଙ୍କୁ ପ୍ରମାଣ କରିବା ପାଇଁ ଶାଉଲଙ୍କର ଲୁଗାର ଏକ ଖଣ୍ଡକୁ କାଟିଲେ ଯେପରିକି ସେ ରାଜା ହେବା ପାଇଁ ତାହାଙ୍କୁ ହତ୍ୟା କଲେ ନାହିଁ ।
![Image](https://cdn.door43.org/obs/jpg/360px/obs-en-17-05.jpg?direct&)
ପରିଶେଷରେ, ଶାଉଲ ଯୁଦ୍ଧରେ ପ୍ରାଣତ୍ୟାଗ କଲେ, ଏବଂ ଦାଉଦ ଇସ୍ରାଏଲର ରାଜା ହେଲେ । ସେ ଜଣେ ଉତ୍ତମ ରାଜା ଥିଲେ, ଏବଂ ଲୋକମାନେ ତାହାଙ୍କୁ ପ୍ରେମ କରୁଥିଲେ । ଈଶ୍ବର ଦାଉଦଙ୍କୁ ଆଶୀର୍ବାଦ କଲେ ଏବଂ ସଫଳତା ଦେଲେ । ଦାଉଦ ଅନେକ ଯୁଦ୍ଧ କରିଥିଲେ ଏବଂ ଈଶ୍ବର ଇସ୍ରାଏଲର ଶତ୍ରୁଗଣକୁ ପରାଜୟ କରିବା ନିମନ୍ତେ ତାହାଙ୍କୁ ସାହାଯ୍ୟ କଲେ । ଦାଉଦ ଯିରୁଶାଲମକୁ ଜୟ କଲେ ଏବଂ ଏହାକୁ ତାହାର ରାଜଧାନୀ ନଗର କଲେ । ଦାଉଦଙ୍କ ରାଜତ୍ବ କାଳରେ, ଇସ୍ରାଏଲ ଶକ୍ତିଶାଳୀ ଓ ଧନଶାଳୀ ହେଲେ ।
![Image](https://cdn.door43.org/obs/jpg/360px/obs-en-17-06.jpg?direct&)
ଦାଉଦ ଏକ ମନ୍ଦିର ନିର୍ମାଣ କରିବାକୁ ଚାହିଁଲେ ଯେଉଁଠି ସମସ୍ତ ଇସ୍ରାଏଲ ଈଶ୍ବରଙ୍କର ଉପାସନା କରିପାରିବେ ଏବଂ ତାଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିପାରିବେ । ପ୍ରାୟ ୪୦୦ ବର୍ଷ ଧରି, ଲୋକମାନେ ଈଶ୍ବରଙ୍କର ଉପାସନା କରୁଥିଲେ ଏବଂ ମୋଶା ନିର୍ମାଣ କରିଥିବା ସମାଗମ ତମ୍ବୁରେ ବଳିଗୁଡିକ ଉତ୍ସର୍ଗ କରୁଥିଲେ ।
![Image](https://cdn.door43.org/obs/jpg/360px/obs-en-17-07.jpg?direct&)
କିନ୍ତୁ ଈଶ୍ବର ନାଥନ ଭବିଷ୍ୟତବକ୍ତାଙ୍କୁ ଦାଉଦଙ୍କ ନିକଟକୁ ନିମ୍ନ ବାର୍ତ୍ତା ଦେଇ ପଠାଇଲେ “ଯେହେତୁ ତୁମ୍ଭେ ଯୁଦ୍ଧର ଏକ ମନୁଷ୍ୟ ଅଟ, ସେଥିପାଇଁ ତୁମ୍ଭେ ମୋ ନିମନ୍ତେ ଏହି ମନ୍ଦିର ନିର୍ମାଣ କରିବ ନାହିଁ ।” ତୁମ୍ଭର ପୁତ୍ର ତାହା ନିର୍ମାଣ କରିବ । କିନ୍ତୁ ମୁଁ ତୁମ୍ଭକୁ ବହୁଳ ଭାବରେ ଆଶୀର୍ବାଦ କରିବି । ତୁମ୍ଭ ବଂଶଧର ମଧ୍ୟରୁ ଜଣେ ମୋ ଲୋକମାନଙ୍କ ଉପରେ ରାଜା ଭାବରେ ଚିରକାଳ ପାଇଁ ରାଜତ୍ବ କରିବେ!" ଚିରକାଳ ରାଜତ୍ବ କରିପାରୁଥିବା ଦାଉଦଙ୍କର ଏକମାତ୍ର ବଂଶଧର ହେଉଛନ୍ତି ଖ୍ରୀଷ୍ଟ । ଖ୍ରୀଷ୍ଟ ଈଶ୍ବରଙ୍କର ମନୋନୀତ ଜଣେ ଯିଏ ଜଗତର ଲୋକମାନଙ୍କୁ ସେମାନଙ୍କ ସମସ୍ତ ପାପରୁ ରକ୍ଷା କରିବେ ।
![Image](https://cdn.door43.org/obs/jpg/360px/obs-en-17-08.jpg?direct&)
ଯେତେବେଳେ ଦାଉଦ ଏହି ସମସ୍ତ ବାକ୍ୟ ଶୁଣିଲେ, ସେ ସାଙ୍ଗେ ସାଙ୍ଗେ ଈଶ୍ବରଙ୍କର ଧନ୍ୟବାଦ ଦେଲେ ଏବଂ ତାହାଙ୍କର ପ୍ରଶଂସା କଲେ କାରଣ ସେ ଦାଉଦଙ୍କୁ ଏହି ମହାନ୍ ସମ୍ମାନ ଓ ଅନେକ ଆଶୀର୍ବାଦ ଦେବା ପାଇଁ ପ୍ରତିଜ୍ଞା କରିଥିଲେ । ଈଶ୍ବର କେତେବେଳେ ଏହି ସମସ୍ତ ବିଷୟ କରିବେ ତାହା ଦାଉଦ ଜାଣି ନଥିଲେ । କିନ୍ତୁ ଏପରି ଘଟିଥିଲା, ଇସ୍ରାଏଲୀୟମାନଙ୍କୁ ଖ୍ରୀଷ୍ଟ ଆସିବା ପାଇଁ ପ୍ରାୟ ୧୦୦୦ ବର୍ଷ ଅପେକ୍ଷା କରିବାକୁ ପଡିଥିଲା ।
![Image](https://cdn.door43.org/obs/jpg/360px/obs-en-17-09.jpg?direct&)
ଅନେକ ବର୍ଷ ଧରି ଦାଉଦ ନ୍ୟାୟ ଓ ବିଶ୍ବସ୍ତତାରେ ରାଜତ୍ବ କଲେ ଏବଂ ଈଶ୍ବର ତାହାଙ୍କୁ ଆଶୀର୍ବାଦ କଲେ । ଅଥଚ, ତାଙ୍କ ଜୀବନର ଶେଷ ଭାଗରେ ସେ ଈଶ୍ବରଙ୍କ ବିରୁଦ୍ଧରେ ଭୟଙ୍କର ପାପ କରିଥିଲେ ।
![Image](https://cdn.door43.org/obs/jpg/360px/obs-en-17-10.jpg?direct&)
ଦିନେ, ଯେତେବେଳେ ଦାଉଦଙ୍କ ସୈନ୍ୟମାନେ ସମସ୍ତେ ଯୁଦ୍ଧ କରିବା ପାଇଁ ଗୃହରୁ ଦୂରରେ ଥିଲେ, ସେ ତାଙ୍କରା ରାଜମହଲରର ବାହାରକୁ ଦେଖିଲେ ଯେ ଜଣେ ସୁନ୍ଦର ସ୍ତ୍ରୀ ସ୍ନାନ କରୁଛନ୍ତି । ସେହି ସ୍ତ୍ରୀର ନାମ ବେଥଶିବା ଥିଲା ।
![Image](https://cdn.door43.org/obs/jpg/360px/obs-en-17-11.jpg?direct&)
ଦୃଷ୍ଟିକୁ ଅନ୍ୟତ୍ର କରିବା ପରିବର୍ତ୍ତେ ଦାଉଦ ତାହାଙ୍କୁ ଆଣିବା ନିମନ୍ତେ ଜଣେ ବ୍ୟକ୍ତିଙ୍କୁ ପଠାଇଲେ । ସେ ତାଙ୍କ ସହ ଶୟନ କଲେ ଏବଂ ତାହାକୁ ତାହାର ଗୃହକୁ ଫେରି ପଠାଇଦେଲେ । କିଛି ଦିନ ପରେ ବେଥଶିବା ଦାଉଦଙ୍କୁ ଏକ ବାର୍ତ୍ତା ପ୍ରେରଣ କରି କହିଲେ ଯେ ସେ ଗର୍ଭବତୀ ଅଛନ୍ତି ।
![Image](https://cdn.door43.org/obs/jpg/360px/obs-en-17-12.jpg?direct&)
ଊରିୟ ନାମକ ଜଣେ ବ୍ୟକ୍ତି ଦାଉଦଙ୍କ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଉତ୍ତମ ସୈନ୍ୟ, ବେଥଶିବାଙ୍କ ସ୍ବାମୀ ଥିଲେ । ଦାଉଦ ଊରିୟଙ୍କୁ ଯୁଦ୍ଧରୁ ଡାକି ତାଙ୍କ ସ୍ତ୍ରୀଙ୍କ ନିକଟକୁ ଯିବା ପାଇଁ କହିଲେ । କିନ୍ତୁ ଅନ୍ୟ ସୈନ୍ୟମାନେ ଯୁଦ୍ଧରେ ଥିବା ସମୟରେ ଊରିୟ ଗୃହକୁ ଯିବା ପାଇଁ ମନା କଲେ । ତେଣୁ ଦାଉଦ ଊରିୟଙ୍କୁ ପୁନର୍ବାର ଯୁଦ୍ଧକ୍ଷେତ୍ରକୁ ପଠାଇଲେ ଏବଂ ସେନାଧ୍ୟକ୍ଷଙ୍କୁ କହିପଠାଇଲେ ଯେ ସେ ଊରିୟଙ୍କୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠି ଶତ୍ରୁ ପକ୍ଷ ଅଧିକ ବଳିଷ୍ଠ ଅଛି ଯେପରିକି ଊରିୟ ଶତ୍ରୁମାନଙ୍କ ଦ୍ଵ।ରା ବଧ ହେବେ ।
![Image](https://cdn.door43.org/obs/jpg/360px/obs-en-17-13.jpg?direct&)
ଊରିୟଙ୍କୁ ବଧ କରାଗଲା ପରେ, ଦାଉଦ ବେଥଶିବାଙ୍କୁ ବିବାହ କଲେ । ପରେ, ସେ ଦାଉଦଙ୍କ ପୁତ୍ରଙ୍କୁ ଜନ୍ମ ଦେଲେ । ଦାଉଦ ଯାହା କରିଥିଲେ ସେଥିଯୋଗୁଁ ଈଶ୍ବର ଅତିଶୟ କ୍ରୋଧୀ ହୋଇଥିଲେ, ତେଣୁ ସେ ତାଙ୍କ ନିକଟକୁ ନାଥନ ଭବିଷ୍ୟତବକ୍ତାଙ୍କୁ ପଠାଇ ତାଙ୍କ ପାପ କିପରି ମନ୍ଦ ଥିଲା ତାହା ଜଣାଇଥିଲେ । ଦାଉଦ ତାଙ୍କ ପାପ ଯୋଗୁଁ ଅନୁତାପ କଲେ ଏବଂ ଈଶ୍ବର ତାଙ୍କୁ କ୍ଷମା ଦେଲେ । ଦାଉଦ ତାଙ୍କ ଅବଶିଷ୍ଟାଂଶ ଜୀବନରେ, ଏପରିକି ତାଙ୍କର କଷ୍ଟକର ସମୟରେ ମଧ୍ୟ ଈଶ୍ବରଙ୍କର ଅନୁଗମନ କରି ତାଙ୍କର ଆଜ୍ଞାବହ ହେଲେ ।
![Image](https://cdn.door43.org/obs/jpg/360px/obs-en-17-14.jpg?direct&)
କିନ୍ତୁ ଦାଉଦଙ୍କ ପାପର ଦଣ୍ଡ ସ୍ବରୂପେ ତାଙ୍କ ପୁତ୍ରଟି ମରିଗଲା । ଦାଉଦଙ୍କ ଅବଶିଷ୍ଟାଂଶ ଜୀବନ କାଳ ସମୟ ମଧ୍ୟରେ ପରିବାରରେ କଳି ଲାଗି ରହିଥିଲା, ଏବଂ ଦାଉଦଙ୍କର ଶକ୍ତି ଅତିଶୟ ଦୁର୍ବଳ ହୋଇଯାଇଥିଲା । ଯଦିଓ ଦାଉଦ ଈଶ୍ବରଙ୍କ ପ୍ରତି ଅବିଶ୍ବସ୍ତ ଥିଲେ, ତଥାପି ଈଶ୍ବର ତାହାଙ୍କ ପ୍ରତିଜ୍ଞାଗୁଡିକ ରକ୍ଷା କରିବା ନିମନ୍ତେ ବିଶ୍ବସ୍ତ ଥିଲେ । ପରବର୍ତ୍ତୀ ସମୟରେ ଦାଉଦ ଓ ବେଥଶିବାଙ୍କଠାରୁ ପୁଣି ଏକ ପୁତ୍ର ଜନ୍ମ ହେଲା, ଏବଂ ସେମାନେ ତାହାକୁ ଶଲୋମୋନ ନାମ ଦେଲେ ।
ବାଇବଲର ଏକ କାହାଣୀ_: _ ୧ଶାମୁୟେଲ ୧_; _ ୧୫_ - _ ୧୯_; _ ୪_; _ ୩୧_; _ ୨ଶାମୁୟେଲ ୫_; _ ୭_; _ ୧୧_-_ ୧୨

55
content/18.md Normal file
View File

@ -0,0 +1,55 @@
# 18. ବିଭକ୍ତ ରାଜ୍ୟ #
![Image](https://cdn.door43.org/obs/jpg/360px/obs-en-18-01.jpg?direct&)
ଅନେକ ବର୍ଷ ପରେ ଦାଉଦ ମୃତ୍ୟୁବରଣ କଲେ, ଏବଂ ତାଙ୍କ ପୁତ୍ର ଶଲୋମୋନ ଇସ୍ରାଏଲ ଉପରେ ରାଜତ୍ବ କରିବାକୁ ଆରମ୍ଭ କଲେ । ଈଶ୍ବର ଶଲୋମୋନଙ୍କୁ ,ଏବଂ ସେ କେଉଁ ବିଷୟକୁ ସବୁଠାରୁ ଅଧିକ ଚାହାନ୍ତି ତାହା ପଚାରିଲେ । ଯେତେବେଳେ ଶଲୋମୋନ ଜ୍ଞାନ ପାଇଁ ପ୍ରାର୍ଥନା କଲେ, ଈଶ୍ବର ସେଥିରେ ସନ୍ତୁଷ୍ଟ ହୋଇଥିଲେ ଏବଂ ତାହାଙ୍କୁ ପୃଥିବୀର ସବୁଠାରୁ ଅଧିକ ଜ୍ଞାନୀ କଲେ । ଶଲୋମୋନ ଅନେକ ବିଷୟ ଶିଖିଲେ ଏବଂ ସେ ଜଣେ ଅତି ଜ୍ଞାନବାନ ବିଚାରକର୍ତ୍ତା ହେଲେ । ଆହୁରି ମଧ୍ୟ ଇଶ୍ଵର ତାହାଙ୍କୁ ଅତି ଧନଶାଳୀ କଲେ ।
![Image](https://cdn.door43.org/obs/jpg/360px/obs-en-18-02.jpg?direct&)
ଯିରୁଶାଲମରେ, ଶଲୋମୋନ ମନ୍ଦିର ନିର୍ମାଣ କଲେ ଯାହା ତାଙ୍କ ପିତା ଯୋଜନା କରିଥିଲେ ଏବଂ ଉପକରଣଗୁଡିକ ସଂଗ୍ରହ କରି ରଖିଥିଲେ । ଲୋକମାନେ ଈଶ୍ବରଙ୍କ ଉପାସନା ଏବଂ ନୈବେଦ୍ୟ ଉତ୍ସର୍ଗ ସମାଗମ ତମ୍ବୁରେ କରିବା ପରିବର୍ତ୍ତେ ମନ୍ଦିରରେ କରିବାକୁ ଲାଗିଲେ । ଈଶ୍ବର ଆସିଲେ ଏବଂ ମନ୍ଦିରରେ ଉପସ୍ଥିତ ରହିଲେ, ଓ ସେ ତାଙ୍କ ଲୋକମାନଙ୍କ ସହିତ ବାସ କଲେ ।
![Image](https://cdn.door43.org/obs/jpg/360px/obs-en-18-03.jpg?direct&)
କିନ୍ତୁ ଶଲୋମୋନ ଅନ୍ୟ ଦେଶମାନଙ୍କ ସ୍ତ୍ରୀମାନଙ୍କୁ ପ୍ରେମ କଲେ । ସେ ୧୦୦୦ ବିଦେଶୀୟ ମହିଳାମାନଙ୍କୁ ବିବାହ କରି ଈଶ୍ଵରଙ୍କର ଅନାଜ୍ଞାବହ ହୋଇଥିଲେ । ଏହି ମହିଳାମାନଙ୍କ ମଧ୍ୟରୁ ଅନେକେ ବାହାର ଦେଶରୁ ଆସିଥିଲେ ଏବଂ ସେମାନଙ୍କ ସହ ସେମାନଙ୍କର ଦେବତାଗୁଡିକୁ ଆଣିଥିଲେ ଏବଂ ନିରନ୍ତର ସେମାନଙ୍କୁ ଉପାସନା କଲେ । ଶଲୋମୋନ ଯେତେବେଳେ ବୃଦ୍ଧ ହେଲେ, ସେ ମଧ୍ୟ ସେମାନଙ୍କର ସେମାନଙ୍କ ଦେବତାମାନଙ୍କୁ ଉପାସନା କଲେ ।
![Image](https://cdn.door43.org/obs/jpg/360px/obs-en-18-04.jpg?direct&)
ଈଈଶ୍ବର ଶଲୋମୋନଙ୍କ ଠାରେ କ୍ରୋଧୀତ ଥିଲେ ଏବଂ ଶଲୋମୋନଙ୍କ ଅବିଶ୍ବସ୍ତତାର ଦଣ୍ଡ ସ୍ବରୂପେ ଶଲୋମୋନଙ୍କ ମୃତ୍ୟୁପରେ ସେ ଇସ୍ରାଏଲ ଦେଶକୁ ଦୁଇଗୋଟି ରାଜ୍ୟ ବିଭକ୍ତ କରିବା ନିମନ୍ତେ ନିଷ୍ପତ୍ତି ନେଲେ ।
![Image](https://cdn.door43.org/obs/jpg/360px/obs-en-18-05.jpg?direct&)
ଶଲୋମୋନଙ୍କ ମୃତ୍ୟୁ ପରେ, ତାହାଙ୍କ ପୁତ୍ର ରିହବିୟାମ ରାଜା ହେଲେ । ରିହବିୟାମ ଜଣେ ଦୁଷ୍ଟ ବ୍ୟକ୍ତି ଥିଲେ । ଇସ୍ରାଏଲ ଦେଶର ସମସ୍ତ ଲୋକ ମାନେ ଏକତ୍ର ହୋଇ ତାହାଙ୍କୁ ଏକ ରାଜା ଭାବରେ ନିଶ୍ଚିତ କଲେ । ସେମାନେ ରିହବିୟାମଙ୍କୁ ଅଭିଯୋଗ କରି କହିଲେ ଯେ ଶଲୋମୋନ ସେମାନଙ୍କୁ ଅ କଷ୍ଟଦାୟକ କାର୍ଯ୍ୟ କରିବାକୁ ଓ ଅନେକ କର ଦେବାକୁ ପଡୁଥିଲା ।
![Image](https://cdn.door43.org/obs/jpg/360px/obs-en-18-06.jpg?direct&)
ରିହବିୟାମ ସେମାନଙ୍କୁ କଠୋର ହୋଇ ଉତ୍ତର ଦେଲେ “ତୁମ୍ଭେମାନେ ଭାବୁଅଛ ମୋ ପିତା ଶଲୋମୋନ ତୁମ୍ଭମାନଙ୍କୁ କଠିନ କାର୍ଯ୍ୟ କରାଇଅଛନ୍ତି, କିନ୍ତୁ ତାଙ୍କ ଠାରୁ ମୁଁ ଆହୁରି ଅଧିକ କଷ୍ଟକର କାର୍ଯ୍ୟ କରିବାକୁ ଦେବି, ଏବଂ ତାଙ୍କ ଠାରୁ ଅଧିକ ମୁଁ ତୁମ୍ଭମାନଙ୍କୁ କଠୋର ଭାବରେ ଦଣ୍ଡ ଦେବି ।”
![Image](https://cdn.door43.org/obs/jpg/360px/obs-en-18-07.jpg?direct&)
ଇସ୍ରାଏଲ ଦେଶର ଦଶ ଗୋଷ୍ଠୀ ରିହବିୟାମଙ୍କ ବିରୁଦ୍ଧରେ ବିରୋଧ କଲେ । କେବଳ ଦୁଇଗୋଟି ଗୋଷ୍ଠୀ ତାହାଙ୍କ ପ୍ରତି ବିଶ୍ବସ୍ତ ରହିଲେ । ଏହି ଦୁଇ ଗୋଷ୍ଠୀ ଯିହୂଦା ରାଜ୍ୟ ହେଲା ।
![Image](https://cdn.door43.org/obs/jpg/360px/obs-en-18-08.jpg?direct&)
ଇସ୍ରାଏଲ ଦେଶର ଅନ୍ୟ ଦଶଗୋଟି ଜାତି ରିହବିୟାମଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଏବଂ ଯାରବିୟାମ ନାମକ ଜଣେ ବ୍ୟକ୍ତିଙ୍କୁ ସେମାନଙ୍କର ରାଜା ହେବା ନିମନ୍ତେ ନିଯୁକ୍ତ କଲେ । ସେମାନେ ଉତ୍ତର ଭାଗରେ ସେମାନଙ୍କର ରାଜ୍ୟ ସ୍ଥାପନ କଲେ ଏବଂ ସେମାନଙ୍କୁ ଇସ୍ରାଏଲ ରାଜ୍ୟ ବା ପ୍ରଦେଶ କୁହାଗଲା ।
![Image](https://cdn.door43.org/obs/jpg/360px/obs-en-18-09.jpg?direct&)
ଯାରବିୟାମ ଈଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଏବଂ ଲୋକମାନଙ୍କୁ ପାପ କରାଇଲେ । ଯିହୂଦା ରାଜ୍ୟରେ ଥିବା ମନ୍ଦିରରେ ଈଶ୍ବରଙ୍କ ଉପାସନା କରିବା ପରିବର୍ତ୍ତେ ସେ ପ୍ରତିମା ପୂଜା କରିବା ନିମନ୍ତେ ତାଙ୍କ ଲୋକମାନଙ୍କ ପାଇଁ ଦୁଇତି ପ୍ରତିମାଗୁଡିକ ନିର୍ମାଣ କଲେ ।
![Image](https://cdn.door43.org/obs/jpg/360px/obs-en-18-10.jpg?direct&)
ଯିହୂଦା ରାଜ୍ୟ ଓ ଇସ୍ରାଏଲ ରାଜ୍ୟ ଶତ୍ରୁରେ ପରିଣତ ହେଲେ ଏବଂ ଅନେକ ଥର ପରସ୍ପର ବିରୁଦ୍ଧରେ ଯୁଦ୍ଧ କରୁଥିଲେ ।
![Image](https://cdn.door43.org/obs/jpg/360px/obs-en-18-11.jpg?direct&)
ନୂତନ ରାଜ୍ୟ ଇସ୍ରାଏଲରେ ସମସ୍ତ ରାଜା ମନ୍ଦ ଥିଲେ । ଏହି ସମସ୍ତ ରାଜାମାନଙ୍କ ମଧ୍ୟରୁ ଅନେକ ରାଜା ଅନ୍ୟ ଇସ୍ରାଏଲୀୟମାନଙ୍କ ଦ୍ବାରା ବଧ ହୋଇଥିଲେ ଯେଉଁମାନେ ସେମାନଙ୍କ ସ୍ଥାନରେ ରାଜା ହେବାକୁ ଚାହିଁଲେ ।
![Image](https://cdn.door43.org/obs/jpg/360px/obs-en-18-12.jpg?direct&)
ସମସ୍ତ ରାଜାମାନେ ଓ ଇସ୍ରାଏଲ ରାଜ୍ୟର ସମସ୍ତ ଲୋକ ପ୍ରତିମା ପୂଜା କରୁଥିଲେ । ସେମାନଙ୍କ ପ୍ରତିମା ପୂଜାରେ ଅନେକ ସମୟରେ ଯୌନ ଅଶୁଚିତା ଏବଂ ଏପରିକି ବେଳେବେଳେ ଶିଶୁ ବଳିଦାନ ହେଉଥିଲା ।
![Image](https://cdn.door43.org/obs/jpg/360px/obs-en-18-13.jpg?direct&)
ଯିହୂଦାର ରାଜାମାନେ ଦାଉଦଙ୍କ ବଂଶଧର ଥିଲେ । ଏହି ସମସ୍ତ ରାଜାଙ୍କ ମଧ୍ୟରୁ ଅନେକେ ଉତ୍ତମ ବ୍ୟକ୍ତି ଥିଲେ ଯେଉଁମାନେ କି ନ୍ୟାୟ ଭାବରେ ରାଜତ୍ବ କରୁଥିଲେ ଏବଂ ଈଶ୍ବରଙ୍କ ଉପାସନା କରୁଥିଲେ । କିନ୍ତୁ ଯିହୂଦାର ଅଧିକାଂଶ ରାଜାମାନେ ମନ୍ଦ ଏବଂ ଭ୍ରଷ୍ଟ ଥିଲେ ଏବଂ ସେମାନେ ପ୍ରତିମାପୂଜା କରୁଥିଲେ । କେତେକ ରାଜାମାନେ ଏପରିକି ସେମାନଙ୍କ ପିଲାମାନଙ୍କୁ ଭ୍ରାନ୍ତ ଦେବତାମାନଙ୍କୁ ବଳିଦାନ କରୁଥିଲେ । ଯିହୂଦାର ଅଧିକାଂଶ ଲୋକମାନେ ମଧ୍ୟ ଈଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଏବଂ ଅନ୍ୟ ଦେବତାମାନଙ୍କ ଉପାସନା କରୁଥିଲେ ।
ବାଇବଲର ଏକ କାହାଣୀ_: _ ୧ରାଜାବଳୀ ୧_-_ ୬_; _ ୧୧_-_ ୧୨

75
content/19.md Normal file
View File

@ -0,0 +1,75 @@
# 19. ଭବିଷ୍ୟତବକ୍ତାମାନେ #
![Image](https://cdn.door43.org/obs/jpg/360px/obs-en-19-01.jpg?direct&)
ଇସ୍ରାଏଲୀୟମାନଙ୍କ ଇତିହାସରେ, ଈଶ୍ବର ସେମାନଙ୍କ ନିକଟକୁ ଭାବବାଦୀମାନଙ୍କୁ ପଠାଇଥିଲେ । ଭାବବାଦୀଗଣ ଈଶ୍ବରଙ୍କଠାରୁ ସମ୍ବାଦ ଶୁଣିଏବଂ ତା’ପରେ ଈଶ୍ବରଙ୍କ ସମ୍ବାଦଗୁଡିକୁ ଲୋକମାନଙ୍କୁ କହୁଥିଲେ ।
![Image](https://cdn.door43.org/obs/jpg/360px/obs-en-19-02.jpg?direct&)
ଆହାବ ଯେତେବେଳେ ଇସ୍ରାଏଲ ରାଜ୍ୟର ରାଜା ଥିଲେ ସେତେବେଳେ ଏଲୀୟ ଜଣେ ଭାବବାଦୀ ଥିଲେ । ଆହାବ ଜଣେ ମନ୍ଦ ବ୍ୟକ୍ତି ଥିଲେ ଯିଏ ବାଲାମ୍ ନାମକ ଜଣେ ଭ୍ରାନ୍ତ ଦେବତାକୁ ପୂଜା କରିବା ନିମନ୍ତେ ଲୋକମାନଙ୍କୁ ଉତ୍ସାହିତ କରୁଥିଲେ । ଏଲୀୟ ଆହବଙ୍କୁ କହିଲେ, “ମୁଁ ନ କହିବା ପର୍ଯ୍ୟନ୍ତ ଇସ୍ରାଏଲ ଦେଶରେ କୌଣସି ପ୍ରକାରେ ବର୍ଷା ବା କାକର ପଡିବ ନାହିଁ ।” ଏହା ଦ୍ବାରା ଆହାବ ଅତିଶୟ ରାଗିଗଲେ ।
![Image](https://cdn.door43.org/obs/jpg/360px/obs-en-19-03.jpg?direct&)
ଏଲୀୟଙ୍କୁ ହତ୍ୟା କରିବା ପାଇଁ ଚାହୁଁଥିବା ଆହବଙ୍କଠାରୁ ନିଜକୁ ପ୍ରାନ୍ତରରେ ଥିବା ଏକ ଝରଣାରେ ଲୁଚାଇବା ନିମନ୍ତେ ଈଶ୍ବର ଏଲୀୟଙ୍କୁ କହିଥିଲେ । ପ୍ରତି ସକାଳ ଓ ପ୍ରତି ସନ୍ଧ୍ୟାରେ ପକ୍ଷୀଗୁଡିକ ରୋଟୀ ଓ ମାଂସ ଆଣି ଦେଉଥିଲେ । ଆହାବ ଓ ତାହାଙ୍କ ସୈନ୍ୟ ଏଲୀୟଙ୍କୁ ଖୋଜିଲେ, କିନ୍ତୁ ସେମାନେ ତାଙ୍କୁ ପାଇପାରିଲେ ନାହିଁ । ମରୁଡି ଏତେ ପ୍ରଖର ଥିଲା ଯେ ଝରଣା ପରିଶେଷରେ ଧିରେ ଧିରେ ଶୁଖିଗଲା ।
![Image](https://cdn.door43.org/obs/jpg/360px/obs-en-19-04.jpg?direct&)
ତେଣୁ ଏଲୀୟ ଏକ ପଡୋଶୀ ଦେଶକୁ ପଳାଇଗଲେ । ଦୁର୍ଭିକ୍ଷ ପଡିବାରୁ ସେହି ଦେଶର ଜଣେ ବିଧବା ଓ ତା’ ପୁତ୍ରର ଖାଦ୍ୟ ସରିଯାଇଥିଲା । କାରଣ ବର୍ଷାର ଅଭାବ ଯୋଗୁଁ ଦୁର୍ଭିକ୍ଷ ହୋଇଥିଲା । କିନ୍ତୁ ସେମାନେ ଏଲୀୟଙ୍କର ଯତ୍ନ ନେଲେ, ଏବଂ ଈଶ୍ବର ସେମାନଙ୍କୁ ଖାଦ୍ୟ ଯୋଗାଇଲେ ଯେପରିକି ସେମାନଙ୍କ ମଇଦା କଳସ ଏବଂ ତୈଳ ପାତ୍ର କେବେ ଶୂନ୍ୟ ହୋଇନଥିଲା । ସେହି ଦୁର୍ଭିକ୍ଷର ସମ୍ପୁର୍ଣ ସମୟରେ ସେମାନଙ୍କର ଖାଦ୍ୟ ରହିଥିଲା ।ଏଲୀୟ ସେଠାରେ ଅନେକ ବର୍ଷ ପର୍ଯ୍ୟନ୍ତ ରହିଲେ ।
![Image](https://cdn.door43.org/obs/jpg/360px/obs-en-19-05.jpg?direct&)
ସାଢେ ତିନି ବର୍ଷ ପରେ, ଇଶ୍ଵର ଏଲିୟଙ୍କୁ ଇସ୍ରାୟେଲ ଦେଶକୁ ଫେରି ଯିବାକୁ କହିଲେ, ଏବଂ ଆହାବଙ୍କୁ କହିବାକୁ ଯେ ସେ ପୁନର୍ବାର୍ ବର୍ଷା ପଠାଇବାକୁ ଯାଉଛନ୍ତି, । ଯେତେବେଳେ ଆହାବ ଏଲୀୟଙ୍କୁ ଦେଖିଲେ, ସେ କହିଲେ “ଏହି କି ତୁମ୍ଭେ ସମସ୍ୟା ସୃଷ୍ଟିକାରୀ!” ଏଲୀୟ ତାଙ୍କୁ ଉତ୍ତର ଦେଲେ “ତୁମ୍ଭେ ସମସ୍ୟା ସୃଷ୍ଟିକାରୀ! ତୁମ୍ଭେ ସତ୍ୟ ଈଶ୍ବର ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛ ଏବଂ ବାଲ୍ ଦେବତାର ଉପାସନା କରିଅଛ । ଇସ୍ରାୟେଲ ରାଜ୍ୟର ସମସ୍ତ ଲୋକଙ୍କୁ କର୍ମିଲ ପର୍ବତ ନିକଟକୁ ଆଣ ।”
![Image](https://cdn.door43.org/obs/jpg/360px/obs-en-19-06.jpg?direct&)
୪୫୦ ବାଲ୍ ଭବିଷ୍ୟତ ବକ୍ତାଙ୍କ ସମେତ ଇସ୍ରାୟେଲ ରାଜ୍ୟର ସମସ୍ତ ଲୋକ କର୍ମିଲ ପର୍ବତକୁ ଆସିଲେ । ଏଲୀୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ କେତେକାଳ ତୁମ୍ଭମାନଙ୍କ ମନକୁ ପରିବର୍ତ୍ତନ କରିଚାଲିଥିବ? ଯଦି ସଦାପ୍ରଭୁ ଈଶ୍ବର ଅଟନ୍ତି, ତେବେ ତାଙ୍କର ସେବା କର! ଯଦି ବାଲ୍ ଦେବ ଈଶ୍ବର ଅଟନ୍ତି, ତେବେ ତାଙ୍କର ସେବା କର!”
![Image](https://cdn.door43.org/obs/jpg/360px/obs-en-19-07.jpg?direct&)
ତା’ପରେ ଏଲୀୟ ବାଲ୍ ଭାବବାଦୀଗଣଙ୍କୁ କହିଲେ “ଏକ ବୃଷ ବଧ କର ଏବଂ ତହାକୁ ବଳିଦାନ ପାଇଁ ପ୍ରସ୍ତୁତ କର, କିନ୍ତୁ ଏଥିରେ ଅଗ୍ନି ସଂଯୋଗ କରନାହିଁ । ମୁଁ ମଧ୍ୟ ତାହା କରିବି । ଯେଉଁ ଈଶ୍ବର ଅଗ୍ନି ଦ୍ବାରା କଥା ହେବେ ସେ ପ୍ରକୃତ ଈଶ୍ବର ହେବେ ।”ତେଣୁ ବାଲ୍ ଭବିଷ୍ୟତ ବକ୍ତାଗଣ ଏକ ବଳିଦାନ (ଯଜ୍ଞବେଦୀ) ପ୍ରସ୍ତୁତ କଲେ କିନ୍ତୁ ସେଥିରେ ଅଗ୍ନି ଦେଲେ ନାହିଁ ।
![Image](https://cdn.door43.org/obs/jpg/360px/obs-en-19-08.jpg?direct&)
ତା’ପରେ ବାଲ୍ ଭବିଷ୍ୟତବକ୍ତାଗଣ ବାଲ୍ ଦେବଙ୍କୁ ପ୍ରାର୍ଥନା କଲେ “ବାଲ୍, ଆମ ପ୍ରାର୍ଥନା ଶୁଣ!” ସମ୍ପୁର୍ଣ ଦିନ ସାରା ସେମାନେ ପ୍ରାର୍ଥନା କଲେ ଏବଂ ଉଚ୍ଚ ସ୍ବରରେ ଚିତ୍କାର କଲେ ଏବଂ ନିଜନିଜକୁ ଛୁରୀ ଦ୍ଵ।ରା କାଟିଲେ କଲେ, କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ ।
![Image](https://cdn.door43.org/obs/jpg/360px/obs-en-19-09.jpg?direct&)
ଦିନର ଶେଷ ସମୟରେ, ଏଲୀୟ ଈଶ୍ବରଙ୍କ ନିକଟରେ ଏକ ବଳିଦାନ ପ୍ରସ୍ତୁତ କଲେ । ତା’ପରେ ସେ ଲୋକମାନଙ୍କୁ କହିଲେ, ଯଜ୍ଞବେଦୀର ମାଂସ, କାଠ ଏପରିକି ଯଜ୍ଞବେଦୀ ଚାରିପାଖର ଭୂମି ଜଳରେ ସମ୍ପୂର୍ଣ୍ଣ ଓଦା ନ ହେବା ପର୍ଯ୍ୟନ୍ତ ବାର ବୃହତ୍ କଳସଗୁଡିକରେ ଜଳ ନେଇ ଢାଳିବାକୁ କହିଲେ ।
![Image](https://cdn.door43.org/obs/jpg/360px/obs-en-19-10.jpg?direct&)
ତା’ପରେ ଏଲୀୟ ପ୍ରାର୍ଥନା କଲେ “ହେ ଅବ୍ରହାମଙ୍କ, ଇସହାକଙ୍କ ଓ ଯାକୁବଙ୍କ ଈଶ୍ବର ସଦାପ୍ରଭୁ, ଆଜି ଆମ୍ଭମାନଙ୍କୁ ଦେଖାଅ ଯେ ତୁମ୍ଭେ ଇସ୍ରାୟେଲର ଈଶ୍ବର ଏବଂ ମୁଁ ତୁମ୍ଭର ଦାସ ଅଟେ । ମୋତେ ଉତ୍ତର ଦିଅ ଯେପରିକି ଏହି ସମସ୍ତ ଲୋକ ଜାଣିବେ ଯେ ତୁମେ ସତ୍ୟ ଈଶ୍ବର ଅଟ ।”
![Image](https://cdn.door43.org/obs/jpg/360px/obs-en-19-11.jpg?direct&)
ତତ୍କ୍ଷନାତ୍, ଆକାଶରୁ ଅଗ୍ନି ପଡି ଯଜ୍ଞବେଦୀରେ ଥିବା ମାଂସ, କାଠ, ପ୍ରସ୍ତର, ଧୂଳି ଏବଂ ଏପରିକି ଯଜ୍ଞବେଦୀ ଚାରିପାଖରେ ଥିବା ଜଳକୁ ଗ୍ରାସ କଲା । ଲୋକମାନେ ଯେତେବେଳେ ଏହା ଦେଖିଲେ, ସେମାନେ ଭୁମିରେ ମୁହଁମାଡି ପଡି କହିଲେ “ସଦାପ୍ରଭୁ ହିଁ ଈଶ୍ବର! ସଦାପ୍ରଭୁ ହିଁ ଈଶ୍ବର ଅଟନ୍ତି!”
![Image](https://cdn.door43.org/obs/jpg/360px/obs-en-19-12.jpg?direct&)
ତା’ପରେ ଏଲୀୟ କହିଲେ, “ବାଲର କୌଣସି ଭବିଷ୍ୟତ୍ବକ୍ତାକୁ ଖସି ପଳାଇବାକୁ ଦିଅନାହିଁ !” ତେଣୁ ଲୋକମାନେ ବାଲର ଭବିଷ୍ୟତ ବକ୍ତାମାନଙ୍କୁ ଧରି ସେମାନଙ୍କୁ ବଧ କଲେ ।
![Image](https://cdn.door43.org/obs/jpg/360px/obs-en-19-13.jpg?direct&)
ତା’ପରେ ଏଲୀୟ ଆହବଙ୍କୁ କହିଲେ “ନଗରକୁ ଶୀଘ୍ର ଫେରିଯାଅ, କାରଣ ବର୍ଷା ଆସୁଅଛି ।” ଶୀଘ୍ର ଆକାଶ କଳା ହେବାକୁ ଲାଗିଲା ଏବଂ ପ୍ରଚୁର ବର୍ଷା ହେଲା । ଯିହୋବା ମରୁଡିକୁ ଶେଷ କରିସାରିଥିଲେ ଏବଂ ସେ ଯେ ସତ୍ୟ ଈଶ୍ବର ତାହାର ପଥ ପରିଷ୍କାର କରିଦେଲେ ।
![Image](https://cdn.door43.org/obs/jpg/360px/obs-en-19-14.jpg?direct&)
ଏଲୀୟଙ୍କ ସମୟ ପରେ, ଈଶ୍ବର ଇଲିଶାୟ ନାମକ ଜଣେ ବ୍ୟକ୍ତିଙ୍କୁ ତାହାଙ୍କ ଭାବବାଦୀ ହେବା ନିମନ୍ତେ ମନୋନୀତ କଲେ । ଈଶ୍ବର ଇଲିଶାୟଙ୍କ ଦ୍ବାରା ଅନେକ ଆଶ୍ଚର୍ଯ୍ୟକର୍ମ କଲେ । ନାମାନଙ୍କ ପ୍ରତି ଏକ ଆଶ୍ଚର୍ଯ୍ୟକର୍ମ ଘଟିଥିଲା, ଯିଏ ଜଣେ ଶତ୍ରୁ ସେନାପତି ଥିଲେ, ଯାହାଙ୍କର ଭୟଙ୍କର ଚର୍ମ ରୋଗ ହୋଇଥିଲା । ସେ ଇଲୀଶାୟଙ୍କ ବିଷୟରେ ଶୁଣିଥିଲେ ତେଣୁ ସେ ଯାଇ ତାଙ୍କୁ ସୁସ୍ଥ କରିବା ନିମନ୍ତେ ଇଲୀଶାୟଙ୍କୁ କହିଥିଲେ । ଇଲୀଶାୟ ନାମାନଙ୍କୁ ଯର୍ଦ୍ଦନ ନଦୀରେ ସାତଥର ବୁଡିବାକୁ କହିଥିଲେ ।
![Image](https://cdn.door43.org/obs/jpg/360px/obs-en-19-15.jpg?direct&)
ପ୍ରଥମେ ନାମାନ କ୍ରୋଧ କରିଥିଲେ ଏବଂ ଏହା କରି ନଥିଲେ କାରଣ ଏହା ମୂର୍ଖତା ପରି ତାଙ୍କୁ ଲାଗିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ତାଙ୍କ ମନ ପରିବର୍ତ୍ତନ କରି ଯର୍ଦନରେ ନିଜକୁ ସାତଥର ଡୁବାଇଲେ । ସେ ଯେତେବେଳେ ଶେଷଥର ପାଇଁ ଜଳରୁ ବୁଡି ବାହାରି ଆସିଲେ ସେତେବେଳେ ତାହାଙ୍କ ଚର୍ମ ସମ୍ପୂର୍ଣ୍ଣ ସୁସ୍ଥ ହେଲା ! ଈଶ୍ବର ତାହାଙ୍କୁ ସୁସ୍ଥ କରିଥିଲେ ।
![Image](https://cdn.door43.org/obs/jpg/360px/obs-en-19-16.jpg?direct&)
ଈଶ୍ବର ଆହୁରି ଅନ୍ୟ ଭାବବାଦୀମାନଙ୍କୁ ପଠାଇଥିଲେ । ସେମାନେ ସମସ୍ତେ ଲୋକମାନଙ୍କୁ ପ୍ରତିମା ପୂଜା କରିବା ବନ୍ଦ କରିବା ନିମନ୍ତେ କହିଲେ ଏବଂ ଅନ୍ୟମାନଙ୍କୁ ନ୍ୟାୟ ଓ ଦୟା ଦେଖାଇବାକୁ କହିଥିଲେ । ଭାବବାଦୀମାନେ ଲୋକମାନଙ୍କୁ ସତର୍କ କରାଇ କହିଲେ ଯେ ଯଦି ସେମାନେ ମନ୍ଦ କାର୍ଯ୍ୟ କରିବା ବନ୍ଦ ଓ ଈଶ୍ବରଙ୍କର ଆଜ୍ଞାବହ ନ ହୁଅନ୍ତି, ତେବେ ଈଶ୍ବର ସେମାନଙ୍କୁ ଦୋଷାବହ କରି ବିଚାର କରିବେ ଏବଂ ସେମାନଙ୍କୁ ଦଣ୍ଡ ଦେବେ ।
![Image](https://cdn.door43.org/obs/jpg/360px/obs-en-19-17.jpg?direct&)
ଅଧିକାଂଶ ସମୟ ଲୋକମାନେ ଈଶ୍ବରଙ୍କର ଆଜ୍ଞାବହ ହେଲେ ନାହିଁ । ସେମାନେ ଅନେକ ସମୟରେ ଭାବବାଦୀମାନଙ୍କ ସହିତ ମନ୍ଦ ବ୍ୟବହାର କରୁଥିଲେ ଏବଂ ବେଳେବେଳେ ଏପରିକି ସେମାନଙ୍କୁ ହତ୍ୟା କରୁଥିଲେ । ଥରେ, ଯିରିମିୟ ଭାବବାଦୀଙ୍କୁ ଏକ ଶୁଷ୍କ କୂପରେ ପକାଯାଇଥିଲା ଏବଂ ସେ ମରିବା ନିମନ୍ତେ ତାଙ୍କୁ ସେଠାରେ ଏକାକୀ ଛାଡି ଦିଆଯାଇଥିଲା । ସେ କୂପ ତଳେ ଥିବା କାଦୁଅରେ ବୁଡିଯାଇଥିଲେ, କିନ୍ତୁ ରାଜାଙ୍କର ତାଙ୍କ ପ୍ରତି ଦୟା ଭାବ ଆସିଲା ଏବଂ ଯିରିମିୟ ମରିବା ପୂର୍ବରୁ ତାଙ୍କୁ କୂପରୁ ବାହାର କରି ଆଣିବା ନିମନ୍ତେ ସେ ଆପଣା ଦାସମାନଙ୍କୁ ଆଦେଶ ଦେଲେ ।
![Image](https://cdn.door43.org/obs/jpg/360px/obs-en-19-18.jpg?direct&)
ଲୋକମାନେ ଭାବବାଦୀମାନଙ୍କୁ ଘୃଣା କଲେ ମଧ୍ୟ ସେମାନେ ଈଶ୍ବରଙ୍କ ନିମନ୍ତେ କଥା କହିବାକୁ ଲାଗିଲେ । ସେମାନେ ଲୋକମାନଙ୍କୁ ସତର୍କ କରାଇ କହିଥିଲେ ଯେ ଯଦି ସେମାନେ ଅନୁତାପ ନ କରନ୍ତି ଈଶ୍ବର ସେମାନଙ୍କୁ ବିନାଶ କରିବେ । ଈଶ୍ବରଙ୍କ ପ୍ରେରିତ ଖ୍ରୀଷ୍ଟ ଯେ ଆସିବେ ସେହି ପ୍ରତିଜ୍ଞା ବିଷୟରେ ମଧ୍ୟ ସେମାନେ ଲୋକମାନଙ୍କୁ ସ୍ମରଣ କରାଇ ଦେଇଥିଲେ ।
ବାଇବଲର ଏକ କାହାଣୀ_: _ ୧ରାଜାବଳୀ ୧୬_-_ ୧୮_; _ ୨ରାଜାବଳୀ ୫_; _ ଯିରିମିୟ ୩୮

55
content/20.md Normal file
View File

@ -0,0 +1,55 @@
# 20. ନିର୍ବାସନ ଏବଂ ପ୍ରତ୍ୟାବର୍ତ୍ତନ #
![Image](https://cdn.door43.org/obs/jpg/360px/obs-en-20-01.jpg?direct&)
ଉଭୟ ଇସ୍ରାୟେଲ ରାଜ୍ୟ ଓ ଯିହୂଦା ରାଜ୍ୟ ଈଶ୍ବରଙ୍କ ବିରୁଦ୍ଧରେ ପାପ କଲେ । ଈଶ୍ବର ସୀନୟ ପର୍ବତରେ ସେମାନଙ୍କ ସହ ଯେଉଁ ନିୟମ କରିଥିଲେ ସେମାନେ ସେହି ନିୟମକୁ ଭଙ୍ଗ କରିଦେଲେ । ଲୋକମାନେ ଯେପରି ଅନୁତାପ କରିବେ ଏବଂ ପୁନର୍ବାର ତାଙ୍କର ଉପାସନା କରିବେ ସେଥିପାଇଁ ଈଶ୍ବର ତାହାଙ୍କ ଭାବବାଦୀଗଣଙ୍କୁ ପଠାଇ ସତର୍କ କରାଇଥିଲେ, କିନ୍ତୁ ସେମାନେ ତାହା ପାଳନ କରିବାକୁ ନାସ୍ତି କଲେ ।
![Image](https://cdn.door43.org/obs/jpg/360px/obs-en-20-02.jpg?direct&)
ତେଣୁ ଈଶ୍ବର ଉଭୟ ରାଜ୍ୟମାନଙ୍କୁ ସେମାନଙ୍କ ଶତ୍ରୁଗଣ ଦ୍ବାରା ବିନଷ୍ଟ ହେବା ନିମନ୍ତେ ଅନୁମତି ଦେଲେ । ଏକ ଶକ୍ତିଶାଳୀ ଏବଂ ନିର୍ଦୟୀ ଦେଶ ଆସିରୀୟ ସାମ୍ରାଜ୍ୟ ଇସ୍ରାୟେଲ ରାଜ୍ୟକୁ ବିନଷ୍ଟ କଲେ । ଇସ୍ରାୟେଲରେ ଥିବା ଅନେକ ଲୋକମାନଙ୍କୁ ଆସିରୀୟମାନେ ହତ୍ୟା କଲେ, ମୂଲ୍ୟବାନ୍ ଜିନିଷଗୁଡିକ ନେଇଗଲେ, ଏବଂ ଦେଶର ଅଧିକାଂଶକୁ ପୋଡି ଦେଲେ ।
![Image](https://cdn.door43.org/obs/jpg/360px/obs-en-20-03.jpg?direct&)
ଆସିରୀୟମାନେ ଧନୀ ଲୋକମାନଙ୍କୁ, ଦକ୍ଷତା ଥିବା ଲୋକମାନଙ୍କୁ ଏହିପରି ସମସ୍ତ ନେତାଙ୍କୁ ଏକାଠି କଲେ ଓ ସେମାନଙ୍କୁ ଧରି ଆସିରୀୟକୁ ପଳାଇଲେ । କେବଳ ଅତି ଗରିବ ଇସ୍ରାୟେଲୀୟମାନେ ଯେଉଁମାନଙ୍କୁ ବଧ କରାଯାଇନଥିଲା ସେମାନେ ହିଁ ଇଶ୍ରାୟେଲ ରାଜ୍ୟରେ ରହିଗଲେ ।
![Image](https://cdn.door43.org/obs/jpg/360px/obs-en-20-04.jpg?direct&)
ତା’ପରେ ଆସିରୀୟମାନେ ବିଦେଶୀୟମାନଙ୍କୁ ସେମାନଙ୍କ ଦେଶରେ ବାସ କରିବା ନିମନ୍ତେ ଆଣିଲେ ଯେଉଁଠି ଇସ୍ରାୟେଲ ରାଜ୍ୟ ଥିଲା । ବିଦେଶୀୟମାନେ ବିନଷ୍ଟ ହୋଇଯାଇଥିବା ନଗରଗୁଡିକୁ ପୁନଃନିର୍ମାଣ କଲେ ଏବଂ ଇସ୍ରାୟେଲୀୟମାନଙ୍କୁ ବିବାହ କଲେ ଯେଉଁମାନେ ସେଠାରେ ରହିଯାଇଥିଲେ । ଯେଉଁ ଇସ୍ରାୟେଲୀୟମାନଙ୍କ ବଂଶ ବିଦେଶୀୟମାନଙ୍କୁ ବିବାହ କରିଥିଲେ ସେମାନଙ୍କୁ ଶମିରୋଣ କୁହାଯାଉଥିଲା ।
![Image](https://cdn.door43.org/obs/jpg/360px/obs-en-20-05.jpg?direct&)
ଯିହୂଦା ରାଜ୍ୟର ଲୋକମାନେ ଦେଖିଲେ ଯେ ଇସ୍ରାୟେଲ ରାଜ୍ୟର ଲୋକେ ଈଶ୍ବରଙ୍କୁ ବିଶ୍ବାସ ନ କରିବାରୁ ଓ ତାହାଙ୍କର ଆଜ୍ଞାବହ ନ ହେବାରୁ ଈଶ୍ବର ସେମାନଙ୍କୁ ଦଣ୍ଡ ଦେଇଥିଲେ । କିନ୍ତୁ ସେମାନେ କିଣାନୀୟ ଦେବତାମାନଙ୍କ ସମେତ ପ୍ରତିମାଗୁଡିକର ଉପାସନା କଲେ । ସେମାନଙ୍କୁ ସତର୍କ କରାଇଦେବା ନିମନ୍ତେ ଈଶ୍ବର ଭାବବାଦୀମାନଙ୍କୁ ପଠାଇଥିଲେ, କିନ୍ତୁ ସେମାନେ ଶୁଣିବାକୁ ନାସ୍ତି କଲେ ।
![Image](https://cdn.door43.org/obs/jpg/360px/obs-en-20-06.jpg?direct&)
ଆସିରୀୟମାନେ ଇସ୍ରାୟେଲ ରାଜ୍ୟ ବିନଷ୍ଟ କରିବାର 100 ବର୍ଷ ପରେ, ଈଶ୍ବର ବାବିଲର ରାଜା ନବୁକଦନେସରର୍ଙ୍କୁ ଯିହୂଦା ରାଜ୍ୟ ଆକ୍ରମଣ କରିବା ନିମନ୍ତେ ପଠାଇଲେ । ବାବିଲୋନ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ଥିଲା । ଯିହୂଦାର ରାଜା ନବୁକଦନେସରଙ୍କ ଦାସ ହେବା ନିମନ୍ତେ ସହମତି ହେଲେ ଏବଂ ପ୍ରତିବର୍ଷ ତାଙ୍କୁ ଅନେକ ଅର୍ଥ ଦେଲେ ।
![Image](https://cdn.door43.org/obs/jpg/360px/obs-en-20-07.jpg?direct&)
କିନ୍ତୁ ଅଳ୍ପ କିଛି ବର୍ଷ ପରେ, ଯିହୂଦାର ରାଜା ବାବିଲୋନ ବିରୁଦ୍ଧରେ ବିଦ୍ରୋହ କଲେ । ତେଣୁ, ବାବିଲୋନୀୟମାନେ ଫେରିଆସି ଯିହୂଦା ରାଜ୍ୟକୁ ଆକ୍ରମଣ କଲେ । ସେମାନେ ଯିରୁଶାଲମ ନଗର ହସ୍ତଗତ କଲେ, ମନ୍ଦିରକୁ ବିନଷ୍ଟ କଲେ, ଏବଂ ନଗରର ଓ ମନ୍ଦିରର ଧନରତ୍ନ ନେଇ ପଳାଇଗଲେ ।
![Image](https://cdn.door43.org/obs/jpg/360px/obs-en-20-08.jpg?direct&)
ବିଦ୍ରୋହ କରିବା କାରଣରୁ ଯିହୂଦାର ରାଜାଙ୍କୁ ଦଣ୍ଡ ଦେବା ନିମନ୍ତେ ନବୁକଦନେସର୍ରଙ୍କ ସୈନ୍ୟମାନେ ରାଜାଙ୍କ ପୁତ୍ରଗଣଙ୍କ ସମ୍ମୁଖରେ ହତ୍ୟା କଲେ ଏବଂ ତାହାକୁ ଅନ୍ଧ କରିପକାଇଲେ । ତହିଁ ଉତ୍ତାରେ, ସେ ଯେପରି ବାବିଲୋନର କାରାଗାରରେ ମରିବେ ସେଥିପାଇଁ ସେମାନେ ତାହାଙ୍କୁ ବାବିଲୋନକୁ ନେଇଗଲେ ।
![Image](https://cdn.door43.org/obs/jpg/360px/obs-en-20-09.jpg?direct&)
ନବୁକଦନେସର୍ର ଏବଂ ତାହାଙ୍କ ସୈନ୍ୟ ଯିହୂଦାର ପ୍ରାୟ ସମସ୍ତଙ୍କୁ ବାବିଲୋନକୁ ନେଇଗଲେ ଏବଂ କ୍ଷେତରେ କାର୍ଯ୍ୟ କରିବାକୁ କେବଳ ଦରିଦ୍ରମାନଙ୍କୁ ଯିହୂଦାରେ ଛାଡି ଗଲେ । ଈଶ୍ବରଙ୍କ ଲୋକମାନଙ୍କୁ ପ୍ରତିଜ୍ଞାତ ଦେଶରୁ ବଳପୂର୍ବକ ଉଠାଇ ନିଆଯାଇଥିବା ନିର୍ଦ୍ଧିଷ୍ଟ ସମୟକୁ ନିର୍ବାସନ କୁହାଯାଇଛି ।
![Image](https://cdn.door43.org/obs/jpg/360px/obs-en-20-10.jpg?direct&)
ଯଦିଓ ପାପ ଯୋଗୁଁ ଈଶ୍ବର ସେମାନଙ୍କୁ ନିର୍ବାସନରେ ଅନ୍ୟ ଦେଶକୁ ପଠାଇଦେଲେ, ତଥାପି ସେ ସେମାନଙ୍କୁ କିମ୍ବା ତାଙ୍କ ପ୍ରତିଜ୍ଞାଗୁଡିକ ଭୁଲିଯାଇନଥିଲେ । ଈଶ୍ବର ତାଙ୍କ ଲୋକମାନଙ୍କ ଉପରେ ନଜର ରଖିଚାଲିଲେ ଏବଂ ତାହାଙ୍କ ଭାବବାଦୀମାନଙ୍କ ଦ୍ବାରା ସେମାନଙ୍କୁ କଥା କହିଚାଲିଲେ । ସେ ପ୍ରତିଜ୍ଞା କରିଲେ ଯେ, ସତୁରି ବର୍ଷ ପରେ ସେମାନେ ପୁନର୍ବାର ପ୍ରତିଜ୍ଞାତ ଦେଶକୁ ଫେରି ଆସିବେ ।
![Image](https://cdn.door43.org/obs/jpg/360px/obs-en-20-11.jpg?direct&)
ସତ୍ତୁରୀ ବର୍ଷ ପରେ, ପାର୍ସୀମାନଙ୍କ ରାଜା ସାଇରସ ବାବିଲୋନକୁ ପରାସ୍ତ କଲେ, ତେଣୁ ପାରସ୍ୟ ସାମ୍ରାଜ୍ୟ ବାବିଲୋନୀୟ ସାମ୍ରାଜ୍ୟର ସ୍ଥାନ ନେଲା । ବର୍ତ୍ତମାନ ଇସରୟେଲୀୟମାନଙ୍କୁ ଯିହୂଦୀ ବୋଲି କୁହାଗଲା ଏବଂ ସେମାନେ ସେମାନଙ୍କ ସାରା ଜୀବନ ବାବିଲୋନରେ ବାସ କଲେ । କେବଳ ଅତି ଅଳ୍ପ ବୃଦ୍ଧ ଯିହୂଦୀ ଯିହୂଦା ରାଜ୍ୟକୁ ସ୍ମରଣ କଲେ ।
![Image](https://cdn.door43.org/obs/jpg/360px/obs-en-20-12.jpg?direct&)
ପାରସ୍ୟ ସାମ୍ରାଜ୍ୟ ଦୃଢ ଥିଲା କିନ୍ତୁ ଏହା ଯେଉଁମାନଙ୍କୁ ଜୟ କରିଥିଲେ ସେଥିର ଲୋକମାନଙ୍କ ପ୍ରତି ଦୟାବନ୍ତ ଥିଲେ । ସାଇରସ ପାରସ୍ୟର ରାଜା ହେବାର ଅଳ୍ପ ସମୟ ମଧ୍ୟରେ, ସେ ଏକ ଆଜ୍ଞା ଦେଲେ ଯେ କେହି ପାରସ୍ୟ ଦେଶଛାଡି ଯିହୂଦା ଦେଶକୁ ଫେରିଯିବାକୁ ଚାହାନ୍ତି ସେମାନେ ସେଠାକୁ ଫେରିଯାଇପାରିବେ । ସେ ଏପରିକି ମନ୍ଦିର ପୁନଃନିର୍ମାଣ କରିବା ନିମନ୍ତେ ଅର୍ଥ ଦେଲେ! ତେଣୁ, ନିର୍ବାସନରେ ସତ୍ତୁରୀ ବର୍ଷ ରହିଲା ପରେ, ଯିହୂଦୀମାନଙ୍କର ଏକ କ୍ଷୁଦ୍ର ଦଳ ଯିହୂଦାରେ ଥିବା ଯିରୁଶାଲମ ନଗରକୁ ଫେରିଗଲେ ।
![Image](https://cdn.door43.org/obs/jpg/360px/obs-en-20-13.jpg?direct&)
ଲୋକମାନେ ଯେତେବେଳେ ଯିରୁଶାଲମ ପହଞ୍ଚିଲେ, ସେମାନେ ମନ୍ଦିର ଓ ନଗର ଚତୁର୍ଦ୍ଦିଗରେ ଥିବା ପ୍ରାଚୀର ପୁନଃନିର୍ମାଣ କଲେ । ଯଦିଓ ସେମାନେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଲୋକମାନଙ୍କ ଦ୍ବାରା ଶାସିତ ହେଉଥିଲେ, ପୁଣିଥରେ ସେମାନେ ପ୍ରତିଜ୍ଞାତ ଦେଶରେ ବାସ କଲେ ଓ ମନ୍ଦିରରେ ଉପାସନା କଲେ ।
ବାଇବଲର ଏକ କାହାଣୀ_: _ ରାଜାବଳୀ ୧୭_:_ ୪_-_ ୫_; _ ବଂଶାବଳୀ ୩୬_; _ ଏଜ୍ରା ୧_-_ ୧_; _ ନିହିମିୟା ୧_-_ ୧୩

63
content/21.md Normal file
View File

@ -0,0 +1,63 @@
# 21. ପରମେଶ୍ଵର ଖ୍ରୀଷ୍ଟଙ୍କ ପ୍ରତିଜ୍ଞା କରନ୍ତି #
![Image](https://cdn.door43.org/obs/jpg/360px/obs-en-21-01.jpg?direct&)
ଆରମ୍ଭରୁ ହିଁ ଈଶ୍ବର ଖ୍ରୀଷ୍ଟଙ୍କୁ ପ୍ରେରଣ କରିବା ନିମନ୍ତେ ଯୋଜନା କରିଥିଲେ । ଖିଷ୍ଟଙ୍କ ବିଷୟରେ ପ୍ରଥମ ପ୍ରତିଜ୍ଞା ଆଦମ ଓ ହବାଙ୍କ ନିକଟକୁ ଆସିଥିଲା । ଈଶ୍ବର ପ୍ରତିଜ୍ଞା କଲେ ଯେ ହବାଙ୍କ ବଂଶରୁ ଜଣେ ଜନ୍ମଗ୍ରହଣ କରିବେ ଯିଏ ସର୍ପର ମସ୍ତକକୁ ଚୂର୍ଣ୍ଣ କରିବେ । ହବାଙ୍କୁ ଯେଉଁ ସର୍ପ ପ୍ରତାରଣା କରିଥିଲା ସେ ଶୟତାନ ଥିଲା । ପ୍ରତିଜ୍ଞାର ଅର୍ଥ ଥିଲା ଯେ ଖ୍ରୀଷ୍ଟ ଶୟତାନକୁ ସମ୍ପୂର୍ଣ୍ଣରୂପେ ପରାସ୍ତ କରିବେ ।
![Image](https://cdn.door43.org/obs/jpg/360px/obs-en-21-02.jpg?direct&)
ଈଶ୍ବର ଅବ୍ରାହାମଙ୍କୁ ପ୍ରତିଜ୍ଞା କରି କହିଥିଲେ ଯେ ତାଙ୍କ ଦ୍ବାରା ପୃଥିବୀର ସମସ୍ତ ଲୋକଦଳ ଆଶୀର୍ବାଦ ପ୍ରାପ୍ତ ହେବେ । ଏହି ଆଶୀର୍ବାଦ ସମ୍ପୁର୍ଣ ହେବ ଯେତେବେଳେ ଖ୍ରୀଷ୍ଟ ଭବିଷ୍ୟତରେ ଦିନେ ଆସିବେ । ପୃଥିବୀରେ ଥିବା ପ୍ରତି ଲୋକଦଳ ଉଦ୍ଧାରପ୍ରାପ୍ତ ହେବା ନିମନ୍ତେ ସେ ଏହା ସମ୍ଭବ କରିବେ ।
![Image](https://cdn.door43.org/obs/jpg/360px/obs-en-21-03.jpg?direct&)
ଈଶ୍ବର ମୋଶାଙ୍କୁ ପ୍ରତିଜ୍ଞା କରି କହିଲେ ଯେ ଭବିଷ୍ୟତରେ ସେ ମୋଶାଙ୍କ ପରି ଜଣେ ଭାବବାଦୀଙ୍କୁ ଠିଆ କରିବେ । ଖ୍ରୀଷ୍ଟଙ୍କ ବିଷୟରେ ଏହା ଅନ୍ୟ ଏକ ପ୍ରତିଜ୍ଞା ଯିଏ ପରବର୍ତ୍ତୀ ସମୟରେରେ ଦିନେ ଆସିବେ ।
![Image](https://cdn.door43.org/obs/jpg/360px/obs-en-21-04.jpg?direct&)
ଈଶ୍ବର ରାଜା ଦାଉଦଙ୍କୁ ପ୍ରତିଜ୍ଞା କରିଥିଲେ ଯେ ତାଙ୍କ ବଂଶଧରଙ୍କ ମଧ୍ୟରୁ ଜଣେ ଈଶ୍ବରଙ୍କ ଲୋକମାନଙ୍କ ନିମନ୍ତେ ଚିରକାଳ ପାଇଁ ରାଜା ହେବେ । ତାହା ଏପରି ବୁଝାଜାଏ ଯେ ଖ୍ରୀଷ୍ଟ ରାଜା ଦାଉଦଙ୍କର ବଂଶଧରଙ୍କ ମଧ୍ୟରୁ ଜଣେ ହେବେ ।
![Image](https://cdn.door43.org/obs/jpg/360px/obs-en-21-05.jpg?direct&)
ଯିଯିରିମିୟ ଭାବବାଦୀଙ୍କ ଦ୍ବାରା ଈଶ୍ବର ପ୍ରତିଜ୍ଞା କଲେ ଯେ ସେ ଏକ ନୂତନ ନିୟମ କରିବେ, କିନ୍ତୁ ଈଶ୍ବର ଇସ୍ରାୟେଲ ସହିତ ସୀନୟ ପର୍ବତରେ ଯେଉଁ ନିୟମ କରିଥିଲେ ସେପରି ନିୟମ ନୁହେଁ । ନୂତନ ନିୟମରେ, ଈଶ୍ବର ଲୋକମାନଙ୍କ ହୃଦୟରେ ତାହାଙ୍କ ବ୍ୟବସ୍ଥା ଲେଖିବେ, ଲୋକମାନେ ବ୍ୟକ୍ତିଗତ ଭାବରେ ଈଶ୍ବରଙ୍କୁ ଜାଣିବେ, ସେମାନେ ତାଙ୍କ ଲୋକ ହେବେ ଏବଂ ଈଶ୍ବର ସେମାନଙ୍କର ପାପକୁ କ୍ଷମା କରିବେ । ଖ୍ରୀଷ୍ଟ ନୂତନ ନିୟମ ଆରମ୍ଭ କରିବେ ।
![Image](https://cdn.door43.org/obs/jpg/360px/obs-en-21-06.jpg?direct&)
ଈଶ୍ବରଙ୍କ ଭାବବାଦୀ ଆହୁରି ମଧ୍ୟ କହିଲେ ଯେ ଖ୍ରୀଷ୍ଟ ଜଣେ ଭାବବାଦୀ, ଯାଜକ ଏବଂ ରାଜା ମଧ୍ୟ ହେବେ । ଭାବବାଦୀ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଈଶ୍ବରଙ୍କ ବାକ୍ୟ ଶୁଣି ସେହି ବାକ୍ୟକୁ ଲୋକମାନଙ୍କ ମଧ୍ୟରେ ଘୋଷଣା କରନ୍ତି । ଈଶ୍ବର ପଠାଇବାକୁ ପ୍ରତିଜ୍ଞା କରିଥିବା ଖ୍ରୀଷ୍ଟ ଜଣେ ସିଦ୍ଧ ଭାବବାଦୀ ହେବେ ।
![Image](https://cdn.door43.org/obs/jpg/360px/obs-en-21-07.jpg?direct&)
ଇସ୍ରାଏୟେଲୀୟ ଯାଜକମାନେ ଈଶ୍ବରଙ୍କ ନିକଟରେ ଲୋକମାନଙ୍କ ପକ୍ଷରୁ ସେମାନଙ୍କ (ଲୋକମାନଙ୍କ) ପାପର ଦଣ୍ଡର ପ୍ରତିବଦଳ ସ୍ବରୂପ ବଳିଦାନ ଉତ୍ସର୍ଗ କରୁଥିଲେ । ଯାଜକମାନେ ମଧ୍ୟ ଲୋକମାନଙ୍କ ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ । ମଶୀହ ହେଉଛନ୍ତି ସିଦ୍ଧ ମହାଯାଜକ ଯିଏ ନିଜକୁ ଈଶ୍ବରଙ୍କର ଏକ ସିଦ୍ଧ ବଳିଦାନ ଭାବରେ ଉତ୍ସର୍ଗ କଲେ ।
![Image](https://cdn.door43.org/obs/jpg/360px/obs-en-21-08.jpg?direct&)
ଏକ ରାଜା ସେହି ବ୍ୟକ୍ତି ଅଟନ୍ତି ଯିଏ ଏକ ରାଜ୍ୟ ଉପରେ ଶାସନ କରନ୍ତି ଓ ତାଙ୍କ ଲୋକମାନଙ୍କର ବିଚାର କରନ୍ତି । ଖ୍ରୀଷ୍ଟ ଜଣେ ସିଦ୍ଧ ରାଜା ହେବେ ଯିଏ ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ସିଂହାସନରେ ବସିବେ । ସେ ସମଗ୍ର ପୃଥିବୀରେ ଚିରକାଳ ରାଜତ୍ବ କରିବେ, ଏବଂ ସର୍ବଦା ସଚ୍ଚୋଟ ଭାବେ ବିଚାର କରିବେ ଏବଂ ସଠିକ୍ ନିଷ୍ପତ୍ତିଗୁଡିକ ନେବେ ।
![Image](https://cdn.door43.org/obs/jpg/360px/obs-en-21-09.jpg?direct&)
ଈଶ୍ବରଙ୍କ ଭାବବାଦୀଗଣ ଅନେକ ଅନ୍ୟ ବିଷୟଗୁଡିକ ଖ୍ରୀଷ୍ଟଙ୍କ ବିଷୟରେ ଭାବବାଣୀ କରିଥିଲେ । ଭାବବାଦୀ ମଲାଖି ପୂର୍ବରୁ କହିଥିଲେ ଯେ ମଶୀହ ଆସିବା ପୂର୍ବରୁ ଜଣେ ମହାନ୍ଭାବବାଦୀ ଆସିବେ । ଭାବବାଦୀ ଯିଶାଇୟ ଭାବବାଣୀ କରିଥିଲେ ଯେ ଖ୍ରୀଷ୍ଟ ଜଣେ କୁମାରୀଙ୍କ ଗର୍ଭରୁ ଜନ୍ମ ହେବେ । ମୀଖା ଭାବବାଦୀ କହିଲେ ଯେ ସେ ବେଥଲିହିମ ସହରରେ ଜନ୍ମଗ୍ରହଣ କରିବେ ।
![Image](https://cdn.door43.org/obs/jpg/360px/obs-en-21-10.jpg?direct&)
ଯିଶାଇୟ ଭାବବାଦୀ କହିଲେ ଯେ ଖ୍ରୀଷ୍ଟ ଗାଲିଲୀରେ ବାସ କରିବେ, ଭଗ୍ନ ହୃଦୟମାନଙ୍କୁ ସାନ୍ତ୍ବନା ଦେବେ, ଏବଂ ବନ୍ଦୀମାନଙ୍କର ମୁକ୍ତି ଘୋଷଣା କରିବେ ଏବଂ ବନ୍ଦୀମାନଙ୍କୁ ମୁକ୍ତ କରିବେ । ସେ ଆହୁରି ମଧ୍ୟ ଭାବବାଣୀ ପ୍ରକାଶ କରି କହିଲେ ଯେ ସେ ପୀଡିତମାନଙ୍କୁ ଯେଉମାନେ ଶୁଣି, ଦେଖି, କହି, ଏବଂ ଚାଲି ପାରନ୍ତି ନାହିଁ, ସେମାନଙ୍କୁ ସୁସ୍ଥ କରିବେ ।
![Image](https://cdn.door43.org/obs/jpg/360px/obs-en-21-11.jpg?direct&)
ଭାବବାଦୀ ଯିଶାଇୟ ମଧ୍ୟ ଭାବବାଣୀ ପ୍ରକାଶ କରି କହିଲେ ଯେ ଖ୍ରୀଷ୍ଟଙ୍କୁ ଘୃଣା କରାଯିବ ଓ ବିନା କାରଣରେ ପ୍ରତ୍ୟାଖ୍ୟାନ କରାଯିବ । ଅନ୍ୟ ଭାବବାଦୀମାନେ ଭାବବାଣୀ ପ୍ରକାଶ କରି କହିଲେ ଯେ ଯେଉଁମାନେ ଖ୍ରୀଷ୍ଟଙ୍କୁ ହତ୍ୟା କଲେ ସେମାନେ ତାଙ୍କ ବସ୍ତ୍ର ନିମନ୍ତେ ଗୁଲିବାଣ୍ଟ କରିବେ ଏବଂ ଜଣେ ବନ୍ଧୁ ତାଙ୍କ ପ୍ରତି ବିଶ୍ବାସଘାତ କରିବେ । ଯିଖରିୟ ଭାବବାଦୀ ଭାବବାଣୀ କରି କହିଲେ ଯେ ଖ୍ରୀଷ୍ଟଙ୍କୁ ବିଶ୍ବାସଘାତ କରିବା ନିମନ୍ତେ ସେହି ବନ୍ଧୁଙ୍କୁ ତିରିଶିଗୋଟି ରୁପା ମୁଦ୍ରା ପ୍ରଦାନ କରାଯିବ ।
![Image](https://cdn.door43.org/obs/jpg/360px/obs-en-21-12.jpg?direct&)
ଭାବବାଦୀମାନେ ଆହୁରି ମଧ୍ୟ କହିଥିଲେ ଖ୍ରୀଷ୍ଟ କିପରି ମୃତ୍ୟୁବରଣ କରିବେ । ଯିଶାଇୟ ଭାବବାଣୀ ପ୍ରକାଶ କରି କହିଲେ ଯେ ଲୋକମାନେ ଖ୍ରୀଷ୍ଟଙ୍କ ଉପରେ ଛେପ ପକାଇବେ, ତାଙ୍କୁ ପରିହାସ କରିବେ, ଏବଂ ତାଙ୍କୁ ମାରିବେ (ବିଧା, ଗୋଇଠା ଇତ୍ୟାଦି) । ସେମାନେ ତାଙ୍କୁ ବିଦ୍ଧ କରିବେ ଏବଂ ସେ ଅତି ତାଡନା ଓ ଯନ୍ତ୍ରଣାରେ ମୃତ୍ୟୁବରଣ କରିବେ ଯଦିଓ ସେ କୌଣସି ଭୁଲ୍ କରି ନ ଥିଲେ ।
![Image](https://cdn.door43.org/obs/jpg/360px/obs-en-21-13.jpg?direct&)
ଭାବବାଦୀମାନେ ଆହୁରି ମଧ୍ୟ କହିଲେ ଯେ ଖ୍ରୀଷ୍ଟ ସିଦ୍ଧ ହେବେ ଯାହାଙ୍କର କୌଣସି ପାପ ନ ଥିବ । ସେ ଅନ୍ୟ ଲୋକମାନଙ୍କ ପାପର ଦଣ୍ଡ ପାଇବା ନିମନ୍ତେ ମୃତ୍ୟୁବରଣ କରିବେ । ତାହାଙ୍କ ଦଣ୍ଡ ଈଶ୍ବର ଓ ଲୋକମାନଙ୍କ ମଧ୍ୟରେ ଶାନ୍ତି ଆଣିବ । ଏହି କାରଣ ଯୋଗୁଁ, ଖ୍ରୀଷ୍ଟଙ୍କୁ ବିଦ୍ଧ କରିବା ନିମନ୍ତେ ଈଶ୍ବରଙ୍କର ଇଛା ଥିଲା ।
![Image](https://cdn.door43.org/obs/jpg/360px/obs-en-21-14.jpg?direct&)
ଭାବବାଦୀମାନେ ଭାବବାଣୀରେ ପ୍ରକାଶ କଲେ ଯେ ଖ୍ରୀଷ୍ଟ ମୃତ୍ୟୁବରଣ କରିବେ ଏବଂ ଈଶ୍ବର ତାହାଙ୍କୁ ମୃତ୍ୟୁରୁ ଉଠାଇବେ । ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ଦ୍ବାରା ପାପୀମାନଙ୍କୁ ଉଦ୍ଧାର କରିବା ଏବଂ ଏକ ନୂତନ ନିୟମ ଆରମ୍ଭ କରିବା ପାଇଁ ଈଶ୍ବର ତାହାଙ୍କ ଯୋଜନାକୁ ସଫଳ କରିବେ ।
![Image](https://cdn.door43.org/obs/jpg/360px/obs-en-21-15.jpg?direct&)
ଈଶ୍ବର ଖ୍ରୀଷ୍ଟଙ୍କ ବିଷୟରେ ଭାବବାଦୀମାନଙ୍କୁ ଅନେକ ବିଷୟ ପ୍ରକାଶ କଲେ, କିନ୍ତୁ ଖ୍ରୀଷ୍ଟ ଏହି ସମସ୍ତ ଭାବବାଦୀମାନଙ୍କ ମଧ୍ୟରୁ କୌଣସି ଜଣଙ୍କ ସମୟରେ ସୁଦ୍ଧା ଆସି ନଥିଲେ । ଏହି ସମସ୍ତ ଭାବବାଣୀଗୁଡିକ ଦିଆହେବାର ୪୦୦ ରୁ ଅଧିକ ବର୍ଷ ପରେ, ସଠିକ୍ ସମୟରେ, ଈଶ୍ବର ଜଗତକୁ ଖ୍ରୀଷ୍ଟଙ୍କୁ ପଠାଇଲେ ।
ବାଇବଲର ଏକ କାହାଣୀ_:_ ଆଦି_ 3:15; 12:1-3; _ ଦ୍ବିତୀୟ ବିବରଣ_ 18:15; 2 _ ଶାମୁୟେଲ_ 7; _ ଯିରିମିୟ_ 31; _ ଯିଶାଇୟ_ 59:16; _ ଦାନିୟେଲ_ 7; _ ମଲାଖି_ 4:5; _ ଯିଶାଇୟ_ 7:14; _ ମୀଖା_ 5:2; _ ଯିଶାଇୟ_ 9:1-7; 35:3-5; 61; 53; _ ଗୀତସଂହିତା_ 22:18; 35:19; 69:4; 41:9; _ ଯିଖରିୟ_ 11:12-13;_ ଯିଶାଇୟ _50:6; _ ଗୀତସଂହିତା_ 16:10-11_

31
content/22.md Normal file
View File

@ -0,0 +1,31 @@
# 22. ବାପ୍ତିଜକ ଯୋହନ ଜନ୍ମ #
![Image](https://cdn.door43.org/obs/jpg/360px/obs-en-22-01.jpg?direct&)
ପୂର୍ବରେ, ଈଶ୍ବର ତାହାଙ୍କ ଲୋକମାନଙ୍କୁ ତାହାଙ୍କ ଦୂତଗଣ ଏବଂ ଭାବବାଦୀମାନଙ୍କ ଦ୍ବାରା କଥା କହିଥିଲେ । କିନ୍ତୁ 400 ବର୍ଷ ବିତିଗଲା କିନ୍ତୁ ଏ ପର୍ଯ୍ୟନ୍ତ ସେ ସେମାନଙ୍କୁ କଥା କହିଲେ ନାହିଁ । ହଠାତ୍ ଜଣେ ଦୂତ ଈଶ୍ବରଙ୍କଠାରୁ ଏକ ବାର୍ତ୍ତା ନେଇ ଯିଖରିୟ ନାମକ ଏକ ବୃଦ୍ଧ ଯାଜକଙ୍କ ନିକଟକୁ ଆସିଲେ । ଯିଖରିୟ ଏବଂ ତାଙ୍କ ସ୍ତ୍ରୀ ଇଲିଶାବେଥ ଈଶ୍ବର ପରାୟଣ ଲୋକ ଥିଲେ, କିନ୍ତୁ ସେ ସନ୍ତାନ ଜନ୍ମ କରିବା ନିମନ୍ତେ ଅକ୍ଷମ ଥିଲେ ।
![Image](https://cdn.door43.org/obs/jpg/360px/obs-en-22-02.jpg?direct&)
ଦୂତ ଯିଖରିୟଙ୍କୁ କହିଲେ “ତୁମ ସ୍ତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବ । ତୁମେ ତାହାଙ୍କୁ ଯୋହନ ବୋଲି ନାମ ଦେବ । ସେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବେ ଏବଂ ଖ୍ରୀଷ୍ଟଙ୍କ ନିମନ୍ତେ ଲୋକମାନଙ୍କୁ ପ୍ରସ୍ତୁତ କରିବେ । ଯିଖରିୟ ଉତ୍ତର ଦେଲେ “ମୁଁ ଏବଂ ମୋ ସ୍ତ୍ରୀ ଯେ ସନ୍ତାନ ଜନ୍ମ କରିବା ନିମନ୍ତେ ଅତି ବୃଦ୍ଧ ଅଟୁ! ଏହା ଘଟିବ ବୋଲି ମୁଁ କିପରି ଜାଣିବି?”
![Image](https://cdn.door43.org/obs/jpg/360px/obs-en-22-03.jpg?direct&)
ଦୂତ ଯିଖରିୟଙ୍କୁ ଉତ୍ତର ଦେଲେ “ଏହି ଶୁଭସମ୍ବାଦ ତୁମକୁ ଦେବା ନିମନ୍ତେ ମୋତେ ଈଶ୍ବର ପଠାଇ ଅଛନ୍ତି । ଯେହେତୁ ତୁମେ ମୋ ଠାରେ ବିଶ୍ବାସ କଲ ନାହିଁ ତେଣୁ ସନ୍ତାନ ଜନ୍ମ ନ ହେବା ପର୍ଯ୍ୟନ୍ତ ତୁମେ କଥା କହି ପାରିବ ନାହିଁ ।” ତତ୍କ୍ଷଣାତ୍ ଯିଖରିୟ କଥା କହିବାକୁ ଅକ୍ଷମ ହେଲେ । ତା’ପରେ ସେହି ଦୂତ ତାଙ୍କୁ ଛାଡି ଚାଲିଗଲେ । ଏହାପରେ, ଯିଖରିୟ ଗୃହକୁ ଫେରିଗଲେ ଏବଂ ତାଙ୍କ ସ୍ତ୍ରୀ ଗର୍ଭବତୀ ହେଲେ ।
![Image](https://cdn.door43.org/obs/jpg/360px/obs-en-22-04.jpg?direct&)
ଇଲିଶାବେଥ ଯେତେବେଳେ ଛ’ ମାସର ଗର୍ଭବତୀ ଥିଲେ, ସେହି ଦୂତ ଇଲୀଶାବେଥଙ୍କ ସମ୍ପର୍କୀୟଙ୍କୁ, ପ୍ରକାଶିତ ହେଲେ ଯାହାଙ୍କ ନାମ ମରିୟମ ଥିଲା । ସେ ଜଣେ କୁମାରୀ ଥିଲେ ଓ ଯୋଷେଫ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିବା ନିମନ୍ତେ ନିର୍ବନ୍ଧ କରାଯାଇଥିଲେ । ଦୂତ କହିଲେ “ତୁମ୍ଭେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ । ତୁମ୍ଭେ ତାଙ୍କୁ ଯୀଶୁ ନାମ ଦେବ । ସେ ସର୍ବୋପରିସ୍ଥ ଈଶ୍ବରଙ୍କ ପୁତ୍ର ହେବେ ଓ ଚିରକାଳ ରାଜତ୍ବ କରିବେ ।”
![Image](https://cdn.door43.org/obs/jpg/360px/obs-en-22-05.jpg?direct&)
ମରିୟମ ଉତ୍ତର ଦେଇ କହିଲେ “ଏହା କିପରି ସମ୍ଭବ, ଯେହେତୁ ମୁଁ ଜଣେ କୁମାରୀ ଅଟେ ?” ଦୂତ ବୁଝାଇ କହିଲେ “ପବିତ୍ରଆତ୍ମା ତୁମ୍ଭ ଉପରେ ଅବତରଣ କରିବେ, ଏବଂ ଈଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବୋରିବ । ତେଣୁ ସେହି ଶିଶୁ ପବିତ୍ର ଓ ଈଶ୍ବରଙ୍କ ପୁତ୍ର ହେବ ।” ଦୂତ ତାହାଙ୍କୁ ଯାହା କହିଥିଲେ ମରିୟମ ତାହା ବିଶ୍ବାସ କରି ଗ୍ରହଣ କଲେ ।
![Image](https://cdn.door43.org/obs/jpg/360px/obs-en-22-06.jpg?direct&)
ଦୂଦୂତ ମରିୟମଙ୍କୁ କହିସାରିଲା ପରେ, ସେ ଯାଇ ଇଲିଶାବେଥଙ୍କୁ ଭ୍ରମଣ କଲେ । ଇଲିଶାବେଥ ମରିୟମଙ୍କ ନମସ୍କାର (ସମ୍ବୋଧନ) ଶୁଣିବା ମାତ୍ରେ ଇଲୀଶାବେଥଙ୍କ ଗର୍ଭରେ ଥିବା ସନ୍ତାନ ଉଛୁଳି ଉଠିଲା । ସେମାନଙ୍କ ପ୍ରତି ଈଶ୍ବର ଯାହା କରିଥିଲେ ସେ ବିଷୟକୁ ଭାବି ସ୍ତ୍ରୀମାନେ ଏକାଠି ଆନନ୍ଦ କଲେ । ମରିୟମ ଇଲିଶାବେଥଙ୍କୁ ସାକ୍ଷାତ କରି ତିନିମାସ ପରେ ମରିୟମ ଗୃହକୁ ଫେରିଗଲେ ।
![Image](https://cdn.door43.org/obs/jpg/360px/obs-en-22-07.jpg?direct&)
ଇଲିଶାବେଥ ତାଙ୍କ ଶିଶୁକୁ ଜନ୍ମ ଦେଇସାରିଲା ପରେ, ଯିଖରିୟ ଓ ଇଲିଶାବେଥ, ଦୂତଙ୍କ ଆଦେଶ ଦେଇଥିବା ଅନୁଯାୟୀ ସେହି ଶିଶୁକୁ ଯୋହନ ନାମ ଦେଲେ । ତା’ପରେ ଈଶ୍ବର ଯିଖରିୟଙ୍କୁ କଥା କହିବା ନିମନ୍ତେ ପୁନର୍ବାର ସକ୍ଷମ କରାଇଲେ । ଯିଖରିୟ କହିଲେ “ଈଶ୍ବରଙ୍କ ପ୍ରଶଂସା ହେଉ, କାରଣ ସେ ଆପଣା ଲୋକମାନଙ୍କୁ ସ୍ମରଣ କରିଅଛନ୍ତି!” ମୋ ପୁତ୍ର, ତୁମ୍ଭକୁ ସର୍ବୋପରିସ୍ଥ ଈଶ୍ବରଙ୍କର ଭାବବାଦୀ ବୋଲି ଡକାଯିବ ଯିଏ କିପରି ଲୋକମାନଙ୍କୁ ପାପ ନିମନ୍ତେ କ୍ଷମା ପାଇବେ ତାହା ସେ ସେମାନଙ୍କୁ କହିବ ।
ବାଇବଲର ଏକ କାହାଣୀ_:_ ଲୂକ_ 1_

43
content/23.md Normal file
View File

@ -0,0 +1,43 @@
# 23.ଯୀଶୁ ଜନ୍ମ #
![Image](https://cdn.door43.org/obs/jpg/360px/obs-en-23-01.jpg?direct&)
ଯୋଶେଫ ନାମକ ଜଣେ ଧାର୍ମିକ ବ୍ୟକ୍ତିଙ୍କ ସହ ମରିୟମଙ୍କର ବିବାହ ନିର୍ବନ୍ଧ ହୋଇଥିଲା । ମରିୟମ ଗର୍ଭବତୀ ଅଛନ୍ତି ବୋଲି ସେ ଯେତେବେଳେ ଜାଣିଲେ, ସେ ଜାଣିଥିଲେ ସେହି ଶିଶୁ ସନ୍ତାନ ତାଙ୍କର ନୁହେଁ । ସେ ମରିୟମଙ୍କୁ ଲଜ୍ଜିତ କରିବାକୁ ଇଛା କଲେନାହିଁ, ତେଣୁ ସେ ଗୁପ୍ତରେ ତାଙ୍କୁ ଛାଡପତ୍ର ଦେବା ନିମନ୍ତେ ଯୋଜନା କଲେ । ସେ ତାହା କରିବା ପୂର୍ବରୁ ଜଣେ ଦୂତ ତାଙ୍କ ନିକଟକୁ ଆସି ସ୍ବପ୍ନରେ ତାଙ୍କୁ କହିଲେ ।
![Image](https://cdn.door43.org/obs/jpg/360px/obs-en-23-02.jpg?direct&)
ଦୂତ କହିଲେ “ଯୋଶେଫ, ତୁମ୍ଭ ଭାର୍ଯ୍ୟା ମରିୟମଙ୍କୁ ନେବା ନିମନ୍ତେ ଭୟ କରନାହିଁ । ତାଙ୍କ ଗର୍ଭରେ ଥିବା ଶିଶୁ ପବିତ୍ରଆତ୍ମାଙ୍କଠାରୁ ହୋଇଛି । ସେ ଜଣେ ପୁତ୍ରଙ୍କୁ ଜନ୍ମ ଦେବେ । ତାଙ୍କୁ ଯୀଶୁ ନାମ ଦିଅ (ଯାହାର ଅର୍ଥ “ସଦାପ୍ରଭୁ ରକ୍ଷା କରନ୍ତି”), କାରଣ ସେ ଲୋକମାନଙ୍କୁ ସେମାନଙ୍କ ପାପରୁ ଉଦ୍ଧାର କରିବେ ।”
![Image](https://cdn.door43.org/obs/jpg/360px/obs-en-23-03.jpg?direct&)
ତେଣୁ ଯୋଶେଫ ମରିୟମଙ୍କୁ ବାହା ହେଲେ ଏବଂ ତାଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରି ନିଜ ଗୃହକୁ ନେଲେ କିନ୍ତୁ ସେ ପୁତ୍ର ସନ୍ତାନ ଜନ୍ମ ନ କରିବା ପର୍ଯ୍ୟନ୍ତ ତାଙ୍କ ସହିତ ସହବାସ କଲେ ନାହିଁ ।
![Image](https://cdn.door43.org/obs/jpg/360px/obs-en-23-04.jpg?direct&)
ମରିୟମଙ୍କ ନିମନ୍ତେ ଜନ୍ମ ଦେବାର ଦିନ ଯେତେବେଳେ ପାଖେଇ ଆସିଲା, ରୋମୀୟ ସରକାର ସମସ୍ତଙ୍କୁ ନିଜ ନିଜ ପୈତୃକ ସ୍ଥାନକୁ ଯାଇ ଜନଗଣନାରେ ଯୋଗଦାନ କରିବାକୁ କହିଲେ । ଯୋଶେଫ ଓ ମରିୟମ ବାସ କରୁଥିବା ନାଜରିତରୁ ଦୂର ଯାତ୍ରା କରି ବେଥଲିହିମକୁ ଯିବାକୁ ପଡିଥିଲା କାରଣ ସେମାନଙ୍କର ପିତୃପୁରୁଷ ଦାଉଦଙ୍କ ନିଜ ସହର ବେଥଲିହିମ ଥିଲା ।
![Image](https://cdn.door43.org/obs/jpg/360px/obs-en-23-05.jpg?direct&)
ସେମାନେ ଯେତେବେଳେ ବେଥଲିହିମରେ ପହଞ୍ଚିଲେ, ସେମାନଙ୍କୁ ରହିବା ପାଇଁ ସ୍ଥାନ ନ ଥିଲା । ପଶୁଗୁଡିକ ରହୁଥିବା ଗୃହରେ ହିଁ ସେମାନେ କେବଳ ସ୍ଥାନ ପାଇଥିଲେ । ଶିଶୁଟି ସେଠାରେ ଜନ୍ମ ହୋଇଥିଲା ଏବଂ ତାଙ୍କ ମା ତାଙ୍କୁ ଖାଇବା କୁଣ୍ଡରେ ଶୁଆଇଦେଇଥିଲେ, ଯେହେତୁ ତାଙ୍କୁ ଶୁଆଇବା ନିମନ୍ତେ ସେମାନଙ୍କ ଶଯ୍ୟା ନ ଥିଲା । ସେମାନେ ତାହାଙ୍କୁ ଯୀଶୁ ନାମ ଦେଲେ ।
![Image](https://cdn.door43.org/obs/jpg/360px/obs-en-23-06.jpg?direct&)
ସେହି ରାତ୍ରିରେ ନିକଟସ୍ଥ ଏକ କ୍ଷେତରେ କେତେ ମେଷପାଳକ ସେମାନଙ୍କ ପଶୁପଲକୁ ଜଗୁଥିଲେ । ହଠାତ୍, ଏକ ଉଜ୍ଜଳ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ଏବଂ ସେମାନେ ଭୟଭୀତ ହୋଇଯାଇଥିଲେ । ଦୂତ କହିଲେ “ଭୟ କରନାହିଁ, କାରଣ ତୁମ୍ଭ ନିମନ୍ତେ ମୋ ନିକଟରେ ଏକ ଶୁଭ ସମ୍ବାଦ ରହିଅଛି । ପ୍ରଭୁ ଖ୍ରୀଷ୍ଟ ବେଥଲିହିମରେ ଜନ୍ମଲାଭ କରିଅଛନ୍ତି!”
![Image](https://cdn.door43.org/obs/jpg/360px/obs-en-23-07.jpg?direct&)
“ଯାଇ ସେହି ଶିଶୁର ଅନ୍ବେଷଣ କର, ଏବଂ ତୁମ୍ଭେମାନେ ତାହାଙ୍କୁ ଗୁହାଳ କୁଣ୍ଡରେ ଲୁଗାରେ ଗୁଡା ହୋଇଥିବାର ଏବଂ ଶୋଇଥିବାର ଦେଖିବ ।” ହଠାତ୍, ଆକାଶ ଦୂତମାନଙ୍କ ଦ୍ବାରା ପରିପୂର୍ଣ୍ଣ ହୋଇଗଲା ଏବଂ ଈଶ୍ବରଙ୍କ ସ୍ତୁତି କରିଲେ ଏବଂ କହିଲେ, “ଊର୍ଦ୍ଧ୍ବଲୋକରେ ଈଶ୍ବରଙ୍କ ମହିମା ଓ ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି !”
![Image](https://cdn.door43.org/obs/jpg/360px/obs-en-23-08.jpg?direct&)
ମେଷପାଳକଗଣ ଅତିଶୀଘ୍ର ଯୀଶୁ ଯେଉଁଠାରେ ଥିଲେ ସେଠାରେ ପହଞ୍ଚିଲେ ଏବଂ ସେମାନେ ତାହାଙ୍କୁ ଦୂତ କହିଥିବା ଅନୁଯାୟୀ ଗୁହାଳ କୁଣ୍ଡରେ ଶୋଇଥିବାର ଦେଖିଲେ । ସେମାନେ ଅତିଶୟ ଉତ୍ସାହିତ ହୋଇଯାଇଥିଲେ । ମେଷପାଳକଗଣ କ୍ଷେତରେ ପହଞ୍ଚିଲେ ଯେଉଁଠାରେ ସେମାନଙ୍କର ମେଷପଲ ଥିଲେ ଏବଂ ସେମାନେ ଯାହା ସବୁ ଶୁଣିଥିଲେ ଓ ଦେଖିଥିଲେ ସେଥିଯୋଗୁଁ ଈଶ୍ବରଙ୍କର ପ୍ରଶଂସା କରୁଥିଲେ ।
![Image](https://cdn.door43.org/obs/jpg/360px/obs-en-23-09.jpg?direct&)
କିଛି ସମୟ ପରେ, ପୂର୍ବ ଦେଶରୁ ଆସିଥିବା ପଣ୍ଡିତଗଣ ଆକାଶରେ ଏକ ଅସ୍ବାଭାବିକ ତାରା ଦେଖିଲେ । ସେମାନେ ହୃଦୟଙ୍ଗମ କଲେ ଯେ ଯିହୂଦୀମାନଙ୍କର ନୂତନ ରାଜା ଜନ୍ମ ହେବା ବିଷୟରେ ଏହା ବୁଝାଉଥିଲା । ତେଣୁ, ସେମାନେ ଏହି ରାଜାଙ୍କୁ ଦେଖିବା ନିମନ୍ତେ ଦୂର ସ୍ଥାନରୁ ଯାତ୍ରା କରି ଆସିଲେ । ସେମାନେ ବେଥଲିହିମକୁ ଆସିଲେ ଏବଂ ଯୀଶୁ ଓ ତାହାଙ୍କ ପିତାମାତା ଯେଉଁ ଗୃହରେ ରହୁଥିଲେ ସେହି ଗୃହକୁ ପାଇଲେ ।
![Image](https://cdn.door43.org/obs/jpg/360px/obs-en-23-10.jpg?direct&)
ପଣ୍ଡିତଗଣ ଯେତେବେଳେ ଯୀଶୁଙ୍କୁ ତାଙ୍କ ମାତାଙ୍କ ସହ ଦେଖିଲେ, ସେମାନେ ଭୂମିଷ୍ଠ ହୋଇ ତାହାଙ୍କୁ ପ୍ରଣାମ କଲେ । ସେମାନେ ଯୀଶୁଙ୍କୁ ବହୁମୂଲ୍ୟ ଉପହାରଗୁଡିକ ଦେଲେ । ତା’ପରେ ସେମାନେ ନିଜ ଗୃହକୁ ଫେରି ଆସିଲେ ।
ବାଇବଲର ଏକ କାହାଣୀ_:_ ମାଥିଉ_ 1; _ ଲୂକ_ 2_

39
content/24.md Normal file
View File

@ -0,0 +1,39 @@
# 24. ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦିଅନ୍ତି #
![Image](https://cdn.door43.org/obs/jpg/360px/obs-en-24-01.jpg?direct&)
ଯିଖରିୟ ଓ ଇଲିଶାବେଥଙ୍କ ପୁତ୍ର ଯୋହନ ବଡ ହୋଇ ଜଣେ ଭାବବାଦୀ ହେଲେ । ସେ ପ୍ରାନ୍ତରରେ ବାସ କଲେ, ବନ ମଧୁ ଓ ପଙ୍ଗପାଳ ଖାଉଥିଲେ, ଏବଂ ଓଟ ଲୋମର ପୋଷାକ ପିନ୍ଧୁଥିଲେ ।
![Image](https://cdn.door43.org/obs/jpg/360px/obs-en-24-02.jpg?direct&)
ଅନେକ ଲୋକ ଯୋହନଙ୍କ କଥା ଶୁଣିବା ନିମନ୍ତେ ପ୍ରାନ୍ତରକୁ ଆସୁଥିଲେ । ସେ ସେମାନଙ୍କୁ ପ୍ରଚାର କରି କହିଲେ “ମନପରିବର୍ତ୍ତନ କର, କାରଣ ଈଶ୍ବରଙ୍କ ରାଜ୍ୟ ସନ୍ନିକଟ!”
![Image](https://cdn.door43.org/obs/jpg/360px/obs-en-24-03.jpg?direct&)
ଲୋକମାନେ ଯେତେବେଳେ ଯୋହନଙ୍କ ବାର୍ତ୍ତା ଶୁଣିଲେ, ସେମାନଙ୍କ ମଧ୍ୟରୁ ଅନେକେ ସେମାନଙ୍କ ପାପରୁ ପରିବର୍ତ୍ତିତ ହେଲେ, ଏବଂ ଯୋହନ ସେମାନଙ୍କୁ ବାପ୍ତିଜିତ କଲେ । ଅନେକ ଧାର୍ମିକ ନେତା ମଧ୍ୟ ଯୋହନଙ୍କ ଦ୍ବାରା ବାପ୍ତିଜିତ ହେବା ନିମନ୍ତେ ଆସିଲେ, କିନ୍ତୁ ସେମାନେ ମନ ପରିବର୍ତ୍ତନ କରିନଥିଲେ କିମ୍ବା ସେମାନଙ୍କ ପାପ ସ୍ବୀକାର କରିନଥିଲେ ।
![Image](https://cdn.door43.org/obs/jpg/360px/obs-en-24-04.jpg?direct&)
ଯୋହନ ସେହି ଧାର୍ମିକ ନେତାମାନଙ୍କୁ କହିଲେ “ହେ କାଳ ସର୍ପର ବଂଶ! ଅନୁତାପ କର ଓ ତୁମ୍ଭମାନଙ୍କ ବ୍ୟବହାର ପରିବର୍ତ୍ତନ କର । ଯେକୌଣସୀ ବୃକ୍ଷ ଭଲ ଫଳ ନ ଫଳେ ତାହା କାଟି ଦିଆଯିବ ଏବଂ ନିଆଁରେ ଫୋପାଡି ଦିଆଯିବ ।” ଭାବବାଦୀମାନେ ଯାହା ଯାହା ତାହାଙ୍କ ବିଷୟରେ କହିଥିଲେ ଯୋହନ ତାହା ସଫଳ କଲେ “ଦେଖ, ମୁଁ ତୁମ୍ଭ ଆଗରେ ମୋ ଦୂତବାହିନୀକୁ ପ୍ରେରଣ କରୁଅଛି ଯିଏ ତୁମ୍ଭର ପଥ ପ୍ରସ୍ତୁତ କରିବେ ।”
![Image](https://cdn.door43.org/obs/jpg/360px/obs-en-24-05.jpg?direct&)
କିଛି ଯିହୂଦୀମାନେ ଯୋହନଙ୍କୁ ସେ ଖ୍ରୀଷ୍ଟ କି ବୋଲି ପଚାରିଲେ । ଯୋହନ ଉତ୍ତର ଦେଲେ “ମୁଁ ଖ୍ରୀଷ୍ଟ ନୁହେଁ, କିନ୍ତୁ ମୋ ପରେ ଜଣେ ଆସୁଅଛନ୍ତି । ସେ ଏତେ ମହାନ୍ ଯେ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ ।”
![Image](https://cdn.door43.org/obs/jpg/360px/obs-en-24-06.jpg?direct&)
ପରଦିନ ଯୋହନଙ୍କ ଦ୍ବାରା ବାପ୍ତିଜିତ ହେବା ନିମନ୍ତେ ଯୀଶୁ ଆସିଲେ । ଯୋହନ ଯେତେବେଳେ ତାହାଙ୍କୁ ଦେଖିଲେ, ସେ କହିଲେ “ଏହି ଦେଖ! ଈଶ୍ବରଙ୍କ ମେଷଶାବକ ଯିଏ ଜଗତର ପାପ ଭାର ବୋହିନେଇ ଯାଆନ୍ତି ।”
![Image](https://cdn.door43.org/obs/jpg/360px/obs-en-24-07.jpg?direct&)
ଯୋହନ ଯୀଶୁଙ୍କୁ କହିଲେ “ତୁମକୁ ବାପ୍ତିସ୍ମ ଦେବା ନିମନ୍ତେ ମୁଁ ଯୋଗ୍ୟ ନୁହେଁ । ବରଂ ତୁମେ ମୋତେ ବାପ୍ତିସ୍ମ ଦେବା ଉଚିତ୍ ।” କିନ୍ତୁ ଯୀଶୁ କହିଲେ “ତୁମ୍ଭେ ମୋତେ ବାପ୍ତିସ୍ମ ଦେବା ଆବଶ୍ୟକ, କାରଣ ଏହିପ୍ରକାରେ ସମସ୍ତ ଧାର୍ମିକତା ସମ୍ପୁର୍ଣ ହେବ। ତେଣୁ ଯୋହନ ତାହାଙ୍କୁ ବାପ୍ତିଜିତ କଲେ, ଯଦିଓ ଯୀଶୁ କେବେ ପାପ କରିନଥିଲେ ।
![Image](https://cdn.door43.org/obs/jpg/360px/obs-en-24-08.jpg?direct&)
ବାପ୍ତିଜିତ ହେଲାପରେ ଯେତେବେଳେ ଯୀଶୁ ଜଳରୁ ଉଠି ଆସିଲେ, ଈଶ୍ବରଙ୍କ ଆତ୍ମା ଏକ କପୋତ ରୂପରେ ଦେଖାଦେଇଥିଲେ ଏବଂ ଏହା ତଳକୁ ଆସି ତାଙ୍କ ଉପରେ ଅବତରଣ (ବସିଲା) କଲା । ସେହି ସମୟରେ, ଈଶ୍ବରଙ୍କ ରବ ଆକାଶରୁ ଶୁଣାଗଲା ଏବଂ କହିଲେ, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର ଯାହାଙ୍କଠାରେ ଆମ୍ଭର ପରମ ସନ୍ତୋଷ ।”
![Image](https://cdn.door43.org/obs/jpg/360px/obs-en-24-09.jpg?direct&)
ଈଶ୍ବର ଯୋହନଙ୍କୁ କହିଥିଲେ “ତୁମ୍ଭେ ଯାହାଙ୍କୁ ବାପ୍ତିସ୍ମ ଦେବ ତାଙ୍କ ଉପରେ ପବିତ୍ର ଆତ୍ମା ଅବତରଣ ହେବେ ଏବଂ ରହିବେ । ସେହି ବ୍ୟକ୍ତି ଈଶ୍ବରଙ୍କ ପୁତ୍ର ଅଟନ୍ତି ।” କେବଳ ଏକମାତ୍ର ଈଶ୍ବର ଅଛନ୍ତି। କିନ୍ତୁ ଯୋହନ ଯେତେବେଳେ ଯୀଶୁଙ୍କୁ ବାପ୍ତିସ୍ମ ଦେଲେ, ସେ ପିତା କଥା କହୁଥିବାର ଶୁଣିଲେ, ଈଶ୍ବରଙ୍କ ପୁତ୍ର ଯୀଶୁଙ୍କୁ ଦେଖିଲେ, ଏବଂ ପବିତ୍ରଆତ୍ମାଙ୍କୁ ଦେଖିଲେ ।
ବାଇବଲର ଏକ କାହାଣୀ_:_ ମାଥିଉ_ 3; _ ମାର୍କ_ 1:9-11; _ ଲୂକ_ 3:1-23_

35
content/25.md Normal file
View File

@ -0,0 +1,35 @@
# 25. ଶୟତାନ ଯୀଶୁଙ୍କୁ ପରୀକ୍ଷା କରେ #
![Image](https://cdn.door43.org/obs/jpg/360px/obs-en-25-01.jpg?direct&)
ଯୀଶୁ ବାପ୍ତିଜିତ ହେବାର ତତ୍କ୍ଷଣାତ୍ ତ୍ପବିତ୍ରଆତ୍ମା ତାଙ୍କୁ ପ୍ରାନ୍ତରକୁ ଚାଳିତ କଲେ, ଯେଉଁଠି ସେ ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କଲେ । ତା'ପରେ ଶୟତାନ ଯୀଶୁଙ୍କ ନିକଟକୁ ଆସିଲା ଏବଂ ତାଙ୍କୁ ପାପ କରିବା ନିମନ୍ତେ ପ୍ରଲୋଭିତ କଲା ।
![Image](https://cdn.door43.org/obs/jpg/360px/obs-en-25-02.jpg?direct&)
ଶୟତାନ ଏହା କହି ଯୀଶୁଙ୍କୁ ପ୍ରଲୋଭିତ କରିଥିଲା “ଯଦି ତୁମ୍ଭେ ଈଶ୍ବରଙ୍କ ପୁତ୍ର, ଏହି ପଥରଗୁଡିକ ରୋଟୀରେ ପରିଣତ ହେବା ପାଇଁ ଆଜ୍ଞା ଦିଅ!”
![Image](https://cdn.door43.org/obs/jpg/360px/obs-en-25-03.jpg?direct&)
ଯୀଶୁ ଉତ୍ତର ଦେଲେ “ଈଶ୍ବରଙ୍କ ବାକ୍ୟରେ ଲେଖାଅଛି, ‘ମନୁଷ୍ୟ କେବଳ ରୋଟି ଦ୍ଵ।ରା ବଞ୍ଚେ ନାହିଁ କିନ୍ତୁ ଈଶ୍ବରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚେ!”
![Image](https://cdn.door43.org/obs/jpg/360px/obs-en-25-04.jpg?direct&)
ତା’ପରେ ଶୟତାନ ମନ୍ଦିରର ଶୀର୍ଷକୁ ଘେନିଯାଇ ତାଙ୍କୁ କହିଲା “ତୁମ୍ଭେ ଯଦି ଈଶ୍ବରଙ୍କ ପୁତ୍ର, ତଳକୁ ଡେଇଁପଡ, କାରଣ ଲେଖାଅଛି ‘ତୁମ୍ଭେ ପାଦ ଯେପରି ଆଘାତ ନ ହେବ ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବା ପାଇଁ ଈଶ୍ବର ଦୂତମାନଙ୍କୁ ଆଜ୍ଞା ଦେବେ ।”
![Image](https://cdn.door43.org/obs/jpg/360px/obs-en-25-05.jpg?direct&)
କିନ୍ତୁ ଯୀଶୁ ଶାସ୍ତ୍ରରୁ ଉଦ୍ଧୃତ କରି ଶୟତାନକୁ ଉତ୍ତର ଦେଲେ । ସେ କହିଲେ “ଈଶ୍ବରଙ୍କ ବାକ୍ୟରେ, ସେ ତାହାଙ୍କ ଲୋକମାନଙ୍କୁ ଆଦେଶ ଦିଅନ୍ତି ‘ତୁମ୍ଭ ପ୍ରଭୁ ଆପଣା ଈଶ୍ବରଙ୍କୁ ପରୀକ୍ଷା କରିବ ନାହିଁ ।”
![Image](https://cdn.door43.org/obs/jpg/360px/obs-en-25-06.jpg?direct&)
ତା’ପରେ ଶୟତାନ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶର୍ଯ୍ୟ ଦେଖାଇ କହିଲା “ତୁମ୍ଭେ ଯଦି ନତ ହୋଇ ମୋତେ ପ୍ରଣାମ କରିବ ତେବେ ମୁଁ ଏହି ସମସ୍ତ ତୁମ୍ଭକୁ ଦେବି ।”
![Image](https://cdn.door43.org/obs/jpg/360px/obs-en-25-07.jpg?direct&)
ଯୀଶୁ ଉତ୍ତର ଦେଲେ “ଦୂର ହୁଅ ଶୟତାନ! ଈଶ୍ବରଙ୍କ ବାକ୍ୟରେ ଲୋକମାନଙ୍କୁ କୁହାଯାଇଛି ‘ତୁମ୍ଭେ କେବଳ ତୁମ୍ଭ ପ୍ରଭୁ ଈଶ୍ବରଙ୍କର ହିଁ ଉପାସନା କରିବ ଓ ତାହାଙ୍କର ସେବା କରିବ ।”
![Image](https://cdn.door43.org/obs/jpg/360px/obs-en-25-08.jpg?direct&)
ଯୀଶୁ ଶୟତାନର ପ୍ରଲୋଭନରେ ହାରି ନ ଥିଲେ, ତେଣୁ ଶୟତାନ ତାହାଙ୍କୁ ଛାଡି ଚାଲିଯାଇଥିଲା । ତା’ପରେ ଦୂତମାନେ ଆସି ଯୀଶୁଙ୍କର ସେବା କଲେ ।
ବାଇବଲର ଏକ କାହାଣୀ_:_ ମାଥିଉ_ 4:1-11; _ ମାର୍କ_ 1:12-13; _ ଲୂକ_ 4:1-13_

43
content/26.md Normal file
View File

@ -0,0 +1,43 @@
# 26. ଯୀଶୁ ତାହାଙ୍କ ସେବାକାର୍ଯ୍ୟ ଆରମ୍ଭ କରନ୍ତି #
![Image](https://cdn.door43.org/obs/jpg/360px/obs-en-26-01.jpg?direct&)
ଶୟତାନର ପ୍ରଲୋଭନ ଉପରେ ଜୟଲାଭ କଲାପରେ, ଯୀଶୁ ପବିତ୍ରଆତ୍ମାଙ୍କ ଶକ୍ତିରେ ସେ ବାସ କରୁଥିବା ଗାଲିଲୀ ଅଞ୍ଚଳକୁ ବାହୁଡିଲେ । ଯୀଶୁ ଶିକ୍ଷା ଦେଇ ସ୍ଥାନକୁ ସ୍ଥାନ ଭ୍ରମଣ କଲେ । ସମସ୍ତେ ତାଙ୍କ ବିଷୟରେ ଉତ୍ତମ ବିଷୟ କହିଲେ ।
![Image](https://cdn.door43.org/obs/jpg/360px/obs-en-26-02.jpg?direct&)
ଯୀଶୁ ଯେଉଁ ନାଜରିତରେ ନିଜ ବାଲ୍ୟକାଳରୁ ରହୁଥିଲେ, ସେହି ନଗରକୁ ଗଲେ । ବିଶ୍ରାମବାରରେ ସେ ଉପାସନାର ସ୍ଥାନକୁ ଗଲେ । ତାହାଙ୍କ ହାତରେ ନଳାକାର ପୁସ୍ତକ (ସେହି ସମୟରେ ଥିବା ପୁରାତନ ନିୟମ) ଦିଆଗଲା ଯେପରିକି ସେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ପାଠ କରିବେ । ଯୀଶୁ ନଳାକାର ପୁସ୍ତକକୁ ଖୋଲିଲେ ସେଥିର କିଛି ଅଂଶକୁ ଲୋକମାନଙ୍କ ସମ୍ମୁଖରେ ପାଠ କଲେ ।
![Image](https://cdn.door43.org/obs/jpg/360px/obs-en-26-03.jpg?direct&)
ଯୀଶୁ ପାଠ କଲେ “ଈଶ୍ବର ତାହାଙ୍କ ଆତ୍ମା ମୋତେ ପ୍ରଦାନ କରିଅଛନ୍ତି ଯେପରିକି ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାର, ବନ୍ଦୀମାନଙ୍କୁ ମୁକ୍ତିର ବିଷୟ, ଅନ୍ଧମାନଙ୍କୁ ଚକ୍ଷୁଲାଭର ବିଷୟ, ଏବଂ ଉପଦ୍ରବପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବା ବିଷୟ ଘୋଷଣା କରିବି । ଏହା ସଦାପ୍ରଭୁଙ୍କ ଅନୁଗରହର ବର୍ଷ ।”
![Image](https://cdn.door43.org/obs/jpg/360px/obs-en-26-04.jpg?direct&)
ତା’ପରେ ଯୀଶୁ ବସିଲେ । ସମସ୍ତ ଚକ୍ଷୁ ତାହାଙ୍କ ଉପରେ ଥିଲା । ଯୀଶୁ ଶାସ୍ତ୍ରର ଯେଉଁ ଅଂଶ ପାଠ କରିଥିଲେ ତାହା ଖ୍ରୀଷ୍ଟଙ୍କୁ ସୂଚୀତ କରୁଥିବାର ସେମାନେ ଜାଣିପାରିଲେ । ଯୀଶୁ କହିଲେ “ମୁଁ ଯେଉଁ ବାକ୍ୟ ପାଠ କଲି ତାହା ବର୍ତ୍ତମାନ ଘଟୁଅଛି ।” ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଲେ । ସେମାନେ କହିଲେ “ଏ କ’ଣ ଯୋଷେଫର ପୁତ୍ର ନୁହେଁ?”
![Image](https://cdn.door43.org/obs/jpg/360px/obs-en-26-05.jpg?direct&)
ତା’ପରେ ଯୀଶୁ କହିଲେ “ଏହା ସତ୍ୟ ଯେ କୌଣସି ଭାବବାଦୀ ନିଜ ନଗରରେ ଗ୍ରହଣଯୋଗ୍ୟ ନୁହନ୍ତି । ଏଲୀୟ ଭାବବାଦୀଙ୍କ ସମୟରେ ଇସ୍ରାୟେଲ ମଧ୍ୟରେ ଅନେକ ବିଧବା ଥିଲେ । କିନ୍ତୁ ଯେତେବେଳେ ସାଢେ ତିନି ବର୍ଷା ହେଲାନାହିଁ ସେତେବେଳେ ଈଶ୍ବର ଏଲୀୟଙ୍କୁ ଇସ୍ରାୟେଲରେ ଥିବା କୌଣସି ବିଧବା ନିକଟକୁ ପ୍ରେରଣ ନ କରି ଭିନ୍ନ ଏକ ଦେଶରେ ଥିବା ବିଧବା ନିକଟକୁ ପ୍ରେରଣ କରିଥିଲେ ।”
![Image](https://cdn.door43.org/obs/jpg/360px/obs-en-26-06.jpg?direct&)
ଯୀଶୁ କହି ଚାଲିଲେ “ଏବଂ ଇଲିଶାୟ ଭାବବାଦୀଙ୍କ ସମୟରେ ଚର୍ମରୋଗ ଥିବା ଅନେକେ ଇସ୍ରାୟେଲରେ ଥିଲେ । କିନ୍ତୁ ଇଲୀଶାୟ ସେମାନଙ୍କ ମଧ୍ୟରୁ କାହାକୁ ସୁସ୍ଥ କରି ନ ଥିଲେ । ସେ ଇସ୍ରାୟେଲର ଶତ୍ରୁ ଦେଶରେ ଏକ ସେନାପତି ନାମାନଙ୍କ ଚର୍ମରୋଗ କେବଳ ସୁସ୍ଥ କରିଥିଲେ । ଯେଉଁ ଲୋକମାନେ ଯୀଶୁଙ୍କ କଥା ଶୁଣୁଥିଲେ ସେ ସମସ୍ତେ ଯିହୂଦୀ ଥିଲେ । ତେଣୁ ସେମାନେ ଯେତେବେଳେ ଏହା କହିବାର ଶୁଣିଲେ, ସେମାନେ ତାଙ୍କ ଉପରେ ଅତିଶୟ କ୍ରୋଧ କରିଥିଲେ ।
![Image](https://cdn.door43.org/obs/jpg/360px/obs-en-26-07.jpg?direct&)
ନାଜରିତରେ ଥିବା ଲୋକେ ଉପାସନାର ସ୍ଥାନରୁ ଯୀଶୁଙ୍କୁ ବାହାର କରି ହତ୍ୟା କରିବା ନିମନ୍ତେ ଏକ ଶୀର୍ଷରୁ ଫିଙ୍ଗିବା ପାଇଁ ସେଠାକୁ ଆଣିଲେ । କିନ୍ତୁ ଯୀଶୁ ଜନଗହଳି ମଧ୍ୟ ଦେଇ ଚାଲିଗଲେ ଓ ନାଜରିତ ସହର ପରିତ୍ୟାଗ କଲେ ।
![Image](https://cdn.door43.org/obs/jpg/360px/obs-en-26-08.jpg?direct&)
ତା’ପରେ ଯୀଶୁ ଗାଲିଲୀ ଅଞ୍ଚଳକୁ ଗଲେ, ବହୁ ଜନଗହଳି ତାଙ୍କ ନିକଟକୁ ଆସିଲେ । ଯେଉଁ ଲୋକମାନେ ଦେଖିପାରୁନଥିଲେ, ଚାଲିପାରୁନଥିଲେ, ଶୁଣିପାରୁନଥିଲେ ଏମାନଙ୍କ ସମେତ ସେମାନେ ଅନେକ ପୀଡିତ ଓ ଶାରିରୀକ ଅକ୍ଷମ ଲୋକମାନଙ୍କୁ ଆଣିଲେ ।
![Image](https://cdn.door43.org/obs/jpg/360px/obs-en-26-09.jpg?direct&)
ଭୂତଗ୍ରସ୍ତ ଲୋକମାନଙ୍କୁ ଯୀଶୁଙ୍କ ନିକଟକୁ ଅଣାଯାଉଥିଲା । ଯୀଶୁଙ୍କ ଆଦେଶରେ ଭୂତମାନେ ଲୋକମାନଙ୍କଠାରୁ ବାହାରି ଆସୁଥିଲେ, ଏବଂ ଅନେକ ସମୟରେ ସେମାନେ ଚିତ୍କାର କରୁଥିଲେ “ତୁମ୍ଭେ ଈଶ୍ବରଙ୍କ ପୁତ୍ର!” ବହୁଜଣ ଆଶ୍ଚର୍ଯ୍ୟ ହେଉଥିଲେ ଏବଂ ଈଶ୍ବରଙ୍କର ଉପାସନା କରୁଥିଲେ ।
![Image](https://cdn.door43.org/obs/jpg/360px/obs-en-26-10.jpg?direct&)
ତା’ପରେ ଯୀଶୁ ବାରଜଣ ବ୍ୟକ୍ତିମାନଙ୍କୁ ମନୋନୀତ କଲେ ଯେଉଁମାନଙ୍କୁ ପ୍ରେରିତ ଶିଷ୍ୟ କୁହାଯାଉଥିଲା । ଶିଷ୍ୟମାନେ ଯୀଶୁଙ୍କ ସହ ଗମନ କରୁଥିଲେ ଏବଂ ତାଙ୍କଠାରୁ ଶିଖୁଥିଲେ ।
ବାଇବଲର ଏକ କାହାଣୀ_:_ ମାଥିଉ_ 4:12-25; _ ମାର୍କ_ 1:14-15, 35-39; 3:13-21; _ ଲୂକ_ 4:14-30, 38-44_

47
content/27.md Normal file
View File

@ -0,0 +1,47 @@
# 27. ଉତ୍ତମ ଶମିରୋଣୀୟଙ୍କ କାହାଣୀ #
![Image](https://cdn.door43.org/obs/jpg/360px/obs-en-27-01.jpg?direct&)
ଦିନେ, ଜଣେ ଯିହୁଦୀ ବ୍ୟବସ୍ଥା ଅଭ୍ୟସ୍ତ ଶାସ୍ତ୍ରଜ୍ଞ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ପଚାରିଲେ, “ଗୁରୁ, ଅନନ୍ତ ଜୀବନ ପାଇବା ନିମନ୍ତେ ମୁଁ ନିହାତି କ’ଣ କରିବାକୁ ହେବ?” ଯୀଶୁ ଉତ୍ତର ଦେଲେ “ବ୍ୟବସ୍ଥାରେ କ’ଣ ଲେଖାଅଛି?”
![Image](https://cdn.door43.org/obs/jpg/360px/obs-en-27-02.jpg?direct&)
ବ୍ୟବସ୍ଥା ଶାସ୍ତ୍ରଜ୍ଞ ଉତ୍ତର ଦେଲେ ଯେ ଈଶ୍ବରଙ୍କ ବ୍ୟବସ୍ଥା କୁହେ “ତୁମ୍ଭେ ପ୍ରଭୁ ଈଶ୍ବରଙ୍କୁ ତୁମ୍ଭର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ବଳ ଓ ସମସ୍ତ ମନ ଦେଇ ପ୍ରେମ କର । ଏବଂ ତୁମ୍ଭ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।” ଯୀଶୁ ଉତ୍ତର ଦେଲେ “ତୁମ୍ଭେ ଠିକ୍ କହି ଅଛ! ଏହା କର ତେବେ ତୁମ୍ଭେ ବଞ୍ଚିବ ।”
![Image](https://cdn.door43.org/obs/jpg/360px/obs-en-27-03.jpg?direct&)
କିନ୍ତୁ ବ୍ୟବସ୍ଥା ଶାସ୍ତ୍ରଜ୍ଞ ନିଜକୁ ଧାର୍ମିକ ପ୍ରମାଣିତ କରିବାକୁ ପଚାରିଲେ “ମୋ ପ୍ରତିବାସୀ କିଏ?”
![Image](https://cdn.door43.org/obs/jpg/360px/obs-en-27-04.jpg?direct&)
ଯୀଶୁ ବ୍ୟବସ୍ଥା ଶାସ୍ତ୍ରଜ୍ଞଙ୍କୁ ଏକ କାହାଣୀ କହି ଏହାର ଉତ୍ତର ଦେଲେ । “ଜଣେ ବ୍ୟକ୍ତି ଯିରୁଶାଲମରୁ ରାସ୍ତାରେ ଯିରୀହୋକୁ ଯାତ୍ରା କରୁଥିଲେ ।
![Image](https://cdn.door43.org/obs/jpg/360px/obs-en-27-05.jpg?direct&)
ଲୋକଟି ଯେତେବେଳେ ଯାତ୍ରା କରୁଥିଲେ, ସେତେବେଳେ ସେ ଏକ ଦଳ ଡକାୟତଙ୍କ ଦ୍ବାରା ଆକ୍ରମଣର କାରଣ ହେଲେ । ତାଙ୍କ ନିକଟରେ ଥିବା ସମସ୍ତ ବିଷୟକୁ ସେମାନେ ନେଇଗଲେ ଏବଂ ତାଙ୍କୁ ମରିବା ପର୍ଯ୍ୟନ୍ତ ମାଡ ମାରିଲେ । ତା’ପରେ ସେମାନେ ଚାଲିଗଲେ ।”
![Image](https://cdn.door43.org/obs/jpg/360px/obs-en-27-06.jpg?direct&)
ସେହି ସମୟରେ ଜଣେ ଯିହୂଦୀ ଯାଜକ ସେହି ରାସ୍ତା ଦେଇ ଯାଉଥିଲେ । ଯେତେବେଳେ ସେହି ଧର୍ମଗୁରୁ ମାଡ ମରାହୋଇ ପଡିଥିବା ଲୋକଙ୍କୁ ଦେଖିଲେ ସେ ସେତେବେଳେ ରାସ୍ତାର ଆର ପାଖ ଦେଇ ଚାଲିଗଲେ, ଯିଏ ସାହାଯ୍ୟ ଚାହୁଁଥିବା ସେହି ଲୋକଙ୍କ ଠାରୁ ମୁହଁମୋଡ଼ି, ଏବଂ ଚାଲିଗଲେ ।”
![Image](https://cdn.door43.org/obs/jpg/360px/obs-en-27-07.jpg?direct&)
“ତା'ପରେ ଅଳ୍ପ ସମୟ ମଧ୍ୟରେ, ସେହି ରାସ୍ତା ଦେଇ ଜଣେ ଲେବୀୟ ଆସିଲେ । (ଲେବୀୟମାନେ ହେଉଛନ୍ତି ଏକ ଯିହୂଦୀମାନଙ୍କ ଏକ ଜାତି ଯିଏ ଯାଜକମାନଙ୍କୁ ମନ୍ଦିରରେ ସାହାଯ୍ୟ କରୁଥିଲେ ।) ଲେବୀୟ ମଧ୍ୟ ସେହି ରାସ୍ତାର ଆର ପାଖ ଦେଇ ଚାଲିଯାଇ ସେହି ଦରମରା ଅବସ୍ଥାରେ ଯାହାକୁ ଲୁଟିନେଇଥିଲେ ଏବଂ ମାଡ ଖାଇ ପଡିଥିବା ଲୋକ ଠାରୁ ମୁହଁମୋଡି ଚାଲିଗଲେ ।”
![Image](https://cdn.door43.org/obs/jpg/360px/obs-en-27-08.jpg?direct&)
“ପରବର୍ତ୍ତୀ ସମୟରେ ଯେଉଁ ବ୍ୟକ୍ତି ସେହି ରାସ୍ତା ଦେଇ ଗଲେ ସେ ଜଣେ ଶମିରୋଣୀୟ ଲୋକ ଥିଲେ । (ଶମିରଣୀୟମାନେ ହେଉଛନ୍ତି ଯିହୂଦୀମାନଙ୍କର ବଂଶଧର ଯେଉଁମାନେ ଅନ୍ୟ ଦେଶରୁ ବିବାହ କରିଥିଲେ) । ଶମିରୋଣୀୟମାନେ ଓ ଯିହୂଦୀମାନେ ପରସ୍ପରକୁ ଘୃଣା କରୁଥିଲେ ।) କିନ୍ତୁ ଶମିରୋଣୀୟ ଲୋକ ଯେତେବେଳେ ସେହି ଯିହୂଦୀ ବ୍ୟକ୍ତିଙ୍କୁ ଦେଖିଲେ, ସେ ତାଙ୍କ ପ୍ରତି ଦୟାରେ ବିଗଳିତ ହେଲେ । ତେଣୁ ତାଙ୍କର ଯତ୍ନ ନେଲେ ଏବଂ ତାଙ୍କର କ୍ଷତସବୁକୁ ସଫା କଲେ।”
![Image](https://cdn.door43.org/obs/jpg/360px/obs-en-27-09.jpg?direct&)
““ତା’ପରେ ସେହି ଶମିରୋଣୀୟ ସେହି ବ୍ୟକ୍ତିଙ୍କୁ ଉଠାଇ ନିଜ ଗଧ ଉପରେ ବସାଇଲେ ଏବଂ ତାଙ୍କୁ ରାସ୍ତା ନିକଟସ୍ଥ ପାନ୍ଥଶାଳାକୁ ନେଇଗଲେ ଯେଉଁଠି ସେ ତାଙ୍କର ଯତ୍ନ ନେଲେ ।”
![Image](https://cdn.door43.org/obs/jpg/360px/obs-en-27-10.jpg?direct&)
“ପରଦିନ, ସେହି ଶମିରୋଣୀୟ ବ୍ୟକ୍ତି ତାଙ୍କ ଯାତ୍ରା ଜାରିରଖିଲେ । ସେ ପାନ୍ଥଶାଳାର ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ କିଛି ଅର୍ଥ ଦେଇ କହିଲେ “ତାହାଙ୍କର ଯତ୍ନ ନିଅ ଏବଂ ତୁମେ ଯଦି ଏହାଠାରୁ ଅଧିକ ଖର୍ଚ୍ଚ କରିବ, ତେବେ ମୁଁ ବାହୁଡିବା ସମୟରେ ସେହି ଖର୍ଚ୍ଚଗୁଡିକ ପରିଶୋଧ କରିଦେବି ।”
![Image](https://cdn.door43.org/obs/jpg/360px/obs-en-27-11.jpg?direct&)
ତା’ପରେ ଯୀଶୁ ସେହି ବ୍ୟବସ୍ଥା ଶାସ୍ତ୍ରଜ୍ଞଙ୍କୁ ପଚାରିଲେ “ତୁମ୍ଭେ କ’ଣ ଭାବୁଅଛ? ଏହି ତିନିଜଣଙ୍କ ମଧ୍ୟରୁ କିଏ ଡକାୟତମାନଙ୍କ ହାବୁଡରେ ପଡିଥିବା ଲୋକଟିର ପ୍ରତିବାସୀ ଯାହାକୁ ଲୁତାଗଲା ଏବଂ ମାଡ ମରାଗଲା? ସେ ଉତ୍ତର ଦେଲେ, “ଯିଏ ତାଙ୍କ ପ୍ରତି ଦୟା ଦେଖାଇଥିଲେ, ସିଏ ।” ଯୀଶୁ ତାଙ୍କୁ କହିଲେ “ତୁମ୍ଭେ ମଧ୍ୟ ଯାଅ ଏବଂ ତାହା କର ।”
ବାଇବଲର ଏକ କାହାଣୀ_:_ ଲୂକ_ 10:25-37_

43
content/28.md Normal file
View File

@ -0,0 +1,43 @@
# 28. ଯୁବା ଧନୀ ଶାସକ #
![Image](https://cdn.door43.org/obs/jpg/360px/obs-en-28-01.jpg?direct&)
ଦିନେ, ଜଣେ ଯୁବା ଧନୀ ଶାସକ ଯୀଶୁଙ୍କ ନିକଟକୁ ଆସିଲେ ଏବଂ ପଚାରିଲେ “ଉତ୍ତମ ଗୁରୁ, ଅନନ୍ତ ଜୀବନ ପାଇବା ନିମନ୍ତେ ମୁଁ କ’ଣ କରିବି?” ଯୀଶୁ ତାହାଙ୍କୁ କହିଲେ “ମୋତେ କାହିଁକି ଉତ୍ତମ କହୁଅଛ?” ଜଣେ ମାତ୍ର ଉତ୍ତମ ଅଟନ୍ତି ଓ ସେ ହେଉଛନ୍ତି ଈଶ୍ବର । କିନ୍ତୁ ତୁମ୍ଭେ ଯଦି ଅନନ୍ତ ଜୀବନ ପାଇବାକୁ ଚାହଁ ତେବେ ଈଶ୍ବରଙ୍କ ବ୍ୟବସ୍ଥାଗୁଡିକ ପାଳନ କର ।”
![Image](https://cdn.door43.org/obs/jpg/360px/obs-en-28-02.jpg?direct&)
ସେ ପଚାରିଲେ “କେଉଁ କେଉଁ ଆଜ୍ଞାଗୁଡିକ ମୁଁ ପାଳନ କରିବା ଆବଶ୍ୟକ?” ଯୀଶୁ ଉତ୍ତର ଦେଲେ “ନରହତ୍ୟା କରନାହିଁ । ବ୍ୟଭିଚାର କର ନାହିଁ । ଚୋରି କର ନାହିଁ । ମିଥ୍ୟା କୁହ ନାହିଁ । ତୁମ୍ଭ ପିତା ଓ ମାତାଙ୍କୁ ସମ୍ମାନ କର, ଏବଂ ତୁମ୍ଭ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ଯେପରି ତୁମେ ତୁମ ନିଜକୁ ପ୍ରେମ କର ।”
![Image](https://cdn.door43.org/obs/jpg/360px/obs-en-28-03.jpg?direct&)
କିନ୍ତୁ ସେହି ଯୁବକ ତାହାଙ୍କୁ କହିଲେ “ମୁଁ ଏହି ସମସ୍ତ ବାଲ୍ୟକାଳ ସମୟରୁ ପାଳନ କରିଆସିଅଛି । ଅନନ୍ତ ଜୀବନ ପାଇବା ନିମନ୍ତେ ମୋତେ ଆଉ କ’ଣ କରିବାକୁ ହେବ?” ଯୀଶୁ ତାଙ୍କ ପ୍ରତି ଦୃଷ୍ଟି କରି ତାଙ୍କୁ ପ୍ରେମ କଲେ ।
![Image](https://cdn.door43.org/obs/jpg/360px/obs-en-28-04.jpg?direct&)
ଯୀଶୁ ଉତ୍ତର ଦେଲେ “ଯଦି ତୁମ୍ଭେ ସିଦ୍ଧ ହେବାକୁ ଚାହଁ, ତେବେ ଯାଅ ଏବଂ ତୁମ୍ଭର ସମସ୍ତ ବିକ୍ରୟ କର ଏବଂ ଦରିଦ୍ରମାନଙ୍କୁ ଧନ ଦାନ କର, ଏବଂ ତୁମ୍ଭେ ସ୍ବର୍ଗରେ ଧନ ପାଇବ । ତା’ପରେ ଆସି ମୋର ଅନୁଗମନ କର ।”
![Image](https://cdn.door43.org/obs/jpg/360px/obs-en-28-05.jpg?direct&)
ଯୀଶୁ କହିଥିବା ବିଷୟକୁ ଯୁବକ ଯେତେବେଳେ ଶୁଣିଲେ, ସେ ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ଅତି ଧନୀ ବ୍ୟକ୍ତି ଥିଲେ ଏବଂ ସେ ଅର୍ଜନ କରିଥିବା ସମସ୍ତ ପରିତ୍ୟାଗ କରିବାକୁ ଚାହିଁଲେ ନାହିଁ । ସେ ମୁଖ ଫେରାଇ ଯୀଶୁଙ୍କ ନିକଟରୁ ଚାଲିଗଲା ।
![Image](https://cdn.door43.org/obs/jpg/360px/obs-en-28-06.jpg?direct&)
ତା’ପରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ “ଧନୀ ଲୋକର ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ଅତି କଷ୍ଟକର ଅଟେ! ହଁ, ଧନୀ ଲୋକର ସ୍ବର୍ଗରେ ପ୍ରବେଶ କରିବା ଅପେକ୍ଷା ସୂଚୀ (ଛୁଞ୍ଚି)ର ଛିଦ୍ର (କଣା) ଦେଇ ଓଟର ପ୍ରବେଶ କରିବା ସହଜ ।”
![Image](https://cdn.door43.org/obs/jpg/360px/obs-en-28-07.jpg?direct&)
ଯୀଶୁ କହିଥିବା ବିଷୟକୁ ଯେତେବେଳେ ଶିଷ୍ୟମାନେ ଶୁଣିଲେ ସେମାନେ ଚକିତ ହୋଇ ପଚାରିଲେ “ତେବେ କିଏ ଉଦ୍ଧାର (ପରିତ୍ରାଣ) ପାଇପାରିବ?”
![Image](https://cdn.door43.org/obs/jpg/360px/obs-en-28-08.jpg?direct&)
ଯୀଶୁ ଶିଷ୍ୟମାନଙ୍କ ପ୍ରତି ଚାହିଁ କହିଲେ “ମନୁଷ୍ୟ ଦୃଷ୍ଟିରେ ଏହା ଅସମ୍ଭବ, କିନ୍ତୁ ଈଶ୍ବରଙ୍କ ଦୃଷ୍ଟିରେ ସମସ୍ତ ବିଷୟ ସମ୍ଭବ ଅଟେ ।”
![Image](https://cdn.door43.org/obs/jpg/360px/obs-en-28-09.jpg?direct&)
ପିତର ଯୀଶୁଙ୍କୁ କହିଲେ “ଆମେ ସମସ୍ତ ବିଷୟ ପରିତ୍ୟାଗ କରି ତୁମ୍ଭର ଅନୁଗମନ କରିଅଛୁ । ଆମ୍ଭ ପାଇଁ କେଉଁ ପୁରଷ୍କାର ଥିବା ?”
![Image](https://cdn.door43.org/obs/jpg/360px/obs-en-28-10.jpg?direct&)
ଯୀଶୁ ଉତ୍ତର ଦେଲେ “ଯେକୌଣସି ଲୋକ ମୋ ନିମନ୍ତେ ଗୃହ, ଭ୍ରାତା, ଭଗ୍ନୀ, ପିତା, ମାତା, ସନ୍ତାନସନ୍ତତି ଓ ସମ୍ପତ୍ତି ପରିତ୍ୟାଗ କରେ ଓ ତାହାର ୧୦୦ ଗୁଣ ଏହି ଜଗତରେ ଏବଂ ଅନନ୍ତ ଜୀବନ ପାଇବ । କିନ୍ତୁ ପ୍ରଥମରେ ଥିବା ଅନେକେ ଶେଷରେ ରହିବେ, ଏବଂ ଶେଷରେ ଥିବା ଅନେକେ ପ୍ରଥମ ହେବେ ।“
ବାଇବଲର ଏକ କାହାଣୀ_:_ ମାଥିଉ_ 19:16-30; _ ମାର୍କ_ 10:17-31; _ ଲୂକ _18:18-30_

39
content/29.md Normal file
View File

@ -0,0 +1,39 @@
# 29. ଦୟାହୀନ ଦାସର କାହାଣୀ #
![Image](https://cdn.door43.org/obs/jpg/360px/obs-en-29-01.jpg?direct&)
ଦିନେ, ପିତର ଯୀଶୁଙ୍କୁ ପଚାରିଲେ “ଗୁରୁ, ମୋ ଭାଇ ମୋ ବିରୁଦ୍ଧରେ ପାପ କରେ ମୁଁ କେତେ ଥର ତାହାଙ୍କୁ କ୍ଷମା ଦେବି? କ’ଣ ସାତଥର ପର୍ଯ୍ୟନ୍ତ?” ଯୀଶୁ କହିଲେ “ସାତଥର ନୁହେଁ, କିନ୍ତୁ ସାତଥର ସତ୍ତୁରି ଗୁଣ ପର୍ଯ୍ୟନ୍ତ !” ଏହା ଦ୍ବାରା, ଯୀଶୁଙ୍କ କହିବାର ଅର୍ଥ ଥିଲା ଯେ ଆମେ ସର୍ବଦା କ୍ଷମା କରିବା ଉଚିତ୍। ତା’ପରେ ଯୀଶୁ ଏହି କାହାଣୀ କହିଲେ ।
![Image](https://cdn.door43.org/obs/jpg/360px/obs-en-29-02.jpg?direct&)
ଯୀଶୁ କହିଲେ “ଈଶ୍ବରଙ୍କ ରାଜ୍ୟ ଏହିପରି ଜଣେ ରାଜାଙ୍କ ପରି ଯିଏ ତାଙ୍କ ଦାସମାନଙ୍କ ବସି ହିସାବ ସମ୍ପୁର୍ଣ କରିବାକୁ ଚାହିଁଲେ । ତାଙ୍କ ଦାସମାନଙ୍କ ମଧ୍ୟରୁ ଜଣେ ,, ବର୍ଷର ପ୍ରଚୁର ପାଉଣା ଉଧାର କରିଥିଲେ ।”
![Image](https://cdn.door43.org/obs/jpg/360px/obs-en-29-03.jpg?direct&)
ଯେହେତୁ ସେହି ଦାସ ପାଉଣା ପରିଶୋଧ କରିପାରିଲେ ନାହିଁ, ତେଣୁ ରାଜା କହିଲେ “ଏହି ଲୋକ ଓ ଏହାର ପରିବାରକୁ ଦାସ ଭାବରେ ବିକ୍ରୟ କରି ପାଉଣା ପରିଶୋଧ କରିବାକୁ ଦିଅ ।“
![Image](https://cdn.door43.org/obs/jpg/360px/obs-en-29-04.jpg?direct&)
“ସେହି ଦାସ ରାଜାଙ୍କ ପାଦ ତଳେ ପଡିଯାଇ କହିଲା ‘ଦୟାକରି ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ଏବଂ ମୁଁ ଆପଣଙ୍କଠାରେ ଋଣୀ ଥିବା ସମସ୍ତ ଋଣ ପରିଶୋଧ କରିଦେବି ।‘ ରାଜା ସେହି ଦାସ ପ୍ରତି ଦୟା ହେଲେ, ତେଣୁ ସେ ତାହାର ସମସ୍ତ ଋଣକୁ ଛାଡ କରିଦେଲେ ।“
![Image](https://cdn.door43.org/obs/jpg/360px/obs-en-29-05.jpg?direct&)
କିନ୍ତୁ ସେହି ଦାସ ଯେତେବେଳେ ରାଜାଙ୍କ ନିକଟରୁ ଗଲା, ସେତେବେଳେ ସେ ଆଉ ଜଣେ ସହଦାସର ଦେଖା ପାଇଲେ ଯିଏକି ତାକୁ ଚାରି ମାସର ଋଣ ପରିଶୋଧ କରିବାକୁ ଥିଲା । ସେହି ଦାସ ତାହାର ସେହି ସହଦାସର ଗଳା ଧରିଲା ଏବଂ କହିଲା “ମୋ ଠାରୁ ଋଣ କରିଥିବା କରଜ ପରିଶୋଧ କର !”
![Image](https://cdn.door43.org/obs/jpg/360px/obs-en-29-06.jpg?direct&)
“ସହଦାସ ସେହି ଦାସର ପାଦରେ ପଡି କହିଲା ‘ଦୟାକରି ମୋ ପ୍ରତି ଧୈର୍ଯ୍ୟ ରଖନ୍ତୁ, ଏବଂ ମୁଁ ଋଣ କରିଥିବା ସମସ୍ତ ଆପଣଙ୍କୁ ଫେରାଇଦେବି ।‘ କିନ୍ତୁ ତାହା କରିବା ପରିବର୍ତ୍ତେ ସେ ଋଣ ପରିଶୋଧ କରିବା ପର୍ଯ୍ୟନ୍ତ ତାଙ୍କୁ କାରାଗାରରେ ଫିଙ୍ଗିଲା ।
![Image](https://cdn.door43.org/obs/jpg/360px/obs-en-29-07.jpg?direct&)
“ଯେଉଁ ଦାସମାନେ ଏହି ଘଟଣ। ଦେଖିଥିଲେ, ସେମାନେ ଅତି ମର୍ମାହତ ହେଲେ । ସେମାନେ ରାଜାଙ୍କ ନିକଟକୁ ଗଲେ ଏବଂ ସମସ୍ତ କଥା ଜଣାଇ ଦେଲେ ।
![Image](https://cdn.door43.org/obs/jpg/360px/obs-en-29-08.jpg?direct&)
“ରାଜା ସେହି ଦାସକୁ ଡାକି କହିଲେ, ତୁମ୍ଭେ ଦୁଷ୍ଟ ଦାସ!” ତୁମେ ମୋତେ କ୍ଷମାଭିକ୍ଷା ମାଗିବାରୁ ମୁଁ ତୁମର ସମସ୍ତ ଋଣ ଛାଡ କରିଦେଲି! ତୁମେ ମଧ୍ୟ ଠିକ୍ ଏହିପରି ଭାବରେ ହିଁ କରିବା ଉଚିତ ।‘ ରାଜା ଏତେ କ୍ରୋଧୀ ହୋଇଯାଇଥିଲେ ଯେ ସେହି ଦୁଷ୍ଟ ଦାସ ସମସ୍ତ ଋଣ ପରିଶୋଧ କରିବା ପର୍ଯ୍ୟନ୍ତ କାରାଗାର ମଧ୍ୟକୁ ଫିଙ୍ଗିଦେଲେ ।
![Image](https://cdn.door43.org/obs/jpg/360px/obs-en-29-09.jpg?direct&)
ତା’ପରେ ଯୀଶୁ କହିଲେ “ଯେଉଁମାନେ ଆପଣା ଭାତ୍ରୁ ମାନଙ୍କୁ କ୍ଷମା ଦିଅନ୍ତି ନାହିଁ ମୋ ସ୍ବର୍ଗସ୍ଥ ପିତା ମଧ୍ୟ ସେମାନଙ୍କ ପ୍ରତି ସେପରି କରିବେ ।“
ବାଇବଲର ଏକ କାହାଣୀ_:_ ମାଥିଉ_ 18:21-35_

39
content/30.md Normal file
View File

@ -0,0 +1,39 @@
# 30. ଯୀଶୁ ପାଞ୍ଚ ହଜାର ଲୋକଙ୍କୁ ଖୁଆନ୍ତି #
![Image](https://cdn.door43.org/obs/jpg/360px/obs-en-30-01.jpg?direct&)
ଅନେକ ଭିନ୍ନ ଭିନ୍ନ ଗ୍ରାମ ଗୁଡିକରେ ପ୍ରଚାର କରିବାକୁ ଓ ଶିକ୍ଷା ଦେବାକୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପ୍ରେରଣ କଲେ । ଯୀଶୁ ଯେଉଁଠାରେ ଥିଲେ ସେଠାକୁ ସେମାନେ ଯେତେବେଳେ ଫେରିଲେ, କ’ଣ କ’ଣ ଘଟିଥିଲା ତାହା ସେମାନେ ତାହାଙ୍କୁ କହିଥିଲେ । ତା’ପରେ ଯୀଶୁ ହ୍ରଦର ଆରପାରିରେ ଥିବା କୌଣସି ଏକ ନିର୍ଜନ ସ୍ଥାନକୁ ଯିବା ନିମନ୍ତେ ସେମାନଙ୍କୁ ଆମନ୍ତ୍ରିତ କଲେ । ତେଣୁ, ସେମାନେ ଏକ ନୌକାରେ ବସିଲେ ଏବଂ ହ୍ରଦର ଆରପାରିକି ଗଲେ ।
![Image](https://cdn.door43.org/obs/jpg/360px/obs-en-30-02.jpg?direct&)
କିନ୍ତୁ ସେହି ସ୍ଥାନରେ ଅନେକ ଲୋକମାନେ ଥିବା ସକାଶେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନୌକାକୁ ଛାଡି ପଲାଇଲେ । ଏହି ଲୋକମାନେ ସେମାନଙ୍କ ନିକଟକୁ ଯିବା ନିମନ୍ତେ ସେମାନଙ୍କ ପୂର୍ବରୁ ହ୍ରଦର କୂଳେ ଧାଇଁ ଗଲେ । ତେଣୁ ଯୀଶୁ ଏବଂ ତାଙ୍କ ଶିଷ୍ୟମାନେ ଯେତେବେଳେ ପହଞ୍ଚିଲେ, ଅନେକ ବୃହତ୍ ଲୋକ ଗହଳି ହ୍ରଦର ଆରପାରିରେ ସେମାନଙ୍କର ଅପେକ୍ଷାରେ ରହିଥିଲେ ।
![Image](https://cdn.door43.org/obs/jpg/360px/obs-en-30-03.jpg?direct&)
ସେମାନେ ପ୍ରାୟ ୫୦୦୦ ପୁରୁଷ ଥିଲେ, ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କୁ ଗଣନା କରାଯାଇ ନ ଥିଲା । ଯୀଶୁ ଏହି ଲୋକମାନଙ୍କ ପ୍ରତି ଅତି ଦୟାରେ ବିଗଳିତ ହୋଇଯାଇଥିଲେ । ଯୀଶୁଙ୍କ ପାଇଁ ଏହି ଲୋକମାନେ ମେଷପାଳକ ବିହୀନ ମେଷଗୁଡିକ ପରି ଥିଲେ । ତେଣୁ ସେ ସେମାନଙ୍କୁ ଶିକ୍ଷା ଦେଲେ ଓ ସେମାନଙ୍କ ମଧ୍ୟରୁ ଯେଉଁମାନେ ପୀଡିତ ଥିଲେ ସେମାନଙ୍କୁ ସୁସ୍ଥ କଲେ ।
![Image](https://cdn.door43.org/obs/jpg/360px/obs-en-30-04.jpg?direct&)
ଦିନର ଶେଷରେ , ଶିଷ୍ୟମାନେ ଯୀଶୁଙ୍କୁ କହିଲେ “ସମୟ ଅତି ଅଧିକ ହୋଇଗଲାଣି ଓ ନିକଟରେ କୌଣସି ସହର ନାହିଁ । ଲୋକମାନଙ୍କୁ ପଠାଇଦିଅ ଯେପରିକି ସେମାନେ ଯାଇ କିଛି ଭୋଜନ ପାଇପାରିବେ ।”
![Image](https://cdn.door43.org/obs/jpg/360px/obs-en-30-05.jpg?direct&)
କିନ୍ତୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ “ତୁମେ ସେମାନଙ୍କୁ କିଛି ଭୋଜନ କରିବାକୁ ଦିଅ !” ସେମାନେ ଉତ୍ତର ଦେଲେ “ଆମେ ତାହା କିପରି କରିପାରିବୁ? ଆମ ନିକଟରେ କେବଳ ପାଞ୍ଚଟି ରୋଟି ଓ ଦୁଇଗୋଟି ମାଛ ଅଛି ।”
![Image](https://cdn.door43.org/obs/jpg/360px/obs-en-30-06.jpg?direct&)
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଲୋକମାନଙ୍କୁ ଘାସ ଉପରେ ପଚାଶ ପଚାଶ କରି ଦଳ ହୋଇ ବସିବାକୁ କହିଲେ ।
![Image](https://cdn.door43.org/obs/jpg/360px/obs-en-30-07.jpg?direct&)
ତା’ପରେ ଯୀଶୁ ସେହି ପାଞ୍ଚଗୋଟି ରୋଟି ଓ ଦୁଇଗୋଟି ମାଛକୁ ଆଣି ସ୍ଵର୍ଗ ଆଡାକୁ ଊର୍ଦ୍ଧ୍ବଦୃଷ୍ଟି କଲେ, ଏବଂ ସେହି ଖାଦ୍ୟ ପାଇଁ ଈଶ୍ବରଙ୍କ ନିକଟରେ ଧନ୍ୟବାଦ ଦେଲେ ।
![Image](https://cdn.door43.org/obs/jpg/360px/obs-en-30-08.jpg?direct&)
ତା’ପରେ ଯୀଶୁ ରୋଟି ଓ ସେହି ମାଛଗୁଡିକୁ ଖଣ୍ଡ କରି ଭାଙ୍ଗିଲେ। ସେ ସେହି ଖଣ୍ଡଗୁଡିକୁ ଲୋକମାନଙ୍କୁ ଦେବା ପାଇଁ ତାହାଙ୍କ ଶିଷ୍ୟମାନଙ୍କୁ ଦେଲେ । ଶିଷ୍ୟମାନେ ସେହି ଖାଦ୍ୟକୁ ବାଣ୍ଟିବାକୁ ଲାଗିଲେ, ଏବଂ ଏହା ଆଉ ଶେଷ ହେଲା ନାହିଁ । ସମସ୍ତ ଲୋକ ଭୋଜନ କରି ପରିତୃପ୍ତ ହେଲେ ।
![Image](https://cdn.door43.org/obs/jpg/360px/obs-en-30-09.jpg?direct&)
ତାହା ପରେ, ଶିଷ୍ୟମାନେ ଲୋକମାନଙ୍କ ଖାଦ୍ୟରୁ ବଳିଥିବା ଖଣ୍ଡକୁ ସଂଗ୍ରହ କଲେ ଏବଂ ବାର ଟୋକେଇ ଗୁଡିକରେ ସଂଗ୍ରହ କଲେ । ସମସ୍ତ ଖାଦ୍ୟ କେବଳ ପାଞ୍ଚଟି ରୋଟି ଓ ଦୁଇଗୋଟି ମାଛରୁ ଆସିଥିଲା ।
ବାଇବଲର ଏକ କାହାଣୀ_:_ ମାଥିଉ_ 14:13-21; _ ମାର୍କ_ 6:31-44; _ ଲୂକ_ 9:10-17; _ ଯୋହନ_ 6:5-15_

35
content/31.md Normal file
View File

@ -0,0 +1,35 @@
# 31. ଯୀଶୁ ଜଳ ଉପରେ ଚାଲନ୍ତି #
![Image](https://cdn.door43.org/obs/jpg/360px/obs-en-31-01.jpg?direct&)
ତା’ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ନୌକାରେ ଚଢି ନୌକକୁ ଚଳାଇ ହ୍ରଦର ଆରପାରିକୁ ଯିବା ପାଇଁ କହିଲେ ଯେତେବେଳେ ସେମାନେ ଲୋକମାନଙ୍କୁ ବିଦାୟ ଦେଲେ । ଯୀଶୁ ଲୋକମାନଙ୍କୁ ପଠାଇଲା ପରେ, ସେ ପ୍ରାର୍ଥନା କରିବା ନିମନ୍ତେ ଏକ ପର୍ବତ ପାର୍ଶ୍ବରେ ଉପରକୁ ଗଲେ । ଯୀଶୁ ସେଠାରେ ଏକାକୀ ଥିଲେ, ଏବଂ ସେ ରାତି ପାହିବା ପର୍ଯ୍ୟନ୍ତ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ ।
![Image](https://cdn.door43.org/obs/jpg/360px/obs-en-31-02.jpg?direct&)
ଇତିମଧ୍ୟରେ, ଶିଷ୍ୟମାନେ ସେମାନଙ୍କର ନୌକା ବାହୁଥିଲେ, କିନ୍ତୁ ଗଭୀର ରାତ୍ରିରେ ସେମାନେ ହ୍ରଦର ମଧ୍ୟ ଭାଗରେ କେବଳ ପହଞ୍ଚିଥିଲେ । ସେମାନେ କଷ୍ଟରେ ନୌକା ଚାଳନ କରୁଥିଲେ କାରଣ ଝଡ ବତାସ ସେମାନଙ୍କ ପ୍ରତିକୂଳ ଦିଗରେ ବୋହୁଥିଲା ।
![Image](https://cdn.door43.org/obs/jpg/360px/obs-en-31-03.jpg?direct&)
ତା’ପରେ ଯୀଶୁ ପ୍ରାର୍ଥନା କରିବାର ସମାପ୍ତ କଲେ ଏବଂ ଶିଷ୍ୟମାନଙ୍କ ନିକଟକୁ ଗଲେ । ସେ ହ୍ରଦର ଜଳ ଉପରେ ସେମାନଙ୍କ ନୌକା ଆଡକୁ ଚାଲିଚାଲି ଆସିଲେ !
![Image](https://cdn.door43.org/obs/jpg/360px/obs-en-31-04.jpg?direct&)
ସେମାନେ ଯେତେବେଳେ ଯୀଶୁଙ୍କୁ ଦେଖିଲେ ସେତେବେଳେ ଶିଷ୍ୟମାନେ ଭୟଭୀତ ହୋଇଯାଇଥିଲେ, କାରଣ ସେମାନେ ଭୂତ ଦେଖୁଅଛନ୍ତି ବୋଲି ଭାବିଲେ । ଯୀଶୁ ଜାଣିଲେ ଯେ ସେମାନେ ଭୟଭୀତ ହୋଇଅଛନ୍ତି, ତେଣୁ ସେ ସେମାନଙ୍କୁ ଡାକି କହିଲେ “ଭୟ କର ନାହିଁ । ଏହା ମୁଁ ଅଟେ!”
![Image](https://cdn.door43.org/obs/jpg/360px/obs-en-31-05.jpg?direct&)
ତା’ପରେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଯଦି ତାହା ଆପଣ, ତେବେ ଜଳ ଉପରେ ଚାଲି ଆସିବା ପାଇଁ ମୋତେ ଆଜ୍ଞା ଦିଅନ୍ତୁ ।” ଯୀଶୁ ପିତରଙ୍କୁ କହିଲେ “ଆସ!”
![Image](https://cdn.door43.org/obs/jpg/360px/obs-en-31-06.jpg?direct&)
ତେଣୁ ପିତର ନୌକାରୁ ବାହାରି ଯୀଶୁଙ୍କ ନିକଟକୁ ଜଳ ଉପରେ ଚାଲିବା ଆରମ୍ଭ କଲେ । କିନ୍ତୁ କିଛି ଦୂର ଚାଲିବା ପରେ, ସେ ଯୀଶୁଙ୍କ ନିକଟରୁ ନିଜ ଆଖି ଫେରାଇ ନେଲେ ଓ ତରଙ୍ଗଗୁଡିକୁ ଦେଖିବାକୁ ଲାଗିଲେ ଏବଂ ସେ ପ୍ରଚଣ୍ଡ ପବନ ବୋହିବାର ଅନୁଭବ କଲେ ।
![Image](https://cdn.door43.org/obs/jpg/360px/obs-en-31-07.jpg?direct&)
ତେଣୁ ପିତର ଭୟଭୀତ ହେଲେ ଏବଂ ସମୁଦ୍ରରେ ବୁଡିବାକୁ ଲାଗିଲେ । ସେ ଚିତ୍କାର କରି କହିଉଠିଲେ “ଗୁରୁ,ମୋତେ ଉଦ୍ଧାର କର!” ଯୀଶୁ ସେହିକ୍ଷଣିକ ଯାଇ ତାଙ୍କୁ ଧରିପକାଇଲେ । ତା’ପରେ ସେ ପିତରଙ୍କୁ କହିଲେ “ହେ ଅଲ୍ପବିଶ୍ବାସୀ ମନୁଷ୍ୟ, ତୁମ୍ଭେ କାହିଁକି ସନ୍ଦେହ କଲ?”
![Image](https://cdn.door43.org/obs/jpg/360px/obs-en-31-08.jpg?direct&)
ଯେତେବେଳେ ପିତର ଓ ଯୀଶୁ ନୌକା ମଧ୍ୟକୁ ଗଲେ, ସେତେବେଳେ ପବନ ସାଙ୍ଗେ ସାଙ୍ଗେ ବହିବା ବନ୍ଦ ହେଲା ଏବଂ ଜଳ ଶାନ୍ତ ହେଲା । ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ଯୀଶୁଙ୍କର ଉପାସନା କରି ତାଙ୍କୁ କହିଲେ “ସତ୍ୟ, ତୁମ୍ଭେ ଈଶ୍ବରଙ୍କ ପୁତ୍ର ।”
ବାଇବଲର ଏକ କାହାଣୀ_:_ ମାଥିଉ_ 14:22-33; _ ମାର୍କ_ 6:45-52; _ ଯୋହ୍ନ_ 6:16-21_

67
content/32.md Normal file
View File

@ -0,0 +1,67 @@
# 32. ଯୀଶୁ ଜଣେ ଭୂତଗ୍ରସ୍ତ ଲୋକ ଓ ଜଣେ ଅସୁସ୍ଥ ସ୍ତ୍ରୀ ଲୋକଙ୍କୁ ସୁସ୍ଥ କରନ୍ତି #
![Image](https://cdn.door43.org/obs/jpg/360px/obs-en-32-01.jpg?direct&)
ଦିନେ, ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଏକ ନୌକାରେ ଚଢି ଏକ ସ୍ଥାନକୁ ଯେଉଁଠାରେ ଗରାଶୀୟ ଲୋକମାନେ ବାସ କରୁଥିବା ହ୍ରଦର ଆରପାଖକୁ ଗଲେ ।
![Image](https://cdn.door43.org/obs/jpg/360px/obs-en-32-02.jpg?direct&)
ଯେତେବେଳେ ସେମାନେ ହ୍ରଦର ଆର ପାଖକୁ ପହଁଚିଲେ, ଜଣେ ଭୂତ-ଗ୍ରସ୍ତ ଲୋକ ଯୀଶୁଙ୍କ ନିକଟକୁ ଧାଇଁ ଆସିଲା ।
![Image](https://cdn.door43.org/obs/jpg/360px/obs-en-32-03.jpg?direct&)
ଏହି ଲୋକ ଏତେ ବଳିଷ୍ଠ ଥିଲା ଯେ କୌଣସି ଲୋକ ତାହାକୁ ନିୟନ୍ତ୍ରଣ କରି ପାରୁ ନଥିଲେ । ଲୋକମାନେ ଏପରିକି ତାହାର ବାହୁଗୁଡିକ ଓ ଗୋଡସବୁ ଶିକୁଳିରେ ବାନ୍ଧିଥିଲେ, କିନ୍ତୁ ସେ ସେଗୁଡିକୁ ଛିଣ୍ଡାଇ ପକାଇଥିଲା ।
![Image](https://cdn.door43.org/obs/jpg/360px/obs-en-32-04.jpg?direct&)
ଲୋକଟି ସେହି ଅଞ୍ଚଳରେ ଥିବା କବର ମାନଙ୍କରେ ବାସ କରୁଥିଲା । ଏହି ଲୋକ ସମସ୍ତ ଦିନ ଓ ସମସ୍ତ ରାତ୍ରି ଚିତ୍କାର କରୁଥିଲା । ସେ ବସ୍ତ୍ର ପିନ୍ଧି ନଥିଲା ଏବଂ ବାରମ୍ବାର ନିଜକୁ ପଥରଗୁଡିକ ଦ୍ଵ।ରା ଆଘାତ କରୁଥିଲା ।
![Image](https://cdn.door43.org/obs/jpg/360px/obs-en-32-05.jpg?direct&)
ଯେତେବେଳେ ସେ ଯୀଶୁଙ୍କ ନିକଟକୁ ଆସିଲା, ସେ ତାଙ୍କ ସମ୍ମୁଖରେ ଆଣ୍ଠୋଇପଡିଲା । ଯୀଶୁ ସେହି ଭୂତକୁ କହିଲେ “ଏହି ଲୋକଠାରୁ ବାହାରି ଆସ!”
![Image](https://cdn.door43.org/obs/jpg/360px/obs-en-32-06.jpg?direct&)
ଭୂଭୂତଗ୍ରସ୍ତ ବ୍ୟକ୍ତିଟି ଅତି ଉଚ୍ଚ ସ୍ବରରେ କହିଲା “ହେ ସର୍ବୋପରିସ୍ଥ ଈଶ୍ବରଙ୍କ ପୁତ୍ର ଯୀଶୁ ତୁମ୍ଭ ସଙ୍ଗରେ ମୋର କ’ଣ ଅଛି? ଦୟାକରି ମୋତେ ନିର୍ଯାତନା କରନାହିଁ!” ଦୟାକରି ମୋତେ ନିର୍ଯାତନା କରନାହିଁ!” ସେ ଉତ୍ତର ଦେଲା “ମୋ ନାମ ବାହିନୀ, କାରଣ ଆମେ ଅନେକ ।” (ରୋମୀୟ ସୈନ୍ୟ ବାହିନୀରେ ଥିବା ଅନେକ ହଜାରର ଏକ ଦଳ ।)
![Image](https://cdn.door43.org/obs/jpg/360px/obs-en-32-07.jpg?direct&)
ଭୂତମାନେ ଯୀଶୁଙ୍କୁ ଅନୁରୋଧ ବା ବିନତୀ କରି କହିଲେ “ଦୟାକରି ଆମ୍ଭମାନଙ୍କୁ ଏହି ଅଞ୍ଚଳରୁ ଅନ୍ୟତ୍ର ପଠାନ୍ତୁ ନାହିଁ !” ନିକଟସ୍ଥ ଏକ ପାହାଡରେ ଘୁଷୁରୀ ପଲ ଚରୁଥିଲେ । ତେଣୁ, ସେହି ଭୂତମାନେ ଯୀଶୁଙ୍କୁ ବିନତୀ କରି କହିଲେ “ତା’ ବଦଳରେ ଆମ୍ଭମାନଙ୍କୁ ସେହି ଘୁଷୁରୀମାନଙ୍କ ମଧ୍ୟରୁ ପଠାଇଦିଅନ୍ତୁ !” ଯୀଶୁ କହିଲେ “ଯାଅ!”
![Image](https://cdn.door43.org/obs/jpg/360px/obs-en-32-08.jpg?direct&)
ଭୂତମାନେ ସେହି ଲୋକଠାରୁ ବାହାରି ଘୁଷୁରୀମାନଙ୍କ ମଧ୍ୟରେ ପ୍ରବେଶ କଲେ । ସେହି ଘୁଷୁରୀମାନେ ତୀଖସ୍ଥାନରୁ ଦୌଡି ଯାଇ ହ୍ରଦରେ ବୁଡି ମଲେ । ସେଠାରେ ପ୍ରାୟ ଘୁଷୁରୀଗୁଡିକ ପଲରେ ଥିଲେ ।
![Image](https://cdn.door43.org/obs/jpg/360px/obs-en-32-09.jpg?direct&)
ଯେଉଁ ଲୋକମାନେ ଘୁଷୁରୀମାନଙ୍କର ଯତ୍ନ ନେଉଥିଲେ ସେମାନେ କ’ଣ ଘଟିଲା ତାହା ଦେଖିଲେ, ସେମାନେ ସହରକୁ ଦୌଡି ପଳାଇଗଲେ ଏବଂ ଯୀଶୁ କ’ଣ କ’ଣ କରିଥିଲେ ତାହା ସେମାନେ ଯେତେ ଲୋକଙ୍କୁ ଭେଟିଲେ ସମସ୍ତଙ୍କୁ ଜଣାଇଲେ । ସହରରୁ ଥିବା ଲୋକେ ଆସି ପୂର୍ବରୁ ଭୂତ ଲାଗିଥିବା ଲୋକଙ୍କ ପ୍ରତି କ’ଣ କ’ଣ ଘଟିଥିଲା ସେହିସବୁ ଦେଖିଲେ । ସେ ଶାନ୍ତରେ, ଲୁଗା ପିନ୍ଧି ଭଲ ମନରେ ସାଧାରଣ ଲୋକ ପରି ବସିଥିବାର ଦେଖିଲେ ।
![Image](https://cdn.door43.org/obs/jpg/360px/obs-en-32-10.jpg?direct&)
ଲୋକମାନେ ଅତିଶୟ ଭୀତ ହୋଇଯାଇଥିଲେ ଏବଂ ସେମାନଙ୍କ ସୀମାରୁ ଯୀଶୁଙ୍କୁ ବାହାରିଯିବା ନିମନ୍ତେ କହିଲେ । ତେଣୁ ଯୀଶୁ ନୌକାରେ ଚଢି ବାହାରି ଯିବା ପାଇଁ ପ୍ରସ୍ତୁତ ହେଲେ । ଯେଉଁ ଲୋକକୁ ଭୂତ ଲାଗିଥିଲା ସେ ଯୀଶୁଙ୍କ ସହ ଯିବା ନିମନ୍ତେ ତାହାଙ୍କୁ ବିନତି କଲା ।
![Image](https://cdn.door43.org/obs/jpg/360px/obs-en-32-11.jpg?direct&)
କିନ୍ତୁ ଯୀଶୁ ତାକୁ କହିଲେ “ନା, ମୁଁ ଚାହେଁ, ତୁମ୍ଭ ଗୃହକୁ ଯାଅ ଏବଂ ତୁମ୍ଭର ବନ୍ଧୁ ଓ ପରିଜନଙ୍କୁ ଈଶ୍ବର ତୁମ୍ଭପ୍ରତି ଯାହା ଯାହା କରିଅଛନ୍ତି ଓ ତୁମ୍ଭ ପ୍ରତି ଯେଉଁ ଦୟା ଦେଖାଇଅଛନ୍ତି ସେହିସବୁ କୁହ ।”
![Image](https://cdn.door43.org/obs/jpg/360px/obs-en-32-12.jpg?direct&)
ତେଣୁ ସେହି ଲୋକ ତା’ ରାସ୍ତାରେ ବାହାରିଗଲା ଏବଂ ଯୀଶୁ ତାଙ୍କ ପ୍ରତି ଯାହା ଯାହା କରିଥିଲେ ସେହି ସମସ୍ତ ବିଷୟ ଜଣାଇଲା । ଯେଉଁମାନେ ତାହାର ଘଟଣା ଶୁଣିଲେ ସେମାନେ ଆଶ୍ଚର୍ଯ୍ୟ ଓ ଚକିତ ହେଲେ ।
![Image](https://cdn.door43.org/obs/jpg/360px/obs-en-32-13.jpg?direct&)
ଯୀଶୁ ହ୍ରଦର ଆର ପାରିକୁ ଫେରିଲେ । ସେ ସେଠାରେ ପହଞ୍ଚିଲା ପରେ, ଏକ ବୃହତ୍ ଜନଗହଳି ଏକାଠି ହେଲେ ଏବଂ ତାଙ୍କ ଉପରେ ମାଡିପଡୁଥିଲେ । ଲୋକ ଗହଳି ମଧ୍ୟରୁ ଜଣେ ସ୍ତ୍ରୀ ବାରବର୍ଷ ପର୍ଯ୍ୟନ୍ତ ରକ୍ତସ୍ରାବ ରୋଗରେ ଗ୍ରସ୍ତ ଥିଲେ । ସେ ଅନେକ ବୈଦ୍ୟମାନଙ୍କ ପାଖକୁ ଯାଇ ସୁସ୍ଥ ହେବା ନିମନ୍ତେ ସମସ୍ତ ଅର୍ଥ ଖର୍ଚ କଲା କିନ୍ତୁ ତା’ ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଲା ।
![Image](https://cdn.door43.org/obs/jpg/360px/obs-en-32-14.jpg?direct&)
ସେ ଶୁଣିଥିଲେ ଯେ ଯୀଶୁ ଅନେକ ଅସୁସ୍ଥ ବ୍ୟକ୍ତିଙ୍କୁ ସୁସ୍ଥ କରିଥିଲେ ଏବଂ ଭାବିଲେ “ମୁଁ ନିଶ୍ଚିତ ଅଟେ ଯେ ମୁଁ କେବଳ ଯୀଶୁଙ୍କ ଲୁଗା ଛୁଇଁ ଦିଏ, ତେବେ ମୁଁ ସୁସ୍ଥ ହେବି!” ତେଣୁ ସେ ଯୀଶୁଙ୍କ ପଛପଟ ଆସି ତାହାଙ୍କ ଲୁଗା ଛୁଇଁଦେଲା । ଯେତେବେଳେ ସେ ବସ୍ତ୍ର ଛୁଇଁଲା ସେତେବେଳେ ତାହାର ରକ୍ତସ୍ରାବ ବନ୍ଦ ହୋଇଗଲା!
![Image](https://cdn.door43.org/obs/jpg/360px/obs-en-32-15.jpg?direct&)
ସାଙ୍ଗେ ସାଙ୍ଗେ ଯୀଶୁ ଅନୁଭବ କଲେ ଯେ ତାଙ୍କଠାରୁ ଶକ୍ତି ଚାଲିଯାଇଛି । ତେଣୁ ସେ ବୁଲିପଡି ପଚାରିଲେ “କିଏ ମୋତେ ଛୁଇଁଲା” ଶିଷ୍ୟମାନେ ଉତ୍ତର ଦେଲେ “ଅନେକ ଲୋକ ଆପଣଙ୍କ ଚାରିପାଖରେ ଅଛନ୍ତି ଓ ଆପଣଙ୍କ ଉପରେ ମାଡିପଡୁଅଛନ୍ତି । “ମୋତେ କିଏ ଛୁଇଁଲା?” ବୋଲି କାହିଁକି ପଚାରୁଅଛ?
![Image](https://cdn.door43.org/obs/jpg/360px/obs-en-32-16.jpg?direct&)
ସେହି ସ୍ତ୍ରୀ ଲୋକଟି ଯୀଶୁଙ୍କ ସମ୍ମୁଖରେ ଆଣ୍ଠୋଇପଡିଲା, ସେ ଥରୁଥିଲା ଓ ଅତି ଭୟଭୀତ ହୋଇଯାଇଥିଲା । ସେ କ’ଣ କରିଥିଲା, ତାହାସବୁ ତାଙ୍କୁ କହିଲା ଓ ସେ ସୁସ୍ଥ ହେଲା । ଯୀଶୁ ତାକୁ କହିଲେ “ତୁମ୍ଭର ବିଶ୍ବାସ ତୁମ୍ଭକୁ ସୁସ୍ଥ କରିଅଛି । ଶାନ୍ତିରେ ଚାଲିଯାଅ ।”
ବାଇବଲର ଏକ କାହାଣୀ_:_ ମାଥିଉ_ 8:28-34; 9:20-22; _ ମାର୍କ_ 5:1-20; 5:24_ ଖ_-34; _ ଲୂକ_ 8:26-39; 8:42_ ଖ_-48_

39
content/33.md Normal file
View File

@ -0,0 +1,39 @@
# 33. କୃଷକର କାହାଣୀ #
![Image](https://cdn.door43.org/obs/jpg/360px/obs-en-33-01.jpg?direct&)
ଦିନେ, ଯୀଶୁ ହ୍ରଦର କୂଳରେ ଏକ ବୃହତ୍ ଜନଗହଳିକୁ ଶିକ୍ଷା ଦେଉଥିଲେ । ଅନେକ ଲୋକ ଶୁଣିବାକୁ ଯୀଶୁଙ୍କ ନିକଟକୁ ଆସିଲେ ଏବଂ ଲୋକମାନଙ୍କୁ ଯଥା ସ୍ଥାନରେ ଯେପରି ଶିକ୍ଷା ଦେଇପାରିବେ ସେଥିପାଇଁ ସେ କୂଳରେ ଏକ ନୌକା ଉପରେ ବସିଲେ । ସେ ନୌକାରେ ବସିଲେ ଏବଂ ଲୋକମାନଙ୍କୁ ଶିକ୍ଷା ଦେଲେ ।
![Image](https://cdn.door43.org/obs/jpg/360px/obs-en-33-02.jpg?direct&)
ଯୀଶୁ ଏହି କାହାଣୀ କହିଲେ ।“ଜଣେ କୃଷକ କିଛି ବିହନ ବୁଣିବାକୁ ବାହାରିଲେ ।ସେ ଯେ ତେବେଳେ ହାତରେ ବିହନଗୁଡିକ ବୁଣିବାକୁ ଲାଗିଲେ, କିଛି ବିହନ ରାସ୍ତାରେ ପଡିଲା, ଏବଂ ଚଢେଇମାନେ ଆସି ସେହି ବିହନଗୁଡିକ ଖାଇଦେଲେ ।”
![Image](https://cdn.door43.org/obs/jpg/360px/obs-en-33-03.jpg?direct&)
“ଅନ୍ୟ ବିହନଗୁଡିକ ପଥୁରିଆ ଭୁଇଁ ଉପରେ ପଡିଲା, ଯେଉଁଠାରେ ଅଳ୍ପ ମାଟି ଥିଲା । ପଥୁରିଆ ଭୂଇଁରେ ଥିବା ବିହନ ଅତିଶୀଘ୍ର ଗଜା ହେଲା, କିନ୍ତୁ ସେଗୁଡିକର ଚେର ଗଭୀର ମାଟି ଭିତରକୁ ଯାଇପାରିଲା ନାହିଁ । ଯେତେବେଳେ ସୂର୍ଯ୍ୟ ଆସିଲା ଓ ଖରା ହେଲା, ଗଛ ଝାଉଁଳିଗଲା ଏବଂ ମରିଗଲା ।”
![Image](https://cdn.door43.org/obs/jpg/360px/obs-en-33-04.jpg?direct&)
“ତଥାପି ଅନ୍ୟ ବିହନ କଣ୍ଟାବୁଦାଗୁଡିକ ମଧ୍ୟରେ ପଡିଲା । ଏହି ସମସ୍ତ ବିହନ ବୃଦ୍ଧି ପାଇବାକୁ ଆରମ୍ଭ କଲା, କିନ୍ତୁ କଣ୍ଟାଗୁଡିକ ସେଗୁଡିକୁ ଚାପି ପକାଇଲା । ତେଣୁ କଣ୍ଟାଗଛଗୁଡିକ ମଧ୍ୟରେ ଥିବା ଉଦ୍ଭିଦଗୁଡିକ ଯାହା ବିହନରୁ ବୃଦ୍ଧି ହୋଇଥିଲା, କୌଣସି ଶସ୍ୟ ଉତ୍ପନ୍ନ କଲାନାହିଁ ।”
![Image](https://cdn.door43.org/obs/jpg/360px/obs-en-33-05.jpg?direct&)
“ଅନ୍ୟ ବିହନଗୁଡିକ ଉତ୍ତମ ଭୂମିରେ ପଡିଲା । ଯେତେ ବିହନ ବୁଣା ହୋଇଥିଲା, ସେହି ସମସ୍ତ ବିହନଗୁଡିକ ବୃଦ୍ଧି ପାଇ 30, 60 ଓ ଏପରିକି 100 ଗୁଣ ପର୍ଯ୍ୟନ୍ତ ଶସ୍ୟ ଫଳିବାକୁ ଲାଗିଲା । ଯାହାର କାନ ଅଛି, ସେ ଶୁଣୁ!”
![Image](https://cdn.door43.org/obs/jpg/360px/obs-en-33-06.jpg?direct&)
ଏହି କାହାଣୀ ବା ଦୃଷ୍ଟାନ୍ତ ଶିଷ୍ୟମାନଙ୍କୁ ଦ୍ବନ୍ଦରେ ପକାଇଲା । ତେଣୁ ଯୀଶୁ ବୁଝାଇ କହିଲେ, “ବିହନ ହେଉଛି ଈଶ୍ବରଙ୍କ ବାକ୍ୟ । ରାସ୍ତା ହେଉଛି ସେହି ବ୍ୟକ୍ତି ଯିଏ ଈଶ୍ବରଙ୍କ ବାକ୍ୟ ଶୁଣେ, କିନ୍ତୁ ତାହା ବୁଝିପାରେ ନାହିଁ, ଏବଂ ଶୟତାନ ତାହାଠାରୁ ବାକ୍ୟ ହରଣ କରିନିଏ ।”
![Image](https://cdn.door43.org/obs/jpg/360px/obs-en-33-07.jpg?direct&)
“ପଥୁରିଆ ଭୂଇଁ ହେଉଛି ସେହି ବ୍ୟକ୍ତି ଯିଏ ଈଶ୍ବରଙ୍କ ବାକ୍ୟ ଶୁଣେ ଓ ଆନନ୍ଦରେ ତାହା ଗ୍ରହଣ କରେ । କିନ୍ତୁ ଯେତେବେଳେ ସେ କଷ୍ଟ ଓ ତାଡନା ଅନୁଭବ କରେ, ସେ ପତିତ ହୋଇଯାଏ ।”
![Image](https://cdn.door43.org/obs/jpg/360px/obs-en-33-08.jpg?direct&)
“କଣ୍ଟକ ଭୂଇଁ ହେଉଛି ସେହି ବ୍ୟକ୍ତି ଯିଏ ଈଶ୍ବରଙ୍କ ବାକ୍ୟ ଶୁଣେ, କିନ୍ତୁ ଯେତେବେଳେ ସମୟ ଆସେ, ଯତ୍ନ ନେବା, ଧନ ଏବଂ ଜୀବନର ସୁଖ ସମୃଦ୍ଧି ଈଶ୍ବରଙ୍କ ପ୍ରତି ଥିବା ତାହାର ପ୍ରେମକୁ ଚାପି ନିଏ ।” ଫଳ ସ୍ବରୂପ, ସେ ଯେଉଁ ଶିକ୍ଷା ସେ ଶୁଣିଥାଏ ତାହା ଫଳ ଉତ୍ପନ୍ନ କରେ ନାହିଁ ।”
![Image](https://cdn.door43.org/obs/jpg/360px/obs-en-33-09.jpg?direct&)
“କିନ୍ତୁ ଉତ୍ତମ ମାଟି ହେଉଛି ସେହି ବ୍ୟକ୍ତି ଯିଏ ଈଶ୍ବରଙ୍କ ବାକ୍ୟ ଶୁଣେ, ବିଶ୍ବାସ କରେ, ଏବଂ ଫଳ ଉତ୍ପନ୍ନ କରେ ।”
ବାଇବଲର ଏକ କାହାଣୀ_:_ ମାଥିଉ ୧୩_:_ ୧_-_ ୮_, _ ୧୮_-_ ୩_; _ ମାର୍କ ୪_:_ ୧_-_ ୮_, _ ୧୩_-_ _; _ ଲୂକ_ 8:4-15_

43
content/34.md Normal file
View File

@ -0,0 +1,43 @@
# 34. ଯୀଶୁ ଅନ୍ୟ କାହାଣୀଗୁଡିକ ବା ଦୃଷ୍ଟାନ୍ତମାନଙ୍କ ଦ୍ଵ।ରା ଶିକ୍ଷା ଦିଅନ୍ତି #
![Image](https://cdn.door43.org/obs/jpg/360px/obs-en-34-01.jpg?direct&)
ଈଶ୍ବରଙ୍କ ରାଜ୍ୟ ବିଷୟରେ ଯୀଶୁ ଆହୁରି ଅନେକ କାହାଣୀଗୁଡିକୁ କହିଲେ । ଉଦାହରଣ ସ୍ବରୂପ, ସେ କହିଲେ “ସ୍ବର୍ଗରାଜ୍ୟ ହେଉଛି ଏକ ସୋରିଷ ବୀଜ ପରି ଯାହା କେହି ଜଣେ ତାହାର କ୍ଷେତରେ ରୋପଣ କଲା । ତୁମ୍ଭେମାନେ ଜାଣ ଯେ ସୋରିଷ ବୀଜ ସମସ୍ତ ବୀଜଠାରୁ କ୍ଷୁଦ୍ର ଅଟେ ।“
![Image](https://cdn.door43.org/obs/jpg/360px/obs-en-34-02.jpg?direct&)
“କିନ୍ତୁ ଯେତେବେଳେ ସୋରିଷ ବୀଜ ବୃଦ୍ଧି ପାଏ, ଏହା ସମସ୍ତ ଉଦ୍ୟାନ ବୃକ୍ଷ ଅପେକ୍ଷା ଏତେ ଅଧିକ ବୃହତ୍ ହୋଇଥାଏ ପକ୍ଷୀମାନେ ଆସି ତାହାର ଶାଖାଗୁଡିକରେ ବାସ କରନ୍ତି ।”
![Image](https://cdn.door43.org/obs/jpg/360px/obs-en-34-03.jpg?direct&)
ଯୀଶୁ ଆଉ ଏକ କାହାଣୀ କହିଲେ “ଈଶ୍ବରଙ୍କ ରାଜ୍ୟ ଏକ ଖମୀର ପରି ଯାହା ଜଣେ ସ୍ତ୍ରୀ ନେଇ ମଇଦାର ସର୍ବତ୍ର ବ୍ୟାପିଯିବା ପର୍ଯ୍ୟନ୍ତ କିଛି ମଇଦାରେ ମିଶାଏ ।”
![Image](https://cdn.door43.org/obs/jpg/360px/obs-en-34-04.jpg?direct&)
“ଈଶ୍ବରଙ୍କ ରାଜ୍ୟ ଆହୁରି ମଧ୍ୟ ଗୁପ୍ତଧନ ପରି ଯାହା ଜଣେ ନେଇ ଏକ କ୍ଷେତରେ ଲୁଚାଇ ରଖିଲା । ଅନ୍ୟ ଜଣେ ବ୍ୟକ୍ତି ଏହି ଗୁପ୍ତଧନକୁ ପାଇଲା ଓ ପୁନର୍ବାର ପୋତି ପକାଇଲା । ସେ ଆନନ୍ଦରେ ଏତେ ବିଭୋର ହୋଇଗଲା ଯେ ସେ ଯାଇ ସମସ୍ତ ଜିନିଷ ବିକ୍ରୟ କଲା ଏବଂ ସେହି କ୍ଷେତକୁ କ୍ରୟ କରିବା ପାଇଁ ସେହି ଅର୍ଥକୁ ବ୍ୟବହାର କଲା ।”
![Image](https://cdn.door43.org/obs/jpg/360px/obs-en-34-05.jpg?direct&)
“ଈଶ୍ବରଙ୍କ ରାଜ୍ୟ ଏକ ବହୁମୂଲ୍ୟ ମଣି ସଦୃଶ ।ଯେତେବେଳେ ଜଣେ ମଣି ବ୍ୟବସାୟୀ ଏହା ଦେଖିଲା, ସେ ଯାଇ ଆପଣାର ସର୍ବସ୍ବ ବିକ୍ରୟ କରି ଏହାକୁ କ୍ରୟ କରିବା ନିମନ୍ତେ ସେହି ଅର୍ଥକୁ ବ୍ୟବହାର କଲା ।“
![Image](https://cdn.door43.org/obs/jpg/360px/obs-en-34-06.jpg?direct&)
ତା’ପରେ ଯୀଶୁ ଲୋକମାନଙ୍କୁ, ନିଜର ଉତ୍ତମ କାର୍ଯ୍ୟ ଉପରେ ବିଶ୍ବାସ ରଖି ଅନ୍ୟମାନଙ୍କୁ ତୁଚ୍ଛ କରୁଥିବା ବିଷୟରେ ଏକ କାହାଣୀ କହିଲେ । ସେ କହିଲେ “ଦୁଇଜଣ ବ୍ୟକ୍ତି ପ୍ରାର୍ଥନା କରିବା ନିମନ୍ତେ ମନ୍ଦିରକୁ ଗଲେ । ସେମାନଙ୍କ ମଧ୍ୟରୁ ଜଣେ କରଗ୍ରାହୀ ଓ ଅନ୍ୟଜଣେ ଧାର୍ମିକ ଗୁରୁ ।”
![Image](https://cdn.door43.org/obs/jpg/360px/obs-en-34-07.jpg?direct&)
“ସେହି ଧାର୍ମିକ ଗୁରୁ ଏହି ପ୍ରକାର ପ୍ରାର୍ଥନା କଲା “ହେ ଈଶ୍ବର ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ ଅନ୍ୟ ଲୋକମାନଙ୍କ ପରି ମୁଁ ପାପୀ ନୁହେଁ, ଯେପରିକି ଜଣେ ଡକାୟତ, ଅଧାର୍ମିକ, ବ୍ୟଭିଚାରୀ କିମ୍ବା ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ ।”
![Image](https://cdn.door43.org/obs/jpg/360px/obs-en-34-08.jpg?direct&)
“ଉଦାହରଣ ସ୍ବରୂପ, ମୁଁ ସପ୍ତାହରେ ଦୁଇଥର ଉପବାସ କରେ ଏବଂ ଆୟ କରିଥିବା ଅର୍ଥ ଓ ଜିନିଷର ସମସ୍ତ ଦଶ ଅଂଶ ଦିଏ ।”
![Image](https://cdn.door43.org/obs/jpg/360px/obs-en-34-09.jpg?direct&)
“କିନ୍ତୁ କରଗ୍ରାହୀ ଧାର୍ମିକ ଗୁରୁଠାରୁ ବହୁ ଦୂରରେ ଠିଆ ହେଲା, ଏବଂ ସ୍ବର୍ଗ ଆଡେ ଊର୍ଦ୍ଧ୍ବଦୃଷ୍ଟି କରିବାକୁ ସାହସ କଲାନାହିଁ । ବରଂ ସେ ଆପଣା ଛାତିରେ ହାତର ପାପୁଲି ଦ୍ଵ।ରା ବିଧା ମାରିଲା, ଏବଂ ପ୍ରାର୍ଥନା କଲା, “ହେ ଈଶ୍ବର, ଦୟାକରି ମୋ ପ୍ରତି ଦୟାଳୁ ହୁଅ, କାରଣ ମୁଁ ଜଣେ ପାପୀ ମନୁଷ୍ୟ ।”
![Image](https://cdn.door43.org/obs/jpg/360px/obs-en-34-10.jpg?direct&)
ତେବେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଈଶ୍ବର କରଗ୍ରାହୀର ପ୍ରାର୍ଥନା ଶୁଣିଲେ ଏବଂ ତାକୁ ଧାର୍ମିକ ଗଣନା କଲେ । କିନ୍ତୁ ସେ ଧାର୍ମିକ ଗୁରୁର ପ୍ରାର୍ଥନା ଶୁଣିଲେ ନାହିଁ। ଯିଏ ନିଜକୁ ଉଚ୍ଚ ଦେଖାଇଥାଏ, ଈଶ୍ବର ତାହାକୁ ନତ କରିବେ, ଏବଂ ଯେକେହି ନିଜକୁ ନତ କରି ଦେଖାଏ ଈଶ୍ବର ତାହାକୁ ଉନ୍ନତ କରିବେ ।
ବାଇବଲର ଏକ କାହାଣୀ_:_ ମାଥିଉ ୧୩_:_ ୩୧_-_ ୩୩_, _ ୪୪_-_ ୪୬_; _ ମାର୍କ ୪_:_ ୩_-_ ୩_; _ ଲୂକ ୧୩_:_ ୧୮_-_ ୧_; _ ୧୮_:_ ୯_-_ ୧୪

55
content/35.md Normal file
View File

@ -0,0 +1,55 @@
# 35. ଦୟାମୟ ପିତାଙ୍କ କାହାଣୀ #
![Image](https://cdn.door43.org/obs/jpg/360px/obs-en-35-01.jpg?direct&)
ଦିନେ, ଯୀଶୁ ଅନେକ କର ଗ୍ରାହୀ ମାନଙ୍କୁ ଏବଂ ଅନ୍ୟ ପାପୀ ମାନଙ୍କୁ ଯେଉଁମାନେ ଶୁବାକୁ ଏକତ୍ର ହୋଇଥିଲେ, ଶିକ୍ଷା ଦେଉଥିଲେ ।
![Image](https://cdn.door43.org/obs/jpg/360px/obs-en-35-02.jpg?direct&)
ସେଠାରେ ଥିବା କେତେକ ଧର୍ମ ନେତାମାନେ ଯୀଶୁଙ୍କୁ ପାପୀମାନଙ୍କ ସହିତ ବନ୍ଧୁ ଭାବରେ ବ୍ୟବହାର କରୁଥିବାର ଦେଖିଲେ,ଏବଂ ପରସ୍ପର ପ୍ରତି ସେମାନେ ତାଙ୍କ ବିରୁଦ୍ଧରେ ଯୁକ୍ତିତର୍କ କରିବାକୁ ଲାଗିଲେ । ତେଣୁ ଯୀଶୁ ସେମାନଙ୍କୁ ଏହି କାହାଣୀ କହିଲେ ।
![Image](https://cdn.door43.org/obs/jpg/360px/obs-en-35-03.jpg?direct&)
“ଜଣେ ବ୍ୟକ୍ତିଙ୍କର ଦୁଇ ପୁତ୍ରମାନେ ଥିଲେ । ସାନ ପୁଅ ବାପାଙ୍କୁ କହିଲା, ‘ବାପା, ସମ୍ପତ୍ତିରେ ଯେଉଁ ଭାଗ ମୋହର ଅଛି ତାହା ମୁଁ ଚାହେଁ! ତେଣୁ ପିତା ସେହି ଦୁଇ ପୁତ୍ରଙ୍କ ମଧ୍ୟରେ ସମ୍ପତ୍ତି ଭାଗ କଲେ ।”
![Image](https://cdn.door43.org/obs/jpg/360px/obs-en-35-04.jpg?direct&)
“ତାଙ୍କ ସାନ ପୁଅ ତାଙ୍କଠାରେ ଥିବା ସମସ୍ତ ଏକାଠି କରି ଦୂର ସ୍ଥାନକୁ ଚାଲିଗଲେ ଏବଂ ମନ୍ଦପୁର୍ଣ୍ଣ ଜୀବନ କାଟିବା ନିମନ୍ତେ ସମ୍ପତ୍ତି ଉଡାଇଦେଲେ ।”
![Image](https://cdn.door43.org/obs/jpg/360px/obs-en-35-05.jpg?direct&)
“ତାହା ପରେ, ସାନ ପୁଅ ଯେଉଁ ଦେଶରେ ରହୁଥିଲା ସେହି ଦେଶରେ ଏକ ମହା ଦୁର୍ଭିକ୍ଷ ପଡିଲା, ଏବଂ ଖାଦ୍ୟ କିଣିବା ନିମନ୍ତେ ତା’ ନିକଟରେ ଅର୍ଥ ନ ଥିଲା । ତେଣୁ ଘୁଷୁରୀ ଖୁଆଇବା କେବଳ କାମ ତାକୁ ମିଳିଲା । ସେ ଏତେ ଦୟନୀୟ ଏବଂ ଭୋକିଲା ଥିଲା ଯେ ସେ ଘୁଷୁରୀମାନଙ୍କ ଖାଦ୍ୟ ଖାଇବାକୁ ଚାହିଁଲା ।”
![Image](https://cdn.door43.org/obs/jpg/360px/obs-en-35-06.jpg?direct&)
“ପରିଶେଷରେ, ସାନ ପୁଅ ନିଜକୁ ନିଜେ କହିଲା ‘ମୁଁ କ’ଣ କରୁଛି? ମୋ ବାପାଙ୍କର ସମସ୍ତ ମୂଲିଆ ମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ଅଛି ,ଏବଂ ମୁଁ ଏଠାରେ ଭୋକରେ ମରୁଛି । ମୁଁ ମୋ ବାପାଙ୍କ ପାଖକୁ ଯିବି ଓ ମୋତେ ତାଙ୍କ ମୂଲିଆଙ୍କ ମଧ୍ୟରୁ ଜଣକ ପରି ରଖିବାକୁ କହିବି ।”
![Image](https://cdn.door43.org/obs/jpg/360px/obs-en-35-07.jpg?direct&)
“ତେଣୁ ସାନ ପୁଅ ତାଙ୍କ ପିତାଙ୍କ ନିକଟକୁ ଗୃହକୁ ଫେରିଯିବା ନିମନ୍ତେ ବାହାରିଲା । ସେ ଯେତେବେଳେ ଦୂର ସ୍ଥାନରେ ଥିଲା, ତା’ ପିତା ଦୂରରୁ ଦେଖି ଦୟାରେ ବିଗଳିତ ହେଲେ । ସେ ତାଙ୍କ ପୁତ୍ର ନିକଟକୁ ଦୌଡିଯାଇ ଆଲିଙ୍ଗନ ଓ ଚୁମ୍ବନ କଲେ ।”
![Image](https://cdn.door43.org/obs/jpg/360px/obs-en-35-08.jpg?direct&)
“ପୁତ୍ର କହିଲେ, ‘ବାପା, ମୁଁ ଈଶ୍ବରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଅଛି । ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଯୋଗ୍ୟ ନୁହେଁ ।”
![Image](https://cdn.door43.org/obs/jpg/360px/obs-en-35-09.jpg?direct&)
“କିନ୍ତୁ ତା’ ପିତା ତାଙ୍କ ଦାସମାନଙ୍କ ମଧ୍ୟରୁ ଜଣକୁ କହିଲେ, ‘ଶୀଘ୍ର ଯାଇ ସବୁଠାରୁ ଉତ୍ତମ ବସ୍ତ୍ର ନେଇ ଆସ ଏବଂ ତାହା ମୋ ପୁତ୍ରଙ୍କୁ ପିନ୍ଧାଅ! ତା’ ଆଙ୍ଗୁଠିରେ ମୁଦି ଓ ପାଦରେ ପାଦୁକା ଦିଅ । ତା’ପରେ ସବୁଠାରୁ ଉତ୍ତମ ବାଛୁରୀ ମାର ଏବଂ ଆମ୍ଭେ ଭୋଜ ପ୍ରସ୍ତୁତ କରି ଉତ୍ସବ କରିବା, କାରଣ ମୋ ପୁତ୍ର ମୃତ ହୋଇଥିଲା, କିନ୍ତୁ ବର୍ତ୍ତମାନ ସେ ଜୀବିତ ଅଛି! ସେ ହଜିଯାଇଥିଲା, କିନ୍ତୁ ବର୍ତ୍ତମାନ ମିଳିଲା!”
![Image](https://cdn.door43.org/obs/jpg/360px/obs-en-35-10.jpg?direct&)
“ତେଣୁ ଲୋକମାନେ ପାଳନ କରିବା ଆରମ୍ଭ କଲେ । ଅଧିକ ସମୟ ହେବା ପୁର୍ବରୁ, କ୍ଷେତରେ କାର୍ଯ୍ୟ କରୁଥିବା ବଡ ପୁଅ ଗୃହକୁ ଆସିଲା । ସେ ସଙ୍ଗୀତ ଓ ନୃତ୍ୟର ଶବ୍ଦ ଶୁଣିପାରିଲା ଓ କ’ଣ ହୋଇଛି ବୋଲି ଆଚମ୍ବିତ ହେଲା ।”
![Image](https://cdn.door43.org/obs/jpg/360px/obs-en-35-11.jpg?direct&)
“ତା’ ସାନ ଭାଇ ଆସିଥିବାରୁ ଯେ ଏହି ସମସ୍ତ ଉତ୍ସବର ଆୟୋଜନ ହୋଇଛି ତାହା ଯେତେବେଳେ ବଡ ପୁଅ ଦେଖିଲା, ସେତେବେଳେ ସେ ଅତି କ୍ରୋଧ ହୋଇଯାଇଥିଲା ଓ ଘର ଭିତରକୁ ଗଲା ନାହିଁ । ତା’ ପିତା ଆସିଲେ ଏବଂ ସେମାନଙ୍କ ସହ ଉତ୍ସବ ପାଳନ କରିବାକୁ ଅନୁରୋଧ କଲେ, କିନ୍ତୁ ସେ ନାସ୍ତି କଲା ।”
![Image](https://cdn.door43.org/obs/jpg/360px/obs-en-35-12.jpg?direct&)
ବଡ ପୁଅ ପିତାଙ୍କୁ କହିଲା “ଏତେ ବର୍ଷ ଧରି ମୁଁ ବିଶ୍ବସ୍ତ ଭାବରେ ତୁମର କାର୍ଯ୍ୟ କରିଆସିଅଛି! ମୁଁ କେବେ ତୁମର ଅନାଜ୍ଞାବହ ହୋଇନାହିଁ, ତଥାପି ତୁମେ ମୋ ପାଇଁ ଗୋଟିଏ ଛୋଟ ଛେଳି ଛୁଆ ସୁଦ୍ଧା ଦେଲନାହଁ ଯେପରିକି ମୁଁ ମୋହର ବନ୍ଧୁ ମାନଙ୍କ ସହିତ ଉତ୍ସବ କରିପାରିବି । କିନ୍ତୁ ତୁମ୍ଭର ଏହି ଯେଉଁ ପୁତ୍ର କଦାଚାରରେ ତୁମର ସମ୍ପତ୍ତି ସମାପ୍ତ କରି ଗୃହକୁ ଫେରିଲା, ତୁମେ ତା’ ନିମନ୍ତେ ସବୁଠାରୁ ହୃଷ୍ଟପୁଷ୍ଟ ବାଛୁରୀ ମାରିଲ!”
![Image](https://cdn.door43.org/obs/jpg/360px/obs-en-35-13.jpg?direct&)
“ପିତା ଉତ୍ତର ଦେଲେ, ‘ପୁଅ, ତୁମେ ସର୍ବଦା ମୋ ସହିତ ଅଛ, ଯେଉଁ ସମସ୍ତ ମୋର ସେହି ସମସ୍ତ ମଧ୍ୟ ତୁମର । କିନ୍ତୁ ଆମ୍ଭ ପାଇଁ ଉତ୍ସବ ପାଳନ କରିବା ଉଚିତ ଥିଲା, କାରଣ ତୁମର ଭାଇ ମରିଯାଇଥିଲା, କିନ୍ତୁ ବର୍ତ୍ତମାନ ବଞ୍ଚିଛି । ସେ ହଜିଯାଇଥିଲା, କିନ୍ତୁ ବର୍ତ୍ତମାନ ମିଳିଛି!”
ବାଇବଲର ଏକ କାହାଣୀ_:_ ଲୂକ_ 15:11-32_

31
content/36.md Normal file
View File

@ -0,0 +1,31 @@
# 36. ରୁପାନ୍ତରଣ #
![Image](https://cdn.door43.org/obs/jpg/360px/obs-en-36-01.jpg?direct&)
ଦିନେ, ଯୀଶୁ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ତିନିଜଣ ପିତର, ଯାକୁବ ଓ ଯୋହନଙ୍କୁ ତାଙ୍କ ସାଙ୍ଗରେ ନେଲେ । (ଯୋହନ ନାମକ ଯୀଶୁଙ୍କ ଶିଷ୍ୟ ଓ ଯୀଶୁଙ୍କୁ ଡୁବନ ଦେଇଥିବା ଯୋହନ ଏକା ନୁହଁନ୍ତି ।) ସେମାନେ ନିଜେ ପ୍ରାର୍ଥନା କରିବା ନିମନ୍ତେ ଏକ ଅତି ଉଚ୍ଚ ପର୍ବତକୁ ଗଲେ ।
![Image](https://cdn.door43.org/obs/jpg/360px/obs-en-36-02.jpg?direct&)
ଯୀଶୁ ଯେତେବେଳେ ପ୍ରାର୍ଥନା କରୁଥିଲେ, ତାହାଙ୍କ ମୁଖ ସୂର୍ଯ୍ୟ ପରି ଉଜ୍ଜଳ ହେଲା ଏବଂ ତାହାଙ୍କ ବସ୍ତ୍ର ଆଲୋକ ପରି ଧଳା ହେଲା, ଯାହା ପୃଥିବୀରେ ଥିବା କୌଣସି ରଜକ (ଧୋବା) କରିପାରିବେ ନାହିଁ।
![Image](https://cdn.door43.org/obs/jpg/360px/obs-en-36-03.jpg?direct&)
ତା’ପରେ ମୋଶା ଓ ଏଲୀୟ ଦେଖାଦେଲେ । ଏହି ଦୁଇଜଣ ବ୍ୟକ୍ତି ଏହି ଘଟଣାର ଶହ ଶହ ବର୍ଷ ପୂର୍ବରୁ ଏହି ପୃଥିବୀରେ ଥିଲେ । ସେମାନେ ଯୀଶୁଙ୍କ ସହିତ ତାଙ୍କ ମୃତ୍ୟୁ ବିଷୟରେ କଥାବାର୍ତ୍ତା କରୁଥିଲେ, ଯାହା ଯିରୁଶାଲମରେ ଅତିଶୀଘ୍ର ଘଟିଥିଲା ।
![Image](https://cdn.door43.org/obs/jpg/360px/obs-en-36-04.jpg?direct&)
ଯେତେବେଳେ ମୋଶା ଓ ଏଲୀୟ ଯୀଶୁଙ୍କ ସହ କଥାବାର୍ତ୍ତା କରୁଥିଲେ, ପିତର ଯୀଶୁଙ୍କୁ କହିଲେ, “ଆମ୍ଭେମାନେ ଯେ ଏଠାରେ ଅଛୁ, ଏହା ଉତ୍ତମ । ଆମ୍ଭେମାନେ ତିନିଗୋଟି କୁଟୀର ନିର୍ମାଣ କରିବୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ ।” ପିତର କ’ଣ କହୁଥିଲେ ତାହା ସେ ଜାଣିଲେ ନାହିଁ ।
![Image](https://cdn.door43.org/obs/jpg/360px/obs-en-36-05.jpg?direct&)
ଯେତେବେଳେ ପିତର କଥା କହୁଥିଲେ, ଏକ ଉଜ୍ଜଳ ମେଘ ତଳକୁ ଆସିଲା ଏବଂ ସେମାନଙ୍କୁ ତାହା ଆଚ୍ଛାଦିତ କଲା (ବା ଘୋଡାଇ ପକାଇଲା) ଏବଂ ମେଘରୁ ଏହି ବାଣୀ ଆସିଲା “ଏହି ଆମ୍ଭର ପ୍ରିୟ ପୁତ୍ର ଯାହାଙ୍କୁ ଆମ୍ଭେ ପ୍ରେମ କଲୁ । ତାଙ୍କଠାରେ ଆମ୍ଭର ସନ୍ତୋଷ । ତାହାଙ୍କ ଶୁଣ ।” ସେହି ତିନି ଜଣ ଶିଷ୍ୟମାନେ ଭୟଭୀତ ହୋଇ ଭୂମିରେ ପଡିଯାଇଥିଲେ ।
![Image](https://cdn.door43.org/obs/jpg/360px/obs-en-36-06.jpg?direct&)
ତା’ପରେ ଯୀଶୁ ସେମାନଙ୍କୁ ସ୍ପର୍ଶ କଲେ ଏବଂ କହିଲେ “ଭୟଭୀତ ହୁଅନାହିଁ । ଉଠ ।” ସେମାନେ ଯେତେବେଳେ ଚାରିପାଖକୁ ଦେଖିଲେ, ସେମାନେ ଜଣେ କେବଳ ଯୀଶୁଙ୍କୁ ଦେଖିଲେ ।
![Image](https://cdn.door43.org/obs/jpg/360px/obs-en-36-07.jpg?direct&)
ଯୀଶୁ ଓ ତାଙ୍କର ତିନିଜଣ ଶିଷ୍ୟମାନେ ପର୍ବତ ତଳକୁ ଓହ୍ଲାଇ ଆସିଲେ । ତା’ପରେ ଯୀଶୁ ସେମାନଙ୍କୁ କହିଲେ “ଏଠାରେ ଯାହା ଘଟିଲା ତାହା କାହାକୁ କୁହନାହିଁ । ମୁଁ ଶୀଘ୍ର ମୃତ୍ୟୁବରଣ କରିବି ଏବଂ ପୁନର୍ବାର ଜୀବିତ ହେବି । ତାହା ପରେ, ତୁମ୍ଭେମାନେ ଲୋକମାନଙ୍କୁ କହିବ ।”
ବାଇବଲର ଏକ କାହାଣୀ_:_ ମାଥିଉ_ 17:1-9; _ ମାର୍କ_ 9:2-8; _ ଲୂକ_ 9:28-36_

47
content/37.md Normal file
View File

@ -0,0 +1,47 @@
# 37. ଯୀଶୁ ଲାଜାରକୁ ମୃତ୍ୟୁରୁ ଉଠାନ୍ତି #
![Image](https://cdn.door43.org/obs/jpg/360px/obs-en-37-01.jpg?direct&)
ଦିନେ, ଯୀଶୁ ଏକ ବାର୍ତ୍ତା ପାଇଲେ ଯେ ଲାଜାର ଅତି ଅସୁସ୍ଥ ଅଛନ୍ତି । ଲାଜାର ଓ ତାହାଙ୍କ ଦୁଇଜଣ ଭଉଣୀ, ମରିୟମ ଓ ମାର୍ଥା, ଯୀଶୁଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲେ । ଯୀଶୁ ଯେତେବେଳେ ଏହି ବାର୍ତ୍ତା ଶୁଣିଲେ, ସେ କହିଲେ “ଏହି ଅସୁସ୍ଥତା ମୃତ୍ୟୁ ଦ୍ଵ।ରାସମାପ୍ତ ହେବ ନାହିଁ, କିନ୍ତୁ ଏହା ଈଶ୍ବରଙ୍କ ଗୌରବ ନିମନ୍ତେ ଅଟେ ।” ଯୀଶୁ ତାହାଙ୍କ ବନ୍ଧୁମାନଙ୍କୁ ପ୍ରେମ କରୁଥିଲେ, କିନ୍ତୁ ସେମାନେ ଯେଉଁ ସ୍ଥାନରେ ଥିଲେ ସେଠାରେ ଦୁଇଦିନ ରହିଗଲେ ।
![Image](https://cdn.door43.org/obs/jpg/360px/obs-en-37-02.jpg?direct&)
ଦୁଇଦିନ ସମାପ୍ତ ପରେ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଆସ, ଆମେ ଯିହୂଦା ପ୍ରଦେଶକୁ ଯିବା ।” ଶିଷ୍ୟମାନେ ଉତ୍ତର ଦେଲେ “ଗୁରୁ, କିଛିକ୍ଷଣ ପୂର୍ବରୁ ଲୋକମାନେ ଆପଣଙ୍କୁ ହତ୍ୟା କରିବା ନିମନ୍ତେ ଚାହୁଁଥିଲେ!” ଯୀଶୁ କହିଲେ “ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, ଏବଂ ମୁଁ ତାହାଙ୍କୁ ନିହାତି ନିଦ୍ରାରୁ ଉଠାଇବାକୁ ପଡିବ ।”
![Image](https://cdn.door43.org/obs/jpg/360px/obs-en-37-03.jpg?direct&)
ଯୀଶୁଙ୍କ ଶିଷ୍ୟମାନେ ଉତ୍ତର ଦେଲେ “ଗୁରୁ, ଯଦି ଲାଜାର ନିଦ୍ରା ଯାଇଅଛନ୍ତି, ତେବେ ସେ ଉଠିବେ ।“ ତା’ପରେ ଯୀଶୁ ସେମାନଙ୍କୁ ସରଳ ଭାବରେ କହିଲେ “ଲାଜାର ମରିଯାଇଅଛନ୍ତି । ମୁଁ ଆନନ୍ଦିତ ଯେ ମୁଁ ସେଠାରେ ନ ଥିଲି, ଯେପରିକି ତୁମ୍ଭେମାନେ ମୋଠାରେ ବିଶ୍ବାସ କରିବ ।“
![Image](https://cdn.door43.org/obs/jpg/360px/obs-en-37-04.jpg?direct&)
ଯୀଶୁ ଯେତେବେଳେ ଲାଜାରଙ୍କ ନଗରକୁ ଆସିଲେ, ଲାଜାର ମରି କବର ପ୍ରାପ୍ତ ହୋଇ ଚାରିଦିନ ହୋଇସାରିଥିଲା । ମାର୍ଥା ଯୀଶୁଙ୍କୁ ଭେଟିବାକୁ ଯାଇ କହିଲେ “ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାନ୍ତେ, ତେବେ ମୋର ଭାଇ ମରିନଥାନ୍ତେ । କିନ୍ତୁ ମୁଁ ବିଶ୍ବାସ କରେ ଆପଣ ଈଶ୍ବରଙ୍କୁ ଯାହାକିଛି ମାଗିବେ ସେ ତାହା ଆପଣଙ୍କୁ ଦେବେ ।“
![Image](https://cdn.door43.org/obs/jpg/360px/obs-en-37-05.jpg?direct&)
ଯୀଶୁ ଉତ୍ତର ଦେଲେ “ମୁଁ ପୁନଃରୁତଥାନ ଏବଂ ଜୀବନ ଅଟେ । ଯିଏ ମୋଠାରେ ବିଶ୍ବାସ କରେ, ଯଦିଓ ସେ ମରେ ତଥାପି ସେ ବଞ୍ଚିବ । ଯେକୌଣସି ଲୋକ ମୋ ଠାରେ ବିଶ୍ବାସ କରେ ସେ କଦାପି ମରିବ ନାହିଁ । ତୁମେ ଏହା ବିଶ୍ବାସ କରକି?” ମାର୍ଥା ଉତ୍ତର ଦେଲେ, “ହଁ, ଗୁରୁ! ମୁଁ ବିଶ୍ବାସ କରେ ଯେ ଆପଣ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି ।“
![Image](https://cdn.door43.org/obs/jpg/360px/obs-en-37-06.jpg?direct&)
ତା’ପରେ ମରିୟମ ପହଞ୍ଚିଲେ । ସେ ଯୀଶୁଙ୍କ ଚରଣ ତଳେ ପଡି କହିଲେ “ପ୍ରଭୁ, ଯଦି ଆପଣ ଏଠାରେ ଥା’ନ୍ତେ, ମୋ ଭାଇ ମରିନଥାନ୍ତେ ।“ ଯୀଶୁ ସେମାନଙ୍କୁ ପଚାରିଲେ “ତୁମ୍ଭେମାନେ ଲାଜାରଙ୍କୁ କେଉଁଠାରେ ରଖିଅଛ?” ସେମାନେ କହିଲେ “ସମାଧି ସ୍ଥାନରେ । ଆସ ଏବଂ ଦେଖ ।“ ତା’ପରେ ଯୀଶୁ କାନ୍ଦିଲେ ।
![Image](https://cdn.door43.org/obs/jpg/360px/obs-en-37-07.jpg?direct&)
ସମାଧି ସ୍ଥାନଟି ଏକ ଗୁମ୍ଫା ଥିଲା ଏବଂ ଏହାର ମୁହଁରେ ଏକ ପଥର ଗଡାଇ ଦିଆଯାଇଥିଲା । ଯୀଶୁ ଯେତେବେଳେ ସମାଧିରେ ପହଞ୍ଚିଲେ, ସେ ସେମାନଙ୍କୁ କହିଲେ “ପଥର ଗଡାଅ ଏବଂ ଦୂର କର ।“ କିନ୍ତୁ ମାର୍ଥା କହିଲେ “ସେ ମରି ଚାରିଦିନ ହେଲାଣି । ସେଠାରେ ଦୁର୍ଗନ୍ଧ ଥିବା ।“
![Image](https://cdn.door43.org/obs/jpg/360px/obs-en-37-08.jpg?direct&)
ଯୀଶୁ ଉତ୍ତର ଦେଲେ “ମୁଁ କ’ଣ ତୁମ୍ଭମାନଙ୍କୁ କହିନାହିଁ କି ଯେ ତୁମ୍ଭେମାନେ ମୋଠାରେ ବିଶ୍ବାସ କଲେ ଈଶ୍ବରଙ୍କ ମହିମା ଦେଖିବ?” ତେଣୁ ସେମାନେ ପଥରକୁ ଗଡାଇ ଦୂର କଲେ ।
![Image](https://cdn.door43.org/obs/jpg/360px/obs-en-37-09.jpg?direct&)
ତା’ପରେ ଯୀଶୁ ସ୍ବର୍ଗ ଆଡକୁ ଊର୍ଦ୍ଧ୍ବଦୃଷ୍ଟି କରି କହିଲେ “ପିତଃ, ମୋ ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ । ମୁଁ ଜାଣେ ତୁମ୍ଭେ ସର୍ବଦା ମୋ କଥା ଶୁଣିଥାଅ, କିନ୍ତୁ ଯେଉଁ ସମସ୍ତ ଲୋକ ଏଠାରେ ଠିଆ ହୋଇଅଛନ୍ତି ସେହି ଲୋକମାନଙ୍କ ସକାଶେ ମୁଁ ଏହା କହୁଅଛି ।“ ତା’ପରେ ଯୀଶୁ ଉଚ୍ଚ ସ୍ବରରେ କହିଲେ “ଲାଜାର, ବାହାରି ଆସ!”
![Image](https://cdn.door43.org/obs/jpg/360px/obs-en-37-10.jpg?direct&)
ତେଣୁ ଲାଜାର ବାହାରି ଆସିଲେ! ସେ ସେସମୟରେ ମଧ୍ୟ ସମାଧି ବସ୍ତ୍ରରେ ଗୁଡାଯାଇଥିଲେ । ଯୀଶୁ ସେମାନଙ୍କୁ କହିଲେ “ଏହି ସମାଧି ବସ୍ତ୍ର ତାହାଙ୍କଠାରୁ କାଢି ତାଙ୍କର ବନ୍ଧନ ମୁକ୍ତ କର!” ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକର୍ମ ସକାଶୁ ଅନେକ ଯିହୂଦୀ ତାହାଙ୍କଠାରେ ବିଶ୍ବାସ କଲେ ।
![Image](https://cdn.door43.org/obs/jpg/360px/obs-en-37-11.jpg?direct&)
କିନ୍ତୁ ଯିହୂଦୀମାନଙ୍କର ଧର୍ମ ନେତାମାନେ ଈର୍ଷାନ୍ମିତ ହୋଇଥିଲେ, ତେଣୁ ସେମାନେ କିପରି ଭାବରେ ଯୀଶୁ ଏବଂ ଲାଜାରଙ୍କୁ ହତ୍ୟା କରିବେ ତାହା ଏକାଠି ହୋଇ ଯୋଜନା କରିବାକୁ ଲାଗିଲେ ।
ବାଇବଲର ଏକ କାହାଣୀ_:_ ଯୋହନ_ 11:1-46_

63
content/38.md Normal file
View File

@ -0,0 +1,63 @@
# 38. ଯୀଶୁଙ୍କ ପ୍ରତି ବିଶ୍ବାସଘାତକତା କରାଗଲା #
![Image](https://cdn.door43.org/obs/jpg/360px/obs-en-38-01.jpg?direct&)
ପ୍ରତି ବର୍ଷ ଯିହୂଦୀମାନେ ନିସ୍ତାର ପର୍ବ ପାଳନ କରୁଥିଲେ । ଏହା ହେଉଛି ସେହି ଉତ୍ସବ ପାଳନ ଯାହାକି ଅନେକ ଶହ ବର୍ଷ ପୂର୍ବରୁ ଈଶ୍ବର କିପରି ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦାସତ୍ବାବସ୍ଥାରୁ ଉଦ୍ଧାର କରି ଆଣିଥିଲେ । ଯୀଶୁ ପ୍ରଚାର ଆରମ୍ଭ କରିବାର ଓ ସର୍ବସାଧାରଣରେ ଶିକ୍ଷା ଦେବାର ପ୍ରାୟ ତିନି ବର୍ଷ ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ଯେ ସେ ସେମାନଙ୍କ ସହ ଯିରୁଶାଲମରେ ନିସ୍ତାରପର୍ବ ପାଳନ କରିବାକୁ ଚାହାନ୍ତି, ଏବଂ ସେଠାରେ ତାଙ୍କୁ ହତ୍ୟା କରାଯିବ ।
![Image](https://cdn.door43.org/obs/jpg/360px/obs-en-38-02.jpg?direct&)
ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଶିଷ୍ୟ ଥିଲେ । ଯିହୂଦା ଶିଷ୍ୟମାନଙ୍କ ଟଙ୍କା ଥଳୀର ଦାୟିତ୍ବରେ ଥିଲା, କିନ୍ତୁ ସେ ଅର୍ଥ (ଟଙ୍କା)କୁ ଭଲ ପାଇଲା ଏବଂ ଅନେକ ସମୟରେ ସେହି ଥଳୀରୁ ଅର୍ଥ (ଟଙ୍କା) ଚୋରି କରୁଥିଲା । ଯୀଶୁ ଓ ତାଙ୍କ ଶିଷ୍ୟମାନେ ଯିରୁଶାଲମରେ ପହଞ୍ଚିବା ପରେ, ଯିହୂଦା ଅର୍ଥ ପ୍ରତିବଦଳରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ଯିହୂଦୀ ନେତାମାନଙ୍କ ନିକଟକୁ ଗଲା । ସେ ଜାଣିଥିଲା ଯେ ଯୀଶୁ ଯେ ମଶୀହ ଏହା ଯିହୂଦୀ ନେତାମାନେ ଅସ୍ବୀକାର କରୁଥିଲେ ଏବଂ ସେମାନେ ତାଙ୍କୁ (ଯୀଶୁଙ୍କୁ) ହତ୍ୟା କରିବା ପାଇଁ ଯୋଜନା କରୁଥିଲେ ।
![Image](https://cdn.door43.org/obs/jpg/360px/obs-en-38-03.jpg?direct&)
ପ୍ରଧାନ ଯାଜକମାନଙ୍କ ଦ୍ବାରା ପରିଚାଳିତ ଯିହୂଦୀ ନେତାମାନେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ତିରିଶିଗୋଟି ରୌପ୍ୟ ମୁଦ୍ରା ପ୍ରଦାନ କରିଥିଲେ । କଭାବବାଦୀମାନେ ଭାବବାଣୀ କରିଥିବା ଅନୁସାରେ ଏହା ଘଟିଥିଲା । ଯିହୂଦା ସେଥିରେ ସହମତି ହୋଇ ଅର୍ଥ ନେଇ ପଳାଇଯାଇଥିଲା । ସେମାନେ ଯେପରି ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବେ ସେ ଏଥିର ସୁଯୋଗ ଖୋଜିବାକୁ ଲାଗିଲା ।
![Image](https://cdn.door43.org/obs/jpg/360px/obs-en-38-04.jpg?direct&)
ଯିରୁଶାଲମରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କ ସହ ନିସ୍ତାରପର୍ବ ପାଳନ କଲେ । ନିସ୍ତାରପର୍ବ ଭୋଜନ ସମୟରେ, ଯୀଶୁ ରୋଟୀ ନେଇ ଏହାକୁ ଭାଙ୍ଗିଲେ । ସେ କହିଲେ “ଏହା ନେଇ ଭୋଜନ କର । ତୁମ୍ଭମାନଙ୍କ ନିମନ୍ତେ ଦିଆଯାଇଥିବା ଏହା ମୋର ଶରୀର । ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।” ଏହିପରି ଭାବରେ, ଯୀଶୁ କହିଲେ ଯେ ସେମାନଙ୍କ ନିମନ୍ତେ ତାହାଙ୍କ ଶରୀର ବଳୀକୃତ ହେବ ।
![Image](https://cdn.door43.org/obs/jpg/360px/obs-en-38-05.jpg?direct&)
ତା’ପରେ ଯୀଶୁ ଏକ ପାନପାତ୍ର ଉଠାଇ କହିଲେ “ଏହାକୁ ପାନ କର । ଏହା ମୋହର ନୂତନ ନିୟମର ରକ୍ତ ଅଟେ ଯାହା ପାପକ୍ଷମା ନିମନ୍ତେ ପାତିତ ହୋଇଅଛି। ତୁମ୍ଭେ ପ୍ରତ୍ୟେକ ଥର ଏହା ପାନ କରିବା ସମୟରେ ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।”
![Image](https://cdn.door43.org/obs/jpg/360px/obs-en-38-06.jpg?direct&)
ତା’ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ “ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ ।” ଶିଷ୍ୟମାନେ ଚକିତ ହୋଇଗଲେ, ଏବଂ ଏପରି ବିଷୟ କିଏ କରିବ ବୋଲି ପଚାରିଲେ । ଯୀଶୁ କହିଲେ “ମୁଁ ଯେଉଁ ଜଣକୁ ଏହି ରୋଟୀ ଖଣ୍ଡକ ଦେବି ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ ।” ତା’ପରେ ସେ ସେହି ରୋଟୀ ଯିହୂଦାକୁ ଦେଲେ ।
![Image](https://cdn.door43.org/obs/jpg/360px/obs-en-38-07.jpg?direct&)
ଯିହୂଦା ସେହି ରୋଟୀ ଖଣ୍ଡିକ ନେଲା ପରେ, ଶୟତାନ ତା’ ମଧ୍ୟରେ ପ୍ରବେଶ କଲା । ଯିହୂଦା ସେହି ସ୍ଥାନ ପରିତ୍ୟାଗ କରି ଯିହୂଦୀ ନେତାମାନେ ଯେପରି ଯୀଶୁଙ୍କୁ ଗିରଫ କରନ୍ତି ସେଥିରେ ସାହାଯ୍ୟ କରିବା ପାଇଁ ସେମାନଙ୍କ ନିକଟକୁ ଗଲା । ସେ ସମୟରେ ରାତ୍ରି ହୋଇଥିଲା ।
![Image](https://cdn.door43.org/obs/jpg/360px/obs-en-38-08.jpg?direct&)
ଭୋଜନ କରିସାରିଲା ପରେ, ଯୀଶୁ ଏବଂ ତାହାଙ୍କ ଶିଷ୍ୟମାନେ ଜୀତ ପର୍ବତକୁ ଚାଲିଚାଲି ଗଲେ । ଯୀଶୁ କହିଲେ “ତୁମ୍ଭେ ସମସ୍ତେ ମୋତେ ପରିତ୍ୟାଗ କରି ଚାଲିଯିବ । ଲେଖା ଅଛି “ଆମ୍ଭେ ମେଷପାଳକଙ୍କୁ ପ୍ରହାର କରିବା ଓ ପ୍ରତ୍ୟେକ ମେଷ ଛିନ୍ନଭିନ୍ନ ହୋଇଯିବେ ।
![Image](https://cdn.door43.org/obs/jpg/360px/obs-en-38-09.jpg?direct&)
ପିତର ଉତ୍ତର ଦେଲେ “ଯଦିଓ ସମସ୍ତେ ଆପଣଙ୍କୁ ପରିତ୍ୟାଗ କରିବେ, ମୁଁ କରିବି ନାହିଁ!” ତେବେ ଯୀଶୁ ପିତରଙ୍କୁ କହିଲେ “ଶୟତାନ ତୁମ୍ଭ ସମସ୍ତଙ୍କୁ ମାଗିଅଛି, କିନ୍ତୁ ପିତର ତୁମ୍ଭର ବିଶ୍ବାସ ଯେପରି ଦୁର୍ବଳ ନ ହେବ ଏଥିପାଇଁ ମୁଁ ବିନତି କରିଅଛି । ଏପରିକି, ଆଜି ରାତି କୁକୁଡା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ବୀକାର କରିବ ।”
![Image](https://cdn.door43.org/obs/jpg/360px/obs-en-38-10.jpg?direct&)
ତା’ପରେ ପିତର ଯୀଶୁଙ୍କୁ କହିଲେ “ଯଦିଓ ମୋତେ ମରିବାକୁ ହୁଏ, ତଥାପି ମୁଁ କେବେ ହେଁ ଆପଣଙ୍କୁ ଅସ୍ବୀକାର କରିବି ନାହିଁ !” ଅନ୍ୟ ସମସ୍ତ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କହିଲେ ।
![Image](https://cdn.door43.org/obs/jpg/360px/obs-en-38-11.jpg?direct&)
ତା’ ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହ ଗେଥସମାନୀ ନାମକ ସ୍ଥାନକୁ ଗଲେ । ଶିଷ୍ୟମାନେ ଯେପରି ପରୀକ୍ଷାରେ ନ ପଡନ୍ତି ତାହା ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ । ତା’ ପରେ ଯୀଶୁ ନିଜେ ପ୍ରାର୍ଥନା କରିବାକୁ ଗଲେ ।
![Image](https://cdn.door43.org/obs/jpg/360px/obs-en-38-12.jpg?direct&)
Jଯୀଶୁ ତିନି ଥର ପ୍ରାର୍ଥନା କଲେ “ମୋ ପିତା, ଯଦି ସମ୍ଭବ ହୁଏ, ତେବେ କ୍ଲେଶଭୋଗର ଏହି ପାନପାତ୍ର ମୋ ଠାରୁ ଦୂର କର । କିନ୍ତୁ ଯଦି ଲୋକମାନଙ୍କର ପାପକ୍ଷମା କରିବା ନିମନ୍ତେ ଆଉ କିଛି ଉପାୟ ନ ଥାଏ, ତେବେ ତୁମ୍ଭର ଇଛା ସଫଳ ହେଉ ।” ଯୀଶୁ ଅତ୍ୟନ୍ତ ମାର୍ମାନ୍ତିକ ଦୁଃଖରେ ଦୁଃଖୀତ ଥିଲେ ଏବଂ ତାହାଙ୍କ ଝାଳ ଘନ ରକ୍ତ ଟୋପା ପରି ଥିଲା । ତାହାଙ୍କୁ ଶକ୍ତି ଯୋଗାଇଦେବା ପାଇଁ ଈଶ୍ବର ଜଣେ ଦୂତଙ୍କୁ ତାଙ୍କ ନିକଟକୁ ପ୍ରେରଣ କଲେ ।
![Image](https://cdn.door43.org/obs/jpg/360px/obs-en-38-13.jpg?direct&)
ପ୍ରତି ଥର ପ୍ରାର୍ଥନା କରିସାରିବା ପରେ, ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଦେଖିବାକୁ ଆସୁଥିଲେ କିନ୍ତୁ ସେମାନେ ନିଦ୍ରାଗ୍ରସ୍ତ ଥିଲେ । ଯେତେବେଳେ ସେ ତୃତୀୟ ଥର ଆସିଲେ, ଯୀଶୁ କହିଲେ “ଉଠ! ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବା ଲୋକ ଉପସ୍ଥିତ ।”
![Image](https://cdn.door43.org/obs/jpg/360px/obs-en-38-14.jpg?direct&)
ଯିହୂଦା ଯିହୂଦୀ ନେତାଗଣ, ସୈନ୍ୟଗଣ ଓ ବହୁ ଲୋକ ସହ ଆସିଥିଲା । ସେମାନେ ଖଣ୍ଡା ଓ ମଶାଲ ଧରି ଆସିଥିଲେ । ଯିହୂଦା ଯୀଶୁଙ୍କ ନିକଟକୁ ଆସି କହିଲା “ହେ ଗୁରୁ ନମସ୍କାର” ଓ ତାହାଙ୍କୁ ଚୁମ୍ବନ କଲା । ଯିହୂଦୀ ନେତାମାନେ କାହାକୁ ଗିରଫ କରିବେ ଏହା ତହିଁର ଏକ ଚିହ୍ନ ଥିଲା । ତା’ପରେ ଯୀଶୁ କହିଲେ “ଯିହୂଦା, ଚୁମ୍ବନ ଦ୍ବାରା କି ତୁମ୍ଭେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ?”
![Image](https://cdn.door43.org/obs/jpg/360px/obs-en-38-15.jpg?direct&)
ଯେତେବେଳେ ସୈନ୍ୟମାନେ ଯୀଶୁଙ୍କୁ ଗିରଫ କଲେ, ପିତର ତାହାଙ୍କ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସର କାନ କାଟି ପକାଇଲେ । ଯୀଶୁ କହିଲେ “ଖଡ୍ଗକୁ ସ୍ବସ୍ଥାନରେ ରଖ! ମୋତେ ରକ୍ଷା କରିବା ନିମନ୍ତେ ମୁଁ ମୋ ପିତାଙ୍କୁ ଦୂତମାନଙ୍କର ଏକ ସୈନ୍ୟଦଳକୁ ମଗାଇପାରିଥାନ୍ତେ । କିନ୍ତୁ ମୁଁ ନିହାତି ମୋ ପିତାଙ୍କର ଆଜ୍ଞାବହ ହେବାକୁ ପଡିବ ।” ତା’ ପରେ ଯୀଶୁ ସେହି ଲୋକର କାନକୁ ସୁସ୍ଥ କଲେ । ଯୀଶୁ ଗିରଫ ହେଲା ପରେ ସମସ୍ତ ଶିଷ୍ୟ ଦୌଡି ପଳାଇଗଲେ ।
ଏହିଠାରୁ ଏକ ବାଇବଲ ଘଟନା: ମାଥିଉ_ 26:14-56; _ ମାର୍କ_ 14:10-50; _ ଲୂକ୍ଲ_ 22:1-53; _ ଯୋହନ_ 12:6; 18:1-11_

55
content/39.md Normal file
View File

@ -0,0 +1,55 @@
# 39. ଯୀଶୁଙ୍କର ବିଚାର କରାଯାଏ #
![Image](https://cdn.door43.org/obs/jpg/360px/obs-en-39-01.jpg?direct&)
ସେତେବେଳେ ମଧ୍ୟରାତ୍ରି ଥିଲା । ମହାଯାଜକ ଯେପରି ଯୀଶୁଙ୍କୁ ପ୍ରଶ୍ନ ପଚାରିବେ ସେଥିପାଇଁ ସୈନ୍ୟମାନେ ତାଙ୍କୁ ମହାଯାଜକଙ୍କର ଗୃହକୁ ନେଇଗଲେ । ପିତର ଦୂରରୁ ରହି ସେମାନଙ୍କ ପଛେ ପଛେ ଯାଉଥିଲେ । ଯୀଶୁଙ୍କୁ ଯେତେବେଳେ ସେହି ଗୃହକୁ ନିଆଗଲା, ପିତର ବାହାରେ ରହି ନିଆଁ ତାପୁ ଥିଲେ ।
![Image](https://cdn.door43.org/obs/jpg/360px/obs-en-39-02.jpg?direct&)
ଗୃହ ମଧ୍ୟରେ, ଯିହୂଦୀ ନେତାମାନେ ଯୀଶୁଙ୍କର ବିଚାର କଲେ । ସେମାନେ ଅନେକ ମିଥ୍ୟାସାକ୍ଷୀମାନଙ୍କୁ ଯୋଗାଇଲେ ଯେଉଁମାନେ ତାଙ୍କ ବିରୁଦ୍ଧରେ ମିଥ୍ୟା କହିବେ । କିନ୍ତୁ, ସେମାନଙ୍କ ଚର୍ଚ୍ଚା ସବୁ ପରସ୍ପର ମଧ୍ୟରେ ଖାପ ଖାଉ ନଥିଲା, ତେଣୁ ଯିହୂଦୀ ନେତାମାନେ ପ୍ରମାଣ କରିପାରିଲେ ନାହିଁ ଯେ ସେ କିଛି ଭୁଲ୍ କରିଛନ୍ତି । ଯୀଶୁ କିଛି କହିଲେ ନାହିଁ ।
![Image](https://cdn.door43.org/obs/jpg/360px/obs-en-39-03.jpg?direct&)
ପରିଶେଷରେ, ମହାଯାଜକ ଯୀଶୁଙ୍କ ପ୍ରତି ସିଧାସଳଖ ଦେଖି ତାହାଙ୍କୁ ପଚାରିଲେ “ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଜୀବନ୍ତ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ?”
![Image](https://cdn.door43.org/obs/jpg/360px/obs-en-39-04.jpg?direct&)
ଯୀଶୁ କହିଲେ “ମୁଁ ସେହି, ଏବଂ ଆପଣମାନେ ମୋତେ ଈଶ୍ବରଙ୍କ ସିଂହାସନରେ ବସିବା ଏବଂ ସ୍ବର୍ଗରୁ ଅବତରଣ ହେବାର ଦେଖିବେ ।” ପ୍ରଧାନ ଯାଜକ କ୍ରୋଧରେ ନିଜ ବସ୍ତ୍ର ଚିରି ଅନ୍ୟ ଧର୍ମ ନେତାମାନଙ୍କୁ ଚିତ୍କାର କରି କହିଲେ “ଆମ୍ଭମାନଙ୍କର ଆଉ ସାକ୍ଷୀ ଦରକାର ନାହିଁ! ତୁମ୍ଭେମାନେ ଶୁଣିଲ ଯେ ସେ ଈଶ୍ବରଙ୍କ ପୁତ୍ର ବୋଲି କହୁଅଛି । ତୁମ୍ଭମାନଙ୍କର ବିଚାର କ’ଣ?”
![Image](https://cdn.door43.org/obs/jpg/360px/obs-en-39-05.jpg?direct&)
ଯିହୂଦୀ ନେତାମାନେ ମହଯାଜକଙ୍କୁ ଉତ୍ତର ଦେଲେ “ସେ ମୃତ୍ୟୁଦଣ୍ଡ ପାଇବାର ଯୋଗ୍ୟ” ତା’ପରେ ସେମାନେ ଯୀଶୁଙ୍କ ଆଖିରେ କନା ବାନ୍ଧିଦେଲେ, ତାଙ୍କୁ ମାରିଲେ, ତାଙ୍କ ଉପରେ ଛେପ ପକାଇଲେ ଏବଂ ତାହାଙ୍କୁ ପରିହାସ କଲେ ।
![Image](https://cdn.door43.org/obs/jpg/360px/obs-en-39-06.jpg?direct&)
ପିତର ଗୃହର ବାହାରେ ଅପେକ୍ଷା କରିଥିବା ସମୟରେ, ଜଣେ ଦାସୀ ବାଳିକା ତାହାଙ୍କୁ ଦେଖି କହିଲା “ତୁମ୍ଭେ ମଧ୍ୟ ଯୀଶୁଙ୍କ ସହିତ ଥିଲ!” ପିତର ଏ ବିଷୟକୁ ଅସ୍ବୀକାର କଲା । ପରବର୍ତ୍ତୀ ସମୟରେ, ଆଉ ଜଣେ ବାଳିକା ସେହି ଗୋଟିଏ ବିଷୟ କହିଲେ, କିନ୍ତୁ ପିତର ଏହା ମଧ୍ୟ ଅସ୍ବୀକାର କଲେ । ପରିଶେଷରେ, ଲୋକମାନେ କହିଲେ, “ଆମ୍ଭେମାନେ ଜାଣୁ ଯେ ତୁମ୍ଭେ ଯୀଶୁଙ୍କ ସହ ଥିଲ କାରଣ ତୁମ୍ଭେ ଉଭୟେ ଗାଲିଲୀରୁ ଆସିଅଛ ।”
![Image](https://cdn.door43.org/obs/jpg/360px/obs-en-39-07.jpg?direct&)
ତା’ପରେ ପିତର ଶପଥ କଲେ, କହିଲେ “ଈଶ୍ବର ମୋତେ ଅଭିଶାପ ଦିଅନ୍ତୁ ଯଦି ମୁଁ ଏହି ଲୋକକୁ ଜାଣିଥାଏ!” ସଙ୍ଗେ ସଙ୍ଗେ ଏକ କୁକୁଡା ରାକିଲା, ଏବଂ ଯୀଶୁ ବୁଲିପଡି ପିତରଙ୍କୁ ଚାହିଁଲେ ।
![Image](https://cdn.door43.org/obs/jpg/360px/obs-en-39-08.jpg?direct&)
ପିତର ଚାଲିଗଲେ ଓ ଅତ୍ୟନ୍ତ ଖେଦର ସହ କାନ୍ଦିଲେ । ଇତିମଧ୍ୟରେ, ବିଶ୍ବାସଘାତୀ ଯିହୂଦା ଦେଖିଲେ ଯେ ଯିହୂଦୀ ନେତାମାନେ ଯୀଶୁଙ୍କୁ ମୃତ୍ୟୁଦଣ୍ଡ ପାଇଁ ଦୋଷୀ କରିଅଛନ୍ତି । ଯିହୂଦା ଅତ୍ୟନ୍ତ ଦୁଃଖିତ ହେଲା ଏବଂ ଚାଲିଯାଇ ନିଜକୁ ହତ୍ୟା କଲା ।
![Image](https://cdn.door43.org/obs/jpg/360px/obs-en-39-09.jpg?direct&)
ପରବର୍ତ୍ତୀ ଭୋର ସକାଳରେ, ଯିହୂଦୀ ନେତାମାନେ ଯୀଶୁଙ୍କୁ ପିଲାତଙ୍କ ନିକଟକୁ ଆଣିଲେ ଯିଏ ରୋମୀୟ ଶାସକ ଥିଲେ । ସେମାନେ ଆଶା କଲେ ଯେ ପିଲାତ ଯୀଶୁଙ୍କୁ ଦୋଷୀ ସାବ୍ୟସ୍ତ କରି ହତ ହେବା ନିମନ୍ତେ ବିଚାର କରିବେ । ପିଲାତ ଯୀଶୁଙ୍କୁ ପଚାରିଲେ “ତୁମେ କ’ଣ ଯିହୂଦୀମାନଙ୍କର ରାଜା?”
![Image](https://cdn.door43.org/obs/jpg/360px/obs-en-39-10.jpg?direct&)
ଯୀଶୁ ଉତ୍ତର ଦେଲେ “ଆପଣ କହୁଛନ୍ତି, କିନ୍ତୁ ମୋର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ ।
ଯଦି ଏପରି ହୋଇଥାଆନ୍ତା, ମୋ ଦାସମାନେ ମୋ ନିମନ୍ତେ ଯୁଦ୍ଧ କରିଥାନ୍ତେ ।
ଈଶ୍ବରଙ୍କ ବିଷୟରେ ସତ୍ୟ କଥା କହିବାକୁ ମୁଁ ପୃଥିବୀକୁ ଆସିଅଛି ।
ଯେକୌଣସି ବ୍ୟକ୍ତି ସତ୍ୟକୁ ପ୍ରେମ କରେ ସେ ମୋ କଥା ଶୁଣେ ।”
ପିଲାତ କହିଲେ “ସତ୍ୟ କ’ଣ?”
![Image](https://cdn.door43.org/obs/jpg/360px/obs-en-39-11.jpg?direct&)
ପିଲାତ ଯୀଶୁଙ୍କ ସହ କଥା କହି ସାରିଲା ପରେ, ଜନଗହଳି ନିକଟକୁ ଯାଇ କହିଲେ “ଏହି ଲୋକଠାରେ ଆମ୍ଭେ କୌଣସି ଦୋଷ ପାଉନାହୁଁ ।” କିନ୍ତୁ ଯିହୂଦୀ ନେତାମାନେ ଓ ଜନସମାଗମ ଚିତ୍କାର କରି କହିଲେ “ତାହାଙ୍କୁ କ୍ରୁଶବିଦ୍ଧ କର!” ପିଲାତ ଉତ୍ତର ଦେଲେ “ସେ ଦୋଷୀ ନୁହେଁ ।” କିନ୍ତୁ ସେମାନେ ଅଧିକ ଚିତ୍କାର କରିବାକୁ ଲାଗିଲେ । ତା’ପରେ ପିଲାତ ତୃତୀୟ ଥର କହିଲେ “ସେ ଦୋଷୀ ନୁହେଁ!”
![Image](https://cdn.door43.org/obs/jpg/360px/obs-en-39-12.jpg?direct&)
ପିଲାତ ଭୟଭୀତ ହୋଇଯାଇଥିଲେ ଯେ କାଳେ ଦଙ୍ଗା କରିବା ଆରମ୍ଭ କରିବେ, ତେଣୁ ଯୀଶୁଙ୍କୁ କ୍ରୁଶବିଦ୍ଧ କରିବା ନିମନ୍ତେ ସେ ତାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଲେ । ରୋମୀୟ ସୈନ୍ୟମାନେ ଯୀଶୁଙ୍କୁ କୋରଡା ପ୍ରହାର କଲେ ଏବଂ ଏକ ରାଜକୀୟ ବସ୍ତ୍ର ଓ ମସ୍ତକରେ କଣ୍ଟାର ମୁକୁଟ ପିନ୍ଧାଇଲେ । ତା’ପରେ ସେମାନେ ତାଙ୍କୁ “ଯିହୂଦୀମାନଙ୍କର ରାଜାଙ୍କୁ ଦେଖି କହିଲେ!” କହି ପରିହାସ କଲେ ।
ବାଇବଲର ଏକ କାହାଣୀ_:_ ମାଥିଉ_ 26:57-27:26; _ ମାର୍କ_ 14:53-15:15; _ ଲୂକ_ 22:54-23:25; _ ଯୋହନ_ 18:12-19:16_

39
content/40.md Normal file
View File

@ -0,0 +1,39 @@
# 40. ଯୀଶୁ କ୍ରୁଶବିଦ୍ଧ ହେଲେ #
![Image](https://cdn.door43.org/obs/jpg/360px/obs-en-40-01.jpg?direct&)
ସୈନ୍ୟମାନେ ଯୀଶୁଙ୍କୁ ପରିହାସ କଲା ପରେ, ସେମାନେ କ୍ରୁଶବିଦ୍ଧ କରିବା ନିମନ୍ତେ ତାଙ୍କୁ ଘେନିଗଲେ । ସେ ଯେଉଁ କ୍ରୁଶରେ ମରିବେ ସେହି କ୍ରୁଶ ତାଙ୍କୁ ବହନ କରାଇଲେ ।
![Image](https://cdn.door43.org/obs/jpg/360px/obs-en-40-02.jpg?direct&)
ସୈନ୍ୟମାନେ “କପାଳସ୍ଥଳ” ନାମକ ଏକ ସ୍ଥାନକୁ ଆଣିଲେ ଏବଂ କ୍ରୁଶରେ ତାହାଙ୍କ ହାତ ଓ ପାଦକୁ କଣ୍ଟାରେ ବିଦ୍ଧ କଲେ । କିନ୍ତୁ ଯୀଶୁ କହିଲେ “ପିତା, ସେମାନଙ୍କୁ କ୍ଷମା କର, କାରଣ ସେମାନେ କ’ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ ।” “ଯିହୂଦୀମାନଙ୍କ ରାଜା” ଲେଖି ତାହାକୁ ଯୀଶୁଙ୍କ ମସ୍ତକ ଉପରେ ଟଙ୍ଗାଇବାକୁ ପିଲାତ ସେମାନଙ୍କୁ କହିଲେ ।
![Image](https://cdn.door43.org/obs/jpg/360px/obs-en-40-03.jpg?direct&)
ସୈନ୍ୟମାନେ ଯୀଶୁଙ୍କ ବସ୍ତ୍ରକୁ ଗୁଲିବାଣ୍ଟ କଲେ । ସେମାନେ ଯେତେବେଳେ ଏହା କଲେ, କୁହାଯାଇଥିବା ଭାବବାଣୀ ସଫଳ ହେଲା “ସେମାନେ ମୋ ବସ୍ତ୍ରକୁ ଭାଗ କଲେ ଓ ବସ୍ତ୍ର ନିମନ୍ତେ ଗୁଲିବାଣ୍ଟ କଲେ ।”
![Image](https://cdn.door43.org/obs/jpg/360px/obs-en-40-04.jpg?direct&)
ଯୀଶୁଙ୍କୁ ଦୁଇଜଣ ଡକାୟତଙ୍କ ମଧ୍ୟରେ କ୍ରୁଶବିଦ୍ଧ କରାଗଲା । ସେମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ପରିହାସ କଲା, କିନ୍ତୁ ଅନ୍ୟ ଜଣେ କହିଲା “ତୁମର କ’ଣ ଈଶ୍ବରଙ୍କ ପ୍ରତି ଭୟ ନାହିଁ? ଆମ୍ଭେମାନେ ଦୋଷୀ, କିନ୍ତୁ ଏହି ବ୍ୟକ୍ତି ନିର୍ଦ୍ଦୋଷ ଅଟେ ।” ତା’ପରେ ସେ ଯୀଶୁଙ୍କୁ କହିଲେ “ଦୟାକରି ଆପଣଙ୍କ ରାଜ୍ୟରେ ମୋତେ ସ୍ମରଣ କରନ୍ତୁ ।” ଯୀଶୁ ତାହାଙ୍କୁ କହିଲେ “ତୁମେ ଆଜି ମୋ ସହିତ ପାରଦୀଶରେ ଉପସ୍ଥିତ ହେବ ।”
![Image](https://cdn.door43.org/obs/jpg/360px/obs-en-40-05.jpg?direct&)
ଯିହୂଦୀ ନେତାମାନେ ଓ ଲୋକମାନଙ୍କ ମଧ୍ୟରୁ ଅନେକ ଯୀଶୁଙ୍କୁ ପରିହାସ କଲେ । ସେମାନେ ତାଙ୍କୁ କହିଲେ “ଯଦି ତୁମ୍ଭେ ଈଶ୍ବରଙ୍କ ପୁତ୍ର, କ୍ରୁଶରୁ ଓହ୍ଲାଇ ଆସ ଏବଂ ନିଜକୁ ରକ୍ଷା କର! ତେବେ ହିଁ ଆମ୍ଭେମାନେ ତୁମ୍ଭକୁ ବିଶ୍ବାସ କରିବୁ ।”
![Image](https://cdn.door43.org/obs/jpg/360px/obs-en-40-06.jpg?direct&)
ତା ’ପରେ ସମସ୍ତ ଅଞ୍ଚଳରେ ଥିବା ଆକାଶ ସମ୍ପୂର୍ଣ୍ଣରୂପେ ଅନ୍ଧାକାର ହୋଇଗଲା, ଯଦିଓ ଏହା ଦିନର ସମୟ ଥିଲା । ମଧ୍ୟାହ୍ନ ସମୟରେ ଅନ୍ଧାର ହେଲା ଏବଂ ପ୍ରାୟ ତିନି ପହର(ଘଣ୍ଟା) ପର୍ଯ୍ୟନ୍ତ ରହିଲା ।
![Image](https://cdn.door43.org/obs/jpg/360px/obs-en-40-07.jpg?direct&)
ତା’ପରେ ଯୀଶୁ ଉଚ୍ଚ ସ୍ବରରେ ଡାକି କହିଲେ “ସମାପ୍ତ ହେଲା! ପିତଃ, ତୁମ୍ଭ ହସ୍ତରେ ମୁଁ ଆପଣା ଆତ୍ମା ସମର୍ପଣ କରୁଅଛି ।” ତା’ପରେ ସେ ମସ୍ତକ ନତ କଲେ ଏବଂ ପ୍ରାଣ ତ୍ୟାଗ କଲେ । ଯେତେବେଳେ ସେ ମୃତ୍ୟୁଭୋଗ କଲେ, ସେତେବେଳେ ଭୂମିକମ୍ପ ହୋଇଥିଲା ଏବଂ ମନ୍ଦିରରେ ଯେଉଁ ବୃହତ୍ ପରଦା ଈଶ୍ବରଙ୍କ ଉପସ୍ଥିତିରୁ ଲୋକମାନଙ୍କୁ ପୃଥକ୍ ରଖୁଥିଲା ତାହା ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇଖଣ୍ଡ ହୋଇଗଲା ।
![Image](https://cdn.door43.org/obs/jpg/360px/obs-en-40-08.jpg?direct&)
ଯୀଶୁ ତାହାଙ୍କ ମୃତ୍ୟୁ ଦ୍ଵ।ରା ଲୋକମାନଙ୍କୁ ଈଶ୍ବରଙ୍କ ନିକଟକୁ ଆସିବାର ପଥ ଖୋଲି ଦେଲେ । ଯୀଶୁଙ୍କୁ ଜଗିଥିବା ସୈନ୍ୟ ଯେତେବେଳେ ଏହି ସମସ୍ତ ଘଟିବାର ଦେଖିଲେ ସେ କହିଲେ “ନିଶ୍ଚିତ, ସେ ନିର୍ଦ୍ଧୋଷ ବ୍ୟକ୍ତି ଥିଲେ । ସେ ଈଶ୍ବରଙ୍କ ପୁତ୍ର ଥିଲେ ।”
![Image](https://cdn.door43.org/obs/jpg/360px/obs-en-40-09.jpg?direct&)
ତା’ପରେ ଯୋଷେଫ ଓ ନୀକଦୀମ, ଯୀଶୁଙ୍କୁ ବିଶ୍ବାସ କରୁଥିବା ଏହି ଦୁଇଜଣ ଯିହୂଦୀ ନେତା ଯୀଶୁଙ୍କ ଶରୀର ନେବା ନିମନ୍ତେ ପିଲାତଙ୍କୁ ଅନୁରୋଧ କଲେ । ସେମାନେ ଏକ କନାରେ ତାଙ୍କ ଶରୀରକୁ ଘୋଡାଇ ପ୍ରସ୍ତର କଟାଯାଇ ତିଆରି କରାଯାଇଥିବା ଏକ ସମାଧି ସ୍ଥଳରେ ରଖିଲେ। ତା’ପରେ ସେମାନେ ସମାଧି ମୁହଁରେ ଏକ ବୃହତ୍ ପଥର ଗୋଡାଇ ଦେଲେ ଏବଂ ତହିଁର ମୁହଁ ବନ୍ଦ କରିଦେଲେ ।
ବାଇବଲର ଏକ କାହାଣୀ_:_ ମାଥିଉ_ 27:27-61;_ ମାର୍କ_ 15:16-47; _ ଲୂକ_ 23:26-56; _ ଯୋହନ_ 19:17-42_

35
content/41.md Normal file
View File

@ -0,0 +1,35 @@
# 41. ପରମେଶ୍ଵର ଯୀଶୁଙ୍କୁ ମୃତ୍ୟୁରୁ ଉଠାନ୍ତି #
![Image](https://cdn.door43.org/obs/jpg/360px/obs-en-41-01.jpg?direct&)
ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲାପରେ, ଅବିଶ୍ବାସୀ ଯିହୂଦୀ ନେତାମାନେ ପିଲାତଙ୍କୁ କହିଲେ “ସେହି ମିଥ୍ୟାବାଦୀ ଯୀଶୁ କହିଅଛି ଯେ ସେ ତିନି ଦିନ ପରେ ଉଠିବ । କେହି ଜଣେ ନିହାତି ସମାଧି ସ୍ଥାନକୁ ଜଗିବାକୁ ପଡିବ ଏବଂ ନିଶ୍ଚିତ କରିବାକୁ ପଡିବ ଯେପରିକି ଶିଷ୍ୟମାନେ ତାଙ୍କ ମୃତ ଶରୀରକୁ ଚୋରାଇ ନେଇ କହିବେ ନାହିଁ ଯେ ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି ।”
![Image](https://cdn.door43.org/obs/jpg/360px/obs-en-41-02.jpg?direct&)
ପିଲାତ କହିଲେ “କିଛି ସୈନ୍ୟମାନଙ୍କୁ ନେଇ ତୁମ୍ଭମାନଙ୍କ ପାରୁ ପର୍ଯ୍ୟନ୍ତ ସମାଧି ସ୍ଥାନ ସୁରକ୍ଷିତ କର ।” ତେଣୁ ସେମାନେ ସମାଧି ସ୍ଥାନର ପ୍ରବେଶ ସ୍ଥାନରେ ଥିବା ପଥରକୁ ମୁଦ୍ରାଙ୍କିତ କଲେ ଏବଂ ସେଠାରେ ସୈନ୍ୟମାନଙ୍କୁ ରଖିଲେ ଯେପରିକି କେହି ତାଙ୍କ ଶରୀରକୁ ଚୋରାଇ ନ ନିଅନ୍ତି ।
![Image](https://cdn.door43.org/obs/jpg/360px/obs-en-41-03.jpg?direct&)
ଯୀଶୁ ସମାଧିସ୍ଥ ହେବାର ପରବର୍ତ୍ତୀ ଦିନ ବିଶ୍ରାମବାର ଥିଲା, ଏବଂ ସେହିଦିନ ସମାଧିକୁ ଯିବା ପାଇଁ ଯିହୂଦୀମାନଙ୍କୁ ଅନୁମତି ନ ଥିଲା । ତେଣୁ, ବିଶ୍ରାମବାର ଦିନର ପରବର୍ତ୍ତୀ ଦିନର ଅତି ସକାଳୁ ଅନେକ ସ୍ତ୍ରୀ ଯୀଶୁଙ୍କ ଶରୀରରେ ଅଧିକ ସମାଧି ସୁଗନ୍ଧି ଦ୍ରବ୍ୟ ଦେବା ନିମନ୍ତେ କବରକୁ ଯିବା ପାଇଁ ପ୍ରସ୍ତୁତ ହେଲେ ।
![Image](https://cdn.door43.org/obs/jpg/360px/obs-en-41-04.jpg?direct&)
ହଠାତ୍ ଏକ ବଡ ଭୂମିକମ୍ପ ହେଲା । ବିଜୁଳି ଆଲୋକ ପରି ଝଲସୁ ଥିବା ଜଣେ ଦୂତ ସ୍ବର୍ଗରୁ ଦୃଶ୍ୟମାନ ହେଲେ । ସମାଧିର ପ୍ରବେଶ ସ୍ତାନକୁ ଘୋଡାଇ ଦିଆଯାଇଥିବା ପଥରକୁ ଗଡାଇ ସେ ସେଥିରେ ବସିଲେ । ଯେଉଁ ସୈନ୍ୟମାନେ ସମାଧିରେ ପ୍ରହରା ଦେଉଥିଲେ ସେମାନେ ଭୟଭୀତ ହୋଇ ମୃତ ବ୍ୟକ୍ତିମାନଙ୍କ ପରି ଭୂମିରେ ପଡିଲେ ।
![Image](https://cdn.door43.org/obs/jpg/360px/obs-en-41-05.jpg?direct&)
ଯେତେବେଳେ ସ୍ତ୍ରୀଲୋକମାନେ ସମାଧି ସ୍ଥାନକୁ ପହଞ୍ଚିଲେ, ଦୂତ ସେମାନଙ୍କୁ କହିଲେ “ଭୟ କରନାହିଁ। ଯୀଶୁ ଏଠାରେ ନାହାନ୍ତି । ସେ ଯେପରି କହିଥିଲେ, ସେହିପରି ମୃତକଙ୍କ ମଧ୍ୟରୁ ଜୀବିତ ହୋଇଛନ୍ତି! ଆସ ଏବଂ ସମାଧିକୁ ଦେଖ ।” ଯେଉଁ ସ୍ଥାନରେ ଯୀଶୁଙ୍କର ଶରୀର ରଖାଯାଇଥିଲା, ସ୍ତ୍ରୀ ମାନେ କବର ଭିତରକୁ ଯାଇ ଦେଖିଲେ । ତାହାଙ୍କ ଶରୀର ସେଠାରେ ନ ଥିଲା।
![Image](https://cdn.door43.org/obs/jpg/360px/obs-en-41-06.jpg?direct&)
ତା’ପରେ ସର୍ଗଦୂତ ସେହି ସ୍ତ୍ରୀ ଲୋକମାନଙ୍କୁ କହିଲେ “ଯାଇ ଶିଷ୍ୟମାନଙ୍କୁ କୁହ, ‘ଯୀଶୁ ଉଠିଅଛନ୍ତି ଓ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯିବେ ।”
![Image](https://cdn.door43.org/obs/jpg/360px/obs-en-41-07.jpg?direct&)
ସେହି ସ୍ତ୍ରୀ ଲୋକମାନେ ଅତ୍ୟନ୍ତ ଭୟଭୀତ ଓ ଅତିଶୟ ଆନନ୍ଦିତ ହୋଇଥିଲେ । ଶିଷ୍ୟମାନଙ୍କୁ ଶୁଭ ସମ୍ବାଦ କହିବା ପାଇଁ ସେମାନେ ଧାଇଁଗଲେ ।
![Image](https://cdn.door43.org/obs/jpg/360px/obs-en-41-08.jpg?direct&)
ଯେତେବେଳେ ସେହି ଶୁଭ ସମ୍ବାଦକୁ ଶିଷ୍ୟମାନଙ୍କୁ କହିବା ନିମନ୍ତେ ସେମାନେ ଧାଇଁ ଯାଉଥିଲେ, ଯୀଶୁ ସେମାନଙ୍କୁ ଦୃଶ୍ୟମାନ ହେଲେ ଏବଂ ସେମାନେ ତାଙ୍କୁ ପ୍ରଣାମ କଲେ । ଯୀଶୁ କହିଲେ “ଭୟ କରନାହିଁ ।" ଗାଲିଲୀକୁ ଯିବା ନିମନ୍ତେ ଯାଇ ମୋହର ଶିଷ୍ୟମାନଙ୍କୁ କୁହ । ସେଠାରେ ସେମାନେ ମୋତେ ଦେଖିବେ ।”
ବାଇବଲର ଏକ କାହାଣୀ_:_ ମାଥିଉ_ 27:62-28:15; _ ମାଥିଉ_ 16:1-11; _ ମାଥିଉ _24:1-12; _ ଯୋହନ_ 20:1-18_

47
content/42.md Normal file
View File

@ -0,0 +1,47 @@
# 42. ଯୀଶୁଙ୍କ ସ୍ବର୍ଗକୁ ପ୍ରତ୍ୟାଗମନ #
![Image](https://cdn.door43.org/obs/jpg/360px/obs-en-42-01.jpg?direct&)
ଯୀଶୁ ଯେଉଁ ଦିନ ମୃତମାନଙ୍କ ମଧ୍ୟରୁ ଉଠିଲେ, ଦୁଇଜଣ ଶିଷ୍ୟ ନିକଟସ୍ଥ ଏକ ଉଠାଇକୁ ଯାଉଥିଲେ । ସେମାନେ ଚାଲୁଥିବା ସମୟରେ, ଯୀଶୁଙ୍କ ପ୍ରତି ଯାହା ଘଟିଥିଲା ସେ ବିଷୟରେ ସେମାନେ କଥାବାର୍ତ୍ତା କରୁଥିଲେ । ସେମାନେ ଆଶା କରୁଥିଲେ ଯେ ସେ ଖ୍ରୀଷ୍ଟ ହେଇଥିବେ କିନ୍ତୁ ତାଙ୍କୁ ବଧ କରାଯାଇଥିଲା । ବର୍ତ୍ତମାନ ସେହି ସ୍ତ୍ରୀ କହିଲେ ଯେ ସେ ପୁଣିଥୋରେ ଜୀବିତ ଅଛନ୍ତି । ସେମାନେ ଜାଣିପାରିଲେ ନାହିଁ କାହାକୁ ବିଶ୍ବାସ କରିବେ ।
![Image](https://cdn.door43.org/obs/jpg/360px/obs-en-42-02.jpg?direct&)
ସେହି ଦୁଇଜଣ ସେମାନଙ୍କ ସହ ରହିବା ନିମନ୍ତେ ଯୀଶୁଙ୍କୁ ନିମନ୍ତ୍ରଣ କଲେ, ତେଣୁ ସେ ସେମାନଙ୍କ ସହିତ ଗଲେ । ସେମାନେ ଯେତେବେଳେ ସଂନ୍ଧ୍ୟା ଭୋଜନ କରିବା ନିମନ୍ତେ ପ୍ରସ୍ତୁତ ହେଲେ, ଯୀଶୁ ଏକ ରୋଟୀ ଉଠାଇ ଈଶ୍ବରଙ୍କୁ ଧନ୍ୟବାଦ ଦେଲେ ଓ ଏହାକୁ ଭାଙ୍ଗିଲେ । ସାଙ୍ଗେ ସାଙ୍ଗେ ସେ ଯେ ଯୀଶୁ ବୋଲି ସେମାନେ ଚିହ୍ନିଲେ । କିନ୍ତୁ ସେହି ସମୟରେ ସେ ସେମାନଙ୍କ ଦୃଷ୍ଟିରୁ ଅଦୃଶ୍ୟ ହୋଇଗଲେ ।
![Image](https://cdn.door43.org/obs/jpg/360px/obs-en-42-03.jpg?direct&)
ତା’ପରେ ଯୀଶୁ ସେମାନଙ୍କୁ ବ୍ୟାଖ୍ୟା କରି କହିବାକୁ ଲାଗିଲେ ଯେ ଈଶ୍ବର ଖ୍ରୀଷ୍ଟଙ୍କ ବିଷୟରେ କ’ଣ କହିଥିଲେ । ସେ ସେମାନଙ୍କୁ ଭବିଷ୍ୟତବାଣୀ ସ୍ମରଣ କରାଇ କହିଲେ ଯେ ଖ୍ରୀଷ୍ଟ ଦୁଃଖଭୋଗ କରିବେ ଏବଂ ବଧ କରାଯିବେ ଏବଂ ତୃତୀୟ ଦିବସରେ ପୁନର୍ବାର୍ ଉଠିବେ । ସେହି ଦୁଇଜଣ ଯେଉଁ ସହରରେ ରହିବାକୁ ଯୋଜନା କରିଥିଲେ, ସେମାନେ ଯେତେବେଳେ ସେଠାକୁ ପହଞ୍ଚିଲେ, ସେତେବେଳେ ସଂନ୍ଧ୍ୟା ହୋଇସାରିଥିଲା ।
![Image](https://cdn.door43.org/obs/jpg/360px/obs-en-42-04.jpg?direct&)
ସେହି ଦୁଇଜଣ ସେମାନଙ୍କ ସହ ରହିବା ନିମନ୍ତେ ଯୀଶୁଙ୍କୁ ନିମନ୍ତ୍ରଣ କଲେ, ତେଣୁ ସେ ସେମାନଙ୍କ ସହିତ ଗଲେ । ସେମାନେ ଯେତେବେଳେ ସଂନ୍ଧ୍ୟା ଭୋଜନ କରିବା ନିମନ୍ତେ ପ୍ରସ୍ତୁତ ହେଲେ, ଯୀଶୁ ଏକ ରୋଟୀ ଉଠାଇ ଈଶ୍ବରଙ୍କୁ ଧନ୍ୟବାଦ ଦେଲେ ଓ ଏହାକୁ ଭାଙ୍ଗିଲେ ।ସାଙ୍ଗେ ସାଙ୍ଗେ ସେ ଯେ ଯୀଶୁ ବୋଲି ସେମାନେ ଚିହ୍ନିଲେ । କିନ୍ତୁ ସେହି ସମୟରେ ସେ ସେମାନଙ୍କ ଦୃଷ୍ଟିରୁ ଅଦୃଶ୍ୟ ହୋଇଗଲେ ।
![Image](https://cdn.door43.org/obs/jpg/360px/obs-en-42-05.jpg?direct&)
ସେହି ଦୁଇଜଣ ପରସ୍ପର କୁହାକୁହି ହେଲେ “ସେ ଯୀଶୁ ଥିଲେ!ସେଇଥି ଯୋଗୁଁ ହିଁ ସେ ଆମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟ ବୁଝାଉଥିବା ସମୟରେ ଆମ୍ଭମାନଙ୍କ ହୃଦୟ ପ୍ରଜ୍ବଳିତ ହେଉଥିଲା !” ସାଙ୍ଗେ ସାଙ୍ଗେ ସେମାନେ ଯିରୁଶାଲମକୁ ଫେରି ଆସିଲେ । ସେମାନେ ଯେତେବେଳେ ପହଞ୍ଚିଲେ, ସେମାନେ ଶିଷ୍ୟମାନଙ୍କୁ କହିଲେ “ଯୀଶୁ ଜୀବିତ ଅଛନ୍ତି! ଆମ୍ଭେମାନେ ତାହାଙ୍କୁ ଦେଖିଅଛୁ!” ଶିଷ୍ୟମାନେ ଯେତେବେଳେ କଥାବାର୍ତ୍ତା କରୁଥିଲେ, ଯୀଶୁ ସେମାନେ ରହୁଥିବା କୋଠରୀରେ ସେମାନଙ୍କ ସମ୍ମୁଖରେ ଦୃଶ୍ୟମାନ୍ ହେଲେ ଏବଂ କହିଲେ “ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ !”
![Image](https://cdn.door43.org/obs/jpg/360px/obs-en-42-06.jpg?direct&)
ଶିଷ୍ୟମାନେ ଯେତେବେଳେ କଥାବାର୍ତ୍ତା କରୁଥିଲେ, ଯୀଶୁ ସେମାନେ ରହୁଥିବା କୋଠରୀରେ ସେମାନଙ୍କ ସମ୍ମୁଖରେ ଦୃଶ୍ୟମାନ୍ ହେଲେ ଏବଂ କହିଲେ “ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ !” ଶିଷ୍ୟମାନେ ଭାବିଲେ ଯେ ସେ ଜଣେ ଭୂତ, କିନ୍ତୁ ଯୀଶୁ କହିଲେ ଯେ “ତୁମ୍ଭେମାନେ କାହିଁକି ଭୟଭୀତ ଓ ସନ୍ଦେହ କରୁଅଛ? ମୋ ହାତ ଏବଂ ପାଦକୁ ଦେଖ । ମୋର ଯେପରି ଶରୀର ଅଛି ଭୂତମାନଙ୍କର ସେପରି ଶରୀର ନ ଥାଏ ।” ସେ ଯେ ଭୂତ ନୁହଁନ୍ତି ତାହା ପ୍ରମାଣ କରିବା ପାଇଁ, ସେ ଖାଇବା ନିମନ୍ତେ କିଛି ଦେବାକୁ କହିଲେ । ସେମାନେ ତାହାଙ୍କୁ ରନ୍ଧାଯାଇଥିବା ମାଛ ଦେଲେ, ଏବଂ ସେ ଏହାକୁ ଖାଇବେ ।
![Image](https://cdn.door43.org/obs/jpg/360px/obs-en-42-07.jpg?direct&)
ଯୀଶୁ କହିଲେ “ମୁଁ ତୁମ୍ଭମାନଙ୍କୁ କହିଥିଲି ଯେ ମୋ ବିଷୟରେ ଈଶ୍ବରଙ୍କ ବାକ୍ୟରେ ଲେଖାଥିବା ସମସ୍ତ ବିଷୟ ନିହାତି ସଫଳ ହେବାକୁ ପଡିବ ।” ତା’ପରେ ସେ ସେମାନଙ୍କର ମନକୁ ଉନ୍ମୁକ୍ତ କରିଦେଲେ ଯେପରିକି ସେମାନେ ଈଶ୍ବରଙ୍କ ବାକ୍ୟ ବୁଝିପାରିବେ । ସେ କହିଲେ “ପୂର୍ବରୁ ଲେଖାଯାଇଛି ଯେ ଖ୍ରୀଷ୍ଟ ଦୁଃଖଭୋଗ କରି ମୃତ୍ୟୁଭୋଗ କରିବେ ଏବଂ ତୃତୀୟ ଦିବସରେ ଉତ୍ଥିତ ହେବେ ।”
![Image](https://cdn.door43.org/obs/jpg/360px/obs-en-42-08.jpg?direct&)
“ଶାସ୍ତ୍ରରେ ଆହୁରି ମଧ୍ୟ ଲେଖାଯାଇଥିଲା ଯେ ପ୍ରତ୍ୟେକେ ସେମାନଙ୍କ ପାପରୁ କ୍ଷମା ପାଇବା ନିମନ୍ତେ ଅନୁତାପ କରିବେ ଯାହାକି ଶିଷ୍ୟମାନେ ଘୋଷଣା କରିବେ । ସେମାନେ ଏହା ଯିରୁଶାଲମରୁ ଆରମ୍ଭ କରି ସବୁ ସ୍ଥାନରେ ଥିବା ସମସ୍ତ ଲୋକ ଦଳମାନଙ୍କ ନିକଟକୁ ଯିବେ ।ତୁମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ ଅଟ ।
![Image](https://cdn.door43.org/obs/jpg/360px/obs-en-42-09.jpg?direct&)
ପରବର୍ତ୍ତୀ ଚାଳିଶ ଦିନ ଧରି, ଯୀଶୁ ଅନେକ ଥର ତାହାଙ୍କ ଶିଷ୍ୟମାନଙ୍କୁ ଦେଖାଦେଲେ । ଥରେ, ସେ ଏକା ଥରକେ ୫୦୦ ରୁ ଅଧିକ ଲୋକଙ୍କୁ ଦେଖାଦେଲେ! ସେ ଯେ ଜୀବିତ ଅଛନ୍ତି ଏ ବିଷୟରେ ସେ ଅନେକ ଥର ତାହାଙ୍କ ଶିଷ୍ୟମାନଙ୍କ ନିକଟରେ ପ୍ରମାଣିତ କଲେ, ଏବଂ ସେ ଈଶ୍ବରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେଲେ ।
![Image](https://cdn.door43.org/obs/jpg/360px/obs-en-42-10.jpg?direct&)
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ “ସ୍ବର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି । ଅତଏବ ଯାଅ, ସମସ୍ତ ଲୋକ ଦଳ ନିକଟକୁ ଯାଇ ପିତା, ପୁତ୍ର ଏବଂ ପବିତ୍ରଆତ୍ମାଙ୍କ ନାମରେ ସେମାନଙ୍କୁ ବାପ୍ତିସ୍ମ ଦେଇ ଏବଂ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଦେଶ ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ଶିଷ୍ୟ କର । ସ୍ମରଣରେ ରଖ, ମୁଁ ସର୍ବଦା ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ।”
![Image](https://cdn.door43.org/obs/jpg/360px/obs-en-42-11.jpg?direct&)
ଯୀଶୁଙ୍କ ମୃତ୍ୟୁରୁ ଉଠିବାର ଚାଳିଶ ଦିନ ପରେ, ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ “ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତରଣ କରିବା ସମୟରେ ମୋ ପିତା ତୁମ୍ଭମାନଙ୍କୁ ଯେଉଁପର୍ଯ୍ୟନ୍ତ ଶକ୍ତି ନ ଦିଅନ୍ତି ସେ ପର୍ଯ୍ୟନ୍ତ ଯିରୁଶାଲମରେ ରହିଥାଅ ।” ତା’ପରେ ଯୀଶୁ ସ୍ବର୍ଗକୁ ଗଲେ, ଏବଂ ଏକ ମେଘ ସେମାନଙ୍କ ଦୃଷ୍ଟିରୁ ଯୀଶୁଙ୍କୁ ଲୁଚାଇ ଦେଲା । ଯୀଶୁ ସମସ୍ତ ବିଷୟ ଉପରେ କର୍ତ୍ତୃକ କରିବା ନିମନ୍ତେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବରେ ବସିଲେ ।
ବାଇବଲର ଏକ କାହାଣୀ_:_ ମାଥିଉ_ 28:16-20; _ ମାର୍କ_ 16:12-20; _ ଲୂକ_ 24:13-53; _ ଯୋହନ_ 20:19-23; _ ପ୍ରେରିତ_ 1:1-11_

55
content/43.md Normal file
View File

@ -0,0 +1,55 @@
# 43. ମଣ୍ଡଳୀର ଆରମ୍ଭ #
![Image](https://cdn.door43.org/obs/jpg/360px/obs-en-43-01.jpg?direct&)
ଯୀଶୁ ସ୍ବର୍ଗକୁ ପ୍ରତ୍ୟାବର୍ତ୍ତନ କଲା ପରେ, ଯୀଶୁ ଯେପରି ଆଦେଶ ଦେଇଥିଲେ ସେହି ଅନୁସାରେ ଶିଷ୍ୟମାନେ ଯିରୁଶାଲମରେ ରହିଲେ । ବିଶ୍ବାସୀମାନେ ସେଠାରେ ପ୍ରାର୍ଥନା କରିବା ନିମନ୍ତେ ନିରନ୍ତର ଏକାଠି ହୋଇ ରହିଲେ ।
![Image](https://cdn.door43.org/obs/jpg/360px/obs-en-43-02.jpg?direct&)
ନିସ୍ତାରପର୍ବର 50 ଦିନ ପରେ ପ୍ରତି ବର୍ଷ ଯିହୂଦୀମାନେ ପେଣ୍ଟିକଷ୍ଟ ନାମକ ଏକ ଗୁରୁତ୍ବପୂର୍ଣ୍ଣ ଦିବସ ପାଳନ କରୁଥିଲେ । ପେଣ୍ଟିକଷ୍ଟ ହେଉଛି ସେହି ସମୟ ଯେତେବେଳେ କି ଯିହୂଦୀମାନେ ଶଷ୍ୟ ଅମଳହେବାର ପାଳନ କରନ୍ତି । ପେଣ୍ଟିକଷ୍ଟ ଏକାଠି ପାଳନ କରିବା ପାଇଁ ସମଗ୍ର ଜଗତରୁ ଯିହୂଦୀମାନେ ଯିରୁଶାଲମକୁ ଆସିଲେ । ଏହି ବର୍ଷ, ଯୀଶୁ ସ୍ବର୍ଗକୁ ଯାଇ ପ୍ରାୟ ଏକ ସପ୍ତାହ ପରେ ପେଣ୍ଟିକଷ୍ଟ ଦିନ ଆସିଲା ।
![Image](https://cdn.door43.org/obs/jpg/360px/obs-en-43-03.jpg?direct&)
ବିଶ୍ବାସୀମାନେ ଯେତେବେଳେ ଏକାଠି ଥିଲେ, ଯେଉଁ ଗୃହରେ ସେମାନେ ଥିଲେ ପ୍ରଚଣ୍ଡ ପବନର ଶବ୍ଦ ପରି ଏକ ଶବ୍ଦରେ ସେହି ସ୍ଥାନ ପୁର୍ଣ ହେଲା । ତା’ପରେ ଅଗ୍ନି ସଦୃଶ ଜିହ୍ବାଗୁଡିକ ସମସ୍ତ ବିଶ୍ବାସୀଙ୍କ ମସ୍ତକ ଉପରେ ଦେଖାଦେଲା । ସେ ସମସ୍ତେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେଲେ ଏବଂ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ।
![Image](https://cdn.door43.org/obs/jpg/360px/obs-en-43-04.jpg?direct&)
ଯେତେବେଳେ ଯିରୁଶାଲମରେ ଥିବା ଲୋକେ ଏହି ଶବ୍ଦ ଶୁଣିଲେ, କ’ଣ ଘଟିଲା ତାହା ଦେଖିବାକୁ ଜନ ସମାଗମ ହେଲା । ଈଶ୍ବରଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟକୁ ବିଶ୍ବାସୀମାନେ ଘୋଷଣା କରୁଥିବାର ଲୋକମାନେ ଯେତେବେଳେ ଶୁଣିଲେ, ସେମାନେ ଆଶ୍ଚର୍ଯ୍ୟାନ୍ମିତ ହେଲେ କାରଣ ସେମାନେ ସେଗୁଡିକୁ ଆପଣା ନିଜ ଭାଷାରେ କହୁଥିବାର ଶୁଣିଲେ ।
![Image](https://cdn.door43.org/obs/jpg/360px/obs-en-43-05.jpg?direct&)
କିଛି ଲୋକ ଶିଷ୍ୟମାନେ ମାତାଲ ହୋଇଥିବାର ଅଭିଯୋଗ କଲେ । କିନ୍ତୁ ପିତର ଠିଆ ହୋଇ ସେମାନଙ୍କୁ କହିଲେ “ମୋ କଥା ଶୁଣନ୍ତୁ! ଏହି ସମସ୍ତ ଲୋକେ ମାତାଲା ହୋଇ ନାହାନ୍ତି ! ଏହା ଯୋୟେଲ ଭାବବାଦୀ କରିଥିବା ଭାବବାଣୀ ସଫଳହେଲା, ଯେଉଁଠି ଈଶ୍ବର କହିଥିଲେ “ଶେଷକାଳରେ, ଆମ୍ଭେ ଆପଣା ଆତ୍ମା ଢାଳିବୁ ।”
![Image](https://cdn.door43.org/obs/jpg/360px/obs-en-43-06.jpg?direct&)
“ହେ ଇସ୍ରାୟେଲୀୟ ଲୋକମାନେ, ଯୀଶୁ ଜଣେ ବ୍ୟକ୍ତି ଥିଲେ ଯିଏ ଈଶ୍ବରଙ୍କ ଶକ୍ତିଦ୍ଵାରା ଅନେକ ମହତ୍ ଓ ଆଶ୍ଚର୍ଯ୍ୟକର୍ମ ସବୁ କଲେ, ଯାହା ଆପଣମାନେ ଦେଖିଅଛନ୍ତି ଓ ଜାଣିଅଛନ୍ତି । କିନ୍ତୁ ଆପଣମାନେ ତାହାଙ୍କୁ କ୍ରୁଶବିଦ୍ଧ କଲେ !”
![Image](https://cdn.door43.org/obs/jpg/360px/obs-en-43-07.jpg?direct&)
“ଯଦିଓ ଯୀଶୁ ମୃତ୍ୟୁବରଣ କଲେ, ତଥାପି ଈଶ୍ବର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ । ଏହା ଏହି ଭାବବାଣୀ ସଫଳ କରେ, ଯାହା କୁହେ ‘ତୁମ୍ଭେ ତୁମ୍ଭର ପବିତ୍ର ଜନଙ୍କୁ ସମାଧିରେ କ୍ଷୟ ପାଇବାକୁ ଦେବନାହିଁ ।‘ ଈଶ୍ବର ଯେ ଯୀଶୁଙ୍କୁ ପୁନର୍ବାର ଜୀବନ ଦାନ କରିଅଛନ୍ତି, ଆମ୍ଭେମାନେ ସାକ୍ଷ ଅଟୁ ।‘
![Image](https://cdn.door43.org/obs/jpg/360px/obs-en-43-08.jpg?direct&)
“ବର୍ତ୍ତମାନ ଯୀଶୁ ପିତାଙ୍କ ଦକ୍ଷିଣ ପାର୍ଶ୍ବରେ ଉପବେଶନ କରିଅଛନ୍ତି। ଏବଂ ଯୀଶୁ ଯେଉଁ ପ୍ରକାରେ ପବିତ୍ରଆତ୍ମାଙ୍କୁ ପ୍ରେରଣ କରିବେ ବୋଲି କହିଥିଲେ, ଠିକ୍ ସେହି ଭାବରେ ପବିତ୍ରଆତ୍ମାଙ୍କୁ ପ୍ରେରଣ କଲେ । ବର୍ତ୍ତମାନ ଆପଣମାନେ ଯେଉଁ ବିଷୟ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି ସେହି ସମସ୍ତ ପବିତ୍ରଆତ୍ମା ଘଟାଇଅଛନ୍ତି ।”
![Image](https://cdn.door43.org/obs/jpg/360px/obs-en-43-09.jpg?direct&)
“ଏହି ଯୀଶୁଙ୍କୁ ଆପଣମାନେ କ୍ରୁଶବିଦ୍ଧ କରିଅଛନ୍ତି । କିନ୍ତୁ ନିଶ୍ଚିତ ଜାଣନ୍ତୁ ଯେ ଈଶ୍ବର ଯୀଶୁଙ୍କୁ ଉଭୟ ପ୍ରଭୁ ଓ ଖ୍ରୀଷ୍ଟ କରିଛନ୍ତି!”
![Image](https://cdn.door43.org/obs/jpg/360px/obs-en-43-10.jpg?direct&)
ଲୋକମାନେ ପିତରଙ୍କ କଥା ଶୁଣିଲେ ଏବଂ ସେ କହିଥିବା କଥା ଯୋଗୁଁ ଗଭୀର ଭାବରେ ସଞ୍ଚାଳିତ ହେଲେ । ତେଣୁ ସେମାନେ ପିତର ଓ ଅନ୍ୟ ଶିଷ୍ୟମାନଙ୍କୁ ପଚାରିଲେ “ଭାଇମାନେ, ଆମ୍ଭେମାନେ କ’ଣ କରିବା?”
![Image](https://cdn.door43.org/obs/jpg/360px/obs-en-43-11.jpg?direct&)
ପିତର ସେମାନଙ୍କୁ ଉତ୍ତର ଦେଲେ “ଆପଣମାନେ ପ୍ରତ୍ୟେକେ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ ଯେପରିକି ଈଶ୍ବର ଆପଣମାନଙ୍କର ପାପକ୍ଷମା କରିବେ । ତା’ପରେ ସେ ପବିତ୍ରଆତ୍ମାଙ୍କ ଦାନ ଦେବେ ।”
![Image](https://cdn.door43.org/obs/jpg/360px/obs-en-43-12.jpg?direct&)
ପ୍ରାୟ ୩୦୦୦ ଲୋକମାନେ, ପିତର କହିଥିବା କଥା ବିଶ୍ବାସ କରି ଯୀଶୁଙ୍କର ଶିଷ୍ୟ ହେଲେ । ସେମାନେ ବିଶ୍ବାସ କରି ଯିରୁଶାଲମରେ ଥିବା ମଣ୍ଡଳୀର ଏକ ଅଂଶ ହେଲେ ।
![Image](https://cdn.door43.org/obs/jpg/360px/obs-en-43-13.jpg?direct&)
ଶିଷ୍ୟମାନେ ନିରନ୍ତର ଭାବରେ ପ୍ରଥମ ଶିଷ୍ୟମାନଙ୍କ ଶିକ୍ଷା ଶୁଣିବାକୁ ଲାଗିଲେ, ଏକାଠି ସମୟ କଟାଇଲେ, ଏକାଠି ଭୋଜନ କଲେ, ଏବଂ ଏକାଠି ପ୍ରାର୍ଥନା କଲେ । ସେମାନେ ଏକାଠି ଈଶ୍ବରଙ୍କର ପ୍ରଶଂସା କରିବାରେ ଆନନ୍ଦ କଲେ ଏବଂ ସେମାନଙ୍କର ଯାହା ଯାହା ଥିଲା ତାହା ନିଜ ନିଜ ମଧ୍ୟରେ ବାଣ୍ଟିବାକୁ ଲାଗିଲେ । ପ୍ରତ୍ୟେକେ ସମସ୍ତଙ୍କର ମଙ୍ଗଳ କାମନା କରୁଥିଲେ । ପ୍ରତିଦିନ ଅଧିକାରୁ ଅଧିକ ଲୋକ ବିଶ୍ବାସୀ ହେଉଥିଲେ ।
ବାଇବଲର ଏକ କାହାଣୀ_:_ ପ୍ରେରିତ_ 2_

39
content/44.md Normal file
View File

@ -0,0 +1,39 @@
# 44. ପିତର ଓ ଯୋହନ ଏକ ଭିକ୍ଷୁକକୁ ସୁସ୍ଥ କରନ୍ତି #
![Image](https://cdn.door43.org/obs/jpg/360px/obs-en-44-01.jpg?direct&)
ଦିନେ, ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ । ସେମାନେ ଯେତେବେଳେ ମନ୍ଦିର ଦ୍ବାରରେ ଉପସ୍ଥିତ ହେଲେ, ସେମାନେ ଏକ ଖଞ୍ଜକୁ ଭିକ ମାଗୁଥିବାର ଦେଖିଲେ ।
![Image](https://cdn.door43.org/obs/jpg/360px/obs-en-44-02.jpg?direct&)
ପିତର ପଙ୍ଗୁ ବ୍ୟକ୍ତି ପ୍ରତି ଦୃଷ୍ଟି କରି କହିଲେ “ଦେବା ନିମନ୍ତେ ମୋ ଠାରେ ଅର୍ଥ ନାହିଁ । କିନ୍ତୁ ମୋହର ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଅଛି । ନାଜରିତୀୟ ଯୀଶୁଙ୍କ ନାମରେ ଉଠି ଚାଲ!”
![Image](https://cdn.door43.org/obs/jpg/360px/obs-en-44-03.jpg?direct&)
ସାଙ୍ଗେ ସାଙ୍ଗେ, ଈଶ୍ବର ସେହି ପଙ୍ଗୁ ଲୋକକୁ ସୁସ୍ଥ କଲେ, ଏବଂ ସେ ଚାରିପାଖରେ କୁଦା ମାରି ଚାଲିବାକୁ ଲାଗିଲା । ମନ୍ଦିର ପ୍ରାଙ୍ଗଣରେ ଥିବା ଲୋକମାନେ ଆଶ୍ଚର୍ଯ୍ୟାନ୍ମିତ ହେଲେ ।
![Image](https://cdn.door43.org/obs/jpg/360px/obs-en-44-04.jpg?direct&)
ଯେଉଁ ଲୋକଟି ସୁସ୍ଥ ହୋଇଥିଲା ତାହାକୁ ଦେଖିବା ନିମନ୍ତେ ଲୋକ ଗହଳି ଆସିଲେ । ପିତର ସେମାନଙ୍କୁ କହିଲେ “ଏହି ଲୋକ ସୁସ୍ଥ ହେବାରୁ ତୁମ୍ଭେମାନେ କାହିଁକି ଏତେ ଆଶ୍ଚର୍ଯ୍ୟାନ୍ମିତ ହେଉଅଛ? ଆମ୍ଭମାନଙ୍କ ଶକ୍ତି ବା ଉତ୍ତମତା ଦ୍ବାରା ଆମ୍ଭେମାନେ ସେହି ଲୋକକୁ ସୁସ୍ଥ କରିନାହୁଁ । ବରଂ, ଏହା ଯୀଶୁଙ୍କ ଶକ୍ତି ଓ ଯୀଶୁ ପ୍ରଦାନ କରିଥିବା ବିଶ୍ବାସ ଯାହା ସେହି ବ୍ୟକ୍ତିକୁ ସୁସ୍ଥ କଲା ।”
![Image](https://cdn.door43.org/obs/jpg/360px/obs-en-44-05.jpg?direct&)
“ଆପଣମାନେ ହିଁ ଯୀଶୁଙ୍କୁ ବଧ କରିବା ନିମନ୍ତେ ରୋମୀୟ ଶାସକଙ୍କୁ କହିଥିଲେ । ଆପଣମାନେ ଜୀବନର କର୍ତ୍ତାଙ୍କୁ ହତ୍ୟା କଲେ, କିନ୍ତୁ ଈଶ୍ବର ତାହାଙ୍କୁ ମୃତରୁ ଉଠାଇଅଛନ୍ତି । ଆପଣମାନେ ଯାହା ଯାହା କରୁଅଛନ୍ତି ତାହା ଯଦିଓ ବୁଝିପାରିନଥିଲେ, ତଥାପି ଖ୍ରୀଷ୍ଟ ଯେ ଦୁଃଖଭୋଗ କରି ମୃତ୍ୟୁବରଣ କରିବେ ଏହି ଭାବବାଣୀଗୁଡିକ ସଫଳ କରିବା ନିମନ୍ତେ ଈଶ୍ବର ଆପଣମାନଙ୍କର କାର୍ଯ୍ୟକୁ ବ୍ୟବହାର କଲେ । ତେଣୁ, ବର୍ତ୍ତମାନ, ଅନୁତାପ କର ଏବଂ ଈଶ୍ବରଙ୍କ ନିକଟକୁ ଫେରନ୍ତୁ ଯେପରିକି ଆପଣମାନଙ୍କର ପାପ ସୂଚୀ କରାଯାଇପାରିବ ।”
![Image](https://cdn.door43.org/obs/jpg/360px/obs-en-44-06.jpg?direct&)
ପିତର ଓ ଯୋହନ ଯାହା କହୁଥିଲେ ତାହା ଶୁଣି ମନ୍ଦିରର ନେତାମାନେ ବିଚଳିତ ହୋଇଯାଇଥିଲେ । ତେଣୁ ସେମାନେ ସେମାନଙ୍କୁ ଗିରଫ କରି କାରାଗାରରେ ରଖିଲେ । କିନ୍ତୁ ଅନେକ ଲୋକ ପିତରଙ୍କ ସମ୍ବାଦକୁ ବିଶ୍ବାସ କଲେ, ଏବଂ ଯୀଶୁଙ୍କୁ ବିଶ୍ବାସ କରିଥିବା ଲୋକମାନଙ୍କର ସଂଖ୍ୟା ୫୦୦୦ ରେ ପହଞ୍ଚିଥିଲା ।
![Image](https://cdn.door43.org/obs/jpg/360px/obs-en-44-07.jpg?direct&)
ପରଦିନ ଯିହୂଦୀ ନେତାମାନେ ପିତର ଓ ଯୋହନଙ୍କୁ ମହାଯାଜକ ଓ ଅନ୍ୟ ଧର୍ମଗୁରୁଙ୍କ ନିକଟକୁ ଆଣିଲେ । ସେମାନେ ପିତର ଓ ଯୋହନଙ୍କୁ ପଚାରିଲେ “କେଉଁ ଶକ୍ତିରେ ତୁମ୍ଭେମାନେ ଏହି ଖଞ୍ଜ ବ୍ୟକ୍ତିକୁ ସୁସ୍ଥ କଲ?”
![Image](https://cdn.door43.org/obs/jpg/360px/obs-en-44-08.jpg?direct&)
ପିତର ସେମାନଙ୍କୁ ଉତ୍ତର ଦେଲେ “ଏହି ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଦ୍ବାରା ସୁସ୍ଥ ହୋଇ ଠିଆ ହୋଇଅଛି । ଆପଣମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲା, କିନ୍ତୁ ଈଶ୍ବର ପୁନର୍ବାର ଜୀବିତ କରିଅଛନ୍ତି! ଆପଣମାନେ ତାହାଙ୍କୁ ଅଗ୍ରାହ୍ୟ କରିଅଛନ୍ତି, କିନ୍ତୁ ଉଦ୍ଧାରପ୍ରାପ୍ତ ହେବା ନିମନ୍ତେ ଯୀଶୁଙ୍କ ଶକ୍ତି ଛଡା ଆଉ କୌଣସି ଉପାୟ ନାହିଁ ।
![Image](https://cdn.door43.org/obs/jpg/360px/obs-en-44-09.jpg?direct&)
ପିତର ଓ ଯୋହନ ଏତେ ସାହସରେ କଥା କହୁଥିବା ଦେଖି ନେତାମାନେ ଆଶ୍ଚର୍ଯ୍ୟ ହେଲେ କାରଣ ସେମାନେ ଦେଖିଲେ ଯେ ସେମାନେ ସାଧାରଣ ଓ ଅଶିକ୍ଷିତ ଥିଲେ । କିନ୍ତୁ ପରେ ସେମାନେ ସ୍ମରଣ କଲେ ଯେ ଏମାନେ ଯୀଶୁଙ୍କ ସହିତ ଥିଲେ । ସେମାନେ ପିତର ଓ ଯୋହନଙ୍କୁ ଧମକାଇଲା ପରେ ଛାଡିଦେଇଥିଲେ ।
ବାଇବଲର ଏକ କାହାଣୀ: ପିତର_ 3:1-4:22_

56
content/45.md Normal file
View File

@ -0,0 +1,56 @@
# 45. ସ୍ତିଫାନ ଏବଂ ଫିଲିପ୍ #
![Image](https://cdn.door43.org/obs/jpg/360px/obs-en-45-01.jpg?direct&)
ଆଦ୍ୟ ମଣ୍ଡଳୀର ନେତୃ ମାନଙ୍କ ମଧ୍ୟରୁ ସ୍ତିଫାନ ନାମକ ଜଣେ ବ୍ୟକ୍ତି ଥିଲେ । ସେ ସୁଖ୍ୟାତି ଥିଲେ ଏବଂ ସେ ସମ୍ପୂର୍ଣ୍ଣ ପବିତ୍ରଆତ୍ମା ଓ ବୁଦ୍ଧିରେ ପୂର୍ଣ୍ଣ ହୋଇଥିଲେ
। ସ୍ତିଫାନ ଅନେକ ଆଶ୍ଚର୍ଯ୍ୟ କର୍ମ କଲେ ଏବଂ ପ୍ରଭାବଶାଳୀ ଭାବେ ବିଚାର କଲେ ଯେ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ ।
![Image](https://cdn.door43.org/obs/jpg/360px/obs-en-45-02.jpg?direct&)
ଦିନେ, ଯେତେବେଳେ ସ୍ତିଫାନ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଉଥିଲେ, ସେତେବେଳେ ଯୀଶୁଙ୍କଠାରେ ବିଶ୍ବାସ ନ କରୁଥିବା କେତେଜଣେ ଯିହୂଦୀ ସ୍ତିଫାନଙ୍କ ସହ ଯୁକ୍ତିତର୍କ କରିବାକୁ ଲାଗିଲେ । ସେମାନେ ଅତି କ୍ରୋଧ କରିଥିଲେ ଏବଂ ସ୍ତିଫାନଙ୍କ ବିଷୟରେ ଧର୍ମନେତାମାନଙ୍କୁ ମିଥ୍ୟା କହିଲେ । ସେମାନେ କହିଲେ “ଆମ୍ଭେମାନେ ତାହାକୁ ମୋଶା ଓ ଈଶ୍ବରଙ୍କ ବିରୁଦ୍ଧରେ କଥା କହିବାର ଶୁଣିଅଛୁ!” ତେଣୁ ଧର୍ମନେତାମାନେ ସ୍ତିଫାନଙ୍କୁ ଗିରଫ କଲେ ଏବଂ ମହାଯାଜକ ଓ ଯିହୂଦୀମାନଙ୍କ ନେତାଙ୍କ ନିକଟକୁ ତାଙ୍କୁ ଆଣିଲେ ଯେଉଁଠି ସ୍ତିଫାନଙ୍କ ବିରୁଦ୍ଧରେ ଅଧିକ ମିଥ୍ୟାସାକ୍ଷୀ ଥିଲେ ।
![Image](https://cdn.door43.org/obs/jpg/360px/obs-en-45-03.jpg?direct&)
ମହାଯାଜକ ସ୍ତିଫାନଙ୍କୁ ପଚାରିଲେ “ଏହି ସମସ୍ତ କଥା କି ସତ୍ୟ?” ଅବ୍ରହାମଙ୍କ ସମୟରୁ ଆରମ୍ଭ କରି ଯୀଶୁଙ୍କ ସମୟ ପର୍ଯ୍ୟନ୍ତ ଈଶ୍ବର ଯେଉଁ ସମସ୍ତ ମହା ମହା କର୍ମ କରିଥିଲେ ସେଥିରୁ ଅନେକ ସ୍ମରଣ କରାଇଦେଇ ସେମାନଙ୍କୁ ଉତ୍ତର ଦେଇ କହିଲେ ଯେ ଈଶ୍ବରଙ୍କ ଲୋକମାନେ କିପରି ନିରନ୍ତର ଭାବେ ତାହାଙ୍କର ଅନାଜ୍ଞାବହ ହେଉଥିଲେ । ତା’ପରେ ସେ କହିଲେ “ହେ କଠୋର ହୃଦୟ ଓ ବିଦ୍ରୋହୀ ଲୋକମାନେ ଆପଣମାନେ ସର୍ବଦା ପବିତ୍ରଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି, ଯେପରି ଆପଣଙ୍କ ପୂର୍ବ ପୁରୁଷମାନେ ସର୍ବଦା ଈଶ୍ବରଙ୍କର ପ୍ରତିରୋଧ କରି ତାହାଙ୍କ ଭାବବାଦୀମାନଙ୍କୁ ହତ୍ୟା କରିଥିଲେ । କିନ୍ତୁ ସେମାନଙ୍କ ଅପେକ୍ଷା ଅଧିକ ମନ୍ଦ କରିଛନ୍ତି! ଆପଣମାନେ ଖ୍ରୀଷ୍ଟଙ୍କୁ ହତ୍ୟା କରିଅଛନ୍ତି!”
![Image](https://cdn.door43.org/obs/jpg/360px/obs-en-45-04.jpg?direct&)
ଯେତେବେଳେ ଧର୍ମନେତାମାନେ ଏହା ଶୁଣିଲେ, ସେମାନେ ଏତେ କ୍ରୋଧ ହୋଇଥିଲେ ଯେ ସେମାନେ ସେମାନଙ୍କ କର୍ଣ୍ଣକୁ ଚାପି ଧରି ଅତି ଉଚ୍ଚ ସ୍ବରରେ ଚିତ୍କାର କଲେ । ସେମାନେ ସ୍ତିଫାନଙ୍କୁ ନଗର ବାହାରକୁ ଟାଣି ନେଲେ ଏବଂ ତାଙ୍କୁ ହତ୍ୟା କରିବା ପାଇଁ ପଥର ଫୋପାଡିଲେ ।
![Image](https://cdn.door43.org/obs/jpg/360px/obs-en-45-05.jpg?direct&)
ସ୍ତିଫାନ ମରିବା ସମୟରେ ଉଚ୍ଚ ସ୍ବରରେ ଚିତ୍କାର କଲେ ଏବଂ କହିଲେ “ହେ ଯୀଶୁ, ମୋ ଆତ୍ମାକୁ ଗ୍ରହଣ କର ।” ତା’ପରେ ସେ ଆଣ୍ଠୋଇପଡି ପୁନର୍ବାର ଉଚ୍ଚ ସ୍ବରରେ କହିଲେ “ହେ ପ୍ରଭୁ, ଏହି ପାପ ସେମାନଙ୍କ ବିରୁଦ୍ଧରେ ଗଣନା କରନାହିଁ ।” ତା’ପରେ ସେ ମୃତ୍ୟୁଭୋଗ କଲେ ।
![Image](https://cdn.door43.org/obs/jpg/360px/obs-en-45-06.jpg?direct&)
ସାଉଲ ନାମକ ଜଣେ ଲୋକ ସ୍ତିଫାନଙ୍କୁ ହତ୍ୟା କରୁଥିବା ଲୋକମାନଙ୍କ ସହ ଏକମତ ଥିଲେ ଯିଏ ହତ୍ୟାକାରୀମାନେ ହତ୍ୟା କରୁଥିବା ସମୟରେ ସେମାନଙ୍କର ବସ୍ତ୍ରଗୁଡିକ ଜଗୁଥିଲେ । ସେହି ଦିନ, ଯିରୁଶାଲମରେ ଥିବା ଲୋକମାନେ ଯୀଶୁଙ୍କର ଅନୁଗମନକାରୀମାନଙ୍କୁ ତାଡନା କରିବାକୁ ଆରମ୍ଭ କଲେ, ତେଣୁ ବିଶ୍ବାସୀମାନେ ଅନ୍ୟାନ୍ୟ ସ୍ଥାନକୁ ଦୌଡି ପଲାଇଲେ । କିନ୍ତୁ, ଏହି ସମସ୍ତ ସତ୍ତ୍ବେ, ସେମାନେ ଯେଉଁ ଯେଉଁ ସ୍ଥାନକୁ ଗଲେ ସେଠାରେ ଯୀଶୁଙ୍କର ପ୍ରଚାର କରିବାକୁ ଲାଗିଲେ ।
![Image](https://cdn.door43.org/obs/jpg/360px/obs-en-45-07.jpg?direct&)
ଯୀଶୁଙ୍କର ଜଣେ ଶିଷ୍ୟ ଯାହାର ନାମ ଫିଲିପ ଯିରୁଶାଲମ ରୁ ତାଡନା ହେବା ସକାଶେ ପଳାଇଯାଇଥିବା ବିଶ୍ବାସୀମାନଙ୍କ ମଧ୍ୟରୁ ଜଣେ ଥିଲେ । ସେ ଶମରୀୟକୁ ଯାଇ ସେଠାରେ ଯୀଶୁଙ୍କ ବିଷୟରେ ପ୍ରଚାର କଲେ ଓ ଅନେକ ଲୋକ ସେଠାରେ ଉଦ୍ଧାରପ୍ରାପ୍ତ ହେଲେ । ତା’ପରେ ଦିନେ, ଈଶ୍ବରଙ୍କ ଜଣେ ଦୂତ ଫିଲିପ ନିକଟକୁ ଆସି ମରୁଭୂମିରେ ପଡିଥିବା ନିର୍ଦ୍ଧିଷ୍ଟ ପଥ ଦେଇ ଯିବା ନିମନ୍ତେ କହିଲେ । ସେ ଯେତେବେଳେ ସେହି ପଥ ଦେଇ ଯାଉଥିଲେ, ଫିଲିପ୍ପ ଦେଖିଲେ ଯେ ଇଥିଓପିଆ ରାଜ ପରିବାରର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ତାଙ୍କ ରଥରେ ଆସୁଅଛନ୍ତି । ସେହି ଲୋକ ନିକଟକୁ ଯାଇ ତାଙ୍କ ସହ କଥାହେବାକୁ ପବିତ୍ରଆତ୍ମା ଫିଲିପ୍ପଙ୍କୁ କହିଲେ ।
![Image](https://cdn.door43.org/obs/jpg/360px/obs-en-45-08.jpg?direct&)
ଫିଲିପ୍ପ ଯେତେବେଳେ ରଥର ନିକଟବର୍ତ୍ତୀ ହେଲେ, ସେହି ଇଥିଓପିଆ ବ୍ୟକ୍ତି ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ପାଠ କରୁଥିବାର ଶୁଣିଲେ । ସେହି ଲୋକ ପାଠ କରୁଥିଲେ “ସେମାନେ ମେଷ ତୁଲ୍ୟ ତାଙ୍କୁ ହତ ହେବା ନିମନ୍ତେ ନେଲେ, ଏବଂ ନିରବ ମେଷ ତୁଲ୍ୟ ସେ ଆପଣା ମୁଖ ଫିଟାଇଲେ ନାହିଁ । ସେମାନେ ତାଙ୍କୁ ଦୁର୍ବବ୍ୟହାର କଲେ ଏବଂ ତାଙ୍କୁ ସମାଦର କଲେନାହିଁ । ସେମାନେ ତାଙ୍କଠାରୁ ତାଙ୍କ ଜୀବନ ନେଲେ ।”
![Image](https://cdn.door43.org/obs/jpg/360px/obs-en-45-09.jpg?direct&)
ଫିଲିପ୍ପ ସେହି ଇଥିଓପିଆ ଲୋକଙ୍କୁ ପଚାରିଲେ “ଆପଣ ଯାହା ପାଠ କରୁଅଛନ୍ତି ତାହା ବୁଝୁଅଛନ୍ତି କି?” ସେହି ଇତିଓପିଆ ବ୍ୟକ୍ତି ଉତ୍ତର ଦେଲେ, ନାହିଁ, କେହି ମୋତେ ବ୍ୟାଖ୍ୟା ନ କରିବା ପର୍ଯ୍ୟନ୍ତ ମୁଁ କି ବୁଝିବି ପାରିବି ନାହିଁ । ଦୟାକରି ଆସି ମୋ ନିକଟରେ ବସନ୍ତୁ । ଯିଶାଇୟ କ’ଣ ନିଜ ବିଷୟରେ ନା ଆଉ କାହା ବିଷୟରେ ଏହା ଲେଖିଛନ୍ତି ?”
![Image](https://cdn.door43.org/obs/jpg/360px/obs-en-45-10.jpg?direct&)
ଫିଲିପ୍ପ ତାଙ୍କୁ ବୁଝାଇ କହିଲେ ଯେ ଯିଶାଇୟ ଯୀଶୁଙ୍କ ବିଷୟରେ ଏହା ଲେଖିଅଛନ୍ତି । ଯୀଶୁଙ୍କ ବିଷୟରେ ଥିବା ଶୁଭସମ୍ବାଦ କହିବା ନିମନ୍ତେ ଫିଲିପ୍ପ ଅନ୍ୟ ଶାସ୍ତ୍ରାଂଶ ମଧ୍ୟ ବୁଝାଇଦେଲେ ।
![Image](https://cdn.door43.org/obs/jpg/360px/obs-en-45-11.jpg?direct&)
ଯେତେବେଳେ ଫିଲିପ୍ପ ଓ ଇଥିଓପିଅ ଯାତ୍ରା କରୁଥିଲେ, ସେମାନେ ଏକ ଜଳାଶୟ ନିକଟକୁ ଆସିଲେ । ଇଥିଓପିଅ ବ୍ୟକ୍ତି କହିଲେ “ଦେଖନ୍ତୁ! ଏଠାରେ କିଛି ଜଳ ଅଛି! ମୁଁ ବାପ୍ତିଜିତ ହୋଇପାରେ କି?” ଏବଂ ସେ ତାଙ୍କ ରଥ ଚାଳକଙ୍କୁ ରଥ ଅଟକାଇବା ନିମନ୍ତେ କହିଲେ ।
![Image](https://cdn.door43.org/obs/jpg/360px/obs-en-45-12.jpg?direct&)
ତେଣୁ ସେମାନେ ଜଳ ମଧ୍ୟକୁ ଓହ୍ଲାଇଗଲେ, ଏବଂ ଫିଲିପ୍ପ ସେହି ଇଥିଓପିଅଙ୍କୁ ବାପ୍ତିସ୍ମ ଦେଲେ । ସେମାନେ ଜଳରୁ ଉଠି ଆସିଲା ପରେ, ପବିତ୍ରଆତ୍ମା ଫିଲିପ୍ପଙ୍କୁ ଅନ୍ୟ ଏକ ସ୍ଥାନକୁ ଘେନିଗଲେ ଯେଉଠି ସେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ ନିରନ୍ତର କହିବାକୁ ଲାଗିଲେ ।
![Image](https://cdn.door43.org/obs/jpg/360px/obs-en-45-13.jpg?direct&)
ଇଥିଓପିଆ ତାଙ୍କ ଗୃହ ପଟ ଯାତ୍ରା ଜାରି ରଖିଲେ, ସେ ଆନନ୍ଦିତ ଥିଲେ ଯେ ସେ ଯୀଶୁଙ୍କୁ ଜାଣିଲେ ।
ବାଇବଲର ଏକ କାହାଣୀ_:_ ପିତର_ 6:8-8:5; 8:26-40_

43
content/46.md Normal file
View File

@ -0,0 +1,43 @@
# 46. ପାଉଲ ଖ୍ରୀଷ୍ଟିୟାନ ହୁଅନ୍ତି #
![Image](https://cdn.door43.org/obs/jpg/360px/obs-en-46-01.jpg?direct&)
ସ୍ତିଫାନଙ୍କୁ ହତ୍ୟା କରୁଥିବା ଲୋକମାନଙ୍କର ବସ୍ତ୍ରକୁ ଜଗିଥିବା ଯୁବା ବ୍ୟକ୍ତି ଜଣକଟି ସାଉଲ ଥିଲେ । ସେ ଯୀଶୁଙ୍କଠାରେ ବିଶ୍ବାସ କଲେନାହିଁ, ତେଣୁ ସେ ବିଶ୍ବାସୀମାନଙ୍କୁ ତାଡନା କରିଥିଲେ । ଉଭୟ ପୁରୁଷ ଓ ସ୍ତ୍ରୀଙ୍କୁ ଯେପରି ବାନ୍ଧି ଆଣିବା ପାଇଁ ସେ ଯିରୁଶାଲମରେ ଥିବା ପ୍ରତି ବିଶ୍ବାସୀଙ୍କ ଗୃହରେ ପଶୁଥିଲେ ଏବଂ କାରାଗାରରେ ବନ୍ଦୀ କରୁଥିଲେ । ଦମ୍ମେସକରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ ଯେପରି ଶାଉଲ ଧରି ଯିରୁଶାଲମ ଆଣିପାରିବେ ସେଥିପାଇଁ ସେ ମହାଯାଜକ ତାଙ୍କୁ ଅନୁମତି ଦେଇଥିଲେ ।
![Image](https://cdn.door43.org/obs/jpg/360px/obs-en-46-02.jpg?direct&)
ଶାଉଲ ଯେତେବେଳେ ଦମ୍ମେସକ ପଥରେ ଯାଉଥିଲେ, ଆକାଶରୁ ଏକ ଅତି ଉଜ୍ଜଳ ଆଲୋକ ତାହାଙ୍କ ଚାରିପଟ ଝଲସି ଉଠିଲା ଏବଂ ସେ ଭୂମିରେ ପଡିଗଲେ । କେହି ଜଣେ ଏହା କହିବାର ଶାଉଲ ଶୁଣିଲେ, “ଶାଉଲ! ଶାଉଲ! ତୁମ୍ଭେ କାହିଁକି ମୋତେ ତାଡନା କରୁଅଛ?” ଶାଉଲ ପଚାରିଲେ “ପ୍ରଭୁ, ଆପଣ କିଏ ?” ଯୀଶୁ ଉତ୍ତର ଦେଲେ “ମୁଁ ଯୀଶୁ ଅଟେ । ତୁମ୍ଭେ ମୋତେ ତାଡନା କରୁଅଛ!”
![Image](https://cdn.door43.org/obs/jpg/360px/obs-en-46-03.jpg?direct&)
ଶାଉଲ ଯେତେବେଳେ ଉଠିଲେ, ସେ କିଛି ଦେଖିପାରିଲେ ନାହିଁ । ତାହାଙ୍କ ବନ୍ଧୁମାନେ ତାହାଙ୍କୁ ଦମ୍ମେସକକୁ ପଥ କଢାଇ ନେଲେ । ଶାଉଲ ତିନିଦିନ ପର୍ଯ୍ୟନ୍ତ କିଛି ଖାଇଲେ ନାହିଁ କିମ୍ବା ପିଇଲେ ନାହିଁ ।
![Image](https://cdn.door43.org/obs/jpg/360px/obs-en-46-04.jpg?direct&)
ହନନିୟ ନାମକ ଜଣେ ଶିଷ୍ୟ ଦମ୍ମେସକରେ ରହୁଥିଲେ । ଈଶ୍ବର ତାହାଙ୍କୁ କହିଲେ “ଶାଉଲ ରହୁଥିବା ଗୃହକୁ ଯାଅ । ତାହାଙ୍କ ଉପରେ ହସ୍ତ ରଖ ଯେପରିକି ସେ ଦୃଷ୍ଟିଶକ୍ତି ଫେରିପାଇବେ ।” କିନ୍ତୁ ହନନିୟ କହିଲେ “ପ୍ରଭୁ, ଏହି ବ୍ୟକ୍ତି କିପରି ବିଶ୍ବାସୀମାନଙ୍କୁ ତାଡନା କରିଅଛି ତାହା ମୁଁ ଶୁଣିଅଛି ।” ଈଶ୍ବର ତାହାଙ୍କୁ ଉତ୍ତର ଦେଲେ “ଯାଅ! ଯିହୂଦୀ ଓ ଅନ୍ୟ ଲୋକଦଳ ମାନଙ୍କ ନିକଟରେ ମୋର ନାମ ଘୋଷଣା କରିବା ନିମନ୍ତେ ମୁଁ ତାଙ୍କୁ ମନୋନୀତ କରିଅଛି । ସେ ମୋ ନାମ ସକାଶେ ଅନେକ ଦୁଃଖକ୍ଲେଶ ପାଇବ ।”
![Image](https://cdn.door43.org/obs/jpg/360px/obs-en-46-05.jpg?direct&)
ତେଣୁ ହନନିୟ ଶାଉଲ ରହୁଥିବା ଗୃହକୁ ଗଲେ, ତାଙ୍କ ଉପରେ ଆପଣାର ହସ୍ତ ରଖିଲେ ଏବଂ କହିଲେ “ଆପଣ ଏଠାକୁ ଆସୁଥିବା ସମୟରେ ଯେଉଁ ଯୀଶୁ ଆପଣଙ୍କୁ ଦର୍ଶନ ଦେଇଅଛନ୍ତି, ସେ ମୋତେ ଆପଣଙ୍କ ନିକଟକୁ ପ୍ରେରଣ କରିଅଛନ୍ତି ଯେପରିକି ଆପଣ ଦୃଷ୍ଟିଶକ୍ତି ଫେରିପାଇବେ ଏବଂ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବେ । ଶାଉଲ ସାଙ୍ଗେ ସାଙ୍ଗେ ଦୃଷ୍ଟିଶକ୍ତି ଫେରିପାଇବାକୁ ସକ୍ଷମ ହେଲେ, ଏବଂ ହନନିୟ ତାଙ୍କୁ ବାପ୍ତିସ୍ମ ଦେଲେ । ତା’ପରେ ଶାଉଲ କିଛି ଖାଦ୍ୟ ଖାଇଲେ ଏବଂ ବଳ ଫେରି ପାଇଲେ ।
![Image](https://cdn.door43.org/obs/jpg/360px/obs-en-46-06.jpg?direct&)
ତତ୍କ୍ଷକ୍ଷଣାତ ଶାଉଲ ଦମ୍ମେସକରେ ଥିବା ଯିହୂଦୀମାନଙ୍କ ନିକଟରେ ଏହା ପ୍ରଚାର କରିବାକୁ ଆରମ୍ଭ କଲେ “ଯୀଶୁ ହିଁ ଈଶ୍ବରଙ୍କ ପୁତ୍ର ଅଟନ୍ତି!” ଯେଉଁ ବ୍ୟକ୍ତି ବିଶ୍ବାସୀମାନଙ୍କୁ ବିନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲା ଏବଂ ସେ ଯେ ଏବେ ଯୀଶୁଙ୍କଠାରେ ବିଶ୍ବାସ କରେ ସେ ବିଷୟରେ ଯିହୂଦୀମାନେ ଆଶ୍ଚର୍ଯ୍ୟ ଚକିତ ହେଲେ । ଶାଉଲ ଯିହୂଦୀମାନଙ୍କ ସହ ଯୁକ୍ତିତର୍କ କରି ପ୍ରମାଣିତ କଲେ ଯେ ଯୀଶୁ ହିଁ ହେଉଛନ୍ତି ଖ୍ରୀଷ୍ଟ ।
![Image](https://cdn.door43.org/obs/jpg/360px/obs-en-46-07.jpg?direct&)
ଅନେକ ଦିନ ଉତ୍ତାରେ, ଶାଉଲଙ୍କୁ ହତ୍ୟା କରିବା ନିମନ୍ତେ ଯିହୂଦୀମାନେ ଯୋଜନା କଲେ । ସେମାନେ ତାହାଙ୍କୁ ହତ୍ୟା କରିବା ନିମନ୍ତେ ନଗର ଦ୍ବାରରେ ଜଗିବା ପାଇଁ ଲୋକ ପଠାଇଲେ । କିନ୍ତୁ ଶାଉଲ ସେହି ଯୋଜନା ବିଷୟରେ ଶୁଣିବାକୁ ପାରିଲେ, ଏବଂ ସେଥିରୁ ଖସି ପଳାଇବା ନିମନ୍ତେ ତାହାର ବନ୍ଧୁମାନେ ସାହାଯ୍ୟ କଲେ । ଏକ ରାତ୍ରି ବେଳେ ସେମାନେ ଗୋଟିଏ ଟୋକେଇରେ ପ୍ରାଚୀର ଉପରୁ ତଳକୁ ଓହ୍ଲାଇ ଦେଲେ । ଶାଉଲ ଦମ୍ମେସକରୁ ଖସି ପଳାଇଗଲା ପରେ, ସେ ଯୀଶୁଙ୍କ ବିଷୟରେ ପ୍ରଚାର କରିବା ଜାରି ରଖିଲେ ।
![Image](https://cdn.door43.org/obs/jpg/360px/obs-en-46-08.jpg?direct&)
ଶାଉଲ ଶିଷ୍ୟମାନଙ୍କ ସହ ଭେଟ ହେବା ନିମନ୍ତେ ଯିରୁଶାଲମକୁ ଗଲେ, କିନ୍ତୁ ସେମାନେ ତାଙ୍କୁ ଭୟ କରୁଥିଲେ । ତା’ପରେ ବର୍ଣ୍ଣବା ନାମକ ଜଣେ ବିଶ୍ବାସୀ ଶିଷ୍ୟମାନଙ୍କ ନିକଟକୁ ଶାଉଲଙ୍କୁ ନେଲେ ଏବଂ ସେମାନଙ୍କୁ କହିଲେ ଯେ ସେ କିପରି ଦମ୍ମେସକରେ ସାହସ ପୂର୍ବକ ପ୍ରଚାର କରିଥିଲେ । ତାହା ପରେ, ଶିଷ୍ୟମାନେ ଶାଉଲଙ୍କୁ ଗ୍ରହଣ କଲେ ।
![Image](https://cdn.door43.org/obs/jpg/360px/obs-en-46-09.jpg?direct&)
ଯେଉଁ ବିଶ୍ବାସୀମାନେ ତାଡନା ସକାଶୁ ଯିରୁଶାଲମ ଛାଡି ପଳାଇଥିଲେ, ସେମାନେ ଆନ୍ତିୟକିଆ ପର୍ଯ୍ୟନ୍ତ ଯାଇ ଯୀଶୁଙ୍କ ବିଷୟରେ ପ୍ରଚାର କରିବାକୁ ଲାଗିଲେ । ଆନ୍ତିୟକିଆରେ ଥିବା ଅଧିକାଂଶ ଲୋକ ଯିହୂଦୀ ନ ଥିଲେ, କିନ୍ତୁ ପ୍ରଥମ ଥର ନିମନ୍ତେ ସେମାନଙ୍କ ମଧ୍ୟରୁ ଅନେକେ ବିଶ୍ବାସୀ ହେଲେ । ବର୍ଣ୍ଣବା ଓ ଶାଉଲ ସେଠାରେ ଥିବା ନୂତନ ବିଶ୍ବାସୀମାନଙ୍କୁ ଯୀଶୁଙ୍କ ବିଷୟରେ ଅଧିକ ଶିକ୍ଷା ଦେବା ନିମନ୍ତେ ଓ ମଣ୍ଡଳୀକୁ ଦୃଢ଼ କରିବା ନିମନ୍ତେ ଗଲେ ।ଆନ୍ତିୟକିଆ ମଣ୍ଡଳୀରେ ଥିବା ବିଶ୍ବାସୀମାନଙ୍କୁ ପ୍ରଥମେ “ଖ୍ରୀଷ୍ଟିୟାନ” ବୋଲି କୁହାଗଲା ।
![Image](https://cdn.door43.org/obs/jpg/360px/obs-en-46-10.jpg?direct&)
ଦିନେ, ଆନ୍ତିୟକିଆ ମଣ୍ଡଳୀରେ ଥିବା ଖ୍ରୀଷ୍ଟିୟାନ୍ ମାନେ ଉପବାସ ଓ ପ୍ରାର୍ଥନା କରୁଥିବା ସମୟରେ ପବିତ୍ରଆତ୍ମା ସେମାନଙ୍କୁ କହିଲେ “ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଯେଉଁ କାର୍ଯ୍ୟ ନିମନ୍ତେ ମୁଁ ଆହ୍ବାନ କରିଛି ସେଥିନିମନ୍ତେ ସେମାନଙ୍କୁ ମୋ ନିମନ୍ତେ ପୃଥକ୍ କର ।” ତେଣୁ ଆନ୍ତିୟକିଆ ମଣ୍ଡଳୀ ବର୍ଣ୍ଣବା ଓ ଶାଉଲଙ୍କ ନିମନ୍ତେ ପ୍ରାର୍ଥନା କରି ସେମାନଙ୍କ ଉପରେ ହସ୍ତାର୍ପଣ କଲେ । ତା’ପରେ ସେମାନେ ଅନେକ ସ୍ଥାନରେ ଯୀଶୁଙ୍କ ବିଷୟକ ଶୁଭସମ୍ବାଦ ପ୍ରଚାର କରିବା ନିମନ୍ତେ ସେମାନଙ୍କୁ ପଠାଇଲେ । ବର୍ଣ୍ଣବା ଓ ଶାଉଲ ବିଭିନ୍ନ ଲୋକଦଳକୁ ଶିକ୍ଷା ଦେବାକୁ ଲାଗିଲେ ଏବଂ ଅନେକ ଲୋକ ଯୀଶୁଙ୍କଠାରେ ବିଶ୍ବାସ କରିବାକୁ ଲାଗିଲେ ।
ବାଇବଲର ଏକ କାହାଣୀ: ପ୍ରେରିତ 8:3; 9:1-31; 11:19-26; 13:1-3

59
content/47.md Normal file
View File

@ -0,0 +1,59 @@
# 47. ଫିଲିପ୍ପୀରେ ପାଉଲ ଓ ଶୀଲା #
![Image](https://cdn.door43.org/obs/jpg/360px/obs-en-47-01.jpg?direct&)
ଶାଉଲ ରୋମୀୟ ସାମ୍ରାଜ୍ୟ ସାରା ଯାତ୍ରା କରିବା ସମୟରେ ସେ ତାହାଙ୍କ ରୋମୀୟ ନାମ “ପାଉଲ” ବ୍ୟବହାର କରୁଥିଲେ । ଦିନେ ପାଉଲ ଓ ତାଙ୍କ ବନ୍ଧୁ ଶୀଲା ଫିଲିପ୍ପୀ ସହରକୁ ଯୀଶୁଙ୍କ ଶୁଭସମ୍ବାଦ ଘୋଷଣା କରିବାକୁ ଗଲେ । ସେମାନେ ସହର ବାହାରରେ ନଦୀ କୂଳରେ ଥିବା ଏକ ସ୍ଥାନକୁ ଗଲେ ଯେଉଁଠି ଲୋକମାନେ ପ୍ରାର୍ଥନା କରିବା ନିମନ୍ତେ ଏକତ୍ରିତ ହେଲେ । ସେଠାରେ ସେମାନେ ଲୂଦିଆ ନାମକ ଜଣେ ବ୍ୟବସାୟୀ ସ୍ତ୍ରୀଙ୍କୁ ଦେଖିଲେ । ସେ ଈଶ୍ବରଙ୍କୁ ପ୍ରେମ କରୁଥିଲେ ଏବଂ ଉପାସନା କରୁଥିଲେ ।
![Image](https://cdn.door43.org/obs/jpg/360px/obs-en-47-02.jpg?direct&)
ଯୀଶୁଙ୍କ ବିଷୟର ବାର୍ତ୍ତାକୁ ଯେପରି ଲୂଦିଆ ବିଶ୍ବାସ କରିବେ ଏଥିପାଇଁ ଈଶ୍ବର ତାଙ୍କର ଚକ୍ଷୁ ଉନ୍ମୁକ୍ତ କଲେ, ଏବଂ ସେ ଓ ତାହାଙ୍କ ପରିବାର ବାପ୍ତିଜିତ ହେଲେ । ସେ ପାଉଲ ଓ ଶୀଲାଙ୍କୁ ତାଙ୍କ ଗୃହରେ ରହିବା ନିମନ୍ତେ ନିମନ୍ତ୍ରଣ କଲେ, ତେଣୁ ସେମାନେ ତାଙ୍କ ସହିତ ଓ ତାଙ୍କ ପରିବାର ସହିତ ରହିଲେ ।
![Image](https://cdn.door43.org/obs/jpg/360px/obs-en-47-03.jpg?direct&)
ପାଉଲ ଓ ଶୀଲା ପ୍ରାର୍ଥନା ସ୍ଥାନରେ ଅନେକ ସମୟରେ ଲୋକମାନଙ୍କୁ ସାକ୍ଷାତ କରୁଥିଲେ । ପ୍ରତିଦିନ ପରି ସେମାନେ ଯେତେବେଳେ ସେହି ପ୍ରାର୍ଥନା ସ୍ଥାନକୁ ଯାଉଥିଲେ, ସେତେବେଳେ ଭୂତାକ୍ରାନ୍ତ ଜଣେ ବାଳିକା ତାଙ୍କ ପଛେ ପଛେ ଯାଉଥିଲା । ଏହି ଭୂତ ଦ୍ବାରା ସେ ଭବିଷ୍ୟତ ବିଷୟ ଲୋକମାନଙ୍କୁ କହିପାରୁଥିଲା, ତେଣୁ ସେ ତା’ର ମାଲିକ ନିମନ୍ତେ ଏକ ଭବିଷ୍ୟତ କୁହାଳୀ ଭାବରେ ପ୍ରଚୁର ଅର୍ଥ ଉପାର୍ଜନ କରିଦେଉଥିଲା ।
![Image](https://cdn.door43.org/obs/jpg/360px/obs-en-47-04.jpg?direct&)
ସେମାନେ ଚାଲିଯାଉଥିବା ସମୟରେ ସେହି ଭୂତାକ୍ରାନ୍ତ ଦାସୀ ନିରନ୍ତର ଚିତ୍କାର କରି କହୁଥିଲା “ଏହି ଲୋକମାନେ ସର୍ବୋପରିସ୍ଥ ଈଶ୍ବରଙ୍କ ଦାସଗଣ । ସେମାନେ ଉଦ୍ଧାରପ୍ରାପ୍ତ ହେବାର ଉପାୟ କହୁଅଛନ୍ତି!” ସେ ଅନେକ ସମୟ ଏପରି କରୁଥିଲା ଯେ ପାଉଲଏହା ଶୁଣିଶୁଣି ବିରକ୍ତ ହୋଇଗଲେ ।
![Image](https://cdn.door43.org/obs/jpg/360px/obs-en-47-05.jpg?direct&)
ପରିଶେଷରେ ଯେତେବେଳେ ସେହି ଦାସୀ ବାଳିକା ଚିତ୍କାର କରି କହିବାକୁ ଲାଗିଲା, ପାଉଲ ବୁଲିପଡି ସେହି ଦାସୀଠାରେ ଥିବା ଆତ୍ମାକୁ କହିଲେ “ଯୀଶୁଙ୍କ ନାମରେ ଏହାଠାରୁ ବାହାରି ଯା ।” ସେହିକ୍ଷଣି ସେହି ଭୂତ ତାକୁ ଛାଡି ଚାଲିଗଲା ।
![Image](https://cdn.door43.org/obs/jpg/360px/obs-en-47-06.jpg?direct&)
ଯେଉଁ ଲୋକ ସେହି ଦାସୀ ବାଳିକାକୁ ନିଯସ୍ଵ କରିଥିଲା, ସେ ଅତି କ୍ରୋଧ କଲା । ସେମାନେ ହୃଦୟଙ୍ଗମ କଲେ ଯେ ଭୂତ ବିହୂନେ ସେହି ଦାସୀ ବାଳିକା ଲୋକମାନଙ୍କର ଭବିଷ୍ୟତ କହିପାରିବ ନାହିଁ । ଏହାର ଅର୍ଥ ହେଉଛି ଲୋକମାନଙ୍କ ଭବିଷ୍ୟତ କହିବା ନିମନ୍ତେ ସେମାନେ ସେହି ଦାସୀ ବାଳିକାର ମାଲିକକୁ ଆଉ ଅର୍ଥ ଦେବେ ନାହିଁ ।
![Image](https://cdn.door43.org/obs/jpg/360px/obs-en-47-07.jpg?direct&)
ତେଣୁ ସେହି ଦାସୀ ବାଳିକାର ମାଲିକମାନେ ପାଉଲ ଓ ଶୀଲାଙ୍କୁ ରୋମୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ଘେନିଗଲେ, ଯେଉଁମାନେ ପାଉଲ ଓ ଶୀଲାଙ୍କୁ ପ୍ରହାର କରି କାରାଗାରରେ ପୂରାଇ ଦେଲେ ।
![Image](https://cdn.door43.org/obs/jpg/360px/obs-en-47-08.jpg?direct&)
ସେମାନେ ପାଉଲ ଓ ଶୀଲାଙ୍କୁ କାରାଗାରର ଅତି ସୁରକ୍ଷିତ ସ୍ଥାନରେ ରଖି ସେମାନଙ୍କ ପାଦକୁ ବାନ୍ଧିଲେ । ତଥାପି ମଧ୍ୟରାତ୍ରିରେ ସେମାନେ ଈଶ୍ବରଙ୍କ ନିକଟରେ ଗୀତଗୁଡିକ ଗାଇବାକୁ ଲାଗିଲେ ।
![Image](https://cdn.door43.org/obs/jpg/360px/obs-en-47-09.jpg?direct&)
ହଠାତ୍, ଅତି ଭୟଙ୍କର ଭୂମିକମ୍ପ ହେଲା! କାରାଗାରରେ ଥିବା ସମସ୍ତ ଦ୍ବାର ଖୋଲିଗଲା, ଏବଂ ସମସ୍ତ ବନ୍ଦୀମାନଙ୍କ ହସ୍ତରୁ ଶିକୁଳିଗୁଡିକ ଖସିପଡିଲା ।
![Image](https://cdn.door43.org/obs/jpg/360px/obs-en-47-10.jpg?direct&)
କାରାଗାର ରକ୍ଷକ ନିଦ୍ରାରୁ ଉଠିପଡିଲେ, ଏବଂ ଯେତେବେଳେ ସେ ଦେଖିଲେ ଯେ କାରାଗାରର ଦ୍ବାର ସବୁ ଖୋଲା ଯୋଇଛି, ସେ ଭୟଭୀତ ହୋଇଗଲେ । ସେ ଭାବିଲେ ଯେ ସମସ୍ତ ବନ୍ଦୀ ପାର ହୋଇଯାଇଅଛନ୍ତି, ତେଣୁ ସେ ନିଜକୁ ନିଜେ ହତ୍ୟା କରିବା ନିମନ୍ତେ ଯୋଜନା କଲା । (ସେ ଜାଣିଥିଲେ ଯେ ଯଦି ସେ ବନ୍ଦୀମାନଙ୍କୁ ପଳାୟନ ହେବା ବିଷୟ ରୋମୀୟ କର୍ତ୍ତୃପକ୍ଷ ଜାଣିବେ, ସେତେବେଳେ ସେମାନେ ତାଙ୍କୁ ହତ୍ୟା କରିବେ ।) କିନ୍ତୁ ପାଉଲ ତାହାକୁ ଦେଖି ଚିତ୍କାର କରି ଉଠିଲେ “ରୁହ! ନିଜକୁ କ୍ଷତ କରନାହିଁ । ଆମେ ସମସ୍ତେ ଏଠାରେ ଅଛୁ ।”
![Image](https://cdn.door43.org/obs/jpg/360px/obs-en-47-11.jpg?direct&)
କାରାଗାର ରକ୍ଷକ ଯେତେବେଳେ ପାଉଲ ଓ ଶୀଲାଙ୍କ ନିକଟକୁ ଆସିଲେ, ସେ ଭୟରେ ଥରୁଥିଲେ ଏବଂ କହିଲେ, ଉଦ୍ଧାରପ୍ରାପ୍ତ ହେବା ନିମନ୍ତେ ମୁଁ କଣ କରିବି? ପାଉଲ ଉତ୍ତର ଦେଲେ “ଯୀଶୁଙ୍କଠାରେ, ଯିଏ ଗୁରୁ, ବିଶ୍ବାସ କର, ତାହା ହେଲେ ତୁମ୍ଭେ ଓ ତୁମ୍ଭ ପରିବାର ଉଦ୍ଧାରପ୍ରାପ୍ତ ହେବ । ତା’ପରେ ସେହି କାରାଗାର ରକ୍ଷକ ନିଜ ଗୃହକୁ ପାଉଲ ଓ ଶୀଲାଙ୍କୁ ନେଇ ସେମାନଙ୍କ କ୍ଷତସବୁ ଧୋଇଦେଲେ । ତାଙ୍କ ଗୃହରେ ଥିବା ସମସ୍ତଙ୍କୁ ପାଉଲ ଯୀଶୁଙ୍କ ସମ୍ବନ୍ଧୀୟ ଶୁଭସମ୍ବାଦ ପ୍ରଚାର କଲେ ।
![Image](https://cdn.door43.org/obs/jpg/360px/obs-en-47-12.jpg?direct&)
କାରାଗାର ରକ୍ଷକ ଓ ତାଙ୍କ ପରିବାର ସମସ୍ତେ ବିଶ୍ବାସ କରି ବାପ୍ତିଜିତ ହେଲେ । କାରାଗାର ରକ୍ଷକ ପାଉଲ ଓ ଶୀଲାଙ୍କୁ ଭୋଜନ କରିବାକୁ ଦେଲେ ଏବଂ ସେମାନେ ସମସ୍ତେ ଏକାଠି ଆନନ୍ଦିତ ହେଲେ ।
![Image](https://cdn.door43.org/obs/jpg/360px/obs-en-47-13.jpg?direct&)
ପରଦିନ ନଗରର ନେତାମାନେ ପାଉଲ ଓ ଶୀଲାଙ୍କୁ କାରାଗାରରୁ ମୁକ୍ତ କଲେ ଏବଂସେମାନଙ୍କୁ ଫିଲିପ୍ପୀରୁ ଚାଲିଯିବା ନିମନ୍ତେ କହିଲେ । ପାଉଲ ଓ ଶୀଲା ଲୂଦିଆ ଓ ଅନ୍ୟ କେତେକ ବନ୍ଧୁଙ୍କୁ ସାକ୍ଷାତ କଲେ ପରେ ସେମାନେ ସେହି ନଗର ଛାଡିଲେ । ଯୀଶୁଙ୍କ ବିଷୟକ ଶୁଭସମ୍ବାଦ ପ୍ରସାରିତ ହୋଇଚାଲିଲା, ଏବଂ ମଣ୍ଡଳୀ ମଧ୍ୟ ବୃଦ୍ଧିପାଇବାକୁ ଲାଗିଲା ।
![Image](https://cdn.door43.org/obs/jpg/360px/obs-en-47-14.jpg?direct&)
ପାଉଲ ଓ ଅନ୍ୟ ଖ୍ରୀଷ୍ଟିୟ ନେତାମାନେ ଅନେକ ନଗର ଭ୍ରମଣ କଲେ ଏବଂ ଯୀଶୁଙ୍କ ଶୁଭସମ୍ବାଦ ପ୍ରଚାର କରି ଶିକ୍ଷା ଦେବାକୁ ଲାଗିଲେ । ସେମାନେ ମଣ୍ଡଳୀଗୁଡିକରେ ଥିବା ବିଶ୍ବାସୀମାନଙ୍କୁ ଉତ୍ସାହିତ ଓ ଶିକ୍ଷା ଦେବା ନିମନ୍ତେ ଅନେକ ଚିଠିଗୁଡିକ ଲେଖିଲେ । ଏହି ଚିଠିଗୁଡିକ ମଧ୍ୟରୁ କିଛି ବାଇବଲରେ ପୁସ୍ତକଗୁଡିକ ହେଲା ।
ବାଇବଲର ଏକ କାହାଣୀ: ପ୍ରେରିତ 16:11-40

59
content/48.md Normal file
View File

@ -0,0 +1,59 @@
# 48. ଯୀଶୁ ହେଉଛନ୍ତି ପ୍ରତିଜ୍ଞାତ ଖ୍ରୀଷ୍ଟ #
![Image](https://cdn.door43.org/obs/jpg/360px/obs-en-48-01.jpg?direct&)
ଈଶ୍ବର ଯେତେବେଳେ ପୃଥିବୀ ସୃଷ୍ଟି କଲେ, ସେତେବେଳେ ସମସ୍ତ ବିଷୟ ସିଦ୍ଧ ଥିଲା । ସେତେବେଳେ କୌଣସି ପାପ ନ ଥିଲା । ଆଦମ ଓ ହବା ପରସ୍ପରକୁ ଭଲ ପାଉଥିଲେ ଏବଂ ସେମାନେ ଈଶ୍ବରଙ୍କୁ ପ୍ରେମ କରୁଥିଲେ । ସେତେବେଳେ କୌଣସି ଅସୁସ୍ଥତା ବା ମୃତ୍ୟୁ ନ ଥିଲା । ପୃଥିବୀ ଏପରି ହିଁ ହେଉ ବୋଲି ଈଶ୍ବର ଚାହୁଁଥିଲେ ।
![Image](https://cdn.door43.org/obs/jpg/360px/obs-en-48-02.jpg?direct&)
ହବାଙ୍କୁ ପ୍ରତାରିତ କରିବା ନିମନ୍ତେ ଶୟତାନ ଏକ ସର୍ପ ଦ୍ବାରା କଥା କହିଲା । ତା’ ପରେ ସେ ଓ ଆଦମ ଈଶ୍ବରଙ୍କ ବିରୁଦ୍ଧରେ ପାପ କଲେ । ଯେହେତୁ ସେମାନେ ପାପ କଲେ, ସେଥିପାଇଁ ପୃଥିବୀରେ ଥିବା ସମସ୍ତେ ଅସୁସ୍ଥ ହୁଅନ୍ତି ଓ ସମସ୍ତେ ମୃତ୍ୟୁଭୋଗ କରନ୍ତି ।
![Image](https://cdn.door43.org/obs/jpg/360px/obs-en-48-03.jpg?direct&)
ଯେହେତୁ ଆଦମ ଓ ହବା ପାପ କଲେ, ଏହାଠାରୁ ଆହୁରି କିଛି ଭୟଙ୍କର ବିଷୟ ଘଟିଲା । ସେମାନେ ଈଶ୍ବରଙ୍କର ଶତ୍ରୁ ହେଲେ । ଏହାର ଫଳ ସ୍ବରୂପ, ସେହି ଦିନ ଠାରୁ ଜନ୍ମ ହେଉଥିବା ପ୍ରତ୍ୟେକ ମନୁଷ୍ୟ ପାପ ସ୍ବଭାବରେ ଜନ୍ମ ନିଅନ୍ତି ଏବଂ ଈଶ୍ବରଙ୍କର ଶତ୍ରୁ ହୁଅନ୍ତି । ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ଥିବା ସମ୍ପର୍କ ପାପ ଦ୍ବାରା ଭଙ୍ଗ ହୋଇଥିଲା । କିନ୍ତୁ ସେହି ସମ୍ପର୍କକୁ ପୁନଃସ୍ଥାପିତ କରିବା ନିମନ୍ତେ ଈଶ୍ବର ଏକ ଯୋଜନା କରିଥିଲେ ।
![Image](https://cdn.door43.org/obs/jpg/360px/obs-en-48-04.jpg?direct&)
ଈଶ୍ବର ପ୍ରତିଜ୍ଞା କରି କହିଥିଲେ ଯେ ହବାଙ୍କ ବଂଶରୁ ଜନ୍ମିତ ଜଣେ ଶୟତାନର ମସ୍ତକକୁ ଚୂର୍ଣ୍ଣ କରିବେ, ଏବଂ ଶୟତାନ ତାଙ୍କ ଗୋଇଠିକୁ କ୍ଷତ କରିବ । ଏହାର ଅର୍ଥ ହେଉଛି ଯେ ଶୟତାନ ଖ୍ରୀଷ୍ଟଙ୍କୁ ମାରିବ, କିନ୍ତୁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇବେ, ଏବଂ ତା’ପରେ ଖ୍ରୀଷ୍ଟ ଚିରଦିନ ନିମନ୍ତେ ଶୟତାନର ଶକ୍ତିକୁ ଚୂର୍ଣ୍ଣ କରିବେ । ଅନେକ ବର୍ଷ ପରେ, ଈଶ୍ବର ପ୍ରକାଶ କଲେ ଯେ ଯୀଶୁ ହିଁ ହେଉଛନ୍ତି ସେହି ଖ୍ରୀଷ୍ଟ ।
![Image](https://cdn.door43.org/obs/jpg/360px/obs-en-48-05.jpg?direct&)
ଈଶ୍ବର ଯେତେବେଳେ ଏକ ଜଳପ୍ଳାବନ ଦ୍ବାରା ସମଗ୍ର ପୃଥିବୀକୁ ବିନଷ୍ଟ କଲେ, ସେତେବେଳେ ଯେଉଁମାନେ ତାଙ୍କଠାରେ ବିଶ୍ବାସ କଲେ ସେମାନଙ୍କୁ ରକ୍ଷା ନିମନ୍ତେ ଜାହାଜ ଯୋଗାଇଲେ । ଠିକ୍ ସେହିପରି ଭାବରେ, ପ୍ରତ୍ୟେକ ମନୁଷ୍ୟ ସେମାନଙ୍କ ନିଜ ନିଜ ପାପ ନିମନ୍ତେ ବିନଷ୍ଟ ହେବାର ଯୋଗ୍ୟ ଥିଲେ, କିନ୍ତୁ ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି ସେମାନଙ୍କୁ ରକ୍ଷା କରିବା ନିମନ୍ତେ ଈଶ୍ବର ଯୀଶୁଙ୍କୁ ଯୋଗାଇଲେ।
![Image](https://cdn.door43.org/obs/jpg/360px/obs-en-48-06.jpg?direct&)
ଶହ ଶହ ବର୍ଷ ଧରି ଲୋକମାନେ ସେମାନଙ୍କ ପାପ ଯୋଗୁଁ ଯେଉଁ ଦଣ୍ଡର ଯୋଗ୍ୟ ଥିଲେ ତାହା ଦେଖାଇବା ନିମନ୍ତେ ଯାଜକମାନେ ନିରନ୍ତର ଈଶ୍ବରଙ୍କ ନିକଟରେ ବଳି ଉତ୍ସର୍ଗ କରୁଥିଲେ । କିନ୍ତୁ ସେହି ସମସ୍ତ ବଳିଦାନ ସେମାନଙ୍କର ପାପକୁ ଦୂର କରିପାରୁନଥିଲା । ଯୀଶୁ ହେଉଛି ମହାନ୍ ମହାଯାଜକ । ଅନ୍ୟ ଯାଜକମାନଙ୍କ ପରି ନୁହେଁ, ଯାହା ଯୀଶୁ କରି ଦେଖାଇଲେ ଏକମାତ୍ର ବଳିଦାନ ଭାବରେ ସେ ନିଜକୁ ଉତ୍ସର୍ଗ କଲେ ଯାହା ଜଗତରେ ଥିବା ସମସ୍ତଙ୍କ ପାପକୁ ଦୂର କରିବ । ଯୀଶୁ ସିଦ୍ଧ ମହାଯାଜକ ଅଟନ୍ତି କାରଣ ଜଗତରେ ଥିବା ଯେକୌଣସି ବ୍ୟକ୍ତି ଯେକୌଣସି ସମୟରେ କରିଥିବା ସମସ୍ତ ପାପର ଦଣ୍ଡକୁ ସେ ନିଜ ଉପରକୁ ନେଲେ ।
![Image](https://cdn.door43.org/obs/jpg/360px/obs-en-48-07.jpg?direct&)
ଈଶ୍ବର ଅବ୍ରାହାମଙ୍କୁ କହିଲେ “ପୃଥିବୀରେ ସମସ୍ତ ଲୋକଦଳ ତୁମ୍ଭଦ୍ବାରା ଆଶୀର୍ବାଦପ୍ରାପ୍ତ ହେବେ ।“ ଯୀଶୁ ଅବ୍ରହାମଙ୍କର ଜଣେ ବଂଶଧର ଥିଲେ । ସମସ୍ତ ଲୋକଦଳ ତାହାଙ୍କ ଦ୍ବାରା ଆଶୀର୍ବାଦପ୍ରାପ୍ତ, କାରଣ ଯୀଶୁଙ୍କ ନାମରେ ବିଶ୍ବାସ କରୁଥିବା ସମସ୍ତେ ପାପରୁ ଉଦ୍ଧାର ପାଇଅଛନ୍ତି, ଏବଂ ଅବ୍ରହାମଙ୍କର ଆତ୍ମିକ ବଂଶଧରରେ ପରିଣତ ହୋଇଅଛନ୍ତି ।
![Image](https://cdn.door43.org/obs/jpg/360px/obs-en-48-08.jpg?direct&)
ଅବ୍ରାହାମଙ୍କୁ ତାଙ୍କ ପୁତ୍ର ଇସାହାକଙ୍କୁ ବଳିଦାନ ଭାବରେ ବଳି ଦେବା ନିମନ୍ତେ ଯେତେବେଳେ ଈଶ୍ବର କହିଲେ, ସେତେବେଳେ ତାଙ୍କ ପୁତ୍ର ଇସାହାକଙ୍କ ପ୍ରତିବଦଳରେ ବଳିକୃତ ହେବା ପାଇଁ ଏକ ମେଷ ଯୋଗାଇଲେ । ଆମେ ସମସ୍ତେ ଆମ୍ଭମାନଙ୍କ ପାପ ପାଇଁ ମରିବାର ଯୋଗ୍ୟ ଅଟୁ! କିନ୍ତୁ ଈଶ୍ବର ତାହାଙ୍କ ମେଷ ଯୀଶୁଙ୍କୁ ଆମ୍ଭମାନଙ୍କ ସ୍ଥାନରେ ଏକ ବଳିଦାନ ଭାବରେ ମରିବାକୁ ପ୍ରଦାନ କଲେ ।
![Image](https://cdn.door43.org/obs/jpg/360px/obs-en-48-09.jpg?direct&)
ଈଶ୍ବର ଯେତେବେଳେ ମିଶରରେ ଶେଷ ମହାମାରୀ ପ୍ରେରଣ କଲେ, ସେ ପ୍ରତ୍ୟେକ ଇସ୍ରାୟେଲୀୟ ପରିବାରକୁ ଏକ ଏକ ସିଦ୍ଧ ମେଷ ବଧ କରି ସେମାନଙ୍କ ଦ୍ଵାର ବନ୍ଧଗୁଡିକ ଉପରେ ସେହି ମେଷର ରକ୍ତ ଲଗାଇବାକୁ କହିଥିଲେ । ଈଶ୍ବର ଯେତେବେଳେ ରକ୍ତ ଦେଖିଲେ, ସେ ସେମାନଙ୍କ ଗୃହ ଛାଡିଲେ ଏବଂ ସେମାନଙ୍କ ପ୍ରଥମ ଜାତ ପୁତ୍ରମାନଙ୍କୁ ମାରିଲେ ନାହିଁ । ଏହି ଘଟଣାକୁ ନିସ୍ତାର ପର୍ବ କୁହାଯାଏ ।
![Image](https://cdn.door43.org/obs/jpg/360px/obs-en-48-10.jpg?direct&)
ସେ ସିଦ୍ଧ ଓ ପାପଶୂନ୍ୟ ଥିଲେ ଏବଂ ନିସ୍ତାରପର୍ବ ପାଳନ ସମୟରେ ହିଁ ବଧ କରାଯାଇଥିଲେ । ଯେତେବେଳେ ଯେକୌଣସି ବ୍ୟକ୍ତି ଯୀଶୁଙ୍କଠାରେ ବିଶ୍ବାସ କରେ, ସେତେବେଳେ ଯୀଶୁଙ୍କ ରକ୍ତ ସେହି ବ୍ୟକ୍ତିଙ୍କ ପାପର ପ୍ରାୟଶ୍ଚିତ କରେ, ଏବଂ ଈଶ୍ବରଙ୍କ ଦଣ୍ଡ ସେହି ବ୍ୟକ୍ତିଠାରୁ ଦୂର ହୁଏ ।
![Image](https://cdn.door43.org/obs/jpg/360px/obs-en-48-11.jpg?direct&)
ଈଶ୍ବର ଇସ୍ରାୟେଲୀୟମାନଙ୍କ ସହିତ ଏକ ନିୟମ କଲେ, ଯେଉଁମାନେ ତାହାଙ୍କ ମନୋନୀତ ଲୋକ ଥିଲେ । କିନ୍ତୁ ଈଶ୍ବର ବର୍ତ୍ତମାନ ଏକ ନୂତନ ନିୟମ କରିଅଛନ୍ତି ଯାହା ସମସ୍ତଙ୍କ ନିମନ୍ତେ ଉପଲବ୍ଧ ଅଟେ । ଏହି ନୂତନ ନିୟମ ଦ୍ବାରା, ଯେକୌଣସି ଲୋକଦଳର ଯେକୌଣସି ବ୍ୟକ୍ତି ଯୀଶୁଙ୍କୁ ବିଶ୍ବାସ କରିବା ଦ୍ବାରା ଈଶ୍ବରଙ୍କ ଲୋକମାନଙ୍କର ଏକ ଅଂଶବିଶେଷ ହୋଇପାରିବେ ।
![Image](https://cdn.door43.org/obs/jpg/360px/obs-en-48-12.jpg?direct&)
ମୋଶା ଜଣେ ମହାନ୍ ଭାବବାଦୀ ଥିଲେ ଯିଏ ଈଶ୍ବରଙ୍କ ବାକ୍ୟ ଘୋଷଣା କରିଥିଲେ । କିନ୍ତୁ ଯୀଶୁ ସମସ୍ତ ଭାବବାଦୀମାନଙ୍କ ମଧ୍ୟରୁ ସର୍ବ ମହାନ୍ ଥିଲେ । ସେ ଈଶ୍ବର ଅଟନ୍ତି, ତେଣୁ ସେ ଯାହା ଯାହା କରୁଥିଲେ ଓ ତାହା ଈଶ୍ବରଙ୍କ କାର୍ଯ୍ୟ ଓ ଈଶ୍ବରଙ୍କ ବାକ୍ୟ ଥିଲା । ସେଥି ଯୋଗୁଁ ଯୀଶୁଙ୍କୁ ଈଶ୍ବରଙ୍କ ବାକ୍ୟ କୁହାଯାଏ ।
![Image](https://cdn.door43.org/obs/jpg/360px/obs-en-48-13.jpg?direct&)
ଈଶ୍ବର ରାଜା ଦାଉଦଙ୍କୁ ପ୍ରତିଜ୍ଞା କରି କହିଲେ ଯେ ତାହାଙ୍କ ବଂଶଧରଙ୍କ ମଧ୍ୟରୁ ଜଣେ ଈଶ୍ବରଙ୍କ ଲୋକମାନଙ୍କ ଉପରେ ଚିରକାଳ ରାଜତ୍ବ କରିବେ । ଯେହେତୁ ଯୀଶୁ ଈଶ୍ବରଙ୍କ ପୁତ୍ର ଓ ଖ୍ରୀଷ୍ଟ ଥିଲେ, ସେ ଦାଉଦଙ୍କ ବିଶେଷ ବଂଶଧର ଥିଲେ ଯିଏ ଚିରକାଳ ରାଜତ୍ବ କରିବେ ।
![Image](https://cdn.door43.org/obs/jpg/360px/obs-en-48-14.jpg?direct&)
ଦାଉଦ ଇସ୍ରାୟେଲର ରାଜା ଥିଲେ, କିନ୍ତୁ ଯୀଶୁ ସମଗ୍ର ବିଶ୍ଵର ରାଜା ଅଟନ୍ତି! ସେ ପୁଣି ଆସିବେ ଏବଂ ନ୍ୟାୟ ଓ ଶାନ୍ତିରେ ଚିରକାଳ ରାଜତ୍ବ କରିବେ ।
ବାଇବଲର ଏକ କାହାଣୀ: ଆଦି 1-3, 6, 14, 22; ଯାତ୍ରା 12, 20; 2ଶାମୁୟେଲ 7; ଏବ୍ରୀ 3:1-6, 4:14-5:10; 7:1-8:13; 9:11-10:18; ପ୍ରକା 21

75
content/49.md Normal file
View File

@ -0,0 +1,75 @@
# 49. ପରମେଶ୍ଵରଙ୍କ ନୂତନ ଚୁକ୍ତି #
![Image](https://cdn.door43.org/obs/jpg/360px/obs-en-49-01.jpg?direct&)
ମରିୟମ ନାମକ ଜଣେ କୁମାରୀଙ୍କୁ ଜଣେ ଦୂତ କହିଲେ ଯେ ସେ ଈଶ୍ବରଙ୍କ ପୁତ୍ରଙ୍କୁ ଜନ୍ମ ଦେବେ । ତେଣୁ ଯେତେବେଳେ ସେ କୁମାରୀ ଥିଲା, ପବିତ୍ର ଆତ୍ମା ତାଙ୍କୁ ଆବୋରିଲା ଓ ସେ ଗର୍ଭବତୀ ହେଲା. ତେଣୁ ସେ ଏକ ପୁତ୍ର ପ୍ରସବ କଲେ ଏବଂ ତାଙ୍କ ନାମ ଦେଲେ । ଅତଏବ, ଯୀଶୁ ହେଉଛନ୍ତି ଉଭୟ ଈଶ୍ବର ଓ ମନୁଷ୍ୟ ।
![Image](https://cdn.door43.org/obs/jpg/360px/obs-en-49-02.jpg?direct&)
ଯୀଶୁ ଅନେକ ଆଶ୍ଚର୍ଯ୍ୟକାର୍ଯ୍ୟ କଲେ ଯାହା ସେ ଈଶ୍ବରଙ୍କ ପୁତ୍ର ବୋଲି ପ୍ରମାଣିତ ହୁଏ । ସେ ଜଳ ଉପରେ ଚାଲିଲେ, ଝଡକୁ ଶାନ୍ତ କଲେ, ଅନେକ ଅସୁସ୍ଥ ବ୍ୟକ୍ତିଙ୍କୁ ସୁସ୍ଥ କଲେ, ଭୂତମାନଙ୍କୁ ବିତାଡିତ କଲେ, ମୃତମାନଙ୍କୁ ଜୀବନଦାନ କଲେ ଏବଂ ୫୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛରେ ଖୁଆଇଲେ ।
![Image](https://cdn.door43.org/obs/jpg/360px/obs-en-49-03.jpg?direct&)
ଯୀଶୁ ଜଣେ ମହାନ୍ ଶିକ୍ଷକ ମଧ୍ୟ ଥିଲେ, ଏବଂ ସେ ଅଧିକାର ସହିତ କଥା କହୁଥିଲେ କାରଣ ସେ ଈଶ୍ବରଙ୍କ ପୁତ୍ର ଥିଲେ । ସେ ଶିକ୍ଷା ଦେଇଥିଲେ ଯେ ଆପଣ ନିଜକୁ ଯେପରି ଭାବରେ ପ୍ରେମ କରନ୍ତି ସେପରି ଅନ୍ୟମାନଙ୍କୁ ମଧ୍ୟ ପ୍ରେମ କରିବା ଆବଶ୍ୟକ ।
![Image](https://cdn.door43.org/obs/jpg/360px/obs-en-49-04.jpg?direct&)
ସେ ଆହୁରି ମଧ୍ୟ ଶିକ୍ଷା ଦେଲେ ଯେ ଆପଣ ଯେକୌଣସି ବିଷୟକୁ ଯେଉଁଥିରେ ଆପଣଙ୍କର ଧନ ସମ୍ପଦ ରହିଛି, ଅଧିକ ପ୍ରେମ କରୁଥିବା ଅପେକ୍ଷା ଈଶ୍ବରଙ୍କୁ ଅଧିକ ପ୍ରେମ କରିବାକୁ ହେବ,।
![Image](https://cdn.door43.org/obs/jpg/360px/obs-en-49-05.jpg?direct&)
ଯୀଶୁ କହିଲେ ଯେ ଜଗତରେ ଥିବା ଯେକୌଣସି ମୂଲ୍ୟବାନ୍ ବିଷୟ ଅପେକ୍ଷା ଈଶ୍ବରଙ୍କ ରାଜ୍ୟ ଅଧିକ ଅଧିକ ମୂଲ୍ୟବାନ୍ ଅଟେ । ଯେକୌଣସି ବ୍ୟକ୍ତି ନିମନ୍ତେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ସେ ଈଶ୍ବରଙ୍କ ରାଜ୍ୟର ଅନ୍ତର୍ଭୁକ୍ତ ହେବା । ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ, ଆପଣ ନିହାତି ଆପଣଙ୍କ ପାପରୁ ଉଦ୍ଧାର ପାଇବାକୁ ପଡିବ ।
![Image](https://cdn.door43.org/obs/jpg/360px/obs-en-49-06.jpg?direct&)
ଯୀଶୁ କହିଲେ ,କିଛି ଲୋକ ତାଙ୍କୁ ଗ୍ରହଣ କରି ଉଦ୍ଧାରପ୍ରାପ୍ତ ହେବେ, କିନ୍ତୁ ଅନ୍ୟମାନେ ଗ୍ରହଣ କରିବେ ନାହିଁ । ସେ କହିଲେ ଯେ କିଛି ଲୋକ ଉତ୍ତମ ଭୂମି ସଦୃଶ । ସେମାନେ ଯୀଶୁଙ୍କ ଶୁଭସମ୍ବାଦ ଶୁଣି ଉଦ୍ଧାର ପାଆନ୍ତି । ଅନ୍ୟମାନେ ରାସ୍ତା ନିକଟରେ ଥିବା କଠିନ ପଥୁରିଆ ଭୂମି ସଦୃଶ, ଯେଉଁଠି ଈଶ୍ବରଙ୍କ ବାକ୍ୟର ବୀଜ ପ୍ରବେଶ କରିପାରେ ନାହିଁ ଏବଂ ଅମଳ ନିମନ୍ତେ ଶଷ୍ୟ ଉତ୍ପନ୍ନ ହୁଅନାହିଁ । ଯେଉଁ ଲୋକମାନେ ଯୀଶୁଙ୍କ ଶୁଭସମ୍ବାଦକୁ ଅଗ୍ରାହ୍ୟ କରନ୍ତି ସେମାନେ ତାହାଙ୍କ ରାଜ୍ୟରେ ପ୍ରବେଶ କରିବେ ନାହିଁ ।
![Image](https://cdn.door43.org/obs/jpg/360px/obs-en-49-07.jpg?direct&)
ଯୀଶୁ ଶିକ୍ଷା ଦେଇଥିଲେ ଯେ ଈଶ୍ବର ପାପୀମାନଙ୍କୁ ଅଧିକ ଭଲ ପାଆନ୍ତି । ସେ ସେମାନଙ୍କୁ କ୍ଷମା କରି ତାହାଙ୍କ ସନ୍ତାନ କରିବାକୁ ଚାହାନ୍ତି ।
![Image](https://cdn.door43.org/obs/jpg/360px/obs-en-49-08.jpg?direct&)
ଯୀଶୁ ଆମ୍ଭମାନଙ୍କୁ ଆହୁରି ମଧ୍ୟ କହିଲେ,ଯେ ଈଶ୍ବର ପାପକୁ ଘୃଣା କରନ୍ତି । ଯେତେବେଳେ ଆଦମ ଓ ହବା ପାପ କଲେ, ତାହା ସେମାନଙ୍କ ସମସ୍ତ ବଂଶଧରକୁ ପ୍ରଭାବିତ କଲା । ଏହାର ଫଳସ୍ବରୂପ, ଜଗତରେ ଥିବା ପ୍ରତ୍ୟେକେ ପାପ କରନ୍ତି ଓ ଈଶ୍ବରଙ୍କଠାରୁ ପୃଥକୀକୃତ ହୁଅନ୍ତି । ଅତଏବ, ସମସ୍ତେ ଈଶ୍ବରଙ୍କର ଶତ୍ରୁ ହୋଇଅଛନ୍ତି ।
![Image](https://cdn.door43.org/obs/jpg/360px/obs-en-49-09.jpg?direct&)
କିନ୍ତୁ ଈଶ୍ବର ଜଗତରେ ଥିବା ସମସ୍ତଙ୍କୁ ଏପରି ପ୍ରେମ କଲେ ଯେ ସେ ଆପଣା ଏକମାତ୍ର ପୁତ୍ରଙ୍କୁ ଦେଲେ ଯେପରିକି ଯେକେହି ତାହାଙ୍କଠାରେ ବିଶ୍ବାସ କରେ, ସେ ତା’ ପାପର ଦଣ୍ଡ ନ ପାଇ ଈଶ୍ବରଙ୍କ ସହ ଚିରଦିନ ବାସ କରିବ ।
![Image](https://cdn.door43.org/obs/jpg/360px/obs-en-49-10.jpg?direct&)
ଆପଣଙ୍କ ପାପ ଯୋଗୁଁ, ଆପଣ ଦୋଷୀ ଓ ମରିବାର ଯୋଗ୍ୟ । ଈଶ୍ବର ଆପଣଙ୍କ ଉପରେ କ୍ରୋଧ କରିବା କଥା, କିନ୍ତୁ ସେ ଆପଣଙ୍କ ଉପରେ ସେହି କ୍ରୋଧ ନ ଢାଳି ଯୀଶୁଙ୍କ ଉପରେ ଆପଣାର କ୍ରୋଧ ଢାଳି ଦେଲେ । ଯୀଶୁ ଯେତେବେଳେ କ୍ରୁଶରେ ମୃତ୍ୟୁଭୋଗ କଲେ, ସେତେବେଳେ ସେ ଆପଣଙ୍କ ଦଣ୍ଡ ପାଇଲେ।
![Image](https://cdn.door43.org/obs/jpg/360px/obs-en-49-11.jpg?direct&)
ଯୀଶୁ କେବେ ପାପ କରିନାହାନ୍ତି, କିନ୍ତୁ ଆପଣଙ୍କର ଓ ଜଗତରେ ଥିବା ସମସ୍ତଙ୍କର ପାପଭାର ବୋହିନେଇଯିବା ନିମନ୍ତେ ଏକ ସିଦ୍ଧ ବଳିଦାନ ଭାବରେ ଦଣ୍ଡପ୍ରାପ୍ତ ହେବାକୁ ଉଚିତ ମଣିଲେ । ଯେହେତୁ ଯୀଶୁ ନିଜକୁ ନିଜେ ବଳିକୃତ କଲେ, ସେଥିପାଇଁ ଈଶ୍ବର ଯେକୌଣସି ପାପ, ଏପରିକି ସବୁଠାରୁ ଭୟଙ୍କର ପାପ ମଧ୍ୟ କ୍ଷମା କରିପାରିବେ ।
![Image](https://cdn.door43.org/obs/jpg/360px/obs-en-49-12.jpg?direct&)
ଉତ୍ତମ କାର୍ଯ୍ୟ ଆପଣଙ୍କୁ ଉଦ୍ଧାର କରିପାରିବ ନାହିଁ । ଈଶ୍ବରଙ୍କ ସହ ସମ୍ପର୍କ ରଖିବା ନିମନ୍ତେ ଏପରି କୌଣସି ବିଷୟ ନାହିଁ । କେବଳ ଯୀଶୁ ହିଁ ଆପଣଙ୍କର ପାପକୁ ଧୋଇ ପାରିବେ । ଯୀଶୁ ଯେ ଈଶ୍ବରଙ୍କର ପୁତ୍ର ଓ ଆପଣଙ୍କ ବଦଳରେ ଯୀଶୁ ଯେ କ୍ରୁଶରେ ମୃତ୍ୟୁଭୋଗ କଲେ ଏବଂ ଈଶ୍ବର ଯେ ତାଙ୍କୁ ମୃତ୍ୟୁରୁ ଉଠାଇ ଜୀବିତ କଲେ ଏହି କଥାକୁ ଆପଣ ନିହାତି ବିଶ୍ବାସ କରିବାକୁ ହେବ ।
![Image](https://cdn.door43.org/obs/jpg/360px/obs-en-49-13.jpg?direct&)
ଯେକୌଣସି ବ୍ୟକ୍ତି ଯୀଶୁଙ୍କଠାରେ ବିଶ୍ବାସ କରେ ଓ ପ୍ରଭୁ ଭାବରେ ତାଙ୍କୁ ଗ୍ରହଣ କରେ, ଈଶ୍ବର ସେହି ପ୍ରତ୍ୟେକଙ୍କୁ ଉଦ୍ଧାର କରିବେ । କିନ୍ତୁ ତାଙ୍କଠାରେ ଯେ ବିଶ୍ବାସ କରେ ନାହିଁ ସେ ତାହାକୁ ଉଦ୍ଧାର କରିବେ ନାହିଁ । ଆପଣ ଧନୀ କିମ୍ବା ଦରିଦ୍ର, ପୁରୁଷ କିମ୍ବା ସ୍ତ୍ରୀ, ବୃଦ୍ଧ କିମ୍ବା ଯୁବକ ଏବଂ କେଉଁଠାରେ ରୁହନ୍ତି ସେଥିରେ କିଛି ପ୍ରଭାବ ପଡେ ନାହିଁ । ଈଶ୍ବର ଆପଣଙ୍କୁ ପ୍ରେମ କରନ୍ତି ଏବଂ ଆପଣ ଯେପରି ଯୀଶୁଙ୍କଠାରେ ବିଶ୍ବାସ କରିବେ ତାହା ଚାହାଁନ୍ତି ଯେପରିକି ତାଙ୍କ ସହିତ ଆପଣଙ୍କର ଘନିଷ୍ଠ ସମ୍ପର୍କ ରହିବ ।
![Image](https://cdn.door43.org/obs/jpg/360px/obs-en-49-14.jpg?direct&)
ଯୀଶୁ ଆପଣଙ୍କୁ ତାଙ୍କଠାରେ ବିଶ୍ବାସ କରିବାକୁ ଓ ବାପ୍ତିଜିତ ହେବାକୁ ନିମନ୍ତ୍ରଣ କରନ୍ତି । ଯୀଶୁ ଯେ ଖ୍ରୀଷ୍ଟ ଓ ଈଶ୍ବରଙ୍କ ଏକମାତ୍ର ପୁତ୍ର ତାହା କ’ଣ ଆପଣ ବିଶ୍ବାସ କରନ୍ତି? ଆପଣ କ’ଣ ବିଶ୍ବାସ କରନ୍ତି କି ଯେ ଆପଣ ଜଣେ ପାପୀ ଅଟନ୍ତି ଓ ଈଶ୍ବରଙ୍କଠାରୁ ଆପଣ ଦଣ୍ଡ ପାଇବାର ଯୋଗ୍ୟ? ଆପଣ କ’ଣ ବିଶ୍ବାସ କରନ୍ତି କି ଯେ ଆପଣଙ୍କ ପାପ ବୋହି ନେଇଯିବା ନିମନ୍ତେ ଯୀଶୁ କ୍ରୁଶ ଉପରେ ମୃତ୍ୟୁବରଣ କଲେ ?
![Image](https://cdn.door43.org/obs/jpg/360px/obs-en-49-15.jpg?direct&)
ଯୀଶୁ ଆପଣଙ୍କ ପ୍ରତି ଯାହା କରିଛନ୍ତି ଯଦି ସେଥିରେ ଆପଣ ବିଶ୍ବାସ କରନ୍ତି, ଆପଣ ଜଣେ ଖ୍ରୀଷ୍ଟିୟାନ ଅଟନ୍ତି! ଈଶ୍ବର ଆପଣଙ୍କୁ ଶୟତାନର ଅନ୍ଧକାର ରାଜ୍ୟରୁ ବାହାର କରିଅଛନ୍ତି ଏବଂ ଈଶ୍ବରଙ୍କ ରାଜ୍ୟର ଜ୍ୟୋତିରେ ସ୍ଥାପନ କରିଅଛନ୍ତି । ଈଶ୍ବର ଆପଣ ପୁର୍ବ ପାପମୟ କାର୍ଯ୍ୟର ପଥସବୁ ନେଇଯାଇଅଛନ୍ତି ଏବଂ ସେ ଆପଣଙ୍କୁ ନୂତନ ଏବଂ ଧାର୍ମିକତାର କାର୍ଯ୍ୟର ପଥ ପ୍ରଦାନ କରିଅଛନ୍ତି ।
![Image](https://cdn.door43.org/obs/jpg/360px/obs-en-49-16.jpg?direct&)
ଯଦି ଆପଣ ଜଣେ ଖ୍ରୀଷ୍ଟିୟାନ ଅଟନ୍ତି, ତେବେ ଯୀଶୁ ଯାହା କରିଅଛନ୍ତି ସେଥିଯୋଗୁଁ ଈଶ୍ବର ଆପଣଙ୍କ ପାପସବୁ କ୍ଷମା କରିଅଛନ୍ତି । ବର୍ତ୍ତମାନ, ଆପଣ ଈଶ୍ବରଙ୍କର ଜଣେ ଶତ୍ରୁ ନ ହୋଇ ବରଂ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ହେବା ପାଇଁ ଈଶ୍ବର ଚିନ୍ତା କରନ୍ତି ।
![Image](https://cdn.door43.org/obs/jpg/360px/obs-en-49-17.jpg?direct&)
ଯଦି ଆପଣ ଈଶ୍ବରଙ୍କର ଜଣେ ବନ୍ଧୁ ଓ ପ୍ରଭୁ ଯୀଶୁଙ୍କ ଜଣେ ସେବକ, ତେବେ ଯୀଶୁ ଯାହା ଶିକ୍ଷା ଦିଅନ୍ତି ତାହା ପାଳନ କରିବା ନିମନ୍ତେ ଆପଣ ଚାହିଁବେ । ଯଦିଓ ଆପଣ ଜଣେ ଖ୍ରୀଷ୍ଟିୟାନ ଅଟନ୍ତି, ଆପଣ ତଥାପି ପାପ କରିବା ନିମନ୍ତେ ପ୍ରଲୋଭିତ ହେବେ । କିନ୍ତୁ ଈଶ୍ବର ବିଶ୍ବସ୍ତ ଅଟନ୍ତି ଏବଂ ସେ କୁହନ୍ତି ଯେ ଯଦି ଆପଣ ଆପଣଙ୍କର ପାପସବୁ ସ୍ବୀକାର କରିବେ, ସେ ଆପଣଙ୍କୁ କ୍ଷମା ଦେବେ । ପାପ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେ ଆପଣଙ୍କୁ ବଳ ଯୋଗାଇବେ ।
![Image](https://cdn.door43.org/obs/jpg/360px/obs-en-49-18.jpg?direct&)
ଆପଣ ଯେପରି ପ୍ରାର୍ଥନା କରିବେ, ତାହାଙ୍କ ବାକ୍ୟ ଅଧ୍ୟୟନ କରିବେ, ଅନ୍ୟ ଖ୍ରୀଷ୍ଟିୟାନମାନଙ୍କ ସହ ତାଙ୍କର ଉପାସନା କରିବେ ଏବଂ ସେ ଆପଣଙ୍କ ପ୍ରତି ଯାହା ଯାହା କରିଅଛନ୍ତି ତାହା ଅନ୍ୟମାନଙ୍କୁ କହିବେ, ଏହା ଈଶ୍ବର ଆପଣଙ୍କୁ କୁହନ୍ତି । ଏହି ସମସ୍ତ ଆପଣଙ୍କୁ ତାଙ୍କ ସହ ଏକ ଗଭୀର ସମ୍ପର୍କ ସ୍ଥାପନ କରିବା ନିମନ୍ତେ ସାହାଯ୍ୟ କରିବ ।
ବାଇବଲର ଏକ କାହାଣୀ: ରୋମୀୟ 3:21-26; 5:1-11; ଯୋହନ 3:16; ମାର୍କ 16:16; କଲସୀୟ 1:13-14; 2କରିନ୍ଥୀୟ 5:17-21; 1ଯୋହନ1:5-10

71
content/50.md Normal file
View File

@ -0,0 +1,71 @@
# 50. ଯୀଶୁ ପ୍ରତ୍ୟାବର୍ତ୍ତନ କରନ୍ତି #
![Image](https://cdn.door43.org/obs/jpg/360px/obs-en-50-01.jpg?direct&)
ବର୍ଷରୁ ଅଧିକ ସମୟ ସମଗ୍ର ବିଶ୍ବରୁ ଅଧିକରୁ ଅଧିକ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ବିଷୟରେ ଶୁଭ ସମ୍ବାଦ ଶୁଣିଆସୁଅଛନ୍ତି । ମଣ୍ଡଳୀ ବୃଦ୍ଧିପାଇ ଚାଲିଛି । ଯୀଶୁ ପ୍ରତିଜ୍ଞା କଲେ ଯେ ସେ ଶେଷ ସମୟରେ ଜଗତକୁ ଫେରି ଆସିବେ । ଯଦିଓ ସେ ଏ ପର୍ଯ୍ୟନ୍ତ ଆସିନାହାନ୍ତି, ସେ ତାହାଙ୍କ ପ୍ରତିଜ୍ଞା ରକ୍ଷା କରିବେ ।
![Image](https://cdn.door43.org/obs/jpg/360px/obs-en-50-02.jpg?direct&)
ଆମେ ଯୀଶୁଙ୍କ ଆସିବାର ଅପେକ୍ଷା କରୁ କରୁ, ଈଶ୍ବର ଚାହାନ୍ତି ଯେପରିକି ଆମେ ଏକ ପବିତ୍ର ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁଥିବା ଏକ ଜୀବନ କାଟିବା । ସେ ଚାହାନ୍ତି ଯେପରି ଆମେ ତାହାଙ୍କ ରାଜ୍ୟ ବିଷୟରେ ଅନ୍ୟମାନଙ୍କୁ କହୁ । ଯୀଶୁ ପୃଥିବୀରେ ବାସ କରୁଥିବା ସମୟରେ କହିଲେ “ମୋ ଶିଷ୍ୟମାନେ ଈଶ୍ବରଙ୍କ ରାଜ୍ୟର ଶୁଭସମ୍ବାଦ ଜଗତରେ ଥିବା ସମସ୍ତ ଲୋକଙ୍କୁ ପ୍ରଚାର କରିବେ, ତା’ପରେ ହିଁ ଯୁଗର ଶେଷ ହେବ ।“
![Image](https://cdn.door43.org/obs/jpg/360px/obs-en-50-03.jpg?direct&)
ଅନେକ ଲୋକ ଦଳ ଏପର୍ଯ୍ୟନ୍ତ ଯୀଶୁଙ୍କ ବିଷୟରେ ଶୁଣିନାହାନ୍ତି । ସେ ସ୍ବର୍ଗକୁ ଫେରିଯିବା ପୂର୍ବରୁ, ଯେଉଁମାନେ କେବେ ମଧ୍ୟ ସୁସମାଚାର ଶୁଣିନାହାନ୍ତି ସେମାନଙ୍କ ନିକଟରେ ସୁସମାଚାର ଘୋଷଣା କରିବା ନିମନ୍ତେ ଯୀଶୁ ଖ୍ରୀଷ୍ଟିୟାନମାନଙ୍କୁ କହିଅଛନ୍ତି । ସେ କହିଲେ “ତୁମ୍ଭେମାନେ ଯାଇ ସମସ୍ତ ଲୋକଦଳଙ୍କୁ ଶିଷ୍ୟ କର!”, ଏବଂ “ଅମଳ ନିମନ୍ତେ ଶଷ୍ୟ ପାକ ହୋଇଅଛି!”
![Image](https://cdn.door43.org/obs/jpg/360px/obs-en-50-04.jpg?direct&)
ଯୀଶୁ ଆହୁରି କହିଲେ “ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହଁନ୍ତି । ଏହି ଜଗତର ଅଧିକାରପ୍ରାପ୍ତ ବ୍ୟକ୍ତିମାନେ ଯେପରି ମୋତେ ଘୃଣା କରନ୍ତି, ଠିକ୍ ସେହିପରି ସେମାନେ ମୋ ସକାଶେ ତୁମ୍ଭମାନଙ୍କୁ ତାଡନା କରି ହତ୍ୟା କରିବେ । ଯଦିଓ ଏହି ଜଗତରେ ତୁମ୍ଭେମାନେ କ୍ଲେଶଭୋଗ କରିବ, ଉତ୍ସାହିତ ହୁଅ କାରଣ ଜଗତକୁ ଶାସନ କରୁଥିବା ଶୟତାନକୁ ମୁଁ ଜୟ କରିଅଛି । ଯଦି ତୁମ୍ଭେମାନେ ଶେଷ ପର୍ଯ୍ୟନ୍ତ ମୋ ନିକଟରେ ବିଶ୍ବସ୍ତ ରହିବ, ତେବେ ଈଶ୍ବର ତୁମ୍ଭମାନଙ୍କୁ ରକ୍ଷା କରିବେ !”
![Image](https://cdn.door43.org/obs/jpg/360px/obs-en-50-05.jpg?direct&)
ଯୀଶୁ ତାଙ୍କ ଶିଷ୍ୟ ମାନଙ୍କୁ ଏକ କାହାଣୀକୁ ବୁଝାଇବାକୁ କହିଲେ ଯେ ଜଗତ ଶେଷ ହେବା ସମୟରେ ଲୋକମାନଙ୍କ ପ୍ରତି କ’ଣ ଘଟିବ । ସେ କହିଲେ “ଜଣେ ଲୋକ ତାଙ୍କ କ୍ଷେତରେ ଉତ୍ତମ ବିହନ ବୁଣିଥିଲେ । ସେ ଶୋଇଥିବା ସମୟରେ ତାହାର ଶତ୍ରୁ ଆସି ଗହମ ସହିତ ବାଳୁଙ୍ଗା ବିହନ ବୁଣିଲା ଏବଂ ସେ ଚାଲିଗଲା ।”
![Image](https://cdn.door43.org/obs/jpg/360px/obs-en-50-06.jpg?direct&)
“ଯେତେବେଳେ ମଞ୍ଜି ଗଜା ହେଲା, ସେହି ଲୋକର ଦାସମାନେ ଆସି କହିଲେ ‘ଗୁରୁ, ଆପଣ ସେହି କ୍ଷେତରେ ଉତ୍ତମ ବିହନ ବୁଣିଥିଲେ । ତେବେ ସେଠାରେ କାହିଁକି ବାଳୁଙ୍ଗା ଦେଖାଦେଇଛି?” ‘ଗୁରୁ ଉତ୍ତର ଦେଲେ, ‘ଜଣେ ଶତ୍ରୁ ତାହା କରିଅଛି ।”
![Image](https://cdn.door43.org/obs/jpg/360px/obs-en-50-07.jpg?direct&)
“ଦାସମାନେ ସେମାନଙ୍କ ମାଲିକକୁ କହିଲେ, ‘ଆମେ ବାଳୁଙ୍ଗାଗୁଡିକ ଉପାଡିବା?” ମାଲିକ କହିଲେ, 'ନାହିଁ. ଯଦି ତୁମେ ତାହା କରିବ, ତାହା ସହିତ ତୁମେ ଗହମ ମଧ୍ୟ ଉପାଡିଦେବ । ଶଷ୍ୟ ଅମଳ ହେବା ଯାଏ ଅପେକ୍ଷା କର, ବାଲୁଙ୍ଗାଗୁଡିକ ଏକାଠି କରି ଜଳାଇ ଦିଅ, କିନ୍ତୁ ଗହମ ଶଷ୍ୟକୁ ମୋ ଅମାରକୁ ଆଣ ।”
![Image](https://cdn.door43.org/obs/jpg/360px/obs-en-50-08.jpg?direct&)
ଶିଷ୍ୟମାନେ ସେହି କାହାଣୀ ବା ଦୃଷ୍ଟାନ୍ତର ଅର୍ଥ ବୁଝିପାରିଲେ ନାହିଁ, ତେଣୁ ସେମାନେ ତାହା ବୁଝାଇଦେବା ନିମନ୍ତେ ଯୀଶୁଙ୍କୁ କହିଲେ । ଯୀଶୁ କହିଲେ “ଯେଉଁ ବ୍ୟକ୍ତି ଉତ୍ତମ ବିହନ ରୋପଣ କଲା ସେ ଖ୍ରୀଷ୍ଟଙ୍କୁ ଚିହ୍ନଟ କରେ । କ୍ଷେତ ହେଉଛି ଜଗତ । ଉତ୍ତମ ବିହନ ଈଶ୍ବରଙ୍କ ରାଜ୍ୟର ଲୋକମାନଙ୍କୁ ବୁଝାଏ ।”
![Image](https://cdn.door43.org/obs/jpg/360px/obs-en-50-09.jpg?direct&)
“ବାଳୁଙ୍ଗାଗୁଡିକ ସେହିମାନଙ୍କୁ ଚିହ୍ନଟ କରେ ଯେଉଁମାନେ ମନ୍ଦ ଅଟନ୍ତି । ଯେଉଁ ଶତ୍ରୁ ବାଳୁଙ୍ଗାଗୁଡିକ ରୋପଣ କଲା ବା ବୁଣିଦେଇ ଚାଲିଗଲା ସେ ହେଉଛି ଶୟତାନ୍ । ଶଷ୍ୟ ଅମଳ ହେଉଛି ଜଗତର ଶେଷ ଏବଂ ଅମଳକାରୀମାନେ ହେଉଛନ୍ତି ଈଶ୍ବରଙ୍କ ଦୂତଗଣ ।”
![Image](https://cdn.door43.org/obs/jpg/360px/obs-en-50-10.jpg?direct&)
ଯେତେବେଳେ ଜଗତ ଶେଷ ହେବ, ସେତେବେଳେ ଦୂତମାନେ ପାପ ସନ୍ତାନମାନଙ୍କୁ ଏକାଠି କରି ପ୍ରଜ୍ଜଳିତ ଅଗ୍ନି ମଧ୍ୟରେ ପକାଇଦେବେ, ଯେଉଁଠି ରୋଦନ ଓ ଦନ୍ତର କିଡିମିଡି ହେବ । ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତା ଈଶ୍ବରଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ହେବେ ।”
![Image](https://cdn.door43.org/obs/jpg/360px/obs-en-50-11.jpg?direct&)
ଯୀଶୁ ଆହୁରି ମଧ୍ୟ କହିଲେ ଯେ ଜଗତ ଶେଷ ହେବା ଠିକ୍ ପୂର୍ବରୁ ସେ ପୃଥିବୀକୁ ଫେରି ଆସିବେ । ସେ ଯେପରି ପୃଥିବୀରୁ ସ୍ବର୍ଗକୁ ଯାଇଥିଲେ, ସେ ଠିକ୍ ସେହିପରି ପୃଥିବୀକୁ ଫେରି ଆସିବେ । ତାଙ୍କର ଏକ ଶରୀର ଥିବ ଓ ସେ ଆକାଶରେ ମେଘମାଳାରେ ଆଗମନ କରିବେ । ଯୀଶୁ ଯେତେବେଳେ ଫେରିବେ, ଯେତେଜଣ ଖ୍ରୀଷ୍ଟିୟାନ ମୃତ୍ୟୁଭୋଗ କରିଥିବେ, ସେମାନେ ମୃତ୍ୟୁରୁ ଉଠିବେ ଏବଂ ତାହାଙ୍କୁ ଆକାଶରେ ସାକ୍ଷାତ କରିବେ ।
![Image](https://cdn.door43.org/obs/jpg/360px/obs-en-50-12.jpg?direct&)
ତା’ପରେ ଯେଉଁ ଖ୍ରୀଷ୍ଟିୟାନମାନେ ଜୀବିତ ଥିବେ ସେମାନେ ମୃତ୍ୟୁରୁ ଉତ୍ଥିତ ଖ୍ରୀଷ୍ଟିୟାନମାନଙ୍କ ସହ ମିଳିତ ହୋଇ ଆକାଶକୁ ଉଠାଯିବେ । ସେମାନେ ସମସ୍ତେ ସେଠାରେ ଯୀଶୁଙ୍କ ସହିତ ରହିବେ । ତାହା ପରେ, ଯୀଶୁ ତାହାଙ୍କ ଲୋକମାନଙ୍କ ସହ ସମ୍ପୂର୍ଣ୍ଣ ଶାନ୍ତି ଓ ଏକତାରେ ଚିରକାଳ ରହିବେ ।
![Image](https://cdn.door43.org/obs/jpg/360px/obs-en-50-13.jpg?direct&)
ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି ସେମାନଙ୍କୁ ଏକ ମୁକୁଟ ଦେବା ପାଇଁ ଯୀଶୁ ପ୍ରତିଜ୍ଞା କରିଅଛନ୍ତି । ସେମାନେ ଈଶ୍ବରଙ୍କ ସହ ସମ୍ପୂର୍ଣ୍ଣ ଶାନ୍ତିରେ ବାସ କରି ରାଜତ୍ବ କରିବେ ।
![Image](https://cdn.door43.org/obs/jpg/360px/obs-en-50-14.jpg?direct&)
କିନ୍ତୁ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି ନାହିଁ ଈଶ୍ବର ସେମାନଙ୍କର ବିଚାର କରିବେ । ସେ ସେମାନଙ୍କୁ ନର୍କକୁ ନିକ୍ଷେପ କରିବେ, ଯେଉଁଠି ରୋଦନ ଓ ଦାନ୍ତର କିଡିମିଡି ହେବ । ଏପରି ଏକ ଅଗ୍ନି ଯାହା କେବେ ଲିଭିବ ନାହିଁ ଏବଂ ନିରନ୍ତର ଜଲାଉଥିବା, ଏବଂ କୀଟମାନେ ସେମାନଙ୍କୁ ଖାଇବା ବନ୍ଦ କରିବେ ନାହିଁ ।
![Image](https://cdn.door43.org/obs/jpg/360px/obs-en-50-15.jpg?direct&)
ଯୀଶୁ ଯେତେବେଳେ ଫେରିବେ, ସେ ସମ୍ପୂର୍ଣ୍ଣରୂପେ ଶୟତାନ ଓ ତାହାର ରାଜ୍ୟକୁ ବିନାଶ କରିବେ । ସେ ଶୟତାନକୁ ଏବଂ ଈଶ୍ବରଙ୍କ ଆଜ୍ଞାବହ ହେବା ଅପେକ୍ଷା ତାହାର ଅନୁଗମନ କରିବାକୁ ମନୋନୀତ କରିଥିବା ସମସ୍ତଙ୍କୁ ନର୍କରେ ନିକ୍ଷେପ କରିବେ ଯେଉଁଠି ଚିରଦିନ ପାଇଁ ଜଲୁଥିବେ ।
![Image](https://cdn.door43.org/obs/jpg/360px/obs-en-50-16.jpg?direct&)
ଯେହେତୁ ଆଦମ ଓ ହବା ଈଶ୍ବରଙ୍କର ଅନାଜ୍ଞାବହ ହେଲେ ଏବଂ ଏହି ଜଗତକୁ ପାପ ପ୍ରବେଶ କରାଇଲେ, ତେଣୁ ଈଶ୍ବର ଏହାକୁ ଅଭିଶାପ ଦେଲେ ଏବଂ ଏହାକୁ ବିନାଶ କରିବା ନିମନ୍ତେ ନିଷ୍ପତ୍ତି ନେଲେ । କିନ୍ତୁ ଦିନେ ଈଶ୍ବର ଏକ ନୂତନ ସ୍ବର୍ଗ ଓ ନୂତନ ପୃଥିବୀ ସୃଷ୍ଟି କରିବେ ଯାହା ସିଦ୍ଧ ଓ ସମ୍ପୂର୍ଣ୍ଣ ହେବ ।
![Image](https://cdn.door43.org/obs/jpg/360px/obs-en-50-17.jpg?direct&)
ଯୀଶୁ ଓ ତାହାଙ୍କ ଲୋକମାନେ ନୂତନ ପୃଥିବୀରେ ବାସ କରିବେ, ଏବଂ ଯାହା ସବୁ ଥିବା ସେ ସମସ୍ତ ଉପରେ ସେ ଚିରକାଳ ରାଜତ୍ବ କରିବେ । ସେ ପ୍ରତ୍ୟେକଙ୍କ ଅଶ୍ରୁଜଳ ପୋଛି ଦେବେ ଏବଂ କ୍ଲେଶଭୋଗ, ଦୁଃଖ, କ୍ରନ୍ଦନ, ମନ୍ଦତା, କଷ୍ଟ ବା ମୃତ୍ୟୁ ହେବନାହିଁ । ଯୀଶୁ ଶାନ୍ତି ଓ ନ୍ୟାୟରେ ତାହାଙ୍କ ରାଜ୍ୟ ଉପରେ ରାଜତ୍ବ କରିବେ ଏବଂ ସେ ତାହାଙ୍କ ଲୋକମାନଙ୍କ ସହ ଚିରଦିନ ରହିବେ ।
ବାଇବଲର ଏକ କାହାଣୀ: ମାଥିଉ 24:24; 28:18; ଯୋହନ 15:20, 16:33; ପ୍ରକାଶିତ 2:10; ମାଥିଉ 13:24-30, 36-42; 1ଥେସଲନିକୀୟ 4:13-5:11; ଯାକୁବ 1:12; ମାଥିଉ 22:13; ପ୍ରକାଶିତ 20:10; 21:1-22:21

View File

@ -0,0 +1,11 @@
### ଜଡିତ ହୁଅନ୍ତୁ! ###
ପୃଥିବୀର ସମସ୍ତ ଭାଷାରେ ଆମେ ଏହି ସ୍ପଷ୍ଟଦୃଶ୍ୟ କ୍ଷୁଦ୍ର ବାଇବଲକୁ ଉପଲବ୍ଧ କରିବାକୁ ଚାହୁଁଅଛୁ, ଏବଂ ଆପଣ ସାହାଯ୍ୟ କରିପାରିବେ।
### ମୁକ୍ତ ଭାବରେ ଦିଅନ୍ତୁ ###
ଯେତେ ପରିମାଣରେ ଏହି ବହି ଖଣ୍ଡକୁ ଆପଣ ଦେବାକୁ ଚାହାନ୍ତି, ବିନା ବାଧାରେ ଦିଅନ୍ତୁ। ସମସ୍ତ ଡିଜିଟାଲ୍ ସଂସ୍କରଣ ଓନଲାଇନ୍ ସହଜପ୍ରାପ୍ୟ ହୋଇଅଛି ଏବଂ ଯେହେତୁ ଆମ୍ଭେ ଉନ୍ମୁକ୍ତ ଅନୁମତି ପତ୍ର ବ୍ୟବହାର କରୁଅଛୁ, ଆପଣ ସୁଦ୍ଧା ବ୍ୟବସାୟିକ ଭାବରେ ଉନ୍ମୁକ୍ତ ବାଇବଲ କାହାଣୀଗୁଡିକୁ ବିନା ଲାଭାଂଶ ଦେଇ ପୃଥିବୀର ଯେକୌଣସୀ ସ୍ଥାନରେ ପ୍ରକାଶନ କରିପାରନ୍ତି! ଅଧିକ ସୁଚନା ନିମନ୍ତେ [http://openbiblestories.com](http://openbiblestories.com).
### ପ୍ରସାରଣ କର! ###
[http://openbiblestories.com](http://openbiblestories.com) ଠାରେ ଉନ୍ମୁକ୍ତ ବାଇବଲ କାହାଣୀଗୁଡିକ ଅନ୍ୟାନ୍ୟ ଭାଷାରେ ଯେପରି ଭିଡିଓ ଏବଂ ମୋବାଇଲ୍ ଫୋନ ଆପଲିକେସନ ପରି ପାଆନ୍ତୁ।ଏହି ବେବସାଇଟ୍ ଠାରେ ଉନ୍ମୁକ୍ତ ବାଇବଲ କାହାଣୀଗୁଡିକୁ ଆପଣଙ୍କ ଭାଷାରେ ମଧ୍ୟ ଅନୁବାଦ କରିପାରିବେ।

View File

@ -0,0 +1,28 @@
## ପ୍ରକାଶ କରିବା ଶବ୍ଦ ବାଇବଲର ଅନାବୃତ କହାଣୀ ଗୁଡିକ ##
### କୌଣସି ଭାଷାର ଏକ କୋଟଣାହୀନ ଦୃଶ୍ୟମାନ ଏକ କ୍ଷୁଦ୍ର ବାଇବଲ ###
[http://openbiblestories.com](http://openbiblestories.com)
ଅନାବୃତ ବାଇବଲ୍ କାହାଣୀ ଗୁଡିକ, v.୪
ଡିସ୍ଟାନଟ୍ ଶୋର୍ ମେଡିଆ ଦ୍ଵାରା ନିର୍ମିତ ([http://distantshores.org](http://distantshores.org)) ଏବଂ ଡୋର୍୪୩ ୱାଲଡ୍ ମିସନ୍ ସଂଘ ([http://door43.org](http://door43.org)).
### ଅନୁମତି ପତ୍ର ###
ଏହି କାର୍ଯ୍ୟକୁ ଲୋକ ସୃଜନ୍ୟଶୀଳ ସାଧାରଣ ଗୁଣଗୁଡିକ ସହଜ ପ୍ରାପ୍ୟ କରାଯାଇ ଅଛି- ଶେଆର୍ ଅଲାଇକ୍ ୪.୦ଇଣ୍ଟରନେସନାଲ୍ ଲାଇସେନ୍ସ୍ ([http://creativecommons.org/licenses/by-sa/4.0/](http://creativecommons.org/licenses/by-sa/4.0/)).
ଆପଣ ସ୍ଵତନ୍ତ୍ର ଅଟନ୍ତି:
* __ଅଂଶ__- ଯେ କୌଣସି ମାଧ୍ୟମରେ ନକଲ୍ ଏବଂ ପୁଣି ବିତରଣ କରନ୍ତୁ
* __ଉପଯୋଗୀ କରିବା__- ପୁଣି ମିଶ୍ରଣ କରିବା,ପରିବର୍ତ୍ତନ କରିବା ଏବଂ ସାମଗ୍ରୀ ଯେକୌଣସି ଉଦେଶ୍ୟରେ ନିର୍ମାଣ କରିବା ଏମିତିକି ବ୍ୟବସାୟ ଉଦେଶ୍ୟରେ
ନିମ୍ନଲିଖିତ ସର୍ତ୍ତମାନଙ୍କ ଅନୁସାରେ:
* __ଅରୋପଣୀୟ____ __— ନିମ୍ନ ଲିଖିତ କାର୍ଯ୍ୟ ଗୁଡିକ ତୁମେ ନିଶ୍ଚିତ ଏପରି ଅରୋପଣୀୟ କର. ""ସର୍ବପ୍ରଥମ କାର୍ଯ୍ୟ ଏଠାରେ ଉପଲବ୍ଧ at http://openbiblestories.com."ବିପନ୍ନ ଆେରପ ଗୁଡିକୋର ବିବରଣ କୌଣସି ପ୍ରକାରେ ଅମେ ସୁଚନା ଦେଉ ବୋଲି କିମ୍ବା ଯାହା ତୁମେ କାର୍ଯ୍ୟ ପାଇଁ ବ୍ୟବହାର କର ତାକୁ ସମର୍ଥନ କରୁନାହୁ.
* ଶେଆର୍ ଆଲଇକ୍ — ଯଦି ତୁମେ ପୁଣି ମିସ୍ରଣ କର, ପରିବର୍ତନ କର କିମ୍ବା ସାମଗ୍ରୀ ଉପରେ ନିର୍ମାଣ କର ତେବେ ତୁମେ ତୁମର ଅଶଂ ଦାନକୁ ସର୍ବପ୍ରଥମ ଲଇସେନସ୍ କରିବାକୁ ପଡିବ
ବ୍ୟାପାର୍ ଚିନ୍ନର ବ୍ୟବହାର: ଦୁରବର୍ତୀ ଅନାବୃତ ଶବ୍ଦ ହେଉଛି ଏକ ଚିନ୍ନ ମାଧ୍ୟମ କିମ୍ବା ଏହି ଅନ୍ତର୍ଗତ ବସ୍ତୁ କୌଣସି ବ୍ୟପୁନ୍ନ କାର୍ଯ୍ୟରେ ନିର୍ମାଣ କରାଯାଇଥିବା ଅନ୍ତର୍ଭୁକ୍ତ ହେବନାହି. ଅପରିବର୍ତ୍ତନ ବିଷୟ ବସ୍ତୁ [http://openbiblestories.com](http://openbiblestories.com) ଯେତେବେଳେ ଅନ୍ୟମାନଙ୍କୁ ବିତରଣ କୋର ଅନାବୃତ ଶବ୍ଦର ଚିନ୍ନ କୁ ଅନ୍ତର୍ଭୁକ୍ତ କର. କିନ୍ତୁ ଯଦି ତୁମେ ବିଷୟ ବସ୍ତୁ ପରିବର୍ତନ କର ଅନ୍ୟମାନକଙ୍କୁ ବିତରଣ କରିବା ଅନାବୃତ ଶବ୍ଦର ଚିନ୍ନ କୁ ବାହାର କର.
କାର୍ଯ୍ୟକଳାର ଗୁଣ: କାହାଣୀରେ ବ୍ୟବହୃତ ସମସ୍ତ ପ୍ରତିମା ହେଉଛି © ସ୍ବିଟ୍ ପବଲିସିଂ ([www.sweetpublishing.com](http://www.sweetpublishing.com)) ଏବଂ ସଜାଯାଇଥିବା ସାଧରଣ ଲୋକ ଅରୋପଣୀୟ ଅଶଂରେ ସହଜପ୍ରାପ୍ୟ କରାଯାଇଅଛି.- ଶେଆର୍ ଆଲଇକ୍ ଲାଇସେନ୍ସ୍([http://creativecommons.org/licenses/by-sa/3.0](http://creativecommons.org/licenses/by-sa/3.0)).
ସମଗ୍ର ବିଶ୍ଵର ସମସ୍ତ ଭାଇ ଓ ଭଉଣୀ ଖ୍ରୀଷ୍ଠଙ୍କ ଠାରେ- ବିଶ୍ଵ ମଣ୍ଡଳୀ. ଏହା ଆମର ପ୍ରାର୍ଥନା ଯେ ତୁମ୍ଭମାନଙ୍କୁ ଆଶିଷ,ସାମର୍ଥ ଏବଂ ଉସ୍ଚାହ କରିବା ପାଇଁ ପରମେଶ୍ଵର ତାହାଙ୍କ ବାକ୍ୟକୁ ବ୍ୟବହାର କରନ୍ତୁ.

39
package.json Normal file
View File

@ -0,0 +1,39 @@
{
"package_version": 0.1,
"modified_at": "20161116000000",
"content_mime_type": "text/markdown",
"versification_slug": "ufw",
"language": {
"name": "Oriya",
"dir": "ltr",
"slug": "or"
},
"resource": {
"name": "Open Bible Stories",
"type": "book",
"status": {
"translate_mode": "all",
"version": "4.1",
"checking_entity": [
"translation team"
],
"source_translations": [
{
"language_slug": "en",
"resource_slug": "obs",
"version": "3.2.1"
}
],
"checks_performed": [],
"pub_date": "2015-10-28",
"contributors": [
"BRIDGE CONNECTIVITY SOLUTIONS TRANSLATORS"
],
"license": "CC BY-SA",
"checking_level": "1",
"comments": ""
},
"slug": "obs"
},
"chunk_status": []
}