# ୨ କରିନ୍ଥୀୟ ୦୩ ସାଧାରଣ ସୂଚନା ## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ ପାଉଲ ଆପଣାର ପକ୍ଷ ସମର୍ଥନ କରି ଚାଲିଛନ୍ତି I ପାଉଲ କରିନ୍ଥୀୟ ଖ୍ରୀଷ୍ଟିୟାନମାନଙ୍କୁ ଆପଣା କାର୍ଯ୍ୟର ପ୍ରମାଣ ଭାବରେ ଦେଖୁଛନ୍ତି I ## ଏହି ଅଧ୍ୟାୟର ବିଶେଷ ଧାରଣା ### ମୋଶାଙ୍କ ବ୍ୟବସ୍ଥା ଈଶ୍ବର ପରୋକ୍ଷଭାବରେ ପ୍ରସ୍ତର ଫଳକରେ ଦଶ ଆଜ୍ଞା ଦେବା କଥା ପାଉଲ କହୁଛନ୍ତି I ଏହା ମୋଶାଙ୍କର ଦଶ ଆଜ୍ଞାକୁ ବୁଝାଏ I ବ୍ୟବସ୍ଥା ଉତ୍ତମ ଥିଲା, କାରଣ ତାହା ଈଶ୍ବରଙ୍କଠାରୁ ଆସିଥିଲା I କିନ୍ତୁ ଈଶ୍ବର ଇଶ୍ରାୟେଲୀୟମାନଙ୍କୁ ସେମାନଙ୍କର ଅବାଧ୍ୟତା ସକାଶୁ ଦଣ୍ଡ ଦେଇଥିଲେ I ଯଦି ପୁରାତନ ନିୟମ ଏ ପର୍ଯ୍ୟନ୍ତ ଅନୁବାଦ ହୋଇ ନ ଥାନ୍ତା, ତେବେ ଏହି ଅଧ୍ୟାୟକୁ ବୁଝିବାପାଇଁ ଅନୁବାଦକମାନଙ୍କ ନିମନ୍ତେ କଷ୍ଟ ହୋଇଥାନ୍ତା I (ଦେଖ: [[rc://*/tw/dict/bible/kt/lawofmoses]] ଓ [[rc://*/tw/dict/bible/kt/covenant]] ଓ [[rc://*/tw/dict/bible/kt/reveal]]) ## ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ଅଳଙ୍କାର ### ରୂପକ ଜଟିଳ ଆତ୍ମିକ ସତ୍ୟତାଗୁଡିକୁ ବୁଝାଇବାପାଇଁ ପାଉଲ ଅନେକ ରୂପକ ବ୍ୟବହାର କରୁଛନ୍ତି I ଏହା ଅସ୍ପଷ୍ଟ ଯେ ଏହା ପାଉଲଙ୍କର ଶିକ୍ଷାସବୁ ବୁଝିବାପାଇଁ ସାହାଯ୍ୟ କରୁଛି ନା ଅଧିକ କଷ୍ଟ ହେଉଛି I(ଦେଖ: [[rc://*/ta/man/translate/figs-metaphor]]) ## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ ### “ଏହା ଅକ୍ଷରର ନୁହେଁ, କିନ୍ତୁ ଆତ୍ମାର ନିୟମ I” ପାଉଲ ପୁରାତନ ଓ ନୂତନ ନିୟମକୁ ତୁଳନା କରୁଛନ୍ତି I ନୂତନ ନିୟମ ରୀତିନୀତିର ବ୍ୟବସ୍ଥା ନୁହେଁ I ଏଠାରେ “ଆତ୍ମା” ସମ୍ଭବତଃ ପବିତ୍ର ଆତ୍ମାଙ୍କୁ ବୁଝାଏ I ଏହା ମଧ୍ୟ ସ୍ବଭାବରେ “ଆତ୍ମିକ” ଥିବା ନୂତନ ନିୟମକୁ ବୁଝାଉଛି I (ଦେଖ: [[rc://*/tw/dict/bible/kt/spirit]])