or_tn_old/rom/10/intro.md

25 lines
3.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# ରୋମୀୟ ୧୦ ଅଧ୍ୟାୟ ସାଧାରଣ ଟିପ୍ପଣୀ
## ଗଠନ ପ୍ରଣାଳୀ ଓ ରୂପରେଖ
କେତେକ ଅନୁବାଦରେ ପୁରାତାନ ନିୟମରୁ ଆନୀତ ଗଦ୍ୟର ଉଦ୍ଧୃତିକୁ ଅନ୍ୟ ଲେଖା ତୁଳନାରେ ପୃଷ୍ଠାର ଡାହାଣ ପାଖରୁ କିଛି ଦୂରରେ ଲେଖାଯାଇଛି I ୮ ପଦରେ ଉଦ୍ଧୃତ ପଦକୁ ULT ଏହି ପରି ଲେଖିଅଛି।
କେତେକ ଅନୁବାଦରେ ପଦ୍ୟର ପ୍ରତ୍ୟେକ ଧାଡିକୁ ଅନ୍ୟ ଅଂଶ ତୁଳନାରେ ଡାହାଣ ପାଖରୁ କିଛି ଦୂରରେ ଲେଖାଯାଇଛି, ଯାହା ପଢିବାପାଇଁ ସହଜ ଅଟେ। ଏହି ଅଧ୍ୟାୟର ୧୮- ପଦରେ ULT ଏହି ପରି ଲେଖିଅଛି, ଯାହା ପୁରାତନ ନିୟମରୁ ଆନୀତ I
## ଏହି ଅଧ୍ୟାୟର ବିଶେଷ ଧାରଣା
### ଈଶ୍ବରଙ୍କ ଧାର୍ମିକତା
ପାଉଲ ଏଠାରେ ଶିକ୍ଷା ଦିଅନ୍ତି ଯେ କେତେକ ଯିହୂଦୀମାନେ ଧାର୍ମିକ ହେବା ପାଇଁ ବ୍ୟଗ୍ର ଭାବରେ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ସଫଳ ହେଲେ ନାହିଁ । ଆମ୍ଭେମାନେ ଈଶ୍ବରଙ୍କ ଧାର୍ମିକତାକୁ ଅର୍ଜନ କରିପାରିବା ନାହିଁ I ପରମେଶ୍ବର ଯୀଶୁଙ୍କ ଧାର୍ମିକତାକୁ ଦିଅନ୍ତି, ଯେତେବେଳେ ଆମ୍ଭେମାନେ ତାହାଙ୍କ ଉପରେ ବିଶ୍ବାସ କରୁ (ଦେଖା:[[rc://*/tw/dict/bible/kt/righteous]] ଓ[[rc://*/tw/dict/bible/kt/faith]])
## ଏହି ଅଧ୍ୟାର ଗୁରୁତ୍ବପୂର୍ଣ୍ଣ ଅଳଙ୍କାର
### ଭାବ ପ୍ରକାଶକ ପ୍ରଶ୍ନ
ପାଉଲ ଏହି ଅଧ୍ୟାୟରେ ବହୁଳଭାବେ ଭାବ ପ୍ରକାଶକ ପ୍ରଶ୍ନଗୁଡିକ ବ୍ୟବହାର କରିଛନ୍ତି I ସେ ତାହାଙ୍କ ପାଠକମାନଙ୍କୁ ବୁଝାଇବାପାଇଁ ଭାବ ପ୍ରକାଶକ ପ୍ରଶ୍ନ ବ୍ୟବହାର କରନ୍ତି, ଏଥିପାଇଁ ଯେ ଈଶ୍ବର କେବଳ ଏବ୍ରୀ ଲୋକମାନଙ୍କୁ ହିଁ ଉଦ୍ଧାର କରନ୍ତି ନାହିଁ, ତେଣୁ ଖ୍ରୀଷ୍ଟିୟାନମାନେ ପ୍ରସ୍ତୁତ ହୋଇ ରୁହନ୍ତୁ ଏବଂ ଜଗତ ସାରା ସୁସମାଚାର କହିବା ପାଇଁ ଯାଅନ୍ତୁ I (ଦେଖ:[[rc://*/ta/man/translate/figs-rquestion]] ଓ [[rc://*/tw/dict/bible/kt/save]])
## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
### “ମୁଁ ତୁମ୍ଭମାନଙ୍କୁ ଉଦ୍ଜୋଗୀ ହେବା ନିମନ୍ତେ ପ୍ରବର୍ତ୍ତାଇବି, ଯାହା ଗୋଟିଏ ଜାତି ବା ଦେଶ ଦ୍ବାରା ନୁହେଁ”
ପାଉଲ ବର୍ଣ୍ଣନା କରିବାପାଇଁ ଏହି ଭବିଷ୍ୟତ ବାଣୀକୁ ବ୍ୟବହାର କରନ୍ତି ଯେ ଏବ୍ରୀ ଲୋକମାନଙ୍କୁ ଉଦ୍ଜୋଗୀ କରିବା ନିମନ୍ତେ ଈଶ୍ବର ମଣ୍ଡଳୀକୁ ବ୍ୟବାହାର କରିବେ I ଯଦ୍ଦ୍ବାରା ସେମାନେ ଈଶ୍ବରଙ୍କୁ ଖୋଜିବେ ଓ ସୁସମାଚାରରେ ବିଶ୍ବାସ କରିବେ I (ଦେଖ:[[rc://*/tw/dict/bible/kt/prophet]] ଓ [[rc://*/tw/dict/bible/kt/jealous]]ଓ[[rc://*/ta/man/translate/figs-explicit]])