ଏହି ପୁସ୍ତକ ଏକ ପତ୍ର ଅଟେ, ଯାହା ପାଉଲ ଫିଲୀମୋନ ନାମକ ବ୍ୟକ୍ତିଙ୍କୁ ଲେଖିଥିଲେ. # ପାଉଲ, ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବନ୍ଦୀ , ଆଉ ଆମ୍ଭର ଭ୍ରାତା ତୀମଥି, ଫିଲୀମୋନ କୁ ପତ୍ରର ଲେଖକଙ୍କ ପରିଚୟ କରିବା ନିମନ୍ତେ ଯଦି ଆପଣଙ୍କ ଭାଷାରେ ନିର୍ଦ୍ଧିଷ୍ଟ ବ୍ୟବହାରୀକ ରୂପ ଥାଇପାରେ . ଏହା ଏହିପରି ତର୍ଜମା କରାଯାଇ ପାରେ “ଆମ୍ଭେ, ପାଉଲ, ଏକ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ, ଓ ତୀମଥି, ଆମ୍ଭର ଭ୍ରାତା, ଏହି ପତ୍ର ଲେଖା ଯାଇଛି ଫିଲୀମୋନ ନିକଟକୁ.” # ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବନ୍ଦୀ “ଯିଏ ବନ୍ଦୀ ଗୃହରେ ଅଛନ୍ତି ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷାଦେବା ହେତୁ.” ଯେଉଁମାନେ ଯୀଶୁଙ୍କୁ ପସନ୍ଦ କରୁନଥିଲେ ସେମାନେ ପାଉଲଙ୍କୁ କାରାଗାରରେ ନିକ୍ଷେପ ଦ୍ଵାରା ଦଣ୍ଡ ଦେଲେ. # ଆମ୍ଭର ପ୍ରିୟ ଭାଇ “ଆମ୍ଭର ପ୍ରିୟ ବିଶ୍ଵାସୀ ଭାଇ” କିମ୍ବା “ଆମ୍ଭର ଆତ୍ମିକ ଭ୍ରାତା ଯାହାକୁ ଆମ୍ଭେ ପ୍ରେମ କରୁ” # ଓ ସହ କର୍ମୀ “ଯିଏ, ଆମ୍ଭ ପରି, ସୁସମାଚାର ବୃଦ୍ଧି ନିମନ୍ତେ କର୍ମ କରନ୍ତି” # ଆପ୍‌ପିୟା, ଆମ୍ଭର ଭାଗ୍ନୀ ଏହାର ଅର୍ଥ “ଆପ୍‌ପିୟା, ଆମ୍ଭର ବିଶ୍ଵାସର ସହଭାଗି ଗଣ” କିମ୍ବା “ଆପ୍‌ପିୟା, ଆମ୍ଭର ଆତ୍ମିକ ଭୋଉଣୀ ମାନେ” (ଦେଖନ୍ତୁ: ତର୍ଜମାଯୁକ୍ତ ନାମ) # ଆର୍ଖିପ୍‌ପ ଏହା ଗୋଟେ ପୁରୁଷର ନାମ. # ଆମ୍ଭର ସହସୈନିକ ଏଠାରେ “ସୈନିକ” ଗୋଟିଏ ରୂପକ ଅଟେ ଯେଉଁ ବ୍ୟକ୍ତି ସୁସମାଚାର ବୃଦ୍ଧି ନିଆମନ୍ତେ ଅନେକ ସଂଘର୍ଷ କରି ଅଛନ୍ତି | ଏହା ଏହିପରି ତର୍ଜମା କରାଯାଇ ପାରେ “ଆମ୍ଭର ସାଥୀ ଆତ୍ମିକ ଯୁଦ୍ଧର” କିମ୍ବା “ସେ ଯେ ଆମ୍ଭ ସହିତ ଆତ୍ମିକ ଯୁଦ୍ଧରେ ଲଢ଼େ.” (ଦେଖନ୍ତୁ:ରୂପକ) # ମଣ୍ଡଳୀ ତୁମ୍ଭ ଘର ମଧ୍ୟରେ “କେତେକ ବିଶ୍ଵାସୀ ଗଣର ସମାବେଶ ଏକ ଗୃହରେ” (UDB) # ତୁମ୍ଭର ଗୃହ ଶବ୍ଦ “ତୁମ୍ଭର” ଏକ ବଚ୍ଚନ ଅଟେ ଯାହା ଫିଲୀମୋନଙ୍କୁ ଦେଖାଏ. # ଆମ୍ଭମାନଙ୍କ ପିତା ଓ ଯୀଶୁଙ୍କ ତରଫରୁ ସମସ୍ତଙ୍କୁ ଶାନ୍ତି ଓ ଅନୁଗ୍ରହ ସର୍ବଦା ମିଳୁ “ଆମ୍ଭମାନଙ୍କ ପିତା ଓ ଯୀଶୁଙ୍କ ଶାନ୍ତି ଓ ଅନୁଗ୍ରହ ତୁମ୍ଭକୁ ସମସ୍ତଙ୍କୁ ହେଉ.” ଏହା ଏକ ଆଶିର୍ବାଦ ଅଟେ. ଏହି ଶବ୍ଦ “ତୁମ୍ଭେ” ଏକ ବଚ୍ଚନ ଓ ସେହି ଲୋକଙ୍କୁ ଦର୍ଶାଏ ପାଉଲ ପଦ ୧ ଓ ୨ ରେ ସମ୍ବୋଧନ କରୁଅଛନ୍ତି.