# ତାହାଙ୍କ ମୁଖ ଉନ୍ମୁକ୍ତ ହେଲା…ତାହାଙ୍କ ଜିହ୍ଵା ଫିଟିଗଲା ଏଗୁଡିକ ରୂଢ଼୍ୟୋକ୍ତି ଅଟେ ତାହାର ଅର୍ଥ, ବର୍ତ୍ତମାନ ସେ କଥା କହିବାକୁ ସକ୍ଷମ ଅଟନ୍ତି। (ଦେଖନ୍ତୁ: ରୂଢ଼୍ୟୋକ୍ତି) # ସେମାନଙ୍କ ପ୍ରତିବାସୀସମସ୍ତେ ଭୟଗ୍ରସ୍ତ ହେଲେ ଏହା ଏହିପରି ଅନୁବାଦ କରାଯାଇପାରେ “ଜିଖରିୟ ଓ ଏଲିଶାବେଥ୍‌ଙ୍କ ପ୍ରତିବାସୀସମସ୍ତେ ଭୟଭୀତ ହେଲେ” କିମ୍ବା “ସେମାନଙ୍କ ପ୍ରତିବାସୀସମସ୍ତେ ଈଶ୍ଵରଙ୍କୁ ଭୟ କଲେ” କାରଣ ଈଶ୍ଵର ଶକ୍ତିଶାଳୀ ବୋଲି ସେମାନେ ଦେଖିଲେ। “ସେମାନଙ୍କ ପ୍ରତିବାସୀସମସ୍ତେ” କେବଳ ସେମାନଙ୍କ ନିକଟବର୍ତ୍ତୀ ପ୍ରତିବାସୀକୁ ଦର୍ଶାଏ ନାହିଁ, କିନ୍ତୁ ସେହି ଅଞ୍ଚଳର ସମସ୍ତଙ୍କୁ ଦର୍ଶାଏ। (ଦେଖନ୍ତୁ: ରୂଢ଼୍ୟୋକ୍ତି) # ଏହି ସମସ୍ତ କଥା ଲୋକେ କୁହାକୁହି ହେବାକୁ ଲାଗିଲେ ଏହା ଏହିପରି ଅନୁବାଦ କରାଯାଇପାରେ “ଯାହା ଘଟିଥିଲା ସେହିସବୁ ବିଷୟରେ କଥାବାର୍ତ୍ତା ହେବାକୁ ଲାଗିଲେ।” # ସେହିସବୁ ଶୁଣିବା ଲୋକମାନେ ଏହି ଶବ୍ଦ “ସେହିସବୁ” ଯାହା ଘଟିଥିଲା ସେହିସବୁ ବିଷୟକୁ ଦର୍ଶାଏ। # ବିଚାର କରି “ବିସ୍ମିତ ହୋଇ” # ଆଉ କହିଲେ ଏହା ଏହିପରି ଅନୁବାଦ କରାଯାଇପାରେ “ବିସ୍ମିତ ହେଲେ” କିମ୍ବା “ପଚାରିଲେ”। # ଏହି ଶିଶୁଟି ତେବେ କଅଣ ହେବ? ଏହା ଏହିପରି ଅନୁବାଦ କରାଯାଇପାରେ “ଏହି ଶିଶୁଟି ବୃଦ୍ଧି ପାଇ ତେବେ କେଉଁ ପ୍ରକାର ମହାନ୍ ବ୍ୟକ୍ତି ହେବ?” କିମ୍ବା “ଏହି ଶିଶୁ କିପରି ଏକ ମହାନ୍ ପୁରୁଷ ହେବ!” ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯାହା ଲୋକମାନଙ୍କ ଆଶ୍ଚର୍ଯ୍ୟଚକିତକୁ ଦର୍ଶାଏ। ଏହି ଶିଶୁ ବିଷୟରେ ସେମାନେ ଶୁଣିବା କାରଣରୁ, ସେମାନେ ହୃଦୟଙ୍ଗମ କଲେ ଯେ ସେ ବୃଦ୍ଧି ପାଇ ଏକ ମହାନ୍ ପୁରୁଷ ହେବେ। # ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ “ଈଶ୍ଵରଙ୍କ ଶକ୍ତି ତାହାର ସହବର୍ତ୍ତୀ” କିମ୍ବା “ପ୍ରଭୁ ତାହା ଠାରେ ଶକ୍ତିଶାଳୀ ଭାବରେ କାର୍ଯ୍ୟ କରୁଛନ୍ତି।” ଏହା ଏକ ଲାକ୍ଷଣିକ ଶବ୍ଦର ଉଦାହରଣ ଅଟେ ଯେଉଁଠାରେ ଏହି ବାକ୍ୟାଂଶ “ପ୍ରଭୁଙ୍କ ହସ୍ତ” ପ୍ରଭୁଙ୍କ ଶକ୍ତିକୁ ଦର୍ଶାଏ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)