# ପ୍ରକାଶିତ ବାକ୍ୟ ୦୨ ସାଧାରଣ ସୂଚନା ## ଗଠନ ପ୍ରଣାଳୀ ଓ ଆକୃତି ୨ ଓ ୩ ଅଧ୍ୟାୟକୁ ମିଳିତଭାବେ “ସପ୍ତ ମଣ୍ଡଳୀକୁ ସପ୍ତପତ୍ର” କୁହାଯାଏ I ତୁମେମାନେ ହୁଏତ ପ୍ରତ୍ୟେକ ପତ୍ରକୁ ପୃଥକ୍ କରି ପାର I ପାଠକମାନେ ସେଗୁଡିକୁ ସହଜରେ ପୃଥକ୍ ପତ୍ରଭାବରେ ଦେଖି ପାରିବେ I କେତେକ ଅନୁବାଦ ପୁରାତନ ନିୟମର ଉଦ୍ଧୃତ ବାକ୍ୟଗୁଡିକୁ ସହଜରେ ପଢ଼ିବା ନିମନ୍ତେ ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୨୭ ପଦରେ ଉଦ୍ଧୃତ ହୋଇଥିବା ବିଷୟକୁ ୟୁ ଏଲ୍ ଟି ଏପରି କରୁଅଛି I ## ଏହି ଅଧ୍ୟାୟର ବିଶେଷ ଧାରଣା ### ଦୀନତା ଓ ଧନ ସ୍ମୁର୍ଣ୍ଣା ମଣ୍ଡଳୀର ଖ୍ରୀଷ୍ଟିୟାନମାନେ ଗରିବ ଥିଲେ କାରଣ ସେମାନଙ୍କ ପାଖରେ ବେଶୀ ଅର୍ଥ ନଥିଲା I କିନ୍ତୁ ସେମାନେ ଆତ୍ମିକ ଧନବାନ୍ ଥିଲେ କାରଣ ଈଶ୍ବର ସେମାନଙ୍କୁ ସେମାନଙ୍କ କ୍ଲେଶଭୋଗ ନିମନ୍ତେ ପୁରସ୍କାର ଦେବେ I (ଦେଖ: [[rc://*/tw/dict/bible/kt/spirit]]) ### “ଶୟତାନ ଉଦ୍ୟତ ଅଟେ” ଲୋକମାନେ ସ୍ମୁର୍ଣ୍ଣା ମଣ୍ଡଳୀର କେତେକ ଖ୍ରୀଷ୍ଟିୟାନମାନଙ୍କୁ କାରାଗାରରେ ନିକ୍ଷେପ କରି, ଏପରିକି, କେତେକଙ୍କୁ ବଧ କରିବାକୁ ଉଦ୍ୟତ ଥିଲେ ([ପ୍ରକାଶିତ ବାକ୍ୟ ୨:୧୦](../../rev/02/10.md))I ଏହି ଲୋକମାନେ କିଏ ଥିଲେ, ଯୋହନ ତାହା କହନ୍ତି ନାହିଁ I କିନ୍ତୁ ଶୟତାନ ନିଜେ ସେମାନଙ୍କୁ କ୍ଲେଶ ଦେବା ସଦୃଶ ସେମାନେ ଖ୍ରୀଷ୍ଟିୟାନମାନଙ୍କୁ କ୍ଲେଶ ଦେଉଥିଲେ I (ଦେଖ: [[rc://*/ta/man/translate/figs-metonymy]]) ### ବିଲିୟମ, ବାଲାକ ଓ ଯିଜେବଲ ଯୀଶୁଙ୍କ ଜନ୍ମର ବହୁ ପୂର୍ବରୁ ବିଲିୟମ, ବାଲାକ ଓ ଯିଜେବଲ ବାସ କରୁଥିଲେ I ସେମାନେ ଅଭିଶାପ ଦ୍ବାରା ହେଉ କିମ୍ବା ଈଶ୍ବରଙ୍କ ଆଜ୍ଞା ପାଳନ କରିବାରୁ ନିବୃତ୍ତ କରାଇବା ଦ୍ବାରା ହେଉ, ଇଶ୍ରାୟେଲୀୟମାନଙ୍କ ଅନିଷ୍ଟ କରିବାକୁ ଚେଷ୍ଟା କରୁଥିଲେ I ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର ### “ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ଶୁଣୁ” ଲେଖକ ଜାଣିଥିଲେ ଯେ ତାହାଙ୍କର ପ୍ରାୟ ସମସ୍ତ ପାଠକମାନଙ୍କ ଶାରୀରିକ କର୍ଣ୍ଣ ଅଛି I ଏଠାରେ କର୍ଣ୍ଣ ରୂପକ ଭାବରେ ଈଶ୍ବର ଯାହା କହୁଛନ୍ତି ତାହା ଶୁଣିବା ନିମନ୍ତ ଇଚ୍ଛା କରିବା ବିଷୟକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]]) ## ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା ### “ମଣ୍ଡଳୀର ଦୂତ” ଏଠାରେ ”ଦୂତ” ଶବ୍ଦ “ବାର୍ତ୍ତାବାହକ”ଙ୍କୁ ମଧ୍ୟ ବୁଝାଇ ପାରେ I ଏହା ମଣ୍ଡଳୀର ବାର୍ତ୍ତାବାହକ ବା ଅଧକ୍ଷଙ୍କୁ ବୁଝାଇ ପାରେ I ଦେଖ ତୁମେ “ଦୂତ” ଶବ୍ଦକୁ କିପରି[ପ୍ରକାଶିତ ବାକ୍ୟ ୧:୨୦](../../rev/01/20.md)ରେ ଅନୁବାଦ କରିଅଛ I ### “ଯେ ଅଛନ୍ତି, ତାହାଙ୍କ ବାକ୍ୟସମୂହ” ଏହି ଶବ୍ଦ ଥିବା ପଦଗୁଡିକ ଅନୁବାଦ କରିବା କଷ୍ଟକର ହୋଇପାରେ I ସେଗୁଡିକ ପୂର୍ଣ୍ଣ ବାକ୍ୟ ହୋଇ ନପାରେ I ତୁମେ ଏହି ପଦଗୁଡିକର ଆରମ୍ଭରେ “ଏହିସବୁ” ଶବ୍ଦ ସଂଯୁକ୍ତ କରିବା ଆବଶ୍ୟକ ହୋଇପାରେ I ଯୀଶୁ ମଧ୍ୟ ଯେପରି ଅନ୍ୟଜଣକୁ କହୁଥିବା ପରି, ଆପଣାକୁ ବୁଝାଇବା ନିମନ୍ତେ ଏହି ବାକ୍ୟଗୁଡିକ ବ୍ୟବହାର କରିଥିଲେ I ତୁମ ଭାଷା ହୁଏତ ଯେପରି ଅନ୍ୟମାନଙ୍କୁ କହୁଥିବା ପରି ଆପଣା ଆପଣାକୁ ବୁଝାଇବା ସକାଶେ ଅନୁମତି ଦେଇ ନପାରେ I ଯୀଶୁ [ପ୍ରକାଶିତ ବାକ୍ୟ ୧:୧୭](../../rev/01/17.md)ରେ କହିବାକୁ ଆରମ୍ଭ କଲେ I ସେ ୩ ଅଧ୍ୟାୟର ଶେଷ ପର୍ଯ୍ୟନ୍ତ କହି ଚାଲିଛନ୍ତି I