# ପ୍ରେରିତ ୨୮ ସାଧାରଣ ସୂଚନା ## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ ରୋମ୍ ରେ ଦୁଇ ବର୍ଷ କାଳ ରହିଲା ପରେ ପାଉଲଙ୍କ ପ୍ରତି କ’ଣ ଘଟିଲା, ସେ ବିଷୟରେ କିଛି ନ କହି ଲୂକ କାହିଁକି ତାହାଙ୍କର ବିବରଣୀ ଶେଷ କରୁଛନ୍ତି ତାହା କେହି ନିଶ୍ଚିତଭାବରେ ଜାଣନ୍ତି ନାହିଁ I ## ଏହି ଅଧ୍ୟାୟର ବିଶେଷ ଧାରଣା ### ""ପତ୍ରଗୁଡ଼ିକ” ଓ “ଭାଇମାନେ” ଯିହୂଦୀ ନେତାମାନେ ଆଶ୍ଚର୍ଯ୍ୟ ହେଲେ ଯେ ପାଉଲ ସେମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି, କାରଣ ସେମାନେ ଯିରୂଶାଲମସ୍ଥିତ ମହାଯାଜକଙ୍କଠାରୁ ପାଉଲ ଆସୁଛନ୍ତି ବୋଲି କୌଣସି ପତ୍ର ପାଇ ନ ଥିଲେ I ଯେତେବେଳେ ଯିହୂଦୀ ନେତାମାନେ “ଭାଇମାନେ” ବୋଲି କହୁଥିଲେ, ସେମାନେ ସହ-ଯିହୂଦୀମାନଙ୍କୁ ଦର୍ଶାଉଥିଲେ, ଖ୍ରୀଷ୍ଟିୟାନମାନଙ୍କୁ ନୁହେଁ I ## ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ ### ""ସେ ଜଣେ ଦେବତା ଥିଲେ” ସ୍ଥାନୀୟ ଲୋକମାନେ ବିଶ୍ବାସ କରିଥିଲେ ଯେ ପାଉଲ ଜଣେ ଦେବତା ଅଟନ୍ତି, କିନ୍ତୁ ସେମାନେ ବିଶ୍ବାସ କରି ନ ଥିଲେ ଯେ ସେ ଏକମାତ୍ର ସତ୍ୟ ଈଶ୍ବର ଅଟନ୍ତି I ସେ ଯେ ଜଣେ ଦେବତା ନୁହନ୍ତି ଏକଥା ପାଉଲ କାହିଁକି ସ୍ଥାନୀୟ ଲୋକମାନଙ୍କୁ କହିଲେ ନାହିଁ ତାହା ଆମ୍ଭେମାନେ ଜାଣୁନାହୁଁ I