୧ କରିନ୍ଥୀୟ ୦୧ ପର୍ବ ସାଧାରଣ ଟିପ୍ପଣୀ # ଗଠନ ପ୍ରଣାଳୀ ଏବଂ ରୂପ ରେଖା ପ୍ରଥମ ତିନୋଟି ପଦ ଅଭିନନ୍ଦନସୂଚକ ଲେଖା । ପ୍ରାଚୀନ ନିକଟପୁର୍ବ ଦେଶରେ ସାଧାରଣତଃ ପତ୍ରର ଆରମ୍ଭରେ ଏହିପରି ଲେଖା ଯାଉଥିଲା । କେତେକ ଅନୁବାଦଗୁଡିକରେ ପଠନକୁ ସହଜସାଧ୍ୟ କରିବା ନିମନ୍ତେ ପ୍ରତ୍ୟେକ ଧାଡ଼ିକୁ ମୂଳ ଲେଖାଠାରୁ ଅଲଗା କରି ଦୂର ଡାହାଣ ପଟେ ରଖାଯାଇଛି । ULTରେ ୧୯ ପଦର ଶବ୍ଦଗୁଡିକୁ ଏହିପରି ଲେଖାଯାଇଛି, ଯାହା ପୁରାତନ ନିୟମରୁ ଆନୀତ । # ଏହି ଅଧ୍ୟାୟର ବିଶେଷ ବିଷୟଗୁଡ଼ିକ ## ଦଳଭେଦ ବା ଏକତାବିହୀନ ମଣ୍ଡଳୀ ବିଭକ୍ତ ହୋଇ ଭିନ୍ନ ଭିନ୍ନ ପ୍ରେରିତମାନଙ୍କୁ ଅନୁସରଣ କରୁଥିବାରୁ ଏହି ଅଧ୍ୟାୟରେ ପାଉଲ ମଣ୍ଡଳୀକୁ ଭର୍ତ୍ସନା କରିଛନ୍ତି । (ଦେଖ:[[rc://*/tw/dict/bible/kt/apostle]]) ## ଆତ୍ମିକ ଦାନ ଆତ୍ମିକ ଦାନ ଏକ ଅଲୌକିକ କ୍ଷମତା ଅଟେ, ଯାହା ମଣ୍ଡଳୀକୁ ସାହାଯ୍ୟ କରିଥାଏ । ଯୀଶୁଙ୍କଠାରେ ବିଶ୍ବାସ କରିବା ପରେ ପବିତ୍ର ଆତ୍ମା ଏହି ଦାନଗୁଡିକ ଖ୍ରୀଷ୍ଟିୟାନମାନଙ୍କୁ ଦେଇଥାଆନ୍ତି । ୧୨ ଅଧ୍ୟାୟରେ ପାଉଲ ଆତ୍ମିକ ଦାନଗୁଡ଼ିକର ତାଲିକା ପ୍ରଦାନ କରିଛନ୍ତି । କେତେକ ବିଦ୍ବାନମାନେ ବିଶ୍ବାସ କରନ୍ତି ଯେ ପବିତ୍ର ଆତ୍ମା ଏହି ଆତ୍ମିକ ଦାନଗୁଡ଼ିକୁ କେବଳ ଆଦ୍ୟ ମଣ୍ଡଳୀକୁ ହିଁ ଦେଇଥିଲେ, ଯେପରି ମଣ୍ଡଳୀ ବୃଦ୍ଧିପ୍ରାପ୍ତ ହୋଇପାରେ। ଅନ୍ୟ କେତେକ ବିଦ୍ବାନମାନେ ବିଶ୍ବାସ କରନ୍ତି ଯେ ଖ୍ରୀଷ୍ଟିୟାନମାନଙ୍କର ସହାୟତା ପାଇଁ ଆତ୍ମାଙ୍କର ସମସ୍ତ ଦାନ ମଣ୍ଡଳୀ ଇତିହାସରେ ଏବେ ପର୍ଯ୍ୟନ୍ତ ବିଦ୍ୟମାନ ଅଟେ । (ଦେଖ:[[rc://*/tw/dict/bible/kt/faith]]) # ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ରୂପକ ## ରୂଢୀ ଏହି ଅଧ୍ୟାୟରେ, ପାଉଲ ଦୁଇଟି ଅଲଗା ଅଲଗା ବାକ୍ୟ ବ୍ୟବହାର କରି ଖ୍ରୀଷ୍ଟଙ୍କ ଆଗମନ ବିଷୟରେ ଜଣାଉଛନ୍ତି: “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶନ” ଏବଂ “ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦିନ” । (ଦେଖ:[[rc://*/ta/man/translate/figs-idiom]]) ## ଅଳଙ୍କାରିକ ପ୍ରଶ୍ନ କରିନ୍ଥୀୟ ମଣ୍ଡଳୀକୁ ସେମାନଙ୍କର ଦଳଭେଦ ହେତୁ ଓ ମନୁଷ୍ୟର ଜ୍ଞାନ ଉପରେ ଭରସା କରିବା ସକାଶୁ ପାଉଲ ଅଳଙ୍କାରିକ ପ୍ରଶ୍ନର ପ୍ରୟୋଗକରି ଭର୍ତ୍ସନା କରିଛନ୍ତି । (ଦେଖ:[[rc://*/ta/man/translate/figs-rquestion]]) # ଏହି ଅଧ୍ୟାୟରେ ଅନୁବାଦ ସମ୍ପର୍କୀୟ ଅନ୍ୟ ସାମ୍ଭାବ୍ୟ କଷ୍ଟକର ବିଷୟ । ## ବିଘ୍ନଜନକ ବିଘ୍ନଜନକ ଏକ ପଥର ଅଟେ ଯହିଁ ଉପରେ ଲୋକମାନେ ଝୁଣ୍ଟି ପଡନ୍ତି । ଏଠାରେ ଏହାର ଅର୍ଥ ହେଉଛି ଯେ ଖ୍ରୀଷ୍ଟଙ୍କୁ କୃଶାପ୍ରିତ ହେବା ନିମନ୍ତେ ଇଶ୍ବର ଯେ ଅନୁମତି ଦେବେ ଏହା ଯିହୁଦୀମାନଙ୍କ ନିମନ୍ତେ ବିଶ୍ବାସ କରିବା ପାଇଁ କଠିନ ବିଷୟ ଥିଲା(ଦେଖ:[[rc://*/ta/man/translate/figs-metaphor]])