# ରୋମୀୟ ୦୨ ସାଧାରଣ ଟିପ୍ପଣୀ ## ଗଠନ ପ୍ରଣାଳୀ ଓ ରୂପରେଖ ଏହି ଅଧ୍ୟାୟରେ ପାଠକମାନଙ୍କ ଦୃଶ୍ୟପଟ ପରିବର୍ତ୍ତିତ ହୋଇଅଛି; ରୋମୀୟ ମଣ୍ଡଳୀର ବିଶ୍ବାସୀମାନଙ୍କ ବଦଳରେ ଅନ୍ୟମାନଙ୍କର ବିଚାର କରି ଯୀଶୁଙ୍କଠାରେ ବିଶ୍ବାସ ନ କରୁଥିବା ଲୋକମାନଙ୍କ ବିଷୟରେ ଅଲୋଚନା କରାଯାଇଅଛି। (ଦେଖ:[[rc://*/tw/dict/bible/kt/judge]]ଓ [[rc://*/tw/dict/bible/kt/believe]]) ### “ତେଣୁ ତୁମ୍ଭେମାନେ ଆଉ କିଛି ବାହାନା କରିପାରିବ ନାହି” ଏହି ବାକ୍ୟାଂଶ ପ୍ରଥମ ଅଧ୍ୟାୟକୁ ସୂଚିତ କରେ। ଅନ୍ୟ ଭାଷାରେ, ଏହା ପ୍ରକୃତରେ ପ୍ରଥମ ଅଧ୍ୟାୟର ପରିଶେଷ ଅଟେ। କାହିଁକି ପ୍ରତ୍ୟେକ ଜଣ ସତ୍ୟ ଈଶ୍ବରଙ୍କ ଆରାଧନା କରିବା ଦରକାର, ସେ ବିଷୟରେ ଏହି ବାକ୍ୟ ବର୍ଣ୍ଣନା କରୁଅଛି । ## ଏହି ଅଧ୍ୟାୟର ବିଶେଷ ଧାରଣା ## “ବ୍ୟବସ୍ଥା ପାଳନକାରୀ” ଯେଉଁମାନେ ବ୍ୟବସ୍ଥାକୁ ପାଳନ କରିବାରେ ପ୍ରୟାସ କରୁଅଛନ୍ତି, ସେମାନେ ତାହା ପାଳନ କରିବାକୁ ପ୍ରୟାସକରି ଧାର୍ମିକତା ପ୍ରାପ୍ତ ହେବେ ନାହିଁ । ଯୀଶୁଙ୍କଠାରେ ବିଶ୍ବାସ କରିବା ଦ୍ବାରା ଧାର୍ମିକତା ପ୍ରାପ୍ତ ହୋଇଥିବା ବିଷୟ ଏହା ଦର୍ଶାଏ ଯେ ପରମେଶ୍ବରଙ୍କର ଆଜ୍ଞା ପାଳନ କରିବା ଦ୍ବାରା ସେମାନଙ୍କର ବିଶ୍ବାସ ସତ୍ୟ ଅଟେ I (ଦେଖ:[[rc://*/tw/dict/bible/kt/justice]] ଓ [[rc://*/tw/dict/bible/kt/lawofmoses]]) ## ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ୍ଣ ଅଳଙ୍କାର # ଭାବ ପ୍ରକାଶକ ପ୍ରଶ୍ନ ସମୂହ ପାଉଲ ଏହି ଅଧ୍ୟାୟରେ ବହୁଳଭାବେ ଭାବପ୍ରକାଶକ ପ୍ରଶ୍ନର ବ୍ୟବହାର କରିଅଛନ୍ତି। ଏହି ଭାବପ୍ରକାଶକ ପ୍ରଶ୍ନଗୁଡ଼ିକର ବ୍ୟବହାରର ଉଦ୍ଦେଶ୍ୟ ଏହା ଯେ ପାଠକମାନେ ସେମାନଙ୍କର ପାପ ବିଷୟରେ ଜ୍ଞାତ ହୋଇ ଯୀଶୁଙ୍କଠାରେ ବିଶ୍ବାସ କରନ୍ତୁ। ## କାଳ୍ପନିକ ପରିସ୍ଥିତି ବା ସମ୍ଭାବିତ ପରିସ୍ଥିତିର ବାକ୍ୟ ଏହି ପରିସ୍ଥିତିରେ, “ସେ ଅନନ୍ତ ଜୀବନ ଦେବେ” ୭ ପଦ ଗୋଟିଏ କାଳ୍ପନିକ ବା ସମ୍ଭାବିତ ବାକ୍ୟ ଅଟେ। ଯଦି ଜଣେ ବ୍ୟକ୍ତି ଉତ୍ତମ ଜୀବନଯାପନ କରେ, ତାହା ହେଲେ ସେ ପୁରସ୍କାର ଭାବେ ଅନନ୍ତ ଜୀବନ ଲାଭ କରିବ। କେବଳ ଯୀଶୁ ହିଁ ଏକମାତ୍ର ବ୍ୟକ୍ତି ଥିଲେ ଯେ ଉତ୍ତମଭାବେ ଜୀବନଯାପନ କରିଥିଲେ। ପାଉଲ ୧୭-୨୯ ପଦରେ ଆଉ ଏକ କାଳ୍ପନିକ ପରିସ୍ଥିତି ବା ସମ୍ଭାବିତ ପରିସ୍ଥିତିର ବାକ୍ୟ କହୁଛନ୍ତି । ସେ କହନ୍ତି ଯେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ପ୍ରୟାସ କରୁଥିବା ଲୋକମାନେ ମଧ୍ୟ ବ୍ୟବସ୍ଥାକୁ ଅମାନ୍ୟ କରିବା ଦ୍ବାରା ଅପରାଧୀ ଅଟନ୍ତି । ଇଂରାଜୀରେ ଲେଖାଅଛି, ଏହା ସେହିମାନଙ୍କ ପ୍ରତି ଯେଉଁମାନେ “ଅକ୍ଷରର”ସେବକ ଅଟନ୍ତି, ମାତ୍ର “ଆତ୍ମାଙ୍କ” ଅନୁସରଣ କରନ୍ତି ନାହିଁ ବା ବ୍ୟବସ୍ଥାର ସିଦ୍ଧାନ୍ତକୁ ପାଳନ କରନ୍ତି ନାହିଁ। ଏହି ଅଧ୍ୟାୟକୁ ସମ୍ଭବପର ଅନୁବାଦ ବା ଅନ୍ୟ ଏକ ଅନୁବାଦ କରିବା କଷ୍ଟକର ଅଟେ। “ତୁମ୍ଭେମାନେ ବିଚାର କରିଥାଅ” ଏହାକୁ ସରଳ ଭାବେ ମଧ୍ୟ କେତେକ ସ୍ଥାନରେ ଅନୁବାଦ କରାଯାଇପାରିବ। ଏହା ଅସୁନ୍ଦର ଭାବେ ଅନୁବାଦ କରାଯାଇଅଛି, କାରଣ ପାଉଲ “ଯେଉଁ ଜଣ ବିଚାର କରେ” ସେମାନଙ୍କୁ ଦର୍ଶାନ୍ତି, ସେ ମଧ୍ୟ କହନ୍ତି ଯେ ପ୍ରତ୍ୟେକ ଜଣ ବିଚାର କରୁଅଛନ୍ତି। ଏହାକୁ ଏହି ପ୍ରକାରେ ମଧ୍ୟ ଅନୁବାଦ କରାଯାଇପାରିବ ଯଥା “ଯେଉଁମାନେ ବିଚାର କରନ୍ତି I”