# ପ୍ରକାଶିତ ବାକ୍ୟ ୦୫ ସାଧାରଣ ସୂଚନା ## ଗଠନ ପ୍ରଣାଳୀ ଓ ଆକୃତି କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ୯-୧୩ ପଦରେ ତାହା କରୁଅଛି I ## ଏହି ଅଧ୍ୟାୟର ବିଶେଷ ଧାରଣା ### ମୁଦ୍ରାଙ୍କିତ ପୁସ୍ତକ ଯୋହନଙ୍କ ସମୟରେ ରାଜା ଓ ଖ୍ୟାତିସମ୍ପନ୍ନ ଲୋକମାନେ ମୂଲ୍ୟବାନ୍ ଦଲିଲ ସବୁକୁ ବଡ ବଡ କାଗଜ ଖଣ୍ଡରେ ଅବା ପଶୁ ଚମଡାରେ ଲେଖୁଥିଲେ I ତାପରେ ସେମାନେ ସେଗୁଡିକୁ ନଳାକାର ଭାବରେ ମୋଡି ଅଠା ଦେଇ ମୁଦ୍ରାଙ୍କିତ କରି ରଖୁଥିଲେ, ଯେପରି ସେଗୁଡିକ ବନ୍ଦ ହୋଇ ସୁରକ୍ଷିତ ରହିବ I ଯାହାଙ୍କୁ ସେ ଦଲିଲଟି ଲେଖା ଯାଇଥିଲା, ସେ ହିଁ କେବଳ ସେଥିର ମୁଦ୍ରା ଭାଙ୍ଗି ତାହା ଖୋଲିବା ନିମନ୍ତେ ଅଧିକାର ପ୍ରାପ୍ତ ହୋଇଥିଲା I ଏହି ଅଧ୍ୟାୟରେ “ସିଂହାସନୋପବିଷ୍ଟ ବ୍ୟକ୍ତି” ପୁସ୍ତକ ଲେଖିଥିଲେ I “ଯିହୂଦା ବଂଶଜାତ ସିଂହ, ଦାଉଦଙ୍କ ମୂଳ ଓ ମେଷ ଶାବକ” କୁହାଯାଉଥିବା ବ୍ୟକ୍ତି କେବଳ ତାହା ଖୋଲିବାକୁ ଅଧିକାର ପ୍ରାପ୍ତ ଥିଲେ I (ଦେଖ: [[rc://*/tw/dict/bible/other/scroll]] ଓ [[rc://*/tw/dict/bible/kt/authority]]) ### ଚବିଶ ପ୍ରାଚୀନ ପ୍ରାଚୀନମାନେ ମଣ୍ଡଳୀର ଅଧକ୍ଷଗଣ ଅଟନ୍ତି I ଚବିଶ ପ୍ରାଚୀନ ହୁଏତ ସବୁ ଯୁଗର ସମୁଦାୟ ମଣ୍ଡଳୀର ପ୍ରତିକାତ୍ମକ ସ୍ବରୂପ ଅଟନ୍ତି I ପୁରାତନ ନିୟମରେ ଇଶ୍ରାୟେଲର ବାର ଗୋଷ୍ଠୀ ଥିଲେ ଓ ନୂତନ ନିୟମର ମଣ୍ଡଳୀରେ ବାର ଜଣ ପ୍ରେରିତ ଥିଲେ I (ଦେଖ: [[rc://*/ta/man/translate/writing-apocalypticwriting]]) ### ଖ୍ରୀଷ୍ଟିୟାନ ପ୍ରାର୍ଥନା ଖ୍ରୀଷ୍ଟିୟାନମାନଙ୍କ ପ୍ରାର୍ଥନାକୁ ସୁଗନ୍ଧିତ ଧୂପ ଭାବରେ ବର୍ଣ୍ଣନା କରାଯାଏ I ଖ୍ରୀଷ୍ଟିୟାନମାନଙ୍କ ପ୍ରାର୍ଥନା ଈଶ୍ବରଙ୍କ ପ୍ରତି ସୁଗନ୍ଧ ସ୍ବରୂପ ଅଟେ I ଖ୍ରୀଷ୍ଟିୟାନମାନେ ପ୍ରାର୍ଥନା କଲେ ସେ ସନ୍ତୁଷ୍ଟ ହୁଅନ୍ତି I ### ଈଶ୍ବରଙ୍କ ସପ୍ତ ଆତ୍ମା ଏହି ଆତ୍ମା ସବୁ [ପ୍ରକାଶିତ ବାକ୍ୟ ୧:୪](../../rev/01/04.md)ର ସପ୍ତ ଆତ୍ମା ଅଟନ୍ତି I ## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର ### ରୂପକ ”ଯିହୂଦା ବଂଶଜାତ ସିଂହ” ଓ “ଦାଉଦଙ୍କ ମୂଳ” ରୂପକଭାବରେ ଯୀଶୁଙ୍କୁ ବୁଝାନ୍ତି I ଯୀଶୁ ଯିହୂଦା ବଂଶ ଓ ଦାଉଦଙ୍କ ବଂଶରୁ ଆସିଛନ୍ତି I ସିଂହମାନେ ଭୟଙ୍କର ଅଟନ୍ତି, ଓ ସମସ୍ତ ପଶୁ ଏବଂ ଲୋକମାନେ ସେମାନଙ୍କୁ ଭୟ କରନ୍ତି, ତେଣୁ ସେମାନେ ରାଜାଙ୍କ ନିମନ୍ତେ ଏକ ରୂପକ ଅଟନ୍ତି, ଯାହାଙ୍କୁ ସମସ୍ତେ ମାନ୍ୟ କରନ୍ତି I “ଦାଉଦଙ୍କ ମୂଳ” ବାକ୍ୟାଂଶ ଇଶ୍ରାୟେଲର ରାଜା ଦାଉଦଙ୍କ ବିଷୟରେ କହେ ଯେପରି ସେ ଈଶ୍ବର ସ୍ଥାପନ କରିଥିବା ଏକ ବିଜ ଥିଲେ ଓ ଯୀଶୁ ଯେପରି ସେହି ବିଜରୁ ବୃଦ୍ଧି ପାଇଥିବା ଏକ ମୂଳ ଥିଲେ I (ଦେଖ: [[rc://*/ta/man/translate/figs-metaphor]])