# ପ୍ରକାଶିତ ବାକ୍ୟ ୦୧ ସାଧାରଣ ସୂଚନା ## ଗଠନ ପ୍ରଣାଳୀ ଓ ଆକୃତି ଏହି ଅଧ୍ୟାୟ ଯୋହନ ପାତ୍ମ ଦ୍ବୀପରେ ପାଇଥିବା ଦର୍ଶନକୁ ପ୍ରକାଶିତ ପୁସ୍ତକରେ କିପରି ଲିପିବଦ୍ଧ କରିଛନ୍ତି ତାହା ବର୍ଣ୍ଣନା କରେ I କେତେକ ଅନୁବାଦ ପୁରାତନ ନିୟମର ଉଦ୍ଧୃତ ବାକ୍ୟଗୁଡିକୁ ସହଜରେ ପଢ଼ିବା ନିମନ୍ତେ ପୁରାତନ ନିୟମରୁ ଉଦ୍ଧୃତ ବାକ୍ୟ ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୭ ପଦରେ ଉଦ୍ଧୃତ ହୋଇଥିବା ବିଷୟକୁ ୟୁ ଏଲ୍ ଟି ତାହା କରୁଅଛି I ## ଏହି ଅଧ୍ୟାୟର ବିଶେଷ ଧାରଣା ### ସପ୍ତ ମଣ୍ଡଳୀ ଯୋହନ ଏହି ପୁସ୍ତକ ଏସିଆ ପ୍ରଦେଶରେ ପ୍ରଚଳିତ ସାତୋଟି ମଣ୍ଡଳୀ ନିକଟକୁ ଲେଖିଥିଲେ, ଯେଉଁଗୁଡିକ ବର୍ତ୍ତମାନ ତୁର୍କୀ ଦେଶରେ ଅବସ୍ଥିତ ଅଟନ୍ତି I ### ଶୁଭ୍ର ବାଇବଲ ସର୍ବଦା ଜଣେ ବ୍ୟକ୍ତିର ନିଜସ୍ବ “ସ୍ବଛତା” ହେବା ବିଷୟକୁ ପ୍ରତିପାଦିତ କରେ I ଏହା ସେହି ବ୍ୟକ୍ତିର ଯଥାର୍ଥ ଜୀବନଯାପନ ଏବଂ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଏକ ରୂପକ ଓ ଉପମା ଅଟେ I (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]] ଓ [[rc://*/tw/dict/bible/kt/righteous]]) ### “ତାହାଙ୍କୁ ଯେ ବର୍ତ୍ତମାନ, ଯେ ଭୂତ ଓ ଯେ ଭବିଷ୍ୟତ ଅଟନ୍ତି” ଈଶ୍ବର ବର୍ତ୍ତମାନ ବିଦ୍ୟମାନ ଅଟନ୍ତି I ସେ ସର୍ବଦା ବିଦ୍ୟମାନ ରହିବେ I ତୁମ ଭାଷାରେ ହୁଏତ ଏହା କହିବାର ଏକ ଭିନ୍ନ ଶୈଳୀ ଥାଇପାରେ I ## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର ### ରକ୍ତ ରକ୍ତ ମୃତ୍ୟୁର ଏକ ନିଦର୍ଶନ ଅଟେ I ଯୀଶୁ “ଆପଣା ରକ୍ତ ଦ୍ବାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରି ଅଛନ୍ତି I” ଯୋହନ ଏହି ଅର୍ଥରେ କହୁଛନ୍ତି ଯେ ଯୀଶୁ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରିବା ଦ୍ବାରା ଆମ୍ଭମାନଙ୍କୁ ପାପରୁ ଉଦ୍ଧାର କରି ଅଛନ୍ତି I (ଦେଖ: [[rc://*/ta/man/translate/figs-metonymy]]) ## ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା ### “ସେ ମେଘମାଳାରେ ଆଗମନ କରୁଅଛନ୍ତି” ଯୀଶୁ ମେଘମାଳାକୁ ନୀତ ହେଲେ ଯେତେବେଳେ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲା ପରେ ସ୍ବର୍ଗକୁ ନୀତ ହେଲେ I ଯେତେବେଳେ ଯୀଶୁ ଆଗମନ କରନ୍ତି, ସେ ମଧ୍ୟ “ମେଘମାଳାରେ” ଆଗମନ କରିବେ I ଏହା ସ୍ପଷ୍ଟ ନୁହେଁ ଯେ ସେ ମେଘମାଳାରେ ଉପବେଶନ କରି କିମ୍ବା ଆରୋହଣ କରି କିମ୍ବା ମେଘମାଳାରେ ଆଗମନ କରିବେ କିମ୍ବା ଅନ୍ୟ ଅର୍ଥରେ, “ମେଘମାଳା ସହିତ” ଆଗମନ କରିବେ I ତୁମର ଅନୁବାଦ ଏହାକୁ ଏପରି ଭାବେ ପ୍ରକାଶ କରିବା ଉଚିତ ଯାହା ତୁମ ଭାଷାରେ ସରଳ ଅଟେ I ### “ମନୁଷ୍ୟ ପୁତ୍ର ସଦୃଶ ଜଣେ ବ୍ୟକ୍ତି” ଏହା ଯୀଶୁଙ୍କୁ ବୁଝାଏ I ତୁମେ “ମନୁଷ୍ୟ ପୁତ୍ର” ଶବ୍ଦକୁ ବ୍ୟବହାର କରି ସୁସମାଚାରରେ ଅନୁବାଦ କରିଥିବା ସଦୃଶ ଅନୁବାଦ କରିବା ଉଚିତ ଯେପରି ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” କହିଲେ I ### “ସପ୍ତ ମଣ୍ଡଳୀର ଦୂତଗଣ” ଏଠାରେ “ଦୂତ” ଶବ୍ଦ :ବାର୍ତ୍ତାବାହକ” ମାନଙ୍କୁ ମଧ୍ୟ ବୁଝାଏ I ଏହା ହୁଏତ ସ୍ବର୍ଗୀୟ ବାହିନୀ, ଅବା ବାର୍ତ୍ତାବାହକମାନଙ୍କୁ କିଅବା ଏହି ସପ୍ତ ମଣ୍ଡଳୀର ଅଧକ୍ଷମାନଙ୍କୁ ବୁଝାଏ I ଯୋହନ ସମାନ ଶବ୍ଦ “ଦୂତ” (ଏକ ବଚନ)କୁ ୧ ପଦରେ ଓ ସମଗ୍ର ପୁସ୍ତକରେ ଅନେକଥର ବ୍ୟବହାର କରିଛନ୍ତି I ତୁମର ଅନୁବାଦ ମଧ୍ୟ ସମାନ ଶବ୍ଦ ବ୍ୟବହାର କରିବା ଉଚିତ I