# ଫିଲିପ୍ପୀୟ ୦୩ ସାଧାରଣ ସୂଚନା ## ଗଠନ ପ୍ରଣାଳୀ ଓ ଆକୃତି ୪-୮ ପଦରେ, ପାଉଲ ସେ କିପରି ଜଣେ ଧାର୍ମିକ ଯିହୂଦୀ ହେବା ନିମନ୍ତେ ଯୋଗ୍ୟ ବିବେଚିତ ହେଲେ ତାହାର ଏକ ତାଲିକା ଦିଅନ୍ତି I ପ୍ରତ୍ୟେକ କ୍ଷେତ୍ରରେ, ପାଉଲ ଜଣେ ଆଦର୍ଶବାଦୀ ଯିହୂଦୀ ଥିଲେ I କିନ୍ତୁ ସେ ଏହାକୁ ଯୀଶୁଙ୍କୁ ଜାଣିବାର ଶ୍ରେଷ୍ଠତା ସହିତ ବିପରୀତ ତୁଳନା କରୁଛନ୍ତି I (ଦେଖ: [[rc://*/tw/dict/bible/kt/righteous]]) ## ଏହି ଅଧ୍ୟାୟର ବିଶେଷ ଧାରଣା ### କୁକୁରମାନେ ପ୍ରାଚୀନ ପୂର୍ବ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ଲୋକମାନଙ୍କୁ ନକାରାତ୍ମକଭାବରେ ଦର୍ଶାଇବା ନିମନ୍ତେ କୁକୁରମାନଙ୍କ ପ୍ରତିଛବି ବ୍ୟବହାର କରୁଥିଲେ I ସବୁ ସଂସ୍କୃତି ଏହି ପ୍ରକାରେ “କୁକୁରମାନେ” ଶବ୍ଦ ବ୍ୟବହାର କରୁ ନଥିଲେ I ### ପୁନରୁତ୍ଥିତ ଶରୀର ଆମ୍ଭେମାନେ ଜାଣୁନାହୁଁ ଯେ ସ୍ବର୍ଗରେ ଲୋକମାନେ କିପରି ଶରୀର ଧାରଣ କରିବେ ? ପାଉଲ ଏଠାରେ ଶିକ୍ଷା ଦିଅନ୍ତି ଯେ ଖ୍ରୀଷ୍ଟିୟାନମାନେ ଏକ ପ୍ରକାର ଗୌରବମୟ ଶରୀର ଧାରଣ କରିବେ ଓ ପାପରହିତ ହେବେ I (ଦେଖ: [[rc://*/tw/dict/bible/kt/heaven]] ଓ [[rc://*/tw/dict/bible/kt/sin]]) ## ପୁରସ୍କାର ଖ୍ରୀଷ୍ଟିୟାନ ଜୀବନକୁ ବର୍ଣନା କରିବା ନିମନ୍ତେ ପାଉଲ ଏକ ପରିବର୍ଦ୍ଧିତ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଜଣେ ବ୍ୟକ୍ତି ମରିବା ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ସଦୃଶ ହେବା ନିମନ୍ତେ ଉଦ୍ୟମ କରିବା ଖ୍ରୀଷ୍ଟିଆନ ଜୀବନର ଲକ୍ଷ ଅଟେ I ଆମ୍ଭେମାନେ କଦାପି ଏହି ଲକ୍ଷ୍ୟ ଉପଯୁକ୍ତଭାବେ ହାସଲ କରି ପାରିବା ନାହିଁ, କିନ୍ତୁ ଏଥିନିମନ୍ତେ ଉଦ୍ୟମ ଜାରି ରଖିବା ଉଚିତ I