# ଫିଲିପ୍ପୀୟ ୦୨ ସାଧାରଣ ସୂଚନା ## ଗଠନ ପ୍ରଣାଳୀ ଓ ଆକୃତି କେତେକ ଅନୁବାଦ, ୟୁ ଏଲ୍ ଟି ସଦୃଶ, ୬-୧୧ ପଦକୁ ପୃଥକ୍ କରନ୍ତି I ଏହି ପଦଗୁଡିକ ଖ୍ରୀଷ୍ଟଙ୍କ ଆଦର୍ଶ ବର୍ଣ୍ଣନା କରି ଥାଆନ୍ତି I ସେଗୁଡିକ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ବ ବିଷୟରେ ଗୁରୁତ୍ବପୂର୍ଣ୍ଣ ସତ୍ୟ ଶିକ୍ଷା ଦିଅନ୍ତି I ## ଏହି ଅଧ୍ୟାୟର ବିଶେଷ ଧାରଣା ### ବ୍ୟବହାରିକ ଉପଦେଶ ଏହି ଅଧ୍ୟାୟରେ ପାଉଲ ଫିଲିପ୍ପୀୟ ମଣ୍ଡଳୀକୁ ଅନେକ ବ୍ୟବହାରିକ ଉପଦେଶ ଦେଉଛନ୍ତି I ## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା ### “ଯଦି କୌଣସି ବିଷୟ ଥାଏ” ଏହା ଏକ ପ୍ରକାର ପରିକଳ୍ପିତ ଉକ୍ତି ସଦୃଶ ମନେ ହୁଏ I ଯାହାହେଉ, ବାସ୍ତବରେ ଏହା ଏକ ପରିକଳ୍ପିତ ଉକ୍ତି ନୁହେଁ, କାରଣ ଏହା ଏପରି କିଛି ବିଷୟ ପ୍ରକାଶ କରେ ଯାହା ସତ୍ୟ ଅଟେ I ଅନୁବାଦକ ମଧ୍ୟ ଏହି ବାକ୍ୟାଂଶକୁ “ଯେହେତୁ ଅଛି” ବୋଲି ଅନୁବାଦ କରିପାରିବେ I”