# ମାଥିଉ 24 ସାଧାନଣ ସୂଚନା ## ଗଠନ ପ୍ରଣାଳୀ ଓ ଆକୃତି ଏହି ଅଧ୍ୟାୟରେ, ଭବିଷ୍ୟତରେ ସେ ସମସ୍ତ ଉପରେ ରାଜତ୍ବ କରିବା ପର୍ଯ୍ୟନ୍ତ ବିଷୟରେ ଯୀଶୁ ଭାବାବାଣୀ କରିଲେ I (ଦେଖ: [[rc://*/tw/dict/bible/kt/prophet]]) ## ଏହି ଅଧ୍ୟାୟରେ ବିଶେଷ ଧାରଣା ### ”ଯୁଗାନ୍ତ ସମୟ” ଏହି ଅଧ୍ୟାୟରେ, ଯୀଶୁ ଶିଷ୍ୟମାନଙ୍କୁ ଉତ୍ତର ଦେଉଛନ୍ତି ଯେତେବେଳେ ସେମାନେ ପଚାରିଲେ ତାହାଙ୍କର ଆଗମନ ସମୟକୁ ସେମାନେ କିପରି ଜାଣିବେ I (ଦେଖ: [[rc://*/ta/man/translate/writing-apocalypticwriting]]) ### ନୋହଙ୍କ ଉଦାହରଣ ନୋହଙ୍କ ସମୟରେ, ଲୋକମାନଙ୍କ ପାପର ଦଣ୍ଡ ଦେବା ନିମନ୍ତେ ପରମେଶ୍ବର ପ୍ରଳୟକାରୀ ବନ୍ୟା (ଜଳ ପ୍ଲାବନ) ପଠାଇଲେ I ସେ ସେମାନଙ୍କୁ ଅନେକ ଥର ଆଗାମୀ ଜଳ ପ୍ଲାବନ ବିଷୟରେ ଚେତାବନୀ ଦେଲେ, କିନ୍ତୁ ଏହା ହଠାତ ଆରମ୍ଭ ହେଲା I ଏହି ଅଧ୍ୟାୟରେ, ଯୀଶୁ ସେହି ସମୟରେ ଜଳ ପ୍ଲାବନ ସହିତ ଶେଷ ସମୟକୁ ତୁଳନା କରୁଛନ୍ତି I (ଦେଖ: [[rc://*/tw/dict/bible/kt/sin]]) ## ଏହି ଅଧ୍ୟାୟରେ ଅନୁବାଦର ଅନ୍ୟ ସମସ୍ୟା ### “ଅତଏବ” ଯୀଶୁଙ୍କ କେତେକ ଆଦେଶ ଗୁଡିକୁ ଆରମ୍ଭ କରିବା ନିମନ୍ତେ ULT ସେହି ଶବ୍ଦ ଗୁଡିକୁ ବ୍ୟବହାର କରିଅଛି, ଯେପରିକି “ଯେଉଁମାନେ ଯିହୁଦା ପ୍ରଦେଶରେ ରହି ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇ ଯାଆନ୍ତୁ” (୨୪:୧୭), “ଯେ ଛାତ ଉପରେ ଥାଏ, ସେ ଆପଣା ଘର ଭିତରୁ ଜିନିଷ ପତ୍ର ଘେନିଯିବା ପାଇଁ ଓହ୍ଲାଇ ନଆସୁ” (୨୪:୧୭), ଓ “ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ଘେନିଯିବା ପାଇଁ ଲେଉଟି ନଯାଉ I ବିଭିନ୍ନ ପ୍ରକାର ମାଧ୍ୟମରେ ଆଦେଶ କରାଯାଏ I ଅନୁବାଦକମାନେ ସେମାନଙ୍କ ଭାଷାରେ ପ୍ରାକୃତିକ ଉପାୟରେ ମନୋନିତ କରନ୍ତୁ I