# ଲୂକ 05 ସାଧାରଣ ଟିପ୍ପଣୀଗୁଡିକ ## ଗଠନ ଏବଂ ଆକୃତି ଲୂକ 6: 20-49ରେ ଅନେକ ଆଶୀର୍ବାଦଗୁଡିକ ଓ ହାୟ ରହିଛି, ଯାହା ମାଥିଉ 5-7 ସହିତ ଅନୁରୂପ ଅଟେ I ମାଥିଉର ଏହି ଅଂଶକୁ ପାରମ୍ପରିକ ଭାବରେ “ପାର୍ବତ୍ୟ ଉପଦେଶ” ବୋଲି କୁହାଯାଏ I ମାଥିଉ ସୁସମାଚାରରେ ଥିବା ପରି ଲୂକରେ ସେସବୁ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ଶିକ୍ଷା ସହିତ ସଂଯୁକ୍ତ ନୁହେଁ I (ଦେଖ: [[rc://*/tw/dict/bible/kt/kingdomofgod]] ) ## ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ ## “ ଶସ୍ୟର ଶିଁଷା ଖାଇବା” ବିଶ୍ରାମବାରରେ ଯେତେବେଳେ ଶିଷ୍ୟମାନେ ଯାଉ ଯାଉ ଗୋଟିଏ କ୍ଷେତ୍ରରେ ଶସ୍ୟ ଛିଣ୍ଡାଇ ଖାଇଲେ ([ ଲୂକ 6:1] (../ ../ଲୂକ /06/01.ମଝି)), ଫାରୂଶୀମାନେ କହିଲେ ଯେ ସେମାନେ ମୋଶାଙ୍କ ବ୍ୟବସ୍ଥା ଲଂଘନ କରୁଛନ୍ତି I ଫାରୂଶୀମାନେ କହିଲେ ଯେ ଶିଷ୍ୟମାନେ ଶସ୍ୟର ଶିଁଷା ଛିଣ୍ଡାଇବା ଦ୍ୱାରା କିଛି କାର୍ଯ୍ୟ କରୁଛନ୍ତି ତେଣୁ ବିଶ୍ରାମବାରରେ ବିଶ୍ରାମ ନେବା ପାଇଁ ଓ କାର୍ଯ୍ୟ ନ କରିବା ପାଇଁ ରହିଥିବା ଈଶ୍ୱରଙ୍କ ଆଜ୍ଞାକୁ ଲଂଘନ କରୁଛନ୍ତି I ଶିଷ୍ୟମାନେ ଚୋରି କରୁଛନ୍ତି ବୋଲି ଫାରୂଶୀମାନେ ଭାବି ନ ଥିଲେ I ତାହାର କାରଣ ଏହି ଯେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଚାଷୀମାନେ ଯାତ୍ରୀମାନଙ୍କୁ ଅନୁମତି ଦେବେ ଯେପରି ସେମାନେ ଯାତ୍ରା କରୁଥିବା ବେଳେ ପଥ ମଧ୍ୟବର୍ତ୍ତୀ କ୍ଷେତ୍ର ବା ନିକଟବର୍ତ୍ତୀ କ୍ଷେତ୍ରରୁ ଅଳ୍ପ କିଛି ପରିମାଣର ଶସ୍ୟ ଛିଣ୍ଡାଇ ଖାଇପାରିବେ I (ଦେଖ : [[rc://*/tw/dict/bible/kt/lawofmoses]] ଓ [[rc://*/tw/dict/bible/kt/works]] ) ### ଏହି ଅଧ୍ୟାୟରେ ଥିବା ମହତ୍ତ୍ଵପୂର୍ଣ୍ଣ ଅଳଙ୍କାରଗୁଡିକ ### ରୂପକ ଅଦୃଶ୍ୟ ସତ୍ୟଗୁଡିକୁ ବ୍ୟାଖ୍ୟା କରିବା ପାଇଁ ବକ୍ତାମାନେ ବ୍ୟବହାର କରୁଥିବା ଦୃଶ୍ୟମାନ ବସ୍ତୁସବୁ ରୂପକ ଅଟେ I ଯୀଶୁ ଏକ ବଦାନ୍ୟ ଶସ୍ୟ ବ୍ୟବସାୟୀର ରୂପକ ବ୍ୟବହାର କଲେ ଓ ଶିକ୍ଷା ଦେଲେ ଯେ ତାଙ୍କର ଲୋକମାନେ ବଦାନ୍ୟ ହେବେ ([ଲୂକ 6:38] (../ ../ଲୂକ/06/38.ମଝି))I (ଦେଖ: [[rc://*/tw/dict/bible/kt/sabbath]] ) ### ପ୍ରଭାବ ବିସ୍ତାରକାରୀ ପ୍ରଶ୍ନ ପ୍ରଭାବ ବିସ୍ତାରକାରୀ ପ୍ରଶ୍ନଗୁଡିକ ଏଭଳି ପ୍ରଶ୍ନ ଅଟେ ଯାହାର ଉତ୍ତର ବକ୍ତାମାନେ ଆଗରୁ ଜାଣିଥାଆନ୍ତି I ଯେତେବେଳେ ଫାରୂଶୀମାନେ ଭାବିଲେ ଯେ ଯୀଶୁ ବିଶ୍ରାମବାରର ନିୟମ ଉଲଂଘନ କରୁଛନ୍ତି, ସେତେବେଳେ ସେମାନେ ତାଙ୍କୁ ପ୍ରଭାବ ବିସ୍ତାରକାରୀ ପ୍ରଶ୍ନ ପଚାରିବା ଦ୍ୱାରା ତିରଷ୍କାର କଲେ ([ଲୂକ 6: 38] (.. /.. /ଲୂକ/ 06 / 02. ମଝି)) I (ଦେଖ: [[rc://*/ta/man/translate/figs-metaphor]] ) ## ଏହି ଅଧ୍ୟାୟରେ ଥିବା ଅନୁବାଦଜନିତ ଅନ୍ୟାନ୍ୟ ସାମ୍ଭାବ୍ୟ କଷ୍ଟକର ବିଷୟଗୁଡିକ ### ଅନ୍ତର୍ନିହିତ ତଥ୍ୟ ଯାହା ସବୁ ସେମାନଙ୍କ ଶ୍ରୋତାମାନେ ଆଗରୁ ବୁଝିସାରିଛନ୍ତି ବୋଲି ବକ୍ତାମାନେ ମନେ କରନ୍ତି, ସେହି ସବୁ ବିଷୟଗୁଡିକ ସାଧାରଣତଃ ସେମାନେ କହନ୍ତି ନାହିଁ I ଯେତେବେଳେ ଲୂକ ଲେଖିଲେ ଯେ ଶିଷ୍ୟମାନେ ସେମାନଙ୍କ ଦୁଇ ହାତ ମଧ୍ୟରେ ଶସ୍ୟର ଶିଁଷା ମଳୁଥିଲେ, ସେ ଅପେକ୍ଷା କରୁଥିଲେ ଯେ ତାଙ୍କ ପାଠକ ଜାଣନ୍ତୁ ଯେ ସେମାନେ ଖାଇବା ପାଇଁ ଥିବା ସେହି ଅଂଶକୁ ଅଲଗା କରୁଥିଲେ ଓ ବାକି ଅନ୍ୟ ଅଂଶ ଫୋପାଡିଦେବେ I ([ ଲୂକ 6:1] (.. /.. /ଲୂକ / 06 / 01. ମଝି )) I (ଦେଖ: [[rc://*/ta/man/translate/figs-rquestion]] ) ### ବାର ଶିଷ୍ୟଗଣ ନିମ୍ନରେ ବାର ଶିଷ୍ୟଗଣଙ୍କ ତାଲିକାଗୁଡିକ ଅଛି : ମାଥିଉରେ: ଶିମୋନ (ପିତର), ଆନ୍ଦ୍ରିୟ, ଜେବଦୀଙ୍କ ପୁତ୍ର ଯାକୁବ, ଜେବଦୀଙ୍କ ପୁତ୍ର ଯୋହନ, ଫିଲିପ୍ପ. ବର୍ଥଲମି, ଥୋମା, ମାଥିଉ, ଆଲଫିଙ୍କ ପୁତ୍ର୍ ଯାକୁବ, ଥଦ୍ଦୀୟ, ଉଦଯୋଗୀ ଶିମୋନ ଏବଂ ଇଷ୍କାରିୟୋତୀୟ ଯିହୂଦା I ମାର୍କରେ: ଶିମୋନ(ପିତର), ଆନ୍ଦ୍ରିୟ, ଜେବଦୀଙ୍କ ପୁତ୍ର ଯାକୁବ ଓ ଜେବଦୀଙ୍କ ପୁତ୍ର ଯୋହନ (ଯେଉଁମାନଙ୍କୁ ସେ ବିନେରିଗୋଷ୍ ଅର୍ଥାତ୍ ମେଘନାଦର ପୁତ୍ର ବୋଲି ନାମ ଦେଲେ), ଫିଲିପ୍, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର୍ ଯାକୁବ, ଥଦ୍ଦୀୟ, ଉଦଯୋଗୀ ଶିମୋନ ଏବଂ ଇଷ୍କାରିୟୋତୀୟ ଯିହୂଦା I ଲୂକରେ: ଶିମୋନ(ପିତର), ଆନ୍ଦ୍ରିୟ, ଯାକୁବ, ଯୋହନ, ଫିଲିପ୍, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର୍ ଯାକୁବ, ଓ ଶିମୋନ (ଯାହାଙ୍କୁ ଉଦଯୋଗୀ ବୋଲି କହନ୍ତି), ଯାକୁବଙ୍କ ପୁତ୍ର ଯିହୂଦା ଏବଂ ଇଷ୍କାରିୟୋତୀୟ ଯିହୂଦା I ଥଦ୍ଦୀୟ ହୁଏତ ସମାନ ବ୍ୟକ୍ତି ଯାକୁବଙ୍କ ପୁତ୍ର ଯିହୂଦା ଅଟନ୍ତି I