# ଏବ୍ରୀ ୧୩ ସାଧାରଣ ସୂଚନା ## ଗଠନ ପ୍ରଣାଳୀ ଓ ଆକୃତି ଲେଖକ ୧୨ ଅଧ୍ୟାୟରେ ଆରମ୍ଭ କରିଥିବା ଉତ୍ସାହ ବାକ୍ୟର ତାଲିକାକୁ ସମାପ୍ତ କରୁଛନ୍ତି I ତତ୍ପରେ ସେ ଆପଣା ନିମନ୍ତେ ପାଠକମାନଙ୍କୁ ପ୍ରାର୍ଥନା ନିବେଦନ କରି ପତ୍ରର ସମାପ୍ତି କରୁଛନ୍ତି I କେତେକ ଅନୁବାଦ ସହଜରେ ପାଠ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ଏହା ୧୩:୬ ପଦରେ କରୁଅଛି, ଯାହା ପୁରାତନ ନିୟମରୁ ଆସିଥିବା ପଦ ଅଟେ I ## ଏହି ଅଧ୍ୟାୟର ବିଶେଷ ଧାରଣା ### ଆତିଥ୍ୟସତ୍କାର ଈଶ୍ବର ଚାହାନ୍ତି ଯେ ତାହାଙ୍କର ଲୋକମାନେ ଅନ୍ୟଲୋକମାନଙ୍କୁ ସେମାନଙ୍କ ଗୃହରେ ଭୋଜନ କରିବା ଏବଂ ଏପରିକି ଶୟନ କରିବାକୁ ନିମନ୍ତ୍ରଣ କରନ୍ତୁ I ସେମାନେ କାହାକୁ ନିମନ୍ତ୍ରଣ କରୁଛନ୍ତି, ସେମାନଙ୍କୁ ଭଲଭାବରେ ନଜାଣିଥିଲେ ସୁଦ୍ଧା ଈଶ୍ବରଙ୍କ ଲୋକମାନେ ଏହା କରିବା ଉଚିତ I ପୁରାତନ ନିୟମରେ, ଅବ୍ରାହାମ ଓ ତାହାଙ୍କର ପୁତୁରା ଲୋଟ ସେମାନେ ଜାଣି ନଥିବା ଲୋକମାନଙ୍କୁ ଆତିଥ୍ୟ ପ୍ରଦର୍ଶନ କରିଥିଲେ I ଅବ୍ରାହାମ ସେମାନଙ୍କୁ ଏକ ବହୁମୂଲ୍ୟ ଭୋଜନ ପରିବେଷଣ କରିଥିଲେ ଓ ତାପରେ ଲୋଟ ସେମାନଙ୍କୁ ଆପଣା ଗୃହରେ ଶୟନ କରିବାକୁ ନିମନ୍ତ୍ରଣ କରିଥିଲେ I ପରେ ସେମାନେ ଜାଣିଥିଲେ ଯେ ସେହି ଲୋକମାନେ ପ୍ରକୃତରେ ଦୂତମାନେ ଥିଲେ I