# General Information: “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ଲେଖକ ଓ ତାହାଙ୍କର ପାଠକମାନଙ୍କୁ ବୁଝାଏ I “ତୁମ୍ଭେମାନେ” ଶବ୍ଦ ବହୁବାଚକ ଏବଂ ଏଠାରେ ତାହା ପାଠକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]] ଓ [[rc://*/ta/man/translate/figs-you]]) # Connecting Statement: ପୁରାତନ ନିୟମର ଏହି ବହୁସଂଖ୍ୟକ ବିଶ୍ବାସୀମାନଙ୍କ ସକାଶୁ, ଲେଖକ ବିଶ୍ବାସର ଜୀବନ ବିଷୟରେ କହୁଛନ୍ତି ଯେ ବିଶ୍ବାସୀମାନେ ଯୀଶୁଙ୍କର ଆଦର୍ଶ ଅନୁସାରେ ଜୀବନଯାପନ କରିବା ଉଚିତ I # we are surrounded by such a large cloud of witnesses ଲେଖକ ପୁରାତନ ନିୟମର ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି ଯେପରି ସେମାନେ ମେଘ ସ୍ବରୂପ ହୋଇ ବର୍ତ୍ତମାନ ସମୟର ବିଶ୍ବାସୀମାନଙ୍କୁ ଘେରି ରହିଛନ୍ତି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସାକ୍ଷୀମାନଙ୍କ ଏକ ବୃହତ୍ ମେଘ ଆମ୍ଭମାନଙ୍କୁ ଘେରି ରହିଛି” କିମ୍ବା “ବିଶ୍ବସ୍ତଲୋକମାନଙ୍କ ଅନେକ ଗୁଡିଏ ଦୃଷ୍ଟାନ୍ତ ଅଛି ଯେଉଁମାନଙ୍କ ବିଷୟରେ ଆମ୍ଭେମାନେ ଶାସ୍ତ୍ରରେ ଶିକ୍ଷା କରୁଅଛୁ” (ଦେଖ: [[rc://*/ta/man/translate/figs-metaphor]] ଏବଂ [[rc://*/ta/man/translate/figs-activepassive]]) # witnesses ଏଠାରେ “ସାକ୍ଷୀ” ୧୧ ଅଧ୍ୟାୟରେ ଉଲ୍ଲେଖ ଥିବା ପୁରାତନ ନିୟମର ବିଶ୍ବାସୀମାନଙ୍କୁ ବୁଝାଏ, ଯେଉଁମାନେ ବର୍ତ୍ତମାନ ବିଶ୍ବାସୀମାନେ ଦୌଡୁଥିବା ବିଶ୍ବାସର ପ୍ରତିଯୋଗିତା ପୂର୍ବରୁ ଜୀବନଯାପନ କରୁଥିଲେ I # let us lay aside every weight and easily entangling sin ଏଠାରେ “ଭାର” ଓ “ସହଜରେ ବେଷ୍ଟନକାରୀ ପାପ” ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ସେଗୁଡିକୁ ନିଜଠାରୁ ବାହାର କରି ତଳେ ରଖିଦେଇ ପାରିବ I (ଦେଖ: [[rc://*/ta/man/translate/figs-metaphor]]) # every weight ମନୋଭାବ ବା ଅଭ୍ୟାସଗୁଡିକ ଯାହା ବିଶ୍ବାସୀମାନଙ୍କୁ ଈଶ୍ବରଙ୍କଠାରେ ଭରସା କରି ତାହାଙ୍କର ବାଧ୍ୟହେବାରୁ ଦୂର କରେ, ସେ ବିଷୟରେ କୁହାଯାଏ ଯେପରି ସେଗୁଡିକ ଭାର, ଯାହା ଦୌଡିବା ସମୟରେ ଜଣେ ଲୋକକୁ କଷ୍ଟସାଧ୍ୟ କରାଏ I (ଦେଖ: [[rc://*/ta/man/translate/figs-metaphor]]) # easily entangling sin ପାପ ବିଷୟରେ କୁହାଯାଏ ଯେପରି ଏହା ଏକ ଜାଲ କିମ୍ବା ଅନ୍ୟକିଛି, ଯାହା ଲୋକମାନଙ୍କୁ ଅସ୍ଥିର କରି ତଳେ ପକାଇ ଦିଏ I (ଦେଖ: [[rc://*/ta/man/translate/figs-metaphor]]) # Let us patiently run the race that is placed before us ଯୀଶୁଙ୍କର ଅନୁଗମନ କରିବା ବିଷୟରେ କୁହାଯାଏ ଯେପରି ଏହା ଏକ ପ୍ରତିଯୋଗିତାରେ ଦୌଡିବା ଅଟେ I ଅନ୍ୟଏକ ଅନୁବାଦରେ: “ଠିକ୍ ଯେପରି ଜଣେ ଦୌଡାଳୀ ପ୍ରତିଯୋଗିତା ଶେଷ ହେବା ପର୍ଯ୍ୟନ୍ତ ଦୌଡିବାରେ ଲାଗି ରହେ. ସେପରି ଈଶ୍ବର ଆମ୍ଭମାନଙ୍କୁ ଯାହା ଆଜ୍ଞା କରି ଅଛନ୍ତି, ତାହା ପାଳନ କରିବାରେ ଲାଗିରହୁ”(ଦେଖ: [[rc://*/ta/man/translate/figs-metaphor]])