# God raised us up together with Christ ଏଠାରେ ଉଠାଇବା ହେଉଛି ଗୋଟିଏ ରୂଢ଼ି ଯାହା ମୃତ ହୋଇଥିବା ଲୋକକୁ ଜୀବିତ କରିବାକୁ ବୁଝାଏ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯେହେତୁ ଈଶ୍ବର ଖ୍ରୀଷ୍ଟଙ୍କୁ ଜୀବିତ କରି ଉଠାଇଛନ୍ତି, ତେଣୁକରି ଈଶ୍ବର ପାଉଲ ଓ ଏଫିସର ବିଶ୍ବାସୀମାନଙ୍କୁ ନୂତନ ଆତ୍ମିକ ଜୀବନ ଦେଇସାରିଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ନୂତନ ଜୀବନ ଦେଇଅଛନ୍ତି, କାରଣ ଆମ୍ଭେମାନେ ଖ୍ରୀଷ୍ଟଙ୍କର ଅଟୁ” କିମ୍ବା ୨) ଯେହେତୁ ଈଶ୍ବର ଖ୍ରୀଷ୍ଟଙ୍କୁ ଜୀବିତ କରି ଉଠାଇଛନ୍ତି, ତେଣୁକରି ଏଫିସର ବିଶ୍ବାସୀମାନେ ଜାଣିପାରିବେ ଯେ ସେମାନଙ୍କ ମୃତ୍ୟୁ ପରେ ସେମାନେ ଖ୍ରୀଷ୍ଟଙ୍କ ସହିତ ବାସ କରିବେ, ଆଉ ପୁନର୍ବାର ଜୀବିତ ହେବା ବିଶ୍ବାସୀମାନଙ୍କ ବିଷୟରେ ପାଉଲ କହି ପାରୁଛନ୍ତି ଯେ ସତେ ଯେପରି ଏହା ହୋଇସାରିଛି I ବିକଳ୍ପ ଅନୁବାଦ; “ଆମ୍ଭେମାନେ ନିଶ୍ଚିତ ହୋଇପାରିବା ଯେ ଈଶ୍ବର ଯେପରି ଖ୍ରୀଷ୍ଟଙ୍କୁ ଜୀବିତ କରି ଉଠାଇ ଅଛନ୍ତି, ସେପରି ସେ ଆମ୍ଭମାନଙ୍କୁ ଜୀବନ ଦେବେ I (ଦେଖ: [[rc://*/ta/man/translate/figs-pastforfuture]] ଓ [[rc://*/ta/man/translate/figs-idiom]]) # in the heavenly places ଅଲୌକିକ ଜଗତରେ I “ସ୍ବର୍ଗୀୟ” ଶବ୍ଦଟି ଈଶ୍ବର ରହୁଥିବା ସ୍ଥାନକୁ ବୁଝାଏ I [ଏଫିସୀୟ ୧:୩](../01/03.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I # in Christ Jesus ଖ୍ରୀଷ୍ଟ ଯୀଶୁଙ୍କଠାରେ ଓ ସେହିପରି ଭାବଗୁଡିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I (ଦେଖ: @)