# ପ୍ରେରିତ ୧୪ ସାଧାରଣ ସୂଚନା ## ଏହି ଅଧ୍ୟାୟର ବିଶେଷ ଧାରଣା ### “ତାହାଙ୍କ ଅନୁଗ୍ରହର ସମ୍ବାଦ” ଯୀଶୁଙ୍କର ସମ୍ବାଦ ହେଉଛି ଈଶ୍ବରଙ୍କ ସମ୍ବାଦ ଯେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ ଈଶ୍ବର ସେମାନଙ୍କୁ ଅନୁଗ୍ରହ ଦେଖାଇବେ I(ଦେଖ: [[rc://*/tw/dict/bible/kt/grace]] ଓ [[rc://*/tw/dict/bible/kt/believe]]) ### ବୁଧ ଓ ବୃହସ୍ପତି ରୋମ୍ ସାମ୍ରାଜ୍ୟର ବିଜାତିମାନେ ବିଭିନ୍ନ ପ୍ରକାର ମିଥ୍ୟା ଦେବତାମାନଙ୍କର ଉପାସନା କରୁଥିଲେ ଯେଉଁମାନଙ୍କର ପ୍ରକୃତରେ ଅସ୍ତିତ୍ବ ନ ଥିଲା I ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କୁ “ଜୀବିତ ଈଶ୍ବର”ଙ୍କଠାରେ ବିଶ୍ବାସ କରିବାକୁ କହିଥିଲେ I (ଦେଖ: [[rc://*/tw/dict/bible/kt/falsegod]]) ## ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ ### ""ଆମ୍ଭମାନଙ୍କୁ ଅନେକ କ୍ଲେଶ ମଧ୍ୟଦେଇ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ I"" ଆପଣା ମୃତ୍ୟୁ ପୂର୍ବରୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଥିଲେ ଯେ ତାହାଙ୍କୁ ଅନୁଗମନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ତାଡନା ଭୋଗ କରିବ I ପାଉଲ ସେହି ସମାନ ବିଷୟକୁ ଭିନ୍ନ ଶବ୍ଦରେ କହୁଛନ୍ତି I