# ୨ ତୀମଥି ୦୨ ସାଧାରଣ ସୂଚନା ## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ କେତେକ ଅନୁବାଦ ପଦଗୁଡିକୁ ଲେଖାମଧ୍ୟରେ ନ ରଖି ପୃଷ୍ଠାର ଡାହାଣ ପାଖକୁ ଲେଖନ୍ତି I ULT ଏ କ୍ଷେତ୍ରରେ, ୧୧-୧୩ ପଦରେ ତାହା କରିଛି I ଏହି ପଦଗୁଡ଼ିକରେ ପାଉଲ ହୁଏତ ଗୋଟିଏ କବିତା ବା ଗୀତରୁ ଉଦ୍ଧୃତ କରୁଥାଇପାରନ୍ତି I ## ଏହି ଅଧ୍ୟାୟର ବିଶେଷ ଧାରଣା ### ଆମ୍ଭେମାନେ ତାହାଙ୍କ ସହିତ ରାଜ୍ୟ କରିବା ଭବିଷ୍ୟତରେ ବିଶ୍ବସ୍ତ ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କ ସହିତ ରାଜ୍ୟ କରିବେ I (ଦେଖ: rc://*/tw/dict/bible/kt/faithful) ## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର ### ଆଙ୍ଗିକ ଦୃଷ୍ଟାନ୍ତ ଏହି ଅଧ୍ୟାୟରରେ, ପାଉଲ ଜଣେ ଖ୍ରୀଷ୍ଟିୟାନଭାବରେ ଜୀବନ ଯାପନ କରିବା ବିଷୟରେ ଅନେକ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ସେ ସୈନିକ, କ୍ରୀଡାବିତ୍ ଓ କୃଷକର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଏହି ଅଧ୍ୟାୟର ଶେଷ ଆଡକୁ, ସେ ଗୋଟିଏ ଗୃହରେ ଥିବା ବିଭିନ୍ନ ପ୍ରକାର ପାତ୍ରର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I