or_tn/act/10/intro.md

12 lines
2.2 KiB
Markdown
Raw Normal View History

2020-11-19 00:15:53 +00:00
# ପ୍ରେରିତ ୧୦ ସାଧାରଣ ସୂଚନା
## ଏହି ଅଧ୍ୟାୟରେ ଥିବା ବିଶେଷ ଧାରଣା
### ଅଶୁଚି
ଯିହୂଦୀମାନ ବିଶ୍ବାସ କରୁଥିଲେ ଯେ ଯଦି ସେମାନେ ଜଣେ ବିଜାତି ଘରକୁ ଯିବେ କିମ୍ବା ତାହା ସହିତ ଭୋଜନ କରିବେ ତେବେ ସେମାନେ ଅଶୁଚି ହୋଇଯିବେ I ଏହାର କାରଣ ହେଉଛି ଯେ ଫାରୁଶୀମାନେ ଏହା ବିରୁଦ୍ଧରେ ଏକ ନିୟମ ପ୍ରସ୍ତୁତ କରିଥିଲେ ଓ ମୋଶାଙ୍କ ବ୍ୟବସ୍ଥା ଅଶୁଚି ବୋଲି କହୁଥିବା ଖାଦ୍ୟଗୁଡ଼ିକ ଖାଇବାରୁ ଲୋକମାନଙ୍କୁ ଦୂରେଇ ରଖିବାକୁ ଚାହୁଁଥିଲେ I ମୋଶାଙ୍କ ବ୍ୟବସ୍ଥା ନିଶ୍ଚିତଭାବେ କେତେକ ଖାଦ୍ୟକୁ ଅଶୁଚି ବୋଲି କହୁଥିଲା, କିନ୍ତୁ ଏହା କହି ନାହିଁ ଯେ ଈଶ୍ବରଙ୍କ ଲୋକମାନେ ବିଜାତିମାନଙ୍କ ଘରକୁ ଯାଇ ପାରିବେ ନାହିଁ କି ସେମାନଙ୍କ ସହିତ ଭୋଜନ କରି ପାରିବେ ନାହିଁ I (ଦେଖ: [[rc://*/tw/dict/bible/kt/clean]] ଓ [[rc://*/tw/dict/bible/kt/lawofmoses]])
### ବାପ୍ତିସ୍ମ ଓ ପବିତ୍ର ଆତ୍ମା
ପିତରଙ୍କ କଥା ଶୁଣୁଥିବା ଲୋକମାନଙ୍କ ଉପରେ ପବିତ୍ର ଆତ୍ମା “ଅବତରଣ କଲେ I” ଏହା ଯିହୂଦୀ ବିଶ୍ବାସୀମାନଙ୍କୁ ଦେଖାଇଥିଲା ଯେ ବିଜାତିମାନେ ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିପାରିବେ ଓ ପବିତ୍ର ଆତ୍ମା ଗ୍ରହଣ କରିପାରିବେ, ଠିକ୍ ଯେପରି ଯିହୂଦୀ ବିଶ୍ବାସୀମାନେ ଗ୍ରହଣ କରିଥିଲେ I ତା’ପରେ ବିଜାତି ବିଶ୍ବାସୀମାନେ ବାପ୍ତିଜିତ ହୋଇଥିଲେ I