or_tn/tit/front/intro.md

37 lines
6.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# ତୀତସ୍ ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ
### ତୀତସ୍ ପୁସ୍ତକର ରୂପରେଖ
1. ପାଉଲ ତୀତସଙ୍କୁ ଈଶ୍ବର ପରାୟଣ ନେତାମାନଙ୍କୁ ନିଯୁକ୍ତ କରିବାକୁ ଉପଦେଶ ଦେଉଛନ୍ତି (୧:୧-୧୬)
1. ଲୋକମାନଙ୍କୁ ଈଶ୍ବର ପରାୟଣ ଜୀବନ ଯାପନ କରିବା ନିମନ୍ତେ ତାଲିମ ଦେବାକୁ ପାଉଲ ତୀତସଙ୍କୁ ଉପଦେଶ ଦେଉଛନ୍ତି (:୧-୩:୧୧)
1. ଆପଣାର କିଛି ଯୋଜନା ବିଷୟରେ କହି ଓ ବିଶ୍ବାସୀମାନଙ୍କୁ ନମସ୍କାର ଜଣାଇ ପାଉଲ ପତ୍ରଟି ସମାପ୍ତ କରୁଛନ୍ତି (୩:୧୨-୧୫)
### ତୀତସ୍ ପୁସ୍ତକକୁ କିଏ ଲେଖିଥିଲେ?
ପାଉଲ ତୀତସ୍ ପୁସ୍ତକ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲାପରେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I
### ତୀତସ୍ ପୁସ୍ତକରେ କେଉଁ ବିଷୟ ଲେଖାଅଛି?
ପାଉଲ ଆପଣା ସହକର୍ମୀ ତୀତସଙ୍କୁ ଏହା ଲେଖିଥିଲେ, ଯିଏ କି କ୍ରୀତୀ ଦ୍ବୀପର ମଣ୍ଡଳୀ ଗୁଡିକୁ ନେତୃତ୍ବ ପ୍ରଦାନ କରୁଥିଲେ I ପାଉଲ ତାହାଙ୍କୁ ମଣ୍ଡଳୀର ନେତାମାନଙ୍କୁ ବାଛିବା ବିଷୟରେ ଉପଦେଶ ଦେଇଥିଲେ I ପାଉଲ ମଧ୍ୟ ବର୍ଣ୍ଣନା କରିଥିଲେ ଯେ ବିଶ୍ବାସୀମାନେ କିପରି ପରସ୍ପର ସହିତ ବ୍ୟବହାର କରିବା ଉଚିତ I ଆଉ ସେ ସମସ୍ତଙ୍କୁ ଈଶ୍ବରଙ୍କ ସନ୍ତୋଷଜନକ ମାର୍ଗରେ ଜୀବନ ଯାପନ କରିବା ନିମନ୍ତେ ଉତ୍ସାହିତ କରିଥିଲେ I
### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?
ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକକୁ ନେଇ ଏହାକୁ “ତୀତସ୍” ବୋଲି କହିପାରନ୍ତି I କିମ୍ବା ସେମାନେ “ତୀତସ୍ ଙ୍କ ନିକଟକୁ ପାଉଲଙ୍କର ପତ୍ର” କିଅବା “ତୀତସ୍ ଙ୍କ ନିକଟକୁ ଗୋଟିଏ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://*/ta/man/translate/translate-names]])
## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା
### ମଣ୍ଡଳୀରେ ଲୋକମାନେ କିପରି ଭୂମିକା ନେଇ ସେବା କରିପାରିବେ?
ଜଣେ ସ୍ତ୍ରୀ ଲୋକ ଅବା ଜଣେ ଛାଡପତ୍ର ପାଇଥିବା ଲୋକ ମଣ୍ଡଳୀର ନେତୃତ୍ବ ସ୍ଥାନରେ ଥାଇ ସେବା କରିପାରିବ କି ନାହିଁ, ସେ ବିଷୟରେ ତୀତସ୍ ପୁସ୍ତକରେ କିଛି ଶିକ୍ଷା ଅଛି I ପଣ୍ଡିତମାନେ ଏହି ଶିକ୍ଷାର ଅର୍ଥ ବିଷୟରେ ଏକମତ ନୁହନ୍ତି I ଏହି ପୁସ୍ତକ ଅନୁବାଦ କରିବା ପୂର୍ବରୁ ଏହି ବିଷୟଗୁଡିକ ଉପରେ ଅଧିକ କିଛି ଅଧ୍ୟୟନ କରିବା ଆବଶ୍ୟକ ହୋଇପାରେ I
## ତୃତୀୟ ଭାଗ:ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା
### ଏକବଚନ ଓ ବହୁବଚନ “ତୁମ୍ଭେ”
ଏହି ପୁସ୍ତକରେ, “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ସବୁବେଳେ ଏକବଚନ ଥାଇ ତୀତସଙ୍କୁ ବୁଝାଏ I ଏହାର ବ୍ୟତିକ୍ରମଟି ହେଉଛି ୩:୧୫ I (ଦେଖ: [[rc://*/ta/man/translate/figs-exclusive]] ଓ [[rc://*/ta/man/translate/figs-you]])
### “ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବର”ର ଅର୍ଥ କଅଣ?
ଏହି ପତ୍ରରେ ଏହା ଗୋଟିଏ ସାଧାରଣ ବାକ୍ୟାଂଶ I ଈଶ୍ବର କିପରି ତାହାଙ୍କ ବିରୁଦ୍ଧରେ ପାପ କରିଥିବା ପାପୀମାନଙ୍କୁ ଖ୍ରୀଷ୍ଟଙ୍କଠାରେ କ୍ଷମା କଲେ, ତାହା ପାଠକମାନେ ଚିନ୍ତା କରନ୍ତୁ ବୋଲି ପାଉଲ ଏହା ଲେଖିଛନ୍ତି I ଆଉ ସେମାନଙ୍କୁ କ୍ଷମାକରିବା ଦ୍ବାରା ସମସ୍ତ ଲୋକଙ୍କ ବିଚାର କରିବା ସମୟରେ ଦଣ୍ଡ ପାଇବାରୁ ସେ ସେମାନଙ୍କୁ ଉଦ୍ଧାର କରିଛନ୍ତି I ଏହି ପତ୍ରରେ ଥିବା ସେହି ଏକାପରି ବାକ୍ୟାଂଶ ହେଉଛି, “ଆମ୍ଭମାନଙ୍କ ମହାନ୍ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟ I”